BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

Odisha State Board BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ will enable students to study smartly.

BSE Odisha Class 8 Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

→ଉପକ୍ରମ :
ପ୍ରତ୍ୟେକ ଜୀବର ଶରୀର କେତେକ ଜୀବକୋଷର ସମାହାରରେ ଗଠିତ ଜୀବକୋଷ ଜୀବମାନଙ୍କର ଶରୀରରେ ବିଭିନ୍ନ କ୍ରିୟା ସମ୍ପାଦନ କରିଥାଏ ।

→କୋଷର ଆବିଷ୍କାର (Discovery of Cell) :

  • ରବର୍ଟ ହୁକ୍ ନାମକ ଜଣେ ବ୍ରିଟିଶ୍ ବୈଜ୍ଞାନିକ 1665 ମସିହାରେ ସରଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କର୍କ ଖଣ୍ଡରେ ଥ‌ିବା କୋଷ ଆବିଷ୍କାର କରିଥିଲେ ।
  • ସରଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କର୍କ ଖଣ୍ଡରେ ଥିବା କୋଷ ଆବିଷ୍କାର କରିଥିଲେ ।
  • ଏବେ ଉନ୍ନତ ଅଣୁବୀକ୍ଷଣ ଓ ଏଥ‌ିରେ ଥିବା ଉଚ୍ଚ ବର୍ଜନ କ୍ଷମତା ହେତୁ କୋଷର ଗଠନ ଓ କାର୍ଯ୍ୟ ସମ୍ବନ୍ଧରେ ଅନେକ ତଥ୍ୟ ଜଣାପଡ଼ିଲାଣି ।

BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

→କୋଷ (Cell) :

  • ରବର୍ଟ ହୁକ୍ ନାମକ ଜଣେ ବ୍ରିଟିଶ୍ ବୈଜ୍ଞାନିକ 1665 ମସିହାରେ ସରଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କର୍କ ଖଣ୍ଡରେ ଥିବା କୋଷ ଆବିଷ୍କାର କରିଥିଲେ ।
  • କୁକୁଡ଼ା ଅଣ୍ଡା ଗୋଟିଏ କୋଷରେ ଗଠିତ ଏବଂ ବୃହତ୍ ଆକାର ବିଶିଷ୍ଟ ହୋଇଥିବାରୁ ଖାଲିଆସ୍‌ରେ ଦେଖୁହୁଏ ।

→ଜୀବମାନଙ୍କ କୋଷ ସଂଖ୍ୟା, ଆକୃତି ଓ ଆୟତନରେ ଭିନ୍ନତା :

  • ମଣିଷ ଶରୀରରେ ଭିନ୍ନ ଭିନ୍ନ ଆକୃତି ଓ ଆୟତନର ଏକଲକ୍ଷ କୋଟିରୁ ଅଧ୍ବକ ଜୀବକୋଷ ରହିଛି ।
  • ଏକକୋଷୀ ଜୀବ ଗୋଟିଏ କୋଷ ମଧ୍ଯରେ ବହୁକୋଷୀ ଜୀବଭଳି ତା’ର ସମସ୍ତ ଆବଶ୍ୟକ ଜୀବନ ପ୍ରକ୍ରିୟା ସମ୍ପନ୍ନ କରିଥାଏ ।
  • ଏକାଧ୍ଵକ କୋଷରେ ଗଠିତ ହୋଇଥିବା ଜୀବକୁ ବହୁକୋଷୀ ଜୀବ କୁହାଯାଏ ।
  • ବହୁକୋଷୀ ଜୀବ ଏକାଧିକ ସ୍ଵତନ୍ତ୍ର ଧରଣର କୋଷରେ ତିଆରି ଭିନ୍ନ ଭିନ୍ନ ଟିସୁଦ୍ବାରା ସମସ୍ତ ଆବଶ୍ୟକ ଜୀବନ ପ୍ରକ୍ରିୟା ସମ୍ପାଦନ କରେ ।
  • ଏମିବା ଏବଂ ଶ୍ଵେତ ରକ୍ତକଣିକା ଗୋଟିଏ କୋଷରେ ଗଠିତ ଓ ଏମାନେ ଆକୃତି ପରିବର୍ତ୍ତନ କରି ପାରନ୍ତି ।

→କୋଷର ଆକୃତି :

  • ସାଧାରଣତଃ କୋଷଗୁଡ଼ିକ ଗୋଲାକାର କିମ୍ବା ଚକ୍ରାକାର କିମ୍ବା ସୁଦୀର୍ଘ ।
  • କୋଷର ବିଭିନ୍ନ ଉପାଦାନ ଏକ ଝିଲ୍ଲୀଦ୍ଵାରା ଆବୃତ ହୋଇଥାଏ । ଏହି ଝିଲ୍ଲୀ, ଉଭିଦ ଓ ପ୍ରାଣୀ କୋଷକୁ ଆକୃତି ଦିଏ ।
  • କ୍ଷୁଦ୍ରତମ କୋଷର ଆୟତନ 0.1 ଠାରୁ 0.5 ମାଇକ୍ରୋମିଟର ହୋଇଥିବାବେଳେ ବୃହତ୍ତମ କୋଷର ଆୟତନ 170 × 130 ମିଲିମିଟର ଅଟେ
  • ଗୋଟିଏ ଜୀବର ଶରୀର ବହୁସଂଖ୍ୟକ କୋଷରେ ଗଠିତ ହୋଇଥିଲେ ମଧ୍ୟ ଏହାର ଜୀବନ ମାତ୍ର ଗୋଟିଏ କୋଷରୁ ଆରମ୍ଭ ହୋଇଥାଏ; ଅର୍ଥାତ୍ ନିଷିକ୍ତ ଡିମ୍ବାଣୁ ବା ଯୁଗ୍ମଜରୁ ଆରମ୍ଭ ହୋଇଥାଏ । ଜୀବର ବୃଦ୍ଧି ସଙ୍ଗେ ସଙ୍ଗେ ଯୁଗ୍ମଜ କୋଷ ବିଭାଜିତ ହୁଏ ଓ କୋଷ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଏ ।
  • ଏମିବା, ପାରାମେସିୟମ୍, ଇଷ୍ଟ ଓ ବ୍ୟାକ୍ଟେରିଆ ଆଦି ଜୀବଙ୍କ ଶରୀର ଗୋଟିଏ ଲେଖାଏଁ କୋଷରେ ଗଠିତ ।
  • ଏକକୋଷୀ ଜୀବ ଗୋଟିଏ କୋଷ ମଧ୍ୟରେ ବହୁକୋଷୀ ଜୀବଭଳି ସମସ୍ତ ଜୀବନ ପ୍ରକ୍ରିୟା; ଯଥା – ଖାଦ୍ୟ ଗ୍ରହଣ, ପରିପାକ, ଶ୍ଵାସକ୍ରିୟା, ରେଚନ, ବୃଦ୍ଧି, ପ୍ରଜନନ ଆଦି କାର୍ଯ୍ୟ କରିଥାଏ । କିନ୍ତୁ ବହୁକୋଷୀ ଜୀବ ଏକାଧ୍ଵ ସ୍ୱତନ୍ତ୍ରଧରଣର କୋଷରେ ତିଆରି ଭିନ୍ନ ଭିନ୍ନ ଟିସୁ ଦ୍ଵାରା ଏ ସମସ୍ତ କାର୍ଯ୍ୟ ସଂପାଦନ କରେ ।
  • ଟିସୁଗୁଡ଼ିକର ସମଷ୍ଟିରେ ଅଙ୍ଗପ୍ରତ୍ୟଙ୍ଗ ତିଆରି ହୋଇଥାଏ । କେତେକ କୋଷର ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏମିବା ଓ ଶ୍ଵେତ ରକ୍ତକଣିକା କୋଷ ଏହାର ଉଦାହରଣ ।

→ଏମିବା :

  • ଏମିବାର ଅନ୍ୟ ଜୀବଭଳି ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏହା ତା’ର ଆକୃତି ସର୍ବଦା ବଦଳାଇଥାଏ ।
  • ଏହାର ଶରୀରରୁ ଭିନ୍ନ ଦୈର୍ଘ୍ୟ ବିଶିଷ୍ଟ ପ୍ରବନ୍ଧ ବାହାରୁଥାଏ । ଏହାକୁ କୂଟପାଦ କୁହାଯାଏ ।
  • ଏମିବା ଗତିକଲାବେଳେ କିମ୍ବା ଖାଦ୍ୟ ଗ୍ରହଣ କଲାବେଳେ ଏହି କୂଟପାଦଗୁଡ଼ିକ ସୃଷ୍ଟି ହୁଏ ଓ ପରେ ଅଦୃଶ୍ୟ ହୋଇଯାଏ ।
  • ଏମିବାର କୂଟପାଦ ଗଠନଯୋଗୁଁ ତା’ର ଆକୃତିର ପରିବର୍ତ୍ତନ ହୁଏ; ଯାହାକି ତାକୁ ଗତି କରିବାରେ ଓ ଖାଦ୍ୟ ଗ୍ରହଣରେ ସାହାଯ୍ୟ କରେ ।

→ଶ୍ଵେତ ରକ୍ତକଣିକା :

  • ମନୁଷ୍ୟ ରକ୍ତରେ ଥିବା ଶ୍ୱେତ ରକ୍ତକଣିକା ଗୋଟିଏ କୋଷରେ ଗଠିତ, ଶ୍ଵେତ ରକ୍ତକଣିକା ମଧ୍ୟ ଏହାର ଆକୃତି ପରିବର୍ତ୍ତନ କରିଥାଏ ।
  • ଏମିବା ଏକ ପୂର୍ଣ୍ଣାଙ୍ଗ ଜୀବ ଭାବରେ ସ୍ଵାଧୀନ ଜୀବନଯାପନ କରୁଥିବାବେଳେ ଶ୍ଵେତ ରକ୍ତକଣିକା ଗୋଟିଏ କୋଷ ଭାବରେ କାର୍ଯ୍ୟ କରେ ।

କେତେକ କୋଷର ଆକାର ଭିନ୍ନ ଆକୃତି ବିଶିଷ୍ଟ । କାରଣ ଭିନ୍ନ ଭିନ୍ନ ଆକୃତି ସେଗୁଡ଼ିକର ନିର୍ଦ୍ଦିଷ୍ଟ କାର୍ଯ୍ୟ ସହିତ ସଂପୃକ୍ତ । ସାଧାରଣତଃ କୋଷଗୁଡ଼ିକ ଗୋଲାକାର କିମ୍ବା ଚକ୍ରାକାର କିମ୍ବା ସୁଦୀର୍ଘ ହୋଇଥାଏ । ପେଶୀ କୋଷ ଦୀର୍ଘ ଓ ପ୍ରାନ୍ତଦ୍ଵୟ ଗୋଜିଆ ଓ ସେଗୁଡ଼ିକ ତାକୁଡ଼ିପରି ।

ଦୀର୍ଘ ଓ ଶାଖାପ୍ରଶାଖା ବିଶିଷ୍ଟ ସ୍ନାୟୁକୋଷ ବାର୍ତ୍ତା ଗ୍ରହଣ ଓ ପ୍ରେରଣ କରିବା ଫଳରେ ଏହା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କାର୍ଯ୍ୟର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷାକରିବାରେ ସାହାଯ୍ୟ କରେ ।
କୋଷର ଉପାଦାନ ଏକ ଝିଲ୍ଲୀ ଦ୍ବାରା ଆବୃତ ହୋଇଥାଏ । ଏହି ଝିଲ୍ଲୀ ଉଦ୍ଭିଦ ଓ ପ୍ରାଣୀ କୋଷକୁ ଆକୃତି ଦିଏ । କୋଷଭିଭି ହେଉଛି ଉଭିଦ କୋଷର ଏକ ଅତିରିକ୍ତ କୋଷ ଆବରଣ । ଏହା କୋଷକୁ ଆକୃତି ଓ ଦୃଢ଼ତା ଦିଏ ।

BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

→କୋଷର ଗଠନ ଓ କାର୍ଯ୍ୟ :

  • ଜୀବ ଶରୀରର ମୌଳିକ ଓ ଗାଠନିକ ଏକକ ହେଉଛି କୋଷ ।
  • ଟିସୁ କେତେଗୁଡ଼ିଏ ସମରୂପୀ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟ କରୁଥିବା ଅସଂଖ୍ୟ କୋଷର ସମାହାର ।
  • ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଟିସୁକୁ ନେଇ ଗଠିତ ।
  • ଅଙ୍ଗପ୍ରତ୍ୟଙ୍ଗକୁ ନେଇ ଅଙ୍ଗ ସଂସ୍ଥାନ ଗଠିତ ।
  • ଜୀବ ଶରୀର ଅଙ୍ଗ ସଂସ୍ଥାନକୁ ନେଇ ଗଠିତ ।

→ଉଭିଦ କୋଷ ଓ ପ୍ରାଣୀ କୋଷ ଏବଂ ଏହାର ବିଭିନ୍ନ ଅଙ୍ଗିକା ।
BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 1

→କୌଷ ଆୟତନ :

  • ଜୀବ ଶରୀରରେ କୋଷର କ୍ଷୁଦ୍ରତମ ଆୟତନ ହେଉଛି 1 ମାଇକ୍ରନ୍ (1 ମିଟରର l ନିୟୁତ ଭାଗରୁ l ଭାଗ) ଓ
  • ଅଧିକାଂଶ କୋଷ କ୍ଷୁଦ୍ର ଅଣୁ ସଦୃଶ ଏବଂ ସେଗୁଡ଼ିକୁ ଅଣୁବୀକ୍ଷଣ ସାହାଯ୍ୟରେ ବର୍ଦ୍ଧିତ କରି ଦେଖହୁଏ ।
  • କ୍ଷୁଦ୍ରତମ କୋଷର ଆୟତନ 0.1 ଠାରୁ 0.5 ମାଇକନ୍ । ଉଦାହରଣ – ବୀଜାଣୁ କୋଷ । ବୃହତ୍ତମ କୋଷର ଆୟତନ 170 × 130 ମି.ମି. । ଉଦାହରଣ କୋଷର ଆକାରକୁ ମାଇକ୍ରୋମିଟର ଦ୍ୱାରା ମାଇକ୍ରନ୍ ଏକକ ଦ୍ବାରା ମପାଯାଏ ।BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 2

(A) ସେଲ୍ ମେମ୍ବ୍ରେନ୍ (Cell membrane):

  • ଏହା କୋଷର ମୌଳିକ ଅଂଶ ଅଟେ ।
  • ଏହାଦ୍ଵାରା କୋଷଜୀବକ ଆବୃତ ହୋଇ ରହିଥାଏ ।
  • ଏହାଦ୍ଵାରା ପ୍ରତ୍ୟେକ କୋଷ ପରସ୍ପରଠାରୁ ଓ ବାହ୍ୟ ମାଧ୍ୟମଠାରୁ ପୃଥକ୍ ହୋଇ ରହିଥା’ନ୍ତି ।
  • ଏହା ଛିଦ୍ରଯୁକ୍ତ ହୋଇଥିବାରୁ କୋଷ ଭିତରକୁ ଓ ବାହାରକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନରେ ସାହାଯ୍ୟ କରିଥାଏ ।
  • ଏହା କୋଷକୁ ଏକ ଆକୃତି ପ୍ରଦାନ କରେ ।
  • ଉଭିଦ କୋଷରେ କୋଷଭିଭି, କୋଷ ଝିଲ୍ଲୀକୁ ସୁରକ୍ଷା ପ୍ରଦାନ କରେ ।

BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

(B) img (Cytoplasm):

  • ଏହା ଜେଲିଭଳି ପଦାର୍ଥ ଅଟେ ।
  • ଏହା କୋଷ ଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ରହିଥାଏ ।
  • ଏଥିରେ ବିଭିନ୍ନ ପ୍ରକାର କୋଷ ଅଙ୍ଗିକା ଦେଖାଯା’ନ୍ତି ।
  • କୋଷଜୀବକରେ ଅବସ୍ଥାନ କରୁଥିବା କୋଷ ଅଙ୍ଗିକାଗୁଡ଼ିକ ହେଉଛି ମାଇଟୋକଣ୍ଡ୍ରିଅନ୍, ଗଲଜିବଡ଼ି ଓ ରାଇବୋଜୋମ୍ ଇତ୍ୟାଦି ।

(C) ନ୍ୟଷ୍ଟି (Nucleus):

  • ଜୀବକୋଷର ଏହା ମୁଖ୍ୟ ଅଂଶ ଅଟେ ।
  • ଏହାର ଆକୃତି ଗୋଲାକାର ଓ ଏହା କୋଷର କେନ୍ଦ୍ରରେ ଅବସ୍ଥିତ ।
  • ଏହା କୋଷଜୀବକଠାରୁ ନ୍ୟଷ୍ଟି ଝିଲ୍ଲୀଦ୍ୱାରା ପୃଥକ ହୋଇଥାଏ ।
  • ନ୍ୟଷ୍ଟି ଝିଲ୍ଲୀ ଛିଦ୍ରଯୁକ୍ତ ଅଟେ । ଏହା କୋଷଜୀବକ ଓ ନ୍ୟଷ୍ଟି ମଧ୍ୟକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନ କରିବାରେ ସାହାଯ୍ୟ କରେ ।
  • ନ୍ୟଷ୍ଟି ମଧ୍ୟରେ ଥ‌ିବା ଗୋଲାକାର ଅଙ୍ଗିକାକୁ ନିନ୍ୟଷ୍ଟି କୁହାଯାଏ ।
  • ନ୍ୟଷ୍ଟି ମଧ୍ୟରେ ସୂତାଭଳି ଅଂଶକୁ ଗୁଣସୂତ୍ର କୁହାଯାଏ ।
  • ଗୁଣସୂତ୍ର ଗୁଣପିଣ୍ଡ (Gene) ବହନ କରନ୍ତି ।
  • ଜିନ୍ ବଂଶଗତିର ଏକକ ଅଟେ ।
  • ନ୍ୟଷ୍ଟି କୋଷର ବିଭିନ୍ନ କାର୍ଯ୍ୟ ନିୟନ୍ତ୍ରଣର କେନ୍ଦ୍ର ଅଟେ ।
  • କୋଷଜୀବକ ଓ ନ୍ୟଷ୍ଟିକୁ ନେଇ ଗଠିତ ପଦାର୍ଥକୁ ଆଦିପୁରସ (protoplasm) କୁହାଯାଏ ।
  • ଯେଉଁ କୋଷର ନ୍ୟଷ୍ଟି ଝିଲ୍ଲୀଦ୍ୱାରା ଆବୃତ ହୋଇଥାଏ, ତାହାକୁ ସୁନ୍ୟଷ୍ଟୀୟ (eukaryotic) ଓ ଯେଉଁ କୋଷର ନ୍ୟଷ୍ଟି ଝିଲ୍ଲୀଦ୍ଵାରା ଆବୃତ ହୋଇ ନଥାଏ, ତାହାକୁ ପ୍ରାକ୍ ନ୍ୟଷ୍ଟୀୟ କୋଷ (prokaryotic)

(D) କୁହାଯାଏ । ରସାଧାନୀ (Vacuole):

  • ଜୀବକୋଷରେ ଥ‌ିବା ଫାଙ୍କା ସ୍ଥାନଗୁଡ଼ିକୁ ରସଧାନୀ (vacuole) କୁହାଯାଏ ।
  • ପିଆଜ କୋଷରେ ବଡ଼ ରସାଧାନୀ ଓ ଗାଲମୁଣା କୋଷରେ କ୍ଷୁଦ୍ରାକାର ରସଧାନୀ ଦେଖାଯାଏ ।
  • ସାଧାରଣତଃ ଉଭିଦ କୋଷରେ ରସଧାନୀ ବୃହତ୍ ଓ ପ୍ରାଣୀ କୋଷରେ କ୍ଷୁଦ୍ର ।

(E) ଲବକ (Plastids):

  • ଉଭିଦ ଜୀବକୋଷର କୋଷଜୀବକରେ ଅବସ୍ଥାନ କରିଥିବା ରଙ୍ଗିନ୍ ଅଙ୍ଗିକାଗୁଡ଼ିକୁ ଲବକ କୁହାଯାଏ ।
  • ଯେଉଁ ଲବକଗୁଡ଼ିକ ସବୁଜକଣା ଧାରଣ କରିଥା’ନ୍ତି ତାହାକୁ ହରିତ୍‌ବକ (chloroplast)କୁହାଯାଏ ।
  • ହରିତ୍‌ଲବକରେ ଥିବା ସବୁଜକଣା ବା ପତ୍ରହରିତ୍‌ ଖାଦ୍ୟ ପ୍ରସ୍ତୁତିପାଇଁ ଅପରିହାର୍ଯ୍ୟ ଅଟେ ।

→ଉଭିଦ କୋଷ ଓ ପ୍ରାଣୀ କୋଷ ମଧ୍ଯରେ ଅଙ୍ଗିକାର ତୁଳନା :
BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 3

BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

ବିଷୟଭିତ୍ତିକ ଶବ୍ଦାବଳୀ :
BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 4
BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 5

Leave a Comment