BSE Odisha 8th Class Science Solutions Chapter 1 ବିଜ୍ଞାନ ଜଗତର ଅନ୍ଵେଷଣ

Go through 8th Class Science Book Odia Medium Question Answer and Class 8 Science Chapter 1 Question Answer Odia Medium ବିଜ୍ଞାନ ଜଗତର ଅନ୍ଵେଷଣ to understand textbook questions more clearly.

8th Class Science Chapter 1 Question Answer Odia Medium

Class 8 Science Chapter 1 Odia Medium

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ତୁମେ ଜଳରେ ଖାଉଥ‌ିବା ପୁରୀର ଗୋଟିଏ ପାର୍ଶ୍ଵ ଅନ୍ୟ ପାର୍ଶ୍ଵ ଅପେକ୍ଷା ପତଳା କାହିଁକି ?
ଉ-
ପୁରୀ ବେଲିବା ସମୟରେ ଅସମାନ ଚାପ କିମ୍ବା ଛାଣିବା ସମୟରେ ତେଲର ତାପମାତ୍ରା ପ୍ରଭାବରେ ଏପରି ହୋଇପାରେ । ବାଷ୍ପର ଚାପ ଯେଉଁ ପଟେ ବେଶୀ ପଡ଼େ, ସେ ପଟ ପତଳା ହୋଇଯାଇପାରେ ।

Question 2.
ସମୁଦ୍ର ବେଳାଭୂମିରେ ଓ ମରୁଭୂମିରେ ଥିବା ବାଲି ସଂଖ୍ୟା ଅଧ୍ବକ ନା ଆମ ଗ୍ୟାଲେକ୍ସିରେ ଥିବା ତାରାମାନଙ୍କ ସଂଖ୍ୟା ଅଧିକ ?
ଉ-
ପୃଥ‌ିବୀର ସମୁଦ୍ର ବେଳାଭୂମି ଓ ମରୁଭୂମିରେ ଥ‌ିବା ବାଲି କଣିକାର ସଂଖ୍ୟା ଆମ ଗ୍ୟାଲେକ୍ସିରେ (Milky Way) ଥ‌ିବା ତାରାମାନଙ୍କ ସଂଖ୍ୟା ଠାରୁ ବହୁତ ଅଧିକ ହୋଇଥାଏ । ଗୋଟିଏ ଗ୍ୟାଲେକ୍ସିରେ ପ୍ରାୟ ୧୦୦-୪୦୦ ବିଲିୟନ୍ ତାରା ଥାଆନ୍ତି, କିନ୍ତୁ ପୃଥ‌ିବୀରେ ଥ‌ିବା ବାଲି କଣିକାର ସଂଖ୍ୟା ଅଗଣିତ ।

Question 3.
ପ୍ରକୃତି କାହିଁକି ଏତେ ବିଶାଳ ବିବିଧତା ସୃଷ୍ଟି କରିଛି ?
ଉ-
ବିଭିନ୍ନ ପରିବେଶରେ ଖାପ ଖୁଆଇ ବଞ୍ଚିବା ପାଇଁ ଏବଂ ପରିସଂସ୍ଥାର (Ecosystem) ସନ୍ତୁଳନ ରକ୍ଷା କରିବା ପାଇଁ ପ୍ରକୃତିରେ ଏତେ ବିଶାଳ ବିବିଧତା ସୃଷ୍ଟି ହୋଇଛି । ପ୍ରତ୍ୟେକ ଜୀବ (କୀଟପତଙ୍ଗ ଠାରୁ ଆରମ୍ଭକରି ତିମି ପର୍ଯ୍ୟନ୍ତ) ପରସ୍ପର ଉପରେ ଏବଂ ପରିବେଶ ଉପରେ ନିର୍ଭରଶୀଳ ହୋଇଥିବାରୁ ଏହି ବିବିଧତା ଜରୁରୀ ଅଟେ ।

Question 4.
ବିଶ୍ଵ ସମ୍ପର୍କରେ ଜିଜ୍ଞାସୁ କରାଉଥ‌ିବା ଆଉ କିଛି ପ୍ରଶ୍ନ ତୁମ ମନରେ ଅଛି କି ?
ଉ-
ଆମ ମନରେ ଅନେକ ପ୍ରଶ୍ନ ଅଛି, ଯେପରିକି- ‘ଆକାଶର ରଙ୍ଗ କାହିଁକି ନୀଳ ଦେଖାଯାଏ ?? ‘ବର୍ଷା କିପରି ହୁଏ ?’’ ‘ଗଛରୁ ଫଳ କିପରି ଖସୁଛି ?’’ । ନିଜ ମନରେ ଆସୁଥ‌ିବା ଯେକୌଣସି ବୈଜ୍ଞାନିକ କୌତୁହଳ ବିଷୟରେ ଏଠାରେ ଚିନ୍ତା କରିପାରିବ ।

BSE Odisha 8th Class Science Solutions Chapter 1 ବିଜ୍ଞାନ ଜଗତର ଅନ୍ଵେଷଣ

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ବିଜ୍ଞାନ ଜଗତକୁ ଜାଣିବାପାଇଁ ପ୍ରଥମ ପଦକ୍ଷେପ କ’ଣ ଥିଲା ?
(a) ଘୋଷିବା
(b) ଜିଜ୍ଞାସା ବା କୌତୁହଳ
(c) ପରୀକ୍ଷା ଦେବା
(d) ଉତ୍ତର ଲେଖୁବା
ଉ-
(b) ଜିଜ୍ଞାସା ବା କୌତୁହଳ

Question 2.
ଯେଉଁ ଜୀବମାନଙ୍କୁ ଆମେ ଖାଲି ଆଖିରେ ଦେଖିପାରିବା ନାହିଁ, ସେମାନଙ୍କୁ କ’ଣ କୁହାଯାଏ ?
(a) ବୃହତ୍ ଜୀବ
(b) ଅଣୁଜୀବ
(c) କୀଟପତଙ୍ଗ
(d) ଜଳଚର ଜୀବ
ଉ-
(b) ଅଣୁଜୀବ

Question 3.
ଇସ୍ତ୍ରୀ ଓ ହିଟର ବିଦ୍ୟୁତର କେଉଁ ପ୍ରଭାବ ଯୋଗୁଁ କାମ କରିଥାଏ ?
(a) ଚୁମ୍ବକୀୟ ପ୍ରଭାବ
(b) ତାପନ ପ୍ରଭାବ
(c) ରାସାୟନିକ ପ୍ରଭାବ
(d) ଆଲୋକ ପ୍ରଭାବ
ଉ-
(b) ତାପନ ପ୍ରଭାବ

Question 4.
ବାୟୁ ଚାପରେ ଅତ୍ୟଧିକ ପାର୍ଥକ୍ୟ ଘଟିଲେ କ’ଣ ସୃଷ୍ଟି ହୁଏ ?
(a) ବର୍ଷା
(b) ଶୀତ
(c) ଘୂର୍ଣ୍ଣିବାତ୍ୟା
(d) ଭୂମିକମ୍ପ
ଉ-
(c) ଘୂର୍ଣ୍ଣିବାତ୍ୟା

Question 5.
ଖାଇବା ଲୁଣ କି ପଦାର୍ଥ ?
(a) ମୌଳିକ
(b) ଯୌଗିକ
(c) ମିଶ୍ରଣ
(d) ଦ୍ରବଣ
ଉ-
(b) ଯୌଗିକ

Question 6.
ଆଲୋକ ଦର୍ପଣରୁ ପଛକୁ ଫେରି ଆସିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
(a) ପ୍ରତିସରଣ
(b) ପ୍ରତିଫଳନ
(c) ବିଚ୍ଛୁରଣ
(d) ଶୋଷଣ
ଉ-
(b) ପ୍ରତିଫଳନ

Question 7.
ମଣିଷ ପ୍ରଥମେ କ୍ୟାଲେଣ୍ଡର କାହାକୁ ଆଧାର କରି ତିଆରି କରିଥିଲା ?
(a) ତାରାମାନଙ୍କ ଗତି
(b) ଚନ୍ଦ୍ରକଳା ଓ ସୂର୍ଯ୍ୟଙ୍କ ଗତି
(c) ବାୟୁର ଗତି
(d) ସମୁଦ୍ରର ଜୁଆର
ଉ-
(b) ଚନ୍ଦ୍ରକଳା ଓ ସୂର୍ଯ୍ୟଙ୍କ ଗତି

Question 8.
ପୁରୀ ଛାଣିବା ବେଳେ ଫୁଲିବାର ମୁଖ୍ୟ କାରଣ କ’ଣ ?
(a) ତେଲର ଥଣ୍ଡା ପଣ
(b) ଅଟା ଭିତରେ ଥିବା ଜଳୀୟ ବାଷ୍ପର ଚାପ
(c) ବାୟୁମଣ୍ଡଳୀୟ ଚାପ
(d) ଲୁଣର ପରିମାଣ
ଉ-
(b) ଅଟା ଭିତରେ ଥିବା ଜଳୀୟ ବାଷ୍ପର ଚାପ

Question 9.
ଆମ ପରିବେଶରେ ଜୀବ ଓ ନିର୍ଜୀବ ବସ୍ତ ମିଶି କ’ଣ ଗଠନ କରନ୍ତି ?
(a) ପରିସଂସ୍ଥା
(b) ସମାଜ
(c) ପରିବାର
(d) ଜଙ୍ଗଲ
ଉ-
(a) ପରିସଂସ୍ଥା

Question 10.
ନିମ୍ନୋକ୍ତ କେଉଁଟି ବିଦ୍ୟୁସ୍ରୋତର ଚୁମ୍ବକୀୟ ପ୍ରଭାବ ଯୋଗୁ କାର୍ଯ୍ୟ କରେ ?
(a) ଗ୍ରିଜର
(b) କ୍ରେନ୍
(c) ଇସ୍ତ୍ରୀ
(d) ହିଟର
ଉ-
(b) କ୍ରେନ୍

Question 11.
କେଉଁ ପ୍ରକ୍ରିୟା କୁଣ୍ଡଳୀରେ ଚୁମ୍ବକୀୟ କ୍ଷେତ୍ର ବୃଦ୍ଧିର କାରଣ ନୁହେଁ ?
(a) କୁଣ୍ଡଳୀର ଘେରସଂଖ୍ୟା ବୃଦ୍ଧି
(b) ଉଚ୍ଚ ପ୍ରତିରୋଧଥ‌ିବା ପରିବାହୀ
(c) ବିଦ୍ୟୁତ୍ ସ୍ରୋତ ବୃଦ୍ଧି
(d) ସଲିନଏଡ୍ ମଧ୍ଯରେ ଲୁହାରଡ୍‌ର ସ୍ଥିତି
ଉ-
(b) ଉଚ୍ଚ ପ୍ରତିରୋଧଥ‌ିବା ପରିବାହୀ

Question 12.
ବୈଦ୍ୟୁତିକ ଇସ୍ତ୍ରୀ ବା ହିଟରରେ କେଉଁ ପଦାର୍ଥ ବ୍ୟବହାର ହୁଏ ?
(a) ଏଲୁମିନିୟମ୍
(b) ତମ୍ବା
(c) ନିକ୍ରୋମ
(d) ଇସ୍ପାତ
ଉ-
(c) ନିକ୍ରୋମ

Question 13.
ପଥରଟି ଜଳରେ ବୁଡ଼ିଯାଏ କିନ୍ତୁ ପ୍ଲାଷ୍ଟିକ ବଲ ଜଳରେ ଭାସିବାର କାରଣ କ’ଣ ?
(a) ପଥର ଓଜନିଆ
(b) ପ୍ଲାଷ୍ଟିକ ବଲ୍‌ ଆକାରରେ ବଡ଼
(c) ପଥରର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧୂକ
(d) ପଥର ନରମ
ଉ-
(c) ପଥରର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧୂକ

(ଖ) ଶୂନ୍ୟସ୍ଥାନ ପୂରଣ କର ।

1. ରୋଗ ପ୍ରତିରୋଧ ପାଇଁ ଶିଶୁମାନଙ୍କୁ __________ ଦିଆଯାଏ ।
ଉ-
ଟିକା

2. ବୈଦ୍ୟୁତିକ ପଙ୍ଖା ବିଦ୍ୟୁତ୍‌ର __________ ପ୍ରଭାବ ଦ୍ଵାରା ଘୂରେ ।
ଉ-
ଚୁମ୍ବକୀୟ

3. ବିଶୁଦ୍ଧ ପଦାର୍ଥକୁ __________ କୁହାଯାଏ ।
ଉ-
ମୌଳିକ

4. __________ କୁ ଆଧାର କରି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି ।
ଉ-
ଚନ୍ଦ୍ରକଳା

5. ପରୀକ୍ଷଣ ସମୟରେ ଯାହାକୁ ବଦଳାଯାଏ, ତାକୁ __________ କୁହାଯାଏ ।
ଉ-
ପରିବର୍ତ୍ତନୀୟ କାରକ

6. __________ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ କିନ୍ତୁ ଆୟତନ ଥାଏ ।
ଉ-
ତରଳ

(ଗ) ଠିକ୍ ଉତ୍ତର ପାଖରେ ( ✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।

1. ଅଣୁଜୀବମାନେ ସର୍ବଦା ଆମର କ୍ଷତି କରନ୍ତି ।
ଉ-

2. ବାୟୁ ସବୁ ଦିଗରେ ଚାପ ପ୍ରୟୋଗ କରେ ।
ଉ-

3. ଲେନ୍ସ ମଧ୍ୟ ଦେଇ ଗଲେ ଆଲୋକର ପ୍ରତିସରଣ ହୁଏ ।
ଉ-

4. ଜଳବାୟୁ ପରିବର୍ତ୍ତନ ପାଇଁ ମଣିଷର କାର୍ଯ୍ୟକଳାପ ଦାୟୀ ।
ଉ-

(କ) ‘କ’ ପ୍ରଶ୍ନ ସହିତ ‘ଖ’ ପ୍ରଶ୍ନକୁ ମିଳକ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
1. ପର୍ଯ୍ୟବେକ୍ଷଣ (କ) ଉତ୍ତର ପାଇବାପାଇଁ କାମ କରିବା
2. ପ୍ରଶ୍ନ ପଚାରିବା (ଖ) ଘଟଣାକୁ ଧ୍ୟାନର ସହ ଦେଖୁବା
3. ପରୀକ୍ଷଣ (ଗ) ଶେଷ ନିଷ୍ପଭି
4. ସିଦ୍ଧାନ୍ତ (ଘ) କାହିଁକି ଓ କିପରି

ଉ-

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
1. ପର୍ଯ୍ୟବେକ୍ଷଣ (ଖ) ଘଟଣାକୁ ଧ୍ୟାନର ସହ ଦେଖୁବା
2. ପ୍ରଶ୍ନ ପଚାରିବା (ଘ) କାହିଁକି ଓ କିପରି
3. ପରୀକ୍ଷଣ (କ) ଉତ୍ତର ପାଇବାପାଇଁ କାମ କରିବା
4. ସିଦ୍ଧାନ୍ତ (ଗ) ଶେଷ ନିଷ୍ପଭି

(ଘ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. ପୃଥ‌ିବୀର କେଉଁ ବଳ ବସ୍ତୁକୁ ନିଜ ଆଡ଼କୁ ଆକର୍ଷିତ କରେ ?
ଉ-
ମାଧ୍ୟାକର୍ଷଣ ବଳ

2. ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ଗଲେ ବଙ୍କେଇ ଯିବାକୁ କ’ଣ କୁହାଯାଏ ?
ଉ-
ପ୍ରତିସରଣ

3. ଜୀବମାନଙ୍କ ମଧ୍ୟରେ ଥ‌ିବା ଭିନ୍ନତାକୁ କ’ଣ କୁହାଯାଏ ?
ଉ-
ଜୈବ ବିବିଧତା

4. ବାୟୁମଣ୍ଡଳର କେଉଁ ସ୍ତର ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିକୁ ଅଟକାଏ ?
ଉ-
ଓଜୋନ୍ ସ୍ତର

5. ଏକ ବୃକ୍ଷର ‘ମୂଳ’ ଚିତ୍ର ବିଜ୍ଞାନରେ କାହାର ପ୍ରତୀକ ?
ଉ-
ଦୃଢ଼ ଭିଭିଭୂମି ଏବଂ ପରମ୍ପରା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଘଡ଼ଘଡ଼ି କ’ଣ ? ଝଡ଼ କିପରି ଘଡ଼ଘଡ଼ିରେ ପରିଣତ ହୁଏ ?
ଉ-
ଶବ୍ଦ ଓ ବିଜୁଳି ସହ ସଂଯୁକ୍ତ ଝଡ଼ ବର୍ଷାକୁ ଘଡ଼ଘଡ଼ି କହନ୍ତି । ଯେତେବେଳେ ପବନ ଶକ୍ତିଶାଳୀ ହୁଏ, ବିଦ୍ୟୁତ ବିସର୍ଜନ ଘଟେ ସେତେବେଳେ ‘ଝଡ଼’ ଘଡ଼ଘଡ଼ିରେ ପରିଣତ ହୁଏ ।

Question 2.
ବାତ୍ୟାର ଆଖୁ ପାଖରେ ପାଣିପାଗର ଦୁଇଟି ପ୍ରକୃତି ଲେଖ ?
ଉ-
ବାତ୍ୟାର ଆଖ୍ ଚାରିପଟେ ଦ୍ରୁତବେଗରେ ପବନ ସହ ଘୂର୍ଣାୟମାନ ବୃଷ୍ଟି ଦେଖାଯାଏ । କିନ୍ତୁ କେନ୍ଦ୍ରସ୍ଥଳରେ ଥ‌ିବା ଆଖୁ ପାଖରେ ପବନ ଶାନ୍ତ ରହେ ଯେଉଁଠାରେ ପାଗ ସାଧାରଣ ଓ ପବନର ବେଗ ନଗଣ୍ୟ ଥାଏ ।

Question 3.
ଦୁଇଟି ପ୍ଲାଷ୍ଟିକ ନଳୀକୁ କପଡ଼ାରେ ଘଷିଲେ ସେମାନେ ପରସ୍ପରଠାରେ ଦୂରେଇ ଯାଆନ୍ତି କାହିଁକି ?
ଉ-
ଯେତେବେଳେ ପ୍ଲାଷ୍ଟିକ ନଳୀଦ୍ଵୟ ଗୋଟିଏ କପଡ଼ାରେ ଘଷାଯାଏ ଉଭୟ ଏକ ପ୍ରକାର ଚାର୍ଜ (ଋଣାତ୍ମକ) ପ୍ରାପ୍ତ ହୁଅନ୍ତି । ସମଚାର୍ଜ ପରସ୍ପରକୁ ବିକର୍ଷଣ କରୁଥିବାରୁ ପ୍ଲାଷ୍ଟିକ ନଳୀଦ୍ଵୟ ନିକଟବର୍ତ୍ତୀ ହେଲେ ପରସ୍ପରକୁ ବିକର୍ଷଣ କରନ୍ତି ।

Question 4.
ମାଧ୍ୟାକର୍ଷଣ ବଳ ଧୂଳିକଣା ଉପରେ କାର୍ଯ୍ୟ କରେ କି ?
ଉ-
ଧୂଳିକଣା ଉପରେ ମାଧ୍ୟାକର୍ଷଣ ବଳ କାର୍ଯ୍ୟକରେ । ଧୂଳିକଣା ଗୁଡ଼ିକ ଅତି କ୍ଷୁଦ୍ର ଓ ହାଲୁକା ହେଲେ ମଧ୍ୟ ସେଗୁଡ଼ିକର ବସ୍ତୁତ୍ଵ ଥାଏ । ଯେକୌଣସି ପଦାର୍ଥର ବସ୍ତୁତ୍ଵ ଥିଲେ ଏଥିରେ ଆକର୍ଷଣ ବଳ ଅନୁଭୂତ ହୁଏ । ପୃଥ‌ିବୀ ଏହି କଣିକାଗୁଡ଼ିକ ନିମ୍ନକୁ ଆକର୍ଷଣ କରେ ଯାହାଦ୍ଵାରା ସେଗୁଡ଼ିକ ଭୂପୃଷ୍ଠରେ ଜମା ହୋଇଯାଆନ୍ତି ଏବଂ ବାୟୁସ୍ରୋତରେ ଭାସିବାର ଦେଖାଯାଏ ନାହିଁ ।

Question 5.
ଇଷ୍ଟରେ କେଉଁ ବିଶେଷଗୁଣ ରହିଥିବାରୁ ଏହାକୁ କେକ୍ ତିଆରିରେ ବ୍ୟବହାର କରାଯାଏ ?
ଉ-
(i) ଇଷ୍ଟ ଏକ ପ୍ରକାର ଅଣୁଜୀବ ଅଟେ । ଉଷ୍ମ ପରିବେଶରେ ଇଷ୍ଟର ଉତ୍ତମ ବୃଦ୍ଧି ହୁଏ । ଅନ୍ୟ ଜୀବମାନଙ୍କ ପରି ଇଷ୍ଟ ମଧ୍ୟ ଶ୍ଵାସକ୍ରିୟା କରେ ଏବଂ ଖାଦ୍ୟକୁ ଭାଙ୍ଗି ନିଜର ବୃଦ୍ଧିପାଇଁ ଶକ୍ତି ନିର୍ଗତ କରେ ।
(ii) ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ନିର୍ଗତ ହୋଇ ଏହାର ଗ୍ୟାସୀୟ ଫୋଟାକା ଦ୍ଵାରା ଅଟାକୁ ନରମ ଓ ହାଲୁକା କରିଥାଏ । ଏହା ଅଳ୍ପ ପରିମାଣରେ ସୁରାସ୍କାର ବା ଆଲ୍‌କହଲ ମଧ୍ୟ ଉତ୍ପାଦନ କରେ । ଏହି ବିଶେଷ ଗୁଣ ଯୋଗୁଁ ଇଷ୍ଟକୁ ରୁଟି ଓ କେକ୍ ତିଆରିରେ ବ୍ୟବହାର କରାଯାଇଥାଏ ।

Question 6.
ସାଧାରଣ ଲୁଣ (ଖାଇବା ଲୁଣ) ଓ ଚିନି ମୌଳିକ ନା ଯୌଗିକ ?
ଉ-
ସାଧାରଣ ଲୁଣ (Common salt) ଏବଂ ଚିନି ଉଭୟ ଯୌଗିକ ଲୁଣ, ସୋଡ଼ିୟମ କ୍ଲୋରିନ ନାମକ ଦୁଇଟି ମୌଳିକର ରାସାୟନିକ ସଂଯୋଗରୁ ସୃଷ୍ଟି । ସେହିପରି ଚିନିରେ କାର୍ବନ, ଉଦ୍‌ଜାନ ଏବଂ ଅମ୍ଲଜାନ ପରମାଣୁ ନିର୍ଦ୍ଦିଷ୍ଟ ଅନୁପାତରେ ରହିଥାଆନ୍ତି ।

BSE Odisha 8th Class Science Solutions Chapter 1 ବିଜ୍ଞାନ ଜଗତର ଅନ୍ଵେଷଣ

Question 7.
ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ଅତିକ୍ରମ କରାଇଲେ କ’ଣ ଘଟେ ?
ଉ-
ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ଅତିକ୍ରମ କରାଇଲେ ଚୂନପାଣି (କ୍ୟାଲସିୟମ ହାଇଡ୍ରେକ୍‌ସାଇଡୁ) ଏବଂ ଅଙ୍ଗାରକାମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟେ । ଚୂନପାଣି ଦୁଧୂ ରଙ୍ଗ ଧାରଣ କରେ ଏବଂ ଯେଉଁ ଅବକ୍ଷେପ (Precipiate) ସୃଷ୍ଟିହୁଏ ତାହା ହେଉଛି କ୍ୟାଲସିୟମ କାର୍ବୋନେଟ ।
କ୍ୟାଲସିୟମ ହାଇଡ୍ରକ୍‌ସାଇଡ଼ + କାର୍ବନ ଡାଇଅକ୍‌ସାଇଡ୍ (ଅଙ୍ଗାରକାମ୍ଳ) → କ୍ୟାଲସିୟମ କାର୍ବୋନେଟ + ଜଳ

Question 8.
କଠିନ ପଦାର୍ଥର କାହିଁକି; ନିର୍ଦ୍ଦିଷ୍ଟ ଆକୃତି ଥାଏ ?
ଉ-
କଠିନ ପଦାର୍ଥର ଅଣୁଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ । କଣିକାଗୁଡ଼ିକ ଦୃଢ଼ଭାବରେ ବନ୍ଧା (Closely packed) । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରି ନପାରି କେବଳ ନିଜ ନିଜ ସ୍ଥାନରେ କମ୍ପିତ ହୁଅନ୍ତି । ଏଣୁ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଥାଏ ।

Question 9.
ଯେତେବେଳେ ଗଳନାଙ୍କର କୌଣସି କଠିନ ପଦାର୍ଥ, ତରଳ ପଦାର୍ଥରେ ପରିଣତ ହୁଏ, ସେତେବେଳେ କଣିକାଗୁଡ଼ିକ ମଧ୍ୟରେ ଥ‌ିବା ଆକର୍ଷଣ ବଳରେ କି ପରିବର୍ତ୍ତନ ଦେଖାଯାଏ ?
ଉ-
କଠିନ ପଦାର୍ଥର ଗଳନାଙ୍କରେ ତାପୀୟ ଶକ୍ତିର ପ୍ରଭାବରେ କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ହ୍ରାସ ପାଏ । କଣିକାଗୁଡ଼ିକ ମୁକ୍ତଭାବରେ ଗତି କରିବାକୁ ସକ୍ଷମ ହେବାରୁ କଠିନ ପଦାର୍ଥ ତରଳରେ ପରିଣତ ହୁଏ ।

Question 10.
ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥାଇ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଏହା କିପରି ସମ୍ଭବ ?
ଉ-
ତରଳ ପଦାର୍ଥର କଣିକାଗୁଡ଼ିକ ମୁକ୍ତଭାବରେ ପ୍ରବହମାନ ହେବାଯୋଗୁ ଏହାର ନିର୍ଦ୍ଦିଷ୍ଟ ଆକର ନଥାଏ, ଏହା କେବଳ ଧାରଣ ପାତ୍ରର ଆକୃତି ଗ୍ରହଣ କରେ କିନ୍ତୁ କଣିକାଗୁଡ଼ିକ ସର୍ବଦା ନିର୍ଦ୍ଦିଷ୍ଟ ସ୍ଥାନରେ ସୀମାବଦ୍ଧ ଥ‌ିବାରୁ ତରଳର ଆୟତନରେ ପରିବର୍ତ୍ତନ ଘଟେନାହିଁ ।

Question 11.
ଦ୍ରବଣ କିପରି ପ୍ରସ୍ତୁତ କରାଯାଏ ? ଉଦାହରଣ ଦିଅ ।
ଉ-
(i) କଣିକାଗୁଡ଼ିକ ପରସ୍ପର ସହିତ ମିଶିଗଲେ ଦ୍ରବଣ ସୃଷ୍ଟି ହୁଏ ।
(ii) ଉଦାହରଣ : ଚିନି ପାଣିରେ ଦ୍ରବୀଭୂତ ହୋଇ ମିଳେଇଯାଏ ଏବଂ ଏହାକୁ ମିଠା କରେ ।

Question 12.
ଚନ୍ଦ୍ରକଳା କିପରି ସୃଷ୍ଟି ହୁଏ ?
ଉ-
(i) ପୃଥ‌ିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟର ଆପେକ୍ଷିକ ସ୍ଥିତି ବଦଳିବା ଯୋଗୁଁ ଚନ୍ଦ୍ରକଳା ଦେଖାଯାଏ ।
(ii) ସୂର୍ଯ୍ୟାଲୋକ ପଡୁଥୁବା ଚନ୍ଦ୍ରର ଅଂଶ କ୍ରମାଗତ ଭାବେ ବଦଳୁଥ‌ିବାରୁ ଆମେ ଚନ୍ଦ୍ରର ଭିନ୍ନ ଭିନ୍ନ ରୂପ ଦେଖୁ ।

Question 13.
ପରିସଂସ୍ଥାରେ ଜୀବମାନଙ୍କର ନିର୍ଭରଶୀଳତା ବୁଝାଅ
ଉ-
(i) ଛୋଟ କୀଟପତଙ୍ଗ ଠାରୁ ଆରମ୍ଭ କରି ବଡ଼ ତିମି ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ ।
(ii) ସମସ୍ତ ଜୀବ ବଞ୍ଚିବାପାଇଁ ବାୟୁ, ଜଳ ଏବଂ ସୂର୍ଯ୍ୟକିରଣ ଉପରେ ନିର୍ଭର କରନ୍ତି ।

Question 14.
ବୈଜ୍ଞାନିକ ପଦ୍ଧତିର ମୁଖ୍ୟ ସୋପାନଗୁଡ଼ିକ କ’ଣ କ’ଣ ?
ଉ-
(i) ପର୍ଯ୍ୟବେକ୍ଷଣ ବା ଘଟଣାକୁ ଲକ୍ଷ୍ୟ କରିବା ।
(ii) ପ୍ରଶ୍ନ ପଚାରିବା
(iii) ପରୀକ୍ଷଣ କରିବା ।
(iv) ସିଦ୍ଧାନ୍ତରେ ଉପନୀତ ହେବା ।

ପାର୍ଥକ୍ୟ ଦର୍ଶାଅ :

Question 15.
ମୌଳିକ ଓ ଯୌଗିକ :

ମୌଳିକ : ଯୌଗିକ
(i) ଏହା ଏକ ବିଶୁଦ୍ଧ ପଦାର୍ଥ ଅଟେ । (i) ଦୁଇ ବା ଅଧିକ ଉପାଦାନର ସଂଯୋଗରେ ଏହା ଗଠିତ ।
(ii) ଏଥିରେ କେବଳ ଗୋଟିଏ ପ୍ରକାରର କଣିକା ଥାଏ । (ii) ଏଥୁରେ ଭିନ୍ନ ଭିନ୍ନ ମୌଳିକର ପରମାଣୁ ଏକାଠି ବାନ୍ଧି ହୋଇ ରହନ୍ତି ।
(iii) ଉଦାହରଣ : ସୁନା, ଲୁହା, ଅମ୍ଳଜାନ । (iii) ଉଦାହରଣ : ଜଳ, ଲୁଣ ।

କାରଣ ଦର୍ଶାଅ :

Question 16.
ଘୂଷ୍ଣିବାତ୍ୟା ସୃଷ୍ଟି ହୁଏ କାହିଁକ ?
ଉ-
(i) ବାୟୁମଣ୍ଡଳରେ କୌଣସି ସ୍ଥାନରେ ବାୟୁ ଚାପ ହଠାତ୍ କମିଗଲେ ସେଠାରେ ଲଘୁଚାପ ସୃଷ୍ଟି ହୁଏ ।
(ii) ଉଚ୍ଚ ଚାପ ଅଞ୍ଚଳରୁ ବାୟୁ ଦ୍ରୁତ ଗତିରେ ସେହି ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।
(iii) ଚାପରେ ଏହି ବୃହତ୍ ପାର୍ଥକ୍ୟ ଯୋଗୁଁ ପ୍ରବଳ ବେଗରେ ପବନ ବହି ଘୂର୍ଣ୍ଣିବାତ୍ୟା ସୃଷ୍ଟି କରେ ।

Question 17.
ପୁରି ଫୁଲିବାର ପରୀକ୍ଷଣ : ରୋଷେଇ ଘର ମଧ୍ଯ ଏକ ବିଜ୍ଞାନାଗାର ହୋଇପାରେ । ଗରମ ତେଲରେ ପୁରି ଛାଣିଲେ, ଅଟା ଭିତରେ ଥିବା ପାଣି ବାଷ୍ପରେ ପରିଣତ ହୁଏ । ଏହି ବାଷ୍ପ ବାହାରକୁ ବାହାରିବାକୁ ଚେଷ୍ଟା କରି ପୁରିକୁ ଫୁଲାଇ ଦିଏ । ଏହି ପରୀକ୍ଷଣ ମାଧ୍ୟମରେ ଆମେ ପର୍ଯ୍ୟବେକ୍ଷଣ ଓ ନିୟନ୍ତ୍ରିତ ପରୀକ୍ଷଣ ବିଷୟରେ ଶିଖୁରିବା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପଦାର୍ଥର ତିନୋଟି ଅବସ୍ଥା ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ-
(i) କଠିନ ଅବସ୍ଥା – ଏହାର ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ଥାଏ । କଣିକାଗୁଡ଼ିକ ଖୁବ୍ ପାଖାପାଖି ଏବଂ ଦୃଢ଼ ଭାବରେ ବାନ୍ଧି ହୋଇ ରହନ୍ତି (ଯଥା : ବରଫ, ପଥର) ।
(ii) ତରଳ ଅବସ୍ଥା – ଏହାର ନିର୍ଦ୍ଦିଷ୍ଟ ଆୟତନ ଥାଏ କିନ୍ତୁ ନିର୍ଦ୍ଦିଷ୍ଟ ଆକାର ନଥାଏ । ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରେ । କଣିକାଗୁଡ଼ିକ ଅଳ୍ପ ଦୂରରେ ଥାଆନ୍ତି (ଯଥା : ଜଳ, କ୍ଷୀର) ।
(iii) ଗ୍ୟାସୀୟ ଅବସ୍ଥା – ଏହାର ନିର୍ଦ୍ଦିଷ୍ଟ ଆକାର କିମ୍ବା ଆୟତନ କିଛି ନଥାଏ । କଣିକାଗୁଡ଼ିକ ମୁକ୍ତ ଭାବରେ ବହୁତ ଦୂରରେ ଥାଆନ୍ତି ଏବଂ ଦ୍ରୁତ ଗତି କରନ୍ତି (ଯଥା- ବାୟୁ ଓ ଅମ୍ଳଜାନ) ।
(iv) ତାପ ପାଇଲେ ପଦାର୍ଥ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ (କଠିନ → ତରଳ → ଗ୍ୟାସ) ପରିବର୍ତ୍ତନ ହୋଇପାରେ ।

Question 2.
ଆଲୋକର ପ୍ରତିସରଣ କ’ଣ ? ଗୋଟିଏ ଉଦାହରଣ ସହ ବୁଝାଅ ।
ଉ-
(i) ଆଲୋକ ରଶ୍ମି ଗୋଟିଏ ସ୍ୱଚ୍ଛ ମାଧ୍ୟମରୁ (ଯଥା- ବାୟୁ) ଅନ୍ୟ ଏକ ସ୍ୱଚ୍ଛ ମାଧ୍ୟମକୁ (ଯଥା- ଜଳ କିମ୍ବା କାଚ) ଗତି କଲାବେଳେ ଏହାର ଗତିପଥରେ ପରିବର୍ତ୍ତନ ହୁଏ ବା ବଙ୍କେଇ ଯାଏ । ଏହାକୁ ଆଲୋକର ପ୍ରତିସରଣ କୁହାଯାଏ ।
(ii) ବିଭିନ୍ନ ମାଧ୍ୟମରେ ଆଲୋକର ବେଗ ଅଲଗା ଅଲଗା ହୋଇଥିବାରୁ ଏପରି ଘଟେ ।
(iii) କାଚ ଗ୍ଲାସ୍‌ରେ ଅଧା ପାଣି ଭର୍ତ୍ତି କରି ସେଥିରେ ଗୋଟିଏ ପେନ୍‌ସିଲ୍‌ ବୁଡ଼ାଇଲେ ପାଣି ଓ ବାୟୁର ସଂଯୋଗ ସ୍ଥଳରେ ପେନ୍‌ସିଲ୍‌ଟି ଭାଙ୍ଗି ଗଲା ପରି ବା ବଙ୍କା ଦେଖାଯାଏ ।
(iv) ଚଷମା ଓ କ୍ୟାମେରାରେ ବ୍ୟବହୃତ ଲେନ୍ସ ଏହି ନିୟମରେ କାମ କରେ ।

Question 3.
ଜଳବାୟୁ ପରିବର୍ତ୍ତନର କାରଣ ଓ ପ୍ରଭାବ ସମ୍ପର୍କରେ ଲେଖ ।
ଉ-
କାରଣ :
(i) ମଣିଷର କାର୍ଯ୍ୟକଳାପ ଯଥା ଗାଡ଼ିମୋଟର ଚଳାଚଳ, କଳକାରଖାନା ଧୂଆଁ ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ (CO₂) ପରିମାଣ ବଢୁଛି ।
(ii) ଏହା ସବୁଜ ଗୃହ ପ୍ରଭାବ ସୃଷ୍ଟି କରି ପୃଥିବୀର ତାପମାତ୍ରା ବଢ଼ାଉଛି ।

ପ୍ରଭାବ :
(iii) ତାପମାତ୍ରା ବଢ଼ିବା ଯୋଗୁଁ ମେରୁ ଅଞ୍ଚଳର ବରଫ ତରଳୁଛି, ଯାହା ଫଳରେ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି ।
(iv) ପାଣିପାଗର ଅନିୟମିତତା ଦେଖାଦେଉଛି (ଯଥା- ଅଧିକ ବାତ୍ୟା, ମରୁଡ଼ି) ।

Leave a Comment