BSE Odisha 8th Class Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Odisha State Board BSE Odisha 8th Class Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା Textbook Exercise Questions and Answers.

BSE Odisha Class 8 Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 1.
ନିମ୍ନରେ ଥ‌ିବା ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଭାସିବା, ଜଳ,.ଫସଲ, ପୋଷକ, ବୁଡ଼ିବା, ପ୍ରସ୍ତୁତି)
(କ) କୌଣସି ଏକ ପ୍ରକାର ଉଭିଦ ବହୁ ପରିମାଣରେ ଚାଷ କରିବାକୁ …………………… କୁହାଯାଏ
(ଖ)ଫସଲ ଉତ୍ପାଦନ ପୂର୍ବରୁ ମୃଭିକା …………………. ପ୍ରଥମ ପଦକ୍ଷେପ ଅଟେ ।
(ଗ) ନଷ୍ଟ ହୋଇଥିବା ମଞ୍ଜିଗୁଡ଼ିକ ପାଣି ଉପରେ ………………… କୁ ଲାଗେ ।
(ଘ) ଫସଲ ଉତ୍ପାଦନ ପାଇଁ ପ୍ରଚୁର ସୂର୍ଯ୍ୟାଲୋକ ଏବଂ ………………… ସହ ପୃତ୍ତିକାସ୍ଥ ……………. ଆବଶ୍ୟକ ।
ଉ-
(କ) ଫସଲ,
(ଖ) ପ୍ରସ୍ତୁତି,
(ଗ) ଭାସିବା,
(ଘ) ଜଳ, ପୋଷକ

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 2.
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ଖରିଫ୍ ଫସଲ ଗୃହପାଳିତ ପଶୁ ଖାଦ୍ୟ
(ଖ) ରବି ଫସଲ ଧାନ ଓ ମକା
(ଗ) ରାସାୟନିକ ସାର ଗହମ, ବୁଟ ଓ ମଟର
(ଘ) ଜୈବିକ ସାର ୟୁରିଆ ଏବଂ ସୁପର ଫସ୍‌ଫେଟ୍
ପ୍ରାଣୀର ମଳ ଓ ଗୋବର, ମୂତ୍ର ଏବଂ ଉଭିଦ ଅବଶେଷ

 Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ଖରିଫ୍ ଫସଲ ଧାନ ଓ ମକା
(ଖ) ରବି ଫସଲ ଗହମ, ବୁଟ ଓ ମଟର
(ଗ) ରାସାୟନିକ ସାର ୟୁରିଆ ଏବଂ ସୁପର ଫସ୍‌ଫେଟ୍
(ଘ) ଜୈବିକ ସାର ପ୍ରାଣୀର ମଳ ଓ ଗୋବର, ମୂତ୍ର ଏବଂ ଉଭିଦ ଅବଶେଷ

 

Question 3.
ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ ।
(କ) ଖରିଫ୍ ଫସଲ
(ଖ) ରବି ଫସଲ
ଉ-
(କ) ଖରିଫ୍ ଫସଲ – ଧାନ, ମକା
(ଖ) ରବି ଫସଲ – ଗହମ, ବୁଟ

Question 4.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) ସବୁଜ ସାର କାହାକୁ କହନ୍ତି ?
ଉ-
କଅଁଳ, କଞ୍ଚା, ସବୁଜ ଡାଳପତ୍ରକୁ ମାଟିରେ ମିଶାଇଲେ ଏହା ଅଣୁଜୀବଦ୍ୱାରା ପଚିସଢ଼ି ଯାଏ । ଏହି ପଚିଯାଇଥିବା ପଦାର୍ଥ (ଜୈବିକ ସାର)କୁ ସବୁଜ ସାର କୁହାଯାଏ ।

(ଖ) ‘କମ୍ବାଇନ୍’ ମେସିନର କାର୍ଯ୍ୟ କ’ଣ ?
ଉ-
‘କମ୍ବାଇନ’ ମେସିନଦ୍ୱାରା ଉଭୟ ଧାନ କାଟିବା ଓ ଉଡ଼ାଇବା କାର୍ଯ୍ୟ କରାଯାଇପାରୁଛି ।

(ଗ) ଅମଳ ପରେ ମଞ୍ଜିକୁ ପବନରେ ଉଡ଼ାଯାଏ କାହିଁକି ?
ଉ-
ଅମଳ ପରେ ଦାନାକୁ କୁଲା ବା ମେସିନ ସାହାଯ୍ୟରେ ଉଡ଼ାଇଲେ ଅଗାଡ଼ି ଅଲଗା ହୁଏ ଓ ପରିଷ୍କୃତ ମଞ୍ଜି ସଂଗୃହିତ ହୋଇଥାଏ ।

(ଘ) ଉତ୍ତମ ମଞ୍ଜି ବାଛିବ କିପରି ?
ଉ-
ଉତ୍ତମ ମଞ୍ଜିଗୁଡ଼ିକ ବାଛିବା ପାଇଁ ମଞ୍ଜିଗୁଡ଼ିକ ପାଣିରେ ପକାଯାଏ । ଫଳରେ ଏଗୁଡ଼ିକ ପାଣିରେ ବୁଡ଼ିଯାଏ । ସୁତରାଂ ଉତ୍ତମ ମଞ୍ଜି ବାଛିବାପାଇଁ ପାଣିରେ ଭସା ପଦ୍ଧତି ଏକ ଉତ୍କୃଷ୍ଟ ଉପାୟ ଅଟେ ।

(ଙ) ବୁନ୍ଦା ଜଳସେଚନ କହିଲେ କ’ଣ ବୁଝ ?
ଉ-
ଯେଉଁ ପଦ୍ଧତି ଅବଲମ୍ବନରେ ଜଳ ବୁନ୍ଦା ବୁନ୍ଦା ହୋଇ ଉଭିଦ ମୂଳରେ ପଡ଼ିଥାଏ ତାହାକୁ ବୁନ୍ଦା ଜଳସେଚନ କୁହାଯାଏ । ଅନବରତ ବା ଅଳ୍ପକିଛି ସମୟ ବ୍ୟବଧାନରେ ସରୁ ପ୍ଲାଷ୍ଟିକ୍ ପାଇପଦ୍ବାରା ବୁନ୍ଦା ଜଳସେଚନ କରାଯାଏ ।

Question 5.
ସଂକ୍ଷେପରେ ନିଜ ଭାଷାରେ ଲେଖ ।
ଉ-
(କ) ମୃରିକା ପ୍ରସ୍ତୁତି, (ଖ) ମଞ୍ଜିବୁଣା, (ଗ) ତୃଣକ ଦମନ (ଘ) ଉଇନୋଇଙ୍ଗ୍
(କ) ମୃତ୍ତିକା ପ୍ରସ୍ତୁତି :
(a) ଫସଲ ଉତ୍ପାଦନ କରିବାପାଇଁ ମାଟିକୁ ତଳ ଉପର କରି ଏହାକୁ ଫସଫସିଆ ଓ ହାଲୁକା କରି ଅନୁକୂଳ ବାତାବରଣ ସୃଷ୍ଟି କରିବା କାର୍ଯ୍ୟକୁ ମୃତ୍ତିକା ପ୍ରସ୍ତୁତି କୁହାଯାଏ ।
(b) ଏହି ପ୍ରକ୍ରିୟାରେ ମାଟିରେ ଭୌତିକ, ରାସାୟନିକ ଓ ଜୈବିକ ଗୁଣରେ ପରିବର୍ତ୍ତନ ଘଟିଥାଏ ।
(i) ଏହାଦ୍ଵାରା ଗଛର ଚେର ଅଧିକ ଗଭୀରକୁ ଯାଇପାରେ ଓ ସହଜରେ ଶ୍ଵାସକ୍ରିୟା କରିପାରେ ।
(ii) ଜିଆ ଓ ଅଣୁଜୀବମାନଙ୍କର ବୃଦ୍ଧିଘଟି ମାଟିକୁ ତଳ-ଉପର କରି ହାଲୁକା କରିବା ସହିତ ହ୍ୟୁମସ୍ ବୃଦ୍ଧିକରେ ।

(ଖ) ମଞ୍ଜିବୁଣା :
ଫସଲ ଉତ୍ପାଦନ ପାଇଁ ମଞ୍ଜି ବୁଣା ଅଧିକ ଗୁରୁତ୍ଵପୂର୍ଣ୍ଣ ।

  • ମଞ୍ଜିଗୁଡ଼ିକ ଉନ୍ନତ ମାନର, ସୁସ୍ଥ ଓ ସଂକ୍ରମଣ ହେବା ଦରକାର ।
  • ଏଗୁଡ଼ିକ ଅଧ‌ିକ ଅମଳକ୍ଷମ ହେବା ପାଇଁ ଓ ରୋଗମୁକ୍ତ କରିବା ପାଇଁ ଉପଯୁକ୍ତ କବକ ମାରି ପ୍ରୟୋଗ ହେବା ଆବଶ୍ୟକ ।
  • ମଞ୍ଜିଗୁଡ଼ିକ ଠିକ୍ ଗଭୀରତାରେ ବୁଣାଯିବା ଆବଶ୍ୟକ ।
  • ଆଜିକାଲି ଟ୍ରାକ୍ଟରରେ ଖଞ୍ଜାଯାଇଥବା ଡ୍ରିଲିଙ୍ଗ ଯନ୍ତ୍ରଦ୍ୱାରା ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି । ଏହାଦ୍ୱାରା ମଞ୍ଜିଗୁଡ଼ିକ ଉପରେ ମାଟି ଘୋଡ଼ାଇ ହୋଇଯାଏ ଓ ପକ୍ଷୀମାନେ ଏଗୁଡ଼ିକୁ ଖାଇପାରନ୍ତି ନାହିଁ ।

(ଗ) ତୃଣକ ଦମନ :
(a) ଜମିରେ ଫସଲ ସହିତ ଅନ୍ୟ କେତେକ ଅନାବଶ୍ୟକ ଉଦ୍ଭିଦ ଆପେ ଆପେ ବଢ଼ିଥା’ନ୍ତି । ଏହି ଅନାବନା ଗଛକୁ ତୃଣକ କୁହାଯାଏ । ତୃଣକଗୁଡ଼ିକୁ ଜମିରୁ ନିର୍ମୂଳ କରିବାକୁ ତୃଣକ ଦମନ କୁହାଯାଏ ।
(b) ତୃଣକ ଦମନ କରାନଗଲେ ଏମାନେ ଜଳ, ପୋଷକ, ସ୍ଥାନ ଓ ଆଲୋକପାଇଁ ଫସଲ ସହିତ ପ୍ରତିଯୋଗିତା କରି ଅମଳରେ ବାଧା ସୃଷ୍ଟି କରନ୍ତି ।
(c) ତୃଣକ ବଢ଼ୁଥ‌ିବା ଅବସ୍ଥାରେ ଏବଂ ଫୁଲ ଓ ମଞ୍ଜି ଧରିବା ପୂର୍ବରୁ ତୃଣକମାରୀ ପ୍ରୟୋଗ କରାଯାଏ । ତୃଣକମାରୀକୁ ଜଳରେ ଦ୍ରବୀଭୂତ କରାଯାଇ ସିଞ୍ଚନ ଯନ୍ତ୍ର ସାହାଯ୍ୟରେ ସିଞ୍ଚନ କରି ତୃଣକ ଦମନ କରାଯାଏ ।

(ଘ) ଉଇନୋଇଙ୍ଗ୍ :
(a) ଅମଳ ହୋଇଥ‌ିବା ଦାନାକୁ କୁଲା ବା ମେସିନ ସାହାଯ୍ୟରେ ଉଡ଼ାଇ ଅଗାଡ଼ି ଅଲଗା କରି ମଞ୍ଜି ସଂଗ୍ରହ କରିବାକୁ ଉଇନୋଇଙ୍ଗ କୁହାଯାଏ ।
(b) ଅମଳ ହୋଇଥ‌ିବା ଶସ୍ୟରେ ସାଧାରଣତଃ ରୁ 10% କୁଟା, କାଠି, ଧୁଷ ଅଗାଡ଼ି ଇତ୍ୟାଦି ମିଶି ରହିଥାଏ । କୁଲାରେ ଉଡ଼ାଇ ସଫା କରିବା ପଦ୍ଧତିରେ ଜଣେ ଲୋକ ଦ୍ବାରା ଦିନକୁ କୁଇଣ୍ଟାଲ ଶସ୍ୟ ସଫା ହୋଇଥାଏ ।
(c) ଉପରୋକ୍ତ ଉପାୟରେ ଅଧ‌ିକ ସମୟ ଓ ପରିଶ୍ରମ ଲାଗିବା ସହ ଶସ୍ୟ ମଧ୍ଯ ଭଲ ଭାବରେ ପରିଷ୍କାର ହୁଏ ନାହିଁ । ଏହି କାରଣରୁ ବର୍ତ୍ତମାନ 2 ପ୍ରକାର ଶସ୍ୟ ସଫା କରିବା ଯନ୍ତ୍ର ବ୍ୟବହାର କରାଯାଉଛି;
ଯଥା-

  • ହସ୍ତଚାଳିତ ପଙ୍ଖା [1 ଘଣ୍ଟାରେ 120 କି.ଗ୍ରା. ଧାନ]
  • ଶକ୍ତିଚାଳିତ ପଙ୍ଖା [1 ଘଣ୍ଟାରେ 4 ରୁ 5 କୁଇଣ୍ଟାଲ ଧାନ]

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 6.
ରାସାୟନିକ ସାର ଜୈବିକ ସାରଠାରୁ କିପରି ପୃଥକ୍ ?
ଉ-

  • ସାର ଉଭିଦ ଓ ପ୍ରାଣୀମାନଙ୍କ ଦେହାବଶେଷରୁ ସୃଷ୍ଟି ହୋଇଥିବା ବର୍ଜ୍ୟବସ୍ତୁର ଅପଘଟନରୁ ଜମିରେ ପ୍ରସ୍ତୁତ କରାଯାଇଥାଏ ।
  • ରାସାୟନିକ ସାର ମୁଭିକାକୁ କୌଣସି ହ୍ୟୁମସ୍ ପ୍ରଦାନ କରୁନଥିବାବେଳେ ଜୈବିକ ସାର ମୃଭିକାକୁ ପ୍ରଚୁର ପରିମାଣର ହ୍ୟୁମସ୍ ପ୍ରଦାନ କରିଥାଏ ।
  • ରାସାୟନିକ ସାରରେ ପ୍ରଚୁର ପରିମାଣରେ ଉଭିଦ ପୋଷକ (N, P, K.) ରହିଥ‌ିବାବେଳେ ଜୈବିକ ସାରରେ ଏହା ଅପେକ୍ଷାକୃତ କମ୍ ଥାଏ ।
  • ରାସାୟନିକ ସାରରେ ପୋଷକଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ଥ‌ିବାବେଳେ ଜୈବିକ ସାରରେ ପୋଷକ ନିର୍ଦ୍ଦିଷ୍ଟ ଅନୁପାତରେ ନଥାଏ ।
  • ବାରମ୍ବାର ରାସାୟନିକ ସାର ପ୍ରୟୋଗଦ୍ଵାରା ମୃତ୍ତିକାର ପ୍ରାକୃତିକ ସ୍ଵାସ୍ଥ୍ୟ ହ୍ରାସ ହୁଏ; କିନ୍ତୁ ଜୈବିକ ସାରଦ୍ୱାରା

Question 7.
ଜଳସେଚନ କାହାକୁ କହନ୍ତି ? ଜଳସେଚନର ଦୁଇଟି ପଦ୍ଧତି ବର୍ଣ୍ଣନ କର, ଯେଉଁଥରେ ଜଳ ସଂରକ୍ଷଣ ହୁଏ ।
ଉ-

  • କୂପ, ନଳକୂପ, ପୋଖରୀ, ହ୍ରଦ, ନଦୀ, ଜଳଭଣ୍ଡାର ଏବଂ କେନାଲ ଇତ୍ୟାଦି ଜଳସେଚନର ଉତ୍ସ ଅଟନ୍ତି ।
  • ପୁରାତନ ପଦ୍ଧତିରେ କୂପ, ନଦୀନାଳରୁ ବିଭିନ୍ନ ଉପାୟରେ ମଣିଷ ଓ ଗୃହପାଳିତ ପଶୁମାନଙ୍କ ସାହାଯ୍ୟରେ ଶସ୍ତାରେ ଜଳସେଚନ କରାଯାଉଥିଲା; କିନ୍ତୁ ଏହା ଏତେ ଫଳପ୍ରଦ ନଥ‌ିବାରୁ ଅଧୁନିକ ପଦ୍ଧତିରେ ଜଳସେଚନ ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା 1

(A) ଛିଞ୍ଚା ପଦ୍ଧତି:

  • ପର୍ଯ୍ୟାପ୍ତ ଜଳ ପାଉ ନଥ‌ି ଅସମତଳ ସ୍ଥାନରେ ଏହି ପଦ୍ଧତିରେ ଜଳସେଚନ କରାଯାଏ ।
  • ଏହି ପଦ୍ଧତିରେ ଜଳକୁ ପମ୍ପ, ମୁଖ୍ୟନାଳ, ଉପମୁଖ୍ୟନାଳ, ଶାଖାନାଳ, ଖାଡ଼ି ଓ ସେଚକ ମାଧ୍ୟମରେ ଫସଲକୁ କୃତ୍ରିମ ବର୍ଷାରୂପେ ଯୋଗାଇ ଦିଆଯାଏ ।
  • ମାଟି ବାଲିଆ ହୋଇଥିଲେ, ମୃତ୍ତିକା ସ୍ତର ଅତି ଅଗଭୀର ଥିଲେ, ଜମିକୁ ସମତୁଲ କରିବା ସମ୍ଭବ ହେଉନଥିଲେ, ପର୍ଯ୍ୟାପ୍ତ ପରିମାଣର ସେଚଜଳ ମିଳୁ ନଥୁଲେ ଏହି ପ୍ରଣାଳୀରେ ଜଳସେଚନ କରାଯାଇଥାଏ ।
  • ଶୁଷ୍କଞ୍ଚଳରେ ମରୁଡ଼ି ସମୟରେ ଫସଲକୁ ଜୀବନ ରକ୍ଷାକାରୀ ଜଳସେଚନ ଦେବାପାଇଁ ଏହି ପ୍ରଣାଳୀ ଉପଯୁକ୍ତ ଅଟେ ।
  • ବିଶେଷକରି ଫଳ ବଗିଚା, ଚା’, କଫି, ଅଳେଇଚ ଆଦି ଅର୍ଥକରୀ ଫସଲ ପାଇଁ ଏକ ଉତ୍ତମ ବ୍ୟବସ୍ଥା ଅଟେ ।

(B) ବୁନ୍ଦା ପଦ୍ଧତି :

  • ଏହା ଏକ ଆଧୁନିକ ଜଳସେଚନ ପଦ୍ଧତି ।
  • ଏହି ପଦ୍ଧତିରେ ଜଳକୁ ପମ୍ପ, ଚାପ ନିୟନ୍ତ୍ରକ, ଛଣାଯନ୍ତ୍ର, ମୁଖ୍ୟନାଳ, ଉପମୁଖ୍ୟ ନାଳ, ଶାଖାନାଳ, ଉଦ୍‌ଗାରିଣୀ ନଳୀ ଏବଂ କପାଟି ଦେଇ ଗଛ ମୂଳକୁ ଯୋଗାଇ ଦିଆଯାଏ ।
  • ଜଳ ଅଭାବ ଏବଂ ଲବଣତା ସମସ୍ୟା ଥିବା ଅଞ୍ଚଳରେ ଏହି ପ୍ରଣାଳୀରେ ଜଳ ବୁନ୍ଦା ବୁନ୍ଦା ହୋଇ ଅନବରତ ବା ଅଳ୍ପ କିଛି ସମୟ ବ୍ୟବଧାନରେ ଗଛ ମୂଳରେ ସରୁ ପ୍ଲାଷ୍ଟିକ୍ ପାଇପ୍ ସାହାଯ୍ୟରେ ପଡ଼ିଥାଏ ।
  • ଏହି ପ୍ରଣାଳୀଦ୍ଵାରା ଜଳ ଖର୍ଚ୍ଚ ବହୁତ କମ୍ ହୁଏ; କାରଣ କେବଳ ଗଛମୂଳକୁ କ୍ଷେତ୍ରଧାରଣ ସୀମା ପର୍ଯ୍ୟନ୍ତ ଆର୍ଦ୍ର କରାଯାଏ ଏବଂ ଗଛ ଗଛ ମଧ୍ୟରେ ଥିବା ଫାଙ୍କା ଜାଗାକୁ ଓଦା କରିବାର ଆବଶ୍ୟକତା ନଥାଏ ।

Question 8.
ବର୍ଷାଦିନେ ଗହମ ବୁଣିଲେ କ’ଣ ଅସୁବିଧା ହେବ, କାରଣ ସହ ବର୍ତ୍ତନ କର ।
ଉ-
ବିଭିନ୍ନ ପ୍ରକାରର ଫସଲ ବିଭିନ୍ନ ପରିମାଣର ଜଳ ଆବଶ୍ୟକ କରୁଥିବାରୁ ଫସଲ ଅବସ୍ଥାକୁ ଦେଖ୍ ଆବଶ୍ୟକ ମୁତାବକ ଜଳସେଚନ କରାଯିବା ଉଚିତ ।

  • ଗହମ ଏକ ରବି ଫସଲ ଅଟେ । ଏହି ଫସଲକୁ ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଏ; ଫଳରେ ଏଥପାଇଁ କମ୍ ଜଳ ଆବଶ୍ୟକ ।
  • ବର୍ଷାଦିନେ ଗହମ ବୁଣିଲେ ଗହମ ଗଛମୂଳେ ଅଧିକ ପାଣି ଜମା ହୋଇଥାଏ । ଫଳରେ ଗଛ ମରିଯାଏ ।
  • ଜମିରେ ପାଣି ଜମିଗଲେ ଗଛର ମୂଳ ଅମ୍ଳଜାନ ପାଇବାରୁ ବଞ୍ଚିତ ହୁଏ ଓ ବିଭିନ୍ନ କ୍ଷତିକାରକ ଲବଣ ମାଟିରେ ଜଗିଯାଏ; ଫଳରେ ଗହମର ଉତ୍ପାଦନ କମିଯାଏ ।

Question 9.
ବାରମ୍ବାର ଫସଲ ଚାଷ କଲେ ଜମିର କି କ୍ଷତି ହୁଏ ?
ଉ-

  • ବାରମ୍ବାର ଗୋଟିଏ ଜମିରେ ଫସଲ ଚାଷ କଲେ ମୃତ୍ତିକାରେ ନିର୍ଦ୍ଦିଷ୍ଟ କେତେକ ପୋଷକର ପରିମାଣ କମିଯାଏ ।
  • ଜମିରେ ବାରମ୍ବାର ଫସଲ ଚାଷ କଲେ ଜମିରେ ସାର ପ୍ରୟୋଗ କରିବାକୁ ପଡ଼େ । ତେଣୁ ଆବଶ୍ୟକତାଠାରୁ କମ୍ ବା ବେଶୀ ସାର ପ୍ରୟୋଗ ଦ୍ବାରା ଦୁର୍ବଳ ଗଛ ସୃଷ୍ଟି ହୁଏ ।
  • ସାର ପ୍ରୟୋଗ ଫଳରେ କେତେକ ଅଣୁଜୀବ ଓ ଜିଆ ନଷ୍ଟ ହୋଇଯିବା ଫଳରେ ଜମି ତା’ର ଉର୍ବରତା ହରାଏ ।

ଉଦାହରଣ : ଗୋଟିଏ ଜମିରେ ଧାନଫସଲ କରିବାଦ୍ୱାରା ମାଟିରେ ଯବକ୍ଷାରଜାନ ପୋଷକର ପରିମାଣ ହ୍ରାସ ପାଇଥାଏ ଓ ପରେ ଡାଲିଜାତୀୟ ଫସଲ କଲେ, ମାଟିରେ ଯବକ୍ଷାରଜାନର ଅଭାବ ପୂରଣ ହୋଇଥାଏ ।

Question 10.
ତୃଣକ କାହାକୁ କହନ୍ତି ? ସେଗୁଡ଼ିକୁ କିପରି ଦମନ କରାଯାଏ ?
ଉ-
ତୃଣକ : ଜମିରେ ଫସଲ ସହିତ ଅନ୍ୟ କେତେକ ଅନାବଶ୍ୟକ ଉଭିଦ ଆପେ ଆପେ ବଢ଼ିଥା’ନ୍ତି । ଏହି ଅନାବନା ଗଛକୁ ତୃଣକ କୁହାଯାଏ । ଏଗୁଡ଼ିକୁ ଫସଲ ସୃଷ୍ଟିରେ ବାଧା ସୃଷ୍ଟି କରିଥା’ନ୍ତି ।
ତୃଣକ ଦମନ : ଯେଉଁ ପଦ୍ଧତି ଅବଲମ୍ବନ କରି ତୃଣକଗୁଡ଼ିକୁ ଜମିରୁ ନିର୍ମୂଳ କରାଯାଏ, ତାହାକୁ ତୃଣକ ଦମନ କୁହାଯାଏ । କୃଷକ ବିଭିନ୍ନ ଉପାୟରେ ତୃଣକ ଦମନ କରିଥାଏ । ମଞ୍ଜି ବୁଣିବା ପୂର୍ବରୁ ତୃଣକଗୁଡ଼ିକ ହଳଦ୍ଵାରା ଉପୁଡ଼ିଯା’ତ୍ତି ଓ ଶୁଖୂ ମାଟିରେ ମିଶିଯାଆନ୍ତି । ସାଧାରଣତଃ ହାତରେ ଉପାଡ଼ି ବା ଖୁରୁପି କିମ୍ବା ମଞ୍ଜି ଡ୍ରିଲଯନ୍ତ୍ରଦ୍ୱାରା ବା ତୃଣକମାରୀ ବ୍ୟବହାର କରି ଫୁଲ ଓ ମଞ୍ଜି ଧରିବା ପୂର୍ବରୁ ତୃଣକଗୁଡ଼ିକୁ ଦମନ କରାଯାଏ ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 11.
ଆଖୁ ଉତ୍ପାଦନର ଫ୍ଲୋ ଚାର୍ଟ ଦେଖାଇବା ପାଇଁ ନିମ୍ନଲିଖ୍ ବାକ୍ସଗୁଡ଼ିକ କ୍ରମ ଅନୁସାରେ ସଜାଅ ।
ଉ-
BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା 2

Question 12.
ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦଖନ୍ଦା ପୂରଣ କର ।
ଉପରୁ ତଳକୁ
1. ଜମିକୁ ଚାଷ କରିବା
2. ଅଣୁଜୀବ ଦ୍ବାରା ପଚିସଢ଼ି ଯିବା

ବାମରୁ ଡାହାଣକୁ
1. ଜମିକୁ ପାଣି ମଡ଼ାଇବା
2. ଅନାବନା ଗଛକୁ ନିର୍ମୂଳ କରିବା
BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା 3

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

ତୁମ ପାଇଁ କାମ ଓ ପ୍ରକଳ୍ପ :
1. ମାଟିରେ କିଛି ମଞ୍ଜି ବୁଣି ବୁନ୍ଦା ଜଳସେଚନ ପଦ୍ଧତି ଅନୁଯାୟୀ ସେଗୁଡ଼ିକ ସଜାଅ ଓ ପ୍ରତିଦିନ ନିରୀକ୍ଷଣ କର ।
(କ) ତୁମେ ଭାବୁଛ କି ଏହାଦ୍ଵାରା ଜଳ ସଞ୍ଚୟ ହୋଇପାରୁଛି ?
(ଖ) ମଞ୍ଜିରେ କି ପରିବର୍ତ୍ତନ ହେଉଛି ଲକ୍ଷ୍ୟ କର ।
2. ବିଭିନ୍ନ କିସମର ମଞ୍ଜି ସଂଗ୍ରହ କର ଏବଂ ତାକୁ ଛୋଟ ମୁଣିରେ ରଖ । ଏହି ମୁଣିଗୁଡ଼ିକୁ ହର୍ବାରିୟମ ଫାଇଲରେ ନାମ ଲେଖ୍ ରଖ !
3. ଜମିର କ୍ଷେତ୍ରଫଳ ଅନୁଯାୟୀ ବିହନ ଓ ସାରର ପ୍ରୟୋଗ ପରିମାଣ ହିସାବ କର ।
4. ନୂଆ ନୂଆ କୃଷି ଯନ୍ତ୍ରପାତିର ଛବି ସଂଗ୍ରହ କର; ତା’ର ନାମ ଓ କାର୍ଯ୍ୟ ଲେଖ୍ ଏକ ଫାଇଲରେ ରଖ ।
5. ପ୍ରକଳ୍ପ ପ୍ରସ୍ତୁତି – ତୁମ ବିଦ୍ୟାଳୟ ପାଖରେ ଥିବା ଏକ କୃଷି ଫାର୍ମ, ନର୍ସରୀ, ବଗିଚା କିମ୍ବା ଚାଷ ଜମିକୁ ଯାଇ
(କ) ମଞ୍ଜି ମନୋନୟନର ଗୁରୁତ୍ଵ
(ଗ) ଉଦ୍ଭିଦ ଉପରେ ଅତ୍ୟଧ‌ିକ ଗରମ ଓ ଅତ୍ୟଧିକ ଥଣ୍ଡା ଜଳବାୟୁର ପ୍ରଭାବ
(ଘ) ଉଦ୍ଭିଦ ଉପରେ ଧାରାବାହିକ ବର୍ଷାର ପ୍ରଭାବ
(ଙ) ରାସାୟନିକ ସାର ଖତ ବ୍ୟବହାର ଉପରେ ତଥ୍ୟ ସଂଗ୍ରହ କର ।
ଉ-
ଛାତ୍ରଛାତ୍ରୀମାନେ ଅଭିଭାବକ/ ଶିକ୍ଷକଙ୍କ ସାହାଯ୍ୟ ନେଇ ଏଗୁଡ଼ିକ ସଂଗ୍ରହ କରିବେ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଖାଦ୍ୟରୁ ମିଳୁଥିବା ଶକ୍ତିକୁ ଜୀବ …………… ପାଇଁ ଉପଯୋଗ କରେ ।
(ii) ଖ୍ରୀଷ୍ଟପୂର୍ବ ……………….. – ବର୍ଷ ପର୍ଯ୍ୟନ୍ତ ଲୋକମାନେ ଯାଯାବର ଭାବେ ଜୀବନଯାପନ କରୁଥିଲେ ।
(iii) କୌଣସି ପ୍ରକାର ଗୋଟିଏ ଉଦ୍ଭଦ ଗୋଟିଏ ସ୍ଥାନରେ ଉତ୍ପାଦନ ଓ ଅଧିକ ମାତ୍ରାରେ ଚାଷ କରିବାକୁ ………………… କୁହାଯାଏ ।
(iv) ବର୍ଷାଦିନେ ଚାଷ କରାଯାଉଥିବା ଫସଲକୁ …………………. କୁହାଯାଏ ।
(v) ଶୀତଦିନେ ଚାଷ କରାଯାଉଥିବା ଫସଲକୁ ………………… କୁହାଯାଏ ।
(vi) ଖରିଫ୍ ଫସଲକୁ ସାଧାରଣତଃ ………………… ପର୍ଯ୍ୟନ୍ତ ଚାଷ କରାଯାଏ ।
(vii) ଶସ୍ୟ ଉତ୍ପାଦନ ପୂର୍ବରୁ ………………… ହେଉଛି ପ୍ରାଥମିକ ସୋପାନ ।
(viii) ……………. ଏବଂ ………… କୃଷକର ବନ୍ଧୁ ଅଟନ୍ତି ।
(ix) ମୃତ୍ତିକାକୁ ତଳ-ଉପର କରିବା ଏବଂ ହାଲୁକା କରିବା ପଦ୍ଧତିକୁ ………………… କୁହାଯାଏ ।
(x) ହଳ ସମୟରେ ବାହାରି ପଡ଼ିଥିବା ବଡ଼ ମାଟିଖଣ୍ଡକୁ ……………………. କୁହାଯାଏ ।
(xi) ମଞ୍ଜି ବୁଣିବା ପୂର୍ବରୁ ମାଟିର ……………… ଠିକ୍ ଥିବା ଆବଶ୍ୟକ ।
(xii) ବହୁ ପୁରାତନ କାଳରୁ ଜମି କର୍ଷଣ, ସାର ବୁଣିବା ଏବଂ ଅନାବନା ଘାସ ଦମନ ପାଇଁ ……………………. ଠିକ୍ ଥ‌ିବା ଆବଶ୍ୟକ
(xiii) ଲଙ୍ଗଳରେ ଥିବା ତ୍ରିଭୁଜାକୃତି ଲୁହା ପ୍ଲେଟ୍‌କୁ ………………… କୁହାଯାଏ ।
(xiv) ଲଙ୍ଗଳର ଲମ୍ବା ଅଂଶଟିକୁ ……………….. କୁହାଯାଏ ।
(xv) ଲଙ୍ଗଳର ହାତରେ ଧରାଯାଉଥ‌ିବା ଅଂଶକୁ ……………………. କୁହାଯାଏ ।
(xvi) ନଷ୍ଟ ହୋଇଥିବା ବିହନଠାରୁ ଭଲ ବିହନ ଅଲଗା କରିବାପାଇଁ ……………… ପଦ୍ଧତି ଏକ ଉତ୍କୃଷ୍ଟ ଉପାୟ ।
(xvii) ପାରମ୍ପରିକ ପଦ୍ଧତିରେ ମଞ୍ଜି ବୁଣିବାପାଇଁ ……………………. ସଦୃଶ ଏବଂ ଯନ୍ତ୍ର ବ୍ୟବହାର କରାଯାଉଥିଲା |
(xviii) ଆଜିକାଲି ଟ୍ରାକ୍ଟରରେ ଖଞ୍ଜାଯାଇଥିବା ……………………….. ଯନ୍ତ୍ରଦ୍ୱାରା ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି
(xix) ମୃଭିକାରେ ଗଛ ହୃଷ୍ଟପୁଷ୍ଟ ହୋଇ ବଢ଼ିବାପାଇଁ ଯେଉଁ ପୋଷକ ଅତିରିକ୍ତଭାବେ ପ୍ରୟୋଗ କରାଯାଏ ତାହାକୁ …………………….. କୁହାଯାଏ ।
(xx) ………………… ଦ୍ଵାରା ମୃତ୍ତିକାରେ ପୋଷକ ପଦାର୍ଥ ପରିପୂର୍ଣ୍ଣ ହୋଇଥାଏ ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Answers:
(i) ଶାରୀରିକ କ୍ରିୟା
(ii) 10 ହଜାର
(iii) ଅକ୍ଟୋବରରୁ ମାର୍ଚ୍ଚ
(iv) ଖରିଫ୍ ଫସଲ
(y) ରବି ଫସଲ
(vi) ଜୁରୁ ସେପ୍ଟେମ୍ବର
(vii) ମୂରିକା ପ୍ରସ୍ତୁତି
(viii) ଜିଆ, ଅଣୁଜୀବ
(ix) ବତର
(x) ମାଟିଟେଳା
(xiii) ଲଙ୍ଗଳ ମୁଣ୍ଡା
(xvi) ପାଣିରେ ଭସା
(xi) ବତର
(xii) ହଳ ଲଙ୍ଗଳ
(xiv) ଈଷ
(xv) କଣ୍ଟି
(xvii) କାହାଳୀ
(xviii) ଡ୍ରିଲିଙ୍ଗ
(xix) ଖତ ଓ ସାର
(xx) ଫସଲ ପର୍ଯ୍ୟାୟ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଶିମ୍ବ, ମଟର ଇତ୍ୟାଦି ଛୁଇଁ ଜାତୀୟ ଉଦ୍ଭଦର ଚେରରେ ଥିବା ଗ୍ରନ୍ଥିକା ବା ଗଣ୍ଠିରେ ……………………. ବୀଜାଣୁ ରହିଥା’ନ୍ତି । (ସ୍ପାଇରୋଗାଇରା, ରାଇଜୋବିୟମ, ୟୁଲୋଥିକ୍‌ସ, ଇଷ୍ଟ)
(ii) ରାସାୟନିକ ସାର ମୃତ୍ତିକାକୁ କୌଣସି ………………. ଦେଇ ନଥାଏ । ( ଲବଣ, ପୋଷକ, ବର୍ଜ୍ୟବସ୍ତୁ, ହ୍ୟୁମସ୍)
(iii) ପ୍ରାଣୀ ଓ ଉଭିଦର ଆବର୍ଜନା …………………… ଦ୍ଵାରା ପଚିସଢ଼ି ଯାଏ । ( ଅଣୁଜୀବ, ଶୈବାଳ, କବକ, ଆଦିପ୍ରାଣୀ)
(iv) ଆବଶ୍ୟକତାଠାରୁ ବେଶି ବା କମ୍ ସାର ପ୍ରୟୋଗ ………………….. ଗଛ ସୃଷ୍ଟିକରେ । (ସବଳ, ଦୁର୍ବଳ, ସିଧା, ବଙ୍କା)
(v) ଉଦ୍ଭିଦ ଦେହରେ ……………… ଭାଗ ଜଳ ରହିଥାଏ ।
(60, 70, 80, 90)
(vi) ଜମିର ଆର୍ଦ୍ରତା ରକ୍ଷା …………….. ଦ୍ଵାରା ସମ୍ଭବ ହୋଇଥାଏ । (ଜଳସେଚନ, ରାସାୟନିକ ସାର ପ୍ରୟୋଗ, ଖତସାର ପ୍ରୟୋଗ, କର୍ଷଣ )
(vii) ବାଲିଆ ଜମିପାଇଁ ଆଧୁନିକ ଜଳସେଚନ ପଦ୍ଧତି ………………… ଅବଲମ୍ବନ କରାଯା ଏ (ବୁନ୍ଦା ପଦ୍ଧତି, ଛିଞ୍ଚା ପଦ୍ଧତି, ସିଆର ପଦ୍ଧତି, ପଟାଳୀ ପଦ୍ଧତି)
(viii) ବୁନ୍ଦା ପଦ୍ଧତିରେ ଜଳସେଚନର ଅନ୍ୟ ନାମ ………………… ପଦ୍ଧତି ଅଟେ । (ସ୍ପ୍ରିଙ୍କଲ୍‌ର, ଡ୍ରିପ୍ ଜଳସେଚନ, ବେସିନ୍, ଫ୍ରିଡ଼ିଙ୍ଗ)
(ix) ଧାନ କାଟିବା ଓ ଉଡ଼ାଇବା କାର୍ଯ୍ୟ ……………………. ମେସିନ୍‌ଦ୍ବାରା କରାଯାଇପାରୁଛି । (ତେଣ୍ଡା, ଶଗଡ଼ି, କମ୍ବାଇନ୍, ରହଟ)
(x) ଅବଲମ୍ବନ କରାଯା ଏ …………………… ଭିଟାମିନ୍ ପରିପୂର୍ଣ୍ଣ ଥାଏ । (A, B, C, D)

Answers:
(i) ରାଇଜୋବିୟମ
(ii) ହ୍ୟୁମସ୍
(iii) ଅଣୁଜୀବ
(iv) ଦୁର୍ବଳ
(v) 90
(vi) ଜଳସେଚନ
(vii) ଛିଞ୍ଚା ପଦ୍ଧତି
(viii) ଡ୍ରିପ୍
(ix) କମ୍ବା ଇନ୍
(x) D

3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ବରେ ଶୂନ୍ୟସ୍ଥାନ ପୂରଣ କର ।
(i) ବର୍ଷାଦିନ ଚାଷ : ଖରିଫ୍ ଫସଲ :: ଶୀତଦିନ ଚାଷ : …………………… ।
(ii) ସୋରିଷ : ରବି ଫସଲ :: ଚିନାବାଦାମ : ………………………… ।
(iii) କପା : ରାଶି :: ଜୁନ୍‌ରୁ ସେପ୍ଟେମ୍ବର : ……………………….. ।
(iv) ଲଙ୍ଗଳ : ମୃତ୍ତିକା ପ୍ରସ୍ତୁତି :: ଡ୍ରିଲିଙ୍ଗ ଯନ୍ତ୍ର : …………………………. ।
(v) ଅଜୈବ ଲବଣ : ରାସାୟନିକ ସାର :: ପ୍ରାକୃତିକ ପଦାର୍ଥ : ……………………… ।
(vi) ଜମିରେ ପ୍ରସ୍ତୁତ ହୁଏ : ଖତ :: କାରଖାନାରେ ପ୍ରସ୍ତୁତ ହୁଏ : ……………………… ।
(vii) ମୃତ୍ତିକାକୁ ହ୍ୟୁମସ୍ ଦିଏ : ଖତ :: ମୃତ୍ତିକାକୁ ହ୍ୟୁମସ୍ ଦିଏ ନାହିଁ : ……………………… ।
(viii) ବାଲିଆ ଜମି : ଛିଞ୍ଚା ପଦ୍ଧତି :: ଜଳ ଅଭାବ ଅଞ୍ଚଳ : ……………………… ।
(ix) ବୁନ୍ଦା ପଦ୍ଧତି : ଫଳଗଛ :: ଛିଞ୍ଚା ପଦ୍ଧତି : ……………………… ।
(x) ଧାନ କାଟିବା ଓ ଉଡ଼ାଇବା : କମ୍ବାଇନ :: ଅଗାଡ଼ି ଉଡ଼ାଇବା : ……………………… ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Answers:
(i) ରବି ଫସଲ
(ii) ଖରିଫ୍ ଫସଲ
(iii) ଅକ୍ଟୋବରରୁ ମାର୍ଚ୍ଚ ମଞ୍ଜିବୁଣା
(iv) ମଞ୍ଜିବୁଣା
(v) ଖତ
(vi) ରାସାୟନିକ ସାର
(vii) ରାସାୟନିକ ସାର
(viii) ବୁନ୍ଦା ପଦ୍ଧତି
(ix) ଚା’, କଫି, ଅଳେଇଚ
(x) ଉଇନୋଇଙ୍ଗ

4. ‘କ’ ସ୍ତମ୍ଭରେ ଥ‌ିବା ପଦାର୍ଥଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ପଦସହ ମିଳାଅ ।
କ’ ସ୍ତମ୍ଭ
(i) ଭିଟାମିନ୍ – D
(ii) ସିଲେ
(iii) 2-4.D
(iv) ଉଇନୋଇଙ୍ଗ୍
(v) କମ୍ବାଇନ୍
(vi) 86
(vii) ବୈଶାଖୀ
(viii) ବୁନ୍ଦା ପଦ୍ଧତି
(ix) ଛିଞ୍ଚା ପଦ୍ଧତି
(x) N.P.K.

କ’ ସ୍ତମ୍ଭ
(ii) ଅଗାଡ଼ି ଅଲଗା କରିବା
(iii) ଅମଳ ଉତ୍ସବ
(iv) ଅସମତଳ ସ୍ଥାନ
(v) ଗୋଲାକାର ଉଚ୍ଚ କୋଠାଘର
(vi) ରାସାୟନିକ ସାର
(vii) ଧାନ କାଟିବା ଓ ଉଡ଼ାଇବା
(viii) ମାଛ
(ix) ତୃଣକମାରୀ
(x) ଜଳ ଅଭାବ ଥ‌ିବା ଅଞ୍ଚଳ

Answers:
(i) (viii)
(ii) (v)
(iii) (ix)
(iv) (ii)
(v) (vii)
(vi) (i)
(vii) (iii)
(viii) (x)
(ix) (iv)
(x) (vi)

5. କେବଳ ଉତ୍ତର ଲେଖ ।
(i)କେବେ ଲୋକମାନେ ଯାଯାବର ଭାବେ ଜୀବନଯାପନ କରୁଥିଲେ ?
ଉ-
10 ହଜାର ବର୍ଷ ପୂର୍ବେ

(ii) ଗୋଟିଏ ପ୍ରକାର ଉଭିଦକୁ ଗୋଟିଏ ଜମିରେ ଅଧୂକ ମାତ୍ରାରେ ଚାଷ କରିବାକୁ କ’ଣ କୁହାଯାଏ ?
ଉ-
ଫସଲ

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

(iii) ବିଭିନ୍ନ ପ୍ରକାର ଫସଲଗୁଡ଼ିକ କ’ଣ ?
ଉ-
ଖାଦ୍ୟଶସ୍ୟ, ପନିପରିବା ଓ ଫଳ

(iv) ଦୁଇଟି ଉନ୍ନତ କିସମର କୃଷି ପ୍ରଣାଳୀର ନାମ ଲେଖ ।
ଉ-
ଖରିଫ୍ ଫସଲ ଓ ରବି ଫସଲ

(v) ବର୍ଷାଦିନେ ଚାଷ ହେଉଥିବା ଫସଲ କେଉଁ ନାମରେ ନାମିତ ?
ଉ-
ଖରିଫ୍ ଫସଲ

(vi) ଶୀତଦିନେ ଉତ୍ପାଦିତ ହେଉଥ‌ିବା ଫସଲ କେଉଁ ନାମରେ ନାମିତ ?
ଉ-
ରବି ଫସଲ

(vii) କେଉଁ ମାସରେ ଖରିଫ୍ ଫସଲ ଚାଷ କରାଯାଏ ?
ଉ-
ଜୁରୁ ସେପ୍ଟେମ୍ବର

(viii) କେଉଁ ମାସରେ ରବି ଫସଲ ଚାଷ କରାଯାଏ ?
ଉ-
ଅକ୍ଟୋବରରୁ ମର୍ଚ୍ଚ

(ix) ଖରିଫ୍ ଫସଲର ଦୁଇଟି ଉଦାହରଣ ଦିଅ ।
ଉ-
ଧାନ ଓ ମକା

(x) ରବି ଫସଲର ଦୁଇଟି ଉଦାହରଣ ଦିଅ ।
ଉ-
ଗହମ ଓ ବୁଟ

(xi) ଖାଦ୍ୟ ଉତ୍ପାଦନପାଇଁ କୃଷକ ଯେଉଁ ପନ୍ଥା ଅବଲମ୍ବନ କରେ ତାହାକୁ କ’ଣ କୁହାଯାଏ ?
ଉ-
କୃଷି ପ୍ରଣାଳୀ

(xii) ହାଲୁକା ମୃତ୍ତିକା କାହାର ବୃଦ୍ଧିରେ ସହାୟକ ହୁଅନ୍ତି ?
ଉ-
ଜିଆ ଓ ଅଣୁଜୀବ

(xiii) ମୃତ୍ତିକାକୁ ତଳ-ଉପର ଓ ହାଲୁକା କରିବାକୁ କ’ଣ କୁହାଯାଏ ?
ଉ-
ଚାଷ ବା ହଳ

(xiv) ମାଟିଟେଳାକୁ କାହାଦ୍ଵାରା ଗୁଣ୍ଡ କରାଯାଏ ?
ଉ-
ମାଇ

(xv) ହଳ ସମୟରେ ବାହାରୁଥିବା ବଡ଼ ମାଟି ଖଣ୍ଡକୁ କ’ଣ କୁହାଯାଏ ?
ଉ-
ମାଟି ଟେଳା

(xvi) ମଞ୍ଜି ବୁଣିବା ପୂର୍ବରୁ ମାଟିର କ’ଣ ଥିବା ଆବଶ୍ୟକ ?
ଉ-
ବତର

(xvii) ଲଙ୍ଗଳର ଲମ୍ବା ଅଂଶକୁ କ’ଣ କୁହାଯାଏ ?
ଉ-
ଈଷ

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

(xviii) ଲଙ୍ଗଳର ହାତରେ ଧରାଯାଉଥ‌ିବା ଅଂଶକୁ କ’ଣ କୁହାଯାଏ ?
ଉ-
କଣ୍ଟି

(xix) ଟ୍ରାକ୍ଟରରେ କେଉଁ ଯନ୍ତ୍ର ବ୍ୟବହାରଦ୍ଵାରା, ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି ?
ଉ-
ଡ୍ରିଲିଙ୍ଗ୍ ଯନ୍ତ୍ର

(xx) ଧାନଭଳି ବିହନକୁ କେଉଁଠାରେ ବୁଣି ଖୁବ୍‌ଶୀଘ୍ର ଉତରାଯାଏ ?
ଉ-
ନର୍ସରୀ

Leave a Comment