Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Go through 8th Class Science Book Odia Medium Question Answer and Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା to understand textbook questions more clearly.

8th Class Science Chapter 11 Question Answer Odia Medium

Class 8 Science Chapter 11 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ନିମ୍ନଲିଖ୍ତ ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।
(i) ଆମେ କେବଳ ଚନ୍ଦ୍ରର ସେହି ଅଂଶକୁ ଦେଖୁପାରୁ ଯାହା ଆମ ଆଡ଼କୁ ସୂର୍ଯ୍ୟକିରଣ ପ୍ରତିଫଳିତ କରେ ।
(ii) ପୃଥ‌ିବୀର ଛାୟା ସୂର୍ଯ୍ୟକିରଣକୁ ଚନ୍ଦ୍ରରେ ପହଞ୍ଚିବା ପାଇଁ ଅବରୋଧ କରେ ଯାହା ପର୍ଯ୍ୟାୟ ସୃଷ୍ଟିକରେ ।
(ii) କ୍ୟାଲେଣ୍ଡର ଗୁଡ଼ିକ ବିଭିନ୍ନ ଜ୍ୟୋର୍ତିବିଜ୍ଞାନ ଚକ୍ର ଉପରେ ଆଧାରିତ ଯାହା ପୂର୍ବାନୁମାନ ଯୋଗ୍ୟ ଭିଭିରେ ପୁନରାବୃତ୍ତି ହୁଏ ।
(iv) ଚନ୍ଦ୍ର କେବଳ ରାତିରେ ଦେଖାଯାଏ ।
Answer:
(i) ସତ୍ୟ
(ii) ମିଥ୍ୟା
(iii) ସତ୍ୟ
(iv) ମିଥ୍ୟା

Question 2.
ଦିଲ୍ଲୀପ ୨୭ ଜୁନ୍ ପୂର୍ଣିମା ଦିନ ଜନ୍ମଗ୍ରହଣ କରିଥିଲା । ତାର ଜନ୍ମଦିନ ପ୍ରତିବର୍ଷ ପୂର୍ଣ୍ଣିମା ଦିନ ପଡ଼ିବ କି ? ଉତ୍ତର ଦିଅ ।
Answer:
ଦିଲ୍ଲୀପର ଜନ୍ମଦିନ ପ୍ରତିବର୍ଷ ପୂର୍ଣ୍ଣିମା ଦିନ ପଡ଼ିବ ନାହିଁ । ଗୋଟିଏ ଚାନ୍ଦବର୍ଷ ୩୫୪ ଦିନ ହେବା ସ୍ଥଳେ ସୌରବର୍ଷ ୩୬୫ ଦିନ ହୋଇଥାଏ । ଏହାଛଡ଼ା ପ୍ରତି ଚାରିବର୍ଷରେ ଅଧୂବର୍ଷଟି ୩୬୬ ଦିନ ହୋଇଥାଏ । ଚାନ୍ଦ ମାସ ଓ ସୌର ମାସ ମଧ୍ୟରେ ଅବଧୂର ପାର୍ଥକ୍ୟ ହେତୁ ପୂର୍ଣ୍ଣିମା ତିଥ୍ୟ ପ୍ରତିବର୍ଷ ଜୁନ୍ ୨୭ରେ ପଡ଼ିବ ନାହିଁ । ଏଣୁ ଦିଲ୍ଲୀପର ଜନ୍ମଦିନ ପ୍ରତିବର୍ଷ ପୂର୍ଣ୍ଣିମା ଦିନ ପଡ଼ିବ ନାହିଁ ।

Question 3.
ଚିତ୍ର ୧୧.୧୦ରେ ଭୁଲଥୁବା ଦୁଇଟି ତଥ୍ୟର ନାମଲେଖ ।
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 1
Answer:
(i) ଚିତ୍ରରେ ବାଦଲ (Clouds) ଗୁଡ଼ିକ ଚନ୍ଦ୍ର ପୃଷ୍ଠରେ ଦେଖାଯାଉଛନ୍ତି ଯାହା ସତ୍ୟ ନୁହେଁ କାରଣ ବାଦଲ ବା ମେଘ କେବଳ ପୃଥ‌ିବୀ ବାୟୁମଣ୍ଡଳର ଟ୍ରପୋସ୍ପିୟରରେ ଦେଖାଯାଏ ।
(ii) ତାରକା ଗୁଡ଼ିକ ଚନ୍ଦ୍ରର ଉଜ୍ଜ୍ଵଳ ପୃଷ୍ଠରେ ଦୃଷ୍ଟିଗୋଚର ହେଉଛନ୍ତି ଯାହା ସତ୍ୟ ନୁହେଁ । ତାରକା ଗୁଡ଼ିକ କେବଳ ଚନ୍ଦ୍ରର ପଛ ଭାଗରେ ରହନ୍ତି ଏବଂ ସେଗୁଡ଼ିକ ଦିନବେଳା କିମ୍ବା ଚନ୍ଦ୍ରର ଉଜ୍ଜ୍ଵଳ ପୃଷ୍ଠ ପାଖରେ ଦେଖାଯିବା ସମ୍ଭବ ନୁହେଁ ।

Question 4.
ଚିତ୍ର ୧୧.୧୧ରେ ଚନ୍ଦ୍ରର ଚିତ୍ରଦେଖୁ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 2
(i) ଉପରୋକ୍ତ ଚିତ୍ରଗୁଡ଼ିକରେ ଦେଖାଯାଉଥ‌ିବା ଚନ୍ଦ୍ରକଳାର ପର୍ଯ୍ୟାୟ ସହିତ ସମ୍ବନ୍ଧିତ ସଠିକ୍ ସଂଖ୍ୟା ଲେଖ ।
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 3
Answer:

ଚିତ୍ର ଲେବଲ୍ (ଯଥା A, B, C ଇତ୍ୟାଦି) ଚନ୍ଦ୍ର ପର୍ଯ୍ୟାୟ
D ଅମାବାସ୍ୟା ତିନିଦିନ ପରେ
E ପୂର୍ଣ୍ଣିମା
F ପୂର୍ଣ୍ଣିମା ତିନିଦିନ ପରେ
B ପୂର୍ଣ୍ଣିମାର ଏକ ସପ୍ତାହ ପରେ
A ଅମାବାସ୍ୟା ଦିନ

(ii) ଚିତ୍ର B ବ୍ୟତୀତ ଉପରୋକ୍ତ ସମସ୍ତ ଚନ୍ଦ୍ର ପର୍ଯ୍ୟାୟଗୁଡ଼ିକ ପୃଥ‌ିବୀରୁ ଦେଖାଯାଇଥାଏ । B ବ୍ୟତୀତ କୌଣସି ପର୍ଯ୍ୟାୟ ପୃଥ‌ିବୀର ଦୃଷ୍ଟିର ଅନ୍ତରାଳେ ନଥାଏ । ଚିତ୍ର B ରେ ଚନ୍ଦ୍ରର ଉଜ୍ଜ୍ୱଳତମ ଅଂଶ ପୃଥ‌ିବୀର ବିପରୀତ ପାର୍ଶ୍ଵର ଥ‌ିବାରୁ ଏହା ଦେଖାଯିବ ନାହିଁ ।

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 5.
ମଞ୍ଜୁଳା ସୂର୍ଯ୍ୟାସ୍ତ ସମୟରେ ଆକାଶରେ ଚନ୍ଦ୍ରକୁ ମୁଣ୍ଡ ଉପରେ ଦେଖୁଥିଲା ।
(i) ମଞ୍ଜୁଳା ଦେଖୁଥ‌ିବା ଚନ୍ଦ୍ରର ପର୍ଯ୍ୟାୟ ଗୁଡ଼ିକ ଆଙ୍କ ।
(ii) ଚନ୍ଦ୍ର କ’ଣ ବୃଦ୍ଧି ପାଉଥ‌ିବା କିମ୍ବା ହ୍ରାସ ପାଉଥ‌ିବା ପର୍ଯ୍ୟାୟରେ ଅଛି କି ?
Answer:
(i) ମଞ୍ଜୁଳା ସୂର୍ଯ୍ୟାସ୍ତ ସମୟରେ ଆକାଶରେ ଚନ୍ଦ୍ରକୁ ମୁଣ୍ଡ ଉପରେ ଦେଖୁଲା ଏହା ଶୁକ୍ଳପକ୍ଷ ଆରମ୍ଭର ଏକ ସପ୍ତାହପରେ ଚନ୍ଦ୍ରର ଉଜ୍ଜ୍ୱଳତମ ଅଂଶ ଅର୍ଥବୃତ୍ତାକାର ପରି ଦେଖାଯିବ ।
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 4
(ii) ଏହା ଚନ୍ଦ୍ରର ବୃଦ୍ଧି ପାଉଥ‌ିବା ପର୍ଯ୍ୟାୟ (Waxing period) ର ଏକ ନମୁନା ଅଟେ ।

Question 6.
ଶିବ କହିଲା, ‘ମୁଁ ଏକ ଅଦ୍ଧଚନ୍ଦ୍ର ଦେଖୁଲି ଏବଂ ଏହା ପୂର୍ବ ଦିଗରେ ଉଦୟ ହେଉଥୁଲା ଯେତେବେଳେ ସୂର୍ଯ୍ୟ ଅସ୍ତ ହେଉଥୁଲା’’ ସ୍ନିଗ୍ଧା କହିଲା, ‘ଥରେ ମୁଁ ପୂର୍ବ ଦିଗରେ ଅପରାହ୍ନ ସମୟରେ ଗିବସ୍ ଚନ୍ଦ୍ର ଦେଖୁଲି’’ ଦୁଇଜଣଙ୍କ ମଧ୍ୟରୁ କିଏ ସତ୍ୟ କହୁଛି ?
Answer:
ସୂର୍ଯ୍ୟ ଅସ୍ତ ହେଉଥ‌ିବା ସମୟରେ ପୂର୍ବ ଦିଗରେ ଅର୍ଦ୍ଧଚନ୍ଦ୍ର ଉଦୟ ହେବାର ଦେଖାଯାଏ ନାହିଁ । ଅପରାହ୍ଣ ସମୟରେ ପୂର୍ବ ଦିଗରେ ‘ଗିବସ୍ ଚନ୍ଦ୍ର’ ଦେଖାଯିବା ସମ୍ଭବ । ଏଣୁ ସ୍ନିଗ୍ଧାର କଥା ସତ୍ୟ ଅଟେ ।

Question 7.
ବୈଜ୍ଞାନିକ-ଅଧ୍ୟୟନରୁ ଜଣାପଡ଼ିଛି ଯେ ଚନ୍ଦ୍ର ପୃଥ‌ିବୀଠାରୁ ଦୂରେଇ ଯାଉଛି ଏବଂ ଏହାର ପରିବର୍ତ୍ତନରେ ଧୀର ହେଉଛି । ଏହି ପରିପ୍ରେକ୍ଷୀରେ ଚନ୍ଦ୍ର-ସୌର କ୍ୟାଲେଣ୍ଡରକୁ ଏକ ମଳମାସ ଅଧ୍ବକ କିମ୍ବା କମ୍‌ଥର ଆବଶ୍ୟକ ହେବ ।
Answer:
ଚନ୍ଦ୍ର ପୃଥ‌ିବୀ ଠାରୁ ଦୂରେଇ ଯିବା ଦ୍ଵାରା ଚନ୍ଦ୍ରକଳାର ଚକ୍ର ଅବଧୂ ବୃଦ୍ଧି ପାଇବ ଯାହାଦ୍ଵାରା ଚାନ୍ଦ୍ର ବର୍ଷର ଦିନ ସଂଖ୍ୟା ବଢ଼ିଯିବ । ଫଳରେ ଚାନ୍ଦ୍ରବର୍ଷ ଓ ସୌରବର୍ଷ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ । ପାର୍ଥକ୍ୟ ହ୍ରାସ ପାଇବା ଦ୍ଵାରା ମଳମାସ ସଂଖ୍ୟା ମଧ୍ୟ କମିଯିବ ।

Question 8.
ଏକ ସୌର କ୍ୟାଲେଣ୍ଡରରେ ୩ ବର୍ଷ ମଧ୍ୟରେ ମୋଟ ୩୭ଟି ପୂର୍ଣ୍ଣଚନ୍ଦ୍ର ଘଟେ । ଦେଖ ଯେ ସୌର କ୍ୟାଲେଣ୍ଡରର ସେହି ମାସରେ ୩୭ ପୂର୍ଣ୍ଣଚନ୍ଦ୍ର ମଧ୍ୟରୁ ଅତି କମ୍‌ରେ ଦୁଇଟି ନିଶ୍ଚିତ ଭାବରେ ଘଟିବ ? କିମ୍ବା, ଏକ ସୌର କ୍ୟାଲେଣ୍ଡରରେ ୩ ବର୍ଷ ମଧ୍ୟରେ ମୋଟ ୩୭ଟି ପୂର୍ଣ୍ଣଚନ୍ଦ୍ର ଘଟେ । ଦର୍ଶାଅ ଯ ୩୭ଟି ପୂର୍ଣ୍ଣଚନ୍ଦ୍ର ମଧ୍ୟରୁ ସୌର କ୍ୟାଲେଣ୍ଡରର ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣଚନ୍ଦ୍ର ଦେଖାଯିବ ।
Answer:
ଗୋଟିଏ ସୌରବର୍ଷରେ 12 ଟି ମାସ ରହୁଥ‌ିବାରୁ 3 ବର୍ଷରେ 12 x 3 = 36 ଟି ମାସ ରହିବ । ପ୍ରତି ମାସରେ ଗୋଟିଏ ପୂର୍ଣ୍ଣଚନ୍ଦ୍ର ଦେଖାଗଲେ ମୋଟ 36 ଟି ପୂର୍ଣ୍ଣଚନ୍ଦ୍ର ଦେଖାଯିବା ସ୍ଵାଭାବିକ । ପ୍ରକୃତରେ 37 ଟି ପୂର୍ଣ୍ଣଚନ୍ଦ୍ର ଦେଖାଯାଉଥ‌ିବାରୁ କୌଣସି ଏକ ମାସରେ 2 ଟି ପୂର୍ଣ୍ଣଚନ୍ଦ୍ର ଦେଖାଯିବାର ବିରଳ ଦୃଷ୍ଟାନ୍ତ ରହିବ ।

Question 9.
ଏକ ନିର୍ଦ୍ଦିଷ୍ଟ ରାତିରେ, ରମା ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଆକାଶରେ ଚନ୍ଦ୍ର ଦେଖୁଥିଲା । ଚନ୍ଦ୍ରର କେଉଁ ପର୍ଯ୍ୟାୟ ସେ ଲକ୍ଷ୍ୟ କରୁଥିଲା ?
Answer:
କେବଳ ପୂର୍ଣ୍ଣିମାରେ ଚନ୍ଦ୍ର ସୂର୍ଯ୍ୟାସ୍ତରେ ଉଦୟ ହୋଇ ସୂର୍ଯ୍ୟୋଦୟରେ ଅସ୍ତଗାମୀ ହୁଏ । ଏଣୁ ‘ରମା’ ଚନ୍ଦ୍ରର ‘ବୃଦ୍ଧିକାଳୀନ ପର୍ଯ୍ୟାୟ’ (Waxing period)ର ପୂର୍ଣ୍ଣିମା ଦିନ ଚନ୍ଦ୍ରକୁ ନିରୀକ୍ଷଣ କରୁଥିଲା ।

Question 10.
ଯଦି ଆମେ ଅଧୁବର୍ଷ ହେବା ବନ୍ଦ କରିଦେଉ, ତେବେ ପ୍ରାୟ କେତେବର୍ଷ ପରେ ଭାରତୀୟ ସ୍ଵାଧୀନତା ଦିବସ ଶୀତଦିନରେ ପାଳିତ ହେବ ?
Answer:
ସ୍ଵାଧୀନତା ଦିବସ ଅଗଷ୍ଟ 15 ତାରିଖରେ ପଡେ । ଡିସେମ୍ବର 21 ତାରିଖ ସୂର୍ଯ୍ୟ ମକରକ୍ରାନ୍ତି ଉପରେ ଅବସ୍ଥାନ କରୁଥିବାରୁ ଆମ ଦେଶରେ ଶୀତଋତୁ ହୁଏ । ଏହି ଦୁଇଟି ଦିବସ ମଧ୍ୟରେ ବ୍ୟବଧାନ 16 + 30 + 31 + 30 + 21 = 128 ଦିନ । ଅଧୁବର୍ଷ ପ୍ରତି 4 ବର୍ଷରେ ଥରେ ଆସେ ଏବଂ ବର୍ଷରେ l ଦିନ ବୃଦ୍ଧି ହୁଏ । 128 ଦିନ ବୃଦ୍ଧି ପାଇଁ 128 x 4 = 512 ବର୍ଷ କିମ୍ବା ଅନ୍ୟୁନ୍ୟ 500 ବର୍ଷ ଲାଗିବ । ଏଣୁ ପାଖାପାଖୁ 500 ବର୍ଷପରେ ସ୍ଵାଧୀନତା ଦିବସ ଶୀତଦିନେ ପାଳନ କରାଯିବ ।

Question 11.
କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରିବାର ଉଦ୍ଦେଶ୍ୟ କ’ଣ ?
Answer:
ସାଧାରଣତଃ ଯୋଗାଯୋଗ, ସମୁଦ୍ର ମଧ୍ୟରେ ଦିଗ ନିର୍ଣ୍ଣୟ, ପାଣିପାଗ ନିରୀକ୍ଷଣ, ବିପର୍ଯ୍ୟୟ ପରିଚାଳନା ଏବଂ ବୈଜ୍ଞାନିକ ଗବେଷଣା ପାଇଁ କୃତ୍ରିମ ଉପଗ୍ରହ ଗୁଡ଼ିକ ଉତ୍‌କ୍ଷେପଣ କରାଯାଏ ।

Question 12.
କେଉଁ ପର୍ଯ୍ୟାୟକ୍ରମ ଉପରେ ନିମ୍ନଲିଖୁତ ମାପ ଆଧାରିତ ?
(i) ଦିନ
(ii) ମାସ
(iii) ବର୍ଷ
Answer:
(i) ଦିନ – ପୃଥ‌ିବୀର ଆବର୍ତ୍ତନ ପର୍ଯ୍ୟାୟ (Rotation) (ହାରାହାରି 24 ଘଣ୍ଟା)
(ii) ମାସ – ଚନ୍ଦ୍ରର ପୃଥ‌ିବୀକୁ ପରିକ୍ରମଣ (Revolution) ଯାହା ଚନ୍ଦ୍ରକଳାର ହ୍ରାସ ବୃଦ୍ଧିର ଏକ ସଂପୂର୍ଣ ଚକ୍ର ଅଟେ (ପ୍ରାୟ 29.5 ଦିନ)
(iii) ବର୍ଷ – ପୃଥ‌ିବୀର ସୂର୍ଯ୍ୟ ଚାରିପଟେ ପରିକ୍ରମଣରେ (Revolution) (ପ୍ରାୟ 365.25 ଦିନ)

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ତୁମେ କେବେ ଦିନବେଳା ଆକାଶରେ ଚନ୍ଦ୍ର ଦେଖୁଛ କି ? ଆକାଶରେ ସୂର୍ଯ୍ୟ ଥ‌ିବା ସମୟରେ ବେଳେବେଳେ ଚନ୍ଦ୍ର ଦେଖାଯିବାର କାରଣ କ’ଣ ?
Answer:
ଆକାଶରେ ଚନ୍ଦ୍ର ଦିନବେଳେ ମଧ୍ୟ ଦେଖାଯାଏ । ସୂର୍ଯ୍ୟକିରଣ ଚନ୍ଦ୍ର ଉପରେ ପଡି ପ୍ରତିଫଳିତ ହେଲେ ଚନ୍ଦ୍ର ଦୃଶ୍ୟମାନ ହୁଏ । ଏହାର ଦୃଶ୍ୟମାନତା ସୂର୍ଯ୍ୟ, ପୃଥ‌ିବୀ ଓ ଚନ୍ଦ୍ରର ଅବସ୍ଥାନ ବ୍ୟତୀତ ଆକାଶରେ ଉଜ୍ଜ୍ୱଳତା ଉପରେ ନିର୍ଭର କରେ । ସୂର୍ଯ୍ୟଙ୍କର ରଶ୍ମୀ ଯେତେ ଅଧିକ ଉଜ୍ଜ୍ଵଳ ହୁଏ ଏବଂ ଆକାଶର ବର୍ଷ ଅଧିକ ନୀଳହେଲେ, ଚନ୍ଦ୍ର ଅଧିକ ଦୃଶ୍ୟମାନ ହ ଏ ।

Question 2.
ମନେକର ତୁମେ ପୃଥବୀ ପରିବର୍ତ୍ତେ ଚନ୍ଦ୍ର ପୃଷ୍ଠରେ ରହୁଛ । ତୁମେ କିପରି ଗୋଟିଏ ଦିନ, ଗୋଟିଏ ମାସ କିମ୍ବା ଗୋଟିଏ ବର୍ଷ ଗଣନା କରିବ ?
Answer:
(i) ଆମେ ଚନ୍ଦ୍ର ପୃଷ୍ଠରେ ଥ‌ିବା ସମୟରେ ଚନ୍ଦ୍ରର ଆବର୍ତ୍ତନ ସମୟ ଆମ ପାଇଁ ଗୋଟିଏ ଦିନ ହେବ ।
(ii) ଚନ୍ଦ୍ର ଯେଉଁ ଅବଧ୍ୟରେ ପୃଥ‌ିବୀକୁ ପରିକ୍ରମଣ କରିବ, ସେହି ଅବଧୂ ଆମ ପାଇଁ ଗୋଟିଏ ମାସ ହେବ ।
(iii) ସେହିପରି ପୃଥ‌ିବୀ ସୂର୍ଯ୍ୟଙ୍କୁ ପରିକ୍ରମଣ କରିବା ପାଇଁ 365 ଦିନ 6 ଘଣ୍ଟା ସମୟ ନିଏ । ଏହା ଆମ ପାଇଁ ଗୋଟିଏ ବର୍ଷ ହେବ ।

Question 3.
ଯଦି ପୃଥ‌ିବୀର ଗୋଟିଏ ପରିବର୍ତ୍ତେ ଦୁଇଟି ଚନ୍ଦ୍ର ଥାଆନ୍ତା, ତେବେ କ’ଣ ହୁଅନ୍ତା ? ଏହା ରାତିଆକାଶରେ କି ପରିବର୍ତ୍ତନ ଦେଖାଯାଆନ୍ତା ?
Answer:
(i) ଯଦି ପୃଥ‌ିବୀର ଗୋଟିଏ ପରିବର୍ତ୍ତେ ଦୁଇଟି ଚନ୍ଦ୍ର ଥାଆନ୍ତା, ଆକାଶ ଆହୁରି ଅଧିକ ଆଲୋକିତ ହୁଅନ୍ତା ।
(ii) ଦୁଇଟି ଚନ୍ଦ୍ରର୍ କଳାର ହ୍ରାସ ବୃଦ୍ଧି ଭିନ୍ନ ଭିନ୍ନ ଚିତ୍ର ଦର୍ଶାଉଥାନ୍ତା ।
(iii) ପୃଥ‌ିବୀରେ ସମୁଦ୍ର ଜୁଆରରେ ପ୍ରଭାବ ପଡ଼ନ୍ତା ।
(iv) ଚନ୍ଦ୍ର ଦୁଇଟି ମଧ୍ୟରେ ଧକ୍କା ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।
(v) ପୃଥ‌ିବୀର ମାଧ୍ୟାକର୍ଷଣରେ ମଧ୍ୟ ପରିବର୍ତ୍ତନ ଦେଖାଯାଆନ୍ତା ।

Question 4.
ଯଦି ଆମର ଘଣ୍ଟା କିମ୍ବା କ୍ୟାଲେଣ୍ଡର ନଥାନ୍ତା, ଆମେ କିପରି ସମୟ ଗଣନା କରିପାରନ୍ତେ ?
Answer:
(i) ଆମ ପାଖରେ ଘଣ୍ଟା କିମ୍ବା କ୍ୟାଲେଣ୍ଡର ନଥୁଲେ, ଆମେ ପ୍ରାକୃତିକ ଘଟଣା ଓ ମହାଜାଗତିକ ବସ୍ତୁମାନଙ୍କର ଗତିବିଧ‌ି ଲକ୍ଷ୍ୟ କରି ସମୟ ନିରୂପଣ କରନ୍ତେ ।
(ii) ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତକୁ ଲକ୍ଷ୍ୟକରି ଦିନ ନିରୂପଣ କରାଯାଇ ପାରନ୍ତା ।
(iii) ଚନ୍ଦ୍ରକଳାର ହ୍ରାସବୃଦ୍ଧିକୁ ଲକ୍ଷ୍ୟକରି ଗୋଟିଏ ପୂର୍ଣ୍ଣଚନ୍ଦ୍ରକୁ ମାସର ଅବଧୂ ବୋଲି ଧରି ହୁଅନ୍ତା ।
(iv) ନକ୍ଷତ୍ରପୁଞ୍ଜର ଅବସ୍ଥିତି କିମ୍ବା ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଗତିକୁ ଲକ୍ଷ୍ୟକରି ବର୍ଷ ନିରୂପଣ କରାଯାଇ ଥାଆନ୍ତା ।
(v) ଋତୁଚକ୍ରକୁ ଅନୁଧ୍ୟାନ କରି ଦୁଇଟି କ୍ରମିକ ସମଋତୁ ମଧ୍ୟରେ ପ୍ରଭେଦକୁ ଗୋଟିଏ ବର୍ଷର ଅବଧୂ ରୂପେ ଗଣନା କରିହୁଅନ୍ତା ।

Question 5.
ଚନ୍ଦ୍ର, ସୂର୍ଯ୍ୟଙ୍କର ଯେତେ ନିକଟ ହୁଏ, ପୃଥ‌ିବୀ ପୃଷ୍ଠରୁ ଲକ୍ଷ୍ୟକଲେ ଏହାର ଉଜ୍ଜ୍ଵଳ ଅଂଶ ସେତେ କମି କମି ଯାଏ କିପରି ?
Answer:
ପୃଥ‌ିବୀର ଆବର୍ତ୍ତନ, ଚନ୍ଦ୍ରର ପରିକ୍ରମଣ ଫଳସ୍ଵରୂପ ଆକାରରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥ‌ିବୀର ଅବସ୍ଥାନରେ ପରିବର୍ତ୍ତନ ଆସେ । ଏହାର ପରିଣାମ ସ୍ୱରୂପ ଚନ୍ଦ୍ରର ପୃଥିବୀକୁ ମୁହଁ କରିଥିବା ଅର୍ଥ ବୃତ୍ତାକାର ଅଂଶର କିଛି ଅଂଶ ବା ସଂପୂର୍ଣ୍ଣ ଅଂଶ ଯାହା ସୂର୍ଯ୍ୟରଶ୍ମୀକୁ ପ୍ରତିଫଳନ କଲେ ଦୃଷ୍ଟିଗୋଚର ହୁଏ । ଚନ୍ଦ୍ର, ସୂର୍ଯ୍ୟଙ୍କର ଯେତେ ନିକଟତର ହୁଏ ଏହାର ପୃଥ‌ିବୀ ମୁହଁ ଆଲୋକିତ ଅଂଶ କ୍ରମଶଃ ହ୍ରାସ ପାଏ । ନିକଟତମ ଅବସ୍ଥାରେ ଚନ୍ଦ୍ରର ଆଲୋକିତ ଅକ୍ଷାଂଶ ଆଦୌ ପୃଥ‌ିବୀ ମୁହାଁ ହୋଇପାରେ ନାହିଁ । ଫଳରେ ଚନ୍ଦ୍ର ଦୃଷ୍ଟିଗୋଚର ହୁଏ ନାହିଁ । ଏହାକୁ ଅମାବାସ୍ୟା କହନ୍ତି । ଏହାକୁ ଚନ୍ଦ୍ରର କ୍ଷୟପ୍ରାପ୍ତ ପର୍ଯ୍ୟାୟ କହନ୍ତି । ପରବର୍ତୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟଙ୍କ ଠାରୁ ଦୂରକୁ ଦୂରକୁ ଗତିକଲେ ଚନ୍ଦ୍ରର ଆଲୋକିତ ଅଂଶ କ୍ରମଶଃ ବୃଦ୍ଧିପାଏ । ଏହାକୁ ଚନ୍ଦ୍ରର କ୍ରମ ବୃଦ୍ଧିପର୍ଯ୍ୟାୟ (Waxing phase) କହନ୍ତି ।

Question 6.
ଅଧିକାଂଶ ଭାରତୀୟ ପର୍ବ ପ୍ରତିବର୍ଷ ଭିନ୍ନ ଭିନ୍ନ ତାରିଖରେ ପଢ଼ିବାର କାରଣ କ’ଣ ?
Answer:
ଅଧିକାଂଶ ଭାରତୀୟ ପର୍ବ ଚନ୍ଦ୍ର ପଞ୍ଜିକାର ଗଣନା ଉପରେ ଆଧାରିତ । ଗୋଟିଏ ଚାନ୍ଦ୍ରବର୍ଷ ଓ ସୌରବର୍ଷ ମଧ୍ୟରେ ସମୟର ବ୍ୟବଧାନ ପ୍ରାୟ 11 ଦିନ । ଏହି ବ୍ୟବଧାନ ପର୍ବଗୁଡ଼ିକର ତାରିଖ ବଦଳାଇ ଦିଏ କାରଣ ଗ୍ରେଗୋରିଆନ କ୍ୟାଲେଣ୍ଡର ସୌର ପଞ୍ଜିକାକୁ ଅନୁସରଣ କରିଥାଏ ।

Question 7.
ସନ୍ଧ୍ୟା ଆକାଶକୁ ଦେଖୁଲେ କେତେକ ଉଜ୍ଜ୍ୱଳ ଗତିଶୀଳ ବସ୍ତୁ ଦେଖାଯାଏ । ସେଗୁଡ଼ିକ କ’ଣ ? ସେମାନଙ୍କର ଗତି ସାମୟିକ କି ?
Answer:
ସନ୍ଧ୍ୟା ଆକାରରେ ଗତିଶୀଳ ଉଜ୍ଜ୍ଵଳ ବସ୍ତୁଗୁଡ଼ିକ କୃତ୍ରିମ ଉପଗ୍ରହ । ସେମାନଙ୍କର ଗତି ସାମୟିକ । ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନେ ପୃଥ‌ିବୀକୁ ପ୍ରଦକ୍ଷିଣ କରନ୍ତି ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ବେଳେବେଳେ ଚନ୍ଦ୍ର ଆକାଶରେ ଅପରାହ୍ନରେ ଦେଖାଯିବାର କାରଣ କ’ଣ ?
(a) ଏହାର ନିଜର ଆଲୋକ ଅଛି ।
(b) ସୂର୍ଯ୍ୟ ତୁଳନାରେ ଏହା ପୃଥ‌ିବୀର ନିକଟତର ।
(c) ଏହା ସୂର୍ଯ୍ୟରଶ୍ମୀ ପ୍ରତିଫଳନ କରେ ଏବଂ ଦିନରେ ଉଦୟ ହୁଏ ।
(d) ଏହା ସର୍ବଦା ସୂର୍ଯ୍ୟର ବିପରୀତ ଦିଗରେ ଥାଏ ।
Answer:
(c) ଏହା ସୂର୍ଯ୍ୟରଶ୍ମୀ ପ୍ରତିଫଳନ କରେ ଏବଂ ଦିନରେ ଉଦୟ ହୁଏ ।

Question 2.
ପୂର୍ଣ୍ଣିମାର ଏକ ସପ୍ତାହ ପରେ ଚନ୍ଦ୍ରର କେଉଁ ପର୍ଯ୍ୟାୟ ଆସେ ?
(a) ବୃଦ୍ଧିକାଳୀନ କେସେଣ୍ଟ ପର୍ଯ୍ୟାୟ
(b) କ୍ଷୟକାଳୀନ ଗି ପର୍ଯ୍ୟାୟ
(c) ଅମାବାସ୍ଯା
(d) ପ୍ରଥମ ଚତୁର୍ଥାଂଶ
Answer:
(b) କ୍ଷୟକାଳୀନ ଗି ପର୍ଯ୍ୟାୟ

Question 3.
ଚନ୍ଦ୍ର, ପୃଥ‌ିବୀ ଓ ସୂର୍ଯ୍ୟ ମଧ୍ୟରେ ଅବସ୍ଥାନ କଲେ କ’ଣ ଘଟେ ?
(a) ପୂର୍ଣ୍ଣିମା
(b) ସୂର୍ଯ୍ୟପରାଗ
(c) ଅମାବାସ୍ଯା
(d) ଚନ୍ଦ୍ରଗ୍ରହଣ
Answer:
(b) ସୂର୍ଯ୍ୟପରାଗ

Question 4.
ଯେଉଁ କ୍ୟାଲେଣ୍ଡରରେ ବର୍ଷକ 354 ଦିନ ତାହାକୁ କ’ଣ୍ କହନ୍ତି ?
(a) ସିଡ଼େରାଲ କ୍ୟାଲେଣ୍ଡର
(b) ସୌର କ୍ୟାଲେଣ୍ଡର
(c) ଚନ୍ଦ୍ର କ୍ୟାଲେଣ୍ଡର
(d) କ୍ରାନ୍ତିୟ କ୍ୟାଲେଣ୍ଡର
Answer:
(c) ଚନ୍ଦ୍ର କ୍ୟାଲେଣ୍ଡର

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 5.
ଶତାବ୍ଦୀ ଗୁଡ଼ିକ କେଉଁ ସଂଖ୍ୟା ଦ୍ଵାରା ବିଭାଜିତ ନହେଲେ ସେଗୁଡ଼ିକ ଅଧୂବର୍ଷ ହେବନାହିଁ ?
(a) 10
(b) 100
(c) 50
(d) 400
Answer:
(d) 400

Question 6.
ସୌର–ଚନ୍ଦ୍ର କ୍ୟାଲେଣ୍ଡରରେ ମଳମାସ କାହିଁକି ଯୋଗ ହୁଏ ?
(a) ନୂତନ ପର୍ବ ଯୋଗ କରିବାକୁ
(b) କ୍ୟାଲେଣ୍ଡରକୁ ଚନ୍ଦ୍ର-କ୍ୟାଲେଣ୍ଡର କରିବାକୁ
(c) ଚନ୍ଦ୍ର ଓ ସୌର କ୍ୟାଲେଣ୍ଡର ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ
(d) ଅଧ୍ବବର୍ଷ ହଟାଇଦେବାକୁ
Answer:
(c) ଚନ୍ଦ୍ର ଓ ସୌର କ୍ୟାଲେଣ୍ଡର ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ

Question 7.
ପ୍ରତିଦିନ ଚନ୍ଦ୍ର ପୂର୍ବଦିନ ଅପେକ୍ଷା 50 ମିନିଟ୍ ବିଳମ୍ବରେ ଉଦୟ ହୁଏ କାରଣ-
(a) ପୃଥ‌ିବୀର ଆବର୍ତ୍ତନ
(b) ଚନ୍ଦ୍ର ପୃଥ‌ିବୀକୁ ପରିକ୍ରମଣ ଓ ପୃଥ‌ିବୀର ଆବର୍ତ୍ତନ
(c) ସୂର୍ଯ୍ୟ ଶୀଘ୍ର ଅସ୍ତ ହୁଅନ୍ତି
(d) ଚନ୍ଦ୍ରର ଆକାର ବୃଦ୍ଧି ହୁଏ ।
Answer:
(b) ଚନ୍ଦ୍ର ପୃଥ‌ିବୀକୁ ପରିକ୍ରମଣ ଓ ପୃଥ‌ିବୀର ଆବର୍ତ୍ତନ

Question 8.
ଚନ୍ଦ୍ର ସାଧାରଣତଃ କେଉଁ ଦିଗରେ ଉଦୟ ହୁଅନ୍ତି ?
(a) ଉତ୍ତର
(b) ଦକ୍ଷିଣ
(c) ପୂର୍ବ
(d) ପଶ୍ଚିମ
Answer:
(c) ପୂର୍ବ

Question 9.
ପ୍ରଥମ ସାତଦିନରେ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ଅର୍ଥବୃତ୍ତ ଠାରୁ ଅଧିକ ହେଲେ କେଉଁ ପର୍ଯ୍ୟାୟ ଆସେ ?
(a) ବୃଦ୍ଧିକାଳୀନ କ୍ରସେଣ୍ଟ ପର୍ଯ୍ୟାୟ
(b) ବୃଦ୍ଧିକାଳୀନ ଗିବସ୍ ପର୍ଯ୍ୟାୟ
(c) କ୍ଷୟକାଳୀନ ଗି ପର୍ଯ୍ୟାୟ
(d) ଶେଷ ଚତୁର୍ଥାଂଶ
Answer:
(b) ବୃଦ୍ଧିକାଳୀନ ଗିବସ୍ ପର୍ଯ୍ୟାୟ

Question 10.
ଜ୍ୟୋତିର୍ବିଜ୍ଞାନୀମାନେ ପୃଥ‌ିବୀ ପୃଷ୍ଠରୁ ତାରକା ପୁଞ୍ଜର ଅବସ୍ଥାନ ଜାଣିବା ପାଇଁ କେଉଁ କ୍ୟାଲେଣ୍ଡର ବ୍ୟବହାର କରନ୍ତି ?
(a) ଚନ୍ଦ୍ର କ୍ୟାଲେଣ୍ଡର
(b) ସିଡେରାଲ କ୍ୟାଲେଣ୍ଡର
(c) ସୌର କ୍ୟାଲେଣ୍ଡର
(d) ସୌର-ଚନ୍ଦ୍ର କ୍ୟାଲେଣ୍ଡର
Answer:
(b) ସିଡେରାଲ କ୍ୟାଲେଣ୍ଡର

Question 11.
ନିମ୍ନୋକ୍ତ କେଉଁ ପର୍ଯ୍ୟାୟରେ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ହ୍ରାସ ପାଇଥାଏ ?
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 5
Answer:
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 6

Question 12.
ଗ୍ରେଗୋରିଆନ୍ କ୍ୟାଲେଣ୍ଡରର କେଉଁ ତାରିଖରୁ ଭାରତୀୟ ଜାତୀୟ କ୍ୟାଲେଣ୍ଡରରେ ବର୍ଷ ଆରମ୍ଭ ହୁଏ ?
(a) 1 ଜାନୁଆରୀ
(b) 15 ଏପ୍ରିଲ୍
(c) 22 ମାର୍ଚ୍ଚ
(d) 23 ସେପ୍ଟେମ୍ବର
Answer:
(c) 22 ମାର୍ଚ୍ଚ

Question 13.
ଭାରତୀୟ କ୍ୟାଲେଣ୍ଡର ସଂସ୍କାର କମିଟିର ଅଧ୍ୟକ୍ଷ କିଏ ଥିଲେ ?
(a) ବିକ୍ରମ ସରଭାଇ
(b) ହୋମି ଭାବା
(c) ସି.ଭି. ରମଣ
(d) ମେଘନାଦ ସାହା
Answer:
(d) ମେଘନାଦ ସାହା

Question 14.
ରାତ୍ରି ଆକାଶରେ କୃତ୍ରିମ ଉପଗ୍ରହ ବୁଲୁଥିବାର ଦେଖାଯିବାର କାରଣ-
(a) ସେମାନେ ସୌରଶକ୍ତି ଦ୍ଵାରା ଉଜ୍ଜ୍ୱଳ ଦେଖାଯାଆନ୍ତି
(b) ସେମାନେ ପ୍ରଚଣ୍ଡ ବେଗରେ ପୃଥ‌ିବୀ ପ୍ରଦକ୍ଷିଣ କରନ୍ତି ।
(c) ସେମାନଙ୍କର ଆଲୋକ ଦ୍ରୁତ ବେଗରେ ଗତିକରେ
(d) ସେଗୁଡ଼ିକ ତାରା ତୁଳନାରେ ଅଧ‌ିକ ନିକଟବର୍ତ୍ତୀ
Answer:
(b) ସେମାନେ ପ୍ରଚଣ୍ଡ ବେଗରେ ପୃଥ‌ିବୀ ପ୍ରଦକ୍ଷିଣ କରନ୍ତି ।

(ଖ) ଶୂନ୍ୟସ୍ଥାନ ପୂରଣ କର ।

1. ତତ୍ତ୍ୱ ______ ରୁ ପ୍ରତିଫଳନ କରିବାଦ୍ୱାରା। ଏହା ପୃଥିବୀଠାରୁ ଦୃଶ୍ୟଗୋଚର ହୁଏ।
Answer:
ସୂର୍ଯ୍ୟାଲୋକ

2. ______ କ୍ୟାଲେଣ୍ଡରର ପ୍ରଥମ ସୂର୍ଯ୍ୟଙ୍କୁ ପରିକ୍ରମଣ ଉପରେ ପ୍ରତିଷ୍ଠିତ।
Answer:
ସୌର

3. ଗୋଟିଏ ସଂଖ୍ୟା ତତ୍ତ୍ୱ ହାସଲ କରିବାକୁ ତତ୍ତ୍ୱ ______ ସମୟ ନେଇଥାଏ।
Answer:
29.5 ଦିନ

4. ଭାରତୀୟ ଜାତୀୟ କ୍ୟାଲେଣ୍ଡରର ଅନୁସାରେ ______ ଦିନଠାରୁ ବର୍ଷ ଆରମ୍ଭ ହୁଏ।
Answer:
22 ମାର୍ଚ୍ଚ

5. ______ ପର୍ଯ୍ୟାୟରେ ଚନ୍ଦ୍ର ଦୃଶ୍ୟମାନ ଅଂଶ ବୃଦ୍ଧିପାଏ।
Answer:
ବୃଦ୍ଧିପ୍ରାପ୍ତ ପର୍ଯ୍ୟାୟ

(ଗ) ସତ୍ୟ କିମ୍ବା ମିଥ୍ୟା ଲେଖ ।

1. ଚନ୍ଦ୍ର ତା ନିଜର ଆଲୋକ ପ୍ରଦାନ କରେ ।
Answer:
ମିଥ୍ୟା

2. ଚନ୍ଦ୍ର, ପୃଥ‌ିବୀ ଓ ସୂର୍ଯ୍ୟ ମଧ୍ୟରେ ଅବସ୍ଥାନ କରିବା ସମୟରେ ପୂର୍ଣ୍ଣିମା ହୁଏ ।
Answer:
ମିଥ୍ୟା

3. ଅଧ୍ଵବର୍ଷର ଅନ୍ତର୍ଭୁକ୍ତ ପ୍ରକ୍ରିୟା କ୍ୟାଲେଣ୍ଡରକୁ ଋତୁଚକ୍ର ସହ ସମନ୍ବିତ କରେ ।
Answer:
ସତ୍ୟ

4. ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ମକର ସଂକ୍ରାନ୍ତି ବିଭିନ୍ନ ବର୍ଷ ଭିନ୍ନ ଭିନ୍ନ ତାରିଖରେ ପଡ଼େ ।
Answer:
ମିଥ୍ୟା

5. କୃତ୍ରିମ ଉପଗ୍ରହ ଗୁଡ଼ିକୁ ପୃଥ‌ିବୀକୁ ପରିକ୍ରମଣ କରୁଥିବା ସମୟରେ ଗତିଶୀଳ ଆଲୋକ ପିଣ୍ଡ ପରି ଦେଖାଯାଆନ୍ତି ।
Answer:
ସତ୍ଯ

(ଘ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର

‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ବ୍ୟାଖ୍ୟା ଗୁଡ଼ିକୁ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ପୂର୍ଣ୍ଣିମା i. ଚନ୍ଦ୍ର ସଂପୂର୍ଣ୍ଣ ଅଦୃଶ୍ୟ
B. ପ୍ରଥମ ଚତୁର୍ଥାଂଶ ii. ଚନ୍ଦ୍ରର ଅଳ୍ପ କିଛି ଅଂଶ ଉଜ୍ଜ୍ଵଳ
C. ବୃଦ୍ଧିପ୍ରାପ୍ତ କ୍ରସେଣ୍ଟ ପର୍ଯ୍ୟାୟ iii. ଚନ୍ଦ୍ରର ଅର୍ଦ୍ଧେକ ଦୃଶ୍ୟମାନ
D. ଅମାବାସ୍ଯା iv. ସଂପୂର୍ଣ୍ଣ ବୃତ୍ତାକାର ଚନ୍ଦ୍ର ଦୃଶ୍ୟମାନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ପୂର୍ଣ୍ଣିମା iv. ସଂପୂର୍ଣ୍ଣ ବୃତ୍ତାକାର ଚନ୍ଦ୍ର ଦୃଶ୍ୟମାନ
B. ପ୍ରଥମ ଚତୁର୍ଥାଂଶ iii. ଚନ୍ଦ୍ରର ଅର୍ଦ୍ଧେକ ଦୃଶ୍ୟମାନ
C. ବୃଦ୍ଧିପ୍ରାପ୍ତ କ୍ରସେଣ୍ଟ ପର୍ଯ୍ୟାୟ ii. ଚନ୍ଦ୍ରର ଅଳ୍ପ କିଛି ଅଂଶ ଉଜ୍ଜ୍ଵଳ
D. ଅମାବାସ୍ଯା i. ଚନ୍ଦ୍ର ସଂପୂର୍ଣ୍ଣ ଅଦୃଶ୍ୟ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ସୌର କ୍ୟାଲେଣ୍ଡର i. ମୁସଲମାନ ପର୍ବ ପାଇଁ ଚନ୍ଦ୍ର କଳା ଉପରେ ପ୍ରତିଷ୍ଠିତ
B. ଚନ୍ଦ୍ର କ୍ୟାଲେଣ୍ଡର ii. ପୃଥ‌ବୀଦ୍ଵାରା ସୂର୍ଯ୍ୟକୁ ପରିକ୍ରମଣ ଉପରେ ପ୍ରତିଷ୍ଠିତ
C. ସୌର-ଚନ୍ଦ୍ର କ୍ୟାଲେଣ୍ଡର iii. ଋତୁଚକ୍ରର ସମନ୍ଵୟ ପାଇଁ ମଳମାସ ଯୋଗ
D. ସିଡ଼େରାଲ କ୍ୟାଲେଣ୍ଡର iv. ତାରକା ପୁଞ୍ଜଦେଇ ପୃଥ‌ିବୀର କକ୍ଷ ପଥ ଅନୁସରଣରେ ବ୍ୟବହାର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ସୌର କ୍ୟାଲେଣ୍ଡର ii. ପୃଥ‌ବୀଦ୍ଵାରା ସୂର୍ଯ୍ୟକୁ ପରିକ୍ରମଣ ଉପରେ ପ୍ରତିଷ୍ଠିତ
B. ଚନ୍ଦ୍ର କ୍ୟାଲେଣ୍ଡର i. ମୁସଲମାନ ପର୍ବ ପାଇଁ ଚନ୍ଦ୍ର କଳା ଉପରେ ପ୍ରତିଷ୍ଠିତ
C. ସୌର-ଚନ୍ଦ୍ର କ୍ୟାଲେଣ୍ଡର iii. ଋତୁଚକ୍ରର ସମନ୍ଵୟ ପାଇଁ ମଳମାସ ଯୋଗ
D. ସିଡ଼େରାଲ କ୍ୟାଲେଣ୍ଡର iv. ତାରକା ପୁଞ୍ଜଦେଇ ପୃଥ‌ିବୀର କକ୍ଷ ପଥ ଅନୁସରଣରେ ବ୍ୟବହାର

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ

Question 1.
ପୂର୍ଣ୍ଣିମା ଠିକ୍ ପରଦିନ ଚନ୍ଦ୍ର କେଉଁ ଦିଗରେ ଉଦୟ ହୁଏ ?
Answer:
ପଶ୍ଚିମ ଦିଗରେ

Question 2.
କୃଷ୍ଣପକ୍ଷ (Waxing phase) ରେ ଚନ୍ଦ୍ରର ଆକୃତିରେ କି ପରିବର୍ତ୍ତନ ଘଟେ ?
Answer:
କ୍ରମଶଃ ହ୍ରାସପାଏ

Question 3.
ପୂର୍ଣ୍ଣିମାରେ କେତେଦିନ ପରେ ଚନ୍ଦ୍ର ଆଦୌ ଦେଖାଯାଏ ନାହିଁ ?
Answer:
15 ଦିନପରେ

Question 4.
ଅମାବାସ୍ୟାର ଏକ ସପ୍ତାହ ପରେ ଚନ୍ଦ୍ରର ଆକୃତି କିପରି ଦେଖାଯାଏ ?
Answer:
ଅର୍ବବୃତ୍ତ

Question 5.
ଚନ୍ଦ୍ରର କ୍ଷୟକାଳୀନ ସମୟ (Waxing period) କୁ କ’ଣ କହନ୍ତି ?
Answer:
କୃଷ୍ଣପକ୍ଷ

Question 6.
ଚନ୍ଦ୍ରର ବୃଦ୍ଧିକାଳୀନ ସମୟ (Waxing period) କୁ କ’ଣ କହନ୍ତି ?
Answer:
ଶୁକ୍ଳପକ୍ଷ

Question 7.
ଚନ୍ଦ୍ର ସୂର୍ଯ୍ୟୋଦୟ ସମୟରେ ମୁଣ୍ଡ ଉପରେ ଥିଲେ ଏହାର ଆକାର କିପରି ହୁଏ ?
Answer:
ଅର୍ଥବୃତ୍ତ

Question 8.
ବୃଦ୍ଧିକାଳୀନ ଚନ୍ଦ୍ର (Waxing Moon) କେତେବେଳେ ଦେଖାଯାଏ ?
Answer:
ସୂର୍ଯ୍ୟାସ୍ତ ସମୟରେ

Question 9.
କ୍ଷୟକାଳୀନ ଚନ୍ଦ୍ର (Waning Moon) କେତେବେଳେ ଦେଖାଯାଏ ?
Answer:
ସୂର୍ଯ୍ୟୋଦୟ ସମୟରେ

Question 10.
କେଉଁଦିନ ଆକାଶରେ ଚନ୍ଦ୍ର, ସୂର୍ଯ୍ୟ ଠାରୁ ସର୍ବାଧ‌ିକ ଦୂରରେ ଥିବାର ଦେଖାଯାଏ ?
Answer:
ପୂର୍ଣ୍ଣିମା

Question 11.
କେଉଁଦିନ ଆକାଶରେ ଚନ୍ଦ୍ର, ସୂର୍ଯ୍ୟର ନିକଟତମ ହୁଏ ?
Answer:
ଅମାବାସ୍ଯା

Question 12.
ପ୍ରତିଦିନ ଚନ୍ଦ୍ର, ଠିକ୍ ପୂର୍ବଦିନ ଅପେକ୍ଷା କେତେ ସମୟ ବିଳମ୍ବରେ ଉଦୟ ହୁଏ ?
Answer:
ପ୍ରାୟ 50 ମିନିଟ୍

Question 13.
ଉଦୟ ସମୟରେ ଚନ୍ଦ୍ରକୁ ଦେଖିବାପାଇଁ କେତେ ସମୟ ଅପେକ୍ଷା କରାଯାଏ ?
Answer:
ପ୍ରାୟ 30 ମିନିଟ୍

Question 14.
କେଉଁଦିନ ଆମେ ଚନ୍ଦ୍ରର ଆଲୋକିତ ଅଂଶ ଆଦୌ ଦେଖୁପାରିବା ନାହିଁ ?
Answer:
ଅମାବାସ୍ୟା

Question 15.
ଚନ୍ଦ୍ର, ସୂର୍ଯ୍ୟର ନିକଟତର ହେଲେ ଏହାର ଦୃଶ୍ୟମାନ ଆଲୋକିତ ଅଂଶରେ କି ପରିବର୍ତ୍ତନ ଘଟେ ?
Answer:
ହ୍ରାସ ପାଏ

Question 16.
କେଉଁ ପର୍ଯ୍ୟାୟରେ ଚନ୍ଦ୍ରର ଆଲୋକିତ ଅଂଶର ଅଧାରୁ ଅଧିକ ଦେଖାଯାଏ ?
Answer:
ଗି ପର୍ଯ୍ୟାୟ

Question 17.
କେଉଁ ପର୍ଯ୍ୟାୟରେ ଚନ୍ଦ୍ରର ଆଲୋକିତ ଅଂଶର ଅଧାରୁ କମ୍ ଦେଖାଯାଏ ?
Answer:
କ୍ରେସଣ୍ଟ ପର୍ଯ୍ୟାୟ

Question 18.
ପୃଥ‌ିବୀ ତାର କକ୍ଷ ଚାରିପଟେ ଗୋଟିଏ ଘୂର୍ଣ୍ଣନ (Rotation) କେତେ ଘଣ୍ଟାରେ ସମାପ୍ତ କରେ ?
Answer:
24 ଘଣ୍ଟା

Question 19.
ଚନ୍ଦ୍ର ଉପରେ ପୃଥିବୀର ଛାୟା କ’ଣ ସୃଷ୍ଟି କରେ ?
Answer:
ଚନ୍ଦ୍ର ଗ୍ରହଣ

Question 20.
ଚନ୍ଦ୍ରଗ୍ରହଣ କେବଳ କେଉଁଦିନ ହୋଇପାରେ ?
Answer:
ପୂର୍ଣ୍ଣିମା

Question 21.
ସୂର୍ଯ୍ୟପରାଗ କେବଳ କେଉଁଦିନ ହୋଇପାରେ ?
Answer:
ଅମାବାସ୍ଯା

Question 22.
ଚନ୍ଦ୍ରର ଛାୟା ପୃଥ‌ିବୀ ଉପରେ ପଡ଼ିଲେ କ’ଣ ଘଟେ ?
Answer:
ସୂର୍ଯ୍ୟପରାଗ

Question 23.
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଘଟଣା ଦୁଇଟି କେଉଁ କାରଣରୁ ଘଟିଥାଏ ?
Answer:
ପୃଥ‌ିବୀର ଆବର୍ତ୍ତନ

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 24.
କେତେବେଳେ ଛାଇର ଲମ୍ବ ସର୍ବନିମ୍ନ ହୁଏ ?
Answer:
ସୂର୍ଯ୍ୟ ସର୍ବୋଚ୍ଚ ସ୍ଥାନରେ ଥିଲେ

Question 25.
ଗୋଟିଏ ସୌରଦିବସର ଅବଧୂ କେତେ ?
Answer:
24 ଘଣ୍ଟା

Question 26.
ଚନ୍ଦ୍ର ଏହାର କଳାର ସମସ୍ତ ପର୍ଯ୍ୟାୟ ଶେଷ କରିବାକୁ କେତେ ସମୟ ନିଏ ?
Answer:
ପ୍ରାୟ 29.5 ଦିନ

Question 27.
ସୂର୍ଯ୍ୟ ଚାରିପଟେ ଗୋଟିଏ ଘୂର୍ଣ୍ଣନ ସମାପ୍ତ କରିବାକୁ ପୃଥ‌ିବୀ କେତେ ସମୟ ନିଏ ?
Answer:
ପ୍ରାୟ 365.25 ଦିନ

Question 28.
ଗୋଟିଏ ଚନ୍ଦ୍ରବର୍ଷ କେତେ ଦିନ ଅଟେ ?
Answer:
354 ଦିନ

Question 29.
କେଉଁ କ୍ୟାଲେଣ୍ଡରରେ ଋତୁଗୁଡ଼ିକ ନିୟମିତ ଭାବରେ ପ୍ରତିବର୍ଷ ମାସ ସହିତ ମେଳ ରଖିପାରେ ନାହିଁ ?
Answer:
ଚନ୍ଦ୍ର କ୍ୟାଲେଣ୍ଡର

Question 30.
ଗ୍ରେଗୋରିୟନ କ୍ୟାଲେଣ୍ଡର କି ପ୍ରକାର କ୍ୟାଲେଣ୍ଡର ଅଟେ ?
Answer:
ସୌର କ୍ୟାଲେଣ୍ଡର

Question 31.
କେଉଁ ଦୁଇଟି ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୁଅନ୍ତି ?
Answer:
ମାର୍ଚ୍ଚ 21 ଏବଂ ସେପ୍ଟେମ୍ବର 23

Question 32.
ଗୋଟିଏ ଅଧୂବର୍ଷର ଅବଧୂ କେତେ ?
Answer:
366 ଦିନ

Question 33.
କେଉଁ କ୍ୟାଲେଣ୍ଡରରେ ଅଧୂବର୍ଷର ଧାରଣା ଥାଏ ?
Answer:
ସୌର କ୍ୟାଲେଣ୍ଡର

Question 34.
କେଉଁ ଶତାବ୍ଦୀ ବର୍ଷ ଗୁଡ଼ିକ ଅଧୂବର୍ଷ ଅଟନ୍ତି ?
Answer:
400 ଦ୍ଵାରା ବିଭାଜ୍ୟ ହେଉଥ‌ିବା ଶତାବ୍ଦୀ ବର୍ଷ

Question 35.
କେଉଁ ଶତାବ୍ଦୀ ବର୍ଷଗୁଡ଼ିକ ଅଧୂବର୍ଷ ନୁହଁନ୍ତି ?
Answer:
400 ଦ୍ଵାରା ବିଭାଜ୍ୟ ହେଉ ନଥ‌ିବା ଶତାବ୍ଦୀ ବର୍ଷ

Question 36.
କେଉଁ ଦିନକୁ ବାସନ୍ତିକ ସମଦିବାରାତ୍ର (Spring equinox) ଦିବସ କହନ୍ତି ?
Answer:
ମାର୍ଚ୍ଚ 21

Question 37.
କେଉଁ ଦିନକୁ ଶାରଦୀୟ ସମଦିବାରାତ୍ର ଦିବସ କୁହାଯାଏ ?
Answer:
ସେପ୍ଟେମ୍ବର 23

Question 38.
ଦୁଇଟି କ୍ରମିକ ବସନ୍ତ ବିଷୁବ ମଧ୍ୟରେ ବ୍ୟବଧାନକୁ କ’ଣ କହନ୍ତି ?
Answer:
କ୍ରାନ୍ତୀୟ ବର୍ଷ

Question 39,
ସୂର୍ଯ୍ୟାସ୍ତ ସମୟରେ ଦିଶୁଥ‌ିବା ତାରକାଗଣ ଆକାଶରେ ଯେଉଁ ସମୟ ବ୍ୟବଧାନରେ ପୁଣିଥରେ ସେହି ସମୟରେ ଏବଂ ସେହି ସ୍ଥାନରେ ଦେଖାଯାଆନ୍ତି, ତାକୁ କ’ଣ କୁହାଯାଏ ?
Answer:
ନାକ୍ଷତ୍ରିକ ବର୍ଷ (Sideral year)

Question 40.
ଗୋଟିଏ ନାକ୍ଷତ୍ରିକ ବର୍ଷ ଗୋଟିଏ କ୍ରାନ୍ତୀୟ ବର୍ଷ ଅପେକ୍ଷା କେତେ ସମୟ ଅଧିକ ?
Answer:
20 ମିନିଟ୍

Question 41.
ଜ୍ୟୋତିର୍ବିଜ୍ଞାନୀ ମାନେ ସୂର୍ଯ୍ୟଙ୍କର ପରିକ୍ରମଣ ପଥ ଅନୁଧ୍ୟାନ କରିବାକୁ କେଉଁ ବର୍ଷ ବ୍ୟବହାର କରନ୍ତି ?
Answer:
ନାକ୍ଷତ୍ରିକ ବର୍ଷ

Question 42.
କେଉଁ ଦିନଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଆରମ୍ଭ ହୁଏ ?
Answer:
ଜୁନ୍ 21

Question 43.
କେଉଁଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ ?
Answer:
ଡିସେମ୍ବର 21

Question 44.
କେଉଁ ପ୍ରାଚୀନ ଗ୍ରନ୍ଥରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଦକ୍ଷିଣାୟନ ଗତି ବର୍ଣ୍ଣିତ ହୋଇଛି ?
Answer:
ତୈଭୀରୀୟ ସଂହିତା

Question 45.
ସୂର୍ଯ୍ୟଙ୍କର ଉତ୍ତରାୟନ ଓ ଦକ୍ଷିଣାୟନ ଗତି ପ୍ରତ୍ୟେକ କେତେ ମାସ ପାଇଁ ହୋଇଥାଏ ?
Answer:
6 ମାସ

Question 46.
ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କେଉଁ ରାଶିରେ ପ୍ରବେଶ ଠାରୁ ଆରମ୍ଭ ହୁଏ ?
Answer:
ମକର

Question 47.
ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି କେଉଁ ରାଶିରେ ପ୍ରବେଶଠାରୁ ଆରମ୍ଭ ହୁଏ ?
Answer:
କର୍କଟ

Question 48.
ପ୍ରାଚୀନ ଭାରତର କେଉଁ ଗ୍ରନ୍ଥରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ବର୍ଣ୍ଣିତ ହୋଇଛି ?
Answer:
ସୂର୍ଯ୍ୟ ସିଦ୍ଧାନ୍ତ

Question 49.
କେଉଁ କ୍ୟାଲେଣ୍ଡରରେ ଅତିରିକ୍ତ ମାସ ବା ମଳମାସ ଯୋଡ଼ା ଯାଇଥାଏ ? କରିଥିଲେ ?
Answer:
ସୌର-ଚନ୍ଦ୍ର କ୍ୟାଲେଣ୍ଡର

Question 50.
ପଠାଣି ସାମନ୍ତ କେଉଁ ପ୍ରସିଦ୍ଧ ଗ୍ରନ୍ଥ ରଚନା
Answer:
‘‘ସିଦ୍ଧାନ୍ତ ଦର୍ପଣ’’

Question 51.
ସୂର୍ଯ୍ୟଘଡ଼ି କିଏ ନିର୍ମାଣ କରିଥିଲେ ?
Answer:
ପଠାଣି ସାମନ୍ତ ବା ସାମନ୍ତ ଚନ୍ଦ୍ରଶେଖର ମହାପାତ୍ର

Question 52.
କୋଣାର୍କ ସୂର୍ଯ୍ୟମନ୍ଦିରର ଚକଗୁଡ଼ିକ କାହାର ପ୍ରତିକାତ୍ମକ ଚିତ୍ର ?
Answer:
ଋତୁ ଓ ମାସ

Question 53.
କୋଣାର୍କ ମନ୍ଦିରର ସୂର୍ଯ୍ୟମୂର୍ତ୍ତି କେଉଁ ପଦାର୍ଥରୁ ତିଆରି ?
Answer:
ଅଷ୍ଟଧାତୁ (ମିଶ୍ରଧାତୁ)

Question 54.
ଅମାନ୍ତ କ୍ୟାଲେଣ୍ଡରରେ ନୂତନ ମାସ କେଉଁଦିନ ଆରମ୍ଭ ହୁଏ ?
Answer:
ଅମାବାସ୍ୟାର ଠିକ୍ ପରଦିନ ଠାରୁ

Question 55.
ପୂର୍ଣ୍ଣିମାତ୍ କ୍ୟାଲେଣ୍ଡରରେ ନୂତନ ମାସ କେଉଁଦିନ ଆରମ୍ଭ ହୁଏ ?
Answer:
ପୂର୍ଣ୍ଣିମାର ଠିକ୍ ପରଦିନ ଠାରୁ

Question 56.
ଭାରତୀୟ ଜାତୀୟ କ୍ୟାଲେଣ୍ଡରରେ ନୂତନ ବର୍ଷ କେଉଁ ଦିନରୁ ଆରମ୍ଭ ହୁଏ ?
Answer:
ମାର୍ଚ୍ଚ 22

Question 57.
ଭାରତୀୟ ଜାତୀୟ କ୍ୟାଲେଣ୍ଡରରେ ଅଧ‌ିବର୍ଷ ଗୁଡ଼ିକରେ କେଉଁ ମାସରେ ଗୋଟିଏ ଦିନ ଯୋଗ କରାଯାଏ ?
Answer:
ଚୈତ୍ର

Question 58.
ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଅଧୂବର୍ଷ କେଉଁ ଦିନଠାରୁ ଆରମ୍ଭ ହୁଏ ?
Answer:
ମାର୍ଚ୍ଚ 21

Question 59.
ଭାରତ ସରକାର କେବେ କ୍ୟାଲେଣ୍ଡରରେ ସଂସ୍କାର କମିଟି ଗଠନ କଲେ ?
Answer:
1952

Question 60.
ଏକୀକରଣ ଜାତୀୟ କ୍ୟାଲେଣ୍ଡର’’ କେବେଠାରୁ ବ୍ୟବହାର ଯୋଗ୍ୟ ହେଲା ?
Answer:
1956 ମାର୍ଚ୍ଚ 21

Question 61.
ଭାରତୀୟ ଜାତୀୟ କ୍ୟାଲେଣ୍ଡର କେଉଁ ପ୍ରାଚୀନ ଗ୍ରନ୍ଥର ନୀତି ଅନୁସରଣ କରେ ?
Answer:
ସୂର୍ଯ୍ୟ ସିଦ୍ଧାନ୍ତ

Question 62.
ଭାରତୀୟ କ୍ୟାଲେଣ୍ଡର ସଂସ୍କାର କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
ମେଘନାଦ ସାହା

Question 63.
କାର୍ତ୍ତିକ ମାସ ଅମାବାସ୍ୟାରେ କେଉଁ ପର୍ବ ପଡ଼େ ?
Answer:
ଦୀପାବଳୀ

Question 64.
କେଉଁ ମାସରେ ବୁଦ୍ଧ ପୂର୍ଣ୍ଣିମା ପଡେ ?
Answer:
ବୈଶାଖ

Question 65.
ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀରେ କେଉଁ ପର୍ବ ପାଳନ କରାଯାଏ ?
Answer:
ଦଶହରା

Question 66.
କେଉଁ କ୍ୟାଲେଣ୍ଡରରେ ‘ଇଦ୍-ଉଲ୍-ଫିତର’ ବିଭିନ୍ନ ବର୍ଷରେ ଭିନ୍ନ ଭିନ୍ନ ମାସରେ ପାଳନ କରାଯାଏ ?
Answer:
ଗ୍ରେଗୋରିଆନ୍ କ୍ୟାଲେଣ୍ଡର

Question 67.
କେଉଁ ପର୍ବ ପ୍ରତି 71 ବର୍ଷରେ ନିର୍ଦ୍ଧାରିତ ଦିନର ଗୋଟିଏ ଦିନ ଆଗରୁ ପଡ଼ିଥାଏ ?
Answer:
ମକର ସଂକ୍ରାନ୍ତି

Question 68.
ଭାରତ ସରକାରଙ୍କ ଜ୍ୟୋତିର୍ବିଜ୍ଞାନ କେନ୍ଦ୍ର ପ୍ରତିବର୍ଷ କ’ଣ ପ୍ରକାଶ କରେ ?
Answer:
ରାଷ୍ଟ୍ରୀୟ ପଞ୍ଚାଙ୍ଗ ‘

Question 69.
ଭାରତ ସରକାର ପର୍ବପର୍ବାଣୀରେ ଛୁଟି ଘୋଷଣା ପାଇଁ କେଉଁ କ୍ୟାଲେଣ୍ଡର ଅନୁସରଣ କରେ ?
Answer:
ରାଷ୍ଟ୍ରୀୟ ପଞ୍ଚାଙ୍ଗ

Question 70.
ଓଡ଼ିଶାର କେଉଁ ଚନ୍ଦ୍ରଭିତ୍ତିକ ପର୍ବରେ ସଙ୍ଗୀତର ପ୍ରଭାବ ଲକ୍ଷ୍ୟ କରାଯାଏ ?
Answer:
କୁମାର ପୂର୍ଣ୍ଣିମା

Question 71.
ଅସ୍ଵୀକାଂଶ କୃତ୍ରିମ ଉପଗ୍ରହ ପୃଥ‌ିବୀ ପୃଷ୍ଠରୁ କେତେ ଉଚ୍ଚତାରେ ପୃଥ‌ିବୀ ପରିକ୍ରମଣ କରନ୍ତି ?
Answer:
800 କିଲୋମିଟର

Question 72.
କୃତ୍ରିମ ଉପଗ୍ରହ ପୃଥ‌ିବୀ ପରିକ୍ରମଣ ପାଇଁ କେତେ ସମୟ ନିଏ ?
Answer:
ପ୍ରାୟ 100 ମିନିଟ୍

Question 73.
ଭାରତରେ କେଉଁ ସଂସ୍ଥା କୃତ୍ରିମ ଉପଗ୍ରହ ପ୍ରେରଣ କରିଥାଏ ?
Answer:
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)

Question 74.
ISRO ର କେଉଁ ଉପଗ୍ରହ ପୃଥ‌ିବୀର ଉଚ୍ଚମାନର ଚିତ୍ର ଉତ୍ତୋଳନ କରେ ?
Answer:
କାଠୋପନିଷଦ

Question 75.
କେଉଁ ମାନଚିତ୍ର ମଞ୍ଚ କୃତ୍ରିମ ଉପଗ୍ରହ ଦ୍ଵାରା ଉତ୍ତୋଳନ ଫଟୋ ଭୂମିରୂପ, ମୃତ୍ତିକା, ଉଭିଦ ମଣ୍ଡଳ ଦେଖାଇବା ପାଇଁ ବ୍ୟବହାର କରେ ?
Answer:
ଭୂବନ

Question 76.
କେଉଁ ମିଶନ ତାରା ଓ ମହାଜାଗତିକ ବସ୍ତୁମାନଙ୍କର ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କରେ ?
Answer:
ଆଷ୍ଟୋସାଟ୍

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 77.
ଓଡ଼ିଶାର କେଉଁଠାରେ ସମୁଦ୍ର କିଛି ସମୟ ପାଇଁ ଅଦୃଶ୍ୟ ହୋଇଯାଏ ?
Answer:
ଚାନ୍ଦୋଗ୍ୟ

Question 78.
କେଉଁ ଦ୍ଵୀପଟି ‘ଡକ୍ଟର କାଲାମ୍ ଦ୍ଵୀପ’’ ଭାବେ ପରିଚିତ ?
Answer:
ହିଲର ଦ୍ଵୀପ

Question 79.
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କେଉଁ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି ?
Answer:
ପୃଥୀ, ଅଗ୍ନି, ସୌର୍ଯ୍ୟ, ଆକାଶ

Question 80.
କୃତ୍ରିମ ଉପଗ୍ରହ ପ୍ରେରଣର ମୁଖ୍ୟ ସମସ୍ୟା କ’ଣ ?
Answer:
ଅନ୍ତରିକ୍ଷା ଆବର୍ଜନାର ସଦୁପଯୋଗର ଅଭାବ

Question 81.
ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ କିଏ ?
Answer:
ବିଜ୍ଞାନ ଅଧ୍ୟାୟର ସର୍ବାଧିକ

Question 82.
ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର କେଉଁଠାରେ ଅଛି ?
Answer:
ତିରୁବନ୍ତପୁରମ୍

Question 83.
ଭାରତୀୟ ଛାତ୍ରମାନଙ୍କୁ ଛୋଟ ଉପଗ୍ରହ ନିର୍ମାଣ ଏବଂ ପ୍ରକ୍ଷେପଣ ପାଇଁ କେଉଁ ସଂସ୍ଥା ଅନୁମତି ଦିଏ ?
Answer:
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ପ୍ରଶ୍ନୋତ୍ତର

Question 1.
ଚନ୍ଦ୍ରର ବୃଦ୍ଧିକାଳୀନ ପର୍ଯ୍ୟାୟ ଓ କ୍ଷୟକାଳୀନ ପର୍ଯ୍ୟାୟ ମଧ୍ୟରେ କି ପାର୍ଥକ୍ୟ ଅଛି ?
Answer:
ଅମାବାସ୍ୟା ଠିକ୍ ପରଦିନ ଠାରୁ ଚନ୍ଦ୍ରର ବୃଦ୍ଧିକାଳୀନ ପର୍ଯ୍ୟାୟ (Waxing Period) ଆରମ୍ଭ ହୁଏ ଏବଂ ଏହି ସମୟରେ ପୃଥ‌ିବୀରୁ ଚନ୍ଦ୍ରର ଦୃଶ୍ୟମାନ ଆଲୋକିତ ଅଂଶ କ୍ରମଶଃ ବୃଦ୍ଧି ଘଟେ । ଏହାକୁ ଶୁକ୍ଳପକ୍ଷ କହନ୍ତି । ପୂର୍ଣ୍ଣିମାର ଠିକ୍ ପରଦିନ ଠାରୁ ଚନ୍ଦ୍ରର କ୍ଷୟକାଳୀନ ପର୍ଯ୍ୟାୟ (Waxing period) ଆରମ୍ଭ ହୁଏ ଏବଂ ଏହି ସମୟରେ ପୃଥିବୀରୁ ଚନ୍ଦ୍ରର ଦୃଶ୍ୟମାନ ଆଲୋକିତ ଅଂଶ କ୍ରମଶଃ ହ୍ରାସ ପାଏ । ଏହାକୁ କୃଷ୍ଣପକ୍ଷ କହନ୍ତି ।

Question 2.
ଆକାଶରେ ଚନ୍ଦ୍ରର ଅବସ୍ଥାନ ଏହାର ଦୃଶ୍ୟମାନ ଆଲୋକିତ ଅଂଶକୁ କିପରି ପ୍ରଭାବିତ କରେ ?
Answer:
ଚନ୍ଦ୍ର, ପୃଥ‌ିବୀକୁ ଏକ ନିର୍ଦ୍ଦିଷ୍ଟ କକ୍ଷରେ ପ୍ରଦକ୍ଷିଣ କରୁଥିବାରୁ ଏହା ପୂର୍ବଦିନ ତୁଳନାରେ 50 ମିନିଟ୍ ବିଳମ୍ବରେ ଉଦୟ ହୁଏ । ପରିକ୍ରମଣ ଯୋଗୁ ପ୍ରତିଦିନ ଏହା ପୂର୍ବଦିଗକୁ ଘୁଞ୍ଚି ଘୁଞ୍ଚି ଚାଲେ ।

Question 3.
‘ମଳମାସ’ ବା ‘ଅଧୁକା ମାସ’ କ’ଣ ? ଏହା କିପରି ଭାରତୀୟ କ୍ୟାଲେଣ୍ଡର ସହ ଯୋଗ ହୁଏ ?
Answer:
ଗୋଟିଏ ଚାନ୍ଦ ବର୍ଷ 2-3 ବର୍ଷରେ ଗୋଟିଏ ‘ଅଧ୍ୟା (354 ଦିନ) ଓ ସୌରବର୍ଷ (365 ଦିନ) ମଧ୍ୟରେ ବ୍ୟବଧାନ 11 ଦିନ ଥ‌ିବାରୁ ପ୍ରତି ମାସ’ ବା ‘ମଳମାସ’ ସୌର-ଚନ୍ଦ୍ର କ୍ୟାଲେଣ୍ଡରରେ ଯୋଗହୁଏ । ଏହା ବିଭିନ୍ନ ପର୍ବପର୍ବାଣୀ ଓ ଋତୁଚକ୍ର ମଧ୍ୟରେ ସମନ୍ଵୟ ରକ୍ଷା କରିବା ପାଇଁ ଯୋଗ ହୋଇଥାଏ ।

Question 4.
ଚନ୍ଦ୍ରର ପର୍ଯ୍ୟାୟ ଚକ୍ର ସହ ସଂଯୁକ୍ତ ପର୍ବପର୍ବାଣୀ ଗୁଡ଼ିକ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଦିନରେ ପଡ଼େ ନାହିଁ କାହିଁକି ?
Answer:
ଚନ୍ଦ୍ର କ୍ୟାଲେଣ୍ଡରରେ ଗୋଟିଏ ବର୍ଷ 354 ଦିନ ଥ‌ିବା ସ୍ଥଳେ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଏହା 365 ଦିନ । ଏଣୁ ଦୀପାବଳୀ ଓ ଇଦ୍ ପ୍ରଭୃତି ଚନ୍ଦ୍ର ଭିତ୍ତିକ ପର୍ବ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ପ୍ରତିବର୍ଷ 10-11 ଦିନ ଆଗୁଆ ପଡ଼ିଯାଏ ।

Question 5.
ଜ୍ୟୋର୍ତିବିଜ୍ଞାନରେ ନାକ୍ଷତ୍ରିକ ବର୍ଷର ମହତ୍ତ୍ଵ କ’ଣ ?
Answer:
ପୃଥ‌ିବୀ ସୂର୍ଯ୍ୟକୁ ଥରେ ପ୍ରଦକ୍ଷିଣ କରିବାକୁ ଦେଉଥ‌ିବା 365.26 ଦିନକୁ ଗୋଟିଏ ନାକ୍ଷତ୍ରିକ ବର୍ଷ କହନ୍ତି । ଏହି ବ୍ୟବଧାନରେ ସନ୍ଧ୍ୟା ଆକାଶରେ ନିର୍ଦ୍ଦିଷ୍ଟ ନକ୍ଷତ୍ର ପୁଞ୍ଜ ପ୍ରତୀୟମାନ ହୁଅନ୍ତି । ଏହା ଜ୍ୟୋତିର୍ବିଦ୍‌ମାନଙ୍କୁ ପୃଥ‌ିବୀର ବିଭିନ୍ନ ସମୟରେ ଅବସ୍ଥାନ ନିର୍ଣ୍ଣୟ କରିବାରେ ସହାୟକ ହୋଇଥାଏ ।

Question 6.
ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ କାହିଁକି ଅଧ୍ବବର୍ଷ ଯୋଗହୁଏ ?
Answer:
ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ଥରଟିଏ ଘୂର୍ଶନ କରିବାକୁ 365.25 ଦିନ ନିଏ । କିନ୍ତୁ ଗ୍ରେଗୋରିଆନ୍ କ୍ୟାଲେଣ୍ଡରେ ବର୍ଷକ 365 ଦିନ ଧରାଯାଏ । ବଳକା \(\frac{1}{4}\) ଦିନ ପ୍ରତି ଚାରିବର୍ଷରେ 1 ଦିନ ହୋଇ ଅଧ୍ବବର୍ଷ ଭାବରେ ଫେବୃୟାରୀ ମାସରେ ଯୋଗହୁଏ ଯାହାଦ୍ଵାରା ଋତୁଚକ୍ର ମଧ୍ୟରେ ସମନ୍ବିତ କରିବା ସମ୍ଭବ ହୁଏ ।

Question 7.
ଅମାନ୍ତ ଓ ପୂର୍ଣ୍ଣିମାତ୍ ମାସ ପ୍ରଥା ଗୁଡ଼ିକ କ’ଣ ?
Answer:
‘ଅମାନ୍ତ’ ମାସ ପଦ୍ଧତିରେ ଗୋଟିଏ ମାସ ଅମାବାସ୍ୟାର ଠିକ୍ ପରଦିନ ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ଅମାବାସ୍ୟାରେ ଶେଷ ହୁଏ । ‘ପୂର୍ଣ୍ଣିମାତ’ ମାସ ପ୍ରକ୍ରିୟାରେ ଗୋଟିଏ ମାସ ପୂର୍ଣ୍ଣିମାର ଠିକ୍ ପରଦିନ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଶେଷ ହୁଏ ।

Question 8.
ଚନ୍ଦ୍ର ଦିନବେଳା ସମୟେ ସମୟେ ଦେଖାଯାଏ କିପରି ?
Answer:
ଚନ୍ଦ୍ର ପୃଥ‌ିବୀକୁ ପରିକ୍ରମଣ କରୁଥିବା ସମୟରେ ଏହା 24 ଘଣ୍ଟା ମଧ୍ୟରୁ 12 ଘଣ୍ଟା ଦିଗ୍‌ବଳୟ ଉପରେ ରହେ । ଏହି ସମୟରେ ଏହାର ପ୍ରତିଫଳନ ରଶ୍ମୀର ଉଜ୍ଜ୍ୱଳତା ଆକାଶର ନୀଳବର୍ଣ୍ଣର ଆଲୋକକୁ ଅତିକ୍ରମ କରି ପାରୁଥ‌ିବାରୁ ଦିନବେଳା ଚନ୍ଦ୍ର ଦେଖାଯାଏ । ଏହି ଦୃଷ୍ଟାନ୍ତ ଉଭୟ ଚନ୍ଦ୍ରର ବୃଦ୍ଧିକାଳୀନ ଓ କ୍ଷୟକାଳୀନ ପର୍ଯ୍ୟାୟରେ ଘଟିଥାଏ ।

Question 9.
ନିମ୍ନୋକ୍ତ ପ୍ରସଙ୍ଗ ଉପରେ ଭିତ୍ତିକରି ଚନ୍ଦ୍ର କ୍ୟାଲେଣ୍ଡର, ସୌର କ୍ୟାଲେଣ୍ଡର ଏବଂ ସୌର-ଚନ୍ଦ୍ର କ୍ୟାଲେଣ୍ଡର ଗୁଡ଼ିକ ମଧ୍ୟରେ ପ୍ରଭେଦ ଲେଖ ।
(i) ମାପ ବା କଳନାର ଆଧାର
(ii) ବର୍ଷର ଅବଧୂ
(iii) ଉଦାହରଣ:
Answer:

କ୍ୟାଲେଣ୍ଡରର ପ୍ରକାର ମାପ ବା କଳନାର ଆଧାର ବର୍ଷର ଅବଧୂ ଉଦାହରଣ
ଚନ୍ଦ୍ର କ୍ୟାଲେଣ୍ଡର ଚନ୍ଦ୍ରର ପର୍ଯ୍ୟାୟ ଚକ୍ର 354 ଦିନ
  • ମୁସଲମାନ
  • ସମ୍ପ୍ରଦାୟର
  • କ୍ୟାଲେଣ୍ଡର
ସୌର କ୍ୟାଲେଣ୍ଡର ପୃଥ‌ବୀର ପରିକ୍ରମଣ 365/366 ଦିନ ଗ୍ରେଗୋରିୟନ୍
ସୌର-ଚନ୍ଦ୍ର କ୍ୟାଲେଣ୍ଡର
  • ଚାନ୍ଦ୍ରମାସ ଓ
  • ସୌରବର୍ଷର
  • ସମନ୍ବୟ
  • 365 ଦିନ
  • (ପ୍ରାୟ)
ହିନ୍ଦୁ କ୍ୟାଲେଣ୍ଡର

Question 10.
ଚନ୍ଦ୍ରକଳାର ହ୍ରାସବୃଦ୍ଧି କିପରି ଘଟେ ? ଏହା ପୃଥ‌ିବୀର ଚନ୍ଦ୍ର ଉପରେ ଛାୟାର ପ୍ରଭାବ ନୁହେଁ କିପରି ?
Answer:
ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟାଲୋକ ପ୍ରତିଫଳନ କରି ଉଜ୍ଜ୍ଵଳ ଦେଖାଯାଏ । ସର୍ବଦା ଚନ୍ଦ୍ରର ଅର୍ଦ୍ଧେକ ଅଂଶ ଯାହା ବୃତ୍ତାକାର, ଉକ୍ତ ଅଂଶଟି ସୂର୍ଯ୍ୟାଲୋକ ପ୍ରତିଫଳନ କରେ । ଚନ୍ଦ୍ର ସର୍ବଦା ପୃଥ‌ିବୀକୁ ପରିକ୍ରମଣ କରୁଥିବାରୁ ଏବଂ ପୃଥ‌ିବୀ ଏହାର ଅକ୍ଷ ଚାରିପଟେ ଘୂରୁଥିବାରୁ ଚନ୍ଦ୍ର, ସୂର୍ଯ୍ୟ ଓ ପୃଥ‌ିବୀ ମଧ୍ଯରେ କୋଣର ପରିବର୍ତ୍ତନ ଘଟେ । ତେଣୁ ଆମେ ଚନ୍ଦ୍ରର ସଂପୂର୍ଣ୍ଣ ଆଲୋକିତ ଅଂଶ କେତେବେଳେ ଦେଖୁ ତ ଅନ୍ୟ ସମୟରେ ଏହାର ଆଂଶିକ ଦେଖୁଥାଉ । ପ୍ରତିଫଳନ ପୃଷ୍ଠ ପୃଥ‌ିବୀ ଠାରୁ ଦୂରେଇ ଗଲେ ଚନ୍ଦ୍ରର ଆଲୋକିତ ଅଂଶ ଆଦୌ ଦେଖୁହୁଏ ନାହିଁ । କେବଳ ଚନ୍ଦ୍ରଗ୍ରହଣ ସମୟରେ ପୃଥ‌ିବୀର ଛାଇ ଚନ୍ଦ୍ର ପୃଷ୍ଠରେ ପଡିଥାଏ କିନ୍ତୁ ଏହି ଛାଇର ପ୍ରଭାବ ଚନ୍ଦ୍ରର ବୃଦ୍ଧିକାଳୀନ ପର୍ଯ୍ୟାୟ କିମ୍ବା କ୍ଷୟକାଳୀନ ପର୍ଯ୍ୟାୟ ସମୟରେ ଆଦୌ ପଡ଼ି ନଥାଏ ।

Question 11.
ଚନ୍ଦ୍ର କିପରି ସମୟ ନିରୂପଣରେ ସାହାଯ୍ୟ କରେ, ଏହାର ତିନୋଟି ଉପାୟ ଲେଖ ।
Answer:
(i) ଚନ୍ଦ୍ରକଳାର ହ୍ରାସବୃଦ୍ଧିର ସଂପୂର୍ଣ୍ଣ ପର୍ଯ୍ୟାୟ ସଂଘଟିତ ହେବାପାଇଁ ପ୍ରାୟ 29.5 ଦିନ ଲାଗେ । ଏହାକୁ ଚାନ୍ଦ୍ରମାସ କହନ୍ତି । 12 ଟି ଚାନ୍ଦ୍ରମାସରେ ଗୋଟିଏ ଚାନ୍ଦ୍ରବର୍ଷ ହୁଏ ଯାହା 354 ଦିନ ଅଟେ ।
(ii) ବିଭିନ୍ନ ଧର୍ମର ପର୍ବପର୍ବାଣୀ ଯଥା ଦିପାବଳୀ, ହୋଲି, ଜନ୍ମାଷ୍ଟମୀ, ଇଦୁଲ୍‌ଫିତର ପ୍ରଭୃତି ଚନ୍ଦ୍ରକଳାର ଚକ୍ର ଉପରେ ପର୍ଯ୍ୟବେସିତ ।
(iii) ଚନ୍ଦ୍ର ଉଦୟ ଓ ଅସ୍ତକୁ ଲକ୍ଷ୍ୟକରି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଏ ।

Question 12.
ପୃଥ‌ିବୀର ପରିକ୍ରମଣରେ ଅବଧୂର ସମନ୍ଵୟ ପାଇଁ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ କି ପରିବର୍ତ୍ତନ କରାଯାଏ ?
Answer:
(i) ଗ୍ରେଗୋରିୟାନ କ୍ୟାଲେଣ୍ଡରରେ ଗୋଟିଏ ବର୍ଷର ଅବଧୂ 365 ଦିନ କିନ୍ତୁ ପୃଥ‌ିବୀର ପରିକ୍ରମଣ ସମୟ 365.25 ଦିନ ହେତୁ, ଗ୍ରେଗୋରିୟାନ କ୍ୟାଲେଣ୍ଡରରେ ପ୍ରତି 4 ବର୍ଷରେ ଗୋଟିଏ ବର୍ଷ ଅଧ୍ବବର୍ଷ (leap year) ହୁଏ ।
(ii) ଯେଉଁ ମସିହା 4 ଦ୍ଵାରା ବିଭାଜ୍ୟ ସେ ବର୍ଷଟି ଅଧୁବର୍ଷ ହୁଏ ଏବଂ ଉକ୍ତ ବର୍ଷ ଫେବୃୟାରୀ ମାସ 29 ଦିନ ଧରାଯାଏ ।
(ii) ଯେଉଁ ଶତାବ୍ଦୀ ବର୍ଷଗୁଡ଼ିକ 400 ଦ୍ଵାରା ବିଭାଜ୍ୟ ନୁହେଁ ଯଥା- 1700, 1800 ଓ 1900 ପ୍ରଭୃତି ମସିହା ଗୁଡ଼ିକରେ ଅଧ୍ବବର୍ଷ ରହେ ନାହିଁ ।
(iv) ଯେଉଁ ଶତାବ୍ଦୀ ବର୍ଷ 400 ଦ୍ଵାରା ବିଭାଜ୍ୟ, ତାହା ଅଧ୍ଵବର୍ଷ ହୁଏ । କ୍ୟାଲେଣ୍ଡରକୁ ତ୍ରୁଟିଶୂନ୍ୟ କରିବାପାଇଁ ଅଧୂବର୍ଷ ଉପରୋକ୍ତ ଭାବେ ହିସାବ କରାଯାଏ ।

Question 13.
କୃତ୍ରିମ ଉପଗ୍ରହ ଗୁଡ଼ିକ ଦ୍ଵାରା କେଉଁ କେଉଁ କାର୍ଯ୍ୟ ସାଧୁତ ହେଉଛି ?
Answer:
(i) ଯୋଗାଯୋଗ ଦ୍ଵାରା ଟେଲିଫୋନ୍, ଟେଲିଭିଜନ ଓ ଇଣ୍ଟରନେଟ୍ ଗୁଡ଼ିକ କାର୍ଯ୍ୟ କରିପାରୁଛି ।
(ii) ପାଣିପାଗ ନିରୀକ୍ଷଣ ଦ୍ଵାରା ବୃଷ୍ଟିର ପରିମାଣ, ବନ୍ୟା ଓ ବାତ୍ୟାର ପୂର୍ବାନୁମାନ କରାଯାଇପାରୁଛି ।
(iii) ସମୁଦ୍ରରେ ଜାହାଜଗୁଡ଼ିକର ଅବସ୍ଥିତି, ଗତିବିଧ‌ି, ଦିଗ ନିର୍ଣ୍ଣୟରେ ସହାୟକ ହେଉଛି ।
(iv) ବୈଜ୍ଞାନିକ ଗବେଷଣା ଓ ପରିବେଶ ସୁରକ୍ଷା ପାଇଁ ଫଟୋଚିତ୍ର ଗୁଡ଼ିକ ସହାୟକ ହେଉଛି ।

Question 14.
ଭାରତରେ ପର୍ବପର୍ବାଣୀ ଗୁଡ଼ିକ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଦିନ ଗୁଡ଼ିକରେ ପାଳନ କରାଯାଉଥୁବାର କାରଣ ଗୁଡ଼ିକ ଲେଖ ।
Answer:
(i) ଭାରତର ପୂର୍ବାଞ୍ଚଳରେ ପଶ୍ଚିମାଞ୍ଚଳ ଅପେକ୍ଷା ସୂର୍ଯ୍ୟୋଦୟ ପ୍ରାୟ ଦୁଇଘଣ୍ଟା ପୂର୍ବରୁ ଦେଖାଯାଏ ।
(ii) ଭାରତରେ ଅମାନ୍ତ (ମାସ ଗଣନା ଅମାବାସ୍ୟା ପରଦିନଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ) ଓ ପୂର୍ଣ୍ଣିମାତ (ପୂର୍ଣ୍ଣିମା ପରଦିନଠାରୁ ପରବର୍ତ୍ତୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସଗଣନା) କ୍ୟାଲେଣ୍ଡର ଗୁଡ଼ିକ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରଚଳିତ ହୁଏ ।
(iii) କେତେକ ପର୍ବ ଚନ୍ଦ୍ରର ଅବସ୍ଥାନ ଭିଭିରେ ପାଳନ କରାଯାଏ ଯାହାର ପାଳନ ଦିଗ ସ୍ଥାନର ଅବସ୍ଥିତିକୁ ନେଇ ବଦଳିଥାଏ ।

Question 15.
କ୍ରାନ୍ତୀୟ ବର୍ଷ ଓ ନାକ୍ଷତ୍ରିକ ବର୍ଷ ମଧ୍ୟରେ ପାର୍ଥକ୍ୟ କ’ଣ । ସେଗୁଡ଼ିକ କିପରି ବ୍ୟବହାର କରାଯାଏ ?
Answer:
(i) ଦୁଇଟି କ୍ରମିକ ବସନ୍ତ ବିଷୁବ (Spring equinox) ମଧ୍ୟବର୍ତ୍ତୀ ସମୟକୁ କ୍ରାନ୍ତୀୟ ବର୍ଷ (Tropical year) କହନ୍ତି ।
ପୃଥ‌ିବୀର ପରିକ୍ରମଣ ଗତି ଯୋଗୁଁ ସନ୍ଧ୍ୟା ଆକାଶରେ ଦୃଶ୍ୟମାନ ତାରକାପୁଞ୍ଜ ବର୍ଷସାରା ସ୍ଥାନ ପରିବର୍ତ୍ତନ କରି ଏକ ନିର୍ଦ୍ଦିଷ୍ଟ ସମୟ ପରେ ପୁନର୍ବାର ସେହି ସ୍ଥାନରେ ଦୃଶ୍ୟମାନ ହୁଅନ୍ତି । ଏହି ଅବଧୂକୁ ଗୋଟିଏ ନାକ୍ଷତ୍ରିକ ବର୍ଷ (Sideral year) କହନ୍ତି ।
(ii) ଗ୍ରେଗୋରିୟାନ କ୍ୟାଲେଣ୍ଡର କ୍ରାନ୍ତୀୟ ବର୍ଷକୁ ଭିଭିକରି ପ୍ରସ୍ତତ ମାତ୍ର ନାକ୍ଷତ୍ରିକ ବର୍ଷକୁ ଜ୍ୟୋତିର୍ବିଦ୍‌ମାନେ ପୃଥ‌ିବୀର ଗତି ନିରୀକ୍ଷଣ ପାଇଁ ବ୍ୟବହାର କରନ୍ତି ।
(ii) ନାକ୍ଷତ୍ରିକ ବର୍ଷ, କ୍ରାନ୍ତୀୟ ବର୍ଷ ତୁଳନାରେ 20 ମିନିଟ୍ ଅଧ‌ିକ ତେଣୁ ଏ ଦୁଇଟି ମଧ୍ଯରେ ପାର୍ଥକ୍ୟ ଅତି ନଗଣ୍ୟ ।

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 16.
ଭାରତୀୟ କ୍ୟାଲେଣ୍ଡର ସଂସ୍କାର ଓ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ମେଘନାଦ ଶାହାଙ୍କ ଅବଦାନ କ’ଣ ?
Answer:
ମେଘନାଦ ଶାହା ଭାରତର ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ । ସେ ତାରକାପୁଞ୍ଜ ଓ ସେମାନଙ୍କର ତାପମାତ୍ରା ସମ୍ବନ୍ଧରେ ଅଧ୍ୟୟନ କରିଥିଲେ । ସେ ଏହା ଉପରେ ଏକ ଗାଣିତିକ ସମୀକରଣ ‘ସାହା ସମୀକରଣ’’ ପ୍ରତିପାଦନ କରିଥିଲେ । କଲିକତାର ‘ସାହା ଇନଷ୍ଟିଚ୍ୟୁଟ୍ ଅଫ୍ ନିଉକ୍ଲିୟର ଫିଜିକ୍‌ସ’’ ତାଙ୍କ ନାମରେ ନାମିତ । ସେ ଭାରତୀୟ କ୍ୟାଲେଣ୍ଡର ସଂସ୍କାର କମିଟିର ଅଧ୍ୟକ୍ଷ ଭାବେ ସମଗ୍ର ଦେଶପାଇଁ ‘ଏକୀକରଣ ଜାତୀୟ କ୍ୟାଲେଣ୍ଡର’’ ସୁପାରିଶ କରିଥିଲେ ଯାହା ‘ସୂର୍ଯ୍ୟସିଦ୍ଧାନ୍ତ’’ର ସାଧାରଣ ନୀତି ଅନୁସରଣ କରେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପ୍ରଶ୍ନୋତ୍ତର

Question 1.
(i) ଚନ୍ଦ୍ର କିପରି ଆଲୋକ ପ୍ରଦାନ କରେ ?
(ii) ଚନ୍ଦ୍ରକଳାର ହ୍ରାସ ବୃଦ୍ଧି କିପରି ଘଟେ ?
(iii) ଅମାବାସ୍ୟାରେ ଚନ୍ଦ୍ର ଦେଖାଯାଏ ନାହିଁ କାହିଁକି ?
(iv) ଚନ୍ଦ୍ର ଗୋଟିଏ ପର୍ଯ୍ୟାୟ ଚକ୍ର ପୂରଣ କରିବାକୁ କେତେ ସମୟ ନିଏ ?
Answer:
(i) ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟାଲୋକକୁ ପ୍ରତିଫଳନ କରି ଉଜ୍ଜ୍ଵଳ ଦେଖାଯାଏ ।
(ii) ଚନ୍ଦ୍ର ପୃଥ‌ିବୀକୁ 29.5 ଦିନରେ ଥରେ ପରିକ୍ରମଣ କରେ । ଏହାର ପରିକ୍ରମଣ ଓ ପୃଥ‌ିବୀର ଆବର୍ତ୍ତନ ଯୋଗୁଁ ଚନ୍ଦ୍ର, ସୂର୍ଯ୍ୟ ପୃଥ‌ିବୀ ମଧ୍ୟରେ କୋଣର ପରିବର୍ତ୍ତନ ଘଟେ, ଫଳରେ ଚନ୍ଦ୍ରର ଆଲୋକିତ ଅଂଶ ଯାହା ପୃଥ‌ିବୀରୁ ଦୃଶ୍ୟମାନ ହୁଏ ; କ୍ରମାଗତ ବଦଳିଯାଏ । ଏଣୁ ଚନ୍ଦ୍ରକଳାର ହ୍ରାସ ବୃଦ୍ଧି ଘଟେ ।
(iii) ଅମାବାସ୍ୟାରେ ଚନ୍ଦ୍ରର ଅଣ ଆଲୋକିତ (Non illuminated part) ଅଂଶ ପୃଥ‌ିବୀକୁ ମୁହଁ କରିଥାଏ । ଏଣୁ ଚନ୍ଦ୍ର ଦେଖାଯାଏ ନାହିଁ ।
(iv) ଚନ୍ଦ୍ର ଏହାର କଳାର ଗୋଟିଏ ପର୍ଯ୍ୟାୟ ପୂରଣ କରିବାକୁ 29.5 ଦିନୟ ସମୟ ନେଇଥାଏ ।

Question 2.
(i) ଚନ୍ଦ୍ର କ୍ୟାଲେଣ୍ଡର କ’ଣ ଏହା କିପରି ସୌର କ୍ୟାଲେଣ୍ଡର ଠାରୁ ଭିନ୍ନ ଅଟେ ?
(ii) ସୌର-ଚନ୍ଦ୍ର କ୍ୟାଲେଣ୍ଡର କ’’ଣ ?
(iii) ‘ଅଧୁକା ମାସ’’ କଣ ଏହା କାହିଁକି ଯୋଗ କରାଯାଏ ?
(iv) ଚନ୍ଦ୍ର ଗଣନା ସମ୍ବନ୍ଧିତ ଦୁଇଟି ଭାରତୀୟ ପର୍ବର ନାମ ଲେଖ ।
Answer:
(i) ଚନ୍ଦ୍ର କ୍ୟାଲେଣ୍ଡର ଚନ୍ଦ୍ର କଳାର ପର୍ଯ୍ୟାୟ ଚକ୍ର ଉପରେ ଆଧାରିତ । ଏହି କ୍ୟାଲେଣ୍ଡର ଦିନ ସମୟର କ୍ଷୁଦ୍ରତ୍ତମ ଏକକ । ଚନ୍ଦ୍ର ତାର ସମସ୍ତ ପର୍ଯ୍ୟାୟ ଚକ୍ର ପୂରଣ କରିବାକୁ ମୋଟ 29.5 ଦିନ ସମୟ ନିଏ, ଯାହା ଗୋଟିଏ ଚାନ୍ଦ ମାସ । ଏହିପରି 12ଟି ଚାନ୍ଦ ମାସରେ ଗୋଟିଏ ଚାନ୍ଦବର୍ଷ ହୁଏ ଯାହା 354 ଦିନ
ଅଟେ ।
ସୌର କ୍ୟାଲେଣ୍ଡର ପୃଥ‌ିବୀର ଆବର୍ତ୍ତନ ଓ ପରିକ୍ରମଣ ସମୟ ଉପରେ ଆଧାରିତ । ଏହି କ୍ୟାଲେଣ୍ଡର ଅନୁଯାଇ ଗୋଟିଏ ଦିନ 24 ଘଣ୍ଟା ଏବଂ ଗୋଟିଏ ବର୍ଷ ଯାହା 12ଟି ମାସକୁ ନେଇ ଗଠିତ, ଯାହା 365 ଦିନ । ଏଣୁ ଗୋଟିଏ ସୌରବର୍ଷ ଗୋଟିଏ ଚାନ୍ଦ ବର୍ଷ ଅପେକ୍ଷା 11 ଦିନ ଅଧ‌ିକ ।
(ii) ଚାନ୍ଦ୍ରମାସ (29.5 ଦିନ) ଓ ସୌରବର୍ଷ (365 ଦିନ)କୁ ମିଶାଇ ଗଠିତ କ୍ୟାଲେଣ୍ଡରକୁ ସୌର–ଚନ୍ଦ୍ର କ୍ୟାଲେଣ୍ଡର କହନ୍ତି । ଏହି କ୍ୟାଲେଣ୍ଡରରେ ଚାନ୍ଦ୍ରବର୍ଷ ସହ ପ୍ରତି 2-3 ବର୍ଷରେ ଗୋଟିଏ ଅଧିକା ମାସ ବା ମଳମାସ ଯୋଗ କରାଯାଏ ।
(iii) ଗୋଟିଏ ଚାନ୍ଦ୍ରବର୍ଷ 354 ଦିନ ମାତ୍ର ସୌରବର୍ଷ 365 ଦିନ । ଏ ଦୁଇଟି ବର୍ଷ ମଧ୍ୟରେ ପ୍ରଭେଦ 11 ଦିନ । ଏଣୁ ପ୍ରତି 2-3 ବର୍ଷରେ ଚାନ୍ଦ୍ରବର୍ଷରେ ଏକ ଅଧ୍ବକା ମାସ ଯୋଗ କରାଯାଏ । ଏହା ସୌରବର୍ଷ ଓ ଚାନ୍ଦ୍ରବର୍ଷ ମଧ୍ୟରେ ତାଳମେଳ ରଖେ ।
(iv) ଚନ୍ଦ୍ରଗଣନା ସମ୍ବନ୍ଧିତ ଦୁଇଟି ଭାରତୀୟ ପର୍ବ ହେଉଛି ଦିପାବଳୀ ଓ ହୋଲି ।

Question 3.
(i) ଭାରତୀୟ ଜାତୀୟ କ୍ୟାଲେଣ୍ଡର କ’’ଣ ?
(ii) ଭାରତରେ ନୂତନ ବର୍ଷ କେବେ ଆରମ୍ଭ ହୁଏ ?
(iii) ଏହାର ମାସ ଗୁଡ଼ିକ କ’ଣ ?
(iv) ଏହା ଗ୍ରେଗୋରିଆନ୍ କ୍ୟାଲେଣ୍ଡର ସହ ସଦୃଶ କିପରି ?
Answer:
(i) ଭାରତୀୟ କ୍ୟାଲେଣ୍ଡର ସଂସ୍କାର କମିଟି ଦ୍ଵାରା ସୁପାରିଶ ‘‘ଏକୀକରଣ ଜାତୀୟ କ୍ୟାଲେଣ୍ଡର’’କୁ ଭାରତୀୟ ଜାତୀୟ କ୍ୟାଲେଣ୍ଡର କହନ୍ତି ।
(ii) ଭାରତରେ ନୂତନ ବର୍ଷ ମାର୍ଚ୍ଚ 22 ରୁ ଆରମ୍ଭ ହୁଏ ।
(iii) ଏହାର ମାସ ଗୁଡ଼ିକ ଚୈତ୍ର, ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ବିନ, କାର୍ତ୍ତିକ, ମାର୍ଗଶୀର, ପୌଷ, ମାଘ ଓ ଫାଲ୍‌ଗୁନ ।
(iv) ଗ୍ରେଗୋରିଆନ୍ କ୍ୟାଲେଣ୍ଡର ପରି ଏହାର ଗୋଟିଏ ବର୍ଷ 365 ଦିନ ଏବଂ ପ୍ରତି ଚାରି ବର୍ଷରେ ଗୋଟିଏ ଅଧୂବର୍ଷ ହୋଇଥାଏ ।

Question 4.
ଚନ୍ଦ୍ରକଳାର ସଂପୂର୍ଣ୍ଣ ପର୍ଯ୍ୟାୟ ଲେଖ ଏବଂ ଏପରି ଘଟିବାର କାରଣ ଲେଖ । ପୃଥ‌ିବୀର ଛାୟା ଉପରେ ଥିବା ଭୁଲଧାରଣାଟି ବୁଝାଇଲେଖ ।
Answer:
(i) ଚନ୍ଦ୍ରଙ୍କର ଆଲୋକିତ ଅଂଶର ସେତିକି ଅଂଶ ପୃଥ‌ିବୀକୁ ଦେଖାଯାଏ ତାହାକୁ’ଚନ୍ଦ୍ରକଳାର ପର୍ଯ୍ୟାୟ କହନ୍ତି । ଚନ୍ଦ୍ର, ପୃଥିବୀକୁ ପ୍ରଦକ୍ଷିଣ କରୁଥିବାରୁ ଏପରି ଘଟିଥାଏ ।
(ii) ଚନ୍ଦ୍ରଙ୍କର ବିଭିନ୍ନ ପର୍ଯ୍ୟାୟଗୁଡ଼ିକ ଅମାବାସ୍ୟା → ବୃଦ୍ଧିକାଳୀନ କ୍ରସେଣ୍ଟ ପର୍ଯ୍ୟାୟ → ପ୍ରଥମ ଚତୁର୍ଥାଂଶ → ବୃଦ୍ଧିକାଳୀନ ଗି ପର୍ଯ୍ୟାୟ → ପୂର୍ଣ୍ଣିମା → କ୍ଷୟକାଳୀନ ଗି ପର୍ଯ୍ୟାୟ → ଶେଷ ଚତୁର୍ଥାଂଶ → କ୍ଷୟକାଳୀନ କ୍ରେସେଣ୍ଟ ପର୍ଯ୍ୟାୟ → ଅମାବାସ୍ୟା ।
(iii) ଏହି ସମୟ ପର୍ଯ୍ୟାୟ ଚକ୍ର ଘଟିବାର ଅବଧୂ 29.5 ଦିନ ଯାହାକୁ ଗୋଟିଏ ଚାନ୍ଦ୍ରମାସ କହନ୍ତି ।
(iv) ଏକ ସାଧାରଣ ଭୂଲଧାରଣା ଏହି କି ଯେ ପୃଥ‌ିବୀର ଛାୟା ଚନ୍ଦ୍ରର ଏହି ସମସ୍ତ ପର୍ଯ୍ୟାୟ ଘଟାଇଥାଏ ମାତ୍ର ପୃଥ‌ିବୀର ଛାୟା କେବଳ ଚନ୍ଦ୍ରଗ୍ରହଣ ସମୟରେ ଅନୁଭୂତ ହୁଏ ।
(v) ଚନ୍ଦ୍ର ସୂର୍ଯ୍ୟାଲୋକ ପ୍ରତିଫଳନ କରୁଥିବାରୁ ଏହାର ଆଲୋକିତ୍ ଅଂଶ ପୃଥ‌ିବୀକୁ ଦୃଶ୍ୟମାନ ହୁଏ ଏବଂ ଏହି ଦୃଶ୍ୟମାନ ଅଂଶର ପରିମାଣ ଚନ୍ଦ୍ରର ପୃଥ‌ିବୀ ଓ ସୂର୍ଯ୍ୟ ସହ ଆପେକ୍ଷିକ ଅବସ୍ଥାନର ପରିବର୍ତ୍ତନ ଯୋଗୁଁ କ୍ରମାଗତ ବଦଳୁଥାଏ ।

ଦୃଢୋକ୍ତି–କାରଣ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର

ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକ ପ୍ରତ୍ୟେକରେ ଦୁଇଟି ଭକ୍ତି’ ରହିଛି । ପ୍ରଥମଟି ଦୃଢୋକ୍ତି ବା Assertion (A) ଏବଂ ଦ୍ଵିତୀୟଟି କାରଣ ବା Reason (R) ।
(A) ଉଭୟ A ଓ R ସତ୍ୟ ଅଟେ ଏବଂ R ହେଉଛି A ର ସଠିକ୍ ବାଖ୍ୟାକରଣ ।
(B) ଉଭୟ A ଓ R ସତ୍ୟ କିନ୍ତୁ R, A ର ସଠିକ୍ ବାଖ୍ୟାକରଣ ନୁହେଁ ।
(C) A ସତ୍ୟ କିନ୍ତୁ R ମିଥ୍ୟା ।
(D) ଉଭୟ A ଔ R ମିଥ୍ୟା ।

Question 1.
ଦୃଢୋକ୍ତି (Assertion) (A) : ଚନ୍ଦ୍ର କ୍ୟାଲେଣ୍ଡର ଋତୁଚକ୍ର ସହ ସମନ୍ଵୟ ରକ୍ଷା କରେ ନାହିଁ ।
କାରଣ (Reason) (R) : ଗୋଟିଏ ଚାନ୍ଦ୍ରବର୍ଷର ଦିନ ସଂଖ୍ୟା, ସୌରବର୍ଷ ତୁଳନାର କମ୍ ।
Answer:
(A) ଉଭୟ A ଓ R ସତ୍ୟ ଅଟେ ଏବଂ R ହେଉଛି A ର ସଠିକ୍ ବାଖ୍ୟାକରଣ ।

Question 2.
ଦୃଢୋକ୍ତି (Assertion) (A) : ପୃଥ‌ିବୀର ଚନ୍ଦ୍ର ଉପରେ ଛାଇ ଯୋଗୁଁ ଚନ୍ଦ୍ରକଳାର ସୃଷ୍ଟି ।
କାରଣ (Reason) (R) : ପୃଥ‌ିବୀ, ଚନ୍ଦ୍ରରେ ସୂର୍ଯ୍ୟାଲୋକ ପଡ଼ିବାରେ ବାଧା ଦିଏ ।
Answer:
(D) ଉଭୟ A ଔ R ମିଥ୍ୟା ।

Question 3.
ଦୃଢୋକ୍ତି (Assertion) (A) : ପୂର୍ଣିମା ଦିନ ଚନ୍ଦ୍ର ରାତି ସାରା ଦେଖାଯାଏ ।
କାରଣ (Reason) (R) : ସୂର୍ଯ୍ୟଠାରୁ ଚନ୍ଦ୍ର, ପୃଥ‌ିବୀର ବିପରୀତ ପାର୍ଶ୍ଵରେ ଥାଏ ।
Answer:
(A) ଉଭୟ A ଓ R ସତ୍ୟ ଅଟେ ଏବଂ R ହେଉଛି A ର ସଠିକ୍ ବାଖ୍ୟାକରଣ ।

Question 4.
ଦୃଢୋକ୍ତି (Assertion) (A) : ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଦିପାବଳୀ ତାରିଖ ପ୍ରତିବର୍ଷ ବଦଳିଥାଏ ।
କାରଣ (Reason) (R) : ଦିପାବଳୀ ସୌର କ୍ୟାଲେଣ୍ଡର ଅନୁସାରେ ପଡେ ।
Answer:
(C) A ସତ୍ୟ କିନ୍ତୁ R ମିଥ୍ୟା ।

Question 5.
ଦୃଢୋକ୍ତି (Assertion) (A) : ସୌରଚନ୍ଦ୍ର କ୍ୟାଲେଣ୍ଡର ଭାରତରେ ପର୍ବପର୍ବାଣୀ ନିମନ୍ତେ ପ୍ରଚଳିତ ହୁଏ ।
କାରଣ (Reason) (R) : ଏହା ଚାନ୍ଦ୍ରମାସକୁ ସୌରବର୍ଷ ସହ ସମନ୍ବିତ କରିଥାଏ ।
Answer:
(A) ଉଭୟ A ଓ R ସତ୍ୟ ଅଟେ ଏବଂ R ହେଉଛି A ର ସଠିକ୍ ବାଖ୍ୟାକରଣ ।

ଘଟଣା ଉପରେ ଆଧାରିତ ପ୍ରଶ୍ନ

Question 1.
ରାଘବ ଦେଖିଲା ଯେ ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କିଛି ଦିନ ଧରି ଚନ୍ଦ୍ର ପ୍ରତୀୟମାନ ହେଲା । ପ୍ରଥମେ ଏହା ସଂପୂର୍ଣ୍ଣ ଚନ୍ଦ୍ର ଥିଲା ପରେ କ୍ରମେ କ୍ରମେ ଏହା ଛୋଟ ହୋଇଗଲା । ସେ ଚନ୍ଦ୍ର କ୍ୟାଲେଣ୍ଡର ଦେଖିବାକୁ ଲାଗିଲା ଏବଂ ଦେଖୁଲା ଆଗକୁ ଜନ୍ମାଷ୍ଟମୀ ପର୍ବ ଆସୁଛି । ଏହିପର୍ବ କୃଷ୍ଣପକ୍ଷରେ ପାଳିତ ହୁଏ । ସେ ମଧ୍ୟ ଦେଖୁଲା ଚନ୍ଦ୍ର ପ୍ରତିଦିନ ପୂର୍ବଦିନ ଅପେକ୍ଷା 50 ମିନିଟ୍ ବିଳମ୍ବରେ ଦେଖାଯାଉଛି । ସେ ଗୋଟିଏ ଦିନ ରାତି 9.30 ଏବଂ ପରଦିନ ରାତି 10.20 ରେ ଦେଖୁଥିଲା । ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ।
(i) ସପ୍ତାହ ଆରମ୍ଭରୁ ରାଘବ ଚନ୍ଦ୍ରର କେଉଁ ପର୍ଯ୍ୟାୟ ଦେଖୁଥିଲା ?
(a) ବୃଦ୍ଧିକାଳୀନ ଗିବସ୍ ପର୍ଯ୍ୟାୟ
(b) ପୂର୍ଣ୍ଣିମା
(c) କ୍ଷୟକାଳୀନ ଗି ପର୍ଯ୍ୟାୟ
(d) ଅମାବାସ୍ଯା
Answer:
(c) କ୍ଷୟକାଳୀନ ଗି ପର୍ଯ୍ୟାୟ

(ii) ଜନ୍ମାଷ୍ଟମୀ ପର୍ବ ଚନ୍ଦ୍ରଚକ୍ରର କେଉଁଦିନ ପଡ଼େ ?
(a) ବୃଦ୍ଧିକାଳୀନ କ୍ରସେଣ୍ଟ ପର୍ଯ୍ୟନ୍ତ
(b) କ୍ଷୟକାଳୀନ ପର୍ଯ୍ୟାୟ
(c) ପୂର୍ଣ୍ଣିମା
(d) ଅମାବାସ୍ଯା
Answer:
(b) କ୍ଷୟକାଳୀନ ପର୍ଯ୍ୟାୟ

(iii) ଚନ୍ଦ୍ର ପ୍ରତିଦିନ ପୂର୍ବଦିନ ତୁଳନାରେ 50 ମିନିଟ୍ ବିଳମ୍ବରେ ଉଦୟ ହେଲା କାରଣ-
(a) ପୃଥ‌ିବୀର ତଳି ରହିଥ‌ିବା ଅକ୍ଷ
(b) ପୃଥ‌ିବୀର ଆବର୍ତ୍ତନ ଧୀର ହେବା
(c) ଚନ୍ଦ୍ର ପୃଥବୀ ଚାରିପଟେ ଘୂରୁଥିବା ଯୋଗୁ
(d) ସୂର୍ଯ୍ୟଙ୍କର ଅବସ୍ଥାନରେ ପରିବର୍ତ୍ତନ
Answer:
(c) ଚନ୍ଦ୍ର ପୃଥବୀ ଚାରିପଟେ ଘୂରୁଥିବା ଯୋଗୁ

(iv) ଆଜି ଯଦି କୃଷ୍ଣପକ୍ଷ ଅଷ୍ଟମୀ ହୁଏ, ଏହା ଚନ୍ଦ୍ରର କେଉଁ ପର୍ଯ୍ୟାୟ-
(a) ଅର୍ଦ୍ଧଚନ୍ଦ୍ର
(c) ପୂର୍ଣ୍ଣିମା
(b) ଅଦୃଶ୍ୟ କ୍ରସେଣ୍ଟ ପର୍ଯ୍ୟାୟ
(d) ବୃଦ୍ଧିକାଳୀନ ଗି ପର୍ଯ୍ୟାୟ
Answer:
(a) ଅର୍ଦ୍ଧଚନ୍ଦ୍ର

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 2.
ଶରତ ଋତୁ ପୂର୍ଣ୍ଣିମାରେ ଅନୟା ଦେଖିଲା ଯେ ରାତ୍ରର ଅଧୁକାଂଶ ସମୟ ଚନ୍ଦ୍ର ଦେଖାଗଲା ଏବଂ ସଂପୂର୍ଣ୍ଣ ଗୋଲ ଦେଖାଯାଉଥିଲା । ଜେଜେମା କହିଲେ ସେଦିନ ପୂର୍ଣ୍ଣିମା ଥିଲା ଏବଂ ଏହା ସେ ରାତିଟି ଗୋଟିଏ ଅତ୍ୟନ୍ତ ଶୁଭରାତ୍ରି ଥିଲା । ଜିଜ୍ଞାସୁ ହୋଇ ଅନୟା ପରବର୍ତ୍ତୀ 10 ଦିନ ଧରି ଚନ୍ଦ୍ରକୁ ନିରୀକ୍ଷଣ କଲା ଏବଂ ଦେଖୁଲେ ଦିନକୁ ଦିନ ଚନ୍ଦ୍ରର ଆକାର ହ୍ରାସ ପାଉଥିଲା ଏବଂ ଏହାର ଉଦୟ ସମୟ ଦିନକୁ ଦିନ ବିଳମ୍ବିତ ହେଉଥିଲା । ପଞ୍ଚାଙ୍ଗ କ୍ୟାଲେଣ୍ଡର ଦେଖ‌ିଲେ ଜାଣିଲା ସେ ମାସଟି ଅମାବାସ୍ୟାରେ ସମାପ୍ତ ହେଉଛି । ଘଟଣାଟି ଅନୁଧ୍ୟାନ କରି ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(i) ଶରତ ପୂର୍ଣ୍ଣିମାରେ ସେ ଚନ୍ଦ୍ରର କେଉଁ ପର୍ଯ୍ୟାୟ ଦେଖୁଥିଲା ?
(ii) ପୂର୍ଣ୍ଣିମା ପରେ ଏବଂ ଅମାବାସ୍ୟା ପୂର୍ବରୁ କେଉଁ ପର୍ଯ୍ୟାୟ ଆସିଥିଲା ?
(ii) ଚନ୍ଦ୍ର କାହିଁକି ପରବର୍ତ୍ତୀ ଦିନ ଗୁଡ଼ିକରେ ବିଳମ୍ବରେ ଉଦୟ ହେଉଥିଲା ?
(iv) କେଉଁ କ୍ୟାଲେଣ୍ଡର ତାକୁ ଶରତ ପୂର୍ଣ୍ଣିମାର ତାରିଖ ଜଣାଇଲା ?
(v) ଅମାବାସ୍ୟାର ଚାନ୍ଦ୍ରମାସର ସମାପ୍ତ ସହ ସମ୍ବନ୍ଧ କ’ଣ ?
Answer:
(i) ଚନ୍ଦ୍ରର ପର୍ଯ୍ୟାୟଟି ପୂର୍ଣ୍ଣିମା ଥିଲା ଯେଉଁଦିନ ଚନ୍ଦ୍ରର ଆଲୋକିତ ଅଂଶ ସଂପୂର୍ଣ୍ଣ ଭାବେ ପୃଥ‌ିବୀକୁ ଦେଖାଯାଉଥିଲା ।
(ii) ପୂର୍ଣ୍ଣିମା ପର ଓ ଅମାବାସ୍ୟା ପୂର୍ବ ପର୍ଯ୍ୟାୟକୁ କ୍ଷୟକାଳୀନ ପର୍ଯ୍ୟାୟ (Waxing period) ବା କୃଷ୍ଣପକ୍ଷ କହନ୍ତି ।
(iii) ଚନ୍ଦ୍ର ପ୍ରତିଦିନ ତାର ଠିକ୍ ପୂର୍ବଦିନ ତୁଳନାରେ 50 ମିନିଟ୍ ପରେ ଉଦୟ ହେଉଥିଲା । ଏହାର କାରଣ ହେଉଛି, ଚନ୍ଦ୍ର ସର୍ବଦା ପୃଥ‌ିବୀକୁ ପରିକ୍ରମଣ କରେ ଏବଂ ଏହି ସମୟରେ ପୃଥ‌ିବୀର ଆବର୍ତ୍ତନ ଯୋଗୁ ଚନ୍ଦ୍ରକୁ ଦେଖ‌ିବାକୁ ଅଧ‌ିକ 50 ମିନିଟ୍ ଲାଗେ ।
(iv) ସୌର-ଚନ୍ଦ୍ର କ୍ୟାଲେଣ୍ଡରରୁ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା)ର ଦିନଟି ଜାଣି ହୁଏ ।
(v) ଅମାବାସ୍ୟା ଚାନ୍ଦ୍ର ମାସର ଶେଷଦିନ କାରଣ ସେଦିନ ଚନ୍ଦ୍ର, ପୃଥ‌ିବୀ ପୃଷ୍ଠରୁ ଆଦୌ ଦେଖାଯାଏ ନାହିଁ ।

Leave a Comment