Odisha State Board BSE Odisha 8th Class Science Solutions Chapter 11 ବଳ ଓ ଚାପ Textbook Exercise Questions and Answers.
BSE Odisha Class 8 Science Solutions Chapter 11 ବଳ ଓ ଚାପ
Question 1.
ନିମ୍ନ ଉକ୍ତିଗୁଡ଼ିକରେ ଶୂନ୍ୟସ୍ଥାନ ପୂରଣ କର ।
(a) ………………… ବଳଦ୍ଵାରା ପାଣି କଢ଼ାଯାଏ ।
(b) ଏକ ଚାର୍ଜିତ ବସ୍ତୁ ଓ ଅଚାର୍ଜିତ ବସ୍ତୁ ମଧ୍ୟରେ …………………… ବଳ ରହିଥାଏ ।
(c) ବସ୍ତା ଭର୍ତ୍ତି ଧାନ ଲଦା ହୋଇ ଯାଉଥିବା ଶଗଡ଼କୁ ………………. କରି ଗତିଶୀଳ କରାଯାଏ ।
(d) ଏକ ଚୁମ୍ବକର ଉତ୍ତର ମେରୁ ଅନ୍ୟ ଏକ ଚୁମ୍ବକର ଉତ୍ତର ମେରୁ ଦ୍ଵାରା …………………… ହୋଇଥାଏ ।
(e) ଏକକ କ୍ଷେତ୍ରଫଳ ପ୍ରତି ଲମ୍ବଭାବରେ ପ୍ରଯୁକ୍ତ ବଳକୁ ……………….. କହନ୍ତି ।
Answers:
(a) ଟଣା
(b) ଆକର୍ଷଣ
(c) ମାଂସପେ ଶୀୟ/ଟଣା
(d) ବିକର୍ଷିତ
(e) ଚାପ
Question 2.
ନିମ୍ନରେ ଦିଆଯାଇଥିବା ପରିସ୍ଥିତି ଗୁଡ଼ିକରେ ବଳର କାରକ ଓ ଯେଉଁ ବସ୍ତୁ ପ୍ରତି ବଳ ପ୍ରୟୋଗ କରାଯାଏ ସେଗୁଡ଼ିକ ଚିହ୍ନାଅ । ପ୍ରତି ପରିସ୍ଥିତିରେ ବଳ ପ୍ରୟୋଗ ଦ୍ଵାରା କ’ଣ ହୁଏ ଲେଖ ।
(a) ଲେମ୍ବୁରୁ ରସ ବାହାର କରିବା ପାଇଁ ଫାଳେ ଲେମ୍ବୁକୁ ଆଙ୍ଗୁଠିରେ ଧରି ଚିପିବା ବେଳେ ।
(b) ଟୁଥ୍ ପେଷ୍ଟ୍ ଟ୍ୟୁବ୍ରୁ ପେଷ୍ଟ୍ ବାହାର କରିବା ବେଳେ ।
(c) କାନ୍ଥରେ ଥିବା କଣ୍ଟାରୁ ଝୁଲୁଥ୍ ସ୍ପ୍ରିଙ୍ଗ୍ରୁ ଓଜନିଆ ବସ୍ତୁଟିଏ ଝୁଲାଇଲେ ।
(d) ଉଚ୍ଚଡିଆରେ କିଛି ଉଚ୍ଚତାରେ ରଖାଯାଇଥିବା ସିଧା ଦଣ୍ଡଟିକୁ ଡିଆଁଳି ଅତିକ୍ରମ କରୁଥିବାବେଳେ ।
ଉ-
Question 3.
କମାର ଲାଲ ଉତ୍ତପ୍ତ ଲୁହାକୁ ପିଟି ପିଟି କଟୁରୀଟିଏ ତିଆରି କରେ । ଏଠାରେ ହାତୁଡ଼ି ଦ୍ଵାରା ପ୍ରଯୁକ୍ତ ବଳ ସାହାଯ୍ୟରେ ଲୁହାଟିରେ କି ପରିବର୍ତ୍ତନ ସୃଷ୍ଟି ହୁଏ ଲେଖ ।
ଉ-
ଏଠାରେ ହାତୁଡ଼ିଦ୍ୱାରା ପ୍ରଯୁକ୍ତ ବଳ ସାହାଯ୍ୟରେ ଲୁହାଟିର ଆକୃତିରେ ପରିବର୍ତ୍ତନ ହୁଏ ।
Question 4.
ଜଣେ ବ୍ୟକ୍ତି ହାତରେ ପାଣି ବାଲ୍ଟିଏ ଭୂମିଠାରୁ କିଛି ଉଚ୍ଚତାରେ ଟେକି ଧରିଛନ୍ତି । ବାଲ୍ଟିଟି ଉପରେ କି, କି ବଳ କ୍ରିୟାଶୀଳ ହୁଏ ଲେଖ । ଏହି ବଳମାନଙ୍କ ଦ୍ବାରା ବାଲ୍ଟିର ଗତି ଅବସ୍ଥାରେ ପରିବର୍ତ୍ତନ ହୁଏ କି ? ଆଲୋଚନା କର ।
ଉ-
(i) ବାଲ୍ଟିଟି ଉପରେ ନିମ୍ନଲିଖ ବଳ କାର୍ଯ୍ୟକାରୀ ହୁଏ ।
(a) ବାଲ୍ଟି ଓ ବାଲ୍ଟି ମଧ୍ୟରେ ଥିବା ପାଣିର ନିମ୍ନମୁଖୀ ଓଜନ ବଳ ।
(b) ବ୍ୟକ୍ତିଟିର ମାଂସପେଶୀୟ ବଳ
(ii) ବାଲ୍ଟିଟି ଭୂମିଠାରୁ କିଛି ଉଚ୍ଚତାରେ ଥାଏ ଓ ପରିଣାମୀ ବଳ ଶୂନ ହେତୁ ବାଲ୍ଟିର ଗତି ଅବସ୍ଥାରେ କିଛି ପରିବର୍ତ୍ତନ ହୁଏ ନାହିଁ ।
Question 5.
ଏକ ଡ୍ରପର୍ରେ ଥିବା କାଚନଳୀର ଗୋଜିଆ ମୁଣ୍ଡଟି ଜଳରେ ବୁଡ଼ାଇ, ଏହାର ରବରଟି ଚାପିଲେ କ’ଣ ହୁଏ ଲକ୍ଷ୍ୟକର ଓ ଲେଖ । ତା’ପରେ ରବରଟିରୁ ଚାପ ପ୍ରତ୍ୟାହାର କରିନେଲେ କ’ଣ ହୁଏ ଓ କାହିଁକି ସେପରି ହୁଏ,
- ହୋଇ ବାୟୁ ବାହାରେ । ରବରଟିରୁ ଚାପ ପ୍ରତ୍ୟାହାର କରିନେଲେ ଡ୍ରପର ମଧ୍ୟଦେଇ ଜଳ ଉପରକୁ ଉଠିଆସେ ।
- ପ୍ରଥମ ଅବସ୍ଥାରେ ଡ୍ରପର ମଧ୍ୟରେ ଥିବା ବାୟୁ ଜଳ ମଧ୍ୟଦେଇ ବାହାରକୁ ବାହାରିଯାଏ । ରବରଟିରୁ ଚାପ ପ୍ରତ୍ୟାହାର କରିନେଲେ ଡ୍ରପର ମଧ୍ୟସ୍ଥ ବାୟୁ ଚାପ କମିଯାଏ । ତେଣୁ ବାହାର ବାୟୁ ଜଳ ଉପରେ ଚାପ ପକାଏ । ତେଣୁ ଜଳ କାଚନଳୀ ମଧ୍ୟଦେଇ ଡ୍ରପର ମଧ୍ୟକୁ ଉଠିଆସେ ।
Question 6.
ଦୈନନ୍ଦିନ ଜୀବନରେ ଠେଲା ବଳ ଓ ଟଣା ବଳ ପ୍ରୟୋଗ ଦ୍ୱାରା ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ ହେଉଥୁବାର, ଦୁଇଟି ଲେଖାଏଁ ଉଦାହରଣ ଲେଖ ।
ଠେଲାବଳ :
- ଘରେ ପଶି କବାଟ ଖୋଲିବା ସମୟରେ ଠେଲାବଳ କାର୍ଯ୍ୟ କରିଥାଏ ।
- ଘର ଚଟାଣରେ ଥିବା ଧୂଳିକୁ ଝାଡୁରେ ଠେଲାବଳ ପ୍ରୟୋଗ କରି ବାହାର କରାଯାଏ ।
ଟଣାବଳ :
- ଘରର ବାହାରପଟୁ ଥିବା ଝରକା ଟଣାବଳ ପ୍ରୟୋଗ କରି ବନ୍ଦ କରାଯାଏ ।
- କୂଅରୁ ପାଣି କାଢ଼ିବା ବେଳେ ଟଣାବଳ ଆବଶ୍ୟକ ହୋଇଥାଏ ।
Question 7.
“‘ବଳ ବସ୍ତୁର ଆକୃତି ପରିବର୍ତ୍ତନ କରିପାରେ’’ । ଏହାର ଦୁଇଟି ଉଦାହରଣ ଉଲ୍ଲେଖ କର ।
ଉ-
- ଅଟା ଚକଟି ଏହାର ପିଣ୍ଡୁଳାକୁ ବେଲଣାକାଠି ଦ୍ଵାରା ଚାପ ପ୍ରୟୋଗ କରି ରୁଟି, ପୁରିରେ ପରିଣତ କରିବା ।
- କମାରଶାଳରେ ଉତ୍ତପ୍ତ ଲୁହାକୁ ବାଡ଼େଇ ସେଥୁରୁ ଦାଆ, ପନିକି, କଟୁରୀ ଇତ୍ୟାଦି ଦିଆରି କରିବା ।
Question 8.
ନିମ୍ନଲିଖ ପ୍ରତ୍ୟେକ ଉଦାହରଣରେ ପ୍ରଯୁକ୍ତ ବଳ ସଂସ୍ପର୍ଶ ବଳ କି ଅସଂସ୍ପର୍ଶ ବଳ, ଲେଖ ।
(a) ବୁଢ଼ୀମା’ ଛୋଟ ପିଲାଟିକୁ ତେଲ ଘଷୁଛନ୍ତି ।
(b) ଏକ ପାତ୍ରରେ ଥିବା ଶସ୍ୟଦାନାରେ କିଛି ଲୁହାଗୁଣ୍ଡ ମିଶି ଯାଇଛି ଓ ରାମ ବାବୁ ଖଣ୍ଡିଏ ଚୁମ୍ବକ ଧରି ସେହି ଲୁହାଗୁଣ୍ଡ ଗୁଡ଼ିକୁ ଅଲଗା କରୁଛନ୍ତି ।
(c) ପ୍ଲାଷ୍ଟିକ୍ ପାନିଆରେ ଶୁଖୁଲା କେଶ କୁଣ୍ଡାଇବା ପରେ ପାନିଆଟି ଦ୍ଵାରା ପିଲାଟିଏ ଟୁକୁରା କାଗଜଗୁଡ଼ିକୁ ଉଠାଇ ଆଣୁଛି ।
(d) ତୁମେ ବହିଥାକରୁ ତୁମର ଗଣିତ ବହିଟି ବାହାର
(e) ଜଣେ ବ୍ୟକ୍ତି ରାସ୍ତାରେ ଚାଲିଚାଲି ଯାଉଛନ୍ତି
(f) ପାଚିଲା ଆମ୍ବଟିଏ ଗଛରୁ ଝଡୁଛି ।
Answers:
(a) ସଂସ୍ପର୍ଶ ବଳ (ଟଣାବଳ)
(b) ସଂସ୍ପର୍ଶ ବଳ (ଚୁମ୍ବକୀୟ ବଳ)
(c) ଅସଂସ୍ପର୍ଶ ବଳ (ସ୍ଥିର ବିଦ୍ୟୁତ୍ ବଳ)
(d) ସଂସ୍ପର୍ଶ ବଳ (ଟଣା ବଳ)
(e) ସଂସ୍ପର୍ଶ ବଳ (ଘର୍ଷଣ ବଳ)
(f) ଅସଂସ୍ପର୍ଶ ବଳ (ମାଧ୍ୟାକର୍ଷଣ ବଳ)
(ଛାତ୍ରଛାତ୍ରୀମାନେ ଜାଣିବାପାଇଁ ବିଭିନ୍ନ ବଳର ନାମ ଦିଆଯାଇଛି ।)
Question 9.
ଚାପ ଓ ବଳ ମଧ୍ୟରେ ସଂପର୍କଟି ଲେଖ ।
ଉ-
A = 1 ବର୍ଗ ଏକକ ହେଲେ P = F । ତେଣୁ, ଚାପ ହେଉଛି ଏକକ କ୍ଷେତ୍ରଫଳ ଉପରେ ପ୍ରଯୁକ୍ତ ବଳ ।
Question 10.
ସମକ୍ଷେତ୍ରଫଳ ବିଶିଷ୍ଟ ଦୁଇଟି ପ୍ଲାଷ୍ଟିକ ନଳ A ଓ B ରେ ଜଳ ଭର୍ତ୍ତି କରିବାରୁ ମୁଁ ନଳରେ ଜଳର ଉଚ୍ଚତା 20 ସେ.ମି. ଓ B ନଳରେ ସେହି ଉଚ୍ଚତା 15 ସେ.ମି. ହେଲା କେଉଁ ନଳର ଭୂମି ଉପରେ ଜଳର ଚାପ ଅଧ୍ଵ ଓ କାହିଁକି, ବୁଝାଅ ।
ଉ-
- A ନଳରେ ଜଳର ଉଚ୍ଚତା = 20 ସେ.ମି. ଓ B ନଳରେ ଜଳର ଉଚ୍ଚତା = 15 60. ।
- A ନଳର ଭୂମି ଉପରେ ଜଳର ଚାପ ଅଧିକ କାରଣ ଏଠାରେ ଜଳପୃଷ୍ଠର ଉଚ୍ଚତା ଅଧିକ ।
Question 11.
ମୁନ ନଥିବା ପିନ୍କଣ୍ଟା ଦ୍ଵାରା କିଛି କାଗଜ ଏକାଠି ଗୁଛିବା କଷ୍ଟ ହୁଏ କାହିଁକି, ବୁଝାଅ ।
ଉ-
ମୁନ ନ ଥିଲେ ପିନ୍କଣ୍ଟାର ପୃଷ୍ଠକ୍ଷେତ୍ରଫଳ ଅଧିକ ହୋଇଥାଏ, ଫଳରେ ଚାପ କମ୍ ହୁଏ । ଚାପ ଏକ ପରିମେୟ ସଂଖ୍ୟା ଯାହାର ହର କ୍ଷେତ୍ରଫଳ । ଏଠାରେ ପୃଷ୍ଠକ୍ଷେତ୍ରଫଳ ଅଧିକ ହେତୁ ଚାପ କମ୍ ହୁଏ, ତେଣୁ କିଛି କାଗଜ ଗୁଛିବା କଷ୍ଟ ହୁଏ ।
Question 12.
ଏକ ପ୍ଲାଷ୍ଟିକ୍ ବୋତଲରେ ଗରମ ପାଣି ରଖ୍ ଏହାର ଠିପିଟି ବନ୍ଦ କରାଗଲା । ପ୍ରାୟ 1 ଘଣ୍ଟାପରେ ଦେଖାଗଲା ଯେ ବୋତଲଟି ଚେପା ହୋଇଯାଇଛି । ଏହାର କାରଣ ବୁଝାଅ ।
ଉ-
- ପ୍ଲାଷ୍ଟିକ୍ ବୋତଲରେ ଗରମ ପାଣି ରଖୁ ଏହାର ଠିପିଟି ବନ୍ଦ କରାଗଲା ।
- କିଛି ସମୟପରେ ଗରମପାଣି ଶୀତଳ ହୋଇ ଥଣ୍ଡା ପାଣିରେ ପରିଣତ ହେବ, ଫଳରେ ସେ ପାଣିର ଆୟତନ କମିଯିବ ।
- ତେଣୁ ବୋତଲ ମଧ୍ୟରେ ବାୟୁଚାପ କମିଯିବ । ଫଳରେ ବାହାର ବାୟୁର ସର୍ବଦିଗ ଚାପ ଯୋଗୁଁ ବୋତଲଟି ଚେପା ହୋଇଯିବ ।
Question 13.
ଜଣେ ଧନୁର୍ଦ୍ଧାରୀ ଲକ୍ଷ୍ୟସ୍ଥଳକୁ ଶର ମାରିବା ପାଇଁ ଧନୁରେ ଶରଟି ରଖ୍ ଗୁଣ ଚଢ଼ାଇଲେ । ଲକ୍ଷ୍ୟ ସ୍ଥିର ରଖ୍ ସେ ଶରଟି ଛାଡ଼ିଲେ । ଶରଟି ଲକ୍ଷ୍ୟସ୍ଥଳ ଆଡ଼କୁ ଗତିଶୀଳ ହେଲା । ଏହି ସୂଚନାକୁ ଆଧାରକରି ବନ୍ଧନୀ ମଧ୍ଯରେ ପ୍ରଦତ୍ତ ଶବ୍ଦମାନଙ୍କ ମଧ୍ୟରୁ ଉପଯୁକ୍ତ ଶବ୍ଦଗୁଡ଼ିକ ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର । (ମାଂସପେଶୀୟ, ସଂସ୍ପର୍ଶ, ଅସଂସ୍ପର୍ଶ, ମାଧ୍ୟାକର୍ଷଣ, ଘର୍ଷଣ, ଆକୃତି, ଆକର୍ଷଣ)
(a) ଧନୁଟିରେ ଗୁଣ ଦେବାପାଇଁ ଧନୁର୍ଦ୍ଧାରୀ ଯେଉଁ ବଳ ପ୍ରୟୋଗ କରନ୍ତି ତାହା ଧନୁଟିର …………………. ପରିବର୍ତ୍ତନ କରେ ।
(b) ଧନୁରେ ଗୁଣ ଦେବାବେଳେ ଏଥିରେ ପ୍ରଯୁକ୍ତ ହେଉଥିବା ବଳ ……………….. ବଳର ଏକ ଉଦାହରଣ ।
(c) ଶବ୍ଦଟିର ଗତି ଅବସ୍ଥାରେ ପରିବର୍ତ୍ତନ ପାଇଁ ଏଥିରେ ପ୍ରଯୁକ୍ତ ବଳ …………………. ବଳର ଏକ ଉଦାହରଣ ।
(d) ଶରଟି ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର ହେଉଥିବାବେଳେ ଏହା ଉପରେ କ୍ରିୟାଶୀଳ ବଳଗୁଡ଼ିକ ମଧ୍ୟରୁ ଗୋଟିଏ …………………. ଯୋଗୁଁ ଓ ଅନ୍ୟଟି ବାୟୁର ………………….. ଯୋଗୁଁ ସୃଷ୍ଟି ହୋଇଥାଏ ।
Answers:
(a) କୃତି
(b) ମାଂସପେଶୀୟ
(c) ମାଧ୍ୟାକର୍ଷଣ
(d) ମାଧ୍ୟାକର୍ଷଣ, ଘର୍ଷଣ ବଳ
Question 14.
ଏକ କୃତ୍ରିମ ଉପଗ୍ରହକୁ ଏହାର କକ୍ଷରେ ଅବସ୍ଥାପନ କରିବାପାଇଁ ଏକ ରକେଟ୍ ସାହାଯ୍ୟରେ ଏହାକୁ ଉପରକୁ ପଠାଗଲା । ରକେଟ୍ ପ୍ରେରଣ କେନ୍ଦ୍ରରୁ ଠିକ୍ ଛାଡ଼ିବାପରେ ରକେଟ୍ ଉପରେ ଯେଉଁ ଦୁଇଟି ବଳ କ୍ରିୟାଶୀଳ ହୁଅନ୍ତି, ସେମାନଙ୍କର ନାମ ଲେଖ ।
ଉ-
ରକେଟ୍ ପ୍ରେରଣ କେନ୍ଦ୍ରରୁ ଠିକ୍ ଛାଡ଼ିବା ପରେ ରକେଟ୍ ଉପରେ ନିମ୍ନଲିଖ ବଳ କ୍ରିୟାଶୀଳ ହୁଏ – କୃତ୍ରିମ ଉପଗ୍ରହ ଓ ରକେଟ୍ର ନିମ୍ନମୁଖୀ ଓଜନ ବଳ (ପୃଥୁବୀର ମହାକର୍ଷଣ ବଳ) ଏବଂ ବାୟୁର ଘର୍ଷଣ ବଳ ।
Question 15.
ଯଦି ଏକ ବସ୍ତୁ ଉପରେ ଦୁଇଟି ବଳ F1 ଓ F2 ପରସ୍ପରର ବିପରୀତ ଦିଗରେ କ୍ରିୟାଶୀଳ ହୁଅନ୍ତି, ତେବେ ବସ୍ତୁଟି ଉପରେ କେଉଁ ପରିଣାମୀ ବଳ କ୍ରିୟାଶୀଳ ହୋଇଥାଏ ?
ଉ-
ଯଦି ଏକ ବସ୍ତୁ ଉପରେ ଦୁଇଟି ବଳ F1 ଓ F2 ପରସ୍ପରର ବିପରୀତ ଦିଗରେ କ୍ରିୟାଶୀଳ ହୁଅନ୍ତି, ତେଣୁ ବସ୍ତୁଟି ଉପରେ F1 – F2 ଯଦି F1 > F2 ବା F2 – F1 ଯଦି F2 > F1 ବଳ କ୍ରିୟାଶୀଳ ହୁଏ ।
ଅର୍ଥାତ୍ :
- ଯଦି F1 = F2, ତେବେ ପରିମାଣୀ ବଳ = F1 – F2 = 0
- ଯଦି F1 > F2, ତେବେ ପରିଣାମୀ ବଳ = F1 – F2
- ଯଦି F1 < F2, ତେବେ ପରିଣାମୀ ବଳ = F2 – F1
Question 16.
ଭୂସମାନ୍ତର ଭାବେ ଥିବା ଏକ ବୃତ୍ତାକାର ପଥରେ ଗୋଟିଏ ବସ୍ତୁ ସମବେଗରେ ଘୂରୁଅଛି । ସେହି ବସ୍ତୁ ଉପରେ କିଛି ବଳ କ୍ରିୟାଶୀଳ ହେଉଛି କି ? କାହିଁକି ?
ଉ-
ଭୂସମାନ୍ତର ଭାବେ ଥିବା ଏକ ବୃତ୍ତାକାର ପଥରେ ଗୋଟିଏ ବସ୍ତୁ ସମବେଗରେ ଘୁରୁଅଛି । ସେହି ବସ୍ତୁ ଉପରେ ମହାକର୍ଷଣ ବଳ ଓ ମାଧ୍ୟାକର୍ଷଣ ବଳ କ୍ରିୟାଶୀଳ ହେଉଛି ।
- ଏଠାରେ ପୃଥିବୀ ଓ ଘୂରୁଥୁବା ବସ୍ତୁର ବସ୍ତୁତ୍ଵ ପରସ୍ପରକୁ ଆକର୍ଷଣ କରନ୍ତି । ଏହି ବସ୍ତୁତ୍ଵଜନିତ ବଳ ମହାକର୍ଷଣ ବଳ ।
- ପୃଥିବୀ ମାଧ୍ୟାକର୍ଷଣ ବଳଦ୍ୱାରା ଘୂରୁଥିବା ବସ୍ତୁକୁ ଆକର୍ଷଣ କରିଥାଏ ।
ଆଉ କ ଣ କରିହେବ -ତୁମ ପାଇଁ କିଛି ଅଧିକ କାର୍ଯ୍ୟ ଓ ପ୍ରକଳ୍ପ :
1. 50 ସେ.ମି. ଲମ୍ବ ଓ 50 ସେ.ମି. ପ୍ରସ୍ଥ ବିଶିଷ୍ଟ ଏକ ବାଲୁକାଶଯ୍ୟା ପ୍ରସ୍ତୁତ କର, ଯେପରିକି ଏହାର ଉଚ୍ଚତା ପ୍ରାୟ 10 ସେ.ମି. ହେବ । କାଠ କିମ୍ବା ପ୍ଲାଷ୍ଟିକ୍ର ଏକ ସ୍କୁଲ ନିଅ । ଖଣ୍ଡିଏ ଗ୍ରାଫ୍ କାଗଜରୁ 1 ସେ.ମି. ପ୍ରସ୍ଥର ଦୁଇଟି ଲମ୍ବା ପଟି କାଟ । ଗୋଟିଏ ପଟି ସ୍କୁଲ୍ର ଏକ ଗୋଡ଼ ଉପରେ ଏହାର ତଳଠାରୁ ଉପର ଆଡ଼କୁ ଅଠାଦ୍ଵାରା ଲଗାଅ । ଅନ୍ୟଟି କରି ସ୍କୁଲ୍ ଧୀରେ ତା ଉପରେ ରଖ, ଯେପରିକି ତୁମର କୌଣସି ଚାପ ଷ୍ଟୁଲ୍ ଉପରେ ନ ପଡ଼େ ।
ବର୍ତ୍ତମାନ ବହି ଭଉଁଥିବା ତୁମର ସ୍କୁଲବ୍ୟାଗ, (କିମ୍ବା ଖଣ୍ଡେ ଇଟା ବା ପଥର ପରି ଓଜନିଆ ଜିନିଷ) ଷ୍ଟୁଲ୍ ଉପରେ ଧୀରେ ରଖ । ସ୍କୁଲ୍ର ଗୋଡ଼ଟି ବାଲି ଭିତରକୁ କିଛି ଦୂର ପଶିଥିବାର ତୁମେ ଲକ୍ଷ୍ୟ କରୁଛ କି ? ତୁମ ପେନ୍ସିଲ ଦ୍ବାରା ଗ୍ରାଫ୍ କାଗଜରେ ସେଠାରେ ଏକ ଦାଗ (mark) ଦିଅ । ଏହାପରେ ସ୍କୁଲ୍ ଓ ବ୍ୟାଗ୍ କାଢ଼ିନିଅ ଏବଂ ବାଲିର ଶଯ୍ୟାକୁ ଭଲ ଭାବେ ସମତଳ କରିଦିଅ । ବର୍ତ୍ତମାନ ସ୍କୁଲ୍ଟି ଏହି ଶଯ୍ୟା ଉପରେ ଧୀରେ ଓଲଟାଇ ରଖ ଏବଂ ବ୍ୟାଗ୍ ତା’ ଉପରେ ରଖିଦିଅ ।
ଏଥର କାଗଜରେ ଦେଇଥିବା ଦାଗରୁ ତୁମେ ଜାଣିପାରିବ, କେଉଁ କ୍ଷେତ୍ରରେ ସ୍କୁଲ୍ କେତେ ବାଲି ଭିତରକୁ ପଶିଛି । ଏଥୁରୁ ସ୍କୁଲ୍ ଓ ବ୍ୟାଗର ଓଜନ ଦ୍ବାରା ବାଲିର ଶଯ୍ୟା ଉପରେ ପଡୁଥିବା ଚାପ କେଉଁ କ୍ଷେତ୍ରରେ ଅଧ୍ଵ ହେଉଛି ଜାଣିପାରିବ, ଏହାର କାରଣ ନିର୍ଣ୍ଣୟ କର । ଉଭୟ କ୍ଷେତ୍ରରେ ଚାପଦ୍ଵୟର ଅନୁପାତ ବି ନିର୍ଣ୍ଣୟ କର । (ଏକ ସରୁ ମୁହଁଥିବା କାଚ କିମ୍ବା ପ୍ଲାଷ୍ଟିକ୍ ଡିବା ବ୍ୟବହାର କରି ଏହି ପ୍ରକଳ୍ପଟି ମଧ୍ୟ କରାଯାଇପାରିବ) ।
ଉ-
(i) ପ୍ରଥମ କ୍ଷେତ୍ରରେ ଷ୍ଟୁଲ୍ର ଚାରିଟି ଗୋଡ଼ର ମୋଟ ଭୂମିର କ୍ଷେତ୍ରଫଳ ଖୁବ୍ କମ୍, ତେଣୁ ଚାପ ଅଧିକ ହେବ ଓ ସ୍କୁଲ୍ର ଗୋଡ଼ ବାଲି ମଧ୍ୟକୁ ପ୍ରବେଶ କରିବ ।
(ii) ଦ୍ଵିତୀୟ କ୍ଷେତ୍ରରେ ସ୍କୁଲ୍ର ସ୍ପର୍ଶ କ୍ଷେତ୍ରଫଳ ସ୍କୁଲ୍ର ଉପର ପଟାର କ୍ଷେତ୍ରଫଳଠାରୁ ବହୁତ ବେଶି । ତେଣୁ ଏ କ୍ଷେତ୍ରରେ ଚାପ ଅଧିକ ହେତୁ ଚାପ ଖୁବ୍ କମ୍ ହେବ । ତେଣୁ ଦ୍ବିତୀୟ କ୍ଷେତ୍ରରେ ସ୍କୁଲ୍ ବାଲି ମଧ୍ୟରେ ଖୁବ୍ କମ୍ ପ୍ରବେଶ କରିବ ।
2. ଜଳ ଭଭି ଏକ କାଚଗିଲାସ ନିଅ । ପୋଷ୍ଟକାଡ଼ ପରି ଖଣ୍ଡିଏ ମୋଟା କାଗଜ ଦ୍ଵାରା ଏହାର ମୁହଁଟି ଘୋଡ଼ାଇଦିଅ [ଚିତ୍ର (a) । ବର୍ତ୍ତମାନ ଗୋଟିଏ ହାତରେ ଗିଲାସଟି ଧରି, ଅନ୍ୟ ହାତରେ କାଗଜଟିକୁ ଗିଲାସର ମୁହଁ ଉପରେ [ଚିତ୍ର (b)] ଯେପରିକି ଏହା ପୂରାପୁରି ସିଧା ରହିବ । ଧୀରେ କାଗଜଟି ଉପରୁ ହାତଟି କାଢ଼ିନିଅ [ଚିତ୍ର (c)] । କ’ଣ ଲକ୍ଷ୍ୟ କରୁଛ ? କାଗଜଟି ତଳକୁ ପଡ଼ିଗଲା ଓ ଜଳ ଢାଳି ହୋଇଗଲା କି ?
ଯଦି ସେପରି ହେଲା, କିଛି ଅଧ୍ଵ ସାବଧାନତାର ସହ ପରୀକ୍ଷାଟି ଆଉଥରେ କର । ତୁମେ ଦେଖୁ ଯେ ହାତର ବିନା ସାହାଯ୍ୟରେ କାଗଜଟି ଖସି ନଯାଇ ଗିଲାସରେ ଜଳକୁ ଧରି ରଖୁଛି । ଏପରି କାହିଁକି ହେଉଛି, କାରଣଟି ନିର୍ଣ୍ଣୟ କର । କାଗଜଟି କାଢ଼ିନେଇ ଗିଲାସର ମୁହଁଟି ଏକ କନାଦ୍ଵାରା ଘୋଡ଼ାଇ ପରୀକ୍ଷାଟି ଆଉଥରେ କର [ଚିତ୍ର (d), (e)] । କ’ଣ ଦେଖୁଛ ଓ କାହିଁକି ? ତୁମେ ପାଉଥବା ସିଦ୍ଧାନ୍ତଟି ଲେଖ ।
ଉ-
- ବାୟୁର ଊର୍ଦ୍ଧ୍ବଚାପ ଅଛି । ବାୟୁ ନିମ୍ନମୁଖୀ ଗ୍ଲାସ୍ ପୋଷ୍ଟକାର୍ଡ଼ ଉପରେ ଊର୍ଦ୍ଧ୍ବଚାପ ପକାଇବାରୁ ପୋଷ୍ଟକାର୍ଡ଼ଟି ତଳକୁ ଖସିବ ନାହିଁ କି ପାଣି ଢାଳି ହୋଇଯିବ ନାହିଁ ।
- କନାଦ୍ଵାରା ଘୋଡ଼ାଇ ଓଲଟାଇଲେ କନାମଧ୍ୟ ଦେଇ ଜଳ ମଧ୍ୟ ବାୟୁର ଊର୍ଦ୍ଧ୍ବଚାପ ଯୋଗୁ ତଳକୁ ପଡ଼ିବ ନାହିଁ ।
3. ଭିନ୍ନ ଭିନ୍ନ ଆକୃତିର ଯେ କୌଣସି ଚାରୋଟି ପ୍ଲାଷ୍ଟିକ୍ ଦୁଇଟି ବୋତଲରେ ଗୋଟିଏ ଲେଖାଏଁ ଓ ଅନ୍ୟ ଦୁଇଟି ବୋତଲରେ ଦୁଇଟି ଲେଖାଏଁ ରନ୍ଧ୍ର କର । ବର୍ତ୍ତମାନ ତିନୋଟି ସରୁ ପ୍ଲାଷ୍ଟିକ୍ ପାଇପ୍ ବା ନଳୀ ଦ୍ଵାରା ବୋତଲଗୁଡ଼ିକୁ ସଂଯୁକ୍ତ କର (ଚିତ୍ର ) । ସମତଳ ପୃଷ୍ଠ ଉପରେ ରଖ ।
ମହମଦ୍ଵାରା (ଚିତ୍ର ) ଯୋଡ଼ା ଯାଇଥିବା ସ୍ଥାନ ବନ୍ଦ କର, ଯେପରିକି କୌଣସି ବୋତଲରୁ ଜଳ ଝରିଯିବ ନାହିଁ । ଏବେ ଗୋଟିଏ ବୋତଲରେ ଜଳ ଢାଳ । ସେହି ବୋତଲଟି ଆଗ ପୁରିଯାଉଛି ନା ପ୍ରତିଟି ବୋତଲରେ ଜଳ କ୍ରମଶଃ ଭର୍ତ୍ତି ହେଉଛି ? ପ୍ରତି ବୋତଲରେ ଜଳର ପତ୍ତନ ଲକ୍ଷ୍ୟ କର । ଜଳର ପତ୍ତନ ପ୍ରତି ବୋତଲରେ ସମାନ ଦେଖାଯାଉଛି କି ? ଏପରି କାହିଁକି ହେଲା ? ବୁଝିବା ପାଇଁ ଚେଷ୍ଟା କର ।
ଉ-
ଗୋଟିଏ ବୋତଲରେ ଜଳ ଢାଳିଲେ ସବୁ ବୋତଲରେ ଜଳ ସମାନ ଉଚ୍ଚତା ରହିବ । ଏହାକୁ ଜଳର ସମୋଚ୍ଚଶୀଳତା
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନେ। ଭର
1. ଶୂନ୍ୟସ୍ଥାନ ପୂରଣ କର ।
(i) ବିଶ୍ଵରେ ଥିବା ଯେକୌଣସି ଦୁଇଟି ବସ୍ତୁ ପରସ୍ପରକୁ ସ୍ପର୍ଶ ନକରି ଆକର୍ଷଣ କଲେ ତାହାକୁ ………………….. ବଳ କୁହାଯାଏ ।
(ii) ବିଶ୍ଵର ସର୍ବତ୍ର ……………………. ବଳ ହୋଇଥାଏ ।
(iii) ପୃଥିବୀ ଚାରିପଟେ ବାୟୁମଣ୍ଡଳ …………………. କି.ମି. ପର୍ଯ୍ୟନ୍ତ ବିସ୍ତୃତ ।
(iv) 0°C ତାପମାତ୍ରାରେ l ବର୍ଗ ସେ.ମି. କ୍ଷେତ୍ରଫଳ ବିଶିଷ୍ଟ ସ୍ଥାନ ଉପରେ ପଡ଼ୁଥିବା ବାୟୁର ବଳ ………………….. ଓଜନ ସହ ସମାନ ।
(v) ଚାପ ହେଉଛି …………………. କ୍ଷେତ୍ରଫଳ ପ୍ରତି ପ୍ରଯୁକ୍ତ ବଳ ।
(vi) ଯେକୌଣସି ସଂସ୍ପର୍ଶବଳ ଯାହାଦ୍ଵାରା ପ୍ରୟୋଗ କରାଯାଏ ତାହାକୁ ଉକ୍ତ ବଳର ………………… କୁହାଯାଏ ।
(vii) ଲଗାଲଗି ଦୁଇଟି ପୃଷ୍ଠ ମଧ୍ଯରେ …………………. ଘର୍ଷଣର କାରଣ ଅଟେ ।
(viii) ଦୁଇଟି ଚୁମ୍ବକ ମଧ୍ୟରେ ………………….. ବଳ ଯୋଗୁ ଚୁମ୍ବକୀୟ ବଳ ସମ୍ଭବ ହୋଇଥାଏ ।
(ix) ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ …………………….. କରନ୍ତି ।
(x) …………………. ବଳଦ୍ଵାରା ଶରୀରକୁ ବଙ୍କାଇ ହୁଏ ।
(xi) ବସ୍ତୁଟିର ବେଗ ‘0’ ହେଲେ, ସେହି ଅବସ୍ଥାକୁ ବସ୍ତୁଟିର …………………… କୁହାଯାଏ ।
(xii) ଠେଲାବଳ ଓ ଟଣାବଳକୁ ମିଳିତଭାବେ …………………. ବଳ କୁହାଯାଏ ।
(xiii) ଯାହାଦ୍ଵାରା ଠେଲାବଳ ବା ଟଣାବଳ ବସ୍ତୁ ଉପରେ ପ୍ରୟୋଗ କରାଯାଏ ତାକୁ ……………….. କରନ୍ତି ।
(xiv) ବଳ ପ୍ରୟୋଗବେଳେ କାରକ ବସ୍ତୁକୁ ସ୍ପର୍ଶ କଲେ ସେ ଧରଣର ବଳକୁ …………………… ବଳ କୁହାଯାଏ ।
(xv) ବଗିଚାରୁ ଘାସ ଉପାଡ଼ିବା ବେଳେ ଘାସ ଉପରେ ………………….. ବଳ ପ୍ରୟୋଗ କରାଯାଏ ।
(xvi) କୌଣସି ବସ୍ତୁ ଉପରେ ଦୁଇ ବିପରୀତ ଦିଗରୁ କ୍ରିୟାଶୀଳ ସମପରିମାଣ ବଳଗୁଡ଼ିକର ପରିଣାମୀ ବଳ …………………….. ହୁଏ ।
(xvii) F1 ଓ F2 ବଳ ଏକ ଦିଗରୁ ଏକ ବସ୍ତୁ ଉପରେ କ୍ରିୟାଶୀଳ ହେଲେ ପରିଣାମୀ ବଳ …………………… ହେବ ।
(xviii) ………………. ହେଉଛି ଏକକ କ୍ଷେତ୍ରଫଳ ପ୍ରତି ପ୍ରଯୁକ୍ତ ବଳ ।
(xix) ପୃଥିବୀପୃଷ୍ଠରେ ବା ପୃଷ୍ଠରୁ କିଛି ଉଚ୍ଚତାରେ ପୃଥିବୀର କେନ୍ଦ୍ର ଆଡ଼କୁ କାର୍ଯ୍ୟକାରୀ ଆକର୍ଷଣ ବଳକୁ …………………… କହନ୍ତି ।
(xx) ଏକ ଚୁମ୍ବକର ଦକ୍ଷିଣ ମେରୁ ଅନ୍ୟ ଏକ ଚୁମ୍ବକର ଉତ୍ତର ମେରୁ ଦ୍ବାରା ………………….. ହୋଇଥାଆନ୍ତି ।
Answer:
(i) ମହାକର୍ଷଣ
(ii) ମହାକର୍ଷଣ
(iii) 1000
(iv) 1 Kg.
(v) ଏକକ
(vi) କାରକ
(vii) ଆପେକ୍ଷିକ ଗତି
(viii) ଆନ୍ତଃକ୍ରିୟା
(ix) ବିକର୍ଷଣ
(x) ମାଂସପେଶୀୟ
(xi) ସ୍ଥିରାବସ୍ଥା
(xii) ସଂସ୍ପର୍ଶ
(xiii) କାରକ
(xiv) ସଂସ୍ପର୍ଶ
(xv) ଟଣା
(xvi) ଶୂନ
(xvii) F1 ଓ F2
(xviii) ଚାପ
(xix) ମାଧ୍ୟାକର୍ଷଣ ବଳ
(xx) ଆକର୍ଷିତ
2. ବାମପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟକରି ଶୂନ୍ୟସ୍ଥାନ ପୂରଣ କର ।
(i) ସମମେରୁ : ବିକର୍ଷଣ :: ବିଷମମେରୁ : ………………………।
(ii) ଫୁଲତୋଳା : ଟଣାବଳ :: ବଲମାରିବା : ………………………।
(iii) ସାଧାରଣ ତରାଜୁ : କମାନୀ ତରାଜୁ :: ବସ୍ତୁତ୍ଵ : ………………………।
(iv) ଚୁମ୍ବକର ସମମେରୁ : ବିକର୍ଷଣ :: ବିଷମମେରୁ : ………………………।
(v) ଗାଡ଼ି ଟାଣିବା : ଟଣାବଳ :: କୂଅରୁ ପାଣିକାଢ଼ିବା : ………………………।
(vi) କାଠପେଲିବା : ଠେଲାବଳ :: ଖୁସୁଣିରେ ଗଛରୁ ଆମ୍ବପାରିବା : ………………………।
(vii) ଠେଲାବଳ : ସଂସ୍ପର୍ଶ ବଳ :: ମହାକର୍ଷଣ ବଳ : ………………………।
(viii) ସାଧାରଣ ତରାଜୁ : ବସ୍ତୁତ୍ଵ :: କମାନୀ ତରାଜୁ : ………………………।
(ix) ବିଶ୍ଵରେ ଦୁଇଟି ବସ୍ତୁ : ମହାକର୍ଷଣ ବଳ :: ପୃଥିବୀ ଓ ଚନ୍ଦ୍ର : ………………………।
Answer:
(i) ଆକର୍ଷଣ
(ii) ଠେଲାବଳ
(iii) ଓଜନ
(iv) ଆକର୍ଷଣ
( v ) ଟଣାବଳ
(vi) ଟଣା ବଳ
(vii) ଅସଂସ୍ପର୍ଶ ବଳ
(viii) ବଳ ( ଓଜନ)
(ix) ମହାକର୍ଷଣ ବଳ
3. ଶୂନ୍ୟସ୍ଥାନ ପୂରଣ କର ।
(i) କୌଣସି ବସ୍ତୁ ଉପରେ ଦୁଇ ବିପରୀତ ଦିଗରୁ କ୍ରିୟାଶୀଳ ହେଉଥିବା ସମପରିମାଣ ବଳଗୁଡ଼ିକର ବଳ ………………….. ହେବ । (୦, ୨ ଗୁଣ, ଅଧା, ୩ ଗୁଣ)
(ii) 0 ତାପମାତ୍ରାରେ I ବର୍ଗ ସେ.ମି. କ୍ଷେତ୍ରଫଳ ଉପରେ ପଡୁଥିବା ବାୟୁର ବଳ …………………… କି.ଗ୍ରା. । (0, 1, 2, 3)
(iii) ଧନୁରେ ଗୁଣ ଦେବାବେଳେ ଏଥିରେ ପ୍ରଯୁକ୍ତ ହେଉଥିବା ବଳ ……………………. ବଳର ଏକ ଉଦାହରଣ । (ମାଧ୍ୟାକର୍ଷଣ, ସଂସ୍ପର୍ଶ, ମାଂସପେଶୀୟ, ଅସଂସ୍ପର୍ଶ)
(iv) ଶରଟିର ଗତି ଅବସ୍ଥାରେ ପରିବର୍ତ୍ତନ ପାଇଁ ଏଥିରେ ପ୍ରଯୁକ୍ତ ବଳ ……………………… ବଳର ଏକ ଉଦାହରଣ ଅଟେ । (ଘର୍ଷଣ, ସଂସ୍ପର୍ଶ, ମାଂସପେଶୀୟ, ମାଧ୍ୟାକର୍ଷଣ)
(v) ଚୁମ୍ବକୀୟବଳ, ସ୍ଥିର ବିଦ୍ୟୁତ୍ ବଳ ଓ ମହାକର୍ଷଣ ବଳକୁ ମିଳିତଭାବେ ………………….. ବଳ କୁହାଯାଏ । (ସଂସ୍ପର୍ଶ, ଅସଂସ୍ପର୍ଶ, ମାଧ୍ୟାକର୍ଷଣ, ଆକର୍ଷଣ)
(vi) ମାଧ୍ୟାକର୍ଷଣ ବଳ …………………….. ବଳର ଅନ୍ତର୍ଗତ ଅଟେ । (ସଂସ୍ପର୍ଶ, ଅସଂସ୍ପର୍ଶ, ଘର୍ଷଣ, ମହାକର୍ଷଣ)
(vii) ସ୍ଥିର ବିଦ୍ୟୁତ୍ଵଳ ……………………… ବଳର ଅନ୍ତର୍ଗତ ଅଟେ । (ସଂସ୍ପର୍ଶ, ଅସଂସ୍ପର୍ଶ, ଘର୍ଷଣ, ମହାକର୍ଷଣ)
(viii) ଚାପର ଏକକ ……………………….। (N, Nm, Nm2, Nm-2)
(ix) ………………………. ଯନ୍ତ୍ରଦ୍ୱାରା ବାୟୁମଣ୍ଡଳୀୟ ଚାପ ମପାଯାଏ । ( ଲାକ୍ଟୋମିଟର, ବାରୋମିଟର, ଆନିମୋମିଟର, ହାଇଡ୍ରୋମିଟର)
(x) ………………………. ବଳଦ୍ୱାରା କୂଅରୁ ପାଣି କଢ଼ାଇବା ସମ୍ଭବ ଅଟେ । (ଟଣାବଳ, ଠେଲାବଳ, ଚୁମ୍ବକୀୟ ବଳ, ଆକର୍ଷଣ ବଳ)
Answer:
(i) 0
(ii) 1
(iii) ମାଂସପେଶୀୟ
(iv) ମାଧ୍ୟାକର୍ଷଣ
(v) ଅସଂସ୍ପର୍ଶ
(vi) ମହାକର୍ଷଣ
(vii) ଅସଂସ୍ପର୍ଶ
(viii) Nm-2
(ix) ବାରୋମିଟର
(x) ଟଣାବଳ
4. ‘କ’ ସ୍ତମ୍ଭରେ ଶବ୍ଦସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଶବ୍ଦକୁ ମିଳାଅ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଚାଲିବା | (i) ମହାକର୍ଷଣ ବଳ |
(ii) ସମମେରୁ | (ii) ଅସଂସ୍କର୍ଶଚ୍କ |
(iii) 2 ଟି ଚୁମ୍ବକ ମଧ୍ୟରେ ଆନ୍ତଃକ୍ରିୟା ଅସମମେରୁ | (iii) ବିକର୍ଷଣ |
(iv) ଆସମମେରୁ | (iv) ବାରୋମିଟର |
(v) 2ଟି ପୃଷ୍ଠ ମଧ୍ୟରେ ଆପେକ୍ଷିକଗତି | (v) ମାଧ୍ୟାକର୍ଷଣ ବଳ |
(vi) କମାନୀ ତରାଜୁ | (vi) ଚ୍ସ୍ତୁତ୍ଵ |
(vii) ଗ୍ରହମାନଙ୍କର ଘୂର୍ଣ୍ଣନ | (vii) ମାଂସପେଶୀୟ ବଳ |
(viii) ସାଧାରଣ ତରାଜୁ | (viii) ଓଚ୍ଚନ |
(ix) ବସ୍ତୁଉପରେ କ୍ରିୟାଶୀଳ ବଳ | (ix) ଘର୍ଷଣର କାରଣ |
(x) ବାୟୁମଣ୍ଡଳୀୟ ଚାପ | (x) ଆକର୍ଷଣ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଚାଲିବା | (vii) ମାଂସପେଶୀୟ ବଳ |
(ii) ସମମେରୁ | (iii) ବିକର୍ଷଣ |
(iii) 2 ଟି ଚୁମ୍ବକ ମଧ୍ୟରେ ଆନ୍ତଃକ୍ରିୟା ଅସମମେରୁ | (ii) ଅସଂସ୍କର୍ଶଚ୍କ |
(iv) ଆସମମେରୁ | (x) ଆକର୍ଷଣ |
(v) 2ଟି ପୃଷ୍ଠ ମଧ୍ୟରେ ଆପେକ୍ଷିକଗତି | (ix) ଘର୍ଷଣର କାରଣ |
(vi) କମାନୀ ତରାଜୁ | (viii) ଓଚ୍ଚନ |
(vii) ଗ୍ରହମାନଙ୍କର ଘୂର୍ଣ୍ଣନ | (i) ମହାକର୍ଷଣ ବଳ |
(viii) ସାଧାରଣ ତରାଜୁ | (vi) ଚ୍ସ୍ତୁତ୍ଵ |
(ix) ବସ୍ତୁଉପରେ କ୍ରିୟାଶୀଳ ବଳ | (v) ମାଧ୍ୟାକର୍ଷଣ ବଳ |
(x) ବାୟୁମଣ୍ଡଳୀୟ ଚାପ | (iv) ବାରୋମିଟର |