BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

Odisha State Board BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ Important Questions and Answers.

BSE Odisha Class 8 Political Science Important Questions Chapter 3 ଜିଲ୍ଲା ପ୍ରଶାସନ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜିଲ୍ଲାପାଳଙ୍କର ବିବିଧ କାର୍ଯ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
ନିର୍ବାଚନ ସମ୍ବନ୍ଧୀୟ :

  • ନିଜ ଜିଲ୍ଲା ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନମଣ୍ଡଳୀ ପାଇଁ ଜିଲ୍ଲାପାଳ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି ।
  • ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ଓ ପ୍ରୋଟୋକଲ୍ ଅଧିକାରୀ ।

ଯୋଗାଣ ସମ୍ବନ୍ଧୀୟ :
ଜିଲ୍ଲାପାଳ ଜିଲ୍ଲାରେ ଆବଶ୍ୟକ ସାମଗ୍ରୀର ଯୋଗାଣ ତଥା ଜନସାଧାରଣଙ୍କ ମଧ୍ୟରେ ଏହାର ସୁଷମ ବଣ୍ଟନ କରନ୍ତି ।

ଦାୟିତ୍ଵ ପାଳନ :

  • ଜିଲ୍ଲାପାଳ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି ।
  • ଦୈବୀ-ଦୁର୍ବିପାକ ଓ ପ୍ରାକୃତିକ ବିପର୍ଯ୍ୟୟବେଳେ ଜିଲ୍ଲାପାଳ ରିଲିଫ ବଣ୍ଟନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରନ୍ତି ।
  • ବେସାମରିକ ପ୍ରତିରକ୍ଷା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କର୍ତ୍ତୃତ୍ବାଧୀନ ।
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଜନହିତକର ଯୋଜନାଗୁଡ଼ିକର ସଫଳ ରୂପାୟନ ଦାୟିତ୍ଵ ଜିଲ୍ଲାପାଳଙ୍କ ହାତରେ ନ୍ୟସ୍ତ ।

୨। ଭାରତରେ ଜିଲ୍ଲାପାଳ ପଦବୀ କେବେ ଓ କାହାଦ୍ୱାରା ସୃଷ୍ଟି ହୋଇଥିଲା ? ବ୍ରିଟିଶ ଶାସନ ସମୟରେ ଜିଲ୍ଲାପାଳଙ୍କର ଦୁଇଟି ମୁଖ୍ୟ କାର୍ଯ୍ୟ କ’ଣ ଥିଲା ? ସ୍ଵାଧୀନତା ପରବର୍ତ୍ତୀ କାଳରେ ତାଙ୍କର ଗୁରୁତ୍ବ ଓ କ୍ଷମତା ପରିସର କିପରି ବୃଦ୍ଧି ପାଇଛି ଉଲ୍ଲେଖ କର ।
Answer:
ସୃଷ୍ଟି : ଭାରତରେ ଜିଲ୍ଲାପାଳ ପଦବୀ ୱାରେନ୍ ହେଷ୍ଟିଙ୍ଗସ୍‌ଙ୍କଦ୍ଵାରା ୧୭୭୨ ମସିହାରେ ସୃଷ୍ଟି ହୋଇଥିଲା ।
କାର୍ଯ୍ୟ : ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳଙ୍କର ଦୁଇଟି କାର୍ଯ୍ୟ ଥିଲା; ଯଥା –

  • ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା
  • ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।

ଭୂମିକା :

  • ସ୍ଵାଧୀନତା ପରବର୍ତ୍ତୀ କାଳରେ ଜିଲ୍ଲାପାଳଙ୍କର କ୍ଷମତା ପରସର ବୃଦ୍ଧି ପାଇଲା । ଭାରତ ଏକ ଜନମଙ୍ଗଳକାରୀ ରାଷ୍ଟ୍ର ହୋଇଥ‌ିବାରୁ ଦେଶର ବିକାଶ ତଥା ଲୋକଙ୍କ ଅଭାବ ପୂରଣ ସମ୍ପର୍କିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଭୂମିକାର ଗୁରୁତ୍ଵ ବହୁଗୁଣିତ ହେଲା ।
  • ଜିଲ୍ଲାର ଉନ୍ନୟନ ଓ ବିକାଶ ସହିତ ଜିଲ୍ଲାପାଳ ଅଙ୍ଗାଙ୍ଗୀଭାବେ ଜଡ଼ିତ । ତାଙ୍କୁ ଛାଡ଼ି ଜିଲ୍ଲାର ଉନ୍ନୟନ କଥା ଚିନ୍ତା କରାଯାଇ ପାରେନାହିଁ ।
  • ବର୍ତ୍ତମାନ ଜିଲ୍ଲାପାଳଙ୍କୁ ପ୍ରଶାସନିକ ସହାୟତା ଦେବାପାଇଁ ଏକ ବା ଏକାଧ୍ଵ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଡେପୁଟି କଲେକ୍ଟରମାନେ କାର୍ଯ୍ୟରତ ଅଛନ୍ତି ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବ୍ରିଟିଶ ଶାସନ ସମୟରେ ଜିଲ୍ଲାପାଳଙ୍କର ମୁଖ୍ୟତଃ କେତୋଟି କାର୍ଯ୍ୟ ଥିଲା ? ସେଗୁଡ଼ିକ କ’ଣ କ’ଣ ?
Answer:
ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳମାନଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ ଥିଲା; ଯଥା

  • ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା ।
  • ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।

୨। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନହିତକର ଯୋଜନାଗୁଡ଼ିକର ନାମ ଲେଖ ।
Answer:
କେନ୍ଦ୍ର ଓ ରାଜ୍ୟସରକାରଙ୍କର ଜନହିତକର ଯୋଜନାଗୁଡ଼ିକ ହେଲା –

  • ସ୍ଵରୋଜଗାର ଯୋଜନା
  • ଭାରତ ନିର୍ମାଣ ଯୋଜନା
  • ସର୍ବଶିକ୍ଷା ଅଭିଯାନ
  • ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ
  • ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା
  • ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା
  • ବିଜୁ କେ.ବି.କେ. ଯୋଜନା
  • ଗୋପବନ୍ଧୁ ଗ୍ରାମୀଣ ଯୋଜନା
  • ମଧୁବାବୁ ପେନ୍‌ସନ୍ ଯୋଜନା

୩। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୂଳମନ୍ତ୍ର କ’ଣ ? ଏହି ସଂସ୍ଥା କେବେଠାରୁ ପ୍ରତି ଜିଲ୍ଲାରେ କାର୍ଯ୍ୟ କରି ଆସୁଅଛି ?
Answer:

  • ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୂଳମନ୍ତ୍ର ହେଲା– ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି ମାଧ୍ୟମରେ ଦାରିଦ୍ର୍ୟ ଦୂର କରିବା ।
  • ୧୯୮୦ ମସିହା ଅପ୍ରେଲ ମାସ ୧ ତାରିଖଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଅଛି ।

୪। ଜିଲ୍ଲାପାଳ କିପରି ନିଯୁକ୍ତ ହୁଅନ୍ତି ?
Answer:

  • ଜିଲ୍ଲାପାଳ ପଦରେ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍.) ଅଧିକାରୀ ନିଯୁକ୍ତ ହୁଅନ୍ତି ।
  • ଓଡ଼ିଶାର କେତେକ ଜିଲ୍ଲାରେ ରାଜ୍ୟସ୍ତରୀୟ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀଙ୍କୁ ମଧ୍ୟ ଜିଲ୍ଲାପାଳ ଭାବରେ ଅବସ୍ଥାପିତ କରାଯାଇଛି ।

୫। ସର୍ବଭାରତୀୟ ପ୍ରଶାସନ ସେବା କହିଲେ କ’ଣ ବୁଝ ? ଏହି ସେବାଗୁଡ଼ିକ ଲାଗି ଚୟନ କାର୍ଯ୍ୟ କେଉଁ ସଂସ୍ଥା କରିଥାଏ ?
Answer:

  • ଆଇ.ଏ.ଏସ୍. ଓ ଆଇ.ପି.ଏସ୍.କୁ ସର୍ବଭାରତୀୟ ପ୍ରଶାସନ ସେବା କୁହାଯାଏ ।
  • ଏହି ସେବାଗୁଡ଼ିକ ଲାଗି ସାରା ଭାରତ ପାଇଁ କେନ୍ଦ୍ର ଲୋକସେବା ଆୟୋଗଦ୍ଵାରା ଚୟନ କାର୍ଯ୍ୟ କରାଯାଏ ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୬। ଆରକ୍ଷୀ ଅଧୀକ୍ଷକ କହିଲେ କ’ଣ ବୁଝ ? ତାଙ୍କର କାର୍ଯ୍ୟ କ’ଣ ?
Answer:

  • ଜିଲ୍ଲାର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ଅଧୀକ୍ଷକ କୁହାଯାଏ ।
  • ଜିଲ୍ଲାର ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସେ ଜିଲ୍ଲାପାଳଙ୍କୁ ସାହାଯ୍ୟ କରନ୍ତି ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କିଏ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଅଟନ୍ତି ?
Answer:
ଜିଲ୍ଲାପାଳ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଅଟନ୍ତି ।

୨। ଭାରତରେ ଜିଲ୍ଲାପାଳ ପଦବୀ କିଏ କେବେ ସୃଷ୍ଟି କରିଥିଲେ ?
Answer:
ଭାରତର ଜିଲ୍ଲାପାଳ ପଦବୀ ‘ୱାରେନ୍ ହେଷ୍ଟିଙ୍ଗସ୍’ ୧୭୭୨ ମସିହାରେ ସୃଷ୍ଟି କରିଥିଲେ ।

୩ । ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ୱ କିଏ ତୁଲାଇଥା’ନ୍ତି ?
Answer:
ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ସବ୍ କଲେକ୍ଟର ତୁଲାଇଥାଆନ୍ତି ।

୪। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା କାହାର ଦାୟିତ୍ଵ ?
Answer:
ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଜିଲ୍ଲାପାଳଙ୍କର ଦାୟିତ୍ଵ ।

୫। କାହାକୁ ଜିଲ୍ଲାପାଳ ପଦରେ ନିଯୁକ୍ତ କରାଯାଏ ?
Answer:
ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍.) ଅଧିକାରୀଙ୍କୁ ଜିଲ୍ଲାପାଳ ପଦରେ ନିଯୁକ୍ତ କରାଯାଏ ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୬। କିଏ ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ?
Answer:
ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ଅଟନ୍ତି ।

୭ । କେଉଁ ପରିସ୍ଥିତିରେ ଜିଲ୍ଲାପାଳ ପୋଲିସ୍ ବାହିନୀକୁ ନିୟୋଜିତ କରନ୍ତି ?
Answer:
କୌଣସି ସ୍ଥାନରେ ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ, ସେଠାରେ ଜିଲ୍ଲାପାଳ ପୋଲିସ୍ ବାହିନୀକୁ ନିୟୋଜିତ କରନ୍ତି ।

୮ | ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ଜନସାଧାରଣଙ୍କ ମଧ୍ୟରେ ସୁଷମ ବଣ୍ଟନ ଦାୟିତ୍ଵ କାହାର ?
Answer:
ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ଜନସାଧାରଣଙ୍କ ମଧ୍ୟରେ ସୁଷମ ବଣ୍ଟନ ଦାୟିତ୍ୱ ଜିଲ୍ଲାପାଳଙ୍କର ।

A. ଶୂନ୍ୟସ୍ଥାନ ପୂରଣ କର ।

୧। ବର୍ତ୍ତମାନ ଓଡ଼ିଶାର ଜିଲ୍ଲାସଂଖ୍ୟା ______________ ।
Answer:
୩୦

୨। _________________ ହେଉଛନ୍ତି ଜିଲ୍ଲାର ପ୍ରଶାସନିକ ମୁଖ୍ୟ।
Answer:
ଜିଲ୍ଲାପାଳ

୩ । ଭାରତରେ ଜିଲ୍ଲାପାଳ ପଦବୀ ______________ ମସିହାରେ ସୃଷ୍ଟି ହୋଇଥିଲା ।
Answer:
ୱାରେନ୍ ହେଷ୍ଟିଙ୍ଗସ୍

୪। ଭାରତରେ ଜିଲ୍ଲାପାଳ ପଦବୀ ____________ ଙ୍କଦ୍ୱାରା ସୃଷ୍ଟି ହୋଇଥିଲା ।
Answer:
୧୭୭୨

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୫। ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲାର _____________ ଠାରେ ଅବସ୍ଥିତ ।
Answer:
ସଦର ମହକୁମା

୬। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ଵ ________________ ଙ୍କର ।
Answer:
ଜିଲ୍ଲାପାଳ

୭ । ଜିଲ୍ଲାପାଳ ନିଜେ ଜଣେ ________________ ଅଟନ୍ତି ।
Answer:
କାର୍ଯ୍ୟପାଳିକା ମାଜିଷ୍ଟ୍ରେଟ୍

୮ | _______________ ହେଉଛନ୍ତି ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ।
Answer:
ଜିଲ୍ଲାପାଳ

୯ । _______________ ମସିହାଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟକରି ଆସୁଅଛି ।
Answer:
୧୯୮୦

୧୦ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତିଟି ଶାଖା ବା ଅନୁବିଭାଗର ଦାୟିତ୍ୱରେ ଜଣେ ଜଣେ ________________ ଅଛନ୍ତି ।
Answer:
ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ

୧୧ । ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକର ସଫଳତା ଦିଗରେ, _________________ ର ଭୂମିକା ବିଶେଷଭାବରେ ଗୁରୁତ୍ୱପୂର୍ଣ୍ଣ ।
Answer:
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ବର୍ତ୍ତମାନ ଓଡ଼ିଶାର ଜିଲ୍ଲା ସଂଖ୍ୟା କେତେ ?
(i) ୧୫
(ii) ୨୭
(iii) ୨୮
(iv) ୩୦
Answer:
(iv) ୩୦

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୨। ଭାରତରେ ଜିଲ୍ଲାପାଳ ପଦବୀ ୱାରେନ୍ ହେଷ୍ଟିଙ୍ଗସ୍‌ଙ୍କଦ୍ୱାରା କେତେ ମସିହାରେ ସୃଷ୍ଟି ହୋଇଥିଲା ?
(i) ୧୭୭୨
(ii) ୧୮୭୨
(iii) ୧୭୨୭
(iv) ୧୮୨୭
Answer:
(i) ୧୭୭୨

୩। ନିମ୍ନୋକ୍ତ କିଏ ମୁଖ୍ୟତଃ ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ତୁଲାଇଥା’ନ୍ତି ?
(i) ରାଜ୍ୟପାଳ
(ii) ଜିଲ୍ଲାପାଳ
(iii) ସବ୍‌କଲେକ୍ଟର
(iv) ମାଜିଷ୍ଟ୍ରେଟ୍
Answer:
(iii) ସବ୍‌କଲେକ୍ଟର

୪। ନିମ୍ନୋକ୍ତ କିଏ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ?
(i) ଚେୟାରମ୍ୟାନ୍
(ii) ମେୟର
(iii) ଜିଲ୍ଲାପାଳ
(iv) ଉପଜିଲ୍ଲାପାଳ
Answer:
(iii) ଜିଲ୍ଲାପାଳ

୫। ନିମ୍ନୋକ୍ତ କାହା ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତି ?
(i) ଜନସାଧାରଣ
(ii) ପୋଲିସ୍ ବାହିନୀ
(iii) ରାଜ୍ୟପାଳ
(iv) ସବ୍ଲକଲେକ୍ଟର
Answer:
(ii) ପୋଲିସ୍ ବାହିନୀ

୬|  ନିମ୍ନୋକ୍ତ କିଏ ହେଉଛନ୍ତି ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ?
(i) ଜିଲ୍ଲାପାଳ
(ii) ମେୟର
(iii) ଚେୟାରମ୍ୟାନ୍
(iv) କାର୍ଯ୍ୟନିର୍ବାହୀ ଅଧିକାରୀ
Answer:
(i) ଜିଲ୍ଲାପାଳ

୭ । କେବେଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଅଛି ?
(i) ୧୯୮୦
(ii) ୧୯୮୨
(iii) ୧୯୬୦
(iv) ୧୯୫୦
Answer:
(i) ୧୯୮୦

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୮। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜିଲ୍ଲାସ୍ତରୀୟ ଗ୍ରାମୀଣ ଉନ୍ନୟନ ସଂସ୍ଥାର ଗୋଟିଏ ଶାଖା ?
(i) ସର୍ବଶିକ୍ଷା ଅଭିଯାନ
(ii) କ୍ଷୁଦ୍ରଚାଷୀ ଉନ୍ନୟନ ସଂସ୍ଥା
(iii) କର୍ମନିଯୁକ୍ତି ଶାଖା
(iv) ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ
Answer:
(iii) କର୍ମନିଯୁକ୍ତି ଶାଖା

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ବର୍ତ୍ତମାନ ଓଡ଼ିଶାର ଜିଲ୍ଲା ସଂଖ୍ୟା କେତେ ?
Answer:
୩୦ ଗୋଟି

୨। ଜିଲ୍ଲାର ପ୍ରଶାସନିକ ଅଧ୍ୟାକାରୀ କିଏ ?
Answer:
ଜିଲ୍ଲାପାଳ

୩ । ଭାରତରେ ଜିଲ୍ଲାପାଳ ପଦବୀ କେବେ ସୃଷ୍ଟି ହୋଇଥିଲା ?
Answer:
୧୭୭୨ ମସିହାରେ

୪। ଉପଜିଲ୍ଲାପାଳଙ୍କୁ ଇଂରାଜୀରେ କ’ଣ କୁହାଯାଏ ?
Answer:
ସବୁକଲେକ୍ଟର

୫। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲାପାଳଙ୍କୁ କିଏ ସହାୟତା କରନ୍ତି ?
Answer:
ପୋଲିସ୍ ସୁପରିଟେଣ୍ଡେଣ୍ଟ

୬। କେବେଠାରୁ ଜିଲ୍ଲାମାନଙ୍କର ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟକରି ଆସୁଛି ?
Answer:
୧୯୮୦ ମସିହା

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୭। ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ କିଏ ?
Answer:
ଜିଲ୍ଲାପାଳ

୮। ଲୋକସଭା ନିର୍ବାଚନବେଳେ ଜିଲ୍ଲାପାଳ କେଉଁ କାର୍ଯ୍ୟ କରିଥା’ନ୍ତି ?
Answer:
ରିଟଣ୍ଡିଂ ଅଫିସର

୯। ସର୍ବଶିକ୍ଷା ଅଭିଯାନର ମୁଖ୍ୟ କିଏ ?
Answer:
ଜିଲ୍ଲାପାଳ

୧୦। ବ୍ଲକ୍‌ଗୁଡ଼ିକର ମୁଖ୍ୟ କିଏ ?
Answer:
ବି.ଡ଼ି.ଓ.

୧୧। ତୁମ ବିଦ୍ୟାଳୟର ମୁଖ୍ୟ କିଏ ?
Answer:
ପ୍ରଧାନଶିକ୍ଷକ

୧୨। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୧୩। ଜିଲ୍ଲାପାଳ ହେବା ପାଇଁ ଯୋଗ୍ୟତା କ’ଣ ?
Answer:
ଆଇ.ଏ.ଏସ୍.

୧୪। ଆଇ.ଏ.ଏସ୍.ମାନଙ୍କୁ କିଏ ଚୟନ କରନ୍ତି ?
Answer:
ଲୋକସେବା ଆୟୋଗ

Leave a Comment