BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Odisha State Board BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା Textbook Exercise Questions and Answers.

BSE Odisha Class 9 Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

ପ୍ରଦତ୍ତ ଉତ୍ତରରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question ୧।
ମାଟିର ମହାକବି କିଏ ?
(କ) ବତ୍ସା ଦାସ
(ଖ) ସାରଳା ଦାସ
(ଗ) ଦନେଇ ଦାସ
(ଘ) ଜଗନ୍ନାଥ ଦାସ
Answer:
(ଖ) ସାରଳା ଦାସ

Question ୨।
କବି ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ୀ’ ଉପାଧ୍ କିଏ ଦେଇଥିଲେ ?
(କ) ଶ୍ରୀଚୈତନ୍ୟ
(ଖ) ରାଜା ପ୍ରତାପରୁଦ୍ରଦେବ
(ଗ) ଶ୍ରୀଜଗନ୍ନାଥ
(ଘ) ରାଜା କପିଳେନ୍ଦ୍ରଦେବ
Answer:
(କ) ଶ୍ରୀଚୈତନ୍ୟ

Question ୩।
‘ଲକ୍ଷ୍ମୀ ପୁରାଣ’ କେଉଁ କବିଙ୍କର କୃତି ?
(କ) ସାରଳା ଦାସ
(ଖ) ଜଗନ୍ନାଥ ଦାସ
(ଗ) ବଳରାମ ଦାସ
(ଘ) ଅଚ୍ୟୁତାନନ୍ଦ ଦାସ
Answer:
(ଗ) ବଳରାମ ଦାସ

Question ୪।
ଦୀନକୃଷ୍ଣ ଦାସଙ୍କର କେଉଁ କାବ୍ୟଟି ‘କ’ ଆଦ୍ୟ ନିୟମରେ ରଚିତ ?
(କ) ନାମରତ୍ନ ଗୀତା
(ଖ) ପ୍ରସ୍ତାବ ସିନ୍ଧୁ
(ଗ) ରସବିନୋଦ
(ଘ) ରସକଲ୍ଲୋଳ
Answer:
(ଘ) ରସକଲ୍ଲୋଳ

Question ୫।
‘ଲାବଣ୍ୟବତୀ’ କେଉଁ ଧରଣର କାବ୍ୟ ?
(କ) ପୌରାଣିକ
(ଗ) ଐତିହାସିକ
(ଖ) କାଳ୍ପନିକ
(ଘ) ଭକ୍ତିମୂଳକ
Answer:
(ଖ) କାଳ୍ପନିକ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୬।
ଚଣ୍ଡୀ ପୁରାଣର ଲେଖକ କିଏ ?
Answer:
ସାରଳା ଦାସ ହେଉଛନ୍ତି ଚଣ୍ଡୀ ପୁରାଣର ଲେଖକ ।

Question ୭।
ଜଗନ୍ନାଥ ଦାସଙ୍କ ଭାଗବତ କେଉଁ ଗ୍ରନ୍ଥର ଅନୁବାଦ ?
Answer:
ଜଗନ୍ନାଥ ଦାସଙ୍କ ‘ଭାଗବତ’ ବ୍ୟାସଦେବଙ୍କ ରଚିତ ‘ସଂସ୍କୃତ ଭାଗବତ’ର ଅନୁବାଦ ।

Question ୮।
ମାଳିକାକାର ଭାବରେ କେଉଁ କବି ପ୍ରସିଦ୍ଧ ?
Answer:
କବି ଅଚ୍ୟୁତାନନ୍ଦ ଦାସ ମାଳିକାକାର ଭାବରେ ପ୍ରସିଦ୍ଧ ।

Question ୯।
ଭାଗବତ ଟୁଙ୍ଗୀ କେଉଁ ଗ୍ରନ୍ଥକୁ ନେଇ ପ୍ରତିଷ୍ଠିତ ? ଏହାର ତାତ୍ପର୍ଯ୍ୟ କ’ଣ ?
Answer:
ଜଗନ୍ନାଥ ଦାସଙ୍କ ରଚିତ ପ୍ରସିଦ୍ଧ ଗ୍ରନ୍ଥ ‘ଭାଗବତ’କୁ ନେଇ ଭାଗବତ ଟୁଙ୍ଗୀ ପ୍ରତିଷ୍ଠିତ । କାରଣ ‘ଭାଗବତ’ ଗ୍ରନ୍ଥର ତାତ୍ପର୍ଯ୍ୟ ଏତେ ବଢ଼ିଗଲା ଓଡ଼ିଶାର ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇ ଭାଗବତ ପୋଥୁକୁ ଗାଦିରେ ରଖୁ ସ୍ବୟଂ ବାସୁଦେବ ରୂପେ ପୂଜା କରାଗଲା ।

Question ୧୦ ।
କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର କବି କିଏ ?
Answer:
କବିସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର କବି ।

Question ୧୧ ।
ଦୀନକୃଷ୍ଣଙ୍କର କେଉଁ କାବ୍ୟଟି ଶ୍ରେଷ୍ଠ ଓ କାହିଁକି ?
Answer:
ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’ କାବ୍ୟଟି ଶ୍ରେଷ୍ଠ । କାରଣ ‘କ’ ଆଦ୍ୟ ନିୟମରେ ରଚିତ ଏହି କାବ୍ୟର ପଦଲାଳିତ୍ୟ ଅନନ୍ୟ ଓ ଏହାର ପ୍ରତ୍ୟେକ ଛାନ୍ଦ ଶ୍ରବଣସୁଖଦାୟୀ ଭାବ ସୃଷ୍ଟି କରିବାରେ ସମର୍ଥ ।

Question ୧୨ ।
କବି ଅଭିମନ୍ୟୁ ସାମନ୍ତସିଂହାର କେଉଁ ଧର୍ମ ପ୍ରତି ଅନୁରକ୍ତ ଥିଲେ ?
Answer:
କବି ଅଭିମନ୍ୟୁ ସାମନ୍ତସିଂହାର ଗୌଡ଼ୀୟ ବୈଷ୍ଣବ ଧର୍ମ ପ୍ରତି ଅନୁରକ୍ତ ଥିଲେ ।

Question ୧୩।
ଶ୍ରୀଚୈତନ୍ୟ ଓଡ଼ିଶାକୁ କେବେ ଆସିଥିଲେ ? ତାଙ୍କର ଧର୍ମମତ କିପରି ଓଡ଼ିଆ କବିମାନଙ୍କୁ ପ୍ରଭାବିତ କଲା ?
Answer:
ଶ୍ରୀଚୈତନ୍ୟ ଓଡ଼ିଶାକୁ ୧୫୧୦ ଖ୍ରୀଷ୍ଟାବ୍ଦରେ ଆସିଥିଲେ । ତାଙ୍କଦ୍ୱାରା ପ୍ରଚାରିତ ପ୍ରେମଧର୍ମରେ ପ୍ରଭାବିତ ହୋଇ ଓଡ଼ିଆ କବିମାନେ ରାମଚରିତ, କୃଷ୍ଣଚରିତ ଓ ଜଗନ୍ନାଥ ଭାବନାକୁ ଉପଜୀବ୍ୟ କରିବା ସହିତ କାଳ୍ପନିକ କଥାବସ୍ତୁକୁ ନେଇ କାବ୍ୟ ରଚନା କଲେ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Question ୧୪ ।
ଉପେନ୍ଦ୍ର ଭଞ୍ଜଙ୍କର ପାଞ୍ଚୋଟି କାଳ୍ପନିକ କାବ୍ୟର ନାମ ଲେଖ ।
Answer:
ଉପେନ୍ଦ୍ର ଭଞ୍ଜଙ୍କର ପାଞ୍ଚୋଟି କାଳ୍ପନିକ କାବ୍ୟର ନାମ ହେଲା– ‘ଲାବଣ୍ୟବତୀ’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘କଳାକଉତୁକ’, ‘ରସିକ ହାରାବଳୀ’, ‘ତ୍ରୈଲୋକ୍ୟମୋହିନୀ’

Question ୧୫ ।
‘ବୈଦେହୀଶ ବିଳାସ’ କାବ୍ୟର କବି କିଏ ? ଏଥରେ କେଉଁ ବିଷୟ ବର୍ଣ୍ଣିତ ?
Answer:
‘ବୈଦେହୀଶ ବିଳାସ’ କାବ୍ୟର କବି ହେଉଛନ୍ତି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ । ଏଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ୍ ଶ୍ରୀରାମଚନ୍ଦ୍ରଙ୍କର ଚିନ୍ମୟ ଚରିତ ବର୍ଣନା କରାଯାଇଛି ।

Question ୧୬ ।
ପ୍ରାଚୀନ ଓଡ଼ିଆ ଗୀତିକବି ଭାବରେ ପାଞ୍ଚଜଣଙ୍କର ନାମ ଲେଖ ।
Answer:
ପାଞ୍ଚଜଣ ପ୍ରାଚୀନ ଓଡ଼ିଆ ଗୀତିକବିଙ୍କ ନାମ ହେଲା– ବସ୍ତ୍ର ଦାସ, ମାର୍କଣ୍ଡ ଦାସ, ଦ୍ବାରିକା ଦାସ, ଭକ୍ତଚରଣ ଦାସ, ହାଡ଼ି ଦାସ ।

Question ୧୭ ।
ରୀତିଯୁଗର ବିଶିଷ୍ଟ କବିମାନଙ୍କ ମଧ୍ୟରୁ ଚାରିଜଣଙ୍କର ନାମ ଲେଖ ।
Answer:
ରୀତିଯୁଗର ବିଶିଷ୍ଟ କବିମାନଙ୍କ ମଧ୍ୟରୁ ଚାରିଜଣଙ୍କ ନାମ ହେଲା– ଧନଞ୍ଜୟ ଭଞ୍ଜ, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ବ୍ରଜନାଥ ବଡ଼ଜେନା ।

Question ୧୮ ।
ପଞ୍ଚସଖାମାନେ କେଉଁ ଦେବତାଙ୍କୁ ମୁଖ୍ୟ ଭାବରେ ଗ୍ରହଣ କରିଥିଲେ ? ସେମାନଙ୍କୁ ପଞ୍ଚସଖା କହିବାର ତାତ୍ପର୍ଯ୍ୟ କ’ଣ ?
Answer:
ପଞ୍ଚସଖାମାନେ ଶ୍ରୀଜଗନ୍ନାଥଙ୍କୁ ମୁଖ୍ୟ ଭାବରେ ଗ୍ରହଣ କରିଥିଲେ । ସେମାନେ ନିଜ ନିଜକୁ ଶୂଦ୍ର ବୋଲି ଘୋଷଣା କରିବା ସହିତ ଜାତିକୁ ନ ମାନି ମଣିଷକୁ ମାନିଲେ । ଯୋଗ ଓ ଶୂନ୍ୟବାଦକୁ ଗୁରୁତ୍ୱ ଦେବା ସହ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ ସେମାନଙ୍କ ସାରସ୍ବତ କୃତିରାଜି ମାନବ ମୈତ୍ରୀର ଜୟଗାନ କଲା । ସେମାନଙ୍କ ମଧ୍ୟରେ ଏହି ସମତା ହେତୁ ସେମାନଙ୍କୁ ପଞ୍ଚସଖା ବୋଲି କୁହାଯାଇଛି ।

Question ୧୯ ।
ପ୍ରାଚୀନଯୁଗର ଜଣେ ନାରୀକବିଙ୍କ ନାମ ଲେଖ । ତାଙ୍କ ଲିଖତ ଗ୍ରନ୍ଥର ନାମ କ’ଣ ?
Answer:
ପ୍ରାଚୀନଯୁଗର ଜଣେ ନାରୀକବିଙ୍କ ନାମ ହେଲା ବୃନ୍ଦାବତୀ ଦାସୀ । ତାଙ୍କ ଲିଖ୍ ଗ୍ରନ୍ଥର ନାମ ହେଲା ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’ ।

Question ୨୦ ।
ଭୀମଭୋଇଙ୍କ ମୁଖ୍ୟ କୃତିର ନାମ କ’ଣ ?
Answer:
ଭୀମଭୋଇଙ୍କ ମୁଖ୍ୟ କୃତିର ନାମ ହେଲା ‘ସ୍ତୁତି ଚିନ୍ତାମଣି’ ।

Question ୨୧ ।
‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’– ଏଇ ପ୍ରସିଦ୍ଧ ଉକ୍ତିଟି କେଉଁ କବିଙ୍କର ?
Answer:
‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’– ଏହି ପ୍ରସିଦ୍ଧ ଉକ୍ତିଟି ସନ୍ଥକବି ଭୀମଭୋଇଙ୍କର ।

Question ୨୨ ।
କବି ବ୍ରଜନାଥ ବଡ଼ଜେନାଙ୍କର କଥାଗ୍ରନ୍ଥର ନାମ କ’ଣ ?
Answer:
କବି ବ୍ରଜନାଥ ବଡ଼ଜେନାଙ୍କ ରଚିତ କଥାଗ୍ରନ୍ଥର ନାମ ‘ଚତୁର ବିନୋଦ’ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Question ୨୩ ।
‘ମନବୋଧ ଚଉତିଶା’ କେଉଁ କବିଙ୍କର ରଚନା ?
Answer:
‘ମନବୋଧ ଚଉତିଶା’ କବି ଭକ୍ତଚରଣ ଦାସଙ୍କ ରଚନା ।

Question ୨୪ ।
ସାରଳା ଦାସଙ୍କ ସମୟରେ ଉତ୍କଳରେ ଗଜପତି କିଏ ଥିଲେ ?
Answer:
ସାରଳା ଦାସଙ୍କ ସମୟରେ ଉତ୍କଳର ଗଜପତି ଥିଲେ କପିଳେନ୍ଦ୍ରଦେବ ।

Question ୨୫ ।
ବିଦଗ୍‌ଧ କବି କାହାକୁ କୁହାଯାଏ ? ତାଙ୍କ ପ୍ରଣୀତ ଚାରୋଟି ଗ୍ରନ୍ଥର ନାମ ଲେଖ ।
Answer:
ଅଭିମନ୍ୟୁ ସାମନ୍ତସିଂହାରଙ୍କୁ ବିଦଗ୍‌ଧ କବି ବୋଲି କୁହାଯାଏ । ତାଙ୍କଦ୍ୱାରା ପ୍ରଣୀତ ଚାରିଗୋଟି ପ୍ରସିଦ୍ଧ ଗ୍ରନ୍ଥର ନାମ ହେଲା ‘ବିଦଗ୍‌ଧ ଚିନ୍ତାମଣି’, ‘ରସବତୀ’, ‘ପ୍ରେମ ଚିନ୍ତାମଣି’, ‘ଭାବବତୀ’ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୬ ।
ପଠିତ ପ୍ରବନ୍ଧକୁ ଭିତ୍ତି କରି ପଞ୍ଚସଖା ସାହିତ୍ୟର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କର ।
Answer:
ସାରଳା ଦାସଙ୍କ ପରେ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶା ମାଟିରେ ପାଞ୍ଚଜଣ ସନ୍ଥକବିଙ୍କର ଆବିର୍ଭାବ ହୋଇଥିଲା । ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଶିଶୁ ଅନନ୍ତ ଦାସ । ଏହି ପାଞ୍ଚଜଣ ଭକ୍ତକବି ପଞ୍ଚସଖା ନାମରେ ପରିଚିତ । ଶ୍ରୀଜଗନ୍ନାଥ ତଥା ଜଗନ୍ନାଥ କ୍ଷେତ୍ରର ପ୍ରାଧାନ୍ୟକୁ ଭିତ୍ତି କରି ଏମାନଙ୍କର କୃତି ଓ କୀର୍ତ୍ତି ପ୍ରସିଦ୍ଧି ଲାଭ କରିଥିଲା । ଗଜପତି ପ୍ରଦାପରୁଦ୍ରଦେବଙ୍କ ସମସାମୟିକ ଏହି ପଞ୍ଚସଖାଗଣ ଯୋଗ ଓ ଶୂନ୍ୟବାଦ ଉପରେ ଗୁରୁତ୍ଵ ଦେଇ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ, ଜାତି ନ ମାନି ମଣିଷକୁ ମାନିଲେ । ନିଜକୁ ଶୁଦ୍ର ବୋଲି ଘୋଷଣା କରି ଓଡ଼ିଆ ଜାତିକୁ ଏକ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲେ।

ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ମାନବମୈତ୍ରୀର ଉଦ୍‌ବୋଧନ ଦେଇଗଲେ । ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି ଥିଲେ ବଳରାମ ଦାସ । ସେ ବାଲ୍ମୀକିଙ୍କ ‘ସଂସ୍କୃତ ରାମାୟଣ ର କଥାବସ୍ତୁ ଅବଲମ୍ବନରେ ରଚନା କଲେ ‘ଜଗମୋହନ ରାମାୟଣ’। ଦାଣ୍ଡୀ ବୃତ୍ତରେ ରଚିତ ହୋଇଥିବାରୁ ତାକୁ ‘ଦାଣ୍ଡୀ ରାମାୟଣ’ ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ଏକ ପୁରାଣଗ୍ରନ୍ଥ ‘ଲକ୍ଷ୍ମୀ ପୁରାଣ’। ଏହା ତାଙ୍କର ମୌଳିକ ସୃଷ୍ଟି । ମାର୍ଗଶିର ମାସ ଗୁରୁବାର ଦିନ ଏହି ଗ୍ରନ୍ଥକୁ ଓଡ଼ିଆ ଘରର ନାରୀମାନେ ଲକ୍ଷ୍ମୀପୂଜା କଲାବେଳେ ଭକ୍ତିର ସହିତ ପାଠ କରନ୍ତି । ଏହି ପୁରାଣଟି ଜାତିଭେଦ ବିଲୋପ ତଥା ନାରୀ ଓ ପୁରୁଷଙ୍କ ମଧ୍ୟରେ ପବିତ୍ର ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଥିଲା ଅଭିପ୍ରେତ । ଏହା ବ୍ୟତୀତ ତାଙ୍କର ଅନ୍ୟ ଗ୍ରନ୍ଥଗୁଡ଼ିକ ହେଲା– ‘ଭାବସମୁଦ୍ର’, ‘ବଟ ଅବକାଶ’, ‘ଗୁପ୍ତଗୀତା’, ‘ବ୍ରହ୍ମାଣ୍ଡ ଭୂଗୋଳ’ ଏବଂ ବହୁ ଜଣାଣ ଭଜନ ଓ ମାଳିକା।

ପଞ୍ଚସଖା ଗୋଷ୍ଠୀର ଅନ୍ୟତମ ସିଦ୍ଧକବି ଥିଲେ ଅତିବଡ଼ୀ ଜଗନ୍ନାଥ ଦାସ । ବ୍ୟାସକୃତ ‘ସଂସ୍କୃତ ଭାଗବତ କୁ ସେ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ଅନୁବାଦ କରି ‘ଭାଗବତ’ ଗ୍ରନ୍ଥ ରଚନା କରିଥିଲେ । ଫଳରେ ସେହି ଗ୍ରନ୍ଥର ଲୋକପ୍ରିୟତା ବଢ଼ିଗଲା । ଓଡ଼ିଶାର ଗ୍ରାମେ ଗ୍ରାମେ ଭଗବତ ଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠା ହୋଇ ସେଠାରେ ଗାଦିରେ ତାଙ୍କ ଭାଗବତ ପୋଥୁକୁ ରଖୁ ସ୍ଵୟଂ ବାସୁଦେବ ଭାବରେ ପୂଜା କରାଗଲା’। ପ୍ରତିଦିନ ସନ୍ଧ୍ୟାରେ ଲୋକମାନେ ସେଠାରେ ଉପସ୍ଥିତ ହୋଇ ଭାଗବତ ଶୁଣିବା ସହିତ ସେହି ଭାଗବତ ଗାଦିକୁ ସାକ୍ଷୀ ରଖ୍ ନାନା ଗଣ୍ଡଗୋଳର ସମାଧାନ କରୁଥିଲେ।

ଫଳରେ ଶ୍ରୀଜଗନ୍ନାଥଙ୍କ ସେହି ବିନୀତ ଭକ୍ତ ଅତିବଢ଼ୀ ଜଗନ୍ନାଥ ଦାସଙ୍କ ‘ଭଗବତ’ ଓଡ଼ିଆ ଜାତିର ଜୀବନ ବେଦ ହୋଇଗଲା । ଏହା ବ୍ୟତୀତ ତାଙ୍କ ରଚିତ ଅନ୍ୟଗ୍ରନ୍ଥଗୁଡ଼ିକ ହେଲା– ‘ଅର୍ଥ କୋଇଲି’, ‘ତୁଳାଭିଣା’ ଏବଂ ବହୁ ଭଜନ, ଜଣାଣ, ମାଳିକା, ଚଉପଦୀ ଓ ଚଉତିଶା।

ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସିଦ୍ଧ କବି ଥିଲେ ଯଶୋବନ୍ତ ଦାସ । ତାଙ୍କ ପ୍ରଣୀତ ବିଭିନ୍ନ ରଚନା ମଧ୍ୟରେ ‘ଗୋବିନ୍ଦ ଚନ୍ଦ୍ର’ ପ୍ରଧାନ ଗ୍ରନ୍ଥ । ପଞ୍ଚସଖାଙ୍କ ମଧ୍ୟରେ ବଳିଷ୍ଠ କବି ପ୍ରତିଭାର ଅଧିକାରୀ ଥିଲେ ଅଚ୍ୟୁତାନନ୍ଦ ଦାସ । ‘ହରିବଂଶ’ତାଙ୍କର ପ୍ରସିଦ୍ଧ ପୁରାଣଗ୍ରନ୍ଥ । ସେ ଜଣେ ମାଳିକାକାର ରୂପେ ସୁପରିଚିତ । ତାଙ୍କ ରଚନାଗୁଡ଼ିକ ମଧ୍ୟରେ ‘ଶୂନ୍ୟ ସଂହିତା’, ‘ଅଣାକାର ସଂହିତା’, ‘ଅକଳିତ ସଂହିତା’, ‘ଶୂନ୍ୟରାସ’, ‘ମହାଶୂନ୍ୟରାସ’, ‘ବୃନ୍ଦାରାସ’, ‘ଠୁଳ ଶୂନ୍ୟରାସ’ ଆଦି ପ୍ରଧାନ।

ପଞ୍ଚସଖାଗଣ ସେମାନଙ୍କର ବିବିଧ କାବ୍ୟ କବିତା, ପୁରାଣ ସଂହିତା ମାଧ୍ୟମରେ ଓଡ଼ିଆ ଜାତିର ହୃଦୟକୁ ସ୍ପର୍ଶ କରିବା ସହିତ ହୋଇଗଲେ ସେମାନଙ୍କର ଶ୍ରଦ୍ଧାର ପାତ୍ର । ଶ୍ରୀଜଗନ୍ନାଥଙ୍କୁ ଇଷ୍ଟଦେବ ଭାବେ ଗ୍ରହଣ କରି ସେମାନେ ଧର୍ମଗତ ସଂକୀର୍ଣ୍ଣତାକୁ ଅତିକ୍ରମ କରିଗଲେ । ସାମାଜିକ ବିପ୍ଳବୀ ସାଜି ଉଚ୍ଚଜାତି ତଥା ନିମ୍ନଜାତି ମଧ୍ୟରେ ଏକତ୍ଵ ସ୍ଥାପନ କରିବା ସହିତ ସେମାନେ ଓଡ଼ିଆ ଜାତିର ନମସ୍ୟ ହୋଇଗଲେ।

Question ୨୭ ।
ଜଗନ୍ନାଥ ଦାସଙ୍କ ଭାଗବତର ଲୋକପ୍ରିୟତାର କାରଣ ଲେଖ ।
Answer:
ପଞ୍ଚସଖାଙ୍କ ମଧ୍ୟରେ ଜଗନ୍ନାଥ ଦାସ ଥିଲେ ଅନ୍ୟତମ ପ୍ରସିଦ୍ଧି ସିଦ୍ଧ କବି । ସେ ଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିନୀତ ଭକ୍ତ । ସଂସ୍କୃତ ସାହିତ୍ୟରେ ମଧ୍ୟ ତାଙ୍କର ଆଗାଧ ପାଣ୍ଡିତ୍ୟ ଥିଲା । ପ୍ରତାପରୁଦ୍ରଦେବଙ୍କ ସମୟରେ (୧୫୧୦ ଖ୍ରୀଷ୍ଟାବ୍ଦରେ) ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସି ପୁରୀରେ ଅବସ୍ଥାନ କରିଥିଲେ । ସେ ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ୀ’ ଉପାଧ୍ ପ୍ରଦାନ କରିଥିଲେ । ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ହେଉଛି ‘ଭାଗବତ’। ବ୍ୟାସକୃତ ସଂସ୍କୃତ ଭାଗବତକୁ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ସେ ଅନୁବାଦ କରିଥିଲେ ।

କିନ୍ତୁ ଏହି ଭାଗବତ ମୂଳ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ । । ଅନେକ ସ୍ଥଳରେ ସେ ନିଜର ମୌଳିକତା ପ୍ରଦର୍ଶନ କରିଛନ୍ତି । ଏହି ଭାଗବତର ଲୋକପ୍ରିୟତା ଏତେ ବଢ଼ିଗଲା ଯେ ଲୋକମାନେ ଗ୍ରାମେ ଗ୍ରାମେ ଭାଗବତଗ୍ରନ୍ଥ ନାମରେ ଭାଗବତ ଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠା କଲେ । ସେହି ଟୁଙ୍ଗୀରେ ଥ‌ିବା ଗାଦିରେ ଭାଗବତ ପୋଥ୍ୟାକୁ ରଖ୍ ସ୍ଵୟଂ ବାସୁଦେବ ରୂପେ ପୂଜା କଲେ । ପ୍ରତିଦିନ ସନ୍ଧ୍ୟାରେ ଲୋକମାନେ ସେଠାରେ ଉପସ୍ଥିତ ହୋଇ ଭାଗବତ ଶୁଣିବା ସହିତ ସେହି ଭାଗବତ ଗାଦିକୁ ସାକ୍ଷୀ ରଖ୍ ଗ୍ରାମର ବିବିଧ ଗଣ୍ଡଗୋଳର ସମାଧାନ କଲେ । ଭାଗବତ ଗ୍ରନ୍ଥ ହୋଇଗଲା ଓଡ଼ିଆ ଜାତିର ଜୀବନ ବେଦ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Question ୨୮ ।
କବି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତିର ପରିଚୟ ଦିଅ ।
Answer:
କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ଥିଲେ ରୀତିଯୁଗର ଶ୍ରେଷ୍ଠ କବି । ସେ ଥିଲେ ନୀଳକଣ୍ଠ ଭଞ୍ଜଙ୍କର ପୁତ୍ର ତଥା ଧନଞ୍ଜୟ ଭଞ୍ଜଙ୍କର ନାତି । ନାନା ଅଳଙ୍କାର ଗ୍ରନ୍ଥ, କୋଷଗ୍ରନ୍ଥ ତଥା ପୁରାଣ ଓ ଧର୍ମଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ଲାଭକରି ସେ ଶବ୍ଦ
ପ୍ରେରଣା । ତାଙ୍କ ଅମର ଲେଖନୀ ନିଃସୃତ ‘ଲାବଣ୍ୟବତୀ’, ‘କୋଟି ବ୍ରହ୍ମାଣ୍ଡସୁନ୍ଦରୀ’, ‘ବୈଦେହୀଶ ବିଳାସ’, ‘ରସିକ ହାରାବଳୀ’, ‘କଳା କଉତୁକ’, ‘ପ୍ରେମସୁଧାନିଧ୍’, ‘ସୁଭଦ୍ରା ପରିଣୟ’, ‘ଅବନା ରସତରଙ୍ଗ’, ‘ତ୍ରୈଲୋକ୍ୟମୋହିନୀ’ ପ୍ରଭୃତି ମଞ୍ଜୁଳ ସୃଷ୍ଟି ସମ୍ପଦ ତାଙ୍କୁ ଧରାବକ୍ଷରେ କରିଛି କାଳଜୟୀ । ‘ବ’ ଆଦ୍ୟ ନିୟମରେ ରଚିତ ‘ବୈଦେହୀଶ ବିଳାସ’, ‘ସ’ ଆଦ୍ୟ ନିୟମରେ ରଚିତ ‘ସୁଭଦ୍ରା ପରିଣୟ’, ‘ତ’ ଆଦ୍ୟ ନିୟମରେ ରଚିତ ‘ତ୍ରୈଲୋକ୍ୟମୋହିନୀ’, ‘କ’ ଆଦ୍ୟ ଓ ପ୍ରାନ୍ତ ନିୟମରେ ରଚିତ, ‘କଳା କଉତୁକ’ ପ୍ରଭୃତି ଗ୍ରନ୍ଥ ତାଙ୍କ ଅସାଧାରଣ ପାଣ୍ଡିତ୍ୟର ପରିଚୟ ପ୍ରଦାନ କରେ ।

ଅବନା ନିୟମରେ ରଚିତ ‘ଅବନା ସମୁଦ୍ରକୁ ଅତିକ୍ରମ କରାଯାଇଥିଲେ । ଘୁମୁସର ରାଜବଂଶର ସାରସ୍ବତ ପରମ୍ପରା ତାଙ୍କୁ କାବ୍ୟରଚନା କରିବାକୁ ଦେଇଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଥିଲା ଗଭୀର ଭକ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ୍ ଶ୍ରୀରାମଚନ୍ଦ୍ର ଥିଲେ ତାଙ୍କର ଇଷ୍ଟଦେବ । ତାରକ ମନ୍ତ୍ର ପ୍ରସାଦରୁ ସେ ଲାଭ କରିଥିଲେ କବିତ୍ଵ । ଦାମ୍ପତ୍ୟପ୍ରେମ, ସୌନ୍ଦର୍ଯ୍ୟବୋଧ, ପ୍ରକୃତିପ୍ରୀତି, ସ୍ଵଦେଶ ଚିନ୍ତା, ଉତ୍କଳୀୟ ସଂସ୍କୃତି, ଭକ୍ତିଭାବନା, ଜଗନ୍ନାଥ ଚେତନା ତଥା ଅଳଙ୍କାରପ୍ରବଣତା ତାଙ୍କର କବି ପ୍ରତିଭାର ଥିଲା ଚରମ ନିଦର୍ଶନ । ଯୁଗରୁଚି ଅନୁଯାୟୀ ସେ କାବ୍ୟ ରଚନା କରିବା ସହ ସଂସ୍କୃତ ପ୍ରତିସ୍ପର୍ଶୀ ପଣ୍ଡିତମାନଙ୍କୁ ଆହ୍ଵାନ ଜଣାଇ କବିସମ୍ରାଟ୍ ଗୌରବରେ ହୋଇଥିଲେ ବିଭୂଷିତ । ସେ ଯଥାର୍ଥରେ ଥିଲେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର କବିଗୁରୁ ।

Question ୨୯ ।
ଓଡ଼ିଆ ସନ୍ଥ କବିଙ୍କର ପରିଚୟ ଦିଅ ।
Answer:
ସାରଳା ଦାସଙ୍କ ପରେ ଓଡ଼ିଶାରେ ଷୋଡ଼ଶ ଶତାବ୍ଦୀରେ ପାଞ୍ଚଜଣ ସନ୍ଥକବିଙ୍କର ଆବିର୍ଭାବ ହୋଇଥିଲା । ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଶିଶୁ ଅନନ୍ତ ଦାସ । ଏହି ପଞ୍ଚସଖା ଶ୍ରୀଜଗନ୍ନାଥ ତଥା ଜଗନ୍ନାଥ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ରଚନା କରିଥିଲେ ସେମାନଙ୍କ ସାରସ୍ବତ କୃତି । ଏମାନେ ଯୋଗ ଓ ଶୂନ୍ୟବାଦ ଉପରେ ଗୁରୁତ୍ଵ ଦେବା ସହ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ । ଜାତିକୁ ନମାନି ମଣିଷକୁ ମାନିଲେ । ନିଜକୁ ଶୂଦ୍ର ବୋଲି ଘୋଷଣା କରି ଓଡ଼ିଆ ଜାତିକୁ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ମାନବ ମୈତ୍ରୀର ଉଦ୍‌ବୋଧନ ଦେଇଗଲେ ।

ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି ବଳରାମ ଦାସ ମହର୍ଷି ବାଲ୍ମୀକିଙ୍କ ‘ସଂସ୍କୃତ ରାମାୟଣ ର କଥାବସ୍ତୁ ଅବଲମ୍ବନରେ ରଚନା କଲେ ‘ଜଗମୋହନ ରାମାୟଣ’। ଦାଣ୍ଡୀବୃତ୍ତରେ ରଚିତ ହୋଇଥିବାରୁ ଏହାକୁ ‘ଦାଣ୍ଡୀ ରାମାୟଣ’ ମଧ୍ୟ କୁହାଯାଏ । ‘ଲକ୍ଷ୍ମୀ ପୁରାଣ’ ତାଙ୍କର ଏକ ମୌଳିକ ସୃଷ୍ଟି । ମାର୍ଗଶିର ମାସ ଗୁରୁବାର ଦିନ ଓଡ଼ିଆ ଘରର ନାରୀମାନେ ଲକ୍ଷ୍ମୀପୂଜା କଲାବେଳେ ଭକ୍ତିର ସହିତ ଏହାକୁ ପାଠ କରନ୍ତି । ତାଙ୍କର ଏହି ଗ୍ରନ୍ଥଟି ଜାତିଭେଦ ବିଲୋପ ତଥା ନାରୀ ଓ ପୁରୁଷଙ୍କ ପବିତ୍ର ସମ୍ପର୍କ ପାଇଁ ଅଭିପ୍ରେତ । ଏହା ବ୍ୟତୀତ ସେ ରଚନା’କରିଥିଲେ ‘ଭାବସମୁଦ୍ର’, ‘ବଟ ଅବକାଶ’, ‘ଗୁପ୍ତଗୀତା’, ‘ବ୍ରହ୍ମାଣ୍ଡ ଭୂଗୋଳ’ ଏବଂ ବହୁ ଭଜନ, ଜଣାଣ, କୋଇଲି ଓ ମାଳିକା ।

ପଞ୍ଚସଖା ଗୋଷ୍ଠୀର ଅନ୍ୟତମ ପ୍ରସିଦ୍ଧ ସନ୍ଥକବି ଥିଲେ ଜଗନ୍ନାଥ ଦାସ । ସେ ଥିଲେ ଜଗନ୍ନାଥଙ୍କର ପରମ ଭକ୍ତ । ସଂସ୍କୃତ ସାହିତ୍ୟରେ ଥିଲା ତାଙ୍କର ଅଗାଧ ପାଣ୍ଡିତ୍ୟ । ଶ୍ରୀଚୈତନ୍ୟ ତାଙ୍କୁ ଅତିବଡ଼ୀ ଉପାଧିରେ ଭୂଷିତ କରିଥିଲେ । ସେ ବ୍ୟାସକୃତ ‘ସଂସ୍କୃତ ଭାଗବତକୁ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ରଚନା କରିଥିଲେ । ସେହି ଗ୍ରନ୍ଥଟି ପ୍ରତିଟି ଓଡ଼ିଆର ହୃଦୟରେ ଦେବତାର ଆସନ ଗ୍ରହଣ କରିଥିଲା । ଓଡ଼ିଶାର ପ୍ରତି ଗ୍ରାମରେ ଭଗବତ ଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠା କରାଯାଇ ସେହି ପୋଥୁକୁ ଗାଦିରେ ରଖ୍ ସ୍ଵୟଂ ବାସୁଦେବ ଭାବରେ ପୂଜା କରାଗଲା । ପ୍ରତିଦିନ ସନ୍ଧ୍ୟାରେ ଲୋକମାନେ ସେଠାରେ ଉପସ୍ଥିତ ହୋଇ ଭାଗବତ ଶ୍ରବଣ କରିବା ସହିତ ଭାଗବତ ଗାଦିକୁ ସାକ୍ଷୀରଖ୍ ନାନା ଗଣ୍ଡଗୋଳକୁ ସମାଧାନ କଲେ । ‘ଭାଗବତ’ ହୋଇଗଲା ଓଡ଼ିଆ ଜାତିର ଜୀବନ ବେଦ । ଏହା ବ୍ୟତୀତ ସେ ରଚନା କରିଥିଲେ ‘ଅର୍ଥ କୋଇଲି’, ‘ତୁଳାଭିଣା’ ଏବଂ ବହୁ ଭଜନ, ଜଣାଣ, ମାଳିକା, ଚଉପଦୀ ଓ ଚଉତିଶା ।

ପଞ୍ଚସଖା ମଧ୍ୟରେ ଅନ୍ୟତମ ସିଦ୍ଧ ସନ୍ଥକବି ଥିଲେ ଯଶୋବନ୍ତ ଦାସ । ତାଙ୍କ ପ୍ରଣୀତ ଗ୍ରନ୍ଥର ନାମ ହେଲା ‘ଗୋବିନ୍ଦଚନ୍ଦ୍ର’। ପଞ୍ଚସଖାଙ୍କ ମଧ୍ୟରେ ବଳିଷ୍ଠ କବିପ୍ରତିଭାର ଅଧିକାରୀ ଥିଲେ ସନ୍ଥକବି ଅଚ୍ୟୁତାନନ୍ଦ ଦାସ । ଜଣେ ମାଳିକାକାର ଭାବେ ସୁପରିଚିତ ସେହି ସନ୍ଥକବିଙ୍କର ପ୍ରସିଦ୍ଧ ପୁରାଣଗ୍ରନ୍ଥ ହେଲା ‘ହରିବଂଶ’ । ଏତଦ୍‌ବ୍ୟତୀତ ‘ଶୂନ୍ୟ ସଂହିତା’, ‘ଅଣାକାର ସଂହିତା’, ‘ଅକଳିତ ସଂହିତା’, ‘ଶୂନ୍ୟରାସ’, ‘ମହାଶୂନ୍ୟରାସ’, ‘ବୃନ୍ଦାରାସ’, ‘ଠୁଳ ଶୂନ୍ୟରାସ’ ଆଦି ତାଙ୍କର କାଳଜୟୀ କୃତି । ଶିଶୁ ଅନନ୍ତ ଦାସ ମଧ୍ୟ ‘ହେତୁଦୟ ଭାଗବତ’, ‘ଚୁମ୍ବକ ଆଗତ ଭବିଷ୍ୟମାଳିକା’ ଏବଂ ବହୁ ଭଜନ ଓ ଜଣାଣ ରଚନା କରିଥିଲେ ।

ଦ୍ବାଦଶ ଶତାବ୍ଦୀରେ ସନ୍ଥକବି ଜୟଦେବ ସଂସ୍କୃତ ଭାଷାରେ ରଚନା କରିଥିଲେ ‘ଗୀତଗୋବିନ୍ଦ’କାବ୍ୟ । ସରଳ ସାବଲୀଳ ଭାଷା ତଥା ଲଳିତ ଛନ୍ଦରେ ରଚିତ ଏହି କାବ୍ୟର ବିଷୟବସ୍ତୁ ଥିଲା ରାଧାକୃଷ୍ଣଙ୍କ ଦିବ୍ୟଲୀଳା । ସନ୍ତସାହିତ୍ୟ ଧାରାର ଶେଷ ଦୀପଶିଖା ଥିଲେ ସନ୍ଥକବି ଭୀମଭୋଇ । ସେ ଥିଲେ ଆଦିବାସୀ କନ୍ଧ । ମହିମାସ୍ଵାମୀଙ୍କ ଆଶୀର୍ବାଦ ବଳରେ ସେ ଦିବ୍ୟଦୃଷ୍ଟି ତଥା କବିତ୍ଵ ଲାଭ କରିଥିଲେ । ସେ ହେଲେ ମହିମା ଧର୍ମର ଆଦିକବି । ‘ସ୍ତୁତି ଚନ୍ତାମଣି’, ‘ନିର୍ବେଦ ସାଧନ’, ‘ଶ୍ରୁତିନିଷେଧ ଗୀତା’, ‘ବ୍ରହ୍ମଚାଳକ’ଏବଂ ବହୁ ଚଉତିଶା ତଥା ଭଜନ ପ୍ରଭୃତି ତାଙ୍କ ଅନନ୍ୟ କବି ପ୍ରତିଭାର ନିଦର୍ଶନ । ସନ୍ଥକବି ହାଡ଼ି ଦାସଙ୍କ ‘ଲକ୍ଷ୍ମୀଧର ବିଳାସ’, ‘ଶଙ୍ଖନାଭି’, ‘ଭାବନାବର ଏବଂ ବହୁ ଭଜନ, ଜଣାଣ ଓ ଚଉତିଶା ପାଠକମାନଙ୍କ ଶ୍ରଦ୍ଧା ଲାଭ କରିଅଛି । ସନ୍ଥକବି ଅରକ୍ଷିତ ଦାସଙ୍କ ‘ମହୀମଣ୍ଡଳ ଗୀତା’ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକ ମାନବ ସମାଜ ଗଠନ କରିବାପାଇଁ ପ୍ରେରଣା ଦେବା ସଙ୍ଗେ ସଙ୍ଗେ କ୍ଷମତା ମଦମତ୍ତ ମଣିଷମାନଙ୍କ ପାଇଁ ମଧ୍ୟ ଶୁଣାଇ ଯାଇଛନ୍ତି ଚେତାବନୀ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Question ୩୦ ।
ସାରଳା ଦାସଙ୍କୁ ଆଦିକବି କହିବାର ଯଥାର୍ଥତା ପ୍ରତିପାଦନ କର ।
Answer:
ଦଶମ|ଏକାଦଶ ଶତାବ୍ଦୀବେଳକୁ ସଂସ୍କୃତ, ପାଲି, ପ୍ରାକୃତ ଓ ଅପଭ୍ରଂଶର କୁକ୍ଷୀ ଭିତରୁ ଓଡ଼ିଆ ଭାଷାର ଆଦି ଉନ୍ମେଷ ହୋଇଥିଲା । କୌଣସି ଭାଷାର ଲିପି ତଥା ଲିଖ୍ ସାହିତ୍ୟର ଉଦ୍ଭବ ପୂର୍ବରୁ ଲୋକମୁଖର ଭାଷାରେ ଲୋକସାହିତ୍ୟ ସୃଷ୍ଟି ହେବା ବାସ୍ତବ ସତ୍ୟ । ମାତ୍ର ତା’ର ସ୍ରଷ୍ଟା କେହି ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହଁନ୍ତି, ଲୋକ ସମାଜ । ତା’ର ଲିଖ୍ ରୂପ ନଥିବାରୁ ତାକୁ ପ୍ରଥମ ସୃଷ୍ଟିଭାବେ ଗ୍ରହଣ କରିବା ବିଚାରସାପେକ୍ଷ ।

ପଞ୍ଚଦଶ ଶତାବ୍ଦୀ ବେଳକୁ ଗଜପତି କପିଳେନ୍ଦ୍ରଦେବଙ୍କ ରାଜତ୍ଵ କାଳରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବା ସହିତ ଓଡ଼ିଆ ଭାଷା ମଧ୍ୟ ମାର୍ଜିତ ହୋଇଯାଇଥିଲା । ଏହି ସମୟରେ ଆଧୁନିକ ଜଗତ୍‌ସିଂହପୁର ଜିଲ୍ଲାର ଝଙ୍କଡ଼ ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ସିଦ୍ଧେଶ୍ଵର ପରିଡ଼ା । ମା’ ସାରଳାଙ୍କ କରୁଣା ଲାଭକରି ସାରଳା ଦାସ ନାମରେ ଅଭିହିତ ହୋଇ ଖାଣ୍ଟି ଓଡ଼ିଆ ଭାଷାରେ ରଚନା କଲେ ‘ମହାଭାରତ’ ଗ୍ରନ୍ଥ । ଏହି ‘ମହାଭାରତ’ ଗ୍ରନ୍ଥ ବ୍ୟାସଦେବଙ୍କ କୃତ ସଂସ୍କୃତ ‘ମହାଭାରତ’ର ଅନୁବାଦ ନୁହେଁ; ଥୁଲା ଅନୁସୃଷ୍ଟି ।

ଯେତେବେଳେ ବଙ୍ଗଳା, ହିନ୍ଦୀ, ଅସମୀୟା ଭାଷାରେ ଏପରି କାବ୍ୟ ରଚନାର ପରିକଳ୍ପନା ମଧ୍ୟ କରାଯାଇ ନଥୁଲା, ସେତେବେଳେ ସେ ଓଡ଼ିଶାର ଭୂଗୋଳ, ଧର୍ମପୀଠ, ମନ୍ଦିର, ପାହାଡ଼, ପର୍ବତ, ନଦନଦୀ, ଅରଣ୍ୟ, ଜନପଦ, ବିଭିନ୍ନ ଜାତି, ନାନା କିମ୍ବଦନ୍ତୀ, ଲୋକ ବିଶ୍ଵାସ ତଥା ଲୋକକଥାକୁ ରୂପ ଦେଇ ରଚନା କଲେ ‘ମହାଭାରତ’ କାବ୍ୟ । ଯାହାଫଳରେ ‘ମହାଭାରତ’ ହୋଇଗଲା ଏ ଜାତିର ଆତ୍ମପରିଚିତିର ଅମୂଲ୍ୟ ଗ୍ରନ୍ଥ ଏବଂ ସେ ହେଲେ ଉଡ୍ର ଜାତୀୟତାବୋଧର ପ୍ରଥମ ରୂପକାର ମାଟିର ମହାକବି ସାରଳାଦାସ । ତାଙ୍କ ସାରସ୍ବତ ଲେଖନୀ ନିଃସୃତ ‘ଚଣ୍ଡୀପୁରାଣ’, ‘ବିଚିତ୍ର ରାମାୟଣ’ ଆଦି ଗ୍ରନ୍ଥ ମଧ୍ଯ ଓଡ଼ିଆ ସାହିତ୍ୟର ଭିଭିକୁ ସୁଦୃଢ଼ କରିବା ସହିତ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଦିଗନ୍ତର ଉନ୍ମୋଚନ କରିଥିଲା ।

Question ୩୧ ।
ପ୍ରାଚୀନ ଓଡ଼ିଆ କବିତାର ବିଭିନ୍ନ ରୂପ ସମ୍ପର୍କରେ ଆଲୋଚନା କର ।
Answer:
ମାଟିର ମହାକବି ତଥା ଆଦିକବି ସାରଳା ଦାସ ଥିଲେ ଉଡ୍ର ଜାତୀୟତାବୋଧର ପ୍ରଥମ ରୂପକାର । ପଞ୍ଚଦଶ ଶତାବ୍ଦୀରେ ଗଜପତି କପିଳେନ୍ଦ୍ରଦେବଙ୍କ ରାଜତ୍ଵ କାଳରେ ସେ ଖାଣ୍ଟି ଓଡ଼ିଆ ଭାଷାରେ ରଚନା କଲେ ‘ମହାଭାରତ’, ‘ଚଣ୍ଡୀ ପୁରାଣ’ ଓ ‘ବିଲଙ୍କା ରାମାୟଣ’ ପରି ବୃହତ୍ ଗ୍ରନ୍ଥ । ‘ମହାଭାରତ’ଥିଲା ତାଙ୍କର ବିଶିଷ୍ଟ କୃତି । ବ୍ୟାସକୃତ ‘ସଂସ୍କୃତ ମହାଭାରତ’ର ଏହା ଅନୁବାଦ ନ ଥିଲା; ଥିଲା ଅନୁସୃଷ୍ଟି।

ବଙ୍ଗଳା, ହିନ୍ଦୀ, ଅସମୀୟା ପ୍ରଭୃତି ଭାଷାରେ ଯେତେବେଳେ ଏପରି ଗ୍ରନ୍ଥର ପରିକଳ୍ପନା ମଧ୍ୟ କରାଯାଇ ନଥୁଲା, ସେତେବେଳେ ସେ ଓଡ଼ିଶାର ଭୂଗୋଳ, ଧର୍ମପୀଠ, ମନ୍ଦିର, ପାହାଡ଼, ପର୍ବତ, ନଦନଦୀ, ଅରଣ୍ୟ, ଜନପଦ, ବିଭିନ୍ନ ଜାତି, ନାନା କିମ୍ବଦନ୍ତୀ, ଲୋକବିଶ୍ଵାସ ତଥା ଲୋକକଥାକୁ ଆଧାର କରି ସ୍ବୀୟ ସାରସ୍ବତ ଲେଖନୀ ମୁନରେ ଯେଉଁ ରୂପ ଅଙ୍କନ କରିଗଲେ, ତାହା ହୋଇଗଲା ଓଡ଼ିଆ ଜାତିର ଆଦ୍ୟରୂପ । ସେହି ‘ମହାଭାରତ’ ଗ୍ରନ୍ଥ ହେଲା ଓଡ଼ିଆ ଜାତିର ଆତ୍ମପରିଚିତିର ଅମୂଲ୍ୟ ଗ୍ରନ୍ଥ । ‘ଚଣ୍ଡୀ ପୁରାଣ’ ଓ ‘ବିଚିତ୍ର ରାମାୟଣ’ ପ୍ରଭୃତି କାବ୍ୟ ରଚନା କରି ସେ ଓଡ଼ିଆ ସାହିତ୍ୟ ବାଙ୍ମୟକୁ ବିସ୍ତୃତ କରିଗଲେ।

ତାଙ୍କ ପରେ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶା ମାଟିରେ ପାଞ୍ଚଜଣ ସନ୍ଥକବିଙ୍କର ଆବିର୍ଭାବ ହେଲା । ପଞ୍ଚସଖା ନାମରେ ପରିଚିତ ସେହି ପାଞ୍ଚଜଣ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଶିଶୁ ଅନନ୍ତ ଦାସ । ଗଜପତି ପ୍ରତାପରୁଦ୍ରଦେବଙ୍କ ସମୟରେ ସେହି ପାଞ୍ଚଜଣ ଭକ୍ତକବି ପ୍ରଭୁ ଶ୍ରୀଜଗନ୍ନାଥ ଓ ଜଗନ୍ନାଥ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ରଚନା କଲେ ସେମାନଙ୍କ ସାରସ୍ବତ କୃତିରାଜି । ସେମାନେ ଯୋଗ ଓ ଶୂନ୍ୟବାଦ ଉପରେ ଗୁରୁତ୍ଵ ଦେଇ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ । ଜାତିକୁ ନମାନି ମଣିଷକୁ ମାନିଲେ । ସାରଳା ଦାସଙ୍କ ପରି ନିଜକୁ ଶୂଦ୍ର ବୋଲି ଘୋଷଣା କରି ଓଡ଼ିଆ ଜାତିକୁ ଏକ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ମାନବମୈତ୍ରୀର ଉଦ୍‌ବୋଧନ ଦେଇଗଲେ।

ଏ ଯୁଗର ବୟୋଜ୍ୟେଷ୍ଠ କବି ବଳରାମ ଦାସ ମହର୍ଷି ବାଲ୍ମୀକିଙ୍କ ‘ସଂସ୍କୃତ ରାମାୟଣ’ ଅବଲମ୍ବନରେ ରଚନା କଲେ ‘ଜଗମୋହନ ରାମାୟଣ’ । ଦାଣ୍ଡୀ ବୃତ୍ତରେ ରଚିତ ହୋଇଥିବାରୁ ତାହା ‘ଦାଣ୍ଡୀ ରାମାୟଣ’ ଭାବେ ଖ୍ୟାତି ଲାଭ କରିବା ସହ ସାରଳା ଦାସଙ୍କ ‘ମହାଭାରତ’ ପରି ଓଡ଼ିଆ ଜାତିର ଏକାନ୍ତ ଆପଣାର ହୋଇଗଲା । ତାଙ୍କ ମୌଳିକ ସୃଷ୍ଟି ‘ଲକ୍ଷ୍ମୀ ପୁରାଣ’ ସଂସାରକୁ ଦେଲା ନୂତନ ଦିଗ୍‌ଦର୍ଶନ । ଏହା ଜାତିଭେଦର ବିଲୋପ ପାଇଁ ଆହ୍ଵାନ ଦେବା ସହିତ ନାରୀର ସ୍ଵାତନ୍ତ୍ର୍ୟ ପ୍ରକଟିତ କରି ନାରୀ ଓ ପୁରୁଷ ମଧ୍ଯରେ ପବିତ୍ର ସମ୍ପର୍କ ସ୍ଥାପନ ନିମନ୍ତେ ପ୍ରେରଣା ଦେଇଗଲା।

ତେଣୁ ମାର୍ଗଶିର ମାସ ଗୁରୁବାର ଦିନ ଓଡ଼ିଆ ଘରର ନାରୀମାନେ ଲକ୍ଷ୍ମୀପୂଜା କଲାବେଳେ ଭକ୍ତି ଓ ନିଷ୍ଠାର ସହ ସେହି ଗ୍ରନ୍ଥକୁ ପାଠ କରନ୍ତି । ଏହା ବ୍ୟତୀତ ମାନବ ହୃଦୟରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ରଚନା କରିଥିଲେ ‘ବଟ ଅବକାଶ’, ‘ଗୁପ୍ତଗୀତା’, ‘ବ୍ରହ୍ମାଣ୍ଡ ଭୂଗୋଳ’, ବହୁ ଭଜନ, ଜଣାଣ ଓ ଚଉତିଶା ପ୍ରଭୃତି ଗ୍ରନ୍ଥ ।

ସେହି ଯୁଗର ଅନ୍ୟତମ ସିଦ୍ଧ କବି ଥିଲେ ଅତିବଡ଼ୀ ଜଗନ୍ନାଥ ଦାସ । ମହର୍ଷି ବ୍ୟାସଦେବଙ୍କ କୃତ ‘ସଂସ୍କୃତ ଭାଗବତକୁ ସେ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ । ଏହି ‘ଭାଗବତ’ ଗ୍ରନ୍ଥ ବିପୁଳ ଲୋକପ୍ରିୟତା ଲାଭ କରି ହୋଇଗଲା ଓଡ଼ିଆ ଜାତିର ଜୀବନ ବେଦ । ଗ୍ରାମେ ଗ୍ରାମେ ଭାଗବତଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠା କରି ଲୋକମାନେ ସେହି ଭାଗବତ ପୋଥୁକୁ ଗାଦିରେ ରଖ୍ ସ୍ଵୟଂ ବାସୁଦେବ ଭାବରେ ପୂଜା କଲେ । ପ୍ରତିଦିନ ସେଠାରେ ଉପସ୍ଥିତ ହୋଇ ‘ଭାଗବତ’ ଶୁଣିବା ସହିତ ସେହି ପୋଥୁକୁ ସାକ୍ଷୀରଖୁ ସେମାନେ ବିବିଧ ଗଣ୍ଡଗୋଳର ସମାଧାନ କଲେ । ଏହା ବ୍ୟତୀତ ‘ଅର୍ଥ କୋଇଲି’, ‘ତୁଳାଭିଣା’, ବହୁ ଭଜନ, ଜଣାଣ, ମାଳିକା, ଚଉପଦୀ ଓ ଚଉତିଶା ତାଙ୍କ ଅନନ୍ୟ କବି ପ୍ରତିଭାର ସ୍ବାକ୍ଷର ବହନ କରେ ।

ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦ ଚନ୍ଦ୍ର’, ବଳିଷ୍ଠ କବି ପ୍ରତିଭାର ଅଧିକାରୀ ତଥା ମାଳିକାକାର ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ଓ ବିଭିନ୍ନ ସଂହିତା ତଥା ରାସ, ଶିଶୁ ଅନନ୍ତ ଦାସଙ୍କ ‘ହେତୃଦୟ ଭାଗବତ’ ଓ ‘ଚୁମ୍ବକ ଆଗତ ଭବିଷ୍ଯମାଳିକା’ ପ୍ରଭୃତି ପୁରାଣ, ଗୀତା, ସଂହିତା ପ୍ରତିଟି ଓଡ଼ିଆ ହୃଦୟକୁ ଆନ୍ଦୋଳିତ କଲା । ପଞ୍ଚସଖାଗଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଇଷ୍ଟଦେବ ଭାବରେ ଗ୍ରହଣ କଲେ । ସାମାଜିକ ବିପ୍ଳବୀ ସାଜି ଉଚ୍ଚଜାତି ଓ ନିମ୍ନଜାତି ଭିତରେ ଏକତ୍ଵ ସ୍ଥାପନ କରି ଧର୍ମଗତ ସଂକୀର୍ଣ୍ଣତାକୁ ସେମାନେ ଅତିକ୍ରମ କରି ଓଡ଼ିଆ ଜାତିର ଶ୍ରଦ୍ଧା ଓ ଭକ୍ତିର ପାତ୍ର ହୋଇଗଲେ ।

ଓଡ଼ିଆ ପ୍ରାଚୀନ କବିତାର ଅନ୍ୟ ଏକ ରୂପ ଥିଲା କୋଇଲି ସାହିତ୍ୟ ଓ ଚଉତିଶା । ବସ୍ତ୍ରାଦାସଙ୍କ ପ୍ରଣୀତ ‘କଳସା ଅନୁପ୍ରାଣିତ ହୋଇ ବଳରାମ ଦାସ ରଚନା କରିଥିଲେ ‘କାନ୍ତ କୋଇଲି’ । ଜଗନ୍ନାଥ ଦାସ ତାଙ୍କ ‘ଅର୍ଥ କୋଇଲି’ କବିତାରେ ଦ୍ବାଦଶ ଶତାବ୍ଦୀରେ ଭକ୍ତକବି ଜୟଦେବ ସଂସ୍କୃତ ଭାଷାରେ ରଚନା କରିଥିଲେ ‘ଗୀତଗୋବିନ୍ଦ’କାବ୍ୟ । ଅତୀବ ସରଳ ସାବଲୀଳ ଭାଷାରେ ତଥା ଲଳିତ ଛନ୍ଦରେ ରଚିତ ହୋଇଥିବା ଏହି କାବ୍ୟର ବିଷୟବସ୍ତୁ ଥିଲା ରାଧାକୃଷ୍ଣଙ୍କ ଦିବ୍ୟଲୀଳା ।

ପଞ୍ଚସଖାଙ୍କ ସମୟରୁ ଓଡ଼ିଶା ରାଜନୀତିରେ ଦେଖାଦେଲା ଅବକ୍ଷୟ । ବିଶାଳ ଓଡ଼ିଶା ତା’ର ଗୌରବ ହରାଇ ଛୋଟ ଛୋଟ ରାଜ୍ୟରେ ପରିଣତ ହୋଇଗଲା । ରାଜାମାନେ ନିଜକୁ ସର୍ବେସର୍ବା ମନେକରି ଗୋଟିଏ ଲେଖାଏଁ ଦରବାର ପ୍ରତିଷ୍ଠା କରି ରାଜସଭାର ସପ୍ତାଙ୍ଗ ମଧ୍ୟରେ କବିମାନଙ୍କୁ ସ୍ଥାନଦେଲେ । କବିମାନେ ରାଜାମାନଙ୍କୁ ସ୍ତବସ୍ତୁତି କରିବା ସହ ରାଜାଙ୍କ ବିଳାସ ପାଇଁ କାବ୍ୟ ରଚନା କଲେ । ସେମାନଙ୍କ ମଧ୍ୟରେ ଶରଣ ଦାସ, ନାରଣ ଦାସ, ବାଲିଙ୍ଗା ଦାସ, ଦିବାକର ଦାସ, ଚୈତନ୍ୟ ଦାସ, ହାଡ଼ି ଦାସ ଓ ଅରକ୍ଷିତ ଦାସ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । କିନ୍ତୁ ସାରଳା ଦାସ ତଥା ପଞ୍ଚସଖାଗଣ ଯେଉଁ କାବ୍ୟଧାରା ସୃଷ୍ଟି କରିଥିଲେ ତାହା ଏମାନଙ୍କଦ୍ୱାରା ସୃଷ୍ଟ କାବ୍ୟଧାରାରେ ଆଉ ପରିଲକ୍ଷିତ ହେଲା ନାହିଁ ।

ବିଶ୍ଵନାଥ କବିରାଜଙ୍କ ‘ସାହିତ୍ୟ ଦର୍ପଣ’ ନାମକ ବିଶିଷ୍ଟ ସାହିତ୍ୟ ତତ୍ତ୍ଵଗ୍ରନ୍ଥ, ରାମଚରିତ, କୃଷ୍ଣଚରିତ ତଥା ଜଗନ୍ନାଥ ଭାବନାଙ୍କୁ ନେଇ ରଚିତ କାବ୍ୟରାଜି, ଚଉପଦୀ, ଚଉତିଶା, ଭଜନ, ଜଣାଣ, ପୁରାଣ, ମାଳିକା ତଥା କୋଇଲି ସାହିତ୍ୟକୁ ନେଇ ପ୍ରାଚୀନ ଓଡ଼ିଆ ସାହିତ୍ୟ ଯେ ଥିଲା ସୁସମୃଦ୍ଧ, ଏହା ନିଃସନ୍ଦେହ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

ତୁମପାଇଁ କାମ

୩୨ । ତୁମେ ପଢ଼ିଥିବା ମଧ୍ୟଯୁଗୀୟ କାବ୍ୟ ଓ କବିମାନଙ୍କ ଏକ ତାଲିକା ପ୍ରସ୍ତୁତ କର ।
୩୩ । ଉଦ୍ଧୃତି ଖାତାରେ ତୁମକୁ ଭଲ ଲାଗୁଥିବା ଉଦ୍ଧୃତିଗୁଡ଼ିକୁ (ଗଦ୍ୟ ଓ ପଦ୍ୟ) ସଂଗ୍ରହ କରି ଲେଖୁ ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ‘ଚଣ୍ଡୀ ପୁରାଣ’ର ଲେଖକ କିଏ ?
Answer:
ସାରଳା ଦାସ ହେଉଛନ୍ତି ‘ଚଣ୍ଡୀ ପୁରାଣ’ର ଲେଖକ ।

2. ଜଗନ୍ନାଥ ଦାସଙ୍କ ଭାଗବତ କେଉଁ ଗ୍ରନ୍ଥ ର ଅନୁବାଦ ?
Answer:
ଜଗନ୍ନାଥ ଦାସଙ୍କ ‘ଭାଗବତ’ ବ୍ୟାସଦେବଙ୍କ ରଚିତ ‘ସଂସ୍କୃତ ଭାଗବତ’ର ଅନୁବାଦ ।

3. ମାଳିକାକାର ଭାବରେ କେଉଁ କବି ପ୍ରସିଦ୍ଧ ?
Answer:
ଅଚ୍ୟୁତାନନ୍ଦ ଦାସ ମାଳିକାକାର ଭାବରେ ପ୍ରସିଦ୍ଧ ।

4. ଭାଗବତ ଟୁଙ୍ଗୀ କେଉଁ ଗ୍ରନ୍ଥକୁ ନେଇ ପ୍ରତିଷ୍ଠିତ ?
Answer:
ଜଗନ୍ନାଥ ଦାସଙ୍କ ରଚିତ ପ୍ରସିଦ୍ଧ ଗ୍ରନ୍ଥ ‘ଭାଗବତ’କୁ ନେଇ ଭାଗବତ ଟୁଙ୍ଗୀ ପ୍ରତିଷ୍ଠିତ ।

5. ଭାଗବତ ପୋଷ୍ଟ୍କୁ ସ୍ଵୟଂ ବାସୁଦେବ ରୂପେ ପୂଜା କରାଗଲା କାହିଁକି ?
Answer:
‘ଭାଗବତ’ ଗ୍ରନ୍ଥର ତାତ୍ପର୍ଯ୍ୟ ଏତେ ବଢ଼ିଗଲା ଓଡ଼ିଶାର ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇ ଭାଗବତ ପୋଥ୍‌କୁ ଗାଦିରେ ରଖ୍ ସ୍ୱୟଂ ବାସୁଦେବ ରୂପେ ପୂଜା କରାଗଲା ।

6. ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର କବି କିଏ ?
Answer:
କବିସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର କବି ।

7. ଦୀନକୃଷ୍ଣଙ୍କର କେଉଁ କାବ୍ୟଟି ଶ୍ରେଷ୍ଠ ?
Answer:
ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’ କାବ୍ୟଟି ଶ୍ରେଷ୍ଠ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

8. ‘ରସକଲ୍ଲୋଳ’କୁ ଶ୍ରେଷ୍ଠ କାବ୍ୟରୂପେ ବିବେଚନା କରାଯାଏ କାହିଁକି ?
Answer:
କାରଣ ‘କ’ ଆଦ୍ୟ ନିୟମରେ ରଚିତ ‘ରସକଲ୍ଲୋଳ’ର ପଦଲାଳିତ୍ୟ ଅନନ୍ୟ ଓ ଏହାର ପ୍ରତ୍ୟେକ ଛାନ୍ଦ ଶ୍ରବଣସୁଖଦାୟୀ ଭାବ ସୃଷ୍ଟି କରିବାରେ ସମର୍ଥ ।

9. କବି ଅଭିମନ୍ୟୁ ସାମନ୍ତସିଂହାର କେଉଁ ଧର୍ମ ପ୍ରତି ଅନୁରକ୍ତ ଥିଲେ ?
Answer:
କବି ଅଭିମନ୍ୟୁ ସାମନ୍ତସିଂହାର ଗୌଡ଼ୀୟ ବୈଷ୍ଣବ ଧର୍ମ ପ୍ରତି ଅନୁରକ୍ତ ଥିଲେ ।

10. ଶ୍ରୀଚୈତନ୍ୟ ଓଡ଼ିଶାକୁ କେବେ ଆସିଥିଲେ ?
Answer:
ଶ୍ରୀଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାକୁ ଆସିଥିଲେ ।

11. ଶ୍ରୀଚୈତନ୍ୟଙ୍କ ଧର୍ମମତ କିପରି ଓଡ଼ିଆ କବିମାନଙ୍କୁ ପ୍ରଭାବିତ କଲା ?
Answer:
ଶ୍ରୀଚୈତନ୍ୟଙ୍କଦ୍ବାରା ପ୍ରଚାରିତ ପ୍ରେମଧର୍ମରେ ପ୍ରଭାବିତ ହୋଇ ଓଡ଼ିଆ କବିମାନେ ରାମଚରିତ, କୃଷ୍ଣଚରିତ ଓ ଜଗନ୍ନାଥ ଭାବନାକୁ ଉପଜୀବ୍ୟ କରିବା ସହିତ କାଳ୍ପନିକ କଥାବସ୍ତୁକୁ ନେଇ କାବ୍ୟ ରଚନା କଲେ ।

12. ଉପେନ୍ଦ୍ର ଭଞ୍ଜଙ୍କର ପାଞ୍ଚୋଟି କାଳ୍ପନିକ କାବ୍ୟର ନାମ ଲେଖ ।
Answer:
ଉପେନ୍ଦ୍ର ଭଞ୍ଜଙ୍କର ପାଞ୍ଚୋଟି କାଳ୍ପନିକ କାବ୍ୟର ନାମ ହେଲା— ‘ଲାବଣ୍ୟବତୀ’, ‘କୋଟି ବ୍ରହ୍ମାଣ୍ଡସୁନ୍ଦରୀ’, ‘କଳା କଉତୁକ’, ‘ରସିକ ହାରାବଳୀ’, ‘ତ୍ରୈଲୋକ୍ୟମୋହିନୀ’ ।

13. ‘ବୈଦେହୀଶ ବିଳାସ’ କାବ୍ୟର କବି କିଏ ?
Answer:
‘ବୈଦେହୀଶ ବିଳାସ’ କାବ୍ୟର କବି ହେଉଛନ୍ତି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ।

14. ‘ବୈଦେହୀଶ ବିଳାସ’ କାବ୍ୟରେ କେଉଁ ବିଷୟ ବର୍ଣ୍ଣିତ ?
Answer:
ଏଥ‌ିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ୍ ଶ୍ରୀରାମଚନ୍ଦ୍ରଙ୍କର ଚିନ୍ମୟ ଚରିତ ବର୍ଣ୍ଣନା କରାଯାଇଛି ।

15. ପାଞ୍ଚଜଣ ପ୍ରାଚୀନ ଓଡ଼ିଆ ଗୀତିକବିଙ୍କ ନାମ ଲେଖ ।
Answer:
ପାଞ୍ଚଜଣ ପ୍ରାଚୀନ ଓଡ଼ିଆ ଗୀତିକବିଙ୍କ ନାମ ହେଲା – ବତ୍ସା ଦାସ, ମାର୍କଣ୍ଡ ଦାସ, ଦ୍ବାରିକା ଦାସ, ଭକ୍ତଚରଣ ଦାସ, ହାଡ଼ି ଦାସ ।

16. ରୀତି ଯୁଗର ବିଶିଷ୍ଟ କବିମାନଙ୍କ ମଧ୍ୟରୁ ଚାରିଜଣଙ୍କର ନାମ ଲେଖ ।
Answer:
ରୀତି ଯୁଗର ବିଶିଷ୍ଟ କବିମାନଙ୍କ ମଧ୍ୟରୁ ଚାରିଜଣଙ୍କର ନାମ ହେଲା– ଧନଞ୍ଜୟ ଭଞ୍ଜ, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ବ୍ରଜନାଥ ବଡ଼ଜେନା ।

17. ପଞ୍ଚସଖାମାନେ କେଉଁ ଦେବତାଙ୍କୁ ମୁଖ୍ୟ ଭାବରେ ଗ୍ରହଣ କରିଥିଲେ ?
Answer:
ପଞ୍ଚସଖାମାନେ ଶ୍ରୀଜଗନ୍ନାଥଙ୍କୁ ମୁଖ୍ୟ ଭାବରେ ଗ୍ରହଣ କରିଥିଲେ ।

18. ପ୍ରାଚୀନଯୁଗର ଜଣେ ନାରୀକବିଙ୍କ ନାମ ଲେଖ । ତାଙ୍କ ଲିଖ୍ ଗ୍ରନ୍ଥର ନାମ କ’ଣ ?
Answer:
ପ୍ରାଚୀନଯୁଗର ଜଣେ ନାରୀକବିଙ୍କ ନାମ ହେଲା ବୃନ୍ଦାବତୀ ଦାସୀ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

19. ନାରୀକବି ବୃନ୍ଦାବତୀ ଦାସଙ୍କ ଲିଖ୍ ଗ୍ରନ୍ଥର ନାମ କ’ଣ ?
Answer:
ତାଙ୍କ ଲିଖ୍ ଗ୍ରନ୍ଥର ନାମ ହେଲା ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’ ।

20. ଭୀମଭୋଇଙ୍କ ମୁଖ୍ୟ କୃତିର ନାମ କ’ଣ ?
Answer:
ଭୀମଭୋଇଙ୍କ ମୁଖ୍ୟ କୃତିର ନାମ ହେଲା ‘ସ୍ତୁତି ଚିନ୍ତାମଣି’ ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. ‘ଲାବଣ୍ୟବତୀ’ କେଉଁ ଧରଣର କାବ୍ୟ ?
Answer:
କାଳ୍ପନିକ

2. ‘ରସକଲ୍ଲୋଳ’ର ପ୍ରଣେତା କିଏ ?
Answer:
ଦୀନକୃଷ୍ଣ ଦାସ

3. କେଉଁ ଶତାବ୍ଦୀରେ ଓଡ଼ିଶାରେ ପାଞ୍ଚଜଣ ସନ୍ଥଙ୍କର ଆବିର୍ଭାବ ହୋଇଥିଲା ?
Answer:
ଷୋଡ଼ଶ

4. ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ଆବିର୍ଭୂତ ପାଞ୍ଚଜଣ ଭକ୍ତକବି କେଉଁ ନାମରେ ପରିଚିତ ଥିଲେ ?
Answer:
ପଞ୍ଚସଖା

5. ଷୋଡ଼ଶ ଶତାବ୍ଦୀରେ ଉତ୍କଳର ଗଜପତି କିଏ ଥିଲେ ?
Answer:
ପ୍ରତାପରୁଦ୍ରଦେବ

6. ଶ୍ରୀଚୈତନ୍ୟ କେତେ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆସିଥିଲେ ?
Answer:
୧୫୧୦

7. ପଞ୍ଚସଖା କାହାକୁ ମାନିଲେ ନାହିଁ, ମଣିଷକୁ ମାନିଲେ ?
Answer:
ଜାତିକୁ

8. ପଞ୍ଚସଖା ନିଜକୁ କ’ଣ ବୋଲି ଘୋଷଣା କଲେ ?
Answer:
ଶୂଦ୍ର

9. କାହାକୁ କେନ୍ଦ୍ର କରି ପଞ୍ଚସଖା ଏ ଜାତିକୁ ମାନବ- ମୈତ୍ରୀର ଉଦ୍‌ବୋଧନ ଦେଲେ ?
Answer:
ଶ୍ରୀଜଗନ୍ନ।ଥଙ୍କୁ

10. ଓଡ଼ିଶାରେ ଶ୍ରୀଚୈତନ୍ୟ କେଉଁ ଧର୍ମ ପ୍ରଚାର କରିଥିଲେ ?
Answer:
ପ୍ରେମଭକ୍ତି

11. ଓଡ଼ିଆ ଭାଷାର ଆଦି ଉନ୍ମେଷ କେଉଁ ଶତାବ୍ଦୀ ବେଳକୁ ଘଟିଥିଲା ?
Answer:
ଦଶମ

12. ଓଡ଼ିଆ ଭାଷାରେ ରଚନା କରାଯାଇଥିବା ସର୍ବପ୍ରଥମ କାବ୍ୟର ନାମ କ’ଣ ?
Answer:
ରାମବିଭା

13. ‘ସାହିତ୍ୟ ଦର୍ପଣ’ କିଏ ରଚନା କରିଥିଲେ ?
Answer:
ବିଶ୍ଵନାଥ କବିରାଜ

14. ‘ରାଘବ ବିଳାସ’ ନାମକ ପ୍ରସିଦ୍ଧ ରାମକାବ୍ୟ କିଏ ରଚନା କରିଥିଲେ ?
Answer:
ଯଦୁମଣି ମହାପାତ୍ର

15. ‘ମହୀମଣ୍ଡଳ ଗୀତା’ କିଏ ରଚନା କରିଥିଲେ ?
Answer:
ଅରକ୍ଷିତ ଦାସ

16. ମାଟିର ମହାକବି ଆଖ୍ୟା କାହାକୁ ଦିଆଯାଇଛି ?
Answer:
ସାରଳା ଦାସ

17. କବି ଜଗନ୍ନାଥ ଦାସ କେଉଁ ଉପାଧିରେ ଭୂଷିତ ହୋଇଥିଲେ ?
Answer:
ଅତିବଡ଼ୀ

18. କବି ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ୀ’ ଉପାଧ୍ କିଏ ଦେଇଥିଲେ ?
Answer:
ଶ୍ରୀଚୈତନ୍ୟ

19. ‘ଲକ୍ଷ୍ମୀପୁରାଣ’ କେଉଁ କବିଙ୍କର କୃତି ?
Answer:
ବଳରାମ ଦାସ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

20. ‘ଲାବଣ୍ୟବତୀ’ କାବ୍ୟର ରଚୟିତା କିଏ ?
Answer:
ଉପେନ୍ଦ୍ର ଭଞ୍ଜ

C ଶୂନ୍ୟସ୍ଥାନ ପୂରଣ କର ।
1. ___________ ମସିହାରେ ଇଂରେଜମାନେ ଓଡ଼ିଶାକୁ ଅସ୍ଵୀକାର କଲେ ।
Answer:
୧୮୦୩

2. ‘ଗୀତଗୋବିନ୍ଦ’ କାବ୍ୟର ରଚୟିତା ___________________ ଥିଲେ ।
Answer:
ଜୟଦେବ

3. ଜୟଦେବ ‘ଗୀତଗୋବି’ କାବ୍ୟକୁ ________________ ଭାଷାରେ ରଚନା କରିଥିଲେ ।
Answer:
ସଂସ୍କୃତ

4. ‘ଗୀତଗୋବିନ୍ଦ’ କାବ୍ୟର ବିଷୟବସ୍ତୁ __________________ ଆଧାରିତ ।
Answer:
ରାଧାକୃଷ୍ଣଙ୍କ ଲୀଳ

5. ବିଶ୍ଵନାଥ କବିରାଜ ରଚନା କରିଥିବା ଗ୍ରନ୍ଥଟିର ନାମ ____________________।
Answer:
ସାହିତ୍ୟ ଦର୍ପଣ

6. ___________________ ଙ୍କ ରାଜତ୍ଵ କାଳରେ ଓଡ଼ିଶାରେ ଏକ କାବ୍ୟକ ବାତାବରଣ ସୃଷ୍ଟି ହୋଇଥିଲା ।
Answer:
ଦିବ୍ୟସିଂହଦେବ

7. ଉପେନ୍ଦ୍ର ଭଞ୍ଜ ______________________ ଙ୍କୁ ନିଜର ଇଷ୍ଟଦେବତା ରୂପେ ଗ୍ରହଣ କରିଥିଲେ ।
Answer:
ଶ୍ରୀରାମଚନ୍ଦ୍ର

8. ଉପେନ୍ଦ୍ର ଭଞ୍ଜ ଅବନା ନିୟମରେ ରଚନା କରିଥିବା ଗ୍ରନ୍ଥର ନାମ _______________।
Answer:
ଅବନା ରସତରଙ୍କ

୨. ‘ଚତୁର ବିନୋଦ’ କଥାଗ୍ରନ୍ଥର ରଚୟିତା _________________ ।
Answer:
ବ୍ରଜନାଥ ବଡ଼ଜେନା

10. ‘ରୁଦ୍ର ସୁଧାନିଧ୍’ _____________ ଙ୍କର ସୃଷ୍ଟି ।
Answer:
ନାରାୟଣାନନ୍ଦ ଅବଧୂତସ୍ଵାମୀ

11. ଶ୍ରୀଚୈତନ୍ୟଙ୍କ ପ୍ରେମଧର୍ମ ତାଙ୍କର ତିରୋଧାନ ପର୍ଯ୍ୟନ୍ତ ___________________ ରେ ପ୍ରଭାବ ପକାଇ ପାରିଲା ନାହିଁ ।
Answer:
ଓଡ଼ିଶା

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

12. ବଳରାମ ଦାସଙ୍କ ‘ଜଗମୋହନ ରାମାୟଣ’କୁ _________________ ରାମାୟଣ କୁହାଯାଏ ।
Answer:
ଦାଣ୍ତୀ

13. ବଳରାମ ଦାସଙ୍କ ମୌଳିକ ସୃଷ୍ଟିର ନାମ _________________।
Answer:
ଲକ୍ଷ୍ମୀ ପୁରାଣ

14. ‘ସଂସ୍କୃତ ରାମାୟଣ’ର ରଚୟିତା _________________।
Answer:
ବାଲ୍ମୀକି

15. ବଳରାମ ଦାସଙ୍କ __________________ ଗ୍ରନ୍ଥରେ ନାରୀର ସ୍ବାତନ୍ତ୍ର୍ୟ ପ୍ରକଟିତ ହୋଇଛି ।
Answer:
ଲକ୍ଷ୍ମୀ ପୁରାଣ

16. ପଞ୍ଚସଖାଙ୍କ ମଧ୍ୟରୁ ________________ ସଂସ୍କୃତ ସାହିତ୍ୟରେ ପଣ୍ଡିତ ଥିଲେ ।
Answer:
ଜଗନ୍ନାଥ ଦାସ

17. ପଞ୍ଚସଖାଙ୍କ ମଧ୍ୟରୁ ________________ ଜଗନ୍ନ।ଥଙ୍କର ବିନୀତ ଭକ୍ତ ଥିଲେ ।
Answer:
ଜଗନ୍ନାଥ ଦାସ

18. ଜଗନ୍ନାଥ ଦାସଙ୍କ _________________ ଗ୍ରନ୍ଥ ଓଡ଼ିଆ ଜାତିର ଜୀବନ ବେଦ ହୋଇଗଲା ।
Answer:
ଭାଗବତ

19. ଅଚ୍ୟୁତାନନ୍ଦଙ୍କୁ __________________ ଦୀକ୍ଷା ପ୍ରଦାନ କରିଥିଲେ ।
Answer:
ସନାତନ ଗୋସାଇଁ

20. __________________ ଓଡ଼ିଆ ଭାଷାରେ ପ୍ରଥମେ ଶକ୍ତି ପରୀକ୍ଷା କରିଥିଲେ ।
Answer:
ସାରଳା ଦାସ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ‘ଲାବଣ୍ୟବତୀ’ ଏକ ପୌରାଣିକ କାବ୍ୟ ।
Answer:
ଭୁଲ୍

2. ‘ରସକଲ୍ଲୋଳ’ର ପ୍ରଣେତା ଦୀନକୃଷ୍ଣ ଦାସ ।
Answer:
ଠିକ୍

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

3. ପଞ୍ଚଦଶ ଶତାବ୍ଦୀରେ ଓଡ଼ିଶାରେ ପାଞ୍ଚଜଣ ସନ୍ଥଙ୍କର ଆବିର୍ଭାବ ହୋଇଥିଲା ।
Answer:
ଭୁଲ୍

4. ଶ୍ରୀଚୈତନ୍ୟ ୧୫୩୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆସିଥିଲେ ।
Answer:
ଭୁଲ୍

5. ଓଡ଼ିଆ ଭାଷାର ଆଦି ଉନ୍ମେଷ ଅଷ୍ଟମ ଶତାବ୍ଦୀ ବେଳକୁ ଘଟିଥିଲା ।
Answer:
ଭୁଲ୍

6. ‘ଲକ୍ଷ୍ମୀପୁରାଣ’ କବି ବଳରାମ ଦାସଙ୍କର କୃତି ।
Answer:
ଠିକ୍

7. ‘ଗୋବିନ୍ଦ ଚନ୍ଦ୍ର’ର ରଚୟିତା ଯଶୋବନ୍ତ ।
Answer:
ଠିକ୍

8. ୧୫୫୫ ଖ୍ରୀଷ୍ଟାବ୍ଦରେ ପ୍ରତାପରୁଦ୍ରଦେବଙ୍କ ଦେହାନ୍ତ ହୋଇଥିଲା ।
Answer:
ଭୁଲ୍

9. ୧୫୪୪ ମସିହାରେ ଶ୍ରୀଚୈତନଙ୍କର ତିରୋଧାନ
Answer:
ଭୁଲ୍

10. ବଳରାମ ଦାସ ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି ଥିଲେ ।
Answer:
ଠିକ୍

11. ମହାଭାରତ ପୁରାଣଟି ଜାତିଭେଦ ବିଲୋପ ପାଇଁ ଏକ ଆହ୍ବାନ ଥୁଲା ।
Answer:
ଭୁଲ୍

12. ଓଡ଼ିଆ ଭାଷାରେ ପ୍ରଥମ ଚମ୍ପୂ କାବ୍ୟର ନାମ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ ।
Answer:
ଠିକ୍

13. ମହିମା ଧର୍ମର ଆଦିକବି ଭୀମଭୋଇ ଥିଲେ ।
Answer:
ଠିକ୍

14. ୧୮୦୫ ମସିହାରେ ଇଂରେଜମାନେ ଓଡ଼ିଶାକୁ ଅସ୍ଵୀକାର କଲେ ।
Answer:
ଭୁଲ୍

15. ‘ଚତୁର ବିନୋଦ’ କଥାଗ୍ରନ୍ଥର ରଚୟିତା ବ୍ରଜନାଥ
Answer:
ଠିକ୍

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

16. ପଞ୍ଚସଖାଙ୍କ ମଧ୍ୟରୁ ଜଗନ୍ନାଥ ଦାସ ସଂସ୍କୃତ ସାହିତ୍ୟରେ ପଣ୍ଡିତ ଥିଲେ ।
Answer:
ଠିକ୍

17. ପଞ୍ଚସଖାଙ୍କ ମଧ୍ୟରୁ ଜଗନ୍ନାଥ ଦାସ ଜଗନ୍ନାଥଙ୍କର ବିନୀତ ଭକ୍ତ ଥିଲେ ।
Answer:
ଠିକ୍

18. ଅଚ୍ୟୁତାନନ୍ଦଙ୍କୁ ଗୋସାଇଁ ମହାରାଜା ଦୀକ୍ଷା ପ୍ରଦାନ କରିଥିଲେ ।
Answer:
ଭୁଲ୍

19. ପ୍ରଖ୍ୟାତ କବି ଦୀନକୃଷ୍ଣ ଦାସଙ୍କର ପୂର୍ବ ନାମ ଥିଲା ସିଦ୍ଧେଶ୍ଵର ପରିଡ଼ା ।
Answer:
ଭୁଲ୍

20. ମୁକୁନ୍ଦଦେବ ୧୫୬୮ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ଲାବଣ୍ୟବତୀ’ କେଉଁ ଧରଣର କାବ୍ୟ ?
(A) ପୌରାଣିକ
(B) ଐତିହାସିକ
(C) ଭକ୍ତିମୂଳକ
(D) କାଳ୍ପନିକ
Answer:
(D) କାଳ୍ପନିକ

2. ‘ରସକଲ୍ଲୋଳ’ର ପ୍ରଣେତା କିଏ ?
(A) ବଳରାମ ଦାସ
(B) ଦୀନକୃଷ୍ଣ ଦାସ
(C) ଦନେଇ ଦାସ
(D) ଜଗନ୍ନାଥ ଦାସ
Answer:
(B) ଦୀନକୃଷ୍ଣ ଦାସ

3. କେତେ ଶତାବ୍ଦୀରେ ପାଞ୍ଚଜଣ ସନ୍ଥଙ୍କର ଆବିର୍ଭାବ ହୋଇଥିଲା ?
(A) ଚତୁର୍ଦ୍ଦଶ
(B) ପଞ୍ଚଦଶ
(C) ଷୋଡ଼ଶ
(D) ସପ୍ତଦଶ
Answer:
(C) ଷୋଡ଼ଶ

4. ପାଞ୍ଚଜଣ ଭକ୍ତକବି କେଉଁ ନାମରେ ପରିଚିତ ଥିଲେ ?
(A) ପଞ୍ଚବନ୍ଧୁ
(B) ପଞ୍ଚସଖା
(C) ପଞ୍ଚମିତ୍ର
(D) ପଞ୍ଚତନ୍ତ୍ର
Answer:
(B) ପଞ୍ଚସଖା

5. ଷୋଡ଼ଶ ଶତାବ୍ଦୀରେ ଉତ୍କଳର ଗଜପତି କିଏ ଥିଲେ ?
(A) ପୁରୁଷୋତ୍ତମଦେବ
(B) ପ୍ରତାପରୁଦ୍ରଦେବ
(C) କପିଳେନ୍ଦ୍ରଦେବ
(D) ମୁକୁନ୍ଦଦେବ
Answer:
(B) ପ୍ରତାପରୁଦ୍ରଦେବ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

6. ଶ୍ରୀଚୈତନ୍ୟ କେତେ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆସିଥିଲେ ?
(A) ୧୫୦୫
(B) ୧୫୦୪
(C) ୧୫୧୦
(D) ୧୫୧୫
Answer:
(C) ୧୫୧୦

7. ପଞ୍ଚସଖା କାହାକୁ ମାନିଲେ ନାହିଁ, ମଣିଷକୁ ମାନିଲେ ?
(A) ଗୁରୁଙ୍କୁ
(B) ବ୍ରାହ୍ମଣଙ୍କୁ
(C) ଜାତିକୁ
(D) ଧର୍ମକୁ
Answer:
(C) ଜାତିକୁ

8. ପଞ୍ଚସଖା ନିଜକୁ କ’ଣ ବୋଲି ଘୋଷଣା କଲେ ?
(A) ଭକ୍ତ
(B) ସଖା
(C) ଶୂଦ୍ର
(D) ବୈଷ୍ଣବ
Answer:
(C) ଶୂଦ୍ର

9. ପଞ୍ଚସଖା କାହାକୁ କେନ୍ଦ୍ର କରି ମାନବ-ମୈତ୍ରୀର ହେଲେ ଉଦ୍‌ବୋଧକ ?
(A) ଭକ୍ତିକୁ
(B) ଧର୍ମକୁ
(C) ଶ୍ରୀଜଗନ୍ନାଥଙ୍କୁ
(D) ଶ୍ରୀଲୋକନାଥଙ୍କୁ
Answer:
(C) ଶ୍ରୀଜଗନ୍ନାଥଙ୍କୁ

10. ଓଡ଼ିଶାରେ ଶ୍ରୀଚୈତନ୍ୟ କେଉଁ ଭକ୍ତ ପ୍ରଚାର କରିଥିଲେ ?
(A) ପ୍ରେମଭକ୍ତି
(B)
(C) କୃଷ୍ଣଭକ୍ତି
(D) ରାମଭକ୍ତି
Answer:
(A) ପ୍ରେମଭକ୍ତି

11. ‘ଗୋବିନ୍ଦ ଚନ୍ଦ୍ର’ର ରଚୟିତା କିଏ ?
(A) ଅଚ୍ୟୁତାନନ୍ଦ
(B) ବଳରାମ
(C) ଜଗନ୍ନାଥ
(D) ଯଶୋବନ୍ତ
Answer:
(D) ଯଶୋବନ୍ତ

12. ପଞ୍ଚସଖାଙ୍କ ମଧ୍ୟରେ ବଳିଷ୍ଠ କବିପ୍ରତିଭାର ଅଧିକାରୀ କିଏ ଥିଲେ ?
(A) ବଳରାମ
(B) ଜଗନ୍ନାଥ
(C) ଅଚ୍ୟୁତାନନ୍ଦ
(D) ଯଶୋବନ୍ତ
Answer:
(C) ଅଚ୍ୟୁତାନନ୍ଦ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

13. ଅଚ୍ୟୁତାନନ୍ଦଙ୍କ ପ୍ରାଣୀତ ପ୍ରସିଦ୍ଧ ପୁରାଣ ଗ୍ରନ୍ଥର ନାମ କ’ଣ ?
(A) ଲକ୍ଷ୍ମୀପୁରାଣ
(B) ଗରୁଡ଼ ପୁରାଣ
(C) ହରିବଂଶ
(D) ବୃନ୍ଦାରାସ
Answer:
(C) ହରିବଂଶ

14. ଅଚ୍ୟୁତାନନ୍ଦ କେଉଁ ଭାବରେ ଓଡ଼ିଶାରେ ସୁପରିଚିତ ?
(A) କବି ଭାବରେ
(B) ଭକ୍ତ ଭାବରେ
(C) ପଞ୍ଚସଖା ଭାବରେ
(D) ମାଳିକାକାର ଭାବରେ
Answer:
(D) ମାଳିକାକାର ଭାବରେ

15. ‘ହେତୁଦୟ ଭାଗବତ’ର ରଚୟିତା କିଏ ?
(A) ଶିଶୁ ଅନନ୍ତ ଦାସ’
(B) ଯଶୋବନ୍ତ ଦାସ
(C) ବଳରାମ ଦାସ
(D) ଜଗନ୍ନାଥ ଦାସ
Answer:
(A) ଶିଶୁ ଅନନ୍ତ ଦାସ’

16. ପଞ୍ଚସଖା କାହାକୁ ଇଷ୍ଟଦେବ ଭାବରେ ଗ୍ରହଣ କରିଥିଲେ ?
(A) ଶ୍ରୀଜଗନ୍ନାଥଙ୍କୁ
(B) ଶ୍ରୀବଳଭଦ୍ରଙ୍କୁ
(C) ଶ୍ରୀଲୋକନାଥଙ୍କୁ
(D) ମାତା ସୁଭଦ୍ରାଙ୍କୁ
Answer:
(A) ଶ୍ରୀଜଗନ୍ନାଥଙ୍କୁ

17. ବତ୍ସା ଦାସଙ୍କ ରଚିତ ଚଉତିଶାର ନାମ କ’ଣ ?
(A) ତୁଳସୀ ଚଉତିଶା
(B) କଳସା ଚଉତିଶା
(C) ମନବୋଧ ଚଉତିଶା
(D) ଭାବ ଚଉତିଶା
Answer:
(B) କଳସା ଚଉତିଶା

18. ‘କେଶବ କୋଇଲି’ର ରଚୟିତା କିଏ ?
(A) ବତ୍ସା ଦାସ
(B) ମାର୍କଣ୍ଡ ଦାସ
(C) ଜଗନ୍ନାଥ ଦାସ
(D) ବଳରାମ ଦାସ
Answer:
(B) ମାର୍କଣ୍ଡ ଦାସ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

19. କେତେ ଖ୍ରୀଷ୍ଟାବ୍ଦରେ ପ୍ରତାପରୁଦ୍ରଦେବଙ୍କ ଦେହାନ୍ତ
(A) ୧୫୩୦
(C) ୧୫୫୦
(B) ୧୫୪୦
(D) ୧୫୬୦
Answer:
(B) ୧୫୪୦

20. ପ୍ରତାପରୁ ଦ୍ର ଦେବଙ୍କ ଦୁଇପୁଅଙ୍କୁ ହତ୍ୟାକରି କିଏ ଓଡ଼ିଶାର ରାଜା ହୋଇଥିଲେ ?
(A) ମୁକୁନ୍ଦଦେବ
(B) ଦିବ୍ୟସିଂହଦେବ
(C) ଗୋବିନ୍ଦ ବିଦ୍ୟାଧର
(D) ରାମଚନ୍ଦ୍ରଦେବ
Answer:
(C) ଗୋବିନ୍ଦ ବିଦ୍ୟାଧର

21. କେତେ ମସିହାରେ ଶ୍ରୀଚୈତନଙ୍କର ତିରୋଧାନ ହୋଇଥିଲା ?
(A) ୧୫୩୦
(B) ୧୫୧୦
(C) ୧୫୧୫
(D) ୧୫୩୩
Answer:
(D) ୧୫୩୩

22. ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି କିଏ ଥିଲେ ?
(A) ଜଗନ୍ନାଥ ଦାସ
(B) ଅଚ୍ୟୁତାନନ୍ଦ ଦାସ
(C) ବଳରାମ ଦାସ
(D) ଯଶୋବନ୍ତ ଦାସ
Answer:
(C) ବଳରାମ ଦାସ

23. ‘ଜଗମୋହନ ରାମାୟଣ’ର ରଚୟିତା କିଏ ?
(A) ବଳରାମ ଦାସ
(B) ଜଗନ୍ନାଥ ଦାସ
(C) ଉପେନ୍ଦ୍ର ଭଞ୍ଜ
(D) ସାରଳା ଦାସ
Answer:
(A) ବଳରାମ ଦାସ

ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ପ୍ରାଥମିକ ପରିଚୟ ନିମନ୍ତେ ‘ଓଡ଼ିଆ ସାହିତ୍ୟ କଥା’ (ଆଦ୍ୟ ଭାଗ) ନାମକ ଏହି ସ୍ବତନ୍ତ୍ର ରଚନା ଓଡ଼ିଆ ସିଲାବସ୍ କମିଟିଦ୍ୱାରା ପ୍ରସ୍ତୁତ କରାଯାଇ ପୁସ୍ତକରେ ଦିଆଯାଇଛି । (ଏହି ରଚନାରୁ କେତୋଟି ସାଧାରଣ ପ୍ରଶ୍ନ ଛାତ୍ରଛାତ୍ରୀମାନଙ୍କୁ ପଚରାଯିବ । କିନ୍ତୁ କୌଣସି ସରଳାର୍ଥ ଲେଖୁବାପାଇଁ ଦିଆଯିବ ନାହିଁ । )

ପ୍ରବନ୍ଧିର ମର୍ମବାଣୀ :
ଭାରତବର୍ଷର ବିଭିନ୍ନ ଭାଷା ଓ ସାହିତ୍ୟ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ଅନ୍ୟତମ ପ୍ରାଚୀନ ଭାଷା ଓ ସାହିତ୍ୟ ଭାବେ ପରିଗଣିତ । ଦଶମ|ଏକାଦଶ ଶତାବ୍ଦୀ ବେଳକୁ ସଂସ୍କୃତ, ପାଲି, ପ୍ରାକୃତ ଓ ଅପଭ୍ରଂଶ ଭାଷାର କୁକ୍ଷୀ ଭିତରୁ ଏହାର ଆଦି ଉନ୍ମେଷ ହୋଇଥିଲା । କୌଣସି ଭାଷାର ଲିପି ଓ ଲିଖ୍ ସାହିତ୍ୟର ଉଦ୍ଭବ ପୂର୍ବରୁ ଲୋକମୁଖର ଭାଷାରେ ପ୍ରଥମେ ଲୋକସାହିତ୍ୟ ସୃଷ୍ଟି ହୋଇଥାଇପାରେ । ମାତ୍ର ତାହାର ଲିଖ୍ ରୂପ ନ ଥିବାରୁ ତାହାକୁ ଓଡ଼ିଆ ସାହିତ୍ୟର ପ୍ରଥମ ସୃଷ୍ଟି ଭାବରେ ଗ୍ରହଣ କରିବା ବିଚାର ସାପେକ୍ଷ । କାରଣ ଲୋକ ସାହିତ୍ୟର ସ୍ରଷ୍ଟା ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହଁନ୍ତି, ଲୋକସମାଜ ।

→ ଆଦିକବି ସାରଳା ଦାସ (ପଞ୍ଚଦଶ ଶତାବ୍ଦୀ) :
ଉଡ୍ର ଜାତୀୟତାବୋଧର ପ୍ରଥମ ପ୍ରତିଭୂ ତଥା ଆଦି ରୂପକାର ହେଲେ ଏ ମାଟିର ମହାକବି ସାରଳା ଦାସ । ଗଜପତି କପିଳେନ୍ଦ୍ରଦେବଙ୍କ ରାଜତ୍ଵକାଳରେ ପ୍ରଥମେ ସେ ଖାଣ୍ଟି ଓଡ଼ିଆ ଭାଷାରେ ରଚନା କଲେ ‘ମହାଭାରତ’, ‘ଚଣ୍ଡୀପୁରାଣ’ ଓ ‘ବିଲଙ୍କା ରାମାୟଣ’ ଗ୍ରନ୍ଥ । କବିଙ୍କ ‘ମହାଭାରତ’ ଗ୍ରନ୍ଥ ବ୍ୟାସକୃତ ସଂସ୍କୃତ ‘ମହାଭାରତ’ର ଅନୁବାଦ ନୁହେଁ; ଅନୁସୃଷ୍ଟି । ଓଡ଼ିଶାର ଧର୍ମପୀଠ, ମନ୍ଦିର, ପାହାଡ଼, ନଦନଦୀ, ବନପର୍ବତ, ଲୋକକଥା ପ୍ରଭୃତିକୁ ବକ୍ଷରେ ଧାରଣ କରି ସାରଳା ଦାସଙ୍କ ‘ମହାଭାରତ’ ହୋଇଛି ଓଡ଼ିଆ ଜାତିର ଆତ୍ମପରିଚିତିର ଏକ ଅମୂଲ୍ୟ ଗ୍ରନ୍ଥ ।

→  ପଞ୍ଚସଖା ଯୁଗ (ଷୋଡ଼ଶ ଶତାବ୍ଦୀ) :
ଗଜପତି ପ୍ରତାପରୁଦ୍ରପ୍ଲେବଙ୍କ ରାଜତ୍ଵକାଳରେ ଓଡ଼ିଶାରେ ଯେଉଁ ପାଞ୍ଚଜଣ ସନ୍ଥକବିଙ୍କ ଆବିର୍ଭାବ ଘଟିଥିଲା ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଶିଶୁ ଅନନ୍ତ ଦାସ । ଏହି ପାଞ୍ଚଜଣ ଭକ୍ତ କବି ପଞ୍ଚସଖା ନାମରେ ପରିଚିତ । ଶ୍ରୀଜଗନ୍ନାଥ ତଥା ଜଗନ୍ନାଥ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ସେମାନେ ରଚନା କରିଥିଲେ ସେମାନଙ୍କ ସାରସ୍ଵତ କୃତିରାଜି । ସେମାନେ ଶୁନ୍ୟବାଦକୁ ଗୁରୁତ୍ୱ ଦେଇ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ । ଜାତିକୁ ନ ମାନି ମଣିଷକୁ ମାନିଲେ, ଓଡ଼ିଆ ଜାତିକୁ ଏକ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲେ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଏ ଜାତିକୁ ଦେଲେ ମାନବମୈତ୍ରୀର ଉଦ୍‌ବୋଧନ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

→ ଶ୍ରୀଚୈତନ୍ୟ :
ଶ୍ରୀଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାକୁ ଆସି ପୁରୀରେ ଅବସ୍ଥାନ କଲେ । ପଞ୍ଚସଖାଏ ନିଜର ଆତ୍ମା ପରି ବୋଲି ଘୋଷଣା କଲେ । ବଳରାମ ଦାସଙ୍କୁ ମାନ୍ୟତା ଦେଲେ । ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ି’ ଉପାଧ୍ ପ୍ରଦାନ କଲେ । ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସଙ୍କୁ ଶ୍ରଦ୍ଧା ନିବେଦନ କଲେ । ସେ ଓଡ଼ିଶାରେ ତାଙ୍କର ପ୍ରେମଧର୍ମ ପ୍ରଚାର କରିଥିଲେ । ମାତ୍ର ତାଙ୍କର ତିରୋଧାନ (୧୫୩୩ ଖ୍ରୀଷ୍ଟାବ୍ଦ) ପର୍ଯ୍ୟନ୍ତ ସେହି ଧର୍ମ ଓଡ଼ିଶାରେ ପ୍ରଭାବ ବିସ୍ତାର କରିପାରିଲା ନାହିଁ ।

→ ବଳରାମ ଦାସ :
ବଳରାମ ଦାସ ଥିଲେ ପଞ୍ଚସଖା ଯୁଗର ବୟୋଜ୍ୟେଷ୍ଠ କବି । ମହର୍ଷି ବାଲ୍ମୀକିଙ୍କ ସଂସ୍କୃତ ‘ରାମାୟଣ ର କଥାବସ୍ତୁ ଅବଲମ୍ବନରେ ସେ ରଚନା କରିଥିଲେ ‘ଜଗମୋହନ ରାମାୟଣ’। ଦାଣ୍ଡୀବୃତ୍ତରେ ରଚିତ ହୋଇଥିବାରୁ ଏହାର ଅନ୍ୟନାମ ‘ଦାଣ୍ଡୀ ରାମାୟଣ’ । ତାଙ୍କର ଅନ୍ୟ ଏକ ମୌଳିକ ସୃଷ୍ଟି ହେଲା ‘ଲକ୍ଷ୍ମୀ ପୁରାଣ’। ମାର୍ଗଶିର ମାସ ଗୁରୁବାର ଦିନ ଏହି ଗ୍ରନ୍ଥକୁ ଓଡ଼ିଆ ଘରର ନାରୀମାନେ ଲକ୍ଷ୍ମୀ ପୂଜା କରି ଭକ୍ତି ସହକାରେ ପଢ଼ନ୍ତି । ଏହି ଗ୍ରନ୍ଥରେ ନାରୀର ସ୍ବାତନ୍ତ୍ର୍ୟ ପ୍ରକଟିତ । ଏହା ନାରୀ ଓ ପୁରୁଷଙ୍କ ପବିତ୍ର ସମ୍ପର୍କ ପାଇଁ ଅଭିପ୍ରେତ ଏବଂ ସମାଜରୁ ଜାତିଭେଦ ବିଲୋପ ପାଇଁ ଏକ ଆହ୍ୱାନ ।

ଏତଦ୍‌ବ୍ୟତୀତ କବିଙ୍କର ଅନ୍ୟଗ୍ରନ୍ଥଗୁଡ଼ିକ ହେଲା –
‘ଭାବସମୁଦ୍ର’, ‘ବଟ ଅବକାଶ’, ‘ଗୁପ୍ତ ଗୀତା’, ‘କାନ୍ତକୋଇଲି’, ‘ବ୍ରହ୍ମାଣ୍ଡ ଭୂଗୋଳ’, ବହୁ ଭଜନ, ଜଣାଣ, କୋଇଲି ଓ ମାଳିକା ।

→  ଅତିବଡ଼ି ଜଗନ୍ନାଥ ଦାସ :
ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ପ୍ରସିଦ୍ଧ କବି ଜଗନ୍ନାଥ ଦାସ ଥିଲେ ଜଣେ ସଂସ୍କୃତଜ୍ଞ ତଥା ଜଗନ୍ନାଥଙ୍କର ବିନୀତ ଭକ୍ତ । ସେ ବ୍ୟାସଦେବଙ୍କ ସଂସ୍କୃତ ‘ଭାଗବତ’ କୁ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ଅନୁବାଦ କରି ରଚନା କଲେ ‘ଭାଗବତ’ ଗ୍ରନ୍ଥ । ଏହି ଗ୍ରନ୍ଥ ଲୋକପ୍ରିୟତାରେ ପ୍ରତିଟି ଉତ୍କଳୀୟ ହୃଦୟରେ ଦେବତାର ଆସନ ଗ୍ରହଣ କଲା । ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗୀ ବା ଭାଗବତ ଘର ନିର୍ମାଣ କରାଯାଇ ଗାଦିରେ ଭାଗବତ ପୋଷ୍ଟ୍କୁ ରଖ୍ ସ୍ବୟଂ ବାସୁଦେବ ଭାବରେ ପୂଜାର୍ଚ୍ଚନା କରାଗଲା । ପ୍ରତିଦିନ ସନ୍ଧ୍ୟାରେ ଗ୍ରାମର ଲୋକମାନେ ସେଠାରେ ଉପସ୍ଥିତ ହୋଇ ଭାଗବତ ଶୁଣିବା ସହିତ ସେହି ଭାଗବତ ଗାଦିକୁ ସାକ୍ଷୀ ରଖ୍ ବିବିଧ ଗଣ୍ଡଗୋଳର ସମାଧାନ କଲେ । ସେହି ଭାଗବତ ଓଡ଼ିଆ ଜାତିର ଜୀବନ ବେଦ ପାଲଟିଗଲା ।

ଏତଦ୍‌ବ୍ୟତୀତ ଜଗନ୍ନାଥ ଦାସଙ୍କ ଅନ୍ୟ ଗ୍ରନ୍ଥଗୁଡ଼ିକ ହେଲା-
‘ଅର୍ଥ କୋଇଲି’, ‘ତୁଳାଭିଣା’, ବହୁ ଭଜନ, ଜଣାଣ, ମାଳିକା, ଚଉପଦୀ ଓ ଚଉତିଶା ।
( ‘ଅର୍ଥ କୋଇଲି’ ମାର୍କଣ୍ଡ ଦାସଙ୍କ ରଚିତ ‘କେଶବ କୋଇଲି’ ର ଟୀକା)

→  ଅଚ୍ୟୁତାନନ୍ଦ ଦାସ :
ପଞ୍ଚସଖାଙ୍କ ମଧ୍ୟରେ ବଳିଷ୍ଠ କବି ପ୍ରତିଭାର ଅଧିକାରୀ ଥିଲେ ଅଚ୍ୟୁତାନନ୍ଦ ଦାସ । ଶ୍ରୀଚୈତନ୍ୟଙ୍କ ଉପଦେଶ କ୍ରମେ ସନାତନ ଗୋସାଇଁ ଅଚ୍ୟୁତାନନ୍ଦଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ । ସେ ଜଣେ ମାଳିକାକାର ଭାବେ ଓଡ଼ିଶାରେ ସୁପରିଚିତ । ‘ହରିବଂଶ’ ତାଙ୍କର ପ୍ରସିଦ୍ଧ ପୁରାଣ ଗ୍ରନ୍ଥ ।

ତାଙ୍କର ଅନ୍ୟ କୃତିଗୁଡ଼ିକ ହେଲା –
‘ଶୂନ୍ୟ ସଂହିତା’, ‘ଅଣାକାର ସଂହିତା’, ‘ଅକଳିତ ସଂହିତା’, ‘ଶୂନ୍ୟରାସ’, ‘ମହାଶୂନ୍ୟରାସ’, ‘ବୃନ୍ଦାରାସ’, ‘ଠୁଳ ଶୂନ୍ୟରାସ’।

→ ଯଶୋବନ୍ତ ଦାସ :
ଯଶୋବନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସିଦ୍ଧକବି ଭାବେ ସୁପରିଚିତ । ତାଙ୍କ ରଚିତ ପ୍ରସିଦ୍ଧ ଗ୍ରନ୍ଥର ନାମ ‘ଗୋବିଦ ଚଦ୍ର’।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

→ ଶିଶୁ ଅନନ୍ତ ଦାସ :
ଶିଶୁ ଅନନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସନ୍ଥକବି ଥିଲେ । ତାଙ୍କ ରଚିତ କୃତିଗୁଡ଼ିକ ମଧ୍ୟରେ ‘ହେତୁଦୟ ଭାଗବତ’, ‘ଚୁମ୍ବକ ଆଗତ ଭବିଷ୍ୟ ମାଳିକା’, ବହୁ ଭଜନ ଓ ଜଣାଣ ରହିଛି ।

ପଞ୍ଚସଖାଙ୍କ ସମୟରୁ ଓଡ଼ିଶା ରାଜନୀତିରେ ଦେଖାଦେଇଥିଲା ଅବକ୍ଷୟ । ପ୍ରତାପରୁଦ୍ରଦେବଙ୍କ ସମୟରେ ଦକ୍ଷିଣରେ ବିଜୟନଗର ରାଜା କୃଷ୍ଣଦେବ ରାୟ ଓଡ଼ିଆ ଆକ୍ରମଣ କରି ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳ ଅଧିକାର କଲେ । ଉତ୍ତରରେ ମୁସଲମାନ ଶାସକଗଣ ଆକ୍ରମଣ କଲେ । ପ୍ରତାପରୁଦ୍ରଦେବଙ୍କ ପରେ ଗୋବିନ୍ଦ ବିଦ୍ୟାଧର ତାଙ୍କ ଦୁଇପୁତ୍ରଙ୍କୁ ହତ୍ୟାକରି ଓଡ଼ିଶାର ରାଜା ହେଲେ । ମୁକୁନ୍ଦଦେବ ୧୫୬୦ ଖ୍ରୀ.ଅ.ରେ ଭୋଇ ବଂଶର ରାଜାଙ୍କୁ ଗାଦିଚ୍ୟୁତ କରି ଓଡ଼ିଶାର ଗଜପତି ହେଲେ । ସେ ବଙ୍ଗଳାର ସେନାପତି କଳାପାହାଡ଼ଙ୍କଦ୍ଵାରା ୧୫୬୮ ଖ୍ରୀ.ଅ.ରେ ମୃତ୍ୟୁବରଣ କରିବାରୁ ଓଡ଼ିଶା ପରାଧୀନ ହେଲା ।

ଓଡ଼ିଶାକୁ ପ୍ରଥମେ ଆଫଗାନ୍ ମୁସଲମାନ୍, ତା’ପରେ ମୋଗଲ, ତତ୍‌ପରେ ମରହଟ୍ଟା ଓ ଶେଷରେ ଇଂରେଜମାନେ ଅସ୍ଵୀକାର କଲେ । ଷୋଡ଼ଶ ଶତାବ୍ଦୀର ଦ୍ୱିତୀୟାର୍କରୁ ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ବିଶାଳ ଓଡ଼ିଶାର ଗୌରବ ହରାଇଲା । ଛୋଟ ଛୋଟ ରାଜ୍ୟର ରାଜାମାନେ ନିଜକୁ ସର୍ବେସର୍ବା ମନେକରି ଗୋଟିଏ ଲେଖାଏଁ ଦରବାର ପ୍ରତିଷ୍ଠା କରି ରାଜସଭାର ସପ୍ତାଙ୍ଗ ମଧ୍ୟରେ କବିମାନଙ୍କୁ ସ୍ଥାନ ଦେଲେ । କବିମାନେ ମଧ୍ୟ ରାଜାମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ତଥା କାବ୍ୟମାନ ରଚନା କଲେ । ଏହି ସମୟରେ ଯେଉଁମାନେ କାବ୍ୟ ରଚନା ସେମାନଙ୍କ ବିଳାସ ପାଇଁ ସ୍ତୁତି ସ୍ତବ କରିବା ସହ କଲେ, ସେମାନଙ୍କ ମଧ୍ୟରେ ଶରଣ ଦାସ, ନାରଣ ଦାସ, ବାଲିଙ୍ଗା ଦାସ, ଦିବାକର ଦାସ, ଚୈତନ୍ୟ ଦାସ, ହାଡ଼ି ଦାସ, ଅରକ୍ଷିତ ଦାସ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ଏହି କାବ୍ୟଧାରାରେ ସାରଳା ଦାସ ତଥା ପଞ୍ଚସଖାଙ୍କଦ୍ୱାରା ସୃଷ୍ଟ କାବ୍ୟଧାରା ସ୍ଥାନ ପାଇ ନଥିଲା ।

→ କବି ଜୟଦେବ :
ଭାଷା ତଥା ଲଳିତ ଛନ୍ଦରେ ରଚିତ ହୋଇଥିଲା । ରାଧାକୃଷ୍ଣଙ୍କ ଦିବ୍ୟଲୀଳା ଥିଲା ଏହି କାବ୍ୟର ବିଷୟବସ୍ତୁ ।

→ ଷୋଡ଼ଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ କାବ୍ୟ ରଚନା କରିଥିବା କବି ଓ ସେମାନଙ୍କ କାବ୍ୟ :

  • ଅର୍ଜୁନ ଦାସ – ପ୍ରଥମେ ‘ରାମବିଭା’ କାବ୍ୟ (୧୫୦୯) । କଳ୍ସଲତା – କଳ୍ସଲତା କାବ୍ୟ (ପୌରାଣିକ ଓ କାଳ୍ପନିକ କାବ୍ୟର ନୂତନ ପରମ୍ପରା ସୃଷ୍ଟି)
  • ଦନେଇ ଦାସ – ଗୋପୀଭାଷା ।
  • ବାଳକ ଶ୍ରୀହରି ଦାସ – ମୟୂର ଚନ୍ଦ୍ରିକା ।
  • ନରସିଂହ ହେଣ – ପରିମଳା ।
  • ଦିବାକର ଦାସ – ଶ୍ରୀଜଗନ୍ନାଥ ଚରିତାମୃତ ।
  • ଦେବଦୁର୍ଲଭ ଦାସ – ରହସ୍ୟ ମଞ୍ଜରୀ ।
  • ଶିଶୁ ଶଙ୍କର ଦାସ – ଭାଷାଭିଳାଷ ।
  • ପ୍ରତାପ ରାୟ – ଶଶିସେଣା ।
  • ଦ୍ବାରିକା ଦାସ – ପରଚେ ଗୀତା, ଶିବ ପୁରାଣ, ସଂସାର ବୋଧ ଚଉତିଶା, ଛଅ ପୋଇ, ନଅ ପୋଇ, ତେର ପୋଇ ।
  • ଦେବାନଦ ଦାସ- ବୈଚନ୍ଦ୍ର ଗୀତା ।
  • କାର୍ତ୍ତିକ ଦାସ – ଋକ୍ମିଣୀ ବିଭା ।
  • ବିଷ୍ଣୁ ଦାସ – ପ୍ରେମଲୋଚନା ।
  • ରଘୁନାଥ ହରିଚଦନ – ଲୀଳାବତୀ ।
  • ସୁରୁଷୋତ୍ତମ ଦାସ – କାଞ୍ଚିକାବେରୀ ।

ଏହି ଯୁଗକୁ ପ୍ରାକ୍ ରୀତିଯୁଗ କୁହାଯାଏ । ଏହି ଯୁଗରେ କବିମାନେ ସେମାନଙ୍କ କାବ୍ୟରେ କଳ୍ପନା, ଲୋକକଥା, ନୃତତ୍ତ୍ଵ, ଦେଶ ଭାଷା ଉପରେ ଗୁରୁତ୍ଵ ଦେଇଥିଲେ । ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ପରେ ସମୃଦ୍ଧ ରୀତିକାବ୍ୟ ରଚନା କରାଯିବାର ପରମ୍ପରା ସୃଷ୍ଟି ହେଲା । ମୋଗଲ ଦରବାରକୁ ଆଦର୍ଶ କରି ରାଜାମାନେ ଦରବାର ପ୍ରଥା ପ୍ରଚଳନ କଲେ । ଜଗନ୍ନାଥଙ୍କ ଉପରେ ଭାରତବର୍ଷର ଜନସାଧାରଣଙ୍କର ଥିବା କରିବା ସହ ଓଡ଼ିଶାର ଅନ୍ୟ ମନ୍ଦିରସବୁ ଲୁଣ୍ଠନ କଲେ ।

ଏହି ସମୟରେ ଶ୍ରୀଚୈତନ୍ୟଙ୍କ ସମୟରୁ ଯେଉଁ ପ୍ରେମଧର୍ମର ଉନ୍ମେଷ ହୋଇଥୁଲା, ତାହା ଜନମାନସରେ ଗଭୀର ପ୍ରଭାବ ବିସ୍ତାର କଲା । ତେଣୁ ଜଗନ୍ନାଥ ଧର୍ମ ଓ ଭକ୍ତିଭାବନା ସହିତ କୃଷ୍ଣ ଧର୍ମ, କୃଷ୍ଣଭକ୍ତି, ରାମଭକ୍ତି ଓଡ଼ିଶାର ଜନଗଣଙ୍କୁ ପ୍ରଭାବିତ କରିଥିଲା । କବିମାନେ ରାମଚରିତ, କୃଷ୍ଣ ଚରିତ ଓ ଜଗନ୍ନାଥ ଭାବନାକୁ କାବ୍ୟରେ ଉପଜୀବ୍ୟ କରିବା ସହିତ କାଳ୍ପନିକ କଥାବସ୍ତୁକୁ ନେଇ କାବ୍ୟ ରଚନା କଲେ ।

→ ପଣ୍ଡିତ ବିଶ୍ଵନାଥ କବିରାଜ :
ପଣ୍ଡିତ ବିଶ୍ବନାଥ କବିରାଜଙ୍କ ରଚିତ ‘ସାହିତ୍ୟ ଦର୍ପଣ’ ଏକ ବିଶିଷ୍ଟ କାବ୍ୟତତ୍ତ୍ୱ ଗ୍ରନ୍ଥ । କାବ୍ୟଯୁଗର କବିମାନଙ୍କ ପାଇଁ ଏହା ଥିଲା ବିଶିଷ୍ଟ ପ୍ରେରଣାଦାୟକ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

ରୀତିଯୁଗୀୟ କବି ଓ କାବ୍ୟ :

  • ଧନଞ୍ଜୟ ଭଞ୍ଜ (ଘୁମୁସରର ରାଜା ) (ରୀତିଯୁଗର ଆୟମାରମ୍ଭ) – ଇଚ୍ଛାବତୀ, ଅନଙ୍ଗରେଖା, ରଘୁନାଥ ବିଳାସ, ମଦନମଞ୍ଜରୀ, ତ୍ରିପୁର-ମୋହିନୀ ।
  • ଭକ୍ତକବି ଦୀନକୃଷ୍ତ ଦାସ – ନାମରତ୍ନ ଗୀତା, ରସବିନୋଦ, ଜଗମୋହନ ଛାନ୍ଦ, ପ୍ରସ୍ତାବ ସିନ୍ଧୁ । ତାଙ୍କ ରଚିତ ‘ରସକଲ୍ଲୋଳ’ ଏକ ପ୍ରସିଦ୍ଧ କାବ୍ୟ । ‘କ’ ଆଦ୍ୟ ନିୟମରେ ରଚିତ ଏହି କାବ୍ୟଟିର ପ୍ରତ୍ୟେକ ଛାନ୍ଦ ଶ୍ରବଣ ସୁଖଦାୟୀ ଭାବ ସୃଷ୍ଟି କରିବାରେ ସମର୍ଥ ।
  • ଲୋକନାଥ ବିଦ୍ୟ।ଧର – ସର୍ବାଙ୍ଗ ସୁନ୍ଦରୀ, ବୃନ୍ଦାବନ ବିହାର, ନୀଳାଦ୍ରି ମହୋତ୍ସବ ।
  • ହଳଧର ପଟନାୟକ – ଅଧ୍ୟାତ୍ମ ରାମାୟଣ ।
  • ଭୂପତି ପଣ୍ଡିତ – ପ୍ରେମ ପଞ୍ଚାମୃତ ।
  • ବୃଦାବତୀ ଦାସୀ – ପୂର୍ଣ୍ଣତମ ଚନ୍ଦ୍ରୋଦୟ ।
  • ଉପେନ୍ଦ୍ର ଭଞ୍ଜ (ରୀତିଯୁଗର ଶ୍ରେଷ୍ଠ କବି) – ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ବୈଦେହୀଶ ବିଳାସ, ରସିକ ହାରାବଳୀ, କଳାକଉତୁକ, ପ୍ରେମସୁଧାନିଧ୍, ସୁଭଦ୍ରା ପରିଣୟ, ଅବନା ରସତରଙ୍ଗ, ତ୍ରୈଲୋକ୍ୟମୋହିନୀ, ଚିତ୍ରକାବ୍ୟ ବନ୍ଧୋଦୟ ।
  • ବ୍ରଜନାଥ ବଡ଼ଜୋ – ଅମ୍ବିକା ବିଳାସ, ସମରତରଙ୍ଗ, ଗୁଣ୍ଡିଚାବିଜେ, ବିଚକ୍ଷଣା, ଶ୍ୟାମରାସୋତ୍ସବ । ଚତୁର ବିନୋଦ (ଏକ କଥା ଗ୍ରନ୍ଥ) ନାରାୟଣାନଦ ଅବଧୂତ ସ୍ୱ।ମୀ- ରୁଦ୍ର ସୁଧାନିଧ୍ ।
  • ଅଭିମନୁ୍ ସାମନ୍ତସିଂହାର – ବିଦଗ୍‌ଧ ଚିନ୍ତାମଣି (ରାଧାକୃଷ୍ଣଙ୍କ ପ୍ରେମଲୀଳା ବର୍ଣ୍ଣିତ), ରସବତୀ, ଭାବବତୀ, ପ୍ରେମ ଚିନ୍ତାମଣି, ସୁଲକ୍ଷଣା ଏବଂ ଅନେକ ଚଉତିଶା ଓ ଜଣାଣ ।
  • କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା – ଯୁଗଳ ରସାମୃତ ଲହରୀ, ଯୁଗଳ ରସାମୃତ ଭଉଁରୀ, ନିଷ୍ଠା ନୀଳମଣି ।
  • ଭକ୍ତଚରଣ ଦାସ – ମଥୁରା ମଙ୍ଗଳ, ମନବୋଧ ଚଉତିଶା ।
  • ଯଦୁମଣି ମହାପାତ୍ର- ରାଘବ ବିଳାସ (ପ୍ରସିଦ୍ଧ ରାମକାବ୍ୟ) ।
  • କବିସୂର୍ଯ୍ୟ ବଳଦେବ ରଥ – କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ (ଓଡ଼ିଆ ଭାଷାର ପ୍ରଥମ ଚମ୍ପୂକାବ୍ୟ), ଚନ୍ଦ୍ରକଳା ଓ ବହୁ ଭଜନ ।
  • ସାଲବେଗ – ବହୁ ଭଜନ ଓ ଜଣାଣ ।
  • ବନମାଳୀ ଦାସ – ଗୀତିକବିତା, ଭଜନ ଓ ଜଣାଣ ।
  • ଗୋପାଳକୃଷ ପଟନାୟକ – ଗୀତିକବିତା ।
  • ଭୀମ ଭୋଇ – ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନ, ଶ୍ରୁତିନିଷେଧ ଗୀତା, ବ୍ରହ୍ମଚାଳକ ।
  • ହାଡ଼ି ଦାସ – ଲକ୍ଷ୍ମୀଧର ବିଳାସ, ଶଙ୍ଖନାଭି, ଭାବନାବର, ବହୁ ଭଜନ, ଜଣାଣ ଓ ଚଉତିଶା ।

ସାରଳା ଦାସଙ୍କଠାରୁ ଭୀମ ଭୋଇଙ୍କ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚଶହ ବର୍ଷ ଧରି ବିବିଧ ରୂପବିଭବ ଓ ଭାବବିଭବକୁ ନେଇ ଯେଉଁ ଓଡ଼ିଆ ସାହିତ୍ୟ ସୃଷ୍ଟି ହୋଇଥିଲା ତାହା ହିଁ ଓଡ଼ିଆ ଭାଷାର ଅମୂଲ୍ୟ ସମ୍ପଦ ତଥା ଓଡ଼ିଆ ଜାତିର ଆତ୍ମପରିଚୟର ବାର୍ତ୍ତା ବହନ କରିଛି— ଏହା ନିଃସନ୍ଦେହ ।

Leave a Comment