Odisha State Board BSE Odisha 9th Class History Important Questions Chapter 15 ଓଡ଼ିଶାର ଐତିହ୍ୟ Important Questions and Answers.
BSE Odisha Class 9 History Important Questions Chapter 15 ଓଡ଼ିଶାର ଐତିହ୍ୟ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। କଳିଙ୍ଗ ଶୈଳୀ ଉପରେ ଏକ ଟିପ୍ପଣୀ ପ୍ରଦାନ କର ।
Answer:
- ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ ‘କଳିଙ୍ଗ ଶୈଳୀ’ କୁହାଯାଏ । ଭାରତର ଅନ୍ୟ ସ୍ଥାନମାନଙ୍କରେ ନିର୍ମିତ ମନ୍ଦିରଗୁଡ଼ିକର ଶୈଳୀଠାରୁ କଳିଙ୍ଗ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
- ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ବା ସପ୍ତମ ଶତାବ୍ଦୀର ଆରମ୍ଭରେ କଳିଙ୍ଗ ଶୈଳୀରେ ନିର୍ମିତ ଭୁବନେଶ୍ଵରରେ ଭଗ୍ନାବସ୍ଥାରେ ଥିବା ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଏବଂ ଶତ୍ରୁଗ୍ନେଶ୍ୱର ମନ୍ଦିରଗୁଡ଼ିକ ସର୍ବପୁରାତନ ଅଟେ ।
- ଏହି ଶୈଳୀର ମନ୍ଦିରଗୁଡ଼ିକ ମଧ୍ୟରେ ଭୌମକର ଶାସନ କାଳରେ ନିର୍ମିତ ଭୁବନେଶ୍ୱରର ଶିଶିରେଶ୍ୱର, ବୈତାଳ ଓ ମାର୍କଣ୍ଡେଶ୍ଵର ମନ୍ଦିର, ସୋମବଂଶୀ ରାଜତ୍ଵ କାଳରେ ନିର୍ମିତ ମୁକ୍ତେଶ୍ଵର, ରାଜାରାଣୀ, ବ୍ରହ୍ମେଶ୍ଵର ଓ ଲିଙ୍ଗରାଜ ମନ୍ଦିର ପ୍ରଧାନ ଅଟେ ।
- ପରବର୍ତ୍ତୀ ଗଙ୍ଗବଂଶର ରାଜତ୍ଵ ସମୟରେ ନିର୍ମିତ ହୋଇଥବା ମନ୍ଦିରଗୁଡ଼ିକ ମଧ୍ୟରେ ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ଵରର ମେଘେଶ୍ବର, ଅନନ୍ତ ବାସୁଦେବ, ଭାସ୍କରେ ଶ୍ଵର ମନ୍ଦିର ଓ ସାରିଦେଉଳ ଆଦି ଏହି ଶୈଳୀର ଜ୍ଵଳନ୍ତ ନିଦର୍ଶନ ଅଟେ ।
୨। ଓଡ଼ିଶାର ବୌଦ୍ଧକୀର୍ତ୍ତିଗୁଡ଼ିକ ଉପରେ ଏକ ଟିପ୍ପଣୀ ଲେଖ ।
Answer:
- ଓଡ଼ିଶାର ବୌଦ୍ଧଧର୍ମର ଅଭୁତ୍ଥାଥା ସହିତ ତାଳ ଦେଇ ଅନେକ ବୌଦ୍ଧ ବିହାର ଓ ଉପାସନା ଗୃହ ଗଢ଼ି ଉଠିଥିଲା ।
- ରତ୍ନଗିରି, ଉଦୟଗିରି ଓ ଲଳିତଗିରିର ପ୍ରତ୍ନତାତ୍ତ୍ୱିକ ଖନନରୁ ଅନୈକ ସଂଖ୍ୟାରେ ବୌଦ୍ଧସ୍ତୂପ, ଚୈତ୍ୟଗୃହ, ମଠ ଓ ବୌଦ୍ଧ ମୂର୍ତ୍ତିକଳା ଆବିଷ୍କୃତ ହୋଇ ପୁରାତନ ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରମାଣ ଦେଇଥାଏ ।
- ଗଞ୍ଜାମ ଜିଲ୍ଲାର ବୁଢ଼ାଖୋଲ ପାହାଡ଼ରୁ ଅନେକ ବୌଦ୍ଧକୀର୍ତ୍ତିର ଧ୍ଠସାବଶେଷ ଆବିଷ୍କୃତ ହୋଇଛି ।
- ଏତଦ୍ବ୍ୟତୀତ କଟକ ଜିଲ୍ଲାର ବାଣେଶ୍ଵରନାସି ଓ ଚୌଦ୍ଵାର, ଯାଜପୁର ଜିଲ୍ଲାର ଯାଜପୁର, ପୁରୀ ଜିଲ୍ଲାର କୁରୁମ, ଖୋର୍ଦ୍ଧା ଜିଲ୍ଲାର ଅଚ୍ୟୁତ ରାଜପୁର, ’ମୟୂରଭଞ୍ଜ ଜିଲ୍ଲାର ଖୁଚିଙ୍ଗ, ବାଲେଶ୍ଵର ଜିଲ୍ଲାର ଅଯୋଧ୍ୟା, ଭଦ୍ରକ ଜିଲ୍ଲାର ଖଡ଼ିପଦା ଓ ସୋଲାପୁର, ବରଗଡ଼ ଜିଲ୍ଲାର ଗଣିଆପାଲୀ, ବୌଦ୍ଧ ଜିଲ୍ଲାର ବୌଦ୍ଧ ପ୍ରଭୃତି ସ୍ଥାନଗୁଡ଼ିକରୁ ଆବିଷ୍କୃତ ଅନେକ ବୌଦ୍ଧ କୀର୍ତ୍ତିର ଧ୍ବଂସାବଶେଷ ପ୍ରାଚୀନ ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପରିଚୟ ଦିଏ ।
୩ । ଉଦୟଗିରି ଓ ଖଣ୍ଡଗିରିଠାରେ ଥିବା ଜୈନ ଗୁମ୍ଫାଗୁଡ଼ିକ ସମ୍ପର୍କରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
- ଭୁବନେଶ୍ୱର ନିକଟସ୍ଥ ଉଦୟଗିରି ଓ ଖଣ୍ଡଗିରିଠାରେ ଥିବା ଜୈନ ଗୁମ୍ଫାଗୁଡ଼ିକରେ ଚମତ୍କାର ଭାସ୍କର୍ଯ୍ୟ ଦେଖିବାକୁ ମିଳେ ।
- ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ସମ୍ରାଟ ଖାରବେଳଙ୍କ ସମୟରେ ନିର୍ମିତ ଖଣ୍ଡଗିରି, ଉଦୟଗିରିର କେତେକ ଗୁମ୍ଫା ଦ୍ବିତଳ ବିଶିଷ୍ଟ ଏବଂ ଗୁମ୍ଫାଗୁଡ଼ିକର ଖୋଦିତ ମୂର୍ତ୍ତିକଳା ଅତ୍ୟନ୍ତ ମନୋରମ ଅଟେ ।
- ଉଦୟଗିରିର ରାଣୀଗୁମ୍ଫା ସବୁଠାରୁ ବଡ଼ ଓ ସବୁଠାରୁ ସୁନ୍ଦର ଗୁମ୍ଫା ଅଟେ ।
- ଉଦୟଗିରି ନିକଟସ୍ଥ ଖଣ୍ଡଗିରି ପାହାଡ଼ରେ ପନ୍ଦରଟି ଜୈନଗୁମ୍ଫା ରହିଛି ।
- ସେହି ଗୁମ୍ଫାଗୁଡ଼ିକରେ ମଧ୍ୟ ସୁନ୍ଦର ଦେଖାଯାଏ ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ଐତିହ୍ୟ କହିଲେ କ’ଣ ବୁଝ ?
Answer:
ଗୋଟିଏ ଜାତିର ଗୌରବୋଜ୍ଜଳ ଅତୀତର କୀର୍ତ୍ତିରାଜି ସମ୍ବଳିତ ସଂସ୍କୃତି, ସାହିତ୍ୟ, ଧର୍ମ, କଳା, ସ୍ଥାପତ୍ୟ,ପରମ୍ପରା ଓ ଜୀବନଶୈଳୀର ଆଲେଖ୍ୟ ଉତ୍ତର ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲେ, ସେଗୁଡ଼ିକୁ ସେ ଜାତିର ଐତିହ୍ୟ କୁହାଯାଏ ।
୨। ଓଡ଼ିଶାର କେଉଁ ସ୍ଥାନର ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ସଂଖ୍ୟାରେ ବୌଦ୍ଧସ୍ତୂପ, ଚୈତ୍ୟଗୃହ, ମଠ ଓ ବୌଦ୍ଧ ମୂର୍ତ୍ତିକଳା ଆବିଷ୍କୃତ ହୋଇଛି?
Answer:
ଓଡ଼ିଶାର ରତ୍ନଗିରି, ଉଦୟଗିରି ଓ ଲଳିତଗିରିର ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ସଂଖ୍ୟାରେ ବୌଦ୍ଧ ସ୍ତୂପ, ଚୈତ୍ୟ ଗୃହ, ମଠ ଓ ବୌଦ୍ଧ ମୂର୍ତ୍ତିକଳା ଆବିଷ୍କୃତ ହୋଇଛି ।
୩ । ପଞ୍ଚସଖା କେଉଁମାନଙ୍କୁ କୁହାଯାଏ ?
Answer:
ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସଙ୍କୁ ଓଡ଼ିଶାର ପଞ୍ଚସଖା କୁହାଯାଏ ।
୪। ଓଡ଼ିଶାରେ ହସ୍ତତନ୍ତରୁ ପ୍ରସ୍ତୁତି କେଉଁ ସାମଗ୍ରୀ ବିଶ୍ବର ପ୍ରାୟ ସମସ୍ତ ଦେଶରେ ଓଡ଼ିଶା ପାଇଁ ସୁଖ୍ୟାତି ଆଣିଛି ?
Answer:
- ଓଡ଼ିଶାରେ ହସ୍ତତନ୍ତରୁ ପ୍ରସ୍ତୁତ ସମ୍ବଲପୁର ଓ ବଲାଙ୍ଗୀରର ପଶାପାଲି ଶାଢ଼ି; ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ ସୋନପୁରର ବୋମକାଇ ପାଟ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ମଠା ଶାଢ଼ି ଆଦି ବିଦେଶରେ ଖୁବ୍ ଆଦୃତି ଲାଭ କରିଛି ।
- ଏହାଛଡ଼ା କଟକ ଜିଲ୍ଲାର ନୂଆପାଟଣା ଓ ମାଣିଆବନ୍ଧ ଶାଢ଼ି, ଖୋର୍ଦ୍ଧା ଜିଲ୍ଲାର ଲୁଙ୍ଗି, ଗାମୁଛା ଆଦି ହସ୍ତତନ୍ତରୁ ପ୍ରସ୍ତୁତ ସାମଗ୍ରୀ ବିଶ୍ବର ପ୍ରାୟ ସମସ୍ତ ଦେଶରେ ଓଡ଼ିଶା ପାଇଁ ସୁଖ୍ୟାତି ଆଣିଛି ।
୫। ବୈଶାଖ ମାସର ପ୍ରଥମ ଦିନକୁ କ’ଣ ଭାବରେ ପାଳନ କରାଯାଇଥାଏ ? ଏହି ଦିନ ମଙ୍ଗଳାଙ୍କୁ କ’ଣ ସମର୍ପଣ କରାଯାଏ ?”
Answer:
- ବୈଶାଖ ମାସର ପ୍ରଥମ ଦିନ ଓଡ଼ିଆ ପଞ୍ଜିକାର ନବବର୍ଷର ପ୍ରଥମ ଦିନ ଓ ପ୍ରଥମ ପର୍ବ ‘ବିଷୁବ ସଂକ୍ରାନ୍ତି’ ଭାବରେ ପାଳନ କରାଯାଏ ।
- ଏହିଦିନ ଦେବୀ ମଙ୍ଗଳାଙ୍କ ନିକଟରେ ବେଲରୁ ପ୍ରସ୍ତୁତ ଏକ ସୁସ୍ୱାଦୁ ପାନୀୟ ବା ପଣା ସମର୍ପଣ କରାଯାଇ ସେବନ କରାଯାଏ ।
୬ | କଳିଙ୍ଗର ସାଧବମାନେ ଅତୀତରେ କେଉଁ କେଉଁ ସ୍ଥାନକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ ?
Answer:
କଳିଙ୍ଗର ସାଧବମାନେ ଅତୀତରେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଦ୍ଵୀପପୁଞ୍ଜ ତଥା ଅନ୍ୟାନ୍ୟ ଦକ୍ଷିଣ- ପୂର୍ବ ଏସୀୟ ଦେଶମାନଙ୍କୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ ।
୭ । ଇକତ୍ ଢାଞ୍ଚା କେଉଁଥୁରୁ ସୃଷ୍ଟି ହୋଇଛି ବୋଲି ବିଶ୍ଵାସ କରାଯାଏ ?
Answer:
ବୟନ କଳାର ବୈଶିଷ୍ଟ୍ୟ ଇକତ୍ ଢାଞ୍ଚା ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ କାର୍ଯ୍ୟକଳାପର ପ୍ରଭାବରୁ ସୃଷ୍ଟି ହୋଇଛି ବୋଲି ବିଶ୍ଵାସ କରାଯାଏ ।
୮। ଓଡ଼ିଶାର କେଉଁ ଅଞ୍ଚଳ ରୁପାର ତାରକାସୀ କାମ ପାଇଁ ପ୍ରସିଦ୍ଧ ଓ କାହିଁକି ?
Answer:
- ଓଡ଼ିଶାର କଟକ ସହର ରୁପାର ଆଦିବାସୀ କାମ ପାଇଁ ମ୍ରସିଦ୍ଧ।
- ରୁପାର ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ସୁନ୍ଦର କୋଣାର୍କ ଚକ୍ର, ଦେବଦେବୀ ଓ ମନ୍ଦିରମାନଙ୍କର ପ୍ରତିଛବି, ପଶୁପକ୍ଷୀ, ଗଛ, ଡାଳ, ଫୁଲ, ପତ୍ର ଆଦି ପ୍ରସ୍ତୁତ କରି କଟକର କାରିଗରମାନେ ସେମାନଙ୍କର କୌଣକର ପରାକାକ୍ଷ୍ମ। ପ୍ରଦର୍ଣନ କରିବା ସହ ବାଦେଶରେ ଯଶ ଅର୍ଜନ କରିଛନ୍ତି ।
୯ । ଓଡ଼ିଶାର କେତୋଟି ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟର ନାମ ଲେଖ ।
Answer:
- ଓଡ଼ିଶାର ଲୋକନୃତ୍ୟଗୁଡ଼ିକର ନାମ ହେଲା ରଣପା ନାଚ, ଚଇତି ଘୋଡ଼ାନାଚ, ଦଣ୍ଡ ନାଚ ଓ ନାଗା ନାଚ, କେଳାକେଲୁଣୀ ନାଚ, ଘୁମୁରା ନାଚ, ଛଉ ନାଚ, ଡାଲଖାଇ ନାଚ, ରସକେଲୀ ନାଚ ଇତ୍ୟାଦି ।
- ଓଡ଼ିଶାର ଆଦିବାସୀ ନୃତ୍ୟଗୁଡ଼ିକ ମଧ୍ୟରେ କରମା, ଗଦବା, କେଦ୍ରୁ, ଝୁମର, କୋୟା, ପରଜା ଇତ୍ୟାଦି ଅନ୍ୟତମ ।
୧୦ । ଓଡ଼ିଶାର କେତୋଟି ଲୋକ ସଙ୍ଗୀତର ନାମ ଲେଖ ।
Answer:
ଓଡ଼ିଶାର କେତୋଟି ଲୋକ ସଙ୍ଗୀତର ନାମ ହେଲା, ଚମ୍ପୁ, ଛାନ୍ଦ, ଚଉତିଶା, କୋଇଲି ଗୀତ, ଜଣାଣ ଓ ଭଜନ ଇତ୍ୟାଦି ।
୧୧ । କେଉଁ ଚିତ୍ରକଳା ଓଡ଼ିଶାର ଚିତ୍ରକଳାର ସ୍ୱତନ୍ତ୍ରତାର ପରିଚୟ ଦିଏ ? ଏହା କେଉଁ ଶତାବ୍ଦୀରୁ ସୃଷ୍ଟି ହୋଇଛି ?
Answer:
- ପଟ୍ଟଚିତ୍ର ଓଡ଼ିଶାର ଚିତ୍ରକଳାର ସ୍ବତନ୍ତ୍ରତାର ପରିଚୟ ଦିଏ ।
- ଏହା ଦ୍ଵାଦଶ ଶତାବ୍ଦୀରୁ ସୃଷ୍ଟି ହୋଇଛି ।
୧୨ । କଟକର କେଉଁ କେଉଁ ଅଞ୍ଚଳରେ ମସ୍ଦ୍ମାନ ଦେଖିବାକୁ ମିଳେ ?
Answer:
କଟକର ଦରଘା ବଜାରଠାରେ କଦମ୍ବରସୁଲ୍,ଦିଓ୍ବାନ ବଜାରଠାରେ ସର୍ବପୁରାତନ ତାତର ଖାଁ ମସ୍ତିଦ୍ ଓ ବାଲୁବଜାରଠାରେ ଜୁମ୍ମା ମସ୍ଜିଦ୍ ଦେଖିବାକୁ ମିଳେ ।
Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ରତ୍ନଗିରି ପାହାଡ଼ କେଉଁ ପ୍ରଦେଶରେ ଅବସ୍ଥିତ ?
Answer:
ରତ୍ନଗିରି ପାହାଡ଼ ଓଡ଼ିଶା ପ୍ରଦେଶରେ ଅବସ୍ଥିତ ।
୨। କୋଣାର୍କ ମନ୍ଦିର କେଉଁ ଶୈଳୀର ସ୍ବାତନ୍ତ୍ର୍ୟ ପ୍ରତିପାଦନ କରେ ?
Answer:
କୋଣାର୍କ ମନ୍ଦିର କଳିଙ୍ଗ ଶୈଳୀର ସ୍ବାତନ୍ତ୍ର୍ୟ ପ୍ରତିପାଦନ କରେ ।
୩ । ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ କିଏ ଲେଖୁଥିଲେ ?
Answer:
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ଲେଖୁଲେ ।
୪। ଫକୀରମୋହନଙ୍କର ପ୍ରମୁଖ କୄତିମାନଙ୍କର ନାମ କଣ ?
Answer:
‘ଛ’ମାଣ ଆଠଗୁଣ୍ଠ’, ‘ମାମୁ’, ‘ପ୍ରାୟଶ୍ଚିତ୍ତ’ ଓ ‘ଲଛମା’ ଫକୀରମୋହନଙ୍କର କେତେକ ପ୍ରମୁଖ କୃତି ଅଟେ ।
୫ । ମଧୁସୁଦନ ରାଓ କାହା ଅନୁକରଣରେ ସନେଟ୍ ଲେଖୁଥିଲେ ?
Answer:
ମଧୁସୂଦନ ରାଓ ସେକସପିଅର୍ ଓ ମିଲଟନ୍ଙ୍କ ଶୈଳୀର ଅନୁକରଣରେ ସନେଟ୍ ଲେଖୁଥିଲେ ।
୬ । ଭୁବନେଶ୍ୱରର ରାଜାରାଣୀ ମନ୍ଦିର କାହା ରାଜତ୍ଵ କାଳରେ ନିର୍ମିତ ହୋଇଥିଲା ?
Answer:
ସୋମବଂଶୀ ରାଜତ୍ଵ କାଳରେ ଭୁବ ନେ ଶ୍ଵ ର ର ରାଜାରାଣୀ ମନ୍ଦିର ନିର୍ମିତ ହୋଇଥିଲା ।
୭। ପର୍ଶୁରାମେଶ୍ଵର ମନ୍ଦିର କେଉଁଠାରେ ଅବସ୍ଥିତ ?
Answer:
ଭୁବନେଶ୍ୱରଠାରେ ପର୍ଶୁରାମେଶ୍ଵର ମନ୍ଦିର ଅବସ୍ଥିତ ।
୮ । ଓଡ଼ିଶା ଆଫଗାନମାନଙ୍କଦ୍ୱାରା କେବେ ଅଧୂକୃତ ହୋଇଥିଲା ?
Answer:
୧୫୬୮ ଖ୍ରୀ.ଅ.ରେ ଓଡ଼ିଶା ଆଫଗାନ୍ମାନଙ୍କଦ୍ୱାରା ଅଧିକୃତ ହୋଇଥିଲା ।
୯ । ଉଦୟଗିରିର ସବୁଠାରୁ ବଡ଼ ଗୁମ୍ଫାର ନାମ କ’ଣ ?
Answer:
ଉଦୟଗିରିର ସବୁଠାରୁ ବଡ଼ ଗୁମ୍ଫାର ନାମ ହେଉଛି ରାଣୀଗୁମ୍ଫା ।
୧୦। ‘ଓଡ଼ିଆ ଭାଗବତ’ କିଏ ରଚନା କରିଛନ୍ତି ?
Answer:
ଜଗନ୍ନାଥ ଦାସ ‘ଓଡ଼ିଆ ଭାଗବତ’ ରଚନା କରିଛନ୍ତି ।
୧୧। ଓଡ଼ିଆ ସାହିତ୍ୟରେ କାବ୍ୟଯୁଗ କେବେ ଆରମ୍ଭ ହେଲା ?
Answer:
ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନାର ମାହାତ୍ମ୍ୟ କାବ୍ୟଯୁଗ ଆରମ୍ଭ ହେଲା ।
୧୨ । ‘ଗୀତ ଗୋବିନ୍ଦ’ର ରଚୟିତା କିଏ ?
Answer:
‘ଗୀତ ଗୋବିନ୍ଦ’ର ରଚୟିତା ହେଉଛନ୍ତି ଓଡ଼ିଶାର ପ୍ରଖ୍ୟାତ ସଂସ୍କୃତ କବି ଜୟଦେବ ।
୧୩ । ଓଡ଼ିଶାର ଐତିହ୍ୟରେ କେଉଁ ଚେତନାର ମାହାତ୍ମ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ?
Answer:
ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନାର ମାହାତ୍ମ୍ୟ ଚେତନାର ମାହାତ୍ମ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
୧୪ । ଖଣ୍ଡଗିରି ପାହାଡ଼ରେ କେତୋଟି ଗୁମ୍ଫା ରହିଛି ?
Answer:
ଖଣ୍ଡଗିରି ପାହାଡ଼ରେ ୧୫ଟି ଗୁମ୍ଫା ରହିଛି ।
୧୫ । ବାପ୍ଟିଷ୍ଟ ଚର୍ଜ କେଉଁଠାରେ ଅବସ୍ଥିତ ?
Answer:
କଟକର ତିନିକୋଣିଆ ବଗିଚାରେ ବାପ୍ଟିଷ୍ଟ ଚର୍ଚ୍ଚ ଅବସ୍ଥିତ ।
୧୬। କେଉଁଥରେ ଭାରତ ମହାସାଗରର ଦ୍ଵୀପପୁଞ୍ଜକୁ କଳିଙ୍ଗୋଡ୍ର ଦେଶ ଭାବେ ବର୍ଣ୍ଣନା କରାଯାଇଛି ?
Answer:
ମଧ୍ୟଯୁଗୀୟ ବୌଦ୍ଧଗ୍ରନ୍ଥ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ରେ ଭାରତ ମହାସାଗରର ଦ୍ଵୀପପୁଞ୍ଜକୁ କଳିଙ୍ଗୋଡ୍ର ଦେଶ ଭାବେ ବର୍ଣ୍ଣନା କରାଯାଇଛି ।
୧୭ । ଓଡ଼ିଶାର କେଉଁ ନୃତ୍ୟ ଶାସ୍ତ୍ରୀୟ ନୃତ୍ୟଭାବେ ଭାରତର ଏକ ପ୍ରଧାନ ମାନ୍ୟତା ପାଇଛି ?
Answer:
ଓଡ଼ିଶାର ଓଡ଼ିଶୀ ନୃତ୍ୟ ଭାରତର ଏକ ପ୍ରଧାନ ଶାସ୍ତ୍ରୀୟ ନୃତ୍ୟ ଭାବେ ମାନ୍ୟତା ପାଇଛି ।
୧୮। କେଉଁ ନୃତ୍ୟ ଶୈଳୀକୁ ମାହାରୀ ଶୈଳୀ କୁହାଯାଏ ?
Answer:
ସଙ୍ଗୀତର ତାଳ ଓ ରାଗ ସହିତ ସମନ୍ଵୟ ରକ୍ଷାକରି ନୃତ୍ୟ ପରି ବେ ଷଣ କରୁଥିବା ନଉଁ କୀମାନଙ୍କ ନୃତ୍ୟଶୈଳୀକୁ ମାହାରୀ ଶୈଳୀ କୁହାଯାଏ ।
B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
୧। ମୁକ୍ତେଶ୍ଵର ମନ୍ଦିର କେଉଁଠାରେ ଅବସ୍ଥିତ ?
Answer:
ଭୁବନେଶ୍ୱର
୨। ଭୁବନେଶ୍ଵରର କପିଳେଶ୍ଵର ମନ୍ଦିର କେଉଁ ଶାସନ ସମୟରେ ନିର୍ମିତ ହୋଇଥିଲା ?
Answer:
ସୂର୍ଯ୍ୟବଂଶୀ ଗଜପତି
୩ । ‘ଗୀତ ଗୋବିନ୍ଦ’ର ରଚୟିତା କିଏ ?
Answer:
ଜୟଦେବ
୪। କେଉଁ ନୃତ୍ୟ ଶୈଳୀରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି ?
Answer:
ମାହାରୀ ନାଚ
୫। ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କ’ଣ କୁହାଯାଏ ?
Answer:
କଳିଙ୍ଗ ଶୈଳୀ
୬। କେଉଁ ପୁସ୍ତକରେ କଳିଙ୍ଗର ରାଜାଙ୍କୁ ‘ମହୋଦଧୂପତି’ ଭାବରେ ଚିତ୍ରଣ କରାଯାଇଛି ?
Answer:
କାଳିଦାସଙ୍କ ରଘୁବଂଶମ୍
୭ । ଓଡ଼ିଶାରେ କେଉଁ ପର୍ବରେ ଚାଷୀ ବିଲରେ ବିହନ ବୁଣିବା ଆରମ୍ଭ କରେ ?
Answer:
ଅକ୍ଷୟ ତୃତୀୟା
୮। ନୂଆଖାଇ ପର୍ବ ଅନ୍ୟ କେଉଁ ନାମରେ ମଧ୍ୟ ପ୍ରସିଦ୍ଧ ?
Answer:
ନବାନ୍ନ ଭକ୍ଷଣ
୯ । ଓଡ଼ିଶାର କେଉଁ ସ୍ଥାନ ଧନୁଯାତ୍ରା ପାଇଁ ସମଗ୍ର ଭାରତରେ ପ୍ରସିଦ୍ଧ ଲାଭ କରିଛି ?
Answer:
ବରଗଡ଼
୧୦ । ମୁସଲମାନ୍ ଭକ୍ତ ସାଲବେଗ ଓଡ଼ିଶାର ଘରେ ଘରେ କେଉଁଥିପାଇଁ ପରିଚିତ ?
Answer:
ଜଗନ୍ନାଥ ଜଣାଣ
୧୧ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କେଉଁ ମାସରେ ହୁଏ ?
Answer:
ମାଘ ମାସ
୧୨ । କେଉଁ ଅମାବାସ୍ୟା ଦିନ ମହାଳୟା ପର୍ବ ପାଳନ କରାଯାଏ ?
Answer:
ଆଶ୍ୱିନ ଅମାବାସ୍ୟା
୧୩ । ଶ୍ରାବଣ ମାସର ଅମାବାସ୍ୟାଟି କ’ଣ ଭାବରେ ପାଳନ କରାଯାଏ ?
Answer:
ଚିତାଲାଗି ଅମାବାସ୍ୟା
୧୪ । କେଉଁ ସଂକ୍ରାନ୍ତିକୁ ନବବର୍ଷର ପ୍ରଥମ ଦିନ ଭାବରେ ପାଳନ କରାଯାଏ ?
Answer:
ବିଷୁବ ସଂକ୍ରାନ୍ତି
୧୫ । ଓଡ଼ିଶାର ନୌବାଣିଜ୍ୟ କେଉଁ ଶତାବ୍ଦୀରୁ ଆରମ୍ଭ ହୋଇଥିବାର ସୂଚନା ମିଳିଥାଏ ?
Answer:
ତୃତୀୟ ଶତାବ୍ଦୀ
୧୬ । ଓଡ଼ିଶାର କେଉଁ ସହର ‘ତାରକାସି କାମ’ ପାଇଁ ପ୍ରସିଦ୍ଧ ଅଟେ ?
Answer:
କଟକ ସହର
୧୭ । ପଟ୍ଟଚିତ୍ରର ପରମ୍ପରା ଓଡ଼ିଶାରେ କେଉଁ ଶତାବ୍ଦୀରୁ ଚଳି ଆସୁଛି ?
Answer:
ଦ୍ଵାଦଶ ଶତାବ୍ଦୀ
୧୮ । ତାତର ଖାଁ ମସ୍ଜିଦ୍ କେଉଁଠାରେ ଅବସ୍ଥିତ ?
Answer:
କଟକ
୧୯ । ଓଡ଼ିଶାରେ ସ୍ନେହ, ପ୍ରେମ, ଭ୍ରାତୃଭାବର ପ୍ରତୀକ ରୂପେ କାହାଙ୍କୁ ଗ୍ରହଣ କରାଯାଇଛି ?
Answer:
ଶ୍ରୀଜଗନ୍ନାଥ
୨୦ । ମାଗଧୀ-ପ୍ରାକୃତ ଭାଷାରୁ କେଉଁ ଭାଷାର ଉତ୍ପତ୍ତି ହୋଇଛି ?
Answer:
ଓଡ଼ିଆ
୨୧ । କିଏ ‘ରୁଦ୍ରସୁଧାନିଧ୍’ ରଚନା କରିଥିଲେ ?
Answer:
ଅବଧୂତ ନାରାୟଣ ସ୍ବାମୀ
୨୨ । ‘ରସକଲ୍ଲୋଳ’ କାହାର ସର୍ବଶ୍ରେଷ୍ଠ କୃତି ଥିଲା ?
Answer:
ଦୀନକୃଷ୍ଣ ଦାସ
୨୩ । ଗ୍ରାମ୍ୟ ଜୀବନଭିତ୍ତିକ ପଲ୍ଲୀଚିତ୍ର କେଉଁ କବିଙ୍କ ରଚନାରୁ ସ୍ପଷ୍ଟ ବାରିହୁଏ ?
Answer:
ନନ୍ଦକିଶୋର ବଳ
୨୪ । ଗଞ୍ଜାମ ଜିଲ୍ଲାର କେଉଁ ପାହାଡ଼ରେ ବୌଦ୍ଧକୀର୍ତ୍ତିର ଧ୍ଵଂସାବଶେଷ ଦେଖିବାକୁ ମିଳେ ?
Answer:
ବୁଢ଼ାଖୋଲ ପାହାଡ଼
୨୫ । ଭୁବନେଶ୍ଵରର ‘ପର୍ଶୁରାମେଶ୍ବର’ ମନ୍ଦିର କେଉଁ ଶୈଳୀରେ ନିର୍ମିତ ହୋଇଛି ?
Answer:
କଳିଙ୍ଗ ଶୈଳୀ
C. ଶୂନ୍ୟସ୍ଥାନ ପୂରଣ କର ।
୧ । ଓଡ଼ିଶାରେ ସ୍ନେହ, ପ୍ରେମ, ଭ୍ରାତୃଭାବର ପ୍ରତୀକ ରୂପେ ________ ଙ୍କୁ ଗ୍ରହଣ କରାଯାଇଛି ।
Answer:
ଶ୍ରୀଜଗନ୍ନାଥ
୨ । ମାଗଧୀ-ପ୍ରାକୃତ ଭାଷାରୁ ______ ଭାଷାର ଉତ୍ପ ହୋଇଛି ।
Answer:
ଓଡ଼ିଆ
୩ । _______ ‘ରୁଦ୍ରସୁଧାନିଧ୍’ ରଚନା କରିଥିଲେ ।
Answer:
ଅବଧୂତ ନାରାୟଣ ସ୍ବାମୀ
୪ । ‘ରସକଲ୍ଲୋଳ’ — ଙ୍କ ସର୍ବଶ୍ରେଷ୍ଠ କୃତି ଥିଲା ।
Answer:
ଦୀନକୃଷ୍ଣ ଦାସ
୫ । ଗ୍ରାମ୍ୟ ଜୀବନଭିତ୍ତିକ ପଲ୍ଲୀଚିତ୍ର କବି _______ ଙ୍କ ରଚନାରୁ ସ୍ପଷ୍ଟ ବାରିହୁଏ ।
Answer:
ନନ୍ଦକିଶୋର ବଳ
୬ । ଧଉଳି ପାହାଡ଼ ______ ନଦୀ କୂଳରେ ଅବସ୍ଥିତ ।
Answer:
ଦୟା
୭ । ଗଞ୍ଜାମ ଜିଲ୍ଲାର _________ ପାହାଡ଼ରୁ ବୌଦ୍ଧକୀର୍ତ୍ତିର ଧ୍ବଂସାବଶେଷ ଦେଖିବାକୁ ମିଳେ ।
Answer:
ବୁଢ଼ାଖୋଲ
୮ । ଭୁବନେଶ୍ଵରର ପର୍ଶୁ ରାମେଶ୍ଵର ମନ୍ଦିର _________ ଶୈଳୀରେ ନିର୍ମିତ ହୋଇଛି ।
Answer:
କଳିଙ୍ଗ
୯ । ________ ବଂଶର ଶାସନର ପତନ ପରେ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ।
Answer:
ସୂର୍ଯ୍ୟ
୧୦ । ରୋମାନ୍ କ୍ୟାଥଲିକ୍ ଚର୍ଚ୍ଚ _________ ନଦୀକୂଳରେ ଅବସ୍ଥିତ ।
Answer:
କାଠଯୋଡ଼ି
୧୧ । ପଶାପାଲି ଶାଢ଼ି ପାଇଁ _______ ବିଶ୍ବପ୍ରସିଦ୍ଧ ।
Answer:
ସମ୍ବଲପୁର
୧୨ । କେନ୍ଦୁଝର ଜିଲ୍ଲାର ______ ଶିଳ୍ପ ଓଡ଼ିଶାର ଐତିହ୍ୟ ବହନ କରେ ।
Answer:
ଟେରାକୋଟା
୧୩। ବୈଶାଖ ଶୁକ୍ଳପକ୍ଷ ତୃତୀୟା ଦିନ _______ ପର୍ବ ପାଳିତ ହୁଏ ।
Answer:
ଅକ୍ଷୟ ତୃତୀୟା
D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (✗) ଲେଖ ।
୧। ସାରଳା ଦାସଙ୍କ ରଚିତ ‘ରାମାୟଣ’ ଓଡ଼ିଶାର ପୌରାଣିକ କାବ୍ୟଜଗତର ଏକ ଅମୂଲ୍ୟ କୃତି ।
୨ । ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଓଡ଼ିଶାରେ ସର୍ବାଧିକ ଆଦୃତ ଓ ସମ୍ମାନିତ ।
୩ । କାବ୍ୟଯୁଗରେ ସର୍ବାଧିକ ଲୋକପ୍ରିୟତା ଲାଭ କରିଥିବା ‘ରସକଲ୍ଲୋଳ’ ଉପେନ୍ଦ୍ର ଭଞ୍ଜଙ୍କ କୃତି ଥିଲା ।
୪। ଓଡ଼ିଆ ସାହିତ୍ୟର ପ୍ରଥମ କବି ରାଧାନାଥ ରାୟଙ୍କ ସର୍ବଶ୍ରେଷ୍ଠ କୀର୍ତ୍ତି ହେଉଛି ‘ପ୍ରଣୟ ବଲ୍ଲରୀ’ ।
୫। ପିଲାଙ୍କ କବିତା ‘ନାନାବାୟା ଗୀତ’ ନନ୍ଦକିଶୋର ବଳ ରଚନା କରିଥିଲେ ।
୬। ଖୁଚିଙ୍ଗ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ।
୭। ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କଳିଙ୍ଗ ଶୈଳୀ କୁହାଯାଏ ।
୮। ୧୫୬୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆଫଗାନ୍ମାନଙ୍କ ଦ୍ବାରା
୯। ମୁକ୍ତେଶ୍ଵର ମନ୍ଦିରକୁ ‘ଓଡ଼ିଶା ସ୍ଥାପତ୍ୟ କଳାର ମଣି’ ବୋଲି କୁହାଯାଏ ।
୧୦ । ପୁରୀ ଜିଲ୍ଲାର ବୀରମହାରାଜପୁର ଗ୍ରାମରେ ପଟ୍ଟଚିତ୍ର ଅଙ୍କନ ଏକ କୌଳିକ ବୃତ୍ତି ।
Answer:
୧। (×)
୨ । (×)
୩ । (×)
୪। (×)
୫ । (✓)
୬। (×)
୭। (✓)
୮। (×)
୯। (✓)
୧୦। (×)
E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।
୧। ପ୍ରତିବର୍ଷ ଏପ୍ରିଲ ମାସ ୧୫ ତାରିଖକୁ ବିଶ୍ଵ ଐତିହ୍ୟ ଦିବସ ରୂପେ ପାଳନ କରାଯାଏ ।
Answer:
୧୮
୨ । ହାତୀ ଗୁମ୍ଫା ଶିଳାଲେଖ ମୁକୁନ୍ଦଦେବଙ୍କ ରାଜତ୍ୱ କାଳରେ ତଥ୍ୟ ପ୍ରଦାନ କରିଥାଏ ।
Answer:
ଖାରବେଳ
୩। ସାରଳା ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ।
Answer:
ଓଡ଼ିଆ ମହାଭାରତ
୪। ଗାଥା କବିତା କେଶବ-କୋଇଲିର ଲେଖକ ଥିଲେ ଅର୍ଜନ ଦାସ ।
Answer:
ମାର୍କଣ୍ଡଦାସ
୫। ଜଗନ୍ନାଥ ରଥର ନାମ ଦର୍ପଦଳନ ।
Answer:
ନନ୍ଦିଘୋଷ
୬। ଓଡ଼ିଶାର ବଲାଙ୍ଗୀର ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସିଦ୍ଧି ଲାଭ କରିଛି ।
Answer:
ସମ୍ବଲପୁର
୭। ଅଶୋକାଷ୍ଟମୀ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ ।
Answer:
ଲିଙ୍ଗରାଜ
୮। ଆଶ୍ୱିନ ମାସର ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରାଯାଏ ।
Answer:
ମହାଳୟା
୯ । କୋଣାର୍କକୁ ତୁଳସୀ କ୍ଷେତ୍ର କୁହାଯାଇଥାଏ ।
Answer:
ଅର୍କକ୍ଷେତ୍ର
୧୦ । ଓଡ଼ିଶାର ବାଳକାଟି ତମ୍ବାପାତ୍ର ନିର୍ମାଣ କରିବା ପାଇଁ ପ୍ରସିଦ୍ଧ ।
Answer:
କଂସା ପିତ୍ତଳ ବାସନ
୧୧ । ରାଉରକେଲାକୁ ରୌପ୍ୟ ନଗରୀ କୁହାଯାଏ ।
Answer:
ଇସ୍ପାତ ନଗରୀ
୧୨ । ‘ସ୍ତୁତି ଚିନ୍ତାମଣି’ ଅରକ୍ଷିତ ଦାସ ଲେଖୁଥିଲେ ।
Answer:
ଭୀମ ଭୋଇ
୧୩ । ‘ଇନ୍ଦୁମତୀ’ କାବ୍ୟ ରଚୟିତା ଥିଲେ ରାଧାନାଥ ରାୟ ।
Answer:
ଗଙ୍ଗାଧର ମେହେର
୧୪ । ମଠା ଶାଢ଼ି ପାଇଁ ସମ୍ବଲପୁର ପ୍ରସିଦ୍ଧ ।
Answer:
ବ୍ରହ୍ମପୁର
୧୫ । କଦମରସୁଲ ମସ୍ଜିଦ୍ ବକ୍ସି ବଜାରରେ ଅବସ୍ଥିତ ।
Answer:
ଦରଘା ବଜାର ।
G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ନିମ୍ନୋକ୍ତ କେଉଁ ମାସରେ ??
(A) ଶ୍ରାବଣ
(B) ମାଘ
(C) ଆଶ୍ବିନ
(D) ଫାଲଗୁନ
Answer:
(B) ମାଘ
Question 2.
କେଉଁ ଅମାବାସ୍ୟା ଦିନ ମହାଳୟା ପର୍ବ ପାଳନ କରାଯାଏ ?
(A) ଆଷାଢ଼
(B) ଆଶ୍ବିନ
(C) କାର୍ତିକ
(D) ଚୈତ୍ର
Answer:
(B) ଆଶ୍ବିନ
Question 3.
ଶ୍ରାବଣ ମାସର ଅମାବାସ୍ୟାଟି କ’ଣ ଭାବରେ ପାଳନ କରାଯାଏ ?
(A) ଦୀପାବଳୀ
(B) ମହାଳୟା
(C) ଚିତାଲାଗି ଅମାବାସ୍ୟା
(D) ବୋଇତ ବନ୍ଦାଣ
Answer:
(C) ଚିତାଲାଗି ଅମାବାସ୍ୟା
Question 4.
କେଉଁ ସଂକ୍ରାନ୍ତିକୁ ନବବର୍ଷର ପ୍ରଥମ ଦିନ ଭାବରେ ପାଳନ କରାଯାଏ ?
(A) ମକର ସଂକ୍ରାନ୍ତି
(B) ବିଷୁବ ସଂକ୍ରାନ୍ତି
(C) ରଜ ସଂକ୍ରାନ୍ତି
(D) କୁମ୍ଭ ସଂକ୍ରାନ୍ତି
Answer:
(B) ବିଷୁବ ସଂକ୍ରାନ୍ତି
Question 5.
ଓଡ଼ିଶାର ନୌବାଣିଜ୍ୟ କେଉଁ ଶତାବ୍ଦୀରୁ ଆରମ୍ଭ ହୋଇଥିବାର ସୂଚନା ମିଳିଥାଏ ?
(A) ପ୍ରଥମ ଶତାବ୍ଦୀ
(B) ତୃତୀୟ ଶତାବ୍ଦୀ
(C) ଦ୍ଵିତୀୟ ଶତାବ୍ଦୀ
(D) ପଞ୍ଚମ ଶତାବ୍ଦୀ
Answer:
(B) ତୃତୀୟ ଶତାବ୍ଦୀ
Question 6.
ଓଡ଼ିଶାର କେଉଁ ସହର ‘ତାରକାସି କାମ’ ପାଇଁ ପ୍ରସିଦ୍ଧ ଅଟେ ?
(A) କଟକ
(B) ବ୍ରହ୍ମପୁର
(C) ସମ୍ବଲପୁର
(D) ବାଲେଶ୍ଵର
Answer:
(A) କଟକ
Question 7.
ପଟ୍ଟଚିତ୍ରର ପରମ୍ପରା ଓଡ଼ିଶାରେ କେଉଁ ଶତାବ୍ଦୀରୁ ଚଳି ଆସୁଛି ?
(A) ନବମ
(B) ଏକାଦଶ
(C) ଦଶମ
(D) ଦ୍ଵାଦଶ
Answer:
(D) ଦ୍ଵାଦଶ
Question 8.
ତାତର ଖାଁ ମସ୍ଜିଦ୍ କେଉଁଠାରେ ଅବସ୍ଥିତ ?
(A) କଟକ
(B) ସମ୍ବଲପୁର
(C) ପୁରୀ
(D) ବ୍ରହ୍ମପୁର
Answer:
(B) ସମ୍ବଲପୁର
Question 9.
ଓଡ଼ିଶାରେ ସ୍ନେହ, ପ୍ରେମ, ଭ୍ରାତୃଭାବର ପ୍ରତୀକ ରୂପେ କାହାଙ୍କୁ ଗ୍ରହଣ କରାଯାଇଛି ?
(A) ଶ୍ରୀଜଗନ୍ନାଥ
(B) ଲିଙ୍ଗରାଜ
(C) ଶ୍ରୀଲୋକନାଥ
(D) ଅଲାରନାଥ
Answer:
(A) ଶ୍ରୀଜଗନ୍ନାଥ
Question 10.
ମାଗଧୀ-ପ୍ରାକୃତ ଭାଷାରୁ କେଉଁ ଭାଷାର ଉତ୍ପ ହୋଇଛି ?
(A) ସଂସ୍କୃତ
(B) ଓଡ଼ିଆ
(C) ବଙ୍ଗଳା
(D) ମରାଠୀ
Answer:
(B) ଓଡ଼ିଆ
Question 11.
‘ରସକଲ୍ଲୋଳ’ କାହାର ସର୍ବଶ୍ରେଷ୍ଠ କୃତି ଥିଲା ?
(A) ଦୀନକୃଷ୍ଣ ଦାସ
(B) ଉପେନ୍ଦ୍ରଭଞ୍ଜ
(C) ଅବଧୂତ ନାରାୟଣ ସ୍ଵାମୀ
(D) ବଳରାମ ଦାସ
Answer:
(A) ଦୀନକୃଷ୍ଣ ଦାସ
Question 12.
ଗ୍ରାମ୍ୟ ଜୀବନଭିଭିକ ପଲ୍ଲୀଚିତ୍ର ନିମ୍ନୋକ୍ତ କେଉଁ କବିଙ୍କ ରଚନାରୁ ସ୍ପଷ୍ଟ ବାରିହୁଏ ?
(A) ନନ୍ଦକିଶୋର ବଳ
(B) ମଧୁସୂଦନ ରାଓ
(C) ଗଙ୍ଗାଧର ମେହର
(D) କୌଣସିଟି ନୁହେଁ
Answer:
(A) ନନ୍ଦକିଶୋର ବଳ
Question 13.
ଗଞ୍ଜାମ ଜିଲ୍ଲାର କେଉଁ ପାହାଡ଼ରୁ ବୌଦ୍ଧକୀର୍ତ୍ତିର ଧ୍ବଂସାବଶେଷ ଦେଖିବାକୁ ମିଳେ ?
(A) ବଣିଆ
(B) ରମ୍ଭାଖୋଲ
(C) ବୁଢ଼ାଖୋଲ
(D) ଚିତ୍ରଗିରି
Answer:
(C) ବୁଢ଼ାଖୋଲ
Question 14.
ଭୁବନେଶ୍ଵରର ‘ପର୍ଶୁରାମେଶ୍ଵର’ ମନ୍ଦିର କେଉଁ ଶୈଳୀରେ ନିର୍ମିତ ହୋଇଛି ?
(A) ଆର୍ଯ୍ୟ
(B) କଳିଙ୍ଗ
(C) ଦ୍ରାବିଡ଼
(D) କୌଣସିଟି ନୁହେଁ
Answer:
(B) କଳିଙ୍ଗ
Question 15.
କେଉଁ ବଂଶର ଶାସନର ପତନ ପରେ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ।
(A) ଗଙ୍ଗବଂଶ
(B) ସୋମବଂଶ
(C) ସୂର୍ଯ୍ୟବଂଶ
(D) ଚନ୍ଦ୍ରବଂଶ
Answer:
(C) ସୂର୍ଯ୍ୟବଂଶ
Question 16.
ପଶାପାଲି ଶାଢ଼ି ପାଇଁ ନିମ୍ନୋକ୍ତ କେଉଁ ସ୍ଥାନଟି ବିଶ୍ବପ୍ରସିଦ୍ଧ ?
(A) ସମ୍ବଲପୁର
(B) ମାଣିଆବନ୍ଧ
(C) କଟକ
(D) ବାଲେଶ୍ଵର
Answer:
(A) ସମ୍ବଲପୁର
Question 17.
କେନ୍ଦୁଝର ଜିଲ୍ଲାର କେଉଁ ଶିଳ୍ପ ଓଡ଼ିଶାର ଐତିହ୍ୟ ବହନ କରେ ?
(A) ତାରକସି
(B) କଂସାବାସନ
(C) ଟେରାକୋଟା
(D) ସପମଶିଣା
Answer:
(C) ଟେରାକୋଟା
Question 18.
କେଉଁ ନୃତ୍ୟଶୈଳୀରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି ?
(A) ଦଣ୍ଡନାଚ
(B) ଛଉନାଚ
(C) ପାଇକନାଚ
(D) ମାହାରୀନାଚ
Answer:
(D) ମାହାରୀନାଚ
Question 19.
‘ଓଡ଼ିଆ ଭାଗବତ’ କିଏ ରଚନା କରିଛନ୍ତି ?
(A) ବଳରାମ ଦାସ
(B) ଜଗନ୍ନାଥ ଦାସ
(C) କାର୍ମଣ୍ଡ ଦାସ
(D) ଯଶୋବନ୍ତ ଦାସ
Answer:
(B) ଜଗନ୍ନାଥ ଦାସ
Question 20.
ଭୁବନେଶ୍ଵର ନିକଟବର୍ତ୍ତୀ ପାହାଡ଼ରେ କେଉଁ କୀର୍ତ୍ତି ଖଣ୍ଡଗିରି ଓ ଉଦୟଗିରି ଦେଖିବାକୁ ମିଳେ ?
(A) ବୌଦ୍ଧ କୀର୍ତ୍ତି
(B) ଜୈନ କୀର୍ତ୍ତି
(C) ଉତ୍କଳ କୀର୍ତ୍ତି
(D) ଗୁମ୍ଫା କୀର୍ତି
Answer:
(B) ଜୈନ କୀର୍ତ୍ତି
Question 21.
ଚମତ୍କାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଯୋଗୁଁ କେଉଁ ମନ୍ଦିରକୁ ‘ଓଡ଼ିଶା ସ୍ତାପତ୍ୟ କଳାର ମଣି’ ବୋଲି କୁହାଯାଏ ?
(A) ମୁକ୍ତେଶ୍ଵର ମନ୍ଦିର
(B) କୋଣାର୍କ ମନ୍ଦିର
(C) ଲିଙ୍ଗରାଜ ମନ୍ଦିର
(D) ରାଜରାଣୀ ମନ୍ଦିର
Answer:
(A) ମୁକ୍ତେଶ୍ଵର ମନ୍ଦିର
Question 22.
ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପାଇଁ ଓଡ଼ିଶାର କେଉଁ ମନ୍ଦିରକୁ ବିଶ୍ଵର ଏକ ଐତିହ୍ୟ ସ୍ମାରକୀ ରୂପେ ମାନ୍ୟତା ଦିଆଯାଇଛି ?
(A) ମୁକ୍ତେଶ୍ଵର ମନ୍ଦିର
(B) କୋଣାର୍କ ମନ୍ଦିର
(C) ଲିଙ୍ଗରାଜ ମନ୍ଦିର
(D) ରାଜରାଣୀ ମନ୍ଦିର
Answer:
(B) କୋଣାର୍କ ମନ୍ଦିର
Question 23.
କଟକରେ ସ୍ଥାପିତ କେଉଁ ମୁସଲମାନ କୀର୍ତ୍ତି ହିନ୍ଦୁ ଓ ଭାବରେ ପରିଗଣିତ ?
(A) କଦମ୍ ରସୁଲ
(B) ତାତା ଖାଁ ମସ୍ଜିଦ୍
(C) ଜୁମ୍ମା ମସ୍ଜିଦ୍
(D) କବର ସ୍ଥାନ
Answer:
(A) କଦମ୍ ରସୁଲ
Question 24.
ରାଣୀଗୁମ୍ଫା କେଉଁ ପାହାଡ଼ରେ ରହିଛି ?
(A) ଖଣ୍ଡଗିରି
(B) ଉଦୟଗିରି
(C) ଦଉଳିଗିରି
(D) ରତ୍ନଗିରି
Answer:
(B) ଉଦୟଗିରି
Question 25.
କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାତା କେଉଁ ବଂଶର ରାଜା ଥିଲେ ?
(A) ସୋମବଂଶ
(B) ଗଙ୍ଗବଂଶ
(C) ସୂର୍ଯ୍ୟବଂଶ
(D) ଭୋଇବଂଶ
Answer:
(B) ଗଙ୍ଗବଂଶ