BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

Odisha State Board BSE Odisha Class 9 History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ will enable students to study smartly.

BSE Odisha Class 9 History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

  • ଶତାବ୍ଦୀରେ ଆରମ୍ଭ କରିଥିଲେ ।
  • ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଆବାସ ସ୍ଥାପନ କରି ମାତୃଦେଶର ଲାଭ ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।
  • ବାଣିଜ୍ୟ ବ୍ୟବସାୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା ।
  • କେନ୍ଦ୍ରମାନେ ଖୋଲି ଏକଚାଟିଆ ବାଣିଜ୍ୟ କାରବାର ପାଇଁ ଉଦ୍ୟମ କରିଥିଲେ ଓ ସେମାନଙ୍କ ମଧ୍ୟରେ ଅଷ୍ଟାବ୍ଦଶ ଶତାବ୍ଦୀର ଶେଷଭାଗ ପର୍ଯ୍ୟନ୍ତ କଳହ ଲାଗି ରହିଲା ।
  • ଊନବିଂଶ ଶତାବ୍ଦୀର ଶେଷବେଳକୁ ବିଭିନ୍ନ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅବସ୍ଥା ଉପନିବେଶବାଦର ବିକାଶ ପାଇଁ ସହାୟକ ହୋଇଥିଲା ।
  • ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ନିଜର ସ୍ବାର୍ଥକୁ ସୁହାଉଥ‌ିବା ଅଞ୍ଚଳକୁ ଜୟ କରି ସେଠାରେ ଔପନିବେଶିକ ସାମ୍ରାଜ୍ୟବାଦ ପ୍ରତିଷ୍ଠା କଲେ, ଯାହାକି ୧୯୧୪ ମସିହାର ପ୍ରଥମ ବିଶ୍ବଯୁଦ୍ଧର ଏକ ପ୍ରମୁଖ କାରଣ ଥିଲା ।

ବିଷୟବସ୍ତୁର ରୂପରେଖ :

  • ଏସିଆ ଓ ଏସିଆରେ ଉପନିବେଶବାଦର କାରତ
  • ଏସିଆରେ ଉପନିବେଶ ସ୍ଥାପନ
  • ଆଫ୍ରିକାରେ ଉପନିବେଶ ସ୍ଥାପନ
  • ଉପନିବେଶବାଦର ପରିଣାମ

→ ଉପନିବେଶବାଦ :
କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ ଏକ ସ୍ବତ୍ୱାଧିକାରୀ ରାଜ୍ୟ ମନେକରି ମାତୃଦେଶର ଲାଭ ପାଇଁ କାର୍ଯ୍ୟ କରିବାକୁ ଉପନିବେଶବାଦ କୁହାଯାଏ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଏସିଆ ଓ ଆଫ୍ରିକାରେ ଉପନିବେଶବାଦର କାରଣ :
(Causes of Colonialism in Asia & Africa) :
ଭୌଗୋଳିକ ଆବିଷ୍କାର :

  • ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଅନେକ ଭୌଗୋଳିକ ଆବିଷ୍କାର ହୋଇଥିଲା ।
  • ଏସିଆ ଓ ଆଫ୍ରିକା ମହାଦେଶକୁ ଜଳପଥ ଓ ସ୍ଥଳପଥ ଆବିଷ୍କାର ହେବା ଫଳରେ ଯାତାୟାତ ଓ ଯୋଗାଯୋଗର ଅଧ‌ିକ ସୁବିଧା ହୋଇଥିଲା ।
  • ନୂତନ ଭାବେ ଆବିଷ୍କୃତ ଅଞ୍ଚଳରେ ବ୍ୟବସାୟିକ ଓ ରାଜନୈତିକ ଲାଭ ପାଇଁ ଅନୁକୂଳ ପରିସ୍ଥିତି ରହିଥିଲା ।

→ ଲାଭଜନକ ବ୍ୟବସାୟର ସୁବିଧା :

  • ଏସିଆ ମହାଦେଶରୁ ମସଲା, ଚାହା, କାର୍ପାସ ବସ୍ତ୍ର, ରେଶମ, ସୁନା, ମୁକ୍ତା, ପ୍ରାକୃତିକ ଔଷଧ, ଚୀନାମାଟିର ପାତ୍ର, ଇବୋନି କାଠ ଏବଂ ଆଫ୍ରିକା ମହାଦେଶରୁ ସୁନା, ହୀରା, ତମ୍ବା, ମୂଲ୍ୟବାନ୍ କାଠ, ହାତୀଦାନ୍ତ, ରବର, ୟୁରାନିୟମ ପ୍ରଭୃତି ଦ୍ରବ୍ୟ ସଂଗ୍ରହ କରି ଇଉରୋପୀୟମାନେ ସେମାନଙ୍କ ଦେଶରେ ବିକ୍ରି କରି ପ୍ରଚୁର ଲାଭ କଲେ ।
  • ସେମାନଙ୍କ ଦେଶରେ ବିକ୍ରି କରି ପ୍ରଚୁର ଲାଭ କଲେ । ଆଫ୍ରିକାରେ ଦାସ ବ୍ୟବସାୟ ସବୁଠାରୁ ବେଶୀ ଲାଭଦାୟକ ଥିଲା ।

→ କ୍ରୀତଦାସ :
ନିଜ ଜନ୍ମଭୂମି ଛାଡ଼ି ଓ ନିଜର ବ୍ୟକ୍ତିଗତ ସ୍ଵାଧୀନତାକୁ କିଛି ଅର୍ଥ ବିନିମୟରେ ଆଜୀବନ ବିକ୍ରୟ କରି ବିଦେଶକୁ ଗୋଲାମି କରିବାକୁ ଯାଇଥିବା ବ୍ୟକ୍ତିକୁ କ୍ରୀତଦାସ କୁହାଯାଏ ।

  • ଭୌଗୋଳିକ ଆବିଷ୍କାର ।
  • ଲାଭଜନକ ବ୍ୟବସାୟର ସୁବିଧା ।
  • ଶିଳ୍ପ ବିପ୍ଲବ ।
  • ପରିବହନ ଓ ଯୋଗାଯୋଗର ଉନ୍ନତି ।
  • ଦୁର୍ବଳ ଶାସନ ।
  • ଧର୍ମ ଓ ସଂସ୍କୃତିର ପ୍ରଭାବ ।
  • ଅନ୍ୟାନ୍ୟ ଅନୁକୁଳ ପରିସ୍ଥିତି ।

→ ଶିଳ୍ପ ବିପ୍ଳବ :
ଅଷ୍ଟାଦଶ ଶତାବ୍ଦୀରେ ଇଂଲଣ୍ଡରେ ବୟନ ଶିଳ୍ପରୁ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ।
ଶିଳ୍ପ ବିପ୍ଳବ ଯୋଗୁଁ ଅନେକ ଦ୍ରବ୍ୟ ଉତ୍ପାଦିତ ହେବାକୁ ଲାଗିଲା, ସେଗୁଡ଼ିକୁ ବିକ୍ରି କରିବାପାଇଁ ଏସିଆ ଓ ଆଫ୍ରିକା ମହାଦେଶରେ ବଜାର ସୃଷ୍ଟି କରିବା ସହଜ ହୋଇଥିଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

→ ପରିବହନ ଓ ଯୋଗାଯୋଗର ଉନ୍ନତି :
ବାଷ୍ପୀୟ ଇଞ୍ଜିନ୍ ଉଦ୍ଭାବନ ହେବା ଫଳରେ ଜଳପଥ ଓ ସ୍ଥଳପଥରେ ମାଲ ପରିବହନ ସୁବିଧା ହେଲା । କଞ୍ଚାମାଲ ଯୋଗାଣ ଓ ଉତ୍ପାଦିତ ଦ୍ରବ୍ୟର ରପ୍ତାନି ଓ ଆମଦାନି ସହଜ ହେଲା ।

→ ଦୁର୍ବଳ ଶାସନ :
ଊନବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକା ମହାଦେଶରେ ଉନ୍ନତ ଯୁଦ୍ଧାସ୍ତ୍ରର ଅଭାବ, ଲୋକମାନଙ୍କର ସ୍ଥାନୀୟ ଶାସକଙ୍କ ପ୍ରତି ଆନୁଗତ୍ୟର ଅଭାବ ଏବଂ ସର୍ବୋପରି ଦୁର୍ବଳ ସେନାବାହିନୀ ଫଳରେ ଇଉରୋପୀୟମାନେ ଏଠାରେ ଶାସନ କରିବା ଆରମ୍ଭ କରିଥିଲେ ।

ଧର୍ମ ଓ ସଂସ୍କୃତିର ପ୍ରଚାର :

  • ପଛୁଆ ଶ୍ରେଣୀର ଲୋକେ ପାଶ୍ଚାତ୍ୟ ସଂସ୍କୃତି ଓ ଧର୍ମର ସମ୍ପର୍କରେ ଆସିଲେ ସେମାନଙ୍କର ଜୀବନର ଉନ୍ନତି ଆସିବ ବୋଲି ଇଉରୋପୀୟମାନେ ପ୍ରଚାର କଲେ ।
  • ତେଣୁ ଏହା ଉପନିବେଶ ସ୍ଥାପନକୁ ତ୍ୱରାନ୍ବିତ କଲା ।

→ ଅନ୍ୟାନ୍ୟ ଅନୁକୂଳ ପରିସ୍ଥିତି :
ଏସିଆ ଓ ଆଫ୍ରିକାର ସାମରିକ ବା ବାଣିଜ୍ୟିକ ଗୁରୁତ୍ଵ ଓ ଅବସ୍ଥିତି, ଇଉରୋପରେ ଉତ୍ପାଦିତ ଯନ୍ତ୍ର ପ୍ରସ୍ତୁତ ସାମଗ୍ରୀ ପ୍ରତି ଆଗ୍ରହ, ସ୍ଵଳ୍ପ ପାରିଶ୍ରମିକରେ ଯଥେଷ୍ଟ ମାନବ ସମ୍ବଳର ଉପଲବ୍‌ ଆଦି କାର୍ଯ୍ୟ ଉପନିବେଶ ସ୍ଥାପନ ପାଇଁ ଇଉରୋପୀୟମାନଙ୍କୁ ଆକର୍ଷିତ କରିଥିଲା ।

ଏସିଆରେ ଉପନିବେଶ ସ୍ଥାପନ :

  • ପର୍ତ୍ତୁଗାଲର ବିଶିଷ୍ଟ ନାବିକ ଭାସ୍କୋଡ଼ାଗାମା ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
  • ଭାରତକୁ ଜଳପଥ ଆବିଷ୍କୃତ ହେବାପରେ ପର୍ତ୍ତୁଗୀଜ୍, ଓଲନ୍ଦାଜ୍, ଦିନାମାର, ଇଂରେଜ ଓ ଫରାସୀ ପ୍ରଭୃତି ଇଉରୋପୀୟ ଅଧିବାସୀଗଣ ବାଣିଜ୍ୟ ଉଦ୍ଦେଶ୍ୟରେ ଭାରତରେ ଉପନିବେଶ ସ୍ଥାପନ କରିଥିଲେ ।
  • ୧୮୫୭ର ମହାନ୍ ବିଦ୍ରୋହ ପରେ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ ହେଲା ।
  • ବଙ୍ଗର ଗଭର୍ଣ୍ଣର ରବର୍ଟ କ୍ଲାଇବ୍ଲଙ୍କ ପଲାସୀ ଯୁଦ୍ଧ ୧୭୫୭ ଠାରୁ ଭାରତର ସ୍ବାଧୀନତା ପର୍ଯ୍ୟନ୍ତ ଦୀର୍ଘ ୧୯୦ ବର୍ଷ ଧରି ଭାରତ ଇଂରେଜ ଶାସନାଧୀନ ଥିଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 1

ଚୀନ୍‌ରେ ଇଂଲାଣ୍ଡର ପ୍ରଭାବ ବିସ୍ତାର :

  • ଇଂରେଜମାନେ ଚୀନ୍‌ରୁ ଚା’ ଓ ରେଶମ କ୍ରୟ କରି ଇଉରୋପରେ ବିକ୍ରୟ କରୁଥିଲେ ଏବଂ ଭାରତରେ ଅଫିମ ଚାଷ କରି ଚୀନ୍ ସହିତ ବେଆଇନ ଅଫିମ ବ୍ୟବସାୟ କରୁଥିଲେ ।
  • ଚୀନ୍ ଏକ ଅଫିମ ବୋଝେଇ ଜାହାଜକୁ ଜବତ କରି ଅଫିମକୁ ନଷ୍ଟ କରିଦେବାରୁ ୧୮୩୯ ଖ୍ରୀ.ଅ.ରେ ଚୀନ୍ ଓ ଇଂଲାଣ୍ଡ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଅଫିମ ଯୁଦ୍ଧ କୁହାଯାଏ । ଏଥିରେ ଚୀନ୍ ପରାସ୍ତ ହୋଇ ଇଂଲାଣ୍ଡକୁ ତା’ ଅଞ୍ଚଳରେ ପାଞ୍ଚଟି ବନ୍ଦର ଖୋଲିବାକୁ ଅନୁମତି ଦେଲା ଏବଂ ହଙ୍ଗକଙ୍ଗ୍ ଦ୍ବୀପ ଇଂଲାଣ୍ଡକୁ ହସ୍ତାନ୍ତର କଲା ।

ପଲାସୀ ଯୁଦ୍ଧ:

୧୭୫୭ ମସିହା ଜୁନ୍ ମାସ ୨୩ ତାରିଖରେ ପଶି୍ମବଙ୍ଗର ଭାଗାରଥୀ ନଦୀକୂଳରେ ଅବସ୍ଥିତ ପଲାସୀ ନାମକ ସ୍ଥାନରେ ଲର୍ଡ କ୍ଲାଇଡ୍ ଓ ସିରାଜଉଦୌଲାଙ୍କ ମଧ୍ୟରେ ପଲାସୀ ଯୁଦ୍ଧ ସଂଘଟିତହୋଇଥିଲା । ଏହି ଯୁଦ୍ଧରେ ଇଂରେଜମାନେ ବିଜୟ ଲାଭ କରିଥିଲେ ଓ ଭାରତରେ ଇଂରେଜ ଶାସନର ମୂଳଦୁଆ ପଡ଼ିଥିଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଚୀନ୍‌ର ବିଭାଜନ:

  • କୋରିଆ ଉପରେ ଜାପାନ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିବା ଫଳରେ ଜାପାନ ଓ ଚୀନ୍ ମଧ୍ଯରେ ଯୁଦ୍ଧ ହୋଇଥିଲା । ଏଥିରେ ଚୀନ୍ ପରାସ୍ତ ହେବା ସଙ୍ଗେ ସଙ୍ଗେ କୋରିଆ ସ୍ବାଧୀନ ହୋଇଥିଲା ଏବଂ ଚୀନ୍ ଜାପାନକୁ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ବୀପ ଦେବା ସହିତ ଶହେ ପଚାଶ ଲକ୍ଷ ଡଲାର କ୍ଷତିପୂରଣ ଭାବେ ଦେଇଥିଲା ।
  • ଚୀନ୍‌କୁ କ୍ଷତିପୂରଣ ଦେବାପାଇଁ ଅର୍ଥ ସହାୟତା ଦେଇ ଜର୍ମାନୀ, ରୁଷିଆ, ଫ୍ରାନ୍ସ ଓ ଇଂଲାଣ୍ଡ ଚୀନକୁ ଭାଗ ଭାଗ କରି ନିଜ ନିଜର କର୍ତ୍ତୃତ୍ଵ ପରିସରଭୁକ୍ତ କଲେ । ଚୀନର ଏହି ବିଭାଜନକୁ ‘ଚୀନା ତରଭୁଜର କର୍ତ୍ତନ’ କୁହାଯାଏ ।

ଚୀନା ତରଭୁଜର କର୍ତ୍ତନ : (କେଉଁ ଦେଶ କ’ଣ ପାଇଥିଲେ ?)
ରୁଷିଆ – ଚୀନ୍‌ର ମାଞ୍ଚୁରିଆରେ ରେଳପଥ ନିର୍ମାଣ ଓ ଲିଆଓତୁଙ୍ଗ ଉପଦ୍ୱୀପ ।
ଜର୍ମାନୀ – କିଆଚାଓ ଉପସାଗର ଏବଂ ସାଣ୍ଡୁଙ୍ଗ ଓ ହୋୟାଙ୍ଗ ହୋ ଉପତ୍ୟକା ।
ଫ୍ରାନ୍ସ – କାଙ୍ଗଚାଓ ଉପସାଗର ଓ ଚୀନ୍‌ର ୩ଟି ଦାକ୍ଷିଣାତ୍ୟ ପ୍ରଦେଶ ।
ଇଂଲଣ୍ଡ – ୟାଙ୍ଗ୍‌ ଉପତ୍ୟକା ଓ ଵିହିଡ଼ି ।

ହଲାଣ୍ଡର ନିୟନ୍ତ୍ରଣ ବିସ୍ତାର :

  • ଶ୍ରୀଲଙ୍କା ପ୍ରଥମେ ପର୍ତ୍ତୁଗାଲ୍ ଓ ପରବର୍ତ୍ତୀ କାଳରେ ହଲାଣ୍ଡ ଏବଂ ଇଂଲାଣ୍ଡଦ୍ବାରା ଅଧିକୃତ ହେଲା ।
  • ୧୮୭୫ ମସିହା ପରେ ହଲାଣ୍ଡ ମୋଲୁକା ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲେ ।

ଇଣ୍ଡୋ-ଚୀନ୍‌ରେ ଫ୍ରାନ୍ସର ସଫଳତ। :

  • ଦକ୍ଷିଣ-ପୂର୍ବ ଏସିଆର ଲାଓସ୍, କାମ୍ବୋଡ଼ିଆ ଓ ଭିଏତ୍‌ନାମ ଅଞ୍ଚଳ ଇଣ୍ଡୋ-ଚୀନ୍ ଭାବରେ ପରିଚିତ ।
  • ଫ୍ରାନ୍ସ ଇଣ୍ଡୋ-ଚୀନ୍‌ରେ ବ୍ୟବସାୟ ପ୍ରସାର ଉଦ୍ୟମରେ ସଫଳ ହୋଇ ଇଣ୍ଡୋ-ଚୀନ୍‌ର ସର୍ବେସର୍ବା ହେଲା ।

→ ଇଂଲାଣ୍ଡର ବର୍ମା ଅସ୍କୋର :
ଫ୍ରାନ୍ସର ବର୍ମାରେ ସାମ୍ରାଜ୍ୟ ବିସ୍ତାର ଆଶଙ୍କା କରି ଇଂଲାଣ୍ଡ ବର୍ମା ବିରୋଧରେ ଯୁଦ୍ଧଘୋଷଣା କରିଥିଲା ଏବଂ ୧୮୮୬ ମସିହାରେ ଇଂଲାଣ୍ଡ ବର୍ଷାକୁ ପରାସ୍ତ କରି ଭାରତ ସହ ମିଶାଇ ବିରାଟ ଇଂରେଜ ସାମ୍ରାଜ୍ୟରେ ପରିଣତ କରିଥିଲା ।

→ ଯୁକ୍ତରାଷ୍ଟ୍ର ଆମେରିକା ଅଧୀନରେ ଫିଲିପାଇନ୍ସ :
ଯୁକ୍ତରାଷ୍ଟ୍ର ଆମେରିକା କ୍ୟୁବା ଓ ଫିଲିପାଇନ୍ସକୁ ସ୍ପେନୀୟ ଶାସନ କବଳରୁ ମୁକ୍ତ କରି ନିଜର ଉପନିବେଶ କରିଥିଲା ।

ଇଂଲାଣ୍ଡର ତିବ୍ବତ ଓ ଇରାନ୍‌ ଅଧିକାର :

  • ୧୯୦୭ ମସିହାର ଏକ ରାଜିନାମା ଅନୁଯାୟୀ ଦକ୍ଷିଣ ଇରାନ୍ ଇଂଲାଣ୍ଡର ଓ ଉତ୍ତର ଇରାନ୍ ରୁଷିଆର କର୍ତ୍ତୃତ୍ବାଧୀନ ହେଲା ।
  • ୧୯୧୧ ମସିହାରେ ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ ପରେ ତିବ୍ବତ ଇଂରେଜମାନଙ୍କ ଅଧୀନକୁ ଚାଲିଗଲା ।
  • ୧୯୧୭ ମସିହାର ରୁଷ ବିପ୍ଳବ ପରେ ରୁଷ୍ ଇରାନ୍ ଉପରୁ ସମସ୍ତ ଅଧିକାର ପ୍ରତ୍ୟାହାର କରିନେବାରୁ ଇରାନ୍‌ ଇଂଲାଣ୍ଡଦ୍ୱାରା ଅଧିକୃତ ହେଲା ।

→ ତୁର୍କୀର କ୍ଷୟ :
ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀ ଓ ତୁର୍କୀର ପରାଜୟ ହେତୁ ତୁର୍କୀ ସାମ୍ରାଜ୍ୟାଧୀନ ସିରିଆ, ପାଲେଷ୍ଟାଇନ, ମେସୋପଟାମିଆ ଓ ଆରବ ସମେତ ସୁବିସ୍ତୃତ ଅଞ୍ଚଳ ଇଂଲାଣ୍ଡ ଓ ଫ୍ରାନ୍ସର ନିୟନ୍ତ୍ରଣାଧୀନ ହୋଇ ରହିଲା ।

ଜାପାନର ସଫଳତା :

  • କୋରିଆକୁ ନେଇ ୧୮୯୪ ମସିହାରେ ଜାପାନ ଓ ଚୀନ୍ ମଧ୍ଯରେ ହୋଇଥିବା ଯୁଦ୍ଧ ପରେ ଚୀନ୍‌ରେ ଜାପାନର ପ୍ରଭାବ ବୃଦ୍ଧି ପାଇଲା ।
  • ୧୯୦୨ ମସିହାରେ ଇଂଲାଣ୍ଡ ସହିତ ଚୁକ୍ତି ସ୍ୱାକ୍ଷର କରି ଜାପାନ ଏକ ବୃହତ୍ ରାଷ୍ଟ୍ରର ସମକକ୍ଷ ହୋଇପାରିଲା ।
  • ୧୯୦୪-୦୫ ମସିହା ଯୁଦ୍ଧରେ ଜାପାନ ରୁଷିଆକୁ ପରାସ୍ତ କରି ସାଖାଲିନ୍‌ର ଦକ୍ଷିଣ ଭାଗ ଓ ପୋର୍ଟଆର୍ଥର ସହ ଲିଆଓତୁଙ୍ଗ ଉପଦ୍ୱୀପର ଦକ୍ଷିଣ ଭାଗ ପାଇଲା ।
  • ୧୯୧୦ ମସିହାରେ କୋରିଆ, ଜାପାନର ଏକ ଉପନିବେଶ ରୂପେ ପରିଗଣିତ ହେଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଆଫ୍ରିକାରେ ଉପନିବେଶ ସ୍ଥାପନ :
ବେଲ୍‌ଜିଆନ୍ କର ସୃଷ୍ଟି :

  • ବେଲ୍‌ଜିୟମ୍‌ର ରାଜାଙ୍କ ସହାୟତାରେ ୧୮୭୮ ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଙ୍ଗଠନ ଗଠନ କରାଯାଇଥିଲା ।
  • ୧୮୮୫ ମସିହାରେ କଙ୍ଗୋ ସ୍ଵାଧୀନ ରାଷ୍ଟ୍ର ଗଠିତ ହେଲା ।
  • ୧୯୦୮ ମସିହାରେ ରାଜା ଲିଓପୋଲ୍ଡ କଙ୍ଗୋ ରାଷ୍ଟ୍ରକୁ ବେଲଜିୟମ୍ ସରକାରଙ୍କୁ ହସ୍ତାନ୍ତର କରିଥିଲେ ଓ ଏହା ବେଲ୍‌ଜିଆନ୍ କଙ୍ଗୋ ନାମରେ ପରିଚିତ ହେଲା ।

ନାଇଜେରିଆରେ ଇଂଲାଣ୍ଡର ଆଧ୍ୟାତ୍ୟ :

  • ନାଇଜେରିଆର ଗୋଟିଏ ଭାଗ ଅଧିକାର କରିଥିବା ଇଂଲାଣ୍ଡ ସେଠାରୁ ଫ୍ରାନ୍ସର କମ୍ପାନୀକୁ ପ୍ରତିଦ୍ବନ୍ଦିତାରୁ ହଟାଇ କ୍ରମେ ନାଇଜେରିଆର ଶାସକ ହେଲା ।
  • କିଛି ବର୍ଷ ପରେ ନାଇଜେରିଆକୁ ଇଂଲାଣ୍ଡର ସୁରକ୍ଷାପ୍ରାପ୍ତ ରାଷ୍ଟ୍ର ଭାବେ ଘୋଷଣା କରାଗଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସର ସାମ୍ରାଜ୍ୟ ବିସ୍ତାର :

  • କଙ୍ଗୋ ନଦୀର ଉତ୍ତରାଞ୍ଚଳ ଫ୍ରାନ୍ସ ଅଧିକୃତ ହେବାପରେ ଏହା ‘ଫରାସୀ କଙ୍ଗୋ’ ଭାବରେ ପରିଚିତ ହେଲା ।
  • ପରେ ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସ ସାମ୍ରାଜ୍ୟ ବିସ୍ତାର କରିଥିଲା ।

ଜର୍ମାନୀର କ୍ଷତି :

  • ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଏହାର ଉପନିବେଶଗୁଡ଼ିକୁ ବିଜେତା ରାଷ୍ଟ୍ରମାନେ ବାଣ୍ଟିନେଲେ ।
  • ଲାଇବେରିଆ ବ୍ୟତୀତ ସମଗ୍ର ପଶ୍ଚିମ ଆଫ୍ରିକା ଇଉରୋପୀୟମାନଙ୍କ ମଧ୍ୟରେ ଭାଗ ଭାଗ ହୋଇଥିଲା ।

ପ୍ରବାସୀ ଡମାନଙ୍କଦ୍ୱାରା ନୂତନ ରାଜ୍ୟ ସ୍ଥାପନ :

  • ‘ବୋଏର୍’ ନାମରେ ପରିଚିତ ପ୍ରବାସୀ ଡମାନେ ଦକ୍ଷିଣ ଆଫ୍ରିକାରେ ‘ଅରେଞ୍ଜ’ ଓ ‘ଟ୍ରାନ୍ସଭାଲ’ ନାମରେ ଦୁଇଟି ରାଜ୍ୟ ସ୍ଥାପନ କରିଥିଲେ ।
  • ୧୯୫୦ ମସିହା ସୁଦ୍ଧା ସେମାନେ ଏହାକୁ ଶାସନ କରୁଥିଲେ ।

ଦକ୍ଷିଣ ଆଫ୍ରିକାର ଶ୍ୱେତାଙ୍ଗ ଶାସନ :

  • ୧୮୭୦ ମସିହାରେ ସେସିଲ୍ ରୋଡ଼ସ୍ ନାମକ ଜଣେ ଇଂରେଜ ଅର୍ଥାନ୍ଵେଷୀ ବ୍ୟକ୍ତିଙ୍କ ନାମାନୁସାରେ ଏକ ଆଫ୍ରିକୀୟ ଉପନିବେଶର ନାମ ରୋଡ଼େସିଆ ହୋଇଥିଲା ।
  • କିଛି କାଳ ପରେ ଦକ୍ଷିଣ ଆଫ୍ରିକା ୟୁନିଅନ୍ ଗଠିତ ହୋଇ ଶ୍ୱେତାଙ୍ଗମାନଙ୍କଦ୍ୱାରା ଶାସିତ ହେଲା । ପରବର୍ତ୍ତୀ କାଳରେ ଦକ୍ଷିଣ ଆଫ୍ରିକା ଏକ ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଘୋଷିତ ହେଲା ।

ପୂର୍ବ ଆଫ୍ରିକାର ନିୟନ୍ତ୍ରଣ :

  • ଫ୍ରାନ୍ସ ଓ ଇଂଲାଣ୍ଡ ମଧ୍ୟରେ ହୋଇଥିବା ରାଜିନାମାନୁଯାୟୀ ଫ୍ରାନ୍ସ ମାଡ଼ାଗାସ୍କର ଲାଭ କଲା ଏବଂ ପୂର୍ବ ଆଫ୍ରିକାକୁ ଜର୍ମାନୀ ଓ ଇଂଲାଣ୍ଡ ମଧ୍ଯରେ ଭାଗ ଭାଗ କରାଗଲା ।
  • ୧୮୯୬ ମସିହାରେ ଉଗାଣ୍ଡାକୁ ଇଂରେଜଙ୍କ ସୁରକ୍ଷାପ୍ରାପ୍ତ ରାଷ୍ଟ୍ରଭାବେ ଘୋଷଣା କରାଗଲା ।
  • ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀ ଅଧ୍ଵକୃତ ପୂର୍ବ ଆଫ୍ରିକା ଇଂଲଣ୍ଡକୁ ପ୍ରତ୍ୟର୍ପଣ ପରେ ଟାଙ୍ଗାନାଇକା ଏବଂ ଇଂରେଜ ଅଧୂକୃତ ପୂର୍ବ ଆଫ୍ରିକାକୁ କେନିଆ ନାମରେ ନାମିତ କରାଗଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଇଟାଲୀର ଔପନିବେଶିକ ଉଦ୍ୟମ :

  • ଇଟାଲୀ ଆଫ୍ରିକାର ସୋମାଲିଲାଣ୍ଡ ଓ ଏରିଟ୍ରିଆକୁ ଅଧିକାର କରିଥିଲା ଓ ଆବିସିନିଆକୁ ତା’ର ସୁରକ୍ଷାପ୍ରାପ୍ତ ଅଞ୍ଚଳ ବୋଲି ଦାବି କରି ଆକ୍ରମଣ କଲା ।
  • ୧୮୯୬ ମସିହାରେ ଇଟାଲୀୟ ସୈନ୍ୟବାହିନୀ ଆବିସିନିଆଦ୍ଵାରା ପରାସ୍ତ ହୋଇଥିଲା ।

ଫ୍ରାନ୍ସର ଟ୍ୟୁନିସିଆ ଦଖଲ :

  • ୧୮୭୮ ମସିହାର ରାଜିନାମା ଅନୁସାରେ ଇଂଲାଣ୍ଡ ସାଇପ୍ରସ୍ ଦ୍ୱୀପକୁ ଅଧିକାର କଲା ।
  • ପ୍ରତିବଦଳରେ ଫ୍ରାନ୍ସ ଟ୍ୟୁନିସିଆରେ ପ୍ରଭାବ ବିସ୍ତାର ପାଇଁ ସୁଯୋଗ ପାଇଲା ।

ମରକ୍କୋର ସ୍ଥିତି ନିର୍ଦ୍ଧାରଣ :
୧୯୦୪ ମସିହାରେ ବ୍ରିଟେନ୍‌ ଓଁ ଫ୍ରାନ୍ସ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁସାରେ ଫ୍ରାନ୍ସକୁ ମରକ୍କୋ ଓ ଇଂଲାଣ୍ଡକୁ ଇଜିପ୍ଟ ଦିଆଗଲା ।

  • ପବୋଏ – ର୍ରବାସୀ ଡଚ୍ ଅଧିବାସୀମାନଙ୍କୁ ବୋଏର କୁହାଯାଏ ।
  • କେନିଆ – ଇଂରେଜ ଅଧୂକୃତ ପୂର୍ବ ଆଫ୍ରିକା କେନିଆ ନାମରେ ନାମିତ ହୋଇଥିଲା ।
  • ଟାଙ୍ଗନାଇକା – ଜର୍ମାନୀ ଅଧିକୃତ ପୂର୍ବ ଆଫ୍ରିକାକୁ ‘ଟାଙ୍ଗନାଇକା’ କୁହାଯାଏ ।
  • ଲିବିଆ – ତୁର୍କୀ ସାମ୍ରାଜ୍ୟର ଅଧ୍ଵତ ତ୍ରିପୋଲି ଓ ସିଲେନାଇକା ଇଟାଲାଦ୍ୱ।ର। ଅଧ୍ କୄତ ହେବା ପରେ ଏହାକୁ ଲିବିଆ ନାମ ଦିଆଯାଇଥିଲା ।

ମରକ୍କୋର ସ୍ଥିତି ନିର୍ଦ୍ଧାରଣ :

  • ୧୯୦୪ ମସିହାରେ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁସାରେ ଫ୍ରାନ୍ସକୁ ମରକ୍କୋ ଓ ଇଂଲାଣ୍ଡକୁ ଇଜିପ୍ଟ ଦିଆଗଲା ।
  • ଜର୍ମାନୀ ଏହି ଚୁକ୍ତି ଯୋଗୁଁ କ୍ରୋଧାନ୍ବିତ ହୋଇଥିଲା ।
  • ଶେଷରେ ଫ୍ରାନ୍ସ ‘ଫରାସୀ କଙ୍ଗୋ’ର ୨୫୦୦୦୦ କି.ମି. ଅଞ୍ଚଳ ଜର୍ମାନୀକୁ ସମର୍ପଣ କରିଥିଲା ।

→ ବିଖଣ୍ଡିତ ତୁର୍କୀ :
ତୁର୍କୀ ସାମ୍ରାଜ୍ୟର ଅଧ୍ଵତ ତ୍ରିପୋଲି ଓ ସିରେନାଇକା ଇଟାଲୀଦ୍ଵାରା ଅଧ୍ୟାତ ହେବାପରେ ଏହି ଅଞ୍ଚଳ ଲିବିଆ ନାମରେ ପରିଚିତ ହେଲା ।

ବିଭାଜିତ ସୁଦାନ :

  • ଊନବିଂଶ ଶତାବ୍ଦୀରେ ଜଣେ ସୁଦାନୀୟ ନେତା ସୁଦାନ ଉପରୁ ଇଂଲଣ୍ଡ ଓ ଇଜିପ୍ଟର ଅଧିକାର ଉଚ୍ଛେଦ କରିଥିଲେ ।
  • ୧୮୯୮ ମସିହାରେ ଇଜିପ୍ଟ ଓ ଇଂଲାଣ୍ଡ ମଧ୍ୟରେ ହୋଇଥିବା ଯୁଦ୍ଧରେ ଇଂଲାଣ୍ଡ ସୁଦାନକୁ ପୁନଃ ଅଧିକାର କଲା ।

ସୁଏଜ କେନାଲ :
ଇଜିପ୍ଟର ଗଭଣ୍ଡିର ଇସ୍‌ମାଇଲ ପାଶା ୧୮୬୯ ମସିହାରେ ସୁଏଜ କେନାଲ ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ଵ ଦେଇଥିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଉପନିବେଶବାଦର ପରିଣାମ :
କୁପରିଣାମ :

  • ଉପନିବେଶର ଅର୍ଥନୀତି ଦୁର୍ବଳ ହେଲା ।
  • ସ୍ଥାନୀୟ ଶିଳ୍ପଗୁଡ଼ିକ ଧ୍ଵଂସପ୍ରାପ୍ତ ହେଲା ।
  • ଶିଳ୍ପ ସ୍ଥାପନକୁ ନିରୁତ୍ସାହିତ କରାଗଲା ।
  • କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା ।
  • ଅତ୍ୟଧିକ କର ଓ ଖଜଣାଦ୍ୱାରା ଶୋଷଣ ଚାଲୁରହିବା ଯୋଗୁଁ ଦାରିଦ୍ର୍ୟ ବୃଦ୍ଧି ପାଇଲା ।
  • ବର୍ଣ୍ଣଗତ ବିଦ୍ବେଷ ଓ ଅହଙ୍କାର ସୃଷ୍ଟି ହେଲା ।

ସୁପରିଣାମ :

  • ଉପନିବେଶମାନଙ୍କରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ, ଡାକତାର, ରେଳପଥ ପ୍ରଚଳନ ହେଲା ।
  • ଅନ୍ୟ ଦେଶ ସହ ବାଣିଜ୍ୟିକ ସମ୍ପର୍କ ପରବର୍ତୀ ସମୟରେ ଅର୍ଥନୀତିର ପ୍ରଗତିରେ ସାହାଯ୍ୟ କରିଥିଲା ।
  • ନୂତନ ସଭ୍ୟତା ଓ ସଂସ୍କୃତିଦ୍ୱାରା ପ୍ରଭାବିତ ହେବା ଫଳରେ ଉପନିବେଶବାସୀ ନିଜ ଦେଶରେ ସାମାଜିକ ଓ ସାଂସ୍କୃତିକ ଉନ୍ନତି ଆଣିପାରିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 2

→ ବର୍ଣ୍ଣବୈଷମ୍ୟ ନୀତି – ଦକ୍ଷିଣ ଆଫ୍ରିକାର ମହାନ୍ ନେତା ନେଲସନ୍ ମାଣ୍ଡେଲା ବର୍ଣବୈଷମ୍ୟ ନୀତି ବିରୋଧରେ ସଂଗ୍ରାମ କରି ଦୀର୍ଘ ୨୭ ବର୍ଷ କାଳ ବନ୍ଦୀ ହୋଇଥିଲେ ଓ ମୁକ୍ତ ହୋଇ ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 3

→ ଉଗ୍ର ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ମହାତ୍ମା ଗାନ୍ଧି ଆନ୍ଦୋଳନ ଆରମ୍ଭ କରିଥିଲେ । ସେ ୧୮୯୩ ମସିହାରେ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 4
ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୪୯୭ ଖ୍ରୀ.ଅ. – ପର୍ତ୍ତୁଗାଲର ରାଜଧାନୀ ଲିସବନ୍‌ଠାରୁ ଭାସ୍କୋଡ଼ାଗାମାଙ୍କର ଜଳଯାତ୍ରା ଆରମ୍ଭ ।
୧୪୯୮ ଖ୍ରୀ.ଅ. – ଭାସ୍କୋଡ଼ାଗାମାଙ୍କଦ୍ୱାରା ଭାରତକୁ ଜଳପଥ ଆବିଷ୍କାର ।
୧୭୫୭ ଖ୍ରୀ.ଅ. – ବଙ୍ଗଳାର ନବାବ ସିରାଜଉଦ୍ଦେଲା ଏବଂ ବ୍ରିଟିଶ୍ ଇଷ୍ଟଇଣ୍ଡିଆ କମ୍ପାନୀର ଲର୍ଡ କ୍ଲାଇନ୍‌ଙ୍କ ମଧ୍ୟରେ ପଲାସୀ ଯୁଦ୍ଧ ସଂଘଟିତ, ଭାରତରେ ଇଂରେଜ ଶାସନର ଭିତ୍ତି ସ୍ଥାପନ ।
୧୮୩୯ ଖ୍ରୀ.ଅ. – ଇଂଲାଣ୍ଡ ଓ ଚୀନ୍ ମଧ୍ୟରେ ଅଫିମ ଯୁଦ୍ଧ ସଂଘଟିତ ।
୧୮୫୭ ଖ୍ରୀ.ଅ. – ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ ବିରୋଧରେ ଭାରତୀୟମାନଙ୍କ ପ୍ରଥମ ବିଦ୍ରୋହ ।
୧୮୬୯ ଖ୍ରୀ.ଅ. – ସୁଏଜ୍ କେନାଲ ଖନନ ସମ୍ପୂର୍ଣ୍ଣ ।
୧୮୭୫ ଖ୍ରୀ.ଅ. – ହଲାଣ୍ଡର ମୋଲୁକା ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର ।
୧୮୭୮ ଖ୍ରୀ.ଅ. – ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ ଏବଂ ଇଂଲାଣ୍ଡର ସାଇପ୍ରସ୍ ଦ୍ୱୀପ ଅଧିକାର ।
୧୮୮୦ ଖ୍ରୀ.ଅ. – ବର୍ମାରେ ରେଳପଥ ନିର୍ମାଣ ପାଇଁ ବର୍ମାଦ୍ଵାରା ଫ୍ରାନ୍ସକୁ ଅନୁମତି ପ୍ରଦାନ ଏବଂ ଜର୍ମାନୀର ଟେଗୋଲାଣ୍ଡ ଅଧୂକାର ।
୧୮୮୨ ଖ୍ରୀ.ଅ. – ଇଂଲାଣ୍ଡର ଇଜିପ୍ଟ ଦଖଲ ।
୧୮୮୫ ଖ୍ରୀ.ଅ. – କଙ୍ଗୋ ସ୍ଵାଧୀନ ରାଷ୍ଟ୍ରରେ ପରିଣତ ।
୧୮୮୬ ଖ୍ରୀ.ଅ. – ଇଂଲାଣ୍ଡଦ୍ୱାରା ବର୍ମା ପରାସ୍ତ ଭାରତ ସହ ଏହାର ମିଶ୍ରଣ ।
୧୮୯୦ ଖ୍ରୀ.ଅ. – ରାଜିନାମାନୁଯାୟୀ ଇଂଲାଣ୍ଡର ଉଗାଣ୍ଡା ପ୍ରାପ୍ତି।
୧୮୯୪ ଖ୍ରୀ.ଅ. – କୋରିଆକୁ ନେଇ ଜାପାନ ଓ ଚୀନ୍ ମଧ୍ଯରେ ଯୁଦ୍ଧ ସଂଘଟିତ ।
୧୮୯୬ ଖ୍ରୀ.ଅ. – ଆବିସିନିଆଦ୍ଵାରା ପରାଜିତ ।
୧୮୯୮ ଖ୍ରୀ.ଅ. – ଇଜିପ୍ଟ ଓ ଇଂଲାଣ୍ଡ ମଧ୍ୟରେ ଯୁଦ୍ଧ ଏବଂ ଇଂଲାଣ୍ଡଦ୍ବାରା ସୁଦାନ ପୁନଃ ଅଧିକୃତ ।
୧୯୦୪-୦୫ ଖ୍ରୀ.ଅ. – ଇଂଲାଣ୍ଡ ସହିତ ଚୁକ୍ତି ସ୍ବାକ୍ଷର କରି ଜାପାନ ଇଉରୋପୀୟ ବୃହତ୍ ରାଷ୍ଟ୍ରର ସମକକ୍ଷ ।
୧୯୦୨ ଖ୍ରୀ.ଅ. – ଫ୍ରାନ୍ସର ମରସ୍କୋ ଅଧିକାର ।
୧୯୦୪ ଖ୍ରୀ.ଅ. – ଜାପାନଦ୍ୱାରା ରୁଷିଆ ପରାଜିତ ।
୧୯୦୭ ଖ୍ରୀ.ଅ. – ଦକ୍ଷିଣ ଇରାନ୍ ଇଂଲଣ୍ଡର ଓ ଉତ୍ତର ଇରାନ୍ ରୁଷିଆର କର୍ତ୍ତୃତ୍ବାଧୀନ।
୧୯୦୮ ଖ୍ରୀ.ଅ. – କଙ୍ଗୋର ରାଜା ଲିଓପୋଲ୍ସଙ୍କଦ୍ଵାରା କଙ୍ଗୋକୁ ବେଲଜିୟମ୍ ସରକାରଙ୍କୁ ହସ୍ତାନ୍ତର ।
୧୯୧୦ ଖ୍ରୀ.ଅ. – କୋରିଆ ଜାପାନର ଏକ ଉପନିବେଶରେ ପରିଣତ ।
୧୯୧୧ ଖ୍ରୀ.ଅ. – ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ ।
୧୯୧୨ ଖ୍ରୀ.ଅ. – ମରକ୍‌ ଫ୍ରାନ୍ସର ସୁରକ୍ଷାପ୍ରାପ୍ତ ଦେଶ ଭାବେ ପ୍ରତିଷ୍ଠିତ ।
୧୯୧୪ ଖ୍ରୀ.ଅ. – ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ।
୧୯୧୭ ଖ୍ରୀ.ଅ. – ରୁଷ୍ ବିପ୍ଳବ ସଂଘଟିତ ।
୧୯୨୨ ଖ୍ରୀ.ଅ. – ଇଜିପ୍ଟ ଏକ ସାର୍ବଭୌମ ସ୍ଵାଧୀନ ରାଷ୍ଟ୍ର ଭାବେ ଘୋଷିତ ।
୧୯୯୪ ଖ୍ରୀ.ଅ. – ମହାନ୍ ନେତା ନେଲସନ୍ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ।

Leave a Comment