BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Odisha State Board BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି Textbook Exercise Questions and Answers.

BSE Odisha Class 10 Odia Solutions Chapter 8 ସର୍ବଂସହା ମାଟି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଦିହ ସିନା ତୋର ପାହାଡ଼ପଥର ……………………… ପତର ପ୍ରାଣ । (ସବୁଜ, କଅଁଳ, ବହଳ)
Answer:
କଅଁଳ

(ଖ) ତୋହରି ଅନ୍ତର ଆଦେଶେ ଚଳେ ମୁଁ ଘୋଷି ତୋର …………………………. । (ଜୟଗାନ, ମହାକୀର୍ତ୍ତି, ମହାଯଶ)
Answer:
ମହାଯଶ

(ଗ) କେଉଁଠି ହଜିଛି ଖୋଜି ଦେଏ ମୋର ……………………….. ର ଚାବିକାଠି । (ପ୍ରେରଣା, ଭାବନା, ଚେତନା )
Answer:
ଚେତନା

(ଘ) ଅମାପ ଧରିମୁଁ ଦେଏ ଟିକେ ମୋତେ …………………………… ହେଉ ମୋର ଛାତି । (ଟାଣ, ଦୃଢ଼, ନିଦା)
Answer:
ନିଦା

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୨।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଜନ୍ମ, ଦୁଃଖ, ଦୋଷ, ନିଦା, ଧୀର, ଅମାପ, କଅଁଳ, ସ୍ନେହ

ଶବ୍ଦ ବିପରାର୍ଥରୋଧକ ଶବ୍ଦ
ଚ୍ଚନ୍ନ ମୃତ୍ୟୁ
ଦୁଃଖ ସୁଖ
ଦୋଷ ନିର୍ଘୋଷ
ନିଦା ଫର୍ମା
ଧାର ଚଞ୍ଚଳ/ହ୍ରତ
ଅମାପ ମାପ
କଅଁଳ କର୍କଶ/କଠିନ
ସ୍ନେହ କୃଶା

Question ୩।
ନିମ୍ନଲିଖ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ମା, ଦେହ, ଜଳ, ପବନ, ବୁକୁ, ପାଦ

ମା, ଜନନୀ, ମାତା
ଦେହ, ଗାତ୍ର, ଶରୀର, କଳେବର
ଜଳ, ସଲିଳ, ଅମ୍ବୁ ପାଣି
ପବନ, ମରୁତ, ସମୀର, ବାୟୁ
ବୁକୁ, ବକ୍ଷ, ଛାତି, ହୃଦୟ
ପାଦ ଚରଣ, ପୟର, ଗୋଡ଼

Question ୪।
ନିମ୍ନଲିଖ ଶବ୍ଦମାନଙ୍କର ଗଦ୍ୟରୂପ ଲେଖ ।
ସେନେହ, ମୁକତି, ଶକତି, ତୃପତି, ସରଗ, ସପନ

ପନ୍ଦ୍ୟରୂପ ଗନ୍ଦ୍ୟରୂପ
ସେନେହ, ସ୍ନେହ
ମୁକତି, ମୁକ୍ତି
ଶକତି, ଶକ୍ତି
ତୃପତି, ତୃପ୍ତି
ସରଗ, ସ୍ଵର୍ଗ
ସପନ ସପ୍ନ

Question ୫।
ନିମ୍ନଲିଖତ ଶବ୍ଦମାନଙ୍କୁ ସାର୍ଥକ ବାକ୍ୟରେ ବ୍ୟବହାର କର ।
ଅମାପ, ଅଳି, ଜୟଗାନ, ଚେତନା, ଆଘାତ
Answer:
ଅମାପ, – ଦ୍ଵିତୀୟ ପାଣ୍ଡବ ଭୀମ ଅମାପ ଶକ୍ତିର ଅଧିକାରୀ ଥିଲେ ।
ଅଳି, – ପିଲାମାନେ ମା’ଙ୍କ ପାଖରେ ଅଳି କରିବା ଏକ ସ୍ଵାଭାବିକ କଥା ।
ଜୟଗାନ, – ସମସ୍ତେ ମାତୃଭୂମିର ଜୟଗାନ କରିବା ଉଚିତ ।
ଚେତନା, – ଚେତନାର ଜାଗରଣରେ ସାଧାରଣ ମଣିଷ ଅସାଧାରଣ ମଣିଷରେ ପରିଣତ ହୁଏ ।
ଆଘାତ – ଅନ୍ୟକୁ ଆଘାତ କଲେ ପ୍ରତ୍ୟାଘାତ ସହିବାକୁ ପଡ଼ିଥାଏ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୬ ।
କବି କାହାକୁ ସର୍ବସହଣୀ ବୋଲି କହିଛନ୍ତି ?
Answer:
କବି ମାଟିମାଆକୁ ସର୍ବସହଣୀ ବୋଲି କହିଛନ୍ତି ।

Question ୭।
କେଉଁଠାରୁ ଆମେ ଶକ୍ତି ଓ ତୃପ୍ତି ପାଭ ବୋଲି କବି କହିଛନ୍ତି ?
Answer:
ଆମେ ମାଟିମାଆର ମିଠା ପାଣି, ପବନ ଓ ଗଛଲତାର ଫଳରୁ ଶକ୍ତି ଓ ତୃପ୍ତି ପାଉ ବୋଲି କବି କହିଛନ୍ତି ।

Question ୮।
ଆମ ମନସୁଖ ଲାଗି ହସକଥା କେଉଁଠାରେ ଭରି ରହିଛି ?
Answer:
ଆମ ମନସୁଖ ଲାଗି ହସକଥା ନଦାସ ମୁଦ୍ରରେ ଭରି ରହିଛି ।

Question ୯ ।
କବି କାହାକୁ ମା’ବୋଲି କହିଛନ୍ତି ?
Answer:
କବି ଜନ୍ମମାଟିକୁ ମାଆ ବୋଲି କହିଛନ୍ତି ।

Question ୧୦ ।
ମାଟି ଚେରମୂଳ ଗଛଲତା ସାଇତି ରଖୁବା ପଛରେ କି ଉଦ୍ଦେଶ୍ୟ ଅଛି ?
Answer:
ମାଟି ଚେରମୂଳ ଗଛଲତା ସାଇତି ରଖ୍ ପଛରେ ମାନବର ରୋଗଜନିତ ଶାରୀରିକ ଯନ୍ତ୍ରଣା ଦୂର କରିବାର ଉଦ୍ଦେଶ୍ୟ ନିହିତ ଅଛି ।

Question ୧୧ ।
ସ୍ଵର୍ଗଠାରୁ ମାଟିର ଆକର୍ଷଣ କବିଙ୍କ ପାଇଁ ଅଧୁକ । ଏହା କବିତାର କେଉଁ ପଦରୁ ଜଣାଯାଏ ଲେଖ ।
Answer:
‘ସରଗ ଡାକିଲେ ମନ ବଳେ ନାହିଁ ଛାଡ଼ିବାକୁ ତୋର କାଖ’ – କବିତାର ଏହି ପଦରୁ କବିଙ୍କ ପାଇଁ ସ୍ଵର୍ଗଠାରୁ ମାଟିର ଆକର୍ଷଣ ଅଧ‌ିକ ବୋଲି ଜଣାପଡ଼େ । ସ୍ଵର୍ଗଠାରୁ ମାଟିର ଆକର୍ଷଣ ଆଧ୍ କ ବୋଲି ଜଣାପଡ଼େ ।

Question ୧୨ ।
କେଉଁ କର୍ମ ହେତୁ କବି ଏ ଦେଶକୁ ବୁଲିବାକୁ ଆସିଛନ୍ତି ?
Answer:
କେତେ ତପସ୍ୟାରୂପକ ପୁଣ୍ୟକର୍ମର ଫଳ ହେତୁ କବି ଏ ଦେଶକୁ ବୁଲିବାକୁ ଆସିଛନ୍ତି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୩।
ମାଟିର ମହାଯଶ ଘୋଷିବାକୁ କବି କାହାଠାରୁ ଆଦେଶ ପାଇଛନ୍ତି ?
Answer:
ମାଟିର ମହାଯଶ ଘୋଷିବାକୁ କବି ଜନ୍ମଭୂମିର ଅନ୍ତର୍ଗତ ଆଦେଶ ପାଇଛନ୍ତି ।

Question ୧୪।
ମାଟି ମା’ ଆମ ଦୋଷକୁ କାହିଁକି କ୍ଷମା କରିଛି ?
Answer:
ମାଟି ମା’ ଆମକୁ ନିଜର ସନ୍ତାନ ବୋଲି ମନେକରି ଆମର ସମସ୍ତ ଦୋଷକୁ କ୍ଷମା କରିଛି

Question ୧୫ ।
ବଣପକ୍ଷୀର ଡାକ ଶୁଣି ଦେହରେ କି ଭାବ ସୃଷ୍ଟି ହୁଏ ?
Answer:
ବଣପକ୍ଷୀର ଡାକ ଶୁଣି ଆମ ମନରେ ପୁଲକ ଓ ଗର୍ବଭାବ ସୃଷ୍ଟି ହୁଏ ।

ସପ୍ରସଙ୍ଗ ସରଳାର୍ଥ

Question ୧୬ ।
ଜନମ କାଳୁ ଯେ ଦେହେ ତୋ’ ଆଘାତ
କେତେ ନ ଦେଇଛି ମୁର୍ହିଁ
ନିଜ ଛୁଆ ବୋଲି ସବୁ ଦୋଷ ସିନା
କ୍ଷମିଅଛୁ ଏକା ତୁହି
Answer:
ଚନମ କାଳୁ ଯେ ……………….. କ୍ଷମି ଅଛୁ ଏକା ତୁଦ୍ୱା
ପ୍ରୋକ୍ତ ପଦ୍ୟାଶଟି ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ‘ମାଟି ପାଣି ପବନ’ କବିତା ସଂକଳନରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ମାଟିକୁ ଜଣେ କ୍ଷମାମୟୀ, କଲ୍ୟାଣମୟୀ ତଥା ସ୍ନେହମୟୀ ସନ୍ତାନବତ୍ସଳା ଆଦର୍ଶ ଜନନୀ ଭାବେ ବର୍ଣ୍ଣନା

ମାତୃଗର୍ଭରୁ ବାହାରି ଶିଶୁଟିଏ ମାଟି ଉପରେ କରେ ପ୍ରଥମ ଆଲୋକ ଦର୍ଶନ । ଜନ୍ମଦାତ୍ରୀ ମା’ ପରି ମାଟି ଶିଶୁଟିର ସମସ୍ତ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ଜନନୀ ପରି ମାଟି ମା’ ମଧ୍ୟ ସନ୍ତାନବତ୍ସଳା । ନିଜ ବକ୍ଷର ଫଳ, ପୁଷ୍ପ, ଜଳ, ବାୟୁ ଦେଇ ସେ ତା’ ସନ୍ତାନମାନଙ୍କ ଶରୀର ପରିପୁଷ୍ଟ କରେ । ଶରୀରରେ ଶକ୍ତି ଓ ହୃଦୟରେ ଭରିଦିଏ ତୃପ୍ତି । ମାତ୍ର ଭୂମିଷ୍ଠ ହେବା ଦିନଠାରୁ ମାଟି ମା’ ଉପରେ ତା’ର ସନ୍ତାନଗଣ ଆରମ୍ଭ କରିଦିଅନ୍ତି ସବୁ ପ୍ରକାର ଅତ୍ୟାଚାର । ତା’ ଉପରେ ଯେତେ ଆଘାତ ଦେଲେ ମଧ୍ୟ ସର୍ବଂସହା ମାଟି ନିଜ ସନ୍ତାନର ସବୁ ରାଗ, ରୋଷ ଭୁଲିଯାଇ ତା’ ମହାନ୍ ଗୁଣରେ କ୍ଷମା ପ୍ରଦାନ କରେ । କେବେ କୌଣସି ପ୍ରତିବାଦ କରେନି କି ପ୍ରତିକ୍ରିୟା ପ୍ରକାଶ କରେନି ଠିକ୍ ନିଜ ଜନ୍ମଦାତ୍ରୀ ମା’ପରି । ଜନନୀ ପରି ସବୁ ଅଳି, ଅର୍ଦ୍ଧଳି ଅଝଟପଣକୁ ସହି ସ୍ନେହ ମମତାର ସ୍ପର୍ଶ ଦେଇ ମାଟି ମା’ ତା’ର ସନ୍ତାନ ପାଇଁ କ୍ଷମାମୟୀ, କରୁଣାମୟୀ ଆଦର୍ଶ ମା’ ପରି ଅକୁଣ୍ଠ ସେବା କରି ଚାଲିଥାଏ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୧୭ ।
ଅମାପ ଧରିମୁଁ ଦେଏ ଟିକେ ମତେ
ନିଦା ହେଉ ମୋର ଛାତି
ନିଜେ ଦୁଃଖ ସହି ଏ ଜଗତ ପାଇଁ
ଲାଗିପଡ଼େ ଦିନ ରାତି ।
Answer:
ଅମାପ ଧରିଯୁଁ ………………….. ଦିନ ରାତି ।
ଉଦ୍ଧୃତାଂଶଟି ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ‘ମାଟି ପାଣି ପବନ’ କବିତା ସଂକଳନରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ମାଟି ମା’ ନିକଟରୁ ଧୈର୍ଯ୍ୟ ଓ ସହନଶୀଳତା ପରି ମହାନ୍ ଗୁଣଗୁଡ଼ିକୁ ଶିକ୍ଷା କରିବା ସହ ତା’ରି ଆଦର୍ଶରେ ତ୍ତଦ୍ ଚୁଦ୍ଧି ହେବାପାଇଁ କାମନା କରିଛନ୍ତ୍ରା ଜନ୍ମଦାତ୍ରୀ ମା’ ପରି ମାଟି ମା’ ହେଉଛି ସର୍ବଂସହା, ସନ୍ତାନବତ୍ସଳା, ଧୈର୍ଯ୍ୟ ଓ ସହନଶୀଳତାର ମୂର୍ତ୍ତିମନ୍ତ ପ୍ରତୀକ ସେ । ପ୍ରତ୍ୟେକ ବ୍ୟକ୍ତି ପାଇଁ ମାଟି ହେଉଛି ଜଣେ କଲ୍ୟାଣମୟୀ ମା’, ସ୍ନେହମୟୀ ଧାତ୍ରୀ ଓ ବନ୍ଦନୀୟୀ ଶିକ୍ଷୟିତ୍ରୀ । ଧରାପୃଷ୍ଠରେ ଭୂମିଷ୍ଠ ହେବା ଦିନଠାରୁ ସେ ଆମରି ସେବାରେ ନିଜକୁ ଉତ୍ସର୍ଗ କରିଦେଇଛି । ଜୀବନ ଧାରଣ ପାଇଁ ପ୍ରମୁଖ ଉପାଦାନ ଜଳ।

ବାୟୁ ଓ ଖାଦ୍ୟ ଯୋଗାଇଦେଇ ଗଭୀର ସ୍ନେହ ଓ ନିବିଡ଼ ମମତା ଦେଇ ଲାଳନପାଳନ କରିଆସିଛି । କିନ୍ତୁ ପ୍ରତିବଦଳରେ ଆମଠାରୁ ପାଇଛି ଆଘାତ ପରେ ଆଘାତ ଯାହାକୁ ସେ ତା’ର ମହାନ୍ ଗୁଣରେ ନୀରବରେ ସହିଯାଉଛି । ସବୁ ଆଘାତ ଓ ଯଥେଚ୍ଛାଚାରକୁ ସହ୍ୟ କରିବାପାଇଁ ସତେ ଯେପରି ତା’ର ଅନ୍ତରରେ ଭରି ରହିଛି ଧୈର୍ଯ୍ୟ ଓ ସହିଷ୍ଣୁତାର ଅସରନ୍ତି ଭଣ୍ଡାର । ତା’ର ସେହି ସ୍ଵର୍ଗୀୟ ଗୁଣରୁ କିଛି ପ୍ରାପ୍ତ ହେବାପାଇଁ କବି ମାଟି ମା’କୁ ସାନୁନୟ ନିବେଦନ କରିଛନ୍ତି, ଯଦ୍ବାରା ସେ ଜୀବନକାଳ ମଧ୍ୟରେ ସବୁ ଘାତ-ପ୍ରତିଘାତ, ନିନ୍ଦା-ଅପବାଦ ଓ ଦୁଃଖ-ଜଞ୍ଜାଳ ସହ୍ୟ କରି ଧୈର୍ଯ୍ୟର ସହ ଜଗତ କଲ୍ୟାଣରେ ବ୍ରତୀ ହେବାପାଇଁ ସମର୍ଥ ହୋଇପାରିବେ ।

Question ୧୮।
ତୋର ମୁକତିରେ ମୋର ମୁକତି ମା’
ତୋର ହସେ ମୋର ହସ
ତୋହରି ଅନ୍ତର ଆଦେଶେ ଚଳେ ମୁଁ
ଘୋଷି ତୋର ମହାଯଶ ।
Answer:
ତେ।ର ସଙ୍ଗତିରେ ……………………ତୋର ମହାପରାଶା”
ପ୍ରଦତ୍ତ ପଦ୍ୟାଶଟି ପ୍ରଖ୍ୟାତ ନାରୀକବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ରଚିତ ‘ମାଟି ପାଣି ଓ ପବନ’ କବିତା ପୁସ୍ତକରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ମାଟି ମା’ର ମୁକ୍ତି ସହ ସନ୍ତାନର ମୁକ୍ତି ତଥା ତା’ର ମଙ୍ଗଳରେ ସନ୍ତାନର ମଙ୍ଗଳ ନିହିତ ଏହି ବାଣୀ ଉପରେ ଆଲୋକପାତ କରିଛିନ୍ତି ।

ଦୀର୍ଘଦିନର ପରାଧୀନତା ରୂପକ ଅମାରାତ୍ରି ପାହିବାର ସମୟ ସନ୍ନିକଟ ହୋଇଛି ଓ ସ୍ଵାଧୀନତାର ନୂତନ ସୂର୍ଯ୍ୟ ରବିତ ହେବାରେ ଯେ ବିଳମ୍ବ ନାହିଁ, ଏହା ଅନୁଭବ କରି କବି ଆନନ୍ଦ ପ୍ରକାଶ କରିଛନ୍ତି । ଜନ୍ମମାଟିର ମୁକ୍ତି ସହିତ ତା’ର ସନ୍ତାନମାନଙ୍କ ମୁକ୍ତ ଜୀବନଯାପନ ଶୈଳୀ ଓତଃପ୍ରୋତ ଭାବେ ଜଡ଼ିତ। ଜନ୍ମଭୂମି ଭାରତ ଜନନୀର ସୁଖର ଦିନ ଆଗତପ୍ରାୟ ବୋଲି ଜାଣି କବି ତା’ର ଜୟଗାନରେ ଉଲ୍ଲସିତ ହୋଇ ଉଠିଛନ୍ତି । ମହାଭାରତୀୟ ଦର୍ଶନ ଓ ଆଦର୍ଶରେ ଉଦ୍‌ବୁଦ୍ଧ କବି ଜନ୍ମଭୂମିର ଯଶ ଓ ଗୌରବ ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆଗଭର ହୋଇଛନ୍ତି । ଭାରତବର୍ଷର ମହାନ୍ ଐତିହ୍ୟ ତଥା ଆଧ୍ୟାତ୍ମିକ ପରମ୍ପରାର ସୁରକ୍ଷା ହିଁ ଜନ୍ମମାଟି ଅନ୍ତରର ଆଦେଶ । ଚେତନଗର୍ଭା ସେହି ଜନନୀ ଜନ୍ମଭୂମିର ଆଦେଶକୁ ବହନ କରି ଏବଂ ସୁପ୍ତ ଚେତନାକୁ ଜାଗ୍ରତ କରି ମାଟି ମା’ର ଗୁଣଗାନ କରିବାକୁ ଆହ୍ୱାନ ଦେଇଛନ୍ତି କବି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୯ ।
ପଠିତ କବିତା ଅବଲମ୍ବନରେ ମାଟି ପ୍ରତି କବିଙ୍କ ମନୋଭାବର ପରିଚୟ ପ୍ରଦାନ କର । କିମ୍ବା, କବି ବିଦ୍ଯୁପ୍ରଭା ମାଟିକୁ ମା’ ଓ ଶ୍ରେଷ୍ଠ ଗୌରବ ପ୍ରଦାନରେ କେତେଦୂର ପଠିତ କବିତାଟିରେ ସମର୍ଥ ହୋଇଛନ୍ତି ଦର୍ଶାଅ ।
Answer:
ଆଧୁନିକ ଓଡ଼ିଆ କବିତା- ସାରସ୍ବତ-କାନନ ଯେଉଁ ସାଧକଗଣଙ୍କ ବୌଦ୍ଧିକ ଅବଦାନରେ ପୁଷିତ ଓ ସୁରଭିତ ସେମାନଙ୍କ ମଧ୍ୟରେ ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ନାମ ଉଚ୍ଚାରିତ ହୁଏ । ଆଧୁନିକ କବିତାର ପ୍ରବହମାନ ଫଲ୍‌ଗୁରେ ଚିରତଲ୍ଲୀନ ଏହି ମହୀୟସୀ ପ୍ରଜ୍ଞାଧାରିଣୀଙ୍କ ସୃଷ୍ଟିସମୂହ ରୋମାଣ୍ଟିସିଜିମ୍, ସ୍ଵଦେଶପ୍ରୀତି, ଆଧ୍ୟାତ୍ମିକତା ତଥା ବାସ୍ତବବାଦର ସୁସମନ୍ଵୟରେ ଅନୁରଞ୍ଜିତ । ଏହି ସଫଳ ସ୍ରଷ୍ଟାଙ୍କ ସୃଷ୍ଟିସମ୍ଭାର ମଧ୍ଯରେ କବିତା ସଙ୍କଳନ ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ବିହାୟସୀ’, ‘ଝରା ଶିଉଳି’, ‘ସ୍ବପ୍ନଦୀପ’, ‘କାକଳି’, ‘ଯାହାକୁ ଯିଏ’ ଓ ‘ମାଟି ପାଣି ପବନ’ ଆଦି ତାଙ୍କ ଅନନ୍ୟ କବିପ୍ରତିଭାର ପରିଚୟ ବହନ କରେ । .

‘ସର୍ବଂସହା ମାଟି’ ଶୀର୍ଷକ କବିତାଟି କବିଙ୍କ ‘ମାଟି ପାଣି ପବନ’ କବିତା ସଙ୍କଳନରୁ ସଂଗୃହୀତ । କବିତାଟିରେ କବିଙ୍କ ମାଟିମନସ୍କତା, ସ୍ଵଦେଶପ୍ରେମ ତଥା ଦିବ୍ୟଚେତନା କବିତାଟିକୁ ରସୋତ୍ତୀର୍ଣ୍ଣ କରିଛି । କବି ସର୍ବଂସହା ତୁଳନା କରି ମାଟି ମା’ର ମହନୀୟ ଗୁଣାବଳୀ ଗାନ କରିବା ସହ ସନ୍ତାନଭାବେ ମାଟି ମା’ପ୍ରତି କର୍ତ୍ତବ୍ୟ ସୁରକ୍ଷା ପ୍ରତି ଧ୍ୟାନ ପ୍ରଦାନ ତଥା ମାଟି ମା’ର ସମ୍ମାନ ରକ୍ଷାପ୍ରତି ସଚେତନ ରହିବାକୁ ପରୋକ୍ଷରେ ସୂଚନା ପ୍ରଦାନ କରିଛନ୍ତି ।

ମାତୃଗର୍ଭରୁ ଭୂମିଷ୍ଠ ହେବା ପରେ ଶିଶୁ ମାଟି ଉପରେ ହିଁ କରେ ପ୍ରଥମ ଆଲୋକ ଦର୍ଶନ । ପରେ ପରେ ମାଟି ମା’ ଜଣେ ସୁଦକ୍ଷା ଧାତ୍ରୀଭାବେ କରେ ତା’ର ଲାଳନପାଳନ । ଜଳ, ବାୟୁ ଓ ଖାଦ୍ୟ ଯୋଗାଇ ତା’ର ଶିଶୁପ୍ରାଣକୁ ପରିପୁଷ୍ଟ କରେ ମାଟି । ମା’ର କ୍ଷୀର ପରି ମାଟି ତା’ ଗର୍ଭସ୍ଥ ସୁଶୀତଳ ଜଳ, ଜୀବନଧାରଣ ପାଇଁ ତା’ ପୃଷ୍ଠଦେଶରେ ପ୍ରବାହିତ ମୁଦୁମନ୍ଦ ପବନ ଏବଂ ତା’ ବକ୍ଷରେ ଉତ୍ପାଦିତ ଶସ୍ୟ କେଦାର ଓ ବୃକ୍ଷଲତା ତାକୁ ଖାଦ୍ୟ ଯୋଗାଇ ତା’ ଶିଶୁ ଶରୀରରେ ଶକ୍ତି ସଞ୍ଚାର କରାଏ । କେବଳ ସେତିକି ନୁହେଁ ଶାନ୍ତିରେ ସୁନିଦ୍ରା ପାଇଁ ତା’ପାଇଁ ବିଛାଇଦିଏ କୋମଳ ଘାସର ସବୁଜ ଗାଲିଚା । ଅନ୍ତର ଖୋଲା ସ୍ନେହ ସ୍ପର୍ଶ ଦେଇ କୋଳରେ ଶୁଆଇଦିଏ ତା’ର ଅଝଟ ଅବୁଝା ସନ୍ତାନକୁ । ସବୁ ଅଳି-ଅର୍ଦ୍ଦଳି, ରାଗ-ରୋଷ ସହ୍ୟକରି ଗଭୀର ସ୍ନେହରେ ମା’ପରି ସେ ଲାଳନ ପାଳନ କରେ । କବିଙ୍କ ଭାଷାରେ-

“ସବୁଜ ଘାସର କଅଁଳ କିଛିଶା
ଦିଏ କି ଆରାମ ମତେ
ମାଆ ପରି ମୋର ଅଳି ଆରବଳି
କେତେ ନ ସହିଛୁ ସତୋ”

କେବଳ ପାନ, ଭୋଜନ, ଶୟନ ନୁହେଁ ଶିଶୁର ସ୍ୱାସ୍ଥ୍ୟରକ୍ଷା ପାଇଁ ମଧ୍ୟ ମା’ ମନ ବ୍ୟାକୁଳ ହୋଇଉଠେ । କୌଣସି କାରଣରୁ ତା’ର ସନ୍ତାନ ଅସୁସ୍ଥ ହୋଇପଡ଼ିଲେ ମାଟି ମା’ ତା’ କୋଳରେ ସାଇତି ରଖୁଥ‌ିବା ଚେର, ମୂଳି ଔଷଧକୁ ଯୋଗାଇ ଦେଇ ତାକୁ ସୁସ୍ଥ କରିଥାଏ । ପୁନଶ୍ଚ କେବଳ ଶାରୀରିକ ସୁସ୍ଥତା ନୁହେଁ ମାନସିକ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନଶୀଳ ଥାଏ ମାଟି ମା’ । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ମାନସିକ ସ୍ୱାସ୍ଥ୍ୟ ଅପରିହାର୍ଯ୍ୟ ଅନୁଭବ କରି ତା’ ହୃଦୟରେ ପ୍ରାଣଖୋଲା ହସ ଓ ଦିବ୍ୟାନନ୍ଦ ଭରିଦେବାକୁ ମାଟି ମା’ ନଦୀ ଓ ସମୁଦ୍ରରେ ସଜାଇ ରଖୁଥାଏ ଚିତ୍ତୋଲ୍ଲାସକ ଦୃଶ୍ୟରାଜି । ବହୁବର୍ଣ୍ଣା ଜଳଜୀବମାନଙ୍କର କ୍ରୀଡ଼ା କୌତୁକ, ପଶୁପକ୍ଷୀମାନଙ୍କ ରଙ୍ଗରସ ଆମ ମନରେ ଭରିଦିଏ ସ୍ବର୍ଗୀୟ ଆନନ୍ଦ । ସେହି ଦୃଶ୍ୟରାଜି ଚିନ୍ତାଗ୍ରସ୍ତ ମାନସପଟରୁ ସବୁ ଅବସାଦ ଦୂର କରିବାରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରେ। ମାଟି ମା’ କ୍ରୋଡ଼ରେ ଶୋଭନୀୟ ବନଭୂମିର ଶାନ୍ତକାନ୍ତ ପରିବେଶ ଓ ତହିଁରେ ପକ୍ଷୀକୁଳର କଳକୂଜନ ଏବଂ ଡାଳକୁ ଡାଳ ଉଡ଼ିବୁଲିବାର ଦୃଶ୍ୟ ବାସ୍ତବିକ ମନୋମୁଗ୍ଧକର । ମାଟି ମା’ କୋଳର ଶାନ୍ତ-ଶୀତଳ, କାନ୍ତ-କୋମଳ, ପ୍ରୀତିପ୍ରଦ ତାହା ସ୍ମରଣ କରି ଉଲ୍ଲସିତା ନାରୀକବି ଗାଇଉଠିଛନ୍ତି –

‘ବୁକୁ ମୋ ଫୁଲାଏ ଆଖୁ ମୋ ଭୁଲାଏ
ତୋ ବଣ ପକ୍ଷୀର ଡାକ
ସରଗ ଡାକିଲେ ମନ ବଳେ ନାହିଁ
ଛାଡ଼ିବାକୁ ତୋ’ର କାଖ ।’’

ମାଟି ପ୍ରତି କବିଙ୍କର ମମତ୍ୱବୋଧର ତୀବ୍ରତା ଏହି ଉକ୍ତିରୁ ସହଜେ ଅନୁମେୟ । ସଂପ୍ରତି ବିଳାସବ୍ୟସନ ପ୍ରଲୁବ୍ଧ ବସ୍ତୁବାଦୀ ମାନବ ମୃତ୍ତିକା ସଂରକ୍ଷଣ ଦିଗରେ ଯେପରି ଉଦାସାନ ମନୋଭାବ ପୋଷଣ କରିଛି ତାହା ଭରିଷ୍ୟତରେ ସମଗ୍ର ଜାରଜଗତ ପାଇଁ ଘାତକ ସାବ୍ୟସ୍ତ ହେବ, ଏପରି ସନ୍ଦେହ ଅମୂଳକ ନୁହେଁ । ମାଟି ପ୍ରତି କବିଙ୍କ ମନୋଭାବ ପାଠକମାନଙ୍କୁ ମାଟି ମା’ର ସୁରକ୍ଷା ଦିଗରେ ଯେ ପ୍ରେରଣା ପ୍ରଦାନ କରିବ ଏହା ନିଃସନ୍ଦେହରେ କୁହାଯାଇପାରେ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୨୦ ।
‘ମାଟି ସର୍ବଂସହା’ ଏହାର ଯଥାର୍ଥତା ପ୍ରତିପାଦନ କର । କିମ୍ବା, ଜନନୀ ପରି ମାଟି ମାଆ ସହନଶୀଳତାର ପ୍ରତିମୂର୍ତ୍ତି – ଉକ୍ତିଟିର ସତ୍ୟତା ପଠିତ କବିତା ଅବଲମ୍ବନରେ ଆଲୋଚନା କର ।
Answer:
ଓଡ଼ିଆ ଆଧୁନିକ କବିତା ଯେଉଁ ସାରସ୍ଵତ ସାଧକମାନଙ୍କ ବୌଦ୍ଧିକ ଚେତନାରେ ସମୃଦ୍ଧ, ସେମାନଙ୍କ ମଧ୍ୟରେ ପ୍ରଖ୍ୟାତ ନାରୀକବି ବିଦ୍ୟୁତ୍‌ପ୍ରଭା ଦେବୀ ଅନ୍ୟତମ । ବାସ୍ତବବାଦ ସହ ରୋମାଣ୍ଟିସିଜିମ୍ର ସୁମଧୁର ସମନ୍ଵୟ କବିଙ୍କ ଅନୁଭୂତିସିକ୍ତ ସୃଷ୍ଟିନିଚୟର ସାର୍ଥକ ପ୍ରତିବେଦନ । ସରଳ, ସାବଲୀଳ ଭାଷା ଓ ଭାବ ତଥା ସୁଲଳିତ ଶୈଳୀରେ କବିଙ୍କ ରଚନାବଳୀ ସୁଖପାଠ୍ୟ, ଶ୍ରୁତିମଧୁର ତଥା ବୋଧଗମ୍ୟ । କବିଙ୍କ ସାରସ୍ଵତ ସୃଷ୍ଟିସମ୍ଭାର ମଧ୍ଯରେ କବିତା ପୁସ୍ତକ ‘ସବିତା’, ‘ଉତ୍କଳ ସାରସ୍ଵତ ପ୍ରତିଭା’, ‘କନକାଞ୍ଜଳି’, ‘ମରୀଚିକା’, ‘ବିହାୟସୀ’, ‘ଝରା ଶିଭଳି’, ‘ସ୍ବପ୍ନଦ୍ଵୀପ’, ‘କାକଳି’, ‘ଯାହାକୁ ଯିଏ’, ‘ସଞ୍ଚୟନ’ ଓ ‘ମାଟି ପାଣି ପବନ’ କବିଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ ।

‘ସର୍ବଂସହା ମାଟି’ଶୀର୍ଷକ କବିତାଟି କବିଙ୍କ ‘ମାଟି ପାଣି ପବନ’ ପୁସ୍ତକରୁ ସଂଗୃହୀତ ଏକ ସମ୍ଭୋଧୀ କବିତା ଯେଉଁଥରେ କବି ମାଟିର ସର୍ବଂସହା ଗୁଣର ଜୟଗାନ କରିବା ସହ ମାଟିଠାରୁ ଧୈର୍ଯ୍ୟ ଓ ସହନଶୀଳତା ପରି ସୁମହାନ୍ ସ୍ବର୍ଗୀୟ ଗୁଣଗୁଡ଼ିକୁ ଶିକ୍ଷାକରି ନିଜକୁ ଜନମଙ୍ଗଳ କର୍ମରେ ନିୟୋଜିତ କରିବାପାଇଁ ଗଭୀର କାମନା ପୋଷଣ କରିଛନ୍ତି ।

ସମଗ୍ର ଜୀବଜଗତ ପାଇଁ ମାଟି ମା’ର ମହନୀୟ ଅବଦାନ ଲକ୍ଷ୍ୟକରି କବି ମାଟିକୁ ମା’ ସହ ତୁଳନା କରିଛନ୍ତି ଓ ତା’ର ଯଶୋଗାନରେ ଶତମୁଖ ହୋଇଉଠିଛନ୍ତି । ମାଟି ପ୍ରତି କବିଙ୍କର ଗଭୀର ମମତ୍ୱବୋଧ ଲକ୍ଷ୍ୟକଲେ ଜଣାଯାଏ ସତେ ଯେପରି ସେ ଆଧୁନିକ ସହରୀ ସଭ୍ୟତା ସଂକ୍ରମଣର ଶିକାର ହୋଇନାହାନ୍ତି । ମାଟିମନସ୍କ କବି, ପଲ୍ଲୀର ସ୍ନିଗ୍ଧ, ମଧୁର ପରିବେଶ, ସରଳ ଗ୍ରାମ୍ୟ ପରିବେଷ୍ଟନୀର ଶାଶ୍ୱତ ଶାନ୍ତି ଓ ଅନାବିଳ ପ୍ରେମାନନ୍ଦର ନିବିଡ଼ ଆଶ୍ଳେଷରେ ତଲ୍ଲୀନ ହେବାକୁ ଗଭୀର ଆଗ୍ରହୀ ଥ‌ିବା ଅନୁମିତ ହୁଏ । ମାଟି ମା’ଠାରେ କବି ଲକ୍ଷ୍ୟ କରିଛନ୍ତି, ଜନ୍ମଦାତ୍ରୀ ମା’ର ସ୍ବସନ୍ତାନ ପ୍ରତି ତ୍ୟାଗସର୍ବସ୍ଵ ଜୀବନାଦର୍ଶ । ଜୀବନର ସବୁ ସୁଖ, ସ୍ୱାଚ୍ଛନ୍ଦ୍ୟକୁ ନିଜ ସନ୍ତାନର ତୃପ୍ତି ଓ ଆନନ୍ଦ ପାଇଁ ଉତ୍ସର୍ଗ କରିବାରେ ମା’ ପାଇଥାଏ ଶାନ୍ତି ଓ ସନ୍ତୋଷ । ସନ୍ତାନର ସବୁ ଅଳି, ଅର୍ଦ୍ଧଳି, ରାଗ, ରୋଷକୁ ଅକୁଣ୍ଠିତ ଚିତ୍ତରେ ଗଳାଧଃକରଣ କରି ଅକାତରେ ଢାଳିଦିଏ ତା’ ବୁକୁତଳର ସ୍ନେହ, ମମତା, ସେବା, ଯତ୍ନ । ସନ୍ତାନର ସବୁ ଦୋଷ, ତ୍ରୁଟିକୁ ସେ ତା’ର ମହାନ୍ ଗୁଣରେ କ୍ଷମା କରିଦିଏ । ମନରେ ପାତର ଅନ୍ତର ଭାବ ନରଖ୍ ମା’ ତା’ର ସବୁ ସନ୍ତାନ ସନ୍ତତିଙ୍କ ପାଇଁ ସମଦୃଷ୍ଟି ଓ ସମଭାବ ପରିପୋଷଣ କରିଥାଏ । ଠିକ୍ ସେହିପରି ସର୍ବଂସହା ମାଟି ମା’ ଆମର ସବୁ ଅତ୍ୟାଚାରକୁ ନୀରବରେ ସହିଯାଏ, କେବେ କିଛି ବି ପ୍ରତିବାଦ କରିନଥାଏ । କବିଙ୍କ ଭାଷାରେ-

ମାଟି ମା’ଠାରେ କବି ଲକ୍ଷ୍ୟ କରିଛନ୍ତି, ଜନ୍ମଦାତ୍ରୀ ମା’ର ସ୍ଵସନ୍ତାନ ପ୍ରତି ତ୍ୟାଗସର୍ବସ୍ଵ ଜୀବନାଦର୍ଶ । ଜୀବନର ସବୁ ସୁଖ, ସ୍ୱାଚ୍ଛନ୍ଦ୍ୟକୁ ନିଜ ସନ୍ତାନର ତୃପ୍ତି ଓ ଆନନ୍ଦ ପାଇଁ ଉତ୍ସର୍ଗ କରିବାରେ ମା’ ପାଇଥାଏ ଶାନ୍ତି ଓ ସନ୍ତୋଷ । ସନ୍ତାନର ସବୁ ଅଳି, ଅର୍ଦ୍ଧଳି, ରାଗ, ରୋଷକୁ ଅକୁଣ୍ଠିତ ଚିତ୍ତରେ ଗଳାଧଃକରଣ କରି ଅକାତରେ ଢାଳିଦିଏ ତା’ ବୁକୁତଳର ସ୍ନେହ, ମମତା, ସେବା, ଯତ୍ନ । ସନ୍ତାନର ସବୁ ଦୋଷ, ତ୍ରୁଟିକୁ ସେ ତା’ର ମହାନ୍ ଗୁଣରେ କ୍ଷମା କରିଦିଏ । ମନରେ ପାତର ଅନ୍ତର ଭାବ ନରଖ୍ ମା’ ତା’ର ସବୁ ସନ୍ତାନ ସନ୍ତତିଙ୍କ ପାଇଁ ସମଦୃଷ୍ଟି ଓ ସମଭାବ ପରିପୋଷଣ କରିଥାଏ । ଠିକ୍ ସେହିପରି ସର୍ବଂସହା ମାଟି ମା’ ଆମର ସବୁ ଅତ୍ୟାଚାରକୁ ନୀରବରେ ସହିଯାଏ, କେବେ କିଛି ବି ପ୍ରତିବାଦ କରିନଥାଏ । କବିଙ୍କ ଭାଷାରେ-

‘ମାଆ ପରି ମୋର ଅଳି ଅରଦଳି
କେତେ ନ ସହିଛୁ ସତେ ।’’
ପୁନଶ୍ଚ –
“ସରଚ ସହଣା ମାଟି
ସବୁରି ଉପରେ ସେଦେହ ତୋହର
ସମାନେ ଦେଇଛୁ ବାଣ୍ଟି।

ମାଟି ମା’ ଜନ୍ମଦାତ୍ରୀ ମା’ ପରି ବାତ୍ସଲ୍ୟର ମୂର୍ତ୍ତିମନ୍ତ ବିଗ୍ରହ । କବିଙ୍କ ଲେଖନୀରେ ତା’ର ମହିମାମଣ୍ଡିତ ରୂପ ପରିଦୃଷ୍ଟ ହୁଏ । ମାତୃଗର୍ଭରୁ ଭୂମିଷ୍ଠ ହେବାପରେ ଆମେ ମାଟି ମା’ ଉପରେ କାହିଁ କେତେ ଯେ ଅତ୍ୟାଚାର କରିଛୁ ତା’ର ଇୟଭା ନାହିଁ । ମାଟି ଉପରେ ମଳ ମୂତ୍ରାଦି ତ୍ୟାଗଠାରୁ ଆରମ୍ଭକରି ଖନନ, କର୍ଷଣ, ବିସ୍ଫୋରଣଜନିତ ସମସ୍ତ ଅତ୍ୟାଚାର ବିରୋଧରେ କେବେବି ପ୍ରତିବାଦ କରେନି ମାଟି ମା’, କାରଣ ସେ ସର୍ବଂସହା । କବିଙ୍କ ଭାଷାରେ-

‘‘ଜନମକାଳୁ ଯେ ଦେହେ ତୋ ଆଘାତ
କେତେ ନ ଦେଇଛି ମୁହିଁ
ନିଜ ଛୁଆ ବୋଲି ସବୁ ଦୋଷ ସିନା
କ୍ଷମି ଅଛୁ ଏକା ତୁହି ।”

ଗର୍ଭଜାତ ସନ୍ତାନର ସବୁ ରାଗ, ରୋଷ, ଅଭିମାନ, ଅତ୍ୟାଚାରକୁ ଜନ୍ମଦାତ୍ରୀ ମା’ ସହିନେଲା ପରି ମାଟି ମା’ ଆମ ସମସ୍ତଙ୍କ ଯଥେଚ୍ଛାଚାରକୁ ତା’ ମହାନ୍ ଗୁଣରେ କ୍ଷମା କରିଦିଏ । ଧୈର୍ଯ୍ୟ ଓ ସହନଶୀଳତାର ମୂର୍ତ୍ତିମନ୍ତ ଅବତାର ମାଟି ମା’ପାଇଁ କବି ମନର ବ୍ୟାକୁଳତା ଓ ସଂବେଦନଶାଳତା କବିତାରେ ସୃଷ୍ଟ ପରିଦୃଷ ହୁଏ। ପାଠକମାନଙ୍କୁ ମାଟିର ଯତ୍ନ ନେବାପାଇଁ ପରୋଷ ଇଙ୍ଗିତ କବିତାର ଅନ୍ତଃସ୍ଵର କହିଲେ ଅତ୍ୟୁକ୍ତି ହେବନାହିଁ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୨୧ ।
କବି ମାଟିମାଆର ଜୟଗାନରେ ଶତମୁଖ- ଏହାକୁ ପଠିତ କବିତା ଅନୁସରଣରେ ବର୍ଣ୍ଣନା କର । କିମ୍ବା, ମାଟିମାଆର ଜୟଗାନ କରିବାକୁ କବି ଯେପରି ଯଥାର୍ଥ ଜ୍ଞାନ କରିଛନ୍ତି, ତା’ର ସ୍ଵରୂପ ପଠିତ ‘ସର୍ବଂସହା ମାଟି’ କବିତାକୁ ଆଧାର କରି ବିଶ୍ଳେଷଣ କର ।
Answer:
ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ସ୍ଥାନ ସ୍ବତନ୍ତ୍ର । ସରଳ ଭାଷା, କୋମଳଭାବ ତଥା ଲୋଭନୀୟ ମଞ୍ଜୁଳ ଶୈଳୀ ତାଙ୍କ ସୃଷ୍ଟିନିଚୟର ମୁଖ୍ୟ ଆଧାର । କବିଙ୍କ ସୃଷ୍ଟିରେ ସ୍ଵଦେଶପ୍ରୀତି, ସାଂସ୍କୃତିକ ଚେତନା, ପଲ୍ଲୀପ୍ରାଣତା, ଜୀବନବୋଧ ତଥା ଆଧ୍ୟାତ୍ମିକତାର ସୁସମନ୍ଵୟ ପରିଦୃଷ୍ଟ ହୋଇଥାଏ । ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ସଞ୍ଚୟନ’, ‘ବିହାୟସୀ’, ‘ଝରାଶିଉଳି’, ‘ସ୍ବପ୍ନଦୀପ’, ‘କାକଳି’, ‘ମାଟି ପାଣି ପବନ’ ଆଦି କବିତା ସଙ୍କଳନ କବିଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ ।

ପଲ୍ଲୀପ୍ରାଣତା, ଜୀବନବୋଧ ତଥା ଆଧାତ୍ମିକତାର ସୁସମନ୍ଵୟ ପରିଦୃଷ୍ଟ ହୋଇଥାଏ । ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ସଞ୍ଚୟନ’, ‘ବିହାୟସୀ’, ‘ଝରାଶିଉଳି’, ‘ସ୍ବପ୍ନଦୀପ’, ‘କାକଳି’, ‘ମାଟି ପାଣି ପବନ’ ଆଦି କବିତା ସଙ୍କଳନ କବିଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ । ଆଲୋଚ୍ୟ ‘ସର୍ବଂସହା ମାଟି’ଶୀର୍ଷକ କବିତାଟି କବିଙ୍କ ‘ମାଟି ପାଣି ପବନ’ କବିତା ସଙ୍କଳନରୁ ସଂଗୃହୀତ, ଯେଉଁଥରେ କବିଙ୍କର ମାଟି ପ୍ରତି ମମତ୍ୱବୋଧ ପ୍ରକଟିତ ହେବା ସଙ୍ଗେ ସଙ୍ଗେ ମାନବ ଜୀବନ ପ୍ରତି ମାଟିର ମହନୀୟ ଅବଦାନକୁ କବି କରି ନିଜ ଦେଶାତ୍ମବୋଧ ଚେତନାର ପରିଚୟ ପ୍ରଦାନ କରିଛନ୍ତି ।

କବିଙ୍କ ମତରେ, ଜନ୍ମ ଜନ୍ମାନ୍ତର ତପସ୍ୟାର ଫଳସ୍ୱରୂପ ତାଙ୍କୁ ଭାରତବର୍ଷ ପରି ମହାନ୍ ଦେବଭୂମି, ବୀରଭୂମିରେ ଜନ୍ମଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପୁଣ୍ୟଭୂମି, ଭାରତବର୍ଷର ମୃତ୍ତିକା କେବଳ ତୁଚ୍ଛ ଗୋଡ଼ି, ମାଟି, ପଥର ନୁହେଁ, ବରଂ ଏହି ମାଟିର ପ୍ରତିଟି ଅଣୁ ପରମାଣୁରେ ଭରି ରହିଛି ଦିବ୍ୟ ଚେତନା । ଏ ମାଟିର ପ୍ରତିଟି ଧୂଳିକଣା ବହୁ ମହାମନୀଷୀ, ପୈଗମ୍ବର, ଅବତାରୀ ପୁରୁଷଙ୍କ ପଦସ୍ପର୍ଶରେ ପବିତ୍ର ହୋଇଛି । ବହୁ ବୀର, ସାହସୀ, ଯୋଦ୍ଧାଙ୍କର ରକ୍ତକଣିକା ଏ ମାଟିର ସ୍ବାତନ୍ତ୍ର୍ୟକୁ ପ୍ରମାଣିତ କରିଛି । ତେଣୁ ତପସ୍ୟା, ଦୈବୀ ଆଶୀର୍ବାଦ, ପ୍ରାରବ୍ଧ କର୍ମଫଳ ବିନା ଏ ମାଟିରେ ଜନ୍ମଲାଭ କରିବା କଦାପି ସମ୍ଭବ ନୁହେଁ । କବିଙ୍କ ଭାଷାରେ।

“କେତେ ଗପ କରି ଏକ ଜନମରେ
ଆସିଛି ତୋ’ ଦେଶେ ବୁଲି ।’’

ଦେବଭୂମି ଭାରତବର୍ଷର ପବିତ୍ର ଧୂଳିକଣାକୁ ମଥାରେ ବୋଳି ମହାପୁରୁଷମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବାକୁ କବି ଇଚ୍ଛାପୋଷଣ କରିଛନ୍ତି । ବୀର ସହିଦମାନଙ୍କର ରକ୍ତରଞ୍ଜିତ ଏଇ ମୁଭିକା ସ୍ପର୍ଶରେ କବି ନିଜ ହୃଦୟରେ ଦେଶପ୍ରେମଭାବ ଜାଗ୍ରତ କରିପାରିବେ ଓ ଜନ୍ମମାଟିର ସୁନାମ ବୃଦ୍ଧିରେ ପ୍ରୟାସୀ ହେବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । କବିଙ୍କ କଣ୍ଠରେ-

“ତୁହି ଦେବଭୂମି ତୁହି ଗାରଭୂମି
ତୁହି ମୋ ଭାରତ ମାଆ
ତୋର ପାଦ ଧୁଳି ପୁଣ୍ଡେ ହୋଇ କୋଳି
ରଖିବି ତୋହରି ନାଆଁ”

ସ୍ଵଦେଶପ୍ରେମୀ କବି ବିଦ୍ୟୁତ୍‌ପ୍ରଭା ଜନ୍ମମାଟିର ଦୀର୍ଘ ପ୍ରତୀକ୍ଷିତ ମୁକ୍ତି ଆସନ୍ନ ବୋଲି ଅନୁଭବ କରିଛନ୍ତି । ତାଙ୍କ ମତରେ, ପରାଧୀନତାର ଅମାରାତ୍ରି ଅବସାନ ହେବାର ସମୟ ଆଗତପ୍ରାୟ । ‘ସ୍ଵାଧୀନତା ରୂପକ ନବୋଦିତ ସୂର୍ଯ୍ୟ ଉଦୟ ହେବାର ପାହାନ୍ତି ପ୍ରହର ଉପଗତ । ସ୍ଵାଧୀନତା ପ୍ରାପ୍ତି ସନ୍ନିକଟ ପ୍ରାୟ ଉପଲବ୍ଧ କରି କବି ମୁକ୍ତି ସ୍ଵପ୍ନରେ ବିଭୋର ହୋଇଛନ୍ତି ଏବଂ ଜନ୍ମମାଟିର ଜୟଗାନ କରି ପୂର୍ବଜମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏବଂ ମହାଭାରତୀୟ ଦର୍ଶନରେ ଉଦ୍‌ବୁଦ୍ଧ ହୋଇ ଜନ୍ମମାଟିର ସମ୍ମାନ ଦିଗରେ ପ୍ରୟାସୀ ହେବେ ବୋଲି କହିଛନ୍ତି ।

‘ଚିର ଦୁଃଖର ତୋ ପାହାରି ଅନ୍ଧାର
ରାତି ଆସୁଅଛି ପାହି
ସେ ନୂଆ ସପନେ ଫୁଲେ ମୁଁ ଆନନ୍ଦେ
ଜୟ ଗାନ ତୋର ଗାଇ ।’’

ଜନ୍ମମାଟି ଭାରତବର୍ଷକୁ କବି ଚେତନଗର୍ଭା ବୋଲି କହିଛନ୍ତି । ମହାମନୀଷୀମାନଙ୍କ ସଂସ୍ପର୍ଶରେ ଆସି ଏହି ମୃତ୍ତିକା ଅଲୌକିକ ଆତ୍ମଭୌତିକ ଚୈତ୍ତ ସତ୍ତାର ଅଧିକାରୀ ହୋଇପାରିଛି । ଏହି ମୃତ୍ତିକା ମାନବ ହୃଦୟରେ ଦିବ୍ୟଚେତନା ସୃଷ୍ଟି କରିବାରେ ଅନନ୍ୟ ଅଲୌକିକ ଭୂମିକା ଗ୍ରହଣ କରିଥାଏ । ସେହି ପବିତ୍ର ମାଟିରେ ଜନ୍ମଲାଭ କରି କବି ଧନ୍ୟ ହୋଇଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ତାଙ୍କ ଅନ୍ତରରେ ଚେତନା ଜାଗ୍ରତ କରାଇବାପାଇଁ ସେ ଜନ୍ମମାଟିକୁ ଅନୁରୋଧ କରିଛନ୍ତି । ଯଦ୍ବାରା ଜଣେ ଚେତନଶୀଳ ନାଗରିକଭାବେ ସେ ନିଜ ଜନ୍ମଭୂମିର ଯଶ ଓ ସମ୍ମାନ ରକ୍ଷା ଦିଗରେ ନିଜକୁ ଉତ୍ସର୍ଗ କରିବାକୁ ସମର୍ଥ ହେବେ । ଜନ୍ମମାଟି ପ୍ରତି କବିମାନସର ଏତାଦୃଶ ଆବେଗଭରା ଆହ୍ବାନ କବିଙ୍କ ସ୍ଵଦେଶପ୍ରେମର ପରିଚୟ ପ୍ରଦାନ କରେ ।

ତୁମ ପାଇଁ କାମ

Question ୨୨ ।
କବି ବିଦ୍ଯୁପ୍ରଭା ଦେବୀଙ୍କର ଅନ୍ୟ କବିତାଗୁଡ଼ିକୁ ସଂଗ୍ରହକରି ପଢ଼ ।

Question ୨୩ ।
ଉକ୍ତ କବିତାଟିକୁ ଆବୃତ୍ତି ଅଥବା ସ୍ଵରସହ ଗାନ କର ।

Question ୨୪ ।
ମାଟି ମା ଉଦ୍ଦେଶ୍ୟରେ ଲିଖ୍ ଅନ୍ୟକବିମାନଙ୍କର କବିତାଗୁଡ଼ିକୁ ସଂଗ୍ରହ କରି ଶିକ୍ଷକଙ୍କୁ ଦେଖାଅ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି 1

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ନିଜେ ଦୁଃଖ ସହି କବି କ’ଣ କରିବାକୁ ଚାହିଁଛନ୍ତି ?
Answer:
ପାହାଡ଼ ପଥର

Question 2.
ସର୍ବଂସହା ମାଟିର ଦେହ କିଏ ?
Answer:
ଜଗତର ହିତ ସାଧନ

Question 3.
ଦେହ ପାହାଡ଼ ପଥର ହେଲେ ବି ମାଟିମାଆର ପ୍ରାଣଟି କିପରି ?
Answer:
କଅଁଳ ପତ୍ର ପରି

Question 4.
କବିତାରେ କବି କାହାକୁ ସର୍ବସହଣୀ ବୋଲି କହିଛନ୍ତି ?
Answer:
ମାଟି

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 5.
ମାଟି ମା’ର ପ୍ରାଣ କିପରି ବୋଲି କବିତାରେ କୁହାଯାଇଛି ?
Answer:
କଅଁଳ ପତ୍ର ପରି

Question 6.
ଭାରତମାତାଙ୍କର ନାମ କିପରି ରଖୁବାକୁ କବି କହିଛନ୍ତି ?
Answer:
ପାଦଧୂଳି ମୁଣ୍ଡରେ ବୋଳି

Question 7.
ଜଗତର ମଙ୍ଗଳ ପାଇଁ ମାଟି ମା’ର କେଉଁ ଗୁଣକୁ କବି ମାଗିଛନ୍ତି ?
Answer:
ପୌର୍ଯ୍ୟ

Question 8.
କବି କାହାକୁ ମା’ ବୋଲି କହିଛନ୍ତି ?
ଭ-
ନିଜ ଗାଁ ମାଟିକୁ

Question 9.
ବିଦ୍ୟୁତପ୍ରଭାଦେବୀ କେଉଁ ପୁସ୍ତକ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ?
Answer:
ସଞ୍ଚୟନ

Question 10.
ଭାରତମାତାର ପ୍ରାଣ କିଭଳି ବୋଲି କବି କହିଛନ୍ତି ?
Answer:
କଅଁଳ ପତର

Question 11.
ଛାତିକୁ ନିଦା କରିବାକୁ କବି ମାଟିମାଆଠାରୁ କ’ଣ ଭିକ୍ଷାକରିଛନ୍ତି ?
Answer:
ପୌର୍ଯ୍ୟ

Question 12.
ନଈ, ସମୁଦ୍ରରେ ମାଟି ମା’ କ’ଣ ରଖିଛନ୍ତି ବୋଲି କବି କହିଛନ୍ତି ?
Answer:
ହସକଥା

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
‘ସର୍ବଂସହା ମାଟି’ କବିତାଟି କବିଙ୍କର କେଉଁ ପୁସ୍ତକରୁ ଆନୀତ ?
Answer:
‘ସର୍ବଂସହା ମାଟି’ କବିତାଟି କବିଙ୍କର ‘ମାଟି ପାଣି ପବନ’ ପୁସ୍ତକରୁ ଆନୀତ ।

Question 2.
କେଉଁ କବିତା ପୁସ୍ତକ ପାଇଁ କବି ବିଦ୍ୟୁତପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ହୋଇଛନ୍ତି ?
Answer:
‘ସଞ୍ଚୟନ’ କବିତା ପୁସ୍ତକ ପାଇଁ କବି ବିଦ୍ୟୁତପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଛନ୍ତି ।

Question 3.
କବିଙ୍କ ଦେହରେ କିଏ ବଳ ଦେଇଛି ?
Answer:
ମାଟିମାଆର ମିଠା ପାଣି ଓ ଧୀର ପବନ କବିଙ୍କ ଦେହରେ ବଳ ଦେଇଛି ।

Question 4.
ଆରାମ ଦେବାପାଇଁ ମାଟିମାଆ କ’ଣ ବିଛାଇ ରଖୁଛି ?
Answer:
ଆରାମ ଦେବାପାଇଁ ମାଟିମାଆ ସବୁଜ ଘାସର କଅଁଳ ବିଛଣା ବିଛାଇ ରଖୁଛି ।

Question 5.
ମାଆ ପରି କିଏ ଆମ ଅଳି ଅର୍ଦ୍ଧଳି ସହୁଛି ?
Answer:
ମାଆ ପରି ମାଟିମାଆ ଆମ ଅଳି ଅର୍ଦ୍ଧଳି ସହୁଛି !

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 6.
ମାଟିମାଆ କାହିଁକି ଆମର ସମସ୍ତ ଦୋଷକୁ କ୍ଷମାକରି ଦେଉଛି ?
Answer:
ମାଟିମାଆ ଆମକୁ ତା’ ନିଜର ସନ୍ତାନ ମନେକରି ଆମର ସମସ୍ତ ଦୋଷକୁ କ୍ଷମାକରି ଦେଉଛି ।

Question 7.
ମାଟି ମାଆର ଶରୀର କେଉଁଥ‌ିରେ ଗଢ଼ା ବୋଲି କବି କହିଛନ୍ତି ?
Answer:
ମାଟି ମାଆର ଶରୀର ପାହାଡ଼ ପଥରରେ ଗଢ଼ା ବୋଲି କବି କହିଛନ୍ତି ।

Question 8.
ମାଟିମାଆର ପ୍ରାଣ କିପରି ?
Answer:
ମାଟି ମାଆର ପ୍ରାଣ କଅଁଳ ପତ୍ର ପରି ଅତ୍ୟନ୍ତ କୋମଳ ।

Question 9.
ସନ୍ତାନ ମୁଖରେ କେତେବେଳେ ହସ ଫୁଟିଉଠେ ?
Answer:
ମାଟିମାଆ ହସିଲେ ସନ୍ତାନ ମୁଖରେ ହସ ଫୁଟିଉଠେ ।

Question 10.
ମାଟିର ମହାଯଶ ଘୋଷିବାକୁ କବି କାହାଠାରୁ ଆଦେଶ ପାଇଛନ୍ତି ?
Answer:
ମାଟିର ମହାଯଶ ଘୋଷିବାକୁ କବି ଜନ୍ମଭୂମିର ଅନ୍ତରରୁ ଆଦେଶ ପାଇଛନ୍ତି ।

Question 11.
ବଣ ପକ୍ଷୀର ଡାକ ଶୁଣି ଦେହରେ କି ଭାବ ସୃଷ୍ଟି ହୁଏ ?
Answer:
ବଣ ପକ୍ଷୀର ଡାକ ଶୁଣି ଆନନ୍ଦରେ ଛାତି ଫୁଲିଉଠେ ଏବଂ ଆଖ୍ ବାସ୍ତବତାକୁ ଭୁଲିଯାଏ ।

Question 12.
ମାଆମାଟି ସମସ୍ତଙ୍କ ଉପରେ ସମାନ ଭାବରେ କ’ଣ ବାଣ୍ଟି ଦେଇଛି ?
Answer:
ମାଆମାଟି ସମସ୍ତଙ୍କ ଉପରେ ସମାନ ଭାବରେ ତା’ର ସ୍ନେହକୁ ବାଣ୍ଟି ଦେଇଛି ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 13.
ଆମ ଭାରତ ମାଆ କିପରି ବୋଲି କବି କହିଛନ୍ତି ?
Answer:
ଆମ ଭାରତ ମାଆ

Question 14.
କବୟିତ୍ରୀ ବିଦ୍ୟୁତପ୍ରଭା
Answer:
କବୟିତ୍ରୀ ବିଦ୍ୟୁତପ୍ରଭା ଦେବୀଙ୍କ ରଚିତ ଦୁଇଟି କବିତା ପୁସ୍ତକର ନାମ ହେଲା କନକାଞ୍ଜଳି ଓ ମରୀଚିକା ।

Question 15.
କବି କେଉଁ ବଳରେ ପବିତ୍ର ଦେବଭୂମିରେ ଜନ୍ମଗ୍ରହଣ କରିଛନ୍ତି ?
Answer:
କବି କେତେ ଜନ୍ମର ପୁଣ୍ୟକର୍ମ ବଳରେ ପବିତ୍ର ଦେବଭୂମିରେ ଜନ୍ମଗ୍ରହଣ କରିଛନ୍ତି ।

Question 16.
କ’ଣ ଘୋଷିବାକୁ କବି ଜନ୍ମଭୂମିଠାରୁ ଅନ୍ତର୍ଗତ ଆଦେଶ ପାଇଛନ୍ତି ?
Answer:
ମାଟିମାଆର ମହାଯଶ ଘୋଷିବାକୁ କବି ଜନ୍ମଭୂମିଠାରୁ ଅନ୍ତର୍ଗତ ଆଦେଶ ପାଇଛନ୍ତି ।

Question 17.
ଦେହ ପାହାଡ଼ ପଥର ହେଲେ ବି ମାଟିମାଆର ପ୍ରାଣ କିପରି ?
Answer:
ଦେହ ପାହାଡ଼ ପଥର ହେଲେ ବି ମାଟି ମାଆର ପ୍ରାଣ କଅଁର ପତ୍ରପରି କୋମଳ ।

(B) । ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ବିଦ୍ୟୁତପ୍ରଭା ଦେବୀ କେଉଁ ସମୟର କବି ?
Answer:
ସ୍ୱାଧାନତା ପରବର୍ତ୍ତୀ

Question 2.
କବିତାରେ କବି କାହାର ଗୁଣାବଳୀ ବର୍ଣ୍ଣନା କରିଛନ୍ତି ?
Answer:
ମାଟିମାଆର

Question 3.
‘ସର୍ବଂସହା ମାଟି’ କବିତାରେ କବି ମନୁଷ୍ୟର କେଉଁ ଚେତନାକୁ ଜାଗ୍ରତ କରାଇବାକୁ ଆହ୍ଵାନ ଦେଇଛନ୍ତି ?
Answer:
ସୁପ୍ତ ବିବ୍ୟଚେତନାକୁ

Question 4.
ମାଟିମାଆ ସମସ୍ତଙ୍କ ଉପରେ ସମାନଭାବରେ କ’ଣ ବାଣ୍ଟି ଦେଇଛି ?
Answer:
ସ୍ନେହ

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 5.
‘ସରବ ସହଣୀ’ କହିଲେ କ’ଣ ବୁଝ ?
Answer:
ସବୁକିଛି ସହିବାରେ ନିପୁଣା

Question 6.
‘ସବୁରି ଉପରେ ସେନେହ ତୋହର ସମାନେ ଦେଇଛୁ ବାଣ୍ଟି’ ।
Answer:
ନିରପେକ୍ଷତା

Question 7.
ମାଟିମାଆ ତା’ର ସନ୍ତାନ ପାଇଁ ଖାଦ୍ୟ କେଉଁଠାରେ ସଜାଇ ରଖୁଛି ?
Answer:
ଗଛଲତାରେ

Question 8.
ଏହି ପାଦରେ ମାଟିମାଆଙ୍କର କେଉଁ ଗୁଣ ପ୍ରକାଶିତ ହେଉଛି ?
Answer:
ବୁକ୍ ଫୁଲା ଆନନ୍ଦ

Question 9.
‘ସର୍ବଂସହା ମାଟି’ କବିତାରେ କବି କାହାର ମୁକ୍ତି କାମନା କରିଛନ୍ତି ?
Answer:
ଭାରତମାଆର

Question 10.
କବି ବିଦ୍ୟୁତପ୍ରଭଭା ଦେବୀ କଟକ ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ନାଟରା

Question 11.
‘ସର୍ବଂସହା ମାଟି’ କବିତାର କବି କିଏ ?
Answer:
ବିଦ୍ୟୁପ୍ରଭା ଦେବୀ

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 12.
ବିଦ୍ୟୁପ୍ରଭା ଦେବୀ କେଉଁ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଥିଲେ ?
Answer:
ସଞ୍ଚୟନ

Question 13.
‘ସର୍ବଂସହା ମାଟି’ କବିତାଟି କବିଙ୍କର କେଉଁ କବିତା ପୁସ୍ତକରୁ ସଂଗୃହୀତ ?
Answer:
ମାଟି ପାଣି ପବନ

Question 14.
ସନ୍ତାନର ମୁକ୍ତି କାହା ମୁକ୍ତିରେ ନିହିତ ଅଛି ?
Answer:
ଜନ୍ମଭୂମିର ମୁକ୍ତିରେ

Question 15.
କେଉଁ ପକ୍ଷୀର ଡାକ ଶୁଣିଲେ ବୁକୁ ଫୁଲି ଉଠେ ?
Answer:
ବଣପକ୍ଷୀ

Question 16.
କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କର କେଉଁ ପ୍ରକାର ଚାବିକାଠି ହଜିଯାଇଛି ?
Answer:
ଚେତନା

Question 17.
ଦେହ ପାହାଡ଼ ପଥର ହେଲେ ବି ଜନ୍ମମାଟିର ପ୍ରାଣ କିପରି ହୋଇଥାଏ ?
Answer:
କଅଁଳ

Question 18.
କବି ବିଦ୍ୟୁତପ୍ରଭା ଦେବୀ କାହାକୁ ସର୍ବସହଣୀ ବୋଲି କହିଛନ୍ତି ?
Answer:

Question 19.
ମାଟିମାଆର ମିଠା ପାଣି ଓ ଧୀରପବନ କବିଙ୍କ ଦେହରେ କ’ଣ ଭରି ଦେଇଛି ବୋଲି କବି କହିଛନ୍ତି ?
Answer:
ବଳ

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 20.
‘ସର୍ବଂସହା ମାଟି’ କବିତାରେ କବିଙ୍କୁ ଶକ୍ତି ଓ ତୃପ୍ତି କିଏ ଦେଇଛି ?
Answer:
ଗଛଲତାର ଫଳ

Question 21.
ଦେହ ଦୁଃଖ ପାଇଁ ମାଟିମାଆ କ’ଣ ସାଇତି ରଖୁଛି ?
Answer:
ଚେରମୂଳି, ଗଛଲତା

Question 22.
ମାଟି ମାଆ ମନସୁଖ ଲାଗି ହସକଥା କେଉଁଠାରେ ଭରି ରଖୁଛି ?
Answer:
ନଈ ସମୁଦ୍ରରେ

Question 23.
କେଉଁ ପକ୍ଷୀର ଡାକ ବୁକୁକୁ ଫୁଲାଇବା ସହ ଆଖୁକୁ ଭୁଲାଇଦିଏ ?
Answer:
ବଣପକ୍ଷୀର ଡାକ

Question 24.
ଯେତେ ଦୋଷ କଲେ ମଧ୍ୟ କ’ଣ ମନେକରି ମାଟି ମାଆ ସବୁଦୋଷ କ୍ଷମା କରିଦେଇଛି ?
Answer:
ନିଜ ସନ୍ତାନ ମନେକରି

Question 25.
ମାଟିମାଆର ଶରୀର କେଉଁଥରେ ଗଢ଼ା ବୋଲି କବି କହିଛନ୍ତି ?
Answer:
ପାହାଡ଼ ପଥରରେ

Question 26.
ମାଟିମାଆର ପ୍ରାଣ କିପରି ?
Answer:
କୋମଳ ପତ୍ର ସଦୃଶ

Question 27.
କବି ମାଟିମାଆକୁ କ’ଣ ଖୋଜିବାକୁ କହିଛନ୍ତି ?
Answer:
ଚେତନ’ର ଚାବିକାଠି

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 28.
କବି ଚେତନଗର୍ଭା ବୋଲି କାହାକୁ କହିଛନ୍ତି ?
Answer:
ମାଟିମାଆକୁ

Question 29.
‘ସର୍ବଂସହା ମାଟି’ କବିତାରେ କବି କାହାକୁ ଦେବଭୂମି ଓ ବୀରଭୂମି ବୋଲି କହିଛନ୍ତି ?
Answer:
ଭାରତ ଜନନୀକୁ

Question 30.
ନିଜେ ଦୁଃଖ ସହି କାହା ପାଇଁ ଦିନରାତି ଲାଗିପଡ଼ିବେ ବୋଲି କବି କହିଛନ୍ତି ?
Answer:
ଜଗତ ପାଇଁ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
ଭାରତାମାତାର ………………………. କଅଁଳ ପତର ବୋଲି କବି କହିଛନ୍ତି ।
Answer:
ପ୍ରାଣ,

Question 2.
କବିତାରେ କବି ମାଟିକୁ ………………………….. ସହିତ ତୁଳନା କରିଛନ୍ତି ।
Answer:
ମାଆ,

Question 3.
ସନ୍ତାନର ରାଗରେ।ଷ ଜନିତ ଦୋଷକୁ …………………… ଭୁଲିଯାଏ ।
Answer:
ଜନନୀ,

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 4.
ସନ୍ତାନର ଅଳି ଅର୍ଦ୍ଦଳିକୁ ମାଆପରି …………………… ସହିଯାଏ ।
Answer:
ମାଟି ମାଆ,

Question 5.
ମାଟି ମାଆଠାରୁ କବି ………………………. ପାଇବାପାଇଁ ପ୍ରାର୍ଥନା କରିଛନ୍ତି ।
Answer:
ଧୈର୍ଯ୍ୟ,

Question 6.
କବିତାରେ କବି ………………… କୁ ପାଆ ବୋଲି କହିଛନ୍ତି ।
Answer:
ନିଜ ଜନ୍ମମାଟିକୁ,

Question 7.
ଛାତିକୁ ନିଦା କରିବାକୁ କବି ମାଟିମାଆଠାରୁ …………………….. ଭିକ୍ଷା କରିଛନ୍ତି ।
Answer:
ଧୈର୍ଯ୍ୟ,

Question 8.
ନଈ, ସମୁଦ୍ରରେ ମାଟି ମା’………………………… ରଖିଛନ୍ତି ବୋଲି କବି କହିଛନ୍ତି।
Answer:
ହସକଥା,

Question 9.
ମାଟି ମାଆ ସମସ୍ତଙ୍କ ଉପରେ ସମାନ ଭାବରେ ……………… ଗାଣ୍ଡି ଦେଇଛି ।
Answer:
ସ୍ନେହ,

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 10.
ମାଟିମାଆ ତା’ର ସନ୍ତାନ ପାଇଁ ଖାଦ୍ୟ ………………. ରେ ସଜାଇ ରଖୁଛି ।
Answer:
ଗଛଲତା

Question 11.
କବି କଟକ ଜିଲ୍ଲାର …………………. ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
Answer:
ନାଟରା

Question 12.
ମାଟି ମାଆ ……………………… ବୋଲି କବି କହିଛନ୍ତି ।
Answer:
ସର୍ବ ସହଣୀ,

Question 13.
କବି …………………… କୁ ସରବ ସହଶା ବୋଲି କହିଛନ୍ତି।
Answer:
ମାଟିମାଆ,

Question 14.
କବିଙ୍କୁ ଶକ୍ତି ଓ ତୃପ୍ତି …………………….. ଦେଇଛି ।
Answer:
ଗଛଲତାର ଫଳ

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।

1. କ୍ଷୀର କାକଳିରୁ ନାରୀକବି ଉତ୍ସାହ ପାଇଛନ୍ତି ।
2. କବିତାରେ କବି ସନ୍ତାନମାନଙ୍କର ମୁକ୍ତି କାମନା କରିଛନ୍ତି ।
3. ‘ସର୍ବଂସହା ମାଟି’ କବିତାର କବି ବିଦ୍ଯୁପ୍ରଭା ଦେବୀ ।
4. ‘ସର୍ବଂସହା ମାଟି’ କବିତାଟି କବିଙ୍କର ‘ମାଟି ପାଣି ପବନ’ କବିତା ପୁସ୍ତକରୁ ସଂଗୃହୀତ ।
5. ବଣପକ୍ଷୀର ଡାକ ଶୁଣିଲେ ବୁକୁ ଫୁଲି ଉଠେ ।
6. ସରଗ ଡାକିଲେ ମଧ୍ୟ ମାଟିମାଆର କାଖ ଛାଡ଼ି ଯିବାକୁ ମନ ବଳେ ନାହିଁ ।
7. ଯେତେ ଦୋଷ କଲେ ମଧ୍ୟ ନିଜ ସନ୍ତାନ ମନେକରି ମାଟିମାଆ ସବୁ ଦୋଷ କ୍ଷମା କରିଦେଇଛି ।
8. କବି ମାଟିମାଆକୁ ଚେତନାର ଚାବିକାଠି ଖୋଜିବାକୁ କହିଛନ୍ତି ।
୨. ନିଜେ ଦୁଃଖ ସହି ଜଗତ ପାଇଁ ଦିନରାତି ଲାଗିପଡ଼ିବେ ବୋଲି କବି କହିଛନ୍ତି ।
10. ମାଟିମାଆର ମହାଯଶ ଘୋଷିବାକୁ କବି ଆଦେଶ ପାଇଛନ୍ତି ।
11. ମାଟିମାଆ ମନସୁଖ ଲାଗି ହସକଥା ବିଲବାଡ଼ିରେ ଭରି ରଖୁଛି ।
12. ମାଟିମାଆର ଶରୀର ପାଣି କାଦୁଅରେ ଗଢ଼ା ବୋଲି କବି କହିଛନ୍ତି ।
13. କବି ଚେତନଗର୍ଭା ବୋଲି ମାଟି ମାଆକୁ କହିଛନ୍ତି ।
14. ଭାରତ ମାଆର ପାଦଧୂଳି ଗଳାରେ ବୋଳି ହେବାପାଇଁ କବି କହିଛନ୍ତି ।
Answer:
1. କ୍ଷୀର କାକଳିରୁ ନାରୀକବି ଉତ୍ସାହ ପାଇଛନ୍ତି । (F)
2. କବିତାରେ କବି ସନ୍ତାନମାନଙ୍କର ମୁକ୍ତି କାମନା କରିଛନ୍ତି । (F)
3. ‘ସର୍ବଂସହା ମାଟି’ କବିତାର କବି ବିଦ୍ଯୁପ୍ରଭା ଦେବୀ । (T)
4. ‘ସର୍ବଂସହା ମାଟି’ କବିତାଟି କବିଙ୍କର ‘ମାଟି ପାଣି ପବନ’ କବିତା ପୁସ୍ତକରୁ ସଂଗୃହୀତ । (T)
5. ବଣପକ୍ଷୀର ଡାକ ଶୁଣିଲେ ବୁକୁ ଫୁଲି ଉଠେ । (T)
6. ସରଗ ଡାକିଲେ ମଧ୍ୟ ମାଟିମାଆର କାଖ ଛାଡ଼ି ଯିବାକୁ ମନ ବଳେ ନାହିଁ । (T)
7. ଯେତେ ଦୋଷ କଲେ ମଧ୍ୟ ନିଜ ସନ୍ତାନ ମନେକରି ମାଟିମାଆ ସବୁ ଦୋଷ କ୍ଷମା କରିଦେଇଛି । (T)
8. କବି ମାଟିମାଆକୁ ଚେତନାର ଚାବିକାଠି ଖୋଜିବାକୁ କହିଛନ୍ତି । (T)
୨. ନିଜେ ଦୁଃଖ ସହି ଜଗତ ପାଇଁ ଦିନରାତି ଲାଗିପଡ଼ିବେ ବୋଲି କବି କହିଛନ୍ତି । (T)
10. ମାଟିମାଆର ମହାଯଶ ଘୋଷିବାକୁ କବି ଆଦେଶ ପାଇଛନ୍ତି । (T)
11. ମାଟିମାଆ ମନସୁଖ ଲାଗି ହସକଥା ବିଲବାଡ଼ିରେ ଭରି ରଖୁଛି । (F)
12. ମାଟିମାଆର ଶରୀର ପାଣି କାଦୁଅରେ ଗଢ଼ା ବୋଲି କବି କହିଛନ୍ତି । (F)
13. କବି ଚେତନଗର୍ଭା ବୋଲି ମାଟି ମାଆକୁ କହିଛନ୍ତି । (T)
14. ଭାରତ ମାଆର ପାଦଧୂଳି ଗଳାରେ ବୋଳି ହେବାପାଇଁ କବି କହିଛନ୍ତି । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶକତି ବିଛଣା
ସହଶା ଗଛଲତା
ଘାସର ସମୁଦ୍ର
ଅଳି ତୃପତି
ଚେର ମୂଳି ସୁଖ
ନଈ ଅବଦଳି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶକତି ତୃପତି
ସହଶା ମାଟି
ଘାସର ବିଛଣା
ଅଳି ଅବଦଳି
ଚେର ମୂଳି ଗଛଲତା
ନଈ ସମୁଦ୍ର

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ବୁକୁ କ୍ଷମିଅଛୁ
ଦୋଷ ଧରିଫୁଁ
ରାଗ ଜଗତ
ଅମାପ ପଥର
ପାହାଡ ପତର
କଅଁଳି ରୋଷ
ଫୁଲା ଏ

Answer:

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ବୁକୁ ଫୁଲା ଏ
ଦୋଷ କ୍ଷମିଅଛୁ
ରାଗ ରୋଷ
ଅମାପ ଧରିଫୁଁ
ପାହାଡ ପଥର
କଅଁଳି ପତର

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ଦୁଃଖ ଅନ୍ଧାର
ଘୋଷି ସପନ
ପାହାନ୍ତି ଦଡମଡି
ନୂଆ ପାଦଧ୍ଥାଳି
ଦେବଭୂମି ଗାର ଭୂମି
ଚେତନା ଚାବିକାଠି
ମହାଯଶ

Answer:

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ଦୁଃଖ ଦଡମଡି
ଘୋଷି ମହାଯଶ
ପାହାନ୍ତି ଅନ୍ଧାର
ନୂଆ ସପନ
ଦେବଭୂମି ଗାର ଭୂମି
ଚେତନା ଚାବିକାଠି

କରି ପରିଚୟ

ସ୍ଵାଧାନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତରେ ପାରାକବି ବିହ୍ୟୁତ୍ ପ୍ରଭା ଦେବା ଥିଲେ ଅନିର୍ବଚାନୟ କାବ୍ୟପ୍ରତିଭାର ଅଧିକାରିଣୀ । ସେହି ପ୍ରଜ୍ଞାଦୀପ୍ତ କବିଙ୍କ ସୃଷ୍ଟିନିଚୟ ତାଙ୍କ ସ୍ଵଦେଶପ୍ରୀତି, ସାଂସ୍କୃତିକ ଚେତନା, ଜୀବନବୋଧ, ଆଧ୍ୟାତ୍ମିକତା ତଥା ନିସର୍ଗଦୃଷ୍ଟିର ପରିପ୍ରକାଶରେ ହୋଇଛି ସୁମଞ୍ଜୁଳ । ତାଙ୍କ ସାରସ୍ଵତ ଲେଖନୀ ନିଃସୃତ ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ସଞ୍ଚୟନ’, ‘ବିହାୟସୀ’ ପ୍ରଭୃତି କବିତାପୁସ୍ତକ ଓଡ଼ିଆ ସାହିତ୍ୟକୁ କରିଛି ସମୃଦ୍ଧ ।

ସୃଜନାଭିମୁଖ୍ୟ

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତରେ ବିଦ୍ୟୁତ୍‌ପ୍ରଭା ଦେବୀ ଜଣେ ବିଶିଷ୍ଟ ତଥା ଜନପ୍ରିୟ କବି ଭାବେ ପରିଚିତା । ସ୍ଵଦେଶପ୍ରୀତି, ସାଂସ୍କୃତିକ ଚେତନା, ଜୀବନବୋଧ, ଆଧ୍ୟାମ୍ବିକତା, ନିଃସର୍ଗ ଦୃଷ୍ଟିର ମଞ୍ଜୁଳ ପରିପ୍ରକାଶରେ ତାଙ୍କ ସୃଷ୍ଟି ଉଦ୍‌ଭାସିତ । କବିଙ୍କ ‘ମାଟି ପାଣି ପବନ’ କବିତା ପୁସ୍ତକରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରେ କବି ମାଟିକୁ ମାଆ ସହିତ ତୁଳନା କରି ମାଟି ମାଆର ମହନୀୟ ଗୁଣାବଳୀ ବର୍ଣ୍ଣନା କରିବା ସହ ମନୁଷ୍ୟର ସୁପ୍ତ ଦିବ୍ଯ ଚେତନାକୁ ଜାଗ୍ରତ କରିବାପାଇଁ ଆହ୍ଵାନ ଦେଇଛନ୍ତି ।

କବିତାର ପ୍ଠଷ୍ଠଭୂମି

‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’- ଏହି ମନ୍ତ୍ରରେ ଅଭିମନ୍ତ୍ରିତ ନାରୀକବିଙ୍କ ସାରସ୍ଵତ ଦୃଷ୍ଟିରେ ଏ ମାଟି ହେଉଛି ସର୍ବଂସହା । ସେ ଜନନୀତୁଲ୍ୟା ପୂଜନୀୟା । ତା’ ହୃଦୟର ସକଳ ସ୍ନେହକୁ ସେ ତା’ର ସମସ୍ତ ସନ୍ତାନମାନଙ୍କ ଭିତରେ ସମାନ ଭାବରେ ବାଣ୍ଟି ଦେଇଛି । ତା’ର ମିଠାପାଣି, ଧୀରପବନ ତଥା ଗଛଲତାର ଫଳ ତା’ ସନ୍ତାନମାନଙ୍କ ହୃଦୟରେ ଭରିଦେଇଛି ଶକ୍ତି ଓ ତୃପ୍ତି । ସମସ୍ତଙ୍କ ପାଇଁ ସେ ସଜାଇ ରଖୁଛି ତା’ର ସବୁଜଘାସର ଆରାମଦାୟକ କୋମଳ ବିଛଣା । ମାଆ ପରି ସନ୍ତାନର ସକଳ ଅଳି ଅର୍ଦ୍ଧଳି ସହି ତା’ର ରୋଗପୀଡ଼ା ନିବାରଣ ପାଇଁ ସାଇତି ରଖୁଛି ବୃକ୍ଷଲତାର ବିଭିନ୍ନ ଚେରମୂଳି ଔଷଧ । ଚିତ୍ତବିନୋଦନ ନିମନ୍ତେ ସେ ନଦୀସମୁଦ୍ରରେ ଭରିରଖୁଛି ଅନେକ ହସକଥା । ତା’ବଣପକ୍ଷୀର ଡାକ ମନକୁ ଆନମନା କରିଦେବା ସହ ଗର୍ବରେ ବକ୍ଷକୁ ସ୍ତ୍ରୀତ କରିଦିଏ । ମାଟି ମାଆର କୋଳରେ ରହି ଦିବ୍ୟସୁଖ ଲାଭ କରୁଥିବାବେଳେ ସ୍ଵର୍ଗ ଡାକିଲେ ମଧ୍ୟ ମାଆର ସୁଖମୟ କୋଳ ଛାଡ଼ିଯିବାକୁ ମଣିଷ ଅନିଚ୍ଛୁକ ହୁଏ ।

କେତେ ଜନ୍ମର ପୁଣ୍ୟକର୍ମ ବଳରେ ମାନବ ଏହି ପବିତ୍ର ଦେବଭୂମିରେ ଜନ୍ମଗ୍ରହଣ କରେ । ଜନ୍ମକାଳରୁ ସେ ମାଟିମାଆ ପାଖରେ ଯେତେ ରାଗ, ରୋଷ ଓ ତା’ଦେହରେ ଯେତେ ଆଘାତ ଦେଲେ ମଧ୍ୟ ସକଳ ଦୋଷକୁ ନିଜ ସନ୍ତାନ ମନେକରି ମାଟିମାଆ କ୍ଷମା କରିଦିଏ । ସେହି ମାଟିମାଆ ଅମାପ ଶକ୍ତିଶାଳିନୀ । ତେଣୁ କବି ନିଜେ ସକଳ ଦୁଃଖକୁ ସହି ଆପଣାକୁ ଜଗତର ମଙ୍ଗଳ କର୍ମରେ ନିୟୋଜିତ କରିବା ନିମନ୍ତେ ନିଜ ଛାତିକୁ ଟାଣ କରିବାପାଇଁ ମାଟିମାଆ ନିକଟରେ ଶକ୍ତି ପ୍ରାର୍ଥନା କରିଛନ୍ତି । ମାଟିମାଆର ଶରୀର ପାହାଡ଼ ପଥରରେ ଗଠିତ ହେଲେ ମଧ୍ୟ ତା’ର ପ୍ରାଣ କୋମଳ ପତ୍ର ସଦୃଶ । ତେଣୁ ସଂସାରର ଦୁଃଖ ଜଞ୍ଜାଳ ସହିବାକୁ ତାଙ୍କୁ ତା’ପରି ଦୃଢ଼ କରିଦେବାକୁ କବି ନିବେଦନ କରିଛନ୍ତି ।

ମାଟିମାଆର ମୁକ୍ତିରେ ହିଁ ସନ୍ତାନର ମୁକ୍ତି । ତା’ର ହସରେ ହିଁ ସନ୍ତାନ ମୁଖରେ ଫୁଟେ ହସ । କିନ୍ତୁ ସନ୍ତାନମାନଙ୍କ ଚିତ୍ତରୁ ଆଜି ହଜିଯାଇଛି ସେହି ଚିନ୍ତା ଓ ଚେତନା । କବିଙ୍କ ଦୃଷ୍ଟିରେ ବୀରଭୂମି, ଦେବଭୂମି ଭାରତଜନନୀ ହେଉଛନ୍ତି ଚେତନଗର୍ଭା । ତେଣୁ ସେ ହଜିଯାଇଥିବା ସେହି ସୁପ୍ତଚେତନାକୁ ସନ୍ତାନଙ୍କ ହୃଦୟରେ ଜାଗ୍ରତ କରାଇବାପାଇଁ ନିବେଦନ କରିଛନ୍ତି । ସେହି ଜନ୍ମଭୂମିର ଅନ୍ତର୍ଗତ ଆଦେଶ ଲାଭ କରି କବି ତାଙ୍କ ଯଶୋଗାନ କରିଚାଲିଛନ୍ତି । ମାଟିମାଆର ଦୁଃଖର ରାତ୍ରି ପାହିଆସିଲାଣି । ନୂତନ ସ୍ଵପ୍ନରେ ଉତ୍‌ଫୁଲ୍ଲିତ ହୋଇ ମହାନନ୍ଦରେ ତା’ର ପାଦଧୂଳିକୁ ମସ୍ତକରେ ବୋଳି ମାତୃଭୂମିର ଜୟଗାନ କରିବା ସହିତ ତା’ର ସୁନାମ ରକ୍ଷା କରିବା ନିମନ୍ତେ କବି ଆହ୍ୱାନ ଦେଇ ଗାଇଛନ୍ତି-

ତୁହି ମୋ ଭାରତ ମାଆ
ଗୁଣ୍ଡେ ହୋଇ ବୋଲି
ମୁଣ୍ଡେ ହୋଇ ବୋଳି
ରଖୁ ତୋହର ନାଆଁ ।

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ସର୍ବଂସହା – ସବୁ ଅଳିଅର୍ଦ୍ଦଳି ଯିଏ ସହେ
  • ସରବ – ଯିଏ ସବୁ କିଛି ସହିବା ଗୁଣରେ ନିପୁଣ
  • କ୍ଷମିଅଛୁ – କ୍ଷମା କରିଛୁ
  • ରୋଷ – କ୍ରୋଧ
  • ବଡ଼ମଡ଼ି – ଜଞ୍ଜାଳ
  • ଯଶ – କାର୍ତ୍ତ
  • ମୁକତି – ମୁକ୍ତି, ସ୍ୱାଧାନ
  • ଚେତନ – ଗରଭା – ଚେତନଗର୍ଭା ଭାତରେ ବିବିଧ ଚେତନା ସମୟକ୍ରମେ ଉନ୍ମେଷିତ ଓ ପ୍ରବର୍ତ୍ତିତ ହୋଇ ଜଗତକୁ ପ୍ରଭାବିତ କରିଛି ।
  • ଅମାପ – ଅଙ୍କଳନ (ଯାହାକୁ ମାପି ହେବ ନାହିଁ)
  • ଧରିଫୁଁ – ଶକ୍ତି ହେତୁ/ଧୌର୍ଯ୍ୟ ହେତୁ
  • ନିଦା – ବହୁ ଓଜନ ବିଶିଷ୍ଣ/ ଦୃଢ଼ / ଟାଣ/ ଶକ୍ତି
  • ବୁକୁ – ବକ୍ଷ / ଛାତି
  • ସରଗ – ସ୍ଵର୍ଗ
  • ଜୟଗାନଗାତ – ଭାରତ ମାଟି ମାଆର ଜୟଗାନ କରିବା।
  • ବାରଭୂମି – ଭାରତମାଟି ଇତିହାସରେ ‘ପାର୍ ଭୂର୍ମ’ ରୂପେ ପରିଚିତ ।

Leave a Comment