BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେବାର ପ୍ରାୟ କୋଡ଼ିଏ ବର୍ଷ ପରେ ବିଭିନ୍ନ କାରଣ ଯୋଗୁଁ ୧୯୩୯ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସଂଘଟିତ ହୋଇଥିଲା ।
  • ପ୍ରଥମ ବିଶ୍ଵଯୁଦ୍ଧ ପରେ ଭବିଷ୍ୟତ ପୃଥ‌ିବୀକୁ ଶାନ୍ତିପ୍ରଦ ଓ ମନୁଷ୍ୟଜାତିକୁ ନିରାପଦ କରିବା ଆଶାରେ ଜାତିସଂଘ ଗଠନ କରାଯାଇଥିଲା ।
  • ଜାତିସଂଘ ଆନୁକୂଲ୍ୟରେ ଶାନ୍ତିପ୍ରତିଷ୍ଠା ଓ ନିରସ୍ତ୍ରୀକରଣ ପାଇଁ ବହୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସେସବୁ ପ୍ରଚେଷ୍ଟା ବିଫଳ ହୋଇଥିଲା । ଏଥପାଇଁ ଅନେକଗୁଡ଼ିଏ କାରଣ ଦାୟୀ ଥିଲା ।

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

→ ବିଷୟବସ୍ତୁର ରୂପରେଖ:

  • ଦ୍ବିତୀୟ ବିଶ୍ୱଯୁଦ୍ଧର କାରଣ
  • ଫାସୀବାଦୀ ଶକ୍ତିମାନଙ୍କର ପରାଜୟ
  • ପରମାଣୁ ବିସ୍ଫୋରଣ
  • ଦ୍ବିତୀୟ ବିଶ୍ଵଯୁଦ୍ଧର କ୍ଷୟକ୍ଷତି
  • ରାଜନୈତିକ ଓ ଅର୍ଥନୈତିକ ପରିଣତି

→ ଦ୍ବିତୀୟ ବିଶ୍ୱଯୁଦ୍ଧର କାରଣ

1. ପ୍ୟାରିସ ଶାନ୍ତ ସମ୍ମିଳନୀର ତ୍ରୁଟି:

  • ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ବିଜୟୀ ରାଷ୍ଟ୍ରମାନେ ପରାଜିତ ରାଷ୍ଟ୍ରଙ୍କ ପ୍ରତି ଆକ୍ରୋଶମୂଳକ ତଥା ପ୍ରତିଶୋଧ – ପରାୟଣ ହୋଇ ଶାନ୍ତିଚୁକ୍ତିର ସର୍ଭାବଳୀ ପ୍ରସ୍ତୁତ କରିଥିଲେ ।
  • ଜାପାନ ଓ ଇଟାଲୀ ଏହି ରାଷ୍ଟ୍ରଦ୍ଵୟ ନିରାଶ ହୋଇଥ‌ିବାରୁ ପରବର୍ତ୍ତୀ କାଳରେ ସେମାନେ ଜର୍ମାନୀ ସହ ମିତ୍ରତା ସ୍ଥାପନ କଲେ ଓ ଇଂଲାଣ୍ଡ ଓ ଫ୍ରାନ୍ସର ଶତ୍ରରୂପେ କାର୍ଯ୍ୟ କଲେ ।

2. ଭର୍ସାଇ ସନ୍ଧିର କଠୋରତା:

  • ଜର୍ମାନୀ ସହିତ ସ୍ବାକ୍ଷରିତ ହୋଇଥିବା ଭର୍ସାଇ ସନ୍ଧି ଏକ କଠୋର ତଥା ଅପମାନଜନକ ଓ ନିର୍ଦ୍ଦେଶିତ ସନ୍ଧି ଥିଲା ।
  • ଏହି ସନ୍ଧି ଜର୍ମାନ୍‌ମାନଙ୍କୁ ପ୍ରତିହିଂସାପରାୟଣ କରାଇ ଦ୍ଵିତୀୟ ବିଶ୍ବଯୁଦ୍ଧର ମୁଖ୍ୟ କାରଣ ହେଲା ।

3. ଜାତିସଂଘର ବିଫଳତା:

  • ପ୍ରଥମ ବିଶ୍ୱଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଗଠିତ ଜାତିସଂଘ ଲକ୍ଷ୍ୟ ପୂରଣରେ ସଫଳ ହୋଇପାରି ନଥିଲା ।
  • ଏଥିରେ ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି, ଆକ୍ରମଣକାରୀ ବୃହତ୍ ରାଷ୍ଟ୍ର ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳତା, ସ୍ୱାର୍ଥପର ରାଷ୍ଟ୍ରମାନଙ୍କ ସଭ୍ୟପଦ ତ୍ୟାଗ ଆଦି କାରଣରୁ ଏହା ଦ୍ୱିତୀୟ ବିଶ୍ବଯୁଦ୍ଧକୁ ରୋକିପାରି ନଥିଲା ।

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

4. ଫାସୀବାଦୀ ଶକ୍ତିମାନଙ୍କର ଉତ୍ଥାନ:

  • ଜର୍ମାନୀରେ ହିଟ୍‌ଲରରଙ୍କଦ୍ଵାରା ଏକଚ୍ଛତ୍ରବାଦୀ ଶାସନ ପ୍ରତିଷ୍ଠା ପରେ ସେ ଇଚ୍ଛାକୃତଭାବେ ଭର୍ସାଇ ସନ୍ଧିକୁ ଉଲ୍ଲଙ୍ଘନ କରି ଜର୍ମାନୀର ସାମରିକ ଶକ୍ତିକୁ ବୃଦ୍ଧି କରିଥିଲେ ଓ ଅନେକ ଅଞ୍ଚଳ ଜୟ କରିବାକୁ ଲାଗିଲେ ।
  • ଇଟାଲୀର ଫାସୀବାଦୀ ତଥା ଏକଛତ୍ରବାଦୀ ଶାସକ ମୁସୋଲିନୀଙ୍କଦ୍ଵାରା ୧୯୩୬ରେ ଆବିସିନିଆ ଜୟ ଓ ୧୯୩୧ରେ ଜାପାନଦ୍ୱାରା, ଚୀନ୍‌ର ମାଞ୍ଚୁରିଆ ଅଧିକାର ଆଦି ଘଟଣା ଦ୍ବିତୀୟ ବିଶ୍ବଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ କଲା ।

5. ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ନିଷ୍କ୍ରିୟତା:

  • ଫାସୀବାଦୀ ଶକ୍ତିମାନଙ୍କର ଆକ୍ରମଣାତ୍ମକ ସାମ୍ରାଜ୍ୟବାଦୀ ନୀତିକୁ ବ୍ରିଟେନ୍, ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ରଗଣ ସକ୍ରିୟ ପ୍ରତିରୋଧ କରିନଥିଲେ ।
  • ୧୯୩୮ରେ ମ୍ୟୁନିକ୍ ଚୁକ୍ତିରେ ବ୍ରିଟେନ୍‌ ଓ ଫ୍ରାନ୍ସର ସନ୍ତୁଷ୍ଟକରଣ ନୀତି ଜର୍ମାନୀ ଭଳି ଏକଚ୍ଛତ୍ରବାଦୀ ରାଷ୍ଟ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲା ।

6. ବିଭିନ୍ନ ଆଦର୍ଶବାଦ ମଧ୍ୟରେ ସଂଘର୍ଷ:

  • ମୁନିକଚୁକ୍ତି ବେଳେ ଇଂଲଣ୍ଡର ପ୍ରଧାନ ମନ୍ତ୍ରୀ ଥିଲେ ଚାମ୍ବରଲେନ୍ ।
  • ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ ଓ ଫ୍ରାନ୍ସର ଗଣତାନ୍ତ୍ରିକ ଆଦର୍ଶ ଏବଂ ଇଟାଲୀ, ଜର୍ମାନୀ, ଜାପାନର – ଏକଚ୍ଛତ୍ରବାଦୀ ଆଦର୍ଶ ମଧରେ ସଂଘର୍ଷ ବିଶ୍ୱଯୁଦ୍ଧର କାରଣ ହୋଇଥିଲା ।
  • ୧୯୩୬ରେ ଜେନେରାଲ୍ ଫ୍ରାଙ୍କାଙ୍କ ନେତୃତ୍ୱରେ ସ୍ପେନ୍‌ରେ ଏକଚ୍ଛତ୍ରବାଦୀ ଶାସନ ପ୍ରତିଷ୍ଠାରେ ଫାସୀବାଦୀ ଶକ୍ତିମାନଙ୍କ ସକ୍ରିୟ ସହଯୋଗ ଥିଲା ।

7. ସାମରିକ ମେଣ୍ଟ ଗଠନ:

  • ୧୯୩୬ରେ ଇଟାଲୀ ଓ ଜର୍ମାନୀକୁ ନେଇ ଗଠିତ ଅକ୍ଷଶକ୍ତିରେ ଜାପାନର ଯୋଗଦାନ ଯୋଗୁଁ ତାହା ରୋମ୍ – ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ରୂପେ ପରିଚିତ ହେଲେ ।
  • ଏହାର ବିରୋଧରେ ଇଂଲାଣ୍ଡ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ସାମରିକ ଚୁକ୍ତି ଗଠିତ ହୋଇଥିଲା; ଯାହାଫଳରେ ଦ୍ବିତୀୟ ବିଶ୍ଵଯୁଦ୍ଧ ପାଇଁ ପଥ ସୁଗମ ହୋଇଥିଲା ।
  • ୧୯୪୫ ମସିହା ମେ ମାସ ୭ ତାରିଖ ଦିନ ଜର୍ମାନୀ ବିନ। ସର୍ଭରେ ମିତ୍ରଶକ୍ତି ନିକଟରେ ଆତ୍ମସମର୍ପଣ କଲା ।

→ ଫାସୀବାଦୀ ଶକ୍ତିମାନଙ୍କର ପରାଜୟ:

  • ୧୯୩୯ ମସିହା ସେପ୍ଟେମ୍ବର ୧ ତାରିଖରେ ଜର୍ମାନୀର ପୋଲାଣ୍ଡ ଆକ୍ରମଣ ବିରୋଧରେ ସେହି ବର୍ଷ ସେପ୍ଟେମ୍ବର ୩ ତାରିଖରେ ବ୍ରିଟେନର ଯଦ୍ଧଘୋଷଣା ଫଳରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେଲା ।
  • ୧୯୪୧ ମସିହା ଜୁନ୍ ୨୨ ତାରିଖରେ ସୋଭିଏତ୍ ରୁଷ୍ ଓ ସେହି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା ମିତ୍ରଶକ୍ତି ପକ୍ଷରେ ଯୋଗଦାନ କରିବାରୁ ଯୁଦ୍ଧର ଗତି ମିତ୍ରଶକ୍ତିର ଅନୁକୂଳ ହେଲା ।

→ ପରମାଣୁ ବିସ୍ଫୋରଣ:
୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖରେ ଯଥାକ୍ରମେ ଜାପାନର ହିରୋସୀମା ଓ ନାଗାସାକି ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ବର୍ଷଣ ଫଳରେ ଜାପାନ ଆତ୍ମସମର୍ପଣ କଲା ଓ ଦ୍ବିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ହେଲା ।

 

ଦ୍ବିତୀୟ ବିଶ୍ୱଯୁଦ୍ଧର କ୍ଷୟକ୍ଷତି

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

→ ଦ୍ବିତୀୟ ବିଶ୍ୱଯୁଦ୍ଧର କ୍ଷୟକ୍ଷତି:

  • ଯୁଦ୍ଧ ଯୋଗୁଁ ହଜାର ହଜାର ବର୍ଗ କି.ମି. ଉର୍ବର ଚାଷଜମି ନଷ୍ଟ ହେଲା । .
  • ଅସଂଖ୍ୟ ସାମରିକ ଓ ବେସାମରିକ ଲୋକ ନିହତ ହେଲେ ।
  • ଶହ ଶହ ସହର, ଗୀର୍ଜା, ବିଶ୍ଵବିଦ୍ୟାଳୟ ଓ କଳକାରଖାନା ଧ୍ଵଂସସ୍ତୂପରେ ପରିଣତ ହେଲା ।
  • ପରମାଣୁ ବୋମା ନିକ୍ଷେପ ଫଳରେ ହିରୋସୀମା ଓ ନାଗାସାକି ସହରଦ୍ଵୟ ଧ୍ବଂସସ୍ତୂପ ପାଲଟିଗଲା ।
  • ଅସଂଖ୍ୟ ଇହୁଦୀ ଓ ଯୁଦ୍ଧବନ୍ଦୀଙ୍କୁ ହିଟଲର୍‌ଙ୍କ ନିର୍ଦ୍ଦେଶରେ ହତ୍ୟା କରାଗଲା ।

→ ରାଜନୈତିକ ଓ ଅର୍ଥନୈତିକ ପରିଣତି:

  • ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କ ପ୍ରଭାବ ହ୍ରାସ ହେବା ସହ ଏସିଆ ଓ ଆଫ୍ରିକାର ବହୁ ଉପନିବେଶ ସ୍ଵାଧୀନତା ଲାଭ କଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ବୃହତ୍ ଶକ୍ତି ରୂପେ ଆତ୍ମପ୍ରକାଶ କରିଥିଲେ ।
  • ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍‌ଗେରିଆ, ଚେକୋସ୍ଲୋଭାକିଆରେ ସାମ୍ୟବାଦୀ ସରକାର ଗଠିତ ହେଲା ।
  • ଜର୍ମାନୀ ପଶ୍ଚିମ ଜର୍ମାନୀ ଓ ପୂର୍ବ ଜର୍ମାନୀ ନାମରେ ଦୁଇଭାଗରେ ବିଭକ୍ତ ହେଲା ।

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୧୯୩୧ ଖ୍ରୀ.ଅ. – ଜାପାନଦ୍ୱାରା ଚୀନ୍‌ର ମାଞ୍ଚୁରିଆ ଅଧିକାର ।
୧୯୩୩ ଖ୍ରୀ.ଅ. – ଜର୍ମାନୀ ଜାତିସଂଘରୁ ଓହରି ଆସିଲା ।
୧୯୩୬ ଖ୍ରୀ.ଅ. – ସ୍ପେନ୍ ଦେଶରେ ଗୃହଯୁଦ୍ଧ ଆରମ୍ଭ; ଇଟାଲୀର ଆବିସିନିଆ ଅଧିକାର; ଇଟାଲୀ ଓ ଜର୍ମାନୀ ମଧ୍ୟରେ ଚୁକ୍ତି ସମ୍ପାଦନ ଏବଂ ସେମାନେ ଅକ୍ଷଶକ୍ତି ନାମରେ ପରିଚିତ; ହିଟ୍‌ଲର୍‌ଙ୍କଦ୍ୱାରା ରାଇନ୍ ଅଞ୍ଚଳ ଅଧିକୃତ ।
୧୯୩୭ ଖ୍ରୀ.ଅ. – ଅକ୍ଷଶକ୍ତିରେ ଜାପାନ ଯୋଗଦେବା ଫଳରେ ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ଗଠିତ ।
୧୯୩୮ଖ୍ରୀ.ଅ – ଜର୍ମାନୀର ଅଷ୍ଟ୍ରିଆ ଅଧିକାର; ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ମ୍ୟୁନିକ୍ ଚୁକ୍ତି ସ୍ୱାକ୍ଷରିତ ।
୧୯୩୯ ଖ୍ରୀ.ଅ. – ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ; (ସେପ୍ଟେମ୍ବର ୧) ଜର୍ମାନୀର ପୋଲାଣ୍ଡ ଆକ୍ରମଣ; (ସେପ୍ଟେମ୍ବର ୩) ବ୍ରିଟେନ୍‌ର ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା; (ଅଗଷ୍ଟ ୨୩) ସୋଭିଏତ୍ ରୁଷ୍ ଏବଂ ଜର୍ମାନୀ ମଧ୍ୟରେ ଅନାକ୍ରମଣ ଚୁକ୍ତି ସ୍ୱାକ୍ଷରିତ ।
୧୯୪୦ ଖ୍ରୀ.ଅ. – ଜର୍ମାନୀଦ୍ଵାରା ପୋଲାଣ୍ଡ, ନରୱେ, ଡେନ୍‌ମାର୍କ, ହଲାଣ୍ଡ, ବେଲଜିଅମ୍ ଅଧିକୃତ ।
୧୯୪୧ ଖ୍ରୀ.ଅ. – (ଜୁନ୍ ୨୨) ହିଟ୍‌ଲର୍‌ଙ୍କଦ୍ଵାରା ସୋଭିଏତ୍ ରୁଷ୍ ଆକ୍ରମଣ ଓ ରୁଷର ମିତ୍ରଶକ୍ତି ସପକ୍ଷରେ ଯୁଦ୍ଧରେ ଯୋଗଦାନ ।
୧୯୪୨ ଖ୍ରୀ.ଅ. – ବ୍ରିଟେନ୍, ଫ୍ରାନ୍‌ସ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ପ୍ରଭୃତି ୨୬ଟି ଦେଶର ପ୍ରତିନିଧ୍ ଫାସୀବାଦ ବିରୋଧରେ ମିଳିତ ସଂଗ୍ରାମ ଘୋଷଣା କରିବା ପରେ ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଯାଇଥଲା ।
୧୯୪୩ ଖ୍ରୀ.ଅ. – ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ର ମିଳିତ ସୈନ୍ୟବାହିନୀର ସିସିଲି ଅଧିକାର ଓ ଇଟାଲୀର ଆତ୍ମସମର୍ପଣ ।
୧୯୪୫ ଖ୍ରୀ.ଅ. – (ଅପ୍ରେଲ ୩୦) ରୁଷ୍ ସୈନ୍ୟଙ୍କଦ୍ୱାରା ବର୍ଲିନ୍ ଅଧିକାର; (ମେ ୭) ଜର୍ମାନୀର ବିନା ସର୍ଭରେ ମିତ୍ରଶକ୍ତି ନିକଟରେ ଆତ୍ମସମର୍ପଣ; (ଅଗଷ୍ଟ ୬) ଜାପାନର ହିରୋସୀମା ଓ (ଅଗଷ୍ଟ ୯) ନାଗାସାକି ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ନିକ୍ଷେପ; (ଅଗଷ୍ଟ ୧୪) ଜାପାନର ଆତ୍ମସମର୍ପଣ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ।

Leave a Comment