BSE Odisha 9th Class History Solutions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Odisha State Board BSE Odisha 9th Class History Solutions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ Textbook Exercise Questions and Answers.

BSE Odisha Class 9 History Solutions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) କାହା ନେତୃତ୍ଵରେ ସୋଭିଏତ୍ ସଂଘ ପୃଥ‌ିବୀରେ ଦ୍ଵିତୀୟ ବୃହତ୍ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇଥିଲା ? କେଉଁସବୁ କାରଣରୁ ଏହାର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଥିଲା ?
Answer:

  • ଷ୍ଟାଲିନ୍‌ଙ୍କ ନେତୃତ୍ୱରେ ସୋଭିଏତ୍ ସଂଘ ପୃଥ‌ିବୀର ଦ୍ବିତୀୟ ବୃହତ୍ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇଥିଲା ।
  • ସୋଭିଏତ୍ ସଂଘର ଅର୍ଥନୀତି ବିପର୍ଯ୍ୟସ୍ତ ହେବାର କାରଣ :
    (a) ସୋଭିଏତ୍ ସଂଘ ଏବଂ ସାମ୍ୟବାଦୀ ଚୀନ୍ ମଧ୍ଯରେ ତୀବ୍ର ମତଭେଦ ଘଟି ବିଶ୍ୱରେ ସୋଭିଏତ୍ ସଂଘର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ।
    (b) ଆଲେକ୍ସା କୋସିଜିନ୍ ଓ ଲିଓନିଡ୍ ବ୍ରେଜ୍ନେଭ୍ଙ୍କସମୟରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସୋଭିଏତ୍ ସଂଘର ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଓ ଶୀତଳ ଯୁଦ୍ଧ ଯୋଗୁଁ ଏହାର ସାମରିକ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଥିଲା।
    (c) ଅଶୀ ଦଶକର ଆରମ୍ଭରୁ ମୁଦ୍ରାଷ୍ଟୀତି, ଆବଶ୍ୟକ ସାମଗ୍ରୀର ଅଭାବ, କୃଷି ଉତ୍ପାଦନ ହ୍ରାସ ଏବଂ କଳାବଜାରର ପ୍ରଭାବରୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିଲା ।
    (d) ସାମ୍ୟବାଦୀ ଲୌହପରଦା ନୀତି ଯୋଗୁଁ ବିଶ୍ବସ୍ତରୀୟ ସୂଚନା ପ୍ରଯୁକ୍ତିବିଦ୍ୟାର ଶିଳ୍ପାୟନ ସୁଫଳରୁ ସୋଭିଏତ୍ ସଂଘ ବଞ୍ଚତ ହୋଇ ଅନଗ୍ରସରତାର ଶିକାର ହୋଇଥିଲା ।
    (e) ଆମେରିକା ରାଷ୍ଟ୍ରପତି ରୋନାଲଡ଼ ରିଗାନ୍‌ଙ୍କଦ୍ୱାରା ଘୋଷିତ ତାରକା ଯୁଦ୍ଧ ଯୋଜନା ସୋଭିଏତ୍ ସଂଘର ଦୁର୍ବଳ ଅର୍ଥନୀତି ଉପରେ ଅତ୍ୟଧ୍ଵ ସାମରିକ ଖର୍ଜର ବୋଝ ଲଦି ଦେଇଥିଲା ।

(ଖ) ସୋଭିଏତ୍ ସଂଘର ବିପର୍ଯ୍ୟସ୍ତ ରାଜନୈତିକ ଅବସ୍ଥାକୁ ସୁଧାରିବାପାଇଁ ଗୋର୍ବାଚେଲ୍‌ଙ୍କଦ୍ଵାରା କେଉଁ ନୂତନ ନୀତି ଘୋଷିତ ହୋଇଥିଲା ? ଏହାର ପରିଣତି କ’ଣ ହେଲା?
Answer:

  • ସୋଭିଏତ୍ ସଂଘର ବିପର୍ଯ୍ୟସ୍ତ ରାଜନୈତିକ ଅବସ୍ଥାକୁ ସୁଧାରିବାପାଇଁ ଗୋର୍ବାଚେର୍‌ଙ୍କଦ୍ୱାରା ଗ୍ଲାସ୍‌ନସ୍ତ ବା ମୁକ୍ତ ରାଜନୈତିକ କାର୍ଯ୍ୟକଳାପ ନୀତି ଘୋଷିତ ହୋଇଥିଲା ।
  • ଗ୍ଲାସ୍‌ନସ୍ତ ନୀତିଦ୍ଵାରା ସୋଭିଏତ୍ ସଂଘରେ ମତବ୍ୟକ୍ତ କରିବାର ସ୍ଵାଧୀନତା ଏବଂ ସମ୍ବାଦପତ୍ରର ସ୍ଵାଧୀନତା
  • ସହସ୍ରାଧୂକ ରାଜନୈତିକ ବନ୍ଦୀ ଏବଂ ବିରୋଧୀମାନଙ୍କୁ କାରାମୁକ୍ତ କରାଗଲା ।
  • ସୋଭିଏତ୍ ସମାଜ ସମ୍ପର୍କିତ ଅଧ୍ୟୟନ ବ୍ୟାପକ ହେଲା ଏବଂ ବହୁ ଗୋପନୀୟ ତଥ୍ୟ ଲୋକଲୋଚନକୁ ଆସିଲା । ଗଣମାଧ୍ୟମ ଉପରେ ନିୟନ୍ତ୍ରଣ କୋହଳ ହେବା ଫଳରେ ସୋଭିଏତ୍ ସଂଘର ଦୁର୍ବଳତା ପଦାରେ ପଡ଼ିଗଲା ଓ ସରକାର ଜନସାଧାରଣଙ୍କର ଆସ୍ଥା ଓ ବିଶ୍ବାସ ହରାଇଲେ ।
  • ପୂର୍ବ ଇଉରୋପୀୟ ୱାରସ୍ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ରସମୂହର ଆଭ୍ୟନ୍ତରୀଣ ବ୍ୟାପାରରେ ସୋଭିଏତ୍ ସଂଘର ହସ୍ତକ୍ଷେପ ବନ୍ଦ କରି ନିୟନ୍ତ୍ରଣ କୋହଳ କରି ଦିଆଯିବାରୁ ସେସବୁ ରାଷ୍ଟ୍ରରେ ସାମ୍ୟବାଦୀ ସରକାରଙ୍କର ପତନ ଘଟିଲା ।

(ଗ) ସୋଭିଏତ୍ ସଂଘର ଆର୍ଥନୀତିକ ଅବସ୍ଥାକୁ ସୁଧାରିବାପାଇଁ ଗୋର୍ବାଚେଭ୍ କେଉଁ ଦୁଇଟି ନୀତି ଘୋଷଣା କରିଥିଲେ ? ସୋଭିଏତ୍ ଅର୍ଥନୀତି ସେଗୁଡ଼ିକଦ୍ୱାରା କିପରି ପ୍ରଭାବିତ ହୋଇଥିଲା ?
Answer:

  • ସୋଭିଏତ୍ ସଂଘର ଆର୍ଥନୀତିକ ଅବସ୍ଥାକୁ ସୁଧାରିବାପାଇଁ ଗୋର୍ବାଚେଭ୍ ପେରିସ୍ତ୍ରୋଇକା ବା ଆର୍ଥନୀତିକ ପୁନର୍ବିନ୍ୟାସ ଏବଂ ଉସ୍କୋରେନିୟେ ବା ଦ୍ରୁତ ଆର୍ଥନୀତିକ ବିକାଶ ପରି ଦୁଇଟି ନୀତି ଘୋଷଣା କରିଥିଲେ ।
  • ଉକ୍ତ ଦୁଇଟି ନୀତି ବହୁ ବର୍ଷ ଧରି ମନ୍ଥର ହୋଇ ପଡ଼ିଥିବା ସୋଭିଏତ୍ ଅର୍ଥନୀତିରେ କୌଣସି ଉନ୍ନତି ଆଣିପାରି ନଥିଲା ।
  • ୧୯୯୦ ମସିହା ସୁଦ୍ଧା ସୋଭିଏତ୍ ସରକାର ଦେଶର ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଲେ ।
  • ଲାଭ ହେଉନଥ‌ିବା ଉଦ୍ୟୋଗଗୁଡ଼ିକୁ ବଞ୍ଚାଇବାକୁ ଯାଇ ସରକାରୀ ଖର୍ଚ୍ଚ ବଢ଼ି ଚାଲିଲା ।
  • ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରମାନେ ସଂଘୀୟ ସରକାରକୁ ରାଜସ୍ୱ ଦେବାକୁ ମନା କରିଦେଲେ । ଫଳରେ ସୋଭିଏତ୍ ସଂଘର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଲା ।

BSE Odisha 9th Class History Solutions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

(ଘ) ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକରେ ସାମାଜିକ ଓ ସାଂସ୍କୃତିକ ବିଭେଦ ତୀବ୍ରତର ହେବାର ପରିଣତି କ’ଣ ହେଲା ?
Answer:

  • ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକରେ ସାମାଜିକ ଓ ସାଂସ୍କୃତିକ ବିଭେଦ ତୀବ୍ରତର ହେବାରୁ ସେହି ରାଷ୍ଟ୍ରଗୁଡ଼ିକର ନିର୍ବାଚନରେ ସାମ୍ୟବାଦୀ ଦଳ ପରାଜିତ ହୋଇ ଆଞ୍ଚଳିକ ଦଳମାନେ କ୍ଷମତାକୁ ଆସିଥିଲେ ।
  • ଫଳସ୍ବରୂପ ସୋଭିଏତ୍ ସଂଘର କେନ୍ଦ୍ରୀୟ କ୍ଷମତା ଦୁର୍ବଳ ହୋଇଗଲା ।
  • ରାଷ୍ଟ୍ରମାନେ ବହୁଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ କରି ସମାଜବାଦୀ ଓ ଗଣତାନ୍ତ୍ରିକ ଦଳ ଗଠନ କଲେ, ଉଦାରୀକରଣ ପ୍ରକ୍ରିୟାର ପ୍ରଭାବରେ ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ଲିଥୁଆନିଆ, ଇଣ୍ଡୋନିଆ, ଲାଟ୍‌ଭିଆ, ବେଲାରୁସ୍‌, ଇଉକ୍ରେନ୍, ମୋଲଡ଼ାଭିଆ, ଉଦ୍‌ବେକିସ୍ତାନ, ଜର୍ଜିଆ, ଆର୍ମେନିଆ ପ୍ରଭୃତି ରାଜ୍ୟ ସ୍ଵାଧୀନତା ଘୋଷଣା କରିଥିଲେ ।
  • ସାମ୍ୟବାଦୀ ଦଳକୁ ବାସନ୍ଦ କରାଗଲା ଓ ୱାରସ୍ ଚୁକ୍ତିକୁ ଭାଙ୍ଗି ଦିଆଗଲା ।
  • ୧୯୯୧ ଡିସେମ୍ବର ୨୫ ତାରିଖରେ ଗୋର୍ବାଚେଭ୍ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସୋଭିଏତ୍ ସଂଘର ବିଲୟ ଘଟିଲା ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ୍ ସଂଘ କିପରି ପୃଥ‌ିବୀର ଦ୍ଵିତୀୟ ବୃହତ୍ ଶକ୍ତି ଭାବରେ ପ୍ରତିଷ୍ଠିତ ହୋଇଥିଲା ?
Answer:

  • ୧୯୨୩ ମସିହାରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିବା ପରେ ଲେନିନ୍‌ଙ୍କର ନୂତନ ଅର୍ଥନୈତିକ ନୀତିଦ୍ୱାରା ୧୯୨୧ ମସିହାରୁ ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା ।
  • ୧୯୨୮ ମସିହାରେ ଯୋଶେଫ୍ ଷ୍ଟାଲିନ୍‌ଙ୍କଦ୍ଵାରା ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତନ ଫଳରେ ସୋଭିଏତ୍ ସଂଘ ଖୁବ୍ କମ୍ ସମୟ ମଧ୍ୟରେ ଏକ କୃଷିପ୍ରଧାନ ରାଷ୍ଟ୍ରରୁ ଶକ୍ତିଶାଳୀ ଶିଳ୍ପାନ୍ନତ ରାଷ୍ଟ୍ରରୂପେ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରି ପୃଥ‌ିବୀର ଦ୍ବିତୀୟ ବୃହତ୍ ଶକ୍ତି ଭାବେ ପ୍ରତିଷ୍ଠିତ ହୋଇଥିଲା ।

(ଖ) ଯୋସେଫ୍ ଷ୍ଟାଲିନ୍ ସୋଭିଏତ୍ ସଂଘକୁ କିପରି ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିଥିଲେ ?
Answer:

  • ଷ୍ଟାଲିନ୍‌ଙ୍କର ବଳିଷ୍ଠ ନେତୃତ୍ୱ ସୋଭିଏତ୍ ସଂଘର ଚତୁଃପାର୍ଶ୍ଵର ସାମ୍ୟବାଦର ଲୌହ ପରଦାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରଭାବ ଓ ପ୍ରତିପତ୍ତିକୁ ବୃଦ୍ଧି କରିଥିଲା ।
  • ୧୯୪୯ ମସିହା ବେଳକୁ ସୋଭିଏତ୍ ସଂଘ ପୂର୍ବ ଇଉରୋପୀୟ ଦେଶ ଯଥା ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ ପ୍ରଭୃତିରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠା କରିଥିଲା । ଏହିପରି ଭାବରେ ଷ୍ଟାଲିନ୍ ସୋଭିଏତ୍ ସଂଘକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିଥିଲେ ।

(ଗ) କିଏ ତାରକା ଯୁଦ୍ଧ ଯୋଜନା ଘୋଷଣା କରିଥିଲେ ? ସୋଭିଏତ୍ ସଂଘର ଅର୍ଥନୀତି ଉପରେ ଏହାର କି’ ପ୍ରଭାବ ପଡ଼ିଥିଲା ?
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୋନାଲ୍‌ଡ୍ ରିଗାନ୍ ତାରକା ଯୁଦ୍ଧ ଯୋଜନା ଘୋଷଣା କରିଥିଲେ ।
  • ଏହି ଯୋଜନା ସୋଭିଏତ୍ ସଂଘର ଦୁର୍ବଳ ଅର୍ଥନୀତି ଉପରେ ଅତ୍ୟକ ସାମରିକ ଖର୍ଚ୍ଚର ବୋଝ ଲଦି ଦେଇଥିଲା ।

BSE Odisha 9th Class History Solutions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

(ଘ) ୧୯୮୬ ମସିହାରେ ମିଖାଇଲ୍ ଗୋର୍ବାଚେଲ୍‌ଙ୍କଦ୍ୱାରା ଘୋଷିତ ନୀତିଗୁଡ଼ିକ ବୁଝାଇ ଲେଖ ।
Answer:

  • ୧୯୮୬ ମସିହାରେ ମିଖାଇଲ୍ ଗୋର୍ବାଚେଭ୍ ଗ୍ଲାସ୍‌ନସ୍ତ, ପେରିସ୍ପୋଇକା ଏବଂ ଉସ୍କୋରେନିୟେ ନୀତିଗୁଡ଼ିକ ଘୋଷଣା କରିଥିଲେ ।
  • ରାଜନୈତିକ ଅବସ୍ଥାକୁ ସୁଧାରିବାଲାଗି ଗ୍ଲାସସ୍ତ ବା ମୁକ୍ତ ରାଜନୈତିକ କାର୍ଯ୍ୟକଳାପ ନୀତି ଘୋଷଣା କରାଯାଇଥିବାବେଳେ ଆର୍ଥନୀତିକ ପୁନର୍ଗଠନ ଓ ଦ୍ରୁତ ଆର୍ଥନୀତିକ ବିକାଶ ନିମନ୍ତେ ପେରିସ୍ପୋଇକା ଏବଂ ଉସ୍କୋରେନିୟେ ନୀତି ଘୋଷିତ ହୋଇଥିଲା ।

(ଙ) ଗ୍ଲାସ୍‌ନସ୍ତ ନୀତିର ପ୍ରଚଳନ ଫଳରେ ସୋଭିଏତ୍ ସଂଘରେ କି ସୁବିଧା ହେଲା ?
Answer:

  • ଗ୍ଲାସସ୍ତ ନୀତିର ପ୍ରଚଳନ ଫଳରେ ସୋଭିଏତ୍ ସଂଘରେ ମତବ୍ୟକ୍ତ କରିବାର ସ୍ବାଧୀନତା ଏବଂ ସମ୍ବାଦପତ୍ରର ସ୍ଵାଧୀନତା ସମ୍ଭବ ହୋଇଥିଲା । ସହସ୍ରାଧିକ ରାଜନୈତିକ ବନ୍ଦୀ ଏବଂ ବିରୋଧୀମାନଙ୍କୁ କାରାମୁକ୍ତ କରାଗଲା
  • ସୋଭିଏତ୍ ସମାଜ ସମ୍ପର୍କିତ ଅଧ୍ୟୟନ ବ୍ୟାପକ ହେଲା ଏବଂ ବହୁ ଗୋପନୀୟ ତଥ୍ୟ ଲୋକଲୋଚନକୁ ଆସିଲା ।

(ଚ) ପେରିସ୍ପୋଇକା ଓ ଉସ୍କୋରେନିୟେ ନୀତିର ଲକ୍ଷ୍ୟ କ’ଣ ଥିଲା ?
Answer:

  • ପେରିସ୍ତ୍ରୋଇକା ନୀତିର ଲକ୍ଷ୍ୟ ଥିଲା ସୋଭିଏତ୍ ସଂଘର ବିପର୍ଯ୍ୟସ୍ତ ଆର୍ଥନୀତିକ ଅବସ୍ଥାର ପୁନର୍ଗଠନ ।
  • ସେହିପରି ଉସ୍କୋରେନିୟେ ନୀତିର ଲକ୍ଷ୍ୟ ଥିଲା ବହୁବର୍ଷଧରି ମନ୍ଥର ହୋଇଯାଇଥିବା ସୋଭିଏତ୍ ସଂଘର ଅର୍ଥନୀତିର ଦ୍ରୁତ ବିକାଶ କରିବା ।

(ଛ) ଗ୍ଳାସ୍‌ନସ୍ତ ନୀତି ପ୍ରଣୟନର କୁପରିଣତିଗୁଡ଼ିକ ଲେଖ ।
Answer:

  • ଗ୍ଲାସ୍‌ନସ୍ତ ନୀତି ପ୍ରଣୟନଦ୍ୱାରା ଗଣମାଧ୍ୟମ ଉପରେ ନିୟନ୍ତ୍ରଣ କୋହଳ ହେବାଦ୍ୱାରା ସୋଭିଏତ୍ ସଂଘର ଦୁର୍ବଳତା ଲୋକଲୋଚନକୁ ଆସିଲା ଏବଂ ସରକାର ଜନସାଧାରଣଙ୍କର ଆଶା ଓ ବିଶ୍ଵାସ ହରାଇଲେ ।
  • ପୂର୍ବ ଇଉରୋପୀୟ ୱାରସ୍ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ରସମୂହର ଆଭ୍ୟନ୍ତରୀଣ ବ୍ୟାପାରରେ ସୋଭିଏତ୍ ସଂଘର ହସ୍ତକ୍ଷେପ ବନ୍ଦକରି ନିୟନ୍ତ୍ରଣ କୋହଳ କରିଦିଆଯିବାରୁ ସେ ସମସ୍ତ ରାଷ୍ଟ୍ରରେ ସାମ୍ୟବାଦୀ ସରକାରଙ୍କର ପତନ ଘଟିଥିଲା ।

(ଜ) କେଉଁସବୁ କାରଣ ଯୋଗୁଁ ୧୯୯୦ ମସିହା ସୁଦ୍ଧା ସୋଭିଏତ୍ ସଂଘର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ?
ନିମ୍ନଲିଖ୍ କାରଣରୁ ୧୯୯୦ ମସିହା ସୁଦ୍ଧା ସୋଭିଏତ୍ ସଂଘର ଅର୍ଥନୀତି ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ।
Answer:

  • ଲାଭ ହେଉନଥ‌ିବା ଉଦ୍ୟୋଗଗୁଡ଼ିକୁ ବଞ୍ଚାଇବାକୁ ଯାଇ ସରକାରୀ ଖର୍ଚ୍ଚ ବଢ଼ିଚାଲିଥିଲା ।
  • ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରମାନେ ସଂଘୀୟ ସରକାରକୁ ରାଜସ୍ୱ ଦେବାକୁ ମନା କରିଦେବାରୁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଲା ।

BSE Odisha 9th Class History Solutions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

(ଝ) ଉଦାରୀକରଣ ପ୍ରକ୍ରିୟାର ପ୍ରଭାବରେ ସୋଭିଏତ୍ ସଂଘରେ କି ପରିବର୍ତ୍ତନ ଘଟିଥିଲା ?
Answer:

  • ଉଦାରୀକରଣ ପ୍ରକ୍ରିୟାର ପ୍ରଭାବରେ ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ଲିଥୁଆନିଆ, ଇଣ୍ଡୋନିଆ, ଲାଟ୍‌ଭିଆ ପ୍ରଭୃତି ରାଜ୍ୟଗୁଡ଼ିକ ସ୍ବାଧୀନତା ଘୋଷଣା କରିଥିଲେ ।
  • ସାମ୍ୟବାଦୀ ଦଳକୁ ବାସନ୍ଦ କରାଗଲା ଓ ୱାରସ୍ ଚୁକ୍ତିକୁ ଭାଙ୍ଗି ଦିଆଗଲା ।

(ଞ) ରୁଷୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ହୋଇଥିଲେ ସୁଦ୍ଧା କେଉଁ ବିଷୟଗୁଡ଼ିକରେ କେନ୍ଦ୍ରୀୟ ରୁଷ୍ ସରକାର ଉପରେ ନିର୍ଭରଶୀଳ ରହିଲେ ?
Answer:
ରୁଷୀୟ ରାଜ୍ୟଗୁଡ଼ିକ ସ୍ୱାଧୀନ ହୋଇଥିଲେ ସୁଦ୍ଧା ପ୍ରତିରକ୍ଷା, ରାଜସ୍ୱ ଆଦାୟ, ଅସ୍ତ୍ରଶସ୍ତ୍ର ଓ ଆଣବିକ ନିୟନ୍ତ୍ରଣ କ୍ଷେତ୍ରରେ କେନ୍ଦ୍ରୀୟ ରୁଷ୍ ସରକାରଙ୍କ ଉପରେ ନିର୍ଭରଶୀଳ ରହିଲେ ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେବେ ରୁଷ୍ ଦେଶରେ ଜାର୍ ଶାସନ ବିରୋଧରେ ବୋଲ୍‌ସେଭିକ୍ ଆନ୍ଦୋଳନ ସଂଘଟିତ ହୋଇଥିଲା ?
Answer:
୧୯୧୭ ମସିହାରେ ରୁଷ୍ ଦେଶରେ ଜାର୍ ଶାସନ ବିରୋଧରେ ବୋଲ୍‌ସେଭିକ୍‌ ଆନ୍ଦୋଳନ ସଂଘଟିତ ହୋଇଥିଲା ।

(ଖ) କେବେଠାରୁ ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା ?
Answer:
୧୯୨୧ ମସିହାରୁ ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା ।

(ଗ) ଯୋସେଫ୍ ଷ୍ଟାଲିନ୍‌ଙ୍କର କେଉଁ ପଦକ୍ଷେପ ଫଳରେ ସୋଭିଏତ୍ ସଂଘ ଏକ ଶକ୍ତିଶାଳୀ ଶିଳ୍ପାନ୍ନତ ରାଷ୍ଟ୍ରରେ ପରିଣତ ହୋଇଥିଲା ?
Answer:
ଯୋସେଫ୍ ଷ୍ଟାଲିନ୍‌ଙ୍କର ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ ଫଳରେ ସୋଭିଏତ୍ ସଂଘ ଏକ ଶକ୍ତିଶାଳୀ ଶିଜୋନ୍ନତ ରାଷ୍ଟ୍ରରେ ପରିଣତ ହୋଇଥିଲା ।

(ଘ) ଷ୍ଟାଲିନ୍‌ଙ୍କର ବଳିଷ୍ଠ ନେତୃତ୍ବର କି’ ପ୍ରଭାବ ସୋଭିଏତ୍ ସଂଘ ଉପରେ ପଡ଼ିଥିଲା ?
Answer:
ଷ୍ଟାଲିନ୍‌ଙ୍କର ବଳିଷ୍ଠ ନେତୃତ୍ୱ ସୋଭିଏତ୍ ସଂଘର ଚତୁଃପାର୍ଶ୍ବରେ ସାମ୍ୟବାଦର ଲୌହ ପରଦାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରତିପତ୍ତିକୁ ବୃଦ୍ଧି କରିଥିଲା ।

(ଙ) ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ସୋଭିଏତ୍ ସଂଘ କିପରି କ୍ଷତିଗ୍ରସ୍ତ ହେଲା ?
Answer:
ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ବିଶ୍ବସ୍ତରୀୟ ସୂଚନା ପ୍ରଯୁକ୍ତିବିଦ୍ୟାର ଶିଳ୍ପାୟନ ସୁଫଳରୁ ସୋଭିଏତ୍ ସଂଘ ବଞ୍ଚତ ହୋଇ ଅନଗ୍ରସରତାର ଶିକାର ହୋଇଥିଲା ।

BSE Odisha 9th Class History Solutions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

(ଚ) ଗୋର୍ବାଚେଭ୍ କେବେ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ?
Answer:
୧୯୯୦ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଗୋର୍ବାଚେଭ୍ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ।

(ଛ) ବୋରିସ୍ ୟେଲସିନ୍‌ କିଏ ?
Answer:
ବୋରିସ୍ ୟେଲସିନ୍ ରୁଷ୍ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଥିଲେ ।

(ଜ) କେବେ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ ପାଇଲା ?
Answer:
୧୯୯୧ ମସିହା ଡିସେମ୍ବର ୨୬ ତାରିଖରେ ସୋଭିଏତ୍ ସଂଘର ଅସ୍ଥିତ୍ଵ ଲୋପ ପାଇଲା ।

(ଝ) କୃଶ୍ଚେ ଭ୍ଙ୍କର କେଉଁ ମନୋଭାବ ଯୋଗୁଁ ସେ କଠୋରପନ୍ଥୀଙ୍କଦ୍ୱାରା ନିନ୍ଦିତ ହେଲେ ?
Answer:
କୃଶ୍ଚେଭ୍ ତାଙ୍କର ଉଦାରବାଦୀ ମନୋଭାବ ଯୋଗୁଁ କଠୋରପନ୍ଥୀଙ୍କଦ୍ୱାରା ନିନ୍ଦିତ ହୋଇଥିଲେ ।

(ଞ) କେଉଁ କାରଣ ଯୋଗୁଁ ପୂର୍ବ ଇଉପରୋପୀୟ ୱାରସ୍ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ରସମୂହରେ ସାମ୍ୟବାଦୀ ସରକାରର ପତନ ଘଟିଥିଲା ?
Answer:
ଉଦାରୀକରଣ ପ୍ରକ୍ରିୟାର ପ୍ରଭାବରେ ପୂର୍ବ ଇଉରୋପୀୟ ୱାରସ୍ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ରସମୂହର ଆଭ୍ୟନ୍ତରୀଣ ବ୍ୟାପାରରେ ସୋଭିଏତ୍ ସଂଘ ହସ୍ତକ୍ଷେପ ବନ୍ଦ କରି ନିୟନ୍ତ୍ରଣ କୋହଳ କରିଦେବାରୁ ସେସବୁ ରାଷ୍ଟ୍ରରେ ବ୍ୟାପାରରେ ସୋଭିଏତ୍ ସଂଘ ହସ୍ତକ୍ଷେପ ବନ୍ଦ କରି ନିୟନ୍ତ୍ରଣ କୋହଳ କରିଦେବାରୁ ସେସବୁ ରାଷ୍ଟ୍ରରେ ସାମ୍ୟବାଦୀ ସରକାରର ପତନ ଘଟିଥିଲା ।

୪। ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) କେଉଁ ସୋଭିଏତ୍ ପ୍ରଧାନମନ୍ତ୍ରୀଙ୍କ ସମୟରେ ଚୀନ୍‌ର ଶାସକ ମାଓ ସେ-ତୁଙ୍ଗଙ୍କ ସହିତ ସୋଭିଏତ୍ ସଂଘର ସମ୍ପର୍କ ତିକ୍ତ ହୋଇଥିଲା ?
(i) ଲେନିନ୍
(ii) କୃଶ୍ଚେଭ୍
(iii) ଷ୍ଟାଲିନ୍
(iv) ବ୍ରେଜନେଭ୍
Answer:
(ii) କୃଶ୍ଚେଭ୍

(ଖ) ଚେର୍ଣ୍ଣୋବିଲ୍ ଆଣବିକ ଶକ୍ତି କେନ୍ଦ୍ରର ଦୁର୍ଘଟଣା କେଉଁ ମସିହାରେ ଘଟିଥିଲା ?
(i) ୧୯୮୫
(ii) ୧୯୯୦
(iii) ୧୯୮୬
(iv) ୧୯୯୧
Answer:
(iii) ୧୯୮୬

BSE Odisha 9th Class History Solutions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

(ଗ) କିଏ ୧୯୮୫ ମସିହା ମାର୍ଚ୍ଚ ମାସରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ?
(i) ନିକିତା କୃଶ୍ଚେଭ୍
(iii) ଲିଓନିଡ୍ ବ୍ରେଜ୍ନେଭ
(ii) ଆଲେକ୍ସି କୋସିଜିନ୍
(iv) ମିଖାଇଲ୍ ଗୋର୍ବାଚେଭ୍
Answer:
(iv) ମିଖାଇଲ୍ ଗୋର୍ବାଚେଭ୍

(ଘ) କାହାଦ୍ଵାରା ସୋଭିଏତ୍ ସଂଘରେ ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତନ ହୋଇଥିଲା ?
(i) ଭ୍ଲାଡ଼ିମିର ଲେନିନ୍
(ii) ଯୋସେଫ୍ ଷ୍ଟାଲିନ୍
(iii) ନିକିତା କୃଶ୍ଚେଭ୍
(iv) ଆଲେକ୍ସି କୋସିଜିନ୍
Answer:
(ii) ଯୋସେଫ୍ ଷ୍ଟାଲିନ୍

(ଙ) ଜର୍ଜିଆ କେବେ ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟ ଗୋଷ୍ଠୀ ସହିତ ମିଶିଥୁଲା ?
(i) ୧୯୯୦
(ii) ୧୯୯୧
(iii) ୧୯୯୨
(iv) ୧୯୯୩
Answer:
(iv) ୧୯୯୩

Leave a Comment