BSE Odisha 9th Class History Solutions Chapter 13 ଭାରତର ପରମ୍ପରା

Odisha State Board BSE Odisha 9th Class History Solutions Chapter 13 ଭାରତର ପରମ୍ପରା Textbook Exercise Questions and Answers.

BSE Odisha Class 9 History Solutions Chapter 13 ଭାରତର ପରମ୍ପରା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ପ୍ରତ୍ୟେକ ଭାରତୀୟର ନୈତିକ କର୍ତ୍ତବ୍ୟଗୁଡ଼ିକ କ’ଣ ?
Answer:
ପ୍ରତ୍ୟେକ ଭାରତୀୟଙ୍କର ନିମ୍ନଲିଖ୍ ନୈତିକ କର୍ତ୍ତବ୍ୟମାନ ରହିଛି ।

  • ପ୍ରଥମତଃ, ସନ୍ତାନର ଉପଯୁକ୍ତ ଲାଳନପାଳନ, ଶିକ୍ଷା, ସଂସ୍କାର ଓ ସଂସାର ଗଠନ ପରିବାରରେ ପିତାମାତାଙ୍କର ଏକ ପ୍ରଧାନ କର୍ତ୍ତବ୍ୟ ।
  • ଦ୍ବିତୀୟତଃ, ପରିବାରର ବୟସ୍କ ଓ ବୟୋଜ୍ୟେଷ୍ଠ ସଦସ୍ୟ ତଥା ପିତାମାତାଙ୍କର ସେବାଯତ୍ନ କରିବା ସନ୍ତାନସନ୍ତତି ଓ ଅନ୍ୟାନ୍ୟ କନିଷ୍ଠ ସଦସ୍ୟଙ୍କ ନୈତିକ କର୍ତ୍ତବ୍ୟ ।
  • ତୃତୀୟତଃ, ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପ୍ରତ୍ୟେକ ଭାରତୀୟଙ୍କର ଏକ ମହତ୍ତ୍ବପୂର୍ଣ୍ଣ ନୈତିକ କର୍ତ୍ତବ୍ୟ ।
  • ଚତୁର୍ଥତଃ, ନାରୀମାନଙ୍କୁ ଉଚିତ ସମ୍ମାନ ଦେବା, ସେମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା ପ୍ରତ୍ୟେକ ଭାରତୀୟଙ୍କର ନୈତିକ କର୍ତ୍ତବ୍ୟ ।
  • ପଞ୍ଚମତଃ, ଧାର୍ମିକ ରୀତିନୀତି ଅନୁଯାୟୀ ମୃତବ୍ୟକ୍ତିର ଅନ୍ତେଷ୍ଟିକ୍ରିୟା କରିବା ଓ ପରଲୋକଗତ ଆତ୍ମାର ଶାନ୍ତି ଓ ସଦ୍‌ଗତି ପ୍ରାର୍ଥନା କରିବା ଭାରତୀୟଙ୍କର ନୈତିକ କର୍ତ୍ତବ୍ୟ ଭାବେ ଏକ ଭାରତୀୟ ପରମ୍ପରା ରହିଛି ।
  • ଷଷ୍ଠତଃ, ବାସଗୃହ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଓ ଧର୍ମପୀଠର ପରିଷ୍କାର ପରିଚ୍ଛନ୍ନତା ଏବଂ ପରିବାରର ପବିତ୍ରତା ଓ ବିଶୁଦ୍ଧତା ରକ୍ଷା କରିବା ପ୍ରତ୍ୟେକ ଭାରତୀୟଙ୍କର ପରମ୍ପରାଗତ ନୈତିକ କର୍ଭବ୍ୟ ଅଟେ ।

(ଖ) ଭାରତରେ ଧର୍ମ କ୍ଷେତ୍ରରେ ଉଦାରତା କିଭଳି ଭାବରେ ପ୍ରତିଫଳିତ ହୋଇଛି ?
Answer:

  • ସିନ୍ଧୁ ସଭ୍ୟତାର ଧର୍ମକୁ ଭାରତର ପ୍ରାଚୀନତମ ଧର୍ମ ଭାବେ ବିବେଚନା କରାଯାଇଥିଲେ ସୁଦ୍ଧା ବୈଦିକ ଯୁଗରେ ବ୍ରାହ୍ମଣ୍ୟ ଧର୍ମ ନାମରେ ଏକ ବିଧ‌ିବଦ୍ଧ ଧର୍ମର ପ୍ରବର୍ତ୍ତନ ହୋଇ ପରବର୍ତ୍ତୀ ସମୟରେ ତାହା ହିନ୍ଦୁଧର୍ମ ନାମରେ ପରିଚିତ ହେଲା ।
  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଜୈନଧର୍ମ ଏବଂ ବୌଦ୍ଧଧର୍ମ ଜନ୍ମଲାଭ କରିଥିଲା । ସମ୍ରାଟ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ସୁଦ୍ଧା ପ୍ରଜାମାନଙ୍କୁ ସବୁ ଧର୍ମ ପ୍ରତି ସମାନ ମନୋଭାବ ପୋଷଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।
  • ସମ୍ରାଟ ଆକବର ଦିନ୍-ଇ-ଲ୍ଲାହୀ ଧର୍ମ ପ୍ରବର୍ତ୍ତନ କରି ସର୍ବଧର୍ମ ସମନ୍ୱୟରେ ଏକ ନୂତନ ଧାର୍ମିକ ପନ୍ଥା ନିର୍ଦ୍ଧାରଣ କରିଥିଲେ ଏବଂ ପ୍ରତ୍ୟେକ ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିଲେ ।
  • ଭାରତରେ ଇସ୍‌ଲାମ୍ ଏବଂ ଖ୍ରୀଷ୍ଟଧର୍ମର ପ୍ରବେଶ ପରେ ଭାରତୀୟ ସମାଜରେ ସେମାନଙ୍କ ପ୍ରଭାବକୁ ବିରୋଧ କରାଯାଇ ନଥୁଲା, ବରଂ ହିନ୍ଦୁମାନେ ଏକେଶ୍ୱରବାଦ ଉପରେ ଗଭୀର ଆସ୍ଥା ସ୍ଥାପନ କରିଥିଲେ ।
  • ଭକ୍ତିବାଦ, ଶିଖୁଧର୍ମ ଏବଂ ବ୍ରାହ୍ମମତକୁ ଭାରତୀୟମାନେ ଅତି ଆଦରର ସହିତ ଗ୍ରହଣ କରିଥିଲେ । ଊନବିଂଶ ଶତାବ୍ଦୀରେ ଭାରତୀୟ ସଂସ୍କାରକମାନେ ସବୁ ଧର୍ମକୁ ସମାନ ଚକ୍ଷୁରେ ଦେଖିବାକୁ ଭାରତୀୟମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ଏହିପରି ଭାବରେ ଧର୍ମ କ୍ଷେତ୍ରରେ ଉଦାରତା ମହତ୍ତ୍ବପୂର୍ଣ୍ଣ ପରମ୍ପରା ମାଧ୍ୟମରେ ପ୍ରତିଫଳିତ ହୋଇଛି ।

(ଗ) ଗଣତନ୍ତ୍ର ଓ ସାଧାରଣତନ୍ତ୍ରର ପରମ୍ପରା ଭାରତରେ କେବେଠାରୁ ଓ କିପରି ସୃଷ୍ଟି ହୋଇଛି ?
Answer:

  • ଭାରତରେ ଗଣତନ୍ତ୍ରର ପରମ୍ପରା ବୈଦିକ ଯୁଗରୁ ଏବଂ ସାଧାରଣତନ୍ତ୍ରର ପରମ୍ପରା ଋଗ୍‌ବୈଦିକ ଯୁଗରୁ ପ୍ରଚଳିତ ଥ‌ିବାର ପ୍ରମାଣ ଅଛି ।
  • ବୈଦିକ ଯୁଗରେ ଥ‌ିବା ‘ସଭା’ ଓ ‘ସମିତି’ ନାମକ ଦୁଇଟି ଅନୁଷ୍ଠାନ ଗଣତାନ୍ତ୍ରିକ ପରମ୍ପରାରେ ଗଠିତ ହୋଇ କାର୍ଯ୍ୟ କରୁଥିଲେ । ଫଳରେ ରାଜା ସ୍ଵେଚ୍ଛାଚାରୀ ହୋଇପାରୁ ନଥିଲେ ।
  • ଋଗ୍‌ବୈଦିକ ଯୁଗରେ ‘ଗଣ’ ନାମରେ ପରିଚିତ କେତେକ ସାଧାରଣତନ୍ତ୍ର ଥିଲା । ସେଗୁଡ଼ିକ ‘ଗଣପତି’ ବା ଜ୍ୟେଷ୍ଠଙ୍କଦ୍ବାରା ଶାସିତ ହେଉଥିଲା । ‘ସଭା’ ଓ ‘ସମିତି’ ଗଣତାନ୍ତ୍ରିକ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବା ସହ ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ନିଷ୍ପଭି ଏପରିକି ସ୍ୱେଚ୍ଛାଚାରୀ ରାଜାଙ୍କୁ ଗାଦିଚ୍ୟୁତ କଲାଭଳି ପଦକ୍ଷେପ ନେଇପାରୁଥିଲେ ।
  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ୧୬ଟି ମହାଜନପଦ ମଧ୍ୟରୁ କ୍ରିପ୍ସି ଓ ମଲ୍ଲ ସାଧାରଣତନ୍ତ୍ର ରାଜ୍ୟ ଥିଲା । ସେହି ରାଜ୍ୟଗୁଡ଼ିକ ଏକ ଜନପ୍ରତିନିଧୂ ସଭା ବା ନିର୍ବାଚିତ ରାଜାଙ୍କଦ୍ୱାରା ଶାସିତ ହେଉଥିଲା ।
  • ସ୍ଵାଧୀନତୋତ୍ତର ଭାରତର ସମ୍ବିଧାନରେ ଥ‌ିବା ମୌଳିକ ଅଧିକାର ମଧ୍ୟରୁ ସମାନତାର ଅଧିକାର, ସ୍ଵାଧୀନତାର ଅଧିକାର, ଧର୍ମଗତ ସ୍ଵାଧୀନତାର ଅଧିକାର ଏବଂ ସାଂସ୍କୃତିକ ଓ ଶିକ୍ଷା ଅଧିକାର ପ୍ରକାରାନ୍ତରେ ଭାରତରେ ବହୁ ପୂର୍ବରୁ ପ୍ରଚଳିତ ଥିଲା।

(ଘ) ଭାରତରେ କିପରି ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ସୃଷ୍ଟି ହୋଇଛି ?
Answer:

  • ଗ୍ରାମ୍ୟ ଅର୍ଥନୀତି ଭାରତର ଏକ ବିଶିଷ୍ଟ ଆର୍ଥନୀତିକ ପରମ୍ପରା । ବୈଦିକ ସଭ୍ୟତାରେ ଗ୍ରାମ ହିଁ ଆର୍ଥିକ ବିକାଶର ମୂଳ କେନ୍ଦ୍ର ଥିଲା ।
  • ଗ୍ରାମର ଆର୍ଥିକ ବିକାଶରେ ରାଷ୍ଟ୍ରର ବିକାଶ ସମ୍ଭବ – ଆଦିମ ଯୁଗରୁ ଭାରତୀୟମାନଙ୍କ ମନରେ ଏହି ବିଶ୍ଵାସ ରହିଆସିଛି ।
  • ବୈଦିକ ଯୁଗରେ ପ୍ରତ୍ୟେକ ଗ୍ରାମରେ କୃଷି, ପଶୁପାଳନ ଓ କୁଟୀରଶିଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଇ ଆର୍ଥନୀତିକ ପ୍ରଗତି ହାସଲ କରାଯାଉଥିଲା । ସେ ସମୟରେ ଗୁରୁକୁଳଗୁଡ଼ିକରେ ଏହି ବୈଷୟିକ ଶିକ୍ଷା ଦିଆଯାଉଥିଲା ।
  • ପ୍ରାକ୍ ମୌର୍ଯ୍ୟ ଯୁଗରେ ପ୍ରତ୍ୟେକ ଗ୍ରାମକୁ ଆତ୍ମନିର୍ଭରଶୀଳ କରାଯାଉଥିଲା । ଚାଷୀକୁ ଜମିର ମାଲିକାନା ସ୍ୱତ୍ୱ ଦିଆଯାଉଥିଲା ।
  • ଆଜିର ଭାରତୀୟ ଅର୍ଥନୀତିରେ ପୁରାତନ ସମୟର ଆର୍ଥିକ ଉପାଦାନ ଓ ପଦ୍ଧତି ସ୍ପଷ୍ଟ । ଆଜିର ଅର୍ଥନୀତି ମଧ୍ୟ ଗ୍ରାମ୍ୟ ଅର୍ଥନୀତି ଆଧାରରେ ନିର୍ଦ୍ଧାରିତ ଏବଂ ଏଥରେ ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ପ୍ରତିଫଳିତ ।

BSE Odisha 9th Class History Solutions Chapter 13 ଭାରତର ପରମ୍ପରା

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ୟରେ ଲେଖ ।

(କ) ଯୌଥ ପରିବାରର ସମ୍ପତ୍ତିରେ କାହାର ଭାଗ ଥାଏ ?
Answer:
ଯୌଥ ପରିବାରର ସମ୍ପଭିରେ ରୋଜଗାର କରୁଥିବା ଓ ରୋଜଗାର ନ କରୁଥିବା ସମସ୍ତ ସଦସ୍ୟଙ୍କର ସମାନ ଭାଗ ଥାଏ ।

(ଖ) ଭାରତୀୟ ସମାଜରେ ବରିଷ୍ଠ ବ୍ୟକ୍ତିଙ୍କୁ କିପରି ସମ୍ବୋଧନ କରାଯାଏ ଓ ସାକ୍ଷାତ ସମୟରେ କିପରି ଭକ୍ତି ପ୍ରଦର୍ଶନ କରାଯାଏ ?
Answer:

  • ଭାରତୀୟ ସମାଜରେ ବରିଷ୍ଠ ବ୍ୟକ୍ତିଙ୍କୁ ସେମାନଙ୍କର ନାମ ଉଚ୍ଚାରଣ ନକରି ସମ୍ମାନର ସହ ସମ୍ବୋଧନ କରାଯାଏ ଏବଂ ସାକ୍ଷାତ ସମୟରେ ନତମସ୍ତକ ହୋଇ ପ୍ରଣାମ କରି ଭକ୍ତି ପ୍ରଦର୍ଶନ କରାଯାଏ ।
  • ଧର୍ମୀୟ ରୀତିନୀତି ଓ ଆନନ୍ଦ ଉଲ୍ଲାସରେ ସମସ୍ତେ ଭାଗ ନେଇଥା’ନ୍ତି ।

(ଘ) ସମସ୍ତ ଧର୍ମାବଲମ୍ବୀ କେଉଁ ତତ୍ତ୍ଵକୁ ନିଜ ଧର୍ମର ମୂଳନୀତିଭାବେ ବିଶ୍ଵାସ କରନ୍ତି ?
Answer:
ଚିରନ୍ତନ, ଜନ୍ମହୀନ, ସ୍ୱୟଂସ୍ଥିତ ଓ ସର୍ବଶକ୍ତିମାନ ପରମେଶ୍ବରଙ୍କ ପ୍ରତି ବିଶ୍ବାସ ସ୍ଥାପନ ଏବଂ ତାଙ୍କ ନିକଟରେ ଆତ୍ମସମର୍ପଣକୁ ସବୁ ଧର୍ମାବଲମ୍ବୀ ନିଜ ଧର୍ମର ମୂଳନୀତି ବୋଲି ବିଶ୍ଵାସ କରନ୍ତି ।

(ଙ) କେତେକ ଧର୍ମରେ ମୂର୍ତ୍ତିପୂଜା ବ୍ୟତୀତ ଆଉ କ’ଣ ପୂଜା କରିବାର ପରମ୍ପରା ରହିଛି ?
Answer:
କେତେକ ଧର୍ମରେ ମୂର୍ତ୍ତିପୂଜା ବ୍ୟତୀତ ପ୍ରକୃତି ପୂଜା ଓ ଧର୍ମଗ୍ରନ୍ଥ ପୂଜା କରିବାର ପରମ୍ପରା ରହିଛି ।

(ଚ) ଭାରତରେ ନୃତ୍ୟ ଓ ଗୀତକୁ ମନୋରଞ୍ଜନ ଓ ଜୀବନଯାପନର ମାଧ୍ୟମ ବ୍ୟତୀତ ଆଉ କ’ଣ ଭାବେ ବିବେଚନା କରାଯାଏ ?
Answer:
ଭାରତରେ ନୃତ୍ୟ ଓ ଗୀତକୁ ମନୋରଞ୍ଜନ ଓ ଜୀବନଯାପନର ମାଧ୍ୟମ ଭାବେ ବିବେଚନା କରାଯିବା ସହିତ ଏହାକୁ ଶିଳ୍ପୀର ସୃଜନ ପ୍ରବଣତା ଓ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ମହତ୍ତ୍ଵପୂର୍ଣ ଉପାଦାନଭାବେ ବିବେଚନା କରାଯାଏ ।

(ଛ) କେଉଁ ଦୁଇଟି ପ୍ରାଚୀନ ଗ୍ରନ୍ଥରେ ଯଥାକ୍ରମେ ଜ୍ୟୋତିଷ ବିଦ୍ୟା ଓ ଚିକିତ୍ସା ବିଦ୍ୟାର ବର୍ଣ୍ଣନା ଭାରତୀୟମାନଙ୍କ ମଧ୍ୟରେ ଉକ୍ତ ବିଷୟରେ ଆଗ୍ରହ ସୃଷ୍ଟି କଲା ?
Answer:
ଜ୍ୟୋତିଷ ବେଦାଙ୍ଗରେ ଓ ଅଥର୍ବ ବେଦରେ ଯଥାକ୍ରମେ ଜ୍ୟୋତିଷ ବିଦ୍ୟା ଓ ଚିକିତ୍ସା ବିଦ୍ୟାର ବର୍ଣ୍ଣନା ଭାରତୀୟମାନଙ୍କ ମଧ୍ୟରେ ଉକ୍ତ ବିଷୟରେ ଆଗ୍ରହ ସୃଷ୍ଟି କଲା ।

(ଜ) ବୈଦିକ ଯୁଗରେ ଦୁଇ ଗଣତାନ୍ତ୍ରିକ ଅନୁଷ୍ଠାନର ନାମ କ’ଣ ଥିଲା ?
Answer:
ବୈଦିକ ଯୁଗରେ ‘ସଭା’ ଓ ‘ସମିତି’ ନାମକ ଦୁଇଟି ଗଣତାନ୍ତ୍ରିକ ଅନୁଷ୍ଠାନ ଥିଲା ।

BSE Odisha 9th Class History Solutions Chapter 13 ଭାରତର ପରମ୍ପରା

(ଝ) ବୈଦିକ ଯୁଗରେ ଅର୍ଥନୈତିକ ପ୍ରଗତିର ଏକ ମାଧ୍ୟମ ରୂପେ କୃଷିର ପରମ୍ପରା ସୃଷ୍ଟି ହେବାର କାରଣ କ’ଣ ?
Answer:
ବୈଦିକ ଯୁଗରେ ଶସ୍ୟଶ୍ୟାମଳା ଜମିର ଅଭାବ ନ ଥ‌ିବାରୁ ଓ ଆର୍ଯ୍ୟମାନେ କର୍ମଠ ହୋଇଥିବାରୁ ଆର୍ଥନୀତିକ ପ୍ରଗତିର ଏକ ମାଧ୍ୟମ ରୂପେ କୃଷିର ପରମ୍ପରା ସୃଷ୍ଟି ହେଲା।

(ଞ) ମୌର୍ଯ୍ୟ ଯୁଗରେ ବାଣିଜ୍ୟର ବିକାଶ ପାଇଁ କ’ଣ ନିର୍ମାଣ କରାଯାଇଥିଲା ?
Answer:
ମୌର୍ଯ୍ୟ ଯୁଗରେ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ବାଣିଜ୍ୟକେନ୍ଦ୍ର ଓ ପୋତାଶ୍ରୟମାନ ନିର୍ମାଣ

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ପ୍ରତ୍ୟେକ ଧର୍ମରେ ବିବାହକୁ କି ଭାବରେ ଗ୍ରହଣ କରାଯାଏ ?
Answer:
ପ୍ରତ୍ୟେକ ଧର୍ମରେ ବିବାହକୁ ଏକ କର୍ଭବ୍ୟ ଭାବରେ ବିବେଚନା କରାଯାଏ ।

(ଖ) ଆକବର ଘୋଷଣା କରିଥିବା ନୂତନ ଧାର୍ମିକ ପନ୍ଥାର ନାମ କ’ଣ ଥିଲା ?
Answer:
ଆକବର ଘୋଷଣା କରିଥିବା ନୂତନ ଧାର୍ମିକ ପନ୍ଥାର ନାମ ଥୁଲା ଦିନ-ଇ-ଲ୍ଲାହୀ ।

(ଗ) ମୁସଲମାନମାନେ ପରମ୍ପରା କ୍ରମେ କେଉଁ ସ୍ଥାନକୁ ତୀର୍ଥଯାତ୍ରା କରିବାକୁ ଯାଆନ୍ତି ?
Answer:
ମୁସଲମାନମାନେ ପରମ୍ପରା କ୍ରମେ ଇସ୍‌ଲାମ୍ ଧର୍ମର ପବିତ୍ର ସ୍ଥାନ ମକ୍କାକୁ ତୀର୍ଥଯାତ୍ରା କରିବାକୁ ଯାଆନ୍ତି ।

(ଘ) ଆର୍ଯ୍ୟମାନଙ୍କର କେଉଁ ଦାର୍ଶନିକ ଚିନ୍ତାଧାରା ଭାରତରେ ବିଶ୍ଵଭ୍ରାତୃତ୍ୱଭାବର ପରମ୍ପରା ସୃଷ୍ଟି କରିଛି ?
Answer:
ଆର୍ଯ୍ୟମାନଙ୍କର ମୌଳିକ ଦାର୍ଶନିକ ଚିନ୍ତାଧାରା ‘ବସୁଧୈବ କୁଟୁମ୍ବକମ୍’ ଭାରତରେ ବିଶ୍ୱଭ୍ରାତୃତ୍ୱଭାବର ପରମ୍ପରା ସୃଷ୍ଟି କରିଛି ।

(ଙ) କେଉଁ ବେଦରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସୃଷ୍ଟି ହୋଇଛି ?
Answer:
ସାମବେଦରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସୃଷ୍ଟି ହୋଇଛି ।

(ଚ) ପୁରାତନ ଯୁଗରେ କିଏ ସାହିତ୍ୟ ରଚନାର ଆଦର୍ଶ ହେଲେ ?
Answer:
ପୁରାତନ ଯୁଗରେ କାଳିଦାସ ସାହିତ୍ୟ ରଚନାର ଆଦର୍ଶ ହେଲେ ।

BSE Odisha 9th Class History Solutions Chapter 13 ଭାରତର ପରମ୍ପରା

(ଛ) ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ କେଉଁ ସାଧାରଣତନ୍ତ୍ର ଆଠଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟସଂଘ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭ୍ରାକ୍ସି ସାଧାରଣତନ୍ତ୍ର ଆଠଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟସଂଘ ଥିଲା ।

(ଜି) ଅମଲାତନ୍ତ୍ରର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ଶାସନକୁ ସଫଳ ଏବଂ ଶୃଙ୍ଖଳିତ କରିବା ହେଉଛି ଅମଲାତନ୍ତ୍ରର ମୁଖ୍ୟ କାର୍ଯ୍ୟ ।

(ଝ) ପାଶ୍ଚାତ୍ୟ ଦେଶଗୁଡ଼ିକ କାହିଁକି ଭାରତରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲେ ?
Answer:
ପାଶ୍ଚାତ୍ୟ ଦେଶଗୁଡ଼ିକ ନିଜ ଦେଶର ବ୍ୟାବସାୟିକ ଉନ୍ନତି ଉଦ୍ଦେଶ୍ୟରେ ଭାରତରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲେ ।

(ଞ) ବୈଦିକ ଯୁଗରେ ଶିକ୍ଷାନୁଷ୍ଠାନଗୁଡ଼ିକୁ କ’ଣ କୁହାଯାଉଥିଲା ?
Answer:
ବୈଦିକ ଯୁଗରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗୁରୁକୁଳ କୁହାଯାଉଥିଲା ।

୪। ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ

(କ) ଭାରତୀୟ ପରିବାରରେ ସମସ୍ତ କାର୍ଯ୍ୟ ପାଇଁ କିଏ ନିଷ୍ପତ୍ତି ନିଅନ୍ତି ?
(i) କେବଳ ବିବାହିତ ବରିଷ୍ଠତମ ସଦସ୍ୟ
(ii) କେବଳ ଅବିବାହିତ ବରିଷ୍ଠତମ ସଦସ୍ୟ
(iii) କେବଳ ରୋଜଗାର କରୁଥିବା ବରିଷ୍ଠତମ ସଦସ୍ୟ
(iv) ବିବାହିତ ବା ଅବିବାହିତ, ରୋଜଗାର କରୁଥିବା ବା ନ କରୁଥିବା ବରିଷ୍ଠତମ ସଦସ୍ୟ
Answer:
(iv) ବିବାହିତ ବା ଅବିବାହିତ, ରୋଜଗାର କରୁଥିବା ବା ନ କରୁଥିବା ବରିଷ୍ଠତମ ସଦସ୍ୟ

(ଖ) ପରମାତ୍ମା ସହିତ ଆତ୍ମାର ସମ୍ପର୍କ ପାଇଁ କେଉଁଟି ସର୍ବଜନାଦୃତ ?
(i) କର୍ମବାଦ
(ii) ଭକ୍ତିମାର୍ଗ
(iii) ବ୍ରାହ୍ମମାର୍ଗ
(iv) ତୀର୍ଥଯାତ୍ରା
Answer:
(ii) ଭକ୍ତିମାର୍ଗ

BSE Odisha 9th Class History Solutions Chapter 13 ଭାରତର ପରମ୍ପରା

(ଗ) କେଉଁ ଯୁଗରୁ ଭାରତରେ ଚିତ୍ରକଳାର ଉଦ୍ଭବ ହୋଇଛି ?
(i) ପ୍ରାଗ୍-ଐତିହାସିକ
(ii) ବୈଦିକ
(iii) ମୌର୍ଯ୍ୟ
(iv) ଗୁପ୍ତ
Answer:
(i) ପ୍ରାଗ୍-ଐତିହାସିକ

(ଘ) କେଉଁଥୁରୁ ଭାରତୀୟ ପାରମ୍ପରିକ ନୃତ୍ୟଗୁଡ଼ିକର ବିକାଶ ହୋଇଛି ?
(i) ବୈଦେଶିକ ପ୍ରଭାବ
(ii) ପ୍ରାଚୀନ ମୂର୍ତ୍ତିକଳା
(iii) ସାମବେଦ
(iv) ପ୍ରଚଳିତ ପ୍ରଥା
Answer:
(ii) ପ୍ରାଚୀନ ମୂର୍ତ୍ତିକଳା

(ଙ) କାହାକୁ ଭାରତର ପ୍ରାଚୀନତମ ସାହିତ୍ୟ ଭାବେ ବିବେଚନା କରାଯାଏ ?
(i) ବେଦ
(ii) ଉପନିଷଦ୍
(iii) ରାମାୟଣ
(iv) ମହାଭାରତ
Answer:
(i) ବେଦ

(ଚ) କାହାର ଆଧାରରେ ଆୟୁର୍ବେଦ ଚିକିତ୍ସାର ବିକାଶ ହୋଇଛି ?
(i) ଜ୍ଯୋତିର୍ବିଜ୍ଞାନ
(ii) ବୈଜ୍ଞାନିକ ପଦ୍ଧତିର ଆବଷ୍କାର
(ii) ବୃକ୍ଷଲତାର ଔଷଧୀୟ ଗୁଣ
(iv) ବୈଜ୍ଞାନିକ ଉପକରଣର ଉଦ୍ଭାବନ
Answer:
(ii) ବୈଜ୍ଞାନିକ ପଦ୍ଧତିର ଆବଷ୍କାର

BSE Odisha 9th Class History Solutions Chapter 13 ଭାରତର ପରମ୍ପରା

(ଛ) ବୈଦିକ ଯୁଗର କେଉଁ ଗଣତାନ୍ତ୍ରିକ ଅନୁଷ୍ଠାନରେ ସମାଜର ସମସ୍ତ ଶ୍ରେଣୀରୁ ସଦସ୍ୟ ମନୋନୀତ ହେଉଥିଲେ ?
(i) ଜନପଦ
(ii) ଗଣ
(iii) ସଭା
(iv) ସମିତି
Answer:
(iv) ସମିତି

(ଜ) କେଉଁ ସମୟରେ ଭାରତରେ ପ୍ରଥମେ ପୌର ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲା ?
(i) ସିନ୍ଧୁ ସଭ୍ୟତା
(ii) ବୈଦିକ ସଭ୍ୟତା
(iii) ମୌର୍ଯ୍ୟ ଯୁଗ
(iv) ଗୁପ୍ତ ଯୁଗ
Answer:
(iii) ମୌର୍ଯ୍ୟ ଯୁଗ

(ଝ) କିଏ ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଏକ ନିୟମିତ ଢଙ୍ଗରେ ପ୍ରତିଷ୍ଠା କରିଥିଲେ ?
(i) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
(ii) ଅଶୋକ
(iii) ଆକବର
(iv) ଲର୍ଡ ରିପନ୍
Answer:
(iv) ଲର୍ଡ ରିପନ୍

(ଞ) ଗୁପ୍ତଯୁଗରେ କ’ଣ ପରିବାରର ସବୁଠାରୁ ଅଧ୍ଵକ ମୂଲ୍ୟବାନ୍ ସମ୍ପତ୍ତିରୂପେ ବିବେଚିତ ହେଉଥିଲା ?
(i) ସୁନା
(ii) ଗୋ ସମ୍ପଦ
(iii) ଚାଷଜମି
(iv) ଘୋଡ଼ା
Answer:
(iii) ଚାଷଜମି

Leave a Comment