Odisha State Board BSE Odisha 9th Class History Solutions Chapter 5 ଫାସୀବାଦ ଓ ନାଜିବାଦର ବିକାଶ Textbook Exercise Questions and Answers.
BSE Odisha Class 9 History Solutions Chapter 5 ଫାସୀବାଦ ଓ ନାଜିବାଦର ବିକାଶ
୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ୧୯୨୯ ମସିହାରୁ ୧୯୩୩ ମସିହା ପର୍ଯ୍ୟନ୍ତ ପୃଥିବୀରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର କାରଣ ଓ ଫଳାଫଳ ସଂକ୍ଷେପରେ ବର୍ଣ୍ଣନା କର ।
Answer:
୧୯୨୯ରୁ ୧୯୩୩ ମସିହା ମଧ୍ୟରେ ପୃଥବୀରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର କାରଣ :
- ପ୍ରଥମ ବିଶ୍ୱଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇଉରୋପୀୟ ଦେଶମାନଙ୍କରେ ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲା । ଯୁଦ୍ଧସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପଗୁଡ଼ିକ ବନ୍ଦ ହେବା ଯୋଗୁଁ ଅନେକ ଶ୍ରମିକ ବେକାର
- ହୋଇଗଲେ । ବେସାମରିକ ସାମଗ୍ରୀ ଉତ୍ପାଦନ କରୁଥିବା କଳକାରଖାନାର ଶ୍ରମିକମାନେ ଅଧ୍ଵ ମଜୁରି ଦାବି କରି ଧର୍ମଘଟ କଲେ । ହୋଇ କଳକାରଖାନା ବନ୍ଦ କରିଦେଲେ । ଫଳରେ ଲକ୍ଷ ଲକ୍ଷ ଶ୍ରମିକ ବେକାର ହୋଇଗଲେ ।
- ଶିଳ୍ପଜାତ ଦ୍ରବ୍ୟଗୁଡ଼ିକର ମୂଲ୍ୟବୃଦ୍ଧି ଯୋଗୁଁ ଜନସାଧାରଣ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିଲେ ନାହିଁ । ଅନେକ ବ୍ୟାଙ୍କ୍ ଅଚଳ ହୋଇଗଲା ଓ ଲୋକମାନେ ସେମାନଙ୍କ ସଞ୍ଚ ଅର୍ଥ ହରାଇଲେ ।
ଫଳାଫଳ :
- ଦାରିଦ୍ର୍ୟ, ବେକାରି ବୃଦ୍ଧି ପାଇ ଶାନ୍ତିଶୃଙ୍ଖଳା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଲା ଓ ବିଭିନ୍ନ ଦେଶରେ ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକ ନେତୃତ୍ୱରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହେଲା ।
- ଶ୍ରମିକ ଆନ୍ଦୋଳନ ଦମନ ନିମନ୍ତେ ଜମିଦାର, ପୁଞ୍ଜିପତି ଓ ଶିଳ୍ପପତିମାନେ ଉଗ୍ରବାଦୀ ଶକ୍ତିମାନଙ୍କ ସହାୟତା ଫାସୀବାଦୀ ଶକ୍ତି କୁହାଗଲା ।
(ଖ) ଫାସୀବାଦୀମାନେ ଇଟାଲୀ ଇଟାଲୀ ଦେଶରେ କିପରି କ୍ଷମତା ବିସ୍ତାର କରିଥିଲେ ସଂକ୍ଷେପରେ ଲେଖ ।
Answer:
- ପ୍ରଥମ ବିଶ୍ୱଯୁଦ୍ଧ ପରେ ଦେଶରେ ଫାସୀବାଦର ବିକାଶ ଘଟିଥିଲା ଏବଂ ଏହା ଏକ ଉଗ୍ର ଜାତୀୟତାବାଦୀ ଦଳର ନୀତି ଥିଲା । ଇଟାଲୀର ଆଭ୍ୟନ୍ତରୀଣ ପରିସ୍ଥିତି ଫାସୀବାଦର ବିକାଶ ପାଇଁ ମାର୍ଗ ପ୍ରସ୍ତୁତ କରିଥିଲା ।
- ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ସମ୍ମାନହାନି ସାଙ୍ଗକୁ ବିଶ୍ଵଯୁଦ୍ଧ ପରେ ଇଟାଲୀରେ ଆର୍ଥିକ ଅବସ୍ଥାରେ ଘୋର
- କୃଷକ ଓ ଶ୍ରମିକମାନଙ୍କର ଆନ୍ଦୋଳନଦ୍ୱାରା ଶିଳ୍ପପତି, ପୁଞ୍ଜିପତି, ବ୍ୟବସାୟୀ ତଥା ଜମିଦାରମାନେ ଭୟଭୀତ ହୋଇ ଏହାକୁ ଦମନ କରିବାପାଇଁ ଇଟାଲୀରେ ନବଗଠିତ ଫାସୀବାଦୀ ଦଳକୁ ସାହାଯ୍ୟ ଓ ସମର୍ଥନ କରିବାଦ୍ୱାରା ସେଠାରେ ଫାସୀବାଦୀ ଆନ୍ଦୋଳନ ମୁଣ୍ଡ ଟେକିଲା ।
- ଇଟାଲୀର ରାଜା ଭିକ୍ଟର ଇମାନୁଏଲ୍ ତୃତୀୟ ଇଟାଲୀର ଆର୍ଥିକ ସ୍ଵଚ୍ଛଳତା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସମ୍ପୂର୍ଣ ବିଫଳ ହେଲେ । ଅପରପକ୍ଷରେ ମୁସୋଲିନୀଙ୍କ ନେତୃତ୍ୱରେ ଫାସୀବାଦୀ ଦଳ ଜାତୀୟ ଐକ୍ୟ, ସାମ୍ରାଜ୍ୟ ବିସ୍ତାର, ଇଟାଲୀର ଗୌରବ ବୃଦ୍ଧିରେ ବିଶ୍ଵାସ କରେ ବୋଲି ଘୋଷଣା କରିଥିଲା ।
- ୧୯୨୧ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିନଥିଲେ ମଧ୍ୟ ୧୯୨୨ ମସିହା ଅକ୍ଟୋବର ୨୮ ତାରିଖ ଦିନ ସେ ନିଜ ଅନୁଗାମୀମାନଙ୍କ ସହ ରୋମ ଅଭିମୁଖେ ଯାତ୍ରା କଲେ । ଏଥିରେ ଭୟଭୀତ ଇଟାଲୀର ରାଜା କର୍ଣ୍ଣଧାର ମୁସୋଲିନୀ ଅକ୍ଟୋବର ୨୯ ତାରିଖରେ ଇଟାଲୀର ପ୍ରଧାନମନ୍ତ୍ରୀ ହେଲେ ।
(ଗ) ଫାସୀବାଦ ପ୍ରତିଷ୍ଠା ଫଳରେ ଇଟାଲୀ ଦେଶର ଶାସନ କ୍ଷେତ୍ରରେ କି ପରିବର୍ତ୍ତନ ଦେଖାଦେଲା ?
Answer:
- ସମାଜବାଦୀ ଓ ସାମ୍ୟବାଦୀ ନେତାମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କରାଗଲା । କେତେକଙ୍କୁ ବନ୍ଦୀ କରାଗଲା କିମ୍ବା ନିର୍ବାସନ ଦଣ୍ଡ ଦିଆଗଲା । ଇଟାଲୀର ସଂସଦୀୟ ବ୍ୟବସ୍ଥାକୁ ଅକାମୀ କରି ଦିଆଗଲା ।
- ମହାପରିଷଦ ନାମକ ଏକ ନୀତି ନିର୍ଦ୍ଧାରକ ସଂସ୍ଥା ପ୍ରତିଷ୍ଠା କରି ମନ୍ତ୍ରିମଣ୍ଡଳର ସ୍ଵାଧୀନତା ଉପରେ ଅଙ୍କୁଶ ଲଗାଇ ଦିଆଗଲା ।
- ନିର୍ବାଚନ ଆଇନରେ ବ୍ୟାପକ ପରିବର୍ତ୍ତନ ଦେଖାଦେଲା । ୧୯୨୬ ମସିହାରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ଦଳକୁ ବେଆଇନ ଘୋଷଣା କରାଗଲା । ଇଟାଲୀରେ ଏକଦଳୀୟ ଶାସନ ପ୍ରତିଷ୍ଠିତ ହେଲା ।
- ସାର୍ବଜନୀନ ଭୋଟପ୍ରଥା ଉଠାଇ ଦିଆଗଲା । ସମ୍ବ ପତ୍ରଗୁଡ଼ିକର ସ୍ଵାଧୀନତା କାଢ଼ି ନିଆଗଲା । ସାମରିକ
- ଦେଶର ସମସ୍ତ ଶାସନ କ୍ଷମତା ଫାସୀବାଦୀ ଦଳର ମୁଖ୍ୟ ମୁସୋଲିନୀଙ୍କ ହାତରେ କେନ୍ଦ୍ରୀଭୂତ ହେଲା ଏବଂ
(ଘ) ହିଟ୍ର୍ ସମସ୍ତ କ୍ଷମତା ନିଜ ହାତରେ କେନ୍ଦ୍ରୀଭୂତ କରି ଜର୍ମାନୀରେ ଏକଚ୍ଛତ୍ରବାଦ ଶାସନ ପ୍ରତିଷ୍ଠା
Answer:
- ହିଟ୍ଲର୍ ସମସ୍ତ ଶାସନ କ୍ଷମତା ନିଜ ହାତରେ କେନ୍ଦ୍ରୀଭୂତ କରିବାପାଇଁ ସ୍ବତନ୍ତ୍ର ଆଇନମାନ ପ୍ରଣୟନ କରିଥିଲେ । ନାଜିଦଳକୁ ଜର୍ମାନୀର ଏକମାତ୍ର ରାଜନୈତିକ ଦଳ ବୋଲି ସ୍ବୀକୃତି ଦିଆଗଲା ।
- ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକର ସଙ୍ଗଠନଗୁଡ଼ିକୁ ଭାଙ୍ଗି ଦିଆଗଲା । ସେମାନଙ୍କର ସମ୍ପତ୍ତିକୁ ବାଜ୍ୟାପ୍ତି କରାଗଲା ।
- ଶ୍ରମିକ ସଙ୍ଗଠନଗୁଡ଼ିକୁ ଭାଙ୍ଗି ଦିଆଗଲା । ହଜାର ହଜାର ସମାଜବାଦୀ, ସାମ୍ୟବାଦୀ ଏବଂ ନାଜି ବିରୋଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ।
- ଲକ୍ଷ ଲକ୍ଷ ଇହୁଦୀମାନଙ୍କୁ ହତ୍ୟା କରାଗଲା । ସମ୍ବାଦପତ୍ର ଓ ବେତାରକୁ ନିୟନ୍ତ୍ରଣ କରାଗଲା । ବ୍ୟକ୍ତିର ସ୍ଵାଧୀନତା ଲୋପ ପାଇଲା ।
- ଭର୍ସାଇ ସନ୍ଧିର ସର୍ଭକୁ ଅବମାନନା କରି ଜର୍ମାନୀର ସାମରିକ ଶକ୍ତି ବୃଦ୍ଧି କରାଗଲା । ଆକାଶବାହିନୀ ଓ ନୌବାହିନୀ ଗଠନ କରି ସେଗୁଡ଼ିକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଗଲା । ରାଇନ୍ ନଦୀ ଉପତ୍ୟକାରେ ପୁନର୍ବାର ସୈନ୍ୟ ମୁତୟନ କରାଗଲା, ଯାହା ଅନ୍ୟ ଏକ ବିଶ୍ଵଯୁଦ୍ଧ ପାଇଁ ମାର୍ଗ ପ୍ରସ୍ତୁତ କଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ପ୍ରଥମ ବିଶ୍ୱଯୁଦ୍ଧର ଫଳସ୍ବରୂପ ପୃଥିବୀରେ କି କି ସମସ୍ୟା ଦେଖାଦେଇଥିଲା ?
Answer:
ପ୍ରଥମ ବିଶ୍ୱଯୁଦ୍ଧର ଫଳସ୍ଵରୂପ ପୃଥିବୀରେ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ, ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନ, ଜାତୀୟତାବାଦୀ ଜନଜାଗରଣ ଆଦି ବିଭିନ୍ନ ସମସ୍ୟାମାନ ଦେଖା ଦେଇଥିଲା ।
(ଖ) ୧୯୨୯ ମସିହାରୁ ୧୯୩୩ ମସିହା ପର୍ଯ୍ୟନ୍ତ ଦେଖାଦେଇଥିବା ଆନ୍ତର୍ଜାତିକ ଅର୍ଥନୈତିକ ସଙ୍କଟ ସମୟରେ କୃଷି ଉତ୍ପାଦନ କିପରି ପ୍ରଭାବିତ ହୋଇଥିଲା ?
Answer:
- ୧୯୨୯ ମସିହାରୁ ୧୯୩୩ ମସିହା ମଧ୍ୟରେ ଦେଖା ଦେଇଥିବା ଆନ୍ତର୍ଜାତିକ ଅର୍ଥନୈତିକ ସଙ୍କଟ ସମୟରେ କୃଷି ଉତ୍ପାଦନ ବହୁ ଭାବରେ ପ୍ରଭାବିତ ହୋଇଥିଲା ।
- କୃଷିକ୍ଷେତ୍ରରେ ଯଦିଓ ଶିଳ୍ପ ବିପ୍ଳବ ଯୋଗୁଁ ଯାନ୍ତ୍ରିକ ପଦ୍ଧତିର ବିନିଯୋଗ ହେତୁ ଉତ୍ପାଦନ ବିଶେଷ ଭାବରେ ବୃଦ୍ଧି ପାଇଥିଲା; କିନ୍ତୁ ଯୁଦ୍ଧ ଯୋଗୁଁ ବାଣିଜ୍ୟ ବ୍ୟବସାୟ ବନ୍ଦ ହୋଇଯିବା ଫଳରେ କୃଷିଜାତ ଦ୍ରବ୍ୟ ବିକ୍ରୟ ହୋଇ ଦୁରବସ୍ଥା ବଢ଼ିଲା ।
(ଗ) ଫାସୀବାଦ କାହାକୁ କୁହାଯାଏ ? ଏହାର ମୂଳ ଲକ୍ଷ୍ୟ କ’ଣ ?
Answer:
- ଫାସୀବାଦୀ ଦଳର ଚିନ୍ତାଧାରାକୁ ଫାସୀବାଦ କୁହାଯାଏ ।
- ହିଂସାତ୍ମକ ପନ୍ଥାଦ୍ଵାରା ଜଣେ କିମ୍ବା ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ସମସ୍ତ ଶାସନ କ୍ଷମତା କେନ୍ଦ୍ରୀଭୂତ କରି ଦେଶରେ ଏକଚ୍ଛତ୍ରବାଦ ଶାସନ ପ୍ରତିଷ୍ଠା କରିବା ଫାସୀବାଦର ମୂଳ ଲକ୍ଷ୍ୟ ଥିଲା !
(ଘ) କେଉଁସବୁ କାରଣ ଯୋଗୁଁ ଇଟାଲୀ ଦେଶରେ ଫାସୀବାଦର ବିକାଶ ହୋଇଥିଲା ?
Answer:
- ପ୍ରଥମତଃ, ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ଇଟାଲୀର ସମ୍ମାନହାନି ସାଙ୍ଗକୁ ବିଶ୍ଵଯୁଦ୍ଧ ପରବର୍ତୀ ଦାରିଦ୍ର୍ୟ, ବେକାରି, ଶ୍ରମିକ ଅଶାନ୍ତି, ଧର୍ମଘଟ ଓ ହିଂସାକାଣ୍ଡଦ୍ଵାରା ଦେଶର ଅବସ୍ଥା ବିପର୍ଯ୍ୟସ୍ତ ହୋଇଥିଲା । ଇଟାଲୀର ରାଜା ଭିକ୍ଟର ଇମାନୁଏଲ ତୃତୀୟ ଏ ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିଲେ ।
- ଦ୍ଵିତୀୟତଃ, ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକ ନେତୃତ୍ୱରେ ପରିଚାଳିତ କୃଷି ଓ ଶିଳ୍ପ ଶ୍ରମିକଙ୍କ ଆନ୍ଦୋଳନ ଦମନ ନିମନ୍ତେ ପୁଞ୍ଜିପତି, ବ୍ୟବସାୟୀ ଓ ଶିଳ୍ପପତିମାନଙ୍କର ଇଟାଲୀରେ ନବଗଠିତ ଫାସୀବାଦୀ ଦଳକୁ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ଦେଶରେ ଫାସୀବାଦର ବିକାଶ ପାଇଁ ପଥ ପରିଷ୍କାର କରିଥିଲା ।
(ଙ) ‘କଳାକୁର୍ତ୍ତା ବାହିନୀ’ କେଉଁମାନଙ୍କୁ କୁହାଯାଉଥିଲା ? ସେମାନେ ମୁଖ୍ୟତଃ କାହାର ବିରୋଧୀ ଥିଲେ ?
Answer:
- ଫାସୀବାଦୀ ଦଳର ତତ୍ତ୍ଵାବଧାନରେ ତାଲିମପ୍ରାପ୍ତ ସ୍ଵେଚ୍ଛାସେବକମାନଙ୍କୁ ନେଇ ଏକ ସଶସ୍ତ୍ର ବାହିନୀ ଗଠନ କରାଯାଇଥିଲା । କଳା ପୋଷାକ ପରିଧାନ କରୁଥିବାରୁ ସେମାନଙ୍କୁ ‘କଳାକୁର୍ତ୍ତା ବାହିନୀ’ ବୋଲି କୁହାଗଲା ।
- କରାଯାଇଥିଲା । କଳା ପୋଷାକ ପରିଧାନ କରୁଥିବାରୁ ସେମାନଙ୍କୁ ‘କଳାକୁର୍ତ୍ତା ବାହିନୀ’ ବୋଲି କୁହାଗଲା ।
(ଚ) ଫାସୀବାଦୀମାନେ ଇଟାଲୀରେ ଏକଚ୍ଛତ୍ର ଶାସନ ପ୍ରତିଷ୍ଠା ନିମନ୍ତେ କି କି ପଦକ୍ଷେପ ନେଇଥିଲେ ?
Answer:
ଏକଚ୍ଛତ୍ର ଶାସନ ପ୍ରତିଷ୍ଠା ପାଇଁ ଫାସିବାଦୀମାନେ ନେଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ହେଲା –
- ସମାଜବାଦୀ ଓ ସାମ୍ୟବାଦୀ ନେତାମାନଙ୍କୁ ବନ୍ଦୀ ଓ ହତ୍ୟା କରାଗଲା କିମ୍ବା ନିର୍ବାସନ ଦଣ୍ଡ ଦିଆଗଲା ।
- ନିର୍ବାଚନ ଆଇନରେ ବ୍ୟାପକ ପରିବର୍ତ୍ତନ କରାଗଲା ଏବଂ ସଂସଦୀୟ ବ୍ୟବସ୍ଥାକୁ ଅଚଳ କରି ଦିଆଗଲା ।
- ବିଭିନ୍ନ ରାଜନୈତିକ ଦଳକୁ ବେଆଇନ ଘୋଷଣା କରାଗଲା ଏବଂ ସାର୍ବଜନୀନ ଭୋଟପ୍ରଥାକୁ ଉଚ୍ଛେଦ କରାଗଲା ।
- ସମ୍ବାଦପତ୍ରଗୁଡ଼ିକ ଉପରେ କଟକଣା ଜାରି କରାଯିବା ସହ ସାମରିକ ଶିକ୍ଷାକୁ ବାଧ୍ୟତାମୂଳକ କରାଗଲା ।
(ଛ) କେଉଁ କାରଣ ଯୋଗୁଁ ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀ ଦେଶରେ ନାଜି ବିପ୍ଳବର ଆରମ୍ଭ ହୋଇଥିଲା ?
Answer:
- ପ୍ରଥମ ବିଶ୍ଵଯୁଦ୍ଧ ପରେ ଇଟାଲୀ ଦେଶ ପରି ଜର୍ମାନୀ ଦେଶରେ ମଧ୍ୟ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ, ଦାରିଦ୍ର୍ୟ, ବେକାରି, ଧର୍ମଘଟ, ହିଂସାକାଣ୍ଡ ଆଦି ଦେଖାଦେଇଥିଲା । ପୁନଶ୍ଚ ଭର୍ସାଇ ସନ୍ଧିରେ ଘୋର ଅପମାନ
- ହିଟ୍ଲର୍ଙ୍କ ନେତୃତ୍ୱରେ ଏକ ଉଗ୍ର ଜାତୀୟତାବାଦୀ ଆନ୍ଦୋଳନ ଜନ୍ମ ନେଲା, ଯାହା ପରବର୍ତ୍ତୀ ସମୟରେ ନାଜି ବିପ୍ଳବ ନାମରେ ପରିଚିତ ହେଲା ।
(ଜ) ହିଟ୍ଲର୍ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କ ନେତୃତ୍ୱରେ କେବେ ନାଜିଦଳ ଗଠିତ ହୋଇଥିଲା ?
Answer:
- ୧୮୮୯ ମସିହା ଅପ୍ରେଲ୍ ମାସ ୨୦ ତାରିଖ ଦିନ ଆଡ଼ଲଫ୍ ହିଟ୍ଲର୍ ଅଷ୍ଟ୍ରିଆ ଦେଶରେ ବାସ କରୁଥିବା ଜର୍ମାନ୍ ଅଧ୍ବବାସୀମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ ।
- ତାଙ୍କ ନେତୃତ୍ୱରେ ୧୯୨୧ ମସିହାରେ ନାଜିଦଳ ଗଠିତ ହୋଇଥିଲା ।
(ଝ) ‘ମେଁ କାମ୍ପ’ ପୁସ୍ତକ କିଏ ରଚନା କରିଥିଲେ ? ଏହି ପୁସ୍ତକରେ କେଉଁ ବିଷୟରେ ଉଲ୍ଲେଖ ଅଛି ?
Answer:
- ‘ମେଁ କାମ୍ପ’ ପୁସ୍ତକ ଆଡ଼ଲଫ୍ ହିଟ୍ଲର୍ ରଚନା କରିଥିଲେ ।
- ଏହି ପୁସ୍ତକରେ ନାଜିଦଳର ଆଦର୍ଶ, ଚିନ୍ତାଧାରା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ ଅଛି ।
(ଞ) ହିଟ୍ଲର୍ ଜର୍ମାନୀକୁ ଆଉ ଗୋଟିଏ ବିଶ୍ଵଯୁଦ୍ଧ ପାଇଁ କିପରି ପ୍ରସ୍ତୁତ କରିଥିଲେ ?
Answer:
- ହିଟ୍ଲର୍ ଭର୍ସାଇ ସନ୍ଧିର ସଉଁଗୁଡ଼ିକୁ ଅବମାନନା କରି ଜର୍ମାନୀର ସାମରିକ ଶକ୍ତି ବୃଦ୍ଧି କରିଥିଲେ ।
- ଆକାଶବାହିନୀ ଓ ନୌବାହିନୀ ଗଠନ କରି ସେଗୁଡ଼ିକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ସହିତ ରାଇନ୍ କରିଥିଲେ ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ଶ୍ରମିକ ଆନ୍ଦୋଳନର ନେତୃତ୍ୱ କେଉଁମାନେ ନେଇଥିଲେ ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ଶ୍ରମିକ ଆନ୍ଦୋଳନରେ ନେତୃତ୍ୱ ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକ ନେଇଥିଲେ ।
(ଖ) ପ୍ରଥମ ବିଶ୍ଵଯୁଦ୍ଧ ପରବର୍ତ୍ତୀ ଶ୍ରମିକ ଆନ୍ଦୋଳନର ଲକ୍ଷ୍ୟ କ’ଣ ଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ପରବର୍ତ୍ତୀ ଶ୍ରମିକ ଆନ୍ଦୋଳନର ଲକ୍ଷ୍ୟ ଥିଲା ବିପ୍ଳବଦ୍ଵାରା ରାଜତନ୍ତ୍ର ଲୋପ କରି ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବା ।
(ଗ) କେଉଁମାନେ ଶ୍ରମିକ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ ?
Answer:
ଜମିଦାର, ପୁଞ୍ଜିପତି ଓ ଶିଳ୍ପପତିମାନେ ଶ୍ରମିକ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ ।
(ଘ) ଶ୍ରମିକ ଆନ୍ଦୋଳନର ଦମନ ପାଇଁ କାହାର ସାହାଯ୍ୟ ନିଆଯାଇଥିଲା ?
Answer:
ଶ୍ରମିକ ଆନ୍ଦୋଳନର ଦମନ ପାଇଁ ସ୍ୱେଚ୍ଛାଚାରୀ ତଥା ଉଗ୍ରବାଦୀ ଶକ୍ତିମାନଙ୍କର ସାହାଯ୍ୟ ନିଆଯାଇଥିଲା ।
(ଙ) ଫାସିସ୍ ଶବ୍ଦର ଅର୍ଥ କ’ଣ ?
Answer:
ଫାସିସ୍ ଶବ୍ଦର ଅର୍ଥ ବିଡ଼ାଏ କାଠି ବା କୁରାଢ଼ି ସହିତ ବିଡ଼ାଏ କାଠି ।
ଚ) ପ୍ରଥମେ କେଉଁ ଦୁଇଟି ଦେଶରେ ଫାସୀବାଦୀ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ?
Answer:
ପ୍ରଥମେ ଇଟାଲୀ ଓ ଜର୍ମାନୀ ଦେଶରେ ଫାସିବାଦୀ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
(ଛ) ମୁସୋଲିନୀ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
୧୮୮୩ ମସିହାରେ ଇଟାଲୀର ରୋମାନାଠାରେ ମୁସୋଲିନୀ ଜନ୍ମଗ୍ରହଣ କରିଥିଲେ ।
(ଜ) ପ୍ରଥମ ବିଶ୍ୱଯୁଦ୍ଧବେଳେ ମୁସୋଲିନୀ କି କାର୍ଯ୍ୟ କରିଥିଲେ ?
Answer:
ପ୍ରଥମ ବିଶ୍ବଯୁଦ୍ଧବେଳେ ମୁସୋଲିନୀ ଜଣେ ସୈନିକ ଭାବରେ କାର୍ଯ୍ୟ କରିଥିଲେ ।
(ଝ) କେଉଁମାନଙ୍କୁ ନେଇ ମୁସୋଲିନୀ ଏକ ଦଳ ଗଢ଼ିଥିଲେ ?
Answer:
ଯୁଦ୍ଧଫେରନ୍ତା ବେକାର ସୈନିକ, ଦେଶଭକ୍ତ ନାଗରିକ ଓ ରାଜତନ୍ତ୍ର ବିରୋଧୀ କେତେକ ଲୋକଙ୍କୁ ନେଇ ମୁସୋଲିନୀ ଏକ ଦଳ ଗଢ଼ିଥିଲେ ।
(ଞ) ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀରେ ପ୍ରତିଷ୍ଠିତ ସାଧାରଣତନ୍ତ୍ରକୁ କ’ଣ କୁହାଯାଏ ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀରେ ପ୍ରତିଷ୍ଠିତ ସାଧାରଣତନ୍ତ୍ରକୁ ‘ୱେମର ସାଧାରଣତନ୍ତ୍ର’ କୁହାଯାଏ । ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
(କ) କେଉଁ ଭାଷାରୁ ଫାସିସ୍ ଶବ୍ଦଟି ଆସିଛି ?
(i) ଫ୍ରେଞ୍ଚ
(ii) ଲାଟିନ୍
(iii) ଇଂରାଜୀ
(iv) ଜର୍ମାନୀ
Answer:
(ii) ଲାଟିନ୍
(ଖ) କେଉଁ ଦେଶ ପ୍ୟାରିସ୍ ଶାନ୍ତ ସମ୍ମିଳନୀରୁ ନିରାଶ ହୋଇ ଫେରିଥିଲା ?
(i) ଇଟାଲୀ
(ii) ଯୁକ୍ତରାଷ୍ଟ୍ର ଆମେରିକା
(iii) ଜର୍ମାନୀ
(iv) ଫ୍ରାନ୍ସ
Answer:
(i) ଇଟାଲୀ
(ଗ) ହିଟ୍ଲର୍ କେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ ?
(i)ଜର୍ମାନୀ
(iii) ଇଟାଲୀ
(ii) ରୁଷିଆ
(iv) ଅଷ୍ଟ୍ରିଆ
Answer:
(iv) ଅଷ୍ଟ୍ରିଆ
(ଘ) କେଉଁ ମସିହାରେ ହିଟ୍ଲର୍ ବଳପୂର୍ବକ ଜର୍ମାନୀର ଶାସନ କ୍ଷମତା ଗ୍ରହଣ କରିବାକୁ ଚେଷ୍ଟା କରି ବିଫଳ
ହୋଇଥିଲେ ?
(i) ୧୯୨୧
(ii) ୧୯୨୨
(iii) ୧୯୨୩
(iv) ୧୯୨୪
Answer:
(iii) ୧୯୨୩
(ଙ) ହିଟ୍ଲର୍ ତାଙ୍କର କେଉଁ ନୀତି ଯୋଗୁଁ ପୁଞ୍ଜିପତି ଓ ଗଣତନ୍ତ୍ର ବିରୋଧୀ ଶକ୍ତିମାନଙ୍କର ସମର୍ଥନ ଲାଭ କରିଥିଲେ ?
(i) ସମରବାଦୀ
(ii) ଉଦାରବାଦୀ
(iii) ସମାଜବାଦୀ
(iv) ଉଗ୍ର ଜାତୀୟତାବାଦୀ
Answer:
(iv) ଉଗ୍ର ଜାତୀୟତାବାଦୀ
୫। ପାଠରେ ଦିଆଯାଇଥିବା ତୁମ ପାଇଁ କାମଗୁଡ଼ିକ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସାହାଯ୍ୟ ନେଇ ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ ।)