Odisha State Board BSE Odisha 9th Class History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ Textbook Exercise Questions and Answers.
BSE Odisha Class 9 History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଶୀତଳ ଯୁଦ୍ଧର କାରଣଗୁଡ଼ିକ ଲେଖ ।
Answer:
ନିମ୍ନଲିଖୂତ କାରଣଗୁଡ଼ିକ ଯୋଗୁଁ ଶୀତଳ ଯୁଦ୍ଧ ସଂଘଟିତ ହୋଇଥିଲା ।
- ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷର ସାମରିକ ଶକ୍ତି ବିପୁଳ ଭାବେ ବୃଦ୍ଧିପ୍ରାପ୍ତ ହୋଇ ବିଶ୍ୱଯୁଦ୍ଧ ପରେ ଉଭୟ ଦୁଇ ମହାଶକ୍ତି ରୂପେ ପରିଚିତ ହେଲେ ।
- ଦୁଇ ବୃହତ୍ ଶକ୍ତି ଦୁଇଗୋଟି ବିପରୀତ ଆଦର୍ଶରେ ବିଶ୍ୱାସ କରୁଥିଲେ । ସୋଭିଏତ୍ ରୁଷ୍ ସାମ୍ୟବାଦୀ ଆଦର୍ଶରେ ଓ ଯୁକ୍ତରାଷ୍ଟ୍ର ଆମେରିକା ଗଣତନ୍ତ୍ରରେ ବିଶ୍ୱାସ କରୁଥିଲା । ଏହି ଅଦର୍ଶଗତ ପାର୍ଥକ୍ୟ ଶୀତଳ ଯୁଦ୍ଧର ଅନ୍ୟତମ କାରଣ ଥିଲା ।
- ଯୁଦ୍ଧ ଯୋଗୁଁ କ୍ଷତିଗ୍ରସ୍ତ ଇଂଲାଣ୍ଡ ଓ ଫ୍ରାନ୍ସ ଆମେରିକାଠାରୁ ସାମରିକ ସାହାଯ୍ୟ ଆଶା କରୁଥିବାବେଳେ ପୂର୍ବ ଇଉରୋପରେ ସାମ୍ୟବାଦୀ ସରକାର ଗଠିତ ହୋଇଥିବା ରାଷ୍ଟ୍ରସମୂହ ରୁଷରୁ ଆର୍ଥିକ ସାହାଯ୍ୟ ଆଶା କରୁଥିଲେ ।
- ବିଶ୍ଵ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର ନିମନ୍ତେ ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ପ୍ରତିଯୋଗିତା ଚାଲିଲା । ଉଭୟ ପକ୍ଷ ମଧ୍ୟରେ ସନ୍ଦେହ, ଈର୍ଷା ଓ ଶତ୍ରୁତା କ୍ରମାଗତ ବୃଦ୍ଧି ପାଇଲା । ମାତ୍ର ଦୁଇ ମହାଶକ୍ତି ପରସ୍ପର ମଧ୍ୟରେ ସଂଘର୍ଷ କରିବାକୁ ଚାହିଁଲେ ନାହିଁ । ସେମାନଙ୍କ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହେଲା ।
- ଏତଦ୍ବ୍ୟତୀତ ପରସ୍ପର ବିରୋଧରେ କୁତ୍ସାରଟନା ଓ ପ୍ରଚାର ଫଳରେ ବିଶ୍ଵ ରାଜନୀତି ଅଶାନ୍ତ ଓ ସରଗରମ ହୋଇଗଲା, ଯାହା ଶୀତଳ ଯୁଦ୍ଧକୁ ତୀବ୍ରତର କରିଥିଲା ।
(ଖ) ଶୀତଳ ଯୁଦ୍ଧ କିପରି ପ୍ରସାରଲାଭ କରିଥିଲା ?
Answer:
- ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ୍ ରୁଷ୍ ପୂର୍ବ ଇଉରୋପୀୟ ରାଷ୍ଟ୍ରସମୂହ, ଚୀନ୍ ଓ ପୂର୍ବ ଜର୍ମାନୀ ଉପରେ ପ୍ରଭୁତ୍ଵ ବିସ୍ତାର କଲା । ଏହାପରେ ସୋଭିଏତ୍ ରୁଷ୍ ପଶ୍ଚିମ ଇଉରୋପ ଉପରେ ନଜର ପକାଇଲା ।
- ସୋଭିଏତ୍ ରୁସ୍ର ପ୍ରଭାବ ବିସ୍ତାରକୁ ପ୍ରତିହତ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବିଭିନ୍ନ ପଦକ୍ଷେପ ନେଇଥିଲା । ଇଟାଲୀ, ଫ୍ରାନ୍ସ, ଗ୍ରୀସ୍, ତୁର୍କୀ ଆଦି ଦେଶରେ ଯୁଦ୍ଧ ପରବର୍ତ୍ତୀ ବିପର୍ଯ୍ୟୟର ସୁଯୋଗ ନେଇ ସାମ୍ୟବାଦୀମାନେ ପ୍ରଭାବ ବିସ୍ତାର ନିମନ୍ତେ ଯୋଜନା କଲେ ।
- ଗ୍ରୀସ୍ର ଉତ୍ତରରେ ଥିବା ସାମ୍ୟବାଦୀ ପଡ଼ୋଶୀ ରାଷ୍ଟ୍ର ଯୁଗୋସ୍ଲୋଭିଆ, ବୁଲଗେରିଆ ଓ ଆଲ୍ବାନିଆ ଗ୍ରୀକ୍ ଗରିଲାଙ୍କୁ ଯୁଦ୍ଧ ଉପକରଣ ଯୋଗାଇ ଦେଇ ଗ୍ରୀସ୍ରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ । ଏହା ବିରୋଧରେ ଗରିଲାଙ୍କୁ ଯୁଦ୍ଧ ଉପକରଣ ଯୋଗାଇ ଦେଇ ଗ୍ରୀସ୍ରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ । ଏହା ବିରୋଧରେ ଗ୍ରୀସ୍ ସଂଯୁକ୍ତ ରାଷ୍ଟ୍ରସଂଘ ନିରାପତ୍ତା ପରିଷଦରେ ଅଭିଯୋଗ କରିଥିଲା ଓ ସଂଯୁକ୍ତ ରାଷ୍ଟ୍ରସଂଘ ଏକ ଅନୁଧ୍ୟାନକାରୀ ଦଳ ପଠାଇଥିଲା । ସେହିପରି ରୁଷ୍ ମଧ୍ୟ ତୁର୍କୀରେ ପ୍ରଭାବ ବିସ୍ତାର କରିବାକୁ ଚାହିଁଥିଲା ।
- ଏହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକା ଟୁମାନ ନୀତି ଅନୁଯାୟୀ ଗ୍ରୀସ୍ ଓ ତୁର୍କୀକୁ ଆର୍ଥିକ ତଥା ସାମାଜିକ ସାହାଯ୍ୟ ଉଦ୍ଦେଶ୍ୟରେ ୪୦୦ ନିୟୁତ ଡଲାର ଦେଇଥିଲା । ଫଳରେ ୧୯୫୦ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀର ଅବସ୍ଥା ସମ୍ପୂର୍ଣ୍ଣ ବଦଳିଗଲା ଓ ସେଠାରେ ପୁନର୍ବାର ସ୍ଵାଭାବିକ ଅବସ୍ଥା ଫେରିଆସିଲା । ପୁନଶ୍ଚ ୧୯୪୭ ମସିହା ଜୁନ୍ ୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ସାମ୍ୟବାଦର ପ୍ରଭାବକୁ ପ୍ରତିହତ କରିବାପାଇଁ ମାର୍ଶାଲ ଯୋଜନା ପ୍ରବର୍ତ୍ତନ କଲା । ଏହି ଯୋଜନା ବିପୁଳ ସଫଳତା ଲାଭ କଲା ।
- ଏହି ଯୋଜନାକୁ ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ବିଶ୍ଵାସଘାତକତା ବୋଲି ସୋଭିଏତ୍ ରୁଷ୍ ଅଭିହିତ କଲା । ଏହାଦ୍ଵାରା ଦୁଇ ବୃହତ୍ ଶକ୍ତି ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା ଓ ଶୀତଳ ଯୁଦ୍ଧ ତୀବ୍ରରୂପ ଧାରଣ କଲା ।
(ଗ) ଟୁମାନ୍ ନୀତି କ’ଣ ? ଏହି ନୀତିଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା କିପରି ଗ୍ରୀସ୍ ଓ ତୁର୍କୀର ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିଥିଲା ?
Answer:
- ୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟୁମାନ୍ ଆମେରିକୀୟ କଂଗ୍ରେସର ମିଳିତ ଅଧୁବେଶନରେ ଏକ ଅଭିଭାଷଣ ଉପସ୍ଥାପନ କରିଥିଲେ ଯାହା ଟୁମାନ୍ ନୀତି ନାମରେ ପରିଚିତ ହୋଇଥିଲା ।
- ଏହି ନୀତି ଅନୁଯାୟୀ ଗ୍ରୀସ୍ ଓ ତୁର୍କୀକୁ ଆର୍ଥିକ ତଥା ସାମରିକ ସାହାଯ୍ୟ ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ୪୦୦ ନିୟୁତ ଡଲାର ମଞ୍ଜୁର କରିଥିଲା ।
- ଏହି ସହାୟତାଦ୍ୱାରା ଗ୍ରୀସ୍ ଓ ତୁର୍କୀର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଥିଲା ।
- ଗ୍ରୀସ୍ ଗରିଲାମାନେ ପ୍ରତିହତ ହୋଇଥିଲେ ଓ ଦେଶରେ ଶାନ୍ତି ପ୍ରତିଷ୍ଠିତ ହୋଇ ସ୍ଵାଭାବିକ ଅବସ୍ଥା ଫେରି ଆସିଥିଲା ।
- ତୁର୍କୀରେ ଶାନ୍ତି ପ୍ରତିଷ୍ଠା ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ୨୭ ବର୍ଷ ଧରି ଶାସନ କରୁଥିବା ଦଳ କ୍ଷମତାଚ୍ୟୁତ ହୋଇଥିଲା । ଫଳରେ ଗ୍ରୀସ୍ ଓ ତୁର୍କୀରେ ସାମ୍ୟବାଦର ପ୍ରସାର ପ୍ରତିହତ ହେଲା ।
(ଘ) ଯୁକ୍ତରାଷ୍ଟ୍ର ଆମେରିକା କେବେ ଓ କାହିଁକି ମାର୍ଶାଲ୍ ଯୋଜନାର ପ୍ରବର୍ତ୍ତନ କରିଥିଲା ? ଏହାଦ୍ଵାରା ତାକୁ କି ସଫଳତା ମିଳିଥିଲା ?
Answer:
- ଦ୍ବିତୀୟ ବିଶ୍ୱଯୁଦ୍ଧ ବିଧ୍ବସ୍ତ ଇଉରୋପୀୟ ରାଷ୍ଟ୍ରଗୁଡ଼ିକର ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆଣିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଉଦ୍ୟମ କରିଥିଲା ।
- ସେହି ଦେଶଗୁଡ଼ିକରେ ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।
- ଟୁମାନ୍ ନୀତିର ଏହା ଏକ ସମ୍ପ୍ରସାରଣ ଥିଲା ଏବଂ ସମଗ୍ର ଇଉରୋପର ଉନ୍ନତି ନିମନ୍ତେ କାର୍ଯ୍ୟକାରୀ
- ଏହା ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକା ଇଉରୋପୀୟ ଦେଶଗୁଡ଼ିକୁ ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ କରି ସେଗୁଡ଼ିକୁ ଅର୍ଥନୈତିକ ବିପର୍ଯ୍ୟୟ ତଥା ସାମ୍ୟବାଦର ପ୍ରଭାବରୁ ରକ୍ଷା କରିଥିଲା ।
- ମାର୍ଶାଲ ଯୋଜନାକୁ ଇଉରୋପୀୟ ରାଷ୍ଟ୍ରଗୁଡ଼ିକର ଆଭ୍ୟନ୍ତରୀଣ ବ୍ୟାପାରରେ ଯୁକ୍ତରାଷ୍ଟ୍ର ଆମେରିକାର ହସ୍ତକ୍ଷେପ ବୋଲି ଅଭିହିତ କରି ସୋଭିଏତ୍ ରୁଷ୍ ତାହାର ତୀବ୍ର ନିନ୍ଦା କରିଥିଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) କେଉଁ ଉଦ୍ଦେଶ୍ୟରେ ଶୀତଳ ଯୁଦ୍ଧ ଶବ୍ଦ ବ୍ୟବହାର କରାଯାଇଥିଲା ?
Answer:
- ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ୍ ରୁଷ୍ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରିବା ଉଦ୍ଦେଶ୍ୟରେ ଶୀତଳ ଯୁଦ୍ଧ ଶବ୍ଦଟି ବ୍ୟବହୃତ ହୋଇଥିଲା ।
(ଖ) ଶୀତଳ ଯୁଦ୍ଧ କାହାକୁ କୁହାଯାଏ ?
Answer:
- ଶୀତଳ ଯୁଦ୍ଧ କହିଲେ ପରସ୍ପର ମଧ୍ୟରେ ଆଦର୍ଶଗତ ବିଭେଦ, ଅପପ୍ରଚାର ଏବଂ କୂଟନୀତି ସ୍ତରୀୟ ପ୍ରତିଦ୍ବନ୍ଦିତାକୁ ବୁଝାଏ ।
- ଏଥିରେ ପ୍ରତ୍ୟକ୍ଷ ସଂଘର୍ଷ ବା ସ୍ଥାୟୀ ଶାନ୍ତି ନଥାଏ । ଏ ଯୁଦ୍ଧରେ ପ୍ରତ୍ୟେକ ପକ୍ଷ ନିଜର ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରିବା ସହିତ ଅନ୍ୟପକ୍ଷକୁ ଦୁର୍ବଳ କରିଦେବାକୁ ସମସ୍ତ ପ୍ରକାର ପଦକ୍ଷେପ ନେଇଥା’ନ୍ତି।
(ଗ) ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କେଉଁସବୁ ଦେଶରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ?
Answer:
- ଦ୍ବିତୀୟ ବିଶ୍ଵ ଯୁଦ୍ଧ ପରେ ପୂର୍ବ ଇଉରୋପୀୟ ଦେଶ; ଯଥା – ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲଗେରିଆ, ଆଲ୍ବାନିଆ, ଚେକୋସ୍ଲୋଭାକିଆ, ଯୁଗୋସ୍ଲୋଭିଆ ଏସୀୟ ରାଷ୍ଟ୍ର ଚୀରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ।
(ଘ) ୧୯୪୯ ମସିହାରେ କେଉଁ ଦେଶରେ ଓ କାହା ନେତୃତ୍ବରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
Answer:
- ୧୯୪୯ ମସିହାରେ ଚୀନ୍ ଦେଶରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
- ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ଏହି ସରକାର ଗଠିତ ହୋଇଥିଲା ।
(ଙ) ସୋଭିଏତ୍ ରୁଷର କେଉଁ ପ୍ରକାର ପ୍ରଭାବ ବିସ୍ତାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ପାଶ୍ଚାତ୍ୟ ପୁଞ୍ଜିବାଦୀ ରାଷ୍ଟ୍ରମାନେ ଆଶଙ୍କା ପ୍ରକାଶ କରିଥିଲେ ?
Answer:
- ପୂର୍ବ ଇଉରୋପକୁ ସାମ୍ୟବାଦର ଲୌହ ପରଦାରେ ଅଚ୍ଛାଦିତ କରିସାରିବା ପରେ ସୋଭିଏତ୍ ରୁଷ୍ ପଶ୍ଚିମ ଇଉରୋପ ଆଡ଼େ ଦୃଷ୍ଟିନିକ୍ଷେପ କରିବାକୁ ଆରମ୍ଭ କରିଥିଲା ।
- ସୋଭିଏତ୍ ରୁଷର ଏ ପ୍ରକାରର ପ୍ରଭାବ ବିସ୍ତାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ପାଶ୍ଚାତ୍ୟ ପୁଞ୍ଜିବାଦୀ ରାଷ୍ଟ୍ରମାନେ ଆଶଙ୍କା ପ୍ରକାଶ କରିଥିଲେ ।
(ଚ) ୧୯୪୬ ମସିହା ଡିସେମ୍ବର ମାସରେ ଗ୍ରୀସ୍ ତାହାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ କେଉଁଠାରେ ଓ କାହିଁକି ଅଭିଯୋଗ ଉପସ୍ଥାପନ କରିଥିଲା ?
Answer:
- ଗ୍ରୀସ୍ର ଉତ୍ତରରେ ଥିବା ସାମ୍ୟବାଦୀ ପଡ଼ୋଶୀ ରାଷ୍ଟ୍ର ଯଥା ଯୁଗୋସ୍ଲୋଭିଆ, ବୁଲଗେରିଆ ଏବଂ ଆଲ୍ବାନିଆ ସାମ୍ୟବାଦକୁ ସମର୍ଥନ କରୁଥିବା ଗ୍ରୀକ୍ ଗରିଲାମାନଙ୍କୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇଦେଇ ଗ୍ରୀସ୍ରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ ।
- ଏଣୁ ୧୯୪୬ ମସିହା ଡିସେମ୍ବର ମାସରେ ଗ୍ରୀସ୍ ତାହାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ଅଭିଯୋଗ ଉପସ୍ଥାପନ କରିଥିଲା ।
(ଛ) ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ତୁର୍କୀର ଅବସ୍ଥା ଉଦ୍ବେଗଜନକ ହୋଇପଡ଼ିଥିଲା କାହିଁକି ?
Answer:
- ୧୯୪୫ ମସିହାରେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ପୁରାତନ ବନ୍ଧୁତ୍ଵର ନବୀକରଣ ନିମନ୍ତେ ମନା କରିଦେବା
- ତୁର୍କୀ ସରକାରଙ୍କୁ ଫାସୀବାଦୀ ଏବଂ ପ୍ରତିକ୍ରିୟାଶୀଳ ବୋଲି ରୁଷ୍ ତରଫରୁ ଦୋଷାରୋପ କରିବା ଏବଂ ତୁର୍କୀର ଜନସାଧାରଣଙ୍କୁ ସରକାରଙ୍କ ବିରୋଧରେ ବିଦ୍ରୋହ କରିବାକୁ ଉତ୍ସାହିତ କରିବା ଯୋଗୁଁ ତୁର୍କୀର ଅବସ୍ଥା ଉଦ୍ବେଗଜନକ ହୋଇପଡ଼ିଥିଲା
(ଛ) ଟୁମାନ୍ ନୀତି କେବେ ଓ କେଉଁଠାରେ ଉପସ୍ଥାପିତ ହୋଇଥିଲା ?
Answer:
- ୧୯୪୫ ମସିହାରେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ପୁରାତନ ବନ୍ଧୁତ୍ଵର ନବୀକରଣ ନିମନ୍ତେ ମନା କରିଦେବା ସହିତ ପୂର୍ବ ତୁର୍କୀର ଦୁଇଟି ପ୍ରଦେଶ ଉପରେ କର୍ତ୍ତୃତ୍ୱ ଜାହିର୍ କରିବାକୁ ଉଦ୍ୟମ କରିଥିଲା ।
- ତୁର୍କୀ ସରକାରଙ୍କୁ ଫାସୀବାଦୀ ଏବଂ ପ୍ରତିକ୍ରିୟାଶୀଳ ବୋଲି ରୁଷ୍ ତରଫରୁ ଦୋଷାରୋପ କରିବା ଏବଂ ତୁର୍କୀର ଜନସାଧାରଣଙ୍କୁ ସରକାରଙ୍କ ବିରୋଧରେ ବିଦ୍ରୋହ କରିବାକୁ ଉତ୍ସାହିତ କରିବା ଯୋଗୁଁ ତୁର୍କୀର ଅବସ୍ଥା ଉଦ୍ବେଗଜନକ ହୋଇପଡ଼ିଥିଲା ।
(ଜ) ଟୁମାନ୍ ନୀତି କେବେ ଓ କେଉଁଠାରେ ଉପସ୍ଥାପିତ ହୋଇଥିଲା ?
Answer:
- ଟୁମାନ୍ ନୀତି ଅନୁଯାୟୀ ୧୯୪୮ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀକୁ ଆର୍ଥିକ ତଥା ସାମରିକ ସାହାଯ୍ୟ ଉଦ୍ଦେଶ୍ୟରେ ୪୦୦ ନିୟୁତ ଡଲାର ଯୋଗାଇ ଦିଆଗଲା ।
- ଫଳରେ ଗ୍ରୀକ୍ ଗରିଲାମାନେ ପ୍ରତିହତ ହେବା ସହିତ ଦେଶରେ ଶାନ୍ତି ପ୍ରତିଷ୍ଠିତ ହୋଇଥିଲା ଏବଂ ତୁର୍କୀରେ ଶାନ୍ତି ପ୍ରତିଷ୍ଠା ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପରାଜିତ ହୋଇ ୨୭ ବର୍ଷ ଧରି ଶାସନ କରୁଥିବା ଏକମାତ୍ର ଦଳ କ୍ଷମତାଚ୍ୟୁତ ହୋଇଥିଲା ।
(ଞ) ସୋଭିଏତ୍ ରୁଷ୍ ମାର୍ଶାଲ୍ ଯୋଜନା ସମ୍ପର୍କରେ କି ପ୍ରତିକ୍ରିୟା ପ୍ରକାଶ କରିଥିଲା ?
Answer:
- ମାର୍ଶାଲ୍ ଯୋଜନାକୁ ଇଉରୋପୀୟ ରାଷ୍ଟ୍ରଗୁଡ଼ିକର ଆଭ୍ୟନ୍ତରୀଣ ବ୍ୟାପାରରେ ଯୁକ୍ତରାଷ୍ଟ୍ର ଆମେରିକାର ହସ୍ତକ୍ଷେପ ବୋଲି ଅଭିହିତ କରି ସୋଭିଏତ୍ ରୁଷ୍ ତାହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ।
- ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାର ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ବିଶ୍ୱାସଘାତକତା ଏବଂ ସାମ୍ରାଜ୍ୟବାଦର ଏକ ନମୁନାରୂପେ ରୁଷ୍ ଚିତ୍ରିତ କରିଥିଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ଶୀତଳ ଯୁଦ୍ଧ ଶବ୍ଦକୁ ପ୍ରଥମେ କିଏ ଓ କେବେ ବ୍ୟବହାର କରିଥିଲେ ?
Answer:
‘ଶୀତଳ ଯୁଦ୍ଧ’ ଶବ୍ଦକୁ ପ୍ରଥମେ ଆମେରିକୀୟ ରାଜନୀତିଜ୍ଞ ବର୍ଣ୍ଣାଡ଼ ବାରୁକ୍ ୧୬ ଏପ୍ରିଲ ୧୯୪୭ରେ ବ୍ୟବହାର କରିଥିଲେ ।
(ଖ) ଶୀତଳ ଯୁଦ୍ଧ ଶବ୍ଦକୁ କିଏ କିପରି ଲୋକପ୍ରିୟ କରାଇଥିଲେ ?
Answer:
ଶୀତଳ ଯୁଦ୍ଧ ଶବ୍ଦକୁ ଆମେରିକାର ବୁଦ୍ଧିଜୀବୀ ଓ ସାମ୍ବାଦିକ ୱାଲଟର ଲିପମାନ୍-ତାଙ୍କ ପୁସ୍ତକରେ ବ୍ୟବହାର କରି ଲୋକପ୍ରିୟ କରାଇଥିଲେ ।
(ଗ) ଅଧୁକାଂଶ ଐତିହାସିକ ଶୀତଳ ଯୁଦ୍ଧ କେବେ ଆରମ୍ଭ ହୋଇଥିଲା ବୋଲି ସହମତ ହୁଅନ୍ତି ?
Answer:
” ଅଧ୍ଯକାଂଶ ଐତିହାସିକ ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା ବୋଲି ସହମତ ହୁଅନ୍ତି । ଶୀତଳ ଯୁଦ୍ଧର ନେତୃତ୍ୱ ନେଇଥିବା ଦେଶ ଦୁଇଟିର ନାମ ଲେଖ ।
(ଘ) ଶୀତଳ ଯୁଦ୍ଧର ନେତୃତ୍ଵ ନେଇଥବା ଦୁଇଟି ଦେଶର ନାମ ହେଲା ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ।
(ଙ) ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପୂର୍ବ ଜର୍ମାନୀରେ କି ପ୍ରକାର ଶାସନ ପ୍ରତିଷ୍ଠିତ ହେଲା ?
Answer:
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପୂର୍ବ ଜର୍ମାନୀରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ହୋଇଥିଲା ।
(ଚ) ଗ୍ରୀସ୍ର କେଉଁସବୁ ପଡ଼ୋଶୀ ରାଷ୍ଟ୍ର ସେଠାରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ ?
Answer:
ଗ୍ରୀସ୍ର ଉତ୍ତରରେ ଥିବା ସାମ୍ୟବାଦୀ ପଡ଼ୋଶୀ ରାଷ୍ଟ୍ର ଯଥା – ଯୁଗୋସ୍ଲୋଭିଆ, ବୁଲ୍ଗେରିଆ ଓ ଆଲ୍ବାନିଆ ପ୍ରଭୃତି ଗ୍ରୀସ୍ରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ ।
(ଛ) କେବେ ଯୁକ୍ତରାଷ୍ଟ୍ର ଆମେରିକା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳକୁ ଗ୍ରୀସ୍ ପଠାଇଥିଲା ?
Answer:
୧୯୪୭ ମସିହା ଜାନୁୟାରୀ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳକୁ ଗ୍ରୀସ୍ ପଠାଇଥିଲା ।
(ଜ) ଟୁମାନ୍ ନୀତିଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଗ୍ରୀସ୍ ଓ ତୁର୍କୀ ପାଇଁ ମଞ୍ଜୁର କରିଥିବା ଆର୍ଥିକ ସହାୟତାର ପରିମାଣ କେତେ ଥିଲା ?
Answer:
ଟୁମାନ୍ ନୀତିଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଗ୍ରୀସ୍ ଓ ତୁର୍କୀ ପାଇଁ ମଞ୍ଜୁର କରିଥିବା ଆର୍ଥିକ ସହାୟତାର ପରିମାଣ ୪୦୦ ନିୟୁତ ଡଲାର ଥିଲା ।
(ଝ) କେଉଁ ଦେଶ ଓ କେବେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।
(ଞ) ଶୀତଳ ଯୁଦ୍ଧ ତୀବ୍ରରୂପ ଧାରଣ କରିବାରୁ କେଉଁସବୁ ଦେଶରେ ସଂଘର୍ଷ ଉପୁଜିଲା ?
Answer:
ଶୀତଳ ଯୁଦ୍ଧ ତୀବ୍ରରୂପ ଧାରଣ କରିବାରୁ ଜର୍ମାନୀ, କ୍ୟୁବା ଓ କୋରିଆ ଆଦି ଦେଶର ସଂଘର୍ଷ ଉପୁଜିଲା ।
୪। ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ତା’ର କ୍ରମିକ ନମ୍ବର ସହିତ ବାଛି ଲେଖ ।
(କ) କେଉଁ ଦେଶରେ ୧୯୧୭ ମସିହାରେ କୃଷକ ଓ ଶ୍ରମିକ ଆନ୍ଦୋଳନ ସଂଘଟିତ ହୋଇଥିଲା ?
(i) ଫୁାନୄ
(ii) ଇଟାଲୀ
(iii) ରୁଷ୍
(iv) ଜର୍ମାନୀ
Answer:
(କ) (iii) ରୁଷ୍,
(ଖ) କେଉଁ ମସିହାରେ ଚୀନ୍ ଦେଶରେ ମାଓ ସେ ତୁଙ୍ଗଙ୍କ ନେତୃତ୍ବରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
(i) ୧୯୪୭
(ii) ୧୯୪୮
(iii) ୧୯୪୯
(iv) ୧୯୫୦
Answer:
(କ) (iii) ୧୯୪୯
(ଗ) କେଉଁଟି ଗ୍ରୀସ୍ରେ ଗୃହଯୁଦ୍ଧର ସୂତ୍ରପାତ କରାଇବାରେ ଦାୟୀ ଦେଶ ଥିଲା ?
(i) ତୁର୍କୀ
(ii) ଜର୍ମାନୀ
(ii) ଫ୍ରାନ୍ସ
(iv) ବୁଲଗେରିଆ
Answer:
(iv) ବୁଲଗେରିଆ
(ଘ) ଗ୍ରୀସ୍ କେବେ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ତାହାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ ଅଭିଯୋଗ କରିଥିଲା ?
(i) ୧୯୪୬ ଡିସେମ୍ବର
(ii) ୧୯୪୭ ଜାନୁୟାରୀ
(iii) ୧୯୪୭ ମାର୍ଚ୍ଚ
(iv) ୧୯୪୭ ଜୁନ୍
Answer:
(i) ୧୯୪୬ ଡିସେମ୍ବର
(ଙ) କେଉଁ ଦେଶ ମାର୍ଶାଲ୍ ଯୋଜନାର ତୀବ୍ର ନିନ୍ଦା କରିଥିଲା ?
(i) ବୀନ୍
(ii) ସୋଭିଏତ୍ ରୁଷ୍
(iii) ବୁଲ୍ଗେରିଆ
(iv) ଯୁଗୋସ୍ଲୋଭିଆ
Answer:
(ii) ସୋଭିଏତ୍ ରୁଷ୍