BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Odisha State Board BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Textbook Exercise Questions and Answers.

BSE Odisha Class 9 History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ସମଗ୍ର ପୃଥ‌ିବୀରେ ଶୀତଳ ଯୁଦ୍ଧର କି ପ୍ରଭାବ ପଡ଼ିଥିଲା ?
Answer:

  • ଶୀତଳ ଯୁଦ୍ଧ ଯୋଗୁଁ ସମଗ୍ର ପୃଥ‌ିବୀରେ ଏକ ଅଜଣା ଯୁଦ୍ଧ-ଆତଙ୍କ ଖେଳିଯାଇଥିଲା ଏବଂ ଅନୁନ୍ନତ ଓ ବିକାଶଶୀଳ ଦେଶଗୁଡ଼ିକର ସାମାଜିକ ଓ ଅର୍ଥନୈତିକ ପ୍ରଗତି ବ୍ୟାହତ ହୋଇଥିଲା ।
  • ସମ୍ମୁଖ ଯୁଦ୍ଧରେ ଉଭୟ ପକ୍ଷର ସୈନ୍ୟବାହିନୀ ନିୟୋଜିତ ହୋଇନଥିଲେ ସୁଦ୍ଧା ସେମାନଙ୍କର ବିରୋଧାତ୍ମକ କାର୍ଯ୍ୟକଳାପ ସମଗ୍ର ବିଶ୍ଵରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା ।
  • ସାମରିକ ମେଣ୍ଟଗୁଡ଼ିକରେ ଯୋଗଦେଇଥିବା ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ସାମରିକ ଶକ୍ତିର ବୃଦ୍ଧି ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ ନିମନ୍ତେ ପ୍ରତିଯୋଗିତା କରିବା ସହିତ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବାର ପ୍ରତିଦ୍ବନ୍ଦିତା ବିଶ୍ବବାସୀଙ୍କ ମଧ୍ୟରେ ଭୟ ସଂଚାର କରିଥିଲା ।
  • ଶେଷରେ ଦୁଇ ମହାଶକ୍ତି ମଧ୍ୟରେ ମହାକାଶ ଗବେଷଣା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ ଏବଂ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରତିଯୋଗିତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ।

(ଖ) ସାମ୍ୟବାଦର ପ୍ରସାରକୁ ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଗଠିତ ହୋଇଥବା ସାମରିକ ଚୁକ୍ତିଗୁଡ଼ିକ ସମ୍ପର୍କରେ ସଂକ୍ଷେପରେ ଉଲ୍ଲେଖ କର ।
Answer:

  • ସାମ୍ୟବାଦର ପ୍ରସାରକୁ ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ‘ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ’ ଗଢ଼ିଥିଲା । ଚୁକ୍ତିଭୁକ୍ତ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲା ବୋଲି ଧରିନେବାକୁ ଏଥିରେ ଉଲ୍ଲେଖ ଥିଲା ।
  • ଏଥରେ ଯୁକ୍ତରାଷ୍ଟ୍ର ଆମେରିକା ସମେତ କାନାଡ଼ା, ବେଲ୍‌ଜିୟମ୍, ହଲାଣ୍ଡ, ଲକ୍ସେମ୍‌ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍ସ, ପର୍ତ୍ତୁଗାଲ୍ ଓ ଇଟାଲୀ ସଭ୍ୟ ଦେଶ ଥିଲେ । ପରେ ଗ୍ରୀସ୍, ତୁର୍କୀ ଓ ପଶ୍ଚିମ ଜର୍ମାନୀ ଏଥ‌ିରେ ଯୋଗଦେଇଥିଲେ ।
  • ୧୯୫୧ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ‘ଆନ୍‌ସ୍ ରାଜିନାମା’ ସ୍ବାକ୍ଷରିତ ହୋଇଥିଲା । ବାହ୍ୟଶତ୍ରୁ ଆକ୍ରମଣର ପ୍ରତିରୋଧ ନିମନ୍ତେ ଚୁକ୍ତିବଦ୍ଧ ଦେଶଗୁଡ଼ିକ ପରସ୍ପରକୁ ସାହାଯ୍ୟ କରିବା ବ୍ୟବସ୍ଥା ଏଥିରେ କରାଯାଇଥିଲା ।
  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ‘ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ’ ଗଠିତ ହୋଇଥିଲା । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ଢାଞ୍ଚାରେ ଏଥରେ ନୀତିମାନ ସ୍ଥିରୀକୃତ ହୋଇଥିଲା ।
  • ୧୯୫୫ ମସିହାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ‘ବାଗଦାଦ୍ ଚୁକ୍ତି’ ସ୍ବାକ୍ଷରିତ ହୋଇଥିଲା । ୧୯୫୮ ମସିହାରେ ଇରାକ୍ ଏଥରୁ ଓହରିଯିବା ପରେ ଏହା ‘କେନ୍ଦ୍ରୀୟ ଚୁକ୍ତି ସଂଗଠନ’ ନାମରେ ନାମିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ଏହାର ସଭ୍ୟରୂପେ ଯୋଗ ଦେଲା ।

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଗ) ଇଉରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସୁରକ୍ଷା ନିମନ୍ତେ କି ପଦକ୍ଷେପ ନେଇଥିଲେ ?
Answer:
ଇଉରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସୁରକ୍ଷା ନିମନ୍ତେ ନିମ୍ନଲିଖ ପଦକ୍ଷେପମାନ ନେଇଥିଲେ ।

  • ୧୯୫୨ ମସିହା ମେ ମାସ ୨୭ ତାରିଖରେ ‘ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀ’ର ପ୍ରତିଷ୍ଠା ନିମନ୍ତେ ପ୍ୟାରିସ୍ଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ଏହି ଚୁକ୍ତିରେ ସମଗ୍ର ଇଉରୋପ ପାଇଁ ଏକ ସାଧାରଣ ରାଜନୈତିକ ଅନୁଷ୍ଠାନ, ସଶସ୍ତ୍ରବାହିନୀ, ବଜେଟ୍ ଏବଂ
    ବାହିନୀ’ରୂପେ ଅଭିହିତ କରାଯାଇଥିଲା ।
  • ୧୯୫୪ ମସିହା ୨୮ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା ।
  • ୧୯୪୮ ‘ବ୍ରସେଲସ୍ ଚୁକ୍ତି’ ଆଧାରରେ ପଶ୍ଚିମ ଇଉରୋପୀୟ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇ ‘ପଶ୍ଚିମ ଇଉରୋପୀୟ ସଂଘ’ ପ୍ରତିଷ୍ଠା ହୋଇଥିଲା ।
  • ପଶ୍ଚିମ ଇଉରୋପୀୟ ସଂଘର ପରିଷଦକୁ ବିଭିନ୍ନ ମୁଖ୍ୟ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବାକୁ କ୍ଷମତା ଅର୍ପଣ କରାଯାଇଥିଲା । ଫଳରେ ଏହା ଏକ ଆନ୍ତର୍ଜାତିକ ଅନୁଷ୍ଠାନରେ ପରିଣତ ହୋଇଥିଲା ।

(ଘ) କିପରି ଶୀତଳ ଯୁଦ୍ଧର ଅବସାନ ଘଟିଲା ?
Answer:

  • ୧୯୮୫ ମସିହାରେ ମିଖାଇଲ୍ ଗୋର୍ବାଚୋଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେବାପରେ କେତେକ ସଂସ୍କାରମୂଳକ ନୀତି ପ୍ରଣୟନ କରିଥିଲେ ଯାହାକି ଦୁଇ ମହାଶକ୍ତି ମଧ୍ୟରେ ଲାଗି ରହିଥ‌ିବା ସଂଘର୍ଷର ଗତିକୁ ପରିବର୍ତ୍ତନ କରିଥିଲା ।
  • ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ଏବଂ ସହାବସ୍ଥାନ ଭାବ ଜାଗ୍ରତ ହେବା ଫଳରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ମଧ୍ୟ ହ୍ରାସ ପାଇଥିଲା ।
  • ପୂର୍ବ ୟୁରୋପୀୟ ଦେଶଗୁଡ଼ିକରୁ ସାମ୍ୟବାଦର ବିଲୋପ ମଧ୍ଯ ଘଟିଥିଲା ।
  • ୧୯୯୧ ମସିହା ଡିସେମ୍ବର ମାସରେ ସୋଭିଏତ୍ ସଂଘର ବିଲୟ ଘଟି ସ୍ବାଧୀନ ରାଷ୍ଟ୍ରମାନଙ୍କର ରାଷ୍ଟ୍ରମଣ୍ଡଳ ଗଠିତ ହେଲା ।
  • ଫଳସ୍ଵରୂପ ୧୯୯୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ଶୀତଳ ଯୁଦ୍ଧର ଅବସାନ ଘଟିଲା ବୋଲି ଘୋଷଣା କରିଥିଲେ ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ଓ କେବେ ?
Answer:

  • ବ୍ରସେଲସ୍ ଚୁକ୍ତି ଆଧାରରେ ‘ପଶ୍ଚିମ ଇଉରୋପୀୟ ସଂଘ’ ପ୍ରତିଷ୍ଠିତ ହୋଇଥିଲା ।
  • ଏହା ୧୯୫୪ ମସିହାରେ ହୋଇଥିଲା ।

(ଖ) ଆନ୍‌ସ୍ ରାଜିନାମା କ’ଣ ? ଏଥରେ କି ବ୍ୟବସ୍ଥା କରାଯାଇଥିଲା ?
Answer:

  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥାର ପରିଚାଳନା ନିମନ୍ତେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ‘ଆନ୍‌ଜସ୍ ରାଜିନାମା’ ସ୍ବାକ୍ଷରିତ ହୋଇଥିଲା ।
  • ଏହି ରାଜିନାମା ଅନୁସାରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ବାହ୍ୟଶତ୍ରୁ ଆକ୍ରମଣର ପ୍ରତିରୋଧ ନିମନ୍ତେ ଚୁକ୍ତିବଦ୍ଧ ଦେଶଗୁଡ଼ିକ ପରସ୍ପରକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ବ୍ୟବସ୍ଥା କରାଯାଇଥିଲା ।

(ଗ) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି କିପରି ଘଟିଥିଲା ?
Answer:

  • ଦୀର୍ଘକାଳ ଯୁଦ୍ଧ ହେବାପରେ ସୋଭିଏତ୍ ସମର୍ଥିତ ଉତ୍ତର ଭିଏତ୍‌ନାମ ଏପ୍ରିଲ୍ ୧୯୭୫ରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥ ଦକ୍ଷିଣ ଭିଏତନାମ୍ ଉପରେ ବିଜୟ ହାସଲ କରିଥିଲା ।
  • ଏହାଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିଲା ଏବଂ ‘ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ’ର ପରିସମାପ୍ତି ଘଟିଥିଲା ।

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଘ) କେଉଁ ଦେଶଗୁଡ଼ିକ ମଧ୍ୟରେ ‘‘ବାଦ୍ ଚୁକ୍ତି’’ ସ୍ୱାକ୍ଷରିତ ହୋଇଥିଲା ?
Answer:

  • ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଏବଂ ପାକିସ୍ତାନ ମଧ୍ୟରେ ‘ବାଗ୍‌ଦାଦ୍ ଚୁକ୍ତି’’ ସ୍ବାକ୍ଷରିତ ହୋଇଥିଲା ।

(ଙ) କେନ୍ଦ୍ରୀୟ ଚୁକ୍ତି ସଂଗଠନ କେବେ ଓ କିପରି ଗଠିତ ହୋଇଥିଲା ?
Answer:

  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ବାଗ୍‌ଦାଦ୍ ଚୁକ୍ତିରୁ ଓହରି ଯାଇଥିଲା ।
  • ଏହାପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ହୋଇଥିଲା ଏବଂ ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ସଭ୍ୟରୂପେ ଯୋଗ ଦେଇଥିଲା ।

(ଚ) ୱାରସ୍ ଚୁକ୍ତି ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ସୋଭିଏତ୍ ରୁଷ୍ ନେତୃତ୍ୱରେ ତା’ର ଅନୁଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୧୯୫୫ ମସିହା ମେ ୧ ତାରିଖରେ ‘ୱାରସ୍ ଚୁକ୍ତି’ ସ୍ବାକ୍ଷର କରିଥିଲେ ।
  • ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲଗେରିଆ, ଆଲ୍‌ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ସାମରିକ ଚୁକ୍ତି ସମ୍ପାଦିତ ହୋଇଥିଲା । ଚୁକ୍ତି ସ୍ୱାକ୍ଷରକାରୀ ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କର ଆକ୍ରମଣକୁ ମିଳିତ ଭାବରେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ।

(ଛ) ଦେର୍ତା କ’ଣ?
Answer:

  • ୧୯୬୯ ମସିହାରୁ ୧୯୭୮ ମସିହା ମଧ୍ୟରେ ଦୁଇ ମହାଶକ୍ତିଙ୍କର ଆଶଙ୍କା ହୋଇଥିଲା ଯେ ସେମାନଙ୍କ ମଧ୍ୟରେ ଚାଲିଥିବା କ୍ରମାଗତ ଉତ୍ତେଜନା ଆଣବିକ ଯୁଦ୍ଧରେ ରୂପାନ୍ତରିତ ହୋଇ ଦିନେ ପୃଥ‌ିବୀକୁ ଧ୍ୱଂସାଭିମୁଖୀ କରିଦେବ ।
  • ଏହି ଆଶଙ୍କା ସେମାନଙ୍କୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ପ୍ରେରଣା ଯୋଗାଇବା ସଙ୍ଗେ ସଙ୍ଗେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ କରିଥିଲା ଏବଂ ଶୀତଳ ଯୁଦ୍ଧ ଏକ ନୂତନ ରୂପ ନେଇ ଦେଉଁ ନାମରେ ପରିଚିତ ହୋଇଥିଲା ।

(ଜ) ଦୈର୍ତା ସମୟରେ ଦୁଇ ମହାଶକ୍ତି ମଧ୍ୟରେ ସମ୍ପର୍କରେ କି ପରିବର୍ତ୍ତନ ହୋଇଥିଲା ?
Answer:

  • ଦେର୍ତା ସମୟରେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଆଣବିକ ଅସ୍ତ୍ରର ପ୍ରସ୍ତୁତି, ପରୀକ୍ଷଣ ଓ ପ୍ରୟୋଗକୁ ନିୟନ୍ତ୍ରଣ କରିବା ଏବଂ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ହ୍ରାସ କରିବା ନିମନ୍ତେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।
  • ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ, ଉଚ୍ଚସ୍ତରୀୟ ପରିଦର୍ଶନ, ବାଣିଜ୍ୟ ଚୁକ୍ତି ଓ ଔଦ୍ୟୋଗିକ କ୍ଷେତ୍ରରେ ସହଯୋଗିତା ଆରମ୍ଭ ହୋଇ ଦୁଇ ମହାଶକ୍ତି ମଧ୍ୟରେ ସୁସମ୍ପର୍କ ସ୍ଥାପିତ ହୋଇଥିଲା ।

(ଝ) ନୂତନ ଶୀତଳ ଯୁଦ୍ଧ କ’ଣ ?
Answer:

  • ୧୯୭୯ ମସିହାର ଇରାନ୍ ବିଦ୍ରୋହ, ଚୀନ୍-ଭିଏତନାମ୍ ଯୁଦ୍ଧ, ଏଲ୍‌ସାଲ୍‌ ଭେଡ଼ରରେ ଯୁକ୍ତରାଷ୍ଟ୍ର ଆମେରିକାର ସଂପୃକ୍ତି, ଆଫଗାନିସ୍ତାନରେ ରୁଷିଆର ସାମରିକ ହସ୍ତକ୍ଷେପ ଆଦି ଘଟଣା ଯୋଗୁଁ ଦୁଇ ମହାଶକ୍ତି ମଧ୍ୟରେ
  • ଫଳରେ ଦେର୍ତାର ଅବସାନ ଘଟିଥିଲା ଏବଂ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା । ଏଥିରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ଜଡ଼ିତ ହୋଇନଥିଲେ ।

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଞ) ନୂତନ ଶୀତଳ ଯୁଦ୍ଧ ଓ ପୁରାତନ ଶୀତଳ ଯୁଦ୍ଧ ମଧ୍ୟରେ କି ତାରତମ୍ୟ ଥିଲା ?
Answer:
ନୂତନ ଶୀତଳ ଯୁଦ୍ଧ ଏବଂ ପୁରାତନ ଶୀତଳ ଯୁଦ୍ଧ ମଧ୍ଯରେ ନିମ୍ନପ୍ରକାର ତାରତମ୍ୟ ଥିଲା ।

  • ନୂତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟଭାବେ ଜଡ଼ିତ ହୋଇନଥିଲେ; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟଭାବେ ଜଡ଼ିତ ହୋଇଥିଲେ ।
  • ନୂତନ ଶୀତଳ ଯୁଦ୍ଧରେ ଦୁଇ ମହାଶକ୍ତି ମଧ୍ୟରେ ଉତ୍ତେଜନା ଓ ଦ୍ଵହ ପରିପ୍ରକାଶ ପାଇଲା; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ସେମାନଙ୍କ ମଧ୍ୟରେ ଦ୍ବନ୍ଦ ସେତେ ବ୍ୟାପକ ନଥିଲା ।
  • ନୂତନ ଶୀତଳ ଯୁଦ୍ଧରେ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରତିଯୋଗିତା ଆରମ୍ଭ ହୋଇଥିଲା; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ଏହି ପ୍ରତିଯୋଗିତା ସେତେ ବ୍ୟାପକ ନ ଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ କେଉଁ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ ସାମ୍ୟବାଦୀ ଗୋଷ୍ଠୀ ଓ ପୁଞ୍ଜିବାଦୀ ଗୋଷ୍ଠୀ ନାମରେ ଦୁଇ ଭାଗରେ ବିଭକ୍ତ ହୋଇଥିଲା ।

(ଖ) ଶୀତଳ ଯୁଦ୍ଧ କିପରି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ସୋଭିଏତ୍ ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମହାକାଶ ଗବେଷଣା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ ଏବଂ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରତିଯୋଗିତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ।

(ଗ) ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ କେବେ ସ୍ୱାକ୍ଷରିତ ହୋଇଥିଲା ?
Answer:
ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ ଏପ୍ରିଲ୍ ୪, ୧୯୪୯ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

ଘ) କେବେ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ?
Answer:
୧୯୫୪ ମସିହା ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

(ଙ) କେଉଁସବୁ ରାଷ୍ଟ୍ରଙ୍କ ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଚ) ବାଗ୍‌ଦାଦ୍ ଚୁକ୍ତିର ପରିବର୍ତ୍ତିତ ନାମ କ’ଣ ?
Answer:
ବାଗ୍‌ଦାଦ୍ ଚୁକ୍ତିର ପରିବର୍ତ୍ତିତ ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ।

(ଛ) ରସ୍ ଚୁକ୍ତି କେବେ ଓ କେଉଁଠାରେ ସମ୍ପାଦିତ ହୋଇଥିଲା ?
Answer:
ଉ ୱାରସ୍ ଚୁକ୍ତି ୧୯୫୫ ମସିହା ମେ ମାସ ୧ ତାରିଖରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସମ୍ପାଦିତ ହୋଇଥିଲା ।

(ଜ) କେଉଁ ମସିହାରେ ଦୈତାର ସହସା ଅବସାନ ଘଟିଲା ?
Answer:

ଉ ୧୯୭୯ ମସିହାରେ ଦୈତାର ସହସା ଅବସାନ ଘଟିଲା ।

(ଝ) ମିଖାଇଲ୍ ଗୋର୍ବାଚେଭ୍ କେବେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେଲେ ?
Answer:
ମିଖାଇଲ୍ ଗୋର୍ବାଚେଭ୍ ୧୯୮୫ ମସିହାରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେଲେ ।

(ଞ) ଶୀତଳ ଯୁଦ୍ଧର ଅବସାନ ହେଲା ବୋଲି କେଉଁ ଦୁଇଜଣ ଘୋଷଣା କଲେ ?
Answer:
ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ଶୀତଳ ଯୁଦ୍ଧର ଅବସାନ ହେଲା ବୋଲି ଘୋଷଣା କରିଥିଲେ ।

୪। ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
(କ) ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନରେ ପଶ୍ଚିମ ଜର୍ମାନୀ କେବେ ଯୋଗ ଦେଇଥିଲା ?
(i) ଫେବୃୟାରୀ ୧୯୫୨
(ii) ମେ ୧୯୫୨
(iii) ଫେବୃୟାରୀ ୧୯୫୫
(iv) ମେ ୧୯୫୫
Answer:
(iv) ମେ ୧୯୫୫

(ଖ) କିଏ ଆସ୍‌ର ସଭ୍ୟ ନଥିଲା ?
(i) ଅଷ୍ଟ୍ରେଲିଆ
(ii) ନେଦରଲାଣ୍ଡ
(iii) ନିଉଜିଲାଣ୍ଡ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(ii) ନେଦରଲାଣ୍ଡ

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଗ) କେବେ ବାଗ୍‌ଦାଦ୍ ଚୁକ୍ତି କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହେଲା ?
(i) ୧୯୪୯ ମସିହା
(ii) ୧୯୫୨ ମସିହା
(iii) ୧୯୫୫ ମସିହା
(iv) ୧୯୫୮ ମସିହା
Answer:
(iv) ୧୯୫୮ ମସିହା

(ଘ) କେବେ ଦେତାର ଅବସାନ ଘଟିଲା ?
(i) ୧୯୭୮ ମସିହା
(ii) ୧୯୭୯ ମସିହା
(ii) ୧୯୮୫ ମସିହା
(iv) ୧୯୯୦ ମସିହା
Answer:
(ii) ୧୯୭୯ ମସିହା

(ଙ) କାହାର ସଂସ୍କାରମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ?
(i) ୱାଲଟର ଲିପ୍‌ମାନ୍
(ii) ମିଖାଇଲ୍ ଗୋର୍ବାଚେଭ୍
(iii) ଜର୍ଜ ବୁଶ୍
(iv) ବୋରିସ୍ ୟେଲସିନ୍
Answer:
(ii) ମିଖାଇଲ୍ ଗୋର୍ବାଚେଭ୍

Leave a Comment