BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

Odisha State Board BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ Textbook Exercise Questions and Answers.

BSE Odisha Class 9 Odia Solutions Chapter 8 ଜାତୀୟ ଜୀବନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଚିରସ୍ଥାୟୀ, ଅସଭାବ, ଶିକ୍ଷିତ, ନିମ୍ନଗତି, ମିଥ୍ୟାବାଦୀ, ନିନ୍ଦା
Answer:
ଚିରସ୍ଥାୟୀ – କ୍ଷଣସ୍ଥାୟୀ
ଅସଭାବ – ସଭାବ
ଶିକ୍ଷିତ – ଅଶିକ୍ଷିତ
ନିମ୍ନଗତି – ଊଦ୍ଧ୍ୱଗତି
ମିଥ୍ୟାବାଦୀ – ସତ୍ୟବାଦୀ
ନିନ୍ଦା – ପ୍ରଶଂସା

Question ୨।
‘ହୃଷ୍ଟପୁଷ୍ଟ’ ପରି ଆଉ ପାଞ୍ଚୋଟି ଯୁଗ୍ମଶବ୍ଦ ଲେଖ ।
Answer:
ଅସ୍ତ୍ରଶସ୍ତ୍ର, ରଙ୍ଗଢ଼ଙ୍ଗ, ଧନଜନ, ରୀତିନୀତି, ଶିକ୍ଷାଦୀକ୍ଷା, ବେଶଭୂଷା, ବାଟଘାଟ ।

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

Question ୩।
ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର ।
ପାର୍ଥିବ, ଅପତ୍ୟ, ପଦସ୍ଥ, ମୂଳମନ୍ତ୍ର, ଖୋସାମତ
Answer:
ପାର୍ଥିବ – ପାର୍ଥିବ ସୁଖ କ୍ଷଣସ୍ଥାୟୀ ଅଟେ ।
ଅପତ୍ୟ – ଅପତ୍ୟ ହିଁ ମାନବକୁ ସଂସାରରେ ସ୍ଵର୍ଗସୁଖ ପ୍ରଦାନ କରିଥାଏ ।
ପଦସ୍ଥ – ରାମବାବୁ ଜଣେ ପଦସ୍ଥ କର୍ମଚାରୀ ଥିଲେ ।
ମୂଳମନ୍ତ୍ର – ‘ତତ୍ତ୍ଵମସି’ ହିଁ ଥିଲା ଅଦ୍ଵୈତବାଦର ମୂଳମନ୍ତ୍ର ।
ଖୋସାମତ – ଖୋସାମତ କରି ସଂସାରରେ କେହି ବଡ଼ ହୋଇପାରି ନାହିଁ ।

Question ୪।
ବିଶେଷ୍ୟ ଓ ବିଶେଷଣ ଶବ୍ଦଗୁଡ଼ିକୁ ବାଛ ।
ଅଭ୍ୟନ୍ତର, ସଭାବ, ସ୍ଵର୍ଗୀୟ, ବ୍ୟକ୍ତିଗତ, ଜାତି, ପଦସ୍ଥ, ଭ୍ରମ, ମହାବଳ
Answer:
ବିଶେଷ୍ୟ – ଅଭ୍ୟନ୍ତର, ସଭାବ, ଜାତି, ଭ୍ରମ
ବିଶେଷଣ – ସ୍ୱର୍ଗୀୟ, ବ୍ୟକ୍ତିଗତ, ପଦସ୍ଥ, ମହାବଳ

Question ୫।
‘କ’ ସ୍ତମ୍ଭ ସହ ସମ୍ପର୍କ ଥିବା ଶବ୍ଦଟି ‘ଖ’ ସ୍ତମ୍ଭରୁ ବାଛି ମିଳାଇ ଲେଖ ।
BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ 1
Answer:
BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ 2

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୬।
ପ୍ରତ୍ୟେକ ଜାତି ପାଇଁ ଜାତୀୟ ଜୀବନର ଆବଶ୍ୟକତା ରହିଛି କାହିଁକି ?
Answer:
ଆମ୍ଭମାନଙ୍କ ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀ, କିନ୍ତୁ ଜାତୀୟ ଜୀବନ ଚିରସ୍ଥାୟୀ । ସୁତରାଂ ଚତୁଃପାର୍ଶ୍ଵରେ ଥ‌ିବା ଜାତି ଓ ସମାଜମାନଙ୍କ ସଙ୍ଗେ ଜୀବନ ମିଳାଇ ଆଳାପ କରି ଚିରସ୍ଥାୟୀ ସଭାବ ସ୍ଥାପନ ନିମନ୍ତେ ଜାତୀୟ ଜୀବନର ଆବଶ୍ୟକତା

Question ୭।
କେଉଁ ଭାବଗୁଡ଼ିକ ମଣିଷକୁ ପ୍ରତିକ୍ଷଣ ତଳକୁ ଓଟାରୁଅଛି ?
Answer:
ମାନବର ପାର୍ଥିବ ଜୀବନରେ ତା’ର ସ୍ତ୍ରୀ, ଅପତ୍ୟ, ତା’ର ସଂପରି ଏବଂ ଭୂତପାର୍ଥିବ ଭାବଗୁଡ଼ିକର ଏକ ଆକର୍ଷଣୀ ଶକ୍ତି ରହିଅଛି, ଯାହା ତାକୁ ପ୍ରତିକ୍ଷଣରେ ତଳକୁ ଓଟାରୁଅଛି ।

Question ୮।
କେତେବେଳେ ଜାତି ଜାତି ମଧ୍ୟରେ ସଭାବ ସୃଷ୍ଟି ହୋଇଥାଏ ?
Answer:
ମାନବ ଯେତେବେଳେ ତା’ର କ୍ଷଣସ୍ଥାୟୀ ବ୍ୟକ୍ତିଗତ ଜୀବନର ଅସଭାବକୁ ଭୁଲି ଜାତୀୟ ଜୀବନ ପ୍ରତିଷ୍ଠା କରେ, ସେତେବେଳେ ଜାତି ଜାତି ମଧ୍ୟରେ ସଭାବ ସୃଷ୍ଟି ହୋଇଥାଏ ।

Question ୯ ।
ଜଳର ଜାତୀୟ ଗୁଣ କ’ଣ ?
Answer:ଜଳର ଜାତୀୟ ଗୁଣ ହେଉଛି ନିମ୍ନଗତି । ବିହୁଏ ଜଳଠାରୁ ମହାସମୁଦ୍ରର ଜଳ ପର୍ଯ୍ୟନ୍ତ ଜଳ ପ୍ରତିଟି ସ୍ଥଳରେ ସବୁ ଅବସ୍ଥାରେ ସେହି ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖୁଅଛି ।

Question ୧୦ ।
ଆମ୍ଭେ ସବୁବେଳେ କାହାର ଟେକ ରଖ୍ କାର୍ଯ୍ୟ କରିବା ଆବଶ୍ୟକ ?
Answer:
ଆମ ସମସ୍ତଙ୍କର ଜାତୀୟ ଜୀବନ ଅଛି ବୋଲି ମନେରଖିବା ସହିତ ସବୁ ଅବସ୍ଥାରେ ସବୁ କାଳରେ ସବୁ ସ୍ଥାନରେ ଆମ୍ଭେମାନେ ଜାତୀୟ ଜୀବନର ଟେକ ରଖ୍ କାର୍ଯ୍ୟ କରିବା ଉଚିତ।

Question ୧୧ ।
କାର୍ଯ୍ୟ କରିବା ସମୟରେ ନିଜକୁ ସବୁବେଳେ କେଉଁ ପ୍ରଶ୍ନଟି ପଚାରିବା ଆବଶ୍ୟକ ?
Answer:
ଜଣେ ଓଡ଼ିଆ ଜାତିକୁ ଗାଳିଦେଲେ ମନରେ ସୃଷ୍ଟି ହେଉଥ‌ିବା କ୍ରୋଧ ହିଁ ଜାତୀୟ ଜୀବନର ଚିହ୍ନ । ତେଣୁ ମିଥ୍ୟାବାଦୀ ହେଲେ ବା ଖୋସାମତ କଲେ ସେହି ନିନ୍ଦାରେ ଜାତି ଭାଗୀ ହେବ କି ନାହିଁ ତାହା ଭଲ ଭାବରେ ଉପଲବ୍‌ଧ କରି ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ କରୁଥିବା କାର୍ଯ୍ୟଦ୍ବାରା ଜାତିର ନିନ୍ଦା ହେବ କି ନାହିଁ ବୋଲି ନିଜକୁ ପ୍ରଶ୍ନ ପଚାରିବା ଉଚିତ ।

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

Question ୧୨ ।
ଜାପାନ ଜାତିର ଉନ୍ନତିର ମୂଳମନ୍ତ୍ର କ’ଣ ?
Answer:
‘ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ, କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ’– ଏହାହିଁ ଜାପାନୀ ଜାତିର ଉନ୍ନତିର ମୂଳମନ୍ତ୍ର । ଏହି ଭାବ ହୃଦୟରେ ପୋଷଣ କରି ଜାପାନୀ ଜାତି ଆଜି ସମୁନ୍ନତ ହେବା ସହିତ ପୃଥ‌ିବୀର ସର୍ବତ୍ର ପୂଜିତ ହେଉଅଛି ।

Question ୧୩ ।
ଜାତୀୟ ଜୀବନ କିପରି ଗଠିତ ହୋଇଥାଏ ?
Answer:ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଜାତୀୟ ଜୀବନର ମୂଲ୍ୟକୁ ଉତ୍ତମରୂପେ ଉପଲବ୍ଧ କରନ୍ତି ଏବଂ ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନର ବଳିଦାନ ପାଇଁ ଅଗ୍ରସର ହୁଅନ୍ତି ସେତେବେଳେ ଜାତୀୟ ଜୀବନ ଗଠିତ ହୋଇଥାଏ ।

Question ୧୪ ।
ଡାହାଳ ଛୁଆଟି କଥା କହିପାରୁଥିଲେ କ’ଣ କହନ୍ତା ?
Answer:
ଡାହାଳ ଛୁଆଟି କଥା କହିପାରୁଥିଲେ କହନ୍ତା, ‘ମୁଁ ଜାଣେ ଯେ ମହାବଳ ବାଘକୁ ଆକ୍ରମଣ କରିବାକୁ ଯାଇ ମୁଁ ସେହି ବାଘ ହାତରେ ମରିବି । କିନ୍ତୁ ମୋ ଜାତିର ଗୁଣ ସାହସିକତା । ମୁଁ ମୋ ଜୀବନ ପ୍ରତି ମାୟା ରଖ୍ ବାଘ ନିକଟକୁ ନ ଗଲେ ମୋ ଜାତିର ମାନ ଓ ମୂଲ୍ୟ କମିଯିବ । ମୁଁ ମରେ ପଛକେ କିନ୍ତୁ ଡାହାଳ କୁକୁରର ଦାମ୍ ମୋର ସାହସିକତାଦ୍ୱାରା ବଢ଼ିବ, ଏଥ‌ିରେ ସନ୍ଦେହ ନାହିଁ ।’’

Question ୧୫ ।
ଦୋଷଗୁଣ ଦେଖ‌ିବା ସମ୍ବନ୍ଧରେ ଲେଖକଙ୍କର ବକ୍ତବ୍ୟ କ’ଣ ?
Answer:
ଦୋଷ ଓ ଗୁଣ ଦେଖିବା ସମୟରେ ଗୋଟିଏ ଆଖ୍ ବନ୍ଦ କର ଓ ଅନ୍ୟଟି ଖୋଲା ରଖ । ବନ୍ଦ ଆଖରେ ଅନ୍ୟ ଜାତିଙ୍କର ଦୋଷଗୁଡ଼ିକ ଦେଖୁ ସହିତ ଖୋଲା ଆସ୍‌ ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଥିବା ଅନୁକରଣଯୋଗ୍ୟ ଗୁଣଗୁଡ଼ିକକୁ ନିରୀକ୍ଷଣ କର ଓ ସେଗୁଡ଼ିକୁ ଶିକ୍ଷା କର– ଏହା ହିଁ ଲେଖକଙ୍କର ବକ୍ତବ୍ୟ ।

Question ୧୬ ।
ସୂର୍ଯ୍ୟଙ୍କଠାରୁ ଆମେ କେଉଁ ଗୁଣ ଶିକ୍ଷା କରିବା ଉଚିତ ?
Answer:
ସୂର୍ଯ୍ୟ ଯେପରି ତାଙ୍କର କିରଣକୁ ନିର୍ବିକାର ଭାବରେ ସମୁଦ୍ରର ଲୁଣିପାଣିରେ, ମିଶ୍ରି ସରବତରେ, ନର୍ଦ୍ଦମାରେ ବିତରଣ କରୁଛନ୍ତି ଏବଂ ବିଶୁଦ୍ଧ ଜଳତକ ଟାଣିନେଇ ପୁନର୍ବାର ପୃଥ‌ିବୀରେ ସେଚନ କରୁଛନ୍ତି, ସେହିପରି ଆମ୍ଭେମାନେ ସବୁଠାରେ ଦୋଷତକ ତ୍ୟାଗକରି ଗୁଣଗୁଡ଼ିକ ଗ୍ରହଣ କରିବାର ମହାନ୍ ଶିକ୍ଷାଲାଭ କରିବା ଉଚିତ।

Question ୧୭ ।
ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ କେଉଁ ଗୁଣ ରହିଛି ?
Answer:
ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଅନୁକରଣ କରିବା ଯୋଗ୍ୟ ଅନେକଗୁଡ଼ିଏ ଗୁଣ ରହିଛି ।

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୧୮ ।
ଜାତିର ମୂଲ୍ୟ ବଢ଼ିଲେ ଜାତୀୟ ଲୋକେ ତହିଁର ସୁଫଳ ଭୋଗ କରିବେ ଏଥ‌ିରେ ସନ୍ଦେହ ନାହିଁ ।
Answer:
ଜାତିର ମୂଲ୍ୟ………………….ସନ୍ଦେହ ନାହିଁ ।
ଶଂସିତ ଗଦ୍ୟାଶଟି ପ୍ରାବନ୍ଧିକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରଚିତ ‘ ଜାତୀୟ ଜୀବନ ଶୀର୍ଷକ ପ୍ରବନ୍ଧରୁ ସମାନୀତ । ଜାତୀୟ ଲୋକଙ୍କର ସୁଫଳ ଭୋଗ କିପରି ଜାତିର ମୂଲ୍ୟବୃଦ୍ଧି ଉପରେ ନିର୍ଭରଶୀଳ, ତାହା ଏଠାରେ ପ୍ରାବନ୍ଧିକ ଦୃଷ୍ଟାନ୍ତ ମାଧ୍ୟମରେ ପ୍ରତିଟି ମାନବ ହୃଦୟରେ ଜାତୀୟ ଜୀବନର ଭାବ ନିହିତ ଅଛି । କେହି ଜଣେ ଓଡ଼ିଆ ଜାତିକୁ ଗାଳିଦେଲେ ମନରେ ସୃଷ୍ଟି ହେଉଥ‌ିବା କ୍ରୋଧ ହିଁ ଜାତୀୟ ଜୀବନର ସ୍ପଷ୍ଟ ପ୍ରତିଫଳନ ।

ସୁତରାଂ ସବୁ ଅବସ୍ଥାରେ, ସବୁ କାଳରେ, ସବୁ ସ୍ଥାନରେ ଜାତୀୟ ଜୀବନର ଟେକ ରଖ୍ କାର୍ଯ୍ୟ କରିବା ଉଚିତ । ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ସର୍ବପ୍ରଥମେ କରୁଥିବା କାର୍ଯ୍ୟଦ୍ୱାରା ଜାତିର ନିନ୍ଦା ହେବ କି ନାହିଁ, ମିଥ୍ୟାବାଦୀ ହେଲେ କିମ୍ବା ଖୋସାମତ କଲେ, ସେହି ନିନ୍ଦାରେ ଜାତି ଭାଗୀ ହେବ କି ନାହିଁ, ଜଣେ କହୁଥିବା କୁବାକ୍ୟର ପ୍ରତ୍ୟୁତ୍ତର ଦେଲେ ଜାତିର ଗୌରବ ବୃଦ୍ଧି ହେବ କି ନାହିଁ– ନିଜକୁ ଏହି ପ୍ରଶ୍ନଟି ପଚାରିବା ଆବଶ୍ୟକ । କାରଣ ଜାତିର ମାନବୃଦ୍ଧି ହେଲେ ହିଁ ଜଗତ ଚକ୍ଷୁରେ ସେ ଜାତିର ମୂଲ୍ୟ ବୃଦ୍ଧି ହୋଇଥାଏ ।

ସେଥ‌ିପାଇଁ ଜାପାନୀମାନେ ଜାତିର ମାନବୃଦ୍ଧି ନିମନ୍ତେ ସ୍ୱୀୟ ପ୍ରାଣ କିମ୍ବା ଲକ୍ଷେ ଜାପାନୀଙ୍କ ପ୍ରାଣ ବିସର୍ଜନ କରିବାକୁ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ । କାରଣ ତା’ଦ୍ଵାରା ଲୋକମାନେ ତା’ର ସୁଫଳ ଭୋଗ କରିବେ । ସୁତରାଂ ଜାତୀୟ ଲୋକେ ସୁଫଳ ଲାଭକରିବା ନିମନ୍ତେ ଜାତୀୟ ଜୀବନର ମାନବୃଦ୍ଧି ପାଇଁ ସତତ ଯତ୍ନଶୀଳ ହେବା ଉଚିତ ।ଜାତୀୟ ଜୀବନ ପ୍ରତିଷ୍ଠା ନିମନ୍ତେ ପ୍ରାବନ୍ଧିକଙ୍କର ଏହି ବାଣୀ ବାସ୍ତବିକ ହୃଦୟସ୍ପର୍ଶୀ ।

Question ୧୯ ।
ଯେତେବେଳ ପର୍ଯ୍ୟନ୍ତ ବ୍ୟକ୍ତିଗତ ଜୀବନକୁ ଜାତି ନିମନ୍ତେ ବଳି ଜାତୀୟ ଜୀବନ ଗଠିତ ହୋଇନାହିଁ ବୋଲି ଜାଣିବାକୁ ହେବ।
Answer:
ଯେତେବେଳ ପର୍ଯ୍ୟନ୍ତ………………………..ଜାଣିବାକୁ ହେବ ।
ଉଦ୍ଧୃତାଂଶଟି ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରଣୀତ ‘ଜାତୀୟ ଜୀବନ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଜାତୀୟ ଜୀବନ ଗଠନ ନିମନ୍ତେ ବ୍ୟକ୍ତିଗତ ଜୀବନର ବଳିଦାନ ପାଇଁ ପ୍ରାବନ୍ଧିକ ଏଠାରେ ଆହ୍ବାନ ଦେଇଛନ୍ତି ।

ବ୍ୟକ୍ତିଗତ ଜୀବନର ବଳିଦାନଦ୍ୱାରା ହିଁ ଜାତୀୟ ଜୀବନ ସୁଗଠିତ ହୁଏ । ତେଣୁ ଜାତୀୟ ଜୀବନ ଗଠନ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ସ୍ବୀୟ ବ୍ୟକ୍ତିଗତ ଜୀବନର ବଳିଦାନ ନିମନ୍ତେ ଶିକ୍ଷା କରିବା ଉଚିତ । ଯେପର୍ଯ୍ୟନ୍ତ ଜାତୀୟ ଜୀବନ ଗଠିତ ନ ହୋଇଛି, ସେପର୍ଯ୍ୟନ୍ତ ବୁଝିବାକୁ ହେବ ଯେ ଲୋକମାନେ ଜାତୀୟ ଜୀବନର ମୂଲ୍ୟ ବୁଝିପାରି ନାହାନ୍ତି । ଜାତୀୟ ଜୀବନର ମୂଲ୍ୟ ବୁଝିନଥ‌ିବା ଦେଶୀ କୁକୁରକୁ ପାଳନ କରି ଯେତେ ହୃଷ୍ଟପୁଷ୍ଟ କଲେ ମଧ୍ୟ ସେ ବିଲୁଆକୁ ଦେଖ୍ ବିଲୁଆଟି ଖଙ୍କାରି ଦେବା ମାତ୍ରେ ଲାଙ୍ଗୁଡ଼ଗୁଞ୍ଜି ପଳାଇ ଆସିବ ।

ଏହି ଭୀରୁତା ଯୋଗୁଁ ସେ ଆଜି ଜଗତ୍‌କ୍ଷୁରେ ହୀନଭାବେ ବିବେଚିତ । କିନ୍ତୁ ଡାହାଳ କୁକୁରଟି ବାଘ ହାତରେ ତା’ର ମୃତ୍ୟୁ ସୁନିଶ୍ଚିତ ଜାଣି ମଧ୍ଯ ତା’ ଜାତିର ସାହସିକତା ରୂପକ ଗୁଣକୁ ସୁଦୃଢ଼ କରି ପ୍ରମାଣିତ କରିବାପାଇଁ, ଜଗତଚକ୍ଷୁରେ ତା’ ଜାତିର ମୂଲ୍ୟକୁ ବୃଦ୍ଧି କରିବାପାଇଁ ନିର୍ଭୟରେ ମହାବଳ ବାଘ ଆଡ଼କୁ ସେ ବୁଝେ ଜାତୀୟ ଜୀବନର ମୂଲ୍ୟ। ସୁତରାଂ ଜାତୀୟ ଜୀବନର ମୂଲ୍ୟକୁ ସମ୍ୟକ୍‌ଭାବେ ଉପଲବ୍ଧି କରି ଜାତୀୟ ଜୀବନ ପ୍ରାବନ୍ଧିକଙ୍କର ଏହି ସମୟୋପଯୋଗୀ ଆହ୍ଵାନକୁ ସମସ୍ତେ ସ୍ଵୀକାର କରିବା ଉଚିତ ।

Question ୨୦ ।
ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଅନୁକରଣ କରିବାଯୋଗ୍ୟ ଅନେକଗୁଡ଼ିଏ ଗୁଣ ଅଛି ।
Answer:
ସବୁ ବ୍ଯକ୍ତି ……………………………….. ଗୁଣ ଅଛି ।
ଶଂସିତ ଗଦ୍ୟାଶଟି ପଠିତ ସାହିତ୍ୟ ବହିର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଣୀତ ‘ଜାତୀୟ ଜୀବନ ଶୀର୍ଷକ ପ୍ରବନ୍ଧରୁ ଆସିଅଛି । ଏଠାରେ ପ୍ରାବନ୍ଧିକ ପ୍ରତ୍ୟେକ ବ୍ୟକ୍ତି ତଥା ଜାତିଙ୍କଠାରେ ନିହିତ ଥିବା ସୁଗୁଣ ସମ୍ପର୍କରେ ଆଲୋଚନା କରିଛନ୍ତି ।

ସୂର୍ଯ୍ୟ ନିର୍ବିକାର ଭାବରେ ପ୍ରତିଟି ସ୍ଥାନରେ ନିଜର କିରଣ ବିତରଣ କରନ୍ତି । ସମୁଦ୍ରର ଲୁଣି ପାଣିରେ, ମିଶ୍ରି ସରବତରେ, ସେହିପରି ପ୍ରତ୍ୟେକ ବ୍ୟକ୍ତି ବା ଜାତି ନିକଟରେ ସନ୍ନିହିତ ଥିବା ଗୁଣଗୁଡ଼ିକ ଶିକ୍ଷା କରିବାପାଇଁ ଗୋଟିଏ ଆଖୁକୁ ବନ୍ଦ କରିବା ସହିତ ଅନ୍ୟ ଆଖୁକୁ ଖୋଲା ରଖୁବାକୁ ପଡ଼ିବ । ସେମାନଙ୍କ ଦୋଷଗୁଡ଼ିକୁ ବନ୍ଦ ଆଜ୍‌ରେ ଦେଖୁବା ସହିତ ସେମାନଙ୍କଠାରେ ନିହିତ ଥ‌ିବା ଅନୁକରଣଯୋଗ୍ୟ ସଦ୍‌ଗୁଣଗୁଡ଼ିକୁ ଖୋଲା ଆଟ୍‌ରେ ନିରୀକ୍ଷଣ କରିବା ସହିତ ଶିକ୍ଷା କରିବା ଉଚିତ । ଦୋଷ ତ୍ୟାଗପୂର୍ବକ ଗୁଣ ଗ୍ରହଣର ଏହି ମହାନ୍ ଶିକ୍ଷା ପ୍ରବନ୍ଧଟିକୁ କରିଛି କାଳଜୟୀ ।

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

Question ୨୧ ।
ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ, ଜାତି ଜାତି ମଧ୍ୟରେ ସଭାବ ହେବ ।
Answer:
ଜାତୀୟ ଜୀବନ……………………ସଭାବ ହେବ ।
ଶଂସିତ ଗଦ୍ୟାଶଟି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରାଣୀତ ‘ଜାତୀୟ ଜୀବନ ଶୀର୍ଷକ ପ୍ରବନ୍ଧରୁ ସମାନୀତ । ଜାତି ଜାତି ମଧ୍ୟରେ ସଭାବ ସ୍ଥାପନ ନିମନ୍ତେ ଜାତୀୟ ଜୀବନର ପ୍ରତିଷ୍ଠା ଏକାନ୍ତ ଅପରିହାର୍ଯ୍ୟ– ତାହା ଏଠାରେ ପ୍ରାବନ୍ଧିକ ଉପସ୍ଥାପନ କରିଛନ୍ତି ।

ଜାତି ଜାତି ମଧ୍ୟରେ ସଭାବ ପ୍ରତିଷ୍ଠା ନିମନ୍ତେ ଜାତୀୟ ଜୀବନର ଆବଶ୍ୟକତା ଅପରିହାର୍ଯ୍ୟ । ମନୁଷ୍ୟ ମଧ୍ୟରେ ଯେଉଁ ଜୀବନ ପରିଲକ୍ଷିତ ହୁଏ, ତାହା ବ୍ୟକ୍ତିଗତ ଜୀବନ । ଏହି ଜୀବନ କ୍ଷଣସ୍ଥାୟୀ, ତା’ର ପରିସମାପ୍ତି ହେବ ଶ୍ମଶାନରେ । ଶରୀରାଭ୍ୟନ୍ତରରେ ବିଦ୍ୟମାନ ଆତ୍ମା ଈଶ୍ବରଙ୍କ ନିକଟରେ ପହଞ୍ଚିବ । କିନ୍ତୁ ପ୍ରତିକ୍ଷଣ ତଳକୁ ଟାଣୁଥିବା ସ୍ତ୍ରୀ, ସନ୍ତାନ, ସମ୍ପତ୍ତି ଏବଂ ଭୂତପାର୍ଥିବ ଭାବଗୁଡ଼ିକର ଆକର୍ଷଣୀ ଶକ୍ତି ହେଉଛି ପାର୍ଥିବ ଜୀବନର ସ୍ପଷ୍ଟ ପ୍ରତିଫଳନ । ଅପର ପକ୍ଷରେ ସର୍ବଦା ଊର୍ଷକୁ ଆକର୍ଷଣ କରୁଥିବା ଅନନ୍ତ ବିଶ୍ରାମସ୍ଥାନ, ପ୍ରାଣର ପରିତ୍ରାଣ ହେଉଛି ସ୍ବର୍ଗୀୟ ଜୀବନର ପରିପ୍ରକାଶ ।

ଏତଦ୍‌ବ୍ୟତୀତ ମନୁଷ୍ୟର ଚତୁଃପାର୍ଶ୍ଵରେ ଅନ୍ୟାନ୍ୟ ଜାତି ଓ ସମାଜ ବିଦ୍ୟମାନ । ସେହି ଜାତି ଓ ସମାଜମାନଙ୍କ ସହିତ ଜୀବନ ମିଳାଇ ସଦ୍‌ଭାବ ସ୍ଥାପନ କରି ଆଳାପ କରିବା ପ୍ରତିଟି ମାନବର ପ୍ରଧାନ କର୍ମ । ତା’ହେଲେ ଜାତି ଜାତି ମଧ୍ୟରେ ସଦ୍‌ଭାବ ସ୍ଥାପନ ହେବା ସହିତ ଜାତୀୟ ଜୀବନ ପ୍ରତିଷ୍ଠିତ ହେବ ।

Question ୨୨ । ସବୁ ସ୍ଥଳରେ, ସବୁ ଅବସ୍ଥାରେ ଜଳ ନିଜର ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖିଅଛି ।
Answer:ସବୁ ସ୍ଥଳରେ…………………………ଟେକ ରଖିଅଛି ।
ଶଂସିତ ଗଦ୍ୟାଶଟି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ରଚିତ ‘ଜାତୀୟ ଜୀବନ ଶୀର୍ଷକ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ଜଳର ଜାତୀୟ ଗୁଣ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଜଳର ଜାତୀୟ ଗୁଣ ହେଲା ନିମ୍ନଗତି । ଜଳବିଦୁଟିଠାରୁ ଆରମ୍ଭ କରି ମହାସମୁଦ୍ରରେ ଥିବା ଜଳ ମଧ୍ୟରେ ମଧ୍ୟ ସେହି ଗୁଣ ବିଦ୍ୟମାନ । ବିନ୍ଦୁ ବିନ୍ଦୁ ଜଳ ଆକାଶରୁ ପୃଥ‌ିବୀ ଉପରେ ପଡ଼ିବା ପରେ ସେହି ଜଳବିନ୍ଦୁଗୁଡ଼ିକ ଏକତ୍ରିତ ହୋଇ ଜଳଧାରାରୂପେ ତଳକୁ ବହିଯାଆନ୍ତି । ସେହିପରି କେତୋଟି ଜଳଧାରା ମିଶି ନାଳରେ, ପୁନଶ୍ଚ କେତୋଟି ନାଳ ମିଶି ନଦୀରେ ପରିଣତ ହୋଇ ତଳକୁ ବହିଯାଇ ଶେଷରେ ମହାସମୁଦ୍ରରେ ମିଶିଯାଏ ।

ବିନ୍ଦୁଠାରୁ ଆରମ୍ଭ କରି ମହାସମୁଦ୍ର ପର୍ଯ୍ୟନ୍ତ ସବୁ ସ୍ଥଳରେ, ସବୁ ଅବସ୍ଥାରେ ଜଳ ନିଜର ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖିଅଛି । ସେହିପରି ସବୁ ଅବସ୍ଥାରେ, ସବୁ କାଳରେ, ସବୁ ସ୍ଥାନରେ ମାନବ ନିଜ ମଧ୍ୟରେ ସନ୍ନିହିତ ଥିବା ଜାତୀୟ ଜୀବନର ଟେକ ରଖ୍ କାର୍ଯ୍ୟ କରିବା ଉଚିତ । ପ୍ରତିଟି ଉତ୍କଳୀୟକୁ ଜାତୀୟ ଜୀବନ ପ୍ରତିଷ୍ଠା ନିମନ୍ତେ ପ୍ରାବନ୍ଧିକଙ୍କର ଏହି ଦୃଷ୍ଟାନ୍ତମୂଳକ ଉଦ୍‌ବୋଧନ ନିଶ୍ଚିତ ଉଦ୍‌ବୁଦ୍ଧ କରିବ – ଏହା ନିଃସନ୍ଦେହ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୩ ।
ଜାତୀୟ ଜୀବନର ବିକାଶ ନିମିତ୍ତ କେଉଁ ଗୁଣଗୁଡ଼ିକର ଆବଶ୍ୟକତା ରହିଛି ? ଦୃଷ୍ଟାନ୍ତ ସହିତ ଆଲୋଚନା କର ।
କିମ୍ବା, ଜାତୀୟ ଜୀବନ କହିଲେ କ’ଣ ବୁଝାଯାଏ ? ଏହାର ବିକାଶ ଘଟିଲେ କି ସୁଫଳ ମିଳେ ?
କିମ୍ବା, କେଉଁ ଗୁଣମାନଙ୍କର ସମଷ୍ଟି ଜାତୀୟ ଜୀବନ ପାଇଁ ସହାୟକ ଓ କିପରି ?
Answer:
ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଥିଲେ ଓଡ଼ିଆ ସ୍ଵାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଆଇନଜୀବୀ, ଯଶସ୍ବୀ ଜନନାୟକ, ବ୍ୟବସ୍ଥାପକ ତଥା ଆଧୁନିକ ଓଡ଼ିଶାର ନବନିର୍ମାତା, ଓଡ଼ିଶାର ମାଟି, ମଣିଷ ଓ ଭାଷାକୁ ପ୍ରାଣଭରି ଭଲପାଉଥବା ସେହି ପ୍ରଥଯଶା ମହାପୁରୁଷ ନିଶ୍ଚେଷ୍ଟ ଓଡ଼ିଆ ଜାତିକୁ ଉଦ୍‌ବୋଧନ ଦେବାପାଇଁ ରଚନା କରିଥିବା ସାତଗୋଟି ଦେଶାତ୍ମବୋଧକ କବିତା ତାଙ୍କ ସାରସ୍ଵତ ମାନସର ଯଥାର୍ଥ ପରିଚୟ ପ୍ରଦାନ କରେ ।

ଉତ୍କଳ ସମ୍ମିଳନୀର ଏକ ବିଶେଷ ଅଧୂବେଶନରେ ପ୍ରାବନ୍ଧିକଙ୍କଦ୍ବାରା ପ୍ରଦତ୍ତ ଅଭିଭାଷଣର ଏକ ସଂକ୍ଷିପ୍ତ ରୂପ ହେଉଛି ‘ଜାତୀୟ ଜୀବନ ଶୀର୍ଷକ ପ୍ରବନ୍ଧ । ଜାତୀୟ ଜୀବନର ବିକାଶ ନିମନ୍ତେ ଆବଶ୍ୟକ ଗୁଣଗୁଡ଼ିକର ସଦୃଷ୍ଟାନ୍ତ ଆଲୋଚନା ମାଧ୍ୟମରେ ପ୍ରାବନ୍ଧିକ ଉତ୍କଳୀୟମାନଙ୍କୁ ଜାତୀୟତାର ସ୍ରୋତରେ ସାମିଲ୍ ହେବାପାଇଁ ଉଦ୍‌ବୋଧନ ପ୍ରଦାନ କରିଛନ୍ତି ।

ଜାତି ଜାତି ମଧ୍ୟରେ ସଭାବ ସ୍ଥାପନ ନିମନ୍ତେ ଜାତୀୟ ଜୀବନର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ । କିନ୍ତୁ ମାନବ ମଧ୍ୟରେ ପରିଲକ୍ଷିତ ହେଉଥ‌ିବା ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀ, ଯାହାର ପରିସମାପ୍ତି ହେବ କାଲି ଶ୍ମଶାନରେ । ମାନବକୁ ପ୍ରତିକ୍ଷଣ ନିମ୍ନକୁ ଟାଣୁଥ‌ିବା ସ୍ତ୍ରୀ, ସଂସାର, ସମ୍ପତ୍ତିରୂପକ ଆକର୍ଷଣୀ ଶକ୍ତି ହେଉଛି ପାର୍ଥିବ ଜୀବନର ପ୍ରତିଫଳନ । ଅପର ପକ୍ଷରେ ସର୍ବଦା ଊର୍ଦ୍ଧ୍ବକୁ ଟାଣୁଥ‌ିବା ପ୍ରାଣ-ପରିତ୍ରାଣ, ଅନନ୍ତ ବିଶ୍ରାମ ସ୍ଥାନରୂପକ ଆକର୍ଷଣୀ ଶକ୍ତି ହେଉଛି ସ୍ୱର୍ଗୀୟ ଜୀବନର ପରିପ୍ରକାଶ ।

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

ଏତଦ୍‌ବ୍ୟତୀତ ମାନବର ଚତୁଃପାର୍ଶ୍ଵରେ ବିଦ୍ୟମାନ ଥିବା ଅନ୍ୟାନ୍ୟ ଜାତି ଓ ସମାଜମାନଙ୍କ ସହିତ ଜୀବନ ମିଳାଇ ଆଳାପ କରିବା ମଧ୍ୟ ପ୍ରତ୍ୟେକ ମାନବର ପ୍ରଧାନ କର୍ମ । ତା’ହେଲେ ଜାତି ଜାତି ମଧ୍ୟରେ ସଭାବ ସ୍ଥାପନ ହେବା ସହିତ ଜାତୀୟ ଜୀବନ ପ୍ରତିଷ୍ଠିତ ହେବ । ଏହି ସଭାବ ହେବ ଚିରସ୍ଥାୟୀ; କିନ୍ତୁ ବ୍ୟକ୍ତିଗତ ସଭାବ କ୍ଷଣଭଙ୍ଗୁର । ଜାତୀୟ ସଭାବ ସ୍ଥାପନ ହେଲେ ବ୍ୟକ୍ତିଗତ ଅସଭାବ ଦୂରୀଭୂତ ହେବା ବିଚାର ସମ୍ପୂର୍ଣ୍ଣ ଭ୍ରାନ୍ତମୂଳକ । ଏହି ମର୍ମରେ ପ୍ରାବନ୍ଧିକ ଜଣେ ଶିକ୍ଷିତ ଓ ପଦସ୍ଥ ଉତ୍କଳୀୟଙ୍କଠାରୁ ପାଇଥବା ଚିଠିର ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି –

‘ମୋ ସଙ୍ଗେ ଆପଣଙ୍କର ମନ ମିଳିଲା ନାହିଁ, ଅତଏବ ମୁଁ ସମ୍ମିଳନୀରେ କାର୍ଯ୍ୟ କରିପାରିବି ନାହିଁ ।’’ ଜାତୀୟ ଜୀବନର ଅଭାବ ହିଁ ଏହାର କାରଣ । ଜାତୀୟ ଜୀବନ ଗଠିତ ହେଲେ ବ୍ୟକ୍ତିଗତ ଭାବରେ ଅସଭାବ ଥିଲେ ମଧ୍ୟ ଜାତୀୟ ଅନୁଷ୍ଠାନରେ ସମସ୍ତେ ସମ୍ମିଳିତ ଭାବେ କାର୍ଯ୍ୟ କରିପାରିବେ– ଏହି ବାସ୍ତବ ସତ୍ୟକୁ ପ୍ରମାଣିତ କରିବାପାଇଁ ପ୍ରାବନ୍ଧିକ ଜଳବିନ୍ଦୁର ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି । ଜଳର ଜାତୀୟ ଗୁଣ ହେଉଛି ନିମ୍ନଗତି । ଜଳବିନ୍ଦୁଟିଠାରୁ ଆରମ୍ଭକରି ମହାସମୁଦ୍ରରେ ମଧ୍ୟ ସେହି ଗୁଣ ବିଦ୍ୟମାନ ।

ଆକାଶରୁ ପୃଥ‌ିବୀ ଉପରେ ପଡ଼ୁଥିବା କ୍ଷୁଦ୍ର ଜଳବିନ୍ଦୁଗୁଡ଼ିକ ଏକତ୍ରିତ ହୋଇ ଜଳଧାରାରୂପେ ତଳକୁ ବହିଯାଏ । ସେହିପରି କେତେଗୁଡ଼ିଏ ଜଳଧାରା ମିଶି ନାଳରେ ଓ କେତେକ ନାଳ ମିଶି ନଦୀରୂପରେ ତଳକୁ ବହିଯାଇ ସମୁଦ୍ରରେ ମିଶେ । ସବୁ ସ୍ଥଳରେ, ସବୁ ଅବସ୍ଥାରେ ଜଳ ନିଜ ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖୁଅଛି ।

ସେହିପରି ସମସ୍ତଙ୍କ ହୃଦୟରେ ଜାତୀୟ ଜୀବନ ନିହିତ ଅଛି । କେହି ଜଣେ ଓଡ଼ିଆ ଜାତିକୁ ଗାଳିଦେଲେ ମନରେ ସୃଷ୍ଟି ହେଉଥ‌ିବା କ୍ରୋଧ ହିଁ ଜାତୀୟ ଜୀବନର ଚିହ୍ନ । ସୁତରାଂ, ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସେହି କାର୍ଯ୍ୟଦ୍ୱାରା ଜାତିର ନିନ୍ଦା ହେବ କି ନାହିଁ, ମିଥ୍ୟାବାଦୀ ହେଲେ ବା ଖୋସାମତ କଲେ ଜାତିର ନିନ୍ଦା ହେବ କି ନାହିଁ, ଜଣେ କହୁଥ‌ିବା କୁବାକ୍ୟର ପ୍ରତ୍ୟୁତ୍ତର ଦେଲେ ଜାତିର ଗୌରବ ବୃଦ୍ଧି ହେବ କି ନାହିଁ ? ଏହି ପ୍ରଶ୍ନଗୁଡ଼ିକ ନିଜକୁ ନିଜେ ପଚାରିବା ଉଚିତ। ସବୁ ଅବସ୍ଥାରେ, ସବୁ କାଳରେ, ସବୁ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ଜାତୀୟ ଜୀବନର ଟେକ ରଖି କାର୍ଯ୍ୟକରିବା ଉଚିତ । ଜାତିର ମୂଲ୍ୟ ବଢ଼ିଲେ ହିଁ ଲୋକେ ତହିଁର ସୁଫଳ ଭୋଗ କରିବେ । ଏଥ‌ିପାଇଁ ପ୍ରାବନ୍ଧିକ ଜାପାନୀ ଜାତିଙ୍କ ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି ।

ଜାପାନୀ ଜାତିର ମୂଳମନ୍ତ୍ର ହେଲା, ‘ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ, କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ ।’’ ଏହି ଭାବ ଯୋଗୁଁ ଜାପାନୀ ଜାତି ଆଜି ପୃଥ‌ିବୀର ସର୍ବତ୍ର ପୂଜିତ ହେଉଅଛି । ନିଜ ଜାତିର, ପୂର୍ବପୁରୁଷଙ୍କର ତଥା ସନ୍ତାନସନ୍ତତିମାନଙ୍କର ମାନ ବୃଦ୍ଧି ନିମନ୍ତେ ଆତ୍ମବଳିଦାନ କରିବାର ଭାବନାରେ ସମୃଦ୍ଧ ଲୋକଙ୍କୁ ନେଇ ଜାପାନୀ ଜାତି ଗଠିତ । ତେଣୁ ଟଙ୍କା କରଜ ନେବାକୁ ବିଜ୍ଞାପନ ଦେବାମାତ୍ରେ ସମସ୍ତ ସଭ୍ୟଜାତି ତାଙ୍କୁ ଟଙ୍କା ଦେବାପାଇଁ କାରଣ ହିଁ ଜଗତ୍‌କ୍ଷୁରେ ସେହି ଜାତିର ମୂଲ୍ୟ ନିରନ୍ତର ବୃଦ୍ଧିପ୍ରାପ୍ତ ହେଉଅଛି ।

ଜାତୀୟ ଜୀବନର ଗଠନ ନିମନ୍ତେ ବ୍ୟକ୍ତିଗତ ଜୀବନର ବଳିଦାନର ଆବଶ୍ୟକତା ଅପରିହାର୍ଯ୍ୟ– ଏହି ସତ୍ୟତାକୁ ପ୍ରମାଣିତ କରିବାପାଇଁ ପ୍ରାବନ୍ଧିକ ଦେଶୀ କୁକୁର ଓ ଡାହାଳ କୁକୁରର ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି ।

ଆଦରର ସହ ହୃଷ୍ଟପୁଷ୍ଟ କରିଥିବା ଦେଶୀ କୁକୁରକୁ ବିଲୁଆଟିଏ ଦେଖାଇଦେଲେ, ବିଲୁଆଟି ଖଙ୍କାରି ଦେବାମାତ୍ରେ ସେ ଲାଙ୍ଗୁଡ଼ ଗୁଞ୍ଜି ଆପଣଙ୍କ ପାଖକୁ ପଳାଇ ଆସିବ । କାରଣ ସେ ସ୍ଵଭାବର ଭୟାଳୁ । କିନ୍ତୁ ଡାହାଳ କୁକୁର ଜାତିର ଗୁଣ ହେଉଛି ସାହସିକତା । ମହାବଳ ବାଘକୁ ଆକ୍ରମଣ କଲେ ବାଘ ହାତରେ ମୃତ୍ୟୁବରଣ ସୁନିଶ୍ଚିତ ବୋଲି ସେ ଭଲଭାବରେ ଜାଣେ; କିନ୍ତୁ ନିଜ ଜୀବନ ପ୍ରତି ମାୟା ରଖ୍ ବାଘ ନିକଟକୁ ନ ଗଲେ ତା’ ଜାତିର ମାନ ଓ ମୂଲ୍ୟ କମିଯିବ । ତେଣୁ ସେ ମହାବଳ ବାଘକୁ ଦେଖୁବା ମାତ୍ରେ ନିଜ ଡାହାଳ କୁକୁର ଜାତିର ମୂଲ୍ୟ ଓ ସାହସିକତା ବୃଦ୍ଧି ନିମନ୍ତେ ସାହସର ସହ ନିର୍ଭୟରେ ତା’ ଆଡ଼କୁ ଆକ୍ରମଣ କରିବାକୁ ଝପଟିଯାଏ । ସୁତରାଂ, ଜାତୀୟ ଜୀବନ ଗଠନ ନିମନ୍ତେ ବ୍ୟକ୍ତିଗତ ଜୀବନର ବଳିଦାନ ପାଇଁ ଶିକ୍ଷାକରିବା ଉଚିତ ।

ସୂର୍ଯ୍ୟ ଯେପରି ନିର୍ବିକାର ଭାବରେ ସମୁଦ୍ରର ଲୁଣିପାଣିରେ, ମିଶ୍ରି ସରବତରେ, ନର୍ଦ୍ଦମାରେ ସବୁଠାରେ ତାଙ୍କ କିରଣ ବିତରଣ କରି ବିଶୁଦ୍ଧ ଜଳ ଶୋଷଣ କରି ପୃଥ‌ିବୀରେ ସେଚନ କରୁଛନ୍ତି, ସେହିପରି ଅନ୍ୟ ଜାତିଙ୍କଠାରେ ଥ‌ିବା ଦୋଷଗୁଡ଼ିକୁ ବନ୍ଦ ଆଖିରେ ଦେଖ୍ ଅର୍ଥାତ୍ ତ୍ୟାଗକରି ସେମାନଙ୍କଠାରେ ନିହିତ ଥ‌ିବା ଅନୁକରଣଯୋଗ୍ୟ ସଦ୍‌ଗୁଣଗୁଡ଼ିକୁ ଶିକ୍ଷା କରିବା ଉଚିତ । ସୁତରାଂ, ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଆତ୍ମବିଶ୍ଳେଷଣପୂର୍ବକ ଜାତୀୟ ଜୀବନ ପ୍ରତିଷ୍ଠା ନିମନ୍ତେ ବ୍ୟକ୍ତିଗତ ଜୀବନର ବଳିଦାନ ପାଇଁ ଶିକ୍ଷା କରିବା ନିମିତ୍ତ ପ୍ରାବନ୍ଧିକ ଉଦ୍‌ବୋଧନ ଦେଇଛନ୍ତି ।

Question ୨୪ ।
ଜାପାନୀ ଜାତିର କେଉଁ ଗୁଣ ସେମାନଙ୍କୁ ବିଶ୍ୱପ୍ରସିଦ୍ଧ କରିପାରିଛି ଏବଂ ସେମାନଙ୍କର ତଦ୍ବାରା କି ଲାଭ ହୋଇଛି ?
Answer:
ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତୀୟତାର ମୂର୍ତ୍ତିମନ୍ତ ବିଗ୍ରହ, ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଆଇନଜୀବୀ, ଯଶସ୍ବୀ ଜନନାୟକ, ବ୍ୟବସ୍ଥାପକ ତଥା ଆଧୁନିକ ଉତ୍କଳର ନବନିର୍ମାତା । ଓଡ଼ିଶାର ଶିଳ୍ପ, ରାଜନୀତି, ଶିକ୍ଷା, ଆଇନ ବ୍ୟବସାୟ ଓ ସାମ୍ବାଦିକତା– ପ୍ରତିଟି କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ଛାଡ଼ି ଯାଇଥିବା ସେହି ପ୍ରଥଯଶା ଯୁଗପୁରୁଷ ନିଶ୍ଚେଷ୍ଟ ଓଡ଼ିଆ ଜାତିକୁ ଉଦ୍‌ବୋଧନ ଦେବାପାଇଁ ଯେଉଁ ସାତଗୋଟି ଦେଶାତ୍ମବୋଧକ କବିତା ରଚନା କରିଯାଇଛନ୍ତି, ତାହା ତାଙ୍କ ସାରସ୍ବତ ମାନସର ଯଥାର୍ଥ ପରିଚୟ ପ୍ରଦାନ କରେ ।

ଉତ୍କଳ ସମ୍ମିଳନୀର ଏକ ସ୍ଵତନ୍ତ୍ର ଅଧିବେଶନରେ ପ୍ରାବନ୍ଧିକଙ୍କ ପ୍ରଦତ୍ତ ଭାଷଣର ଏକ ସଂକ୍ଷିପ୍ତ ରୂପ ହେଉଛି ‘ ଜାତୀୟ ଉତ୍ସର୍ଗ କରିବା ନିମନ୍ତେ ପ୍ରାବନ୍ଧିକ ଜାତୀୟ ଭାବନାରେ ସମୃଦ୍ଧ ଜାପାନୀ ଜାତିକୁ ଦୃଷ୍ଟାନ୍ତରୂପେ ଉପସ୍ଥାପନ କରିଛନ୍ତି ।

ଜାତୀୟ ଭାବନାରେ ସମୃଦ୍ଧ ଲୋକଙ୍କୁ ନେଇ ଗଠିତ ଜାପାନୀ ଜାତି ସମଗ୍ର ପୃଥ‌ିବୀରେ ଏକ ଶ୍ରେଷ୍ଠ ଜାତି ଭାବେ ପୂଜିତ ହେଉଅଛି । ସ୍ୱୀୟ ଜାତୀୟ ଜୀବନକୁ ସୁଦୃଢ଼ କରିବାପାଇଁ ସେହି ଜାତି ବ୍ୟକ୍ତିଗତ ଜୀବନକୁ ଉତ୍ସର୍ଗ କରିବାପାଇଁ ପଶ୍ଚାତ୍‌ପଦ ହୁଏ ନାହିଁ । କାରଣ ସେମାନେ ଭଲଭାବରେ ଉପଲବ୍ଧି କରିଛନ୍ତି ବ୍ୟକ୍ତିଗତ ଜୀବନ ଓ ଜାତୀୟ ଜୀବନ ମଧ୍ୟରେ ଥିବା ସମ୍ପର୍କକୁ । ମାନବ ମଧ୍ୟରେ ପରିଲକ୍ଷିତ ହେଉଥ‌ିବା ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀ । ନିଶ୍ଚିତ ତା’ର ପରିସମାପ୍ତି ହେବ ଶ୍ମଶାନରେ । ସେହିପରି ବ୍ୟକ୍ତିଗତ ସଭାବ ମଧ୍ୟ କ୍ଷଣଭଙ୍ଗୁର ।

ପାର୍ଥିବ ଜୀବନର ସ୍ତ୍ରୀ, ସନ୍ତାନ, ସମ୍ପତ୍ତି ରୂପକ ଭୂତପାର୍ଥିବ ଭାବଗୁଡ଼ିକର ଆକର୍ଷଣୀ ଶକ୍ତି ମାନବକୁ ନିମ୍ନକୁ ଆକର୍ଷଣ କରେ । କିନ୍ତୁ ଜାତୀୟ ସଭାବ ଚିରସ୍ଥାୟୀ । ଜାତୀୟ ଜୀବନ ସୁଗଠିତ ହେଲେ ଜାତିର ମୂଲ୍ୟବୃଦ୍ଧି ହେବା ସହିତ ଜାତିର ପ୍ରତ୍ୟେକ ବ୍ୟକ୍ତି ତା’ର ସୁଫଳ ଭୋଗ କରିବେ । ତେଣୁ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ କରୁଥୁବା କାର୍ଯ୍ୟଦ୍ୱାରା ଜାତି ନିନ୍ଦିତ ହେବ ବା ଗୌରବାନ୍ବିତ ହେବ, ମିଥ୍ୟାବାଦୀ ହେଲେ କିମ୍ବା ଖୋସାମତ କଲେ ସେହି ନିନ୍ଦାରେ ଜାତି ଅଂଶୀଦାର ହେବ କି ନାହିଁ– ଏସବୁ ବିଷୟରେ ଭଲଭାବରେ ବିଶ୍ଳେଷଣ କରି ସବୁ ଅବସ୍ଥାରେ, ସବୁ କାଳରେ ସେମାନେ ଜାତୀୟ ଜୀବନର ଟେକ ରଖ୍ କାର୍ଯ୍ୟ କରନ୍ତି । ସେଥ‌ିପାଇଁ ସେହି ଜାତି ଆଜି ଉନ୍ନତିର ସୋପାନ ଆରୋହଣ କରିଚାଲିଛି । ପ୍ରାବନ୍ଧିକଙ୍କ ଭାଷାରେ ଜାପାନୀ ଜାତିର ଉନ୍ନତିର ମୂଳମନ୍ତ୍ର ହେଉଛି–

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

‘‘ ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ; କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ ।’’ ଏହି ଭାବ ପ୍ରତ୍ୟେକ ଜାପାନୀ ହୃଦୟରେ ନିରନ୍ତର ନୃତ୍ୟ କରୁଅଛି । ତେଣୁ ଜାପାନୀ ଜାତି ଆଜି ପୃଥ‌ିବୀରେ ସର୍ବତ୍ର ପୂଜିତ ହେଉଅଛି ।

ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନକୁ ବଳିଦେବାର ଶିକ୍ଷା ଜାପାନୀ ଜାତି ସମ୍ୟରୂପେ ଶିକ୍ଷାଲାଭ କରିଅଛି । ଅନିଶ୍ଚିତ ଜୀବନ ତଥା ସୁନିଶ୍ଚିତ ମୃତ୍ୟୁ ସମ୍ପର୍କରେ ସେ ଭଲଭାବରେ ଅବଗତ ହୋଇଅଛି । ସୁତରାଂ ସେମାନେ ଜାଣନ୍ତି ଦିନେ ନା ଦିନେ ତାକୁ ମରିବାକୁ ହେବ । କିନ୍ତୁ ଆଜି ମଲେ ଯଦି ଜାତି ଗୌରବାନ୍ବିତ ହେବ, ପୂର୍ବପୁରୁଷମାନଙ୍କର ସମ୍ମାନ ବୃଦ୍ଧି ହେବ, ହୃତଗୌରବ ଫେରି ଆସିବ, ସନ୍ତାନ ସନ୍ତତିମାନଙ୍କର ମାନ ବଢ଼ିବ ଅର୍ଥାତ୍ ଭବିଷ୍ୟତର ବଂଶଧରମାନେ ଜଗତ୍ଵବକ୍ଷରେ ଏକ ଶ୍ରେଷ୍ଠ ଜାତିର ମାନ୍ୟତା ଲାଭକରିବେ, ତା’ହେଲେ ଜାତି ପାଇଁ ସ୍ବୀୟ ଜୀବନକୁ ବଳିଦେବାପାଇଁ ସେମାନେ ଉତ୍ସାହର ସହ ଅଗ୍ରସର ହୁଅନ୍ତି ।

ଏହି ଭାବାପନ୍ନ ଲୋକଙ୍କୁ ନେଇ ଗଠିତ ଜାପାନୀ ଜାତିର ମାନ ଓ ମୂଲ୍ୟ ଜଗତ୍ରଚକ୍ଷୁରେ ନିରନ୍ତର ବୃଦ୍ଧିପ୍ରାପ୍ତ ହେଉଅଛି । ତେଣୁ ସେହି ଜାତି ଟଙ୍କା କରଜ ନେବାକୁ ବିଜ୍ଞାପନ ଦେବାମାତ୍ରେ ଜଗତର ସମସ୍ତ ସଭ୍ୟ ଜାତି ସେମାନଙ୍କୁ ଟଙ୍କା ଦେବାପାଇଁ ପ୍ରସ୍ତୁତ ହୁଅନ୍ତି । କାରଣ ନିଷ୍ଠା, ଜାତିପ୍ରୀତି, ଜାତି ନିମନ୍ତେ ଆତ୍ମବଳିଦାନରୂପକ ଦୃଢ଼ ମନୋଭାବ ଜଗତ୍ଵଚକ୍ଷୁରେ ସେମାନଙ୍କର ମୂଲ୍ୟ ନିରନ୍ତର୍‌ ବୃଦ୍ଧି କରୁଅଛି ।
ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନକୁ ଉତ୍ସର୍ଗ କରିବାର ମନୋବୃତ୍ତିକୁ ନେଇ ଜାପାନୀ ଜାତି ଆଜି ବିଶ୍ଵପ୍ରସିଦ୍ଧ– ଏହି ଦୃଷ୍ଟାନ୍ତ ମାଧ୍ୟମରେ ପ୍ରାବନ୍ଧିକ ଉତ୍କଳୀୟମାନଙ୍କୁ ବ୍ୟକ୍ତିଗତ ସକଳ ଚିନ୍ତା ଚେତନାକୁ ଦୂରକୁ ଫିଙ୍ଗି ଜାତୀୟତାର ସ୍ରୋତରେ ସାମିଲ ଆହ୍ବାନ ଦେଇଛନ୍ତି ।

Question ୨୫ ।
ପଠିତ ପ୍ରବନ୍ଧ ଅନୁସରଣରେ ଜାତିର ଦୋଷ ଗୁଣ ସମ୍ବନ୍ଧରେ ଉଲ୍ଲେଖ କରି ଲେଖକଙ୍କ ପରାମର୍ଶ ଆଲୋଚନା କର ।
କିମ୍ବା, ଜାତୀୟ ଜୀବନର ବିକାଶ କ୍ଷେତ୍ରରେ ଉତ୍କଳ ଗୌରବ ମଧୁସୂଦନଙ୍କ ପରାମର୍ଶଗୁଡ଼ିକର ଯେଉଁ ଗୁରୁତ୍ୱ ପରିଲକ୍ଷିତ ହୁଏ, ତାହାର ଏକ ସମୀକ୍ଷା କର ।
କିମ୍ବା, ଜାତିର ଦୋଷଗୁଣର ସମୀକ୍ଷା, ଜାତିର ବିକାଶ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ– ଏ ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
Answer:
ଓଡ଼ିଆ ଜାତୀୟତାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଜଣେ ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଆଇନଜୀବୀ, ଯଶସ୍ବୀ ଜନନାୟକ, ବ୍ୟବସ୍ଥାପକ ତଥା ଆଧୁନିକ ଉତ୍କଳର ନବନିର୍ମାତା । ଓଡ଼ିଶାର ମାଟି, ମଣିଷ ଓ ଭାଷାକୁ ପ୍ରାଣଭରି ଭଲ ପାଉଥ‌ିବା ସେହି ଯୋଗଜନ୍ମା ମହାପୁରୁଷ ଉତ୍କଳୀୟମାନଙ୍କୁ ଜାତୀୟତାର ସ୍ରୋତରେ ସାମିଲ କରିବାପାଇଁ ନିଶ୍ଚେଷ୍ଟ ଓଡ଼ିଆ ଜାତିକୁ ଉଦ୍‌ବୋଧନ ଦେବା ନିମନ୍ତେ ରଚନା କରିଥିବା ସାତଗୋଟି ଦେଶାତ୍ମବୋଧକ କବିତା ଯାହା ତାଙ୍କ ସାରସ୍ବତ ମାନସର ଯଥାର୍ଥ ପରିଚୟ ପ୍ରଦାନ କରେ ।

ଉତ୍କଳ ସମ୍ମିଳନୀର ଏକ ବିଶେଷ ଅଧିବେଶନରେ ପ୍ରାବନ୍ଧିକଙ୍କଦ୍ବାରା ପ୍ରଦତ୍ତ ଅଭିଭାଷଣର ଏକ ସଂକ୍ଷିପ୍ତ ରୂପ ହେଉଛି ଜାତୀୟ ଜୀବନ ଶୀର୍ଷକ ପ୍ରବନ୍ଧ । ପ୍ରତ୍ୟେକ ଜାତି ନିକଟରେ ଥ‌ିବା ଦୋଷକୁ ତ୍ୟାଗକରି ଅନୁକରଣଯୋଗ୍ୟ ଗୁଣଗୁଡ଼ିକୁ ଗ୍ରହଣ କରିବାକୁ ପ୍ରାବନ୍ଧିକ ଆଲୋଚ୍ୟ ପ୍ରବନ୍ଧରେ ପ୍ରତ୍ୟେକ ଉତ୍କଳୀୟଙ୍କୁ ଉଦ୍‌ବୋଧନ ପ୍ରଦାନ କରିଛନ୍ତି । ଏ ସଂସାରରେ ପ୍ରତିଟି ଜାତି ନିକଟରେ ଦୋଷ ସହିତ ଗୁଣ ସନ୍ନିହିତ ହୋଇ ରହିଅଛି ।

କିନ୍ତୁ ସେମାନଙ୍କ ଦୋଷ ପ୍ରତି ଗୋଟିଏ ଆଖ୍ ବନ୍ଦକରି ଅନ୍ୟ ଖୋଲା ଆଜ୍‌ରେ ସେମାନଙ୍କଠାରେ ନିହିତ ଥ‌ି ଅନୁକରଣଯୋଗ୍ୟ ସଦ୍‌ଗୁଣଗୁଡ଼ିକୁ ସମ୍ୟକ୍‌ରୂପେ ବିଶ୍ଳେଷଣ କରି ଶିକ୍ଷା କରିବା ଉଚିତ ବୋଲି ପରାମର୍ଶ ଦେବା ସହିତ ଦୃଷ୍ଟାନ୍ତ ଭାବେ ପ୍ରାବନ୍ଧିକ କୁକୁର ଜାତି କଥା ଉପସ୍ଥାପନ କରିଛନ୍ତି । ଦେଶୀ କୁକୁର ସ୍ବଭାବରେ ଭୀରୁ । ତାକୁ ଆଦର ସହିତ ହୃଷ୍ଟପୁଷ୍ଟ କରି ବିଲୁଆକୁ ଦେଖାଇଦେଲେ ବିଲୁଆ ଖୁଙ୍କାରି ଦେବା ମାତ୍ରେ ସେ ଲାଙ୍ଗୁଡ଼ ଗୁଞ୍ଜି ପଳାଇ ଆସିବ ।

ତା’ ନିକଟରେ ଥ‌ିବା ଏହି କାପୁରୁଷ ଗୁଣକୁ ପରିତ୍ୟାଗ କରିବା ଉଚିତ । କିନ୍ତୁ ଡାହାଳ କୁକୁର ଜାତିର ଗୁଣ ହେଉଛି ସାହସିକତା । ମହାବଳ ବାଘକୁ ଆକ୍ରମଣ କଲେ ସେ ନିଶ୍ଚୟ ତା’ହାତରେ ମୃତ୍ୟୁବରଣ କରିବ, ଏକଥା ଜାଣି ମଧ୍ଯ ସେ ନିଜ ଜୀବନ ପ୍ରତି ମାୟା ନ ରଖ୍ ନିର୍ଭୟରେ ଅସୀମ ସାହସର ସହ ମହାବଳ ବାଘ ଆଡ଼କୁ ଝପଟିଯାଏ । ଜାତିର ମାନ ଓ ମୂଲ୍ୟବୃଦ୍ଧି ନିମନ୍ତେ ସ୍ୱୀୟ ବ୍ୟକ୍ତିଗତ ଜୀବନକୁ ବଳିଦେବାକୁ ସେ ପଶ୍ଚାତ୍‌ପଦ ହୁଏ ନାହିଁ ।

ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନକୁ ବଳିଦେଇ ଉନ୍ନତିର ଶୀର୍ଷସୋପାନରେ ଉପନୀତ ହୋଇଥିବା ଜାପାନୀ ଜାତି ଆଜି ପୃଥ‌ିବୀରେ ସର୍ବତ୍ର ପୂଜିତ ହେଉଅଛି । ପ୍ରାବନ୍ଧିକଙ୍କ ମତରେ ଜାପାନୀ ଜାତିର ଉନ୍ନତିର ମୂଳମନ୍ତ୍ର ହେଉଛି – ‘ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ; କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ ।’

ଜାପାନୀ ଜାତି ଅନିଶ୍ଚିତ ଜୀବନ ତଥା ସୁନିଶ୍ଚିତ ମୃତ୍ୟୁର ଶାଶ୍ୱତ ସତ୍ୟକୁ ସମ୍ୟକ୍‌ରୂପେ ଉପଲବ୍ଧି କରିଛି । ତେଣୁ ତା’ଜାତିର, ପୂର୍ବପୁରୁଷଙ୍କର ତଥା ସନ୍ତାନସନ୍ତତିମାନଙ୍କର ମାନ ବୃଦ୍ଧି ନିମନ୍ତେ ସେ ଉତ୍ସାହର ସହ ମୃତ୍ୟୁବରଣ କରିବାକୁ ଅଗ୍ରସର ହୁଏ । ଜାତି ପାଇଁ ଆତ୍ମବଳି ଦେବାକୁ ପ୍ରସ୍ତୁତ ଥିବା ଜାପାନୀ ଜାତି ଟଙ୍କା କରଜ ନେବାକୁ ବିଜ୍ଞାପନ ଦେବାମାତ୍ରେ ସମସ୍ତ ସଭ୍ୟ ଜାତି ସେମାନଙ୍କୁ ଟଙ୍କା ଦେବାପାଇଁ ପ୍ରସ୍ତୁତ ହୁଅନ୍ତି । ଏହାଦ୍ଵାରା ଜଗତ୍‌କ୍ଷୁରେ ଜାପାନୀ ଜାତିର ମୂଲ୍ୟ ନିରନ୍ତର ବୃଦ୍ଧିପ୍ରାପ୍ତ ହେଉଅଛି ।

ଜାତୀୟ ଜୀବନ ଗଠନ ନିମନ୍ତେ ବ୍ୟକ୍ତିଗତ ଜୀବନର ବଳିଦାନ ଏକାନ୍ତ ଆବଶ୍ୟକ । କାରଣ ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀ । ତା’ର ପରିସମାପ୍ତି ହେବ କାଲି ଶ୍ମଶାନରେ । ପାର୍ଥିବ ଜୀବନର ସ୍ତ୍ରୀ, ସନ୍ତାନ, ସମ୍ପତ୍ତିରୂପକ ଭୂତପାର୍ଥିବ ଭାବଗୁଡ଼ିକର ଆକର୍ଷଣୀୟ ଶକ୍ତି ପ୍ରତିକ୍ଷଣ ମଣିଷକୁ ନିମ୍ନକୁ ଆକର୍ଷଣ କରିଚାଲେ । କିନ୍ତୁ ଚତୁଃପାର୍ଶ୍ଵରେ ବିଦ୍ୟମାନ ଥ‌ିବା ଅନ୍ୟାନ୍ୟ ଜାତି ଓ ସମାଜମାନଙ୍କ ସହ ଜୀବନ ମିଶାଇ ଆଳାପ କରିବା ହିଁ ପ୍ରତ୍ୟେକ ମାନବର ପ୍ରଧାନ କର୍ମ । ଜାତି ଜାତି ମଧ୍ୟରେ ସଭାବ ସ୍ଥାପିତ ହେଲେ ଜାତୀୟ ଜୀବନ ଗଠିତ ହେବ । ଏହି ସଦ୍‌ଭାବ ଚିରସ୍ଥାୟୀ; କିନ୍ତୁ ବ୍ୟକ୍ତିଗତ ସଭାବ କ୍ଷଣଭଙ୍ଗୁର । ଜାତୀୟ ସଭାବ ପ୍ରତିଷ୍ଠା ହେଲେ ବ୍ୟକ୍ତିଗତ ଅସଭାବ ସମ୍ପୂର୍ଣ୍ଣ ଦୂରୀଭୂତ ହେବା ରୂପକ ବିଚାର ଭ୍ରାନ୍ତମୂଳକ ଅଟେ । ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଜଣେ ଶିକ୍ଷିତ ଓ ପଦସ୍ଥ ଉତ୍କଳୀୟଙ୍କଠାରୁ ପାଇଥିବା ଚିଠିର ମର୍ମ ଉପସ୍ଥାପନ କରିଛନ୍ତି –

‘ମୋ ସଙ୍ଗେ ଆପଣଙ୍କ ମନ ମିଳିଲା ନାହିଁ, ଅତଏବ ମୁଁ ସମ୍ମିଳନୀରେ କାର୍ଯ୍ୟ କରିପାରିବି ନାହିଁ ।’ ଜାତୀୟ ଜୀବନ ଅଭାବର ଏହା ଏକ ସ୍ପଷ୍ଟ ପ୍ରତିଫଳନ । ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ ଜାତି ଭିତରେ ଥ‌ିବା ବ୍ୟକ୍ତିଗତ ବିବାଦ ସମ୍ପୂର୍ଣ୍ଣ ଲୋପପାଇବା ଅସମ୍ଭବ । କିନ୍ତୁ ବ୍ୟକ୍ତିଗତ ଜୀବନରେ ଅସଭାବ ଥିଲେ ସୁଦ୍ଧା ଜାତୀୟ ସଭାବରେ କିଛି ଅଭାବ ରହିବ ନାହିଁ । ଏଥ‌ିପାଇଁ ପ୍ରାବନ୍ଧିକ ଜଳବିନ୍ଦୁର ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି ।

ଜଳର ଜାତୀୟ ଗୁଣ ହେଲା ନିମ୍ନଗତି । ଜଳବିନ୍ଦୁଟିଠାରୁ ଆରମ୍ଭ କରି ମହାସମୁଦ୍ର ପର୍ଯ୍ୟନ୍ତ ଜଳ ତା’ର ଜାତୀୟ ଗୁଣକୁ ଧାରଣ କରିଅଛି । ଆକାଶବକ୍ଷରୁ ପୃଥ‌ିବୀ ପୃଷ୍ଠରେ ପଡୁଥ‌ିବା ଜଳବିନ୍ଦୁଗୁଡ଼ିକ ପ୍ରଥମେ ଜଳଧାରା ତତ୍ପରେ ନାଳ ଓ ନଦୀରେ ପରିଣତ ହୋଇ ତଳକୁ ବହିଯାଏ ଓ ଶେଷରେ ସମୁଦ୍ରରେ ମିଶେ । ସବୁ ଅବସ୍ଥାରେ, ସବୁ ସ୍ଥଳରେ ଜଳ ନିଜ ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖିଅଛି ।

ସେହିପରି ଆମ୍ଭମାନଙ୍କର ମଧ୍ୟ ଜାତୀୟ ଜୀବନ ଅଛି । କେହି ଜଣେ ଓଡ଼ିଆ ଜାତିକୁ ଗାଳିଦେଲେ ମନରେ ସୃଷ୍ଟି ହେଉଥ‌ିବା କ୍ରୋଧଭାବ ହିଁ ଜାତୀୟ ଜୀବନର ଚିହ୍ନ । ତେଣୁ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସର୍ବପ୍ରଥମେ କରୁଥିବା କାର୍ଯ୍ୟଦ୍ଵାରା ଜାତି ନିନ୍ଦିତ ହେବ କି ନାହିଁ, ମିଥ୍ୟାବାଦୀ ହେଲେ କିମ୍ବା ଖୋସାମତ କଲେ, ସେହି ନିନ୍ଦାରେ ଜାତି ଅଂଶୀଦାର ହେବ କି ନାହିଁ, ଜଣେ କହୁଥ‌ିବା କୁବାକ୍ୟର ପ୍ରତୁତ୍ତର ଦେଲେ ଜାତିର ଗୌରବ ବୃଦ୍ଧି ହେବ କି ନାହିଁ– ଏସବୁ ସମ୍ବନ୍ଧରେ ସମ୍ୟକ୍‌ଭାବେ ବିଶ୍ଳେଷଣ କରି କାର୍ଯ୍ୟ କରିବା ଉଚିତ ।

ସୂର୍ଯ୍ୟ ଯେପରି ନିର୍ବିକାର ଭାବରେ ସମୁଦ୍ରର ଲୁଣପାଣିରେ, ମିଶ୍ରି ସରବତରେ, ନର୍ଦ୍ଦମାରେ ସବୁଠାରେ ତାଙ୍କ କିରଣ ବିତରଣ କରୁଛନ୍ତି; କିନ୍ତୁ ସବୁଠାରୁ ବିଶୁଦ୍ଧ ଜଳତକ ଶୋଷିନେଇ ପୁନର୍ବାର ସଂସାରର କଲ୍ୟାଣ ନିମନ୍ତେ ପୃଥ‌ିବୀରେ ସେଚନ କରୁଛନ୍ତି । ସେହିପରି ସବୁ ଜାତି ଓ ସବୁ ବ୍ୟକ୍ତିଠାରେ ଥ‌ିବା ଦୋଷଗୁଡ଼ିକୁ ପରିତ୍ୟାଗ କରି ସେମାନଙ୍କଠାରେ ନିହିତ ଥ‌ିବା ଅନୁକରଣ-ଯୋଗ୍ୟ ସଦ୍‌ଗୁଣଗୁଡ଼ିକୁ ଶିକ୍ଷା କରିବାପାଇଁ ପ୍ରାବନ୍ଧିକ ପରାମର୍ଶ ପ୍ରଦାନ କରିଛନ୍ତି ।

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

Question ୨୬ ।
ଜଳ, ଡାହାଳ କୁକୁର, ଦେଶୀ କୁକୁର ଆଦିର ଉଦାହରଣ ମାଧ୍ୟମରେ ଲେଖକ କ’ଣ କହିବାକୁ ଚାହିଁଛନ୍ତି ଆଲୋଚନା କର ।
କିମ୍ବା, ପ୍ରବନ୍ଧରେ ଡାହାଳ କୁକୁର, ଦେଶୀ କୁକୁର ଓ ଜଳର ପ୍ରକୃତି ପର୍ଯ୍ୟାଲୋଚନା କରିବାର କି ଉପାଦେୟତା ରହିଛି ?
କିମ୍ବା, ଜଳ, ଡାହାଳ କୁକୁର ଓ ଦେଶୀ କୁକୁରର ଉଦାହରଣ ଦେଇ ପ୍ରାବନ୍ଧିକ କେଉଁ ମହାନ୍ ଲକ୍ଷ୍ୟରେ ପହଞ୍ଚିବାର ପ୍ରୟାସ କରିଛନ୍ତି – ଆଲୋଚନା କର ।
Answer:
ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଥିଲେ ଓଡ଼ିଆ ସ୍ବାଭିମାନର ମୂର୍ତ୍ତିମନ୍ତ ପ୍ରତୀକ, ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଆଇନଜୀବୀ, ଯଶସ୍ବୀ ଜନନାୟକ, ବ୍ୟବସ୍ଥାପକ ତଥା ଆଧୁନିକ ଉତ୍କଳର ନବନିର୍ମାତା । ଓଡ଼ିଶାର ମାଟି, ମଣିଷ ଓ ଭାଷାକୁ ପ୍ରାଣଭରି ଭଲପାଉଥବା ସେହି ଯୋଗଜନ୍ମା ମହାପୁରୁଷ ନିଶ୍ଚେଷ୍ଟ ଓଡ଼ିଆ ଜାତିକୁ ଉଦ୍‌ବୋଧନ ଦେବାପାଇଁ ଯେଉଁ ସାତଗୋଟି ଦେଶାତ୍ମବୋଧକ କବିତା ରଚନା କରିଯାଇଛନ୍ତି, ତାହା ତାଙ୍କ ସାରସ୍ବତ ମାନସର ଯଥାର୍ଥ ପରିଚୟ ପ୍ରଦାନ କରିବା ସହିତ ଯୁଗ ଯୁଗ ଧରି ପ୍ରତିଟି ଉତ୍କଳୀୟଙ୍କ ହୃଦୟରେ ଜାତିପ୍ରୀତିର ପବିତ୍ର ମନ୍ଦାକିନୀ ପ୍ରବାହିତ କରୁଥିବ– ଏହା ନିଃସନ୍ଦେହ ।

ଉତ୍କଳ ସମ୍ମିଳନୀର ଏକ ସ୍ୱତନ୍ତ୍ର ଅଧୂବେଶନରେ ପ୍ରାବନ୍ଧିକଙ୍କଦ୍ବାରା ପ୍ରଦତ୍ତ ଭାଷଣର ଏକ ସଂକ୍ଷିପ୍ତ ରୂପ ହେଉଛି ‘ ଜାତୀୟ ଜୀବନ ଶୀର୍ଷକ ପ୍ରବନ୍ଧ । ଜଳ, ଡାହାଳ କୁକୁର, ଦେଶୀ କୁକୁର ଆଦିର ଉଦାହରଣ ମାଧ୍ୟମରେ ଲେଖକ ଉତ୍କଳୀୟମାନଙ୍କୁ ଜାତୀୟତାର ସ୍ରୋତରେ ସାମିଲ ହେବାପାଇଁ ଉଦ୍‌ବୋଧନ ପ୍ରଦାନ କରିଛନ୍ତି ।

ପ୍ରାବନ୍ଧିକଙ୍କ ମତରେ ପ୍ରତିଟି ଉତ୍କଳୀୟ ହୃଦୟରେ ଜାତୀୟ ଜୀବନ ନିହିତ ଅଛି । କେହି ଜଣେ ଓଡ଼ିଆ ଜାତିକୁ ଗାଳିଦେଲେ ମନରେ ସୃଷ୍ଟି ହେଉଥ‌ିବା କ୍ରୋଧଭାବ ହିଁ ତା’ ଜାତୀୟ ଜୀବନର ସ୍ପଷ୍ଟ ପ୍ରତିଫଳନ । ସାଂସାରିକ ସ୍ବାର୍ଥଚିନ୍ତାର ବଶବର୍ତ୍ତୀ ହୋଇ ସେ ଭୁଲିଯାଇଛି ତା’ର ଜାତୀୟ ଜୀବନକୁ । କିନ୍ତୁ ଜାତୀୟ ଜୀବନର ପ୍ରତିଷ୍ଠା ବିନା ବ୍ୟକ୍ତିଗତ ଜୀବନର ଉନ୍ନତି ଅସମ୍ଭବ । କାରଣ ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀ । ତା’ର ପରିସମାପ୍ତି ହେବ କାଲି ଶ୍ମଶାନରେ ।

ପାର୍ଥିବ ଜୀବନର ସ୍ତ୍ରୀ, ସନ୍ତାନ, ସମ୍ପତ୍ତି ରୂପକ ଭୂତପାର୍ଥିବ ଭାବଗୁଡ଼ିକର ଆକର୍ଷଣୀ ଶକ୍ତି ତାକୁ ସର୍ବଦା ନିମ୍ନଦେଶକୁ ଆକର୍ଷଣ କରୁଅଛି । ସ୍ୱର୍ଗୀୟ ଜୀବନର ଆକର୍ଷଣୀ ଶକ୍ତି ତାକୁ ସର୍ବଦା ଊଦେଶକୁ ଟାଣୁଅଛି । କିନ୍ତୁ ତା’ ଚତୁଃପାର୍ଶ୍ଵରେ ବିଦ୍ୟମାନ ଥିବା ଅନ୍ୟାନ୍ୟ ଜାତି ତଥା ସମାଜମାନଙ୍କ ସହ ଜୀବନ ମିଳାଇ ଆଳାପ କରିବା ତା’ର ପ୍ରଧାନ କର୍ମ । ତା’ହେଲେ ଜାତି ଜାତି ମଧ୍ୟରେ ସଭାବ ସ୍ଥାପିତ ହୋଇ ଜାତୀୟ ଜୀବନ ପ୍ରତିଷ୍ଠିତ ହେବ । ଏହି ଜାତୀୟ ସଭାବ ହେବ ଚିରସ୍ଥାୟୀ; କିନ୍ତୁ ବ୍ୟକ୍ତିଗତ ସଭାବ କ୍ଷଣଭଙ୍ଗୁର । ବ୍ୟକ୍ତିଗତ ଜୀବନରେ ଅସଭାବ ଥିଲେ ମଧ୍ୟ ଜାତୀୟ ସଭାବ ପ୍ରତିଷ୍ଠାରେ କୌଣସି ଅଭାବ ରହିବ ନାହିଁ । ବ୍ୟକ୍ତିଗତ ଜୀବନର ଅସଦ୍‌ଭାବ ହେତୁ ଉଦାହରଣ ମାଧ୍ୟମରେ ଉଦ୍‌ବୋଧନ ପ୍ରଦାନ କରିଛନ୍ତି ।

ଜଳର ଜାତୀୟ ଗୁଣ ନିମ୍ନଗତି । ଜଳବିନ୍ଦୁଟିଠାରୁ ଆରମ୍ଭକରି ମହାସମୁଦ୍ର ପର୍ଯ୍ୟନ୍ତ ଜଳରେ ସେହି ଜାତୀୟ ଗୁଣ ବିଦ୍ୟମାନ । ଆକାଶରୁ ପୃଥ‌ିବୀପୃଷ୍ଠରେ ପଡ଼ୁଥ‌ିବା ଜଳବିନ୍ଦୁଗୁଡ଼ିକ ସମ୍ମିଳିତ ହୋଇ ଜଳଧାରାରୂପେ ନିମ୍ନକୁ ବହିଯାଆନ୍ତି । କେତେଗୁଡ଼ିଏ ଜଳଧାରା ମିଶି ନାଳରେ, ପୁନଶ୍ଚ କେତେଗୁଡ଼ିଏ ନାଳ ମିଶି ନଦୀରେ ପରିଣତ ହୋଇ ନିମ୍ନକୁ ପ୍ରବାହିତ ହୋଇ ଶେଷରେ ସମୁଦ୍ରରେ ମିଶନ୍ତି– ସବୁ ସ୍ଥଳରେ, ସବୁ ଅବସ୍ଥାରେ ଜଳ ନିଜର ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖିଛି ।

ସୁତରାଂ, ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସର୍ବପ୍ରଥମେ ସେହି କାର୍ଯ୍ୟଦ୍ବାରା ଜାତି ନିନ୍ଦିତ ହେବ କି ନାହିଁ, ମିଥ୍ୟାବାଦୀ ହେଲେ କିମ୍ବା ଖୋସାମତ କଲେ ସେହି ନିନ୍ଦାରେ ମୋ ଜାତି ଭାଗୀ ହେବ କି ନାହିଁ, ଜଣେ କହୁଥିବା କୁବାକ୍ୟର ପ୍ରତ୍ୟୁତ୍ତର ଦେଲେ ଜାତିର ଗୌରବ ବୃଦ୍ଧି ହେବ କି ନାହିଁ– ଏ ସମସ୍ତ ପ୍ରଶ୍ନ ସମ୍ପର୍କରେ ସମ୍ୟକ୍ ବିଶ୍ଳେଷଣ କରି ସବୁ ଅବସ୍ଥାରେ, ସବୁ କାଳରେ ତଥା ସବୁ ସ୍ଥାନରେ ଜାତୀୟ ଜୀବନର ଟେକ ରଖ୍ କାର୍ଯ୍ୟ କରିବାକୁ ପ୍ରାବନ୍ଧିକ ଉଦ୍‌ବୋଧନ ପ୍ରଦାନ କରିଛନ୍ତି ।

ଜାତୀୟ ଜୀବନ ଗଠିତ ହେଲେ ତଥା ଜାତିର ମୂଲ୍ୟ ବୃଦ୍ଧିପ୍ରାପ୍ତ ହେଲେ ହିଁ ଜାତୀୟ ଲୋକେ ତା’ର ସୁଫଳ ଭୋଗ କରିବେ । ଜାତୀୟ ଜୀବନ ଗଠନ କରିବାକୁ ହେଲେ ବ୍ୟକ୍ତିଗତ ଜୀବନକୁ ବଳିଦେବାକୁ ହେବ । ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନକୁ ବଳି ଦେବାପାଇଁ ଆମେ ଯେ ପର୍ଯ୍ୟନ୍ତ ଶିକ୍ଷା କରିନାହୁଁ, ସେ ପର୍ଯ୍ୟନ୍ତ ଜାତୀୟ ଜୀବନ ଗଠନର କଳ୍ପନା କରିବା ମଧ୍ୟ ବୃଥା । ଏହି ବାସ୍ତବ ସତ୍ୟକୁ ପ୍ରମାଣିତ କରିବାପାଇଁ ପ୍ରାବନ୍ଧିକ ଦେଶୀ କୁକୁର ଓ ଡାହାଳ କୁକୁରର ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି ।

ଆଦରର ସହ ହୃଷ୍ଟପୁଷ୍ଟ କରି ରଖୁଥ‌ିବା ଦେଶୀ କୁକୁରକୁ ବିଲୁଆଟିଏ ଦେଖାଇଦେଲେ, ବିଲୁଆଟି ଖଙ୍କାରି ଦେବା ମାତ୍ରେ ସେ ଲାଙ୍ଗୁଡ଼ ଗୁଞ୍ଜି ଫେରିଆସିବ । କାରଣ ସେ ସ୍ବଭାବରେ ଭୀରୁ । ଜାତୀୟ ଜୀବନର ମୂଲ୍ୟ ସେ ଜାଣେନାହିଁ । ବ୍ୟକ୍ତିଗତ ଜୀବନର ମାୟାବନ୍ଧନରେ ସେ ଆବଦ୍ଧ । କିନ୍ତୁ ଡାହାଳ କୁକୁରଟିର ଜାତିର ଗୁଣ ହେଉଛି ସାହସିକତା । ସେ ଜାଣେ ଜାତୀୟ ଜୀବନର ମୂଲ୍ୟ । ମହାବଳ ବାଘକୁ ଆକ୍ରମଣ କଲେ ବାଘ ହାତରେ ତା’ର ମୃତ୍ୟୁ ସୁନିଶ୍ଚିତ ଏହା ମଧ୍ୟ ସେ ଜାଣେ ।

ତଥାପି ଜାତିର ମାନ ଓ ମୂଲ୍ୟବୃଦ୍ଧି ନିମନ୍ତେ ନିଜ ଜୀବନ ପ୍ରତି ମାୟା ନରଖ୍ ନିର୍ଭୟରେ ମହାବଳ ବାଘକୁ ଆକ୍ରମଣ କରିବା ନିମନ୍ତେ ସେ ଝପଟିଯାଏ । ଏହା ହିଁ ତା’ ଜାତିର ଆଦର୍ଶ । ଜାତୀୟ ଜୀବନର ପ୍ରତିଷ୍ଠା ନିମନ୍ତେ ଆତ୍ମବଳିଦାନ ପାଇଁ ସେ ପଶ୍ଚାତ୍‌ପଦ ହୁଏ ନାହିଁ । ପ୍ରାବନ୍ଧିକଙ୍କ ଭାଷାରେ –

‘ମୁଁ ମରେ ପଛକେ କିନ୍ତୁ ଡାହାଳ କୁକୁରର ଦାମ୍ ମୋର ସାହସିକତାଦ୍ୱାରା ବଢ଼ିବ, ଏଥ‌ିରେ ସନ୍ଦେହ ନାହିଁ ।’
ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନକୁ ଉତ୍ସର୍ଗ କରିବା ସହିତ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ସେହି କାର୍ଯ୍ୟଦ୍ୱାରା ଜାତିର ମହତ୍ତ୍ବ ବୃଦ୍ଧ ହେବ କି ନାହିଁ ସେ ସମ୍ପର୍କରେ ସମ୍ୟକ୍ ଭାବରେ ବିଶ୍ଳେଷଣ କରି କାର୍ଯ୍ୟ କରିବାପାଇଁ ପ୍ରାବନ୍ଧିକ ପରାମର୍ଶ ପ୍ରଦାନ କରିଛନ୍ତି ।

ତୁମପାଇଁ କାମ

୨୭ । ମଧୁସୂଦନଙ୍କ ଜାତୀୟ ଭାବନା ସମ୍ପର୍କିତ କବିତାମାନ ସଂଗ୍ରହ କରି ପାଠ କର ।
୨୮ । ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ମଧୁବାବୁ ଯେଉଁ ଅଭିଭାଷଣ ଦେଇଥିଲେ ସେଥୁରୁ କିଛି ଅଭିଭାଷଣ ସଂଗ୍ରହ କରି ପଢ଼ ।

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. କାର୍ଯ୍ୟ କରିବା ସମୟରେ ନିଜକୁ ସବୁବେଳେ କେଉଁ ପ୍ରଶ୍ନଟି ପଚାରିବା ଆବଶ୍ୟକ ?
Answer:
କୌଣସି କାର୍ଯ୍ୟ କରିବା ପୂର୍ବରୁ କରୁଥିବା କାର୍ଯ୍ୟଦ୍ଵାରା ଜାତିର ନିନ୍ଦା ହେବ କି ନାହିଁ ବୋଲି ନିଜକୁ ସେହି ପ୍ରଶ୍ନ ପଚାରିବା ଉଚିତ ।

2. ଜାପାନ ଜାତିର ଉନ୍ନତିର ମୂଳମନ୍ତ୍ର କ’ଣ ?
Answer:
‘‘ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ, କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ’ ଏହାହିଁ ଜାପାନୀ ଜାତିର ଉନ୍ନତିର ମୂଳମନ୍ତ୍ର ।

3. ଜାତୀୟ ଜୀବନ କିପରି ଗଠିତ ହୋଇଥାଏ ?
Answer:
ଜାତୀୟ ଜୀବନର ମୂଲ୍ୟକୁ ଉପଲବ୍‌ କରି ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନର ବଳିଦାନ ପାଇଁ ଅଗ୍ରସର ହେଲେ ଜାତୀୟ ଜୀବନ ଗଠିତ ହୋଇଥାଏ ।

4. ଡାହାଳ ଛୁଆଟି କଥା କହିପାରୁଥିଲେ କ’ଣ କହନ୍ତା ?
Answer:
ଡାହାଳ ଛୁଆଟି କଥା କହିପାରୁଥିଲେ କହନ୍ତା ଯେ ଯଦିଓ ମହାବଳ ବାଘକୁ ଆକ୍ରମଣ କରିବାକୁ ଯାଇ ସେ ମରିବ ବୋଲି ଜାଣିଛି, ତଥାପି ନିଜ ଜାତିର ମାନ ଓ ମୂଲ୍ୟ ନ କମାଇବା ପାଇଁ ସେ ମହାବଳ ବାଘକୁ ଆକ୍ରମଣ କରିବ ।

5. ଦୋଷଗୁଣ ଦେଖୁ ସମ୍ବନ୍ଧରେ ଲେଖକଙ୍କର ବକ୍ତବ୍ୟ କ’ଣ ?
Answer:
ଗୋଟିଏ ଆଖୁ ବନ୍ଦ କରି ସେହି ଆଖୁରେ ଅନ୍ୟ ଜାତିଙ୍କର ଦୋଷଗୁଡ଼ିକ ଦେଖୁବା ସହିତ ଅନ୍ୟଟିକୁ ଖୋଲା ରଖ୍ ସେହି ଆସ୍‌ ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଥ‌ିବା ଅନୁକରଣଯୋଗ୍ୟ ଗୁଣଗୁଡ଼ିକକୁ ନିରୀକ୍ଷଣ କରି ଶିକ୍ଷା କର ବୋଲି ଲେଖକ କହିଛନ୍ତି ।

6. ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ କେଉଁ ଗୁଣ ରହିଛି ?
Answer:
ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଅନୁକରଣଯୋଗ୍ୟ ଗୁଣ ରହିଛି ।

7. ପ୍ରତ୍ୟେକ ଜାତି ପାଇଁ ଜାତୀୟ ଜୀବନର ଆବଶ୍ୟକତା ରହିଛି କାହିଁକି ?
Answer:
ଚତୁଃପାର୍ଶ୍ଵରେ ଥ‌ିବା ଜାତି ଓ ସମାଜମାନଙ୍କ ସଙ୍ଗେ ଜୀବନ ମିଳାଇ ଚିରସ୍ଥାୟୀ ସଭାବ ସ୍ଥାପନ ନିମନ୍ତେ ଜାତୀୟ ଜୀବନର ଆବଶ୍ୟକତା ରହିଅଛି ।

8. କେତେବେଳେ ଜାତି ଜାତି ମଧ୍ୟରେ ସଭାବ ସୃଷ୍ଟି ହୋଇଥାଏ ?
Answer:
ମାନବ ଯେତେବେଳେ ତା’ର କ୍ଷଣସ୍ଥାୟୀ ବ୍ୟକ୍ତିଗତ ଜୀବନର ଅସଭାବକୁ ଭୁଲି ଜାତୀୟ ଜୀବନ ପ୍ରତିଷ୍ଠା କରେ, ସେତେବେଳେ ଜାତି ଜାତି ମଧ୍ୟରେ ସଭାବ ସୃଷ୍ଟି ହୋଇଥାଏ ।

9. ଜଳର ଜାତୀୟ ଗୁଣ କ’ଣ ?
Answer:
ଜଳର ଜାତୀୟ ଗୁଣ ହେଉଛି ନିମ୍ନଗତି ।

10. ଆମ୍ଭେ ସବୁବେଳେ କାହାର ଟେକ ରଖ୍ କାର୍ଯ୍ୟ କରିବା ଆବଶ୍ୟକ ?
Answer:
ଆମ ସମସ୍ତଙ୍କର ଜାତୀୟ ଜୀବନ ଅଛି ବୋଲି ମନେରଖ୍ ସହିତ ସବୁ ଅବସ୍ଥାରେ ସବୁ କାଳରେ ସବୁ ସ୍ଥାନରେ ଆମ୍ଭେମାନେ ଜାତୀୟ ଜୀବନର ଟେକ ରଖ୍ କାର୍ଯ୍ୟ କରିବା ଆବଶ୍ୟକ ।

ନିମ୍ନ ଶବ୍ଦଗୁଡ଼ିକର ଅର୍ଥ ଗୋଟିଏ ଶବ୍ଦରେ ବା ବାକ୍ୟରେ ଲେଖ ।

11. ଜାତୀୟ
Answer:
ଜାତି ସମ୍ବନ୍ଧୀୟ ।

12. କ୍ଷଣସ୍ଥ।ୟୀ
Answer:
ଅଳ୍ପକାଳ ନିମିତ୍ତ ।

13. ଅପତ୍ୟ କହିଲେ କ’ଣ ବୁଝ ?
Answer:
ପୁତ୍ର ବା କନ୍ୟା ସନ୍ତାନକୁ ଅପତ୍ୟ କୁହାଯାଏ ।

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

14. ପ୍ରଧାନ କର୍ମ କହିଲେ କ’ଣ ବୁଝ ?
Answer:
ପ୍ରଧାନ କର୍ମ କହିଲେ ଶ୍ରେଷ୍ଠ କର୍ମକୁ ବୁଝାଏ ।

15. କ୍ଷଣଭଙ୍ଗୁର
Answer:
କ୍ଷଣସ୍ଥାୟୀ, ଯାହା ଅଳ୍ପ ସମୟରେ ନଷ୍ଟ ହୋଇଯାଏ ।

12. ସମୂଳେ
Answer:
ମୂଳସହିତ ।

16. ନିରୀକ୍ଷଣ କହିଲେ କ’ଣ ବୁଝ ?
Answer:
ଯତ୍ନର ସହିତ ବା ନିରିଖେଇ ଦେଖୁବାକୁ ନିରୀକ୍ଷଣ କୁହାଯାଏ ।

17. ନିର୍ବିକାର
Answer:
ବିକାରଶୂନ୍ୟ/ବିକାର ରହିତ

18. ବେତ୍ରାଘାତର ଅର୍ଥ କ’ଣ ?
Answer:
ବେତରେ ବାଡ଼େଇବାକୁ ବେତ୍ରାଘାତ କୁହାଯାଏ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଆମ୍ଭମାନଙ୍କ ମଧ୍ୟରେ ଯେଉଁ ଜୀବନ ପରିଲକ୍ଷିତ ହୁଏ, ତାହା କେଉଁ ଜୀବନ ?
Answer:
ବ୍ୟକ୍ତିଗତ ଜୀବନ

2. କେଉଁ ଜୀବନର ଆକର୍ଷଣୀ ଶକ୍ତି ପ୍ରତିକ୍ଷଣ ତଳକୁ ଓଟାରୁଅଛି ?
Answer:
ପାର୍ଥିବ ଜୀବନର

3. କେଉଁ ଜୀବନର ଆକର୍ଷଣୀ ଶକ୍ତି ପ୍ରତିକ୍ଷଣ ଉପରକୁ ଟାଣୁଅଛି ?
Answer:
ସ୍ୱର୍ଗୀୟ ଜୀବନର

4. କେଉଁ ସଭାବ ଚିରସ୍ଥାୟୀ ନୁହେଁ କିନ୍ତୁ କ୍ଷଣଭଙ୍ଗୁର ?
Answer:
ବ୍ୟକ୍ତିଗତ

5. ସବୁ ଅବସ୍ଥାରେ, ସବୁ ସ୍ଥଳରେ କିଏ ନିଜ ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖୁଛି ?
Answer:
ଜଳ

6. ଜଳର ଜାତୀୟ ଗୁଣ କ’ଣ ?
Answer:
ନିମ୍ନଗତି

7. ‘ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ, କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ’’– ଏହା କେଉଁ ଜାତିର ଉନ୍ନତିର ମୂଳମନ୍ତ୍ର ?
Answer:
ଜାପାନୀ ଜାତିର

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

8. ଜାପାନୀ ଜାତି ଟଙ୍କା କରଜ ନେବାକୁ ବିଜ୍ଞାପନ ଦେବା ମାତ୍ରେ କେଉଁମାନେ ତାଙ୍କୁ ଟଙ୍କା କରଜ ଦେବାକୁ ପ୍ରସ୍ତୁତ ହେଉଛନ୍ତି ?
Answer:
ସମସ୍ତ ସଭ୍ୟ

9. ଜଗତ ଚକ୍ଷୁରେ କାହାର ମୂଲ୍ୟ ନିରନ୍ତର ବୃଦ୍ଧି ପାଉଅଛି ?
Answer:
ଜାପାନୀ ଜାତିର

10. ଯେ ପର୍ଯ୍ୟନ୍ତ ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନକୁ ବଳି ଦେବାକୁ ଶିଖ୍ ନାହାନ୍ତି ସେ ପର୍ଯ୍ୟନ୍ତ କ’ଣ ଗଠିତ ହୋଇନାହିଁ ବୋଲି ଜାଣିବାକୁ ହେବ ?
Answer:
ଜାତୀୟ ଜୀବନ

11. କେଉଁ କଥା କ୍ଷଣସ୍ଥାୟୀ ବୋଲି କୁହାଯାଇଛି ?
Answer:
ଜୀବନ

12. ଅନ୍ୟ ଜାତିଙ୍କର ଦୋଷଗୁଡ଼ିକ କେଉଁ ଆଖ୍ୟାରେ ଦେଖୁବାକୁ ପ୍ରାବନ୍ଧିକ କହିଛନ୍ତି ?
Answer:
ବନ୍ଦ ଆଖ୍ୟାରେ

13. ଡାହାଳ କୁକୁରଟି କଥା କହିପାରୁଥିଲେ କ’ଣ କହନ୍ତା ?
Answer:
ଜୀବନ ବିନିମୟରେ ଜାତିର ମାନ ବୃଦ୍ଧି କରିବା

14. ଦୋଷଗୁଣ ଦେଖିବା ସମ୍ବନ୍ଧରେ ଲେଖକଙ୍କ ବକ୍ତବ୍ୟ କ’ଣ ?
Answer:
ଅନ୍ୟର ଭଲଗୁଣଗୁଡ଼ିକୁ ଶିକ୍ଷା କରିବା

15. ଉତ୍କଳ ଭାରତ ମାତାଙ୍କର କ’ଣ ନୁହନ୍ତି ବୋଲି କୁହାଯାଇଛି ?
Answer:
ସପନୀ

16. ଉତ୍କଳ ଜନନୀଙ୍କ ରୂପ କାହାର ଏକ ଅବତାର ?
Answer:
ଭାରତମାତାଙ୍କର

17. ଉତ୍କଳ ଜନନୀ ଆଜି କେଉଁ ମୂର୍ତ୍ତିରେ ସମ୍ମିଳନୀ ମଣ୍ଡପରେ ଉପସ୍ଥିତ ହୋଇଛନ୍ତି ?
Answer:
ସ୍ନେହମୟୀ

18. ଶିଶୁଙ୍କ ଦୁଷ୍ଟ ଚରିତ୍ରକୁ ଦମନ କରିବାକୁ ଜନନୀ କ’ଣ କରିଥାଏ ?
Answer:
ବେତ୍ରାଘାତ

19. ଆଧୁନିକ ଓଡ଼ିଶାର ନବନିର୍ମାତା କିଏ ?
Answer:
ମଧୁସୂଦନ ଦାସ

20. ପ୍ରାବନ୍ଧିକ କାହାର ରୂପକୁ ଭାରତମାତାଙ୍କର ଏକ ଅବତାର ବୋଲି କହିଛନ୍ତି ?
Answer:
ଉତ୍କଳ ଜନନୀଙ୍କର

C ଶୂନ୍ୟସ୍ଥାନ ପୂରଣ କର ।
1. ଡାହାଳ କୁକୁରର ଜାତୀୟ ଗୁଣ __________________ ।
Answer:
ସାହସିକତା

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

2. ବିଲୁଆଟି ଖୁରି ଦେବାମାତ୍ରକେ _______________ ଲାଙ୍ଗୁଡ଼ ଗୁଞ୍ଜି ପଳାଇ ଆସିବ ।
Answer:
ଦେଶୀ କୁକୁର

3. ମହାବଳ ବାଘକୁ ଦେଖ୍ _____________ ନିର୍ଭୟରେ ତା’ ଆଡ଼କୁ ଝପଟିଯିବ ।
Answer:
ଉ।ହାଳ କୁକୁର

4. ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଅନୁକରଣ କରିବା ଯୋଗ୍ୟ ଅନେକଗୁଡ଼ିଏ ____________________ ଅଛି ।
Answer:
ଗୁଣ

5. ପ୍ରାବନ୍ଧିକ ବନ୍ଦ ଆଖରେ ଅନ୍ୟ ଜାତିଙ୍କର _____________________ ଦେଖୁବାକୁ କହିଛନ୍ତି ।
Answer:
ଦୋଷ

6. ପ୍ରାବନ୍ଧିକ ଖୋଲା ଆଖରେ ଅନ୍ୟ ଜାତିଙ୍କର _____________ ବିତରଣ କରୁଛନ୍ତି ।
Answer:
ଗୁଣ

7. _________________ ନିର୍ବିକାର ଭାବରେ ସମସ୍ତଙ୍କଠାରେ କିରଣ ବିତରଣ କରୁଛନ୍ତି ।
Answer:
ସୂର୍ଯ୍ୟ

8. ସୂର୍ଯ୍ୟଙ୍କର କିରଣ __________________ ଟାଣିନିଏ ।
Answer:
ବିଶୁଦ୍ଧ ଜଳ

9. ସ୍ଵାଭିମାନର ସହିତ କିପରି ବଞ୍ଚିବାକୁ ହୁଏ, ତାହା ଓଡ଼ିଆମାନଙ୍ଗୁ ____________________ ଶିଖାଇ ଯାଇଛନ୍ତି ।
Answer:
ମଧୁସୂଦନ

10. ଶିଶୁର ବିଭିନ୍ନ ଅବସ୍ଥାରେ ________________________ ବିଭିନ୍ନ ରୂପ ଧାରଣ କରି ଦଣ୍ଡାୟମାନ ହୁଅନ୍ତି ।
Answer:
ମାତା/ଜନନୀ

11. ସାହସିକତା ପ୍ରଦର୍ଶନଦ୍ଵାରା ଡାହାଳ କୁକୁରର __________________ ହେବ ।
Answer:
ଦାମ୍ ବୃଦ୍ଧି

12. କ୍ଷଣସ୍ଥାୟୀ ଜୀବନର ପରିସମାପ୍ତି ___________________ ରେ ହେବ ।
Answer:
ଶ୍ମଶାନ

13. ସୂର୍ଯ୍ୟ ନିର୍ବିକାର ଭାବରେ ସମସ୍ତଙ୍କଠାରେ ____________________ ବିତରଣ କରୁଛନ୍ତି ।
Answer:
କିରଣ

14. ସୂର୍ଯ୍ୟ ପୃଥ‌ିବୀ ପୃଷ୍ଠରୁ ବିଶୁଦ୍ଧ ଜଳତକ ଟାଣିନେଇ ପୁନର୍ବ।ର ପୃଥ୍ବୀରେ ___________________ ସିଞ୍ଚନ କରୁଛନ୍ତି ।
Answer:
ଜଳ

15. ଭାରତ ଜନନୀଙ୍କଠାରୁ ____________________ ବିଚ୍ଛିନ୍ନ ନୁହଁନ୍ତି ।
Answer:
ଉତ୍କଳ ଜନନୀ

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

16. ______________________ ଭାରତ ଜନନୀଙ୍କର ସପତ୍ନୀ ବା ଶତ୍ରୁ ନୁହଁନ୍ତି ।
Answer:
ଉତ୍କଳ ଜନନୀ

17. ଭିନ୍ନ ଭିନ୍ନ ଶିଶୁଙ୍କୁ ବିଭିନ୍ନ ପ୍ରକାର ________________ ଆବଶ୍ୟକ ।
Answer:
ପରିଚର୍ଯ୍ୟା

18. _____________________ ମୂର୍ତ୍ତିରେ ଜନନୀ ଶିଶୁକୁ ସ୍ତନ୍ୟପାନ କରାନ୍ତି ।
Answer:
ମଧୁମୟୀ

19. ‘ମୁଁ ଜାଣେ ଯେ ମହାବଳ ବାଘକୁ ଆକ୍ରମଣ କରିବାକୁ ଯାଇ ମୁଁ ସେହି ବାଘ ହାତରେ ମରିବି ।’’ ଏହି ଉକ୍ତିରେ ‘ମୁଁ’ ଶବ୍ଦ ______________ଉଦ୍ଦେଶ୍ୟରେ ପ୍ରଯୁକ୍ତ ।
Answer:
ଡାହାଳ କୁକୁର

20. କେତେ ଗୁଡ଼ିଏ ଜଳଧାର। ମିଶି ________________ ରେ ପରିଣତ ହୁଅନ୍ତି ।
Answer:
ନାଳ

21. କେତେଗୁଡ଼ିଏ ନାଳ ମିଶି ___________________ ରେ ପରିଣତ ହଅନ୍ତି ।
Answer:
ନଦୀ

22. ନଦୀଗୁଡ଼ିକ ତଳକୁ ବହିଯାଇ ଶେଷରେ _________________ ରେ ମିଶନ୍ତି ।
Answer:
ସମୁଦ୍ର

23. ଉତ୍କଳ ଗୌରବ ମଧୁସୂଦନ __________________ ମସିହାରେ ଇହଲୀଳା ତ୍ୟାଗ କରିଥିଲେ ।
Answer:
୧୯୩୪

24. ସବୁ ଅବସ୍ଥାରେ, ସବୁ କାଳରେ, ସବୁ ସ୍ଥାନରେ ଆମେ।ନେ _____________________ ର ଟେକ ରଖ୍ କାର୍ଯ୍ୟ କରିବା ଉଚିତ ।
Answer:
ଜାତୀୟ ଜୀବନ

25. କେହି ଜଣେ ଓଡ଼ିଆ ଜାତିକୁ ଗାଳିଦେଲେ ତୁମ୍ଭ ମନରେ ସୃଷ୍ଟି ହେଉଥ‌ିବା କ୍ରୋଧ _______________ ଜୀବନର ଚିହ୍ନ ଅଟେ ।
Answer:
ଜାତୀୟ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ସବୁ ଅବସ୍ଥାରେ, ସବୁ ସ୍ଥଳରେ ଜଳ ନିଜ ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖୁଛି ।
Answer:
ଠିକ୍

2. ଜଳର ଜାତୀୟ ଗୁଣ ଉର୍ଦ୍ଧ୍ୱଗତି ।
Answer:
ଭୁଲ୍

3. ଆଧୁନିକ ଓଡ଼ିଶାର ନବନିର୍ମାତା ମଧୁସୂଦନ ଦାସ ।
Answer:
ଠିକ୍

4. ଓଡ଼ିଆ ଜାତୀୟତାର ମୂର୍ତ୍ତିମନ୍ତ ପ୍ରତୀକ ଗୋପବନ୍ଧୁ ଦାସ ।
Answer:
ଭୁଲ୍

5. ଉତ୍କଳ ସମ୍ମିଳନୀ ୧୯୦୩ ମସିହାରେ ଗଠିତ ହୋଇଥିଲା ।
Answer:
ଠିକ୍

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

6. ବିଲୁଆଟି ଖଙ୍କାରି ଦେବାମାତ୍ରକେ ଦେଶୀ କୁକୁର ଲାଙ୍ଗୁଡ଼ ଗୁଞ୍ଜି ପଳାଇ ଆସିବ ।
Answer:
ଠିକ୍

7. ମହାବଳ ବାଘକୁ ଦେଖ୍ ବୁଲା କୁକୁର ନିର୍ଭୟରେ ତା’ ଆଡ଼କୁ ଝପଟିଯିବ ।
Answer:
ଭୁଲ୍

8. ସୂର୍ଯ୍ୟ ନିର୍ବିକାର ଭାବରେ ସମସ୍ତଙ୍କଠାରେ କିରଣ ବିତରଣ କରୁଛନ୍ତି ।
Answer:
ଠିକ୍

9. ସୂର୍ଯ୍ୟଙ୍କର କିରଣ ବିଶୁଦ୍ଧ ଜଳ ଟାଣିନିଏ ।
Answer:
ଠିକ୍

10. ସ୍ଵାଭିମାନର ସହିତ କିପରି ବଞ୍ଚିବାକୁ ହୁଏ, ତାହା ଓଡ଼ିଆମାନଙ୍କୁ ଗୋପବନ୍ଧୁ ଶିଖାଇ ଯାଇଛନ୍ତି ।
Answer:
ଠିକ୍

11. ଶିଶୁର ବିଭିନ୍ନ ଅବସ୍ଥାରେ ଭଉଣୀ ବିଭିନ୍ନ ରୂପ ଧାରଣ କରି ଦଣ୍ଡାୟମାନ ହୁଅନ୍ତି ।
Answer:
ଭୁଲ୍

12. କ୍ଷଣସ୍ଥାୟୀ ଜୀବନର ପରିସମାପ୍ତି ଶ୍ମଶାନରେ ହେବ ।
Answer:
ଠିକ୍

13. ସୂର୍ଯ୍ୟ ପୃଥ‌ିବୀ ପୃଷ୍ଠରୁ ବିଶୁଦ୍ଧ ଜଳତକ ଟାଣିନେଇ ପୁନର୍ବାର ପୃଥ‌ିବୀରେ ଜଳ ସିଞ୍ଚନ କରୁଛନ୍ତି ।
Answer:
ଠିକ୍

14. ଉତ୍କଳ ଜନନୀ ଭାରତ ଜନନୀଙ୍କର ସପତ୍ନୀ ବା ଶତ୍ରୁ ନୁହଁନ୍ତି ।
Answer:
ଠିକ୍

15. କେତେଗୁଡ଼ିଏ ନାଳ ମିଶି ନଦୀରେରେ ପରିଣତ ହୁଅନ୍ତି ।
Answer:
ଠିକ୍

16. ନଦୀଗୁଡ଼ିକ ତଳକୁ ବହିଯାଇ ଶେଷରେ ନଦୀରେ ମିଶନ୍ତି ।
Answer:
ଭୁଲ୍

17. ଉତ୍କଳ ଗୌରବ ମଧୁସୂଦନ ୧୯୩୪ ମସିହାରେ ଇହଲୀଳା ତ୍ୟାଗ କରିଥିଲେ ।
Answer:
ଠିକ୍

18. ମଧୁସୂଦନଙ୍କ ସମଗ୍ର ଜୀବନ ଓଡ଼ିଶା ପାଇଁ ଥିଲା ଉତ୍ସର୍ଗୀକୃତ ।
Answer:
ଠିକ୍

19. ସ୍ବର୍ଗୀୟ ଜୀବନର ଆକର୍ଷଣୀ ଶକ୍ତି ପ୍ରତିକ୍ଷଣ ଉପରକୁ ଓଟାରୁଥାଏ ।
Answer:
ଠିକ୍

20. ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ସ୍ବପ୍ନ ୧୯୩୬ ଏପ୍ରିଲ୍ ୧ ତାରିଖରେ ସାକାର ହୋଇଥିଲା ।
Answer:
ଠିକ୍

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଆମ୍ଭମାନଙ୍କ ମଧ୍ୟରେ ଯେଉଁ ଜୀବନ ପରିଲକ୍ଷିତ ହୁଏ, ତାହା କି ଜୀବନ ?
(A) ଜାତୀୟ ଜୀବନ
(B) ପାର୍ଥିବ ଜୀବନ
(C) ବ୍ୟକ୍ତିଗତ ଜୀବନ
(D) ସ୍ୱର୍ଗୀୟ ଜୀବନ
Answer:
(C) ବ୍ୟକ୍ତିଗତ ଜୀବନ

2. କେଉଁ ଜୀବନର ଆକର୍ଷଣୀ ଶକ୍ତି ପ୍ରତିକ୍ଷଣ ତଳକୁ ଓଟାରୁଅଛି ?
(A) ସ୍ଵର୍ଗୀୟ ଜୀବନ
(B) ଜାତୀୟ ଜୀବନ
(C) ବ୍ୟକ୍ତିଗତ ଜୀବନ
(D) ପାର୍ଥିବ ଜୀବନ
Answer:
(D) ପାର୍ଥିବ ଜୀବନ

3. କେଉଁ ଜୀବନର ଆକର୍ଷଣୀ ଶକ୍ତି ପ୍ରତିକ୍ଷଣ ଉପରକୁ ଟାଣୁଅଛି ?
(A) ଜାତୀୟ ଜୀବନ
(B) ପାର୍ଥିବ ଜୀବନ
(C) ଜାତୀୟ ଜୀବନ
(D) ସ୍ବର୍ଗୀୟ ଜୀବନ
Answer:
(D) ସ୍ବର୍ଗୀୟ ଜୀବନ

4. କେଉଁ ସଭାବ ଚିରସ୍ଥାୟୀ ନୁହେଁ, କ୍ଷଣଭଙ୍ଗୁର ?
(A) ଜାତିଗତ
(B) ବ୍ୟକ୍ତିଗତ
(C) ସମଷ୍ଟିଗତ
(D) ସାମୂହିକ
Answer:
(B) ବ୍ୟକ୍ତିଗତ

5. ସବୁ ଅବସ୍ଥାରେ, ସବୁ ସ୍ଥଳରେ କିଏ ନିଜ ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖୁଛି ?
(A) ମାନବ
(B) ପଶୁ
(C) ଜଳ
(D) ଆକାଶ
Answer:
(C) ଜଳ

6. ଜଳର ଜାତୀୟ ଗୁଣ କ’ଣ ?
(A) ଊର୍ଦ୍ଧଗତି
(B) ନିମ୍ନଗତି
(C) ସ୍ଥିର ଗତି
(D) ଶୀଘ୍ର ଗତି
Answer:
(B) ନିମ୍ନଗତି

7. ‘‘ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ, କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ’’ ଏହା କେଉଁ ଜାତିର ଉନ୍ନତିର ମୂଳମନ୍ତ୍ର ?
(A) ମାନବ ଜାତିର
(B) ଓଡ଼ିଆ ଜାତିର
(C) ଜାପାନୀ ଜାତିର
(D) ଇଂରେଜ ଜାତିର
Answer:
(C) ଜାପାନୀ ଜାତିର

8. ଜାପାନୀ ଜାତି ଟଙ୍କା କରଜ ନେବାକୁ ବିଜ୍ଞାପନ ଦେବା ମାତ୍ରେ କେଉଁମାନେ ତାଙ୍କୁ ଟଙ୍କା କରଜ ଦେବାକୁ ପ୍ରସ୍ତୁତ ହେଉଛନ୍ତି ?
(A) ଇଂରେଜ ଜାତି
(B) ଫରାସୀ ଜାତି
(C) ଜର୍ମାନୀ ଜାତି
(D) ସମସ୍ତ ସଭ୍ୟ ଜାତି
Answer:
(D) ସମସ୍ତ ସଭ୍ୟ ଜାତି

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

9. ଜଗତ ଚକ୍ଷୁରେ କାହାର ମୂଲ୍ୟ ନିରନ୍ତର ବୃଦ୍ଧି ପାଉଅଛି ?
(A) ଭାରତୀୟ ଜାତିର
(B) ଓଡ଼ିଆ ଜାତିର
(C) ଜାପାନୀ ଜାତିର
(D) ମାନବ ଜାତିର
Answer:
(C) ଜାପାନୀ ଜାତିର

10. ଯେ ପର୍ଯ୍ୟନ୍ତ ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନକୁ ବଳି ଦେବାକୁ ଶିଖୁ ନାହାନ୍ତି ସେ ପର୍ଯ୍ୟନ୍ତ କ’ଣ ଗଠିତ ହୋଇନାହିଁ ବୋଲି ଜାଣିବାକୁ ହେବ ?
(A) ବ୍ୟକ୍ତିଗତ ଜୀବନ
(B) ସ୍ବର୍ଗୀୟ ଜୀବନ
(C) ଜାତୀୟ ଜୀବନ
(D) ପାର୍ଥିବ ଜୀବନ
Answer:
(C) ଜାତୀୟ ଜୀବନ

11. ପ୍ରାବନ୍ଧିକ କାହାର ରୂପକୁ ଭାରତମାତାଙ୍କର ଏକ ଅବତାର ବୋଲି କହିଛନ୍ତି ?
(A) ଉତ୍କଳ ଜନନୀଙ୍କର
(B) ମାନଚିତ୍ରର
(C) ଶିଳାଲେଖର
(D) ଅଭିଲେଖର
Answer:
(A) ଉତ୍କଳ ଜନନୀଙ୍କର

12. ଆମ୍ଭେ ସବୁବେଳେ କାହାର ଟେକ ରଖ୍ କାର୍ଯ୍ୟ କରିବା ଉଚିତ ?
(A) ବ୍ୟକ୍ତିଗତ ଜୀବନର
(B) ପାର୍ଥିବ ଜୀବନର
(C) ଜାତୀୟ ଜୀବନର
(D) ସ୍ବର୍ଗୀୟ ଜୀବନର
Answer:
(C) ଜାତୀୟ ଜୀବନର

13. କେତେବେଳେ ଜାତି ଜାତି ମଧ୍ୟରେ ସଭାବ ସୃଷ୍ଟି ହୋଇଥାଏ ?
(A) ବ୍ୟକ୍ତିଗତ ଜୀବନ ପ୍ରତିଷ୍ଠିତ ହେଲେ
(B) ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ
(C) ପାର୍ଥିବ ଜୀବନ ପ୍ରତିଷ୍ଠିତ ହେଲେ
(D) ସ୍ଵର୍ଗୀୟ ଜୀବନ ପ୍ରତିଷ୍ଠିତ ହେଲେ
Answer:
(B) ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ

14. ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ କେଉଁ ଗୁଣ ରହିଛି ?
(A) ଅନୁକରଣ ଯୋଗ୍ୟ
(B) ଅନୁକରଣ ଅଯୋଗ୍ୟ
(C) ତ୍ୟାଗ ଯୋଗ
(D) ନିନ୍ଦା ଯୋଗ୍ୟ
Answer:
(A) ଅନୁକରଣ ଯୋଗ୍ୟ

15. ଓଡ଼ିଆ ଜାତୀୟତାର ମୂର୍ତ୍ତିମନ୍ତ ପ୍ରତୀକ କିଏ ?
(A) ଗୌରୀଶଙ୍କର
(B) ଗୋପବନ୍ଧୁ
(C) ମଧୁସୂଦନ ଦାସ
(D) ଶ୍ରୀ ରାମଚନ୍ଦ୍ର ଭଞ୍ଜ
Answer:
(C) ମଧୁସୂଦନ ଦାସ

16. ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରେରଣା ଓ ନେତୃତ୍ଵରେ କ’ଣ ଗଠିତ ହୋଇଥିଲା ?
(A) ଉତ୍କଳ ସମ୍ମିଳନୀ
(B) ଭାଷା ସମ୍ମିଳନୀ
(C) ରାଜ୍ୟ ସମ୍ମିଳନୀ
(D) ଦେଶ ସମ୍ମିଳନୀ
Answer:
(A) ଉତ୍କଳ ସମ୍ମିଳନୀ

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

17. ଉତ୍କଳ ସମ୍ମିଳନୀ କେଉଁ ମସିହାରେ ଗଠିତ ହୋଇଥିଲା ?
(A) ୧୮୦୩
(B) ୧୯୦୩
(C) ୧୯୩୬
(D) ୧୯୪୭
Answer:
(B) ୧୯୦୩

18. ଶରୀରର ଅଭ୍ୟନ୍ତରରେ ଯେଉଁ ଆତ୍ମା ବିଦ୍ୟମାନ ତାହା କାହା ନିକଟରେ ପହଞ୍ଚିବ ?
(A) ଜାତି
(B) ବ୍ଯକ୍ତି
(C) ସମାଜ
(D) ଈଶ୍ବରଙ୍କ
Answer:
(D) ଈଶ୍ବରଙ୍କ

19. ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ, କାହା କାହା ମଧ୍ୟରେ ସଭାବ ହେବ ?
(A) ବ୍ୟକ୍ତି ବ୍ୟକ୍ତି ମଧ୍ୟରେ
(B) ଜାତି ଜାତି ମଧ୍ୟରେ
(C) ପ୍ରାଣୀ ଓ ଅପ୍ରାଣୀ ମଧ୍ୟରେ
(D) କେଉଁଟି ନୁହେଁ
Answer:
(B) ଜାତି ଜାତି ମଧ୍ୟରେ

20. ବ୍ୟକ୍ତିଗତ ଜୀବନରେ ଅସଭାବ ହେଲେ ସୁଦ୍ଧା କେଉଁ ସଭାବରେ କିଛି ଅଭାବ ଘଟିବ ନାହିଁ ?
(A) ଜାତୀୟ
(B) ସାଂପ୍ରଦାୟିକ
(C) ଗୋଷ୍ଠୀଗତ
(D) ବ୍ଯକ୍ତିଗତ
Answer:
(A) ଜାତୀୟ

21. ଡାହାଳ କୁକୁରର ଜାତୀୟ ଗୁଣ କ’ଣ ?
(A) ସାହସୀକତା
(B) ସାହସିକତା
(C) ଭୀରୁତା
(D) ଭିରୁତା
Answer:
(B) ସାହସିକତା

22. ବିଲୁଆଟି ଖଙ୍କାରି ଦେବାମାତ୍ରକେ କିଏ ଲାଙ୍ଗୁଡ଼ଗୁଞ୍ଜି ପଳାଇ ଆସିବ ?
(A) ଡାହାଳ କୁକୁର
(B) ପୋଷା କୁକୁର
(C) ଦେଶୀ କୁକୁର
(D) ଜାତି କୁକୁର
Answer:
(C) ଦେଶୀ କୁକୁର

23. ମହାବଳ ବାଘକୁ ଦେଖ୍ କିଏ ନିର୍ଭୟରେ ତା’ ଆଡ଼କୁ ଝପଟିଯିବ ?
(A) ଦେଶୀ କୁକୁର
(B) ପୋଷା କୁକୁର
(C) ସମସ୍ତ କୁକୁର
(D) ଡାହାଳ କୁକୁର
Answer:
(D) ଡାହାଳ କୁକୁର

24. ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଅନୁକରଣ କରିବା ଯୋଗ୍ୟ ଅନେକଗୁଡ଼ିଏ କ’ଣ ଅଛି ?
(A) ଗୁଣ
(B) ବୁଦ୍ଧି
(C) ସ୍ନେହ
(D) ଦୟା
Answer:
(A) ଗୁଣ

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

25. ପ୍ରାବନ୍ଧିକ ବନ୍ଦ ଆଖରେ ଅନ୍ୟ ଜାତିଙ୍କର କ’ଣ ଦେଖିବାକୁ କହିଛନ୍ତି ?
(A) ଗୁଣ
(B) ଦୋଷ
(C) ସୁକର୍ମ
(D)କୁକର୍ମ
Answer:
(B) ଦୋଷ

ପ୍ରାବନ୍ଧିକଙ୍କ ପରିଚୟ :
ପ୍ରାବନ୍ଧିକଙ୍କ ନାମ – ମଧୁସୂଦନ ଦାସ ।
ବାଲ୍ୟକାଳର ନାମ – ଗୋବିନ୍ଦବଲ୍ଲଭ ଦାସ ।
ପିତାଙ୍କ ନାମ – ଚୌଧୁରୀ ରଘୁନାଥ ଦାସ ।
ମାତାଙ୍କ ନାମ – ପାର୍ବତୀ ଦେଈ ।
ଜନ୍ମସ୍ଥାନ – କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ନିକଟବର୍ତ୍ତୀ ସତ୍ୟଭାମାପୁର ଗ୍ରାମ ।

ଓଡ଼ିଆ ଜାତୀୟତାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସ ଯଥାର୍ଥରେ ଥିଲେ ଆଧୁନିକ ଉତ୍କଳର ନବନିର୍ମାତା । ଓଡ଼ିଶାର ମାଟି, ମଣିଷ ଓ ଭାଷାକୁ ପ୍ରାଣଭରି ଭଲ ପାଉଥ‌ିବା ସେହି ପ୍ରଥଯଶା ମହାପୁରୁଷଙ୍କ ପ୍ରତ୍ୟକ୍ଷ ପ୍ରେରଣା ତଥା ନେତୃତ୍ୱରେ ୧୯୦୩ ମସିହାରେ ଗଠିତ ହୋଇଥିଲା ‘ଉତ୍କଳ ସମ୍ମିଳନୀ’ ଏବଂ ଭାଷାକୁ ଭିତ୍ତିକରି ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାରତରେ ସର୍ବପ୍ରଥମେ ଗଠିତ ହେଲା ସ୍ଵତନ୍ତ୍ର ‘ଉତ୍କଳ ପ୍ରଦେଶ’। ଓଡ଼ିଶାର ଶିଳ୍ପ, ରାଜନୀତି, ଶିକ୍ଷା, ଆଇନ ବ୍ୟବସାୟ, ସାମ୍ବାଦିକତା ପ୍ରଭୃତି କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ଛାଡ଼ିଯାଇଥିବା ସେହି ମହାନୁଭବଙ୍କ ସମଗ୍ର ଜୀବନ ଥିଲା ଓଡ଼ିଶା ପାଇଁ ଉତ୍ସର୍ଗୀକୃତ । ନିଶ୍ଚେଷ୍ଟ ଓଡ଼ିଆ ଜାତିକୁ ଉଦ୍‌ବୋଧନ ଦେବା ନିମନ୍ତେ ସେ ଯେଉଁ ସାତଗୋଟି ଦେଶାତ୍ମବୋଧକ କବିତା ଲେଖାଯାଇଛନ୍ତି ତାହା ତାଙ୍କ ସାରସ୍ବତ ମାନସର ଯଥାର୍ଥ ପରିଚୟ ପ୍ରଦାନ କରେ ।

ପ୍ରାବନ୍ଧିକଙ୍କ ଆଭିମୁଖ୍ୟ। :
‘ଜାତୀୟ ଜୀବନ’ ଶୀର୍ଷକ ପ୍ରବନ୍ଧ ‘ଉତ୍କଳ ସମ୍ମିଳନୀ ର ଏକ ବିଶେଷ ଅଧ୍ଵବେଶନରେ ପ୍ରଦତ୍ତ ଅଭିଭାଷଣର ସଂକ୍ଷିପ୍ତ ରୂପ । ଉକ୍ତ ପ୍ରବନ୍ଧରେ ଜାତୀୟ ଜୀବନ ଏବଂ ମାନବର ବ୍ୟକ୍ତିଗତ ଜୀବନ ମଧ୍ୟରେ ରହିଥ‌ିବା ସମ୍ପର୍କର ନିରୂପଣ, ଜାତୀୟ ଜୀବନର ସ୍ୱରୂପ ତଥା ପରାଧୀନ ଉତ୍କଳୀୟମାନଙ୍କୁ ଜାତୀୟତାର ସ୍ରୋତରେ ସାମିଲ ହେବାପାଇଁ ଉଦ୍‌ବୋଧନ ଦିଆଯାଇଛି ।

ପ୍ରବନ୍ଧର ସାରମର୍ମ :
ଜାତି ଜାତି ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠା ନିମନ୍ତେ ଜାତୀୟ ଜୀବନ ଏକାନ୍ତ ଅପରିହାର୍ଯ୍ୟ । ଆମ୍ଭମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଥ‌ିବା ଜୀବନ ହେଉଛି ବ୍ୟକ୍ତିଗତ ଜୀବନ, ଯେଉଁ ଜୀବନ କ୍ଷଣସ୍ଥାୟୀ, ତା’ର ନିଶ୍ଚିତରୂପେ ପରିସମାପ୍ତି ହେବ କାଲି ଶ୍ମଶାନରେ । ଶରୀରର ଅଭ୍ୟନ୍ତରରେ ବିଦ୍ୟମାନ ଥିବା ଆତ୍ମା ପହଞ୍ଚି ଈଶ୍ବରଙ୍କ ନିକଟରେ; କିନ୍ତୁ ପାର୍ଥିବ ଅର୍ଥାତ୍ ସାଂସାରିକ ଜୀବନର ରହିଛି ଏକ ଆକର୍ଷଣୀ ଶକ୍ତି । ମୋ ସ୍ତ୍ରୀ, ମୋ ସନ୍ତାନ, ମୋ ସମ୍ପତ୍ତି ଏହି ସାଂସାରିକ ଭାବଗୁଡ଼ିକ ପ୍ରତିକ୍ଷଣ ମାନବକୁ ଊର୍ଦ୍ଧ୍ବରୁ ନିମ୍ନକୁ ଆକର୍ଷଣ କରୁଅଛି ।

ଉପରେ ରହିଛି ସ୍ୱର୍ଗୀୟ ଜୀବନର ଆକର୍ଷଣୀ ଶକ୍ତି, ଅନନ୍ତ ବିଶ୍ରାମର ସ୍ଥାନ, ଯାହା ପ୍ରାଣର ଉଦ୍ଧାର ନିମନ୍ତେ ସତତ ଊର୍ଦ୍ଧ୍ବକୁ ଆକର୍ଷଣ କରୁଅଛି । କିନ୍ତୁ ସେହି ମାନବର ଚତୁଃପାର୍ଶ୍ବରେ ବିଦ୍ୟମାନ ଥ‌ିବା ଅନ୍ୟାନ୍ୟ ଜାତି ଓ ସମାଜମାନଙ୍କ ସଙ୍ଗେ ଜୀବନ ମିଳାଇ ଆଳାପ କରିବା ରୂପକ ମାନବର ପ୍ରଧାନ କର୍ମଟି ହିଁ ଜାତୀୟ ଜୀବନ । ଏହି ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ ହିଁ ଜାତି ଜାତି ମଧ୍ୟରେ ସଭାବ ସ୍ଥାପିତ ହେବ । ଏହି ସଭାବ ଚିରସ୍ଥାୟୀ ; କିନ୍ତୁ ବ୍ୟକ୍ତିଗତ ସଭାବ କ୍ଷଣଭଙ୍ଗୁର । ଜାତୀୟ ଜୀବନ ପ୍ରତିଷ୍ଠିତ ହୋଇ ତା’ର ମୂଳଦୁଆ ଦୃଢ଼ ହେଲେ ମଧ୍ୟ ବ୍ୟକ୍ତିଗତ ବିବାଦ ସମୂଳେ ଲୋପପାଇବା ଅସମ୍ଭବ । କିନ୍ତୁ ବ୍ୟକ୍ତିଗତ ଜୀବନରେ ଅସଭାବ ଥିଲେ ସୁଦ୍ଧା ଜାତୀୟ ସଭାବ ପ୍ରତିଷ୍ଠାରେ କିଛି ଅଭାବ ରହିବ ନାହିଁ । ଜାତୀୟ ଜୀବନର ଅଭାବକୁ ଦର୍ଶାଇବା ପାଇଁ ପ୍ରାବନ୍ଧିକ ଜଣେ ଶିକ୍ଷିତ ତଥା ପଦସ୍ଥ ଉତ୍କଳୀୟଙ୍କଠାରୁ ପାଇଥିବା ଚିଠର ମର୍ମ ଉପସ୍ଥାପନ କରିଛନ୍ତି ।

‘‘ମୋ ସଙ୍ଗେ ଆପଣଙ୍କ ମନ ମିଳିଲା ନାହିଁ, ଅତଏବ ମୁଁ ସମ୍ମିଳନୀରେ କାର୍ଯ୍ୟ କରିପାରିବି ନାହିଁ ?’ ଏହାର ଏକମାତ୍ର କାରଣ ଜାତୀୟ ଜୀବନର ଅଭାବ । ବ୍ୟକ୍ତିଗତ ଭାବରେ ଅସଭାବ ଥିଲେ ସୁଦ୍ଧା, ଜାତୀୟ ଅନୁଷ୍ଠାନରେ ସମ୍ମିଳତଭାବେ କାର୍ଯ୍ୟ କରିବା ହିଁ ଜାତୀୟ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ଜାତୀୟତା ମନୋଭାବକୁ ପ୍ରତିପାଦିତ କରିବାପାଇଁ ପ୍ରାବନ୍ଧିକ ଜଳବିନ୍ଦୁର ଉଦାହରଣ ପ୍ରଦାନ କରିଛନ୍ତି । କ୍ଷୁଦ୍ର ଜଳବିନ୍ଦୁଟି ଆକାଶରୁ ପୃଥ‌ିବୀ ଉପରେ ପଡ଼େ । ତତ୍‌ପରେ ଜଳବିନ୍ଦୁଗୁଡ଼ିକ ଏକତ୍ରିତ ହୋଇ ଜଳଧାରା ରୂପେ ତଳକୁ ବହିଯାଏ । ପୁନଶ୍ଚ କେତେଗୁଡ଼ିଏ ଜଳଧାରା ମିଶି ନାଳରେ ଓ କେତେଗୁଡ଼ିଏ ନାଳ ମିଶି ନଦୀରେ ପରିଣତ ହୋଇ ତଳକୁ ବହିଯାଇ ଶେଷରେ ସମୁଦ୍ରରେ ମିଶେ । ସବୁ ସ୍ଥଳରେ, ସବୁ ଅବସ୍ଥାରେ ଜଳ ନିଜର ନିମ୍ନଗତି ରୂପକ ଜାତୀୟ ଗୁଣକୁ ଧାରଣ କରି ସ୍ତ୍ରୀୟ ଜାତୀୟ ଜୀବନର ଟେକ ରଖିଅଛି । ବିହୁଏ ଜଳରେ ଯେଉଁ ଗୁଣ ବିଦ୍ୟମାନ ମହାସମୁଦ୍ରରେ ମଧ୍ୟ ଜଳର ସେହି ନିମ୍ନଗତି ରୂପକ ଜାତୀୟ ଗୁଣ ପରିପୂର୍ଣ୍ଣ ହୋଇ ରହିଛି ।

ସେହିପରି ଆମ୍ଭମାନଙ୍କର ମଧ୍ୟ ଜାତୀୟ ଜୀବନ ଅଛି । ସବୁ ଅବସ୍ଥାରେ, ସବୁ କାଳରେ, ସବୁ ସ୍ଥାନରେ ଜାତୀୟ ଜୀବନର ଟେକ ରଖ୍ ଆମ୍ଭେମାନେ କାର୍ଯ୍ୟ କରିବା ଉଚିତ। ଜଣେ କେହି ଓଡ଼ିଆ ଜାତିକୁ ଗାଳିଦେଲେ ମନରେ ସୃଷ୍ଟି ହେଉଥ‌ିବା କ୍ରୋଧର କାରଣ ନିରୂପଣ କଲେ ସ୍ପଷ୍ଟ ପ୍ରତୀୟମାନ ହେବ ଯେ ତାହା ହେଉଛି ଜାତୀୟ ଜୀବନର ଚିହ୍ନ । ଯେହେତୁ ଏହି ଜାତୀୟ ଜୀବନର ଚିହ୍ନ ଆମ୍ଭମାନଙ୍କ ନିକଟରେ ନିହିତ ଅଛି, ତେଣୁ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସର୍ବପ୍ରଥମେ ସେହି କାର୍ଯ୍ୟଦ୍ୱାରା ଜାତିର ନିନ୍ଦା ହେବ କି ନାହିଁ, ମିଥ୍ୟାବାଦୀ ହେଲେ କିମ୍ବା ଖୋସାମତ କଲେ, ସେହି ନିନ୍ଦାରେ ମୋ ଜାତି ଭାଗୀ ହେବ କି ନାହିଁ, ଜଣେ କହୁଥ‌ିବା କୁବାକ୍ୟରେ ପ୍ରତ୍ୟୁତ୍ତର ଦେଲେ, ତଦ୍ବାରା ଜାତିର ଗୌରବ ବୃଦ୍ଧି ହେବ କି ନାହିଁ– ତାହା ପ୍ରତ୍ୟେକ ବ୍ୟକ୍ତି ବୁଝିବା ଆବଶ୍ୟକ । ଜାତିର ମୂଲ୍ୟ ବଢ଼ିଲେ ଜାତୀୟ ଲୋକେ ତହିଁର ସୁଫଳ ଭୋଗ କରିବେ– ଏହା ନିଃସନ୍ଦେହ ।

ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଜାପାନୀ ଜାତିର ଜାତୀୟ ଜୀବନର ଅବତାରଣା କରିଛନ୍ତି । ଜାପାନୀ ଜାତିର ଉନ୍ନତିର ମୂଳମନ୍ତ୍ର ହେଲା– ‘‘ ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ, କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ ।’’ ପ୍ରତ୍ୟେକ ଜାପାନୀ ହୃଦୟରେ ଏହି ଭାବ ନୃତ୍ୟ କରୁଥିବା ହେତୁ ଆଜି ଜାପାନୀ ଜାତି ପୃଥ‌ିବୀରେ ସର୍ବତ୍ର ପୂଜିତ ହେଉଛନ୍ତି । ““ ମୁଁ ଦିନେ ମରିବି, ମୁଁ ଆଜି ମଲେ ମୋ ଜାତିର ମାନ ବୃଦ୍ଧି ହେବ, ପୂର୍ବପୁରୁଷଙ୍କର ମାନ ବୃଦ୍ଧି ହେବ ଓ ମୋର ସନ୍ତାନ ସନ୍ତତିମାନଙ୍କର ମାନ ବଢ଼ିବ।’’ ଏହି ଭାବାପନ୍ନ ଲୋକଙ୍କୁ ନେଇ ଜାପାନୀ ଜାତି ଗଠିତ । ତେଣୁ ଟଙ୍କା କରଜ ନେବାକୁ ବିଜ୍ଞାପନ ଦେବାମାତ୍ରେ ସମସ୍ତ ସଭ୍ୟଜାତି ସେମାନଙ୍କୁ ଟଙ୍କା ଦେବାପାଇଁ ପ୍ରସ୍ତୁତ । ଏହାର କାରଣ ଜଗତ୍ରଚକ୍ଷୁରେ ଜାପାନୀ ଜାତିର ମୂଲ୍ୟ ନିରନ୍ତର ବୃଦ୍ଧି ହେଉଅଛି— ଏହା ନିଃସନ୍ଦେହ ।

ଜାତୀୟ ଜୀବନ ଗଠନ ନିମନ୍ତେ ବ୍ୟକ୍ତିଗତ ଜୀବନକୁ ବଳି ଦେବାପାଇଁ ଯେପର୍ଯ୍ୟନ୍ତ ଲୋକମାନେ ଶିଖୁନାହାନ୍ତି, ସେପର୍ଯ୍ୟନ୍ତ ସେମାନେ ଜାତୀୟ ଜୀବନର ମୂଲ୍ୟ ଜାଣିନାହାନ୍ତି ବୋଲି କହିବାକୁ ହେବ । ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରିବା ନିମନ୍ତେ ପ୍ରାବନ୍ଧିକ ଗୋଟିଏ ଦେଶୀ କୁକୁର ଓ ଡାହାଳ କୁକୁରକୁ ଉଦାହରଣ ରୂପେ ଉପସ୍ଥାପନ କରିଛନ୍ତି । ଗୋଟିଏ ଦେଶୀ କୁକୁରକୁ ଆଦରର ସହିତ ଲାଳନପାଳନ ପୂର୍ବକ ହୃଷ୍ଟପୁଷ୍ଟ କରି ତାକୁ ନେଇ ଗୋଟିଏ ବିଲୁଆ ଦେଖାଇଦେଲେ ବିଲୁଆ ଖଙ୍କାରି ଦେବାମାତ୍ରେ ସେ ଲାଙ୍ଗୁଡ଼ଗୁଞ୍ଜି ଫେରିଆସିବ; କିନ୍ତୁ ଗୋଟିଏ ଡାହାଳ କୁକୁର ଛୁଆ ଆଣି ତାକୁ ବାଘ ଦେଖାଇଦେଲେ ସେ ନିର୍ଭୟରେ ମହାବଳ ବାଘ ଆଡ଼କୁ ଝପଟିଯିବ ।

ଏହି ସାହସିକତା ହିଁ ତା’ର ଜାତୀୟ ଗୁଣ । ଜୀବନ ପ୍ରତି ମାୟା ରଖ୍ ସେ ଯଦି ବାଘ ନିକଟକୁ ନ ଯାଏ, ତେବେ ତା’ ଜାତିର ମାନ ଓ ମୂଲ୍ୟ କମିବ; କିନ୍ତୁ ନିଶ୍ଚିତ ମୃତ୍ୟୁକୁ ଭୟ ନକରି ସାହସର ସହ ବାଘକୁ ଆକ୍ରମଣ କରିବାଦ୍ଵାରା ତା’ ଡାହାଳ କୁକୁର ଜାତିର ମୂଲ୍ୟ ଓ ମାନ ନିଶ୍ଚିତ ବୃଦ୍ଧିପାଇବ ଏହା ନିଃସନ୍ଦେହ । ସୁତରାଂ, କାର୍ଯ୍ୟ କରିବାଦ୍ୱାରା ଜାତିର ମୂଲ୍ୟ ବୃଦ୍ଧିପାଉଛି କି ନାହିଁ, ସେ ବିଷୟରେ କାର୍ଯ୍ୟ କଲାବେଳେ ସମସ୍ତେ ଥରେ ଭାବିବା ଉଚିତ ।

BSE Odisha 9th Class Odia Solutions Chapter 8 ଜାତୀୟ ଜୀବନ

ସବୁ ବ୍ୟକ୍ତି ତଥା ଜାତିଙ୍କଠାରେ ଅନୁକରଣଯୋଗ୍ୟ ଅନେକ ଗୁଣ ନିହିତ ଅଛି । ସେହି ଗୁଣ ତଥା ସେମାନଙ୍କ ଦୋଷ ଦେଖୁବା ନିମନ୍ତେ ଗୋଟିଏ ଆଖୁ ବନ୍ଦ କର ଓ ଅନ୍ୟଟି ଖୋଲା ରଖ । ବନ୍ଦ ଆଖ୍ୟାରେ ସେମାନଙ୍କର ଦୋଷ ଦେଖ‌ିବା ସହିତ ଖୋଲା ଆଖ୍ୟାରେ ସେମାନଙ୍କ ଗୁଣ ନିରୀକ୍ଷଣ କର ଓ ଶିକ୍ଷା କର ।

ସୂର୍ଯ୍ୟଙ୍କର କିରଣ ସମୁଦ୍ରର ଲୁଣପାଣିରେ, ମିଶ୍ରି ସରବତରେ, ନର୍ଦ୍ଦମାରେ, ସବୁସ୍ଥାନରେ ପଡ଼ି ବିଶୁଦ୍ଧ ଜଳତକ ଟାଣିନେଇ ପୁନର୍ବାର ପୃଥ‌ିବୀରେ ସେଚନ କରେ । ସୂର୍ଯ୍ୟଙ୍କର ଏହି କାର୍ଯ୍ୟ ପ୍ରତିଟି କ୍ଷେତ୍ରରେ ଦୋଷତକ ତ୍ୟାଗ କରି ଗୁଣଗୁଡ଼ିକୁ ଗ୍ରହଣ କରିବାର ମହାନ୍ ଶିକ୍ଷା ପ୍ରଦାନ କରେ ।

ସ୍ନେହମୟୀ ଜନନୀ ଯେପରି ଭିନ୍ନ ଭିନ୍ନ ଶିଶୁଙ୍କ ପାଇଁ ବିଭିନ୍ନ ପ୍ରକାର ପରିଚର୍ଯ୍ୟା କରିଥାଏ, କେଉଁ ଶିଶୁକୁ କୋଳରେ ଧରି ମଧୁମୟ ସ୍ନେହଦୃଷ୍ଟିରେ ସ୍ତନ୍ୟପାନ କରାଏ, ପୁନଶ୍ଚ କେଉଁ ଶିଶୁର ଦୁଷ୍ଟ ଚରିତ୍ରକୁ ଦମନ କରିବାପାଇଁ ବେତ୍ରାଘାତ କରେ, ଆଉ କେଉଁ ଶିଶୁକୁ ପାଖରେ ବସାଇ ତା’ଠାରୁ ପରାମର୍ଶ ଗ୍ରହଣ କରେ । ସୁତରାଂ ଶିଶୁର ବିଭିନ୍ନ ଅବସ୍ଥାରେ ଜନନୀ ଭିନ୍ନ ଭିନ୍ନ ରୂପ ଧାରଣ କରି ଦଣ୍ଡାୟମାନ ହୁଏ । ସେହିପରି ଉତ୍କଳ ଜନନୀ ସ୍ନେହମୟୀ ମୂର୍ତ୍ତିରେ ସମ୍ମିଳନୀ ମଣ୍ଡପରେ ‘ସମସ୍ତଙ୍କ ସମ୍ମୁଖରେ ଦଣ୍ଡାୟମାନ । ଏହି ମୂର୍ତ୍ତି ଭାରତମାତାଙ୍କର ଗୋଟିଏ ମୂର୍ତ୍ତିବିଶେଷ । ଏହିରୂପ ଭାରତମାତାଙ୍କର ଗୋଟିଏ ଅବତାର, ସୁତରାଂ ଏପରି ସ୍ଥଳରେ ଉତ୍କଳଜନନୀ ଭାରତମାତାଙ୍କର ସପତ୍ନୀ, ଶତ୍ରୁ ନୁହଁନ୍ତି କିମ୍ବା ଭାରତମାତାଙ୍କଠାରୁ ବିଚ୍ଛିନ୍ନ ନୁହଁନ୍ତି

ବିଷୟଗତ ଶବ୍ଦ ଓ ଅର୍ଥ :

  • ଜାତୀୟ – ଜାତି ସମ୍ବନ୍ଧୀୟ ।
  • କ୍ଷଣସ୍ଥ।ୟୀ – ଅଳ୍ପକାଳ ନିମିତ୍ତ ।
  • ଅଭ୍ୟନ୍ତର – ଭିତର ।
  • ଅପତ୍ୟ – ପୁତ୍ର ବା କନ୍ୟା ସନ୍ତାନ ।
  • ଚିରସ୍ଥ।ୟୀ – ସବୁଦିନକୁ ।
  • ଆକର୍ଷଣ – ସମ୍ମେ।ହନ
  • ଅନନ୍ତ ବିଶ୍ରାମ – ପରମଧାମ ।
  • ପ୍ରଧାନ କର୍ମ – ଶ୍ରେଷ୍ଠ କର୍ମ ।
  • ଉଚ୍ଛେଦ – ଛିନ୍ନହେବା ।
  • କ୍ଷଣଭଙ୍ଗୁର – କ୍ଷଣସ୍ଥାୟୀ ।
  • ସମୂଳେ – ଆମୂଳଚୂଳ ।
  • ଅଦାଲତ – ନ୍ୟାୟାଳୟ, କୋର୍ଟକଚେରି ।
  • ବ୍ୟକ୍ତିଗତ – ନିଜ ସମ୍ବନ୍ଧୀୟ ।
  • ଶରୀର – ଦେହ ।
  • ପାର୍ଥବ – ସାଂସାରିକ ।
  • ଶ୍ନଶାନ – ମଶାଣି ।
  • ପ୍ରତିକ୍ଷଣ – ପ୍ରତି ସମୟରେ ।
  • ପରିତ୍ର।ଣ – ଉଦ୍ଧାର ।
  • ଆଳାପ – କଥାବାର୍ତ୍ତା ।
  • ସଭାବ – ବନ୍ଧୁଭାବ ।
  • ବିବାଦ – କଳହ ।
  • ଏକାନ୍ତ – ଜରୁରୀ ।
  • ଗୌରବ – ସମ୍ମାନ ।
  • କୁବାକ୍ୟ – ଖରାପ କଥା ।
  • ନିରୀକ୍ଷଣ – ଯତ୍ନର ସହ ଦେଖି ।
  • ତ୍ୟ।ଗ – ଛାଡ଼ିଦେବା, ପ୍ରତ୍ୟାହାର କରିବା ।
  • ସପତ୍ନ। – ସଉତୁଣୀ ।
  • ମିବିକାର – ବିକାରଶୂନ୍ଯ ।
  • ସ୍ତନ୍ୟପାନ – କ୍ଷୀରପାନ ।
  • ବିତରଣ – ବଣ୍ଟନ ।
  • ବେତ୍ର।ଘାତ – ବେତର ରେ ବାଡ଼େଇବା ।
  • ବିଭିନ୍ମ – ଅନେକ ପ୍ରକାରର ।
  • ମଧୁମୟ – ମଧୁର ।
  • ମଣ୍ଡପ – ଚାନ୍ଦିନୀ ।
  • ସବତ୍ର – ସବୁଠାରେ ।
  • ବକ୍ତବ୍ୟ – ମତାମତ ।
  • ଅନୁକରଣ – ଆଦରିନେବା ।
  • ବିଚ୍ଛନ୍ନ – ଅଲଗା ।
  • ପରିଚର୍ଯ୍ୟ। – ସେବା / ଉପାସନା ।
  • କ୍ରେ।ଡ଼ – କୋଳ ।
  • ମଧୁମୟ – ମଧୁର ।
  • ଦମନ – ଶାସନ ।
  • ପରିମର୍ଶ – ଉପଦେଶ
  • ଦଣ୍ଡ।ୟମାନ – ଉଭାହେବା ।
  • ସମ୍ମୁଖରେ – ଆଗରେ ।
  • ମାନ – ସମ୍ମାନ/ମହତ୍ତ୍ବ ।

Leave a Comment