BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Odisha State Board BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ Textbook Exercise Questions and Answers.

BSE Odisha Class 6 Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 1.
ଉତ୍ତର ଦିଅ ।

(କ) ଗୋଟିଏ କୂଅର ଗଭୀରତା ଓ ସେଥ‌ିରେ ଥ‌ିବା ପାଣିର ଗଭୀରତା କିପରି ମାପିବ ?
ଉ-

  • କୂଅର ଗଭୀରତା ଓ ସେଥ‌ିରେ ଥ‌ିବା ପାଣିର ଗଭୀରତା ମାପିବାପାଇଁ ଏକ ବଡ଼ ବାଉଁଶ ଅଣାଯାଉ ।
  • ଏହି ବାଉଁଶକୁ କୂଅ ମଧ୍ଯରେ ପୂରାଯାଉ ଯେପର୍ଯ୍ୟନ୍ତ ବାଉଁଶଟି କୂଅ ମଧ୍ୟକୁ ପ୍ରବେଶ କରୁଥିବ ।
  • ବର୍ତ୍ତମାନ କୂଅର ମୁହଁ ପାର୍ଶ୍ଵକୁ ଲାଗିଥିବା ବାଉଁଶରେ ଧଳା ରଙ୍ଗର ଚିହ୍ନ ଦିଆଯାଉ । ତତ୍‌ପରେ କୂଅମଧ୍ୟରୁ ବାଉଁଶକୁ କାଢ଼ିନେଇ ଓଦା ଓ ଶୁଖୁଲା ଥିବା ମିଳନ ସ୍ଥଳରେ ଅନ୍ୟ ଏକ ନାଲିରଙ୍ଗର ଚିହ୍ନ ଦିଆଯାଉ ।
  • ଏହାପରେ ମାପଫିତା ସାହାଯ୍ୟରେ କୂଅ ମଧ୍ଯରେ ପୂରାଯାଇଥିବା ବାଉଁଶର ଶେଷ ଅଂଶକୁ ଧଳାରଙ୍ଗର ଚିହ୍ନ ପର୍ଯ୍ୟନ୍ତ ମାପିଲେ କୂଅର ଗଭୀରତା ଜଣାପଡ଼ିବ । ବାଉଁଶର ଶେଷ ଅଂଶରୁ ନାଲିରଙ୍ଗର ଚିହ୍ନ ପର୍ଯ୍ୟନ୍ତ ମାପିଲେ ପାଣିର ଗଭୀରତା ଜଣାପଡ଼ିବ ।

(ଖ) ଗଛ ଗଣ୍ଡିର ଗୋଲେଇ କେମିତି ମାପିବ ?
ଉ-

  • ଗଛ ଗଣ୍ଡିର ଗୋଲେଇ ମାପିବାପାଇଁ ଏକ ଦୀର୍ଘ ମାପଫିତା ବ୍ୟବହାର କରାଯାଏ ।
  • ଗଛ ଗଣ୍ଡିର ଗୋଟିଏ ସ୍ଥାନରେ ଏକ ଧଳା ଚିହ୍ନ ଦିଆଯାଉ । ସେହି ଚିହ୍ନ ସ୍ଥାନରୁ ମାପଫିତାକୁ ଗଛ ଗଣ୍ଡିର ଚାରିପାଖରେ ବୁଲାଇ ମାପିଲେ ମାପଫିତା ସାହାଯ୍ୟରେ ଗଛଗଣ୍ଡିର ଗୋଲେଇ ଜାଣିହେବ ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

(ଗ) ଗୋଟିଏ ଉତ୍ତପ୍ତ ପିନ୍‌କଣ୍ଟାର ଦୈର୍ଘ୍ୟ କେମିତି ମାପିବ ?
ଉ-

  • ପିନ୍‌କଣ୍ଟାର ଆରମ୍ଭ ଓ ଶେଷ ପ୍ରାନ୍ତକୁ ପେନ୍‌ସିଲଦ୍ଵାରା କାଗଜରେ ଚିହ୍ନଟ କରାଯାଉ ।
  • ପିକଣ୍ଟାକୁ ଉଠାଇ ଏହି ଦୁଇ ପ୍ରାନ୍ତ ବିନ୍ଦୁର ଦୈର୍ଘ୍ୟକୁ ସ୍କେଲଦ୍ୱାରା ମପାଯାଉ ।

(ଘ) ତୁମର ପକ୍କା ସ୍କୁଲ ଘରର ଉଚ୍ଚତା କିପରି ମାପିବ ?
ଉ-

  • ସ୍କୁଲର ପକ୍କା ଘରର ଛାତ ଉପରକୁ ଯାଇ ଏକ ଲମ୍ବ ଦଉଡି଼ ଗୋଟିଏ ପାର୍ଶ୍ଵକୁ ତଳକୁ ପକାଯାଉ ।
  • ଦଉଡ଼ିର ସେହି ପାର୍ଶ୍ଵ ଭୂମିକୁ ସ୍ପର୍ଶ କଲାପରେ ଅପର ପାର୍ଶ୍ଵକୁ ସ୍କୁଲ ଘରର ଉଚ୍ଚତା ସହିତ ସମାନ କରି ଚିହ୍ନିତ କରାଯାଉ ।
  • ମାପଫିତା ସାହାଯ୍ୟରେ ଚିହ୍ନିତ ସ୍ଥାନରୁ ଭୂମିକୁ ସ୍ପର୍ଶ କରୁଥିବା ପାର୍ଶ୍ଵପର୍ଯ୍ୟନ୍ତ ମାପିଲେ ସ୍କୁଲ ଘରର ଉଚ୍ଚତା ଜାଣିହେବ ।

Question 2.
ତଳ ଭକ୍ତିଗୁଡ଼ିକ ଠିକ୍ କି ଭୁଲ ଲେଖ ।

(କ) ଦୁଇଟି ସହର ମଧ୍ୟରେ ଦୂରତାକୁ ମିଟର ଏକକରେ ପ୍ରକାଶ କରାଯାଏ ।
(ଖ) ‘ମାନକ ମାପର’ ଆମର ଆବଶ୍ୟକତା ନାହିଁ ।
(ଗ) ମାପ ନେଲାବେଳେ ଆଖ୍ଟି ସାମନ ବିନ୍ଦୁର ଭୁଲମ୍ବରେ ରହିବା ଉଚିତ ।
ଉ-
(କ) ଭୁଲ୍
(ଖ) ଭୁଲ୍
(ଗ) ଠିକ୍

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 3.

ସେଣ୍ଟିମିଟର, ମିଲିମିଟର, କିଲୋମିଟର, ଡେସିମିଟର
ଉ-
ବଡ଼ରୁ ସାନକ୍ରମେ ସଜାଇଲେ – କିଲୋମିଟର, ଡେସିମିଟର, ସେଣ୍ଟିମିଟର, ମିଲିମିଟର ।

Question 4.
ଦରଜି ବ୍ୟବହାର କରୁଥ‌ିବା ମାପଫିତା ଏବଂ ସ୍କେଲ ମଧ୍ୟରେ ଗୋଟିଏ ସାମଞ୍ଜସ୍ୟ ଏବଂ ଗୋଟିଏ ପାର୍ଥକ୍ୟ ଲେଖ ।
ଉ-

  • ମାପଫିତାରେ ସେଣ୍ଟିମିଟର ଚିହ୍ନିତ କରାଯାଇଥାଏ । ସେହିପରି ସ୍କେଲ୍‌ରେ ମଧ୍ଯ ସେଣ୍ଟିମିଟର ଚିହ୍ନିତ କରାଯାଇଥାଏ ।
  • ଛୋଟ ସ୍କେଲ୍‌ର ଦୈର୍ଘ୍ୟ 15 ସେ.ମି. ଓ ବଡ଼ ସ୍କେଲର ଦୈର୍ଘ୍ୟ 30 ସେ.ମି. ହୋଇଥାଏ । କିନ୍ତୁ ଦରଜି ବ୍ୟବହାର କରୁଥିବା ମାପଫିତାର ଦୈର୍ଘ୍ୟ 150 ସେ.ମି. ହୋଇଥାଏ । ସ୍କେଲ୍‌ଦ୍ୱାରା କମ୍ ଦୂରତା ମାପ କରାଯାଉଥ‌ିବାବେଳେ ମାପଫିତା ସାହାଯ୍ୟରେ ଅଧିକ ଲମ୍ବ ଦୂରତାକୁ ଶୀଘ୍ର ମପାଯାଇପାରେ ।
  • ସ୍କେଲଦ୍ୱାରା କେବଳ ସରଳରେଖାର ଲମ୍ବ ଦୂରତା ମପାଯାଇପାରେ କିନ୍ତୁ ମାପଫିତାଦ୍ବାରା ଛାତି, ଅଣ୍ଟା ଓ ବେକର ଗୋଲେଇ ମାପକୁ ସହଜରେ ମପାଯାଏ ।

Question 5.
ଆମର ବାହୁର ଦୈର୍ଘ୍ୟକୁ କାହିଁକି ଦୂରତାର ଏକକ ରୂପେ ବ୍ୟବହାର କରିବା ନାହିଁ ।
ଉ-
ବାହୁର ଦୈର୍ଘ୍ୟକୁ ଦୂରତାର ଏକକ ରୂପେ ନେଲେ ସଠିକ୍ ଦୂରତା ଜାଣିହେବ ନାହିଁ । ତେଣୁ ଆମର ବାହୁର ଦୈର୍ଘ୍ୟକୁ ଦୂରତାର ଏକକ ରୂପେ ବ୍ୟବହାର କରିବା ନାହିଁ ।

Question 6.
୫.୩ ମିଟରକୁ ସେ.ମି.ରେ ପ୍ରକାଶ କର ।
ଉ-
୧ ମିଟର = 600 ସେ.ମି.
୫.୩ ମିଟର = ୫.୩ × ୧୦୦ ସେ.ମି. = ୫୩୦ ସେ.ମି.

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 7.
ଦୁଇଟି ସହର ମଧ୍ୟରେ ଦୂରତା ୩୭.୩ କି.ମି. ହେଲେ, ତାହା ମିଟରରେ କେତେ ହେବ ?
ଉ –
୧ କି.ମି. = ୧୦୦୦ ମିଟର ଦୁଇଟି ସହର ମଧ୍ୟରେ ଦୂରତା = ୩୭.୩ କି.ମି. = ୩୭.୩ × ୧୦୦୦ମି.
= ୩୭୩୦୦ ମିଟର ।

Question 8.
ଜଣେ ପିଲା ଗୋଟିଏ ପେନସିଲ୍‌ର ଦୈର୍ଘ୍ୟ ମାପିଲାବେଳେ ତାହାର ଗୋଟିଏ ପ୍ରାନ୍ତ ସ୍କୁଲ୍‌ରେ ୭.୩ ସେ.ମି. ସ୍ଥାନରେ ଏବଂ ଅନ୍ୟ ପ୍ରାନ୍ତଟି ୨.୯ ସେ.ମି. ସ୍ଥାନରେ ରହିଲେ, ପେନ୍‌ସିଲ୍‌ର ଦୈର୍ଘ୍ୟ କେତେ ?
ଉ –
ପେନସିଲ୍‌ର ଗୋଟିଏ ପ୍ରାନ୍ତ ସ୍କେଲର ୭.୩ ସେ.ମି. ସ୍ଥାନରେ ଓ ଅନ୍ୟ ପ୍ରାନ୍ତଟି ୨.୯ ସେ.ମି. ସ୍ଥାନରେ ରହିଲେ
ପେନସିଲ୍‌ର ଦୈର୍ଘ୍ୟ = ୭.୩ ସେ.ମି. – ୨.୯ ସେ.ମି. = ୪.୪ ସେ.ମି.

Question 9.
କମ୍ ଦୂରତା ମାପିବାପାଇଁ ସ୍କେଲ୍‌ ବ୍ୟବହାର କରାଯାଏ ।
ଉ –

  • କପଡ଼ା ବ୍ୟବସାୟୀ କପଡ଼ା ମାପିବାପାଇଁ ମିଟର ଦଣ୍ଡ ବ୍ୟବହାର କରିଥାଏ ।
  • ଦରଜି ପ୍ୟାଣ୍ଟ ଓ ସାର୍ଟ ତିଆରି କରିବାପାଇଁ କପଡ଼ାକୁ ମାପିବା ପାଇଁ ମାପଫିତା ବ୍ୟବହାର କରିଥାଏ ।
  • କୌଣସି ଜମିର ଦୈର୍ଘ୍ୟ ଓ ପ୍ରସ୍ଥ ମାପି ତାର ସଠିକତା ଜାଣିବାପାଇଁ ଅମିନ ଚେନ୍ ଓ କଡ଼ି ବ୍ୟବହାର କରିଥାଏ ।
  • ଦୁଇଟି ସହର ମଧ୍ୟରେ ଦୂରତା ଜାଣିବାପାଇଁ ଏବେ ଗାଡ଼ିର ସ୍ବିଡ଼ୋମିଟର ବ୍ୟବହାର କରାଯାଇଛି ।

Notes :

ତୁମେ ଦେଖୁଥ‌ିବା ପରିସ୍ଥିତିଗୁଡ଼ିକର ଯେଉଁଠାରେ ଦୈର୍ଘ୍ୟ ବା ଦୂରତାର ମାପନ ଦରକାର ହୁଏ ତା’ର ଏକ ତାଲିକା କର ।
ଉ –

  • ରାଜମିସ୍ତ୍ରୀ ଘର ତିଆରି କଲାବେଳେ ତା’ର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତାର ମାପନ ଦରକାର ହୁଏ ।
  • କାଠ ଯେଉଁଠାରେ ଚିରାହୁଏ ସେଠାରେ କାଠର ଦୈର୍ଘ୍ୟ ଓ ପ୍ରସ୍ଥର ମାପନ ଦରକାର ହୁଏ ।
  • ଦରଜି ସାର୍ଟ ଓ ପ୍ୟାଣ୍ଟ ତିଆରି ସମୟରେ କନାର ଦୈର୍ଘ୍ୟ ମାପନ ଦରକାର ହୁଏ ।

→ ଦୈର୍ଘ୍ୟ ଓ ମାପିବାର ଆବଶ୍ୟକତା :

  • ଦୈନନ୍ଦିନ ଜୀବନର ବିଭିନ୍ନ ଆବଶ୍ୟକତାର ପରିପୂର୍ତ୍ତି ନିମନ୍ତେ ବିଭିନ୍ନ ପଦାର୍ଥ ଓ ବସ୍ତୁର ମାପ କରିବା ଆବଶ୍ୟକ ହୁଏ ।
  • ଅନେକ ସମୟରେ ଆମର ଜୀବନଶୈଳୀ ଓ ତତ୍‌ସମ୍ବନ୍ଧୀୟ ନିଷ୍ପଭି ଆମର ଦୂରତ୍ବର ଜ୍ଞାନ ଉପରେ ନିର୍ଭର କରେ ।

→ ଦୈର୍ଘ୍ୟ ଓ ଦୂରତା :
ଗୋଟିଏ ବସ୍ତୁର ଦୁଇ ବିନ୍ଦୁ ମଧ୍ୟରେ ଥ‌ିବା ଦୂରତାକୁ ଦୈର୍ଘ୍ୟ କୁହାଯାଏ । ପୃଥ‌ିବୀପୃଷ୍ଠରେ ଦୁଇ ବିନ୍ଦୁ ମଧ୍ୟରେ ଦୂରତାକୁ ଦୂରତ୍ୱ କୁହାଯାଏ ।

→ ମାପନ :
(i) ପୂର୍ବକାଳରେ ପାଦର ଦୈର୍ଘ୍ୟ, ଚାଖଣ୍ଡ ଏବଂ ହାତର ଦୈର୍ଘ୍ୟ ଆଦି ଦୂରତା ମାପିବାର ଏକକ ରୂପେ ବ୍ୟବହୃତ ହେଉଥିଲା । ସିନ୍ଧୁ ସଭ୍ୟତାର ଲୋକମାନେ ଏହିପରି ମାପ କରୁଥିଲେ ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

ତୁମପାଇଁ କାମ – ୧

ବେଞ୍ଚର ଏକ ଚତୁର୍ଥାଂଶ ଏବଂ ଏକ ଅଷ୍ଟମାଂଶ ନିର୍ଣ୍ଣୟ କର ।
ଉ –

  • ଗୋଟିଏ ସୁତୁଲି ନେଇ ବେଞ୍ଚର ଦୈର୍ଘ୍ୟ ଦିଗରେ ପକାଯାଉ । ଏହି ସୁତୁଲି ଯେଉଁଠି ବେଞର ଦୁଇ ମୁଣ୍ଡରେ ରହୁଛି, ସେଠାରେ ଦୁଇଟି ଗଣ୍ଠି ପକାଯାଉ । ଦୁଇ ଗଣ୍ଠି ପଡ଼ିଥ‌ିବା ସୁତୁଲିର ମଝିଅଂଶକୁ ଚିହ୍ନଟ କରାଯାଉ । ସୁତୁଲିଟି ଦୈର୍ଘ୍ୟ ଦିଗରେ ପକାଇଲେ ଯେଉଁଠି ସୁତୁଲିର ମଝିଅଂଶ ରହୁଛି ବେଞ୍ଚ ଉପରେ ସେହିଠାରେ ଗୋଟିଏ ଚିହ୍ନ ଦିଆଯାଉ । ତାହାହିଁ ଟେବୁଲର ମଝିଅଂଶ ।
  • ସେହିପରି ଏକ ସୁତୁଲି ନେଇ ବେଞ୍ଚର ଗୋଟିଏ ମୁଣ୍ଡ ଓ ବେଞ୍ଚର ଚିହ୍ନିତ ଅଂଶ ଉପରେ ଦୈର୍ଘ୍ୟ ଦିଗରେ ପକାଯାଉ । ଏହି ସୁତୁଲି ଯେଉଁଠି ବେଞ୍ଚର ଗୋଟିଏ ମୁଣ୍ଡ ଓ ଚିହ୍ନିତ ସ୍ଥାନରେ ରହୁଛି, ସେଠାରେ ଦୁଇଟି ଗଣ୍ଠି ପକାଯାଉ । ବର୍ତ୍ତମାନ ସୁତୁଲିଟିର ମଝିଅଂଶକୁ ଚିହ୍ନଟ କରାଯାଉ । ସୁତୁଲିଟି ଦୈର୍ଘ୍ୟ ଦିଗରେ ବେଞ୍ଚର ଗୋଟିଏ ମୁଣ୍ଡରୁ ପକାଇ ଯେଉଁଠି ସୁତୁଲିର ମଝିଅଂଶ ରହୁଛି ବେଞ୍ଚଉପରେ ସେହିଠାରେ ଗୋଟିଏ ଚିହ୍ନ ଦିଆଯାଉ । ତାହାହିଁ ବେଞ୍ଚର ଏକ ଚତୁର୍ଥାଂଶ ।
  • ସେହିପରି ବେଞ୍ଚର ଏକ ଅଷ୍ଟମାଂଶ ନିର୍ଣ୍ଣୟ କରାଯିବା ନିମନ୍ତେ ଉପରୋକ୍ତ ସୋପାନ ଅନୁସରଣ କରିବା ବିଧେୟ ।

ତୁମପାଇଁ କାମ – ୧ ।
ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କର ପାଦକୁ ମାପର ଏକକ ନେଇ ଶ୍ରେଣୀଗୃହର ଦୈର୍ଘ୍ୟ ଓ ପ୍ରସ୍ଥକୁ ମାପି ତଳ ସାରଣୀ ପୂରଣ କର ।
ଶ୍ରେଣୀଗୃହର ଦୈର୍ଘ୍ୟ ଓ ପ୍ରସ୍ଥର ମାପ
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 1
ଉ-
ନିଜେ କର ।

ତୁମପାଇଁ କାମ – ୩

ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ହାତ ଚାଖଣ୍ଡକୁ ମାପର ଏକକ ନେଇ ଶ୍ରେଣୀ ଟେବୁଲର ଦୈର୍ଘ୍ୟ ଓ ପ୍ରସ୍ଥ ମାପି ତଳ ସାରଣୀ ପୂରଣ କର ।
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 2
ଉ-
ନିଜେ କର ।

  • ଇଜିପ୍ଟର ଲୋକମାନେ ଆଗକାଳରେ ସେହିପରି ହାତର (କହୁଣୀଠାରୁ ଆଙ୍ଗୁଳିର ଶୀର୍ଷ ପର୍ଯ୍ୟନ୍ତ) ମାପକୁ ଦୂରତାର ମାପର ଏକକ ରୂପେ ବ୍ୟବହାର କରୁଥିଲେ ।
  • ଇଜିପ୍‌ଟର ଲୋକମାନେ ଆଗକାଳରେ ସେହିପରି ହାତର (କହୁଣୀଠାରୁ ଆଙ୍ଗୁଳିର ଶୀର୍ଷ ପର୍ଯ୍ୟନ୍ତ) ମାପକୁ ଦୂରତାର ମାପର ଏକକ ରୂପେ ବ୍ୟବହାର କରୁଥିଲେ ।
  • ଆମ ଦେଶର ଲୋକମାନେ ଆଗକାଳରେ ହାତର ଆଙ୍ଗୁଳି ଏବଂ ମୁଠାକୁ ଦୈର୍ଘ୍ୟର ମାପ ପାଇଁ ବ୍ୟବହାର କରୁଥିଲେ ।
    ମାପନ ହେଉଛି ଗୋଟିଏ ଜଣାଥ‌ିବା ରାଶିସହ ଅନ୍ୟ ଅଜଣା ରାଶିର ତୁଳନା କରିବା ।

    • ଏହି ଜଣାଥିବା ରାଶିକୁ ଏକକ ରୂପେ ନିଆଯାଏ ।
  • ମାପକର ଫଳାଫଳକୁ ଯେଉଁ ଭୌତିକ ରାଶିରେ ପ୍ରକାଶ କରାଯାଏ, ତାହାର ଦୁଇଟି ଅଂଶ ଥାଏ । ତନ୍ମଧ୍ୟରୁ ଗୋଟିଏ ସଂଖ୍ୟା ଓ ଅନ୍ୟଟି ତାହାର ଏକକ ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

→ ଆନ୍ତର୍ଜାତିକ ଏକକ ପଦ୍ଧତି ;

  • ପୃଥ‌ିବୀର ବୈଜ୍ଞାନିକମାନେ ଗୋଟିଏ ପ୍ରକାର ମାନକ ଏକକ ମାପନ ପଦ୍ଧତି ଗ୍ରହଣ କରିଛନ୍ତି । ତାହାକୁ ଆନ୍ତର୍ଜାତିକ ଏକକ ପଦ୍ଧତି କୁହାଯାଏ ।
    ଆନ୍ତର୍ଜାତିକ ଏକକ ଦୈର୍ଘ୍ୟ ଏକକ ମିଟର ।
  • ୧ ମିଟର = ୧୦୦ ସେଣ୍ଟିମିଟର, ୧ ସେ.ମି. = ୧୦ ମିଲିମିଟର, ୧ କିଲୋମିଟର = ୧୦୦୦ ମିଟର

→ ତୁମପାଇଁ କାମ – ୪ ନିମ୍ନ ସାରଣୀକୁ ପୂରଣ କର । (ପ୍ରଶ୍ନ ସହ ଉତ୍ତର) :
୧ ମିଟର = ୧୦୦ ସେ.ମି.
୨ ମିଟର = ୨00 ସେ.ମି.
୨୯ ମିଟର = ୨୯୦୦ ସେ.ମି.
୨ ମି. ୨୫ ସେ.ମି. = ୨ ମି. ୨୫ ସେ.ମି.
୧୦୦ ସେ.ମି. = = ୧ ମିଟର
୫00 ସେ.ମି. = ୫ ମିଟର
୩୪୦୦ସେ.ମି. = ୩୪ ମି. ୦ ସେ.ମି.
୪୦୨୭ ସେ.ମି. = ୪୦ ମି. ୨୭ ସେ.ମି.

→ ମାପନ ବେଳେ ସତର୍କତା :

  • ସ୍କେଲ୍‌ର ଆରମ୍ଭ ମୁଣ୍ଡକୁ ବସ୍ତୁର ଆରମ୍ଭ ମୁଣ୍ଡ ସହିତ ଠିକ୍ ଭାବରେ ମିଶାଇ ରଖୁବା ଆବଶ୍ୟକ ।
  • ସ୍କେଲ୍‌ର ଆରମ୍ଭ ମୁଣ୍ଡରେ ଶୂନ ଥ‌ିବା ସ୍ଥାନ ଦନ୍ତଡ଼ା ବା ଭାଙ୍ଗିଯାଇଥିଲେ ସ୍କେଲ୍‌ର ବ୍ୟବହାରରେ ବିଶେଷ ସତର୍କତା
  • ଦୈର୍ଘ୍ୟ ମାପିବାବେଳେ ଚକ୍ଷୁର ଅବସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।

ତୁମ ଜ୍ୟାମିତି ବାକ୍ସରେ ଥ‌ିବା ସ୍କେଲ୍‌ର ଦୈର୍ଘ୍ୟ କେତେ ସେ.ମି. ?
ଉ –
ଜ୍ୟାମିତି ବାକ୍ସରେ ଥ‌ିବା ସ୍କେଲ୍‌ର ଦୈର୍ଘ୍ୟ ୧୫ ସେ.ମି. ।

ଚିତ୍ର (କ)କୁ ଦେଖ୍ ବସ୍ତୁଟିର ଦୈର୍ଘ୍ୟ କେତେ କୁହ ? (ଖ)କୁ ଦେଖ୍ ବସ୍ତୁଟିର ଦୈର୍ଘ୍ୟ କେତେ କୁହ ?
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 3
ଚିତ୍ର (କ)ରେ ବସ୍ତୁଟିର ଦୈର୍ଘ୍ୟ ୧୩ ସେ.ମି. ।
ଚିତ୍ର (ଖ)ରେ ବସ୍ତୁଟିର ଦୈର୍ଘ୍ୟ ୧୩.୪ ସେ.ମି. ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

ତୁମପାଇଁ କାମ – ୫

କର । ତଳ ସାରଣୀକୁ ଖାତାରେ ଅଙ୍କନ କରି ଉଭୟ ପ୍ରକାର ମାପକୁ ପୂରଣ କର ।
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 4
ଉ –
ନିଜେ କର ।

→ ବକ୍ରରେଖାର ଦୈର୍ଘ୍ୟ ମାପନ :
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 5

  • ବକ୍ରରେଖାର ଦୈର୍ଘ୍ୟକୁ ସ୍କଲ ଦ୍ୱାରା ମାପି ପାରିବ ନାହିଁ । ସୂତା ଖଣ୍ଡେ ବ୍ୟବହାର କରି ବକ୍ରରେଖାର ଦୈର୍ଘ୍ୟ ମାପି ପାରିବ ।
  • ସୂତାର ଗୋଟିଏ ମୁଣ୍ଡରେ ଗଣ୍ଠିଟିଏ ପକାଅ । ଏଇ ଗଣ୍ଠିକୁ ଚିତ୍ରର ‘କ’ ସ୍ଥାନରେ ରଖ । ସୂତାର ଅଳ୍ପ ଅଂଶକୁ ତୁମର ଦୁଇ ହାତ ସାହାଯ୍ୟରେ ବକ୍ରରେଖା ଉପରେ ପକାଅ । ଏହି ଶେଷ ଅଂଶକୁ ହାତରେ ଧରି ଅନ୍ୟ ହାତରେ ସୂତାର ଆଉ କିଛି ଅଂଶକୁ ବକ୍ରରେଖା ଉପରେ ପକାଅ । ଏହିପରି ମାପ କରିଚାଲ ।
  • ଶେଷରେ ତୁମେ ଚିହ୍ନିତ ଥ‌ିବା ‘ଖ’ ବିନ୍ଦୁରେ ପହଞ୍ଚି ଯିବ । ବକ୍ରରେଖାର ‘ଖ’ ବିନ୍ଦୁକୁ ସ୍ପର୍ଶ କରୁଥିବା ସୂତାର ଶେଷ ପ୍ରାନ୍ତକୁ ଚିହ୍ନିତ କର । ବକ୍ରରେଖା ଉପରୁ ସୂତା ଖଣ୍ଡିକ କାଢ଼ି ଆଣି, ସ୍କେଲ ଦ୍ବାରା ମାପି ବକ୍ରରେଖାର ପ୍ରକୃତ ଦୈର୍ଘ୍ୟ ପାଇବ ।

Leave a Comment