Odisha State Board BSE Odisha 9th Class Physical Science Important Questions Chapter 5 ଗତି Important Questions and Answers.
BSE Odisha 9th Class Physical Science Important Questions Chapter 5 ଗତି
Subjective Type Questions With Answers
1. ବସ୍ତୁର ପ୍ରଥମ ଗତି ସମୀକରଣ ନିଗମନ କର ।
ଉ-
(i) ମନେ କ ର ଗୋଟିଏ ବ ସ୍ତୁ ଏ କ ସରକରେଖାରେ ସମତ୍ୱରଶ aରେଗତି କରୁଛି । t = 0 ସମୟରେ ଏହାର ପରିବେଗ = u ଓ t ସମୟ ପରେ ଏହାର ଅନ୍ତି ମ ପରିବେଗ = v ।
(ii) X ଅକ୍ଷରେଖାରେ ସମୟ ଓ Y ଅକ୍ଷରେଖାରେ ପରି ବେଗ ନେଲେ ପ୍ରାରମ୍ଭିକ ବିନ୍ଦୁ A ର ସ୍ଥାନାଙ୍କ (0. u) ଓ Bର ସ୍ଥାନାଙ୍କ (t, v) ।
(ସମ ତ୍ଵରଣରେ ଗତି କରୁଥିବା
(iii) B ବିନ୍ଦୁରୁ X-ଅକ୍ଷରେଖା ପ୍ରତି BC ଲମ୍ବ ଅଙ୍କନ କରାଯାଉ, ଯାହା ବିନ୍ଦୁରୁ X- ଅକ୍ଷରେଖା ପ୍ରତି ଅଙ୍କିତ AD ସମାନ୍ତର ରେଖା, BC କୁ D ବିନ୍ଦୁରେ ଛେଦ କରିବ ।
(iv) ଚିତ୍ର ଅନୁ ସାରେ OA = DC = u, BC = v, AD = t, BD = BC-DC = v – u
(v) ସଂଜ୍ଞାନୁସାରେ ତ୍ଵରଣ
⇒ at = v – u ⇒ v = u + at
ଏହା ଗତିର ପ୍ରଥମ ସମୀକରଣ ।
2. ଗତିର ଦ୍ଵିତୀୟ ସମୀକରଣ ସମୟ-ପରି ବେଗ ଲେଖଚିତ୍ରରୁ ନିଗମନ କର ।
ଉ –
(i) ମନେ କ ର ଗୋଟିଏ ବସ୍ତୁ ଏ କ ସରକରେ ଖ। ରେସମତ୍ୱରଣ aରେ ଗତି କରୁଛି । t = 0 ସମୟରେ ଏହାର ପରିବେଗ = u ଓ t ସମୟ ପରେ ଏହାର ଅନ୍ତଃ ମ ପରିବେଗ = v ।
(ii) X ଅକ୍ଷରେଖାରେ ସମୟ ଓ Y ଅକ୍ଷରେଖାରେ ପରି ବେଗ ନେଲେ ପ୍ରାରମ୍ଭିକ ବିନ୍ଦୁ Aର ସ୍ଥାନାଙ୍କ (0, u) ଓ Bର ସ୍ଥାନାଙ୍କ (t, v) ।
(iii) B ବିନ୍ଦୁରୁ X-ଅକ୍ଷରେଖା ପ୍ରତି BC ଲମ୍ବ À ବିନ୍ଦୁରୁ X- ଅଙ୍କନ କରାଯାଉ, ଯାହା ଅକ୍ଷରେଖା ପ୍ରତି ଅଙ୍କିତ AD ସମାନ୍ତର ରେଖା, BC କୁ D ବିନ୍ଦୁରେ ଛେଦ କରିବ ।
(iv) ଚିତ୍ର ଅନୁ ସାରେ OA = DC = u, BC = v, AD = t, BD = BC – DC = v – u
ବସ୍ତୁର ସମୟ-ପରିବେଗ ଗ୍ରାଫ୍)
(v) ମନେକର ବସ୍ତୁଟି ମୂଳବିନ୍ଦୁରୁ ଯାତ୍ରା ଆରମ୍ଭ କରି ଏକ ସରଳରେଖାରେ ତ୍ଵରଣ ରେ ଗତିକରି । ସମୟ ମଧ୍ୟରେ s ଦୂରତା ଅତିକ୍ରମ କରିଛି ।
(vi) କୋଖ AB ଓ X-ଅକ୍ଷରେଖା ମଧ୍ୟର t କ୍ଷେତ୍ର (ABCର କ୍ଷେତ୍ର ଫଳ । ସମୟ ମଧ୍ୟରେ ବସ୍ତୁଦ୍ୱାରା ଅତିକ୍ରାନ୍ତ ଦୂରତା sର ପରିମାଣ ସହ ସମାନ ।
s = OABC କ୍ଷେତ୍ରର କ୍ଷେତ୍ରଫଳ = OADC ଆୟକ୍ଷେତ୍ରର କ୍ଷେତ୍ରଫଳ + AABDର କ୍ଷେତ୍ରଫଳ
= (OA x OC) + \(\frac {1}{2}\)(AD x BD)
= u x t + \(\frac {1}{2}\) t x at (∵BD = v – u = at)
= u t + \(\frac {1}{2}\) at2
∴ s = u t + \(\frac {1}{2}\) at2
ଏହା ଗତିର ଦ୍ଵିତୀୟ ସମୀକରଣ ଅଟେ ।
3. ସମବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ ରୁ ବେଗ ନିର୍ଣ୍ଣୟ କି ପରି କରାଯାଏ ଦର୍ଶାଅ ।
ଉ –
(i) ମନେକର ଗୋଟିଏ ବସ୍ତୁ ସରଳରେଖାରେ ସମ ବେଗରେ ଗତି କରୁଛି । ଏହି ଗତିରେ ଅନ୍ତ ର। ଳ ରେ ସମାନ ପରି ମାଣ ରେ ବୃଦ୍ଧିପାଏ ।
(ii) ସମବେଗରେ ଗତିଶୀଳ ବସ୍ତୁର ସମୟ- ତ୍ରର ତାଗ୍ର।ଫ୍ତାର୍ଯଧକ ସରଳରେଖା ହୁଏ ଓ ଏଥିରୁ ଜଣାଯାଏ ଦୂରତା ସମ ହାରରେ ବୃଦ୍ଧି ପାଉଛି ।
(iii) ସମୟ-ଦୂରତା ଗ୍ରାଫ୍ରେ ଦୁଇଟି ବିନ୍ଦୁ A ଓ B ନି ଆଯାଉ । A ସ୍ଥାନରେ ସମୟର ପଠ୍ୟାଙ୍କ t1 ଏବଂ B ଯୁ। ନରେ ସମୟର ପଠ୍ୟାଙ୍କ t2 ଦ୍ରେଡ I A ବିଯୁର ହରତାର ପଠ୍ୟାଙ୍କ s1 ଏବଂ B ବିଯୁର ହରତାର ପଠ୍ୟାଙ୍କ s2 ବ୍ରେଡ ।
(ସମବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍)
(iv) A ବିନ୍ଦୁରୁ x-ଅକ୍ଷରେଖା ସହ ସମାନ୍ତର କରି ଏକ ରେଖା ଏବଂ B ବିନ୍ଦୁରୁ y-ଅକ୍ଷରେଖା ସହ ସମାନ୍ତର କରି ଅନ୍ୟ ଏକ ରେଖା ଟାଣ । ରେ ଖାଦ୍ଵୟ ପରି ସ୍ପରକୁ ୯ ବିନ୍ଦୁରେ ଛେଦ କରନ୍ତୁ ।
(v) ∆ ABC ରେ AC = ସମୟ ବବଧାନ
= t1 – t2 ଓ BC
= ଦୂରତାର ବ୍ୟବଧାନ = S2 – S1
4. ସମୟ-ପରିବେଟ ଲେଖଚିତ୍ର ମାଧ୍ୟମରେ v2 = u2 + 2as ଗତି ସମୀକରଣର ସୂତ୍ର ନିଗମନ କର ।
ଉ-
ମନେ କ ର ସମ ତ୍ଵରଣରେ ଓ ଏ କ t ସମୟ ମଧ୍ୟରେ s ଦୂରତା ବିସ୍ଥାପିତ ହେଲା । ଏହି ଗତିର ସମୟ-ପରିବେଗ ଲେଖଚିତ୍ର ଏଠାରେ ପ୍ରଦର୍ଶିତ ହୋଇଛି ।
X-ଅକ୍ଷରେଖାରେ ସମୟକୁ ଏବଂ Y-ଅକ୍ଷରେଖାରେ ପରିବେଗକୁ ଦର୍ଶାଯାଇଛି ।
u = ବସ୍ତୁର ପ୍ରାରମ୍ଭିକ ପରିବେଗ (t = 0 ସମୟରେ )
v = ବସ୍ତୁର ଅନ୍ତିମ ପରିବେଗ (t = t ସମୟରେ)
t= ଗତି କରୁଥିବା ସମୟ ଅବଧୂ
a = ବସ୍ତୁର ତ୍ଵରଣ
s = t ସମୟ ମଧ୍ୟରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା ଏହି ସମୟ ପରିବର୍ତ୍ତନ ଓ ପରିବେଗର ପରିବର୍ତ୍ତନ ଲେଖଚିତ୍ରରେ ପ୍ରଦର୍ଶିତ ହୋଇଛି ।
t = 0 ସମୟରେ ପ୍ରାରମ୍ଭିକ ଅବସ୍ଥାନ A ର ନିର୍ଦ୍ଦେଶାଙ୍କଦ୍ଵୟ (0, u) । t ସମୟ ପରେ ଅବସ୍ଥାନ B ର ନିର୍ଦ୍ଦେଶାଙ୍କଦ୍ଵୟ (t, v) । B ବିନ୍ଦୁରୁ ଅକ୍ଷରେଖା ପ୍ରତି BC ଲମ୍ବ ଅଙ୍କିତ ଯାହା A ବିନ୍ଦୁରୁ X-ଅକ୍ଷରେଖା ପ୍ରତି ଅଙ୍କିତ AD ସମାନ୍ତର ରେଖା, BC କୁ D ବିନ୍ଦୁରେ ଛେଦ କରିବ ।
∴ ଚିତ୍ର ଅନୁ ସାରେ OA = CD = u,
OC = AD = t
BC = v, BD = BC – CD = v – u
t ସମୟ ମଧ୍ୟରେ ଆବଦ୍ଧ କ୍ଷେତ୍ର 0ABC ର କ୍ଷେତ୍ର ଫଳ ବସ୍ତ୍ର ଦ୍ୱାରା ଅତିକ୍ରାନ୍ତ ଦୂରତା ବିସ୍ଥାପନକୁ ସୂଚାଇଥାଏ ।
s = OABC ଟ୍ରାପିଜିୟମ୍ର କ୍ଷେତ୍ରଫଳ
OA = u, BC = v, OC = t ହେଲେ
⇒ at = v – u
∴ t = \(\frac {v – u}{a}\)
t ର ଏହି ମୂଲ୍ୟ ସଂସ୍ଥାପନ କଲେ
⇒ 2as = v2 – u2
⇒ v2 = u2 + 2as
5. ଦୂରତା ଓ ବିସ୍ଥାପନ କହିଲେ କ’ଣ ବୁଝ ଉଦାହରଣ ସହ ବୁଝାଅ । ?
ଉ-
ଦୂରତା :
(i) ଗୋଟିଏ ବସ୍ତୁ ପ୍ରାରମ୍ଭିକ ବିନ୍ଦୁରୁ ବାହାରି କୌଣସି ଏକ ପଥରେ ଗତିକରି ଅଛି ମ ବିନ୍ଦୁରେ ପହଞ୍ଚିଲେ ବସ୍ତୁଟି ଅତିକ୍ରମ କରିଥିବା ପଥର ପ୍ରକୃତ ଦୈର୍ଘ୍ୟ (Length) କୁ ଦୂରତା କୁହାଯାଏ ।
(ii) ଦୂରତା ଏକ ଅଦିଶ ରାଶି କାରଣ ଏହାର ଦିଗ ନଥାଏ ।
(iii) ଏହି ଭୌତିକ ରାଶିର ପରିମାଣକୁ କେବଳ ସଂଖ୍ୟାଦ୍ଵାରା ପ୍ରକାଶ କରାଯାଏ ।
ଏକକ : S.I. ପଦ୍ଧତିରେ ଦୂରତାର ଏକକ କି.ମି. ବା ମି. । CGS ପଦ୍ଧତିରେ ଦୂରତାର ଏକକ ସେ.ମି. ।
ଉଦାତ୍ରରଣ:
ମନେକର ଗୋଟିଏ ବସ୍ତୁ ଏକ ସରଳରେଖାରେ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ୦ ଠାରୁ ତାହାର ଗତି ଆରମ୍ଭ କଲା । ଭିନ୍ନ ଭିନ୍ନ ସମୟରେ A, B ଓ C ବସ୍ତୁର ବିଭିନ୍ନ ଅବସ୍ଥାନର ତିନୋଟି ବିନ୍ଦୁ । ବସ୍ତୁଟି C ଓ B ବିନ୍ଦୁ ଦେଇ A ଆଡ଼କୁ ଯାଇଛି । ସେଠାରୁ ପୁନଶ୍ଚ ସେ B ବିନ୍ଦୁ ଦେଇ ୯ ବିନ୍ଦୁକୁ ଫେରିଆସିଛି । ବସ୍ତୁଟି ଅତିକ୍ରାନ୍ତ କରିଥିବା ମୋଟ ଦୂରତା
= OA + AC
= 70 କି.ମି. + 50 କି.ମି. 120 କି.ମି.
ବିସ୍ଥାପନ :
(i) ଗୋଟିଏ ବସ୍ତୁ ଏକ ପ୍ରାରମ୍ଭିକ ବିନ୍ଦୁରୁ ତା’ର ଗତି ଆରମ୍ଭ କରି ଏକ ଅନ୍ତିମ ବିନ୍ଦୁରେ ପହଞ୍ଚିଲା ପରେ ସେହି ବିନ୍ଦୁଦ୍ଵୟ ମଧ୍ଯରେ ଥିବା ସର୍ବନିମ୍ନ ଦୂର ତ।କୁ ବସ୍ତୁର ବି ସ୍ଥାପନ କୁହାଯାଏ ।
(ii) ବିସ୍ଥାପନ ଏକ ସଦିଶ ରାଶି କାରଣ ଏହାର ଉଭୟ ପରିମାଣ ଓ ଦିଗ ରହିଥାଏ ।
(iii) ବିସ୍ଥାପନର ଦିଗ ସର୍ବଦା ପ୍ରାରମ୍ଭିକ ବିନ୍ଦୁରୁ ଅନ୍ତିମ ବିନ୍ଦୁ ଆଡ଼କୁ ହୋଇଥାଏ ।
ଉଦାତ୍ରରଣ:
(i) ଉପରିସ୍ଥ ଚିତ୍ରରେ ବସ୍ତୁଟି ( ଠାରୁ A ପର୍ଯ୍ୟନ୍ତ ଏକ ସରଳରେଖାରେ 70 କି.ମି. ଦୂରତା ଯାଇଛି । ଏଠାରେ ବିସ୍ଥାପନର ପରିମାଣ = ତ୍ରରତା = 70 କି.ମି.
(ii) ବସ୍ତୁଟି ୦ ଠାରୁ A ପର୍ଯ୍ୟନ୍ତ ଯାଇ ପୁନଶ୍ଚ B କୁ ଫେରି ଆସିଲେ ଅତିକ୍ରାନ୍ତ ଦୂରତା = OA + AB = 70 କି.ମି. + 20 କି.ମି. = ୨୦ କି.ମି. ମାତ୍ର B ସ୍ଥାନରେ ମୂଳବିନ୍ଦୁ ୦ ଠାରୁ ବସ୍ତୁର ବିସ୍ଥାପନ 50 କି.ମି. । ତେଣୁ ବିସ୍ଥାପନର ପରିମାଣ (50 କି.ମି.) ଅତିକ୍ରାନ୍ତ ଦୂରତାର ପରିମାଣ (୨୦ କି.ମି.) ସହ ସମାନ ନୁହେଁ ।
(iii) ଯଦି ବସ୍ତୁଟି ମୂଳବିନ୍ଦୁ ୦ ଠାରୁ ବାହାରି A ପର୍ଯ୍ୟନ୍ତ ଯାଇ ପୁଣି ଠ କୁ ଫେରି ଆସିଲେ, ଅତିକ୍ରାନ୍ତ୍ର ତୂରତା = 70 କି.ମି + 70 କି.ମି = 140 କି.ମି. । କିନ୍ତୁ ବସ୍ତୁର ପ୍ରାରମ୍ଭିକ ବିନ୍ଦୁ ଓ ଅନ୍ତିମ ବିନ୍ଦୁ ସମାନ ହୋଇଯିବାରୁ ବସ୍ତୁର ବିସ୍ଥାପନ ଶୂନ ହେବ ।
ଗୋଟିଏ ବିନ୍ଦୁରେ ବସ୍ତୁର ବିସ୍ଥାପନ ଶୂନ ହୋଇପାରେ, ମାତ୍ର ଅତିକ୍ରାନ୍ତ ଦୂରତା ଶୂନ ହେବ ନାହିଁ ।
ଦୂରତାର ଏକକ ବିସ୍ଥାପନର ଏକକ ସହ ସମାନ । ସମାନ ।
ମୋଟରଯାନ ଗତି କରୁଥିବାବେଳେ ଅତିକ୍ରମ କରୁଥିବା ଦୂରତା ମାପିବା ପାଇଁ ସେଣ୍ଟ୍ରେ ଓଡ଼ୋମିଟର (Odometer) ଲାଗିଥାଏ ।
1. ସମବୃତ୍ତୀୟ ଗତି କ’ଣ ? ସମବୃତ୍ତୀୟ ଗତିର ଏକ ଉଦାହରଣ ଦିଅ । ଏହା କାହିଁକି ଏକ ତ୍ବରାନ୍ବିତ ଗତି ବୁଝାଅ ।
ଉ-
(i) ଯେତେବେଳେ କୌଣସି ବସ୍ତୁ ବୃତ୍ତାକାର ପଥରେ ସାମ ବେଗରେ ଗତି କରେ ଗତି କୁହାଯାଏ ।
(ii) ଗୋଟିଏ ସୂତା ଅଗ୍ରରେ ଏକ ଲୌହ ବଲ୍କୁ ବାନ୍ଧି ଏହାର ଗୋଟିଏ ମୁଣ୍ଡକୁ ଆଙ୍ଗୁଠିରେ ଚାପିରଖ୍ ଲୌହବଲ୍ କୁ ବୃତ୍ତାକାର ପଥରେ ଘୂରାଇଲେ ଲୌହବଲ୍ର ଗତି ସମବୃତ୍ତୀୟ ଗତି ହେବ ।
(iii) ଏ ପ୍ରକାର ଗତିରେ ବସ୍ତୁଟି ପ୍ରତି ମୁହୂର୍ତ୍ତରେ ଦିଗ ବଦଳାଏ । ତେଣୁ ବସ୍ତୁର ପରିବେଗର ପରି ମାଣ ସମାନ ଥିଲେ ମଧ୍ୟ ଦି ଗ ବଦଳୁଥିବାରୁ ଏହାର ତ୍ଵରଣ ଥାଏ । ତେଣୁ ଏହା ଏକ ତ୍ଵରାନ୍ଵିତ ଗତି ।
2. ଜଣେ ବ୍ୟକ୍ତି 120 m ଦୈର୍ଘ୍ୟ ବିଶିଷ୍ଟ ଏକ ପୋଖରୀର ଦୈର୍ଘ୍ୟ ଦିଗରେ ଗୋଟିଏ ପ୍ରାନ୍ତରୁ ପହଁରି ଅପରପ୍ରାନ୍ତକୁ ଯାଇ ସେହି ସ୍ଥାନକୁ ସିଧା ରିଆସିଲା ଏବଂ ଏଥିପାଇଁ ତାକୁ 6 ମିନିଟ୍ ସମୟ ଲାଗିଲା, ତେବେ ବ୍ୟକ୍ତିର ହାରାହାରି ବେଗ ଓ ହାରାହାରି ପରିବେଗ ନିରୂପଣ କର ।
ଉ-
ମୋଟ ଅତିକ୍ରାନ୍ତ ଦୂରତା = 120 m + 120 m = 240 m ଓ ସମୟ = 6 ମିନିଟ୍ = 360 ସେକେଣ୍ଡ ।
3. 80 m ଉଚ୍ଚ ଟାୱାର ଉପରୁ ଏକ ବଲ୍ ତଳକୁ ପକାଇ ଦି ଆଗଲା। ବଲ୍ ଟି ଭୂମିକୁ ଭୂମି କୁ ସ୍ପର୍ଶ କଲାବେଳେ ତା’ର ପରିବେଗ କେତେ ଥିଲା ? (g = 10m/s2)
ଉ-
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0
ଅତିକ୍ରାନ୍ତ୍ର ତୂରତା (s) = 80 m ଓ g = 10 m/s2
∴ v2 = u2 + 2as
= v2 = 02 + 2 x 10 m/s2 × 80 m = 1600 m2/s2
v = 40 m/s
∴ ବଲ୍ଟି ଭୂମିକୁ ସ୍ପର୍ଶକଲାବେଳେ ତା’ର ପରିବେଗ 40 m/s ଥିଲା ।
4. ଗୋଟିଏ ବସ୍ତୁକୁ ଭୂଲମ୍ବ ଦିଗରେ ଭୂମିଠାରୁ ଉପରକୁ ନିକ୍ଷେପ କରାଗଲା । ଏହା 4 ସେକେଣ୍ଡ ପରେ ପ୍ରାରମ୍ଭିକ ସ୍ଥାନକୁ (ଯେଉଁ ସ୍ଥାନରୁ ଯାଇଥୁଲା ସେହି ସ୍ଥାନକୁ) ଫେରି ଆସିଲା । ତାହାହେଲେ ଏହାର ପ୍ରାରମ୍ଭିକ ବେଗ କେତେ ଥିଲା ? ଏହା କେତେ ଉପରକୁ ଉଠିଥିଲା ? (g = 10 m/s2)
ଉ-
ମୋଟ ସମୟ ଲାଗିଛି = 4 sec
କେବଳ ଉପରକୁ ଉଠିବାକୁ ସମୟ ଲାଗିଛି = \(\frac {4 sec}{2}\) = 2 sec.
(ଉପରକୁ ଉଠିବାକୁ ଯେତିକି ସମୟ ଲାଗିବ ତଳକୁ ଖସିବାକୁ ସେତିକି ସମୟ ଲାଗିବ ।) ଉପରକୁ ଉଠିବାପାଇଁ v = 0, t = 2 sec, g = – 10 m/s2
v = u + at ⇒ 0 = u + at
⇒ u = -at = -(-10m/s2) x 2s = 20 m/s
v2 = u2 + 2gs ⇒ 0 = u2 + 2 gs
⇒ s = \(\frac{-\mathrm{u}^2}{2 \mathrm{~g}}=\frac{-(20 \mathrm{~m} / \mathrm{s})^2}{2 \times\left(-10 \mathrm{~m} / \mathrm{s}^2\right)}=\frac{-400 \mathrm{~m}^2 / \mathrm{s}^2}{-20 \mathrm{~m} / \mathrm{s}^2}\)
= 2o m
∴ ବସ୍ତୁଟି 20m ଉପରକୁ ଉଠିଥିଲା ଓ ତାହାର ପ୍ରାରମ୍ଭିକ ବେଗ 20 m/s ଥିଲା ।
5. ଗୋଟିଏ ବସ୍ତୁ ଭୂମିଠାରୁ 20 m ଉପରୁ ସ୍ଥିରାବସ୍ଥାରୁ ମୁକ୍ତ ଭାବରେ ପଡ଼ିଲା । ଭୂପୃରେ ପଡ଼ିବାକୁ ଏହାକୁ କେତେ ସମୟ ଲାଗିବ ? ଠିକ୍ ଭୂମିକୁ ଛୁଇଁବା ବେଳେ ଏହାର ପରିବେଗ କେତେ ହେବ? (g = 10 m/s2)
ଉ-
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0
ଅତିକ୍ରାନ୍ତ ଦୂରତା (s) = 20 m
ଓ ମାଧ୍ୟାକର୍ଷଣ ଜନିତ ତ୍ଵରଣ (g) = 10 m/s2
v2 = u2 + 2gs = 2gs (∵ u = 0)
⇒ v = \(\sqrt{2 \mathrm{gs}}=\sqrt{2 \times 10 \mathrm{~m} / \mathrm{s}^2 \times 20 \mathrm{~m}}=\sqrt{400 \mathrm{~m}^2 / \mathrm{s}^2}\)
= 20 m/s
v = u + gt
⇒ t = \(\frac{\mathrm{v}-\mathrm{u}}{\mathrm{g}}=\frac{20 \mathrm{~m} / \mathrm{s}}{10 \mathrm{~m} / \mathrm{s}^2}\)
∴ ଭୂପୃଷ୍ଠରେ ପଡ଼ିବାକୁ 2 ସେକେଣ୍ଡ ସମୟ ଲାଗିବ ଓ ଠିକ୍ ଭୂମିରେ ଛୁଇଁବା ବେଳେ ଏହାର ପରିବେଟ। 20 m/s ହେବ।
6. ସ୍ଥିରାବସ୍ଥାରୁ ଗୋଟିଏ କାର୍ ଗତି ଆରମ୍ଭ କରି ଏକ ସିଧା ରାସ୍ତାରେ 4 m/s2 ସମ ତ୍ଵରଣରେ ଗତି କଲା । 10 ସେକେଣ୍ଡ ପରେ ଏହାର ପରିବେଗ କେତେ ହେବ ? ଏହି ସମୟ ମଧ୍ୟରେ କାର୍ଟି କେତେ ଦୂର ଯାଇଥିବ ?
ଉ-
ଏଠାରେ ପ୍ରାରମ୍ଭିକ ପରି ବେଗ (u) = 0,
ତ୍ଵରଶ (a) = 4 m/s2
ସମୟ (t) = 10s
ଆନ୍ତିମ ପରିବେଗ = v ହେଲେ
v = u + at = 0 + 4 m/s2 x 10s = 40 m/s
ଅତିକ୍ରାନ୍ତ ହରତା (s) = ut + \(\frac {1}{2}\) at2
= 0 x t + \(\frac {1}{2}\) × 4 m/s2 × (100 s)2
= \(\frac {1}{2}\) x 4 m/s2 × (100 s)2 = 200 m
∴10 ସେକେଣ୍ଡ ପରେ କାର୍ର ପରିବେଗ ହେବ 40 m/s । ଏହି ସମୟ ମଧ୍ୟରେ କାର୍ଟି 200 m
7. ଗୋଟିଏ ଟ୍ରେନ୍ 9୦ km/h ବେଗରେ ଗତି କରୁ ଥିଲା । ହଠାତ୍ ଟ୍ରେନ୍ ର ବ୍ରେକ୍ ଦେଇ ଟ୍ରେନ୍ ଟିର ତ୍ଵରଣ – 0.5 m/s2 କରାଗଲା । ଟ୍ରେନ୍ ଟି ସ୍ଥିର ହେବ। ପୂର୍ବରୁ କେତେ ଦୂର ଯାଇପାରିବ ?
ଉ-
ଟ୍ରେନ୍ ର ପ୍ରାରମ୍ଭିକ ବେଗ (u) = 90 କି.ମି./ ଘଣ୍ଟା
= \(\begin{aligned}90000 \\3600\end{aligned}\) ମିଟର / ସେକେଣ୍ଡ = 25 ମି/ସେକେଣ୍ଡ
ତ୍ଵରଣ (a) = -0.5 ମିଟର / ସେକେଣ୍ଡ2
ଅନ୍ତିମ ବେଗ (v) = 0
v2 = u2 + 2as ⇒ 0 = u2 + 2as
∴ ଟ୍ରେନ୍ ଟି ସ୍ଥିର ହେବ। ପୂର୍ବରୁ 625 ମିଟର ଦୂରଯାଇପାରିବ ।
8. ଗୋଟିଏ ଗମ୍ବୁଜ ଉପରୁ ହାତରେ ଧରି ଖୁବ। ପଥରଟିକୁ ଛାଡ଼ିଦେଲା ପରେ 4 ସେକେଣ୍ଡ ପରେ ତାହା ଭୂଇଁରେ ପଡ଼ିଲା । ଗମ୍ବୁଜର ଉଚ୍ଚ ତ କେତେ ? (g = 10 m/s2)
ଉ-
ଗମ୍ବୁଜ ଉପରୁ ପଥରଟିକୁ ଛଡ଼ାଗଲା । ତେଣୁ ପ୍ରାରମ୍ଭିକ ପରିବେଗ (u) = 0,
ସମୟ (t) = 4 ସେକେଣ୍ଡ
ଗମ୍ବୁଜର ଉଚ୍ଚତା (s) = ut + \(\frac {1}{2}\) gt2 (a = g = 10 ମିଟର / ସେକେଣ୍ଡ2)
\(\frac {1}{2}\) gt2 = \(\frac {1}{2}\) x 4 x 4 = 80 ମିଟର ।
∴ ଗମ୍ବୁଜର ଉଚ୍ଚତା 80 ମିଟର ।
9. ଦୂରତା ଓ ବିସ୍ଥାପନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ-
ଦୂରତା:
(i) ଗୋଟିଏ ବସ୍ତୁ ଏକ ପ୍ରାରମ୍ଭିକ ବିନ୍ଦୁରୁ ତା’ର ଗତି ଆରମ୍ଭ କରି ଏକ ଅନ୍ତିମ ବିନ୍ଦୁରେ ପହଞ୍ଚିଲେ ସେ ଯେତିକି ପଥ ଅତିକ୍ରମ କରେ ତାହାକୁ ଦୂରତା କୁହାଯାଏ ।
(ii) ଦୂରତା ଏକ ଅଦିଶ ରାଶି ।
(iii) ବସ୍ତୁର ଗତି ଥିଲେ ଦୂରତା ଆଦୌ ଶୂନ ହୁଏ ନାହିଁ ।
ବିସ୍ଥାପନ:
(i) ଗୋଟିଏ ବସ୍ତୁ ଏକ ପ୍ରାରମ୍ଭିକ ବିନ୍ଦୁରୁ ତା’ର ଗତି ଆରମ୍ଭ କରି ଏକ ଅନ୍ତିମ ବିନ୍ଦୁରେ ପହଞ୍ଚିବା ପରେ ସେହି ବିନ୍ଦୁଦ୍ଵୟ ମଧ୍ୟରେ ଥିବା ସର୍ବନିମ୍ନ ଦୂରତାକୁ ବସ୍ତୁର ବିସ୍ଥାପନ କୁହାଯାଏ ।
(ii) ବିସ୍ଥାପନ ଏକ ସଦିଶ ରାଶି ।
(iii) ବସ୍ତୁର ଗତି ଥିଲେ ମଧ୍ୟ ବିସ୍ଥାପନ ଶୂନ ହୋଇପାରେ ।
10. ବେଗ ଓ ପରିବେଗ
ଉ-
ବେଗ:
(i) ଏକକ ସମୟରେ ଏକ ବସ୍ତୁ ଅତିକ୍ରମ କରୁଥିବା ଦୂରତାକୁ ବେଗ କୁହାଯାଏ ।
(ii) ଗୋଟିଏ ଗତିଶୀଳ ବସ୍ତୁ t ସମୟରେ ୫ ଦୂରତା ଅତିକ୍ରମ କଲେ ବେଗ \(\mathbf{S}\mathbf{t}\) |
(iii) ବେଗ ଏକ ଅଦିଶ ରାଶି ।
ପରିବେଗ:
(i) ଏକ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ ବସ୍ତୁର ବେଗକୁ ପରିବେଗ କୁହାଯାଏ ।
(ii) ଗୋଟିଏ ବସ୍ତୁ t ସମୟରେ ସମବେଗରେ ଏକ ନିର୍ଦ୍ଦିଷ୍ଟ ଦିଗରେ \(\overrightarrow{\mathrm{S}}\) ଦୂରତା ଅତିକ୍ରମ କଲେ, ପରିବେଗ
\((\vec{v})\) = \(\begin{aligned}\overrightarrow{\mathrm{s}} \\\mathrm{t}\end{aligned}\)
(iii) ପରିବେଗ ଏକ ସଦିଶ ରାଶି ।
11. ତ୍ଵରଣ ଓ ମନ୍ଦନ
ଉ-
ତ୍ଵରଣ:
(i) ପରିବେଗର ବୃଦ୍ଧିର ହାରକୁ ତ୍ଵରଣ କୁହାଯାଏ ।
(ii) ପରିବେଗର ବୃଦ୍ଧି ଘଟିଲେ ତ୍ଵରଣର ବୃଦ୍ଧି ଘଟେ ।
(iii) ଏହା ଯୁକ୍ତାତ୍ମକ ରାଶିଦ୍ଵାରା ପ୍ରକାଶିତ ହୁଏ ।
ମନ୍ଦନ:
(i) ପରିବେଗର ହ୍ରାସର ହାରକୁ ମନ୍ଦନ କୁହାଯାଏ।
(ii) ପରିବେଗର ବୃଦ୍ଧି ଘଟିଲେ ମନ୍ଦନ ହ୍ରାସପାଏ ।
(iii) ଏହା ବିଯୁକ୍ତାତ୍ମକ ରାଶିଦ୍ଵାରା ପ୍ରକାଶିତ ହୁଏ ।
12. ସମ ଗତି ଓ ଅସମ ଗତି
ଉ-
ସମ ଗତି:
(i) କୌଣସି ଏକ ବସ୍ତୁ ସମାନ ସମୟ ବ୍ୟବଧାନରେ ସମାନ ଦୂରତା ଅତିକ୍ରମ କରୁଥିଲେ ତାହା ସମ ଗତିରେ ଯାଉଛି ବୋଲି କୁହାଯାଏ ।
(ii) ଦୈନନ୍ଦିନ ଜୀବନରେ ସମ ଗତି ସଂପର୍କିତ ଦୃଷ୍ଟାନ୍ତ କ୍ଵଚିତ୍ର ଦେଖିବାକୁ ମିଳେ ।
(iii) ସଳଖ ଫାଙ୍କା ରାସ୍ତାରେ ଏକ ନିର୍ଦ୍ଦିଷ୍ଟ ବେଗରେ ଯାଉଥୁବା ଗାଡ଼ି, ଏକ ନିର୍ଦ୍ଦିଷ୍ଟ ବେଗରେ ଘୁରୁଥୁବା ବିଦ୍ୟୁତ୍ ପଙ୍ଖା, ପୃଥିବୀର ପୂର୍ଶନ ଆଦି ସମ ଗତିର ଉଦାହରଣ ।
ଅସମ ଗତି:
(i) କୌଣସି ଏକ ବସ୍ତୁ ସମାନ ସମୟ ବ୍ୟବଧାନରେ ଅସମାନ ଦୂରତା ଅତିକ୍ରମ କରୁଥିଲେ ତାହା ଅସମ ଗତିରେ ଯାଉଛି ବୋଲି କୁହାଯାଏ ।
(ii) ଦୈନନ୍ଦିନ ଜୀବନରେ ପରିଲକ୍ଷିତ ହେଉଥିବା
(iii) ଉଠାଣି ବା ଗଡ଼ାଣି ରାସ୍ତାରେ ଯାନବାହନର ଗତି, ଘାସ ପଡ଼ିଆ ବା ପିଚ୍ଛିଳ ପୃଷ୍ଠରେ ଗୋଟିଏ ପେଣ୍ଡୁର ଗତି, ଗହଳିଆ ରାସ୍ତାରେ ଚାଲିବାର ଗତି ଆଦି ଅସମ ଗତିର ଉଦାହରଣ ।
1. ସମ ଗତି ଓ ଅସମ ଗତି କ’ଣ ପ୍ରତ୍ୟେକରୁ ଗୋଟିଏ ଲେଖା ଉଦାହରଣ ଦିଅ ।
ଉ-
ସମଗତି : ସମଗତି-ସମାନ ସମୟରେ ବସ୍ତୁ ସମାନ ଦୂରତା ଅତିକ୍ରମ କରୁଥିବା ଗତିକୁ ସମଗତି କହନ୍ତି ।
ଉଦାହରଣ:
ଗୋଟିଏ ବସ୍ତୁ ପ୍ରଥମ l ଘଣ୍ଟାରେ 5 କି.ମି., 2ୟ ଘଣ୍ଟାରେ 5 କି.ମି., ତୃତୀୟ ଘଣ୍ଟାରେ 5 କି.ମି. ପଥ ଅତିକ୍ରମ କଲେ ଏପ୍ରକାର ଗତିକୁ ସମଗତି କହନ୍ତି ।
ଅସମ ଗତି – ସମାନ ସମୟରେ ବସ୍ତୁ ଅସମାନ ଦୂରତା ଅତିକ୍ରମ କରୁଥିବା ଗତିକୁ ଅସମ ଗତି କହନ୍ତି ।
ଉଦାହରଣ – ଗୋଟିଏ ବସ୍ତୁ ପ୍ରଥମ 1 ଘଣ୍ଟାରେ 5 କି.ମି., ଦ୍ଵିତୀୟ ଘଣ୍ଟାରେ 8 କି.ମି., ତୃତୀୟ ଘଣ୍ଟାରେ 6 କି.ମି ଦୂରତା ଅତିକ୍ରମ କଲେ ଏ ପ୍ରକାର ଗତିକୁ ଅସମ ଗତି କହନ୍ତି ।
2. ଗୋଟିଏ କାର୍ର ଓଡ଼ୋମିଟର ପାଠ୍ୟଙ୍କ 12350 km ଥିଲା । 5 ଘଣ୍ଟାର ଯାତ୍ରାପରେ ଏହାର ଅନ୍ତ ମ ପାଠ୍ୟଙ୍କ 12605 km ହେଲା । ତେବେ କାରର ହାରାହାରି ବେଗ କେତେ ?
ଉ-
ଅତିକ୍ରାନ୍ତ ଦୂରତା (s)
=(12605 – 12350) km = 255 km,
ସମୟ (t) = 5h
∴ହାରାହାରି ବେଗ (vav)
= \(\frac{s}{t}=\begin{gathered}255 \mathrm{~km} \\5 \mathrm{~h}\end{gathered}\) = 51 km/h
∴କାର୍ର ହାରାହାରି ବେଗ୍ 51 km/h ।
3. ଗୋଟିଏ ନଡ଼ିଆ ଗଛରୁ ଏକ ନଡ଼ିଆ ଝଡ଼ିଯାଇ 1.5 ସେକେଣ୍ଡ ପରେ ଭୂମିକୁ ସ୍ପର୍ଶକଲା । ତେବେ ନଡ଼ିଆଗଛର ଉଚ୍ଚତା କେତେ ? (g = 10m/s2)
ଏ0।ରେ u = 0, g = 10 m/s2, t = 1.5 s
∴s = ut + \(\frac {1}{2}\) gt2 = \(\frac {1}{2}\)gt2 (∵u = 0)
\(\frac {1}{2}\) x 10 m/s2 x (1.5s)2
= 5 m/s2 x 2.25 s2 = 11.25 m
∴ନଡ଼ିଆ ଗଛର ଉଚ୍ଚତା 11.25 m
4. ହାରାହାରି ବେଗ କ’ଣ ବୁଝାଇ ଲେଖ ।
ଉ-
(i) ଗୋଟିଏ ଗତିଶୀଳ ବସ୍ତୁ ସମାନ ସମୟ କରୁଥିଲେ, ଅସମ ବେଗରେ ଗତି କରୁଛି ବୋଲି କୁହାଯାଏ । ଅସମ ବେଗରେ ଗତିଶୀଳ ବସ୍ତୁ ପାଇଁ ହାରାହାରି ବେଗ (Average Speed) ନିର୍ଦ୍ଦେଶ କରାଯାଏ ।
(ii) ମନେକର ଗୋଟିଏ ବସ୍ତୁ t1 ସମୟରେ s1 ଦୂରତା, t2 ସମୟରେ s2 ଦୂରତା ଓ t3 ସମୟରେ s3 ଦୂରତା ଅତିକ୍ରମ କରୁଅଛି । ତେଣୁ ତାହାର
ହାରାହାରି ପରିବେଗ = \(\begin{aligned}\mathrm{s}_1+\mathrm{s}_2+\mathrm{s}_3 \\
\mathrm{t}_1+\mathrm{t}_2+\mathrm{t}_3\end{aligned}\)
5. ଗୋଟିଏ ଦେଉଳ ଉପରୁ ଖଣ୍ଡିଏ ପଥର ଖସିଲାପରେ 4 ସେକେଣ୍ଡରେ ଭୂମିକୁ ଛୁଇଁଲା । ଦେଉଳର ଉଚ୍ଚତା ନିର୍ଣ୍ଣୟ କର ।(g = 10 m/s2)
ଉ-
ସମୟ t = 4 ସେକେଣ୍ଡ
ଖସିବା ପୂର୍ବରୁ ପଥର ସ୍ଥିରାବସ୍ଥାରେ ଥିବାରୁ ପ୍ରାରମ୍ଭିକ
ବେଗ u = 0
ମାଧ୍ୟାକର୍ଷଣ ଜନିତ ତ୍ଵରଣ a = g = 10 ମି/ସେ2
ପଥରଟି ଖସିଥିବା ଦୂରତା = s = ut + \(\frac {1}{2}\)at2
= 0 × 4 + \(\frac {1}{2}\) × 10 × 42 = 80 ମି.
∴ ଦେଉଳର ଉଚ୍ଚତା 80 ମିଟର ।
6. ଏକ ମୋଟର ବୋଟ୍ ସ୍ଥିରାବସ୍ଥାରୁ ଗୋଟିଏ ହ୍ରଦରେ ଏକ ସରଳରେଖାରେ ଗତି କଲା । 8 ସେକେଣ୍ଡ ସମୟରେ ତାହାର ତ୍ଵରଣ 3 ମି. । ସେ2 ହେଲା । ଏହି ସମୟ ମଧ୍ୟରେ ବୋଟ୍ କେତେ ଦୂରତା ଅତିକ୍ରମ ଦୂରତା ଅତିକ୍ରମ କରିଥିଲା ?
ଉ-
ପ୍ରାରମ୍ଭିକ ବେଗ u = 0,
ତ୍ଵରଣ ଥ = 3 ମି./ ସେ2 ଓ ସମୟ t = 8 ସେକେଣ୍ଡ ଅତିକ୍ରାନ୍ତ ଦୂରତା s = ut + \(\frac {1}{2}\) at2
= 0 × 3 + \(\frac {1}{2}\) × 3 × 8 × 8 = 96 ମୋଟର ।
∴ବୋଟ୍ଟି 96 ମିଟର ଦୂରତା ଅତିକ୍ରମ କରିଥିଲା ।
7. ବସ୍ତୁର ବେଗ କାହାକୁ କୁହାଯାଏ ଓ ଏହାର ଏକକ ଲେଖ ।
ଉ-
(i) ଏକ ବସ୍ତୁ ଏକକ ସମୟ ଅନ୍ତରାଳରେ ଅତିକ୍ରାନ୍ତ କରିଥୁବା ଦୂରତାକୁ ସେହି ବସ୍ତୁର ବେଗ କୁହାଯାଏ ।
ଏକକ : S.I. ପଦ୍ଧତିରେ ବେଗର ଏକକ m/s ବା ms-1। CGS ପଦ୍ଧତିରେ ବେଗର ଏକକ cm/s ବା cm . s-1। ବେଗର ଅନ୍ୟ ଏକକ ମଧ୍ୟ km/h ବା kmh-1।
8. ନିଉଟନଙ୍କ ଗତି ସମ୍ବନ୍ଧୀୟ ସମୀକରଣ ଲେଖ ।
ଭ –
ନିଉଟନ୍ଙ୍କ ଗତି ସମ୍ବନ୍ଧୀୟ ସମୀକରଣ :
ପ୍ରଥମ ସମୀକରଣ : v = ut + at2
ଦ୍ଵିତୀୟ ସମୀକରଣ : s = ut + \(\frac {1}{2}\)at2
ତୃତୀୟ ସମୀକରଣ : 2as = v2 – u2
9. ବସ୍ତୁର ତ୍ଵରଣ ବେଳେବେଳେ ଯୁକ୍ତାତ୍ମକ ଓ ବେଳେବେଳେ ବିଯୁକ୍ତାତ୍ମକ ହେବ ଲେଖ ।
ଉ-
ପରିବେଗ ଦିଗରେ ତ୍ଵରଣ ହେଲେ ତାହାକୁ ଯୁକ୍ତାତ୍ମକ ତ୍ଵରଣ ଏବଂ ପରିବେଗର ବିପରୀତ ଦିଗରେ ତୁ” ହେଲେ ତାହାକୁ ବିଯୁକ୍ତାତ୍ମକ ତ୍ଵରଣ ବା ମନ୍ଦନ କୁହାଯାଏ।
Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ହାରାହାରି ବେଗ କହିଲେ କ’ଣ ବୁଝ ?
ଉ-
ଗୋଟିଏ ବସ୍ତୁଦ୍ଵାରା ମୋଟ ଅତିକ୍ରାନ୍ତ ଦୂରତା ଓ କୁହାଯାଏ ।
2. ଅଦିଶ ରାଶି କାହାକୁ କୁହାଯାଏ ?
ଉ-
ଯେଉଁ ଭୌତିକ ରାଶି କେବଳ ପରି ମାଣଦ୍ଵାରା ପ୍ରକାଶିତ ହୁଏ, ତାହାକୁ ଅଦିଶ ରାଶି କୁହାଯାଏ ।
3. ସଦିଶ ରାଶି କାହାକୁ କୁହାଯାଏ ?
ଉ-
ଯେଉଁ ଭୌତିକ ରାଶି ଉଭୟ ପରିମାଣ ଓ ଦିଗଦ୍ଵାରା ପ୍ରକାଶିତ ହୁଏ, ତାହାକୁ ସଦିଶ ରାଶି କୁହାଯାଏ ।
4. ବିଯୁକ୍ତ ତ୍ଵରଣ କହିଲେ କ’ଣ ବୁଝ ?
ଉ-
ଦିଗର ପରିବର୍ତ୍ତନ ନ ଘଟି ଗୋଟିଏ ବସ୍ତୁର ପରିବେଗ ହ୍ରାସ ପାଇବାକୁ ବିଯୁକ୍ତ ତ୍ଵରଣ ବା ମନ୍ଦ ନ କୁହାଯାଏ ।
5. ଆପେକ୍ଷିକ ଗତି କ’ଣ ?
ଉ-
ଦୁଇଟି ବସ୍ତୁ ମଧ୍ୟରେ ଦୂରତା ବୃଦ୍ଧି ପାଇଲେ କିମ୍ବା ହ୍ରାସ ପାଇଲେ ସେମାନଙ୍କ ଗତିକୁ ଆପେକ୍ଷିକ ଗତି କୁହାଯାଏ ।
6. ଗୋଟିଏ ଉଦାହରଣ ଦିଅ ଯେଉଁ ଗତିରେ ହାରାହାରି ପରିବେଗ ଶୂନ, କିନ୍ତୁ ହାରାହାରି ବେଗ ଶୂନ ହୁଏ ନାହିଁ ?
ଉ-
ଶୂନ ହୋଇଥାଏ, କିନ୍ତୁ ହାରାହାରି ବେଗ ଶୂନ ଶୂନ ହୋଇଥାଏ, କିନ୍ତୁ ହାରାହାରି ବେଗ ଶୂନ ହୋଇନଥାଏ ।
7. ବେଗ କାହାକୁ କୁହାଯାଏ ?
ଉ-
ଏକ ବସ୍ତୁ ଏକକ ସମୟ ଅନ୍ତରାଳରେ ଅତିକ୍ରାନ୍ତ କରିଥିବା ଦୂରତାକୁ ସେହି ବସ୍ତୁର ବେଗ କୁହାଯାଏ
8. ସମ ଗତି କହିଲେ କ’ଣ ବୁଝ ?
ଉ-
ଏକ ବସ୍ତୁ ସମାନ ସମୟ ଅନ୍ତରାଳରେ ସମାନ ଦୂରତା ଅତିକ୍ରମ କଲେ ତାହାର ଗତିକୁ ସମଗତି କୁହାଯାଏ ।
9. ଅସମ ଗତି କହିଲେ କ’ଣ ବୁଝ ?
ଉ-
ହରତା ଅତିକ୍ରମ କଲେ ତାହା ର ଗତିକୁ ଅସମ ଗତି ଏକ ବସ୍ତୁ ସମାନ ସମୟ ଅନ୍ତରାଳରେ ଅସମାନ କୁହାଯାଏ ।
10. ପରିବେଗ କାହାକୁ କୁହାଯାଏ ?
ଉ-
ଏକ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ ବସ୍ତୁର ବେଗକୁ ପରିବେଗ କୁହାଯାଏ ।
11. ତ୍ଵରଣ କାହାକୁ କହନ୍ତି ?
ଉ-
ପରିବେଗର ପରିବର୍ତ୍ତନ ହାରକୁ ତ୍ଵରଣ କୁହାଯାଏ ।
12. କେଉଁ ପରିସ୍ଥିତିରେ ହାରାହାରି ପରି ବେଗର ପରିମାଣ ହାରାହାରି ବେଗ ସହ ସମାନ ?
ଉ-
ବ ସ୍ତୁ ଟି ଏକ ସରଳରେ ଖାରେ ଏବଂ ସମପରି ବେଗ ରେ ଗତି କରୁଥିଲେ ଏହିର ହ।ରାହରି ହେବ ।
13. ଏକ କଣିକା ସମତ୍ଵରଣରେ ଗତିକଲେ ଏହାର ସମୟ-ପରିବେଗ ଲେଖ କ’ଣ ହୁଏ ?
ଉ-
ଏକ କଣିକା ସମତ୍ଵରଣରେ ଗତିକଲେ ଏହାର ସମୟ – ପରି ବେ ଗ ଲେଖି ସମୟ ଅକ୍ଷ ସହ ସୂକ୍ଷ୍ମକୋଣ କରୁଥିବା ଆନତ ରେଖା ହୁଏ ।
14. ସମବୃତ୍ତୀୟ ଗତି କ’ଣ ?
ଉ-
କୌଣସି ବସ୍ତୁ ବୃତ୍ତାକାର ପଥରେ ସମ ପରିବେଗରେ ଗତିକଲେ ତାହାର ଗତିକୁ ସମବୃତ୍ତୀୟ ଗତି କୁହାଯାଏ ।
15. ଗତି କ’ଣ ?
ଉ-
ସମୟ ଅନୁସାରେ ବସ୍ତର ଅବସ୍ଥାନ ପରିବର୍ତ୍ତନକୁ ବସ୍ତର ଗତି କୁହାଯାଏ ।
16. ମନ୍ଦନ କ’ଣ?
ଉ-
ପରି ବେଗର ବିପରୀତ ଦିଗରେ ତ୍ଵରଣ ହେଲେ ତାହାକୁ ମନ୍ଦନ କୁହାଯାଏ ।
B ଗୋଟିଏ ପଦରେ ଉତ୍ତର ଦିଅ ।
1. ଗତିର ତୃତୀୟ ସମୀକରଣଟି କ’ଣ ?
2. ବିସ୍ଥାପନ କେଉଁ ରାଶି ?
3. ଏକ ଘଣ୍ଟାରେ ମିନିଟ୍ କଣ୍ଟାର ବିସ୍ଥାପନ କେତେ ସମୟ ପରେ ଶୂନ ହେବ ?
4. ସଳଖ ରାସ୍ତାରେ ଗୋଟିଏ ଗତିଶୀଳ ଯାନ x ଦୂରତା v ସମ ପରିବେଗରେ ଓ ପରବର୍ତ୍ତୀ x ଦୂରତ୍ଵ y, ସମ କେତେ ହେବ ?
5. ପରିବେଗ-ସମୟ ଆଲେଖ ଓ ସମୟ ଅକ୍ଷ ମଧ୍ୟରେ ଆବଦ୍ଧ କ୍ଷେତ୍ରଫଳ କ’ଣ ସୂଚାଇବ ?
6. କଟକରୁ ପୁରୀକୁ ଗୋଟିଏ ଗାଡ଼ି ଘଣ୍ଟା ପ୍ରତି 40 କି.ମି ବେଗରେ ଯାଇ ଘଣ୍ଟା ପ୍ରତି 60 କି.ମି. ବେଗରେ ଫେରିଲା । ତାହାର ହାରାହାରି ବେଗ ଘଣ୍ଟା ପ୍ରତି କେତେ କି.ମି. ?
7. ଗୋଟିଏ ଘଣ୍ଟାର ସେକେଣ୍ଡ କଣ୍ଟାର ବିସ୍ଥାପନ କେତେ ସମୟ ପରେ ଶୂନ ହେବ ?
8. ସିଲେଇ ମେସିନ୍ରେ ସିଲେଇ କଲାବେଳେ ଛୁଞ୍ଚୁର ଗତି କେଉଁ ପ୍ରକାରର ହୋଇଥାଏ ?
9. ସମ ତ୍ବରାନ୍ବିତ ଗତି କ୍ଷେତ୍ରରେ କ’ଣ ଶୂନ ହୋଇଥାଏ ?
10. ଗୋଟିଏ ବସ୍ତୁ Aରୁ Bକୁ ଯାଇ Bରୁ Aକୁ ଫେରିଲା, ତେବେ ତା’ର ଅତିକ୍ରାନ୍ତ ଦୂରତା କେତେ ? ଯଦି AB = 125 F. I
11. ଗୋଟିଏ ବସ୍ତର ପରିବେଗ ଅତିକ୍ରାନ୍ତ ସମୟ ସହ ସମାନୁପାତୀ ହେଲେ, ବସ୍ତଟିର କ’ଣ ରହିବ ?
12. ସମୟ-ବେଗ ଗ୍ରାଫ୍ ଆନତି କ’ଣ ସୂଚାଏ ?
13. ଯେତେବେଳେ ଏକ ବସ୍ତର ଅତିକ୍ରାନ୍ତ ଦୂରତା ସମୟ ସହ ସମାନୁପାତୀ ହୁଏ, ଏହା କିପରି ଗତି କରି ଥାଏ ?
14. ସମୟ-ପରିବେଗ ଗ୍ରାଫ୍ର ଆନତି କ’ଣ ସୂଚାଏ ?
15. ଘଣ୍ଟାର ମିନିଟ୍ କଣ୍ଟାରେ କେଉଁ ଗତି ଦେଖାଯାଏ ?
16. ସମୟ-ଦୂରତା ଗ୍ରାଫ୍ ଆନତିରୁ କ’ଣ ସୂଚନା ମିଳେ ?
17. ସମୟ-ପରି ବେଗ ଗ୍ରାଫ୍ ଆନତି କ’ଣ ସୂଚିତ କରେ ?
18. ସମୟ-ପରିବେଗ ଗ୍ରାଫ୍ ମଧ୍ୟରେ ଆବଦ୍ଧ କ୍ଷେତ୍ରଫଳ ଏକ ଭୌତିକ ରାଶି ଉପସ୍ଥାପିତ କରେ, ଯାହାର ଏକକ କେତେ ?
19. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତାକାର ପଥରେ କଣିକାଟିଏ ଘୂରୁଛି । ଅର୍ଥବୃତ୍ତ ଘୂର୍ଣ୍ଣନପରେ ଏହାର ବିସ୍ଥାପନ କେତେ ହେବ ?
20. ଗୋଟିଏ ବସ୍ତୁକୁ ଭୂଲମ୍ବ ଦିଗରେ ଊର୍ଦ୍ଧ୍ଵ କୁ u ପରିବେଗରେ ନିକ୍ଷେପ କରାଗଲେ, ଏହା ସର୍ବାଧ୍ଵକ କେତେ ଉଚ୍ଚ ଉଠିବ ?
Answer:
1. v2 = u2 + 2as
2. ସଦିଶ
3. 1 ଘଣ୍ଟା
4. \(\frac{2}{\left(\frac{1}{v_1}+\frac{1}{v_2}\right)}\)
5. ଦୂରତା
6. 48
7. 1 ମିନିଟ୍
8. କମ୍ପନ,
9. ତ୍ଵରଣ
10. 250 ମି.
11. ସମ ତ୍ଵରଣ
12. ତ୍ଵରଣ
13. ସ୍ଥିର ବେଗରେ
17. ତରଣ
14. ତ୍ଵରଣ
15. ବୃତ୍ତୀୟ
16. ବେଗ
18. m
19. 2r
20. u2/2g
C ଶୂନ୍ୟସ୍ଥାନ ପୂରଣ କର ।
1. ଏକ ବସ୍ତୁ 20 ସେକେଣ୍ଡରେ 500 ମିଟର ଗତିକଲେ ଏହାର ହାରାହାରି ବେଗ ……………….।
2. ଏକ ବସ୍ତୁ Aରୁ Bକୁ ଯାଇ Bରୁ Aକୁ ସେହି ବେଗରେ ଫେରି ଆସିଲା । ତା’ର ହାରାହାରି ପରି ବେ ଗ ……………….।
3. Aରୁ Bର ଦୂରତା 8 ମିଟର । ଜଣେ ବ୍ୟକ୍ତି Aରୁ B ଗତିକରି Bରୁ Aକୁ ଫେରି ଆସିଲେ । ତାର ମୋଟ ବିସ୍ଥାପନ ……………….ହେବ ।
4. ନିର୍ଦ୍ଦିଷ୍ଟ ………………. ରେ,ବେଗକୁ ପରିବେଗ କୁହାଯାଏ ।
5. ଗୋଟିଏ ଘଣ୍ଟାର ଘଣ୍ଟାକଣ୍ଟାର ବିସ୍ଥାପନ ………………. ସମୟ ପରେ ଶୂନ ହେବ ।
6. ଉପରକୁ ଗୋଟିଏ ଟେକା ଭୂଲମ୍ବ ଦିଗରେ ପଡ଼ା ହେଲେ ଏହାର ଅନ୍ତିମ ପରିବେଗ ……………….. ବେଳେ ତାହା ସର୍ବାଧିକ ଉଚ୍ଚତାକୁ ଉଠିବ ।
7. ଏକ ଟେକା ଉପରକୁ ଫୋପଡ଼ା ହେଲେ ତାହା ଉଠିଲାବେଳର ତ୍ଵରଣ ଓ ରିଲାବେଳର ତ୍ଵରଣର ସମଷ୍ମି …………………।
8. ସମବୃଭୟ ଗତି ଏକ ……………….. ଗତି।
9. ………………… ଯନ୍ତ୍ର ସାହାଯ୍ୟରେ ଦୂରତା ମପାଯାଏ ।ଗତି ।
10 ପରି ବେଗର ପରିବର୍ତ୍ତନର ହାର କୁ ……………….. କୁହାଯାଏ ।
11. v2 = u2 + 2as ଗତି ସମାକରଣରେ s ………………. ସୂଚାଏ ।
12. ଯଦି ବସ୍ତାର ଅତିକ୍ରାନ୍ତ ଦୂରତା ସମୟ ସହ ସମାନୁପାତୀ ହୁଏ, ତେବେ ଏହା ……………….. ଗତି କରେ ।
13. ସଦିଶ ରାଶିର ………………. ରହିଥାଏ ।
14. ବିସ୍ଥାପନର ପରିବର୍ତ୍ତନ ହାରକୁ ……………….. କୁହାଯାଏ ।
15. ପରି ବେଗ-ସମୟ ଲେଖରୁ ବସ୍ତଦ୍ୱାରା ଅତିକ୍ରାନ୍ତ ତ୍ରରତା ………………….. ହେବ ।
16. ସମୟ ଅନୁସାରେ ବସ୍ତର ଅବସ୍ଥାନ ପରିବର୍ତ୍ତନକୁ …………………. କୁହାଯାଏ ।
17. ଆରମ୍ଭ ବିନ୍ଦୁ ଓ ଅନ୍ତିମ ବିନ୍ଦୁ ମଧ୍ୟରେ ଥିବା ସର୍ବନିମ୍ନ ଦୂରତାକୁ ……………….. କୁହାଯାଏ ।
18. ସମୟ – ପରି ବେଗ ଗ୍ରାଫ୍ରେ ସମୟ ଅକ୍ଷ ସହ ସମାନ୍ତର ସରଳରେଖା ହେଲେ, ଏଥୁରୁ ବସ୍ତର ………………. ଚ୍ଚଶ।ପଡ ।
19. ସମୟ-ବେଗ ଗ୍ରାଫ୍ ଆନତି ……………….. ସୂଚାଏ ।
20. ଅଦିଶ ରାତିଣ କେବଳ ………………….. ଥାଏ ।
Answer:
1. 25 m/s
2. 0
3. 0
4. ଦିଗ
5. 12 ଘଣ୍ଟା
6. 0
7. 0
8. ତ୍ବରାନ୍ବିତ
9. ଓଡ଼ୋମିଟର
10. ତ୍ଵରଣ
11. ବିସ୍ଥ।ପିନ
12. ସ୍ଥିର ବେଗରେ
13. ପରିମାଣ ଓ ଦିଗ
14. ପରିବେଗ
15. ଲେଖଦ୍ଵାରା ଆବଦ୍ଧ କ୍ଷେତ୍ରଫଳ
16. ଗତି
17. ବିସ୍ଥାପନ
18. ସମପରିବେଗରେ ଗତି
19. ତ୍ଵରଣ
20. ପରିମାଣ
D ଠିକ୍ ଉକ୍ତି ପାଇଁ (✗) ଓ ଭୁଲ ଉକ୍ତି ପାଇଁ (✓) ଚିହ୍ନ ଦିଅ
1. ଜଳ ବିଦ୍ୟୁତ୍ କେନ୍ଦ୍ରରେ ଜଳର ନିୟନ୍ତ୍ରିତ ଗତି ଯୋଗୁଁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୁଏ ।
2. ଜଣେ ବ୍ୟକ୍ତି A ଠାରୁ B କୁ ଯାଇ ପୁନଶ୍ଚ B ରୁ A କୁ ଫେରିଲା ତେବେ ତାର ମୋଟ ବିସ୍ଥାପନ ସର୍ବଦା 0 ହେବ ।
3. ଦୂରତା ଏକ ସଦିଶ ରାଶି ।
4. ଅତିକ୍ରାନ୍ତ ଦୂରତା କେବେ ହେଲେ 0 ହେବ ନାହିଁ ଯଦି ବସ୍ତୁଟି ଗତି କରୁଥାଏ ।
5. ବିସ୍ଥାପନ ଓ ଦୂରତାର ଏକକ ସମାନ ନୁହେଁ ।
6. ପ୍ରକୃତିରେ ଅଧିକାଂଶ ଗତି ଅସମ ଗତି ।
7. ବେଗ ଏକ ଅଦଶ ରାଶ ମାତ୍ର ପରବେଗ ଏକ ସଦଶ ରାଶି ।
8. ଗତିଶକ ବଯ୍ତୁ ରହି। ରହ। ରି ପରିବଗ ନ ଓ ହିରହରି ବେଗ ସର୍ବଦା ସମାନ ।
9. କୌଣସି ବସ୍ତୁରେ ପରିବେଗର ପରିବର୍ତ୍ତନ କୌଣସି ସମୟ ଅନ୍ତରାଳରେ ଶୂନ୍ୟ ହେବ ନାହିଁ ।
10. ସମୟ ଦୂରତା ଗ୍ରାଫ୍ ବେଗ ନିର୍ଣ୍ଣୟ କରାଯାଏ ।
11. v2 = u2 + 2as ଗତିର ଦ୍ଵିତୀୟ ସମୀକରଣର ଏକ ବ୍ୟଞ୍ଜକ ।
12. ବସ୍ତୁଟିର ଏକକ ସମୟ ଅନ୍ତରାଳରେ ଅତିକ୍ରାନ୍ତ କରିଥିବା ଦୂରତାକୁ ସେହି ବସ୍ତୁର ପରି ବେ ଗ କୁହାଯାଏ ।
13. SI ପଦ୍ଧତିରେ ବେଗର ଏକକ m x s-1।
14. ପରିବେଗ-ସମୟ ଆଲେଖ ଓ ସମୟ ଅକ୍ଷ ମଧ୍ୟରେ ଆବଦ୍ଧ କ୍ଷେତ୍ରଫଳ ବେଗ ସୂଚାଇବ ।
15. ଏକ ଘଣ୍ଟାରେ ମିନିଟ୍ କଣ୍ଟାର ବିସ୍ଥାପନ 1 ଘଣ୍ଟା ସମୟ ପରେ ଶୂନ ହେବ ।
16. କଟକରୁ ପୁରୀକୁ ଗୋଟିଏ ଗାଡ଼ି ଘଣ୍ଟା ପ୍ରତି 40 କି.ମି. ବେଗରେ ଯାଇ ଘଣ୍ଟା ପ୍ରତି 60 କି.ମି. ବେଗରେ ଫେରିଲା । ତାହାର ହାରାହାରି ବେଗ ଘଣ୍ଟା ପ୍ରତି 48 କି.ମି. ।
17. ସିଲେଇ ମେସିନ୍ରେ ସିଲେଇ କଲାବେଳେ ଛଞ୍ଚାର ଗତି ଚଳନ ଗତି ହୋଇଥାଏ ।
18. ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ ବସ୍ତୁର ବେଗକୁ ପରିବେଗ କହିନ୍ତି ।
19, ମନ୍ଦନର SI ଏକକ m x s-1।
20. ଏକ ଟ୍ରେନ୍ର ପରିବେଗ 8 ସେକେଣ୍ଡରେ ସ୍ଥିରାବସ୍ଥାରୁ 40 m/s କୁ ବୃଦ୍ଧି ପାଇଲା । ଟ୍ରେନ୍ର ତ୍ଵରଣ 5 m/s2
21. ସ୍ଥିର ଥିବା ବସ୍ତୁର ସମୟ-ଦୂରତା ଆଲେଖ ସମୟ ଅକ୍ଷ ସହ ସମାନ୍ତର ହେବ ।
22. ଗୋଟିଏ ରେଳଗାଡ଼ିର ଘଣ୍ଟାପ୍ରତି ବେଗ 60 km ହେଲେ ଏହାର ବେଗ ସେକେଣ୍ଡ ପ୍ରତି \(\begin{aligned}50\\3\end{aligned}\) ମିଟର ।
Answer:
1. (✓)
2. (✓)
3. (✗)
4. (✓)
5. (✗)
6. (✓)
7. (✓)
8. (✗)
9. (✓)
10. (✓)
11. (✓)
12. (✗)
13. (✓)
14. (✗)
15. (✓)
16. (✓)
17. (✗)
18. (✓)
19. (✓)
20. (✓)
21. (✓)
22. (✓)
E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭ ର ଶବ୍ଦ ସହ ମିଳନ କରି ଲେଖ ।
1. କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ସମ ତ୍ଵରାନ୍ଵିତ ଗତି | ସ୍ରୋତର ଗତି |
ଅସମ ତ୍ୱରାନ୍ଵିତ ଗତି | ପୃଥବୀ ଚାରିପଟେ ଚନ୍ଦ୍ରର ଗତି |
ସମତୁଭ। ୟଗତି | ମୁକ୍ତ ପତନଶ।ଳବସ୍ତୁ |
ସରଳ ରୈଖ୍ୟକ ଗତି | ସଳଖରାସ୍ତା ରେ ଗଢିଶଳ ଏକ କାର |
ନିୟନ୍ତି ଗତି | ଗରବି। ଚ୍ଚନ୍ ର ଘୂର୍ଣ୍ଣନ |
ଉ-
କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ସମ ତ୍ଵରାନ୍ଵିତ ଗତି | ମୁକ୍ତ ପତନଶ।ଳବସ୍ତୁ |
ଅସମ ତ୍ୱରାନ୍ଵିତ ଗତି | ସଳଖରାସ୍ତା ରେ ଗଢିଶଳ ଏକ କାର |
ସମତୁଭ। ୟଗତି | ପୃଥବୀ ଚାରିପଟେ ଚନ୍ଦ୍ରର ଗତି |
ସରଳ ରୈଖ୍ୟକ ଗତି | ସ୍ରୋତର ଗତି |
ନିୟନ୍ତି ଗତି | ଗରବି। ଚ୍ଚନ୍ ର ଘୂର୍ଣ୍ଣନ |
2. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଗତିର ପ୍ରଥମ ସମୀକରଣ | ତ୍ୱରାନ୍ୱିତି ଗତି |
ଗତିର ତ୍ବିତୀୟ ସମୀକରଣ | ମନ୍ଦିତ ଗତି |
ଗତିର ଢୃତୀୟ ସମୀକରଣ | v = u + at |
ଗଛରୁ ଫଳ ପଡ଼ିବା | s = ut + \(\frac {1}{2}\) at2 |
ଉପରକୁ ଟେକା ଫିଙ୍ଗିବା | v2 = u2 + 2as |
ଉ-
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଗତିର ପ୍ରଥମ ସମୀକରଣ | v = u + at |
ଗତିର ତ୍ବିତୀୟ ସମୀକରଣ | s = ut + \(\frac {1}{2}\) at2 |
ଗତିର ଢୃତୀୟ ସମୀକରଣ | v2 = u2 + 2as |
ଗଛରୁ ଫଳ ପଡ଼ିବା | ତ୍ୱରାନ୍ୱିତି ଗତି |
ଉପରକୁ ଟେକା ଫିଙ୍ଗିବା | ମନ୍ଦିତ ଗତି |
3. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ବେଗର ଏକକ | ବେଗ |
ତ୍ଵରଣର ଏକକ | m ବା km |
ସଦିଶ ରାଶି | m/s |
ଅଦିଶ ରାଶି | m/s2 |
ଦୂରତାର ଏକକ | ପରିବେଟ |
ଉ-
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ବେଗର ଏକକ | m/s |
ତ୍ଵରଣର ଏକକ | m/s2 |
ସଦିଶ ରାଶି | ପରିବେଟ |
ଅଦିଶ ରାଶି | ବେଗ |
ଦୂରତାର ଏକକ | m ବା km |
F ପ୍ରଥମ ଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ଵିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।
1. ବେଗ : ଅଦିଶ ରାଶି :: ଦୂରତା : ………………….।
2. ଯୁକ୍ତାତ୍ମକ : ତ୍ଵରଣ :: ବିଯୁକ୍ତାତ୍ମକ : ………………….।
3. ପରିବେଗ : ବେଗ :: ବିସ୍ଥାପନ : ………………….।
4. v : u + at :: v2 : ………………….।
5. ଉପରକୁ ଟେକାଫୋପଡ଼ା g = – 10 m/s2 :: ଟେକା ତଳକୁ ଖସିବା : ………………….।
6. v : m/s :: a : ………………….।
7. ଦୂରତା : ମିଟର :: ବିସ୍ଥାପନ : ………………….।
8. ବେଗ : m/s :: ପରିବେଗ : ………………….।
୨. ବେଗ-ସମୟ ଆଲେଖ : ଦୂରତା : : ଦୂରତା-ସମୟ ଆଲେଖ : ………………….।
10. ପରିବେଗର ବୃଦ୍ଧି : ତ୍ଵରଣ :: ପରିବେଗର ହ୍ରାସ : ………………….।
Answer:
1. ଅଦିଶ ରାଶି
2. ମନ୍ଦନ
3. ଦୂରତା
4. u2 + 2as
5. g = 10 m/s2
6. m/s2
7. ମିଟର
8. m/s
9. ବେଗ
10. ମନ୍ଦନ
G ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ସୁନାମିରେ ସ୍ରୋତର ଗତି କି ପ୍ରକାର ଗତି ?
(A) ନିୟନ୍ତ୍ରିତ
(B) ଅନିୟନ୍ତ୍ରିତ
(C) ଘୂର୍ଣ୍ଣନ
(D) ପୌନଃପୁନିକ
Answer:
(B) ଅନିୟନ୍ତ୍ରିତ
2. ଝୁଲଣି ଖେଳରେ ଦଉଡ଼ିର ଗତି କି ପ୍ରକାର ?
(A) ସ୍ଥାନାନ୍ତରଣ
(B) ଘୂର୍ଣ୍ଣନ
(C) ଦୋଳନ
(D) ଚଳନ
Answer:
(C) ଦୋଳନ
3. ମନ୍ଦନର S.I. ଏକକ କ’ଣ ହେବ ?
(A) m. s
(B) m.s2
(C) m.s-2
(D) kmh2
Answer:
(C) m.s-2
4. v2 = u2 + 2as ଗତି ସମୀକରଣରେ s କ’ଣ ସୂଚାଏ ?
(A) ପ୍ରାରମ୍ଭିକ ପରିବେଗ
(B) ଅନ୍ତିମ ପରିବେଗ
(C) ତ୍ଵରଣ
(D) ବିସ୍ଥାପନ
Answer:
(D) ବିସ୍ଥାପନ
5. ଏକ ସରଳରେଖାରେ ସମ ଗତିରେ ଗତି କରୁଥିବା ବସ୍ତୁର ସମୟ ଦୂରତା ଗ୍ରାଫ୍ କପରି ହେବ ?
(A) ଅବତଳ
(B) ଉତ୍ତଳ
(C) ସରଳରେଖା
(D) ଅଙ୍କାବଙ୍କା
Answer:
(C) ସରଳରେଖା
6. ଏକ ଘଣ୍ଟାରେ ମିନିଟ୍ କଣ୍ଟାର ବିସ୍ଥାପନ କେତେ ସମୟ ପରେ ଶୂନ ହେବ ?
(A) 1 ମିନିଟ୍
(B) 1 ଘଣ୍ଟା
(C) 12 ଘଣ୍ଟା
(D) 24 ଘଣ୍ଟା
Answer:
(B) 1 ଘଣ୍ଟା
7. ସମୟ ଦୂରତା ଗ୍ରାଫ୍ରୁ କେଉଁ ଭୌତିକ ରାଶିଟିକୁ ନିର୍ଣ୍ଣୟ କରାଯାଇ ପାରିବ ?
(A) ତ୍ଵରଣ
(B) ସଂବେଗ
(C) ବସ୍ତୁତ୍ଵ
(D) ବେଗ
Answer:
(D) ବେଗ
8. ପରିବେଗର ପରିବର୍ତ୍ତନର ହାରକୁ କ’ଣ କୁହାଯାଏ ?
(A) ସଂବେଗ
(C) ତ୍ଵରଣ
(B) ବିସ୍ଥାପନ
(D) ବେଗ
Answer:
(C) ତ୍ଵରଣ
9. ଜଣେ ବ୍ୟକ୍ତି 50 କି.ମି. ରାସ୍ତାକୁ 5 ଘଣ୍ଟାରେ ଅତିକ୍ରମ କଲେ, ତାଙ୍କର ବେଗ କେତେ ହେବ ?
(A) 100 km/h
(C) 80 km/h
(B) 5km/h
(D) 10 km/h
Answer:
(D) 10 km/h
10. କେଉଁ ଯନ୍ତ୍ର ସାହାଯ୍ୟରେ ଦୂରତା ମପାଯାଏ ?
(A) ଓଡ଼ୋମିଟର
(B) ସ୍ବିଡ଼ୋମିଟର
(C) ବାରୋମିଟର
(D) ଥର୍ମୋମିଟର
Answer:
(A) ଓଡ଼ୋମିଟର
11. ବସ୍ତୁର କ’ଣ ଏହାର ଜଡ଼ତ୍ଵର ମାପକ ଅଟେ ?
(A) ଓଜନ
(B) ବସ୍ତୁତ୍ଵ
(C) ବେଗ
(D) ତ୍ଵରଣ
Answer:
(B) ବସ୍ତୁତ୍ଵ
12. ନିର୍ଦ୍ଦିଷ୍ଟ ଦିଗରେ ବସ୍ତୁର ବେଗକୁ କ’ଣ କୁହାଯାଏ ?
(A) ପରିବେଗ
(B) ବିସ୍ଥାପନ
(C) ତ୍ଵରଣ
(D) ବଳ
Answer:
(A) ପରିବେଗ
13. କେଉଁଟି ଏକ ସଦିଶ ରାଶି ?
(A) ବେଗ
(B) ତ୍ଵରଣ
(C) ଦୂରତା
(D) ବସ୍ତୁତ୍ଵ
Answer:
(B) ତ୍ଵରଣ
14. ଗୋଟିଏ ଘଣ୍ଟାର ଘଣ୍ଟା କଣ୍ଟାର ବିସ୍ଥାପନ କେତେ ସମୟ ପରେ ଶୂନ ହେବ ?
(A) 12
(B) 24
(C) 1 ଘଣ୍ଟା
(D) 1 ମିନିଟ୍
Answer:
(A) 12
15. ବସ୍ତୁରେ ସୃଷ୍ଟି ହେଉଥିବା ତ୍ଵରଣ, କାହା ସହ
(A) ବସ୍ତୁତ୍ଵ
(B) ବଳ
(D) ସମୟ
(C) ବେଗ
Answer:
(A) ବସ୍ତୁତ୍ଵ
16. କେଉଁଟି ସର୍ବନିମ୍ନ ତ୍ଵରଣ ?
(A) 1 ସେ.ମି./ସେ2
(B) 1 ମି./ସେ2
(C) ମି. ମିନିଟ୍
(D) କି.ମି./ ଘଣ୍ଟା
Answer:
(D) କି.ମି./ ଘଣ୍ଟା
17. ଗୋଟିଏ ଗାଡ଼ିର ପରିବେଗ 10 m/s ହେଲେ ଏହା କି.ମି. ଘଣ୍ଟାରେ କେତେ ହେଁ ବି ?
(A) 36
(B) 72
(C) 18
(D) 24
Answer:
(A) 36
18. ସମବେଗରେ ବୃତ୍ତାକୃତି ପଥରେ ଘୂରୁଥୁବା ବସ୍ତୁ ପାଇଁ କେଉଁଟି ପ୍ରଯୁଜ୍ୟ ?
(A) ତ୍ଵରଣ ଅପରିବର୍ତ୍ତନୀୟ
(B) ତ୍ଵରଣ ପରିବର୍ତ୍ତନୀୟ
(C) ତ୍ଵରଣ ନାହିଁ
(D) ପରିବେଗ ନାହିଁ
Answer:
(A) ତ୍ଵରଣ ଅପରିବର୍ତ୍ତନୀୟ
19. ପରିବେଗ -ସମୟ ଆଲେଖ ଓ ସମୟ ଅକ୍ଷ ମଧ୍ୟରେ ଆବଦ୍ଧ କ୍ଷେତ୍ରଫଳ କ’ଣ ସୂଚାଇବ ?
(A) ଦୂରତା
(C) ପରିବେଗ
(B) ବେଗ
(D) ତ୍ଵରଣ
Answer:
(A) ଦୂରତା
20. R ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତାକାର ପଥରେ ଗୋଟିଏ ବସ୍ତୁ πR ଦୂରତା ଅତିକ୍ରମ କଲେ, ଏହାର ବିସ୍ଥାପନ କେତେ ହୋଇଥାଏ ?
(A) R
(B) 2R
(C) 2πr
(D) 0
Answer:
(B) 2R
21. ଗୋଟିଏ ବସ୍ତୁ ସମ ପରି ବେଗ ୨.୫ m/s ରେ ଗତିକଲେ, ଏହାର ତ୍ଵରଣ କେତେ ହୋଇଥାଏ ?
(A) 0
(B) 4.9 m/s2
(C) 9.8 m/s2
(D) 19.6 m/s2
Answer:
(C) 9.8 m/s2