BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

Odisha State Board BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 6 ବଳ ଓ ଗତି ନିୟମ

1. ଗୋଟିଏ ଗାଲିଚାକୁ ଟେକିକରି ଧରି ବାଡ଼ିରେ ପିଟିଲେ, ସେଥୁରୁ ଧୂଳିକଣା ଝଡ଼ିପଡ଼େ । ଏହାକୁ ବୁଝାଅ ।
ଉ –

  • ଗାଲିଚାକୁ ଟେକିକରି ଧରିଲେ ଗାଲିଚାରେ କିଛି ଧୂଳିକଣା ଲାଗିଥାଏ ।
  • ପ୍ରାରମ୍ଭିକ ଅବସ୍ଥାରେ ଗାଲିଚା ଓ ଧୂଳିକଣା ସ୍ଥିରତାର ଜଡ଼ତାରେ ଥାଆନ୍ତି । ଗାଲିଚାକୁ ବାଡ଼ିଦ୍ଵାରା ଆଘାତ କଲେ ଏହା ଗତିଶୀଳ ହୁଏ ମାତ୍ର ଜଡ଼ତ୍ଵର ସଂଜ୍ଞା ଅନୁ ସାରେ ଧୂଳିକଣା ସ୍ଥିତାବସ୍ଥା ବଜାୟ ରଖୁବାରୁ ଗାଲିଚାରୁ ଅଲଗା ହୋଇଯାଏ । ମାଧ୍ୟାକର୍ଷଣ ବଳ ପ୍ରଭାବରେ ଏଗୁଡ଼ିକ ତଳକୁ ଖସିପଡ଼ନ୍ତି ।

2. ବସ୍‌ର ଛାତ ଉପରେ ବାକ୍ସ ଓ ଗଣ୍ଠିଲିଗୁଡ଼ିକୁ ଶକ୍ତ ଦଉଡ଼ିରେ ବାନ୍ଧି ରଖାଯାଇଥାଏ, କାହିଁକି ?
ଉ –

  • ଯେତେବେଳେ ବସ୍‌ ଗତି କରିବାକୁ ଆରମ୍ଭ କରେ, ଛାତ ଉପରେ ଥିବା ବାକ୍ସ ଓ ଗଣ୍ଠିଲିଗୁଡିକ ଜଡତ୍ଵ ଗୁଣ ଯୋଗୁଁ ସ୍ଥିତାବସ୍ଥା ବଜାୟ ରଖୁବାକୁ ଚେଷ୍ଟା କରନ୍ତି । ତେଣୁ ସେଗୁଡିକର ପଛରେ ପଡ଼ିଯିବାର ପ୍ରବୃତ୍ତି ଥାଏ ।
  • କିନ୍ତୁ ଯେତେବେଳେ ଗତିଶୀଳ ବସ୍ ହଠାତ୍ ଅଟକିଯାଏ, ବାକ୍ସ ଓ ଗଣ୍ଠିଲିଗୁଡିକ ଗତିର ଜଡତା ଯୋଗୁଁ ଆଗକୁ ପଡ଼ିଯାଆନ୍ତି । ତେଣୁ ପଛକୁ କିମ୍ବା ଆଗକୁ ନ ପଢ଼ିବା ପାଇଁ ସେଗୁଡିକୁ ଛାତ ଉପରେ ଶକ୍ତ ଦଉଡିରେ ବନ୍ଧାଯାଇଥାଏ ।

3. କ୍ରିକେଟ୍ ଖେଳରେ ଜରେ ବ୍ୟାଟ୍‌ସମାନ କ୍ରିକେଟ ତଳକୁ ନିଜ ବ୍ୟାଟ୍‌ରେ ମାରିଲେ। ଅନେକ ସମୟରେ ସେ ବଲ୍ବ ଘାସ ପଡ଼ିଆ ଉପରେ କିଛି ବାଟ ଖଡ଼ି ଗଡ଼ି ଗଲାପରେ ସ୍ଥିର ହୋଇଯାଏ । ଏପରି କାହିଁକି ହୁଏ ?
ଉ –

  • କ୍ରିକେଟ୍ ଖେଳରେ ଜଣେ ବ୍ୟାଟ୍ସମ୍ୟାନ୍ କ୍ରିକେଟ୍ ବଲ୍‌କୁ ବ୍ୟାଟ୍‌ରେ ଆଘାତ କଲେ ବଲ୍ଟି ଗତି କରେ । ବଲ୍ଟିଟିର କିଛି ବସ୍ତୁତ୍ଵ ଥାଏ ଏବଂ ଏହା ଘାସପଡ଼ିଆକୁ ଆଘାତ କଲେ ଏହାର କିଛି ପରିବେଗ ସୃଷ୍ଟି ହୁଏ । ତେଣୁ ଏହାର ସଂବେଗ ଥାଏ ।
  • ଏହି ସଂବେଗର ପରିବର୍ତ୍ତନ ଫଳରେ କିଛି ବଳ ସୃଷ୍ଟି ହୁଏ । ଏହି ବଳ ପ୍ରଭାବରେ ବଲ୍‌ କିଛି ବାଟ ଗଡ଼ିଯାଏ । ଘର୍ଷଣ ବଳ ଏହାକୁ ପ୍ରତିରୋଧ କରେ । ତେଣୁ ବଲ୍‌ କିଛିବାଟ ଗଡ଼ିଯାଇ ସ୍ଥିର ହୋଇଯାଏ ।

4, ଗୋଟିଏ 1000 kg ବସ୍ତୁତ୍ଵର ଟ୍ରକ୍ ଏକ ପାହାଡ଼ିଆ ରାସ୍ତାରେ ତଳକୁ ଆସୁଛି । ଟ୍ରକ୍ ତା’ର ସ୍ଥିର ଅବସ୍ଥାରୁ ଯାତ୍ରା ଆରମ୍ଭ କରି 20s ରେ 400 m ରାସ୍ତା ଅତିକ୍ରମ କରିଛି । ଟ୍ରକ୍ ଉପରେ ପ୍ରଯୁକ୍ତ ବଳ ନିର୍ଣୟ କର ।
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, ସମୟ (t) 20 s ଓ ଅତିକ୍ରାନ୍ତ ଦୂରତା (s) = 400 m
ଯଦି ତ୍ଵରଣ à ହୁଏ, s = ut + \(\frac { 1 }{ 2 }\) at2
⇒ 400 m = 0 x t + \(\frac { 1 }{ 2 }\) a x (20s)2
⇒ 400 m = 200a. s2 ⇒ a = 2m/s2
∴ ବଳ (F) = ma = 1000 kg × 2m/s2 = 2000 kg. m/s2 = 2000 ନିଉଟନ୍
∴ ଟ୍ରକ୍ ଉପରେ ପ୍ରଯୁକ୍ତ ବଳ 2000 ନିଉଟନ୍ ।

BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

5. ଗୋଟିଏ 1 kg ବସ୍ତୁତ୍ଵର ବାକ୍ସକୁ ବରଫ ହୋଇଯାଇଥିବା ହ୍ରଦର ପୃଷ୍ଠ ଉପରେ 20m. s-1 ପରିବେଗରେ ଠେଲି ଦିଆଗଲା । ସେହି ବାକ୍ସ 50m ଗଡ଼ି ଗଲା ପରେ ଆପେ ଆପେ ସ୍ଥିର ହୋଇଗଲା । ବାକ୍ସ ଓ ବରଫ ମଧ୍ୟରେ ଘର୍ଷଣ ବଳ କେତେ ନିର୍ଣ୍ଣୟ କର ।
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 20m/s,
ଅନ୍ତିମ ପରିବେଗ (v) = 0 m/s,
ଅତିକ୍ରାନ୍ତ ଦୂରତା (s) = 50 m
ବାକ୍ସର ବସ୍ତୁତ୍ଵ m = 1 kg ଏଠାରେ ତ୍ଵରଣ = a
ତୃତ1ସ ଖତି ସମ1କରଣ ଅନୁ ପାରେ
v2 = u2 + 2as
⇒ 0 = u2 + 2as
⇒ 2as = – u2
BSE Odisha 9th Class Physical Science Solutions Chapter 6 img-1
∴ F = ma = 1kg x – 4 m/s2 = 4 kg. ms2 = – 4 ନିଉଟନ୍
∴ ବାକ୍ସ ଓ ବରଫ ମଧ୍ଯରେ ଘର୍ଷଣ ବଳର ପରିମାଣ ବାକ୍ସ ଗତିର ବିପରୀତ ଦିଗରେ 4 ନିଉଟନ୍ ।

6. ଗୋଟିଏ 8000 kg ଇଞ୍ଜିନ୍ ଲାଗିଥିବା ଟ୍ରେନ୍ ରେ 5ଟି ଡବା ସଂଯୁକ୍ତ ହୋଇଛି । ପ୍ରତ୍ୟେକ ଡବାର ବସ୍ତୁତ୍ଵ 2000 kg | ଇଞ୍ଜିନ୍ 40000 N ବଳ ପ୍ରୟୋଗ କରି ଏକ ଭୂସମାନ୍ତ ର ରେଳରାସ୍ତା ଉପରେ ଟ୍ରେନ୍‌କୁ ଟାଣୁଛି । ଯଦି ରାସ୍ତା 5000Nର ଘର୍ଷଣ ବଳ ପ୍ରଦାନ କରୁଥାଏ, ତେବେ ନିର୍ଣ୍ଣୟ କର :
(a) ତ୍ଵରଣ ସୃଷ୍ଟି କରୁଥିବା ମୋଟ ବଳ କେତେ ?
(b) ଟ୍ରେନ୍‌ର ତ୍ଵରଣ କେତେ ?
ଉ –
(a) ମୋଟ ବଳ F1 = 40,000N, ଘର୍ଷଣ ବଳ F2 5000N
ତ୍ଵରଣ ସୃଷ୍ଟି କରୁଥିବା ମୋଟ ବଳ (F) = 40000 N – 5000 N = 35000 N.

(b) 5ଟି ଡବାବ ମୋଟ ବସ୍ତୁତ୍ଵ (m) = 5 × 2000 kg = 10,000 kg
ବଳ = F 35,000 N
∴ ବସ୍ତୁତ୍ଵ (a) \(\frac { F }{ m }\) = \(\frac { 35000 }{ 10000 }\) \(\frac { N }{ kg }\) = 3.5 m/sec2 = 3.5 m/sec2
∴ ଟ୍ରେନର ତ୍ଵରଣ = 3.5 m/sec2

7. ଗୋଟିଏ ଯାନର ବସ୍ତୁତ୍ୱ 1500 kg | ଯଦି 1.7 m. s-2 ମନ୍ଦନ (ବିଯୁକ୍ତାତ୍ମକ ତ୍ଵରଣ)ରେ କିଛିବାଟ ଗଲାପରେ ଯାନଟି ସ୍ଥିର ହୋଇଗଲା, ତେବେ ଯାନ ଓ ରାସ୍ତା ମଧ୍ୟରେ ଘର୍ଷଣଜନିତ ବଳ କେତେ ?
ଉ –
ଏଠାରେ ତ୍ଵରଣ (a) = – 1.7 m/s2, ଯାନର ବସ୍ତୁତ୍ୱ (m) = 1500 kg
∴ ବଳ (F) = ma = 1500 kg × – 1.7 m/s2 = – 2550 kg.m/sec2 = – 2550 N |
∴ ଯାନ ଓ ରାସ୍ତା ମଧ୍ୟରେ ଘର୍ଷଣଜନିତ ବଳ 2550 ନିଉଟନ୍ ।
ଏହି ଘର୍ଷଣଜନିତ ବଳ ଯାନର ଗତିର ବିପରୀତ ଦିଗରେ କାର୍ଯ୍ୟ କରେ ।

8. ପ୍ରତ୍ୟେକ 1.5 kg ବସ୍ତୁତ୍ଵ ବିଶିଷ୍ଟ ଦୁଇଟି ଗୋଲକ ଏକ ସରଳରେଖାରେ 2.5 ms-1 ପରିବେଗରେ ପରସ୍ପର ଆଡ଼କୁ ଗତି କରୁଛନ୍ତି । ସେମାନେ ପରସ୍ପର ସହିତ ଧକ୍‌କା ଖାଇଲା ପରେ ଯୋଡ଼ି ହୋଇଗଲେ । ଯୋଡ଼ି ହୋଇ ଏକତ୍ର ହୋଇଗଲା ପରେ ସେମାନଙ୍କର ସାଧାରଣ ପରିବେଗ କେତେ ହେବ ?
ଉ –
ପ୍ରଥମ ଗୋଲକର ବସ୍ତୁତ୍ଵ (m1) = 1.5 kg ଓ ପ୍ରଥମ ଗୋଲକର ପ୍ରାରମ୍ଭିକ ପରିବେଗ (v1) = 2.5 m/s – ତା’ର ବିପରୀତ ଦିଗରେ ଯାଉଥ‌ିବା ଦ୍ଵିତୀୟ ଗୋଲକର ବସ୍ତୁତ୍ଵ (m2) = 1.5 kg
ଓ ଏହାର ପ୍ରାରମ୍ଭିକ ପରିବେଗ (v2) = – 2.5 m/s
ପ୍ରଥମ ଗୋଲକର ସଂବେଗ = m1v1 = 1.5 kg x 2.5 m/s = 3.75 kg m/s
ଦ୍ଵିତୀୟ ଗୋଲକର ସଂବେଗ = m2v2 = 1.5 kg x 2.5 m/s = – 3.75 kg. m/s
ସଂଘାତ ପୂର୍ବରୁ ଗୋଲକର ମୋଟ ସଂବେଗ = m1v1 + m2v2 = (3.75 – 3.75) kg. m/s = 0
ମୋଟ ବସ୍ତୁତ୍ଵ = m = m1 + m2 = 1.5 kg + 1.5 kg = 3kg
ମନେକର ସଂବେଗ ପରେ ସେମାନଙ୍କର ସମୂହ ପରିବେଗ = v
∴ ମୋଟ ସଂବେଗ = (m1 + m2)v = 3kg.v = 3vkg
∴ ସଂବେଗର ସଂରକ୍ଷଣ ନିୟମ ଅନୁ ଯାୟୀ, ସଂଘାତ ପୂର୍ବରୁ ସଂବେଗ = ସଂଘାତ ପରେ ସଂବେଗ ।
⇒ 0 kg.ms/s = 3v kg ⇒ v = 0 m/sec.
∴ ଗୋଲକଦ୍ଵୟ ଏକତ୍ର ହେବାପରେ ସେମାନଙ୍କର ସାଧାରଣ ପରିବେଗ 0 ହେବ ।

9. ତୁମେ ହକି ଖେଳୁଥିଲାବେଳେ ଗୋଟିଏ 200gର ହକିବଲ୍‌ 10ms-1 ପରିବେଗରେ ତୁମ ପାଖକୁ ଗଢ଼ି ଆସିଲା । ତୁମେ, ତୁମ ହକିବାଡ଼ିରେ ସେହି ବଲ୍‌କୁ ପ୍ରହାର କରି ତା’ର ଗତିର ଦିଗକୁ ଓଲଟାଇ ଦେଇ ସେ ଆସିଥିବା ପଥରେ ପୁଣି ପଠାଇ ଦେଲ । ବଲ୍‌ 5m/s ପରିବେଗରେ ଫେରି ଆସିଲେ ହକି ବଲର ସଂବେଗର କେତେ ପରିବର୍ତ୍ତନ ହେଲା ତାହା ହିସାବ କର ।
ଉ –
ଏଠାରେ ହକି ବଲ୍‌ର ବସ୍ତୁତ୍ଵ (m) = 200 gm = 0.2 kg ଓ ବଲ୍‌ର ପ୍ରାରମ୍ଭିକ ପରିବେଗ (u) = 10 m/s
ଏହାର ପ୍ରାରମ୍ଭିକ ସଂବେଗ = mu = 0.2 kg x 10 m/s = 2 kg · m/s
ବଲ୍‌ର ଅନ୍ତିମ ପରିବେଗ = v = 5m/sec
ସଂଘାତ ପୂର୍ବରୁ ହକିବଲ୍‌ର ସଂବେଗ ଥିଲା = 2 kg . m/s
∴ ଅନ୍ତିମ ସବେଗ = mv = 0.2k x -5 m/sec = -1kg m/sec.
ସଂଦେଖର = mg – mv = -1kg m/sec – 2kg m/sec = -3kg m/sec.

BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

10. 20g ବସ୍ତୁତ୍ଵର ଗୋଟିଏ ଗୁଳି ଭୂସମାନ୍ତର ଦିଗରେ 150ms-1 ପରିବେଗରେ ଗତି କରୁଥିଲାବେଳେ ଏକ ସ୍ଥିର କାଠଖଣ୍ଡକୁ ଆଘାତ କରି ତା’ ମଧ୍ୟରେ କିଛିବାଟ ପଶିଯାଇ 5s ପରେ ସ୍ଥିର ହୋଇଗଲା । ଗୁଳି କାଠଖଣ୍ଡ ଭିତରେ କେତେ ଦୂରତା ପର୍ଯ୍ୟନ୍ତ ପଶି ଯାଇଥିଲା, ତାହା ନିର୍ଣ୍ଣୟ କର । କାଠଖଣ୍ଡ ଗୁଳି ଉପରେ କେତେ ବଳ ପ୍ରୟୋଗ କଲା ତାହା ମଧ୍ୟ ହିସାବ କର ।
ଉ –
ଏଠାରେ ଗୁଳିର ବସ୍ତୁତ୍ଵ (m) = 20 g, ଗୁଳିର ପ୍ରାରମ୍ଭିକ ପରିବେଗ (u) = 150 m/s,
ଗୁଳିର ଅନ୍ତିମ ପରିବେଗ (v) = 0, ସମୟ (t) = 5 s
BSE Odisha 9th Class Physical Science Solutions Chapter 6 img-2
∴ ଗୁଳି କାଠଖଣ୍ଡ ଭିତରେ 375 m ପଶିଯାଇଥିଲା ।
∴ ପ୍ରୟୋଗ ବଳ (F) = ma = 20g x – 30 m/s2 = 0·02 kg x – 30 m/s-1 = – 06 ନିଉଟନ୍ ।

11. 100 kg ବସ୍ତୁତ୍ଵର ଗୋଟିଏ ବସ୍ତୁ 6 ସେକେଣ୍ଡରେ 5 ms”‘ ପରିବେଗରୁ 8ms-‘ ପରିବେଗକୁ ତ୍ୱରାନ୍ବିତ ହେଲା । ତାହାର ପ୍ରାରମ୍ଭିକ ସଂବେଗ ଓ ଅନ୍ତିମ ସଂବେଗ କେତେ ? ବସ୍ତୁ ଉପରେ କେତେ ବଳ ପ୍ରଯୁକ୍ତ ହୋଇଥିଲା ତାହା ନିର୍ଣ୍ଣୟ କର ।
ଉ –
ଏଠାରେ ବସ୍ତୁର ବସ୍ତୁତ୍ଵ (m) = 100 kg, ପ୍ରାରମ୍ଭିକ ପରିବେଗ (u) = 5 m/s,
ଅନ୍ତିମ ପରିବେଗ (v) = 8 m/s ଓ ସମୟ (t) = 6 sec
∴ ପ୍ରାରମ୍ଭିକ ସଂବେଗ = mu = 100 kg × 5 m/s = 500 kg. m/s
ଅନ୍ତିମ ସଂବେଗ = mv = 100 kg x 8m/s = 800 kg. m/s
ବସ୍ତୁ ଉପରେ ପ୍ରସ୍ତୁକ୍ର ବଳ = ସଂଦେଖରେ ପରିବର୍ତ୍ତନ ହ|ର
BSE Odisha 9th Class Physical Science Solutions Chapter 6 img-3
∴ ବସ୍ତୁ ଉପରେ 50 ନିଉଟନ୍ ବଳ ପ୍ରଯୁକ୍ତ ହୋଇଥିଲା ।

12. 1 kg ବସ୍ତୁତ୍ଵର ଗୋଟିଏ ବସ୍ତୁ ଏକ ସରଳରେଖାରେ 10ms-1 ପରିବେଗରେ ଗତି କରୁଥିବାବେଳେ ଅନ୍ୟ ଗୋଟିଏ 5 kg ବସ୍ତୁତ୍ଵର ସ୍ଥିର ବସ୍ତୁକୁ ଆଘାତ କରି ତାହା ସହିତ ଯୋଡ଼ି ହୋଇ ସଂଯୁକ୍ତ ହୋଇଗଲା । ଏହାପରେ ଏକତ୍ରିତ ଭାବେ ସେମାନେ ସେହି ସରଳରେଖାରେ ଆଗକୁ ଗତି କଲେ । ବସ୍ତୁଦ୍ଵୟ ମଧ୍ୟରେ ସଂଘାତ ହେବା ପୂର୍ବରୁ ଓ ହେବାପରେ ସେମାନଙ୍କର ମୋଟ ସଂବେଗ କେତେ ଥିଲା ? ସଂଯୁକ୍ତ ହୋଇଗଲା ପରେ ବସ୍ତୁଦ୍ଵୟର ସାଧାରଣ ପରିବେଗ କେତେ ହେଲା ?
ଉ –
ମନେକର A ଓ B ବସ୍ତଦ୍ଵୟ ଅଟନ୍ତି ।
A ବସ୍ତୁର ବସ୍ତୁତ୍ଵ (mA) = 1 kg ଓ ପ୍ରାରମ୍ଭିକ ପରିବେଗ (uA) = 10 m/s
B ବସ୍ତୁର ବସ୍ତୁତ୍ଵ (mB) = 5 kg ଓ ପରିବେଶ (uB) = 0
ସଂଘାତ ପୂର୍ବରୁ ମୋଟ ସଂବେଗ = mAuA + mBuB = mAuA + 0 = 1 kg × 10 m/s = 01 kg . m/s
∴ ସଂଘାତ ପରେ ସେମାନଙ୍କ ମୋଟ ସଂଘାତ 10 kg. m/s ହେବ ।
ମୋଟ ବସ୍ତୁତ୍ଵ (m) = mA + mB = 1 kg + 5 kg = 6 kg ହେବ ।
ମନେକର ସଂଘାତ ପରେ ସେମାନଙ୍କ ସାଧାରଣ ପରିବେଗ v ।
∴ mv = 10 kg . m/s ⇒ 6 kg . v = 10 kg · m/s
⇒ v = \(\frac { 10 kg.m/s }{ 6kg }\) = \(\frac { 5 }{ 3 }\) m/s = 1.66 m/s
∴ ସଂଯୁକ୍ତ ହୋଇଗଲା ପରେ ବସ୍ତୁତ୍ଵୟର ସାଧାରଣ ପରିବେଗ 1.66 m/s |

13. 10 kg ବସ୍ତୁତ୍ଵର ଏକ କାଠ ବାକ୍ସ 80 cm ଉଚ୍ଚତାରୁ ଖସିପଡ଼ିଲା । ଭୂମିକୁ ଆଘାତ କରିବା ସମୟରେ କେତେ ସଂବେଗ ବାକ୍ସରୁ ଭୂମିକୁ ସ୍ଥାନାନ୍ତରିତ ହେଲା ? (g = 10 ms-2 ନିଅ)
ଉ –
ଏଠାରେ କାଠ ବାକ୍ସର ବସ୍ତୁତ୍ଵ (m) =10 kg, ଅତିକ୍ରାନ୍ତ ଦୂରତା (s) = 80 cm, ପ୍ରାରମ୍ଭିକ ପରିବେଗ (u) = 0
ମନେକର ଭୂମିକୁ ଆଘାତ କଲାବେଳେ ପରିବେଗ = V
∴ v2 = u2 + 2as = 02 + 2gs = 2 x 10 m/s2 × 0.8 m = 16 m2/s2
⇒ v = \(\sqrt{16 \mathrm{~m}^2 / \mathrm{~s}^2}\) = 4 m/s
ଭୂମିକୁ ସ୍ଥାନାନ୍ତରିତ ହୋଇଥିବା ସଂବେଗ = mv = 10kg x 4 m/s = 40 kg . m/s

ଅତିରିକ୍ତ ପ୍ରଶ୍ନ।ବଳ।

1. ଗୋଟିଏ ବସ୍ତୁର ଗତିର ପର୍ଯ୍ୟବେକ୍ଷଣରୁ ନିମ୍ନ ପ୍ରଦତ୍ତ ସାରଣୀରେ ସମୟ ଅନୁସାରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା ଉଲ୍ଲେଖ ହୋଇଛି ।
BSE Odisha 9th Class Physical Science Solutions Chapter 6 img-4
ସାରଣ1ରୁ,

(a) ବସ୍ତୁର ତ୍ଵରଣ ସମ୍ପର୍କରେ ତୁମେ କି ସିଦ୍ଧାନ୍ତରେ ଉପନୀତ ହେଲ ? ଏହା ସ୍ଥିର ରହିଥୁଲା, ବଦ୍ଧିତ ହେଉଥିଲା, ହ୍ରାସ ପାଉଥିଲା ନା ଶୂନ ଥିଲା ?
(b) ବସ୍ତୁ ଉପରେ ପ୍ରଯୁକ୍ତ ବଳ ସମ୍ପର୍କରେ ତୁମେ କ’ଣ ଅନୁମାନ କରୁଛ ?

ଉ-
BSE Odisha 9th Class Physical Science Solutions Chapter 6 img-5
(b) ବସ୍ତୁ ଉପରେ ପ୍ରଯୁକ୍ତ ବଳ F = ma, ଏଠାରେ m ସ୍ଥିର ଏବଂ a ବଢ଼ି ବଢ଼ି ଯାଉଥିବାରୁ ପ୍ରଯୁକ୍ତ ବଳ ମଧ୍ଯ ବର୍ଦ୍ଧିତ ହେଉଛି ।

2. 500 g ବସ୍ତୁତ୍ଵର ଏକ ହାତୁଡ଼ି 50ms-1 ପରିବେଗରେ ଗତିକରି କାନ୍ଥରେ ଲାଗିଥିବା ଏକ କଣ୍ଟାକୁ ଆଘାତ କରିଲା ପରେ 0.01s ସମୟ ପରେ ସ୍ଥିର ହୋଇଗଲା । କଣ୍ଟା ହାତୁଡ଼ି ଉପରେ କେତେ ବଳ ପ୍ରୟୋଗ କଲା ?
ଉ –
ଏଠାରେ ହାତୁଡ଼ି ବସ୍ତୁତ୍ଵ (m) = 500 gm = 0.5 kg
ପ୍ରାରମ୍ଭିକ ପରିବେଗ (u) = 50 m/s, ଅନ୍ତିମ ପରିବେଗ (v) = 0
ସମୟ (t) = 0.01s,
ତ୍ୱରଣ (a) = BSE Odisha 9th Class Physical Science Solutions Chapter 6 img-6
କଣ୍ଟାଦ୍ଵାରା ହାତୁଡ଼ି ଉପରେ ପ୍ରୟୋଗ ବଳ
F = ma = 0.5 kg × (- 5000) m/s2 = 2500 kg. m/sec2 = -2500 ନିଉଟନ୍
∴ କଣ୍ଟା ହାତୁଡ଼ି ଉପରେ 2500 ନିଉଟନ୍ ବଳ ପ୍ରୟୋଗ କଲା ।

3. 1200 kg ବସ୍ତୁତ୍ଵର ଏକ ମଟରଗାଡ଼ି ଏକ ସଳଖ ରାସ୍ତାରେ 90km/h ସ୍ଥିର ପରିବେଗରେ ଗତି କରୁଛି । ଏକ ବାହ୍ୟ ବଳଦ୍ଵାରା 4s ମଧ୍ଯରେ ଏହାର ପରିବେଗ ହ୍ରାସ ପାଇ 18km/h ହୋଇଗଲା । ଗାଡ଼ିର ତ୍ଵରଣ ଓ ସଂବେଗର ପରିବର୍ତ୍ତନ ନିର୍ଣ୍ଣୟ କର । ନିୟୋଜିତ ବାହ୍ୟବଳର ପରିମାଣ କେତେ ତାହା ମଧ୍ୟ ହିସାବ କର ।
ଉ –
ମଟର ଗାଡ଼ିର ପ୍ରାରମ୍ଭିକ ପରିବେଗ (u) = 90 km/h = \(\frac { 90000 }{ 3600 }\) m/s = 25 m/s
ଅନ୍ତିମ ପରିବେଗ (v) = 18 km/h = \(\frac { 18000 }{ 3600 }\) m/s = 5 m/s,
ସମୟ (t) = 4s ଓ ବସ୍ତୁତ୍ୱ (m) = 1200 kg
BSE Odisha 9th Class Physical Science Solutions Chapter 6 img-7
∴ ତ୍ଵରଣରେ ପରିବତ୍ତନ = 5m/s2
ସଂବେଗରେ ପରିବର୍ତ୍ତନ = ( ଅନ୍ତିମ ସଂବେଗ – ପ୍ରାରମ୍ଭିକ ସଂବେଗ)
= 1200 kg (5 m/s – 25 m/s)
= 1200 kg × (-20 m/s) = – 24000 kg x m/s
∴ ସଂବେଗରେ ପରିବର୍ତ୍ତନ = – 24000 kg x m/s
ବଳର ପରିମାଣ = F = ma = 1200 kg × – 5 m/s2 = – 6000 ନିଉଟନ୍
ବିଯୁକ୍ତ ଚିହ୍ନ ବାହ୍ୟବଳର ଦିଗ ବିପରୀତ ଦିଗ ବୋଲି ସୂଚାଉଛି ।
ନିୟୋଜିତ ବାହ୍ୟବଳର ପରିମାଣ 6000 ନିଉଟନ୍ ।

BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

4. ଗୋଟିଏ ବଡ଼ ଟ୍ରକ୍ ଓ ଛୋଟ କାର୍ ଉଭୟ । ପରିବେଗରେ ଗତି କରୁଥିଲେ । ସେମାନଙ୍କ ମଧ୍ୟରେ ମୁହାଁମୁହିଁ ଧକ୍‌କା ହେଲା ପରେ ଉଭୟ ଯାନ ସ୍ଥିର ହୋଇଗଲା । ଯଦି ସଂଘାତର ସମୟ 1s ଥୁଲା ତେବେ,

  • କେଉଁ ଯାନ ଅଧୁକ ପ୍ରତିଘାତ ବଳ ଅନୁ ଭବ କଲା ?
  • କେଉଁ ସ୍ଥାନର ସଂବେଗର ପରିବର୍ତ୍ତନର ପରିମାଣ ଅଧ୍ବକ ?
  • କେଉଁ ସ୍ଥାନର ତ୍ଵରଣ ଅଧିକ ?
  • କେଉଁ ସ୍ଥାନର କ୍ଷତି ଅଧୂକ ହେଲା କ୍ରିୟା ଓ କାହିଁକି ହେଲା ?

ଉ –

  • କ୍ରିୟା ଓ ପ୍ରତିକ୍ରିୟା ବଳର ପରିମାଣ ସମାନ ଓ ବିପରୀତି ହେତୁ ଉଭୟ ଯାନ ସମାନ ପ୍ରତିଘାତ ବଳ ଅନୁ ଭବ କରିବେ ।
  • ଉଭୟ ଯାନର ସଂବେଗର ପରିବର୍ତ୍ତନ ପରିମାଣ ସମାନ ।
  • a = \(\frac { F }{ m }\) କମ୍ ବସ୍ତୁତ୍ଵ ଯୋଗୁଁ ଛୋଟ କାର୍‌ର ତ୍ଵରଣ ଅଧିକ ।
  • କାର୍‌ର ବସ୍ତୁତ୍ଵ କମ୍ ଓ ତ୍ଵରଣ ଅଧ‌ିକ ହେତୁ କାର୍‌ର କ୍ଷତି ଅଧ‌ିକ ହେଲା ।

ପ୍ରଶାବଳୀ ଓ ଉତ୍ତର

1. ନିମ୍ନ ପ୍ରଦତ୍ତ ବସ୍ତୁମାନଙ୍କ ମଧ୍ୟରେ ତୁଳନାତ୍ମକ ଭାବେ କାହାର ଜଡ଼ତ୍ଵ ବେଶି ?

  • ସମାନ ଆକାର ଓ ଆକୃତି ବିଶିଷ୍ଟ ରବର ବଲ୍ସ ଓ ଲୁହାର ଗୋଲକ ।
  • ସାଇକେଲ୍ ଓ ଟ୍ରେନ୍ ।
  • ପାଞ୍ଚଟଙ୍କିଆ ମୁଦ୍ରା ଓ ଆଠଣି ।

ଉ-

  • ଲୁହାର ଗୋଲକର ଜଡ଼ତ୍ଵ ବେଶି
  • ଟ୍ରେନ୍‌ର ଜଡ଼ତ୍ଵ ବେଶି
  • ପାଞ୍ଚଟଙ୍କିଆ ମୁଦ୍ରାର ଜଡ଼ତ୍ଵ ବେଶି ।

2. ନିମ୍ନ ପ୍ରଦତ୍ତ ଉଦାହରଣକୁ ପଢ଼ ଓ ସେଥିରେ ବଲ୍‌ର ପରିବେଗରେ କେତେଥର ପରିବର୍ତ୍ତନ ହେଉଛି ତାହା କଳନା କର । ‘ଜଣେ ଫୁଟ୍‌ବଲ୍‌ ଖେଳାଳି ଫୁଟ୍‌ବଲ୍‌କୁ ଗୋଡ଼ରେ ମାରି ତା’ ଦଳର ଆଉ ଜଣେ ଖେଳାଳି
ବଲ୍‌କୁ ହାତରେ ଧରି ପୁଣି ଗୋଡ଼ରେ ମାରି ତା’ ନିଜ ଦଳର ସାଥୀ ଖେଳାଳି ପାଖକୁ ପଠାଇ ଦେଲା’’ ଉତ୍ତର ଦେଲାବେଳେ ପ୍ରତ୍ୟେକ କ୍ଷେତ୍ରରେ ବଳ ପ୍ରଦାନକାରୀ କାରକ (agent) କୁ ମଧ୍ୟ ଚିହ୍ନ ।
ଉ-
ବଲ୍‌ ପରିବେଗର 4 ଥର ପରିବର୍ତ୍ତନ ହେଉଛିନ୍ତ

  • 1 ମ ଥର – ଫୁଟବଲ ଖେଳାଳି ଫୁଟ୍‌ବଲ୍ ଉପରେ ଗୋଡ଼ରେ ବଳପ୍ରୟୋଗ କରିଛି ।
  • 2 ୟ ଥର – ବଲ୍‌କୁ ଗୋଲପୋଷ୍ଟ ଆଡ଼କୁ ମରାଗଲା ।
  • 3 ୟ ଥର – ଗୋଲରୟକ ବଲ୍‌କୁ ଧରିଲା |
  • 4 ର୍ଥ ଥର – ଗୋଲରକ୍ଷକ ବଲ୍‌କୁ ମାରି ସାଥ୍‌ଖେଳାଳି ପାଖକୁ ପଠାଇଲା ।

3. ଗୋଟିଏ ଗଛକୁ ଜୋର୍‌ରେ ହଲାଇଲେ ସେହି ଗଛର କିଛି ପତ୍ର ବେଳେ ବେଳେ ଝଡ଼ିପଡ଼େ । ଏହା କାହିଁକି ହୁଏ, ବୁଝାଅ ।
ଉ–
ଗଛଟି ସ୍ଥିର ଥ‌ିବା ସମୟରେ ସ୍ଥିରତାର ଜଡ଼ତା ଯୋଗୁଁ ଗଛର ପତ୍ର ସ୍ଥିର ଥାଏ । ଯେତେବେଳେ ବାହ୍ୟବଳ ବା ଗଛକୁ ଜୋର୍‌ରେ ହଲାଇଲେ ପତ୍ରଗୁଡ଼ିକ ସ୍ଥିରତାର ଜଡ଼ତ୍ଵ ଗୁଣ ଯୋଗୁ ସ୍ଥିତାବସ୍ଥା ବଜାୟ ରଖୁବାକୁ ଚେଷ୍ଟା କରନ୍ତି । କିନ୍ତୁ ଡାଳ ଗତିଶୀଳ ଅବସ୍ଥାକୁ ଆସିବାରୁ ପତ୍ର ଝଡ଼ିପଡ଼ିଥାଏ ।

4. ଗୋଟିଏ ଦ୍ରୁତଗାମୀ ବସ୍‌ର ଚାଳକ ହଠାତ୍ ବ୍ରେକ୍ ମାରିଲେ ବସ୍ ଭିତରେ ଠିଆ ହୋଇଥିଲେ ତୁମେ କାହିଁକି ଆଗକୁ ପଡ଼ିଯାଅ ଏବଂ ସେହି ବସ୍ତୁକୁ ହଠାତ୍‌ ତ୍ୱରାନ୍ଵିତ କଲେ ତୁମେ କାହିଁକି ପଛକୁ ପଡ଼ିଯାଅ ।
ଉ–
ଗତିଶୀଳ ବସ୍ତୁ ବାହ୍ୟବଳ ପ୍ରୟୋଗ ନ ହେବା ପର୍ଯ୍ୟନ୍ତ ଗତିଶୀଳ ଅବସ୍ଥାରେ ରହିବାକୁ ଚାହେଁ । ଏହାକୁ ଗତିର ଜଡ଼ତା କୁହାଯାଏ । ଦ୍ରୁତଗାମୀ ବସ୍‌ର ଚାଳକ ହଠାତ୍ ବ୍ରେକ୍ ମାରିଲେ ଗତିର ଜଡ଼ତା ଯୋଗୁଁ ଆମେ ଗତିଶୀଳ ଅବସ୍ଥାରେ ରହିବାକୁ ଚାହୁଁ । ସେଥ‌ିପାଇଁ ଆଗକୁ ପଡ଼ିଯାଉ । ସେହି ବସ୍ତୁକୁ ହଠାତ୍ ତ୍ଵରାନ୍ଵିତ କଲେ ସ୍ଥିରତାର ଜଡ଼ତା ଯୋଗୁଁ ଆମେ ପଛକୁ ପଡ଼ିଯାଉ ।

5. ଯଦି କ୍ରିୟା ବଳର ପରିମାଣ ସର୍ବଦା ପ୍ରତିକ୍ରିୟା ବଳର ପରିମାଣ ସହିତ ସମାନ ତେବେ ଘୋଡ଼ା କିପରି ଘୋଡ଼ାଗାଡ଼ିକୁ ଟାଣେ ?
ଉ–
କ୍ରିୟା ବଳ ଓ ପ୍ରତିକ୍ରିୟା ବଳର ପରିମାଣ ସମାନ ଥୁଲେ ହେଁ, ଘୋଡ଼ାଗାଡ଼ିକୁ ଟାଣିବା ପାଇଁ ଆଗକୁ ନଇଁପଡ଼େ ଓ ପାଦରେ ଭୂମିକୁ ପଛକୁ ଠେଲିଥାଏ । ଯେତେବେଳେ ଘୋଡାର ପଶ୍ଚାତ୍ ଠେଲା ପ୍ରତି ଥ‌ିବା ସମ୍ମୁଖ ପ୍ରତିକ୍ରିୟା ତଳଗୁଡିକର ବିପରୀତ ଘର୍ଷଣ ବଳଠାରୁ ଅଧ‌ିକ ହୁଏ, ଘୋଡ଼ା ଘୋଡ଼ାଗାଡ଼ିକୁ ଟାଣିପାରେ ।

6. ନିଆଁ ଲିଭାଳି (fire man) ବ୍ୟକ୍ତି ହାତରେ ଧରିଥିବା ମୋଟା ନିର୍ଗମ ନଳୀରୁ (hose pipe) ଉଚ୍ଚ ପରିବେଗରେ ଜଳ ବାହାରୁଥିଲାବେଳେ ସେହି ନଳୀକୁ ଭଲ ଭାବରେ ଧରି ରଖୁବା ପାଇଁ କାହିଁକି ଅସୁବିଧା ଅନୁଭବ କରେ ?
ଉ–
ନିଆଁ ଲିଭାଳି ବ୍ୟକ୍ତି ହାତରେ ଧରିଥିବା ନିର୍ଗମ ନଳୀରେ ଉଚ୍ଚ ପରିବେଗରେ ଜଳ ପ୍ରବାହିତ ହେଉଥ‌ିବା ସମୟରେ ଏହାକୁ ଧରି ରଖୁଲେ ନିଉଟନଙ୍କ ଗତି ସମ୍ବନ୍ଧୀୟ ତୃତୀୟ ନିୟମ ଅନୁସାରେ ଏଥୁରେ ବିପରୀତ ମୁଖୀ ବଳ କାର୍ଯ୍ୟ କରିଥାଏ । ତେଣୁ ଏହାକୁ ଧରି ରଖୁବାପାଇଁ ଅସୁବିଧା ଅନୁଭୂତ ହୋଇଥାଏ ।

7. ଗୋଟିଏ 4 kg ବସ୍ତୁତ୍ଵର ବନ୍ଧୁକ ଫୁଟାଇଲେ ତନ୍ମଧ୍ୟରେ ଥିବା 50 g ବସ୍ତୁତ୍ଵର ଗୁଳି 35 m . s-1ପରିବେଗରେ ବନ୍ଧୁକ ମୁହଁରୁ ବାହାରି ଦ୍ରୁତଗତିରେ ଆଗକୁ ଚାଲିଯାଏ । ବନ୍ଧୁକର ପ୍ରତ୍ୟାଗମନ ପରିବେଗ କେତେ ହୁଏ ନିର୍ଣ୍ଣୟ କର ।
ଉ –
ବନ୍ଧୁକର ବସ୍ତୁତ୍ଵ = m1 4 kg, ଗୁଳିର ବସ୍ତୁତ୍ଵ = m2 = 50 gm 0.05 kg
ଗୁଳିର ପରିବେଗ = v2 = 35 ମିଟର / ସେକେଣ୍ଡ
ସଂବେଗର ନିୟମ ଅନୁଯାୟୀ m1v1 + m2v2 = 0 (v1 = ବନ୍ଧୁକର ପରିବେଗ )
⇒ 4v1 + 0.05 × 35 = 0
⇒ 4v1 = (0.05 x 35) ⇒ V1 = – \(\frac { 0.05×35 }{ 4 }\) = – 0.43 ମିଟର/ସେକେଣ୍ଡ
(ବିଯୁକ୍ତ ଚିହ୍ନରୁ ସୂଚନା ମିଳେ ଯେ, ଗୁଳି ଗତି ଦିଗର ବିପରୀତ ଦିଗରେ ବନ୍ଧୁକ ପ୍ରତ୍ୟାଗମନ କରେ ।)
∴ ବନ୍ଧୁକର ପ୍ରତ୍ୟାଗମନ ପରିବେଗ ହେଉଛି 0-43 ମିଟର/ସେକେଣ୍ଡ ।

8. 100 g ଓ 200 g ବସ୍ତୁତ୍ଵର ଦୁଇଟି ବସ୍ତୁ ଗୋଟିଏ ସରଳରେଖାରେ ଗୋଟିଏ ଦିଗରେ ଯଥାକ୍ରମେ 2ms-1 ଓ 1ms-1 ପରିବେଗରେ ଗତି କରୁଛନ୍ତି । ତାଙ୍କ ଭିତରେ ଧକ୍‌କା ହେଲାପରେ ପ୍ରଥମ ବସ୍ତୁର ପରିବେଗ 1.67 ms-1ହେଲା । ଦ୍ଵିତୀୟ ବସ୍ତୁର ପରିବେଗ ଧକ୍‌କା ପରେ କେତେ ହେବ ?
ଉ –
m1 ଧକ୍‌କା ପୂର୍ବରୁ Iମ ବସ୍ତୁର ବସ୍ତୁତ୍ଵ 0-1 kg u1 = ଧକ୍‌କା ପୂର୍ବରୁ 1ୟ ବସ୍ତୁର ପରିବେଗ = 2ms-1
m2 = ଧକ୍‌କା ପୂର୍ବରୁ 2ୟ ବସ୍ତୁର ବସ୍ତୁତ୍ଵ = 0-2 kg u2 = ଧକ୍‌କା ପୂର୍ବରୁ 2ୟ ବସ୍ତୁର ବସ୍ତୁତ୍ଵ = 1ms– 1
v1 = ଧକ୍‌କା ପରେ l ମ ବସ୍ତୁର ପରିବେଗ = 1.67 ms-1
v2 = ଧକ୍‌କା ପରେ 2ୟ ବସ୍ତୁର ପରିବେଗ = m1u1 + m2u2 = m1v1 + m2v2
⇒ 0·1 × 2 + 0·2 × 1 = 0·1 × 1·67 + 0·2 × v2
⇒ 0·4 = 0·167 + 0·2 v2
⇒ v2 = \(\frac { 0.4-0.167 }{ 0.2 }\) = .1165 ମିଟର/ସେକେଣ୍ଡ
∴ ଦ୍ଵିତୀୟ ବସ୍ତୁର ପରିବେଗ ଧକ୍‌କା ପରେ .1165 ମିଟର/ସେକେଣ୍ଡ ହେବ ।

BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ 6.1 :
କ୍ୟାରମ୍‌ବୋର୍ଡ଼ର କେନ୍ଦ୍ରରେ କିଛି କ୍ୟାରମ୍ ଗୋଟି ଗୋଟାକ ଉପରେ ଗୋଟିଏ ଗଦା ହୋଇ ରହିଛି । ଷ୍ଟ୍ରାଇକର୍ ଦ୍ଵାରା ଦୂରରୁ ଖୁବ୍‌ ଜୋର୍‌ରେ ଏହି ଗଦାର ସବାତଳ ଗୋଟିକୁ ଆଘାତ କଲେ, ତଳ ଗୋଟିଟିର ସ୍ଥିରତାର ପରିବର୍ତ୍ତନ ଘଟି ତାହା ଗତିଶୀଳ ହୋଇଥାଏ । ମାତ୍ର ଗଦାଟି ସ୍ଥିରତାର ଜଡ଼ତା ଯୋଗୁ ପୂର୍ବପରି ସ୍ଥିରାବସ୍ଥା ବଜାୟ ରଖ୍ ତା ସ୍ଥାନରେ ରହିବ । ତଳ ଗୋଟି ଉପରେ ଥିବା ଅନ୍ୟ ଗୋଟିଗୁଡ଼ିକୁ ଷ୍ଟ୍ରାଇକର ଆଘାତ କରେନାହିଁ । ତେଣୁ ସେମାନଙ୍କ ଉପରେ କୌଣସି ବଳ କାର୍ଯ୍ୟ କରେ ନାହିଁ । ତେଣୁ ସେହି ଗୋଟି ସମୂହ ଜଡ଼ତ୍ଵ ଗୁଣ ଯୋଗୁ ଭୂଲମ୍ବ ଦିଗରେ କେବଳ ତଳକୁ ଖସିଆସି ଅପସାରିତ ଗୋଟିର ସ୍ଥାନରେ ରହିଯାଆନ୍ତି ।

ଗତିର ଜଡ଼ତା (Inertia of Motion) :
ବାହ୍ୟବଳ ପ୍ରୟୋଗ ସତ୍ତ୍ବେ ସରଳରେଖାରେ କୌଣସି ଏକ ବେଗରେ ଗତି କରୁଥିବା ବସ୍ତୁ ସେହି ବେଗରେ ଓ ସେହି ଦିଗରେ ଗତି କରିବାକୁ ଚାହେଁ । ଏହାକୁ ଗତିର ଜଡ଼ତା କୁହାଯାଏ ।

(i) ଦ୍ରୁତଗାମୀ ବସ୍‌ରେ ଠିଆ ହୋଇ ଯାଉଥିବାବେଳେ ଡ୍ରାଇଭର୍‌ ହଠାତ୍ ବ୍ରେକ୍ ମାରିଲେ ଯାତ୍ରୀମାନେ ଆଗକୁ ଝୁଙ୍କି ପଡ଼ନ୍ତି । ବସ୍ ଗତି କରୁଥିବାବେଳେ ଯାତ୍ରୀମାନେ ମଧ୍ୟ ବସ୍ ସାଙ୍ଗରେ ସମାନ ପରିବେଗରେ
ଆଗକୁ ଗତି କରୁଥାନ୍ତି । ବ୍ରେକ୍ ମାରିବାଦ୍ଵାରା ବସ୍‌ର ଗତି ତତ୍‌କ୍ଷଣାତ୍‌ କମିଯାଏ ଓ ବସ୍ ସ୍ଥିର ହୋଇଯାଏ । ମାତ୍ର ଯାତ୍ରୀମାନଙ୍କ ଶରୀର ଉପରେ କୌଣସି ବଳ କାର୍ଯ୍ୟ କରେ ନାହିଁ । ଜଡ଼ତ୍ଵ ଧର୍ମଯୋଗୁଁ ଯାତ୍ରୀମାନେ ଗତିଶୀଳ ଅବସ୍ଥା ବଜାୟ ରଖିବାକୁ ଚାହୁଁଥିବାରୁ ଆଗକୁ ଝୁଙ୍କିପଡ଼ନ୍ତି ।

(ii) ସମ ବେଗରେ ସଳଖ ରାସ୍ତାରେ ଗତିଶୀଳ ଏକ ଯାନରୁ ଯାତ୍ରୀ ସିଧାସଳଖ ଉପରକୁ ପେଣ୍ଡୁଟିଏ ଫିଙ୍ଗିଲେ, ପେଣ୍ଡୁଟି କିଛି ସମୟ ପରେ ପୁନର୍ବାର ସେହି ଯାତ୍ରୀ ପାଖକୁ ଫେରିଆସିବ । କାରଣ ଫୋପଡ଼ା ଯିବା ପୂର୍ବରୁ ଯାନଟିର ଗତି ଯୋଗୁଁ ପେଣ୍ଡୁଟି ଭୂସମାନ୍ତର ହୋଇ ଗତି କରୁଥିଲା । ଏହି ଭୂସମାନ୍ତର ଗତି ସହିତ ପେଣ୍ଡୁଟି ଉପରକୁ ଉଠିଛି ଓ ତଳକୁ ଖସିଛି । ଗତିର ଜଡ଼ତା ଯୋଗୁଁ ପେଣ୍ଡୁ ସହିତ ଥ‌ିବା ତାହାର ଭୂସମାନ୍ତର ଗତି ନ ବଦଳି ସେହିପରି ରହିଛି ।

(iii) ଗୋଟିଏ ଦ୍ରୁତଗାମୀ ମଟର ଗାଡ଼ି ସିଧା ରାସ୍ତାରେ ଅସନ୍ତୁଳିତ ବଳ କାର୍ଯ୍ୟ ନ କଲେ ଗୋଟିଏ ସ୍ଥିର ବସ୍ତୁ ସ୍ଥିର ହୋଇ ରହେ । ଯାଉଥିବାବେଳେ ହଠାତ୍ ଏକ ତୀକ୍ଷ୍ଣ ଗୋଲେଇ ପାଖରେ ଘୂରିଗଲେ ଗାଡ଼ି ଭିତରେ ଯାତ୍ରୀ ଗୋଟିଏ କଡ଼କୁ ଛିଟିକି ପଡ଼ନ୍ତି । ଗାଡ଼ି ସିଧା ରାସ୍ତାରେ ସରଳରେଖାରେ ଯାଉଥିଲାବେଳେ ଗାଡ଼ିଭିତରେ ଯାଉଥିବା ଯାତ୍ରୀ ମଧ୍ୟ ସରଳରେଖାରେ ଗତି କରନ୍ତି । ଇଞ୍ଜିନଦ୍ୱାରା ଗାଡ଼ି ଉପରେ ଏକ ଅସନ୍ତୁ ଳିତ ବଳ ପ୍ରୟୋଗ ହେବାଦ୍ଵାରା ଗାଡ଼ିର ଗତିର ଦିଗ ହଠାତ୍ ପରିବର୍ତ୍ତିତ ହୋଇଥାଏ ଓ ଗାଡ଼ି ଗୋଲେଇ ରାସ୍ତାରେ ଘୂରିଥାଏ; କିନ୍ତୁ ଯାତ୍ରୀ ଶରୀର ଉପରେ କୌଣସି ଅସନ୍ତୁ ଳିତ ବଳ କାର୍ଯ୍ୟ କରେନାହିଁ । ତେଣୁ ଶରୀରର ଜଡ଼ତ୍ଵ ଗୁଣ ଯୋଗୁଁ ଯାତ୍ରୀଟିର ଗତିର ଦିଗରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଯାତ୍ରୀଟି ସରଳରେଖୁ ଗତି ବଜାୟ ରଖୁବାକୁ ଚାହୁଁଥିବାରୁ ଗାଡ଼ି ଭିତରେ ଖୋଟିଏ କଡ଼କୁ ଛିଟିକି ପଡନ୍ତି |

ତୁମପାଇଁ କାମ 6.2 :
ଗୋଟିଏ ବେଲୁକୁ ଫୁଙ୍କି ଫୁଲେଇ ଦିଅ ଓ ତା ମୁହଁରେ ଏକ ସୂତା ବାନ୍ଧିଦିଅ । ବେଲୁନ୍ ପୃଷ୍ଠରେ ଏକ ଛୋଟ ସରୁ ନଳୀ (ସରବତ ପିଇବା ନଳୀ ) ଅଠାଫିତା (adhesive tape) ସାହାଯ୍ୟରେ ଲଗାଅ । ଗୋଟିଏ ସରୁ ସୂତାକୁ ସେହି ନଳୀ ଭିତରେ ପୂରାଇ ତାହାର ଦୁଇମୁଣ୍ଡକୁ ଟେବୁଲ ଉପରେ ଲାଗିଥିବା ଦୁଇଟି ସରୁ ଖୁଣ୍ଟିରେ ବାନ୍ଧିଦିଅ । ବର୍ତ୍ତମାନ ବେଲୁନ୍ ମୁହଁରେ ବନ୍ଧା ହୋଇଥ‌ିବା ସୂତାକୁ ଖୋଲିଦିଅ । ଯାହା ଫଳରେ ବେଲୁନ୍ ଭିତରେ ଥିବା ବାୟୁ ବାହାରକୁ ବାହାରିଯିବ । ଲକ୍ଷ୍ୟକର ନଳୀଟି କେଉଁ ଦିଗକୁ ଗତି କରୁଛି ? ଏପରି କାହିଁକି ହେଲା ?
ଉ-
ବେଲୁନ୍‌ରୁ ନିର୍ଗତ ବାୟୁର ବିପରୀତ ଦିଗରେ ନଳୀଟି ଗତି କରିବ । କାରଣ ବେଲୁନ୍‌ରୁ ବାୟୁ ନିର୍ଗତ ହେବା ହେଉଛି କ୍ରିୟା । ନିର୍ଗତ ବାୟୁ ସମ ପରିମାଣରେ ବିପରୀତ ମୁଖ୍ୟ ପ୍ରତିକ୍ରିୟା ବଳ ବେଲୁନ୍ ଉପରେ ପ୍ରୟୋଗ କରିବାରୁ ବେଲୁନ୍‌ ପଛକୁ ଗତି କରିବ ଏବଂ ନଳୀଟି ବେଲୁନ୍ ସହ ଲାଗିରହିଥ‌ିବାରୁ ବେଲୁନ୍ ସହ ଗତିଶୀଳ ହେବ ।
BSE Odisha 9th Class Physical Science Solutions Chapter 6 img-8

ତୁମପାଇଁ କାମ 6.3 :
ଗୋଟିଏ ଉଚ୍ଚମାନର କାଚ ପରୀକ୍ଷା ନଳୀରେ କିଛି ଜଳ ଭର୍ତ୍ତି କରି ତା’ର ମୁହଁକୁ ଏକ କର୍କଦ୍ଵାରା ବନ୍ଦ କରିଦିଅ । ଚିତ୍ରରେ ଦର୍ଶାଯାଇଥ‌ିବା ପରି ଏହି ନଳୀକୁ ଏକ ଷ୍ଟାଣ୍ଡରେ ଲାଗିଥ‌ିବା ଦୁଇଟି ସୂତାଦ୍ୱାରା ଭୂସମାନ୍ତର ଭାବେ ଝୁଲାଇ ଦିଅ । ଏକ ବର୍ଣ୍ଣର ସାହାଯ୍ୟରେ ନଳୀକୁ ଗରମ କର ।
BSE Odisha 9th Class Physical Science Solutions Chapter 6 img-9

(i) ବର୍ତ୍ତମାନ କ’ଣ ଦେଖୁ କାରଣ ସହ ଦର୍ଶାଅ ।
ଉ-
ଗରମ କଲାପରେ ଜଳ ବାଷ୍ପୀଭୂତ ହୋଇଯିବ ଓ କର୍କଟି ଠେଲି ହୋଇ ବାହାରକୁ ବାହାରିଯିବ । ଲକ୍ଷ୍ୟକଲେ ଦେଖୁବ ଯେ କର୍କଟି ଯେଉଁ ଦିଗରେ ବାହାରିଯିବ ପରୀକ୍ଷା ନଳୀ ତା’ର ବିପରୀତ ଦିଗରେ ପ୍ରତ୍ୟାଗମନ (recoil) କରିବ ।

(ii) କର୍କ ଓ ପ୍ରତ୍ୟାଗମନ କରୁଥିବା ପରୀକ୍ଷା ନଳୀର ପରିବେଗରେ ଥିବା ପାର୍ଥକ୍ୟକୁ ନିରୀକ୍ଷଣ କର । କାହାର ପରିବେଗ ବେଶି ?
ଉ-
କର୍କର ପରିବେଗ ଓ ପରୀକ୍ଷା ନଳୀର ପରିବେଗକୁ ଲକ୍ଷ୍ୟକଲେ, କର୍କର ପରିବେଗ ପ୍ରତ୍ୟାବର୍ତ୍ତନ କରୁଥିବାରୁ ପରୀକ୍ଷା ନଳୀର ପରିବେଗଠାରୁ ବେଶି ହୋଇଥାଏ ।

Leave a Comment