BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

Odisha State Board BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Textbook Exercise Questions and Answers.

BSE Odisha Class 8 History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୧। ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଦିଅ ।

(କ) ଭାରତରେ ଜାତୀୟତାବାଦର ବିକାଶ ପାଇଁ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଐକ୍ୟଭାବ କିପରି ଦାୟୀ ଥିଲା ?
Answer:
ସାମାଜିକ ଐକ୍ୟଭାବ :

  • ପ୍ରାଚୀନ କାଳରେ ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ଭୂଖଣ୍ଡରେ ବସବାସ କରୁଥିବା ସମସ୍ତ ଅସ୍ଵାସୀ ଭାରତୀୟ ସନ୍ତତି ଭାବରେ ପରିଚିତ ହେଉଥିଲେ ।
  • ଭାରତ ବର୍ଷରେ ହିମାଳୟ ପର୍ବତ ଓ ଗଙ୍ଗା, ଯମୁନା ଭଳି ନଦୀଗୁଡ଼ିକୁ ସମସ୍ତେ ପବିତ୍ର ମନେ କରନ୍ତି ।
  • ଭାରତର ବିଭିନ୍ନ ସ୍ଥାନରେ ସମସ୍ତ ଧର୍ମର ତୀର୍ଥସ୍ଥାନ ମଧ୍ୟ ରହିଛି ।

ସାଂସ୍କୃତିକ ଐକ୍ୟଭାବ :

  • ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟମାନେ ପାଳନ କରୁଥିବା ଉତ୍ସବ, ରୀତି-ନୀତି ତଥା ସାମାଜିକ ପ୍ରଥା ଓ ଚଳଣିରେ ସାମଞ୍ଜସ୍ୟ ଦେଖାଯାଏ ।
  • ଖାଦ୍ୟପେୟ ଓ ପୋଷାକପତ୍ରରେ ଆଞ୍ଚଳିକ ଭିନ୍ନତା ଥିଲେ ମଧ୍ୟ ସେଗୁଡ଼ିକର ଆଦର ଦେଶର ସବୁସ୍ଥାନରେ କରାଯାଇଥାଏ ।

ରାଜନୈତିକ ଐକ୍ୟଭାବ :

  • ଐତିହାସିକ ଯୁଗର ବିଭିନ୍ନ ପର୍ଯ୍ୟାୟରେ ଏକ ଶାସନାଧୀନ ରହି ଭାରତୀୟମାନଙ୍କ ମଧ୍ୟରେ ଐକ୍ୟଭାବ ସୃଷ୍ଟି ହୋଇଥିଲା ।
  • ଇଂରେଜ ଶାସନ କାଳରେ ଭାରତର ସମସ୍ତ ଅଞ୍ଚଳ ମଧ୍ୟରେ ରାଜନୈତିକ ଏକତା ଦୃଢ଼ୀଭୂତ ହୋଇଥିଲା ।
  • ଭାରତର ସମସ୍ତ ଦେଶୀୟ ରାଜ୍ୟ ବ୍ରିଟିଶ୍ ଶାସନାଧୀନ ହେବା ଫଳରେ ଭାରତୀୟମାନଙ୍କ ମନରେ ଜାତୀୟତାବାଦ ବୃଦ୍ଧି କରିବାରେ ପରୋକ୍ଷରେ ସାହାଯ୍ୟ କରିଥିଲା ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

(ଖ) ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ପାଇଁ ଇଂରାଜୀ ଭାଷା ଓ ଇଂରେଜ ଶାସନ କିପରି ସହାୟକ ହେଲା ?
Answer:
ଇଂରାଜୀ ଭାଷାର ପ୍ରଭାବ :

  • ଇଂରାଜୀ ଭାଷା ଓ ଶିକ୍ଷାର ପ୍ରଚଳନ ଫଳରେ ଇଂରାଜୀ ଶିକ୍ଷିତ ଭାରତୀୟମାନେ ପରସ୍ପର ମଧ୍ୟରେ ଭାବ ବିନିମୟ କରିପାରିଲେ, ଯାହାଫଳରେ ସେମାନଙ୍କ ମଧ୍ୟରେ ଐକ୍ୟଭାବ ସୃଷ୍ଟି ହେଲା ।
  • ଭାରତୀୟ ଶିକ୍ଷିତ ବୁଦ୍ଧିଜୀବୀମାନେ ଆମେରିକାର ସ୍ଵାଧୀନତା ସଂଗ୍ରାମ, ରୁଷ୍ ବିପ୍ଲବ, ଫରାସୀ ବିପ୍ଳବ ଓ ଜର୍ମାନୀ ଏବଂ ଇଟାଲୀ ଏକତ୍ରୀକରଣ ପ୍ରଭୃତି ବିଦେଶୀ ବିଦ୍ରୋହ ସମ୍ବନ୍ଧରେ ଜ୍ଞାନ ଆହରଣ କଲେ ।
  • ପୁନଶ୍ଚ ରୁଷୋ, ଭଲ୍‌ଟାୟାର ଓ ମଣ୍ଡେସ୍କୁଙ୍କ ଦାର୍ଶନିକଙ୍କ ଚିନ୍ତାଧାରା, ପାଶ୍ଚାତ୍ୟ ଗଣତନ୍ତ୍ର, ସ୍ଵାଧୀନତା, ସାହିତ୍ୟ, ଦର୍ଶନ, ରାଜନୀତି ଓ ଇତିହାସ ଭାରତୀୟମାନେ ଜାଣିବାର ସୁଯୋଗ ପାଇଲେ । ତେଣୁ ବିଦେଶୀ ଇଂରେଜ ଶାସନ କବଳରୁ ମୁକ୍ତ ହୋଇ ସେମାନେ ସ୍ଵାଧୀନ ହେବାକୁ ପ୍ରୟାସ କଲେ ।

ଇଂରେଜ ଶାସନର ପ୍ରଭାବ :

  • ଇଂରେଜ ଶାସନ କାଳରେ ବେଣ୍ଟିଙ୍ଗ୍‌ଙ୍କଦ୍ୱାରା ଭାରତରେ କେତେକ କୁପ୍ରଥା ଉଚ୍ଛେଦ ଓ ଇଂରାଜୀ ଭାଷା ପ୍ରଚଳନ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାଭାବ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ।
  • ଗଭର୍ଣ୍ଣର ଜେନେରାଲ୍ ଲର୍ଡ ଡେଲ୍ହାଉସୀଙ୍କଦ୍ୱାରା ଭାରତରେ ରେଳ ଚଳାଚଳ ଓ ଡାକ ବ୍ୟବସ୍ଥା ପ୍ରଚଳନ ଯୋଗୁ ଭାରତର ନେତୃସ୍ଥାନୀୟ ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ଯୋଗାଯୋଗ ରକ୍ଷାକରି ନିଜର ସଙ୍ଗଠନ ଦୃଢ଼ କଲେ । ଲର୍ଡ ରିପନ୍‌ଙ୍କଦ୍ୱାରା ପ୍ରଚଳିତ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନା ସୃଷ୍ଟି କରିଥିଲା ।

(ଗ) ଇଂରେଜମାନଙ୍କର ଦମନମୂଳକ ଶାସନ ପଦ୍ଧତିର ଏକ ବିବରଣୀ ପ୍ରଦାନ କର ।
Answer:
ଇଂରେଜମାନଙ୍କ ଶାସନରେ ପ୍ରାଧାନ୍ୟ ବିସ୍ତାର :

  1. ଇଂରେଜ ଶାସନ କାଳରେ ଭାରତୀୟମାନଙ୍କର ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବାର କୌଣସି ସୁଯୋଗ ନଥିଲା । ଇଂରେଜ ଶାସନମୁଖ୍ୟ ବଡ଼ଲାଟ୍ ବ୍ରିଟିଶ୍ ପାର୍ଲାମେଣ୍ଟଦ୍ୱାରା ପ୍ରଣୀତ ଆଇନ ଅନୁଯାୟୀ ଭାରତରେ ଦମନମୂଳକ ଶାସନ ଚଳାଉଥିଲେ । ବଡ଼ଲାଙ୍କ କାର୍ଯ୍ୟକାରୀ ପରିଷଦ ଓ ବ୍ୟବସ୍ଥାପକ ପରିଷଦରେ ଅଧିକାଂଶ ଇଂରେଜ ସଭ୍ୟ ଥିଲେ ।
  2. ‘ପ୍ରଶାସନିକ ସେବା’ ପରୀକ୍ଷା ଇଂଲଣ୍ଡରେ ହେଉଥ‌ିବାରୁ ଗରିବ ମେଧାବୀ ଭାରତୀୟମାନେ ଏହି ସୁଯୋଗରୁ ବଞ୍ଚିତ ହେଉଥିଲେ ।

ଅର୍ଥନୈତିକ ଶୋଷଣ :

  1. ଇଂରେଜମାନେ ଅର୍ଥନୈତିକ ଶୋଷଣମୂଳକ ଓ ଦମନମୂଳକ ଶାସନ ଭାରତରେ ଚଳାଉଥିଲେ । ଭାରତୀୟମାନଙ୍କଠାରୁ କର, ରାଜସ୍ଵ ଓ ବାଣିଜ୍ୟ ମାଧ୍ୟମରେ ବହୁତ ଅର୍ଥ ଇଂଲଣ୍ଡକୁ ଚାଲିଯାଉଥିଲା । ଭାରତରୁ କଞ୍ଚାମାଲ ଇଂଲଣ୍ଡକୁ ରପ୍ତାନି ହୋଇ ଇଂଲଣ୍ଡର ଶିଳ୍ପଜାତ ଦ୍ରବ୍ୟ ଭାରତରେ ବିକ୍ରି ହେବାରୁ ଭାରତୀୟ କୁଟୀର ଶିଳ୍ପର ଅବନତି ଘଟିଲା ।
  2. ଇଂରେଜ ଶାସନ କାଳରେ ଜମିଦାରମାନେ କୃଷକମାନଙ୍କୁ ଶୋଷଣ କରୁଥିଲେ ଏବଂ ଜମିଜମା ଆଇନଗୁଡ଼ିକ ଚାଷୀମାନଙ୍କ ସ୍ଵାର୍ଥବିରୋଧୀ ଥିଲା ।

ବର୍ଣ୍ଣବୈଷମ୍ୟ ନୀତି :
ଇଂରେଜମାନେ ଭାରତରେ ବର୍ଣ୍ଣବୈଷମ୍ୟ ନୀତି ଅନୁସରଣ କରୁଥିଲେ । ଭାରତୀୟ ବିଚାରପତିମାନେ ଇଂରେଜ ଅପରାଧୀମାନଙ୍କର ବିଚାର କରିପାରୁ ନଥିଲେ । ଶିକ୍ଷିତ ଭାରତୀୟମାନେ ଯୋଗ୍ୟ ହେଲେବି ଉଚ୍ଚ ପଦବୀ ଓ ଚାକିରିରୁ ବଞ୍ଚିତ ହେଉଥିଲେ ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

(ଘ) ଭାରତରେ ଜାତୀୟ କଂଗ୍ରେସର କିପରି ଆବିର୍ଭାବ ଓ ବିକାଶ ହେଲା ?
Answer:
ଆଲାନ୍ ଅକ୍ଟୋଭିଆନ ହ୍ୟୁମ୍‌ଙ୍କ ପରାମର୍ଶ :

  • ୧୮୮୫ ମସିହାରେ ଆଲାନ୍ ଅକ୍ସାଭିଆନ ହ୍ୟୁମ୍ ନାମକ ଜଣେ ଅବସରପ୍ରାପ୍ତ ଇଂରେଜ ଶାସନ ତତ୍କାଳୀନ ବଡ଼ଲାଟ ଡଫରିଙ୍କୁ ଭାରତୀୟମାନଙ୍କ ନିମନ୍ତେ ଏକ ସଙ୍ଗଠନର ଆବଶ୍ୟକତା ବିଷୟରେ ଅବଗତ କରାଇଲେ ।
  • ହ୍ୟୁମ୍ନଙ୍କ ମତରେ ଏହି ସଙ୍ଗଠନ ସରକାରଙ୍କୁ ଦେଶବାସୀଙ୍କ ଅଭାବ, ଅସୁବିଧା ଓ ଅଭିଯୋଗ ଜଣାଇବ ଏବଂ ସେମାନଙ୍କୁ ବିଦ୍ରୋହରୁ ନିବୃତ୍ତ କରିବ ।

ଡରଫିନ୍‌ଙ୍କ ଉଦ୍ୟମ :
ଡଫରିନ୍‌ ମଧ୍ୟ ଇଂଲଣ୍ଡ ସରକାରଙ୍କ ଦୋଷତ୍ରୁଟି ଜଣାଇବା ଭଳି ସଙ୍ଗଠନ ଭାରତରେ ରହିବା ଆବଶ୍ୟକ ହୃଦୟଙ୍ଗମ କରି ହ୍ୟୁମ୍‌ଙ୍କୁ ଏ ଦିଗରେ ଉତ୍ସାହିତ କଲେ ।

  • ହ୍ୟୁମ୍‌ଙ୍କ ଦିଗ୍‌ଦର୍ଶନରେ ‘ଜାତୀୟ କଂଗ୍ରେସ’ ପ୍ରତିଷ୍ଠା ହେଲା ଏବଂ ୧୮୮୫ ମସିହା ଡିସେମ୍ବର ୨୮ ଓ ୨୯ ତାରିଖରେ ଏହାର ପ୍ରଥମ ଅଧ‌ିବେଶନ ବମ୍ବେଠାରେ ଅନୁଷ୍ଠିତ ହେଲା ।
  • ସମୟାନୁକ୍ରମେ ଶିକ୍ଷିତ ମଧ୍ୟବିତ୍ତ ସମ୍ପ୍ରଦାୟର ଲୋକ, ଓକିଲ, ଡାକ୍ତର, ଲେଖକ ଓ ସାମ୍ବାଦିକ ଆଦି ବୁଦ୍ଧିଜୀବୀ ଓ ସରକାରୀ କର୍ମଚାରୀମାନେ ଜାତୀୟ କଂଗ୍ରେସରେ ଯୋଗଦେବାରୁ ଏହାର ବିକାଶ ଘଟିଲା ।

(ଙ) ଜାତୀୟ କଂଗ୍ରେସର ନରମପନ୍ଥୀମାନେ କି କି ଦାବି ଉପସ୍ଥାପନ କରିଥିଲେ ?
Answer:
ଜାତୀୟ କଂଗ୍ରେସର ନରମପନ୍ଥୀମାନେ ସ୍ଵଭାବସୁଲଭ ଭଙ୍ଗୀରେ ଅନୁରୋଧ କରି ସେମାନଙ୍କ ଦାବି ଉପସ୍ଥାପନ କରୁଥିଲେ ।

→ ନରମପନ୍ଥୀଙ୍କର ଦାବି :
ସେମାନେ ଇଂରେଜ ସରକାରଙ୍କ ନିକଟରେ କେତେକ ଦାବି ଉପସ୍ଥାପନ କରିଥିଲେ । ସେଗୁଡ଼ିକ ହେଲା —
(a) ପ୍ରାଦେଶିକ ଓ କେନ୍ଦ୍ରୀୟ ଆଇନ ସଭାରେ ଭାରତୀୟ ପ୍ରତିନିଧୂ ରହିବାର ବ୍ୟବସ୍ଥା କରିବା ।
(b) ଭାରତୀୟ ପ୍ରଶାସନିକ ପରୀକ୍ଷା ଇଂଲଣ୍ଡରେ ହେବା ସହ ଭାରତରେ କରିବାର ବ୍ୟବସ୍ଥା ହେବା ।
(c) ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ଭାରତୀୟ ପରୀକ୍ଷାର୍ଥୀମାନଙ୍କର ବୟସସୀମା ବୃଦ୍ଧି କରିବା ।
(d) ସାମରିକ ଖର୍ଚ୍ଚ କମାଇ ଶିକ୍ଷା, କୃଷି ଓ ଶିଳ୍ପର ଅଧ୍ଵ ବିକାଶ ଘଟାଇବା ।
(e) ଅସ୍ତ୍ରଶସ୍ତ୍ର ଆଇନର ସଂସ୍କାର କରିବା ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

(ଚ) ବଙ୍ଗ ପ୍ରଦେଶ କିପରି ବିଭାଜିତ ହେଲା ?
Answer:
ବଙ୍ଗଳା ପ୍ରଦେଶ ଗଠନ :

  • ବଙ୍ଗ, ବିହାର ଓ ଓଡ଼ିଶାକୁ ନେଇ ଗଠିତ ବଙ୍ଗଳା ପ୍ରଦେଶ ବିଶାଳ ଥିଲା । ଏତେବଡ଼ ପ୍ରଦେଶର ପ୍ରଶାସନିକ ଅସୁବିଧା ଅନୁଭବ କରି ତତ୍‌କାଳୀନ ଇଂରେଜ ବଡ଼ଲାଟ୍ ଲର୍ଡ ନାଥାନିଏଲ୍‌ କର୍ଜନ୍ ବଙ୍ଗ ପ୍ରଦେଶ ବିଭାଜନ କଥା ଚିନ୍ତାକଲେ ।
  • ବଙ୍ଗର ପୂର୍ବଭାଗକୁ ଆସାମ ସହିତ ମିଶାଇ ଦିଆଗଲା । ଢାକାଠାରେ ଏହାର ରାଜଧାନୀ ରହିଲା । ସେହିପରି ବଙ୍ଗର ପଶ୍ଚିମଭାଗ, ବିହାର ଓ ଓଡ଼ିଶାକୁ ନେଇ ପଶ୍ଚିମବଙ୍ଗ ଗଠିତ ହେଲା । ଏହାର ରାଜଧାନୀ କଲିକତା (କୋଲକାତା)ଠାରେ ରହିଲା ।

ବଙ୍ଗ ଭଙ୍ଗ ନୀତି :
ଫଳରେ ବଙ୍ଗଳା ଭାଷାଭାଷୀ ଲୋକ ଦୁଇଭାଗରେ ବିଭକ୍ତ ହେଲେ । ବଙ୍ଗର ସାଧାରଣ ଜନତା ଉତ୍‌କ୍ଷିପ୍ତ ହୋଇପଡ଼ିଲେ । ଜାତୀୟ କଂଗ୍ରେସ ଏହି ବଙ୍ଗଭଙ୍ଗ ନୀତିକୁ ବିରୋଧ କଲା ।

ବଙ୍ଗ ବିଭାଜନ :
ଭାରତର ଲୋକମାନଙ୍କର ବିରୋଧଭାବକୁ ଇଂରେଜ ସରକାର ଭୂକ୍ଷେପ ନକରି ୧୯୦୫ ଅକ୍ଟୋବର ୧୬ ତାରିଖ ଦିନ ଲର୍ଡ କର୍ଜନ ‘ବଙ୍ଗ ବିଭାଜନ’ ଘୋଷଣା କଲେ ।

ସାମ୍ପ୍ରଦାୟିକତା :
ବଙ୍ଗ ପ୍ରଦେଶରେ ମୁଣ୍ଡ ଟେକୁଥ‌ିବା ତୀବ୍ର ଜାତୀୟତାବାଦକୁ ପ୍ରତିହତ କରିବା ଓ ଭାରତୀୟମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟିକରିବା ଇଂରେଜ ଶାସକଙ୍କର ବଙ୍ଗ ବିଭାଜନ ନୀତିର ପ୍ରକୃତ ଉଦ୍ଦେଶ୍ୟ ଥିଲା ।

(ଛ) ସ୍ଵଦେଶୀ ଆନ୍ଦୋଳନ କ’ଣ ? ଏହାର ଲକ୍ଷ୍ୟ ଓ ଅଗ୍ରଗତି ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ସ୍ଵଦେଶୀ ଆନ୍ଦୋଳନର ଅୟମାରମ୍ଭ :

  • ଲର୍ଡ କର୍ଜନଙ୍କର ବଙ୍ଗ ବିଭାଜନ ଘୋଷଣା ବିରୋଧର ସାରାଦେଶରେ ବିଦ୍ରୋହର ବହ୍ନି ପ୍ରଜ୍ଵଳିକ ହେଲା ଓ ଆନ୍ଦୋଳନ ଚାଲିଲା ।
  • ନରମପନ୍ଥୀ ନେତାମାନେ ଇଂରେଜ ଶାସନ ବିରୋଧରେ ପ୍ରକାଶ୍ୟ ଆନ୍ଦୋଳନ ପାଇଁ ମତ ଦେଲେ ଓ ଚରମପନ୍ଥୀ ନେତାମାନେ ଭାରତୀୟମାନଙ୍କର ନ୍ୟାୟୋଚିତ ଅଧିକାର ସାବ୍ୟସ୍ତ କରିବାକୁ ବଳପୂର୍ବକ ଦାବି କଲେ । ଏହା ଫଳରେ ୧୯୦୫ ମସିହାରେ ଭାରତରେ ‘ସ୍ଵଦେଶୀ ଆନ୍ଦୋଳନ’ ଆରମ୍ଭ ହେଲା ।

ସ୍ଵଦେଶୀ ଆନ୍ଦୋଳନର ଲକ୍ଷ୍ୟ :

  1. ବିଦେଶୀ ତଥା ବିଲାତ ଦ୍ରବ୍ୟ ବର୍ଜନ କରିବା ।
  2. ନିଜ ଦେଶ ଅର୍ଥାତ୍ ଭାରତୀୟ ଉତ୍ପାଦିତ ଦ୍ରବ୍ୟକୁ ଆଦର କରିବା ଓ ବ୍ୟବହାର କରିବା ।
  3. ସ୍ଵଦେଶପ୍ରୀତିଭାବ ଉଦ୍ରେକ ଓ ସଞ୍ଚାର କରିବା ।

ସ୍ଵଦେଶୀ ଆନ୍ଦୋଳନର ଅଗ୍ରଗତି :

  • ସ୍ଵରାଜମନ୍ତ୍ରରେ ଅଭିମନ୍ତ୍ରିତ ଭାରତୀୟମାନେ ଚାରିଆଡ଼େ ସଭାସମିତି ଓ ଶୋଭାଯାତ୍ରାର ଆୟୋଜନ କଲେ । ଇଂରେଜ ଶାସନ ବିରୋଧରେ ବିଭିନ୍ନ ଜାତୀୟତାବାଦୀ ଧ୍ଵନି ଦିଆଗଲା ।
  • ୧୯୦୫ ଅଗଷ୍ଟ ୭ ତାରିଖ ଦିନ କୋଲକାତାର ଟାଉନ୍‌ହଲରେ ଏକ ସଭାରେ ବିଦେଶୀ ଦ୍ରବ୍ୟ ବର୍ଜନ କରିବାପାଇଁ ଏକ ଜାତୀୟ ନୀତି ଗ୍ରହଣ କରାଗଲା । ଫଳରେ ଭାରତୀୟମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା, ଆତ୍ମବିଶ୍ଵାସ ଓ ଆତ୍ମସହାୟତାଭାବ ସୃଷ୍ଟି ଓ ବିକାଶ ହୋଇପାରିଲା ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୨। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।

(କ) ‘‘ଲାଲ-ବାଲ-ପାଲ୍’’ କହିଲେ କ’ଣ ବୁଝ ?
Answer:

  • ମହାରାଷ୍ଟ୍ରର ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍, ପଞ୍ଜାବର ଲାଲା ଲଜପତ୍ ରାୟ, ପଶ୍ଚିମବଙ୍ଗର ବିପିନ୍ ଚନ୍ଦ୍ର ପାଲ୍ ଜାତୀୟ କଂଗ୍ରେସର ଚରମପନ୍ଥୀ ଗୋଷ୍ଠୀର ନେତା ଥିଲେ ।
  • ଏହି ତିନିଜଣ ସଂକ୍ଷେପରେ ‘‘ଲାଲ୍-ବାଲ୍-ପାଲ୍’’ ନାମରେ ପରିଚିତ ଥିଲେ ।

(ଖ) କେଉଁ ବିଦେଶୀ ଲେଖକଙ୍କଦ୍ବାରା ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ ପ୍ରଭାବିତ ହୋଇଥିଲା ?
Answer:
ସାର୍ ଉଇଲିୟମ୍ ଜୋନ୍ସ, ପ୍ରଫେସର ମାକ୍ସମୁଲର, ମୋନିୟର ଉଇଲିୟମ୍‌ ପ୍ରଭୃତି ବିଦେଶୀ ଲେଖକଙ୍କଦ୍ୱାରା ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ ପ୍ରଭାବିତ ହୋଇଥିଲା ।

(ଗ) ଜାତୀୟ କଂଗ୍ରେସର ପ୍ରଥମ ସଭାପତି କିଏ ଥିଲେ ?
Answer:
ଉମେଶ ଚନ୍ଦ୍ର ବାନାର୍ଜୀ ଜାତୀୟ କଂଗ୍ରେସର ପ୍ରଥମ ସଭାପତି ଥିଲେ ।

(ଘ) ଜାତୀୟ କଂଗ୍ରେସର ପ୍ରଥମ ଅବେଶନ କେବେ ଓ କେଉଁଠି ବସିଥିଲା ?
Answer:

  • ଜାତୀୟ କଂଗ୍ରେସର ପ୍ରଥମ ଅଧ୍ଵବେଶନ ୧୮୮୫ ମସିହା ଡିସେମ୍ବର ୨୮ ଓ ୨୯ ତାରିଖରେ ବସିଥିଲା ।
  • ଏହା ବମ୍ବେ (ବର୍ତ୍ତମାନର ମୁମ୍ବାଇ)ର ଗୋକୁଲ୍ ଦାସ୍ ତେଜପାଲ୍ ସଂସ୍କୃତ କଲେଜରେ ବସିଥିଲା ।

(ଙ) ବଡ଼ଲାଟ କେଉଁ ପରିଷଦଦ୍ଵାରା ଶାସନ ପରିଚାଳନା କରୁଥିଲେ ?
Answer:
ବଡ଼ଲାଟ୍ କାର୍ଯ୍ୟକାରୀ ପରିଷଦ ଓ ବ୍ୟବସ୍ଥାପକ ପରିଷଦଦ୍ଵାରା ଶାସନ ପରିଚାଳନା କରୁଥିଲେ ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୩ । ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଭାରତରେ ଏକ ଜାତୀୟ ସଙ୍ଗଠନର ଆବଶ୍ୟକତା ଅଛି ବୋଲି ଆଲାନ୍ ଆକ୍ଟାଭିଆନ୍ ହ୍ୟୁମ୍ __________ ଙ୍କୁ ଅବଗତ କରାଇଥିଲେ ।
(ଡଫ୍‌ରିନ୍, ଆନିବେଶାନ୍ତ, କ୍ୟାନିଂ, ଉଇଲିୟମ୍ ବେଣ୍ଟିଙ୍କ୍ )
Answer:
ଡଫ୍‌ରିନ୍

(ଖ) ନିମ୍ନୋକ୍ତଗୁଡ଼ିକ ମଧ୍ୟରୁ _________ ଟି ଡେଲ୍ହାଉସୀଙ୍କ ସମୟରେ ଆରମ୍ଭ ହୋଇଥିଲା ।
(ସିପାହୀ ବିଦ୍ରୋହ, ଜାତୀୟ କଂଗ୍ରେସ, ରେଳ ଚଳାଚଳ, ଇଂରାଜୀ ଶିକ୍ଷା)
Answer:
ରେଳ ଚଳାଚଳ

(ଗ) ଲର୍ଡ କର୍ଜନ ___________ ମସିହାରେ ବଡ଼ଲାଟ ହୋଇ ଆସିଥିଲେ ।
(୧୯୦୫, ୧୯୧୪, ୧୮୯୫, ୧୮୯୯)
Answer:
୧୮୯୯

(ଘ) ଗୋପାଲ୍ହରି ଦେଶମୁଖ _______ ଉପରେ ଗୁରୁତ୍ଵ ଦେଉଥିଲେ ।
(ଜାତୀୟ କଂଗ୍ରେସ, ସ୍ବଦେଶୀ ଦ୍ରବ୍ୟର ଆବଶ୍ୟକତା, ଦେଶାତ୍ମବୋଧ, ସ୍ଵାଧୀନତା ଆନ୍ଦୋଳନ)
Answer:
ସ୍ବଦେଶୀ ଦ୍ରବ୍ୟର ଆବଶ୍ୟକତା

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୪। ରେଖାଙ୍କିତ ଅଂଶ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) କ୍ୟାସିଂଙ୍କ ସମୟରେ ଭାରତରେ ଇଂରାଜୀ ଭାଷା ଓ ଶିକ୍ଷାର ପ୍ରଚଳନ ହେଲା ।
Answer:
ଉଇଲିୟମ୍ ବେଣ୍ଟିଙ୍ଗ୍‌ଙ୍କ ସମୟରେ ଭାରତରେ ଇଂରାଜୀ ଭାଷା ଓ ଶିକ୍ଷାର ପ୍ରଚଳନ ହେଲା ।

(ଖ) ଇଂରେଜ ଶାସନ କାଳରେ ଭାରତୀୟ ସିଭିଲ ସର୍ଭିସେସ୍ ପରୀକ୍ଷା ଭାରତରେ ହେଉଥିଲା ।
Answer:
ଇଂରେଜ ଶାସନ କାଳରେ ଭାରତୀୟ ସିଭିଲ ସର୍ଭିସେସ୍ ପରୀକ୍ଷା ଇଂଲଣ୍ଡରେ ହେଉଥିଲା ।

(ଗ) ଭାରତର ଜାତୀୟ କଂଗ୍ରେସ ୧୮୫୭ରେ ପ୍ରତିଷ୍ଠିତ ହୋଇଥିଲା
Answer:
ଭାରତର ଜାତୀୟ କଂଗ୍ରେସ ୧୮୮୫ରେ ପ୍ରତିଷ୍ଠିତ ହୋଇଥିଲା ।

(ଘ) ସୁଦେଶୀ ଆନ୍ଦୋଳନ ୧୯୪୨ରେ ଆରମ୍ଭ ହୋଇଥିଲା
Answer:
ସ୍ବଦେଶୀ ଆନ୍ଦୋଳନ ୧୯୦୫ରେ ଆରମ୍ଭ ହୋଇଥିଲା ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୫। ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ସ୍ଥାପିତ କର ।

ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Chapter 5
Answer:

ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Chapter 5.1

Leave a Comment