Odisha State Board BSE Odisha Class 9 Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ will enable students to study smartly.
BSE Odisha Class 9 Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
- ଭାରତ ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ରୁ ଧାରା ୫୧ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ — ଦିଆଯାଇଛି ।
- ଭାରତକୁ ଏକ ସମାଜବାଦୀ ଜନମଙ୍ଗଳକାରୀ ରାଷ୍ଟ୍ର ରୂପେ ଗଠନ କରିବା ଏହାର ଲକ୍ଷ୍ୟ ।
- ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ପାଳନ କରିବାପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ; ତଥାପି ପ୍ରତ୍ୟେକ ସରକାର ଏହାକୁ ପାଳନ କରିବାକୁ ଉଦ୍ୟମ କରିଥା’ନ୍ତି ।
ବିଷୟବସ୍ତୁର ରୂପରେଖ :
- ରାଷ୍ଟ୍ର ନୀତି ନିର୍ଦ୍ଦେଶାବଳୀ ନି ୟାମ କ ଓ ମୌଳିକ ଅଧିକାର ମଧ୍ୟରେ ପାର୍ଥକ୍ୟ
- ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଶ୍ରେଣୀବିଭାଗ
- ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ
* ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୌଳିକ କର୍ତ୍ତବ୍ୟ।
→ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅସ୍ଵୀକାର ମଧ୍ଯରେ ପାର୍ଥକ୍ୟ :
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ | ମୌଳିକ ଅଧିକାର |
|
|
→ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଶ୍ରେଣୀବିଭାଗ :
→ ସମାଜବାଦୀ ନିର୍ଦ୍ଦେଶାବଳୀ (ଧାରା ୩୮, ୩୯, ୪୦, ୪୧, ୪୨, ୪୩) :
- ସମସ୍ତଙ୍କୁ ଜୀବିକାର୍ଜନ ପାଇଁ ପନ୍ଥା ଯୋଗାଇବା ।
- ଜାତୀୟ ସମ୍ପତ୍ତିର ନ୍ୟାୟୋଚିତ ବଣ୍ଟନ କରିବା।
- ନାରୀ ଓ ପୁରୁଷଙ୍କୁ ସମାନ କାର୍ଯ୍ୟ ପାଇଁ ସମାଜ ମଜୁରି ଦେବା ।
- ଦରିଦ୍ରମାନଙ୍କୁ ମାଗଣା ଆଇନ ସହାୟତା ପ୍ରଦାନ କରିବା ।
- ବୃଦ୍ଧ, ବେକାର, ଅକର୍ମଣ୍ୟ ଓ ରୁଗ୍ଣ ଲୋକମାନଙ୍କୁ ରାଷ୍ଟ୍ର ତରଫରୁ ସାହାଯ୍ୟ ପ୍ରଦାନ କରିବା ।
- ଶ୍ରମିକମାନଙ୍କ ଚିତ୍ତବିନୋଦନର ବ୍ୟବସ୍ଥା କରିବା ।
→ ଗାନ୍ଧିବାଦୀ ନିର୍ଦ୍ଦେଶାବଳୀ (ଧାରା ୪୦, ୪୫, ୪୬, ୪୭, ୪୮) :
- ସ୍ୱାୟତ୍ତ ଶାସନ ପ୍ରତିଷ୍ଠା କରିବା ।
- କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରିବା ।
- ଅନୁନ୍ନତ ଶ୍ରେଣୀର ଲୋକମାନଙ୍କ ପାଇଁ ଶିକ୍ଷା ଓ ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିବା ।
- ନିଶା ଓ ମାଦକ ଦ୍ରବ୍ୟର ବ୍ୟବହାର ନିଷିଦ୍ଧ କରିବା ।
- ଗୋ ହତ୍ୟା ନିବାରଣ କରିବା ।
- ୬ ବର୍ଷରୁ ୧୪ ବର୍ଷ ମଧ୍ୟରେ ପ୍ରତ୍ୟେକ ବାଳକ ଓ ବାଳିକାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ।
→ ଉଦାରବାଦୀ ନିର୍ଦ୍ଦେଶାବଳୀ (ଧାରା ୪୪, ୪୯, ୫୦ ଓ ୫୧) :
- ନ୍ୟାୟପାଳିକାକୁ କାର୍ଯ୍ୟପାଳିକାଠାରୁ ପୃଥକ୍ କରିବା ।
- ସର୍ବତ୍ର ସମାନ ପ୍ରକାରର ଦେୱାନୀ ଆଇନ ପ୍ରଚଳନ କରିବା ।
- ଐତିହାସିକ ଗୁରୁତ୍ଵ ଥିବା ସ୍ଥାନଗୁଡ଼ିକର ସଂରକ୍ଷଣ କରିବା ।
- ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ ପଶୁପାଳନ କରିବା ।
- ଜଙ୍ଗଲ ଓ ବନ୍ୟଜନ୍ତୁ ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ କରିବା ।
- ଆନ୍ତର୍ଜାତିକ ଆଇନ, ଚୁକ୍ତି ଓ ସନ୍ଧିପତ୍ରକୁ ସମ୍ମାନ ପ୍ରଦର୍ଶନ କରିବା ।
- ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଚିତ ପଦକ୍ଷେପ ନେବା ।
→ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ :
- ଏହା ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା, ଗଣତାନ୍ତ୍ରିକ ସମାଜବାଦ ମାଧ୍ୟମରେ ସୁଦୃଢ଼ ସମାଜ ଗଠନ ଓ ସୁଶାସନ ପ୍ରତିଷ୍ଠାରେ ସହାୟକ ହୋଇପାରିବ ।
* ଆଇଭର ଜେନିଙ୍ଗସ୍ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ‘ମହନୀୟ ଆକାଂକ୍ଷା’ (Pious Aspirations) ବୋଲି ଅଭିହିତ କରିଥିଲେ ।
- ଜମିଦାରୀ ବ୍ୟବସ୍ଥାର ଉଚ୍ଛେଦ, ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ, ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ନିମନ୍ତେ ଶିକ୍ଷାନୁଷ୍ଠାନ ବ୍ୟବସ୍ଥା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରବର୍ତ୍ତନ ଫଳରେ ରାଷ୍ଟ୍ରର ଗୁରୁତ୍ଵ ବୃଦ୍ଧି ପାଇଛି ।