BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

Odisha State Board BSE Odisha Class 9 Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ will enable students to study smartly.

BSE Odisha Class 9 Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ଭାରତ ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ରୁ ଧାରା ୫୧ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ — ଦିଆଯାଇଛି ।
  • ଭାରତକୁ ଏକ ସମାଜବାଦୀ ଜନମଙ୍ଗଳକାରୀ ରାଷ୍ଟ୍ର ରୂପେ ଗଠନ କରିବା ଏହାର ଲକ୍ଷ୍ୟ ।
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ପାଳନ କରିବାପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ; ତଥାପି ପ୍ରତ୍ୟେକ ସରକାର ଏହାକୁ ପାଳନ କରିବାକୁ ଉଦ୍ୟମ କରିଥା’ନ୍ତି ।

BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

ବିଷୟବସ୍ତୁର ରୂପରେଖ :

  • ରାଷ୍ଟ୍ର ନୀତି ନିର୍ଦ୍ଦେଶାବଳୀ ନି ୟାମ କ ଓ ମୌଳିକ ଅଧିକାର ମଧ୍ୟରେ ପାର୍ଥକ୍ୟ
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଶ୍ରେଣୀବିଭାଗ
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ

* ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୌଳିକ କର୍ତ୍ତବ୍ୟ।

→ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅସ୍ଵୀକାର ମଧ୍ଯରେ ପାର୍ଥକ୍ୟ :

ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ମୌଳିକ ଅଧିକାର
  • ଏଗୁଡ଼ିକ ଅସ୍ତିବାଚକ ।
  • ଏଗୁଡ଼ିକ ମାଧ୍ୟମରେ ସମାଜକଲ୍ୟାଣ ଲାଗି ରାଷ୍ଟ୍ର ପାଇଁ ସମ୍ବିଧାନରେ ନିର୍ଦ୍ଦେଶ ଅଛି ।
  • ଏଗୁଡ଼ିକ ନାଗରିକ ମାନଙ୍କ ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାର ମୂଳଦୁଆ ସୁଦୃଢ଼ କରିଥାଏ ।
  • ଏଗୁଡ଼ିକୁ ସରକାର ପାଳନ କରିବାକୁ ଆଇନତଃ ବାଧ୍ୟ ନୁହଁନ୍ତି ।
  • ଏହା ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା କରିବାରେ ସାହାଯ୍ୟ କରେ ।
  • ଏହାର ସୀମା ବ୍ୟାପକ ।
  • ଏଗୁଡ଼ିକ ନାସ୍ତିବାଚକ ।
  • ଏଗୁଡ଼ିକଦ୍ୱାରା ବ୍ୟକ୍ତିର ମୌଳିକ ଅଧୂକାର କ୍ଷେତ୍ରରେ ରାଷ୍ଟ୍ରର କୌଣସି ପ୍ରକାର ହସ୍ତକ୍ଷେପକୁ ବାରଣ କରାଯାଇଛି ।
  • ଏହା ନାଗରିକମାନଙ୍କ  ରାମୌଳିକ   ବିଭିଭ୍ରାମି  ସୁଦୃଢ଼ କରିଥାଏ ।
  • ଏଗୁଡ଼ିକୁ ସରକାର ସମ୍ମାନ ପ୍ରଦର୍ଶନ କରିବାକୁ ବାଧ୍ୟ ।
  • ଦେଶକୁ ପୋଲିସ୍ ରାଷ୍ଟ୍ରରେ ପରିଣତ ନ ହେବାକୁ ଏହା ଏକ ପ୍ରାଚୀର ଭଳି କାର୍ଯ୍ୟ କରେ ।
  • ଏହା ବ୍ୟକ୍ତିର ଅଧିକାର ମଧ୍ୟରେ ସୀମିତ ।

BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

→ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଶ୍ରେଣୀବିଭାଗ :
BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q.1

→ ସମାଜବାଦୀ ନିର୍ଦ୍ଦେଶାବଳୀ (ଧାରା ୩୮, ୩୯, ୪୦, ୪୧, ୪୨, ୪୩) :

  • ସମସ୍ତଙ୍କୁ ଜୀବିକାର୍ଜନ ପାଇଁ ପନ୍ଥା ଯୋଗାଇବା ।
  • ଜାତୀୟ ସମ୍ପତ୍ତିର ନ୍ୟାୟୋଚିତ ବଣ୍ଟନ କରିବା।
  • ନାରୀ ଓ ପୁରୁଷଙ୍କୁ ସମାନ କାର୍ଯ୍ୟ ପାଇଁ ସମାଜ ମଜୁରି ଦେବା ।
  • ଦରିଦ୍ରମାନଙ୍କୁ ମାଗଣା ଆଇନ ସହାୟତା ପ୍ରଦାନ କରିବା ।
  • ବୃଦ୍ଧ, ବେକାର, ଅକର୍ମଣ୍ୟ ଓ ରୁଗ୍‌ଣ ଲୋକମାନଙ୍କୁ ରାଷ୍ଟ୍ର ତରଫରୁ ସାହାଯ୍ୟ ପ୍ରଦାନ କରିବା ।
  • ଶ୍ରମିକମାନଙ୍କ ଚିତ୍ତବିନୋଦନର ବ୍ୟବସ୍ଥା କରିବା ।

→ ଗାନ୍ଧିବାଦୀ ନିର୍ଦ୍ଦେଶାବଳୀ (ଧାରା ୪୦, ୪୫, ୪୬, ୪୭, ୪୮) :

  • ସ୍ୱାୟତ୍ତ ଶାସନ ପ୍ରତିଷ୍ଠା କରିବା ।
  • କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରିବା ।
  • ଅନୁନ୍ନତ ଶ୍ରେଣୀର ଲୋକମାନଙ୍କ ପାଇଁ ଶିକ୍ଷା ଓ ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିବା ।
  • ନିଶା ଓ ମାଦକ ଦ୍ରବ୍ୟର ବ୍ୟବହାର ନିଷିଦ୍ଧ କରିବା ।
  • ଗୋ ହତ୍ୟା ନିବାରଣ କରିବା ।
  • ୬ ବର୍ଷରୁ ୧୪ ବର୍ଷ ମଧ୍ୟରେ ପ୍ରତ୍ୟେକ ବାଳକ ଓ ବାଳିକାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ।

BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

→ ଉଦାରବାଦୀ ନିର୍ଦ୍ଦେଶାବଳୀ (ଧାରା ୪୪, ୪୯, ୫୦ ଓ ୫୧) :

  • ନ୍ୟାୟପାଳିକାକୁ କାର୍ଯ୍ୟପାଳିକାଠାରୁ ପୃଥକ୍ କରିବା ।
  • ସର୍ବତ୍ର ସମାନ ପ୍ରକାରର ଦେୱାନୀ ଆଇନ ପ୍ରଚଳନ କରିବା ।
  • ଐତିହାସିକ ଗୁରୁତ୍ଵ ଥିବା ସ୍ଥାନଗୁଡ଼ିକର ସଂରକ୍ଷଣ କରିବା ।
  • ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ ପଶୁପାଳନ କରିବା ।
  • ଜଙ୍ଗଲ ଓ ବନ୍ୟଜନ୍ତୁ ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ କରିବା ।
  • ଆନ୍ତର୍ଜାତିକ ଆଇନ, ଚୁକ୍ତି ଓ ସନ୍ଧିପତ୍ରକୁ ସମ୍ମାନ ପ୍ରଦର୍ଶନ କରିବା ।
  • ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଚିତ ପଦକ୍ଷେପ ନେବା ।

→ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ :

  • ଏହା ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା, ଗଣତାନ୍ତ୍ରିକ ସମାଜବାଦ ମାଧ୍ୟମରେ ସୁଦୃଢ଼ ସମାଜ ଗଠନ ଓ ସୁଶାସନ ପ୍ରତିଷ୍ଠାରେ ସହାୟକ ହୋଇପାରିବ ।

BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

* ଆଇଭର ଜେନିଙ୍ଗସ୍‌ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ‘ମହନୀୟ ଆକାଂକ୍ଷା’ (Pious Aspirations) ବୋଲି ଅଭିହିତ କରିଥିଲେ ।

  • ଜମିଦାରୀ ବ୍ୟବସ୍ଥାର ଉଚ୍ଛେଦ, ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ, ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ନିମନ୍ତେ ଶିକ୍ଷାନୁଷ୍ଠାନ ବ୍ୟବସ୍ଥା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରବର୍ତ୍ତନ ଫଳରେ ରାଷ୍ଟ୍ରର ଗୁରୁତ୍ଵ ବୃଦ୍ଧି ପାଇଛି ।

Leave a Comment