BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

Odisha State Board BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Textbook Exercise Questions and Answers.

BSE Odisha Class 9 Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ସଂଯୁକ୍ତ ରାଷ୍ଟ୍ରସଂଘ ଗଠନର ମୂଳ ଉଦ୍ଦେଶ୍ୟ କ’ଣ ?
Answer:
(୧) ପୃଥ‌ିବୀରେ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ଯୁଦ୍ଧ ବନ୍ଦ କରିବାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ।
(୨) ଦେଶ ଦେଶ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା କରିବା ସହିତ ସହଯୋଗ ଓ ସୁସମ୍ପର୍କ ବଜାୟ ରଖିବା ।
(୩) ଆନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ତଥା ମାନବିକ ସମ୍ପର୍କ ବୃଦ୍ଧି କରିବା ।
(୪) ଦାରିଦ୍ର୍ୟ, ନିରକ୍ଷରତା ଓ ବ୍ୟାଧ୍ ଦୂରୀକରଣ ସହିତ ଦେଶ ଦେଶ ମଧ୍ୟରେ ଶିକ୍ଷା ଓ ସଂସ୍କୃତିର ବିକାଶ କରିବା ।
(୫) ଜାତି, ଲିଙ୍ଗ, ଭାଷା ଓ ଧର୍ମ ନିର୍ବିଶେଷରେ ମାନବାଧ୍ୟାକାର ଓ ମୌଳିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଏହାର ସୁରକ୍ଷା ଦିଗରେ ସମସ୍ତ ରାଷ୍ଟ୍ରମାନଙ୍କୁ ଉତ୍ସାହିତ କରିବା ।

(ଖ) ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ଅଙ୍ଗଗୁଡ଼ିକର ନାମ ଲେଖ ଓ ସେମାନଙ୍କର ଗଠନ ସଂକ୍ଷେପରେ ଲେଖ ।
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ମୁଖ୍ୟ ଅଙ୍ଗ ରହିଛି । ସେଗୁଡ଼ିକ ହେଉଛି – (୧) ସାଧାରଣ ସଭା, (୨) ନିରାପତ୍ତା ପରିଷଦ, (୩) ନ୍ୟାସ ପରିଷଦ, (୪) ଅର୍ଥନୈତିକ ଓ ସାମାଜିକ ପରିଷଦ, (୫) ଆନ୍ତର୍ଜାତିକ ନ୍ୟାୟାଳୟ ଓ (୬) ସଚିବାଳୟ ।

  • ସାଧାରଣ ସଭା : ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରର ପ୍ରତିନିଧ‌ିଙ୍କୁ ନେଇ ସାଧାରଣ ସଭା ଗଠିତ । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସାଧାରଣ ସଭାକୁ ପାଞ୍ଚଜଣ ଲେଖାଏଁ ପ୍ରତିନିଧୂ ପଠାନ୍ତି । ମାତ୍ର ପ୍ରତି ସଦସ୍ୟ ରାଷ୍ଟ୍ରର ଗୋଟିଏ ‘ଭୋଟ’ ଦେବାର ଅଧିକାର ରହିଛି ।
  • ନିରାପତ୍ତା ପରିଷଦ – ୫ ଜଣ ସ୍ଥାୟୀ ସଭ୍ୟ ଓ ୧୦ ଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ନିରାପତ୍ତା ପରିଷଦ ଗଠିତ । ୫ ଗୋଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଉଛନ୍ତି – ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ । ଅନ୍ୟ ୧୦ ଗୋଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଦୁଇ ବର୍ଷ ପାଇଁ ସାଧାରଣ ସଭାଦ୍ବାରା ନିର୍ବାଚିତ ହୋଇଥା’ନ୍ତି ।
  • ନ୍ୟାସ ପରିଷଦ – ନ୍ୟାସ ପରିଷଦର ଗଠନରେ ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ପ୍ରତି ତିନିବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।
  • ଅର୍ଥନୈତିକ ଓ ସାମାଜିକ ପରିଷଦ – ଏହି ପରିଷଦଟି ୫୪ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ଏହି ସଦସ୍ୟମାନେ ସାଧାରଣ ସଭାଦ୍ବାରା ପ୍ରତି ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥା’ନ୍ତି ।
  • ଆନ୍ତର୍ଜାତିକ ନ୍ୟାୟାଳୟ – ଆନ୍ତର୍ଜାତିକ ନ୍ୟାୟାଳୟ ୧୫ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଛି । ବିଚାରପତିମାନେ ନିରାପତ୍ତା ପରିଷଦର ସୁପାରିସକ୍ରମେ ସାଧାରଣ ସଭାଦ୍ବାରା ନିର୍ବାଚିତ ହୁଅନ୍ତି ।
  • ସଚିବାଳୟ – ସଚିବାଳୟ ହେଉଛି ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ପ୍ରଶାସନିକ ଅଙ୍ଗ । ଏହି ପ୍ରଶାସନିକ କାର୍ଯ୍ୟରେ ଏବେ ୪୪ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି । ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ ସାଧାରଣ ସଭାଦ୍ବାରା ସଚିବାଳୟର ମହାସଚିବ ନିଯୁକ୍ତି ହୁଅନ୍ତି ।

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଗ) ଆନ୍ତର୍ଜାତିକ ନ୍ୟାୟାଳୟ ସମ୍ପର୍କରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:

  • ଆନ୍ତର୍ଜାତିକ ନ୍ୟାୟାଳୟ ସଂଯୁକ୍ତ ରାଷ୍ଟ୍ରସଂଘର ଏକ ମୁଖ୍ୟ ଅଙ୍ଗ ତଥା ମୁଖ୍ୟ ନ୍ୟାୟିକ ସଂସ୍ଥା । ଏହି ନ୍ୟାୟିକ ସଂସ୍ଥାରେ ଥ‌ିବା ୧୫ଜଣ ବିଚାରପତି ନିରାପତ୍ତା ପରିଷଦର ସୁପାରିସକ୍ରମେ ସାଧାରଣ ସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି । ବିଚାରପତିମାନଙ୍କର କାର୍ଯ୍ୟକାଳ ନଅବର୍ଷ । ପ୍ରତି ତିନିବର୍ଷରେ ଏକ-ତୃତୀୟାଂଶ ବିଚାରପତି ଅବସର ଗ୍ରହଣ କରନ୍ତି । ଏହି ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ ‘ଦି ହେଗ୍’ ସହରରେ ଅବସ୍ଥିତ ।
  • ବିଚାରପତିମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ଯକ୍ଷ ଓ ଅନ୍ୟ ଜଣଙ୍କୁ ଉପାଧ୍ୟକ୍ଷ ଭାବରେ ତିନି ବର୍ଷ ପାଇଁ ନିର୍ବାଚିତ କରନ୍ତି । ଏହି ନ୍ୟାୟାଳୟର ସମସ୍ତ ନିଷ୍ପଭି ସଂଖ୍ୟାଗରିଷ୍ଠ ମତରେ ନିଆଯାଏ । ନିଷ୍ପତ୍ତି ନେବା ସମୟରେ ସପକ୍ଷ ଓ ବିପକ୍ଷ ମତ ସମାନ ହେଲେ, ଅଧ୍ଯକ୍ଷ ନିଜର ନିର୍ଣ୍ଣାୟକ ଭୋଟ ଜରିଆରେ ନିଷ୍ପତ୍ତି ଧାର୍ଯ୍ୟ କରିଥା’ନ୍ତି ।
  • ନ୍ୟାୟାଳୟର ନିଷ୍ପତ୍ତିକୁ ମୋକଦ୍ଦମାରେ ସମ୍ପୃକ୍ତ ଓ ବିବାଦ ସହିତ ସମ୍ପୃକ୍ତ ସମସ୍ତ ରାଷ୍ଟ୍ର ଗ୍ରହଣ କରିବାକୁ ବାଧ୍ୟ । ନ୍ୟାୟାଳୟର ରାୟକୁ ଯଦି କୌଣସି ରାଷ୍ଟ୍ର ଗ୍ରହଣ କରିବାକୁ ଅରାଜି ହୁଏ, ତେବେ ନ୍ୟାୟାଳୟର ନିଷ୍ପଭିକୁ
  • ଅନ୍ତର୍ଜାତିକ ନ୍ୟାୟାଳୟର କ୍ଷେତ୍ରାଧ୍ୟାର ଦୁଇ ପ୍ରକାରର; ଯଥା – (କ) ବାଧ୍ୟତାମୂଳକ (ଖ) ଇଚ୍ଛାଧୀନ ।
  • ଆନ୍ତର୍ଜାତିକ ନ୍ୟାୟାଳୟ ଏହାର ଉପଦେଶାତ୍ମକ କ୍ଷେତ୍ରାଧର ଜରିଆରେ ସାଧାରଣ ସଭା, ନିରାପତ୍ତା ପରିଷଦ ଓ ସ୍ୱତନ୍ତ୍ର ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଅନ୍ତି । ରାଷ୍ଟ୍ରମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ ଆନ୍ତର୍ଜାତିକ ନ୍ୟାୟାଳୟ ସଂପୃକ୍ତ ରାଷ୍ଟ୍ରମାନଙ୍କର ସମ୍ମତିକ୍ରମେ ବିବାଦ ସମାଧନ କରନ୍ତି; ମାତ୍ର ଆବଶ୍ୟକ ପଡ଼ିଲେ ବାଧ୍ୟତାମୂଳକ ବିଚାର କ୍ଷମତା ପ୍ରୟୋଗ କରନ୍ତି ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ବିଷୟରେ ତୁମେ ଯାହା ଜାଣିଛ ଲେଖ ।
Answer:

  • ୧୯୪୫ ମସିହା ଅପ୍ରେଲ ୨୫ ତାରିଖଠାରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ପ୍ରତିନିଧୁମାନେ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ଫ୍ରାନ୍‌ସିସ୍‌କୋ ସହରରେ ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ପ୍ରସ୍ତୁତ କରିଥିଲେ ।
  • ଏହି ସନନ୍ଦରେ ସର୍ବମୋଟ ୧୦,୦୦୦ ଶବ୍ଦ ରହିଛି ଏବଂ ଏଥିରେ ୧୧୧ଟି ଧାରା ଓ ୧୯ ଗୋଟି ଅଧ୍ୟାୟ ରହିଛି । ଏହି ସନନ୍ଦ ୫ ଗୋଟି ଭାଷା; ଯଥା – ଫରାସୀ, ରୁଷୀୟ, ଚୀନ୍, ଇଂରାଜୀ ଓ ସ୍ପେନୀୟ ଭାଷାରେ ଲିଖ୍ ।

(ଖ) ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ସ୍ଵତନ୍ତ୍ର ସଂସ୍ଥାର ନାମ ଲେଖ ।
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ସ୍ଵତନ୍ତ୍ର ସଂସ୍ଥାର ନାମ ହେଉଛି –
(୧) ଶ୍ରମିକ କଲ୍ୟାଣ ସାଧନ ପାଇଁ ‘ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ’
(୨) କୃଷିର ବିକାଶ ପାଇଁ ‘ଖାଦ୍ୟ ଓ କୃଷି ସଙ୍ଗଠନ’
(୪) ଶିକ୍ଷାର ଉନ୍ନତି ସାଧନ ପାଇଁ ‘ଆନ୍ତର୍ଜାତିକ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ’
(୫) ଶିଶୁ କଲ୍ୟାଣ ପାଇଁ ‘ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠି’
(୬) ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ‘ବିଶ୍ୱସ୍ଵାସ୍ଥ୍ୟ ସଙ୍ଗଠନ’

(ଗ) ନିରାପତ୍ତା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:

  • ନିରାପତ୍ତା ପରିଷଦର ଗଠନ : ପାଞ୍ଚଜଣ ସ୍ଥାୟୀ ସଭ୍ୟ ଓ ଦଶଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ନିରାପତ୍ତା ପରିଷଦ ଗଠିତ । ଏଥରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ ସ୍ଥାୟୀ ସଭ୍ୟ ଥିବାବେଳେ -ଅନ୍ୟ ୧୦ ଜଣ ଅସ୍ଥାୟୀ ସଭ୍ୟ ପ୍ରତି ଦୁଇବର୍ଷ ପାଇଁ ସାଧାରଣ ସଭାଦ୍ୱାରା ନିର୍ବାଚିତ ହୋଇଥା’ନ୍ତି ।
  • କାର୍ଯ୍ୟାବଳୀ : ବିଶ୍ୱଶାନ୍ତି ପ୍ରତିଷ୍ଠା କରିବା, ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗିଲେ ବା ଯୁଦ୍ଧ ଲାଗିବାର ଆଶଙ୍କା ଥିଲେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା ଏବଂ ସାଧାରଣ ସଭାରେ ଗୃହୀତ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ନିରାପତ୍ତା ପରିଷଦର କାର୍ଯ୍ୟ ଅଟେ ।

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଘ) ‘ଆଟ୍‌ଲାଣ୍ଟିକ୍ ସନନ୍ଦ’ର ତାତ୍ପର୍ଯ୍ୟ ଲେଖ ।
Answer:

  • ବିଶ୍ଵଯୁଦ୍ଧ ଚାଲୁଥିବା ସମୟରେ ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଥ‌ିବା ଏକ ଯୁଦ୍ଧ ଜାହାଜରେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍‌ ରୁଡ୍‌ଭେଲ୍‌ଟ୍‌ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ ଚର୍ଚ୍ଚିଲ୍ ମିଳିତ ହୋଇ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଆଠଦଫା ସମ୍ବଳିତ ‘ଆଟ୍‌ଲାଣ୍ଟିକ ସନନ୍ଦ’’ ଜାରି କରିଥିଲେ ।
  • ଏଥିରେ ବାକ୍ ସ୍ଵାଧୀନତା ଓ ଧର୍ମଗତ ସ୍ଵାଧୀନତା, ଅବାଧ ଜଳଯାତ୍ରା, ନିରାପତ୍ତା ଓ ନିରସ୍ତ୍ରୀକରଣ ଏବଂ ଆନ୍ତର୍ଜାତିକ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯାଇଥିଲା ।

(ଙ) ‘ସାନ୍‌ଫ୍ରାନ୍‌ସିସ୍କୋ ସମ୍ମଳନୀ’ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
Answer:

  • ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ ଥିଲା ବିଶ୍ଵ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ।
  • ଏହି ସମ୍ମିଳନୀରେ ୧୯୪୫ ମସିହା ଅପ୍ରେଲ ୨୫ ତାରିଖଠାରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ପ୍ରତିନିଧିମାନେ ମିଳିତ ହୋଇ ‘ସଂଯୁକ୍ତ ରାଷ୍ଟ୍ରସଂଘ’ ଗଠନ ନିମନ୍ତେ ଚୂଡ଼ାନ୍ତ ‘ସନନ୍ଦ’ ପ୍ରସ୍ତୁତ କରିଥିଲେ । ଏହା ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ନାମରେ ପରିଚିତ ।

(ଚ) ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ହାସଲ ଦିଗରେ ଭାରତର ଭୂମିକା ସଂକ୍ଷେପରେ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ହାସଲ ଦିଗରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପୃଥ‌ିବୀରେ ଶାନ୍ତି ପ୍ରତିଷ୍ଠା, ଅନ୍ତର୍ଜାତିକ ଆତଙ୍କବାଦ ବିରୋଧରେ ସ୍ଵର ଉତ୍ତୋଳନ ଓ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ କ୍ଷେତ୍ରରେ ଭାରତର ମନୋଭାବକୁ ସଂଯୁକ୍ତ ରାଷ୍ଟ୍ରସଂଘ ସର୍ବଦା ସମ୍ମାନ ପ୍ରଦର୍ଶନ କରିବା ସହିତ ସହଯୋଗର ହାତ ବଢ଼ାଇଛି ।
  • ଦାରିଦ୍ର୍ୟ ଦୂରୀକରଣ, ପୃଥ‌ିବୀର ‘ଜଳବାୟୁ ପରିବର୍ତ୍ତନ’, ପରିବେଶ ପ୍ରଦୂଷଣ ବିରୋଧର ସଂଗ୍ରାମ ଆଦି କାର୍ଯ୍ୟକୁ ତ୍ୱରାନ୍ବିତ କରିବାପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଚେଷ୍ଟାକୁ ଭାରତ ସମର୍ଥନ ଜଣାଇଛି ।

୩ ।ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ‘ମାନବାଧ୍ଵର ଦିବସ’ କେଉଁ ଦିନ ପାଳନ କରାଯାଏ ?
Answer:
ପ୍ରତିବର୍ଷ ଡିସେମ୍ବର ମାସ ୧୦ ତାରିଖ ଦିନ ବିଶ୍ଵ ମାନବାଧିକାର ଦିବସ ପାଳନ କରାଯାଏ ।

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଖ) ନ୍ଯାସ ପରିଷଦର ଗଠନ ଆଲୋଚନା କର ।
Answer:
ନ୍ୟାସ ପରିଷଦରେ ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ପ୍ରତି ତିନି ବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

(ଗ) କେତେଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ପ୍ରଥମେ ସ୍ଵାକ୍ଷର ପ୍ରଦାନ କରିଥିଲେ ?
Answer:
୫୧ ଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ପ୍ରଥମେ ସ୍ବାକ୍ଷର ପ୍ରଦାନ କରିଥିଲେ ।

(ଘ) ‘ଭିଟୋ’ କହିଲେ କ’ଣ ବୁଝ ?
Answer:
ସେତେବେଳେ ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ସମେତ ନଅଜଣ ସଦସ୍ୟଙ୍କ ସମର୍ଥନ ନିଶ୍ଚିତ ଭାବେ ଆବଶ୍ୟକ । ଯଦି ଜଣେ କେହି ସ୍ଥାୟୀ ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ନ ଦିଅନ୍ତି, ତେବେ ସେ କ୍ଷେତ୍ରରେ ‘ଭିଟୋ’ ପ୍ରୟୋଗ ହୋଇଥାଏ ।

(ଙ) ସଂଯୁକ୍ତ ରାଷ୍ଟ୍ରସଂଘର ‘ମହାସଚିବ’ କିପରି ନିଯୁକ୍ତ ହୁଅନ୍ତି ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ମହାସଚିବ ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ ସାଧାରଣ ସଭାଦ୍ଵାରା ପାଞ୍ଚବର୍ଷ ପାଇଁ ନିଯୁକ୍ତ ହୁଅନ୍ତି ।

(ଚ) ସଂଯୁକ୍ତ ରାଷ୍ଟ୍ରସଂଘର ଜନ୍ମଦିନ ପ୍ରତିବର୍ଷ କେଉଁ ଦିନ ପାଳିତ ହୁଏ ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଜନ୍ମଦିନ ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖ ଦିନ ପାଳିତ ହୁଏ ।

(ଛ) ସାଧାରଣ ସଭାର ପ୍ରଥମ ବୈଠକ କେଉଁଠାରେ ଓ କେବେ ବସିଥିଲା ?
Answer:
ସାଧାରଣ ସଭାର ପ୍ରଥମ ବୈଠକ ଲଣ୍ଡନରେ ୧୯୪୬ ମସିହା ଜୁନ୍ ମାସ ୧୦ ତାରିଖରେ ବସିଥିଲା ।

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଜ) ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ବିଶ୍ଵବ୍ୟାଙ୍କ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରର ପୁନର୍ନିର୍ମାଣ ତଥା ଆର୍ଥିକ ବିକାଶ ପାଇଁ ଋଣ ମଞ୍ଜୁର କରିଥାଏ ।

(ଝ) ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଡିର ମୁଖ୍ୟ କାର୍ଯ୍ୟଟି ଲେଖ ।
Answer:
ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠି ବିକାଶୋନ୍ମୁଖୀ ରାଷ୍ଟ୍ରଗୁଡ଼ିକର ଶିଶୁ ଓ ମହିଳାମାନଙ୍କୁ ମାନବ ହିତୈଷୀ ଓ ଉନ୍ନୟନମୂଳକ ସହାୟତା ପ୍ରଦାନ ପାଇଁ କାର୍ଯ୍ୟ କରୁଅଛି ।

୪। ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ କେଉଁ ବର୍ଷ ଅନୁଷ୍ଠିତ ହୋଇଥଲା ?
(i) ୧୯୪୩
(ii) ୧୯୪୪
(iii) ୧୯୪୫
(iv) ୧୯୪୬
Answer:
(iii) ୧୯୪୫

(ଖ) ସଂଯୁକ୍ତ ରାଷ୍ଟ୍ରସଂଘରେ ‘ସନନ୍ଦ’ରେ କେତେଗୋଟି ଧାରା ରହିଛି ?
(i) ୧୧୧
(ii) ୧୧୨
(iii) ୨୧୧
(iv) ୨୧୨
Answer:
(i) ୧୧୧

(ଗ) ସାଧାରଣ ସଭାର ଅଧ୍ଶନ ବର୍ଷକୁ କେତେ ଥର ବସେ ?
(i) ଥରେ
(ii) ଦୁଇ ଥର
(iii) ତିନି ଥର
(iv) ଚାରି ଥର
Answer:
(i) ଥରେ

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଘ) ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାରେ ପ୍ରତି ରାଷ୍ଟ୍ରର କେତେଜଣ ପ୍ରତିନିଧ୍ ଥା’ନ୍ତି ?
(i) ଦୁଇ ଜଣ
(ii) ତିନି ଜଣ
(iii) ପାଞ୍ଚ ଜଣ
(iv) ସାତ ଜଣ
Answer:
(iii) ପାଞ୍ଚ ଜଣ

(ଙ) ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନଙ୍କର କାର୍ଯ୍ୟକାଳ କେତେ ବର୍ଷ ?
(i) ପାଞ୍ଚ ବର୍ଷ
(ii) ନଅ ବର୍ଷ
(iii) ଦଶ ବର୍ଷ
(iv) ବାର ବର୍ଷ
Answer:
(ii) ନଅ ବର୍ଷ

(ଚ) ନ୍ୟାସ ପରିଷଦର ବୈଠକ ପ୍ରତିବର୍ଷ କେତେଥର ବସେ ?
(i) ଥରେ
(ii) ଦୁଇ ଥର
(iii) ତିନି ଥର
(iv) ଚାରି ଥର
Answer:
(ii) ଦୁଇ ଥର

(ଛ) ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟମାନଙ୍କର କାର୍ଯ୍ୟକାଳ କେତେ ବର୍ଷ ?
(i) ଦୁଇ ବର୍ଷ
(ii) ତିନି ବର୍ଷ
(iii) ଚାରି ବର୍ଷ
(iv) ପାଞ୍ଚ ବର୍ଷ
Answer:
(i) ଦୁଇ ବର୍ଷ

(ଜ) ସାମାଜିକ ଓ ଅର୍ଥନୈତିକ ପରିଷଦର ସଦସ୍ୟ ସଂଖ୍ୟା କେତେ ?
(i) ୫୧
(ii) ୫୨
(iii) ୫୩
(iv) ୫୪
Answer:
(iv) ୫୪

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଝ) ସଂଯୁକ୍ତ ରାଷ୍ଟ୍ରସଂଘକୁ କେଉଁ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ?
(i) ୧୯୮୮
(ii) ୧୯୯୦
(iii) ୧୯୯୫
(iv) ୧୯୯୬
Answer:
(i) ୧୯୮୮

Leave a Comment