Odisha State Board BSE Odisha Class 9 Sanskrit Grammar Book Solutions Chapter 2 ପାରିଭାଷିକ ଶବ୍ଦ Textbook Exercise Questions and Answers.
BSE Odisha Class 9 Sanskrit Grammar Solutions Chapter 2 ପାରିଭାଷିକ ଶବ୍ଦ
ସ୍ୱତନ୍ତ୍ର ଅର୍ଥ ପ୍ରକାଶ କରିବା ଉଦ୍ଦେଶ୍ୟରେ ଏବଂ ସୂତ୍ରମାନଙ୍କର ସଂକ୍ଷେପୀକରଣ ନିମନ୍ତେ ବ୍ୟାକରଣରେ ଅନେକ ପାରିଭାଷିକ ଶବ୍ଦର ବ୍ୟବହାର ଦେଖାଯାଏ । ସେହି ପାରିଭାଷିକ ଶବ୍ଦ ବା ସଂଜ୍ଞାଗୁଡ଼ିକର ନିର୍ମାଣ ସେମାନଙ୍କର ଗଠନ ବା ପ୍ରୟୋଗ ବା ଅର୍ଥକୁ ଆଧାର କରି କରାଯାଇଥାଏ । ଯେଉଁ ସଂଜ୍ଞାପଦଗୁଡ଼ିକ ନିଜ ନିଜର ଅର୍ଥ ପ୍ରକାଶ କରିବାକୁ ସମର୍ଥ ସେଗୁଡ଼ିକ ଅକୃତ୍ରିମ ବା ଅନ୍ବର୍ଥ ସଂଜ୍ଞା; ଯଥା – କାରକ ଏହାର ଅର୍ଥ ସହଜରେ ବୁଝିହେଉଛି । ଅନ୍ୟ କେତେକ କୃତ୍ରିମ; ଯଥା – ଟି ଏବଂ ତଦ୍ଭିନ୍ନ କେତେକ ସଂଜ୍ଞା ଭାଷାନିରପେକ୍ଷ; ଯଥା – ‘ଗୁଣ’ ଏହା ସହଜରେ ବୁଝି ହୁଏ ନାହିଁ । ତେଣୁ ଏଗୁଡ଼ିକ ବୁଝିବା ଆବଶ୍ୟକ । ଆରମ୍ଭରୁ କେତୋଟି ପାରିଭାଷିକ ଶବ୍ଦ ସହ ପରିଚୟ ରହିଲେ ବ୍ୟାକରଣ ଅଧ୍ୟୟନ ସୁଗମ ହେବ ।
୧। ଅକଥ୍ତ : ଏହା ଏକ ପ୍ରକାର କର୍ମର ସଂଜ୍ଞା । ଦ୍ବିକର୍ମକ ଧାତୁମାନଙ୍କର ଗୌଣକର୍ମକୁ ଅକଥ୍ତ କର୍ମ କୁହାଯାଇପାରେ । ଉଦାହରଣ – ମାଂ ପୟଃ ଦୋଷି । ଏଠାରେ ‘ଗା’ ୨ୟା ବିଭକ୍ତ ଗୌଣ କର୍ମ, ପୟ ୨ୟା ବିଭକ୍ତି ମୁଖ୍ୟ କର୍ମ । ଗୋ (ଗାଈଠାରୁ) ବଦଳରେ ଶାଂ (ଗାଈକୁ) ୨ୟା ବିଭକ୍ତିର ପ୍ରୟୋଗ ବିଶେଷ ନିୟମ (ଅକଥ୍ତ) ଅନୁସାରେ ହୋଇଅଛି ।
୨। ଅକର୍ମକ : ଯେଉଁ କ୍ରିୟାର ଫଳ ଓ ବ୍ୟାପାର ଉଭୟ, ଗୋଟିଏକୁ ଆଶ୍ରୟ କରି ରହିଥାଏ ତାହାକୁ ଅକର୍ମକ ଧାତୁ କୁହାଯାଏ ; ଯଥା – ବାଳକ କ୍ରୀଡ଼ତି । ଏଠାରେ କ୍ରୀଡ଼୍ ଧାତୁ ଅକର୍ମକ ।
୩। ଅଚ୍ : ପ୍ରଥମ ମାହେଶ୍ଵର ସୂତ୍ରର ପ୍ରଥମ ବର୍ଷ ‘ଅ’ ଏବଂ ଚତୁର୍ଥ ମାହେଶ୍ଵର ସୂତ୍ରର ଅନ୍ତିମ ‘ବ୍’ କୁ ନେଇ ‘ଅଚ୍’ ଗଠିତ । ଅଇଉଣ୍ । ୠ ୡ କ୍ । ଏ ଓ ଡ୍ର । ଐ ଔ ଚ୍ । ଅର୍ଥାତ୍ ‘ଅ’ ଠାରୁ ‘ଚ୍’ ପର୍ଯ୍ୟନ୍ତ । ଏହା ସ୍ୱରବର୍ଣ୍ଣର ବାଚକ ବା ଅନ୍ୟ ନାମ । ଏଣୁ ସ୍ୱର ସନ୍ଧି, ସ୍ବରାନ୍ତ ଧାତୁ ଓ ସ୍ବରାନ୍ତ ଶବ୍ଦକୁ ଅଚ୍ ସନ୍ଧି, ଅଜନ୍ତ ଧାତୁ ଓ ଅଜନ୍ତ ଶବ୍ଦ କୁହାଯାଏ ।
୪। ଅତ୍ୟନ୍ତ ସଂଯୋଗ : କାଳ ଓ ମାର୍ଗର ବ୍ୟବଧାନ ରହିତ ଅବିଚ୍ଛିନ୍ନ ଅବସ୍ଥାକୁ ଅତ୍ୟନ୍ତ ସଂଯୋଗ କୁହାଯାଏ । ଉଦାହରଣ – ମାସଂ ପଠତି । (ମାସେ ବ୍ୟାପି ପଢ଼ୁଛି କୌଣସି ଦିନ ବନ୍ଦ କରି ନାହିଁ ।)
୫। ଅଧୂକରଣ : କର୍ତ୍ତା ବା କର୍ମ ସହିତ ସମ୍ବନ୍ଧିତ କ୍ରିୟାର ଅଧାରକୁ ଅଧୂକରଣ କୁହାଯାଏ । ଅଧିକରଣଠାରେ ସପ୍ତମୀ ବିଭକ୍ତିର ପ୍ରୟୋଗ ହୋଇଥାଏ ।
୬। ଅନଭିହିତ : ସାଧାରଣତଃ ତିଙନ୍ତ, ହୃଦନ୍ତ, ତଦ୍ଧିତ ଓ ସମସ୍ତପଦ ଦ୍ବାରା କର୍ତ୍ତା, କର୍ମ ପ୍ରଭୃତି ଉକ୍ତ ହୋଇଥା’ନ୍ତି ଓ ସେମାନଙ୍କର ପ୍ରଥମ ବିଭକ୍ତିରେ ପ୍ରୟୋଗ ହୁଏ । ଏହାବ୍ୟତୀତ ଅନ୍ୟ କାରକ ଓ ବିଭକ୍ତିରେ ଏହି ଅନଭିହିତ ବା ଅନୁକ୍ତ ପ୍ରୟୋଗ ହୁଏ ।
୭। ଅନୁନାସିକ : ଯେଉଁ ବର୍ଷର ଉଚ୍ଚାରଣ ମୁଖ ଓ ନାସିକାର ମିଳିତ ସହାୟତାରେ ସଂଘଟିତ ହୁଏ । ତାହାକୁ ଅନୁନାସିକ କହନ୍ତି ।
୮। ଆଗମ : କୌଣସି ଶବ୍ଦ ବା ଧାତୁ ଅନ୍ତର୍ଗତ ବର୍ଷ ସମୀପରେ ଅନ୍ୟ ଅତିରିକ୍ତ ବର୍ଷର ଆଗମନକୁ ଆଗମ କହନ୍ତି; ଯଥା – ସମ୍ + ,କୃ + କ୍ତ (ତ) = ସମ୍ + ସ୍ (ଆଗମ) + କୃ + କ୍ତ (ତ) = ସଂସ୍କୃତ । ବନସ୍ପତି (ସ୍) । ଏଠାରେ ବନ + ପତି = ସନ୍ଧି ନିୟମ ଅନୁସାରେ ନ ପରେ ସ୍ ଆଗମ ହୋଇ ବନସ୍ପତି ହୋଇଛି ।
ଆତ୍ମନେପଦ : ଯେଉଁ କ୍ରିୟା ବା ଧାତୁର ଫଳ କର୍ତ୍ତା ନିଜେ ଭୋଗକରେ ତାହାକୁ ଆତ୍ମନେପଦ ଧାତୁ କହନ୍ତି; ଯଥା – ରାମ ଧନଂ ଲଭତେ । (ଫଳ କର୍ତ୍ତୁଗାମୀ ହେଲେ ଧାତୁ ଆତ୍ମନେପଦୀ ହୁଏ; ମାତ୍ର ଏହି ନିୟମ ଅନିତ୍ୟ । ଯଥାର୍ଥ ବିଚାରଲାଗି ୧/୩/୧୨ଠାରୁ ୧/୩/୭୬ ପର୍ଯ୍ୟନ୍ତ ଥିବା ଅଷ୍ଟାଧ୍ୟାୟୀ ସୂତ୍ର ଦ୍ରଷ୍ଟବ୍ୟ ।)
୧୦ । ଆଦେଶ : ପ୍ରକ୍ରିୟାରେ କୌଣସି ବର୍ଷକୁ ହଟାଇ ତା’ ସ୍ଥାନରେ ଅନ୍ୟ ବର୍ଷର ସ୍ଥାପନକୁ ଆଦେଶ କୁହାଯାଏ; ଯଥା – ଦଧୂ + ଅତ୍ର = ଦଧତ୍ର ( ଇ ସ୍ଥାନରେ ଯ ହେବା) । ‘ସ୍ଥା’ ଧାତୁର ତିଷ୍ଠ ଓ ଦୃଶ୍ ଧାତୁରୁ ପଶ୍ୟ ଆଦେଶ ହୁଏ ।
୧୧ । ଉପପଦ ବିଭକ୍ତି : କେତେକ ପଦର ପ୍ରୟୋଗକୁ କେନ୍ଦ୍ର କରି ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ବିଭକ୍ତିର ପ୍ରୟୋଗ ହୁଏ ସେହି ବିଭକ୍ତିକୁ ସେତେବେଳେ ଉପପଦ ବିଭକ୍ତି କୁହାଯାଏ; ଯଥା – ଇନ୍ଦ୍ରାୟ ପୁଷ୍ପାଣି ବଷଟ୍, ବଷଟ୍ ଶବ୍ଦଯୋଗରେ ‘ଇନ୍ଦ୍ରାୟ’ ୪ର୍ଥୀ ବିଭକ୍ତି । ଧାତୁ ବା କାରକ ବ୍ୟତୀତ ଅନ୍ୟ ଶବ୍ଦ ଯୋଗରେ ଯେଉଁ ବିଭକ୍ତି ବିଧାନ ହୁଏ, ତାହାକୁ ଉପପଦ ବିଭକ୍ତି କହନ୍ତି; ଯଥା – ନମଃ ଶିବାୟ, ଧନଂ ବିନା ସୁଖ ନାସ୍ତି ।
୧୨ । ଉପସର୍ଗ : ଧାତୁ ପୂର୍ବରୁ ଏବଂ ବିଶେଷ ଅର୍ଥରେ ବ୍ୟବହୃତ ହେଉଥିବା କେତେକ ଅବ୍ୟୟ ପଦକୁ ଉପସର୍ଗ କହନ୍ତି । ଯଥା – ପ୍ର, ପରା, ଅପ, ସମ୍, ଅନୁ, ଅବ, ନିସ୍, ନିର୍, ଦୁସ୍, ଦୁର୍, ଅଭି, ବି, ଅଧ୍ୱ, ସୁ, ଉ, ଦ୍, ଅତି, ନି, ପ୍ରତି, ପରି, ଅପି, ଉପ, ଆ (ଆ) । ଉଦାହରଣ – ଅନୁଗଚ୍ଛତି, ପ୍ରଭବତି, ପୁନଃ ପିତୁଃ ପ୍ରତି ।
୧୩। କର୍ମପ୍ରବଚନୀୟ : ଏଠାରେ କର୍ମ ଶବ୍ଦର ଅର୍ଥ କ୍ରିୟା । ଯେଉଁ ଉପସର୍ଗଗୁଡ଼ିକ ସ୍ଥଳବିଶେଷରେ କ୍ରିୟାକୁ ପ୍ରକାଶ ନ କରି ବିଶେଷ୍ୟ ପଦକୁ ନିୟନ୍ତ୍ରିତ କରିଥା’ନ୍ତି ସେଗୁଡ଼ିକ କର୍ମପ୍ରବଚନୀୟ । ନରା ଦେବାନ୍ ଅନୁ ।
୧୪ । ଗଣ : ଯେଉଁ ଯେଉଁ ଶବ୍ଦ ବା ଧାତୁଙ୍କର ସମାନ ବ୍ୟାକରଣଗତ କାର୍ଯ୍ୟ ହୁଏ ସେମାନଙ୍କୁ ଗୋଟିଏ ଗୋଟିଏ ସ୍ଥାନରେ ଏକତ୍ର କରି ରଖାଯାଇଥାଏ; ଯଥା – ‘ସର୍ବ’ ଶବ୍ଦକୁ ଆଦି କରି ସର୍ବାଦିଗଣ ଓ ଭ୍ କୁ ଆଦିକରି ଭ୍ଲାଦିଗଣ ଗଠିତ ।
୧୫ । ଗୁଣ : ଅକାର (ଅର୍), ଏକାର ଓ ଓକାରକୁ ଗୁଣ କହନ୍ତି । ସ୍ଵରର ଗୁଣ ହୁଏ କହିଲେ, ଇ, ଈ ସ୍ଥାନରେ ଏ, ଉ – ଊ ସ୍ଥାନରେ ଓ, ଋ – ୠ ସ୍ଥାନରେ ଅର୍ ଓ ଥ ସ୍ଥାନରେ ଅଲ୍ ହେବାକୁ ବୁଝାଏ; ଯଥା · ଦେବ + ଋଷି = ଦେବର୍ଷି ଏଠାରେ ‘ଋ’ର ‘ଅର୍’ ଗୁଣ ହୋଇଛି ବିଦ୍ + ଘଞ୍ଚ୍ = ବେଦଃ । ଏଠାରେ ବିଦ୍ ‘ଇ’ କାରର ‘ଏ’କାର ଗୁଣ ହୋଇଛି । ଚୁର୍ + ତିପ୍ = ଚୋରୟତି । ଏଠାରେ ଚୁର୍ ‘ଉ’ କାରର ‘ଓ’କାର ଗୁଣ ହୋଇଛି ।
୧୬ । ଗୁରୁ : ସଂଯୁକ୍ତ ବର୍ଣ୍ଣର ପୂର୍ବବର୍ତ୍ତୀ ହ୍ରସ୍ବବର୍ଣ୍ଣ, ଦୀର୍ଘସ୍ବର, ଦୀର୍ଘସ୍ଵରଯୁକ୍ତ ବର୍ଣ୍ଣ, ଅନୁସ୍ଵାରଯୁକ୍ତ ଓ ବିସର୍ଗଯୁକ୍ତ ବର୍ଣ୍ଣ ଗୁରୁ ସଂଜ୍ଞକ ।
୧୭ । ଟି : ଶବ୍ଦର ଅନ୍ୟସ୍ୱରକୁ ‘ଟି’ କହନ୍ତି । ତା’ପରେ ବ୍ୟଞ୍ଜନ ଥିଲେ, ଅନ୍ତଃସ୍ବର ଓ ବ୍ୟଞ୍ଜନ ମିଶି ‘ଟି’ ବୋଲାନ୍ତି; ଯଥା – ରାଜନ୍ ଶବ୍ଦର (ର+ ଆ + ଜ୍ + ଅ + ନ୍) ଅନ୍ତଃସ୍ବର ଅ ଏବଂ ତତ୍ପରବର୍ତ୍ତୀ ନୂ ଅର୍ଥାତ୍ ‘ରାଜନ୍’ ର ‘ଅନ୍’ ଅଂଶଟି ହେଉଛି ‘ଟି’ । କିନ୍ତୁ ‘ରାମ’ ଶବ୍ଦରେ ଅନ୍ତଃସ୍ଵର (ର + ଆ + ମ୍ + ଅ) ‘ଅ’ ହେଉଛି ‘ଟି’ ।
୧୮ । ତଦ୍ଧିତ : ପ୍ରତିପଦିକରେ ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି କରୁଥିବା ଅ, ଇ, ତା ପ୍ରଭୃତି ପ୍ରତ୍ୟୟଗୁଡ଼ିକୁ ତଦ୍ଧିତ ପ୍ରତ୍ୟୟ କୁହାଯାଏ ; ଯଥା – ଦଶରଥ + ଇ = ଦାଶରହଃ ।
୧୯ । ତିଜ୍ : ଯେଉଁ ପ୍ରତ୍ୟୟଗୁଡ଼ିକ ମୂଳଧାତୁସହ ଯୁକ୍ତହୋଇ ସିଧାସଳଖ କ୍ରିୟାପଦ ନିର୍ମାଣ କରିଥା’ନ୍ତି ସେମାନଙ୍କୁ ସଂକ୍ଷେପରେ ତି ବୋଲି କୁହାଯାଏ । ଅଷ୍ଟାଧ୍ୟାୟୀର ୩/୪/୭୮ ସୂତ୍ରର ପ୍ରଥମ ଓ ଅନ୍ତିମ ବର୍ଣ୍ଣକୁ ନେଇ ତି ପ୍ରତ୍ୟାହାର ଗଠିତ ଏବଂ ଏଥିରେ ଥିବା ମୋଟ୍ ୧୮ଟି ପ୍ରତ୍ୟୟ ମଧ୍ୟରୁ ପ୍ରଥମ ୯ଟି ପରସ୍ପେପଦୀ ଓ ଶେଷ ୯ଟି ଆତ୍ମନେପଦୀ ଧାତୁରେ ଲାଗିଥା’ନ୍ତି ।
୨୦ । କୃତ୍ : ଧାତୁସହ ଯୁକ୍ତହୋଇ ସଂଜ୍ଞାପଦ, ବିଶେଷଣପଦ, ଅବ୍ୟୟପଦ ନିର୍ମାଣ କରୁଥିବା ତିଭିନ୍ନ ପ୍ରତ୍ୟୟମାନଙ୍କୁ କୃତ୍ ପ୍ରତ୍ୟୟ କୁହାଯାଏ । ଏହି ପ୍ରତ୍ୟୟଗୁଡ଼ିକ ହେଲେ – ଶତୃ, ଶାନଚ୍, ଣ୍ୟତ୍, କ୍ତ, କ୍ତବତ୍ରୁ, କ୍ସା ଇତ୍ୟାଦି ଏବଂ ଏତଦ୍ବାରା ନିର୍ମିତ ପଦଗୁଡ଼ିକ ଧାତୁମୂଳକ ।
୨୧ । ପଦ : ବିଭକ୍ତି ଚିହ୍ନ ଲାଗିଥିବା ଶବ୍ଦ, ଧାତୁ ରୂପ ଏବଂ ଅବ୍ୟୟଗୁଡ଼ିକୁ ପଦ କହନ୍ତି ।
୨୨ । ପ୍ରକୃତି : ମୂଳ ପ୍ରାତିପଦିକ ବା ଧାତୁ ଯେଉଁଥରେ ପ୍ରତ୍ୟୟ ଯୋଗ କରି ପଦ ନିର୍ମାଣ କରାଯାଏ । ସେଗୁଡ଼ିକୁ ‘ପ୍ରକୃତି’ କହନ୍ତି; ଯଥା – ‘ରାମ’ ପଦରେ ‘ରାମ’ ଓ ‘ପର୍ଣତି’ ପଦରେ ‘ପଠ୍’ ।
୨୩ । ପ୍ରତ୍ୟୟ : ପ୍ରକୃତିସହ ଯୁକ୍ତହୋଇ ଯେଉଁମାନେ ପଦ ନିର୍ମାଣରେ ସହାୟତା କରିଥା’ନ୍ତି ସେଗୁଡ଼ିକ ପ୍ରତ୍ୟୟ ପଦବାଚ୍ୟ । ଏଗୁଡ଼ିକ ସାଧାରଣତଃ ମୂଳ ପ୍ରକୃତିର ପରେ ଯୁକ୍ତ ହୋଇଥା’ନ୍ତି । ଏହି ପ୍ରତ୍ୟୟ ପାଞ୍ଚପ୍ରକାର; ଯଥା – ବିଭକ୍ତି, କୃତ, ତଦ୍ଧିତ, ସ୍ତ୍ରୀ ପ୍ରତ୍ୟୟ ଓ ଧାତ୍ସବୟବ ।
୨୪ । ପ୍ରାତିପଦିକ : ବିଭକ୍ତି ଚିହ୍ନ ଲାଗି ନଥୁବା ଯେ କୌଣସି ଶବ୍ଦକୁ ପ୍ରାତିପଦିକ କହନ୍ତି । ପ୍ରତ୍ୟୟ, ପ୍ରତ୍ୟୟାନ୍ତ ଓ ଧାତୁଭିନ୍ନ ଅର୍ଥଯୁକ୍ତ ବସ୍ତୁବାଚକ ବା ବସ୍ତୁର ବିଶେଷଣର୍ବାଚକ ଶବ୍ଦ ସ୍ୱରୂପକୁ ପ୍ରାତିପାଦିକ କୁହାଯାଏ; ଯଥା – ଚନ୍ଦ୍ର, ଜଳ, ବାୟୁ, ଦୃଢ଼, ପ୍ରବଳ, ନୂତନ ଇତ୍ୟାଦି ।
୨୫ । ସ୍ତ୍ରୀ ପ୍ରତ୍ୟୟ : ସ୍ତ୍ରୀଲିଙ୍ଗାନ୍ତ ଶବ୍ଦ ନିର୍ମାଣ ପାଇଁ ଆ, ଈ ପ୍ରଭୃତି ଯେଉଁ ସମସ୍ତ ପ୍ରତ୍ୟୟ ଯୋଗକରାଯାଏ । ସେଗୁଡ଼ିକ ସ୍ତ୍ରୀ ଚଟକ + ଆ(ଟାପ୍) = ଚଟକା । ଦେବ + ଡୀପ୍(ଈ) ଦେବୀ ।
୨୬ । ବୃଦ୍ଧି : ‘ଆ’ ‘ଐ’, ‘ଔ’ କୁ ବୃଦ୍ଧି କୁହାଯାଏ । ସ୍ବରର ବୃଦ୍ଧି ହୁଏ କହିଲେ ଅ ସ୍ଥାନରେ ଆ, ଇ-ଈ-ଏ ସ୍ଥାନରେ ଐ, ଉ- ଊ-ଓ ସ୍ଥାନରେ ଔ, ଋ-ର ସ୍ଥାନରେ ଆର୍ ଏବଂ ୫ ସ୍ଥାନରେ ଆଳ୍ ହେବା ବୁଝାଏ; ଯଥା – ସଭ୍ + ଇକ = ସାତ୍ତ୍ଵିକ, ନୀତି + ଇକ = ନୈତିକ । ବୁଦ୍ଧି + ଇକ = ବୌଦ୍ଧିକ ।
୨୭ । ସବର୍ଷ : ଯେଉଁ ସକଳ ବର୍ଣ୍ଣର ଉଚ୍ଚାରଣ ସ୍ଥାନ ସମାନ ଏବଂ ଯାହାଙ୍କର ଉଚ୍ଚାରଣରେ ସମାନ ପ୍ରୟତ୍ନର ପ୍ରୟୋଜନ; ସେମାନେ ପରସ୍ପର ସବର୍ଣ୍ଣ । ଯେପରି ଅ-ଆ, ଇ-ଈ, କ-ଖ-ଗ ଏମାନେ ପରସ୍ପର ସବର୍ଣ୍ଣ ।
୨୮ । ଉପଧା : ଅନ୍ୟବର୍ଣ୍ଣର ପୂର୍ବ ବର୍ଷକୁ ଉପଧା କୁହାଯାଏ; ଯଥା – ରାମ ଶବ୍ଦରେ ଅନ୍ତ୍ଯ ‘ଅ’ର ପୂର୍ବବର୍ତ୍ତୀ ‘ମ୍’ ହେଉଛି ଉପଧା ।
୨୯ । ସମ୍ପ୍ରସାରଣ : ୟ, ବ୍, ର, ଳ୍ ସ୍ଥାନରେ ଯଥାକ୍ରମେ ଇ, ଉ, ୠ, ୡ ହେବାର ନାମ ସମ୍ପ୍ରସାରଣ;
ଯଥା – ବଚ୍ → ଉବାଚ, ଅଧ୍ + ବସ୍ + କ୍ତ = ଅଧୁଷିତ ।