Odisha State Board BSE Odisha Class 9 Sanskrit Grammar Book Solutions Chapter 4 ଲିଙ୍ଗ, ବଚନ ଓ ପୁରୁଷ ପ୍ରକରଣ Textbook Exercise Questions and Answers.
BSE Odisha 9 Class Sanskrit Grammar Solutions Chapter 4 ଲିଙ୍ଗ, ବଚନ ଓ ପୁରୁଷ ପ୍ରକରଣ
(୪) ଲିଙ୍ଗ, ବଚନ ଓ ପୁରୁଷ ପ୍ରକରଣ
(କ) ପୁଂଲିଙ୍ଗ – ଯେଉଁ ଶବ୍ଦ ସାଧାରଣତଃ ପୁରୁଷକୁ ବୁଝାଏ ବା ପୁରୁଷବାଚକ ତାହା ପୁଂଲିଙ୍ଗ; ଯଥା — ବାଳକ, ଆପଣ (ଦୋକାନ), ବୃକ୍ଷଃ (ଗଛ) ଇତ୍ୟାଦି ।
ସ୍ତ୍ରୀଲିଙ୍ଗ – ଯାହା ସ୍ତ୍ରୀକୁ ବୁଝାଏ ବା ସ୍ତ୍ରୀବାଚକ ତାହା ସ୍ତ୍ରୀଲିଙ୍ଗ; ଯଥା – ବାଳିକା, ଲତା, ରଜନୀ ଇତ୍ୟାଦି ।
କ୍ଲବଲିଙ୍ଗ — ଯାହା ଉଭୟ ସ୍ତ୍ରୀ ଏବଂ ପୁରୁଷକୁ ନ ବୁଝାଏ ତାହା କ୍ଲବଲିଙ୍ଗ ବା ନପୁଂସକ ଲିଙ୍ଗ; ଯଥା ସ୍ଥ ଫଳମ୍, ପତ୍ରମ୍, ମଧୁ (ମହୁ) ଇତ୍ୟାଦି ।
କିନ୍ତୁ କେତେକ ସ୍ଥଳରେ ଏହାର ବ୍ୟତିକ୍ରମ ଦେଖାଯାଏ; ଯଥା – ନଦ୍ୟା ତପଃ, ନଦ୍ୟାଃ ତଟୀ, ନଦ୍ୟା ତଟମ୍ । ଏଠାରେ ନଦୀ ଶବ୍ଦ ସ୍ତ୍ରୀକୁ ନ ବୁଝାଇଲେ ମଧ୍ୟ ସ୍ତ୍ରୀଲିଙ୍ଗ, ତଟ ଶବ୍ଦ ପୁରୁଷ ଓ ସ୍ତ୍ରୀକୁ ନ ବୁଝାଇଲେ ମଧ୍ୟ ପୁଂଲିଙ୍ଗ; ସ୍ତ୍ରୀଲିଙ୍ଗ ଓ କ୍ଲବଲିଙ୍ଗ ହୋଇଅଛି ।
(ଖ) (i) କେତେଗୁଡ଼ିଏ ଶବ୍ଦ ତ୍ରିଲିଙ୍ଗ; ଯଥା – ତଟ, ପାତ୍ର ଇତ୍ୟାଦି ।
(ii) କେତେକ ଶବ୍ଦ ଦ୍ବିଲିଙ୍ଗ; ଯଥା – ସୂତ୍ର – ସୂତ୍ର, ସୂତ୍ରମ୍ । ଛତ୍ର – ଛତ୍ର, ଛତ୍ରମ୍ । ରେଣୁ- ରେଣୁ (ପୁଂ), ରେଣୁ (ସ୍ତ୍ରୀ) ।
(iii) କେତେକ ଶବ୍ଦ ନିର୍ଦ୍ଦିଷ୍ଟ ଲିଙ୍ଗ; ଯଥା – ନର, ଦେବ, ବୃକ୍ଷ, ତ୍ୟାଗ, କର, ଦେହ, ଗିରି, ଶମ୍ଭୁ, ପିତୃ ପ୍ରଭୃତି ପୁଂଲିଙ୍ଗ ।
ବିଦ୍ୟା, ମତି, ସ୍ତ୍ରୀ, ଶ୍ରୀ, ନାରୀ, ମାତୃ, ବିଂଶତି, ତ୍ରିଂଶତ୍, ସମ୍ପଦ୍, ବିପଦ୍ ପ୍ରଭୃତି ସ୍ତ୍ରୀଲିଙ୍ଗ ଓ ଫଳ, ଜ୍ଞାନ, ମୁଖ, ନୟନ, ମାଂସ, ଜଳ, ବାରି, ଶତ, ସହସ୍ର ପ୍ରଭୃତି କ୍ଲବଲିଙ୍ଗ ।
ଅର୍ଥଭେଦରେ ଲିଙ୍ଗଭେଦର କେତେକ ଉଦାହରଣ
ମିତ୍ର – ସୂର୍ଯ୍ୟ ଅର୍ଥରେ ପୁଂଲିଙ୍ଗ, ଯଥା – ମିତ୍ର ଆକାଶେ ଉଦ୍ତି । (ସୂର୍ଯ୍ୟ ଆକାଶରେ ଉଦୟ ହୁଅନ୍ତି) ।
ବନ୍ଧୁ ଅର୍ଥରେ କ୍ୟୁବଲିଙ୍ଗ, ଯଥା – ରାମଃ ମମ ମିତ୍ରମ୍ । (ରାମ ମୋର ସାଙ୍ଗ) ।
ଗୌ – ଗାଈ ଅର୍ଥରେ ସ୍ତ୍ରୀଲିଙ୍ଗ, ବଳଦ ଅର୍ଥରେ ପୁଂଲିଙ୍ଗ ।
ଯଥା – ଏତଃ ଗୌ ହଳଂ କରୋତି । ଏଷା ଗୌ ଦୁଗ୍ଧଦଦାତି ।
ମଧୁ – ମହୁ ଅର୍ଥରେ କ୍ଲବଲିଙ୍ଗ; ବସନ୍ତ, ଚୈତ୍ରମାସ ମଧୁଦୈତ୍ୟ ଓ ମହୁଲ ବୃକ୍ଷ ଅର୍ଥରେ ପୁଂଲିଙ୍ଗ ।
ଯଥା – ମଧୁ ପିବନ୍ତ ମକ୍ଷିକା । ମଧୁ ପାଠଶାଳା ଗଚ୍ଛତି । ମଧୁ ରାଜତେ ।
କେତେକ ଏକାର୍ଥକ ବିଭିନ୍ନ ଲିଙ୍ଗବାଚକ ଶବ୍ଦ
ଶରୀର ଅର୍ଥରେ – କାୟ (ପୁଂ), ତନୁ (ସ୍ତ୍ରୀ), ଶରୀର (ଲ୍ଲୀ) ।
ଯଥା – ପତନ୍ତୁ ଏତଃ କାୟଃ । ଇୟଂ ମେ ତନୁଃ । ଶରୀରମିଦଂ ବ୍ୟାତ୍ମନ୍ଦିରମ୍ ।
ଧୂଳି ଅର୍ଥରେ – ରଜସ୍ (କ୍ଲ), ଧୂଳି (ସ୍ତ୍ରୀ), ପାଂଶୁ (ପୁଂ) ।
ଯଥା – ତବ ପଦରଜଃ ଧାରୟାମି । ଧୂଳିରିୟଂ ମେ ଚନ୍ଦନମ୍ । ଅୟମେବ ଗ୍ରାମଭ୍ରାଂଶୁ ପବିତ୍ରଃ।
ପତ୍ନୀ ଅର୍ଥରେ – ପତ୍ନୀ, ଜାୟା, ଭାର୍ଯ୍ୟା (ସ୍ତ୍ରୀ), କଳତ୍ର (ଲ୍ଲୀ), ଦାର (ପୁଂ) ।
ଯଥା — ଇୟଂ ତସ୍ୟ ପତ୍ନୀ । ଏଷା ମମ ଜାୟା । ସା ଭରତସ୍ୟ ଭାର୍ଯ୍ୟା । ତବ କଳରଂ କୁତ୍ର ତିଷ୍ଠତି ?
ଦେବତା ଅର୍ଥରେ – ଦେବ (ପୁଂ), ଦେବତା (ସ୍ତ୍ରୀ), ଦୈବତ (ଲ୍ଲୀ) ।
ଯଥା – ଦେବାଃ ବନ୍ଦନୀୟଃ । ଦେବତା ପୂଜନୀୟା । ଦୈବତଂ ବଳିତଂ ସଦା ।
ଯିବା ଅର୍ଥରେ – ଗମନ (କ୍ରୀ), ଗତି (ସ୍ତ୍ରୀ) ।
ଯଥା – ଗମନଂ ମଧୁରମ୍ । ଗତିଃ ମଧୁରା ।
ଏକବଚନ – ଏକତ୍ଵ ସଂଖ୍ୟା ବୁଝାଇଲେ ଏକବଚନ ହୁଏ; ଯଥା – ବାଳକଃ (ବାଳକ + ସୁ) ପଠତି (ପଦ୍ + ତିପ୍ → ତି) । ଏଠାରେ ସୁ ଓ ତିପ୍ (ତି) ଏକବଚନ ।
ଦ୍ବିବଚନ – ଦ୍ଵିତ୍ୱ ସଂଖ୍ୟା ବୁଝାଇଲେ ଦ୍ବିବଚନ ହୁଏ; ଯଥା – ବାଳକୌ (ବାଳକ+ଔ) ପଠତଃ (ପଠ୍ + ତସ୍ → ତଃ) । ଏଠାରେ ଔ ଏବଂ ତସ୍ ଦ୍ବିବଚନ ।
ବହୁବଚନ – ବହୁତ୍ଵ ସଂଖ୍ୟା ବୁଝାଇଲେ ବହୁବଚନ ହୁଏ; ଯଥା – ବାଳକା (ବାଳକ + ଜସ୍ → ଅସ୍) ପଠନ୍ତି (ପଠ୍ + ଅନ୍ତି) । ଏଠାରେ ଜସ୍ ଓ ଅନ୍ତ ବହୁବଚନ ।
(କ) ସମ୍ମାନ ପ୍ରଦର୍ଶନ ଅର୍ଥରେ ଜଣେ ବ୍ୟକ୍ତିକୁ ବୁଝାଇବାପାଇଁ ବହୁବଚନର ବ୍ୟବହାର ହୁଏ; ଯଥା — ଶ୍ରୀହର୍ଷ ମିଶ୍ରଶର୍ମାଣଂ ଏବମ୍ ଉକ୍ତବନ୍ତଃ । ଆଗଚ୍ଛନ୍ତୁ ମହାଭାଗା । ଭବତଃ ବଦନ୍ତୁ ।
(ଖ) ପ୍ରଦେଶବାଚକ ଶବ୍ଦରୁ ବହୁବଚନ ହୁଏ; ଯଥା – ଉତ୍କଳେଷୁ, ବଙ୍ଗେଷୁ ଇତ୍ୟାଦି । କିନ୍ତୁ ତା’ ସହିତ ଦେଶ, ପ୍ରଦେଶ, ଜନପଦ ଇତ୍ୟାଦିର ସମାସ ହୋଇଥିଲେ ବହୁବଚନ ହୁଏ ନାହିଁ; ଯଥା- ଉତ୍କଳପ୍ରଦେଶେ, ବିହାରଜନପଦେ ଇତ୍ୟାଦି ।
(ଗ) ଅସ୍ମଦ୍ ଶବ୍ଦରୁ ଏକତ୍ଵ ଓ ଦ୍ଵିତ୍ଵ ଅର୍ଥରେ ବିକଳ୍ପରେ ବହୁବଚନ ହୁଏ । ମୁଁ କହୁଛି – ଅହଂ ବଦାମି । ବୟଂ ବଦାମଃ ।
ଆମ୍ଭେ ଦୁହେଁ କହୁଅଛୁ-ଆକାଂ ବଦାନଃ । ବୟଂ ବଦାମଃ ।
ବିଶେଷଣଯୁକ୍ତ ହେଲେ ବହୁବଚନ ହୁଏ ନାହିଁ; ଯଥା — ପଣ୍ଡିତୋଽହଂ ବଦାମି ।
(ଘ) ସମୂହ ଅର୍ଥରେ ଗଣ, ସଂଘ, ସମାଜ ଇତ୍ୟାଦି ଶବ୍ଦ ବହୁବ୍ୟକ୍ତିର ବୋଧକ ହେଲେ ମଧ୍ୟ ଏକବଚନରେ ପ୍ରୟୋଗ ହୁଏ; ଯଥା- କୃଷକଗଣସ୍ୟ କଲ୍ୟାଣାୟ ସର୍ବକାରଃ ଯତନ୍ତେ । କିନ୍ତୁ ଦୁଇଟି ସମୂହ ବା ବହୁତ ସମୂହ ଅର୍ଥରେ ଦ୍ବିବଚନ ଓ ବହୁବଚନରେ ପ୍ରୟୋଗ ହୁଏ; ଯଥା – ନାରୀନାଂ ଚ ସମୂହେଁ, ଦରିଦ୍ରାମାଂ ରୋଗିତାଂ ଭିକ୍ଷୁକାଂ ଚ ଗଣା ଇତ୍ୟାଦି ।
ସଂସ୍କୃତ ବ୍ୟାକରଣରେ ତିନୋଟି ପୁରୁଷର ପ୍ରଚଳନ ଅଛି; ଯଥା – ପ୍ରଥମ ପୁରୁଷ, ମଧ୍ୟମ ପୁରୁଷ ଓ ଉତ୍ତମ ପୁରୁଷ । ତିଙନ୍ତ ପଦ ପ୍ରଥମ ପୁରୁଷାନ୍ତର୍ଗତ ହୋଇଥିଲେ, ଯୁଷ୍ପଦ୍ ଓ ଅସ୍ମଦ୍ ଶବ୍ଦ ଭିନ୍ନ ଅନ୍ୟ ସମସ୍ତ ଶବ୍ଦ ସେହି ତିଙନ୍ତ ବା କ୍ରିୟାପଦର କର୍ତ୍ତା ହୋଇଥା’ନ୍ତି ।
ପ୍ରଥମ ପୁରୁଷ – ଯୁଷ୍ପଦ୍ ଓ ଅସ୍ମଦ୍ ଶବ୍ଦ ବ୍ୟତୀତ ଅନ୍ୟ ସମସ୍ତ ଶବ୍ଦରୁ ନିଷ୍ପନ୍ନ ପଦ ପ୍ରଥମ ପୁରୁଷ । ଯଥା – ରାମଃ, ଧଃ, ଭବାନ୍ ଓ ଗଙ୍ଗା ଇତ୍ୟାଦି ।
ମଧ୍ୟମ ପୁରୁଷ – ଯୁଷଦ୍ (ତୁ, ତୁମେ) ଶବ୍ଦରୁ ନିଷ୍ପନ୍ନ ପଦ ମଧ୍ଯମ ପୁରୁଷ । ଯଥା – ତ୍ଵମ୍, ଯୁବାମ୍, ୟୂୟମ୍ ।
ଉତ୍ତମ ପୁରୁଷ – ଅସ୍ମଦ୍ (ମୁଁ, ଆମ୍ଭେ) ଶବ୍ଦରୁ ନିଷ୍ପନ୍ନ ପଦ ଉତ୍ତମ ପୁରୁଷ । ଯଥା – ଅହମ୍, ଆବାମ୍, ବୟମ୍ ।
ମଧ୍ୟମ ପୁରୁଷାନ୍ତର୍ଗତ କ୍ରିୟାପଦର କର୍ତ୍ତା ଯୁଷଦ୍ ଏବଂ ଉତ୍ତମ ପୁରୁଷାନ୍ତର୍ଗତ କ୍ରିୟାପଦର କର୍ତ୍ତା ଅସ୍ମଦ୍ ଶବ୍ଦ ହୋଇଥାଏ । ବାକ୍ୟରେ କର୍ତ୍ତା ଏବଂ କ୍ରିୟା ମଧ୍ଯରେ ପୁରୁଷଗତ ଓ ବଚନଗତ ସାଦୃଶ୍ୟ ରହେ ।
ଅଭ୍ୟ।ସଃ
ପଦାନାଂ ଲିଙ୍ଗାନି ନିରୂପୟତ ।
(୧) ଚନ୍ଦ୍ରଃ ( )
Answer:
ଚନ୍ଦ୍ରଃ (ଫୁଲିଙ୍ଗ)
(୨) ସୂର୍ଯ୍ୟ ( )
Answer:
ସୂର୍ଯ୍ୟଃ (ଫୁଲିଙ୍ଗ)
(୩) ସରସ୍ଵତୀ ( )
Answer:
ସରସ୍ଵତୀ (ସ୍ତ୍ରୀଲିଙ୍ଗ)
(୪) ପୁସ୍ତକମ୍ ( )
Answer:
ପୁସ୍ତକମ୍ (ନପୁଂସକ)
(୫) ପତ୍ରାଣି ( )
Answer:
ପତ୍ରାଣି (ନପୁଂସକ ଲିଙ୍ଗ)
(୬) ବଚନମ୍ ( )
Answer:
ବଚନମ୍ (ନପୁଂସକ ଲିଙ୍ଗ)
(୭) ଭବାନ୍ ( )
Answer:
ଭବାନ୍ (ଫୁଲିଙ୍ଗ)
(୮) ଭବତୀ ( )
Answer:
ଭବତୀ (ସ୍ତ୍ରୀଲିଙ୍ଗ)
(୯) ଆପଃ ( )
Answer:
ଆପଃ (ସ୍ତ୍ରୀଲିଙ୍ଗ)
(୧୦) ତନୁଃ ( )
Answer:
ତନୁଃ (ସ୍ତ୍ରୀଲିଙ୍ଗ)
(୧୧) ଦେବତା ( )
Answer:
ଦେବତା (ସ୍ତ୍ରୀଲିଙ୍ଗ)
(୧୨) ଦାରାଃ ( )
Answer:
ଦାରା (ପୁଂ ଲିଙ୍ଗ)