BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

Odisha State Board BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ will enable students to study smartly.

BSE Odisha Class 10 Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ଉପକ୍ରମଣିକା (Introduction):

  • ବିଭିନ୍ନ ସମୟରେ ଆମେ କେତେକ ବସ୍ତୁ ବା ଚିତ୍ର ସଂସ୍ପର୍ଶରେ ଆସିଲା ବେଳେ ସେଥୁମଧ୍ୟରୁ କେତେକ ଏକାଭଳି ଦେଖାଯାଏ । ସେମାନଙ୍କର ଆକୃତି ସମାନ ଥ‌ିବା ବେଳେ ସେମାନଙ୍କ ଆକାର ସମାନ ନ ଥାଏ । କେତେକର ଆକାର ଓ ଆକୃତି ସମାନ ଥାଏ ।
  • ଅଭିନ୍ନ ଆକୃତି ଥି ବସ୍ତୁ ଦୁଇଟି ବା ଚିତ୍ର ଦୁଇଟିକୁ ସଦୃଶ ବସ୍ତୁ ବା ସଦୃଶ ଚିତ୍ର (Similar Figures) କୁହାଯାଏ । ସଦୃଶ ହେବାର ଗୁଣକୁ ସାଦୃଶ୍ୟ (Similarity) କୁହାଯାଏ ।
  • ଚିତ୍ର ଦୁଇଟିର ଆକାର ସମାନ ହେଉ ବା ଅସମାନ ହେଉ, ଯଦି ଉଭୟର ଆକୃତି ସମାନ ହୁଏ; ତେବେ ଚିତ୍ର ଦୁଇଟିକୁ ସଦୃଶ ଚିତ୍ର କୁହାଯାଏ ।
  • ପୂର୍ବରୁ ପଢ଼ିଥିବା ସର୍ବସମତାରୁ ଜଣାପଡ଼େ ଯେ, ସର୍ବସମ ଚିତ୍ରଗୁଡ଼ିକ ସଦୃଶ ହୁଅନ୍ତି; କାରଣ ଏ କ୍ଷେତ୍ରରେ ଚିତ୍ରଗୁଡ଼ିକର ଆକାର ଏବଂ ଆକୃତି ସମାନ ହୋଇଥା’ନ୍ତି ।
  • ସର୍ବସମ ଚିତ୍ରଗୁଡ଼ିକ ସଦୃଶ ହୁଅନ୍ତି; କିନ୍ତୁ ସଦୃଶ ଚିତ୍ରମାନ ସର୍ବସମ ନ ହୋଇ ପାରନ୍ତି ।

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ଦୁଇଟି ସମଆକୃତି ବିଶିଷ୍ଟ ଚିତ୍ରର ଉଦାହରଣ :

  • ଦୁଇଟି ଭିନ୍ନ ବ୍ୟାସାର୍ଷ ବିଶିଷ୍ଟ ବୃତ୍ତ ।
  • ଦୁଇଟି ଭିନ୍ନ ଦୈର୍ଘ୍ୟ ବିଶିଷ୍ଟ ବର୍ଗଚିତ୍ର ।
  • ଦୁଇଟି ଭିନ୍ନ ଦୈର୍ଘ୍ୟ ବିଶିଷ୍ଟ ସମବାହୁ ତ୍ରିଭୁଜ ।

→ ଜ୍ୟାମିତିରେ ଅନୁପାତ ଓ ସମାନୁପାତ (Ratio and Proportion in Geometry) :
(i) a, b, c, d ଚାରୋଟି ଧନାତ୍ମକ ସଂଖ୍ୟା ଏବଂ ସେଗୁଡ଼ିକ ସମାନୁପାତୀ ହେଲେ a : b : : c : d ହୁଏ । ମନେକର ∆ ABC ର ଭୂମିର ଦୈର୍ଘ୍ୟ b1 ଏକକ ଓ ଉଚ୍ଚତା h1 ଏକକ ।
∆ ABC ର କ୍ଷେତ୍ରଫଳ = \(\frac{1}{2}\)b1h1 ବର୍ଗଏକକ ।

ମନେକର ∆ DEF ର ଭୂମିର ଦୈର୍ଘ୍ୟ b2 ଏକକ ଓ ଉଚ୍ଚତା h2 ଏକକ ।
∆ ABC ର କ୍ଷେତ୍ରଫଳ = \(\frac{1}{2}\)b2h2 ବର୍ଗଏକକ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 1

ସିଦ୍ଧାନ୍ତ :

  • ସମାନ ଉଚ୍ଚତା ବିଶିଷ୍ଠ ଦୁଇଟି ତ୍ରିଭୁଜର କ୍ଷେତ୍ରଫଳର ଉକ୍ତ ତ୍ରିଭୁଜଦ୍ବୟର ଅନୁରୂପ ଭୂମିର ଦୈର୍ଘ୍ୟର ଅନୁପାତ ସହ ସମାନ ।
  • ଦୁଇଟି ତ୍ରିଭୁଜର ଭୂମିର ଦୈର୍ଘ୍ୟ ସମାନ ହେଲେ ତ୍ରିଭୁଜଦ୍ୱୟର କ୍ଷେତ୍ରଫଳର ଅନୁପାତ, ଭକ୍ତ ତ୍ରିଭୁଜଦ୍ଵୟର ଅନୁରୂପ ଉଚ୍ଚତା ଦ୍ବୟର ଅନୁପାତ ସହ ସମାନ ।

(ii) ପାର୍ଶ୍ୱସ୍ଥ ଚିତ୍ରରେ ∆ ABD, ∆ ABC ଓ ∆ ADC ତିନୋଟି ତ୍ରିଭୁଜ ।
D ବିନ୍ଦୁ \(\overline{\mathrm{BC}}\) ଉପରେ ଅବସ୍ଥିତ ଏବଂ B – D – C ।
∆ ABD, ∆ ABC & ∆ ACD ପ୍ରତ୍ୟେକର ଶୀର୍ଷ A ।
ଅର୍ଥାତ୍ ∆ ABC, ∆ ABD ଓ ∆ ADC ର ଉଚ୍ଚତା ସମାନ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 2
ଦୁଇଟି ବା ତତୋଽଧ୍ଵକ ତ୍ରିଭୁଜର ଭୂମିମାନ ଏକ ସରଳରେଖାରେ ରହିଲେ ଏବଂ ସେମାନଙ୍କର ଶୀର୍ଷବିନ୍ଦୁ ଅଭିନ୍ନ ହେଲେ ତ୍ରିଭୁଜଗୁଡ଼ିକ ସମ ଉଚ୍ଚତା ବିଶିଷ୍ଟ ହେବେ ।

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ∆ ABCରେ \(\overline{\mathrm{DE}}\) || \(\overline{\mathrm{BC}}\) ରହଲେ D ବିନ୍ଦୁ \(\overline{\mathrm{BC}}\) କୁ AD : DB ରେ ଏବଂ E ବିନ୍ଦୁ \(\overline{\mathrm{BC}}\) କୁ AE : EC ରେ ଅନ୍ତର୍ବିଭକ୍ତ କରନ୍ତି ।
ଏଣୁ DB ଏହା ଆମେ ଉପପାଦ୍ୟ 1 ରୁ ପ୍ରମାଣ କରିପାରିବା ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 3
ଅର୍ଥାତ୍ ଏକ ତ୍ରିଭୁଜର ଗୋଟିଏ ବାହୁସହ ସମାନ୍ତର ଏକ ରେଖାଖଣ୍ଡ ଯଦି ତ୍ରିଭୁଜର ଅନ୍ୟ ଦୁଇବାହୁକୁ ଛେଦକରେ, ଉକ୍ତ ବାହୁଦ୍ୱୟ ଉପରେ ଉତ୍ପନ୍ନ ଛେଦିତାଂଶମାନଙ୍କର ଦୈର୍ଘ୍ୟ ସମାନୁପାତୀ ହେବେ ।

ଉପପାଦ୍ୟ – 1 (ଥେଲିସ୍ ଉପପାଦ୍ୟ) :
ଏକ ତ୍ରିଭୁଜର ଗୋଟିଏ ବାହୁ ସହ ସମାନ୍ତର ଏକ ସରଳରେଖା ଯଦି ତ୍ରିଭୁଜର ଅନ୍ୟ ଦୁଇ ବାହୁକୁ ଦୁଇଟି ଭିନ୍ନ ବିନ୍ଦୁରେ ଛେଦକରେ, ତେବେ ଉକ୍ତ ସରଳରେଖା ଦ୍ୱାରା ଅନ୍ୟ ଦୁଇ ବାହୁ ସମାନୁପାତରେ ବିଭାଜିତ ହୁଅନ୍ତି ।

ମନ୍ତବ୍ୟ :
ଉପପାଦ୍ୟ 1 କୁ ଜ୍ୟାମିତିରେ ‘ମୌଳିକ ସମାନୁପାତିତା ଉପପାଦ୍ୟ’’ (Basic Proportionality theorem) କହନ୍ତି |
ଗ୍ରୀକ୍ ଦାର୍ଶନିକ ଓ ଗଣିତଜ୍ଞ ଥେଲିସଙ୍କ ନାମ ଅନୁସାରେ ଏହାକୁ ଥେଲିସ୍‌ଙ୍କ ଉପପାଦ୍ୟ କୁହାଯାଏ ।

ଉପପାଦ୍ୟ – 2 (ଉପପାଦ୍ୟ 1ର ବିପରୀତ ଉପପାଦ୍ୟ) :
ଏକ ତ୍ରିଭୁଜର ଦୁଇବାହୁକୁ ସମାନୁପାତରେ ଅନ୍ତର୍ବିଭାଜନ କରୁଥିବା ରେଖା, ଉକ୍ତ ତ୍ରିଭୁଜର ତୃତୀୟ ବାହୁ ସହ ସମାନ୍ତର ।
ମନ୍ତବ୍ୟ : କୌଣସି ରେଖା ଏକ ତ୍ରିଭୁଜର ଯେ କୌଣସି ଦୁଇଟି ବାହୁକୁ ସମାନୁପାତରେ ବହିର୍ବିଭାଜନ କଲେ, ଉକ୍ତରେଖା ତ୍ରିଭୁଜର ତୃତୀୟ ବାହୁ ସହ ସମାନ୍ତର ହେବ ।

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ଛେଦକ ରେଖା ଓ ଛେଦିତାଂଶ (Transversal and Intercept) :
(i) ଦତ୍ତ ଚିତ୍ରରେ L1 ଓ L2 ରେଖାଦ୍ଵୟର \(\overleftrightarrow{AB}\) ଏକ ଛେଦକ (transversal) | L1 ଓ L2 କୁ ଛେଦକ, \(\overleftrightarrow{AB}\) ଯଥାକ୍ରମେ C ଓ D ବିନ୍ଦୁରେ ଛେଦକରେ । \(\overline{\mathrm{CD}}\) କୁ ଛେଦକ \(\overleftrightarrow{AB}\) ଉପରିସ୍ଥ ଛେଦିତାଂଶ (intercept) ବୋଲି କୁହାଯାଏ ।
(L1 ଓ L2 ପରସ୍ପର ସମାନ୍ତର ବା ଅସମାନ୍ତର ହୋଇପାରନ୍ତି ।)
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 4

(ii) ସେହିପରି L1 || L2 ଏବଂ \(\overleftrightarrow{AB}\), L1 ଓ L2 କୁ ଯଥାକ୍ରମେ C ଓ D ବିନ୍ଦୁରେ ଛେଦକଲେ \(\overline{\mathrm{CD}}\) କୁ ଛେଦକ \(\overleftrightarrow{AB}\) ଉପରିସ୍ଥ ଛେଦିତାଂଶ କୁହାଯାଏ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 5

→ ତିନୋଟି ରେଖାର ଛେଦକ ଉପରିସ୍ଥ ଛେଦିତାଂଶ :
ମନେକର L1, L2 ଓ L3 ତିନୋଟି ରେଖାକୁ ଏକ ଛେଦକ ‘T’ ଯଥାକ୍ରମେ A, B, C ବିନ୍ଦୁରେ ଛେଦକରେ ।
ଛେଦକ ରେଖା T ଉପରେ L1 ଓ L2 ଦ୍ବାରା ଉତ୍ପନ୍ନ ଛେଦିତାଂଶ AB, L1 ଓ L2 ଦ୍ବାରା ଉତ୍ପନ୍ନ ଛେଦିତାଂଶ \(\overline{\mathrm{AC}}\) ଏବଂ L1 ଓ L2 ଦ୍ବାରା ଉତ୍ପନ୍ନ ଛେଦିତାଂଶ \(\overline{\mathrm{BC}}\) ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 6
ଏକ ଛେଦକ ଉପରିସ୍ଥ ଦୁଇଟି ଛେଦବିନ୍ଦୁଦ୍ଵାରା ନିର୍ଦ୍ଧାରିତ ରେଖାଖଣ୍ଡକୁ ଛେଦକର ଗୋଟିଏ ଛେଦିତାଂଶ ବା ଛେକାଂଶ କୁହାଯାଏ ।

→ ତିନୋଟି ରେଖାର ଦୁଇଟି ଛେଦକ ଉପରିସ୍ଥ ଅନୁରୂପ ଛେଦିତାଂଶ :
ଏଠାରେ L1, L2 ଓ L3 ତିନୋଟି ସରଳରେଖାକୁ T1 ଓ T2 ରେଖାଦ୍ଵୟ ଛେଦକରନ୍ତି । L1, L2 ଓ L3 କୁ ଛେଦକ T1 ଯଥାକ୍ରମେ A, B, C ବିନ୍ଦୁରେ ଏବଂ L1, L2 ଓ L3 କୁ ଛେଦକ T2 ଯଥାକ୍ରମେ D, E, F ବିନ୍ଦୁରେ ଛେଦକରେ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 7
ଏଠାରେ T1 ଓ T2 ଛେଦକଦ୍ବୟ ଉପରେ ଉତ୍ପନ୍ନ ଛେଦିତାଂଶ ମଧ୍ୟରେ AB ଓ DE ଦୁଇଟି ଅନୁରୂପ ଛେଦିତାଂଶ । ସେହିପରି BC ଓ EF ଏବଂ AC ଓ DE ମଧ୍ୟ ଦୁଇଟି ଅନୁରୂପ ଛେଦିତାଂଶ ।

ଦୁଇଟି ସରଳରେଖାକୁ ଦୁଇଟି ଛେଦକ ଛେଦକଲେ, ଛେଦକ ରେଖାଦ୍ବୟ ଉପରେ ଉତ୍ପନ୍ନ ହୋଇଥିବା ଛେଦିତାଂଶ ଦ୍ଵୟକୁ ଅନୁରୂପ ଛେଦିତାଂଶ (corresponding intercepts) କୁହାଯାଏ ।

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ପ୍ରଶ୍ନାବଳା ଓ ଉତ୍ତର
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 8
ପ୍ରଶ୍ନ – 1: ଚିତ୍ର (a) ରେ L1 ଓ L2 ରେଖାଦ୍ୱୟକୁ ଛେଦକ T1 ଯଥାକ୍ରମେ ଓ B ବିନ୍ଦୁରେ ଏବଂ ଛେଦକ T2 ଯଥାକ୍ରମେ A ଓ C ବିନ୍ଦୁରେ ଛେଦକରେ । ଏ କ୍ଷେତ୍ରରେ ଅନୁରୂପ ଛେଦିତାଂଶ ଦୁଇଟିର ନାମ କୁହ ।
ପ୍ରଶ୍ନ – 2: ଚିତ୍ର (b) ରେ L3 ଓ L4 ରେଖାଦ୍ୱୟକୁ ଛେଦକ T3 ଯଥାକ୍ରମେ D ଓ E ବିନ୍ଦୁରେ ଏବଂ ଛେଦକ T4 ଯଥାକ୍ରମେ F ଓ G ବିନ୍ଦୁରେ ଛେଦକରେ । ଏ କ୍ଷେତ୍ରରେ ଅନୁରୂପ ଛେଦିତାଂଶ ଦୁଇଟିର ନାମ କୁହ ।
ପ୍ରଶ୍ନ – 3 : ଚିତ୍ର (c) ରେ L5 ଓ L6 ରେଖାଦ୍ୱୟକୁ ଛେଦକ T5 ଯଥାକ୍ରମେ P ଓ Q ବିନ୍ଦୁରେ ଏବଂ ଛେଦକ T6 ଯଥାକ୍ରମେ R ଓ S ବିନ୍ଦୁରେ ଛେଦକରେ । ଏ କ୍ଷେତ୍ରରେ ଅନୁରୂପ ଛେଦିତାଂଶ ଦୁଇଟିର ନାମ କୁହ ।
ସମାଧାନ :
1. ଦୁଇଟି ଅନୁରୂପ ଛେଦିତାଂଶ \(\overline{\mathrm{AC}}\) ଓ \(\overline{\mathrm{AB}}\) ।
2. ଦୁଇଟି ଅନୁରୂପ ଛେଦିତାଂଶ \(\overline{\mathrm{DE}}\) ଓ \(\overline{\mathrm{FG}}\) ।
3. ଦୁଇଟି ଅନୁରୂପ ଛେଦିତାଂଶ \(\overline{\mathrm{PQ}}\) ଓ \(\overline{\mathrm{RS}}\) ।

→ ତିନୋଟି ସମାନ୍ତର ସରଳରେଖାର ଦୁଇଟି ଛେଦକ ଉପରିସ୍ଥ ଅନୁରୂପ ଛେଦିତାଂଶଟି ମଧ୍ଯରେ ସମ୍ପର୍କ :
ମନେକର L1 || L2 || L3 ଏବଂ T1 ଛେଦକ ଓ T2 ଛେଦକ L1, L2 ଓ L3 କୁ ଯଥାକ୍ରମେ A, B, C ଓ D, E, F ବିନ୍ଦୁରେ ଛେଦକରେ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 9
L1 ଓ L2 କୁ T1 ଓ T2 ଛେଦକରିବା ଦ୍ବାରା ଉତ୍ପନ୍ନ ଅନୁରୂପ ଛେଦିତାଂଶ \(\overline{\mathrm{AB}}\) ଓ \(\overline{\mathrm{DE}}\) ।

L2 ଓ L3 କୁ T1 ଓ T2 ଛେଦକରିବା ଦ୍ବାରା ଉତ୍ପନ୍ନ ଅନୁରୂପ ଛେଦିତାଂଶ \(\overline{\mathrm{BC}}\) ଓ \(\overline{\mathrm{EF}}\) ।

L1 ଓ L3 କୁ T1 ଓ T2 ଛେଦକରିବା ଦ୍ବାରା ଉତ୍ପନ୍ନ ଅନୁରୂପ ଛେଦିତାଂଶ \(\overline{\mathrm{AC}}\) ଓ \(\overline{\mathrm{DF}}\) ।

\(\overline{\mathrm{AB}}\), \(\overline{\mathrm{BC}}\), \(\overline{\mathrm{AC}}\), \(\overline{\mathrm{DE}}\), \(\overline{\mathrm{EF}}\) ଓ \(\overline{\mathrm{DF}}\) ର ଦୈର୍ଘ୍ୟକୁ ମାପିଲେ ଆମେ ଦେଖୁ ଯେ \(\frac{A B}{D E}=\frac{B C}{E F}=\frac{A C}{D F}\) ହେବ ।

ତିନୋଟି ପରସ୍ପର ସମାନ୍ତର ସରଳରେଖାକୁ ଦୁଇଟି ଛେଦକ ରେଖା ଛେଦ କରିବାଦ୍ଵାରା ଛେଦକ ରେଖାଦ୍ୱୟ ଉପରେ ଉତ୍ପନ୍ନ ହୋଇଥିବା ଅନୁରୂପ ଛେଦିତାଂଶ ଗୁଡ଼ିକର ଦୈର୍ଘ୍ୟର ଅନୁପାତ ସମାନ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 10
ପ୍ରମେୟ 1.1 :
ତିନୋଟି ପରସ୍ପର ସମାନ୍ତର ସରଳରେଖାକୁ ଦୁଇଟି ସରଳରେଖା ଛେଦକରିବା ଦ୍ଵାରା, ଛେଦକ ରେଖାଦ୍ୱୟ ଉପରେ ଉତ୍ପନ୍ନ ହୋଇଥିବା ଅନୁରୂପ ଛେଦିତାଂଶମାନଙ୍କର ଦୈର୍ଘ୍ୟ ସମାନୁପାତା ହୁଅନ୍ତି ।
ଅନୁସିଦ୍ଧାନ୍ତ (i) (a) \(\frac{AB}{BC}\) ⇒ \( \frac{DF}{EF}\), (b) \(\frac{BC}{AC}\) ⇒ \( \frac{EF}{DF}\) (ଉପରିସ୍ଥ ଚିତ୍ର ଦେଖ ।)

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

ଅନୁସିଦ୍ଧାନ୍ତ (ii) : ତିନୋଟି (ବା ଅଧ‌ିକ ସଂଖ୍ୟକ) ସମାନ୍ତର ସରଳରେଖାକୁ ଛେଦ କରୁଥିବା ଗୋଟିଏ ଛେଦକ ଉପରିସ୍ଥ ଛେଦିତାଂଶମାନେ ସମଦୈର୍ଘ୍ୟ ବିଶିଷ୍ଟ ହେଲେ, ଉକ୍ତ ସମାନ୍ତର ସରଳରେଖାମାନଙ୍କର ଅନ୍ୟ ଯେକୌଣସି ଛେଦକ ଉପରିସ୍ଥ ଛେଦିତାଂଶମାନଙ୍କର ଦୈର୍ଘ୍ୟ ମଧ୍ୟ ସମାନ ।

ପ୍ରମେୟ : 1.1 ର ବିପରୀତ ଉକ୍ତି ସତ୍ୟ ନ ହୋଇପାରେ ।
ଅର୍ଥାତ୍ ତିନୋଟି ରେଖାକୁ ଦୁଇଟି ଛେଦକ ରେଖା ଛେଦକରିବା ଦ୍ଵାରା ଛେଦକ ରେଖାଦ୍ବୟ ଉପରେ ଉତ୍ପନ୍ନ ଅନୁରୂପ ଛେଦିତାଂଶମାନ ସମାନୁପାତୀ ହେଲେ, ଛେଦିତରେଖା ତିନୋଟି ସମାନ୍ତର ହୋଇପାରନ୍ତି ବା ନହୋଇପାରନ୍ତି ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 11

→ ତ୍ରିଭୁଜର କୋଣର ସମଦ୍ବିଖଣ୍ଡକ ସମ୍ବନ୍ଧୀୟ ଆଲୋଚନା
ଉପପାଦ୍ୟ – 3 :
ଗୋଟିଏ ତ୍ରିଭୁଜର ଏକ କୋଣର ସମଦ୍ୱିଖଣ୍ଡକ, ସେହି କୋଣର ସମ୍ମୁଖୀନ ବାହୁକୁ ଯେଉଁ ଦୁଇଟି ରେଖାଖଣ୍ଡରେ ଭାଗକରେ, ସେମାନଙ୍କର ଦୈର୍ଘ୍ୟର ଅନୁପାତ, ଅନୁରୂପ ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟର ଅନୁପାତ ସଙ୍ଗେ ସମାନ ।

ପ୍ରମେୟ – 1.2: (ଉପପାଦ୍ୟ – 3 ର ବିପରୀତ କଥନ) :
ଏକ ତ୍ରିଭୁଜର କୌଣସି ଏକ କୋଣର ଶୀର୍ଷରୁ ଅଙ୍କିତ ରଶ୍ମି ଉକ୍ତ କୋଣର ବିପରୀତ ବାହୁକୁ ଯେଉଁ ଦୁଇଟି ଅଂଶରେ ଭାଗ କରେ, ସେ ଦୁଇଟିର ଦୈର୍ଘ୍ୟ, ଅନୁରୂପ ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟ ସହ ସମାନୁପାତୀ ହେଲେ, ରଶ୍ମିଟି ସମ୍ପୃକ୍ତ କୋଣକୁ ସମଦ୍ଵିଖଣ୍ଡ କରେ ।

→ ତ୍ରିଭୁଜର ବହିଃସ୍ଥ କୋଣର ସମଦ୍ବିଖଣ୍ଡକ :
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 12
(i) ଚିତ୍ର (a)ରେ ∆ ABC ରେ ∠CAD ଏକ ବହିଃସ୍ଥ କୋଣ ଓ \(\overrightarrow{AE}\), ∠CAD ର ସମଦ୍ବିଖଣ୍ଡକ ।
\(\overrightarrow{AE}\) କୁ ∠BAC ର ଏକ ବହିଃ ସମଦ୍ବିଖଣ୍ଡକ କୁହାଯାଏ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 13
ଚିତ୍ର (b) ରେ \(\overrightarrow{AE}\), ∠ABC ର ଏକ ବହିଃ ସମତ୍ତିଖଣ୍ଡକ ।
ଚିତ୍ର (c) ରେ \(\overrightarrow{AE}\) ଓ \(\overrightarrow{AF}\), ∠ABC ର ଦୁଇଟି ବହିଃ ସମଦ୍ବିଖଣ୍ଡକ ।
ଚିତ୍ର (a) ରେ AB > AC, ∠CAD ର ବହିଃସମଦ୍ଵିଖଣ୍ଡକ \(\overrightarrow{AE}\) ।
ଚିତ୍ର (b) ରେ AC > AB, ∠CAD ର ବହିଃସମଦ୍ୱିଖଣ୍ଡକ \(\overrightarrow{AE}\), \(\overrightarrow{BC}\) ବା, \(\overline{\mathrm{BC}}\) କୁ ଛେଦକରିବ ବୋଲି ଡୁନାହିଁ ।
ଚିତ୍ର (c) ରେ AB = AC, ∆ ABC ର ବହିଃସମଦ୍ବିଖଣ୍ଡକ ଦ୍ବୟ \(\overrightarrow{AE}\) ଓ \(\overrightarrow{AF}\), \(\overline{BC}\) ସହ ସମାନ୍ତର । ଏଣୁ ତାହା \(\overline{BC}\), \(\overrightarrow{BC}\) ବା \(\overrightarrow{CB}\) କାହାରିକୁ ଛେଦକରିବ ନାହିଁ ।

(ii) ମନେକର ∆ ABC ରେ AC > AB ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 14
ବହିସ୍ଥ ∠BADର ସମଦ୍ବିଖଣ୍ଡକ, \(\overrightarrow{CB}\) କୁ E ବିନ୍ଦୁରେ ଛେଦକରୁଛି ।
ଏଠାରେ \(\overrightarrow{AE}\), \(\overline{CB}\) କୁ E ବିନ୍ଦୁରେ ବହିଁବିଭାଜନ କରିଛି ବୋଲି କୁହାଯାଏ । \(\overline{CB}\) ର ବହିଁବିଭାଜନର ଦୁଇଟି ଅଂଶ \(\overline{CE}\) ଓ \(\overline{BE}\) 1 B ବିନ୍ଦୁଠାରେ \(\overline{AE}\) ସହ ସମାନ୍ତରଭାବେ ଅଙ୍କିତ ରେଖା \(\overline{AC}\) କୁ F ବିନ୍ଦୁରେ ଛେଦକରୁ ।
\(\frac{\mathrm{AB}}{\mathrm{AC}}=\frac{\mathrm{BE}}{\mathrm{CE}}\)

(iii) ∆ ABC, \(\overrightarrow{CB}\) ଉପରେ E ଏପରି ଏକ ବିନ୍ଦୁ ଯେପରି C – B – E ଓ EB : EC = AB : AC ହେଲେ ∆ BAD କୁ \(\overline{AE}\) ସମଦ୍ବିଖଣ୍ଡ କରେ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 15
ଏକ ତ୍ରିଭୁଜର ଦୁଇବାହୁର ଦୈର୍ଘ୍ୟର ଅନୁପାତରେ ତୃତୀୟ ବାହୁକୁ ବହିଁବିଭାଜନ କରୁଥିବା ବିନ୍ଦୁ ଓ ଏହି ବାହୁର ବିପରୀତ ଶୀର୍ଷବିଦୁର ସଂଯୋଜକ ରେଖାଖଣ୍ଡ ଦ୍ବାରା ସେହି ଶୀର୍ଷରେ ଥ‌ିବା ବହିଃସ୍ଥକୋଣ ସମର୍ଦ୍ଦିଖଣ୍ଡିତ ହୁଏ ।

→ ଜ୍ୟାମିତିକ ଚିତ୍ର ମଧ୍ୟରେ ସାଦୃଶ୍ୟ (Similarity in Geometrical Figures) :

(i) ଦୁଇଟି ଜ୍ୟାମିତିକ ଚିତ୍ରର ଆକୃତି ତଥା ଆକାର ଉଭୟ ଅଭିନ୍ନ ହେଲେ ସେ ଦୁଇଟିକୁ ସର୍ବସମ ଚିତ୍ର (Congruent figure) କହନ୍ତି ।
(ii) ଦୁଇଟି ଜ୍ୟାମିତିକ ଚିତ୍ରର ଆକାର ସମାନ ବା ଅସମାନ ହେଉ, ଯଦି ଉଭୟ ଚିତ୍ରର ଆକୃତି ସମାନ ହୁଏ ତେବେ ଚିତ୍ର ଦୁଇଟିକୁ ସଦୃଶ ଚିତ୍ର (Similar figure) କହନ୍ତି ।
ଉଦାହରଣ ସ୍ୱରୂପ, ଭିନ୍ନ ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତ, ଭିନ୍ନ ବାହୁବିଶିଷ୍ଟ ବର୍ଗଚିତ୍ର, ସମବାହୁ ତ୍ରିଭୁଜ ଇତ୍ୟାଦି ।

  • ଦୁଇଟି ସଦୃଶ ଚିତ୍ର ସର୍ବସମ ନହୋଇପାରନ୍ତି ମାତ୍ର ଦୁଇଟି ସର୍ବସମ ଚିତ୍ର ସର୍ବଦା ସଦୃଶ ଅଟନ୍ତି ।
  • ଦୁଇଟି ସମାନ ସଂଖ୍ୟକ ବାହୁ ବିଶିଷ୍ଟ ସୁଷମ ବହୁଭୁଜ ସର୍ବଦା ସଦୃଶ ।

→ ସଦୃଶ ବହୁଭୁଜ (Similar Polygons) :
ସମାନ ସଂଖ୍ୟକ ବାହୁଥ‌ିବା ଦୁଇଟି ବହୁଭୁଜ ସଦୃଶ ହେବେ ଯଦି ସେମାନଙ୍କର –
(i) ଅନୁରୂପ କୋଣମାନେ ସର୍ବସମ ଏବଂ
(ii) ଅନୁରୂପ ବାହୁମାନେ ସମାନୁପାତୀ ବିଶିଷ୍ଟ ।

→ ତ୍ରିଭୁଜମାନଙ୍କ ମଧ୍ୟରେ ସାଦୃଶ୍ୟ (Similarity in Triangles) :
ଯଦି ଦୁଇଟି ତ୍ରିଭୁଜର ଅନୁରୂପ ବାହୁମାନ ସମାନୁପାତୀ ଓ ଅନୁରୂପ କୋଣମାନ ସର୍ବସମ ହେବେ, ତେବେ ତ୍ରିଭୁଜଦ୍ଵୟ ସଦୃଶ ହେବେ ।

→ ସଦୃଶ ତ୍ରିଭୁଜ କ୍ଷେତ୍ରରେ ଅନ୍ୟାନ୍ୟ ଅନୁରୂପ ଅଙ୍ଗ :
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 16
ମନେକର ∆ ABC ~ ∆ XYZ.
∆ ABC 66 \(\overline{\mathrm{AD}} \perp \overline{\mathrm{BC}}, \overline{\mathrm{BE}} \perp \overline{\mathrm{AC}}\) ଓ \(\overline{\mathrm{CF}} \perp \overline{\mathrm{AB}}\)
∆ XYZ 66 \(\overline{\mathrm{XP}} \perp \overline{\mathrm{YZ}}, \overline{\mathrm{YQ}} \perp \overline{\mathrm{XZ}}\) ଓ \(\overline{\mathrm{ZR}} \perp \overline{\mathrm{XY}}\)
\(\overline{\mathrm{AD}}\) ଓ \(\overline{\mathrm{XP}}\) ଅନୁରୂପ ଉଚ୍ଚତା । ସେହିପରି \(\overline{\mathrm{BE}}\) ଓ \(\overline{\mathrm{YQ}}\) ଅନୁରୂପ ଉଚ୍ଚତା । CF ଓ ZR ଅନୁରୂପ ଉଚ୍ଚତା ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 17
∆ ABC ରେ \(\overline{\mathrm{BC}}\) ର ମଧ୍ୟବିନ୍ଦୁ P ଓ \(\overline{\mathrm{EF}}\) ର ମଧ୍ୟବିନ୍ଦୁ Q ହେଲେ \(\overline{\mathrm{AP}}\) ର ଅନୁରୂପ ମଧ୍ୟମା \(\overline{\mathrm{DQ}}\) ।
ସେହିପରି ∠Aର ସମଦ୍ବିଖଣ୍ଡକ \(\overline{\mathrm{AX}}\) ଓ ∠D ର ସମଦ୍ଵିଖଣ୍ଡକ DY ହେଲେ \(\overline{\mathrm{AX}}\) ଓ \(\overline{\mathrm{DY}}\) ତୁଭୁଜଦ୍ଵୟର ଅନୁରୂପ କୋଣ ସମଦ୍ଵିଖଣ୍ଡକ ।

→ ତ୍ରିଭୁଜର ସଦୃଶ୍ୟ ସମ୍ବନ୍ଧୀୟ ଧର୍ମ (Conditions on Triangle-Similarity) :
(i) ପ୍ରତ୍ୟେକ ତ୍ରିଭୁଜ ନିଜସହ ସଦୃଶ ଅର୍ଥାତ୍ ∆ ABC ~ ∆ ABC (ସୁତୁଲ୍ୟ ନିୟମ) ।
(ii) ∆ ABC ~ ∆ PQR ⇔ ∆ PQR ~ ∆ ABC (ପ୍ରତିସମ ନିୟମ) ।
(iii) ABC ~ ∆ DEF, ∆ DEF ~ ∆ POR ∆ ∆ ABC ~ ∆ POR (ସଂକ୍ରମୀ ନିୟମ) ।

→ ତ୍ରିଭୁଜର ସାଦୃଶ୍ୟ ସମ୍ବନ୍ଧୀୟ ସର୍ଭ :
(1) ଅନୁରୂପ ବାହୁମାନଙ୍କର ଦୈର୍ଘ୍ୟର ସମାନୁପାତିତା ।
(2) ଅନୁରୂପ କୋଣମାନଙ୍କର ସର୍ବସମତା ।

ବି.ଦ୍ର.: (i) ଯେକୌଣସି ଦୁଇଟି ଚତୁର୍ଭୁଜର ଅନୁରୂପ ବାହୁମାନଙ୍କର ଦୈର୍ଘ୍ୟର ସମାନୁପାତିତା ଏବଂ ଅନୁରୂପ କୋଣମାନଙ୍କର ସର୍ବସମତା ପରସ୍ପର ନିର୍ଭରଶୀଳ ନୁହନ୍ତି । ସେ ଦୁଇଟି ସର୍ଭ ପରସ୍ପର ନିରପେକ୍ଷ ।
(ii) ଦୁଇଟି ତ୍ରିଭୁଜ ମଧ୍ୟରେ ଅନୁରୂପ ବାହୁମାନଙ୍କର ଦୈର୍ଘ୍ୟର ସମାନୁପାତିତା ଏବଂ ଅନୁରୂପ କୋଣମାନଙ୍କର
ସର୍ବସମତା ସର୍ଭେଦ୍ଵୟ ପରସ୍ପର ନିର୍ଭରଶୀଳ । ଅର୍ଥାତ୍ ଗୋଟିଏ ସର୍ଭେ ସ୍ବତଃ ହେଲେ ଅନ୍ୟଟି ମଧ୍ୟ ସ୍ବତଃସିଦ୍ଧ ହୁଏ ।

ଉପପାଦ୍ୟ – 4 : ଗୋଟିଏ ତ୍ରିଭୁଜର ତିନିକୋଣ, ଅନ୍ୟ ଏକ ତ୍ରିଭୁଜର ଅନୁରୂପ କୋଣ ସହ ସର୍ବସମ ହେଲେ, ତ୍ରିଭୁଜ ଦୁଇଟି ସଦୃଶ ହୁଅନ୍ତି । (କୋ-କୋ-କୋ ସାଦୃଶ୍ୟ)

  1. ଅନୁସିଦ୍ଧାନ୍ତ (1) : ଗୋଟିଏ ତ୍ରିଭୁଜର ଦୁଇଟି କୋଣ ଯଥାକ୍ରମେ ଅନ୍ୟ ଏକ ତ୍ରିଭୁଜର ଦୁଇଟି କୋଣ ସହ ସର୍ବସମ ହେଲେ, ତୃତୀୟ କୋଣ ଦ୍ଵୟ ସ୍ବତଃ ସର୍ବସମ ହୁଅନ୍ତି । (‘: ପ୍ରତ୍ୟେକ ତ୍ରିଭୁଜର ତିନିକୋଣର ପରିମାଣ ସମଷ୍ଟି 180° ।)
    ଏଣୁ ଏ କ୍ଷେତ୍ରରେ ତ୍ରିଭୁଜଦ୍ଵୟ ମଧ୍ଯ ସଦୃଶ ହୁଅନ୍ତି । ସାଦୃଶ୍ୟର ଏହି ସର୍ଭକୁ ସଂକ୍ଷେପରେ ‘କୋ-କୋ ସାଦୃଶ୍ୟ’ କୁହାଯାଏ ।
  2. ଅନୁସିଦ୍ଧାନ୍ତ (2) : ସଦୃଶକୋଣୀ ତ୍ରିଭୁଜ ଦ୍ଵୟ (ଗୋଟିକର ତିନିକୋଣ ଯଥାକ୍ରମେ ଅନ୍ୟଟିର ତିନିକୋଣ ସହ ସର୍ବସମ)ର ଅନୁରୂପ ବାହୁମାନଙ୍କର ଦୈର୍ଘ୍ୟ ସମାନୁପାତୀ ।

ଉପପାଦ୍ୟ – 5 : ଗୋଟିଏ ତ୍ରିଭୁଜର ତିନି ବାହୁର ଦୈର୍ଘ୍ୟ, ଅନ୍ୟ ଏକ ତ୍ରିଭୁଜର ଅନୁରୂପ ତିନିବାହୁର ଦୈର୍ଘ୍ୟ ସହ ସମାନୁପାତୀ ହେଲେ, ତ୍ରିଭୁଜ ଦୁଇଟି ସଦୃଶ ହୁଅନ୍ତି । (ବା-ବା-ବା ସାଦୃଶ୍ୟ)
ଉପପାଦ୍ୟ – 6 : ଗୋଟିଏ ତ୍ରିଭୁଜର ଦୁଇ ବାହୁର ଦୈର୍ଘ୍ୟ, ଅନ୍ୟ ଏକ ତ୍ରିଭୁଜର ଅନୁରୂପ ଦୁଇ ବାହୁର ଦୈର୍ଘ୍ୟ ସହ ସମାନୁପାତୀ ହେଲେ ଏବଂ ବାହୁମାନଙ୍କ ଅନ୍ତର୍ଗତ କୋଣ ଦୁଇଟି ସର୍ବସମ ହେଲେ, ତ୍ରିଭୁଜଦ୍ଵୟ ସଦୃଶ ହୁଅନ୍ତି । (ବା-କୋ-ବା ସାଦୃଶ୍ୟ)

ପ୍ରମେୟ – 1.3 : ଦୁଇଟି ସଦୃଶ ତ୍ରିଭୁଜର କ୍ଷେତ୍ରଫଳର ଅନୁପାତ, ସେମାନଙ୍କର ଅନୁରୂପ ବାହୁମାନଙ୍କ ଦୈର୍ଘ୍ୟର ବର୍ଗାନୁପାତ ସହ ସମାନ ।

ପ୍ରମେୟ 1.4 :
ଏକ ସମକୋଣୀ ତ୍ରିଭୁଜର ସମକୋଣର ଶୀର୍ଷରୁ କର୍ଷ ପ୍ରତି ଅଙ୍କିତ ଲମ୍ବ ଦ୍ୱାରା ଯେଉଁ ଦୁଇଟି ତ୍ରିଭୁଜ ଉତ୍ପନ୍ନ ହୁଏ, ସେ ଦ୍ଵୟ ପ୍ରତ୍ୟେକ ମୂଳ ତ୍ରିଭୁଜ ସହିତ ସଦୃଶ ଓ ପରସ୍ପର ସଦୃଶ ।
∆ ABC ର ∠ABC ସମକୋଣ ଏବଂ BD ⊥ AC ହେଲେ
(a) AB² = AD. AC, (b) BC² = CD. AC ଏବଂ (c) BD² = AD. DC
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 18
→ ଦୁଇଟି ସମକୋଣୀ ତ୍ରିଭୁଜ ମଧ୍ୟରେ ସାଦୃଶ୍ୟ :
ଦୁଇଟି ସମକୋଣୀ ତ୍ରିଭୁଜ ମଧ୍ୟରେ ଗୋଟିକର କଣ୍ଠ ଓ ଏକ ବାହୁର ଦୈର୍ଘ୍ୟ ଅନ୍ୟ ତ୍ରିଭୁଜର କର୍ଣ୍ଣ ଓ ଏକ ବାହୁର ଦୈର୍ଘ୍ୟ ସହ ସମାନୁପାତ୍ରୀ ହେଲେ, ତ୍ରିଭୁଜ ଦ୍ଵୟ ସଦୃଶ ଅଟନ୍ତି ।

BSE Odisha 10th Class Political Science Notes Chapter 5 ଭାରତର ଯୁକ୍ତରାଷ୍ଟ୍ର ଆମେରିକା ଓ ଋଷିଆ ସହିତ ସମ୍ପର୍କ

Odisha State Board BSE Odisha 10th Class Political Science Notes Chapter 5 ଭାରତର ଯୁକ୍ତରାଷ୍ଟ୍ର ଆମେରିକା ଓ ଋଷିଆ ସହିତ ସମ୍ପର୍କ will enable students to study smartly.

BSE Odisha Class 10 Political Science Notes Chapter 5 ଭାରତର ଯୁକ୍ତରାଷ୍ଟ୍ର ଆମେରିକା ଓ ଋଷିଆ ସହିତ ସମ୍ପର୍କ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ପ୍ରାକ୍ ସୂଚନା :

  • ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉତ୍ତମ ପାରସ୍ପରିକ ସମ୍ପର୍କ ଆନ୍ତର୍ଜାତିକ ଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇଥାଏ ଏବଂ ଆନ୍ତର୍ଜାତିକ ସମ୍ପର୍କ ବୈଦେଶିକ ନୀତିଦ୍ୱାରା ପ୍ରଭାବିତ ହୋଇଥାଏ ।
  • ୧୯୪୭ ମସିହାରେ ସ୍ବାଧୀନତା ଲାଭକଲା ପରଠାରୁ ଭାରତ ତା’ର ବୈଦେଶିକ ନୀତି ସ୍ବାଧୀନ ଭାବରେ ନିର୍ଦ୍ଧାରଣ କରିଛି ଏବଂ ବିଭିନ୍ନ ସମୟରେ ଏହି ନୀତିରେ ପରିବର୍ତ୍ତନ ଆଣିଛି ।
  • ଦ୍ବିତୀୟ ବିଶ୍ୱଯୁଦ୍ଧ ଶେଷହେବା ପରେ ପରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ ଆତ୍ମପ୍ରକାଶ କରିଛି ।
  • ଯଦିଓ ନୂତନ ରାଷ୍ଟ୍ର ପାକିସ୍ତାନ ଗଠନ ଭାରତର ନିରାପତ୍ତା ପ୍ରତି କିଛିଟା ବିପଦ ସୃଷ୍ଟି କରିଥିଲା, ତଥାପି ଭାରତ ଏକ ଶାନ୍ତିପ୍ରିୟ ରାଷ୍ଟ୍ର ଭାବେ ନିଜର ବୈଦେଶିକ ନୀତିରେ ସମଗ୍ର ବିଶ୍ବରେ ଏହି ଆଦର୍ଶକୁ ପ୍ରତିଫଳିତ କରିବାରେ ସକ୍ଷମ ହୋଇଛି ।
  • ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭାରତର ବୈଦେଶିକ ନୀତି ନିର୍ଦ୍ଧାରଣରେ ମୁଖ୍ୟ ଭୂମିକା ଗ୍ରହଣ କରି ଏହାକୁ ଏକ ସ୍ପଷ୍ଟ ରୂପରେଖ ଦେଇଥିଲେ ।

ଭାରତର ବୈଦେଶିକ ନୀତିର ବୈଶିଷ୍ଟ୍ୟ

୧) ଗୋଷ୍ଠୀ ନିରପେକ୍ଷତା :

  • ଭାରତର ଗୋଷ୍ଠୀ ନିରପେକ୍ଷତା ନୀତି ଆନ୍ତଃରାଷ୍ଟ୍ରୀୟ ସମାଜକୁ ଭାରତର ଏକ ମୁଖ୍ୟ ଅବଦାନ ।
  • ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷିଆ ବିଶ୍ବର ଦୁଇଟି ଶକ୍ତିଶାଳୀ ରାଷ୍ଟ୍ରରୂପେ ମୁଣ୍ଡ ଟେକିଲେ ।
  • ଏହି ଦୁଇ ଦେଶର ନେତୃତ୍ବରେ ବିଶ୍ଵ ପରସ୍ପର ବିରୋଧୀ ଦୁଇଟି ଗୋଷ୍ଠୀରେ ପରିଣତ ହେଲା । ଏହି ଦୁଇ ଦେଶ ଅନ୍ୟ ସ୍ବାଧୀନ ରାଷ୍ଟ୍ରଗୁଡ଼ିକୁ ନିଜ ନିଜ ପକ୍ଷଭୁକ୍ତ କରିବାକୁ ଉଦ୍ୟମ କଲେ । ଫଳରେ ଦୁଇ ଦେଶ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଗଲା ।
  • ଶୀତଳ ଯୁଦ୍ଧ ପ୍ରତ୍ୟକ୍ଷ ଯୁଦ୍ଧ ନୁହେଁ ବରଂ ଏହା ପରସ୍ପର ବିରୋଧରେ ଅପପ୍ରଚାର ଓ ମାନସିକ ଚାପ ପ୍ରୟୋଗ ଉପରେ ଆଧାରିତ ଥିଲା ।
  • ଏହି ପରିପ୍ରେକ୍ଷୀରେ ଭାରତ କୌଣସି ଗୋଷ୍ଠୀରେ ସାମିଲ ନ ହୋଇ ସମସ୍ତ ଦେଶ ସହ ସଦ୍‌ଭାବ ପ୍ରତିଷ୍ଠା ନିମନ୍ତେ ଗୋଷ୍ଠୀ ନିରପେକ୍ଷ ନୀତି ଅବଲମ୍ବନ କରିଥିଲା ।

BSE Odisha 10th Class Political Science Notes Chapter 5 ଭାରତର ଯୁକ୍ତରାଷ୍ଟ୍ର ଆମେରିକା ଓ ଋଷିଆ ସହିତ ସମ୍ପର୍କ

(୨) ଶାନ୍ତିପୂର୍ଣ୍ଣ ସହାବସ୍ଥାନ :

  • ‘ବସୁଧୈବ କୁଟୁମ୍ବକମ୍’ ନୀତିରେ ଭାରତ ବିଶ୍ଵାସ କରେ । ତେଣୁ ପୃଥ‌ିବୀର ସମସ୍ତ ରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ସୌହାର୍ଘ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ନିମନ୍ତେ ଭାରତ ସର୍ବଦା ଇଚ୍ଛା ପ୍ରକାଶ କରେ ।
  • ୧୯୫୪ ମସିହାରେ ଭାରତ ଓ ଚୀନ୍ ପଞ୍ଚଶୀଳ ନୀତି ଘୋଷଣାନାମାରେ ସ୍ବାକ୍ଷର କରି ତା’ର ନୀତିଗୁଡ଼ିକୁ ପାଳନ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।
  • ପଞ୍ଚଶୀଳ ନୀତି ପାଞ୍ଚଗୋଟି ନୀତି ଉପରେ ପର୍ଯ୍ୟବସିତ; ଯଥା – (୧) ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ, (୨) ପାରସ୍ପରିକ ଅନାକ୍ରମଣ, (୩) କେହି କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରୁ ନିବୃତ୍ତ ରହିବା, (୪) ସାମ୍ୟ ଓ ପାରସ୍ପରିକ ଉପକାର, (୫) ଶାନ୍ତିପୂର୍ଣ୍ଣ ସହାବସ୍ଥାନ ।
  • ୧୯୫୫ ଅପ୍ରେଲରେ ବାନ୍ଦୁଙ୍ଗଠାରେ ଅନୁଷ୍ଠିତ ଏସୀୟ-ଆଫ୍ରିକୀୟ ଦେଶମାନଙ୍କ ସମ୍ମିଳନୀରେ ଘୋଷିତ ବିଶ୍ୱଶାନ୍ତି ଓ ସହଯୋଗ ଘୋଷଣାନାମାରେ ଏହି ନୀତି ସ୍ଥାନ ପାଇଥିଲା ।

(୩) ସାମ୍ରାଜ୍ୟବାଦର ବିରୋଧ :
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ‘ଉପନିବେଶବାଦ ଆଫ୍ରିକା ଓ ଏସିଆ ଉପନିବେଶଗୁଡ଼ିକରେ ଚାଲିଥିବା ମୁକ୍ତି ସଂଗ୍ରାମକୁ ପ୍ରୋତ୍ସାହିତ କରିଥିଲା ।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ‘ଉପନିବେଶବାଦ ଆଫ୍ରିକା ଓ ଏସିଆ ମହାଦେଶ ପାଇଁ ସବୁଠାରୁ ବଡ଼ ବିପଦ ଏବଂ ଏହାକୁ ହଟାଇବା ନିତାନ୍ତ ଆବଶ୍ୟକ ।’’

(୪) ବର୍ଣ୍ଣବୈଷମ୍ୟ ନୀତିର ବିରୋଧ :
୧୯୪୯ ମସିହାରେ ଦକ୍ଷିଣ ଆଫ୍ରିକାର ସଂଖ୍ୟାଲଘୁ ଗୋରା ଶାସକଙ୍କ ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ସ୍ବର ଉତ୍ତୋଳନ କରି ଭାରତ ସେଠାକାର ଗୋରା ଶାସନ ସହିତ ସମ୍ପର୍କ ଛିନ୍ନ କରିଥିଲା ।

(୫) ଆର୍ଥିକ ପ୍ରଗତିରେ ଗୁରୁତ୍ଵ :
ଭାରତ ପ୍ରତ୍ୟେକ ରାଷ୍ଟ୍ରର ଆର୍ଥିକ ପ୍ରଗତି କାମନା କରେ । ତେଣୁ ଧନୀ ରାଷ୍ଟ୍ରମାନଙ୍କର ଗରିବ ରାଷ୍ଟ୍ରମାନଙ୍କୁ ଆର୍ଥିକ ସହାୟତାକୁ ଭାରତ ସ୍ବାଗତ କରେ, ମାତ୍ର ଏହାକୁ ମାଧ୍ୟମ କରି ଗରିବ ରାଷ୍ଟ୍ରର ଶୋଷଣକୁ ଭାରତ ଘୃଣା କରେ ।

୬) ଆନ୍ତର୍ଜାତିକ ସଙ୍ଗଠନ ସହିତ ସୁସମ୍ପର୍କ :

  • ସଂଯୁକ୍ତ ରାଷ୍ଟ୍ରର ସକ୍ରିୟ ସଦସ୍ୟ ଭାବେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘର ଉଦ୍ୟମକୁ ସମର୍ଥନ କରିବା ସହ -ସହଯୋଗ ଦେଇ ଆସୁଛି ।
  • ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟ ପାଇଁ ଉଦ୍ୟମରତ ଆନ୍ତର୍ଜାତିକ ସଂସ୍ଥାକୁ ଭାରତ ସହଯୋଗ କରିଆସୁଛି ।
  • ମିଶର, କଙ୍ଗୋ ଓ ଯୁଗୋସ୍ଲୋଭିଆ ରାଷ୍ଟ୍ରରେ ଶାନ୍ତି ସ୍ଥାପନ ଦିଗରେ ଭାରତର ଭୂମିକା ପ୍ରଶଂସନୀୟ ଓ ଗୁରୁତ୍ବପୂର୍ଣ ।

(୭) ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ :

  • ଭାରତ ସମ୍ବିଧାନର ଧାରା-୫୧ ଅନୁସାରେ, ଆନ୍ତର୍ଜାତିକ କ୍ଷେତ୍ରରେ ବିଭିନ୍ନ ସମୟରେ ଉପୁଜୁଥ‌ିବା କନ୍ଦଳର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ଉଦ୍ୟମ କରିବ ।
  • ବଳପ୍ରୟୋଗ ନ କରି ପାରସ୍ପରିକ ବୁଝାମଣା ମାଧ୍ୟମରେ ଆନ୍ତର୍ଜାତିକ ସମସ୍ୟାର ସମାଧାନ ସମ୍ଭବ ବୋଲି ଭାରତ ଦୃଢ଼ ବିଶ୍ବାସ କରେ ।

BSE Odisha 10th Class Political Science Notes Chapter 5 ଭାରତର ଯୁକ୍ତରାଷ୍ଟ୍ର ଆମେରିକା ଓ ଋଷିଆ ସହିତ ସମ୍ପର୍କ

→ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା :

  • ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପରେ ଶୀତଳ ଯୁଦ୍ଧ ଆରମ୍ଭ ହେଲା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷିଆ ବିଶ୍ଵରେ ଦୁଇଟି ମହାଶକ୍ତି ରୂପେ ମୁଣ୍ଡ ଟେକିଥିଲେ । ବ୍ରିଟେନ୍, ଫ୍ରାନ୍ସ ଆଦି ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଦୁର୍ବଳ ପାଲଟିଗଲେ । ୧୯୪୯ ମସିହା ସୁଦ୍ଧା ଉଭୟ ଦେଶ ଆଣବିକ ଅସ୍ତ୍ରଶସ୍ତ୍ରର ଅଧିକାର ହୋଇଗଲେ ।
  • ଆମ ଦେଶ ଭାରତ ଏକ ଗୋଷ୍ଠୀନିରପେକ୍ଷ ରାଷ୍ଟ୍ର ହୋଇଥିବା ହେତୁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଉଭୟ ପରାକ୍ରମୀ ଗୋଷ୍ଠୀ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାପାଇଁ ଉଦ୍ୟମ କରିଥିଲା ।
  • ୧୯୬୨ ମସିହାରେ ଚୀନ୍‌ର ଭାରତ ଆକ୍ରମଣବେଳେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସମର୍ଥନ କରିଥିଲା; ମାତ୍ର ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧବେଳେ ପାକିସ୍ତାନକୁ ସମର୍ଥନ କରିଥିଲା ।
  • ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରିଚାର୍ଡ଼ ନିକ୍‌ସନ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବା ସହ ଭାରତକୁ ଭୟଭୀତ କରିବାକୁ ବଙ୍ଗୋପସାଗରକୁ ସପ୍ତମ ନୌବହର ପଠାଇଥିଲେ | ଓ ଚୀନ୍‌କୁ ଭାରତ ବିରୋଧରେ ଉତ୍ସାହିତ କରିଥିଲେ ।
  • କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଯୁକ୍ତରାଷ୍ଟ୍ର ଆମେରିକାର ଅସ୍ତ୍ରଶସ୍ତ୍ର ସାହାଯ୍ୟ, ୧୯୭୧ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଭାରତ-ସୋଭିଏତ୍ ରୁଷ୍ ମଧ୍ୟରେ ବନ୍ଧୁତ୍ବ ଭାରତ ଓ ଯୁକ୍ତରାଷ୍ଟ୍ର ସମ୍ପର୍କରେ ତିକ୍ତତା ଆଣିଥିଲା ।
  • ୧୯୯୨ ମସିହାରେ ଆମେରିକାର ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍ ଏହି ସମ୍ପର୍କରେ ଉନ୍ନତି ଆଣିବାକୁ ପ୍ରୟାସ କରିଥିଲେ ।
  • ୧୯୯୭ ମସିହାରେ କାଶ୍ମୀର ପ୍ରସଙ୍ଗକୁ ନେଇ ବିବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆମେରିକା ମନା କରିଦେଇଥିଲା ।
  • ୧୯୯୫ ମସିହାରେ ଆମେରିକାର ବାଣିଜ୍ୟ ସଚିବ ରୋନାଲ୍‌ ବ୍ରାଉନ୍ ଏକ ପ୍ରତିନିଧ‌ି ଦଳ ସହ ଭାରତ ଆସି ଅନେକ ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷର କରିଥିଲେ ଏବଂ ଭାରତୀୟ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଆମେରିକା ଅର୍ଥ କରିଥିଲେ ।
  • ଶୀତଳ ବିଶ୍ବଯୁଦ୍ଧ ଚାଲିଥିବାବେଳେ ସାମ୍ୟବାଦୀ ସୋଭିଏତ୍ ରୁଷିଆର ପ୍ରଭାବ ହ୍ରାସ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନାଟୋ (NATO), ସିଆଟୋ (SEATO) ଭଳି ଅନେକ ଚୁକ୍ତି ସ୍ବାକ୍ଷର କରିଥିଲା ।

→ କୋରିଆ ଯୁଦ୍ଧ :

  • ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ ଦୁଇ ଭାଗ ହୋଇଗଲା । ଉତ୍ତର କୋରିଆରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେଲା ଏବଂ ଦକ୍ଷିଣ କୋରିଆରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହେଲା ।
  • ୧୯୪୯ରେ ଉତ୍ତର କୋରିଆ ବିରୋଧରେ ଦକ୍ଷିଣ କୋରିଆକୁ ଯୁକ୍ତରାଷ୍ଟ୍ର ଆମେରିକାର ସମର୍ଥନକୁ ଭାରତ ନିନ୍ଦା କରିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ବିରୋଧୀ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ କରିଥିଲା ।
  • ୧୯୫୬ ମସିହାରେ ହଙ୍ଗେରୀରେ କମ୍ୟୁନିଷ୍ଟ ଓ ଅଣକମ୍ୟୁନିଷ୍ଟମାନଙ୍କ ସଂଘର୍ଷବେଳେ କମ୍ୟୁନିଷ୍ଟମାନଙ୍କ ସପକ୍ଷରେ ରୁଷର ହସ୍ତକ୍ଷେପକୁ ଭାରତ ସମର୍ଥନ କରିଥିଲା, ମାତ୍ର କମ୍ୟୁନିଷ୍ଟ ଶାସିତ କ୍ୟୁବା ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ଆକ୍ରମଣକୁ ଭାରତ ବିରୋଧ କରିଥିଲା ।
  • ୧୯୨୨ ମସିହାରେ ୧୫ଗୋଟି ଛୋଡ଼ ବଡ଼ ରାଜ୍ୟ ମିଳିତ ହୋଇ ସୋଭିଏତ୍ ରୁଷିଆ ବା Union of Soveit Socialist Republic (U.S.S.R.) ଗଠିତ ହୋଇଥିଲା ।
  • ୧୯୯୧ ଡିସେମ୍ବରରେ ସୋଭିଏତ୍ ରୁଷିଆର ବିଲୟ ଓ ଭାରତର ଆର୍ଥନୀତିକ ଉଦାରୀକରଣ ନୀତି ଗ୍ରହଣ ପରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୋଇଛି ।
  • ୨୦୦୦ ମସିହା ମାର୍ଚ୍ଚ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଭାରତ ଗସ୍ତରେ ଆସିବା ପରେ ଏହି ସମ୍ପର୍କ ଅଧିକ ଦୃଢ଼ ହୋଇପାରିଥିଲା ।

BSE Odisha 10th Class Political Science Notes Chapter 5 ଭାରତର ଯୁକ୍ତରାଷ୍ଟ୍ର ଆମେରିକା ଓ ଋଷିଆ ସହିତ ସମ୍ପର୍କ

→ ଭାରତ ଓ ରୁଷିଆ:

  • ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଏକ ବୃହତ୍ ଶକ୍ତି ଭାବେ ଉଭା ହୋଇଥବା ରୁଷିଆ ଭାରତର ଗୋଷ୍ଠୀ ନିରପେକ୍ଷ ନୀତିକୁ ରହିପାରିବେ ।
  • ୧୯୨୭ ମସିହାରେ ରୁଷିଆ ଗସ୍ତରେ ଯାଇଥ‌ିବା ନେହେରୁ କହିଥିଲେ ଯେ ଭାରତ ଓ ସୋଭିଏତ୍ ରୁଷିଆ ଦୁଇ ଅନ୍ତରଙ୍ଗ ବନ୍ଧୁ ହିସାବରେ ରହିପାରିବେ ।
  • ଷ୍ଟାଲିନ୍‌ଙ୍କ ଶାସନ କାଳରେ ରୁଷିଆ ସହ ଭାରତର ସମ୍ପର୍କରେ ଉନ୍ନତି ହୋଇପାରିନଥୁଲା, ମାତ୍ର କୁଶ୍ଚେ ଭ ଓ ପରବର୍ତୀ ଶାସକଙ୍କ ଶାସନ କାଳରେ ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଢ଼ିଥିଲା ।
  • ୧୯୫୫ ମସିହା ଜୁନ୍ ମାସରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ରୁଷିଆ ଗସ୍ତରେ ଯାଇ ଶାନ୍ତିପୂର୍ଣ ସହାବସ୍ଥାନ ନୀତିର ପ୍ରସାର ଘଟାଇଥିଲେ । ସେହି ବର୍ଷ ନଭେମ୍ବର ମାସରେ ରୁଷିଆର ପ୍ରଧାନମନ୍ତ୍ରୀ କୁଶ୍ଚେଭ ତିନି ସପ୍ତାହ ପାଇଁ ଭାରତ ଗସ୍ତରେ ଆସିଥିଲେ ।
  • ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ କ୍ଷେତ୍ରରେ ସୋଭିଏତ୍ ରୁଷିଆ ଭାରତକୁ ସମର୍ଥନ କରି କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ୱୀକାର କରିଥିଲା । ଅନେକ କ୍ଷେତ୍ରରେ ନିରାପତ୍ତା ପରିଷଦରେ ଭାରତ ସପକ୍ଷରେ ରୁଷିଆ ଭିଟୋ କ୍ଷମତା ପ୍ରୟୋଗ କରୁଥିଲା ।
  • ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ରାଷ୍ଟ୍ରକୁ ଭିଟୋ କ୍ଷମତା ଦିଆଯାଇଛି । ନିରାପତ୍ତା ପରିଷଦରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରିବାପାଇଁ ଏହି ପାଞ୍ଚ ସଦସ୍ୟଙ୍କ ସହମତି ଆବଶ୍ୟକ । ଏହି ପଞ୍ଚ ମହାଶକ୍ତି ମଧ୍ୟରୁ କୌଣସି ଗୋଟିଏ ରାଷ୍ଟ୍ର ନିଷ୍ପଭି ବିରୋଧରେ ଗଲେ ତାହା କାର୍ଯ୍ୟକାରୀ ହୋଇପାରେ ନାହିଁ । ଏହାକୁ ଭିଟୋ କୁହାଯାଏ ।
  • ବ୍ରେଜନେଭ ଓ କୋସିଗିନ୍ ରୁଷିଆରେ କ୍ଷମତାସୀନ ଥ‌ିବାବେଳେ ଭାରତ ଓ ରୁଷିଆର ସମ୍ପର୍କ ଅତୁଟ ରହିଥିଲା ।
  • ଭାରତ-ଚୀନ୍ ଯୁଦ୍ଧ ଓ ଭାରତ-ପାକିସ୍ତାନ ଯୁଦ୍ଧବେଳେ ସୋଭିଏତ ରୁଷିଆ ଭାରତକୁ ସମର୍ଥନ କରିଥିଲା ।
  • ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ପରେ ରୁଷିଆର ଉଦ୍ୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୯୭୧ ଅଗଷ୍ଟ ୯ରେ ଭାରତ ଓ ରୁଷିଆ ମଧ୍ଯରେ ଶାନ୍ତି, ବନ୍ଧୁତ୍ୱ ଓ ସହଯୋଗର ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
  • ୧୯୭୩ରେ ରୁଷିଆର ରାଷ୍ଟ୍ରପତି ବ୍ରେଜନେଭଙ୍କ ପାଞ୍ଚଦିନିଆ ଭାରତ ଗସ୍ତ ଏହି ସମ୍ପର୍କକୁ ଦୃଢ଼ୀଭୂତ କରିଥିଲା ।
  • ୧୯୮୫ରେ ଗୋର୍ବାଚୋଭ ରୁଷିଆ କମ୍ୟୁନିଷ୍ଟ ଦଳର ସମ୍ପାଦକ ହେବା ପରେ ଗୋର୍ବାଚୋଭ୍ ଓ ରାଜୀବ ଗାନ୍ଧିଙ୍କ ମଧ୍ୟରେ ଦଶ ଦଫାବିଶିଷ୍ଟ ଦିଲ୍ଲୀ ଘୋଷଣାନାମା ସ୍ବାକ୍ଷରିତ ହୋଇଥିଲା ।
  • ସୋଭିଏତ୍ ରୁଷର ବିଲୟ ବରେ ସୋଭିଏତ୍ ସଂଘର ଛୋଟ ଛୋଟ ସ୍ଵାଧୀନ ରାଷ୍ଟ୍ରକୁ ନେଇ ନବଗଠିତ ରାଜ୍ୟଗୋଷ୍ଠୀ ସହ ଭାରତ ଉତ୍ତମ ବୁଝାମଣା ରଖୁଅଛି ।
  • ରୁଷିଆର ଆର୍ଥିକ ଓ ବୈଷୟିକ ସହଯୋଗରେ ନେୟେଭେଲି ଆଣବିକ ପ୍ରକଳ୍ପ, ଦୁର୍ଗାପୁର ଓ ଭିଲାଇ କୋଇଲା ଓ ଇସ୍ପାତ କାରଖାନା, ରାଞ୍ଚିରେ ବୃହତ୍ ଯନ୍ତ୍ର ତିଆରି କାରଖାନା, ବାରାଊଣିରେ ତୈଳ ବିଶୋଧନାଗାର ପ୍ରତିଷ୍ଠିତ ହୋଇପାରିଥିଲା ।
  • ସୋଭିଏତ୍ ରୁଷିଆର ବିଲୟ ପରେ ୧୯୯୩ ଜାନୁୟାରୀ ମାସରେ ରୁଷିଆ ସାଧାରଣତନ୍ତ୍ରର ପ୍ରଥମ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ ଓ ଚୁକ୍ତି ସ୍ବାକ୍ଷର କରିଥିଲେ ।
  • ତାମିଲନାଡୁର କୁଦନକୁଲାମ୍‌ଠାରେ ଦକ୍ଷିଣ ଏସିଆର ସର୍ବବୃହତ୍ ଆଣବିକ ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଉଭୟ ଦେଶ ମଧ୍ୟରେ ୧୯୯୮ ମସିହାରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୨୦୦୦ ମସିହାରେ ଉଭୟ ଦେଶ ଆଫଗାନିସ୍ଥାନରେ ତାଲିବାନ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ ଓ ମୌଳବାଦୀ ସଙ୍ଗଠନକୁ ଦମନ କରିବା ପାଇଁ ଏକମତ ହୋଇଥିଲେ ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

Odisha State Board BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ will enable students to study smartly.

BSE Odisha Class 10 History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଓଡ଼ିଆ ଭାଷାଭାଷୀ ଗଡ଼ଜାତ ଅଞ୍ଚଳର ଦେଶୀୟ ରାଜ୍ୟସମୂହ :

  • ବ୍ରିଟିଶ୍ ଶାସନକାଳରେ ବ୍ରିଟିଶ୍ ଓଡ଼ିଶା ସୀମା ସହ ମିଶି ରହିଥ‌ିବା ଓଡ଼ିଆ ଭାଷାଭାଷୀ ଗଡ଼ଜାତ ଅଞ୍ଚଳ ଗୁଡ଼ିକୁ ଦେଶୀୟ ରାଜ୍ୟ କୁହାଯାଉଥିଲା ।
    ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ
  • ଦେଶୀୟ ରାଜ୍ୟଗୁଡ଼ିକର ସଂଖ୍ୟା ଥିଲା ଛବିଶ ଏବଂ ଆୟତନ ଦୃଷ୍ଟିରୁ ସେମାନଙ୍କୁ ‘କ’, ‘ଖ’, ଓ ‘ଗ’ ଭାବରେ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
  • ‘କ’ ଶ୍ରେଣୀଭୁକ୍ତ ୧୧ଟି ଗଡ଼ଜାତ :
    (୧) ଢେଙ୍କାନାଳ, (୨) କେନ୍ଦୁଝର, (୩) ମୟୂରଭଞ୍ଜ, (୪) ବାମଣ୍ଡା, (୫) ବୌଦ, (୬) ଗାଙ୍ଗପୁର, (୭) ପାଟଣା, (୮) କଳାହାଣ୍ଡି, (୯) ସୋନପୁର, (୧୦) ଷଢ଼େଇକଳା, (୧୧) ନୟାଗଡ଼ ।
  • ‘ଖ’ ଶ୍ରେଣୀମୁକ୍ତ ୧୨ଟି ଗଡ଼ଜାତ :
    (୧) ଆଠଗଡ଼, (୨) ବଡ଼ମ୍ବା, (୩) ନରସିଂହପୁର, (୪) ଆଠମଲ୍ଲିକ, (୫) ହିନ୍ଦୋଳ, (୬) ଦଶପଲ୍ଲା, (୭) ଖଣ୍ଡପଡ଼ା, (୮) ଖରସୁଆଁ, (୯) ରେଢ଼ାଖୋଲ, (୧୦) ତାଳଚେର, (୧୧) ସମ୍ବଲପୁର, (୧୨) ନୀଳଗିରି ।
  • ‘ଗ’ ଶ୍ରେଣୀଭୁକ୍ତ ୩ଟି ଗଡ଼ଜାତ :
    (୧) ପାଲଲହଡ଼ା, (୨) ତିଗିରିଆ, (୩) ରଣପୁର ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

→ ଦେଶାୟ ରାଜ୍ୟଗୁଡ଼ିକର ମ୍ରଜାମାନଙ୍କର ଅବସ୍ଥା:

  •  ଅଧିକାଂଶ ଦେଶୀୟ ରାଜ୍ୟଗୁଡ଼ିକର ଶାସନ ପଦ୍ଧତି ତଥା ଆଭ୍ୟନ୍ତରୀଣ ସାମାଜିକ ଓ ଆର୍ଥନୀତିକ ଅବସ୍ଥା ଅତିଶୟ ଦୟନୀୟ ଥିଲା । ମାତ୍ରାତ୍ମକ କୁଶାସନ ଯୋଗୁଁ ଗଡ଼ଜାତର ପ୍ରଜାମାନେ ଦୁଃଖ ଓ ହତାଶା ମଧ୍ୟରେ ଜୀବନ ବିତାଉଥିଲେ ।
  • ଗଡ଼ଜାତର ପ୍ରଜାପୁଞ୍ଜ ମାତ୍ରାଧ୍ଵ ସମସ୍ୟା ମଧ୍ୟରେ ବୁଡ଼ି ରହି ଭାରତର ସ୍ଵାଧୀନତା ସଂଗ୍ରାମ ସମ୍ପର୍କରେ ଅବଗତ ନ ଥିଲେ ।
  • ସେହି ଅଞ୍ଚଳର ରାଜା, ରାଜପ୍ରତିନିଧ୍ଵ ଓ ରାଜକର୍ମଚାରୀମାନେ ବିଭିନ୍ନ ଉପାୟରେ ପ୍ରଜାମାନଙ୍କୁ ଅତିଶୟ ଶୋଷଣ କରୁଥିଲେ । ଦେଶୀୟ ରାଜ୍ୟମାନଙ୍କରେ ‘ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି’ ଭଳି ପ୍ରଜାମାରଣ ପ୍ରଥାଗୁଡ଼ିକ ପ୍ରଚଳିତ ଥିଲା ।
  • ଏହିସବୁ ପ୍ରଜାମାରଣ ପ୍ରଥାଗୁଡ଼ିକର ପ୍ରଚଳନ ଯୋଗୁଁ ପ୍ରଜାମାନଙ୍କୁ ରାଜା ବା ରାଜକର୍ମଚାରୀମାନଙ୍କ ପାଇଁ ଶ୍ରମଦାନ, ଅର୍ଥଦାନ ବା ଦ୍ରବ୍ୟଦାନ କରିବାକୁ ପଡ଼ୁଥିଲା ।
  • ରାସ୍ତା, ରାଜପ୍ରସାଦ ଆଦି ନିର୍ମାଣ ପାଇଁ ବିନା ପାରିଶ୍ରମିକରେ ଶ୍ରମଦାନକୁ ବେଠି, ବିନା ପାଉଣାରେ ରାଜା ବା ରାଜକର୍ମଚାରୀଙ୍କୁ ଏକ ଶିବିରରୁ ଅନ୍ୟ ଶିବିରକୁ ପାଲିଙ୍କି ବା ସବାରୀରେ ବୋହିବାକୁ ବେଗାରୀ ଏବଂ ରାଜକୀୟ ବିବାହ ତଥା ଅନ୍ୟାନ୍ୟ ଉତ୍ସବରେ ଅର୍ଥ ବା ଦ୍ରବ୍ୟ ଆକାରରେ ଦେୟ ପ୍ରଦାନକୁ ମାଗଣ କୁହାଯାଉଥିଲା ।
  • ରାଜା ଓ ରାଜକର୍ମଚାରୀଙ୍କ ମଫସଲ ଗସ୍ତ କାଳରେ ଶିବିରରେ ମାଗଣା ଖାଦ୍ୟପେୟ ବନ୍ଦୋବସ୍ତ ପ୍ରଥାକୁ ରସଦ ଏବଂ ବିବାହ ଓ ପର୍ବପର୍ବାଣି ସମୟରେ ରାଜ ଉଆସକୁ ଉପହାର ପଠାଇବା ପ୍ରଥାକୁ ଭେଟି କୁହାଯାଉଥିଲା ।
    ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ 12.1

→ ଗଡ଼ଜାତ ଶାସନ ବିରୋଧରେ ପ୍ରଜା ଆନ୍ଦୋଳନ :

  1. ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକରେ ଚାଲିଥିବା ପ୍ରଜାମାରଣ ବ୍ୟବସ୍ଥା, ଶାସକଙ୍କର ଶୋଷଣ ନୀତି ଓ ଅତ୍ୟାଚାର ବିରୋଧରେ ବିଭିନ୍ନ ସମୟରେ ବିଭିନ୍ନ ଗଡ଼ଜାତର ପ୍ରଜାମାନେ ସ୍ବର ଉତ୍ତୋଳନ କରିଥିଲେ ।
  2. ବିଭିନ୍ନ ଗଡ଼ଜାତ ରାଜ୍ୟଗୁଡ଼ିକର ପ୍ରଜା ଆନ୍ଦୋଳନର ସମୟକାଳ :
    (୧) ଢେଙ୍କାନାଳ ୧୯୨୨ ମସିହା
    (୩) ବୌଦ – ୧୯୩୦ ମସିହା
    (୨) ନୀଳଗିରି – ୧୯୨୮ ମସିହା
    (୪) ତାଳଚେର – ୧୯୩୨ ମସିହା
  3. ଗଡ଼ଜାତ ଅଞ୍ଚଳର ପ୍ରଜା ସମ୍ମିଳନୀର ଅଧୂବେଶନ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନମାନଙ୍କରେ ବିଭିନ୍ନ ବ୍ୟକ୍ତିମାନଙ୍କ ନେତୃତ୍ବରେ ଅନୁଷ୍ଠିତ ହେଉଥିଲା; ଯଥା –
    ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ 12.2
  4. ୧୯୩୭ ମସିହାରେ ଓଡ଼ିଶାର ବିଭିନ୍ନ ଗଡ଼ଜାତ ପ୍ରଜାମାନଙ୍କର ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଜାତୀୟ କଂଗ୍ରେସର ସମର୍ଥନ ଲାଭକଲା । ୧୯୩୮ ମସିହାରେ ସାରଙ୍ଗଧର ଦାସଙ୍କ ନେତୃତ୍ଵରେ ନୀଳଗିରିରେ ପ୍ରଜାମଣ୍ଡଳ ଗଠିତ ହେଲା ।
  5. ୧୯୩୮ ଢେଙ୍କାନାଳରେ ଓ ୧୯୩୯ରେ ତାଳଚେରରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇ କ୍ରମେ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

→ ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବିସମୂହ :

  • ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବିସମୂହ ହେଲା –
    ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ 12.3(i) ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି ଅନ୍ୟାୟ ପ୍ରଥାକୁ ବନ୍ଦ କରିବା ।
    (ii) ପ୍ରଜାମାନଙ୍କୁ ମୌଳିକ ନାଗରିକ ଅଧିକାର ପ୍ରଦାନ ସ୍ଵରୂପ ଗଣମାଧ୍ୟମର ସ୍ଵାଧୀନତା ଅଧିକାର, ସେମାନଙ୍କୁ ଅଭିବ୍ୟକ୍ତିର ଅଧିକାର, ସଂଘ ଗଠନର ଅଧ୍ୟାର ପ୍ରଦାନ କରିବା ।
    (iii) ଚାଷଜମି ଉପରେ ରୟତ (କୃଷକ)ର ଅଧିକାର ନିୟମ ପ୍ରଚଳନ କରିବା ।
    (iv) ଆଦିବାସୀ ଜନଜାତିମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ସୁବିନିଯୋଗ କରିବାର ଅଧ୍ୟାର ପ୍ରଦାନ କରିବା ।
    (v) ଏକଚାଟିଆ ବାଣିଜ୍ୟ କାରବାରକୁ ବନ୍ଦ କରିବା ।
  • ୧୯୩୮ ମସିହାରେ ଓଡ଼ିଆ ଗଡ଼ଜାତମାନଙ୍କରେ ଶାସନ ବ୍ୟବସ୍ଥାର କାର୍ଯ୍ୟକାରିତାର ତଦନ୍ତ କରିବାପାଇଁ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହେଲା ।
  • ହରେକୃଷ୍ଣ ମହତାବ ଓ ସାରଙ୍ଗଧର ଦାସ ଯଥାକ୍ରମେ ଗଡ଼ଜାତ ତଦନ୍ତ କମିଟିର ଅଧକ୍ଷ ଓ ସମ୍ପାଦକ ଥିଲେ ଏବଂ ଏହାର ଅନ୍ୟ ଦୁଇ ସଦସ୍ୟ ଥିଲେ ଲାଲମୋହନ ପଟ୍ଟନାୟକ ଓ ବଳବନ୍ତରାୟ ମେହେଟ୍ଟା ।
  • ୧୯୩୯ ମସିହାରେ ଏହି କମିଟିର ବିବରଣୀରେ ପ୍ରକାଶିତ କେତେକ ପ୍ରସ୍ତାବ ମଧ୍ୟରେ ମୁଖ୍ୟ ବ୍ୟବସ୍ଥାଟି ଥିଲା, ଗଡ଼ଜାତ ଶାସନ ଉପରେ ଅଧୀକ୍ଷଣ କ୍ଷମତା ବ୍ରିଟିଶ୍ ରାଜପ୍ରତିନିଧ୍ଵଙ୍କ ହାତରୁ ଆଣି ଓଡ଼ିଶା ସରକାରଙ୍କ ହସ୍ତରେ ନ୍ୟସ୍ତ କରିବା ।
  • ୧୯୩୯ ମସିହା ଅଗଷ୍ଟ ମାସରେ ହରେକୃଷ୍ଣ ମହତାବ ଭାରତର ଭାଇସ୍ରାୟ ଲର୍ଡ଼ ଲିନ୍‌ଲିଥ୍‌ଙ୍କୁ ସାକ୍ଷାତ କରି ଓଡ଼ିଶାର ଗଡ଼ଜାତ ଅଞ୍ଚଳର ଦୁରବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ ଓ ଶାସନ ବ୍ୟବସ୍ଥାର ସୁଧାର ପାଇଁ ପ୍ରାଦେଶିକ ସରକାରଙ୍କ ହସ୍ତକ୍ଷେପ ଜରୁରୀ ବୋଲି ବୁଝାଇଥିଲେ ।
  • ସେ ୧୯୪୨ ମସିହାରେ ଏ ବିଷୟରେ ସାର୍ ଷ୍ଟାଫୋର୍ଡ କ୍ରିପସ୍‌ଙ୍କୁ ସାକ୍ଷାତ କରିଥିଲେ । ୧୯୪୬ ଏପ୍ରିଲ୍ ୬ରେ ସେ କ୍ୟାବିନେଟ୍ ମିଶନକୁ ମଧ୍ୟ ସାକ୍ଷାତ କରି ଗଡ଼ଜାତ ମିଶ୍ରଣ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।
  • ୧୯୪୬ ମସିହା ମେ ୧୦ ଓ ଜୁନ୍ ୨୯ ତାରିଖରେ ହରେକୃଷ୍ଣ ମହତାବ ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଗଡ଼ଜାତ ରାଜାମାନଙ୍କ ପାଖକୁ ଦୁଇଥର ଚିଠି ଲେଖୁଥିଲେ; ମାତ୍ର ସେମାନେ ଏହାର ବିରୋଧ କରିଥିଲେ । କାରଣ, ‘ମିଶ୍ରଣ’ ଶବ୍ଦଟି ସେମାନଙ୍କ ପାଇଁ ‘ଶ୍ରୁତିକଟୁ’ ଥିଲା ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

  • ୧୯୪୭ ମସିହା ଅଗଷ୍ଟ ୧ ତାରିଖରେ ମହତାବଙ୍କ ମିଶ୍ରଣ ପ୍ରସ୍ତାବକୁ ପଣ୍ଡ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଓ ଛତିଶଗଡ଼ର ଅଣଚାଳିଶଟି ଦେଶୀୟ ରାଜ୍ୟର ରାଜାମାନେ ‘ପୂର୍ବାଞ୍ଚଳ ଗଡ଼ଜାତ ସଂଘ’’ ନାମରେ ଏକ ସଙ୍ଗଠନ ଗଠନ କଲେ ।
  • କଳାହାଣ୍ଡିର ମହାରାଜା ହରେକୃଷ୍ଣ ମହତାବଙ୍କୁ ପର୍ଶୁରାମ ଆଖ୍ୟା ଦେଇଥିଲେ ।
  • ପୌରାଣିକ ମହାନାୟକ ବ୍ରାହ୍ମଣ ବୀର ପର୍ଶୁରାମ ମହାଭାରତର ବିଶିଷ୍ଟ ଯୋଦ୍ଧା ‘କଣ୍ଠ’ଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷାଦାନ କରିଥିଲେ । ଧରାପୃଷ୍ଠରୁ କ୍ଷତ୍ରିୟମାନଙ୍କ ନିପାତ ନିମନ୍ତେ ସେ ଅସ୍ତ୍ରଧାରଣ କରିଥିଲେ ।

→ ପ୍ରଜାମଣ୍ଡଳର ସମ୍ମିଳନୀ :

  • ୧୯୪୭ ମସିହା ଅଗଷ୍ଟ ୧୦ ତାରିଖ ଦିନ ପ୍ରଜାମଣ୍ଡଳର ‘କଟକ’ଠାରେ ଅନୁଷ୍ଠିତ ସମ୍ମିଳନୀରେ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରୁ ଅନେକ ପ୍ରଜା ଯୋଗ ଦେଇଥିଲେ । ଓଡ଼ିଶା ସହ ଓଡ଼ିଶାସ୍ଥିତ ଗଡ଼ଜାତଗୁଡ଼ିକର ମିଶ୍ରଣ ଏହି ସମ୍ମିଳନୀର ମୁଖ୍ୟ ପ୍ରସ୍ତାବ ଥିଲା ।
  • ସ୍ଵାଧୀନତା ପ୍ରାପ୍ତି ପରେ ୧୯୪୭ ମସିହା ଅକ୍ଟୋବର ୧୬ ତାରିଖରେ ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କ ରାଜାମାନଙ୍କୁ ‘ସମ୍ବଲପୁର’ଠାରେ ଅନୁଷ୍ଠିତ ହେବାକୁ ଥ‌ିବା ପ୍ରଜାମଣ୍ଡଳର ସମ୍ମିଳନୀକୁ ନିମନ୍ତ୍ରଣ କଲେ; ମାତ୍ର ସେମାନେ ମହତାବଙ୍କର ମିଶ୍ରଣ ନିବେଦନ ପ୍ରତି କର୍ଣ୍ଣପାତ କଲେନାହିଁ ।

→ ନୀଳଗିରିରୁ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା ଆରମ୍ଭ :

  1. ନୀଳଗିରିରେ ପ୍ରଜାମଣ୍ଡଳ ଯଥେଷ୍ଟ ସକ୍ରିୟ ଥିବାରୁ ନୀଳଗିରିର ରାଜା ପ୍ରଜାମଣ୍ଡଳ ଆନ୍ଦୋଳନ ଦମନ ପାଇଁ ତାଙ୍କ ପୋଲିସ୍ ବାହିନୀକୁ ଶକ୍ତିଶାଳୀ କଲେ ଓ ଆନ୍ଦୋଳନକାରୀମାନଙ୍କ ଘରଦ୍ଵାର ପୋଡ଼ି ଧନସମ୍ପତ୍ତି ଲୁଣ୍ଠନ କରିବାକୁ ଆଦିବାସୀମାନଙ୍କୁ ନିୟୋଜିତ କରିବାରୁ ରାଜ୍ୟରେ ସମ୍ପୂର୍ଣ୍ଣରୂପେ ଅରାଜକତା ବ୍ୟାପିଗଲା ।
  2. ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଭାରତ ସରକାରଙ୍କୁ ନୀଳଗିରିର ଉଦ୍‌ବେଗଜନକ ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ଜଣାଇଲେ ଏବଂ ସର୍ଦାର ପଟେଲ୍‌ଙ୍କ ସହିତ ଦିଲ୍ଲୀରେ ପରାମର୍ଶ କଲେ । ଭାରତ ସରକାର ନୀଳଗିରିକୁ ଦଖଲ କରିଦେବାକୁ ଓଡ଼ିଶା ସରକାରଙ୍କୁ କ୍ଷମତା ଦେଲେ ।
  3. ନୀଳଗିରିର କ୍ଷେତ୍ରଫଳ ୨୮୪ ବର୍ଗ ମାଇଲ୍, ଜନସଂଖ୍ୟା ଥିଲା ୭୩, ୧୦୯ ୮ ଜନସଂଖ୍ୟାର ୧୫% ଜନଜାତି ଥିଲେ ।
  4. ମହତାବଙ୍କ ଅନୁପସ୍ଥିତିରେ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନୀଳଗିରି ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ; ଫଳରେ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ନୀଳଗିରିକୁ ଓଡ଼ିଶା ସରକାର ଦଖଲ କରିନେଲେ ।
  5. ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଓଡ଼ିଶାର ନୀଳଗିରିରୁ ଆରମ୍ଭ ହୋଇ ହାଇଦ୍ରାବାଦ ଦଖଲ ପରେ ପରିସମାପ୍ତି ଲାଭ କରିଥିଲା ।
  6. ୧୯୪୭ ମସିହା ଡିସେମ୍ବର ମାସରେ ଓଡ଼ିଶା ପ୍ରଦେଶ ପରିସରରେ ‘ଖ’ ଓ ‘ଗ’ ଶ୍ରେଣୀଭୁକ୍ତ ଗଡ଼ଜାତ ରାଜାମାନଙ୍କର ଏକ ସଭା କଟକରେ ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା ।
  7. ନୀଳଗିରିର ପ୍ରଜାମଣ୍ଡଳ ଆନ୍ଦୋଳନକୁ ସର୍ଦାର ବଲ୍ଲଭଭାଇ ପଟେଲ କଳିଙ୍ଗ ଯୁଦ୍ଧ ସହ ତୁଳନା କରି ଓଡ଼ିଶା ସହ ନୀଳଗିରିର ମିଶ୍ରଣରୁ ଅଶୋକଙ୍କ ସମୟରେ ଭାରତର ରାଜନୀତିକ ଏକତା ପ୍ରତିଷ୍ଠା ହେବା ପରି ଆଧୁନିକ ଭାରତରେ ରାଜନୀତିକ ଏକତାର ପୁନରାବୃତ୍ତି ଘଟିବ ବୋଲି କହିଥିଲେ ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

→ କଟକ ସମ୍ମିଳନୀ :

  • ୧୯୪୭ ମସିହା ଡିସେମ୍ବର ୧୪ ତାରିଖରେ କଟକ ସମ୍ମିଳନୀରେ ସର୍ଦ୍ଦାର ପଟେଲ ଓ ଭି.ପି. ମେନନଙ୍କ ସହ କେନ୍ଦ୍ର ସରକାରଙ୍କର କେତେକ ଉଚ୍ଚପଦସ୍ଥ ଅଫିସର ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ‘ଖ’ ଓ ‘ଗ’ ଶ୍ରେଣୀର ୧୨ ଜଣ ଗଡ଼ଜାତ ରାଜା ଉପସ୍ଥିତ ଥିଲେ ।
  • ନିଜର ଉଦ୍‌ଘାଟନୀ ଭାଷଣରେ ସର୍ଦ୍ଦାର ପଟେଲ ଗଡ଼ଜାତଗୁଡ଼ିକୁ ଓଡ଼ିଶାରେ ମିଶିଯିବାକୁ ହେବ ବୋଲି କହିଥିଲେ । ସାମାନ୍ୟ ପ୍ରତିବାଦ ପରେ ସେମାନେ ଚୁକ୍ତିପତ୍ରରେ ସ୍ଵାକ୍ଷର କଲେ ।
  • କଟକ ସମ୍ମିଳନୀରେ ଅନୁପସ୍ଥିତ ଥିବା ବଣାଇ, ଆଠମଲ୍ଲିକ ଓ ତିଗିରିଆର ରାଜାମାନେ ପରେ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ ।
  • ମଧ୍ୟାହ୍ନ ଭୋଜନ ପରେ ‘କ’ ଶ୍ରେଣୀର ୧୧ ଜଣ ରାଜାଙ୍କ ସହ ଆଲୋଚନା କରି ସେମାନଙ୍କୁ ଚୁକ୍ତିପତ୍ରରେ ସ୍ବାକ୍ଷର କରିବାକୁ ସର୍ଦାର ପଟେଲ ଅନୁରୋଧ କରିଥିଲେ ।
  • ଅନେକ ଆଲୋଚନା ଓ ଚାପ ପ୍ରୟୋଗ ପରେ ୧୯୪୭ ଡିସେମ୍ବର ୧୫ରେ ୯ ଜଣ ରାଜା ଚୁକ୍ତିପତ୍ରରେ ସ୍ଵାକ୍ଷର କଲେ । ଶେଷରେ କଳାହାଣ୍ଡି ରାଜା ମଧ୍ୟ ଚୁକ୍ତିପତ୍ରରେ ସ୍ଵାକ୍ଷର କଲେ ।
  • ମୟୂରଭଞ୍ଜର ମହାରାଜା ତାଙ୍କ ମନ୍ତ୍ରୀମଣ୍ଡଳ ସହିତ ଆଲୋଚନା ନକରି ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିବେ ନାହିଁ ବୋଲି ଯୁକ୍ତି ଦର୍ଶାଇ କିଛି ଦିନ ସମୟ ନେଲେ ।
  • ଷଢ଼େଇକଳା ଓ ଖରସୁଆଁର ମଧ୍ୟବର୍ତ୍ତୀ ଅଞ୍ଚଳ ମୟୂରଭଞ୍ଜ ଓଡ଼ିଶାରେ ନ ମିଶିବାରୁ ଏହି ରାଜ୍ୟଦ୍ୱୟର ରାଜାମାନେ ମତ ପରିବର୍ତ୍ତନ କରି ପଡ଼ୋଶୀ ରାଜ୍ୟ ବିହାରରେ ମିଶିଯିବାକୁ ଚାହିଁବାରୁ ଭାରତ ସରକାର ୧୯୪୮ ମସିହା ମେ ୧୮ ତାରିଖରେ ସେହି ଦୁଇଟି ଗଡ଼ଜାତ ଅଞ୍ଚଳକୁ ଓଡ଼ିଶାରୁ କାଢ଼ିନେଇ ବିହାରରେ ମିଶାଇ ଦେଇଥିଲେ ।
  • ୧୯୪୯ ଜାନୁୟାରୀ ୧ ତାରିଖରେ ମୟୂରଭଞ୍ଜ ଓଡ଼ିଶା ସହ ମିଶିଲା । ବସ୍ତୁତଃ, ଓଡ଼ିଶା ସହିତ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

→ ଓଡ଼ିଶାରେ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାର ଫଳାଫଳ :

  • ଓଡ଼ିଶା ପ୍ରଦେଶ ସହ ଗଡ଼ଜାତ ଅଞ୍ଚଳଗୁଡ଼ିକରେ ମିଶ୍ରଣ ପରେ ଓଡ଼ିଶାର ଗଣତାନ୍ତ୍ରିକ ପ୍ରକ୍ରିୟା ଗଡ଼ଜାତମାନଙ୍କୁ ସଂପ୍ରସାରିତ ହେବାକୁ ଲାଗିଲା । ଓଡ଼ିଶାର ବିଧାନସଭାର ସଦସ୍ୟ ସଂଖ୍ୟା ୬୦ରୁ ବୃଦ୍ଧି ପାଇ ୯୧ ହେଲା ।
  • ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଏ ସମସ୍ତ ସଭ୍ୟଙ୍କୁ ନେଇ ଓଡ଼ିଶା ବିଧାନସଭାର ଅଧ୍ଵବେଶନ ପ୍ରଥମ କରି କଟକ ପରିବର୍ତ୍ତେ ନୂଆ ରାଜଧାନୀ ଭୁବନେଶ୍ଵରରେ ଅନୁଷ୍ଠିତ ହେଲା । ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁନର୍ଗଠନ କରାଯାଇ ତେରଟି ଜିଲ୍ଲାର ସୃଷ୍ଟି ହେଲା ।
  • ପ୍ରକୃତପକ୍ଷେ, ମିଶ୍ରଣ ପରେ ମଧ୍ୟ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ରାଜ୍ୟର ଶାସନ ସୀମା ବାହାରେ ରହିଗଲେ । ତେଣୁ ଭାଷାଭିଭିକ ପ୍ରଦେଶ ଗଠନର ସ୍ଵପ୍ନ ସମ୍ପୂର୍ଣ୍ଣ ସାକାର ହୋଇପାରିଲା ନାହିଁ ।
  • ଓଡ଼ିଶା ସହ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ଓଡ଼ିଆମାନଙ୍କ ମଧ୍ୟରେ ଐକ୍ୟ ଏବଂ ଜାତୀୟ ଉତ୍ସାହ ପରିଲକ୍ଷିତ ହେଲା ଏବଂ ଓଡ଼ିଶା ଏକ ସମୃଦ୍ଧିଶାଳୀ ପ୍ରଦେଶ ଭାବେ ଅଗ୍ରଗାମୀ ହେବାକୁ ଲାଗିଲା ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

ଐତିହାସିକ ଘଟଣାବଳୀ ଓ ସମୟ:

୧୯୨୨ ଖ୍ରୀ.ଅ. – ଢେଙ୍କାନାଳରେ ପ୍ରଜା ଆନ୍ଦୋଳନ ଆରମ୍ଭ ।
୧୯୨୮ ଖ୍ରୀ.ଅ. – ନୀଳଗିରିରେ ପ୍ରଜା ବିଦ୍ରୋହ ଆରମ୍ଭ ।
୧୯୩୦ ଖ୍ରୀ.ଅ. – ବୌଦରେ ପ୍ରଜା ଆନ୍ଦୋଳନ ଆରମ୍ଭ ।
୧୯୩୧ ଖ୍ରୀ.ଅ. (ଜୁନ୍ ୨୦) – କଟକଠାରେ ଓଡ଼ିଶା ଗଡ଼ଜାତ ରାଜ୍ୟ ପ୍ରଜା ସମ୍ମିଳନୀର ପ୍ରଥମ ଅଧ‌ିବେଶନ ଅନୁଷ୍ଠିତ ।
୧୯୩୨ ଖ୍ରୀ.ଅ. – ତାଳଚେରରେ ପ୍ରଜା ଆନ୍ଦୋଳନ ଆରମ୍ଭ ।
୧୯୩୭ ଖ୍ରୀ.ଅ. (ଜୁନ୍ ୨୩) – କଟକରେ ପ୍ରଜା ସମ୍ମିଳନୀର ଦ୍ବିତୀୟ ଅଧୂବେଶନ ଅନୁଷ୍ଠିତ ।
୧୯୩୭ ଖ୍ରୀ.ଅ. – ପ୍ରଜାମାନଙ୍କ ଆନ୍ଦୋଳନାତ୍ମକ କାର୍ଯ୍ୟକୁ ଜାତୀୟ କଂଗ୍ରେସର ସମର୍ଥନ ।
୧୯୩୮ ଖ୍ରୀ.ଅ. – ନୀଳଗିରିରେ ପ୍ରଜାମଣ୍ଡଳ ଗଠନ, ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠନ ।
୧୯୩୯ ଖ୍ରୀ.ଅ. – ଗଡ଼ଜାତ ତଦନ୍ତ କମିଟିର ବିବରଣୀ ପ୍ରକାଶ ।
୧୯୩୯ ଖ୍ରୀ.ଅ. (ଅଗଷ୍ଟ) – ଗଡ଼ଜାତ ଶାସନ ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା ପାଇଁ ହରେକୃଷ୍ଣ ମହତାବଙ୍କର ଭାଇସ୍‌ୟ ଲର୍ଡ଼ ଲିନ୍‌ଲିଷ୍ଟୋଙ୍କ ସହ ସାକ୍ଷାତ ।
୧୯୪୨ ଖ୍ରୀ.ଅ. – ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କୁ ହରେକୃଷ୍ଣ ମହତାବଙ୍କର ସାକ୍ଷାତ୍ ।
୧୯୪୬ ଖ୍ରୀ.ଅ. (ଏପ୍ରିଲ୍ ୬) – ମହତାବଙ୍କର କ୍ୟାବିନେଟ୍ ମିଶନଙ୍କ ସହ ସାକ୍ଷାତ୍ ।
୧୯୪୭ ଖ୍ରୀ.ଅ. (ଅଗଷ୍ଟ ୧) – ପୂର୍ବାଞ୍ଚଳ ଗଡ଼ଜାତ ରାଜ୍ୟ ସଂଘ କାର୍ଯ୍ୟକ୍ଷମ ହେଲା ।
୧୯୪୭ ଖ୍ରୀ.ଅ. (ଅଗଷ୍ଟ ୧୦) – କଟକଠାରେ ପ୍ରଜାମଣ୍ଡଳର ସମ୍ମିଳନୀ ଅନୁଷ୍ଠିତ ।
୧୯୪୭ ଖ୍ରୀ.ଅ. (ନଭେମ୍ବର ୧୪) – ଓଡ଼ିଶା ସରକାରଙ୍କଦ୍ଵାରା ନୀଳଗିରି ଦଖଲ ।

BSE Odisha 10th Class History Notes Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

୧୯୪୭ ଖ୍ରୀ.ଅ. (ନଭେମ୍ବର ୨୦) – ହରେକୃଷ୍ଣ ମହତାବ ଓ ଭି.ପି. ମେନନ୍‌ଙ୍କ ମଧ୍ୟରେ ଦିଲ୍ଲୀରେ ବିଚାର ବିମର୍ଶ I
୧୯୪୭ ଖ୍ରୀ.ଅ. (ଡିସେମ୍ବର ୧୩) – କଟକ ସମ୍ମିଳନୀ ନିମନ୍ତେ ପଟେଲ ଓ ମେନନ୍‌ଙ୍କ ଭୁବନେଶ୍ଵର ଆଗମନ ।
୧୯୪୭ ଖ୍ରୀ.ଅ. (ଡିସେମ୍ବର ୧୫) – ନଅ ଜଣ ଗଡ଼ଜାତ ରାଜାଙ୍କର ମିଳନ ପତ୍ରରେ ସ୍ଵାକ୍ଷର ।
୧୯୪୭ ଖ୍ରୀ.ଅ. (ଡିସେମ୍ବର ୨୩) – ଭାରତ ସରକାରଙ୍କଦ୍ଵାରା ୨୪ଟି ଗଡ଼ଜାତ ରାଜ୍ୟର ଶାସନଭାର ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର ।
୧୯୪୮ ଖ୍ରୀ.ଅ. (ମଇ ୧୮) – ଷଢ଼େଇକଳା ଓ ଖରସୁଆଁର ବିହାର ସହ ମିଶ୍ରଣ ।
୧୯୪୮ ଖ୍ରୀ.ଅ. (ଅକ୍ଟୋବର ୧୭) – ମୟୂରଭଞ୍ଜର ମହାରାଜାଙ୍କ ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର ।
୧୯୪୯ ଖ୍ରୀ.ଅ. (ଅକ୍ଟୋବର ୧୦) – ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ଵରରେ କାର୍ଯ୍ୟକାରୀ ହେଲା ।

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

Odisha State Board BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ Important Questions and Answers.

BSE Odisha Class 10 History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ଦେଶୀୟ ରାଜ୍ୟଗୁଡ଼ିକରେ କିପରି ସମୟକ୍ରମେ ଗଣତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା ଓ ଏହାର ଫଳାଫଳ କ’ଣ ହେଲା ଉଲ୍ଲେଖ କର ।
Answer:

  • ମିଶ୍ରଣ ପରେ ଦେଶୀୟ ରାଜ୍ୟଗୁଡ଼ିକରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଗଲା ।
  • ଦେଶୀୟ ରାଜ୍ୟର ପ୍ରଜାମାନଙ୍କୁ ପ୍ରାଦେଶିକ ସରକାରମାନେ ସୁଶାସନ ଦେବାପାଇଁ ବିହିତ ବ୍ୟବସ୍ଥା କଲେ ।
  • ଦେଶୀୟ ରାଜ୍ୟଗୁଡ଼ିକରେ କେନ୍ଦ୍ରୀୟ ଆଇନ ଓ ପ୍ରାଦେଶିକ ଆଇନ ପ୍ରଚଳନ କରାଗଲା । ସମୟକ୍ରମେ ଦେଶୀୟ ରାଜ୍ୟର ପ୍ରଜାମାନେ ମହାଭାରତୀୟ ସ୍ରୋତରେ ସାମିଲ ହୋଇଗଲେ ।
  • ଗଣତନ୍ତ୍ରୀକରଣ ସହିତ ଦେଶୀୟ ରାଜ୍ୟଗୁଡ଼ିକୁ ସମୟକ୍ରମେ କେନ୍ଦ୍ରାଭିମୁଖୀ କରାଗଲା ଓ ସେମାନଙ୍କୁ ଭାରତୀୟ
    ସମ୍ବିଧାନର ପରିଧ୍ ମଧ୍ୟକୁ ଅଣାଗଲା ।
  • ପରେ ୧୯୫୬ ମସିହାରେ ରାଜ୍ୟ ପୁନର୍ଗଠନ ଆଇନଦ୍ଵାରା ସେହି ଦେଶୀୟ ରାଜ୍ୟଗୁଡ଼ିକୁ ରାଜ୍ୟମାନଙ୍କ ସହିତ ମିଶାଇ ଦିଆଗଲା ।

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

୨। ଭାରତ ସ୍ଵାଧୀନତା ଆଇନ କାହିଁକି ଭାରତ କିମ୍ବା ପାକିସ୍ତାନକୁ ପୂର୍ବ ରାଷ୍ଟ୍ରରେ ପରିଣତ କରିପାରିଲା ନାହିଁ ?
Answer:

  • ୧୯୪୭ର ଭାରତ ସ୍ଵାଧୀନତା ଆଇନ ଭାରତ କିମ୍ବା ପାକିସ୍ତାନକୁ ପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରିପାରିଲା ନାହିଁ ।
  • ଇଂରେଜମାନଙ୍କଦ୍ଵାରା ଶାସିତ ହେଉଥ‌ିବା ବ୍ରିଟିଶ୍ ଭାରତ ଥିଲା ଅଖଣ୍ଡ ଭାରତର ସମୁଦାୟ ଭୂଭାଗର ୬୦ ପ୍ରତିଶତ ଏବଂ ୪୦ ପ୍ରତିଶତ ଭୂଭାଗ ଏହି କ୍ଷମତା ହସ୍ତାନ୍ତର ପ୍ରକ୍ରିୟାରେ ସାମିଲ ହୋଇନଥିଲା ।
  • ଏହି ଶତକଡ଼ା ୪୦ ଭାଗ ଅଞ୍ଚଳ ଛୋଟ ବଡ଼ ଶହ ଶହ ଦେଶୀୟ ରାଜାମାନଙ୍କଦ୍ୱାରା ଶାସିତ ହେଉଥିଲା । ବ୍ରିଟିଶ୍ ସର୍ବୋଚ୍ଚ ଶାସନ କ୍ଷମତା ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିଲା ।
  • ୧୯୪୭ର ଭାରତ ସ୍ଵାଧୀନତା ଦେଶୀୟ ରାଜ୍ୟମାନେ ସ୍ବାଧୀନ ହୋଇଗଲେ ।
  • ସେମାନେ ଚାହିଁଲେ ଭାରତ କିମ୍ବା ପାକିସ୍ତାନ ସହିତ ମିଶିଯାଇ ପାରିବେ ଅଥବା ସ୍ଵାଧୀନ ହୋଇ ରହିପାରିବେ ବୋଲି ଭାରତ ସ୍ଵାଧୀନତା ଆଇନରେ ବ୍ୟବସ୍ଥା ରହିଲା । ତେଣୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ଦେଶୀୟ ରାଜ୍ୟର ଉପସ୍ଥିତି ଥିବାରୁ ସେମାନେ ଏକ ଏକ ପୂର୍ଣ୍ଣ ରାଷ୍ଟ୍ରରେ ପରିଣତ ହୋଇପାରିଲେ ନାହିଁ ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ୧୯୪୭ ଜୁଲାଇ ୨୫ ତାରିଖରେ ରାଜନ୍ୟମଣ୍ଡଳୀର ବୈଠକରେ ମାଉଣ୍ଟବ୍ୟାଟେନ୍‌ଙ୍କ ବକ୍ତବ୍ୟର ମର୍ମବାଣୀ କ’ଣ ଥୁଲା ?
Answer:
୧୯୪୭ ଜୁଲାଇ ୨୫ ତାରିଖରେ ରାଜନ୍ୟମଣ୍ଡଳୀର ବୈଠକରେ ମାଉଣ୍ଟବ୍ୟାଟେନ୍‌ଙ୍କ ବକ୍ତବ୍ୟ ମର୍ମବାଣୀ ନିମ୍ନ ପ୍ରକାର ଥିଲା ।

  1. ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହେବା ପରେ ଦେଶୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ହୋଇ ଯାଇଛନ୍ତି ।
  2. ଏପରି ପରିସ୍ଥିତିରେ ଦେଶୀୟ ରାଜ୍ୟମାନେ ସେମାନଙ୍କ ସୀମାକୁ ଲାଗିଥିବା ଦେଶ ସହିତ ସମ୍ପର୍କ ବାନ୍ଧିବା ବିଧେୟ ।
  3. କାରଣ ଦେଶୀୟ ରାଜ୍ୟମାନଙ୍କରେ ବାସ କରୁଥିବା ପ୍ରଜାମାନେ ସେମାନଙ୍କର ସାମଗ୍ରିକ ଉନ୍ନତି ଚାହାନ୍ତି ଏବଂ ନବଗଠିତ ସ୍ଵାଧୀନ ରାଷ୍ଟ୍ର ସହିତ ମିଶି ସେମାନଙ୍କ ଭବିଷ୍ୟତର ସମୃଦ୍ଧି ଚାହାନ୍ତି ।

୨। ସ୍ଵାଧୀନତା ପୂର୍ବରୁ ଗଡ଼ଜାତ ବା ଦେଶୀୟ ରାଜ୍ୟ ମିଶ୍ରଣ ସମସ୍ୟାର ସମାଧାନ ପାଇଁ ଭାରତ ସରକାର କିପରି ତତ୍ପର ହୋଇଉଠିଲେ ?
Answer:

  • ଦେଶ ସ୍ଵାଧୀନତା ପୂର୍ବରୁ ଗଡ଼ଜାତ ବା ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମସ୍ୟାର ସମାଧାନ ନିମନ୍ତେ ଭାରତ ସରକାର ତତ୍ପର ହୋଇଉଠିଲେ ।
  • ଏହାର ଦୃଷ୍ଟାନ୍ତସ୍ୱରୂପ, ୧୯୪୭ ଜୁନ୍ ୨୭ ତାରିଖରେ ଭାରତ ସରକାର ‘ଦେଶୀୟ ରାଜ୍ୟ ବିଭାଗ’ ନାମକ ଏକ ନୂତନ ବିଭାଗ ସୃଷ୍ଟି କଲେ ।
  • ଏହି ବିଭାଗର ମନ୍ତ୍ରୀ ହେଲେ ସଦ୍ଦାର ବଲ୍ଲଭଭାଇ ପଟେଲ ଓ ଶାସନ ସଚିବ ହେଲେ ଭି.ପି. ମେନନ୍ । ଅଧ୍ଵକନ୍ତୁ, ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଦେଶୀୟ ରାଜ୍ୟ ଦାୟିତ୍ଵରେ ଥିବା ମନ୍ତ୍ରୀ ସର୍ଦ୍ଦାର ପଟେଲ ୧୯୪୭ ମସିହା ଜୁଲାଇ ୯ ତାରିଖରେ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ଙ୍କୁ ଦେଶୀୟ ରାଜ୍ୟଗୁଡ଼ିକର ଶାସକମାନଙ୍କୁ ଭାରତ ସହିତ ମିଶ୍ରଣ ପାଇଁ ଉପଦେଶ ଦେବାକୁ ଅନୁରୋଧ କଲେ ।

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

୩ । ‘ମିଳନ ପତ୍ର’ କ’ଣ ? ଏହା କିଏ ପ୍ରସ୍ତୁତ କରିଥିଲେ ? ଏଥିରେ କି ବ୍ୟବସ୍ଥା ଥିଲା ?
Answer:

  • ‘ମିଳନ ପତ୍ର’ ବା ଇନ୍‌ଷ୍ଟୁମେଣ୍ଟ ଅଫ୍ ଆକ୍‌ସେସନ୍ ହେଉଛି ଏକ ବୈଧାନିକ ବା ଆଇନ ଅନୁମୋଦିତ ଦସ୍ତାବିଜ୍ । ଏହି ଦସ୍ତାବିଜ୍‌ରେ ଭାରତ ସରକାର ଓ ଦେଶୀୟ ରାଜାମାନେ ସ୍ୱାକ୍ଷରକାରୀଦ୍ୱୟ ଉଦ୍ଦିଷ୍ଟ ଥିଲେ ।
  • ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଭି.ପି. ମେନନ୍ ଏହି ‘ମିଳନପତ୍ର’ ପ୍ରସ୍ତୁତ କରିଥିଲେ ।
  • ଏଥିରେ କେତେକ ସର୍ଭର ବ୍ୟବସ୍ଥା କରାଯାଇଥିଲା, ଯାହା ମାଧ୍ୟମରେ ଦେଶୀୟ ରାଜାମାନେ ଭାରତ ସହିତ ସମ୍ପର୍କ ସ୍ଥାପନ କରିପାରିବେ । ‘ମିଳନ ପତ୍ର’ର ପ୍ରସ୍ତାବ ଅନୁଯାୟୀ ଦେଶୀୟ ରାଜ୍ୟମାନେ ଭାରତକୁ ତିନିଗୋଟି କ୍ଷମତା ହସ୍ତାନ୍ତର କରିବାର ବ୍ୟବସ୍ଥା ଥିଲା । ସେଗୁଡ଼ିକ ହେଲା ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ ।

୪ । ପ୍ରଜାମଣ୍ଡଳ କ’ଣ ? ଏହା କାହିଁକି ସଙ୍ଗଠିତ ହୋଇଥିଲା ? ସେମାନେ କାହିଁକି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇପାରି ନ ଥିଲେ ?
Answer:

  1. ପ୍ରଜାମଣ୍ଡଳ ହେଉଛି ଦେଶୀୟ ରାଜ୍ୟରେ ବସବାସ କରୁଥିବା ପ୍ରଜାମାନଙ୍କର ଏକ ସଙ୍ଗଠନ ।
  2. ଏମାନେ ରାଜାମାନଙ୍କର ଅନୀତି, ଅତ୍ୟାଚାର ବିରୋଧରେ ସ୍ଵର ଉତ୍ତୋଳନ କରୁଥିଲେ ।
  3. ଦେଶୀୟ ରାଜ୍ୟର ପ୍ରଜାମାନେ ଏପରି ଉପୀଡ଼ିତ ଅବସ୍ଥାରେ ଥିଲେ ଯେ ସ୍ବାଧୀନତା ସଂଗ୍ରାମରେ ଯୋଗଦେବା ଅବକାଶ ସେମାନଙ୍କର ନ ଥିଲା ।

୫। ସ୍ଵାଧୀନତା ପ୍ରାପ୍ତିଠାରୁ ୧୯୫୦ ମସିହା ପର୍ଯ୍ୟନ୍ତ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ ସହିତ ସର୍ବାନ୍ତକରଣରେ ମିଶାଇଦେବା କାର୍ଯ୍ୟରେ ଭାରତ ସରକାରଙ୍କ ତରଫରୁ କିଏ ନେତୃତ୍ଵ ନେଇଥିଲେ ?
Answer:

  • ସ୍ଵାଧୀନତା ପ୍ରାପ୍ତିଠାରୁ ୧୯୫୦ ମସିହା ପର୍ଯ୍ୟନ୍ତ ଭାରତ ସରକାର ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ ସହିତ ସର୍ବାନ୍ତକରଣରେ ମିଶାଇ ଦେଇ ସମସ୍ତ ଭାରତବାସୀଙ୍କୁ ଗୋଟିଏ ଗଣତାନ୍ତ୍ରିକ ସମ୍ବିଧାନ ପରିଧ୍ ଭିତରକୁ ଆଣିବାପାଇଁ କାର୍ଯ୍ୟ କଲେ ।
  • ଭାରତ ସରକାରଙ୍କର ଏହି ମିଶ୍ରଣ କାର୍ଯ୍ୟର ମୁଖ୍ୟ ନେତୃତ୍ଵ ନେଇଥିଲେ ତତ୍କାଳୀନ ଗୃହ ଓ ଦେଶୀୟ ରାଜ୍ୟସମୂହର ଦାୟିତ୍ଵରେ ଥିବା କେନ୍ଦ୍ରମନ୍ତ୍ରୀ ସର୍ଦାର ପଟେଲ ।
  • ପଟେଲଙ୍କ ସହ ଏହି କାର୍ଯ୍ୟରେ ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁନଶ୍ଚ, ଏହି କାର୍ଯ୍ୟକ୍ରମରେ ଦେଶୀୟ ରାଜ୍ଯସମୂହ ବିଭାଗର ଶାସନ ସଚିବ ଭି.ପି. ମେନନଙ୍କର ଭୂମିକା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଥିଲା ।

୬ । ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପରେ କିପରି ଭାବରେ ସେହି ଅଞ୍ଚଳରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଗଲା ?
Answer:

  • ମିଶ୍ରଣ ପରେ ଦେଶୀୟ ରାଜ୍ୟର ପ୍ରଜାମାନଙ୍କୁ ସୁଶାସନ ପ୍ରଦାନ ପାଇଁ ପ୍ରାଦେଶିକ ସରକାରମାନେ ବିହିତ ବ୍ୟବସ୍ଥା ଗ୍ରହଣ କଲେ ।
  • ସମୟକ୍ରମେ ଦେଶୀୟ ରାଜ୍ୟର ପ୍ରଜାମାନେ ମହାଭାରତୀୟ ଜାତୀୟ ସ୍ରୋତରେ ସାମିଲ ହୋଇଗଲେ ।
  • ପରିଶେଷରେ ୧୯୫୬ ମସିହାରେ ରାଜ୍ୟ ପୁନର୍ଗଠନ ଆଇନଦ୍ଵାରା ସେହି ଅଞ୍ଚଳଗୁଡ଼ିକୁ ଭାରତର ରାଜ୍ୟ (ପ୍ରଦେଶ)ମାନଙ୍କ ସହିତ ମିଶାଇ ଦିଆଗଲା ।

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

୭ । ଜାମ୍ମୁ-କାଶ୍ମୀର କିପରି ବୈଧାନିକ ରୂପେ ଭାରତର ଏକ ଅଂଶ ହୋଇଗଲା ?
Answer:

  1. ଜାମ୍ମୁ-କାଶ୍ମୀରର ମହାରାଜା ହରି ସିଂହ ପ୍ରଥମେ ହଠାତ୍ କୌଣସି ନିଷ୍ପଭି ନେଇପାରିଲେ ନାହିଁ ଏବଂ ସେ କାଶ୍ମୀରକୁ ସ୍ଵାଧୀନ ରଖିବାକୁ ମତପୋଷଣ କଲେ; ମାତ୍ର କାଶ୍ମୀରର ଜନପ୍ରିୟ ନେତା ଶେଖ୍ ଅବଦୁଲ୍ଲା ହରି ସିଂହଙ୍କର ମତକୁ ପ୍ରତ୍ୟାଖ୍ୟାନ କଲେ ।
  2. ପାକିସ୍ତାନର ମଧ୍ୟ କାଶ୍ମୀର ଉପରେ ଲୋଲୁପ ଦୃଷ୍ଟି ଥିଲା । ତେଣୁ ପାକିସ୍ତାନର ପ୍ରରୋଚନା ଓ ସାହାଯ୍ୟରେ କାଶ୍ମୀରର ‘ପଠାଣ’ ଜନଜାତିର ଲୋକମାନେ ହଜାର ହଜାର ସଂଖ୍ୟାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କାଶ୍ମୀର ଅନେକ ଅଞ୍ଚଳ ଦଖଲ କରିନେଇ ‘ଆଜାଦ୍ କାଶ୍ମୀର’ ଗଠନ କଲେ ଏବଂ ସେମାନଙ୍କ ସହ ନିୟମିତ ପାକିସ୍ତାନୀ ସୈନ୍ୟମାନେ ମଧ୍ୟ ଏହି ଆକ୍ରମଣରେ ଭାଗ ନେଇଥିଲେ ।
  3. ନିଜର ଆତ୍ମରକ୍ଷା ପାଇଁ ଅନ୍ୟ କୌଣସି ଉପାୟ ନପାଇ ରାଜା ହରି ସିଂହ ସାମରିକ ସହାୟତା ପ୍ରାପ୍ତି ନିମନ୍ତେ ଭାରତ ସରକାରଙ୍କର ‘ମିଳନ ପତ୍ର’ରେ ସ୍ଵାକ୍ଷର କଲେ । ଫଳରେ ଜାମ୍ମୁ ଓ କାଶ୍ମୀର ବୈଧାନିକ ରୂପେ ଭାରତର ଏକ ଅଂଶ ହୋଇଗଲା ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ବ୍ରିଟିଶ୍ ଶାସନ କାଳରେ ଭାରତର ସମୁଦାୟ ଭୂଭାଗର କେତେ ପ୍ରତିଶତ ଇଂରେଜମାନଙ୍କ ପ୍ରତ୍ୟକ୍ଷ ଶାସନାଧୀନ ଥିଲା ଓ ଅବଶିଷ୍ଟ ଅଞ୍ଚଳ କିପରି ଶାସିତ ହେଉଥିଲା ?
Answer:

  • ବ୍ରିଟିଶ୍ ଶାସନ କାଳରେ ଭାରତର ସମୁଦାୟ ଭୂଭାଗର ୬୦ ପ୍ରତିଶତ ଇଂରେଜମାନଙ୍କ ପ୍ରତ୍ୟକ୍ଷ ଶାସନାଧୀନ ଥିଲା ।
  • ଅବଶିଷ୍ଟ ୪୦ ପ୍ରତିଶତ ଭୂଭାଗ ଶହ ଶହ ଦେଶୀୟ ରାଜାମାନଙ୍କଦ୍ଵାରା ଶାସିତ ହେଉଥିଲା ।

୨। କେବେ ଭାରତ ସରକାର ଦେଶୀୟ ରାଜ୍ୟ ବିଭାଗ ନାମକ ଏକ ବିଭାଗ ସୃଷ୍ଟି କରିଥିଲେ ? ଏହି ବିଭାଗର ମନ୍ତ୍ରୀ ଓ ଶାସନ ସଚିବ କିଏ ଥିଲେ ?
Answer:

  • ୧୯୪୭ ଜୁନ୍ ୨୭ ତାରିଖରେ ଭାରତ ସରକାର ଦେଶୀୟ ରାଜ୍ୟ ବିଭାଗ ନାମକ ଏକ ନୂତନ ବିଭାଗ ସୃଷ୍ଟି କରିଥିଲେ।
  • ଏହି ବିଭାଗର ମନ୍ତ୍ରୀ ଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଶାସନ ସଚିବ ଥିଲେ ଭି.ପି. ମେନନ୍ ।

୩ । ଦେଶୀୟ ରାଜ୍ୟଗୁଡ଼ିକୁ ଭାରତରେ ମିଶାଇବାକୁ କେଉଁମାନେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ?
Answer:

  1. ସ୍ଵାଧୀନତା ପ୍ରାପ୍ତିପରେ ଭାରତ ସରକାର ସମଗ୍ର ଭାରତବର୍ଷକୁ ଗୋଟିଏ ଗଣତାନ୍ତ୍ରିକ ସମ୍ବିଧାନର ପରିସ୍ ଭିତରକୁ ଆଣିବାକୁ କାର୍ଯ୍ୟକଲେ । ଏହି କାର୍ଯ୍ୟରେ ନେତୃତ୍ୱ ନେଇଥିଲେ ତତ୍‌କାଳୀନ ଭାରତ ସରକାରଙ୍କର ଗୃହ ଓ ଦେଶୀୟ ରାଜ୍ୟସମୂହ ଦାୟିତ୍ଵରେ ଥିବା କେନ୍ଦ୍ରମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲ ।
  2. ଏହି ମିଶ୍ରଣ କାର୍ଯ୍ୟରେ ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁନଶ୍ଚ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କର ଦେଶୀୟ ରାଜ୍ୟ ବିଭାଗର ପ୍ରମୁଖ ସଚିବ ଭି. ପି. ମେନନଙ୍କର ଭୂମିକା ମଧ୍ଯ ଗୁରୁତ୍ଵପୂର୍ଣ୍ଣ ଥିଲା । ସର୍ଦାର ପଟେଲ ଓ ମେନନ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ ସହିତ ପୂର୍ବ ମିଶ୍ରଣ କରାଯିବା ସପକ୍ଷରେ କେତେକ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଥିଲେ ।

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

୪। ଦେଶୀୟ ରାଜ୍ୟ ଯୋଧପୁର କିପରି ଭାରତରେ ମିଶିଲା ?
Answer:

  • ଯୋଧପୁରର ରାଜା ହନ୍ବନ୍ତ ସିଂହ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ହାତ ମିଳାଇ ପାକିସ୍ତାନ ସହ ମିଶିଯିବାର ଯୋଜନା କରୁଥିଲେ ।
  • ଅନେକ ବୁଝାସୁଝା ପରେ ସେ ମିଳନ ପତ୍ରରେ ସ୍ଵାକ୍ଷର କଲେ ଓ ଯୋଧପୁର ଭାରତରେ ମିଶିଗଲା ।

୫ । କେବେ କେନ୍ଦ୍ରୀୟ ଭାରତର ପିପ୍ଲୋଦା ମିଳନ ପତ୍ରରେ ସ୍ବାକ୍ଷର କରିଥିଲେ ଏବଂ କେଉଁମାନେ ସ୍ବାକ୍ଷର କରି ନ ଥିଲେ ?
Answer:

  • ୧୯୪୮ ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଭାରତର ପିପ୍ଲୋଦା ମିଳନ ପତ୍ରରେ ସ୍ବାକ୍ଷର କରିଥିଲେ ।
  • ଯୋଧପୁର, ଜୁନାଗଡ଼, ହାଇଦ୍ରାବାଦ ଓ କାଶ୍ମୀର ଭାରତ ସହିତ ମିଳନପତ୍ରରେ ସ୍ବାକ୍ଷର କରି ନ ଥିଲେ ।

୬ । କିଏ କାଶ୍ମୀରକୁ ସ୍ଵାଧୀନ ରଖୁବାକୁ ମତ ଦେଇଥିଲେ ଏବଂ ଏହି ମତକୁ କିଏ ପ୍ରତ୍ୟାଖ୍ୟାନ କରିଥିଲେ ?
Answer:

  1. ଜାମ୍ମୁ କାଶ୍ମୀରର ମହାରାଜା ହରି ସିଂହ କାଶ୍ମୀରକୁ ସ୍ଵାଧୀନ ରଖିବାକୁ ମତ ଦେଇଥିଲେ ।
  2. ତାଙ୍କର ଏହି ମତକୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲ୍ଲା ପ୍ରତ୍ୟାଖ୍ୟାନ କରିଥିଲେ ।

୭। ୧୮୫୮ ମସିହା ପରେ ଭାରତରେ ମୁଖ୍ୟ ବ୍ରିଟିଶ୍ ଶାସକଙ୍କୁ କ’ଣ କୁହାଗଲା ? ସେ କାହାର ପ୍ରତିନିଧୁଭାବେ କାର୍ଯ୍ୟ କରୁଥିଲେ ?
Answer:

  • ୧୮୫୮ ମସିହା ପରେ ଭାରତରେ ମୁଖ୍ୟ ବ୍ରିଟିଶ୍ ଶାସକଙ୍କୁ ଭାଇସ୍‌ୟ ବୋଲି କୁହାଗଲା ।
  • ସେ ବ୍ରିଟେନ୍‌ର ରାଣୀ|ରାଜାଙ୍କ ପ୍ରତିନିଧ୍ ଭାବରେ କାର୍ଯ୍ୟ କରୁଥିଲେ ।

Objective Type Questions with Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. କେବେଠାରୁ ଭାରତରେ ବ୍ରିଟିଶ୍ ମୁଖ୍ୟଙ୍କୁ ଭାଇସ୍‌ୟ ବୋଲି କୁହାଗଲା ।
Answer:
୧୮୫୮ ମସିହା ପରଠାରୁ ଭାରତରେ ମୁଖ୍ୟ ବ୍ରିଟିଶ୍ ଶାସକଙ୍କୁ ଭାଇସ୍‌ୟ ବୋଲି କୁହାଗଲା ।

2. କେନ୍ଦ୍ରୀୟ ଭାରତର ପିପ୍ଲୋଦା କେବେ ମିଳନ ପତ୍ରରେ ସ୍ବାକ୍ଷର କରିଥିଲା ?
Answer:
୧୯୪୮ ମସିହା ମାର୍ଚ୍ଚ ମାସରେ ପିପ୍ଲୋଦା ମିଳନ ପତ୍ରରେ ସ୍ବାକ୍ଷର କରିଥିଲା ।

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

3. ହିନ୍ଦୁବହୁଳ ଯୋଧପୁର କାହା ସହିତ ମିଶିବାପାଇଁ ମସୁଧା କରିଥିଲା ?
Answer:
ଯୋଧପୁରର ରାଜା ହନ୍ବନ୍ତ ସିଂହ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ହାତ ମିଳାଇ ପାକିସ୍ତାନ ସହିତ ମିଶିଯିବାର ମସୁଧା କରିଥିଲେ ।

4. ଅପରେସନ ଗୁଲମାର୍ଗ କ’ଣ ?
Answer:
ଏହା ଏକ ସାମରିକ କାର୍ଯ୍ୟାନୁଷ୍ଠାନ ଯାହା କାଶ୍ମୀରକୁ ଦଖଲ କରିବାପାଇଁ ପାକିସ୍ତାନ ତରଫରୁ କରାଯାଇଥିଲା ।

5. ମିଶ୍ରଣ ପରେ ଦେଶୀୟ ରାଜ୍ୟମାନଙ୍କର ଅବସ୍ଥା କ’ଣ ହୋଇଥିଲା ?
Answer:
ମିଶ୍ରଣ ଚୁକ୍ତି ଅନୁଯାୟୀ ଦେଶୀୟ ରାଜ୍ୟମାନେ ଶାସନ ସମ୍ପର୍କିତ ସମସ୍ତ କ୍ଷମତା ସମ୍ପୂର୍ଣ୍ଣରୂପେ ଭାରତ ସରକାରଙ୍କୁ ହସ୍ତାନ୍ତର କଲେ ଓ ସେମାନଙ୍କର କୌଣସି ସ୍ଵତନ୍ତ୍ର ସ୍ଥିତି ରହିଲା ନାହିଁ ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଭାରତର ଶତକଡା କେତେଭାଗ ଅଞ୍ଚଳ ବ୍ରିଟିଶ୍ ଶାସନାଧୀନ ଥିଲା ?
Answer:
୬୦ ଭାଗ

2. ପୂର୍ବ ପଞ୍ଜାବ ରାଜ୍ୟସଂଘ କେବେ ପ୍ରତିଷ୍ଠା ହେଲା ?
Answer:
୧୯୪୮ ଜୁଲାଇ

3. କେଉଁ ହିନ୍ଦୁ ବହୁଳ ରାଜ୍ୟରେ ଜଣେ ମୁସଲିମ୍ ନୱାବ ଶାସନ କରୁଥିଲେ ?
Answer:
ଜୁନାଗଡ଼

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

4. ଭାରତ ସ୍ବାଧୀନତା ପ୍ରାପ୍ତିବେଳକୁ କାଶ୍ମୀରର ଜନପ୍ରିୟ ନେତା କିଏ ଥିଲେ ?
Answer:
ଶେଖ୍ ଅବଦୁଲ୍ଲା

5. ସ୍ଵାଧୀନତା ପରଠାରୁ କେଉଁ ମସିହା ପର୍ଯ୍ୟନ୍ତ ଭାରତର ସମସ୍ତ ଦେଶୀୟ ରାଜ୍ୟକୁ ଭାରତ ସହିତ ମିଶିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ?
Answer:
୧୯୫୦

6. ୧୯୫୮ ମସିହା ପରେ ଭାରତରେ ବ୍ରିଟିଶ୍ ଶାସକଙ୍କୁ କ’ଣ କୁହାଯାଉଥିଲା ?
Answer:
ଭାଇସ୍ରାୟ

7. କେଉଁ ମସିହା ପରଠାରୁ ଭାରତରେ ମୁଖ୍ୟ ବ୍ରିଟିଶ୍ ଶାସକଙ୍କୁ ଭାଇସ୍‌ୟ ବୋଲି କୁହାଗଲା ?
Answer:
୧୮୫୮

8. ଦେଶୀୟ ରାଜ୍ୟ ମିଶ୍ରଣ ପାଇଁ ‘ମିଳନ ପତ୍ର’ କିଏ ପ୍ରସ୍ତୁତ କରିଥିଲେ ?
Answer:
ସର୍ଦ୍ଦାର ପଟେଲ ଓ ଭି.ପି. ମେନନ୍

9. ହାଇଦ୍ରାବାଦ ଉପରେ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ କ’ଣ କୁହାଯାଏ ?
Answer:
ଅପରେସନ୍ ପୋଲୋ

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

10. ଭାରତ ସରକାର କେବେ ଦେଶୀୟ ରାଜ୍ୟ ବିଭାଗ ନାମକ ଏକ ବିଭାଗ ସୃଷ୍ଟି କରିଥିଲେ ?
Answer:
୧୯୪୭ ଜୁନ୍ ୨୭

11. ‘ରାଜ୍ୟ ପୁନର୍ଗଠନ ଆଇନ’ କେବେ ପ୍ରଣୀତ ହୋଇଥିଲା ?
Answer:
୧୯୫୬

12. ଗୁଜରାଟ ଓ ଦକ୍ଷିଣରେ ଥ‌ିବା କେତେଗୋଟି ରାଜ୍ୟ ତତ୍କାଳୀନ ବମ୍ବେ ପ୍ରଦେଶ ସହିତ ମିଶିଗଲେ ?
Answer:
୬୬ଟି

13. କେବେ ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ଙ୍କଦ୍ୱାରା ‘ରାଜନ୍ୟ ମଣ୍ଡଳୀ’ର ଏକ ବୈଠକ ଡକାଯାଇଥିଲା ?
Answer:
୧୯୪୭ ଜୁଲାଇ ୨୫

14. ସର୍ଦାର ବଲ୍ଲଭଭାଇ ପଟେଲଙ୍କର ବଳିଷ୍ଠ ନେତୃତ୍ୱ ଓ ଦୃଢ଼ ବ୍ୟକ୍ତିତ୍ଵ ପାଇଁ ତାଙ୍କୁ କେଉଁ ଆଖ୍ୟା ଦିଆଯାଇଥାଏ ?
Answer:
ଲୌହ ମାନବ

15. ଭାରତର ସ୍ଵାଧୀନତା ପ୍ରାପ୍ତିବେଳେ କିଏ ଏହି ଦେଶର ବ୍ରିଟିଶ୍ ଶାସନର ମୁଖ୍ୟ ଥିଲେ ?
Answer:
ଲର୍ଡ ମାଉଣ୍ଟବ୍ୟାଟେନ୍

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

C. ଶୂନ୍ୟସ୍ଥାନ ପୂରଣ କର ।

1. ଭାରତତର ଦେଣାୟ ରାଜାମାନଙ୍କଦ୍ୱ।ରା _________ ଭାଗ ଅଳ ଶାସିତ ହେଉଥିଲା ।
Answer:
४०

2. _________ ମସିହାରେ ଭାରତରେ ଭାଇସ୍‌ୟ ପଦବୀ ସୃଷ୍ଟି ହୋଇଥିଲା ।
Answer:
୧୯୫୮

3. ଦେଶୀୟ ବିଭାଗର ଶାସନ ସଚିବ ଥିଲେ _______ ।
Answer:
ଭି.ପି. ମେନନ୍

4. ମିଳନ ମତ୍ର ଦସ୍ତାବିଜରେ ସ୍ଵାକ୍ଷରକାରୀ ଥିଲେ ଭାରତ ସରକାର ଓ _______ ।
Answer:
ଦେଶୀୟ ରାଜା

5. ମଧ୍ୟ ଭାରତର _______ ପ୍ରଥମେ ମିଳନପତ୍ରରେ ସ୍ଵାକ୍ଷର କରିଥିଲା ।
Answer:
ପିପ୍ଲୋଦା

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

6. ହନ୍ବନ୍ତ ସିଂହ _______ ର ରାଜା ଥିଲେ ।
Answer:
ଯୋଧପୁର

7. ଜୁନାଗଡ଼ ସୀମା _______ ସୀମା ସହିତ ସଂଲଗ୍ନ ନଥିଲା ।
Answer:
ପାକିସ୍ତାନ

8. ଜୁନାଗଡ଼  ________ ଜଣ ଲୋକ ପାକିସ୍ତାନରେ ମିଶିବା ପାଇଁ ଭୋଟ ଦେଇଥିଲେ ।
Answer:
୯०

୨. ନିଜାମ୍ ଓସମାନ୍ ଅଲ୍ଲୀ ଖାଁ ହିନ୍ଦୁବହୁଳ ଦେଶୀୟ ରାଜ୍ୟ ମସିହା ନଭେମ୍ବରରେ ହାଇଦ୍ରାବାଦର ନିଜାମ ମିଳନ ________ ର ଶାସକ ଥିଲେ ।
Answer:
ହାଇଦ୍ରାବାଦ

10. ______ ମସିହା ନଭେମ୍ବରରେ ହାଇଦ୍ରାବାଦର ନିଜାମ ମିଳନ ପତ୍ରରେ ସ୍ଵାକ୍ଷର କରିଥିଲେ ।
Answer:
୧୯୪୯

11. ଓଡ଼ିଶାର ________ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
Answer:
ହରେକୃଷ୍ଣ ମହତାବ

12. ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ପ୍ରଥମେ ଓଡ଼ିଶାର ______ ରୁ ଆରମ୍ଭ ହୋଇଥିଲା ।
Answer:
ନୀଳଗିରି

13. ଦେଶୀୟ ରାଜାମାନଙ୍କୁ ଦିଆଯାଉଥ‌ିବା ବାର୍ଷିକ ପେନ୍‌ସନ୍‌କୁ _______ କୁହାଯାଉଥିଲା ।
Answer:
ହାତପାଣ୍ଠି

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

14. ________ ମସିହାରେ ରାଜ୍ୟ ପୁନର୍ଗଠନ ଆଇନ କାର୍ଯ୍ୟକାରୀ ହୋଇଥିଲା ।
Answer:
୧୯୫୬

15. ବିସମାର୍କ _______ ଦେଶର ଜଣେ ଶାସକ ଥିଲେ ।
Answer:
ଜର୍ମାନୀ

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ଭାରତରେ ମୁଖ୍ୟ ବ୍ରିଟିଶ୍ ଶାସକଙ୍କୁ ବଡ଼ଲାଟ୍ କୁହାଯାଉଥିଲା ।
2. ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦେଶୀୟ ବିଭାଗର ମନ୍ତ୍ରୀ ଥିଲେ ।
3. ଭି.ପି. ମେନନ ଜଣେ ଦକ୍ଷ ଶାସକ ଥିଲେ ।
4. ଲର୍ଡ଼ ମାଉଣ୍ଟବ୍ୟାଟେନ୍ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ ।
5. ମିଳନ ପତ୍ର ଏକ ଆଇନ ଅନୁମୋଦିତ ଦସ୍ତାବିଜ୍ ଥଲା ।
6. ଯୋଧପୁରର ରାଜା ଥିଲେ ବିକ୍ରମଦେବ ବର୍ମା ।
7. ମହମ୍ମଦ ଅଲ୍ଲୀ ଜିନ୍ନା ବଙ୍ଗଳାଦେଶର ଶାସକ ଥିଲେ ।
8. ଜୁନାଗଡ଼ରେ ଗଣଭୋଟ କରାଯାଇ ଏହାକୁ ଭାରତରେ ମିଶାଯାଇଥିଲା ।
9. କାଶ୍ମୀରର ଲୋକପ୍ରିୟ ନେତା ଥିଲେ ଶେଖ୍ ଅବଦୁଲ୍ଲା ।
10. ‘ଅପରେସନ ଗୁଲମାର୍ଗ’ରେ ପାକିସ୍ତାନର ସୈନ୍ୟମାନେ ଭାଗ ନେଇଥିଲେ ।
11. ଭାରତୀୟ ସମ୍ବିଧାନର ୩୭୦ ଧାରା କେବଳ ହାଇଦ୍ରାବାଦ ପାଇଁ ଲାଗୁ ହୋଇଥାଏ ।
12. ଓସମାନ୍ ଅଲ୍ଲୀ ଖାଁ ହାଇଦ୍ରାବାଦର ନିଜାମ ଥିଲେ ।
13. ‘ରଜାକର’ ନାମକ ସଶସ୍ତ୍ର ସଂଘଟନ ମହମ୍ମଦ ଅଲ୍ଲୀ ଜିନ୍ନା ଗଠନ କରିଥିଲେ ।
14. କାଶ୍ମୀରକୁ ଦଖଲ କରିବାପାଇଁ ଅପରେସନ ପୋଲୋ କରାଯାଇଥିଲା ।
15. ଦେଶୀୟ ରାଜ୍ୟରେ ଗଢ଼ି ଉଠିଥିବା ସଙ୍ଗଠନକୁ ପ୍ରଜାମଣ୍ଡଳ କୁହାଯାଉଥିଲା ।
16. ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟର ମୁଖ୍ୟ ଯୋଗସୂତ୍ର ରକ୍ଷା କରୁଥିଲେ ସର୍ଦାର ପଟେଲ ।
17. ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ଭାରତର ବିସ୍‌ମାର୍କ କୁହାଯାଏ ।
18. ଓଡ଼ିଶାରୁ ଗୋପବନ୍ଧୁ ଦାସ ଦେଶୀୟ ମିଶ୍ରଣ କାର୍ଯ୍ୟରେ ପଟେଲଙ୍କୁ ସାହାଯ୍ୟ କରିଥିଲେ ।

BSE Odisha 10th Class History Important Questions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

Answer:
1. x
2. ✓
3. x
4. ✓
5. ✓
6. x
7. x
8. ✓
9. ✓
10. ✓
11. x
12. ✓
13. x
14. x
15. ✓
16. x
17. ✓
18. x

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

Odisha State Board BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି Important Questions and Answers.

BSE Odisha Class 10 History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

1. ଭାରତ ସ୍ଵାଧୀନ ହେବାବେଳେ ଦେଶର ଆର୍ଥନୀତିକ ଅବସ୍ଥା କିପରି ଥିଲା ସଂକ୍ଷେପରେ ଉଲ୍ଲେଖ କର ।
Answer:

  • ପ୍ରାୟ ଦୁଇଶହ ବର୍ଷଧରି ବ୍ରିଟିଶ୍ ଔପନିବେଶିକ ଶାସନ ଭାରତର ଅର୍ଥନୀତିକୁ ଋଗ୍‌ଣ ଓ ପଙ୍ଗୁ କରିଦେଇଥିଲା ।
  • ଊନବିଂଶ ଓ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ବିଶ୍ବରେ ବ୍ୟାପକ ଶିଳ୍ପାୟନ ଓ ଆର୍ଥନୀତିକ ପ୍ରଗତି ପରିଲକ୍ଷିତ ହୋଇଥିଲା ।
  • ମାତ୍ର ଭାରତ ଓ ଭାରତ ଭଳି ସାମ୍ରାଜ୍ୟବାଦୀ ଶାସନଦ୍ୱାରା ନିଷେଷିତ ହେଉଥ‌ିବା ଦେଶମାନଙ୍କରେ କୌଣସି ପ୍ରଗତି ପରିଲକ୍ଷିତ ହୋଇନଥିଲା ଏବଂ ଅନେକଗୁଡ଼ିଏ ଆର୍ଥନୀତିକ ସମସ୍ୟା ମୁଣ୍ଡଟେକି ସାରିଥିଲା ।
  • ସ୍ଵାଧୀନତାପ୍ରାପ୍ତି ସମୟରେ ଭାରତର ପ୍ରମୁଖ ସମସ୍ୟାଗୁଡ଼ିକ ଥିଲା ଉତ୍କଟ ଦାରିଦ୍ର୍ୟ, ବହୁଳ ନିରକ୍ଷରତା ଓ ଚରମ ଅଜ୍ଞାନତା ।
  • ତତ୍‌କାଳୀନ ସ୍ବାଧୀନ ଭାରତର ଆର୍ଥନୀଚିକ ସମସ୍ୟାର କାରଣସ୍ୱରୂପ ଥିଲା ବିପର୍ଯ୍ୟସ୍ତ କୃଷି ବ୍ୟବସ୍ଥା, ଶିଳ୍ପାୟନ କ୍ଷେତ୍ରରେ ସ୍ଥାଣୁତା; ତଥା ହସ୍ତ ଓ କୁଟୀରଶିଳ୍ପର ଅଧୋଗତି ପ୍ରଭୃତି ଅନେକ ଅଭାବନୀୟ ଅବସ୍ଥା ।

2. ଅଧୁନା ଭାରତ କିପରି ବିଶ୍ବ ଉଦାରୀକରଣ ଆର୍ଥନୀତିକ ପ୍ରକ୍ରିୟାକୁ ଅବଲମ୍ବନ କରିପାରିଛି ତାହା ସଂକ୍ଷେପରେ ଉଲ୍ଲେଖ କର ।
Answer:

  • ୧୯୯୧ ମସିହାରେ ଭାରତୀୟ ଅର୍ଥନୀତିରେ ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଲା ।
  • ସେତେବେଳକୁ ବିଶ୍ଵ ଅର୍ଥନୀତି ମଧ୍ୟ ଏକପ୍ରକାର ପରିବର୍ତ୍ତିତ ହୋଇସାରିଥାଏ । ଦୃଷ୍ଟାନ୍ତସ୍ୱରୂପ ରୁଷିଆର ସାମ୍ୟବାଦୀ ଅର୍ଥନୀତି ଏକପ୍ରକାର ପ୍ରତ୍ୟାଖ୍ୟାତ ହୋଇସାରିଥାଏ ।
  • ଆଧୁନିକ ବିଶ୍ଵସାରା ପ୍ରବାହିତ ହୋଇଥାଏ ଉଦାରୀକୃତ ଆର୍ଥନୀତିକ ସଂସ୍କାରର ଲହରୀ । ସେତେବେଳକୁ ପୃଥ‌ିବୀର ଅଧିକାଂଶ ଉନ୍ନତ ରାଷ୍ଟ୍ରମାନେ ନୂତନ ଜଗତୀକରଣ ଓ ମୁକ୍ତ ଅର୍ଥନୀତି ପ୍ରକ୍ରିୟାକୁ ଗ୍ରହଣ କରିସାରିଥା’ନ୍ତି ।
  • ଏହି ସମୟରେ ଭାରତ ନିଜକୁ ଏହି ବିଶ୍ୱସ୍ତରୀୟ ଅର୍ଥନୀତି ସ୍ରୋତରେ ମିଶାଇ ଦେଇଥିଲା; ଫଳରେ ଭାରତରେ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରର ପଥ ଉନ୍ମୁକ୍ତ ହୋଇଗଲା ।
  • ବସ୍ତୁତଃ, ସ୍ଵାଧୀନତା ପରବର୍ତ୍ତୀ କାଳରେ ପ୍ରଚଳିତ ‘ମିଶ୍ରିତ ଅର୍ଥନୀତି’ ବଦଳରେ ଭାରତରେ ‘ବିମୁକ୍ତ ଓ ଅବାଧ ଅର୍ଥନୀତି’ ଅବଲମ୍ବନ କରାଗଲା । ଅର୍ଥାତ୍ ୧୯୯୧ ମସିହାରେ ଭାରତରେ ମୁକ୍ତ ଅର୍ଥନୀତିର ଯୁଗ ଆରମ୍ଭ ହେଲା । ଏହି ପରିବର୍ତ୍ତିତ ପ୍ରକ୍ରିୟାକୁ ‘ଆର୍ଥନୀତିକ ଉଦାରୀକରଣ’ ମଧ୍ୟ କୁହାଯାଏ । ସର୍ବୋପରି ଏହାଦ୍ଵାରା ଭାରତରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ଓ ସୁଯୋଗ ସୃଷ୍ଟି ହେଲା ।

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

1. ବ୍ରିଟିଶ୍ ଔପନିବେଶିକ ଶାସନ କିପରି ଭାରତର ଅର୍ଥନୀତିକୁ ରୁଗ୍‌ଣ ଓ ପଙ୍ଗୁ କରି ଦେଇଥିଲା ?
Answer:

  • ବିଗତ ପ୍ରାୟ ଦୁଇଶହ ବର୍ଷର ବ୍ରିଟିଶ୍ ଔପନିବେଶିକ ଶାସନ ଭାରତର ଅର୍ଥନୀତିକୁ ରୁଗ୍‌ଣ ଓ ପଙ୍ଗୁ କରିଦେଇଥିଲା ।
  • ଊନବିଂଶ ଓ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ବିଶ୍ବରେ ବ୍ୟାପକ ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତି ପରିଲକ୍ଷିତ ହୋଇଥିଲା; କିନ୍ତୁ ଭାରତ ସାମ୍ରାଜ୍ୟବାଦୀ ଶାସନଦ୍ୱାରା ନିଷ୍ପେଷିତ ହେଉଥ‌ିବାରୁ ଏଠାରେ କୌଣସି ପ୍ରଗତି ପରିଲକ୍ଷିତ ହୋଇ ନଥିଲା; ବରଂ ଅନେକଗୁଡ଼ିଏ ଆର୍ଥନୀତିକ ସମସ୍ୟା ଭାରତରେ ମୁଣ୍ଡଟେକି ସାରିଥିଲା ।
  • ତତ୍କାଳୀନ ଭାରତରେ ସୃଷ୍ଟି ହୋଇଥ‌ିବା ପ୍ରମୁଖ ସମସ୍ୟାଗୁଡ଼ିକ ଥିଲା ପରିବ୍ୟାପ୍ତ ଦାରିଦ୍ର୍ୟ, ନିରକ୍ଷରତା ଓ ଅଜ୍ଞାନତା, ବିପର୍ଯ୍ୟସ୍ତ କୃଷି ବ୍ୟବସ୍ଥା, ଶିଳ୍ପାୟନ କ୍ଷେତ୍ରରେ ସ୍ଥାଣୁତା, ହସ୍ତ ଓ କୁଟୀରଶିଳ୍ପର ଅଧୋଗତି ଇତ୍ୟାଦି ।

2. ଭାରତୀୟ ଅର୍ଥନୀତିକୁ ସୁଧାରିବାପାଇଁ ଯେଉଁସବୁ ପ୍ରତିବନ୍ଧକ ଥିଲା, ତାହା କିପରି ଦୂର ହୋଇପାରିଲା ?
Answer:

  • ଶିଳ୍ପାୟନ ଉଦ୍ଦେଶ୍ୟରେ ଏକ ବ୍ୟାପକ ପରିବେଶ ସୃଷ୍ଟି କରିବାପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା ।
  • ଭାରତ ସହିତ ଦେଶୀୟ ରାଜ୍ୟଗୁଡ଼ିକ ସର୍ବାନ୍ତକରଣରେ ମିଶିଯିବା ପରେ ଖଣିସମ୍ପଦ ବିନିଯୋଗ କରିବା ବା ସାରା ଦେଶରେ ନିରଙ୍କୁଶ ବାଣିଜ୍ୟ ବ୍ୟବସାୟ କରିବାରେ କୌଣସି ବାଧାବିଘ୍ନ ରହିଲା ନାହିଁ ।
  • ଅନେକ ପଦାର୍ଥର ମାଲିକାନା ସ୍ୱତ୍ୱ କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କ ହାତରେ ରହିଲା । ସାରାଦେଶରେ ଅବାଧ ଯୋଗାଯୋଗ, ଗମନାଗମନ, ପରିବହନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିଲା ନାହିଁ ।

3. ଭାରତର ଯୋଜନା ଆୟୋଗ କେବେ ଗଠିତ ହେଲା ? ଏହାର ଚେୟାରମ୍ୟାନ୍ କିଏ ରହିଲେ ? ଏହା କେଉଁ ଯୋଜନା ପ୍ରସ୍ତୁତ କଲା ?
Answer:

  • ୧୯୫୦ ମସିହା ମାର୍ଚ୍ଚ ୧୫ ତାରିଖରେ ଭାରତ ସରକାର ‘ଯୋଜନା ଆୟୋଗ’ ଗଠନ କଲେ ।
  • ଆମ ଦେଶର ପ୍ରଧାନମନ୍ତ୍ରୀ ଏହାର ‘ଚେୟାରମ୍ୟାନ୍’ ରହିଲେ ।
  • ଏହି ଆୟୋଗ ସର୍ବପ୍ରଥମେ ଭାରତର ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେବା ନିମନ୍ତେ ସୁଚିନ୍ତିତ ଚିଠା ପ୍ରସ୍ତୁତ କରିଥିଲା । ଫଳସ୍ଵରୂପ, ୧୯୫୧ରୁ ୧୯୫୬ ମସିହା ପର୍ଯ୍ୟନ୍ତ ପ୍ରଥମ ପଞ୍ଚବାର୍ଷିକ ଯୋଜନା

4. ଭାରତର କେଉଁ ପଞ୍ଚବାର୍ଷିକ ଯୋଜନାକାଳରେ ‘ଭାରତୀୟ ସମାଜରେ ସମାଜବାଦୀ ବ୍ୟବସ୍ଥାର ପ୍ରଚଳନ’ କରିବା ପ୍ରଧାନ ଉଦ୍ଦେଶ୍ୟ ଥିଲା ? ଏହା ସହିତ ବୃହତ୍ ଶିଳ୍ପାୟନକୁ ଗୁରୁତ୍ଵ ଦେଇ କି ପ୍ରକାର ସରକାରୀ ଉଦ୍ୟୋଗ ପ୍ରତିଷ୍ଠା କରାଗଲା ? ଏହାର ନିର୍ମାଣକ୍ଷେତ୍ରରେ କି ପ୍ରକାର ବିଶେଷତ୍ଵ ଥିଲା ?
Answer:

  • ଭାରତର ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତୀୟ ସମାଜରେ ସମାଜବାଦୀ ଶାସନ ବ୍ୟବସ୍ଥାର ପ୍ରଚଳନ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ଏହି ଯୋଜନାରେ ବୃହତ୍ ଶିଳ୍ପାୟନକୁ ଗୁରୁତ୍ଵ ଦେଇ ପ୍ରଥମ କରି ଦେଶରେ ସରକାରୀ ଉଦ୍ୟୋଗରେ ତିନୋଟି ବୃହତ୍ ଲୌହଇସ୍ପାତ କାରଖାନା ପ୍ରତିଷ୍ଠା କରାଗଲା ।
  • ଏହି ସରକାରୀ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ବିଦେଶୀ ଜ୍ଞାନକୌଶଳକୁ ଉପଯୋଗ କରାଯାଇଥିଲା । ଏହା ଥିଲା ଏହି ତିନୋଟି ସମନ୍ବିତ ଇସ୍ପାତ ପ୍ରକଳ୍ପର ବିଶେଷତ୍ଵ ।

5. ସପ୍ତମ ପଞ୍ଚବାର୍ଷିକ ଯୋଜନାର ସୁଫଳ କ’ଣ ଥିଲା ?
Answer:

  • ସପ୍ତମ ପଞ୍ଚବାର୍ଷିକ ଯୋଜନା ଫଳରେ କିଛି ସୁଫଳ ମିଳିଥିଲା । ଖାଦ୍ୟ ଉତ୍ପାଦନ ଶତକଡ଼ା ୩.୨୩ ଭାଗ ବୃଦ୍ଧି ପାଇଥିଲା ।
  • ଏହି ଯୋଜନାକାଳରେ ବେକାରୀ ସମସ୍ୟା ହ୍ରାସ କରିବାପାଇଁ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାପାଇଁ ଜବାହର ରୋଜଗାର ଯୋଜନା କାର୍ଯ୍ୟକାରୀ ହେଲା ।
  • ଏହି ଯୋଜନାକାଳରେ ସକଳ ଜାତୀୟ ଉତ୍ପାଦନ ଶତକଡ଼ା ୫.୮ ହାରରେ ବୃଦ୍ଧିପ୍ରାପ୍ତ ହେଲା ।

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

6. ଅର୍ଥନୀତିରେ ‘ଜଗତୀକରଣ’ କହିଲେ କ’ଣ ବୁଝାଯାଏ ? କେବେ ଭାରତରେ ଏହି ପ୍ରକାର ମୁକ୍ତ ଅର୍ଥନୀତିର ଯୁଗ ଆରମ୍ଭ ହେଲା ? ଏହାଫଳରେ ଭାରତର ଅର୍ଥନୀତିରେ କି ସୁଫଳ ମିଳିଲା ?
Answer:

  • ବିଶ ଆର୍ଥନୀତିକ ମହାସ୍ରୋତରେ ସାମିଲ ହେବାକୁ ‘ଜଗତୀକରଣ’ କହାଯାଏ ।
  • ଭାରତରେ ୧୯୯୧ ମସିହାରୁ ଆରମ୍ଭ ହେଲା ଜଗତୀକରଣ ବା ମୁକ୍ତ ଅର୍ଥନୀତିର ଯୁଗ ।
  • ଏହି ଉଦାରୀକରଣ ନୀତିଦ୍ଵାରା ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ସମ୍ଭବ ହୋଇପାରିଲା ଓ ବିଦେଶୀ ବଜାର ମଧ୍ଯ ଉନ୍ମକ୍ତ ହେଲା । ସର୍ବୋପରି ଭାରତୀୟ ଶିଳ୍ପଗୁଡ଼ିକ ଏବେ ଆନ୍ତର୍ଜାତିକ ଶିଳ୍ପ ସହିତ ପ୍ରତିଯୋଗିତା କରିବାକୁ ସମର୍ଥ ହୋଇପାରୁଛନ୍ତି ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

1. କେବେ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା ? ଏହି ଯୋଜନାରେ କେଉଁ କାର୍ଯ୍ୟ ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା ?
Answer:

  • ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୫୧ରୁ ୧୯୫୬ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ।
  • ଏହି ଯୋଜନାକାଳରେ କୃଷି ଓ ଜଳସେଚନ ଉପରେ ଅଧ‌ିକ ଗୁରୁତ୍ଵ ପ୍ରଦାନ କରାଯାଇଥିଲା ।

2. କେଉଁ ପଞ୍ଚବାର୍ଷିକ ଯୋଜନାକାଳରେ ଆମ ଦେଶରେ ୩ଟି ବୃହତ୍ ଇସ୍ପାତ ପ୍ରକଳ୍ପ ନିର୍ମିତ ହୋଇଥିଲା ? କେଉଁ କୌଶଳକୁ ଉପଯୋଗ କରି ଏଗୁଡ଼ିକ ନିର୍ମାଣ କରାଗଲା ?
Answer:

  • ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାକାଳରେ ଆମ ଦେଶରେ ୩ଟି(ତିନୋଟି) ବୃହତ୍ ଇସ୍ପାତ୍ ପ୍ରକଳ୍ପ ନିର୍ମିତ ହୋଇଥିଲା ।
  • ବିଦେଶୀ ରାଷ୍ଟ୍ରଗୁଡ଼ିକର ଜ୍ଞାନକୌଶଳକୁ ଉପଯୋଗ କରି ଏହି ତିନୋଟି ଲୌହଇସ୍ପାତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ।

3. କେଉଁ ପଞ୍ଚବାର୍ଷିକ ଯୋଜନାକାଳରେ ଦେଶରେ ବାସ କରୁଥିବା ଧନୀ ଓ ଦରିଦ୍ରମାନଙ୍କ ମଧ୍ୟରେ ଥ‌ିବା ତାରତମ୍ୟକୁ ହ୍ରାସ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ? ଏହି ସମୟରେ ଅନ୍ୟ କାହା ଉପରେ ମଧ୍ୟ ଗୁରୁତ୍ବ ଆରୋପ କରାଗଲା ?
Answer:

  • ଚତୁର୍ଥ ପଞ୍ଚବାର୍ଷିକ ଯୋଜନାକାଳରେ ଦେଶରେ ବାସ କରୁଥିବା ଧନୀ ଓ ଦରିଦ୍ରମାନଙ୍କ ମଧ୍ୟରେ ଥିବା ତାରତମ୍ୟକୁ ହ୍ରାସ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଥିଲା ।
  • ଏହି ଯୋଜନା କାଳରେ ମଧ୍ୟ ଜନସାଧାରଣଙ୍କର ଜୀବନଧାରଣର ମାନ (Standard of Living)କୁ ଉନ୍ନତ କରିବାପାଇଁ ସମତା ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ଵ ଦିଆଗଲା ।

4. କେଉଁ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତରେ ‘ଜବାହର ରୋଜଗାର ଯୋଜନା’ କାର୍ଯ୍ୟକାରୀ ହେଲା ? ଏହାର ଉଦ୍ଦେଶ୍ୟ କ’ଣ ଥିଲା ?
Answer:

  • ପଞ୍ଚମ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତରେ ଜବାହର ରୋଜଗାର ଯୋଜନା କାର୍ଯ୍ୟକାରୀ ହେଲା ।
  • ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶରେ ବେକାରୀ ସମସ୍ୟା ହ୍ରାସ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।

5. ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା କେବେ ଆରମ୍ଭ ହେଲା ? ଏହି ଯୋଜନା କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ?
Answer:

  • ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା ୧୯୯୭ ମସିହାରେ ଆରମ୍ଭ ହେଲା ।
  • ଏହି ଯୋଜନା ସହରରେ ବସବାସ କରୁଥିବା ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ।

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

6. ୨୦୦୦ ମସିହାରେ କେଉଁ ଯୋଜନା ପ୍ରଣୟନ ହେଲା ? ଏହା ମାଧ୍ୟମରେ ଗରିବ ଲୋକଙ୍କୁ କିପରି ଖାଦ୍ୟଦ୍ରବ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯାଇଥିଲା ?
Answer:

  • ୨୦୦୦ ମସିହାରେ ‘‘ଅନ୍ତୋଦୟ ଅନ୍ନ ଯୋଜନା’’ ପ୍ରଣୟନ କରାଗଲା ।
  • ଏହି ଯୋଜନା ମାଧ୍ୟମରେ ପ୍ରାୟ ଏକକୋଟି ଅତି ଦରିଦ୍ର ଲୋକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କିଲୋଗ୍ରାମ୍ ପ୍ରତି ୨ ଟଙ୍କା ଦରରେ ଗହମ ଓ ୩ ଟଙ୍କା ଦରରେ ମାସକୁ ୩୫ କି.ଗ୍ରା ଚାଉଳ ଯୋଗାଇଦେବାର ବ୍ୟବସ୍ଥା ହେଲା ।

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ସ୍ଵାଧୀନତା ପରବର୍ତ୍ତୀ ସମୟରେ ଭାରତର ପ୍ରମୁଖ ସମସ୍ୟା କ’ଣ ଥିଲା ?
Answer:
ଭାରତର ପ୍ରମୁଖ ସମସ୍ୟାଗୁଡ଼ିକ ଥିଲା ପରିବ୍ୟାପ୍ତ ଦାରିଦ୍ର୍ୟ, ନିରକ୍ଷରତା ଓ ଅଜ୍ଞତା ।

2. ତୃତୀୟ ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ଜାତୀୟ ଆୟକୁ ଶତକଡ଼ା ୩୦ ଭାଗ ବୃଦ୍ଧି କରିବା ଏବଂ ମୁଣ୍ଡପିଛା ଆୟ ଅନ୍ୟନ୍ୟ ୧୭% ବଢ଼ାଇବା ।

3. ଜବାହାର ରୋଜଗାର ଯୋଜନା କେଉଁ ପଞ୍ଚବାର୍ଷିକ ଯୋଜନା କାଳରେ କାର୍ଯ୍ୟକାରୀ ହୋଇଥିଲା ?
Answer:
ପଞ୍ଚମ ଯୋଜନା କାଳରେ ଜବାହାର ରୋଜଗାର ଯୋଜନା କାର୍ଯ୍ୟକାରୀ ହୋଇଥିଲା ।

4. କୃଷକମାନଙ୍କର ସୁବିଧାପାଇଁ କେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ?
Answer:
ଜମିଦାରୀ ପ୍ରଥାର ବିଲୋପ, ରୟତମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ ଓ ସମବାୟ ଆନ୍ଦୋଳନକୁ ଅତ୍ମକ ଶକ୍ତିଶାଳୀ କରାଯାଇଥିଲା ।

5. ଶିଳ୍ପର ଉନ୍ନତି ପାଇଁ କେଉଁସବୁ କାର୍ଯ୍ୟ କରାଯାଇଥିଲା ?
Answer:
ଶିଳ୍ପାୟନ ପାଇଁ ଭିଭିଭୂମି ପ୍ରତିଷ୍ଠା ଓ ସରକାରୀ ଉଦ୍ୟୋଗରେ ବୃହତ୍ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଯାଇଥିଲା । ଘରୋଇ ଶିଳ୍ପପତିମାନଙ୍କୁ ଉତ୍ସାହିତ କରାଗଲା ।

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

6. ଜଗତୀକରଣ କ’ଣ ?
Answer:
କୌଣସି ଦେଶର ଅର୍ଥନୀତିକୁ ବିଶ୍ବ ଅର୍ଥନୀତିର ମହାସ୍ରୋତରେ ସାମିଲ କରିବା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ବର୍ତ୍ତମାନ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଶତକଡ଼ା କେତେ ଭାଗ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଗ୍ରହଣ କରାଯାଉଛି ?
Answer:
୨୬ ଭାଗ

2. ପୂର୍ବରୁ କେତୋଟି କ୍ଷେତ୍ର ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ଥିଲା ?
Answer:
୧୭ ଟି

3. ଗରିବ ଲୋକମାନଙ୍କ ନିକଟରେ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବାପାଇଁ କେଉଁ ଯୋଜନା ପ୍ରବର୍ତ୍ତନ କରାଯାଇଛି ?
Answer:
ଅନ୍ତୋଦୟ ଅନ୍ନ ଯୋଜନା

4. ଦେଶରେ ଖାଦ୍ୟାଭାବକୁ ଦୂର କରିବାପାଇଁ କେଉଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ?
Answer:
ହରିତକ୍ରାନ୍ତି

5. କେଉଁ ପଞ୍ଚବାର୍ଷିକ ଯୋଜନା କାଳରେ ଜାତୀୟ ଅଭିବୃଦ୍ଧି ହାର ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ହୋଇଥିଲା ?
Answer:
ଅଷ୍ଟମ ପଞ୍ଚବାର୍ଷିକ ଯୋଜନା

6. ୧୯୯୧ ମସିହାରେ ଭାରତର ଅର୍ଥନୀତିରେ ପରିବର୍ତ୍ତିତ ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ଅର୍ଥନାତିକ ଉଦାରାକରଶ

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

7. ଅନ୍ତୋଦୟ ଯୋଜନାରେ ଦରିଦ୍ର ପରିବାରକୁ କେତେ କି.ଗ୍ରା. ଚାଉଳ ଯୋଗାଇ ଦିଆଯାଇଥିଲା ?
Answer:
୩୫ କି.ଗ୍ରା

8. ଭାରତରେ ‘ବିମୁକ୍ତ ଓ ଅବାଧ’ ଅର୍ଥନୀତି କେଉଁ ମସିହାଠାରୁ ପ୍ରଚଳିତ ହେଲା ?
Answer:
୧୯୯୧

9. ୧୯୫୨ରୁ ୨୦୦୦ ପର୍ଯ୍ୟନ୍ତ ଅନ୍ୟୁନ କେତୋଟି ଦାରିଦ୍ର୍ୟ ଓ ବେକାରୀ ଦୂରୀକରଣ ଯୋଜନା କାର୍ଯ୍ୟକାରୀ ହୋଇଛି ?
Answer:
୧୦୦ଟି

10. ପ୍ରଥମ ପଞ୍ଚବାର୍ଷିକ ଯୋଜନା କେଉଁ ଅବଧୂ ମଧ୍ଯରେ କାର୍ଯ୍ୟକାରୀ ହୋଇଥିଲା ?
Answer:
୧୯୫୧ରୁ ୧୯୫୬

11. କେଉଁ ପଞ୍ଚବାର୍ଷିକ ଯୋଜନା କାଳରେ ବାଂଲାଦେଶ ଶରଣାର୍ଥୀ ସମସ୍ୟା ସୃଷ୍ଟି ହୋଇଥିଲା ?
Answer:
ଚତୁର୍ଥ ପଞ୍ଚବାର୍ଷିକ ଯୋଜନା

12. କେଉଁ ବିଶିଷ୍ଟ ଅର୍ଥନୀତିଜ୍ଞ ଭାରତର ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ ?
Answer:
ପ୍ରଫେସର ପି.ସି. ମାହାଲାନୋବିସ୍

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

13. ଗ୍ରାମାଞ୍ଚଳ ନାରୀ ଓ ଶିଶୁ ବିକାଶ ଯୋଜନା କେବେ କାର୍ଯ୍ୟକାରୀ ହେଲା ?
Answer:
୧୯୭୮

14. ଭାରତରେ ନୂତନ ଶିଳ୍ପନୀତି କେବେ ଘୋଷିତ ହୋଇଥିଲା ?
Answer:
୧୯୫୬

15. କେବେ ଭାରତ ସରକାର ୯ଟି ଲାଭଜନକ ସରକାରୀ ଉଦ୍ୟୋଗକୁ ନବରତ୍ନ ମାନ୍ୟତା ପ୍ରଦାନ କରିଥିଲେ ?
Answer:
୧୯୯୭

C. ଶୂନ୍ୟସ୍ଥାନ ପୂରଣ କର ।

1. ______________ ମସିହାରେ ଭାରତ ସରକାର ଯୋଜନା ଆୟୋଗ ଗଠନ କରିଥିଲେ ।
Answer:
୧୯୫୦

2. _____________ ମସିହାରେ ଚୀନ୍ ଭାରତ ଉପରେ ଆକ୍ରମଣ କରିଥିଲା ।
Answer:
୧୯୬୨

3. କୃଷିଜାତ ଦ୍ରବ୍ୟର ଅଧିକ ଉତ୍ପାଦନ କରିବା ____________ ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ଥିଲା ।
Answer:
ଚତୁର୍ଥ

4. ୧୯୬୯ ମସିହାରେ ____________ ଟି ବ୍ୟାକୁ ଜାତୀୟକରଣ କରାଯାଇଥିଲା ।
Answer:
୧୪

5. ପଞ୍ଚମ ପଞ୍ଚବାର୍ଷିକ ଯୋଜନା _______________ ମସିହାରେ ବନ୍ଦ କରି ଦିଆଯାଇଥିଲା ।
Answer:
୧୯୭୮

6. ଜବାହାର ରୋଜଗାର ଯୋଜନା ______________ ଯୋଜନା କାଳରେ କାର୍ଯ୍ୟକାରୀ ହୋଇଥିଲା ।
Answer:
ପଞ୍ଚମ

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

7. ______________ ଦୂରୀକରଣ ଥିଲା ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ।
Answer:
ଦାରିଦ୍ର୍ୟ

8. ଭାଗଚାଷାମାନଙ୍କ ______________ କୁହାଯାଉଥିଲା ।
Answer:
ରୟତ

9. ______________ ଜରିଆରେ ଦେଶର ଖାଦ୍ୟାଭାବକୁ ଦୂରକରି ଦିଆଯାଇଥିଲା ।
Answer:
ହରିତକ୍ରାନ୍ତି

10. ଭାରତ ସରକାରଙ୍କ ନ’ଟି ଲାଭଜନକ ସରକାରୀ ଉଦ୍ୟୋଗକୁ _____________ ଆଖ୍ୟା ପ୍ରଦାନ କରାଯାଇଥିଲା ।
Answer:
ନବରତ୍ନ

11. ____________ ପ୍ରକ୍ରିୟାଦ୍ଵାରା ଦେଶରେ ବିଦେଶୀ ପୁଞ୍ଜି ବିନିଯୋଗ ସମ୍ଭବ ହୁଏ ଓ ବିଦେଶୀ ବଜାର ଉନ୍ମକ୍ତ ହୁଏ ।
Answer:
ଜଗତୀକରଣ

12. ________________ ମସିହାରେ ଏକ ନୂତନ ଶିଳ୍ପନୀତି ଘୋଷଣା କରାଯାଇଥିଲା ।
Answer:
୧୯୫୬

13. ଭାରତୀୟ ଅର୍ଥନୀତିରେ _____________ ମସିହାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଥିଲା ।
Answer:
୧୯୯୧

14. ପି.ସି. ମହାଲାନୋବିସ୍ ଜଣେ _____________ ଥିଲେ ।
Answer:
ଅର୍ଥନୀତିଜ୍ଞ

15. ବିଦେଶୀ ଜ୍ଞାନ କୌଶଳରେ _______________ ଟି ସମନ୍ବିତ ଇସ୍ପାତ ଶିଳ୍ପ ଆମ ଦେଶରେ ସ୍ଥାପିତ ହୋଇଥିଲା ।
Answer:

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ୧୯୫୬ ରୁ ୧୯୬୧ ମସିହା ଥିଲା ତୃତୀୟ ପଞ୍ଚବାର୍ଷିକ ଯୋଜନା ।
Answer:
x

2. ଭାରତୀୟ ସମାଜରେ ସମାଜବାଦୀ ବ୍ୟବସ୍ଥାର ପ୍ରଚଳନ ଥିଲା ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ।
Answer:

3. ବିଦେଶୀ ଜ୍ଞାନ କୌଶଳକୁ ଉପଯୋଗ କରି ୪ଟି ସମନ୍ବିତ ଇସ୍ପାତ ଶିଳ୍ପ ସ୍ଥାପିତ ହୋଇଥିଲା ।
Answer:
x

4. ୧୯୬୨ ମସିହା ଭାରତ ଓ ଚୀନ୍ ଯୁଦ୍ଧ ଯୋଗୁଁ ତୃତୀୟ ପଞ୍ଚବାର୍ଷିକ ଯୋଜନା ବାଧାପ୍ରାପ୍ତ ହୋଇଥିଲା ।
Answer:

5. ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ୧୯୬୯ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଚାଲିଥିଲା ।
Answer:

6. ୧୯୬୮ ମସିହାରେ ଏକକାଳୀନ ୧୪ଟି ବ୍ୟାକୁ ଜାତୀୟକରଣ କରାଯାଇଥିଲା ।
Answer:
x

7. ଆର୍ଥନୀତିକ ଆତ୍ମନିର୍ଭରଶୀଳତା ଥିଲା ଚତୁର୍ଥ ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ।
Answer:
x

8. ବେକାରୀ ସମସ୍ୟା ହ୍ରାସ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଥିବା ଜବାହାର ରୋଜଗାର ଯୋଜନାର ଉଦ୍ଦେଶ୍ୟ ।
Answer:

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

9. ଅଷ୍ଟମ ଯୋଜନା କାଳରେ ବାର୍ଷିକ ଶତକଡ଼ା ୫.୬ ଜାତୀୟ ଅଭିବୃଦ୍ଧି ହାର ପାଇଁ ଲକ୍ଷ୍ୟ ରଖାଯାଇଥିଲା ।
Answer:

10. ୧୯୬୯ରେ ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।
Answer:
x

11. ଗ୍ରାମାଞ୍ଚଳରେ ରୋଜଗାର ବଢ଼ାଇବାପାଇଁ ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା କାର୍ଯ୍ୟକାରୀ ହୋଇଥିଲା ।
Answer:

12. ‘ ଅନ୍ତୋଦୟ ଅନ୍ନ ଯୋଜନା’ ମଧ୍ୟବିତ୍ତ ପରିବାର ପାଇଁ ଉଦ୍ଦିଷ୍ଟ ଥିଲା ।
Answer:
x

13. ୧୯୫୨ ରୁ ୨୦୦୦ ମସିହା ମଧ୍ୟରେ ଅନ୍ୟୁନ୍ ଏକଶହ ଦାରିଦ୍ର୍ୟ ଓ ବେକାରୀ ଦୂରୀକରଣ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।
Answer:

14. ଦେଶର ଖାଦ୍ୟାଭାବକୁ ଏକ ପ୍ରକାର ଦୂର କରିବାପାଇଁ ଶ୍ଵେତବିପ୍ଳବ କାର୍ଯ୍ୟକାରୀ ହୋଇଥିଲା ।
Answer:

15. ୧୯୯୦ ମସିହାରେ ଭାରତୀୟ ଅର୍ଥନୀତିରେ ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଥିଲା ।
Answer:

16. ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଶତକଡ଼ା ୨୫ ଭାଗ ବିଦେଶୀ ପୁଞ୍ଜି ବିନିଯୋଗ କରାଯାଇଥିଲା ।
Answer:
x

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And Answer 1

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And Answer 2

BSE Odisha 10th Class History Important Questions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 3

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 3

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And Answer 4

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

Odisha State Board BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ Important Questions and Answers.

BSE Odisha Class 10 History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

Subjective-Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ଭାରତର ସ୍ଵାଧୀନତା ପରେ ବୈଷୟିକ ଶିକ୍ଷାର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଅଛି ?
Answer:

  • ଭାରତର ସ୍ଵାଧୀନତା ପରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ଏକ ୨୨ଜଣିଆ କମିଟି ଗଠନ କରାଗଲା ଓ ଏହି କମିଟିର ସୁପାରିସ ଅନୁଯାୟୀ ଆମେରିକାର ମାଶାଚୁସେଟ୍ସ ଢାଞ୍ଚାରେ ଭାରତରେ କେତୋଟି ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ ଗଠନର ପ୍ରସ୍ତାବ ଦିଆଯାଇଥିଲା ।
  • ୧୯୫୧ ମସିହା ଅଗଷ୍ଟ ୧୮ ତାରିଖରେ ପଶ୍ଚିମବଙ୍ଗର ଖଡ଼ଗପୁରଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନର ଶୁଭାରମ୍ଭ ହୋଇଥିଲା ।
  • ଏହା ପରେ ପରେ ବମ୍ବେ (ମୁମ୍ବାଇ), ଦିଲ୍ଲୀ, ମାଡ୍ରାସ୍ (ଚେନ୍ନାଇ) ଓ କାନପୁରଠାରେ ମଧ୍ୟ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହେଲା ।
  • ନିକଟ ଅତୀତରେ ଭୁବନେଶ୍ଵର ସମେତ ଭାରତର ଅନ୍ୟ କେତୋଟି ସହରରେ ମଧ୍ୟ ଭାରତୀୟ ବୈଷୟିକ
  • ଏହାଛଡ଼ା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ, ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଏବଂ ବିଜ୍ଞାନ ଓ ଶିଳ୍ପ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି ।

୨। ମହାକାଶ ଗବେଷଣା କ୍ଷେତ୍ରରେ ଭାରତ କିପରି ସଫଳତା ଲାଭ କରିଛି ?
Answer:

  • ୧୯୬୨ ମସିହାରେ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ଭାରତରେ ମହାକାଶ ଗବେଷଣା ପାଇଁ ‘ଭାରତୀୟ ଜାତୀୟ ସମିତି’ ପ୍ରତିଷ୍ଠା କରାଗଲା । ୧୯୬୯ ମସିହାରେ ‘ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ’ ତଥା ୧୯୭୨ ମସିହାରେ ‘ମହାକାଶ ଆୟୋଗ’ ପ୍ରତିଷ୍ଠିତ ହେଲା ।
  • ୧୯୬୩ ମସିହାରେ କେରଳର ଥିରୁବନନ୍ତପୁରମଠାରେ ଥୁମ୍ବା ବିଷୁବୀୟ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଗଲା । ସେହିପରି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
  • ୧୯୭୫ ମସିହା ଏପ୍ରିଲ୍ ୧୯ ତାରିଖରେ ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’ ସଫଳତାର ସହିତ ମହାକାଶକୁ ପ୍ରେରଣ କରାଯାଇଥିଲା ।
  • ୧୯୮୧ ଜୁନ୍ ୧୯ରେ ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ଆପଲ୍ ମହାକାଶକୁ ପ୍ରେରଣ କରାଗଲା ।
  • ପଚାଶରୁ ଊର୍ଦ୍ଧ୍ବ କୃତ୍ରିମ ଉପଗ୍ରହ ମହାକାଶକୁ ପ୍ରେରଣ କରିବାର ପ୍ରଚେଷ୍ଟା କରି ଭାରତ ଅନେକଥର ସଫଳ ହୋଇଛି । ମୁଖ୍ୟତଃ ଯୋଗାଯୋଗ ଓ ପାଣିପାଗର ପୂର୍ବାନୁମାନ ପାଇଁ ଏହି କୃତ୍ରିମ ଉପଗ୍ରହମାନେ ଉପଯୋଗୀ ହୋଇଛନ୍ତି ।

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ‘ନେହେରୁ ଯୁଗ’ କାହାକୁ କୁହାଯାଏ ? ଏହି ସମୟରେ କ’ଣ ପାଇଁ ଚେଷ୍ଟା କରାଯାଇଥିଲା ?
Answer:

  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଭାରତରେ ଗଠିତ ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନମନ୍ତ୍ରୀ ଥିଲେ ଜବାହରଲାଲ ନେହେରୁ ।
  • ସେ ନିରବଚ୍ଛିନ୍ନ ଭାବେ ୧୯୬୪ ମସିହା ମେ ୨୭ ତାରିଖରୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ – ରୂପେ ରହିଆସିଥିଲେ । ତେଣୁ ୧୯୪୬ରୁ ୧୯୬୪ ପର୍ଯ୍ୟନ୍ତ ସମୟକୁ ଭାରତର ଇତିହାସରେ ନେହେରୁ ଯୁଗ ବୋଲି କୁହାଯାଏ ।
  • ଏହି ସମୟରେ ନେହେରୁ ପ୍ରଧାନମନ୍ତ୍ରୀ ରୂପେ ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ପାଇଁ ଅକ୍ଳାନ୍ତ ଚେଷ୍ଟା କରିଥିଲେ ।

୨। ଭାରତବର୍ଷରେ କେବେ ଓ କିପରି ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିଲା ? ଏଥିପାଇଁ ଭାରତ ସରକାର କି ପଦକ୍ଷେପ ନେଉଛନ୍ତି ?
Answer:

  • ବିଂଶ ଶତାବ୍ଦୀର ଶେଷ ଦଶକରୁ ଭାରତବର୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିଲା ।
  • ଭାରତର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫଳପ୍ରଦ ପଦକ୍ଷେପ ଫଳରେ ଦେଶର ବିଭିନ୍ନ ସ୍ଥାନରେ ‘ଇ- ଅଧ୍ୟୟନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା’ ପାଇଁ ଆଞ୍ଚଳିକ ଅନୁଷ୍ଠାନମାନ ଖୋଲାଯାଇଛି ।
  • ଫଳରେ ଭାରତରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରସାର ଓ ପ୍ରଭାବ ପରିଲକ୍ଷିତ ହେଉଛି ।

୩। କେବେ ଓ କେଉଁଠାରେ ଭାରତର ପ୍ରଥମ ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (IIT)ର ଶୁଭାରମ୍ଭ ହେଲା ? ଏହିଭଳି ଶିକ୍ଷାନୁଷ୍ଠାନ ଏବେ ଓଡ଼ିଶାର କେଉଁଠି ପ୍ରତିଷ୍ଠା କରାଯାଇଛି ?
Answer:

  • ୧୯୫୧ ମସିହା ଅଗଷ୍ଟ ୧୮ ତାରିଖରେ ଭାରତର ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ପଶ୍ଚିମବଙ୍ଗ ରାଜ୍ୟର ଖଡ଼ଗପୁରଠାରେ ଦେଶର ପ୍ରଥମ ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (IIT) ର ଶୁଭାରମ୍ଭ କରିଥିଲେ ।
  • ଏହାପରେ ବମ୍ବେ (ମୁମ୍ବାଇ), ଦିଲ୍ଲୀ, ମାଡ୍ରାସ୍ (ଚେନ୍ନାଇ) ଓ କାନପୁରଠାରେ ମଧ୍ୟ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ଥିଲା ।
  • ପରବର୍ତ୍ତୀ କାଳରେ ଦେଶର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନମାନଙ୍କରେ ଏହି ଉଚ୍ଚ ମାନର ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହେଲା । ଏବେ ଆମ ଓଡ଼ିଶାର ଭୁବନେଶ୍ଵର ନିକଟରେ ଏହିପରି ଏକ ‘ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (IIT) ପ୍ରତିଷ୍ଠା କରାଯାଇଛି ।

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୪। କେବେ ଭାରତର କେନ୍ଦ୍ର ସରକାର ‘ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ’ ନାମକ ଏକ ସ୍ଵତନ୍ତ୍ର ବିଭାଗ ସୃଷ୍ଟି କଲେ ? କେଉଁ ବିଦ୍ୟାର ବିକାଶ ଓ ପ୍ରୟୋଗ ଭାରତୀୟ କୃଷିକୁ ଅଶେଷ ସହାୟକ ହୋଇଥିଲା କୃଷିକ୍ଷେତ୍ରରେ କିପରି ‘ସବୁଜ କ୍ରାନ୍ତି’ ସମ୍ଭବ ହୋଇପାରିଲା ?
Answer:

  • ୧୯୭୧ ମସିହାରେ ଭାରତର କେନ୍ଦ୍ର ସରକାର ‘ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ’ ନାମକ ଏକ ସ୍ଵତନ୍ତ୍ର ବିଭାଗ ସୃଷ୍ଟି କଲେ ।
  • ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ କୃଷିକ୍ଷେତ୍ରରେ ଏହାର ସୁବିନିଯୋଗ ଭାରତୀୟ କୃଷିକୁ ଅଶେଷ ସହାୟକ ହୋଇଥିଲା ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ଭାରତର କୃଷିକ୍ଷେତ୍ରରେ ରାସାୟନିକ ସାରର ପ୍ରୟୋଗ, ଅଧିକ ଅମଳକ୍ଷମ ବିହନର ବହୁଳ ବ୍ୟବହାର ଏବଂ ଜଳସେଚନର ଉପଯୁକ୍ତ ବ୍ୟବସ୍ଥା ଫଳରେ କୃଷି ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇବା ଫଳରେ ଦେଶର କୃଷିକ୍ଷେତ୍ରରେ ‘ସବୁଜ କ୍ରାନ୍ତି’ ସମ୍ଭବ ହୋଇପାରିଲା ।

୫। ଭାରତର ପ୍ରତିରକ୍ଷା ବ୍ୟବସ୍ଥା କାହିଁକି ସୁଦୃଢ଼ କରାଯିବାର ଆବଶ୍ୟକତା ଉପଲବ୍ଧି ହେଲା ? କେଉଁ ଦେଶର ସହାୟତାରେ ଭାରତରେ ସାମରିକ ପ୍ରଯୁକ୍ତି ବିଦ୍ୟାର ବିକାଶ ସମ୍ଭବ ହେଲା ? ଓଡ଼ିଶାର କେଉଁ ସ୍ଥାନମାନଙ୍କରେ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ?
Answer:

  • ୧୯୬୨ ମସିହାରେ ଭାରତକୁ ଚୀନ୍ ଆକ୍ରମଣ କରିଥିଲା ଓ ଏହି ଯୁଦ୍ଧରେ ଭାରତୀୟ ସୈନ୍ୟବାହିନୀର ଦୁର୍ବଳତା ଉପଲବ୍ଧ କରାଗଲା । ଏଥୁରୁ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଶୀଘ୍ର ସୁଦୃଢ଼ କରାଯିବାର ଆବଶ୍ୟକତା ଅନୁଭୂତ ହେଲା ।
  • ସୋଭିଏତ୍ ରୁଷିଆ ଦେଶର ସହାୟତାରେ ସାମରିକ ପ୍ରଯୁକ୍ତି ବିଦ୍ୟାକୁ ଭାରତରେ ବିକଶିତ କରାଗଲା ।
  • ଭାରତର ପ୍ରତିରକ୍ଷା ବିଭାଗ ତରଫରୁ କ୍ଷେପଣାସ୍ତ୍ରଗୁଡ଼ିକର ଉପଯୁକ୍ତ ପରୀକ୍ଷା ପାଇଁ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୁରଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି । ଚାନ୍ଦିପୁର ନିକଟସ୍ଥ ହୁଇଲର୍ ଦ୍ବୀପରୁ ସମସ୍ତ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଏ ।

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଭାରତୀୟ ଇସ୍ପାତ ପ୍ରାଧକରଣ ଲିମିଟେଡ୍ କେବେ ଗଠିତ ହୋଇଥିଲା ଏବଂ କ’ଣ ହାତକୁ ନେଇଥିଲା ?
Answer:

  • ୧୯୭୩ ମସିହାରେ ‘ଭାରତୀୟ ଇସ୍ପାତ ପ୍ରାଧୂକରଣ ଲିମିଟେଡ୍’ ଗଠିତ ହୋଇଥିଲା ।
  • ଏହା ଭାରତରେ ପ୍ରତିଷ୍ଠା କରାଯାଇଥିବା ପାଞ୍ଚଟି ଏକୀକୃତ ଇସ୍ପାତ ପ୍ରକଳ୍ପର ପରିଚାଳନା ଭାର ହାତକୁ ନେଇଥିଲା ।

୨। ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଭାରତରେ କି ଉନ୍ନତିକର କାର୍ଯ୍ୟ ହୋଇଛି ?
Answer:

  • ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଶିକ୍ଷା ଓ ଗବେଷଣା କାର୍ଯ୍ୟ ଆଗେଇ ଚାଲିଛି ।
  • ସ୍ଵାସ୍ଥ୍ୟଶିକ୍ଷା ଓ ଗବେଷଣା ପାଇଁ ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ ବ୍ୟତୀତ ଚଣ୍ଡୀଗଡ଼, ପୁଦୁଚେରୀ ଲକ୍ଷ୍ନୌରେ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।

୩। ଭାରତର ପରମାଣୁ ଶକ୍ତି ବିନିଯୋଗର ଲକ୍ଷ୍ୟ କ’ଣ ?
Answer:

  • ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ପରମାଣୁ ଶକ୍ତିକୁ ବିନିଯୋଗ କରିବା ଭାରତର ଲକ୍ଷ୍ୟ ।
  • ଏହାଛଡ଼ା ଏହାକୁ ଜନହିତକର କାର୍ଯ୍ୟରେ ବିନିଯୋଗ କରିବା ଭାରତର ଅନ୍ୟତମ ଉଦ୍ଦେଶ୍ୟ ।

୪। ଭାରତର ପ୍ରଥମ ଦୁଇଟି କୃତ୍ରିମ ଉପଗ୍ରହର ନାମ ଲେଖ । ଏଗୁଡ଼ିକ କେଉଁ ସ୍ଥାନରୁ ଉତ୍‌କ୍ଷେପଣ କରାଯାଇଥିଲା ?
Answer:

  • ଭାରତର ପ୍ରଥମ ଦୁଇଟି କୃତ୍ରିମ ଉପଗ୍ରହର ନାମ ‘ଆର୍ଯ୍ୟଭଟ୍ଟ’ ଓ ‘ଭାସ୍କର-ପ୍ରଥମ’ ।
  • ଏହି ଦୁଇଟି ଉପଗ୍ରହ ରୁଷିଆର ବୈକାନୁର ଉତ୍‌କ୍ଷେପଣ କେନ୍ଦ୍ରରୁ ମହାକାଶକୁ ପ୍ରେରଣ କରାଯାଇଥିଲା ।

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୫। ଓଡ଼ିଶାର କେଉଁଠାରେ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଅବସ୍ଥିତ ? କେଉଁ ଦ୍ଵୀପରୁ ସମସ୍ତ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଏ ?
Answer:

  • ଓଡ଼ିଶାର ଚାନ୍ଦିପୁରଠାରେ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅବସ୍ଥିତ ।
  • ନିକଟସ୍ଥ ହୁଇଲର୍ ଦ୍ବୀପରୁ ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଏ ।

୬। ଭାରତର ସର୍ବବୃହତ୍ ଆଣବିକ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ? ଏହି କେନ୍ଦ୍ରର ନାମ କେଉଁ ବୈଜ୍ଞାନିକଙ୍କ ନାମରେ ନାମିତ କରାଯାଇଛି ?
Answer:

  • ଭାରତର ସର୍ବବୃହତ୍ ଆଣବିକ ଗବେଷଣା କେନ୍ଦ୍ର ଟ୍ରମ୍ବେଠାରେ ଅବସ୍ଥିତ ।
  • ଏହି କେନ୍ଦ୍ରର ନାମ ବିଶିଷ୍ଟ ପରମାଣୁ ବିଜ୍ଞାନୀ ହୋମି ଜହାଙ୍ଗୀର ଭାବାଙ୍କ ନାମରେ ନାମିତ କରାଯାଇଛି ।

୭। କେବେଠାରୁ ଭାରତ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେଲା ? ସେହିବର୍ଷ ମହାକାଶ ଗବେଷଣା ପାଇଁ ପ୍ରତିଷ୍ଠା କରାଯାଇଥିବା ସଂସ୍ଥାର ନାମ କ’ଣ ?
Answer:

  • ୧୯୬୨ ମସିହାରୁ ଭାରତର ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେଲା ।
  • ସେହିବର୍ଷ ମହାକାଶ ଗବେଷଣା ପାଇଁ ପ୍ରତିଷ୍ଠା କରାଯାଇଥିବା ସଂସ୍ଥାର ନାମ ‘ଭାରତୀୟ ଜାତୀୟ ସମିତି’ ।

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective Type Questions With Answers
A. । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଭାରତରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶ କେବେ ହୋଇଥିଲା ?
Answer:
ବିଂଶ ଶତାବ୍ଦୀର ଶେଷଦଶକରୁ ଭାରତବର୍ଷରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିଲା ।

2. ଭାରତର କେଉଁ ପାଞ୍ଚଗୋଟି ସ୍ଥାନରେ ଲୌହ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ?
Answer:
ବେକାରୋ, ଭିଲାଇ, ଦୁର୍ଗାପୁର, ରାଉରକେଲା ଓ ବର୍ଣ୍ଣପୁରଠାରେ ଲୌହଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ।

3. ଭାରତରେ କେଉଁସବୁ ଆଣବିକ ରିଆକ୍ଟର କାର୍ଯ୍ୟକ୍ଷମ ହୋଇଥିଲା ?
Answer:
ଅପସରା, ସର୍କସ, ଜେରିଲିନା, ଧ୍ରୁବ ପ୍ରଥମ ଓ ଦ୍ୱିତୀୟ ପୂର୍ଣ୍ଣିମା, କାମିନୀ ଇତ୍ୟାଦି ଆଣବିକ ରିଆକ୍ଟର ଆମ ଦେଶରେ କାର୍ଯ୍ୟକ୍ଷମ ହୋଇଥିଲା ।

4. ୧୯୬୨ ମସିହା ଭାରତ-ଚୀନ୍ ଯୁଦ୍ଧରୁ ଭାରତ କ’ଣ ସତର୍କ ହୋଇଥିଲା ?
Answer:
୧୯୬୨ ମସିହାର ଭାରତ-ଚୀନ୍ ଯୁଦ୍ଧରୁ ଭାରତୀୟ ସୈନ୍ୟବାହିନୀର ଦୁର୍ବଳତା ବିଷୟରେ ଭାରତ ସତର୍କ ହୋଇଥିଲା ।

5. ଆମ ଦେଶରେ କେଉଁଠି ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ?
Answer:
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ତ୍ରିପୁରା ରାଜ୍ୟର କେଉଁଠାରେ ଇ-ଅଧ୍ୟୟନ ଓ ସୂଚନା ପ୍ରଯୁକ୍ତି ବିଦ୍ୟାପାଇଁ ଆଞ୍ଚଳିକ ଅନୁଷ୍ଠାନ ଅଛି ?
Answer:
ଅଗରତାଲା

2. କିଏ କହୁଥିଲେ ‘ବିଜ୍ଞାନ ହିଁ କ୍ଷୁଧା, ଦାରିଦ୍ର୍ୟ ଓ ଅନ୍ଧବିଶ୍ୱାସକୁ ଦୂର କରିପାରିବ’ ?
Answer:
ଜବାହରଲାଲ ନେହେରୁ

3. ଭାରତର ପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନର ମାନ୍ୟତା କେଉଁ ଅନୁଷ୍ଠାନ ପାଇଥିଲା ?
Answer:
ଖଡ଼ଗପୁର ବୈଷୟିକ ଶିକ୍ଷାନୁଷ୍ଠାନ

4. ସ୍ଵାସ୍ଥ୍ୟ ଶିକ୍ଷା ଓ ଗବେଷଣା ପାଇଁ କେଉଁ ପ୍ରତିଷ୍ଠାନ କାର୍ଯ୍ୟ କରୁଛି ?
Answer:
ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ

5. ଲୌହଇସ୍ପାତ୍ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଗୁରୁତ୍ଵ ବୃଦ୍ଧି କରିବାପାଇଁ ଆମ ଦେଶରେ କେଉଁ ସଂସ୍ଥା ଆତ୍ମପ୍ରକାଶ କରିଥିଲା ?
Answer:
SAIL

6. କେଉଁ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ଷେପଣାସ୍ତ୍ରର ବିକାଶ କରାଗଲା ?
Answer:
ରୁଷିଆ

7. ୧୯୬୩ ମସିହାରେ କେରଳର ଥୁରୁବନନ୍ତପୁରମ୍ଠାରେ କେଉଁ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ?
Answer:
ରକେଟ୍ ଉକ୍ଷେପଣ କେନ୍ଦ୍ର

8. କେଉଁ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ଷେପଣାସ୍ତ୍ରର ବିକାଶ କରାଗଲା ?
Answer:
ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର

9. ଭାରତ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା କେଉଁଠାରେ କରିଥିଲା ?
Answer:
ପୋଖରାନ୍

10. ୧୯୮୧ ଜୁନ୍ ୧୯ରେ ଭାରତର କେଉଁ ଯୋଗାଯୋଗ ଉପଗ୍ରହ ପ୍ରଥମେ ମହାକାଶକୁ ପ୍ରେରଣ କରାଗଲା ?
Answer:
ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

11. ଜାତୀୟ ଗବେଷଣାଗାର ଓ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକୁ ଆର୍ଥିକ ସାହାଯ୍ୟ ଓ ଦିଗ୍‌ଦର୍ଶନ କେଉଁ ସଂସ୍ଥା ପ୍ରଦାନ କରିଥାଏ ?
Answer:
ଧ୍ରୁବନନ୍ତପୁରମ୍

12. ‘ଆର୍ଯ୍ୟାଭଟ୍ଟ’ ଉପଗ୍ରହ ପ୍ରେରଣ ପାଇଁ କେଉଁ ଦେଶର ସହାୟତା ନିଆଯାଇଥିଲା ?
Answer:
ରୁଷିଆ

13. ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ କେଉଁଠାରେ କାର୍ଯ୍ୟ କରୁଛି ?
Answer:
ଲକ୍ଷ୍ନୌ

14. ଲୌହଇସ୍ପାତ୍ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ‘ଭାରତୀୟ ଇସ୍ପାତ୍ ପ୍ରାଧ୍ଵରଣ ଲିମିଟେଡ଼’ ନାମକ ସଂସ୍ଥା କେବେ ଆତ୍ମପ୍ରକାଶ କରିଥିଲା ?
Answer:
୧୯୭୩

15. ଓଡ଼ିଶାର କେଉଁଠାରେ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି ?
Answer:
ଭୁବନେଶ୍ଵର

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

C. ଶୂନ୍ୟସ୍ଥାନ ପୂରଣ କର ।

1. ମାଶାଚୁସେଟସ୍ ବୈଷୟିକ ଶିକ୍ଷାନୁଷ୍ଠାନ ______________ ଠାରେ ଅବସ୍ଥିତ ।
Answer:
ଆମେରିକା

2. ______________ ଠାରେ ଭାରତର ପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନରେ ଶୁଭାରମ୍ଭ କରାଯାଇଥିଲା ।
Answer:
ଖଡ଼ଗପୁର

3. ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ _______________ ।
Answer:
ମୌଲାନା ଆବୁଲ କଲାମ ଆଜାଦ

4. _______________ ମସିହାରେ ପ୍ରଥମ କରି ଭାରତରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ଖୋଲାଯାଇଥିଲା ।
Answer:
୧୯୭୧

5. ବର୍ଣ୍ଣପୁର ଲୌହଇସ୍ପାତ ଶିଳ୍ପ ______________ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିଲା ।
Answer:
ପଶ୍ଚିମବଙ୍ଗ

6. ପରମାଣୁ ଶକ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ ଭାବେ ______________ ନିଯୁକ୍ତ ହୋଇଥିଲେ ।
Answer:
ହୋମି ଜାହାଙ୍ଗୀର ଭାବା

7. _______________ ମସିହାରେ ଆମର ପ୍ରଥମ ଆଣବିକ ରିଆକ୍ଟର ପ୍ରତିଷ୍ଠା କରାଯାଇଥିଲା ।
Answer:
୧୯୫୬

8. ୧୯୮୪ ମସିହାରେ ______________ ଠାରେ ଉନ୍ନତ ବୈଷୟିକ ଜ୍ଞାନକେନ୍ଦ୍ର ପ୍ରତିଷ୍ଠା କରାଗଲା ।
Answer:
ଇନ୍ଦୋର

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

9. ଚୀନ୍ ______________ ମସିହାରେ ଭାରତ ଉପରେ ଆକ୍ରମଣ କରିଥିଲେ ।
Answer:
୧୯୬୨

10. ଭାରତର ପ୍ରଥମ କ୍ଷେପଣାସ୍ତ୍ରର ନାମ _______________ ଥିଲା ।
Answer:
ଅଗ୍ନି

11. ଓଡ଼ିଶାର _______________ ଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷା ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
Answer:
ଚାନ୍ଦିପୁର

12. ହୁଇଲର ଦ୍ବୀପ ଓଡ଼ିଶାର _____________ ଜିଲ୍ଲାରେ ଅବସ୍ଥିତ ।
Answer:
ବାଲେଶ୍ଵର

13. ଆନ୍ଧ୍ରପ୍ରଦେଶର _______________ ଠାରେ ଏକ ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ।
Answer:
ଶ୍ରୀହରିକୋଟା

14. ବୈକାନୁର ଉତ୍‌କ୍ଷେପଣ କେନ୍ଦ୍ର ______________ ଦେଶରେ ଅବସ୍ଥିତ ।
Answer:
ରୁଷିଆ

15. ୧୯୮୧ ମସିହାରେ ଆମର ପ୍ରଥମ ଯୋଗାଯୋଗ ଉପଗ୍ରହ ____________ ମହାକାଶକୁ ପ୍ରେରଣ କରାଯାଇଥିଲା ।
Answer:
ଆପଲ୍

16. ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ ____________ ରଖାଯାଇଥିଲା ।
Answer:
ଆର୍ଯ୍ୟଭଟ୍ଟ

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. ୧୯୪୬ ରୁ ୧୯୬୪ ମସିହାକୁ ଗାନ୍ଧିଯୁଗ କୁହାଯାଏ ।
Answer:
x

2. ପଶ୍ଚିମବଙ୍ଗର ଖଡ଼ଗପୁରଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ।
Answer:

3. ୧୯୭୨ ମସିହାରେ ‘ଭାରତୀୟ ଇସ୍ପାତ ପ୍ରାଧ୍ଵରଣ ଲିମିଟେଡ଼’ ଗଠନ କରାଯାଇଥିଲା ।
Answer:
x

4. ବୋକାରୋ ଲୌହଇସ୍ପାତ ଶିଳ୍ପ ଛତିଶଗଡ଼ରେ ଅବସ୍ଥିତ ।
Answer:
x

5. ଓଡ଼ିଶାର ପ୍ରଥମ ଲୌହଇସ୍ପାତ ଶିଳ୍ପ ରାଉରକେଲାଠାରେ ପ୍ରତିଷ୍ଠା କରାଯାଇଥିଲା ।
Answer:

6. ହୋମି ଜାହାଙ୍ଗୀର ଭାବା ଜଣେ ଶିକ୍ଷାବିତ୍ ଥିଲେ ।
Answer:
x

7. ଅପ୍‌ସରା ଏକ କ୍ଷେପଣାସ୍ତ୍ର ଅଟେ ।
Answer:
x

8. ୧୯୭୪ ମଇ ୧୮ ତାରିଖରେ ରାଜସ୍ଥାନରେ ପୋଖରାନ୍‌ଠାରେ ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା କରାଯାଇଥିଲା ।
Answer:

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

9. ୧୯୫୮ ମସିହାରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ଗଠିତ ହୋଇଥିଲା ।
Answer:

10. ବିକ୍ରମ ସଭାଇ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ଥିଲେ ।
Answer:
x

11. ୧୯୯୮ ମେ’ ୧୧ ଓ ୧୩ରେ ଦ୍ବିତୀୟ ଥର ପାଇଁ ଆମର ପରମାଣୁ ବୋମାର ପରୀକ୍ଷଣ କରାଯାଇଥିଲା ।
Answer:

12. ୧୯୮୨ ମସିହାରେ ଏକୀଭୂତ ନିୟନ୍ତ୍ରତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
Answer:
x

13. ଭାରତରେ ୧୯୫୪ ମସିହାରେ ଏକ ସ୍ବତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ।
Answer:

14. ଟ୍ରମ୍ବେଠାରେ ଭାରତର ସର୍ବବୃହତ୍ ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
Answer:

15. ବାନ୍ଦିପୁରଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
Answer:
x

16. ୧୯୬୪ ମଇ ୨୭ରେ ଜବାହାରଲାଲ ନେହେରୁ ମୃତ୍ୟୁବରଣ କରିଥିଲେ ।
Answer:

17. ଜବାହରଲାଲ ନେହେରୁ ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ପାଇଁ ଅକ୍ଳାନ୍ତ ଚେଷ୍ଟା କରିଥିଲେ ।
Answer:

18. କ୍ଷେପଣାସ୍ତ୍ରଗୁଡ଼ିକୁ ପରୀକ୍ଷା ପରେ ସୈନ୍ୟବାହିନୀରେ ସାମିଲ କରାଯାଇଥାଏ ।
Answer:

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And answer

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And answer 2

BSE Odisha 10th Class History Important Questions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And answer 3

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And answer 4

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

Odisha State Board BSE Odisha 10th Class History Important Questions Chapter 16 ସାମାଜିକ ବିକାଶ Important Questions and Answers.

BSE Odisha Class 10 History Important Questions Chapter 16 ସାମାଜିକ ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ‘ଅସ୍ପୃଶ୍ୟତା’ ଦୂର କରିବା ନିମନ୍ତେ ଓଡ଼ିଶାରେ କେଉଁସବୁ ଆଇନ କେବେଠାରୁ ଓ କିପରି କାର୍ଯ୍ୟକାରୀ ହୋଇଆସୁଛି ?
Answer:

  • ଓଡ଼ିଶା ସରକାର ଅସ୍ପୃଶ୍ୟତାକୁ ଦୂର କରିବାପାଇଁ ଦୁଇଟି ଆଇନ ପ୍ରଣୟନ କରିଥିଲେ ।
  • ପ୍ରଥମଟି ହେଲା ‘ଓଡ଼ିଶା ମନ୍ଦିର ପ୍ରବେଶ ଅନୁମତି ଆଇନ ୧୯୪୮’ ଓ ଦ୍ୱିତୀୟଟି ହେଲା ‘ଓଡ଼ିଶା ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ’ ।
  • ମନ୍ଦିର ପ୍ରବେଶ ଆଇନଟିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଗଲା । ଜଗନ୍ନାଥ ମନ୍ଦିରକୁ ଅନୁସୂଚିତ ଜାତିର ଭକ୍ତମାନଙ୍କ ପାଇଁ ଉନ୍ମୁକ୍ତ କରିଦିଆଗଲା ।
  • ୧୯୪୮ ମସିହା ମାର୍ଚ୍ଚ ୧ ତାରିଖରେ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କଲେ ।
  • ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ ବଳରେ ଅସ୍ପୃଶ୍ୟତା ଭଳି କଳଙ୍କିତ ପ୍ରଥା କ୍ରମଶଃ ଅପସରି ଗଲା ।

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ‘ବୃଦ୍ଧ ବ୍ୟକ୍ତିମାନଙ୍କର ବର୍ଷ’ କିଏ, କେବେ ପାଳନ କରିଥିଲେ ? ବୃଦ୍ଧ ବ୍ୟକ୍ତିମାନଙ୍କ ପାଇଁ ଭାରତ ସରକାର କ’ଣ ଘୋଷଣା କରିଥିଲେ ?
Answer:

  • ୧୯୯୯ ମସିହାକୁ ମିଳିତ ଜାତିସଂଘ ‘ବୃଦ୍ଧ ବ୍ୟକ୍ତିମାନଙ୍କର ବର୍ଷ’ ଭାବରେ ପାଳନ କରିଥିଲେ ।
  • ବୃଦ୍ଧମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏହି ବର୍ଷ ୨୦୦୦ ମସିହାକୁ ସମ୍ପ୍ରସାରିତ ହୋଇଥିଲା ।
  • ଏହି ଅବସରରେ ଭାରତ ସରକାର ବୃଦ୍ଧବ୍ୟକ୍ତିମାନଙ୍କ ପାଇଁ ଏକ ଜାତୀୟ ନୀତି ଘୋଷଣା କରିଥିଲେ ।

୨। ‘ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା’ ଓଡ଼ିଶାରେ କେବେ ଓ କ’ଣ ପାଇଁ କାର୍ଯ୍ୟକାରୀ ହେଉଛି ? ଏହା କେଉଁ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହୋଇଥିଲା ?
Answer:

  • ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ରହିଥ‌ିବା ପରିବାରମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ।
  • ୨୦୦୮ ମସିହା ଏପ୍ରିଲ ୧ ତାରିଖରୁ ଏହି ସ୍ବାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରାଯାଇଥିଲା ।
  • ୨୦୦୯-୧୦ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ ହୋଇଥିଲା ।

୩। ପୋଡୁଚାଷ କ’ଣ ? ଏହା ପରିବେଶର କ’ଣ କ୍ଷତି ଘଟାଏ ? ଏହାର ଅନ୍ୟ ନାମ କ’ଣ ?
Answer:

  • ଆଦିବାସୀମାନେ ଜଙ୍ଗଲରେ ଅଗ୍ନି ସଂଯୋଗ କରି ଚାଷଜମି ପ୍ରସ୍ତୁତ କରନ୍ତି । ଏହାକୁ ପୋଡୁଚାଷ କୁହାଯାଏ ।
  • ଏହା ଫଳରେ ଅନେକ ଜଙ୍ଗଲ ନଷ୍ଟ ହୁଏ ଏବଂ ପ୍ରାକୃତିକ ପରିବେଶ ଭାରସାମ୍ୟ ହରାଏ ।
  • ଏହାକୁ ସ୍ଥାନେ ସ୍ଥାନେ ସ୍ଥାନାନ୍ତରିତ କୃଷି କୁହାଯାଏ ।

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

୪। ସ୍ଵାଧୀନତାବେଳକୁ ଓଡ଼ିଶାର କ’ଣ ସବୁ ସମସ୍ୟା ଥିଲା ?
Answer:

  • ସ୍ଵାଧୀନତାବେଳକୁ ଓଡ଼ିଶାର ଲୋକସଂଖ୍ୟା କୋଟିଏ ସଇଁତିରିଶ ଲକ୍ଷରେ ପହଞ୍ଚିଲା ।
  • ସେଥିମଧ୍ୟରୁ ୩୫ ଲକ୍ଷ ଆଦିବାସୀ ଓ ୧୮ ଲକ୍ଷ ଷାଠିଏ ହଜାର ଅନୁସୂଚିତ ଜାତିର ଜନତା ଥିଲେ ।
  • ଏହି ଦୁଇ ଅନୁସୂଚିତ ବର୍ଗର ଲୋକମାନଙ୍କର ଅଲଗା ଅଲଗା ସମସ୍ୟା ଥିଲା ।

୫। ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ କ’ଣସବୁ ପଦକ୍ଷେପ ଗ୍ରହଣ କରାଯାଇଛି ?
Answer:

  • ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ କନ୍ୟାଭୃଣ ହତ୍ୟାକୁ ନିଷେଧ କରାଯାଇଛି ।
  • ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରାଯାଇଛି ।
  • ଶିଶୁମାନଙ୍କୁ ଶିକ୍ଷା ଦେବାପାଇଁ ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

୬। ସାମାଜିକ ନିରାପତ୍ତା ପାଇଁ କି କି ଯୋଜନାମାନ ଓଡ଼ିଶାରେ କାର୍ଯ୍ୟକାରୀ ହେଉଅଛି ?
Answer:

  • ସାଧାରଣ ଲୋକମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେତେକ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ।
  • ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ଜାତୀୟ ବୃଦ୍ଧାବସ୍ଥା ପେନ୍‌ସନ୍ ଯୋଜନା, ଜାତୀୟ ମାତୃତ୍ଵ ହିତକାରୀ ଯୋଜନା, ଜନନୀ ସୁରକ୍ଷା ଯୋଜାନ, ଜାତୀୟ ପରିବାର ହିତ ଯୋଜନା ଓ ମଧୁବାବୁ ପେନ୍‌ସନ୍ ଯୋଜନା ।
  • ୨୦୦୮ ଜାନୁଆରୀ ୧ ତାରିଖରୁ ଓଡ଼ିଶାରେ ପ୍ରବର୍ତ୍ତିତ ମଧୁବାବୁ ପେନ୍‌ସନ୍ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଆଦିଙ୍କ ପାଇଁ ମାସିକ ଭତ୍ତା ଦେବାର ବ୍ୟବସ୍ଥା କରାଯାଇଛି ।

୭। ଆଦିବାସୀ ଓ ଦଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସରକାର କେଉଁସବୁ ପଦକ୍ଷେପ ନେଇଛନ୍ତି ?
Answer:

  • ଆଦିବାସୀ ଓ ଦଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଏହି ଦୁଇ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ, ସ୍କୁଲ ଓ କଲେଜର ଦରମା ଛାଡ଼, ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥାର ପ୍ରବର୍ତ୍ତନ କରି ସରକାର ସେମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହୀ କରିବାକୁ ଚେଷ୍ଟା କରିଛନ୍ତି ।
  • ମାଗଣା ପ୍ରାଥମିକ ଶିକ୍ଷାକୁ ବ୍ୟାପକ କରିବାପାଇଁ ଆଦିବାସୀବହୁଳ ଅଞ୍ଚଳରେ ଶହ ଶହ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇଛି ।
  • ଯୋଗ୍ୟ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀମାନଙ୍କର ରାଜ୍ୟ ବାହାରେ ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି ।

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଶିଶୁ ଶ୍ରମିକ କେଉଁମାନଙ୍କୁ କୁହାଯାଏ ? ଏହି ପ୍ରଥାକୁ ଉଚ୍ଛେଦ କରିବା କେଉଁ କାର୍ଯ୍ୟକ୍ରମର ଅନ୍ତର୍ଗତ ?
Answer:

  • ୧୪ ବର୍ଷରୁ କମ୍ ବୟସର ଶ୍ରମିକମାନଙ୍କୁ ଶିଶୁ ଶ୍ରମିକ କୁହାଯାଏ । ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଶିଶୁ ଶ୍ରମିକ ସଂଖ୍ୟା ଅଧ୍ଵ ।
  • ଏହି ପ୍ରଥାକୁ ଉଚ୍ଛେଦ କରିବା ଶିଶୁ ବିକାଶ କାର୍ଯ୍ୟକ୍ରମର ଅନ୍ତର୍ଗତ ।

୨। ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ କେଉଁ ଦୁଇଟି କାର୍ଯ୍ୟ କରିଥାଏ ?
Answer:

  • ପ୍ରଥମତଃ ଏହି ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କ ଆତ୍ମନିର୍ଭରଶୀଳ କରାଯାଇଥାଏ ।
  • ଦ୍ଵିତୀୟତଃ ସେମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ ଏହା କାର୍ଯ୍ୟ କରିଥାଏ ।

୩ । ଜନନୀ ସୁରକ୍ଷା ଯୋଜନାର ଦୁଇଟି ଉଦ୍ଦେଶ୍ୟ ଲେଖ ।
Answer:

  • ପ୍ରଥମତଃ ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।
  • ଦ୍ଵିତୀୟତଃ ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଥାଏ ।

୪। ଆଦିବାସୀ ଓ ଦଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ?
Answer:

  • ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ସ୍କୁଲ ଓ କଲେଜର ଦରମା ଛାଡ଼ ଇତ୍ୟାଦି କରାଯାଇଥାଏ ।
  • ଆହୁରି ମଧ୍ୟ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥାର ପ୍ରବର୍ତ୍ତନ କରି ସରକାର ସେମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହୀ କରିବାକୁ ଚେଷ୍ଟା କରୁ ଛନ୍ତି ।

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

୫। ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ବିଜୁ ଗ୍ରାମଜ୍ୟୋତି ଯୋଜନା କ’ଣ ?
Answer:

  • ଗୋପବନ୍ଧୁ ଗ୍ରାମୀଣ ଯୋଜନାଦ୍ୱାରା ବିଜୁଳି, ସଡ଼କ ଓ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ପାଇଁ ଉଦ୍ୟମ କରାଯାଉଛି ।
  • ବିଜୁ ଗ୍ରାମଜ୍ୟୋତି ଯୋଜନାରେ ରାଜ୍ୟର ସମସ୍ତ ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରିବାପାଇଁ ଲକ୍ଷ୍ୟ ରଖାଯାଇଛି ।

୬। ଓଡ଼ିଶାରେ ଜରୁରୀକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା କେବେଠାରୁ ଓ କ’ଣ ପାଇଁ ପ୍ରବର୍ତ୍ତନ କରାଯାଇଛି ?
Answer:

  • ଓଡ଼ିଶାରେ ଜରୁରୀକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ୨୦୧୩ ମସିହା ମାର୍ଚ୍ଚ ୫ ତାରିଖଠାରୁ ପ୍ରବର୍ତ୍ତନ କରାଯାଇଛି ।
  • ଏହାଦ୍ଵାରା ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଗୁରୁତର ରୋଗରେ ପୀଡ଼ିତ ଲୋକମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯାଉଛି ।

୭। ‘ୟଜ୍’ କ’ଣ ? ଏଥିରେ କେଉଁମାନେ ଶିକାର ହେଉଥିଲେ ?
Answer:

  • ‘ୟଜ୍’ ଏକ ଭୟଙ୍କର ରୋଗ ।
  • କୋରାପୁଟର କୋୟାମାନେ ଏହି ରୋଗର ଶିକାର ହେଉଥିଲେ ।

୮। କେଉଁ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କୁ ବାର୍ଷିକ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଉଛି ? ବର୍ତ୍ତମାନ ଏହି ଯୋଜନାର ନାମ କ’ଣ ?
Answer:

  • ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଉଛି ।
  • ବର୍ତ୍ତମାନ ଏହି ଯୋଜନାର ନାମ ରଖାଯାଇଛି ‘ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ ।

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କହିଲେ କ’ଣ ବୁଝ ?
Answer:
ଅନୁସୂଚିତ ଜାତି କହିଲେ ହରିଜନକୁ ବୁଝାଏ ଓ ଅନୁସୂଚିତ ଜନଜାତି କହିଲେ ଆଦିବାସୀଙ୍କୁ ବୁଝାଇଥାଏ ।

2. ଅନୁସୂଚିତ ଜନଜାତି ବା ଆଦିବାସୀ କେଉଁ ସ୍ଥାନରେ ବାସ କରୁଥିଲେ ?
Answer:
ବଣଜଙ୍ଗଲଘେରା ପାର୍ବତ୍ୟ ଅଞ୍ଚଳରେ ଆଦିବାସୀମାନେ ଜାତୀୟ ସ୍ରୋତରୁ ବିଚ୍ଛିନ୍ନ ହୋଇ ନିଭୃତ ପରିବେଶରେ ରହୁଥିଲେ ।

3. 1949 ମସିହାରେ କେଉଁ ଆଇନକୁ ରଦ୍ଦ କରିଦିଆଗଲା ?
Answer:
1949 ମସିହାରେ ଅପରାଧୀ ଜନଜାତି ଆଇନ ଭଳି ଅଗଣତାନ୍ତ୍ରିକ ବିଧୁବ୍ୟବସ୍ଥାକୁ ରଦ୍ଦ କରି ଦିଆଯାଇଥିଲା ।

4. ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କ ମଧ୍ୟରେ ଶିକ୍ଷାର ହାର କେତେ ଥିଲା ?
Answer:
ଶତକଡ଼ା 1.5 ଭାଗ ଆଦିବାସୀ ସାକ୍ଷର ଥିଲେ ଓ 3.3 ପ୍ରତିଶତ ଅନୁସୂଚିତ ଜାତିର ଲୋକମାନେ ସାକ୍ଷର ଥିଲେ । ‘ଇନ୍ଦିରା ଆବାସ ଯୋଜନା’ କ’ଣ ?

5. ‘ଇନ୍ଦିରା ଆବାସ ଯୋଜନା’ କ’ଣ ?
Answer:
ଗ୍ରାମାଞ୍ଚଳରେ ଲୋକମାନଙ୍କୁ ନିଜସ୍ବ ବାସଗୃହ ସୁବିଧା ଯୋଗାଇ ଦେବାକୁ ‘ଇନ୍ଦିରା ଆବାସ ଯୋଜନା’ କୁହାଯାଏ ।

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

6. ଗ୍ରାମାଞ୍ଚଳରେ କେଉଁ ଯୋଜନାରେ ପକ୍କା ସଡ଼କ ଯୋଗାଇ ଦିଆଯାଇଥିଲା ?
Answer:
‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ରେ ଗ୍ରାମାଞ୍ଚଳରେ ସିମେଣ୍ଟ କଂକ୍ରିଟ୍‌ ପକ୍କା ସଡ଼କ ନିର୍ମାଣ କରାଯାଇଥିଲା ।

7. ‘ମଧ୍ୟାହ୍ନ ଭୋଜନ’ କ’ଣ ?
Answer:
ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ କରାଯାଇ ଶିଶୁମାନଙ୍କୁ ବିଦ୍ୟାଳୟକୁ ଯିବାପାଇଁ ଆଗ୍ରହ ସୃଷ୍ଟି କରାଯାଇପାରିଛି ।

8. ‘ଅଙ୍ଗନବାଡ଼ି କେନ୍ଦ୍ର କ’ଣ ?
Answer:
ଶିଶୁମାନଙ୍କୁ ଶିକ୍ଷାଦେବାପାଇଁ ଗ୍ରାମାଞ୍ଚଳରେ ଖୋଲାଯାଇଥିବା କେନ୍ଦ୍ରକୁ ଅଙ୍ଗନବାଡ଼ି କେନ୍ଦ୍ର କୁହାଯାଏ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ବଣଜଙ୍ଗଲ ଘେରା ପାର୍ବତ୍ୟ ଅଞ୍ଚଳରେ କେଉଁମାନେ ବାସ କରନ୍ତି ?
Answer:
ଆଦିବାସା

2. ଆଦିବାସୀ ଅତ୍ୟୁଷିତ ଅଞ୍ଚଳରୁ କେବେ ଗୋତିପ୍ରଥା ଆଇନତଃ ନିଷିଦ୍ଧ କରାଯାଇଥିଲା ?
Answer:
୧୯୪୮

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

3. କେଉଁ ପ୍ରଥାରୁ ଗୋତି ପ୍ରଥା ଉପୂରି ହୋଇଥିଲା ?
Answer:
ଗ୍ରାମ୍ୟ ମହାଜନା ପ୍ରଥା

4. ଶିଶୁମାନଙ୍କୁ ଶିକ୍ଷା ଦେବା ପାଇଁ ଗ୍ରାମାଞ୍ଚଳରେ କେଉଁ କେନ୍ଦ୍ରମାନ କରାଯାଇଛି ?
Answer:
ଅଙ୍ଗନବାଡ଼ି

5. ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଅନ୍ୟୁନ କେତେ ଦିନର କାମ ଯୋଗାଇ ଦିଆଯାଇଥାଏ ?
Answer:
୧୦୦ ଦିନ

6. ଓଡ଼ିଶାରେ ବାସ କରୁଥିବା ଦଳିତମାନଙ୍କୁ ପୂର୍ବେ କ’ଣ କୁହାଯାଉଥିଲା ?
Answer:
ଅସ୍ପୃଶ୍ୟ

7. ହାତୀ ଉପଦ୍ରବ ସମୟରେ ଘର ଭାଙ୍ଗିଗଲେ କେଉଁ ଯୋଜନାରେ ସାହାଯ୍ୟ ପ୍ରଦାନ କରାଯାଇଥାଏ ?
Answer:
ମୋ କୁଡ଼ିଆ ଯୋଜନା

8. ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ଅନୁସୂଚିତ ଜାତିର ଭକ୍ତମାନଙ୍କ ପାଇଁ କେବେ ଉନ୍ମକ୍ତ କରାଯାଇଥିଲା ?
Answer:
୧୯୪୯

9. କାମରେ ନିଯୁକ୍ତ ୧୪ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ କ’ଣ କୁହାଯାଏ ?
Answer:
ଶିଶୁ ଶ୍ରମିକ

10. ଓଡ଼ିଶାର ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାପାଇଁ ୨୦୦୧ ମାର୍ଚ୍ଚ ୮ ତାରିଖରୁ କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି ?
Answer:
ମିଶନ ଶକ୍ତି

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

11. ଗାଁଗୁଡ଼ିକରେ ନିର୍ମିତ ହେଉଥ‌ିବା କଂକ୍ରିଟ୍ ରାସ୍ତା କେଉଁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ?
Answer:
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା

12. ବିଜୁଳି, ସଡ଼କ ଓ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ପାଇଁ ଓଡ଼ିଶାରେ କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି ?
Answer:
ଗୋପବନ୍ଧୁ ଗ୍ରାମୀଣ ଯୋଜନା

13. ଓଡ଼ିଶାର ଆଦିବାସୀମାନେ ଜଙ୍ଗଲରେ ଅଗ୍ନି ସଂଯୋଗ କରି ଚାଷଜମି ପ୍ରସ୍ତୁତ କରି ଚାଷ କରିବାକୁ କ’ଣ କୁହାଯାଏ ?
Answer:
ପୋଡ଼ୁ ଚାଷ

14. କେଉଁ ମସିହାକୁ ମିଳିତ ଜାତିସଂଘ ‘ବୃଦ୍ଧ ବ୍ୟକ୍ତିମାନଙ୍କର ବର୍ଷ’ ଭାବେ ପାଳନ କରିଥିଲା ?
Answer:
୧୯୯୯

15. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ଅନୁଯାୟୀ ରୋଗୀର ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ପାଇଁ କେତେ ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଏ ?
Answer:
୩୦ ହଜାର

16. ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀମାନଙ୍କ ପାଇଁ କି ବ୍ୟବସ୍ଥା କରାଯାଇଛି ?
Answer:
ସଂରକ୍ଷଣ

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

C. ଶୂନ୍ୟସ୍ଥାନ ପୂରଣ କର ।

1. ________________ ମସିହାରେ ଅପରାଧୀ ଜନଜାତି ଆଇନକୁ ରଦ୍ଦ କରି ଦିଆଯାଇଥିଲା ।
Answer:
୧୯୪୯

2. ମହାଜନମାନଙ୍କର ରଶ କରାବାରକୁ _______________ ମସିହାରେ ନିୟନ୍ତ୍ରିତ କରାଯାଇଥିଲା ।
Answer:
୧୯୪୭

3. ୧୯୪୮ ମସିହାରେ _____________ ପ୍ରଥାକୁ ଉଚ୍ଛେଦ କରାଯାଇଥିଲା ।
Answer:
ଗୋତି

4. ସ୍ଵାଧୀନତା ବେଳକୁ ଓଡ଼ିଶାରେ ______________ ଭାଗ ଆଦିବାସୀ ସାକ୍ଷର ଥିଲେ ।
Answer:
୧.୫

5.କେରାପୁଟର କୋୟାମାନେ ________________ ନାମକ ଏକ ଭୟଙ୍କର ରୋଗର ଶିକାର ହେଉଥିଲେ ।
Answer:
ୟଜ୍

6. ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ନିଜସ୍ୱ _________________ ସୁବିଧା ପାଇଲେ ।
Answer:
ବାସଗୃହ

7. ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବର୍ଷକୁ ଅନ୍ୟୁନ _______________ ଦିନର କାମଧନ୍ଦା ଯୋଗାଇ ଦିଆଯାଇଥାଏ ।
Answer:
୧୦୦

8. _______________ ମସିହାକୁ ମିଳିତ ଜାତିସଂଘ ‘ବୃଦ୍ଧ ବ୍ୟକ୍ତିମାନଙ୍କର ବର୍ଷ’ ଭାବରେ ପାଳନ କରିଥିଲା ।
Answer:
୧୯୯୯

9. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ___________________ ମସିହା ଏପ୍ରିଲ ୧ ତାରିଖରେ ପ୍ରବର୍ତ୍ତିତ ହୋଇଥିଲା ।
Answer:
୨୦୦୮

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

10. ଓଡ଼ିଶା ଜରୁରୀକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ______________ ମସିହା ମାର୍ଚ୍ଚ ୫ ତାରିଖରୁ କାର୍ଯ୍ୟକାରୀ ହେଉଛି ।
Answer:
୨୦୧୩

11. ଓଡ଼ିଶା ଜୀବିକା ମିଶନର ଲକ୍ଷ୍ୟ ହେଲା ______________ ।
Answer:
ଦାରିଦ୍ର୍ୟ ଦୂରୀକରଣ

12. ନୂତନ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନରେ ______________ ସହାୟତା କରିଥାଏ ।
Answer:
ମିଶନ ଶକ୍ତି

13. ୧୯୪୮ ମସିହା ମାର୍ଚ୍ଚ ୧ ତାରିଖରେ ______________ ମନ୍ଦିରରେ ଅଛୁଆଁ ଜାତିର ଲୋକମାନେ ପ୍ରବେଶ କରିଥିଲେ ।
Answer:
ସାକ୍ଷୀଗୋପାଳ

14. ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ ବଳରେ ________________ ଭଳି କଳଙ୍କିତ ପ୍ରଥା କ୍ରମଶଃ ଅପସରି ଯାଇଥିଲା ।
Answer:
ଅସ୍ପୃଶ୍ୟତା

15. କୋୟା ସମ୍ପ୍ରଦାୟର ଲୋକମାନେ _______________ ଜିଲ୍ଲାରେ ବାସ କରୁଥିଲେ ।
Answer:
କୋରାପୁଟ

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

D. ଠିକ୍ ଉକ୍ତି ପାଇଁ (x) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (✓) ଚିହ୍ନ ଦିଅ ।

1. ଆଦିବାସୀମାନଙ୍କୁ ମାଗଣାରେ ବଳଦ, କୃଷି ଉପକରଣ ଓ ଚରଖା ଇତ୍ୟାଦି ଯୋଗାଇ ଦିଆଯାଇଥିଲା ।
Answer:

2. ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ଅନୁସୂଚିତ ଜାତିର ଭକ୍ତମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି ।
Answer:
x

3. କୋରାପୁଟର ଭୂୟାଁମାନେ ‘ୟଜ୍’ ନାମକ ଭୟଙ୍କର ରୋଗର ଶିକାର ହେଉଥିଲେ ।
Answer:
x

4. ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ସହରାଞ୍ଚଳର ଲୋକମାନଙ୍କୁ ନିଜସ୍ବ ବାସଗୃହ ସୁବିଧା ଦିଆଯାଇଥାଏ ।
Answer:
x

5. ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗାଁଗୁଡ଼ିକରେ ସିମେଣ୍ଟ କଂକ୍ରିଟ୍‌ ପକ୍କା ସଡ଼କ ନିର୍ମାଣ କରାଯାଏ ।
Answer:

6. ଅନ୍ତୋଦୟ ଯୋଜନା ରାଜ୍ୟ ସରକାରଙ୍କର ଏକ ଯୋଜନା ଅଟେ ।
Answer:
x

7. ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ୨୦୦୪ ମସିହାରେ ଆରମ୍ଭ ହୋଇଥିଲା ।
Answer:
x

8. ରାଜୀବ ଗ୍ରାମ୍ୟଜ୍ୟୋତି ଯୋଜନାରେ ରାଜ୍ୟର ସମସ୍ତ ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରାଯାଇଥାଏ ।
Answer:
x

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

୨. ଶିଶୁମାନଙ୍କୁ ଶିକ୍ଷା ଦେବାପାଇଁ ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ରମାନ ଖୋଲାଯାଇଛି ।
Answer:

10. ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି ।
Answer:
x

11. ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଶିଶୁ ଶ୍ରମିକମାନଙ୍କ ସଂଖ୍ୟା କମ୍ ।
Answer:
x

12. ଜନନୀ ସୁରକ୍ଷା ଯୋଜନାରେ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।
Answer:

13. ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ‘ମିଶନ ଯୋଜନା’ କାର୍ଯ୍ୟକାରୀ ହେଉଅଛି ।
Answer:
x

14. ନୂତନ ସ୍ବୟଂସହାୟକ ଗୋଷ୍ଠୀ ଗଠନରେ ସହାୟତା କରିବା ହେଉଛି ‘ମିଶନ ଶକ୍ତି’ର ପ୍ରମୁଖ କାର୍ଯ୍ୟ ।
Answer:

15. ୨୦୦୭ ଜାନୁଆରୀ ୧ ତାରିଖରୁ ଓଡ଼ିଶାରେ ପ୍ରବର୍ତ୍ତିତ ହୋଇଥଲା ମଧୁବାବୁ ପେନସନ୍ ଯୋଜନା ।
Answer:
x

16. ୧୯୯୯ ମସିହାକୁ ମିଳିତ ଜାତିସଂଘ ‘ବୃଦ୍ଧି ବ୍ୟକ୍ତିମାନଙ୍କର ବର୍ଷ’ ଭାବରେ ପାଳନ କରିଥିଲା ।
Answer:

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

17. ଓଡ଼ିଶା ଜରୁରୀକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ୨୦୧୩ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିଲା ।
Answer:

18. ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟ କରିଥାଏ ।
Answer:

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question 2

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 2

BSE Odisha 10th Class History Important Questions Chapter 16 ସାମାଜିକ ବିକାଶ

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question And answer 3

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question And answer 4

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

Odisha State Board BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା Important Questions and Answers.

BSE Odisha Class 10 History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ପ୍ରାଦେଶିକ ବିଧାନସଭା ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ଲାଭ କରିଥିଲେ ସୁଦ୍ଧା କାହିଁକି ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହୋଇନଥିଲା ? ଏହାଫଳରେ ବି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ?
Answer:

  • ପ୍ରାଦେଶିକ ବିଧାନସଭା ନିର୍ବାଚନରେ କଂଗ୍ରେସ ୫୬ ଟି ଆସନରୁ ୩୬ଟି ଆସନ ଲାଭ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ପରିଗଣିତ ହୋଇଥିଲା ।
  • କିନ୍ତୁ ଏହା ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜିହୋଇ ନଥିଲା; କାରଣ କଂଗ୍ରେସ ଆଶଙ୍କା କରୁଥିଲା ଯେ ୧୯୩୫ ଭାରତ ଶାସନ ଆଇନରେ ରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ କ୍ଷମତାଦ୍ବାରା ମନ୍ତ୍ରୀମଣ୍ଡଳର କ୍ଷମତା ସଙ୍କୁଚିତ ହୋଇଯିବ ।
  • କଂଗ୍ରେସ ସହିତ ଆଲୋଚନା ବିଫଳ ହେବାପରେ ଏହାର ବିକଳ୍ପ ବ୍ୟବସ୍ଥା ସ୍ବରୂପ ରାଜ୍ୟପାଳଙ୍କ ନିମନ୍ତ୍ରଣକ୍ରମେ ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେବ ସଂଖ୍ୟାଲଘୁ ସଭ୍ୟଙ୍କ ସମର୍ଥନରେ ୧୯୩୭ ମସିହା ଏପ୍ରିଲ୍ ୧ ତାରିଖରେ ମନ୍ତ୍ରିମଣ୍ଡଳ ଗଠନ କଲେ ।
  • ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହେଲେ ସ୍ବତନ୍ତ୍ର ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ । ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ, ମୌଲବୀ ଲତିଫୁର ରେହମାନ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ଦୁଇଜଣ ମନ୍ତ୍ରୀ ହେଲେ ।
  • ପରବର୍ତୀ ସମୟରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜିହେବାରୁ ୧୯୩୭ ମସିହା ଜୁଲାଇ ୧୩ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିଲା ।

୨ । କେବେ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ ହୋଇଥିଲେ ? ତାଙ୍କ କାର୍ଯ୍ୟାବଳୀ ସଂକ୍ଷେପରେ ଲେଖ ।
Answer:

  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରବର୍ତୀ ଓଡ଼ିଶା ପ୍ରାଦେଶିକ ବିଧାନସଭା ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବାରୁ ହରେକୃଷ୍ଣ ମହତାବ ବିଧାୟକ ଦଳର ନେତା ଭାବେ ୧୯୪୬ ମସିହା ଏପ୍ରିଲ୍ ୨୩ ତାରିଖରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।
  • ତାଙ୍କ ସହିତ ନବକୃଷ୍ଣ ଚୌଧୁରୀ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ନିତ୍ୟାନନ୍ଦ କାନୁନ୍‌ଗୋ ଓ ରାଧାକୃଷ୍ଣ ବିଶ୍ଵାସରାୟ ଅନ୍ୟ ଚାରିଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
  • ସେହିବର୍ଷ ଭାରତକୁ ଆସିଥିବା କ୍ୟାବିନେଟ୍ ମିଶନ୍ ନିକଟରେ ଓଡ଼ିଶାର ଗଡ଼ଜାତ ରାଜ୍ୟସମୂହର ମିଶ୍ରଣ ସପକ୍ଷରେ ହରେକୃଷ୍ଣ ମହତାବ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ।
  • ହରେକୃଷ୍ଣ ମହତାବ ୧୯୪୬ ମସିହାରୁ ୧୯୫୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ନେତୃତ୍ୱ ନେଇଥିଲେ ।
  • ଏହି ସମୟ ଅବଧୂ ମଧ୍ଯରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ହେଲା ଗଡ଼ଜାତ ମିଶ୍ରଣ, ହୀରାକୁଦ ନଦୀବନ୍ଧ ଯୋଜାନାର ଆରମ୍ଭ ଓ ଭୁବନେଶ୍ଵରରେ ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା ।

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ନୂତନ ଓଡ଼ିଶା ପ୍ରଦେଶର ରାଜଧାନୀ କେଉଁଠାରେ ପ୍ରତିଷ୍ଠିତ ହେଲା ? ଏହାର ଆୟତନ ଓ ଲୋକସଂଖ୍ୟା କେତେ ଥିଲା ?
Answer:

  1. ନୂତନ ଓଡ଼ିଶା ପ୍ରଦେଶର ରାଜଧାନୀ କଟକଠାରେ ପ୍ରତିଷ୍ଠିତ ହେଲା ।
  2. ନୂତନ ଓଡ଼ିଶାର ଆୟତନ ଥିଲା ୩୨,୬୯୫ ବର୍ଗ ମାଇଲ୍ ।
  3. ଏହାର ଲୋକସଂଖ୍ୟା ଥିଲା ୮,୦୪୩,୬୮୧ ।

୨। ଓଡ଼ିଶା ପ୍ରଶାସନିକ କମିଟି କେବେ ଗଠିତ ହୋଇଥିଲା ? ଅଧ୍ୟକ୍ଷଙ୍କ ବ୍ୟତୀତ ଏଥ‌ିରେ କେତେଜଣ ସଦସ୍ୟ ଥିଲେ ? ଏହି କମିଟିର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ କେଉଁ ବିଷୟ ଉପରେ ଥିଲା ?
Answer:

  • ଓଡ଼ିଶା ପ୍ରଶାସନିକ କମିଟି ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ୧୯୩୩ ମସିହା ଜୁନ୍ ୨୪ ତାରିଖରେ ଗଠିତ ହୋଇଥିଲା ।
  • ଅଧ୍ୟକ୍ଷଙ୍କ ବ୍ୟତୀତ ଏଥୁରେ ମଧୁସୂଦନ ଦାସଙ୍କ ସମେତ ଏଥିରେ ଜଣ ସଦସ୍ୟ ରହିଥିଲେ ।
  • ଏହି କମିଟି ୧୯୩୩ ମସିହା ଡିସେମ୍ବର ୨୦ ତାରିଖରେ ନୂତନ ପ୍ରଦେଶ ଗଠନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଦେଇଥିଲା ।

୩ । ବିଶ୍ଵନାଥ ଦାସ କେବେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ? ତାଙ୍କ ସହିତ ଅନ୍ୟ କେଉଁମାନେ ଶପଥ ଗ୍ରହଣ କରିଥିଲେ ଏବଂ ବିଧାନସଭାର ପ୍ରଥମ ଅବେଶନ କେଉଁଠି ବସିଥିଲା ?
Answer:

  • ବିଶ୍ଵନାଥ ଦାସ ୧୯୩୭ ମସିହା ଜୁଲାଇ ୧୯ ତାରିଖ ଦିନ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ ।
  • ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ଓ ବୋଧରାମ ଦୁବେ ଏବଂ ଚାରିଜଣ ପାର୍ଲିଆମେଣ୍ଟାରୀ ସେକ୍ରେଟାରୀ ଯଦୁମଣି ମଙ୍ଗରାଜ, ଜଗନ୍ନାଥ ମିଶ୍ର, ପ୍ୟାରିଶଙ୍କର ରାୟ ଓ ରାଧାନାଥ ବିଶ୍ଵାସରାୟ ଶପଥ ଗ୍ରହଣ କରିଥିଲେ ।
  • ବିଧାନସଭାର ପ୍ରଥମ ଅଧ୍ବବେଶନ ରେଭେନ୍ସା କଲେଜ୍ ହଲ୍‌ରେ ବସିଥିଲା ।

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ନୂତନ ଓଡ଼ିଶା କେତୋଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ଓ ସେଗୁଡ଼ିକର ନାମ କ’ଣ ?
Answer:

  1. ନୂତନ ଓଡ଼ିଶା ଛଅଗୋଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ।
  2. ସେଗୁଡ଼ିକର ନାମ ହେଲା – କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ।

୨। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଉଦ୍‌ଘାଟନୀ ଉତ୍ସବରେ କିଏ, କେଉଁଠାରେ ଏକ ବିଶାଳ ଭୋଜିର ଆୟୋଜନ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆପ୍ୟାୟିତ କରିଥିଲେ ?
Answer:

  • ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଉଦ୍‌ଘାଟନୀ ଉତ୍ସବରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଏକ ବିଶାଳ ଭୋଜନର ଆୟୋଜନ କରିଥିଲେ ।
  • କଟକର ବାରବାଟୀ ଦୁର୍ଗରେ ଏହି ଭୋଜିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆପ୍ୟାୟିତ କରାଯାଇଥିଲା ।

୩ । କେଉଁ ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶାରେ ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ବ୍ୟବସ୍ଥା ଥିଲା ? ପ୍ରଥମ ବିଧାନସଭା ନିର୍ବାଚନ କେବେ ହୋଇଥିଲା ?
Answer:

  • ୧୯୩୫ ମସିହା ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶାରେ ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ବ୍ୟବସ୍ଥା ଥିଲା ।
  • ପ୍ରଥମ ବିଧାନସଭା ନିର୍ବାଚନ ୧୯୩୭ ମସିହା ଜାନୁୟାରୀ ୧୮ରୁ ୨୩ ତାରିଖ ମଧ୍ୟରେ ହୋଇଥିଲା ।

୪ । ପ୍ରଥମ ପ୍ରାଦେଶିକ ବିଧାନସଭା ନିର୍ବାଚନରେ କନିକା ରାଜା କେଉଁ ଦଳର ନେତୃତ୍ଵ ନେଇଥିଲେ ? ଏହି ନିର୍ବାଚନରେ ତାଙ୍କ ଦଳ କେତୋଟି ଆସନ ଲାଭ କରିଥିଲା ?
Answer:

  1. ପ୍ରଥମ ପ୍ରାଦେଶିକ ବିଧାନସଭା ନିର୍ବାଚନରେ କନିକା ରାଜା ସଂଯୁକ୍ତ ଦଳର ନେତୃତ୍ଵ ନେଇଥିଲେ ।
  2. ଏହି ନିର୍ବାଚନରେ ତାଙ୍କ ଦଳ ୬ଟି ଆସନ ହାସଲ କରିଥିଲା ।

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

୫ । ପ୍ରଥମ ବିଧାନସଭାର ପ୍ରଥମ ଅଧିବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ଏହାର ପ୍ରଥମ ବାଚସ୍ପତି କିଏ ଥିଲେ ?
Answer:

  • ପ୍ରଥମ ବିଧାନସଭାର ପ୍ରଥମ ଅଧିବେଶନ ୧୯୩୭ ମସିହା ଜୁଲାଇ ୨୮ ତାରିଖରେ ରେଭେନ୍ସା କଲେଜ ହଲ୍‌ରେ ଅନୁଷ୍ଠିତ ହୋଇଥିଲା ।
  • ଏହି ପ୍ରଥମ ଅଧ‌ିବେଶନରେ ବାଚସ୍ପତି ଥିଲେ ମୁକୁନ୍ଦ ପ୍ରସାଦ ଦାସ ।

୬ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ନେତୃତ୍ବାଧୀନ ଦଳର ନାମ କ’ଣ ଥିଲା ? ସେ ପ୍ରଥମ ପ୍ରାଦେଶିକ ନିର୍ବାଚନରେ କେତୋଟି ଆସନ ଲାଭ କରିଥିଲେ ?
Answer:

  • ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ନେତୃତ୍ଵାଧୀନ ଦଳର ନାମ ‘ଜାତୀୟ ଦଳ’ ଥିଲା ।
  • ଏହା ପ୍ରଥମ ପ୍ରାଦେଶିକ ନିର୍ବାଚନରେ ୪ଟି ଆସନ ଲାଭ କରିଥିଲେ ।

Objective Type Questions with Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ମଧୁସୂଦନ ଦାସ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ବପ୍ନ କେବେ ବାସ୍ତବରେ ପରିଣତ ହୋଇଥିଲା ?
Answer:
୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ମଧୁସୂଦନ ଦାସ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱପ୍ନ ବାସ୍ତବରେ ପରିଣତ ହୋଇଥିଲା ।

2. କେଉଁସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଯାଇଥିଲା ?
Answer:
ମେଦିନିପୁର, ଫୁଲଝର, ସୋମପେଟା, ମଞ୍ଜୁଷା ଆଦି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଯାଇଥିଲା ।

3. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅବସରରେ କିଏ ଏକ ବିରାଟ ଭୋଜିର ଆୟୋଜନ କରାଇଥୁଲେ ?
Answer:
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅବସରରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଏକ ବିରାଟ ଭୋଜିର ଆୟୋଜନ କରାଇଥିଲେ ।

4. ନୂତନ ଓଡ଼ିଶା ଶାସନ ଦାୟିତ୍ୱ ଚଳାଇବାପାଇଁ କେଉଁମାନଙ୍କୁ ନେଇ ଏକ ଉପଦେଷ୍ଟା ପରିଷଦ ଗଠିତ ହୋଇଥିଲା ?
Answer:
ନୂତନ ଓଡ଼ିଶାର ରାଜ୍ୟପାଳ ଓ ତାଙ୍କଦ୍ବାରା ମନୋନୀତ କୋଡ଼ିଏ ଜଣ ସଦସ୍ୟଙ୍କୁ ଏକ ଉପଦେଷ୍ଟା ପରିଷଦ ଗଠିତ ହୋଇଥିଲା ।

5. ଓଡ଼ିଶା ପ୍ରଶାସନିକ କମିଟି କେବେ ଗଠିତ ହୋଇଥିଲା ?
Answer:
ଓଡ଼ିଶା ପ୍ରଶାସନିକ କମିଟି ୧୯୩୩ ଜୁନ୍ ୨୪ ତାରିଖରେ ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ।

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

6. କଂଗ୍ରେସ ତରଫରୁ ଓଡ଼ିଶାରେ ପ୍ରଥମେ କିଏ, କେବେ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ?
Answer:
ବିଶ୍ଵନାଥ ଦାସ ୧୯୩୭ ଜୁଲାଇ ୧୯ ତାରିଖରେ କଂଗ୍ରେସ ତରଫରୁ ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ ।

7. ଓଡ଼ିଶାର ଦ୍ବିତୀୟ ରାଜ୍ୟପାଳ ଭାବେ କିଏ ଦାୟିତ୍ବ ଗ୍ରହଣ କରିଥିଲେ ?
Answer:
ଉଇଲିୟମ୍ ଲୁଇସ୍ ୧୯୪୧ ଏପ୍ରିଲ୍ ୧ ତାରିଖରେ ଓଡ଼ିଶାର ଦ୍ବିତୀୟ ରାଜ୍ୟପାଳଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

8. କୃଷ୍ଣଚନ୍ଦ୍ର ଗଜପତି କେବେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ?
Answer:
୧୯୭୪ ମସିହା ମେ ୨୫ ତାରିଖରେ କୃଷ୍ଣଚନ୍ଦ୍ର ଗଜପତି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. କେଉଁ ଆଇନ ବଳରେ ଓଡ଼ିଶା ନୂତନ ପ୍ରଦେଶ ଭାବେ ଗଠିତ ହେଲା ?
Answer:
୧୯୩୫ ଭାରତ ଶାସନ ଆଇନ

2. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ନିର୍ବାଚିତ ସରକାର ଗଠନ ହେବା ପର୍ଯ୍ୟନ୍ତ ଏହାର ଶାସନ ଦାୟିତ୍ବ ବହନ କରିଥିବା ଉପଦେଷ୍ଟା ପରିଷଦରେ କିଏ ଉପ-ସଭାପତି ଥିଲେ ?
Answer:
ଲକ୍ଷ୍ମୀଧର ମହାନ୍ତି

3. କାହା ନେତୃତ୍ୱରେ ସ୍ବାଧୀନ ଦଳ ୧୯୩୭ ପ୍ରାଦେଶିକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲା ?
Answer:
ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ

4. ଓଡ଼ିଶା ପ୍ରଶାସନିକ କମିଟିରେ ଅଧ୍ୟକ୍ଷଙ୍କ ବ୍ୟତୀତ କେତେ ଜଣ ସଦସ୍ୟ ଥିଲେ ?
Answer:
୯ଜଣ

5. ମହାରାଜା କୃଷ୍ଣଚନ୍ଦ୍ର ଗଜପତି କେଉଁଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ?
Answer:
ପାରଳାଖେମୁଣ୍ଡି

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

6. ଜୟପୁର ଜମିଦାର କେଉଁ ଅଞ୍ଚଳରୁ ଆସି ଓଡ଼ିଶା ସହ ମିଶିଥିଲା ?
Answer:
ବିଶାଖାପାଟଣା ଏଜେନ୍‌ସି

7. ଉଇଲିୟମ୍ ଲୁଇସ୍ କେବେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନେଇଥିଲେ ?
Answer:
୧୯୪୧ ଏପ୍ରିଲ୍ ୧

8. ଓଡ଼ିଶା ପ୍ରଶାସନିକ କମିଟି କେବେ ଗଠିତ ହୋଇଥିଲା ?
Answer:
୧୯୩୩ ଜୁନ୍ ୨୪

9. ୧୯୩୭ ମସିହା ଓଡ଼ିଶା ପ୍ରାଦେଶିକ ବିଧାନସଭାର କେତୋଟି ଆସନ ପାଇଁ ନିର୍ବାଚନ ହୋଇଥିଲା ?
Answer:
୫୬ଟି

10. ସାର୍ କୋଟ୍ରୋ ଟେରେଲା କେଉଁ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ?
Answer:
ପାଟନା

11. ୧୯୪୬-୧୯୫୦ ପର୍ଯ୍ୟନ୍ତ ଓଡ଼ିଶା ସରକାରର ନେତୃତ୍ୱ କିଏ ନେଇଥିଲେ ?
Answer:
ହରେକୃଷ୍ଣ ମହତାବ

12. ବୋଧରାମ ଦୁବେ ଓଡ଼ିଶାର କେଉଁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ ଥିଲେ ?
Answer:
ବିଶ୍ଵନାଥ ଦାସ

13. ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶରେ ହୋଇଥିବା ପ୍ରଥମ ନିର୍ବାଚନରେ କେତେ ଜଣ ସ୍ଵାଧୀନ ଦଳ ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ ?
Answer:
୧୦ ଜଣ

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

14. କେବେ କୃଷ୍ଣଚନ୍ଦ୍ର ଗଜପତି ମିଳିତ ମନ୍ତ୍ରୀମଣ୍ଡଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ?
Answer:
୧୯୪୪ ଜୁନ୍ ୨୯

15. ହରେକୃଷ୍ଣ ମହତାବ କାହା ନିକଟରେ ଗଡ଼ଜାତ ରାଜ୍ୟ ମିଶ୍ରଣ ସପକ୍ଷରେ ଦାବି ଉପସ୍ଥାପନ କରିଥିଲେ ?
Answer:
କ୍ୟାବିନେଟ୍ ମିଶନ

C. ଶୂନ୍ୟସ୍ଥାନ ପୂରଣ କର।

1. ସ୍ବତନ୍ତ୍ର ଓଡ଼ିଶା ଗଠନ ନିମନ୍ତେ _______ ନିଜ ଚେଷ୍ଟା ଓ ତ୍ୟାଗପାଇଁ ଚିରନମସ୍ୟ ।
Answer:
ମହାରାଜା କୃଷ୍ଣଚନ୍ଦ୍ର ଗଜପତି

2. ୧୯୪୬ ଏପ୍ରିଲ ୧୩ ତାରିଖ ଦିନ _______ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଲେ ।
Answer:
ହରେକୃଷ୍ଣ ମହତାବ

3. ନିତ୍ୟାନଦ କାନୁନ୍ଗୋ ________ ଙ୍କ ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ଥିଲେ ।
Answer:
ବିଶ୍ଵନାଥ ଦାସ ୧୯୩୭

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

4. ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ________ ଙ୍କ ସମୟରେ ହୋଇଥିଲା ।
Answer:
ହରେକୃଷ୍ଣ ମହତାବ

5. ବିଶ୍ଵନାଥ ଦାସଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର _________ ସମୟ ପାଇଁ କ୍ଷମତାରେ ଥିଲେ ।
Answer:
ଦୁଇବର୍ଷ ସାଢ଼େ ତିନିମାସ

6. ୧୯୩୫ ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ __________ ମସିହାରେ ନିର୍ବାଚନ ହୋଇଥିଲା ।
Answer:
୧୯୩୭

7. ୧୯୩୭ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ନିର୍ବାଚନରେ _______  ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
Answer:
୫୬

8. ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ________ ଦଳର ନେତୃତ୍ୱ ନେଇଥିଲେ ।
Answer:
ସ୍ବାଧୀନ

9. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭାର ପ୍ରଥମ ଅଧିବେଶନରେ _________ ବାଚସ୍ପତି ନିର୍ବାଚିତ ହୋଇଥିଲେ ।
Answer:
ମୁକୁନ୍ଦପ୍ରସାଦ ଦାସ

10. ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ________ ହୋଇଥିଲେ ।
Answer:
କୃଷ୍ଣଚନ୍ଦ୍ର ଗଜପତି

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

11. ଜଗନ୍ନାତ ମିଶ୍ର ବିଶ୍ବନାଥ ଦାସଙ୍କ ନେତୃତ୍ବାଧୀନ ସରକାରରେ _________ ଭାବେ କାର୍ଯ୍ୟ କରିଥିଲେ ।
Answer:
ପାର୍ଲାମେଣ୍ଟାରି ସେକ୍ରେଟାରୀ

12. କୋଦଳା ଓ ସୋରଡ଼ାକୁ _______ ରୁ ଅଣାଯାଇ ଓଡ଼ିଶା ସହ ମିଶାଇ ଦିଆଗଲା ।
Answer:
ମାନ୍ଦ୍ରାଜ ପ୍ରେସିଡ଼େସି

13. ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ________ ଓଡ଼ିଶାର କଂଗ୍ରେସ ମନ୍ତ୍ରୀମଣ୍ଡଳର ନେତୃତ୍ବ ନେଇଥିଲେ ।
Answer:
ହରେକୃଷ୍ଣ ମହତାବ

14. ସାର୍ କୋଟ୍ରେନେ ଟେରେଲା ________ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ ।
Answer:
ପାଟନା

15. ୧୯୩୬ ଏପ୍ରିଲ୍ ୧ରେ ଗଠିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଆୟତନ ୩୨,୬୯୫ ବର୍ଗ ମାଇଲ୍ ଓ ଲୋକସଂଖ୍ୟା ________ ଥିଲା ।
Answer:
୮,୦୪୩,୬୮୧

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1.ବିଜେବି କଲେଜ ହଲ୍‌ରେ ଓଡ଼ିଶାର ଉଦ୍‌ଘାଟନୀ ଉତ୍ସବ ପାଳନ କରାଯାଇଥିଲା ।
2. ଲକ୍ଷ୍ମୀକ୍ଷର ମହାନ୍ତି ଉପଦେଷ୍ଟା କମିଟିର ଉପସଭାପତି ଥିଲେ ।
3. ମଧୁସୂଦନ ଦାସ ଓଡ଼ିଶା ପ୍ରଶାସନିକ କମିଟିର ଅଧ୍ୟକ୍ଷ ଥିଲେ ।
4 ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ ବିଶ୍ଵନାଥ ଦାସ ।
5. ଓଡ଼ିଶାର ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ହରେକୃଷ୍ଣ ମହତାବ ।
6. ହରେକୃଷ୍ଣ ମହତାବ ୧୯୪୭ ଏପ୍ରିଲ ୨୩ରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।
7. ନିତ୍ୟାନନ୍ଦ କାନୁନ୍‌ଗୋ ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଥିଲେ ।
8. ଓଡ଼ିଶାର ପ୍ରଥମ ବିଧାନ ସଭାରେ ସମୁଦାୟ ୬୦ଟି ଆସନରୁ ୫ଟି ଆସନ ମନୋନୀତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।
9. ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତି ପରେ ଓଡ଼ିଶା ପ୍ରାଦେଶିକ ବିଧାନସଭା ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।
10. ଭୁବନେଶ୍ଵରରେ ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା କରିଥିଲେ ମଧୁସୂଦନ ଦାସ
11. ୧୯୭୫ ମସିହାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
12. ୧୯୩୫ ଭାରତ ଶାସନ ଆଇନ୍‌ର ଧାରା ୯୩ ଅନୁଯାୟୀ ପ୍ରଦେଶ ଶାସନର ପ୍ରତ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଥିଲେ ।

Answer:
1. x
2. ✓
3. x
4. x
5. ✓
6. x
7. ✓
8. ×
9. ✓
10. ×
11. x
12. ✓

BSE Odisha 10th Class History Important Questions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

Odisha State Board BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ Important Questions and Answers.

BSE Odisha Class 10 History Important Questions Chapter 17 ଶିକ୍ଷାର ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ମାଧ୍ୟମିକ ଶିକ୍ଷା କାହାକୁ କୁହାଯାଉଥିଲା ? ସ୍ଵାଧୀନତା ବେଳକୁ ଆମ ରାଜ୍ୟରେ ଏହାର ସ୍ଥିତି କିପରି ଥିଲା ?
Answer:

  • ଷଷ୍ଠ ଶ୍ରେଣୀଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଧ୍ୟମିକ ଶିକ୍ଷା କୁହାଯାଉଥିଲା ।
  • ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅନ୍ତର୍ଭୁକ୍ତ କରାଯାଉଥିଲା ଓ ଅଷ୍ଟମଠାରୁ ଏକାଦଶ ପର୍ଯ୍ୟନ୍ତ ଚାରିବର୍ଷର ଶିକ୍ଷାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ବା ହାଇସ୍କୁଲ ଶିକ୍ଷା କୁହାଯାଉଥିଲା ।
  • ୧୯୫୦ ମସିହାବେଳକୁ ଓଡ଼ିଶାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ସଂଖ୍ୟା ଥିଲା ୪୮୯ ଓ ଏଥିରେ ୪୬, ୨୧୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ।
  • ସେହି ସମୟରେ ହାଇସ୍କୁଲ ସଂଖ୍ୟା ୧୫୩ ଥିଲା ଓ ସେଥ‌ିରେ ୪୩,୮୯୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ପରେ ବିଦ୍ୟାଳୟ ସଂଖ୍ୟା ବୃଦ୍ଧିପ୍ରାପ୍ତ ହେଲା ।
  • ହାଇସ୍କୁଲ ପରୀକ୍ଷା ପରିଚାଳନା ପାଇଁ ୧୯୫୩ ମସିହାରେ ମାଧ୍ୟମିକ ଶିକ୍ଷା ପରିଷଦ ଗଠିତ ହେଲା ।

୨। ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କ’ଣ ସବୁ ନୂତନ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ?
Answer:

  • ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବାକୁ ଅଧ୍ଵରୁ ଅଧ‌ିକ ପିଲାଙ୍କ ନାମଲେଖା ଉପରେ ଗୁରୁତ୍ବ ଦିଆଯାଇଛି ।
  • ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଓ କିଶୋରମାନେ ଯେପରି ବିଦ୍ୟାଳୟ ଛାଡ଼ି ନଯିବେ ସେଥ‌ିପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
  • ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଉଦ୍ୟମ କରାଯାଇଛି ।
  • ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ୧୯୯୫ ମସିହାଠାରୁ ସରକାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି ।
  • କେନ୍ଦ୍ର ସରକାରଙ୍କ ସହାୟତାରେ ‘ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା’ ୧୯୯୬ ମସିହାଠାରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି ।

୩ । ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ (RMSA)ର ଉଦ୍ଦେଶ୍ୟଗୁଡ଼ିକ ଲେଖ ।
Answer:
ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର ନିମ୍ନଲିଖିତ ଉଦ୍ଦେଶ୍ୟଗୁଡ଼ିକ ରହିଛି; ଯଥା –

  • ଘରଠାରୁ ୫ କି.ମି. ମଧ୍ଯରେ ମାଧ୍ୟମିକ ଶିକ୍ଷା ଓ ୭ରୁ ୧୦ କି.ମି. ମଧ୍ଯରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଉପଲବ୍‌ଧ କରିବାପାଇଁ ସୁଯୋଗ ପ୍ରଦାନ ।
  • ଆଗାମୀ ୫ ବର୍ଷ ମଧ୍ୟରେ ମୋଟାମୋଟି ନାମଲେଖା ଅନୁପାତକୁ ୭୫ ପ୍ରତିଶତ ବୃଦ୍ଧି କରିବା ।
  • ୨୦୧୭ ମସିହା ସୁଦ୍ଧା ସମସ୍ତଙ୍କୁ ମାଧ୍ୟମିକ ଶିକ୍ଷା ଉପଲବ୍ଧ କରାଇବା ।
  • ସବୁ ପିଲାଙ୍କୁ ବିଦ୍ୟାଳୟ ତ୍ୟାଗ କରିବାରୁ ନିବୃତ୍ତ କରିବା ।
  • ଅସୁବିଧାରେ ରହୁଥ‌ିବା ଗୋଷ୍ଠୀର ପିଲାମାନଙ୍କୁ ମାଧ୍ୟମିକ ଶିକ୍ଷା ଉପଲବ୍ଧ କରାଇବା ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ।

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ଓଡ଼ିଶା ପାଇଁ ରେଭେନ୍ସା ମହାବିଦ୍ୟାଳୟର ଗୁରୁତ୍ଵ କ’ଣ ଥିଲା ?
Answer:

  • ବିଂଶ ଶତାବ୍ଦୀର ୫ମ ଦଶନ୍ଧି ସୁଦ୍ଧା ଓଡ଼ିଶା ପାଇଁ ରେଭେନ୍ସା ମହାବିଦ୍ୟାଳୟ ଥିଲା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକମାତ୍ର ଅନୁଷ୍ଠାନ ।
  • ୧୯୫୦ ମସିହା ଆଗରୁ ରେଭେନ୍ସା ମହାବିଦ୍ୟାଳୟରେ ଡିଗ୍ରୀ ସ୍ତରରେ ବିଜ୍ଞାନ ଶିକ୍ଷା, ଇଂରାଜୀ, ଓଡ଼ିଆ, ଅର୍ଥନୀତି, ଗଣିତ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାର ବ୍ୟବସ୍ଥା ହୋଇସାରିଥିଲା ।
  • ଏବେ କଟକର ରେଭେନ୍ସା ମହାବିଦ୍ୟାଳୟକୁ ଏକକ ବିଶ୍ଵବିଦ୍ୟାଳୟରେ ରୂପାନ୍ତରିତ କରାଯାଇଛି ।

୨। ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଘରୋଇ ଉଦ୍ୟମରେ ଆମ ରାଜ୍ୟର କେଉଁଠାରେ, କେଉଁସବୁ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଛି ?
Answer:

  • ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଘରୋଇ ଉଦ୍ୟମରେ ତିନୋଟି ମେଡ଼ିକାଲ କଲେଜ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି ।
  • ସେଗୁଡ଼ିକ ହେଲା – ହାଇଟେକ୍ ମେଡ଼ିକାଲ କଲେଜ, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଓ ହସ୍ପିଟାଲ ଏବଂ ସମହସ୍ପିଟାଲ ଓ ମେଡ଼ିକାଲ କଲେଜ ।

୩। ବାଳିକାମାନଙ୍କୁ ମାଧ୍ୟମିକ ଶିକ୍ଷା ପ୍ରତି ଆକର୍ଷିତ କରିବାପାଇଁ ସରକାରଙ୍କ ତରଫରୁ କେଉଁସବୁ ପଦକ୍ଷେପମାନ ନିଆଯାଇଛି ?
Answer:

  • ବାଳିକାମାନଙ୍କୁ ମାଧ୍ୟମିକ ଶିକ୍ଷା ପ୍ରତି ଆକର୍ଷିତ କରିବାପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।
  • ଶିକ୍ଷାଦୃଷ୍ଟିରୁ ଅନଗ୍ରସର ଗୋଷ୍ଠୀ ଉନ୍ନୟନ ବ୍ଲକ୍‌ମାନଙ୍କରେ ଝିଅମାନଙ୍କ ପାଇଁ ଛାତ୍ରୀ ନିବାସ ନିର୍ମିତ ହୋଇଛି ।
  • ଛାତ୍ରୀମାନଙ୍କୁ ଜାତୀୟ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷାପ୍ରତି ଆକୃଷ୍ଟ କରାଯାଇଛି । ଶିକ୍ଷା ଦୃଷ୍ଟିରୁ ଅନଗ୍ରସର ବ୍ଲକଗୁଡ଼ିକରେ ସରକାର ମଡ଼େଲ ସ୍କୁଲ ପ୍ରତିଷ୍ଠା କରିଛନ୍ତି ।

୪। ଓଡ଼ିଶାର କେଉଁଠାରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅବସ୍ଥିତ ? ଏହା ଅଧୀନରେ କେଉଁ ସ୍କୁଲ ଆଦର୍ଶ ବିଦ୍ୟାଳୟଭାବେ କାର୍ଯ୍ୟ କରୁଛି ? ଏହି ବିଦ୍ୟାଳୟଟି କାହାଦ୍ଵାରା ପରିଚାଳିତ ?
Answer:

  • ଓଡ଼ିଶାର ଭୁବନେଶ୍ୱରଠାରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅବସ୍ଥିତ ।
  • ଏହା ଅଧୀନରେ ଡେମଷ୍ଟ୍ରେସନ୍ ମଲ୍‌ଟିପର୍ପସ୍ (ଡି.ଏମ୍.) ସ୍କୁଲ ଆଦର୍ଶ ବିଦ୍ୟାଳୟଭାବେ କାର୍ଯ୍ୟ କରୁଛି ।
  • ଏହି ବିଦ୍ୟାଳୟଟି ଏନ୍.ସି.ଇ.ଆର୍.ଟି. ଦ୍ଵାରା ପରିଚାଳିତ ।

୫। ବ୍ୟାବସାୟିକ ପରିଚାଳନା ଶିକ୍ଷା ପାଇଁ ପ୍ରଥମେ କେଉଁଠାରେ କେଉଁ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ? ସେଠାରେ କ’ଣ ଶିକ୍ଷା ପ୍ରଦାନ କରାଯାଉଛି ?
Answer:

  • ବ୍ୟାବସାୟିକ ପରିଚାଳନା ଶିକ୍ଷା ପାଇଁ ପ୍ରଥମେ ଭୁବନେଶ୍ଵରରେ ସ୍ଵତନ୍ତ୍ର ଭାବରେ ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପ୍ରତିଷ୍ଠା କରାଯାଇଥିଲା ।
  • ପରବର୍ତୀ ସମୟରେ ଭୁବନେଶ୍ଵର ଓ ଓଡ଼ିଶାର ଅନ୍ୟାନ୍ୟ ସହରରେ ଅନେକ ବ୍ୟାବସାୟିକ ଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି ।
  • ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଏମ୍.ବି.ଏ. ଶିକ୍ଷା ପ୍ରଦାନ କରାଯାଉଛି ।

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। କେଉଁ ଶିକ୍ଷା ପଦ୍ଧତି ଗାନ୍ଧିଜୀଙ୍କର ସ୍ୱପ୍ନ ଥିଲା ? ଏଥ‌ିରେ କ’ଣ ବ୍ୟବସ୍ଥା ଥିଲା ?
Answer:

  • ମୌଳିକ ଶିକ୍ଷା ପଦ୍ଧତି ଥିଲା ଗାନ୍ଧିଜୀଙ୍କର ସ୍ବପ୍ନ ।
  • ଏହି ପଦ୍ଧତିରେ ଶିଶୁକୁ କର୍ମାଭିମୁଖୀ ଶିକ୍ଷା ପ୍ରଦାନ କରି ସ୍ଵାବଲମ୍ବୀ କରିବାର ବ୍ୟବସ୍ଥା ଥିଲା ।

୨। ୧୯୫୦ ମସିହାରେ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା କେତେ ଥିଲା ? ଏଥ‌ିରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କେତେ ଥିଲା ?
Answer:

  • ୧୯୫୦ ମସିହାରେ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ଥିଲା ୧୦, ୧୬୫ ।
  • ଏଥରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ଥିଲା ୪,୪୧, ୯୬୭ ।

୩। ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ କେବେ ଓ କାହିଁକି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି ?
Answer:

  • ୧୯୯୫ ମସିହାଠାରୁ ଓଡ଼ିଶାରେ ସରକାରୀ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ।
  • ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ଏହି ଯୋଜନା ପ୍ରବର୍ତ୍ତନ କରାଯାଇଛି ।

୪। ‘ସର୍ବଶିକ୍ଷା ଅଭିଯାନ’ ଯୋଜନା ମାଧ୍ୟମରେ କ’ଣ କରାଯାଇଛି ?
Answer:

  • ‘ସର୍ବଶିକ୍ଷା ଅଭିଯାନ’ (SSA) ଯୋଜନା ମାଧ୍ୟମରେ ସମଗ୍ର ଓଡ଼ିଶାରେ ନୂତନ ବିଦ୍ୟାଳୟମାନ ଖୋଲାଯାଇଛି ।
  • ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।

୫। “‘ସମସ୍ତ ଶିଶୁଙ୍କ ପାଖରେ ପ୍ରାଥମିକ ଶିକ୍ଷା ସୁବିଧାକୁ ପହଞ୍ଚାଇବା’’ କେଉଁ ଯୋଜନାର ଉଦ୍ଦେଶ୍ୟ ? ଏହା ଆମ ରାଜ୍ୟରେ କେବେ କାର୍ଯ୍ୟକାରୀ ହୋଇଛି ?
Answer:

  • ‘ସମସ୍ତ ଶିଶୁଙ୍କ ପାଖରେ ପ୍ରାଥମିକ ଶିକ୍ଷା ସୁବିଧାକୁ ପହଞ୍ଚାଇବା ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା’’ (DPEP)ର ଉଦ୍ଦେଶ୍ୟ ।
  • ଏହା ୧୯୯୬ ମସିହାଠାରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି ।

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

୬। ‘‘ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ’’ କ’ଣ ?
Answer:

  • ୨୦୦୯-୧୦ ଶିକ୍ଷାବର୍ଷଠାରୁ କେନ୍ଦ୍ର ସରକାର ‘ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ’ (RMSA) ନାମକ ଏକ ବହୁମୁଖୀ ଶିକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି ।
  • ଉତ୍ତମ ଗୁଣବତ୍ତାଭିଭିକ ଶିକ୍ଷାଦାନ ଏହି ଅଭିଯାନର ମୂଳ ଲକ୍ଷ୍ୟ ।

୭। ଓଡ଼ିଶାରେ କେଉଁଠାରେ ଆଞ୍ଚଳିକ ଗବେଷଣା ପରୀକ୍ଷାଗାର ପ୍ରତିଷ୍ଠିତ ହୋଇଛି ? କେଉଁ କ୍ଷେତ୍ରରେ କାର୍ଯ୍ୟ କରେ ?
Answer:

  • ଓଡ଼ିଶାରେ କେଉଁଠାରେ ଆଞ୍ଚଳିକ ଗବେଷଣା ପରୀକ୍ଷାଗାର ପ୍ରତିଷ୍ଠିତ ହୋଇଛି
  • ଏହା ଖଣିଜ ଓ ଧାତବ ପଦାର୍ଥ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛି ।

୮। ୧୯୫୦ ମସିହାବେଳକୁ ଓଡ଼ିଶାରେ ସର୍ବମୋଟ ମହାବିଦ୍ୟାଳୟ ସଂଖ୍ୟା କେତେ ଥିଲା ? ସେଥିରେ କେତେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ?
Answer:

  • ୧୯୫୦ ମସିହାବେଳକୁ ଓଡ଼ିଶାର ସର୍ବମୋଟ ମହାବିଦ୍ୟାଳୟ ସଂଖ୍ୟା ଥିଲା ୧୪।
  • ସେଥ‌ିରେ ୫୬୮୯ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ।

୯। ୧୯୬୭ ଓ ୧୯୮୧ ମସିହାରେ କେଉଁ ସ୍ଥାନମାନଙ୍କରେ ବିଶ୍ଵବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଥିଲା ?
Answer:

  • ୧୯୬୭ ମସିହାରେ ସମ୍ବଲପୁର ଓ ବ୍ରହ୍ମପୁରଠାରେ ବିଶ୍ୱବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଥିଲା ।
  • ୧୯୮୧ ମସିହାରେ ପୁରୀଠାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

୧୦। ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ କେଉଁଠାରେ ଅବସ୍ଥିତ ? ବର୍ତ୍ତମାନ ଏହାର ନୂତନ ନାମ କ’ଣ ରଖାଯାଇଛି ?
Answer:

  • ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ କଟକରେ ଅବସ୍ଥିତ ।
  • ବର୍ତ୍ତମାନ ଏହାର ନୂତନ ନାମ ରଖାଯାଇଛି ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ଼ଭାନ୍‌ସଡ୍ ଷ୍ଟଡ଼ିଜ୍ ଇନ୍ ଏଡୁକେସନ୍’ (R.N.I.A.S.E.) ।

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ମୌଳିକ ଶିକ୍ଷାକୁ କାର୍ଯ୍ୟକାରୀ କରିବାପାଇଁ କେଉଁଠାରେ ଦୁଇଟି ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲାଯାଇଥିଲା ?
Answer:
୧୯୪୭-୪୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଅନୁଗୁଳ ଓ ରସୁଲକୋଣ୍ଡାଠାରେ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ।

2. ମାଧ୍ୟମିକ ଶିକ୍ଷା କାହାକୁ କୁହାଯାଉଥିଲା ?
Answer:
ଷଷ୍ଠ ଶ୍ରେଣୀଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଧ୍ୟମିକ ଶିକ୍ଷା କୁହାଯାଉଥିଲା ।

3. ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କେବେ ଗଠିତ ହୋଇଥିଲା ?
Answer:
ଓଡ଼ିଶା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରିଚାଳନା ପାଇଁ ଓଡ଼ିଶା ସେକେଣ୍ଡାରୀ ଏଜୁକେଶନ ଆକ୍ଟ, ୧୯୫୩ ବଳରେ ‘ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ’ ଗଠିତ ହୋଇଥିଲା ।

4. ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କ’ଣ ?
Answer:
ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ୧୯୯୫ ମସିହାଠାରୁ ସରକାରଙ୍କଦ୍ୱାରା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ।

5. କୋରାପୁଟଠାରେ କେଉଁ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୯୪୭ ମସିହାରେ କୋରାପୁଟଠାରେ ଏକ ଇଷ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

6. ୧୯୬୭ ମସିହାରେ କେଉଁ ଦୁଇଟି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୯୬୭ ମସିହାରେ ସମ୍ବଲପୁର ଓ ବ୍ରହ୍ମପୁରଠାରେ ଦୁଇଟି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

7. ବାଲେଶ୍ଵର ଓ ବାରିପଦାରେ କେବେ କେଉଁ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୯୯୯ରେ ଉତ୍ତର ବାଲେଶ୍ଵରଠାରେ ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ବାରିପଦାଠାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

8. ରାଧାନାଥ ଟ୍ରେନିଂ ମହାବିଦ୍ୟାଳୟର ବର୍ତ୍ତମାନ ନାମ କ’ଣ ରଖାଯାଇଛି ?
Answer:
ରାଧାନାଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ଼ଭାନ୍ସ ଷ୍ଟଡ଼ିଜ୍ ଇନ୍ ଏଡୁକେସନ୍ (RNIASE) ନାମ ରଖାଯାଇଛି ।

9. କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର କେବେ, କେଉଁଠାରେ ପ୍ରତିଷ୍ଠା କରାଯାଇଛି ?
Answer:
୧୯୭୭ ମସିହାରେ କୌଶଲ୍ୟାଗଙ୍ଗାଠାରେ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠା କରାଯାଇଛି ।

10. ଶାରୀରିକ ଶିକ୍ଷା ପାଇଁ କେଉଁ ଅନୁଷ୍ଠାନ କାର୍ଯ୍ୟ କରୁଅଛି ?
Answer:
ଶାରୀରିକ ଶିକ୍ଷାର ବିକାଶ ପାଇଁ ଭୁବନେଶ୍ୱରଠାରେ ଏକ ସରକାରୀ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ କାର୍ଯ୍ୟ କରୁଅଛି ।

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ କାହା ଉପରେ ଗୁରୁତ୍ୱ ଦିଆଯାଇଥିଲା ?
Answer:
ନାମଲେଖା

2. ବ୍ୟାବସାୟିକ ପରିଚାଳନା ଶିକ୍ଷା ପାଇଁ ପ୍ରଥମେ ଭୁବନେଶ୍ବରରେ କେଉଁ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ?
Answer:
ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ

3. ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା କାହା ସହାୟତାରେ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି ?
Answer:
କେନ୍ଦ୍ର ସରକାର

4. ଆମ ରାଜ୍ୟରେ ଗଢ଼ି ଉଠିଥିବା ତିନୋଟିଯାକ ଘରୋଇ ମେଡ଼ିକାଲ କଲେଜ କେଉଁଠି ସ୍ଥାପିତ ହୋଇଛି ?
Answer:
ଭୁବନେଶ୍ୱର

5. ଓଡ଼ିଶାର କେଉଁଠାରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଇଛି ?
Answer:
କଟକ

6. କେତେ ବର୍ଷ ବୟସର ପିଲାମାନଙ୍କୁ ସୁଲଭ ଶିକ୍ଷା ଯୋଗାଇ ଦେବା ପାଇଁ ‘ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ’ର ଲକ୍ଷ୍ୟ ଥିଲା ?
Answer:
୧୪-୧୮ ବର୍ଷ

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

7. ରାଉରକେଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟର ବର୍ତ୍ତମାନ ନାମ କ’ଣ ?
Answer:
ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ

8. ଖଣିଜ ଓ ଧାତବ ପଦାର୍ଥ ଗବେଷଣା ପାଇଁ ଓଡ଼ିଶାରେ କେଉଁ ଅନୁଷ୍ଠାନ କାର୍ଯ୍ୟ କରୁଛି ?
Answer:
ଆଞ୍ଚଳିକ ଗବେଷଣା ପରୀକ୍ଷାଗାର

9. ଓଡ଼ିଶାର କେଉଁଠାରେ ଭାରତୀୟ ଗଣ ଯୋଗାଯୋଗ ଶିକ୍ଷାନୁଷ୍ଠାନ ରହିଅଛି ?
Answer:
ଢେଙ୍କାନାଳ

10. କେଉଁ ଯୋଜନା ମାଧ୍ୟମରେ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ?
Answer:
ସର୍ବଶିକ୍ଷା ଅଭିଯାନ

11. କଟକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଶିକ୍ଷକଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରଶିକ୍ଷଣ ପ୍ରଦାନ କରୁଥିଲା ?
Answer:
ଶିକ୍ଷା ପରିଦର୍ଶକ

12. ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ କେଉଁଠାରେ ଅଛି ?
Answer:
ବୁର୍ଲା

13. କେଉଁ ମସିହାଠାରୁ ଓଡ଼ିଶାରେ ‘ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା’ (ଡି.ପି.ଇ.ପି.) କାର୍ଯ୍ୟକାରୀ ହୋଇଛି ?
Answer:
୧୯୯୬

14. ରାଜ୍ୟରେ କେତେ ସଂଖ୍ୟକ ସରକାରୀ ବା ଅନୁଦାନ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ରହିଛି ?
Answer:
୨୦୦୦ରୁ ଊର୍ଦ୍ଧ୍ୱ

15. ଶିକ୍ଷା ଦୃଷ୍ଟିରୁ ଅନଗ୍ରସର ବ୍ଲକ୍‌ଗୁଡ଼ିକରେ ସରକାର କେଉଁ ସ୍କୁଲ୍ ପ୍ରତିଷ୍ଠା କରିଛନ୍ତି ?
Answer:
ମଡ଼େଲ ସ୍କୁଲ

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

C. ଶୂନ୍ୟସ୍ଥାନ ପୂରଣ କର ।

1. ମୌଳିକ ଶିକ୍ଷା ପଦ୍ଧତି ______________ ଙ୍କର ସ୍ଵପ୍ନ ଥିଲା ।
Answer:
ମହାତ୍ମା ଗାନ୍ଧି

2. ________________ ମସିହାଠାରୁ ସରକାର ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି ।
Answer:
୧୯୯୫

3. ‘ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ’ ________________ ଶିକ୍ଷାବଷଠାରୁ ଶୁଭାରମ୍ଭ କରାଯାଇଛି ।
Answer:
୨୦୦୯-୧୦

4. _____________ ମସିହା ସୁଦ୍ଧା ସମସ୍ତଙ୍କୁ ମାଧ୍ୟମିକ ଶିକ୍ଷା ଉପଲବ୍ଧ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
Answer:
୨୦୧୭

5. ସ୍ଵାଧୀନତାବେଳକୁ ଓଡ଼ିଶାରେ _____________ ଟି ବିଶ୍ୱବିଦ୍ୟାଳୟ ଥିଲା ।
Answer:
ଗୋଟିଏ

6. ଉଳଶିକ୍ଷା ଷେତୁରେ _______________ ମହାବିଦ୍ୟାଳୟ ଏକମାତ୍ର ଅନୁଷ୍ଠାନ ଥିଲା ।
Answer:
ରେଭେନ୍ୱା

7. _____________ ମସିହାରେ ପ୍ରତିଷ୍ଠିତ ହେଲା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ।
Answer:
୧୯୬୭

8. ୧୯୫୬ରେ _____________ ଠାରେ ପ୍ରତିଷ୍ଠା କରାଯାଇଥିଲା ଏକ ଯାନ୍ତ୍ରିକ ମହାବିଦ୍ୟାଳୟ ।
Answer:
ବୁର୍ଲା

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

9. ୨୦୦୨ ମସିହାରେ ______________ ଠାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
Answer:
ରାଉରକେଲା

10. ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ _____________ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
Answer:
୧୯୬୨

11. କେନ୍ଦ୍ର ସରକାର ____________ ଠାରେ ଏକ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ ।
Answer:
କଟକ

12. ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ _____________ ଠାରେ ପ୍ରତିଷ୍ଠା କରିପାରିଛି ।
Answer:
ବ୍ରହ୍ମପୁର

13. ଭୁବନେଶ୍ୱରଠାରେ ____________ ଟି ଘରୋଇ ମେଡ଼ିକାଲ କଲେଜ ରହିଛି ।
Answer:

14. ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ ___________ ମସିହାଠାରୁ ଭୁବନେଶ୍ୱର ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରିଛି ।
Answer:
୨୦୧୨

15. ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ _____________ ଠାରେ ପ୍ରତିଷ୍ଠା କରାଯାଇଛି ।
Answer:
ଭୁବନେଶ୍ୱର

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ୧୯୫୦ ମସିହା ବେଳକୁ ଓଡ଼ିଶାର ହାଇସ୍କୁଲ ସଂଖ୍ୟା ଥିଲା ୧୫୦ ।
Answer:
x

2. ୧୯୫୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଗଠନ କରାଯାଇଥିଲା ।
Answer:

3. ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାଦ୍ୱାରା ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଣ କରାଯାଇଥାଏ ।
Answer:

4. ରାଜ୍ୟ ସରକାରଙ୍କ ସହାୟତାରେ ‘ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା’ କାର୍ଯ୍ୟକାରୀ ହେଉଛି ।
Answer:
x

5. ରାଜ୍ୟରେ ୫୦୦୦ରୁ ଅଧ‌ିକ ଅନୁଦାନପ୍ରାପ୍ତ ମାଧ୍ଯମିକ ସରକାରୀ ବିଦ୍ୟାଳୟ ରହିଛି ।
Answer:
x

6. ‘ସର୍ବଶିକ୍ଷା ଅଭିଯାନ’ ଯୋଜନା ମାଧ୍ୟମରେ ସମଗ୍ର ଓଡ଼ିଶାରେ ନୂତନ ବିଦ୍ୟାଳୟମାନ ଖୋଲାଯାଇଛି ।
Answer:

7. ୧୯୫୦ ମସିହା ବେଳକୁ ଓଡ଼ିଶାରେ ସର୍ବମୋଟ ମହାବିଦ୍ୟାଳୟ ସଂଖ୍ୟା ଥିଲା ୧୫ ।
Answer:
x

8. ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ଭଦ୍ରଖରେ ପ୍ରତିଷ୍ଠା କରାଯାଇଥିଲା ।
Answer:
x

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

9. ଫକୀରମୋହନ ବିଶ୍ବବିଦ୍ୟାଳୟ ବାଲେଶ୍ଵରଠାରେ ଅବସ୍ଥିତ ।
Answer:

10. ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ଭୁବନେଶ୍ଵରରେ ଅବସ୍ଥିତ ।
Answer:
x

11. ସରାଙ୍ଗଠାରେ ଏକ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
Answer:

12. ୧୯୫୪ ମସିହାରେ ଭୁବନେଶ୍ଵରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।
Answer:

13. କୌଶଲ୍ୟାଗଙ୍ଗ ମତ୍ସ୍ୟ ଗବେଷଣା କେନ୍ଦ୍ର ୧୯୭୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।
Answer:
x

14. ହୀରାକୁଦର ଅନତିଦୂରରେ ଚିପିଲିମାରେ ଏକ କୃଷି ମହାବିଦ୍ୟାଳୟ ରହିଛି ।
Answer:

15. ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ୧୯୫୮ ମସିହାରେ ଆରମ୍ଭ ହୋଇଥିଲା ।
Answer:
x

16. ଘରୋଇ ଉଦ୍ୟମରେ ଆମ ଓଡ଼ିଶାରେ ଦୁଇଗୋଟି ମେଡ଼ିକାଲ କଲେଜ ସ୍ଥାପିତ ହୋଇଛି ।
Answer:
x

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

17. ଓଡ଼ିଶାର ସମସ୍ତ ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ଭୁବନେଶ୍ଵର ଅବସ୍ଥିତ ।
Answer:

18. ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ ୨୦୦୦ ମସିହାରୁ ଭୁବନେଶ୍ଵରରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରିଛି ।
Answer:
x

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer 2

BSE Odisha 10th Class History Important Questions Chapter 17 ଶିକ୍ଷାର ବିକାଶ

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer 3

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 4

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 4

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

Odisha State Board BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ Important Questions and Answers.

BSE Odisha Class 10 History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

1. ଓଡ଼ିଆ ଭାଷା ଆନ୍ଦୋଳନରେ ସମ୍ବଲପୁରବାସୀମାନଙ୍କର ଭୂମିକା କ’ଣ ଥିଲା ?
Answer:

  • ୧୮୯୫ ମସିହା ଜାନୁଆରୀ ୧୫ ତାରିଖରେ କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ସାର୍ ଆଣ୍ଡ୍ରାଫ୍ରେଜର ସମ୍ବଲପୁର କୋର୍ଟ କଚେରୀମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
  • ନୀଳମଣି ବିଦ୍ୟାରମୂଙ୍କ ସମ୍ପାଦନାରେ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ଏହାକୁ ସମାଲୋଚନା କରାଯାଇଥିଲା ।
  • ସମ୍ବଲପୁର ଅଞ୍ଚଳର ଧରଣୀଧର ମିଶ୍ର, ମଦନମୋହନ ମିଶ୍ର, ବ୍ରଜମୋହନ ପଟ୍ଟନାୟକ ଓ ବଳଭଦ୍ର ସୂପକାର ପ୍ରଭୃତି ସଚେତନ ନାଗରିକମାନେ ଓଡ଼ିଆ ଭାଷା ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ।
  • ୧୯୦୧ ମସିହା ଅଗଷ୍ଟ ମାସରେ ସିମଳାଠାରେ ଲର୍ଡ଼ କର୍ଜନଙ୍କୁ ସମ୍ବଲପୁରର ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହି ମର୍ମରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
  • ଏହି ଦାବିଗୁଡ଼ିକୁ ବିଚାର କରିବାକୁ ଲର୍ଡ କର୍ଜନ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେ ସମ୍ପର୍କରେ ସାର୍ ଆଣ୍ଡ୍ରାଫ୍ରେଜରକୁ ପତ୍ର ଲେଖିଲେ ।

2. ପୂର୍ଣ୍ଣାଙ୍ଗ ଓଡ଼ିଶାର ସ୍ଵପ୍ନକୁ ସାକାର କରିବାପାଇଁ ମଧୁବାବୁଙ୍କ ଆନ୍ତରିକ ଉଦ୍ୟମ ଉଲ୍ଲେଖ କର ।
Answer:

  • ପୂର୍ଣାଙ୍ଗ ଓଡ଼ିଶାର ସ୍ବପ୍ନକୁ ସାକାର କରିବାପାଇଁ ମଧୁବାବୁ ୧୯୦୭ରେ ଇଂଲଣ୍ଡ ଯାତ୍ରା କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ନିମନ୍ତେ ଭାରତ ଶାସନ ସହିତ ସମ୍ପୃକ୍ତ କର୍ମକର୍ତ୍ତାଙ୍କୁ ପ୍ରବର୍ତ୍ତାଇ ଥିଲେ ।
  • ବିହାର ଓଡ଼ିଶା ପ୍ରାଦେଶିକ ଲେନିସ୍‌ଲେଟିଭ କାଉନ୍ସିଲର ସଭ୍ୟ ଭାବେ ମଧୁବାବୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।
  • ୧୯୧୨ ଏପ୍ରିଲ୍ ୬ ଓ ୭ ତାରିଖରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନରେ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ମଧୁବାବୁ ବିରୋଧ କରିଥିଲେ ।
  • ୧୯୧୭ ଡିସେମ୍ବର ୧୧ରେ ଉତ୍କଳ ସମ୍ମିଳନୀ ତରଫରୁ ମଧୁବାବୁଙ୍କ ନେତୃତ୍ୱରେ ସାତଜଣ ସଭ୍ୟ ବିଶିଷ୍ଟ ଏକ କମିଟି କଲିକତାଠାରେ ମଣ୍ଟେଗୁ ଓ ଚେମ୍ସଫୋର୍ଡଙ୍କୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ମିଶ୍ରଣ ସମ୍ପର୍କରେ ଏକ ଦାବିପତ୍ର ଦେଇଥିଲେ ।
  • ମଧୁବାବୁଙ୍କ ଦୀର୍ଘଦିନର ଆନ୍ତରିକ ଉଦ୍ୟମ ଓ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସହଯୋଗ ଫଳରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ସ୍ବପ୍ନ ସାକାର ହୋଇପାରିଥିଲା ।

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

3. ମଣ୍ଡେଗୁ-ଚେମସ୍କୋର୍ଡ଼ ଶାସନ ଖସଡ଼ା କେବେ ଓ କାହିଁକି ପ୍ରସ୍ତୁତ ହେଲା ଓ ଏହା ଓଡ଼ିଶାବାସୀଙ୍କ ମନରେ କାହିଁକି ଦୁଃଖ ଦେଇଥୁଲା ?
Answer:

  1. ୧୯୧୭ ମସିହାରେ ଭାରତ ସଚିବ ଇ.ଏସ୍. ମଣ୍ଡେଗୁ ଭାରତରେ ସ୍ୱାୟତ୍ତ ଶାସନର ବିକାଶ ନିମନ୍ତେ ବଡ଼ଲାଟ୍ ଲର୍ଡ଼ ଚେମ୍ସଫୋର୍ଡ଼ଙ୍କ ସହିତ ଆଲୋଚନା କରିବାପାଇଁ ଭାରତ ଆସିଥିଲେ ।
  2. ୧୯୧୭ ଡିସେମ୍ବର ୧୧ ରେ ‘ଉତ୍କଳ ସମ୍ମିଳନୀ’ ତରଫରୁ ମଧୁବାବୁଙ୍କ ନେତୃତ୍ୱରେ ସାତଜଣ ସଭ୍ୟ ବିଶିଷ୍ଟ ଏକ କମିଟି କଲିକତାଠାରେ ମଣ୍ଟେଗୁ ଓ ଚେମ୍ସଫୋର୍ଡ଼ଙ୍କୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ମିଶ୍ରଣ ସମ୍ପର୍କରେ ଏକ ଦାବିପତ୍ର ଦେଇଥିଲେ ।
  3. କିନ୍ତୁ ୧୯୧୮ରେ ପ୍ରସ୍ତୁତ ମଣ୍ଟେଗୁ ଚେମ୍ସଫୋର୍ଡ଼ ଖସଡ଼ାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଶାସନ ଯୋଜନା ନଥିଲା ।
  4. ୧୯୧୯ ଭାରତ ଆଇନରେ ମଧ୍ୟ ଓଡ଼ିଆମାନଙ୍କ ପାଇଁ କୌଣସି ସୁବିଧା ରଖାଯାଇନଥିଲା ।
  5. ଏହା ଓଡ଼ିଶାବାସୀଙ୍କ ମନରେ ଦୁଃଖ ଦେଇଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

1. ସିହ୍ନା ପ୍ରସ୍ତାବ କିଏ, କେବେ ଆଗତ କରିଥିଲେ ? କେଉଁମାନେ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ?
Answer:

  • ୧୯୨୦ ଫେବୃୟାରୀ ୨୦ରେ କେନ୍ଦ୍ରରେ ସମ୍ରାଟଙ୍କ ବିଧାୟକ ପରିଷଦରେ ‘ସିହ୍ନା ପ୍ରସ୍ତାବ’ ସଚ୍ଚିଦାନନ୍ଦ ସିହ୍ନା ଆଗତ କରିଥିଲେ ।
  • ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶରେ ଥ‌ିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ଡ଼ିଭିଜନରେ ମିଶାଇ ଦିଆଯାଉ ବୋଲି ପ୍ରସ୍ତାବ ଦେଇଥିଲେ ।
  • କିନ୍ତୁ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ।

2. ଫିଲିପ୍-ଡଫ୍ କମିଟି କେବେ ଓ କ’ଣ ପାଇଁ ଗଠିତ ହୋଇଥିଲା ? ଏଥିରେ କେଉଁମାନେ ସଦସ୍ୟ ଥିଲେ ?
Answer:

  • ୧୯୨୪ ମସିହାର ଶେଷ ଭାଗରେ ଫିଲିପ୍-ଡଫ୍ କମିଟି ଗଠିତ ହୋଇଥିଲା ।
  • ଗଞ୍ଜାମର ଓଡ଼ିଶାରେ ମିଶ୍ରଣ ଦାବିରେ ଯଥାର୍ଥତା ଅନୁଧ୍ୟାନ କରିବାପାଇଁ ଏହି କମିଟି ଗଟନ କରାଯାଇଥିଲା ।
  • ଏହି କମିଟିର ସଦସ୍ୟ ଥିଲେ ଗଡ଼ଜାତ ରାଜ୍ୟ ସମୂହର ପଲିଟିକାଲ୍ ଏଜେଣ୍ଟ ସି. ଏଲ୍. ଫିଲିପ୍ ଓ ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ବେଲା ଜିଲ୍ଲାର ଜିଲ୍ଲାପାଳ ଏ.ସି.ଡଫ୍ ।

3. ଅଟଲି ସବ୍ କମିଟି କ’ଣ ପାଇଁ ଓ କାହା ଅଧ୍ଯକ୍ଷତାରେ ଗଠିତ ହୋଇଥିଲା ? ଏହାର ସୁପାରିଶ କାହିଁକି କାର୍ଯ୍ୟକାରୀ ହୋଇପାରି ନଥିଲା ?
Answer:

  1. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସମ୍ପର୍କରେ ମତାମତ ଦେବାପାଇଁ ଅଟଲି ସବ୍ କମିଟି ଗଠିତ ହୋଇଥିଲା ।
  2. ଏହାର ଅଧ୍ୟକ୍ଷ ଥିଲେ ସାଇମନ କମିଶନର ଅନ୍ୟତମ ସଦସ୍ୟ ସି.ଆର୍. ଅଟଲି ।
  3. ଏହାର ସୁପାରିସ ମାନ୍ଦ୍ରାଜ ସରକାରଙ୍କ ବିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇପାରି ନଥିଲା ।

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

4. ପ୍ରଥମ ଗୋଲଟେବୁଲ ବୈଠକରେ କୃଷ୍ଣଚନ୍ଦ୍ର ଗଜପତିଙ୍କର ତିନିଗୋଟି ମୁଖ୍ୟ କାର୍ଯ୍ୟ କ’ଣ ଥିଲା ?
Answer:

  • ପ୍ରଥମତଃ କୃଷ୍ଣଚନ୍ଦ୍ର ଗଜପତି ‘ଓଡ଼ିଆମାନଙ୍କ ଦାବି ଓ ଯୁକ୍ତି’ ନାମକ ଏକ ପୁସ୍ତିକା ପ୍ରଥମ ଗୋଲଟେବୁଲ ବୈଠକରେ ପ୍ରତିନିଧିମାନଙ୍କୁ ବିତରଣ କରିଥିଲେ ।
  • ଦ୍ଵିତୀୟତଃ ୧୯୩୧ ଜାନୁଆରୀ ୧୬ ତାରିଖରେ ସେ ଏକ ଐତିହାସିକ ଭାଷଣ ମାଧ୍ୟମରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଯୌକ୍ତିକତା ଉପସ୍ଥାପିତ କରିଥିଲେ ।
  • ତୃତୀୟତଃ ସେ ଇଂଲଣ୍ଡର ଭାରତ ସଚିବ ସାମୁଏଲ ହୋରଙ୍କୁ ଲଣ୍ଡନଠାରେ ସାକ୍ଷାତ କରି ଓଡ଼ିଆମାନଙ୍କର ଦାବି ସମ୍ପର୍କରେ ଅବଗତ କରାଇଥିଲେ ।

5. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ କିଏ ଘୋଷଣା କରିଥିଲେ ? ଏ ସମ୍ପର୍କିତ ଶ୍ବେତପତ୍ର କେବେ ପ୍ରକାଶ ପାଇଥିଲା ଓ ଏଥିରେ କ’ଣ ଉଲ୍ଲେଖ କରାଯାଇଥିଲା ?
Answer:

  • ଭାରତ ସଚିବ ସାମୁଏଲ୍ ହୋର୍ ଏକ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ।
  • ତୃତୀୟ ଗୋଲଟେବୁଲ ବୈଠକ ପରେ ୧୯୩୩ ମାର୍ଚ୍ଚ ୧୭ରେ ଏ ସମ୍ପର୍କିତ ଶ୍ବେତପତ୍ର ପ୍ରକାଶ ପାଇଥିଲା ।
  • ଏଥୁରେ ଓଡ଼ିଶା ଏକ ରାଜ୍ୟପାଳ ଶାସିତ ପୂର୍ଣାଙ୍ଗ ପ୍ରଦେଶ ରୂପେ ଗଠିତ ହେବ ବୋଲି ଉଲ୍ଲେଖ କରାଯାଇଥିଲା ।

6. ମିଳିତ ସଂସଦୀୟ କମିଟି କେବେ ଓ କେଉଁମାନଙ୍କୁ ନେଇ ଗଠିତ ହୋଇଥିଲା ? ଏହାର ଅଧ୍ୟକ୍ଷ କିଏ ଥିଲେ ? ଏହାଦ୍ଵାରା ଓଡ଼ିଶାର କ୍ଷେତ୍ରଫଳକୁ କେତେ ବର୍ଗ ମାଇଲ୍‌କୁ ବୃଦ୍ଧି କରାଯାଇଥିଲା ?
Answer:

  1. ୧୯୩୩ ମସିହା ଏପ୍ରିଲ ମାସରେ ବ୍ରିଟିଶ ପାର୍ଲିଆମେଣ୍ଟର ଉଭୟ ଗୃହର ୧୬ ଜଣ ସଦସ୍ୟଙ୍କୁ ନେଇ ମିଳିତ ସଂସଦୀୟ କମିଟି ଗଠିତ ହୋଇଥିଲା ।
  2. ଏହାର ଅଧ୍ୟକ୍ଷ ଥିଲେ ଲର୍ଡ଼ ଲିନ୍‌ଲିଥ୍‌ ।
  3. ଏହାଦ୍ଵାରା ଓଡ଼ିଶାର କ୍ଷେତ୍ରଫଳ ୩୨,୬୯୫ ବର୍ଗମାଇଲକୁ ବୃଦ୍ଧି କରାଯାଇଥିଲା ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

1. ଇଂରେଜମାନେ କେବେ ଗଞ୍ଜାମ ଅଞ୍ଚଳକୁ ଅଧିକାର କଲେ ଓ କାହା ସହିତ ମିଶାଇ ଦେଇଥିଲେ ?
Answer:

  • ୧୭୫୯ ମସିହାରେ ଇଂରେଜମାନେ ଗଞ୍ଜାମ ଅଞ୍ଚଳକୁ ଅଧିକାର କରିଥିଲେ ।
  • ସେମାନେ ଏହାକୁ ମାଡ୍ରାସ ପ୍ରେସିଡ଼େନ୍ସିରେ ମିଶାଇ ଦେଇଥିଲେ ।

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

2. କିଏ କେବେ ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ ?
Answer:

  • କଟକର ତତକାଳୀନ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ ।
  • ସେ ୧୮୪୯ ମସିହାରେ ଏହା କରିଥିଲେ ।

3. ଗଞ୍ଜାମ ଅଞ୍ଚଳକୁ ଓଡ଼ିଶାରେ ମିଶାଇବାପାଇଁ କେଉଁ ସଂଗଠନ ଗଠନ କରାଯାଇଥିଲା ? ଏହାର କାର୍ଯ୍ୟ କ’ଣ ଥିଲା ?
Answer:

  1. ଗଞ୍ଜାମ ଅଞ୍ଚଳକୁ ଓଡ଼ିଶାରେ ମିଶାଇବାପାଇଁ ‘ଗଞ୍ଜାମ ଉତ୍କଳ ହିତବାଦିନୀ ସଭା’ ନାମକ ଏକ ସଂଗଠନ ଗଠନ କରାଯାଇଥ୍ଲା
  2. ଗଞ୍ଜାମ ଅଞ୍ଚଳକୁ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରୁ ଆଣି ଓଡ଼ିଶାରେ ମିଶାଇବା ପାଇଁ ଏହି ସଂଗଠନ ଦାବି ଉପସ୍ଥାପନ କରିଥିଲା ।

4. ସାର୍ ଆଣ୍ଡ୍ରାଫ୍ରେଜର କିଏ ? ତାଙ୍କୁ ସମ୍ବଲପୁରବାସୀ କାହିଁକି ମନେ ରଖୁଛନ୍ତି ?
Answer:

  • ସାର୍ ଆଣ୍ଡ୍ରାଫ୍ରେଜର କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ଥିଲେ ।
  • ସେ ୧୮୯୫ ଜାନୁଆରୀ ୧୫ ରେ ସମ୍ବଲପୁର କୋର୍ଟ କଚେରୀରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିବାରୁ ତାଙ୍କୁ ସମ୍ବଲପୁରବାସୀ ମନେ କରିଛନ୍ତି ।

5. ବିହାର-ଓଡ଼ିଶା ନାମକ ଏକ ନୂତନ ପ୍ରଦେଶ କେବେ ଗଠିତ ହେଲା ? ଏହାକୁ ଓଡ଼ିଆମାନେ ଗ୍ରହଣ କରିଥିଲେ କି ?
Answer:

  • ୧୯୧୨ ଅଗଷ୍ଟ ୧ ତାରିଖରେ ଗଠିତ ହୋଇଥିଲା ବିହାର-ଓଡ଼ିଶା ନୂତନ ପ୍ରଦେଶ ।
  • ଏହାକୁ ଓଡ଼ିଆମାନେ ଗ୍ରହଣ କରିନଥିଲେ ।

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

6. ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧୂବେଶନ କେଉଁଠାରେ ବସିଥିଲା ? ଏଥରେ ମଧୁବାବୁ କାହାକୁ ବିରୋଧ କଲେ ?
Answer:

  1. ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ବ୍ରହ୍ମପୁରଠାରେ ବସିଥିଲା ।
  2. ଏଥରେ ମଧୁବାବୁ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ବିରୋଧ କରିଥିଲେ ।

7. ଭାରତର କେଉଁ ପୂର୍ବତନ ବଡ଼ଲାଟ୍‌ କେଉଁଠାରେ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ସମାଲୋଚନା କରିଥିଲେ ?
Answer:

  • ଭାରତର ପୂର୍ବତନ ବଡ଼ଲାଟ ଲର୍ଡ଼ କର୍ଜନ ବିହାର-ଓଡ଼ିଶା ନୂତନ ପ୍ରଦେଶ ଗଠନକୁ ସମାଲୋଚନା କରିଥିଲେ ।
  • ସେ ୧୯୧୨ ମସିହା ଫେବୃୟାରୀ ୧ ତାରିଖରେ ଇଂଲଣ୍ଡର ଲର୍ଡ଼ ସଭାରେ ଏହା କରିଥିଲେ ।

8. ଭାରତ ସଚିବ ଇ.ଏସ୍. ମଣ୍ଡେଗୁ କେବେ ଓ କାହିଁକି ଭାରତ ଆସିଥିଲେ ?
Answer:

  • ଭାରତ ସଚିବ ଇ.ଏସ୍. ମଣ୍ଟେଗୁ ୧୯୧୭ ମସିହାରେ ଭାରତ ଆସିଥିଲେ ।
  • ଭାରତରେ ସ୍ୱାୟତ୍ତ ଶାସନର ବିକାଶ ନିମନ୍ତେ ବଡଲାଟ୍ ଲର୍ଡ ଚେମ୍ପୋର୍ଡ଼ଙ୍କ ସହିତ ଆଲୋଚନା କରିବାପାଇଁ ସେ ଭାରତ ଆସିଥିଲେ ।

9. ବିଶ୍ଵନାଥ କର ଓ ଶଶିଭୂଷଣ ରଥ କେଉଁ ପରିଷଦର ସଦସ୍ୟ ଥିଲେ ?
Answer:

  1. ୧୯୨୧ ମସିହାରେ ବିହାର-ଓଡ଼ିଶା ବିଧାନ ପରିଷଦର ସଦସ୍ୟ ଥିଲେ ବିଶ୍ବନାଥ କର ।
  2. ସେହି ସମୟରେ ମାନ୍ଦ୍ରାଜ ବିଧାନ ପରିଷଦର ସଦସ୍ୟ ଥିଲେ ଶଶିଭୂଷଣ ରଥ ।

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

10. ସାଇମନ କମିଶନକୁ ଭାରତରେ କେଉଁମାନେ ବିରୋଧ କରିଥିଲେ ଓ କେଉଁମାନେ ତାଙ୍କୁ ସ୍ବାଗତ କରିଥିଲେ ?
Answer:

  • ସାଇମନ କମିଶନକୁ ଭାରତୀୟ କଂଗ୍ରେସ ଓ ଓଡ଼ିଶା ପ୍ରାଦେଶିକ କଂଗ୍ରେସ ବିରୋଧ କରୁଥିଲେ ।
  • କିନ୍ତୁ ଉତ୍କଳ-ସମ୍ମିଳନୀର ସଭ୍ୟମାନେ ପାଟନାଠାରେ କମିଶନକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Objective Type Questions with Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଅଟଲି ସବ୍ କମିଟିର ସୁପାରିସ କ’ଣ ଥିଲା ?
Answer:
ଅଟଲି ସବ୍‌ କମିଟିର ସୁପାରିସ ଥିଲା ଯେ– ‘ଓଡ଼ିଆମାନଙ୍କର ଦାବି ଯୁକ୍ତିଯୁକ୍ତ ଏବଂ ସ୍ବତନ୍ତ୍ର ସାର୍ବଜନୀନ ମତ’ ।

2. ପ୍ରଥମ ଗୋଲଟେବୁଲ ବୈଠକ କେବେ ଆରମ୍ଭ ହୋଇ କେବେ ଶେଷ ହୋଇଥିଲା ?
Answer:
ପ୍ରଥମ ଗୋଲଟେବୁଲ ବୈଠକ ଲଣ୍ଡନରେ ୧୯୩୦ ମସିହା ନଭେମ୍ବର ୧୨ ରୁ ଆରମ୍ଭ ହୋଇ ୧୯୩୧ ମସିହା ଜାନୁଆରୀ ୧୯ରେ ଶେଷ ହୋଇଥିଲା ।

3. ପ୍ରଥମ ଗୋଲଟେବୁଲ ବୈଠକ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କିଏ ଥିଲେ ?
Answer:
ପ୍ରଥମ ଗୋଲଟେବୁଲ ବୈଠକ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ଇଉନ୍‌ଷ୍ଟନ୍‌ ଚର୍ଚ୍ଚିଲ ।

4. ଜାତୀୟ କଂଗ୍ରେସର କରାଚୀ ଅଧୂବେଶନ କେବେ ଅନୁଷ୍ଠିତ ହୋଇଥଲା?
Answer:
ଜାତୀୟ କଂଗ୍ରେସର କରାଚୀ ଅଧୂବେଶନ ୧୯୩୧ ମସିହା ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା ।

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

5. ଓଡ଼ିଶା ପାଇଁ କେବେ ଏକ ସୀମା ନିର୍ଦ୍ଧାରଣ କମିଟି ଗଠନ କରାଯାଇଥିଲା ?
Answer:
୧୯୩୧ ମସିହା ସେପ୍ଟେମ୍ବର ୧୩ ତାରିଖରେ ଓଡ଼ିଶା ପାଇଁ ଏକ ସୀମା ନିର୍ଦ୍ଧାରଣ କମିଟି ଗଠନ କରାଯାଇଥିଲା ।

6. ଉତ୍କଳ ସମ୍ମିଳନୀର ଜରୁରୀ ଅଧ୍ଵବେଶନ କେବେ ଅନୁଷ୍ଠିତ ହୋଇଥିଲା ?
Answer:
ଉତ୍କଳ ସମ୍ମିଳନୀର ଜରୁରୀ ଅଧିବେଶନ ଲକ୍ଷ୍ମୀଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ୧୯୩୨ ମସିହା ଅଗଷ୍ଟ ୨୧ରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା ।

7. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରକାଶିତ ଶ୍ଵେତପତ୍ରରେ କ’ଣ ଉଲ୍ଲେଖ କରାଯାଇଥିଲା ?
Answer:
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରକାଶିତ ଶ୍ଵେତପତ୍ରରେ ଓଡ଼ିଶା ଏକ ରାଜ୍ୟପାଳ ଶାସିତ ପୂର୍ଣାଙ୍ଗ ପ୍ରଦେଶ ରୂପେ ଗଠିତ ହେବ ବୋଲି ଉଲ୍ଲେଖ କରାଯାଇଥିଲା ।

8. ଉତ୍କଳ ସମ୍ମିଳନୀର ତ୍ରୟୋବିଂଶ ଅବେଶନ କେଉଁଠାରେ ବସିଥିଲା ?
Answer:
୧୯୩୪ ମସିହା ଫେବୃୟାରୀ ୧୧ ତାରିଖରେ ମଧୁସୂଦନ ପାଣିଗ୍ରାହୀଙ୍କ ସଭାପତିତ୍ବରେ କଟକଠାରେ ଉତ୍କଳ ସମ୍ମିଳନୀର ତ୍ରୟୋବିଂଶ ଅଧିବେଶନ ବସିଥିଲା ।

9. ୧୯୩୩ ମସିହାରେ ଗଠିତ ‘ମିଳିତ ସଂସଦୀୟ କମିଟି’ କାହା ଅଧ୍ଯକ୍ଷତାରେ ଗଠିତ ହୋଇଥିଲା ?
Answer:
୧୯୩୩ ଏପ୍ରିଲ ମାସରେ ଲର୍ଡ଼ ଲିନ୍‌ଲିଷ୍ଟୋଙ୍କ ଅଧ୍ୟକ୍ଷତାରେ ‘ମିଳିତ ସଂସଦୀୟ କମିଟି’ ଗଠିତ ହୋଇଥିଲା ।

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

10. ୧୯୩୪ ମସିହାରେ ଓଡ଼ିଶାର କ୍ଷେତ୍ରଫଳ କେତେ ବର୍ଗ ମାଇଲକୁ ବୃଦ୍ଧି ପାଇଥିଲା ?
Answer:
୧୯୩୪ ମସିହାରେ ପ୍ରକାଶିତ ଶ୍ଵେତପତ୍ରରେ ଓଡ଼ିଶାର କ୍ଷେତ୍ରଫଳ ୨୧, ୫୫୫ ବର୍ଗ ମାଇଲରୁ ବୃଦ୍ଧି ପାଇ ୩୨,୬୯୫ ବର୍ଗ ମାଇଲ୍ ହୋଇଥିଲା ।

11. ୧୯୩୫ ମସିହା ଭାରତ ଶାସନ ଆଇନର କେଉଁ ଧାରାଟି ଓଡ଼ିଶା ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
୧୯୩୫ ମସିହା ଭାରତ ଶାସନ ଆଇନର ୨୮୯ ଧାରାଟି ଓଡ଼ିଶା ପାଇଁ ଉଦ୍ଦିଷ୍ଟ ଥିଲା ।

12. ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଭାବେ କେବେ ଆତ୍ମପ୍ରକାଶ କରିଥିଲା ?
Answer:
୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଆତ୍ମପ୍ରକାଶ କରିଥିଲା ।

13. ଇଂରେଜମାନେ କେଉଁ ନୀତିଦ୍ୱାରା ସମ୍ବଲପୁର ଦଖଲ କରିଥିଲେ ?
Answer:
୧୮୪୯ ମସିହାରେ ‘ରଜସ୍ବତ୍ୱ ଲୋପନୀତି’ଦ୍ଵାରା ଇଂରେଜମାନେ ସମ୍ବଲପୁର ଦଖଲ କରିଥିଲେ ।

14. ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି କିଏ ମତ ପ୍ରକାଶ କରିଥିଲେ ?
Answer:
ବଙ୍ଗର ବିଶିଷ୍ଟ ଐତିହାସିକ ରାଜେନ୍ଦ୍ର ଲାଲ ମିତ୍ର ଓ ଅନ୍ୟମାନେ ଏହି ମତ ପ୍ରକାଶ କରିଥିଲେ ।

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

15. ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାର ସମ୍ପାଦକ କିଏ ଥିଲେ ?
Answer:
‘ସମ୍ବଲ ହିତୈଷିଣୀ’ ପତ୍ରିକାର ସମ୍ପାଦକ ଥିଲେ ନୀଳମଣି ବିଦ୍ୟାରମ୍ଭ ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ସମ୍ବଲପୁରକୁ ଇଂରେଜମାନେ ଯେଉଁ ନୀତିଦ୍ୱାରା ଅସ୍କୋର କରିଥିଲେ ।
Answer:
ରାଜସ୍ବତ୍ୱ ଲୋପନୀତି

2. ଓଡ଼ିଆ ଭାଷାର ସୁରକ୍ଷା ପାଇଁ ହୋଇଥିବା ଆନ୍ଦୋଳନ ।
Answer:
ଭାଷା ଆନ୍ଦୋଳନ

3. ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ।
Answer:
ଉତ୍କଳ ଦୀପିକା

4. ବ୍ୟାସକବି ହିସାବରେ କିଏ ଖ୍ୟାତି ଅର୍ଜନ କରିଥିଲେ ?
Answer:
ଫକୀରମୋହନ ସେନାପତି

5. ସମ୍ବଲପୁରରୁ ପ୍ରକାଶିତ ହେଉଥ‌ିବା ପତ୍ରିକା ।
Answer:
ସମ୍ବଲପୁର ହିତୈଷିଣୀ

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

6. ୧୯୦୩ ଡିସେମ୍ବରରେ ପ୍ରକାଶ ପାଇଥିବା ସର୍କୁଲାର ।
Answer:
ରିସ୍‌ଲେ ସର୍କୁଲାର

7. ପୂର୍ଣ୍ଣାଙ୍ଗ ଓଡ଼ିଶାର ସ୍ବପ୍ନକୁ ସାକାର କରିଥିବା ‘ସଂଗଠନ’ ।
Answer:
ଉତ୍କଳ ସମ୍ମିଳନୀ

8. ଗଞ୍ଜାମକୁ ଓଡ଼ିଶାରେ ମିଶାଇବାପାଇଁ ଦାବିର ବିଚାର ପାଇଁ ଗଠିତ କମିଟି ।
Answer:
ଫିଲିପ୍ ଡପ୍ କମିଟି

9. ୧୯୨୮ ମସିହାରେ ଭାରତକୁ ଆସିଥ୍‌ ଏକ କମିଶନ ।
Answer:
ସାଇମନ କମିଶନ

10. ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ସମ୍ପର୍କରେ ମତାମତ ଦେବାପାଇଁ ଗଠିତ କମିଟି ।
Answer:
ଅଟ୍‌ଲି ସବ୍ କମିଟି

11. ପ୍ରଥମ ଗୋଲଟେବୁଲ ବୈଠକରେ ବିତରଣ କରାଯାଇଥିବା ପୁସ୍ତିକା ।
Answer:
ଓଡ଼ିଆମାନଙ୍କ ଦାବି ଓ ଯୁକ୍ତି

12. ଓଡ଼ିଶା ଏକ ରାଜ୍ୟପାଳ ଶାସିତ ପୂର୍ଣାଙ୍ଗ ପ୍ରଦେଶ ରୂପେ ଗଠିତ ହେବ ବୋଲି କେଉଁଥିରେ ପ୍ରକାଶ ପାଇଥିଲା ?
Answer:
ଶ୍ଵେତପତ୍ର

13. ଉତ୍କଳ ସମ୍ମିଳନୀର ତ୍ରୟୋବିଂଶ ଅଧିବେଶନ ଅନୁଷ୍ଠିତ ହୋଇଥିବା ସ୍ଥାନ ।
Answer:
କଟକ

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

14. ୧୬ ଜଣ ସଦସ୍ୟଙ୍କୁ ନେଇ ଲର୍ଡ ଲିନ୍‌ଲିଥଗୋଙ୍କ ଅଧ୍ଯକ୍ଷତାରେ ଗଠିତ କମିଟି
Answer:
ମିଳିତ ସଂସଦୀୟ କମିଟି

15. ୧୯୩୫ ମସିହାରେ ଇଂରେଜ ସରକାରଦ୍ୱାରା ପ୍ରଣୀତ ଆଇନ ।
Answer:
ଭାରତ ଶାସନ ଆଇନ

C. ଶୂନ୍ୟସ୍ଥାନ ପୂରଣ କର ।

1. ଓଡ଼ିଶାର _______ ରାଜ୍ୟଗୁଡ଼ିକ ଇଂରେଜମାନଙ୍କର ପରୋକ୍ଷ ଶାସନାଧୀନ ଥିଲା ।
Answer:
ଗଡ଼ଜାତ

2. ୧୭୫୯ ମସିହାରେ ଇଂରେଜମାନେ ଓଡ଼ିଶାର _______ ଅଞ୍ଚଳକୁ ଅତ୍‌କାର କରିଥିଲେ ।
Answer:
ଗଞ୍ଜାମ

3. ରାଜସ୍ବତ୍ୱ ଲୋପନୀତିଦ୍ୱାରା ଇଂରେଜମାନେ ଓଡ଼ିଶାର ________ ଅଞ୍ଚଳକୁ ଅଧିକାର କରିଥିଲେ ।
Answer:
ସମ୍ବଲପୁର

4.୧୮୪୯ରେ ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ କଟକର ତତ୍‌କାଳୀନ ________ ।
Answer:
କଲେକ୍ଟର

5. ରାଜେନ୍ଦ୍ର ଲାଲ ମିତ୍ର ଥୁଲେ ବଙ୍ଗର ଜଣେ ବିଶିଷ୍ଟ ________ ।
Answer:
ଐତିହାସିକ

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

6. ସମୃଲପୁର କୋଟ କଚେରାରେ ________ ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
Answer:
ସାର୍ ଆଣ୍ଡ୍ରାଫ୍ରେଜର

7. ଗଙ୍ଗାଧର ମେହେରଙ୍କୁ ______ କବି ଭାବରେ ଆଖ୍ୟା ଦିଆଯାଇଛି ।
Answer:
ସ୍ବଭାବ

8. ମଧୁବାବୁ ________ ଠାରେ ବଡ଼ଲାଟ୍ ଲର୍ଡ଼ କର୍ଜନଙ୍କୁ ସାକ୍ଷାତ କରିଥିଲେ ।
Answer:
ସିମଳା

9. ରିସ୍‌ଲେ ସର୍କୁଲାର ______ ମସିହାରେ ପ୍ରକାଶ ପାଇଥିଲା ।
Answer:
୧୯୦୩

10. ଲର୍ଡ଼ ଆମ୍ପୁଥୁଲ୍ _______ ର ଗଭର୍ଣ୍ଣର ଥିଲେ ।
Answer:
ମାନ୍ଦ୍ରାଜ

11. ମାନ୍ଦ୍ରାଜର ମୁଖ୍ୟ ଶାସନ ସଚିବ ଥିଲେ ______ ।
Answer:
ଏମ୍ ହାମରିକ୍

12. __________ ମସିହାରେ ଲର୍ଡ଼ ହାଡ଼ିଞ ପୂର୍ବାଞ୍ଚଳ ରାଜ୍ଯସୀମା ପରିବର୍ତ୍ତନ ପାଇଁ ଘୋଷଣା କରିଥିଲେ ।
Answer:
୧୯୧୧

13. ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ________ ଠାରେ ବସିଥିଲା ।
Answer:
ବ୍ରହ୍ମପୁର

14. ବିକ୍ରମଦେବ ବର୍ମା ________ ର ରାଜା ଥିଲେ ।
Answer:
ଜୟପୁର

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

15. ଏକ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନ ବିଷୟରେ ___________ ଘୋଷଣା କରିଥିଲେ ।
Answer:
ସାମୁଏଲ ହୋର

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ୧୯୧୯ ମସିହାରେ ଉତ୍କଳ ସମ୍ମିଳନୀର ଅଧିବେଶନ ପୁରୀଠାରେ ବସିଥିଲା ।
2. ରାଜେନ୍ଦ୍ର ଭଞ୍ଜଦେଓ କନିକାର ରାଜା ଥିଲେ ।
3. ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧ୍ଵବେଶନ ୧୯୧୪ ମସିହାରେ ବସିଥିଲା ।
4. ୧୯୧୯ ଭାରତ ଆଇନରେ ଓଡ଼ିଆମାନଙ୍କ ପାଇଁ କୌଣସି ସୁବିଧା ରଖାଯାଇନଥିଲା ।
5. ସମ୍ରାଟଙ୍କ ବିଧାୟକ ପରିଷଦରେ ସିହ୍ନା ପ୍ରସ୍ତାବ ୧୯୨୧ ମସିହାରେ ଆଗତ କରାଯାଇଥିଲେ ।
6. ମାନ୍ଦ୍ରାଜ ବିଧାନ ପରିଷଦର ସଭ୍ୟ ଥିଲେ ଶଶିଭୂଷଣ ରଥ ।
7. ୧୯୨୫ ମସିହାର ଶେଷ ଭାଗରେ ଫିଲପ-ଡଫ୍ କମିଟି ଗଠନ କରାଯାଇଥିଲା ।
8. ମାନ୍ଦ୍ରାଜ ସରକାର ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଘୋର ବିରୋଧ କରୁଥିଲେ ।
9. ସାଇମନ କମିଶନ ୧୯୨୯ ମସିହାରେ ଭାରତରେ ପଦାର୍ପଣ କରିଥିଲା ।
10. କେନ୍ଦ୍ରୀୟ ବିଧାୟକ ସଭାର ସଦସ୍ୟ ଥିଲେ ଡକ୍ଟର ସୁରୱାର୍ଦ୍ଦି ।
11. ପ୍ରଥମ ଗୋଲଟେବୁଲ ବୈଠକରେ ମଧୁବାବୁ ଯୋଗ ଦେଇଥିଲେ ।
12. ବର୍ତ୍ତମାନ କରାଚୀ ପାକିସ୍ତାନରେ ଅବସ୍ଥିତ ।
13. ୧୯୩୧ରେ ଗଠିତ ସୀମା ନିର୍ଦ୍ଧାରଣ କମିଟିରେ ତିନିଜଣ ସଦସ୍ୟ ଥିଲେ ।
14. ୧୯୩୪ ମସିହାରେ କୃଷ୍ଣଚନ୍ଦ୍ର ଗଜପତି ପରଲୋକ ଗମନ କରିଥିଲେ
15. ବ୍ରିଟିଶ ପାର୍ଲାମେଣ୍ଟର ୧୬ ଜଣ ସଦସ୍ୟଙ୍କୁ ନେଇ ମିଳିତ ସଂସଦୀୟ କମିଟି ଗଠିତ ହୋଇଥିଲା ।

Answer:
1. ✓
2. ✓
3. x
4. ✓
5. ×
6. ✓
7. x
8. ✓
9. x
10. ✓
11. x
12. ✓
13. ✓
14. x
15. ✓

BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

BSE Odisha 10th Class Maths Notes Algebra Chapter 3 ସମାନ୍ତର ପ୍ରଗତି

Odisha State Board BSE Odisha 10th Class Maths Notes Algebra Chapter 3 ସମାନ୍ତର ପ୍ରଗତି will enable students to study smartly.

BSE Odisha Class 10 Maths Notes Algebra Chapter 3 ସମାନ୍ତର ପ୍ରଗତି

→ ଅନୁକ୍ରମ (Sequence) :
ଗୋଟିଏ ନିୟମକୁ ଭିଭିକରି ଏକ ନିର୍ଦ୍ଦିଷ୍ଟ କ୍ରମ (order)ରେ ଥିବା ସଂଖ୍ୟା ସମୂହକୁ ଏକ ଅନୁକ୍ରମ (sequence) କୁହାଯାଏ ।
ଉଦାହରଣ୍ୟରୂପ : 3, 6, 9, 12 …….., 1, 3, 5, 7…….. \(\frac{1}{2}, \frac{1}{3}, \frac{1}{4}, \frac{1}{5}\), …… 2, 6, 18, 54 ….. ଇତ୍ୟାଦି ।

  • ଅନୁକ୍ରମରେ ଥ‌ିବା ପ୍ରତ୍ୟେକ ସଂଖ୍ୟାକୁ ଗୋଟିଏ ଗୋଟିଏ ପଦ (term) କୁହାଯାଏ । ଅନୁକ୍ରମର ବିଶେଷତ୍ଵ ହେଲା, ପ୍ରଥମ ତିନୋଟି କିମ୍ବା ଚାରୋଟି ପଦକୁ ଲକ୍ଷ୍ୟ କରି ଏହାର ପରବର୍ତ୍ତୀ ପଦଗୁଡ଼ିକୁ ଜାଣିହୁଏ ।
  • ଅନୁକ୍ରମର ପଦଗୁଡିକୁ ପ୍ରଥମ ପଦ (first term) ବା t1, ଦ୍ବିତୀୟ ପଦ (second term) t2, ତୃତୀୟ ପଦ (third term) t3, ଚତୁର୍ଥ ପଦ (fourth term) t4, ସେହପରି n ତମ ପଦ tn ଦ୍ଵାରା ସୂଚାଯାଇଥାଏ ।
  • n ତମ ପଦ (tn) କୁ ଅନୁକ୍ରମର ସାଧାରଣ ପଦ (General term) କୁହାଯାଏ ।
  • ଯଦି tn+1 = tn+2 = ……… = 0 (ଶୂନ) ତେବେ ଅନୁକ୍ରମଟି t1, t2, t3 ……… tn ଓ ଏହା ସସୀମ ସଂଖ୍ୟକ ପଦ ବିଶିଷ୍ଟ ।
  • ଏକ ନିର୍ଦ୍ଦିଷ୍ଟ ନିୟମକୁ ନେଇ କ୍ରମରେ ଥ‌ିବା ଅନୁକ୍ରମକୁ ଗୋଟିଏ ପ୍ରଗତି (Progression) କୁହାଯାଏ ।

BSE Odisha 10th Class Maths Notes Algebra Chapter 3 ସମାନ୍ତର ପ୍ରଗତି

→ ପ୍ରଗତି ସଧାରଣତଃ ତିନି ପ୍ରକାରର :

  • ସମାନ୍ତର ପ୍ରଗତି (Arithmetic Progression)
  • ଗୁଣୋତ୍ତର ପ୍ରଗତି (Geometric Progression)
  • ହରାମକ ପ୍ରଗତି (Harmonic Progression)

→ ସମାନ୍ତର ପ୍ରଗତି (Arithmetic Progression) A.P. :
ଯଦି କୌଣସି ଅନୁକ୍ରମର ପ୍ରତ୍ୟେକ ପଦରୁ (ପ୍ରଥମଟିକୁ ଛାଡ଼ି) ପୂର୍ବ ପଦର ବିୟୋଗଫଳ ସର୍ବଦା ସମାନ ହୁଏ, ତେବେ ଅନୁକ୍ରମଟିକୁ ସମାନ୍ତର ପ୍ରଗତି (A.P.) କୁହାଯାଏ । ଏଠାରେ ବିୟୋଗଫଳକୁ ସାଧାରଣ ଅନ୍ତର (Common difference) କୁହାଯାଏ । ଏହାର ସଂକେତ ‘d’ ।
∴ A.P. ପାଇଁ t2 – t1 = t3 – t2 = t4 – t3 = tn – tn-1 = d ଅଟେ ।
ପ୍ରତ୍ୟେକ A.P. ଗୋଟିଏ ଅନୁକ୍ରମ; କିନ୍ତୁ ପ୍ରତ୍ୟେକ ଅନୁକ୍ରମ ଗୋଟିଏ A.P. ନହୋଇପାରେ ।

→ ସମାନ୍ତର ପ୍ରଗତିର n ତମ ପଦ ନିଶ୍ଚୟ :
ମନେକର A.P.ର ପ୍ରଥମ ପଦ = a ଓ ସାଧାରଣ ଅନ୍ତର = d ହେଲେ,
BSE Odisha 10th Class Maths Notes Algebra Chapter 3 ସମାନ୍ତର ପ୍ରଗତି - 1
∴ A.P.ର n ତମ ପଦର ସୂତ୍ର : t = a + (n – 1) d

A.P. ରେ ଥିବା ସାଧାରଣତଃ ପ୍ରଥମ ପଦକୁ a ଓ ସାଧାରଣ ଅନ୍ତରକୁ ‘d’ ନିଆଯାଇଥାଏ ।
A.P. ରେ ଥ‌ିବା ଅନୁକ୍ରମର ସଧାରଣ ରୂପଟି a, a+d, a +2d, a+3d ………. ହୋଇଥାଏ ।

BSE Odisha 10th Class Maths Notes Algebra Chapter 3 ସମାନ୍ତର ପ୍ରଗତି

→ ସମାନ୍ତର ପ୍ରଗତିର ପ୍ରଥମ n-ସଂଖ୍ୟକ ପଦର ସମଷ୍ଟି ନିଶ୍ଚୟ :
A.P.ର ପ୍ରଥମ n ସଂଖ୍ୟକ ପଦର ଯୋଗଫଳର ସୂତ୍ରକୁ ପ୍ରଥମେ ଜର୍ମାନୀର ବିଖ୍ୟାତ ଗଣିତଜ୍ଞ ଗସ୍ (Gauss) ନିର୍ଣ୍ଣୟ କରିଥିଲେ ।
ଗସ୍‌ଙ୍କ ଯୋଗଫଳର ପଦ୍ଧତି ନିମ୍ନରେ ପ୍ରଦତ୍ତ ।
ମନେକର 1 ରୁ 100 ପର୍ଯ୍ୟନ୍ତ ଗଣନ ସଂଖ୍ୟାମାନଙ୍କ ଯୋଗଫଳ S100
BSE Odisha 10th Class Maths Notes Algebra Chapter 3 ସମାନ୍ତର ପ୍ରଗତି - 2
BSE Odisha 10th Class Maths Notes Algebra Chapter 3 ସମାନ୍ତର ପ୍ରଗତି - 3
ଯଦି A.P.ର ପ୍ରଥମ ପଦ = a, ସାଧାରଣ ଅନ୍ତର d = 0 ହୁଏ,
ତେବେ S = a + a + a + a ……. n ସଂଖ୍ୟକ ପଦ ପର୍ଯ୍ୟନ୍ତ = na ହେବ । ∴ Sn = na

BSE Odisha 10th Class Maths Notes Algebra Chapter 3 ସମାନ୍ତର ପ୍ରଗତି

→ ଏକ ସମାନ୍ତର ପ୍ରଗତିର

  • ପ୍ରତ୍ୟେକ ପଦରେ ସମାନ ସଂଖ୍ୟା ଯୋଗକଲେ
  • ପ୍ରତ୍ୟେକ ପଦରୁ ସମାନ ସଂଖ୍ୟା ବିୟୋଗ କଲେ
  • ପ୍ରତ୍ୟେକ ପଦକୁ ‘0’ ବ୍ୟତୀତ ସମାନ ସଂଖ୍ୟା ଦ୍ୱାରା ଗୁଣନ କଲେ
  • ପ୍ରତ୍ୟେକ ପଦକୁ 0 ବ୍ୟତୀତ ସମାନ ସଂଖ୍ୟାଦ୍ଵାରା ଭାଗକଲେ ପ୍ରତ୍ୟେକ ସ୍ଥଳରେ ଲବ୍‌ଧ ଅନୁକ୍ରମଗୁଡ଼ିକ ମଧ୍ୟ A.P. ରେ ରହିବ ।