CHSE Odisha Class 12 History Chapter 2(b) Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 2(b) ବୈଦିକ ଏବଂ ପରବର୍ତୀ ବୈଦିକ ଯୁଗ Objective Questions.

CHSE Odisha 12th Class History Chapter 2(b) Objective Questions

in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ବୈଦିକ ଆର୍ଯ୍ୟମାନେ କାହାର ଉପାସକ ଥିଲେ ?
(କ) ମାତୃଶକ୍ତି
(ଖ) ସୂର୍ଯ୍ୟ ଓ ଅଗ୍ନି
(ଗ) ପଶୁପତି
(ଘ) ପ୍ରକୃତି
Answer:
(ଘ) ପ୍ରକୃତି

୨। ଭୂତପ୍ରେତାଦି ବିଶ୍ଵାସ କେଉଁ ବେଦରେ ଲିପିବଦ୍ଧ ?
(କ) ଋଗ୍‌ ବେଦ
(ଖ) ଯଜୁର୍ବେଦ
(ଗ) ସାମବେଦ
(ଘ) ଅଥର୍ବ ବେଦ
Answer:
(ଘ) ଅଥର୍ବ ବେଦ

୩ । ବୈଦିକ ଯୁଗର ଜନପ୍ରିୟ ରାଜନୈତିକ ସଂଗଠନର ନାମ ହେଉଛି :
(କ) ପରିଷଦ
(ଖ) ବଟକରା
(ଗ) ସଂସ୍ଥା
(ଘ) ସମିତି
Answer:
(ଘ) ସମିତି

CHSE Odisha Class 12 History Chapter 2(b) Objective Questions in Odia Medium

୪ । ବୈଦିକ ଯୁଗରେ ଆର୍ଯ୍ୟମାନେ ମୁଦ୍ରା ରୂପେ ଏକ ସ୍ଵର୍ଣ୍ଣଖଣ୍ଡ ପ୍ରଚଳନ କରିଥିଲେ । ଏହାକୁ କ’ଣ କୁହାଯାଏ ?
(କ) ଟଙ୍କା
(ଖ) ବଟକରା
(ଗ) ମୁଦ୍ରା
(ଘ) ନିଷ୍କ
Answer:
(ଘ) ନିଷ୍କ

୫ । ଜନ କାହାକୁ କୁହାଯାଏ ?
(କ) ପରିବାରର ସମଷ୍ଟିକୁ
(ଖ) ବୈଦିକ ଯୁଗକୁ
(ଗ) ଗ୍ରାମର ସମଷ୍ଟିକୁ
(ଘ) ବିଶ୍ବର ସମଷ୍ଟିକୁ
Answer:
(ଘ) ବିଶ୍ବର ସମଷ୍ଟିକୁ

୬ । ବୈଦିକ ଯୁଗର ମୁଖ୍ୟ ରାଜନୈତିକ ସଂଗଠନର ନାମ କ’ଣ ?
(କ) ସଭା
(ଖ) ସଂସ୍ଥା
(ଗ) ପରିଷଦ
(ଘ) ଦରବାର
Answer:
(କ) ସଭା

୭ | କେଉଁ ବେଦରେ ପୂଜାପଦ୍ଧତିର ବ୍ୟାଖ୍ୟା ଦେଖୁବାକୁ ମିଳେ ?
(କ) ଋଗ୍‌ ବେଦ
(ଖ) ସାମବେଦ
(ଗ) ଅଥର୍ବବେଦ
(ଘ) ଯଜୁର୍ବେଦ
Answer:
(ଘ) ଯଜୁର୍ବେଦ

୮। ସ୍ତୁତିମାନଙ୍କର ସ୍ଵରସଂଯୋଗ କେଉଁଥିରେ ଦେଖାଯାଏ ?
(କ) ଋଗ୍‌ବେଦ ସଂହିତା
(ଖ) ଯଜୁର୍ବେଦ ସଂହିତା
(ଗ) ସାମବେଦ ସଂହିତା
(ଘ) ଅଥର୍ବବେଦ ସଂହିତା
Answer:
(ଗ) ସାମବେଦ ସଂହିତା

୯ | ଆର୍ଯ୍ୟମାନଙ୍କର ସ୍ମୃତି କେଉଁଥରେ ସମ୍ବଳିତ ?
(କ) ଋଗ୍‌ବେଦ ସଂହିତା
(ଖ) ଯଜୁର୍ବେଦ ସଂହିତା
(ଗ) ସାମବେଦ ସଂହିତା
(ଘ) ଅଥର୍ବବେଦ ସଂହିତା
Answer:
(କ) ଋଗ୍‌ବେଦ ସଂହିତା

CHSE Odisha Class 12 History Chapter 2(b) Objective Questions in Odia Medium

୧୦। ରାଜା ପ୍ରଜାଙ୍କଠାରୁ ଆଦାୟ କରୁଥିବା କରର ନାମ କ’ଣ ?
(କ) ବଳି
(ଖ) ମୁଦ୍ର।
(ଗ) ଭାଗ
(ଘ) କର
Answer:
(କ) ବଳି

୧୧। ବୈଦିକ ଯୁଗରେ ଗଢ଼ିଉଠିଥିବା ଦୁଇଟି ରାଜନୈତିକ ସଂସଦ ‘ସଭା’ ଓ ‘ସମିତି’ ମଧ୍ୟରୁ କେଉଁଟିର ଭୂମିକା ଥିଲା ଅଧିକ ବ୍ୟାପକ ଓ ଗୁରୁତ୍ଵପୂର୍ଣ ?
(କ) ସମିତି
(ଖ) ସଭା ଓ ସମିତି
(ଗ) ସଭା
(ଘ) କୌଣସିଟି ନୁହେଁ
Answer:
(କ) ସମିତି

୧୨। ପରବର୍ତୀ ବୈଦିକ ଯୁଗରେ କେଉଁ ଦେବତା ଶ୍ରେଷ୍ଠ ବୋଲି ବିବେଚିତ ହେଉଥିଲେ ?
(କ) ବିଷ୍ଣୁ
(ଖ) ଇନ୍ଦ୍ର
(ଗ) ଅଗ୍ନି
(ଘ) ଶିବ
Answer:
(କ) ବିଷ୍ଣୁ

୧୩। ଋଗ୍‌ବୈଦିକ ଯୁଗରେ କେଉଁ ଦେବତା ଆର୍ଯ୍ୟମାନଙ୍କର ଅଧ୍ବକ ପ୍ରିୟ ଥିଲେ ?
(କ) ସୂର୍ଯ୍ୟ
(ଖ) ଅଗ୍ନି
(ଗ) ଇନ୍ଦ୍ର
(ଘ) ଶିବ
Answer:
(ଗ) ଇନ୍ଦ୍ର

୧୪। ବୈଦିକ ଯୁଗରେ ପ୍ରଚଳିତ ‘ବଳି’ କହିଲେ କ’ଣ ବୁଝାଯାଏ ?
(କ) ଓଜନର ଏକ ପରିମାପକ
(ଗ) ରାଜାଙ୍କର ଏକ ଉପାଧ୍
(ଖ) ଏକପ୍ରକାର କର
(ଘ) ରାଜାଙ୍କ ପ୍ରଦତ୍ତ ଦଣ୍ଡ
Answer:
(ଖ) ଏକପ୍ରକାର କର

CHSE Odisha Class 12 History Chapter 2(b) Objective Questions in Odia Medium

୧୫। ଦୀପବଂଶ କେଉଁ ଧର୍ମ ସମ୍ବନ୍ଧୀୟ ଗ୍ରନ୍ଥ ?
(କ) ଜୈନଧର୍ମ
(ଖ) ବୌଦ୍ଧଧର୍ମ
(ଗ) ହିନ୍ଦୁଧର୍ମ
(ଘ) ମୁସଲମାନ ଧର୍ମ
Answer:
(ଖ) ବୌଦ୍ଧଧର୍ମ

୧୬। ବେଦ ଶବ୍ଦ ସଂସ୍କୃତର କେଉଁ ଶବ୍ଦରୁ ଆସିଅଛି ?
(କ) ବିଦ୍
(ଖ) ଶ୍ରୁତି
(ଗ) ଉପନିଷଦ
(ଘ) ବ୍ୟାଖ୍ୟା
Answer:
(କ) ବିଦ୍

୧୭ । ରାଜତନ୍ତ୍ରର ବା ରାଜ୍ୟର ମୁଖ୍ୟ କିଏ ଥିଲେ ?
(କ) ରାଜା
(ଖ) ସମ୍ରାଟ୍
(ଗ) ମନ୍ତ୍ରୀ
(ଘ) ପ୍ରଜାମାନେ
Answer:
(କ) ରାଜା

୧୮। କେଉଁ ବେଦ ସର୍ବପ୍ରାଚୀନ ଅଟେ ?
(କ) ଋଗ୍‌ ବେଦ
(ଖ) ସାମବେଦ
(ଗ) ଯଜୁର୍ବେଦ
(ଘ) ଅଥର୍ବବେଦ
Answer:
(କ) ଋଗ୍‌ବେଦ

୧୯। ବୈଦିକ ଯୁଗରେ ପରିବାରର ମୁଖ୍ୟଙ୍କୁ କ’ଣ କୁହାଯାଉଥିଲା ?
(କ) କୁଳପତି
(ଖ) ମୁଖ୍ୟପତି
(ଗ) ଜ୍ୟେଷ୍ଠ
(ଘ) ଗୃହପିତା
Answer:
(କ) କୁଳପତି

୨୦ । କେଉଁ ଯୁଗରେ ଜାତିପ୍ରଥା ସୃଷ୍ଟି ହୋଇଥୁଲା ?
(କ) ଋଗ୍‌ବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧ୍ୟ ବୈଦିକ
(ଘ) ସାମବୈଦିକ
Answer:
(କ) ପରବର୍ତୀ ବୈଦିକ

CHSE Odisha Class 12 History Chapter 2(b) Objective Questions in Odia Medium

୨୧। ଚତୁରାଶ୍ରମ କେଉଁ ଯୁଗରେ ସୃଷ୍ଟି ହୋଇଥିଲା ?
(କ) ଋଗ୍‌ ବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧ୍ୟବୈଦିକ
(ଘ) ସାମବୈଦିକ
Answer:
(ଖ) ପରବର୍ତ୍ତୀ ବୈଦିକ

୨୨ । କେଉଁ ଯୁଗରେ ପ୍ରକୃତି ଉପାସନା ପ୍ରଚଳିତ ଥିଲା ?
(କ) ଋଗ୍‌ ବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧ୍ୟବୈଦିକ
(ଘ) ସାମବୈଦିକ
Answer:
(କ) ଋଗ୍‌ଦିକ

୨୩। ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵରଙ୍କ ପୂଜା କେବେ ପ୍ରଚଳିତ ଥିଲା ?
(କ) ପରବର୍ତୀ ବୈଦିକ ଯୁଗ
(ଖ) ଆଦିବୈଦିକ ଯୁଗ
(ଗ) ମଧ୍ୟବୈଦିକ ଯୁଗ
(ଘ) ସାମବୈଦିକ ଯୁଗ
Answer:
(କ) ପରବର୍ତୀ ବୈଦିକ ଯୁଗ

୨୪। ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ କେଉଁ ଯୁଗରେ ବୃଦ୍ଧି ପାଇଥିଲା ?
(କ) ଆଦିବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧୁବୈଦିକ
(ଘ) ଅଥର୍ବବୈଦିକ
Answer:
(ଖ) ପରବର୍ତୀ ବୈଦିକ

୨୫। କେତେଗୁଡ଼ିଏ ଗ୍ରାମକୁ ନେଇ କ’ଣ ଗଠିତ ହୋଇଥିଲା ?
(କ) ବିଶ୍
(ଖ) ଜନ
(ଗ) ନଗର
(ଘ) ରାଜ୍ୟ
Answer:
(କ) ବିଶ୍

CHSE Odisha Class 12 History Chapter 2(b) Objective Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧। _________ ବେଦରେ ପୂଜାପଦ୍ଧତି ବ୍ୟାଖ୍ୟା କରାଯାଇଛି ।
Answer:
ଯଦଃ

୨। ପ୍ରତ୍ୟେକ ବେଦକୁ __________ ଗୋଟି ଭାଗରେ ବିଭକ୍ତ କରାଯାଇଛି ।
Answer:
ଚାରି

୩ । _________ ବେଦରେ ସଙ୍ଗୀତ ବିଷୟରେ ଆଲୋଚନା କରାଯାଇଛି ।
Answer:
ଗନ୍ଧର୍ବ

୪। __________ ବେଦରେ ସ୍ଥାପତ୍ୟକଳା ସମ୍ପର୍କରେ ଆଲୋଚନା କରାଯାଇଛି ।
Answer:
ଶିଳ୍ପ

୫। ବୈଦିକ ଯୁଗର ଶେଷ ଭାଗରେ ରଚିତ ସାହିତ୍ୟକୁ ________ କୁହାଯାଏ ।
Answer:
ବେଦାନ୍ତ

୬। ଭୂତପ୍ରତାଦି ବିଷୟରେ ___________ ବେଦ ସୂଚନା ଦିଏ ।
Answer:
ଅଥର୍ବ

CHSE Odisha Class 12 History Chapter 2(b) Objective Questions in Odia Medium

୭। ଆଦିବୈଦିକ ଯୁଗରେ ବ୍ୟବହୃତ ମଦ୍ୟର ନାମ ___________ ଅଟେ ।
Answer:
ସୋମରସ

୮। ଛାତ୍ରମାନେ___________ ଆଶ୍ରମରେ ଶିକ୍ଷାଲାଭ କରୁଥିଲେ ।
Answer:
ଗୁରୁକୁଳ

୯। ଖ୍ରୀ.ପୂ. ୧୮୦୦ ରୁ ଖ୍ରୀ.ପୂ. ୮୦୦ ମଧ୍ୟରେ _________ ସଭ୍ୟତା ବିକାଶଲାଭ କରିଥିଲା ।
Answer:
ଋଗ୍‌ବୈଦିକ

୧୦। ଋବୈଦିକ ସଭ୍ୟତାରେ ___________ ପରିବାର ପ୍ରଥା ପ୍ରଚଳିତ ଥିଲା ।
Answer:
ଯୌଥ

୧୦। ଋଗ୍‌ବୈଦିକ ସଭ୍ୟତାରେ ___________ ପରିବାର ପ୍ରଥା ପ୍ରଚଳିତ ଥିଲା ।
Answer:

୧୧। ରଗ୍‌ବୈଦିକ ଯୁଗରେ __________ ମାନେ ଗଣିବାରେ ନିପୁଣତା ଲାଭ କରିଥିଲେ ।
Answer:
ପଣି

୧୨। ଗଣ ଶବ୍ଦର ଅର୍ଥ ହେଉଛି __________ |
Answer:
ବ୍ୟକ୍ତିସମୂହ

CHSE Odisha Class 12 History Chapter 2(b) Objective Questions in Odia Medium

୧୩ । ____________ ଓ __________ ଙ୍କ ପରି ଇନ୍ଦ୍ରଙ୍କୁ ଝଡ଼ ଓ ଘଡ଼ଘଡ଼ି ସହିତ ସଂଯୁକ୍ତ କରାଯାଇଥାଏ ।
Answer:
ଜିଅସ୍, ଥୋର

୧୪। ବୈଦିକ ଯୁଗରେ ____________ ଦେବତା ପାପୀଙ୍କୁ କଠୋର ଦଣ୍ଡ ଦେଉଥିବାର ବିଶ୍ଵାସ କରାଯାଏ ।
Answer:
ବରୁଣ

୧୫। ବୈଦିକ ଯୁଗରେ ମନୁଷ୍ୟ ଓ ଦେବତାମାନଙ୍କର ମଧ୍ୟସ୍ଥି ରୂପେ __________ ଙ୍କୁ କଳ୍ପନା କରାଯାଏ ।
Answer:
ଅଗ୍ନି

୧୬। ବୈଦିକ ଯୁଗରେ ପୋଲିସ୍ ଅଧିକାରୀଙ୍କୁ __________ କୁହାଯାଉଥିଲା ।
Answer:
ଉଗ୍ର

୧୭। ___________ ବ୍ରାହ୍ମଣରେ ଉଲ୍ଲେଖ ଅଛି ଯେ ନାରୀ ଥୁଲା ପୁରୁଷର ଅର୍ଦ୍ଧାଙ୍ଗିନୀ ।
Answer:
ଶତପଥ

୧୮ । __________ ଋଗ୍‌ବୈଦିକ ସମାଜରେ ଗ୍ରାମର ମୁଖ୍ୟ ଥିଲେ ।
Answer:
ଗ୍ରାମଣୀ

୧୯। ଋଷିମାନେ ବେଦକୁ ଈଶ୍ଵରଙ୍କ ମୁଖରୁ ଶୁଣି ମନେରଖିବାରୁ ଏହାକୁ ____________ କୁହାଯାଏ ।
Answer:
ଶ୍ରୁତି

CHSE Odisha Class 12 History Chapter 2(b) Objective Questions in Odia Medium

୨୦। ଚାରି ବେଦ ଥିଲା __________ , _________ , ___________ ଓ __________ ।
Answer:
ଋକ୍, ସାମ, ଯତଃ, ଅଥର୍ବ

୨୧। ଆର୍ଯ୍ୟମାନଙ୍କର ବାସସ୍ଥଳୀକୁ __________ କୁହାଯାଉଥିଲା ।
Answer:
ଆର୍ଯ୍ୟାବର୍ଷ

୨୨। କେତେକ ପରିବାରର ସମଷ୍ଟିକୁ ନେଇ ___________ ଗଠନ କରାଯାଉଥିଲା ।
Answer:
ଗ୍ରାମ

୨୩ । କେତେଗୁଡ଼ିଏ ଗ୍ରାମକୁ ନେଇ ଗଠିତ ହୋଇଥିବା ବିଶ୍ଵର ମୁଖ୍ୟଙ୍କୁ _________ କୁହାଯାଉଥିଲା ।
Answer:
ବିଶ୍ଵପତି

୨୪ । __________ ଯୁଗରେ ଜାତିପ୍ରଥା ସୃଷ୍ଟି ହୋଇଥିଲା ।
Answer:
ପରବର୍ତୀ ବୈଦିକ

୨୫। କେତେଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଜ୍ୟ ଗଠନ କରାଯାଇଥିଲା, ତାକୁ __________ କୁହାଯାଉଥିଲା ।
Answer:
ଜନପଦ

୨୬ । ଋଗ୍‌ବେଦରେ _________ ଟି ମଣ୍ଡଳ ଅଛି ।
Answer:
୧୦ଟି

CHSE Odisha Class 12 History Chapter 2(b) Objective Questions in Odia Medium

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଆର୍ଯ୍ୟମାନଙ୍କର ଆଦିବାସସ୍ଥଳୀ କେଉଁଠାରେ ଥିଲା ?
Answer:
ଆର୍ଯ୍ୟମାନଙ୍କର ଆଦିବାସସ୍ଥାନ ଐତିହାସିକ ମ୍ୟାକ୍‌ସ ମୁଲାରଙ୍କ ଭାଷାରେ ମଧ୍ୟ ଏସିଆ ଅଞ୍ଚଳରେ ଥିଲା । ଅବଶ୍ୟ ଏହି ମତରେ ଭିନ୍ନତା ଦେଖାଯାଇଥାଏ ।

୨ । ଜନ କିପରି ଗଠିତ ହେଉଥିଲା ? ଏହାର ମୁଖ୍ୟ କିଏ ଥିଲେ ?
Answer:
କେତେଗୁଡ଼ିଏ ଗ୍ରାମକୁ ନେଇ ଜନ ଗଠିତ ହେଉଥିଲା । ଏହାର ମୂଖ୍ୟ ଥିଲେ ଗୋପ ।

୩ । ବୈଦିକ ପରିବାରର ମୁଖ୍ୟଙ୍କୁ କ’ଣ କୁହାଯାଉଥିଲା ?
Answer:
ବୈଦିକ ପରିବାରର ମୁଖ୍ୟଙ୍କୁ କୁଳପତି (କୁଳପ) ବା ଗୃହପତି କୁହାଯାଉଥିଲା ।

୪ । ବୈଦିକ ସମାଜରେ ପରିବାରର ମୁଖ୍ୟ କିଏ ଥିଲେ ?
Answer:
ପିତା ବୈଦିକ ସମାଜରେ ପରିବାରର ମୁଖ୍ୟ ଥିଲେ ।

୫ । ବୈଦିକ ସଭ୍ୟତାରେ ମୁଖ୍ୟ ଶାସନକର୍ତ୍ତାଙ୍କୁ କ’ଣ କୁହାଯାଉଥିଲା । ସେ କାହାର ମୁଖ୍ୟ ଥିଲେ ?
Answer:
ବୈଦିକ ସଭ୍ୟତାରେ ମୁଖ୍ୟ ଶାସନକର୍ତ୍ତାଙ୍କୁ ରାଜନ୍ କୁହାଯାଉଥିଲା । ସେ ‘ଜନପଦ’ର ମୁଖ୍ୟ ଥିଲେ ।

CHSE Odisha Class 12 History Chapter 2(b) Objective Questions in Odia Medium

୬ | କେଉଁ ଯୁଗରେ ଚତୁରାଶ୍ରମ ସୃଷ୍ଟି ହୋଇଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଚତୁରାଶ୍ରମ ସୃଷ୍ଟି ହୋଇଥିଲା ।

୭ । କେଉଁ ଯୁଗରେ ପ୍ରକୃତି ଉପାସନା ପ୍ରଚଳିତ ଥିଲା ?
Answer:
ବୈଦିକ ଯୁଗରେ ପ୍ରକୃତି ଉପାସନା ପ୍ରଚଳିତ ଥିଲା ।

୮ | ରାମାୟଣ କିଏ ରଚନା କରିଥିଲେ ?
Answer:
ମହର୍ଷି ବାଲ୍ମୀକି ‘ରାମାୟଣ’ ରଚନା କରିଥିଲେ ?

୯। ସଭାର କାର୍ଯ୍ୟ କ’ଣ ଥିଲା ?
Answer:
ସଭାର ପ୍ରତିନିଧୁମାନେ ରାଜାଙ୍କୁ ରାଜକାର୍ଯ୍ୟ ପରିଚାଳନା କରିବାରେ ସାହାଯ୍ୟ କରୁଥିଲେ ।

୧୦। ବେଦର ଅନ୍ୟନାମ କ’ଣ ?
Answer:
ବେଦର ଅନ୍ୟନାମ ଶ୍ରୁତି ।

୧୧। ବୈଦିକ ଯୁଗରେ ଖ୍ୟାତିଲାଭ କରିଥିବା ଦୁଇଜଣ ମହିଳାଙ୍କ ନାମ ଉଲ୍ଲେଖ କର ।
Answer:
ଗାର୍ଗୀ ଓ ମୈତ୍ରେୟୀ ବୈଦିକ ଯୁଗର ଦୁଇଜଣ ବିଦୁଷୀ ମହିଳା ଥିଲେ ।

୧୨। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା କେବେ ପ୍ରଚଳିତ ଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

୧୩। ଆର୍ଯ୍ୟାବର୍ଷ କହିଲେ କ’ଣ ବୁଝ ?
Answer:
ଉତ୍ତରରେ ହିମାଳୟ ପର୍ବତଶ୍ରେଣୀର ପାଦଦେଶରୁ ଆରମ୍ଭ କରି ଦକ୍ଷିଣରେ ବିନ୍ଧ୍ୟ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ଆର୍ଯ୍ୟାବର୍ଷ କୁହାଯାଉଥିଲା ।

୧୪। ବୈଦିକ ଯୁଗରେ ଗଢ଼ି ଉଠିଥ‌ିବା ଦୁଇଟି ରାଜନୈତିକ ଅନୁଷ୍ଠାନର ନାମ ଲେଖ ।
Answer:
ବୈଦିକ ଯୁଗରେ ସଭା ଓ ସମିତି ନାମରେ ଦୁଇଟି ରାଜନୈତିକ ଅନୁଷ୍ଠାନ ଗଢ଼ିଉଠିଥିଲା ।

୧୫। ପରବର୍ତୀ ବୈଦିକ ଯୁଗରେ ସମାଜରେ କେଉଁ ଚାରୋଟି ଶ୍ରେଣୀ ସୃଷ୍ଟି ହୋଇଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ନାମରେ ଚାରିଗୋଟି ଶ୍ରେଣୀ ସୃଷ୍ଟି ହୋଇଥିଲା ।

୧୬। ବେଦ ଶବ୍ଦର ଅର୍ଥ କ’ଣ ?
Answer:
ବେଦ ସଂସ୍କୃତର ବିଦ୍ ଧାତୁରୁ ଉତ୍ପନ୍ନ ହୋଇଅଛି । ଏହାର ଅର୍ଥ ଜ୍ଞାନ ଆହରଣ କରିବା ବା ଜ୍ଞାନର ଗନ୍ତାଘର ।

୧୭ । ଆର୍ଯ୍ୟ ସଭ୍ୟତା କେତେ ଭାଗରେ ବିଭକ୍ତ ?
Answer:
ଆର୍ଯ୍ୟ ସଭ୍ୟତା ଦୁଇ ଭାଗରେ ବିଭକ୍ତ । ଯଥା— ରଗ୍‌ବୈଦିକ ସଭ୍ୟତା ଓ ପରବର୍ତ୍ତୀ ବୈଦିକ ସଭ୍ୟତା ।

୧୮। ବୈଦିକ ସମାଜ କି ଧରଣର ଥିଲା ?
Answer:
ବୈଦିକ ସମାଜ ଗ୍ରାମ ସମାଜ ଥିଲା ।

୧୯। ବୈଦିକ ସମାଜ ଓ ରାଜନୈତିକ ସଙ୍ଗଠନର ମୂଳ ଉତ୍ସ କ’ଣ ?
Answer:
ବୈଦିକ ସମାଜ ଓ ରାଜନୈତିକ ସଙ୍ଗଠନର ମୂଳ ଉତ୍ସ ପରିବାର ଅଟେ ।

CHSE Odisha Class 12 History Chapter 2(b) Objective Questions in Odia Medium

୨୦ । ଋଗ୍‌ବୈଦିକ ଯୁଗରେ ଶାସନ ପଦ୍ଧତି କିଭଳି ଥୁଲା ?
Answer:
ଋଗ୍‌ବୈଦିକ ଯୁଗରେ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା ଏବଂ ରାଜାମାନେ ବଂଶାନୁକ୍ରମିକ ଶାସନ କରୁଥିଲେ ।

୨୧। ବିଶ୍ଵପତି କାହାଙ୍କୁ କୁହାଯାଉଥିଲା ?
Answer:
ବିଶ୍ଵର ମୁଖ୍ୟଙ୍କୁ ବିଷ୍ପତି କୁହାଯାଉଥିଲା ।

୨୨। ବୈଦିକ ସମାଜରେ ଜୀବନର ଧାରାକୁ କେତେ ଭାଗରେ ବିଭକ୍ତ କରାଯାଇଥିଲା ଓ ସେଗୁଡ଼ିକ କ’ଣ କ’ଣ ?
Answer:
ବୈଦିକ ସମାଜରେ ଆର୍ଯ୍ୟମାନେ ଜୀବନର ଧାରାକୁ ଚାରି ଭାଗରେ ବିଭକ୍ତ କରିଥିଲେ, ଯଥା – (୧) ବ୍ରହ୍ମଚର୍ଯ୍ୟ, (୨) ଗାର୍ହସ୍ଥ୍ୟ, (୩) ବାନପ୍ରସ୍ଥ ଓ (୪) ସନ୍ନ୍ୟାସ ।

୨୩। ବୈଦିକ ସଭ୍ୟତାରେ କି ପ୍ରକାର ଶିକ୍ଷା ପଦ୍ଧତି ପ୍ରଚଳନ ହୋଇଥିଲା ?
Answer:
ବୈଦିକ ସଭ୍ୟତାରେ ‘ଗୁରୁକୁଳ’ ଆଶ୍ରମରେ ଛାତ୍ରମାନେ ବ୍ୟାକରଣ, ତର୍କଶାସ୍ତ୍ର ଓ ବେଦ ଅଧ୍ୟୟନ କରୁଥିଲେ ।

୨୪। ସପ୍ତସିନ୍ଧୁ କେଉଁ କେଉଁ ନଦୀକୁ ନେଇ ଗଠିତ ?
Answer:
ଭଲ ସିନ୍ଧୁ, ବିସ୍ଫୋ, ଚନ୍ଦ୍ରଭାଗା, ଇରାବତୀ, ବିପାଶା, ଶତଦ୍ରୁ, ସରସ୍ଵତୀ ନଦୀଗୁଡ଼ିକୁ ସପ୍ତସିନ୍ଧୁ କୁହାଯାଏ ।

୨୫। କେଉଁମାନଙ୍କୁ ନେଇ ‘ସଭା’ ଓ ‘ସମିତି’ ଗଠନ ହୋଇଥିଲା ?
Answer:
ସମାଜରେ ବୟୋଜ୍ୟେଷ୍ଠ ଓ ବିଜ୍ଞ ବ୍ୟକ୍ତିଙ୍କୁ ନେଇ ସଭା ଗଠିତ ହୋଇଥିଲାବେଳେ ସମସ୍ତ ଜନସାଧାରଣଙ୍କୁ ନେଇ ସମିତି ଗଠିତ ହୋଇଥିଲା ।

୨୬। ବୈଦିକ ଯୁଗରେ ରାଜାମାନେ ଧାରଣ କରିଥିବା ଦୁଇଟି ଉପାଧ୍ର ନାମ ଲେଖ ।
Answer:
ବୈଦିକ ଯୁଗରେ ରାଜାମାନେ ଏକରାଟ ଓ ଚକ୍ରବର୍ତୀ ଉପାଧ୍ ଧାରଣ କରୁଥିଲେ ।

୨୭। ‘ଭାଗଦୁଘ’ କ’ଣ ?
Answer:
ପରବର୍ତ୍ତୀ ବୈଦିକ ସଭ୍ୟତା କାଳରେ ରାଜସ୍ୱ ଆଦାୟ ନିମିତ୍ତ ନିଯୁକ୍ତି ପାଇଥିବା ସ୍ଵତନ୍ତ୍ର ରାଜକର୍ମଚାରୀ ଗୋଷ୍ଠୀଙ୍କୁ ‘ଭାଗଦୁର୍ଘ’ କୁହାଯାଉଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

୨୮। ଆର୍ଯ୍ୟ ରାଜାମାନେ ସମ୍ପାଦନ କରୁଥିବା ଯଜ୍ଞ ଭିତରୁ ଦୁଇଟିର ନାମ ଲେଖ ।
Answer:
ଆର୍ଯ୍ୟ ରାଜାମାନେ ସମ୍ପାଦନ କରୁଥିବା ଯଜ୍ଞ ଭିତରୁ ଦୁଇଟିର ନାମ ହେଲା – ରାଜସୂୟ ଯଜ୍ଞ ଓ ଅଶ୍ଵମେଧ ଯଜ୍ଞ ।

୨୯। କେବେ ରାମାୟଣ ଓ ମହାଭାରତ ରଚିତ ହୋଇଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ରାମାୟଣ ଓ ମହାଭାରତ ରଚିତ ହୋଇଥିଲା ।

୩୦। ପରବର୍ତୀ ବୈଦିକ ଯୁଗରେ ବ୍ରାହ୍ମଣମାନେ କେଉଁ କେଉଁ କର୍ମଗୁଡ଼ିକ ସମ୍ପାଦନ କରୁଥିଲେ ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ବ୍ରାହ୍ମଣମାନେ ଯାଗଯଜ୍ଞ, ପୂଜା ଏବଂ ଅନ୍ୟାନ୍ୟ ଧର୍ମକାର୍ଯ୍ୟଗୁଡ଼ିକ ସମ୍ପାଦନ କରୁଥିଲେ ।

୩୧। ପରବର୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନେ କେତେ ଜାତିରେ ବିଭକ୍ତ ହୋଇଥିଲେ ଓ କ’ଣ କ’ଣ ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନେ ଚାରି ଜାତିରେ ବିଭକ୍ତ ହୋଇଥିଲେ; ଯଥା- ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର ।

୩୨। କେଉଁମାନେ ଲୁହାର ବ୍ୟବହାର ଜାଣିଥିଲେ ?
Answer:
ଆର୍ଯ୍ୟମାନେ ଲୁହାର ବ୍ୟବହାର ଜାଣିଥିଲେ ।

୩୩। ବୈଦିକ ଯୁଗରେ ଲୋକମାନଙ୍କ ପ୍ରଧାନ ଜୀବିକା କ’ଣ ଥିଲା ?
Answer:
ବୈଦିକ ଆର୍ଯ୍ୟମାନଙ୍କର କୃଷି ଓ ପଶୁପାଳନ ପ୍ରଧାନ ଜୀବିକା ଥିଲା ।

୩୪। ସମିତିର କାର୍ଯ୍ୟ କ’ଣ ଥିଲା ?
Answer:
ଯୁଦ୍ଧଘୋଷଣା, ଶାନ୍ତରକ୍ଷା ଓ ଦଳଗତ ନିର୍ବାଚନ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମିତିଦ୍ୱାରା ସମ୍ପାଦିତ ହେଉଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

୩୫। ସଂହିତା କ’ଣ ?
Answer:
ସଂହିତା କେତେକ ସ୍ତୋତ୍ରର ସମାହାର । ଏହାକୁ ବିଭିନ୍ନ ଯାଗଯଜ୍ଞରେ ଆବୃତ୍ତି କରାଯାଉଥିଲା ।

D. ଭ୍ରମ ସଂଶୋଧନ କର ।

୧। ବୈଦିକ ସଭ୍ୟତାରେ ସଭା ଓ ସମିତିରେ ରାଜା ପ୍ରତିନିଧ୍ଵ କରୁଥିଲେ ।
Answer:
ବୈଦିକ ସଭ୍ୟତାରେ ସଭା ଓ ସମିତିରେ ଗ୍ରାମଣୀ ପ୍ରତିନିଧ୍ଵ କରୁଥିଲେ ।

୨ । ଭୂତ, ପ୍ରେତାଦି ବିଶ୍ଵାସ ରଗ୍‌ବେଦରେ ଲିପିବଦ୍ଧ ହୋଇଥିଲା ?
Answer:
ଭୂତ, ପ୍ରେତାଦି ବିଶ୍ଵାସ ଅଥର୍ବ ବେଦରେ ଲିପିବଦ୍ଧ ହୋଇଥିଲା ।

୩ । କେତେଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଜ୍ୟ ଗଠନ କରାଯାଉଥିଲା, ଯାହାକୁ ବିଶ୍ କୁହାଯାଉଥିଲା ।
Answer:
କେତେଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଜ୍ୟ ଗଠନ କରାଯାଉଥିଲା, ଯାହାକୁ ଜନପଦ କୁହାଯାଉଥିଲା ।

୪। ଅଶ୍ଵମେଧ ଯଜ୍ଞ ବୈଦିକ ଯୁଗରେ ସମାହିତ ହେଉଥିଲା ।
Answer:
ଅଶ୍ଵମେଧ ଯଜ୍ଞ ପରବର୍ତ୍ତୀ ବୈଦିକ ଯୁଗରେ ସମାହିତ ହେଉଥିଲା ।

୫ । ଜନ ଅର୍ଥ ସହର ।
Answer:
ଜନ ଅର୍ଥ ଜାତି ।

CHSE Odisha Class 12 History Chapter 2(b) Objective Questions in Odia Medium

୬। କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ଜନ ଗଠିତ ହୋଇଥିଲା ।
Answer:
କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ବିଶ୍ ଗଠିତ ହୋଇଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 2(a) ସିନ୍ଧୁ ସଭ୍ୟତା / ହରପ୍‌ପା ସଭ୍ୟତା Short & Long Answer Questions.

CHSE Odisha 12th Class History Chapter 2(a) Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । କେବେ ଏବଂ କେଉଁମାନଙ୍କଦ୍ଵାରା ହରପ୍‌ପା ସଂସ୍କୃତି ଆବିଷ୍କୃତ ହୋଇଥୁଲା ?
Answer:
୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ସାର୍ ଜନ୍ ମାର୍ଶାଲ, ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀଙ୍କ ପରି ପ୍ରନୃତତ୍ତ୍ବବିତ୍‌ମାନଙ୍କ ପ୍ରଚେଷ୍ଟାରେ ଦୁଇ ପ୍ରାଚୀନ ନଗରୀ ହରପ୍‌ପା ଓ ମହେଞ୍ଜୋଦାରୋର ଭଗ୍ନାବଶେଷ ମାଟିତଳୁ ଆବିଷ୍କୃତ ହୋଇଥିଲା ।

୨ । ହରପ୍‌ପା ଓ ମହେଞ୍ଜୋଦାରୋ କେଉଁଠାରେ ଅବସ୍ଥିତ ?
Answer:
ହରପ୍‌ପା ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ ରାବୀ ନଦୀକୂଳରେ ଏବଂ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ ସିନ୍ଧୁନଦୀ କୂଳରେ ଅବସ୍ଥିତ । ଉଭୟ ନଗରୀ ବର୍ତ୍ତମାନ ପାକିସ୍ତାନରେ ଅନ୍ତର୍ଭୁକ୍ତ ।

୩ । ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ସମ୍ପର୍କରେ ସୂଚନା ପ୍ରଦାନ କର ।
Answer:
ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ଦୁର୍ଗ ଅଞ୍ଚଳରେ ଅବସ୍ଥିତ ଥିଲା । ଏହା ଅନେକଗୁଡ଼ିଏ ପ୍ରସ୍ତର ଚଟାଣକୁ ନେଇ ଗଠିତ ହୋଇଥିଲା । ପ୍ରତ୍ୟେକ ଚଟାଣର ଦୈର୍ଘ୍ୟ ଥିଲା 16 ମିଟର ପ୍ରସ୍ଥ ଥିଲା 6 ମିଟର । ବନ୍ୟା, ବାତ୍ୟା, ସଡ଼କ ଆଦି ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବାପାଇଁ ଏହି ଶସ୍ୟାଗାର ଯେ ବ୍ୟବହୃତ ହୋଇଥିଲା, ଏଥୁରେ ସନ୍ଦେହର ଅବକାଶ ନାହିଁ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୪। କେଉଁଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି ? ଏହାର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ?
Answer:
ମହେଞ୍ଜୋଦାରୋଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି । ଏହାର ଦୈର୍ଘ୍ୟ ୫୫ ମିଟର ଏବଂ ପ୍ରସ୍ଥ ୩୩ ମିଟର ଥଲା ।

୫ । ଲୋଥାଲ୍‌ଠାରେ କେଉଁ ସଭ୍ୟତାର କୀର୍ତ୍ତି ଦେଖିବାକୁ ମିଳେ ? ଏହା କାହିଁକି ପ୍ରସିଦ୍ଧ ଥିଲା ?
Answer:
ଲୋଥାଲ୍‌ଠାରେ ହରପ୍‌ପା ସଭ୍ୟତାର କୀର୍ତ୍ତି ଦେଖିବାକୁ ମିଳେ । ଏହା ବାଣିଜ୍ୟ କେନ୍ଦ୍ର ଭାବେ ପ୍ରସିଦ୍ଧ ଥିଲା ।

୬ । ହରପ୍‌ପା ସଭ୍ୟତାର ଅସ୍ତ୍ରଶସ୍ତ୍ର କେଉଁ କେଉଁ ଧାତୁରେ ନିର୍ମିତ ହୋଇଥିଲା ? ହରପ୍‌ପାବାସୀମାନେ କାହିଁକି ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ?
Answer:
ହରପ୍‌ପା ସଭ୍ୟତାର ଅଧିବାସୀମାନଙ୍କର ଅସ୍ତ୍ରଶସ୍ତ୍ର ତମ୍ବା ଓ ବ୍ରୋଞ୍ଜରେ ନିର୍ମିତ ହେଉଥିଲା । ସେମାନେ ଶିକାର ପାଇଁ ତଥା ଯୁଦ୍ଧ ଓ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।

୭। ହରପ୍‌ପା ସଂସ୍କୃତିର ସ୍ୱର୍ଣ୍ଣ ଅଳଙ୍କାର ବିଷୟରେ ଜନ୍ ମାର୍ଶାଲ୍ କ’ଣ କହିଛନ୍ତି ?
Answer:
ହରପ୍‌ପା ସଂସ୍କୃତିର ସ୍ବର୍ଣ୍ଣ ଅଳଙ୍କାର ବିଷୟରେ ଜନ୍ ମାର୍ଶାଲ୍‌ଙ୍କ ଉକ୍ତି ଥିଲା— ‘ସ୍ବର୍ଣ୍ଣ ଅଳଙ୍କାରଗୁଡ଼ିକ ଏତେ ସୁନ୍ଦର, ସୂକ୍ଷ୍ମ ଓ ଆକର୍ଷଣୀୟ ହୋଇଥିଲା ଯେ, ସତେ ଜଣାପଡୁଥିଲା ସେଗୁଡ଼ିକ ୫୦୦୦ ବର୍ଷ ପୂର୍ବେ କୌଣସି ଏକ ଗୃହରୁ ପ୍ରାପ୍ତ ନହୋଇ ଅଧୁନା ଲଣ୍ଡନସ୍ଥିତ ବଣ୍ଟ ରାସ୍ତାରେ ଥ‌ିବା ଯେକୌଣସି ଅଳଙ୍କାର ଦୋକାନରୁ ଅଣାଯାଇଛି ।’’

୮ । ମୋହର ଉପରେ ଥ‌ିବା ଯୋଗାସୀନ ପଶୁପତିଙ୍କ ପାଖରେ କେଉଁ ଚାରିଜନ୍ତୁ ବିଦ୍ୟମାନ ଥିଲେ ?
Answer:
ମୋହର ଉପରେ ଥ‌ିବା ଯୋଗାସୀନ ପଶୁପତିଙ୍କ ପାଖରେ ହସ୍ତୀ, ବ୍ୟାଘ୍ର, ଗଣ୍ଡା ଓ ମଇଁଷି ଏହି ଚାରିଜନ୍ତୁ ବିଦ୍ୟମାନ ଥିଲେ ।

୯ । କେଉଁଠାରୁ ଅସ୍ଥି ସହିତ ଭସ୍ମପାତ୍ର ଆବିଷ୍କାର କରାଯାଇଛି ? ଏହା କ’ଣ ସୂଚନା ଦେଉଛି ?
Answer:
କାଲିବଙ୍ଗଠାରୁ ଅସ୍ଥି ସହିତ ଭସ୍ମପାତ୍ର ଆବିଷ୍କାର କରାଯାଇଛି । ଏହି ଚିହ୍ନଗୁଡ଼ିକ ସୂଚନା ଦିଏ ଯେ ହରପପାବାସୀଙ୍କର ମୃତ୍ୟୁପରର ଜୀବନ ଉପରେ ବିଶ୍ଵାସ ଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ସିନ୍ଧୁ ସଭ୍ୟତାର ଅଧ୍ବବାସୀମାନଙ୍କର ସାମାଜିକ ଜୀବନ କିପରି ଥିଲା ?
Answer:
ସିନ୍ଧୁ ସଭ୍ୟତାର ଅଧ୍ଵବାସୀମାନେ ପାରସ୍ପରିକ ସହଯୋଗ ଓ ସୁସଂହିତ ଜୀବନଯାପନ କରୁଥିଲେ । ସେମାନେ ବିଳାସପ୍ରିୟ ଥିଲେ । ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଅଳଙ୍କାର ପିନ୍ଧୁଥିଲେ । ତମ୍ବା, ସୁନା, ରୂପା, ବ୍ରୋଞ୍ଜ ଆଦି ଧାତୁର ବ୍ୟବହାର ଜାଣିଥୁଲେ କିନ୍ତୁ ଲୌହର ବ୍ୟବହାର ଜଣାନଥିଲା । ଧ୍ୱଂସାବଶେଷରୁ ମାଟିରେ ନିର୍ମିତ ମୂର୍ତ୍ତି ଓ ବିଭିନ୍ନ ପ୍ରକାର ଖେଳନା ବାହାରିଛି । ସେମାନେ କଳାପ୍ରିୟ ଥିଲେ । କାରୁକାର୍ଯ୍ୟପୂର୍ଣ୍ଣ ଅଳଙ୍କାର, ଚିତ୍ରିତ ମୃତ୍ତିକାପାତ୍ର ଓ ବହୁବିଧ କ୍ରୀଡ଼ାସାମଗ୍ରୀ ଉତ୍କୃଷ୍ଟ କଳାର ପ୍ରମାଣ ଦେଇଥାଏ । ଯୁଦ୍ଧ ଓ ପ୍ରତିରକ୍ଷା ନିମନ୍ତେ ସେମାନେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ସେମାନେ ମୃତବ୍ୟକ୍ତିକୁ ଅଗ୍ନିରେ ଦାହ କରୁଥିଲେ କିମ୍ବା ସମାଧୁ ଦେଉଥିଲେ । ବହିଃରାଷ୍ଟ୍ର ସହିତ ସେମାନଙ୍କର ବାଣିଜ୍ୟ ସମ୍ପର୍କ ଥିଲା । ସେମାନେ ପାରମ୍ପରିକତାରେ ବିଶ୍ଵାସ କରୁଥିଲେ । ମୋଟାମୋଟି ଭାବରେ ଦେଖୁବାକୁ ଗଲେ ସିନ୍ଧୁ ଅଧ୍ଵବାସୀଙ୍କର ସାମାଜିକ ଜୀବନ ଉନ୍ନତ ଥିଲା ।

୨ । ବୃହତ୍ ସ୍ଵାନାଗାର ସମ୍ପର୍କରେ ଟିପ୍ପଣୀ ପ୍ରଦାନ କର ।
Answer:
ମହେଞ୍ଜୋଦାରୋର ବୃହତ୍ ସ୍ନାନାଗାର ଥିଲା ସବୁଠୁ ଆକର୍ଷଣୀୟ । ସ୍ନାନାଗାର ଥ‌ିବା ଗୃହଟିର ଦୈର୍ଘ୍ୟ ୧୮୦ ଫୁଟ (୫୫ ମିଟର), ପ୍ରସ୍ଥ ୧୮୦ ଫୁଟ (୩୩ ମିଟର) । ଜଳାଶୟର ଲମ୍ବା, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ ୩୯ ଫୁଟ (୧୨ ମିଟର), ୨୩ ଫୁଟ (୭ ମିଟର) ଓ ୮ ଫୁଟ (୨.୫ ମିଟର) । ଜଳଭଣ୍ଡାର ସହିତ ଗୋଟିଏ କୂପରୁ ନଳ ସାହାଯ୍ୟରେ ନିର୍ମଳ ଜଳଯୋଗାଣ ଓ ଦୂଷିତ ଜଳର ନିଷ୍କାସନ ପାଇଁ ବ୍ୟବସ୍ଥା ଥିଲା । ସ୍ନାନାଗାରକୁ ପ୍ରବେଶ ପାଇଁ ଉଭୟ ପାର୍ଶ୍ଵରେ ଗ୍ୟାଲେରିର ବ୍ୟବସ୍ଥା ଥିଲା । ସ୍ନାନାଗାର ଚାରିପାଖରେ ଭିନ୍ନ ଭିନ୍ନ କୋଠରିମାନ ଦେଖୁବାକୁ ମିଳେ । ସେହି ସୁବୃହତ୍ ସ୍ନାନାଗାର ହେଉଛି ମହେଞ୍ଜୋଦାରୋରୁ ଆବିଷ୍କୃତ ହୋଇଥିବା ବାସଗୃହ ମଧ୍ୟରେ ସର୍ବାଧ‌ିକ ଚିତ୍ତାକର୍ଷକ ।

୩ । ସିନ୍ଧୁ ସଭ୍ୟତାର ସମୟ ନିରୂପଣ କର ।
Answer:
ଭାରତର ସର୍ବପ୍ରାଚୀନ ସିନ୍ଧୁ ସଭ୍ୟତାର ସମୟ ସମ୍ବନ୍ଧରେ ମତପାର୍ଥକ୍ୟ ଦେଖୁବାକୁ ମିଳେ । ସାର୍ ଜନ୍ ମାର୍ଶାଲ୍ ଏହି ସଭ୍ୟତାର ସମୟ ଖ୍ରୀ.ପୂ. ୩୨୫୦ରୁ ୨୭୫୦ ମଧ୍ୟରେ ସୀମିତ ବୋଲି ମତପୋଷଣ କରିଛନ୍ତି । ପ୍ରନୃତତ୍ତ୍ଵ ବିଭାଗର ମୁଖ୍ୟ ସାର୍ ମର୍ଟିମର ହୁଇଲର ସିନ୍ଧୁ ସଭ୍ୟତାର ସମୟ ଖ୍ରୀ.ପୂ. ୨୫୦୦ ରୁ ୧୫୦୦ ମଧ୍ଯରେ ବୋଲି କହିଥିଲେ । ସମୟ କ୍ରମବିକାଶରେ C -୧୪ Method, ଫ୍ଲୋରେନ୍ ନାଇଟ୍ରୋଜେନ୍ ପରୀକ୍ଷା, ଜୀବାଶ୍ମ ପରୀକ୍ଷାଦ୍ଵାରା ହରପ୍ପା ସଭ୍ୟତାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି; ଯଥା – ପ୍ରାଥମିକ ସଭ୍ୟତା (ଖ୍ରୀ.ପୂ. ୩୫୦୦ ରୁ ୨୬୦୦), ବିକଶିତ ସଭ୍ୟତା (ଖ୍ରୀ.ପୂ. ୨୬୦୦ ରୁ ୧୮୦୦) ଏବଂ ପରବର୍ତ୍ତୀ ସଭ୍ୟତା (ଖ୍ରୀ.ପୂ. ୧୮୦୦ ପରଠାରୁ) ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୪ । ହରପ୍ପା ଅଧ୍ବବାସୀଙ୍କ ଧର୍ମଭାବନା ବିଷୟରେ ଟିପ୍ପଣୀ ଦିଅ ।
Answer:
ହରପ୍ପା ସଭ୍ୟତାର ଲୋକମାନଙ୍କର ଧର୍ମଭାବନା ଥିଲା ଅନନ୍ୟ । ଭୂଖନନରୁ ଆବିଷ୍କୃତ ହୋଇଥିବା ସିଲ୍ ମୋହର, ବ୍ରୋଞ୍ଜ ଓ କାଦୁଅ ନିର୍ମିତ ମୂର୍ତ୍ତିରୁ ସେମାନଙ୍କ ଧର୍ମବିଶ୍ଵାସ କଥା ଜଣାପଡ଼େ । ସେମାନେ ସୃଷ୍ଟିର ଉତ୍ସ ଭାବରେ ମାତୃଦେବୀଙ୍କୁ ପୂଜା କରୁଥିଲେ । ସେମାନେ ପଶୁପତି ବା ଶିବଙ୍କୁ ଉପାସନା କରୁଥିବାର ପ୍ରମାଣ ମିଳେ । ଏତଦ୍‌ବ୍ୟତୀତ ସେମାନେ ବିଭିନ୍ନ ପ୍ରକାର ଜୀବଜନ୍ତୁ; ଯଥା— ବୃଷଭ, ବ୍ୟାଘ୍ର, ଗଣ୍ଡାର, ମହିଷ, ସର୍ପ ପ୍ରଭୃତିଙ୍କୁ ଆରାଧନା କରୁଥିଲେ । ସେମାନେ ସୂର୍ଯ୍ୟଦେବ ବା ସ୍ଵସ୍ତିକ ଉପାସନା କରୁଥିଲେ । ଅଶ୍ଵତ୍‌ଥ ଗଛ ଓ ନିମ୍ବଗଛକୁ ପୂଜା କରୁଥିଲେ । ସେମାନେ ମୃତ୍ୟୁ ପରର ଜୀବନ ଉପରେ ଆସ୍ଥା ପ୍ରକଟ କରିଥିଲେ ।

୫। ହରପ୍‌ପା ଅଧିବାସୀମାନଙ୍କର ବାଣିଜ୍ୟ କାରବାର କିଭଳି ଥୁଲା ?
Answer:
ଉନ୍ନତ ଶିଳ୍ପ ସହିତ ହରପ୍ପା ସଭ୍ୟତାର ଅଧ୍ଵବାସୀମାନେ ବାଣିଜ୍ୟ ବ୍ୟବସାୟ ଉପରେ ଗୁରୁତ୍ୱାରୋପ କରୁଥିଲେ । ସେମାନେ ଭାରତ ବାହାରର ବିଭିନ୍ନ ସ୍ଥାନ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ମୋହର, ମାପ ଓ ଓଜନ ନିମିତ୍ତ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ପ୍ରସ୍ତରଖଣ୍ଡ ଏବଂ ବିଭିନ୍ନ ଆମଦାନୀ ଓ ରପ୍ତାନୀ ଦ୍ରବ୍ୟରୁ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିଥାଏ । ହରପ୍‌ପା ସଭ୍ୟତାର ବାଣିଜ୍ୟିକ କେନ୍ଦ୍ରସ୍ଥଳଗୁଡ଼ିକ ମଧ୍ୟରୁ ହରପ୍‌ପା ଏବଂ ମହେଞ୍ଜୋଦାରେ ଥିଲା ପ୍ରଧାନ । ସହର ଏବଂ ଏହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ମଧ୍ୟରେ ଯୋଗସୂତ୍ର ସ୍ଥାପନଦ୍ଵାରା ଏହି ସଭ୍ୟତାର ବାଣିଜ୍ୟ ବ୍ୟବସାୟ ବିକାଶଲାଭ କରିଥିଲା । ବିଶେଷକରି ଗହମ, ଯବ, ବିଭିନ୍ନ ଶସ୍ୟ ଏବଂ କାର୍ପାସ୍ ବସ୍ତ୍ର ସେମାନେ ରପ୍ତାନି କରୁଥିଲେ ।

୬ । ହରପ୍‌ପା ଅଧ୍ଵବାସୀମାନଙ୍କର ଆର୍ଥନୀତିକ ଅବସ୍ଥା ସମ୍ପର୍କରେ ଲେଖ ।
Answer:
ହରପ୍‌ପା ଅଧିବାସୀମାନଙ୍କର ଆର୍ଥନୀତିକ ଅବସ୍ଥା ସ୍ଵଚ୍ଛଳ ଥିଲା । କୃଷି, ପଶୁପାଳନ, ଶିଳ୍ପ ଏବଂ ବାଣିଜ୍ୟ ବ୍ୟବସାୟଦ୍ଵାରା ସେମାନେ ଏକ ସ୍ଵଚ୍ଛଳ ଆର୍ଥନୀତିକ ଅବସ୍ଥା ସୃଷ୍ଟି କରିଥିଲେ । ହର୍‌ପପାର ଲୋକମାନେ ମୁଖ୍ୟତଃ କୃଷିଜୀବୀ ଥିଲେ । ସେମାନେ ଗହମ, ମେଣ୍ଢା, ହାତୀ, ଘୁଷୁରି, ଓଟ ଆଦି ପଶୁଙ୍କୁ ଗୃହରେ ପାଳନ କରୁଥିଲେ । କୃଷି ସହିତ ପଶୁପାଳନ ମଧ୍ୟ ସେମାନଙ୍କର ଆର୍ଥନୀତିକ ଅବସ୍ଥାକୁ ସ୍ୱଚ୍ଛଳ କରିଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୭ । ସିନ୍ଧୁ ସଭ୍ୟତାକୁ କାହିଁକି ହରପ୍‌ପା ସଭ୍ୟତା ବୋଲି କୁହାଯାଏ ?
Answer:
୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ସାର୍ ଜନ୍ ମାର୍ଶାଲ, ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀଙ୍କ ପରି ପ୍ରନୃତତ୍ତ୍ୱବିତ୍‌ ମାନଙ୍କର ପ୍ରଚେଷ୍ଟାରେ ହରପ୍‌ପା ଓ ମହେଞ୍ଜୋଦାରୋ, ଦୁଇଟି ନଗରୀର ଧ୍ୱଂସାବଶେଷଶ ଆବିଷ୍କାର କରାଯାଇଥିଲା । ପ୍ରଥମ ନଗରୀ ହରପ୍‌ପା ପଞ୍ଜାବ ପ୍ରଦେଶର ମଣ୍ଟେଗୋମାରୀ ଜିଲ୍ଲାର ଭାବୀ ନଦୀ କୂଳରେ ଏବଂ ଦ୍ଵିତୀୟ ନଗରୀ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାର ସିନ୍ଧୁ ନଦୀ କୂଳରେ ଅବସ୍ଥିତ । ସମୟକ୍ରମେ ଭାରତ ଏବଂ ଭାରତ ବାହାରେ ଏପର୍ଯ୍ୟନ୍ତ ଏକହଜାରରୁ ଊର୍ଦ୍ଧ୍ବ ସ୍ଥାନରେ ଏହି ସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଅଛି । ସର୍ବପ୍ରଥମେ ହରପ୍‌ପାରୁ ଆବିଷ୍କୃତ ଏହି ସଭ୍ୟତାର ସାମଞ୍ଜସ୍ୟ ପ୍ରତ୍ୟେକ ସ୍ଥାନରେ ପରିଲକ୍ଷିତ ହୋଇଥାଏ । ତେଣୁ ଐତିହାସିକମାନେ ଭାରତର ସିନ୍ଧୁ ନଦୀକୂଳରେ ଗଢ଼ିଉଠିଥିବା ଏହି ପ୍ରାଚୀନ ସଭ୍ୟତାକୁ ହରପ୍‌ପା ସଭ୍ୟତା ବା ହରପ୍‌ପା ସଂସ୍କୃତି ରୂପେ ଅଭିହିତ କରିଥା’ନ୍ତି ।

୮ । ହରପ୍‌ପା ଅଧିବାସୀମାନଙ୍କର ଲିପି ସମ୍ପର୍କରେ ଲେଖ ।
Answer:
ହରପ୍‌ପା ଅଧିବାସୀମାନଙ୍କର ଭାଷା ଓ ଲିପି ସମ୍ପର୍କରେ ଏଯାବତ୍ କୌଣସି ପ୍ରାମାଣିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ସିଲ୍‌ଗୁଡ଼ିକରୁ ମିଳିଥିବା ଲିପି ଏବଂ ଲେଖର ପାଠୋଦ୍ଧାର ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ । ଏପର୍ଯ୍ୟନ୍ତ ୪୦୦ରୁ ଊର୍ଦ୍ଧ୍ଵଲେଖ ଆବିଷ୍କୃତ ହୋଇସାରିଅଛି । ସେଗୁଡ଼ିକ କୀଳକ ଲିପିରେ ଲିଖୁତ । ସଭ୍ୟତାର ବିଭିନ୍ନ ପର୍ଯ୍ୟାୟରେ ଏହି ଲିପିଗୁଡ଼ିକର କୌଣସି ପରିବର୍ତ୍ତନ ହୋଇନାହିଁ । କେତେକ ଐତିହାସିକ ଏହାକୁ ତାମିଲ ଆଦି ଦ୍ରାବିଡ଼ ଭାଷାବର୍ଗ ସହିତ ସମ୍ପର୍କ ରହିଥିବାର ବର୍ଣ୍ଣନା କରିଥାନ୍ତି । ମାତ୍ର ପ୍ରଫେସର ଏସ୍.ଆର୍. ରାଓ ଏହି ଲିପିର ପାଠୋଦ୍ଧାର କରିବାପାଇଁ ପ୍ରଯନ୍ତ୍ର କରିଛନ୍ତି । ଏହି ଲିପିରୁ କ୍ରମବିକାଶ ହୋଇ ହିନ୍ଦୀ, ନାଗରୀ ଆଦି ବିଭିନ୍ନ ଭାଷା ଅକ୍ଷରମାନ ସୃଷ୍ଟି ହୋଇଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ବହୁଲିପିର ପାଠୋଦ୍ଧାର କରାଯାଇ ସାରିଲାଣି । ଏହାଦ୍ଵାରା ସିନ୍ଧୁ ସଭ୍ୟତା ବିଷୟରେ ଆଗାମୀ ଦିନଗୁଡ଼ିକରେ ବହୁ ତଥ୍ୟ ଜଣାପଡ଼ିବାର ସମ୍ଭାବନା ଉଜ୍ଜ୍ବଳ ହୋଇଉଠିଛି ।

୯ । ସିନ୍ଧୁ ସଭ୍ୟତାର ବିଲୟର କାରଣଗୁଡ଼ିକ କ’ଣ ଥିଲା ?
Answer:
ଖ୍ରୀଷ୍ଟପୂର୍ବ ୧୭୦୦ରୁ ୧୫୦୦ ମଧ୍ୟରେ କୌଣସି ଏକ ସମୟରେ ହରପ୍‌ପା ସଭ୍ୟତାର ଅବସାନ ଘଟିଛି ବୋଲି ବିଶ୍ଵାସ କରାଯାଏ । ଏହାର ନିର୍ଦ୍ଦିଷ୍ଟ କାରଣ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରି ନଥିଲେ ମଧ୍ୟ ଏହା କେତେକ କାରଣ ଯୋଗୁ ହୋଇପାରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମର୍ଟିମର୍ ହୁଇଲର୍ କହିଛନ୍ତି ଯେ, ଆକ୍ରମଣ ପାଇଁ ମହେଞ୍ଜୋଦାରୋ ଓ ହରପ୍‌ପା ଧ୍ଵଂସମୁଖରେ ପଡ଼ିଥିଲା । ଅନ୍ୟ କେତେକ ଐତିହାସିକଙ୍କ ମତରେ, ସିନ୍ଧୁ ଉପତ୍ୟକାର ଜଳବାୟୁ ପରିବର୍ତ୍ତନ ଫଳରେ ମହେଞ୍ଜୋଦାରୋ –ହରପ୍‌ପା ପ୍ରାକୃତିକ ଗତିରେ ସଂସପ୍ରାପ୍ତ ହୋଇଯାଇଥିଲା । ସିନ୍ଧୁ ନଦୀର ବନ୍ୟା ଓ ସିନ୍ଧୁ ଉପତ୍ୟକାର ଭୂକମ୍ପ ଏହି ସଭ୍ୟତାର ବିଲୟର ଅନ୍ୟ କାରଣ ଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ହରପ୍ପା ସଂସ୍କୃତିର ନଗର ପରିକଳ୍ପନାର ମୁଖ୍ୟ ଦିଗଗୁଡ଼ିକ ଉପରେ ଆଲୋକପାତ କର ।
Answer:
ପୃଥ‌ିବୀର ପ୍ରାଚୀନ ସଭ୍ୟତାମାନଙ୍କ ମଧ୍ୟରେ ସିନ୍ଧୁ ସଭ୍ୟତା ଅନ୍ୟତମ । ଏହି ସଭ୍ୟତାଟି ସିନ୍ଧୁନଦୀର ଅବବାହିକାରେ ବିକାଶଲାଭ କରିଥିଲା । ୧୯୨୧-୨୨ ଖ୍ରୀ.ଅ.ରେ ସାର୍ ଜନ୍ ମାର୍ଶାଲଙ୍କ ନେତୃତ୍ଵରେ ଭୂଖନନଦ୍ୱାରା ଏହି ସଭ୍ୟତା ଆବିଷ୍କୃତ ହୋଇଥିଲା । ଏହି ସଭ୍ୟତାଟି ସହରୀୟ ସଭ୍ୟତା ଥିଲା । ଭୂଖନନଦ୍ଵାରା ହରପ୍ପା ଓ ମହେଞ୍ଜୋଦାରୋ ନାମକ ଦୁଇଟି ସହର ଆବିଷ୍କୃତ ହୋଇଥିଲା । ହରପ୍ପା ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାର ରାବୀ ନଦୀ କୂଳରେ ଅବସ୍ଥିତ ଥିବା ସ୍ଥଳେ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାର ସିନ୍ଧୁନଦୀ କୂଳରେ ଅବସ୍ଥିତ । ସଭ୍ୟତାର ବିକାଶ ସମୟ ଉପରେ ଐତିହାସିକମାନେ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ସାର୍ ଜନ୍ ମାର୍ଶାଲଙ୍କ ମତରେ, ଏହି ସଭ୍ୟତାଟି ଖ୍ରୀ.ପୂ. ୩୨୫୦ରୁ ୨୭୫୦ ମଧ୍ୟରେ ଗଢ଼ିଉଠିଥିଲା । ସାର୍ ମର୍ଟିମର୍ ହୁଇଲର୍ ଏହି ସଭ୍ୟତାର ସମୟ ସୀମାକୁ ଖ୍ରୀ.ପୂ. ୨୫୦୦ରୁ ୧୫୦୦ ମଧ୍ୟରେ ସୀମିତ ଥିଲା ବୋଲି ମତବ୍ୟକ୍ତ କରିଛନ୍ତି । ସମସ୍ତ ଉକ୍ତିକୁ ବିଚାରକୁ ନେଇ ଅନୁମାନ କରାଯାଏ ଯେ ଖ୍ରୀ.ପୂ. ୩୦୦୦ ବେଳକୁ ସିନ୍ଧୁ ସଭ୍ୟତାର ତା’ର ପୂର୍ଣ୍ଣତାଲାଭ କରିଥିଲା ।

  • ନଗର ପରିକଳ୍ପନା – ବାସ୍ତବିକ ସିନ୍ଧୁ ସଭ୍ୟତାର ନଗର ନିର୍ମାଣଶୈଳୀ ଥୁଲା ମନୋଲୋଭା ଓ ଆକର୍ଷଣୀୟ । ସେମାନେ ନିଜର ନିଜସ୍ଵ ଦକ୍ଷତା ଓ ବୁଦ୍ଧି ବଳରେ ଏହି ନଗର ନିର୍ମାଣ କରିଥିଲେ । ନଗର ନିର୍ମାଣ ଓ ନାଗରିକ ଜୀବନଯାପନ ଦୃଷ୍ଟିରୁ ସିନ୍ଧୁ ଅଧ୍ଵବାସୀମାନେ ମିଶର ଓ ମେସୋପୋଟାମିଆଠାରୁ ଉନ୍ନତ ଓ ପ୍ରଗତିଶୀଳ ଥିଲେ ।
  • ଦୁର୍ଗ ଓ ଜନବସତି ଅଞ୍ଚଳ – ହରପ୍ପା ସଭ୍ୟତାର ପ୍ରଧାନ ବୈଶିଷ୍ଟ୍ୟ ଥିଲା ନଗର ନିର୍ମାଣ । ପ୍ରତ୍ୟେକ ନଗରକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଉଚ୍ଚସ୍ଥାନରେ ନିର୍ମିତ ହୋଇଥିଲା ଦୁର୍ଗ । ଏଠାରେ ଶାସକଗୋଷ୍ଠୀ ବା ପୁରୋହିତମାନେ ବସବାସ କରୁଥିଲେ । ଦୁର୍ଗର ନିମ୍ନଭାଗରେ ବିସ୍ତାରଲାଭ କରିଥିଲା ଜନବସତି ଅଞ୍ଚଳ । ନଗରର ଚତୁଃପାର୍ଶ୍ବ ପ୍ରାଚୀର ପରିବେଷ୍ଟିତ ଥିଲା । ହରପ୍ପା ଓ ମହେଞ୍ଜୋଦାରୋର ଗୃହଗୁଡ଼ିକ ପୋଡ଼ାଇଟାରେ ନିର୍ମିତ ହୋଇଥିଲା । ପ୍ରତ୍ୟେକ ଗୃହରେ ଶୟନକକ୍ଷ, ବୈଠକଘର ଓ ରୋଷେଇଘର ଥିଲା । ଗୃହଗୁଡ଼ିକରେ ସ୍ନାନାଗାର ଥିଲା ଏବଂ ଏହାର ଜଳ ନିଷ୍କାସନ ପାଇଁ ଛୋଟ ନାଳଗୁଡ଼ିକ ଥିଲା । ଏହି ଛୋଟ ନାଳଗୁଡ଼ିକ ବଡ଼ ନାଳକୁ ସଂଯୋଗ କରୁଥିଲା । ଗୃହରୁ ନଳା ଦେଇ ମଇଳା ପାଣି ଓ ଆବର୍ଜନା ନିର୍ଗତ ହେଉଥିଲା ଏବଂ ସହରର ମୁଖ୍ୟ ନାଳରେ ପଡ଼ୁଥିଲା ।
  • ରାସ୍ତା – ଅତ୍ୟାଧୁନିକ ନଗର ପରିକଳ୍ପନା ଅନୁଯାୟୀ ରାସ୍ତାର ଉଭୟ ପାର୍ଶ୍ଵରେ ଧାଡ଼ି ଧାଡ଼ି ହୋଇ ଗୃହଗୁଡ଼ିକ ତିଆରି ହୋଇଥିଲା । ରାସ୍ତାଗୁଡ଼ିକ ପୂର୍ବରୁ ପଶ୍ଚିମକୁ ଓ ଉତ୍ତରରୁ ଦକ୍ଷିଣକୁ ଲମ୍ବିଥିଲା । ରାସ୍ତାଗୁଡ଼ିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲା । ରାସ୍ତା ଧାରରେ ନିଷ୍କାସନ ନାଳଗୁଡ଼ିକ ସଂଲଗ୍ନ ହୋଇ ନଗରର ଶେଷମୁଣ୍ଡ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ରାସ୍ତାଗୁଡ଼ିକରେ ଆଲୋକର ବ୍ୟବସ୍ଥା ଥିଲା । କେତେକ ମୁଖ୍ୟ ରାସ୍ତାର ଓସାର ୩୪ ଫୁଟ ଥିବାର ଅନୁମାନ କରାଯାଏ ।
  • ସର୍ବସାଧାରଣ ଗୃହ – ମହେଞ୍ଜୋଦାରୋର ବୃହତ୍ ସ୍ନାନାଗାର ନିକଟରେ ଆବିଷ୍କୃତ ହୋଇଥିଲା ଏକ ବୃହତ୍ ଗୃହ । ଏହାର ଦୈର୍ଘ୍ୟ ୨୩୦ ଫୁଟ ଓ ପ୍ରସ୍ଥ ୭୮ ଫୁଟ । ଏଥିରେ ୩୩ ଫୁଟ ଲମ୍ବର ବୃହତ୍ ବାରଣ୍ଡା ସଂଲଗ୍ନ ହୋଇଥିବାର ଦେଖାଯାଇଥାଏ । ଏହି ଗୃହରେ କାଠ ନିର୍ମିତ ସ୍ତମ୍ଭମାନ ଲାଗିଥିଲା । ଏହି ଗୃହ ସମ୍ପର୍କରେ ଐତିହାସିକମାନଙ୍କ ମଧ୍ୟରେ ବାଦାନୁବାଦ ଦେଖାଯାଇଥାଏ । କେତେକ ଏହାକୁ ଉଚ୍ଚପଦବୀ ଅଳଙ୍କୃତ କରିଥିବା ଶାସକ ଶ୍ରେଣୀର କର୍ମଚାରୀଙ୍କ ବାସଗୃହରୂପେ ବର୍ଣ୍ଣନା କରିଥିବାବେଳେ ଅନ୍ୟମାନେ ଏହାକୁ ସର୍ବସାଧାରଣ ଗୃହ ବୋଲି ବର୍ଣ୍ଣନା କରିଥା’ନ୍ତି ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ବୃହତ୍ ଶସ୍ୟାଗାର – ହରସ୍କାର ଧ୍ୱଂସାବଶେଷ ମଧ୍ୟରୁ ଆବିଷ୍କୃତ ହୋଇଥିବା କେତେଗୁଡ଼ିଏ ଘରକୁ ସାଧାରଣ ଶସ୍ୟାଗାର ବା ଶସ୍ୟଭଣ୍ଡାର ବୋଲି ଅନୁମାନ କରାଯାଇଛି । ପ୍ରତ୍ୟେକଟି ଶସ୍ୟାଗାର ୫୦ ଫୁଟ ଲମ୍ବ ୨୦ ଫୁଟ ଓସାର ଥ‌ିବାର ଅନୁମାନ କରାଯାଏ । ଶସ୍ୟାଗାରଗୁଡ଼ିକ ହରପ୍ପା–ମହେଞ୍ଜୋଦାରୋର ଅର୍ଥନୈତିକ ସମୃଦ୍ଧି ପ୍ରମାଣ କରିଥାଏ । ପ୍ରଚୁର ମାତ୍ରାରେ ଗଚ୍ଛିତ ଶସ୍ୟ ନାଗରିକ ଜୀବନର ସ୍ଵାଚ୍ଛନ୍ଦ୍ୟ ଦିଗରେ ନିଶ୍ଚୟ ସହାୟକ ଥିଲା ।
  • ବୃହତ୍ ସ୍ନାନାଗାର – ମହେଞ୍ଜୋଦାରୋର ସୁବୃହତ୍ ସ୍ନାନାଗାର ସିନ୍ଧୁ ସଭ୍ୟତାର ଏକ ପ୍ରସିଦ୍ଧ ନିଦର୍ଶନରୂପେ ବିବେଚିତ ହୋଇଛି । ସ୍ନାନାଗାର ଅବସ୍ଥିତ ଥ‌ିବା ଗୃହଟିର ଲମ୍ବ ୧୮୦ ଫୁଟ (୫୫ ମିଟର) ଓ ପ୍ରସ୍ଥ ୧୦୮ ଫୁଟ (୩୩ ମିଟର) ଥିଲା । କେବଳ ସ୍ନାନାଗାରର ଲମ୍ବ ୩୯ ଫୁଟ (୧୨ ମିଟର), ପ୍ରସ୍ଥ ୨୩ ଫୁଟ (୭ ମିଟର) ଓ ଗଭୀରତା ୮ ଫୁଟ (୨.୫ ମିଟର) । ସ୍ନାନାଗାରକୁ ପ୍ରବେଶ କରିବାପାଇଁ ଉଭୟ ପାର୍ଶ୍ଵରେ ପାହାଚମାନ ଥିଲା । ସ୍ନାନାଗାରର କାନ୍ଥ ଓ ଚଟାଣ ଖୁବ୍ ଶକ୍ତ ଓ ସୁଦୃଢ଼ଭାବରେ ନିର୍ମିତ ହୋଇଥିଲା । ନିକଟରେ ଏକ ବଡ଼ କୂଅ ମଧ୍ୟରୁ ସ୍ନାନାଗାରକୁ ପାଣି ଆସିବାର ବନ୍ଦୋବସ୍ତ ଥିଲା । ନଳ ଦେଇ ସ୍ନାନାଗାରକୁ ପାଣି ପ୍ରବେଶ ଓ ନିଷ୍କାସିତ ହେଉଥିଲା । ସ୍ନାନାଗାରକୁ ଲାଗି ଛୋଟ ଛୋଟ କୋଠରିମାନ ଥିଲା । ସ୍ନାନାଗାରର ତିନିପାର୍ଶ୍ଵରେ ବସିବାପାଇଁ ଗ୍ୟାଲେରିଗୁଡ଼ିକ ନିର୍ମିତ ହୋଇଥିଲା ।
  • ଜଳ ନିଷ୍କାସନ ବ୍ୟବସ୍ଥା – ନଗର ପରିକଳ୍ପନାରେ ଜଳ ନିଷ୍କାସନ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଥିଲା । ଏହି ସଭ୍ୟତାର ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା ଅନ୍ୟ କୌଣସି ପ୍ରାଗୈତିହାସିକ ସଭ୍ୟତାରେ ପରିଦୃଷ୍ଟ ହୁଏ ନାହିଁ । ଉତ୍ତମ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖୁ ସେମାନେ ରାସ୍ତାର ଉଭୟ ପାର୍ଶ୍ଵରେ ନାଳ ବା ନର୍ଦ୍ଦମାଗୁଡ଼ିକ ନିର୍ମାଣ କରିଥିଲେ । ଏଥୁରେ ଦୂଷିତ ଜଳ ଓ ଆବର୍ଜନା ନିଷ୍କାସିତ ହେଉଥିଲା । ନାଳଗୁଡ଼ିକ ଆଚ୍ଛାଦିତ ଥିଲା । ପ୍ରତ୍ୟେକ ଗୃହରୁ ଗୃହପାର୍ଶ୍ଵବର୍ତୀ ରାସ୍ତା ପର୍ଯ୍ୟନ୍ତ ଏବଂ ରାସ୍ତା ପାର୍ଶ୍ଵବର୍ତ୍ତୀ ନାଳରୁ ମୁଖ୍ୟ ନିଷ୍କାସନ ନାଳପର୍ଯ୍ୟନ୍ତ ସଂଯୋଗ ବ୍ୟବସ୍ଥା ରହିଥିଲା । ବାସ୍ତବିକ ସିନ୍ଧୁ ସଭ୍ୟତାର ସୁପରିକଳ୍ପିତ ନଗର ଯୋଜନା, ରୁଚିସମ୍ପନ୍ନ ବାସଗୃହ, ସୁଦୀର୍ଘ ଓ ପ୍ରଶସ୍ତ ରାସ୍ତା, ସୁସ୍ଥ ନାଗରିକ ଜୀବନ, ବୃହତ୍ ସ୍ନାନାଗାର, ବିଶାଳ ଶସ୍ୟାଗାର, ଅଭିନବ ଜଳ ନିଷ୍କାସନ ପଦ୍ଧତି ପ୍ରଭୃତି ବୈଶିଷ୍ଟ୍ୟଗୁଡ଼ିକ ଏହି ସଭ୍ୟତାକୁ ସୁନ୍ଦର, ସରସ ଓ ଆକର୍ଷଣୀୟ କରି ଥିଲା । ଯେତେବେଳେ ମିଶର ବାସୀମାନେ ପିରାମିଡ୍, ମେସୋପୋଟାମିଆବାସୀମାନେ ମନ୍ଦିର ନିର୍ମାଣ ଉପରେ ଗୁରୁତ୍ଵ ଦେଉଥିଲେ, ସେତେବେଳେ ହରପ୍ପାବାସୀମାନେ ନିଜର ବସବାସ ପାଇଁ ଆକର୍ଷଣୀୟ ଗୃହଗୁଡ଼ିକ ନିର୍ମାଣ କରିଥିଲେ । ଗୃହ ଓ ନଗର ନିର୍ମାଣ କ୍ଷେତ୍ରରେ ସିନ୍ଧୁ ସଭ୍ୟତା ସମଗ୍ର ବିଶ୍ବରେ ଏକ ଅଦ୍ଵିତୀୟ ସ୍ଥାନ ଅଧୁକାର କରିଛି ।

୨ । ହରପ୍ପା ଅଧିବାସୀମାନଙ୍କର ସାମାଜିକ ଓ ଅର୍ଥନୈତିକ ଜୀବନ ଉପରେ ଆଲୋକପାତ କର ।
Answer:
ଏକ ସୁସଂହତ ତଥା ସନ୍ତୁଳିତ ଜୀବନ ଥିଲା ଏହି ସମାଜର ଆଭିମୁଖ୍ୟ । ସହରୀ ସଭ୍ୟତାର ଛାପ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା ହରପ୍ପା ସଭ୍ୟତାର ସାମାଜିକ ଜୀବନରେ । ସିନ୍ଧୁ ସଭ୍ୟତାରୁ ଆବିଷ୍କୃତ ହୋଇଥିବା ବିଭିନ୍ନ ପ୍ରକାର ସିଲ୍ ମୋହର, ମୂର୍ତ୍ତି ଓ ଖୋଦିତ ଚିତ୍ରରୁ ଅଧିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଜୀବନ ବିଷୟରେ ବହୁ ତଥ୍ୟର ପରିଚୟ ମିଳେ । ହରପ୍ପାବାସୀଙ୍କର ସାମାଜିକ ଜୀବନ ବେଶ୍ ଉନ୍ନତ ଓ ପରିମାର୍ଜିତ ଥିଲା ।

  • ବର୍ଷଭେଦ – ହରପାରେ ସଭ୍ୟତା ବିଭିନ୍ନ ବର୍ଣ୍ଣର ଲୋକ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରେ ପ୍ରୋଟୋ – ଅଷ୍ଟ୍ରେଲୀୟ, ମଙ୍ଗୋଲୀୟ, ଭୂମଧ୍ଯସାଗରୀୟ ଓ ଆଲ୍‌ପାନୀୟ ବର୍ଷର ଲୋକ ବାସ କରୁଥିଲେ । ସେମାନଙ୍କ ମଧ୍ୟରେ ସଂହତି ରହିଥିଲା । ସମାଜରେ ଶାନ୍ତି ବିରାଜମାନ କରୁଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ଖାଦ୍ୟ – ହରପ୍ପା ସଭ୍ୟତାର ଅଧିବାସୀମାନେ ଉଚ୍ଚମାନର ସୁସ୍ୱାଦୁ ଖାଦ୍ୟ ଭକ୍ଷଣ କରୁଥିଲେ । ସେମାନଙ୍କ ମୁଖ୍ୟ ଖାଦ୍ୟଦ୍ରବ୍ୟ ମଧ୍ୟରେ ଗହମ, ଧାନ, ଯବ, କ୍ଷୀର, ମାଛ, ମାଂସ, ଫଳମୂଳ ଓ ପନିପରିବା ଆଦି ପ୍ରଧାନ ଥିଲା । ସେମାନେ ମଧ୍ୟ ଛେଳି, କୁକୁଡ଼ା ଓ ଘୁଷୁରି ମାଂସ ଭକ୍ଷଣ କରୁଥିଲେ ।
  • ପୋଷାକ ଓ ପ୍ରସାଧନ – ହରପ୍ପା ସଭ୍ୟତାର ଅଧିବାସୀମାନେ ତୁଳା ଓ ପଶମର ତିଆରି ବସ୍ତ୍ର ପରିଧାନ କରୁଥିଲେ । ପୁରୁଷମାନେ କଟିବସ୍ତ୍ର ବ୍ୟବହାର କରୁଥିଲେ । ଶରୀରର ଉପରିଭାଗରେ ଆଉ ଖଣ୍ଡିଏ ଲୁଗା ପକାଉଥିଲେ । ଉଭୟ ନାରୀ ଓ ପୁରୁଷଙ୍କ ବସ୍ତ୍ର ମଧ୍ୟରେ ବିଶେଷ ଫରକ ନଥିଲା । ବିଭିନ୍ନ ପ୍ରକାରର ପ୍ରସାଧନର ବ୍ୟବହାରରୁ ଏହି ସଭ୍ୟତାର ଲୋକମାନେ ବିଳାସପ୍ରିୟ ଥ‌ିବାର ଅନୁମାନ କରାଯାଏ । ସେମାନେ ବିଭିନ୍ନ ଶୈଳୀରେ କେଶବିନ୍ୟାସ କରୁଥିଲେ । ମୁହଁରେ ପ୍ରଲେପ ବୋଳିବା ସଙ୍ଗେ ସଙ୍ଗେ ଓଠରେ ଅଧରରଞ୍ଜନୀ ଲଗାଉଥିଲେ । ପୁରୁଷମାନେ ଦାଢ଼ି ରଖିବାକୁ ଭଲ ପାଉଥିଲେ ।
  • ଅଳଙ୍କାର – ଧନୀ-ଗରିବ ନିର୍ବିଶେଷରେ ଉଭୟ ପୁରୁଷ ଓ ମହିଳା ବିଭିନ୍ନ ପ୍ରକାରର ଅଳଙ୍କାର ବ୍ୟବହାର କରୁଥୁଲେ । ଧନିକ ଶ୍ରେଣୀର ଲୋକମାନେ ସୁନା, ରୂପା, ହାତୀଦାନ୍ତ ତିଆରି ବହୁମୂଲ୍ୟର ଅଳଙ୍କାର ପରିଧାନ କରୁଥିଲେ । ଦରିଦ୍ରଲୋକେ ତମ୍ବା, ହାଡ଼, ଶଙ୍ଖ ଓ ମାଟି ତିଆରି ଅଳଙ୍କାରରେ ସଜ୍ଜିତ ହେଉଥିଲେ । ସେମାନେ ଶିଙ୍ଗ ଓ ହାତୀଦାନ୍ତରେ ତିଆରି ପାନିଆ ବ୍ୟବହାର କରୁଥିଲେ । ସ୍ତ୍ରୀଲୋକମାନେ ହାର, ମୁଦି, କାନଫୁଲ, ନାକଫୁଲ, ମୁଣ୍ଡକଣ୍ଟା, ବାଜୁବନ୍ଧ ପ୍ରଭୃତି ଅଳଙ୍କାର ବ୍ୟବହାର କରୁଥିଲେ । ପୁରୁଷମାନେ ବ୍ରୋଞ୍ଜ୍ ନିର୍ମିତ କ୍ଷୁର ବ୍ୟବହାର କରୁଥିଲେ ।
  • ମନୋରଞ୍ଜନ – ସିନ୍ଧୁ ଅଧ୍ଵବାସୀମାନଙ୍କର ବିଭିନ୍ନ ପ୍ରକାରର ଅବସର ବିନୋଦନ ଥିଲା । ଭୂଖନନରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଆବିଷ୍କୃତ ହୋଇଛି । ଶିଶୁମାନେ ମାଟିରେ ତିଆରି ପଶୁପକ୍ଷୀ ଓ କ୍ଷୁଦ୍ର କ୍ଷୁଦ୍ର ନରନାରୀଙ୍କ ମୂର୍ତ୍ତିକୁ ଖେଳନା କରି ଖେଳୁଥିଲେ । ଏହି ସଭ୍ୟତାର ଅଧିବାସୀମାନେ ନୃତ୍ୟ, ଗୀତ ଓ ପଶାଖେଳ ମାଧ୍ୟମରେ ଅବସର ବିନୋଦନ କରୁଥିଲେ । ଷଣ୍ଢ ଲଢ଼େଇ, କୁକୁଡ଼ା ଲଢ଼େଇ, ମାଛ ଧରିବା ପ୍ରଭୃତି ମୁଖ୍ୟ ମନୋରଞ୍ଜନ ଥିଲା ।
  • ଗୃହ ଉପକରଣ – ବିଭିନ୍ନ ଧରଣର ତିଆରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସେମାନେ ବ୍ୟବହାର କରୁଥିଲେ । ରୁପା, ତମ୍ବା ବ୍ରୋଞ୍ଜ୍ର ନିର୍ମିତ ପାତ୍ର ବ୍ୟବହାର କରୁଥିଲେ । ବ୍ରୋଞ୍ଜ୍ର ଛୁଞ୍ଚି, କ୍ଷୁର, ହାତୀଦାନ୍ତ ପାନିଆ ମଧ୍ୟ ବ୍ୟବହାର କରୁଥିଲେ । ସେମାନଙ୍କଦ୍ଵାରା ମାଛକଣ୍ଟା, ଥାଳି, ଫୁଲକୁଣ୍ଡ, ଦାଆ, ପ୍ରସାଧନ ବାକ୍ସ ବ୍ୟବହୃତ ହେଉଥିଲା । ଲୌହର ବ୍ୟବହାର ସେମାନଙ୍କୁ ଜଣା ନଥିଲା । ମାଟିପାତ୍ରର ବ୍ୟବହାର ବହୁଳ ଥିଲା । ସେମାନେ ପ୍ରସ୍ତର ପାତ୍ର ମଧ୍ୟ ବ୍ୟବହାର କରୁଥିଲେ ।
  • ଶିକ୍ଷା – ଶିକ୍ଷା କ୍ଷେତ୍ରରେ ମିଶରୀୟ ଓ ସୁମେରୀୟମାନଙ୍କ ପରି ସେମାନେ ଏକପ୍ରକାର ଲିଖନ ପ୍ରଣାଳୀ ଜାଣିଥିଲେ । ଆବିଷ୍କୃତ ହୋଇଥିବା ସିଲ୍ ମୋହର ଉପରେ ଏକପ୍ରକାର ଲିପି ଦେଖୁବାକୁ ମିଳେ । ଏହି ଲିପିଗୁଡ଼ିକ ଡାହାଣରୁ ବାମକୁ ଲେଖାଯାଇଥିଲା । ଏପର୍ଯ୍ୟନ୍ତ ୩୯୬ଟି ପର୍ଯ୍ୟନ୍ତ ସଂକେତର ତାଲିକା ପ୍ରସ୍ତୁତ କରାଯାଇଛି । ସିନ୍ଧୁ ଲିପିଗୁଡ଼ିକର ପାଠୋଦ୍ଧାର ହୋଇପାରିଲେ ସେ ସମୟର ଶିକ୍ଷା ସମ୍ବନ୍ଧରେ ଅନେକ କଥା ଜଣାପଡ଼ନ୍ତା ।
  • ସୁରକ୍ଷା – ଶତ୍ରୁ ସହିତ ସଂଘର୍ଷ, ଆତ୍ମରକ୍ଷା ତଥା ଶିକାର ପାଇଁ ହରପ୍ପା ଅଧ୍ଵବାସୀମାନେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ତମ୍ବା ଓ ବ୍ରୋଞ୍ଜୁରେ ତିଆରି ଅସ୍ତ୍ରଶସ୍ତ୍ରଗୁଡ଼ିକ ସାମରିକ କାର୍ଯ୍ୟରେ ଲାଗୁଥିଲା । ସେମାନେ ବର୍ଚ୍ଛା, କୁରାଢ଼ି, ଛୁରି ଓ ଧନୁଶର ବ୍ୟବହାର ଜାଣିଥୁଲେ । ଖଣ୍ଡା, ସାଞ୍ଜୁ, ଶିରସ୍ତ୍ରାଣ ଆଦି ବ୍ୟବହାର କରୁଥିଲେ ।
  • ଆର୍ଥନୀତିକ ଅବସ୍ଥା – ହରପ୍ପା ଅଧିବାସୀମାନଙ୍କର ଆର୍ଥିକ ମାନଦଣ୍ଡ ଅତି ଉନ୍ନତ ଓ ସ୍ୱଚ୍ଛଳ ଥିଲା । ଅର୍ଥନୈତିକ କ୍ଷେତ୍ରରେ ସେମାନେ ମିଶର ଓ ମେସୋପୋଟାମିଆବାସୀଙ୍କଠାରୁ ଉନ୍ନତ ଥିଲେ । କୃଷି ଓ ପଶୁପାଳନ ସେମାନଙ୍କର ମୁଖ୍ୟ ଜୀବିକା ଥିଲା ।
  • କୃଷି – ସିନ୍ଧୁନଦୀର ସମତଳ ଉର୍ବର ଉପତ୍ୟକା କୃଷିକାର୍ଯ୍ୟ ପାଇଁ ବେଶ୍ ସହାୟକ ଥିଲା । ସବୁବେଳେ ଅନୁକୂଳ ବୃଷ୍ଟିପାତ ହେଉଥିଲା । କୃଷି ମଧ୍ଯରେ ଧାନ, ଗହମ, ବାର୍ଲି, ଯଅ, ତୁଳା, ରାଶି ଓ ବିଭିନ୍ନ ପ୍ରକାର ପନିପରିବା ଓ ଫଳମୂଳ ଚାଷ କରୁଥିଲେ । ପ୍ରଚୁର ପରିମାଣରେ ଶସ୍ୟ ଉତ୍ପନ୍ନ ହେଉଥିଲା । ବଳକା ଶସ୍ୟକୁ ଶସ୍ୟାଗାରରେ ଗଚ୍ଛିତ ରଖୁଥିଲେ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ପଶୁପାଳନ – ହରପ୍ପା ସଭ୍ୟତାର ଅଧ‌ିବାସୀମାନେ ବିଭିନ୍ନ ପ୍ରକାରର ପଶୁପାଳନ କରୁଥିଲେ । ଗୋରୁ, ମହିଷ, ଘୁଷୁରି, ମେଣ୍ଢା, ହାତୀ ଓ ଓଟ ଆଦି ପଶୁଙ୍କୁ ପାଳନ କରୁଥିଲେ । ଘୋଡ଼ା ଓ କୁକୁରର ବ୍ୟବହାର ସେମାନଙ୍କୁ ଅଜଣା ଥିଲା । ଶିଶୁମାନଙ୍କ ଖେଳନା ଉପରେ ଚିତ୍ରିତ ହୋଇଥିବା ମାଙ୍କଡ଼, ମୂଷା, ଠେକୁଆ, ନେଉଳ, ବିଲେଇ ଓ ମୟୂର ଆଦି ଜନ୍ତୁଙ୍କ ଚିତ୍ରରୁ ଜଣାପଡ଼େ ଯେ ସେମାନେ ଏହି ଜୀବଜନ୍ତୁମାନଙ୍କୁ ମଧ୍ୟ ଜାଣିଥିଲେ ।
  • ଶିଳ୍ପ – କୃଷି ବ୍ୟତୀତ ଶିଳ୍ପ କ୍ଷେତ୍ରରେ ମଧ୍ୟ ହରପ୍ପା ଅଧିବାସୀମାନେ ଧୁରନ୍ଧର ଥିଲେ । କୁଶଳୀ କାରିଗର ଭାବରେ ସେମାନେ ବୟନ, ଧାତୁକାମ, ପ୍ରସ୍ତର ଓ ହାତୀଦାନ୍ତର କାମ, ଅଳଙ୍କାର ନିର୍ମାଣ ଓ ଯୁଦ୍ଧାସ୍ତ୍ର ତିଆରି କରିବାରେ ବେଶ୍ ଆଗୁଆ ଥିଲେ ।
  • ମୃତ୍‌ପାତ୍ର – ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ ଥୁଲା ମୃତ୍‌ପାତ୍ର । ହାଣ୍ଡି, ପାନପାତ୍ର, ପ୍ଲେଟ୍, ସୁରେଇ, ଥାଳି, ଛିଦ୍ରଯୁକ୍ତ ଜାର୍, ପିଆଲା ଏବଂ କୁମ୍ଭ ଆଦି ମୃତ୍‌ପାତ୍ର ନିର୍ମାଣ କରିବାରେ ସେମାନେ ଥୁଲେ ସିଦ୍ଧହସ୍ତ । ସେମାନେ ମଧ୍ୟ ଚିତ୍ରିତ ନିର୍ମାଣ କରିଥିଲେ । ସେଣ୍ଡ୍‌ରେ ପାନିଆ, ଦାନ୍ତ, ଲତା, ପତ୍ର, କଉଡ଼ି ଓ କ୍ଷୁଦ୍ର ଗୋଲକ ଆଦି ଚିତ୍ରିତ ହେଉଥିଲା । ଲୋଥାଲଠାରେ ଆଧୁନିକ ମୃତ୍‌ପାତ୍ର ଆବିଷ୍କୃତ ହୋଇଛି ।
  • ବୟନ ଶିଳ୍ପ – ହରୱାର ଅଧିବାସୀମାନେ ଥିଲେ ବିଖ୍ୟାତ ବୁଣାକାର୍ । ସିନ୍ଧୁ ଉପତ୍ୟକାରୁ ବହୁଳ ପରିମାଣରେ କାର୍ପାସ ଓ ତୁଳା ଉତ୍ପାଦିତ ହେଉଥିଲା । ସେମାନେ ସୂତା ଓ ପଶମ ବସ୍ତ୍ର ବୟନ କରିବାରେ ସିଦ୍ଧହସ୍ତ ଥିଲେ । ବ୍ରୋଞ୍ଜ, ହାଡ଼ ଓ ଛୁଞ୍ଚର ଆବିଷ୍କାରରୁ ସେମାନେ ବସ୍ତ୍ରବୟନ କରୁଥିବାର ପ୍ରମାଣ ମିଳେ ।
  • ଅଳଙ୍କାର ଓ ଧାତବ ବସ୍ତୁ ନିର୍ମାଣ – ଆକର୍ଷଣୀୟ ଅଳଙ୍କାର ନିର୍ମାଣ କ୍ଷେତ୍ରରେ ହରପ୍ପାବାସୀମାନେ ଥିଲେ ସିଦ୍ଧହସ୍ତ । ଉଭୟ ପୁରୁଷ ଓ ସ୍ତ୍ରୀଲୋକଙ୍କ ପାଇଁ ଅଳଙ୍କାର ନିର୍ମିତ ହେଉଥିଲା ।
  • ବାଣିଜ୍ୟ – ଶିଳ୍ପ ସହିତ ବାଣିଜ୍ୟିକ କାରବାର ଉପରେ ହରପ୍ପାବାସୀମାନେ ଖୁବ୍ ଗୁରୁତ୍ଵ ଦେଉଥିଲେ । କେବଳ ଭାରତ ନୁହେଁ, ଭାରତ ବାହାରର ବିଭିନ୍ନ ସ୍ଥାନ ସୁମେର, ମିଶର, ପାରସ୍ୟ ଉପସାଗର ଓ ମେସୋପୋଟାମିଆ ସହିତ ମଧ୍ୟ ସେମାନେ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ବାଣିଜ୍ୟ କ୍ଷେତ୍ରରେ ମାପ ଓ ଓଜନର ବ୍ୟବହାର ହରପ୍ପା ସଭ୍ୟତାର ଅଧିବାସୀମାନଙ୍କୁ ସମ୍ପୂର୍ଣ୍ଣରୂପେ ଜଣାଥିଲା ।
    ମୋଟ ଉପରେ ହରପ୍ପାବାସୀଙ୍କର ସୁସଂଗଠିତ ସାମାଜିକ ଜୀବନ ଓ ସ୍ୱଚ୍ଛଳ ଅର୍ଥନୀତି ଜୀବନ ଧାରଣର ମାନଦଣ୍ଡକୁ ବୃଦ୍ଧି କରିଥିଲା । କୃଷି, ଶିଳ୍ପ ଓ ବାଣିଜ୍ୟର ଅଭିବୃଦ୍ଧି ହରପ୍ପାବାସୀଙ୍କର ଜୀବନଚର୍ଯ୍ୟାକୁ ସ୍ଵଚ୍ଛନ୍ଦ ଓ ସୁଖମୟ କରିଥିଲା ।

୩ । ହରପ୍ପା ଅଧିବାସୀଙ୍କ ଧର୍ମଭାବନା ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ହରପ୍ପା ସଭ୍ୟତାର ଲୋକମାନଙ୍କର ଧର୍ମବିଶ୍ଵାସ ଥିଲା ଅନନ୍ୟ । ସେମାନଙ୍କ ଧର୍ମଧାରଣା ସମ୍ପର୍କିତ କୌଣସି ବିବରଣୀ ଲିପିବଦ୍ଧ ହୋଇ ନଥିଲେ ମଧ୍ୟ ପ୍ରନୃତାତ୍ତ୍ଵିକ ଖନନରୁ ଆବିଷ୍କୃତ ବହୁ ମୋହର, ବ୍ରୋଞ୍ଜ୍ ମୂର୍ତ୍ତି, ପ୍ରସ୍ତର ମୂର୍ତ୍ତି ଓ ଟେରାକୋଟାରେ ନିର୍ମିତ ବହୁ ମୂର୍ତ୍ତିରୁ ସେମାନଙ୍କ ଧର୍ମ ବିଷୟରେ ବହୁ ଧାରଣା ମିଳେ । ଭୂଖନନରୁ ମିଳିଥିବା ମୃତବ୍ୟକ୍ତିମାନଙ୍କର ଶବସତ୍କାର ପ୍ରଣାଳୀ ହରପ୍ପା ସଭ୍ୟତାର ଅଧ‌ିବାସୀଙ୍କର ମୃତ୍ୟୁ ପରର ଜୀବନ ସମ୍ପର୍କିତ ରହିଥ‌ିବା ଜ୍ଞାନ ସମ୍ପର୍କରେ ସମ୍ୟକ୍ ଧାରଣା ପ୍ରଦାନ କରିଥାଏ ।

  • ମାତୃଶକ୍ତିର ଆରାଧନା – ମୃତ୍ତିକା ନିର୍ମିତ କ୍ଷୁଦ୍ର କ୍ଷୁଦ୍ର ନାରୀମୂର୍ତ୍ତିମାନଙ୍କୁ ଦେଖୁ ଅନୁମାନ କରାଯାଇଛି ଯେ, ସିନ୍ଧୁବାସୀମାନେ ଏକ ମାତୃଶକ୍ତିର ଆରାଧନା କରୁଥିଲେ । ତେଣୁ ମାତୃକା ଉପାସନା ସହିତ ବଳିପ୍ରଥା ପ୍ରଚଳିତ ଥିଲା ବୋଲି ଅନୁମାନ କରାଯାଏ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ପଶୁପତି – ମାତୃଦେବୀ ସହିତ ପୁରୁଷ ଦେବତାଙ୍କର ପୂଜା ପ୍ରଚଳିତ ଥିଲା ବୋଲି ଅନୁମିତ ହୁଏ । ଗୋଟିଏ ସିଲ୍ ଉପରେ ଏକ ଦେବମୂର୍ତ୍ତିର ସୁନ୍ଦର ପ୍ରତିକୃତି ଦେଖିବାକୁ ମିଳେ । ତାହାଙ୍କର ତିନିମୁଖ ଓ ମସ୍ତକ ଉପରେ ଶୃଙ୍ଗ ବିଦ୍ୟମାନ । ସେ ଯୋଗାସନ ଅବସ୍ଥାରେ ଉପବିଷ୍ଟ । ତାହାଙ୍କ ଚାରିପାର୍ଶ୍ବରେ ଚାରିଟି ପଶୁ; ଯଥା- ହସ୍ତୀ, ବ୍ୟାଘ୍ର, ଗଣ୍ଡାର ଏବଂ ମହିଷ ଦେଖୁବାକୁ ମିଳେ । ଅନେକ ଦୃଷ୍ଟିରୁ ବିଶ୍ଳେଷଣ କରି ସେହି ତ୍ରିମୁଖବିଶିଷ୍ଟ ଯୋଗାସନ ଉପବିଷ୍ଟ ପଶୁ ପରିବେଷ୍ଟିତ ଦେବମୂର୍ତ୍ତିକୁ ଶିବ ପଶୁପତି ରୂପେ ଅନୁମାନ କରାଯାଉଛି । ଏହି ମୂର୍ତ୍ତିକୁ ଅନୁଧ୍ୟାନ କରି ସାର୍ ଜନ୍ ମାର୍ଶାଲ ଅନୁମାନ କରିଥିଲେ ଯେ ଶୈବଧର୍ମ ହେଉଛି ଭାରତର ପ୍ରାଚୀନତମ ଧର୍ମ ।
  • ଉପାସନାପୀଠ – ମହେଞ୍ଜୋଦାରୋ ଏବଂ ହରୱାର ଧ୍ବଂସସ୍ତୂପ ମଧ୍ୟରୁ କୌଣସି ପ୍ରକାର ମନ୍ଦିର ବା ଦେବାଳୟ ଆବିଷ୍କୃତ ହୋଇନାହିଁ ତେଣୁ ସେକାଳର ସର୍ବସାଧାରଣ ପୂଜା ଉପାସନା ଇତ୍ୟାଦିର ପରିଚୟ ମିଳିନାହିଁ ।
  • ପଶୁପୂଜା – ମାତୃଶକ୍ତି ଓ ପଶୁପତିଙ୍କ ପୂଜା ବ୍ୟତୀତ ହରପ୍ପା ଅଧ୍ଵବାସୀମାନେ କେତେପ୍ରକାର ପଶୁଙ୍କୁ ପୂଜା କରୁଥୁବାର ପ୍ରମାଣ ମିଳେ । ହରପ୍ପାରୁ ଆବିଷ୍କୃତ ବହୁ ମୋହରରୁ ଜଣାଯାଏ ଯେ ଏହି ସଭ୍ୟତାର ଅଧିବାସୀମାନେ ବିଭିନ୍ନ ପ୍ରକାର ପଶୁଙ୍କୁ ପୂଜା କରୁଥିଲେ । ଶିବଙ୍କ ବାହନରୂପେ ବୃଷଭଙ୍କୁ ପୂଜା କରାଯାଉଥିଲା । ବ୍ୟାଘ୍ର, ହସ୍ତୀ, ଗଣ୍ଡାର ପ୍ରଭୃତି ଜୀବଙ୍କୁ ପୂଜା କରାଯାଉଥିବାର ଅନୁମାନ କରାଯାଏ । ଏପରିକି ସର୍ପପୂଜା ପ୍ରଚଳନ ଥିବାର ପ୍ରମାଣ ମିଳେ ।
  • ବୃକ୍ଷପୂଜା – ବୃକ୍ଷ ଉପାସନା ଥିଲା ହରପ୍ପା ସଭ୍ୟତାର ଅନ୍ୟତମ ବୈଶିଷ୍ଟ୍ୟ । ହରସ୍କାର ଅଧିବାସୀମାନେ ବଟବୃକ୍ଷକୁ ପୂଜା କରୁଥିବାର ଅନୁମାନ କରାଯାଏ । ବରଗଛ ସହିତ ନିମ୍ବଗଛକୁ ପୂଜା କରାଯାଉଥିବାର ପ୍ରମାଣ ମଧ୍ୟ ମିଳିଛି ।
  • ଧାର୍ମିକ ବିଶ୍ଵାସ – ହରପ୍ପା ସଭ୍ୟତାରୁ ବହୁ ଶ୍ମଶାନ ଆବିଷ୍କୃତ ହୋଇଛି । ଜଣାଯାଏ ଯେ, ସେ ସମୟରେ ମୃତ ବ୍ୟକ୍ତିମାନଙ୍କୁ କବର ଦିଆଯାଉଥିଲା । ଶବଗୁଡ଼ିକ ପାଖରେ ମୃତ୍‌ପାତ୍ର, ଅଳଙ୍କାର, ଚୁଡ଼ି, କାନଫୁଲ, ଦର୍ପଣ, ବାଡ଼ି ଆଦି ଜିନିଷ ମିଳିଛି । ଲୋଥାଲରେ ଗୋଟିଏ ସ୍ଥାନରୁ ଦୁଇଟି କଙ୍କାଳ ବାହାରିଛି । ଏଥୁରୁ ଜଣାଯାଏ ଯେ, ସ୍ଵାମୀ ଓ ସ୍ତ୍ରୀଙ୍କୁ ଗୋଟିଏ ସ୍ଥାନରେ କବର ଦିଆଯାଉଥିଲା । ହରପ୍ପାରୁ ମଧ୍ୟ କେତେକ ଭସ୍ମପାତ୍ର ଆବିଷ୍କୃତ ହୋଇଛି । ଏଥୁରୁ ଜଣାଯାଏ ଯେ, କେତେକ କ୍ଷେତ୍ରରେ ସେମାନେ ଶବକୁ ଦାହ କରୁଥିଲେ । ହରପ୍ପା ସଭ୍ୟତାର ଲୋକମାନେ ମୃତ୍ୟୁ ପରର ଜୀବନ ଉପରେ ଆସ୍ଥା ସ୍ଥାପନ କରୁଥିଲେ । ସେମାନେ ଭୂତ, ପ୍ରେତ, ଗୁଣିଗାରେଡ଼ିରେ ବିଶ୍ଵାସ କରୁଥିବାର ଅନୁମାନ କରାଯାଏ । ହରପ୍ପା ସଭ୍ୟତାର ଧର୍ମଧାରଣା ବାସ୍ତବ କ୍ଷେତ୍ରରେ ଥିଲା ମହାନ୍ । ସୌର ଉପାସନା ବୈଦିକ ଯୁଗରୁ ନୁହେଁ, ବରଂ ହରପ୍ପା ସଭ୍ୟତାରୁ ଆରମ୍ଭ ହୋଇଥିଲା । ଶୈବ ଓ ଶାକ୍ତ ଧର୍ମର ଅୟମାରମ୍ଭ ହୋଇଥିଲା ଏହି ହରପ୍ପା ସଭ୍ୟତାରେ । ପରବର୍ତୀ ସମୟରେ ଏହି ଦୁଇ ଧର୍ମ ଭାରତର ବିଶିଷ୍ଟ ଧର୍ମରୂପେ ପ୍ରତିଷ୍ଠିତ ହୋଇଥିଲା ।

CHSE Odisha Class 12 History Chapter 2(a) Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 2(a) ସିନ୍ଧୁ ସଭ୍ୟତା / ହରପ୍‌ପା ସଭ୍ୟତା Objective Questions.

CHSE Odisha 12th Class History Chapter 2(a) Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। କେବେ ସିନ୍ଧୁ ସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଥିଲା ?
(କ) ଖ୍ରୀ.ଅ. ୧୯୨୦
(ଖ) ଖ୍ରୀ.ଅ. ୧୯୨୨
(ଗ) ଖ୍ରୀ.ଅ. ୧୯୨୪
(ଘ) ଖ୍ରୀ.ଅ. ୧୯୨୬
Answer:
(ଖ) ଖ୍ରୀ.ଅ. ୧୯୨୨

୨ । ହରପ୍‌ପା ସଂସ୍କୃତି ଥିଲା ଏକ –
(କ) ଗ୍ରାମ୍ୟ ସଂସ୍କୃତି
(ଖ) ନଗର ସଂସ୍କୃତି
(ଗ) ଗ୍ରାମ୍ୟ ଓ ସହର ସଂସ୍କୃତିର ମିଶ୍ରଣ
(ଘ) ଗ୍ରାମ୍ୟ ବା ନଗର ସଂସ୍କୃତି ନ ଥିଲା
Answer:
(ଖ) ନଗର ସଂସ୍କୃତି

CHSE Odisha Class 12 History Chapter 2(a) Objective Questions in Odia Medium

୩ । କିଏ ହରପ୍‌ପା ଉପରେ ‘ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ’ରେ ଏକ ବିବରଣୀ ପ୍ରଦାନ କରିଥିଲେ ?
(କ) ମ୍ଯାସନ୍
(ଖ) ବର୍ଣ୍ଣସ୍
(ଗ) କନିଙ୍ଗହାମ୍
(ଘ) ରାଖାଲଦାସ ବାନାର୍ଜୀ
Answer:
(ଗ) କର୍ନିଙ୍ଗହାମ୍‌

୪। କେଉଁମାନଙ୍କ ପ୍ରଚେଷ୍ଟାରେ ୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ଦୁଇ ପ୍ରାଚୀନ ନଗରୀର ଧ୍ଵଂସାବଶେଷ ଆବିଷ୍କୃତ ହୋଇଥିଲା ?
(କ) ମ୍ୟାସନ ଏବଂ ବର୍ଷସ୍
(ଖ) ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀ
(ଗ) ହରପ୍ରସାଦ ଶାସ୍ତ୍ରୀ ଏବଂ ଆର୍.ସି. ମଜୁମଦାର
(ଘ) ଆର୍.ଏସ୍. ତ୍ରିପାଠୀ ଏବଂ ଭଣ୍ଡାରକର
Answer:
(ଘ) ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀ

୫। ମହେଞ୍ଜୋଦାରୋ କେଉଁଠାରେ ଅବସ୍ଥିତ ?
(କ) ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ
(ଖ) ପଶ୍ଚିମ ପଞ୍ଜାବର ମଣ୍ଟେଗୋମାରୀ ଜିଲ୍ଲାରେ
(ଗ) ଗୁଜରାଟ ପ୍ରଦେଶରେ
(ଘ) ରାଜସ୍ଥାନ ପ୍ରଦେଶରେ
Answer:
(କ) ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ

୬ । ହରପ୍‌ପା କେଉଁଠାରେ ଅବସ୍ଥିତ ?
(କ) ପଶ୍ଚିମ ପଞ୍ଜାବର ମଣ୍ଟେଗୋମାରୀ ଜିଲ୍ଲାରେ
(ଖ) ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ
(ଗ) ଜାମ୍ମୁ ଓ କାଶ୍ମୀରରେ
(ଘ) ଗୁଜରାଟରେ
Answer:
(କ) ପଶ୍ଚିମ ପଞ୍ଜାବର ମଣ୍ଟେଗୋମାରୀ ଜିଲ୍ଲାରେ

୭ । କେଉଁ ନଦୀ ତୀରଭୂମିରେ ହରପ୍‌ପା ଅବସ୍ଥିତ ?
(କ) ସିନ୍ଧୁ
(ଖ) ବେଆସ୍
(ଗ) ଝେଲମ୍
(ଘ) ରାବି
Answer:
(ଘ) ରବି

୮ । କେଉଁ ନଦୀ ତୀରଭୂମିରେ ମହେଞ୍ଜୋଦାରୋ ଅବସ୍ଥିତ ?
(କ) ସିନ୍ଧୁ
(ଖ) ଝେଲମ୍
(ଗ) ରାବି
(ଘ) ବେଆସ୍
Answer:
(କ) ସିନ୍ଧୁ

CHSE Odisha Class 12 History Chapter 2(a) Objective Questions in Odia Medium

୯ । ଲୋଥାଲ୍ କେଉଁଠାରେ ଅବସ୍ଥିତ ?
(କ) ଗୁଜରାଟ
(ଖ) ପଞ୍ଜ।ବ
(ଗ) ହରିୟାଣା
(ଘ) ରାଜସ୍ଥ।ନ
Answer:
(କ) ଗୁଜରାଟ

୧୦ । ହରପ୍‌ପା ସଂସ୍କୃତିର କେଉଁ ସ୍ଥାନରେ ଏକ ବିରାଟ ସ୍ନାନାଗାରର ଧ୍ୱଂସାବଶେଷ ଆବିଷ୍କୃତ ହୋଇଅଛି ?
(କ) ହରପ୍‌
(ଖ) ମହେଞ୍ଜୋଦାରୋ
(ଗ) ଲୋଥାଲ୍
(ଘ) କାଲିବଙ୍ଗାନ୍
Answer:
(ଖ) ମହେଞ୍ଜୋଦାରୋ

୧୧ । କେଉଁ ଶବ୍ଦର ଅର୍ଥ ‘ମୃତ ନଗରୀ’ ?
(କ) ମହେଞ୍ଜୋଦାରୋ
(ଖ) ହରପ୍‌ପା
(ଗ) ଲୋଥାଲ୍
(ଘ) ରଙ୍ଗପୁର
Answer:
(କ) ମହେଞ୍ଜୋଦାରୋ

୧୨ । ହରପ୍‌ପା ସଭ୍ୟତାର କେଉଁ ଅଞ୍ଚଳରୁ ଏକ ପୋତାଶ୍ରୟର ସନ୍ଧାନ ମିଳିଛି ?
(କ) ଲୋଥାଲ୍
(ଖ) କାଲିବଙ୍ଗାନ୍
(ଗ) ରଙ୍ଗପୁର
(ଘ) ମଣ୍ଡ।
Answer:
(କ) ଲୋଥାଲ୍

୧୩ । ହରପ୍‌ପା ଅଧିବାସୀମାନଙ୍କୁ କେଉଁ ଧାତୁର ବ୍ୟବହାର ଜଣା ନ ଥିଲା ?
(କ) ଲୌହ
(ଖ) ତମୄ।
(ଗ) ବ୍ରୋଞ୍ଜ
(ଘ) ଟିଣ
Answer:
(କ) ଲୌହ

CHSE Odisha Class 12 History Chapter 2(a) Objective Questions in Odia Medium

୧୪ । ରୂପାର କାହିଁକି ପ୍ରସିଦ୍ଧ ?
(କ) ପାଣ୍ଡୁରାଜାମାନଙ୍କର ରାଜଧାନୀ
(ଖ) ଶିଖୁଧର୍ମର କେନ୍ଦ୍ରସ୍ଥଳୀ
(ଗ) ହରପ୍‌ପା ସଭ୍ୟତାର ପୀଠସ୍ଥଳୀ
(ଘ) ମଦିରମାଳିନୀ ନଗବୀ
Answer:
(ଗ) ହରପ୍ପା ସଭ୍ୟତାର ପୀଠସ୍ଥଳୀ

୧୫ । କେଉଁ ପୋତାଶ୍ରୟ ନଗରୀରେ ହରପ୍‌ପା ସଭ୍ୟତାର ନିଦର୍ଶନ ମିଳେ ?
(କ) ଲୋଥାଲ୍
(ଖ) ତାମ୍ରଲିପି
(ଗ) ବମ୍ବେ
(ଘ) ରୂପାର୍
Answer:
(କ) ଲୋଥାଲ୍

B. ଶୂନ୍ୟସ୍ଥାନ ପୂରଣ କର ।

୧ । ସିନ୍ଧୁ ଅଧ୍ଵବାସୀମାନଙ୍କୁ _________ କୁହାଯାଏ ।
Answer:
ଦ୍ରାବିଡ଼

୨ । ମେସୋପଟାମିଆର __________ ଅଞ୍ଚଳରୁ ହରପ୍‌ପାର ପାଞ୍ଚଗୋଟି ମୋହର ମିଳିଛି ।
Answer:
ଏଲାନ୍

୩ । ହରପ୍‌ପାର କେତୋଟି ମୋହର ଉପରେ __________ ସଂକେତ ଥ‌ିବାରୁ ଅନୁମାନ କରାଯାଏ ଯେ ହରପ୍‌ପା ଅଧ୍ଵବାସୀମାନେ ସୂର୍ଯ୍ୟ ଉପାସନା କରୁଥିଲେ ।
Answer:
ସ୍ଵସ୍ତିକ୍ ଚକ୍ର

CHSE Odisha Class 12 History Chapter 2(a) Objective Questions in Odia Medium

୪। ହରପ୍‌ପା ପାକିସ୍ତାନ ଅନ୍ତର୍ଗତ __________ ଜିଲ୍ଲାରେ ଅବସ୍ଥିତ ।
Answer:
ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ

୫ । ବୃହତ୍ ସ୍ନାନାଗାର _________ ଠାରେ ଆବିଷ୍କୃତ ହୋଇଥିଲା ।
Answer:
ମହେଞ୍ଜୋଦାରୋ

୬ । ହରପ୍‌ପା ସଭ୍ୟତା ________ ମସିହାରେ ପ୍ରନୃତତ୍ତ୍ଵବିଦ୍‌ଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲା ।
Answer:
୧୯୨୨ ଖ୍ରୀ.ଅ.

୭ । ହରପ୍‌ପା ଲିପିର ପାଠୋଦ୍ଧାର ପାଇଁ _________ ପ୍ରଯନ୍ତ୍ର କରିଛନ୍ତି ।
Answer:
ଏସ୍.କେ. ରାଓ

୮। ବୃହତ୍ ସ୍ନାନାଗାରର ଦୈର୍ଘ୍ୟ ________ ଓ ପ୍ରସ୍ଥ _________ ମିଟର ଥିଲା ।
Answer:
୫୫, ୩୫

୯। ପ୍ର।ଚୀନ ଭାରତବର୍ଷରେ _________ ପ୍ରଥମେ ପଶୁପତି ଈଶ୍ଵରଙ୍କୁ ପୂଜା କରୁଥିଲେ ।
Answer:
ହରପ୍‌ପା ଅଧ୍ଵବାସୀମାନେ

୧୦ । ହରପ୍‌ପା ସଭ୍ୟତାର ବିଲୟ _________ ମସିହାରେ ଘଟିଥିଲା ।
Answer:
ଖ୍ରୀ.ପୂ. ୧୮୦୦

୧୧ । ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ________ ଠାରେ ଦେଖିବାକୁ ମିଳେ ।
Answer:
ହରପ୍‌ପା

CHSE Odisha Class 12 History Chapter 2(a) Objective Questions in Odia Medium

୧୨ । ହରପ୍‌ପା ସଂସ୍କୃତିର ଅଧ୍ଵବାସୀମାନଙ୍କୁ ________ ଧାତୁର ବ୍ୟବହାର ଜଣା ନ ଥିଲା ।
Answer:
ଲୌହ

୧୩ । ___________ ଓ __________ ପଶୁଙ୍କୁ ହରପ୍‌ପା ଅଧିବାସୀମାନେ ଜାଣି ନ ଥିଲେ ।
Answer:
ଘୋଡ଼ା, କୁକୁର

୧୪ । ହରପ୍‌ପା ସଭ୍ୟତା ଏକ ________ ସଭ୍ୟତା ଥିଲା ।
Answer:
ନଗର

୧୫ । __________ ଙ୍କ ମତରେ ସୁମେରୀୟ ଜାତିର ଲୋକେ ସିନ୍ଧୁ ସଭ୍ୟତାର ଅଧିବାସୀ ଥିଲେ ।
Answer:
ଗର୍ଡ଼ନ୍ ଚାଇଲଡ଼୍

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ | ହରପ୍‌ପା ସଭ୍ୟତା କେବେ ପ୍ରତ୍ନତତ୍ତ୍ୱବିତ୍‌ଙ୍କଦ୍ଵାରା ଆବିଷ୍କୃତ ହୋଇଥିଲା ?
Answer:
ହରପ୍‌ପା ସଭ୍ୟତା ୧୯୨୧-୨୨ ଖ୍ରୀ.ଅ.ରେ ପ୍ରନୃତତ୍ତ୍ଵବିତ୍‌ଙ୍କଦ୍ଵାରା ଆବିଷ୍କୃତ ହୋଇଥିଲା ।

୨ । କିଏ ହରପ୍ପା ସଭ୍ୟତା ଆବିଷ୍କାର କରିଥିଲେ ?
Answer:
ଦୟାରାମ ସାହାଣୀ ଓ ରାଖାଲ ଦାସ ବାନାର୍ଜୀ ହରପ୍ପା ସଭ୍ୟତା ଆବିଷ୍କାର କରିଥିଲେ ।

CHSE Odisha Class 12 History Chapter 2(a) Objective Questions in Odia Medium

୩ । କାଲିବଙ୍ଗାନ କେଉଁଠାରେ ଅବସ୍ଥିତ ?
Answer:
କାଲିବଙ୍ଗାନ ରାଜସ୍ଥାନରେ ଅବସ୍ଥିତ ।

୪ । ହରପ୍ପା ସଂସ୍କୃତିର ଅଧ୍ଵବାସୀମାନଙ୍କୁ କେଉଁ ଧାତୁର ବ୍ୟବହାର ଅଜଣା ଥୁଲା ?
Answer:
ହରପ୍ପା ସଂସ୍କୃତିର ଅଧ୍ଵବାସୀମାନଙ୍କୁ ଲୌହ ଧାତୁର ବ୍ୟବହାର ଅଜଣା ଥିଲା ।

୫। ହରପ୍‌ପା ସଭ୍ୟତାର ବୈଶିଷ୍ଟ୍ୟ କ’ଣ ?
Answer:
ହରପ୍‌ପା ସଭ୍ୟତା ଏକ ସହରୀୟ ବା ନଗର ସଭ୍ୟତା ଥିଲା ।

୬ । ସିନ୍ଧୁ ଅଧିବାସୀମାନେ ମାତୃଶକ୍ତିର ଆରାଧନା କରୁଥିଲେ ବୋଲି କେଉଁଥରୁ ଜଣାପଡ଼େ ?
Answer:
ସିଲ୍ ଉପରେ ଅଙ୍କିତ ନାରୀମୂର୍ତ୍ତିକୁ ଅନୁଧ୍ୟାନ କରି ସିନ୍ଧୁ ଅଧ୍ବବାସୀମାନେ ମାତୃଶକ୍ତିର ଆରାଧନା କରୁଥିଲେ ବୋଲି ଜଣାଯାଏ ।

୭ । ହରପ୍‌ପା ସଂସ୍କୃତିର ଲୋକମାନେ କେଉଁ ଧାତୁରୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ?
Answer:
ସେମାନେ ତାମ୍ର ଓ ବ୍ରୋଞ୍ଜ୍ ଧାତୁରୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ।

୮ । ସିନ୍ଧୁ ସଭ୍ୟତାର ଅଧ୍ଵବାସୀମାନେ କେଉଁ ଦେବତାଙ୍କର ଉପାସକ ଥିଲେ ?
Answer:
ସିନ୍ଧୁସଭ୍ୟତାର ଅଧ୍ଵବାସୀମାନେ ଶିବ ବା ପଶୁପତିଙ୍କୁ ପୂଜା କରୁଥିବାର ପ୍ରମାଣ ମିଳେ ।

୯। ‘ହରପ୍‌ପା’ ଶବ୍ଦର ଅର୍ଥ କ’ଣ ?
Answer:
‘ହରପ୍‌ପା’ ଶବ୍ଦର ଅର୍ଥ ହେଉଛି ପ୍ରଥମ ।

CHSE Odisha Class 12 History Chapter 2(a) Objective Questions in Odia Medium

୧୦ । ହରପ୍‌ପା ସଭ୍ୟତାର ଅଟ୍ଟାଳିକାଗୁଡ଼ିକ କେଉଁଥରେ ନିର୍ମିତ ?
Answer:
ହରପ୍‌ପା ସଭ୍ୟତାର ଅଟ୍ଟାଳିକାଗୁଡ଼ିକ ପୋଡ଼ାଇଟାରେ ନିର୍ମିତ ।

୧୧ । ହରପ୍‌ପା ସଂସ୍କୃତିର ଅଧ୍ଵବାସୀମାନେ କେଉଁ ଦେଶ ସହିତ ବାଣିଜ୍ୟ ସମ୍ପର୍କ ରଖୁଥିଲେ ?
Answer:
ମେସୋପଟାମିଆ, ପାରସ୍ୟ, ସୁମେର ଓ ମିଶର ସହିତ ହରପ୍‌ପା ସଂସ୍କୃତିର ଅଧ୍ଵବାସୀମାନଙ୍କର ବାଣିଜ୍ୟିକ ସମ୍ପର୍କ ଥିଲା ।

୧୨ । ହରପ୍‌ପା ଅଧିବାସୀମାନଙ୍କର ପ୍ରଧାନ ଖାଦ୍ୟ କ’ଣ ଥିଲା ?
Answer:
ଗହମ, ଯଅ, ବାଜରା, ମାଛ ଓ ମାଂସ ପ୍ରଭୃତି ହରପ୍‌ପା ଅଧିବାସୀମାନଙ୍କର ପ୍ରଧାନ ଖାଦ୍ୟ ଥିଲା ।

୧୩ । ରୁପାର୍ କାହିଁକି ପ୍ରସିଦ୍ଧି ଲାଭ କରିଥିଲା ?
Answer:
ହରପ୍‌ପା ସଭ୍ୟତାର ପୀଠସ୍ଥଳୀ ଭାବରେ ରୁପାର ପ୍ରସିଦ୍ଧି ଲାଭ କରିଥିଲା ।

୧୪ । ସିନ୍ଧୁ ଅଧବାସୀମାନେ ସୂର୍ଯ୍ୟ ଉପାସନା କରୁଥିଲେ ବୋଲି କେଉଁଥରୁ ଜଣାପଡ଼େ ?
Answer:
ଆବିଷ୍କୃତ ହୋଇଥ‌ିବା ମୋହର ଉପରେ ସ୍ଵସ୍ତିକ ଚିହ୍ନ ଥ‌ିବାରୁ ସିନ୍ଧୁ ଅଧ‌ିବାସୀମାନେ ସୂର୍ଯ୍ୟ ଉପାସନା କରୁଥିଲେ ବୋଲି ଜଣାପଡ଼ିଥାଏ ।

୧୫ । ହରପ୍‌ପା ଅଧିବାସୀମାନେ କେଉଁ ବୃକ୍ଷକୁ ପୂଜା କରୁଥିଲେ ?
Answer:
ହରପ୍‌ପା ଅଧ୍ଵବାସୀମାନେ ଅଶ୍ଵତ୍ଥ ନିମ୍ବ ବୃକ୍ଷକୁ ପୂଜା କରୁଥିଲେ ।

୧୬ । ଇଣ୍ଡୋ-ସୁମେରିଆନ୍‌ ସଭ୍ୟତା କାହାକୁ କୁହାଯାଏ ?
Answer:
ହରପ୍‌ପା ଓ ମହେଞ୍ଜୋଦାରୋ ସଭ୍ୟତାକୁ ଇଣ୍ଡୋ-ସୁମେରିଆନ୍ ସଭ୍ୟତା କୁହାଯାଏ ।

CHSE Odisha Class 12 History Chapter 2(a) Objective Questions in Odia Medium

୧୭ । କେଉଁ ସ୍ଥାନରୁ ସିନ୍ଧୁ ସଭ୍ୟତାର ପୋତାଶ୍ରୟର ଧ୍ୱଂସାବଶେଷ ମିଳିଛି ?
Answer:
ଗୁଜୁରାଟର ଲୋଥାଲ ନାମକ ସ୍ଥାନରୁ ସିନ୍ଧୁ ସଭ୍ୟତାର ଏକ ପୋତାଶ୍ରୟର ଧ୍ୱଂସାବଶେଷ ମିଳିଛି ।

୧୮ । ସିନ୍ଧୁ ସଭ୍ୟତାର ପତନର ଦୁଇଟି ମୁଖ୍ୟ କାରଣ କ’ଣ ?
Answer:
ପ୍ରଳୟଙ୍କରୀ ବନ୍ୟା ଓ ନଦୀର ଗତିପଥ ପରିବର୍ତ୍ତନ ଓ ଆର୍ଯ୍ୟମାନଙ୍କ ସହ ସଂଘର୍ଷ – ସିନ୍ଧୁ ସଭ୍ୟତାର ପତନ ପାଇଁ ଦାୟୀ ଅଟେ ।

D. ଭ୍ରମ ସଂଶୋଧନ କର ।

୧ । କାଲିବାଙ୍ଗାନ୍ ଏକ ବନ୍ଦର ନଗରୀଭାବେ ପ୍ରସିଦ୍ଧ ଥିଲା ।
Answer:
କାଲିବାଙ୍ଗାନ୍ ହରପ୍‌ପା ସଂସ୍କୃତିର ଏକ ପୀଠସ୍ଥଳୀ ଭାବେ ପ୍ରସିଦ୍ଧ ଥିଲା ।

୨ । ପାକିସ୍ତାନ ଅନ୍ତର୍ଗତ ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ ମହେଞ୍ଜୋଦାରୋ ଅବସ୍ଥିତ ।
Answer:
ପାକିସ୍ତାନ ଅନ୍ତର୍ଗତ ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ ହରପ୍‌ପା ଅବସ୍ଥିତ ।

୩ । କାଲିବାଙ୍ଗାନ୍ ଗୁଜରାଟରେ ଅବସ୍ଥିତ ।
Answer:
କାଲିବାଙ୍ଗାନ୍ ରାଜସ୍ଥାନରେ ଅବସ୍ଥିତ ।

CHSE Odisha Class 12 History Chapter 2(a) Objective Questions in Odia Medium

୧୯୨୪ ଖ୍ରୀ.ଅ.ରେ ସିନ୍ଧୁ ସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଥିଲା ।
Answer:
୧୯୨୦ ଖ୍ରୀ.ଅ.ରେ ସିନ୍ଧୁସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଥିଲା ।

CHSE Odisha Class 12 History Chapter 1 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 1 ପ୍ରାଚୀନ ଭାରତ ଇତିହାସର ଉପାଦାନ Short & Long Answer Questions.

CHSE Odisha 12th Class History Chapter 1 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଛାପାମୁଦ୍ରା କେଉଁ ଯୁଗରେ ପ୍ରଚଳିତ ହୋଇଥିଲା ? ସେଥ‌ିରେ କାହାର ଛାପା ଦେଖିବାକୁ ମିଳେ ?
Answer:
ମୌର୍ଯ୍ୟ ଯୁଗରେ ଛାପାମୁଦ୍ରା ପ୍ରଚଳିତ ହୋଇଥିଲା । ସେଥ‌ିରେ ଜୀବଜନ୍ତୁ, ପର୍ବତ, ବୃକ୍ଷ ଆଦିର ଛାପ ଦେଖିବାକୁ ମିଳିଥାଏ ।

୨। ପାଣିନି ଓ ପତଞ୍ଜଳି ଲେଖିଥିବା ସଂସ୍କୃତ ବ୍ୟାକରଣ ଗ୍ରନ୍ଥ ଦୁଇଟିର ନାମ ଲେଖ । ଏଥ‌ିରେ କ’ଣ ଉଲ୍ଲେଖ କରାଯାଇଛି ?
Answer:
ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ପାଣିନି ‘ଅଷ୍ଟାଧ୍ୟାୟୀ’ ଏବଂ ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀରେ ପତଞ୍ଜଳି ‘ମହାଭାଷ୍ୟ’ ରଚନା କରିଥିଲେ । ଏହି ଗ୍ରନ୍ଥଦ୍ଵୟରେ ସେ ଯୁଗର ରାଜ୍ୟଶାସନ ଉପରେ ଆଲୋକପାତ କରାଯାଇଛି ।

୩ । ‘ମାଳାବିକାଗ୍ନିମିତ୍ରମ୍’ର ଲେଖକ କିଏ ? କେଉଁ ଶୃଙ୍ଗ ରାଜାଙ୍କ ଉପରେ ସେହି ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ?
Answer:
‘ମାଳାବିକାଗ୍ନିମିତ୍ରମ୍’ର ଲେଖକ କବି ଓ ନାଟ୍ୟକାର କାଳିଦାସ ଅଟନ୍ତି । ଶୃଙ୍ଗରାଜା ପୁଷ୍ୟାମିତ୍ର ଶୃଙ୍ଗଙ୍କ ଉପରେ ସେ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ।

୪। ମହାଭାରତର ରଚୟିତା କିଏ ? ଏହା କେତେ ଭାଗରେ ବିଭକ୍ତ ?
Answer:
ମହାଭାରତର ରଚୟିତା ବ୍ୟାସଦେବ । ଏହା ୧୮ଟି ଭାଗରେ ବିଭକ୍ତ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୫ । ଅଶୋକ କେଉଁ ଚାରୋଟି ଲିପି ବ୍ୟବହାର କରିଥିଲେ ଓ ସେଗୁଡ଼ିକ କ’ଣ କ’ଣ ?
Answer:
ଅଶୋକ ଚାରିଗୋଟି ଲିପି ବ୍ୟବହାର କରିଥିଲେ । ସେଗୁଡ଼ିକ ହେଲା – ଆଫଗାନିସ୍ଥାନ ଶିଳାଲେଖରେ ଆରମାଇକ୍ ଓ ଗ୍ରୀକ୍ ଲିପି ବ୍ୟବହାର ହେଉଥିଲାବେଳେ ପାକିସ୍ତାନର ଶିଳାଲେଖ ଉତ୍କର୍ଷ ହୋଇଥିଲା ଖରୋଷ୍ଟି ଲିପିରେ । ଏତଦ୍‌ବ୍ୟତୀତ ସାମ୍ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ବ୍ରାହ୍ମୀଲିପିର ବ୍ୟବହାର ହେଉଥିଲା ।

୬ । ମେହରୌଲୀ ଲୌହସ୍ତମ୍ଭ ଏବଂ ଆଲ୍ଲାହାବାଦ ସ୍ତମ୍ଭଲେଖରେ କ’ଣ ଉଲ୍ଲେଖ ଅଛି ? କେଉଁ ସ୍ତମ୍ଭଲେଖ ନ ଥିଲେ ବିଖ୍ୟାତ ସମ୍ରାଟ ସମୁଦ୍ରଗୁପ୍ତ ଭାରତ ଇତିହାସରେ ଅଜଣା ହୋଇ ରହିଥା’ନ୍ତେ ?
Answer:
ଲୌହସ୍ତମ୍ଭରେ ରାଜା ବିକ୍ରମାଦିତ୍ୟ ବଙ୍ଗ ଶାସକଙ୍କୁ ପରାସ୍ତ କରିବା ବିଷୟ ଉଲ୍ଲେଖ ଅଛି । ଆଲ୍ଲାହାବାଦ ସ୍ତମ୍ଭଲେଖ ନ ଥିଲେ ବିଖ୍ୟାତ ସମ୍ରାଟ ସମୁଦ୍ରଗୁପ୍ତ ଭାରତ ଇତିହାସରେ ଅଜଣା ହୋଇ ରହିଥା’ନ୍ତେ ।

୭। କିଏ, କେବେ ଅଶୋକଙ୍କ ଅଭିଲେଖର ଅକ୍ଷରଗୁଡ଼ିକ ପାଠ କରିବାରେ ସଫଳତା ଲାଭ କରିଥିଲେ ?
Answer:
ପାଶ୍ଚାତ୍ୟ ବିଦ୍ବାନ୍ ଜେମ୍ସ ପ୍ରିନ୍‌ସେପ୍ ଅଶୋକଙ୍କର ଅଭିଲେଖର ଅକ୍ଷରଗୁଡ଼ିକ ପାଠ କରିବାରେ ସଫଳତା ହାସଲ କରିଥିଲେ । ସେ ୧୮୧୭ ମସିହାରେ ଏହାକୁ ପାଠ କରିବାରେ ସଫଳ ହୋଇଥିଲେ ।

୮। ଅଭିଲେଖଗୁଡ଼ିକ କେତେ ପ୍ରକାରର ଓ କ’ଣ କ’ଣ ? ପ୍ରଶଂସାବ୍ୟଞ୍ଜକ ଅଭିଲେଖରେ କେଉଁମାନଙ୍କର ଗୁଣ କୀର୍ତ୍ତନ କରାଯାଇଥାଏ ?
Answer:
ଅଭିଲେଖଗୁଡ଼ିକ ବିଭିନ୍ନ ପ୍ରକାରର ଥିଲା, ଯଥା – ପ୍ରଶଂସାବ୍ୟଞ୍ଜକ ଅଭିଲେଖ, ସ୍ମାରକ ଅଭିଲେଖ, ଧର୍ମୀୟ ଅଭିଲେଖ, ଆଜ୍ଞାପତ୍ର ଓ ଦାନପତ୍ର । ପ୍ରଶଂସାବ୍ୟଞ୍ଜକ ଅଭିଲେଖରେ ରାଜାମାନଙ୍କର ଗୁଣ କୀର୍ତ୍ତନ କରାଯାଇଥାଏ ।

୯। ହର୍ଷଙ୍କ ଶାସନ କାଳରେ କେଉଁ ପରିବ୍ରାଜକ ଭାରତ ମାଟିରେ ପଦାର୍ପଣ କରିଥିଲେ, ସେ କେବେ ଓ କେଉଁ ବୌଦ୍ଧପୀଠଗୁଡ଼ିକୁ ଭ୍ରମଣ କରିଥିଲେ ? ତାଙ୍କଦ୍ୱାରା ରଚିତ ଗ୍ରନ୍ଥର ନାମ କ’ଣ ?
Answer:
ହର୍ଷଙ୍କ ଶାସନ କାଳରେ ଚୀନ୍ ପରିବ୍ରାଜକ ହୁଏନ୍‌ସାଂ ଭାରତ ମାଟିରେ ପଦାର୍ପଣ କରିଥିଲେ । ସେ ୬୩୦ ରୁ ୬୪୪ ଖ୍ରୀ.ଅ. ପର୍ଯ୍ୟନ୍ତ ଥାନେଶ୍ବର, ଅଯୋଧ୍ୟା, ପ୍ରୟାଗ, କନୌଜ, ମହାରାଷ୍ଟ୍ର, କର୍ଣ୍ଣସୁବର୍ଣ୍ଣ, କାମରୂପ, ଶ୍ରାବସ୍ତୀ, ପୁଣ୍ଡବର୍ଦ୍ଧନ ଆଦି ସ୍ଥାନରେ ଥ‌ିବା ବୌଦ୍ଧପୀଠଗୁଡ଼ିକୁ ଭ୍ରମଣ କରିଥିଲେ । ସେ ତାଙ୍କର ଭ୍ରମଣ ବୃତ୍ତାନ୍ତକୁ ‘ସି-ୟୁ-କି’ ନାମକ ଗ୍ରନ୍ଥରେ ସ୍ଥାନ ଦେଇଥିଲେ ।

୧୦ । ଇତ୍‌ସିଂ କେବେ ଭାରତ ଭ୍ରମଣରେ ଆସି କେଉଁ ଧର୍ମ ବିଷୟରେ ଅନୁଧ୍ୟାନ କରିଥିଲେ ? ସେ କ’ଣ ଲେଖିଛନ୍ତି ?
Answer:
ସପ୍ତମ ଶତାବ୍ଦୀରେ ଇତ୍‌ସିଂ ଭାରତ ଭ୍ରମଣରେ ଆସି ବୌଦ୍ଧଧର୍ମ ବିଷୟରେ ଅନୁଧ୍ୟାନ କରିଥିଲେ । ସେ ସେତେବେଳେ ଭାରତରେ ବୌଦ୍ଧଧର୍ମ କିପରି ପତନ ଆଡ଼କୁ ଗତି କରୁଥିଲା ଲେଖିବା ସହିତ ଭାରତର ସାମାଜିକ ଓ ଆର୍ଥନୀତିକ ଅବସ୍ଥା ବର୍ଣ୍ଣନା କରିଥିଲେ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୧୧ । ଫାହିୟାନ୍ କେଉଁ ଶତାବ୍ଦୀରେ ଭାରତ ଆସି ସେଠାରେ କେତେ ବର୍ଷ କାଳ ଅବସ୍ଥାନ କରିଥିଲେ ? ତାଙ୍କ ପୁସ୍ତକର ନାମ କ’ଣ ?
Answer:
ପଞ୍ଚମ ଶତାବ୍ଦୀରେ ଫାହିୟାନ୍ ଭାରତ ଆସି ସେଠାରେ ୧୫ ବର୍ଷକାଳ ଅବସ୍ଥାନ କରିଥିଲେ । ତାଙ୍କ ପୁସ୍ତକର ନାମ ‘ଫୋ-କିଓ-କି’ ଥିଲା ।

୧୨ । ଜିଆଉଦ୍ଦିନ୍ ବରାନୀଙ୍କ ପୁସ୍ତକର ନାମ କ’ଣ ? ସେଥୁରେ କେଉଁ ସମୟର ଭାରତର ଇତିହାସ ଲିପିବଦ୍ଧ ହୋଇଛି ?
Answer:
ଜିଆଉଦ୍ଦିନ୍ ବରାନୀଙ୍କର ପୁସ୍ତକର ନାମ ‘ତାରିଖ-ଇ-ଫିରୋଜଶାହୀ’ ଅଟେ । ସେଥ‌ିରେ ୧୨୫୯ ରୁ ୧୩୫୩ ଖ୍ରୀ.ଅ. ପର୍ଯ୍ୟନ୍ତ ଭାରତର ଇତିହାସ ଲିପିବଦ୍ଧ ରହିଛି ।

୧୩ । ଗୋଆଲିୟର ପ୍ରଶସ୍ତି ଏବଂ ଐହୋଲ ପ୍ରଶସ୍ତିରେ କାହା ସମ୍ପର୍କରେ ଉଲ୍ଲେଖ କରାଯାଇଛି ? ଖାରବେଳଙ୍କ ରାଜତ୍ଵ ସମ୍ବନ୍ଧରେ କେଉଁ ଅଭିଲେଖରେ ବର୍ଣ୍ଣନା କରାଯାଇଛି ?
Answer:
ଗୋଆଲିୟର ପ୍ରଶସ୍ତିରେ ପ୍ରତିହାର ଶାସକ ଭୋଜରାଜଙ୍କର ସୁଶାସନ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲାବେଳେ ଐହୋଲ ପ୍ରଶସ୍ତିରୁ ହର୍ଷ ଚାଲୁକ୍ୟ ରାଜ୍ୟ ଦ୍ବିତୀୟ ପୁଲକେଶୀଙ୍କଦ୍ଵାରା କିପରି ପରାଜିତ ହୋଇଥିଲେ ସେହି ବିଷୟରେ ଉଲ୍ଲେଖ କରାଯାଇଛି । ଖାରବେଳଙ୍କ ରାଜତ୍ଵ ସମ୍ବନ୍ଧରେ ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣନା କରାଯାଇଛି ।

୧୪ । ବୋଘାଜକୋଇ ଶିଳାଲେଖ କେଉଁଠାରୁ ଆବିଷ୍କାର କରାଯାଇଛି ? ସେଥ‌ିରେ ଆର୍ଯ୍ୟମାନଙ୍କର କେଉଁ ଦେବତାମାନଙ୍କ କଥା ଉଲ୍ଲେଖ କରାଯାଇଛି ?
Answer:
ବୋଘାଜକୋଇ ଶିଳାଲେଖ ଏସିଆ ମାଇନର ଅଞ୍ଚଳରୁ ଆବିଷ୍କାର କରାଯାଇଛି । ସେଥରେ ଆର୍ଯ୍ୟମାନଙ୍କର ଇନ୍ଦ୍ର, ବରୁଣ, ମିତ୍ର ଆଦି ଦେବତାମାନଙ୍କର କଥା ଉଲ୍ଲେଖ କରାଯାଇଛି ।

୧୫ । କେଉଁଠାରେ ଜୈନ ଗୁମ୍ଫାମାନ ଦେଖିବାକୁ ମିଳେ ?
Answer:
କର୍ଣ୍ଣାଟକର ଗୋମତେଶ୍ଵର ବାହୁବଳୀ ମୂର୍ତ୍ତି, ଭୁବନେଶ୍ବରରେ ଖଣ୍ଡଗିରି-ଉଦୟଗିରି, ମଧ୍ୟପ୍ରଦେଶର ଏଲୋରା ଏବଂ ମହାରାଷ୍ଟ୍ରରେ ଜୈନଗୁମ୍ଫାମାନ ଦେଖିବାକୁ ମିଳେ ।

୧୬ । କେଉଁଠାରେ ଜୈନ କୀର୍ତ୍ତିମାନ ଦେଖିବାକୁ ମିଳିଥାଏ ?
Answer:
ବିହାରର ପାର୍ଶ୍ଵନାଥ ମନ୍ଦିର, ପାବାପୁରୀ ଏବଂ ରାଜଗିରି, କାଥୁଆୱାଡ଼ର ଗିରନାର୍‌ ଏବଂ ପାଲିତନ ଏବଂ ରାଜସ୍ଥାନର ଆବୁ ପର୍ବତସ୍ଥିତ ଦିଲୱାରା ଇତ୍ୟାଦି ସ୍ଥାନରେ ଜୈନ କୀର୍ତ୍ତିମାନ ଦେଖିବାକୁ ମିଳେ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୧୭ । ପ୍ରାଚୀନ ଭାରତରେ କେତେଖଣ୍ଡ ପୁରାଣ ରଚିତ ହୋଇଥିଲା ? କେତୋଟି ପ୍ରସିଦ୍ଧ ପୁରାଣର ନାମ ଲେଖ । ପୁରାଣର ମୁଖ୍ୟ ଲକ୍ଷଣ କ’ଣ ?
Answer:
ପ୍ରାଚୀନ ଭାରତରେ ଅଷ୍ଟାଦଶ ପୁରାଣ ଅର୍ଥାତ୍ ୧୮ ଖଣ୍ଡ ପୁରାଣ ରଚିତ ହୋଇଥିଲା । କେତୋଟି ପ୍ରସିଦ୍ଧ ପୁରାଣର ନାମ ହେଲା – ବାୟୁପୁରାଣ, ବିଷ୍ଣୁପୁରାଣ, ମତ୍ସ୍ୟ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ଅଗ୍ନି ପୁରାଣ ଇତ୍ୟାଦି । ପୁରାଣର ବଂଶାବଳୀ ବର୍ଣ୍ଣନା ପୁରାଣର ଏକ ମୁଖ୍ୟ ଲକ୍ଷଣ ।

୧୮ । ‘ଅର୍ଥଶାସ୍ତ୍ର’ କେତୋଟି ଅଧ୍ୟାୟରେ ବିଭକ୍ତ ହୋଇଛି ? ଏହା କେଉଁ ଯୁଗରେ ରଚିତ ହୋଇଥିଲା ? ଉକ୍ତ ଗ୍ରନ୍ଥରେ କେଉଁ ବିଷୟରେ ଆଲୋଚନା କରାଯାଇଛି ?
Answer:
କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ ୧୫ଟି ଅଧ୍ୟାୟରେ ବିଭକ୍ତ । ଏହା ମୌର୍ଯ୍ୟ ଯୁଗରେ ରଚିତ ହୋଇଥିଲା । ଉକ୍ତ ଶାସ୍ତ୍ରରେ ରାଜ୍ୟ ଶାସନ, ଅର୍ଥନୀତି, ଦଣ୍ଡନୀତି, ସମାଜ ଓ ବୈଦେଶିକ ସମ୍ପର୍କ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଛି ।

୧୯ । ମେଘାସ୍ଥିନିସ୍ କିଏ ? ତାଙ୍କ ରଚିତ ପୁସ୍ତକର ନାମ କ’ଣ ? ଭାରତର କେଉଁଠାରେ ସେ ଅବସ୍ଥାନ କରିଥିଲେ ?
Answer:
ଗ୍ରୀକ୍ ରାଷ୍ଟ୍ରଦୂତ ମେଘାସ୍ଥିନିସ୍ ଗ୍ରୀକ୍ ସେନାପତି ସେଲିଉକ୍‌ସଙ୍କଦ୍ୱାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜଦରବାରକୁ ପ୍ରେରିତ ହୋଇଥିଲେ । ତାଙ୍କଦ୍ୱାରା ରଚିତ ପୁସ୍ତକର ନାମ ‘ଇଣ୍ଡିକା’ ଥିଲା । ସେ ପାଟଳୀପୁତ୍ର ନଗରୀରେ ଅବସ୍ଥାନ କରିଥିଲେ ।

୨୦ । ଆଲ୍‌ବେରୁଣୀ କିଏ ? ତାଙ୍କ ରଚିତ ପୁସ୍ତକର ନାମ କ’ଣ ?
Answer:
ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଆରବୀୟ ଲେଖକ ଥିଲେ ଆଲ୍‌ବେରୁଣୀ । ତାଙ୍କ ରଚିତ ପୁସ୍ତକର ନାମ ଥିଲା ‘ତାହିକ୍- ଇ-ହିନ୍ଦ୍’ ।

୨୧ । ପ୍ରାଚୀନ ଭାରତର ଇତିହାସ ରଚନା କରିବାପାଇଁ କେଉଁ କେଉଁ ଉପାଦାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ ? ଆଧୁନିକ ଯୁଗର ଇତିହାସ ରଚନା କରିବାପାଇଁ କେଉଁ ଉପାଦାନର ଆବଶ୍ୟକତା ରହିଛି ?
Answer:
ପ୍ରାଚୀନ ଭାରତର ଇତିହାସ ରଚନା କରିବାପାଇଁ ସାହିତ୍ୟକୃତି, ଅଭିଲେଖ, ବୈଦେଶିକ ବିବରଣୀ, ମୁଦ୍ରା, ମାଟିପାତ୍ର, ଧାତବ ଉପକରଣ ଏବଂ ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ଵିକ ଭଗ୍ନାବଶେଷ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଆଧୁନିକ ଯୁଗର ଇତିହାସ ରଚନା କରିବାପାଇଁ ଅଭିଲେଖାଗାରୀୟ ଉପାଦାନର ଆବଶ୍ୟକତା ରହିଛି ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୨୨ । ବେଦ କେତେ ଭାଗରେ ବିଭକ୍ତ ? ପ୍ରାଚୀନ ଭାରତ ଇତିହାସ ରଚନା ଦିଗରେ ଏହା କିପରି ସହାୟକ ହୋଇଥାଏ ?
Answer:
ବେଦ ଚାରିଭାଗରେ ବିଭକ୍ତ; ଯଥା – ରକ୍, ସାମ୍, ଯଜୁ, ଅଥର୍ବ । ବେଦରୁ ଆର୍ଯ୍ୟମାନଙ୍କର ଗତି, ବସତି, ରାଜ୍ୟ ଶାସନ, ସଭା-ସମିତି, ଶିକ୍ଷା, ପ୍ରକୃତି ଉପାସନା ଆଦି ସମ୍ପର୍କରେ ଜାଣିବାକୁ ମିଳିଥାଏ ।

୨୩ । ପ୍ରଶଂସାବ୍ୟଞ୍ଜକ ଅଭିଲେଖ କ’ଣ ? ଏହାର ଦୁଇଟି ଉଦାହରଣ ପ୍ରଦାନ କର ।
Answer:
ପ୍ରଶଂସାବ୍ୟଞ୍ଜକ ଅଭିଲେଖ ମାଧ୍ୟମରେ ଶାସକମାନେ ନିଜ ନିଜର ପ୍ରଶଂସା ବ୍ୟକ୍ତ କରୁଥିଲେ । ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତଙ୍କ ଉଦ୍ଦିଷ୍ଟ ହରିଶେଣଙ୍କଦ୍ଵାରା ରଚିତ ପ୍ରୟାଗ ପ୍ରଶସ୍ତି, ସାତବାହନ ଶାସକ ଗୌତମୀପୁତ୍ର ସାତକର୍ଣ୍ଣୀଙ୍କ ଗୁଣଗାନ କରୁଥୁବା ନାସିକ ପ୍ରଶସ୍ତି, ଚାଲୁକ୍ୟ ବଂଶର ଦ୍ଵିତୀୟ ପୁଲକେଶୀଙ୍କ ନାମ ବର୍ଣନା କରୁଥିବା ଐହୋଲ ପ୍ରଶସ୍ତି ଆଦି ପ୍ରଶଂସାବ୍ୟଞ୍ଜକ ଅଭିଲେଖର୍ ନମୁନା ।

୨୪ । ସ୍ମାରକ ଅଭିଲେଖରେ କେଉଁ ଘଟଣାମାନ ସ୍ଥାନ ପାଉଥିଲା ? ଏହାର ଦୁଇଟି ଉଦାହରଣ ପ୍ରଦାନ କର ।
Answer:
ସ୍ମାରକ ଅଭିଲେଖରେ ଜଣେ ଶାସକଙ୍କ ରାଜ୍ୟ ଶାସନ ସମ୍ପର୍କିତ ମହନୀୟ ଘଟଣାମାନ ସ୍ଥାନ ପାଉଥିଲା । ସମ୍ରାଟ ଅଶୋକଙ୍କ ଲୁମ୍ବିନୀ ଅଭିଲେଖ ଏବଂ ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖ ଏହାର ଉଦାହରଣ ଅଟେ ।

୨୫ । ଆଜ୍ଞାପତ୍ର କ’ଣ ? ଯେକୌଣସି ଦୁଇଟି ଆଜ୍ଞାପତ୍ରର ନାମ ଲେଖ ।
Answer:
ଆଜ୍ଞାପତ୍ରଗୁଡ଼ିକରେ ରାଜାଙ୍କର ଆଦେଶ ଉତ୍କର୍ଣ୍ଣ ହେଉଥିଲା । ହର୍ଷବର୍ଦ୍ଧନଙ୍କ ବଂଶଖେରା ଏବଂ ମଧୁବନ ଆଜ୍ଞାପତ୍ର, ନାଳନ୍ଦା ତାମ୍ରପତ୍ର ଏବଂ ଓଡ଼ିଶାର ଗଙ୍ଗବଂଶ ଏବଂ ସୂର୍ଯ୍ୟବଂଶ ଶାସନ ସମୟରେ ତାମ୍ରପଟ୍ଟାମାନ ଆଜ୍ଞାପତ୍ରର ଉଦାହରଣ ଅଟେ ।

୨୬ । ପ୍ରାଚୀନ ଭାରତର ଇତିହାସ ରଚନା କରିବାପାଇଁ ‘ରାମାୟଣ’ କିପରି ସହାୟକ ହୋଇଥାଏ ? ଏହା କେତେ ଖଣ୍ଡରେ ବିଭକ୍ତ ?
Answer:
‘ରାମାୟଣ’ରେ ରାମଙ୍କର ବନବାସ ଏବଂ ଯୁଦ୍ଧ ବର୍ଣ୍ଣନାରୁ ସେତେବେଳର ଆର୍ଯ୍ୟ ଏବଂ ଦ୍ରାବିଡ଼ମାନଙ୍କ ମଧ୍ୟରେ ସଂଘର୍ଷ, ଅଶ୍ଵମେଧ ଯଜ୍ଞ, ଦକ୍ଷିଣଆଡ଼କୁ ଆର୍ଯ୍ୟମାନଙ୍କର ଗତି ଏବଂ ସାମାଜିକ କର୍ତ୍ତବ୍ୟବୋଧ ଆଦି ବିଷୟରେ ଜାଣିବାକୁ ମିଳିଥାଏ । ଏହି ମହାକାବ୍ୟ ସାତଖଣ୍ଡରେ ବିଭକ୍ତ ଅଟେ ।

୨୭ । ଐତିହାସିକ ଉପାଦାନ ଭାବେ ଫାହିୟାଙ୍କ ବିବରଣୀର ବିଶେଷତ୍ଵ କ’ଣ ? ସେ କେଉଁ ସମ୍ରାଟଙ୍କ ରାଜତ୍ଵ ସମୟରେ ଭାରତ ଆସିଥିଲେ ?
Answer:
ଚୀନ୍ ପରିବ୍ରାଜକ ଫାହିୟାନ୍‌ଙ୍କ ଲିଖ୍ ଭାରତ ସମ୍ବନ୍ଧୀୟ ବିବରଣୀ ‘ଫୋ-କିଓ-କି’ରୁ ତତ୍କାଳୀନ ସମାଜର ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ଧର୍ମୀୟ ଅବସ୍ଥା ସମ୍ବନ୍ଧରେ ଜାଣିବାକୁ ମିଳିଥାଏ । ଫାହିୟାନ୍ ଗୁପ୍ତ ସମ୍ରାଟ ଦ୍ବିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ ସମୟରେ ଭାରତ ଆସିଥୁଲେ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

B. ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। କେଉଁ କେଉଁ ଉପାଦାନଗୁଡ଼ିକ ପ୍ରାଚୀନ ଭାରତ ଇତିହାସ ରଚନା ପାଇଁ ସହାୟକ ହୋଇଥାଏ ?
Answer:
ଯେକୌଣସି ଇତିହାସ ରଚନା କରିବାପାଇଁ ମୌଳିକ ଉପାଦାନଗୁଡ଼ିକର ଆବଶ୍ୟକତା ପଡ଼େ । ସେହିପରି ପ୍ରାଚୀନ ଭାରତ ଇତିହାସ ରଚନାପାଇଁ ଆମେ ମୁଖ୍ୟତଃ ତିନିପ୍ରକାର ଉପାଦାନ ଉପରେ ନିର୍ଭର କରିଥାଉ । ସେଗୁଡ଼ିକ ହେଲା – ପ୍ରନୃତାତ୍ତ୍ଵିକ ଉପାଦାନ, ସାହିତ୍ୟିକ ଉପାଦାନ ଏବଂ ଅଭିଲେଖାଗାରୀୟ ଉପାଦାନ । ପ୍ରସୂତାତ୍ତ୍ଵିକ ଉପାଦାନକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା— ଖୋଦିତ ଲେଖ ବା ଲିପି, ପ୍ରନତାତ୍ତ୍ୱିକ ଧ୍ୱଂସାବଶେଷ ଓ ସ୍ଥାପତ୍ୟରାଜି ଏବଂ ମୁଦ୍ରା । ସେହିପରି ସାହିତ୍ୟିକ ଉପାଦାନକୁ ମଧ୍ଯ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା— ଧର୍ମୀୟ ସାହିତ୍ୟ, ଲୌକିକ ସାହିତ୍ୟ ଏବଂ ବୈଦେଶିକ ବିବରଣୀ । ଅଭିଲେଖାଗାରୀୟ ଉପାଦାନ ହେଉଛି – ସରକାରୀ ଚିଠି, ବ୍ୟକ୍ତିଗତ କାଗଜପତ୍ର, ଦଲିଲ ଓ ଦସ୍ତାବିଜ୍, ଖବରକାଗଜ ଓ ପତ୍ରପତ୍ରିକା, ପତ୍ରବିନିମୟ ଆଦି ।

୨ । ପ୍ରାଚୀନ ଭାରତ ଇତିହାସ ରଚନା ପାଇଁ ଲୋକସାହିତ୍ୟର ଆବଶ୍ୟକତା କ’ଣ ?
Answer:
ଲୋକସାହିତ୍ୟ ବା ଲୌକିକ ସାହିତ୍ୟରୁ ପ୍ରାଚୀନ ଭାରତର ବର୍ଷବ୍ୟବସ୍ଥା, ଦଣ୍ଡବ୍ୟବସ୍ଥା, ନୀତି, ଆଦର୍ଶ, ବୈଦେଶିକ ନୀତି ଓ ଅର୍ଥନୀତି ପ୍ରଭୃତି ବିଷୟର ପୂର୍ଣ୍ଣ ବିବରଣୀ ମିଳେ । ମନୁ ସ୍ମୃତି, ଯାଜ୍ଞବଳ୍‌କ୍ୟ ସ୍ମୃତି ଓ ପରାଶର ସ୍ମୃତିରୁ ପ୍ରାଚୀନ ଭାରତରେ ସାମାଜିକ, ରାଜନୀତି ଓ ଧର୍ମ ସମ୍ବନ୍ଧୀୟ ଜୀବନର ଚିତ୍ର ମିଳିଥାଏ । ବିଶାଖାଦତ୍ତଙ୍କ ମୁଦ୍ରାରାକ୍ଷସରୁ ମୌର୍ଯ୍ୟଯୁଗର ଇତିହାସ ଓ ଦେବୀଚନ୍ଦ୍ରଗୁପ୍ତମ୍ ଗ୍ରନ୍ଥରୁ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ଶାସନ ବିଷୟରେ ବିଶଦ ବିବରଣୀ ମିଳିଥାଏ । ପାଣିନିଙ୍କ ଅଷ୍ଟାଧ୍ୟାୟୀ ଓ ପତଞ୍ଜଳିଙ୍କ ମହାଭାଷ୍ୟ ସଂସ୍କୃତ ବ୍ୟାକରଣରୁ ତତ୍‌କାଳୀନ ଗଣତନ୍ତ୍ର ଶାସନ ବିଷୟରେ ସୂଚନା ମିଳେ । କାଳଜୟୀ ନାଟ୍ୟକାର କାଳିଦାସଙ୍କ ସାହିତ୍ୟକୃତି; ଯଥା- ମାଳବିକାଗ୍ନିମିତ୍ରମ୍, ଅଭିଜ୍ଞାନଶାକୁନ୍ତଳମ୍, ବିକ୍ରମୋର୍ବଶୀୟମ୍, ମେଘଦୂତ, ରଘୁବଂଶ ପ୍ରଭୃତି ନାଟକ ଓ ଗ୍ରନ୍ଥ ଇତିହାସ ରଚନା ପାଇଁ ସହାୟକ ହୋଇଥା’ନ୍ତି । ଓଡ଼ିଶା ଇତିହାସ ରଚନା ପାଇଁ ମାଦଳାପାଞ୍ଜି ଓ କଟକ ରାଜବଂଶାବଳୀ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥାଏ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୩ । ହୁଏନ୍‌ସାଂଙ୍କ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
Answer:
ପ୍ରାଚୀନ ଭାରତର ବୈଦେଶିକ ଭ୍ରମଣକାରୀଙ୍କ ମଧ୍ୟରେ ହୁଏନ୍‌ସାଂ ଅତି ପ୍ରସିଦ୍ଧ । ହର୍ଷବର୍ଦ୍ଧନଙ୍କ ରାଜତ୍ଵ ସମୟରେ ସେ ଭାରତ ପରିଭ୍ରମଣରେ ଆସିଥିଲେ । ସେ ଖ୍ରୀ.ଅ. ୬୩୦ରୁ ୬୪୪ ପର୍ଯ୍ୟନ୍ତ ଦୀର୍ଘ ଚଉଦବର୍ଷକାଳ ଭାରତର କନୌଜ, ଥାନେଶ୍ଵର, କଙ୍ଗୋଦ, ନେପାଳ ଓ ନାଳନ୍ଦା ପ୍ରଭୃତି ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ । ସେ ‘ସି-ୟୁ-କି’ ନାମକ ଗ୍ରନ୍ଥ ରଚନା କରିଥିଲେ । ହର୍ଷଙ୍କର ରାଜ୍ୟଜୟ, ଶାସନନୀତି ଓ ଧର୍ମ ବିଷୟରେ ସେ ବହୁ ଉପାଦେୟ ବିବରଣୀ ପ୍ରଦାନ କରିଥିଲେ । ସେ ପ୍ରୟାଗ ଓ କନୌଜ ଧର୍ମସଭା କଥା ଉଲ୍ଲେଖ କରିଛନ୍ତି । ହୁଏନ୍‌ସାଂ ନାଳନ୍ଦା ବିଶ୍ଵବିଦ୍ୟାଳୟରେ ଦଶହଜାର ଛାତ୍ର ଅଧ୍ୟୟନ କରୁଥିବାର ବର୍ଣ୍ଣନା କରିଛନ୍ତି । ହୁଏନ୍‌ସାଂ ଓଡ଼ିଶାର ପୁଷ୍ପଗିରି ନାମକ ବିଶ୍ଵବିଦ୍ୟାଳୟ ଦେଖୁବାକୁ ଯାଇଥିଲେ । ହର୍ଷଯୁଗର ଇତିହାସ ପାଇଁ ହୁଏନ୍‌ସାଂଙ୍କ ଭ୍ରମଣ ବୃତ୍ତାନ୍ତ ଏକ ମହାର୍ଘ ଐତିହାସିକ ଉପାଦାନ ଅଟେ ।

୪। ଅଭିଲେଖାଗାରୀୟ ଉପାଦାନ ଭାବେ ଖବରକାଗଜ ଓ ପତ୍ରପତ୍ରିକାଗୁଡ଼ିକର ଭୂମିକା ସମ୍ପର୍କରେ ଲେଖ ।
Answer:
ଅଭିଲେଖାଗାରୀୟ ଉପାଦାନ ଭାବେ ଖବରକାଗଜ ଓ ପତ୍ରପତ୍ରିକାଗୁଡ଼ିକର ଭୂମିକା ଅତୀବ ଗୁରୁତ୍ଵପୂର୍ଣ । ଏଥ‌ିରେ ବିଭିନ୍ନ ସମୟରେ ଘଟିଥିବା ଘଟଣାବଳୀର ପରିପ୍ରକାଶ ଘଟିଥାଏ । ଏହି ଘଟଣାବଳୀକୁ ପରୀକ୍ଷା ନିରୀକ୍ଷା କରି ଏବଂ ଏଥୁରୁ ଉପାଦାନ ସଂଗ୍ରହ କରି ଇତିହାସ ରଚନା କରାଯାଇଥାଏ । ସ୍ଵାଧୀନତା ପୂର୍ବରୁ ‘ଅମୃତବଜାର ପ୍ରତିକା’, ‘ଇଂଲିସ୍‌ମ୍ୟାନ୍’, ‘ଯୁଗାନ୍ତର’, ‘ହିନ୍ଦୁ ପାଟ୍ରିୟ’, ‘ଦି ପାଓନିୟର’, ‘ଦି ଟାଇମ୍ସ’ ଆଦି ଖବରକାଗଜ ପ୍ରକାଶିତ ହୋଇଥିଲା । ଅଧୁନା ବହୁ ଖବରକାଗଜ ପ୍ରକାଶିତ ହେଲାଣି । ପତ୍ରିକା ମଧ୍ୟରେ ଇଂରେଜ ଶାସନ ସମୟରେ ‘ଏସିଆଟିକ୍ କ୍ୱାଟର୍ଲି ରିଭ୍ୟୁ’, ‘ସେଣ୍ଟ୍ରାଲ୍ ଏସିଆନ୍ ରିଭ୍ୟୁ’, ‘ଜର୍ଣ୍ଣାଲ୍ ଅଫ୍ ଦି ରୟାଲ ଏସିଆଟିକ୍ ସୋସାଇଟି’, ‘ଅଖବାର-ଇ-ଆସ’, ‘ହମଦର୍ଦ-ଇ-ହିନ୍ଦ’, ‘ବନାରସ୍ ଅଖବାର’, ‘ନିଆଁଖୁଣ୍ଟା’ ଆଦି ପ୍ରକାଶିତ ହେଉଥିଲା ।

୫ । ଇତିହାସ ରଚନାରେ ପୁରାଣର ଭୂମିକା ନିରୁପଣ କର ।
Answer:
ଭାରତରେ ବିଭିନ୍ନ ପ୍ରକାରର ପୁରାଣ ରହିଛି । ମୁଖ୍ୟ ପୁରାଣଗୁଡ଼ିକ ମଧ୍ୟରୁ ବିଷ୍ଣୁ ପୁରାଣ, ବାୟୁ ପୁରାଣ, ମତ୍ସ୍ୟ ପୁରାଣ, ମାର୍କଣ୍ଡେୟ ପୁରାଣ, ଅଗ୍ନି ପୁରାଣ, ବ୍ରହ୍ମାଣ୍ଡ ପୁରାଣ ପ୍ରଭୃତି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ପୁରାଣଗୁଡ଼ିକରେ ତତ୍‌କାଳୀନ ଶାସକମାନଙ୍କର ବଂଶାବଳୀ ସହିତ ସେମାନଙ୍କର କୃତିତ୍ଵ ମଧ୍ଯ ଲିପିବଦ୍ଧ ହୋଇଛି । ଗୁପ୍ତଯୁଗରେ ଅଷ୍ଟାଦଶ ପୁରାଣ ଲେଖାର ପରିସମାପ୍ତି ଘଟିଥିଲା । ପୁରାଣରୁ ଆମେ ମୌର୍ଯ୍ୟ, ଶିଶୁନାଗ, ଶୃଙ୍ଗ, ସାତବାହନ, ଗୁପ୍ତ ଆଦି ରାଜବଂଶ ବିଷୟରେ ଜାଣିବାକୁ ଯାଇଥାଉ । ପୁରାଣଗୁଡ଼ିକରୁ ମଧ୍ଯ ଐତିହାସିକ, ଭୌଗୋଳିକ ଓ ଧର୍ମବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଆହରଣ କରାଯାଇଥାଏ । ପୁରାଣରେ ଭାରତରେ ଥିବା ବିଭିନ୍ନ ତୀର୍ଥସ୍ଥାନ ଓ ସେଗୁଡ଼ିକର ମାହାତ୍ମ୍ୟ ବିଷୟରେ ବର୍ଣ୍ଣିତ ଅଛି ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୬ । ଇତିହାସ ରଚନାରେ ଧର୍ମ ସାହିତ୍ୟ କିପରି ସହାୟକ ହୋଇଥାଏ ?
Answer:
ଭାରତୀୟ ଧର୍ମ ସାହିତ୍ୟରେ ବୈଦିକ ସାହିତ୍ୟ ହେଉଛି ସର୍ବଶ୍ରେଷ୍ଠ । ଚାରୋଟି ବେଦ ଯଥା — ଋକ୍, ସାମ୍, ଯତୁଃ ଓ ଅଥର୍ବ ବେଦରୁ ପ୍ରାଚୀନ ଇତିହାସ ରଚନା କରିବାପାଇଁ ବହୁ ତଥ୍ୟ ମିଳିଥାଏ । ଧର୍ମସାହିତ୍ୟ ସାଧାରଣତଃ ତିନି ପ୍ରକାରର ଯଥା — ହିନ୍ଦୁଧର୍ମ ସାହିତ୍ୟ, ବୌଦ୍ଧଧର୍ମ ସାହିତ୍ୟ ଓ ଜୈନଧର୍ମ ସାହିତ୍ୟ । ବେଦ, ଉପନିଷଦ, ପୁରାଣ, ରାମାୟଣ ଓ ମହାଭାରତ ପ୍ରଭୃତି ହିନ୍ଦୁ ଧର୍ମ ସାହିତ୍ୟର ଅନ୍ତର୍ଭୁକ୍ତ । ତ୍ରିପିଟକ, ଜାତକ, ବୁଦ୍ଧଚରିତ, ଦୀପବଂଶ, ମହାବଂଶ ଇତ୍ୟାଦି ବୌଦ୍ଧଧର୍ମ ସାହିତ୍ୟର ଅନ୍ତର୍ଭୁକ୍ତ ହୋଇଥିଲାବେଳେ ଅଙ୍ଗ, ଉପାଙ୍ଗ ମୂଳସୂତ୍ର ଓ ପ୍ରକରଣ ସୂତ୍ର ପ୍ରଭୃତି ଜୈନଧର୍ମ ସାହିତ୍ୟର ଅନ୍ତର୍ଭୁକ୍ତ ଅଟେ । ଏଗୁଡ଼ିକରୁ ପ୍ରାଚୀନ ଭାରତର ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଜୀବନର ସ୍ପଷ୍ଟ ଚିତ୍ର ମିଳିଥାଏ, ଯାହାକି ଇତିହାସ ରଚନା କରିବା ଦିଗରେ ସହାୟକ ହୋଇଥାଏ ।

୭ । ବୈଦେଶିକ ବିବରଣୀରୁ କିପରି ତଥ୍ୟ ସଂଗ୍ରହ କରାଯାଏ ?
Answer:
ପ୍ରାଚୀନ ଭାରତର ଇତିହାସ ରଚନା ପାଇଁ ବୈଦେଶିକ ବିବରଣୀ ବହୁ ତଥ୍ୟ ଯୋଗାଇପାରନ୍ତି । ତନ୍ମଧ୍ୟରୁ ମେଘାସ୍ଥିନିସ୍‌ଙ୍କ ‘ଇଣ୍ଡିକା’, ଟୋଲେମିଙ୍କ ‘ଭୂଗୋଳ’ ଓ ପ୍ଲିନିଙ୍କର ‘ପ୍ରାକୃତିକ ଇତିହାସ’ ଅନ୍ୟତମ । ଗ୍ରୀକ୍ ଐତିହାସିକ ଏରିଆନ୍, ଷ୍ଟ୍ରାବୋ ଓ ଜଷ୍ଟିନ୍ ମଧ୍ୟ ଭାରତ ସମ୍ପର୍କରେ ଚିତ୍ତାକର୍ଷକ ବିବରଣୀ ପ୍ରଦାନ କରିଛନ୍ତି । ଚୀନ ପରିବ୍ରାଜକଙ୍କ ମଧ୍ୟରେ ଗୁପ୍ତଯୁଗର ଫାହିୟାନ, ହର୍ଷବର୍ଦ୍ଧନଙ୍କ ସମୟର ହୁଏନ୍‌ସାଂ ଓ ଇସିଂଙ୍କ ଭ୍ରମଣ ବୃତ୍ତାନ୍ତ ତତ୍‌କାଳୀନ ରାଜନୈତିକ, ସାମାଜିକ ଓ ଧର୍ମ ସମ୍ବନ୍ଧୀୟ ଅବସ୍ଥା ସମ୍ପର୍କରେ ବିଶେଷ ସୂଚନା ଦେଇଥାଏ । ତିବ୍ବତୀୟ ଐତିହାସିକ ଲାମା ତାରାନାଥଙ୍କର ବୌଦ୍ଧଧର୍ମର ଇତିହାସ ଏ ଦିଗରେ ଏକ ଉପାଦେୟ ଗ୍ରନ୍ଥ ଅଟେ । ମୁସଲମାନ ଐତିହାସିକମାନଙ୍କ ମଧ୍ୟରେ ଫିର୍ଲୋସୀ, ଇବଡ଼ବତୁତା, ନିଜାମୁଦ୍ଦିନ୍ ଓ ମଇଉଦ୍ଦିନ୍ ରିସ୍ତି ପ୍ରଭୃତି ଭାରତ ସମ୍ପର୍କରେ ବହୁ ତଥ୍ୟ ପ୍ରଦାନ କରିଯାଇଛନ୍ତି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପ୍ରାଚୀନ ଭାରତର ଇତିହାସ ରଚନା କରିବା ଦିଗରେ ପ୍ରନୃତାତ୍ତ୍ଵିକ ଉପାଦାନ କିପରି ସହାୟକ ହୋଇଥାଏ ଆଲୋଚନା କର ।
Answer:
ଭାରତବର୍ଷର ଅତୀତ ଇତିହାସ ରଚନା କରିବାପାଇଁ ଆମକୁ ଐତିହାସିକ ଉପାଦାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଏହି ପ୍ରାଚୀନ ଐତିହାସିକ ଉପାଦାନଗୁଡ଼ିକ ମଧ୍ୟରୁ ପ୍ରନୃତାତ୍ତ୍ଵିକ ଉପାଦାନ ଅନ୍ୟତମ । ପ୍ରନୃତାତ୍ତ୍ଵିକ ଉପାଦାନକୁ ତିନିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା – ଅଭିଲେଖ, ପ୍ରତ୍ନତାତ୍ତ୍ୱିକ ଧ୍ୱଂସାବଶେଷ ଓ ସ୍ଥାପତ୍ୟରାଜି ଏବଂ ମୁଦ୍ରା ।

Chapter 1 ପ୍ରାଚୀନ ଭାରତ ଇତିହାସର ଉପାଦାନ

ଭୂଗର୍ଭରୁ ଖନନଦ୍ଵାରା ଆବିଷ୍କୃତ ହୋଇଥିବା ବିଭିନ୍ନ ପ୍ରକାରର ଧ୍ୱଂସାବଶେଷର ଅଧ୍ୟୟନକୁ ପ୍ରଚ଼ତାତ୍ତ୍ଵିକ ଉପାଦାନ କୁହାଯାଏ ।

  • ଅଭିଲେଖ ବା ଖୋଦିତ ଲେଖ – ଐତିହାସିକ ଭି.ଏ. ସ୍ମିଥଙ୍କ ମତରେ, ପ୍ରାଚୀନ ଭାରତ ଇତିହାସର ଉପାଦାନ ଦୃଷ୍ଟିରୁ ଶିଳାଲିପିଗୁଡ଼ିକୁ ତାଲିକାରେ ପ୍ରଥମ ସ୍ଥାନ ଦିଆଯାଇଛି । କାରଣ ଆମର ଜ୍ଞାନ ପାଇଁ ସେଗୁଡ଼ିକ ହେଉଛି ପ୍ରାୟତଃ ଅଧ୍ଵତମ ଗୁରୁତ୍ଵପୂର୍ଣ୍ଣ ଓ ବିଶ୍ଵାସଯୋଗ୍ୟ ଉପାଦାନ । ବିଶେଷ କରି ରାଜନୈତିକ ଇତିହାସ ରଚନାପାଇଁ ଶିଳାଲେଖଗୁଡ଼ିକ ମୁଖ୍ୟତଃ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଥାଏ । ଏତଦ୍‌ଭିନ୍ନ ଲୌହସ୍ତମ୍ଭ, ତାମ୍ରପଟ୍ଟା, ମୁଦ୍ରା ଓ ମୋହର ଦେହରେ ଅଭିଲେଖ ମଧ୍ୟ ସ୍ଥାନ ପାଇଥିଲା । ତାମ୍ରପଟ୍ଟା, ଲୌହ, ସୁନା, ରୁପା ଓ ବ୍ରୋଞ୍ଜ ଉପରେ ବିଭିନ୍ନ ପ୍ରକାର ଲିପି ଦେଖୁବାକୁ ମିଳିଥାଏ । ଅଭିଲେଖଗୁଡ଼ିକ ମଧ୍ୟ ବିଭିନ୍ନ ପ୍ରକାରର; ଯଥା— ପ୍ରଶଂସାବ୍ୟଞ୍ଜକ ଅଭିଲେଖରେ ରାଜା, ମହାରାଜାମାନଙ୍କ ପ୍ରଶଂସା ଲିପିବଦ୍ଧ ହୋଇଥିଲା ।

CHSE Odisha Class 12 History Chapter 1 Short & Long Answer Questions in Odia Medium

  • ପ୍ରନୃତାତ୍ତ୍ଵିକ ଧ୍ୱଂସାବଶେଷ – ପ୍ରାଚୀନ କୀର୍ତ୍ତିରାଜି ଓ ଧ୍ବଂସାବଶେଷରୁ ଭାରତର ଇତିହାସ, କଳା ଓ ସଂସ୍କୃତି ବିଷୟରେ ବହୁତ କଥା ଜଣାପଡ଼େ । ହରପ୍ପା ଓ ମହେଞ୍ଜୋଦାରୋର ଖନନ ପରେ ମିଳିଥିବା ସିଲ୍ ମୋହରରୁ ଇତିହାସ ରଚନାପାଇଁ ବହୁ ତଥ୍ୟ ମିଳିଥାଏ । ସେହିପରି ଶିଶୁପାଳଗଡ଼, ହସ୍ତିନାପୁର, କୌଶାସ୍ତ୍ରୀ, ଉଜ୍ଜୟିନୀ, ମଥୁରା ଓ ପାଟଳୀପୁତ୍ରର ଖନନ ଏହି ପ୍ରାଚୀନ ନଗରୀଗୁଡ଼ିକର ଅତୀତ ଇତିହାସ ବିଷୟରେ ପୂର୍ଣ୍ଣ ବିବରଣୀ ପ୍ରଦାନ କରେ । ପ୍ରାଚୀନ ବୌଦ୍ଧଧର୍ମ ଓ ଶୈବଧର୍ମ ବିଷୟରେ ବୋଧଗୟା, ସାରନାଥ, ସାଞ୍ଚ, ଧଉଳିଗିରି, ଭୁବନେଶ୍ଵର, ଖଜୁରାହୋ ଓ କାଞ୍ଚିପୁରମ୍ ଆଦି ସ୍ଥାନ ବହୁ ଉପାଦେୟ ଧାର୍ମିକ ତଥ୍ୟ ପ୍ରଦାନ କରେ ।
  • ମୁଦ୍ରା – ମୁଦ୍ରା ସମ୍ବନ୍ଧୀୟ ଅଧ୍ୟୟନକୁ ‘ମୁଦ୍ରା ବିଜ୍ଞାନ’ କୁହାଯାଏ । ପ୍ରାଚୀନ ଯୁଗରେ ଆବିଷ୍କୃତ ହୋଇଥିବା ବିଭିନ୍ନସମୟର ମୁଦ୍ରାଗୁଡ଼ିକୁ ବର୍ତ୍ତମାନ ଦେଶର ବିଭିନ୍ନ ସଂଗ୍ରହାଳୟଗୁଡ଼ିକରେ ଯନ୍ତ୍ରର ସହ ରଖାଯାଇଛି । ପ୍ରାଚୀନ ମୁଦ୍ରାଗୁଡ଼ିକରୁ ମୌର୍ଯ୍ୟ, କୁଶାଣ, ଗୁପ୍ତ, ଗ୍ରୀକ୍ ଓ ଇଣ୍ଡୋ-ଗ୍ରୀକ୍ ଆଦି ଶାସକମାନଙ୍କର ଶାସନ ସମ୍ବନ୍ଧରେ ସୂଚନା ମିଳେ । ପ୍ରାଚୀନ ଭାରତର ସର୍ବପ୍ରାଚୀନ ମୁଦ୍ରା ହେଉଛି ମୌର୍ଯ୍ୟକାଳୀନ ଛାପାଯୁକ୍ତ ମୁଦ୍ରା । ମୁଦ୍ରାଗୁଡ଼ିକ ଉପରେ ଚିତ୍ରିତ ହୋଇଥିବା ଚିତ୍ରରୁ ରାଜା, ମହାରାଜାମାନଙ୍କର ରୂପ, ବେଶଭୂଷା, ପରାକ୍ରମ ଓ ଧର୍ମବିଶ୍ଵାସ କଥା ଜଣାପଡ଼େ । ମୁଦ୍ରାରେ ଅଙ୍କିତ ହୋଇଥିବା ବିଭିନ୍ନ ମୂର୍ତ୍ତିରୁ ସେ ସମୟର ଧର୍ମ ବିଷୟରେ ଜଣାଯାଏ । ମୋଟ ଉପରେ ମୁଦ୍ରାରୁ ଅତୀତର ରାଜନୈତିକ, ଅର୍ଥନୈତିକ ଓ ଧର୍ମସମ୍ବନ୍ଧୀୟ ଅବସ୍ଥା ବିଷୟରେ ପୂର୍ଣ୍ଣ ବିବରଣୀ ମିଳିଥାଏ ।
  • କଳା ଓ ସ୍ଥାପତ୍ୟ – କଳା ଓ ସ୍ଥାପତ୍ୟ ପ୍ରାଚୀନ ଭାରତର ଇତିହାସ ରଚନାରେ ଅନ୍ୟ ଏକ ଉପାଦାନରୂପେ ପରିଗଣିତ ହୁଏ । ପ୍ରାଚୀନ କଳା ଓ ସ୍ଥାପତ୍ୟ ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ଋଦ୍ଧିମନ୍ତ ଓ ହୃଦୟସ୍ପର୍ଶୀ କରିପାରିଛି । ସିନ୍ଧୁ ସଭ୍ୟତାର ସିଲ୍ ଓ ମୂର୍ତ୍ତିକଳାରୁ ସେଠାରେ ଶୈବଧର୍ମ ପ୍ରଚଳିତ ଥିବାର ପ୍ରମାଣ ଦିଏ । ସେହିପରି ଅଶୋକଙ୍କ ସାରନାଥ, ସାଞ୍ଚି ଓ ବୁଦ୍ଧଗୟା ଆଦି ସ୍ଥାନର ସ୍ଥାପତ୍ୟ ମୌର୍ଯ୍ୟ ସଭ୍ୟତାର ପରିଚୟ ପ୍ରଦାନ କରେ । ଭାରହୁତ୍ ଓ ସାଞ୍ଚିର ସ୍ଥାପତ୍ୟ ଶୃଙ୍ଗ ରାଜୁତିର ମୂକସାକ୍ଷୀ ଭାବେ ବିଦ୍ୟମାନ । ଦେଓଗଡ଼ର ଦଶାବତାର ମନ୍ଦିର, ଭିତରଗାଁର ବିଷ୍ଣୁମନ୍ଦିର, ନାଚନାକୁଥାରର ଶିବମନ୍ଦିର, ଅଜନ୍ତା, ଏଲୋରା, ବାଘ ଆଦି ସ୍ଥାନର କଳା-ସ୍ଥାପତ୍ୟ ଗୁପ୍ତଯୁଗର ଗୁଣକୀର୍ତ୍ତନ କରେ ।
    ବାସ୍ତବିକ, ପ୍ରନୃତାତ୍ତ୍ଵିକ ଉପାଦାନଗୁଡ଼ିକ ପ୍ରାଚୀନ ଭାରତର ଇତିହାସ ରଚନା କରିବା ଦିଗରେ ବିଶେଷ ସହାୟକ ହୋଇଥାଏ ।

୨ । ସାହିତ୍ୟିକ ଉପାଦାନ କିପରି ପ୍ରାଚୀନ ଭାରତର ଇତିହାସ ରଚନା କରିବା ଦିଗରେ ସହାୟକ ହୋଇଥାଏ ବର୍ଣ୍ଣନା କର ।
Answer:
ସାହିତ୍ୟକୁ ସମାଜର ଦର୍ପଣଭାବରେ ଗ୍ରହଣ କରାଯାଇଛି । ପ୍ରାଚୀନ ଭାରତର କାଳଜୟୀ ସାହିତ୍ୟ ଓ ଏହାର ରଚନାଶୈଳୀ ଅତି ସମୃଦ୍ଧଶାଳୀ ଥିଲା । ପ୍ରାଚୀନ ଭାରତର ଇତିହାସ ରଚନା କ୍ଷେତ୍ରରେ ସାହିତ୍ୟ ଏକ ମୁଖ୍ୟ ଭୂମିକା ଭାବରେ କାର୍ଯ୍ୟ କରିଥାଏ । ସାହିତ୍ୟିକ ଉପାଦାନକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଧର୍ମୀୟ ସାହିତ୍ୟ, ଲୌକିକ ସାହିତ୍ୟ ଓ ବୈଦେଶିକ ବିବରଣୀ ।

  • ଧର୍ମୀୟ ସାହିତ୍ୟ – ଭାରତୀୟ ସାହିତ୍ୟ ମଧ୍ଯରେ ଧର୍ମୀୟ ସାହିତ୍ୟ ହେଉଛି ଅତି ପ୍ରାଚୀନ । ପ୍ରାଚୀନ ଭାରତରେ ତିନୋଟି ମହାନ୍ ଧର୍ମର ଅଭ୍ୟୁଦୟ ଘଟିଥିଲା – ବ୍ରାହ୍ମଣ୍ୟ ହିନ୍ଦୁଧର୍ମ, ଜୈନଧର୍ମ ଓ ବୌଦ୍ଧଧର୍ମ । ଚତୁଃବେଦ; ଯଥା— ଋକ୍, ସାମ୍, ଯନୁଃ ଓ ଅଥର୍ବ ବେଦ ତତ୍‌କାଳୀନ ବୈଦିକ ସମାଜର, ରାଜନୈତିକ ସଙ୍ଗଠନ, ଶିକ୍ଷା ଓ ଧର୍ମ ଉପରେ ଆଲୋକପାତ କରିଥାଏ । ଉପନିଷଦ୍‌ରୁ ବୈଦିକ ଯୁଗର ଦର୍ଶନ ବିଷୟରେ ସୂଚନା ମିଳେ । ସୂତ୍ର ସାହିତ୍ୟ; ଯଥା- କଳ୍ପସୂତ୍ର, ଗୃହସୂତ୍ର ଏବଂ ଧର୍ମସୂତ୍ର ପ୍ରାଚୀନ ଭାରତର ସାମାଜିକ ଓ ଧର୍ମସମ୍ବନ୍ଧୀୟ ଜୀବନ ଉପରେ ଆଲୋକପାତ କରେ । ପରବର୍ତୀ ବୈଦିକ ଯୁଗରେ ପ୍ରାଚୀନ ଭାରତର ଦୁଇଟି ମହାକାବ୍ୟ; ଯଥା— ରାମାୟଣ ଓ ମହାଭାରତ ସୃଷ୍ଟି ହୋଇଥିଲା । ଅଷ୍ଟାଦଶ ପୁରାଣ ମଧ୍ୟରେ ବାୟୁ ପୁରାଣ, ମତ୍ସ୍ୟ ପୁରାଣ, ବିଷ୍ଣୁ ପୁରାଣ ଓ ବ୍ରହ୍ମାଣ୍ଡ ପୁରାଣରୁ ବହୁ ଐତିହାସିକ ତଥ୍ୟ ମିଳିଥାଏ । ଜୈନ ଓ ବୌଦ୍ଧ ଧର୍ମଗ୍ରନ୍ଥକୁ ମଧ୍ଯ ସାହିତ୍ୟିକ ଉପାଦାନଭାବେ ଗ୍ରହଣ କରାଯାଇଛି । ଜୈନଧର୍ମର ଅଙ୍ଗ, ଉପାଙ୍ଗ, କଳ୍ପସୂତ୍ର, ଭାଗ୍ୟବତୀ ସୂତ୍ର ଏବଂ ଅଚରଙ୍ଗ ସୂତ୍ର ଆଦି ଏହି ଧର୍ମ ଓ ଦର୍ଶନ ଉପରେ ଆଲୋକପାତ କରିଥାଏ । ସେହିପରି ବୌଦ୍ଧ ଧର୍ମର ସୂତ୍ରପିଟକ, ବିନୟପିଟକ, ଅଭିଧର୍ମପିଟକ, ଦୀପବଂଶ, ମହାବଂଶ ଓ ବୌଦ୍ଧ ଜାତକରେ ଐତିହାସିକ ତଥ୍ୟ ଦେଖ‌ିବାକୁ ମିଳିଥାଏ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

  • ଲୌକିକ ସାହିତ୍ୟ – ଧର୍ମୀୟ ସାହିତ୍ୟ ଛଡ଼ା ଲୌକିକ ସାହିତ୍ୟରୁ ଭିନ୍ନ ଭିନ୍ନ ଐତିହାସିକ ତଥ୍ୟମାନ ମିଳିଥାଏ । ପ୍ରାଚୀନ କାଳରେ ରାଜାମାନେ ସ୍ମୃତିଶାସ୍ତ୍ର ମାଧ୍ୟମରେ ରାଜ୍ୟର ସାମାଜିକ ନୀତିନିୟମ ଉପରେ ଗୁରୁତ୍ଵ ଦେଉଥିଲେ । ଏହି ଶାସ୍ତ୍ରରେ ପ୍ରାଚୀନ ଭାରତର ବର୍ଣ୍ଣବ୍ୟବସ୍ଥା, ସମ୍ପଭିଗତ ନିୟମ, ଦଣ୍ଡବ୍ୟବସ୍ଥା, ବିଧ୍ଵବିଧାନ, ମତ ଓ ବିବାହ ସମ୍ପର୍କରେ ବିଶଦ ବର୍ଣ୍ଣନା ଦେଖିବାକୁ ମିଳେ । କୌଟଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରେ ମୌର୍ଯ୍ୟଯୁଗର ଶାସନ, ଦଣ୍ଡନୀତି, ଅର୍ଥନୀତି ଓ ବୈଦେଶିକ ସମ୍ପର୍କ ବିଶଦଭାବରେ ଆଲୋଚନା କରାଯାଇଛି । ପାଣିନିଙ୍କ ‘ଅଷ୍ଟାଧ୍ୟାୟୀ’ ଓ ପତଞ୍ଜଳିଙ୍କ ‘ମହାଭାଷ୍ୟ’ ସଂସ୍କୃତ ବ୍ୟାକରଣରେ ତତ୍‌କାଳୀନ ଗଣତନ୍ତ୍ର ଶାସନ ବିଷୟରେ ଉଲ୍ଲିଖୂତ ଅଛି । ବିଶାଖାଦତ୍ତଙ୍କ ‘ମୁଦ୍ରାରାକ୍ଷସ’ ଓ ‘ଦେବୀଚନ୍ଦ୍ରଗୁପ୍ତମ୍’ ନାଟକରେ ଯଥାକ୍ରମେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ କୃତିତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଚାନ୍ଦ ବରଦାୟୀଙ୍କ ‘ପୃଥ୍ୱୀରାଜ ରାସୋ’ ପୃଥୀରାଜଙ୍କ ବୀରତ୍ଵର ବାଣୀ ପ୍ରଚାର କରେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ କୃତିତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଚାନ୍ଦ ବରଦାୟୀଙ୍କ ‘ପୃଥ୍ୱୀରାଜ ରାସୋ’ ପୃଥ୍ୱୀରାଜଙ୍କ ବୀରତ୍ଵର ବାଣୀ ପ୍ରଚାର କରେ । କଣଙ୍କ ‘ରାଜତରଙ୍ଗିଣୀ’ରୁ କାଶ୍ମୀରର ରାଜବଂଶ ଓ ‘କୀର୍ତିକୁମୁଦିନୀ’ରୁ ନେପାଳର ରାଜ୍ୟଶାସନ ବିଷୟ ଜଣାପଡ଼େ । ସେହିପରି ମାଦଳାପାଞ୍ଜି, କଟକ ରାଜବଂଶାବଳୀ ଓ ଉଡ୍ରଦେଶ ରାଜବଂଶାବଳୀରୁ ପ୍ରାଚୀନ ଓଡ଼ିଶାର ଇତିହାସ ରଚନା ପାଇଁ ବହୁ ଉପାଦେୟ ତଥ୍ୟ ମିଳିଥାଏ ।
    ଲୌକିକ ସାହିତ୍ୟ ମଧ୍ଯରେ ଆର୍ଯ୍ୟଭଟ୍ଟଙ୍କ ‘ଆର୍ଯ୍ୟଭଟୀୟମ୍’, ବରାହମିହିରଙ୍କ ‘ବୃହତ୍ ସଂହିତା’, ଚରକଙ୍କ ‘ଚରକ ସଂହିତା’, ଶୁଶ୍ରୁତଙ୍କ ‘ଶୁଶ୍ରୁତ ସଂହିତା’ ଆଦି ଅମୂଲ୍ୟ ଗ୍ରନ୍ଥଭାବରେ ପରିଗଣିତ ହୁଏ । ଲୌକିକ ସାହିତ୍ୟରୁ ତତ୍‌କାଳୀନ ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ତଥ୍ୟଗୁଡ଼ିକୁ ଭିଭିକରି ଐତିହାସିକମାନେ ଇତିହାସ ରଚନା କରିବାକୁ ସକ୍ଷମ ହୋଇଛନ୍ତି ।
  • ସାହିତ୍ୟ କୃତି – ପ୍ରାଚୀନ କାଳରେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ଓ କବିଙ୍କ କାଳଜୟୀ କୃତି ସାହିତ୍ୟକୁ ସମୃଦ୍ଧ ଓ ଋଦ୍ଧିମନ୍ତ କରିଥିଲା । ବିଶିଷ୍ଟ ନାଟ୍ୟକାର କାଳିଦାସଙ୍କ ‘ଅଭିଜ୍ଞାନଶାକୁନ୍ତଳମ୍’, ‘ମାଳବିକାଗ୍ନିମିତ୍ରମ୍’ ଓ ‘ବିକ୍ରମୋର୍ବଶୀୟମ୍’ ଆଦି ନାଟକ, ‘ଋତୁସଂହାର’ ଓ ‘ମେଘଦୂତ’ ଭଳି ଗୀତିକାବ୍ୟ ଓ ‘ରଘୁବଂଶ’ ଏବଂ ‘କୁମାରସମ୍ଭବମ୍’ ପ୍ରଭୃତି ମହାକାବ୍ୟ ଇତିହାସ ରଚନା ପାଇଁ ବିଶେଷ ବିବରଣୀ ପ୍ରଦାନ କରେ । ଦଣ୍ଡିନ୍‌ଙ୍କ ‘ଦଶକୁମାର ଚରିତ’ରୁ ପ୍ରାଚୀନ ଭାରତର ସାମାଜିକ ଓ ରାଜନୈତିକ ଅବସ୍ଥାର ଚିତ୍ର ମିଳିଥାଏ । ଏହିପରି ସୁବନ୍ଧୁ, ଅମରସିଂହ, ବିଷ୍ଣୁଶର୍ମା, ଶୂଦ୍ରକ, ବ୍ରହ୍ମଗୁପ୍ତ ଓ ଭାରବୀ ପ୍ରଭୃତି ମନୀଷୀଙ୍କ ଅମରକୃତି ଇତିହାସ ରଚନାପାଇଁ ସୁବିସ୍ତୃତ ତଥ୍ୟ ପ୍ରଦାନ କରିଥାଏ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

  • ବୈଦେଶିକ ବିବରଣୀ – ପ୍ରାଚୀନ କାଳରେ ବହୁ ବୈଦେଶିକ ପରିବ୍ରାଜକ ଭାରତ ଭ୍ରମଣରେ ଆସି ଭାରତ ଇତିହାସ ରଚନାପାଇଁ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ କାଳରେ ଗ୍ରୀକ୍ ରାଜଦୂତ ମେଘାସ୍ଥିନିସ୍‌ଙ୍କ ଭାରତରେ ରହଣି ସମୟରେ ତାଙ୍କ ରଚିତ ପୁସ୍ତକ ‘ଇଣ୍ଡିକା’ରେ ପାଟଳୀପୁତ୍ରର ପୌରଶାସନ, ନଗର ବର୍ଣ୍ଣନା, ସାମାଜିକ ଓ ରାଜନୈତିକ ଅବସ୍ଥା ବିଷୟରେ ବହୁ ଉପାଦେୟ ତଥ୍ୟ ଲେଖୁଥିଲେ । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ ସମୟରେ ଚୀନ୍ ପରିବ୍ରାଜକ ଫାହିୟାନ ଭାରତ ପରିଭ୍ରମଣରେ ଆସିଥିଲେ । ଫାହିୟାନ ତାଙ୍କ ପୁସ୍ତକ ‘ଫୋ-କି-ଓ-କି’ରେ ଗୁପ୍ତ ଶାସନ, ସମାଜ, ଧର୍ମ ଓ ସଂସ୍କୃତି ବିଷୟରେ ବହୁ ମୂଲ୍ୟବାନ୍ ତଥ୍ୟ ଲିପିବଦ୍ଧ କରିଛନ୍ତି । ତତ୍‌କାଳୀନ ସମାଜରେ ହିନ୍ଦୁଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମର ସ୍ଥିତି ଓ ବିକାଶ ଉପରେ ବହୁ ତଥ୍ୟ ପ୍ରଦାନ କରିଛନ୍ତି । ସପ୍ତମ ଶତାବ୍ଦୀରେ ବିଶିଷ୍ଟ ଚୀନ୍ ପରିବ୍ରାଜକ ହୁଏନ୍‌ସାଂ ହର୍ଷବର୍ଦ୍ଧନଙ୍କ ଶାସନ କାଳରେ ଭାରତ ପରିଭ୍ରମଣରେ ଆସିଥିଲେ । ସେ ତାଙ୍କର ପୁସ୍ତକ ‘ସି-ୟୁ-କି’ରେ ତତ୍‌କାଳୀନ ଭାରତର ସାମାଜିକ ଓ ରାଜନୈତିକ ଅବସ୍ଥା, ହର୍ଷଙ୍କର ରାଜ୍ୟଜୟ, ଶାସନନୀତି, ଧର୍ମନୀତି, ଦଣ୍ଡନୀତି ଓ ଶିକ୍ଷା ସମ୍ବନ୍ଧରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି । ଏହିପରି ଭାବରେ ବୈଦେଶିକ ବିବରଣୀଗୁଡ଼ିକ ଭାରତ ଇତିହାସ ରଚନାରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରି ଇତିହାସ ରଚନାକୁ ଋଦ୍ଧିମନ୍ତ କରିଛନ୍ତି ।

୩ । ଅଭିଲେଖାଗାରୀୟ (Archival) ଉପାଦାନ ବିଷୟରେ ଆଲୋଚନା କର ।
Answer:
ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ହେଲା – (୧) ବ୍ୟକ୍ତିଗତ କାଗଜପତ୍ର, (୨) ସରକାରୀ ଚିଠି, (୩) ଦଲିଲ୍ ଓ ଦସ୍ତାବିଜ୍, (୪) ନ୍ୟାୟାଳୟ ଓ ରାଜସ୍ୱ ରେକର୍ଡ଼, (୫) ବ୍ୟକ୍ତିଗତ ଦୈନିକ ଲିପି, (୬) ଗୁପ୍ତ ପୋଲିସ୍ ରେକର୍ଡ଼, (୭) ମଠ ଓ ଧାର୍ମିକ ରେକର୍ଡ଼, (୮) ରାଜକୀୟ କାଗଜପତ୍ର ଓ ପତ୍ର ବିନିମୟ ଏବଂ (୯) ଖବରକାଗଜ ଓ ପତ୍ରପତ୍ରିକା ।

(୧) ବ୍ୟକ୍ତିଗତ କାଗଜପତ୍ର – ଇଂରେଜ ଶାସନ ସମ୍ପର୍କରେ ଜାଣିବାପାଇଁ ବ୍ୟକ୍ତିଗତ କାଗଜପତ୍ର ଏକାନ୍ତ ଅପରିହାର୍ଯ୍ୟ । ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଅଭିଲେଖାଗାର ଏବଂ ଇଂଲଣ୍ଡର କମଲ୍‌ ରିଲେସନ୍ସ ଅଫିସ୍ ଲାଇବ୍ରେରୀରେ ଏହି ବ୍ୟକ୍ତିଗତ କାଗଜପତ୍ରମାନ ଉପଲବ୍ଧ । ଲର୍ଡ଼ ହାର୍ଡ଼ଞ୍ଜ, ଲର୍ଡ଼ ଲିଟନ୍, ଲର୍ଡ଼ ରିପନ୍, ଲର୍ଡ଼ ଡଫରିନ୍, ଲର୍ଡ କର୍ଜନ୍, ଲର୍ଡ଼ ମଣ୍ଟେଗ୍ୟୁ, ଲର୍ଡ଼ ମର୍ଲେ, ଲର୍ଡ ମାଉଣ୍ଟବ୍ୟାଟେନ୍ ଆଦିଙ୍କ ବ୍ୟକ୍ତିଗତ କାଗଜପତ୍ର ସେଠାରେ ରହିଅଛି । ଗବେଷକମାନଙ୍କ ପାଇଁ ଏହା ମାଇକ୍ରୋ ଫିଲ୍ମ ମାଧ୍ୟମରେ ଉପଲବ୍ଧ ।

(୨) ସରକାରୀ ଚିଠି – ଇଂରେଜ ଅଫିସରମାନେ ବିଭିନ୍ନ ସମୟରେ ପ୍ରସ୍ତୁତ କରିଥିବା ଚିଠିଗୁଡ଼ିକ ସରକାରୀ ଆଦେଶନାମା ଭାବେ ପରିଚିତ ଏବଂ ସେଗୁଡ଼ିକ ଅଭିଲେଖାଗାରୀୟ ଉପାଦାନର ଅଂଶବିଶେଷ । ସେହି ସମସ୍ତକୁ ଅନୁଧ୍ୟାନ କରି ଉଚ୍ଚପଦସ୍ଥ ଅଫିସରମାନଙ୍କ ବିଷୟରେ ଧାରଣା କରିହୋଇଥାଏ ।

(୩) ଦଲିଲ୍ ଓ ଦସ୍ତାବିଜ୍ – ଦଲିଲ୍ ଏବଂ ଦସ୍ତାବିଜ୍ ମଧ୍ଯ ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ମଧ୍ୟରେ ଅନ୍ୟତମ । ବିଭିନ୍ନ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଦିର କ୍ରୟ ବିକ୍ରୟ ଏବଂ ବିଭିନ୍ନ ସନ୍ଧି ତଥା ରାଜିନାମାମାନ ଅଭିଲେଖାଗାରଗୁଡ଼ିକରେ ସଂଗୃହୀତ ହୋଇ ରହିଅଛି । ସେଗୁଡ଼ିକ ଇଂରେଜମାନେ ବିଭିନ୍ନ ସମୟରେ ନେଇଥିବା ରାଜନୈତିକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥାଏ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

(୪) ନ୍ୟାୟାଳୟ ଏବଂ ରାଜସ୍ଵ ରେକର୍ଡ଼ – ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ମଧ୍ୟରୁ ନ୍ୟାୟାଳୟ ଏବଂ ରାଜସ୍ଵ ରେକର୍ଡ଼ ଅନ୍ୟତମ । ନ୍ୟାୟାଳୟ ରେକର୍ଡ଼ମାନ ବିଭିନ୍ନ ସମୟରେ ହୋଇଥିବା ନ୍ୟାୟବିଚାର, ନ୍ୟାୟର ବିଭିନ୍ନ ଧାରା, ଦଣ୍ଡବିଧାନ ଆଦି ବିଷୟରେ ସୂଚନା ପ୍ରଦାନ କରିଥାଏ ।

(୫) ବ୍ୟକ୍ତିଗତ ଦୈନିକ ଲିପି – ଅଭିଲେଖାଗାରରେ ଥିବା ବ୍ୟକ୍ତିଗତ ଦୈନିକ ଲିପି ମଧ୍ୟ ଅନେକ ସମୟରେ ତତ୍‌କାଳୀନ ରାଜନୈତିକ ପରିସ୍ଥିତି ଏବଂ ସରକାରୀ ତଥା ବେସରକାରୀ ବ୍ୟକ୍ତିମାନଙ୍କର ମନୋଭାବ ଆଦି ସମ୍ପର୍କରେ ବହୁ ଧାରଣା ପ୍ରଦାନ କରିଥାଏ । ଏଥୁରୁ ବହୁ ତଥ୍ୟ ସଂଗୃହୀତ କରାଯାଇ ଆଧୁନିକ ଭାରତର ଇତିହାସ ରଚନା କରାଯାଇଅଛି ।

(୬) ଗୁପ୍ତ ପୋଲିସ୍ ରେକର୍ଡ଼ – ଗୁପ୍ତ ପୋଲିସ୍ ରେକର୍ଡ଼ ମଧ୍ଯ ତଥ୍ୟର ଅବତାରଣା କରିଥାଏ । ବିଭିନ୍ନ ସମୟରେ ପୋଲିସ୍‌ରା ନେଇଥ‌ିବା ପଦକ୍ଷେପ, ଭାରତଛାଡ଼ ଆନ୍ଦୋଳନ ଆଦି ବିଭିନ୍ନ ସମୟରେ ଘଟିଥିବା ବିପ୍ଳବ ବା ବିଦ୍ରୋହ ସମ୍ପର୍କରେ ଭାରତର ବିଭିନ୍ନ ପ୍ରାନ୍ତରେ ପୋଲିସ୍ ତରଫରୁ ନିଆଯାଇଥିବା ପଦକ୍ଷେପ; ଯଥା— ଗୁଳିବର୍ଷଣ, ଗିରଫ, ହତ୍ୟା, ଦଣ୍ଡ ଆଦି ସମ୍ପର୍କରେ ଏଥରୁ ଜଣାପଡ଼ିଥାଏ ।

(୭) ମଠ ଓ ଧାର୍ମିକ ରେକର୍ଡ଼ – ବିଭିନ୍ନ ମଠ ତଥା ଧାର୍ମିକ ରେକର୍ଡ଼ରୁ ବହୁ ତଥ୍ୟ ଜାଣିହୋଇଥାଏ । ପୁରୀ, ପ୍ରୟାଗ, ହରିଦ୍ଵାର, ମଥୁରା, ଋଷିକେଶ, ରାମେଶ୍ଵରମ୍, ଦ୍ଵାରକା, ଗୋଆ, ଦିଲ୍ଲୀ ଆଦି ସ୍ଥାନରେ ଥ‌ିବା ବିଭିନ୍ନ ମନ୍ଦିର, ମଠ, ମସଜିଦ୍ ଏବଂ ଚର୍ଜ ଆଦିର ରେକର୍ଡ଼ରୁ ବିଭିନ୍ନ ଧର୍ମପୀଠର ରକ୍ଷଣାବେକ୍ଷଣ, ରୀତିନୀତି, ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସହିତ ସେଗୁଡ଼ିକର ସମ୍ପର୍କ ଆଦି ବିଷୟରେ ଜାଣି ହୋଇଥାଏ । ଇତିହାସ ରଚନା କରିବା ଦିଗରେ ସେଗୁଡ଼ିକ ବହୁ ପରିମାଣରେ ସହାୟକ ହୋଇଥାଏ ।

(୮) ରାଜକୀୟ କାଗଜପତ୍ର ଓ ପତ୍ର ବିନିମୟ – ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ମଧ୍ୟରୁ ରାଜକୀୟ କାଗଜପତ୍ର ଏବଂ ପତ୍ରବିନିମୟ ଅନ୍ୟତମ । ସେଗୁଡ଼ିକ ଅଭିଲେଖାଗାରଗୁଡ଼ିକରେ ସଂଗୃହୀତ ହୋଇ ରହିଅଛି । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ସମୟରେ ଇଂଲଣ୍ଡରୁ ଭାରତକୁ ଆସିଥିବା ନିର୍ଦ୍ଦେଶ ଏବଂ ତା’ର ଉତ୍ତର ତଥା ବିଭିନ୍ନ ରାଜାରାଜୁଡ଼ାଙ୍କ ଦରକାରୀ କାଗଜପତ୍ର ଏବଂ ପତ୍ର ବିନିମୟ ଅନ୍ତର୍ଭୁକ୍ତ । ଏସବୁ ଉପାଦାନକୁ ପାଥେୟକରି ଇତିହାସ ରଚନାକୁ ନୂଆ ମୋଡ଼ ଦିଆଯାଇପାରେ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

(୯) ଖବରକାଗଜ ଓ ପତ୍ରପତ୍ରିକା – ଅଭିଲେଖାଗାରୀୟ ଉପାଦାନ ମଧ୍ଯରେ ଖବରକାଗଜ ଏବଂ ପତ୍ରପତ୍ରିକାଗୁଡ଼ିକର ଭୂମିକା ଅବର୍ଣ୍ଣନୀୟ । ବିଭିନ୍ନ ସମୟରେ ବିଭିନ୍ନ ଘଟଣାବଳୀର ପରିପ୍ରକାଶ ଏଥୁରେ ଘଟିଥାଏ । ଏଗୁଡ଼ିକୁ ଅନୁଧ୍ୟାନ କରି ଏବଂ ଏଥୁରୁ ଉପାଦାନ ସଂଗ୍ରହକରି ଇତିହାସ ରଚନା କରାଯାଇଥାଏ । ସ୍ଵାଧୀନତା ପୂର୍ବରୁ ‘ଅମୃତବଜାର ପତ୍ରିକା’, ‘ଇଂଲିଶମ୍ୟାନ୍’ ‘ଯୁଗାନ୍ତର’, ‘ହିନ୍ଦୁ ପାଟ୍ରିୟନ୍’ ‘ଦି ପାଓନିୟର’, ‘ଦି ଟାଇମ୍ସ’, ‘ଲଣ୍ଡନ’ ଆଦି ଖବରକାଗଜ ପ୍ରକାଶିତ ହୋଇଥିଲା । ଏହିସବୁ ଖବରକାଗଜ ଏବଂ ପତ୍ରପତ୍ରିକାଗୁଡ଼ିକରୁ ଇତିହାସ ରଚନା ସଂକ୍ରାନ୍ତୀୟ ବହୁ ଉପାଦାନ ମିଳିଥାଏ । ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ବହୁମାତ୍ରାରେ ବିଶ୍ଵସନୀୟ । ମାତ୍ର କେତେକାଂଶରେ ପୋଲିସ୍ ରେକର୍ଡ଼ ବହୁ ମିଥ୍ୟା ତଥ୍ୟର ଅବତାରଣା କରିଥାଏ । ରାଜସ୍ୱ ରେକର୍ଡ଼ ମଧ୍ୟ ଏହି ଦୋଷରୁ ମୁକ୍ତ ନୁହେଁ । ତଥାପି ଆଧୁନିକ ଭାରତରେ ଇତିହାସ ରଚନା କରିବାପାଇଁ ଏହି ଉପାଦାନଗୁଡ଼ିକ ଏକାନ୍ତଭାବେ ଅପରିହାର୍ଯ୍ୟ ।

CHSE Odisha Class 12 History Chapter 1 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 1 ପ୍ରାଚୀନ ଭାରତ ଇତିହାସର ଉପାଦାନ Objective Questions.

CHSE Odisha 12th Class History Chapter 1 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ପ୍ରାଚୀନ ଭାରତ ଇତିହାସ ରଚନାପାଇଁ ଉପାଦାନ ଭାବେ, ଅଭିଲେଖ ବା ଖୋଦିତ ଲେଖ ହେଲା –
(କ) ଧର୍ମୀୟ ସାହିତ୍ୟ
(ଖ) ଲୌକିକ ସାହିତ୍ୟ
(ଗ) ବୈଦେଶିକ ବିବରଣୀ
(ଘ) ପ୍ରତ୍ନତାତ୍ତ୍ଵିକ ଉପାଦାନ
Answer:
(ଘ) ପ୍ରତ୍ନତାତ୍ତ୍ଵିକ ଉପାଦାନ

୨। ଏପିଗ୍ରାଫିର ଅର୍ଥ –
(କ) ଶିଳାଲେଖ ଅନୁଧ୍ୟାନ
(ଖ) ପ୍ରାଚୀନ ଭଗ୍ନାବଶେଷର ଅନୁଧ୍ୟାନ
(ଗ) ପ୍ରାଚୀନ ମୁଦ୍ରାର ଅନୁଧ୍ୟାନ
(ଘ) ସାହିତ୍ୟକୃତିର ଅନୁଧ୍ୟାନ
Answer:
(କ) ଶିଳାଲେଖ ଅନୁଧ୍ୟାନ

୩ । ମୁଦ୍ରା ଅନୁଧ୍ୟାନ ପଦ୍ଧତିକୁ କ’ଣ କୁହାଯାଏ ?
(କ) ଏପିଗ୍ରାଫି
(ଖ) ମୁଦ୍ରାତତ୍ତ୍ବ
(ଗ) ଅଭିଲେଖଗାରୀୟ ଅଧ୍ୟୟନ
(ଘ) ପ୍ରାଚୀନ କାଳର ଅବଶେଷର ଅଧ୍ୟୟନ
Answer:
(ଖ) ମୁଦ୍ରାତତ୍ତ୍ବ

୪ । ଭାରତର ପ୍ରାଚୀନତମ ମୁଦ୍ରାରୂପେ କେଉଁ ମୁଦ୍ରାକୁ ଗ୍ରହଣ କରାଯାଏ ?
(କ) ମୌର୍ଯ୍ୟଯୁଗର ଛାପାମୁଦ୍ରା
(ଖ) ଇହୁଦୀ-ଗ୍ରୀକ୍ ମୁଦ୍ରା
(ଗ) ଗୁପ୍ତ ମୁଦ୍ରା
(ଘ) କୁଶାଣ ମୁଦ୍ରା
Answer:
(କ) ମୌର୍ଯ୍ୟଯୁଗର ଛାପାମୁଦ୍ରା

CHSE Odisha Class 12 History Chapter 1 Objective Questions in Odia Medium

୫ । ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ କେଉଁଠାରେ ଅବସ୍ଥିତ ?
(କ) ଧଉଳି ପାହାଡ଼
(ଖ) ଉଦୟଗିରି
(ଗ) ଶିଶୁପାଳଗଡ଼
(ଘ) ଲଳିତଗିରି
Answer:
(ଖ) ଉଦୟଗିରି

୬ । ଆଲ୍ଲାହାବାଦ ପ୍ରଶସ୍ତିରେ କେଉଁ ରାଜାଙ୍କ କୃତିତ୍ଵ ସମ୍ପର୍କରେ ଉଲ୍ଲେଖ ଅଛି ?
(କ) ପ୍ରଥମ ଚନ୍ଦ୍ରଗୁପ୍ତ
(ଖ) ସମୁଦ୍ରଗୁପ୍ତ
(ଗ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ
(ଘ) କୁମାରଗୁପ୍ତ
Answer:
(ଖ) ସମୁଦ୍ରଗୁପ୍ତ

୭ | ନାସିକ ପ୍ରଶସ୍ତିରୁ କେଉଁ ରାଜାଙ୍କ ସମ୍ପର୍କରେ ଜଣାପଡ଼ିଥାଏ ?
(କ) ସମୁଦ୍ରଗୁପ୍ତ
(ଖ) ଗୌତମୀପୁତ୍ର ସାତକର୍ଣ୍ଣୀ
(ଗ) ଦ୍ଵିତୀୟ ପୁଲକେଶୀ
(ଘ) ଆଦିତ୍ୟସେନ
Answer:
(ଖ) ଗୌତମୀପୁତ୍ର ସାତକଣ୍ଠୀ

୮। ଚାଲୁକ୍ୟ ନରପତି ଦ୍ବିତୀୟ ପୁଲକେଶୀଙ୍କ ସମ୍ପର୍କରେ କେଉଁଥୁରୁ ଜଣାପଡ଼ିଥାଏ ?
(କ) ପ୍ରୟାଗ ପ୍ରଶସ୍ତି
(ଖ) ନାସିକ ପ୍ରଶସ୍ତି
(ଗ) ଐହୋଲ ପ୍ରଶସ୍ତି
(ଘ) ଗିରନାର୍ ପ୍ରସ୍ତରାଭିଲେଖ
Answer:
(ଗ) ଐହୋଲ ପ୍ରଶସ୍ତି

CHSE Odisha Class 12 History Chapter 1 Objective Questions in Odia Medium

୯ । କେଉଁ ଅଭିଲେଖ ଶକ ଶାସକ ରୁଦ୍ରଦାମନଙ୍କ ଗୁଣକୀର୍ତ୍ତନ କରିଥାଏ ?
(କ) ଗିରନାର୍ ପ୍ରସ୍ତରାଭିଲେଖ
(ଖ) ଅପ୍‌ସଡ଼୍ ଅଭିଲେଖ
(ଗ) ହାତୀଗୁମ୍ଫା ଅଭିଲେଖ
(ଘ) ଲୁମ୍ବିନୀ ଅଭିଲେଖ
Answer:
(କ) ଗିରନାର୍ ପ୍ରସ୍ତରାଭିଲେଖ

୧୦ । ‘ଅର୍ଥଶାସ୍ତ୍ର’ର ରଚୟିତା କିଏ ?
(କ) ମେଘାସ୍ଥିନିସ୍
(ଖ) କୌଟିଲ୍ୟ
(ଗ) ପାଣିନି
(ଘ) ପତଞ୍ଜଳି
Answer:
(ଖ) କୌଟିଲ୍ୟ

୧୧ । ‘ମାଳବିକାଗ୍ନିମିତ୍ରମ୍’ ନାଟକର ରଚୟିତା କିଏ ?
(କ) ହର୍ଷବର୍ଦ୍ଧନ
(ଖ) କାଳିଦାସ
(ଗ) ବାଣଭଟ୍ଟ
(ଘ) କଲ୍ହଣ
Answer:
(ଖ) କାଳିଦାସ

୧୨ । ‘ଦଶକୁମାର ଚରିତମ୍’ର ରଚୟିତା କିଏ ?
(କ) ଦଣ୍ଡୀନ୍
(ଖ) ବିଷ୍ଣୁଶର୍ମା
(ଗ) କାଳିଦାସ
(ଘ) ସମୁଦ୍ରଗୁପ୍ତ
Answer:
(କ) ଦଣ୍ଡୀନ୍‌

୧୩ । ‘ରାଜତରଙ୍ଗିଣୀ’ର ରଚୟିତା କିଏ ?
(କ) ପତଞ୍ଜଳି
(ଖ) କଲ୍ହଣ
(ଗ) କୌଟିଲ୍ୟ
(ଘ) ମେଘାସ୍ଥିନିସ୍
Answer:
(ଖ) କଲ୍ହଣ

CHSE Odisha Class 12 History Chapter 1 Objective Questions in Odia Medium

୧୪ । କେଉଁ ସାହିତ୍ୟ ଦକ୍ଷିଣ ଭାରତର ରାଜବଂଶ ଓ ରାଜାମାନଙ୍କର ଉପରେ ବିବରଣୀ ପ୍ରଦାନ କରିଥାଏ ?
(କ) ଲୌକିକ ସାହିତ୍ୟ
(ଖ) ସୂତ୍ର ସାହିତ୍ୟ
(ଗ) ଧର୍ମୀୟ ସାହିତ୍ୟ
(ଘ) ସଙ୍ଗମ ସାହିତ୍ୟ
Answer:
(ଘ) ସଙ୍ଗମ ସାହିତ୍ୟ

୧୫ । କେଉଁ ରାଜାଙ୍କ ଶାସନକାଳରେ ମେଘାସ୍ଥିନିସ୍ ଭାରତ ଭ୍ରମଣରେ ଆସିଥିଲେ ?
(କ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
(ଖ) ଅଶୋକ
(ଗ) ଖାରବେଳ
(ଘ) ହର୍ଷବର୍ଦ୍ଧନ
Answer:
(କ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

୧୬ । କାହା ରାଜତ୍ଵକାଳରେ ଚୀନ୍ ପରିବ୍ରାଜକ ଫାହିୟାନ୍ ଭାରତ ଭ୍ରମଣରେ ଆସିଥିଲେ ?
(କ) କନିଷ୍କ
(ଖ) ହର୍ଷବର୍ଦ୍ଧନ
(ଗ) ପ୍ରଥମ ଚନ୍ଦ୍ରଗୁପ୍ତ
(ଘ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ
Answer:
(ଘ) ଦ୍ବିତୀୟ ଚନ୍ଦ୍ରଗୁପ୍ତ

୧୭ । କାହା ରାଜତ୍ଵକାଳରେ ହୁଏନ୍‌ସାଂ ଭାରତ ଭ୍ରମଣରେ ଆସିଥିଲେ ?
(କ) ହର୍ଷବର୍ଦ୍ଧନ
(ଖ) କନିଷ୍କ
(ଗ) ସମୁଦ୍ରଗୁପ୍ତ
(ଘ) ସ୍କଦଗୁପ୍ତ
Answer:
(କ) ହର୍ଷବର୍ଦ୍ଧନ

CHSE Odisha Class 12 History Chapter 1 Objective Questions in Odia Medium

୧୮। ‘ଇଣ୍ଡିକା’ ଗ୍ରନ୍ଥର ରଚୟିତା କିଏ ?
(କ) ମେଘାସ୍ଥିନିସ୍
(ଖ) ଫାହିୟାନ୍
(ଗ) କୌଟିଲ୍ୟ
(ଘ) ହୁଏନ୍‌ସାଂ
Answer:
(କ) ମେଘାସ୍ଥିନିସ୍‌

୧୯ । ‘ତୁଜୁକ୍—ଇ—ଜାହାଙ୍ଗିରୀ’ର ରଚୟିତା କିଏ ?
(କ) ଆକବର
(ଖ) ବାବର
(ଗ) ଜାହାଙ୍ଗୀର
(ଘ) ହୁମାୟୁନ୍
Answer:
(ଗ) ଜାହାଙ୍ଗୀର

୨୦ । ‘ଫୋ—କି—ଓ କି’ ଗ୍ରନ୍ଥର ରଚୟିତା କିଏ ?
(କ) ହୁଏନ୍‌ସାଂ
(ଖ) ଫାହିୟାନ୍
(ଗ) କୌଟିଲ୍ୟ
(ଘ) ହର୍ଷବର୍ଦ୍ଧନ
Answer:
(ଖ) ଫାହିୟାନ୍

୨୧ । ‘ବିକ୍ରମାର୍କ ଚରିତ’ ପୁସ୍ତକର ରଚୟିତା କିଏ ?
(କ) ବିଲ୍ହଣ
(ଖ) ପତଞ୍ଜଳି
(ଗ) ବିଶାଖାଦତ୍ତ
(ଘ) ଭାସ
Answer:
(କ) ବିଲ୍‌ହଣ

CHSE Odisha Class 12 History Chapter 1 Objective Questions in Odia Medium

୨୨ । ‘ମହାଭାଷ୍ୟ’ର ରଚୟିତା କିଏ ?
(କ) ପତଞ୍ଜଳି
(ଖ) କଣ
(ଗ) ଆର୍ଯ୍ୟଭଟ୍ଟ
(ଘ) ବରାହମିହିର
Answer:
(କ) ପତଞ୍ଜଳି

୨୩ । ‘ତାହିକ୍—ଇ—ହିନ୍ଦ୍’ ପୁସ୍ତକର ରଚୟିତା କିଏ ?
(କ) ଆଲ୍‌ବେରୁଣୀ
(ଖ) ହସାନ୍ ନିଜାମୀ
(ଗ) ଗୁଲବଦନ ବେଗମ୍
(ଘ) ଅବଦୁଲ୍ଲା
Answer:
(କ) ଆଲ୍‌ବେରୁଣୀ

୨୪ । ‘ତବାକତ୍—ଇ—ନାସିରୀ’ ପୁସ୍ତକର ରଚୟିତା କିଏ ?
(କ) ‘ଜିଆଉଦ୍ଦିନ୍ ବରାଣୀ
(ଖ) ଅମୀର ଖୁସ୍ର
(ଗ) ମିହାଜ-ଉସ୍ -ସିରାଜ
(ଘ) ମହମ୍ମଦ କାଦିର
Answer:
(ଗ) ମୀନ୍‌ହାଜ୍-ଉସ୍-ସିରାଜ

୨୫ । ‘ତାରିଖ-ଇ–ଫିରୋଜଶାହୀ’ ପୁସ୍ତକର ରଚୟିତା କିଏ ?
(କ) ଜିଆଉଦ୍ଦିନ୍ ବରାଣୀ
(ଖ) ଅମୀର ଖୁସ୍ର
(ଗ) ମହମ୍ମଦ ଅମୀନ୍
(ଘ) ମହମ୍ମଦ କାଦିର
Answer:
(କ) ଜିଆଉଦ୍ଦିନ୍ ବରାଣୀ

୨୬ । କିଏ ୧୮୩୭ ଖ୍ରୀ.ଅ.ରେ ଅଶୋକଙ୍କ ଅଭିଲେଖର ଅକ୍ଷରଗୁଡ଼ିକ ପାଠ କରିବାରେ ସଫଳତା ହାସଲ କରିଥିଲେ ?
(କ) ପ୍ରଫେସର ସିଲି
(ଖ) ଜେମ୍ସ ପ୍ରିନ୍ସେପ୍
(ଗ) ଜେମ୍ସ ଆବ୍ରାହମ୍
(ଘ) ଜେମ୍ସ ହାରଗ୍ରୀଡ୍ସ
Answer:
(ଗ) ଜେମ୍‌ସ ପ୍ରିନ୍‌ସେପ୍

CHSE Odisha Class 12 History Chapter 1 Objective Questions in Odia Medium

୨୭ । ‘ପଞ୍ଚତନ୍ତ୍ର’ର ରଚୟିତା କିଏ ?
(କ) ଶୂଦ୍ରକ
(ଖ) ବିଷ୍ଣୁଶର୍ମା
(ଗ) ଦଣ୍ଡୀନ୍
(ଘ) ଆର୍ଯ୍ୟଭଟ୍ଟ
Answer:
(ଖ) ବିଷ୍ଣୁଶର୍ମା

୨୮ । ‘କୁମାରପାଳ ଚରିତ’ର ରଚୟିତା କିଏ ?
(କ) ବାଣଭଟ୍ଟ
(ଖ) ବିଲ୍ହଣ
(ଗ) ହେମଚନ୍ଦ୍ର
(ଘ) କଲ୍ହଣ
Answer:
(ଗ) ହେମଚନ୍ଦ୍ର

୨୯ । ନିମ୍ନୋକ୍ତ କେଉଁ ସମ୍ରାଟଙ୍କ ଲିଖନ ପ୍ରଣାଳୀକୁ ସବୁଠାରୁ ପୁରାତନ ବୋଲି ଗ୍ରହଣ କରାଯାଇଥାଏ ?
(କ) ଖାରବେଳ
(ଖ) ସମୁଦ୍ରଗୁପ୍ତ
(ଗ) ଅଶୋକ
(ଘ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ
Answer:
(ଗ) ଅଶୋକ

୩୦ । ଆଫ୍‌ଗାନିସ୍ଥାନସ୍ଥିତ ଶିଳାଲେଖରେ ଅଶୋକ ନିମ୍ନୋକ୍ତ କେଉଁ ଲିପି ବ୍ୟବହାର କରିଥିଲେ ?
(କ) ହସ୍ତଲିପି
(ଖ) ଗ୍ରୀକ୍‌ଲିପି
(ଗ) ଛବିଲିପି
(ଘ) ଦ୍ବିତୀୟ ଚନ୍ଦ୍ରଗୁପ୍ତ
Answer:
(ଖ) ଗ୍ରୀକ୍ଲିପି

୩୧ । ବ୍ରାହ୍ମୀଲିପି ନିମ୍ନୋକ୍ତ କେଉଁ ସମ୍ରାଟଙ୍କ ସମୟରେ ପ୍ରଥମେ ବ୍ୟବହୃତ ହୋଇଥିଲା ?
(କ) ଖାରବେଳ
(ଖ) ଅଶୋକ
(ଗ) ସମୁଦ୍ରଗୁପ୍ତ
(ଘ) ଖରୋଷ୍ଟି ଲିପି
Answer:
(ଖ) ଅଶୋକ

CHSE Odisha Class 12 History Chapter 1 Objective Questions in Odia Medium

୩୨ । ନିମ୍ନୋକ୍ତ କେଉଁ ଲିପିରେ ପ୍ରତ୍ୟେକ ଅକ୍ଷରର ପରିବର୍ତ୍ତନ ଘଟୁଥିଲା ?
(କ) ଖରୋଷ୍ଟି ଲିପି
(ଖ) ଛବିଲିପି
(ଗ) ବ୍ରାହ୍ମୀଲିପି
(ଘ) ବ୍ର1କ୍ଲିପି
Answer:
(ଗ) ବ୍ରାହ୍ମୀଲିପି

୩୩ । ଅଭିଲେଖଗୁଡ଼ିକ ରାଜାଙ୍କର ଆଦେଶ ସମ୍ବଳିତ ହୋଇଥିବାରୁ ସେଗୁଡ଼ିକୁ କ’ଣ କୁହାଯାଇଥାଏ ?
(କ) ଅନୁଶାସନ
(ଖ) ହୁକୁମନାମା
(ଗ) ନିର୍ଦ୍ଦେଶ
(ଘ) ଆଇନ
Answer:
(କ) ଅନୁଶାସନ

୩୪ । ରୁଦ୍ରଦାମନଙ୍କର ଶିଳାଲେଖଠାରୁ ନିମ୍ନୋକ୍ତ କେଉଁ ଭାଷାର ଅୟମାରମ୍ଭ ହୋଇଛି ବୋଲି ବିଚାର କରାଯାଏ ?
(କ) ଊର୍ଦ୍ଧ୍ଵ
ଖ) ସଂସ୍କୃତ
(ଗ) ଆରବୀ
(ଘ) ଗ୍ରୀକ୍
Answer:
(ଖ) ସଂସ୍କୃତ

୩୫ । ଗୋଆଲିୟର ପ୍ରଶସ୍ତିରେ ନିମ୍ନୋକ୍ତ କେଉଁ ଶାସକଙ୍କର ସୁଶାସନ ସମ୍ପର୍କରେ ଉଲ୍ଲେଖ କରାଯାଇଛି ?
(କ) ମୌର୍ଯ୍ୟ ସମ୍ରାଟ ଅଶୋକ
(ଖ) ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ
(ଗ) ଚାଲୁକ୍ୟ ରାଜା ପୁଲକେଶୀ
(ଘ) ପ୍ରତିହାର ଶାସକ ଭୋଜରାଜ
Answer:
(ଘ) ପ୍ରତିହାର ଶାସକ ଭୋଜରାଜ

CHSE Odisha Class 12 History Chapter 1 Objective Questions in Odia Medium

୩୬ । ନିମ୍ନୋକ୍ତ କେଉଁ ପ୍ରଶସ୍ତିରୁ ହର୍ଷବର୍ଦ୍ଧନ ଚାଲୁକ୍ୟ ରାଜା ପୁଲକେଶୀଙ୍କଦ୍ଵାରା ପରାଜିତ ହୋଇଥ‌ିବାର ଜଣାଯାଇଥାଏ ?
(କ) ଗୋଆଲିୟର ପ୍ରଶସ୍ତି
(ଖ) ମେହରୌଲୀ ଲୌହସ୍ତମ୍ଭ
(ଗ) ଆଲ୍ଲାହାବାଦ ପ୍ରଶସ୍ତି
(ଘ) ଐହୋଲ ପ୍ରଶସ୍ତି
Answer:
(ଘ) ଐହୋଲ ପ୍ରଶସ୍ତି

୩୭ । ନିମ୍ନୋକ୍ତ କେଉଁ ସ୍ତମ୍ଭଲେଖ ନ ଥିଲେ ବିଖ୍ୟାତ ସମ୍ରାଟ ସମୁଦ୍ରଗୁପ୍ତ ଭାରତ ଇତିହାସରେ ଅଜଣୀ ହୋଇ ରହିଯାଇଥା’ନ୍ତେ ?
(କ) ମେହରୌଲୀ ସ୍ତମ୍ଭଲେଖ
(ଖ) ସ୍ମାରକ ସ୍ତମ୍ଭଲେଖ
(ଗ) ଆଲ୍ଲାହାବାଦ ସ୍ତମ୍ଭଲେଖ
(ଘ) ଗିରନାର୍ ସ୍ତମ୍ଭଲେଖ
Answer:
(ଗ) ଆଲାହାବାଦ ସ୍ତମ୍ଭଲେଖ

୩୮ । କେଉଁ ଅଭିଲେଖରେ ରାଜାମାନଙ୍କର ଗୁଣକୀର୍ତ୍ତନ କରାଯାଇଥାଏ ?
(କ) ଲୁମ୍ବିନୀ ଅଭିଲେଖ
(ଖ) ସ୍ମାରକ ଅଭିଲେଖ
(ଗ) ପ୍ରଶଂସାବ୍ୟଞ୍ଜକ ଅଭିଲେଖ
(ଘ) ଗିରନାର ଶିଳା ଅଭିଲେଖ
Answer:
(ଗ) ପ୍ରଶଂସାବ୍ୟଞ୍ଜକ ଅଭିଲେଖ

୩୯ । ଅଶୋକଙ୍କ ସାରନାଥ, ଧଉଳି ଓ ଜଉଗଡ଼ ଅଭିଲେଖ କେଉଁ ଅଭିଲେଖର ଶ୍ରେଷ୍ଠ ନମୁନା ?
(କ) ଆଜ୍ଞାପତ୍ର ଅଭିଲେଖ
(ଖ) ସ୍ମାରକ ଅଭିଲେଖ
(ଗ) ଧର୍ମୀୟ ଅଭିଲେଖ
(ଘ) ପ୍ରଶଂସାବ୍ୟଞ୍ଜକ ଅଭିଲେଖ
Answer:
(ଗ) ଧର୍ମୀୟ ଅଭିଲେଖ

୪୦ । ଓଡ଼ିଶାର ଭୌମକର, ଗଙ୍ଗ ଓ ଗଜପତି ରାଜମାନେ କ’ଣ ପ୍ରଦାନ କରୁଥିଲେ ?
(କ) ଆଜ୍ଞାପତ୍ର
(ଖ) ତାମ୍ରପତ୍ର
(ଗ) ଦାନପତ୍ର
(ଘ) ରୌପ୍ୟପତ୍ର
Answer:
(ଗ) ଦାନପତ୍ର

୪୧ । ବୁଦ୍ଧଙ୍କ ସମୟରେ ମଗଧରେ କେଉଁ ଭାଷାର ପ୍ରଚଳନ ଘଟିଥିଲା ?
(କ) ପାଲି
(ଖ) ଆରବୀ
(ଗ) ସଂସ୍କୃତ
(ଘ) ହିନ୍ଦୀ
Answer:
(କ) ପାଲି

CHSE Odisha Class 12 History Chapter 1 Objective Questions in Odia Medium

୪୨ । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର କେଉଁ ଯୁଗରେ ରଚିତ ହୋଇଥିଲା ?
(କ) ମୋଗଲ ଯୁଗ
(ଖ) ପ୍ରାଚୀନ ଯୁଗ
(ଗ) ମୌର୍ଯ୍ୟଯୁଗ
(ଘ) ମଧ୍ୟଯୁଗ
Answer:
(ଗ) ମୌର୍ଯ୍ୟଯୁଗ

୪୩ । ‘ରାମଚରିତ’ର ରଚୟିତା କିଏ ?
(କ) ବିଲ୍ହଣ
(ଖ) ବିକ୍ରମାଦିତ୍ୟ
(ଗ) ସନ୍ଧ୍ୟାକର ନନ୍ଦୀ
(ଘ) ବାଣଭଟ୍ଟ
Answer:
(ଗ) ସନ୍ଧ୍ୟାକର ନନ୍ଦୀ

୪୪ । ସନ୍ଧ୍ୟାକର ନନ୍ଦୀଙ୍କ ‘ରାମଚରିତ’ରେ କେଉଁ ରାଜାଙ୍କ କଥା ଆଲୋଚିତ ହୋଇଛି ?
(କ) ମୌର୍ଯ୍ୟ ସମ୍ରାଟ ଅଶୋକ
(ଗ) ବଙ୍ଗରାଜା ରାମପାଳ
(ଖ) ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ
(ଘ) ଚାଲୁକ୍ୟ ରାଜା ଦ୍ଵିତୀୟ ପୁଲକେଶୀ
Answer:
(ଗ) ବଙ୍ଗରାଜା ରାମପାଳ

୪୫ । ନିମ୍ନୋକ୍ତ କେଉଁ ଗ୍ରନ୍ଥରେ କାଶ୍ମୀର ରାଜାମାନଙ୍କର ବଂଶାବଳୀ, ରାଜ୍ୟଶାସନ ଓ ଦଣ୍ଡବିଧ୍ ଉପରେ ସବିଶେଷ ଆଲୋଚନା କରାଯାଇଛି ?
(କ) କୀର୍ତିକୁମୁଦିନୀ
(ଖ) ରାଜତରଙ୍ଗିଣୀ
(ଗ) ରାମଚରିତ
(ଘ) ଚରକ ସଂହିତା
Answer:
(ଖ) ରାଜତରଙ୍ଗିଣୀ

B. ଶୂନ୍ୟସ୍ଥାନ ପୂରଣ କର ।

୧। ଭାରତର ବଡ଼ଲାଟ ________ ଙ୍କ ସମୟରେ ପ୍ରଥମେ ପ୍ରତ୍ନତତ୍ତ୍ୱ ବିଭାଗ ସୃଷ୍ଟି ହୋଇଥିଲା ।
Answer:
ଲର୍ଡ଼ କର୍ଜନ

CHSE Odisha Class 12 History Chapter 1 Objective Questions in Odia Medium

୨। ରାଜସ୍ଥାନର __________ ଠାରେ ଜୈନକୀର୍ତ୍ତିଗୁଡ଼ିକ ଦେଖାଯାଏ ।
Answer:
ଦିଦ୍ୱାରା

୩ । ଦକ୍ଷିଣରେ ମାମାଲ୍ଲପୁରମଠାରେ ଥ‌ିବା _________ ମନ୍ଦିର ପଲ୍ଲବମାନଙ୍କର ସ୍ଥାପତ୍ୟ କୃତିର ପରିଚୟ ପ୍ରଦାନ କରିଥାଏ ।
Answer:
ପ୍ରସ୍ତରକଟା

୪। ___________ ପ୍ରଶସ୍ତି ସାତବାହନ ଶାସକ ଗୌତମୀପୁତ୍ରଙ୍କର ଯଶଗାନ କରେ ।
Answer:
ନାସିକ

୫ । ଭୂଖନନ ଫଳରେ ଭୂମି ଗର୍ଭରୁ ଆବିଷ୍କୃତ ହୋଇଥିବା ଧ୍ୱଂସାବଶେଷକୁ ________ ଉପାଦାନ କୁହାଯାଏ ।
Answer:
ପ୍ରତ୍ନତାତ୍ତ୍ଵିକ

୬ । ___________ ପ୍ରଶସ୍ତି ଦ୍ବିତୀୟ ପୁଲକେଶୀଙ୍କ ଗୁଣଗାନ କରେ ।
Answer:
ଐହୋଲ

୭ | ବୁଦ୍ରଦାମନଙ୍କ ବିଷୟରେ __________ ଶିଳାଲେଖ ତଥ୍ୟ ପ୍ରଦାନ କରେ ।
Answer:
ଗିରନାର୍

CHSE Odisha Class 12 History Chapter 1 Objective Questions in Odia Medium

୮। __________ ଙ୍କ ମୁଦ୍ରାରେ ଶିବ ବୃଷଭ ନିକଟରେ ଦଣ୍ଡାୟମାନ ହେବାର ଛବି ଅଙ୍କିତ ହୋଇଛି ।
Answer:
ବିମଳା କାଡ଼ଫିସେସ

୯। ପାଳ, ପ୍ରତିହାର, ରାଷ୍ଟ୍ରକୂଟ ଏବଂ ପଲ୍ଲବ ଆଦି ରାଜବଂଶର ଶାସକମାନଙ୍କର __________ ମିଳି ନ ଥ‌ିବାରୁ ଐତିହାସିକମାନେ ସେମାନଙ୍କର ପୂର୍ଣ୍ଣ ଇତିହାସ ରଚନା କରିପାରି ନାହାନ୍ତି ।
Answer:
ମୁଦ୍ରା

୧୦ । ତାଞ୍ଜୋରର ସ୍ଥାପତ୍ୟ _________ ସଂସ୍କୃତିର ନମୁନା ବହନ କରିଥାଏ ।
Answer:
ଚୋଳ

୧୧ । ‘ପୃଥ୍ୱୀରାଜ ରାସୋ’ର ରଚୟିତା ________ ।
Answer:
ଚାନ୍ଦ ବରଦାଇ

୧୨। __________ ‘ବିକ୍ରମାର୍କ ଚରିତ’ ରଚନା କରିଥିଲେ।
Answer:
ବିହଣ

୧୩ । ସମୁଦାୟ _________ ଟି ପୁରାଣ ଅଛି ।
Answer:
୧୮

୧୪ । ବୀଣାବାଦନ ଚିତ୍ର ଥବା ମୁଦ୍ରା _________ ଯୁଗରେ ପ୍ରଚଳିତ ଥିଲା ।
Answer:
ଗୁପ୍ତ

CHSE Odisha Class 12 History Chapter 1 Objective Questions in Odia Medium

୧୫ । ଖାରବେଳଙ୍କ ସମ୍ପର୍କରେ ___________ ଶିଳାଲେଖ ତଥ୍ୟ ପ୍ରଦାନ କରେ ।
Answer:
ହାତୀଗୁମ୍ଫା

୧୬ । ___________ ଗୁଡ଼ିକ ପ୍ରାକୃତ, ପାଲି ଓ ବ୍ରାହ୍ମୀ ଭାଷାରେ ଲେଖା ହୋଇଥିଲା ।
Answer:
ଅଭିଲେଖ

୧୭ । ‘ସି–ୟୁ—କି’ ଗ୍ରନ୍ଥର ରଚୟିତା ________ ଅଟନ୍ତି ।
Answer:
ହୁଏନ୍‌ସାଂ

୧୮। ‘ହର୍ଷଚରିତ’ ପୁସ୍ତକର ରଚୟିତା ________ ଅଟନ୍ତି ।
Answer:
ବାଣଭଟ୍ଟ

୧୯। ସମ୍ରାଟ _________ ଙ୍କ ଶାସନ ସମୟରେ ହୁଏନ୍‌ସାଂ ଭାରତ ଭ୍ରମଣରେ ଆସିଥିଲେ ।
Answer:
ହର୍ଷବର୍ଦ୍ଧନ

୨୦ । ‘ମୁଦ୍ରାରାକ୍ଷସ’ର ରଚୟିତା ________ ଅଟନ୍ତି ।
Answer:
ବିଶାଖାଦତ୍ତ

୨୧ । ଓଡ଼ିଶା ଇତିହାସ ବିଷୟରେ __________ ରୁ ତଥ୍ୟ ମିଳେ ।
Answer:
ମାଦଳାପାଞ୍ଜି

CHSE Odisha Class 12 History Chapter 1 Objective Questions in Odia Medium

୨୨ । ‘ପତଞ୍ଜଳି’ ____________ ରଚନା କରିଥିଲେ ।
Answer:
ମହାଭାଷ୍ୟ

୨୩। ‘ଅର୍ଥଶାସ୍ତ୍ର’ _____________ ସାହିତ୍ୟର ଏକ ଉଦାହରଣ ଅଟେ ।
Answer:
ଲୌକିକ

୨୪। ___________ ‘କୁମାରପାଳ ଚରିତ’ ରଚନା କରିଥିଲେ ।
Answer:
ହେମଚନ୍ଦ୍ର

୨୫ । ମୁଦ୍ରା ସମ୍ବନ୍ଧୀୟ ଅଧ୍ୟୟନକୁ __________ ବିଜ୍ଞାନ କୁହାଯାଏ ।
Answer:
ମୁଦ୍ରାବିଜ୍ଞାନ

୨୬ । ହୁଏନ୍‌ସାଂଙ୍କ ପରେ ସପ୍ତମ ଶତାବ୍ଦୀରେ _____________ ଭାରତ ଭ୍ରମଣରେ ଆସିଥିଲେ ।
Answer:
ଇନ୍‌ସିଂ

୨୭ । ‘ତାହିକ୍-ଇ-ହିନ୍ଦୁ’ର ରଚୟିତା ____________ ।
Answer:
ଆଲ୍‌ବେରୁଣୀ

୨୮ । ହୁଏନ୍‌ସାଂ _________ ଧର୍ମାବଲମ୍ବୀ ଥିଲେ ।
Answer:
ବୌଦ୍ଧ

CHSE Odisha Class 12 History Chapter 1 Objective Questions in Odia Medium

୨୯ । ଫାହିୟାନ୍ __________ ଶତାବ୍ଦୀରେ ଭାରତ ଆସିଥିଲେ ।
Answer:
ପଞ୍ଚମ

୩୦ । ‘କୀର୍ତ୍ତି କୁମୁଦିନୀ’ରୁ _________ ଦେଶ କଥା ଜଣାପଡ଼େ ।
Answer:
ନେପାଳ

୩୧ । ବାବରଙ୍କ ଆତ୍ମଚରିତର ନାମ ___________ ଅଟେ ।
Answer:
ବାବରନାମା

୩୨ । ‘ଆକବରନାମାର’ ସ୍ରଷ୍ଟା ___________ ଅଟନ୍ତି ।
Answer:
ଆବୁଲ ଫାଜଲ

୩୩ । ନାଳନ୍ଦା ବିଶ୍ଵବିଦ୍ୟାଳୟ ବିଷୟରେ _________ ବିବରଣୀ ପ୍ରଦାନ କରିଥିଲେ ।
Answer:
ହୁଏନ୍‌ସାଂ

CHSE Odisha Class 12 History Chapter 1 Objective Questions in Odia Medium

୩୪ । ‘ହୁମାୟୁନ୍‌ନାମା’ର ରଚୟିତା __________ ।
Answer:
ଗୁଲବଦନ ବେଗମ୍

୩୫ । __________ ପ୍ରଶସ୍ତିରେ ପ୍ରତିହାର ଶାସକ ଭୋଜରାଜଙ୍କର ସୁଶାସନ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
Answer:
ଗୋଆଲିୟର୍

୩୬ । ‘ଦେବୀ ଚନ୍ଦ୍ରଗୁପ୍ତମ୍’ରେ ସମ୍ରାଟ _________ଙ୍କ କଥା ଉଲ୍ଲେଖ ଅଛି ।
Answer:
ଦ୍ବିତୀୟ ଚନ୍ଦ୍ରଗୁପ୍ତ

୩୭ । ‘ଇଣ୍ଡୋ-ଗ୍ରୀକ୍’ମାନଙ୍କ ଇତିହାସ କେବଳ ___________ ରୁ ଜାଣିହୁଏ ।
Answer:
ମୁଦ୍ରା

୩୮ । ଶିଶୁପାଳଗଡ଼ ଭୁବନେଶ୍ଵରର ___________ ରେ ଅବସ୍ଥିତ ।
Answer:
ଧଉଳି ପାଦଦେଶ

୩୯ । __________ ଧାତୁରେ ଛାପାଯୁକ୍ତ ମୁଦ୍ରା ନିର୍ମିତ ।
Answer:
ରୌପ୍ୟ ଓ ତାମ୍ର

୪୦ । ଗୁପ୍ତ ସମ୍ରାଟ __________ ଙ୍କ ରାଜତ୍ଵ ସମୟରେ ଫାହିୟାନ୍ ଭାରତ ଆସିଥିଲେ ।
Answer:
ଦ୍ୱିତୀୟ ଚନ୍ଦ୍ରଗୁପ୍ତ

CHSE Odisha Class 12 History Chapter 1 Objective Questions in Odia Medium

୪୧ । ଲୁମ୍ବିନୀ ଅଭିଲେଖ ସମ୍ରାଟ __________ ଙ୍କ ଗୁଣଗାନ କରେ ।
Answer:
ଅଶୋକ

୪୨। ୧୫୦୦ ଖ୍ରୀ.ପୂ. ରୁ ୬୦୦ ଖ୍ରୀ.ପୂ. ପର୍ଯ୍ୟନ୍ତ ଇତିହାସର କୌଣସି ଘଟଣା ଜଣାଯାଇ ନ ଥିବାରୁ ଏ ସମୟକୁ _________ ଯୁଗ ବୋଲି ଆଖ୍ୟା ଦିଆଯାଇଛି ।
Answer:
ଅନ୍ଧକାର

୪୩ । ସମ୍ରାଟ _________ ଙ୍କ ଶାସନ ସମୟରେ ପ୍ରସ୍ତର ଲେଖ ପ୍ରଥମେ ବ୍ୟବହାର କରାଯାଇଥିଲା ।
Answer:
ଅଶୋକ

୪୪ । ଭାରତର ବନ୍ଦର ଓ ବାଣିଜ୍ୟ ସମ୍ପର୍କରେ __________ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି ।
Answer:
ପେରିପ୍ଲସ୍ ଅଫ୍ ଦି ଏରିତ୍ରୀୟସି

୪୫ । ଭୌଗୋଳିକବିତ୍ _________ ଓଡ଼ିଶା ଉପକୂଳରେ ପାଲୁରଠାରେ ଏକ ପ୍ରସିଦ୍ଧ ବନ୍ଦର ଥ‌ିବାର ଅନୁମାନ କରିଛନ୍ତି ।
Answer:
ଟଲେମି

୪୬ । ଗୋମତେଶ୍ଵର ବାହୁବଳୀ ମୂର୍ତ୍ତି _________ ରାଜ୍ୟରେ ଅବସ୍ଥିତ ।
Answer:
କର୍ଣ୍ଣାଟକ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ପ୍ରତ୍ନତତ୍ତ୍ବ କହିଲେ କ’ଣ ବୁଝାଯାଏ ?
Answer:
ଭୂ-ଖୋଦନ ଫଳରେ ଆବିଷ୍କୃତ ବିଭିନ୍ନ ଦ୍ରବ୍ୟର ଅଧ୍ୟୟନକୁ ପ୍ରତ୍ନତତ୍ତ୍ଵ କୁହାଯାଏ ।

CHSE Odisha Class 12 History Chapter 1 Objective Questions in Odia Medium

୨। ପ୍ରତ୍ନତାତ୍ତ୍ଵିକ ଉପାଦାନକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:
ପ୍ରତ୍ନତାତ୍ତ୍ଵିକ ଉପାଦାନକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – ଅଭିଲେଖ, ଧ୍ୱଂସାବଶେଷ ଓ ସ୍ଥାପତ୍ୟରାଜି ଏବଂ ମୁଦ୍ରା ।

୩ । ‘ତାହିକ୍—ଇ—ହିନ୍ଦ୍’ ପୁସ୍ତକର ରଚୟିତା କିଏ ?
Answer:
‘ତାହିକ୍—ଇ—ହିନ୍ଦ୍’ ପୁସ୍ତକର ରଚୟିତା ବିଖ୍ୟାତ ଆରବୀୟ ଲେଖକ ଆଲ୍‌ବେରୁଣୀ ଅଟନ୍ତି ।

୪ । ହରିଶେଣ କିଏ ?
Answer:
ହରିଶେଣ ସମୁଦ୍ରଗୁପ୍ତଙ୍କ ରାଜତ୍ଵ ସମୟରେ ଜଣେ କବି ଥିଲେ ।

୫ । ପ୍ରାଚୀନ ଭାରତର ଦୁଇ ମହାକାବ୍ୟ କ’ଣ ?
Answer:
ପ୍ରାଚୀନ ଭାରତର ଦୁଇ ମହାକାବ୍ୟ ହେଲା – ରାମାୟଣ ଓ ମହାଭାରତ ।

୬ । ସାରନାଥ ସ୍ଥାପତ୍ୟ କେଉଁ ରାଜାଙ୍କ ସମୟରେ ବିକାଶଲାଭ କରିଥିଲା ?
Answer:
ସମ୍ରାଟ ଅଶୋକଙ୍କ ସମୟରେ ସାରନାଥ ସ୍ଥାପତ୍ୟ ବିକାଶଲାଭ କରିଥିଲା ।

CHSE Odisha Class 12 History Chapter 1 Objective Questions in Odia Medium

୭ । କେଉଁ ଐତିହାସିକଙ୍କ ଗ୍ରନ୍ଥରୁ ଭାରତ ଓ ରୋମ ମଧ୍ଯରେ ଚାଲିଥିବା ନୌବାଣିଜ୍ୟ ବିଷୟରେ ଜଣାପଡ଼େ ?
Answer:
ଐତିହାସିକ ପ୍ଲିନିଙ୍କ ଗ୍ରନ୍ଥରୁ ଭାରତ ଓ ରୋମ ମଧ୍ଯରେ ଚାଲିଥିବା ନୌବାଣିଜ୍ୟ ବିଷୟରେ ଜାଣିବାକୁ ମିଳିଥାଏ ।

୮ | ମୁଦ୍ରା ନ ଥିଲେ କେଉଁମାନଙ୍କ ବିଷୟରେ ଇତିହାସ ଅଜ୍ଞାତ ରହିଯାଇଥା’ନ୍ତା ?
Answer:
ମୁଦ୍ରା ନ ଥିଲେ ଇତିହାସ ଇଣ୍ଡୋ-ଗ୍ରୀକ୍ ଶାସକ ଡେମିଟ୍ରିୟସ୍ ଓ ମିନେନ୍ଦରଙ୍କ ବିଷୟରେ ଅଜ୍ଞାତ ରହିଯାଇଥା’ନ୍ତା ।

୯ । ଲୌକିକ ସାହିତ୍ୟର ଏକ ଉଦାହରଣ ଦିଅ ।
Answer:
କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ ଲୌକିକ ସାହିତ୍ୟର ଏକ ଉଦାହରଣ ଅଟେ ।

୧୦ । ଇନ୍‌ସିଂ କିଏ ?
Answer:
ଚୀନ୍ ପରିବ୍ରାଜକ ଇସିଂ ହୁଏନ୍‌ସାଂଙ୍କ ପରେ ସପ୍ତମ ଶତାବ୍ଦୀରେ ଭାରତ ଭ୍ରମଣରେ ଆସିଥିଲେ ।

୧୧ । କେବେ ଏବଂ କିଏ ଅଶୋକଙ୍କ ଅଭିଲେଖର ଅକ୍ଷରଗୁଡ଼ିକ ପାଠ କରିବାରେ ସଫଳତା ହାସଲ କରିଥିଲେ ?
Answer:
୧୮୩୭ ଖ୍ରୀ.ଅ.ରେ ଜେମ୍ସ ପ୍ରିନ୍ସେପ୍ ଅଶୋକଙ୍କ ଅଭିଲେଖର ଅକ୍ଷରଗୁଡ଼ିକ ପାଠ କରିବାରେ ସଫଳତା ହାସଲ କରିଥିଲେ ।

୧୨ । କେଉଁ ସମ୍ରାଟ୍‌ଙ୍କ ରାଜତ୍ଵ ସମୟରେ ମେଘାସ୍ଥିନିସ୍ ଭାରତ ଭ୍ରମଣରେ ଆସିଥିଲେ ?
Answer:
ସମ୍ରାଟ୍ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜତ୍ଵ ସମୟରେ ମେଘାସ୍ଥିନିସ୍ ଭାରତ ଭ୍ରମଣରେ ଆସିଥିଲେ ।

CHSE Odisha Class 12 History Chapter 1 Objective Questions in Odia Medium

୧୩ । କେଉଁ ଅଭିଲେଖରୁ ରୁଦ୍ରଦାମନଙ୍କ କଥା ଜଣାପଡ଼େ ?
Answer:
ଗିନାର୍ ଅଭିଲେଖରୁ ରୁଦ୍ରଦାମନଙ୍କ କଥା ଜଣାପଡ଼େ ?

୧୪। ଐହୋଲ୍ ପ୍ରଶସ୍ତିରୁ କେଉଁ ଶାସକଙ୍କ କଥା ଜଣାପଡ଼େ ?
Answer:
ଐହୋଲ ପ୍ରଶସ୍ତିରୁ ଚାଲୁକ୍ୟ ରାଜା ଦ୍ଵିତୀୟ ପୁଲକେଶୀଙ୍କ ବିଷୟ ଜଣାପଡ଼େ ।

୧୫ । ମୁଦ୍ରାବିଜ୍ଞାନ କ’ଣ ?
Answer:
ମୁଦ୍ରା ସମ୍ବନ୍ଧୀୟ ଅଧ୍ୟୟନକୁ ମୁଦ୍ରାବିଜ୍ଞାନ କୁହାଯାଏ ।

୧୬ । ଜୈନ ଓ ବୌଦ୍ଧ ସାହିତ୍ୟ କେଉଁ ଭାଷାରେ ଲିଖ୍ତ ହୋଇଥିଲା ?
Answer:
ଜୈନ ଓ ବୌଦ୍ଧ ସାହିତ୍ୟ ପ୍ରାକୃତ ଓ ପାଲି ଭାଷାରେ ଲିଖ୍ତ ହୋଇଥିଲା ।

୧୭ । ‘କୀର୍ତି କୁମୁଦିନ’ରୁ କେଉଁ ଦେଶର ଶାସକଙ୍କ କଥା ଜଣାପଡ଼େ ?
Answer:
‘କୀର୍ତ୍ତି କୁମୁଦିନୀ’ରୁ ନେପାଳ ଦେଶର ଶାସନ କଥା ଜଣାପଡ଼େ ।

୧୮ । ପ୍ରତ୍ନତତ୍ତ୍ଵ ବିଭାଗ କେଉଁ ଶାସକଙ୍କ ସମୟରେ ସ୍ଥାପିତ ହୋଇଥିଲା ?
Answer:
ବଡ଼ଲାଟ ଲର୍ଡ଼ କର୍ଜନଙ୍କ ସମୟରେ ପ୍ରତ୍ନତତ୍ତ୍ଵ ବିଭାଗ ସ୍ଥାପିତ ହୋଇଥିଲା ।

୧୯ । ପ୍ରାଚୀନ ଭାରତରେ ରାଜା ମହାରାଜାମାନେ ନିଜ ନିଜର ଗୁଣଗରିମା କାହା ମାଧ୍ଯମରେ ବର୍ଣ୍ଣନା କରୁଥିଲେ ?
Answer:
ପ୍ରାଚୀନ ଭାରତରେ ରାଜା ମହାରାଜାମାନେ ନିଜ ନିଜର ଗୁଣଗରିମା ଅଭିଲେଖ ମାଧ୍ଯମରେ ବର୍ଣ୍ଣନା କରୁଥିଲେ ।

CHSE Odisha Class 12 History Chapter 1 Objective Questions in Odia Medium

୨୦ । ନାସିକ ପ୍ରଶସ୍ତିରୁ କେଉଁ ଶାସକଙ୍କ କଥା ଜଣାପଡ଼େ ?
Answer:
ନାସିକ ପ୍ରଶସ୍ତିରୁ ସାତବାହନ ଶାସକ ଗୌତମୀପୁତ୍ର ସାତକର୍ମୀଙ୍କ ବିଷୟରେ ଜଣାପଡ଼ିଥାଏ ।

୨୧ । ଅଭିଲେଖ ଉପାଦାନକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ ?
Answer:
ଅଭିଲେଖ ଉପାଦାନକୁ ପାଞ୍ଚଭାଗରେ ବିଭକ୍ତ କରାଯାଇଛି; ଯଥା – ପ୍ରଶଂସାବ୍ୟଞ୍ଜକ ଅଭିଲେଖ, ସ୍ମାରକ ଅଭିଲେଖ, ଧାର୍ମିକ ଅଭିଲେଖ, ଆଜ୍ଞାପତ୍ର ଏବଂ ଦାନପତ୍ର ।

୨୨ । ଅପସଡ଼୍ ଅଭିଲେଖ କେଉଁ ଶାସକଙ୍କ ଗୁଣଗାନ କରେ ?
Answer:
ଅପସଡ଼୍ ଅଭିଲେଖ ଆଦିତ୍ୟସେନଙ୍କ ଗୁଣଗାନ କରେ ।

୨୩ । ବୟଣାର ସଞ୍ଚ ମୁଦ୍ରା କେଉଁ ବିଷୟ ଉପରେ ଆଲୋକପାତ କରିଥାଏ ?
Answer:
ବୟଣାର ସଞ୍ଚ ମୁଦ୍ରା ଗୁପ୍ତଯୁଗର ବାଣିଜ୍ୟିକ ଅବନତି ଉପରେ ଆଲୋକପାତ କରିଥାଏ ।

୨୪ । ପ୍ରାଚୀନ ଓଡ଼ିଶାର ଇତିହାସ ରଚନା କରିବାପାଇଁ କିଏ ବହୁ ଉପାଦେୟ ତଥ୍ୟ ଯୋଗାଇଥାଏ ?
Answer:
କଟକ ରାଜବଂଶାବଳୀ ଏବଂ ଉଡ୍ରଦେଶ ରାଜବଂଶାବଳୀ ପ୍ରାଚୀନ ଓଡ଼ିଶାର ଇତିହାସ ରଚନା କରିବାପାଇଁ ବହୁ ଉପାଦେୟ ତଥ୍ୟ ଯୋଗାଇଥାଏ ।

୨୫ । କେଉଁ ବ୍ୟାକରଣ ତଥ୍ୟରୁ ଇତିହାସର ଉପାଦାନ ମିଳେ ?
Answer:
ପାଣିନି ଓ ପତଞ୍ଜଳିଙ୍କ ବ୍ୟାକରଣ ତଥ୍ୟରୁ ଐତିହାସିକ ଉପାଦାନ ମିଳେ ।

CHSE Odisha Class 12 History Chapter 1 Objective Questions in Odia Medium

୨୬ । କାଶ୍ମୀର ରାଜବଂଶର ଇତିହାସ କେଉଁ ଗ୍ରନ୍ଥରୁ ଜଣାପଡ଼ିଥାଏ ?
Answer:
କାଶ୍ମୀର ରାଜବଂଶର ଇତିହାସ ‘ରାଜତରଙ୍ଗିଣୀ’ ଗ୍ରନ୍ଥରୁ ଜଣାପଡ଼ିଥାଏ ।

୨୭ । ପ୍ରାଚୀନ ଭାରତ ଇତିହାସ ରଚନା ପାଇଁ କେତେ ପ୍ରକାର ଉପାଦାନ ରହିଛି ଓ ସେଗୁଡ଼ିକ କ’ଣ ?
Answer:
ପ୍ରାଚୀନ ଭାରତ ଇତିହାସ ରଚନା ପାଇଁ ତିନି ପ୍ରକାର ଉପାଦାନ ରହିଛି; ଯଥା – ପ୍ରତ୍ନତାତ୍ତ୍ଵିକ, ସାହିତ୍ୟିକ ଏବଂ ଅଭିଲେଖାଗାରୀୟ ଉପାଦାନ ।

୨୮ । ଅଭିଲେଖଗୁଡ଼ିକ କେଉଁ ଭାଷାରେ ଲିପିବଦ୍ଧ ହୋଇଥିଲା ?
Answer:
ଅଭିଲେଖଗୁଡ଼ିକ ପ୍ରାକୃତ ଭାଷାରେ ଲିପିବଦ୍ଧ ହୋଇଥିଲା ।

୨୯ । ଚାରିବେଦ କେବେ ରଚିତ ହୋଇଥିଲା ?
Answer:
ଚାରିବେଦ ପ୍ରାୟତଃ ଖ୍ରୀ.ପୂ. ୨୦୦୦ ରୁ ୧୫୦୦ ମଧ୍ଯରେ ବା ବୈଦିକ ସଭ୍ୟତାରେ ରଚିତ ହୋଇଥିଲା ।

୩୦ । ‘ମାଳାବିକାଗ୍ନିମିତ୍ରମ୍’ ନାଟକର ସ୍ରଷ୍ଟା କିଏ ?
Answer:
ମହାକବି କାଳିଦାସ ‘ମାଳାବିକାଗ୍ନିମିତ୍ରମ୍’ ନାଟକର ସ୍ରଷ୍ଟା ଅଟନ୍ତି ।

୩୧ । ଲୁମ୍ବିନୀ ଅଭିଲେଖ କେଉଁ ଶାସକଙ୍କ ଗୁଣଗାନ କରେ ?
Answer:
ଲୁମ୍ବିନୀ ଅଭିଲେଖ ସମ୍ରାଟ ଅଶୋକଙ୍କ ଗୁଣଗାନ କରେ ।

CHSE Odisha Class 12 History Chapter 1 Objective Questions in Odia Medium

୩୨ । ଗୌତମପୁତ୍ରଙ୍କ ବିଷୟ କେଉଁ ପ୍ରଶସ୍ତିରୁ ଜଣାପଡ଼େ ?
Answer:
ଗୌତମପୁତ୍ରଙ୍କ ବିଷୟ ନାସିକ ପ୍ରଶସ୍ତିରୁ ଜଣାପଡ଼େ ।

୩୩ । ଭାରତର ଇତିହାସ ଭାରତ ବାହାରେ ସମ୍ବନ୍ଧରେ ଥ‌ିବା କେଉଁ ଶିଳାଲେଖରୁ ସୂଚନା ମିଳେ ?
Answer:
ଭାରତର ଇତିହାସ ସମ୍ବନ୍ଧରେ ଭାରତ ବାହାରେ ଏସିଆ ମାଇନର ଅଞ୍ଚଳରେ ଥିବା ବୋଘାଜକୋଇ ଲେଖ ଓ ପାରସ୍ୟରେ ଥ‌ିବା ଶିଳାଲେଖରୁ ସୂଚନା ମିଳେ ।

୩୪ । ‘କୁମାରପାଳ ଚରିତ’ର ରଚୟିତା କିଏ ?
Answer:
ହେମଚନ୍ଦ୍ର ‘କୁମାରପାଳ ଚରିତ’ର ରଚୟିତା ଅଟନ୍ତି ।

୩୫ । ‘କୁମାରସମ୍ଭବ’ର ରଚୟିତା କିଏ ?
Answer:
କାଳିଦାସ ‘କୁମାରସମ୍ଭବ’ର ରଚୟିତା ଅଟନ୍ତି ।

୩୬ । ପ୍ରାକ୍ ଐତିହାସିକ ଯୁଗ କାହାକୁ କୁହାଯାଏ ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ପୂର୍ବବର୍ତ୍ତୀ ସମୟକୁ ପ୍ରାକ୍ ଐତିହାସିକ ଯୁଗ କୁହାଯାଏ ।

୩୭ । ଇତିହାସର ରଚନା କେବେ ହୋଇଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଇତିହାସର ରଚନା ହୋଇଥିଲା ।

CHSE Odisha Class 12 History Chapter 1 Objective Questions in Odia Medium

୩୮ । ଇତିହାସ ଲେଖିପାଇଁ ଦୁଇଟି ମୁଖ୍ୟ ଉପାଦାନର ନାମ ଲେଖ ।
Answer:
ସାହିତ୍ୟ ଗ୍ରନ୍ଥ ଓ ବୈଦେଶିକ ଭ୍ରମଣକାରୀଙ୍କ ବିବରଣୀ ଇତିହାସ ଲେଖିବାପାଇଁ ଦୁଇଟି ମୁଖ୍ୟ ଉପାଦାନ ଅଟେ ।

୩୯ । ଲିପି ବା ଲେଖରେ କେଉଁ ବିଷୟ ଲିପିବଦ୍ଧ ହୋଇଥାଏ ?
Answer:
ଲିପି ବା ଲେଖରେ ରାଜା ଓ ପ୍ରଜାମାନଙ୍କର କୃତିତ୍ବ ବର୍ଣ୍ଣନା ଓ ପ୍ରଶସ୍ତିଗାନ, ଶାସନଗତ ନିର୍ଦ୍ଦେଶ, ନୀତିଗତ ଅନୁଶାସନ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ପଦବୀ ମଣ୍ଡନ, ଦାନପତ୍ର ଇତ୍ୟାଦି ଲିପିବଦ୍ଧ ହୋଇଥାଏ ।

୪୦ । ଭାରତର ଅତି ପ୍ରାଚୀନ ଐତିହାସିକ ଗ୍ରନ୍ଥର ନାମ କ’ଣ ଅଟେ ?
Answer:
ଋଗ୍‌ବେଦ ଭାରତର ଅତି ପ୍ରାଚୀନ ଐତିହାସିକ ଗ୍ରନ୍ଥ ଅଟେ ।

୪୧ । ଓଡ଼ିଶାର ଦୁଇଟି ପ୍ରତ୍ନତାତ୍ତ୍ଵିକ ଉପାଦାନର ନାମ ଲେଖ ।
Answer:
ଲଳିତଗିରି ଓ ଶିଶୁପାଳଗଡ଼ର ଧ୍ୱଂସାବଶେଷ ଓଡ଼ିଶାର ଦୁଇଟି ପ୍ରତ୍ନତାତ୍ତ୍ଵିକ ଉପାଦାନ ଅଟେ ।

୪୨ । କେଉଁ ସମୟରେ ମୁଦ୍ରାର ପ୍ରଚଳନ ବହୁଳ ଭାବରେ ହୋଇଥିଲା ?
Answer:
ମୌର୍ଯ୍ୟଯୁଗର ପରବର୍ତ୍ତୀ କାଳରେ ମୁଦ୍ରାର ପ୍ରଚଳନ ବହୁଳ ଭାବରେ ହୋଇଥିଲା ।

CHSE Odisha Class 12 History Chapter 1 Objective Questions in Odia Medium

୪୩ । ପ୍ରାଚୀନ ସାହିତ୍ୟ କେତେ ଭାଗରେ ବିଭକ୍ତ ଓ କ’ଣ କ’’ଣ ?
Answer:
ପ୍ରାଚୀନ ସାହିତ୍ୟ ତିନିଭାଗରେ ବିଭକ୍ତ; ଯଥା — ଧର୍ମୀୟ ସାହିତ୍ୟ, ଲୌକିକ ସାହିତ୍ୟ ଓ ବୈଦେଶିକ ବିବରଣୀ ।

୪୪ । ଲୌକିକ ସାହିତ୍ୟ କାହାକୁ କୁହାଯାଏ ?
Answer:
ପ୍ରାଚୀନ ଭାରତର ସାହିତ୍ୟ ରଚନାକୁ ଲୌକିକ ସାହିତ୍ୟ କୁହାଯାଏ ।

୪୫ । କେଉଁ ଆଇନ ଶାସ୍ତ୍ରରେ ରାଜାମାନଙ୍କର ନୀତି, ଶାସକମାନଙ୍କର ଦାୟିତ୍ଵ ଓ ପ୍ରଜାମାନଙ୍କର କହିବା ବଣ୍ଠିତ ହୋଇଛି ?
Answer:
ଧର୍ମସୂତ୍ର ଓ ମନୁସ୍ମୃତି ଶାସ୍ତ୍ରରେ ରାଜାମାନଙ୍କର ନୀତି ଶାସକମାନଙ୍କର ଦାୟିତ୍ଵ ଓ ପ୍ରଜାମାନଙ୍କର କର୍ତ୍ତବ୍ୟ ବର୍ଣ୍ଣିତ ହୋଇଛି ।

୪୬ । ପ୍ରାଚୀନ ଭାରତ ପରିଭ୍ରମଣରେ ଆସିଥିବା ଦୁଇଜଣ ପ୍ରସିଦ୍ଧ ବିଦେଶୀ ପର୍ଯ୍ୟଟକଙ୍କ ନାମ ଉଲ୍ଲେଖ କର ।
Answer:
ଗୁପ୍ତ ଯୁଗରେ ଚୀନ୍ ପରିବ୍ରାଜକ ଫାହିୟାନ, ମୌର୍ଯ୍ୟ ଯୁଗରେ ମେଘାସ୍ଥିନିସ୍ ଓ ହର୍ଷଙ୍କ ସମୟରେ ହୁଏନ୍‌ସାଂ ଭାରତ ଭ୍ରମଣରେ ଆସିଥିଲେ ।

୪୭ । ମେହରୌଲୀ ଲୌହ ସ୍ତମ୍ଭାଭିଲେଖରୁ କେଉଁ ରାଜାଙ୍କ ସମ୍ପର୍କରେ ଜଣାପଡ଼ିଥାଏ ?
Answer:
ମେହରୌଲୀ ଲୌହ ସ୍ତମ୍ଭାଭିଲେଖରୁ ଗୁପ୍ତବଂଶର ରାଜା ଦ୍ବିତୀୟ ଚନ୍ଦ୍ରଗୁପ୍ତଙ୍କ ସମ୍ପର୍କରେ ଜଣାପଡ଼ିଥାଏ ।

CHSE Odisha Class 12 History Chapter 1 Objective Questions in Odia Medium

୪୮ । କିଏ ଓଡ଼ିଶାର ଉପକୂଳରେ ପାଲୁର ବନ୍ଦର ଥ‌ିବାର ପ୍ରକାଶ କରିଥିଲେ ?
Answer:
ଭୌଗୋଳିକ ଟଲେମି ଓଡ଼ିଶା ଉପକୂଳରେ ପାଲୁରଠାରେ ଏକ ପ୍ରସିଦ୍ଧ ବନ୍ଦର ଥିବା ପ୍ରକାଶ କରିଥିଲେ ।

D. ଭ୍ରମ ସଂଶୋଧନ କର ।

୧। ଗୁପ୍ତରାଜାମାନେ ପ୍ରଚୁର ପରିମାଣରେ ତାମ୍ର ଓ ରୌପ୍ୟ ମୁଦ୍ରା ପ୍ରଚଳନ କରୁଥିଲେ ।
Answer:
ଗୁପ୍ତରାଜାମାନେ ପ୍ରଚୁର ପରିମାଣରେ ସ୍ବର୍ଣ୍ଣ ଓ ରୌପ୍ୟ ମୁଦ୍ରା ପ୍ରଚଳନ କରୁଥିଲେ ।

୨। ୬୫୦ ଖ୍ରୀ.ଅ.ରେ ହୁଏନ୍‌ସାଂ ଭାରତରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ।
Answer:
୬୪୪ ଖ୍ରୀ.ଅ.ରେ ହୁଏନ୍‌ସାଂ ଭାରତରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ।

୩ । ରୁମିନିଦେଇ ହସ୍ତଲିପି ଖାରବେଳଙ୍କ ସମୟରେ ଲେଖାଯାଇଥିଲା ।
Answer:
ରୁମିନିଦେଇ ହସ୍ତଲିପି ଅଶୋକଙ୍କ ସମୟରେ ଲେଖାଯାଇଥିଲା ।

୪ । ହର୍ଷବର୍ଦ୍ଧନଙ୍କ ରାଜତ୍ଵ ସମୟରେ ଚୀନ୍ ପରିବ୍ରାଜକ ଫାହିୟାନ୍ ଭାରତ ପରିଭ୍ରମଣରେ ଆସିଥିଲେ ।
Answer:
ହର୍ଷବର୍ଦ୍ଧନଙ୍କ ରାଜତ୍ଵ ସମୟରେ ହୁଏନ୍‌ସାଂ ଭାରତ ପରିଭ୍ରମଣରେ ଆସିଥିଲେ ।

୫ । ସାମବେଦ ଋଗ୍‌ବୈଦିକ ଆର୍ଯ୍ୟମାନଙ୍କ ଜୀବନ ଉପରେ ଆଲୋକପାତ କରିଥାଏ ।
Answer:
ଋଗ୍‌ବେଦ ଋଗ୍‌ଦିକ ଆର୍ଯ୍ୟମାନଙ୍କ ଜୀବନ ଉପରେ ଆଲୋକପାତ କରିଥାଏ ।

CHSE Odisha Class 12 History Chapter 1 Objective Questions in Odia Medium

୬ | ମୁଦ୍ରା ଉପରେ ଖୋଦିତ ଛବିରେ ତାଲା ବାଦ୍ୟଯନ୍ତ୍ର ଧରିଥ‌ିବାରୁ ସମୁଦ୍ରଗୁପ୍ତ ଜଣେ ସଙ୍ଗୀତପ୍ରେମୀ ରାଜା ଥ‌ିବାର ଜଣାପଡ଼େ ।
Answer:
ମୁଦ୍ରା ଉପରେ ଖୋଦିତ ଛବିରେ ବୀଣା ବାଦ୍ୟଯନ୍ତ୍ର ଧରିଥିବାରୁ ସମୁଦ୍ରଗୁପ୍ତ ଜଣେ ସଙ୍ଗୀତପ୍ରେମୀ ରାଜା ଥୁବାର ଜଣାପଡ଼େ ।

୭ । ‘ପରିଶିଷ୍ଟ ପର୍ବର’ ଲେଖକ ସାରଳା ଦାସ ଅଟନ୍ତି ।
Answer:
‘ପରିଶିଷ୍ଟ ପର୍ବ’ର ଲେଖକ ହେମଚନ୍ଦ୍ର ଅଟନ୍ତି ।

୮ । ‘ଲଳିତ ବିସ୍ତାର’ ହିନ୍ଦୁଧର୍ମ ସମ୍ପର୍କୀୟ ଗ୍ରନ୍ଥ ଅଟେ ।
Answer:
‘ଲଳିତ ବିସ୍ତାର’ ବୌଦ୍ଧଧର୍ମ ସମ୍ପର୍କୀୟ ଗ୍ରନ୍ଥ ଅଟେ ।

୯ । ‘ଓଡ଼ିଆ ମହାଭାରତ’ର ରଚୟିତା ଜଗନ୍ନାଥ ଦାସ ଅଟନ୍ତି ।
Answer:
‘ଓଡ଼ିଆ ମହାଭାରତ’ର ରଚୟିତା ସାରଳା ଦାସ ଅଟନ୍ତି ।

୧୦ । ‘ମୁକ୍ତି ଚିନ୍ତାମଣି’ର ରଚୟିତା ତୁଳସୀଦାସ ଅଟନ୍ତି ।
Answer:
‘ମୁକ୍ତି ଚିନ୍ତାମଣି’ର ରଚୟିତା ରାଜା ପୁରୁଷୋତ୍ତମଦେବ ଅଟନ୍ତି ।

୧୧। କହୁଣ ‘ରତ୍ନାବଳୀ’ ପୁସ୍ତକ ରଚନା କରିଥିଲେ ।
Answer:
କହୁଣ ‘ରାଜତରଙ୍ଗିଣୀ’ ପୁସ୍ତକ ରଚନା କରିଥିଲେ ।

CHSE Odisha Class 12 History Chapter 1 Objective Questions in Odia Medium

୧୨। ‘ସତ୍ୟାର୍ଥ ପ୍ରକାଶ’ର ରଚୟିତା ରାଜା ରାମମୋହନ ରାୟ ଅଟନ୍ତି ।
Answer:
‘ସତ୍ୟାର୍ଥ ପ୍ରକାଶ’ର ରଚୟିତା ସ୍ଵାମୀ ଦୟାନନ୍ଦ ସରସ୍ଵତୀ ଅଟନ୍ତି ।

୧୩। ‘ତାରିଖ-ଇ-ଫିରୋଜଶାହୀ’ର ଲେଖକ ଫିରୋଜଶାହା ତୁଗଲକ ।
Answer:
‘ତାରିଖ—ଇ–ଫିରୋଜଶାହୀ’ର ଲେଖକ ଜିଆଉଦ୍ଦିନ୍ ବାରାଣୀ ।

୧୪। ଫାହିୟାନ୍ ସପ୍ତମ ଶତାବ୍ଦୀରେ ଭାରତ ପରିଭ୍ରମଣରେ ଆସିଥିଲେ ।
Answer:
ଫାହିୟାନ୍ ପଞ୍ଚମ ଶତାବ୍ଦୀରେ ଭାରତ ପରିଭ୍ରମଣରେ ଆସିଥିଲେ ।

୧୫ । “ଏ ହିଷ୍ଟ୍ରି ଅଫ୍ ଦି ଜେନେରାଲ୍ ବାପିଷ୍ଟ ମିଶନ୍’’ର ରଚୟିତା ଜେମ୍ସ ହାରଗ୍ରୀଭସ୍ ଅଟନ୍ତି ।
Answer:
‘ଏ ହିଷ୍ଟ୍ରି ଅଫ୍ ଦି ଜେନେରାଲ୍ ବାପିଷ୍ଟ ମିଶନ୍’’ର ରଚୟିତା ଜେମ୍ସ ପେଗସ୍ ଅଟନ୍ତି ।

୧୬ । ଫାହିୟାଙ୍କୁ ଇତିହାସରେ ‘ତୀର୍ଥଯାତ୍ରୀଙ୍କ ମଧ୍ୟରେ ରାଜକୁମାର’ ବୋଲି କୁହାଯାଇଥାଏ ।
Answer:
ହୁଏନ୍‌ସାଂଙ୍କୁ ଇତିହାସରେ ‘ତୀର୍ଥଯାତ୍ରୀଙ୍କ ମଧ୍ୟରେ ରାଜକୁମାର’ ବୋଲି କୁହାଯାଇଥାଏ ।

୧୭ । ‘ଅଭିଜ୍ଞାନ ଶାକୁନ୍ତଳମ୍’ ବରାହମିହିର ରଚନା କରିଥିଲେ ।
Answer:
‘ଅଭିଜ୍ଞାନ ଶାକୁନ୍ତଳମ୍’ କାଳିଦାସ ରଚନା କରିଥିଲେ ।

୧୮। ଭାରତୀୟ ସମ୍ରାଟ ଅଶୋକଙ୍କ ଦରବାରକୁ ମେଘାସ୍ଥିନିସ୍ ଆସିଥିଲେ ।
Answer:
ଭାରତୀୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରକୁ ମେଘାସ୍ଥିନିସ୍ ଆସିଥିଲେ ।

୧୯ । ‘ପ୍ରିୟଦର୍ଶିକା’ ନାଟକ ବାଣଭଟ୍ଟଙ୍କର ରଚନା ଅଟେ ।
Answer:
‘ପ୍ରିୟଦର୍ଶିକା’ ନାଟକ ହର୍ଷବର୍ଦ୍ଧନଙ୍କର ରଚନା ଅଟେ ।

CHSE Odisha Class 12 History Chapter 1 Objective Questions in Odia Medium

୨୦ । ‘ତବାକତ୍—ଇ—ନାସିରୀ’ର ରଚୟିତା ଚାନ୍ଦବିବି ଥିଲେ ।
Answer:
‘ତବାକତ୍—ଇ—ନାସିରୀ’ର ରଚୟିତା ମିହାଜ୍-ଉସ୍-ସିରାଜ ଥିଲେ ।

୨୧ । ‘ରତ୍ନାବଳୀ’ର ରଚୟିତା କାଳିଦାସ ଥିଲେ ।
Answer:
‘ରତ୍ନାବଳୀ’ର ରଚୟିତା ହର୍ଷବର୍ଦ୍ଧନ ଥିଲେ ।

୨୨ । ‘ନାଗାନନ୍ଦ’ ନାଟକର ରଚୟିତା କାଳିଦାସ ଥିଲେ ।
Answer:
‘ନାଗାନନ୍ଦ’ ନାଟକର ରଚୟିତା ବାଣଭଟ୍ଟ ଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 16 ଓଡ଼ିଶା ପ୍ରତି ଅବଦାନ : ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତି, ସରଳା ଦେବୀ, ରମା ଦେବୀ ଓ ମାଳତୀ ଦେବୀ Long Answer Questions.

CHSE Odisha 12th Class History Chapter 16 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବିଶିଷ୍ଟ ସମାଜସେବୀ ଓ ସ୍ବାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜୀବନୀ ଓ କୃତିତ୍ବ ସଂକ୍ଷେପରେ ଲେଖ ।
Answer:
ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ୧୮୭୭ ଖ୍ରୀ.ଅ. ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦୈତାରୀ ଦାସ ଜଣେ ମୋକ୍ତାର ଥିଲେ । ଗୋପବନ୍ଧୁଙ୍କ ମାତା ସ୍ଵର୍ଣ୍ଣମୟୀ ଦେବୀ ଦୈତାରୀ ଦାସଙ୍କ ତୃତୀୟା ପତ୍ନୀ ଥିଲେ । ରୂପଦେଈପୁର ମଧ୍ୟ ଭର୍ଣ୍ଣାକୁଲାର ବିଦ୍ୟାଳୟ ଏବଂ ପୁରୀ ଜିଲ୍ଲା ସ୍କୁଲରେ ଶିକ୍ଷା ସମାପ୍ତ କରି ୧୮୯୯ ମସିହାରେ ଗୋପବନ୍ଧୁ ରେଭେନ୍ସା କଲେଜରେ ଭର୍ତ୍ତି ହୋଇଥିଲେ । ୧୯୦୪ ଖ୍ରୀ.ଅ.ରେ ସେ ରେଭେନ୍ସା କଲେଜରୁ ବି.ଏ. ପାଶ୍ କରିଥିଲେ । ୧୯୦୬ ଖ୍ରୀ.ଅ.ରେ ସେ କଲିକତା ବିଶ୍ବବିଦ୍ୟାଳୟରୁ ବି.ଏଲ୍. ପାଶ୍ କରିଥିଲେ । କିଛିଦିନ ପାଇଁ ନୀଳଗିରି ସ୍କୁଲରେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କଲାପରେ ସେ ପୁରୀରେ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ ।

ଛାତ୍ରାବସ୍ଥାରୁ ଗୋପବନ୍ଧୁ ନିଜକୁ ଦୁଇଟି କାର୍ଯ୍ୟରେ ନିବିଷ୍ଟ କରିବାକୁ ଭଲ ପାଉଥିଲେ । ତାହା ହେଉଛି ଦେଶସେବା ଏବଂ ସାହିତ୍ୟ ସାଧନା । ରେଭେନ୍ସା କଲେଜରେ ପଢ଼ିଲାବେଳେ ସାଥୀ ବ୍ରଜସୁନ୍ଦର ଦାସଙ୍କ ସାହାଯ୍ୟରେ ସେ କେନ୍ଦ୍ରୀୟ ଯୁବ ଉତ୍କଳ ସଂଘ ଗଠନ କରିଥିଲେ । ଏହି ସଂଘ ତରଫରୁ ଦଳ ଦଳ ସ୍ଵେଚ୍ଛାସେବକ ୧୯୦୭ ଖ୍ରୀ.ଅ.ରେ ଯାଜପୁର ଏବଂ କେନ୍ଦ୍ରାପଡ଼ାରେ ବନ୍ୟାପ୍ରପୀଡ଼ିତ ଲୋକମାନଙ୍କ ମଧ୍ୟରେ ସାହାଯ୍ୟ ବଣ୍ଟନ କରିଥିଲେ ।

୧୯୦୯ ଖ୍ରୀ.ଅ.ରେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଏବଂ ପରିଚାଳନାରେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଏବଂ ଆଚାର୍ଯ୍ୟ ହରିହର ଦାସ ଗୋପବନ୍ଧୁଙ୍କ ସହିତ ସହଯୋଗ କରିଥିଲେ । ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ମଧ୍ୟ ସରକାରୀ ଚାକିରିର ମୋହ ତ୍ୟାଗ କରି ଏମାନେ ଅଳ୍ପ ଦରମାରେ ଏହି ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଏହି ବିଦ୍ୟାଳୟର ଶିକ୍ଷକମାନେ ଛାତ୍ରମାନଙ୍କୁ ଆଦର୍ଶ ନାଗରିକ କରି ଗଢ଼ିବା ତଥା ପାର୍ଶ୍ଵବର୍ତୀ ଗ୍ରାମବାସୀଙ୍କ ମନରୁ ସାମାଜିକ ଅନ୍ଧବିଶ୍ବାସ ଦୂର କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସାର୍ ଆଶୁତୋଷ ମୁଖାର୍ଜୀ, ସାର୍ ଏଡ଼ୱାର୍ଡ଼ ଗେଟ୍ (ବିହାର-ଓଡ଼ିଶାର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର) ଏବଂ ମହାତ୍ମା ଗାନ୍ଧି ଏହି ବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଏହାର ଶିକ୍ଷା ପ୍ରଣାଳୀକୁ ବହୁତ ପ୍ରଶଂସା କରିଥିଲେ ।

ସାଧାରଣ ଲୋକମାନଙ୍କୁ ଦେଶର ସମସ୍ୟା ସମ୍ପର୍କରେ ଅବଗତ କରାଇବାପାଇଁ ତଥା ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଗୋପବନ୍ଧୁ ସମ୍ବାଦପତ୍ର ପ୍ରକାଶନର ଗୁରୁତ୍ୱ ଉପଲବ୍ଧି କରିଥିଲେ । ୧୯୧୩ ଖ୍ରୀ.ଅ.ରୁ ୧୯୧୯ ଖ୍ରୀ.ଅ. ପର୍ଯ୍ୟନ୍ତ ସେ ବ୍ରହ୍ମପୁରଠାରେ ଶଶିଭୂଷଣ ରଥଙ୍କଦ୍ବାରା ପ୍ରକାଶିତ ସମ୍ବାଦପତ୍ର ‘ଆଶା’ର ସମ୍ପାଦନା କାର୍ଯ୍ୟ ତୁଲାଇଥିଲେ । ୧୯୧୫ ଖ୍ରୀ.ଅ.ରେ ସେ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ପ୍ରେସ୍‌ ‘ସତ୍ୟବାଦୀ’ ନାମକ ମାସିକ ସାହିତ୍ୟ ପତ୍ରିକା ବାହାର କରିଥିଲେ । ୧୯୧୯ ଖ୍ରୀ.ଅ. ଅକ୍ଟୋବର ମାସରେ ସେ ଏହି ପ୍ରେସରୁ ସାପ୍ତାହିକ ସମ୍ବାଦପତ୍ର ‘ସମାଜ’ ବାହାର କରିଥିଲେ । ପ୍ରତି ଶନିବାର ଏହି ସମ୍ବାଦପତ୍ର ପ୍ରକାଶିତ ହେଉଥିଲା ।

ଏଥ‌ିରେ ଦେଶର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଉଥିଲା । ସ୍ୱାସ୍ଥ୍ୟ ସମସ୍ୟା, ପ୍ରାଥମିକ ଶିକ୍ଷା, ଧର୍ମ, ଗ୍ରାମ-ପଞ୍ଚାୟତ, ସମବାୟ ଆନ୍ଦୋଳନ, କୃଷି, ଗ୍ରାମ୍ୟ ଶିଳ୍ପ ଏବଂ ବିକାଶ ଉପରେ ବିଶେଷ ଦୃଷ୍ଟି ଦିଆଯାଉଥିଲା । କିଛିକାଳ ପରେ ‘ସମାଜ’ ପୁରୀରୁ ପ୍ରକାଶିତ ହେଲା । ଶେଷରେ ଏହା କଟକରୁ ପ୍ରକାଶ ପାଇଲା । ୧୯୩୦ ଖ୍ରୀ.ଅ.ରେ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶିତ ହେଲା । ଓଡ଼ିଶାର ସାଧାରଣ ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟି କରିବାରେ ‘ସମାଜ’ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଅଦ୍ୟାବଧୂ ଓଡ଼ିଶାର ସାଧାରଣ ଜନ ଜୀବନରେ ଏହି ସମ୍ବାଦପତ୍ରର ଗୁରୁତ୍ବ ଅସ୍ବୀକାର କରିହେବ ନାହିଁ ।

୧୯୧୭ ଖ୍ରୀ.ଅ.ରେ ଗୋପବନ୍ଧୁ ବିହାର-ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ଓଡ଼ିଶାର ବିଭିନ୍ନ ସମସ୍ୟା ବିଶେଷତଃ ବନ୍ୟା ସମ୍ବନ୍ଧରେ ସେ ସ୍ବରଉତ୍ତୋଳନ କରିଥିଲେ ।
ଗାନ୍ଧିଙ୍କ ଅସହଯୋଗ କାର୍ଯ୍ୟକ୍ରମ ଅନୁସାରେ ଗୋପବନ୍ଧୁ ଦାସ ବିହାର-ଓଡ଼ିଶା ବିଧାନସଭାରୁ ଇସ୍ତଫା ଦେଇଥିଲେ ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ନାଗପୁର କଂଗ୍ରେସ ଅଧ୍ଵବେଶନର ସିଦ୍ଧାନ୍ତ ଅନୁସାରେ ଓଡ଼ିଶା ପାଇଁ ଭାଷାଭିଭିରେ ଏକ ସ୍ଵତନ୍ତ୍ର ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା । ଗୋପବନ୍ଧୁ ଏହାର ସଭାପତି ହେଲେ । ତାଙ୍କର ମୁଖପତ୍ର ‘ସମାଜ’ ଜରିଆରେ ସେ ଓଡ଼ିଶାର ଘରେ ଘରେ ଅସହଯୋଗର ବାର୍ତ୍ତା ପହଞ୍ଚାଇଦେଲେ ।

ଅସହଯୋଗ କାର୍ଯ୍ୟକ୍ରମ ଅନୁସାରେ ଜାତୀୟ ଶିକ୍ଷାର ପ୍ରସାର ପାଇଁ ଗୋପବନ୍ଧୁ ଉତ୍କଳ ସ୍ୱରାଜ ଶିକ୍ଷା ପରିଷଦ ଗଠନ କରିଥିଲେ ଏବଂ ତାଙ୍କଦ୍ବାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କରିଥିଲେ । ସେ ଏହି ବିଦ୍ୟାଳୟ ପାଇଁ ୨୦,୦୦୦ ଟଙ୍କାର ସରକାରୀ ସାହାଯ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ । ଗୋପବନ୍ଧୁଙ୍କ ଅନୁରୋଧରେ ମହାତ୍ମା ଗାନ୍ଧି ୧୯୨୧ ଖ୍ରୀ.ଅ.ରେ ମାର୍ଚ୍ଚ ମାସରେ କଟକ ଆସିଥିଲେ । ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ କାଠଯୋଡ଼ି ନଈବାଲିର ସଭାରେ ଓଡ଼ିଶାର ଜନସାଧାରଣଙ୍କ ସହିତ ମହାତ୍ମା ଗାନ୍ଧିଙ୍କୁ ପରିଚିତ କରାଇ ଗୋପବନ୍ଧୁ କହିଥିଲେ, ‘ଏହି ଧର୍ମାତ୍ମା ଓ ପୁଣ୍ୟାତ୍ମାଙ୍କ ରାଜନୀତିରେ କୂଟ ରାଜନୀତିର ସତ୍ତା ନାହିଁ । ତାଙ୍କ ପ୍ରଚାରିତ ଭାରତବାସୀଙ୍କଦ୍ୱାରା ଗୃହୀତ ନୀତିକୁ ଆପଣାମାନେ ମନସ୍ଥ ହୋଇ ଅନୁସରଣ କରିବାକୁ ଉପସ୍ଥିତ । ଉତ୍କଳ ଯୁଗେ ଯୁଗେ ଧର୍ମ ବିଷୟରେ ଉଦାରତା ଦେଖାଇଛି । ନାନା ଧର୍ମର, ବର୍ଣ୍ଣର, ସମ୍ପ୍ରଦାୟର ଲୋକେ ଉତ୍କଳରେ ଏକୀଭୂତ ।

ପୁରୀ ଧାମରେ ଜାତିଭେଦ ନାହିଁ । ଆଜି ମହାତ୍ମା ଗାନ୍ଧିଙ୍କ ଶୁଭାଗମନ ଉତ୍କଳ ଇତିହାସରେ ଏକ ନୂତନ ଓ ଚିରସ୍ମରଣୀୟ ଘଟଣା । ଆପଣମାନେ ଉତ୍କଳୀୟଙ୍କର ପୂର୍ବ ଗୌରବ ଓ ଧର୍ମ, ଉଦାରତା ସ୍ମରଣ ରଖୁ ମହାତ୍ମାଙ୍କ କଥା ଶ୍ରବଣ କରନ୍ତୁ ।’’ ଗୋପବନ୍ଧୁ ଦାସ ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାପାଇଁ ମନପ୍ରାଣ ଦେଇ ଲାଗିପଡ଼ିଲେ । କଂଗ୍ରେସ ପାଇଁ ଅର୍ଥ ସଂଗ୍ରହ କରିବା ନିମିତ୍ତ ଯେଉଁ ‘ତିଳକ ସ୍ଵରାଜ ପାଣ୍ଠି’’ ଗଢ଼ାଯାଇଥିଲା ସେଥ‌ିପାଇଁ ଗୋପବନ୍ଧୁ ଚାନ୍ଦା ସଂଗ୍ରହ କରିଥିଲେ । ଖଦଡ଼ ପିନ୍ଧିବା ପାଇଁ ପ୍ରଚାର, ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା ଏବଂ ନିଶା ନିବାରଣ ଆଦି ଗାନ୍ଧିଙ୍କ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମକୁ ଓଡ଼ିଶାରେ ସଫଳ କରିବାପାଇଁ ସେ ଉଦ୍ୟମ କରିଥିଲେ ।

୧୯୨୬ ଖ୍ରୀ.ଅ.ରେ ଗୋପବନ୍ଧୁ କଲିକତାଠାରେ ପଞ୍ଜାବକେଶରୀ ଲାଲା ଲଜପତ୍ ରାୟଙ୍କୁ ସାକ୍ଷାତ୍ କରିଥିଲେ ଏବଂ ଲାଲାଜୀଙ୍କ ଅନୁରୋଧକ୍ରମେ ତାଙ୍କଦ୍ବାରା ସ୍ଥାପିତ ଲୋକସେବକ ମଣ୍ଡଳର ସଦସ୍ୟ ହୋଇଥିଲେ । ଅଳ୍ପକାଳ ପରେ ଗୋପବନ୍ଧୁ ଲୋକସେବକ ମଣ୍ଡଳର ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ । ଗୋପବନ୍ଧୁ କଟକରେ ଲୋକସେବକ ମଣ୍ଡଳର ଶାଖା ପ୍ରତିଷ୍ଠା କରିଥିଲେ ଏବଂ ସାପ୍ତାହିକ ସମ୍ବାଦପତ୍ର ‘ସମାଜ’କୁ ଏଥୁସହିତ ସମ୍ପୃକ୍ତ କରିଥିଲେ । ୧୯୨୬ ଖ୍ରୀ.ଅ.ରେ ଗୋପବନ୍ଧୁ ପୁରୀରେ ବିଧବାଶ୍ରମ ପ୍ରତିଷ୍ଠା କରିଥିଲେ । ବିଧବାମାନଙ୍କୁ ଶିକ୍ଷାଦେବା ତଥା ଉପାର୍ଜନକ୍ଷମ କରାଇବା ଏହି ବିଧବା ଆଶ୍ରମର ଉଦ୍ଦେଶ୍ୟ ଥିଲା । ୧୯୨୭ ଖ୍ରୀ.ଅ. ଜୁଲାଇ ମାସରେ ବୈତରଣୀ, ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ନଦୀମାନଙ୍କର ବନ୍ୟାଦ୍ଵାରା ପ୍ରପୀଡ଼ିତ ଲୋକମାନଙ୍କୁ ଗୋପବନ୍ଧୁ ଏବଂ ଲିଙ୍ଗରାଜ ମିଶ୍ର ସାହାଯ୍ୟ ବାଣ୍ଟିଥିଲେ ।

୧୯୨୮ ଖ୍ରୀ.ଅ. ଏପ୍ରିଲ ମାସରେ ଗୋପବନ୍ଧୁ ଲାହୋରଠାରେ ଲୋକସେବକ ମଣ୍ଡଳର ବାର୍ଷିକ ଅଧୂବେଶନରେ ଯୋଗ ଦେଇଥିଲେ । ସେଠାରୁ ଫେରିଲାପରେ ସେ ଆନ୍ତ୍ରିକ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ । ପଚିଶ ଦିନପରେ ସେ ଜ୍ଵରମୁକ୍ତ ହୋଇଥିଲେ । ୧୯୨୮ ଖ୍ରୀ.ଅ. ଜୁନ୍ ଆରମ୍ଭରେ ସେ କଲିକତାରେ ଥ‌ିବା ଓଡ଼ିଆ ଶ୍ରମିକ ସଙ୍ଗଠନର ପରିଚାଳନା ବୁଝାବୁଝି କରିବାପାଇଁ ସେଠାକୁ ଯାତ୍ରା କରିଥିଲେ । କଲିକତାରୁ ଫେରିଲାପରେ ସେ ପୁଣି ଜ୍ଵରରେ ଆକ୍ରାନ୍ତ ହୋଇଥିଲେ । ସେହି ଜ୍ଵରରେ ୧୯୨୮ ଖ୍ରୀ.ଅ. ଜୁନ୍ ୧୭ ତାରିଖରେ ସେ ପ୍ରାଣତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କର ବୟସ ମାତ୍ର ୫୨ ବର୍ଷ ହୋଇଥିଲା । ସମାଜ ପାଇଁ କାର୍ଯ୍ୟବ୍ୟସ୍ତ ରହି ସେ ନିଜର ସ୍ବାସ୍ଥ୍ୟକୁ ହେଳା କରିଥିଲେ; ଫଳରେ ଅଳ୍ପ ବୟସରେ ସେ ପ୍ରାଣ ହରାଇଥିଲେ । ସେ ସମାଜ ପାଇଁ ବଞ୍ଚୁଥିଲେ ଏବଂ ସମାଜ ପାଇଁ ପ୍ରାଣ ଦାନ କରିଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

୨। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କର କୃତିତ୍ଵ ସଂକ୍ଷେପରେ ଲେଖ ।
Answer:
ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ଜମିଦାରୀର ଜମିଦାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଓଡ଼ିଶାର ଐତିହାସିକ ଗଙ୍ଗ ରାଜବଂଶରେ ୧୮୯୨ ଖ୍ରୀ.ଅ. ଏପ୍ରିଲ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ବାରବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲେ । ତାଙ୍କର ନାବାଳକ ଅବସ୍ଥାରେ ପାରଳାଖେମୁଣ୍ଡି ଜମିଦାରୀ କୋର୍ଟ ଅଫ୍ ୱାର୍ଡ଼ସ୍‌ (Court of Wards) ଦ୍ଵାରା ପରିଚାଳିତ ହୋଇଥିଲା । ସେ ପାରଳାଖେମୁଣ୍ଡି ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟ ଏବଂ ମାନ୍ଦ୍ରାଜର ନିଉଇଙ୍ଗଟନ୍ ଆବାସିକ ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଏହି ନିଉଇଙ୍ଗଟନ୍ ମହାବିଦ୍ୟାଳୟରେ ଧନୀ ଜମିଦାର ଛାତ୍ରମାନେ ଅଧ୍ୟୟନ କରୁଥିଲେ । ଏହି ମହାବିଦ୍ୟାଳୟରେ ଶିକ୍ଷାଲାଭ କାଳରେ ସେ ନିଜର ବ୍ୟକ୍ତିତ୍ଵକୁ ସୁଗଠିତ କରିଥିଲେ ତଥା କୃଷି ଏବଂ ଗ୍ରାମାଞ୍ଚଳର ବିକାଶ ସମ୍ବନ୍ଧରେ ଧାରଣା ଲାଭ କରିଥିଲେ ।

୧୯୧୩ ଖ୍ରୀ.ଅ.ରେ ଜମିଦାରୀର ଦାୟିତ୍ବ ହାତକୁ ନେବାପାଇଁ କୃଷ୍ଣଚନ୍ଦ୍ରଙ୍କୁ ଶିକ୍ଷା ସମାପ୍ତ ହେବା ପୂର୍ବରୁ ମହାବିଦ୍ୟାଳୟ ଛାଡ଼ିବାକୁ ପଡ଼ିଥିଲା । ଜମିଦାର ଭାବରେ କୃଷ୍ଣଚନ୍ଦ୍ର ବେଶ୍ ଉନ୍ନତମନା ଓ ଉଦାର ଥିଲେ ଏବଂ ସେ ଜମିଦାରୀର ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ଜମିଦାରୀର ଦାୟିତ୍ଵ ହାତକୁ ନେବାପରେ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳମାନଙ୍କର ମିଶ୍ରଣ ପାଇଁ ବିଶେଷତଃ ଗଞ୍ଜାମ ଜିଲ୍ଲାକୁ ମାନ୍ଦ୍ରାଜ ପ୍ରଦେଶରୁ ଅଲଗା କରି ଓଡ଼ିଶାରେ ମିଶାଇବାପାଇଁ ସେ ଲାଗିପଡ଼ିଥିଲେ । ଯଦିଓ ତାଙ୍କର ଜମିଦାରୀ ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୁକ୍ତ ଥିଲା, ସେ ନିଜକୁ ଓଡ଼ିଶା ଡିଭିଜନ୍‌ରେ ଚାଲୁଥିବା ଓଡ଼ିଆ ଆନ୍ଦୋଳନ ସହିତ ସମ୍ପର୍ଣ୍ଣଭାବେ ସମ୍ପୃକ୍ତ କରିଥିଲେ । ସେ କଟକର ଉତ୍କଳ ସାହିତ୍ୟ ସମାଜ ଏବଂ ସାକ୍ଷୀଗୋପାଳର ସତ୍ୟବାଦୀ ବିଦ୍ୟାଳୟକୁ ବହୁତ ଅର୍ଥ ଦାନ କରିଥିଲେ ।

୧୯୧୪ ଖ୍ରୀ.ଅ. ଡିସେମ୍ବର ମାସରେ ମହାରାଜା କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିଠାରେ ଉତ୍କଳ ସମ୍ମିଳନୀର ଦଶମ ଅଧ୍ଵବେଶନ ଆୟୋଜନ କରିଥିଲେ । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୨୨ ବର୍ଷ । ଏହି ସମ୍ମିଳନୀରେ ବିଭିନ୍ନ ଅଞ୍ଚଳମାନଙ୍କରୁ ପ୍ରାୟ ଦୁଇହଜାର ବ୍ୟକ୍ତି ଯୋଗଦାନ କରିଥିଲେ । ମଧୁସୂଦନ ଦାସ, ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, ବିଶ୍ଵନାଥ କର, ଗୋଦାବରୀଶ ମିଶ୍ର, ଶଶିଭୂଷଣ ରାୟ ଏବଂ ଜଗବନ୍ଧୁ ସିଂହ ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଏହି ଅଧିବେଶନରେ ଯୋଗଦାନ କରିଥିଲେ । ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଇଂରେଜ ସରକାରଙ୍କୁ ଗୁରୁତ୍ବପୂର୍ଣ୍ଣ ସେବାଦାନ କରିଥିବା ହେତୁ ତାଙ୍କୁ ଇଂରେଜ ସରକାର ‘ରାଜାସାହେବ’ ଉପାଧ୍ ପ୍ରଦାନ କରିଥିଲେ ।

୧୯୨୪ ଖ୍ରୀ.ଅ.ରେ ଫିଲିପ୍-ଡଫ୍ କମିଟି ଆଗରେ ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାରେ ମିଶାଇ ଦେବାପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ ଭାବରେ ଦାବି କରିଥିଲେ । ତାଙ୍କ ମତଦ୍ୱାରା ପ୍ରଭାବିତ ହୋଇ ଏହି କମିଟି ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାରେ ମିଶାଇଦେବା ପାଇଁ ସୁପାରିଶ୍ କରିଥିଲେ । ଫିଲିପ୍ ଏବଂ ଡଫ୍ ପରେ କହିଥିଲେ, ‘ମୁଖ୍ୟତଃ ଗଞ୍ଜାମର ବିଶିଷ୍ଟ ଜମିଦାର ପାରଳାଖେମୁଣ୍ଡିର ମହାରାଜାଙ୍କ ମତ ଏବଂ ଇଚ୍ଛାକୁ ଭିତ୍ତି କରି ଆମ୍ଭେମାନେ ୧୯୨୪ ଖ୍ରୀ.ଅ.ରେ କମିଟି ରିପୋର୍ଟରେ ସୁପାରିସ୍ ଦେଇଥୁଲୁ ।’’

୧୯୨୭ ଖ୍ରୀ.ଅ.ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ରାଜକୀୟ କୃଷି କମିଶନ୍ (Royal Agriculture Commission) ର ସଭ୍ୟରୂପେ ନିଯୁକ୍ତ ହୋଇଥିଲେ । ଏହି କମିଶନର ଅଧ୍ୟକ୍ଷ ଥିଲେ ଭାରତର ପରବର୍ତ୍ତୀ ବଡ଼ଲାଟ୍ ଲର୍ଡ଼ ଲିନ୍‌ଲି । କମିଶନ୍‌ର ସଭ୍ୟଭାବେ କୃଷ୍ଣଚନ୍ଦ୍ର ଯେଉଁ ମତାମତ ଦେଇଥିଲେ ତାହାକୁ ଲର୍ଡ଼ ଲିନ୍‌ଲିଥ୍‌ ଗୁରୁତ୍ଵ ଦେଇଥିଲେ । କମିଶନ୍‌ର ସଭ୍ୟଭାବେ ସେ ଯେଉଁ ଅର୍ଥ ଉପାର୍ଜନ କରିଥିଲେ ତାହା ସେ କୁନୁଠାରେ ପୁଷ୍ଟି ଗବେଷଣା କେନ୍ଦ୍ର (Nutrition Research Centre) ପ୍ରତିଷ୍ଠା ପାଇଁ ଦାନ କରିଥିଲେ । ସେ ମଧ୍ୟ କୃଷିର ଗବେଷଣା ପାଇଁ କେତେକ ପାଣ୍ଠି (Endowment) ସୃଷ୍ଟି କରିଥିଲେ ।

୧୯୨୮ ଖ୍ରୀ.ଅ.ରେ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନ ସାଇମନ୍ କମିଶନ୍‌କୁ ବର୍ଜନ କଲାବେଳେ ପାରଳାଖେମୁଣ୍ଡି ମହାରାଜା ଏହି କମିଶନ୍ ଆଗରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ଦାବି ଉପସ୍ଥାପିତ କରିଥିଲେ । ଏହି ସମୟରେ ସେ ଓଡ଼ିଆମାନଙ୍କୁ ଆହ୍ବାନ ଦେଇ କହିଥିଲେ, ‘ସରକାରଙ୍କଠାରୁ ନ୍ୟାୟ ପାଇବାପାଇଁ ଏବେ ଯେଉଁ ସୁଯୋଗ ଆସିଛି ତାହା ହରାଇବା ଉଚିତ ହେବ କି ? ଆମ୍ଭମାନଙ୍କୁ ନିଜର ସ୍ୱାର୍ଥକୁ ସୁରକ୍ଷା କରିବାକୁ ପଡ଼ିବ । ଅନ୍ୟ କେହି ଆମକୁ ସାହାଯ୍ୟ କରିବା ଆଶା । ୧୯୩୦ ଖ୍ରୀ.ଅ.ରେ ମହାରାଜା କୃଷ୍ଣଚନ୍ଦ୍ର ଗଞ୍ଜାମ ନିର୍ବାଚନମଣ୍ଡଳୀରୁ ମାନ୍ଦ୍ରାଜ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ସେହିବର୍ଷ ବିହାର-ଓଡ଼ିଶା ସରକାର ଗୋଲଟେବୁଲ ବୈଠକକୁ ଓଡ଼ିଆମାନଙ୍କର ପ୍ରତିନିଧ୍ଵ ରୂପେ ପାରଳାଖେମୁଣ୍ଡି ମହାରାଜାଙ୍କ ନାମ ସୁପାରିସ୍ କରିଥିଲେ ।

ସେ ଇଂଲଣ୍ଡରେ ଗୋଲଟେବୁଲ ବୈଠକ ଭିତରେ ଏବଂ ବାହାରେ ଦୃଢ଼ ଭାବରେ ଓଡ଼ିଆମାନଙ୍କ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବି ଉପସ୍ଥାପିତ କରିଥିଲେ । ଉକ୍ତ ବୈଠକରେ ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ସେ ଏକ ଦାବିପତ୍ର ଉପସ୍ଥାପିତ କରିଥିଲେ । ୧୯୩୧ ଖ୍ରୀ.ଅ. ଜାନୁୟାରୀ ୧୬ ତାରିଖରେ ଗୋଲଟେବୁଲ ବୈଠକରେ ଭାଷଣଦେଇ ସେ କହିଥିଲେ, ‘ମୁଁ ଆପଣମାନଙ୍କ ଆଗରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରଶ୍ନ ଉତ୍‌ଥାପନ କରୁଛି । ଏହା ଓଡ଼ିଆମାନଙ୍କର ଜୀବନ ମରଣର ପ୍ରଶ୍ନ । ବର୍ତ୍ତମାନ ଓଡ଼ିଆମାନେ ବିଭିନ୍ନ ପ୍ରଦେଶରେ ପ୍ରଶାସନିକ କେନ୍ଦ୍ରଠାରୁ ଦୂରରେ ଲାଞ୍ଜଭାବେ ରହି ବିଭିନ୍ନ ଲାଞ୍ଛନା ଏବଂ ଅସୁବିଧା ଭୋଗକରୁଛନ୍ତି । ସଂଖ୍ୟାଲଘୁ ଭାବେ ଏହିସବୁ ପ୍ରଦେଶମାନଙ୍କର ନିୟୁତ ନିୟୁତ ଲୋକମାନଙ୍କ ସହିତ ମିଶି ରହିଥିବାହେତୁ ଏମାନଙ୍କ ଉପରେ କାହାର ଦୃଷ୍ଟି ପଡୁ ନାହିଁ ।’’

ଗୋଲଟେବୁଲ ବୈଠକ ଚାଲିଥିଲାବେଳେ ମହାରାଜା କୃଷ୍ଣଚନ୍ଦ୍ର ବ୍ୟକ୍ତିଗତ ଭାବରେ ଇଂଲଣ୍ଡର ଭାରତ ସଚିବ ସାର୍ ସାମୁଏଲ୍ ହୋର୍ ଏବଂ ଗୋଲଟେବୁଲ ବୈଠକର ଅନ୍ୟ ସଭ୍ୟମାନଙ୍କୁ ସାକ୍ଷାତ୍ କରିଥିଲେ ଏବଂ ସେମାନଙ୍କୁ ଓଡ଼ିଆମାନଙ୍କ ଦାବି ସମ୍ପର୍କରେ ଅବଗତ କରାଇଥିଲେ । ତାଙ୍କର ପରିଶ୍ରମହେତୁ ଶେଷରେ ଇଂରେଜ ସରକାର ଓଡ଼ିଆମାନଙ୍କର ସ୍ଵତନ୍ତ୍ର ପ୍ରଦେଶ ଗଠନ ଦାବିକୁ ସ୍ବୀକାର କରିଥିଲେ । ବିହାରର ବିଶିଷ୍ଟ ନେତା ସଚ୍ଚିଦାନନ୍ଦ ସିଂହ ଯଥାର୍ଥରେ ମଧୁସୂଦନ ଦାସ ଏବଂ ବ୍ରଜସୁନ୍ଦର ଦାସଙ୍କୁ କହିଥିଲେ ଯେ ପାରଳାଖେମୁଣ୍ଡିର ମହାରାଜା ଅନିଚ୍ଛୁକ ଇଂରେଜ ସରକାରଙ୍କୁ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ରାଜି କରାଇଥିଲେ ଏବଂ ମଧୁସୂଦନ ଦାସଙ୍କର ଦୀର୍ଘ କଠିନ ପରିଶ୍ରମକୁ ଚୂଡ଼ାନ୍ତ ରୂପ ଦାନ କରିଥିଲେ ।

ଗୋଲଟେବୁଲ ବୈଠକରେ ପାରଳାଖେମୁଣ୍ଡି ମହାରାଜାଙ୍କ ଉଦ୍ୟମ ଫଳରେ ଇଂରେଜ ସରକାର ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରିବାପାଇଁ ଓ’ଡନେଲ କମିଟି ଗଠନ କରିଥଲେ ।
ଓ’ଡ଼ୋନେଲ୍ କମିଟିର ନିର୍ଦ୍ଧାରଣ ଓଡ଼ିଆମାନଙ୍କ ଆଶା ଆକାଂକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ କରି ନଥିଲା । ଏହା ପରାଳାଖେମୁଣ୍ଡି ମହାରାଜାଙ୍କ ପାଇଁ ବିଶେଷ ନୈରାଶ୍ୟଜନକ ହୋଇଥିଲା । କାରଣ ଏଥ‌ିରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରୁ ପାରଳାଖେମୁଣ୍ଡି, ମେଦିନୀପୁର ଏବଂ ସିଂହଭୂମିକୁ ବାଦ ଦିଆଯାଇଥିଲା । ୧୯୩୨ ଖ୍ରୀ.ଅ. ଅଗଷ୍ଟ ୨୧ ତାରିଖରେ ବ୍ରହ୍ମପୁର ସହରରେ ଉତ୍କଳ ସମ୍ମିଳନୀର ଏକ ଜରୁରୀ ଅଧୂବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧୁବେଶନରେ ଓ’ଡ଼ୋନେଲ୍‌ କମିଟିର ପ୍ରତିକୂଳ ନିର୍ଦ୍ଧାରଣ ବିରୋଧରେ ବଡ଼ଲାଙ୍କୁ ଅବଗତ କରାଇବାପାଇଁ ପାରଳାଖେମୁଣ୍ଡି ମହାରାଜାଙ୍କ ଅଧିନାୟକତ୍ଵରେ ଏକ କମିଟି ଗଢ଼ାଯାଇଥିଲା । ଏହି କମିଟି ୧୯୩୨ ଖ୍ରୀ.ଅ. ସେପ୍ଟେମ୍ବର ୧୭ ତାରିଖରେ ସିମଳାଠାରେ ବଡ଼ଲାଟ୍ ଲର୍ଡ଼ ୱେଲିଂଡ଼ନଙ୍କୁ ସାକ୍ଷାତ କରିଥିଲେ ।

୧୯୩୩ ଖ୍ରୀ.ଅ. ଜୁଲାଇ ୩ ତାରିଖରେ ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ୱରେ ଏକ ଓଡ଼ିଆ ପ୍ରତିନିଧୁ ଦଳ ଲଣ୍ଡନଠାରେ ଭାରତ ସଚିବଙ୍କୁ ସାକ୍ଷାତ କରିଥିଲେ ଏବଂ ପାରଳାଖେମୁଣ୍ଡି ଓ ଜୟପୁରକୁ ଓଡ଼ିଶାରେ ଅନ୍ତର୍ଭୁକ୍ତ କରିବାପାଇଁ ଦାବି କରିଥିଲେ । ତେଲୁଗୁ ପ୍ରତିନିଧ୍ ଦଳର ଚାପ ତଥା ଭାରତ ସରକାର ଏବଂ ମାନ୍ଦ୍ରାଜ ସରକାରଙ୍କ ବିରୋଧ ହେତୁ ଇଂଲଣ୍ଡ ସରକାର ପାରଳାଖେମୁଣ୍ଡିକୁ ଓଡ଼ିଶାକୁ ହସ୍ତାନ୍ତର କରିବାପାଇଁ ରାଜି ହୋଇ ନଥିଲେ । କିନ୍ତୁ ଜୟପୁରକୁ ଓଡ଼ିଶାର ଅନ୍ତର୍ଭୁକ୍ତ କରିବାପାଇଁ ଇଂରେଜ କର୍ତ୍ତୃପକ୍ଷ ରାଜି ହୋଇଥିଲେ । ପାରଳାଖେମୁଣ୍ଡିର ଅଧିକାଂଶ ଲୋକ ତେଲୁଗୁ ହୋଇଥିବାରୁ ଇଂରେଜ କର୍ତ୍ତୃପକ୍ଷ ଏହାକୁ ଓଡ଼ିଶାକୁ ହସ୍ତାନ୍ତର କରିବାପାଇଁ ରାଜି ହୋଇ ନଥିଲେ । ତେଣୁ ମହାରାଜା କୃଷ୍ଣଚନ୍ଦ୍ର ତାଙ୍କର ଜମିଦାରୀକୁ ମାନ୍ଦ୍ରାଜ ଏବଂ ଓଡ଼ିଶା ମଧ୍ୟରେ ବିଭାଜନ କରିବାପାଇଁ ପ୍ରସ୍ତାବ ଦେଇଥିଲେ । ସେ ଏହି ବିଭାଜନ ପ୍ରସ୍ତାବକୁ ମାନ୍ଦ୍ରାଜ ସରକାର ଏବଂ ଭାରତ ସଚିବଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଭାରତ ସରକାର ଏବଂ ମାନ୍ଦ୍ରାଜ ସରକାର ଏହି ବିଭାଜନ ପ୍ରସ୍ତାବକୁ ବିରୋଧ କରିଥିଲେ ।

ଶେଷରେ ୧୯୩୫ ଖ୍ରୀ.ଅ.ର ଭାରତ ଶାସନ ବିଧେୟକ ସମ୍ବନ୍ଧରେ ନିଯୁକ୍ତ ହୋଇଥିବା ଜଏଣ୍ଟ ସିଲେକ୍ଟ କମିଟି ଏହି ବିଭାଜନ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଲର୍ଡ଼ ଲିନ୍‌ଲିଥ୍। ଏହି କମିଟିର ଅଧ୍ୟକ୍ଷ ଥିଲେ । ପୂର୍ବରୁ ଯେତେବେଳେ ଲିନ୍‌ଲିଥ୍‌ ରାଜକୀୟ କୃଷି କମିଶନ୍‌ର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ, ସେତେବେଳେ ମହାରାଜା କୃଷ୍ଣଚନ୍ଦ୍ର ଏହି କମିଶନ୍‌ର ସଭ୍ୟ ହୋଇଥିଲେ । ଲିନ୍‌ଲିଥ୍‌ଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସୁସମ୍ପର୍କ ହେତୁ ଲିନ୍‌ଲିଥ୍। ଏହି ବିଭାଜନ ପ୍ରସ୍ତାବକୁ ଗ୍ରହଣ କରିଥିଲେ।

୧୯୩୬ ଖ୍ରୀ.ଅ. ଏପ୍ରିଲ ପହିଲାରୁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲା । ସେହିଦିନ ମହାରାଜା କୃଷ୍ଣଚନ୍ଦ୍ର କଟକର ବାରବାଟୀ ଦୁର୍ଗ ନିକଟରେ ହଜାର ହଜାର ଲୋକଙ୍କୁ ଉଦ୍ୟାନ ଭୋଜିରେ ଆପ୍ୟାୟିତ କରିଥିଲେ । ତାଙ୍କର ପୂର୍ବପୁରୁଷ (ଅତୀତର ଗଙ୍ଗ ସମ୍ରାଟ) ମାନଙ୍କର ଅର୍ଦିଷ୍ଟ ପ୍ରେରଣାରେ ସେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ଉଦ୍ୟମ କରିଛନ୍ତ ବୋଲି ମହାରାଜା କୃଷ୍ଣଚନ୍ଦ୍ର ତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଅର୍ଜିତ ସମସ୍ତ ଅର୍ଥକୁ ମହାରାଜା କୃଷ୍ଣଚନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ । ସହଯୋଗୀମାନଙ୍କ ସହିତ ରାଜନୈତିକ ଦୃଷ୍ଟିରୁ ମତଭେଦ ହେବାରୁ ୧୯୪୪ ମସିହା ଜୁନ୍ ମାସରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହାପରେ ସେ ରାଜନୀତିରୁ ପୂରାପୂରି ଅବସର ନେଇଥିଲେ । ୧୯୭୪ ଖ୍ରୀ.ଅ. ମେ ୨୫ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିଠାରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

୩ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁସୂଦନ ଦାସଙ୍କ ଭୂମିକା ଆଲୋଚନା କର ।
Answer:
୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିସାରିବା ପରେ ମଧ୍ୟଯୁଗୀୟ ଓଡ଼ିଶା ଆତ୍ମପରିଚୟ ହରାଇଥିଲା । ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ପୁରୋଭାଗରେ ଓଡ଼ିଶାବାସୀଙ୍କୁ ସାମିଲ କରାଇ ଏକ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଯେଉଁ କେତେଜଣ ମହାନ୍ ନେତୃତ୍ୱଙ୍କର ଆବିର୍ଭାବ ହୋଇଥିଲା, ସେମାନଙ୍କ ମଧ୍ୟରେ ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଓ ମଧୁସୂଦନ ଦାସ ଥିଲେ ସର୍ବଶ୍ରେଷ୍ଠ । ଓଡ଼ିଶାବାସୀଙ୍କ ମାନସପଟରେ ଜାତୀୟତାର ଭାବଧାରା ଜାଗ୍ରତ କରାଇ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶରୂପେ ଗଠନ କରିବାର ସ୍ଵପ୍ନକୁ ସାକାର କରାଇଥିଲେ ମଧୁସୁଦନ ଦାସ । ତାଙ୍କ ନିଷ୍ଠାପର ଉଦ୍ୟମ ଓ ସଂଗ୍ରାମ ଫଳରେ ପରିଶେଷରେ ୧ ଏପ୍ରିଲ ୧୯୩୬ ମସିହାରେ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶରୂପେ ଆତ୍ମପ୍ରକାଶ କରିଥିଲା ।

ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳିତ ହେବାପରେ ଓଡ଼ିଆମାନଙ୍କ ମଧ୍ୟରେ ଅପୂର୍ବ ଜାଗରଣ ଦେଖାଯାଇଥିଲା । ଏହା ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରିବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ୧୮୪୮ ଖ୍ରୀଷ୍ଟାବ୍ଦରେ କଟକର ସତ୍ୟଭାମାପୁର ଗ୍ରାମରେ ମଧୁସୂଦନ ଦାସ ଜନ୍ମଗ୍ରହଣ କରିଥିଲେ । ୧୮୭୩ରେ କଲିକତା ବିଶ୍ଵବିଦ୍ୟାଳୟରୁ ଏମ୍.ଏ. ପାସ କରି ୧୮୭୮ ରେ ବି.ଏଲ୍ ଡ୍ରିଗ୍ରୀ ଲାଭକରି କଟକରେ ଓକିଲାତି ଆରମ୍ଭ କରିଥିଲେ । ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ସେ ୧୯୦୩ରେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସମ୍ମିଳନୀ । ସମ୍ବଲପୁର, ଗଞ୍ଜାମ, କଟକ, ବାଲେଶ୍ଵର ଆଦି ସବୁ ସ୍ଥାନରେ ରହିଥ‌ିବା ଓଡ଼ିଆମାନଙ୍କୁ ଏହି ସମ୍ମିଳନୀରେ ଯୋଗଦାନ ପୂର୍ବକ ନୂତନ ଓଡ଼ିଶା ଗଠନର ଆହ୍ଵାନ ଦେଇ ସେ କହିଲେ –
‘ଏହି ସମ୍ମିଳନୀ ଜାତି ପ୍ରାଣସିନ୍ଧୁ,
କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ
ଡେଇଁପଡି ସିନ୍ଧୁ ନୀରେ ।
ମଧୁସୂଦନଙ୍କ ବଳିଷ୍ଠ ନେତୃତ୍ଵ, ପ୍ରେରଣା ଏବଂ ତ୍ୟାଗ ବଳରେ ଉତ୍କଳ ସମ୍ମିଳନୀ ଓଡ଼ିଆମାନଙ୍କ ଜାତୀୟ ଅନୁଷ୍ଠାନରେ ପରିଣତ ହୋଇଥିଲା । ସେ ବିଭିନ୍ନ ସ୍ଥାନକୁ ଯାଇ ଉତ୍କଳ ସମ୍ମିଳନୀ ପାଇଁ ପ୍ରଚାର କାର୍ଯ୍ୟ ଚଳାଇଥିଲେ । ଏଥ‌ିପାଇଁ ସେ ନିଜର ବ୍ୟକ୍ତିଗତ ଅର୍ଥ ବ୍ୟୟ କରିଥିଲେ । ତାଙ୍କରି ପ୍ରେରଣାରେ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କନିକାର ଜମିଦାର ରାଜେନ୍ଦ୍ର ନାରାୟଣ ଭଞ୍ଜ ତଥା ଅନ୍ୟ ଜମିଦାର ଏବଂ ରାଜାମାନେ ଉତ୍କଳ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଏଥ‌ିପାଇଁ ତ୍ୟାଗ ସ୍ଵୀକାର କରିଥିଲେ ।

୧୯୦୭ ଖ୍ରୀ.ଅ.ରେ ମଧୁସୂଦନ ଇଂଲଣ୍ଡ ଯାତ୍ରା କରିଥିଲେ ଏବଂ ସେଠାକାର ଜନସାଧାରଣଙ୍କ ସମ୍ମୁଖରେ ଓଡ଼ିଆ ଅଞ୍ଚଳମାନଙ୍କର ମିଶ୍ରଣ ପ୍ରଶ୍ନ ଉତ୍‌ଥାପନ କରିଥିଲେ । ଫଳରେ ଇଂଲଣ୍ଡର ଲର୍ଡ଼ସ୍‌ ସଭା (House of Lords) ରେ ଲର୍ଡ କର୍ଜନ ଓଡ଼ିଆମାନଙ୍କର ଦାବିକୁ ସମର୍ଥନ କରିଥିଲେ ଏବଂ କମନ୍ସ୍ ସଭା (House of Commons) ରେ ମେକୋଲଡ଼୍ ସ୍କଟ ଏହି ପ୍ରଶ୍ନ ଉତ୍‌ଥାପନ କରିଥିଲେ । ଫଳରେ ଓଡ଼ିଶାକୁ ବଙ୍ଗରୁ ଅଲଗା କରାଯାଇଥିଲା ଏବଂ ୧୯୧୨ ମସିହାରେ ବିହାର-ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । କିନ୍ତୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ଉତ୍କଳ ସମ୍ମିଳନୀ ଜରିଆରେ ମଧୁସୂଦନ ଚେଷ୍ଟା ଚଳାଇଥିଲେ । ୧୯୦୭ ଖ୍ରୀ.ଅ.ରେ ଇଂଲଣ୍ଡର ସାମ୍ବାଦିକ ସମ୍ମିଳନୀରେ ସେ ‘ଅସନ୍ତୁଷ୍ଟ ଭାରତ’ (Discontented India) ନାମକ ପ୍ରଚାର ପୁସ୍ତିକା ବାଣ୍ଟିଥିଲେ । ଏଥ‌ିରେ ସେ ଭାରତ ତଥା ଓଡ଼ିଶାର ପ୍ରକୃତ ସମସ୍ୟାମାନ ଉତ୍‌ଥାପନ କରିଥିଲେ ।

୧୯୧୩ ଖ୍ରୀ.ଅ.ରେ ପୁରୀରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ନବମ ଅଧ‌ିବେଶନରେ ମଧୁସୂଦନ ସଭାପତି ଆସନ ମଣ୍ଡନ କରିଥିଲେ । ଏହି ସମ୍ମିଳନୀରେ ଓଡ଼ିଆ ଅଞ୍ଚଳମାନଙ୍କର ଏକତ୍ରୀକରଣ, ସ୍କୁଲ, ଅଦାଲତ ଏବଂ ଅଫିସମାନଙ୍କରେ ଓଡ଼ିଆଭାଷାର ପ୍ରଚଳନ ଏବଂ ଓଡ଼ିଶାରେ ଇଂଜିନିୟରିଂ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଇଥିଲା । ୧୯୧୭ ଖ୍ରୀ.ଅ.ରେ ଭାରତ ସଚିବ ଏଡ଼ଉଇନ୍ ମଣ୍ଟେଗୁ ଭାରତକୁ ଆସିଥିଲେ । ଏହି ସମୟରେ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କୁ ଗୋଟିଏ ପ୍ରଶାସନିକ ଏକକରେ ରଖାଯିବା ପାଇଁ ସେ ଦାବି କରିଥିଲେ । ୧୯୧୭ ଖ୍ରୀ.ଅ.ରେ ଓଡ଼ିଆମାନଙ୍କର ଅଭାବ ଅସୁବିଧାକୁ ଉପସ୍ଥାପିତ କରିବାପାଇଁ ମଧୁସୂଦନ ‘ଦି ଓଡ଼ିଆ’ ନାମକ ଏକ ସାପ୍ତାହିକୀ ପତ୍ରିକା ବାହାର କରିଥିଲେ । ଏହି ପତ୍ରିକାରେ ସେ ଆର୍ଥିକ ସ୍ଵାବଲମ୍ବନଶୀଳତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ୧୯୧୯ ଖ୍ରୀ.ଅ.ରେ ଭାତର ଶାସନ ଆଇନ ଅନୁସାରେ ମଧୁସୂଦନ ବିହାର-ଓଡ଼ିଶା ସରକାରରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ହୋଇଥିଲେ । ମଧୁସୂଦନ ଅବୈତନିକ ଭାବରେ ମନ୍ତ୍ରୀ ଦାୟିତ୍ୱରେ ରହିବାପାଇଁ ଇଚ୍ଛା କଲେ । କିନ୍ତୁ ସରକାର ତାଙ୍କର ମତ ପ୍ରତ୍ୟାଖ୍ୟାନ କରିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

୧୯୧୮ ଖ୍ରୀ.ଅ. ଶେଷ ଆଡ଼କୁ ମଧୁସୂଦନ ଉତ୍କଳ ସମ୍ମିଳନୀରୁ ଓହରି ଯାଇଥିଲେ । କିନ୍ତୁ ଜୀବନର ଶେଷ ମୁହୂର୍ତ୍ତରେ ସେ ସ୍ଵତନ୍ତ୍ର ଓଡ଼ିଶା ଗଠନପାଇଁ ସାଇମନ୍ କମିଶନଙ୍କୁ ଏକ ଦାବିପତ୍ର ଦେଇଥିଲେ । ୧୯୩୧ ଖ୍ରୀ.ଅ. ନଭେମ୍ବର ୧୧ ତାରିଖରେ ଓଡ଼ିଶା ସୀମା ନିର୍ଦ୍ଧାରଣ କମିଟି କଟକ ଆସିଲେ । ତେୟାଅଶୀ ବର୍ଷର ବୃଦ୍ଧ ମଧୁସୂଦନ ଦାସ ବଡ଼ିଭୋରରୁ ଉଠି ଏହି କମିଟିର ସଭ୍ୟମାନଙ୍କୁ କଟକ ରେଳଷ୍ଟେସନରୁ ପାଛୋଟି ନେଇଥିଲେ । ମୃତ୍ୟୁବେଳକୁ ତାଙ୍କର ଆଜୀବନ ଚେଷ୍ଟା ଫଳବତୀ ହୋଇଥିଲା । ସେତେବେଳକୁ ଇଂରେଜ ସରକାର ସ୍ୱତନ୍ତ୍ର ଓଡ଼ିଶା ଗଠନପାଇଁ ନିଷ୍ପତ୍ତି ଗ୍ରହଣ କରିସାରିଥିଲେ । କିନ୍ତୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କାର୍ଯ୍ୟ ସାକାର ହେବା ପୂର୍ବରୁ ଓଡ଼ିଆମାନଙ୍କର ବରେଣ୍ୟ ନାୟକ ଓ ପ୍ରାଣପ୍ରତିଷ୍ଠାତା ମଧୁସୂଦନ ଦାସ ୧୯୩୪ ଖ୍ରୀ.ଅ. ଫେବୃୟାରୀ ୪ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ । ଏସବୁ ସତ୍ତ୍ଵେ ନବ ଉତ୍କଳର ନିର୍ମାତାଭାବେ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ପୁରୋଧା ମଧୁସୂଦନ ଦାସଙ୍କର ଅବଦାନ ଥିଲା ଅତୁଳନୀୟ ।

CHSE Odisha Class 12 History Chapter 16 Long Answer Questions in Odia Medium

୪ । ବିଶିଷ୍ଟ ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ରମା ଦେବୀଙ୍କ କୃତିତ୍ଵ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:
ଏକ ପକ୍ଷରେ ବିଦେଶୀ ଶତ୍ରୁସହ ସଂଗ୍ରାମ କରିବା ସହିତ ଅନ୍ୟ ପକ୍ଷରେ ନିଜ ରାଜ୍ୟବାସୀଙ୍କୁ ଯିଏ ମାତୃତ୍ଵର ଅମଳିନ ସ୍ନେହ ମମତାରେ ବାନ୍ଧି ରଖୁଲେ ସେ ହେଉଛନ୍ତି ମା’ ରମା ଦେବୀ । ୧୮୯୯ ଖ୍ରୀ.ଅ. ଡିସେମ୍ବର ୩ ତାରିଖ ଦିନ କଟକର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ରମା ଦେବୀଙ୍କ ପିତା ଗୋପାଳବଲ୍ଲଭ ଦାସ ଓ ମାତା ଥିଲେ ବସନ୍ତ କୁମାରୀ ଦେଈ । ସର୍ବୋପରି ବଡ଼ବାପା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆଭିଜାତ୍ୟ ଦିଗ୍‌ଦର୍ଶନ ଭିତରେ ଲାଳିତାପାଳିତା ହୋଇ ୧୯୧୪ ଖ୍ରୀ.ଅ.ରେ ମାତ୍ର ୧୫ ବର୍ଷ ବୟସରେ ଅନ୍ୟଏକ ଆଭିଜାତ୍ୟ ପରିବାରକୁ ସେ ବୋହୂ ହୋଇ ଯାଇଥିଲେ । ସ୍ଵାମୀ ଶ୍ରୀ ଗୋପବନ୍ଧୁ ଚୌଧୁରୀ ଡେପୁଟୀ କଲେକ୍ଟର ଓ ଶ୍ୱଶୁର ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ ଖେରସର ବିଖ୍ୟାତ ଜମିଦାର ଥିଲେ ।

ବିବାହର ମାତ୍ର ବର୍ଷ ମଧ୍ୟରେ ୩ଟି ସନ୍ତାନର ଜନନୀ ହୋଇ ସର୍ବକନିଷ୍ଠ ସନ୍ତାନର ମୃତ୍ୟୁବେଦନା ମଧ୍ୟ ତାଙ୍କୁ ସହିବାକୁ ପଡ଼ିଥିଲା; କିନ୍ତୁ ସ୍ବାମୀ, ପରିବାର, ସନ୍ତାନସନ୍ତତି ଇତ୍ୟାଦିକୁ ନେଇ ବ୍ୟକ୍ତିଗତ ସୁଖଦୁଃଖରେ ଆନ୍ଦୋଳିତା ଜଣେ ସାଧାରଣ ନାରୀଙ୍କ ମଧ୍ୟରୁ ଜଣେ ଅସାଧାରଣ ଜନନୀଙ୍କର ଆଭିର୍ଭାବ ହୁଏ ୧୯୨୧ ଖ୍ରୀଷ୍ଟାବ୍ଦରେ । ୧୯୨୧ ଖ୍ରୀଷ୍ଟାବ୍ଦ ଫେବୃୟାରୀ ମାସରେ ରମା ଦେବୀଙ୍କ ସ୍ଵାମୀ ଗୋପବନ୍ଧୁ ଚୌଧୁରୀ ଇଂରେଜ ସରକାରଙ୍କ କାର୍ଯ୍ୟକଳାପକୁ ପ୍ରତିବାଦ କରି ଉଚ୍ଚ ସରକାରୀ ପଦବୀରୁ ଇସ୍ତଫା ଦେଇଥିଲେ । ସେହିବର୍ଷ ମାର୍ଚ୍ଚମାସ ଦୋଳପୂର୍ଣ୍ଣମୀ ଦିନ କଟକ ବିନୋଦବିହାରୀ ହତାରେ ଏକ ମହିଳା ସଭାରେ ମହାତ୍ମା ଗାନ୍ଧିଙ୍କ ଯୋଗଦାନ ଓ ସାନ୍ନିଧ୍ୟ ରମା ଦେବୀଙ୍କ କୁହୁଳୁଥ‌ିବା ଦେଶପ୍ରେମକୁ ପ୍ରଜ୍ଜ୍ୱଳିତ କରିଥିଲା ।

ମୁହୂର୍ତ୍ତକରେ ସବୁ ଭୋଗବିଳାସକୁ ତୁଚ୍ଛ କରି ଭାରତର ସ୍ବାଧୀନତା ସଂଗ୍ରାମରେ ଝାସଦେଉଥ‌ିବା ବୀର ସନ୍ତାନମାନଙ୍କୁ ଅଖଣ୍ଡ ମାତୃତ୍ଵ ପ୍ରଦାନ କରିବାକୁ ସେ ଆଗେଇ ଚାଲିଲେ । ୧୯୨୨ ଖ୍ରୀ.ଅ. ଡିସେମ୍ବରରେ ନିଷ୍ଫଳ ଭାରତ କଂଗ୍ରେସ କମିଟିର ବାର୍ଷିକ ଅଧ୍ଵବେଶନରେ ପ୍ରତିନିଧୂରୂପେ ଗୟା କଂଗ୍ରେସରେ ଯୋଗଦେଲେ । ଖଦୀବୋର୍ଡ଼ ଓ ଚରଖା ସଂଘର ସଦସ୍ୟା ହେଲେ । ୧୯୨୪ରେ କଟକର ପ୍ରାଦେଶିକ ସମ୍ମିଳନୀରେ ଯୋଗଦେଲେ । ୧୯୨୭ରେ ଅଲ୍ ଇଣ୍ଡିଆ ଓମେନ୍‌ସ୍ କନ୍‌ଫରେନ୍ସର ସଦସ୍ୟା ହେଲେ । ୧୯୩୦ ରେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ପ୍ରଥମ କାରାଦଣ୍ଡ ଭୋଗିଲେ । ୧୯୩୧ ରେ ହିନ୍ଦୁସ୍ତାନୀ ସେବାଦଳ ପାଇଁ ସ୍ୱେଚ୍ଛାସେବିକା ସଂଗ୍ରହ କାର୍ଯ୍ୟ କଲେ । ୧୯୩୨ରେ ପୂର୍ଣ୍ଣ ସ୍ଵରାଜ ସଂକଳ୍ପପତ୍ର ପାଠ କରି ପୁତ୍ର ମନମୋହନଙ୍କ ସହ କାରାବରଣ କଲେ । ଏହାପରେ କଟକରେ ଲବଣ ସତ୍ୟାଗ୍ରହରେ ଗିରଫ ହୋଇ ହଜାରିବାଗ୍ ଜେଲ୍‌କୁ ଗଲେ ।

ଏସବୁ ସହ ଗାନ୍ଧିଜୀଙ୍କର ଆଦର୍ଶରେ ସୂତାକଟା, ମେହେନ୍ତର ବସ୍ତି ସଫେଇ, କୁଷ୍ଠରୋଗୀଙ୍କ ସେବା, ମହିଳାମାନଙ୍କର ବିଭିନ୍ନ ତାଲିମ୍ କାର୍ଯ୍ୟ, ଆଦିବାସୀମାନଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନ କାର୍ଯ୍ୟ, ଭୂଦାନ ଆନ୍ଦୋଳନ ଓ ପଦଯାତ୍ରା, କସ୍ତୁରବା ଟ୍ରଷ୍ଟ ଜରିଆରେ ମାତୃମଙ୍ଗଳ କେନ୍ଦ୍ର ଓ ବାବାଡ଼ି ଇତ୍ୟାଦି ରଚନାତ୍ମକ କାର୍ଯ୍ୟ ପରିଚାଳନା ଓ ଅନେକ ଗଠନମୂଳକ କାର୍ଯ୍ୟ ତାଙ୍କ ଦୀର୍ଘ, ନିରଳସ ଓ କର୍ମମୟ ଜୀବନକୁ ବୈଶିଷ୍ଟ୍ୟ ପ୍ରଦାନ କରିଥିଲା । ୧୯୫୮ ଖ୍ରୀ.ଅ. ଏପ୍ରିଲ୍‌ରେ ସ୍ଵାମୀ ଗୋପବନ୍ଧୁ ଚୌଧୁରୀଙ୍କର ଦେହାନ୍ତ ହେବାପରେ କିଛିକାଳ ଦୋହଲିଯାଇଥିବା ରମା ଦେବୀ ପୁଣି ମାତୃତ୍ବର ଏକ ଅନମନୀୟ ଦୃଢ଼ତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଦିଗରେ ମନଯୋଗୀ ହୋଇଥିଲେ ।

ସ୍ଵାମୀଙ୍କ ମୃତ୍ୟୁପରେ ବିନୋବାଙ୍କର ପଦଯାତ୍ରା ଆୟୋଜନ, ରାଉରକେଲା ଦଙ୍ଗାରେ ଶାନ୍ତି ସ୍ଥାପନ କାର୍ଯ୍ୟ, ଗାନ୍ଧି ରଚନାବଳୀକୁ ଓଡ଼ିଆରେ ପ୍ରସ୍ତୁତ କରିବା, କୋରାପୁଟ, ଗଞ୍ଜାମ, ଢେଙ୍କାନାଳ ଆଦି ଜିଲ୍ଲାର ମରୁଡ଼ି ପ୍ରତିକାର ପାଇଁ ଜୟପ୍ରକାଶ ନାରାୟଣଙ୍କ ସହଯୋଗରେ ଆନ୍ତର୍ଜାତିକ ରିଲିଫ୍ ଫଣ୍ଡ୍‌ର ସହାୟତା ନେବା, ଆଚାର୍ଯ୍ୟ ହରିହର ଦାସ ମେମୋରିଆଲ୍ ଟ୍ରଷ୍ଟ ଜରିଆରେ କଟକରେ କ୍ୟାନସର ରୋଗ ନିର୍ଣ୍ଣୟ କେନ୍ଦ୍ର ସ୍ଥାପନ କରିବା ଆଦି ବହୁମୁଖୀ କାର୍ଯ୍ୟ ନିମନ୍ତେ ରମା ଦେବୀ ନିଜକୁ ସମର୍ପି ଦେଇଥିଲେ । କୋରାପୁଟ, ଫୁଲବାଣୀ, କଳାହାଣ୍ଡି ଇତ୍ୟାଦି ଅରଣ୍ୟ ଅଧୁଷିତ ଇଲାକାଠାରୁ ଆରମ୍ଭ କରି ବରୀ, ଡେରାବିଶ ପରି ବନ୍ୟାବିପନ୍ନ ଅଞ୍ଚଳରେ ଲୋକମାନେ ‘ମାଆ’ କହିଲେ ରମା ଦେବୀଙ୍କୁ ହିଁ ବୁଝୁଥିଲେ । ଶୁଭ୍ର ଖଦଡ଼ ଶାଢ଼ି ପରିହିତା ଏହି କ୍ଷୁଦ୍ରକାୟା ମହିୟସୀ ମହିଳା ଯେଉଁଆଡ଼େ ଯାଉଥିଲେ ମାତୃତ୍ଵର ଏକ ସାତ୍ତ୍ଵିକ ଜ୍ୟୋତିର୍ବଳୟ ତାଙ୍କୁ ସବୁବେଳେ ଉଦ୍ଭାସିତ କରି ରଖୁଥିଲା ।

ଏତଦ୍‌ବ୍ୟତୀତ କଟକ ଥୋରିଆସାହିରେ ଥ‌ିବା ଭୂଦାନ ଅଫିସ୍‌ର ରୋଷେଇଘରେ ଅଧିକାଂଶ ସମୟ ସେ କଟାଇଥା’ନ୍ତି । ଦେଶୀ ବିଦେଶୀ ଅତିଥ୍ୟାମାନେ ଏଠି ଚମତ୍କୃତ ହୁଅନ୍ତି । ୧୯୬୬ ଖ୍ରୀ.ଅ.ରେ ‘ପଦ୍ମଶ୍ରୀ’ ଉପାଧ୍ୟାକୁ ପ୍ରତ୍ୟାଖ୍ୟାନ କରିବାପରେ ରମା ଦେବୀ ୧୯୮୧ ଖ୍ରୀ.ଅ.ରେ ବଜାଜ ପୁରସ୍କାର ସ୍ଵରୂପ ଏକଲକ୍ଷ ଟଙ୍କାର ଅର୍ଥ ସର୍ବୋଦୟ ଅନୁଷ୍ଠାନର ଆବଶ୍ୟକତା ପୂରଣ ପାଇଁ ଗ୍ରହଣ କରନ୍ତି । ୧୯୮୪ ଖ୍ରୀ.ଅ.ରେ ଉତ୍କଳ ବିଶ୍ୱବିଦ୍ୟାଳୟ ‘ବିଧ୍ଵ ପରମଭୂଷଣ’ ଉପାଧ୍ ଏବଂ ୧୯୮୫ ରେ ଷଷ୍ଠ ସାରଳା ସମ୍ମାନରେ ସମ୍ମାନିତା ରମା ଦେବୀଙ୍କ ପାଇଁ ଶ୍ରେଷ୍ଠ ସମ୍ଭାଷଣ ଥିଲା ‘ମାଆ’ ପଦଟି । ୧୯୮୫ ଖ୍ରୀ.ଅ. ଜୁଲାଇ ୨୨ ତାରିଖ ଦିନ ଏହି ମହୀୟସୀ ମହିଳା ରମା ଦେବୀଙ୍କର ଦେହାନ୍ତ ହୋଇଥିଲା । ଉତ୍କଳମଣି ଗୋପବନ୍ଧୁଙ୍କର ପ୍ରସିଦ୍ଧ ଉକ୍ତି ରମା ଦେବୀଙ୍କ ପରି ଓଡ଼ିଶା ମା’ର ସୁଯୋଗ୍ୟା କନ୍ୟାଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମନେହୁଏ । ସେହି ଉକ୍ତିର କିଛି ଅଂଶ ହେଉଛି – ‘ଜାତୀୟ ମମତା ବିଶ୍ଵଜନପ୍ରୀତି, ଉତ୍କଳବାସୀର ଏହା ହେଉ ନୀତି’’ । ବାସ୍ତବିକ ରମା ଦେବୀ ଯୋଗଜନ୍ମା ଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

୫। ବିଶିଷ୍ଟ ନାରୀନେତ୍ରୀ ସରଳା ଦେବୀଙ୍କର କୃତିତ୍ଵ ସଂକ୍ଷେପରେ ଲେଖ ।
Answer:
ନଦୀମାତୃକା ଓଡ଼ିଶାରେ ନାରୀମାତ୍ରେ ହିଁ କବି । ନାରୀର ନୀତିବୋଧ, ସାରସ୍ଵତ ପ୍ରଜ୍ଞା ଓ ପ୍ରତିଭା ଐତିହାସିକ ଓଡ଼ିଶାରେ ହିଁ ଉନ୍ମେଷିତ ହୋଇଥିଲା । ଓଡ଼ିଶାର ମାଟିକୁ ସବୁଜ ବନାନୀ କହିଲେ, ପ୍ରତିଭାମୟୀ ନାରୀମାନେ ତା’ର ସୁବାସିତ ପୁଷ୍ପ । ବହୁ ଘାତ ପ୍ରତିଘାତ ମଧ୍ୟରେ ସୃଷ୍ଟି ହୋଇଥିବା ଓଡ଼ିଆ ସାହିତ୍ୟ ନାରୀ ସ୍ୱାତନ୍ତ୍ର୍ୟର ମହିମାରେ ଅନୁରଣିତ । ୧୯୨୧ ଖ୍ରୀ.ଅ.ର ଗଣଧର୍ମୀ ରାଜନୀତି ଓ ଜନଜାଗରଣର ମହାପ୍ଲାବନରେ ଆଧୁନିକ ଓଡ଼ିଆ ନାରୀ ସାହିତ୍ୟ ସୃଷ୍ଟିଲାଗି ଅଦମ୍ୟ ଆବେଗ ନେଇ ଆଗେଇଆସିଲା । ସେମାନଙ୍କ ମଧ୍ୟରେ ଆତ୍ମପ୍ରକାଶ କଲେ ଉତ୍କଳଭାରତୀ କୁନ୍ତଳାକୁମାରୀ ସାବତ୍, ନାରୀନେତ୍ରୀ ସରଳା ଦେବୀ, ପ୍ରବୀଣା ସୁଲେଖ୍କା ଲତିକା ଦେବୀ ପ୍ରମୁଖ ନାରୀମାନେ । ଏ ସମସ୍ତଙ୍କ ମଧ୍ୟରୁ ନାରୀନେତ୍ରୀ ସରଳା ଦେବୀ ସହଜରେ ବାରିହୋଇ ପଡୁଛି ।

ଓଡ଼ିଆ ସାହିତ୍ୟର ସାରସ୍ବତ କ୍ଷେତ୍ରର ଅନ୍ୟତମ ମହୀୟସୀ (ନାରୀକବି) କବି ଓ ନାରୀନେତ୍ରୀ ସ୍ୱନାମଧନ୍ୟା ସରଳା ଦେବୀ ୧୯୦୪ ଖ୍ରୀ.ଅ. ଅଗଷ୍ଟ ୯ ତାରିଖରେ କଟକ ବାଲିକୁଦାର ପ୍ରଖ୍ୟାତ କାନୁନ୍‌ଗୋ ପରିବାରରେ ଭୂମିଷ୍ଠ ହୋଇଥିଲେ । ୧୯୮୬ ଖ୍ରୀ.ଅ. ଅକ୍ଟୋବର ଚାରି ତାରିଖରେ କଟକର ତଳତେଲେଙ୍ଗା ବଜାରସ୍ଥିତ ତାଙ୍କର ବାସଭବନରେ ସେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ୮୨ ବର୍ଷ ଜୀବନକାଳ ମଧ୍ୟରେ ସେ ଦେଶର ମୁକ୍ତି ସଂଗ୍ରାମରେ, ରାଜନୀତି କ୍ଷେତ୍ରରେ ଓ ଜାତୀୟ ସାହିତ୍ୟରେ ସାଧନାର ଓ କୃତିତ୍ଵର ଉଜ୍ଜଳ ସ୍ବାକ୍ଷର ରଖାଯାଇଛନ୍ତି । ତାଙ୍କର ସ୍ଵାମୀ ଭାଗୀରଥ ମହାପାତ୍ର ୧୯୭୫ ଖ୍ରୀ.ଅ. ଅଗଷ୍ଟ ୨ ତାରିଖରେ ଏବଂ ୧୯୮୫ ନଭେମ୍ବରରେ ଏକମାତ୍ର ପୁତ୍ର ଅମିତାଭ ମହାପାତ୍ର ଇହଲୀଳା ସମ୍ବରଣ କରିଥିଲେ । ତେଣୁ ସରଳା ଦେବୀଙ୍କ ଶାରୀରିକ ଅସୁସ୍ଥତାଠାରୁ ମାନସିକ ଚିନ୍ତା ଅତ୍ୟନ୍ତ ଗୁରୁତର ଓ ଗଭୀରତର ଥିଲା । ସରଳା ଦେବୀ ଥିଲେ ସାଧନାପଥର ଯାତ୍ରୀ । ତେଣୁ ଅନେକ ଧୈର୍ଯ୍ୟଧରି ସେ ଆଘାତ ସହି ନେଇପାରୁଥିଲେ ।

୧୯୦୩ ରେ ସରଳା ଦେବୀ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ । ଦେଶସେବାରେ ତାଙ୍କର ଯେପରି ଉଗ୍ରନିଷ୍ଠା, ଓଜସ୍ବିନୀ ବକ୍ତୃତା ଦେବାରେ ସେହିପରି ଦକ୍ଷତା ଥିଲା । ତେଣୁ ସେ ଏକାଧ୍ଵକବାର କାରାବରଣ କରିଥିଲେ । ପ୍ରାଦେଶିକ କଂଗ୍ରେସ କମିଟିର ମହିଳା ବିଭାଗର ସେ ସମ୍ପାଦିକା ଓ ଓଡ଼ିଶା ବିଧାନସଭାର ସଭ୍ୟା ହୋଇଥିଲେ । ଉତ୍କଳ ସାହିତ୍ୟ ସମାଜର ସେ ସମ୍ପାଦିକା ଓ ଉପସଭାନେତ୍ରୀ ମଧ୍ୟ ଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର ସିନେଟିୟର୍ ଥିଲେ । ସରଳା ଦେବୀ ତେଣୁ ପ୍ରତି କ୍ଷେତ୍ରରେ ଦୃଷ୍ଟିଗୋଚର ହେଉଥିଲେ । ସରଳା ଦେବୀ ଜଣେ ନାରୀନେତ୍ରୀ ହୋଇଥିବାରୁ ନାରୀ ସମ୍ପର୍କରେ, ନାରୀ ସମସ୍ୟା ଉପରେ ସେ ବହୁ ପୁସ୍ତକ ଓ ପୁସ୍ତିକା ରଚନା କରିଛନ୍ତି । ସେଗୁଡ଼ିକମଧ୍ୟରୁ ‘ନାରୀର ଦାବି’, ‘ନାରୀର ସମସ୍ୟା’, ‘ନାରୀଜଗତ’, ‘ବୀରା ରମଣୀ ଜନାବାଈ’, ‘ଓଡ଼ିଆ ବୋହୂ’, ‘ସତ୍ୟଧର୍ମ’, ‘ବିଶ୍ବ ବିପ୍ଳବିନୀ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ସର୍ବୋପରି ତାଙ୍କର ‘ସାରଳା ମହାଭାରତରେ ନାରୀ’ ଓ ‘ଉତ୍କଳ ଭାରତୀ କୁନ୍ତଳାକୁମାରୀଙ୍କ କବି ପ୍ରତିଭା’ ଦୁଇଟି ପୁସ୍ତକ ଓଡ଼ିଆ ସାହିତ୍ୟକୁ ଅମୂଲ୍ୟ ଅବଦାନ ।

ଓଡ଼ିଆ କଥାସାହିତ୍ୟକୁ ତାଙ୍କର କୃତିତ୍ବର ଅବଦାନ ମଧ୍ଯ ଅବିସ୍ମରଣୀୟ । ‘ସବୁଜ ସାହିତ୍ୟ ସମିତି’ର ‘ବାସନ୍ତୀ’ ଉପନ୍ୟାସ ଏକାଧିକ ଲେଖକ ଲେଖ୍ଙ୍କ ଦ୍ବାରା ଲିଖ୍ । ସେଥୁରେ ସରଳା ଦେବୀ କେତୋଟି ପରିଛେଦ ଲେଖୁଥିଲେ । ସରଳା ଦେବୀଙ୍କ ସ୍ଵାମୀ ଭାଗିରଥୀ ମହାପାତ୍ର ୧୯୨୧ରେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ସେ ପୁଣି ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ । ପୁତ୍ର ଅମିତାଭ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ । ସରଳା ଦେବୀଙ୍କ ପରିବାର ଦେଶ, ଦଶ, ଜାତି ପାଇଁ ପ୍ରାଣବଳି ଦେଇଥିଲେ । ପରିଶେଷରେ ମହୀୟସୀ ମହିଳା ସରଳା ଦେବୀଙ୍କ ସମ୍ପର୍କରେ ଏତିକି କହିଲେ ସତ୍ୟର ଅପଳାପ ହେବ ନାହିଁ ଯେ, ସେ ଅତୀତରେ ଦେଶର ମୁକ୍ତି ସଂଗ୍ରାମର ଓଡ଼ିଆ ସାହିତ୍ୟର ବହୁ କ୍ଷେତ୍ରରେ ଥିଲେ ନୀରବ ସାକ୍ଷୀ ।

CHSE Odisha Class 12 History Chapter 16 Long Answer Questions in Odia Medium

୬। ବିଶିଷ୍ଟ ସମାଜସେବୀ ଓ ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଜୀବନୀ ଓ କୃତିତ୍ଵ ସଂକ୍ଷେପରେ ଲେଖ ।
Answer:
୧୯୦୪ ଖ୍ରୀ.ଅ. ଜୁଲାଇ ମାସ ୨୬ ତାରିଖ ଦିନ କଲିକତାର ଏକ ସମ୍ଭ୍ରାନ୍ତ ପରିବାରରେ ମାଳତୀ ଦେବୀଙ୍କର ଜନ୍ମ ହୋଇଥିଲା । ତାଙ୍କର ପିତା ଥିଲେ ପ୍ରଖ୍ୟାତ ଆଇନଜ୍ଞ କୁମୁଦନାଥ ସେନ୍ ଓ ମାତା ସ୍ନେହଲତା ସେନ୍ । ବାଲ୍ୟକାଳରୁ ପିତାମାତାଙ୍କ ପ୍ରେରଣା ପାଇ ମାଳତୀ ଦେବୀ ନିଜ ଜୀବନ ଗଢ଼ିଥିଲେ । ସ୍ଵଳ୍ପ ବୟସରୁ ସେ ଥିଲେ ସ୍ଵାଧୀନଚେତା । ପାଶ୍ଚାତ୍ୟ ଶିକ୍ଷାକୁ ଘୃଣା କରୁଥିବାରୁ ରବୀନ୍ଦ୍ରନାଥ ଠାକୁରଙ୍କଦ୍ଵାରା ସ୍ଥାପିତ ଶାନ୍ତିନିକେତନରେ ରହି ସେ ପାଠ ପଢ଼ିଥିଲେ । ସେଠାରେ ପାଠ ପଢୁଥ‌ିବା ସମୟରେ ସେ ରବୀନ୍ଦ୍ରନାଥ ଠାକୁରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଗୁରୁ ଭାବରେ ଗ୍ରହଣ କରିଥିଲେ । ଶାନ୍ତିନିକେତନରେ ଥ‌ିବା ସମୟରେ ୧୯୨୭ ଖ୍ରୀ.ଅ.ରେ ନବକୃଷ୍ଣ ଚୌଧୁରୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା ।

ବିବାହପରେ ସେ ଓଡ଼ିଶା ଆସି ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସ୍ଵାମୀଙ୍କଠାରୁ ପ୍ରେରଣା ଓ ଉତ୍ସାହ ପାଇ ମାଳତୀ ଦେବୀ ଜଗତ୍‌ସିଂହପୁର ଅନ୍ତର୍ଗତ ତରିକୁନ୍ଦଠାରେ କିଛି ଦିନ ରହି ଉନ୍ନତ ଧରଣର କୃଷିର ପ୍ରବର୍ତ୍ତନ କରିଥିଲେ ଏବଂ ତତ୍‌ସହିତ ସମାଜରୁ ନିରକ୍ଷରତା ଦୂରୀକରଣ ପାଇଁ ସେ ନୈଶ ବିଦ୍ୟାଳୟ ସ୍ଥାପନ କରିଥିଲେ ଏବଂ ତତ୍ ସହିତ ଅସ୍ପୃଶ୍ୟତା ନିବାରଣ, ଯୁବସଙ୍ଗଠନାଦି ଆଦି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ରଚନା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଜୀବନର ପ୍ରତିଟି ମୁହୂର୍ତ୍ତକୁ ସେ ଦେଶ ସେବାରେ ସମର୍ପିଦେଇଥିଲେ । ୧୯୩୦ ଖ୍ରୀ.ଅ.ର ଲବଣ ସତ୍ୟାଗ୍ରହରେ ଯୋଗଦାନ କରି ଇଞ୍ଚୁଡ଼ି ଓ କୁଜଙ୍ଗଠାରେ ଲବଣ ଆଇନ ଅମାନ୍ୟ କରିଥିଲେ । ବିଦେଶୀ ଦ୍ରବ୍ୟ ବର୍ଜନ, ନିଶା ନିବାରଣ, ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ଆଦି କାର୍ଯ୍ୟରେ ସରଳା ଦେବୀ ନିଜକୁ ନିୟୋଜିତ କରିଥିଲେ ।

ଗ୍ରାମ ଗ୍ରାମ ବୁଲି ସତ୍ୟାଗ୍ରହ ଆଦି କାର୍ଯ୍ୟରେ ସେ ଜନଚେତନା ସୃଷ୍ଟି କରିଥିଲେ । ୧୯୩୦ ମସିହା ସେପ୍ଟେମ୍ବର ୨୦ ତାରିଖରେ ସେ ଗିରଫ ହୋଇ ଶିଶୁକନ୍ୟା ଉତ୍ତରାଙ୍କ ସହ ୬ ମାସ କାରାଦଣ୍ଡ ଭୋଗିଥିଲେ । କାରାବରଣ ପରେ ଭାଗଲପୁର ସେଣ୍ଟ୍ରାଲ ଜେଲ୍‌ରୁ ମୁକ୍ତି ହୋଇ ସେ ପୁନରାୟ ସ୍ଵେଚ୍ଛାସେବୀ ଅନୁଷ୍ଠାନରେ ଯୋଗଦେଇଥିଲେ । ୧୯୩୨ ମସିହାରେ ସେ ପୁନଶ୍ଚ ଗିରଫ ହୋଇ ତାଙ୍କର ୪ ମାସର ଶିଶୁ ସହ ହଜାରିବାଗ ଜେଲ୍‌ରେ ଦିନ କାଟିଥିଲେ । ସେଠାରୁ କାରାମୁକ୍ତ ହେବାପରେ ଅସ୍ପୃଶ୍ୟତା ନିବାରଣ ଓ ଚାଷୀ ସଙ୍ଗଠନାଦି କାର୍ଯ୍ୟ କରିଥିଲେ । ୧୯୩୪ ଖ୍ରୀ.ଅ.ରେ କଂଗ୍ରେସ ସମାଜସେବୀ ପାର୍ଟିରେ ସେ ଯୋଗଦାନ କରିଥିଲେ । ଗଡ଼ଜାତ ପ୍ରଜା ଆନ୍ଦୋଳନରେ ସାମିଲ ହୋଇ ସେ କାର୍ଯ୍ୟ କରିଥିଲେ । ଏହାପରେ ସେ ଉତ୍କଳ ପ୍ରଦେଶ କମିଟିର ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ । ୧୯୪୨ ଖ୍ରୀ.ଅ. ଭାରତଛାଡ଼ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ତାଙ୍କୁ ପୁନଶ୍ଚ କାରାବରଣ କରିବାକୁ ପଡ଼ିଥିଲା ।

୧୯୪୫ ରେ ସେ ଜେଲ୍‌ରୁ ମୁକ୍ତହୋଇ ‘ନବଜୀବନ ମଣ୍ଡଳ’ ନାମକ ଏକ ଅନୁଷ୍ଠାନ ଗଢ଼ି ସମାଜସେବା କରିବାରେ ନିଜକୁ ନିୟୋଜିତ କରିଥିଲେ । ସେହିପରି ଅନୁଗୁଳଠାରେ ସେ ବାଜିରାଉତ ଛାତ୍ରାବାସ ଗଠନ କରି ବିଭିନ୍ନ ରଚନାତ୍ମକ କାର୍ଯ୍ୟ କରିଥଲେ । ସେ ବିନୋବାଜୀଙ୍କ ଭଦାନ ଆନ୍ଦୋଳନରେ ଯୋଗଦେଇ ଓଡ଼ିଶାରେ ଭୂଦାନ ପଦଯାତ୍ରା କରିଥିଲେ । ଏହାପରେ ସେ ବିଭିନ୍ନ ସଙ୍ଗଠନର ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ସମ୍ବିଧାନ ପ୍ରଣୟନ କମିଟିର ସଦସ୍ୟା ଥିଲେ । ସେ ମଧ୍ୟ ରାଜ୍ୟ ସମାଜ ମଙ୍ଗଳ ଉପଦେଷ୍ଟା ପରିଷଦର ପ୍ରଥମ ଅଧ୍ୟକ୍ଷା ହୋଇଥିଲେ । ଶ୍ରୀମତୀ ମାଳତୀ ଚୌଧୁରୀ ମଧ୍ୟ ଅନେକ ଉପାଧ୍ର ଅଧିକାରିଣୀ ହୋଇଥିଲେ । ସେ ଆଦିବାସୀ ଅଧୁଷିତ ଅଞ୍ଚଳରେ ସେବାକରି ବଜାଜ୍ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ଏହି ମହୀୟସୀ ମହିଳାଙ୍କର ୧୯୯୮ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ଦେହାନ୍ତ ହୋଇଥିଲା । ସମସ୍ତଙ୍କ ପାଇଁ ସେ ଥିଲେ ସ୍ନେହଶୀଳା ମାଆଟିଏ ।

CHSE Odisha Class 12 History Chapter 3 Questions and Answers in Odia Medium

Odisha State Board CHSE Odisha Class 12 History Solutions Chapter 3 ଷୋଡ଼ଶ ମହାଜନପଦ Questions and Answers.

CHSE Odisha Class 12 History Chapter 3 Questions and Answers in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ନିମ୍ନୋକ୍ତ କେଉଁ ରାଷ୍ଟ୍ର ବାରାଣସୀ ନାମରେ ପରିଚିତ ?
(କ) କୋଶଳ
(ଖ) ମଗଧ
(ଗ) କାଶୀ
(ଘ)ଭଜ୍ୱ
Answer:
(ଗ) କାଶୀ

୨। ନିମ୍ନୋକ୍ତ କେଉଁ ରାଷ୍ଟ୍ରର ରାଜଧାନୀ ଥିଲା ଶ୍ରାବସ୍ତୀ ?
(କ) କୋଶଳ
(ଖ) ଅଙ୍ଗ
(ଗ) କୁରୁ
(ଘ) ପାଞ୍ଚଳ
Answer:
(କ) କୋଶଳ

୩ । ଉତ୍ତର ପ୍ରଦେଶର ଆଧୁନିକ ଅଯୋଧ୍ୟାକୁ ନେଇ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) ଅଙ୍ଗ
(ଖ) ମଗଧ
(ଗ) କୋଶଳ
(ଘ) ଚେଦୀ
Answer:
(ଗ) କୋଶଳ

୪ । ଚମ୍ପା ନିମ୍ନୋକ୍ତ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ଅଙ୍ଗ
(ଖ) ଚେଦୀ
(ଗ) ମଗଧ
(ଘ) ବତ୍ସ୍
Answer:
(କ) ଅଙ୍ଗ

CHSE Odisha Class 12 History Chapter 3 Questions and Answers in Odia Medium

୫। ରାଜଗୃହ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ଅଙ୍ଗ
(ଖ) ମଗଧ
(ଗ) କୋଶଳ
(ଘ) ଚେଦୀ
Answer:
(ଖ) ମଗଧ

୬। ଆଧୁନିକ ଦିଲ୍ଲୀ ଓ ମିରଟ ଜିଲ୍ଲାକୁ ନେଇ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) କୁରୁ
(ଖ) ପାଞ୍ଚଳ
(ଗ) ମତ୍ସ୍ୟ
(ଘ) ସୁରସେନ
Answer:
(କ) କୁରୁ

୭। ଆଧୁନିକ ରୋହିଲାଖଣ୍ଡ ଅଞ୍ଚଳରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) ମତ୍ସ୍ୟ
(ଖ) ସୁରସେନ
(ଗ) ପାଞ୍ଚଳ
(ଘ) ଆସାକା
Answer:
(ଗ) ପାଞ୍ଚାଳ

୮ । ବିରାଟ ନଗରୀ ନିମ୍ନୋକ୍ତ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ମତ୍ସ୍ୟ
(ଖ) ଆସାକା
(ଗ) ଅବନ୍ତୀ
(ଘ) କୋଶଳ
Answer:
(କ) ମତ୍ସ୍ୟ

CHSE Odisha Class 12 History Chapter 3 Questions and Answers in Odia Medium

୯ । ମଥୁରା କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ସୁରସେନ
(ଖ) କୁରୁ
(ଗ) କୋଶଳ
(ଘ) କାଶୀ
Answer:
(କ) ସୁରସେନ

୧୦ । ଅବନ୍ତୀ ରାଷ୍ଟ୍ରର ପଡ଼ୋଶୀ ରାଷ୍ଟ୍ରର ନାମ କ’ଣ ଥିଲା ?
(କ) ଭଜି
(ଖ) ଆସାକା
(ଗ) ମଲ୍ଲ
(ଘ) ମତ୍ସ୍ୟ
Answer:
(ଖ) ଆସାକା

୧୧ । ପୋଟନା ନିମ୍ନୋକ୍ତ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ମତ୍ସ୍ୟ
(ଖ) ପାଞ୍ଚଳ
(ଗ) କୁରୁ
(ଘ) ଆସାକା
Answer:
(ଘ) ଆସାକା

୧୨ । ଆଧୁନିକ କାଶ୍ମୀର, ପାକିସ୍ତାନର ପେଶୱାର ଓ ରାଓଲପିଣ୍ଡି ଜିଲ୍ଲାକୁ ନେଇ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) କମ୍ବୋଜ
(ଖ) ମଗଧ
(ଗ) ଗାନ୍ଧାର
(ଘ) ତକ୍ଷଶିଳା
Answer:
(ଗ) ଗାନ୍ଧାର

୧୩ । ତକ୍ଷଶିଳା କେଉଁଥ‌ିପାଇଁ ପ୍ରସିଦ୍ଧ ?
(କ) ବାଣିଜ୍ୟକେନ୍ଦ୍ର
(ଖ) ଶିକ୍ଷାକେନ୍ଦ୍ର
(ଗ) ତୀର୍ଥସ୍ଥାନ
(ଘ) ବୃଦ୍ଧଙ୍କ ଜନ୍ମସ୍ଥାନ
Answer:
(ଖ) ଶିକ୍ଷାକେନ୍ଦ୍ର

CHSE Odisha Class 12 History Chapter 3 Questions and Answers in Odia Medium

୧୪ । ପୁଞ୍ଜୁସାତି କେଉଁ ରାଜ୍ୟର ରାଜା ଥିଲେ ?
(କ) ଗାନ୍ଧାର
(ଖ) କମ୍ବୋଜ
(ଗ) ମଗଧ
(ଘ) ବିଦେହ
Answer:
(କ) ଗାନ୍ଧାର

୧୫ । କପିଳବାସ୍ତୁ ଏକ ___________ ରାଷ୍ଟ୍ର ।
(କ) ଗଣତାନ୍ତ୍ରିକ
(ଖ) ରାଜତାନ୍ତ୍ରିକ
(ଗ) ଏକସଂଘୀୟ ରାଷ୍ଟ୍ର
(ଘ) ଦ୍ବି-ସଂଘୀୟ ରାଷ୍ଟ୍ର
Answer:
(କ) ଗଣତାନ୍ତ୍ରିକ

B. ଶୂନ୍ୟସ୍ଥାନ ପୂରଣ କର ।

୧। କାଶୀ ଜନପଦ ଏକ _________ ରାଷ୍ଟ୍ର ଥିଲା ।
Answer:
ରାଜତାନ୍ତ୍ରିକ

୨ । ଅଙ୍ଗ ଜନପଦର ରାଜଧାନୀର ନାମ ଥିଲା ___________ ।
Answer:
ଚମ୍ପା

୩ । କୌଶାସ୍ତ୍ରୀ ____________ ର ରାଜଧାନୀ ଥିଲା ।
Answer:
ବସ ଜନପଦ

୪। ସୁରସେନ ଜନପଦରେ _____________ ବଂଶ ଶାସନ କରୁଥିଲେ ।
Answer:
ଯାଦବ

CHSE Odisha Class 12 History Chapter 3 Questions and Answers in Odia Medium

୫। ଆଧୁନିକ ____________ କୁ ନେଇ ଗଠିତ ହୋଇଥିଲା ଅବନ୍ତୀ ରାଷ୍ଟ୍ର ।
Answer:
ମାଲୱା

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ମହାବୀରଙ୍କ ମାତା କେଉଁ ରାଜକନ୍ୟା ଥିଲେ ?
Answer:
ମହାବୀରଙ୍କ ମା’ ତ୍ରିଶଳା ଥିଲେ ଲିଚ୍ଛବୀ ରାଜକନ୍ୟା ।

୨ । ପୁରାତନ କାଶୀ ରାଷ୍ଟ୍ର ବର୍ତ୍ତମାନ କେଉଁ ନାମରେ ପରିଚିତ ?
Answer:
ପୁରାତନ କାଶୀ ରାଷ୍ଟ୍ର ବର୍ତ୍ତମାନ ବାରାଣସୀ ନାମରେ ପରିଚିତ ।

୩ । ମହାବୀରଙ୍କ ମାତା କେଉଁ ରାଜକନ୍ୟା ଥିଲେ ?
Answer:
ମହାବୀରଙ୍କ ମା’ ତ୍ରିଶଳା ଥିଲେ ଲିଚ୍ଛବୀ ରାଜକନ୍ୟା ।

୪। ଆସାକା ଜନପଦ କେଉଁ ନଦୀକୂଳରେ ଅବସ୍ଥିତ ଥିଲା ?
Answer:
ଆସାକା ଜନପଦ ଗୋଦାବରୀ ନଦୀକୂଳରେ ଅବସ୍ଥିତ ଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

D. ଭ୍ରମ ସଂଶୋଧନ କର ।

୧। ମହାବୀରଙ୍କ ମାତାଙ୍କ ନାମ ଥିଲା ମାୟାଦେବୀ ।
Answer:
ମହାବୀରଙ୍କ ମାତାଙ୍କ ନାମ ଥଲା ତ୍ରିଶିଳା ।

୨ । ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଥିଲେ ମହାବୀର ।
Answer:
ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଥିଲେ ଗୌତମ ବୁଦ୍ଧ ।

୩ । ବିମ୍ବିସାର କୋଶଳର ରାଜା ଥିଲେ ।
Answer:
ବିମ୍ବିସାର ମଗଧର ରାଜା ଥିଲେ ।

୪। କାଶୀର ଦକ୍ଷିଣରେ କୋଶଳ ରାଜ୍ୟ ଥିଲା ।
Answer:
କାଶୀର ଉତ୍ତରରେ କୋଶଳ ରାଜ୍ୟ ଥିଲା ।

୫। ‘ରାଜଗୃହ’ ପୁରାତନ କୋଶଳ ରାଜ୍ୟର ରାଜଧାନୀ ଥିଲା ।
Answer:
ରାଜଗୃହ ପୁରାତନ ମଗଧ ରାଜ୍ୟର ରାଜଧାନୀ ଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ‘ଅଙ୍ଗ’ ଜନପଦ କେଉଁଠି ଅବସ୍ଥିତ ଥିଲା ? ମଗଧର କେଉଁ ଶାସକ ଅଙ୍ଗ ରାଜ୍ୟକୁ ମଗଧରେ ଅନ୍ତର୍ଭୁକ୍ତ କରିଥିଲେ ?
Answer:

  • ‘ଅଙ୍ଗ’ ଜନପଦ ମଗଧର ପଡ଼ୋଶୀ ରାଷ୍ଟ୍ର ରୂପେ ପୂର୍ବ ବିହାରରେ ଅବସ୍ଥିତ ଥିଲା ।
  • ମଗଧର ରାଜା ବିମ୍ବିସାରଙ୍କ ସମୟରେ ଏହା ମଗଧରେ ଅନ୍ତର୍ଭୁକ୍ତ ହେଲା ।

୨ । ପୁରାତନ କୋଶଳ ରାଷ୍ଟ୍ର ବର୍ତ୍ତମାନର କେଉଁ ସ୍ଥାନରେ ଗଢ଼ିଉଠିଥିଲା ? ଏହାର ରାଜଧାନୀର ନାମ କ’ଣ ଥିଲା ?
Answer:

  • ପୁରାତନ କୋଶଳ ରାଷ୍ଟ୍ର ଉତ୍ତର ପ୍ରଦେଶର ଆଧୁନିକ ଅଯୋଧ୍ୟାକୁ ନେଇ ଗଠିତ ହୋଇଥିଲା ।
  • ଏହାର ରାଜଧାନୀ ଥିଲା ଶ୍ରାବସ୍ତୀ ।

୩ । ପୁରାତନ ମଗଧ ରାଷ୍ଟ୍ର ଆଧୁନିକ କେଉଁ ସ୍ଥାନକୁ ନେଇ ସୃଷ୍ଟି ହୋଇଥିଲା ? ଏହାର ପୁରାତନ ରାଜଧାନୀର ନାମ କ’ଣ ଥିଲା ?
Answer:

  • ପୁରାତନ ମଗଧ ରାଷ୍ଟ୍ର ଆଧୁନିକ ପାଟନା ଓ ଗୟା ଜିଲ୍ଲାକୁ ନେଇ ସୃଷ୍ଟି ହୋଇଥିଲା ।
  • ଏହା ପୁରାତନ ରାଜଧାନୀର ନାମ ଥିଲା ରାଜଗୃହ ।

୪ । ବସ୍ତ୍ର ରାଷ୍ଟ୍ର କେଉଁଠି ଅବସ୍ଥିତ ଥିଲା ? ଏହା କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ?
Answer:

  • ‘ବସ’ ରାଷ୍ଟ୍ର ଅବନ୍ତୀ ରାଷ୍ଟ୍ରର ଉତ୍ତର-ପୂର୍ବ ପାର୍ଶ୍ଵରେ ଅବସ୍ଥିତ ଥିଲା ।
  • ଏହା ଆଲ୍ଲାହାବାଦ ଓ ତତ୍‌ସଂଲଗ୍ନ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।

୫ | ଜନପଦ କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ? ଏହାର ପ୍ରସିଦ୍ଧ ସହର କ’ଣ ଥିଲା ?
Answer:

  • ‘କୁରୁ ଜନପଦ’ ଆଧୁନିକ ଦିଲ୍ଲୀ ଓ ମିରଟ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।
  • ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ ଏହାର ଦୁଇଟି ପ୍ରଧାନ ସହର ଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

୬। ପୁରାତନ ‘ଗାନ୍ଧାର’ ଜନପଦ କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ? ଏହାର ରାଜଧାନୀର ନାମ କ’ଣ ଥିଲା ?
Answer:

  • ପୁରାତନ ଗାନ୍ଧାର ଜନପଦ ଆଧୁନିକ କାଶ୍ମୀର, ପାକିସ୍ତାନର ପେଶ୍ୱର ଓ ରାୱଲପିଣ୍ଡି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ।
  • ଏହାର ରାଜଧାନୀର ନାମ ଥିଲା ତକ୍ଷଶିଳା ।

୭ । ପୁରାତନ କାଳରେ ମାନବ ସମାଜରେ କେତୋଟି ଜାତି ଥିଲା ? ସେଗୁଡ଼ିକର ନାମ କ’ଣ ଥିଲା ?
Answer:

  • ପୁରାତନ କାଳରେ ମାନବ ସମାଜକୁ ଚାରିଗୋଟି ଜାତିରେ ବିଭକ୍ତ କରାଯାଇଥିଲା ।
  • ସେମାନେ ଥିଲେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ।

୮ | ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ କେତୋଟି ପ୍ରମୁଖ ଧର୍ମର ଆବିର୍ଭାବ ହୋଇଥିଲା ? ସେଗୁଡ଼ିକର ନାମ କ’ଣ ଥିଲା ?
Answer:

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଦୁଇଗୋଟି ପ୍ରମୁଖ ଧର୍ମର ଆବିର୍ଭାବ ହୋଇଥିଲା ।
  • ସେଗୁଡ଼ିକର ନାମ ହେଲା ଜୈନଧର୍ମ ଓ ବୌଦ୍ଧଧର୍ମ ।

B. ପାଞ୍ଚଟି ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ କେଉଁ ତିନିଗୋଟି କାରଣରୁ ଗୁରୁତ୍ୱପୂର୍ଣ୍ଣ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ନିମ୍ନୋକ୍ତ ତିନିଗୋଟି କାରଣରୁ ଗୁରୁତ୍ଵପୂର୍ଣ୍ଣ ଥିଲା; ସେଗୁଡ଼ିକ ହେଲା –

  • ଏହି ସମୟରେ ଭାରତରେ ୧୬ଟି ମହାଜନପଦ ବା ରାଷ୍ଟ୍ରର ଉତ୍ପତ୍ତି ହୋଇଥିଲା ।
  • ଭାରତରେ ବୌଦ୍ଧଧର୍ମ ଓ ଜୈନଧର୍ମର ଆବିର୍ଭାବ ଘଟିଥିଲା ।
  • ପୃଥ‌ିବୀରେ ବିଭିନ୍ନ ସ୍ଥାନରେ ଧର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିଥିଲା । ଚୀରେ କନ୍‌ଫୁସିୟସ୍ ଓ ଲାଓସେଙ୍କ ଆବିର୍ଭାବ ଘଟିଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

୨ । ‘ମଗଧ’ ମହାଜନପଦର ନିମ୍ନୋକ୍ତ ତିନିଗୋଟି ମୁଖ୍ୟ କଥା ହେଲା ।
Answer:

  • ମଗଧ ଏକ ସାମ୍ରାଜ୍ୟରେ ପରିଣତ ହୋଇଥିଲା ।
  • ବିମ୍ବିସାର ଓ ଅଜାତଶତ୍ରୁ ଭଳି ବଳିଷ୍ଠ ରାଜାମାନେ ମଗଧକୁ ଏକ ସାମ୍ରାଜ୍ୟର ରୂପ ଦେଇଥିଲେ ।
  • ଆଧୁନିକ ପାଟନା ଓ ଗୟା ଜିଲ୍ଲାକୁ ନେଇ ତତ୍କାଳୀନ ମଗଧ ରାଷ୍ଟ୍ର ଗଠିତ ହୋଇଥିଲା ।

୩ । କୁରୁ ରାଜ୍ୟ ସମ୍ପର୍କରେ ଲେଖ ।
Answer:

  • କୁରୁ ରାଜ୍ୟ ସେତେବେଳେ ଆଧୁନିକ ଦିଲ୍ଲୀ ଓ ମିରଟକୁ ନେଇ ଗଠିତ ହୋଇଥିଲା ।
  • ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ ଏହାର ପ୍ରଧାନ ସହର ଥିଲା ।
  • କୁରୁ ରାଜ୍ୟ ଷଷ୍ଠ ଶତାବ୍ଦୀବେଳକୁ ଏହାର ଗୁରୁତ୍ଵ ହରାଇ ବସିଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତର ରାଜନୈତିକ ଅବସ୍ଥା କିପରି ଥିଲା ତାହାର ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତବର୍ଷ ଅନେକ ସ୍ବାଧୀନ ରାଷ୍ଟ୍ରରେ ବିଭକ୍ତ ହୋଇଥିଲା । ଏହି ସ୍ବାଧୀନ ରାଷ୍ଟ୍ରଗୁଡ଼ିକର ଶାସକମାନେ ନିଜ ନିଜର କ୍ଷମତା ତଥା ସାମ୍ରାଜ୍ୟ ବୃଦ୍ଧି ପାଇଁ ସଦାସର୍ବଦା ପରସ୍ପର ବିରୁଦ୍ଧରେ ଯୁଦ୍ଧରେ ଲିପ୍ତ ରହୁଥିଲେ । ଜୈନ ଭଗବତୀ ସୂତ୍ର ଏବଂ ବୌଦ୍ଧ ଅଙ୍ଗୁଭର ନିକାୟ ଗ୍ରନ୍ଥଦ୍ଵୟରୁ ଷୋହଳଟି ରାଷ୍ଟ୍ର ବା ମହାଜନପଦ ସମ୍ବନ୍ଧରେ ସୂଚନା ମିଳିଥାଏ । ଅଙ୍ଗୁରର ନିକାୟ ଓ ଅନ୍ୟାନ୍ୟ ବୌଦ୍ଧଗ୍ରନ୍ଥଗୁଡ଼ିକରୁ ସୂଚନା ମିଳେ ଯେ, ବୁଦ୍ଧଙ୍କ ଆବିର୍ଭାବ ଘଟିବା ପୂର୍ବରୁ ଏହି ସ୍ଵାଧୀନ ରାଷ୍ଟ୍ରଗୁଡ଼ିକର ପତନ ଘଟିଥିଲା । ଏହି ଷୋହଳଟି ମହାଜନପଦର ନାମ ହେଲା— କାଶୀ, କୋଶଳ, ଅଙ୍ଗ, ମଗଧ, ଭଜି ଗଣତନ୍ତ୍ର, ମଲ୍ଲ, ଚେଦୀ, ବତ୍ସ, କୁରୁ, ପାଞ୍ଚାଳ, ମତ୍ସ୍ୟ, ସୁରସେନ, ଆସାକା, ଗାନ୍ଧାର, ଅବନ୍ତୀ, କମ୍ବୋଜ ।

  • କାଶୀ – ମହାଜନପଦଗୁଡ଼ିକ ମଧ୍ୟରେ କାଶୀ ଥିଲା ବିଶେଷ ଶକ୍ତିଶାଳୀ । ବାରାଣସୀ ଥୁଲା ଏହାର ରାଜଧାନୀ । କାଶୀର ରାଜା ବ୍ରହ୍ମଦତ୍ତ କୋଶଳ ଅଧିକାର କରିଥିବାର ଜଣାଯାଏ । କାଳକ୍ରମେ କାଶୀ ରାଜ୍ୟର ସମୃଦ୍ଧିରେ ଈର୍ଷାନ୍ବିତ ହୋଇ ଅନ୍ୟାନ୍ୟ ମହାଜନପଦଗୁଡ଼ିକ ତାହାର ବିରୋଧ କରିଥିଲେ ଏବଂ କ୍ରମାଗତ ସଂଘର୍ଷ ତଥା ଯୁଦ୍ଧ ଯୋଗୁ କାଶୀ ରାଜ୍ୟର ପତନ ଘଟିଥିଲା ।
  • କୋଶଳ – ଆଧୁନିକ ଅଯୋଧ୍ୟା ଅଞ୍ଚଳକୁ ନେଇ କୋଶଳ ରାଜ୍ୟ ଗଠିତ ହୋଇଥିଲା । ଗୋମତୀ ଓ ସର୍ପିକ ନଦୀଦ୍ୱୟ ଏହି ରାଜ୍ୟର ଯଥାକ୍ରମେ ଦକ୍ଷିଣ ଓ ପୂର୍ବରେ ସୀମା ନିର୍ଦ୍ଧାରଣ କରୁଥିଲେ । ଶ୍ରାବସ୍ତୀ ଥିଲା ଏହାର ରାଜଧାନୀ ଏବଂ ପ୍ରଧାନ ସହର । କ୍ରମେ କୋଶଳ ଓ ମଗଧ ମଧ୍ୟରେ ନିଜ ନିଜର ରାଜନୈତିକ ପ୍ରାଧାନ୍ୟ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତାର ସୂତ୍ରପାତ ହୋଇଥିଲା । ପରବର୍ତ୍ତୀ କାଳରେ କୋଶଳ ମଗଧର ଅଂଶବିଶେଷରେ ପରିଣତ ହୋଇଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

  • ଅଙ୍ଗ – ମଗଧ ରାଜ୍ୟର ପୂର୍ବରେ ଅଙ୍ଗ ରାଜ୍ୟ ଅବସ୍ଥିତ ଥିଲା । ଚମ୍ପା ନଦୀ ଥିଲା ଅଙ୍ଗ ଓ ମଗଧରାଜ୍ୟ ଦ୍ଵୟର ସୀମାରେଖା । ଚମ୍ପା ନଗରୀ ଅଙ୍ଗ ରାଜ୍ୟର ରାଜଧାନୀ ଥିଲା । ଏହା ଏକ ବାଣିଜ୍ୟ ଓ ବ୍ୟବସାୟର କେନ୍ଦ୍ରସ୍ଥଳୀ ଥିଲା । ଅଙ୍ଗ ଓ ମଗଧ ରାଜ୍ୟଦ୍ୱୟ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଲାଗି ରହିଥିଲା । ପରିଶେଷରେ ମଗଧର ରାଜା ବିମ୍ବିସାର ଅଙ୍ଗ ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ମଗଧ – ଆଧୁନିକ ପାଟଣା ଓ ଗୟା ଜିଲ୍ଲାଦ୍ୱୟକୁ ନେଇ ତତ୍କାଳୀନ ମଗଧ ରାଜ୍ୟ ଗଠିତ ହୋଇଥିଲା । ଏହି ରାଜ୍ୟର ଉତ୍ତରରେ ଗଙ୍ଗାନଦୀ ଏବଂ ପଶ୍ଚିମରେ ସୋନନଦୀ ପ୍ରବାହିତ ହେଉଥିଲା । ଗିରିବ୍ରଜ ଏହାର ରାଜଧାନୀ ଥିଲା । ପରବର୍ତ୍ତୀ କାଳରେ ରାଜଗୃହକୁ ରାଜଧାନୀ ସ୍ଥାନାନ୍ତରିତ କରାଯାଇଥିଲା । ପୁନର୍ବାର ରାଜଗୃହ ପରିବର୍ତ୍ତେ ପାଟଳୀପୁତ୍ରଠାରେ ମଗଧର ରାଜଧାନୀ ପ୍ରତିଷ୍ଠା କରାଯାଇଥିଲା । ବେଦ ଓ ଜୈନଗ୍ରନ୍ଥଗୁଡ଼ିକରେ ମଗଧର ପ୍ରଥମ କେତେଜଣ ରାଜାମାନଙ୍କ ସମ୍ବନ୍ଧରେ ସୂଚନା ରାଜଧାନୀ ପ୍ରତିଷ୍ଠା କରାଯାଇଥିଲା । ବେଦ ଓ ଜୈନଗ୍ରନ୍ଥଗୁଡ଼ିକରେ ମଗଧର ପ୍ରଥମ କେତେଜଣ ରାଜାମାନଙ୍କ ସମ୍ବନ୍ଧରେ ସୂଚନା ବିଶେଷ ବୃଦ୍ଧି ପାଇଥଲା ।
  • ଭଜି – ଭଜି ଗଣତନ୍ତ୍ର ଗଙ୍ଗାନଦୀର ଉତ୍ତରରେ ଅବସ୍ଥିତ ଥିଲା । ଏହା ଆଠଗୋଟି ଗୋଷ୍ଠୀ ବା ଦଳକୁ ନେଇ ଗଠିତ ହୋଇଥିଲା । ଏଗୁଡ଼ିକ ମଧ୍ୟରେ ଲିଚ୍ଛବି, ଜ୍ଞାତ୍ରିକ, ଭଜି ଓ ବିଦେହ ଗୋଷ୍ଠୀ ବିଶେଷ ଉଲ୍ଲେଖଯୋଗ୍ୟ । ଅନ୍ୟାନ୍ୟ ଗୋଷ୍ଠୀଗୁଡ଼ିକ ସମ୍ବନ୍ଧରେ ସଠିକ୍ ବିବରଣୀ ସଂଗୃହୀତ ହୋଇନାହିଁ । ବୈଶାଳୀ ବା ଆଧୁନିକ ମୁଜାଫରପୁର ଭଜି ଗଣତନ୍ତ୍ରର ରାଜଧାନୀ ଥିଲା ।
  • ମଲ୍ଲ ବା ମାଳବ – ମଲ୍ଲ ବା ମାଳବ ରାଜ୍ୟ ଭଜି ଗଣତନ୍ତ୍ରର ଉତ୍ତରରେ ଅବସ୍ଥିତ ଥିଲା । ଏହା କୁଲୁ ନଦୀଦ୍ଵାରା ଦୁଇଟି ଅଂଶରେ ବିଭକ୍ତ ହୋଇଥିଲା । ଗୋଟିଏ ଅଂଶର ରାଜଧାନୀ ଥୁଲା କୁଶୀନରା ଏବଂ ଅନ୍ୟ ଅଂଶର ରାଜଧାନୀ ଥିଲା ପାବା । ପ୍ରଥମେ ଏହି ରାଜ୍ୟରେ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ମାତ୍ର ମଗଧର ରାଜା ବିମ୍ବିସାରଙ୍କ ସମୟବେଳକୁ ଏହି ରାଜ୍ୟରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଥିଲା । ସମ୍ରାଟ ଅଜାତଶତ୍ରୁ ମଲ୍ଲ ରାଜ୍ୟକୁ ମଗଧ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ଚେଦୀ – ଆଧୁନିକ ବୁନ୍ଦେଲଖଣ୍ଡ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଏହି ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ଶୁଭ୍ରମତୀ ଏହାର ରାଜଧାନୀ ଥିଲା । ମତ୍ସ୍ୟ ଓ କାଶୀ ଏବଂ ଚେଦୀ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା ।
  • ବତ୍ସ – ଗଙ୍ଗାନଦୀର ଦକ୍ଷିଣରେ ବସ୍ତ୍ର ରାଜ୍ୟ ଅବସ୍ଥିତ ଥିଲା । ଏହା ଏକ ପ୍ରଧାନ ବାଣିଜ୍ୟକେନ୍ଦ୍ର ଥିଲା । କୋଶମ୍ବୀ ଏହାର ରାଜଧାନୀ ଥିଲା । କୋଶମ୍ବୀ ଆହ୍ଲାବାଦ ନିକଟବର୍ତ୍ତୀ ଯମୁନା ନଦୀ କୂଳରେ ଅବସ୍ଥିତ ଥିଲା । ବସ୍ତ୍ରରାଜା ଦଧିବାହନଙ୍କ ପୁତ୍ର ଉଦୟନ, ଅବନ୍ତୀର ରାଜା ପ୍ରଦ୍ୟୋତ ଏବଂ ମଗଧର ରାଜା ବିମ୍ବିସାର ବୁଦ୍ଧଙ୍କ ସମସାମୟିକ ଥିଲେ ।
  • କୁରୁ – ପାଲୀ ଗ୍ରନ୍ଥରୁ ଜଣାଯାଏ ଯେ, ଖ୍ରୀ.ପୂ. ଷଷ୍ଠ ଶତକରେ ଯୁଧୁଷ୍ଠିରଙ୍କ ବଂଶଧରମାନେ କୁରୁ ରାଜ୍ୟରେ ଶାସନ କରୁଥିଲେ । ଦିଲ୍ଲୀ ନିକଟବର୍ତ୍ତୀ ଇନ୍ଦ୍ରପ୍ରସ୍ଥ ଥିଲା ଏହି ରାଜ୍ୟର ରାଜଧାନୀ । ମୋଟାମୋଟି ଭାବରେ ଆଧୁନିକ ଦିଲ୍ଲୀ ଏବଂ ମିରଟ ଜିଲ୍ଲାକୁ ନେଇ କୁରୁ ରାଜ୍ୟ ଗଠିତ ହୋଇଥିଲା ।
  • ପାଞ୍ଚାଳ – ରୋହିଲାଖଣ୍ଡ ଓ ମଧ୍ୟ-ଭାରତର ଦୋଆବ ଅଞ୍ଚଳକୁ ନେଇ ପାଞ୍ଚାଳ ରାଜ୍ୟ ଗଠିତ ହୋଇଥିଲା । ଗଙ୍ଗାନଦୀ ଏହି ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲା; ଯଥା – ଉତ୍ତର ପାଞ୍ଚାଳ ଓ ଦକ୍ଷିଣ ପାଞ୍ଚାଳ । ଅହିଛତ୍ର ଓ କାମ୍ପିଲ୍ୟ ଯଥାକ୍ରମେ ଉତ୍ତର ପାଞ୍ଚାଳ ଓ ଦକ୍ଷିଣ ପାଞ୍ଚାଳର ରାଜଧାନୀ ଥିଲା । ବୌଦ୍ଧ ସାହିତ୍ୟରୁ ଜଣାଯାଏ ଯେ ଉତ୍ତର ପାଞ୍ଚାଳ ଅଧିକାର କରିବାପାଇଁ ପାଞ୍ଚାଳ ଓ କୁରୁ ରାଜ୍ୟଦ୍ୱୟ ମଧ୍ୟରେ ସଂଘର୍ଷ ଲାଗିଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

  • ମତ୍ସ୍ୟ – ଆଧୁନିକ ଜୟପୁର ଅଞ୍ଚଳ ସହିତ ତତ୍କାଳୀନ ମତ୍ସ୍ୟ ରାଜ୍ୟକୁ ଚିହ୍ନଟ କରାଯାଇଅଛି । ବିରାଟ ନଗରୀ ଥିଲା ଏହାର ରାଜଧାନୀ ।
  • ସୁରସେନ – ଯମୁନା ନଦୀକୂଳରେ ଅବସ୍ଥିତ ସୁରସେନ ରାଜ୍ୟର ରାଜଧାନୀ ଥିଲା ମଥୁରା । ମହାଭାରତ ଓ ପୁରାଣମାନଙ୍କରୁ ଜଣାଯାଏ ଯେ, ଯଦୁବଂଶର ରାଜାଗଣ ଏହି ରାଜ୍ୟରେ ରାଜତ୍ଵ କରୁଥୁଲେ ।
  • ଆସାକା – ଗୋଦାବରୀ ନଦୀକୂଳରେ ଅବସ୍ଥିତ ଥ‌ିବା ଆସାକା ରାଜ୍ୟର ରାଜଧାନୀ ଥୁଲା ପୋଟାଳ ବା ପୋଟନା ! ବାୟୁ ପରାଣରେ ଉଲ୍ଲେଖ ଅଛି ଯେ ଆସାକାର ରାଜାମାନେ ଥିଲେ ଈକ୍ଷାକୁ ବଂଶୀୟ ।
  • ଅବନ୍ତୀ – ଆଧୁନିକ ଉଜ୍ଜୟିନୀ ଏବଂ ନର୍ମଦା ଉପତ୍ୟକାର କେତେକାଞ୍ଚଳକୁ ନେଇ ଅବନ୍ତୀରାଜ୍ୟ ଗଠିତ ହୋଇଥିଲା । ବିନ୍ଧ୍ୟ ପର୍ବତମାଳା ଏହି ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲା । ଉଜ୍ଜୟିନୀ ଏହାର ରାଜଧାନୀ ଥିଲା । ଅବନ୍ତୀର ରାଜା ଚନ୍ଦ୍ରପ୍ରଦ୍ୟୋତ କୋଶାମ୍ବୀର ରାଜା ଉଦୟନଙ୍କର ସମସାମୟିକ ଥିଲେ । ବୌଦ୍ଧଗ୍ରନ୍ଥରୁ ଜଣାଯାଏ ଯେ, ରାଜା ଚନ୍ଦ୍ରପ୍ରଦ୍ୟୋତ ବିଶେଷ ପ୍ରଭାବଶାଳୀ ଥିଲେ । ପୁରାଣରେ ଉଲ୍ଲେଖ ଅଛି, ଅବନ୍ତୀର ଯଦୁବଂଶୀୟ ରାଜାମାନେ ଅବନ୍ତୀ, ବିଦର୍ଭ ଆଦି ନଗରୀ ପ୍ରତିଷ୍ଠା କରିଥିଲେ ।
  • ଗାନ୍ଧାର – ଆଧୁନିକ କାଶ୍ମୀର, ପାକିସ୍ତାନର ପେଶୱାର ଓ ରାୱଲପିଣ୍ଡି ଜିଲ୍ଲାକୁ ନେଇ ଗାନ୍ଧାର ରାଷ୍ଟ୍ର ଗଠିତ ହୋଇଥିଲା । ତକ୍ଷଶିଳା ଥିଲା ଏହାର ରାଜଧାନୀ । ଷଷ୍ଠ ଶତାବ୍ଦୀର ଶେଷ ସମୟ ବେଳକୁ ଗାନ୍ଧାର ଜନୈକ ପାରସ୍ୟ ରାଜାଙ୍କଦ୍ବାରା ଅଧିକୃତ ହୋଇଥିଲା । ପୁଞ୍ଜୁସାତି ଥିଲେ ଏହି ରାଜ୍ୟର ରାଜା ।
  • କମ୍ବୋଜ – ଭାରତର ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳକୁ ନେଇ କମ୍ବୋଜ ରାଷ୍ଟ୍ର ଗଠିତ ହୋଇଥିଲା । ଦ୍ଵାରକା ଥିଲା ଏହାର ରାଜଧାନୀ । ମହାଭାରତରୁ ଜଣାଯାଏ ଯେ, ଏଠାରେ ପ୍ରଥମେ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା; କିନ୍ତୁ ପରବର୍ତ୍ତୀ କାଳରେ ଏଠାରେ ଗଣତନ୍ତ୍ର ଶାସନ ପ୍ରଚଳନ କରାଯାଇଥିଲା ।

CHSE Odisha Class 12 History Chapter 16 Objective & Short Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 16 ଓଡ଼ିଶା ପ୍ରତି ଅବଦାନ : ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତି, ସରଳା ଦେବୀ, ରମା ଦେବୀ ଓ ମାଳତୀ ଦେବୀ Objective & Short Answer Questions

CHSE Odisha 12th Class History Chapter 16 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ଦେଶୀ କୋରମ୍ ଉପାଧ୍ଧରେ କେଉଁ ନାରୀ ନେତ୍ରୀ ସମ୍ମାନିତା ହୋଇଥିଲେ ?
(କ) ଜାହ୍ନବୀ ଦେବୀ
(ଖ) ସରଳା ଦେବୀ
(ଗ) କୋକିଳା ଦେବୀ
(ଘ) ମାଳତୀ ଦେବୀ
Answer:
(ଖ) ମାଳତୀ ଦେବୀ

୨। ଜମିଦାରୀର ଦାୟିତ୍ଵ ହାତକୁ ନେବାପରେ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳମାନଙ୍କର ମିଶ୍ରଣ ପାଇଁ ବିଶେଷତଃ ନିମ୍ନୋକ୍ତ କେଉଁ ଜିଲ୍ଲାକୁ ମାନ୍ଦ୍ରାଜ୍ ପ୍ରଦେଶରୁ ଅଲଗା କରି ଓଡ଼ିଶାରେ ମିଶାଇ ଦେବାପାଇଁ କୃଷ୍ଣଚନ୍ଦ୍ର ଗଜପତି ଲାଗିପଡ଼ିଥିଲେ ?
(କ) କଟକ
(ଖ) ପୁରୀ
(ଗ) ଗଞ୍ଜାମ
(ଘ) ବାଲେଶ୍ବର
Answer:
(ଗ) ଗଞ୍ଜାମ

୩। ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ କେଉଁଠାରେ ଆୟୋଜନ ହୋଇଥିଲା ?
(କ) ଭଞ୍ଜନଗର
(ଖ) ପାରଳାଖେମୁଣ୍ଡି
(ଗ) ଘୁମୁସର
(ଘ) ବ୍ରହ୍ମପୁର
Answer:
(ଖ) ପାରଳାଖେମୁଣ୍ଡି

CHSE Odisha Class 12 History Chapter 16 Objective & Short Answer Questions in Odia Medium

୪| ନିମ୍ନୋକ୍ତ କେଉଁ ଉପାଧ୍ ଇଂରେଜ ସରକାର କୃଷ୍ଣଚନ୍ଦ୍ର ଗଜପତିଙ୍କୁ ପ୍ରଦାନ କରିଥିଲେ ?
(କ) ଲାଟସାହେବ
(ଖ) ରାଜାସାହେବ
(ଗ) ସାହେବ
(ଘ) ସମାଟ
Answer:
(ଖ) ରାଜାସାହେବ

୫। ‘ବିଶ୍ଵ ବିପ୍ଳବିଣୀ’ ପୁସ୍ତକର ରଚୟିତା କିଏ ?
(କ) କୋକିଳା ଦେବୀ
(ଖ) ରୁକ୍ମିଣୀ ଦେବୀ
(ଗ) ସରଳା ଦେବୀ
(ଘ) ଶାଳିନୀ ଦେବୀ
Answer:
(ଗ) ସରଳା ଦେବୀ

୬। ୧୯୨୮ ଖ୍ରୀ.ଅ.ରେ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନ ସାଇମନ୍ କମିଶନ୍‌କୁ ବର୍ଜନ କଲାବେଳେ ଏହି କମିଶନ ଆଗରେ କୃଷ୍ଣଚନ୍ଦ୍ର ଗଜପତି ନିମ୍ନୋକ୍ତ କେଉଁ ଦାବି ଉପସ୍ଥାପିତ କରିଥିଲେ ?
(କ) ଗଞ୍ଜାମର ମିଶ୍ରଣ
(ଖ) ସ୍ଵତନ୍ତ୍ର ଓଡ଼ିଶା ଗଠନ
(ଗ) ଗଡ଼ଜାତ ରାଜ୍ୟମାନଙ୍କ ମିଶ୍ରଣ
(ଘ) ଏ ସମସ୍ତ
Answer:
(ଖ) ସ୍ୱତନ୍ତ୍ର ଓଡ଼ିଶା ଗଠନ

୭। ‘ନବଜୀବନ ମଣ୍ଡଳ’ ନାମକ ଅନୁଷ୍ଠାନର ପ୍ରତିଷ୍ଠାତା କିଏ ?
(କ) ରମା ଦେବୀ
(ଖ) ମାଳତୀ ଦେବୀ
(ଗ) ସୁଲୋଚନା ଦେବୀ
(ଘ) ସରଳା ଦେବୀ
Answer:
(ଖ) ମାଳତୀ ଦେବୀ

୮। ପ୍ରଥମ ଗୋଲଟେବୁଲ ବୈଠକରେ ଓଡ଼ିଆଙ୍କର ପ୍ରତିନିଧୁଭାବେ କିଏ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବକ୍ତୃତା ଦେଇଥିଲେ ?
(କ) ଗୋପବନ୍ଧୁ ଦାସ
(ଖ) ମଧୁସୂଦନ ଦାସ
(ଗ) ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
(ଘ) ସୁଭାଷ ବୋଷ
Answer:
(ଗ) ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ

୯। ସମ୍ବିଧାନ ପ୍ରଣୟନ କମିଟିର ସଦସ୍ୟା କିଏ ଥିଲେ ?
(କ) ସରଳା ଦେବୀ
(ଖ) କ୍ଷେତ୍ରମଣି ଦେବୀ
(ଗ) ସୁଲୋଚନା ଦେବୀ
(ଘ) କୃଷ୍ଣପ୍ରିୟା ଦେବୀ
Answer:
(କ) ସରଳାଦେବୀ

CHSE Odisha Class 12 History Chapter 16 Objective & Short Answer Questions in Odia Medium

୧୦। ସତ୍ୟବାଦୀ ବନବିଦ୍ୟାଳୟର କେବେ ସ୍ଥାପିତ ହୋଇଥିଲା ?
(କ) ୧୯୦୭
(ଖ) ୧୯୦୮
(ଗ) ୧୯୦୯
(ଘ) ୧୯୧୦
Answer:
(ଗ) ୧୯୦୯

୧୧। ୧୯୧୫ ଖ୍ରୀ.ଅ.ରେ ସତ୍ୟବାଦୀ ପ୍ରେସ୍‌ରୁ ପ୍ରକାଶିତ ମାସିକ ସାହିତ୍ୟ ପତ୍ରିକାର ନାମ କ’ଣ ?
(କ) ସତ୍ୟବାଦୀ
(ଖ) ଆଶା
(ଗ) ସମାଜ
(ଘ) ସମ୍ବାଦ
Answer:
(କ) ସତ୍ୟବାଦୀ

୧୨ । ନିମ୍ନୋକ୍ତ କେଉଁ ଖ୍ରୀ.ଅ.ରେ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶିତ ହୋଇଥିଲା ?
(କ) ୧୯୨୮
(ଖ) ୧୯୩୦
(ଗ) ୧୯୩୨
(ଘ) ୧୯୩୬
Answer:
(ଖ) ୧୯୩୦

୧୩ । ନିମ୍ନୋକ୍ତ କେଉଁ ଖ୍ରୀ.ଅ.ରେ ଗୋପବନ୍ଧୁ ବିହାର-ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ?
(କ) ୧୯୧୫
(ଖ) ୧୯୧୭
(ଗ) ୧୯୧୮
(ଘ) ୧୯୧୯
Answer:
(ଖ) ୧୯୧୭

୧୪ । ନିମ୍ନୋକ୍ତ କେଉଁ ଖ୍ରୀ.ଅ.ରେ ଗୋପବନ୍ଧୁ ଦାସ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ନୌ ଅବେଶନରେ ଯୋଗଦେଇଥିଲେ ।
(କ) ୧୯୧୪
(ଖ) ୧୯୧୬
(ଗ) ୧୯୨୬
(ଘ) ୧୯୩୦
Answer:
(ଖ) ୧୯୧୬

୧୫ । ୧୯୩୦ ମସିହାରେ ଓଡ଼ିଶାର ପ୍ରଥମ ମହିଳା ରାଜନୈତିକ ବନ୍ଦୀ କିଏ ଥିଲେ ?
(କ) ସୀତା ଦେବୀ
(ଖ) ମାଳତୀ ଦେବୀ
(ଗ) ସରଳା ଦେବୀ
(ଘ) କିରଣ ଦେବୀ
Answer:
(ଗ) ସରଳା ଦେବୀ

୧୬ । ନିଷ୍ଫଳ ଉତ୍କଳ ପ୍ରଦେଶ ପ୍ରାଦେଶିକ କଂଗ୍ରେସ ସମ୍ମିଳନୀର ପ୍ରଥମ ସଭାପତି କିଏ କିଏ ଥିଲେ ?
(କ) ମଧୁସୂଦନ ଦାସ
(ଖ) ଗୋପବନ୍ଧୁ ଦାସ
(ଗ) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
(ଘ) ଆଚାର୍ଯ୍ୟ ହରିହର
Answer:
(ଖ) ଗୋପବନ୍ଧୁ ଦାସ

CHSE Odisha Class 12 History Chapter 16 Objective & Short Answer Questions in Odia Medium

୧୭ । ନିମ୍ନୋକ୍ତ କେଉଁ ବ୍ୟକ୍ତି ଗୋପବନ୍ଧୁ ଦାସଙ୍କୁ ‘ଉତ୍କଳମଣି’ ଆଖ୍ୟା ପ୍ରଦାନ କରିଥିଲେ ?
(କ) ବୈଜ୍ଞାନିକ ଆଶୁତୋଷ ମୁଖାର୍ଜୀ
(ଖ) ସନ୍ତୋଷ ଚଟ୍ଟୋପାଧ୍ୟାୟ
(ଗ) ଈଶ୍ଵରଚନ୍ଦ୍ର ବିଦ୍ୟାସାଗର
(ଘ) ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ
Answer:
(ଘ) ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ

୧୮। ବିଚ୍ଛିନ୍ନାଞ୍ଚଳର ଓଡ଼ିଆମାନଙ୍କ ଏକତ୍ରୀକରଣ ନିମନ୍ତେ ନିମ୍ନୋକ୍ତ କେଉଁ ଖ୍ରୀଷ୍ଟାବ୍ଦରେ ମଧୁବାବୁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ ?
(କ) ୧୯୦୦
(ଖ) ୧୯୦୩
(ଗ) ୧୯୩୦
(ଘ) ୧୯୩୪
Answer:
(ଖ) ୧୯୦୩

୧୯। ୧୯୧୩ ଖ୍ରୀଷ୍ଟାବ୍ଦରେ ପୁରୀରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର କେଉଁ ଅଧିବେଶନରେ ମଧୁସୂଦନ ଦାସ ସଭାପତି ଆସନ ମଣ୍ଡନ କରିଥେଲେ ?
(କ) ସପ୍ତମ
(ଖ) ଅଷ୍ଟମ
(ଗ) ନବମ
(ଘ) ଦଶମ
Answer:
(ଗ) ନବମ

୨୦। ‘ଦି ଓଡ଼ିଆ’ ନାମକ ସାପ୍ତାହିକୀ ପତ୍ରିକାର ପ୍ରତିଷ୍ଠାତା କିଏ ?
(କ) ଗୋପବନ୍ଧୁ ଦାସ
(ଖ) ମଧୁସୂଦନ ଦାସ
(ଗ) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
(ଘ) ଆଚାର୍ଯ୍ୟ ହରିହର ଦାସ
Answer:
(ଖ) ମଧୁସୂଦନ ଦାସ

୨୧। ନିଷ୍ଫଳ ଭାରତ କଂଗ୍ରେସ ଅଧ୍ଶନରେ ପ୍ରଥମ ଓଡ଼ିଆ ମହିଳା ବକ୍ତା କିଏ ଥିଲେ ?
(କ) ସୁଲୋଚନା ଦେବୀ
(ଖ) ସରଳା ଦେବୀ
(ଗ) ସୁମତୀ ଦେବୀ
(ଘ) ଷୋତୁମଶି ଦେବୀ
Answer:
(ଖ) ସରଳାଦେବୀ

୨୨। ନିମ୍ନୋକ୍ତ କେଉଁ ଖ୍ରୀଷ୍ଟାବ୍ଦରେ ମଧୁସୂଦନ ଦାସ ଜନ୍ମଗ୍ରହଣ କରିଥିଲେ ?
(କ) ୧୮୪୩
(ଖ) ୧୮୪୭
(ଗ) ୧୮୪୮
(ଘ)୧୮୫୦
Answer:
(ଗ)୧୮୪୮

CHSE Odisha Class 12 History Chapter 16 Objective & Short Answer Questions in Odia Medium

୨୩। ନିମ୍ନୋକ୍ତ କେଉଁ ଖ୍ରୀଷ୍ଟାବ୍ଦରେ ମଧୁସୂଦନ ଦାସ ଇହଲୀଳା ସମ୍ବରଣ କରିଥିଲେ ?
(କ) ୧୯୩୦
(ଖ) ୧୯୩୨
(ଗ) ୧୯୩୪
(ଘ) ୧୯୩୬
Answer:
(ଗ) ୧୯୩୪

୨୪। ନିମ୍ନୋକ୍ତ କେଉଁ ଖ୍ରୀଷ୍ଟାବ୍ଦରେ ରମା ଦେବୀ ଉତ୍କଳ ପ୍ରଦେଶ କଂଗ୍ରେସର ଅଧ୍ଯକ୍ଷା ହୋଇଥିଲେ ?
(କ) ୧୯୨୮
(ଖ)୧୯୨୯
(ଗ) ୧୯୩୦
(ଘ) ୧୯୩୨
Answer:
(ଗ) ୧୯୩୦

୨୫। ୧୯୩୭ ଖ୍ରୀଷ୍ଟାବ୍ଦରେ ନିର୍ବାଚିତ ବିଧାନସଭାରେ ପ୍ରଥମ ଓଡ଼ିଆ ମହିଳା ସଦସ୍ୟ କିଏ ଥିଲେ ?
(କ) ନିର୍ମଳା ଦେବୀ
(ଖ) କୋକିଳା ଦେବୀ
(ଗ) ଜାହ୍ନବୀ ଦେବୀ
(ଘ) ସରଳା ଦେବୀ
Answer:
(ଘ) ସରଳା ଦେବୀ

୨୬। ଯମୁନାଲାଲ ବଜାଜ ଫାଉଣ୍ଡେସନଦ୍ୱାରା ବଜାଜ୍ ପୁରସ୍କାର ନିମ୍ନୋକ୍ତ କେଉଁ ବ୍ୟକ୍ତି ଲାଭ କରିଥିଲେ ?
(କ) ମାଳତୀ ଦେବୀ
(ଖ) ରମା ଦେବୀ
(ଗ) ରମ୍ଭା ଦେବୀ
(ଘ) ସରଳା ଦେବୀ
Answer:
(ଖ) ରମା ଦେବୀ

୨୭। ସର୍ବଭାରତୀୟ ଚରଖା ସଂଘର କୋଷାଧ୍ୟକ୍ଷ କିଏ ଥିଲେ ?
(କ) ସରଳା ଦେବୀ
(ଖ) ରମା ଦେବୀ
(ଗ) ମାଳତୀ ଦେବୀ
(ଘ) ସୁମତା ଦେବୀ
Answer:
(ଖ) ରମା ଦେବୀ

CHSE Odisha Class 12 History Chapter 16 Objective & Short Answer Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧। ବାଜି ରାଉତ ଛାତ୍ରାବାସର ପ୍ରତିଷ୍ଠାତା ________________ ।
Answer:
ଶ୍ରୀମତୀ ମାଳତୀ ଚୌଧୁରୀ

୨। ଶ୍ରୀମତୀ ମାଳତୀ ଚୌଧୁରୀ ________________ ଉପାଧିରେ ସମ୍ମାନିତା ହୋଇଥିଲେ ।
Answer:
ଦେଶୀ କୋରମ

୩ । ଓଡ଼ିଶାର ପ୍ରଥମ ମହିଳା ରାଜନୈତିକ ବନ୍ଦୀ ________________ ଥିଲେ ।
Answer:
ଶ୍ରୀମତୀ ସରଳା ଦେବୀ

୪। ଶାମତା ସରଳା ଦେବା _______________ ଖ୍ରୀ.ଅ.ରେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ ।
Answer:
୧୯୨୧

୫। ଶ୍ରୀମତୀ ସରଳା ଦେବୀଙ୍କର __________________ ଖ୍ରୀ.ଅ.ରେ ଦେହାନ୍ତ ହୋଇଥିଲା ।
Answer:
୧୯୮୬

୬ । ୧୯୩୦ ଖ୍ରୀ.ଅ.ରେ ବ୍ରହ୍ମପୁରଠାରେ _________________ ନାମକ ଏକ ଅନୁଷ୍ଠାନ ସ୍ଥାପନ କରି ବହୁ ପୁରୁଷ ଓ ମହିଳା କର୍ମୀଙ୍କୁ ନାରୀନେତ୍ରୀ ସରଳା ଦେବୀ ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେବାପାଇଁ ପ୍ରବର୍ତ୍ତାଇ ଥିଲେ ।
Answer:
‘ଉଦ୍‌ଯୋଗ ମନ୍ଦିର’

୭ । ‘ବିଶ୍ଵ ବିପ୍ଳବିଣୀ’ ଗ୍ରନ୍ଥର ରଚୟିତା ଥିଲେ _______________ ।
Answer:
ଶ୍ରୀମତୀ ସରଳା ଦେବୀ

CHSE Odisha Class 12 History Chapter 16 Objective & Short Answer Questions in Odia Medium

୮ | ଶ୍ରୀମତୀ ରମା ଦେବୀଙ୍କର ______________ ଖ୍ରୀ.ଅ.ରେ ଦେହାନ୍ତ ହୋଇଥିଲା ।
Answer:
୧୯୮୫

୯ । କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, _______________ ଖ୍ରୀ.ଅ.ରେ ______________ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୯୨, ଗଙ୍ଗ

୧୦ । ବ୍ରିଟିଶ୍ ସରକାର _______________ ଙ୍କୁ ରାଜାସାହେବ ଉପାଧ୍ ପ୍ରଦାନ କରିଥିଲେ ।
Answer:
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ

୧୧ । ୧୯୨୭ ଖ୍ରୀ.ଅ.ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ________________ ର ସଭ୍ୟ ଭାବରେ ନିଯୁକ୍ତ ହୋଇଥିଲେ । ଏହାର ଅଧ୍ୟକ୍ଷ ଥିଲେ ଭାରତର ପରବର୍ତ୍ତୀ ବଡ଼ଲାଟ୍ _______________।
Answer:
କୃଷି କମିଶନ, ଲର୍ଡ଼ ଲିନ୍‌ଲିଥ୍ ଗୋ

୧୨। ୧୯୨୮ ଖ୍ରୀ.ଅ.ରେ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନ ସାଇମନ୍ କମିଶନ୍‌କୁ ବର୍ଜନ କଲାବେଳେ ପାରଳାଖେମୁଣ୍ଡି ମହାରାଜା ଏହି କମିଶନ୍ ସମ୍ମୁଖରେ ______________ ଦାବି ଉପସ୍ଥାପିତ କରିଥିଲେ ।
Answer:
ସ୍ଵତନ୍ତ୍ର ଓଡ଼ିଶା ଗଠନ

୧୩ । ବିହାର-ଓଡ଼ିଶା ସରକାର ଗୋଲଟେବୁଲ ବୈଠକକୁ ଓଡ଼ିଆମାନଙ୍କର ପ୍ରତିନିଧ୍ଵ ରୂପେ ________________ ଙ୍କ ନାମ ସୁପାରିସ କରିଥଲେ ।
Answer:
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ

୧୪। ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା _____________ ଖ୍ରୀ.ଅ.ରେ ପାଇଥିଲା ।
Answer:
୧୯୩୬

୧୫ । ଉତ୍କଳ ବିଶ୍ଵବିଦ୍ୟାଳୟ ଏବଂ କଟକରେ ଭେଷଜ ମହାବିଦ୍ୟାଳୟର ପ୍ରତିଷ୍ଠାତା _______________ ଅଟନ୍ତି ।
Answer:
ମହାରାଜା କୃଷ୍ଣଚନ୍ଦ୍ର ଗଜପତି

୧୬ । ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ __________________ ।
Answer:
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ

୧୭ । ଗୋପବନ୍ଧୁ ପୁରୀ ଜିଲ୍ଲାର ________________ ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
Answer:
ସୁଆଣ୍ଡୋ

୧୮ । ଗୋପବନ୍ଧୁ _________________ ଦିନ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୭୭ ମସିହା ଅକ୍ଟୋବର ୯ ତାରିଖ

CHSE Odisha Class 12 History Chapter 16 Objective & Short Answer Questions in Odia Medium

୧୯ । ଗୋପବନ୍ଧୁ ______________ ଖ୍ରୀ.ଅ.ରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
୧୯୦୯

୨୦ । ସମାଜ ଏକ ଦୈନିକ ସମ୍ବାଦପତ୍ର ଭାବେ __________________ ଖ୍ରୀ.ଅ.ରେ ପ୍ରକାଶିତ ହେଲା ।
Answer:
୧୯୩୦

୨୧। ୧୯୧୯ ରେ କଟକରେ ________________ ସମ୍ମିଳନୀର ବାର୍ଷିକ ଅଧ୍ଶନରେ ଗୋପବନ୍ଧୁ ସଭାପତିତ୍ୱ କରିଥିଲେ ।
Answer:
ଉତ୍କଳ

୨୨ । କଂଗ୍ରେସ ଅଧ୍ଵବେଶନ __________________ ଠାରେ ଓଡ଼ିଶାକୁ ଭାଷାଭିଭିରେ ଏକ ସ୍ବତନ୍ତ୍ର ପ୍ରାଦେଶିକ କଂଗ୍ରେସ କମିଟି ଗଠନ ହେବାର ସିଦ୍ଧାନ୍ତ ନିଆଯାଇଥିଲା ।
Answer:
ନାଗପୁର

୨୩ । ଗୋପବନ୍ଧୁଙ୍କ ଅନୁରୋଧରେ ମହାତ୍ମା ଗାନ୍ଧି ________________ ଖ୍ରୀ.ଅ.ରେ କଟକ ଆସିଥିଲେ ।
Answer:
୧୯୨୧

୨୪ । ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କୁ ଏକତ୍ରିତ କରିବାପାଇଁ _______________ ଖ୍ରୀ.ଅ.ରେ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠାକରିଥିଲେ ।
Answer:
୧୯୦୩

୨୫ । ମଧୁବାବୁ ______________ ପ୍ରାଦେଶିକ ଲେଜିସ୍‌ଟିଭ୍ କାଉନ୍‌ସିଲ୍‌ର ସଦସ୍ୟ ଥିଲେ ।
Answer:
ବିହାର-ଓଡ଼ିଶା

୨୬ । ମଧୁବାବୁଙ୍କୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ________________ ବିଶେଷ ସହାୟତା କରିଥିଲେ ।
Answer:
ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେଓ

୨୭ । ସମଗ୍ର ଭାରତରେ ସାଇମନ୍ କମିଶନ୍‌କୁ ଫେରିଯାଅ ଧ୍ଵନିଦ୍ୱାରା ପ୍ରତ୍ୟାଖ୍ୟାନ କଲାବେଳେ ଉତ୍କଳ ସମ୍ମିଳନୀର ନେତାମାନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ନେଇ ଏହି କମିଶନକୁ _________________ ଠାରେ ଭେଟିଥିଲେ ।
Answer:
ପାଟନା

୨୮। ମଧୁବାବୁଙ୍କର _______________ ଖ୍ରୀଷ୍ଟାବ୍ଦରେ ଦେହାନ୍ତ ହୋଇଥିଲା ।
Answer:
୧୯୩୪

CHSE Odisha Class 12 History Chapter 16 Objective & Short Answer Questions in Odia Medium

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ବିହାର-ଓଡ଼ିଶା ପ୍ରଦେଶ କେବେ ଗଠିତ ହୋଇଥିଲା ?
Answer:
ବିହାର-ଓଡ଼ିଶା ପ୍ରଦେଶ ଏପ୍ରିଲ ୧, ୧୯୧୨ ଖ୍ରୀ.ଅ.ରେ ଗଠିତ ହୋଇଥିଲା ।

୨। ଦେବୀ କେବେ ମହାତ୍ମା ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ ?
Answer:
୧୯୨୧ ଖ୍ରୀଷ୍ଟାବ୍ଦରେ ରମା ଦେବୀ ମହାତ୍ମା ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ ।

୩ । ରମା ଦେବୀ କେବେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷା ଥିଲେ ?
Answer:
୧୯୩୦ ଖ୍ରୀଷ୍ଟାବ୍ଦରେ ରମା ଦେବୀ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷା ଥିଲେ ।

୪। ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ରମା ଦେବୀ ଓଡ଼ିଶାର କେଉଁ ସେବାଶ୍ରମରେ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ?
Answer:
ଗାନ୍ଧିଜୀଙ୍କ ନିର୍ଦେଶରେ ରମା ଦେବୀ ଓଡ଼ିଶାର ବରୀ ସେବାଶ୍ରମରେ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

CHSE Odisha Class 12 History Chapter 16 Objective & Short Answer Questions in Odia Medium

୫। ମଧୁବାବୁ କେବେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ ?
Answer:
୧୯୦୩ ଖ୍ରୀ.ଅ.ରେ ମଧୁବାବୁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ ।

୬। ରମା ଦେବୀ କେବେ ଯମୁନାଲାଲ୍ ବଜାଜ୍ ଫାଉଣ୍ଡେସନ୍‌ଦ୍ୱାରା ବଜାଜ୍ ପୁରସ୍କାର ଗ୍ରହଣ କରିଥିଲେ ?
Answer:
୧୯୨୧ ଖ୍ରୀ.ଅ.ରେ ରମା ଦେବୀ ଯମୁନାଲାଲ୍ ବଜାଜ୍ ଫାଉଣ୍ଡେସନ୍‌ଦ୍ୱାରା ବଜାଜ୍ ପୁରସ୍କାର ଗ୍ରହଣ କରିଥିଲେ ।

୭। ରମା ଦେବୀଙ୍କର କେବେ ଦେହାନ୍ତ ହୋଇଥିଲା ?
Answer:
୧୯୮୫ ଖ୍ରୀ.ଅ. ଜୁଲାଇ ୨୨ ତାରିଖ ଦିନ ରମା ଦେବୀଙ୍କର ଦେହାନ୍ତ ହୋଇଥିଲା ।

୮| ଶ୍ରୀମତୀ ସରଳା ଦେବୀ କେବେ ଜନ୍ମଗ୍ରହଣ କରିଥିଲେ ?
Answer:
ଶ୍ରୀମତୀ ସରଳା ଦେବୀ ୧୯୦୪ ଖ୍ରୀ.ଅ. ଅଗଷ୍ଟ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

୯। ଶ୍ରୀମତୀ ସରଳା ଦେବୀ କେବେ ସ୍ବଦେଶୀ ଆନ୍ଦୋଳନରେ ଯୋଗଦେଇଥିଲେ ?
Answer:
ଶ୍ରୀମତୀ ସରଳା ଦେବୀ ୧୯୨୪ ମସିହାରେ କଟକରେ ଅନୁଷ୍ଠିତ ସ୍ବଦେଶୀ ଆନ୍ଦୋଳନରେ ଯୋଗ ଦେଇଥିଲେ ।

୧୦ । ଶ୍ରୀମତୀ ସରଳା ଦେବୀ କେବେ ବ୍ରହ୍ମପୁରଠାରେ ‘ଉଦ୍‌ଯୋଗ ମନ୍ଦିର’ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ?
Answer:
ଶ୍ରୀମତୀ ସରଳା ଦେବୀ ୧୯୩୦ ମସିହାରେ ବ୍ରହ୍ମପୁରଠାରେ ‘ଉଦ୍‌ଯୋଗ ମନ୍ଦିର’ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।

୧୧ । ଓଡ଼ିଆ ଅଞ୍ଚଳମାନଙ୍କର ମିଶ୍ରଣ ପାଇଁ କୃଷ୍ଣଚନ୍ଦ୍ର ଗଜପତିଙ୍କର ପ୍ରଥମ କାର୍ଯ୍ୟ କ’ଣ ଥିଲା ?
Answer:
ଓଡ଼ିଆ ଅଞ୍ଚଳମାନଙ୍କର ମିଶ୍ରଣ ପାଇଁ କୃଷ୍ଣଚନ୍ଦ୍ର ଗଜପତିଙ୍କର ପ୍ରଥମ କାର୍ଯ୍ୟ ଥିଲା, ମାନ୍ଦ୍ରାଜ ପ୍ରଦେଶରୁ ଗଞ୍ଜାମ ଜିଲ୍ଲାକୁ ପୃଥକ୍ କରି ଓଡ଼ିଶାରେ ମିଶାଇବା ।

୧୨ । ଶ୍ରୀମତୀ ମାଳତୀ ଚୌଧୁରୀ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ?
Answer:
ଶ୍ରୀମତୀ ମାଳତୀ ଚୌଧୁରୀ ୧୯୦୪ ଖ୍ରୀ.ଅ. ଜୁଲାଇ ମାସ ୨୬ ତାରିଖ ଦିନ କଲିକତାର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

୧୩ । ଶ୍ରୀମତୀ ମାଳତୀ ଚୌଧୁରୀ କାହାକୁ ବିବାହ କରିଥିଲେ ?
Answer:
ଶ୍ରୀମତୀ ମାଳତୀ ଚୌଧୁରୀ ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କରିଥିଲେ ।

CHSE Odisha Class 12 History Chapter 16 Objective & Short Answer Questions in Odia Medium

୧୪। ୧୯୧୯ ଭାରତ ଶାସନ ଆଇନରେ ଓଡ଼ିଶାର ସ୍ବାର୍ଥ ସାଧନ ନହେବାରୁ ମଧୁବାବୁ କ’ଣ କରିଥିଲେ ?
Answer:
୧୯୧୯ ଭାରତ ଶାସନ ଆଇନରେ ଓଡ଼ିଶାର ସ୍ବାର୍ଥ ସାଧନ ନହେବାରୁ ମଧୁବାବୁ ବିହାର-ଓଡ଼ିଶା ଲେଜିସ୍‌ଟିଭ୍ କାଉନ୍‌ସିଲ୍‌ରୁ ଇସ୍ତଫା ଦେଇଥିଲେ ।

୧୫ । ଗୋପବନ୍ଧୁ ଦାସ କେବେ ଜନ୍ମଗ୍ରହଣ କରିଥିଲେ ?
Answer:
ଗୋପବନ୍ଧୁ ଦାସ ୧୮୭୭ ଖ୍ରୀ.ଅ. ଅକ୍ଟୋବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

୧୬ । ଗୋପବନ୍ଧୁ ନିଜର ଶିକ୍ଷା ସମାପ୍ତ ପରେ ଜଣେ ଶିକ୍ଷକ ଭାବରେ କେଉଁଠାରେ ଶିକ୍ଷାଦାନ ଆରମ୍ଭ କରିଥିଲେ ?
Answer:
ଗୋପବନ୍ଧୁ ନିଜର ଶିକ୍ଷା ସମାପ୍ତ ପରେ ଜଣେ ଶିକ୍ଷକ ଭାବରେ ନୀଳଗିରିଠାରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷାଦାନ ଆରମ୍ଭ କରିଥିଲେ ।

୧୭ । କୃଷ୍ଣଚନ୍ଦ୍ର ଗଜପତି ସାଇମନ୍ କମିଶନ୍‌କୁ କାହିଁକି ଭେଟିଥିଲେ ?
Answer:
କୃଷ୍ଣଚନ୍ଦ୍ର ଗଜପତି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ନେଇ ସାଇମନ୍ କମିଶନ୍‌କୁ ଭେଟିଥିଲେ ।

୧୮ । କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ କେବେ ଜନ୍ମଗ୍ରହଣ କରିଥିଲେ ?
Answer:
୧୮୯୨ ଖ୍ରୀ.ଅ. ଏପ୍ରିଲ୍ ୨୬ ତାରିଖରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଜନ୍ମଗ୍ରହଣ କରିଥିଲେ ।

CHSE Odisha Class 12 History Chapter 16 Objective & Short Answer Questions in Odia Medium

D. ଭ୍ରମ ସଂଶୋଧନ କର ।

୧। ୧୯୨୦ ଉତ୍କଳ ସମ୍ମିଳନୀରେ ମଧୁବାବୁ ସଭାପତିତ୍ୱ କରିଥିଲେ ।
Answer:
୧୯୧୮ ଉତ୍କଳ ସମ୍ମିଳନୀରେ ମଧୁବାବୁ ସଭାପତିତ୍ୱ କରିଥିଲେ ।

୨। ଗୋପବନ୍ଧୁ ଦାସ ପ୍ରଥମ ଓଡ଼ିଆ ଓକିଲ ଥିଲେ ।
Answer:
ମଧୁସୂଦନ ଦାସ ପ୍ରଥମ ଓଡ଼ିଆ ଓକିଲ ଥିଲେ ।

୩। ରମା ଦେବୀ ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କରିଥିଲେ ।
Answer:
ରମା ଦେବୀ ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ ।

୪। ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତର ସୀମାନ୍ତକୁ ଯାଇ ରମା ଦେବୀ ଶାନ୍ତି ସ୍ଥାପନର ବାର୍ତ୍ତା ଦେଇଥିଲେ ।
Answer:
ଭାରତ-ଚୀନ୍ ଯୁଦ୍ଧ ସମୟରେ ଭାରତର ସୀମାନ୍ତକୁ ଯାଇ ରମା ଦେବୀ ଶାନ୍ତି ସ୍ଥାପନର ବାର୍ତ୍ତା ଦେଇଥିଲେ ।

୫। ଶ୍ରୀମତୀ ମାଳତୀ ଚୌଧୁରୀ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ଶନର ପ୍ରଥମ ଓଡ଼ିଆ ମହିଳା ବକ୍ତା ଥିଲେ ।
Answer:
ଶ୍ରୀମତୀ ସରଳା ଦେବୀ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ଵଂଶନର ପ୍ରଥମ ଓଡ଼ିଆ ମହିଳା ବକ୍ତା ଥିଲେ ।

CHSE Odisha Class 12 History Chapter 16 Objective & Short Answer Questions in Odia Medium

୬। ମଧୁବାବୁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

୭ । ଗୋପବନ୍ଧୁଙ୍କ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ପ୍ରେସ୍‌ରୁ ଉତ୍କଳ ଦୀପିକା ନାମକ ଏକ ମାସିକ ସାହିତ୍ୟ ପତ୍ରିକା ପ୍ରକାଶିତ ହେଉଥିଲା ।
Answer:
ଗୋପବନ୍ଧୁଙ୍କ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ପ୍ରେସରୁ ‘ସତ୍ୟବାଦୀ’ ନାମକ ଏକ ମାସିକ ପତ୍ରିକା ପ୍ରକାଶିତ ହେଉଥିଲା ।

୮। କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ନୟାଗଡ଼ର ଜମିଦାର ଥିଲେ ।
Answer:
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ପାରଳାଖେମୁଣ୍ଡିର ଜମିଦାର ଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ବିହାର-ଓଡ଼ିଶା ପ୍ରଦେଶ ଗଠନ କିପରି ମଧୁବାବୁଙ୍କ ପ୍ରଚେଷ୍ଟାରେ ହୋଇଥିଲା ?
Answer:
ମଧୁବାବୁଙ୍କ ପ୍ରଚେଷ୍ଟାରେ ଏବଂ ବଡ଼ଲାଟ୍ ଲର୍ଡ଼ ହାର୍ଡ଼ିଞ୍ଜଙ୍କ ଇଚ୍ଛାରେ ଓଡ଼ିଶାର ସମ୍ବଲପୁର, ଅନୁଗୁଳ, ବାଲେଶ୍ଵର, କଟକ ଏବଂ ପୁରୀ ଜିଲ୍ଲାକୁ ବଙ୍ଗ ପ୍ରଦେଶରୁ ପୃଥକ୍ କରି ବିହାର ସହିତ ମିଶାଇ ଦିଆଗଲା । ସୁତରାଂ ଏପ୍ରିଲ୍ ୧, ୧୯୧୨ ରେ ଜନ୍ମଲାଭ କଲା ବିହାର-ଓଡ଼ିଶା ପ୍ରଦେଶ ।

୨। କୃଷ୍ଣଚନ୍ଦ୍ର ଗଜପତି କେବେ କୃଷି କମିଶନର ସଭ୍ୟରୂପେ ନିଯୁକ୍ତ ହୋଇଥିଲେ ? ଏହି କମିଶନର ଅଧ୍ୟକ୍ଷ କିଏ ଥିଲେ ?
Answer:
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୨୭ ଖ୍ରୀ.ଅ.ରେ କୃଷି କମିଶନର ସଭ୍ୟରୂପେ ନିଯୁକ୍ତ ହୋଇଥିଲେ । ଏହି କମିଶନର ଅଧ୍ୟକ୍ଷ ଥିଲେ ଭାରତର ପରବର୍ତ୍ତୀ ବଡ଼ଲାଟ୍ ଲର୍ଡ଼ ଲିନ୍‌ଲିଥ୍‌ଗୋ ।

୩। ସ୍ଵାଧୀନତା ସଂଗ୍ରାମୀ ଭାବରେ ୧୯୩୦ ଖ୍ରୀ.ଅ.ରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ରମା ଦେବୀ କି କି କାର୍ଯ୍ୟ କରିଥିଲେ ?
Answer:
୧୯୩୦ ଖ୍ରୀ.ଅ.ରେ ସ୍ବାଧୀନତା ସଂଗ୍ରାମରେ ରମା ଦେବୀ ଯୋଗଦେଇ ବିଦେଶୀ ଦ୍ରବ୍ୟ ବର୍ଜନ, ନିଶା ନିବାରଣ ଆଦି କାର୍ଯ୍ୟକ୍ରମରେ ଜଡ଼ିତ ରହିବା ସହ ଇଞ୍ଚୁଡ଼ି ଓ କୁଜଙ୍ଗଠାରେ ଲବଣ ଆଇନ ବିରୁଦ୍ଧରେ ଆଇନଭଙ୍ଗ କରିଥିଲେ । ସେଥ‌ିପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା ।

CHSE Odisha Class 12 History Chapter 16 Objective & Short Answer Questions in Odia Medium

୪। ମହାତ୍ମା ଗାନ୍ଧିଙ୍କଦ୍ୱାରା ଅନୁପ୍ରାଣୀତ ହୋଇ ଗୋପବନ୍ଧୁ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ସମୟରେ କି କାର୍ଯ୍ୟ କରିଥିଲେ ? ସେଥ‌ିପାଇଁ ଅର୍ଥ ସଂଗ୍ରହର ବ୍ୟବସ୍ଥା ସେ କିପରି କରିଥିଲେ ?
Answer:
ମହାତ୍ମା ଗାନ୍ଧିଙ୍କଦ୍ୱାରା ଅନୁପ୍ରାଣୀତ ହୋଇ ଗୋପବନ୍ଧୁ ଓଡ଼ିଶାରେ ଖଦଡ଼ ପିନ୍ଧିବାପାଇଁ ପ୍ରଚାର, ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା ଏବଂ ନିଶା ନିବାରଣ ଆଦି କାର୍ଯ୍ୟକୁ ସଫଳ କରିବାପାଇଁ ଉଦ୍ୟମ କରିଥିଲେ । ଅର୍ଥ ସଂଗ୍ରହ ପାଇଁ ସେ ତିଳକ ସ୍ୱରାଜ ପାଣ୍ଠି ଗଠନ କରି ଜନସାଧାରଣଙ୍କଠାରୁ ଚାନ୍ଦା ସଂଗ୍ରହ କରିଥିଲେ ।

୫। ଶ୍ରୀମତୀ ସରଳା ଦେବୀ କାହାକୁ ବିବାହ କରିଥିଲେ ଏବଂ ସେ କେବେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ ?
Answer:
ଶ୍ରୀମତୀ ସରଳା ଦେବୀ ଭାଗୀରଥୀ ମହାପାତ୍ରଙ୍କୁ ବିବାହ କରିଥିଲେ ଏବଂ ସେ ୧୯୨୧ ଖ୍ରୀ.ଅ.ରେ ସ୍ଵାମୀଙ୍କ ସହ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ ।

୬ । ମାଳତୀ ଚୌଧୁରୀ ନିଜର ସମାଜସେବା ପାଇଁ କି କି ପୁରସ୍କାର ପାଇଥିଲେ ?
Answer:
ଶ୍ରୀମତୀ ମାଳତୀ ଚୌଧୁରୀ କେବଳ ଜଣେ ସ୍ବାଧୀନତା ସଂଗ୍ରାମୀ ନଥିଲେ, ସେ ମଧ୍ୟ ଥିଲେ ଜଣେ ବିଶିଷ୍ଟ ସମାଜସେବୀ । ଆଦିବାସୀ ଅଧୁଷିତ ଅଞ୍ଚଳରେ ସେବାପାଇଁ ସେ ଯମୁନାଲାଲ ବଜାଜ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ ।

୭ । ଦୈନିକ ସମାଜ ପତ୍ରିକାର ପ୍ରଥମ ସମ୍ପାଦକ ଥିଲେ ଏବଂ ଏହା ଦୈନିକ ପତ୍ରିକା ଭାବରେ କେବେ ପ୍ରକାଶିତ ହୋଇଥିଲା ?
Answer:
ଦୈନିକ ସମାଜ ପତ୍ରିକାର ପ୍ରଥମ ସମ୍ପାଦକ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ଏହା ୧୯୩୦ ଖ୍ରୀ.ଅ.ରେ ଦୈନିକ ପତ୍ରିକା ଭାବରେ ପ୍ରକାଶିତ ହୋଇଥିଲା ।

B. ପାଞ୍ଚଟି ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ଜଣେ ସମାଜସେବୀ ଭାବରେ ରମା ଦେବୀଙ୍କର କାର୍ଯ୍ୟକୁ ସଂକ୍ଷିପ୍ତରେ ଉଲ୍ଲେଖ କର ।
Answer:
ରମା ଦେବୀ ଜଣେ ସମାଜସେବୀ ଭାବରେ ଥିଲେ ସୁପରିଚିତା । ସ୍ଵାଧୀନତା ସଂଗ୍ରାମ ସାଙ୍ଗକୁ ସେ ସମାଜ ସେବାକୁ ନିଜର ବ୍ରତ ରୂପେ ଗ୍ରହଣ କରିଥିଲେ । ତାଙ୍କଦ୍ୱାରା ହୋଇଥିବା ସମାଜସେବା କାର୍ଯ୍ୟ ମଧ୍ୟରେ ନିମ୍ନୋକ୍ତ ଥିଲା ପ୍ରଧାନ ।

  • ଆଦିବାସୀ ଅଧୁଷିତ ଅଞ୍ଚଳରେ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ।
  • କସ୍ତୁରବା ସ୍ମାରକ ନିସ୍‌ର ପ୍ରତିନିଧ୍ ଭାବରେ ସାଧାରଣ ଲୋକଙ୍କ ସେବା ।
  • ଭୂଦାନ ଆନ୍ଦୋଳନରେ ଭୂମିହୀନଙ୍କୁ ଭୂମି ମିଳିବାପାଇଁ ସକ୍ରିୟ ଭୂମିକା ।
  • ବାଂଲାଦେଶ ଶରଣାର୍ଥୀଙ୍କ ସେବା ।
  • ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସର୍ବସେବା ସଂଘ ଓ ରେଡ଼କ୍ରସ ସୋସାଇଟି ଭଳି ଅନୁଷ୍ଠାନରେ ସମ୍ପୃକ୍ତ ହୋଇ କାର୍ଯ୍ୟ କରିବା ।

୨। କୃଷ୍ଣଚନ୍ଦ୍ର ଗଜପତିଙ୍କ ଗୋଲଟେବୁଲ ବୈଠକରେ ଯୋଗଦାନ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୩୦-୩୧ ଖ୍ରୀ.ଅ.ରେ ଓଡ଼ିଶାର ସ୍ବାର୍ଥକୁ ପ୍ରତିନିଧ୍ବ କରିବାପାଇଁ ବିଲାତ ଯାତ୍ରା କରି ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉଦ୍ଦେଶ୍ୟରେ ଗଞ୍ଜାମକୁ ମାନ୍ଦ୍ରାଜ ପ୍ରଦେଶରୁ ମୁକ୍ତ କରିବାପାଇଁ ସେ ଦାବି କରିଥିଲେ । ତାଙ୍କର ଯୁକ୍ତିରେ ସେ କହିଥିଲେ ଯେ ଓଡ଼ିଆମାନେ ଏକ ସଂଖ୍ୟାଲଘୁ ଜାତି ଭାବରେ ବିଭିନ୍ନ ପ୍ରଦେଶରେ ବିକ୍ଷିପ୍ତ ହୋଇ ରହି ଅନେକ ଲାଞ୍ଛନା ଓ ଅସୁବିଧା ଭୋଗକରୁଛନ୍ତି । ଯଦି ସେହିସବୁ ଅଞ୍ଚଳକୁ ମୁକ୍ତ କରାଯାଇ ଏକ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯାଇପାରଗ, ଓଡ଼ିଆମାନଙ୍କ ପାଇଁ ଏକ ଆଶୀର୍ବାଦ ସ୍ୱରୂପ ହୁ ଅନ୍ତ। ।

CHSE Odisha Class 12 History Chapter 16 Objective & Short Answer Questions in Odia Medium

୩। ମାଳତୀ ଚୌଧୁରୀଙ୍କ କାର୍ଯ୍ୟାବଳୀକୁ ସଂକ୍ଷେପରେ ଉଲ୍ଲେଖ କର ।
Answer:
ଶ୍ରୀମତୀ ମାଳତୀ ଚୌଧୁରୀ ଓଡ଼ିଶାର ଜଣେ ସ୍ବନାମଧନ୍ୟା ନାରୀ ଏବଂ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ କଲିକତାରେ ଜନ୍ମ ହୋଇ ଶିକ୍ଷାଲାଭ କରିଥିଲେ ହେଁ ଓଡ଼ିଶାର ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କରିବା ପରେ ଓଡ଼ିଶା ଆସି ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ନିଜକୁ ଅନେକ ସାମାଜିକ କାର୍ଯ୍ୟ ଯଥା ଅସ୍ପୃଶ୍ୟତା ନିବାରଣ, ନୈଶ ବିଦ୍ୟାଳୟ ସ୍ଥାପନ, ଉନ୍ନତ ଧରଣର କୃଷିର ପ୍ରବର୍ତ୍ତନ ଆଦି କାର୍ଯ୍ୟ କରିଥିଲେ । ଏତଦ୍‌ବ୍ୟତୀତ ଜଣେ ସ୍ବାଧୀନତା ସଂଗ୍ରାମୀ ଭାବରେ ସେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ ।

CHSE Odisha Class 12 History Chapter 17 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 17 ଭାରତୀୟ ସମ୍ବିଧାନର ଗଠନ Short & Long Answer Questions.

CHSE Odisha 12th Class History Chapter 17 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଭାରତ କାହିଁକି ଏକ ସାର୍ବଭୌମ ରାଷ୍ଟ୍ର ?
Answer:
ଭାରତ ତାହାର ଭୌଗୋଳିକ ସୀମାରେଖା ମଧ୍ଯରେ ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନ ଆଦି କ୍ଷେତ୍ରରେ ନିଜର ସର୍ବୋଚ୍ଚ କ୍ଷମତାକୁ ଜାହିର କରୁଥ‌ିବାବେଳେ ପୃଥ‌ିବୀର ଅନ୍ୟ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ରକ୍ଷା କ୍ଷେତ୍ରରେ ନିଜର ସ୍ଵାଧୀନତା ପ୍ରକାଶ କରିଥାଏ । ଏଣୁ ଭାରତ ଏକ ସାର୍ବଭୌମ ରାଷ୍ଟ୍ର ଅଟେ ।

୨। କେଉଁ ଦେଶର ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଏବଂ ଲିଖ୍ତ ସମ୍ବିଧାନ ଅଟେ । ଏହାକୁ କ’ଣ କୁହାଯାଏ ?
Answer:
ଭାରତ ଦେଶର ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଏବଂ ଲିଖ୍ ସମ୍ବିଧାନ ଅଟେ । ଏହାକୁ ‘ଆଇନଜୀବୀମାନଙ୍କର ନନ୍ଦନକାନନ’ କୁହାଯାଏ ।

୩। ମର୍ଲେ-ମିଣ୍ଡୋ ଭାରତ ଶାସନ ଆଇନରେ ଭାରତବାସୀଙ୍କୁ ସନ୍ତୁଷ୍ଟ କରିବାପାଇଁ ନିଆଯାଇଥିବା ପ୍ରଥମ ପଦକ୍ଷେପଟି କ’ଣ ଥିଲା ? ଏଥପାଇଁ କେଉଁମାନେ ମନୋନୀତ ହୋଇଥିଲେ ?
Answer:
ମର୍ଲେ-ମିଣ୍ଡୋ ଭାରତ ଶାସନ ଆଇନରେ ଭାରତବାସୀଙ୍କୁ ସନ୍ତୁଷ୍ଟ କରିବାପାଇଁ ନିଆଯାଇଥ‌ିବା ପ୍ରଥମ ପଦକ୍ଷେପଟି ହେଲା – ଇଂଲଣ୍ଡରେ ଥିବା ଭାରତ ସଚିବଙ୍କ ପରିଷଦରେ ଦୁଇଜଣ ଭାରତୀୟଙ୍କୁ ସ୍ଥାନ ଦିଆଯିବ । ଏଥ‌ିପାଇଁ କେ.ଜି. ଗୁପ୍ତା ଓ ସେୟଦ ହୁସେନ୍ ବିଗ୍ରାମୀ ମନୋନୀତ ହୋଇଥିଲେ ।

CHSE Odisha Class 12 History Chapter 17 Short & Long Answer Questions in Odia Medium

୪ । ଧର୍ମନିରପେକ୍ଷ ରାଷ୍ଟ୍ର କ’ଣ ? ଏକ ଧର୍ମନିରପେକ୍ଷ ରାଷ୍ଟ୍ରର ଉଦାହରଣ ଦିଅ ।
Answer:
ଯେଉଁ ଦେଶରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ନଥାଏ, ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖାଯାଏ । କୌଣସି ଧର୍ମକୁ ପ୍ରୋତ୍ସାହିତ କରାଯାଏ ନାହିଁ କି ଉତ୍ସାହିତ କରାଯାଏ ନାହିଁ, ପ୍ରତ୍ୟେକ ଧର୍ମର ପ୍ରସାର ଓ ପ୍ରଚାର ପାଇଁ ପ୍ରତି ନାଗରିକକୁ ସ୍ଵାଧୀନତା ପ୍ରଦାନ କରେ, ସେହି ରାଷ୍ଟ୍ରକୁ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ।

୫। ସାଧାରଣତନ୍ତ୍ର ରାଷ୍ଟ୍ର କ’ଣ ? ଭାରତର ରାଷ୍ଟ୍ରମୁଖ୍ଯ କିଭଳି ନିର୍ବାଚିତ ହୁଅନ୍ତି ?
Answer:
ଯେଉଁ ରାଷ୍ଟ୍ରର ମୁଖ୍ୟ ଜନସାଧାରଣଙ୍କଦ୍ଵାରା ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି, ତାହାକୁ ସାଧାରଣତନ ରାଷ୍ଟ୍ର କୁହାଯାଏ । ଭରତର ରାଷ୍ଟ୍ରମୂଖ୍ୟ ରାଷ୍ଟ୍ରପତି ଜନସାଧାରଙ୍କଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।

୬। ସାର୍ବଜନୀନ ସାବାଳକ ଭୋଟପ୍ରଥା କ’ଣ ?
Answer:
ଜାତି, ବର୍ଣ୍ଣ, ଲିଙ୍ଗ, ଧର୍ମ, ଶିକ୍ଷାଗତ ଯୋଗ୍ୟତା, ସମ୍ପରି ଆଦି ନିର୍ବିଶେଷରେ ଏକ ନିର୍ଦ୍ଦିଷ୍ଟ ବୟସ ସୀମାପରେ ଗୋଟିଏ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରିବାକୁ ‘ସାର୍ବଜନୀନ ସାବାଳକ ଭୋଟପ୍ରଥା’ କୁହାଯାଏ । ଭାରତରେ ୩୨୬ ଧାରାର ବ୍ୟବସ୍ଥା ଓ ୬୨ ତମ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ୧୮ ବର୍ଷ ବା ତଦୂର୍ଷ ବୟସର ବ୍ୟକ୍ତିଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରାଯାଇ ସାର୍ବଜନୀନ ସାବାଳକ ଭୋଟପ୍ରଥାକୁ କାର୍ଯ୍ୟକାରୀ କରାଯାଇଛି ।

୭। ସମ୍ବିଧାନର କେଉଁ ଧାରାରେ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର ବୋଲି ଉଲ୍ଲେଖ ଅଛି । ଏଥରେ ନାଗରିକମାନଙ୍କ ପାଇଁ ଭାରତ ସରକାର ବି ବ୍ୟବସ୍ଥା କରିଛନ୍ତି ?
Answer:
ଭାରତୀୟ ସମ୍ବିଧାନର ୩୮ ଧାରାରେ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରୂପେ ସଙ୍ଗଠିତ ହେବାକୁ ଚେଷ୍ଟାକରିବ ବୋଲି ଉଲ୍ଲେଖ ରହିଛି । ଭାରତ ସରକାର ନାଗରିକମାନଙ୍କର ମଙ୍ଗଳ କାମନା ପାଇଁ ସାମାଜିକ ନ୍ୟାୟ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟର ବ୍ୟବସ୍ଥା କରିଛନ୍ତି । ସମାଜରୁ ଶୋଷଣ, ଅତ୍ୟାଚାର, ଦାରିଦ୍ର୍ୟ ଓ ଦୁର୍ନୀତିକୁ ଉଚ୍ଛେଦ କରାଯାଇଛି ।

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ମୁଖବନ୍ଧ ବା ପ୍ରସ୍ତାବନା
Answer:
ପୃଥ‌ିବୀର ଅନ୍ୟାନ୍ୟ ଲିଖ୍ ସମ୍ବିଧାନ ପରି ଭାରତ ସମ୍ବିଧାନର ପ୍ରାରମ୍ଭରେ ଏକ ପ୍ରସ୍ତାବନା ରହିଅଛି । ଏହା ସମ୍ବିଧାନର ଉତ୍ସ, ସରକାର ବା ରାଷ୍ଟ୍ରର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ, ସରକାରର ପ୍ରକାରଭେଦ ଓ ସମ୍ବିଧାନ ଗୃହୀତର ଦିନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥାଏ । ପ୍ରସ୍ତାବନା ଅନୁସାରେ ଭାରତରେ ସର୍ବୋଚ୍ଚ ଶାସନ କ୍ଷମତା ଜନସାଧାରଣଙ୍କ ହସ୍ତରେ ନ୍ୟସ୍ତ । ଏହା ଜନପ୍ରିୟ ସାର୍ବଭୌମତ୍ୱକୁ ସ୍ଵୀକାର କରିଥାଏ । ପ୍ରସ୍ତାବନା ମଧ୍ୟ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଘୋଷଣା କରିଅଛି । ଚିନ୍ତା, ଅଭିବ୍ୟକ୍ତି, ବିଶ୍ଵାସର ସ୍ଵାଧୀନତା, ସ୍ଥିତି ଓ ସୁଯୋଗର ସମାନତା, ଭ୍ରାତୃତ୍ଵ ଓ ନ୍ୟାୟପ୍ରତିଷ୍ଠା ଆମ୍ଭ ସମ୍ବିଧାନର ଲକ୍ଷ୍ୟ ବୋଲି ପ୍ରସ୍ତାବନା ସୂଚନା ପ୍ରଦାନ କରିଥାଏ । ପ୍ରସ୍ତାବନା ସୂଚିତ କରେ ଯେ, ୧୯୪୯ ଖ୍ରୀ.ଅ. ନଭେମ୍ବର ୨୬ ତାରିଖରେ ଆମ୍ଭ ସମ୍ବିଧାନ ଗୃହୀତ ହୋଇଥିଲା । ପ୍ରସ୍ତାବନାକୁ ସମ୍ବିଧାନର ମୁଖଶାଳା ବୋଲି ଅଭିହିତ କରାଯାଇଥାଏ । ପ୍ରସ୍ତାବନା ବାସ୍ତବରେ ଏକ ଦର୍ପଣ, ଯାହା ସମ୍ବିଧାନର ରୂପକୁ ପ୍ରତିଫଳିତ କରିଥାଏ । ଭାରତ ସମ୍ବିଧାନ ସମ୍ବନ୍ଧରେ ଅନେକ ଧାରଣା, ପ୍ରସ୍ତାବନା ପ୍ରଦାନ କରୁଥ‌ିବା ଯୋଗୁଁ ଏହାକୁ ସମ୍ବିଧାନର ଆତ୍ମା ବୋଲି କୁହାଯାଏ ।

୨। ଧର୍ମନିରପେକ୍ଷ ରାଷ୍ଟ୍ର
Answer:
ଯେଉଁ ରାଷ୍ଟ୍ରରେ କୌଣସି ରାଷ୍ଟ୍ରୀୟ ଧର୍ମ ନଥାଏ, ତାହାକୁ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ । ଭାରତରେ ବିଭିନ୍ନ ଧର୍ମର ଅସ୍ତିତ୍ବ ଉପଲବ୍ଧି କରାଯାଇଥିଲେ ମଧ୍ୟ କୌଣସି ଧର୍ମକୁ ରାଷ୍ଟ୍ରଧର୍ମଭାବେ ସ୍ବୀକୃତି ଦିଆଯାଇ ନାହିଁ । ସମ୍ବିଧାନର ପ୍ରସ୍ତାବନାରେ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଘୋଷଣା କରାଯାଇ ପ୍ରତ୍ୟେକ ନାଗରିକକୁ ଧର୍ମ ଓ ବିଶ୍ଵାସର ସ୍ଵାଧୀନତା ଦିଆଯାଇଛି । ଭାରତରେ ରାଷ୍ଟ୍ରୀୟ ଧର୍ମ ନାହିଁ କି କୌଣସି ଧର୍ମର ପ୍ରସାର ପାଇଁ ଅନ୍ୟ ଧର୍ମାବଲମ୍ବୀଙ୍କ ଉପରେ ଟିକସ ବସାଇବା ବା ପ୍ରଭାବ ପକାଇବା କ୍ଷମତା ରାଷ୍ଟ୍ରର ନାହିଁ । ନିଜ ନିଜ ଧର୍ମ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଧର୍ମ ପ୍ରଚାର ଓ ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୌଳିକ ଅଧୂକାର ଦିଆଯାଇଛି । ଧର୍ମ କ୍ଷେତ୍ରରେ ସର୍ବଦା ନିରପେକ୍ଷତା ଅବଲମ୍ବନ କରାଯାଇଛି । ଶାସନ ଓ ରାଜନୀତିଠାରୁ ଧର୍ମକୁ ଦୂରେଇ ରଖାଯାଇଛି । ଏହି ଚିନ୍ତାଧାରା ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରିବାକୁ ଯାଇ ୧୯୭୬ ମସିହାରେ ସମ୍ବିଧାନର ୪୨ ତମ ସଂଶୋଧନ ଅନୁସାରେ ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଶବ୍ଦ ଯୋଗ କରାଯାଇଛି । ଭାରତରେ ସବୁ ଧର୍ମର ଲୋକ ବସବାସ କରୁଥିବାରୁ ଯଥାର୍ଥରେ ଏହା ଏକ ବହୁ ଧର୍ମର ଦେଶ ।

CHSE Odisha Class 12 History Chapter 17 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶାସନ ବିଧାୟକ ସଭା ବା ସମ୍ବିଧାନ ପ୍ରଣୟନ ସଭାର ଗଠନ ଓ ଲକ୍ଷ୍ୟ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କର ।
Answer:
ରାଷ୍ଟ୍ରରେ ଶାସନ ପରିଚାଳନା ପାଇଁ ଆବଶ୍ୟକ ମୌଳିକ ଆଇନ, ନୀତି ଓ ନିୟମର ସମାହାରକୁ ସମ୍ବିଧାନ କୁହାଯାଏ । ରାଷ୍ଟ୍ରର ମୌଳିକ ଆଇନ ଭାବେ ସମ୍ବିଧାନ ଜାତୀୟ ଆଦର୍ଶ ଓ ଲକ୍ଷ୍ୟ ସ୍ଥିର କରିଥାଏ । ସମ୍ବିଧାନ ହେଉଛି ରାଷ୍ଟ୍ରର ରାଜନୈତିକ ଜାତକ ଓ ଜନ୍ମପତ୍ରିକା, ପ୍ରତ୍ୟେକ ରାଷ୍ଟ୍ରର ସୁପରିଚାଳନା ପାଇଁ ସମ୍ବିଧାନ ଏକ ମୌଳିକ ଅବଶ୍ୟମ୍ଭାବୀ । ଇଂରେଜ ଶାସନ କାଳରେ ଭାରତ ନିଜର ସମ୍ବିଧାନ ପ୍ରସ୍ତୁତ କରିପାରି ନଥିଲା । ଭାରତର ଶାସନ ପାଇଁ ବିଧିବିଧାନ ଓ ସମ୍ବିଧାନ ପ୍ରଣୟନ କରିବା ଆବଶ୍ୟକ ମନେକରି ପ୍ରଥମେ ୧୯୨୭ ଖ୍ରୀ.ଅ.ରେ ଏମ୍.ଏନ୍. ରାୟ ପ୍ରଥମେ ଏକ ଶାସନ ବିଧାୟକ ସଭା ଗଠନ କରିବାପାଇଁ ନିଜର ଦାବି ଉପସ୍ଥାପିତ କରିଥିଲେ ।

ପୁନର୍ବାର ୧୯୩୪ ଖ୍ରୀ.ଅ.ରେ ଭାରତୀୟ ଜାତୀୟ କଂଗ୍ରେସ ବିଧ୍ଵବଦ୍ଧଭାବେ ଭାରତର ସବୁ ଶ୍ରେଣୀର ଲୋକମାନଙ୍କୁ ନେଇ ଏକ ଶାସନ ବିଧାୟକ ସଭା ଗଠନ କରିବାପାଇଁ ନିଜର ଦାବି ଉପସ୍ଥାପିତ କରିଥିଲା; କିନ୍ତୁ ଭାରତୀୟମାନଙ୍କର ଦାବି ପ୍ରତି ବ୍ରିଟିଶ୍ ସରକାର ଦୃଷ୍ଟିପାତ କରି ନଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାପରେ ଭାରତୀୟ ଜାତୀୟ କଂଗ୍ରେସ ୧୯୩୯ ଖ୍ରୀ.ଅ. ନଭେମ୍ବର ମାସରେ ପୂର୍ବ ଦାବିର ପୁନରାବୃତ୍ତି କରି ଏକ ପ୍ରସ୍ତାବ ଗୃହୀତ କରିଥିଲା । କଂଗ୍ରେସର ଏହି ଦାବି ପ୍ରତି ୧୯୪୦ ଖ୍ରୀ.ଅ.ରେ ଭାରତୀୟ ମୁସଲିମ୍ମାନେ ନିଜର ସମର୍ଥନ ପ୍ରକାଶ କରିଥିଲେ । ଦ୍ୱିତୀୟ ବାଧ୍ୟ କରିଥିଲା । ପରିଶେଷରେ ୧୯୪୬ ଖ୍ରୀ.ଅ. ନଭେମ୍ବର ମାସରେ କ୍ୟାବିନେଟ୍ ମିଶନ୍ ପ୍ରସ୍ତାବ ଅନୁଯାୟୀ ଭାରତରେ ଏକ ପ୍ରତିନିଧୂମୂଳକ ଶାସନ ବିଧାୟକ ସଭା ଗଠିତ ହେବାର ସ୍ଥିର କରାଗଲା ।

ଗଠନ :
ନିର୍ବାଚନ ମାଧ୍ୟମରେ ନିମ୍ନଲିଖ୍ ସଭ୍ୟମାନଙ୍କୁ ନେଇ ଶାସନ ବିଧାୟକ ସଭା ଗଠିତ ହେବାକୁ କ୍ୟାବିନେଟ୍ ମିଶନ୍ ପ୍ରସ୍ତାବ ଦେଇଥିଲା ।

  • ସବୁ ସାମ୍ପ୍ରଦାୟିକ ପ୍ରତିନିଧ୍; ଯଥା – ହିନ୍ଦୁ, ଖ୍ରୀଷ୍ଟିଆନ୍, ଶିଖ୍, ମୁସଲିମ୍ ନିଜ ନିଜର ଜନସଂଖ୍ୟାକୁ ଦୃଷ୍ଟିରେ ରଖ୍ ଏହି ସଭାକୁ ପ୍ରତିନିଧ୍ବ କରିବେ ।
  • ପ୍ରତ୍ୟେକ ପ୍ରଦେଶକୁ ଜନସଂଖ୍ୟାର ଅନୁପାତରେ ପ୍ରତିନିଧୂର ସୁଯୋଗ ଦିଆଯିବା ପାଇଁ ସ୍ଥିର ହୋଇଥିଲା । ପ୍ରତି ଏକ ନିୟୁତ ଜନସଂଖ୍ୟା ପାଇଁ ଜଣେ ପ୍ରତିନିଧୂ ନିର୍ବାଚିତ ହେବେ ।
  • ପ୍ରାଦେଶିକ ବିଧାନସଭାର ସଭ୍ୟମାନେ ଆନୁପାତିକ ଏକକ ହସ୍ତାନ୍ତରୀୟ ପଦ୍ଧତିଦ୍ୱାରା ଶାସନ ବିଧାୟକ ସଭାକୁ
  • ଭାରତୀୟ ଦେଶୀୟ ରାଜ୍ୟମାନଙ୍କରୁ ପ୍ରତିନିଧିମାନେ ନିର୍ବାଚିତ ନହୋଇ ବୁଝାମଣା ମାଧ୍ୟମରେ ମନୋନୀତ ହେବେ ।

କ୍ୟାବିନେଟ୍ ମିଶନର ପ୍ରସ୍ତାବ ଅନୁଯାୟୀ ଶାସନ ବିଧାୟକ ସଭାର ସଭ୍ୟ ସଂଖ୍ୟା ୩୮୯ ହେବ ବୋଲି ସ୍ଥିର ହୋଇଥିଲା । ଦେଶୀୟ ରାଜ୍ୟମାନେ ପ୍ରତିବାଦ ସ୍ବରୂପ ଶାସନ ବିଧାୟକ ସଭାକୁ ସଭ୍ୟ ମନୋନୀତ କଲେ ନାହିଁ । ଏହାଦ୍ୱାରା ଶାସନ ବିଧାୟକ ସଭା ସଭ୍ୟସଂଖ୍ୟା ୨୯୬ କୁ କମି ଆସିଲା । ୧୯୪୬ ଖ୍ରୀ.ଅ. ଜୁଲାଇ ମାସରେ ଶାସନ ବିଧାୟକ ସଭା ଗଠନ ପାଇଁ ନିର୍ବାଚନ ହୋଇଥିଲା । ମୋଟ ୨୯୬ ଟି ଆସନ ମଧ୍ୟରୁ କଂଗ୍ରେସ ୨୧୨, ମୁସଲିମ୍ ଲିଗ୍ ୭୩, ସ୍ଵାଧୀନ ଓ ଅନ୍ୟ ଦଳମାନେ ଅବଶିଷ୍ଟ ଆସନ ପାଇଥିଲେ ।

୧୯୪୬ ଖ୍ରୀ.ଅ. ଡିସେମ୍ବର ୯ ତାରିଖରେ ଶାସନ ବିଧାୟକ ସଭାର ପ୍ରଥମ ବୈଠକ ହୋଇଥିଲା । ଡକ୍ଟର ସଚ୍ଚିଦାନନ୍ଦ ସିହ୍ନା ପ୍ରଥମେ ଅସ୍ଥାୟୀ ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ସେହି ମାସ ୧୧ ତାରିଖରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତିଭାବେ ନିର୍ବାଚିତ ହେଲେ । ମୁସଲିମ୍ ଲିଗ୍ ଏହି ସଭାରେ ଯୋଗଦାନ କରି ନଥିଲା । ଏହି ସଭା ମୁଖ୍ୟତଃ ଦୁଇଗୋଟି କାର୍ଯ୍ୟ କରିବାପାଇଁ ସ୍ଥିର ହୋଇଥିଲା ।

  • ଭାରତ ପାଇଁ ଏକ ସମ୍ବିଧାନ ପ୍ରଣୟନ କରିବାର ଦାୟିତ୍ଵ ବହନ କରିଥିଲା ।
  • ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଏହା ସ୍ଵାଧୀନ ଭାରତର ଅସ୍ଥାୟୀ ସଂସଦ ଭାବରେ କାର୍ଯ୍ୟ ସମ୍ପାଦନ କରିବାପାଇଁ ଦାୟିତ୍ଵ ବହନ କରିଥିଲା ।

ଶାସନ ବିଧାୟକ ସଭା ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟ କରୁଥିଲା । ଶାସନର ବିଭିନ୍ନ ଦିଗପ୍ରତି ଦୃଷ୍ଟିରଖ୍ ଏହି ସଭା କେତେଗୁଡ଼ିଏ କମିଟି ନିଯୁକ୍ତି କରିଥିଲା ଓ ବିଭିନ୍ନ ବିଷୟ ଉପରେ ବିଧିବିଧାନ ପ୍ରସ୍ତୁତ କରିବାରେ ଦାୟିତ୍ଵ କରିଥିଲା । ଏହିପରି ଭାବରେ ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନର ପରିଶ୍ରମ ପରେ ଭାରତୀୟ ସମ୍ବିଧାନ ପ୍ରଣୀତ ହୋଇଥିଲା ।

ଆଭିମୁଖ୍ୟ ପ୍ରସ୍ତାବ :
ପଣ୍ଡିତ ଜବାହରଲାଲ ନେହେରୁ ଶାସନ ବିଧାୟକ ସଭାର ପ୍ରଥମ ଅଧିବେଶନରେ ଏକ ଆଭିମୁଖ୍ୟ ପ୍ରସ୍ତାବ ଆଗତ କରିଥିଲେ । ଏହି ଆଭିମୁଖ୍ୟ ପ୍ରସ୍ତାବରେ ସମ୍ବିଧାନର ଉଦ୍ଦେଶ୍ୟ ଓ ଆଦର୍ଶ ନୀତିନିୟମଗୁଡ଼ିକ ଉଲ୍ଲେଖ କରାଯାଇଥିଲା । ନୂତନ ସମ୍ବିଧାନରେ ଭାରତୀୟମାନଙ୍କ ଇଚ୍ଛାର ପ୍ରକୃତ ପ୍ରତିଫଳନ ଆଣିବାପାଇଁ ଏହା ଥିଲା ଏକ ସଂକଳ୍ପ । ଏହି ପ୍ରସ୍ତାବର ମୁଖ୍ୟ ଉପାଦାନଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

  • ଏହି ପ୍ରସ୍ତାବ ଅନୁଯାୟୀ ଭାରତକୁ ଏକ ସ୍ଵାଧୀନ, ସାର୍ବଭୌମ ସାଧାରଣତନ୍ତ୍ରରେ ପରିଣତ କରାଯିବ ଏବଂ ଏହାର ଭବିଷ୍ୟତ ପାଇଁ ଏକ ସମ୍ବିଧାନ ପ୍ରଣୟନ କରାଯିବ ।
  • ବ୍ରିଟିଶ ଅଧ୍ଵତ ଭାରତ, ଭାରତୀୟ ପ୍ରଦେଶ ଓ ନୂତନ ଭାବରେ ଭାରତ ସହିତ ମିଶିକରି ରହିବାକୁ ଚାହୁଁଥିବା ଅଞ୍ଚଳମାନଙ୍କୁ ନେଇ ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ରସଂଘରେ ପରିଣତ କରାଯିବ ।
  • ଶାସନ ବିଧାୟକ ସଭା ଏହିସବୁ ଅଞ୍ଚଳର ସୀମା ନିର୍ଦ୍ଧାରଣ କରିବ ଏବଂ ସେହି ଅଞ୍ଚଳ ସବୁ ସମ୍ବିଧାନ ଅନୁସାରେ ସ୍ଵୟଂଶାସିତ ସଙ୍ଗଠନ ଭାବରେ ସମ୍ବିଧାନର ପ୍ରଦତ୍ତ ସମସ୍ତ କ୍ଷମତା ଉପଭୋଗ କରିବେ ।
  • ଏହି ପ୍ରସ୍ତାବ ଅନୁଯାୟୀ ସାର୍ବଭୌମ ଭାରତବର୍ଷ ଓ ଏହାର ପ୍ରତ୍ୟେକ ଅଂଶ ଓ ଭାରତ ଶାସନର ସମସ୍ତ କ୍ଷମତା ଭାରତୀୟମାନଙ୍କଠାରୁ ଉଦ୍ଭବ ହେବ ।
  • ଏହି ସମ୍ବିଧାନ ମାଧ୍ୟମରେ ପ୍ରତ୍ୟେକ ଭାରତୀୟକୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ, ସୁଯୋଗ, ସ୍ଥିତି ଓ ଆଇନ ଆଗରେ ସମାନତା, ଚିନ୍ତା କରିବା, ମତବ୍ୟକ୍ତ କରିବା, ବିଶ୍ବାସ, ଆସ୍ଥା ଓ ପୂଜାର୍ଚ୍ଚନା, ବୃତ୍ତି, ସଙ୍ଗଠନ ଓ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ସ୍ଵାଧୀନତା ପ୍ରଦାନ କରାଯିବ । ଏହି ସ୍ଵାଧୀନତାକୁ ରାଷ୍ଟ୍ରରେ ଆଇନ ପରିସର ମଧ୍ୟରେ ଉପଭୋଗ କରାଯିବ ।
  • ସଂଖ୍ୟାଲଘୁ ସମ୍ପ୍ରଦାୟ, ଦଳିତ, ଅବହେଳିତ ଏବଂ ଆଦିବାସୀମାନଙ୍କୁ ସମ୍ବିଧାନର ନିୟମ ଅନୁଯାୟୀ ଯଥେଷ୍ଟ ପରିମାଣରେ ସୁରକ୍ଷା ପ୍ରଦାନ କରାଯିବ ।
  • ଦେଶର ଏକତା ଓ ଅଖଣ୍ଡତାକୁ ସୁରକ୍ଷା କରାଯିବ । ଜଳ, ସ୍ଥଳ ଓ ଆକାଶ ସମେତ ସାଧାରଣତନ୍ତ୍ରର ସୀମା ଉପରେ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହାର ସାର୍ବଭୌମତ୍ୱ ବଜାୟ ରହିବ ।
  • ଭାରତ ଏକ ପୁରାତନ ରାଷ୍ଟ୍ର ଭାବରେ ବିଶ୍ଵରେ ତା’ର ନ୍ୟାଯ୍ୟ ସ୍ଥାନ ବଜାୟ ରଖୁବା ସଙ୍ଗେ ସଙ୍ଗେ ମାନବଜାତିର କଲ୍ୟାଣ ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବ ।

ଉପରୋକ୍ତ ପ୍ରସ୍ତାବଗୁଡ଼ିକ ୧୯୪୭ ଖ୍ରୀ.ଅ. ଜାନୁୟାରୀ ୨୨ ତାରିଖରେ ଶାସନ ବିଧାୟକ ସଭାଦ୍ୱାରା ଗୃହୀତ ହୋଇଥିଲା । ଏହି ପ୍ରସ୍ତାବକୁ ଭାରତୀୟମାନଙ୍କର ଗଣତନ୍ତ୍ରର ସ୍ଵାଧୀନତା, ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପ୍ରତି ଥିବା ଆନ୍ତରିକତାର ପ୍ରମାଣ ମିଳିଥାଏ ।

CHSE Odisha Class 12 History Chapter 17 Short & Long Answer Questions in Odia Medium

୨। ଭାରତ ସମ୍ବିଧାନର ପ୍ରସ୍ତାବନାର ଲକ୍ଷଣ ଓ ଗୁରୁତ୍ଵ ଆଲୋଚନା କର ।
Answer:
ଭାରତ ସମ୍ବିଧାନର ପ୍ରସ୍ତାବନା ବା ମୁଖବନ୍ଧକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ସମ୍ବିଧାନର ପ୍ରକୃତି ଆଲୋଚନା କରାଯାଇଥିବାବେଳେ ଦ୍ୱିତୀୟ ଭାଗରେ ସାମ୍ବିଧାନିକ ଆଦର୍ଶ ଓ ନୀତିନିୟମ ବିଷୟ ଉଲ୍ଲେଖ କରାଯାଇଛି ।
ମୁଖବନ୍ଧରେ ଉଲ୍ଲେଖ ଅଛି ଯେ, ‘ଆମେ ଭାରତବାସୀ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ରରେ ପରିଣତ କରିବା ଓ ଏହାର ନାଗରିକମାନଙ୍କୁ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ପ୍ରଦାନ ଓ ଚିନ୍ତା, ଅଭିବ୍ୟକ୍ତି, ବିଶ୍ଵାସ, ଧର୍ମ ଓ ଉପାସନାର ସ୍ଵାଧୀନତା, ମର୍ଯ୍ୟାଦା ଓ ସୁଯୋଗର ସମତା ଦେବାପାଇଁ ଏବଂ ସେମାନଙ୍କ ମଧ୍ୟରେ ବ୍ୟକ୍ତିର ସମ୍ମାନ ଏବଂ ଜାତିର ଓ ଅଖଣ୍ଡତାର ସୁରକ୍ଷା ଓ ମୈତ୍ରୀଭାବର ବିକାଶ ଘଟାଇବାପାଇଁ ଶୁଦ୍ଧପୂତ ମନରେ ସଂକଳ୍ପବଦ୍ଧ ହୋଇ ଆମେ ଏହି ସମ୍ବିଧାନ ସଭାରେ, ଆଜି ୧୯୪୯ ଖ୍ରୀ.ଅ. ନଭେମ୍ବର ମାସ ୨୬ ତାରିଖରେ ଆମେ ଏହି ସମ୍ବିଧାନକୁ ଅନୁମୋଦନ କରି ଆମ ପ୍ରତି ପ୍ରୟୋଗ କରୁଅଛୁ ।”’
ମୁଖବନ୍ଧର ମୌଳିକ ନୀତି – ସମ୍ବିଧାନର ମୁଖବନ୍ଧର ମୌଳିକ ନୀତିଗୁଡ଼ିକ ନିମ୍ନମତେ ଆଲୋଚନା କରାଯାଇପାରେ ।

  • ସମ୍ବିଧାନର ଉତ୍ସ — ଭାରତ ସମ୍ବିଧାନର ପ୍ରସ୍ତାବନାରେ ବ୍ୟବହୃତ ‘ଆମେ ଭାରତବାସୀ’’ ଶବ୍ଦ ସୂଚନା ଦିଏ ଯେ, ଭାରତର ଜନସାଧାରଣ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ । ଭାରତରେ ସର୍ବୋଚ୍ଚ କ୍ଷମତା ଜନସାଧାରଣଙ୍କଠାରେ ନ୍ୟସ୍ତ । ଭାରତର ଜନସାଧାରଣ ସମ୍ବିଧାନ ପ୍ରଣୟନ ସଭା ମାଧ୍ୟମରେ ଏହି ସମ୍ବିଧାନକୁ ପ୍ରସ୍ତୁତ କରିଛନ୍ତି । ସୁତରାଂ, ଭାରତର ଜନସାଧାରଣ ହେଉଛନ୍ତି ସମ୍ବିଧାନର ବାସ୍ତବ ଉତ୍ସ । ଏହା ଋଷୋଙ୍କର ଜନପ୍ରିୟ ସାର୍ବଭୌମତ୍ୱର ସୂଚନା ପ୍ରଦାନ କରିଥାଏ ।
  • ଲୋକପ୍ରିୟ ସମ୍ବିଧାନ – ମୁଖବନ୍ଧ ଭାରତୀୟ ସମ୍ବିଧାନକୁ ଏକ ପ୍ରତିନିଧୂମୂଳକ ସମ୍ବିଧାନ ଓ ଶାସନ ବ୍ୟବସ୍ଥା ଭାବରେ ବର୍ଣ୍ଣନା କରିଛି । ମୁଖବନ୍ଧରେ ଘୋଷଣା କରାଯାଇଛି ଯେ ଆମେ ଭାରତବାସୀ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ କରିବା ଲାଗି କାୟମନୋବାକ୍ୟରେ ନିଷ୍ପତ୍ତି ଗ୍ରହଣ କରିଛୁ । ଏହା ସୂଚିତ କରିଥାଏ ଯେ, ଭାରତୀୟ ସମ୍ବିଧାନ ପ୍ରଣୟନ ସଭାର କେବଳ ଭାରତୀୟମାନେ ସଦସ୍ୟ ଥିଲେ ଏବଂ ସମ୍ବିଧାନ ପ୍ରଣୟନ ବେଳେ କୌଣସି ବିଦେଶୀ ଶକ୍ତିର ମତାମତକୁ ଗ୍ରହଣ କରାଯାଇ ନଥିଲା I
  • ସାର୍ବଭୌମ ରାଷ୍ଟ୍ର – ଭାରତ ଏକ ସାର୍ବଭୌମ ରାଷ୍ଟ୍ର ବୋଲି ମୁଖବନ୍ଧରେ ଉଲ୍ଲେଖ କରାଯାଇଛି । ଭାରତ ସରକାର ଆଭ୍ୟନ୍ତରୀଣ ଓ ବାହ୍ୟକ୍ଷେତ୍ରରେ ସ୍ଵାଧୀନ ଓ ସର୍ବଶକ୍ତିମାନ ସଂସ୍ଥା ଭାବରେ କାର୍ଯ୍ୟ କରିଥାଏ । ସଂସଦ ସମ୍ବିଧାନକୁ ସଂଶୋଧନ କରିଥାଏ । ଭାରତ ସରକାର ନିଜ ଇଚ୍ଛାରେ ରାଜ୍ୟଗୋଷ୍ଠୀ ବା ଆନ୍ତର୍ଜାତୀୟ ସଙ୍ଗଠନର ସଭ୍ୟପଦ ଗ୍ରହଣ କରିଥା’ନ୍ତି ବା ପରିତ୍ୟାଗ କରିଥା’ନ୍ତି ।
  • ସମାଜବାଦୀ ରାଷ୍ଟ୍ର – ୪୨ ତମ ସମ୍ବିଧାନ ସଂଶୋଧନ ପରେ ମୁଖବନ୍ଧରେ ‘ସମାଜବାଦୀ’ ଶବ୍ଦଟି ଯୋଗକରାଯାଇଛି । ତେଣୁ ୧୯୭୬ ମସିହା ପରଠାରୁ ଭାରତ ଏକ ସମାଜବାଦୀ ରାଷ୍ଟ୍ରରେ ପରିଣତ ହୋଇଛି । ଏହାଦ୍ଵାରା ଭାରତ ସମାଜବାଦୀ ଆଦର୍ଶରେ ଅଗ୍ରସର ହୋଇଛି ।
  • ଧର୍ମନିରପେକ୍ଷ ରାଷ୍ଟ୍ର – ମୁଖବନ୍ଧ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ବର୍ଣ୍ଣନା କରିଛି । ୧୯୭୬ ରେ ୪୨ତମ ସଂଶୋଧନ ପରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଘୋଷଣା କରିଛି । ଧର୍ମଗତ ସ୍ଵାଧୀନତାର ଅଧ୍ୟାର ମାଧ୍ୟମରେ ନାଗରିକମାନଙ୍କୁ ଯେ କୌଣସି ଧର୍ମ ଗ୍ରହଣ, ପ୍ରଚାର ବା ପ୍ରସାର ପାଇଁ ସ୍ଵାଧୀନତା ପ୍ରଦାନ କରାଯାଇଛି । ରାଷ୍ଟ୍ର, ଛୋଟ ବା ବଡ଼ ସବୁ ସମ୍ପ୍ରଦାୟକୁ ସମାନ ସୁଯୋଗ ପ୍ରଦାନ କରିଥାଏ ।
  • ଗଣତାନ୍ତ୍ରିକ ରାଷ୍ଟ୍ର – ମୁଖବନ୍ଧ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିଛି । ଭାରତରେ ପ୍ରତିନିଧୂମୂଳକ ଗଣତନ୍ତ୍ର ଶାସନ ପ୍ରବର୍ତ୍ତିତ ହୋଇଛି । ଶାସନ କ୍ଷମତା ସର୍ବସାଧାରଣଙ୍କ ଠାରେ ନ୍ୟସ୍ତ ଓ ନିର୍ବାଚିତ ପ୍ରତିନିଧୂମାନେ ଜନମଙ୍ଗଳ ଦୃଷ୍ଟିରୁ ସରକାର ଗଠନ କରି ଶାସନକୁ ଅଧ୍ଵ ଗଣତାନ୍ତ୍ରିକ କରିଥା’ନ୍ତି । ପ୍ରତ୍ୟେକ ସାବାଳକ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ପ୍ରତିନିଧିମାନଙ୍କୁ ନିର୍ବାଚିତ କରନ୍ତି । ଏହି ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସରକାର ଗଠନ କରିଥା’ନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ ହୋଇଥାଏ ।
  • ସାଧାରଣତନ୍ତ୍ର – ଭାରତକୁ ସମ୍ବିଧାନ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ବୋଲି ବର୍ଣ୍ଣନା କରିଛି । ଭାରତର ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ଭାବରେ ପରୋକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ଏଠାରେ କୌଣସି ରାଜା ବା ବଂଶାନୁକ୍ରମିକ ଶାସକ ନଥାନ୍ତି । ଧନୀ-ଦରିଦ୍ର, ଉଚ୍ଚ-ନୀଚ, ଶିକ୍ଷିତ-ଅଶିକ୍ଷିତ ଜାତିଭେଦ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ହୋଇପାରନ୍ତି ।
  • ସମ୍ବିଧାନର ଉଦ୍ଦେଶ୍ୟ – ମୁଖବନ୍ଧର ଦ୍ବିତୀୟ ପର୍ଯ୍ୟାୟରେ ସମ୍ବିଧାନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି । ସମ୍ବିଧାନ ପ୍ରତି ନାଗରିକକୁ ସ୍ଵାଧୀନତା ଓ ନ୍ୟାୟ ପ୍ରଦାନ କରିଛି । ବ୍ୟକ୍ତିର ଜୀବନକୁ ସର୍ବାଙ୍ଗ ସୁନ୍ଦର କରିବାକୁ ରାଷ୍ଟ୍ର ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପ୍ରତିଷ୍ଠା କରିଛି । ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ରାଷ୍ଟ୍ର ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ଆଚରଣ କରିଥାଏ ।
  • ସମ୍ବିଧାନ ଗୃହୀତ ଦିନ – ପ୍ରସ୍ତାବନାର ଶେଷରେ ଲିଖ୍ ୧୯୪୯ ନଭେମ୍ବର ୨୬ ତାରିଖ ହେଉଛି ସମ୍ବିଧାନ ଗୃହୀତ ଦିବସ । ଏହି ଦିନ ସମ୍ବିଧାନ ପ୍ରଣୟନ ସଭା ସମ୍ବିଧାନକୁ ଗୃହୀତ କରିଥିଲା ।
    ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ, ଭାରତ ସମ୍ବିଧାନ ପ୍ରସ୍ତାବନା ପୃଥ‌ିବୀର ଶ୍ରେଷ୍ଠ ସମ୍ବିଧାନଗୁଡ଼ିକ ମଧ୍ୟରୁ ଅନ୍ୟତମ ।

CHSE Odisha Class 12 History Chapter 17 Short & Long Answer Questions in Odia Medium

୩ । ଭାରତ ସମ୍ବିଧାନର ମୁଖ୍ୟ ଲକ୍ଷଣଗୁଡ଼ିକ ବିଶ୍ଳେଷଣ କର ।
Answer:
ରାଷ୍ଟ୍ରର ଶାସନ ପରିଚାଳନା ପାଇଁ ଆବଶ୍ୟକ ମୌଳିକ ଆଇନ, ନୀତି ଓ ନିୟମର ସମାହାରକୁ ସମ୍ବିଧାନ କୁହାଯାଏ । ରାଷ୍ଟ୍ରର ମୌଳିକ ଆଇନଭାବେ ସମ୍ବିଧାନ ଜାତୀୟ ଆଦର୍ଶ ଓ ଲକ୍ଷ୍ୟ ସ୍ଥିର କରିଥାଏ । ପ୍ରତ୍ୟେକ ରାଷ୍ଟ୍ରର ସୁପରିଚାଳନା ପାଇଁ ସମ୍ବିଧାନ ଏକ ମୌଳିକ ଆବଶ୍ୟକତା । ଭାରତର ସମ୍ବିଧାନ ପ୍ରସ୍ତୁତ କରିବାପାଇଁ ୧୯୪୬ ଖ୍ରୀ.ଅ. ଡିସେମ୍ବର ୯ ତାରିଖରେ ଏକ ଶାସନ ବିଧେୟକ ସଭା କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସଭାର ସଦସ୍ୟମାନେ ତତ୍କାଳୀନ ପୃଥ‌ିବୀର ବିଭିନ୍ନ ସମ୍ବିଧାନକୁ ଅଧ୍ୟୟନ କରି ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଏକ ସମ୍ବିଧାନ ଗୃହୀତ କରିଥିଲେ । ଏହି ସମ୍ବିଧାନ ୧୯୫୦ ଖ୍ରୀ.ଅ. ଜାନୁଆରୀ ୨୬ ତାରିଖ ଦିନ କାର୍ଯ୍ୟକାରୀ ହୋଇଥିଲା । ଭାରତ ସମ୍ବିଧାନର ମୌଳିକ ଲକ୍ଷଣମାନ ନିମ୍ନରେ ପ୍ରଦାନ କରାଗଲା ।

(୧) ବୃହତ୍ତମ ଲିଖ୍ ସମ୍ବିଧାନ:
ଭାରତୀୟ ସମ୍ବିଧାନ ପୃଥ‌ିବୀର ସର୍ବବୃହତ୍ ଲିଖ୍ ସମ୍ବିଧାନ ଅଟେ । ଏଥିରେ ସର୍ବମୋଟ ୩୯୫ଟି ଧାରା ଓ ୧୨ଟି ଅନୁସୂଚୀ ରହିଛି ।

(୨) ଉଦ୍ଧୃତ ସମ୍ବିଧାନ:
ଭାରତ ସମ୍ବିଧାନ ଏକ ମୌଳିକ ସମ୍ବିଧାନ ନୁହେଁ । ଏହା ମୁଖ୍ୟତଃ ଏକ ଉଦ୍ଧୃତ ସମ୍ବିଧାନ । ସମ୍ବିଧାନର ବର୍ଣ୍ଣିତ ୩୯୫ଟି ଧାରା ମଧ୍ଯର ପ୍ରାୟତଃ ୨୫୦ଟି ଧାରା ବିଭିନ୍ନ ସମ୍ବିଧାନର ଉଦ୍ଧତ କରାଯାଇଛି । ୧୯୩୫ ମସିହା ଭାରତ ଶାସନ ଆଇନର ଅନେକ ନୀତିକୁ ଏହି ସମ୍ବିଧାନରେ ସ୍ଥାନିତ କରାଯାଇଛି । ସଂସଦୀୟ ସରକାର ବ୍ୟବସ୍ଥା, ସଂସଦର ଆଇନ ପ୍ରଣୟନ ପ୍ରକ୍ରିୟା, ବାଚସ୍ପତିଙ୍କ କ୍ଷମତା, ଏକକ ନାଗରିକତ୍ଵ ପ୍ରଥା, ସର୍ବଭାରତୀୟ ଚାକିରି ବ୍ୟବସ୍ଥା ଇତ୍ୟାଦି ବ୍ରିଟିଶ ସମ୍ବିଧାନରୁ ଉଦ୍ଧୃତ । ସଂଘୀୟ ବ୍ୟବସ୍ଥା, ମୌଳିକ ଅଧିକାର ଓ ରାଷ୍ଟ୍ରପତିଙ୍କ ପଦଚ୍ୟୁତି ପଦ୍ଧତି ଆମେରିକା ସମ୍ବିଧାନରୁ ଉଦ୍ଧୃତ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ବ ଆୟରଲ୍ୟାଣ୍ଡ ସମ୍ବିଧାନରୁ ଆନୀତ ହୋଇଛି । ଅବଶିଷ୍ଟ କ୍ଷମତା କେନ୍ଦ୍ରକୁ ପ୍ରଦାନ ଓ ସପ୍ରିମକୋର୍ଟର ପରାମର୍ଶଦାତା କ୍ଷମତା କାନାଡ଼ା ସମ୍ବିଧାନରୁ ଆସିଅଛି । ଯୁଗ୍ମ ତାଲିକା ଚିନ୍ତାଧାରା ଅଷ୍ଟ୍ରେଲିଆ ସମ୍ବିଧାନରୁ ଓ ରାଷ୍ଟ୍ରପତିଙ୍କ ଜରୁରୀକାଳୀନ କ୍ଷମତା ଜର୍ମାନୀର ୱେମର ସମ୍ବିଧାନରୁ ଉଦ୍ଧୃତ ହୋଇଅଛି ।

(୩) ସଂସଦୀୟ ସରକାର:
ଇଂଲଣ୍ଡପରି ଭାରତରେ ସଂସଦୀୟ ଶାସନ ବ୍ୟବସ୍ଥା ପ୍ରଚଳିତ । ସଂସଦୀୟ ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମଧ୍ୟରେ ନିଗୂଢ଼ ସମ୍ପର୍କ ଥିବା ପରିଲକ୍ଷିତ ହୋଇଥାଏ । ସଂସଦୀୟ ଶାସନ ବ୍ୟବସ୍ଥାରେ ଜଣେ ନାମକୁମାତ୍ର ଶାସନକର୍ତ୍ତା ଓ ଅନ୍ୟ ଜଣେ ପ୍ରକୃତ ଶାସନକର୍ତ୍ତା ରହିଥା’ନ୍ତି । ଭାରତରେ ରାଷ୍ଟ୍ରପତି ନାମକୁମାତ୍ର ଶାସନକର୍ତ୍ତା ଭାବରେ କାର୍ଯ୍ୟ କରିବା ସମୟରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ସହିତ ପ୍ରକୃତ ଶାସନକର୍ତ୍ତାର କାର୍ଯ୍ୟ କରିଥା’ନ୍ତି । ଓ ବ୍ୟକ୍ତିଗତଭାବେ ଉତ୍ତରଦାୟୀ ରହିଥା’ନ୍ତି । ସଂସଦର ଆସ୍ଥା ଥ‌ିବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କ୍ଷମତାରେ ରହିଥାଏ ।

(୪) ଅର୍ଷ ରାଷ୍ଟ୍ରସଂଘ: ଭାରତ ସମ୍ବିଧାନରେ ସଂଘୀୟ ଶାସନ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ସମ୍ବିଧାନରେ ରାଷ୍ଟ୍ରସଂଘ ବିଷୟ ଉଲ୍ଲେଖ ନାହିଁ । ସମ୍ବିଧାନର ଧାରା-୧ ରେ ଭାରତକୁ ରାଜ୍ୟମାନଙ୍କର ଏକ ସମ୍ମଳନ ବୋଲି ଘୋଷଣା କରାଯାଇଛି । ଭାରତକୁ ଏକ ରାଷ୍ଟ୍ରସଂଘର ଆଖ୍ୟା ଦିଆଯାଇଛି । ରାଷ୍ଟ୍ରସଂଘରେ ୪ଟି ଉପାଦାନ ଥାଏ; ଯଥା –

  • ଲିଖ୍ ଓ ଅନମନୀୟ ସମ୍ବିଧାନ
  • କେନ୍ଦ୍ର ଓ ରାଜ୍ୟ ସ୍ତରରେ ସରକାର
  • କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ କ୍ଷମତା ବଣ୍ଟନ
  • ସମ୍ବିଧାନ ଓ ନିରପେକ୍ଷ ନ୍ୟାୟାଳୟ ଭାରତ ସମ୍ବିଧାନରେ ଏହି ଚାରୋଟି ଉପାଦାନ ଥ‌ିବାରୁ ଏହାକୁ ଏକ ସଂଘୀୟ ସମ୍ବିଧାନ କୁହାଯାଏ; ମାତ୍ର କାର୍ଯ୍ୟଦୃଷ୍ଟିରୁ ବିଚାର କଲେ ଭାରତ ଏକ ଐକିକ ରାଷ୍ଟ୍ରପରି କାର୍ଯ୍ୟ କରିଥାଏ ।

(୫) ନମନୀୟତା ଓ ଅନମନୀୟତାର ସମନ୍ୱୟ:
ଯେଉଁ ସମ୍ବିଧାନରେ ସଂଶୋଧନ ପ୍ରଣାଳୀ ଅତ୍ୟନ୍ତ ସରଳ ଅର୍ଥାତ୍ ଦେଶରେ ବ୍ୟବସ୍ଥାପକ ସଭାଦ୍ବାରା ସମ୍ବିଧାନ ସଂଶୋଧନ କରାଯାଇପାରେ, ତାହାକୁ ନମନୀୟ ସମ୍ବିଧାନ କୁହାଯାଏ । ଅପରପକ୍ଷରେ ଯାହା କଷ୍ଟସାଧ୍ୟ ଓ ସଂଶୋଧନ ଧାରା ଅତ୍ୟନ୍ତ ଜଟିଳ ତାହା ଅନମନୀୟ ସମ୍ବିଧାନ । ଆମ ଭାରତୀୟ ସମ୍ବଧାନରେ ଦୁଇଟିଯାକ ପ୍ରଣାଳୀର ସମନ୍ୱୟ କରାଯାଇଛି । ଭାରତ ସମ୍ବିଧାନର ୩୬୮ ଧାରା ଅନୁସାରେ କେତେକ ସାମ୍ବିଧାନିକ ବ୍ୟବସ୍ଥାକୁ ସଂଶୋଧନ କରିବାପାଇଁ ସାଧାରଣ ଗରିଷ୍ଠତା; ଅର୍ଥାତ୍ ଅର୍ବାଧ‌ିକ ସଭ୍ୟଙ୍କ ସମର୍ଥନ ଆବଶ୍ୟକ । ଏହା ଅତ୍ୟନ୍ତ ସହଜସାଧ୍ୟ ବ୍ୟବସ୍ଥା ଅଟେ; ମାତ୍ର ମୌଳିକ ଅଧିକାର ଇତ୍ୟାଦି ବିଷୟରେ ସଂଶୋଧନ ପାଇଁ ଉପସ୍ଥିତ ଥ‌ିବା ଓ ଭୋଟ ଦେଇଥ‌ିବା ସଭ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ଓ ଗୃହର ମୋଟ ସଭ୍ୟଙ୍କ ଅନ୍ଧାଧିକ ଭୋଟ ଆବଶ୍ୟକ । ଏହା ଏକ ଜଟିଳ ପ୍ରକ୍ରିୟା । ତେଣୁ ଭାରତୀୟ ସମ୍ବିଧାନ ସଂଶୋଧନ ପଦ୍ଧତିକ ଅନଧ୍ୟାନକଲେ ଜଣାଯାଏ ଯେ ଏହା ଆମେରିକାର ସମ୍ବିଧାନ ପରି ଜଟିଳ ବା ଅନମନୀୟ ନୁହେଁ କି ବ୍ରିଟିଶ ସମ୍ବିଧାନ ପରି ସରଳ କି ନମନୀୟ ନୁହେଁ । ସାମ୍ବିଧାନିକ ପ୍ରଣେତାମାନେ ଉଭୟ ପଦ୍ଧତିରେ ଏକ ଅପୂର୍ବ ସମନ୍ଵୟ ପ୍ରତିଷ୍ଠା କରିଛନ୍ତି ।

CHSE Odisha Class 12 History Chapter 17 Short & Long Answer Questions in Odia Medium

(୬) ମୌଳିକ ଅଧ୍ୟାର:
ନାଗରିକମାନଙ୍କର ବ୍ୟକ୍ତିତ୍ଵର ବିକାଶ କରିବାପାଇଁ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେମାନଙ୍କୁ କେତେଗୁଡ଼ିଏ ମୌଳିକ ଅଧ୍ୟାର ପ୍ରଦାନ କରାଯାଇଥାଏ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଆମ ସମ୍ବିଧାନର ତୃତୀୟ ଭାଗରେ ୧୨ ଧାରାରୁ ୩୫ ଧାରା ମଧ୍ଯରେ ଛଅଗୋଟି ମୌଳିକ ଅଧୂକାର ଲିପିବଦ୍ଧ ହୋଇଅଛି । ସେହି

  • ସମାନତାର ଅଧିକାର
  • ସ୍ଵାଧୀନତାର ଅଧ୍ୟାର
  • ଶୋଷଣ ବିରୋଧୀ ଅସ୍ଵୀକାର
  • ଧର୍ମ ସ୍ଵାଧୀନତାର ଅଧିକାର
  • ଶିକ୍ଷାଗତ ଅଧ୍ୟାର
  • ସାମ୍ବିଧାନିକ ପ୍ରତିକାର ଅଧିକାର ସରକାର ସାଧାରଣତଃ ନାଗରିକର ମୌଳିକ ଅଧୁକାରରେ ହସ୍ତକ୍ଷେପ କରି ନଥା’ନ୍ତି । ଯଦି କାହାର ମୌଳିକ ଅଧିକାର କ୍ଷୁଣ୍ଣ ହୁଏ; ତେବେ ସେ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇ ତାହା ସୁରକ୍ଷା କରିବାର ବ୍ୟବସ୍ଥା କରିପାରିବ ।

(୭) ମୌଳିକ କର୍ତ୍ତବ୍ୟ:
ଜଣେ ନାଗରିକ ଭାବରେ ଯେପରି ରାଷ୍ଟ୍ରଠାରୁ କେତେଗୁଡ଼ିଏ ଅଧିକାର ଉପଭୋଗ କରୁଛେ, ସେପରି ଭାବରେ ରାଷ୍ଟ୍ରପ୍ରତି ଆମର କେତେକ କର୍ତ୍ତବ୍ୟ ରହିବା ଉଚିତ । ଭାରତୀୟ ସମ୍ବିଧାନରେ ମୌଳିକ କର୍ତ୍ତବ୍ୟ ନାମରେ ୧୧ ଗୋଟି କର୍ତ୍ତବ୍ୟ ଉଲ୍ଲେଖ କରାଯାଇଛି । ୧୯୭୬ ମସିହା ୪୨ ତମ ସମ୍ବିଧାନ ସଂଶୋଧନ ଅନୁସାରେ ମୌଳିକ କର୍ତ୍ତବ୍ୟକୁ ସମ୍ବିଧାନରେ ସ୍ଥାନ ଦିଆଯାଇଛି । ସେହି ମୌଳିକ କର୍ତ୍ତବ୍ୟଗୁଡ଼ିକ ହେଲା –

  • ସମ୍ବିଧାନ, ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ସମ୍ମାନ ।
  • ଭାରତର ଜାତୀୟ ସ୍ଵାଧୀନତା ସଂଗ୍ରାମର ଆଦର୍ଶକୁ ଅନୁସରଣ ଓ ସଂରକ୍ଷଣ ।
  • ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତାର ସୁରକ୍ଷା ।
  • ଦେଶ ରକ୍ଷା ଓ ଏଥ‌ିପାଇଁ ଜାତୀୟ ସେବା ।
  • ଭ୍ରାତୃତ୍ଵ ପ୍ରତିଷ୍ଠା ଓ ନାରୀଜାତିର ମର୍ଯ୍ୟାଦାହାନି କରିବାଭଳି କାର୍ଯ୍ୟକଳାପରୁ ବିରତି ।
  • ଆତ୍ମ ବିଭବଶାଳୀ ସଂସ୍କୃତିର ମୂଲ୍ୟାୟନ ଓ ସଂରକ୍ଷଣ ।
  • ପ୍ରାକୃତିକ ପରିବେଶର ସୁରକ୍ଷା ଓ ଜୀବନ୍ତ ପ୍ରାଣୀଙ୍କ ପ୍ରତି ଦୟା ।
  • ବୈଜ୍ଞାନିକ ମନୋବୃତ୍ତି, ମାନବିକତା, ଅନୁସନ୍ଧିତ୍ସା ଓ ସଂସ୍କାରମୂଳକ ମନୋଭାବର ବିକାଶ ।
  • ଜାତୀୟ ସମ୍ପତ୍ତିର ସୁରକ୍ଷା ଓ ହିଂସା ମନୋଭାବ ପରିତ୍ୟାଗ ।
  • ଜାତିର ଉନ୍ନତି ପାଇଁ ବ୍ୟକ୍ତିଗତ ଓ ସାମୂହିକ ଉଦ୍ୟମ ।
  • ଚଉଦ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁକୁ ଶିକ୍ଷାପ୍ରଦାନ କରିବା ପିତାମାତା ଓ ଅଭିଭାବକଙ୍କ କର୍ତ୍ତବ୍ୟ !

(୮) ରାଷ୍ଟ୍ର ନୀତି ନିୟାମକ ତତ୍ତ୍ବ:
ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ ରୁ ୫୧ ମଧ୍ୟରେ ନିର୍ଦେଶମୂଳକ ରାଷ୍ଟ୍ରନୀତି ବା ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵ ଲିପିବଦ୍ଧ । ଏହିସବୁ ନୀତିକୁ କାର୍ଯ୍ୟକାରୀ କରିବାପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିଥା’ନ୍ତି । ସାମାଜିକ ଓ ଅର୍ଥନୈତିକ ପ୍ରକୃତିର ଭାରତକୁ ଏକ ପ୍ରଗତିଶୀଳ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରି ସାମାଜିକ ଓ ଗଣତନ୍ତ୍ର ପ୍ରତିଷ୍ଠା କରିବା ଉଦ୍ଦେଶ୍ୟ ନେଇ ଏହି ନୀତିଗୁଡ଼ିକ ସମ୍ବିଧାନରେ ସ୍ଥାନ ପାଇଥିଲା ।

(୯) ଧର୍ମନିରପେକ୍ଷ ରାଷ୍ଟ୍ର:
ସମ୍ବିଧାନର ପ୍ରସ୍ତାବନା ଅନୁସାରେ ଭାରତ ଏକ ନିରପେକ୍ଷ ରାଷ୍ଟ୍ର । ତେଣୁ ଭାରତର କୌଣସି ରାଷ୍ଟ୍ରୀୟ ଧର୍ମ ନାହିଁ । ଏଠାରେ ରାଷ୍ଟ୍ର, ପ୍ରତ୍ୟେକ ଧର୍ମକୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିଥାଏ । ପ୍ରତ୍ୟେକ ଭାରତୀୟ ନିଜ ଇଚ୍ଛା ଅନୁସାରେ ଯେ କୌଣସି ଧର୍ମ ଗ୍ରହଣ କରି ପାରିବେ ଓ ଏହାର ପ୍ରସାର ଓ ପ୍ରଚାର କରିପାରିବେ । ଧର୍ମକୁ ନେଇ ଭାରତୀୟ ନାଗରିକମାନଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ । ସମ୍ବିଧାନର ମୌଳିକ ଅଧିକାରରେ ଧର୍ମଗତ ସ୍ବାଧୀନତା ପ୍ରଦାନ କରାଯାଇଛି ।

(୧୦) ସ୍ଵାଧୀନ, ସୁସଂହତ ଓ ନିରପେକ୍ଷ ବିଚାର ସଂସ୍ଥା:
ସମ୍ବିଧାନରେ ଏକ ସ୍ଵାଧୀନ ଓ ନିରପେକ୍ଷ ବିଚାର ସଂସ୍ଥାର ବ୍ୟବସ୍ଥା କରାଯାଇଛି । ବିଚାର ବିଭାଗ ହେଉଛି ଭାରତ ସମ୍ବିଧାନର ରକ୍ଷାକବଚ ସ୍ବରୂପ । ଭାରତରେ ନିମ୍ନ ନ୍ୟାୟାଳୟଠାରୁ ଆରମ୍ଭ କରି ଉଚ୍ଚତମ ନ୍ୟାୟାଳୟ ପର୍ଯ୍ୟନ୍ତ ସମସ୍ତ ନ୍ୟାୟାଳୟ ଗୋଟିଏ ସୂତ୍ରରେ ବନ୍ଧା । ଏହା ବ୍ୟତୀତ ଜନସାଧାରଣ ଯେପରି ସହଜରେ ଓ ସୁବିଧାରେ ନ୍ୟାୟ ପାଇବେ ସେଥ‌ିପାଇଁ ଭାରତୀୟ ସମ୍ବିଧାନରେ ବହୁ ସ୍ତରୀୟ ବିଚାରାଳୟ ସ୍ଥାପନର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ନିମ୍ନ ବିଚାରାଳୟରୁ ଏହାର ଉପରିସ୍ଥ ବିଚାରାଳୟକୁ ନ୍ୟାୟ ବିଚାର ପାଇଁ ଆବେଦନ କରିବା ଅଧ୍ୟାର ଦିଆଯାଇଛି । ତେଣୁ ଆମ ଦେଶର ଜନସାଧାରଣ ବିଚାର ବିଭାଗଠାରୁ ନିଭୀକ ଓ ନିରପେକ୍ଷ ନ୍ୟାୟ ଆଶା କରିଥା’ନ୍ତି ।

(୧୧) ଏକକ-ନାଗରିକତା:
ସାଧାରଣତଃ ରାଷ୍ଟ୍ରସଂଘରେ ଦ୍ୱୈତ ନାଗରିକତା ପ୍ରଥା ପ୍ରଚଳିତ ଥାଏ; କିନ୍ତୁ ଭାରତ ରାଷ୍ଟ୍ରସଂଘ ହୋଇଥିଲେ ମଧ୍ୟ ଏଠାରେ ଏକକ ନାଗରିକତା ଦେଖିବାକୁ ମିଳିଥାଏ । ଭାରତପରି ଏକ ବହୁ ଭାଷାଭାଷୀ ରାଷ୍ଟ୍ରରେ ଏକକ-ନାଗରିକତ୍ଵ ପ୍ରଥା ଜାତୀୟ ସଂହତି ସ୍ଥାପନ ନିମିତ୍ତ ସହାୟକ ହୋଇଥାଏ ।

(୧୨) ସାର୍ବଭୌମ ସାଧାରଣତନ୍ତ୍ର ରାଷ୍ଟ୍ର:
ପ୍ରସ୍ତାବନା ଅନୁସାରେ ଭାରତ ଏକ ସାର୍ବଭୌମ ସାଧାରଣତନ୍ତ୍ର ରାଷ୍ଟ୍ର । ଭାରତ ସରକାର ଏହାର ଭୌଗୋଳିକ ପରିସୀମା ମଧ୍ୟରେ ବାସ କରୁଥିବା ନାଗରିକ ଓ ସଙ୍ଗଠନ ଉପରେ ଅଖଣ୍ଡ ଓ ନିରଙ୍କୁଶ କ୍ଷମତା ପ୍ରୟୋଗ କରିଥାଏ । ଏହା ଆଭ୍ୟନ୍ତରୀଣ ଓ ବୈଦେଶିକ ନୀତିକୁ ସ୍ଵାଧୀନ ଭାବେ ନିର୍ଦ୍ଧାରଣ କରିଥାଏ ।

(୧୩) ସାର୍ବଜନୀନ ସାବାଳକ ଭୋଟପ୍ରଥା:
ଭାରତର ସମ୍ବିଧାନ ଏକ ଗଣତାନ୍ତ୍ରିକ ସମ୍ବିଧାନ । ସମ୍ବିଧାନର ୩୨୬ ଧାରାନୁସାରେ ପ୍ରତ୍ୟେକ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ଜନ୍ମ, ଶିକ୍ଷା ନିର୍ବିଶେଷରେ ମତଦାନ ଅଧିକାର ପାଇଛନ୍ତି । ଆମ ଦେଶରେ ସାବାଳକତ୍ଵ ବୟସ ସୀମା ୧୮ ବର୍ଷ । ଆମ ଦେଶରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାପାଇଁ ନିର୍ବାଚନ ଆୟୋଗ ପ୍ରତିଷ୍ଠା କରାଯିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ ଭାରତ ସମ୍ବିଧାନ ପୃଥ‌ିବୀରେ ସବୁଠାରୁ ବୃହତ୍ତମ ଓ ଏକ ମହାନ୍ ଗଣତାନ୍ତ୍ରିକ ସମ୍ବିଧାନ ଅଟେ ।

CHSE Odisha Class 12 History Chapter 17 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 17 ଭାରତୀୟ ସମ୍ବିଧାନର ଗଠନ Objective Questions.

CHSE Odisha 12th Class History Chapter 17 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ସମ୍ବିଧାନର କେତେତମ ଭାଗରେ ମୌଳିକ ଅଧିକାର ବର୍ଣ୍ଣିତ ଅଛି ?
(କ) ଦ୍ଵିତୀୟ ଭାଗ
(ଖ) ତୃତୀୟ ଭାଗ
(ଗ) ଚତୁର୍ଥ ଭାଗ
(ଘ) ପଞ୍ଚମ ଭାଗ
Answer:
(ଖ) ତୃତୀୟ ଭାଗ

୨। ଭାରତ ସମ୍ବିଧାନର ଜନକ କିଏ ?
(କ) ମହାତ୍ମା ଗାନ୍ଧି
(ଖ) ବି. ଆର୍. ଆମ୍ବେଦକର
(ଗ) ଜବାହରଲାଲ ନେହେରୁ
(ଘ) ସୁଭାଷ ଚନ୍ଦ୍ର ବୋଷ
Answer:
(ଖ) ବି. ଆର୍. ଆମ୍ବେଦକର

୩। ଭାରତ ସମ୍ବିଧାନ କେଉଁ ଧାରାରେ ସମ୍ବିଧାନ ସଂଶୋଧନ ପଦ୍ଧତି ପ୍ରଦତ୍ତ ହୋଇଅଛି ?
(କ) ଧାରା ୩୫୨
(ଖ) ଧାରା ୩୫୦
(ଗ) ଧାରା ୩୫୬
(ଘ) ଧାରା ୩୫୮
Answer:
(ଘ) ଧାରା ୩୬୮

୪। ଭାରତ ସମ୍ବିଧାନର ପ୍ରସ୍ତାବନାରେ କେତୋଟି ଶବ୍ଦ ଅଛି ?
(କ)୮୫ ଟି
(ଖ) ୮୪ ଟି
(ଗ)୮୮ ଟି
(ଘ) ୮୭ ଟି
Answer:
(କ) ୮୫ ଟି

୫। ସମ୍ବିଧାନର କେତେତମ ଧାରାରେ ଭାରତର ନାଗରିକମାନଙ୍କ ପାଇଁ ୧୦ଟି ମୌଳିକ କର୍ତ୍ତବ୍ୟ ଦିଆଯାଇଛି ?
(କ) ୩୨ ତମ
(ଖ) ୪୨ ତମ
(ଗ) ୫୨ ତମ
(ଘ) ୬୨ ତମ
Answer:
(ଖ) ୪୨ ତମ

CHSE Odisha Class 12 History Chapter 17 Objective Questions in Odia Medium

୬। ଭାରତରେ ରାଷ୍ଟ୍ରମୁଖ୍ୟ ନିର୍ବାଚିତ ହେଉଥ‌ିବାରୁ ଏହା କେଉଁ ପ୍ରକାରର ରାଷ୍ଟ୍ର ଅଟେ ?
(କ) ସଂଘୀୟ ରାଷ୍ଟ୍ର
(ଖ) ସାଧାରଣତନ୍ତ୍ର ରାଷ୍ଟ୍ର
(ଗ) ଗଣତାନ୍ତ୍ରିକ ରାଷ୍ଟ୍ର
(ଘ) ସଂସଦୀୟ ଗଣତନ୍ତ୍ର
Answer:
(ଖ) ସାଧାରଣତନ୍ତ୍ର ରାଷ୍ଟ୍ର

୭। ସମ୍ବିଧାନର କେଉଁ ଭାଗରେ ସମ୍ବିଧାନ ସଂଶୋଧନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ?
(କ) ବିଂଶତମ ଭାଗ
(ଖ) ଊନବିଂଶତମ ଭାଗ
(ଗ) ଏକାଦଶତମ ଭାଗ
(ଘ) ଦ୍ଵାଦଶତମ ଭାଗ
Answer:
(କ) ବିଂଶତମ ଭାଗ

୮| ନିମ୍ନୋକ୍ତ କେଉଁଟି ଏକ ମୌଳିକ ଅଧୂରର ଅନ୍ତର୍ଭୁକ୍ତ ନୁହେଁ ?
(କ) ସମାନତାର ଅଧ୍ୟାର
(ଖ) ଶୋଷଣ ବିରୁଦ୍ଧରେ ଅଧିକାର
(ଗ) ସମ୍ପତ୍ତିଗତ ଅଧିକାର
(ଘ) ସାମ୍ବିଧାନିକ ପ୍ରତିକାର ଅଧିକାର
Answer:
(ଗ) ସମ୍ପଭିଗତ ଅଧିକାର

୯। ରାଷ୍ଟ୍ରନୀତିର ନିର୍ଦ୍ଦେଶିତ କାର୍ଯ୍ୟ ନିୟମ ସମ୍ବିଧାନର କେତେ ଧାରାରେ ବର୍ଣ୍ଣନା କରାଯାଇଛି ?
(କ) ୩୭ ଧାରା
(ଖ) ୩୫ ଧାରା
(ଗ) ୩୬ ଧାରା
(ଘ) ୪୧ ଧାରା
Answer:
(କ) ୩୭ ଧାରା

୧୦। ସମ୍ବିଧାନରେ ନାଗରିକମାନଙ୍କର କେତୋଟି ମୌଳିକ କର୍ତ୍ତବ୍ୟ ଉଲ୍ଲେଖ୍ତ ହୋଇଛି ।
(କ) ୭ଟି
(ଖ) ୧୦ଟି
(ଗ) ୯ଟି
(ଘ) ୧୧ଟି
Answer:
(ଘ) ୧୧ଟି

୧୧। ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେବେ ଆରମ୍ଭ ହୋଇଥିଲା ?
(କ) ୧୯୪୯ ଜାନୁଆରୀ ୨୬
(ଖ) ୧୯୫୦ ଜାନୁଆରୀ ୨୬
(ଗ) ୧୯୫୧ ନଭେମ୍ବର ୧୭
(ଘ) ୧୯୫୦ ଜାନୁଆରୀ ୨୮
Answer:
(ଘ) ୧୯୫୦ ଜାନୁଆରୀ ୨୮

CHSE Odisha Class 12 History Chapter 17 Objective Questions in Odia Medium

୧୨। ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେତେଜଣ ବିଚାରପତିଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲା ?
(କ) ଜଣେ ମୁଖ୍ୟ ବିଚାରପତି ଓ ୧୬ ଜଣ ଅନ୍ୟ ବିଚାରପତି
(ଖ) ଜଣେ ମୁଖ୍ୟ ବିଚାରପତି ଓ ୧୭ ଜଣ ଅନ୍ୟ ବିଚାରପତି
(ଗ) ଜଣେ ମୁଖ୍ୟ ବିଚାରପତି ଓ ୧୪ ଜଣ ଅନ୍ୟ ବିଚାରପତି
(ଘ) ଜଣେ ମୁଖ୍ୟ ବିଚାରପତି ଓ ୧୧ ଜଣ ଅନ୍ୟ ବିଚାରପତି
Answer:
(ଖ) ଜଣେ ମୁଖ୍ୟ ବିଚାରପତି ଓ ୧୭ ଜଣ ଅନ୍ୟ ବିଚାରପତି

୧୩। ମୁଖ୍ୟ ବିଚାରପତିଙ୍କୁ କିଏ ନିଯୁକ୍ତି ଦିଅନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଷ୍ଟ୍ରପତି
(ଗ) ଉପ ରାଷ୍ଟ୍ରପତି
(ଘ) ସଂସଦ
Answer:
(ଖ) ରାଷ୍ଟ୍ରପତି

୧୪। ଭାରତୀୟ ‘ସଂସଦ’ କାହାକୁ ନେଇ ଗଠିତ ?
(କ) ଲୋକସଭା ଓ ରାଜ୍ୟସଭା
(ଖ) ଲୋକସଭା, ରାଜ୍ୟସଭା ଓ ପ୍ରଧାନମନ୍ତ୍ରୀ
(ଗ) ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତି
(ଘ) ରାଜ୍ୟସଭା, ବିଧାନ ପରିଷଦ ଓ ରାଷ୍ଟ୍ରପତି
Answer:
(ଗ) ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତି

୧୫। ନିମ୍ନୋକ୍ତ କିଏ ରାଜ୍ୟସଭାରେ ସଭାପତିତ୍ବ କରନ୍ତି ?
(କ) ରାଚସ୍ପତି
ଖ) ଉପବାଚସ୍ପତି
(ଗ) ରାଷ୍ଟ୍ରପତି
(ଘ) ଉପରାଷ୍ଟ୍ରପତି
Answer:
(ଘ) ଉପରାଷ୍ଟ୍ରପତି

B. ଶୂନ୍ୟସ୍ଥାନ ପୂରଣ କର ।

୧। ସମ୍ବିଧାନରେ କେନ୍ଦ୍ର ଓ ରାଜ୍ୟ ସରକାର ଏକ ସଂଘୀୟ ବ୍ୟବସ୍ଥାରେ କାର୍ଯ୍ୟ କରିବାପାଇଁ ___________________ ଗୋଟି ତାଲିକା ପ୍ରସ୍ତୁତ କରାଯାଇଛି ।
Answer:

୨। ଭାରତରେ ସର୍ବମୋଟ ____________________ ଟି ଦେଶୀୟ ରାଜ୍ୟ ଥିଲା ।
Answer:
୫୬୨

CHSE Odisha Class 12 History Chapter 17 Objective Questions in Odia Medium

୩। ରାଜ୍ୟସଭାରୋ ______________ଜଣ ସଦସ୍ୟ ଅଛନ୍ତି ।
Answer:
୨୫୦

୪। ଭାରତରେ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣର ଦାୟିତ୍ଵ _______________________ ଙ୍କୁ ହସ୍ତାନ୍ତର କରାଯାଇଥିଲା ।
Answer:
ସଦ୍ଦାର ବଲ୍ଲଭଭାଇ ପଟେଲ୍

୫। ୧୯୪୭ ଖ୍ରୀ.ଅ. ଅଗଷ୍ଟ ୧୩ ତାରିଖରେ ___________________ ଗୋଟି ଦେଶୀୟ ରାଜ୍ୟ ଭାରତ ସହ ମିଶିଥିଲେ ।
Answer:
୧୩୬

୬। ଜୁନାଗଡ଼ ରାଜ୍ୟ ______________ ରେ ଭାରତ ସହ ମିଶି ଥିଲା ।
Answer:
୧୯୪୮ ଖ୍ରୀ.ଅ. ଫେବୃଆରୀ ମାସରେ

୭ । ହାଇଦ୍ରାବାଦ ରାଜ୍ୟ _______________ ରେ ଭାରତ ସହ ମିଶିଥିଲା ।
Answer:
୧୯୪୮ ଖ୍ରୀ.ଅ. ସେପ୍ଟେମ୍ବର ୧୮ ତାରିଖରେ

୮ । __________________ ସମସ୍ୟା ଭାରତ ଓ ପାକିସ୍ତାନ ବିଦ୍ବେଷର ମୂଳ କାରଣ ।
Answer:
କାଶ୍ମୀର

୯। ଭାରତର ପ୍ରଥମ ରାଷ୍ଟ୍ରପତି _______________ ଥିଲେ ।
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

CHSE Odisha Class 12 History Chapter 17 Objective Questions in Odia Medium

୧୦। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ _______________ ଥିଲେ ।
Answer:
ପଣ୍ଡିତ ଜବାହରଲାଲ ନେହେରୁ

୧୧। ସମ୍ବିଧାନ ________________ ର ଶାସନ ପରିବଭେ ______________ ର ଶାସନ ପ୍ରତିଷ୍ଠା କରେ ।
Answer:
ବ୍ୟକ୍ତି, ଆଇନ

୧୨। ________________ ଭିଭିରେ ସମ୍ବିଧୀନକୁ ନମନୀୟ ଓ ଅନମନୀୟ ପରି ଦୁଇଭାଗରେ ବିଭକ୍ତ କରାଯାଏ ।
Answer:
ସମ୍ବିଧାନ ସଂଶୋଧନ ପଦ୍ଧତି

୧୩। _________________ କୁ ଭାରତ ସମ୍ବିଧାନର ‘ଦର୍ପଣ’ ବା ଆତ୍ମା ରୂପେ ଅଭିହିତ କରାଯାଇଛି ।
Answer:
ମୁଖବନ୍ଧ

୧୪। ଭାରତ ସମ୍ବିଧାନରେ ________________ ଗୋଟି ଧାରା ଓ ______________ ଗୋଟି ଅନୁସୂଚୀ ରହିଛି ।
Answer:
୩୯୫, ୧୨

୧୫। ସମ୍ବିଧାନର ସଂଶୋଧନ କ୍ଷମତା ______________ ଠାରେ ଅର୍ପଣ କରାଯାଇଛି ।
Answer:
ସଂସଦ

୧୬। ଭାରତ ଏକ ସାର୍ବଭୌମ, ସମାଜବାଦୀ ______________ ଗଶତାନାକ ______________ ରାଷ୍ଟ୍ର ଅଟେ ।
Answer:
ଧର୍ମନିରପେକ୍ଷ, ସାଧାରଣତନ୍ତ୍ର

୧୭। ସମ୍ବିଧାନର ମୁଖବନ୍ଧରେ ଥ‌ିବା ________________ ପଦଟି ସାମ୍ବିଧାନିକ କ୍ଷମତାର ଉତ୍ସ ସମ୍ପର୍କରେ ସୂଚନା ଦିଏ ।
Answer:
ଆମ୍ଭେ ଭାରତୀୟମାନେ

୧୮। ସମ୍ବିଧାନର ଲକ୍ଷ୍ୟ, ଆଦର୍ଶ ଓ ରାଜନୈତିକ ବ୍ୟବସ୍ଥାର ପ୍ରକୃତି ସମ୍ପର୍କରେ _______________ ସୂଚନା ଦିଏ ।
Answer:
ମୁଖବନ୍ଧ

୧୯। ଭାରତୀୟ ସମ୍ବିଧାନ ଲୋକମାନଙ୍କ ________________,________________ ଓ _______________ ନ୍ୟାୟ ପ୍ରଦାନ କରିଛି ।
Answer:
ସାମାଜିକ, ଅର୍ଥନୈତିକ, ରାଜନୈତିକ

୨୦। ଭାରତ ଗୋଟିଏ ________________ ରାଷ୍ଟ୍ର ହୋଇଥିବାରୁ ଏଠାରେ କୌଣସି ରାଷ୍ଟ୍ରୀୟ ଧର୍ମ ନାହିଁ ଓ ରାଷ୍ଟ୍ରଦ୍ୱାରା ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନରେ କୌଣସି ଧର୍ମ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଇପାରେ ନାହିଁ ।
Answer:
ଧର୍ମନିରପେକ୍ଷ

୨୧। ଭାରତ ସମ୍ବିଧାନର _______________ ଖଣ୍ଡରେ ମୌଳିକ ଅଧ୍ୟାକାର, _______________ ଖଣ୍ଡରେ ମୌଳିକ କର୍ତ୍ତବ୍ୟ ଓ _______________ ଖଣ୍ଡରେ ରାଷ୍ଟ୍ର ନିୟାମକ ତତ୍ତ୍ବ ବର୍ଣ୍ଣିତ ହୋଇଛି ।
Answer:
ତୃତୀୟ, ଚତୁର୍ଥ, ଚତୁର୍ଥ

୨୨। ______________ ମସିହାର ______________ ତମ ସମ୍ବିଧାନ ସଂଶୋଧନ ଆଇନ ମୁଖବନ୍ଧରେ ସଂଶୋଧନ କରି ______________,_____________ ଓ _____________ ଶବ୍ଦ ଯୋଗକରିଛି ।
Answer:
୧୯୭୬, ୪୨, ସମାଜବାଦୀ, ଧର୍ମନିରପେକ୍ଷ, ସଂହତି

CHSE Odisha Class 12 History Chapter 17 Objective Questions in Odia Medium

୨୩। ______________ ସମ୍ବିଧାନ ପ୍ରଣୟନ ସଭା ଚିଠା କମିଟିର ଅଧ୍ୟକ୍ଷ ଥିଲେ, ଯାହାଙ୍କୁ ‘ଭାରତ ସମ୍ବିଧାନର ଜନକ’ ରୂପେ ଅଭିହିତ କରାଯାଇଥାଏ ।
Answer:
ଡଃ ଭୀମରାଓ ଆମ୍ବେଦକର

୨୪। ଭାରତ ସମ୍ବିଧାନ ______________ ଦିନ ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ଗୃହୀତ ହେଲା; କିନ୍ତୁ ବାସ୍ତବ ପକ୍ଷେ _______________ ଦିନ କାର୍ଯ୍ୟକାରୀ ହେଲା ।
Answer:
୧୯୪୯ ମସିହା ନଭେମ୍ବର ୨୬ ତାରିଖ, ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ମର୍ଲେ ମିଣ୍ଟୋ ଶାସନ ସଂସ୍କାର ଆଇନ କେବେ ପ୍ରଣୀତ ହୋଇଥିଲା ?
Answer:
ମର୍ଲେ ମିଣ୍ଟୋ ଶାସନ ସଂସ୍କାର ଆଇନ ୧୯୦୯ ଖ୍ରୀ.ଅ.ରେ ପ୍ରଣୀତ ହୋଇଥିଲା ।

୨। କଂଗ୍ରେସ ଓ ମୁସଲିମ୍ ଲିଗ୍ ମଧ୍ଯରେ ପୁନର୍ମିଳନ ଲକ୍ଷ୍ନୌ ଚୁକ୍ତି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
କଂଗ୍ରେସ ଓ ମୁସଲିମ୍ ଲିଗ୍ ମଧ୍ଯରେ ପୁନର୍ମିଳନ ଲକ୍ଷ୍ନୌ ଚୁକ୍ତି ୧୯୧୯ ଖ୍ରୀ.ଅ.ରେ ସ୍ବାକ୍ଷରିତ ହୋଇଥିଲା ।

୩। ସମ୍ବିଧାନ କ’ଣ ?
Answer:
ସମ୍ବିଧାନ ହେଉଛି ରାଷ୍ଟ୍ରର ଏକ ମୌଳିକ ଆଇନ ।

୪। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର କିପରି ?
Answer:
ଭାରତରେ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖାଯାଏ ଓ କୌଣସି ଗୋଟିଏ ଧର୍ମକୁ ନିରୁତ୍ସାହିତ କିମ୍ବା ଉତ୍ସାହିତ କରାଯାଇଥିଲା ।

୫। ମଣ୍ଟେଗୁ-ଚେମ୍ସଫୋର୍ଡ଼ ଶାସନ ସଂସ୍କାର ଆଇନ କେବେ ପ୍ରଚଳନ କରାଯାଇଥିଲା ?
Answer:
ମଣ୍ଟେଗୁ-ଚେମ୍ସଫୋର୍ଡ଼ ଶାସନ ସଂସ୍କାର ଆଇନ ୧୯୧୯ ଖ୍ରୀ.ଅ.ରେ ପ୍ରଚଳନ କରାଯାଇଥିଲା ।

CHSE Odisha Class 12 History Chapter 17 Objective Questions in Odia Medium

୬। ଭାରତରେ ଏକ ସଂଘୀୟ ସରକାର ପ୍ରତିଷ୍ଠା ହେବ ଏବଂ ଦେଶୀୟ ରାଜ୍ୟଗୁଡ଼ିକ ଏହାର ଅନ୍ତର୍ଭୁକ୍ତ ହେବେ ବୋଲି କେଉଁ ଭାରତ ଶାସନ ଆଇନରେ ବ୍ୟବସ୍ଥା ଥିଲା ?
Answer:
ଭାରତରେ ଏକ ସଂଘୀୟ ସରକାର ପ୍ରତିଷ୍ଠା ହେବ ଏବଂ ଦେଶୀୟ ରାଜ୍ୟଗୁଡ଼ିକ ଏହାର ଅନ୍ତର୍ଭୁକ୍ତ ହେବେ ବୋଲି ୧୯୩୫ର ଭାରତ ଶାସନ ଆଇନରେ ଉଲ୍ଲେଖ ଥିଲା ।

୭। କେବେ ଭାରତକୁ ଏକ ସାର୍ବଭୌମ ସାଧାରଣତନ୍ତ୍ରରେ ପରିଣତ କରାଗଲା ?
Answer:
୧୯୫୦ ଖ୍ରୀ.ଅ. ଜାନୁଆରୀ ୨୬ ତାରିଖରେ ଭାରତକୁ ଏକ ସାର୍ବଭୌମ ସାଧାରଣତନ୍ତ୍ରରେ ପରିଣତ କରାଗଲା ।

୮| ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେବେ ଅନୁଷ୍ଠିତ ହୋଇଥିଲା ?
Answer:
୧୯୪୬ ଖ୍ରୀ.ଅ. ଡିସେମ୍ବର ୯ ତାରିଖ ଦିନ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ।

୯। ନୂତନ ସମ୍ବିଧାନକୁ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ କେବେ ସ୍ବାକ୍ଷର କରି ଭାରତ ପାଇଁ ଏହା ଗ୍ରହଣ କରାଗଲା ବୋଲି ଘୋଷଣା କରିଥିଲେ ?
Answer:
୧୯୪୯ ଖ୍ରୀ.ଅ. ନଭେମ୍ବର ୨୬ ତାରିଖରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ନୂତନ ସମ୍ବିଧାନକୁ ସ୍ବାକ୍ଷର କରି ଭାରତ ପାଇଁ ଏହା ଗ୍ରହଣ କରାଗଲା ବୋଲି ଘୋଷଣା କରିଥିଲେ ।

୧୦। ସାର୍ବଜନୀନ ସାବାଳକ ଭୋଟ ପ୍ରଥା କ’ଣ ?
Answer:
ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ୧୮ ବା ତଦୂର୍ଦ୍ଧ୍ବ ବୟସ୍କ ନାଗରିକ ଗୁପ୍ତ ଓ ମୁକ୍ତ ଭାବରେ ଭୋଟ ଦେବା ପ୍ରଥାକୁ ସାର୍ବଜନୀନ ସାବାଳକ ଭୋଟପ୍ରଥା କୁହାଯାଏ ।

D. ଭ୍ରମ ସଂଶୋଧନ କର ।

୧। ଭାରତର ରାଷ୍ଟ୍ରପତି ଚାହିଁଲେ ଏକ ନୂତନ ରାଜ୍ୟ ସୃଷ୍ଟି ହୋଇପାରିବ ।
Answer:
ଭାରତ ସଂସଦ ଚାହିଁଲେ ସାଧାରଣ ସଂଖ୍ୟାଗରିଷ୍ଠତା ସହ ଅନୁମୋଦିତ ପ୍ରସ୍ତାବ ଭିଭିରେ ନୂତନ ରାଜ୍ୟ ସୃଷ୍ଟି ହୋଇପାରିବ ।

୨। ଚୀନ୍‌ର ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଲିଖ୍ତ ସମ୍ବିଧାନ ଅଟେ ।
Answer:
ଭାରତର ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଲିଖ୍ତ ସମ୍ବିଧାନ ଅଟେ ।

୩ । ସଂସଦକୁ ଭାରତ ସମ୍ବିଧାନର ଦର୍ପଣ ରୂପେ ଅଭିହିତ କରାଯାଇଛି ।
Answer:
ମୁଖବନ୍ଧକୁ ଭାରତ ସମ୍ବିଧାନର ଦର୍ପଣ ରୂପେ ଅଭିହିତ କରାଯାଇଛି ।

CHSE Odisha Class 12 History Chapter 17 Objective Questions in Odia Medium

୪। ସମ୍ବିଧାନର ଲକ୍ଷ୍ୟ, ଆଦର୍ଶ ଓ ରାଜନୈତିକ ବ୍ୟବସ୍ଥାର ପ୍ରକୃତି ସମ୍ପର୍କରେ ସଂସଦ ସୂଚନା ଦିଏ ।
Answer:
ସମ୍ବିଧାନର ଲକ୍ଷ୍ୟ, ଆଦର୍ଶ ଓ ରାଜନୈତିକ ବ୍ୟବସ୍ଥାର ପ୍ରକୃତି ସମ୍ପର୍କରେ ମୁଖବନ୍ଧ ସୂଚନା ଦିଏ ।

୫। ଭାରତ ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ଗୃହୀତ ହେଲା; କିନ୍ତୁ ବାସ୍ତବ ପକ୍ଷେ ୧୯୫୨ ମସିହା ନଭେମ୍ବର ୨୬ ତାରିଖ ଦିନ କାର୍ଯ୍ୟକାରୀ ହେଲା ।
Answer:
ଭାରତ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ସମ୍ବିଧାନ ପ୍ରଣୟନ ସଭାଦ୍ବାରା ଗୃହୀତ ହେଲା; କିନ୍ତୁ ବାସ୍ତବ ପକ୍ଷେ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ କାର୍ଯ୍ୟକାରୀ ହେଲା ।

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b)

Odisha State Board BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 7 ତ୍ରିକୋଣମିତି Ex 7(b)

Question 1.
ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) sin 30° = _______ [ \(\frac{1}{\sqrt{2}}, \frac{1}{2}, \frac{\sqrt{3}}{2}\) ]
ସମାଧାନ:
\(\frac{1}{2}\)

(ii) sin 45° × cos 45° = _______ [ √2, 1, \(\frac{1}{2}\) ]
ସମାଧାନ:
\(\frac{1}{2}\)

(iii) tan 30° × tan 60° = _______ [ √3, 1, 3 ]
ସମାଧାନ:
1

(iv) sec 60° × sin 30° = _______ [ 1, \(\frac{1}{4}\), \(\frac{1}{2}\) ]
ସମାଧାନ:
1

(v) cosec 45° × sec 45° = _______ [ 1, 2, 3 ]
ସମାଧାନ:
2

(vi) 2cos 60° – 1 = _______ [ 0, 1, 2 ]
ସମାଧାନ:
0

(vii) 3 tan 30° × cot 60° – 2 = _______ [ -1, 0, 1 ]
ସମାଧାନ:
-1

(viii) sec 45° × cosec 45° – 2 = _______ [ -1, 0, 1 ]
ସମାଧାନ:
0

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b)

Question 2.
θ = 30° ନେଇ ନିମ୍ନଲିଖିତ ଉକ୍ତିମାନଙ୍କର ସତ୍ୟତା ପରୀକ୍ଷା କର ।
(i) sin θ × cos θ = \(\frac{1}{2}\) sin (2θ)
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 1
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

(ii) sin2 θ + cos2 θ = 1
ସମାଧାନ:
L.H.S. = sin2 θ + cos2 θ
= (sin θ)2 + (cos θ)2
= (sin 30°)2 + (cos 30°)2
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 2
= 1 = R.H.S.
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

(iii) sec2 θ – tan2 θ = 1
ସମାଧାନ:
L.H.S. = sec2 θ – tan2 θ = (sec θ)2 – (tan θ)2
= (sec 30°)2 – (tan 30°)2
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 3
= 1 = R.H.S.
L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

(iv) cosec2 θ – cot2 θ = 1
ସମାଧାନ:
L.H.S. = cosec2 θ – cot2 θ
= (cosec θ)2 – (cot θ)2
= (cosec 30°)2 – (cot 30°)2
= (2)2 – (√3)2
= 4 – 3
= 1 = R.H.S
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

(v) cos2 θ – sin2 θ = 1 – 2sin2 θ
ସମାଧାନ:
L.H.S. = cos2 θ – sin2 θ = (cos θ)2 – (sin θ)2
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 4
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

Question 3.
θ = 30°, 45° ଓ 60° ନେଇ ନିମ୍ନଲିଖିତ ଉକ୍ତିମାନଙ୍କର ସତ୍ୟତା ପରୀକ୍ଷା କର ।
(i) tan θ × cosec θ = sec θ
ସମାଧାନ:
θ = 30° ହେଲେ
L.H.S. = tan θ × cosec θ
= tan 30° × cosec 30°
= \(\frac{1}{\sqrt{3}}\) × 2
= \(\frac{2}{\sqrt{3}}\)
R.H.S. = sec θ
= sec 30°
= \(\frac{2}{\sqrt{3}}\)
∴ L.H.S. = R.H.S. ସୁତରାଂ ଉକ୍ତିଟି ସତ୍ୟ ଅଟେ ।

θ = 45° ହେଲେ
L.H.S. = tan θ × cosec θ
= tan 45° × cosec 45°
= 1 × √2 = √2
R.H.S. = sec θ
= sec 45°
= √2
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

θ = 60° ହେଲେ
L.H.S. = tan θ × cosec θ
= tan 60° × cosec 60°
= √3 × \(\frac{2}{\sqrt{3}}\)
= 2
R.H.S. = sec θ
= sec 60°
= 2
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

(ii) cot θ × sec θ = cosec θ
ସମାଧାନ:
θ = 30° ହେଲେ
L.H.S. = cot θ × sec θ
= cot 30° × sec 30°
= √3 × \(\frac{2}{\sqrt{3}}\)
= 2
R.H.S. = cosec θ
= cosec 30°
= 2
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

θ = 45° ହେଲେ
L.H.S. = cot θ × sec θ
= cot 45° × sec 45°
= 1 × √2
= √2
R.H.S. = cosec θ
= cosec 45°
= √2
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

θ = 60° ହେଲେ
L.H.S. = cot θ × sec θ
= cot 60° × sec 60°
= \(\frac{1}{\sqrt{3}}\) × 2
= \(\frac{2}{\sqrt{3}}\)
R.H.S. = cosec θ
= cosec 60°
= \(\frac{2}{\sqrt{3}}\)
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

(iii) tan θ + cot θ = sec θ . cosec θ
ସମାଧାନ:
θ = 30° ହେଲେ
L.H.S. = tan θ + cot θ
= tan 30° + cot 30°
= \(\frac{1}{\sqrt{3}}\) + √3
= \(\frac{1+3}{\sqrt{3}}\)
= \(\frac{4}{\sqrt{3}}\)
R.H.S. = sec θ . cosec θ
= sec 30° . cosec 30°
= \(\frac{2}{\sqrt{3}}\) × 2
= \(\frac{4}{\sqrt{3}}\)
∴ L.H.S. = R.H.S. ସୁତରାଂ ଉକ୍ତିଟି ସତ୍ୟ ଅଟେ ।

θ = 45° ହେଲେ
L.H.S. = tan θ + cot θ
= tan 45° + cot 45°
= 1 + 1
= 2
R.H.S. = sec θ . cosec θ
= sec 45° . cosec 45°
= √2 . √2
= 2
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

θ = 60° ହେଲେ
L.H.S. = tan θ + cot θ
= tan 60° + cot 60°
= √3 + \(\frac{1}{\sqrt{3}}\)
= \(\frac{3+1}{\sqrt{3}}\)
= \(\frac{4}{\sqrt{3}}\)
R.H.S. = sec θ . cosec θ
= sec 60° . cosec 60°
= 2 . \(\frac{2}{\sqrt{3}}\)
= \(\frac{4}{\sqrt{3}}\)
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

(iv) cos2 θ × cosec θ + sin θ = cosec θ
ସମାଧାନ:
θ = 30° ହେଲେ
L.H.S. = cos2 θ × cosec θ + sin θ
= cos2 30° × cosec 30° + sin 30°
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 5
R.H.S. = cosec θ
= cosec 30°
= 2
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

θ = 45° ହେଲେ
L.H.S. = cos2 θ × cosec θ + sin θ
= (cos θ)2 × cosec θ + sin θ
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 6
R.H.S. = cosec θ
= cosec 45°
= √2
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

θ = 60° ହେଲେ
L.H.S. = cos2 θ × cosec θ + sin θ
= (cos θ)2 × cosec θ + sin θ
= (cos 60°)2 × cosec 60° + sin 60°
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 7
R.H.S. = cosec θ
= cosec 60°
= \(\frac{2}{\sqrt{3}}\)
∴ L.H.S. = R.H.S. ଏହି ଉକ୍ତିଟି ସତ୍ୟ ଅଟେ ।

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b)

Question 4.
ନିମ୍ନଲିଖିତ ପରିପ୍ରକାଶଗୁଡ଼ିକର ମୂଲ୍ୟ ନିରୂପଣ କର ।
(i) sin 60° . cos 30° + cos 60° . sin 30°
ସମାଧାନ:
sin 60° . cos 30° + cos 60° . sin 30°
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 8
= \(\frac{4}{4}\)
= 1

(ii) cos 60° . cos 45° – sin 60° . sin 45°
ସମାଧାନ:
cos 60° . cos 45° – sin 60° . sin 45°
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 9

(iii) 4 cos3 60° – 3 cos 60°
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 10

(iv) 4 cos2 60° + 4 sin2 45° – sin2 30°
ସମାଧାନ:
4 cos2 60° + 4 sin2 45° – sin2 30°
= 4(cos 60°)2 + 4(sin 45°)2 – (sin 30°)2
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 11

(v) (cosec2 45° + sec2 30°)(sin2 30° + 4 cot2 45° – sec2 60°)
ସମାଧାନ:
(cosec2 45° + sec2 30°)(sin2 30° + 4 cot2 45° – sec2 60°)
= {(cosec 45°)2 + (sec 30°)2} {(sin 30°)2 + 4(cot 45°)2 – (sec 60°)2}
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 12

(vi) \(\frac{\sin 30^{\circ}+\cos 45^{\circ}-\tan 60^{\circ}}{\cot 30^{\circ}-\sin 45^{\circ}-\cos 60^{\circ}}\)
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 13

(vii) \(\frac{4}{\left(\cot 30^{\circ}\right)^2}+\frac{1}{\left(\sin 60^{\circ}\right)^2}\) – cos2 45° – tan2 45°
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 14

(viii) \(\frac{\tan ^2 60^{\circ}+4 \cos ^2 45^{\circ}+3 \sec ^2 30^{\circ}+6 \cos ^2 30^{\circ}}{{cosec} 30^{\circ}+\sec 60^{\circ}+\cot ^2 45^{\circ}}\)
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 15

(ix) \(\frac{\tan 45^{\circ}}{{cosec} 30^{\circ}}+\frac{\sec 60^{\circ}}{\cot 45^{\circ}}-\frac{2 \sin 30^{\circ}}{\tan 45^{\circ}}\)
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 16

(x) \(\frac{\sin ^2 60^{\circ}+\cos ^2 45^{\circ}+\tan ^2 30^{\circ}}{\cos ^2 60^{\circ}+\sin ^2 45^{\circ}+\cot ^2 30^{\circ}}\)
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 17

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b)

Question 5.
ଯଦି α = 60° ଓ β = 30° ହୁଏ, ତେବେ ନିମ୍ନଲିଖିତ ଉକ୍ତିଗୁଡ଼ିକର ସତ୍ୟତା ପରୀକ୍ଷା କର ।
(i) sin (α – β) = sin α . cos β – cos α . sin β
ସମାଧାନ:
L.H.S. = sin (α – β)
= sin (60° – 30°)
= sin 30°
= \(\frac{1}{2}\)
R.H.S. = sin α . cos β – cos α . sin β
= sin 60° . cos 30° – cos 60° . sin 30°
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 18
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

(ii) cos (α – β) = cos α . cos β + sin α . sin β
ସମାଧାନ:
L.H.S. = cos (α – β)
= cos (60° – 30°)
= cos 30°
= \(\frac{\sqrt{3}}{2}\)
R.H.S. = cos α . cos β + sin α . sin β
= cos 60° . cos 30° + sin 60° . sin 30°
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 19
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

(iii) tan (α – β) = \(\frac{\tan \alpha-\tan \beta}{1+\tan \alpha \cdot \tan \beta}\)
ସମାଧାନ:
L.H.S. = tan (α – β)
= tan (60° – 30°)
= tan 30°
= \(\frac{1}{\sqrt{3}}\)
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 20
∴ L.H.S. = R.H.S. ସୁତରାଂ ଏହି ଉକ୍ତିଟି ସତ୍ୟ ଅଟେ ।

Question 6.
ପ୍ରମାଣ କର :
(i) sin 45° . cos 60° . cos 30° + cos 45° . sin 60° . sin 30° = sin 45° . sin 60°
ସମାଧାନ:
L.H.S. = sin 45° . cos 60° . cos 30° + cos 45° . sin 60° . sin 30°
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 21
∴ L.H.S. = R.H.S. (ପ୍ରମାଣିତ)

(ii) cos 60° = 1 – 2sin2 30° = 2cos2 30° -1
ସମାଧାନ:
L.H.S. = cos 60° = \(\frac{1}{2}\)
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 22
∴ L.H.S. = R.H.S. (ପ୍ରମାଣିତ)

(iii) tan 60° = \(\frac{2 \tan 30^{\circ}}{1-\tan ^2 30^{\circ}}\)
ସମାଧାନ:
L.H.S. = tan 60° = √3
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 23
∴ L.H.S. = R.H.S. (ପ୍ରମାଣିତ)

(iv) \(\frac{\cot 60^{\circ} \cdot \cot 30^{\circ}+1}{\cot 30^{\circ}-\cot 60^{\circ}}\) = √3
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 24
∴ L.H.S. = R.H.S. (ପ୍ରମାଣିତ)

(v) \(\frac{\tan 45^{\circ}+\tan 30^{\circ}}{1-\tan 45^{\circ} \cdot \tan 30^{\circ}}\) = 2 + √3
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 25
∴ L.H.S. = R.H.S. (ପରିମେୟ ହର ବିଶିଷ୍ଟ ରାଶିରେ ପରିଣତ କରାଗଲା । ) (ପ୍ରମାଣିତ)

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b)

(vi) cot 30° + \(\frac{1}{{cosec} 30^{\circ}+\cot 30^{\circ}}\) = cosec 30°
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 26
R.H.S. = cosec 30° = 2
∴ L.H.S. = R.H.S. (ପ୍ରମାଣିତ)

(vii) \(\frac{1}{\sec 45^{\circ}-\tan 45^{\circ}}=\frac{1+\sin 45^{\circ}}{\cos 45^{\circ}}\)
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 27
∴ L.H.S. = R.H.S. (ପ୍ରମାଣିତ)

(viii) \(\frac{\cot ^2 30^{\circ}}{\sin ^2 60^{\circ}}-\frac{\cot ^2 60^{\circ}}{\sin ^2 30^{\circ}}\) = cot2 30° – cot2 60°
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(b) 28
∴ L.H.S. = R.H.S. (ପ୍ରମାଣିତ)