CHSE Odisha Class 12 Sociology Unit 5 Long Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 5 ଭାରତରେ ପରିବର୍ତ୍ତନ ଓ ବିକାଶ Long Answer Questions.

CHSE Odisha 12th Class Sociology Unit 5 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସହରୀକରଣର ଗୁରୁତ୍ଵ ଉଲ୍ଲେଖ କର ।
Answer:
ତୃତୀୟ ବିଶ୍ବରେ ସହରୀକରଣ ଏକ ଦ୍ରୁତ ପରିବର୍ତ୍ତନ ପ୍ରକ୍ରିୟା । ସହରୀକରଣର ବ୍ୟକ୍ତିଗତ ତଥା ସାମାଜିକ ଗୁରୁତ୍ଵ ରହିଅଛି । ସେଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଗଲା –
(୧) ବିଶ୍ବରେ ସହରଗୁଡ଼ିକର ଆବିର୍ଭାବ ଏବଂ ବିକାଶ ସମାଜର ଅନ୍ୟ ବିଭିନ୍ନ ଦିଗ, ଯଥା- ଭାଷା, ଧର୍ମ, ସ୍ତରୀକରଣ ଭଳି ପୁରାତନ ନୁହେଁ । ମାତ୍ର ମନୁଷ୍ୟ ସ୍ଥିତିର ଦୃଢ଼ୀକରଣ ପାଇଁ ସହରୀକରଣର ବିକାଶ ଓ ପ୍ରାଧାନ୍ୟ- ଅଧିକ ଦୃଢ଼ୀଭୂତ ହୋଇଅଛି ।

(୨) ଆର୍ଥନୀତିକ ଏବଂ ଯାନ୍ତ୍ରିକ ବିଜ୍ଞାନ ସମ୍ବନ୍ଧୀୟ ଉନ୍ନତିରୁ ହିଁ ସହରୀକରଣ ଉତ୍ପନ୍ନ ହୋଇଅଛି । ଏହା କୁହାଯାଇପାରେ ଯେ, ଶିଳ୍ପୀକରଣର ଉନ୍ନତି ସହରୀକରଣ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରାଇବାରେ ସମ୍ପୂର୍ଣ୍ଣ ସହାୟକ ହୋଇଅଛି । ଏହି ପ୍ରକ୍ରିୟା ଯେ କେବଳ ସହରୀ ଜୀବନକୁ ପ୍ରଭାବିତ କରିଅଛି ତାହା ନୁହେଁ ବରଂ ଏହି ପ୍ରକ୍ରିୟା ଆଭ୍ୟନ୍ତରୀଣ ନଦୀକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଅବସ୍ଥିତ ପ୍ରାୟତଃ ଲୋକମାନଙ୍କ ଜୀବନଧାରାକୁ ପ୍ରଭାବିତ କରିଅଛି ।

(୩) ସହର ବା ନଗରଗୁଡ଼ିକର ଅବସ୍ଥିତି କ୍ଷମତାର କେନ୍ଦ୍ରସ୍ଥଳୀ ହୋଇଯାଇଛି । ପ୍ରଶାସନିକ କ୍ଷମତା ମାଧ୍ୟମରେ ସମଗ୍ର ଜନଜୀବନକୁ ନିୟନ୍ତ୍ରିତ କରିପାରୁଅଛି । ଉଭୟ ଗ୍ରାମ୍ୟ ବା କୃଷିଭିଭିକ ସମାଜରେ ମଧ୍ୟ ପ୍ରଭୁତ୍ୱ ବିସ୍ତାର କରିପାରୁଅଛି ।

(୪) ନୂତନ ପ୍ରକ୍ରିୟାରେ ବ୍ୟକ୍ତିର ବୌଦ୍ଧିକ ସୃଜନଶୀଳତା ବୃଦ୍ଧି କରିବାରେ ସହରୀକରଣ ଏକ ମାଧ୍ୟମ ଅଟେ । ଯାନ୍ତ୍ରିକ ଜ୍ଞାନକୌଶଳର ପରିସୀମାକୁ ମଧ୍ୟ ଏହା ବୃଦ୍ଧି କରାଇବାରେ ସମର୍ଥ । ଫଳସ୍ବରୂପ ଯାନ୍ତ୍ରିକ ତଥା ବୌଦ୍ଧିକ ଜ୍ଞାନକୌଶଳରେ ସାମର୍ଥ୍ୟ ହାସଲ କରିପାରୁଅଛି।

ସହରୀ ସମ୍ପର୍କ କ୍ଷଣସ୍ଥାୟୀ ଅଟେ । ଏଥୁରେ ଆତ୍ମୀୟତା ନଥାଏ । ଆନୁଗତ୍ୟଭାବ ନଥାଏ । ବ୍ୟକ୍ତି ଓ ବ୍ୟକ୍ତି, ବ୍ୟକ୍ତି ଓ ସମାଜ ସହିତ ସମ୍ପର୍କରେ ଆଗଭୀରତା ପରିଲକ୍ଷିତ ହୋଇଥାଏ । ନିର୍ଦ୍ଦିଷ୍ଟ ସ୍ବାର୍ଥ ହାସଲ ନିମନ୍ତେ ସମସ୍ତେ ସମ୍ପର୍କ ସ୍ଥାପନ କରିଥା’ନ୍ତି, ଯାହା କ୍ଷଣସ୍ଥାୟୀ ଅଟେ । ସହରଗୁଡ଼ିକରେ ଲୋକମାନଙ୍କ ମଧ୍ୟରେ ପ୍ରକୃତପକ୍ଷେ ଅବୈୟକ୍ତିକ ସମ୍ପର୍କ ଗଢ଼ି ଉଠିଥାଏ । ପଡ଼ୋଶୀଗତ ସମ୍ପର୍କରେ ବ୍ୟବଧାନ ଥାଏ । ସର୍ବୋପରି ବ୍ୟକ୍ତି ନିଜର ସ୍ବାର୍ଥସାଧନ ନିମନ୍ତେ ଅଧ‌ିକ ଗୁରୁତ୍ଵ ଦେଇଥାଏ ।

ତେଣୁ ସହରଗୁଡ଼ିକରେ ବିଷମଜାତୀୟ ବା ଭିନ୍ନ ଜାତି, ଧର୍ମ, ବର୍ଣ୍ଣର ଲୋକମାନେ ବାସ କରିଥା’ନ୍ତି । ସେମାନେ ପ୍ରାୟତଃ ଅଣକୃଷି କାର୍ଯ୍ୟରେ ନିୟୋଜିତ ହୋଇଥା’ନ୍ତି ଏବଂ ଏକ ବସ୍ତୁବାଦୀ, ସମ୍ମିଶ୍ରିତ, ଯଥା- ରାଜନୀତିକ, ଆର୍ଥନୀତିକ ଓ ଶିକ୍ଷାଭିଭିକ ପରିବେଶ ସୃଷ୍ଟି କରିଥା’ନ୍ତି । ଅତଏବ, ସହରବାଦ, ସହର ଜୀବନଶୈଳୀ ସହିତ ଅବୈୟକ୍ତିକ ସାମାଜିକ ସମ୍ପର୍କ, ଗୌଣସମୂହ ତଥା ବ୍ୟକ୍ତିଗତ ଜୀବନର ପ୍ରାଧାନ୍ୟକୁ ଗୁରୁତ୍ଵ ଦେଇଥାଏ ।

୨। ଭାରତରେ ଦ୍ରୁତ ସହରୀକରଣର କାରକ/କାରଣଗୁଡ଼ିକୁ ଉଲ୍ଲେଖ କର ।
Answer:
ଭାରତର ୨୭.୧୧% ଜନସଂଖ୍ୟା ସହରର ବାସିନ୍ଦା । ସହରୀକରଣ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବାପାଇଁ କେତେଗୁଡ଼ିଏ କାରକ ବା କାରଣଗୁଡ଼ିକ କାର୍ଯ୍ୟ କରିଥା’ନ୍ତି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(୧) ପ୍ରାକୃତିକ କାରକ : ବ୍ୟକ୍ତିମାନେ ନିଜର ମୌଳିକ ତଥା ଅନ୍ୟାନ୍ୟ ବ୍ୟକ୍ତିଗତ ଆବଶ୍ୟକତା ପୂରଣ ନିମନ୍ତେ ସହରାଞ୍ଚଳରେ ମିଳୁଥିବା ଡାକ୍ତରୀ ଏବଂ ସ୍ବାସ୍ଥ୍ୟ ଚିକିତ୍ସାର ସୁବିଧା ଫଳରେ ସେହି ଅଞ୍ଚଳରେ ବାସ କରୁଥିବା ବ୍ୟକ୍ତିମାନଙ୍କର ମୃତ୍ୟୁହାର ଅପେକ୍ଷାକୃତ ହ୍ରାସ ହୋଇଥାଏ । ଏହାଫଳରେ ସହରାଞ୍ଚଳର ଜନସଂଖ୍ୟାରେ ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ ସହରରେ ମିଳୁଥିବା ସୁଖସ୍ୱାସ୍ଥଯ୍ୟ, ଜୀବିକା ନିର୍ବାହ କରିବାର ପନ୍ଥା, ଗମନାଗମନର ସୁବିଧା, ଆମୋଦପ୍ରମୋଦର ସୁଯୋଗ ବ୍ୟକ୍ତିମାନଙ୍କୁ ଗ୍ରାମାଞ୍ଚଳରୁ ସହରାଭିମୁଖୀ କରାଇଥାଏ ।

(୨) ପ୍ରଯୁକ୍ତିଗତ ବିକାଶ କାରକ : ବିଶ୍ୱରେ ତୃତୀୟ ତରଙ୍ଗ କହିଲେ ସୂଚନା ଓ ପ୍ରଯୁକ୍ତିଗତ ତରଙ୍ଗକୁ ବୁଝାଏ । ଏହାର ପ୍ରଭାବ ଫଳରେ ବହୁ ଯାନ୍ତ୍ରିକ ବିକାଶ ସମ୍ଭବପର ହୋଇପାରୁଅଛି । ଏହାର ପ୍ରଭାବ ସହରାଞ୍ଚଳରେ ବିଶେଷ ଭାବରେ ପ୍ରତିଫଳିତ ହେଉଅଛି । ଆଧୁନିକ କାରିଗରୀ କୌଶଳର ସୁବିଧା ବ୍ୟକ୍ତିର ବିକାଶ ତଥା ଜୀବନଧାରଣର ମାନ ଉନ୍ନତ କରିବାରେ ସହାୟକ ହେଉଥ‌ିବାରୁ ଗ୍ରାମାଞ୍ଚଳର ସଚେତନଶୀଳ ଶିକ୍ଷିତ ତଥା ଅଶିକ୍ଷିତ ଉଭୟ ବର୍ଗର ଲୋକେ ସହରାଭିମୁଖୀ ହେଉଛନ୍ତି । ଜ୍ଞାନକୌଶଳ ପ୍ରଶିକ୍ଷଣ ହାସଲ କରି ବିଭିନ୍ନ ଶିଳ୍ପାୟତନରେ ନିୟୋଜିତ ହୋଇ ଲୋକମାନେ ଅଧ‌ିକ ଅର୍ଥ ଉପାର୍ଜନ କରିପାରୁଅଛନ୍ତି । ତେଣୁ ଅଧିକ ଉପାର୍ଜନର ଆଶା ସହରୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଅଛି ।

CHSE Odisha Class 12 Sociology Unit 5 Long Answer Questions in Odia Medium

(୩) ଶିକ୍ଷାଗତ କାରକ – ଶିକ୍ଷାଗତ କାରକ ଅନ୍ୟ ଏକ ପ୍ରଧାନ କାରକ ଯାହା ସହରୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ । ସହରାଞ୍ଚଳରେ ମିଳୁଥିବା ଉଚ୍ଚଶିକ୍ଷାର ସୁଯୋଗ ହାସଲ କରିବାପାଇଁ ଗ୍ରାମାଞ୍ଚଳର ଯୁବକ ଯୁବତୀମାନେ ଅଧିକ ସଂଖ୍ୟାରେ ସହରାଭିମୁଖୀ ହୋଇଥା’ନ୍ତି । ଉଚ୍ଚଶିକ୍ଷା ହାସଲ ସହରାଭିମୁଖୀକରଣ ଏକ ମାଧ୍ୟମ ସ୍ବରୂପ, କାରଣ ଏହି ଶିକ୍ଷା ହାସଲ କରିବାପରେ ପରେ ସେହି ଯୁବକ ଯୁବତୀମାନେ ନିଜର ଜୀବିକା ନିର୍ବାହ କରିବାପାଇଁ ସହରାଞ୍ଚଳରେ ବସବାସ କରିବାକୁ ଅଧ୍ବକ ପସନ୍ଦ କରିଥା’ନ୍ତି ।

(୪) ସାମାଜିକ କାରକ – ଯୌଥ ପରିବାର ଚଳଣିରୁ ନିଜକୁ ଦୂରେଇ ରଖୁବା ସହ ପ୍ରତିଷ୍ଠିତ ସାମାଜିକ ବିଧ‌ିବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ଥିବା ପାରିକାରିକ ବିଭିନ୍ନ ଦାୟିତ୍ୱରୁ ଓହରିଯିବାପାଇଁ ଗ୍ରାମାଞ୍ଚଳର ଲୋକମାନେ ସହରରେ ବାସ କରିବାପାଇଁ ଅଧ୍ବକ ପସନ୍ଦ କରିଥା’ନ୍ତି । ଏହା ବ୍ୟତୀତ ବର୍ତ୍ତମାନର ସମାଜରେ ପ୍ରଚଳିତ ଏକକ ପରିବାରର ପ୍ରଭାବ ମଧ୍ୟ ଏଥ‌ିରେ ଅନେକ ପରିମାଣରେ ସହରୀକରଣକୁ ପ୍ରୋତ୍ସାହିତ କରିଥାଏ ।

(୫) ଆର୍ଥନୀତିକ କାରକ – ଅଶୀଦଶକରୁ ଆରମ୍ଭ ହୋଇଥିବା ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ ଆଦି ଆର୍ଥନୀତିକ ସଂସ୍କାରମୂଳକ କାର୍ଯ୍ୟକ୍ରମ ସମଗ୍ର ବିଶ୍ବକୁ ଏକ ‘ବିଶ୍ବଗ୍ରାମ’ରେ ପରିଣତ କରିପାରିଅଛି । ଏହାର ଫଳସ୍ବରୂପ ବ୍ୟବସାୟ ବାଣିଜ୍ୟଠାରୁ ଆରମ୍ଭ କରି କଳକାରଖାନା ପ୍ରତିଷ୍ଠା, ଉଚ୍ଚଶିକ୍ଷାର ସୁବିଧା ସୁଯୋଗ ତଥା ଯୋଗାଯୋଗର ସୁବ୍ୟବସ୍ଥା ଅଧ୍ଵ ସୁଯୋଗ ସୃଷ୍ଟି କରିପାରୁଅଛି । ଏହା ଫଳରେ ଏହି ସୁଯୋଗରୁ ଉପଲବ୍ଧ ସୁବିଧା ସବୁ ହାସଲ କରିବାପାଇଁ ଗ୍ରାମାଞ୍ଚଳର ଲୋକମାନେ ସହରାଭିମୁଖୀ ହୋଇଥା’ନ୍ତି; କାରଣ ଏହାଦ୍ୱାରା ସେମାନେ ଅଧିକରୁ ଅଧ‌ିକ କର୍ମନିଯୁକ୍ତିର ସୁଯୋଗ ତଥା ଅର୍ଥ ଉପାର୍ଜନର ପନ୍ଥା ଉପଲବ୍ଧ କରିଥା’ନ୍ତି ।

ଗ୍ରାମାଞ୍ଚଳର ସୀମିତ ଉପାର୍ଜନ ସମସ୍ୟା ଏବଂ ଯୌଥ ପରିବାରର ଅବିଭାଜିତ ସମ୍ପତ୍ତିଗତ ସମସ୍ୟା ଗ୍ରାମାଞ୍ଚଳର ଯୌଥ ପରିବାରର ସଦସ୍ୟମାନଙ୍କୁ ସହରାଭିମୁଖୀ କରାଇବାରେ ସହାୟକ ହୋଇଥାଏ । ଏପରିକି ଗ୍ରାମାଞ୍ଚଳରେ ରହିଥ‌ିବା ଜମିହୀନ ଲୋକମାନେ ମଧ୍ୟ ଅର୍ଥ ଉପାର୍ଜନ ନିମନ୍ତେ ଏବଂ ଆର୍ଥିକ ସ୍ୱଚ୍ଛଳତା ପାଇଁ ସହରଦ୍ୱାରା ଆକର୍ଷିତ ହେଉଅଛି ।

(୬) ସାଂସ୍କୃତିକ କାରକ : ବ୍ୟକ୍ତି ଯୌଥ ପରିବାରର କଠୋରତାଠାରୁ ଦୂରେଇ ଯିବାର ପ୍ରକୃଷ୍ଟ ମାଧ୍ୟମ ହିଁ ସହରୀକରଣ । ସ୍ଵାଧୀନତା, ଆଧୁନିକ ଶିକ୍ଷା, ଅର୍ଥ ଉପାର୍ଜନର ଉନ୍ନତ ପନ୍ଥା, ଅତ୍ୟାଧୁନିକ ସାମାଜିକ ବ୍ୟବସ୍ଥା, ନୂତନ ବ୍ୟାବହାରିକ ପଦ୍ଧତି ଇତ୍ୟାଦି ଗ୍ରାମାଞ୍ଚଳର ଲୋକମାନଙ୍କୁ ସହରାଭିମୁଖୀ କରାଇବାରେ ସହାୟକ ହେଉଅଛି ।

(୭) ରାଜନୀତିକ କାରକ : ଦେଶର କେତେକ ସହର ବୃହତ୍ ସହର ବା ମେଗାସହରଗୁଡ଼ିକର ଅଭିବୃଦ୍ଧି ସରକାରୀ ନୀତିନିୟମର ସହାୟତାରେ ହୋଇଥାଏ । ଉଦାହରଣସ୍ୱରୂପ, ବିଭିନ୍ନ କଳକାରଖାନା ସ୍ଥାପନା, ନୂତନ ସ୍ଥାନରେ ରାଜ୍ୟର ରାଜଧାନୀ ସ୍ଥାପନା କିମ୍ବା ସୂଚନା ଓ ପ୍ରଯୁକ୍ତିବିଦ୍ୟାର ସହରର ସ୍ଥାପନା ଫଳରେ ନୂତନ ସହରଗୁଡ଼ିକ ଗଢ଼ିଉଠିବା ସହିତ ନିଯୁକ୍ତି ସୁଯୋଗ ଓ ସମ୍ଭାବନା ସୃଷ୍ଟି ହେଉଅଛି । ଏହାଫଳରେ ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗ ଓ ବୟସର ଲୋକମାନେ ନିଜର ଜୀବିକା ଉପାର୍ଜନ ପାଇଁ ସହରାଭିମୁଖୀ ହେଉଅଛନ୍ତି ।

(୮) ବ୍ୟକ୍ତିଗତ କାରକ : ଆଧୁନିକ ଶିକ୍ଷା, ସହରାଞ୍ଚଳରେ ପିଲାମାନଙ୍କର ଭବିଷ୍ୟତ୍, ନିଯୁକ୍ତି ସୁବିଧା, ଗମନାଗମନର ସୁବିଧା, ଗଣମାଧ୍ୟମର ପ୍ରଭାବ ବ୍ୟାବସାୟିକ ଚିନ୍ତାଧାରା ବ୍ୟକ୍ତିର ସଂକୀର୍ଣ୍ଣ ମାନସିକତାକୁ ବ୍ୟାପକ ତଥା ବିସ୍ତୃତ କରିପାରୁଅଛି । ନିଜର ସ୍ଵତନ୍ତ୍ର ପରିଚୟ ଆଶାରେ ବ୍ୟକ୍ତି ଇଚ୍ଛାକୃତ ସହରାଭିମୁଖୀ ହୋଇ ନିଜର ଈପ୍‌ସିତ ଆବଶ୍ୟକତାକୁ ପୂରଣ କରିପାରୁଅଛି । ତେଣୁ ବ୍ୟକ୍ତିର ଆବଶ୍ୟକତା ବ୍ୟକ୍ତିକୁ ସହରୀ ପରିବେଶ ମଧ୍ୟକୁ ଆକୃଷ୍ଟ କରିପାରୁଅଛି । ଜାତିଭିତ୍ତିକ କଠୋରତାଠାରୁ ନିଜକୁ ଦୂରେଇରଖ୍ ମୁକ୍ତଶ୍ରେଣୀ ସ୍ତରରେ ପ୍ରବେଶ କରାଇବାରେ ସହରୀକରଣ ସୁଯୋଗ ଦେଇଥିବାରୁ ବ୍ୟକ୍ତି ସହରୀକରଣ ପ୍ରକ୍ରିୟାକୁ ଆଦରି ନେଇଥାଏ ।

ସଂକ୍ଷେପରେ କୁହାଯାଇପାରେ ଯେ, ଜନସଂଖ୍ୟାରେ ପ୍ରାକୃତିକ ବୃଦ୍ଧି, ସହରରେ ବାସ କରିବାର ମାନସିକତା, ଆର୍ଥିକ ଅବସ୍ଥାରେ ଉନ୍ନତି କରିବାର ମନୋବୃତ୍ତି, ପରିବର୍ତ୍ତିତ ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ ପ୍ରତି ଆକୃଷ୍ଟତା, ଆଧୁନିକତାର ପ୍ରବଣତା ସହରୀକରଣକୁ ତ୍ୱରାନ୍ବିତ କରିଥାଏ ।

୩ । ସହରୀକରଣର ପ୍ରଭାବକୁ ଆଲୋଚନା କର ।
Answer:
ଦ୍ରୁତ ସହରୀକରଣର ଅବସ୍ଥା ଓ ଏହାର ଫଳାଫଳକୁ ଅନୁଧ୍ୟାନ କଲେ ଏହି ପ୍ରକ୍ରିୟାର ସକାରାତ୍ମକ ଏବଂ ନକାରାତ୍ମକ ଦିଗଗୁଡ଼ିକ ଜଣାପଡ଼ିଥାଏ।

ସହରୀକରଣର ସକାରାତ୍ମକ ପ୍ରଭାବ ବା ସହରୀକରଣର ସକାରାତ୍ମକ ଫଳାଫଳ – ଆର୍ଥନୀତିକ, ବ୍ୟକ୍ତିଗତ, ସାମାଜିକ, ସାଂସ୍କୃତିକ, ପରିବେଶଗତ ଦିଗଗୁଡ଼ିକ ସହରୀକରଣକୁ ପ୍ରୋତ୍ସାହିତ କରିବା ସହିତ ବ୍ୟକ୍ତି ତଥା ସମାଜରେ ସକାରାତ୍ମକ ପ୍ରଭାବ ପକାଇଥା’ନ୍ତି, ଯାହା ସହରାଞ୍ଚଳର ତଥା ଦେଶର ସ୍ବାସ୍ଥ୍ୟ ପ୍ରତି ହିତକର ଅଟେ । ଏହାର ସକାରାତ୍ମକ ପ୍ରଭାବ ଏବଂ ଫଳାଫଳ ହେତୁ ବ୍ୟକ୍ତିର ବୌଦ୍ଧିକ, ମାନସିକ ବିକାଶ, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧି ଘଟିଥାଏ ।

(୧) ସହରୀକରଣ ଓ ଆର୍ଥନୀତିକ ଦିଗ – ସହରୀକରଣର ବିକାଶ ପ୍ରକ୍ରିୟାରେ ଦେଶରେ ଅନେକ ଶିଳ୍ପଭିତ୍ତିକ ସହର ଗଢ଼ି ଉଠିଥାଏ । ବହୁଳ ଭାବରେ ଦ୍ରବ୍ୟ ଉତ୍ପାଦନ କରିବା ସହିତ ସର୍ବସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ଥାନର ମଧ୍ୟ ଏହି ସହରୀକରଣ ପ୍ରକ୍ରିୟା ଉନ୍ନତି ଆଣିଥାଏ । ଏହା ଫଳରେ ବାଣିଜ୍ୟ ସହିତ ସମ୍ପୃକ୍ତି, ଆର୍ଥିକ ଦୃଷ୍ଟିରୁ ତଥା ଅନ୍ୟାନ୍ୟ କାର୍ଯ୍ୟକଳାପରେ, ଯଥା- ମରାମତି, ରକ୍ଷଣାବେକ୍ଷଣ ଇତ୍ୟାଦିର ଉନ୍ନତି ପରିଲକ୍ଷିତ ହୋଇଥାଏ ଏବଂ କେତେକ ସହର ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଯଥା- ମରାମତି, ରକ୍ଷଣାବେକ୍ଷଣ ଇତ୍ୟାଦିର ଉନ୍ନତି ପରିଲକ୍ଷିତ ହୋଇଥାଏ ଏବଂ କେତେକ ସହର ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥା’ନ୍ତି । ସହରରେ ଉତ୍ପାଦିତ ଦ୍ରବ୍ୟର ବୃଦ୍ଧି ରାଷ୍ଟ୍ରର ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଆଣିଥାଏ ।

⇒ ସହରାଞ୍ଚଳରେ ନିଯୁକ୍ତି ସୁବିଧା ଗ୍ରାମାଞ୍ଚଳର ବହୁସଂଖ୍ୟକ ଲୋକମାନଙ୍କୁ ସହରାଭିମୁଖୀ କରାଇଥାଏ । ଏପରିକି ଋତୁକାଳୀନ କୃଷିକାର୍ଯ୍ୟର ମାନ୍ଦା ଅବସ୍ଥାରେ ମଧ୍ୟ ଗ୍ରାମାଞ୍ଚଳର ଲୋକମାନେ ସହରମାନଙ୍କରେ ଅଣ-ଖାଦ୍ୟ ଉତ୍ପାଦିତ ବ୍ୟାବସାୟିକ ଶିଳ୍ପ (କଳକାରଖାନା) ଗୁଡ଼ିକରେ କାର୍ଯ୍ୟ କରି ଅର୍ଥ ଉପାର୍ଜନ କରିଥା’ନ୍ତି ।

⇒ ନିଯୁକ୍ତି ଗ୍ରହଣ ବ୍ୟତୀତ ଅନେକ ସହରାଞ୍ଚଳରେ ଅଧିକ ପାରମ୍ପରିକ ଉତ୍ପାଦନ କାର୍ଯ୍ୟରେ କାର୍ଯ୍ୟ କରି ବୃହତ୍ ଶିଳ୍ପଗୁଡ଼ିକୁ ଦ୍ରବ୍ୟ ତଥା ସେବା ଯୋଗାଇଥା’ନ୍ତି ।

⇒ ସାଧାରଣତଃ ମହିଳାମାନେ ସହରରେ ଥ‌ିବା ସମ୍ଭ୍ରାନ୍ତ ତଥା ମଧ୍ୟବର୍ଗୀୟ ପରିବାରରେ ଘରୋଇସେବା ମାଧ୍ୟମରେ ଅର୍ଥ ଉପାର୍ଜନ କରିଥା’ନ୍ତି ।

(୨) ସହରୀକରଣ ଓ ସାମାଜିକ ପ୍ରଭାବ – ସହରୀକରଣର ସାମାଜିକ ସକାରାତ୍ମକ ପ୍ରଭାବଗୁଡ଼ିକ ସାମାଜିକ ସମ୍ପର୍କକୁ; ଯଥା- ପାରିବାରିକ, ପ୍ରସ୍ଥିତିଗତ ତଥା ଜୀବନଶୈଳୀ ଓ ଧାରାଗୁଡ଼ିକୁ ଆଲୋଚନା କରାଯାଇଥାଏ ।

⇒ ସମାଜଶାସ୍ତ୍ରବିତ୍ ଆଇ.ପି. ଦେଶାଇ, କେ.ଏମ୍.କାପାଡ଼ିଆ ଏବଂ ଏ.ରସ୍‌ଙ୍କ ଅନୁଭବିକ ତଥ୍ୟ ଅନୁଯାୟୀ ସହରୀ ଯୌଥ ପରିବାର ଧୀରେ ଧୀରେ ଏକକ ପରିବାରରେ ପରିବର୍ତ୍ତିତ ହୋଇଯାଉଅଛି । ପରିବାରର ଆକାର କ୍ଷୁଦ୍ର ହୋଇଯାଉଅଛି, ମାତ୍ର ଦୁଇ ତିନୋଟି ପିଢ଼ି ପର୍ଯ୍ୟନ୍ତ ରକ୍ତଗତ ସମ୍ପର୍କ ଆବଦ୍ଧ ହୋଇ ରହୁଅଛି । ସେମାନେ ଉଲ୍ଲେଖ କରିଅଛନ୍ତି ଯେ, ଯଦିଓ ସହରୀକରଣର ପ୍ରଭାବରେ ସହରୀ ପରିବାରରେ ପରିବର୍ତ୍ତନ ଦେଖାଯାଉଅଛି; କିନ୍ତୁ ପ୍ରକୃତପକ୍ଷେ ସ୍ଵାଧୀନ ଓ ଭିନ୍ନ ହେବା ଭାବ ବା ବ୍ୟକ୍ତିବାଦର ମନୋଭାବ ସେହି ପରିବର୍ତ୍ତିତ ପରିବାରଗୁଡ଼ିକରେ ପରିଲକ୍ଷିତ ହେଉନାହିଁ ।

⇒ ଯଦିଓ ସହରୀକରଣ କାରଣରୁ ପରିବାରର ଆକୃତିରେ ପରିବର୍ତ୍ତନ ହୋଇଅଛି; ତଥାପି ପରିବାରର ଯୁବପିଢ଼ି ସେମାନଙ୍କର ଗୁରୁଜନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିଥା’ନ୍ତି ଏବଂ ସେମାନଙ୍କର ସାମୂହିକ ପାରିବାରିକ ଦାୟିତ୍ଵ ସୂଚାରୁରୂପେ ପ୍ରତିପାଦନ କରିଥା’ନ୍ତି ।

CHSE Odisha Class 12 Sociology Unit 5 Long Answer Questions in Odia Medium

⇒ ସହରୀକରଣର ପ୍ରଭାବରେ ନାରୀ ସ୍ଵାଧୀନତା ବୃଦ୍ଧି ପାଇଥାଏ । ସେମାନଙ୍କର ଭୂମିକା ମଧ୍ୟ ପରିମାର୍ଜିତ ହୋଇଥାଏ । ଆଧୁନିକ ଶିକ୍ଷା ସେମାନଙ୍କୁ ସଚେତନ କରାଇବାରେ ସହାୟକ ହୋଇଥାଏ । ଏପରିକି ନିଜର ହୋଇଥାଏ । ଆଧୁନିକ ଶିକ୍ଷା ସେମାନଙ୍କୁ ସଚେତନ କରାଇବାରେ ସହାୟକ ହୋଇଥାଏ । ଏପରିକି ନିଜର ସହରୀକରଣ ସେମାନଙ୍କୁ ପରିବାରର ଚାରିକାନ୍ଥ ଭିତରେ ସୀମାବଦ୍ଧ ନ କରି ସେମାନଙ୍କର ସାମାଜିକ ଦୃଷ୍ଟିଭଙ୍ଗୀକୁ ବଦଳାଇବାରେ ସମର୍ଥ ହୋଇଥାଏ । ବହୁ ଶିକ୍ଷିତା, ଉଚ୍ଚଶିକ୍ଷିତା ନାରୀ ସହରୀକରଣ ପ୍ରଭାବରେ ବହୁ କ୍ଷେତ୍ରରେ ଅଧ୍ଵସଂଖ୍ୟକ ବାଳିକାମାନେ ଶିକ୍ଷାଲାଭର ସୁଯୋଗ ପାଇପାରୁଅଛନ୍ତି ।

⇒ ବିବାହ କ୍ଷେତ୍ରରେ ନାରୀକୁ ସ୍ଵାଧୀନତା ତଥା ପ୍ରେରଣା ଦେବାରେ ସହରୀକରଣ ସହାୟକ ହୋଇଥାଏ । ସହରୀ ସଭ୍ୟତା ଆନ୍ତର୍ଜାତି ବିବାହକୁ ଗ୍ରହଣ କରିଥାଏ ଏବଂ ଛାଡ଼ପତ୍ରକୁ ପ୍ରୋତ୍ସାହନ ଦେଇଥାଏ ।

⇒ ସହରୀକରଣର ପ୍ରଭାବରେ ଗ୍ରାମାଞ୍ଚଳର ଲୋକମାନେ ସହରୀ ଜୀବନଶୈଳୀ ପ୍ରତି ଅଧ‌ିକ ସଚେତନ ହୋଇ ଏଭଳି ପ୍ରଭାବିତ ହୋଇଥା’ନ୍ତି ଯେ ସେମାନଙ୍କର ଉଦାର ଚିନ୍ତାଧାରା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଧର୍ମନିରପେକ୍ଷବାଦ ସୃଷ୍ଟି କରିବାରେ ସହାୟକ ହୁଏ । ତେଣୁ ସେମାନଙ୍କର ଉଦାର ଦୃଷ୍ଟିଭଙ୍ଗୀ ଥାଏ; ଯାହା ସଂକୀର୍ଣ୍ଣତା ପରିବର୍ତ୍ତେ ସହନଶୀଳତା ଭାବ ସୃଷ୍ଟି କରିଥାଏ ।

⇒ ପାରମ୍ପରିକ ସ୍ବାସ୍ଥ୍ୟ ଚିକିତ୍ସା ପରିବର୍ତ୍ତେ ଗ୍ରାମାଞ୍ଚଳର ଲୋକମାନେ ସହରାଭିମୁଖୀ ହୋଇ ଏଲୋପାଥ୍ ଔଷଧ ତଥା ଆଧୁନିକ ଚିକିତ୍ସା ଗ୍ରହଣ କରି ବିଭିନ୍ନ ରୋଗରୁ ଆରୋଗ୍ୟ ହୋଇଥା’ନ୍ତି ।

(୩) ସହରୀକରଣ ଓ ରାଜନୀତିକ ଦିଗ : ସହରୀକରଣ ରାଜନୀତିକ କ୍ଷେତ୍ରରେ ସ୍ବାଧୀନତା ଆଣିଥାଏ । ସହରୀକରଣ ହେତୁ ପୁରୁଷଙ୍କ ପରି ନାରୀମାନେ ମଧ୍ୟ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିପାରୁଅଛନ୍ତି । କ୍ଷମତା ପ୍ରୟୋଗ ମଧ୍ଯ ସମଭାବରେ କରିପାରୁଅଛନ୍ତି । ବିଭିନ୍ନ ରାଜନୀତିକ ସ୍ତରରେ ଉଚ୍ଚ ପ୍ରସ୍ଥିତି ଲାଭ କରିପାରୁଅଛନ୍ତି ।

(୪) ସହରୀକରଣ ଓ ସାଂସ୍କୃତିକ ଐତିହ୍ୟ : ସହରୀକରଣ ପ୍ରକ୍ରିୟା ବ୍ୟକ୍ତି ତଥା ସମାଜକୁ ପ୍ରଭାବିତ କରିଥାଏ । ଫଳସ୍ୱରୂପ ପରିବର୍ଜିତ ତଥା ପରିମାର୍ଜିତ ଚିନ୍ତାଧାରା, ସାଂସ୍କୃତିକ ଐତିହ୍ୟର ପୁନରୁଦ୍ଧାର ଓ ଆଧୁନିକୀକରଣରେ ସହାୟକ ହୋଇପାରୁଅଛି । ଏହି ପ୍ରକ୍ରିୟାଦ୍ଵାରା ରାଷ୍ଟ୍ର ସଚେତନତା ବୃଦ୍ଧି ପାଇଅଛି ଏବଂ ପ୍ରତ୍ୟେକ ସାଂସ୍କୃତିକ ଐତିହ୍ୟକୁ ରକ୍ଷା କରି ରାଷ୍ଟ୍ର ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରୁଅଛି ।

(୫) ସହରୀକରଣ ଓ ଧର୍ମୀୟ ପୂଜାବିଧ : ସହରୀକରଣ ଧର୍ମୀୟ ଚିନ୍ତାଧାରାରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । କେତେକ କ୍ଷେତ୍ରରେ ପାରମ୍ପରିକ ରକ୍ଷଣଶୀଳ ଚିନ୍ତାଧାରା, ଅନ୍ଧବିଶ୍ଵାସ ବ୍ୟକ୍ତି ଓ ସମାଜ ପ୍ରତି କ୍ଷତିକାରକ ହୋଇଥାଏ; କିନ୍ତୁ ସହରୀକରଣ ମାଧ୍ୟମରେ ଉଦାରଭାବ ସୃଷ୍ଟି ହୋଇଥାଏ ଏବଂ ବ୍ୟକ୍ତିମାନେ ସହରର ଜୀବନଶୈଳୀରେ ପ୍ରଭାବିତ ହୋଇ ଅନ୍ଧବିଶ୍ୱାସଠାରୁ ଦୂରେଇଯାଇ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ବାସ୍ତବତାକୁ ଅନୁଧ୍ୟାନ କରିଥାଆନ୍ତି ।

(୬) ସହରୀକରଣ ଓ ବିବିଧତା : ଗମନାଗମନର ସୁବିଧା, ନିଯୁକ୍ତି ସୁବିଧା, ଅର୍ଥ ଉପାର୍ଜନର କେନ୍ଦ୍ରସ୍ଥଳୀ ସହର ହୋଇଥିବାରୁ ପ୍ରତ୍ୟେକ ଜାତି, ବର୍ଷ, ଧର୍ମ ଓ ଶ୍ରେଣୀର ଲୋକମାନେ ସହରାଭିମୁଖୀ ହୋଇଥାନ୍ତି ଓ ସେଠିକାର ଜୀବନଶୈଳୀକୁ ଅନୁକରଣ କରିଥା’ନ୍ତି । ପରୋକ୍ଷରେ ବ୍ୟକ୍ତିର ସହରୀଜୀବନ ସହିତ ଆତ୍ମୀକରଣରେ ବ୍ୟକ୍ତି ବ୍ୟକ୍ତି, ଜାତି, ଧର୍ମ, ଶ୍ରେଣୀ ସହିତ ସୁସମ୍ପର୍କ ସ୍ଥାପନ କରିପାରେ ଓ ସାମାଜିକ ସମନ୍ଵୟ ରକ୍ଷା କରିପାରିଥାଏ । ତେଣୁ ସହରୀଜୀବନ ସହରରେ ବ୍ୟକ୍ତିମାନଙ୍କ ମଧ୍ୟରେ ପାରିପାଶ୍ୱିକ ଅବସ୍ଥା ଅନୁଯାୟୀ ଚଳିବାର କ୍ଷମତା ଦେଇଥାଏ, ଯାହା ଗ୍ରାମାଞ୍ଚଳର ଲୋକମାନଙ୍କୁ ସହରୀ ଜୀବନ ପ୍ରତି ଆକୃଷ୍ଟ କରିଥାଏ ।

(୭) ସହରୀକରଣ ଓ ସାମାଜିକ ସ୍ତରୀକରଣ : ପାରମ୍ପରିକ ସମାଜ ଜାତିଭିତ୍ତିକ ସମାଜ ଅଟେ । ଗ୍ରାମାଞ୍ଚଳରେ ଏହି ଜାତିଭିତ୍ତିକ ସମାଜ ପରିଲକ୍ଷିତ ହୋଇଥାଏ । ଏହି ଅଞ୍ଚଳରେ ଜନ୍ମ ଉପରେ ଆଧାରିତ ଜାତିପ୍ରଥାର ପ୍ରଚଳନ ଥାଏ । କିନ୍ତୁ ପାଶ୍ଚାତ୍ୟକରଣ ଶିକ୍ଷା, ଆଧୁନିକୀକରଣ, ଗମନାଗମନର ସୁବିଧା, ଯୋଗାଯୋଗ ବ୍ୟବସ୍ଥା ସହରାଞ୍ଚଳର ସାମାଜିକ ଏକ ମୁକ୍ତ ବ୍ୟବସ୍ଥା ମଧ୍ୟରେ ବସବାସ କରୁଅଛନ୍ତି । ଗତିଶୀଳତା ମାଧ୍ୟମରେ ପ୍ରସ୍ଥିତିରେ ପରିବର୍ତ୍ତନ ଆଣିପାରୁଅଛନ୍ତି ।

ସ୍ତରୀକରଣରେ ପରିବର୍ତ୍ତନ ଆଣି ସମାଜକୁ ଜାତି ପରିବର୍ତ୍ତେ ଶ୍ରେଣୀଭିଭିକ କରିପାରିଅଛି । ଫଳସ୍ବରୂପ ଜନ୍ମଗତ ଅସମାନତା ପରିବର୍ତ୍ତେ ସୁଯୋଗ ଓ ସୁବିଧାରେ ସମାନତା ଆଣିପାରୁଅଛି । ସହରର ସଦସ୍ୟମାନେ ଜାତିର କଠୋରତାଠାରୁ ଦୂରେଇ ଯାଇ ଏକ ମୁକ୍ତ ବ୍ୟବସ୍ଥା ମଧ୍ୟରେ ବସବାସ କରୁଅଛନ୍ତି । ଗତିଶୀଳତା ମାଧ୍ୟମରେ ପ୍ରସ୍ଥିତିରେ ପରିବର୍ତ୍ତନ ଆଣିପାରୁଅଛନ୍ତି ।

(୮) ସହରୀକରଣ ଓ ବ୍ୟକ୍ତିତ୍ୱର ବିକାଶ : ସମାଜର ବିକାଶ ସହିତ ସହରୀକରଣ ବ୍ୟକ୍ତିର ବିକାଶ କରାଯାଇପାରିଥାଏ । ବ୍ୟକ୍ତିର ମନୋବୃତ୍ତି, ରୁଚି, ବ୍ୟାବହାରିକ ଢାଞ୍ଚାରେ ପରିବର୍ତ୍ତନ ଆଣିଥାଏ । ବ୍ୟକ୍ତିର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣି ବ୍ୟାପକ କରିଥାଏ । ବ୍ୟକ୍ତିର ଦକ୍ଷତା ବୃଦ୍ଧି କରିଥାଏ ଓ ସ୍ବାଧୀନଚେତା କରାଇବାରେ ସମର୍ଥ ହୋଇଥାଏ ।

ଉପରୋକ୍ତ ଆଲୋଚନାରେ ସହରୀକରଣର ପ୍ରଭାବଗୁଡ଼ିକ ବିଷୟରେ ସୁସ୍ପଷ୍ଟ ଧାରଣା ଦିଆଯାଇଛି । ଏହି ପ୍ରକ୍ରିୟା ସହିତ ମନୋଭାବର ପରିବର୍ତ୍ତନ ମିଶ୍ରିତ ଅଟେ ତଥ୍ୟ ସୂଚନା ଓ ପ୍ରଯୁକ୍ତାତ୍ମକ ବିକାଶ ପ୍ରତ୍ୟେକ ଜାତି, ବର୍ଣ୍ଣ, ଧର୍ମର ଲୋକମାନଙ୍କୁ ଏକତ୍ରିତ କରିପାରିଥାଏ ଏବଂ ପାରସ୍ପରିକ କ୍ରିୟା ସମ୍ପାଦନରେ ସୁଯୋଗ ଦେଇଥାଏ । ଏତଦ୍‌ବ୍ୟତୀତ ନିଯୁକ୍ତିର ସୁଯୋଗ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହରବାସୀଙ୍କୁ ନିୟୋଜିତ କରିଥାଏ । ତେଣୁ କୁହାଯାଇପାରେ ଯେ ସହରୀକରଣ ନିଜେ ଏକ ଶକ୍ତିଶାଳୀ କାରକ ଅଟେ ଏବଂ ସେହି କାରକଗୁଡ଼ିକ ହିଁ ସହରୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ସହାୟକ ହୋଇଥାଏ ।

୪। ସହରୀକରଣର ନକାରାତ୍ମକ ଫଳାଫଳ ଉଲ୍ଲେଖ କର ।
Answer:
ସହରୀକରଣ ବହୁ ସୁବିଧା ଯୋଗାଇଦେଇ ଆସୁଅଛି । କିନ୍ତୁ ଅପରପକ୍ଷରେ କେତେକ ଗୁରୁତର ସମସ୍ୟା ରହିଅଛି ଯାହା ବ୍ୟକ୍ତି ଓ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଇପାରୁଅଛି । ଶିଳ୍ପୀକରଣ ଓ ଯାନ୍ତ୍ରିକୀକରଣ ସମାଜରେ ବହୁ ସାମାଜିକ ସମସ୍ୟା ଉପୁଜାଇ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଅଛି ।

(୧) ସାମାଜିକ-ସାଂସ୍କୃତିକ ପ୍ରଭାବ :
(କ) ସାମାଜିକ ସମବେଦନାର ହ୍ରାସ – ସହରର ଜନସଂଖ୍ୟା ଅଧିକ ମାତ୍ରାରେ ବୃଦ୍ଧି ପାଉଥିବାରୁ ପରସ୍ପର ମଧ୍ୟରେ ସହାନୁଭୂତିଶୀଳତା ଓ ସମବେଦନା ପରିଲକ୍ଷିତ ହୋଇ ନଥାଏ । ଫଳରେ ସହରରେ ବାସ କରୁଥିବା ଲୋକମାନେ ପରସ୍ପରର ସମ୍ପର୍କ ସ୍ଥାପନ କରିପାରିଥା’ନ୍ତି । ତେଣୁ ସହରାଭିମୁଖୀ ହୋଇ ବ୍ୟକ୍ତି ସ୍ବାର୍ଥକୈନ୍ଦ୍ରିକ ହୋଇଯାଏ ଏବଂ ଅନ୍ୟମାନଙ୍କ ଅବସ୍ଥିତି ପ୍ରତି କ୍ଷଣେମାତ୍ର ସଚେତନ ହୋଇ ନ ଥାଏ ବା ସହାନୁଭୂତିଶୀଳ ହୋଇ ନ ଥାଏ ।

CHSE Odisha Class 12 Sociology Unit 5 Long Answer Questions in Odia Medium

(ଖ) ପାରିବାରିକ ନିୟନ୍ତ୍ରଣରେ ହ୍ରାସ – ସହରାଞ୍ଚଳରେ ଜନସଂଖ୍ୟା ବୃଦ୍ଧି ହେବା ଫଳରେ ପାରିବାରିକ ନିୟନ୍ତ୍ରଣରେ ହ୍ରାସ ପରିଲକ୍ଷିତ ହୋଇଥାଏ । ରକ୍ଷଣଶୀଳ ମନୋଭାବ ସହରାଞ୍ଚଳର ଲୋକମାନଙ୍କ ମଧ୍ୟରେ ପରିଲକ୍ଷିତ ହୋଇନଥାଏ । ସହରରେ ସଂରଚନା ଦୃଷ୍ଟିରୁ ଏକକ ଭାବରେ ହୋଇପାରି ନଥାଏ । ତେଣୁ ସେମାନଙ୍କ ନିକଟରେ ନିୟନ୍ତ୍ରଣର ଅଭାବ ପରିଲକ୍ଷିତ ହୋଇଥାଏ । ଏପରିକି ସହରୀକରଣ ପରିବାର ସଂଜ୍ଞାକୁ ନୂତନ ରୂପେ ନିର୍ଦ୍ଧାରଣ କରିଅଛି, ଯାହା କୁହାଯାଏ ସହରୀକରଣର ପ୍ରଭାବରେ ପରିବାରର ସଂରଚନାରେ ଏକକ ରୂପ କିନ୍ତୁ ପ୍ରକାର୍ଯ୍ୟରେ ଯୌଥ ରୂପ ଥାଏ ।

କେତେକ ଅର୍ଥ ଉପାର୍ଜନ ନିମନ୍ତେ ପରିବାର ସଙ୍ଗରେ ନ ଆଣି ଏକୁଟିଆ ଆସିଥା’ନ୍ତି ଓ ପରିବାରର ସଦସ୍ୟମାନେ ଗ୍ରାମର ଯୌଥ ପରିବାର ମଧ୍ୟରେ ଅବସ୍ଥାପିତ କରିଥା’ନ୍ତି । ଯାହାଫଳରେ ଆର୍ଥିକ ସ୍ୱଚ୍ଛଳତା ବ୍ୟତୀତ ବ୍ୟାବହାରିକ ନିୟନ୍ତ୍ରଣରେ ବ୍ୟକ୍ତି ତଥା ପରିବାରର ଭୂମିକା ଗୌଣ ହୋଇଯାଏ । ସହରରେ ପରିବାରର ସଦସ୍ୟମାନେ ନ ଥିବାରୁ ବ୍ୟକ୍ତିକୁ ଏକାକୀ ଜୀବନ ବିତାଇବାକୁ ମଧ୍ୟ ପଡ଼ିଥାଏ । ଅଧିକାଂଶ ସମୟରେ ସେ ଅବସରକାଳୀନ ସମୟକୁ କୁସଙ୍ଗୀଙ୍କ ମଧ୍ୟରେ ବିତାଇ ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଏ ।

(ଗ) ପରିବାର ସଂରଚନାରେ ପରିବର୍ତ୍ତେ – ସହରମାନଙ୍କରେ ଯୌଥ ପରିବାର ପରିବର୍ତ୍ତେ ଏକକ ପରିବାର ପରିଲକ୍ଷିତ ହୁଏ, ଯେଉଁଠାରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ଅବିବାହିତ ସନ୍ତାନ ଓ ସନ୍ତତିମାନେ ବାସ କରିଥା’ନ୍ତି । ପରିବାରକୁ ଆର୍ଥିକ ପରୋକ୍ଷରେ ଯୌଥ ପରିବାରର ବନ୍ଧନରୁ ମୁକ୍ତ ହୋଇ ଏକ ସ୍ବାଧୀନ ଜୀବନ ବିତାଇ ପାରୁଅଛନ୍ତି । ସମୟକ୍ରମେ କ୍ଷୁଦ୍ର ପରିବାର ମଧ୍ୟରେ ବାସ କରି ନିର୍ଜନତା ଅନୁଭବ କରି ମାନସିକ ଅଶାନ୍ତି ଭୋଗ କରୁଅଛନ୍ତି । ଅଧ୍ଵ ଜନବସତି ହେତୁ ରହିବାରେ ସୁବିଧାଜନକ ବ୍ୟବସ୍ଥା ନଥାଏ ।

ଅନେକ ଶିଳ୍ପାଞ୍ଚଳଗୁଡ଼ିକରେ ବାସ କରିବା କଷ୍ଟକର ବ୍ୟାପାର ହୋଇଥାଏ । ବୃହତ୍ ସହର ବା ମେଗା ସହରଗୁଡ଼ିକରେ ଲୋକମାନଙ୍କର ବାସସ୍ଥାନ ଅତ୍ୟନ୍ତ ଦୟନୀୟ ହୋଇଥାଏ । ଫଳସ୍ୱରୂପ ଅଧିକ ସଂଖ୍ୟକ ଲୋକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାସ କରୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ । ଏପରିକି ବହୁ ଲୋକ ଅଣସାମାଜିକ କାର୍ଯ୍ୟରେ ଲିପ୍ତ ହୋଇଯା’ନ୍ତି । ସଙ୍ଗ ଦୋଷରେ ନିଶାଖୋର ହୋଇ ସହରୀ ଅବସ୍ଥାକୁ କଳୁଷିତ କରିଥା’ନ୍ତି ।

(ଘ) ପାରିପାର୍ଶ୍ବକ ଅବସ୍ଥା ଅନୁଯାୟୀ ଚଳଣି ବା ପ୍ରୟୋଜନାନୁଯାୟୀ ବାସସ୍ଥାନର ଅଭାବ – ଅଧୂକ ଜନବସତି ହେତୁ ରହିବାରେ ସୁବିଧାଜନକ ବ୍ୟବସ୍ଥା ନଥାଏ । ଅନେକ ଶିଳ୍ପାଞ୍ଚଳଗୁଡ଼ିକରେ ବାସ କରିବା କଷ୍ଟକର ବ୍ୟାପାର ହୋଇଥାଏ । ବୃହତ୍ ସହର ବା ମେଗା ସହରଗୁଡ଼ିକରେ ଲୋକମାନଙ୍କର ବାସସ୍ଥାନ ଅତ୍ୟନ୍ତ ଦୟନୀୟ ହୋଇଥାଏ । ଫଳସ୍ୱରୂପ ଅଧିକ ସଂଖ୍ୟକ ଲୋକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାସ କରୁଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ । ଏପରିକି ବହୁ ଲୋକ ଅଣସାମାଜିକ କାର୍ଯ୍ୟରେ ଲିପ୍ତ ହୋଇଯା’ନ୍ତି । ସଙ୍ଗ ଦୋଷରେ ନିଶାଖୋର ହୋଇ ସହରୀ ଅବସ୍ଥାକୁ କଳୁଷିତ କରିଥା’ନ୍ତି ।

(ଙ) ନୈତିକ ମୂଲ୍ୟବୋଧରେ ପରିବର୍ତ୍ତନ – ସହରୀକରଣ ପ୍ରକ୍ରିୟା ପୁରାତନ ନୈତିକ ମୂଲ୍ୟବୋଧକୁ କୁଠାରାଘାତ କରିଥାଏ । ସାମାଜିକ ଦାୟିତ୍ଵ ତୁଲାଇବାକୁ ବ୍ୟକ୍ତି କୁଣ୍ଠାବୋଧ କରିଥାଏ । ସହରରେ ଅବସରକାଳୀନ ସମୟ ବିତାଇବାପାଇଁ ନାନା କୁପଥ ଅନୁସରଣ କରିଥାଏ । ବୈବାହିକ ଜୀବନକୁ ସଂସ୍କାରମୂଳକ ଭାବରେ ବିତାଇବାକୁ ଅନିଚ୍ଛା ପ୍ରକାଶ କରିଥାଏ । ବିବାହକୁ ଏକ ଚୁକ୍ତି ରୂପେ ଗ୍ରହଣ କରିନେଇଥାଏ । ଏକତ୍ର ସହାବସ୍ଥାନ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଥାଏ ଯାହା ପାରମ୍ପରିକ ବୈବାହିକ ମୂଲ୍ୟବୋଧର ଗୁରୁତ୍ଵ ଓ ପରିତ୍ରତାକୁ କ୍ଷୁଣ୍ଣ କରିଥାଏ ।

(ଚ) ଧର୍ମୀୟ ପ୍ରଭାବରେ ହ୍ରାସ · ସହରୀକରଣ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ବ୍ୟକ୍ତି ଉପରେ ପଡ଼ିଥାଏ । ସହରୀ ଜୀବନ ବିତାଉଥିବା ଲୋକମାନେ ସାଧାରଣତଃ ନିଜର ସ୍ବାର୍ଥସାଧନରେ ସମୟକୁ ବିନିଯୋଗ କରିଥା’ନ୍ତି । ପ୍ରାୟତଃ ସେମାନେ ବସ୍ତୁବାଦୀ ହୋଇଥା’ନ୍ତି । ଅନ୍ଧବିଶ୍ଵାସ, ଧର୍ମୀୟ ବିଶ୍ଵାସକୁ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ବା ସମୟର ଅଭାବରୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ଅକ୍ଷମ ହୋଇଥାନ୍ତି । ଧର୍ମନିରପେକ୍ଷବାଦଦ୍ୱାରା ସହରର ଲୋକମାନେ ପରସ୍ପରର ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିଥା’ନ୍ତି । କେତେକ କ୍ଷେତ୍ରରେ ଧର୍ମକୁ ମାଧ୍ୟମ କରି ସାମ୍ପ୍ରଦାୟିକତା ସୃଷ୍ଟି କରିପାରୁଅଛନ୍ତି ଯାହା ସମାଜକୁ ବିଘଟିତ କରିଥା’ନ୍ତି ।

(ଛ) ନାରୀ ପ୍ରସ୍ଥିତିରେ ପରିବର୍ତ୍ତନ ସହରମାନଙ୍କରେ ନାରୀ ପ୍ରସ୍ଥିତିରେ ଆଶାନୁରୂପକ ପରିବର୍ତ୍ତନ ପରିଲକ୍ଷିତ ହେଉଅଛି । ଆଧୁନିକ ଶିକ୍ଷା ସେମାନଙ୍କୁ ସଚେତନ କରାଇବାରେ ସାହାଯ୍ୟ କରୁଅଛି । ଆର୍ଥନୀତିକ ସ୍ଵାଧୀନତା ପାଇବାପାଇଁ ସେମାନେ ପ୍ରଚେଷ୍ଟା କରିଥା’ନ୍ତି । ନିଯୁକ୍ତି ମାଧ୍ୟମରେ ଆର୍ଥନୀତିକ ସ୍ଵାଧୀନତା ତଥା ବ୍ୟକ୍ତିଗତ ସ୍ଵାଧୀନତା ହାସଲ କରିଥା’ନ୍ତି । ଫଳସ୍ବରୂପ ଭାରତୀୟ ସମାଜରେ ପିତୃକୈନ୍ଦ୍ରିକ ପରିବାରର ଗୁରୁତ୍ଵ ହ୍ରାସ ପାଇଥାଏ । ସେମାନଙ୍କୁ ଭିଭିକରି ପାରିବାରିକ କନ୍ଦଳ ସୃଷ୍ଟି ହୋଇଥାଏ ।

ଛାଡ଼ପତ୍ର ବ୍ୟବସ୍ଥା ପରିବାର ବିଘଟନରେ ସାହାଯ୍ୟ କରୁଅଛି । ଦେଖାଯାଇଥାଏ ଅଧିକାଂଶ ବିବାହିତା ମହିଳା ନିଜର ସ୍ଵାଧୀନତା, ସ୍ୱାଭିମାନକୁ ଗୁରୁତ୍ଵ ଦେଇ ପାରମ୍ପରିକ ପରିବାରରେ ନିଜକୁ ଆବଦ୍ଧ ନକରି ଛାଡ଼ପତ୍ରର ସାହାଯ୍ୟ ନେଇ ପରିବାରକୁ ବିଶୃଙ୍ଖଳିତ କରିଥା’ନ୍ତି ।

(ଜ) ଆମୋଦପ୍ରମୋଦର ଢାଞ୍ଚାରେ ପରିବର୍ତ୍ତନ – ସହରୀକରଣର ପ୍ରଭାବରେ ଆମୋଦପ୍ରମୋଦର ବ୍ୟବସାୟୀକରଣ ହୋଇଯାଉଅଛି ଏବଂ ଏହି ଆମୋଦପ୍ରମୋଦ ପାଇଁ ସହରାଞ୍ଚଳର ଲୋକମାନଙ୍କୁ ମୂଲ୍ୟ ଦେବାକୁ ପଡ଼ିଥାଏ; ଯଥା- ସିନେମା, କ୍ଲବ୍ ଇତ୍ୟାଦି ମାଧ୍ୟମରେ ।

(୨) ସାମାଜିକ ଆର୍ଥନୀତିକ ପ୍ରଭାବ :
(କ) ଉଚ୍ଚ ଜନସଂଖ୍ୟାର ଘନତ୍ବ – ସହରରେ ଜନସଂଖ୍ୟାର ବୃଦ୍ଧି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ । ଏହାର ଜନବହୁଳତା ଜମି, ଗୃହସମସ୍ୟା ଆଦି ସୃଷ୍ଟି କରିଥାଏ । ଅନ୍ୟାୟ ଭାବରେ ସହରର ଲୋକମାନେ ଜମି ନିଜ ଅଧୀନକୁ ଆଣି ବ୍ୟବହାର କରିଥା’ନ୍ତି ।

(ଖ) ବସ୍ତି ବୃଦ୍ଧି – ସହରରେ ବାସସ୍ଥାନର ଅଭାବରୁ ଅନେକ ବସ୍ତି ବୃଦ୍ଧି ପାଇବାରେ ଲାଗିଅଛି । ଗ୍ରାମାଞ୍ଚଳର ଯେଉଁ ନିମ୍ନବର୍ଗର ଲୋକମାନେ ନିଜର ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ସହର ଆସିଥା’ନ୍ତି ସେମାନେ ଅଧିକ ମୂଲ୍ୟ ଦେଇ ଭଡ଼ାଘରେ ବାସ ନ କରି ବସ୍ତି ଅଞ୍ଚଳରେ ରହିବାକୁ ଅଧ୍ବକ ପସନ୍ଦ କରନ୍ତି । ଅର୍ଥ ଉପାର୍ଜନ ନିମନ୍ତେ ଅନେକ କୁକାର୍ଯ୍ୟ ମଧ୍ୟ କରିଥା’ନ୍ତି, ଯଥା- ଚୋରି, ବାଳଅପରାଧ ଇତ୍ୟାଦି । କାର୍ଯ୍ୟର ଅବସ୍ଥାରେ ବୀତସ୍ପୃହ ହୋଇ ସେମାନେ ମଦ୍ୟପାନ କରିଥାନ୍ତି ।

(ଗ) ଦୁର୍ନୀତି, ସଂଘର୍ଷ ଓ ପ୍ରତିଯୋଗିତା ବୃଦ୍ଧି – ସହରାଞ୍ଚଳରେ ପ୍ରତିଯୋଗିତାର ମାତ୍ରା ଅଧ୍ଵ ଥାଏ । ସେହି ପ୍ରତିଯୋଗିତାରୁ ସଂଘର୍ଷ ଉପୁଜିଥାଏ ଏବଂ ସେହି ପ୍ରତିଯୋଗିତାରୁ କଳାବେପାରୀ ଉତ୍ପନ୍ନ ହୋଇଥା’ନ୍ତି । ଅର୍ଥ ଲାଳସାରେ, ବିଳାସପୂର୍ଣ୍ଣ ଜୀବନ ଯାପନ ପାଇଁ ସେମାନେ ଦୁର୍ନୀତିର ପଥ ଅନୁସରଣ କରିଥା’ନ୍ତି ।

(ଘ) ଭିକ୍ଷାବୃତ୍ତି – ସହରୀକରଣ ପ୍ରକ୍ରିୟା ଗତିଶୀଳତା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ସହରାଭିମୁଖୀ କରାଇଥାଏ । କେତେକ ଆର୍ଥିକ ଅବସ୍ଥାରେ ଉନ୍ନତି ଦୁର୍ନୀତି ଓ ସଂଘର୍ଷ ତଥା ପ୍ରତିଯୋଗିତା ମାଧ୍ୟମରେ ଆଣିଥା’ନ୍ତି; କିନ୍ତୁ ଅନେକ ଗ୍ରାମାଞ୍ଚଳ ଛାଡ଼ି ଭିକ୍ଷାବୃତ୍ତି ପାଇଁ ସହରକୁ ଆସିଥାନ୍ତି ଓ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ, ଯଥା- ବସ୍ ରହିବା ସ୍ଥଳୀ, ରେଳଷ୍ଟେସନ ପର୍ଯ୍ୟଟନସ୍ଥଳୀ ଇତ୍ୟାଦିରେ ଭିକ୍ଷା ବୃତ୍ତି କରି ଜୀବିକା ନିର୍ବାହ କରିଥାନ୍ତି । ସେମାନଙ୍କ ମଧ୍ୟରୁ କେତେକ ଭିକ୍ଷୁକ ଅର୍ଥ ଆଶାରେ ପକେଟମାର, ଟଙ୍କା ଛଡ଼େଇବା କାର୍ଯ୍ୟରେ ଏପରିକି ଅଣସାମାଜିକ କାର୍ଯ୍ୟରେ ଲିପ୍ତ ହୋଇଥା’ନ୍ତି । ଏହା ସହର ପରିବେଶକୁ କଳୁଷିତ କରିଥାଏ ।

(ଙ) ବେକାରୀ ସମସ୍ୟା – ସହରର ଜନବହୁଳତା ଏବଂ ଦ୍ରୁତ ଗତିଶୀଳତା ବେକାରୀ ସମସ୍ୟା ବୃଦ୍ଧି କରିଥାଏ । ଅନେକ ଚାକିରି ଆଶାରେ ସହରାଭିମୁଖୀ ହୋଇଥା’ନ୍ତି କିନ୍ତୁ ପ୍ରତିଯୋଗିତାରେ ବିଫଳ ହୋଇ ସେଠାରେ ବେକାରୀ ସମସ୍ୟା ସୃଷ୍ଟି କରିଥାନ୍ତି ଏବଂ ସାମାଜିକ ତଥା ଆର୍ଥିକ ପରିବେଶକୁ କଳୁଷିତ କରିଥା’ନ୍ତି ।

(୩) ପରିବେଷ୍ଟନୀର ପ୍ରଭାବ : ସହରୀକରଣ ପ୍ରକ୍ରିୟାରେ ଗ୍ରାମାଞ୍ଚଳର ଲୋକମାନେ ଅଧୂକସଂଖ୍ୟାରେ ସହରାଞ୍ଚଳକୁ ଆସିଥା’ନ୍ତି ଏବଂ ପରୋକ୍ଷରେ ପରିବେଶକୁ କଳୁଷିତ କରିଥା’ନ୍ତି ଓ ପରିବେଶଗତ ଗୁଣ ହ୍ରାସ ହୋଇଥାଏ ।

CHSE Odisha Class 12 Sociology Unit 5 Long Answer Questions in Odia Medium

(କ) ରକ୍ତାଧ୍ବ ବା କଫ ପରିପୂର୍ଣ୍ଣ ଅବସ୍ଥା । ଶ୍ଵାସରୁଦ୍ଧ ପରିବେଶ – ସହରରେ ଅତ୍ୟଧ୍ଵ ଯାନବାହନ ଚଳାଚଳ ଓ ଏହାର ନିର୍ଗତ ଧୂଆଁ ବ୍ୟକ୍ତି ତଥା ପରିବେଶର କ୍ଷତି ପହଞ୍ଚାଇଥାଏ । ବ୍ୟକ୍ତି ନାନା ରୋଗର ଶିକାର ହୋଇଥାଏ । ଶବ୍ଦ ପ୍ରଦୂଷଣ; ବାୟୁ ପ୍ରଦୂଷଣ ଇତ୍ୟାଦି ପରିବେଶକୁ ଦୂଷିତ କରି ବ୍ୟକ୍ତିର ଶରୀର ଉପରେ କୁପ୍ରଭାବ ପକାଇଥାଏ ଏବଂ ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାଏ ।

(ଖ) ଗୃହ ସମସ୍ୟା – ସହରରେ ବାସ କରିବାପାଇଁ ଆର୍ଥିକ ଦୃଷ୍ଟିରୁ ମନମୁତାବକ ଘର ମିଳୁ ନଥିବାରୁ ଅନେକ ନିମ୍ନବର୍ଗର ଲୋକମାନେ ବସ୍ତି ଅଞ୍ଚଳରେ ବାସ କରିଥା’ନ୍ତି । ତା’ଛଡ଼ା ଘରୋଇ ସେବା ନିମନ୍ତେ ଗ୍ରାମାଞ୍ଚଳରୁ ଆସିଥିବା ଅନେକ ପରିବାର ବସ୍ତି ଅଞ୍ଚଳକୁ ନିଜର ବାସସ୍ଥଳୀ କରିନେଇଥା’ନ୍ତି । ସେଠାରେ ନର୍ଦ୍ଦମାଦ୍ୱାରା ମଇଳା ନିର୍ଗମର ସୁବ୍ୟବସ୍ଥା ନ ଥିବାରୁ ନିଷ୍କାସିତ ଅଦରକାରୀ ପଦାର୍ଥ ପରିବେଶକୁ ବହୁ ପରିମାଣରେ ଦୂଷିତ କରାଇଥାଏ । ଅସ୍ବାସ୍ଥ୍ୟକର ପରିବେଶ ଓ ବାସଗୃହ ମଧ୍ୟରେ ବହୁ ଲୋକ ବାସ କରିଥା’ନ୍ତି । ଫଳରେ ରୋଗାକ୍ରାନ୍ତ ହୋଇଥା’ନ୍ତି ।

(ଗ) ଜଳ ସମସ୍ୟା – ସହରରେ ଜଳ ସମସ୍ୟା ଦେଖାଯାଇଥାଏ । ଯଦିଓ ବିଶୋଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ରହିଅଛି ତଥାପି ଜନବହୁଳତା ଏତେ ଅଧିକ ଯେ ପାନୀୟ ଜଳଯୋଗାଣ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ହୁଏ ନାହିଁ । ଏପରିକି ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରୁ ଜଳ ସଂଗ୍ରହ କରି ବ୍ୟବହାର ବ୍ୟକ୍ତିର ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ । ନାଳନର୍ଦ୍ଦମା ଏବଂ କଳକାରଖାନାର ନିର୍ଗତ ଧୂଆଁ, ଜଳ, ବାୟୁ ପ୍ରଦୂଷଣ କରିଥାଏ । ଫଳରେ ପରିବେଶ ପ୍ରଦୂଷିତ ହୋଇଥାଏ ।

(୪) ଆଞ୍ଚଳିକ ପ୍ରଭାବ : ଗ୍ରାମାଞ୍ଚଳ ଭଳି ସହରାଞ୍ଚଳ ମଧ୍ଯ ଏକ ଭୌଗୋଳିକ ଅଞ୍ଚଳ ଅଟେ । ଶିଳ୍ପୀକରଣର ପ୍ରଭାବରେ ସହରୀକରଣର ଗତିଶୀଳତା ସ୍ଥାନ ପାଇଥିଲା । ଫଳରେ ସହରରେ ଥ‌ିବା କୃଷି କାର୍ଯ୍ୟ ନିମନ୍ତେ କ୍ଷେତରେ ଶିଳ୍ପଗୁଡ଼ିକ ଗଢ଼ିଉଠିଲା । ପରିବେଶ ସଂକୁଚିତ ହୋଇଗଲା । ଶିଳ୍ପ ପ୍ରତି ଆଦର ସହର ଜନସଂଖ୍ୟାକୁ ବୃଦ୍ଧି କରାଇପାରିଲା । ଗ୍ରାମର ମୁକ୍ତ ପରିବେଶର ଅଧିବାସୀମାନେ ସହରାଞ୍ଚଳାଭିମୁଖୀ ହୋଇ ଜୀବିକା ନିର୍ବାହ କଲେ । କୃଷି ପରିବର୍ତ୍ତେ ନିଯୁକ୍ତି ଜୀବନର ଧାରାରେ ପରିବର୍ତ୍ତନ ଆଣିଲା । ସହରାଞ୍ଚଳଗୁଡ଼ିକ ବୃଦ୍ଧି ହେବାରେ ଲାଗିଲା । ଗମନାଗମନ ସୁବିଧା ସହର ପରିବେଶକୁ ପ୍ରଦୂଷିତ କରିବା ସହିତ ବ୍ୟକ୍ତିମାନଙ୍କର ସମ୍ପଦର ଅପଚୟ କରାଇବାରେ ସହାୟକ ହୋଇପାରିଲା ।

ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ସହରୀକରଣ ପ୍ରକ୍ରିୟା ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବ୍ୟକ୍ତି ତଥା ସମାଜ ଉପରେ ପକାଇଥାଏ । ବର୍ତ୍ତମାନ ସମୟରେ ଏହି ପ୍ରକ୍ରିୟାକୁ ଅଧୂକ ତ୍ବରାନ୍ବିତ କରିବାପାଇଁ ସହରାଞ୍ଚଳର ପଦ୍ଧତିଗତ ଉନ୍ନତି ଆବଶ୍ୟକତା ରହିଅଛି ଯାହା ଆଞ୍ଚଳିକ ତଥା ସହର ନବୀକରଣ ଯୋଜନାର ପ୍ରଣୟନ ମାଧ୍ୟମରେ ସମ୍ଭବପର ହୋଇପାରିବ । ତେଣୁ ସଂରଚନାର ବିକେନ୍ଦ୍ରୀକରଣରୁ ଅର୍ଥାତ୍ ସହରର କେନ୍ଦ୍ରୀୟ ନିୟନ୍ତ୍ରଣରୁ ସ୍ଥାନୀୟ କ୍ଷୁଦ୍ର ସହରକୁ କ୍ଷମତା, ଅଧିକାର ଇତ୍ୟାଦି ହସ୍ତାନ୍ତର ସହରୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିପାରିବ ।

୫। ଜଗତୀକରଣ କ’ଣ ? ଏହାର ବୈଶିଷ୍ଟ୍ୟ ଲେଖ ।
Answer:
ଜଗତୀକରଣ ଏକ ପ୍ରକ୍ରିୟା ଅଟେ, ଯାହାଦ୍ଵାରା ଦୈନନ୍ଦିନ ଜୀବନରେ ଅନୁଭୂତ, ପ୍ରସାରିତ ପଣ୍ୟଦ୍ରବ୍ୟ ଏବଂ ବିଚାରସମୂହକୁ ବିଶ୍ବବ୍ୟାପୀ ଏକ ମାନଯୁକ୍ତ କରାଇ ପାରିଥାଏ । ରୁଚିସମ୍ପନ୍ନ ଯୋଗାଯୋଗ, ଗମନାଗମନରେ ଯାନ୍ତ୍ରିକ ବିଜ୍ଞାନଗୁଡ଼ିକର ପ୍ରୟୋଗ ଏବଂ ସେବା, ସାମୂହିକ ବାସ ନିମିତ୍ତ ପ୍ରବାସ ଯାତ୍ରା, ଜନସାଧାରଣଙ୍କର ଗତିବିଧ, ଆର୍ଥନୀତିକ କାର୍ଯ୍ୟକଳାପର ସ୍ତର ଇତ୍ୟାଦିଗୁଡ଼ିକ ଜାତୀୟ ବଜାରରେ ଅନ୍ୟମାନଙ୍କଠାରୁ ଅପେକ୍ଷାକୃତ ଭାବରେ ବୃଦ୍ଧି ହେବାରେ ଲାଗିଅଛି ।

ଜଗତୀକରଣକୁ ସୁଦୃଢ଼ କରାଇବାରେ ଶିଳ୍ପାୟତନ ଏବଂ ବାଣିଜ୍ୟିକ ଦଳୀୟ ସହଯୋଗର ଆବଶ୍ୟକତା ରହିଅଛି । ଏହା ସମଗ୍ର ବିଶ୍ବକୁ ଏକ କ୍ଷୁଦ୍ର ଗ୍ରାମରେ ପରିଗଣିତ କରାଇବାରେ ସହାୟକ ହୋଇପାରୁଅଛି।

(୧) ରୋଲାଣ୍ଡ ରବର୍ଟସନ – ରୋଲାଣ୍ଡ ରବର୍ଟସନ୍ ଜଗତୀକରଣ ଶବ୍ଦ ପ୍ରୟୋଗର ଜନକ ଅଟନ୍ତି । ସେ ହେଉଛନ୍ତି ବିଶ୍ବର ପ୍ରଥମ ବ୍ୟକ୍ତି ଯିଏ କି ଜଗତୀକରଣ ଶବ୍ଦର ମୌଳିକ ଧାରଣା ସୂଚାଇଥିଲେ । ରବର୍ଟସନ୍‌ଙ୍କ ଭାଷାରେ ‘ଜଗତୀକରଣ ଅପେକ୍ଷାକୃତ ଏକ ଆଧୁନିକ ପ୍ରତ୍ୟକ୍ଷଭାବେ ପରିଦୃଷ୍ଟ ଘଟଣା ବା ସତ୍ୟ ଅଟେ । ଏହି ପ୍ରକ୍ରିୟା ଘନିଷ୍ଠ ଭାବରେ ଆଧୁନିକତା, ଆଧୁନିକୀକରଣ, ପ୍ରାକ୍ ଆଧୁନିକତା ଏବଂ ପ୍ରାକ୍ ଆଧୁନିକୀକରଣ ସହିତ ସମ୍ପୃକ୍ତ ଅଟେ । ତେଣୁ ଜଗତୀକରଣ ଏକ ବ୍ୟାପକ ପ୍ରକ୍ରିୟା ଅଟେ ।’’

(୨) ମାଲକମ୍ ୱାଟରସଙ୍କ ଭାଷାରେ, ‘ଜଗତୀକରଣ ଏକ ସାମାଜିକ ପ୍ରକ୍ରିୟା ଅଟେ, ଯେଉଁଥରେ ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଥିବା ଭୌଗୋଳିକ କଟକଣା ପ୍ରତ୍ୟାହୃତ ହୋଇଥାଏ ଏବଂ ଯେଉଁଥରେ ବ୍ୟକ୍ତିବିଶେଷ ଅଧ‌ିକ ମାତ୍ରାରେ ସଚେତନ ହୋଇଥା’ନ୍ତି ଯେ ସେମାନଙ୍କ ମଧ୍ୟରେ ଥିବା ଦୂରତା ପଛକୁ ହଟିଯାଉଅଛି ।’’

ଉପରୋକ୍ତ ସଂଜ୍ଞାରୁ ଜଣାପଡ଼େ ଯେ, ଜଗତୀକରଣ ଏକ ପ୍ରଣାଳୀ ବା ଧାରା ଯାହାଦ୍ୱାରା ବିଭିନ୍ନ ଆଦର୍ଶ, ଚିନ୍ତା, ସୂଚନା, ପ୍ରଯୁକ୍ତିବିଦ୍ୟା, ଆବଶ୍ୟକୀୟ ପଦାର୍ଥ ଓ ସେବାରେ ପାରସ୍ପରିକ ହସ୍ତାନ୍ତରୀକରଣ ସମ୍ଭବ ହୁଏ ଏବଂ ପ୍ରଚଳିତ ଆର୍ଥିକ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସମନ୍ଵୟ ସ୍ଥାପିତ ହୁଏ । ସଂସ୍କୃତି, ପ୍ରଯୁକ୍ତାତ୍ମକ ଜ୍ଞାନ, ଦ୍ରବ୍ୟ ଓ ସେବାରେ, ବାଣିଜ୍ୟ ବେପାରରେ ସୁବିଧା କରାଇବାରେ ପଦ୍ଧତି ଓ ପ୍ରକ୍ରିୟାରେ ବ୍ୟବହାର କରାଇ ଯୋଗାଯୋଗ, ଗମନାଗମନରେ ଆଧୁନିକୀକରଣ କରାଇବାରେ ତଥା ରାଜନୀତିକ, ସାମାଜିକ ଓ ସାଂସ୍କୃତିକ ସହଯୋଗିତା ସ୍ଥାପନ କରି ଜଗତୀକରଣ ପ୍ରକ୍ରିୟା ମାଧ୍ଯମରେ ବିଶ୍ବକୁ ଏକ ‘ବିଶ୍ଵ ବ୍ୟାପ୍ତି ଗ୍ରାମ’ରେ ପରିଣତ କରାଇପାରିବାରେ ସକ୍ଷମ ହୋଇଥାଏ ।

‘ବିଶ୍ବ ଗ୍ରାମ’ ଶବ୍ଦଟି ପ୍ରଥମେ ମାର୍ଶାଲ୍ ମ୍ୟାକ୍ ଲୁହାନ ୧୯୬୦ ଦଶକରେ ବ୍ୟବହାର କରିଥିଲେ । ସେ ନିଜର ଦୂରଦୃଷ୍ଟି ମାଧ୍ୟମରେ ସୂଚାଇଥିଲେ ଯେ, ଯାନ୍ତ୍ରିକ ବିପ୍ଳବ ନିଶ୍ଚିତଭାବରେ ବିଶ୍ଵରେ ସମୟ ଓ ସୀମାକୁ ହ୍ରାସ କରିବାରେ ସହାୟକ ହୋଇପାରିବ ।

ଜଗତୀକରଣର ବୈଶିଷ୍ଟ୍ୟ:
ଗୋରାନ ଥରବର୍ଣ୍ଣଙ୍କ ମତାନୁଯାୟୀ ଜଗତୀକରଣରେ ନିମ୍ନୋକ୍ତ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ, ଯଥା-

(୧) ଜଗତୀକରଣ ବ୍ୟାପକ ଅଟେ – ଜଗତୀକରଣ ଏକ ବିଶ୍ବବ୍ୟାପୀ ପ୍ରକ୍ରିୟା । ଏହି ପ୍ରକ୍ରିୟା ମାଧ୍ଯମରେ ବ୍ୟକ୍ତି ତଥା ରାଷ୍ଟ୍ର ଆର୍ଥନୀତିକ, ରାଜନୀତିକ, ସାମାଜିକ ତଥା ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣରୁ ସମୃଦ୍ଧ ହୋଇଥାଏ । ଏହି ପ୍ରକ୍ରିୟାର ପରିସୀମା ସୁଦୂରପ୍ରସାରୀ ଅଟେ । ବ୍ୟକ୍ତି ତଥା ଦେଶ ନିଜ ନିଜର ପ୍ରଚେଷ୍ଟାରେ ବାଣିଜ୍ୟିକ ଦ୍ରବ୍ୟ ଓ ସେବା କ୍ଷେତ୍ରରେ, ବିନିମୟ ବିଶ୍ବବଜାର ମାଧ୍ୟମରେ ଉପଲବ୍ଧ କରିପାରିଥାଏ ।

(୨) ଜଗତୀକରଣ ଏକ ପୁରାତନ ପ୍ରକ୍ରିୟା ଅଟେ ଜଗତୀକରଣ ବ୍ୟାପକ ଅର୍ଥରେ ବ୍ୟବହୃତ ହୋଇଆସୁଅଛି । ଏହି ଶବ୍ଦ ବିଶ୍ୱବ୍ୟାପୀ ୧୯୬୦ ମସିହାରେ ପ୍ରୟୋଗ ହୋଇଥିଲା । କିନ୍ତୁ ଏହି ପ୍ରକ୍ରିୟାର ଆୟମାରମ୍ଭ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଅଛି । ଷୋଡ଼ଶ ଶତାବ୍ଦୀରେ ଏହି ପ୍ରକ୍ରିୟାକୁ ‘ଇଉରୋପୀୟ ପୁଞ୍ଜିବାଦୀ’ର ରୂପ ଦିଆଯିବାସ୍ଥଳେ ଦ୍ବିତୀୟ ବିଶ୍ୱଯୁଦ୍ଧର ପରବର୍ତୀ ସମୟରେ ଅପସାରିତ ଉପନିବେଶବାଦର ରୂପ ଦିଆଯାଇଥିଲା ।

୧୯୭୦ ଦଶକର ଶେଷ ଭାଗରେ ସାମ୍ପ୍ରତିକ ଉଦାର ଆଦର୍ଶବାଦ ଏବଂ ୧୯୮୦ ଦଶକ ଏହି ଜଗତୀକରଣର ଆୟମାରମ୍ଭ ବୋଲି ମଧ୍ଯ ବିବେଚନା କରାଯାଇଥାଏ । ଏପରିକି ରବର୍ଟସନ୍‌ଙ୍କ ମତାନୁଯାୟୀ ‘ଜଗତୀକରଣ’ ୧୯୮୦ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟାବହାରିକ ଶବ୍ଦରୂପେ ବିଦ୍ବାନୀଙ୍କଦ୍ଵାରା ସ୍ଵୀକୃତି ଲାଭ କରିପାରି ନଥିଲା । କିନ୍ତୁ ସମୟକ୍ରମେ ଏହା ବିଶ୍ଵ ସମାଜରେ ସୁପ୍ରତିଷ୍ଠିତ ଲାଭ କରିପାରିଥିଲା । ତେବେ ରବର୍ଟସନ୍‌ଙ୍କ ମତରେ ‘ଜଗତୀକରଣ’ର ଇତିହାସ ପୁରାତନ ଅଟେ ।

(୩) ଜଗତୀକରଣ ପ୍ରକ୍ରିୟା ସ୍ତର ମଧ୍ଯରେ ଗତି କରିଥାଏ – ରବର୍ଟସନ୍‌ଙ୍କ ମତରେ ଜଗତୀକରଣର ବିକାଶ ପ୍ରକ୍ରିୟା ପାଞ୍ଚଗୋଟି ସ୍ତର ମଧ୍ୟଦେଇ ଗତି କରିଥାଏ, ଯଥା-
ପର୍ଯ୍ୟାୟ ୧କୁ ଜର୍ମିନାଲ ଫେଜ୍ (ଇଉରୋପ ୧୪୦୦-୧୭୫୦) କୁହାଯାଏ । ଏହି ପର୍ଯ୍ୟାୟରେ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟାପାରିକ ସମ୍ପର୍କର ମୂଳଭିଭି ଇଉରୋପରେ ପ୍ରତିଷ୍ଠିତ ହୋଇଥିଲା । ଚର୍ଜଗୁଡ଼ିକ ବିଶ୍ଵବ୍ୟାପକତା ଲାଭ କରିଥିଲା । ତେଣୁ ଜଗତୀକରଣ ଇଉରୋପରେ ଆରମ୍ଭ ହୋଇଥିଲା ବୋଲି କୁହାଯାଇପାରେ ।

ଦ୍ଵିତୀୟ ପର୍ଯ୍ୟାୟକୁ ଇନ୍‌ସିପିଏଣ୍ଟ ଫେଜ ବା ଆଦ୍ୟ ଅବସ୍ଥା (ଇଉରୋପ, ୧୭୫୦-୧୮୨୫) କୁହାଯାଏ । ଏହି ପର୍ଯ୍ୟାୟରେ ଔପଚାରିକ ଅନ୍ତର୍ଜାତୀୟ ସମ୍ପର୍କର ରୂପରେଖ ପରିଲକ୍ଷିତ ହୋଇଥିଲା । ଜାତିଭିଭିକ ରାଷ୍ଟ୍ରର ଉତ୍ପ, ଆନ୍ତର୍ଜାତିକ ବୁଝାମଣା, ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ କୂଟନୀତିକ ସମ୍ପର୍କ, ଆନ୍ତର୍ଜାତିକ ସାହାଯ୍ୟ ଓ ସହଯୋଗ ଏବଂ ସାର୍ବଜନୀନବାଦର ବିଚାରଧାରା ଜଗତୀକରଣକୁ ସ୍ବୀକୃତି ଦେବାରେ ସହଯୋଗ କରିଥିଲା ।

ତୃତୀୟ ପର୍ଯ୍ୟାୟକୁ ଟେକ୍ ଅଫ୍ ଫେଜ୍ ବା ଅପସାରିତ ପର୍ଯ୍ୟାୟ (୧୮୭୫-୧୯୨୫) କୁହାଯାଏ । ଏହି ସମୟରେ ରାଷ୍ଟ୍ରୀୟ ସମାଜର ଗ୍ରହଣୀୟ ବିଚାର ଆସିପାରିଥିଲା । ପ୍ରତିଯୋଗିତାରେ ବିଶ୍ଵବ୍ୟାପକତା, ଯୋଗାଯୋଗ ପ୍ରକ୍ରିୟାରେ ଦ୍ରୁତ ବିଶ୍ବବ୍ୟାପକତାରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଏଥ୍‌ସହିତ ଏକ ଏକକ ଆନ୍ତର୍ଜାତିକ ସମାଜର ଧାରଣା ସୃଷ୍ଟି ହୋଇଥିଲା, ଯେଉଁଠାରେ ଏକ ସାଧାରଣ ମାନବୀୟ ଧର୍ମର ସ୍ଥାନ ନିରୂପଣ ହୋଇପାରିଥିଲା ।

CHSE Odisha Class 12 Sociology Unit 5 Long Answer Questions in Odia Medium

ଚତୁର୍ଥ ପର୍ଯ୍ୟାୟକୁ ଷ୍ଟୁଗଲ ଫର୍ ହିଗେମୋନି ବା ଏକ ରାଷ୍ଟ୍ରର ଅନ୍ୟ ରାଷ୍ଟ୍ର ଉପରେ ସଂଘର୍ଷ ମାଧ୍ୟମରେ ଆଧୂପତ୍ୟ ବିସ୍ତାରର ପର୍ଯ୍ୟାୟ (୧୯୨୫-୧୯୬୯) ରୂପେ ପରିଗଣିତ କରାଯାଏ । ଏହି ପର୍ଯ୍ୟାୟ ଜଗତୀକରଣର ବିଦ୍ବେଷ ତଥା ଯୁଦ୍ଧର ରୂପରେଖ ନେଇ ପରିଚିତ ହୋଇଥିଲା । ଜୀବନ ପ୍ରକ୍ରିୟାରେ ଅନ୍ତର୍ଜାତୀୟ ସଂଘର୍ଷ ପରିଲକ୍ଷିତ ହୋଇଥିଲା । ଅଣୁବୋମା, ଅପରାଧ, ବିଶ୍ୱଯୁଦ୍ଧକୁ ମାଧ୍ୟମ କରି ବ୍ୟକ୍ତି, ସମାଜ ଓ ସାମାଜ ସମାଜ ମଧ୍ୟରେ ତିକ୍ତତା ବୃଦ୍ଧି ହୋଇଥିଲା ।

ପଞ୍ଚମ ପର୍ଯ୍ୟାୟକୁ ଅନ୍ସଟର୍ନିଟି ଫେଜ୍ ବା ଅନିଶ୍ଚିତତା ପର୍ଯ୍ୟାୟ (୧୯୬୯-୧୯୯୨) କୁହାଯାଏ । ଏହି ପର୍ଯ୍ୟାୟ ବିଶେଷତଃ ମହାକାଶ ଅନୁସନ୍ଧାନ, ପ୍ରାକ୍ ବସ୍ତୁବାଦୀ ଚିନ୍ତାଧାରା, ବିଶ୍ବସମୁଦାୟ, ବିଶ୍ୱବ୍ୟାପୀ ସମ୍ପର୍କ, ବିଶ୍ୱ ପରିବେଶଗତ ସମସ୍ୟା, ମହାକାଶ ପ୍ରଯୁକ୍ତାତ୍ମକ ବିଦ୍ୟା ଅନ୍ତର୍ଭୁକ୍ତ ଅଟେ । ଏହି ମାଧ୍ୟମ ଦେଇ ଜଗତୀକରଣ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଅଛି ।
ଅଦ୍ୟାବଧୂ ଜଗତୀକରଣ ଏହି ଅନିଶ୍ଚିତତା ପର୍ଯ୍ୟାୟର ମୂଲ୍ୟବୋଧକୁ ବ୍ୟକ୍ତି ତଥା ସମାଜରେ ସମଭାବରେ ପରିଦୃଷ୍ଟ କରାଇବାରେ ସମର୍ଥ ହୋଇଅଛି ।

(୪) ଜଗତୀକରଣ ବହୁବିଧ ଗୁରୁତ୍ଵପୂର୍ଣ୍ଣ ଧାରଣାକୁ ଦର୍ଶାଇଥାଏ – ଏମ୍.ଏସ୍.ଆର୍କରଙ୍କର ସୁଚିନ୍ତିତ ଚିନ୍ତାଧାରା ଜଗତୀକରଣ ଯୁଗରେ ସାମାଜିକ ପ୍ରଭାବର ଗୁରୁତ୍ଵକୁ ଦୃଷ୍ଟିପାତ କରିଥାଏ । ତାଙ୍କରି ଭାଷାରେ ସମାଜଗୁଡ଼ିକ ସମାଜଶାସ୍ତ୍ରର ଏକ ବିଶ୍ଵ ଅଟେ, ଯାହା ସୂଚାଇଦିଏ ଯେ, ବିଶ୍ଵ ପ୍ରକ୍ରିୟାଗୁଡ଼ିକ ଆଂଶିକ ଭାବରେ ସାମାଜିକ ବାସ୍ତବତା ଏବଂ ସର୍ବତ୍ର ସଙ୍ଗଠନକ୍ଷମ ଅଟେ । ମାଲକମ୍ ୱାଟରସ୍ ଏବଂ ଅନେକ ସମାଜଶାସ୍ତ୍ରବିତ୍ ମତପୋଷଣ କରିଅଛନ୍ତି ଯେ, ଜଗତୀକରଣର ସାଧାରଣତଃ ତିନିଗୋଟି ଦିଗ ରହିଅଛି, ଯଥା-

  • ଆନ୍ତର୍ଜାତିକ ଜଗତୀକରଣ
  • ରାଜନୀତିକ ଜଗତୀକରଣ
  • ସାଂସ୍କୃତିକ ଜଗତୀକରଣ

(i) ଆର୍ଥନୀତିକ ଜଗତୀକରଣ – ପୁଞ୍ଜିବାଦ ଆର୍ଥନୀତିକ ଜଗତୀକରଣର ଏକ ଯାନ କହିଲେ ଅତ୍ୟୁକ୍ତି ହେବନାହିଁ । ବିଶ୍ୱ ବାଣିଜ୍ୟ ବ୍ୟାପାର, ଆନ୍ତର୍ଜାତିକ ଶ୍ରମବିଭାଜନ, ବହୁରାଷ୍ଟ୍ରୀୟ ଉଦ୍ୟୋଗ, ସାଙ୍ଗଠନିକ ବିଭାଗ, ମୁଦ୍ରାର ବୈଦେଶିକ ବିନିମୟ ଓ ଅର୍ଥ ପରିଚାଳନା, ଦ୍ୱି-ପାକ୍ଷିକ ରାଷ୍ଟ୍ରୀୟକରଣ ପ୍ରକ୍ରିୟାଗତ ଶ୍ରେଣୀସମୂହ ଇତ୍ୟାଦି ଆର୍ଥନୀତିକ ଜଗତୀକରଣର ଅଟେ । ବିକଶିତ ରାଷ୍ଟ୍ର ଓ ଅନୁନ୍ନତ ରାଷ୍ଟ୍ରମାନଙ୍କ ସହିତ କିପରି ଆର୍ଥିକ ସମ୍ପର୍କ ରଖାଯିବ ଏହା ଜଗତୀକରଣ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

(ii) ରାଜନୀତିକ ଜଗତୀକରଣ – ରାଜନୀତିକ ଜଗତୀକରଣରେ ଅଧିକାଂଶ ରାଜ୍ୟ ପ୍ରତିରକ୍ଷା, ଯୋଗାଯୋଗ ଓ ଆର୍ଥନୀତିକ ପରିଚାଳନା ଆନ୍ତର୍ଜାତିକ ଓ ଆନ୍ତଃସରକାରୀ ନିୟମ ଅନ୍ତର୍ଭୁକ୍ତ । ରାଜ୍ୟଗୁଡ଼ିକ ସେମାନଙ୍କର ସାର୍ବଭୌମତ୍ୱ ବୃହତ୍ ରାଜନୀତିକ ସଂସ୍ଥା ସହିତ ସହବନ୍ଧିତ, ଯଥା- ଇଉରୋପୀୟ ସଂଘ, ଆସୋସିଏସନ ଅଫ୍ ସାଉଥ-ଇଷ୍ଟ ଏସିଆନ୍ ନ୍ୟାସନାଲ, ନାଟୋ (ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍, ଅର୍ଗାନାଇଜେସନ ଅଫ୍ ପେଟ୍ରୋଲିୟମ୍ ଏକ୍ସପୋର୍ଟିଙ୍ଗ କଣ୍ଟ୍ରିଜ୍, ଆନ୍ତର୍ଜାତିକ ସଙ୍ଗଠନ, ଯଥା- ସଂଯୁକ୍ତ ରାଷ୍ଟ୍ର, ବିଶ୍ଵବାଣିଜ୍ୟ ସଙ୍ଗଠନ, ଆନ୍ତର୍ଜାତିକ ଅର୍ଥ ପାଣ୍ଠି ଇତ୍ୟାଦି । ଉପରୋକ୍ତ ସଂସ୍ଥାଗୁଡ଼ିକ ଦମନମୂଳକ ଓ ଆଇନ ସମ୍ବନ୍ଧୀୟ କ୍ଷମତା ପ୍ରଦାନ କରେ । ଆନ୍ତର୍ଜାତୀୟ ଆଇନଦ୍ୱାରା ସମଗ୍ର ବିଶ୍ବର ରାଜନୀତିରେ ଶୃଙ୍ଖଳା ଆଣିବାରେ ଜଗତୀକରଣ ବିଶେଷ ସହାୟକ ହେଉଅଛି ଏବଂ ବିଶ୍ବସ୍ତରରେ ରାଜନୀତିକ ସ୍ଥିରତା ଆଣିପାରୁଅଛି ।

(iii) ସାଂସ୍କୃତିକ ଜଗତୀକରଣ – ସାଂସ୍କୃତିକ ଜଗତୀକରଣ ବିଶ୍ଵ ସଂସ୍କୃତିକୁ ଅନେକାଂଶରେ ପ୍ରଭାବିତ ଏବଂ ପ୍ରତିକ୍ରିୟାଶୀଳ କରାଇଥାଏ, ଯାହାର ଫଳସ୍ବରୂପ ଜଗତୀକରଣର ତୃତୀୟ ପ୍ରବାହ, ଯଥା- କୃଷିଭିତ୍ତିକ ଓ ଶିଳ୍ପଭିଭିକ ପ୍ରବାହରୁ

ଜ୍ଞାନଭିଭିକ ପ୍ରବାହରେ ପହଞ୍ଚିପାରିଅଛି । ଏହି ପ୍ରକାର ଜଗତୀକରଣ ସମ୍ପୂର୍ଣ୍ଣ ଭାବରେ ସାଧାରଣ ଅତ୍ୟଧିକ ମୂଲ୍ୟବୋଧସୂଚକ ଭିନ୍ନତା ମଧ୍ଯରୁ ଐକ୍ୟଭାବ ଜାଗ୍ରତ କରାଇବାରେ ସମର୍ଥ ହୋଇପାରୁଅଛି ଏବଂ ସଂସ୍କୃତୀକରଣର ଏକ ଶକ୍ତିଶାଳୀ ମାଧ୍ୟମ ରୂପେ ନିଜକୁ ପରିଗଣିତ କରାଇପାରୁଅଛି । ବ୍ୟକ୍ତିବିଶେଷଙ୍କର ନିଜସ୍ବ ଜୀବନଶୈଳୀ ବିଶ୍ଵ ବଜାରର ନିକଟବର୍ତ୍ତୀ ହୋଇପାରୁଅଛି । ଫଳସ୍ବରୂପ ଭାରତୀୟ ପ୍ରସାରିତ ସଂସ୍କୃତି ବିଶ୍ୱସ୍ତରରେ ଯୋଗାଯୋଗ ପଦ୍ଧତିରେ ଯାନ୍ତ୍ରିକ ବିଜ୍ଞାନ ସମ୍ବନ୍ଧୀୟ ବିପ୍ଳବ ଆଣିପାରୁଅଛି ।

ଏହା ଉଭୟ ସମୟ ଓ ଦୂରତ୍ୱକୁ ସଙ୍କୁଚିତ କରାଇବାରେ ସହାୟକ ହୋଇପାରୁଅଛି । ଏହି ପରିବର୍ତ୍ତନ ସମାଜଶାସ୍ତ୍ରବିତ୍ ଯୋଗେନ୍ଦ୍ର ସିଂହଙ୍କ ମତରେ, ଆଞ୍ଚଳିକ ଆନୁଷ୍ଠାନିକ ସଂସ୍କୃତି ଓ ସାମାଜିକ ପ୍ରକାର, ଯଥା- ପରିବାର, ପଡ଼ୋଶୀ ଏବଂ ସମୁଦାୟ ମଧ୍ଯରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇପାରୁଅଛି । ସାଂସ୍କୃତିକ ଜଗତୀକରଣ ମାଧ୍ୟମରେ ଆଞ୍ଚଳିକ ତଥା ଭାଷାଗତ ସ୍ତରରେ ଏକ ନୂତନ ସାଂସ୍କୃତିକ ପରିଚୟ ମିଳିପାରୁଅଛି । ଏହି ପ୍ରକ୍ରିୟା ସ୍ଥାନୀୟ ସଂସ୍କୃତିକୁ ଅଧୂକ ମାତ୍ରାରେ ଦୃଢ଼ତାର ସହିତ ସେମାନଙ୍କର ନିଜସ୍ଵ ପରିଚୟ ପ୍ରଦାନ କରି ସେମାନଙ୍କର ଶକ୍ତି ଓ ସାମର୍ଥ୍ୟକୁ ଦୃଢ଼ୀଭୂତ କରିପାରୁଅଛି ।

ଉପରୋକ୍ତ ଆଲୋଚନାରୁ ସୁସ୍ପଷ୍ଟ ଯେ, ଜଗତୀକରଣ ସାମାଜିକ ଜୀବନରେ ବିଭିନ୍ନ ବିଭାଗ; ଯଥା- ଆର୍ଥନୀତିକ, ରାଜନୀତିକ ଓ ସାଂସ୍କୃତିକ ବିଭାଗ ସହିତ ସୁସମନ୍ଵୟ ରକ୍ଷାକରି ବ୍ୟକ୍ତିର ଚିନ୍ତା ଓ ଚେତନାର ଧାରାକୁ ପରିମାର୍ଜିତ ଓ ବିସ୍ତୃତ କରାଇବା ସହିତ ସାମାଜିକ ସମ୍ପର୍କକୁ ଦୃଢ଼ୀଭୂତ କରାଇ ପାରୁଅଛି ।

(୫) ଜଗତୀକରଣ ସାର୍ବଜନୀନ ମାନବୀୟ ସମୁଦାୟ ଗଠନ କରିଥାଏ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଅଛି ମାନବଜାତିର ସ୍ୱାର୍ଥ ଓ ଏବଂ ଆବଶ୍ୟକତାଗୁଡ଼ିକୁ ସାଧାରଣ ରୂପେ ବିଶ୍ବସମାଜରେ ଉପଲବ୍ଧ କରାଇବା । ଜଗତୀକରଣର ମୁଖ୍ୟ ଲକ୍ଷ୍ୟ ବିଶ୍ଵ ଗ୍ରାମ ବା ସମୁଦାୟ ମାଧ୍ୟମରେ ମାନବୀୟ ସ୍ବାଧୀନତା, ନ୍ୟାୟ ଏବଂ ସମତା ପ୍ରଦାନ କରିବା ।

(୬) ଜଗତୀକରଣ ସମୟ ଓ କ୍ଷେତ୍ର ବା ପରିସରକୁ ସଂକୁଚିତ କରାଇଥାଏ ଜଗତୀକରଣ ସମୟ ଓ ଦେଶ ଦେଶ ମଧ୍ୟରେ ଥ‌ିବା ଦୂରତ୍ୱକୁ ଯାନ୍ତ୍ରିକ ସହାୟତା ମାଧ୍ୟମରେ ସଂକୁଚିତ ବା ହ୍ରାସ କରିଥାଏ । ଫଳସ୍ୱରୂପ, ଆଜିର ଜଗତୀକରଣ ଯୁଗରେ ସ୍ଥାନ, କାଳ ଓ ପାତ୍ର ସହିତ ବ୍ୟକ୍ତି ସମନ୍ଵୟ ରକ୍ଷା କରି ନିଜକୁ ଖାପଖୁଆଇ ବିଶ୍ବସମାଜକୁ ଏକ ବିଶ୍ବଗ୍ରାମରେ ପରିଣତ କରାଇଥାଏ ଏବଂ ସମାଜ ଓ ରାଷ୍ଟ୍ରର ପ୍ରସ୍ଥିତି ବଜାୟ ରଖ୍ ପରିସରର ସ୍ଥିତିକୁ ସୁଦୃଢ଼ କରିଥାଏ ।

(୭) ଜଗତୀକରଣ ଯାନ୍ତ୍ରିକ ଅଗ୍ରଗତି ସହ ସହବନ୍ଧିତ ଅଟେ – ଯାନ୍ତ୍ରିକ ଅଗ୍ରଗତି ଜ୍ଞାନଭିତ୍ତିକ ସମାଜର ପରିସରକୁ ବ୍ୟାପକ ଓ ବିସ୍ତାରିତ କରାଇପାରିଅଛି । ଖବରକାଗଜ, ରେଡ଼ିଓ, ଟି.ଭି., ଇଣ୍ଟରନେଟ୍ ଇତ୍ୟାଦି ବାର୍ତ୍ତାବାହକ ସଂସ୍ଥାସମୂହ ବା ବାର୍ତ୍ତାର ମାଧ୍ୟମ ବ୍ୟକ୍ତିଗତ ଉଦ୍ୟୋଗ ଓ ଲାଭ ଉପରେ ଆଧାରିତ ହେଉଥ‌ିବା ରାଜନୀତିକ ଓ ଆର୍ଥନୀତିକ ପଦ୍ଧତିକୁ ସୁଦୃଢ଼ କରିବାରେ ସମର୍ଥ ହୋଇପାରୁଅଛି ।

(୮) ଜଗତୀକରଣ ଏକ ଏକକ ବିଶ୍ବବଜାର ସୃଷ୍ଟି କରିଥାଏ – ଯୋଗାଯୋଗ ଓ ଗମନାଗମନର ସୁବିଧା ସମଗ୍ର ବିଶ୍ବବାସୀଙ୍କୁ ଏକତ୍ରିତ କରିବାରେ ଏବଂ ଅତ୍ୟନ୍ତ ନିକଟତର କରିବାରେ ସାହାଯ୍ୟ କରିଆସୁଅଛି । ବିଶ୍ୱର ସମସ୍ତ ଦେଶଗୁଡ଼ିକ ପରସ୍ପର ଉପରେ ନିର୍ଭରଶୀଳ ଏବଂ ଏକ ମିଳିତ ପରିବାରର ସଦସ୍ୟ ରୂପେ ଅଂଶ ଗ୍ରହଣ କରିଆସୁଅଛନ୍ତି । ଫଳସ୍ୱରୂପ, ସହଯୋଗ ଏକ ଏକକ ବିଶ୍ଵବଜାର ସୃଷ୍ଟି କରିପାରୁଅଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ବାଣିଜ୍ୟିକ ଦ୍ରବ୍ୟ ଓ ସେବାକ୍ଷେତ୍ରରେ ଆନ୍ତର୍ଜାତିକ ଆଦାନ ପ୍ରଦାନ ବିଶ୍ଵବଜାରରେ ଉପଲବ୍ଧ କରି ଏବଂ ବିନିଯୋଗ କରି ଦେଶ ତଥା ବିଶ୍ଵର ବିକାଶ ଓ ସମୃଦ୍ଧି ଆଣିବା ।

ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ଯେ ଜଗତୀକରଣ ଏକ ପୁରାତନ ବ୍ୟବହୃତ ଶବ୍ଦ । ତେଣୁ ଏହାକୁ ନୂତନ ଶବ୍ଦ ରୂପେ ଗ୍ରହଣ କରାଯାଇ ନପାରେ । ଷୋଡ଼ଶ ଶତାବ୍ଦୀର ଆରମ୍ଭରୁ ଏବଂ ବିଳମ୍ବିତ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଏହି ଜଗତୀକରଣ ଶବ୍ଦ ବ୍ୟବହୃତ ହେଉଥିଲା ।

୬। ଭାରତରେ ଜଗତୀକରଣର ସକରାତ୍ମକ ପ୍ରଭାବ ଉଲ୍ଲେଖ କର ।
Answer:
ସ୍ଵାଧୀନତା ପରବର୍ତ୍ତୀ ଶିଳ୍ପନୀତି ଭାରତରେ ଭଗତୀକରଣର ମୂଳଦୁଆ ସ୍ଥାପନ କରିଥିଲା । ‘ବିଶ୍ବବ୍ୟାପ୍ତ’ ଶବ୍ଦଟି ବିଶ୍ବକୁ ଏକ ଅନୁଶୀଳନ, ପ୍ରତିଫଳନ ଓ କାର୍ଯ୍ୟକାରୀ ପଦ୍ଧତିର ଏକକ ରୂପେ ଗ୍ରହଣ କରେ । ପ୍ରତ୍ୟେକ ଭାରତୀୟ ମାନବୀୟ ଭାବଧାରା, ଯଥା- ‘ବସୁଧୈବ କୁଟୁମ୍ବକମ୍’କୁ ଆଧାରିତ କରି ଜଗତୀକରଣ ମାଧ୍ୟମରେ ରାଷ୍ଟ୍ର ତଥା ବିଶ୍ଵ ଜନକଲ୍ୟାଣର ସ୍ଵପ୍ନକୁ ସାକାର କରିବାର ପ୍ରୟାସ କରେ ଏବଂ ସମସ୍ୱରରେ ‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସଂନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍’ ଉଚ୍ଚାରଣ କରି ସୁନାର ବିଶ୍ଵର ସ୍ବପ୍ନକୁ ସାକାର କରିବାପାଇଁ ଉଦ୍ୟମ ଅବ୍ୟାହତ ରଖେ ।

ଜଗତୀକରଣର ସକାରାତ୍ମକ ପ୍ରଭାବ :
ଜଗତୀକରଣର ବିଚାରଧାରା ଉଭୟ ଗ୍ରହଣୀୟ ଏବଂ ସମାଲୋଚିତ ହୋଇଆସୁଅଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(୧) ଜଗତୀକରଣ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ – ଜଗତୀକରଣ ପ୍ରକ୍ରିୟା ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ । ରାଜନୀତିକ ପାଣ୍ଠି, ବିଶ୍ବବ୍ୟାଙ୍କ, ଆର୍ଥନୀତିକ ସହଯୋଗିତା ସଙ୍ଗଠନ, ବିଶ୍ବବାଣିଜ୍ୟ ସଙ୍ଗଠନ ଇତ୍ୟାଦି । ଏହି ସଙ୍ଗଠନଗୁଡ଼ିକୁ ଅଂଶୀଦାର ସରକାରମାନେ ଅନ୍ତର୍ଜାତୀୟ ସ୍ତରରେ ଏକ ନିର୍ଦ୍ଦିଷ୍ଟ ବ୍ୟାପାରକୁ ପରିଚାଳନା ତଥା ନିୟନ୍ତ୍ରଣ କରିବାକୁ ଦାୟିତ୍ୱ ଅର୍ପଣ କରିଥା’ନ୍ତି । ସେହିପରି ଆନ୍ତର୍ଜାତୀୟ ସ୍ତରରେ ଏବଂ ଆଞ୍ଚଳିକ ଭିତ୍ତିରେ ଅନେକ ରାଜନୀତିକ ସଙ୍ଗଠନ ସୃଷ୍ଟି ହୋଇଥାଏ, ଯଥା- ଇଉରୋପିଆନ୍ ସଂଘ, ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ରସଂଘ, ଦକ୍ଷିଣ-ଏସିଆ ଆଞ୍ଚଳିକ ସଭା ଇତ୍ୟାଦି ।

ଏହି ସଙ୍ଗଠନଗୁଡ଼ିକ ଦେଶ ଦେଶ ମଧ୍ୟରେ ଆଞ୍ଚଳିକତା ଭିଭିରେ ବିଭିନ୍ନ କ୍ଷେତ୍ରରେ ନିଜର ସ୍ଵାର୍ଥରକ୍ଷା ତଥା ପାରସ୍ପରିକ ସହଯୋଗିତା ପାଇଁ କାର୍ଯ୍ୟ କରିଥା’ନ୍ତି । ଏହି ସଙ୍ଗଠନଗୁଡ଼ିକଦ୍ୱାରା ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ହେଉଥ‌ିବା ବାଣିଜ୍ୟ ବ୍ୟାପାରର ବିକାଶ ପ୍ରତ୍ୟେକ ରାଷ୍ଟ୍ରର ସମ୍ପର୍କ ବୃଦ୍ଧି ହୋଇପାରିଥାଏ | ଏବଂ ପ୍ରତ୍ୟେକ ରାଷ୍ଟ୍ର ଏକ ବିଶ୍ବନିୟମଦ୍ୱାରା ଅନୁପ୍ରାଣିତ ହୋଇଥାନ୍ତି ।

(୨) ଜଗତୀକରଣ ସଂସ୍କୃତିର ପ୍ରସାର କରେ – ସାଂପ୍ରତିକ ସମୟରେ ଆମେ ଯେଉଁ ସଂସ୍କୃତିରେ ବାସ କରୁଛ ଏକ ମିଶ୍ର ସଂସ୍କୃତି ଅଟେ । ଜଗତୀକରଣ ପ୍ରକ୍ରିୟାରେ ଭିନ୍ନ ଭିନ୍ନ ରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ମିଳନ ଫଳରେ ପ୍ରତ୍ୟେକ ନିଜ ନିଜ ସଂସ୍କୃତିରୁ ଅନାବଶ୍ୟକ ପ୍ରଥା ପରମ୍ପରାକୁ ବାଦ୍ ଦେଇ ଅନ୍ୟ ସଂସ୍କୃତିର ସମୟ ଉପଯୋଗୀ ମୂଲ୍ୟବୋଧଗୁଡ଼ିକୁ ଗ୍ରହଣ କରିଥା’ନ୍ତି । ଭିନ୍ନ ଭିନ୍ନ ସଂସ୍କୃତିଗୁଡ଼ିକ ପରସ୍ପର ସଂସ୍ପର୍ଶରେ ଆସିବାଦ୍ଵାରା ଦେଶ ଦେଶ ମଧ୍ୟରେ କଳା, ସାହିତ୍ୟ, ଭାଷା, ଖାଦ୍ୟପେୟ, ପୋଷାକପତ୍ର, ନୃତ୍ୟ, ଗୀତ, ସିନେମା ଇତ୍ୟାଦିରେ ସମନ୍ବୟ ସୃଷ୍ଟି ହୋଇଅଛି ।

ଜଗତୀକରଣ ଭାରତୀୟ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଅଛି । ଜାତିପ୍ରଥା, ବିବାହ ବ୍ୟବସ୍ଥା, ପଛୁଆବର୍ଗ ଓ ମହିଳାମାନଙ୍କ ପ୍ରସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ପରିଲକ୍ଷିତ ହେଉଅଛି । ଜଗତୀକରଣ ମହିଳାମାନଙ୍କୁ ପୁରୁଷଙ୍କ ପରି କ୍ଷମତାସମ୍ପନ୍ନ କରିବା ସହିତ ସେମାନଙ୍କର ଚିନ୍ତାଧାରା, ଭାବଧାରା, କାର୍ଯ୍ୟଦକ୍ଷତାରେ ପରିବର୍ତ୍ତନ ଆଣିପାରିଅଛି ।

(୩) ଜଗତୀକରଣ ପ୍ରକ୍ରିୟା ଆର୍ଥନୀତିକ ପ୍ରତିଯୋଗିତା ବୃଦ୍ଧି କରିଥାଏ – ଜଗତୀକରଣ ପ୍ରକ୍ରିୟାଦ୍ଵାରା ବିଶ୍ୱବଜାର ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ଦେଶର ଉତ୍ପାଦ ପ୍ରତ୍ୟେକ ବଜାରରେ ଉପଲବ୍ଧ ହୋଇଥାଏ । ଘରୋଇ ବଜାରରେ ତିଷ୍ଠି ରହିବାପାଇଁ ଘରୋଇ ଉତ୍ପାଦର ଗୁଣବତ୍ତା ପ୍ରତିଯୋଗିତାର ସମ୍ମୁଖୀନ ହୋଇଥାଏ । ସେହିପରି ବିଦେଶ ବଜାରରେ ନିଜର ଚାହିଦା ବଜାୟ ରଖିବାପାଇଁ ଉତ୍ପାଦିତ ଦ୍ରବ୍ୟର ମାନ ବିଶ୍ବସ୍ତରୀୟ କରିବାକୁ ହୋଇଥାଏ । ତେଣୁ ଜାତୀୟ ତଥା ଅନ୍ତର୍ଜାତୀୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ଗଭୀର ପ୍ରତିଯୋଗିତାର ସମ୍ମୁଖୀନ ହୋଇଥା’ନ୍ତି । ଏହାଦ୍ଵାରା ଖାଉଟୀମାନେ ଉତ୍ତମ ମାନର ଦ୍ରବ୍ୟ ଓ ସେବା ପାଇପାରିଥା’ନ୍ତି ।

(୪) ଜଗତୀକରଣ ପ୍ରକ୍ରିୟା ନିଯୁକ୍ତି ସୁଯୋଗ ସୃଷ୍ଟି କରେ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକରେ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ ଓ ମାନବ ସମ୍ବଳ ମହଜୁଦ ଥିଲେ ମଧ୍ୟ ବୈଷୟିକ ଜ୍ଞାନ ଓ ପୁଞ୍ଜିର ଅଭାବ ହେତୁ ଶିଳ୍ପ ପ୍ରତିଷ୍ଠା ହୋଇପାରି ନଥାଏ । ଜଗତୀକରଣ ପ୍ରକ୍ରିୟାଦ୍ବାରା ଦେଶ ଦେଶ ମଧ୍ୟରେ ପୁଞ୍ଜିନିବେଶ ଓ ପୁଞ୍ଜି ପ୍ରବାହ କ୍ଷେତ୍ରରେ କୋହଳନୀତି ଅନୁସରଣ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରେ । ଶିଳ୍ପ ବ୍ୟତୀତ ପର୍ଯ୍ୟଟନ ଓ କୃଷି କ୍ଷେତ୍ରରେ ମଧ୍ୟ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ । ଏହି ଜଗତୀକରଣ ପ୍ରକ୍ରିୟା ନିଯୁକ୍ତି ସୁଯୋଗ ବୃଦ୍ଧି କରି ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ । ଦରିଦ୍ରତମ ରାଷ୍ଟ୍ରଗୁଡ଼ିକରେ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ବାଣିଜ୍ୟ ବ୍ୟାପାରଦ୍ୱାରା ମୁଣ୍ଡପିଛା ଆୟର ଅଭିବୃଦ୍ଧି କରାଇଥାଏ ।

ଭାରତ ଏକ ବିକାଶଶୀଳ ରାଷ୍ଟ୍ର ହୋଇ ଅନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରି ଆର୍ଥିକ ଅଭିବୃଦ୍ଧି ସହିତ ମୁଣ୍ଡପିଛା ଆୟରେ ମଧ୍ୟ ଉନ୍ନତି ଆଣିଥାଏ । ଜଗତୀକରଣ ପ୍ରକ୍ରିୟା ରାଷ୍ଟ୍ରମାନଙ୍କୁ ପରସ୍ପର ବାଣିଜ୍ୟ ବ୍ୟାପାରରେ ଲିପ୍ତ ରହିବାକୁ ସୁଯୋଗ ଦେଇଥାଏ । ଫଳସ୍ଵରୂପ, ସେମାନଙ୍କର ଜୀବନ ଧାରଣର ମାନଦଣ୍ଡରେ ଅଭିବୃଦ୍ଧି ଓ ଉନ୍ନତି ହୋଇପାରିଥାଏ । ଜଗତୀକରଣ ଘରୋଇ ଉତ୍ପାଦିତ ଦ୍ରବ୍ୟ, ନିଯୁକ୍ତି, ପରିବାରର ଆୟ, ଏପରିକି ବଞ୍ଚିବାର ମାନକରେ ଉନ୍ନତି ଆଣିଥାଏ ।

CHSE Odisha Class 12 Sociology Unit 5 Long Answer Questions in Odia Medium

(୫) ଜଗତୀକରଣ ପ୍ରକ୍ରିୟାରେ ବୈଷୟିକ ଜ୍ଞାନର ପ୍ରସାର ହୋଇଥାଏ – ପୃଥ‌ିବୀର ସମସ୍ତ ଉଦ୍ଭାବନ ଓ ଆବିଷ୍କାରଗୁଡ଼ିକ ପ୍ରଥମେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ହୋଇଥିଲା । ସେଥ୍ ନିମିତ୍ତ ପାଶ୍ଚାତ୍ୟର ଏହି ଦେଶଗୁଡ଼ିକ ଉନ୍ନତ ଦେଶ ଅଟନ୍ତି । ଜଗତୀକରଣ ପ୍ରକ୍ରିୟାରେ ଦେଶ ଦେଶ ମଧ୍ୟରେ ଅବାଧ ଜ୍ଞାନର ଆଦାନପ୍ରଦାନ ସମ୍ଭବ ହୋଇପାରିଛି । ଯେକୌଣସି ଏକ ରାଷ୍ଟ୍ରର ଜଣେ ବ୍ୟକ୍ତି ପୃଥ‌ିବୀର ଯେକୌଣସି ଦେଶରେ ସହଜରେ ଶିକ୍ଷା ଓ ଗବେଷଣା କାର୍ଯ୍ୟ କରିପାରୁଅଛି । ଏହାଦ୍ଵାରା ଦେଶ ଦେଶ ମଧ୍ୟରେ ବୈଷୟିକ ଜ୍ଞାନର ବିନିମୟ ସମ୍ଭବ ହୋଇପାରିଛି ।

ଉଦାହରଣସ୍ୱରୂପ, ଭାରତରେ ବିଦେଶୀ କମ୍ପାନୀଗୁଡ଼ିକର ଆଣ୍ଟିବାୟୋଟିକ୍ ଔଷଧ ସମ୍ବନ୍ଧୀୟ ଜ୍ଞାନ ଆଦୃତ ହେଉଥ‌ିବାସ୍ଥଳେ ଭାରତୀୟ ଆୟୁର୍ବେଦ ଓ ଯୋଗ ସମ୍ବନ୍ଧୀୟ ଜ୍ଞାନ ବିଦେଶରେ ଗ୍ରହଣୀୟ ହୋଇଛି । ଆର୍ଥନୀତିକ କ୍ଷେତ୍ରରେ, ଉନ୍ନତ ଦେଶଗୁଡ଼ିକ ବିକାଶଶୀଳ ଦେଶଗୁଡ଼ିକଠାରୁ କଞ୍ଚାମାଲ ବିନିମୟରେ ବିକାଶଶୀଳ ବିକାଶରେ ସହାୟକ ହୋଇଥାଏ । ଭାରତ ନିଜର କାରିଗରୀ କୌଶଳରେ ଦକ୍ଷତା ଜଗତୀକରଣ ମାଧମରୁ ହିଁ ହାସଲ କରିଥାଏ । ଅଧ ା’ ନ୍ୟ ରାଷ୍ଟ୍ରର ଯାନ୍ତ୍ରିକ ସହାୟତାରେ ଭାରତ ନିଜକୁ ପ୍ରଦ୍ୟୋଗାତ୍ମକ ବିକାଶ କ୍ଷେତ୍ରରେ ଅଗ୍ରଗାମୀ କରାଇପାରୁଅଛି ।

(୬) ଜଗତୀକରଣ ପ୍ରକ୍ରିୟା ଦକ୍ଷତା ବୃଦ୍ଧି କରେ – ଜଗତୀକରଣ ଅନ୍ୟ ରାଷ୍ଟ୍ର ପରି ଭାରତୀୟ ଆର୍ଥନୀତିକ ଦକ୍ଷତାକୁ ପ୍ରୋତ୍ସାହିତ କରିଥାଏ । ବିକାଶର ଅଭିବୃଦ୍ଧି କରାଇ ଲାଭ ଏବଂ ଉତ୍ପାଦନର ପରିମାଣର ବୃଦ୍ଧି କରାଇଥାଏ । ଭାରତର କୁଶଳୀ ଓ ଜ୍ଞାନୀ ବ୍ୟକ୍ତିମାନେ ବିଦେଶରେ ଓ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକରେ କାର୍ଯ୍ୟ କରିବାଦ୍ୱାରା ସେମାନଙ୍କର ଦକ୍ଷତା ବୃଦ୍ଧି ହୋଇଥାଏ । ଜଗତୀକରଣ ପ୍ରକ୍ରିୟା ସ୍ବତନ୍ତ୍ରୀକରଣକୁ ଗୁରୁତ୍ୱ ପ୍ରଦାନ କରିଥାଏ ଏବଂ ଏହି ପ୍ରକ୍ରିୟାରେ ବାଣିଜ୍ୟ ବ୍ୟାପାର କ୍ଷେତ୍ରରେ ସଙ୍ଗଠିତ ଦ୍ରୁତ ପ୍ରତିଯୋଗିତା ଯୋଗୁଁ ଉତ୍ପାଦନ ବ୍ୟବସ୍ଥାରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ହୋଇଥାଏ । ଏହାଦ୍ଵାରା ନୂତନ ଜ୍ଞାନକୌଶଳରେ ତାଲିମପ୍ରାପ୍ତ ହେବାଦ୍ୱାରା ଭାରତୀୟ ଶ୍ରମ ଶକ୍ତିର ଦକ୍ଷତା ବୃଦ୍ଧି ହୋଇଥାଏ ।

ଉପରୋକ୍ତ ଜଗତୀକରଣର ସକାରାତ୍ମକ ପ୍ରଭାବ ଆଲୋଚନାରୁ ସ୍ପଷ୍ଟ ଅନୁମେୟ ଯେ ଜଗତୀକରଣ ପ୍ରକ୍ରିୟା ବାଣିଜ୍ୟ ଓ ଆର୍ଥନୀତିକ ସହଯୋଗ କ୍ଷେତ୍ରରେ ବିଶ୍ବର ବିଭିନ୍ନ ରାଷ୍ଟ୍ରଗୁଡ଼ିକୁ ନିକଟତର କରିପାରିଅଛି ଏବଂ ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ଦେଶ ଦେଶ ମଧ୍ୟରେ ଥ‌ିବା ପ୍ରତିବନ୍ଧକର ଉଚ୍ଛେଦ ହେତୁ ସାରା ବିଶ୍ଵ ସଂସ୍କୃତି କ୍ଷେତ୍ରରେ ସମାନତା ପ୍ରଦର୍ଶନ କରୁଅଛି ।

୭ । ଜଗତୀକରଣର ନକାରାତ୍ମକ ପ୍ରଭାବ ଉଲ୍ଲେଖ କର ?
Answer:
ଜଗତୀକରଣ ଯଦିଓ ଏକ ବିଶ୍ବ ଗ୍ରାମ ଗଠନ କରିପାରି ବିଶ୍ୱବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୂରିଅଛି, ଏହାର ବାସ୍ତବତାକୁ ଅନୁଧ୍ୟାନ କଲେ ବିଶେଷଭାବରେ ଅନୁମେୟ ହୁଏ ଯେ, ଏହି ଜଗତୀକରଣ ଭାରତ ପରି ବିକାଶଶୀଳ ରାଷ୍ଟ୍ର ଉପରେ ସକାରାତ୍ମକ ପ୍ରଭାବ ସହିତ ନକାରାତ୍ମକ ପ୍ରଭାବ ମଧ୍ୟ ପକାଇ ଆସୁଅଛି । ଏହି ଜଗତୀକରଣ ବିପକ୍ଷରେ ଅନେକ ଯୁକ୍ତି ଉପସ୍ଥାପିତ ହୋଇଅଛି ଏବଂ ଏହାର ନକାରାତ୍ମକ ପ୍ରଭାବ ଓ ସମସ୍ୟାଗୁଡ଼ିକୁ ନିମ୍ନରେ ଆଲୋଚନା କରାଯାଇଛି –

(୧) ଜଗତୀକରଣ ଶ୍ରେଣୀ ଅସମାନତା ସୃଷ୍ଟି କରିଥାଏ – ବଜାର ଗତି ବୃଦ୍ଧିର ପରିଣାମରେ ସମାଜରେ ଅସମାନତା ବୃଦ୍ଧି ପାଇଥାଏ । ପରିବ୍ୟାପ୍ତ ବଜାର ମୁକ୍ତ ବଜାରର ଗତି ବୃଦ୍ଧି କ୍ଷେତ୍ରରେ ସାହାଯ୍ୟ କରିଥାଏ । ଫଳସ୍ଵରୂପ, ଧନିକ ଶ୍ରେଣୀୟ କ୍ଷମତାଶାଳୀ ହୋଇଥା’ନ୍ତି ଏବଂ ସେମାନଙ୍କର ସମ୍ପଦର ବୃଦ୍ଧି କରିଥା’ନ୍ତି । ସେମାନେ ହେଲେ ‘ନୋ ବାର୍ଗେନ୍ ଶ୍ରେଣୀୟ’ । ସେମାନେ ପୁଞ୍ଜିର ବୃଦ୍ଧି ଯୋଗୁଁ ଆଭିଜାତ୍ୟ ଶ୍ରେଣୀୟ ହୋଇ ରହିଥା’ନ୍ତି । ତେବେ ଜଗତୀକରଣ ବାସ୍ତବ କ୍ଷେତ୍ରରେ ଉଚ୍ଚ ଧନିକ ଶ୍ରେଣୀ ଓ ମଧ୍ୟବର୍ଗୀୟ ତଥା ଚାଷୀ, ଆଦିବାସୀ, ହରିଜନ, କ୍ଷୁଦ୍ର ବ୍ୟବସାୟୀ, ଗ୍ରାମ୍ୟ କାରିଗର ବର୍ଗୀୟ ମଧ୍ୟରେ ଆର୍ଥନୀତିକ ଓ ସାମାଜିକ ବ୍ୟବଧାନ ସୃଷ୍ଟି କରିଥାଏ । ଏହା ବିକାଶଶୀଳ ଦେଶର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରେ ।

(୨) ଜଗତୀକରଣ ପରିବେଶକୁ ପ୍ରଭାବିତ କରେ – ପରିବେଶବିତ୍ଵସମୂହ ଯଥା – ‘ଫ୍ରେଣ୍ଡସ୍ ଅଫ୍ ଆର୍ଥ’ ଏବଂ ଗ୍ରୀନପିସ୍ ଯୁକ୍ତି ଦର୍ଶାଇଅଛନ୍ତି ଯେ, ‘ଜଗତୀକରଣ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।’’ ସେମାନଙ୍କ ମତରେ, ‘‘ଜଗତୀକରଣ ପ୍ରାକୃତିକ ସମ୍ପଦର କ୍ଷୟରେ ସହାୟକ ବିଷାକ୍ତ ରାସାୟନିକ ଦ୍ରବ୍ୟ ଉତ୍ପନ୍ନ ଏବଂ ଜୈବ କୃଷି ଓ ପଶୁପାଳନର କ୍ଷୟକ୍ଷତି କରିଥାଏ ।’’ ବୈଜ୍ଞାନିକମାନେ ମଧ୍ୟ ମତପୋଷଣ କରିଅଛନ୍ତି ଯେ ଶିଳ୍ପର ବିକାଶ, ଗମନାଗମନର ସୁବିଧା, ନୂତନ ଯାନ୍ତ୍ରିକ ଯାନର ବ୍ୟବହାର, କଳକାରଖାନା ପ୍ରତିଷ୍ଠା ପରୋକ୍ଷରେ ପରିବେଶକୁ ପ୍ରଦୂଷିତ କରିଥାଏ ।

ହାଇଡ୍ରୋକାର୍ବନ ଏବଂ ଯାନ ଓ ଶିଳ୍ପାନୁଷ୍ଠାନରୁ ନିର୍ଗତ ସଲଫର ଡାଇଅକ୍‌ସାଇଡ଼ର ପ୍ରଭାବରେ ଏସିଡ୍ ବର୍ଷା ହୋଇଥାଏ ଏବଂ ଏହା ଜଙ୍ଗଲ ନଷ୍ଟ କରିଥାଏ । ଏପରିକି ଯେତେବେଳେ କାର୍ବନ ଡାଇଅକ୍‌ସାଇଡ୍ ପରିବେଶରେ ଅଧ‌ିକ ମାତ୍ରାରେ ନିର୍ଗତ ହୋଇଥାଏ ସେତେବେଳେ ସୂର୍ଯ୍ୟଙ୍କ କିରଣ ଅଧିକ ମାତ୍ରାରେ ପୃଥ‌ିବୀର ବାୟୁମଣ୍ଡଳର ତଳଭାଗରେ ଆବଦ୍ଧ ହୋଇ ରହିଯିବା ହେତୁ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କରାଇ ଏବଂ ବିଶ୍ୱ ପରିବେଶକୁ ବନ୍ୟା ଓ ମରୁଡ଼ିର ରୂପ ଦେଇ ଭୟଭୀତ କରାଇଥାଏ । ଏହା ମାନବ ସଭ୍ୟତା ପାଇଁ କ୍ଷତିକାରକ ଅଟେ ।

(୩) ଜଗତୀକରଣ କୃଷି ଉପରେ ପ୍ରଭାବ ପକାଇଥାଏ – ସାଧାରଣତଃ ଅସନ୍ତୋଷ ସୃଷ୍ଟି କରିଥାଏ । କୃଷିଭିଭିକ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଦେଶରେ ବିଶ୍ଵ ପ୍ରତିଯୋଗିତା ମାଧ୍ୟମରେ ସମ୍ପତ୍ତି ଓ ଆଭ୍ୟନ୍ତରୀଣ କ୍ଷେତ୍ର ବନ୍ଦରରୁ ସାହାଯ୍ୟ ପାଉଥବା ଅଞ୍ଚଳଗୁଡ଼ିକୁ ନିଜ ଅଧିକାରଭୁକ୍ତ କରାଇ ଅଧିକ ଲାଭବାନ୍ ହୋଇପାରୁଅଛନ୍ତି । ପରୋକ୍ଷରେ ଗ୍ରାମାଞ୍ଚଳର ଲୋକମାନେ ଆର୍ଥିକ, ମାନସିକ ଚାପରେ ଅସହାୟ ଅବସ୍ଥାରେ ଜୀବନ ବିତାଉଅଛନ୍ତି । କୃଷିକାର୍ଯ୍ୟ ପାଇଁ ଅଧୂକ ରାସାୟନିକ ସାର ଓ ପୋକମରା ଔଷଧ ବ୍ୟବହାର ଗ୍ରାମର ଜଳସମ୍ପଦକୁ ଦୂଷିତ କରାଉଅଛି ।

(୪) ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଶୋଷଣ ମନୋଭାବ – ସମାଲୋଚକଙ୍କ ମତାନୁଯାୟୀ, ଜଗତୀକରଣ ପ୍ରକ୍ରିୟା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ଭିନ୍ନ ଭିନ୍ନ ଦେଶରେ ପ୍ରବେଶ କରିବାରେ ସୁଯୋଗ ଦେଇଅଛି । ସେମାନେ ଏହି କମ୍ପାନୀଗୁଡ଼ିକୁ ସାଧାରଣତଃ ଗରିବ ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ସ୍ଥାପନ କରି ସ୍ଵଳ୍ପ ଅର୍ଥ ବିନିଯୋଗ କରି ଅଧ୍ବକ ମାତ୍ରାରେ ଲାଭବାନ୍ ହୋଇପାରୁଅଛନ୍ତି । ଏପରିକି ରାଷ୍ଟ୍ରର ପ୍ରାକୃତିକ ସମ୍ପଦ ବ୍ୟବହାର କରିବାର ଅଧିକାର ଓ ସୁଯୋଗ ପାଉଅଛନ୍ତି । ଫଳରେ ଦେଶର ଉନ୍ନତି ଓ ପ୍ରଗତିରେ ବାଧା ସୃଷ୍ଟି ହେଉଅଛି । ସେମାନେ ମଧ୍ୟ ଜଙ୍ଗଲ ସମ୍ପଦ ନଷ୍ଟ କରିବାରେ ଲାଗିଅଛନ୍ତି ଓ ଖଣିର ଉନ୍ନତି ଓ ନିୟନ୍ତ୍ରଣ କରି ରାଷ୍ଟ୍ରର ଖଣିଜ ସମ୍ପଦର ବିଲୋପ କରୁଅଛନ୍ତି ।

(୫) ଜଗତୀକରଣ ଉଚ୍ଚବର୍ଗର ଉପଭୋକ୍ତାମାନଙ୍କର ସ୍ଵାର୍ଥର ସୁରକ୍ଷାରେ ସାର୍ବଭୌମତା ଆଣିଥାଏ – ଉପଭୋକ୍ତାମାନଙ୍କର ଉପଭୋଗ ଚାହିଦାର ଅତ୍ୟଧ୍ୱ ବୃଦ୍ଧି ଦେଶର ବିକାଶ ପଥରେ ଅନ୍ତରାୟ ବା ବାଧକ ସୃଷ୍ଟି କରେ । ତେଣୁ ଖଚୁରା ବ୍ୟବସାୟୀଙ୍କ ଭବିଷ୍ୟତ୍ ଅନ୍ଧକାର ହୋଇପଡ଼ୁଅଛି । ନିମ୍ନ ଓ ମଧ୍ୟବର୍ଗୀୟମାନଙ୍କର ଆର୍ଥିକ ଅଭାବ ପରିଲକ୍ଷିତ ହେଉଅଛି । ବଡ଼ ବଡ଼ କମ୍ପାନୀମାନଙ୍କର ଅବାଧ ପ୍ରବେଶ ଆଭିଜାତ୍ୟ ଶ୍ରେଣୀ ସୃଷ୍ଟି କରିବାରେ ସାହାଯ୍ୟ କରୁଅଛି । ପୁଞ୍ଜିକୁ ଭିତ୍ତି କରି ଦେଶବିଦେଶରେ ବାଦବିବାଦ ସୃଷ୍ଟି ହେଉଅଛି । ଦେଶବିଦେଶର ବଡ଼ ବଡ଼ କମ୍ପାନୀଗୁଡ଼ିକ ବୃଥା ଆଶ୍ବାସନା ଖାଉଟୀ, ଚାଷୀ, ଖୁଚୁରା ବ୍ୟବସାୟୀ, ନିମ୍ନ ଓ ମଧ୍ୟବର୍ଗୀୟ ସ୍ଵଳ୍ପବେତନଧାରୀଙ୍କ ସ୍ବାର୍ଥର ବାଧକ ହେଉଅଛି ।

ଉପଭୋକ୍ତା ସଂସ୍କୃତି ଉଚ୍ଚବର୍ଗୀୟ ଭାରତୀୟ ପରିବାରକୁ ପ୍ରତୀକ ସନ୍ତୋଷ ପ୍ରଦାନ ଯୋଗାଇଥାଏ ଏବଂ ସେହି ବର୍ଗୀୟ ନିଜକୁ ପୁଞ୍ଜିପତି ଓ କ୍ଷମତାଶାଳୀ ରୂପେ ପରିଚିତ କରାଇଥା’ନ୍ତି । ଏହି ଉପଭୋକ୍ତା ସଂସ୍କୃତିର ସାର୍ବଭୌମତା ଉଚ୍ଚବର୍ଗର ସଦସ୍ୟମାନେ ପ୍ରୟୋଗ କରି ଆବଶ୍ୟକତାଠାରୁ ଅଧ୍ଵ ଆଶା କରିଥା’ନ୍ତି । ପ୍ରକୃତପକ୍ଷେ ଏହି ସଂସ୍କୃତି ପରୋକ୍ଷ ଭାବରେ ଆଧୁନିକତାର ସାମାଜିକ ଓ ରାଜନୀତିକ ସଂରଚନାକୁ ରଦ୍ଦ କରିଦେଇଥାଏ ବା ଅସିଦ୍ଧ କରିଦିଏ ।

(୬) ବିଶ୍ବ ଓ ସ୍ଥାନୀୟ ସଂଯୋଜିତ ଗୋଷ୍ଠୀ ସ୍ଥାନୀୟ ସଂସ୍କୃତିର ବାଧକ ଅଟନ୍ତି – ଜଗତୀକରଣ ବିଶ୍ବ ସଂସ୍କୃତିର ପ୍ରସାରଣରେ ସାହାଯ୍ୟ କରିଥାଏ । ପ୍ରତ୍ୟେକ ରାଷ୍ଟ୍ରରେ ଏପରିକି ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ବିଶ୍ଵ ସଂସ୍କୃତିର ପ୍ରବେଶ ସ୍ଥାନୀୟ ସଂସ୍କୃତିର ମୂଲ୍ୟବୋଧରେ ଆଞ୍ଚ ଆଣିଥାଏ । ଅଳ୍ପ କେତେକ ସଦସ୍ୟ ନିଜ ସଂସ୍କୃତି, ସଂସ୍କାରକୁ ଗୁରୁତ୍ଵ ଦେବାସ୍ଥଳେ ଅଧିକାଂଶ ନିଜ ପ୍ରଥା, ପରମ୍ପରା, ମୌଳିକ ବିଚାରଧାରା, ବ୍ୟାବହାରିକ ପଦ୍ଧତିଠାରୁ ଦୂରେଇଯାଇ ପାଶ୍ଚାତ୍ୟକରଣ ଓ ସାଂସ୍କୃତିକ ପ୍ରସାରଣଦ୍ଵାରା ଅନ୍ୟ ରାଷ୍ଟ୍ରର ସଂସ୍କୃତିକୁ ଆପଣେଇ ନେଇଅଛନ୍ତି, ଯଥା- ଚୀନ୍ ଦେଶର ଖାଦ୍ୟ, ବିଦେଶୀ ପିଢା, ପାଶ୍ଚାତ୍ୟ ସଙ୍ଗୀତ ଓ ନୃତ୍ୟ, ଆଫ୍ରିକୀୟ ସଙ୍ଗୀତ ଇତ୍ୟାଦି ବିଶ୍ୱବଜାରରେ ଗୁରୁତ୍ୱ ହାସଲ କରି ସାର୍ବଜନୀନ ବିଶେଷ ମାନର ସ୍ଥାନ ପାଇଅଛି ।

ଏପରିସ୍ଥଳେ ସ୍ଥାନୀୟ ସଂସ୍କୃତି ନିଜ ପରିଚୟ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଭାରତ କ୍ଷେତ୍ରରେ ବିଦେଶୀ ସଙ୍ଗୀତ, ବିଚାରଧାରା ଭାରତୀୟ ସିନେମା ତଥା ଟେଲିଭିଜନରେ ଖୁବ୍ ଲୋକପ୍ରିୟ ହୋଇପାରିଅଛି । ଫଳସ୍ୱରୂପ ରାଷ୍ଟ୍ରର ରାଜ୍ୟଗୁଡ଼ିକର, ଯଥା- ପଞ୍ଜାବର ଭାଙ୍ଗ୍ରା, ମଧ୍ୟପ୍ରଦେଶର ପୀଣ୍ଡବାଣୀ, ଓଡ଼ିଶାର ଦଣ୍ଡନୃତ୍ୟ, ଛଉନୃତ୍ୟ, ଲୋକଗୀତ ଇତ୍ୟାଦି ଲୋକଲୋଚନକୁ ଆସିପାରୁ ନାହିଁ । ସମ୍ଭବପର ହେଉଅଛି ।

(୭) ରାଜନୀତିକ ଜଗତୀକରଣ ରାଷ୍ଟ୍ରକୁ ଦୁର୍ବଳ କରିଦିଏ – ଯଦିଓ ରାଜନୀତିକ ଜଗତୀକରଣ ଉଦାରବାଦ, ଗଣତନ୍ତ୍ର ପୁଞ୍ଜିବାଦକୁ ପ୍ରାଧାନ୍ୟ ଦେଇଥାଏ, ପରୋକ୍ଷରେ ଏହାର ପ୍ରଭାବରେ ରାଷ୍ଟ୍ରଗୁଡ଼ିକ ଦୁର୍ବଳ ହୋଇପଡ଼ିଥା’ନ୍ତି । ରାଷ୍ଟ୍ରର ସାର୍ବଭୌମତ୍ୱରେ ପ୍ରକୃତପକ୍ଷେ ସ୍ଵାଧୀନତା ନଥାଏ । କାରଣ ରାଷ୍ଟ୍ରର ସାର୍ବଭୌମତା ଆନ୍ତର୍ଜାତିକ କଟକଣା ମଧ୍ୟରେ ପ୍ରବେଶ କରିଥାଏ ଏବଂ ତଦନୁଯାୟୀ ପରିଚାଳିତ ହେବାପାଇଁ ବାଧ୍ୟ ହୋଇଥାଏ ।

(୮) ଜଗତୀକରଣ ନିଯୁକ୍ତି କ୍ଷେତ୍ରରେ ଅସ୍ଥିରତା ଆଣିଥାଏ – ଜଗତୀକରଣରେ ଧନିକ ଶ୍ରେଣୀ ନିଜର ସ୍ଥିତି ରକ୍ଷା କରିପାରୁଅଛନ୍ତି; କିନ୍ତୁ ଅପରପକ୍ଷରେ ଗରିବଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଅଛି । ଭାରତରେ ନୂତନ ଅର୍ଥନୀତି ୧୯୯୧ର ପ୍ରଣୟନ, ପରବର୍ତ୍ତୀ ପର୍ଯ୍ୟାୟରେ ବେକାରୀ ସମସ୍ୟା ସୃଷ୍ଟି କରି ସମାଜକୁ ବିଶୃଙ୍ଖଳିତ କରିଆସୁଅଛି । ଭାରତର ଉଦୟମାନ ନାଗରିକ ପ୍ରଯୁକ୍ତାତ୍ମକ ଜ୍ଞାନକୌଶଳ ଗ୍ରହଣ କରି ଜାତୀୟ ସଂସ୍ଥାରେ ନିଜକୁ ନିୟୋଜିତ ନ କରି ବହୁରାଷ୍ଟ୍ରୀୟ ସଂସ୍ଥାମାନଙ୍କରେ ଉଚ୍ଚ ବେତନ ପାଇ କାର୍ଯ୍ୟ କରୁଅଛନ୍ତି ।

ଅପରପକ୍ଷରେ ସାଧାରଣ ଜ୍ଞାନକୌଶଳ ହାସଲ ନ କରିଥିବା ଲୋକମାନେ ନିଯୁକ୍ତି ନ ପାଇ ଦାରିଦ୍ର୍ୟର ସୀମାରେଖା ତଳେ ରହି ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । କେତେକ କ୍ଷେତ୍ରରେ ଦେଖାଯାଇଅଛି ଯେ ସହରୀକରଣ ଗ୍ରାମବାସୀଙ୍କୁ ସହରାଭିମୁଖୀ କରାଇ ଆର୍ଥନୀତିକ ସ୍ୱଚ୍ଛଳତା ଆଣିବା ପରିବର୍ତ୍ତେ ନାନା ଅପରାଧ କର୍ମ ମାଧ୍ଯମରେ ସେମାନଙ୍କୁ ଅପରାଧୀ କରି ସେମାନଙ୍କ ଜୀବନକୁ ଦୁର୍ବିସହ କରିପକାଉଅଛି ।

CHSE Odisha Class 12 Sociology Unit 5 Long Answer Questions in Odia Medium

କେତେକ ବହୁରାଷ୍ଟ୍ରୀୟ ସଂସ୍ଥା ମଧ୍ୟ ବୃଥା ଆଶ୍ୱାସନା ଦେଇ ଭାରତୀୟମାନଙ୍କୁ କର୍ମନିଯୁକ୍ତି ଦେଇଥା’ନ୍ତି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ଥନୀତିକ କ୍ଷେତ୍ରରେ ଦୁର୍ବଳ ହୋଇଗଲେ କର୍ମଚ୍ୟୁତ କରାଇଥା’ନ୍ତି । ଫଳରେ କର୍ମଚ୍ୟୁତ ବ୍ୟକ୍ତିମାନେ ନିଜର ମାନସିକ, ଆର୍ଥିକ ତଥା ସାମାଜିକ ଭାରସାମ୍ୟ ହରାଇ ବସି ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ସମାଜକୁ ବିଘଟିତ କରିବାରେ ସାହାଯ୍ୟ କରିଥା’ନ୍ତି ।

(୯) ଉଦାରବାଦ ଅର୍ଥନୀତିରେ ସଙ୍କଟ ସୃଷ୍ଟିକରେ – ଉଦାରବାଦ କହିଲେ ବୁଝାଯାଏ ବ୍ୟାପାର, ବାଣିଜ୍ୟ ଓ ବିନିଯୋଗରେ ସରକାରଙ୍କର ଅପେକ୍ଷାକୃତ କମ୍ ନିୟନ୍ତ୍ରଣକୁ ବୁଝାଏ । ଉଦାରବାଦର ପ୍ରୟୋଗରେ ଘରୋଇ ଅଞ୍ଚଳ ବା ଅଂଶର ବ୍ୟାପାର ଓ ବିନିଯୋଗରେ ପ୍ରାଧାନ୍ୟ ରହିଆସୁଅଛି । ଏହା ରାଷ୍ଟ୍ରପକ୍ଷେ କ୍ଷତିକାରକ ଅଟେ । ଅପରପକ୍ଷରେ ଉଦାରୀକରଣ ଭାରତୀୟ ରାଜକୋଷୀୟ ସମସ୍ୟା ସହିତ ଉତ୍ପାଦିତ ଦ୍ରବ୍ୟ ବୃଦ୍ଧି ଓ ବଦ୍ଧିତ ସୁଧହାର ମଧ୍ୟରେ ଫାଙ୍କ ସୃଷ୍ଟି କରିଥାଏ ।

ସେହି ବିତ୍ତୀୟ ସମସ୍ୟା ଭାରସାମ୍ୟ ହିଁ କେନ୍ଦ୍ର ସରକାରଙ୍କର ଆୟ ଓ ବିନିଯୋଗ ମଧ୍ୟରେ ଥ‌ିବା ଭାରସାମ୍ୟ ସ୍ଥାପନରେ ପ୍ରତିବନ୍ଧକ ହୋଇଥାଏ । ଭାରତରେ ନୂତନ ଆର୍ଥନୀତିରେ ଆଇନ ୧୯୯୧ର ପ୍ରଣୟନ ବାସ୍ତବକ୍ଷେତ୍ରରେ ସାଧାରଣ ଲୋକଙ୍କର ପ୍ରାଧାନ୍ୟରେ ହ୍ରାସ ଘଟାଇଅଛି । ରାଷ୍ଟ୍ରାୟତ୍ତ କ୍ଷେତ୍ର ଯାହା ଏକଦା ସମାଜବାଦର ବାହକ ଥିଲା ତାହା ଆଜି ଘରୋଇ କ୍ଷେତ୍ରର ପ୍ରାଧାନ୍ୟରେ ନିଜର ସ୍ଥିତି ହରାଇବସିଅଛି ।

(୧୦) ଘରୋଇକରଣର ନକାରାତ୍ମକ ପ୍ରଭାବ – ଜଗତୀକରଣର ପ୍ରଭାବରେ ଦେଶର ପ୍ରାୟ ରାଷ୍ଟ୍ରାୟତ୍ତ କ୍ଷେତ୍ରଗୁଡ଼ିକ ଘରୋଇ ଉଦ୍ୟୋଗର ପରିଚାଳନା ଦାୟିତ୍ଵରେ ରହିଯାଉଅଛି । ଏତଦ୍‌ବ୍ୟତୀତ ଲେଖା ଅରୁନ୍ଧତୀ ରାୟଙ୍କ ଭାଷାରେ, ହୋଇଥାଏ । ସେହି ସମ୍ପଦଗୁଡ଼ିକ ଅନ୍ତର୍ଭୁକ୍ତ କରେ- ପ୍ରାକୃତିକ ସମ୍ପଦ, ସ୍ଥାନ, ଜଙ୍ଗଲ, ବାୟୁ ଓ ଜଳ ଇତ୍ୟାଦି । ଏହିଗୁଡ଼ିକ ରାଜ୍ୟ ତଥା ରାଷ୍ଟ୍ରର ସମ୍ପଦ ଅଟେ, ଯାହା ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ।’’

ଭାରତୀୟ ରାଜନୀତିକ ନେତାମାନେ ପ୍ରକୃତପକ୍ଷେ ଘରୋଇକରଣ ନାମରେ ବିଶ୍ୱବ୍ୟାଙ୍କ ନିକଟରେ ଦେଶକୁ ବନ୍ଧା ପକାଇଥା’ନ୍ତି । ବର୍ତ୍ତମାନ ସୁଦ୍ଧା କୋଟି କୋଟି ଟଙ୍କା ଋଣ ଆକାରରେ କିସ୍ତି ହାରରେ ବିଶ୍ୱବ୍ୟାଙ୍କର ଋଣ ପରିଶୋଧ କରିବାରେ ଲାଗିଅଛି । ଅପରପକ୍ଷରେ ଘରୋଇକରଣର ପୁଞ୍ଜି ରପ୍ତାନୀରେ ସାହାଯ୍ୟ କରି ଦେଶକୁ ଦରିଦ୍ରରୁ ଦରିଦ୍ରତମ କରିବାରେ ପ୍ରୟାସୀ ହେଉଅଛି ।

ବର୍ତ୍ତମାନ ସମୟରେ ଯେତେବେଳେ ପୃଥ୍ବୀ ଅଭୂତପୂର୍ବ ଭାବରେ ଜଳବାୟୁ ସମ୍ବନ୍ଧୀୟ, ଜୈବ ବିଭିନ୍ନତା, ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ, ଅଣୁ-ପରମାଣୁ ବୋମାର ଅତ୍ୟଧିକ ବୃଦ୍ଧି ବିଶ୍ଵ ପ୍ରତିଯୋଗିତାର ଏକ ଆହ୍ବାନ ହୋଇଆସୁଅଛି ସେ କ୍ଷେତ୍ରରେ ହୋମସାପିଆନ ବା ଏକପ୍ରକାର ଜୀବରୂପେ ମାନବ ଜାତି ପରିବାରର ସଦସ୍ୟରୂପେ ପ୍ରତ୍ୟେକ ଗ୍ରହଣ କରିନେଲେ ବିଶ୍ବ ଭ୍ରାତୃତ୍ୱଭାବ ସୃଷ୍ଟି ହୋଇପାରନ୍ତା ଏବଂ ପୃଥ‌ିବୀରେ ସୁସ୍ଥ ସମାଜ ଫେରିଆସିପାରନ୍ତା ।

୮। ଆଧୁନିକୀକରଣ କ’ଣ ? ଏହାର ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ଆଧୁନିକୀକରଣ ଏକ ଜଟିଳ ସାମାଜିକ ପ୍ରକ୍ରିୟା । ଏହି ପ୍ରକ୍ରିୟା ଫଳରେ ପୁରାତନ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ଘଟେ ଓ ନୂତନ ବ୍ୟବସ୍ଥାର ଅଭ୍ୟୁଦୟ ହୁଏ । ଆଧୁନିକୀକରଣ ପ୍ରକ୍ରିୟା ଶିଳ୍ପୀକରଣ, ଯାନ୍ତ୍ରିକୀକରଣ ଓ ସହରୀକରଣ ସହ ଓତପ୍ରୋତ ଭାବରେ ଜଡ଼ିତ । ପାଶ୍ଚାତ୍ୟ ଜଗତରେ ଯନ୍ତ୍ରଶିଳ୍ପର ବିକାଶ ଯୋଗୁଁ ଶିଳ୍ପ ବିପ୍ଳବ ଘଟି ବୃହତ୍ ଶିଳ୍ପର ବିକାଶ ହେଲା, ଜ୍ଞାନବିଜ୍ଞାନର ପ୍ରସାର ଘଟିଲା, ଅର୍ଥନୈତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେଲା । ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏହିସବୁ କ୍ଷେତ୍ରରେ ପରିବର୍ତ୍ତନ ଯୋଗୁଁ ଯେଉଁ ନୂତନ ସାମାଜିକ ପରିବେଶ ସୃଷ୍ଟି ହେଲା, ତାହାର ଫଳସ୍ୱରୂପ ଆଧୁନିକୀକରଣ ଜନ୍ମନେଲା । କେବଳ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଆଧୁନିକୀକରଣ ସୀମିତ ହୋଇ ରହିନାହିଁ ।

ଏହା ସାଂସ୍କୃତିକ, ନୈତିକ, ରାଜନୈତିକ, ମନସ୍ତାତ୍ତ୍ଵିକ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଛି । ଏପରିକି ବ୍ୟକ୍ତି ଜୀବନକୁ ମଧ୍ୟ ଆଧୁନିକୀକରଣ ପରିବ୍ୟାପ୍ତ ହୋଇଛି । ଅର୍ଥନୀତିଜ୍ଞମାନଙ୍କ ମତରେ ଆଧୁନିକୀକରଣ ହେଉଛି ବୈଷୟିକ ଜ୍ଞାନକୌଶଳର ବହୁଳ ପ୍ରୟୋଗ ଓ ଅର୍ଥନୈତିକ ବିକାଶ । ମନସ୍ତତ୍ତ୍ବବିତ୍‌ମାନେ ଆଧୁନିକୀକରଣକୁ ଏକ ବିଶେଷ ମନୋବୃତ୍ତି, ଚିନ୍ତାଧାରା ଓ କର୍ମପନ୍ଥା ହିସାବରେ ବିବେଚନା କରନ୍ତି । ସମାଜବିଜ୍ଞାନୀ ତଥା ନୃତତ୍ତ୍ବବିତ୍‌ମାନେ ଆଧୁନିକୀକରଣ ଏକ ବିକାଶଶୀଳ ପ୍ରକ୍ରିୟା । ଏହା କୌଣସି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବଦ୍ଧ ନୁହେଁ ।

ପ୍ରଫେସର ଡାନିଏଲ୍‌ ଲଣ୍ଡର ତାଙ୍କ ପୁସ୍ତକ ‘ପାରମ୍ପରିକ ସମାଜରେ ପ୍ରଥା’ରେ ଆଧୁନିକୀକରଣର ସଂଜ୍ଞା ନିରୂପଣ କରିଛନ୍ତି । ତାଙ୍କର ନିବନ୍ଧ ‘ଆଧୁନିକୀକରଣରେ, ଯୋଗାଯୋଗ ତତ୍ତ୍ବ, ସପକ୍ଷରେ ଆଧୁନିକୀକରଣର ସ୍ବରୂପ ବର୍ଣ୍ଣନା କରେ । ତାଙ୍କ ମତରେ ଆଧୁନିକୀକରଣ ସାମାଜିକ ପରିବର୍ତ୍ତନର ଏକ ପ୍ରକ୍ରିୟା, ଯାହାଦ୍ଵାରା ଉନ୍ନତ ସମାଜର ସାଧାରଣ ବୈଶିଷ୍ଟ୍ୟଗୁଡ଼ିକ ବିକାଶଶୀଳ ସମାଜ ଗ୍ରହଣ କରିଥାଆନ୍ତି ।

ଯୋଗେନ୍ଦ୍ର ସିଂହଙ୍କ ମତରେ, ‘ଆଧୁନିକୀକରଣ କୌଣସି ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣକୁ ନ ସୂଚାଇ ସାର୍ବଜନୀନ ଦୃଷ୍ଟିକୋଣରୁ ସାମାଜିକ ଘଟଣା ଏବଂ ତାହାର ମୂଲ୍ୟାଙ୍କନ ପ୍ରତି ଯୁକ୍ତିବାଦୀ ଦୃଷ୍ଟିଭଙ୍ଗୀକୁ ସୂଚାଇଥାଏ । ଏହା କୌଣସି ନିର୍ଦ୍ଦିଷ୍ଟ ଦେଶ ବା ପ୍ରଜାତି ବା ସାଂସ୍କୃତିକ ସମୂହରୁ ନିଃସୃତ ନ ହୋଇ ସମଗ୍ର ମାନବଜାତି ସହ ସମ୍ବନ୍ଧିତ ।’’ ଆଇଜେନ୍‌ଷ୍ଟାଗ୍ ଆଧୁନିକୀକରଣର ଉଦ୍ଭବ ସମ୍ବନ୍ଧରେ କହିଛନ୍ତି ଯେ ଐତିହାସିକ ଦୃଷ୍ଟିକୋଣରୁ ଆଧୁନିକୀକରଣ ପ୍ରକ୍ରିୟା ଏକ ସାମାଜିକ, ଅର୍ଥନୈତିକ, ରାଜନୈତିକ ବ୍ୟବସ୍ଥାର ପରିବର୍ତ୍ତନ ।

ଏହା ପ୍ରଥମେ ଇଉରୋପର ପଶ୍ଚିମାଞ୍ଚଳରୁ ଆରମ୍ଭ ହୋଇ ସପ୍ତଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ମଧ୍ଯରେ ଦକ୍ଷିଣ ଆମେରିକା, ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକୁ ବ୍ୟାପିଥିଲା । ସମାଜବିଜ୍ଞାନୀ ସ୍ମେଲ୍ସସରଙ୍କ ଭାଷାରେ, ଆଧୁନିକୀକରଣ ଏକ ଜଟିଳ ସାମାଜିକ ପରିବର୍ତ୍ତନର ସୂଚନା ଦିଏ । ଆଧୁନିକୀକରଣର ଅନେକ ବୈଶିଷ୍ଟ୍ୟ ଅଛି । ସମାଜବିଜ୍ଞାନୀ ସାମୁଏଲ୍ ହଣ୍ଡିଙ୍ଗଟନ୍ ତାଙ୍କ ନିବନ୍ଧ ‘ପରିବର୍ତ୍ତନରୁ ପରିବର୍ତ୍ତନ : ଆଧୁନିକୀକରଣ, ପ୍ରଗତି ଓ ରାଜନୀତି’’ରେ ଆଧୁନିକୀକରଣର ନଅଗୋଟି ଉପାଦାନ ବର୍ଣ୍ଣନା କରିଛନ୍ତି । ନିମ୍ନରେ କେତେକ ବିଶେଷ ଉପାଦାନ ଉଲ୍ଲେଖ କରାଯାଇଛି ।

(୧) ଆଧୁନିକୀକରଣ ଏକ ବୈପ୍ଳବିକ ପ୍ରକ୍ରିୟା । ଏହାଫଳରେ ସାମାଜିକ ସଙ୍ଗଠନ, ମୂଲ୍ୟବୋଧ ଓ ଚିନ୍ତାଧାରାରେ ଆମୂଳଚୂଳ ପରିବର୍ତ୍ତନ ହୁଏ ।
(୨) ଆଧୁନିକୀକରଣ ଏକ ଜଟିଳ ଓ ବହୁମୁଖୀ ପ୍ରକ୍ରିୟା । ଏଥ‌ିରେ ନଗରୀକରଣ, ଧର୍ମେତରୀକରଣ, ଔଦ୍ୟୋଗୀକରଣ,
(୩) ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା । ଏହି ପ୍ରକ୍ରିୟା ନିରନ୍ତର ଚାଲୁ ରହିଥାଏ ଓ ଏହାର ଏକ ନିର୍ଦ୍ଦିଷ୍ଟ ସମୟସୀମା ନାହିଁ ।
(୪) ଏହା ଏକ ସୁବ୍ୟବସ୍ଥିତ ପ୍ରକ୍ରିୟା । ଏହା ସମାଜରେ ଏକ ସମୟରେ ନାନା ପରିବର୍ତ୍ତନ ଘଟାଇଥାଏ ।
(୫) ଏହା ଏକ ସାର୍ବଜନୀନ ପ୍ରକ୍ରିୟା । ସମାଜର ପ୍ରତ୍ୟେକ ସ୍ତରରେ ଏହାର ପ୍ରଭାବ ଦେଖ‌ିବାକୁ ମିଳିଥାଏ ।
(୬) ଏହା ଏକ ଅପରିବର୍ତ୍ତନଶୀଳ ପ୍ରକ୍ରିୟା । ଏଥିରେ ସର୍ବଦା ବିକାଶ ଦିଗରେ ପରିବର୍ତ୍ତନ ହୁଏ । ବିକାଶ ପଥରେ
(୭) ଏହା ଏକ ସମଗୋଷ୍ଠୀକରଣ ପ୍ରକ୍ରିୟା । ଏଥ‌ିରେ ଗୋଟିଏ ବା ଦୁଇଟି ସମୂହରେ ପରିବର୍ତ୍ତନ ହୁଏନାହିଁ । ଏହାଦ୍ୱାରା ଆନ୍ତର୍ଜାତିକ ପରିବର୍ତ୍ତନ ଘଟିଥାଏ ।
(୮) ଆଧୁନିକୀକରଣ ପ୍ରକ୍ରିୟାଯୋଗୁଁ ଜଗତୀକରଣ ପ୍ରକ୍ରିୟା ତ୍ୱରାନ୍ବିତ ହୁଏ । ନୂତନ ଚିନ୍ତାଧାରା ଓ କୌଶଳ ଆନ୍ତର୍ଜାତିକ କ୍ଷେତ୍ରରେ ଶୀଘ୍ର ଉପଲବ୍‌ଧ ହେଉଥ‌ିବାରୁ ଜଗତୀକରଣ ସହଜ ହୁଏ ।
(୯) ଏହା ଏକ ଦୃଶ୍ୟମାନ ପ୍ରକ୍ରିୟା । ଏହାଦ୍ୱାରା ସୃଷ୍ଟି ହେଉଥ‌ିବା ପରିବର୍ତ୍ତନଗୁଡ଼ିକ ଅପେକ୍ଷାକୃତ ସ୍ପଷ୍ଟଭାବେ ଦୃଷ୍ଟିଗୋଚର ହୁଏ ।
(୧୦) ଏହା ଏକ କ୍ରମୋନ୍ନତ ପ୍ରକ୍ରିୟା । ଏକ ସ୍ତରୀୟ ପରିବର୍ତ୍ତନ ଯୋଗୁଁ ପରବର୍ତ୍ତୀ ସ୍ତରୀୟ ପରିବର୍ତ୍ତନ ସମ୍ଭବ ହୁଏ । ସମ୍ପୂର୍ଣ ଆଧୁନିକୀକରଣ ପୂର୍ବରୁ ନାନା ସ୍ତରରେ ପରିବର୍ତ୍ତନ ହୁଏ ।
(୧୧) ଏହା ଏକ ରକ୍ଷଣଶୀଳ ପରମ୍ପରା ବିରୋଧୀ ପ୍ରକ୍ରିୟା । ଏହାଯୋଗୁଁ ପ୍ରଚଳିତ ବିଶ୍ଵାସ ଓ ଚିନ୍ତାଧାରାର ପରିବର୍ତ୍ତନ ଘଟେ ଏବଂ ନୂତନ ଯୁକ୍ତିବାଦୀ ଓ ପ୍ରଗତିଶୀଳ ଚିନ୍ତାଧାରା ପ୍ରଚଳିତ ହୁଏ ।
(୧୨) ଏହା ଏକ ଗତିଶୀଳ ପ୍ରକ୍ରିୟା । ଏହାଦ୍ବାରା ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ମନସ୍ତାତ୍ତ୍ଵିକ ଆଦି କ୍ଷେତ୍ରରେ ନାନା ପରିବର୍ତ୍ତନ ଆସେ ।

୯। ସମାଜ ଉପରେ ଆଧୁନିକୀକରଣର ପ୍ରଭାବ ଉଲ୍ଲେଖ କର ।
Answer:
ଆଧୁନିକୀକରଣର ପ୍ରଭାବ ସୁଦୂରପ୍ରସାରୀ । ଏହା-ସମାଜ, ଅର୍ଥନୀତି, ରାଜନୀତି ତଥା ଆଧ୍ୟାତ୍ମିକତା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟାଇବା ସଙ୍ଗେ ସଙ୍ଗେ ବ୍ୟକ୍ତି ଜୀବନକୁ ବିଶେଷଭାବେ ପ୍ରଭାବିତ କରିଥାଏ । ନିମ୍ନରେ ଆଧୁନିକୀକରଣର କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ବିଷୟରେ ଆଲୋଚନା କରାଯାଉଛି ।

(୧) ଶିଳ୍ପୀକରଣ : ଯନ୍ତ୍ରଶିଳ୍ପର ବିକାଶ ଘଟିବା ଯୋଗୁଁ ଶିଳ୍ପକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଛି । ନାନା ଶିଳ୍ପସଂସ୍ଥା ଗଢ଼ିଉଠିବା ସଙ୍ଗେ ସଙ୍ଗେ ଶିଳ୍ପାଞ୍ଚଳରେ ଘନ ଜନବସତି ଗଢ଼ିଉଠିଛି । ଗ୍ରାମାଞ୍ଚଳରୁ ଲୋକମାନେ ବହୁ ସଂଖ୍ୟାରେ ଆସି ଶିଳ୍ପାଞ୍ଚଳରେ ସ୍ଥାୟୀ ବା ଅସ୍ଥାୟୀଭାବେ ବସବାସ କରୁଛନ୍ତି । ଏହିପରି ଆଧୁନିକୀକରଣ ଯୋଗୁଁ ଶିଳ୍ପର ବିକାଶ ତଥା ଜନସଂଖ୍ୟାର ପୁନର୍ବଣ୍ଟନ ହେଉଅଛି ।

(୨) ସହରୀକରଣ : ସହରୀକରଣ ଶିଳ୍ପୀକରଣରୁ ଜନ୍ମଲାଭ କରିଛି । ଶିଳ୍ପାଞ୍ଚଳରେ ଘନ ଜନବସତି ଗଢ଼ିଉଠିଥ‌ିବାରୁ ନୂତନ ସହରମାନ ସୃଷ୍ଟି ହୋଇଛି । ସହରୀ ଜୀବନର ଶୈଳୀ ବ୍ୟକ୍ତି ଜୀବନକୁ ପ୍ରଭାବିତ କରିଛି । ପାରିବାରିକ ବ୍ୟବସ୍ଥା, ସାମାଜିକ ସ୍ତରୀକରଣ, ସାମାଜିକ ଅନୁଷ୍ଠାନ, ସାମାଜିକ ରୀତିନୀତିରେ ପରିବର୍ତ୍ତନ ଘଟିଛି । ସହରୀ ଲୋକେ ସ୍ବାର୍ଥସର୍ବସ୍ୱ ହୋଇପଡ଼ିଛନ୍ତି । ନିଜର ବ୍ୟକ୍ତିଗତ ସ୍ଵାର୍ଥକୁ ପ୍ରାଧାନ୍ୟ ଦେଇ ସମୂହ ସ୍ବାର୍ଥକୁ ଭୁଲିଯାଉଛନ୍ତି ।

(୩) ବିଜ୍ଞାନ : ଆଧୁନିକୀକରଣ ପ୍ରକ୍ରିୟା ଯୋଗୁଁ ବିଜ୍ଞାନ ଓ ଔଦ୍ୟୋଗିକ କ୍ଷେତ୍ରରେ ବିକାଶ ଘଟିଛି । ବିଜ୍ଞାନର ବହୁଳ ପ୍ରସାର ଓ ବ୍ୟବହାର ଯୋଗୁଁ ମାନବ ଜୀବନ ସରଳ ଓ ସୁଗମ ହୋଇପାରିଛି । ଜୀବନଧାରଣର ମାନ ବୃଦ୍ଧି ହୋଇଛି, ଭୋଗ୍ୟବସ୍ତୁ ହେଉଅଛି ।

(୪) ଶିକ୍ଷା : ଆଧୁନିକୀକରଣ ପ୍ରଭାବରେ ଶିକ୍ଷାବ୍ୟବସ୍ଥା କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀ ଭିତରେ ସୀମାବଦ୍ଧ ନ ରହି ଗଣଶିକ୍ଷାର ରୂପ ନେଇଛି । ବୈଜ୍ଞାନିକ କଳାକୌଶଳ, ବୈଷୟିକ ଜ୍ଞାନ, ଚିକିତ୍ସା ବିଜ୍ଞାନ, ପ୍ରଯୁକ୍ତି ବିଜ୍ଞାନ, ପରିଚାଳନା ପ୍ରଶିକ୍ଷଣ ଆଦି ଶିକ୍ଷାର ପ୍ରସାର ଘଟିଛି । ଗତାନୁଗତିକ ଶିକ୍ଷା ପରିବର୍ତ୍ତେ ବିଜ୍ଞାନ ଶିକ୍ଷା ପ୍ରାଧାନ୍ୟ ଲାଭକରିଛି । ଆଧୁନିକୀକରଣରେ ଯୋଗ୍ୟତା ଓ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ବ ଦିଆଯାଉଥ‌ିବାରୁ ଶିକ୍ଷାର ବହୁଳ ପ୍ରସାର ଘଟୁଛି ଓ ନିରକ୍ଷରତା ଦୂର ହୋଇପାରୁଛି ।

(୫) ଗଣଯୋଗାଯୋଗ : ଆଧୁନିକୀକରଣ ପ୍ରକ୍ରିୟା ଗଣଯୋଗାଯୋଗ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି । ସମ୍ବାଦପତ୍ର, ରେଡ଼ିଓ, ଟେଲିଭିଜନ୍, କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଆଦି ଗଣମାଧ୍ୟମର ବିକାଶ ଯୋଗୁଁ ନୂତନ ଜ୍ଞାନ, ନୂତନ ଆଭିମୁଖ୍ୟ, ନୂତନ ବୈଷୟିକ କୌଶଳ ସହଜରେ ଓ ଶୀଘ୍ର ଉପଲବ୍‌ଧ ହୋଇପାରୁଛି ।

CHSE Odisha Class 12 Sociology Unit 5 Long Answer Questions in Odia Medium

(୬) ଗତିଶୀଳତା : ଆଧୁନିକୀକରଣ ଯୋଗୁଁ ଗତିଶୀଳତା ବୃଦ୍ଧିପାଇଛି । ଯାନ୍ତ୍ରିକ ଯାନର ବିକାଶ ଘଟିବା ହେତୁ ଲୋକମାନେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାତାୟାତ କରିପାରୁଛନ୍ତି । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଗତିଶୀଳତା ନିମନ୍ତେ କାର୍ଯ୍ୟଦକ୍ଷତା ଓ ପ୍ରତିଭା ଉପରେ ଗୁରୁତ୍ଵ ଦିଆଯାଉଥ‌ିବାରୁ ସାମାଜିକ ଗତିଶୀଳତା ବୃଦ୍ଧି ପାଇଛି । ଆଧୁନିକୀକରଣ ଫଳରେ ଲୋକମାନଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ ଘଟିଛି । ଏହି ପରିବର୍ତ୍ତନକୁ ସମାଜତତ୍ତ୍ୱବିତ୍ ଲଣ୍ଡର ‘ମାନସିକ ଗତିଶୀଳତା’ ରୂପେ ଅଭିହିତ କରିଛନ୍ତି । ଶିଳ୍ପଭିଭିକ ସମାଜ ଗଠନବେଳେ ଏ ପରିସ୍ଥିତି ସୃଷ୍ଟି ହୋଇଥାଏ । ସମାଜର ଅର୍ଥନୀତି, ଶିକ୍ଷା, ପରମ୍ପରା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଚାଲିଥିବା ନିରବଚ୍ଛିନ୍ନ ପରିବର୍ତ୍ତନକୁ ଆଧୁନିକୀକରଣ ବୋଲି ସ୍ମେଲ୍‌ସର୍‌ ଅଭିହିତ କରିଛନ୍ତି ।

(୭) ବୈଷୟିକ କାର୍ଯ୍ୟନିପୁଣତା : ବୈଷୟିକ କାର୍ଯ୍ୟଦକ୍ଷତା ବୃଦ୍ଧି ଆଧୁନିକୀକରଣର ଏକ ବୈଶିଷ୍ଟ୍ୟ । ବୃତ୍ତିଗତ ଓ ପରିଚାଳନାଗତ ଦକ୍ଷତା ଆଧୁନିକୀକରଣ ଯୋଗୁଁ ବୃଦ୍ଧି ପାଉଛି । ଏହା ଶିଳ୍ପୀକରଣର ପରିଣାମ ।
(୮) ରାଜନୀତି : ଆଧୁନିକୀକରଣ ରାଜନୈତିକ ବ୍ୟବସ୍ଥାରେ ବହୁ ପ୍ରଭାବ ପକାଇଛି । ସମାଜର ପରମ୍ପରାଗତ ଶାସନ ପଦ୍ଧତି ଯଥା ରାଜତନ୍ତ୍ର, ବଂଶଗତ ଶାସନ ଇତ୍ୟାଦିର ଅବସାନ ଘଟିଛି । ଗଣତନ୍ତ୍ରର ବିକାଶ ଘଟିଛି ।

(୯) ସାମାଜିକ ସ୍ତରୀକରଣ : ଆଧୁନିକୀକରଣ ବ୍ୟକ୍ତିଗତ ସଫଳତା ଉପରେ ଅଧ‌ିକ ଗୁରୁତ୍ଵ ଦେଇଛି । ବ୍ୟକ୍ତିଗତ ପ୍ରତିଭା ଓ ଅଧ୍ୟବସାୟ ବଳରେ ବ୍ୟକ୍ତି ସାମାଜିକ ପାବଚ୍ଛରେ ଊର୍ଦ୍ଧ୍ୱଗାମୀ ହେବାକୁ ସୁଯୋଗ ପାଇଛି । ଏହା ଫଳରେ ସାମାଜିକ ସ୍ତରୀକରଣ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି ।

(୧୦) ଜନବିବରଣ : ଆଧୁନିକୀକରଣ ଜନସଂଖ୍ୟା ବୃଦ୍ଧି ଉପରେ ପ୍ରଭାବ ପକାଇଛି । ଉନ୍ନତ ପରିବେଶ, ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରିଛି । ଫଳରେ ମୃତ୍ୟୁହାର ଯଥେଷ୍ଟ ହ୍ରାସପାଇଛି ତଥା ଜୀବନାବଧୂ ବୃଦ୍ଧିପାଇଛି ।

(୧୧) ସ୍ଵାଧୀନ ଚିନ୍ତାଧାରା : ଆଧୁନିକୀକରଣ ଯୋଗୁଁ ସ୍ବାଧୀନ ଚିନ୍ତାଧାରାର ବିକାଶ ଘଟିଛି । ପରମ୍ପରାଗତ ଚିନ୍ତାଧାରା ଭାଗ୍ୟରେ ବିଶ୍ଵାସ କରେ । ମାତ୍ର ଆଧୁନିକ ଚିନ୍ତାଧାରା ତର୍କଭିଭିକ । ଆଧୁନିକ ମଣିଷ ସ୍ବାଧୀନ ଭାବେ ଚିନ୍ତା କରିବାକୁ ପସନ୍ଦ କରୁଛି । ଲଣ୍ଡରଙ୍କ ମତରେ ଆଧୁନିକୀକରଣ ବ୍ୟକ୍ତିର ଚିନ୍ଦାଧାରାରେ ପରିବର୍ତ୍ତନ ଆଣେ । ବ୍ୟକ୍ତି ସ୍ୱାଧୀନ ସିଦ୍ଧାନ୍ତ, ନୂତନତ୍ବ ଓ ମୁକ୍ତ ବିବେଚନା ଉପରେ ଗୁରୁତ୍ଵ ଦିଏ ।

(୧୨) ଧର୍ମ : ଆଧୁନିକୀକରଣ ହେତୁ ଧର୍ମାନ୍ଧତା ହ୍ରାସ ପାଇଛି । ଧର୍ମନିରପେକ୍ଷତା, ଯୁକ୍ତିବାଦ ଓ ବୈଜ୍ଞାନିକ ଦୃଷ୍ଟିକୋଣର ବିକାଶ ଘଟୁଥ‌ିବାରୁ ଧର୍ମୀୟ ଭାବନା ହ୍ରାସ ପାଇଛି ।

(୧୩) ମୂଲ୍ୟବୋଧ : ଆଧୁନିକୀକରଣ ଫଳରେ ନୂତନ ମୂଲ୍ୟବୋଧର ପ୍ରସାର ଘଟିଛି । ବସ୍ତୁନିଷ୍ଠ ଦୃଷ୍ଟିକୋଣ, ବ୍ୟକ୍ତି ପ୍ରତି ସମ୍ମାନ, ମାନବବାଦ, ବାସ୍ତବବାଦ, ବିଜ୍ଞାନରେ ବିଶ୍ବାସ ଇତ୍ୟାଦି ମୂଲ୍ୟବୋଧର ବିକାଶ ଆଧୁନିକୀକରଣ ଯୋଗୁଁ ସମ୍ଭବ ହୋଇଛି । ଲିୱିଙ୍କ ମତରେ ଆଧୁନିକରଣ ଫଳରେ ସମାଜରେ ଏକ ସାର୍ବଜନୀନ ନୈତିକତା ପ୍ରଚଳିତ ହୋଇଛି ।

(୧୪) ଅର୍ଥନୈତିକ ପ୍ରଗତି : ଆଧୁନିକୀକରଣ ଫଳରେ ବୈଜ୍ଞାନିକ କୌଶଳ ସହଜରେ ଉପଲବ୍ଧ ହୋଇପାରିଛି । କାର୍ଯ୍ୟଦକ୍ଷତା ବୃଦ୍ଧିପାଇଛି । ସମସ୍ୟା ସମାଧାନର ପନ୍ଥା ସହଜରେ ମିଳିପାରୁଛି । ଉତ୍ପାଦନ ବୃଦ୍ଧି ପାଇଛି । ଫଳରେ ସମାଜରେ ଅର୍ଥନୈତିକ ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ଜୀବନଧାରଣର ମାନ ଉନ୍ନତ ହୋଇଛି ।

(୧୫) ଆଦର୍ଶଗତ ପରିବର୍ତ୍ତନ : ଲଣ୍ଡରଙ୍କ ମତରେ ଆଧୁନିକୀକରଣ ମୁଖ୍ୟତଃ ନୂତନତ୍ବ ନିମନ୍ତେ ଏକ ମାନସିକ ପ୍ରସ୍ତୁତି । ଏହା ଫଳରେ ବ୍ୟକ୍ତିର ଆଶା ଆକାଂକ୍ଷା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ତା’ର ଆଭିମୁଖ୍ୟ ମଧ୍ୟ ବଦଳିଯାଏ । ପାରମ୍ପରିକ ଚିନ୍ତାଧାରା ଓ ଜୀବନ ଶୈଳୀ ପରିତ୍ୟାଗ କରି ବ୍ୟକ୍ତି ନୂତନ ଜୀବନ ଶୈଳୀ ଓ ଅଭିନବ ଚିନ୍ତାଧାରା ଆଦରି ନିଏ ।

ଏହିପରି ଭାବରେ ଆଧୁନିକୀକରଣ ପ୍ରକ୍ରିୟା ସାମାଜିକ, ଅର୍ଥନୈତିକ, ରାଜନୈତିକ, ମନସ୍ତାତ୍ତ୍ଵିକ, ବୈଷୟିକ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିବର୍ତ୍ତନ ଆଣିଥାଏ । ସାମାଜିକ ସ୍ତରରେ ସାକ୍ଷରତା ବୃଦ୍ଧି ପାଏ । ସାମାଜିକ ଗତିଶୀଳତା ବୃଦ୍ଧି ପାଏ ଓ ଦ୍ରୁତ ସହରୀକରଣ ଘଟେ । ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ଶିଳ୍ପୀକରଣ ହୋଇ ଶ୍ରମବିଭାଜନ, ସଫଳ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥା, ପରିଚାଳନାଗତ କାର୍ଯ୍ୟଦକ୍ଷତା ଯୋଗୁଁ ଆର୍ଥିକ ପ୍ରଗତି ଘଟେ । ରାଜନୈତିକ କ୍ଷେତ୍ରରେ ଗଣତାନ୍ତ୍ରିକ ଚେତନା ବୃଦ୍ଧି ପାଏ ।

ଏହା ସହିତ ମଣିଷର ବ୍ୟକ୍ତିତ୍ଵ ଓ ଚିନ୍ତାଧାରାରେ ପରିବର୍ତ୍ତନ ଆସେ । ବ୍ୟକ୍ତି ସ୍ବାଧୀନ ଚିନ୍ତା, ସ୍ଵାଧୀନ ଜୀବନଶୈଳୀ, ସମସ୍ୟା ସମାଧାନର ସ୍ଵାଧୀନ ପନ୍ଥା ଉପରେ ଗୁରୁତ୍ବଦେଇ ନିଜ ଆଶା ଓ ଆକାଂକ୍ଷାର ସଫଳ ରୂପାୟନ ନିମନ୍ତେ ନିରନ୍ତର ଉଦ୍ୟମ କରେ । ଆଲ୍‌ଭିନ୍‌ ଟଫଲର୍‌ଙ୍କ ମତରେ ମଣିଷ ସମାଜ ଆଧୁନିକୀକରଣ ଫଳରେ ଏକ ନୂତନ ଦିଗବଳୟ ଆଡ଼କୁ ଦ୍ରୁତ ଅଗ୍ରସର ହୁଏ । ସେ ଆଧୁନିକୀକରଣକୁ ‘ତୃତୀୟ ତରଙ୍ଗ’ ଆଖ୍ୟା ଦେଇଛନ୍ତି ।

୧୦ । ସହରୀକରଣ ବା ପୌରୀକରଣ ପ୍ରକ୍ରିୟା ଉପରେ ଏକ ସଂକ୍ଷିପ୍ତ ରଚନା ଲେଖ ।
Answer:
ଭାରତରେ ସାମାଜିକ ପରିବର୍ତ୍ତନର ବିଭିନ୍ନ ପ୍ରକ୍ରିୟାଗୁଡ଼ିକ ମଧ୍ୟରୁ ସହରୀକରଣ ବା ପୌରୀକରଣ ଏକ ଗୁରୁତ୍ୱପୂର୍ଣ ପ୍ରକ୍ରିୟା ଭାବେ ପରିଚିତ ଅଟେ । କାରଣ ସହରୀ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଫଳରେ ସହରୀକରଣର ଦ୍ରୁତ ପ୍ରସାର ଘଟି ଭାରତୀୟ ସମାଜରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହୋଇଛି । ସହରୀକରଣର ଅର୍ଥ ବୁଝିବାକୁ ହେଲେ ପ୍ରଥମେ ଆମକୁ ସହରର ଅର୍ଥ ବୁଝିବାକୁ ହେବ । ସାଧାରଣତଃ ସହର କହିଲେ ଆମେ ଅଧିକ ଜନସଂଖ୍ୟାର ଘନତ୍ଵ ଥିବା ଏକ ଅଞ୍ଚଳକୁ ଏବଂ ଏକ ସ୍ବତନ୍ତ୍ର ଜୀବନଶୈଳୀକୁ ବୁଝିଥାଉ । ଏହା ମଧ୍ୟ ସେହି ଅଞ୍ଚଳକୁ ବୁଝାଏ ଯେଉଁଠାରେ କର୍ମଜୀବୀ ପୁରୁଷଙ୍କ ମଧ୍ୟରୁ 75 ଭାଗରୁ ଊର୍ଦ୍ଧ୍ଵ ଅଣକୃଷି କାର୍ଯ୍ୟରେ ନିୟୋଜିତ ଥ‌ିବେ ।

ସଂଜ୍ଞା– (କ) ଫେୟାର ଚାଇଲ୍ଡଙ୍କ ମତରେ, ‘ସହରୀକରଣ ସହରୀ ହେବାର ଏକ ପ୍ରକ୍ରିୟାକୁ ବୁଝାଏ, ସହରକୁ ଲୋକମାନଙ୍କର ଗତିଶୀଳତାକୁ ବୁଝାଏ ଏବଂ ସହରର ଜନସଂଖ୍ୟା ବୃଦ୍ଧିକୁ ବୁଝାଇଥାଏ ।’’
(୨) ଜି.ଏସ୍.ଘୂରେ ଙ୍କ ମତରେ, ‘ସହରୀକରଣ କହିଲେ ଗ୍ରାମରୁ ସହରକୁ ଲୋକମାନଙ୍କ ସ୍ଥାନାନ୍ତରଣ ଏବଂ ସେହି ସ୍ଥାନାନ୍ତରଣକାରୀମାନଙ୍କ ଉପରେ ଏବଂ ସେମାନଙ୍କ ପରିବାର ଉପରେ ଏବଂ ଗ୍ରାମବାସୀମାନଙ୍କ ଉପରେ ଏହି ଗତିଶୀଳତାର ପ୍ରଭାବକୁ ବୁଝାଇଥାଏ ।’’

ସହରୀକରଣର ଲକ୍ଷଣ- ପରିବର୍ତ୍ତନର ଏକ ପ୍ରକ୍ରିୟାଭାବେ ସହରୀକରଣ କେତେଗୁଡ଼ିଏ ଲକ୍ଷଣଦ୍ୱାରା ନିଜକୁ ଚିହ୍ନିତ କରିଥାଏ । ଆଣ୍ଡରସନ୍‌ଙ୍କ ମତରେ, ସହରୀକରଣର ମୁଖ୍ୟତଃ ୫ଟି ଲକ୍ଷଣ ରହିଛି; ଯଥା-
(୧) ଟଙ୍କା ଅର୍ଥନୀତି
(୨). ନାଗରିକ ପ୍ରଶାସନ
(୩) ସାଂସ୍କୃତିକ ପରିବର୍ତ୍ତନ ଚିନ୍ତାଧାରା ଓ ମୂଲ୍ୟବୋଧରେ ପରିବର୍ତ୍ତନ
(୪) ଲିଖ୍ ତଥ୍ୟ
(୫) ନୂତନତାର ପ୍ରଚଳନ

ଉପରୋକ୍ତ ଲକ୍ଷଣଗୁଡ଼ିକ ବ୍ୟତୀତ ସହରୀକରଣର ନିମ୍ନଲିଖ୍ ଲକ୍ଷଣମାନ ମଧ୍ୟ ରହିଥାଏ; ଯଥା-
(୧) ଅଣକୃଷିଭିଭିକ ବୃତ୍ତି
(୨) ଔପଚାରିକ ସମ୍ପର୍କ
(୩) ବ୍ୟକ୍ତିବାଦର ବିକାଶ
(୪) ପ୍ରତିବର୍ଷ ବଢୁଥ‌ିବା ଜନସଂଖ୍ୟା
(୫) ପରିବାର, ଜାତି ଏବଂ ଧର୍ମ ଉପରେ ପର୍ଯ୍ୟବସିତ ପାରମ୍ପରିକ ବନ୍ଧନ ଦୁର୍ବଳ ହେବା
(୬) ଜନସଂଖ୍ୟାର ଅଧିକ ଘନତ୍ଵ

ସହରୀକରଣର କାରଣ (Causes of Urbanisation) ସହରୀକରଣ ଏକ ବିଶ୍ବବ୍ୟାପୀ ପ୍ରକ୍ରିୟା ଏବଂ ସହରର ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ସମ୍ପ୍ରତି ଭାରତରେ ଶତକଡ଼ା 30 ଭାଗରୁ ଊର୍ଦ୍ଧ୍ବ ଲୋକ ସହରରେ ବାସ କରନ୍ତି । ଏହି ଦୃତ ସହରୀକରଣ ପାଇଁ ଏକାଧ୍ଵକ କାରଣ ଦାୟୀ ଅଟେ । ସେହି କାରଣଗୁଡ଼ିକ ମଧ୍ୟରୁ କେତୋଟି ପ୍ରମୁଖ କାରଣକୁ ନିମ୍ନରେ ଆଲୋଚନା କରାଗଲା; ଯଥା-

(୧) ସ୍ଥାନାନ୍ତରଣ (Migration) ସ୍ଥାନାନ୍ତରଣ ସହରୀକରଣର ଏକ ପ୍ରମୁଖ କାରଣ ଅଟେ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଲୋକମାନଙ୍କର ଗତିକୁ ସ୍ଥାନାନ୍ତରଣ କୁହାଯାଏ । ଏହା ଭୌଗୋଳିକ ସଞ୍ଚଳନତାକୁ ବୁଝାଏ । ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଲୋକମାନେ ଗ୍ରାମରୁ ସହରକୁ ସ୍ଥାନାନ୍ତରଣ କରିଥା’ନ୍ତି । ସେହିପରି ଉତ୍ତମ ପରିବେଶ ପାଇଁ ଲୋକମାନେ ମଧ୍ୟ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତରିତ ହୋଇଥା’ନ୍ତି । ଏହି ପ୍ରକାର ସ୍ଥାନାନ୍ତରଣ ସହରୀକରଣର ପ୍ରସାରରେ ସହାୟକ ହୋଇଥାଏ ।

CHSE Odisha Class 12 Sociology Unit 5 Long Answer Questions in Odia Medium

(୨) ଜନସଂଖ୍ୟାର ପ୍ରାକୃତିକ ବୃଦ୍ଧି– ବିଶ୍ୱର ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ବର୍ଷିତ ଜନସଂଖ୍ୟାକୁ ନିଯୁକ୍ତି ଓ ଆବଶ୍ୟକୀୟ ଦ୍ରବ୍ୟ ଯୋଗାଇବାପାଇଁ ଅନେକ ଶିଳ୍ପାନୁଷ୍ଠାନମାନ ପ୍ରତିଷ୍ଠା ହୋଇଛି ଓ ଶିଳ୍ପର ପ୍ରସାର ଯୋଗୁଁ ସହରମାନ ସୃଷ୍ଟି ହୋଇଛି ଓ ସହରର ବ୍ୟାପକତା ଯୋଗୁଁ ସହରୀକରଣର ବୃଦ୍ଧି ଘଟିଛି ।

(୩) ଶିଳ୍ପୀକରଣ (Industrialization) ଜନସଂଖ୍ୟାର ପ୍ରାକୃତିକ ବୃଦ୍ଧି ଓ ସ୍ଥାନାନ୍ତରଣ ପରି ଶିଳ୍ପୀକରଣ ମଧ୍ଯ ସହରୀକରଣର ଅନ୍ୟ ଏକ ପ୍ରଧାନ କାରଣ ଅଟେ । ସହରୀକରଣର ପ୍ରସାରରେ ଶିଳ୍ପର ପ୍ରସାର ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ । ଶିଳ୍ପ ପ୍ରତିଷ୍ଠା ହୋଇଥ‌ିବା ସ୍ଥାନମାନଙ୍କରେ ସହର ଗଢ଼ି ଉଠେ । ଅଧିକରୁ ଅଧ୍ଵ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ସହରମାନ ଗଢ଼ି ଉଠେ ଯାହାକି ସହରୀକରଣର ପ୍ରସାରରେ ସହାୟକ ହୋଇଥାଏ ।

୧୧ । ଜଗତୀକରଣ କ’ଣ ? ଭାରତୀୟ ସମାଜ ଉପରେ ଏହାର ପ୍ରଭାବଗୁଡ଼ିକ ଆଲୋଚନା କର ।
Answer:
ଜଗତୀକରଣ ଏକ ବିସ୍ତୃତ, ଜଟିଳ ଏବଂ ବହୁମୁଖୀ ପଦକ୍ଷେପ । ତେଣୁ ଏହାର ଏକ ସଂକ୍ଷିପ୍ତ ସଂଜ୍ଞା ପ୍ରଦାନ କରିବା ବହୁ କଷ୍ଟକର ବ୍ୟାପାର । ଆଧୁନିକ ଯୁଗରେ ପାରସ୍ପରିକ ଆର୍ଥିକ ନିର୍ଭରଶୀଳତା ଏବଂ ବଜାରର ଜଗତୀକରଣ ପାଇଁ ଆନ୍ତର୍ଜାତିକ ବଜାରରେ ଏକ ଉନ୍ନତି ପରିଲକ୍ଷିତ ହେଉଛି । ତଥାପି ଆମେ ଜାଣୁ ଯେ, ଜଗତୀକରଣ ଏକ ନୂତନ ଶବ୍ଦ ନୁହେଁ । ଯଦିଓ ପୂର୍ବରୁ ଏହା ବ୍ୟବହାର କରାଯାଇନଥିଲା, ତଥାପି ସୀମାପାର ବ୍ୟବସାୟ ଚାଲି ଆସୁଥିଲା ।

ଆନ୍ତର୍ଜାତିକ ବାଣିଜ୍ୟ ଓ ବ୍ୟବସାୟ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଜଗତୀକରଣ ବୁଝାଏ, ଯାହାକି ଆନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା କରିବା ଉପରେ ଗୁରୁତ୍ଵ ଦେଇଥାଏ । ବଜାରର ଯଥେଷ୍ଟ ଉପଯୋଗ କରିବା ଏବଂ ଅର୍ଥନୈତିକ ଉଦ୍ଦେଶ୍ୟ ନେଇ ପ୍ରତିଯୋଗିତା କରିବାକୁ ଜଗତୀକରଣ କୁହାଯାଏ । ବିଦେଶୀ ପ୍ରତିଯୋଗିତା ପାଇଁ ଅର୍ଥ ବିନିଯୋଗ କରିବା ମଧ୍ୟ ଜଗତୀକରଣ । ଜଗତୀକରଣର ଅର୍ଥ ବିଶ୍ବର ଯେକୌଣସି ସ୍ଥାନରେ ଅର୍ଥ ବିନିଯୋଗ କରି ଦ୍ରବ୍ୟ ଉତ୍ପାଦନ କରିବା, ଏଥୁସହିତ କଞ୍ଚାମାଲ ପ୍ରସ୍ତୁତ ଏବଂ ପରିଚାଳନାର ଉତ୍ସଗୁଡ଼ିକୁ ସହଜରେ ଉପଲବ୍ଧ ହେବାର ପ୍ରୟାସ କରିବା ।

ଜଗତୀକରଣ ସମଗ୍ର ବିଶ୍ଵକୁ ଏହାର ବଜାର ବୋଲି ବିବେଚନା କରେ । ଜଗତୀକରଣ ଦେଶ ଦେଶ ମଧ୍ୟରେ ଅର୍ଥନୈତିକ ସଙ୍ଗତି ଏବଂ ବଦ୍ଧିତ ଆର୍ଥିକ ନିର୍ଭରଶୀଳତାର ବୃଦ୍ଧିକୁ ହିଁ ବୁଝାଏ । ଏହା ମୁଖ୍ୟତଃ ବିଶ୍ବ ଅର୍ଥନୀତି ଉପରେ ପର୍ଯ୍ୟବସିତ । ଏହା କେବଳ ସୀମାପାର ଦ୍ରବ୍ୟ, ସେବା, ପୁଞ୍ଜି, ଯାନ୍ତ୍ରିକ କୌଶଳ, ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ବୃଦ୍ଧିସହ ସମ୍ପୃକ୍ତ ନୁହେଁ । ଏହା ମଧ୍ୟ ଏକ ଆର୍ଥିକ କାର୍ଯ୍ୟକଳାପ ସଙ୍ଗଠନ ଯାହା ଆନ୍ତର୍ଜାତିକ ସୀମା ଅତିକ୍ରମ କରେ ସେଥୁପାଇଁ ମଧ୍ୟ ଉଦ୍ଦିଷ୍ଟ ।

ଜଗତୀକରଣ କହିଲେ ଏକ ନୂଆ ବିଶ୍ୱକୁ ବୁଝାଯାଏ, ଯେଉଁଥ‌ିରେ କି ଦେଶଭିତ୍ତିକ ପ୍ରଥାର ହ୍ରାସ ହୋଇଥାଏ । ସଂକ୍ଷେପରେ କହିବାକୁ ଗଲେ ଜଗତୀକରଣ ଏକ ବିଶ୍ବ ସମ୍ବନ୍ଧୀୟ ଚିନ୍ତା, ଉତ୍ପାଦନ ଏବଂ ବିଶ୍ୱବଜାର ସୃଷ୍ଟି କରିବାକୁ ବୁଝାଏ ।

ଭାରତୀୟ ସମାଜ ଉପରେ ଜଗତୀକରଣର ପ୍ରଭାବ- ଭାରତୀୟ ସମାଜ ଉପରେ ଜଗତୀକରଣର ପ୍ରଭାବ ଆଲୋଚନା କରିବା ପୂର୍ବରୁ ଏହା ଜାଣିବା ଉଚିତ ହେବ ଯେ, ଭାରତ କେତେବେଳେ ଜଗତୀକରଣ ନୀତିଗୁଡ଼ିକୁ ଗ୍ରହଣ କଲା । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ଵବ୍ୟାଙ୍କ ଏବଂ ଭାରତୀୟ ଯୋଜନାକାରୀ ନେତୃବର୍ଗ ଏବଂ ଶାସକମାନେ ହୃଦ୍‌ବୋଧ କଲେ ଯେ, ବାସ୍ତବରେ ଜଗତୀକରଣ ଭାରତର ଦାରିଦ୍ର୍ୟ ଦୂରୀକରଣ ପାଇଁ ମହୌଷଧ ଭାବେ କାର୍ଯ୍ୟକରିବ ।

1980 ମସିହାରେ ଭାରତୀୟ ଅର୍ଥନୀତିକୁ ଜଗତୀକରଣ ପାଇଁ ଉନ୍ମକ୍ତ କରାଗଲା । ନୀତି ନିୟମର ପୁନର୍ଗଠନ, ଶିଳ୍ପଭିତ୍ତିକ ଉତ୍ପାଦନ, ପୁଞ୍ଜିଭିତ୍ତିକ ଦ୍ରବ୍ୟ ଏବଂ ଯାନ୍ତ୍ରିକ ଜ୍ଞାନକୌଶଳ, ବର୍ହିତ ବୈଦେଶିକ ସହଯୋଗ ଏବଂ ବିଦେଶୀ ପୁଞ୍ଜିର ବିନିଯୋଗ ଭାରତୀୟ ଅର୍ଥନୀତିକୁ ବିଶ୍ୱବିକାଶ ନିମନ୍ତେ ବହୁ ମାତ୍ରାରେ ସହାୟକ ହୋଇଥିଲା । ଯାହା ହେଉନା କାହିଁକି ଜଗତୀକରଣର ନିମ୍ନଲିଖ ପ୍ରଭାବମାନ ଭାରତୀୟ ସମାଜରେ ପରିଲକ୍ଷିତ ହୋଇଥାଏ ।

(୧) ମୁକ୍ତ ବଜାର୍ ଅର୍ଥନୀତି- ଜଗତୀକରଣ ପ୍ରତିଯୋଗୀ ଭାବରେ ମୁକ୍ତ ବଜାର ଉପରେ ପ୍ରଭାବ ବିସ୍ତାର କରେ । ମୁକ୍ତ ବଜାରରେ ଅର୍ଥନୀତିର ଅଭିବୃଦ୍ଧି ଘଟାଏ ।
(୨) ବିଦେଶୀ ବିନିଯୋଗର ଉତ୍ସାହ- ଜଗତୀକରଣ ଭାରତୀୟ ଅର୍ଥନୀତିର ବିଭିନ୍ନ ସ୍ତରରେ ବିଦେଶୀ ବିନିଯୋଗର ଉତ୍ସାହ ପ୍ରଦାନ କରିଥାଏ । ଆନ୍ତର୍ଜାତୀୟ ବିଦେଶୀ କମ୍ପାନୀ ଭାରତୀୟ ଅର୍ଥନୀତିର ବିଭିନ୍ନ ସ୍ତରରେ ମୁକ୍ତ ଭାବରେ ପ୍ରବେଶ କରିଥାଏ । କମ୍ପାନୀଗୁଡ଼ିକ ଭାରତୀୟ ବଜାରରେ ପ୍ରବେଶ କରି ପୁଞ୍ଜି ବିନିଯୋଗ କରିଥା’ନ୍ତି । ଏହାଦ୍ଵାରା ଭାରତୀୟ ଅର୍ଥନୀତିର ସମୃଦ୍ଧି ହୋଇଥାଏ ।
(୩) ଅଧୁକ ନିଯୁକ୍ତି ସୁଯୋଗ- ଜଗତୀକରଣର ପ୍ରସାର ଫଳରେ ଭାରତରେ ଅନେକ ଶିଳ୍ପସଂସ୍ଥାଗୁଡ଼ିକ ଗଢ଼ି ଉଠିଛି । ଏହାର ଫଳସ୍ଵରୂପ ଭାରତରେ ଅନେକ କର୍ମନିଯୁକ୍ତି ବୃଦ୍ଧି ହୋଇପାରିଛି । ଉଭୟ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ କର୍ମନିଯୁକ୍ତି ମିଳିପାରିଛି ।

୧୨ । ଉଦାରୀକରଣ କ’ଣ ? ଭାରତୀୟ ସମାଜ ଉପରେ ଏହାର ପ୍ରଭାବଗୁଡ଼ିକ ଆଲୋଚନା କର ।
Answer:
ସାଧାରଣ ଅର୍ଥରେ ଉଦାରୀକରଣ କହିଲେ ବୈଦେଶିକ ପ୍ରତିଯୋଗିତା ପାଇଁ ଅର୍ଥନୀତିକୁ ଉନ୍ମ କ୍ତ କରିବାକୁ ବୁଝାଏ । ଏହି ମତବାଦଟି ବଜାରର ସର୍ବୋତ୍କୃଷ୍ଟ ଉପଯୋଗ ଏବଂ ଅର୍ଥନୈତିକ ସହଯୋଗିତାମୂଳକ କାର୍ଯ୍ୟକଳାପର ପ୍ରତିଯୋଗିତା ଶକ୍ତି ସପକ୍ଷରେ ଯୁକ୍ତି ବାଢ଼ିଥାଏ । ଯେଉଁ କାର୍ଯ୍ୟଗୁଡ଼ିକ ବଜାର ସମ୍ପାଦନ କରିପାରେ ନାହିଁ, ସେହି କାର୍ଯ୍ୟ କରିବାପାଇଁ ଏହା ରାଷ୍ଟ୍ରକୁ ଅଧିକାର ଦେଇଥାଏ । ଉଦାହରଣସ୍ୱରୂପ, ସର୍ବସାଧାରଣ ଦ୍ରବ୍ୟର ସ୍ଥାୟିତ୍ଵ କିମ୍ବା ଘରୋଇ ଅର୍ଥନୈତିକ ଉଦ୍ୟୋଗ ଏବଂ ବଜାର ସୁପରିଚାଳନା ପାଇଁ ଆବଶ୍ୟକୀୟ ନୀତିନିୟମ ପ୍ରଣୟନ କରିବା । ଉଦାରୀକରଣ ଲାଇସେନ୍ସ, ପରମିଟି ସବ୍‌ସିଡ଼ି ପଦ୍ଧତିର ପରିସମାପ୍ତି ଘଟାଇ, ଘରୋଇ ଉଦ୍ୟୋଗ ପାଇଁ ଏକ ଶ୍ରେଷ୍ଠ ଭୂମିକା ନେବାକୁ ଏହା ଲକ୍ଷ୍ୟ ରଖୁଥାଏ । ଏହା ମୁକ୍ତ ପ୍ରତିଯୋଗିତାକୁ ଉତ୍ସାହିତ କରେ ।

ଭାରତୀୟ ସମାଜରେ ଉଦାରୀକରଣର ପ୍ରଭାବ- ନୂତନ ଅର୍ଥନୀତି ଓ ଉଦାରୀକରଣ ପ୍ରକ୍ରିୟାର ଭାରତୀୟ ସମାଜ ଉପରେ ବହୁତ ପ୍ରଭାବ ରହିଛି । ଏହାର ପ୍ରଭାବରେ ଭାରତୀୟ ସମାଜରେ ନିମ୍ନୋକ୍ତ ପରିବର୍ତ୍ତନ ଆସିଥାଏ । ସେଗୁଡ଼ିକ ହେଲା –
(୧) ଶିଳ୍ପୀକରଣର ବିକାଶ- ଉଦାରୀକରଣ ପରେ ପରେ ଭାରତରେ ଶିଳ୍ପୀକରଣ ଠିଆ ହେଲା । ଯେହେତୁ ଉଦାରୀକରଣ ଚିଠା ଅନୁମୋଦନ ଓ ଲାଭାଂଶ ବ୍ୟବସ୍ଥା ଅମଲାତନ୍ତ୍ରର ନିୟନ୍ତ୍ରଣରୁ ମୁକ୍ତ, ଏହା ବେସରକାରୀ ଲୋକମାନଙ୍କୁ ଶିଳ୍ପସଂସ୍ଥାରେ ଆଗେଇବା ପାଇଁ ସୁଯୋଗ ପ୍ରଦାନ କଲା ।
(୨) ପ୍ରତିଯୋଗିତାମୂଳକ ବଜାର- ପ୍ରତିଯୋଗିତାମୂଳକ ବଜାରରେ ଗ୍ରାହକ ଅଧିକ ସୁବିଧା ସୁଯୋଗ ପାଇଥାଏ । ଏହି ଉଦାର ଅର୍ଥନୀତି ବହୁତ ଖୋଲା ଓ ମୁକ୍ତ ଯାହାକି ଅରାଜକତା ବଢ଼ାଇବାରେ ଆଗ୍ରହ ସୃଷ୍ଟି କରେ ।
(୩) ରାଷ୍ଟ୍ରର ସୀମିତ ହସ୍ତକ୍ଷେପ- ଉଦାରୀକରଣ ରାଷ୍ଟ୍ରର ସ୍ବଳ୍ପ ମଧ୍ୟସ୍ଥିରେ ହିଁ ବିଶ୍ଵାସ କରେ । ଏହା ରାଷ୍ଟ୍ରର କ୍ଷମତାକୁ ନିୟନ୍ତ୍ରଣ କରିବାରେ କମ୍ ଭୂମିକା ଗ୍ରହଣ କରେ । ଏହା କେବଳ ରାଷ୍ଟ୍ରକୁ ସେହି କାର୍ଯ୍ୟକଳାପରେ ସହଯୋଗ କରେ ଯାହାକି ବଜାରରେ ସର୍ବସାଧାରଣ ଦ୍ରବ୍ୟର ବ୍ୟବସ୍ଥା କରିପାରିବେ ।
(୪) ବେସରକାରୀ ଉଦ୍ୟୋଗ- ଆଉ ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥାହେଲା ଉଦାରୀକରଣ ନୀତି ହେଉଛି ବେସରକାରୀ ଉଦ୍ୟୋଗ ସଂସ୍ଥା । ଏହାଦ୍ୱାରା ବେସରକାରୀ ଉଦ୍ୟୋଗ ମନୁଷ୍ୟର ସମସ୍ତ ପ୍ରକାର କାର୍ଯ୍ୟକଳାପଗୁଡ଼ିକୁ ନିୟନ୍ତ୍ରଣ କରେ ।
(୫) ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିଲଗାଣ- ଏହା ଏକ ଗୁରୁତ୍ଵପୂର୍ଣ୍ଣ ଦିଗ । ଏହା ପ୍ରତ୍ୟକ୍ଷଭାବେ ବିଦେଶୀ ପୁଞ୍ଜିକୁ ଆମନ୍ତ୍ରଣ ଇଚ୍ଛା ପ୍ରକାଶ କରିଥା’ନ୍ତି । କାରଣ ଭାରତୀୟ କମ୍ପାନୀ ଖୋଲା ବଜାର ସହିତ ସଂଘର୍ଷ ପାଇଁ ବାଟ ଖୋଲିଥାଏ ।
(୬) ଭାରତୀୟ ଅର୍ଥନୀତିର ପୁନର୍ଜୀବନ- ଆଉ ଏକ ଜରୁରୀ ଉଦାରୀକରଣ ଦିଗ ହେଲା ଭାରତୀୟ ଅର୍ଥନୀତିର ପୁନର୍ଜୀବନ । ଏହି ଉଦାରୀକରଣ ଭାରତୀୟ ଅର୍ଥନୀତିର ଉନ୍ନତିର ସୂଚନା ଦିଏ । ଏହାର ଫଳସ୍ବରୂପ ଜାତୀୟ ଆୟର ଆକଳନ ଓ ରାଷ୍ଟ୍ରୀୟ ଆୟର ଆକଳନ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଉପରୋକ୍ତ ଆଲୋଚନାରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଉଦାରୀକରଣର ଭାରତୀୟ ସମାଜ ଉପରେ ଯେଉଁସବୁ ପ୍ରଭାବ ରହିଛି ସେହି ପ୍ରଭାବ ଫଳରେ ଭାରତୀୟ ସମାଜରେ ଅନେକ ପରିବର୍ତ୍ତନ ଅନୁଭୂତ ହେଉଛି ।

୧୩ । ଆଧୁନିକୀକରଣ ସମ୍ବନ୍ଧରେ ପ୍ରବନ୍ଧ ଲେଖ ।
Answer:
ଆଧୁନିକୀକରଣ ଶବ୍ଦର ପ୍ରକୃତ ଅର୍ଥ ବିଷୟରେ ସାମାଜିକ ବିଜ୍ଞାନୀମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଇଥାଏ । ସାମାଜିକ ବିଜ୍ଞାନରେ ଆଧୁନିକୀକରଣକୁ ଚାରୋଟି ଦୃଷ୍ଟିକୋଣରୁ ବିଚାର କରାଯାଇଥାଏ । ପ୍ରଥମତଃ ମନୋବୈଜ୍ଞାନିକ ପଦ୍ଧତି ବ୍ୟକ୍ତିର ପ୍ରେରଣା ଓ ମନୋବୃତ୍ତି ଉପରେ ଗୁରୁତ୍ବ ଆରୋପ କରିଥାଏ । ଅନ୍ୟଭାଷାରେ ଏହା ବ୍ୟକ୍ତିର ଚିନ୍ତାଧାରା, ବିଶ୍ୱାସ, ମତାମତ, ଭାବବୃତ୍ତି ଏବଂ କାର୍ଯ୍ୟ କରିବାର ପ୍ରଣାଳୀ ସହ ସମ୍ପୃକ୍ତ ଅଟେ । ଦ୍ଵିତୀୟତଃ ପ୍ରତିମାନୀୟ ପଦ୍ଧତି ପ୍ରତିମାନ ଏବଂ ମୂଲ୍ୟବୋଧ ଉପରେ ପ୍ରାଧାନ୍ୟ ଦେଇଥାଏ ।

CHSE Odisha Class 12 Sociology Unit 5 Long Answer Questions in Odia Medium

ଏହି ପଦ୍ଧତି ଅନୁସାରେ ଆଧୁନିକୀକରଣ ତାର୍କିକବାଦ, ସାର୍ବଜନୀନବାଦ, ବ୍ୟକ୍ତିବାଦ, ମାନବବାଦ, ବ୍ୟାବହାରିକତାବାଦ, ଉଦାରବାଦ ଏବଂ ଧର୍ମୋତରତା ଆଦି ସାମାଜିକ ପ୍ରତିମାନ ଓ ମୂଲ୍ୟବୋଧକୁ ନେଇ ଗଠିତ ଅଟେ । ତୃତୀୟତଃ ସଂରଚନାତ୍ମକ ପଦ୍ଧତି ସମାଜର ସଂରଚନାତ୍ମକ ଉପାଦାନ; ଯଥା – ଅମଲାତନ୍ତ୍ର, ଅର୍ଥ ଏବଂ ଗଣତାନ୍ତ୍ରିକ ସଂଘ ଉପରେ ବିଶେଷ ଗୁରୁତ୍ଵ ଦେଇଥାଏ । ଚତୁର୍ଥରେ ପ୍ରାଦ୍ୟୋଗିକ ପଦ୍ଧତି ଅର୍ଥନୈତିକ ସମ୍ପଦ ଏବଂ ଉତ୍ପାଦନରେ ଯାନ୍ତ୍ରିକ ଶକ୍ତିର ବ୍ୟବହାରକୁ ନେଇ ଗଠିତ । ତେଣୁ ଉପରୋକ୍ତ ୪ଟି ଯାକ ପଦ୍ଧତି ଆଧୁନିକୀକରଣର ବିଭିନ୍ନ ବିଭାଗ ଉପରେ ଗୁରୁତ୍ଵ ଦେଇଥାଆନ୍ତି ।

ଏସ୍.ଏନ୍. ଏସନଦତ୍ତ କହିଛନ୍ତି, ଐତିହାସିକ ଭାବେ ଆଧୁନିକୀକରଣ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପ୍ରକ୍ରିୟାକୁ ବୁଝାଇଥାଏ, ଯଦ୍ବାରା ସପ୍ତଦଶ ଶତାବ୍ଦୀରୁ ଊନବିଂଶ ଶତାବ୍ଦୀ ମଧ୍ଯରେ ପାଶ୍ଚାତ୍ୟ ଇଉରୋପ ଓ ଉତ୍ତର ଆମେରିକାରେ ଅଭିବୃଦ୍ଧି ଘଟିଛି । ଅନ୍ୟାନ୍ୟ ଇଉରୋପୀୟ ଦେଶଗୁଡ଼ିକରେ ପ୍ରସାରଲାଭ କରିଛି ଏବଂ ଊନବିଂଶ ଓ ବିଂଶ ଶତାବ୍ଦୀରେ ଦକ୍ଷିଣ ଆମେରିକା, ଏସୀୟ ଏବଂ ଆଫ୍ରିକୀୟ ମହାଦେଶକୁ ପ୍ରସାରିତ ହୋଇଛି ।’’

ଆଧୁନିକୀକରଣର ଗୁଣ – ଆଧୁନିକୀକରଣର କେତେକ ଗୁଣକୁ ନିମ୍ନରେ ଆଲୋଚନା କରାଗଲା ।
(୧) ସାମାଜିକ ଗତିଶୀଳତା – ସାମାଜିକ ଗତିଶୀଳତା ଏକ ପ୍ରକ୍ରିୟା ଯାହାଦ୍ଵାରା ପୁରୁଣା ସାମାଜିକ, ଅର୍ଥନୈତିକ ଓ ମନୋବୈଜ୍ଞାନିକ ଉପାଦାନର ପରିବର୍ତ୍ତନ ହୋଇ ନୂତନ ସାମାଜିକ ମୂଲ୍ୟବୋଧଗୁଡ଼ିକର ପ୍ରତିଷ୍ଠା ହୋଇଥାଏ । ସାମାଜିକ ଗତିଶୀଳତା ଆଧୁନିକୀକରଣର ଏକ ବୈଶିଷ୍ଟ୍ୟ ।

(୨) ସାମାଜିକ ପ୍ରଭେଦୀକରଣ – ସାମାଜିକ ପ୍ରଭେଦୀକରଣ ହେଉଛି ଆଧୁନିକୀକରଣର ଅନ୍ୟ ଏକ ଗୁଣ । ଏହି ପ୍ରକ୍ରିୟାରେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କାର୍ଯ୍ୟକଳାପରେ ଜଟିଳତା ବୃଦ୍ଧି ହୁଏ ଏବଂ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିମାନଙ୍କର କାର୍ଯ୍ୟରେ ପ୍ରଗତି ଘଟିଥାଏ । ଉଦ୍ୟୋଗୀକରଣ ହେଉଛି ଆଧୁନିକୀକରଣର ଫଳ । ରାଜନୀତି କ୍ଷେତ୍ରରେ ଉଭୟ କେନ୍ଦ୍ର ଏବଂ ଆଞ୍ଚଳିକ ସଙ୍ଗଠନରେ ଜଟିଳତା ଦେଖାଯାଏ । ରାଜନୈତିକ କ୍ଷମତାର ବିକେନ୍ଦ୍ରୀକରଣ ହୁଏ ।

ତେଣୁ ଆଧୁନିକୀକରଣ ଗଣତନ୍ତ୍ର ପାଇଁ ଏକ ବାଟ ଫିଟାଏ । ଆଧୁନିକୀକରଣ ଯୋଗୁଁ ଦର୍ଶନ, ଧର୍ମ, ବିଜ୍ଞାନ ଏବଂ ସାହିତ୍ୟ ଆଦି କ୍ଷେତ୍ରରେ ନୂତନ ଭାବଧାରା ଦେଖାଯାଏ । ମୋଟ ଉପରେ ଆଧୁନିକୀକରଣର ବୃଦ୍ଧି ସଙ୍ଗେ ସଙ୍ଗେ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିଥାଏ ଏବଂ ଏଗୁଡ଼ିକରେ ଅଧିକ ଭାବରେ ପ୍ରଭେଦୀକରଣ ଦେଖାଯାଇଥାଏ ।

(୩) ସରଂଚନାତ୍ମକ ପ୍ରଭେଦୀକରଣ ଏବଂ ପରିବର୍ତ୍ତନ – ଆଧୁନିକୀକରଣର ଅନ୍ୟ ଗୁଣ ହେଲା ସରଂଚନାତ୍ମକ ପ୍ରଭେଦୀକରଣ ଏବଂ ନିରବଚ୍ଛିନ୍ନ ପରିବର୍ତ୍ତନ । ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପୁରୁଣା ସଙ୍ଗଠନ ପରିବର୍ତ୍ତେ ନୂଆ ସଙ୍ଗଠନ ଦେଖାଯାଏ । ରାଜନୀତି କ୍ଷେତ୍ରରେ ନୂଆ ରାଜନୈତିକ ଦଳର ଅଭ୍ୟୁଦୟ ଘଟେ । କୁଟୀର ଶିଳ୍ପଗୁଡ଼ିକର ହ୍ରାସ ଘଟି ବୃହତ୍ କଳ କାରଖାନା ପ୍ରତିଷ୍ଠା ହୁଏ । ଉତ୍ପାଦନରେ ନୂତନ ପ୍ରଣାଳୀର ଅଭିବୃଦ୍ଧି ଘଟେ । ବହୁ ନୂଆ ନୂଆ ବ୍ୟବସାୟ ସୃଷ୍ଟି ହୁଏ । ଉତ୍ପାଦନ

(୪) ସାଙ୍ଗଠନିକ ଏବଂ ପ୍ରସ୍ଥିତି ବ୍ୟବସ୍ଥାରେ ପରିବର୍ତ୍ତନ – ଆଧୁନିକୀକରଣ ବହୁ ସ୍ବତନ୍ତ୍ର ସଙ୍ଗଠନଗୁଡ଼ିକୁ ଜନ୍ମଦିଏ । ଅତ୍ୟଧ୍ଵ ଭାବରେ ଶ୍ରମ ବିଭାଜନ ଦେଖାଯାଏ । ନିକଟ ଜ୍ଞାତିତ୍ବ ଉପରେ ପ୍ରତିଷ୍ଠିତ ଥ‌ିବା ସଙ୍ଗଠନଗୁଡ଼ିକର ଗୁରୁତ୍ଵ ହ୍ରାସ ପାଏ । ଦ୍ରୁତ ସାମାଜିକ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିର ପ୍ରସ୍ଥିତିରେ ଏବଂ ପରବାରରେ ବିରାଟ ପରିବର୍ତ୍ତନ ଆସେ । ସମାଜରେ ନୂଆ ନୂଆ ଶ୍ରେଣୀର ଅଭ୍ୟୁଦୟ ଘଟେ ।

(୫) ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନ – ଆଧୁନିକୀକରଣ ଯୋଗୁଁ ସମାଜରେ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ନୂଆ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନର ସୂତ୍ରପାତ ହୁଏ । ଏହି ଆନ୍ଦୋଳନ ଯୋଗୁଁ ପୁରୁଣାକାଳିଆ ବିଶ୍ଵାସ, ପ୍ରଥା ଦୂରୀଭୂତ ହୁଏ ।

(୬) ବ୍ୟାପକ ଏବଂ ବହୁବିଧ ଶିକ୍ଷା – ଶିକ୍ଷାର ପ୍ରସାର ହେଉଛି ଆଧୁନିକୀକରଣର ଅନ୍ୟ ଏକ ଗୁଣ । ଆଧୁନିକ ଯୁଗରେ ସମସ୍ତଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ଆଧୁନିକୀକରଣ ଯୋଗୁଁ ସାଧାରଣ ଶିକ୍ଷା ବ୍ୟତୀତ ପ୍ରାବିଧ‌ିକ ଏବଂ ବ୍ୟାବସାୟିକ ଶିକ୍ଷାର ଗୁରୁତ୍ଵ ବଢ଼େ । ଫଳରେ ବହୁ ପ୍ରବିଧ‌ିକ ବ୍ୟାବସାୟିକ ପ୍ରତିଷ୍ଠାନ ଗଢ଼ିଉଠେ ।

(୭) ଆନ୍ତର୍ଜାତିକ ସହଯୋଗିତା ଅଭିବୃଦ୍ଧି – ଆନ୍ତର୍ଜାତିକ ସହଯୋଗିତା ବୃଦ୍ଧି କରିବା ଆଧୁନିକୀକରଣର ଅନ୍ୟ ଏକ ଲକ୍ଷ୍ୟ । ଜାତୀୟ ଆନ୍ଦୋଳନଗୁଡ଼ିକ ବହୁ ଜାତିକୁ ଜନ୍ମ ଦେଇଛି ଜାତି ଜାତି ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବୃଦ୍ଧି କରିବାପାଇଁ ମିଳିତ ଜାତିସଂଘ ସୃଷ୍ଟି ହୋଇଛି।

୧୪ । ଭାରତରେ ଆଧୁନିକୀକରଣର ପ୍ରଭାବକୁ ଲେଖ ।
Answer:
ଭାରତୀୟ ସମାଜର ଆଧୁନିକୀକରଣ ପାଇଁ ବ୍ରିଟିଶ୍ ଶାସନ ମୁଖ୍ୟତଃ ଦାୟୀ । ଏହି ଆଧୁନିକୀକରଣ ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରୁ ହିଁ ଆରମ୍ଭ ହୋଇଛି । ଏହା ବ୍ୟତୀତ ବ୍ରାହ୍ମ ସମାଜ ପରି କେତେକ ସାମାଜିକ-ସାଂସ୍କୃତିକ ସଂସ୍କାର ଆନ୍ଦୋଳନ ପାଶ୍ଚାତ୍ୟ ସାଂସ୍କୃତିକ ପ୍ରତିମାନକୁ ଏବଂ ପାଶ୍ଚାତ୍ୟ ଢାଞ୍ଚାର ଚାଲିଚଳନକୁ ଗ୍ରହଣ କରିବାପାଇଁ ଉପଦେଶ ଦେଇଥିଲେ । ଭାରତୀୟ ପରମ୍ପରାକୁ ଆଧୁନିକୀକରଣ କରିବାରେ ଏହି ଆନ୍ଦୋଳନର ଓ ବ୍ରିଟିଶ ଶାସନର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ବ୍ରିଟିଶ୍ମାନେ ଭାରତୀୟ ସମାଜରେ ବହୁତଗୁଡ଼ିଏ ସାମାଜିକ-ସାଂସ୍କୃତିକ ପରିବର୍ତ୍ତନ ପ୍ରଚଳନ କରି ଆଧୁନିକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥିଲେ ।

ଇଂରେଜମାନେ ଭାରତବର୍ଷରେ ଏକ ସାର୍ବଜନୀନ-ଆଇନଗତ ବ୍ୟବସ୍ଥାକୁ ପ୍ରଚଳନ କରିଥିଲେ । ଏହା ଯୁକ୍ତିବାଦ, ବ୍ୟକ୍ତିବାଦ ନିୟମ ଉପରେ ପ୍ରତିଷ୍ଠିତ ଥିଲା ଯାହା ହିନ୍ଦୁ ଏବଂ ମୁସଲିମ୍ ଆଇନ ବ୍ୟବସ୍ଥାର ବିରୋଧ କରୁଥିଲା । ଏମାନେ ପ୍ରଚଳନ କରିଥିବା ଆଧୁନିକ ଶିକ୍ଷା ପର୍ଯ୍ୟବେକ୍ଷଣ, ପରୀକ୍ଷଣ ଏବଂ ପୁନଃ-ପରୀକ୍ଷା ପ୍ରଭୃତି ବୈଜ୍ଞାନିକ ନିୟମ ଉପରେ ପ୍ରତିଷ୍ଠିତ ଥିଲା । ଏହି ଆଧୁନିକ ଶିକ୍ଷା ସ୍ଵାଧୀନତା, ସମାନତା ଓ ମାନବବାଦ ପରି ଆଧୁନିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇଥାଏ ।

CHSE Odisha Class 12 Sociology Unit 5 Long Answer Questions in Odia Medium

ବ୍ରିଟିଶ୍ମାନେ ଭାରତରେ ଯୋଗାଯୋଗ ଓ ପରିବହନ ସୁବିଧାର ଉନ୍ନତି କରିଥିଲେ । ସମ୍ବାଦପତ୍ର, ପୋଷ୍ଟ ଅଫିସ୍, ଚଳଚ୍ଚିତ୍ର, ରେଡ଼ିଓ ପ୍ରଭୃତି ଗଣମାଧ୍ୟମ ଯୋଗାଯୋଗ ଏବଂ ରେଳପଥ, ବସ୍, ମଟର ପ୍ରଭୃତିର ପ୍ରଚଳନ ଲୋକମାନଙ୍କ ମଧ୍ୟରେ ଆଧୁନିକ ସାଂସ୍କୃତିକ ମୂଲ୍ୟବୋଧର ପ୍ରସାରଣକୁ ସାହାଯ୍ୟ କରିଥିଲା । ପାରମ୍ପରିକ ଭାରତୀୟ ସମାଜରେ ସେମାନେ ବହୁ ସାମାଜିକ ସଂସ୍କାର ଆଣିଥିଲେ ।

ଭାରତରେ ଆଧୁନିକୀକରଣର ପ୍ରଭାବ :
(୧) ଉଦ୍ୟୋଗୀକରଣ – ଆଧୁନିକ ଭାରତରେ କଳକାରଖାନାର ଦ୍ରୁତ ପ୍ରସାର ଘଟିଛି । ଏ କ୍ଷେତ୍ରରେ ପାଶ୍ଚାତ୍ୟ ଢାଞ୍ଚାକୁ ଅନୁସରଣ କରାଯାଉଛି । ପାଶ୍ଚାତ୍ୟ ଦେଶଗୁଡ଼ିକ ଆଧୁନିକୀକରଣରେ ଭାରତକୁ ବିଶେଷଭାବେ ସାହାଯ୍ୟ କରିଛନ୍ତି ।

(୨) ପୌରୀକରଣ – ଜନସଂଖ୍ୟା ବୃଦ୍ଧି ଯୋଗୁଁ ଭାରତରେ ସହରୀ ସଭ୍ୟତାର ପ୍ରସାର ଘଟିଛି । ଦ୍ରୁତ ଉଦ୍ୟୋଗୀକରଣ ଏବଂ ପୌରୀକରଣ ବସ୍ତି ଅଞ୍ଚଳ, ଅପରାଧ ପରି ସମସ୍ୟା ସୃଷ୍ଟି କରିଛି । ଏହି ସମସ୍ୟାଗୁଡ଼ିକ ସମାଧାନ କରିବା ନିମିତ୍ତ ସହର ଯୋଜନା ଅପରିହାର୍ଯ୍ୟ ହୋଇପଡ଼ିଛି ।

(୩) ଧର୍ମେତରୀକରଣ – ପୌରୀକରଣର ଫଳସ୍ଵରୂପ ଧର୍ମେତରୀକରଣର ଅଭିବୃଦ୍ଧି ଘଟିଥାଏ । ଭାରତୀୟମାନେ ଧର୍ମେତରୀକରଣର ଆଦର୍ଶକୁ ଗ୍ରହଣ କରିଛନ୍ତି ଯାହାଦ୍ୱାରାକି ପ୍ରତ୍ୟେକ ବ୍ୟକ୍ତି ତା’ର ନିଜ ପସନ୍ଦ ମୁତାବକ ଧର୍ମକୁ ଅନୁସରଣ କରିବାର ସ୍ଵାଧୀନତା ଲାଭ କରିଅଛି । ଆଧୁନିକ ସମାଜ ବହୁବାଦୀ ଅଟେ । ଦୟା, ଅନୁକମ୍ପା ଓ ସହନଶୀଳତା ଆଧୁନିକୀକରଣର ମୁଖ୍ୟ ଗୁଣ ।

(୪) ନୂତନ ସାମାଜିକ ଶ୍ରେଣୀର ଅଭ୍ୟୁଦୟ – ଭାରତୀୟ ପାରମ୍ପରିକ ସାମାଜିକ ସ୍ତରୀକରଣ ଜାତି ପ୍ରଥା ଉପରେ ପ୍ରତିଷ୍ଠିତ । ଏହି ପଦ୍ଧତି ଅନୁସାରେ ବ୍ୟକ୍ତିର ପ୍ରସ୍ଥିତି ତା’ର ଜନ୍ମଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଏହି ପ୍ରଥା ଗଣତାନ୍ତ୍ରିକ ମୂଲ୍ୟବୋଧର ବିରୋଧୀ ଅଟେ । ମାତ୍ର ଆଧୁନିକ ଯୁଗରେ ରାଜନୀତିକରଣ ଯୋଗୁଁ ଜାତିର ଗୁରୁତ୍ଵ ବଢ଼ିଥିଲେ ହେଁ, ଅନ୍ୟସବୁ ଦୃଷ୍ଟିରୁ ଏହାର ମୂଲ୍ୟବୋଧ ଓ ପ୍ରାଧାନ୍ୟରେ ହ୍ରାସ ଘଟିଛି । ବର୍ତ୍ତମାନ ଉଭୟ ଗ୍ରାମ୍ୟ ଓ ସହରରେ ଲୋକେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇଛନ୍ତି ଯାହାକି ଜାତି ପରିବର୍ତ୍ତେ ଅର୍ଥନୈତିକ ଓ ରାଜନୈତିକ ବିଚାର ଉପରେ ପ୍ରତିଷ୍ଠିତ ।

ଏହି ଉଚ୍ଚ, ମଧ୍ୟମ ଏବଂ ନିମ୍ନ ଶ୍ରେଣୀଗୁଡ଼ିକ ସମ୍ପୂର୍ଣ୍ଣଭାବେ ଅର୍ଥନୈତିକ ଭିଭି ଉପରେ ପ୍ରତିଷ୍ଠିତ ଅଟନ୍ତି । ଅର୍ଥନୈତିକ ବିଚାର ଉପରେ ପ୍ରତିଷ୍ଠିତ ଏହି ଶ୍ରେଣୀଗୁଡ଼ିକ ବଂଶଗତ ନୁହଁନ୍ତି । ଏକ ନିମ୍ନ ଶ୍ରେଣୀର ବ୍ୟକ୍ତି ନିଜର ଶ୍ରମ, ଚେଷ୍ଟା ଓ ଅଧ୍ୟବସାୟ ବଳରେ ଉଚ୍ଚ ଶ୍ରେଣୀରେ ପରିଣତ ହୋଇ ପାରୁଅଛି । ଆଧୁନିକ ସମାଜରେ ଅର୍ଥର ଗୁରୁତ୍ବ ବଢ଼ିଛି ।

ଭାରତରେ ଶିଳ୍ପୀକରଣ ଯୋଗୁଁ ଶ୍ରମିକ ଶ୍ରେଣୀର ସଙ୍ଗଠନ ଫଳରେ ପୁଞ୍ଜିପତି ଶ୍ରେଣୀ ନିଜର ସ୍ବାର୍ଥର ସୁରକ୍ଷା ନିମନ୍ତେ ବହୁ ସଂଘ ଗଠନ କରିଛନ୍ତି ।
(୫) ସାମାଜିକ ପରିବର୍ତ୍ତନ – ଆଧୁନିକୀକରଣ ସାମାଜିକ ପରିବର୍ତ୍ତନର ବେଗକୁ ଦ୍ରୁତତର କରିଥାଏ । ବିଭିନ୍ନ କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ ଦେଖାଯାଇଥାଏ । ସାମାଜିକ ଆନ୍ଦୋଳନଗୁଡ଼ିକ ବିଭିନ୍ନ ସାମାଜିକ ଘଟଣା ଆଦିରେ ଆମ୍ଭମାନଙ୍କର ଧାରଣା ଓ ବିଶ୍ୱାସକୁ ବିଶେଷ ଭାବେ ପରିବର୍ତ୍ତନ କରିଛି । ଯୁବ ଆନ୍ଦୋଳନ ଯୁବକମାନଙ୍କର ଚିନ୍ତାଧାରା ଓ ଆଶାଆକାଂକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଏଗୁଡ଼ିକ ପାରମ୍ପରିକ ମୂଲ୍ୟବୋଧ ଦୂରକରି ନୂତନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉତ୍ସାହିତ କରିଛି । ଭାରତରେ ଏହି ଯୁବ ଆନ୍ଦୋଳନ ଛାତ୍ର ଆନ୍ଦୋଳନ ରୂପରେ ଦେଖାଦେଇଛି ।

(୬) ପାଶ୍ଚାତ୍ୟକରଣ – ପାଶ୍ଚାତ୍ୟ ସମାଜରେ ଆଧୁନିକ ବିଜ୍ଞାନ ଜନ୍ମଲାଭ କରି ବିଭିନ୍ନ ପାଶ୍ଚାତ୍ୟ ସମାଜକୁ ବିଜ୍ଞାନୀୟ ଓ ଆଧୁନିକ କରିବାରେ ସାହାଯ୍ୟ କରିଛି ଏବଂ ପାଶ୍ଚାତ୍ୟ ସଂସ୍କୃତି ଓ ସଭ୍ୟତାର ପ୍ରସାର ଲାଭ କଲେ ପାଶ୍ଚାତ୍ୟକରଣ ପ୍ରକ୍ରିୟା ସଂଘଟିତ ହୁଏ । ଭାରତବର୍ଷରେ ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ ଓ ଶିକ୍ଷା କ୍ଷେତ୍ରରେ ଆମ୍ଭେମାନେ ପାଶ୍ଚାତ୍ୟ ସଂସ୍କୃତିକୁ ଅନୁସରଣ କରୁଛୁ । ପାଶ୍ଚାତ୍ୟକରଣ ଆଧୁନିକୀକରଣରେ ସାହାଯ୍ୟ କରିଥାଏ ।

ଆଧୁନିକୀକରଣ ସମାଜର ଆଦର୍ଶକୁ ପାଶ୍ଚାତ୍ୟ ସମାଜ ଯୋଗାଇଛି । ବେଶଭୁଷା, ଚାଲିଚଳନ, ବ୍ୟବହାର ଶୈଳୀ, ସହର ଯୋଜନା ଆଦି କ୍ଷେତ୍ରରେ ଆମେ ପାଶ୍ଚାତ୍ୟ ସମାଜକୁ ଅନୁସରଣ କରୁଛୁ । ଭାରତୀୟ ସମାଜରେ ଗଣତନ୍ତ୍ରର ପ୍ରଚଳନ, ବିଜ୍ଞାନର ପ୍ରସାର, ସତୀଦାହ ପ୍ରଥା ଲୋପ ସମ୍ବନ୍ଧୀୟ ବିଭିନ୍ନ ଆଇନର ପ୍ରଚଳନ ଇତ୍ୟାଦି ପାଶ୍ଚାତ୍ୟକରଣର ଫଳ ଅଟେ ।

(୭) ଗଣତାନ୍ତ୍ରୀକରଣ – ଗଣତାନ୍ତ୍ରୀକରଣ ପ୍ରକ୍ରିୟା ଆଧୁନିକୀକରଣର ଏକ ମୁଖ୍ୟ ବୈଶିଷ୍ଟ୍ୟ । ବର୍ତ୍ତମାନ ଭାରତବର୍ଷ ଗଣତାନ୍ତ୍ରିକ ନୀତିନିୟମ ଉପରେ ପ୍ରତିଷ୍ଠିତ । ଏଠାରେ ସାବାଳକ ଭୋଟ ପ୍ରଥା ପ୍ରଚଳିତ ହୋଇଛି । ପ୍ରତ୍ୟେକ ସାବାଳକ ତା’ର ପ୍ରତିନିଧ‌ିକୁ ନିର୍ବାଚିତ କରିବାକୁ ଅଧିକାର ଲାଭ କରିଛି । ଆଇନ ଆଗରେ ସମସ୍ତେ ସମାନ ଏବଂ ସମସ୍ତେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରିବାର ଅଧିକାର ଲାଭ କରିଛନ୍ତି ।

ଅର୍ଥନୈତିକ କ୍ଷେତ୍ରରେ ଅର୍ଥନୈତିକ ତାରତମ୍ୟକୁ ହ୍ରାସ କରିବାପାଇଁ ଉଦ୍ୟମ କରାଯାଉଛି । ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ସାକ୍ଷରତାର ହାର ବଢ଼ାଇବାରେ ସାହାଯ୍ୟ କରିଛି । ପ୍ରତ୍ୟେକ ରାଜନୈତିକ ଦଳ ସମାନତା, ସ୍ବତନ୍ତ୍ରତା, ଭ୍ରାତୃଭାବ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇଛନ୍ତି ।

ଆଧୁନିକୀକରଣର ସମସ୍ୟା – ଆଧୁନିକୀକରଣ ସାମାଜିକ ପରବର୍ତ୍ତନ ଆଣିଥାଏ । ଏହି ସାମାଜିକ ପରିବର୍ତ୍ତନର ଫଳସ୍ୱରୂପ ପୁରୁଣା ସଙ୍ଗଠନ ପରିବର୍ତ୍ତେ ନୂତନ ସଙ୍ଗଠନ ଦେଖାଯାଉଛି । ନୂଆ ନୂଆ ଦଳ ଏବଂ ନୂତନ ଭାବଧାରା ସୃଷ୍ଟି ହେଉଛି । ଏହା ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରଗତି ଆଣୁଥିବାବେଳେ, ବହୁ ସମସ୍ୟାକୁ ମଧ୍ଯ ସୃଷ୍ଟି କରୁଛି । ସାମାଜିକ ପରିବର୍ତ୍ତନ ସାମାଜିକ ବିଘଟନ ସୃଷ୍ଟି କରୁଛି । ସମାଜରେ ଶ୍ରେଣୀ-ସଂଘର୍ଷ ଦେଖାଦେଇଛି । ଭାରତବର୍ଷରେ ଯୌଥ ପରିବାରର ବିଘଟନ ଘଟୁଛି ଏବଂ ଏକକ ପରିବାରର ସୃଷ୍ଟି ହେଉଛି।

ବିବାହର ଭିଭି ଆଉ ଧର୍ମୀୟ ହୋଇ ରହିନାହିଁ, ମାତ୍ର ଏହା ସାମାଜିକ ଚୁକ୍ତିରେ ପରିଣତ ହୋଇଛି । ବିବାହ-ବିଚ୍ଛେଦ ଘଟଣା ବଢ଼ିବାରେ ଲାଗିଛି । ଯୌନ ସମ୍ପର୍କରେ ଥିବା ପାରମ୍ପରିକ ପ୍ରଥା, ନୀତିନିୟମରେ ପରିବର୍ତ୍ତନ ଆସିଛି । ଉଭୟ ପୁଅଝିଅ ଅବାଧରେ ମିଳାମିଶା କରିବାପାଇଁ ଅଧିକ ସୁବିଧା ପାଉଥବାରୁ, ପାରମ୍ପରିକ ନୈତିକ ମୂଲ୍ୟବୋଧକୁ ଲଙ୍ଘନ କରାଯାଉଛି । ଆଧୁନିକୀକରଣ ଯୋଗୁଁ ମଧ୍ଯ ବେକାରୀ ସମସ୍ୟାର ବୃଦ୍ଧି ଘଟିଛି । ନୂଆ କଳକାରଖାନାର ପ୍ରସାର ଫଳରେ ପାରମ୍ପରିକ ବାଣିଜ୍ୟ, ବ୍ୟବସାୟର ଅଧୋପତନ ଘଟୁଛି । ଏହାଫଳରେ ବହୁ ବ୍ୟକ୍ତି ବେକାର ହୋଇଯାଉଛନ୍ତି । ରାଜନୀତି କ୍ଷେତ୍ରରେ ରାଜନୈତିକ ସଂଘର୍ଷ ଦେଖାଦେଇଛି ।

୧୫ । ସାମାଜିକ ପରିବର୍ତ୍ତନର କାରକଗୁଡ଼ିକୁ ଲେଖ ।
Answer:
ଭାରତରେ ସାମାଜିକ ପରିବର୍ତ୍ତନର କେତେକ କାରକ ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି ।
(୧) ସ୍ଥାନାନ୍ତରୀଣକରଣ – କେତେଗୁଡ଼ିଏ କାରଣ ଯୋଗୁଁ ବ୍ୟକ୍ତିମାନେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ସ୍ଥାନାନ୍ତରୀକରଣ କରିଥା’ନ୍ତି । ଗୋଟିଏ ସ୍ଥାନ ବ୍ୟକ୍ତି ପାଇଁ ଅନୁପଯୁକ୍ତ ହେଲେ ଏବଂ ବ୍ୟକ୍ତିକୁ ପର୍ଯ୍ୟାପ୍ତ ସୁବିଧାସୁଯୋଗ ପ୍ରଦାନ ନକଲେ ବ୍ୟକ୍ତି ବାଧ୍ୟ ହୋଇ ନିଜର ଜୀବନ ଓ ଜୀବିକାପାଇଁ ଅନ୍ୟ ସ୍ଥାନକୁ ଗତି କରିଥାଏ । ନୂତନ ସ୍ଥାନରେ ଥ‌ିବା ସୁବିଧା ତାକୁ ଆକର୍ଷିତ କରେ । ତେଣୁ ସେ ପୁରାତନ ସ୍ଥାନକୁ ତ୍ୟାଗ କରିଥାଏ । ନୂତନ ସ୍ଥାନରେ ନୂତନ ସୁବିଧା ସୁଯୋଗ ହାସଲ କରି ନିଜର ସାମାଜିକ ପ୍ରସ୍ଥିତିରେ ଉନ୍ନତି ଆଣିଥାଏ ।

CHSE Odisha Class 12 Sociology Unit 5 Long Answer Questions in Odia Medium

ଉଦାହରଣସରୂପ ଗୋଟିଏ ସ୍ଥାନରେ ଲୋକମାନେ କାମଧନ୍ଦା ନ ପାଇ ଅନ୍ୟ ସ୍ଥାନକୁ ଚାଲିଯା’ନ୍ତି । ସେହି ସ୍ଥାନରେ ଜମି ବାଡ଼ି କିଣି ନିଜର ପ୍ରସ୍ଥିତିରେ ଉନ୍ନତି ଆଣିଥା’ନ୍ତି । ସେହିପରି ଗ୍ରାମର ଲୋକମାନେ ସହରାଭିମୁଖୀ ହୋଇଛନ୍ତି । ସହରରେ ବାଣିଜ୍ୟ, ବ୍ୟବସାୟ ତଥା ବିଭିନ୍ନ ବୃଷ୍ଟି ଅବଲମ୍ବନ କରି ନିଜର ସାମାଜିକ ପ୍ରସ୍ଥିତିରେ ଉନ୍ନତି ଆଣୁଛନ୍ତି । ଭାରତୀୟ ଲୋକମାନେ ବେଶୀ ପରିମାଣରେ ଆମେରିକା ଯିବାପାଇଁ ଆଗ୍ରହୀ ହେଉଛନ୍ତି । ତେଣୁ ଏହି ସ୍ଥାନାନ୍ତରୀକରଣ ସାମାଜିକ ଗତିଶୀଳତାକୁ ଉତ୍ସାହିତ କରୁଅଛି ।

(୨) ଉଦ୍ୟୋଗୀକରଣ – ଉଦ୍ୟୋଗୀକରଣ ବା ଶିଳ୍ପର ବିକାଶ ଏକ ନୂତନ ପ୍ରକାରର ସାମାଜିକ ବ୍ୟବସ୍ଥା ସୃଷ୍ଟି ଜଲା । ଏହି ବ୍ୟବସ୍ଥାରେ ବ୍ୟକ୍ତି ନିଜକୁ ଉପଯୋଜିତ କରିବାକୁ କରିବାକୁ ଚାହିଁଲା । ଏହି ବ୍ୟବସ୍ଥାରେ ସହର ବଜାରମାନଙ୍କରେ କାରଖାନାମାନ ପ୍ରତିଷ୍ଠା ହେଲା । କଳକାରଖାନାରୁ ବହୁ ପରିମାଣରେ ଓ ଶସ୍ତା ଦାମ୍‌ରେ ଦ୍ରବ୍ୟମାନ ତିଆରି ହେଲା । ଏହାଦ୍ବାରା କ୍ଷୁଦ୍ରଶିଳ୍ପମାନ କ୍ଷତିଗ୍ରସ୍ତ ହେଲେ । ଏହି ଶିଳ୍ପୀମାନେ ସହରାଭିମୁଖୀ ହେଲେ । ନୂତନ ପ୍ରକାର ପ୍ରଶିକ୍ଷଣ ଲାଭ କଲେ ଓ ନୂତନ ବୃଦ୍ଧି ସନ୍ଧାନରେ ରହିଲେ । ନିଜ କୌଶଳ ଓ ପ୍ରଶିକ୍ଷଣ ଯୋଗୁ ସେମାନେ ସାମାଜିକ କ୍ରମରେ ଊର୍ଦ୍ଧ୍ବକୁ ଗତି କରେ । ତେଣୁ ଉଦ୍ୟୋଗୀକରଣ ସାମାଜିକ ଗତିଶୀଳତାକୁ ତ୍ୱରାନ୍ଵିତ କଲା ।

(୩) ସହରୀକରଣ ବ୍ୟବସ୍ଥାରେ ସହରଗୁଡ଼ିକର ବିକାଶ ଓ ବୃଦ୍ଧି ହୁଏ । ଏଠାରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଔପଚାରିକ ସମ୍ପର୍କ ଦେଖିବାକୁ ମିଳିଥାଏ । ଲୋକମାନେ ପରସ୍ପରକୁ ଭଲଭାବରେ ଜାଣି ନଥା’ନ୍ତି । ଲୋକମାନେ କେବଳ ସେମାନଙ୍କର ବନ୍ଧୁ ଓ ସମ୍ପର୍କୀୟମାନଙ୍କ ସହ ସମ୍ବନ୍ଧିତ ଅଟନ୍ତି । ସହରାଞ୍ଚଳରେ ଜଣେ ବ୍ୟକ୍ତିର ପୃଷ୍ଠଭୂମି ଓ ଜାତି ଅଜଣା ଥାଏ । ଏଠାରେ ବ୍ୟକ୍ତି ନିଜର ଦକ୍ଷତାଦ୍ବାରା ନିଜ ପ୍ରସ୍ଥିତି ଲାଭ କରିଥାଏ । ଏଠାରେ ଜଣେ ବ୍ୟକ୍ତିର ପ୍ରସ୍ଥିତି ତା’ର ଶିକ୍ଷା, ବୃତ୍ତି ଓ ଆୟ ଉପରେ ନିର୍ଭରଶୀଳ ଅଟେ । ସେହି ପ୍ରସ୍ଥିତି ଅନୁସାରେ ସେ ସମ୍ମାନ ମଧ୍ୟ ଲାଭ କରିଥାଏ । ତେଣୁ ସହରୀକରଣ ମୁକ୍ତ ଭାବରେ ବ୍ୟକ୍ତିକୁ ନିଜର ସମ୍ମାନ, ପ୍ରସ୍ଥିତି, ସ୍ଥାନରେ ପରିବର୍ତ୍ତନର ସୁଯୋଗ ପ୍ରଦାନ କରୁଥିବାରୁ ଏହା ସାମାଜିକ ଗତିଶୀଳତାକୁ ଉତ୍ସାହିତ କରିଥାଏ ।

(୪) ଆଇନ – ଆଇନ ମଧ୍ୟ ସାମାଜିକ ଗତିଶୀଳତାକୁ ଉତ୍ସାହିତ କରିଥାଏ । ଆଇନ ଏକ ବ୍ୟବସ୍ଥା ଯାହାକି ସମାଜକୁ ପରିଚାଳିତ କରେ ଏବଂ ଏହାଦ୍ଵାରା ପ୍ରଣୀତ ନିୟମଗୁଡ଼ିକୁ ଲୋକମାନେ ମାନିବାକୁ ବାଧ୍ୟ ହୋଇଥା’ନ୍ତି । ବିଭିନ୍ନ ସମୟରେ ପ୍ରଣୀତ ଆଇନ ବ୍ୟକ୍ତିମାନଙ୍କୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ପ୍ରସ୍ଥିତିରେ ପରିବର୍ତ୍ତନ ଆଣିଥାଏ । ଆଇନଦ୍ୱାରା ଯେତେବେଳେ ଜମିଦାରୀ ବ୍ୟବସ୍ଥାର ଉଚ୍ଛେଦ ହେଲା, ସେତେବେଳେ କ୍ଷୁଦ୍ର କ୍ଷୁଦ୍ର ଜମି ହଳିଆମାନେ ଜମିର ମାଲିକ ହୋଇପାରିଲେ ।

ସ୍ଥାନ ସଂରକ୍ଷଣ ଆଇନ ଯୋଗୁ ଅନୁସୂଚିତ ଜାତି, ଉପଜାତିର ଲୋକମାନେ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇ ସେମାନଙ୍କର ପ୍ରସ୍ଥିତିରେ ଉନ୍ନତି ଆଣିପାରିଲେ । ସେହିପରି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ସେମାନଙ୍କ ପାଇଁ ସ୍ଥାନ ସ୍ଥାନ ସଂରକ୍ଷଣ ସେମାନଙ୍କ ପ୍ରସ୍ଥିତିରେ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ସାମାଜିକ ଗତିଶୀଳତା ସୃଷ୍ଟି କଲା ।

(୫) ରାଜନୀତିକରଣ – ଆଧୁନିକ ସମାଜରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଯୋଗୁଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ଯୋଗାଯୋଗ ସମ୍ଭବ ହୋଇପାରୁଛି । ଏହାଦ୍ଵାରା ଲୋକମାନେ ସେମାନଙ୍କର ଅଧିକାର ସମ୍ବନ୍ଧରେ ସଚେତନ ହୋଇପାରୁଛନ୍ତି । ରାଜନୈତିକ ଦଳଗୁଡ଼ିକ ମଧ୍ୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ସମ୍ବନ୍ଧରେ ସଚେତନ କରୁଅଛନ୍ତି । ଲୋକମାନେ ସେମାନଙ୍କର ଅଧିକାର ହାସଲ ପାଇଁ ସଙ୍ଗଠିତ ହୋଇ ଦାବି ଉପସ୍ଥାପନ କରି ଦାବି ହାସଲ କରୁଅଛନ୍ତି । ଏହାଦ୍ଵାରା ସେମାନେ ସେମାନଙ୍କର ପ୍ରସ୍ଥିତିକୁ ଉନ୍ନତ କରି ପାରୁଅଛନ୍ତି।

(୬) ଆଧୁନିକୀକରଣ – ଆଧୁନିକୀକରଣ ପ୍ରକ୍ରିୟା, ବୈଜ୍ଞାନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାରକୁ ବୁଝାଇଥାଏ । ଏହା ମଧ୍ଯ ଯୁକ୍ତିକରଣ ଓ ଧର୍ମନିରପେକ୍ଷତାକୁ ବୁଝାଇଥାଏ । ବୈଜ୍ଞାନିକ ଜ୍ଞାନକୌଶଳର ବିକାଶ ଯୋଗୁ କମ୍ ସମ୍ମାନ ଲାଭ କରୁଥିବା ବୃତ୍ତିରେ ନିୟୋଜିତ ବ୍ୟକ୍ତିମାନେ ସେମାନଙ୍କର ପାରମ୍ପରିକ ଅଶୌଚ ବୃତ୍ତିକୁ ତ୍ୟାଗ କରି ଯେଉଁ ବୃତ୍ତିରେ ଛୁଆଁ ଅଛୁଆଁ ଭେଦଭାବ ନଥବ, ସେ ବୃଦ୍ଧିକୁ ଅନୁସରଣ କଲେ । ସେହିପରି ପାରମ୍ପରିକ ପ୍ରଦତ୍ତ ପ୍ରସ୍ଥିତି ଉପରେ ନିର୍ଭର କରୁଥିବା ସମାଜ ପ୍ରତିଯୋଗୀମୁଖୀ ହୋଇ ଉପାର୍ଜିତ ପ୍ରସ୍ଥିତି ଲାଭ ପାଇଁ ଚେଷ୍ଟିତ ହେଲେ । ତେଣୁ ଉଭୟ ବିକଶିତ ଓ ବିକାଶଶୀଳ ଦେଶ ସାମାଜିକ ଗତିଶୀଳତା ପଥରେ ଅଗ୍ରସର ହେଲେ । ତେଣୁ ଆଧୁନିକୀକରଣ ସାମାଜିକ ଗତିଶୀଳତାକୁ ତ୍ୱରାନ୍ବିତ କଲା ।

CHSE Odisha Class 12 Economics Chapter 7 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7 ପରିବ୍ୟୟ Short Answer Questions.

CHSE Odisha 12th Class Economics Chapter 7 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ବ୍ୟକ୍ତିଗତ ପରିବ୍ୟୟ କହିଲେ କ’ଣ ବୁଝ ?
Answer:
ଉତ୍ପାଦନକାରୀ ସଂସ୍ଥା କୌଣସି ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ କଲାବେଳେ ଯେଉଁ ବ୍ୟୟ ଭାର ବହନ କରିଥାଆନ୍ତି, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ବୋଲି କୁହାଯାଏ । ସୁତରାଂ, ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଉତ୍ପାଦନକାରୀ ଯେଉଁ ପରିବ୍ୟୟ ନିଜେ ବହନ କରେ, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ଆଖ୍ୟା ଦିଆଯାଏ । ଚୌଦ୍ବାରସ୍ଥିତ ଚାର୍ଜକ୍ରୋମ୍ କାରଖାନାର ବ୍ୟୟିତ ଖର୍ଚ୍ଚ କେବଳ ତା’ର ମାଲିକ ବହନ କରୁଥିବାରୁ ଏହା ବ୍ୟକ୍ତିଗତ ପରିବ୍ୟୟର ଏକ ଉଦାହରଣ ଅଟେ ।

2. ସାମାଜିକ ପରିବ୍ୟୟ କ’ଣ ?
Answer:
ଉତ୍ପାଦନକାରୀ ସଂସ୍ଥାମାନଙ୍କଦ୍ୱାରା ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ସମାଜ ଯେଉଁ ଭାର ବହନ କରେ, ତାହାକୁ ସାମାଜିକ ପରିବ୍ୟୟ ବୋଲି କୁହାଯାଏ । କୌଣସି ଦ୍ରବ୍ୟ ଉତ୍ପାଦନ କଲାବେଳେ ଏପରିକି କାରଖାନା ସହ ଆଦୌ ସମ୍ପୃକ୍ତ ନ ଥ‌ିବା ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ପରିବେଶ ପ୍ରଦୂଷଣଜନିତ ଅସୁବିଧା ଏବଂ ତହିଁରୁ ମୁକ୍ତି ପାଇବାପାଇଁ ଯେଉଁ ବୋଝ ସରକାର ତଥା ସମାଜ ବହନ କରେ, ତାହାହିଁ ସାମାଜିକ ପରିବ୍ୟୟ ।

3. ସ୍ଵଳ୍ପକାଳ-କ’ଣ?
Answer:
ଯେଉଁ ସମୟସୀମା ମଧ୍ୟରେ ଉତ୍ପାଦନକାରୀ ପ୍ରତିଷ୍ଠାନର ଆୟତନରେ କୌଣସି ପରିବର୍ତ୍ତନ କରିପାରେ ନାହିଁ, ତାହାକୁ ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳ ବୋଲି କୁହାଯାଏ । ତେଣୁ ସ୍ଵଳ୍ପକାଳରେ କେବଳ ପରିବର୍ତ୍ତନୀୟ ଉପାଦାନରେ ବୃଦ୍ଧି ଘଟାଇ ଉତ୍ପାଦନ ବୃଦ୍ଧି ଘଟାଇବା ସମ୍ଭବ ହୋଇଥାଏ । ଏହି ସ୍ଵଳ୍ପକାଳରେ ଦୁଇ ପ୍ରକାର ପରିବ୍ୟୟ ଦେଖାଯାଏ; ଯଥା- ସ୍ଥିର ପରିବ୍ୟୟ ଏବଂ ପରିବର୍ତ୍ତନୀୟ ପରିବ୍ୟୟ ।

4. ଦୀର୍ଘକାଳ କ’ଣ ?
Answer:
ଯେଉଁ ସମୟସୀମା ମଧ୍ୟରେ ଉତ୍ପାଦନ ସଂସ୍ଥାର ଆୟତନ ଓ ଯନ୍ତ୍ରପାତି ଇତ୍ୟାଦିର ବୃଦ୍ଧି କରିବା ସମ୍ଭବ ହୋଇଥାଏ, ତାହାକୁ ଦୀର୍ଘକାଳ ବୋଲି କୁହାଯାଏ । ଦୀର୍ଘକାଳରେ କୌଣସି ଉପାଦାନ ସ୍ଥିର ବା ଅପରିବର୍ତ୍ତନୀୟ ରହେ ନାହିଁ ଅର୍ଥାତ୍ ଏହି ସମୟରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ ହୋଇଥାଏ ।

CHSE Odisha Class 12 Economics Chapter 7 Short Answer Questions in Odia Medium

5. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ଉତ୍ପାଦ ପରିମାଣରେ ପରିବର୍ତ୍ତନ ହେଲେ ଯେଉଁ ପରିବ୍ୟୟରେ ପରିବର୍ତ୍ତନ ଘଟେ, ତାହାକୁ ପରି ଉଁନୀୟ ପରିବ୍ୟୟ କୁହାଯାଏ । ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲ ବାବଦ ଖର୍ଜ, ବ୍ୟବହୃତ ବିଜୁଳିଶକ୍ତି ବାବଦ ଦେୟ, ଶ୍ରମିକମାନଙ୍କ ମଜୁରି ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଅନ୍ତର୍ଭୁକ୍ତ । ଉତ୍ପାଦନ ବୃଦ୍ଧି ଘଟିଲେ ଏହି ପରିବ୍ୟୟର ବୃଦ୍ଧି ଘଟେ ଏବଂ ଉତ୍ପାଦନ ହ୍ରାସ ହେଲେ ଏହା ହ୍ରାସ ପାଇଥାଏ ଏବଂ ଉତ୍ପାଦନ ପରିମାଣ ଶୂନ୍ୟ ହେଲେ, ଏହି ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଥାଏ ।

6. ଯୋଜନା ରେଖା କ’ଣ ?
Answer:
ସ୍ଵଳ୍ପକାଳରେ ବାସ୍ତବରେ ଉତ୍ପାଦନ ସଙ୍ଘଟିତ ହୋଇଥାଏ, ମାତ୍ର ଦୀର୍ଘକାଳରେ ଉତ୍ପାଦନ ନିମିତ୍ତ କେବଳ ଯୋଜନା ପ୍ରସ୍ତୁତ କରାଯାଇଥାଏ । ସେଥ‌ିପାଇଁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖାକୁ ଯୋଜନା ରେଖା ବୋଲି ଅଭିହିତ କରାଯାଏ । କାରଣ ଦୀର୍ଘକାଳରେ ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖା ଭିତ୍ତିରେ ହିଁ ପରିବ୍ୟୟ ରେଖା ସ୍ଥିର କରାଯାଇପାରେ ।

7. ଆବୃତ ରେଖା କ’ଣ ?
Answer:
ପ୍ରତ୍ୟେକ ପ୍ରତିଷ୍ଠାନର ନୂନତମ ବିନ୍ଦୁକୁ ଯୋଗକଲେ ଦୀର୍ଘକାଳରେ ଯେଉଁ ରେଖା ଉତ୍ପନ୍ନ ହୁଏ, ତାହାହିଁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖା । ଏହା ସମସ୍ତ ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖାକୁ ଆବୃତ କରି ରଖୁଥାଏ। ତେଣୁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖାକୁ ଆବୃତ ରେଖା ବୋଲି କୁହାଯାଏ ।

8. ମୋଟ ପରିବ୍ୟୟ କ’ଣ ?
Answer:
ମୋଟ ପରିବ୍ୟୟ ହେଉଛି ପ୍ରତିଷ୍ଠାନର ମୋଟ ବ୍ୟୟ ବରାଦ । ଉଭୟ ସ୍ଥିର ଉପାଦାନ ଓ ପରିବର୍ତ୍ତନୀୟ ଉପାଦାନ ନିମନ୍ତେ ପ୍ରତିଷ୍ଠାନ କରୁଥିବା ମୋଟ ବ୍ୟୟକୁ ମୋଟ ପରିବ୍ୟୟ କୁହାଯାଏ । ଅର୍ଥାତ୍‌, ମୋଟ ପରିବ୍ୟୟ ହେଉଛି ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ।

9. ଦୃଶ୍ୟମାନ ପରିବ୍ୟୟ କ’ଣ ?
Answer:
ପ୍ରତିଷ୍ଠାନଗୁଡ଼ିକ ସାଧନ ମାଲିମାନଙ୍କଠାରୁ ଉତ୍ପାଦନ ସହାୟକ ସେବା କ୍ରୟ କରିବାପାଇଁ ଯେଉଁ ବ୍ୟୟ ବହନ କରିଥା’ନ୍ତି ତାହାକୁ ଦୃଶ୍ୟମାନ ପରିବ୍ୟୟ କୁହାଯାଏ । ଅର୍ଥାତ୍ ପ୍ରତିଷ୍ଠାନଗୁଡ଼ିକ ଶ୍ରମ, ପୁଞ୍ଜି, ଭୂମି ଇତ୍ୟାଦି ଉତ୍ପାଦନର ମାଲିକମାନଙ୍କୁ ଯେଉଁ ଚୁକ୍ତିଗତ ମୌଦ୍ରିକ ଦେୟ ପ୍ରଦାନ କରିଥା’ନ୍ତି, ତାହାହିଁ ଦୃଶ୍ୟମାନ ପରିବ୍ୟୟ । ଏହାକୁ ମଧ୍ୟ ହିସାବଗତ ପରିବ୍ୟୟ କୁହାଯାଏ ।

10. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଏପରି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍‌କାୟିତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀଙ୍କ ନିଜସ୍ବ ଭୂମି ପାଇଁ ଅଶେଷ, ନିଜସ୍ଵ ଶ୍ରମ ପାଇଁ ମଜୁରି ଇତ୍ୟାଦି ପ୍ରଚ୍ଛନ୍ନ ପରିବ୍ୟୟ । ଅର୍ଥନୈତିକ ପରିବ୍ୟୟରେ ଉଭୟ ପ୍ରଚ୍ଛନ୍ନ ପରିବ୍ୟୟ ଓ ଦୃଶ୍ୟମାନ ପରିବ୍ୟୟ ହିସାବକୁ ନିଆଯାଏ ।

11. ଉତ୍ପାଦନ ପରିବ୍ୟୟ କ’ଣ ?
Answer:
କୌଣସି ଦ୍ରବ୍ୟର ଉତ୍ପାଦନ ପାଇଁ ଉତ୍ପାଦନକାରୀ ସଂସ୍ଥା ଉପାଦାନଗୁଡ଼ିକ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡ଼ିଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ । ଉତ୍ପାଦନ କାଳରେ ଉତ୍ପାଦନକାରୀ ବିଭିନ୍ନ ଉତ୍ପାଦନର ସାଧନ କ୍ରୟ କରିଥାଏ ଏବଂ ସେଥ‌ିପାଇଁ ପାଉଣା ଦେଇଥାଏ । ତେଣୁ ସମସ୍ତ ପାଉଣାର ସମଷ୍ଟି ହେଉଛି ପରିବ୍ୟୟ । ଅର୍ଥାତ୍ କୌଣସି ଦ୍ରବ୍ୟ ଉତ୍ପାଦନ ପାଇଁ ଯେଉଁ ଖର୍ଚ୍ଚ ବହନ କରାଯାଇଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

12. ପରିବ୍ୟୟ ଫଳନ କହିଲେ କ’ଣ ବୁଝ ?
Answer:
ପ୍ରତିଷ୍ଠାନ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ମୋଟ ଉତ୍ପାଦନ ସହିତ ଦ୍ରବ୍ୟର ଉତ୍ପାଦନ ପରିବ୍ୟୟର ସମ୍ପର ୍କ୍ଥାପନ କରିଥାଏ । ଅର୍ଥାତ୍ ପରିବ୍ୟୟ ଓ ଉତ୍ପାଦନ ମଧ୍ୟରେ ସମ୍ପର୍କ ପରିବ୍ୟୟ ଫଳନ ଅଟେ । ପରିବ୍ୟୟ ଫଳନ ଏକ ବ୍ୟୁତ୍ପତ୍ତି ଫଳନ (Cost function is a derived function) । ଏହା ଉତ୍ପାଦନ ଫଳନରୁ ଗ୍ରହଣ କରାଯାଇଅଛି ।

13. ମୁଦ୍ରାଗତ ପରିବ୍ୟୟ କ’ଣ ?
Answer:
ମୋଟ ଉତ୍ପାଦନ ଖର୍ଚ୍ଚକୁ ମୁଦ୍ରା ଆକାରରେ ପରିମାପ କରାଗଲେ, ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଉଦ୍ୟୋକ୍ତା ଯେଉଁ ଖର୍ଚ୍ଚ ମୁଦ୍ରା ଆକାରରେ କରିଥା’ନ୍ତି, ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ତେଣୁ, ଉତ୍ପାଦନର ସମସ୍ତ ପରିବ୍ୟୟ ମୌଦ୍ରିକ ପରିବ୍ୟୟ ଅଟେ ।

14. ବାସ୍ତବ ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ । ଶ୍ରମିକ ଶ୍ରମଦାନ କଲାବେଳେ ଯେଉଁ କଷ୍ଟ ଓ ପରିଶ୍ରମ ସ୍ୱୀକାର କରିଥାଏ ତାହା ବାସ୍ତବ ପରିବ୍ୟୟ । ସାମାଜିକ ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ ଏହାର କୌଣସି ଭୂମିକା ନାହିଁ।

15. ହିସାବଗତ ପରିବ୍ୟୟ କ’ଣ ?
Answer:
କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ଭୂମି ପାଇଁ ଅଶେଷ, ବିଜ୍ଞାପନ, କର, ବୀମା ଇତ୍ୟାଦି ନିମନ୍ତେ ମଧ୍ୟ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟ ପ୍ରତିଷ୍ଠାନର ହିସାବ ଖାତାରେ ପ୍ରତିଫଳିତ ହୋଇଥାଏ । ତେଣୁ ଏହି ପରିବ୍ୟୟକୁ ହିସାବଗତ ପରିବ୍ୟୟ ବା ଦୃଶ୍ୟମାନ ପରିବ୍ୟୟ କୁହାଯାଏ ।

16. ବିକଳ୍ପ ପରିବ୍ୟୟ କ’ଣ ?
Answer:
ସମ୍ବଳ ସୀମିତ ହୋଇଥିବାରୁ ଉତ୍ପାଦନକାରୀ କୌଣସି ଏକ ଦ୍ରବ୍ୟ ଯଦି ଉତ୍ପାଦନ କରନ୍ତି, ତାହାହେଲେ ତାଙ୍କୁ ଅନ୍ୟ ଏକ ଦ୍ରବ୍ୟର ଉତ୍ପାଦନ ତ୍ୟାଗ କରିବାକୁ ହୋଇଥାଏ । ଏହି ତ୍ୟାଗ କରୁଥିବା ଦ୍ରବ୍ୟ ଉତ୍ପାଦିତ ଦ୍ରବ୍ୟର ବିକଳ୍ପ ପରିବ୍ୟୟ । ତେଣୁ, କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ ।

17. ଅର୍ଥନୈତିକ ପରିବ୍ୟୟ କ’ଣ ?
Answer:
ଅର୍ଥନୈତିକ ପରିବ୍ୟୟ ଏକ ବିସ୍ତୃତ ତତ୍ତ୍ଵ ଯାହା ଉଭୟ ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମ୍ମିଶ୍ରଣ ଅଟେ । ପ୍ରତ୍ୟକ୍ଷ ଭାବେ ଦ୍ରବ୍ୟଗୁଡ଼ିକୁ କିଣିବାପାଇଁ ପ୍ରତିଷ୍ଠାନ ଯେଉଁସବୁ ଖର୍ଚ୍ଚ ବହନ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଅନ୍ୟପକ୍ଷରେ ଉଦ୍ୟୋକ୍ତାଙ୍କର ସ୍ବସମ୍ବଳର ବିନିଯୋଗ ନିମନ୍ତେ ସେ ଯେଉଁ ପ୍ରାପ୍ୟ ପାଆନ୍ତି, ତାହାକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ତେଣୁ ଅର୍ଥନୈତିକ ପରିବ୍ୟୟ= ହିସାବଗତ ପରିବ୍ୟୟ + ପ୍ରଚ୍ଛନ୍ନ ପରିବ୍ୟୟ ।

CHSE Odisha Class 12 Economics Chapter 7 Short Answer Questions in Odia Medium

18. ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ସ୍ଥିର ପରିବ୍ୟୟ । ଉତ୍ପାଦନର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ । ଉତ୍ପାଦର ପରିମାଣ ଯାହା ହେଉନା କାହିଁକି, ପ୍ରତିଷ୍ଠାନ ଏହି ବ୍ୟୟ ଭାର ବହନ କରିବାକୁ ବାଧ୍ୟ । ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନଥିବାରୁ ଏହାକୁ ଅତିରିକ୍ତ ପରିବ୍ୟୟ ବା ପରୋକ୍ଷ ପରିବ୍ୟୟ ନାମରେ ମଧ୍ୟ ଅଭିହିତ କରାଯାଏ ।

19. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ୱଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପରିବର୍ତ୍ତନୀୟ ପରିବ୍ୟୟ । ଉତ୍ପାଦର ଯେକୌଣସି ପରିବର୍ତ୍ତନ ସହିତ ଏହା ପ୍ରଭାବିତ ହୋଇଥାଏ । ଉତ୍ପାଦ ପରିମାଣ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । କଞ୍ଚାମାଲ ପାଇଁ ଦେୟ, ଶ୍ରମିକମାନଙ୍କ ମଜୁରି, ଶକ୍ତି ପାଇଁ ଖର୍ଚ୍ଚ ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଉଦାହରଣ ।

20. ସୀମାନ୍ତ ପରିବ୍ୟୟ କ’ଣ ?
Answer:
ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ, ତାହାକୁ ସୀମାନ୍ତ ପରିବ୍ୟୟ କୁହାଯାଏ । ଏହା ଏକ ଅତିରିକ୍ତ ଉତ୍ପାଦ ପାଇଁ ହେଉଥ‌ିବା ଅତିରିକ୍ତ ବ୍ୟୟ । ଅର୍ଥାତ୍, ବର୍ତ୍ତମାନର ମୋଟ ପରିବ୍ୟୟ ଓ ପୂର୍ବତନ ମୋଟ ପରିବ୍ୟୟର ପାର୍ଥକ୍ୟ ହେଉଛି ସୀମାନ୍ତ ପରିବ୍ୟୟ ।

21. ହାରାହାରି ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ସ୍ଥିର ପରିବ୍ୟୟକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ । ତେଣୁ ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦଦ୍ଵାରା ଭାଗ କରି ହାରାହାରି ସ୍ଥିର ପରିବ୍ୟୟ ଆକଳନ କରାଯାଏ । ଯେହେତୁ ମୋଟ ସ୍ଥିର ପରିବ୍ୟୟ ସର୍ବଦା ସ୍ଥିର, ମୋଟ ଉତ୍ପାଦ ପରିମାଣର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ହାରାହାରି ସ୍ଥିର ପରିବ୍ୟୟ ହ୍ରାସମାନ ହାରରେ ହ୍ରାସ ପାଇଥାଏ।

22. ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
କୁହାଯାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦ ପରିମ ଣଦ୍ବାରା ଭାଗ କରି ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଣ୍ଣୟ କରାଯାଏ । ଉତ୍ପାଦର ଏକକ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପ୍ରଥମେ ପରୋକ୍ଷ ଓ ତତ୍ପରେ ପ୍ରତ୍ୟକ୍ଷ ସମ୍ପର୍କ ଥ‌ିବାରୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ରେଖା ପ୍ରଥମେ ନିମ୍ନଗାମୀ ଓ ତତ୍ପରେ ଊର୍ଦ୍ଧ୍ୱଗାମୀ ବା ଏହା ଇଂରାଜୀ ଅକ୍ଷର ‘U’ ସଦୃଶ ହୋଇଥାଏ ।

23. ହାରାହାରି ପରିବ୍ୟୟ କ’ଣ ?
Answer:
ଦ୍ରବ୍ୟର ଏକକ ପିଛା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଏ । ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିବାକୁ ହେଲେ ମୋଟ ପରିବ୍ୟୟକୁ ଉତ୍ପାଦିତ ଦ୍ରବ୍ୟର ଏକକଦ୍ୱାରା ଭାଗ କରିବାକୁ ପଡ଼ିଥାଏ । ହାରାହାରି ପରିବ୍ୟୟ ହେଉଛି ହାରାହାରି ସ୍ଥାୟୀ ପରିବ୍ୟୟ ଏବଂ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ମୌଦ୍ରିକ ପରିବ୍ୟୟ କିପରି ନିର୍ଣ୍ଣୟ କରାଯାଏ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ହେଉଥ‌ିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ମୌଦ୍ରିକ ପରିବ୍ୟୟ କୁହାଯାଏ । ବର୍ତ୍ତମାନର ଅର୍ଥବ୍ୟବସ୍ଥା ହେଉଛି ମୌଦ୍ରିକ ଅର୍ଥବ୍ୟବସ୍ଥା । ଉତ୍ପାଦନକାରୀ ସମସ୍ତ ବ୍ୟୟ ମୁଦ୍ରା ମାଧ୍ୟମରେ ହିଁ ସମ୍ପାଦିତ କରିଥା’ନ୍ତି । ସେ ଶ୍ରମିକକୁ ଦେଉଥୁବା ମଜୁରି, ଋଣକୃତ ପୁଞ୍ଜି ପାଇଁ ଦେଉଥ‌ିବା ସୁଧ, ଭୂମି ପାଇଁ ପଇଠ କରୁଥିବା ଅଧୁଶେଷ, ସରକାରଙ୍କୁ ଦେଉଥ‌ିବା କର ଇତ୍ୟାଦି ମୁଦ୍ରା ମାଧ୍ୟମରେ ପ୍ରକାଶ କରାଯାଏ । ତେଣୁ ଉତ୍ପାଦନର ସମସ୍ତ ପରିବ୍ୟୟ ମୌଦ୍ରିକ ପରିବ୍ୟୟ ଅଟେ । ତେଣୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ କରାଯାଉଥ‌ିବା ସମସ୍ତ ଅର୍ଥବ୍ୟୟର ସମଷ୍ଟିକୁ ଉକ୍ତ ଦ୍ରବ୍ୟର ମୁଦ୍ରାଗତ ପରିବ୍ୟୟ କୁହାଯାଏ

2. ବାସ୍ତବ ପରିବ୍ୟୟ କିପରି ଏକ ଅନୁଭବସିଦ୍ଧ ବା ମାନସିକ ବିଷୟ ।
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ । ଶ୍ରମିକ ଶ୍ରମଦାନ କଲାବେଳେ ଯେଉଁ କଷ୍ଟ ଓ ପରିଶ୍ରମ ସ୍ୱୀକାର କରିଥାଏ, ତାହା ବାସ୍ତବ ପରିବ୍ୟୟ । ଠିକ୍ ସେହିପରି, ପୁଞ୍ଜିର ମାଲିକ ଋଣ ଦେବାଦ୍ଵାରା ବର୍ତ୍ତମାନର ଉପଭୋଗରୁ ନିଜକୁ ବଞ୍ଚତ କରି ଯେଉଁ ତ୍ୟାଗ ସ୍ଵୀକାର କରେ, ତାହା ବାସ୍ତବ ପରିବ୍ୟୟ । କିନ୍ତୁ ଅସୁବିଧା ଓ ତ୍ୟାଗ ମନସ୍ତାତ୍ତ୍ଵିକ ଚିନ୍ତାଧାରା ହୋଇଥ‌ିବାରୁ ବାସ୍ତବ ପରିବ୍ୟୟର ସାଂଖ୍ୟକ ପରିମାପ ଅସମ୍ଭବ । ଏହା ଏକ ଉପଲବ୍ଧି ମାତ୍ର । ସାମାଜିକ ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣାର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ ଏହାର କୌଣସି ଭୂମିକା ନାହିଁ ।

3. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଜଣେ ଉଦ୍ୟୋକ୍ତାଙ୍କର ସ୍ବ-ଅଧିକାରଭୁକ୍ତ ଏବଂ ସ୍ବ-ନିୟୋଜିତ ସାଧନଗୁଡ଼ିକର ପାରିଶ୍ରମିକ ବାବଦରେ ସେ ଯେଉଁ ଆୟ ପାଇବାକୁ ହକ୍‌ର, ତାହାକୁ ପ୍ରଚ୍ଛନ୍ନ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ । ଜଣେ ଉଦ୍ୟୋକ୍ତା ନିଜର ସମ୍ବଳ; ଯଥା- ଭୂମି, ପୁଞ୍ଜି, ଶ୍ରମ ଓ ସେବା ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ କରିଥା’ନ୍ତି । ସେଗୁଡ଼ିକର ମୂଲ୍ୟ ହିସାବଗତ ପରିବ୍ୟୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ମାତ୍ର ଉଦ୍ୟୋକ୍ତାଙ୍କ ନିଜର ସମ୍ବଳ ହେଲେ ମଧ୍ୟ ତାହା ଦ୍ରବ୍ୟ ଉତ୍ପାଦନରେ ସାହାଯ୍ୟ କରିଥାଏ । ତେଣୁ ଏଭଳି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ । ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟକୁ ଆରୋପିତ ପରିବ୍ୟୟ ମଧ୍ୟ କୁହାଯାଏ ।

4. ହିସାବଗତ ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ଭୂମି ପାଇଁ ଅଶେଷ ଓ ଋଣ କରିଥିବା ପୁଞ୍ଜି ପାଇଁ ସୁଧ ଦେବା ସଙ୍ଗେ ସଙ୍ଗେ ବିଜ୍ଞାପନ, କର, ବୀମା ଇତ୍ୟାଦି ନିମନ୍ତେ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟ ପ୍ରତିଷ୍ଠାନର ହିସାବ ଖାତାରେ ପ୍ରତିଫଳିତ ହୋଇଥାଏ । ତେଣୁ ଏହି ପରିବ୍ୟୟକୁ ହିସାବଗତ ପରିବ୍ୟୟ ବା ଦୃଶ୍ୟମାନ ପରିବ୍ୟୟ ବୋଲି ଅଭିହିତ କରାଯାଏ । ଏହା ପ୍ରତିଷ୍ଠାନର ହୋଇଥିବା ସମସ୍ତ ପରିବ୍ୟୟର ସମଷ୍ଟି ।

5. ଅର୍ଥନୈତିକ ପରିବ୍ୟୟ ହେଉଛି ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟି– କିପରି ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ବ୍ୟୟ ବରାଦକୁ ପରିବ୍ୟୟ ଭାବେ ବିବେଚନା କରାଯାଏ ଏବଂ ତାହା ସହିତ ପ୍ରକୃତରେ ବ୍ୟୟିତ ନ ହୋଇଥିଲେ ମଧ୍ୟ ଯେଉଁ ପରିମାଣ ଅର୍ଥ ବ୍ୟୟ ପରିସରଭୁକ୍ତ ହେବା ଉଚିତ ତାହାକୁ ମଧ୍ୟ ପରିବ୍ୟୟ ରୂପେ ଗ୍ରହଣ କରାଯାଏ । ଜଣେ ଉତ୍ପାଦନକାରୀ ଉତ୍ପାଦନରେ ନିଜ ପୁଞ୍ଜି ବିନିଯୋଗ କରିଛନ୍ତି । ତେଣୁ ସେ ପୁଞ୍ଜି ବାବଦକୁ ଯେଉଁ ସୁଧ ଦେଇଥା’ନ୍ତେ ତାହା ହେଉନାହାନ୍ତି । ତେଣୁ ଏହି ସୁଧକୁ ହିସାବଗତ ପରିବ୍ୟୟରେ ଏକ ଅଂଶ ବୋଲି ବିଚାର କରାଯାଏ ନାହିଁ ।

କିନ୍ତୁ ଯଦି ସେ ବିନିଯୋଗ କରିଥିବା ପୁଞ୍ଜି ରଣ କରିଥା’ନ୍ତେ, ତେବେ ତାଙ୍କୁ ସୁଧ ଦେବାକୁ ପଡ଼ିଥା’ନ୍ତା । ତେଣୁ ଏଭଳି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ । ତେଣୁ ଅର୍ଥନୈତିକ ପରିବ୍ୟୟ ହେଉଛି ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟି ।

CHSE Odisha Class 12 Economics Chapter 7 Short Answer Questions in Odia Medium

6. ପରିବର୍ତ୍ତନୀୟ ପରିବ୍ୟୟ ହେଉଛି ପ୍ରଧାନ ପରିବ୍ୟୟ– କିପରି ?
Answer:
ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ୱଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପରିବର୍ତ୍ତନୀୟ ପରିବ୍ୟୟ । ଉତ୍ପାଦର ଯେକୌଣସି ପରିବର୍ତ୍ତନ ସହିତ ଏହା ପ୍ରଭାବିତ ହୋଇଥାଏ । ଉତ୍ପାଦ ପରିମାଣ ଓ ପରିବର୍ଭନୀୟ ପରିବ୍ୟୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । ଉତ୍ପାଦନ ବନ୍ଦ ହେବା ସହିତ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟ ବନ୍ଦ ହୋଇଥାଏ । କଞ୍ଚାମାଲ ପାଇଁ ଦେୟ, ଶ୍ରମିକମାନଙ୍କ ମଜୁରି, ଶକ୍ତି ପାଇଁ ଖର୍ଚ୍ଚ ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଉଦାହରଣ । ଏହି ପରିବ୍ୟୟ, ଉତ୍ପାଦନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ । ଏହାକୁ ପ୍ରଧାନ ପରିବ୍ୟୟ, ପ୍ରତ୍ୟକ୍ଷ ପରିବ୍ୟୟ ବା ସ୍ବତନ୍ତ୍ର ପରିବ୍ୟୟ ମଧ୍ୟ କୁହାଯାଏ ।

7. ସ୍ଥିର ପରିବ୍ୟୟକୁ କାହିଁକି ଉପରି ପରିବ୍ୟୟ କୁହାଯାଏ ?
Answer:
ସ୍ୱଳ୍ପକାଳୀନ ପରିବ୍ୟୟ ସ୍ଥୂଳତଃ ଦୁଇଭାଗରେ ବିଭକ୍ତ, ସେଗୁଡ଼ିକ ହେଲା ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ସ୍ଥିର ପରିବ୍ୟୟ । ଉତ୍ପାଦର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ । ଉତ୍ପାଦନର ପରିମାଣ ଯାହା ହେଉନା କାହିଁକି, ପ୍ରତିଷ୍ଠାନ ଏହି ବ୍ୟୟ ଭାର ବହନ କରିବାକୁ ବାଧ୍ୟ । ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନ ଥ‌ିବାରୁ ଏହା ଅତିରିକ୍ତ ପରିବ୍ୟୟ ବା ପରୋକ୍ଷ ପରିବ୍ୟୟ ନାମରେ ମଧ୍ୟ ଅଭିହିତ । ଉତ୍ପାଦର ସମସ୍ତ ଏକକ ପାଇଁ ସ୍ଥିର ପରିବ୍ୟୟ ଯେହେତୁ ସମାନ, ଏହାକୁ ଉପରି ପରିବ୍ୟୟ କୁହାଯାଏ ।

8. ବିକଳ୍ପ ପରିବ୍ୟୟ କ’ଣ ?
Answer:
ଆର୍ଥନୀତିକ ବିଶ୍ଳେଷଣରେ ବିକଳ୍ପ ପରିବ୍ୟୟର ବ୍ୟବହାର ବହୁଳ । ଏହା ବିକଳ୍ପ ବ୍ୟବହାରକ୍ଷମ ସମ୍ବଳ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ସମ୍ବଳ ସୀମିତ ହୋଇଥ‌ିବାରୁ ଉତ୍ପାଦନକାରୀ କୌଣସି ଏକ ଦ୍ରବ୍ୟ ଯଦି ଉତ୍ପାଦନ କରନ୍ତି, ତାହାହେଲେ ତାଙ୍କୁ ଅନ୍ୟ ଏକ ଦ୍ରବ୍ୟର ଉତ୍ପାଦନ ତ୍ୟାଗ କରିବାକୁ ହେବ । ତେଣୁ, ତ୍ୟାଗ କରୁଥିବା ଦ୍ରବ୍ୟ ଉତ୍ପାଦିତ ଦ୍ରବ୍ୟର ବିକଳ୍ପ ପରିବ୍ୟୟ । ଅର୍ଥାତ୍, କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ । ପ୍ରଫେସର ବେନ୍‌ହାମ୍‌ଙ୍କ ମତରେ ସମପରିମାଣ ଅର୍ଥବ୍ୟୟରେ ଅନୁରୂପ ସମ୍ବଳ ବିନିଯୋଗ କରି ଯେଉଁ ସର୍ବୋତ୍ତମ ବିକଳ୍ପ ଉତ୍ପାଦିତ ହୋଇପାରେ, ତାହା ବିକଳ୍ପ ପରିବ୍ୟୟ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ :
Answer:
ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ଉପାଦାନ; ଯଥା- କାରଖାନା ଗୃହ, ମେସିନ୍, ଯନ୍ତ୍ରପାତି ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ । ଉତ୍ପାଦନର ଯେକୌଣସି ସ୍ତରରେ ଏହି ସ୍ଥିର ପରିବ୍ୟୟ ସମାନ ଭାବରେ ବହନ କରାଯାଏ । ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନ ‘ଶୂନ୍ୟ’ ହେଲେ ମଧ୍ୟ ଏହି ସ୍ଥିର ପରିବ୍ୟୟ ଅପରିବର୍ତିତ ରହିଥାଏ । ଏହି ପରିବ୍ୟୟ କେବଳ ସ୍ଵଳ୍ପକାଳରେ ବହନ କରାଯାଇଥାଏ । ଏହି ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।

ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତ୍ତନୀୟ ଉପାଦାନ; ଯଥା – କଞ୍ଚାମାଲ, ମଜୁରି ଆଦି ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ଉତ୍ପାଦନର ବିଭିନ୍ନ ସ୍ତରରେ ଏହି ପରିବ୍ୟୟ ଭିନ୍ନ ହୋଇଥାଏ । ଉତ୍ପାଦନର ପରିମାଣ ଶୂନ୍ୟ ହେଲେ ଏହି ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଥାଏ । ଏହି ପରିବ୍ୟୟର ସ୍ଥିତି ଉଭୟ ସ୍ଵଳ୍ପକାଳ ଓ ଦୀର୍ଘକାଳରେ ଉପଲବ୍ଧ ହୋଇଥାଏ । ଏହି ପରିବ୍ୟୟକୁ ପ୍ରଧାନ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ ।

2. ପ୍ରାକାଶ୍ୟ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟ :
Answer:
ଯେଉଁ ପରିବ୍ୟୟକୁ ଉତ୍ପାଦନକାରୀ ସାଧାରଣଭାବେ ପରିପ୍ରକାଶ କରିପାରେ, ତାହାକୁ ଦୃଶ୍ୟମାନ ବା ପ୍ରାକାଶ୍ୟ ପରିବ୍ୟୟ କୁହାଯାଏ । ଏହିସବୁ ପରିବ୍ୟୟ ପ୍ରାକାଶ୍ୟ ପରିବ୍ୟୟ ଉପାଦାନ; ଯଥା- ମଜୁରି, ସୁଧ, ବୀମା, କର, କଞ୍ଚାମାଲ ଉଦ୍ଦେଶ୍ୟରେ ଏହି ବ୍ୟୟ କରାଯାଇଥାଏ । ଏହାର ହିସାବ ବା ମୂଲ୍ୟାୟନ କରାଯାଇ ପାରୁଥିବାରୁ ଏହାକୁ ମଧ୍ୟ ହିସାବଗତ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟକୁ ମୋଟ ଆୟରୁ ଅନ୍ତର କରାଯାଇ ମୋଟ ଲାଭ ନିର୍ଣ୍ଣୟ କରାଯାଇଥାଏ । ଏହା ଏକ ସଂକୀର୍ଣ୍ଣ ଅଭିଧାରଣ ।

ଯେଉଁ ପରିବ୍ୟୟ ଉତ୍ପାଦନ ପ୍ରକ୍ରିୟାରେ ଲୁକ୍‌କାୟିତ ଭାବରେ ରହିଥାଏ ଓ ଏହାର ପରିପ୍ରକାଶ ସାଧାରଣରେ କରାଯାଇନଥାଏ, ତାହାକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟ କହିଲେ ଉତ୍ପାଦନକାରୀ ନିଜ ଅଧିକାରଭୁକ୍ତ ସମ୍ବଳର ପ୍ରୟୋଗ; ଯଥା- ନିଜସ୍ଵ ଭୂମି, ନିଜସ୍ଵ ପୁଞ୍ଜି, ନିଜସ୍ଵ ମଜୁରି ଆଦିକୁ ବୁଝାଇଥାଏ । ଏହା ନିଜସ୍ଵ ସମ୍ବଳର ପ୍ରୟୋଗଜନିତ ହୋଇଥ‌ିବାରୁ ଏହାର ହିସାବ ବା ମୂଲ୍ୟାୟନ ସମ୍ଭବ ହୋଇ ନଥାଏ । ମୋଟ ଆୟରୁ ଉଭୟ ପ୍ରାକାଶ୍ୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ଅନ୍ତର କରାଯାଇ ନିଟ୍ ଲାଭ ନିର୍ଣ୍ଣୟ କରାଯାଏ । ଏହା ଏକ ବ୍ୟାପକ ଧାରଣା ।

3. ହିସାବଗତ ପରିବ୍ୟୟ ଓ ଅର୍ଥନୀତିକ ପରିବ୍ୟୟ :
Answer:
କରନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ବିଜୁଳି ଶକ୍ତି ଇତ୍ୟାଦି ନିମନ୍ତେ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ । ତେଣୁ ଏହା କେବଳ ଦୃଶ୍ୟମାନ ପରିବ୍ୟୟକୁ ବୁଝାଏ । ଏହା ଉତ୍ପାଦନ ପରିବ୍ୟୟର ଏକ ସଂକୀର୍ଣ୍ଣ ଧାରଣା । ମୋଟ ଲାଭ ହିସାବ କରିବାପାଇଁ ମୋଟ ଆୟରୁ ହିସାବଗତ ପରିବ୍ୟୟକୁ ଅନ୍ତର କରାଯାଇଥାଏ ।

ଆରୋପିତ ପରିବ୍ୟୟକୁ ନିଆଯାଇଥାଏ । ଏହା ଉଭୟ ଦୃଶ୍ୟମାନ ଓ ଲୁକ୍କାୟିତ ପରିବ୍ୟୟକୁ ହିସାବକୁ ନିଆଯାଇଥାଏ । ଅର୍ଥନୈତିକ ପରିବ୍ୟୟ ହେଉଛି ଉତ୍ପାଦନ ପରିବ୍ୟୟର ଏକ ବିସ୍ତୃତ ଧାରଣା । ନିଟ୍ ଲାଭ ଆକଳନ ପାଇଁ ମୋଟ ଆୟରୁ ଅର୍ଥନୈତିକ ପରିବ୍ୟୟ ଅନ୍ତର କରାଯାଇଥାଏ ।

4. ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ :
Answer:
ଉତ୍ପାଦନ ପ୍ରକ୍ରିୟାରେ ପ୍ରତି ଏକକ ପାଇଁ କରାଯାଉଥ‌ିବା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଏ । ମୋଟ ପରିବ୍ୟୟକୁ ମୋଟ ଉତ୍ପାଦଦ୍ୱାରା ବିଭାଜିତ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଇଥାଏ । ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିବାପାଇଁ ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟକୁ ଯୋଗ କରାଯାଏ । ହାରାହାରି ପରିବ୍ୟୟ ଉତ୍ପାଦନର ପ୍ରାରମ୍ଭିକ ସ୍ତରରେ ହ୍ରାସ ପାଇ ପରବର୍ତ୍ତୀ ପର୍ଯ୍ୟାୟରେ ବୃଦ୍ଧିପ୍ରାପ୍ତ ହୋଇଥାଏ । ଯେତେବେଳେ ହାରାହାରି ପରିବ୍ୟୟ ସର୍ବନିମ୍ନ, ସେତେବେଳେ ଏହା ସୀମାନ୍ତ ପରିବ୍ୟୟ ସହ ସମାନ ହୋଇଥାଏ ।

ଉତ୍ପାଦନ ପ୍ରକ୍ରିୟାରେ ଗୋଟିଏ ଅତିରିକ୍ତ ଏକକର ଉତ୍ପାଦନ ପାଇଁ ମୋଟ ପରିବ୍ୟୟ ଯେଉଁ ପରିମାଣରେ ବୃଦ୍ଧି ପାଏ, ତାହାକୁ ପ୍ରାନ୍ତୀୟ ପରିବ୍ୟୟ କୁହାଯାଏ । ବର୍ତ୍ତମାନର ମୋଟ ପରିବ୍ୟୟ ଓ ପୂର୍ବତନ ମୋଟ ପରିବ୍ୟୟର ପାର୍ଥକ୍ୟ ହେଉଛି ସୀମାନ୍ତ ପରିବ୍ୟୟ (MC = TCn – TCn-1) ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ କମ୍ ଥ‌ିବାବେଳେ ହାରାହାରି ପରିବ୍ୟୟ ହ୍ରାସ ପାଏ ଏବଂ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧିକ ଥିବାବେଳେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ । ପ୍ରାନ୍ତୀୟ ପରିବ୍ୟୟ ଉତ୍ପାଦନର ପ୍ରାରମ୍ଭିକ ଅବସ୍ଥାରେ ହ୍ରାସ ପାଏ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବୃଦ୍ଧି ପାଏ ।

CHSE Odisha Class 12 Economics Chapter 7 Short Answer Questions in Odia Medium

5. ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ :
Answer:
ପ୍ରତି ଏକକ ପାଇଁ ବ୍ୟୟ ହେଉଥ‌ିବା ସ୍ଥିର ପରିବ୍ୟୟର ପରିମାଣକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ । ଉତ୍ପାଦନର ବୃଦ୍ଧି ସହ ହାରାହାରି ସ୍ଥିର ପରିବ୍ୟୟ କ୍ରମାଗତଭାବେ ହ୍ରାସ ପାଇଥାଏ । ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦନଦ୍ଵାରା ବିଭାଜିତ କରାଯାଇ ହାରାହାରି ସ୍ଥିର ପରିବ୍ୟୟ ନିର୍ଣ୍ଣୟ କରାଯାଏ । ହାରାହାରି ସ୍ଥିର ପରିବ୍ୟୟ ରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ; ମାତ୍ର ଏହା ଆନୁଭୂମିକ ଅକ୍ଷକୁ (horizontal axis) ସ୍ପର୍ଶ କରେ ନାହିଁ ଅର୍ଥାତ୍ ଏହା ଶୂନ୍ୟ ହୁଏ ନାହିଁ ।

ଉତ୍ପାଦନର ପ୍ରତି ଏକକ ପାଇଁ ବ୍ୟୟ ହେଉଥ‌ିବା ପରିବର୍ତ୍ତନୀୟ ପରିବ୍ୟୟକୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ପ୍ରାଥମିକ ଅବସ୍ଥାରେ ଉତ୍ପାଦନର ବୃଦ୍ଧି ସହ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ହ୍ରାସ ପାଏ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ଏହାର ବୃଦ୍ଧି ଘଟିଥାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦନଦ୍ବାରା ବିଭାଜିତ କରାଯାଇ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଣ୍ଣୟ କରାଯାଏ । ଏହାକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ ।

6. ବ୍ୟକ୍ତିଗତ ଓ ସାମାଜିକ ପରିବ୍ୟୟ :
Answer:
ଏକ ନିର୍ଦ୍ଦିଷ୍ଟ ଉତ୍ପାଦନ କରିବାପାଇଁ ଉତ୍ପାଦନକାରୀ ସଂସ୍ଥା ଯେଉଁ ବ୍ୟୟଭାର ବହନ କରିଥା’ନ୍ତି, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ବୋଲି କୁହାଯାଏ । ଦର ଓ ଉତ୍ପାଦ ସଂକ୍ରାନ୍ତୀୟ ନିଷ୍ପଭି ନେଲାବେଳେ ପ୍ରତିଷ୍ଠାନ ଏହି ପରିବ୍ୟୟର ବିଚାର କରିଥାଏ । ଚୌଦ୍ଵାରସ୍ଥିତ ଚାର୍ଜକ୍ରୋମ୍ କାରଖାନାର ବ୍ୟୟିତ ଖର୍ଚ୍ଚ କେବଳ ତା’ର ମାଲିକ ବହନ କରୁଥିବାରୁ ଏହା ବ୍ୟକ୍ତିଗତ ପରିବ୍ୟୟର ଏକ ଉଦାହରଣ ଅଟେ । ଅନ୍ୟପକ୍ଷରେ, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନବେଳେ ସମାଜ ଯେଉଁ ବ୍ୟୟଭାର ବହନ କରିଥାଏ, ତାହାକୁ ସାମାଜିକ ପରିବ୍ୟୟ କୁହାଯାଏ ।

କୌଣସି ଦ୍ରବ୍ୟ ଉତ୍ପାଦନ ହେଲାବେଳେ ଏପରିକି କାରଖାନା ସହ ସଂପୃକ୍ତ ନ ଥ‌ିବା ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ନାନା ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି । ଗୋଟିଏ ସାର କାରଖାନାରେ ଉତ୍ପାଦନ ହେଉଥ‌ିବା ସମୟରେ ସେଥୁରୁ ନିର୍ଗତ ଦୂଷିତ ଜଳ, ଧୂଆଁ ଇତ୍ୟାଦି ପରିବେଶକୁ ଦୂଷିତ କରିବାଦ୍ଵାରା ସମାଜର ଅନେକ କ୍ଷତି ହୋଇଥାଏ । ତେଣୁ ଏହାକୁ ସାମାଜିକ ପରିବ୍ୟୟର ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ସ୍ଵଳ୍ପକାଳ ଓ ଦୀର୍ଘକାଳ :
Answer:
ଉତ୍ପାଦନ ନିମନ୍ତେ ଯେଉଁ ଅର୍ଥନୈତିକ ସିଦ୍ଧାନ୍ତ ନିଆଯାଏ, ସେଥୁରେ ସମୟର ଗୁରୁତ୍ବ ରହିଛି । ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନ କେବଳ ପରିବର୍ତ୍ତନୀୟ ଉପାଦାନଗୁଡ଼ିକ ପରିବର୍ତ୍ତନ କରି ଉତ୍ପାଦିତ ଦ୍ରବ୍ୟର ପରିମାଣରେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଥା’ନ୍ତି, ସେହି ସମୟର ଅବଧୂ ସ୍ଵଳ୍ପକାଳ କୁହାଯାଏ ।

ଅନ୍ୟପକ୍ଷରେ ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନ ତା’ର ସମସ୍ତ ଉପାଦାନଗୁଡ଼ିକୁ ପରିବର୍ତ୍ତନ କରି ଦ୍ରବ୍ୟର ଉତ୍ପାଦିତ ପରିମାଣ ପରିବର୍ତ୍ତନ କରିବାକୁ ସମର୍ଥ ହୋଇଥାଏ, ସେହି ସମୟର ଅବଧୂ ଦୀର୍ଘକାଳ କୁହାଯାଏ । ଦୀର୍ଘକାଳରେ ସ୍ଥିର ଉପାଦାନ ଏବଂ ପରିବର୍ତ୍ତନୀୟ ଉପାଦାନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ । ଏଠାରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ । ତେଣୁ ଦୀର୍ଘକାଳରେ ସମସ୍ତ ପରିବ୍ୟୟ ପରିବର୍ତ୍ତନୀୟ ।

8. ମୌଦ୍ରିକ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ :
Answer:
ଦ୍ରବ୍ୟ ଉତ୍ପାଦନ ସକାଶେ ମୋଟ ମୌଦ୍ରିକ ଖର୍ଚ୍ଚକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ମୌଦ୍ରିକ ପରିବ୍ୟୟ ହେଉଛି ପ୍ରକୃତ ପରିବ୍ୟୟ । ଶ୍ରମିକମାନଙ୍କର ମଜୁରି, କର୍ମଚାରୀମାନଙ୍କ ବେତନ, ଶକ୍ତି, କଞ୍ଚାମାଲ, ସୁଧ, ବୀମାଦେୟ, ପରିବହନ ଖର୍ଚ୍ଚ ଇତ୍ୟାଦି ମୁଦ୍ରାଗତ ପରିବ୍ୟୟର ଉଦାହରଣ । ଅର୍ଥାତ୍ ସବୁ ଉପାଦାନର କ୍ରୟ ବିକ୍ରୟରେ ନିୟୋଜିତ ଅର୍ଥର ସମଷ୍ଟିକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ମୁଦ୍ରାଗତ ପରିବ୍ୟୟ କ୍ଷେତ୍ରରେ ଦେୟ ମୁଦ୍ରା ଆକାରରେ ହୋଇଥାଏ । ମୁଦ୍ରାଗତ ପରିବ୍ୟୟ ଗଣନା କରିବା ସହଜ ହୋଇଥାଏ ।

ଦ୍ରବ୍ୟ ସାଧନର ମାଲିକମାନେ ଉତ୍ପାଦନକାରୀଙ୍କୁ ଉପାଦାନଗୁଡ଼ିକ ଯୋଗାଇଲାବେଳେ ଯେଉଁ କଷ୍ଟ, ଯନ୍ତ୍ରଣା, ତ୍ୟାଗ ସ୍ବୀକାର କରିଥାଆନ୍ତି ତାହାକୁ ବାସ୍ତବ ପରିବ୍ୟୟ କୁହାଯାଏ । ବାସ୍ତବ ପରିବ୍ୟୟ ଏକ ଅନୁଭବସିଦ୍ଧ ବିଷୟ । ବାସ୍ତବ ପରିବ୍ୟୟକୁ ଗଣନା କରିବା ସହଜସାଧ୍ୟ ହୋଇନଥାଏ । ଉପାଦାନମାନଙ୍କରେ ମାଲିକମାନଙ୍କର ପ୍ରଚେଷ୍ଟା, ତ୍ୟାଗ, ଅସୃଷ୍ଠି ଓ ହରାଇଥିବା ଉପଯୋଗିତାକୁ ବାସ୍ତବ ପରିବ୍ୟୟ ବୋଲି ଅଭିହିତ କରାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7  ପରିବ୍ୟୟ Objective Questions.

CHSE Odisha 12th Class Economics Chapter 7 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ସାଧନମାନଙ୍କ ପାଉଣାକୁ ଯାହା କୁହାଯାଏ :
(A) ସାଧନ ମୂଲ୍ୟ
(B) ଉତ୍ପାଦନ ମୂଲ୍ୟ
(C) ଉତ୍ପାଦନର ଦାମ୍
(D) ପରିବ୍ୟୟ
Answer:
(D) ପରିବ୍ୟୟ

2. କେଉଁ ପରିବ୍ୟୟକୁ ଦୃଶ୍ୟମାନ ପରିବ୍ୟୟ ମଧ୍ୟ କୁହାଯାଏ ?
(A) ଅର୍ଥନୈତିକ ପରିବ୍ୟୟ
(B) ହିସାବଗତ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ବିକଳ୍ପ ପରିବ୍ୟୟ
Answer:
(B) ହିସାବଗତ ପରିବ୍ୟୟ

3. ପ୍ରଚ୍ଛନ୍ନ ପରିବ୍ୟୟ କେଉଁ ପରିବ୍ୟୟର ଏକ ଅଂଶ ?
(A) ଅର୍ଥନୈତିକ ପରିବ୍ୟୟ
(B) ହିସାବଗତ ପରିବ୍ୟୟ
(C) ମୌଦ୍ରିକ ପରିବ୍ୟୟ
(D) ବିକଳ୍ପ ପରିବ୍ୟୟ
Answer:
(A) ଅର୍ଥନୈତିକ ପରିବ୍ୟୟ

4. ପ୍ରଚ୍ଛନ୍ନ ପରିବ୍ୟୟର ଅନ୍ୟ ନାମ ହେଉଛି :
(A) ସୁଯୋଗ ପରିବ୍ୟୟ
(B) ଆରୋପିତ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ହିସାବ ପରିବ୍ୟୟ
Answer:
(B) ଆରୋପିତ ପରିବ୍ୟୟ

CHSE Odisha Class 12 Economics Chapter 7 Objective Questions in Odia Medium

5. ସାଧନମାନଙ୍କର ତ୍ୟାଗ ଓ ଅସୁବିଧାକୁ କେଉଁ ପରିବ୍ୟୟ କୁହାଯାଏ ?
(A) ବାସ୍ତବ ପରିବ୍ୟୟ
(B) ପ୍ରଚ୍ଛନ୍ନ ପରିବ୍ୟୟ
(C) ବିକଳ୍ପ ପରିବ୍ୟୟ
(D) ଆରୋପିତ ପରିବ୍ୟୟ
Answer:
(A) ବାସ୍ତବ ପରିବ୍ୟୟ

6. ପରିତ୍ୟକ୍ତ ହୋଇଥ‌ିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟ ହେଉଛି :
(A) ବାସ୍ତବ ପରିବ୍ୟୟ
(B) ସୁଯୋଗ ପରିବ୍ୟୟ
(C) ପ୍ରଚ୍ଛନ୍ନ ପରିବ୍ୟୟ
(D) ଆରୋପିତ ପରିବ୍ୟୟ
Answer:
(B) ସୁଯୋଗ ପରିବ୍ୟୟ

7. ସ୍ଥିର ପରିବ୍ୟୟକୁ କେଉଁ ପରିବ୍ୟୟ ମଧ୍ୟ କୁହାଯାଏ ?
(A) ଅତିରିକ୍ତ ପରିବ୍ୟୟ
(B) ସ୍ଵତନ୍ତ୍ର ପରିବ୍ୟୟ
(C) ଉପରି ପରିବ୍ୟୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଅତିରିକ୍ତ ପରିବ୍ୟୟ

8. ଉତ୍ପାଦନର ପରିବର୍ତ୍ତନ ସହିତ କେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟେ ନାହିଁ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ଅର୍ଥନୈତିକ ପରିବ୍ୟୟ
(D) ସୁଯୋଗ ପରିବ୍ୟୟ
Answer:
(B) ସ୍ଥିର ପରିବ୍ୟୟ

9. ଉତ୍ପାଦନର ପରିବର୍ତ୍ତନ ସହିତ ପ୍ରଭାବିତ ହେଉଥ‌ିବା ପରିବ୍ୟୟକୁ କେଉଁ ପରିବ୍ୟୟ କୁହାଯାଏ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ପରିବର୍ତ୍ତନୀୟ ପରିବ୍ୟୟ
(D) ଅର୍ଥନୈତିକ ପରିବ୍ୟୟ
Answer:
(B) ସ୍ଥିର ପରିବ୍ୟୟ

10. ପ୍ରଧାନ ପରିବ୍ୟୟ କେଉଁ ପରିବ୍ୟୟର ଅନ୍ୟ ନାମ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ପରିବର୍ତ୍ତନୀୟ ପରିବ୍ୟୟ
(D) ଅର୍ଥନୈତିକ ପରିବ୍ୟୟ
Answer:
(C) ପରିବର୍ତ୍ତନୀୟ ପରିବ୍ୟୟ

11. ମୋଟ ସ୍ଥିର ପରିବ୍ୟୟ ରେଖା :
(A) ଆନୁଭୂମିକ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ନିମ୍ନଗାମୀ ହୋଇଥାଏ
(D) ଉଲ୍‌ମ୍ ହୋଇଥାଏ
Answer:
(A) ଆନୁଭୂମିକ ହୋଇଥାଏ

12. ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି :
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ସ୍ଵତନ୍ତ୍ର ପରିବ୍ୟୟ
Answer:
(A) ମୋଟ ପରିବ୍ୟୟ

13. ଉତ୍ପାଦନର ବୃଦ୍ଧି ସହିତ ହାରାହାରି ସ୍ଥିର ପରିବ୍ୟୟ :
(A) ହ୍ରାସ ହୁଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ହୁଏ

14. ହାରାହାରି ପରିବ୍ୟୟ ରେଖା :
(A) ‘L’ ଆକୃତି ବିଶିଷ୍ଟ
(B) ‘U’ ଆକୃତି ବିଶିଷ୍ଟ
(C) ‘V’ ଆକୃତି ବିଶିଷ୍ଟ
(D) ‘C’ ଆକୃତି ବିଶିଷ୍ଟ
Answer:
(B) ‘U’ ଆକୃତି ବିଶିଷ୍ଟ

15. ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି :
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ଉପରି ପରିବ୍ୟୟ
Answer:
(B) ହାରାହାରି ପରିବ୍ୟୟ

16. ଉତ୍ପାଦନର ପ୍ରତ୍ୟେକ ବୃଦ୍ଧି ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟାଏ, ତାହାକୁ କେଉଁ ପରିବ୍ୟୟ କୁହାଯାଏ ?
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ଉପରି ପରିବ୍ୟୟ
Answer:
(C) ସୀମାନ୍ତ ପରିବ୍ୟୟ

17. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ସ୍ଵଳ୍ପତର, ସେତେବେଳେ ହାରାହାରି ପରିବ୍ୟୟ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଦ୍ରୁତଗତିରେ ବୃଦ୍ଧି ପାଏ
Answer:
(A) ହ୍ରାସ ପାଏ

18. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟ ସହ ସମାନ ହୋଇଥାଏ, ସେତେବେଳେ ହାରାହାରି ପରିବ୍ୟୟ :
(A) ସର୍ବାଧ‌ିକ ହୁଏ
(B) ସର୍ବନିମ୍ନ ହୁଏ
(C) ବୃଦ୍ଧି ପାଏ
(D) ହ୍ରାସ ପାଏ
Answer:
(B) ସର୍ବନିମ୍ନ ହୁଏ

19. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ୍ଵ, ସେତେବେଳେ ହାରାହାରି ପରିବ୍ୟୟ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବୃଦ୍ଧି ପାଏ

20. ଉତ୍ପାଦନ କ’ଣ ହେଲାବେଳେ ପରିବର୍ତୀ ସାଧନଗୁଡ଼ିକର ସ୍ଥିତି ବିଲୁପ୍ତ ହୋଇଥାଏ ?
(A) ଧନାତ୍ମକ
(B) ଶୂନ୍ଯ
(C) ଋଣାତ୍ମକ
(D) ଉପରୋକ୍ତ ସମସ୍ତ
Answer:
(B) ଶୂନ୍ଯ

CHSE Odisha Class 12 Economics Chapter 7 Objective Questions in Odia Medium

21. ଅର୍ଥନୀତିରେ ପରିବ୍ୟୟ କହିଲେ କ’ଣ ବୁଝ ?
(A) ମୌଦ୍ରିକ ପରିବ୍ୟୟ
(B) ଅର୍ଥନୈତିକ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ଉପରୋକ୍ତ ସମସ୍ତ
Answer:
(B) ଅର୍ଥନୈତିକ ପରିବ୍ୟୟ

22. ପରିବ୍ୟୟ ବୃଦ୍ଧି କାହା ସହ ସମ୍ପୃକ୍ତ ?
(A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ
(B) ପ୍ରାନ୍ତୀୟ ପରିବ୍ୟୟ ସହ ସମ୍ପୃକ୍ତ
(C) ହାରାହାରି ପରିବ୍ୟୟ ସହ ସମ୍ପୃକ୍ତ
(D) ଉପରୋକ୍ତ ସମସ୍ତ
Answer:
(A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକ ଉତ୍ପାଦରେ ପରିଣତ ହେବାର ପ୍ରକ୍ରିୟାକୁ _____________ କୁହାଯାଏ ।
Answer:
ଉତ୍ପାଦନ

2. ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ପ୍ରତିଷ୍ଠାନ ଯେଉଁ ସମସ୍ତ ବ୍ୟୟ କରିଥାଏ, ତାହାକୁ _____________ କୁହାଯାଏ ।
Answer:
ଉତ୍ପାଦନ ପରିବ୍ୟୟ

3. ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ______________ ପରିବ୍ୟୟ କୁହାଯାଏ ।
Answer:
ହିସାବଗତ

4. ହିସାବଗତ ପରିବ୍ୟୟକୁ____________ ପରିବ୍ୟୟ ବୋଲି ଅଭିହିତ କରାଯାଏ ।
Answer:
ଦୃଶ୍ୟମାନ

5. କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ____________ ପରିବ୍ୟୟ କୁହାଯାଏ ।
Answer:
ପ୍ରଚ୍ଛନ୍ନ

6. ପ୍ରଚ୍ଛନ୍ନ ପରିବ୍ଯୟକୁ ___________ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଆରୋପିତ

7. ଉତ୍ପାଦନ ପ୍ରକ୍ରିୟାରେ ହେଉଥ‌ିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ____________ ପରିବ୍ୟୟ କୁହାଯାଏ ।
Answer:
ମୌଦ୍ରିକ

8. ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ _____________ ପରିବ୍ୟୟ କୁହାଯାଏ ।
Answer:
ବାସ୍ତବ

9. ସମ ପରିମାଣ ଅର୍ଥବ୍ୟୟରେ ଅନୁରୂପ ସମ୍ବଳ ବିନିଯୋଗ କରି ଯେଉଁ ସର୍ବୋତ୍ତମ ବିକଳ୍ପ ଉତ୍ପାଦିତ ହୋଇପାରେ,_____________ ପରିବ୍ୟୟ ।
Answer:
ବିକଳ୍ପ

10. ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ____________ ପରିବ୍ୟୟ ।
Answer:
ସ୍ଥିର

CHSE Odisha Class 12 Economics Chapter 7 Objective Questions in Odia Medium

11. ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନ ଥ‌ିବାରୁ ଏହା _____________ ପରିବ୍ୟୟ ବା ____________ ପରିବ୍ୟୟ ନାମରେ ଅଭିହିତ ହୋଇଥାଏ ।
Answer:
ଅତିରିକ୍ତ, ପରୋକ୍ଷ

12. ଉତ୍ପାଦର ସମସ୍ତ ଏକକ ପାଇଁ ସ୍ଥିର ପରିବ୍ୟୟ ଯେହେତୁ ସମାନ, ଏହାକୁ ___________ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଉପରି

13. ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ଵଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା _____________ ପରିବ୍ୟୟ ।
Answer:
ପରିବର୍ତ୍ତନୀୟ

14. ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବାରୁ ତାହାକୁ_____________ ପରିବ୍ୟୟ କୁହାଯାଏ ।
Answer:
ପ୍ରଧାନ

15. ମୋଟ ସ୍ଥିର ପରିବ୍ୟୟ ରେଖା ____________ ହେବ ।
Answer:
ଆନୁଭୂମିକ

16. ଉତ୍ପାଦ ପରିମାଣ ଯଦି ଶୂନ୍ୟ ହୁଏ, ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟ _____________ ହେବ ।
Answer:
ଶୂନ୍ୟ

17. ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି _______________ ପରିବ୍ୟୟ।
Answer:
ମୋଟ

18. ମୋଟ ପରିବ୍ୟୟ ରେଖା ଉତ୍ପାଦର ପ୍ରତ୍ୟେକ ଏକକରେ ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ଥ‌ିବା ______________ ଦୂରତ୍ବର ସମଷ୍ଟି ।
Answer:
ଉଲ୍ଲମ୍ବ

19. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ସ୍ଥିର ପରିବ୍ୟୟକୁ _____________ ପରିବ୍ୟୟ କୁହାଯାଏ ।
Answer:
ହାରାହାରି, ସ୍ଥିର

20. ହାରାହାରି ସ୍ଥିର ପରିବ୍ୟୟ = \(\frac{ମୋଟ ସ୍ଥିର ପରିବ୍ୟୟ}{-}\)
Answer:
ମୋଟ ଉତ୍ପାଦ ପରିମାଣ

21. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ପରିବର୍ତ୍ତନୀୟ ପରିବ୍ୟୟକୁ ହାରାହାରି _______________ ପରିବ୍ୟୟ କୁହାଯାଏ ।
Answer:
ପରିବର୍ତ୍ତନୀୟ

22. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ______________ ପରିବ୍ୟୟ କୁହାଯାଏ ।
Answer:
ହାରାହାରି

23. ହାରାହାରି ପରିବ୍ୟୟ = \(\frac{-}{ମୋଟ ଉତ୍ପାଦ ପରିମାଣ}\)
Answer:
ମୋଟ ପରିବ୍ୟୟ

24. ହାରାହାରି ପରିବ୍ୟୟ = ହାରାହାରି ସ୍ଥିର ପରିବ୍ୟୟ + _____________ ପରିବ୍ୟୟ ।
Answer:
ହାରାହାରି ପରିବର୍ତ୍ତନୀୟ

25. ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ ତାହାକୁ ______________ ପରିବ୍ୟୟ କୁହାଯାଏ ।
Answer:
ସୀମାନ୍ତ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଚ୍ଛନ୍ନ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ଦୃଶ୍ୟମାନ ପରିବ୍ୟୟ ।

2. ଶ୍ରମିକକୁ ଦିଆଯାଉଥବା ମଜୁରି ହେଉଛି ବାସ୍ତବ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ଶ୍ରମିକକୁ ଦିଆଯାଉଥ‌ିବା ମଜୁରି ହେଉଛି ମୌଦ୍ରିକ ପରିବ୍ୟୟ ।

3. ସ୍ଥିର ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଧାନ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ପରିବର୍ତ୍ତନୀୟ ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଧାନ ପରିବ୍ୟୟ ।

4. ପରିବର୍ତ୍ତନୀୟ ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

5. ମୋଟ ସ୍ଥିର ପରିବ୍ୟୟ ରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ମୋଟ ସ୍ଥିର ପରିବ୍ୟୟ ରେଖା ଆନୁଭୂମିକ ହୋଇଥାଏ ।

6. ଉତ୍ପାଦନ ବୃଦ୍ଧି ସହିତ ମୋଟ ସ୍ଥିର ପରିବ୍ୟୟ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ବୃଦ୍ଧି ସହିତ ମୋଟ ସ୍ଥିର ପରିବ୍ୟୟ ସ୍ଥିର ରହିଥାଏ ।

7. ହାରାହାରି ପରିବ୍ୟୟ ରେଖାର ଯେକୌଣସି ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।
Answer:
ଭୁଲ୍ ।
ଠିକ୍ ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।

8. ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ବିକଳ୍ପ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ ।

9. ମୋଟ ସ୍ଥିର ପରିବ୍ୟୟ ସର୍ବଦା ଉତ୍ପାଦନ ବୃଦ୍ଧି ସହିତ ହ୍ରାସ ପାଇଥାଏ ।
Answer:
ଭୁଲ୍ ।
ଠିକ୍ – ହାରାହାରି ସ୍ଥିର ପରିବ୍ୟୟ ସର୍ବଦା ଉତ୍ପାଦନ ବୃଦ୍ଧି ସହିତ ହ୍ରାସ ପାଇଥାଏ ।

10. ହାରାହାରି ପରିବ୍ୟୟ ରେଖା ପାରମ୍ଭରୁ ସାଧାରଣତଃ ଉର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ରେଖା ପ୍ରାରମ୍ଭରୁ ସାଧାରଣତଃ ନିମ୍ନଗାମୀ ହୋଇଥାଏ ।

11. ପ୍ରଚ୍ଛନ୍ନ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ !
ଠିକ୍ – ପ୍ରାକାଶ୍ୟ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ ।

12. ହାରାହାରି ପରିବ୍ୟୟ ଶୂନ୍ୟ ହୋଇପାରେ, ମାତ୍ର ଋଣାତ୍ମକ ହୁଏ ନାହିଁ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ଶୂନ୍ୟ ହୁଏ ନାହିଁ କି ରଣାତ୍ମକ ହୁଏ ନାହିଁ ।

13. ସ୍ଵଳ୍ପକାଳରେ ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ନିଗୂଢ଼ ସମ୍ପର୍କ ରହିଥାଏ ।
Answer:
ଭୁଲ୍ ।
ଠିକ୍ – ସ୍ବଳ୍ପକାଳରେ ପ୍ରାନ୍ତୀୟ ପରିବ୍ୟୟ ଓ ପରିବର୍ଭନୀୟ ପରିବ୍ୟୟ ମଧ୍ୟରେ ନିଗୂଢ଼ ସମ୍ପର୍କ ରହିଥାଏ ।

14. ପରିବର୍ତ୍ତନୀୟ ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ କୁହାଯାଏ ।

15. ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ‌ିକ ଥ‌ିବାବେଳେ ହାରାହାରି ପରିବ୍ୟୟ ହ୍ରାସ ପାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ‌ିକ ଥିବାବେଳେ ହାରାହାରି ପରିବ୍ୟୟ ବୃଦ୍ଧିପାଏ ।

16. ଦୀର୍ଘକାଳରେ ସମସ୍ତ ପରିବ୍ୟୟ ହିଁ ପରିବର୍ତ୍ତନୀୟ ।
Answer:
ଠିକ୍

17. ପ୍ରାନ୍ତୀୟ ପରିବ୍ୟୟ ଋଣାତ୍ମକ ହୋଇ ନପାରେ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ଋଣାତ୍ମକ ହୋଇ ନ ପାରେ ।

18. ଉତ୍ପାଦନ ପ୍ରକ୍ରିୟାରେ ନିହିତ କଷ୍ଟ ଓ ତ୍ୟାଗକୁ ସୁଯୋଗ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ପ୍ରକ୍ରିୟାରେ ନିହିତ କଷ୍ଟ ଓ ତ୍ୟାଗକୁ ବାସ୍ତବ ପରିବ୍ୟୟ କୁହାଯାଏ ।

19. ହାରାହାରି ପରିବ୍ୟୟ ରେଖାର ଆକୃତି ‘U’ ଆକାରର ।
Answer:
ଠିକ୍ ।

20. ସୁଯୋଗ ପରିବ୍ୟୟକୁ ବିକଳ୍ପ ପରିବ୍ୟୟ କୁହାଯାଏ ।
Answer:
ଠିକ୍ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଉତ୍ପାଦନ ପରିବ୍ୟୟ କାହାକୁ କହନ୍ତି ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ପ୍ରତିଷ୍ଠାନ ଯେଉଁ ସମସ୍ତ ବ୍ୟୟ କରିଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

2. ହିସାବଗତ ପରିବ୍ୟୟ କହିଲେ କ’ଣ ବୁଝ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ ।

3. ଅର୍ଥନୈତିକ ପରିବ୍ୟୟ କ’ଣ ?
Answer:
ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ ।

4. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଯେଉଁ ପରିବ୍ୟୟଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ ।

5. ପ୍ରଚ୍ଛନ୍ନ ପରିବ୍ୟୟର ଗୋଟିଏ ଉଦାହରଣ ଦିଅ ।
Answer:
ଉତ୍ପାଦନକାରୀଙ୍କ ନିଜସ୍ବ ଭୂମି ପାଇଁ ଅଧୂଶେଷ ହେଉଛି ପ୍ରଚ୍ଛନ୍ନ ପରିବ୍ୟୟର ଏକ ଉଦାହରଣ ।

6. ହିସାବଗତ ପରିବ୍ୟୟର ଅନ୍ୟନାମ କ’ଣ ?
Answer:
ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ଦୃଶ୍ୟମାନ ପରିବ୍ୟୟ (Explicit cost)।

7. ବାସ୍ତବ ପରିବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ ।

8. ବିକଳ୍ପ ପରିବ୍ୟୟ (ସୁଯୋଗ ପରିବ୍ୟୟ) କ’ଣ ?
Answer:
କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ ।

9. କେଉଁ ପରିବ୍ୟୟର ଅନ୍ୟ ନାମ ଉପରି ପରିବ୍ୟୟ ?
Answer:
ସ୍ଥିର ପରିବ୍ୟୟର ଅନ୍ୟ ନାମ ଉପରି ପରିବ୍ୟୟ ।

10. ପ୍ରଧାନ ପରିବ୍ୟୟ କାହାକୁ କହନ୍ତି ?
Answer:
ପରିବର୍ଭନୀୟ ପରିବ୍ୟୟ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବାରୁ ତାହାକୁ ପ୍ରଧାନ ପରିବ୍ୟୟ କୁହାଯାଏ ।

11. ମୋଟ ସ୍ଥିର ପରିବ୍ୟୟ ରେଖାର ଆକାର କିପରି ?
Answer:
ମୋଟ ସ୍ଥିର ପରିବ୍ୟୟ ରେଖାର ଆକାର ଆନୁଭୂମିକ ହେବ ।

12. ମୋଟ ପରିବର୍ତ୍ତନୀୟ ପରିବ୍ୟୟ ରେଖାର ଆକାର କିପରି ?
Answer:
ମୋଟ ପରିବର୍ତ୍ତନୀୟ ପରିବ୍ୟୟ ରେଖା ପ୍ରଥମେ ନିମ୍ନକୁ ଓ ତତ୍ପରେ ଊର୍ଦ୍ଧ୍ବକୁ ଅବତଳ ହେବ ।

13. ସୀମାନ୍ତ ପରିବ୍ୟୟ କାହାକୁ କହନ୍ତି ?
Answer:
ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ, ତାହାକୁ ସୀମାନ୍ତ ପରିବ୍ୟୟ କୁହାଯାଏ ।

14. ହାରାହାରି ପରିବ୍ୟୟ ରେଖାର କେଉଁ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ?
Answer:
ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।

15. ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ଉପାଦାନ; ଯଥା- ଭୂମି, ମେସିନ୍, ଯନ୍ତ୍ରପାତି ଇତ୍ୟାଦିର ବ୍ୟବହାର ନିମନ୍ତେ ଯେଉଁ ବ୍ୟୟ ବହନ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ ।

16. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ଯେଉଁ ପରିବ୍ୟୟ ପରିବର୍ତ୍ତନୀୟ ଉପାଦାନ; ଯଥା- ମଜୁରି, କଞ୍ଚାମାଲ, ଶକ୍ତି ଇତ୍ୟାଦିର ବ୍ୟବହାର ନିମନ୍ତେ ବହନ କରାଯାଏ, ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ ।

17. ଉତ୍ପାଦନର ପରିବର୍ତ୍ତନ ସହ ସ୍ଥିର ଉପାଦାନର କି ପ୍ରକାର ପରିବର୍ତ୍ତନ ହୁଏ ଦର୍ଶାଅ ।
Answer:
ଉତ୍ପାଦନର ବୃଦ୍ଧି ସହ ସ୍ଥିର ଉପାଦାନର ପରିମାଣ ସ୍ଥିର ରହିଥାଏ ।

18. ବିଜ୍ଞାପନ ଖର୍ଚ୍ଚ କି ପ୍ରକାର ପରିବ୍ୟୟ ?
Answer:
ବିଜ୍ଞାପନ ଖର୍ଚ୍ଚ ହେଉଛି ପରିବର୍ତ୍ତନୀୟ ପରିବ୍ୟୟ ।

CHSE Odisha Class 12 Economics Chapter 7 Objective Questions in Odia Medium

19. ନିରାପତ୍ତାରକ୍ଷୀଙ୍କ ମଜୁରି କି ପ୍ରକାର ପରିବ୍ୟୟ ?
Answer:
ନିରାପତ୍ତାରକ୍ଷୀଙ୍କ ମଜୁରି ହେଉଛି ସ୍ଥିର ପରିବ୍ୟୟ ।

20. ମୁଦ୍ରାଗତ ପରିବ୍ୟୟ କାହାକୁ କୁହାଯାଏ ?
Answer:
ମୌଦ୍ରିକ ବା ମୁଦ୍ରାଗତ ପରିବ୍ୟୟ କୁହାଯାଏ ।

21. ହାରାହାରି ପରିବ୍ୟୟର ଉପାଂଶଗୁଡ଼ିକ କ’ଣ ?
Answer:
ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ, ହାରାହାରି ପରିବ୍ୟୟର ଦୁଇଟି ଉପାଂଶ ।

22. କେଉଁ ପରିବ୍ୟୟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତିତ ହୁଏ ନାହିଁ ?
Answer:
ସ୍ଥିର ପରିବ୍ୟୟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତିତ ହୁଏ ନାହିଁ ।

CHSE Odisha Class 12 Economics Chapter 15 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 15 ବ୍ୟାଙ୍କ Long Answer Questions.

CHSE Odisha 12th Class Economics Chapter 15 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କ୍ ଏକ ଋଣ ପ୍ରଦାନକାରୀ ସଂସ୍ଥା । ଏହା ସ୍ୱଳ୍ପକାଳୀନ ଋଣ କାରବାର କରିଥାଏ । ଏହା ସର୍ବସାଧାରଣଙ୍କର ଉଦ୍‌ବୃତ୍ତ ଅର୍ଥ ସଂଗ୍ରହ କରି ବାଣିଜ୍ୟିକ ଓ ଔଦ୍ୟୋଗିକ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅସ୍ଥାୟୀ ଆବଶ୍ୟକତାର ବିତ୍ତୀୟନ କରିଥାଏ । ଏହା ଏକ ଲାଭ ଅର୍ଜନକାରୀ ସଂସ୍ଥା ହୋଇଥିବାରୁ ସାଧାରଣ ବ୍ୟାଙ୍କ କାରବାର କରି ତଥା ଅନ୍ୟ କେତେକ ବିବିଧ କାର୍ଯ୍ୟ କରି ଏହା ଲାଭ ଅର୍ଜନ କରିଥାଏ । ବାଣିଜ୍ୟିକ ବ୍ୟାଙ୍କର ଚାରିଗୋଟି ପ୍ରଧାନ କାର୍ଯ୍ୟ ରହିଛି ।

ସେଗୁଡ଼ିକ ହେଲା – ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ, ଋଣ ପ୍ରଦାନ, ଋଣମୁଦ୍ରା କାରବାର ଓ ମୁଦ୍ରା ସୃଷ୍ଟି ।

(i) ଜମା ଗ୍ରହଣ – ବାଣିଜ୍ୟିକ ବ୍ୟାଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଲା ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ କରିବା । ସେମାନଙ୍କ ଜମାର ନିରାପତ୍ତା ଓ ଜମା ଉପରେ ଦିଆଯାଉଥିବା ସୁଧ ଗ୍ରାହକମାନଙ୍କୁ ବ୍ୟାଙ୍କରେ ଜମା ରଖୁବାକୁ ପ୍ରରୋଚିତ କରିଥାଏ । ଜମା ବିଭିନ୍ନ ପ୍ରକାରର; ଯଥା – ଚାହିଦା ଜମା ବା ଚଳନ୍ତି ଜମା (Demand deposit or Current deposit), (Savings deposit) & all (Fixed or Time deposit) ।

ଚାହିଦା ଜମା ବା ଚଳନ୍ତି ଜମା ହାତରେ ରଖୁଥିବା ମୁଦ୍ରା ସଙ୍ଗେ ସମାନ । ଜମାକାରୀ ପୂର୍ବରୁ କୌଣସି ନୋଟିସ୍ ନ ଦେଇ ଯେକୌଣସି କାର୍ଯ୍ୟକାରୀ ଦିନରେ ଏହି ହିସାବରୁ ମୁଦ୍ରା ଉଠାଇପାରିବ । ଏହିଭଳି ଜମାକୁ ଅନ୍ୟ କୌଣସିଠାରେ ଲାଭଜନକଭାବେ ବିନିଯୋଗ କରାଯାଇ ନ ଥାଏ । କାରଣ ଚାହିଁବାମାତ୍ରେ ଜମାକାରୀଙ୍କୁ ମୁଦ୍ରା ଦେଇଦେବାପାଇଁ ବ୍ୟାଙ୍କ ସବୁବେଳେ ଏହାକୁ ନିଜ ପାଖରେ ନଗଦ ମୁଦ୍ରା ଆକାରରେ ରଖୁଥାଏ ।

ତେଣୁ ବ୍ୟାଙ୍କ ସାଧାରଣତଃ ଏହି ଜମା ଉପରେ ଅତି ସାମାନ୍ୟ ସୁଧ ଦେଇଥାଏ ବା ଆଦୌ କୌଣସି ସୁଧ ଦେଇ ନଥାଏ । ଯଦି ଏହି ଜମା ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ପରିମାଣରୁ କମ୍ ହୋଇଥାଏ ବ୍ୟାଙ୍କ ନିଜର କମିଶନ ଆକାରରେ ଗ୍ରାହକମାନଙ୍କଠାରୁ ସାମାନ୍ୟ କିଛି ଆଦାୟ କରିଥାଏ । ଚେଦ୍ଵାରା ଏହି ହିସାବରେ ପ୍ରଚଳନ କରାଯାଇଥାଏ ।

ମିଆଦି ଜମା ଏକ ନିର୍ଦ୍ଧାରିତ ସମୟକାଳ ପାଇଁ କରାଯାଇଥାଏ । ଏହି ନିର୍ଦ୍ଧାରିତ ସମୟସୀମା ଅବ୍ୟବହିତ ହେବା ପୂର୍ବରୁ ଏହାକୁ ଉଠାଯାଇ ପାରିବ ନାହିଁ । ବ୍ୟାଙ୍କ ଏହି ଜମାକୁ କେତେକ ଲାଭଜନକ ଉଦ୍ୟୋଗରେ ବିନିଯୋଗ କରି କିଛି ଲାଭ ଅର୍ଜନ କରିଥାଏ । ଅନ୍ୟାନ୍ୟ ହିସାବ ଉପରେ ମିଳୁଥିବା ସୁଧହାର ଅପେକ୍ଷା ଏହି ହିସାବ ଉପରେ ମିଳୁଥିବା ସୁଧହାର ଅଧିକ । ସମୟକାଳ ଯେତିକି ଦୀର୍ଘତର ହୋଇଥାଏ ସୁଧହାର ସେତିକି ଅଧ‌ିକ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ସଞ୍ଚୟ ବ୍ୟାଙ୍କ ଜମାରୁ ଚାହିଁବାମାତ୍ରେ ଟଙ୍କା ଉଠାଇ ଅଣାଯାଇ ପାରିବ; କିନ୍ତୁ ଗୋଟିଏ ସପ୍ତାହରେ ସୀମିତ ଦିନରେ; କୁହାଯାଉ ସପ୍ତାହକୁ ଦିନେ ବା ଦୁଇଦିନ ଏହି ଉଠାଣ କରାଯାଇପାରିବ । କେତେକ ବ୍ୟାଙ୍କ ସପ୍ତାହକୁ ଦିନେ ଓ ଆଉ କେତେକ ବ୍ୟାଙ୍କ ସପ୍ତାହକୁ ଦୁଇଦିନ ଉଠାଣ ପାଇଁ ଅନୁମତି ଦେଇଥା’ନ୍ତି । ପୁଣି ଯଦି ବଡ଼ ପରିମାଣର ଉଠାଣ ଥାଏ ତାହାହେଲେ ବ୍ୟାଙ୍କକୁ ପୂର୍ବରୁ ନୋଟିସ୍ ଦେବା ଆବଶ୍ୟକ ହୋଇପାରେ । ଏହି ହିସାବ ଉପରେ ଏକ ପରିମିତ ସୁଧହାର ଦିଆଯାଇଥାଏ ଏବଂ ଏହା କ୍ଷୁଦ୍ର ସଞ୍ଚୟକୁ ଉତ୍ସାହିତ କରିଥାଏ ।

(ii) ଋଣ ପ୍ରଦାନ – ବାଣିଜ୍ୟିକ ବ୍ୟାଙ୍କର ଦ୍ୱିତୀୟ ପ୍ରଧାନ କାର୍ଯ୍ୟ ହେଲା, ସର୍ବସାଧାରଣରୁ ଜମା ଆକାରରେ ପାଉଥିବା ଅର୍ଥରୁ ଋଣ ଓ ଅଗ୍ରିମ ଋଣ ଦେବା । ବ୍ୟାଙ୍କ ନିଜର ଅଭିଜ୍ଞତାରୁ ଜାଣେ ଯେ, ସର୍ବସାଧାରଣଙ୍କଠାରୁ ମିଳିଥିବା ମୋଟ ଜମାର କେବଳ ଗୋଟିଏ କ୍ଷୁଦ୍ର ଅଂଶ ନିଜ ପାଖରେ ସଞ୍ଚିତ ଆକାରରେ ରଖୁଲେ ନଗଦୀ ପାଇଁ ହେଉଥିବା ସମସ୍ତ ଚାହିଦା ସେ ପୂରଣ କରିପାରିବ ।

ତେଣୁ ସେ ଜମାର ଏକ ନିର୍ଦ୍ଦିଷ୍ଟ ଶତାଂଶକୁ ନିଜର ନଗଦ ସଞ୍ଚ ଆକାରରେ ରଖୁଥାଏ ଏବଂ ବାକିତକ ଲାଭ ଉପାର୍ଜନ ପାଇଁ ସରକାରୀ ପ୍ରତିଭୂତିରେ ହେଉ ବା ଅନ୍ୟ କୌଣସି ଲାଭଜନକ ସଂସ୍ଥାରେ ହେଉ ବିନିଯୋଗ କରିଥାଏ । ଏହା ବ୍ୟବସାୟୀ ଓ ବେପାରୀମାନଙ୍କୁ ମଧ୍ୟ ଅଗ୍ରୀମ ଋଣ ଦେଇପାରେ । ଋଣଦାନ ବ୍ୟାଙ୍କ ଆୟର ଅନ୍ୟତମ ମୂଳ ଉତ୍ସ । ବ୍ୟାଙ୍କ ନିମ୍ନୋକ୍ତ ଉପାୟରେ ଋଣ ଦେଇଥାଏ ।

(a) ଋଣ ବ୍ୟବସ୍ଥା – ଏହା ଏକ ସରଳ ବ୍ୟବସ୍ଥା । ଏହାକୁ ମଧ୍ୟ ସ୍ପଷ୍ଟ ଅଗ୍ରୀମ ବ୍ୟବସ୍ଥା (clean advance system) କୁହାଯାଇଥାଏ । ବ୍ୟାଙ୍କ କେତେକ ସାପାର୍ଶିକ ପ୍ରତିଭୂତି (collateral securities) ଦେଇଥାଏ । ଋଣ ଗ୍ରହଣକାରୀ ଅନୁମୋଦିତ ଋଣମୁଦ୍ରା ବ୍ୟାଙ୍କରୁ ଉଠାଇ ଆଣି ନିଜ କାର୍ଯ୍ୟରେ ଲଗାଇ ପାରନ୍ତି କିମ୍ବା ଏହି ଋଣକୁ ଋଣଗ୍ରହୀତାର ହିସାବରେ ଜମା ଦିଆଯାଇଥାଏ ଏବଂ ସେ ନିଜର ଆବଶ୍ୟକ ସମୟରେ ଚେକ୍ ମାଧ୍ୟମରେ ତା’ର ହିସାବରୁ ମୁଦ୍ରା ଉଠାଇଥା’ନ୍ତି ।

ଏହି ଧରଣର ଋଣ ଦିଆଗଲାବେଳେ ଋଣଗ୍ରହୀତାର ପରିଶୋଧ କ୍ଷମତା ଓ ସାଧୁତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ତେଣୁ ଏହି ଉଦ୍ଦେଶ୍ୟରେ ବ୍ୟକ୍ତିଗତ ପ୍ରତିଶ୍ରୁତି, ଅଙ୍ଗୀକାର ବା ପ୍ରତିଭୂତିକୁ ଯଥେଷ୍ଟ ବୋଲି ବିଚାର କରାଯାଇଥାଏ ।

(b) ଓଭର ଡ୍ରାଫ୍‌ଟ ବ୍ୟବସ୍ଥା – ଓଭର ଡ୍ରାଫ୍‌ଟ ବ୍ୟବସ୍ଥା ଗୋଟିଏ ପ୍ରକାର ବିଶେଷ ସୁବିଧା । ଏହି ସୁବିଧା ବ୍ୟାଙ୍କ ତା’ର ଜମାକାରୀମାନଙ୍କୁ ଦେଇଥାଏ । ଏହି ସୁବିଧା ଦିଆଗଲେ ଜମାକାରୀମାନେ ବ୍ୟାଙ୍କ ପାଖରେ ରଖିଥିବା ସେମାନଙ୍କ ଜମା ପରିମାଣ ଅପେକ୍ଷା ସେମାନଙ୍କ ହିସାବରୁ ଅଧିକ ମୁଦ୍ରା ଉଠାଣର ସୁବିଧା ପାଇଥା’ନ୍ତି । ଏହାର ଅର୍ଥ ବ୍ୟାଙ୍କ ପାଖେ ଥିବା ସେମାନଙ୍କ ଜମା ପରିମାଣ ବାହାରେ ଓଭର ଡ୍ରାଫ୍‌ଟ ବ୍ୟବସ୍ଥାରେ ଦର୍ଶାଯାଇଥିବା ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଚେକ୍ କାଟିବାକୁ ବ୍ୟାଙ୍କ ଏହାର କେତେକ ଗ୍ରାହକଙ୍କୁ ଅନୁମତି ଦେଇଥାଏ ।

ଅନୁମତିପ୍ରାପ୍ତ ଅତିରିକ୍ତ ଉଠାଣ ପରିମାଣ ଗ୍ରାହକମାନଙ୍କୁ ଦିଆଯାଇଥିବା ଏକ ବ୍ୟକ୍ତିଗତ ଋଣ ବୋଲି ଧରିନିଆଯାଇଥାଏ ଏବଂ ସେମାନେ ଏହା ଉପରେ ସୁଧ ଦେଇଥା’ନ୍ତି ।

(c) ନଗଦ ମୁଦ୍ରା ଋଣ – ବ୍ୟାଙ୍କ ଋଣଗ୍ରହୀତାଙ୍କ ବଚନପତ୍ର ଉପରେ ସେମାନଙ୍କୁ ନଗଦ ମୁଦ୍ରାର ଋଣ (Cash Credit) ଦେଇଥାଏ । ଏହି ବଚନପତ୍ରରେ ଅନ୍ତତଃ ଦୁଇଜଣ ଜାମିନ୍ଦାର ଗ୍ୟାରେଣ୍ଟି ଦେଇଥା’ନ୍ତି ଏବଂ ଅନେକ ସମୟରେ ପ୍ରତିଭୂତି ବା ବିଭିନ୍ନ ଦ୍ରବ୍ୟକୁ ଅଙ୍ଗୀକାରରୂପେ ବନ୍ଧକ ଦିଆଯାଇଥାଏ । ଋଣ ମଞ୍ଜୁର କରାଯାଇ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ହିସାବ ଖୋଲାଯାଏ ଏବଂ ଅନୁମତିପ୍ରାପ୍ତ ଋଣ ସୀମାକୁ ଅତିକ୍ରମ ନ କରି ବେଳକୁ ବେଳ ତା’ର ଆବଶ୍ୟକତା ଅନୁସାରେ ସେଥୁରୁ ମୁଦ୍ରା ଉଠାଣ କରିବାକୁ ତାକୁ କୁହାଯାଏ ।

ବ୍ୟାଙ୍କ ଯେତେବେଳେ ଚାହିଁବ ଏହି ସୁବିଧାକୁ ପ୍ରତ୍ୟାହାର କରି ନେଇଯାଇପାରିବ ବା ଋଣ ସୀମାକୁ ହ୍ରାସ କରିଦେଇପାରିବ । ଋଣଗ୍ରହୀତା ପ୍ରକୃତରେ ଉଠାଇ ସାରିଥିବା ପରିମାଣର ମୁଦ୍ରା ଉପରେ ସୁଧ ଦେଇଥା’ନ୍ତି ।

(d) ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦେଶ ଭିତରେ ଏବଂ ବିଭିନ୍ନ ଦେଶ ମଧ୍ୟରେ ଦ୍ରବ୍ୟଗୁଡ଼ିକର ଚଳନର ବିତ୍ତୀୟନ ବ୍ୟବସ୍ଥା କରିଥା’ନ୍ତି । ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା (Discounting bills of exchange) ମାଧ୍ୟମରେ ଏହା କରାଯାଇଥାଏ ।

ଆଧୁନିକ ବ୍ୟବସାୟ ଅନେକାଂଶରେ ଋଣ କାରବାର ଉପରେ ନିର୍ଭର କରିଥାଏ । ବିନିମୟ ପତ୍ର ଏକ ବ୍ୟବସାୟ ଋଣର ସ୍ବୀକୃତିପତ୍ର ହୋଇଥାଏ । ବିଲ୍‌ଧାରକଙ୍କୁ ବିଲ୍‌ ପରିଣତ ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । କିନ୍ତୁ ସେ ଯଦି ସଙ୍ଗେ ସଙ୍ଗେ ମୁଦ୍ରା ଆବଶ୍ୟକ କରୁଥା’ନ୍ତି, ତାହାହେଲେ ସେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କ୍‌କୁ ଏହି ବିଲ୍‌କୁ ଭଙ୍ଗାଇବାପାଇଁ ଅନୁରୋଧ କରିଥା’ନ୍ତି । ବାଣିଜ୍ୟିକ ବ୍ୟାଙ୍କ ଅପହାର ସୂତ୍ରରେ ଏହି ବିଲ୍‌କୁ କିଣିନେଇଥା’ନ୍ତି ।

ବିନିମୟ ପତ୍ର ଅପହାର ବ୍ୟବସ୍ଥାଦ୍ୱାରା ବ୍ୟାଙ୍କ ଆଭ୍ୟନ୍ତରୀଣ ଓ ବୈଦେଶିକ ବ୍ୟାପାରର ବିତ୍ତୀୟନ କରିଥାଏ । ପୁଣି ଏହି ବ୍ୟବସ୍ଥା ବ୍ୟାଙ୍କ ଋଣ ଦେବାର ଅନ୍ୟ ଏକ ବ୍ୟବସ୍ଥା । ପ୍ରକୃତରେ ଯେଉଁ ବ୍ୟକ୍ତିଙ୍କ ନାମରେ ବିଲ୍‌ କଟାଯାଇଥାଏ ବ୍ୟାଙ୍କ ତାଙ୍କୁ ଗୋଟିଏ ଋଣ ଦେଇଥାଏ ଏବଂ ମିଆଦ ପୂରିଗଲେ ତାଙ୍କଠାରୁ ସୁଧ ସହ ଏହାକୁ ଅସୁଲ କରିଥାଏ । ତେଣୁ ଅପହାର ବ୍ୟବସ୍ଥା ଏକ ଋଣଦାନ ପଦ୍ଧତି । ଏହା ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ ବାଣିଜ୍ୟର ବିତ୍ତୀୟନ କରିଥାଏ ।

(iii) ଅର୍ଥନୈତିକ ବିକାଶ – ବାଣିଜ୍ୟିକ ବ୍ୟାଙ୍କ ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ବାଣିଜ୍ୟିକ ବ୍ୟାଙ୍କର ଜନ୍ମ ବିନା ଇଂଲଣ୍ଡରେ ଶିଳ୍ପବିପ୍ଳବ ସଫଳ ହୋଇପାରି ନଥା’ନ୍ତା । ବଳିଷ୍ଠ ବ୍ୟାଙ୍କ କାରବାରର ବିକାଶବିନା ବିକାଶଶୀଳ ଦେଶମାନେ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କ ଉଦ୍ୟମକୁ ତ୍ବରାନ୍ବିତ କରିପାରିବେ ନାହିଁ । ଭାରତର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଗ୍ରାମାଞ୍ଚଳ ବିକାଶ ଦାୟିତ୍ୱ ଦିଆଯାଇଛି ।

କେତେକ ବାଣିଜ୍ୟିକ ବ୍ୟାଙ୍କ ଅଗ୍ରଣୀ ବ୍ୟାଙ୍କ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ଜିଲ୍ଲାକୁ ପୋଷ୍ୟ ଜିଲ୍ଲାରୂପେ ଗ୍ରହଣ କରିନେଇଛନ୍ତି ଏବଂ ସେହି ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳର ସର୍ବବିଧ ବିକାଶ ପାଇଁ ପଦକ୍ଷେପମାନ ନେଉଛନ୍ତି । ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଏବେ ଅଧ୍ଵକଭାବେ ବିକାଶମୂଳକ କାର୍ଯ୍ୟକଳାପ ସହିତ ସଂପୃକ୍ତ ।

(iv) ଏଜେଣ୍ଟରୂପେ ସେବାଦାନ – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ ସେମାନଙ୍କ ତରଫରୁ ଅନେକ କାର୍ଯ୍ୟ କରିଥା’ନ୍ତି । ସେମାନେ ସେମାନଙ୍କ ଗ୍ରାହକମାନଙ୍କ ତରଫରୁ ପ୍ରତିଭୂତି କ୍ରୟ -ବିକ୍ରୟ କରିଥା’ନ୍ତି, ଲାଭାଂଶ ଓ ସୁଧ ଅସୁଲ କରିଥା’ନ୍ତି ଏବଂ ସେମାନଙ୍କପାଇଁ ନ୍ୟାସଧାରୀ (trustee), ତତ୍ତ୍ୱାବଧାରକ (executor) ଓ ଅନୁମୋଦିତ ପ୍ରତିନିଧ (attorney) ଭାବେ କାର୍ଯ୍ୟ କରିଥା’ନ୍ତି ।

CHSE Odisha Class 12 Economics Chapter 15 Long Answer Questions in Odia Medium

ଚେକ୍, ବିଲ୍, ଦେୟ ଓ ବୀମା କିସ୍ତି ଆଦି ଆଦାୟ କରିବାରେ ଓ ଦେବାରେ ସେମାନେ ମଧ୍ୟ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ କାର୍ଯ୍ୟ କରିଥା’ନ୍ତି । ମୂଲ୍ୟବାନ୍ ଜିନିଷ ଓ ଗୁରୁତ୍ଵପୂର୍ଣ୍ଣ ଦଲିଲକୁ ନିରାପଦରେ ରଖୁବାର ସୁବିଧା ମଧ୍ୟ ସେମାନେ ଯୋଗାଇ ଦେଇଥା’ନ୍ତି ।

(v) ମୁଦ୍ରା ଅନ୍ତରଣ – ବାଣିଜ୍ୟିକ ବ୍ୟାଙ୍କମାନେ ବ୍ୟାଙ୍କ ଡ୍ରାଫ୍‌ଟ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାରେ ସାହାଯ୍ୟ କରିଥା’ନ୍ତି । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାର ଏହା ସବୁଠାରୁ ଶସ୍ତା ବ୍ୟବସ୍ଥା ।

(vi) ମୁଦ୍ରା ସୃଷ୍ଟି – ଅଧୁନାତନ ବିଶ୍ବରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ବ୍ୟାଙ୍କ ଜମା ସୃଷ୍ଟି କରିବା । ଉନ୍ନତ ଦେଶମାନଙ୍କରେ ବ୍ୟାଙ୍କ ମୁଦ୍ରା ହିଁ ମୁଦ୍ରା ଯୋଗାଣର ବଡ଼ ଅଂଶ ହୋଇଥ୍‌ବାର ଦେଖାଯାଇଥାଏ । ବ୍ୟାଙ୍କ ଗୋଟିଏ ଋଣ ମଞ୍ଜୁର କଲାବେଳେ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ଜମା ହିସାବ ଖୋଲିଦେଇଥାଏ ଏବଂ ଏହି ହିସାବ ଉପରେ ଚେକ୍ କାଟି ମୁଦ୍ରା ଉଠାଣ କରିବାକୁ ଅନୁମତି ଦେଇଥାଏ ।

ଋଣଗ୍ରହୀତା ଚେକ୍ ଦେଇଚାଲେ । ଏହି ଚେକ୍‌ଗୁଡ଼ିକ ଭଙ୍ଗାଣ ପାଇଁ ବ୍ୟାଙ୍କ୍‌କୁ ଆସିବା ପୂର୍ବରୁ ଅନେକ ହାତଦେଇ ଗତି କରିଥା’ନ୍ତି । ଚେକ୍‌ଗୁଡ଼ିକର ପ୍ରଚଳନ ବିସ୍ତୃତି ପର୍ଯ୍ୟନ୍ତ ସେଗୁଡ଼ିକ ବିନିମୟ ମାଧ୍ୟମ ସୃଷ୍ଟି କରିଥା’ନ୍ତି । ଏହାହିଁ ବ୍ୟାଙ୍କ ମୁଦ୍ରା ।

2. ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ଦେଣା -ପାଉଣା ସନ୍ତୁଳନ ଫର୍ଦ ପ୍ରସ୍ତୁତ କରି ଉଭୟ ପାଖରେ ଥିବା ବିଷୟଗୁଡ଼ିକୁ ବୁଝାଅ ।
Answer:
ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ୍ଦ ଏକ ନିର୍ଦ୍ଦିଷ୍ଟ ସମୟପାଇଁ ଏହାର ଦେଣା – ପାଉଣାର ଏକ ବିବରଣୀ ମାତ୍ର । ଏହା ସେହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟାଙ୍କର ବିତ୍ତୀୟ ଅବସ୍ଥାର ସୂଚନା ଦେଇଥାଏ ଏବଂ ବ୍ୟାଙ୍କ କିପରି ଅର୍ଥ ସଂଗ୍ରହ କରିଛି ଓ କେଉଁ ଉପାୟରେ ଏହାର ବିନିଯୋଗ କରିଛି ତାହା ଦର୍ଶାଇଥାଏ । ଋଣଗ୍ରହୀତା ହିସାବରେ ବ୍ୟାଙ୍କର କାର୍ଯ୍ୟକଳାପ ସନ୍ତୁଳନ ଫର୍ଦ୍ଦର ଦେୟତା ପାଖେ ଦର୍ଶାଯାଇଥାଏ । ପାଉଣା ପାଖ ବା ପରିସମ୍ପତ୍ତି ପାଖ ହେଲା ଋଣଦେବା ପାଖ ଏବଂ ପରିସମ୍ପରି ବା ପାଉଣା ବ୍ୟାଙ୍କର ସମ୍ପଦର ସୂଚନା ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ ପ୍ରସ୍ତୁତ କରାଯାଇଥାଏ । ଏହା ଏକ ଦର୍ପଣ ସଦୃଶ । ଏଥିରେ ବ୍ୟାଙ୍କର ସାଧାରଣ ସ୍ୱାସ୍ଥ୍ୟ ଅବସ୍ଥା ଓ ବ୍ୟବସାୟ କାରବାର ପ୍ରତିଫଳନ ହୋଇଥାଏ । ଏହି ବାର୍ଷିକ ଆର୍ଥକ ବିବରଣୀରୁ ବ୍ୟାଙ୍କର ଆର୍ଥିକ ସ୍ଥିତି ବା ଋଣ ପରିଶୋଧ କ୍ଷମତା ଏବଂ ନଗଦୀ ଅବସ୍ଥା ନିରୂପଣ କରାଯାଇପାରିବ । ବ୍ୟାଙ୍କର ସମଗ୍ର ବ୍ୟବସାୟ ସର୍ବସାଧାରଣଙ୍କ ଆସ୍ଥା ଉପରେ ପ୍ରତିଷ୍ଠିତ ।

ଯଦି ସନ୍ତୁଳନ ଫର୍ଦ୍ଦ ବ୍ୟାଙ୍କର ସୁଦୃଢ଼ ଆର୍ଥିକ ସ୍ଥିତିର ପ୍ରତିଫଳନ କରେ, ବ୍ୟାଙ୍କ ଉପରେ ସର୍ବସାଧାରଣଙ୍କ ଆସ୍ଥା ବୃଦ୍ଧିପାଏ; କିନ୍ତୁ ଏହାର ଯଦି କୌଣସି ସନ୍ତୋଷଜନକ ଆର୍ଥିକ ସ୍ଥିତିର ସୂଚନା ନ ଦିଏ, ତେବେ ସର୍ବସାଧାରଣ ବ୍ୟାଙ୍କ ଉପରୁ କ୍ରମେ ଆସ୍ଥା ହରାଇବାକୁ ଆରମ୍ଭ କରନ୍ତି । ଶେଷରେ ବ୍ୟାଙ୍କ ବ୍ୟବସାୟ ଭୁଶୁଡ଼ି ପଡ଼େ । ସମଗ୍ର ସମାଜ ବ୍ୟାଙ୍କର ସନ୍ତୁଳନ ଫର୍କରେ ଆଗ୍ରହ ପ୍ରକାଶ କରିଥାଏ । ନିମ୍ନରେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦର ଏକ ନମୁନା ଆଲୋଚନା କରାଗଲା –

ସନ୍ତୁଳନ ଫର୍ଦ୍ଦ

ଦେୟତା ପାଉଣା ବା ପରିସମ୍ପତ୍ତି
1. ପ୍ରଦତ୍ତ ପୁଞ୍ଜି 1. ହାତରେ ଓ କେନ୍ଦ୍ରୀୟ ବ୍ୟାଙ୍କରେ ଥିବା ନଗଦ ମୁଦ୍ରା
2. ସଞ୍ଚ୍ତ ନିଧି ଓ ଅନ୍ୟାନ୍ୟ ସଞ୍ଚ୍ତି 2. ଚାହିଦା ମାତ୍ରେ ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା
3. ଜମା ଓ ଅନ୍ୟାନ୍ୟ ହିସାବ, ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ କମ୍ପାନୀ ଏଜେଣ୍ଟ ଆଦିଙ୍କଠାରୁ ଋଣ 3. ଅପହ୍ରାସିତ ବିଲ୍
4. ଦେୟଯୋଗ୍ୟ ବିଲ୍ 4. ଆଦାୟ ହେଉଥିବା ଚେକ୍
5. ସ୍ବୀକୃତି ଓ ପୃଷ୍ଠାଙ୍କନ 5. ବିନିଯୋଗ
6. ଅନ୍ୟାନ୍ୟ ଦେୟତା 6. ଋଣ ଓ ଅଗ୍ରିମ
7. ସ୍ଵୀକୃତି ଓ ପୃଷ୍ଠାଙ୍କନ
8. ଅନ୍ୟାନ୍ୟ ପାଉଣା

ଦେଣା ବା ଦେୟତା (Liabilities) :
ସର୍ବସାଧାରଣ ସେମାନଙ୍କ ଅଂଶ ଉପରେ ମୁଦ୍ରା ଆକାରରେ ବ୍ୟାକୁ ଦେଇଥିବା ପରିମାଣ ଅର୍ଥକୁ ପ୍ରଦତ୍ତ ପୁଞ୍ଜି (Paid – up capital) କୁହାଯାଏ । ତେଣୁ ଏହା ଅଂଶୀଦାରମାନଙ୍କୁ ବ୍ୟାଙ୍କର ଦେଣା ଅଟେ ।

ବ୍ୟାଙ୍କର ବଣ୍ଟାଯାଇ ନ ଥିବା ଲାଭରୁ ଆରକ୍ଷିତ ନିଧୁ (Reserve fund) ସୃଷ୍ଟି କରାଯାଇଥାଏ । ଭବିଷ୍ୟତ ଦୁର୍ଘଟଣା ଏବଂ ଅଦୃଷ୍ଟପୂର୍ବ କ୍ଷୟକ୍ଷତିର ସମ୍ମୁଖୀନ ହେବାପାଇଁ ବର୍ଷ ପରେ ବର୍ଷ ଲାଭର ଏକ ଅଂଶକୁ ସଞ୍ଚୟ କରି ରଖାଯାଇଥାଏ । ବ୍ୟାଙ୍କ ତା’ର ଲାଭର ଶତକଡ଼ା 20 ଭାଗ ଆରକ୍ଷିତ ନିସ୍‌ରେ ରଖିବାପାଇଁ ବ୍ୟବସ୍ଥା ଭାରତୀୟ ଆଇନରେ ଅଛି । ଆରକ୍ଷିତ ନିଧୁର ସୃଷ୍ଟି ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ ।

ବ୍ୟାଙ୍କର ବଣ୍ଟା ହୋଇ ନଥିବା ଲାଭରୁ ଆରକ୍ଷିତ ନିଧୁର ସୃଷ୍ଟି ହୋଇଥିବାରୁ ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ । ବ୍ୟାଙ୍କର ବଣ୍ଟା ହୋଇ ନଥୁବା ଲାଭରୁ ଆରକ୍ଷିତ ନିସ୍‌ର ସୃଷ୍ଟି ହୋଇଥବାରୁ ଏଥୁରେ ସଞ୍ଚିତ ହୋଇ ରହିଥିବା ଅର୍ଥ ଅଂଶୀଦାରମାନଙ୍କର ଏବଂ ଏହା ବ୍ୟାଙ୍କର ଅଂଶୀଦାରଙ୍କ ପ୍ରତି ଏକ ଦେଣା । ଯେକୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଆରକ୍ଷିତ ନିଜ୍ ଭଳି ଅନ୍ୟାନ୍ୟ ନିଧୁ ରଖାଯାଇପାରେ । ସେଗୁଡ଼ିକ ମଧ୍ୟ ଅଂଶୀଦାରମାନଙ୍କ ପ୍ରତି ବ୍ୟାଙ୍କର ଦେଣାରୁ ସୂଚନା ଦେଇଥା’ନ୍ତି ।

ଜମା ଅର୍ଥ ବ୍ୟାଙ୍କର ଏକ ପ୍ରଧାନ ଦେଣା । ଜମା ସାଧାରଣତଃ 3 ପ୍ରକାରର – ଚାହିଦା ଜମା, ସଞ୍ଚୟ ଜମା ଓ ମିଆଦି ଜମା । ଚାହିଦା ଜମା ମୁଦ୍ରା ଅଟେ ଏବଂ ମିଆଦି ଜମା ପ୍ରାୟତଃ ମୁଦ୍ରା, କାରଣ ଏହା ଚାହିଁବା ମାତ୍ରେ ମିଳେ ନହିଁ ଏବଂ ଏହାକୁ ଚେଦ୍ଵାରା ହସ୍ତାନ୍ତର କରାଯାଇ ପାରିନଥାଏ । ବିଭିନ୍ନ ପ୍ରକାର ଜମାରେ ମଧ୍ୟ ଭିନ୍ନ ଭିନ୍ନ ସୁଧହାର ମିଳିଥାଏ । ସାଧାରଣତଃ ଚାହିଦା ଜମା ଉପରେ କୌଣସି ସୁଧ ଦିଆଯାଏ ନାହିଁ । କିନ୍ତୁ ଅନ୍ୟ ଜମା ଉପରେ ମିଳୁଥିବା ସୁଧହାର ଜମାର ସମୟକାଳର ଦୀର୍ଘତା ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ସ୍ବୀକୃତି ଓ ପୃଷ୍ଠାଙ୍କନ (Acceptances and Endorsements) : ସ୍ବୀକୃତି ଓ ପୃଷ୍ଠାଙ୍କନ ବ୍ୟାଙ୍କର ଏକ ଦେଣା । ନିଜ ଗ୍ରାହକମାନଙ୍କ ପକ୍ଷରୁ ବିନିମୟ ପତ୍ର ସ୍ଵୀକାର କରି ଓ ପୃଷ୍ଠାଙ୍କନ କରି ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ଏହାଦ୍ଵାରା ବ୍ୟାଙ୍କ ଆକସ୍ମିକ ଦେୟତା ସୃଷ୍ଟି କରିଥାଏ । ଏହା କରିବାଦ୍ଵାରା ତା’ର ଗ୍ରାହକମାନେ ତା’ର ନାଆଁକୁ ବ୍ୟବହାର କରିଥା’ନ୍ତି ଏବଂ ବିଲ୍ଵ ଭଙ୍ଗାଇବା ଦିନ ଆସିଗଲେ ସେମାନେ ବିଲ୍ ଭଙ୍ଗାଇଥା’ନ୍ତି ।

ତେଣୁ ଏହି ବିଷୟଟି ସନ୍ତୁଳନ ଫର୍ଦରେ ଉଭୟ ଦେଣା ଓ ପାଉଣା ପାଖରେ ଦେଖାଯାଇଥାଏ । ଯଦି ବିଲ୍‌ର ସମୟ ପୂରିଯାଇଥିବା ଦିନ ଗ୍ରାହକ ବିଲ୍ ପରିମାଣ ଅର୍ଥ ଦେବାକୁ ଅକ୍ଷମ ହୁଏ, ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ତେଣୁ ଏ ବିଷୟଟି ଦେୟତା ପାଖରେ ଦେଖିବାକୁ ମିଳିଥାଏ । ସ୍ବୀକୃତିରେ କ୍ଷତିଭୟ ଥିବାରୁ ସ୍ବୀକୃତି ଦାନକାରୀ ବ୍ୟାଙ୍କ ଏକ କମିଶନ୍ ଅସୁଲ କରିଥାଏ । ଏହାକୁ ପାଉଣା ବା ପରିସମ୍ପତ୍ତି ପାଖରେ ଦେଖାଇବାର କାରଣ ହେଲା – ଏହି ଦାୟିତ୍ବ ଭରଣାପାଇଁ ଅର୍ଥ ଯୋଗାଇଦେବା ଗ୍ରାହକମାନଙ୍କ ଦାୟିତ୍ଵ ।

ଅନ୍ୟାନ୍ୟ ଦେୟତା ମଧ୍ୟରେ ଅନ୍ୟକୁ ଦେବାକୁ ଥିବା ବିଲ୍ ଅନ୍ୟ ବ୍ୟାଙ୍କରୁ ଆଣିଥିବା ଋଣ ଏବଂ ଆକସ୍ମିକ ଦେୟତା ଅନ୍ତର୍ଭୁକ୍ତ ।

ପାଉଣା ବା ପରିସମ୍ପରି (Assets) :
ବ୍ୟାଙ୍କର ଅର୍ଥକୁ କେଉଁ ଉପାୟରେ ଉପଯୋଗ କରାଯାଇଛି, ପାଉଣା ପାଖରୁ ତାହା ଜଣାପଡ଼େ । ପାଉଣା ପାଖରେ ଥିବା ବିଷୟଗୁଡ଼ିକର ଆଲୋଚନା ନିମ୍ନରେ କରାଗଲା –

(i) ହାତରେ ଥିବା ନଗଦ ମୁଦ୍ରା – ଜମାକାରୀମାନଙ୍କଦ୍ୱାରା କରାଯାଉଥିବା ଉଠାଣ ନିମନ୍ତେ ଏକ ପ୍ରଥମ ଶ୍ରେଣୀୟ ସଞ୍ଚ୍ତି ବ୍ୟବସ୍ଥା କରିବାପାଇଁ ହାତରେ ମୁଦ୍ରା ରଖାଯାଇଥାଏ । ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକମାନଙ୍କର ଚାହିଦାମାତ୍ରକେ ସେମାନଙ୍କ ଆବଶ୍ୟକତା ପୂରଣ କରିବାପାଇଁ ନିଜ ପାଖରେ କିଛି ନଗଦ ମୁଦ୍ରା ସଞ୍ଜୁତ ରଖୁଥାଏ । ଅନ୍ୟାନ୍ୟ ବ୍ୟାଙ୍କମାନଙ୍କ ପାଖରେ ମଧ୍ୟ କିଛି ଅର୍ଥ ରଖାଯାଇପାରେ । ହାତରେ ଥିବା ନଗଦ ମୁଦ୍ରା କିଛି ଲାଭ ଅର୍ଜନ କରିନଥାଏ ।

ତେଣୁ ଗ୍ରାହକମାନଙ୍କର ଚାହିଦା ପୂରଣ କରିବାପାଇଁ ଯାହା ଆବଶ୍ୟକ ବ୍ୟାଙ୍କ ତା’ଠାରୁ ଅଧିକ ଅର୍ଥ ନଗଦ ମୁଦ୍ରା ଆକାରରେ ନିଜ ପାଖରେ ରଖୁନଥାଏ । ହାତରେ ଥିବା ନଗଦ ମୁଦ୍ରାକୁ ହସ୍ତସ୍ଥ ମୁଦ୍ରା (till money) କହନ୍ତି ।

(ii) ଚାହିଦା ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା – ଅତି ଅଳ୍ପ ସମୟ ନୋଟିସ୍‌ରେ ପରିଶୋଧଯୋଗ୍ୟ ସ୍ଵଳ୍ପକାଳୀନ ଋଣକୁ ଏହା ବୁଝାଇଥାଏ । ଏହି ଋଣଗୁଡ଼ିକ ଉପରେ ଅତି ଅଳ୍ପ ସୁଧ ହାର ମିଳିଥାଏ । କାରଣ ଅତି କମ୍ ସମୟ ନୋଟିସ୍‌ରେ ଏଗୁଡ଼ିକୁ ଫେରାଇ ଅଣାଯାଇପାରିବ । ଏହି ପାଉଣାକୁ ଅତି ସହଜରେ ନଗଦ ମୁଦ୍ରାରେ ପରିଣତ କରାଯାଇପାରିବ ।

ଯେତେବେଳେ ବ୍ୟାଙ୍କର ସଞ୍ଚି ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଯାଇଥାଏ ଏହା ତତ୍‌କ୍ଷଣାତ୍‌ ଏହି ସ୍ଵଳ୍ପକାଳୀନ ଋଣରୁ କିଛି ପ୍ରତ୍ୟାହାର କରି ଆଣିଥାଏ କିମ୍ବା ସେଗୁଡ଼ିକର ନବୀକରଣ କରିବାକୁ ମନା କରିଦେଇଥାଏ ଯାହାକି ସାଧାରଣ ପରିସ୍ଥିତିରେ ନବୀକରଣ କରାଯାଇ ପାରିଥା’ନ୍ତା । ଏହା ବ୍ୟାଙ୍କର ପ୍ରତିରକ୍ଷା ବ୍ୟବସ୍ଥା ।

CHSE Odisha Class 12 Economics Chapter 15 Long Answer Questions in Odia Medium

(iii) ଅପହ୍ରାସିତ ବିଲ୍‌ – ଏହାର ପ୍ରକୃତି ପୂର୍ବରୁ ବୁଝାଇ ଦିଆଯାଇଛି । ବିଲ୍‌ଗୁଡ଼ିକ ସ୍ଵୟଂ ସମାପନୀୟ (Self liquidating) ହୋଇଥିବାରୁ ଏଥୁରୁ ବିନିଯୋଗ ଆକର୍ଷଣୀୟ ହୋଇଥାଏ । ପୁଣି, ନିର୍ଦ୍ଦିଷ୍ଟ ସମୟକାଳ ପୂରିବା ପୂର୍ବରୁ ସେଗୁଡ଼ିକ ପୁନଃ ଅପହ୍ରାସିତ କରାଯାଇପାରିବ ଏବଂ ଋଣଦେବା ଅପେକ୍ଷା ସେଗୁଡ଼ିକୁ ଅଧ‌ିକ ନିରାପଦ ବୋଲି ମନେକରାଯାଇଥାଏ ।

(iv) ଆଦାୟ ଅବସ୍ଥାରେ ଥିବା ଚେକ୍ – ଏହା ଆଦାୟ କରାଯାଉଥିବା ଚେକ୍‌ଗୁଡ଼ିକୁ ବୁଝାଇଥାଏ । ସେଗୁଡ଼ିକ ଅତି ନଗଦ, କାରଣ ଚେକ୍‌ଗୁଡ଼ିକ ଆଦାୟ କରାଯିବା ମାତ୍ରେ ନଗଦ ମୁଦ୍ରା ସଞ୍ଜୁର ପରିମାଣ ବୃଦ୍ଧି ପାଏ ।

(v) ବିନିଯୋଗ – ବାଣିଜ୍ୟିକ ବ୍ୟାଙ୍କମାନେ ସରକାରୀ ପ୍ରତିଭୂତି ଏବଂ ଘରୋଇ କମ୍ପାନୀମାନଙ୍କର ଅଂଶ ଓ ଡିବେଞ୍ଚରେ ଅର୍ଥ ବିନିଯୋଗ କରିଥା’ନ୍ତି । ଏହି ବିନିଯୋଗଗୁଡ଼ିକ କମ୍ ନଗଦୀ ହୋଇଥିବାରୁ ସାଧାରଣତଃ ବିଲ୍ ଅପେକ୍ଷା ଅଧିକ ସୁଧହାର ବହନ କରିଥା’ନ୍ତି । ସେଥୁରୁ ଏକ ନିର୍ଦ୍ଧାରିତ ଆୟ ମିଳିଥାଏ ଏବଂ ବ୍ୟାଙ୍କ ଏଥୁରୁ ନିରବଚ୍ଛିନ୍ନଭାବେ ଲାଭ ପାଇଚାଲିଥାଏ ।

(vi) ଅଗ୍ରୀମ ଋଣ – ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଏବଂ ବିଭିନ୍ନ ଉଦ୍ୟୋଗକୁ ଋଣ ଦେଇଥାଏ । ବ୍ୟାଙ୍କ ବ୍ୟବସାୟର ଏହି ଋଣ ହିଁ ପ୍ରଧାନ ଅଂଶ ହୋଇଥାଏ ।

(vii) ସ୍ୱୀକୃତି ଓ ପୃଷ୍ଠାଙ୍କନ – ଏହି ବିଷୟଟି ସନ୍ତୁଳନ ଫର୍ଦର ଉଭୟ ପାଖରେ ରହିଥାଏ । ବ୍ୟାଙ୍କଦ୍ଵାରା ସ୍ବୀକୃତ ବିଲ୍ ଦଲିଲ୍ ଏହାର ଅନ୍ତର୍ଭୁକ୍ତ । ବିଲ୍‌ଗୁଡ଼ିକର ସମୟ ପୂରିଗଲେ ବିଲ୍ ପରିମାଣ ଅର୍ଥ ବ୍ୟାଙ୍କ ଏହାର ଗ୍ରାହକମାନଙ୍କଠାରୁ ଆଦାୟ କରିବ । ତେଣୁ ସେଗୁଡ଼ିକ ଏହାର ପାଉଣା ।

ବ୍ୟାଙ୍କର କୋଠାବାଡ଼ି, ଆସବାବପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତି ଆଦି ମଧ୍ୟ ପରିସମ୍ପତ୍ତି ଅନ୍ତର୍ଭୁକ୍ତ । ଏହା ବ୍ୟାଙ୍କର ସ୍ଥାବର – ଅସ୍ଥାବର ସମସ୍ତ ସମ୍ପତ୍ତିର ମୋଟ ମୂଲ୍ୟକୁ ବୁଝାଇଥାଏ । ଏଗୁଡ଼ିକ ବ୍ୟାଙ୍କର ସ୍ଥାୟୀ ପରିସମ୍ପତ୍ତି ।

3. କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଶୀର୍ଷସ୍ଥାନରେ ରହିଥାଏ । ଏହା ସରକାରଙ୍କର ମୁଦ୍ରା ନୀତିକୁ କାର୍ଯ୍ୟକାରୀ କରିଥାଏ ଏବଂ ଦେଶର ସାଧାରଣ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ଭାରତର କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ପରିଚିତ । ଏହା 1935 ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ :
ସଙ୍ଗଠନ, ଢାଞ୍ଚା, ନୀତି ଓ ପ୍ରବିଧ୍ ଦୃଷ୍ଟିରୁ ବିଚାର କଲେ ଦେଶ ଦେଶ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ହୋଇଥିବାର ଦେଖାଯାଇଥାଏ । କିନ୍ତୁ ସେମାନଙ୍କର କେତେଗୁଡ଼ିଏ କାର୍ଯ୍ୟ ସମାନ ରହିଥିବାର ଦେଖାଯାଏ । କେନ୍ଦ୍ରୀୟ ବ୍ୟାଙ୍କର ପ୍ରଧାନ କାର୍ଯ୍ୟଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ନୋଟ୍ ପ୍ରଚଳନକାରୀ ବ୍ୟାଙ୍କ (Bank of Issue) – କେନ୍ଦ୍ରୀୟ ବ୍ୟାଙ୍କର ନୋଟ୍ ପ୍ରଚଳନ କରିବାର ଏକାଧ୍ୟାକାର ରହିଛି । ଏହି ନୋଟଗୁଡ଼ିକ ଦେଶରେ ଆଇନାନୁମୋଦିତ ମୁଦ୍ରାରୂପେ ପ୍ରଚଳନ ହୋଇଥାଏ ଏବଂ ତାହାହିଁ ବ୍ୟାଙ୍କର ନଗଦ ମୁଦ୍ରା ସଞ୍ଚ୍ତି । ପ୍ରାୟ ପ୍ରତ୍ୟେକ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କକୁ ନୋଟ୍ ପ୍ରଚଳନ ଏକାଧିକାର ଦିଆଯିବା ମୂଳରେ କେତେକ ଗୁରୁତ୍ଵପୂର୍ଣ୍ଣ କାରଣ ରହିଛି । ପ୍ରଥମତଃ, ନୋଟ୍ ପ୍ରଚଳନର କେନ୍ଦ୍ରୀକରଣ ନୋଟ୍ ପ୍ରଚଳନରେ ସମରୂପତା ଆଣିଥାଏ ।

ଅତୀତର ଅନେକ ସରକାରଙ୍କଦ୍ବାରା କରାଯାଇଥିବା ଅତିରିକ୍ତ ନୋଟ୍ ପ୍ରଚଳନ ସରକାରୀ ମୁଦ୍ରା ପ୍ରଚଳନ ବ୍ୟବସ୍ଥା ଉପରେ ଅନାସ୍ଥା ଭାବ ସୃଷ୍ଟି କରିଥିଲା । ସରକାରଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ନୋଟ୍ ପ୍ରଚଳନ କରାଯାଇ ଯଦିଓ ସମରୂପତା ରକ୍ଷା କରାଯାଇପାରିଥା’ନ୍ତା ତଥାପି କେନ୍ଦ୍ରୀୟ ବ୍ୟାଙ୍କକୁ ଏହି କାରଣରୁ ନୋଟ୍ ପ୍ରଚଳନର ସ୍ବତନ୍ତ୍ର ଏକାତ୍‌କାର ଦିଆଯାଇଛି । ଦ୍ୱିତୀୟତଃ, ନୋଟ୍ ପ୍ରଚଳନ ଏକାଧିକାର ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣର ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଫଳପ୍ରଦ କ୍ଷମତା ଦେଇଥାଏ ।

ତୃତୀୟତଃ, କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ପ୍ରଚଳନ କରାଯାଉଥିବା ନୋଟ୍ ପଛରେ ରାଷ୍ଟ୍ରର ସମର୍ଥନ ରହିଥିବାରୁ ନୋଗୁଡ଼ିକ ସ୍ଵତନ୍ତ୍ର ମର୍ଯ୍ୟାଦା ପାଇଥା’ନ୍ତି । ଚତୁର୍ଥତଃ, ନୋଟ୍ ପ୍ରଚଳନ ଏକାଧିକାର ଯୋଗୁଁ ଅନେକ ବ୍ୟାଙ୍କଦ୍ୱାରା ନୋଟ୍ ପ୍ରଚଳନଜନିତ ଗୁରୁତର ଦରଦାମ୍ ହ୍ରାସ ଓ ବୃଦ୍ଧି ଭୟକୁ କେନ୍ଦ୍ରୀୟ ବ୍ୟାଙ୍କ ଦୂର କରିଥାଏ ।

(ii) ସରକାରଙ୍କ ବ୍ୟାଙ୍କ (Banker to Government) – କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ବ୍ୟାଙ୍କ, ଏଜେଣ୍ଟ ଓ ପରାମର୍ଶଦାତାରୂପେ କାର୍ଯ୍ୟ କରିଥାଏ । ସରକାରଙ୍କ ବ୍ୟାଙ୍କ ହିସାବରେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ବ୍ୟାଙ୍କ କାରବାରର ହିସାବ ରଖୁଥାଏ ଏବଂ ସରକାରଙ୍କ ତରଫରୁ ଅର୍ଥ ଗ୍ରହଣ ଓ ଅର୍ଥଦାନ କରିଥାଏ । ଅସ୍ଥାୟୀ ଅସୁବିଧା ଦୂର କରିବାପାଇଁ ଏହା ସରକାରଙ୍କୁ ସ୍ଵଳ୍ପକାଳୀନ ଋଣ ଓ ଅଗ୍ରିମ ଋଣ ଦେଇ ସାହାଯ୍ୟ କରିଥାଏ ।

ଏହି ଋଣକୁ କାମଚଳା ଋଣ (Ways and means advances) କୁହାଯାଏ । କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସବୁ ସରକାରୀ ଋଣ ଉଠାଣ ହୋଇଥାଏ । ଏହି ବ୍ୟାଙ୍କ ମଧ୍ୟ ସରକାରୀ ଋଣର ପରିଚାଳନା କରିଥାଏ ଏବଂ ସରକାରଙ୍କୁ ମୁଦ୍ରା ଓ ଅର୍ଥନୈତିକ ବ୍ୟାପାର ଉପରେ ପରାମର୍ଶ ଦେଇଥାଏ ।

(iii) ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ନଗଦ ମୁଦ୍ରା ସଞ୍ଚିର ତତ୍ତ୍ୱାବଧାରକ (Custodian of the Cash Reserves of Commercial Banks) – ପ୍ରତ୍ୟେକ ବାଣିଜ୍ୟିକ ବ୍ୟାଙ୍କ ସେମାନଙ୍କ ନଗଦ ମୁଦ୍ରା ସଞ୍ଚିତିର ଏକ ଅଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଖେ ଜମା ଆକାରରେ ରଖୁ’ନ୍ତି । ତେଣୁ ଏହା ବ୍ୟାଙ୍କମାନଙ୍କର ବ୍ୟାଙ୍କ (Banker’s Bank) ହୋଇଥାଏ । ବ୍ୟାଙ୍କମାନଙ୍କର ବ୍ୟାଙ୍କ ହିସାବରେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚର ତତ୍ତ୍ୱାବଧାରକରୂପେ କାର୍ଯ୍ୟ କରିଥାଏ ।

ନଗଦ ମୁଦ୍ରା ସଞ୍ଚିର କେନ୍ଦ୍ରୀକରଣ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଦୃଢ଼ତାର ଏକ ପ୍ରଧାନ ଉତ୍ସ । ପ୍ରଥମତଃ, ଏହା ଆନ୍ତଃବ୍ୟାଙ୍କ ହିସାବ ନିକାଶ କରିବାରେ କେନ୍ଦ୍ରୀୟ ବ୍ୟାଙ୍କକୁ ସମର୍ଥ କରାଇଥାଏ । ଦ୍ବିତୀୟତଃ, ବିଭିନ୍ନ ବ୍ୟାଙ୍କରେ ବିକ୍ଷିପ୍ତଭାବେ ନଗଦ ମୁଦ୍ରା ସଞ୍ଚି ରଖୁ ଅପେକ୍ଷା କେନ୍ଦ୍ରୀଭୂତ ନଗଦ ମୁଦ୍ରା ସଞ୍ଚି ଦେଶର ଏକ ବୃହତ୍ତର ଓ ଅଧ୍ଵକ ସ୍ଥିତିସ୍ଥାପକ ଋଣ ଢାଞ୍ଚା ଭିତ୍ତିରୂପ କାର୍ଯ୍ୟ କରିବ । ଏହାଦ୍ଵାରା ଋଣ ସମ୍ପ୍ରସାରଣ ପାଇଁ ରହିଥିବା ସେମାନଙ୍କ ସାମର୍ଥ୍ୟ ହ୍ରାସ ପାଇଥା’ନ୍ତା ।

ତୃତୀୟତଃ, କେନ୍ଦ୍ରୀଭୂତ ନଗଦ ମୁଦ୍ରା ସମ୍ପ୍ର ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ବିଭିନ୍ନ ସଙ୍କଟ ଓ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବାକୁ ସମର୍ଥ କରାଇଥାଏ । ଚତୁର୍ଥତଃ, ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚତିକୁ ବୃଦ୍ଧି କରି ବା ହ୍ରାସ କରି ସେମାନଙ୍କ ଋଣ ସୃଷ୍ଟି କ୍ଷମତାକୁ ନିୟନ୍ତ୍ରିତ କରିବାରେ ଏହା କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ସମର୍ଥ କରାଇଥାଏ ।

(iv) ଋଣଦାନର ଶେଷ ଆଶ୍ରୟସ୍ଥଳ (Lender of last resort) – କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କମାନଙ୍କର ବ୍ୟାଙ୍କ୍ ହିସାବରେ ବିତ୍ତୀୟ ଆବଶ୍ୟକତା ସମୟରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ସହାୟତା ପ୍ରଦାନ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ କାରବାରର ଗୋଟିଏ ମୌଳିକ ନୀତି ହେଲା ଯେ ବ୍ୟାଙ୍କମାନଙ୍କର ବ୍ୟାଙ୍କ ଓ ସର୍ବୋଚ୍ଚ ବ୍ୟାଙ୍କ କାରବାରର କର୍ତ୍ତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ କୌଣସି ଉପଯୁକ୍ତ ଋଣଗ୍ରହୀତାକୁ ଋଣ ଦେବାପାଇଁ କେବେ ମନାକରି ନଥାଏ ।

ଏହା ଜରୁରିକାଳୀନ ଋଣର ଅନ୍ତିମ ଉତ୍ସ । ଯଦି ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଅନ୍ୟାନ୍ୟ ସୂତ୍ରରୁ ଋଣ ସୁବିଧା ପାଇବାକୁ ସମର୍ଥ ନ ହୁଅନ୍ତି ତେବେ ଶେଷ ଆଶ୍ରୟସ୍ଥଳ ବା ଅନ୍ତମ ଋଣଦାତା ହିସାବରେ ସେମାନେ ଆବଶ୍ୟକ ଋଣ ସୁବିଧା ଯୋଗାଇଦେବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଅନୁରୋଧ କରିଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେହି ସମୟରେ ଉପଯୁକ୍ତ ସରକାରୀ ପ୍ରତିଭୂତି ରଖ୍ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଋଣ ଯୋଗାଇ ଦେଇଥାଏ ।

ଋଣଦାତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଶେଷ ଆଶ୍ରୟସ୍ଥଳ କହିବାର ଅର୍ଥ ହେଲା, ଅସୁବିଧା ସମୟରେ ଓ ସଙ୍କଟଜନକ ପରିସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଋଣ ପାଇଁ ଥିବା ସମସ୍ତ ଯୁକ୍ତିଯୁକ୍ତ ଚାହିଦାକୁ ପ୍ରତ୍ୟକ୍ଷଭାବେ ବା ପରୋକ୍ଷଭାବେ ପୂରଣ କରିବାର ଦାୟିତ୍ଵ ଗ୍ରହଣ କରିଥାଏ । ଟ୍ରେଜେରୀ ବିଲ୍‌ଗୁଡ଼ିକର ପୁନଃ ଅପହାର ବ୍ୟବସ୍ଥାଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ବାଣିଜ୍ୟିକ ବ୍ୟାଙ୍କମାନଙ୍କପାଇଁ ଋଣ ବ୍ୟବସ୍ଥା କରିଥାଏ । ତେଣୁ ଏହାକୁ ପୁନଃ ଅପହାର ବ୍ୟାଙ୍କ (Bank of rediscount) ବୋଲି କୁହାଯାଏ ।

(v) ଋଣ ନିୟନ୍ତ୍ରକ (Controller of Credit) – ଋଣ ନିୟନ୍ତ୍ରଣ ହେଲା କେନ୍ଦ୍ରୀୟ ବ୍ୟାଙ୍କର ଅନ୍ୟତମ ଅତି ଗୁରୁତ୍ଵପୂର୍ଣ କାର୍ଯ୍ୟ । କେନ୍ଦ୍ରୀୟ ବ୍ୟାଙ୍କ ଚଳନ୍ତି ମୁଦ୍ରା ଓ ରଣର ପରିମାଣକୁ ନିୟନ୍ତ୍ରଣ କରି ଦେଶରେ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ନୋଟ୍ ପ୍ରଚଳନ କରିବାର ଏକାଧିକାର ଚଳନ୍ତ ମୁଦ୍ରାର ନିୟନ୍ତ୍ରଣ ସହିତ ସମ୍ପୃକ୍ତ । ଦୁଇ ପ୍ରକାରର ଋଣ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି; ଯଥା – ପରିମାଣାତ୍ମକ ଋଣ ନିୟନ୍ତ୍ରଣ (Quantitative credit control) ଏବଂ ଗୁଣାତ୍ମକ ବା ନିର୍ବାଚିତ ଋଣ ନିୟନ୍ତ୍ରଣ (Qualitative or selective credit control) ।

CHSE Odisha Class 12 Economics Chapter 15 Long Answer Questions in Odia Medium

ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପ୍ରୟୋଗ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ହାତରେ ଥିବା ପ୍ରଧାନ ଅସ୍ତ୍ର ହେଲା – ବ୍ୟାଙ୍କ ସୁଧ ହାର ନୀତି (Bank rate policy), ଖୋଲା ବଜାର କାରବାର (Open market operation) ଏବଂ ନଗଦ ମୁଦ୍ରା ସଞ୍ଚିର ପରିବର୍ତ୍ତନ (Variation of cash reserve) ଗୁଣାତ୍ମକ ଋଣ ନିୟନ୍ତ୍ରଣ ଋଣର ବିଭିନ୍ନ ବ୍ୟବହାର ଏହାର ନିୟନ୍ତ୍ରଣ କରିଥାଏ । ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ କରିଥାଏ ।

ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ । କିନ୍ତୁ ରଣ ନିୟନ୍ତ୍ରଣର ପରିମାଣାତ୍ମକ ପଦ୍ଧତି ସମସ୍ତ ପଦ୍ଧତି ମଧ୍ୟରେ ସବୁଠାରୁ ଅଧିକ ଫଳପ୍ରଦ । କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରା ଓ ଋଣ ପରିମାଣ ନିୟନ୍ତ୍ରଣ କରିବାରେ ବ୍ୟାଙ୍କ ସୁଧ ହାର ନୀତି, ଖୋଲା ବଜାର କାରବାର ଏବଂ ନଗଦ ମୁଦ୍ରାର ସଞ୍ଚିରେ ପରିବର୍ତ୍ତନ ଆଦି ଅସ୍ତ୍ରକୁ ବ୍ୟବହାର କରିଥାଏ ।

କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ସର୍ବନିମ୍ନ ସରକାରୀ ହାରରେ ପ୍ରଥମ ଶ୍ରେଣୀୟ ବିନିମୟ ପତ୍ରକୁ ପୁନଃଅପହ୍ରାସ କରିବାକୁ ଏବଂ ଅନୁମୋଦିତ ପ୍ରତିଭୂତି ଉପରେ ଅଗ୍ରିମ ଋଣ ଦେବାପାଇଁ ପ୍ରସ୍ତୁତ ଥାଏ ଏହାକୁ ବ୍ୟାଙ୍କ ସୁଧହାର କୁହାଯାଏ । ଏହି ହାରକୁ କମ୍ ବା ବେଶି କରି କେନ୍ଦ୍ରୀୟ ବ୍ୟାଙ୍କ ଋଣକୁ ଶସ୍ତା ବା ବେଶି ମହଙ୍ଗା କରିଦେଇଥାଏ । ବ୍ୟାଙ୍କ ସୁଧହାର ବୃଦ୍ଧି ପାଇଲେ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅପେକ୍ଷାକୃତ ଶସ୍ତା ହୁଏ ।

ଖୋଲା ବଜାର କାରବାର ହେଲା କେନ୍ଦ୍ରୀୟ ବ୍ୟାଙ୍କଦ୍ଵାରା ଖୋଲା ବଜାରରେ ପ୍ରତିଭୂତିଗୁଡ଼ିକର କ୍ରୟବିକ୍ରୟ କରିବା । ଯଦି କେନ୍ଦ୍ରୀୟ ବ୍ୟାଙ୍କ ଦେଶରେ ଋଣ ପରିମାଣକୁ ହ୍ରାସ କରିବାକୁ ଇଚ୍ଛା କରୁଥାଏ ତେବେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କ ପ୍ରତିଭୂତି ବିକ୍ରୟ କରେ । ଜନସାଧାରଣଙ୍କଦ୍ବାରା ଓ ବ୍ୟାଙ୍କମାନଙ୍କଦ୍ଵାରା ପ୍ରତିଭୂତି କ୍ରୟ ସେମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣକୁ ହ୍ରାସ କରିବ । ନଗଦ ମୁଦ୍ରା ସଞ୍ଚି ହ୍ରାସ ପାଇଲେ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥବା ଋଣ ପରିମାଣ ହ୍ରାସ କରିବାପାଇଁ ସେମାନେ ବାଧ୍ୟ ହେବେ ।

ଯଦି କେନ୍ଦ୍ରୀୟ ବ୍ୟାଙ୍କ ଋଣ ପରିମାଣ ବୃଦ୍ଧି କରିବାକୁ ଇଚ୍ଛା କରେ, ଏହା ବଜାରରୁ ଅନୁମୋଦିତ ପ୍ରତିଭୂତି କ୍ରୟ କରିଥାଏ । ଏହାର ପରିଣାମରେ ଲୋକମାନଙ୍କ ହାତରେ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣ ବୃଦ୍ଧି ପାଇବ । ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଜୁ ବୃଦ୍ଧିପାଇଲେ ସେମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ଉତ୍ସାହିତ ହେବେ ।

କେନ୍ଦ୍ରୀୟ ବ୍ୟାଙ୍କ ନଗଦ ମୁଦ୍ରା ସମ୍ପ୍ରତି ହାରର ପରିବର୍ତ୍ତନ କରି ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚିକୁ ପ୍ରତ୍ୟକ୍ଷଭାବେ ପରିବର୍ତ୍ତନ କରିପାରିବ ଏବଂ ଋଣ ସୃଷ୍ଟି କରିବାପାଇଁ ଥିବା ସେମାନଙ୍କ ସାମର୍ଥ୍ୟକୁ ପ୍ରଭାବିତ କରିପାରିବ । କେନ୍ଦ୍ରୀୟ ବ୍ୟାଙ୍କ ଉଚ୍ଚତର ନଗଦ ମୁଦ୍ରା ସଞ୍ଚିତି ହାର ପ୍ରବର୍ତ୍ତନ କଲେ ବାଣିଜ୍ୟିକ ବ୍ୟାଙ୍କମାନେ ସେମାନଙ୍କ ଋଣ ପରିମାଣ ହ୍ରାସ କରିବାକୁ ବାଧ୍ୟ ହେବେ । ଅନ୍ୟପକ୍ଷରେ ନଗଦ ମୁଦ୍ରା ସମ୍ପ୍ରତି ହାର ହ୍ରାସ ପାଇଲେ ବାଣିଜ୍ୟିକ ବ୍ୟାଙ୍କମାନେ ସତର୍କତାମୂଳକ ଋଣ ନୀତି ଅନୁସରଣ କରିବେ ନାହିଁ ଏବଂ ଋଣ ସମ୍ପ୍ରସାରଣ କରିବାପାଇଁ ଉତ୍ସାହିତ ହେବେ ।

(vi) ଦେଶର ବୈଦେଶିକ ମୁଦ୍ରା ସଞ୍ଚିତିର ତତ୍ତ୍ୱାବଧାରକ (Custodian of Nation’s Foreign Currency Reserves) – ଦେଶର ସ୍ବର୍ଣ୍ଣ ଓ ବୈଦେଶିକ ମୁଦ୍ରା ସଞ୍ଚିର ସୁରକ୍ଷା ଓ ପରିଚାଳନା ଦାୟିତ୍ଵ କେନ୍ଦ୍ରୀୟ ବ୍ୟାଙ୍କ ଉପରେ ନ୍ୟସ୍ତ କରାଯାଇଥାଏ । ଦରଦାମ୍ର ସ୍ଥିରତା ବଜାୟ ରଖ୍ବା ଏବଂ ପୂର୍ଣ ନିୟୋଜନ ଲକ୍ଷ୍ୟ ହାସଲ କରିବା ଆଦି ଜାତୀୟ ଲକ୍ଷ୍ୟଗୁଡ଼ିକ ହାସଲ କରିବାପାଇଁ ଦେଶର ମୁଦ୍ରା ଯୋଗାଣର ପରିଚାଳନା କରିବା କେନ୍ଦ୍ରୀୟ ବ୍ୟାଙ୍କର କର୍ତ୍ତବ୍ୟ ।

ବିଶ୍ବବ୍ୟାଙ୍କକୁ ସଭ୍ୟ ଦେଶମାନଙ୍କରେ ଥିବା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଉପରେ ବିନିମୟ ହାର ସ୍ଥିରତା ରକ୍ଷା କରିବାର ଦାୟିତ୍ୱ ଦିଆଯାଇଛି । ସଂକ୍ଷେପରେ, କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରାର ଉଭୟ ଆଭ୍ୟନ୍ତରୀଣ ଓ ବହିରାଗତ ମୂଲ୍ୟର ରକ୍ଷକ ।

(vii) ବିକାଶର ବାହକ (Agent of Development) – ଭାରତ ଭଳି ସ୍ଵଳ୍ପ ବିକଶିତ ଦେଶରେ ଅର୍ଥନୈତିକ ବିକାଶଧାରାରେ ସାହାଯ୍ୟ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କ୍ରମେ ଅଧ୍ଯକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଦେଶଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କକୁ ବିକାଶର ବାହକ ବା ଅର୍ଥନୈତିକ ବିକାଶର ଏକ ପ୍ରଧାନ ଅସ୍ତ୍ରରୂପେ ବିଚାର କରାଯାଉଛି ।

4. “ବାଣିଜ୍ୟିକ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟ କରନ୍ତି ନାହିଁ, ସେମାନେ ମଧ୍ୟ ମୁଦ୍ରା ସର୍ଜନା କରନ୍ତି ।” – ଏହି ଉକ୍ତିର ତାତ୍ପର୍ଯ୍ୟ ଆଲୋଚନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନେ ଚଳନ୍ତି ଜମା ସୃଷ୍ଟି କରି ଦେଶର ମୁଦ୍ରା ଯୋଗାଣକୁ ପ୍ରଭାବିତ କରିଥା’ନ୍ତି । ସେହି କାରଣରୁ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟୀ ନୁହଁନ୍ତି, ଋଣ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ । ବର୍ତ୍ତମାନ ଋଣମୁଦ୍ରା କିପରି ସୃଷ୍ଟି କରାଯାଏ ତାହା ଏକ ଉଦାହରଣ ସାହାଯ୍ୟରେ ବୁଝାଇ ଦିଆଯାଇପାରେ ।

ବ୍ୟୁତ୍ପନ୍ନ ଜମା ସୃଷ୍ଟି କରିବାପାଇଁ ବ୍ୟାଙ୍କମାନଙ୍କୁ ସେମାନଙ୍କ ଅନୁଭୂତି ଓ ଅଭିଜ୍ଞତା ଉପରେ ନିର୍ଭର କରିବାକୁ ହୋଇଥାଏ । ଅଭିଜ୍ଞତାରୁ ସେମାନେ ଜାଣନ୍ତି ଯେ, ଜମାକାରୀମାନେ ଏକସମୟରେ ଜମା ପ୍ରତ୍ୟାହାର କରନ୍ତି ନାହିଁ । ବ୍ୟାଙ୍କ ନିକଟରେ ଥିବା ଜମାରୁ କିଛି ସୁଧ ଆକାରରେ ଆୟ ମିଳୁଥିବାରୁ ଏବଂ ଜମା ନିରାପଦ ରହୁଥିବାରୁ ବିଶେଷ ଆବଶ୍ୟକତା ବ୍ୟତୀତ ଅନ୍ୟ ସମୟରେ ସେମାନେ ମୁଦ୍ରା ପ୍ରତ୍ୟାହାର କରିବାକୁ ଚାହିଁ ନଥା’ନ୍ତି ।

ଏହାଛଡ଼ା ପ୍ରତ୍ୟାହାର କରାଯାଉଥିବା ଜମାର ବହୁଳାଶ ନଗଦ ମୁଦ୍ରା ଆକାରରେ କରା ନ ଯାଇ ହିସାବ ହସ୍ତାନ୍ତର ଆକାରରେ ହୋଇଥାଏ । ଏହି ଦୁଇଟି ଅନୁଭୂତିରୁ କୁହାଯାଇପାରେ ଯେ, ଜମାର କିୟଦଂଶ ମାତ୍ର ନଗଦ ମୁଦ୍ରା ଆକାରରେ ଉଠାଯାଏ ଏବଂ ଅବଶିତାଂଶ ବ୍ୟାଙ୍କରେ ରହିଥାଏ । ତେଣୁ ବ୍ୟାଙ୍କମାନେ ମୋଟ ଜମାର କିଛି ଅଂଶ ଗଚ୍ଛିତ ରଖ୍ ଅବଶିଷ୍ଟ ଋଣ ଓ ଅଗ୍ରୀମ ସ୍ବରୂପ ଦେଇଥା’ନ୍ତି । ଉଦାହରଣସ୍ୱରୂପ, ମନେକରାଯାଉ ଜମାକାରୀମାନେ ଜମାର ମାତ୍ର ଶତକଡ଼ା ଦଶଭାଗ ନଗଦ ଆକାରରେ ପ୍ରତ୍ୟାହାର କରନ୍ତି ।

ତେଣୁ ବ୍ୟାଙ୍କମାନେ ଏହି ପରିମାଣ ମୁଦ୍ରା ଗଚ୍ଛିତ ରଖ୍ ଅବଶିଷ୍ଟକୁ ଋଣ ଆକାରରେ ଦିଅନ୍ତି । ପୁନଶ୍ଚ, ମନେକରାଯାଉ, ଏକ ନିର୍ଦ୍ଦିଷ୍ଟ ଦିନ 1000 ଟଙ୍କା ‘କ’ ବ୍ୟାଙ୍କରେ ପ୍ରାଥମିକ ଜମା ଆକାରରେ ରଖାଯାଏ । ‘କ’ ବ୍ୟାଙ୍କ ବର୍ତ୍ତମାନ ଏହି ଜମାର ଦଶ ଶତାଂଶ ଅର୍ଥାତ୍ 100 ଟଙ୍କା ମୁଦ୍ରା ଆକାରରେ ରଖ୍ ଅବଶିଷ୍ଟ 900 ଟଙ୍କା ଋଣ ଆକାରରେ ଦେଇପାରନ୍ତି ।

ଏହି 900 ଟଙ୍କା ବର୍ତ୍ତମାନ ‘ଖ’ ବ୍ୟାଙ୍କ୍‌ରେ ପ୍ରାଥମିକ ଜମା ରଖାଯାଏ । ‘ଖ’ ବ୍ୟାଙ୍କ ବର୍ତ୍ତମାନ 90 ଟଙ୍କା ସଂରକ୍ଷିତ ଅନୁପାତ ଆକାରରେ ରଖ୍ 810 ଟଙ୍କାକୁ ଋଣ ସ୍ୱରୂପ ଦେଇପାରନ୍ତି ଯାହାକି ‘ଗ’ ବ୍ୟାଙ୍କକୁ ପ୍ରାଥମିକ ଜମାସ୍ବରୂପ ଆସେ ।

‘ଗ’ ବ୍ୟାଙ୍କ ଏହାର ଦଶମାଂଶ ଅର୍ଥାତ୍ 81 ଟଙ୍କା ନଗଦ ଆକାରରେ ରଖ୍ 729 ଟଙ୍କା ଋଣ ଆକାରରେ ଦେଇପାରନ୍ତି । ଏହିପରି ଭାବରେ ମୋଟ ଜମା ପ୍ରାଥମିକ ଜମାର ଦଶଗୁଣ ଅର୍ଥାତ୍ 10,000 ଟଙ୍କା ହେବା ପର୍ଯ୍ୟନ୍ତ ଜମା ସୃଷ୍ଟି ଚାଲିଥାଏ ।

ଏହି ଉଦାହରଣରୁ ଜଣାଯାଏ ଯେ, ଋଣ ମୁଦ୍ରା ସୃଷ୍ଟିର ପରିମାଣ ପ୍ରାଥମିକ ଜମା ଓ ସର୍ବନିମ୍ନ ସଂରକ୍ଷିତ ଅନୁପାତ ଉପରେ ନିର୍ଭର କରେ । ପ୍ରାଥମିକ ଜମା ଅଧ୍ବକ ହୋଇ ସଂରକ୍ଷିତ ଅନୁପାତ କମ୍ ହେଲେ ଋଣ ପରିଶୋଧ ଅଧ୍ଯକ ହୁଏ । ଏହାର ବିପରୀତ ଅବସ୍ଥାରେ ଋଣ ସୃଷ୍ଟି କମ୍ ହୋଇଥାଏ ।

ଋଣ ମୁଦ୍ରା ସୃଷ୍ଟି ପରିପ୍ରେକ୍ଷୀରେ ସ୍ମରଣ ରଖୁବାକୁ ହେବ ଯେ, କୌଣସି ଗୋଟିଏ ବ୍ୟାଙ୍କର ଋଣମୁଦ୍ରା ସୃଷ୍ଟି କରିବା କ୍ଷମତା ସୀମିତ । ଋଣମୁଦ୍ରା ସୃଷ୍ଟି ବ୍ୟାଙ୍କ ବ୍ୟବସ୍ଥାର ସବୁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହଯୋଗରେ ସମ୍ଭବ ହୋଇଥାଏ । ଏହିପ୍ରକାର ଋଣ ସୃଷ୍ଟିକୁ ଗୁଣିତକ ସର୍ଜନା କୁହାଯାଏ ।

ଋଣ ସୃଷ୍ଟି କରିବାରେ ସୀମାବଦ୍ଧତା – ବାଣିଜ୍ୟିକ ବ୍ୟାଙ୍କମାନେ ଋଣମୁଦ୍ରା ସୃଷ୍ଟି କରନ୍ତି ସତ, ମାତ୍ର ସେମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ଅସୀମ ନୁହେଁ । ସେମାନଙ୍କର ଋଣମୁଦ୍ରା ସୃଷ୍ଟି କରିବା ଶକ୍ତି ନଗଦ ମୁଦ୍ରାର ପରିମାଣ ଓ ସଂରକ୍ଷିତ ଅନୁପାତ ପ୍ରଭୃତି ଉପାଦାନ ଉପରେ ନିର୍ଭର କରେ । ସେ ସବୁର ଆଲୋଚନା ନିମ୍ନୋକ୍ତ ପ୍ରକାରେ କରାଯାଇପାରେ ।

(a) ସଂରକ୍ଷଣ ଅନୁପାତ – ବାଣିଜ୍ୟିକ ବ୍ୟାଙ୍କମାନେ ଆଇନତଃ ବା ପରମ୍ପରାଗତଭାବେ ମୋଟ ଜମାର ଏକ ନିର୍ଦ୍ଦିଷ୍ଟ ଅଂଶ ସଂରକ୍ଷଣ କରି ରଖୁବାକୁ ବାଧ୍ୟ ହୋଇଥା’ନ୍ତି । ତେଣୁ ଯେଉଁ ଦେଶରେ ସଂରକ୍ଷଣ ଅନୁପାତ ଅଧିକ ସେ ଦେଶରେ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ଅଧ‌ିକ ହୋଇଥାଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ସଂରକ୍ଷଣ ଅନୁପାତଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

(b) ବିହ୍ୟ ଅନୁପାତ – ବ୍ୟାଙ୍କମାନଙ୍କ ପାଖରେ ଥିବା ନଗଦ ମୁଦ୍ରାର ପରିମାଣ ଦେଶର ବିଧ୍ୱଂଗ୍ରାହ୍ୟ ମୁଦ୍ରା ପରିମାଣ ଉପରେ ନିର୍ଭର କରେ । ଦେଶର ଅଧ‌ିକ ପରିମାଣ ମୁଦ୍ରା ପ୍ରଚଳିତ ହେଉଥିଲାବେଳେ ଅଧିକ ମୁଦ୍ରା ଜମା ଆକାରରେ ବ୍ୟାଙ୍କକୁ ଆସିଥାଏ । ବ୍ୟାଙ୍କମାନଙ୍କରେ ନଗଦ ଜମା ବୃଦ୍ଧି ହେବାଫଳରେ ଋଣମୁଦ୍ରା ପରିମାଣ ବୃଦ୍ଧି ପାଏ ଓ ଜମା ହ୍ରାସ ହେଲେ ଋଣମୁଦ୍ରା ହ୍ରାସ ହୁଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ମୁଦ୍ରା ଯୋଗାଣଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

(c) ନଗଦ ମୁଦ୍ରା ପାଇଁ ମାନ୍ୟତା – ସାଧାରଣତଃ ଲୋକମାନେ ନିଜ ନିଜର ସଞ୍ଚୟକୁ ବ୍ୟାଙ୍କ ମାର୍ଫିତରେ ନରଖ୍ ନିଜ ପାଖରେ ରଖୁବାକୁ ପସନ୍ଦ କରନ୍ତି । ସେମାନଙ୍କର ଏହି ପ୍ରବୃତ୍ତି ଦେଶର ଆର୍ଥିକ ଅବସ୍ଥା ଓ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ । ଲୋକମାନେ ଯଦି ବ୍ୟାଙ୍କ ମାର୍କତରେ ତାଙ୍କ ଜମା ନରଖ୍ ନିଜ ନିଜ ପାଖରେ ରଖିବାକୁ ଚାହାନ୍ତି, ତେବେ ବ୍ୟାଙ୍କର ଜମା ପରିମାଣ ବୃଦ୍ଧି ପାଇପାରେ ନାହିଁ କି ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇପାରେ ନାହିଁ ।

(d) ପ୍ରତିଭୂତିର ସୁଲଭତା – ବ୍ୟାଙ୍କମାନେ ଋଣ ବା ଅଗ୍ରୀମ ଦେବାପାଇଁ ଋଣକର୍ତ୍ତାଙ୍କଠାରୁ ପ୍ରତିଭୂତି ଚାହିଁଥା’ନ୍ତି । ଏହି ପ୍ରତିଭୂତି ଦ୍ରବ୍ୟ ଆକାରରେ ହୋଇପାରେ ବା ବ୍ୟକ୍ତିକ ହୋଇପାରେ । ଉପଯୁକ୍ତ ପ୍ରତିଭୂତିର ଅଭାବରୁ ଋଣ ସୃଷ୍ଟି ସୀମିତ ହୋଇଥାଏ । ବ୍ରାଉଦର ଏହି କାରଣରୁ ମତ ଦେଇଛନ୍ତି ଯେ, ବ୍ୟାଙ୍କ ଶୂନ୍ୟରୁ ମୁଦ୍ରା ସୃଷ୍ଟି କରେନାହିଁ । ଏହା କେବଳ ଅନ୍ୟଧରଣର ପରିସମ୍ପତ୍ତିକୁ ମୁଦ୍ରାରେ ପରିଣତ କରିଥାଏ । ସୁତରାଂ, କୁହାଯାଇପାରେ ଯେ, ବ୍ୟାଙ୍କମାନଙ୍କର ଋଣ ସର୍ଜନାଶକ୍ତି ପ୍ରତିଭୂତିର ସୁଲଭତାଦ୍ବାରା ନିୟନ୍ତ୍ରିତ ହୋଇଥାଏ ।

(e) ମୁଦ୍ରାର ସ୍ଖଳନ – ମୁଦ୍ରା ସୃଜନ ପ୍ରକ୍ରିୟାରେ ଗୋଟିଏ ବ୍ୟାଙ୍କରୁ ଋଣ ନେଇ ଅନ୍ୟ ବ୍ୟାଙ୍କରେ ଜମା କରୁଥିବା ଅନୁମାନ କରିବାକୁ ହୁଏ; କିନ୍ତୁ ସେ ଯେ ରଣକୁ ଅନ୍ୟ ବ୍ୟାଙ୍କରେ ଜମା ରଖୁବେ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ । ସେ ଯଦି ଋଣକୁ ଜମା ଆକାରରେ ନ ରଖ୍ ନିଜ ନିକଟରେ ରଖନ୍ତି ତେବେ ବ୍ୟାଙ୍କ ଜମା ବୃଦ୍ଧି ହୁଏ ନାହିଁ କି ଋଣ ମୁଦ୍ରାରେ ଯୋଗାଣ ବୃଦ୍ଧି ହୁଏ ନାହିଁ ।

(f) ଋଣ ଗ୍ରହଣ ଓ ଋଣଦାନ ଅଭିପ୍ରାୟ – ଋଣ ସୃଷ୍ଟି, ଋଣଦାତା ଓ ଋଣଗ୍ରହୀତାଙ୍କ ଇଚ୍ଛା ଉପରେ ନିର୍ଭର କରେ । ଋଣଦାତା ଋଣ ଦେବାପାଇଁ ଆଗ୍ରହ ପ୍ରକାଶ କରୁଥିଲାବେଳେ ଯଦି ଋଣକର୍ତ୍ତା ଋଣ ନେବାପାଇଁ ଆଗ୍ରହୀ ନ ହୁଅନ୍ତି ତେବେ ବ୍ୟାଙ୍କ ପକ୍ଷରେ ଋଣ ସୃଷ୍ଟି କରିବା ସମ୍ଭବପର ହୁଏ ନାହିଁ । ସେହି ଯୁକ୍ତି ଋଣଦାତାମାନଙ୍କପାଇଁ ମଧ୍ୟ ପ୍ରଯୁଜ୍ୟ । ଏଣୁ ଋଣଦାତା ଓ ଋଣକର୍ତ୍ତା ଇଚ୍ଛା ଉପରେ ଋଣ ସୃଷ୍ଟି ନିର୍ଭର କରେ ।

(g) ବ୍ୟବସାୟର ଅବସ୍ଥା – ଦେଶର ବ୍ୟାବସାୟିକ ଅବସ୍ଥା ଓ ଆର୍ଥନୀତିକ ସ୍ଥିରତା ଋଣ ମୁଦ୍ରାର ଯୋଗାଣକୁ ପ୍ରଭାବିତ କରେ । ବ୍ୟାବସାୟିକ ଉତ୍‌ଥାନ ଅବସ୍ଥାରେ ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇଥାଏ ଓ ପତନାବସ୍ଥାରେ ଋଣ ଯୋଗାଣ ହ୍ରାସ ହୋଇଥାଏ । ପୂର୍ବୋକ୍ତ ଅବସ୍ଥାରେ ବ୍ୟବସାୟୀମାନେ ଆଶାବାଦୀ ହୋଇ ଉତ୍ପାଦନ ବୃଦ୍ଧି କରନ୍ତି ଏବଂ ଏଥିପାଇଁ ଅଧିକ ଋଣ ମୁଦ୍ରା ଆବଶ୍ୟକ କରନ୍ତି । ତେଣୁ ବ୍ୟାଙ୍କମାନେ ଋଣ ସୃଷ୍ଟି କରିବା ସୁଯୋଗ ଲାଭ କରନ୍ତି ।

ବିପରୀତ ଅବସ୍ଥାରେ ଯେତେବେଳେ ଦରଦାମ୍ ହ୍ରାସ ହେଉଥାଏ ଓ ଲାଭ ଆଶା ମଉଳି ଯାଉଥାଏ, ସେତେବେଳେ ଋଣ ପାଇଁ ଚାହିଦା କମିଯାଏ ଓ ବ୍ୟାଙ୍କମାନେ ଋଣ ସମ୍ପ୍ରସାରଣ କରନ୍ତି ନାହିଁ ।

(h) କେନ୍ଦ୍ରୀୟ ବ୍ୟାଙ୍କ ନୀତି – ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ସୃଷ୍ଟି କରନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କର ଋଣ ସର୍ଜନା କାର୍ଯ୍ୟକୁ ନିୟନ୍ତ୍ରଣ କରେ । ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ଅତ୍ୟଧ୍ଵ ଋଣ ସୃଷ୍ଟି କରୁଥିବା ସୂଚନା ମିଳେ ଏବଂ ଏପରି ଋଣ ସର୍ଜନା ଦେଶର ସାମୂହିକ ହିତର ପରିପନ୍ଥୀ ବିବେଚିତ ହୁଏ, ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପନ୍ଥାର ଆଶ୍ରୟ ନେଇ ସେମାନଙ୍କ ଋଣ ସର୍ଜନା ଶକ୍ତି ହ୍ରାସ କରେ ।

(i) ଋଣ ସୃଷ୍ଟି- ଋଣ ସୃଷ୍ଟି କରିବା ଗୋଟିଏ ବାଣିଜ୍ୟିକ ବ୍ୟାଙ୍କଦ୍ୱାରା ସମ୍ଭବପର ହୁଏ ନାହିଁ । ସେଥିପାଇଁ ଏକାଧ୍ଵକ ବ୍ୟାଙ୍କ ଏପରିକି ସମଗ୍ର ବ୍ୟାଙ୍କ ବ୍ୟବସ୍ଥା ଜଡ଼ିତ ହେବା ଆବଶ୍ୟକ ହୋଇଥାଏ ।

ଏହିସବୁ କାରଣରୁ ବ୍ୟାଙ୍କମାନଙ୍କର ଋଣ ସୃଜନ ଶକ୍ତି ଅସୀମ ନୁହେଁ ବୋଲି କୁହାଯାଏ ।

5. ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଓ ବାଣିଜ୍ୟିକ ବ୍ୟାଙ୍କ ମଧ୍ୟରେ କେତେକ କାର୍ଯ୍ୟଗତ ପାର୍ଥକ୍ୟ ପରିଲକ୍ଷିତ ହୁଏ ।
ସେଗୁଡ଼ିକ ହେଲା –
(i) ବାଣିଜ୍ୟିକ ବ୍ୟାଙ୍କମାନେ ଲାଭ ପ୍ରତ୍ୟାଶା ରଖ୍ କାର୍ଯ୍ୟ କରନ୍ତି | ଲାଭ ନ ପାଇଲେ, ସେମାନେ ତିଷ୍ଠି ରହିପାରନ୍ତି ନାହିଁ; କିନ୍ତୁ ଲାଭ ଅର୍ଜନ କରିବା କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ଏହାର ପ୍ରଧାନ ଉଦ୍ଦେଶ୍ୟ ହେଲା – ମୁଦ୍ରା ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଏବଂ ଦେଶରେ ଆର୍ଥନୀତିକ ସ୍ଥିରତା ରକ୍ଷା କରିବା ।

(ii) ଦେଶରେ ବହୁସଂଖ୍ୟକ ବ୍ୟାଙ୍କ ପରସ୍ପର ସହଯୋଗିତାରେ କାର୍ଯ୍ୟ କରନ୍ତି । ସେମାନେ ଜନସାଧାରଣଙ୍କ ସହିତ ସମ୍ପର୍କ ରଖ୍ କାର୍ଯ୍ୟ କରନ୍ତି । ମାତ୍ର ପ୍ରତି ଦେଶରେ ଗୋଟିଏ ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରେ । ଏହା ଲୋକମାନଙ୍କ ସହିତ ବ୍ୟାବସାୟିକ ସମ୍ପର୍କ ରଖେ ନାହିଁ ।

(iii) ବାଣିଜ୍ୟିକ ବ୍ୟାଙ୍କମାନଙ୍କର ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ନଥାଏ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି; କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ ଜାତୀୟ ସ୍ବାର୍ଥର ସୁରକ୍ଷାକଳ୍ପେ ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ରକ୍ଷା କରେ ।

(iv) ଜନସାଧାରଣ ହେଉଛନ୍ତି ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଗ୍ରାହକ । ସେମାନେ ଏହି ବ୍ୟାଙ୍କରେ ପାଣ୍ଠି ଜମା ରଖନ୍ତି । ବାଣିଜ୍ୟିକ ବ୍ୟାଙ୍କମାନେ ଗ୍ରାହକମାନଙ୍କୁ ଆବଶ୍ୟକତା ବିଚାରରେ ଋଣ ଦେଇଥା’ନ୍ତି । ସେମାନେ କେନ୍ଦ୍ରୀୟ ବ୍ୟାଙ୍କର ଗ୍ରାହକ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ସେମାନଙ୍କ ସମ୍ବଳର କିଛି ଅଂଶ ସଂରକ୍ଷଣ କରନ୍ତି । ଏହା ସାହାଯ୍ୟରେ ଆନ୍ତଃବ୍ୟାଙ୍କ ଦେୟତା ପରିଶୋଧ ହୁଏ ।

କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କୁ ଆପଦ ବିପଦରେ ଋଣ ଆକାରରେ ସାହାଯ୍ୟ କରେ । ମୋଟ ଉପରେ କହିବାକୁ ଗଲେ ଜନସାଧାରଣଙ୍କର ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ଯେଉଁ ସମ୍ପର୍କ ଥାଏ ବାଣିଜ୍ୟିକ ବ୍ୟାଙ୍କମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ ସହିତ ସେହି ସମ୍ପର୍କ ଥାଏ ।

(v) ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ମୁଦ୍ରା ସୃଷ୍ଟି କରନ୍ତି । ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ସୃଷ୍ଟି କରେ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ନୋଟ୍ ପ୍ରଚଳନ କରନ୍ତି, ତାହା ଦେଶରେ ବିଗ୍ରାହ୍ୟ ମୁଦ୍ରା ରୂପେ ପ୍ରଚଳିତ ହୁଏ । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନେ ସୃଷ୍ଟି କରୁଥିବା ରଣମୁଦ୍ରାକୁ ନିୟନ୍ତ୍ରଣ କରେ । ଏହି ଦୃଷ୍ଟିରୁ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ପ୍ରତିଯୋଗିତା କରେ ନାହିଁ ।

(vi) ବାଣିଜ୍ୟିକ ବ୍ୟାଙ୍କମାନେ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶ ମାନି ଚଳିବାକୁ ବାଧ୍ୟ ହୋଇଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ କାର୍ଯ୍ୟାକଳାପକୁ ନିୟନ୍ତ୍ରଣ କରେ ।

6. କେନ୍ଦ୍ରୀୟ ବ୍ୟାଙ୍କର ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣ ମୁଦ୍ରାର ଯୋଗାଣକୁ ନିୟନ୍ତ୍ରଣ କରିବା କେନ୍ଦ୍ରୀୟ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରୂପେ ବିବେଚିତ ହୁଏ । ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦୁଇଟି ପନ୍ଥାର ଆଶ୍ରୟ ନେଇଥାଏ; ଯଥା- ପରିମାଣାତ୍ମକ ଋଣ ନିୟନ୍ତ୍ରଣ ଓ ଗୁଣାତ୍ମକ ଋଣ ନିୟନ୍ତ୍ରଣ । ମୁଦ୍ରାର ପରିମାଣ ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟତଃ ତିନୋଟି ଅସ୍ତ୍ର ପ୍ରୟୋଗ କରିଥାଏ ।
ସେଗୁଡ଼ିକ ହେଲା-
(i) ସୁଧହାର
(ii) ଖୋଲାବଜାର କାରବାର
(iii) ନଗଦ ମୁଦ୍ରା ସଂରକ୍ଷଣ ହାର ।

(i) ବ୍ୟାଙ୍କହାର ବା ସୁଧହାର ନୀତି- ବ୍ୟାଙ୍କହାର କହିଲେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି ଏବଂ ପ୍ରଥମ ଶ୍ରେଣୀୟ ବିନିମୟପତ୍ରର ଅବମୂଲ୍ୟନ ହାରକୁ ବୁଝାଯାଏ । ଯେତେବେଳେ ବ୍ୟାଙ୍କହାର ପରିବର୍ତ୍ତନ କରାଯାଏ, ସେତେବେଳେ ବଜାରରେ ପ୍ରଚଳିତ ସୁଧହାର ମଧ୍ୟ ପରିବର୍ତ୍ତିତ ହୋଇଥାଏ । ବ୍ୟାଙ୍କ ହାର ଓ ସୁଧହାର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଅର୍ଥାତ୍ ବ୍ୟାଙ୍କହାର ବୃଦ୍ଧି ହେଲେ ସୁଧହାର ଅଧ‌ିକ ହେବା ଯୋଗୁଁ ଋଣ କରିବା ନିରୁତ୍ସାହିତ ହୁଏ ଏବଂ ଏହାଫଳରେ ଋଣ ପରିମାଣ ହ୍ରାସ ହୁଏ । ସେହିପରି ବ୍ୟାଙ୍କହାର ହ୍ରାସ ହେଲେ ବଜାର ସୁଧହାର ହ୍ରାସ ହୁଏ ଏବଂ ଋଣ କାରବାର ବୃଦ୍ଧି ହୁଏ ।

(ii) ଖୋଲାବଜାର କାରବାର- ବ୍ୟାଙ୍କହାର ପରି ଖୋଲାବଜାର କାରବାର ହେଉଛି କେନ୍ଦ୍ରୀୟ ବ୍ୟାଙ୍କର ପାରମ୍ପରିକ ଅସ୍ତ୍ର । ଖୋଲାବଜାର କାରବାରରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି କ୍ରୟ ବିକ୍ରୟ କରିଥାଏ । ବଜାରରେ ଋଣ କାରବାର ହ୍ରାସ କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଜନସାଧାରଣଙ୍କୁ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ପ୍ରତିଭୂତି ବିକ୍ରୟ କରିଥାଏ । ଏହାଫଳରେ ଲୋକମାନଙ୍କଠାରୁ ଓ ବ୍ୟାଙ୍କମାନଙ୍କଠାରୁ ନଗଦ ମୁଦ୍ରା କେନ୍ଦ୍ରୀୟ ବ୍ୟାଙ୍କକୁ ହସ୍ତାନ୍ତର ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ନଗଦ ମୁଦ୍ରା ସଂରକ୍ଷଣ ହ୍ରାସ ହେବା କାରଣରୁ ବ୍ୟାଙ୍କସମୂହ ଋଣ ପରିମାଣ ହ୍ରାସ କରିଥା’ନ୍ତି । ସେହିପରି ଋଣ ଯୋଗାଣ ବୃଦ୍ଧି କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଖୋଲାବଜାରରୁ ପ୍ରତିଭୂତି କ୍ରୟ କରି ନେଇଥାଏ । ଏହାଫଳରେ ଜନସାଧାରଣ ଓ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ପରିମାଣ ବୃଦ୍ଧି ହୋଇଥାଏ । ବାଣିଜ୍ୟିକ ବ୍ୟାଙ୍କମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ସମର୍ଥ ହୋଇଥା’ନ୍ତି । ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ଯୋଗାଣକୁ ନିୟନ୍ତ୍ରଣ କରିଥା’ନ୍ତି ।

(iii) ନଗଦ ମୁଦ୍ରା ସଂରକ୍ଷଣ ହାର ପରିବର୍ତ୍ତନ- ପରମ୍ପରାଗତଭାବେ ହେଉ ବା ଆଇନତଃ ହେଉ, ବାଣିଜ୍ୟିକ ବ୍ୟାଙ୍କସମୂହ ସେମାନଙ୍କ ଜମାର ଏକ ନିର୍ଦ୍ଦିଷ୍ଟ ଅନୁପାତ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦେଶରେ ନଗଦ ମୁଦ୍ରା ଆକାରରେ ଗଚ୍ଛିତ ରଖୁଥା’ନ୍ତି । ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ନଗଦ ସଂରକ୍ଷଣ ଅନୁପାତକୁ ପରିବର୍ତ୍ତନ କରନ୍ତି, ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ତାହା ପାଳନ କରିଥା’ନ୍ତି ।

ଋଣ ସଂକୋଚନ କରିବା ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଥିବା ନଗଦ ସଂରକ୍ଷଣ ହ୍ରାସ ହୁଏ ଏବଂ ସେମାନଙ୍କ ଋଣ ସୃଷ୍ଟି କରିବା ସାମର୍ଥ୍ୟ ହ୍ରାସ ପାଇଥାଏ । ସେହିପରି ସଂରକ୍ଷଣ ଅନୁପାତ ହ୍ରାସ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣ ସୃଷ୍ଟିକୁ ଉତ୍ସାହିତ କରିଥାଏ ।

7.କେନ୍ଦ୍ରୀୟ ବ୍ୟାଙ୍କର ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଗୁଣାତ୍ମକ ଋଣ ନିୟନ୍ତ୍ରଣ କଲାବେଳେ ନିମ୍ନଲିଖତ କୌଶଳ ଅବଲମ୍ବନ କରିଥାଏ ।
(i) ଉପଭୋକ୍ତାଙ୍କ ଋଣ ନିୟନ୍ତ୍ରଣ- ଏହି ପଦ୍ଧତିରେ ଅପେକ୍ଷାକୃତ ସ୍ଥାୟୀ ଉପଭୋଗ ଦ୍ରବ୍ୟର ବ୍ୟବହାରକୁ ଋଣ ଜରିଆରେ ନିୟନ୍ତ୍ରଣ କରାଯାଇଥାଏ । ରେଡ଼ିଓ, ଟେଲିଭିଜନ, ମଟରଗାଡ଼ି ଓ ରେଫ୍ରିଜିରେଟର ପ୍ରଭୃତି କ୍ରୟ ପାଇଁ ବ୍ୟାଙ୍କମାନେ ଋଣ ଯୋଗାଇଥା’ନ୍ତି । କାରଣ ଏହିସବୁ ଦ୍ରବ୍ୟର ମୂଲ୍ୟ ଅଧ‌ିକ ହୋଇଥିବାରୁ ଲୋକମାନେ ଦାମ୍ ଏକକାଳୀନ ଦେଇ କ୍ରୟ କରିପାରନ୍ତି ନାହିଁ । ତେଣୁ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଦ୍ରବ୍ୟର ମୂଲ୍ୟ ପରିଶୋଧ କରେ ଏବଂ ସେମାନଙ୍କଠାରୁ ସହଜ କିସ୍ତିରେ ପରିଶୋଧ ପାଇଥାଏ ।

ଯେତେବେଳେ ବ୍ୟାଙ୍କ ଅନୁଭବ କରେ ଯେ, ଏହିପ୍ରକାର ଋଣ ଉତ୍ସାହିତ କରାଯିବା ଆବଶ୍ୟକ, ସେତେବେଳେ କିସ୍ତି ସଂଖ୍ୟା ଅଧ୍ବକ କରିଥାଏ ଏବଂ ଯେତେବେଳେ ଏହିସବୁ ଦ୍ରବ୍ୟର ଉପଭୋଗକୁ ନିରୁତ୍ସାହିତ କରିବା ଆବଶ୍ୟକ ହୁଏ, ସେତେବେଳେ କିସ୍ତି ସଂଖ୍ୟା ହ୍ରାସ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ବାଣିଜ୍ୟିକ ବ୍ୟାଙ୍କମାନେ ପରିଚାଳିତ ହୋଇ ଏହିପ୍ରକାର ନିୟନ୍ତ୍ରଣ ଜାରି କରନ୍ତି ।

(ii) ପ୍ରୟୋଜନୀୟ ନଗଦଂଶ ନିରୂପଣ – ଆବଶ୍ୟକ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ ପ୍ରୟୋଜନୀୟ ନଗତାଂଶକୁ ପରିବର୍ତ୍ତନ କରି ଋଣ ପରିମାଣକୁ ନିୟନ୍ତ୍ରଣ କରିଥାଏ । ଏହାଦ୍ୱାରା ପରିକଳ୍ପିତ ଉଦ୍ଦେଶ୍ୟରେ ବ୍ୟବହୃତ ଋଣକୁ ନିୟନ୍ତ୍ରଣ କରାଯାଇପାରେ । ଉଦାହରଣସ୍ୱରୂପ, 1000 ଟଙ୍କା ପ୍ରତିଭୂତି ବଦଳରେ ଯଦି ଟ,800.00 ଙ୍କା ଋଣ ମିଳେ ତେବେ ପ୍ରୟୋଜନୀୟ ନଗତାଂଶ 200 ଟଙ୍କା ବୁଝିବାକୁ ହୁଏ । ପ୍ରୟୋଜନୀୟ ନଗତାଂଶ ଅଧ୍ଵ ହେଲେ ଋଣ ଚାହିଦା ହ୍ରାସ ହୁଏ ଏବଂ ତାହା କମ୍ ହେଲେ ଋଣ ଚାହିଦା ବୃଦ୍ଧି ପାଏ ।

(iii) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ – ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଋଣ ନିୟନ୍ତ୍ରଣ ଉପରେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ଯଦି କୌଣସି ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରେ ବା ଋଣନୀତିର ବିରୁଦ୍ଧାଚରଣ କରେ, ତେବେ କେନ୍ଦ୍ରୀୟ ବ୍ୟାଙ୍କ ସେହି ବ୍ୟାଙ୍କର ବିନିମୟପତ୍ର ପୁନଃ ଅବମୂଲ୍ୟାୟନ କରିବାକୁ ଅସ୍ଵୀକାର କରିପାରେ ଏବଂ ଋଣ ଆବେଦନ ପ୍ରତ୍ୟାଖ୍ୟାନ କରିପାରେ ।

(iv) ରଣ ପଢ଼ି ପ୍ରଥା- ଋଣ ପଡ଼ି ପ୍ରଥା ପ୍ରଚଳନ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣର ସୁଷମ ବଣ୍ଟନ କରିଥାଏ । ଶିଳ୍ପମାନଙ୍କୁ ଏହାଫଳରେ ଆବଶ୍ୟକତା ଓ ବାଞ୍ଛନୀୟତା ବିଚାରରେ ଋଣ ଯୋଗାଇପାରେ । ଏ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରେ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଏ ।

(v) ନୈତିକ ଚାପ – ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରଣନୀତି ଅନୁସରଣ ପାଇଁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଉପରେ ନୈତିକ ଚାପ ପକାଇଥାଏ । କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ଓ କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ନୁହେଁ, ସେ ବିଚାର କେନ୍ଦ୍ରୀୟ ବ୍ୟାଙ୍କ କରିଥାଏ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବାପାଇଁ ଉପଦେଶ ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କମାନେ ଏହି ନୈତିକ ଚାପର ବଶବର୍ତ୍ତୀ ହୋଇ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରନ୍ତି ।

ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣର ଗୁଣାତ୍ମକ ନିୟନ୍ତ୍ରଣ କରିଥାଏ ।