Odisha State Board BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି Textbook Exercise Questions and Answers.
BSE Odisha Class 8 Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧।
ଆସ, କଥାବାର୍ତ୍ତା ହେବା :
(କ) ବୈଜ୍ଞାନିକ ମନୋବୃତ୍ତିର ପରିଚୟ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?
Answer:
କୌଣସି କଥା ବିଚାର କରିବାବେଳେ କିପରି ଭଲ ହେବ ଓ ନିଜକୁ ଆନନ୍ଦ ମିଳିବ – ଏ ପ୍ରକାର ଇଚ୍ଛା ପ୍ରକାଶ ପାଇଥାଏ । ଏହି ଇଚ୍ଛାକୁ ଦମନ କରି ଅନାସକ୍ତ ଭାବେ ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚୟ ଦେଇଥାଏ ।
(ଖ) ବୈଜ୍ଞାନିକ ମନୋଭାବ ଥିବା ବ୍ୟକ୍ତି ବିରଳ ବୋଲି ଲେଖକ କାହିଁକି କହିଛନ୍ତି ?
Answer:
ବୈଜ୍ଞାନିକ ମନୋଭାବ ଥିବା ବ୍ୟକ୍ତି ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରମତକୁ ଅନ୍ଧ ଭାବରେ ଗ୍ରହଣ କରି ନଥା’ନ୍ତି । ସେ କୌଣସି ବ୍ୟାବସାୟିକ ଲାଭକ୍ଷତିର ହିସାବ ନରଖୁ, ବ୍ୟକ୍ତିଗତ ଇଚ୍ଛାକୁ ଜଳାଞ୍ଜଳି ଦେଇ କେବଳ ସତ୍ୟର ଉଦ୍ଘାଟନ ପାଇଁ ନିରରପେକ୍ଷଭାବେ ବିଚାର କରିଥା’ନ୍ତି । ଏଥପାଇଁ ଆବଶ୍ୟକ ଇଚ୍ଛା, ଶିକ୍ଷା ଓ ଶକ୍ତି ଖୁବ୍ କମ୍ ଲୋକଙ୍କ ପାଖରେ ଥିବାରୁ ବୈଜ୍ଞାନିକ ମନୋଭାବ ଥିବା ବ୍ୟକ୍ତି ବିରଳ ବୋଲି ଲେଖକ କହିଛନ୍ତି ।
(ଗ) ଜଣେ ବ୍ୟକ୍ତି ପ୍ରତ୍ୟେକ ପ୍ରଶ୍ନକୁ କାହିଁକି ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରେନାହିଁ ?
Answer:
ପ୍ରାବନ୍ଧିକଙ୍କ ମତରେ ଆମର ବିଶ୍ଵାସସବୁ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ । ବ୍ୟକ୍ତିଗତ ଇଚ୍ଛା ବିଚାରକୁ ଯୁକ୍ତିଯୁକ୍ତ ଓ ନିରପେକ୍ଷ କରିପାରେନି । ଫଳରେ ପ୍ରଶ୍ନର ବିଚାର ଇଚ୍ଛାର ସପକ୍ଷରେ ଯାଏ । ଏହି କାରଣରୁ ଜଣେ ବ୍ୟକ୍ତି ପ୍ରତ୍ୟେକ ପ୍ରଶ୍ନକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରେ ନାହିଁ ।
(ଘ) ସମୟ ସମୟରେ ମଧୁର ସ୍ଵପ୍ନରେ ବାଧା କାହିଁକି ଆସେ ?
Answer:
ବାହ୍ୟ ଜଗତର ଅପ୍ରତ୍ୟାଶିତ ଘଟଣାରେ ଅର୍ଥାତ୍ ପ୍ରକୃତ ସତ୍ୟର ଆବିଷ୍କାରଦ୍ୱାରା ସମୟ ସମୟରେ ମଧୁର ସ୍ଵପ୍ନରେ ବାଧା ଆସିଥାଏ ।
Question ୨ ।
ଆସ, ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖିବା ।
(କ) ମଣିଷର ବିଶ୍ଵାସଗୁଡ଼ିକ ଭିତ୍ତିହୀନ ମଧୁର ସ୍ଵପ୍ନ ବୋଲି କାହିଁକି କୁହାଯାଇଛି ?
Answer:
ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ବିଚାରରେ ମଣିଷର ବିଶ୍ୱାସଗୁଡ଼ିକ ଏକ ଏକ ଭିତ୍ତିହୀନ ମଧୁର ସ୍ଵପ୍ନ । ଉଦାହରଣସ୍ୱରୂପ, ଗୋଟିଏ ନିର୍ବାଚନରେ ପ୍ରତ୍ୟେକ ରାଜନୀତିକ ଦଳର ପ୍ରଚାରକମାନେ ନିଜ ଦଳ ଜୟଲାଭ କରିବାର ଯେତିକି ସମ୍ଭାବନା ରଖନ୍ତି, ତା’ଠାରୁ ଅଧିକ ଆଶା କରନ୍ତି । ଏ ପ୍ରକାର ଆଶାବାଦୀ ବିଶ୍ଵାସ ହିଁ ଭିତ୍ତିହୀନ ମଧୁର ସ୍ଵପ୍ନର ନମୁନା ଅଟେ ।
(ଖ ) ଅତ୍ୟଧ୍ଵ କଳ୍ପନାବିଳାସୀଙ୍କ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?
Answer:
ଅତ୍ୟଧ୍ଵକ କଳ୍ପନାବିଳାସୀଙ୍କ ସମ୍ପର୍କରେ ଲେଖକ ଶରତ କୁମାର ମହାନ୍ତି କହିଛନ୍ତି ଯେ ସେମାନେ ଊଣା ଅଧିକେ ଜୀବନରେ ଗୁଡ଼ିଏ ମଧୁର କଳ୍ପନାକୁ ଗ୍ରହଣ କରି ନେଇଥା’ନ୍ତି ।
(ଗ ) କେଉଁ ପ୍ରକାର ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ବିରୋଧୀ ?
Answer:
କୌଣସି କଥାର ବିଚାର କରିବାବେଳେ ନିଜର ବ୍ୟକ୍ତିଗତ ବିଶ୍ବାସଟି ଠିକ୍ ଓ ଅନ୍ୟମାନେ ଏହାକୁ ଗ୍ରହଣ କରନ୍ତୁ – ଏପରି ମନୋଭାବ ପ୍ରକାଶ ପାଇଥାଏ । ବ୍ୟକ୍ତିଗତ ଇଚ୍ଛା ଓ ବିଶ୍ୱାସ ସପକ୍ଷରେ ଏପରି ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ସମ୍ପୂର୍ଣ୍ଣ ବିରୋଧୀ ।
(ଘ) ନିଜ ମତ ଠିକ୍ ବୋଲି ପ୍ରମାଣ କରିବାପାଇଁ ଆମେ କାହାକୁ ଅସ୍ତ୍ର ଭାବରେ ବ୍ୟବହାର କରିଥାଉଁ ?
Answer:
ନିଜ ମତ ଠିକ୍ ବୋଲି ପ୍ରମାଣ କରିବାପାଇଁ ଆମେ ନିଜକୁ ସୁହାଇଲା ଭଳି ଯୁକ୍ତିତର୍କକୁ କେବଳ ଅସ୍ତ୍ର ଭାବରେ ବ୍ୟବହାର କରିଥାଉଁ ।
(ଡ ) ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ କ’ଣ ?
Answer:
ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ ହେଉଛି ଆସକ୍ତିଭାବ ।
(ଚ) ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ସମ୍ପର୍କରେ ପ୍ରବନ୍ଧରେ କ’ଣ କୁହାଯାଇଛି ?
Answer:
ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ତାଙ୍କ ମତାମତ ଓ କୌଣସି ପ୍ରଶ୍ନର ସିଦ୍ଧାନ୍ତ ଯେ ସବୁବେଳେ ସତ୍ୟ ଏପରି ଭାବିନଥା’ନ୍ତି । ଲେଖକ ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ସମ୍ପର୍କରେ ଏହି ଅଭିମତ ଦେଇଛନ୍ତି ।
Question ୩ ।
ଆସ, ତଳେ ଦିଆଯାଇଥିବା ବାକ୍ୟଗୁଡିକୁ ସରଳ ଭାଷାରେ ବୁଝାଇ ଲେଖୁନା ।
(କ) ନିଜେ ପ୍ରକୃତରେ ଯାହା ନିଜ ସମ୍ବନ୍ଧରେ ତାହାଠାରୁ ଅତି ଉଚ୍ଚ ଧାରଣା ମନୁଷ୍ୟର ଥାଏ ।
“ନିଜେ ପ୍ରକୃତରେ…………………………..ମନୁଷ୍ୟର ଥାଏ ।’’
ଉକ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ଲିଖ୍ ଚିନ୍ତାମୂଳକ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତି’ ରୁ ଆନୀତ । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ମହାନ୍ତି ମଣିଷର ନିଜକୁ ନେଇ ରହିଥିବା ଅମୂଳକ ଉଚ୍ଚଧାରଣା ସମ୍ପର୍କରେ ବର୍ଣ୍ଣନା ଉକ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ଲିଖ୍ ଚିନ୍ତାମୂଳକ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତି’ ରୁ ଆନୀତ । କରିଛିନ୍ତି ।
ପ୍ରାବନ୍ଧିକ ମହାନ୍ତିଙ୍କ ବିଚାରରେ ମଣିଷର ବିଶ୍ୱାସଗୁଡ଼ିକ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ନିୟନ୍ତ୍ରିତ । ଯୁକ୍ତିଯୁକ୍ତ କାରଣ ନଥାଇ ଅମୂଳକ ଇଚ୍ଛାଦ୍ୱାରା ମଣିଷ ପରିଚାଳିତ ହୁଏ । ମୋ ପରିବାର ଆଦର୍ଶ ଓ ଆଭିଜାତ୍ୟସମ୍ପନ୍ନ ପରିବାର, ମୁଁ ବୁଦ୍ଧିମାନ, ମୋ ଜାତି ଶ୍ରେଷ୍ଠ, ମୋ ଦେଶ ଗୌରବମୟ – ଏହିପରି ଅନେକ ଆତ୍ମ-ସୁଖକର ଧାରଣା ମଣିଷର ଥାଏ । ନିଜକୁ ନିଜ ପରିବାର, ଦେଶ, ଜାତିକୁ କେନ୍ଦ୍ରକରି ଏପରି ମଧୁର ଦିବାସ୍ୱପ୍ନର ଭିତ୍ତିହୀନ ବିଶ୍ୱାସଦ୍ୱାରା ମଣିଷ ପ୍ରଭାବିତ । ପ୍ରାବନ୍ଧିକଙ୍କ ମତରେ ନିଜେ ମଣିଷ ପ୍ରକୃତରେ ଯେତିକି ଆଦର୍ଶ, ଶ୍ରେଷ୍ଠତା, ଗୌରବର ଅଧିକାରୀ ନୁହେଁ ତାହାଠାରୁ ଅଧିକ ଉଚ୍ଚତର ଧାରଣା ବା ବିଶ୍ୱାସ ତା’ର ଥାଏ । ବେଳେବେଳେ ସତ୍ୟ ଅବଶ୍ୟ ପ୍ରକାଶ ପାଏ ଓ ମଣିଷର ନିଜ ଯୋଗ୍ୟତା ଉପରେ ସନ୍ଦେହ ଆସେ । ମାତ୍ର କିଛିକ୍ଷଣ ପରେ ସେ ଅନ୍ୟ ଏକ ବିଶ୍ଵାସଦ୍ବାରା କବଳିତ ହୋଇ ସେ ନିଜ ଯୋଗ୍ୟତା ଉପରେ ଆସ୍ଥା ସ୍ଥାପନ କରେ ଓ ମଧୁର ସ୍ବପ୍ନରାଜ୍ୟକୁ ଫେରିଯାଏ । ପ୍ରାବନ୍ଧିକଙ୍କର ଏପ୍ରକାର ବିଚାର ବେଶ୍ ମନୋଜ୍ଞ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି ।
(ଖ ) ମାତ୍ର ଶିଳାର ପରୀକ୍ଷା କ୍ଷେତ୍ରରେ ଯାହା ସତ୍ୟ, ସବୁ କ୍ଷେତ୍ରରେ ତାହା ସତ୍ୟ ନୁହେଁ ।
Answer:
‘‘ମାତ୍ର ଶିଳାର ……… …. ସତ୍ୟ ନୁହେଁ ।’’
ଆଲୋଚ୍ୟ ଗଦ୍ୟାଶଟି ଆମ ପଠିତ ‘ସାହିତ୍ୟିକା’ ବହିରେ ସଂଯୋଜିତ ଶରତ କୁମାର ମହାନ୍ତିଙ୍କ ଲିଖ୍ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତିରୁ ଆନୀତ । ଏଠାରେ ପ୍ରାବନ୍ଧିକ ମହାନ୍ତି କୌଣସି ପରୀକ୍ଷାମୂଳକ ସିଦ୍ଧାନ୍ତ ନିର୍ଦ୍ଦିଷ୍ଟ ଓ ଚରମ ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ ବୋଲି ପ୍ରତିପାଦନ କରିଛନ୍ତି । ଲେଖକଙ୍କ ମତରେ ବୈଜ୍ଞାନିକ ମନୋବୃତ୍ତି ନେଇ ପରୀକ୍ଷା କଲେ ବି କୌଣସି ପରୀକ୍ଷାର ସିଦ୍ଧାନ୍ତ ଶେଷ ସତ୍ୟ ନୁହେଁ । ଗୋଟିଏ ନିର୍ଦ୍ଦିଷ୍ଟ ବସ୍ତୁକୁ ଅଲଗା ଅଲଗା ପରୀକ୍ଷା କଲେ ତାହାର ଭିନ୍ନ ଭିନ୍ନ ସତ୍ୟ ପ୍ରକାଶ ପାଇପାରେ । ଦୁଇଜଣ ଶିଳାଖଣ୍ଡଗୁଡ଼ିକୁ ପରୀକ୍ଷା କଲାପରେ ଶିଳାର ଉପାଦାନ ବିଷୟରେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥା’ନ୍ତି । ସେହି ଶିଳାଖଣ୍ଡଗୁଡ଼ିକୁ ବିଜ୍ଞାନାଗାରରେ ପରୀକ୍ଷା କଲେ ହୁଏତ ଜଣାପଡ଼ିବ ଜଣକର ମତ ଅଧ୍ଵ ଠିକ୍ । ତା’
ବୋଲି ଅନ୍ୟ ଭୂତତ୍ତ୍ୱବିଦ୍ ଯେ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପରିଚାଳିତ ହୋଇ ଶିଳାଖଣ୍ଡଗୁଡ଼ିକ ସମ୍ପର୍କରେ ମତାମତ ଦେଇଥିଲେ ଏପରି ଭାବିକା ଠିକ୍ ନୁହେଁ । ତେଣୁ ସେ ବିଜ୍ଞାନାଗାରର ରିପୋର୍ଟକୁ ସହଜରେ ଗ୍ରହଣ କରିନେବେ । ମାତ୍ର ଶିଳାର ପରୀକ୍ଷା କ୍ଷେତ୍ରରେ ଯାହା ସତ୍ୟ, ତାହା ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସତ୍ୟ ନୁହେଁ । ଜଣେ ସାହିତ୍ୟ ସମାଲୋଚକ ନିଜ ପ୍ରିୟ କବିଙ୍କ କବିତାର ସମାଲୋଚନା କଲାବେଳେ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପରିଚାଳିତ ହୋଇ କବିଙ୍କ ସପକ୍ଷବାଦୀ ମତାମତ ଦେଇଥା’ନ୍ତି । ସେ ସମାଲୋଚନା କରିବା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । କିନ୍ତୁ ଶିଳା ପରୀକ୍ଷା କ୍ଷେତ୍ରରେ ଭୂତତ୍ତ୍ବବିଦ୍ ଦ୍ଵୟଙ୍କ ମତରେ ପାର୍ଥକ୍ୟ ଥିଲେହେଁ ଦୁହେଁ ବୈଜ୍ଞାନିକ ମନୋଭାବସମ୍ପନ୍ନ ଥିଲେ । ପ୍ରାବନ୍ଧିକଙ୍କର ଏପ୍ରକାର ସିଦ୍ଧାନ୍ତ ମନୋଜ୍ଞ ହୋଇପାରିଛି ।
Question ୪।
ତଳେ କେତେଗୁଡିଏ ଶବ୍ଦ ଦିଆଯାଇଛି, ଆସ ସେହି ଶବ୍ଦମାନଙ୍କୁ ନେଇ ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁ ।
- ଅନ୍ତରାୟ
- ବିଶ୍ଳେଷଣ
- ଭିଭି
- ଅପ୍ରତ୍ୟାଶିତ
- ବିରଳ
- ଆସକ୍ତି ଚିନ୍ତାଶୀଳ
- ନିରପେକ୍ଷ
- ସିଦ୍ଧାନ୍ତ
- ନିସ୍ପୃହ
- ବାହୁଲ୍ୟ
Answer:
ବୈଜ୍ଞାନିକମାନେ ସଂସ୍କୃତିର ଅନ୍ତରାୟ ନକରି ବରଂ ନିଜର ଚିନ୍ତାଶୀଳ ମନୋଭାବକୁ ପ୍ରକାଶ କରିଥାନ୍ତି । ସେମାନେ ସାଧାରଣ ପଦାର୍ଥର ବିଶ୍ଳେଷଣ କରନ୍ତି । ନିରପେକ୍ଷ ଯୁକ୍ତି ଉପସ୍ଥାପନ କରନ୍ତି । ତାଙ୍କର ବକ୍ତବ୍ୟ କୌଣସି ସମୟରେ ଭିତ୍ତିହୀନ ହୋଇ ନଥାଏ । ଶେଷରେ ସେମାନେ ଯେଉଁ ସିଦ୍ଧାନ୍ତରେ ପହଞ୍ଚାନ୍ତି, ତାହା ସାଧାରଣ ଲୋକଙ୍କ ପାଇଁ ଅପ୍ରତ୍ୟାଶିତ ହୋଇଥାଏ । କେତେକ ବ୍ୟକ୍ତି ବୈଜ୍ଞାନିକଙ୍କର ଚିନ୍ତାଧାରା ପ୍ରତି ନିସ୍ପୃହ ହୋଇଥାନ୍ତି । ତାଙ୍କର ଚିନ୍ତାଧାରା ଯେ ବିରଳ, ସେ କଥା ପ୍ରକାଶ କରିବା ବାହୁଲ୍ୟ ମାତ୍ର । ମୋଟ ଉପରେ କହିବାକୁ ଗଲେ, ସେମାନେ ନିର୍ଦ୍ଦିଷ୍ଟ ବିଷୟ ପ୍ରତି ଆସକ୍ତି ପ୍ରକାଶକରି, କେବଳ ସିଦ୍ଧାନ୍ତରେ ପହଞ୍ଚାନ୍ତି ।
Question ୫ ।
ତଳେ କେତୋଟି ଶବ୍ଦ ଦିଆଯାଇଛି । ଏହାର ଅର୍ଥ ପାଖ କୋଠରିରେ ଅଛି । ଆସ ଖୋଜି ମିଳାଇବା ଓ ମୂଳ ଶବ୍ଦଟିକୁ ନେଇ ବାକ୍ୟ ଗଠନ କରିବା ।
ଲିପ୍ତ ହେବା, ଆକସ୍ମିକ, ଅନାଗ୍ରହ, ପକ୍ଷପାତଶୂନ୍ୟ, ଯାହା ବହୁ ସଂଖ୍ୟାରେ ଦେଖାଯାଏ ନାହିଁ ।
(କ) ନିରପେକ୍ଷ ________
(ଖ) ଅପ୍ରତ୍ୟାଶିତ ________
(ଗ) ନିସ୍ପୃହ ________
(ଘ) ବିରଳ ________
(ଙ) ଆସକ୍ତି ________
Answer:
(କ) ନିରପେକ୍ଷ (ପକ୍ଷପାତ ଶୂନ୍ଯ) – ନିୟମ ସର୍ବଦା ନିରପେକ୍ଷ ଅଟେ ।
(ଖ) ଅପ୍ରତ୍ୟାଶିତ (ଆକସ୍ମିକ) – ରାଜକିଶୋର ବାବୁ ଅପ୍ରତ୍ୟାଶିତ ଭାବେ ପହଞ୍ଚଗଲେ ।
(ଗ) ନିସ୍ପୃହ (ଅନାଗ୍ରହ) – ପାଠପ୍ରତି ନିସ୍ପୃହ ହେଲେ, ପାଠ ବୁଝି ହୁଏ ନାହିଁ ।
(ଘ) ବିରଳ (ଯାହା ବହୁ ସଂଖ୍ୟାରେ ଦେଖାଯାଏ ନାହିଁ) – ଚିଲିକାକୁ ଏବର୍ଷ ଅନେକ ବିରଳ ପ୍ରଜାତିର ପକ୍ଷୀ ଆସିଛନ୍ତି।
(ଙ) ଆସକ୍ତି (ଲିପ୍ତ ହେବା) – ପିତାମାତାଙ୍କର ପୁତ୍ରକନ୍ୟା ପ୍ରତି ଅଧିକ ଆସକ୍ତି ରହିଥାଏ ।
Question ୬ ।
ତଳେ କେତେଗୁଡିଏ କାର୍ଯ୍ୟର ନମୁନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ କେଉଁଗୁଡିକ ବୈଜ୍ଞାନିକ ମନୋବୃତ୍ତିର ସପକ୍ଷରେ, କେଉଁଗୁଡିକ ବିପକ୍ଷରେ ଯାଉଛି, ତାକୁ ଡାହାଣ ପଟେ ସୂଚାଇବା ।
(କ) ବିଦ୍ୟୁତ୍ ସଂପର୍କିତ କାର୍ଯ୍ୟ କରିବା ବେଳେ ଚପଲ ପିନ୍ଧି କରିବା । ( )
(ଖ) ଘରୁ ବାହାରିବା ବେଳେ ନେଉଳ ଦେଖିଲେ ଶୁଭ ବୋଲି ଭାବିବା । ( )
(ଗ) ଖାଇବା ପୂର୍ବରୁ ଉପଯୁକ୍ତ ଭାବରେ ହାତକୁ ପରିଷ୍କାର କରିବା । ( )
(ଘ) ଯାତ୍ରା ସମୟରେ ବିଲେଇ ରାସ୍ତା ପାରିହେବାରୁ ପଛକୁ ଫେରିବା । ( )
(ଙ) ସ୍ଵାସ୍ଥ୍ୟର ଯନ୍ତ୍ର ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେବା । ( )
Answer:
(କ) ବିଦ୍ୟୁତ୍ ସଂପର୍କିତ କାର୍ଯ୍ୟ କରିବା ବେଳେ ଚପଲ ପିନ୍ଧି କରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଖ) ଘରୁ ବାହାରିବା ବେଳେ ନେଉଳ ଦେଖିଲେ ଶୁଭ ବୋଲି ଭାବିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଗ) ଖାଇବା ପୂର୍ବରୁ ଉପଯୁକ୍ତ ଭାବରେ ହାତକୁ ପରିଷ୍କାର କରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଘ) ଯାତ୍ରା ସମୟରେ ବିଲେଇ ରାସ୍ତା ପାରିହେବାରୁ ପଛକୁ ଫେରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଙ) ସ୍ଵାସ୍ଥ୍ୟର ଯନ୍ତ୍ର ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
Question ୭ ।
ତଳେ କେତେଗୁଡିଏ ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଥିବା ଭିନ୍ନ ଜାତୀୟ ଶବ୍ଦ ଚିହ୍ନଟ କରି ଲେଖୁବା ।
ଶ୍ରଦ୍ଧାଜଳି, ସ୍ନେତାଂଜଳି, ପ୍ରୋମଂଜଳି, ଜଳାଂଜଳି, ପ୍ରୁତାଂଜଳି
Answer:
ଜଳାଂଜଳି
Question ୮ ।
ନାହିଁ ସ୍ପୃହା ଯାହାର – ନିସ୍ପୃହ, ସେହିପରି କ’ଣ ହେବ ଆସ ଲେଖୁବା ।
(କ) ନାହିଁ ଆସକ୍ତି ଯାହାର _________
(ଖ) ନାହିଁ ଦୋଷ ଯାହାର _________
(ଗ) ନାହିଁ ରୋଗ ଯାହାର _________
(ଘ) ନାହିଁ ସ୍ଵାର୍ଥ ଯାହାର _________
(ଡ) ନାହିଁ ଜ୍ଞାନ ଯାହାର _________
Answer:
(କ) ନାହିଁ ଆସକ୍ତି ଯାହାର – ଅନାସକ୍ତ
(ଖ) ନାହିଁ ଦୋଷ ଯାହାର – ନିଘୋଷ
(ଗ) ନାହିଁ ରୋଗ ଯାହାର – ନୀରୋଗ
(ଘ) ନାହିଁ ସ୍ଵାର୍ଥ ଯାହାର – ନିସ୍ବାର୍ଥ
(ଡ) ନାହିଁ ଜ୍ଞାନ ଯାହାର – ଅଜ୍ଞାନ
Question ୯।
ବହୁଳ ଶବ୍ଦରେ ‘ୟ’ ପ୍ରତ୍ୟୟ ଲାଗିଲେ ନୂଆ ଶବ୍ଦଟି ହୁଏ ‘ବାହୁଲ୍ୟ’ । ତଳଲିଖ୍ ଶବ୍ଦମାନଙ୍କରେ ‘ୟ’ ପ୍ରତ୍ୟୟ ଯୋଗକରି ନୂତନ ଶବ୍ଦଗୁଡିକୁ ଲେଖୁବା ।
ସରଳ ________
ସୁଜନ ________
ତରଳ ________
ପ୍ରଧାନ ________
ଦୀନ ________
Answer:
ସରଳ – ସରଳ + ୟ = ସାରଲ୍ୟ
ସୁଜନ – ସୁଜନ + ୟ = ସୌଜନ୍ୟ
ତରଳ – ତରଳ + ୟ = ତାରଲ୍ୟ
ପ୍ରଧାନ – ପ୍ରଧାନ + ୟ = ପ୍ରାଧାନ୍ୟ
ଦୀନ – ଦୀନ + ୟ = ଦୈନ୍ୟ
Question ୧୦ ।
ତଳେ ଦିଆଯାଇଥିବା ଶବ୍ଦଗୁଡିକର ସନ୍ଧିବିଚ୍ଛେଦ କରି ଲେଖୁବା ।
ସ୍ବପ୍ନାବସ୍ଥା = ________ + ________
ଅଧିକାଂଶ = ________ + ________
କୁଠାରଘାତ = ________ + ________
ଚଳଚ୍ଚିତ୍ର = ________ + ________
ପରସ୍ପର = ________ + ________
ମତାମତ = ________ + ________
Answer:
ସ୍ବପ୍ନାବସ୍ଥା = ସ୍ବପ୍ନ + ଅବସ୍ଥା
ଅଧିକାଂଶ = ଅଧ୍ + କାଂଶ
କୁଠାରଘାତ = କୁଠାର + ଆଘାତ
ଚଳଚ୍ଚିତ୍ର = ଚଳତ୍ + ଚିତ୍ର
ପରସ୍ପର = ପର + ପର
ମତାମତ = ମତ + ଅମତ
Question ୧୧ ।
ଦିଆଯାଇଥିବା ଅନୁଚ୍ଛେଦଟିକୁ ପଢ଼ି ତଳ ବନ୍ଧନୀ ମଧ୍ଯରୁ ଶବ୍ଦ ଆଣି ଶୂନ୍ୟସ୍ଥାନ ପୂରଣ କରିବା ।
ଏହି _________ ବୈଜ୍ଞାନିକ _________ ପାଇଁ ସର୍ବପ୍ରଥମେ ଆବଶ୍ୟକ ଯେ କୌଣସି ଗୋଟିଏ ଦୁଇଟି କଥାକୁ
_________କରିବା ବ୍ୟକ୍ତିଙ୍କର ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି
କୁ ହାଯାଇ ନପାରେ । କାରଣ ଏହି ଗୋଟିଏ ଦୁଇଟି କଥାରେ ତାଙ୍କର କୌଣସି _________ବା_________ଓ
_________ନାହିଁ, ମାତ୍ର ଆହୁରି ଅନେକ ପ୍ରଶ୍ନରେ ତାଙ୍କର ବ୍ୟକ୍ତିଗତ ଜିଦ୍ ଥାଇପାରେ । ଆମର, _________
ଶିକ୍ଷକଙ୍କର ବିଜ୍ଞାନ ସମ୍ବନ୍ଧରେ କୌଣସି ଇଚ୍ଛା ବା ଜିଦ୍ ନାହିଁ – ମାତ୍ର _________,_________ଓ_________
ର ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ତାଙ୍କର ଜିଦ୍ ରହିଛି । ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖ୍ _________ଭାବେ ଯେ ସବୁ
_________ର ବିଚାର କରନ୍ତି, ତାଙ୍କରି କେବଳ ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇପାରେ ।
(ପ୍ରଶ୍ନ, ଅନାସକ୍ତ, ରାଜନୀତି, ସାହିତ୍ୟ, ଧର୍ମ, ବିଜ୍ଞାନ, ଜିଦ୍, ବ୍ୟକ୍ତିଗତ ଇଚ୍ଛା, ଆସକ୍ତିଭାବ, ଯୁକ୍ତିଯୁକ୍ତ, ମନୋବୃତ୍ତି, ନିରପେକ୍ଷ)
Answer:
ଏହି ନିରପେକ୍ଷଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ସର୍ବପ୍ରଥମେ ଆବଶ୍ୟକ ଯେ କୌଣସି ଗୋଟିଏ ଦୁଇଟି କଥାକୁ ଯୁକ୍ତିଯୁକ୍ତ କାରଣ ସହିତ ନିରପେକ୍ଷଭାବେ ବିଚାର କରିବା ବ୍ୟକ୍ତିଙ୍କର ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁ ହାଯାଇ ନପାରେ । କାରଣ ଏହି ଗୋଟିଏ ଦୁଇଟି କଥାରେ ତାଙ୍କର କୌଣସି ଆସକ୍ତି ବା ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନାହିଁ, ମାତ୍ର ଆହୁରି ଅନେକ ପ୍ରଶ୍ନରେ ତାଙ୍କର ବ୍ୟକ୍ତିଗତ ଜିଦ୍ ଥାଇପାରେ । ଆମର ବିଜ୍ଞାନ ଶିକ୍ଷକଙ୍କର ବିଜ୍ଞାନ ସମ୍ବନ୍ଧରେ କୌଣସି ଇଚ୍ଛା ବା ଜିଦ୍ ନାହିଁ – ମାତ୍ର ଧର୍ମ, ସାହିତ୍ୟ ଓ ରାଜନୀତି ର ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ତାଙ୍କର ଜିଦ୍ ରହିଛି । ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖ୍ ଅନାସକ୍ତ ଭାବେ ଯେ ସବୁ ପ୍ରଶ୍ନର ବିଚାର କରନ୍ତି, ତାଙ୍କରି କେବଳ ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇପାରେ ।
Question ୧୨ ।
ଭୁଲଥିବା ଶବ୍ଦଗୁଡିକୁ ଠିକ୍ କରି ତା’ ପାଖରେ ଲେଖୁବା ।
- ବ୍ୟବସାୟିକ
- ବଳିଷ୍ଟ
- ମନବୃତ୍ତି
- ଅନୁଭୂତି
- ଧିିରସ୍ଥିର
- ବିଜ୍ଞାନଗାର
- ଚଳଚିତ୍ର
- କୁଠାରଘାତ
Answer:
- ବ୍ୟବସାୟିକ – ବ୍ୟବସାୟୀକ
- ବଳିଷ୍ଟ – ବଳିଷ୍ଠ
- ମନବୃତ୍ତି – ମନୋବୃତ୍ତି
- ଅନୁଭୂତି – ଅନୁଭୂତି
- ଧିିରସ୍ଥିର – ଧୀରସ୍ଥିର
- ବିଜ୍ଞାନଗାର – ବିଜ୍ଞାନାଗାର
- ଚଳଚିତ୍ର – ଚଳଚ୍ଚିତ୍ର
- କୁଠାରଘାତ – କୁଠାରାଘାତ
ତୁମପାଇଁ କାମ
ସାଂପ୍ରତିକ କାଳରେ ବୈଜ୍ଞାନିକ ମନୋବୃତ୍ତିର ଆବଶ୍ୟକତା ସମ୍ପର୍କରେ ତୁମ ଅନୁଭୂତିରୁ ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
‘ବିଜ୍ଞାନ ଦୃଷ୍ଟି’, ‘ଗାନ୍ଧି ମଣିଷ’, ‘ଆକାଶର ଆହ୍ୱାନ’, ‘ସଂସ୍କୃତି ଅପସଂସ୍କୃତି’ ଭଳି ବହୁଚର୍ଚ୍ଚିତ ଗଦ୍ୟଗ୍ରନ୍ଥର ଲେଖକ ଶରତକୁମାର ମହାନ୍ତିଙ୍କ ଏକ ଲୋକପ୍ରିୟ ପ୍ରବନ୍ଧ ହେଉଛି ‘ବୈଜ୍ଞାନିକ ମନୋବୃତ୍ତି’ । ଏହା ଏକ ବିଜ୍ଞାନଭାବମୂଳକ ଚିନ୍ତାନିଷ୍ଠ ପ୍ରବନ୍ଧ । ଏହି ପ୍ରବନ୍ଧଟି ପଢ଼ିବା ପରେ ଯେକୌଣସି ପାଠକର ବିଚାରଧାରା ନିରପେକ୍ଷ, ସତ୍ୟନିଷ୍ଠ ଓ ଯୁକ୍ତିନିଷ୍ଠ ହୋଇଉଠିବ । ଆସକ୍ତି ଭାବଦ୍ଵାରା ପ୍ରଭାବିତ ହୋଇ ଅମୂଳକ ଅଭିମତ ଓ ବିଚାର ପ୍ରଦାନ ପ୍ରତି ପାଠକ ସାବଧାନ ହୋଇଉଠିବ । ଜଣେ ଶ୍ରଦ୍ଧାଶୀଳ ପାଠକଭାବରେ ମୁଁ ଏହି ପ୍ରବନ୍ଧଟିକୁ ବାରମ୍ବାର ପଢ଼ିଛି । ମୋର ହୃଦ୍ବୋଧ ହୋଇଛି ଯେ ଆଧୁନିକ କାଳରେ ବୈଜ୍ଞାନିକ ମନୋବୃତ୍ତିର ଆବଶ୍ୟକତା ରହିଛି । ଯୁକ୍ତିଯୁକ୍ତ କାରଣ ସହିତ ଯେକୌଣସି ବିଷୟରେ ବିଚାର କରିବାଦ୍ୱାରା ପ୍ରକୃତ ସତ୍ୟ ଉଦ୍ଘାଟିତ ହୋଇପାରିବ । ଏହି ମର୍ମରେ ମୁଁ ମୋର ଅନୁଭୂତିରୁ ଗୋଟିଏ ଅନୁଚ୍ଛେଦ ଲେଖୁଛି ।
ଚଳିତ ବର୍ଷ ଆମ ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ପାଇଁ ନିର୍ବାଚନ ହୋଇଥିଲା । ତିନିଗୋଟି ରାଜନୀତିକ ଦଳରୁ ତିନିଜଣ ପ୍ରାର୍ଥୀ ଥିଲେ । ପ୍ରତ୍ୟେକ ପ୍ରାର୍ଥୀ ଘର ଘର ବୁଲି ଭୋଟ ମାଗୁଣି କରୁଥିଲେ । ସେମାନେ ଅନେକ ମିଥ୍ୟା ପ୍ରତିଶ୍ରୁତି ଓ ମଧୁର ସ୍ଵପ୍ନର କଥା କହୁଥିଲେ । ପ୍ରତ୍ୟେକ ନିଜେ ଯାହା ଓ ନିଜ ଦଳ ଯେପରି ଆଦର୍ଶର ତାହାଠାରୁ ଅଧିକ ବଢ଼ାଇ କହୁଥିଲେ । ଆମ ଘରକୁ ଆସି ବାପା, ବୋଉ, ଜେଜେବାପା ଓ ଜେଜେ ମା’ଙ୍କୁ ବି ସେମାନେ ଅନେକ କଥା ବଢ଼ାଇ ଚଢ଼ାଇ କହିଥିଲେ । ଜେଜେବାପା ଓ ଜେଜେମା’ଙ୍କ ପରି ଗାଁର ଅନେକ ଅଶିକ୍ଷିତ ବ୍ୟକ୍ତି ସେମାନଙ୍କ କଥାକୁ ଯୁକ୍ତିଯୁକ୍ତ ଓ ନିରପେକ୍ଷ ଭାବରେ ବିଚାର କରିପାରୁ ନଥିଲେ ।
ସରପଞ୍ଚ ପ୍ରାର୍ଥୀମାନେ ବି ନିଜ ନିଜ ଦଳର ଲୋକପ୍ରିୟତା ଉପରେ ମଧୁର ବିଶ୍ଵାସ ରଖ୍ ଜିତିଯିବାର ସ୍ଵପ୍ନ ଦେଖୁଥିଲେ । ବୈଜ୍ଞାନିକ ମନୋବୃତ୍ତର ଅଭାବ ହେତୁ ପ୍ରାର୍ଥୀମାନେ ମଧୁର କଳ୍ପନାରେ ଜିତିବାର ନିଶ୍ଚିତତାକୁ ମାନି ନେଇଥା’ନ୍ତି । ମାତ୍ର ଭୋଟ ପରେ ନିର୍ବାଚନ ଫଳାଫଳରୁ ଜଣାଗଲା ଯଥାର୍ଥ ଯୁକ୍ତିଯୁକ୍ତ କଥା କହିଥିବା ଓ ନିରପେକ୍ଷ ଭାବରେ ଭୋଟଦେବାକୁ ଯୁକ୍ତି ବାଢ଼ିଥିବା ସ୍ୱାଧୀନ ପ୍ରାର୍ଥୀଜଣକ ଜିତାପଟ ମାରିନେଲେ । ଏଥୁରୁ ସ୍ପଷ୍ଟ ଭାବରେ ମୁଁ ଅନୁଭବ କଲି ଯେ, ଲେଖକ ଶରତ କୁମାର ମହାନ୍ତିଙ୍କ ଅଭିମତ ଯଥାର୍ଥ । ତାଙ୍କ ଅଭିମତଟି ହେଉଛି – ବ୍ୟକ୍ତିଗତ ଇଚ୍ଛାଦ୍ୱାରା ନୁହେଁ, ବରଂ ଯୁକ୍ତିଯୁକ୍ତ କାରଣ ଉପରେ ଘଟଣାର ସତ୍ୟାସତ୍ୟ ନିର୍ଭର କରିଥାଏ । ବୈଜ୍ଞାନିକ ମନୋବୃତ୍ତି ଥରୁ ବିଜୟୀ ସରପଞ୍ଚ ପ୍ରାର୍ଥୀ ନିଜର ପ୍ରଚାରରେ ସଫଳ ହେଲେ ।
ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର
Question ୧।
ଅନାସକ୍ତ ବ୍ୟକ୍ତି ହିଁ ହେଉଛନ୍ତି ଆଦର୍ଶ ମାନବ – ଏକଥା କିଏ କହିଛନ୍ତି ?
Answer:
ଅନାସକ୍ତ ବ୍ୟକ୍ତି ହିଁ ହେଉଛନ୍ତି ଆଦର୍ଶ ମାନବ – ଏକଥା ‘ଏଣ୍ଡସ୍ ଆଣ୍ଡ ମିନସ୍’ ପୁସ୍ତକରେ ଆଲ୍ଡଡସ୍ ହକ୍ଲେ କହିଛନ୍ତି ।
Question ୨।
ଅନାସକ୍ତ ବ୍ୟକ୍ତିକୁ କାହିଁକି ଆଦର୍ଶ ମାନବ କୁହାଯାଏ ?
Answer:
ଅନାସକ୍ତ ବ୍ୟକ୍ତି ନିଜର ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଆସକ୍ତ ହୋଇନଥା’ନ୍ତି । ବ୍ୟକ୍ତିଗତ ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି, ସୁନାମ, ସାମାଜିକ ପଦମର୍ଯ୍ୟାଦା ପ୍ରତି ସେ ନିସ୍ପୃହ ଥାଆନ୍ତି । ଏପରିକି ବିଜ୍ଞାନ, କଳା ଓ ଯେକୌଣସି ଅନୁମାନ ଏବଂ ମାନବୀୟ ସମ୍ପର୍କାଦି ପ୍ରତି ସେ ସର୍ବଦା ନିରପେକ୍ଷ ରୁହନ୍ତି । ଏସବୁ ଲକ୍ଷଣ ହେତୁ ଅନାସକ୍ତ ବ୍ୟକ୍ତିକୁ ଆଦର୍ଶ ମାନବ କୁହାଯାଏ ।
Question ୩ ।
ବୈଜ୍ଞାନିକ ମନୋବୃତ୍ତି ନିମିତ୍ତ ସର୍ବପ୍ରଥମ ଆବଶ୍ୟକତା କ’ଣ ?
Answer:
ନିରପେକ୍ଷ ଭାବ ହିଁ ବୈଜ୍ଞାନିକ ମନୋବୃତ୍ତି ନିମିତ୍ତ ସର୍ବପ୍ରଥମ ଆବଶ୍ୟକତା ଅଟେ ।
Question ୪ ।
ସାହିତ୍ୟ ସମାଲୋଚକ ଓ ବିଜ୍ଞାନାଗାରର ପରୀକ୍ଷକ କେଉଁ ଦୃଷ୍ଟିରୁ ସମାନ ?
Answer:
ବିଶ୍ଳେଷଣ କାମ କରିବା ଦୃଷ୍ଟିରୁ ସାହିତ୍ୟ ସମାଲୋଚକ ଓ ବିଜ୍ଞାନାଗାରର ପରୀକ୍ଷକ ଉଭୟ ସମାନ ।
Question ୫ ।
ସମାଲୋଚନା ଓ ଓକିଲାତି ମଧ୍ୟରେ କି ପ୍ରକାର ପାର୍ଥକ୍ୟ ରହିଛି ?
Answer:
ସମାଲୋଚନା କରିବା ହେଉଛି ବୈଜ୍ଞାନିକ ମନୋବୃତ୍ତି ଭିଭିରେ ବିଶ୍ଳେଷଣ କରିବା । ଓକିଲାତି କରିବା ହେଉଛି ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପରିଚାଳିତ ହୋଇ ଯୁକ୍ତି ବାଢ଼ିବା । ବେଳେବେଳେ ଜଣେ ସମାଲୋଚକ ନିଜର ପ୍ରିୟ କବିଙ୍କ କବିତାର ସମାଲୋଚନା କଲାବେଳେ କବିଙ୍କ ସପକ୍ଷରେ ଗଲାଭଳି ଚିନ୍ତାଧାରା ବ୍ୟକ୍ତ କରନ୍ତି । ସେ ସମାଲୋଚନା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । ସେଥିରେ ବୈଜ୍ଞାନିକ ମନୋବୃତ୍ତିର ଅଭାବ ଥାଏ । ମାତ୍ର କୌଣସି କବିଙ୍କ କବିତାର ଦୋଷଗୁଣ ବିଚାର ଯଦି ନିରପେକ୍ଷଭାବେ କରାଯାଏ, ତେବେ ତାହା ପ୍ରକୃତ ସମାଲୋଚନା ହୋଇଥାଏ ।
୬ ।
ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ କ’ଣ ?
Answer:
ଅନ୍ୟମାନଙ୍କର ପ୍ରଭାବରୁ ଓ ସମାଜରେ ପ୍ରଚଳିତ ମତର ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଅନ୍ୟତମ ଲକ୍ଷଣ । ଏହା ଅଧ୍ୟୟନ, ଗଭୀର ଚିନ୍ତା ଓ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ ।
Question ୭ ।
କେଉଁ ପ୍ରକାର ସମାଲୋଚନାରେ ବୈଜ୍ଞାନିକ ମନୋଭାବର ଅଭାବ ଲକ୍ଷ୍ୟ କରାଯାଏ ?
Answer:
ସମାଲୋଚକ ନିରପେକ୍ଷ ବିଶ୍ଳେଷଣ କରିବା ପରିବର୍ତ୍ତେ ନିଜ ପ୍ରିୟ କବିଙ୍କ ଦୋଷଗୁଣ ବିଚାର ନକରି ତାଙ୍କର ସପକ୍ଷରେ ଗଲାଭଳି କଥା କହି ଓକିଲାତି କଲେ ସେଭଳି ସମାଲୋଚନାରେ ବୈଜ୍ଞାନିକ ମନୋଭାବର ଅଭାବ ଲକ୍ଷ୍ୟ କରାଯାଏ ।
Question ୮ ।
ସ୍ଵାଧୀନଭାବେ ବିଚାର କରିବାପାଇଁ କ’ଣ କରିବାକୁ ହେବ ?
Answer:
ସ୍ବାଧୀନ ଭାବରେ ବିଚାର କରିବା ଏକ କଠିନ ମାନସିକ ଅଭ୍ୟାସ । ଏହା ଅଧ୍ୟୟନ, ଗଭୀର ଚିନ୍ତା ଓ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ । ଏତଦ୍ଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରର ମତ ପ୍ରଭାବରୁ ନିରପେକ୍ଷ ରହି ଅନାସକ୍ତ ଭାବେ ବିଚାର କରିବା ଆବଶ୍ୟକ ।
Question ୯।
‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟିର ଲେଖକ କିଏ ? ଏହି ପ୍ରବନ୍ଧଟି ତାଙ୍କର କେଉଁ ଗ୍ରନ୍ଥରୁ ସଂଗୃହୀତ ହୋଇଛି ?
Answer:
‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟିର ଲେଖକ ହେଉଛନ୍ତି ଶରତ କୁମାର ମହାନ୍ତି । ତାଙ୍କ ରଚିତ ବହୁ ଆଦୃତ ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ଉକ୍ତ ପ୍ରବନ୍ଧଟି ସଂଗୃହୀତ ।
Question ୧୦ ।
ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ନିଜ ଇଚ୍ଛାର ଦମନ ଆବଶ୍ୟକ କାହିଁକି ?
Answer:
କୌଣସି କଥାକୁ ବିଚାର କଲାବେଳେ ମନୁଷ୍ୟ ନିଜକୁ ଆନନ୍ଦ ଦେଉଥିବା ଓ ନିଜ ପାଇଁ ଭଲ ହୋଇଥିବା ବିଷୟ ଉପରେ ଗୁରୁତ୍ଵ ଦେଇଥାଏ । ଏ ପ୍ରକାର ଇଚ୍ଛା ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟ ହୋଇଥାଏ । ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ବ୍ୟକ୍ତି ନିଜ କଥାକୁ ଯୁକ୍ତିଯୁକ୍ତ ବୋଲି ଭାବିଲେ ତାହା ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ହୋଇନଥାଏ । ତେଣୁ ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ନିଜ ଇଚ୍ଛାର ଦମନ ଏକାନ୍ତ ଆବଶ୍ୟକ ।
Question ୧୧ ।
ଜଣେ ବ୍ୟକ୍ତି ସମସ୍ତ କ୍ଷେତ୍ରରେ ସମାନ ଢଙ୍ଗରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରି ନଥା’ନ୍ତି ଏହାର ଉଦାହରଣ ଦିଅ ।
Answer:
ଜଣେ ବିଜ୍ଞାନ ଶିକ୍ଷକ କ୍ଳାସ୍ରେ ପଢ଼ାଇବାବେଳେ ଧୀରସ୍ଥିର ଭାବରେ ଛାତ୍ରଙ୍କ ହିତପାଇଁ ପଢ଼ାନ୍ତି । ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦିଅନ୍ତି । ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି । ବିରକ୍ତି ପ୍ରକାଶ ନକରି ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ବୈଜ୍ଞାନିକ ମନୋବୃତ୍ତି ପ୍ରଦର୍ଶନ କରନ୍ତି । ମାତ୍ର ଶ୍ରେଣୀଗୃହ ବାହାରକୁ ଚାଲିଗଲା ପରେ ଧର୍ମ ଅଥବା ରାଜନୀତି ବିଷୟରେ କଥା ହେଲାବେଳେ ଭାବିଚିନ୍ତି ଯୁକ୍ତିନିଷ୍ଠ ଭାବରେ ଚିନ୍ତା ନକରି ମତବ୍ୟକ୍ତ କରନ୍ତି । ସେ ରାଗନ୍ତି ଓ ବ୍ୟକ୍ତିଗତ ମତକୁ ଠିକ୍ ବୋଲି ଭାବି ଅବୈଜ୍ଞାନିକ ମନୋବୃତ୍ତି ପ୍ରଦର୍ଶନ କରିଥା’ନ୍ତି ।
Question ୧୨ ।
ସାହିତ୍ୟ ସମାଲୋଚକଙ୍କ ମନୋବୃତ୍ତି ବୈଜ୍ଞାନିକ ବା ଅବୈଜ୍ଞାନିକ ବୁଝାଅ ।
Answer:
ଜଣେ ସାହିତ୍ୟ ସମାଲୋଚକଙ୍କ କାମ ହେଉଛି ନିରପେକ୍ଷ ଭାବରେ ଲେଖାର ବିଶ୍ଳେଷଣ କରିବା । ମାତ୍ର ସମାଲୋଚକ ଜଣକ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ହୋଇ ତାଙ୍କୁ ପ୍ରିୟ କବିଙ୍କ ସମାଲୋଚନା କଲାବେଳେ କବିଙ୍କ ସପକ୍ଷରେ ଗଲାଭଳି ଅଭିମତ ଦେଇଥା’ନ୍ତି । ଅନ୍ୟ କେହି କବିଙ୍କର ଦୋଷଗୁଣ ବିଚାର କଲାବେଳେ ସେ ତାହାର ବିରୋଧ କରନ୍ତି । ତେଣୁ ସେମାନେ ନିରପେକ୍ଷ ସମାଲୋଚନା ବଦଳରେ ଓକିଲାତି କରିଥା’ନ୍ତି । ଏ ପ୍ରକାର ମନୋବୃତ୍ତି ନିତାନ୍ତ ଅବୈଜ୍ଞାନିକ ।
Question ୧୩ ।
ଆଲ୍ସ୍ ହକ୍ଲେଙ୍କ ସଂକ୍ଷିପ୍ତ ପରିଚୟ ପ୍ରଦାନ କର ।
Answer:
ଆଲ୍ସ୍ ହକ୍ଲେ ୧୮୯୪ ମସିହାରେ ଇଂଲଣ୍ଡର ଗୋଡ଼ାଲମିଙ୍ଗ୍ ସରେଠାରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇଟି ବିଶ୍ଵଯୁଦ୍ଧ ଅବସରରେ ଜଣେ ଶାନ୍ତିପ୍ରିୟ ମାନବବାଦୀ ଚିନ୍ତାନାୟକ ଭାବରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ । ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ ଓ ସ୍ତମ୍ଭକାର ରୂପେ ସେ ବିଶ୍ଵବ୍ୟାପୀ ଉଦାର ଆର୍ଥନୀତିକ ବ୍ୟବସ୍ଥା ନିମନ୍ତେ ପ୍ରଚାର କରିଥିଲେ । ୧୯୬୩ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।
ସରଳ ଭାଷାରେ ଚୁଝାଇ ଲେଖ
ସତ୍ୟର ଆବିଷ୍କାରଦ୍ୱାରା ସମୟ ସମୟରେ ଆମର ମଧୁର ସ୍ଵପ୍ନରେ ବାଧା ସୃଷ୍ଟି ହୁଏ, ମାତ୍ର ତାହା କ୍ଷଣିକ ।
Answer:
ସତ୍ୟର ଆବିଷ୍କାର ………………………………… ତାହା କ୍ଷଣିକ ।
ଶଂସିତ ଗଦ୍ୟାଶଟି ଆମର ପଠିତ ‘ସାହିତ୍ୟିକା’ ପୁସ୍ତକରେ ସନ୍ନିବିଷ୍ଟ ଶରତ କୁମାର ମହାନ୍ତିଙ୍କ ରଚିତ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧରୁ ଗୃହୀତ ହୋଇଛି । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ମହାନ୍ତି ପ୍ରକୃତ ସତ୍ୟ ଜାଣିଯିବାଦ୍ୱାରା ମନୁଷ୍ୟର ମଧୁର ସ୍ଵପ୍ନ ବାଧାପ୍ରାପ୍ତ ହୋଇଥାଏ ବୋଲି ସୂଚେଇଛନ୍ତି ।
ଭିତ୍ତିହୀନ ମଧୁର ସ୍ଵପ୍ନ ଭାବରେ ଗ୍ରହଣ କରାଯାଇପାରିବ । ମଧୁର ସ୍ଵପ୍ନଗୁଡ଼ିକ ସତ୍ୟ ଉପରେ ଆଧାରିତ ନୁହେଁ । ପରୀକ୍ଷାର୍ଥୀ ଛାତ୍ର, କବି, ପରିବାରୀ ମଣିଷ, ରାଜନୀତିକ ଦଳ ଓ ଜାତିପ୍ରେମୀ ମଣିଷ ଯଥାକ୍ରମେ ନିଜର ଅଧ୍ୟୟନ, ଲେଖା, ପରିବାରର ସଭ୍ୟ, ଦଳୀୟ ବିଜୟ ଓ ଜାତିର ଐତିହ୍ୟକୁ ନେଇ ଅନେକ ମଧୁର କଳ୍ପନାର ସ୍ବପ୍ନ ଦେଖୁଥା’ନ୍ତି । ମାତ୍ର ଯେତେବେଳେ ପ୍ରକୃତ ସତ୍ୟ ପ୍ରକାଶ ପାଏ ଏବଂ ମଣିଷ ନିଜକୁ ଭାବିଥିବା ସ୍ଵପ୍ନଗୁଡ଼ିକ ମିଛ ବା ଅମୂଳକ ବୋଲି ଜାଣେ ସେତେବେଳେ ତା’ର ମଧୁର କଳ୍ପନା ବାଧାପ୍ରାପ୍ତ ହୁଏ । ତା’ର ମଧୁର ସ୍ଵପ୍ନଟି ଭାଙ୍ଗିଯାଏ । ମାତ୍ର ମଣିଷର ଏ ଅନୁଭବ କ୍ଷଣିକ, ପୁଣି ସେ ତା’ର ସ୍ଵପ୍ନ ରାଜ୍ୟକୁ ଫେରିଯାଏ । ନିଜକୁ ବୁଦ୍ଧିମାନ ଭାବୁଥିବା ଜଣେ ଛାତ୍ର ଯଦି ପରୀକ୍ଷାରେ ଖରାପ କରେ, ତେବେ ପ୍ରଥମେ ତା’ର ନିଜ ଯୋଗ୍ୟତା ପ୍ରତି ସନ୍ଦେହ ଆସେ । ମାତ୍ର ପରୀକ୍ଷାଦ୍ୱାରା ପ୍ରକୃତ ଯୋଗ୍ୟତା ଜଣାପଡ଼େ ନାହିଁ ବୋଲି ଭାବନା ତା’ ମନରେ ଆସିଲାକ୍ଷଣି ସେ ପୁନର୍ବାର ନିଜକୁ ଯୋଗ୍ୟ ଓ ଶ୍ରେଷ୍ଠ ବୋଲି ମନେକରେ ଏବଂ ନିଜ କଳ୍ପନା ରାଜ୍ୟକୁ ଫେରିଯାଏ । ପ୍ରାବନ୍ଧିକଙ୍କ ଏପ୍ରକାର ଅଭିମତ ମନୋଜ୍ଞ ହୋଇଛି ।
Question ୨।
ମାତ୍ର ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ଓ ବୈଜ୍ଞାନିକ ମନୋବୃରି ଏ ଦୁଇଟି ପୂରାପୂରି ଅଲଗା ଜିନିଷ ।
‘‘ମାତ୍ର ବିଜ୍ଞାନରେ …………………………… ଅଲଗା ଜିନିଷ ।’’
ପ୍ରଦତ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ରଚିତ ଆମ ପାଠ୍ୟପୁସ୍ତକ ‘ସାହିତ୍ୟିକା’ରେ ସଂକଳିତ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧରୁ ଗୃହୀତ । ଆଲୋଚ୍ୟ ଉଦ୍ଧୃତାଂଶରେ ଲେଖକ ବିଜ୍ଞାନ ବିଷୟରେ ରହିଥିବା ଜ୍ଞାନ ଓ ବିଜ୍ଞାନଧର୍ମୀ ମାନସିକତା ଭିନ୍ନ କଥା ବୋଲି ଦର୍ଶାଇଛନ୍ତି ।
ଲେଖକଙ୍କ ମତରେ ଯେକୌଣସି କଥାର ଆଲୋଚନା ଓ ସତ୍ୟ ଉଦ୍ଘାଟନ ପାଇଁ ବୈଜ୍ଞାନିକ ମନୋବୃତ୍ତି ପ୍ରଥମେ ଆବଶ୍ୟକ । ଏକଥା ସତ୍ୟ ବିଜ୍ଞାନହିଁ ବୈଜ୍ଞାନିକ ମନୋଭାବର ବିକାଶ ଘଟାଇଛି । ବିଜ୍ଞାନ ଆମକୁ ଯୁକ୍ତିଯୁକ୍ତ ପରୀକ୍ଷା ବିଷୟ ଶିଖାଇଛି । ମାତ୍ର ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ଓ ବୈଜ୍ଞାନିକ ମନୋବୃତ୍ତି ଏକାକଥା ନୁହେଁ । ଏ ଦୁଇଟି ପୂରାପୂରି ଅଲଗା ଜିନିଷ । ବିଜ୍ଞାନ ଏକ ଜ୍ଞାନ ବା ବିଦ୍ୟାର ବିଷୟ ଏବଂ ବୈଜ୍ଞାନିକ ମନୋବୃତ୍ତି ଯେକୌଣସି ବିଷୟରେ ନିରପେକ୍ଷ ବିଚାର ଦେବାର ଶକ୍ତି । ତେଣୁ ଜଣେ ବିଜ୍ଞାନ ଜ୍ଞାନରେ ଧୂରୀଣ ହୋଇଥିଲେ ବି ତା’ର ବିଚାର ଶକ୍ତି ବୈଜ୍ଞାନିକ ମନୋବୃତ୍ତିର ହୋଇଥବ.ବୋଲି କହିହେବ ନାହିଁ । ତଥାପି ବିଜ୍ଞାନ ଓ ବୈଜ୍ଞାନିକ ମନୋବୃଦ୍ଧି ଉଭୟେ ପରସ୍ପର ସମ୍ବନ୍ଧିତ ଅଟନ୍ତି । ଲେଖକଙ୍କର ଏହି ମତ ବେଶ୍ ଯୁକ୍ତିଯୁକ୍ତ ବୋଧହୁଏ ।
ଦାର୍ଘ ଉତ୍ତର ମୂଳକ ପ୍ରପ୍ରଶ୍ନୋତ୍ତର
Question ୧।
ପଠିତ ପ୍ରବନ୍ଧକୁ ଭିଭିକରି ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣଗୁଡ଼ିକ ବର୍ଣ୍ଣନ କର ।
Answer:
‘ବୈଜ୍ଞାନିକ ମନୋବୃତ୍ତି’ ଏକ ଯୁକ୍ତିନିଷ୍ଠ ବିଜ୍ଞାନବୋଧମୂଳକ ପ୍ରବନ୍ଧ । ଏହି ପ୍ରବନ୍ଧର ଲେଖକ ହେଉଛନ୍ତି ଚିନ୍ତାଶୀଳ ପ୍ରାବନ୍ଧିକ ଶରତ କୁମାର ମହାନ୍ତି । ଓଡ଼ିଆ ସାହିତ୍ୟରେ ସେ ଜଣେ ବୁଦ୍ଧିବାଦୀ ଗଦ୍ୟଶିଳ୍ପୀ । ତାଙ୍କର ପ୍ରତ୍ୟେକ ଲେଖା ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ । ‘ବିଜ୍ଞାନ ଦୃଷ୍ଟି’, ‘ସଂସ୍କୃତି ଅପସଂସ୍କୃତି’, ‘ଗାନ୍ଧି ମଣିଷ’, ‘ଆକାଶର ଆହ୍ବାନ’ ଆଦି ତାଙ୍କର କେତୋଟି ବହୁଚର୍ଚ୍ଚିତ ପ୍ରବନ୍ଧ । ଆଲୋଚ୍ୟ ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧଟି ଶ୍ରୀଯୁକ୍ତ ମହାନ୍ତିଙ୍କ ‘ବିଜ୍ଞାନ ଦୃଷ୍ଟି’ ପ୍ରବନ୍ଧ ଗ୍ରନ୍ଥରୁ ସଂଗୃହୀତ । ଏହି ପ୍ରବନ୍ଧରେ ନିରପେକ୍ଷ ଭାବରେ ଅନାସକ୍ତ ରହି ଯୁକ୍ତିଯୁକ୍ତ ଭଙ୍ଗୀରେ ଯେକୌଣସି ପ୍ରସଙ୍ଗକୁ ବିଚାର କରିବାର ବିଜ୍ଞାନସମ୍ମତ ମାନସିକତା ବିଷୟରେ ଲେଖକ ଆଲୋଚନା କରିଛନ୍ତି । ପ୍ରସଙ୍ଗକ୍ରମେ ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ଲେଖକ ନିଜର ମତାମତଗୁଡ଼ିକୁ ଉପସ୍ଥାପନ କରିଛନ୍ତି ।
ଲେଖକଙ୍କ ମତରେ ଚିନ୍ତାଶୀଳ ବ୍ୟକ୍ତିମାନେ ଭିତ୍ତିହୀନ ଆଲୋଚନାକୁ ନାପସନ୍ଦ କରନ୍ତି । ବିଜ୍ଞାନର ଆବିଷ୍କାର ପରି ସେମାନେ ଯେକୌଣସି କଥାକୁ ଯୁକ୍ତିଯୁକ୍ତ ଭାବରେ ବିଚାର ଓ ଆଲୋଚନା କରିବାକୁ ଗୁରୁତ୍ଵ ଦେଇଛନ୍ତି । ତାଙ୍କ ଦୃଷ୍ଟିରେ ଯେକୌଣସି ବିଚାର କ୍ଷେତ୍ରରେ ବୈଜ୍ଞାନିକ ମନୋବୃତ୍ତି ସର୍ବପ୍ରଥମେ ଆବଶ୍ୟକ । ବୈଜ୍ଞାନିକ ମନୋବୃତ୍ତି ହେଉଛି ଯୁକ୍ତିଯୁକ୍ତ କାରଣ ସହିତ ଗୋଟିଏ କଥାକୁ ବିଚାର କରିବା । ଅନାସକ୍ତ ଭାବରେ ବ୍ୟକ୍ତିଗତ ଇଚ୍ଛାକୁ ପରିହାର କରି ବିଚାର କରିବା ଉପରେ ଏହି ମନୋବୃତ୍ତି ଗୁରୁତ୍ଵ ଦିଏ । ଏହି ମନୋବୃତ୍ତି ସମାଜର ପୂର୍ବପ୍ରଚଳିତ ମତ, ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ର ସିଦ୍ଧାନ୍ତକୁ ଅନ୍ଧଭାବରେ ଗ୍ରହଣ କରିବାକୁ ବାରଣ କରେ । ଯେକୌଣସି ପ୍ରସଙ୍ଗର ସତ୍ୟ ଉଦ୍ଘାଟନ ପାଇଁ ନିରପେକ୍ଷ ରହିବା ଉପରେ ଏହି ମନୋଭାବ ପ୍ରାଧାନ୍ୟ ଦିଏ ।
ବୈଜ୍ଞାନିକ ମନୋବୃତ୍ତି ବ୍ୟକ୍ତିଗତ ମତାମତ ଓ ଇଚ୍ଛାକୁ ନାପସନ୍ଦ କରେ । ଏହା ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ବିଚାରକୁ ଭିଭିହୀନ ବୋଲି ସୂଚେଇଦିଏ । ଏହି ମନୋବୃତ୍ତିର ବ୍ୟକ୍ତି ନିଜକୁ ବୁଦ୍ଧିମାନ, ବିଚାରଶୀଳ, ପ୍ରାମାଣିକ ଓ ନିଜର ମତାମତ ନିର୍ଭୁଲ ବୋଲି ଭାବନ୍ତି ନାହିଁ । ବାର୍ଟାଣ୍ଡ ରସେଲଙ୍କ ମତ ଅନୁସାରେ ବୈଜ୍ଞାନିକ ମନୋବୃତ୍ତି ମଧୁର କଳ୍ପନାମୂଳକ ବିଶ୍ୱାସକୁ ଗ୍ରହଣ କରେନାହିଁ । କୌଣସି ପ୍ରଭାବରେ ପଡ଼ି ମତ ଦେବାକୁ ଏହି ମନୋଭାବ ସମର୍ଥନ କରେ ନାହିଁ ।
କୌଣସି କଥାର ବିଚାରବେଳେ ବିଚାରକର ବ୍ୟକ୍ତିଗତ ବିଶ୍ଵାସ ଠିକ୍, ତା’ର ମତ ଠିକ୍, ଅନ୍ୟମାନେ ତାହା ଗ୍ରହଣ କରନ୍ତୁ – ଏପରି ମନୋଭାବକୁ ବୈଜ୍ଞାନିକ ମନୋବୃତ୍ତି ବିରୋଧ କରେ । ନିରପେକ୍ଷ ଭାବରେ ଆସକ୍ତିଭାବକୁ ଛାଡ଼ି ଯୁକ୍ତି କରିବାକୁ ଏହି ମନୋଭାବ ପ୍ରାଧାନ୍ୟ ଦିଏ । ଆସକ୍ତିଭାବ ଏ ଦିଗରୁ ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ । ଆଲ୍ଡସ୍ ହକ୍ଲେ ଏଥୁପାଇଁ ଆସକ୍ତିଭାବ ନଥି ନିରପେକ୍ଷ ବ୍ୟକ୍ତିଙ୍କୁ ଆଦର୍ଶ ମାନବ ବୋଲି କହିଛନ୍ତି । ସେ ନିଜର ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଅନାସକ୍ତ, ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି ଆଦି ପ୍ରତି ନିସ୍ପୃହ ଓ ବିଜ୍ଞାନ, କଳା ଓ ମାନବୀୟ ସମ୍ପର୍କ ଆଦି ପ୍ରତି ନିରପେକ୍ଷ ଅଟନ୍ତି । ଏ କାରଣରୁ ନିରପେକ୍ଷ ଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ସର୍ବପ୍ରଥମେ ଆବଶ୍ୟକ । ବିଜ୍ଞାନ ଶିକ୍ଷକଙ୍କ ପରି ନିରପେକ୍ଷ ଭାବ ନଥୁଲେ ମଣିଷ ଅବୈଜ୍ଞାନିକ ମତ ଦେଇଥାଏ ।
ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ହେଉଛି – ଏହା କୌଣସି ମତ ବା ସିଦ୍ଧାନ୍ତକୁ ସବୁବେଳେ ସତ୍ୟ ବୋଲି ଗ୍ରହଣ କରେନାହିଁ । ଏହି ମନୋବୃତ୍ତିର ବ୍ୟକ୍ତି ଭୂତତ୍ତ୍ବବିଦ୍ଙ୍କ ପରି କୌଣସି ମତ ପ୍ରତି ଆସକ୍ତ ରୁହନ୍ତି ନାହିଁ । ସୁତରାଂ ନିରପେକ୍ଷ ରହି ଅନାସକ୍ତ ଭାବରେ ଯୁକ୍ତିଯୁକ୍ତ କାରଣର ସହିତ ସତ୍ୟର ଉଦ୍ଘାଟନହିଁ ବୈଜ୍ଞାନିକ ମନୋବୃତ୍ତିର ବୈଶିଷ୍ଟ୍ୟ । ଏହି ମନୋଭାବର ବିକାଶ ଉପରେ ଚିନ୍ତାଶୀଳ ବ୍ୟକ୍ତିମାନେ ସମ୍ପ୍ରତି ଗୁରୁତ୍ବ ଦେଉଛନ୍ତି । ବୈଜ୍ଞାନିକ ମନୋବୃତ୍ତିର ବିଶେଷତ୍ଵ ବା ଲକ୍ଷଣ ବିଷୟରେ ଲେଖକଙ୍କର ଏପ୍ରକାର ଧାରଣା ବେଶ୍ ମନୋଜ୍ଞ ହୋଇପାରିଛି ।
Question ୨।
ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟଗୁଡ଼ିକ ସମ୍ପର୍କରେ ଲେଖକଙ୍କ ମତ ଆଲୋଚନା କର ।
Answer:
‘ବୈଜ୍ଞାନିକ ମନୋବୃତ୍ତି’ର ଲେଖକ ହେଉଛନ୍ତି ଶରତ କୁମାର ମହାନ୍ତି । ବୈଜ୍ଞାନିକ ଚିନ୍ତାଧାରାର ଓ ବୌଦ୍ଧିକ ବିଚାରର ଚିନ୍ତାନିଷ୍ଠ ପ୍ରବନ୍ଧ ରଚନା କରିବାରେ ସେ ନିପୁଣ । ତାଙ୍କ ଗଦ୍ୟ ରଚନାର ସ୍ମାରକୀଗୁଡ଼ିକ ହେଉଛି ‘ଗାନ୍ଧି ମଣିଷ’, ‘ସଂସ୍କୃତି ଅପସଂସ୍କୃତି’, ‘ଆକାଶର ଆହ୍ୱାନ’, ‘ବୋଦାଙ୍କ ଦାଦାଗିରି’, ‘ବିଜ୍ଞାନ ଦୃଷ୍ଟି’, ‘ଅସ୍ତିତ୍ଵବାଦର ମର୍ମକଥା’ ଓ ‘ଜାଁପଲ ସାର୍ତ୍ତ’ । ଆଲୋଚ୍ୟ ପ୍ରବନ୍ଧଟି ଶ୍ରୀଯୁକ୍ତ ମହାନ୍ତିଙ୍କ ଲିଖ୍ ବୈଜ୍ଞାନିକ ଭାବଧାରାର ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ବିଜ୍ଞାନମନସ୍କ ହୋଇ ସତ୍ୟ ଉଦ୍ଘାଟନ କରିବାର ବୈଜ୍ଞାନିକ ମନୋବୃତ୍ତିର ବିଶେଷତ୍ଵ ଓ ଅନ୍ତରାୟଗୁଡ଼ିକ ସମ୍ବନ୍ଧରେ ଲେଖକ ଯୁକ୍ତିନିଷ୍ଠ ଆଲୋଚନା କରିଛନ୍ତି ।
ଲେଖକଙ୍କ ମତରେ ନିରପେକ୍ଷ ରହି ଅନାସକ୍ତ ଭାବରେ ଯୁକ୍ତିଯୁକ୍ତ କାରଣର ସହିତ ଗୋଟିଏ ବିଷୟରେ ସିଦ୍ଧାନ୍ତ ଦେବାହିଁ ବୈଜ୍ଞାନିକ ମନୋବୃତ୍ତି । ଏହି ପ୍ରକାର ମନୋବୃତ୍ତି ଭିତ୍ତିହୀନ ଧାରଣାଗୁଡ଼ିକୁ ନଷ୍ଟ କରିଦିଏ । ମାତ୍ର ଏହି ମନୋବୃତ୍ତିର ବିକାଶ କ୍ଷେତ୍ରରେ ଅନେକ ଅନ୍ତରାୟ ମଧ୍ୟ ଦେଖାଯାଏ । ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟଗୁଡ଼ିକୁ ଏହି ମର୍ମରେ ଲେଖକଙ୍କ ଦୃଷ୍ଟିକୋଣରୁ ଆଲୋଚନା କରାଯାଇଅଛି । ବୈଜ୍ଞାନିକ ମନୋବୃତ୍ତିର ପ୍ରଥମ ଅନ୍ତରାୟ ହେଉଛି – ନିଜକୁ ଭଲ ଲାଗିବା ଓ ଆନନ୍ଦ ଦେବା ଭଳି ବିଚାର କରିବା । ଏହାଦ୍ଵାର ଯୁକ୍ତିନଥାଇ ନିଜର ଇଚ୍ଛାକୁ ସୁହାଇଲା ଭଳି ବିଚାର ଓ ସିଦ୍ଧାନ୍ତ ଦେଇ ହୋଇଯାଏ । ଲାଭକ୍ଷତିର ଆଶା ରଖ୍ ଓ ବ୍ୟକ୍ତିଗତ ଇଚ୍ଛାକୁ ଜଳାଞ୍ଜଳି ନଦେଇ ବିଚାର ଦେବା ମଧ୍ୟ ବୈଜ୍ଞାନିକ ମନୋବୃତ୍ତିର ବାଧକ । ବିଜ୍ଞାନ ଶିକ୍ଷକଙ୍କ ପରି ନିଜର ମତ ହିଁ ଠିକ୍ ଏପରି ଭାବିବା ମଧ୍ୟ ବୈଜ୍ଞାନିକ ମନୋବୃତ୍ତର ବିରୋଧୀ ଲକ୍ଷଣ ।
ନିଜକୁ ବୁଦ୍ଧିମାନ, ନିଜକୁ ବିଚାରଶୀଳ ଓ ନିଜର ମତାମତକୁ ନିର୍ଭୁଲ ଭାବିବାହିଁ ବୈଜ୍ଞାନିକ ମନୋବୃତ୍ତି କୁ ଅବୈଜ୍ଞାନିକ କରିଦିଏ । ନିଜ ପରିବାର ଆଦର୍ଶ ଓ ସମ୍ଭ୍ରାନ୍ତ ପରିବାର, ନିଜ ଜାତି ଶ୍ରେଷ୍ଠ, ନିଜ ଦେଶର ଐତିହ୍ୟ ଗୌରବମୟ ଏପରି ଭାବନା ବୈଜ୍ଞାନିକ ମନୋବୃତ୍ତିର ପରିପନ୍ଥୀ ଅଟେ । ନିଜ ବିଶ୍ଵାସକୁ ନେଇଥିବା ମଧୁର କଳ୍ପନା ଓ ସ୍ଵପ୍ନଗୁଡ଼ିକ ବି ଏହି ମନୋବୃତ୍ତିର ବାଧକ ଅଟେ । ନିଜର ବ୍ୟକ୍ତିଗତ ବିଶ୍ଵାସ ଓ ମତ ଠିକ୍, ଅନ୍ୟମାନେ ତାଙ୍କୁ ମାନନ୍ତୁ – ଏ ପ୍ରକାର ଧାରଣା ବୈଜ୍ଞାନିକ ମନୋବୃତ୍ତିର ବିରୋଧୀ । ନିଜର ମତକୁ ଠିକ୍ ପ୍ରମାଣ କରିବାପାଇଁ ବ୍ୟାକୁଳ ହେବା ଓ ଯୁକ୍ତିତର୍କକୁ ଅସ୍ତ୍ର ଭାବରେ ବ୍ୟବହାର କରିବାଦ୍ୱାରା ବୈଜ୍ଞାନିକ ମନୋବୃତ୍ତି ବାଧାପାଏ । ଏଥିପାଇଁ ଲେଖକ କୁହନ୍ତି – ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ ହେଲା ଆସକ୍ତି ଭାବ ।
ବ୍ୟକ୍ତିଗତ ଇଚ୍ଛା, ଆସକ୍ତି ଓ ଜିଦ୍ ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟ ହୋଇଥାଏ । ଅନ୍ୟର ମତକୁ ସହଜ ଭାବରେ ପ୍ରକାଶ ନକରି ନିଜ ମତକୁ ଠିକ୍ ବୋଲି ଭାବିବାର ମନୋଭାବ ମଧ୍ୟ ବୈଜ୍ଞାନିକ ମନୋବୃତ୍ତର ଅନ୍ୟତମ ଅନ୍ତରାୟ । କେହି ବଳିଷ୍ଠ ଯୁକ୍ତିଦ୍ଵାରା କୌଣସି କଥାକୁ ପ୍ରମାଣିତ କଲେ ମଧ୍ୟ ତାକୁ ବିରୋଧ କରିବା ଅବୈଜ୍ଞାନିକ ମନୋବୃତ୍ତିର ପରିଚାୟକ । ଏପରିକି ସମାଜର ପ୍ରଚଳିତ ମତକୁ ମାନି ବିଚାର କରିବାଦ୍ଵାରା ମଧ୍ୟ ବୈଜ୍ଞାନିକ ମନୋବୃତ୍ତିରେ ପରିପ୍ରକାଶ ଘଟିନଥାଏ । କୌଣସି ମତ ପ୍ରତି ଆସକ୍ତ ହେବାଦ୍ୱାରା ବୈଜ୍ଞାନିକ ମନୋବୃତ୍ତିରେ ଅନ୍ତରାୟ ଦେଖାଦିଏ । ମୋଟ ଉପରେ ଅମୂଳକ ଭିତ୍ତିହୀନ ଆସକ୍ତିଭାବଯୁକ୍ତ ବିଚାର ଓ ମାନସିକତା ବୈଜ୍ଞାନିକ ମନୋବୃତ୍ତିର ବିକାଶ ଓ ପ୍ରକାଶ କ୍ଷେତ୍ରରେ ଅନ୍ତରାୟରୂପେ ଉଭା ହୋଇଥାଏ । ଚିନ୍ତାଶୀଳ ବ୍ୟକ୍ତିମାନେ ଏଥପ୍ରତି ସତର୍କ ରହିଥା’ନ୍ତି । ଦର୍ଶାଇଛନ୍ତି, ତାହା ବେଶ୍ ମନୋଜ୍ଞ ହୋଇପାରିଛି ।
Question ୩ ।
ଯେ ବିଜ୍ଞାନରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଛି, ତା’ର ନିଶ୍ଚିତ ଭାବେ ବୈଜ୍ଞାନିକ ମନୋବୃତ୍ତି ଥବ ବୋଲି କୁହାଯାଇ ନପାରେ । – ଏ ଉକ୍ତିର ଯଥାର୍ଥତା ବୁଝାଇ ଲେଖ ।
Answer:
ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶଧାରାରେ ଶରତ କୁମାର ମହାନ୍ତି ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ବହୁଚର୍ଚ୍ଚିତ । ଧର୍ମ, ଦର୍ଶନ, ସାହିତ୍ୟ, ମନସ୍ତତ୍ତ୍ୱ ଓ ଇତିହାସକୁ ନେଇ ତାଙ୍କର ପ୍ରବନ୍ଧ-ବିଚାର ଦୃଷ୍ଟି ବହୁ ପ୍ରସାରିତ । ‘ବିଜ୍ଞାନ ଦୃଷ୍ଟି’, ‘ସଂସ୍କୃତି ଅପସଂସ୍କୃତି’, ‘ଆକାଶର ଆହ୍ୱାନ’, ‘ଗାନ୍ଧି ମଣିଷ’, ‘ସକ୍ରେଟିସ୍ ଓ ପ୍ଲେଟୋ’ ଇତ୍ୟାଦି ତାଙ୍କର ବହୁ ପାଠକାଦୃତ ପ୍ରବନ୍ଧ ସଙ୍କଳନ । ଆଲୋଚ୍ୟ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟି ଏକ ଯୁକ୍ତିନିଷ୍ଠ ଓ ତାତ୍ତ୍ଵିକ ପ୍ରବନ୍ଧ । ‘ବିଜ୍ଞାନ ଦୃଷ୍ଟି’ ଶୀର୍ଷକ ପ୍ରବନ୍ଧ ସଙ୍କଳନରୁ ଏହି ପ୍ରବନ୍ଧଟି ସଂଗୃହୀତ । ବିଜ୍ଞାନସମ୍ମତ ବିଚାରବତ୍ତା ଏଥୁରେ ବିଶ୍ଳେଷିତ ହୋଇଛି । ଅନାସକ୍ତ ଓ ନିରପେକ୍ଷ ବିଚାର ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ବୋଲି ଏଥରେ ଆଲୋଚିତ ହୋଇଛି ।
ଲେଖକଙ୍କ ମତରେ ଅନ୍ୟ ମତ ପ୍ରତି ଆସକ୍ତ ନହୋଇ ଓ ଇଚ୍ଛାଦ୍ଵାରା ପରିଚାଳିତ ନହୋଇ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତି । ଏହି ମନୋବୃଭି ବଳରେ ମନୁଷ୍ୟ ଯୁକ୍ତିଯୁକ୍ତ କାରଣ ସହିତ ସତ୍ୟର ଉଦ୍ଘାଟନ କରିଥାଏ । ଯେକୌଣସି କଥାର ବିଚାରବେଳେ ବୈଜ୍ଞାନିକ ମନୋବୃତ୍ତି ପୋଷଣ କରିବା ଉଚିତ । ସାବଧାନତାର ସହିତ ନିଜର ମଧୁର ବିଶ୍ଵାସ ଓ ଇଚ୍ଛା ପ୍ରତି ଅନାସକ୍ତ ରହି ବିଚାର କରିବାହିଁ ବିଜ୍ଞାନସମ୍ମତ ମନୋଭାବର ପରିଚାୟକ । ଲେଖକଙ୍କ ମତରେ ବିଜ୍ଞାନର ଯୁକ୍ତିନିଷ୍ଠ ଜ୍ଞାନ ବୈଜ୍ଞାନିକ ମନୋବୃତ୍ତିରେ ସାହାଯ୍ୟ କରେ । ମାତ୍ର ବିଜ୍ଞାନ ବିଦ୍ୟା ଓ ବିଷୟରେ ଜ୍ଞାନ ଅର୍ଜନ କରିବା ଓ ବିଜ୍ଞାନ ମନୋବୃତ୍ତି ପ୍ରକାଶ କରିବା ଦୁଇଟି ଭିନ୍ନ କଥା ।
ବିଜ୍ଞାନ ଶିକ୍ଷକଙ୍କ ପରି ଯିଏ ବିଜ୍ଞାନ ବିଦ୍ୟାରେ ଜ୍ଞାନ ଅର୍ଜନ କରିଛି ତାଙ୍କର ଯେ ଧର୍ମ ଓ ରାଜନୀତି ଭଳି ଅନ୍ୟ ବିଷୟରେ ବୈଜ୍ଞାନିକ ମନୋବୃତ୍ତି ରହିଥବ ଏହା କୁହାଯାଇ ନପାରେ । ଜଣକର ବିଜ୍ଞାନ ବିଦ୍ୟାରେ ଧାରଣା ଥାଇପାରେ, ମାତ୍ର ତା’ର ବିଚାର କରିବା ନିମନ୍ତେ ବିଜ୍ଞାନସମ୍ମତ ନିରପେକ୍ଷ ମନୋଭାବ ନଥାଇପାରେ । ଅନ୍ୟ ବିଷୟରେ ଆଲୋଚନା କରିବାବେଳେ ସେ ସାହିତ୍ୟ ସମାଲୋଚକଙ୍କ ପରି ବ୍ୟକ୍ତିଗତ ସପକ୍ଷ ଇଚ୍ଛାଶକ୍ତିଦ୍ୱାରା ପ୍ରଭାବିତ ହୋଇପାରନ୍ତି । ଏସବୁ ସତ୍ତ୍ଵେ ଯଥାର୍ଥ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବା ମନୋବୃତ୍ତି ବିଜ୍ଞାନର ଯୁକ୍ତିଯୁକ୍ତ ବୈଶିଷ୍ଟ୍ୟ ସହିତ ଜଡ଼ିତ ।
କାରଣ ବିଜ୍ଞାନର ବହୁ ଆବିଷ୍କାର ମଣିଷ ମନରୁ ସଯୁକ୍ତିକ ଅନେକ ମଧୁର ଭିତ୍ତିହୀନ ଅନ୍ଧବିଶ୍ୱାସକୁ ଭାଙ୍ଗିଦେଇଛି । ଏଥିପାଇଁ ଚିନ୍ତାଶୀଳ ବ୍ୟକ୍ତିମାନେ ବ୍ୟକ୍ତିର ବ୍ୟକ୍ତିଗତ ବିଶ୍ୱାସକୁ ଉପେକ୍ଷା କରି ଅନାସକ୍ତଭାବେ ସାବଧାନତା ସହିତ ସତ୍ୟ ଉଦ୍ଘାଟନ କରିବା ଉପରେ ଗୁରୁତ୍ଵ ଦେଇଥା’ନ୍ତି । ଏଥୁରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜ୍ଞାନ ବିଦ୍ୟାରେ ଜ୍ଞାନ ଥିଲେ ବି ଜଣକର ନିଶ୍ଚିତ ଭାବରେ ବୈଜ୍ଞାନିକ ମନୋବୃତ୍ତି ଥିବ ଏହା ସତ୍ୟ ନହୋଇପାରେ । ବାସ୍ତବିକ ଲେଖକଙ୍କର ଏ ପ୍ରକାର ବିଶ୍ଳେଷଣ ପାଠକଙ୍କୁ ମୁକ୍ତ ବିଜ୍ଞାନସମ୍ମତ ବିଚାର ପାଇଁ ଉତ୍ସାହିତ କରିଛି । ପାଠକ ବିଜ୍ଞାନ ଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି ଭିତରେ ଥିବା ପ୍ରଭେଦ ଓ ସମ୍ପର୍କକୁ ଅନୁଭବ କରି ପାରିଛନ୍ତି ।
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୧ ।
ନିମ୍ନରେ କେତୋଟି ବିଶେଷ୍ୟ ପଦ ଦିଆଯାଇଛି । ସେଗୁଡ଼ିକୁ ବିଶେଷଣ ପଦରେ ପରିଣତ କର ।
ଉଦ୍ଘାଟନ, ଉତ୍ସାହ, ଚିନ୍ତା, ବିଶ୍ବାସ,ପରିବର୍ତ୍ତନ
Answer:
ପଦତ୍ତ ବିଣେଷ୍ୟ ପଦ |
ବିଣେଷଣ ରୂପ |
ଉଦ୍ଘାଟନ |
ଉଦ୍ଘାଟିତ |
ଉତ୍ସାହ |
ଉତ୍ସାହୀ / ଉତ୍ସାହିତ |
ଚିନ୍ତା |
ଚିନ୍ତିତ / ଚିନ୍ତା / ଚିନ୍ତନୀୟ |
ବିଶ୍ବାସ |
ବିଶ୍ବସ୍ତ / ବିଶ୍ଵାସୀ / ବିଶ୍ଵସନୀୟ / ବିଶ୍ୱାସ୍ୟ |
ବିଶ୍ବାସ,ପରିବର୍ତ୍ତନ |
ପରିବର୍ତ୍ତିତ / ପରିବର୍ତ୍ତନୀୟ / ପରିବର୍ଦ୍ଧକ / ପରିବର୍ତୀ |
Question ୨।
‘ଧୀରସ୍ଥିର’ ଗୋଟିଏ ଯୁଗ୍ମ ଶବ୍ଦ । ପ୍ରସଙ୍ଗ ମଧ୍ୟରେ ଥିବା ଯୁଗ୍ମଶବ୍ଦଗୁଡ଼ିକୁ ବାଛି ଲେଖ ।
ଚିନ୍ରାଶାଳ ପ୍ରାବନ୍ଧିକ ଭାରତକୁମାର ସାହାନ୍ତି ‘ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧିରେ ‘ଧାରସ୍ଥିର’ ପରି ବ୍ୟବହାର କରିଥିବା ଯୁଗ୍ମଶବ୍ଦଗୁଡ଼ିକର ତାଲିକା ଏହିପରି –
Question ୩ ।
ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ଗଠନ କର ।
ଅନ୍ତରାୟ, ଅଭ୍ୟାସ, ବୈଜ୍ଞାନିକ ।
Answer:
- ଅନ୍ତରାୟ – ପ୍ରଗତିର ପ୍ରଧାନ ଅନ୍ତରାୟ ହେଉଛି ଅଶିକ୍ଷା ଓ ଦାରିଦ୍ର୍ୟ ।
- ଅଭ୍ୟାସ – ସକାଳ ଓ ସଞ୍ଜରେ ପ୍ରାର୍ଥନା କରିବା ଭଲ ଅଭ୍ୟାସ ।
- ବୈଜ୍ଞାନିକ – ପ୍ରାଣକୃଷ୍ଣ ପରିଜା ଜଣେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥିଲେ ।
Question ୪ ।
ବିଜ୍ଞାନ ଶବ୍ଦରେ ‘ଇକ’ ଯୋଗ କରି ବୈଜ୍ଞାନିକ ଶବ୍ଦଟି ଗଢ଼ାଯାଇଛି । ପଠିତ ପ୍ରବନ୍ଧରୁ ‘ଇକ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦମାନ ବାଛି ତାଲିକା କର ।
Answer:
ପ୍ରବନ୍ଧରେ ବ୍ୟବହୃତ ‘ଇକ’ ପ୍ରତ୍ୟୟମୂଳକ ଶବ୍ଦାବଳୀ ତାଲିକାଟି ଏହିପରି ପଠିତ:
ଲେଖକ ପରିଚୟ:
ଶରତ କୁମାର ମହାନ୍ତି ଜଣେ ବୁଦ୍ଧିବାଦୀ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ଖ୍ୟାତ । ସେ କଟକ ଜିଲ୍ଲାର ଜରିପଡ଼ା ଗ୍ରାମରେ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ବିଜ୍ଞାନ, ଦର୍ଶନ, ମନସ୍ତତ୍ତ୍ବ, ଇତିହାସ, ଧର୍ମ, ସଂସ୍କୃତି, ଲୋକଚରିତ୍ର ଓ ପୁରାଣକୁ କେନ୍ଦ୍ରକରି ଯୁକ୍ତିନିଷ୍ଠ ପ୍ରବନ୍ଧମାନ ରଚନା କରିଛନ୍ତି । ବିଜ୍ଞାନଧର୍ମୀ ତର୍କଣା ସହିତ ମନୋରଞ୍ଜନଧର୍ମୀ ରମଣୀୟ ଉପସ୍ଥାପନା ଚାତୁରୀ ତାଙ୍କ ପ୍ରବନ୍ଧର ବୈଶିଷ୍ଟ୍ୟ । ନିରପେକ୍ଷ ସତ୍ୟନିଷ୍ଠତାକୁ କେନ୍ଦ୍ରରେ ରଖ୍ ସେ ପ୍ରବନ୍ଧର ବିଷୟ ନିରୂପଣ କରନ୍ତି । ତଥ୍ୟନିଷ୍ଠ ବିଷୟ ସଂଯୋଜନା ତାଙ୍କ ରଚନାର ଅନ୍ୟତମ ଲକ୍ଷଣ । ‘ଆକାଶର ଆହ୍ବାନ’, ‘ସକ୍ରେଟିସ୍ ଓ ପ୍ଲେଟୋ’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ବିଜ୍ଞାନ ଦୃଷ୍ଟି’, ଅପସଂସ୍କୃତି’, ‘ଗ୍ରୀକ୍ ଜାତିର ଜୀବନଗାଥା’, ‘ବୋଦାଙ୍କ ଦାଦାଗିରି’, ‘ଏଣୁଷ୍ଟ ତେଣୁଶ୍ଚ’ ଓ ‘ଗାନ୍ଧି ମଣିଷ’, ‘ସଂସ୍କୃତି ଅପସଂସ୍କୃତି’, ‘ଗ୍ରୀକ୍ ଜାତିର ଜୀବନଗାଥା’, ‘ବୋଦାଙ୍କ ଦାଦାଗିରି’, ‘ଏଣୁଷ୍ଟ ତେଣୁଶ୍ଚ ’ ଓ ‘ଆଟମରୁ କ୍ଵାଣ୍ଟମ୍’ ପ୍ରଭୃତି ତାଙ୍କ ରଚିତ କେତୋଟି ଉଲ୍ଲେଖଯୋଗ୍ୟ ଗଦ୍ୟଗ୍ରନ୍ଥ ।
ପ୍ରବନ୍ଧର ପୃଷ୍ଟଭୂମି:
ଆଲୋଚ୍ୟ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟି ଲେଖକଙ୍କ ରଚିତ ବହୁଆଦୃତ ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ପ୍ରାବନ୍ଧିକ ମହାନ୍ତି ବିଜ୍ଞାନୋଚିତ ମନୋବୃତ୍ତିରେ ସତ୍ୟର ଉଦ୍ଘାଟନ ଓ ଆଲୋଚନା କରିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଏହି ପ୍ରବନ୍ଧରେ ଯୁକ୍ତିନିଷ୍ଠତା, ନିରପେକ୍ଷତା, ଅନାସକ୍ତ ଭାବବିଚାର, ସ୍ଵାଧୀନ ମାନସିକତା, ବିଜ୍ଞାନମନସ୍କତା, ଦୃଷ୍ଟିଭଙ୍ଗୀରେ ଯୁକ୍ତିଯୁକ୍ତତା ଆଦି ମହତ ଗୁଣାବଳୀର ମହିମା ସମ୍ପର୍କରେ ଆଲୋଚନା କରାଯାଇଛି । ସରଳ ଓ ଯୁକ୍ତିନିଷ୍ଠ ଉପସ୍ଥାପନା ମଧ୍ୟରେ ଗମ୍ଭୀର ଦର୍ଶନ ଓ ବିଜ୍ଞାନର ପ୍ରସଙ୍ଗ ଏଥରେ ବର୍ଣ୍ଣିତ ହୋଇଛି । ବିଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତିର ମିଳନରେ ମଣିଷର ବିଚାର ମୂଲ୍ୟବାନ୍ ହୋଇପାରିବ -ଏହି ପ୍ରକାର ସତ୍ୟକୁ ଏଥିରେ ପ୍ରତିପାଦନ କରାଯାଇଛି ।
ପ୍ରବନ୍ଧର ସାରକଥା:
କୌଣସି କଥା ବିଚାର କରିବାବେଳେ ନିଜକୁ ଆନନ୍ଦ ଦେଉଥିବା ଓ ନିଜ ପାଇଁ ଭଲ ହେଉଥିବା ବିଷୟ ଉପରେ ଗୁରୁତ୍ଵ ଦିଆଯାଇଥାଏ । ଏ ପ୍ରକାର ଇଚ୍ଛାକୁ ଦମନ କରାଯିବା ଉଚିତ । ଅନାସକ୍ତ ଭାବେ କେବଳ ଯୁକ୍ତିଯୁକ୍ତ କାରଣ ମାଧ୍ୟମରେ ବୈଜ୍ଞାନିକ ମନୋବୃତ୍ତିରେ ବିଚାର କରିବା ଉଚିତ । ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ । ବ୍ୟକ୍ତି ନିଜ କଥାକୁ ଯୁକ୍ତିଯୁକ୍ତ ଭାବିଲେ ତାହା ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ହୋଇନଥାଏ । ଏହା ପ୍ରଭାବଶାଳୀ ବ୍ୟକ୍ତିର ମତ, ଏହା ଶାସ୍ତ୍ରର ମତ ହେବା ଉଚିତ ନୁହେଁ । ବୈଜ୍ଞାନିକ ମନୋଭାବ ଥିବା ବ୍ୟକ୍ତି କୌଣସି ଲାଭକ୍ଷତିର ଆଶା ନରଖୁ, ବ୍ୟକ୍ତିଗତ ଇଚ୍ଛାକୁ ପରିତ୍ୟାଗ କରି କେବଳ ସତ୍ୟର ଉଦ୍ଘାଟନ ପାଇଁ ନିରପେକ୍ଷ ଭାବରେ ବିଚାର କରିଥା’ନ୍ତି । ଏ ପ୍ରକାର ବିଚାରଶକ୍ତି ଥିବା ବ୍ୟକ୍ତି ସ୍ଵଳ୍ପ ଓ ବିରଳ ।
ବେଳେବେଳେ ଜଣେ ବ୍ୟକ୍ତିର ବିଚାର ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଜ୍ଞାନସମ୍ମତ ହୋଇଥାଏ । ଉଦାହରଣସ୍ୱରୂପ, ଜଣେ ବିଜ୍ଞାନ ଶିକ୍ଷକ ଶ୍ରେଣୀଗୃହରେ ପଢ଼ାଇବାବେଳେ ଧୀରସ୍ଥିର ଭାବରେ ଭାବିଚିନ୍ତି ଛାତ୍ରଙ୍କ ହିତ ପାଇଁ ପଢ଼ାନ୍ତି । ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦିଅନ୍ତି । ଛାତ୍ରମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି, ବିରକ୍ତ ନହୋଇ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦିଅନ୍ତି । ମାତ୍ର ସେହି ଶିକ୍ଷକ କ୍ଲାସ୍ ବାହାରେ ରାଜନୀତି ଅଥବା ଧର୍ମ ବିଷୟରେ କଥା ହେବାବେଳେ ଭାବିଚିନ୍ତି ଯୁକ୍ତିନିଷ୍ଠ ଭାବରେ ବିଚାର ବ୍ୟକ୍ତ କରନ୍ତି ନାହିଁ । ସେ ବେଳେବେଳେ ରାଗନ୍ତି ଓ ନିଜ ବ୍ୟକ୍ତିଗତ ମତ ଠିକ୍ ବୋଲି ଯୁକ୍ତି କରନ୍ତି । ଏଥିରୁ ଜଣାଗଲା ଯେ ଶ୍ରେଣୀଗୃହରେ ଯିଏ ଛାତ୍ରଙ୍କ ପାଇଁ ବୈଜ୍ଞାନିକ ମନୋଭାବର ଜଣେ ଉତ୍ତମ ଶିକ୍ଷକ, ସିଏ ଶ୍ରେଣୀ ବାହାରେ ଧର୍ମ ଓ ରାଜନୀତି ବିଚାର କ୍ଷେତ୍ରରେ ନିହାତି ଅବୈଜ୍ଞାନିକ ।
ଏଥିରୁ ସ୍ପଷ୍ଟ ହୁଏ ଯେ ଜଣେ ବ୍ୟକ୍ତି ସବୁ କ୍ଷେତ୍ରରେ ସମାନ ଢଙ୍ଗରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରି ଦିଅନ୍ତି । ଏପରି ହେବାର ଏକମାତ୍ର କାରଣ, ଆମର ବିଶ୍ବାସ ସବୁ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ହୋଇଥାଏ । ବ୍ୟକ୍ତିଗତ ଇଚ୍ଛାଦ୍ୱାରା ବିଚାର ପରିଚାଳିତ ହୁଏ । ଯେଉଁ କଥାରେ ଯୁକ୍ତିଯୁକ୍ତତା ଥାଏ ତାହା ଆମର ବ୍ୟକ୍ତିଗତ ଇଚ୍ଛାର ସପକ୍ଷରେ ଥାଏ । ଅସ୍ଵୀକାଂଶ ଲୋକଙ୍କର ନିଜର, ନିଜ ପରିବାରର, ନିଜ ଜାତିର ଓ ଦେଶର ଅବସ୍ଥାକୁ ନେଇ ଦିବାସ୍ୱପ୍ନ ପରି ଭାବପ୍ରବଣତା ଥାଏ । ସେଥିପାଇଁ ସେମାନେ ନିଜକୁ, ନିଜ ପରିବାରକୁ, ନିଜ ଜାତିକୁ ସର୍ବଦା ଗୌରବମୟ ଓ ଶ୍ରେଷ୍ଠ ବୋଲି ବିଚାରିଥା’ନ୍ତି । ନିର୍ବାଚନରେ ଭାଗ ନେଇଥିବା ଦଳଠାରୁ ଆରମ୍ଭ କରି ଯୁଦ୍ଧରେ ଭାଗ ନେଇଥିବା ଦେଶର ଲୋକ, ପରୀକ୍ଷାର୍ଥୀ ଛାତ୍ର, ନିଜକୁ ଏକପାଖୁଆ ଭାବେ ଯଥାର୍ଥ ବୋଲି ଭାବିଥା’ନ୍ତି । ନିଜକୁ ପ୍ରତିଭାବାନ୍ କବି ମନେକରୁଥିବା
ବ୍ୟକ୍ତିର ରଚନା ଆଦୃତ ନହେଲେ ସେ ନିଜ ରଚନାର ଦୋଷ ନଧରି ପାଠକେ ତାଙ୍କ ରଚନାକୁ ବୁଝିବାକୁ ଅଯୋଗ୍ୟ ବୋଲି କହିଥା’ନ୍ତି । ଏପରି ବିଚାର ଅବୈଜ୍ଞାନିକ । ବାର୍ଟାଣ୍ଡ ରସେଲ୍ଙ୍କ ମତରେ ନିଜକୁ ନେଇ ଯୁକ୍ତି ଓ ବିଚାର କଲାବେଳେ ବ୍ୟକ୍ତି ବସ୍ତୁତଃ ସ୍ବପ୍ନାବସ୍ଥାରେ ଥାଏ । ଫଳରେ କଳ୍ପନାର ମଧୁର ସଂସ୍ପର୍ଶରେ ଆସି ସେ ନିଜ ପାଇଁ ନିରପେକ୍ଷ ରହିପାରେ ନାହିଁ । ନିଜକୁ ସୁହାଇବା ଭଳି ଏବଂ ନିଜର ଯୋଗ୍ୟତା ଓ ବୁଦ୍ଧିର ମହତ୍ତ୍ୱ ଦେଖାଇବାପାଇଁ ସେ ନିଜ ଇଚ୍ଛା ମୁତାବକ ଯୁକ୍ତି ଉପସ୍ଥାପନା କରିଥାଏ । ନିଜକୁ ନେଇ ମଣିଷ ସର୍ବଦା ନିଦ୍ରାରାଜ୍ୟରେ ଥାଏ । ଏ କାରଣରୁ ତା’ର ଦୃଷ୍ଟିଭଙ୍ଗୀ ବିଜ୍ଞାନସମ୍ମତ ହୋଇପାରି ନଥାଏ । ପ୍ରାବନ୍ଧିକ ଶ୍ରୀଯୁକ୍ତ ମହାନ୍ତିଙ୍କ ମତରେ, କୌଣସି କଥାର ବିଚାରବେଳେ ନିଜର ବିଶ୍ଵାସକୁ ଠିକ୍, ଯୁକ୍ତିକୁ ନିର୍ଭୁଲ ଭାବିବା ଉଚିତ ନୁହେଁ ।
ଅନ୍ୟମାନେ ଆମର ବ୍ୟକ୍ତିଗତ ମତକୁ ଗ୍ରହଣ କରନ୍ତୁ – ଏପରି ଭାବିବା ବି ଭୁଲ୍ । ଏପ୍ରକାର ବ୍ୟକ୍ତିସାପେକ୍ଷ ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ସମ୍ପୂର୍ଣ୍ଣ ବିରୋଧୀ । ମଣିଷ ନିଜର ବ୍ୟକ୍ତିଗତ ମତକୁ ଅନ୍ୟ ଉପରେ ଯେତେବେଳେ ଲଦିଦେବ, ସେତେବେଳେ ନିଜ ମତକୁ ସୁହାଇବା ଭଳି ଯୁକ୍ତି ସେ ବାଢ଼ିବ । ଏ ପ୍ରକାର ଯୁକ୍ତି ନିରପେକ୍ଷ ଭାବନାର ହୋଇନଥାଏ । କେବଳ ନିଜକୁ ଠିକ୍ ବୋଲି ପ୍ରମାଣ କରିବାପାଇଁ ଯୁକ୍ତିକୁ ଆମେ ଅସ୍ତ୍ରଭଳି ବ୍ୟବହାର କରିଥାଉ । ପ୍ରାବନ୍ଧିକଙ୍କ ମତରେ ଏହି ପ୍ରକାର ଆସକ୍ତିଭାବ ହିଁ ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ । ଧର୍ମ ଓ ରାଜନୀତି ବିଷୟରେ ବିଚାର କରିବାବେଳେ ବିଜ୍ଞାନ ଶିକ୍ଷକ ନିଜର ବ୍ୟକ୍ତିଗତ ବିଶ୍ବାସ ପ୍ରତି ଆସକ୍ତ ଥିଲେ । ତେଣୁ ନିଜକୁ ଠିକ୍ ବୋଲି ଭାବୁଥୁଲେ । ଏପରି ଭାବିବାଦ୍ୱାରା ସେ ବୈଜ୍ଞାନିକ ମନୋବୃତ୍ତିଦ୍ଵାରା ଆଲୋଚନା କରିବାକୁ ଅକ୍ଷମ ଥିଲେ । ସେ ନିଜର ଯୁକ୍ତିତର୍କକୁ ଅସ୍ତ୍ରଭାବରେ ବ୍ୟବହାର କରୁଥିଲେ । ଏହା ଆଦର୍ଶହୀନତାର ପରିଚୟ ଦିଏ ।
ବିଶିଷ୍ଟ ଚିନ୍ତାନାୟକ ଆଲ୍ଡସ୍ ହକ୍ସଲେ ଅନାସକ୍ତ ଭାବରେ ବିଚାର କରିପାରୁଥିବା ବ୍ୟକ୍ତିକୁ ‘ଆଦର୍ଶ ମାନବ’ ବୋଲି ପ୍ରତିପାଦନ କରିଛନ୍ତି । ‘ଏଡ୍ସ ଆଣ୍ଡ ମିନସ୍’ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି – ଅନାସକ୍ତ ବ୍ୟକ୍ତି ହିଁ ଆଦର୍ଶ ମାନବ । ଆଦର୍ଶ ମାନବ ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଅନାସକ୍ତ ଥାଏ । ବ୍ୟକ୍ତିଗତ ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି, ସୁନାମ ଓ ନିଜ ସାମାଜିକ ସ୍ଥିତି ପ୍ରତି ସେ ନସ୍ପୃହ । ବିଜ୍ଞାନ, କଳା ଓ ମାନବ ସମ୍ପର୍କ ପ୍ରଭୃତି ପ୍ରତି ସେ ନିରପେକ୍ଷ । ସୁତରାଂ ନିରପେକ୍ଷ ଭାବ ହିଁ ଆଦର୍ଶ । ଏହି ନିରପେକ୍ଷ ଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ପ୍ରଥମ ଆବଶ୍ୟକତା । କୌଣସି ବିଷୟରେ ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖୁ ହିଁ ଅନାସକ୍ତି ଭାବ । ଏହି ଭାବ ଥାଇ ଯିଏ ସବୁ ପ୍ରଶ୍ନର ଯୁକ୍ତିଯୁକ୍ତ ବିଚାର କରନ୍ତି ସେ ହିଁ ବୈଜ୍ଞାନିକ ମନୋବୃତ୍ତିର ଅଧିକାରୀ ହୋଇଥା’ନ୍ତି ।
ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ନିଜର ସିଦ୍ଧାନ୍ତ ସର୍ବଦା ସତ୍ୟ ହେବ – ଏପରି ଭାବନ୍ତି ନାହିଁ । ସେ ଜାଣନ୍ତି ଯେ ଅନ୍ୟ କେହି ବି ଯୁକ୍ତି ବଳରେ ତାଙ୍କ ଭୁଲ୍ ଦର୍ଶାଇ ପାରନ୍ତି । ଅନ୍ୟ ବଳିଷ୍ଠ ଯୁକ୍ତି ତାଙ୍କ ମତକୁ ବଦଳାଇ ଦେଇପାରେ । ଅନ୍ୟର ଯୁକ୍ତିଯୁକ୍ତ ମତକୁ ସେ ସହଜରେ ବି ଗ୍ରହଣ କରିଥା’ନ୍ତି । ଅନ୍ୟର ମତକୁ ଗ୍ରହଣ କରିବା ଏବଂ କୌଣସି ମତ ନିର୍ଦ୍ଦିଷ୍ଟ ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ – ଏପରି ଚିନ୍ତା କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ । ଦୁଇଜଣ ଭୂତତ୍ତ୍ବବିଦ୍ଙ୍କ ଖଣିଜ ଶିଳାଖଣ୍ଡଗୁଡ଼ିକ ସମ୍ପର୍କରେ ପରୀକ୍ଷାମୂଳକ ସିଦ୍ଧାନ୍ତ ଭିନ୍ନ ଭିନ୍ନ ହୋଇଥାଏ । ସେହି ଶିଳାଖଣ୍ଡଗୁଡ଼ିକୁ ବିଜ୍ଞାନାଗାରରେ ପରୀକ୍ଷା କଲେ ହୁଏତ ଜଣାପଡ଼ିପାରେ ଯେ ଜଣକର ଅଧିକାଂଶ ମତାମତ ଠିକ୍ ଓ ଅନ୍ୟ ଜଣକର ଅଧିକାଂଶ ମତାମତ ଭୁଲ୍ । ମାତ୍ର ଏଥିରେ ଦ୍ବିତୀୟ ଜଣକର ବ୍ୟକ୍ତିଗତ ଇଚ୍ଛା ଥିଲା ବୋଲି କୁହାଯାଇ ପାରେ । ତେଣୁ ଉଭୟେ ବିଜ୍ଞାନାଗାରର ରିପୋର୍ଟକୁ ସହଜରେ ଗ୍ରହଣ କରିଥା’ନ୍ତି । ଏହା ଜଣାଇଦିଏ ଯେ ମତପ୍ରଦାନରେ ଆସକ୍ତିଭାବ ନରହିବା ହିଁ ବୈଜ୍ଞାନିକ ମନୋବୃତ୍ତି ।
ଅନାସକ୍ତ ବୈଜ୍ଞାନିକ ମନୋବୃତ୍ତି ନଥୁଲେ ଜଣେ ଅନ୍ୟର ମତକୁ ସହଜରେ ଗ୍ରହଣ ନକରି ବିରୋଧ କରିଥା’ନ୍ତି । ପ୍ରାବନ୍ଧିକ ଜଣେ ସାହିତ୍ୟ ସମାଲୋଚକଙ୍କ ଉଦାହରଣ ଦେଇଛନ୍ତି । ସାହିତ୍ୟ ସମାଲୋଚକଙ୍କ କାମ ନିରପେକ୍ଷ ଭାବରେ ଲେଖାର ବିଶ୍ଳେଷଣ କରିବା । ମାତ୍ର ସମାଲୋଚକ ଜଣକ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପ୍ରଭାବିତ ହୋଇ ତାଙ୍କ ପ୍ରିୟ କବିଙ୍କ କବିତା ସମାଲୋଚନାବେଳେ କବିଙ୍କ ସପକ୍ଷରେ ଗଲାଭଳି ଅଭିମତ ଦେଇଥା’ନ୍ତି । ଅନ୍ୟ କେହି କବିଙ୍କର ଦୋଷଗୁଣ ବିଚାର କଲେ ସେ ତାଙ୍କର ବିରୋଧ କରିଥା’ନ୍ତି । ମୋଟ ଉପରେ ସେ ନିରପେକ୍ଷ ସମାଲୋଚନା କରିବା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । ଏପ୍ରକାର ବିଚାର ଅବୈଜ୍ଞାନିକ ।
ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଅନ୍ୟତମ ଲକ୍ଷଣ । ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ବା ଶାସ୍ତ୍ରର ପ୍ରସିଦ୍ଧ ମତ ହେଉ – ଏସବୁଠାରୁ ମୁକ୍ତ ରହି ବିଚାର ବି କରାଯାଇପାରେ । ସମାଜର ପ୍ରଚଳିତ ମତଦ୍ୱାରା ପ୍ରଭାବିତ ନହୋଇ ସ୍ଵାଧୀନ ଭାବରେ ବିଚାର କରିବା ଏକ କଠିନ ମାନସିକ ବ୍ୟାପାର । ଏହି ମାନସିକ ବ୍ୟାପାରଟି ଗଭୀର ଅଧ୍ୟୟନ, ଶିକ୍ଷା ଓ ଚିନ୍ତା ଉପରେ ନିର୍ଭରଶୀଳ । ଏପରି ମାନସିକ ଅଭ୍ୟାସର ବ୍ୟକ୍ତି ନିଜର ସିଦ୍ଧାନ୍ତକୁ ବୈଜ୍ଞାନିକ ମନୋଭାବ ହେତୁ ନିଶ୍ଚିତ ସତ୍ୟ ବୋଲି ଭାବନ୍ତି ନାହିଁ ।
ଏହିସବୁ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ସତ୍ୟର ଉଦ୍ଘାଟନ ପାଇଁ ବୈଜ୍ଞାନିକ ମନୋବୃତ୍ତି ସର୍ବପ୍ରଥମେ ଆବଶ୍ୟକ । ପ୍ରାବନ୍ଧିକଙ୍କ ମତରେ ବୈଜ୍ଞାନିକ ମନୋବୃତ୍ତିର ବ୍ୟକ୍ତି ବିରଳ ନୁହଁନ୍ତି । ଜଣେ ବିଜ୍ଞାନରେ ଜ୍ଞାନ ଅର୍ଜନ କଲେ ବୈଜ୍ଞାନିକ ମନୋବୃତ୍ତିର ବ୍ୟକ୍ତି ହୁଅନ୍ତି ନାହିଁ । ଚିନ୍ତାଶୀଳ ହୋଇ ବିଚାର କରୁଥିବା ବ୍ୟକ୍ତି ବୈଜ୍ଞାନିକ ମନୋବୃତ୍ତିର । ଅବଶ୍ୟ ବିଜ୍ଞାନ ଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି ପରସ୍ପର ସହିତ ଜଡ଼ିତ । ଏତିକି ତଫାତ୍ ଯେ ବିଜ୍ଞାନ ଆବିଷ୍କୃତ କେତେକ ପ୍ରସଙ୍ଗ ମନୁଷ୍ୟର ଅନେକ ଭିତ୍ତିହୀନ ଆତ୍ମରୁଚିକର ବିଶ୍ଵାସ ଉପରେ କୁଠାରାଘାତ କରିବାରୁ ଚିନ୍ତାଶୀଳ ବ୍ୟକ୍ତିମାନେ ନିଜର ବିଶ୍ୱାସ ସନ୍ଦେହ ପ୍ରକାଶ କରି ସାବଧାନତାର ସହ ତାହାକୁ ତର୍ଜମା କଲେ । ଏସବୁ ପ୍ରମାଣ କରେ ଯେ ବୈଜ୍ଞାନିକ ମନୋବୃତ୍ତିଟି ଏକ ଅନାସକ୍ତ ଚିନ୍ତାଶୀଳ ମୁକ୍ତ ବିଚାରର କଥା ଅଟେ ।
ସୂଚନା ଓ କଠିନ ଶବ୍ଦାର୍ଥ:
- ନିରପେକ୍ଷ – ପକ୍ଷପାତରହିତ/ସ୍ଵାଧୀନ ।
- ଭିଭି – ମୂଳଦୁଆ/ମୂଳ ଆଧାର ।
- ସିଦ୍ଧାନ୍ତ – ନିର୍ଦ୍ଧାରଣ|ନ୍ୟାୟ ।
- ଅପ୍ରତ୍ୟାଶିତ – ଆକସ୍ମିକ|ହଠାତ୍ ।
- ଆସକ୍ତି – ଜଡ଼ିତ ହେବା/ଲିପ୍ତ ହେବା ।
- ନିସ୍ପୃହ – ଅନାଗ୍ରହ/ଆକାଂକ୍ଷାରହିତ ।
- ବିରଳ – ଦୁର୍ଲଭ/ଅଳ୍ପ ପରିମାଣରେ ଲବ୍ଧ|ଯାହା କମ୍ ଦେଖାଯାଏ ।
- ବାହୁଲ୍ୟ – ଅତିଶୟୋକ୍ତି/ଅତିରଞ୍ଜିତ/ବହୁଳତା ।
- ଭୂତତ୍ତ୍ୱବିଦ୍ – ଭୂପୃଷ୍ଠ ଓ ତା’ର ନିମ୍ନବର୍ତ୍ତୀ ସ୍ତର ସମ୍ବନ୍ଧରେ ଯାହାଙ୍କର ବିଜ୍ଞାନସମ୍ମତ ଅଭିଜ୍ଞତା ରହିଛି|ଭୂବିଦ୍ୟା ସମ୍ପର୍କରେ ଅଭିଜ୍ଞ ।
- ଶିଳାଖଣ୍ଡ – ପଥରଖଣ୍ଡ
- କୁଠାରାଘାତ – କୁରାଢ଼ି ମାରିବା / ଛେଦନ କରିବା / ଅସ୍ବୀକାର ପୂର୍ବକ ନଷ୍ଟ କରିଦେବା ।
- ଭିଭିହୀନ – ମୂଲ୍ୟହୀନ / ନିରର୍ଥକ / ଅମୂଳକ ।
- ଚିନ୍ତାଶୀଳ – ବିଚାରସିଦ୍ଧ / ଚିନ୍ତାପରାୟଣ ।
- ବାଟ୍ରାଣ୍ଡ ରସେଲ୍ – ଜଣେ ହେତୁବାଦୀ ପାଶ୍ଚାତ୍ୟ ଦାର୍ଶନିକ ଓ ପ୍ରାବନ୍ଧିକ । ସେ ୧୮୭୨ ମସିହାରେ ଇଂଲଣ୍ଡରେ ୱେଲସ୍ ପ୍ରଦେଶରେ ଜନ୍ମ ହୋଇଥିଲେ ଓ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଗଣିତ ଅଧ୍ୟାପନା କରୁଥିଲେ । ୧୯୫୦ ମସିହାରେ ସେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିଲେ । ସେ ଏକାଧାରରେ ଗଣିତ, ଦର୍ଶନ, ସମାଜର ଚିନ୍ତାନାୟକ ତଥା ମନୁଷ୍ୟ ନିୟତି ଲାଗି ଜଣେ ଅଗ୍ରଗାମୀ ସଂଗ୍ରାମୀ ଥିଲେ ।
- ଆଲ୍ଡସ୍ ହକ୍ଲେ – ସେ ୧୮୯୪ ମସିହାରେ ଇଂଲଣ୍ଡ ଗୋଡ଼ାଲମିଙ୍ଗ୍ ସରେଠାରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇଟି ବିଶ୍ଵଯୁଦ୍ଧ ଅବସରରେ ଜଣେ ଶାନ୍ତିପ୍ରିୟ ମାନବବାଦୀ ଚିନ୍ତାନାୟକ ଭାବରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ । ସେ ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ ଓ ସ୍ତମ୍ଭକାର । ବିଶ୍ବବ୍ୟାପୀ ଉଦାର ଆର୍ଥନୀତିକ ବ୍ୟବସ୍ଥା ନିମନ୍ତେ ସେ ପ୍ରଚାର କରିଥିଲେ । ୧୯୬୩ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।