BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

Odisha State Board BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ Textbook Exercise Questions and Answers.

BSE Odisha Class 8 Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

Question 1.
BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 1
(i) କୃତ୍ରିମ ତନ୍ତୁକୁ ତନ୍ତୁ ଏବଂ …………………. ତନ୍ତୁ ମଧ୍ଯ କୁହାଯାଏ ।
(ii) ପ୍ରଥମ ସଂଶ୍ଳେଷିତ ତନ୍ତୁ ହେଉଛି …………………. ।
(iii) କୃତ୍ରିମ ତନ୍ତୁ ଭଳି ପ୍ଲାଷ୍ଟିକ୍‌ସ୍ ମଧ୍ୟ …………………. ଅଟେ ।
(iv) ପଲିମରର ପ୍ରତ୍ୟେକ ଅଂଶକୁ ……………………. କୁହାଯାଏ ।

Answers:
(i) ସଂଶ୍ଳେଷିତ, ପଲିମର୍,
(ii) ପଲିଥ୍,
(iii) ପଲିମର୍,
(iv) ଏକକ

BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

Question 2.
ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଲେଖ ।
(i) କେଉଁଟି ବସ୍ତ୍ରରୂପେ ଏବଂ କାଚ ପରିବର୍ତ୍ତେ ବ୍ୟବହୃତ ହେଉଛି ?
(କ) ଫର୍ମିକା
(ଖ) ମେଲାମାଇନ୍
(ଗ) ପଲିସ୍ପିରିନ୍
(ଘ) ଏକ୍ରିଲିକ୍

(ii) କେଉଁଟି ନନ୍‌ଷ୍ଟିକ୍ ବାସନରେ ବ୍ୟବହୃତ ହେଉଛି ?
(କ) ପି. ଭି. ସି.
(ଖ) ଟେଫୁଲନ୍
(ଗ) ବେକେଲାଇଟ୍
(ଘ) ଫର୍ମିକା

(iii) ଇଲେକ୍‌ଟ୍ରିକ୍‌ ସ୍ଵିଚ୍, ପ୍ଲଗ୍ ଆଦି କେଉଁଟିରୁ ପ୍ରସ୍ତୁତ ହେଉଛି ?
(କ) ମେଲାମାଇନ୍
(ଖ) ବେକେଲାଇଟ୍
(ଗ) ପଲିଷ୍ଟିରିନ୍
(ଘ) ପଲିଷ୍ଟିରିନ୍

(iv) କେଉଁଟିରୁ କାନ୍ଥରେ ବ୍ୟବହୃତ ଟାଇଲ୍ ପ୍ରସ୍ତୁତ ହୁଏ ?
(କ) ଫର୍ମିକା
(ଖ) ମେଲାମାଇନ୍
(ଗ) ଟେଫ୍‌ଲନ୍
(ଘ) ପଲିସ୍ଟିରିନ୍

Answers:
(i) ଏପ୍ରିଲିକ୍,
(ii) ଟେଫ୍‌ଲନ୍
(iii) ବେକେଲାଇଟ୍,
(iv) ମେଲାମାଇନ୍

Question 3.
ନିମ୍ନୋକ୍ତ ମଧ୍ୟରୁ କେଉଁଗୁଡ଼ିକ ‘ପୁନଃଚକ୍ରଣ ଯୋଗ୍ୟ’ ଏବଂ କେଉଁଗୁଡ଼ିକ ‘ପୁନଃଚକ୍ରଣ ଅଯୋଗ୍ୟ’ ପ୍ଲାଷ୍ଟିକ୍ ଅଲଗା ଅଲଗା ତାଲିକା କର ।
ଊ-
ଟେଲିଫୋନ୍ ଯନ୍ତ୍ରପାତି, ପ୍ଲାଷ୍ଟିକ୍ ଖେଳନା, ରୋଷେଇ ବାସନର ହ୍ୟାଣ୍ଡେଲ୍, ଡଟ୍‌ପେନ୍, ଚୌକି, ବିଦ୍ୟୁତ୍ ତାରର ବାହ୍ୟ ଆବରଣ, ବିଦ୍ୟୁତ୍ ସ୍ବିଚ୍ ।

BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 2

Question 4.
ନିମ୍ନୋକ୍ତ ଜିନିଷଗୁଡ଼ିକ ଥର୍ମୋସେଟିଙ୍ଗ୍ ପ୍ଲାଷ୍ଟିକ୍‌ରୁ କାହିଁକି ପ୍ରସ୍ତୁତ କରାଯାଏ, ବୁଝାଅ ।
(i) ସସ୍‌ମ୍ୟାନ୍, ତାୱା, ପ୍ରେସରକୁକର୍‌ର ହ୍ୟାଣ୍ଡେଲ୍
(ii) ବିଦ୍ୟୁତ୍ ପ୍ଲଗ୍, ସ୍ଵିଚ୍, ପ୍ଲଗ୍ ଓ ସ୍ଵିଚ୍ ବୋର୍ଡ
ଉ-
ଏଥିରେ ବ୍ୟବହୃତ ପ୍ଲାଷ୍ଟିକ୍‌ସ୍ (ବେକେଲାଇଟ୍)କୁ ଉତ୍ତପ୍ତକଲେ ତାହା ନରମ ହୁଏ ନାହିଁ କିମ୍ବା ତରଳ ଅବସ୍ଥାକୁ ଆସେ ନାହିଁ ଓ ପ୍ରସ୍ତୁତିବେଳେ ଏଗୁଡ଼ିକର ଆକାର ଓ ଆକୃତି ପରିବର୍ତ୍ତନଶୀଳ ନୁହେଁ । କାରଣ ଏହା
(i) ବିଦ୍ୟୁତ୍ କୁପରିବାହୀ ଅଟେ ।
(ii) ତାପ ସହନଶୀଳ ଗୁଣ ରହିଥାଏ ।

Question 5.
ନାଇଲନ୍ ତନ୍ତୁ ଖୁବ୍ ଶକ୍ତ ବୁଝାଇବା ପାଇଁ ଦୁଇଟି ଉଦାହରଣ ଲେଖ ।
ଉ-
(i) ନାଇଲନ୍ ତନ୍ତୁରେ ଥିବା ଉଚ୍ଚ ମାନର ସ୍ଥିତିସ୍ଥାପକତା, ହାଲୁକା ଓ ଶକ୍ତ ଗୁଣ ଯୋଗୁଁ ଏଥୁରୁ ଭିନ୍ନ ଭିନ୍ନ ମୋଟେଇର ଦଉଡ଼ି ପ୍ରସ୍ତୁତ କରି ଏହାକୁ ପର୍ବତ ଆରୋହଣ, ଆକାଶଛତା ଓ ପର୍ବତାରୋହଣରେ ବ୍ୟବହାର କରାଯାଏ ।
(ii) ସମାନ ଲମ୍ବ ଓ ସମାନ ମୋଟେଇର ଭିନ୍ନ ଭିନ୍ନ ରସି ନେଇ ପ୍ରତ୍ୟେକର ଭାର ପରିବହନ କ୍ଷମତା ପରୀକ୍ଷାକଲେ ଦେଖାଯିବ ଯେ ନାଇଲନ୍ ତନ୍ତୁର ପରିବହନ କ୍ଷମତା ସର୍ବାଧ‌ିକ !

BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

Question 6.
ରେୟକୁ କୃତ୍ରିମ ତନ୍ତୁ କୁହାଯାଏ କାହିଁକି ବୁଝାଅ ।
ଉ-
(i) ରେୟନ୍ ତନ୍ତୁର ମୂଳ ଉପାଦାନ ହେଉଛି ପ୍ରାକୃତିକ ସେଲ୍ୟୁଲୋଜ୍ ତନ୍ତୁ । ପ୍ରଥମେ ନରମ କାଠରୁ ସ୍ୱତନ୍ତ୍ର ପଦ୍ଧତିରେ କାଠମଣ୍ଡ ପ୍ରସ୍ତୁତ କରାଯାଏ । କାଠମଣ୍ଡରେ ଥ‌ିବା ଅଶୁଦ୍ଧସେଲ୍ୟୁଲୋଜକୁ କେତେକ ରାସାୟନିକ ପଦ୍ଧତିଦ୍ୱାରା ବିଶୁଦ୍ଧ ସେଲ୍ୟୁଲୋଜ୍‌ରେ ପରିଣତ କରାଯାଏ । ପୁନଶ୍ଚ ଆଉ କେତେକ ରାସାୟନିକ ପଦ୍ଧତିରେ ରେୟନ୍ ତନ୍ତୁ ପ୍ରସ୍ତୁତ କରାଯାଏ ।
(ii) ରେୟନ୍ ତନ୍ତୁ ପ୍ରସ୍ତୁତିରେ କୃତ୍ରିମ ଉପାୟ ତଥା ମନୁଷ୍ୟ କୃତ ଉପାୟମାନ ଅବଲମ୍ବନ କରି ପ୍ରସ୍ତୁତ କରାଯାଇଥ‌ିବାରୁ ଏହାକୁ କୃତ୍ରିମ ତନ୍ତୁ କୁହାଯାଏ ।

Question 7.
ଶୀଲା ଓ ଇଲା ଖରାଦିନେ ପିନ୍ଧିବାପାଇଁ ପୋଷାକ କିଣିବାକୁ ଦୋକାନକୁ ଗଲେ । ସେମାନଙ୍କ ପାଇଁ କେଉଁ କପଡ଼ାର ପୋଷାକ ଆରାମଦାୟକ ହେବ, କାରଣ ସହ ଆଲୋଚନା କର ।
ଉ-
ଖରା ଦିନେ ପିନ୍ଧିବା ପାଇଁ ପୋଖାଳ ଦିବାପାଇଁ ହେଲେ ପ୍ରାକୃତିକ ତରୁ (କପା)ରୁ ପ୍ରସ୍ତୁତ ପୋଷାଳ ଆରାମଦାୟଳ ହେବ; କାରଣ ପଲିମର ବସ୍ତ୍ର ଝାଳ ଅବଶୋଷଣ କରି ପାରିବ ନାହିଁ; ଫଳରେ ଅଶ୍ୱସ୍ତିକର ଉପଲବ୍ଧ ହେବ ।

Question 8.
ହୋଇକରିବା ସମୟରେ କିଛି କରିବାର ପୋଷାକ ନିରାପଦ ହୁଅ ।
(i) ଗୋଲ କରିବା ସମୟରେ କପାସୂତାରେ ନିର୍ମିତ ଘୋଷାଳ ଅଧୂକ ନିଶା ପର୍ବ । ଏହି ପୋଷାକ ପଲିମର୍ ଘୋଷାଳ ଭଳି ତତ୍‌କ୍ଷଣାତ୍‌ ନିଆଁ ଧରେ ନାହିଁ କିମ୍ବା ତରଳି ଶରୀରର ଚର୍ମ ଓ ମାଂସ ସହ ଲାଖ୍ ହୋଇ ରହିଯାଏ ନାହିଁ ।
(ii) ପୁନଶ୍ଚ ଏହି ପୋଷାକରେ ଲାଗିଥିବା ନିଆଁକୁ ଶୀଘ୍ର ଓ ସହଜରେ ଲିଭାଇ ହୁଏ ।

Question 9.
ଥର୍ମୋପ୍ଲାଷ୍ଟିକ୍‌ସ ଏବଂ ଥର୍ମୋସେଟିଙ୍ଗ୍ ପ୍ଲାଷ୍ଟିକ୍‌ସ ମଧ୍ଯରେ ପାର୍ଥକ୍ୟ ଲେଖ ।
ଉ-
BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 3

Question 10.
ଜୈବ-ଅବକ୍ଷୟ ଯୋଗ୍ୟ ପଦାର୍ଥ ଏବଂ ଜୈବ-ଅବକ୍ଷୟ ଅଯୋଗ୍ୟ ପଦାର୍ଥ ମଧ୍ଯରେ ପାର୍ଥକ୍ୟ ଲେଖ ।
ଉ-
BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 4

BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

Question 11.
ପୁନଃ-ଚକ୍ରଣ ଯୋଗ୍ୟ ପଦାର୍ଥ ଏବଂ ପୁନଃ-ଚକ୍ରଣ ଅଯୋଗ୍ୟ ପଦାର୍ଥ ମଧ୍ୟରେ ପାର୍ଥକ୍ୟ ଲେଖ ।
ଉ-
BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 5

Question 12.
ପଲିମର୍ କ’ଣ ଗୋଟିଏ ଉଦାହରଣ ଦେଇ ବୁଝାଅ ।
ଉ-
କେତେଗୁଡ଼ିଏ କ୍ଷୁଦ୍ର ଏକକ ଏକତ୍ର ସଂଶ୍ଳେଷିତ ହୋଇ ଗଠନ କରୁଥିବା ଏକ ଲମ୍ବା ଶିକୁଳୀକୁ ପଲିମର୍ କୁହାଯାଏ ।
(i) ପଲିଥୁନରେ ଥ‌ିବା ଏକପ୍ରକାର କୃତ୍ରିମ ତନ୍ତୁ ଏଥୁଲିନ୍ ନାମକ ଗ୍ୟାସୀୟ ଯୌଗିକରୁ ପ୍ରସ୍ତୁତ ହୋଇଥାଏ ।
(ii) ଉଚ୍ଚ ତାପମାତ୍ରା ଓ ଚାପରେ ଏଥୁଲିନ୍‌ର ଅନେକଗୁଡ଼ିଏ ଅଣୁ ଏକତ୍ର ସଂଯୁକ୍ତ ହୋଇ ଗୋଟିଏ ବୃହତ୍ ଅଣୁ ଗଠନ
(iii) ଏହି ବୃହତ୍ ଅଣୁଗୁଡ଼ିକୁ ଗୋଟିଏ ଗୋଟିଏ ଏକକ କୁହାଯାଏ ।
(iv) କେତେକ ରାସାୟନିକ ପ୍ରକ୍ରିୟା ଦ୍ବାରା ଏହି ଏକକଗୁଡ଼ିକ ଏକତ୍ର ସଂଶ୍ଳେଷିତ ହୋଇ ଗଠନ କରୁଥିବା ଆହୁରି ବୃହତ୍ତର ଏକକ ହେଉଛି ପଲିଥୁନ୍ ।
(v) ଏହି ପଲିଥନ୍ ହେଉଛି ଏକ ପଲିମର୍ ଓ ପ୍ଲାଷ୍ଟିକ୍ ଶ୍ରେଣୀ ଅନ୍ତର୍ଭୁକ୍ତ ।

Question 13.
କୃତ୍ରିମ ତନ୍ତୁ ଉତ୍ପାଦନ ଜଙ୍ଗଲ ସଂରକ୍ଷଣର ସହାୟକ କି ? ଦଶଟି ବାକ୍ୟରେ ଆଲୋଚନା କର ।
ଉ-
ଉତ୍ପାଦିତ କୃତ୍ରିମ ତନ୍ତୁଗୁଡ଼ିକୁ ମୁଖ୍ୟତଃ କୃତ୍ରିମ ପଲିମରରୁ ପ୍ରସ୍ତୁତ ହୋଇଥ‌ିବାରୁ ଉକ୍ତ ପଦାର୍ଥଗୁଡ଼ିକ ସହଜରେ ମାଟିରେ ମିଶେନାହିଁ ।
(i) ଉତ୍ପାଦିତ କୃତ୍ରିମ ତନ୍ତୁଗୁଡ଼ିକୁ ମୁଖ୍ୟତଃ କୃତ୍ରିମ ପଲିମରରୁ ପ୍ରସ୍ତୁତ ହୋଇଥିବାରୁ ଉକ୍ତ ପଦାର୍ଥଗୁଡ଼ିକ ସହଜରେ ମାଟିରେ ମିଶେନାହିଁ ।
(ii) ଏହି କୃତ୍ରିମ ତନ୍ତୁରୁ ନିର୍ମିତ ପଲିବସ୍ତ୍ରଗୁଡ଼ିକ ଚାହିଦା ବୃଦ୍ଧିଯୋଗୁଁ ପ୍ରାକୃତିକ ପଲିମରର ଚାହିଦା ହ୍ରାସ ପାଇବ, ଫଳରେ କପାଚାଷ, ନଳିତା ଚାଷ, ଶିମିଳି ଗଛ ରୋପଣର ଆବଶ୍ୟକତା ରହିବ ନାହିଁ ।
(iii) କୃତ୍ରିମ ପଲିମରରୁ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ନିର୍ମିତ ସମ୍ଭବ । ଉକ୍ତ ପ୍ଲାଷ୍ଟିକ୍ ନିର୍ମିତ ବସ୍ତୁଗୁଡ଼ିକ ଜଙ୍ଗଲ ସଂରକ୍ଷଣରେ
(iv) ପ୍ଲାଷ୍ଟିକ୍‌ଗୁଡ଼ିକ ଜୈବ-ଅବକ୍ଷୟ ଅଯୋଗ୍ୟ ପଦାର୍ଥ । ତେଣୁ ପରିତ୍ୟକ୍ତ ପ୍ଲାଷ୍ଟିକ୍‌ ଆବର୍ଜନାଗୁଡ଼ିକ ଭୂମିରେ ବୀଜାଣୁମାନଙ୍କ ଦ୍ୱାରା ବିଘଟନ ହୋଇ ନ ପାରି ମୁଭିକା ପ୍ରଦୂଷଣ କରିଥାଏ ଓ ଉଭିଦ ବୃଦ୍ଧିରେ ବାଧାସୃଷ୍ଟି କରେ ।
(v) କମିବାରେ ଲାଗିବା ସଙ୍ଗେ ସଙ୍ଗେ ଗଛର ଅଭିବୃଦ୍ଧିରେ ସହାୟକ ହେବନାହିଁ ।
(vi) ପ୍ଲାଷ୍ଟିକ୍ ଆବର୍ଜନା ପୋଡ଼ିଲେ ସେଥୁରୁ ପ୍ରଚୁର ପରିମାଣରେ ମିଥେନ୍ ଓ ଅନ୍ୟାନ୍ୟ ବିଷାକ୍ତ ବାଷ୍ପ ବାହାରି ବାୟୁମଣ୍ଡଳକୁ ପ୍ରଦୂଷିତ କରେ । ଏହା ଉଭିଦଜଗତ ପାଇଁ ସଙ୍କଟ ସୃଷ୍ଟି କରେ ।
(vii) ରେୟନର ଚାହିଦା ବୃଦ୍ଧି ଘଟୁଥ‌ିବା ବେଳେ ଏହାର ଉତ୍ପାଦନ ପାଇଁ ଉଭିଦ ଉପରେ ନିର୍ଭରଶୀଳ । ଫଳରେ ଜଙ୍ଗଲ ହ୍ରାସ ହେବା ସୁନିଶ୍ଚିତ । କୃତ୍ରିମ ବା ସଂଶ୍ଳେଷିତ ତନ୍ତୁର ନିର୍ମିତ ଚାହିଦା ବୃଦ୍ଧି ସଙ୍ଗେ ସଙ୍ଗେ ଏହି ସବୁ ଦ୍ରବ୍ୟର ଆବର୍ଜନା ମୃତ୍ତିକା, ବାୟୁ ଓ ଜଳ ପ୍ରଦୂଷଣ ପାଇଁ ସମପରିମାଣରେ ଦାୟୀ ।
(viii) ତେଣୁ କୃତ୍ରିମ ତନ୍ତୁର ଉତ୍ପାଦନ କୌଣସିମତେ ଜଙ୍ଗଲ ସଂରକ୍ଷଣ ପାଇଁ ସହାୟକ ହେବନାହିଁ ।

Question 14.
ପ୍ଲାଷ୍ଟିକ୍‌ସ୍‌ଠାରୁ ଦୂରରେ ରୁହ’- ଏହି ଉକ୍ତିର ବିଜ୍ଞାନଭିତ୍ତିକ ତାତ୍ପର୍ଯ୍ୟ ଦଶଟି ବାକ୍ୟରେ ଆଲୋଚନା କର ।
ଉ-
(i) ଏବେ ସାରା ପୃଥ‌ିବୀରେ ପ୍ଲାଷ୍ଟିକ୍‌ସ୍ ଏକ ଭୟାବହ ପ୍ରଦୂଷଣକାରୀ ପଦାର୍ଥ ରୂପେ ଦେଖାଦେଇ ଜୀବଜଗତ ପ୍ରତି ବିପଦ ସୃଷ୍ଟି କଲାଣି ।
(ii) ଗୋରୁଗାଈ ଓ ଅନେକ ଜଳଚର ଜୀବ ପ୍ଲାଷ୍ଟିକ୍‌ ଖାଇ ଅସମୟରେ ମୃତ୍ୟୁମୁଖରେ ପଡୁଛନ୍ତି ।
(iii) ପ୍ଲାଷ୍ଟିକ୍‌ସ ପଦାର୍ଥଗୁଡ଼ିକ ଅଣୁଜୀବମାନଙ୍କଦ୍ୱାରା ବିଘଟିତ ହୋଇପାରେ ନାହିଁ । ତେଣୁ ଏମାନେ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ ଅଟନ୍ତି ।
(iv) ଅଦରକାରୀ ପ୍ଲାଷ୍ଟିକ୍ ଦ୍ରବ୍ୟଗୁଡ଼ିକୁ ମାଟିରେ ପୋତିବା, ଏଣେତେଣେ ଫୋପାଡ଼ିବା, ଜଳରେ ପକାଇଦେବା ବା ନିଆଁରେ ପୋଡ଼ିବା ପରିବେଶ ପାଇଁ କ୍ଷତିକାରକ ।
(v) ସୁତରାଂ ପ୍ଲାଷ୍ଟିକ୍‌ସର ଉତ୍ପାଦନ ଓ ବ୍ୟବହାରକୁ ସୀମିତ କରିବାବ୍ୟତୀତ ଅନ୍ୟ ଉପାୟ ନଥ‌ିବାରୁ ଏହାଠାରୁ ଦୂରରେ ରହିବା ଭଲ ।

Question 15.
‘ପ୍ଲାଷ୍ଟିକ୍‌ସ୍ ମନୁଷ୍ୟର ଉତ୍ତମ ବନ୍ଧୁ, କିନ୍ତୁ ପରମ ଶତ୍ରୁ ।’’– ଦଶଟି ବାକ୍ୟ ମଧ୍ଯରେ ଏହି ଉକ୍ତିର ସତ୍ୟତା ପ୍ରତିପାଦନ କର ।
ଉ-
ପ୍ଲାଷ୍ଟିକ୍‌ସ୍ ମନୁଷ୍ୟର ଉତ୍ତମ ବନ୍ଧୁ କାରଣ :
(i) ଧାତବ ଦ୍ରବ୍ୟ ତୁଳନାରେ ପ୍ଲାଷ୍ଟିକ୍‌ସ୍ ଦ୍ରବ୍ୟର ମୂଲ୍ୟ କମ୍ ଅଟେ ।
(ii) ପ୍ଲାଷ୍ଟିକ୍‌ସ୍‌ ନିର୍ମିତ ଦ୍ରବ୍ୟ ହାଲୁକା, ଅଭଙ୍ଗୁର, ଦୀର୍ଘସ୍ଥାୟୀ, ସୁନ୍ଦର ଓ ଶସ୍ତା ଅଟେ ।
(iii) ନମନୀୟତା ଗୁଣ ଯୋଗୁଁ ଏଥୁରୁ ଯେ କୌଣସି ଆକୃତିର ଦ୍ରବ୍ୟ ପ୍ରସ୍ତୁତ କରାଯାଇପାରେ ।
(iv) ତାପ କୁପରିବାହୀ ହୋଇଥିବାରୁ ରୋଷେଇ ସାମଗ୍ରୀର ହ୍ୟାଣ୍ଡେଲ ଓ ବିଦ୍ୟୁତ୍ ସାମଗ୍ରୀ କରାଯାଇଥାଏ ।
(v) ଅମ୍ଳ, କ୍ଷାରଆଦି ଦ୍ଵାରା ଏହା କ୍ଷୟ ହୁଏ ନାହିଁ ।

ପ୍ଲାଷ୍ଟିକ୍‌ସ୍ ମନୁଷ୍ୟର ପରମ ଶତ୍ରୁ କାରଣ :
(i) ଜଳଚର ଜୀବମାନଙ୍କର ଅସମୟରେ ମୃତ୍ୟୁର ଅନ୍ୟତମ କାରଣ ପ୍ଲାଷ୍ଟିକ୍‌ସ୍ ଅଟେ ।
(ii) ପ୍ଲାଷ୍ଟିକ୍‌ସ୍ ପଦାର୍ଥଗୁଡ଼ିକ ଅକ୍ଷୟ ଅବସ୍ଥାରେ ରହି ମୃଭିକା ପ୍ରଦୂଷିତ କରୁଛନ୍ତି ।
(iii) ବର୍ଷାଜଳ ମାଟିର ତଳ ସ୍ତରକୁ ଯିବାରେ ପ୍ଲାଷ୍ଟିକ୍‌ସ୍ ଅବରୋଧ କରୁଅଛି ।
(iv) ଭୂତଳ ଜଳ ସ୍ତର ହ୍ରାସର ଅନ୍ୟତମ କାରଣ ପ୍ଲାଷ୍ଟିକ୍‌ସ୍ ।
(v) ପ୍ଲାଷ୍ଟିକ୍‌ସ୍ ପଦାର୍ଥଗୁଡ଼ିକୁ ନିଆଁରେ ପୋଡ଼ିଲେ ବାୟୁ ପ୍ରଦୂଷଣ ହେଉଛି ।

BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

Question 16.
ପ୍ଲାଷ୍ଟିକ୍‌ ସ୍‌କୁ ପୋତିବା ଅନୁଚିତ ଏବଂ ପୋଡ଼ିବା ବି ଅନୁଚିତ’’ କାହିଁକି, ବୁଝାଅ ।
ଉ-
ପ୍ଲାଷ୍ଟିକ୍‌କୁ ପୋତିବା ଅନୁଚିତ କାରଣ :

(i) ପ୍ଲାଷ୍ଟିକ୍‌ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ ହୋଇଥ‌ିବାରୁ ଶହଶହ ବର୍ଷ ପର୍ଯ୍ୟନ୍ତ ମାଟିରେ ଅକ୍ଷୟ ଅବସ୍ଥାରେ ରହି ମୃତ୍ତିକାକୁ ପ୍ରଦୂଷିତ କରିଥାଏ ।
(ii) ବର୍ଷାଜଳ ମାଟିର ତଳ ସ୍ତରକୁ ଯିବାରେ ପଲିଥୁନ୍ ଅବରୋଧ କରୁଥିବାରୁ ଭୂତଳ ଜଳ ସ୍ତରର ପରିମାଣ କମିବାରେ ଏଗୁଡ଼ିକ ସହାୟକ ହୋଇଥାଏ ।

ପ୍ଲାଷ୍ଟିକ୍‌ସ୍ ପୋଡ଼ିବା ଅନୁଚିତ କାରଣ :
(i) ପ୍ଲାଷ୍ଟିକ୍‌ଗୁଡ଼ିକୁ ନିଆଁରେ ପୋଡ଼ିଲେ ପ୍ରଚୁର ପରିମାଣର ମିଥେନ୍ ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ବାୟୁ ପ୍ରଦୂଷଣ କରିଥାଏ ।
(ii) ପୋଡ଼ିସାରିବା ପରେ ଏଥିରୁ ପ୍ରସ୍ତୁତ ହେଉଥ‌ିବା କଠିନ ଅବଶେଷ ମୁଭିକା ପ୍ରଦୂଷଣ କରିଥାଏ । ଉପରୋକ୍ତ କାରଣଗୁଡ଼ିକ ଯୋଗୁଁ ପ୍ଲାଷ୍ଟକ୍‌ସ୍ ପଦାର୍ଥଗୁଡ଼ିକୁ ପୋତିବା ବା ପୋଡ଼ିବା ନିରାପଦ ନୁହେଁ ।

Question 17.
PVC ର ପୂରାନାମ ଇଂରାଜୀ ଓ ଓଡ଼ିଆରେ ଲେଖ ।
ଊ-
BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 6

Question 18.
PET ର ପୂରାନାମ ଇଂରାଜୀ ଓ ଓଡ଼ିଆରେ ଲେଖ ।
ଉ-
BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 7

Question 19.
ବାମ ପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(a) ଥର୍ମୋପ୍ଲାଷ୍ଟିକ୍‌ସ୍ : ବୈଖ୍ୟକ ଏକକ ସଜ୍ଜା : : ଥର୍ମୋସେଟିଙ୍ଗ୍ ପ୍ଲାଷ୍ଟିକ୍‌ସ୍ : ………………………… ।
(b) ଥର୍ମୋପ୍ଲାଷ୍ଟିକ୍‌ସ୍ : ପୁନଃଚକ୍ରଣ ଯୋଗ୍ୟ :: ଥର୍ମୋସେଟିଙ୍ଗ୍‌ ପ୍ଲାଷ୍ଟିକ୍‌ସ୍ : …………………………. ।
ଉ-
(a) ପୁନଃଚକ୍ରଶ ଅଯେ।ଗ୍ୟ
(b) ପୁନଃଚକ୍ରଣ ଅଯୋଗ୍ୟ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଉଦ୍ଭବ ତଥା ପ୍ରାଣୀମାନଙ୍କଠାରୁ ଉତ୍ପନ୍ନ ତନ୍ତୁକୁ ……………………… କୁହାଯାଏ ।
(ii) ରାସାୟନିକ ପ୍ରତିକ୍ରିୟାରୁ ଉତ୍ପନ୍ନ ତନ୍ତୁକୁ …………………. କୁହାଯାଏ ।
(iii) ପଲିଥୁନ୍ ……………………. ନାମକ ଗ୍ୟାସୀୟ ଯୌଗିକରୁ ପ୍ରସ୍ତୁତ ହୋଇଥାଏ ।
(iv) ପଲି + ଇଷ୍ଟର = …………………….
(v) ଲିଷ୍ଟର + ଉଲ୍ = ……………………….
(vi) ପଲିଷ୍ଟର + କଟନ୍ = ……………………….
(vii) ଟେରିଲିନ୍ + ଉଲ୍ …………………….
(viii) କପାର ତନ୍ତୁ ……………………….. ପଲିମର୍‌ରେ ଗଠିତ ।
(ix) ଝୁଣା ଓ ରବର …………………..
(x) ଟେରିଲିନ୍‌କୁ ……………………… ତନ୍ତୁ କୁହାଯାଏ ।
(xi) ସୂତାରୁ ବୁଣାଯାଇଥିବା କପଡ଼ାକୁ ………………….. ବସ୍ତ୍ର କୁହାଯାଏ ।
(xii) ଉଲ୍‌ରେ ବୁଣାଯାଉଥିବା କପଡ଼ାକୁ ………………… ବସ୍ତ୍ର କୁହାଯାଏ ।
(xiii) ଉଭୟ ରେଶମ ଓ ପଶମ ବସ୍ତ୍ର ……………………. ତନ୍ତୁ ଅଟନ୍ତି
(xiv) ସଂଶ୍ଳେଷିତ ତନ୍ତୁରୁ ପ୍ରସ୍ତୁତ କପଡ଼ାକୁ ………………………. ବସ୍ତ୍ର କୁହାଯାଏ ।
(xv) କୋଇଲା, ଜଳ ଓ ବାୟୁରୁ ପ୍ରସ୍ତୁତ କପଡ଼ାକୁ ………………………. ବସ୍ତ୍ର କୁହାଯାଏ ।
(xvi) ଇଷ୍ଟର ଏକକକୁ ନେଇ ଗଠିତ ପଲିମର୍‌କୁ ……………………. କୁହାଯାଏ ।
(xvii) ଟେରିଲିନ୍ ସୂତା ଓ କପାସୂତା ମିଶାଯାଇ ……………………… କପଡ଼ା ବୁଣାଯାଏ ।
(xviii) ପାଲବନ୍ଧା ଡଙ୍ଗାର ପାଲ ………………….. ପଲିଷ୍ଟରରେ ତିଆରି କରାଯାଏ ।
(xix) ଏକ୍ରିଲିକ୍ ତନ୍ତୁ ଦେଖିବାକୁ ଭଲ ବା ପଶ୍ଚିମ ତନ୍ତୁ ଭଳି ହୋଇଥିବାରୁ ଏହାକୁ …………………… କୁହାଯାଏ ।

BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

Answers:
(i) ପ୍ରାକୃତିକ ତନ୍ତୁ
(ii) କୃତ୍ରିମ ତନ୍ତୁ
(iii) ଏଥୁଲିନ୍
(iv) ପଲିଷ୍ଟର
(v) ପଲିଉଲ୍
(vi) ପଲିକଟ୍
(vii) ଟେରିଭଲ୍
(viii) ସେଲ୍ୟୁଲୋଜ୍
(ix) ପ୍ରାକୃତିକ
(x) ସଂଶ୍ଲେଷିତ
(xi) କପାସୂତା
(xii) ପଶମ
(xiii) ପ୍ରାଣୀଜ ପ୍ରାକୃତିକ
(xiv) ପଲିମର୍
(xv) ନାଇଲନ୍
(xvi) ପଲି-ଇଷ୍ଟର
(xvii) ଡେକ୍ରନ୍
(xviii)PET (ପେଟ୍)
(xix) କୃତ୍ରିମ ଉଲ୍

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) …………… ତନ୍ତୁ ତତ୍‌କ୍ଷଣାତ୍ ଜଳେ ଓ କାଗଜ ପୋଡ଼ା ଗନ୍ଧ ହୁଏ । (ରେୟନ, କଟନ୍, ସିଲ୍‌କ୍, ପଶମ)
(ii) ……………. ତନ୍ତୁ ବିଳମ୍ବରେ ଜଳେ ଓ କେଶ ପୋଡ଼ା ଗନ୍ଧ ହୁଏ । (କଟନ୍, ରେୟନ୍, ନାଇଲନ୍, ପଲିଷ୍ଟର )
(iii) ……………… ତନ୍ତୁ ବହୁତ ବିଳମ୍ବରେ ଜଳେ ଓ କଳାଧୂଆଁ ବାହାରେ । (ସିଲ୍‌କ୍, ରେୟନ୍, ନାଇଲନ୍, ପଲିଷ୍ଟର)
(iv) ……………… ତନ୍ତୁ କଳା ଧୂଆଁ ସହ ଜଳେ ଓ କଳାରଙ୍ଗର କଠିନ କଣ୍ଠି ସୃଷ୍ଟିକରେ । (ଏକ୍ରିଲିକ୍, ନାଇଲନ୍, ରେୟନ୍, କଟନ୍)
(v) ……………… ତନ୍ତୁ ଶିଖା ସହ ଜଳେ ଓ ପୋଡ଼ିଗଲେ ପାଉଁଶ ସୃଷ୍ଟି କରେ । (ଏକ୍ରିଲିକ୍, ନାଇଲନ୍, ରେୟନ, କଟନ୍)
(vi) ………………… ତନ୍ତୁ ଶିଖା ସହ ଜଳେ ଓ ପୋଡ଼ିଗଲେ ପାଉଁଶ ସୃଷ୍ଟି କରେ । (ମେଲାମାଇନ୍, ଫର୍ମିକା, ବେକେଲାଇଟ୍, ଏକ୍ରିଲିକ୍)
(vii) ……………… ପ୍ଲାଷ୍ଟିକ୍‌ସ୍‌ରୁ ସନ୍‌ମାଇକା ପ୍ରସ୍ତୁତ କରାଯାଏ । (ମେଲାମାଇନ୍, ଫର୍ମିକା, ବେକେଲାଇଟ୍, ଏବ୍ରିଲିକ୍)
(viii) ……………… ପ୍ଲାଷ୍ଟିକ୍‌ସରୁ ବିଦ୍ୟୁତ୍ ଉପକରଣ ପ୍ରସ୍ତୁତ କରାଯାଏ । (ମେଲାମାଇନ୍, ଫର୍ମିକା, ବେକେଲାଇଟ୍, ଏକ୍ରିଲିକ୍)
(ix) ……………… ପ୍ଲାଷ୍ଟିକ୍‌ସ୍‌ରୁ ବସ ଓ କାର ଇତ୍ୟାଦିର କାଚ ପ୍ରସ୍ତୁତ କରାଯାଏ । (ମେଲାମାଇନ୍, ଫର୍ମିକା, ବେକେଲାଇଟ୍, ଏକ୍ରିଲିକ୍)
(x) ……………… ପ୍ଲାଷ୍ଟିକ୍‌ସ୍‌ର ଆବରଣ ନନ୍‌ଷ୍ଟିକ୍ କଡ଼େଇରେ ବ୍ୟବହୃତ ହୁଏ । (ଟେପ୍‌ଲନ, ପଲିଷ୍ଟିରିନ୍, ପଲିପ୍ରପିନ୍, PVC)

Answers:
(i) ରେୟନ
(ii) ‘ନାଇଲନ୍
(iii) ପଲିଷ୍ଟର
(iv) ଏକ୍ରିଲିକ୍
(v) କଟନ୍
(vi) ମେଲାମାଇନ୍
(vii) ଫର୍ମିକା
(viii) ବେଜେଲାଇଟ୍
(ix) ଏକ୍ରିଲିକ୍
(x) ଟେଫଲନ୍

BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

3. ବାମ ପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(i) ଦଉଡ଼ି : ପଲିପ୍ରପିନ୍ :: ଥର୍ମୋକୋଲ : ……………………… ।
(ii) କୃତ୍ରିମ ସୋଲ : ପଲିଷ୍ଟିରିନ୍‌ :: ନନ୍‌ଷ୍ଟିକ କଡ଼େଇର ଲେପ : ……………………… ।
(iii) ବର୍ଷାତି : PVC :: ଉଡ଼ାଜାହାଜ ଝରକା : ……………………… ।
(iv) ବିଦ୍ୟୁତ୍ ଉପକରଣ : ବେକେଲାଇଟ୍ : : ସାନ୍‌ମାଇକା : ……………………… ।
(v)ପ୍ରେସର କୁକର ହାଣ୍ଡଲ : ବେକେଲାଇଟ୍ :: ଅଗ୍ନିନିରୋଧକ କପଡ଼ା : ……………………… ।
(vi) ପୁନଃଚକ୍ରଣ ଯୋଗ୍ୟ : ଥର୍ମୋପ୍ଲାଷ୍ଟିକ୍‌ :: ପୁନଃ-ଚକ୍ରଣ ଅଯୋଗ୍ୟ : ……………………… ।
(vii) ଥର୍ମୋପ୍ଲାଷ୍ଟିକ୍‌ସ୍‌ : ରୈଖ୍ୟକ ଏକକ ସଜ୍ଜା :: ଥର୍ମୋସେଟିଙ୍ଗ ପ୍ଲାଷ୍ଟିକ୍‌ସ୍ : ……………………… ।
(viii) ବହୁତ ବିଳମ୍ବରେ ଜଳେ : ପଲିଷ୍ଟର :: ତତ୍‌କ୍ଷଣାତ୍ ଜଳେ : ……………………… ।
(ix) ପାଉଁଶ ସୃଷ୍ଟି ହୁଏ ; କଟନ୍ :: କଠିନ କଣ୍ଠି ସୃଷ୍ଟି ହୁଏ : ……………………… ।
(x) ରେଶମ ଓ ପଶମ ବସ୍ତ୍ର : ପ୍ରାଣୀଜ ପ୍ରାକୃତିକ ତନ୍ତୁ :: ନଳିତା ଗଛର ବଳ୍‌କଳରୁ ପ୍ରସ୍ତୁତ ତନ୍ତୁ : ……………………… ।

Answers:
(i) ପଲିଷ୍ଟିରିନ୍
(ii) ଟେଫୁଲନ୍
(iii) ଏକ୍ରିଲିକ୍
(iv) ଫମିକା
(v) ମେଲାମାଇନ୍
(vi) ଥର୍ମୋସେଟିଙ୍ଗ ପ୍ଲାଷ୍ଟିକ୍‌ସ
(vii) କ୍ରସଲିଙ୍କଡ଼ ଏକକ ସଜ୍ଜା
(viii)ରେୟନ
(ix) ପଲିଷ୍ଟର
(x) ଉଦ୍ଭିଦଜ ପ୍ରାକୃତିକ ତନ୍ତୁ

4. ‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦଗୁଡ଼ିକୁ ମିଳାଅ !

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଗୁ କୋଜ ଏକକର ସମାହାର (i) ସଂଶ୍ଳେଷିତ ତନ୍ତୁ
(ii) କପା ତନ୍ତୁ (ii) NYLON
(iii) ଝୋଟ (iii) ସେଲ୍ୟୁଲୋଜ୍ ପଲିମର
(iv) ଟେରିଲିନ୍ (iv) ଟେରିଲିନ୍ ବସ୍ତ୍ର
(v) ରେୟନ୍ (v) ପ୍ରାକୃତିକ ପଲିମର
(vi) ନ୍ୟୁୟର୍କ ଓ ଲଣ୍ଡନ (vi) ଟେରିକଟ୍
(vii) Wash & wear (vii) ଉଦ୍ଭିଦଜ ପ୍ରାକୃତିକ ତନ୍ତୁ
(viii) ଟେରିଲିନ୍ + କପା (viii) ଟେରିଉଲ୍
(ix) ଫଟୋ ଉଠାଇବା ଫିଲ୍ମ (ix) PET
(x) ଟେରିଲିନ୍ + ଉଲ୍ (x) କାଠମଣ୍ଡ

Answers:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଗୁ କୋଜ ଏକକର ସମାହାର (iii) ସେଲ୍ୟୁଲୋଜ୍ ପଲିମର
(ii) କପା ତନ୍ତୁ (v) ପ୍ରାକୃତିକ ପଲିମର
(iii) ଝୋଟ (vii) ଉଦ୍ଭିଦଜ ପ୍ରାକୃତିକ ତନ୍ତୁ
(iv) ଟେରିଲିନ୍ (i) ଗୁ କୋଜ ଏକକର ସମାହାର
(v) ରେୟନ୍ (x) କାଠମଣ୍ଡ
(vi) ନ୍ୟୁୟର୍କ ଓ ଲଣ୍ଡନ (ii) NYLON
(vii) Wash & wear (iv) ଟେରିଲିନ୍ ବସ୍ତ୍ର
(viii) ଟେରିଲିନ୍ + କପା (vi) ଟେରିକଟ୍
(ix) ଫଟୋ ଉଠାଇବା ଫିଲ୍ମ (viii) ଟେରିଉଲ୍
(x) ଟେରିଲିନ୍ + ଉଲ୍ (ix) PET

5. କେବଳ ଉତ୍ତର ଲେଖ ।
(i) ଇଷ୍ଟର ଏକକକୁ ନେଇ ଗଠିତ ପଲିମର୍‌କୁ କ’ଣ କୁହାଯାଏ ?
(ii) ଏକ୍ରିଲିକ୍‌ର ଅନ୍ୟ ନାମ କ’ଣ ?
(iii) ଅଡ଼ିଓ କ୍ୟାସେଟ୍‌ର ଟେପ୍ କେଉଁ ପଲିଷ୍ଟରରୁ ପ୍ରସ୍ତୁତ ?
(iv) କେଉଁ କପଡ଼ା wash & wear ରୂପେ ପରିଚିତ ?
(v) କେଉଁ ତନ୍ତୁ ଶିଖା ସହ ଜଳେ ଓ ପାଉଁଶ ସୃଷ୍ଟି କରେ ?
(vi) କେଉଁ ତନ୍ତୁ ତତ୍‌କ୍ଷଣାତ୍‌ ଜଳେ ଓ କାଗଜ ପୋଡ଼ା ଗନ୍ଧ କରେ ?
(vii) କେଉଁ ତନ୍ତୁ କଳା ଧୂଆଁ ସହ ଜଳେ ଓ କଠିନ କଣ୍ଠି ସୃଷ୍ଟି କରେ ?
(viii) କେଉଁ ପ୍ଲାଷ୍ଟିକ୍ ପୁନଃଚକ୍ରଣ ଅଯୋଗ୍ୟ ?
(ix) କେଉଁ ପ୍ଲାଷ୍ଟିକ୍‌ସ୍‌ ଅଗ୍ନିନିରୋଧକ ?
(x) କେଉଁ ପ୍ଲାଷ୍ଟିକ୍ ପୁନଃଚକ୍ରଣ ଅଯୋଗ୍ୟ ?
(xi) ପ୍ଲାଷ୍ଟିକ୍‌ସ୍ ସମ୍ପର୍କିତ ଆଇନର ନାମ କ’ଣ ?
(xii) କେଉଁ ପ୍ଲାଷ୍ଟିକ୍‌ସରେ ତେଲ କିମ୍ବା ପାଣି ଲାଗେ ନାହିଁ ? .
(xiii) ଧାତବ ପଦାର୍ଥର ଅବକ୍ଷୟ ହେବା ଆନୁମାନିକ ସମୟସୀମା କେତେ ?
(xiv) ପଶମ ବସ୍ତ୍ରର ଅବକ୍ଷୟ ହେବା ଆନୁମାନିକ ସମୟସୀମା କେତେ ?
(xv) କାଠର ଅବକ୍ଷୟ ହେବା ଆନୁମାନିକ ସମୟସୀମା କେତେ ?
(xvi) ଉଭୟ ପ୍ରାକୃତିକ ଓ କୃତ୍ରିମ ତନ୍ତୁ କ’ଣ ଅଟନ୍ତି ?
(xvii) ରେୟନ୍ କେଉଁ ତନ୍ତୁର ରୂପାନ୍ତରଣ ଅଟେ ?
(xviii)ପ୍ରାୟ ସବୁ ପ୍ରକାର ପ୍ଲାଷ୍ଟିକସ୍ କେଉଁ ଶ୍ରେଣୀର ପଦାର୍ଥ ଅଟନ୍ତି ?
(xix) ଟେରିଲିନ୍‌ର ଅନ୍ୟନାମ କ’ଣ ?
(xx) ଝୁଣା ଓ ରବର କେଉଁ ଶ୍ରେଣୀର ପଲିମର ଅଟନ୍ତି ?

BSE Odisha 8th Class Science Solutions Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

Answers:
(i) ପଲି-ଇଷ୍ଟର
(ii) କୃତ୍ରିମ ଉଲ୍
(iii) PET
(vi) ଟେରିଲିନ୍
(v) କଟନ୍
(vi) ରେଯନ୍
(vii) ଏକ୍ରିଲିକ୍
(viii) ଅର୍ମେ।ପ୍ଳାଷ୍ଟିକ୍ସ୍
(ix) ଥର୍ମୋସେଟିଙ୍ଗ୍ ପ୍ଲାଷ୍ଟିକ୍‌ସ
(x) ମେଲାମାଇନ୍, ବେକେଲାଇଟ୍, ଫର୍ମିକା
(xi) ପ୍ଲାଷ୍ଟିକ୍‌ ବ୍ୟବହାର ଆଇନ ୨୦୦୯
(xii) ଟେଫ୍ଲନ୍
(xiii) 100 ରୁ 500 ବର୍ଷ
(xiv) 1 ବର୍ଷ
(xv) 10 ରୁ 15 ବର୍ଷ
(xvi) ପଲିମର
(xvii) ପ୍ରାକୃତିକ ତନ୍ତୁ
(xviii) ଜୈବ- ଅବକ୍ଷୟ ଅଯୋଗ୍ୟ
(xix) ଡେକ୍ରନ
(xx) ପ୍ରାକୃତିକ ପଲିମର

BSE Odisha 8th Class Maths Notes Geometry Chapter 5 ପରିମିତି

Odisha State Board BSE Odisha 8th Class Maths Notes Geometry Chapter 5 ପରିମିତି will enable students to study smartly.

BSE Odisha Class 8 Maths Notes Geometry Chapter 5 ପରିମିତି

→ ପିଥାଗୋରାସ୍‌ଙ୍କ ଉପପାଦ୍ୟ ଓ ଏହାର ପ୍ରୟୋଗ :
(A) ସମକୋଣୀ ତ୍ରିଭୁଜ ।

  • △ABCର ∠B ସମକୋଣ ଓ \(\overline{\mathrm{AC}})\) କର୍ଣ୍ଣ (hypotenuse) । ∠Bର ସଂଲଗ୍ନ ବାହୁଦ୍ଵୟ AB ଓ BC ମଧ୍ୟରୁ BC କୁ ଭୂମି (base) ଓ AB କୁ ଲମ୍ବ (perpendicular) କୁହାଯାଏ । ଲମ୍ବର ଦୈର୍ଘ୍ୟକୁ ତ୍ରିଭୁଜର ଉଚ୍ଚତା (height) କୁହାଯାଏ ।
  • ସମକୋଣୀ ତ୍ରିଭୁଜର ଉଚ୍ଚତା, ଭୂମିର ଦୈର୍ଘ୍ୟ ଓ କଣ୍ଠର ଦୈର୍ଘ୍ୟକୁ p, b ଓ h ଦ୍ଵାରା ସୂଚିତ କରାଯାଏ ।
    BSE Odisha 8th Class Maths Notes Geometry Chapter 5 Img 1
  • ଏକ ସମକୋଣୀ ତ୍ରିଭୁଜର କର୍ଣ୍ଣର ଦୈର୍ଘ୍ୟର ବର୍ଗ ଏହାର ଅନ୍ୟ ଦୁଇବାହୁର ଦୈର୍ଘ୍ୟର ବର୍ଗର ସମଷ୍ଟି ସହ | h2 = p2 + b2

→ ପିଥାଗୋରାଯ ତ୍ରଯି (Pythagorean Triple)
ABC ସମକୋଣୀ ଧର m∠B = 90° ହେଲେ,
AC2 = AB2 + BC2
h2 = p2 + b2 କିମ୍ବା h = \(\sqrt{\mathrm{p}^2+\mathrm{b}^2}\)
p2 = h2 + b2 କିମ୍ବା p = \(\sqrt{\mathrm{h}^2-\mathrm{b}^2}\)
b2 = h2 + p2 କିମ୍ବା b = \(\sqrt{\mathrm{h}^2-\mathrm{p}^2}\)

ସମକୋଣୀ ତ୍ରିଭୁଜର ଦାହୁମାନକ ମଧ୍ୟରେ ଥିବା ସମକ p2 + b2‍ = h2, ଯେଉଁ ତିନଟିକିଆ ଗଣନ ସଂଖ୍ୟା ଗୋଷ୍ଠୀଦ୍ଵାରା ସିଦ୍ଧ ହୁଏ, ତାହାକୁ ପିଥାଗୋରୀୟ ତ୍ରୟୀ ଅଥବା ପିଥାଗୋରୀୟ ଟ୍ରିପିଲ୍ କୁହାଯାଏ ।

  • ମନେରଖ : (3, 4, 5) (5, 12, 13), (7, 24, 25), (8, 15, 17), (9, 40, 41) ଏହି ତ୍ରୟୀଗୁଡ଼ିକ ପରସ୍ପର ମୌଳିକ । ତେଣୁ ଉପରୋକ୍ତ ତ୍ରୟିଗୁଡ଼ିକୁ ମୌଳିକ ପିଥାଗୋରୀୟ ତ୍ରୟୀ କୁହାଯାଏ ।

→ କ୍ଷେତ୍ର ଓ କ୍ଷେତ୍ରଫଳ (Region and Area) :

  • ଗୋଟିଏ ତ୍ରି ଭୁଜ ଓ ଏହାର ଅନ୍ତର୍ଦେଶର ସପୋଗରେ ହିରୁକାକୃତି ବିଶିପ କ୍ଷେତ୍ର ଗଠିତ ହୁଏ ।
  • କ୍ଷେତ୍ରର ମାପକୁ କ୍ଷେତ୍ରଫଳ (Area) କୁହାଯାଏ ।
    BSE Odisha 8th Class Maths Notes Geometry Chapter 5 Img 2

→ କ୍ଷେତ୍ରଫଳ (Area) ସମ୍ବନ୍ଧୀୟ ସ୍ଵୀକାର୍ଯ୍ୟ :
ସ୍ଵୀକାର୍ଯ୍ୟ – 1 : ପ୍ରତ୍ୟେକ ବହୁଭୁଜଦ୍ୱାରା ଆବଦ୍ଧ କ୍ଷେତ୍ର (closed region)ର ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରଫଳ ଅଛି । ଏହା ଏକ ଧନାତ୍ମକ ବାସ୍ତବ ସଂଖ୍ୟା ।
ସ୍ଵୀକାର୍ଯ୍ୟ – 2 : ଗୋଟିଏ ବହୁଭୁଜଦ୍ୱାରା ବିଶିଷ୍ଟ କ୍ଷେତ୍ରମାନଙ୍କର କ୍ଷେତ୍ରଫଳର ସମଷ୍ଟିସହ ସମାନ ।

→ କ୍ଷେତ୍ରଫଳର ମାପ :

  • ଆୟତକ୍ଷେତ୍ରର ଦୈର୍ଘ୍ୟ l ଏକକ ଓ ପ୍ରସ୍ଥ b ଏକକ ହେଲେ, କ୍ଷେତ୍ରଫଳ = (l × b) ବର୍ଗ ଏକକ
  • ବର୍ଗକ୍ଷେତ୍ରର ବାହୁ a ଏକକ ହେଲେ, କ୍ଷେତ୍ରଫଳ = a2 ବର୍ଗ ଏକକ
  • ସମକୋଣ ତ୍ରିଭୁଜର ଯେତ୍ରଫଳ = \(\frac { 1 }{ 2 }\) × ସମକୋଣସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟର ଗୁଣଫଳ ।

BSE Odisha 8th Class Maths Notes Chapter 5 ପରିମିତି

→ ତ୍ରିଭୁଜର କ୍ଷେତ୍ରଫଳ :

  • ତ୍ରିଭୁଜର କ୍ଷେତ୍ରଫଳ = \(\frac { 1 }{ 2 }\) ଭୂମିର ଦୈର୍ଘ୍ୟ × ଉଚ୍ଚତା
  • ଭୂମିର ଦୈର୍ଘ୍ୟ = \(\frac { 2 × କ୍ଷେତ୍ରଫଳ }{ ଉଚ୍ଚତା }\) ଏବଂ ଉଚ୍ଚତା = \(\frac { 2 × କ୍ଷେତ୍ରଫଳ }{ ଭୂମିର ଦୈର୍ଘ୍ୟ }\)
  • ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ = \(\frac { 1 }{ 2 }\) × ସମକୋଣଲଗ ବାହଦ୍ୱପର ଗ୍ମଣପଲ |
  • ସମଦାଦୁ ତ୍ରିଭୁଜର ପ୍ରତତ୍ୟକ ଦାଦୁର ଶେଶ୍ୟ a ଏକକ ଦୈର୍ଘ୍ୟର = \(\frac{\sqrt{3}}{4}\) a2 ବର୍ଗ ଏକକ ।
  • ଉଚ୍ଚତା ଦତ୍ତ ଥିଲେ, ସମବାହୁ ତ୍ରିଭୁଜର କ୍ଷେତ୍ରଫଳ = \(\frac{1}{\sqrt{3}}\) (ଉଚ୍ଚତା)2
  • ବିଷମବାହୁ ତ୍ରିଭୁଜର କ୍ଷେତ୍ରଫଳ = \(\sqrt{s(s-a)(s-b)(s-c)}\) ବର୍ଗ ଏକକ (s = ଅର୍ଥପରିସୀମା)

ଏହା ହେରଙ୍କ ସୂତ୍ର ଭାବରେ ପରିଚିତ ।

କ୍ଷେତ୍ରଫଳ ମାପର ପ୍ରଚଳିତ ଏକକ :
BSE Odisha 8th Class Maths Notes Geometry Chapter 5 Img 3

→ ସାମାନ୍ତରିକକ୍ଷେତ୍ର ଓ ରମ୍ବସ୍‌ର କ୍ଷେତ୍ରଫଳ :
(କ) ସାମାନ୍ତରିକକ୍ଷେତ୍ର :

  • ବିପରୀତ ବାହୁଗୁଡ଼ିକର ଦୈର୍ଘ୍ୟ ସମାନ୍ତର ଓ ସମାନ ।
  • ବିପରୀତ କୋଣମାନଙ୍କର ପରିମାଣ ସମାନ ।
  • କର୍ଣ୍ଣଦ୍ଵୟ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।
  • ପ୍ରତ୍ୟେକ କର୍ଣ୍ଣ ଉପରେ ଏହାର ଉଭୟ ପାର୍ଶ୍ଵରେ ଥ‌ିବା କୌଣିକ ବିଦୁ୍ୟଦ୍ୱୟରୁ ଅଙ୍କିତ ଲମ୍ବନ୍ଵୟର ଦୈର୍ଘ୍ୟ ସମାନ ।
  • ପ୍ରତ୍ୟେକ କର୍ଷ ସାମାନ୍ତରିକକ୍ଷେତ୍ରକୁ ଦୁଇଟି ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ବିଭକ୍ତ କରେ ।
  • ଦୁଇଟି କଣ୍ଠଦ୍ଵାରା କ୍ଷେତ୍ରଟି ଚାରିଗୋଟି ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ବିଭକ୍ତ ହୁଏ ।
  • ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଓ ରମ୍ବସ୍ ଆକୃତି ବିଶିଷ୍ଟ କ୍ଷେତ୍ର ମଧ୍ୟ ଗୋଟିଏ ଗୋଟିଏ ସାମାନ୍ତରିକକ୍ଷେତ୍ର ।

ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ :

ଗୋଟିଏ କର୍ଣ୍ଣର ଦୈର୍ଘ୍ୟ ଓ ସେଦ୍ଵି ଦାହ୍ମ ପ୍ରତି ରଲତା ଦର ଥିଲେ
ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = ଏକ ଦାଦିତ ବେଶ୍ୟ × ସେହ ଦାହସୃତି ଅନିତ କକଡା |

ଗୋଟିଏ କର୍ଣ୍ଣର ଦୈର୍ଘ୍ୟ ଓ ଏହାର ସମ୍ମୁଖୀନ ଯେକୌଣସି ବିନ୍ଦୁରୁ ଏହା ପ୍ରତି ଲମ୍ବର ଦୈର୍ଘ୍ୟ ଦତ୍ତ ଥିଲେ,

ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = ଗୋଟିଏ କଣ୍ଠର ଦୈର୍ଘ୍ୟ × ଏହି କଣ୍ଠ ଉପରେ ଏହାର ସମ୍ମୁଖୀନ ଏକ କୌଣିକ ବିନ୍ଦୁରୁ ଅଙ୍କିତ ଲମ୍ବର ଦୈର୍ଘ୍ୟ ।

ଗୋଟିଏ ବାହୁ ଓ କର୍ଣ୍ଣଦ୍ଵୟର ଛେଦବିନ୍ଦୁରୁ ସେହି ବାହୁ ଉପରେ ଅଙ୍କିତ ଲମ୍ବର ଦୈର୍ଘ୍ୟ ଦତ୍ତ ଥିଲେ,
ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = 2 × ଗୋଟିଏ ବାହୁର ଦୈର୍ଘ୍ୟ × କଣ୍ଠଦ୍ଵୟର ଛେଦବିନ୍ଦୁରୁ ସେହି ବାହୁ ପ୍ରତି ଅଙ୍କିତ ଲମ୍ବର ଦୈର୍ଘ୍ୟ ।

ଦୁଇଟି ସନ୍ନିହିତ ବାହୁ ଓ ଗୋଟିଏ କର୍ଣ୍ଣର ଦୈର୍ଘ୍ୟ ଦତ୍ତ ଥିଲେ,
ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = \(2 \sqrt{s(s-a)(s-b)(s-c)}\) ଯେଉଁଠାରେ s = \(\frac { a + b + c }{ 2 }\)

କର୍ଣ୍ଣଦ୍ଵୟ ଓ ଗୋଟିଏ ବାହୁର ଦୈର୍ଘ୍ୟ ଦତ୍ତ ଥିଲେ,
ABCD ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = 4 × △OBCର କ୍ଷେତ୍ରଫଳ ।

→ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ
ଯେଉଁ ଚତୁର୍ଭୁଜର କେବଳ ଏକଯୋଡ଼ା ବିପରୀତ ବାହୁ ପରସ୍ପର ସମାନ୍ତର, ସେହି ଚତୁର୍ଭୁଜକୁ ଟ୍ରାପିଜିୟମ୍ କୁହାଯାଏ ।

ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac {1 }{ 2 }\) × ସମାନ୍ତର ଦତ୍ତଦ୍ୱୟର ଶେଷ୍ୟ ସମସ୍ତ × ଉଚ୍ଚତା
= ଅସମାନ୍ତର ବାୟୁଦ୍ଵୟର ମଧ୍ୟବିନ୍ଦୁର ସଂଯୋଜକ ରେଖାଖଣ୍ଡର ଦୈର୍ଘ୍ୟ × ଉଚ୍ଚତା

BSE Odisha 8th Class Maths Notes Chapter 5 ପରିମିତି

→ ଚତୁର୍ଭୁଜର କ୍ଷେତ୍ରଫଳ :
ଗୋଟିଏ କର୍ପୂର ଦୈର୍ଘ୍ୟ ଏବଂ ସେହି କଣ୍ଠପ୍ରତି ତାହାର ସମ୍ମୁଖୀନ କୌଣିକ ବିଦୁ୍ୟଦ୍ୱୟରୁ ଅଙ୍କିତ ଲମ୍ବର ଦୈର୍ଘ୍ୟ ଦତ୍ତ ଥିଲେ,
ତତ୍ରୁଭୁକର ଶେତ୍ରଫଳ = \(\frac {1 }{ 2 }\) × ଗୋଟିଏ କଣ୍ଠର ଦୈର୍ଘ୍ୟ × ଉକ୍ତ କଣ୍ଠର ସମ୍ମୁଖୀନ କୌଣିକ ବିଦୁ୍ୟଦ୍ୱୟରୁ ସେହି କଣ୍ଠପ୍ରତି ଅଙ୍କିତ ଲମ୍ବଦ୍ୱୟର ଦୈର୍ଘ୍ୟର ସମଷ୍ଟି ।

ପରସ୍ପରପ୍ରତି ଲମ୍ବ ହୋଇଥିବା କର୍ଣ୍ଣଦ୍ୱୟର ଦୈର୍ଘ୍ୟ ଦତ୍ତ ଥିଲେ,
ତତ୍ରୁଭୁକର ଶେତ୍ରଫଳ = \(\frac {1 }{ 2 }\) × କଣ୍ଠଦମ୍ନର ଦେଖ୍ୟ ଗୁଣଫଳ |

ଏକ ସ୍ଵତନ୍ତ୍ରପ୍ରକାର ଚତୁର୍ଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ :
ଚତୁର୍ଭୁଜର କ୍ଷେତ୍ରଫଳ = \(\frac {1 }{ 2 }\) ବହିଃସ୍ଥ କଣ୍ଠର ଦୈର୍ଘ୍ୟ × ଉକ୍ତ କଣ୍ଠ ଉପରେ ସେହି କଣ୍ଠର ସମ୍ମୁଖୀନ ଶୀର୍ଷବିନ୍ଦୁଦ୍ଵୟରୁ ଅଙ୍କିତ ଲମ୍ବର ଦୈର୍ଘ୍ୟର ବିୟୋଗଫଳ ।

→ ଘନପଦାର୍ଥ ଏବଂ ଏହାର ଆକୃତି :

ସମଘନ, ଆୟତଘନ, ପ୍ରିଜିମ୍, ସିଲିଣ୍ଡର, କୋହ୍ଲ, ଗୋଲକ ଆଦି ବସ୍ତୁଗୁଡ଼ିକୁ ଏକ ସମତଳରେ ରଖିଲେ ଏହାର ଗୋଟିଏ ପାର୍ଶ୍ଵ ବା ଏହାର କିଛି ଅଂଶ ସମତଳରେ ରହି ଅନ୍ୟ ଅଂଶ ବା ପାର୍ଶ୍ଵଗୁଡ଼ିକ ସମତଳର ବାହାରେ ପଡ଼େ । ଏ ବସ୍ତୁଗୁଡ଼ିକୁ ତ୍ରି-ମାତ୍ରିକ (Three-Dimentional) ବା 3-D ଆକୃତିବିଶିଷ୍ଟ ବସ୍ତୁ କୁହାଯାଏ । ଉକ୍ତ ବସ୍ତୁଗୁଡ଼ିକୁ ‘ଘନପଦାର୍ଥ’ (Solid)ର ଆଖ୍ୟା ଦିଆଯାଇଥାଏ ।

→ ଦଦୁଫଲକ :
BSE Odisha 8th Class Maths Notes Geometry Chapter 5 Img 4

  • ବସ୍ତୁଗୁଡ଼ିକର ଗୋଟିଏ ଗୋଟିଏ ପାର୍ଶ୍ଵ (Face) ବୋଲି କହୁ । ଦୁଇଟି ପାର୍ଶ୍ଵ ମିଳିତହୋଇ ଗୋଟିଏ ଗୋଟିଏ ରେଖାଖଣ୍ଡ ସୃଷ୍ଟି କରନ୍ତି । ଉକ୍ତ ରେଖାଖଣ୍ଡଗୁଡ଼ିକ ଘନବସ୍ତୁର ଧାର (Edge) ଅଟନ୍ତି । ପୁନଶ୍ଚ ଦୁଇ ବା ତତୋଽଧୂକ ଧାରଗୁଡ଼ିକ ମିଳିତହୋଇ ଘନପଦାର୍ଥର ଶୀର୍ଷ (Vertex) ସୃଷ୍ଟି କରିଥା’ନ୍ତି । ଏହିପରି ଘନବସ୍ତୁଗୁଡ଼ିକୁ ଗୋଟିଏ ଗୋଟିଏ ବହୁଫଳକ (Polyhedron) କୁହାଯାଏ ।
  • ଯେଉଁ ଘନବସ୍ତୁଗୁଡ଼ିକର ପାର୍ଶ୍ଵଗୁଡ଼ିକ ଗୋଟିଏ ଗୋଟିଏ ବହୁଭୁଜ, ସେଗୁଡ଼ିକୁ ବହୁଫଳକ କୁହାଯାଏ; କିନ୍ତୁ ଯେଉଁ ଘନବସ୍ତୁଗୁଡ଼ିକର ପାର୍ଶ୍ଵଗୁଡ଼ିକ ବହୁଭୁଜାକାର ନୁହଁନ୍ତି ସେଗୁଡ଼ିକୁ ଅଣ-ବହୁଫଳକ ଘନବସ୍ତୁ କହନ୍ତି । ଉଦାହରଣ (1) କୋନ୍ (2) ସିଲିଣ୍ଡର (3) ଗୋଲକ ।
    BSE Odisha 8th Class Maths Notes Geometry Chapter 5 Img 5

 

  • ଯଦି ଏକ ବହୁଫଳକର ପାର୍ଶ୍ଵଗୁଡ଼ିକ ସୁଷମ ବହୁଭୁଜଦ୍ୱାରା ଗଠିତ ହୋଇଥାଏ ଏବଂ ସମାନସଂଖ୍ୟକ ପାର୍ଶ୍ଵ ମିଳିତହୋଇ ଘନବସ୍ତୁଟିର ଶୀର୍ଷ ସୃଷ୍ଟି କରୁଥା’ନ୍ତ; ତେବେ ଉକ୍ତ ବହୁଫଳକକୁ ସୁଷମ ବହୁଫଳକ କୁହାଯାଏ । (1) ସମଘନ, (2) ଟେଟ୍ରାହେନ୍ଦ୍ରନ୍
    ବିଭକ୍ତ କରାଯାଇଛି; ଯଥା – (1) ପ୍ରିଜିମ୍ (2) ପିରାମିଡ଼୍ ।
  • ପ୍ରିଜିମ୍ ଏକ ବହୁଫଳକ, ଯାହାର ଭୂମି ଓ ଉପର ପାର୍ଶ୍ଵଦ୍ଵୟ ସର୍ବସମ (ସମକ୍ଷେତ୍ରଫଳବିଶିଷ୍ଟ) ବହୁଭୁଜ ଏବଂ ଅନ୍ୟ ପାର୍ଶ୍ଵଗୁଡ଼ିକ ସାମାନ୍ତରିକକ୍ଷେତ୍ର ବିଶିଷ୍ଟ ।
  • ପିରାମିଡ଼ ଏକ ବହୁଫଳକ, ଯାହାର ଭୂମି ଏକ ବହୁଭୁଜ ଏବଂ ପାର୍ଶ୍ଵପୃଷ୍ଠଗୁଡ଼ିକ (Lateral surfaces) ତ୍ରିଭୁଜାକାର ଓ ଏକ ସାଧାରଣ ଶୀର୍ଷ (Vertex) ବିଶିଷ୍ଟ ହୋଇଥାଏ ।
  • ଏକ ପ୍ରିଜିମ୍ କିମ୍ବା ଏକ ପିରାମିଡ଼ର ବିଶେଷ ନାମକରଣ ଏହାର ଭୂମିକୁ ଆଧାର କରି ହୋଇଥାଏ ।
  • ବି.ଦ୍ର. : (1) ଯେଉଁ ତ୍ରିଭୁଜାକାର ପିରାମିଡ୍‌ର ପ୍ରତ୍ୟେକ ପାର୍ଶ୍ବ ଗୋଟିଏ ଗୋଟିଏ ସମବାହୁ ତ୍ରିଭୁଜ, ତାହାକୁ ଟେଟ୍ରାହେନ୍ଦ୍ରନ୍ (Tetrahedron) ହୋଇଥାଏ |
    (2) ଯେଉଁ ବର୍ଗୀକୃତି ପ୍ରିଜିମ୍‌ର ପ୍ରତ୍ୟେକ ପାର୍ଶ୍ବ ଗୋଟିଏ ଗୋଟିଏ ବର୍ଗାକାରକ୍ଷେତ୍ର, ତାହାକୁ ସମଘନ (cube) ହୋଇଥାଏ |

→ ବହୁଫଳକର ଶୀର୍ଷ, ଧାର ଏବଂ ପାର୍ଶ୍ଵ :
ସ୍ଵିସ୍ ଗଣିତଜ୍ଞ ଲିଓନାର୍ଡ଼ ଇଉଲର୍‌ (Leonard Euler, 1707-1783) ଗୋଟିଏ ବହୁଫଳକର ଶୀର୍ଷ (V), ପାର୍ଶ୍ଵ (F), ଏବଂ ଧାର (E) ସଂଖ୍ୟାକୁ ନେଇ ପ୍ରଥମ କରି ସେମାନଙ୍କ ମଧ୍ୟରେ ଥିବା ଏକ ସମ୍ବନ୍ଧକୁ ସୂତ୍ର ଆକାରରେ ପ୍ରଣୟନ କରିଥିଲେ । ସେ ସୂତ୍ରଟି ହେଲା V + F – E = 2 । ଏହାକୁ ଇଉଲରଙ୍କ ସୂତ୍ର କତୃନ୍ତି |
BSE Odisha 8th Class Maths Notes Geometry Chapter 5 Img 6

ମନେରଖ :

  • ଗୋଟିଏ ପ୍ରିଜିମ୍‌ ଶୀର୍ଷସଂଖ୍ୟା, ଏହାର ଭୂମିର ବାହୁ ସଂଖ୍ୟାର ଦୁଇଗୁଣ ।
  • ଗୋଟିଏ ପିରାମିଡ଼ର ଶୀର୍ଷସଂଖ୍ୟା, ଏହାର ଭୂମିର ବାହୁ ସଂଖ୍ୟାରୁ 1 ଅଧିକ ।
  • ଗୋଟିଏ ପ୍ରିଜିମ୍‌ର ପାର୍ଶ୍ଵସଂଖ୍ୟା, ଏହାର ଭୂମିର ବାହୁ ସଂଖ୍ୟାଠାରୁ 2 ଅଧିକ ।
  • ଗୋଟିଏ ପିରାମିଡ଼ର ପାର୍ଶ୍ଵସଂଖ୍ୟା, ଏହାର ଭୂମିର ବାହୁସଂଖ୍ୟାରୁ l ଅଧିକ ।

→ ଘନବସ୍ତୁ (ବହୁଫଳକ)ର ପୃଷ୍ଠତଳର କ୍ଷେତ୍ରଫଳ (Surface Area of a Polyhedron) :

  • ଆୟତଘନର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = 2(ଦୈର୍ଘ୍ୟ x ଉଚ୍ଚତା + ପ୍ରସ୍ଥ × ଉଚ୍ଚତା + ଦୈର୍ଘ୍ୟ x ପ୍ରସ୍ଥ)
  • ଆୟତଘନର ପାର୍ଶ୍ଵ ପୃଷ୍ଠତଳର କ୍ଷେତ୍ରଫଳ = 2 x ଉଚ୍ଚତା (ଦୈର୍ଘ୍ୟ + ପ୍ରସ୍ଥ)
  • ସମଘନର ପାର୍ଶ୍ଵ ପୃଷ୍ଠତଳର କ୍ଷେତ୍ରଫଳ = 6(ବାହୁ)2
  • ସମଘନର ପାର୍ଶ୍ଵ ପୃଷ୍ଠତଳର କ୍ଷେତ୍ରଫଳ = 4(ବାହୁ)2

BSE Odisha 8th Class Maths Notes Chapter 5 ପରିମିତି

→ ଘନବସ୍ତୁ (ବହୁଫଳକ)ର ଘନଫଳ :

  • କୌଣସି ଘନବସ୍ତୁ ବାୟୁ, ଜଳ ଅଥବା ଶୂନ୍ୟରେ ଅଧ‌ିକାର କରିଥିବା ସ୍ଥାନର ପରିମାପକୁ ଉକ୍ତ ବସ୍ତୁର ଘନଫଳ ବା ଆୟତନ କୁହାଯାଏ ।
  • ଆୟତଘନର ଘନଫଳ = ଦୈର୍ଘ୍ୟ × ପ୍ରସ୍ଥ × ଉଚ୍ଚତା = ଭୂମିର କ୍ଷେତ୍ରଫଳ × ଉଚ୍ଚତା
  • ସମଘନର ଘନଫଳ = (ବାହୁର ଦୈର୍ଘ୍ୟ)3 ଘନ ଏକକ ।

ଘନଫଳର ଏକକ :
1000 ଘନ ମିଲିମିଟିର = 1 ଘନ ସେ.ମି.
1000 ଘନ ସେ.ମି. = 1 ଘନ ସେ.ମି.
1000 ଘନ ସେ.ମି. = 1 ଘନ ମି.
1000 ଘନ ମି. = 1 ଶନ ବେଳା.ମି.
1000 ଶନ ବେଳା.ମି. = 1 ଘନ ହେକ୍ନୋ.ମି.
1000 ଘନ ହେକ୍ନୋ.ମି. = 1 ଘନ କି.ମି.

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Odisha State Board BSE Odisha 8th Class Science Solutions Chapter 2 ଅଣୁଜୀବ: ଉପକାରୀ ଓ ଅପକାରୀ Textbook Exercise Questions and Answers.

BSE Odisha Class 8 Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଅଣୁଜୀବମାନଙ୍କୁ ଆମେ ……………….. ସହାୟତାରେ ଦେଖିୁପାରୁ ।
(ଖ) ମାଟିର ଉର୍ବରତା ବୃଦ୍ଧି ପାଇଁ ନୀଳଜନିତ ଥିବାହ ବାୟୁମଣ୍ଡଳରୁ ସିଧାସଳଖ …………… ବିବନ୍ଧନ କରିଥାଆନ୍ତ ।
(ଗ) ସୁରାସାର …………………. ସହାୟତାରେ ପ୍ରସ୍ତୁତ ହୋଇଥାଏ ।
(ଘ)ହଇଚ୍ଚା ……………………. ଦ୍ୱାରା ସୃଷ୍ଟି ହୋଇଥାଏ ।

Answers:
(କ) ଅଣୁବୀକ୍ଷଣ ଯନ୍ତ୍ର,
(ଖ) ଯବକ୍ଷାରଜାନ,
(ଗ) ଇଷ୍ଟ,
(ଘ) ବୀଜାଣୁ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Question 2.
ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ (✓) ଦିଅ ।
(କ) କ’ଣ ପ୍ରସ୍ତୁତ କରିବାପାଇଁ ଇଷ୍ଟ୍ ଦରକାର ହୋଇଥାଏ ?
(i) ଚିନି
(ii) ସୁରାସାର
(iii) ହାଇଡ୍ରୋକ୍ଲୋରିକ୍ ଏସିଡ୍
(iv) ଅମ୍ଳଜାନ

(ଖ) ନିମ୍ନ ପ୍ରଦତ୍ତ ମଧ୍ୟରୁ କେଉଁଟି ଜୀବଘ୍ନ ?
(i) ସୋଡ଼ିଅମ୍ ବାଇକାର୍ବୋନେଟ୍
(ii) ସ୍ଟ୍ରେପ୍ଟୋମାଇସିନ୍
(iii) ସୁରାସାର
(iv) ଇଷ୍ଟ୍

(ଗ) କିଏ ମ୍ୟାଲେରିଆ ଜ୍ଵର ଉପୁଜାଉଥ‌ିବା ଆଦିପ୍ରାଣୀର ବାହକ ?
(i) ମାଈ ଏନୋଫିଲିସ୍ ମଶା
(ii) ଅସରପା
(iii) ମାଛି
(iv) ପ୍ରଜାପତି

(ଘ) କିଏ ସଂକ୍ରାମକ ରୋଗର ସବୁଠାରୁ ସାଧାରଣ ବାହକ ?
(i) ପିମ୍ପୁଡ଼ି
(ii) ମାଛି
(iii) କଙ୍କି
(iv) ବୁଢ଼ିଆଣୀ

(ଙ) ପାଉଁରୁଟି କିମ୍ବା ଇଡ୍‌ଲି ପିଠଉ କାହାଦ୍ଵାରା ଫୁଲିଥାଏ ?
(i) ଉତ୍ତାପ
(ii) ପେଷିବା
(iii) ଇଷ୍ଟ୍ ଜୀବକୋଷର ବୃଦ୍ଧି
(iv) ଘାଣ୍ଟିବା

(ଚ) ଚିନିକୁ ସୁରାସାରରେ ପରିଣତ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
(i) ଯବକ୍ଷାରଜାନ ବିବନ୍ଧନ
(ii) ସଂକ୍ରମଣ
(iii) କିଣ୍ବନ
(iv) ସଂଚରଣ

Answers:
(କ) (ii) ସୁରାସାର,
(ଖ) (ii) ସ୍ଟ୍ରେପ୍ଟୋମାଇସିନ୍,
(ଗ) (i) ମାଈ ଏନୋଫିଲିସ୍ ମଶା,
(ଘ) (ii) ମାଛି
(ଙ) (iii) ଇଷ୍ଟ୍ ଜୀବକୋଷର ବୃଦ୍ଧି,
(ଚ) (iii) କିଣ୍ବନ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Question 3.
‘କ’ ସ୍ତମ୍ଭରେ ଥ‌ିବା ଜୀବମାନଙ୍କୁ ‘ଖ’ ସ୍ତମ୍ଭରେ ଥ‌ିବା ସେମାନଙ୍କର କାର୍ଯ୍ୟ ସହ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ବୀଜାଣୁ ଯବକ୍ଷାରଜାନ ବିବନ୍ଧନ
(ii) ରାଇଜୋବିଅମ୍ ବସାଦହି ତିଆରି
(iii) ଲାକ୍ସୋବାସିଲସ୍ ପାଉଁରୁଟି ପ୍ରସ୍ତୁତି
(iv) ଇଷ୍ଟ ମ୍ୟାଲେରିଆ ଜ୍ଵରର କାରଣ
(v) ଆଦିପ୍ରାଣୀ ହଲଜାର କାରଶ
(vi) ଭୂତାଣୁ ପ୍ରତିପିଣ୍ଡ ଉତ୍ପନ୍ନ କରିବା
ଏଡ଼ସ୍‌ର କାରଣ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ବୀଜାଣୁ ହଲଜାର କାରଶ
(ii) ରାଇଜୋବିଅମ୍ ଯବକ୍ଷାରଜାନ ବିବନ୍ଧନ
(iii) ଲାକ୍ସୋବାସିଲସ୍ ବସାଦହି ତିଆରି
(iv) ଇଷ୍ଟ ପାଉଁରୁଟି ପ୍ରସ୍ତୁତି
(v) ଆଦିପ୍ରାଣୀ ମ୍ୟାଲେରିଆ ଜ୍ଵରର କାରଣ
(vi) ଭୂତାଣୁ ଏଡ଼ସ୍‌ର କାରଣ

Question 4.
ଅଣୁଜୀବମାନଙ୍କୁ ଖାଲି ଆଖରେ ଦେଖିହେବ କି ? ଯଦି ନା; ତେବେ କାହା ସାହାଯ୍ୟରେ ସେଗୁଡ଼ିକୁ ଦେଖୁପାରିବା ?
ଊ-
ଅଣୁଜୀବମାନଙ୍କର ଆକାର ଏତେ ଛୋଟ ଯେ ଏମାନଙ୍କୁ ଖାଲି ଆସ୍‌ରେ ଦେଖୁ ସମ୍ଭବ ନୁହେଁ । ଏହି ଅଣୁଜୀବମାନଙ୍କ ମଧ୍ୟରୁ ପାଉଁରୁଟିରେ ବଢୁଥ‌ିବା କବକକୁ ଉତ୍ତଳ ଯବକାଚ ଦ୍ବାରା ଦେଖାଯାଇପାରିବ । ଅନ୍ୟ ଅଣୁଜୀବମାନଙ୍କୁ ଅଣୁବୀକ୍ଷଣ ଯନ୍ତ୍ର ବିନା ଦେଖ‌ିବା ସମ୍ଭବ ନୁହେଁ । ଏହି ଜୀବମାନଙ୍କର ଆକୃତି ଏତେ ଛୋଟ ହୋଇଥିବାରୁ ଏମାନଙ୍କୁ ଅଣୁଜୀବ କୁହାଯାଉଛି ।

Question 5.
ଅଣୁଜୀବମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ଶ୍ରେଣୀଗୁଡ଼ିକ କ’ଣ ?
ଊ-
ଛୋଟ ଛୋଟ ଜୀବ, ଯେଉଁମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖୁହୁଏ, ସେମାନଙ୍କୁ ଅଣୁଜୀବ କୁହାଯାଏ । ଏମାନେ ମୁଖ୍ୟତଃ ଚାରିଶ୍ରେଣୀରେ ବିଭକ୍ତ; ଯଥା –

  • ବୀଜାଣୁ
  • କବକ
  • ଆଦିପ୍ରାଣୀ
  • ଶୈବାଳ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Question 6.
ମାଟିରେ ଯବକ୍ଷାରକାନ ବିବନ୍ଧନ କରୁଥିବା ଅଣୁଜୀବର ନାମ ଲେଖା ।
ଊ-
ମାଟିରେ ଯବକ୍ଷାରଜାନ ବିବନ୍ଧନ କରୁଥ‌ିବା ଅଣୁଜୀବମାନେ ହେଲେ – ବୀଜାଣୁ ଓ ନୀଳ ହରିତ୍‌ ଶୈବାଳ ।

Question 7.
ଆମ ପାଇଁ ଅଣୁଜୀବଗୁଡ଼ିକର ଉପକାରିତା ସମ୍ବନ୍ଧରେ ଦଶଥାଡ଼ିରେ ଲେଖ ।
ଊ-

  • ଲାକ୍ସୋବାସିଲସ୍ ନାମକ ବୀଜାଣୁ କ୍ଷୀରକୁ ଦହିରେ ପରିଣତ କରେ ।
  • ଇଷ୍ଟଦ୍ୱାରା ଶର୍କରାରୁ କିଣ୍ବନ ପ୍ରକ୍ରିୟାରେ ସୁରାସାର ପ୍ରସ୍ତୁତ ହୁଏ ।
  • ବୀଜାଣୁ ଓ କବକମାନଙ୍କୁ ବ୍ୟବହାର କରି ଆଣ୍ଟିବାୟୋଟିକ୍ ପ୍ରସ୍ତୁତ କରାଯାଉଛି ।
  • ଟିକା ମାଧ୍ୟମରେ ଶରୀରରେ ପ୍ରତିପିଣ୍ଡ ସୃଷ୍ଟି କରି ରୋଗକାରୀ ଅଣୁଜୀବ ଦାଉରୁ ରକ୍ଷା କରନ୍ତି ।
  • ନଷ୍ଟକ ଓ ଆନାବେନା ଜାତୀୟ ଶୈବାଳ ଯବକ୍ଷାରଜାନ ବିବନ୍ଧନରେ ସହାୟକ ହୁଅନ୍ତି ।
  • ଡାଲି ଜାତୀୟ ଗଛର ଚେରରେ ଥ‌ିବା ରାଇଜୋବିଅମ୍ ବୀଜାଣୁ ବାୟୁମଣ୍ଡଳରୁ ଯବକ୍ଷାରଜାନ ଆଣି ଉଭିଦକୁ ଯୋଗାଏ ।
  • ଆଜାଟୋବ୍ୟାକ୍ଟର ଏବଂ କ୍ଲୋଷ୍ଟ୍ରିଡ଼ିୟମ ବୀଜାଣୁ ମୃର୍ତ୍ତିକାରେ ରହି ଯବକ୍ଷାରଜାନ ବିବନ୍ଧନରେ ଅଂଶଗ୍ରହଣ କରନ୍ତି ।
  • ଏସିଟିକ୍ ଅମ୍ଳ ଏବଂ ଆଲହଲ ତିଆରିରେ ଏସିଟୋବ୍ୟାକ୍ଟର ନାମକ ବୀଜାଣୁ ବ୍ୟବହୃତ ହୋଇଥାଏ ।
  • ପାଉଁରୁଟି, ଚକୁଳି, ଇଡ୍‌ଲି ଓ କେକ୍ ଆଦି ଖାଦ୍ୟ ପ୍ରସ୍ତୁତିରେ ଏମାନେ ସାହାଯ୍ୟ କରନ୍ତି ।

Question 8.
ଜୀବଘ୍ନ କ’ଣ ? ଏହାର ବ୍ୟବହାର ପାଇଁ କି କି ସତର୍କତା ନିଆଯାଇଥାଏ ?
ଉ-
ଜୀବଘ୍ନ :

  • ଜୀବଘ୍ନ ଅଣୁଜୀବରୁ ପ୍ରସ୍ତୁତ ହୋଇଥାଏ ।
  • ଏହାକୁ ସେବନକଲେ ଶରୀରରେ ବୃଦ୍ଧି ପାଉଥ‌ିବା ରୋଗକାରକ ଅଣୁଜୀବମାନେ ମରିଯାଆନ୍ତି କିମ୍ବା ସେମାନଙ୍କ ବଂଶବୃଦ୍ଧି ପ୍ରତିହତ ହୋଇଥାଏ ।
  • ବିଭିନ୍ନ ରୋଗର ଚିକିତ୍ସାପାଇଁ ଏକ ନିର୍ଦ୍ଦିଷ୍ଟ ଅଣୁଜୀବର ବଂଶବୃଦ୍ଧି କରାଇ ସେଥୁରୁ ଜୀବଘ୍ନ ପ୍ରସ୍ତୁତ କରାଯାଇଥାଏ ।
  • ଅଣୁଜୀବରୁ ପ୍ରସ୍ତୁତ ଷ୍ଟେପ୍ଟୋମାଇସିନ୍, ଟେଟ୍ରାସାଇକ୍ଲିନ୍ ଏବଂ ଏରିଥ୍ରୋମାଇସିନ୍ ଭଳି କେତେକ ଜୀବଘ୍ନ

ସତର୍କତା –

  • କେବଳ ଯୋଗ୍ୟ, ଅନୁଭୂତିସମ୍ପର୍ଣ୍ଣ ଡାକ୍ତରଙ୍କ ଉପଦେଶ ଅନୁଯାୟୀ ଜୀବଘ୍ନ ବ୍ୟବହାର କରିବା ଉଚିତ । ଡାକ୍ତରଙ୍କ ପରାମର୍ଶ ମାନି ଏହା ସେବନ କରିବା ଆବଶ୍ୟକ ।
  • କମ୍, ବେଶି ବା ଭୁଲ୍ ମାତ୍ରାରେ ଏହାକୁ ବ୍ୟବହାରକଲେ ଭବିଷ୍ୟତରେ ଏହା ଫଳପ୍ରଦ ହୋଇ ନଥାଏ ।
  • ଅନାବଶ୍ୟକ ଜୀବଘ୍ନ ବ୍ୟବହାରକଲେ ଏହା ଆମ ଶରୀରରେ ଥିବା ଉପକାରୀ ବୀଜାଣୁମାନଙ୍କୁ ମାରିଦେଇଥା’ନ୍ତି ।

ତୁମ ପାଇଁ କାମ ଓ ପ୍ରକଳ୍ପ –

  • ଗୋଟିଏ ବୁଟ କିମ୍ବା ବିଗଛ ଉପାଡ଼ି ଆଣ । ଏହାର ମୂଳକୁ ଦେଖ‌ିଲେ ସେଥିରେ ଗୋଲାକାର ଗଣ୍ଠି ବା ଗ୍ରନ୍ଥିକାମାନ ଦେଖାଯିବ । ଏହାକୁ ମୂଳ ଗ୍ରନ୍ଥିକା କହନ୍ତି । ଗୋଟିଏ ମୂଳର ଚିତ୍ର କରି ସେଥ‌ିରେ ଥିବା ମୂଳ ଗ୍ରନ୍ଥିକାଗୁଡ଼ିକୁ ଦର୍ଶାଅ ।
  • ଜାମ୍ ଏବଂ ଜେଲି ଥ‌ିବା ବୋତଲରେ ଲାଗିଥିବା ଛାପଗୁଡ଼ିକୁ ସଂଗ୍ରହ କର । ଏଥ‌ିରେ ଛପାହୋଇଥ‌ିବା ଉପାଦାନଗୁଡ଼ିକର ତାଲିକା ପ୍ରସ୍ତୁତ କର ।
  • ଡାକ୍ତରଙ୍କ ପାଖକୁ ଯାଇ ଜୀବଘ୍ନର ଅଧିକ ବ୍ୟବହାରକଲେ କ’ଣ ହେବ ବୁଝି ଏହାର ଏକ ଛୋଟ ବିବରଣୀ ପ୍ରସ୍ତୁତ କର ।
  • ପ୍ରକଳ୍ପ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

ଆବଶ୍ୟକ ଯନ୍ତ୍ରପାତି ଓ ରାସାୟନିକ ଦ୍ରବ୍ୟ :
ଦୁଇଟି ପରୀକ୍ଷାନଳୀ, ଚିହ୍ନ ଦିଅ । କଲମ, ଚିନି, ଇଷ୍ଟ ପାଉଡ଼ର, ଦୁଇଟି ବେଲୁନ ଓ ଚୂନପାଣି ।
‘A’ ଏବଂ ‘B’ ଚିହ୍ନିତ ଦୁଇଟି ଟେଷ୍ଟ ଟ୍ୟୁବ୍ ନିଅ । ଗୋଟିଏ ଷ୍ଟାଣ୍ଡରେ ଏହାକୁ ରଖ । ଉପରକୁ କିଛି ଅଂଶ ଛାଡ଼ିଦେଇ ପାଣି ଭର୍ତ୍ତି କର । ପ୍ରତି ଟେଷ୍ଟ ଟ୍ୟୁବରେ ଦୁଇ ଚାମଚ ଲେଖାଏଁ ଚିନି ପକାଅ । ‘B’ ଚିହ୍ନିତ ଟେଷ୍ଟ ଟ୍ୟୁବ୍‌ରେ ଏକ ଚାମକ ଇଷ୍ଟ୍ ପାଉଡ଼ର ପକାଅ । ବେଲୁନ୍ ଦୁଇଟିକୁ ଅଳ୍ପ ଫୁଙ୍କି ପ୍ରତି ଟେଷ୍ଟ ଟ୍ୟୁବ୍‌ର ମୁହଁରେ ବାନ୍ଧିଦିଅ ଓ ସୂର୍ଯ୍ୟକିରଣଠାରୁ ଦୂରରେ ଏକ ଗରମ ଜାଗାରେ ଟ୍ୟୁବ୍ ଦୁଇଟିକୁ ରଦିଅ । 3-4 ଦିନ ପର୍ଯ୍ୟନ୍ତ ପ୍ରତିଦିନ ଟେଷ୍ଟ ଟ୍ୟୁବ୍ ଦୁଇଟିରେ ହେଉଥ‌ିବା ପରିବର୍ତ୍ତନ ଲେଖ ଓ କାହିଁକି ଏପରି ହେଉଛି ଚିନ୍ତା କର । ବର୍ତ୍ତମାନ ଅନ୍ୟ ଏକ ଟେଷ୍ଟ୍ ଟ୍ୟୁବ୍‌ର 4 ଭାଗରୁ l ଭାଗ ଚୂନପାଣି ନିଅ । ‘B’ ଟେଷ୍ଟ୍ ଟ୍ୟୁବ୍‌ର ମୁହଁରେ ବନ୍ଧା ହୋଇଥିବା ବେଲୁନ୍‌କୁ ଏପରି ବାହାର କର ଯେ, ବେଲୁନ୍ ଭିତରେ ଥିବା ଗ୍ୟାସ ଯେପରି ବାହାରି ନଯାଏ । ଚୂନପାଣି ଥ‌ିବା ଟେଷ୍ଟ ଟ୍ୟୁବ୍‌ରେ ବେଲୁକୁ ବାନ୍ଧି ଭଲ ଭାବରେ ଟେଷ୍ଟ ଟ୍ୟୁବ୍‌ଟିକୁ ହଲାଇ କ’ଣ ଘଟୁଛି ଦେଖ ।

ଚ୍ଚାଶିଛ କି ?
ପୃଥ‌ିବୀପୃଷ୍ଠରେ ମଣିଷ ଉଦ୍ଭବ ହେବା ପୂର୍ବରୁ ବୀଜାଣୁଙ୍କ ଆବିର୍ଭାବ ଘଟିଛି; ଅର୍ଥାତ୍ ସେମାନେ ମଣିଷ ଆଗରୁ ପୃଥ‌ିବୀରେ ବାସକରୁଛନ୍ତି । କଷ୍ଟସହିଷ୍ଣୁ ହୋଇଥ‌ିବାରୁ ସେମାନେ ଯେ କୌଣସି ପରିବେଶରେ ବଞ୍ଚିପାରନ୍ତି । ଉତ୍ତପ୍ତ ମାଟିପାତ୍ର ଏବଂ ଅତି ଥଣ୍ଡା ବରଫ ପାଣିରେ ମଧ୍ଯ ଏଗୁଡ଼ିକ ବଞ୍ଚି’ନ୍ତି । କଷ୍ଟିକ୍ ସୋଡ଼ାର ଦ୍ରବ, ଗାଢ଼ ଗନ୍ଧକାମ୍ଳ ପୂର୍ଣ୍ଣ ପୋଖରୀ, ଗଭୀର ଗାତରେ ମଧ୍ୟ ସେମାନେ ଦେଖାଯାଆନ୍ତି । ବୋଧହୁଏ ସେମାନେ ମହାକାଶରେ ବଞ୍ଚିପାରିବେ । ଚନ୍ଦ୍ରପୃଷ୍ଠରେ ଦୁଇ ବର୍ଷ ପର୍ଯ୍ୟନ୍ତ ରଖାଯାଇଥ‌ିବା ଏକ କ୍ୟାମେରାରୁ ଏକପ୍ରକାର ବୀଜାଣୁ ଥିବାର ଜଣାପଡ଼ିଛି । ଏପରି ପରିବେଶ ବୋଧହୁଏ ନାହିଁ ଯେଉଁଠାରେ ବୀଜାଣୁମାନେ ମଧ୍ୟ ରହିପାରିବେ ନାହିଁ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଯେଉଁ ଜୀବମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାହୁଏ ସେମାନଙ୍କୁ ……………….. କୁହାଯାଏ ।
(ii) ଅଣୁଜୀବମାନେ ମୁଖ୍ୟତଃ ………………… ପ୍ରକାର ।
(iii) ଅଣୁଜୀବଜଗତରେ ………………… ଏକ ବିଚିତ୍ର ସତ୍ତା ।
(iv) ଭୂତାଣୁମାନଙ୍କୁ ……………………… ଦ୍ଵାରା ଦେଖ୍ହୁଏ ।
(v) ଏକ ବିଚିତ୍ରସତ୍ତା …………………. ମାଇକ୍ରନ ।
(vi) ସର୍ଦ୍ଦିଭଳି ସାଧାରଣ ରୋଗ ……………………… ଯୋଗୁଁ ହୋଇଥାଏ ।
(vii) ପୋଲିଓଭଳି ମାରାତ୍ମକ ରୋଗ ………………….. ଯୋଗୁଁ ହୋଇଥାଏ ।
(viii) ଆମାଶୟ ରୋଗ ……………………. ଯୋଗୁଁ ହୋଇଥାଏ ।
(ix) ଯକ୍ଷ୍ମାରୋଗ …………………….. ଯୋଗୁଁ ହୋଇଥାଏ ।
(x) ……………. ଅଣୁଜୀବ ଏକକୋଷୀ ଓ ଏକାକୀ ବାସକରେ ।
(xi) ………….. ଓ …………………. ଅଣୁଜୀବ ସଂଘ ବା ମଣ୍ଡଳରେ ବାସକରନ୍ତି ।
(xii) କ୍ଷୀରକୁ ଦହିରେ ପରିଣତ କରିବାରେ …………………. ନାମକ ବୀଜାଣୁ ସାହାଯ୍ୟ କରେ ।
(xiii) କିଣ୍ବନ ପଦ୍ଧତି ……………… ବୈଜ୍ଞାନିକ ଉଦ୍ଭାବନ କରିଥିଲେ ।
(xv) ପେନିସିଲିନ୍ …………………… ବୈଜ୍ଞାନିକ ଉଦ୍ଭାବନ କରିଥିଲେ ।
(xiv) ରୋଗ ହେଲେ ଆମକୁ ……………….. ବଟିକା ଖାଇବାକୁ ପଡ଼ିଥାଏ ।
(xvi) ବସନ୍ତ ରୋଗର ନିରାକରଣ ପାଇଁ ଟିକା …………………. ବୈଜ୍ଞାନିକ ଉଦ୍ଭାବନ କରିଥିଲେ ।
(xvii) ରୋଗକାରକ ଅଣୁଜୀବମାନଙ୍କୁ ……………….. କୁହାଯାଏ ।
(xviii) ମାଈ ଏଡ଼ିସ୍‌ ମଶା …………………. ଭୂତାଣୁର ବାହକ ।
(xix) ମାଈ ଏନୋଫିଲିସ୍ ମଶା …………………… ପରଜୀବୀର ବାହକ ।
(xx) ଆର୍ଥ୍ରାକ୍‌ସ ରୋଗ ………………….. ଙ୍କ ଦ୍ବାରା ଉଦ୍ଭାବିତ ହୋଇଥିଲା ।

Answers:
(i) ଅଣୁଜୀବ
(ii) 4
(iii) ଭୂତାଣୁ
(iv) ଇଲେକ୍‌ଟ୍ରୋନିକ୍ ଅଣୁବୀକ୍ଷଣ
(v) \(=\frac{1}{1000}\)
(vi) ଭୂତାଣୁ
(vii) ଭୂତାଣୁ
(viii) ଆଦିପ୍ରାଣୀ
(ix) ବୀଜାଣୁ
(x) ଏମିବା
(xi) କବକ, ବୀଜାଣୁ
(xii) ଲାକ୍ସୋବାସିଲସ୍
(xiii)ଲୁଇ ପାଶ୍ଚର
(xiv) 199
(xv) ଆଲେକ୍‌ଜାଣ୍ଡର ଫ୍ଲେମିଂ
(xvi) ଏଡ୍ଡି ଜେନର୍
(xvii) ବ୍ୟାଧ୍ଵଜାତକ
(xviii) ଡେଙ୍ଗୁଜ୍ଵର
(xix) ମ୍ୟାଲେରିଆ
(xx) ରବର୍ଟ କକ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଯଷ୍ଟାରେ।ଗ ………………… ମାଧ୍ୟମରେ ବ୍ୟାପିଥାଏ । (ବାୟୁ, ଜଳ, ସଂସ୍ପର୍ଶ, ଖାଦ୍ୟ)
(ii) ଟାଇଫଏଡ୍ ରୋଗ ………………… ମାଧ୍ୟମରେ ବ୍ୟାପିଥାଏ । (ବାୟୁ, ଜଳ, ସଂସ୍ପର୍ଶ, ଖାଦ୍ୟ)
(iii) ହାଡ଼ଫୁଟି ରୋଗ …………… ମାଧ୍ୟମରେ ବ୍ୟାପିଥାଏ । (ବାୟୁ ଜଳ, ଜଳ/ଖାଦ୍ୟ, ବାୟୁ/ସଂସ୍ପର୍ଶ, ଜଳ/ମଶା)
(iv) ମିଳିମିଳା ରୋଗ ସୃଷ୍ଟିକାରୀ ଅଣୁଜୀବ ………………. ଅଟେ । (ବୀଜାଣୁ, ଭୂତାଣୁ, ଶୈବାଳ, ଆଦିପ୍ରାଣୀ)
(v) ମ୍ୟାଲେରିଆ ଜ୍ଵର ସୃଷ୍ଟିକାରୀ ଅଣୁଜୀବ ……………. ଅଟେ । (ବୀଜାଣୁ, ଭୂତାଣୁ, ଶୈବାଳ, ଆଦିପ୍ରାଣୀ)
(vi) ଲେମ୍ବୁର ଜାଦୁରା ରୋଗ ………………….. ଅଣୁଜୀବ ଯୋଗୁଁ ହୋଇଥାଏ । (ବୀଜାଣୁ, କବକ, ଭୂତାଣୁ, ଆଦିପ୍ରାଣୀ)
(vii) ଗହମର କଳଙ୍କିରୋଗ ……………. ଅଣୁଜୀବ ଯୋଗୁଁ ହୋଇଥାଏ । (ବୀଜାଣୁ, କବକ, ଭୂତାଣୁ, ଆଦିପ୍ରାଣୀ)
(viii) ଭେଣ୍ଡିର ୟେଲୋଭେନ୍ ରୋଗ …………………….. ଅଣୁଜୀବ ଯୋଗୁଁ ହୋଇଥାଏ । (ବୀଜାଣୁ, କବକ, ଭୂତାଣୁ, ଆଦିପ୍ରାଣୀ)
(ix) ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା କରିବାପାଇଁ ଏଥରେ …………………….. ମିଶାଯାଇଥାଏ । (ଲୁଣ କିମ୍ବା ଅମ୍ଳ, କ୍ଷାର କିମ୍ବା ଲଙ୍କା, ହଳଦୀ କିମ୍ବା ଜିରା, କିମ୍ବା ସୋରିଷ)
(x) ପାଶ୍ଚରୀକରଣ ପଦ୍ଧତିରେ କ୍ଷୀରକୁ 70°C ରେ …………………. ସେକେଣ୍ଡ ପର୍ଯ୍ୟନ୍ତ ଗରମ କରାଯାଏ । (10-15, 15-30, 30 – 45, 45 – 60)

Answers:
(i) ବାୟୁ
(ii) ଜଳ
(iii) ବାୟୁ ସଂସ୍ପର୍ଶ
(iv) ଭୂତାଣୁ
(v) ଆଦିପ୍ରାଣୀ
(vi) ବୀଜାଣୁ
(vii) କବକ
(vi) ଭୂତାଣୁ
(ix) ଲୁଣ କିମ୍ବା ଅମ୍ଳ
(x) 15-30

3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ବରେ ଶୂନ୍ୟସ୍ଥାନ ପୂରଣ କର ।
(i) ସର୍ଦ୍ଦି : ସାଧାରଣ ରୋଗ :: ପୋଲିଓ : ………………….. ।
(ii) ଆମାଶୟ : ଆଦିପ୍ରାଣୀ :: ଟାଇଫଏଡ୍ : ………………….. ।
(iii) ଯକ୍ଷ୍ମା : ବୀଜାଣୁ :: ହାଡ଼ଫୁଟି : ………………….. ।
(iv) ଏକାକୀ ବାସକରେ : ଏମିବା : : ସଂଘରେ ବାସକରେ : ………………….. ।
(v) ଲୁଇ ପାଶ୍ଚର : କିଣ୍ବନ :: ଫ୍ଲେମିଂ : ………………….. ।
(vi) ଏଡ଼ୱାର୍ଡ଼ ଜେନର : ବସନ୍ତ :: ରବର୍ଟ କକ୍ : ………………….. ।
(vii) ମ୍ୟାଲେରିଆ : ପରଜୀବୀ :: ଡେଙ୍ଗୁଜ୍ୱର : ………………….. ।
(viii) ମ୍ୟାଲେରିଆ : ମାଈ ଏନୋଫିଲିସ୍ :: ଡେଙ୍ଗୁଜ୍ଵର : ………………….. ।
(ix) ହଇଜା : ବୀଜାଣୁ :: ମ୍ୟାଲେରିଆ ଜ୍ଵର : ………………….. ।
(x) ଯକ୍ଷ୍ମା : ବୀଜାଣୁ :: ପୋଲିଓ : ………………….. ।

Answers:
(i) ମାରାତ୍ମକ ରେ।ଟ
(ii) ବୀଜାଣୁ
(iii) ଭୂତାଣୁ
(iv) କବକ/ବୀଜାଣୁ
(v) ପେନିସିଲିନ୍
(vi) ଆର୍ଥ୍ରାକ୍‌ସ
(vi) ଭୂତାଣୁ
(viii) ମାଈ ଏଡ଼ିସ୍‌
(ix) ଆଦିପ୍ରାଣୀ
(x) ଭୂତାଣୁ

4. ‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଶବ୍ଦଗୁଡ଼ିକୁ ମିଳାଅ ।

‘କ’ ‘ଖ’
(i) ଆଚାର (i) ବାୟୁ
(ii) ଜାମ୍ , ଜେଲି (ii) ମଞ୍ଜ
(iii) ପରିରକ୍ଷକ (iii) କ୍ଷୀର
(iv) ଭେଣ୍ଡିର ମୋଜା (iv) ତୈଳ ଏବଂ ଭିନେଗାର
(v) ଗହମର କଳଙ୍କ (v) କୀଟ
(vi) ହଇଜା (vi) ଆଦିପ୍ରାଣୀ
(vii) ମ୍ୟାଲେରିଆ (vii) ଭୂତାଣୁ
(viii) ଲେମ୍ବୁର ଜାଦୁରା (viii) ବୀଜାଣୁ
(ix) ପାଶ୍ଚରୀକରଣ (ix) ଲୁଣ କିମ୍ବା ଅମ୍ଳ
(x) ହିପାଟାଇଟିସ୍-B (x) ଚିନି

Answers:

‘କ’ ‘ଖ’
(i) ଆଚାର (iv) ତୈଳ ଏବଂ ଭିନେଗାର
(ii) ଜାମ୍ , ଜେଲି (x) ଚିନି
(iii) ପରିରକ୍ଷକ (ix) ଲୁଣ କିମ୍ବା ଅମ୍ଳ
(iv) ଭେଣ୍ଡିର ମୋଜା (v) କୀଟ
(v) ଗହମର କଳଙ୍କ (ii) ମଞ୍ଜ
(vi) ହଇଜା (viii) ବୀଜାଣୁ
(vii) ମ୍ୟାଲେରିଆ (vi) ଆଦିପ୍ରାଣୀ
(viii) ଲେମ୍ବୁର ଜାଦୁରା (i) ବାୟୁ
(ix) ପାଶ୍ଚରୀକରଣ (iii) କ୍ଷୀର
(x) ହିପାଟାଇଟିସ୍-B (vii) ଭୂତାଣୁ

5. କେବଳ ଉତ୍ତର ଲେଖ ।
(i) ଯେଉଁ ଜୀବମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିହୁଏ ସେମାନଙ୍କୁ କ’ଣ କୁହାଯାଏ ?
ଉ-
ଅଣୁଜୀବ

(ii) ଅଣୁଜୀବମାନେ ମୁଖ୍ୟତଃ କେତେ ପ୍ରକାର ?
ଉ-
4 ପ୍ରକାର

(iii) କେଉଁ ଅଣୁଜୀବ ଏବଂ ବିଚିତ୍ର ସତ୍ତା, ଯାହାକୁ ପ୍ରହେଳିକା ଭାବେ ଗ୍ରହଣ କରାଯାଇଛି ?
ଉ-
ଭୂତାଣୁ

(iv) ଭୂତାଣୁମାନେ ପୋଷକ ଜୀବର କେଉଁଠାରେ ବଂଶବିସ୍ତାର କରନ୍ତି ?
ଉ-
କୋଷ ଭିତରେ

(v) ପୋଲିଓ ଏବଂ ହାଡ଼ଫୁଟି କେଉଁ ଅଣୁଜୀବ ଯୋଗୁଁ ହୋଇଥାଏ ?
ଉ-
ଭୂତାଣୁ

(vi) ଆମାଶୟ ଏବଂ ମ୍ୟାଲେରିଆ କେଉଁ ଅଣୁଜୀବ ଯୋଗୁଁ ହୋଇଥାଏ ?
ଉ-
ଆଦିପ୍ରାଣୀ

(vii) ଟାଇଫଏଡ୍ ଓ ଯକ୍ଷ୍ମା କେଉଁ ଅଣୁଜୀବ ଯୋଗୁଁ ହୋଇଥାଏ ?
ଉ-
ବୀଜାଣୁ

(viii) କବକ ଓ ବୀଜାଣୁ କିପରି ବାସକରନ୍ତି ?
ଉ-
ସଂଘ ବା ମଣ୍ଡଳ ଗଠନ କରି

(ix) କ୍ଷୀରକୁ ଦହିରେ ପରିଣତ କରିବା କେଉଁ ବୀଜାଣୁଦ୍ୱାରା ହୋଇଥାଏ ?
ଉ-
ଲାକ୍ସୋବାସିଲସ୍

(x) କେଉଁ ଅଣୁଜୀବର ବ୍ୟବହାରଦ୍ୱାରା ସୁରାସାର ଓ ମଦ ତିଆରି ହୁଏ ?
ଉ-
ଇଷ୍ଟ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

(xi) କେଉଁ ପଦ୍ଧତିରେ ଇଷ୍ଟଦ୍ୱାରା ଶର୍କରାରୁ ସୁରାସାର ପ୍ରସ୍ତୁତ ହୁଏ ?
ଉ-
କିଶ୍ଵନ

(xii) କେଉଁ ଭୂତାଣୁଜନିତ ରୋଗର ନିରାକରଣ ଜୀବଘ୍ନଦ୍ୱାରା ହୋଇ ନଥାଏ ?
ଉ-
ସର୍ଦ୍ଦି ଏବଂ ଫ୍

(xiii) ଅଣୁଜୀବମାନେ ବର୍ଜ୍ୟବସ୍ତୁକୁ କେଉଁ ପ୍ରକ୍ରିୟାରେ ମାଟିରେ ମିଶାଇଦିଅନ୍ତି ?
ଉ-
ଅପଘଟନ

(xiv) ରୋଗକାରକ ଅଣୁଜୀବମାନଙ୍କୁ କ’ଣ କୁହାଯାଏ ?
ଉ-
ବ୍ଯାଧ୍ଜାତକ

(xv) ହଇଜା, ସର୍ଦ୍ଦି, ହାଡ଼ଫୁଟି, ଯକ୍ଷ୍ମା ଇତ୍ୟାଦି କେଉଁ ପ୍ରକାର ରୋଗ ଅଟନ୍ତି ?
ଉ-
ସଂକ୍ରାମକ ରୋଗ

(xvi) ମାଈ ଏନୋଫିଲିସ୍ ମଶା କେଉଁ ରୋଗର ବାହକ ?
ଉ-
ମ୍ୟାଲେରିଆ

(xvii) ମାଈ ଏଡ଼ିସ୍ ମଶା କେଉଁ ରୋଗର ବାହାକ ?
ଉ-
ଡେଙ୍ଗୁଜ୍ଵର

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

(xviii) ଗାଈଗୋରୁମାନଙ୍କ ଫାଟୁଆ ରୋଗ କାହାଯୋଗୁଁ ହୋଇଥାଏ ?
ଉ-
ଭୂତାଣୁ

(xix) ଯେଉଁ ରାସାୟନିକ ଦ୍ରବ୍ୟ ଅଣୁଜୀବମାନଙ୍କ ବୃଦ୍ଧିକୁ ହ୍ରାସ ବା ବନ୍ଦ କରିଥାଏ, ତାହାକୁ କ’ଣ କୁହାଯାଏ ?
ଉ-
ପରିରକ୍ଷକ

(xx) କ୍ଷୀରକୁ ପ୍ୟାକେଟ୍‌ରେ ପଠାଇବାପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ?
ଉ-
ପାଶ୍ଚରୀକରଣ

BSE Odisha 8th Class Maths Notes Geometry Chapter 4 ଅଙ୍କନ

Odisha State Board BSE Odisha 8th Class Maths Notes Geometry Chapter 4 ଅଙ୍କନ will enable students to study smartly.

BSE Odisha Class 8 Maths Notes Geometry Chapter 4 ଅଙ୍କନ

→ କେତେକ ମୌଳିକ ଅଙ୍କନ (ଭୁଲର୍ ସାହାଯ୍ୟରେ ଅଙ୍କନ) :

  • ଦର ଦିନ୍ଦୁଦ୍ଵୟ ମଧ୍ୟରଦକ ଏକ ସରଳରେଖା ଅନେ
  • ଦର ଦିନ୍ଦୁଦ୍ଵୟସଯୋକକ ସରଳରେଖା ଅନେ
  • ଦତ୍ତ ରେଖାଖଣ୍ଡର ସମଦ୍ବିଖଣ୍ଡୀକରଣ
  • ଏକ ଦତ୍ତ କୋଣର ସମଦ୍ଵିଖଣ୍ଡୀକରଣ
  • ଏକ ଦତ୍ତ କୋଣର ସମପରିମାଣ ବିଶିଷ୍ଟ ଅନ୍ୟ ଏକ କୋଣ ଅଙ୍କନ
  • ଏକ ଦତ୍ତ ରେଖା ସହ ସମାନ୍ତର କରି ତାହାର ବହିଃସ୍ଥ ଏକ ହିନ୍ଦୁ ଦେଇ ଏକ ରେଖା ଅଙ୍କନ
  • ଏକ ଦତ୍ତ ସରଳରେଖା ବହିଃସ୍ଥ ଏକ ହିନ୍ଦୁ ସମପରିମାଣ ସହ ଅଙ୍କନ

→ ତ୍ରିଭୁଜ ଅଙ୍କନ :
ସୂଚନା :

  • ତ୍ରିଭୁଜ ଅଙ୍କନ କରିବା ପୂର୍ବରୁ ପ୍ରଥମେ ଏକ ରଫ୍ ଚିତ୍ର ଅଙ୍କନ କରି ତାହାର ନାମକରଣ କରାଯାଏ ।
  • ଦତ୍ତ ଥ‌ିବା ଅଂଶଗୁଡ଼ିକର ମାପକୁ ସମ୍ପୃକ୍ତ ଚିତ୍ରର ପାର୍ଶ୍ଵରେ ଦର୍ଶାଇଲେ ତାହାକୁ ‘ବିଶ୍ଳେଷଣ ଚିତ୍ର’ କୁହାଯାଏ ।
  • ବିଶ୍ଳେଷଣ ଚିତ୍ରଦ୍ଵାରା ପ୍ରଥମେ କେଉଁ ଅଂଶ ଅଙ୍କନ କରିବାକୁ ହେବ ତାହା ଜାଣିହୁଏ ।
  • ରଫ୍ ଚିତ୍ର ସାହାଯ୍ୟରେ ଅଙ୍କନର ବିଭିନ୍ନ ସୋପାନ ସହଜରେ ସ୍ଥିର କରିହୁଏ ।

ମନେରଖ:
△ABC ରେ ∠A, ∠B ଓ ∠C ର ସମ୍ମୁଖୀନ ବାହୁର ଦୈର୍ଘ୍ୟକୁ ଯଥାକ୍ରମେ a, b ଓ c ସଙ୍କେତଦ୍ୱାରା ପ୍ରକାଶ କରାଯାଏ ।

ତ୍ରିଭୁଜ ଅଙ୍କନ 1 : ତିନି ବାହୁର ଦୈର୍ଘ୍ୟ ଦତ୍ତ ଥିଲେ ତ୍ରିଭୁଜ ଅଙ୍କନ (ବାହୁ – ବାହୁ – ବାହୁ)
△ABC ଅଙ୍କନ କର, ଯାହାର a = 7 ସେ.ମି., b = 6 ସେ.ମି. ଓ c = · 5 ସେ.ମି. |
BSE Odisha 8th Class Maths Notes Geometry Chapter 4 Img 1
ଅଙ୍କନ ପ୍ରଣାଳୀ :
(i) 7 ସେ.ମି. ଦୈର୍ଘ୍ୟନେଇ \(\overline{\mathrm{BC}})\) ଅଙ୍କନ କର ।
BSE Odisha 8th Class Maths Notes Geometry Chapter 4 Img 2
(ii) Bକୁ କେନ୍ଦ୍ର ନେଇ 5 ସେ.ମି. ବ୍ୟାସାର୍ଦ୍ଧବିଶିଷ୍ଟ ଏକ ଚାପ ଅଙ୍କନ କର ।

(iii) C କୁ କେନ୍ଦ୍ର ନେଇ 6 ସେ.ମି. ବ୍ୟାସାର୍ଷବିଶିଷ୍ଟ ଏକ ଚାପ ଅଙ୍କନ କର, ଯେପରି B କୁ କେନ୍ଦ୍ରକରି ଅଙ୍କିତ ହୋଇଥିବା ଚାପକୁ ଏହା ଛେଦକରିବ । ଛେଦବିନ୍ଦୁର ନାମ A ଦିଅ ।
BSE Odisha 8th Class Maths Notes Geometry Chapter 4 Img 3

(iv) AB ଓ AC ଅଙ୍କନ କର । ବର୍ତ୍ତମାନ ABC ଆବଶ୍ୟକୀୟ ତ୍ରିଭୁଜ ।
BSE Odisha 8th Class Maths Notes Geometry Chapter 4 Img 4
ଟୀକା : B ଓ C ବିନ୍ଦୁକୁ କେନ୍ଦ୍ର ନେଇ ଅଙ୍କନ କରାଯାଇଥିବା ଚାପଦ୍ଵୟ BC ର ଉଭୟ ପାର୍ଶ୍ଵରେ ପରସ୍ପରକୁ ଛେଦ କରି A ବିନ୍ଦୁର ଦୁଇଗୋଟି ଅବସ୍ଥିତି ମିଳିବ । ମାତ୍ର A ର ଯେ କୌଣସି ଗୋଟିଏ ଅବସ୍ଥିତିକୁ ନେଇ AABC ଅଙ୍କନ କରିବାକୁ ହେବ ।

BSE Odisha 8th Class Maths Notes Chapter 4 ଅଙ୍କନ

ନିଜେ କର:
ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ତିନୋଟି ଲେଖାଏଁ ଦୈର୍ଘ୍ୟ ମାପ ଦିଆଯାଇଛି । କେଉଁ ତିନୋଟିକୁ ତ୍ରିଭୁଜର ବାହୁର ଦୈର୍ଘ୍ୟ ରୂପେ ନେଇ ତ୍ରିଭୁଜ ଅଙ୍କନ ସମ୍ଭବ ନୁହେଁ ଦର୍ଶାଅ ।

  • 7 ସେ.ମି. , 5 ସେ.ମି. , 6.3 ସେ.ମି.
  • 7 ସେ.ମି. , 4.5 ସେ.ମି. , 12 ସେ.ମି.
  • 6.2 ସେ.ମି. , 9.5 ସେ.ମି. , 9.5 ସେ.ମି.

ଉତ୍ତର : 7 ସେ.ମି., 4.5 ସେ.ମି., 12 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ବାହୁତ୍ରୟକୁ ନେଇ ତ୍ରିଭୁଜ ଅଙ୍କନ ସମ୍ଭବ ନୁହେଁ ।
ବି.ଦ୍ର. : ତ୍ରିଭୁଜର ଯେ କୌଣସି ଦୁଇବାହୁର ଦୈର୍ଘ୍ୟର ସମଷ୍ଟି ଏହାର ତୃତୀୟ ବାହୁର ଦୈର୍ଘ୍ୟଠାରୁ ବୃହତ୍ତର

→ ଚତୁର୍ଭୁଜ ଅଙ୍କନ
ଚତୁର୍ଭୁଜ ଅଙ୍କନ ସମ୍ବନ୍ଧୀୟ ବିଶ୍ଳେଷଣ :

  • ଦତ୍ତ ମାପ ବ୍ୟବହାର କରି ଚତୁର୍ଭୁଜଟିଏ ଅଙ୍କନ ପୂର୍ବରୁ ଏକ ଚତୁର୍ଭୁଜର ରଫ୍ ଚିତ୍ର (ବିଶ୍ଳେଷଣ ଚିତ୍ର) ଅଙ୍କନ କର ।
  • ଏହି ଚିତ୍ର ସଦ୍ୱାଯ୍ୟରେ ତତୁରୁଲଭ କେଉଁ ଅଣଟିକ୍ସ ଅଲମ କାରାଯାଉ ବା କେଉଁ ବାଦ୍ଵିଟିରୁ ଅଲମ କରାଯିବ ତାହା ସ୍ଥିର କରି ଅଙ୍କନ କରିବାକୁ ହେବ ।

ଚତୁର୍ଭୁଜ ଅଙ୍କନ – 1 : ଚାରିବାହୁ ଓ ଏକ କଣ୍ଠର ଦୈର୍ଘ୍ୟ ଦତ୍ତ ଥିଲେ, ଚତୁର୍ଭୁଜ ଅଙ୍କନ :
ABCD ଚତୁର୍ଭୁଜ ଅଙ୍କନ କର, ଯହିଁରେ AB = 4 ସେ.ମି., BC = 6 ସେ.ମି., CD = 5 ସେ.ମି., AD = 5.5 ସେ.ମି. 3 d AC = 8 ସେ.ମି. |

ବିଶ୍ଳେଷଣ : (i) ABCD ଚତୁର୍ଭୁଜର ରଫ୍ ଚିତ୍ରଟିଏ ଅଙ୍କନ କରି ତହିଁରେ \(\overline{\mathrm{AB}})\), BC, CD, AD ଓ ACର ମାପଗୁଡ଼ିକ ସୂଚାଯାଉ ।
(ii) △ABC ଓ △ACD ପ୍ରତ୍ୟେକର ତିନିବାହୁ ଦତ୍ତ ଥିବାରୁ ଆମେ କଣ୍ଠ ACର ଉଭୟ ପାର୍ଶ୍ଵରେ ABC ଓ ACD ତ୍ରିଭୁଜଦ୍ଵୟକୁ ଅଙ୍କନ କରିପାରିବା ଓ ଏହାଦ୍ଵାରା ABCD ଚତୁର୍ଭୁଜଟି ମିଳିଯିବ ।
BSE Odisha 8th Class Maths Notes Geometry Chapter 4 Img 5

→ ଅଙ୍କନ ପ୍ରଣାଳୀ :

  • 8 ସେ.ମି. ଦୈର୍ଘ୍ୟ ବିଶିଷ୍ଟ AC ଅଙ୍କନ କର ।
  • A କୁ କେନ୍ଦ୍ର କରି 4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର ।
  • C କୁ କେନ୍ଦ୍ର କରି 6 ସେ.ମି. ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର, ଯେପରି ତାହା A କୁ କେନ୍ଦ୍ର କରି ଅଙ୍କିତ ଚାପକୁ ଛେଦ କରିବ । ଛେଦବିଦୁର ନାମ B ଦିଅ ।
  • ପୁନଶ୍ଚ A କୁ କେନ୍ଦ୍ର କରି 5.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଅନ୍ୟ ଏକ ଚାପ, ACର ଯେଉଁ ପାର୍ଶ୍ଵରେ B ଅଛି, ତାହାର ବିପରୀତ ପାର୍ଶ୍ଵରେ ଅଙ୍କନ କର ।
  • C କୁ କେନ୍ଦ୍ର କରି 5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଅନ୍ୟ ଏକ ଚାପ ଅଙ୍କନ କର । ତାହା A କୁ କେନ୍ଦ୍ର କରି ଅଙ୍କିତ 5.5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପକୁ ଛେଦକରୁ । ଛେଦବିଦୁର ନାମ D ଦିଅ ।
  • AB, BC, CD ଓ AD ଅଙ୍କନ କର । ବର୍ତ୍ତମାନ ଉଦ୍ଦିଷ୍ଟ ଚତୁର୍ଭୁଜ ABCD ମିଳିଲା ।

ସୂଚନା : ରଫ୍ ଚିତ୍ରରୁ ଆମେ ଜାଣିଲୁ ଯେ AB + BC > AC (କାରଣ 4 ସେ.ମି. + 6 ସେ.ମି. > 8 ସେ.ମି.) ଓ AD + DC > AC (କାରଣ 5.5 ସେ.ମି. + 5 ସେ.ମି. > 8 ସେ.ମି.) । ତେଣୁ ଚତୁର୍ଭୁଜଟି ଅଙ୍କନ କରିବା ସମ୍ଭବ ।

→ ବୃତ୍ତ ମଧ୍ୟରେ ସୁଷମ ଷଡ଼ଭୁଜ, ସମବାହୁ ତ୍ରିଭୁଜ ଓ ବର୍ଗଚିତ୍ରର ଅନ୍ତର୍ଲିଖନ :

    •  ବୃତ୍ତ ମଧ୍ଯରେ ସୁଷମ ଷଡ଼ଭୁଜର ଅନ୍ତର୍ଲିଖନ :
      (i) ଯେଉଁ ଚତୁର୍ଭୁଜର ବାହୁଗୁଡ଼ିକ ସମଦୈର୍ଘ୍ୟ ବିଶିଷ୍ଟ ଓ କୋଣଗୁଡ଼ିକ ସମପରିମାଣ ବିଶିଷ୍ଟ, ତାହାକୁ ସୁଷମ ବହୁଭୁଜ କୁହାଯାଏ । ଛଅଟି ବାହୁ ବିଶିଷ୍ଟ ସୁଷମ ବହୁଭୁଜକୁ ସୁଷମ ଷଡ଼ଭୁଜ କହନ୍ତି ।
      BSE Odisha 8th Class Maths Notes Geometry Chapter 4 Img 6
      ମନେଇଖ :
      ଗୋଟିଏ ଦଦୁରୁଲଭ ଶାଯଦିନ୍ଦୁଗୁଣିକ ଏକ ଦ୍ଵଭରେ ଅଦମିତ ହେଲେ ତାହାକୁ ବୃତ୍ତାନ୍ତର୍ଲିଖ୍ତ ବହୁଭୁଜ କୁହାଯାଏ । ଗୋଟିଏ ବୃତ୍ତରେ ଏକ ସୁଷମ ଷଡ଼ଭୁଜର ଅନ୍ତର୍ଲିଖନ କରିବାକୁ ହେଲେ ଆମକୁ ବୃତ୍ତ ଉପରେ ଛଅଟି ବିନ୍ଦୁ – A, B, C, D, E, F – ଏଭଳି ଭାବରେ ନିର୍ଣ୍ଣୟ କରିବାକୁ ହେବ, ଯେପରି ABCDEF ଏକ ସୁଷମ ବହୁଭୁଜ ହେବ।

→ ଅଙ୍କନ ପ୍ରଣାଳୀ :

  • ମନେକର ବୃତ୍ତର ବ୍ୟାସାର୍ଦ୍ଧ r ଅଟେ ।
  • ବୃତ୍ତ ଉପରେ ଯେ କୌଣସି ଗୋଟିଏ ବିନ୍ଦୁ ନେଇ ତାହାର ନାମ A ଦିଅ ।
  • A କୁ କେନ୍ଦ୍ର କରି R ବ୍ୟାସାର୍ଦ୍ଧ ନେଇ ଗୋଟିଏ ଚାପ ଅଙ୍କନ କର । ଏହି ଚାପ ବୃତ୍ତକୁ ଛେଦକରୁଥିବା ଗୋଟିଏ ବିନ୍ଦୁର ନାମ B ଦିଅ । ପୁଣି B କୁ କେନ୍ଦ୍ର କରି ପୂର୍ବ ବ୍ୟାସାର୍ଷ ବିଶିଷ୍ଟ ଚାପ ଅଙ୍କନ କର । ତାହା ବୃତ୍ତକୁ ଯେଉଁ ବିନ୍ଦୁରେ ଛେଦ କରେ (A ଭିନ୍ନ ଅନ୍ୟ ଏକ ବିନ୍ଦୁ) ତାହାର ନାମ C ଦିଅ । ଏହି କ୍ରମରେ ବୃତ୍ତ ଉପରେ D, E, F ବିନ୍ଦୁ ନିର୍ଣ୍ଣୟ କର ।
  • AB, BC, CD, DE, EF, \(\overline{\mathrm{FA}})\) ରେଖାଖଣ୍ଡମାନ ଅକ୍ କର | ABCDEF ରବିଯୁ ଦ୍ଵରାନ୍ତଲିଖଦ ସୁଷମ ଷଡ଼ଭୁଜ ।

କେତୋଟି ଜାଣିବା କଥା :
(a) F କୁ କେନ୍ଦ୍ରକରି I ବ୍ୟାସାର୍ଦ୍ଧ ନେଇ ଚାପ ଅଙ୍କନକଲେ ତାହା ବୃତ୍ତକୁ ଦୁଇଟି ବିନ୍ଦୁରେ ଛେଦ କରି ପାରିବ । ସେଥୁରୁ ଗୋଟିଏ ବିନ୍ଦୁ E ଓ ଅନ୍ୟଟି A ଅଟେ । ତେଣୁ ଷଡ଼ଭୁଜର ବାହୁ ଛଅଟି, ସମଦୈର୍ଘ୍ୟ ବିଶିଷ୍ଟ ।
BSE Odisha 8th Class Maths Notes Geometry Chapter 4 Img 7

(b) ଚିତ୍ରରେ OA = OB = OC = OD = OE = OF = r (ବୃତ୍ତର ବ୍ୟାସାର୍କ) ସେହିପରି AB = BC = CD = DE = EF = FA = 1 (ଅଙ୍କନବେଳେ ଚାପଗୁଡ଼ିକର ବ୍ୟାସାର୍ଦ୍ଧ r ନିଆଯାଇଛି ।) ତେଣୁ ଷଡ଼ଭୁଜର ଶୀର୍ଷବିନ୍ଦୁ ଓ ବୃତ୍ତର କେନ୍ଦ୍ର ଠ ର ସଂଯୋଗକାରୀ ରେଖାଖଣ୍ଡମାନ ଅଙ୍କନକଲେ ଆମେ ବୃତ୍ତର ଅନ୍ତର୍ଦେଶରେ ଛଅଟି ସମବାହୁ ତ୍ରିଭୁଜ ପାଇବା ।
ସମବାହୁ ତ୍ରିଭୁଜର ପ୍ରତ୍ୟେକ କୋଣର ପରିମାଣ 60° ହୋଇଥିବାରୁ ଅଙ୍କିତ ବହୁଭୁଜର ପ୍ରତ୍ୟେକ କୋଣର ପରିମାଣ 120° ଅଟେ ।

BSE Odisha 8th Class Maths Notes Chapter 4 ଅଙ୍କନ

2. ବୃତ୍ତ ମଧ୍ୟରେ ସମବାହୁ ତ୍ରିଭୁଜର ଅନ୍ତର୍ଲିଖନ :
(i) ସୁଷମ ଷଡ଼ଭୁଜ ଅଙ୍କନ ପ୍ରଣାଳୀର ବୃତ୍ତ ଉପରେ A, B, C, D, E, F ବିନ୍ଦୁ କ୍ରମିକ ଭାବରେ ଅଙ୍କନ କର ।
(ii) ବିନ୍ଦୁଗୁଡ଼ିକୁ ଗୋଟିଏ ଛଡ଼ା ଗୋଟିକୁ (ଯେପରି A, C, E) ନେଇ ରେଖାଖଣ୍ଡ ଅଙ୍କନ କର, ଯେପରି \(\overline{\mathrm{AC}})\), \(\overline{\mathrm{CE}})\), \(\overline{\mathrm{EA}})\) |
BSE Odisha 8th Class Maths Notes Geometry Chapter 4 Img 8
ଏ କ୍ଷେତ୍ରରେ △ACE ଆବଶ୍ୟକ ବୃତ୍ତାନ୍ତର୍ଲିଖ ସମବାହୁ ତ୍ରିଭୁଜ ।
ଦ୍ରଷ୍ଟବ୍ୟ : ଚିତ୍ରରେ ଆମେ ଅନ୍ୟ △BDF ସମବାହୁ ତ୍ରିଭୁଜ ଅନ୍ତର୍ଲିଖନ କରିପାରିବା |

3. ବୃତ୍ତ ମଧ୍ଯରେ ବର୍ଗଚିତ୍ର ଅନ୍ତର୍ଲିଖନ :
ବୃତ୍ତ ମଧ୍ୟରେ ପରସ୍ପରପ୍ରତି ଲମ୍ବ ଦୁଇଟି ବ୍ୟାସ ଅଙ୍କନ କରି ବର୍ଗଚିତ୍ର ଅଙ୍କନ କରାଯାଏ ।

→ ଅଙ୍କନ ପ୍ରଣାଳୀ :

  • ମନେକର ବୃତ୍ତର କେନ୍ଦ୍ର O ଅଟେ । ବୃତ୍ତ ଉପରେ ଯେ କୌଣସି ଏକ ବିନ୍ଦୁ A ନେଇ \(\overrightarrow{\mathrm{AO}}\) ଅଙ୍କନ କର । ତାହା ବୃତ୍ତକୁ ଛେଦ– କରୁଥିବା ବିନ୍ଦୁର ନାମ C ଦିଅ । ବୃତ୍ତର AC ଗୋଟିଏ ବ୍ୟାସ ।
  • \(\overrightarrow{\mathrm{OX}}\) ଅଙ୍କନ କର, ଯେପରି ∠AOX ଏକ ସମକୋଣ ହେବ ।
    \(\overrightarrow{\mathrm{OX}}\) ଓ ବୃତ୍ତର ଛେଦବିନ୍ଦୁର ନାମ B ଦିଅ ।
    BSE Odisha 8th Class Maths Notes Geometry Chapter 4 Img 9
  • \(\overrightarrow{\mathrm{BO}}\) ଅଙ୍କନ କର । ତାହା ବୃତ୍ତିକୁ ଛେଦକରୁଥିବା ବିନ୍ଦୁର ନାମ D ଦିଅ । BD ବୃତ୍ତର ଆଉ ଗୋଟିଏ ବ୍ୟାସ, ଯେପରି AC ⊥ BD |
  • AB, BC, CD ଓ DA ଅଙ୍କନ କର । ABCD ଆବଶ୍ୟକ ବୃତ୍ତାନ୍ତର୍ଲିଖ ବର୍ଗଚିତ୍ର ।

BSE Odisha 8th Class Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Odisha State Board BSE Odisha 8th Class Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା Textbook Exercise Questions and Answers.

BSE Odisha Class 8 Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 1.
ନିମ୍ନରେ ଥ‌ିବା ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଭାସିବା, ଜଳ,.ଫସଲ, ପୋଷକ, ବୁଡ଼ିବା, ପ୍ରସ୍ତୁତି)
(କ) କୌଣସି ଏକ ପ୍ରକାର ଉଭିଦ ବହୁ ପରିମାଣରେ ଚାଷ କରିବାକୁ …………………… କୁହାଯାଏ
(ଖ)ଫସଲ ଉତ୍ପାଦନ ପୂର୍ବରୁ ମୃଭିକା …………………. ପ୍ରଥମ ପଦକ୍ଷେପ ଅଟେ ।
(ଗ) ନଷ୍ଟ ହୋଇଥିବା ମଞ୍ଜିଗୁଡ଼ିକ ପାଣି ଉପରେ ………………… କୁ ଲାଗେ ।
(ଘ) ଫସଲ ଉତ୍ପାଦନ ପାଇଁ ପ୍ରଚୁର ସୂର୍ଯ୍ୟାଲୋକ ଏବଂ ………………… ସହ ପୃତ୍ତିକାସ୍ଥ ……………. ଆବଶ୍ୟକ ।
ଉ-
(କ) ଫସଲ,
(ଖ) ପ୍ରସ୍ତୁତି,
(ଗ) ଭାସିବା,
(ଘ) ଜଳ, ପୋଷକ

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 2.
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ଖରିଫ୍ ଫସଲ ଗୃହପାଳିତ ପଶୁ ଖାଦ୍ୟ
(ଖ) ରବି ଫସଲ ଧାନ ଓ ମକା
(ଗ) ରାସାୟନିକ ସାର ଗହମ, ବୁଟ ଓ ମଟର
(ଘ) ଜୈବିକ ସାର ୟୁରିଆ ଏବଂ ସୁପର ଫସ୍‌ଫେଟ୍
ପ୍ରାଣୀର ମଳ ଓ ଗୋବର, ମୂତ୍ର ଏବଂ ଉଭିଦ ଅବଶେଷ

 Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ଖରିଫ୍ ଫସଲ ଧାନ ଓ ମକା
(ଖ) ରବି ଫସଲ ଗହମ, ବୁଟ ଓ ମଟର
(ଗ) ରାସାୟନିକ ସାର ୟୁରିଆ ଏବଂ ସୁପର ଫସ୍‌ଫେଟ୍
(ଘ) ଜୈବିକ ସାର ପ୍ରାଣୀର ମଳ ଓ ଗୋବର, ମୂତ୍ର ଏବଂ ଉଭିଦ ଅବଶେଷ

 

Question 3.
ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ ।
(କ) ଖରିଫ୍ ଫସଲ
(ଖ) ରବି ଫସଲ
ଉ-
(କ) ଖରିଫ୍ ଫସଲ – ଧାନ, ମକା
(ଖ) ରବି ଫସଲ – ଗହମ, ବୁଟ

Question 4.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) ସବୁଜ ସାର କାହାକୁ କହନ୍ତି ?
ଉ-
କଅଁଳ, କଞ୍ଚା, ସବୁଜ ଡାଳପତ୍ରକୁ ମାଟିରେ ମିଶାଇଲେ ଏହା ଅଣୁଜୀବଦ୍ୱାରା ପଚିସଢ଼ି ଯାଏ । ଏହି ପଚିଯାଇଥିବା ପଦାର୍ଥ (ଜୈବିକ ସାର)କୁ ସବୁଜ ସାର କୁହାଯାଏ ।

(ଖ) ‘କମ୍ବାଇନ୍’ ମେସିନର କାର୍ଯ୍ୟ କ’ଣ ?
ଉ-
‘କମ୍ବାଇନ’ ମେସିନଦ୍ୱାରା ଉଭୟ ଧାନ କାଟିବା ଓ ଉଡ଼ାଇବା କାର୍ଯ୍ୟ କରାଯାଇପାରୁଛି ।

(ଗ) ଅମଳ ପରେ ମଞ୍ଜିକୁ ପବନରେ ଉଡ଼ାଯାଏ କାହିଁକି ?
ଉ-
ଅମଳ ପରେ ଦାନାକୁ କୁଲା ବା ମେସିନ ସାହାଯ୍ୟରେ ଉଡ଼ାଇଲେ ଅଗାଡ଼ି ଅଲଗା ହୁଏ ଓ ପରିଷ୍କୃତ ମଞ୍ଜି ସଂଗୃହିତ ହୋଇଥାଏ ।

(ଘ) ଉତ୍ତମ ମଞ୍ଜି ବାଛିବ କିପରି ?
ଉ-
ଉତ୍ତମ ମଞ୍ଜିଗୁଡ଼ିକ ବାଛିବା ପାଇଁ ମଞ୍ଜିଗୁଡ଼ିକ ପାଣିରେ ପକାଯାଏ । ଫଳରେ ଏଗୁଡ଼ିକ ପାଣିରେ ବୁଡ଼ିଯାଏ । ସୁତରାଂ ଉତ୍ତମ ମଞ୍ଜି ବାଛିବାପାଇଁ ପାଣିରେ ଭସା ପଦ୍ଧତି ଏକ ଉତ୍କୃଷ୍ଟ ଉପାୟ ଅଟେ ।

(ଙ) ବୁନ୍ଦା ଜଳସେଚନ କହିଲେ କ’ଣ ବୁଝ ?
ଉ-
ଯେଉଁ ପଦ୍ଧତି ଅବଲମ୍ବନରେ ଜଳ ବୁନ୍ଦା ବୁନ୍ଦା ହୋଇ ଉଭିଦ ମୂଳରେ ପଡ଼ିଥାଏ ତାହାକୁ ବୁନ୍ଦା ଜଳସେଚନ କୁହାଯାଏ । ଅନବରତ ବା ଅଳ୍ପକିଛି ସମୟ ବ୍ୟବଧାନରେ ସରୁ ପ୍ଲାଷ୍ଟିକ୍ ପାଇପଦ୍ବାରା ବୁନ୍ଦା ଜଳସେଚନ କରାଯାଏ ।

Question 5.
ସଂକ୍ଷେପରେ ନିଜ ଭାଷାରେ ଲେଖ ।
ଉ-
(କ) ମୃରିକା ପ୍ରସ୍ତୁତି, (ଖ) ମଞ୍ଜିବୁଣା, (ଗ) ତୃଣକ ଦମନ (ଘ) ଉଇନୋଇଙ୍ଗ୍
(କ) ମୃତ୍ତିକା ପ୍ରସ୍ତୁତି :
(a) ଫସଲ ଉତ୍ପାଦନ କରିବାପାଇଁ ମାଟିକୁ ତଳ ଉପର କରି ଏହାକୁ ଫସଫସିଆ ଓ ହାଲୁକା କରି ଅନୁକୂଳ ବାତାବରଣ ସୃଷ୍ଟି କରିବା କାର୍ଯ୍ୟକୁ ମୃତ୍ତିକା ପ୍ରସ୍ତୁତି କୁହାଯାଏ ।
(b) ଏହି ପ୍ରକ୍ରିୟାରେ ମାଟିରେ ଭୌତିକ, ରାସାୟନିକ ଓ ଜୈବିକ ଗୁଣରେ ପରିବର୍ତ୍ତନ ଘଟିଥାଏ ।
(i) ଏହାଦ୍ଵାରା ଗଛର ଚେର ଅଧିକ ଗଭୀରକୁ ଯାଇପାରେ ଓ ସହଜରେ ଶ୍ଵାସକ୍ରିୟା କରିପାରେ ।
(ii) ଜିଆ ଓ ଅଣୁଜୀବମାନଙ୍କର ବୃଦ୍ଧିଘଟି ମାଟିକୁ ତଳ-ଉପର କରି ହାଲୁକା କରିବା ସହିତ ହ୍ୟୁମସ୍ ବୃଦ୍ଧିକରେ ।

(ଖ) ମଞ୍ଜିବୁଣା :
ଫସଲ ଉତ୍ପାଦନ ପାଇଁ ମଞ୍ଜି ବୁଣା ଅଧିକ ଗୁରୁତ୍ଵପୂର୍ଣ୍ଣ ।

  • ମଞ୍ଜିଗୁଡ଼ିକ ଉନ୍ନତ ମାନର, ସୁସ୍ଥ ଓ ସଂକ୍ରମଣ ହେବା ଦରକାର ।
  • ଏଗୁଡ଼ିକ ଅଧ‌ିକ ଅମଳକ୍ଷମ ହେବା ପାଇଁ ଓ ରୋଗମୁକ୍ତ କରିବା ପାଇଁ ଉପଯୁକ୍ତ କବକ ମାରି ପ୍ରୟୋଗ ହେବା ଆବଶ୍ୟକ ।
  • ମଞ୍ଜିଗୁଡ଼ିକ ଠିକ୍ ଗଭୀରତାରେ ବୁଣାଯିବା ଆବଶ୍ୟକ ।
  • ଆଜିକାଲି ଟ୍ରାକ୍ଟରରେ ଖଞ୍ଜାଯାଇଥବା ଡ୍ରିଲିଙ୍ଗ ଯନ୍ତ୍ରଦ୍ୱାରା ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି । ଏହାଦ୍ୱାରା ମଞ୍ଜିଗୁଡ଼ିକ ଉପରେ ମାଟି ଘୋଡ଼ାଇ ହୋଇଯାଏ ଓ ପକ୍ଷୀମାନେ ଏଗୁଡ଼ିକୁ ଖାଇପାରନ୍ତି ନାହିଁ ।

(ଗ) ତୃଣକ ଦମନ :
(a) ଜମିରେ ଫସଲ ସହିତ ଅନ୍ୟ କେତେକ ଅନାବଶ୍ୟକ ଉଦ୍ଭିଦ ଆପେ ଆପେ ବଢ଼ିଥା’ନ୍ତି । ଏହି ଅନାବନା ଗଛକୁ ତୃଣକ କୁହାଯାଏ । ତୃଣକଗୁଡ଼ିକୁ ଜମିରୁ ନିର୍ମୂଳ କରିବାକୁ ତୃଣକ ଦମନ କୁହାଯାଏ ।
(b) ତୃଣକ ଦମନ କରାନଗଲେ ଏମାନେ ଜଳ, ପୋଷକ, ସ୍ଥାନ ଓ ଆଲୋକପାଇଁ ଫସଲ ସହିତ ପ୍ରତିଯୋଗିତା କରି ଅମଳରେ ବାଧା ସୃଷ୍ଟି କରନ୍ତି ।
(c) ତୃଣକ ବଢ଼ୁଥ‌ିବା ଅବସ୍ଥାରେ ଏବଂ ଫୁଲ ଓ ମଞ୍ଜି ଧରିବା ପୂର୍ବରୁ ତୃଣକମାରୀ ପ୍ରୟୋଗ କରାଯାଏ । ତୃଣକମାରୀକୁ ଜଳରେ ଦ୍ରବୀଭୂତ କରାଯାଇ ସିଞ୍ଚନ ଯନ୍ତ୍ର ସାହାଯ୍ୟରେ ସିଞ୍ଚନ କରି ତୃଣକ ଦମନ କରାଯାଏ ।

(ଘ) ଉଇନୋଇଙ୍ଗ୍ :
(a) ଅମଳ ହୋଇଥ‌ିବା ଦାନାକୁ କୁଲା ବା ମେସିନ ସାହାଯ୍ୟରେ ଉଡ଼ାଇ ଅଗାଡ଼ି ଅଲଗା କରି ମଞ୍ଜି ସଂଗ୍ରହ କରିବାକୁ ଉଇନୋଇଙ୍ଗ କୁହାଯାଏ ।
(b) ଅମଳ ହୋଇଥ‌ିବା ଶସ୍ୟରେ ସାଧାରଣତଃ ରୁ 10% କୁଟା, କାଠି, ଧୁଷ ଅଗାଡ଼ି ଇତ୍ୟାଦି ମିଶି ରହିଥାଏ । କୁଲାରେ ଉଡ଼ାଇ ସଫା କରିବା ପଦ୍ଧତିରେ ଜଣେ ଲୋକ ଦ୍ବାରା ଦିନକୁ କୁଇଣ୍ଟାଲ ଶସ୍ୟ ସଫା ହୋଇଥାଏ ।
(c) ଉପରୋକ୍ତ ଉପାୟରେ ଅଧ‌ିକ ସମୟ ଓ ପରିଶ୍ରମ ଲାଗିବା ସହ ଶସ୍ୟ ମଧ୍ଯ ଭଲ ଭାବରେ ପରିଷ୍କାର ହୁଏ ନାହିଁ । ଏହି କାରଣରୁ ବର୍ତ୍ତମାନ 2 ପ୍ରକାର ଶସ୍ୟ ସଫା କରିବା ଯନ୍ତ୍ର ବ୍ୟବହାର କରାଯାଉଛି;
ଯଥା-

  • ହସ୍ତଚାଳିତ ପଙ୍ଖା [1 ଘଣ୍ଟାରେ 120 କି.ଗ୍ରା. ଧାନ]
  • ଶକ୍ତିଚାଳିତ ପଙ୍ଖା [1 ଘଣ୍ଟାରେ 4 ରୁ 5 କୁଇଣ୍ଟାଲ ଧାନ]

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 6.
ରାସାୟନିକ ସାର ଜୈବିକ ସାରଠାରୁ କିପରି ପୃଥକ୍ ?
ଉ-

  • ସାର ଉଭିଦ ଓ ପ୍ରାଣୀମାନଙ୍କ ଦେହାବଶେଷରୁ ସୃଷ୍ଟି ହୋଇଥିବା ବର୍ଜ୍ୟବସ୍ତୁର ଅପଘଟନରୁ ଜମିରେ ପ୍ରସ୍ତୁତ କରାଯାଇଥାଏ ।
  • ରାସାୟନିକ ସାର ମୁଭିକାକୁ କୌଣସି ହ୍ୟୁମସ୍ ପ୍ରଦାନ କରୁନଥିବାବେଳେ ଜୈବିକ ସାର ମୃଭିକାକୁ ପ୍ରଚୁର ପରିମାଣର ହ୍ୟୁମସ୍ ପ୍ରଦାନ କରିଥାଏ ।
  • ରାସାୟନିକ ସାରରେ ପ୍ରଚୁର ପରିମାଣରେ ଉଭିଦ ପୋଷକ (N, P, K.) ରହିଥ‌ିବାବେଳେ ଜୈବିକ ସାରରେ ଏହା ଅପେକ୍ଷାକୃତ କମ୍ ଥାଏ ।
  • ରାସାୟନିକ ସାରରେ ପୋଷକଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ଥ‌ିବାବେଳେ ଜୈବିକ ସାରରେ ପୋଷକ ନିର୍ଦ୍ଦିଷ୍ଟ ଅନୁପାତରେ ନଥାଏ ।
  • ବାରମ୍ବାର ରାସାୟନିକ ସାର ପ୍ରୟୋଗଦ୍ଵାରା ମୃତ୍ତିକାର ପ୍ରାକୃତିକ ସ୍ଵାସ୍ଥ୍ୟ ହ୍ରାସ ହୁଏ; କିନ୍ତୁ ଜୈବିକ ସାରଦ୍ୱାରା

Question 7.
ଜଳସେଚନ କାହାକୁ କହନ୍ତି ? ଜଳସେଚନର ଦୁଇଟି ପଦ୍ଧତି ବର୍ଣ୍ଣନ କର, ଯେଉଁଥରେ ଜଳ ସଂରକ୍ଷଣ ହୁଏ ।
ଉ-

  • କୂପ, ନଳକୂପ, ପୋଖରୀ, ହ୍ରଦ, ନଦୀ, ଜଳଭଣ୍ଡାର ଏବଂ କେନାଲ ଇତ୍ୟାଦି ଜଳସେଚନର ଉତ୍ସ ଅଟନ୍ତି ।
  • ପୁରାତନ ପଦ୍ଧତିରେ କୂପ, ନଦୀନାଳରୁ ବିଭିନ୍ନ ଉପାୟରେ ମଣିଷ ଓ ଗୃହପାଳିତ ପଶୁମାନଙ୍କ ସାହାଯ୍ୟରେ ଶସ୍ତାରେ ଜଳସେଚନ କରାଯାଉଥିଲା; କିନ୍ତୁ ଏହା ଏତେ ଫଳପ୍ରଦ ନଥ‌ିବାରୁ ଅଧୁନିକ ପଦ୍ଧତିରେ ଜଳସେଚନ ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା 1

(A) ଛିଞ୍ଚା ପଦ୍ଧତି:

  • ପର୍ଯ୍ୟାପ୍ତ ଜଳ ପାଉ ନଥ‌ି ଅସମତଳ ସ୍ଥାନରେ ଏହି ପଦ୍ଧତିରେ ଜଳସେଚନ କରାଯାଏ ।
  • ଏହି ପଦ୍ଧତିରେ ଜଳକୁ ପମ୍ପ, ମୁଖ୍ୟନାଳ, ଉପମୁଖ୍ୟନାଳ, ଶାଖାନାଳ, ଖାଡ଼ି ଓ ସେଚକ ମାଧ୍ୟମରେ ଫସଲକୁ କୃତ୍ରିମ ବର୍ଷାରୂପେ ଯୋଗାଇ ଦିଆଯାଏ ।
  • ମାଟି ବାଲିଆ ହୋଇଥିଲେ, ମୃତ୍ତିକା ସ୍ତର ଅତି ଅଗଭୀର ଥିଲେ, ଜମିକୁ ସମତୁଲ କରିବା ସମ୍ଭବ ହେଉନଥିଲେ, ପର୍ଯ୍ୟାପ୍ତ ପରିମାଣର ସେଚଜଳ ମିଳୁ ନଥୁଲେ ଏହି ପ୍ରଣାଳୀରେ ଜଳସେଚନ କରାଯାଇଥାଏ ।
  • ଶୁଷ୍କଞ୍ଚଳରେ ମରୁଡ଼ି ସମୟରେ ଫସଲକୁ ଜୀବନ ରକ୍ଷାକାରୀ ଜଳସେଚନ ଦେବାପାଇଁ ଏହି ପ୍ରଣାଳୀ ଉପଯୁକ୍ତ ଅଟେ ।
  • ବିଶେଷକରି ଫଳ ବଗିଚା, ଚା’, କଫି, ଅଳେଇଚ ଆଦି ଅର୍ଥକରୀ ଫସଲ ପାଇଁ ଏକ ଉତ୍ତମ ବ୍ୟବସ୍ଥା ଅଟେ ।

(B) ବୁନ୍ଦା ପଦ୍ଧତି :

  • ଏହା ଏକ ଆଧୁନିକ ଜଳସେଚନ ପଦ୍ଧତି ।
  • ଏହି ପଦ୍ଧତିରେ ଜଳକୁ ପମ୍ପ, ଚାପ ନିୟନ୍ତ୍ରକ, ଛଣାଯନ୍ତ୍ର, ମୁଖ୍ୟନାଳ, ଉପମୁଖ୍ୟ ନାଳ, ଶାଖାନାଳ, ଉଦ୍‌ଗାରିଣୀ ନଳୀ ଏବଂ କପାଟି ଦେଇ ଗଛ ମୂଳକୁ ଯୋଗାଇ ଦିଆଯାଏ ।
  • ଜଳ ଅଭାବ ଏବଂ ଲବଣତା ସମସ୍ୟା ଥିବା ଅଞ୍ଚଳରେ ଏହି ପ୍ରଣାଳୀରେ ଜଳ ବୁନ୍ଦା ବୁନ୍ଦା ହୋଇ ଅନବରତ ବା ଅଳ୍ପ କିଛି ସମୟ ବ୍ୟବଧାନରେ ଗଛ ମୂଳରେ ସରୁ ପ୍ଲାଷ୍ଟିକ୍ ପାଇପ୍ ସାହାଯ୍ୟରେ ପଡ଼ିଥାଏ ।
  • ଏହି ପ୍ରଣାଳୀଦ୍ଵାରା ଜଳ ଖର୍ଚ୍ଚ ବହୁତ କମ୍ ହୁଏ; କାରଣ କେବଳ ଗଛମୂଳକୁ କ୍ଷେତ୍ରଧାରଣ ସୀମା ପର୍ଯ୍ୟନ୍ତ ଆର୍ଦ୍ର କରାଯାଏ ଏବଂ ଗଛ ଗଛ ମଧ୍ୟରେ ଥିବା ଫାଙ୍କା ଜାଗାକୁ ଓଦା କରିବାର ଆବଶ୍ୟକତା ନଥାଏ ।

Question 8.
ବର୍ଷାଦିନେ ଗହମ ବୁଣିଲେ କ’ଣ ଅସୁବିଧା ହେବ, କାରଣ ସହ ବର୍ତ୍ତନ କର ।
ଉ-
ବିଭିନ୍ନ ପ୍ରକାରର ଫସଲ ବିଭିନ୍ନ ପରିମାଣର ଜଳ ଆବଶ୍ୟକ କରୁଥିବାରୁ ଫସଲ ଅବସ୍ଥାକୁ ଦେଖ୍ ଆବଶ୍ୟକ ମୁତାବକ ଜଳସେଚନ କରାଯିବା ଉଚିତ ।

  • ଗହମ ଏକ ରବି ଫସଲ ଅଟେ । ଏହି ଫସଲକୁ ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଏ; ଫଳରେ ଏଥପାଇଁ କମ୍ ଜଳ ଆବଶ୍ୟକ ।
  • ବର୍ଷାଦିନେ ଗହମ ବୁଣିଲେ ଗହମ ଗଛମୂଳେ ଅଧିକ ପାଣି ଜମା ହୋଇଥାଏ । ଫଳରେ ଗଛ ମରିଯାଏ ।
  • ଜମିରେ ପାଣି ଜମିଗଲେ ଗଛର ମୂଳ ଅମ୍ଳଜାନ ପାଇବାରୁ ବଞ୍ଚିତ ହୁଏ ଓ ବିଭିନ୍ନ କ୍ଷତିକାରକ ଲବଣ ମାଟିରେ ଜଗିଯାଏ; ଫଳରେ ଗହମର ଉତ୍ପାଦନ କମିଯାଏ ।

Question 9.
ବାରମ୍ବାର ଫସଲ ଚାଷ କଲେ ଜମିର କି କ୍ଷତି ହୁଏ ?
ଉ-

  • ବାରମ୍ବାର ଗୋଟିଏ ଜମିରେ ଫସଲ ଚାଷ କଲେ ମୃତ୍ତିକାରେ ନିର୍ଦ୍ଦିଷ୍ଟ କେତେକ ପୋଷକର ପରିମାଣ କମିଯାଏ ।
  • ଜମିରେ ବାରମ୍ବାର ଫସଲ ଚାଷ କଲେ ଜମିରେ ସାର ପ୍ରୟୋଗ କରିବାକୁ ପଡ଼େ । ତେଣୁ ଆବଶ୍ୟକତାଠାରୁ କମ୍ ବା ବେଶୀ ସାର ପ୍ରୟୋଗ ଦ୍ବାରା ଦୁର୍ବଳ ଗଛ ସୃଷ୍ଟି ହୁଏ ।
  • ସାର ପ୍ରୟୋଗ ଫଳରେ କେତେକ ଅଣୁଜୀବ ଓ ଜିଆ ନଷ୍ଟ ହୋଇଯିବା ଫଳରେ ଜମି ତା’ର ଉର୍ବରତା ହରାଏ ।

ଉଦାହରଣ : ଗୋଟିଏ ଜମିରେ ଧାନଫସଲ କରିବାଦ୍ୱାରା ମାଟିରେ ଯବକ୍ଷାରଜାନ ପୋଷକର ପରିମାଣ ହ୍ରାସ ପାଇଥାଏ ଓ ପରେ ଡାଲିଜାତୀୟ ଫସଲ କଲେ, ମାଟିରେ ଯବକ୍ଷାରଜାନର ଅଭାବ ପୂରଣ ହୋଇଥାଏ ।

Question 10.
ତୃଣକ କାହାକୁ କହନ୍ତି ? ସେଗୁଡ଼ିକୁ କିପରି ଦମନ କରାଯାଏ ?
ଉ-
ତୃଣକ : ଜମିରେ ଫସଲ ସହିତ ଅନ୍ୟ କେତେକ ଅନାବଶ୍ୟକ ଉଭିଦ ଆପେ ଆପେ ବଢ଼ିଥା’ନ୍ତି । ଏହି ଅନାବନା ଗଛକୁ ତୃଣକ କୁହାଯାଏ । ଏଗୁଡ଼ିକୁ ଫସଲ ସୃଷ୍ଟିରେ ବାଧା ସୃଷ୍ଟି କରିଥା’ନ୍ତି ।
ତୃଣକ ଦମନ : ଯେଉଁ ପଦ୍ଧତି ଅବଲମ୍ବନ କରି ତୃଣକଗୁଡ଼ିକୁ ଜମିରୁ ନିର୍ମୂଳ କରାଯାଏ, ତାହାକୁ ତୃଣକ ଦମନ କୁହାଯାଏ । କୃଷକ ବିଭିନ୍ନ ଉପାୟରେ ତୃଣକ ଦମନ କରିଥାଏ । ମଞ୍ଜି ବୁଣିବା ପୂର୍ବରୁ ତୃଣକଗୁଡ଼ିକ ହଳଦ୍ଵାରା ଉପୁଡ଼ିଯା’ତ୍ତି ଓ ଶୁଖୂ ମାଟିରେ ମିଶିଯାଆନ୍ତି । ସାଧାରଣତଃ ହାତରେ ଉପାଡ଼ି ବା ଖୁରୁପି କିମ୍ବା ମଞ୍ଜି ଡ୍ରିଲଯନ୍ତ୍ରଦ୍ୱାରା ବା ତୃଣକମାରୀ ବ୍ୟବହାର କରି ଫୁଲ ଓ ମଞ୍ଜି ଧରିବା ପୂର୍ବରୁ ତୃଣକଗୁଡ଼ିକୁ ଦମନ କରାଯାଏ ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 11.
ଆଖୁ ଉତ୍ପାଦନର ଫ୍ଲୋ ଚାର୍ଟ ଦେଖାଇବା ପାଇଁ ନିମ୍ନଲିଖ୍ ବାକ୍ସଗୁଡ଼ିକ କ୍ରମ ଅନୁସାରେ ସଜାଅ ।
ଉ-
BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା 2

Question 12.
ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦଖନ୍ଦା ପୂରଣ କର ।
ଉପରୁ ତଳକୁ
1. ଜମିକୁ ଚାଷ କରିବା
2. ଅଣୁଜୀବ ଦ୍ବାରା ପଚିସଢ଼ି ଯିବା

ବାମରୁ ଡାହାଣକୁ
1. ଜମିକୁ ପାଣି ମଡ଼ାଇବା
2. ଅନାବନା ଗଛକୁ ନିର୍ମୂଳ କରିବା
BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା 3

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

ତୁମ ପାଇଁ କାମ ଓ ପ୍ରକଳ୍ପ :
1. ମାଟିରେ କିଛି ମଞ୍ଜି ବୁଣି ବୁନ୍ଦା ଜଳସେଚନ ପଦ୍ଧତି ଅନୁଯାୟୀ ସେଗୁଡ଼ିକ ସଜାଅ ଓ ପ୍ରତିଦିନ ନିରୀକ୍ଷଣ କର ।
(କ) ତୁମେ ଭାବୁଛ କି ଏହାଦ୍ଵାରା ଜଳ ସଞ୍ଚୟ ହୋଇପାରୁଛି ?
(ଖ) ମଞ୍ଜିରେ କି ପରିବର୍ତ୍ତନ ହେଉଛି ଲକ୍ଷ୍ୟ କର ।
2. ବିଭିନ୍ନ କିସମର ମଞ୍ଜି ସଂଗ୍ରହ କର ଏବଂ ତାକୁ ଛୋଟ ମୁଣିରେ ରଖ । ଏହି ମୁଣିଗୁଡ଼ିକୁ ହର୍ବାରିୟମ ଫାଇଲରେ ନାମ ଲେଖ୍ ରଖ !
3. ଜମିର କ୍ଷେତ୍ରଫଳ ଅନୁଯାୟୀ ବିହନ ଓ ସାରର ପ୍ରୟୋଗ ପରିମାଣ ହିସାବ କର ।
4. ନୂଆ ନୂଆ କୃଷି ଯନ୍ତ୍ରପାତିର ଛବି ସଂଗ୍ରହ କର; ତା’ର ନାମ ଓ କାର୍ଯ୍ୟ ଲେଖ୍ ଏକ ଫାଇଲରେ ରଖ ।
5. ପ୍ରକଳ୍ପ ପ୍ରସ୍ତୁତି – ତୁମ ବିଦ୍ୟାଳୟ ପାଖରେ ଥିବା ଏକ କୃଷି ଫାର୍ମ, ନର୍ସରୀ, ବଗିଚା କିମ୍ବା ଚାଷ ଜମିକୁ ଯାଇ
(କ) ମଞ୍ଜି ମନୋନୟନର ଗୁରୁତ୍ଵ
(ଗ) ଉଦ୍ଭିଦ ଉପରେ ଅତ୍ୟଧ‌ିକ ଗରମ ଓ ଅତ୍ୟଧିକ ଥଣ୍ଡା ଜଳବାୟୁର ପ୍ରଭାବ
(ଘ) ଉଦ୍ଭିଦ ଉପରେ ଧାରାବାହିକ ବର୍ଷାର ପ୍ରଭାବ
(ଙ) ରାସାୟନିକ ସାର ଖତ ବ୍ୟବହାର ଉପରେ ତଥ୍ୟ ସଂଗ୍ରହ କର ।
ଉ-
ଛାତ୍ରଛାତ୍ରୀମାନେ ଅଭିଭାବକ/ ଶିକ୍ଷକଙ୍କ ସାହାଯ୍ୟ ନେଇ ଏଗୁଡ଼ିକ ସଂଗ୍ରହ କରିବେ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଖାଦ୍ୟରୁ ମିଳୁଥିବା ଶକ୍ତିକୁ ଜୀବ …………… ପାଇଁ ଉପଯୋଗ କରେ ।
(ii) ଖ୍ରୀଷ୍ଟପୂର୍ବ ……………….. – ବର୍ଷ ପର୍ଯ୍ୟନ୍ତ ଲୋକମାନେ ଯାଯାବର ଭାବେ ଜୀବନଯାପନ କରୁଥିଲେ ।
(iii) କୌଣସି ପ୍ରକାର ଗୋଟିଏ ଉଦ୍ଭଦ ଗୋଟିଏ ସ୍ଥାନରେ ଉତ୍ପାଦନ ଓ ଅଧିକ ମାତ୍ରାରେ ଚାଷ କରିବାକୁ ………………… କୁହାଯାଏ ।
(iv) ବର୍ଷାଦିନେ ଚାଷ କରାଯାଉଥିବା ଫସଲକୁ …………………. କୁହାଯାଏ ।
(v) ଶୀତଦିନେ ଚାଷ କରାଯାଉଥିବା ଫସଲକୁ ………………… କୁହାଯାଏ ।
(vi) ଖରିଫ୍ ଫସଲକୁ ସାଧାରଣତଃ ………………… ପର୍ଯ୍ୟନ୍ତ ଚାଷ କରାଯାଏ ।
(vii) ଶସ୍ୟ ଉତ୍ପାଦନ ପୂର୍ବରୁ ………………… ହେଉଛି ପ୍ରାଥମିକ ସୋପାନ ।
(viii) ……………. ଏବଂ ………… କୃଷକର ବନ୍ଧୁ ଅଟନ୍ତି ।
(ix) ମୃତ୍ତିକାକୁ ତଳ-ଉପର କରିବା ଏବଂ ହାଲୁକା କରିବା ପଦ୍ଧତିକୁ ………………… କୁହାଯାଏ ।
(x) ହଳ ସମୟରେ ବାହାରି ପଡ଼ିଥିବା ବଡ଼ ମାଟିଖଣ୍ଡକୁ ……………………. କୁହାଯାଏ ।
(xi) ମଞ୍ଜି ବୁଣିବା ପୂର୍ବରୁ ମାଟିର ……………… ଠିକ୍ ଥିବା ଆବଶ୍ୟକ ।
(xii) ବହୁ ପୁରାତନ କାଳରୁ ଜମି କର୍ଷଣ, ସାର ବୁଣିବା ଏବଂ ଅନାବନା ଘାସ ଦମନ ପାଇଁ ……………………. ଠିକ୍ ଥ‌ିବା ଆବଶ୍ୟକ
(xiii) ଲଙ୍ଗଳରେ ଥିବା ତ୍ରିଭୁଜାକୃତି ଲୁହା ପ୍ଲେଟ୍‌କୁ ………………… କୁହାଯାଏ ।
(xiv) ଲଙ୍ଗଳର ଲମ୍ବା ଅଂଶଟିକୁ ……………….. କୁହାଯାଏ ।
(xv) ଲଙ୍ଗଳର ହାତରେ ଧରାଯାଉଥ‌ିବା ଅଂଶକୁ ……………………. କୁହାଯାଏ ।
(xvi) ନଷ୍ଟ ହୋଇଥିବା ବିହନଠାରୁ ଭଲ ବିହନ ଅଲଗା କରିବାପାଇଁ ……………… ପଦ୍ଧତି ଏକ ଉତ୍କୃଷ୍ଟ ଉପାୟ ।
(xvii) ପାରମ୍ପରିକ ପଦ୍ଧତିରେ ମଞ୍ଜି ବୁଣିବାପାଇଁ ……………………. ସଦୃଶ ଏବଂ ଯନ୍ତ୍ର ବ୍ୟବହାର କରାଯାଉଥିଲା |
(xviii) ଆଜିକାଲି ଟ୍ରାକ୍ଟରରେ ଖଞ୍ଜାଯାଇଥିବା ……………………….. ଯନ୍ତ୍ରଦ୍ୱାରା ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି
(xix) ମୃଭିକାରେ ଗଛ ହୃଷ୍ଟପୁଷ୍ଟ ହୋଇ ବଢ଼ିବାପାଇଁ ଯେଉଁ ପୋଷକ ଅତିରିକ୍ତଭାବେ ପ୍ରୟୋଗ କରାଯାଏ ତାହାକୁ …………………….. କୁହାଯାଏ ।
(xx) ………………… ଦ୍ଵାରା ମୃତ୍ତିକାରେ ପୋଷକ ପଦାର୍ଥ ପରିପୂର୍ଣ୍ଣ ହୋଇଥାଏ ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Answers:
(i) ଶାରୀରିକ କ୍ରିୟା
(ii) 10 ହଜାର
(iii) ଅକ୍ଟୋବରରୁ ମାର୍ଚ୍ଚ
(iv) ଖରିଫ୍ ଫସଲ
(y) ରବି ଫସଲ
(vi) ଜୁରୁ ସେପ୍ଟେମ୍ବର
(vii) ମୂରିକା ପ୍ରସ୍ତୁତି
(viii) ଜିଆ, ଅଣୁଜୀବ
(ix) ବତର
(x) ମାଟିଟେଳା
(xiii) ଲଙ୍ଗଳ ମୁଣ୍ଡା
(xvi) ପାଣିରେ ଭସା
(xi) ବତର
(xii) ହଳ ଲଙ୍ଗଳ
(xiv) ଈଷ
(xv) କଣ୍ଟି
(xvii) କାହାଳୀ
(xviii) ଡ୍ରିଲିଙ୍ଗ
(xix) ଖତ ଓ ସାର
(xx) ଫସଲ ପର୍ଯ୍ୟାୟ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଶିମ୍ବ, ମଟର ଇତ୍ୟାଦି ଛୁଇଁ ଜାତୀୟ ଉଦ୍ଭଦର ଚେରରେ ଥିବା ଗ୍ରନ୍ଥିକା ବା ଗଣ୍ଠିରେ ……………………. ବୀଜାଣୁ ରହିଥା’ନ୍ତି । (ସ୍ପାଇରୋଗାଇରା, ରାଇଜୋବିୟମ, ୟୁଲୋଥିକ୍‌ସ, ଇଷ୍ଟ)
(ii) ରାସାୟନିକ ସାର ମୃତ୍ତିକାକୁ କୌଣସି ………………. ଦେଇ ନଥାଏ । ( ଲବଣ, ପୋଷକ, ବର୍ଜ୍ୟବସ୍ତୁ, ହ୍ୟୁମସ୍)
(iii) ପ୍ରାଣୀ ଓ ଉଭିଦର ଆବର୍ଜନା …………………… ଦ୍ଵାରା ପଚିସଢ଼ି ଯାଏ । ( ଅଣୁଜୀବ, ଶୈବାଳ, କବକ, ଆଦିପ୍ରାଣୀ)
(iv) ଆବଶ୍ୟକତାଠାରୁ ବେଶି ବା କମ୍ ସାର ପ୍ରୟୋଗ ………………….. ଗଛ ସୃଷ୍ଟିକରେ । (ସବଳ, ଦୁର୍ବଳ, ସିଧା, ବଙ୍କା)
(v) ଉଦ୍ଭିଦ ଦେହରେ ……………… ଭାଗ ଜଳ ରହିଥାଏ ।
(60, 70, 80, 90)
(vi) ଜମିର ଆର୍ଦ୍ରତା ରକ୍ଷା …………….. ଦ୍ଵାରା ସମ୍ଭବ ହୋଇଥାଏ । (ଜଳସେଚନ, ରାସାୟନିକ ସାର ପ୍ରୟୋଗ, ଖତସାର ପ୍ରୟୋଗ, କର୍ଷଣ )
(vii) ବାଲିଆ ଜମିପାଇଁ ଆଧୁନିକ ଜଳସେଚନ ପଦ୍ଧତି ………………… ଅବଲମ୍ବନ କରାଯା ଏ (ବୁନ୍ଦା ପଦ୍ଧତି, ଛିଞ୍ଚା ପଦ୍ଧତି, ସିଆର ପଦ୍ଧତି, ପଟାଳୀ ପଦ୍ଧତି)
(viii) ବୁନ୍ଦା ପଦ୍ଧତିରେ ଜଳସେଚନର ଅନ୍ୟ ନାମ ………………… ପଦ୍ଧତି ଅଟେ । (ସ୍ପ୍ରିଙ୍କଲ୍‌ର, ଡ୍ରିପ୍ ଜଳସେଚନ, ବେସିନ୍, ଫ୍ରିଡ଼ିଙ୍ଗ)
(ix) ଧାନ କାଟିବା ଓ ଉଡ଼ାଇବା କାର୍ଯ୍ୟ ……………………. ମେସିନ୍‌ଦ୍ବାରା କରାଯାଇପାରୁଛି । (ତେଣ୍ଡା, ଶଗଡ଼ି, କମ୍ବାଇନ୍, ରହଟ)
(x) ଅବଲମ୍ବନ କରାଯା ଏ …………………… ଭିଟାମିନ୍ ପରିପୂର୍ଣ୍ଣ ଥାଏ । (A, B, C, D)

Answers:
(i) ରାଇଜୋବିୟମ
(ii) ହ୍ୟୁମସ୍
(iii) ଅଣୁଜୀବ
(iv) ଦୁର୍ବଳ
(v) 90
(vi) ଜଳସେଚନ
(vii) ଛିଞ୍ଚା ପଦ୍ଧତି
(viii) ଡ୍ରିପ୍
(ix) କମ୍ବା ଇନ୍
(x) D

3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ବରେ ଶୂନ୍ୟସ୍ଥାନ ପୂରଣ କର ।
(i) ବର୍ଷାଦିନ ଚାଷ : ଖରିଫ୍ ଫସଲ :: ଶୀତଦିନ ଚାଷ : …………………… ।
(ii) ସୋରିଷ : ରବି ଫସଲ :: ଚିନାବାଦାମ : ………………………… ।
(iii) କପା : ରାଶି :: ଜୁନ୍‌ରୁ ସେପ୍ଟେମ୍ବର : ……………………….. ।
(iv) ଲଙ୍ଗଳ : ମୃତ୍ତିକା ପ୍ରସ୍ତୁତି :: ଡ୍ରିଲିଙ୍ଗ ଯନ୍ତ୍ର : …………………………. ।
(v) ଅଜୈବ ଲବଣ : ରାସାୟନିକ ସାର :: ପ୍ରାକୃତିକ ପଦାର୍ଥ : ……………………… ।
(vi) ଜମିରେ ପ୍ରସ୍ତୁତ ହୁଏ : ଖତ :: କାରଖାନାରେ ପ୍ରସ୍ତୁତ ହୁଏ : ……………………… ।
(vii) ମୃତ୍ତିକାକୁ ହ୍ୟୁମସ୍ ଦିଏ : ଖତ :: ମୃତ୍ତିକାକୁ ହ୍ୟୁମସ୍ ଦିଏ ନାହିଁ : ……………………… ।
(viii) ବାଲିଆ ଜମି : ଛିଞ୍ଚା ପଦ୍ଧତି :: ଜଳ ଅଭାବ ଅଞ୍ଚଳ : ……………………… ।
(ix) ବୁନ୍ଦା ପଦ୍ଧତି : ଫଳଗଛ :: ଛିଞ୍ଚା ପଦ୍ଧତି : ……………………… ।
(x) ଧାନ କାଟିବା ଓ ଉଡ଼ାଇବା : କମ୍ବାଇନ :: ଅଗାଡ଼ି ଉଡ଼ାଇବା : ……………………… ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Answers:
(i) ରବି ଫସଲ
(ii) ଖରିଫ୍ ଫସଲ
(iii) ଅକ୍ଟୋବରରୁ ମାର୍ଚ୍ଚ ମଞ୍ଜିବୁଣା
(iv) ମଞ୍ଜିବୁଣା
(v) ଖତ
(vi) ରାସାୟନିକ ସାର
(vii) ରାସାୟନିକ ସାର
(viii) ବୁନ୍ଦା ପଦ୍ଧତି
(ix) ଚା’, କଫି, ଅଳେଇଚ
(x) ଉଇନୋଇଙ୍ଗ

4. ‘କ’ ସ୍ତମ୍ଭରେ ଥ‌ିବା ପଦାର୍ଥଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ପଦସହ ମିଳାଅ ।
କ’ ସ୍ତମ୍ଭ
(i) ଭିଟାମିନ୍ – D
(ii) ସିଲେ
(iii) 2-4.D
(iv) ଉଇନୋଇଙ୍ଗ୍
(v) କମ୍ବାଇନ୍
(vi) 86
(vii) ବୈଶାଖୀ
(viii) ବୁନ୍ଦା ପଦ୍ଧତି
(ix) ଛିଞ୍ଚା ପଦ୍ଧତି
(x) N.P.K.

କ’ ସ୍ତମ୍ଭ
(ii) ଅଗାଡ଼ି ଅଲଗା କରିବା
(iii) ଅମଳ ଉତ୍ସବ
(iv) ଅସମତଳ ସ୍ଥାନ
(v) ଗୋଲାକାର ଉଚ୍ଚ କୋଠାଘର
(vi) ରାସାୟନିକ ସାର
(vii) ଧାନ କାଟିବା ଓ ଉଡ଼ାଇବା
(viii) ମାଛ
(ix) ତୃଣକମାରୀ
(x) ଜଳ ଅଭାବ ଥ‌ିବା ଅଞ୍ଚଳ

Answers:
(i) (viii)
(ii) (v)
(iii) (ix)
(iv) (ii)
(v) (vii)
(vi) (i)
(vii) (iii)
(viii) (x)
(ix) (iv)
(x) (vi)

5. କେବଳ ଉତ୍ତର ଲେଖ ।
(i)କେବେ ଲୋକମାନେ ଯାଯାବର ଭାବେ ଜୀବନଯାପନ କରୁଥିଲେ ?
ଉ-
10 ହଜାର ବର୍ଷ ପୂର୍ବେ

(ii) ଗୋଟିଏ ପ୍ରକାର ଉଭିଦକୁ ଗୋଟିଏ ଜମିରେ ଅଧୂକ ମାତ୍ରାରେ ଚାଷ କରିବାକୁ କ’ଣ କୁହାଯାଏ ?
ଉ-
ଫସଲ

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

(iii) ବିଭିନ୍ନ ପ୍ରକାର ଫସଲଗୁଡ଼ିକ କ’ଣ ?
ଉ-
ଖାଦ୍ୟଶସ୍ୟ, ପନିପରିବା ଓ ଫଳ

(iv) ଦୁଇଟି ଉନ୍ନତ କିସମର କୃଷି ପ୍ରଣାଳୀର ନାମ ଲେଖ ।
ଉ-
ଖରିଫ୍ ଫସଲ ଓ ରବି ଫସଲ

(v) ବର୍ଷାଦିନେ ଚାଷ ହେଉଥିବା ଫସଲ କେଉଁ ନାମରେ ନାମିତ ?
ଉ-
ଖରିଫ୍ ଫସଲ

(vi) ଶୀତଦିନେ ଉତ୍ପାଦିତ ହେଉଥ‌ିବା ଫସଲ କେଉଁ ନାମରେ ନାମିତ ?
ଉ-
ରବି ଫସଲ

(vii) କେଉଁ ମାସରେ ଖରିଫ୍ ଫସଲ ଚାଷ କରାଯାଏ ?
ଉ-
ଜୁରୁ ସେପ୍ଟେମ୍ବର

(viii) କେଉଁ ମାସରେ ରବି ଫସଲ ଚାଷ କରାଯାଏ ?
ଉ-
ଅକ୍ଟୋବରରୁ ମର୍ଚ୍ଚ

(ix) ଖରିଫ୍ ଫସଲର ଦୁଇଟି ଉଦାହରଣ ଦିଅ ।
ଉ-
ଧାନ ଓ ମକା

(x) ରବି ଫସଲର ଦୁଇଟି ଉଦାହରଣ ଦିଅ ।
ଉ-
ଗହମ ଓ ବୁଟ

(xi) ଖାଦ୍ୟ ଉତ୍ପାଦନପାଇଁ କୃଷକ ଯେଉଁ ପନ୍ଥା ଅବଲମ୍ବନ କରେ ତାହାକୁ କ’ଣ କୁହାଯାଏ ?
ଉ-
କୃଷି ପ୍ରଣାଳୀ

(xii) ହାଲୁକା ମୃତ୍ତିକା କାହାର ବୃଦ୍ଧିରେ ସହାୟକ ହୁଅନ୍ତି ?
ଉ-
ଜିଆ ଓ ଅଣୁଜୀବ

(xiii) ମୃତ୍ତିକାକୁ ତଳ-ଉପର ଓ ହାଲୁକା କରିବାକୁ କ’ଣ କୁହାଯାଏ ?
ଉ-
ଚାଷ ବା ହଳ

(xiv) ମାଟିଟେଳାକୁ କାହାଦ୍ଵାରା ଗୁଣ୍ଡ କରାଯାଏ ?
ଉ-
ମାଇ

(xv) ହଳ ସମୟରେ ବାହାରୁଥିବା ବଡ଼ ମାଟି ଖଣ୍ଡକୁ କ’ଣ କୁହାଯାଏ ?
ଉ-
ମାଟି ଟେଳା

(xvi) ମଞ୍ଜି ବୁଣିବା ପୂର୍ବରୁ ମାଟିର କ’ଣ ଥିବା ଆବଶ୍ୟକ ?
ଉ-
ବତର

(xvii) ଲଙ୍ଗଳର ଲମ୍ବା ଅଂଶକୁ କ’ଣ କୁହାଯାଏ ?
ଉ-
ଈଷ

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

(xviii) ଲଙ୍ଗଳର ହାତରେ ଧରାଯାଉଥ‌ିବା ଅଂଶକୁ କ’ଣ କୁହାଯାଏ ?
ଉ-
କଣ୍ଟି

(xix) ଟ୍ରାକ୍ଟରରେ କେଉଁ ଯନ୍ତ୍ର ବ୍ୟବହାରଦ୍ଵାରା, ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି ?
ଉ-
ଡ୍ରିଲିଙ୍ଗ୍ ଯନ୍ତ୍ର

(xx) ଧାନଭଳି ବିହନକୁ କେଉଁଠାରେ ବୁଣି ଖୁବ୍‌ଶୀଘ୍ର ଉତରାଯାଏ ?
ଉ-
ନର୍ସରୀ

BSE Odisha 8th Class Maths Notes Geometry Chapter 3 ଚତୁର୍ଭୁଜ

Odisha State Board BSE Odisha 8th Class Maths Notes Geometry Chapter 3 ଚତୁର୍ଭୁଜ will enable students to study smartly.

BSE Odisha Class 8 Maths Notes Geometry Chapter 3 ଚତୁର୍ଭୁଜ

→ ଚତୁର୍ଭୁଜର ପରିଚୟ :

  • ଗୋଟିଏ ସମତଳରେ ଚାରୋଟି ପୃଥକ୍ ବିନ୍ଦୁ ଗୋଟିଏ ସମତଳରେ ତିନି ପ୍ରକାର ଅବସ୍ଥାରେ ରହିପାରନ୍ତି; ଯଥା – (i) ସମସ୍ତ ବିନ୍ଦୁ ଏକରେଖୀ, (ii) ଯେ କୌଣସି ତିନୋଟି ବିନ୍ଦୁ ଏକରେଖୀ, (iii) ଯେ କୌଣସି ତିନିଗୋଟି
  • ଏକ ସମତଳରେ ଅବସ୍ଥିତ ଚାରିଟି ପୃଥକ୍ ବିନ୍ଦୁ A, B, C ଓ D ମଧ୍ୟରୁ ଯଦି କୌଣସି ତିନୋଟି ବିନ୍ଦୁ ଏକ ସରଳରେଖାରେ ଅବସ୍ଥିତ ନ ହୁଅନ୍ତି ଏବଂ \(\overline{\mathrm{AB}})\), \(\overline{\mathrm{BC}})\),\(\overline{\mathrm{CD}})\) ଓ DA ପ୍ରାନ୍ତବିନ୍ଦୁ ଭିନ୍ନ ଅନ୍ୟ କୌଣସି ବିନ୍ଦୁରେ ପରସ୍ପରକୁ ଛେଦ କରନ୍ତି ନାହିଁ, ତେବେ AB, BC, CD ଓ DA ର ସଂଯୋଗକୁ ଏକ ଚତୁର୍ଭୁଜ କୁହାଯାଏ । ଏହି ଚତୁର୍ଭୁଜକୁ ‘ABCD ଚତୁର୍ଭୁଜ’ କୁହାଯାଏ ।
  • ABCD ଚତୁର୍ଭୁଜକୁ ‘BCDA, CDAB ବା DABC ଚତୁର୍ଭୁଜ’ ମଧ୍ୟ କୁହାଯାଏ ।
  • ABCD ଚତୁର୍ଭୁଜ ଏକ ସମତଳରେ ଅଙ୍କିତ ଏକ ସମତଳୀୟ ଚିତ୍ର ।
  • AB, BC,CD ଓ DA – ରେଖାଖଣ୍ଡଗୁଡ଼ିକ ବିନ୍ଦୁ ମାନଙ୍କର ଗୋଟିଏ ଗୋଟିଏ ସେଟ୍ ଅଟନ୍ତି | ତେଣ୍ଡ ଏମାନକ ସଯୋଗରେ ଗଠିତ ABCD ଚତୁର୍ଭୁଜ ମଧ୍ୟ ବିନ୍ଦୁମାନଙ୍କର ସେଟ୍ ଅଟେ ।
    BSE Odisha 8th Class Maths Notes Geometry Chapter 3 Img 1
  • ABCD ଚତୁର୍ଭୁଜ= AB ∪ BC ∪ CD ∪ DA |

BSE Odisha 8th Class Maths Notes Chapter 3 ଚତୁର୍ଭୁଜ

→ ଚତୁର୍ଭୁଜ ସମ୍ବନ୍ଧୀୟ ଜାଣିବା କଥା :

  • A, B, C, D ବିନ୍ଦୁମାନଙ୍କୁ ABCD ଚତୁର୍ଭୁଜର ଶୀର୍ଷବିନ୍ଦୁ (Vertex) କୁହାଯାଏ ।
  • AB, BC, CD, DA ରେଖାଖଣ୍ଡମାନକୁ ABCD ତତୁରୁକର ବାହୁ (side) କ୍ମଦାଯାଏ |
  • ଗୋଟିଏ ବାହୁର ଦୁଇ ପ୍ରାନ୍ତବିନ୍ଦୁକୁ ଚତୁର୍ଭୁଜର କ୍ରମିକ ଶୀର୍ଷ କୁହାଯାଏ ଏବଂ କ୍ରମିକ ଶୀର୍ଷ ହୋଇ ନ ଥ‌ିବା ଶାପଦ୍ଵଯକୁ ଦିପରାତ ଶାପ କୁଦ୍ଦାଯାଏ |
  • ABCD ଚତୁର୍ଭୁଜର A ଓ B, B ଓ C, C ଓ D, D ଓ A ମାନ କ୍ରମିକ ଶୀର୍ଷ ଏବଂ A ଓ C, B ଓ D ବିପରୀତ ଶୀର୍ଷ ଅଟନ୍ତି ।
  • ∠ABC, ∠BCD, ∠CDA, ∠DAB କୁ ତଡୁରୁକ ABCDର ଗୋଟିଏ ଗୋଟିଏ କୋଣ କୁହାଯାଏ |
  • ଦୁଇଟି କ୍ରମିକ ଶୀର୍ଷରେ ଥ‌ିବା କୋଣଦ୍ଵୟକୁ କ୍ରମିକ କୋଣ (ଯଥା – ∠A ଓ ∠B) ଏବଂ ବିପରୀତ ଶୀର୍ଷରେ ଥ‌ିବା କୋଣଦ୍ଵୟକୁ ଚତୁର୍ଭୁଜର ବିପରୀତ କୋଣ (ଯଥା -∠A ଓ ∠C) କୁହାଯାଏ ।
  • ଚତୁର୍ଭୁଜର ପରସ୍ପରଛେଦୀ ବାହୁଦ୍ୱୟକୁ ସନ୍ନିହିତ ବାହୁ (ଯଥା – AB, BC ) ଏବଂ ପରସ୍ପରଛେଦୀ ହୋଇ ନ ଥ‌ିବା ପ୍ରତ୍ୟେକ ଯୋଡ଼ା ବାହୁକୁ (ଯଥା – AB, CD ଏବଂ AD, BC) ବିପରୀତ ବାହୁ କୁହାଯାଏ ।
  • ଚତୁର୍ଭୁଜର ବିପରୀତ ଶୀର୍ଷର ସଂଯୋଜକ ରେଖାଖଣ୍ଡକୁ ଏହାର କର୍ୟ କୁହାଯାଏ । ABCD ଚତୁର୍ଭୁଜରେ AC ଓ BD ଦୁଇଟି କଣ୍ଠ ଅଟନ୍ତି ।

→ ଉତ୍ତଳ ଚତୁର୍ଭୁଜ (Convex quadrilateral) :

  • ଯେଉଁ ଚତୁର୍ଭୁଜର କର୍ଣ୍ଣଦ୍ଵୟ ପରସ୍ପରକୁ ଛେଦକରନ୍ତି, ତାହାକୁ ଉତ୍ତଳ ଚତୁର୍ଭୁଜ କୁହାଯାଏ ।

→ ତତୁଭୁଲଭ ଥନ୍ତଲେକଣ ଦହାଦେଶ (Interior and Exterior of a Quadrilateral) :

  • ଯେ କୌଣସି ଦୁଇ ବିପରୀତ କୋଣର ଅନ୍ତର୍ଦେଶର ସାଧାରଣ ଅଂଶ ଅର୍ଥାତ୍ ଅନ୍ତର୍ଦେଶର ଛେଦକୁ ଉତ୍ତଳ ଚତୁର୍ଭୁଜର ଅନ୍ତର୍ଦେଶ କୁହାଯାଏ ।
  • ଅନ୍ତର୍ଦେଶରେ ଅବସ୍ଥିତ ବିନ୍ଦୁକୁ ଚତୁର୍ଭୁଜର ଅନ୍ତଃସ୍ଥ ବିନ୍ଦୁ କୁହାଯାଏ ।
  • ବାହୁ ଉପରେ ନ ଥାଏ ଏବଂ ଚତୁର୍ଭୁଜର ଅନ୍ତର୍ଦେଶରେ ମଧ୍ୟ ନ ଥାଏ, ତେବେ ତାହାକୁ ଚତୁର୍ଭୁଜର ବହିଃସ୍ଥ ବିନ୍ଦୁ କୁହାଯାଏ ।
  • ବହିଃସ୍ଥ ବିନ୍ଦୁମାନେ ଗଠନ କରୁଥିବା ସେଟ୍‌କୁ ଚତୁର୍ଭୁଜର ବହିର୍ଦେଶ କୁହାଯାଏ ।
    BSE Odisha 8th Class Maths Notes Geometry Chapter 3 Img 2
    ଗୋଟିଏ ଉତ୍ତଳ ଚତୁର୍ଭୁଜର ଅନ୍ତର୍ଦେଶ ଏକ ଉତ୍ତଳ ସେଟ୍ ।

ଚତୁର୍ଭୁଜାକାର କ୍ଷେତ୍ର (Quadrilateral Region) :

  • ଗୋଟିଏ ଚତୁର୍ଭୁଜ ଓ ଏହାର ଅନ୍ତର୍ଦେଶର ସଂଯୋଗରେ ଗଠିତ ସେଟ୍‌କୁ ଏକ ଚତୁର୍ଭୁଜ ଆକୃତିବିଶିଷ୍ଟ କ୍ଷେତ୍ର ବା ଚତୁର୍ଭୁଜାକାର କ୍ଷେତ୍ର କୁହାଯାଏ ।
  • ଚତୁର୍ଭୁଜର ଶୀର୍ଷବିନ୍ଦୁ, କୋଣ ଓ ବାହୁମାନଙ୍କୁ ଯଥାକ୍ରମେ ଏହି ଚତୁର୍ଭୁଜାକାର କ୍ଷେତ୍ରର ଶୀର୍ଷବିନ୍ଦୁ, କୋଣ ଓ ବାହୁ କୁହାଯାଏ ।

→ ବିଭିନ୍ନ ପ୍ରକାର ଚତୁର୍ଭୁଜ :

  • ବିଭକ୍ତ; ଯଥା – (1) ଟ୍ରାପିଜିୟମ୍, (2) ସାମାନ୍ତରି, ଚିତ୍ର ।

→ ଟ୍ରାପିଜିୟମ୍ :
ଯେଉଁ ଚତୁର୍ଭୁଜର କେବଳ ଏକ ଯୋଡ଼ା ବିପରୀତ ବାହୁ ସମାନ୍ତର, ତାହାକୁ ଟ୍ରାପିଜିୟମ୍
ABCD ଟ୍ରାପିଜିୟମ୍‌ର AD || BC |
BSE Odisha 8th Class Maths Notes Geometry Chapter 3 Img 3

→ ସାମାନ୍ତରିକ ଚିତ୍ର :
ଯେଉଁ ଚତୁର୍ଭୁଜର ଦୁଇଯୋଡ଼ା ବିପରୀତ ବାହୁ ସମାନ୍ତର, ତାହା ଏକ ସାମାନ୍ତରିକ ଚିତ୍ର ।
ABCD ସାମାନ୍ତରିକ ଚିତ୍ରର AD || BC ଓ AB || CD |
BSE Odisha 8th Class Maths Notes Geometry Chapter 3 Img 4

(i) ଆୟତଚିତ୍ର :
ଯେଉଁ ଚତୁର୍ଭୁଜର ପ୍ରତ୍ୟେକ କୋଣ ସମକୋଣ, ତାହା ଏକ ଆୟତ ଚିତ୍ର । ABCD ଏକ ଆୟତଚିତ୍ର ।
[ବି.ଦ୍ର. : ଆୟତଚିତ୍ର ଏକ ସ୍ଵତନ୍ତ୍ର ପ୍ରକାରର ସାମାନ୍ତରିକ ଚିତ୍ର, ଯାହାର ପ୍ରତ୍ୟେକ କୋଣ 90° ।]
BSE Odisha 8th Class Maths Notes Geometry Chapter 3 Img 5

(ii) ରମ୍ବସ୍ :
ଯେଉଁ ଚତୁର୍ଭୁଜର ବାହୁମାନଙ୍କ ଦୈର୍ଘ୍ୟ ସମାନ ତାହା ଏକ ରମ୍ବସ୍ । ABCD ଏକ କୋଣ |
[ବି.ଦ୍ର. : ରମ୍ବସ୍ ଏକ ସ୍ବତନ୍ତ୍ର ପ୍ରକାରର ସାମାନ୍ତରିକ ଚିତ୍ର ଯାହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ସମାନ ।]
BSE Odisha 8th Class Maths Notes Geometry Chapter 3 Img 6

(iii) ବର୍ଗଚିତ୍ର :
ଯେଉଁ ଚତୁର୍ଭୁଜର ବାହୁମାନଙ୍କର ଦୈର୍ଘ୍ୟ ସମାନ ଓ ପ୍ରତ୍ୟେକ କୋଣର ପରିମାଣ 90° ତାହା ଏକ ବର୍ଗଚିତ୍ର ।
[ବି.ଦ୍ର. : ବର୍ଗଚିତ୍ର ଏକ ସମକୋଣବିଶିଷ୍ଟ ରମ୍ବସ୍ ।]
BSE Odisha 8th Class Maths Notes Geometry Chapter 3 Img 7
BSE Odisha 8th Class Maths Notes Geometry Chapter 3 Img 8

BSE Odisha 8th Class Maths Notes Chapter 3 ଚତୁର୍ଭୁଜ

→ ଚତୁର୍ଭୁଜ ସମ୍ବନ୍ଧୀୟ କେତେକ ପରୀକ୍ଷା ଓ ସିଦ୍ଧାନ୍ତ :
ଚତୁର୍ଭୁଜର କୋଣମାନଙ୍କ ମଧ୍ୟରେ ସମ୍ବନ୍ଧ :

  •  ସିଦ୍ଧାନ୍ତ – 1 :
    ଏକ ଚତୁର୍ଭୁଜର ଚାରି କୋଣର ପରିମାଣର ସମଷ୍ଟି 360° ।
  • ତୁମପାଇ କାପ :
    1. ଗୋଟିଏ କାର୍ଡ଼ବୋର୍ଡ଼ ଆଣି ସେଥରେ ଗୋଟିଏ ଚତୁର୍ଭୁଜ ଅଙ୍କନ କର ।
    2. ତତୁରୁକାର ଗୋଟିଏ କଣ୍ଡ ଅଳନ କରି ତତୁରୁକକୁ ଦ୍ରରୁକରେ ପରିଣତ କର ।
    3. ‘‘ତ୍ରିଭୁଜର ତିନିକୋଣର ପରିମାଣର ସମଷ୍ଟି 180°” ତଥ୍ୟକୁ ପ୍ରୟୋଗ କରି ଦର୍ଶାଅ ଯେ, ଚତୁର୍ଭୁଜର ଚାରିକୋଣର ପରିମାଣର ସମଷ୍ଟି 360° |
    BSE Odisha 8th Class Maths Notes Geometry Chapter 3 Img 9

ନକେ କାର :
1. ପାର୍ଶ୍ୱସ୍ଥ ଚିତ୍ରରେ p, q, r ଓ s ଚିହ୍ନିତ କୋଣମାନଙ୍କର ପରିମାଣର ସମଷ୍ଟି ସ୍ଥିର କର ।
ଉ – ପାର୍ଶ୍ୱସ୍ଥ ଚିତ୍ରରେ p, q, r ଓ s ଚିହ୍ନିତ କୋଣମାନଙ୍କର ପରିମାଣର ସମଷ୍ଟି = 360°
BSE Odisha 8th Class Maths Notes Geometry Chapter 3 Img 10

2. ପାର୍ଶ୍ୱସ୍ଥ ଚିତ୍ରରେ r କୋଣର ପରିମାଣ 70 ଏବଂ p କୋଣର ପରିମାଣ 50° ହେଲେ q ଓ s କୋଣର ପରିମାଣର ସମଷ୍ଟି କେତେ ?
ଭ – ପାର୍ଶ୍ୱସ୍ଥ ଚିତ୍ରରେ I କୋଣର ପରିମାଣ 70° ଓ p କୋଣର ପରିମାଣ = 50° ହେଲେ, q କୋଣର ପରିମାଣ = 130° ଓ s କୋଣର ପରିମାଣ = 110° ଦେଦ |

  • ସାମାନ୍ତରିକ ଚିତ୍ରର ବିପରୀତ ବାହୁମାନଙ୍କର ପରସ୍ପର ସମାନ :
    ସିଦ୍ଧାନ୍ତ – 2 : ସାମାନ୍ତରିକ ଚିତ୍ରର ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ପରସ୍ପର ସମାନ ।
    ଅନୁସିଦ୍ଧାନ୍ତ – 1 : ସାମାନ୍ତରିକ ଚିତ୍ରରେ ବିପରୀତ ବାହୁମାନ ସମାନ୍ତର ଓ ସମଦୈର୍ଘ୍ୟ ବିଶିଷ୍ଟ ।
    ଅନୁସିଦ୍ଧାନ୍ତ – 2 : ଏକ ଚତୁର୍ଭୁଜର ଏକ ଯୋଡ଼ା ବିପରୀତ ବାହୁ ସମାନ୍ତର ଏବଂ ସମଦୈର୍ଘ୍ୟ ବିଶିଷ୍ଟ ହେଲେ, ଚତୁର୍ଭୁଜଟି ଏକ ସାମାନ୍ତରିକ ଚିତ୍ର ହେବ ।

BSE Odisha 8th Class Maths Notes Chapter 3 ଚତୁର୍ଭୁଜ

ସାମାନ୍ତରିକ ଚିତ୍ରର ବିପରୀତ ବାହୁମାନଙ୍କର ପରସ୍ପର ସମାନ :

ସିଦ୍ଧାନ୍ତ – 3 : ସାମାନ୍ତରିକ ଚିତ୍ରର ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ପରସ୍ପର ସମାନ ।
ଆମେ ଜାଣିଲେ – ସାମାନ୍ତରିକ ଚିତ୍ରର କ୍ରମିକ କୋଣଦ୍ଵୟ ପରସ୍ପର ପରିପୂରକ ।

ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ଵୟ ମଧ୍ଯରେ ସମ୍ବନ୍ଧ :
ସିଦ୍ଧାନ୍ତ – 4 : ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ଵୟ ପରସ୍ପରକୁ ସମଦ୍ବିଖଣ୍ଡ କରନ୍ତି ।

ରନ୍ପ୍ରଭ କର୍ଣ୍ଣଦ୍ଵୟ ମଧ୍ଯରେ ସମ୍ବନ୍ଧ :
ସିଦ୍ଧାନ୍ତ – 5 : ଏକ ରମ୍ବସ୍‌ର କଣ୍ଠଦ୍ଵୟ ପରସ୍ପରକୁ ସମକୋଣରେ ସମଦ୍ଵିଖଣ୍ଡ କରନ୍ତି ।

ଆୟତଚିତ୍ରର କର୍ଣ୍ଣଦ୍ଵୟ ମଧ୍ଯରେ ସମ୍ବନ୍ଧ :
ସିଦ୍ଧାନ୍ତ – 6 :
ଏକ ଆୟତଚିତ୍ରର କଣ୍ଠଦ୍ଵୟର ଦୈର୍ଘ୍ୟ ସମାନ ଏବଂ ସେଦ୍ଵୟ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।

ରନ୍ପ୍ରଭ କର୍ଣ୍ଣଦ୍ଵୟ ମଧ୍ଯରେ ସମ୍ବନ୍ଧ :
ସିଦ୍ଧାନ୍ତ – 7 :
ଏକ ଆୟତଚିତ୍ରର କଣ୍ଠଦ୍ଵୟର ଦୈର୍ଘ୍ୟ ସମଦେଶ୍ୟଦିଶିପ୍ପ ଓ ସେଦ୍ଵୟ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।

→ ବିଭିନ୍ନ ସ୍ଵତନ୍ତ୍ର ଚତୁର୍ଭୁଜମାନଙ୍କର କର୍ଷ ମଧ୍ୟରେ ଥ‌ିବା ସମ୍ବନ୍ଧର ବିଶ୍ଳେଷଣ :

  • ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ଵୟ ପରସ୍ପରକୁ ସମଦ୍ବିଖଣ୍ଡ କରନ୍ତି ।
  • ରମକର କଣୃଦ୍ଵୟ ପରମଣକୁ ସମକୋଣରେ ସମଦ୍ୱଖସ୍ତ କରନ୍ତି |
  • ଆୟତଚିତ୍ରର କର୍ଣ୍ଣଦ୍ଵୟ ସମଦୈର୍ଘ୍ୟବିଶିଷ୍ଟ ଓ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।
  • ବର୍ଗଚିତ୍ରର କର୍ଣ୍ଣଦ୍ଵୟ ପରସ୍ପର ସମଦୈର୍ଘ୍ୟବିଶିଷ୍ଟ, ପରସ୍ପର ପ୍ରତି ଲମ୍ବ ଓ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।

BSE Odisha 8th Class Maths Notes Geometry Chapter 2 ତ୍ରିଭୁଜ

Odisha State Board BSE Odisha 8th Class Maths Notes Geometry Chapter 2 ତ୍ରିଭୁଜ will enable students to study smartly.

BSE Odisha Class 8 Maths Notes Geometry Chapter 2 ତ୍ରିଭୁଜ

→ ତ୍ରିଭୁଜ, ତ୍ରିଭୁଜର ଶୀର୍ଷବିନ୍ଦୁ, ବାହୁ ଓ କୋଣ :

  • A, B ଓ C ତିନୋଟି ବାହୁ ଏକ ସରଳରେଖାରେ ଅବସ୍ଥାନ ନ କଲେ, A ଓ B ବିନ୍ଦୁଦ୍ଵୟକୁ ନେଇ \(\overline{\mathrm{AB}})\) (ରେଖାଖଣ୍ଡ AB), B ଓ C ବିନ୍ଦୁଦ୍ଵୟକୁ ନେଇ BC (ରେଖାଖଣ୍ଡ BC) ଏବଂ C ଓ A ବିନ୍ଦୁଦ୍ୱୟକୁ ନେଇ CA (ରେଖାଖଣ୍ଡ CA) ଅଙ୍କନ କରିବା ସମ୍ଭବ ।
    ଏହି ତିନି ରେଖାଖଣ୍ଡଦ୍ଵାରା ଗଠିତ ଚିତ୍ରଟି ହେଉଛି ତ୍ରିଭୁଜ ABC |
    BSE Odisha 8th Class Maths Notes Geometry Chapter 2 Img 1
  • ତିନୋଟି ବିନ୍ଦୁ A, B ଓ C ଏକ ସରଳରେଖାରେ ଅବସ୍ଥାନ କରୁ ନଥିଲେ, AB, BC ଓ \(\overline{\mathrm{CA}})\) ଏହି ସେତ୍ରୟର ସଂଯୋଗକୁ ତ୍ରିଭୁଜ ABC କୁହାଯାଏ ଓ ସଂକେତରେ △ABC (ବା ABC △) ରୂପେ ଲେଖାଯାଏ |
  • \(\overline{\mathrm{AB}})\),\(\overline{\mathrm{BC}})\),\(\overline{\mathrm{CA}})\) ତ୍ପତ୍ୟେଲ ଦିନ୍ଦୁମାନର ସେଟ୍ ହୋଇଥିବା ହେତୁ ସେମାନକଦ୍ୱାରା ଗଠିର ତିରୁକ ମଧ୍ୟ ବିନ୍ଦୁମାନର ସେଟ୍ | △ABC = AB∪BC∪CA
  • A, B ଓ C ବିନ୍ଦୁତ୍ରଯକୁ △ABCର କୋମାକ ଦିନ୍ଦୁ ଦା ଶାପଦିହୁ (Vertex) କୁହାଯାଏ | AB, BC ଓ CA କୁ △ABC ର ଗୋଟିଏ ଗୋଟିଏ ଦାଦୁ (side) କ୍ମିହଯାଏ | ∠ABC, ∠BCA ଓ ∠CAB କ △ ABC ର ଗୋଟିଏ ଗୋଟିଏ କୋଣ କୁହାଯାଏ ଓ ସଯେପରେ ଯଥାକ୍ତମେ ∠B, ∠C, ∠A ରୁପେ ଲେଖାଯାଏ |
  • ପ୍ତତେଲ ତ୍ରିଭୁଜର ତିନୋଟି ଦାହି ଓ ତିନୋଟି କୋଣା ଥାଏ |
  • ∠A କୁ BC ଦ୍ଵାଦୁଇ ସମ୍ମଖାନା କୋଣ (opposite angle) ଓ BC ବାହୁକୁ ∠A ର ସମ୍ମଖାନ ଦାହୁ କୁହାଯାଏ |
  • ∠A ଓ ∠B ପ୍ରତ୍ୟେକକୁ ବାହୁ AB ର ସଂଲଗ୍ନ କୋଣ କୁହାଯାଏ ।
  • CA ର ସଂଲଗ୍ନ କୋଣ ହେଲେ ∠C ଓ ∠A ଏବଂ BCର ସଂଲଗ୍ନ କୋଣ ହେଲେ, ∠B ଓ ∠C | AB ଓ AC ପ୍ରତ୍ୟେକକୁ ∠Aର ସଂଲଗ୍ନ ବାହୁ ବୋଲି କୁହାଯାଏ ।

BSE Odisha 8th Class Maths Notes Chapter 2 ତ୍ରିଭୁଜ

→ ତ୍ରିଭୁଜର ଅନ୍ତର୍ଦେଶ ଏବଂ ବହିର୍ଦେଶ (Interior and Exterior of the Triangle) :

  • ଏକ ସରଳରେଖାରେ ନ ଥ‌ିବା ତିନୋଟି ବିନ୍ଦୁ ମଧ୍ୟ ଦେଇ ଗୋଟିଏ ମାତ୍ର ସମତଳ ସମ୍ଭବ । ଏଣୁ ତ୍ରିଭୁଜଟିଏ ସର୍ବଦା ଏକ ସମତଳ ଉପରେ ଅବସ୍ଥାନ କରିବ ।
  • ଯେଉଁ ବିନ୍ଦୁଗୁଡ଼ିକ ∠A, ∠B ଓ ∠Cର ଅନ୍ତଃସ୍ଥ ତାହା △ABCର ଅନ୍ତଃସ୍ଥ ବିନ୍ଦୁ ଅଟେ ।
  • △ABCର ସମସ୍ତ ଅନ୍ତଃସ୍ଥ ବିନ୍ଦୁର ସେଟ୍‌କୁ ଏହାର (△ABCର) ଅନ୍ତର୍ଦେଶ (Interior) କୁହାଯାଏ ।
  • ତ୍ରିଭୁଜର ବହିଃସ୍ଥ ବିନ୍ଦୁମାନଙ୍କର ସେଟ୍‌କୁ ଏହାର ବହିର୍ଦେଶ (Exterior) କୁହାଯାଏ ।
  • ସମତଳ ଉପରିସ୍ଥ ସମସ୍ତ ବିନ୍ଦୁ ତିନୋଟି ସେଟ୍‌ରେ ଅଛନ୍ତି । ଯଥା
    • ତ୍ରିଭୁଜ ଉପରିସ୍ଥ ବିନ୍ଦୁମାନଙ୍କର ସେଟ୍,
    • ତ୍ରିଭୁଜର ଅନ୍ତର୍ଦେଶ ଏବଂ
    • ତ୍ରିଭୁଜର ବହିର୍ଦେଶ ।
  • ତ୍ରିଭୁଜର ବହିର୍ଦେଶ ମଧ୍ୟ ଉତ୍ତଳ ସେଟ୍ ନୁହେଁ ।
  • ଏକ ତ୍ରିଭୁଜ ଓ ଏହାର ଅନ୍ତର୍ଦେଶକୁ ଏକତ୍ର ନେଇ ଯେଉଁ ସେଟ୍ ଗଠିତ ହୁଏ, ତାକୁ ତ୍ରିଭୁଜ ଆକୃତିବିଶିଷ୍ଟ କ୍ଷେତ୍ର ଅଥବା ତ୍ରିଭୁଜାକାର କ୍ଷେତ୍ର (Triangular region) କୁହାଯାଏ ।

→ ତୁମାପଇଁ କାପ :
ଚିତ୍ରରେ ଥ‌ିବା ∠ABC ଓ ଏହି ସମତଳରେ ଥ‌ିବା P, Q, R, S, T, U, V, M, N, ଓ W ବିନ୍ଦୁମାନଙ୍କୁ ଦେଖ୍ ନିମ୍ନସ୍ଥ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । A, B, C ଏବଂ ପୂର୍ବୋକ୍ତ ଆଠଟି ବିନ୍ଦୁମାନଙ୍କ ମଧ୍ୟରୁ –
(i) କେଉଁ ବିନ୍ଦୁ ∠Aର ଅନ୍ତଃସ୍ଥ ?
(ii) କେଉଁ ବିନ୍ଦୁ ∠Bର ଅନ୍ତଃସ୍ଥ ?
(iii) କେଉଁ ବିନ୍ଦୁ ∠Cର ଅନ୍ତଃସ୍ଥ ?
(iv) କେଉଁ ବିନ୍ଦୁ ∠A, ∠B, ∠Cର ଅନ୍ତଃସ୍ଥ ?.
(v) କେଉଁ ବିନ୍ଦୁ A, ∠B, ∠Cର କୌଣସି
(vi) କେଉଁ ବିନ୍ଦୁ △ABC ଉପରିସ୍ଥ ?
BSE Odisha 8th Class Maths Notes Geometry Chapter 2 Img 2
(1) W, P, (ii) W, P, (iii) W, P. (iv) W, P (v) R, T, S, Q, V, U, (vi) N, M
ମନେରଖ : ଯେଉଁ ବିନ୍ଦୁ ∠A, ∠B ଓ ∠Cର ଅନ୍ତଃସ୍ଥ ତାହା △ABCର ଅନ୍ତସ୍ଥ ବିନ୍ଦୁ ଅଟେ ।

→ ବିଭିନ୍ନ ପ୍ରକାର ତ୍ରିଭୁଜ (Types of Triangles) :

  • ବାହୁମାନଙ୍କ ଦୈର୍ଘ୍ୟ ସମ୍ବନ୍ଧୀୟ ପ୍ରକାରଭେଦ :
    (i) ଯେଉଁ ତ୍ରିଭୁଜର ଦୁଇଟି ବାହୁର ଦୈର୍ଘ୍ୟ ପରସ୍ପର ସମାନ, ତାହା ଏକ ସମଦ୍ବିବାହୁ ତ୍ରିଭୁଜ ।
    (ii) ଯେଉଁ ତ୍ରିଭୁଜର ବାହୁତ୍ରୟର ଦୈର୍ଘ୍ୟ ପରସ୍ପର ସମାନ, ତାହା ଏକ ସମବାହୁ ତ୍ରିଭୁଜ’।
    (iii) ଯେଉଁ ତ୍ରିଭୁଜର କୌଣସି ଯୋଡ଼ା ବାହୁର ଦୈର୍ଘ୍ୟ ପରସ୍ପର ସମାନ ନୁହେଁ ତାହା ଏକ ବିଷମବାହୁ ତ୍ରିଭୁଜ ।
  • କୋଣମାନଜ ମାପ ସମଦିୟ ପ୍ରକାରଭେଦ :
    (i) ଯେଉଁ ତ୍ରିଭୁଜର ଗୋଟିଏ କୋଣ ସମକୋଣ ବା 90° ସଙ୍ଗେ ସମାନ ତାହା ଏକ ସମକୋଣୀ ତ୍ରିଭୁଜ ।
    (ii) ଯେଉଁ ତ୍ରିଭୁଜର ଗୋଟିଏ କୋଣ ସ୍ଥୂଳକୋଣ ବା 90° ରୁ ବେଶୀ ତାହା ଏକ ସ୍ଥୂଳକୋଣୀ ତ୍ରିଭୁଜ ।
    (iii) ଯେଉଁ ତ୍ରିଭୁଜର କୋଣତ୍ରୟ ପ୍ରତ୍ୟେକ ସୂକ୍ଷ୍ମକୋଣ ବା 90° ରୁ କମ୍ ତାହା ଏକ ସୂକ୍ଷ୍ମକୋଣୀ ତ୍ରିଭୁଜ ।

ଏକ ସମକୋଣା ତ୍ରିଭୁଜର ସମକୋଣା ଦ୍ୟାବାତ ଅନ୍ୟ କୋଣଦୟ ପ୍ରତେଅଲ ତ୍ପକଲେଣ ଓ ଗୋଟିଏ ସ୍ଥୂଳକୋଣୀ ତ୍ରିଭୁଜର ସ୍ଥୂଳକୋଣ ବ୍ୟତୀତ ଅନ୍ୟ କୋଣଦ୍ଵୟ ପ୍ରତ୍ୟେକ ସୂକ୍ଷ୍ମକୋଣ |

→ ତ୍ରିଭୁଜ ସମ୍ବନ୍ଧୀୟ କେତୋଟି ପରୀକ୍ଷା :

  • ବିଷମବାହୁ ତ୍ରିଭୁଜ ଅଙ୍କନ (ସ୍କେଲ୍ ଓ କମ୍ପାସ୍ ସାହାଯ୍ୟରେ) :
    BSE Odisha 8th Class Maths Notes Geometry Chapter 2 Img 3
    (i) ଯେ କୌଣସି ଦୈର୍ଘ୍ୟବିଶିଷ୍ଟ BC ଅଙ୍କନ କର ।
    (ii) Bକୁ କେନ୍ଦ୍ରକରି ଓ BC ଠାରୁ ଭିନ୍ନ ଏକ ଚାପ ଅଙ୍କନ କର ।
    (iii) Cକୁ କେନ୍ଦ୍ରକରି ଓ BC ତଥା (ii)ରେ ନେଇଥିବା ବ୍ୟାସାର୍ଷଠାରୁ ପୃଥକ୍ ଏକ ବ୍ୟାସାର୍ଦ୍ଧ ନେଇ ଅନ୍ୟ ଏକ ଚାପ ଅଙ୍କନ କର, ଯେପରି ଏହା ଅଙ୍କିତ ଚାପକୁ ଛେଦ କରିବ । ଛେଦବିଦୁର ନାମ A ଦିଅ । AB ଓ AC ଅଙ୍କନ କର । ବର୍ତ୍ତମାନ ମିଳିଥିବା ତ୍ରିଭୁଜ ଏକ ବିଷମବାହୁ ତ୍ରିଭୁଜ ।
  • ସମଦ୍ବିବାହୁ ତ୍ରିଭୁଜ ଅଙ୍କନ :
    (i) ଯେ କୌଣସି ଦୈର୍ଘ୍ୟନେଇ BC ଅଙ୍କନ କର ।
    (ii) Bକୁ କେନ୍ଦ୍ରକରି BC ସହ ସମାନ ବ୍ୟାସାର୍ଦ୍ଧ ନେଇ ଚାପଟିଏ ଅଙ୍କନ କର ।
    (iii) Cକୁ କେନ୍ଦ୍ରକରି BCଠାରୁ ପୃଥକ୍ ଏକ ବ୍ୟାସାର୍ଦ୍ଧ ନେଇ ଚାପଟିଏ ଅଙ୍କନ କର, ଯେପରିକି ଏହା ପ୍ରଥମରେ ଅଙ୍କିତ ଚାପକୁ ଛେଦକରିବ ।
    (iv) ଏହି ଅଙ୍କିତ ଚାପଦ୍ଵୟର ଛେଦବିନ୍ଦୁର ନାମ A ଦିଅ । AB ଓ AC ଅଙ୍କନ କର । ବର୍ତ୍ତମାନ AABC ଏକ ସମଦ୍ବିବାହୁ ତ୍ରିଭୁଜ ।
    ଏହାର BC = AB ଏବଂ CA ଏହାର ଭୂମି ।
    BSE Odisha 8th Class Maths Notes Geometry Chapter 2 Img 4
  • ସମବାହୁ ତ୍ରିଭୁଜ ଅଙ୍କନ :
    (i) ଯେ କୌଣସି ଦୈର୍ଘ୍ୟନେଇ BC ଅଙ୍କନ କର ।
    (ii) B ବିନ୍ଦୁକୁ କେନ୍ଦ୍ରକରି BC ସହ ସମାନ ବ୍ୟାସାର୍ଦ୍ଧ ନେଇ ଚାପଟିଏ ଅଙ୍କନ କର !
    BSE Odisha 8th Class Maths Notes Geometry Chapter 2 Img 5
    (iii) Cକୁ କେନ୍ଦ୍ରକରି ପ୍ରଥମେ ନେଇଥିବା ବ୍ୟାସାର୍ଦ୍ଧ (BC ସହ ସମାନ) ନେଇ ଚାପଟିଏ ଅଙ୍କନ କର ।
    (iv) ଅଙ୍କିତ ଚାପଦ୍ଵୟର ଛେଦ ବିନ୍ଦୁର ନାମ A ଦିଅ । AB ଓ AC ଅଙ୍କନ କର । ବର୍ତ୍ତମାନ △ABC ଏକ ସମବାହୁ ତ୍ରିଭୁଜ । ଏହାର AB = BC = AC |
  • ସମକୋଣୀ ତ୍ରିଭୁଜ ଅଙ୍କନ :
    BSE Odisha 8th Class Maths Notes Geometry Chapter 2 Img 6
    (i) ଯେ କୌଣସି ଦୈର୍ଘ୍ୟବିଶିଷ୍ଟ BC ଅଙ୍କନ କର ।
    (ii) BC ସହ ସେୟାରରେ ସମକୋଣ ସଂଲଗ୍ନ ଗୋଟିଏ ଧାର ଲଗାଇ ରଖ ଯେପରି ଏହାର ସମକୋଣ Bଠାରେ ରହିବ । ସେୟାରର ସମକୋଣ ସଂଲଗ୍ନ ଅନ୍ୟ ଧାରକୁ ଲଗାଇ ଏକ ରେଖାଖଣ୍ଡ ଅଙ୍କନ କର ଯାହାର ଗୋଟିଏ ପ୍ରାନ୍ତବିନ୍ଦୁ B, ଏହାର ଅନ୍ୟ ପ୍ରାନ୍ତବିନ୍ଦୁର ନାମ A ଦିଅ ।
    (iii) AC ଅଙ୍କନ କର । ବର୍ତମାନ ମିଳିଥିବା △ABC ଏକ ସମକୋଣୀ ତ୍ରିଭୁଜ ।
  • ସ୍ଥୂଳକୋଣୀ ତ୍ରିଭୁଜ ଅଙ୍କନ :
    (i) ଯେକୌଣସି ଦୈର୍ଘ୍ୟବିଶିଷ୍ଟ BC ଅଙ୍କନ କର ।
    (ii) BC ସହ Bଠାରେ ସ୍ଥୂଳକୋଣ (ଅର୍ଥାତ୍‌ 90° ରୁ ଅଧିକ ପରି ମାଣବିଶିଷ୍ଟ କୋଣ) ଅଙ୍କନ କରୁଥ‌ିବା BA (ଯେକୌଣସି ଦୈର୍ଘ୍ୟବିଶିଷ୍ଟ) ଅଙ୍କନ କର ।
    (iii) AC ଅଙ୍କନ କର । ବର୍ତ୍ତମାନ ମିଳିଥିବା △ABC ଏକ ସ୍ଥୂଳକୋଣୀ ତ୍ରିଭୁଜ ।
    BSE Odisha 8th Class Maths Notes Geometry Chapter 2 Img 7

BSE Odisha 8th Class Maths Notes Chapter 2 ତ୍ରିଭୁଜ

→ ଅନୁସିଦ୍ଧାନ୍ତ – 2 :
\(\overleftrightarrow{\mathrm{AB}}\) ର ବହିଃସ୍ଥ P ଏକ ବିନ୍ଦୁ ହେଲେ, P ବିନ୍ଦୁ ମଧ୍ୟ ଦେଇ ଗୋଟିଏ ମାତ୍ର PQ ଅଙ୍କନ ହେବ, ଯେପରିକି AB ସହ PQ ଏକ ସମକୋଣ ସୃଷ୍ଟି କରିବ । ଏଠାରେ PQ ଓ AB ପରସ୍ପର ପ୍ରତି ଲମ୍ବ କୁହାଯାଏ । ଯଦି AB ଓ PQ ର ଛେଦବିନ୍ଦୁ M ହୁଏ, ତେବେ \(\overline{\mathrm{PM}})\) କୁ P ବିନ୍ଦୁରୁ \(\overleftrightarrow{\mathrm{AB}}\) ପ୍ରତି ଲମ୍ବ ବୋଲି କୁହାଯାଏ ଏବଂ M ବିନ୍ଦୁକୁ \(\overline{\mathrm{PM}})\) ଲମ୍ବର ପାଦବିନ୍ଦୁ କୁହାଯାଏ ।
BSE Odisha 8th Class Maths Notes Geometry Chapter 2 Img 8

  • କ୍ତିରୁଲଭ ରକତା (Height of the triangle) :
    △ABCରେ A ବିନ୍ଦୁରୁ BC ପ୍ରତି ଗୋଟିଏ ମାତ୍ର ଲମ୍ବ ଅଙ୍କନ ସମ୍ଭବ । \(\overline{\mathrm{AP}})\)ର ଦୈର୍ଘ୍ୟ APକୁ △ABCର A ଶୀର୍ଷବିନ୍ଦୁରୁ \(\overline{\mathrm{BC}})\) ପ୍ରତି ଉଚ୍ଚତା କୁହାଯାଏ । ସେହିପରି BQ ଓ CRକୁ ଯଥାକ୍ରମେ B ବିନ୍ଦୁରୁ AC ପ୍ରତି ଓ C ବିନ୍ଦୁରୁ AB ପ୍ରତି ଉଚ୍ଚତା କୁହାଯାଏ
    BSE Odisha 8th Class Maths Notes Geometry Chapter 2 Img 9

ତ୍ରିଭୁଜର ମଧ୍ୟମା (Medians of a triangle) :
ତ୍ରିଭୁଜର କୌଣସି କୌଣିକ ବିନ୍ଦୁ ଓ ତାହାର ସମ୍ମୁଖୀନ ବାହୁର ମଧ୍ୟବିନ୍ଦୁକୁ ସଂଯୋଗ କରୁଥିବା ରେଖାଖଣ୍ଡକୁ ତ୍ରିଭୁଜର ମଧ୍ୟମା କୁହାଯାଏ । A ର ସମ୍ମୁଖୀନ ବାହୁ BC ର ମଧ୍ୟବିନ୍ଦୁ D ଅଟେ । ତେଣୁ AD ଗୋଟିଏ ମଧ୍ୟମା । ସେହିପରି BE ଓ CF ଅନ୍ୟ ଦୁଇଟି ମଧ୍ୟମା ।
BSE Odisha 8th Class Maths Notes Geometry Chapter 2 Img 10

ତ୍ରିଭୁଜର କୋଣମାନଙ୍କ ସମଦ୍ବିଖଣ୍ଡକ (Bisectors of the angles of a triangle or angle-bisectors of a triangle) :
△ABCର କୋଣମାନଙ୍କର ସମଦ୍ଵିଖଣ୍ଡକ ରଶ୍ମିଗୁଡ଼ିକ ହେଲେ, \(\overrightarrow{\mathrm{AX}}\), BY ଏବଂ \(\overrightarrow{\mathrm{CZ}}\)। ସେଗୁଡ଼ିକ ଯଥାକ୍ରମେ ∠A, ∠B ଓ ∠Cର ଅନ୍ତଃସମଦ୍ବିଖଣ୍ଡକ ଅଟନ୍ତି ।
BSE Odisha 8th Class Maths Notes Geometry Chapter 2 Img 11

→ ସିଦାନ୍ତ – 2 :
ଏକ ତ୍ରିଭୁଜର ଯେ କୌଣସି ଦୁଇ ବାହୁର ଦୈର୍ଘ୍ୟର ସମଷ୍ଟି ଏହାର ତୃତୀୟ ବାହୁର ଦୈର୍ଘ୍ୟଠାରୁ ବୃହତ୍ତର ।

→ ଥନୁସିବାନ୍ତ୍ର
ଏକ ତ୍ରିଭୁଜର ଯେ କୌଣସି ଦୁଇ ବାହୁର ଦୈର୍ଘ୍ୟର ଅନ୍ତର ତୃତୀୟ ବାହୁର ଦୈର୍ଘ୍ୟଠାରୁ କ୍ଷୁଦ୍ରତର ।

→ ସିଦ୍ଧାନ୍ତ – 3 :
ଯେ କୋଣସି ସମଦ୍ୱିବାକୁ ତ୍ରିଭୁଜର ବାହୁଦୂଯଲ ସମ୍ମଖାନ କୋଶମାନର ପରିମାଣ ସମାନ ।

→ ଥନୁସିବାନ୍ତ୍ର
ଏକ ସମବାହୁ ତ୍ରିଭୁଜର କୋଣତ୍ରୟର ପରିମାଣ ସମାନ ଓ ପ୍ରତ୍ୟେକର ପରିମାଣ 60° |

→ ସିଦ୍ଧାନ୍ତ – 4 :
ଏକ ତ୍ରିଭୁଜର ଦୁଇଟି କୋଣର ପରିମାଣ ସମାନ ହେଲେ, ଏହି କୋଣଦ୍ଵୟର ସମ୍ମୁଖୀନ ବାହୁଦ୍ୱୟର ଦୈର୍ଘ୍ୟ

BSE Odisha 8th Class Maths Notes Chapter 2 ତ୍ରିଭୁଜ

→ ତ୍ରିଭୁଜର ବହିଃସ୍ଥ କୋଣ :

  • ତ୍ରିଭୁଜର ପ୍ରତ୍ୟେକ ଅନ୍ତଃସ୍ଥ କୋଣର ସନ୍ନିହିତ ପରିପୂରକ କୋଣକୁ ତ୍ରିଭୁଜର ବହିଃସ୍ଥ କୋଣ କୁହାଯାଏ ।
  • ତ୍ରିଭୁଜର କୌଣସି ଏକ ଶୀର୍ଷବିନ୍ଦୁରେ ଥ‌ିବା ଅନ୍ତଃସ୍ଥ କୌଣ ଓ ଏକ ବହିଃସ୍ଥ କୋଣର ପରିମାଣର ସମଷ୍ଟି 180° |
  • △ABC ର ∠B ଓ ∠C କୁ A ଠାରେ ଥ‌ିବା ବହିଃସ୍ଥ କୋଣର ଅନ୍ତଃସ୍ଥ ଦୂରବର୍ତ୍ତୀ କୋଣ କୁହାଯାଏ । ସେହିପରି ∠C ଓ ∠A, ∠A ଓ ∠B ଯଥାକ୍ରମେ B ଏବଂ C ଠାରେ ଥିବା ବହିଃସ୍ଥ କୋଣର ଅନ୍ତଃସ୍ଥ ଦୂରବର୍ତ୍ତୀ କୌଣ କୁହାଯାଏ ।
    BSE Odisha 8th Class Maths Notes Geometry Chapter 2 Img 12

→ ସିଦ୍ଧାନ୍ତ – 5 :
କୋଣସି ଦିରୁକାର ଏକ ଶାୟବିଦୁଲେ ଥିବା ଗୋଟିଏ ଦହିମ କୋଣର ପରିମାଣ ଏହାର ଅନୁମ ଦୁଇ ଦଭା କୋଣଦ୍ଵୟର ପରିମାଣର ସମଷ୍ଟି ସଙ୍ଗେ ସମାନ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

Odisha State Board BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ Important Questions and Answers.

BSE Odisha Class 8 History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଖୋର୍ଦ୍ଧାରାଜାଙ୍କ ମନ୍ତ୍ରୀଭାବେ ଜୟୀରାଜଗୁରୁଙ୍କ କାର୍ଯ୍ୟାବଳୀ ଉଲ୍ଲେଖ କର ।
Answer:
ଅଭିଭାବକ ଭାବେ କାର୍ଯ୍ୟ :

  • ରାଜା ଦିବ୍ୟସିଂହଦେବଙ୍କ ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ଦ୍ଵିତୀୟ ମୁକୁନ୍ଦଦେବ ରାଜା ହେଲାପରେ ଜୟୀ ରାଜଗୁରୁ ତାଙ୍କର ଅଭିଭାବକଭାବେ କାର୍ଯ୍ୟ କଲେ ।
  • ୧୭୮୯ ଖ୍ରୀ.ଅ.ରେ ସେ ସମସ୍ତ ପ୍ରକାର ଶାସନ ନିୟନ୍ତ୍ରଣ କ୍ଷମତା ହାତକୁ ନେଲେ ।

ଦୁର୍ଭିକ୍ଷ :
ସେହି ସମୟରେ ଛୋଟ ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ଅନ୍ତଯୁଦ୍ଧ ଚାଲିଥିଲା ଏବଂ ଦୁର୍ଭିକ୍ଷ ପଡ଼ିବାରୁ ଘୋର ସଂକଟ ଦେଖାଦେଲା । ଏହି ସମୟରେ ଜୟୀ ରାଜଗୁରୁଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ।

ଆଖଡ଼ାଶାଳ :
ପାଇକମାନଙ୍କୁ ଯୁଦ୍ଧବିଦ୍ୟାରେ ତାଲିମ ଦେବାପାଇଁ ସେ ଆଖଡ଼ାଶାଳ ପ୍ରତିଷ୍ଠା କରି ସେମାନଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରାଇଥିଲେ ।

ଦେଶଭକ୍ତି :
ଇଂରେଜମାନେ ବିଶ୍ୱାସଘାତକତା କରିବାରୁ ଜୟୀ ରାଜଗୁରୁ ରାଜାଙ୍କୁ ସେମାନଙ୍କ ବିରୋଧରେ ଯୁଦ୍ଧ କରିବାକୁ ପରାମର୍ଶ ଦେଇଥିଲେ । ଯଦିଓ ଖୋର୍ଦ୍ଧା ଶେଷରେ ଇଂରେଜ ଶାସନାଧୀନ ହେଲା, ତଥାପି ଜୟୀ ରାଜଗୁରୁଙ୍କ ଦେଶଭକ୍ତି ଓ ତ୍ୟାଗ ଚିରସ୍ମରଣୀୟ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୨ । ପାଇକ ବିଦ୍ରୋହର ଅବସାନ କିପରି ଘଟିଥିଲା ?
Answer:
ବିଦ୍ରୋହୀମାନଙ୍କ ଆତ୍ମସମର୍ପଣ :
ପାଇକ ବିଦ୍ରୋହକୁ ଦମନ କରିବା ପାଇଁ ଇଂରେଜମାନେ ଆପ୍ରାଣ ଉଦ୍ୟମ କଲେ । ଫଳରେ ଅନେକ ବିଦ୍ରୋହୀ ଆତ୍ମସମର୍ପଣ କଲେ ।

ସମ୍ପତ୍ତି ବ୍ୟାଜାପ୍ତି :
ବକ୍ସି ଜଗବନ୍ଧୁ ଆତ୍ମସମର୍ପଣ ନ କରିବାରୁ ୧୮୨୩ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାର ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିଦେଲେ ।

ଘୋଷଣା :
ସେ ଆତ୍ମସମର୍ପଣ କଲେ ତାଙ୍କୁ ସସମ୍ମାନେ ବୃତ୍ତି ଦିଆଯିବ ବୋଲି ଇଂରେଜ ସରକାର ଘୋଷଣା କଲେ ।

ଆତ୍ମସମର୍ପଣ :
ତେଣୁ ଦୀର୍ଘଦିନର ଆତ୍ମଗୋପନ ପରେ ୧୮୨୫ ଖ୍ରୀ.ଅ. ମେ ମାସରେ କଟକ ସହରରେ ଇଂରେଜ ସରକାରଙ୍କ ନିକଟରେ ସେ ଆତ୍ମସମର୍ପଣ କଲେ ।

ନଜରବନ୍ଦୀ :
ତାଙ୍କୁ କଟକ ସହରରେ ନଜରବନ୍ଦୀ କରି ରଖାଗଲା ଓ ପାଇକ ବିଦ୍ରୋହର ଅବସାନ ଘଟିଲା ।

୩ । ସିପାହୀ ବିଦ୍ରୋହର ରାଜନୈତିକ କାରଣ ଲେଖ ।
Answer:
ନିମ୍ନଲିଖୂତ ରାଜନୈତିକ କାରଣଗୁଡ଼ିକ ସିପାହୀ ବିଦ୍ରୋହ ପାଇଁ ଦାୟୀ ଥିଲା ।
ରାଜ୍ୟବିସ୍ତାର ନୀତି :

  • ଇଂରେଜମାନେ ଭାରତକୁ ବାଣିଜ୍ୟ କରିବାକୁ ଆସି ଶାସନ ଡୋରି ଧରିବାର ଲକ୍ଷ୍ୟ ପୋଷଣ କଲେ ।
  • ୱେଲସ୍‌ଲିଙ୍କ ସାମନ୍ତ ସନ୍ଧି ପ୍ରଥା ଏବଂ ଡେଲ୍ହାଉସୀଙ୍କ ରାଜ୍ୟସ୍ୱତ୍ୱ ଲୋପନୀତିଦ୍ଵାରା ଅନେକ ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା ।

ସମ୍ରାଟଙ୍କ ସ୍ଥାନାନ୍ତରଣ :

  • ମୋଗଲ ସମ୍ରାଟ ବାହାଦୁର ଶାହାଙ୍କୁ ଦିଲ୍ଲୀର ଲାଲକିଲ୍ଲାରୁ କୁତବ ଅଞ୍ଚଳକୁ ପଠାଇ ଦିଆଗଲା ।
  • ଅଯୋଧ୍ୟାକୁ ଇଂରେଜ ସାମ୍ରାଜ୍ୟରେ ମିଶାଇ ଦିଆଗଲା ।
  • ପେଶବା ଦ୍ଵିତୀୟ ବାଜିରାଓଙ୍କ ମୃତ୍ୟୁପରେ ତାଙ୍କ ପୋଷ୍ୟପୁତ୍ର ନାନାସାହେବଙ୍କ ଭତ୍ତା ବନ୍ଦ କରି ଦିଆଗଲା ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୪ । ମହାରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ରରେ କି କି ବ୍ୟବସ୍ଥାମାନ ଉଲ୍ଲେଖ କରାଯାଇଥିଲା ?
Answer:
ମହାରାଣୀଙ୍କ ଘୋଷଣାପତ୍ରରେ କେତେକ ବ୍ୟବସ୍ଥା ଉଲ୍ଲେଖ ଥିଲା; ଯଥା—

  1. କମ୍ପାନୀ ଶାସନ କାଳରେ ଦେଶୀୟ ରାଜାମାନଙ୍କ ସହ ହୋଇଥିବା ଚୁକ୍ତି ଅପରିବର୍ତ୍ତିତ ରହିବ ।
  2. ଦେଶୀୟ ରାଜାମାନଙ୍କ କ୍ଷମତା, ସମ୍ମାନ ଓ ପଦମର୍ଯ୍ୟାଦା ଅକ୍ଷୁଣ୍ଣ ରହିବ ।
  3. ଭାରତୀୟମାନଙ୍କ ଧର୍ମବିଶ୍ଵାସ ଉପରେ ହସ୍ତକ୍ଷେପ କରାଯିବ ନାହିଁ ।
  4. ଭାରତୀୟମାନଙ୍କ ମୌଳିକ ପରମ୍ପରା, ସାମାଜିକ ରୀତିନୀତି ଉପରେ ହସ୍ତକ୍ଷେପ କରାଯିବ ନାହିଁ ।
  5. ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭାରତୀୟମାନଙ୍କୁ ଯୋଗ୍ୟତାଭିଭିକ ନିଯୁକ୍ତି ଦିଆଯିବ ।

୫ | ୧୮୫୭ ବିଦ୍ରୋହରେ ଓଡ଼ିଶାର ଭୂମିକା ବର୍ଣ୍ଣନା କର ।
Answer:
ନେତୃତ୍ବ :

  • ୧୮୫୭ ଜାତୀୟ ବିଦ୍ରୋହ କାଳରେ ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାରେ ଉଲ୍ଲେଖନୀୟ ଘଟଣା ଘଟିଥିଲା ।
  • ବୀର ସୁରେନ୍ଦ୍ର ସାଏ ସମ୍ବଲପୁରଠାରେ ୧୮୫୭ ବିଦ୍ରୋହର ନେତୃତ୍ୱ ନେଇଥିଲେ । ସେ ତାନ୍ତିଆ ତୋପେ, ଲକ୍ଷ୍ମୀବାଈ ଓ ନାନାସାହେବଙ୍କ ସମକକ୍ଷ ଥିଲେ ।

ସୁରେନ୍ଦ୍ର ସାଏଙ୍କ ଭୂମିକା :

  • ୧୮୫୭ ଜୁଲାଇ ୩୧ ତାରିଖ ଦିନ ବିଦ୍ରୋହୀମାନେ ହଜାରୀବାଗ ଜେଲ୍ ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କରିଦେଲେ । ବନ୍ଦୀମାନଙ୍କ ମଧ୍ୟରେ ସୁରେନ୍ଦ୍ର ସାଏ ଓ ତାଙ୍କ ସାନ ଭାଇ ଉଦନ୍ତ ସାଏ ଥିଲେ । ସେମାନେ ସମ୍ବଲପୁର ଆସି ଇଂରେଜମାନଙ୍କ ବିରୁଦ୍ଧରେ ଆଦିବାସୀମାନଙ୍କୁ ସଙ୍ଗଠିତ କରିଥିଲେ ।
  • ଜମିଦାର, ଗୌନ୍ତିଆ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସ୍ଵାଗତ କରିଥିଲେ । ଇଂରେଜ ସେନାପତି ଲି ତାଙ୍କ ସଶସ୍ତ୍ର ଆବିର୍ଭାବରେ ଭୟଭୀତ ହୋଇ ତାଙ୍କ ନିବେଦନପତ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଚାର ପାଇଁ ପଠାଇଦେବାକୁ ପ୍ରତିଶ୍ରୁତି ଦେଲେ ।
  • କିଛି ଦିନ ଅପେକ୍ଷା ପରେ ତାଙ୍କୁ ବିଚାର ନମିଳିବାରୁ ସୁରେନ୍ଦ୍ର ସାଏ ଆଦିବାସୀ, ସାଧାରଣ ଜନତା,ଜମିଦାର ଗୌନ୍ତିଆଙ୍କ ସହାୟତାରେ ବିଦ୍ରୋହ କରିଥିଲେ ।
  • ଇଂରେଜମାନଙ୍କ ସହ ଲଢ଼େଇ ମଧ୍ୟରେ ସୁରେନ୍ଦ୍ର ସାଏ ନିଜ ଭାଇ ଛବିଳ ସାଏଙ୍କୁ ହରାଇଥିଲେ । ବିଦ୍ରୋହୀମାନେ କ୍ୟାପ୍‌ଟେନ୍ ଉଙ୍କୁ ମଧ୍ୟ ହତ୍ୟା କରିଥିଲେ । ଦୀର୍ଘଦିନ ଯୁଦ୍ଧକରି ସୁରେନ୍ଦ୍ର ସାଏ ୧୮୬୪ ମସିହା ଜାନୁୟାରୀ ମାସ ୨୩ ତାରିଖରେ ଇଂରେଜମାନଙ୍କଦ୍ୱାରା ବନ୍ଦୀ ହେଲେ ଏବଂ ଅସିରଗଡ଼ ଦୁର୍ଗରେ ଆଜୀବନ ବନ୍ଦୀ ଜୀବନ କାଟିଥିଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଖୋର୍ଦ୍ଧାରେ ବିଦ୍ରୋହ କାହିଁକି ହୋଇଥିଲା ? ଏହି ବିଦ୍ରୋହର ନେତୃତ୍ବ କିଏ ନେଇଥିଲେ ?
Answer:

  • ଇଂରେଜମାନଙ୍କ ଓଡ଼ିଶା ଅଧିକାର ପ୍ରତିବାଦରେ ଖୋର୍ଦ୍ଧାରେ ବିଦ୍ରୋହ ହୋଇଥିଲା ।
  • ଜୟୀ ରାଜଗୁରୁ ଏହି ବିଦ୍ରୋହର ନେତୃତ୍ଵ ନେଇଥିଲେ ।

୨। ଓଡ଼ିଶାର ଶାସନ ଇଂରେଜମାନଙ୍କ ହାତକୁ କିପରି ଗଲା ? କିଏ ଇଂରେଜମାନଙ୍କୁ ବିରୋଧ କରି ଶହୀଦ ହୋଇଥିଲେ ?
Answer:

  1. ଇଂରେଜମାନେ ୧୮୦୩ରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକାର କରି ଶାସନ ପ୍ରତିଷ୍ଠା କରିବା ଫଳରେ ଓଡ଼ିଶା ଶାସନ ମରହଟ୍ଟାମାନଙ୍କ ହାତରୁ ଆସି ଇଂରେଜମାନଙ୍କ ହାତକୁ ଗଲା ।
  2. ଜୟୀ ରାଜଗୁରୁ ଇଂରେଜମାନଙ୍କୁ ବିରୋଧ କରି ଶହୀଦ ହୋଇଥିଲେ ।

୩ । କେବେ, କେଉଁଠାରେ ଏବଂ କାହା ନେତୃତ୍ଵରେ ପାଇକମାନେ ଇଂରେଜ ଶାସନ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ ?
Answer:
୧୮୧୭ ମସିହାରେ, ଖୋର୍ଦ୍ଧାରେ ଏବଂ ଖୋର୍ଦ୍ଧା ରାଜାଙ୍କର ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଇଂରେଜ, ଶାସନ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ ।

୪ । ବକ୍‌ସି ଜଗବନ୍ଧୁ କେଉଁ କାରଣରୁ ଇଂରେଜ ଶାସନର ବିରୋଧୀ ହେଲେ ?
Answer:

  • ବକ୍ସି ଜଗବନ୍ଧୁ ଇଂରେଜ ସରକାରଙ୍କ ଚକ୍ରାନ୍ତରେ ରାଜାଙ୍କଠାରୁ ପାଇଥିବା ଚୋଡ଼ଙ୍ଗମଣ୍ଡଳ ଜମିଦାରୀ ହରାଇଲେ ।
  • ସେଥ‌ିପାଇଁ ସେ କ୍ଷୁବ୍ଧ ହୋଇ ଇଂରେଜ ଶାସନର ବିରୋଧୀ ହେଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୫ । ଘୁମୁସର ରାଜ୍ୟର କେଉଁ ରାଜାଙ୍କୁ ଇଂରେଜମାନେ କାହିଁକି ଗାଦିଚ୍ୟୁତ କଲେ ?
Answer:

  • ଘୁମୁସର ରାଜ୍ୟର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଇଂରେଜମାନେ ଗାଦିଚ୍ୟୁତ କରିଥିଲେ ।
  • କାରଣ ସେ ନିର୍ଦ୍ଧାରିତ ସମୟରେ କର ଦେଇପାରି ନଥିଲେ ।

୬ । ବିଦ୍ରୋହୀ ସିପାହୀମାନେ କାହାକୁ କେଉଁଠାରେ ଭାରତର ସମ୍ରାଟଭାବେ ଘୋଷଣା କଲେ ?
Answer:
ବିଦ୍ରୋହୀ ସିପାହୀମାନେ ବୃଦ୍ଧ ମୋଗଲ ସମ୍ରାଟ୍ ଦ୍ୱିତୀୟ ବାହାଦୂର ଶାହା ଜାଫରଙ୍କୁ ଦିଲ୍ଲୀଠାରେ ଭାରତର ସମ୍ରାଟ୍ ଭାବେ ଘୋଷଣା କଲେ ।

୭ । ମଙ୍ଗଳ ପାଣ୍ଡେ କାହିଁକି ଇଂରେଜ ଅଫିସରଙ୍କୁ ହତ୍ୟାକଲେ ?
Answer:

  • ମଙ୍ଗଳ ପାଣ୍ଡେ ଏନ୍‌ଫିଲଡ୍ ବନ୍ଧୁକ ବ୍ୟବହାର କରିବାକୁ ସ୍ପଷ୍ଟ ମନା କରିଦେଲେ ।
  • ଇଂରେଜ ଅଫିସର ତାଙ୍କୁ ବାଧ୍ୟ କରିବାରୁ ସେ ରାଗିଯାଇ ସେହି ବନ୍ଧୁକରେ ଇଂରେଜ ଅଫିସରଙ୍କୁ ହତ୍ୟା କରିଥିଲେ ।

୮ । ଇଂରେଜ ସରକାର ସିପାହୀମାନଙ୍କ ବ୍ୟକ୍ତିଗତ ଧର୍ମବିଶ୍ଵାସରେ କିପରି ହସ୍ତକ୍ଷେପ କରିଥିଲେ ?
Answer:

  1. ଇଂରେଜ ସରକାର ସିପାହୀମାନଙ୍କ ସ୍ଥାନୀୟ ଟୋପି ଓ ପଗଡ଼ି ପିନ୍ଧିବା ଉପରେ କଟକଣା ଜାରି କଲେ ।
  2. ସମୁଦ୍ର ପାର ହୋଇ ଦେଶ ବାହାରେ ଯୁଦ୍ଧ କରିବାପାଇଁ ଆଇନ କଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୯ । ନାନାସାହେବ କିଏ ? ତାଙ୍କର ମନ୍ତ୍ରୀ କିଏ ଥିଲେ ?
Answer:

  • ନାନାସାହେବ ପେଶବା ଦ୍ଵିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ଥିଲେ ।
  • ତାନ୍ତିଆ ତୋପେ ତାଙ୍କର ମନ୍ତ୍ରୀ ଥିଲେ ।

୧୦ । କେଉଁମାନଙ୍କୁ ସର୍ବରାକର କୁହାଯାଏ ? ବକ୍ସି ସେମାନଙ୍କଦ୍ୱାରା କିପରି କ୍ଷତିଗ୍ରସ୍ତ ହେଲେ ?
Answer:

  • ଖଜଣା ଅସୁଲ କରି ଜମିଦାର ବା ସରକାରଙ୍କଠାରେ ଦାଖଲ କରୁଥିବା କର୍ମଚାରୀଙ୍କୁ ସର୍ବରାକର କୁହାଯାଏ ।
  • ସର୍ବରାକରଙ୍କ କୂଟ ଚକ୍ରାନ୍ତ ଫଳରେ ବକ୍ସି ନିଜ ଜମିଦାରୀ ହରାଇଥିଲେ ।

୧୧ । ଜାଗିରୀ କ’ଣ ? ବକ୍ସି କେଉଁ ଜାଗିରୀ ହରାଇଥିଲେ ?
Answer:

  • ସୈନିକ ବା ଅନ୍ୟାନ୍ୟ କୌଣସି କାର୍ଯ୍ୟ କରିବା ପାଇଁ ପ୍ରାପ୍ତ ପୁରସ୍କାରସ୍ଵରୂପ ଜମିକୁ ଜାଗିରୀ କୁହାଯାଏ ।
  • ବକ୍ସି ଚୋଡ଼ଙ୍ଗମଣ୍ଡଳର ଜାଗିରୀ ହରାଇଥିଲେ ?

୧୨ । ଇଂରେଜ ସରକାରଙ୍କ କେଉଁ ଦୁଇଟି ନୀତିଦ୍ଵାରା ଅଧ୍ବକାଂଶ ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ?
Answer:
ଲର୍ଡ ୱେଲେସ୍‌ଲିଙ୍କ ସାମନ୍ତ ସନ୍ଧି ଏବଂ ଲର୍ଡ ଡେଲ୍ହାଉସୀଙ୍କ ରାଜ୍ୟସ୍ଵତ୍ଵ ଲୋପନୀତିଦ୍ୱାରା ଅନେକ ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୩ । କେବେ କେଉଁଠାରେ ବକ୍‌ସି ଜଗବନ୍ଧୁ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ?
Answer:
୧୮୨୫ ଖ୍ରୀ.ଅ. ମେ’ମାସରେ କଟକଠାରେ ବକ୍‌ସି ଜଗବନ୍ଧୁ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

୧୪ । ଦିଲ୍ଲୀରେ ବିଦ୍ରୋହ ଦମନ ପରେ କେଉଁ ମୋଗଲ ସମ୍ରାଟଙ୍କୁ ବନ୍ଦୀ କରାଯାଇଥିଲା ? ତାଙ୍କୁ କେଉଁଠାରେ ରଖାଗଲା ?
Answer:

  1. ଦିଲ୍ଲୀରେ ବିଦ୍ରୋହ ଦମନ ପରେ ମୋଗଲ ସମ୍ରାଟ ଦ୍ବିତୀୟ ବାହାଦୁର ଶାହା ଜାଫରଙ୍କୁ ବନ୍ଦୀ କରାଗଲା ।
  2. ତାଙ୍କୁ ମିଆଁମାରର ରେଙ୍ଗୁନସ୍ଥିତ ମାଣ୍ଡାଲେ ଜେଲରେ ବନ୍ଦୀକରି ରଖାଗଲା ।

୧୫ । ଘୁମୁସରର ବିଦ୍ରୋହୀ ନେତା ଦୋରା ବିଶୋଇଙ୍କୁ ଧରିବାପାଇଁ ଇଂରେଜମାନେ କେତେ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ? ଦୋରା ବିଶୋଇଙ୍କ ମୃତ୍ୟୁ କେଉଁଠି ହୋଇଥିଲା ?
Answer:

  • ଘୁମୁସରର ବିଦ୍ରୋହୀ ନେତା ଦ୍ଵାରା ବିଶୋଇଙ୍କୁ ଧରିବାପାଇଁ ଇଂରେଜ ସରକାର ପାଞ୍ଚ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।
  • ମାନ୍ଦ୍ରାଜଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

୧୬ । ବୀର ସୁରେନ୍ଦ୍ର ସାଏ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କର ପିତାଙ୍କ ନାମ କ’ଣ ଥିଲା ?
Answer:

  • ବୀର ସୁରେନ୍ଦ୍ର ସାଏ ସମ୍ବଲପୁରର ଖୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପିତାଙ୍କ ନାମ ଥିଲା ଧରମ ସିଂହ ।

୧୭ । ସିପାହୀ ବିଦ୍ରୋହବେଳେ ଭାରତର ଗଭର୍ଣ୍ଣର ଜେନେରାଲ୍ କିଏ ଥିଲେ ? ବିଦ୍ରୋହ ଦମନ କରିବାପାଇଁ କେଉଁ ଶାସକମାନେ ତାଙ୍କୁ ସାହାଯ୍ୟ କରିଥିଲେ ?
Answer:

  • ସିପାହୀ ବିଦ୍ରୋହବେଳେ ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ କ୍ୟାଟିଂ ଥିଲେ ।
  • ବିଦ୍ରୋହ ଦମନ କରିବାପାଇଁ ତାଙ୍କୁ ପଞ୍ଜାବ, ନେପାଳ ଓ ହାଇଦ୍ରାବାଦର ଶାସକ ସାହାଯ୍ୟ କରିଥିଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୮ । ଇଷ୍ଟଇଣ୍ଡିଆ କମ୍ପାନୀ କେଉଁ ଦୁଇଟି ବିଷୟ ଉପରେ ବେଶି ଗୁରୁତ୍ଵ ଦେଉଥିଲେ ?
Answer:
ଇଷ୍ଟଇଣ୍ଡିଆ କମ୍ପାନୀ –

  1. ବାଣିଜ୍ୟ କ୍ଷେତ୍ରରେ ଏକଚାଟିଆ କାରବାର କରିବା ଏବଂ,
  2. ଭାରତୀୟ ବଣିକମାନଙ୍କ ସହ ପ୍ରତିଯୋଗିତା ନକରିବା ଉପରେ ବେଶି ଗୁରୁତ୍ଵ ଦେଉଥିଲା ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧। ଜୟୀ ରାଜଗୁରୁଙ୍କ ପିତାଙ୍କ ନାମ କ’ଣ ଥିଲା ?
Answer:
ଜୟୀ ରାଜଗୁରୁଙ୍କ ପିତାଙ୍କ ନାମ ଥିଲା ଚାନ୍ଦ ରାଜଗୁରୁ ।

୨ । ଜୟୀ ରାଜଗୁରୁଙ୍କ ଜ୍ଞାନ ଗରିମାରେ ମୁଗ୍ଧ ହୋଇ କିଏ ତାଙ୍କୁ ରାଜସଭାକୁ ନେବାକୁ ଚାହିଁଥିଲେ ?
Answer:
ଜୟୀ ରାଜଗୁରୁଙ୍କ ଜ୍ଞାନ ଗରିମାରେ ମୁଗ୍ଧ ହୋଇ ଆଠଗଡ଼ ରାଜା ତାଙ୍କୁ ନିଜ ଦରବାରକୁ ନେବାକୁ ଚାହିଁଥିଲେ ।

୩ । ଧର୍ମାନ୍ତରିତ ଭାରତୀୟମାନଙ୍କୁ ଇଂରେଜ ସରକାର କି ପ୍ରକାର ସୁବିଧା ଦେଇଥୁଲେ ?
Answer:
ଧର୍ମାନ୍ତରିତ ଭାରତୀୟଙ୍କ ପୈତୃକ ସମ୍ପତ୍ତି ଉପରେ ଅଧ୍ଵର ରହିବ ବୋଲି ଇଂରେଜ ସରକାର ଆଇନ ପ୍ରଣୟନ କରିଥିଲେ ।

୪। ସିପାହୀ ବିଦ୍ରୋହରେ ଅଂଶଗ୍ରହଣ କରିଥିବା ଓଡ଼ିଶାର କେଉଁ ବ୍ୟକ୍ତି ସ୍ମରଣୀୟ ?
Answer:
ସିପାହୀ ବିଦ୍ରୋହରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ବୀର ସୁରେନ୍ଦ୍ର ସାଏ ସ୍ମରଣୀୟ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୫ | ସିପାହୀ ବିଦ୍ରୋହ ଶେଷରେ ନାନାସାହେବଙ୍କ ଅବସ୍ଥା କ’ଣ ହେଲା ?
Answer:
ସିପାହୀ ବିଦ୍ରୋହ ଶେଷରେ କାନପୁରଠାରେ ନାନାସାହେବ ପରାସ୍ତ ହୋଇ ନେପାଳର ଜଙ୍ଗଲ ଅଞ୍ଚଳକୁ ପଳାୟନ କରିଥିଲେ ।

୬ | ମୁକୁନ୍ଦଦେବ କେବେ ପିପିଲିଠାରେ ଇଂରେଜମାନଙ୍କୁ ଆକ୍ରମଣ କରିଥିଲେ ?
Answer:
ମୁକୁନ୍ଦଦେବ ୧୮୦୪ ମସିହା ଅକ୍ଟୋବର ମାସରେ ପିପିଲିଠାରେ ଇଂରେଜମାନଙ୍କୁ ଆକ୍ରମଣ କରିଥିଲେ ।

୭ । କେବେ ଇଂରେଜମାନେ ମରହଟ୍ଟାମାନଙ୍କଠାରୁ ଓଡ଼ିଶାର ଶାସନ କ୍ଷମତା ନିଜ ହାତକୁ ନେଲେ ?
Answer:
୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟାମାନଙ୍କଠାରୁ ଓଡ଼ିଶାର ଶାସନ କ୍ଷମତା ନିଜ ହାତକୁ ନେଲେ ।

୮ | ୧୮୫୭ ସିପାହୀ ବିଦ୍ରୋହବେଳେ ଭାରତର ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?
Answer:
୧୮୫୭ ସିପାହୀ ବିଦ୍ରୋହବେଳେ ଭାରତର ଗଭର୍ଣ୍ଣର ଜେନେରାଲ୍ ଥିଲେ ଲର୍ଡ କ୍ୟାନିଂ ।

୯ । ୧୮୧୭ ମସିହାରେ କାହା ନେତୃତ୍ଵରେ ପାଇକ ବିଦ୍ରୋହ ହୋଇଥିଲା ?
Answer:
୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ହୋଇଥିଲା ।

୧୦ । ମଙ୍ଗଳ ପାଣ୍ଡେ କେଉଁଠାରେ ଜଣେ ଇଂରେଜ ଅଫିସରଙ୍କୁ ଗୁଳି କରିଥିଲେ ?
Answer:
ମଙ୍ଗଳ ପାଣ୍ଡେ ବଙ୍ଗର ବାରାକପୁରଠାରେ ଜଣେ ଇଂରେଜ ଅଫିସରଙ୍କୁ ଗୁଳି କରିଥିଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୧ । ଇଂରେଜ ସରକାର ଘୁମୁସରର କେଉଁ ରାଜାଙ୍କୁ କର ନ ଦେବାରୁ ଗାଦିଚ୍ୟୁତ କରିଥିଲେ ?
Answer:
ଇଂରେଜ ସରକାର ଘୁମୁସରର ରାଜା ଧନଞ୍ଜୟ ଭଞ୍ଜଙ୍କୁ କର ନ ଦେବାରୁ ଗାଦିଚ୍ୟୁତ କରିଥିଲେ ।

୧୨ । ଚକରା ବିଶୋଇ କିଏ ?
Answer:
ଚକରା ବିଶୋଇ ଘୁମୁସରର କନ୍ଧ ବିଦ୍ରୋହର ଅନ୍ୟତମ ମହାନ୍ ନେତା ଥିଲେ ।

୧୩ । କେନ୍ଦୁଝରର କେଉଁ ରାଜାଙ୍କୁ ଓଡ଼ିଶାର ତତ୍କାଳୀନ କମିଶନର ରେଭେନ୍ସା ଅନ୍ୟାୟ ଭାବରେ ଶାସନ ଗାଦିରୁ ବଞ୍ଚିତ କରିଥିଲେ ?
Answer:
କେନ୍ଦୁଝରର ରାଜା ଗଦାଧର ଭଞ୍ଜଙ୍କ ପୋଷ୍ୟପୁତ୍ର ବୃନ୍ଦାବନ ଭଞ୍ଜଙ୍କୁ ଓଡ଼ିଶାର ତତ୍କାଳୀନ କମିଶନର ରେଭେନ୍ସା ଅନ୍ୟାୟ ଭାବରେ ଶାସନ ଗାଦିରୁ ବଞ୍ଚିତ କରିଥିଲେ ।

୧୪ । ରତ୍ନା ନାୟକ କିଏ ଥିଲେ ?
Answer:
ରତ୍ନା ନାୟକ କେନ୍ଦୁଝର ଭୂୟାଁ ବିଦ୍ରୋହର ଅନ୍ୟତମ ନେତା ଥିଲେ ।

୧୫ । ୧୮୨୦ ମସିହାରେ ମୟୂରଭଞ୍ଜର କୋହ୍ଲମାନେ କେଉଁ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ?
Answer:
୧୮୨୦ ମସିହାରେ ମୟୂରଭଞ୍ଜର କୋହ୍ଲମାନେ ସିଂହଭୂମର ରାଜା ଘନଶ୍ୟାମ ସିଂହଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧ । କାନପୁରଠାରେ _________ ଙ୍କ ନେତୃତ୍ୱରେ ବିଦ୍ରୋହ ପରିଚାଳିତ ହେଉଥିଲା ।
Answer:
ନାନା ସାହେବ

୨ । ଇଂରେ ଜମାନେ ___________ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ।
Answer:
୧୮୦୩

୩ । ବକ୍ସି ଜଗବନ୍ଧୁ _________ ଙ୍କୁ ଖୋର୍ଦ୍ଧାର ରାଜା ରୂପେ ଘୋଷଣା କରିଥିଲେ ।
Answer:
ଦ୍ଵିତୀୟ ମୁକୁନ୍ଦଦେବ

୪ । ଦୋରା ବିଶୋଇଙ୍କ ପୁତୁରା __________ କନ୍ଧ ସମ୍ପ୍ରଦାୟର ମହାନ୍ ନେତା ଥିଲେ ।
Answer:
ଚକରା ବିଶୋଇ

୫। ବିଦ୍ରୋହ କାଳରେ ସିପାହୀମାନେ _________ ଙ୍କୁ ଭାରତର ଶାସକ ଭାବରେ ଘୋଷଣା କଲେ ।
Answer:
ମୋଗଲ ସମ୍ରାଟ ଦ୍ବିତୀୟ ବାହାଦୁର – ଶାହ ଜାଫର

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୬ | ୧୮୧୭ ମସିହାରେ ବିଦ୍ରୋହୀ ପାଇକମାନେ ପ୍ରଥମେ __________ ଥାନା ଆକ୍ରମଣ ହୋଇଥିଲେ ।
Answer:
ବାଣପୁର

୭ । ଇଂରେଜମାନଙ୍କୁ ନିର୍ଦ୍ଧାରିତ କର ଦେଇନପାରି ଘୁମୁସର ରାଜା __________ ଗାଦିଚ୍ୟୁତ କରିଥିଲେ ।
Answer:
ଧନଞ୍ଜୟ ଭଞ୍ଜ

୮ | ଧରଣୀଧର ଭୂୟାଁ ____________ ମସିହାରେ ଇଂରେଜମାନଙ୍କ ବିରୋଧୀ ମେଳିର ନେତୃତ୍ୱ ନେଇଥିଲେ ।
Answer:
୧୮୯ ୮

୯ । କେନ୍ଦୁଝରର ଭୂୟାଁମାନେ କେନ୍ଦୁଝରର ରାଜା _________ ଙ୍କୁ ସମର୍ଥନ କରୁନଥୁଲେ ।
Answer:
ଧନୁର୍ଜୟ ଭଞ୍ଜ

୧୦ । ଇଂରେଜମାନେ __________ ଙ୍କୁ ଅନ୍ୟାୟଭାବରେ କେନ୍ଦୁଝର ରାଜଗାଦିରୁ ବଞ୍ଚ କରିଥିଲେ ।
Answer:
ବୃନ୍ଦାବନ ଭଞ୍ଜ

୧୧। __________ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ ।
Answer:
ବକ୍ସି ଜଗବନ୍ଧୁ

୧୨ । ଇଂରେଜମାନେ _________ ମସିହାରେ ବକ୍ସି ଜଗବନ୍ଧୁଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଥିଲେ ।
Answer:
୧୮୨୩

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୩ । ପ୍ରଥମ ବିଶ୍ୱଯୁଦ୍ଧବେଳେ ଇଂରେଜ ସରକାର __________ ରେ କାର୍ଯ୍ୟ କରିବାପାଇଁ ଆଦିବାସୀମାନଙ୍କୁ ପଠାଇବାକୁ ଚେଷ୍ଟା କରିଥିଲେ ।
Answer:
ଫ୍ରାନ୍ସ

୧୪ । ୧୮୧୦ ମସିହାରେ ଇଂରେଜ ଶାସକ __________ ଙ୍କୁ ମୟୂରଭଞ୍ଜର ରାଜା ରୂପେ ସ୍ଵୀକାର କଲେ ।
Answer:
ତ୍ରିବିକ୍ରମ ଭଞ୍ଜ

୧୫ । ବୀର ସୁରେନ୍ଦ୍ର ସାଏଙ୍କୁ ୧୮୪୦ ମସିହାରେ ___________ ଜେଲକୁ ପଠାଯାଇଥିଲା ।
Answer:
ହଜାରିବାଗ

୧୬ । ସୁରେନ୍ଦ୍ର ସାଏ ___________ ଦୁର୍ଗରେ ଆଜୀବନ ବନ୍ଦୀ ଭାବରେ ରହିଥିଲେ ।
Answer:
ଅସିରଗଡ଼

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ (✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧। ୧୮୫୭ ମସିହା ଭାରତ ଇତିହାସରେ ଏକ ସ୍ମରଣୀୟ ବର୍ଷ ।
୨ । ତାନ୍ତିଆ ତୋପେ ନାନା ସାହେବଙ୍କ ସେନାପତି ଥିଲେ ।
୩ । ୧୮୦୩ ମସିହାରେ ଓଡ଼ିଶାର ଶାସନ ମରହଟ୍ଟାମାନଙ୍କ ହାତରୁ ଇଂରେଜମାନଙ୍କ ହାତକୁ ଗଲା ।
୪ । ୧୮୯୮ ମସିହାରେ କେନ୍ଦୁଝରରେ ସଙ୍ଗଠିତ ଭୂୟାଁ ବିଦ୍ରୋହକୁ ରତ୍ନାମେଳି କୁହାଯାଏ ।
୫ । ସରକାରଙ୍କ ନୀତିକୁ ନାପସନ୍ଦକରି ଷ୍ଟକ୍ୱେଲ ୧୮୩୧ ମସିହାରେ ନିଜ ପଦବୀରୁ ଇସ୍ତଫା ଦେଲେ ।
୬ | ଇଂଲଣ୍ଡ ରାଣୀଙ୍କ ପ୍ରତିନିଧ୍ୟାବରେ ଭାରତରେ ଶାସନ କରୁଥିବା ବ୍ୟକ୍ତି ଭାଇସ୍‌ଏ ରୂପେ ପରିଚିତ ହେଲେ ।
୭ । ଲର୍ଡ କ୍ୟାମିଂ ଦିଲ୍ଲୀଠାରେ ରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ର ପାଠ କରିଥିଲେ ।
୮। ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ ।
୯। ଇଂରେଜମାନେ ପ୍ରଜାଙ୍କଠାରୁ କଉଡ଼ି ଆକାରରେ ଖଜଣା ଆଦାୟ କଲେ ।
୧୦ । ଇଂରେଜ ସରକାରଙ୍କ ଚକ୍ରାନ୍ତରେ ବକ୍ସି ଜଗବନ୍ଧୁଙ୍କୁ ଚୋଡ଼ଙ୍ଗମଣ୍ଡଳର ଜାଗିରୀ ହରାଇଲେ ।
୧୧ । ଦୋରା ବିଶୋଇ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କ ବିରୋଧୀ ଥିଲେ ।
୧୨ । ବୀର ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକମାନଙ୍କୁ ୫ ଭାଗରେ ବିଭକ୍ତ କରିଥିଲେ ।
୧୩ । ୧୮୫୭ ମସିହା ମାର୍ଚ୍ଚ ମାସ ୨୯ ତାରିଖ ଦିନ ସିପାହୀ ମଙ୍ଗଳପାଣ୍ଡେ ବଙ୍ଗର ବାରାକ୍‌ପୁରଠାରେ ଏନ୍‌ଫିଲଡ୍ ବନ୍ଧୁକ ବ୍ୟବହାର କରିବାକୁ ସ୍ପଷ୍ଟ ମନା କରିଥିଲେ ।
୧୪ । କାନପୁରଠାରେ ନାନା ସାହେବ ପରାସ୍ତ ହୋଇ ବ୍ରହ୍ମଦେଶର ଜଙ୍ଗଲ ଅଞ୍ଚଳକୁ ପଳାୟନ କରିଥିଲେ ।
୧୫ । ସପାହୀ ବିଦ୍ରୋହ ପରେ ଭାରତର ଶାସନ କ୍ଷମତା ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ହାତକୁ ଯାଇଥିଲା ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

Answer:
୧। (✓ )
୨ । (✗ )
୩ । (✓ )
୪ । (✗ )
୫ । (✗ )
୬ | (✓ )
୭ । (✗ )
୮। (✓ )
୯। (✗ )
୧୦ । (✓ )
୧୧ । ( ✗)
୧୨ । (✗ )
୧୩ । ( ✓)
୧୪ । (✗ )
୧୫ । (✓ )

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର । 

୧। ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାରେ ହୋଇଥ‌ିବା ବିଦ୍ରୋହର ନେତୃତ୍ବ ବୀର ସୁରେନ୍ଦ୍ର ସାଏ ନେଇଥିଲେ ।
Answer:
୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାରେ ହୋଇଥ‌ିବା ବିଦ୍ରୋହର ନେତୃତ୍ବ ଜୟୀ ରାଜଗୁରୁ ନେଇଥିଲେ ।

୨ । ଇଂରେଜ ପ୍ରଶାସକ କଣ୍ଠୱାଲିସ୍ ଖୋର୍ଦ୍ଧାରାଜାଙ୍କୁ କବଳିତ କରିବାକୁ ଯାଇ କୂଟନୀତି ଅବଲମ୍ବନ କରିଥିଲେ ।
Answer:
ଇଂରେଜ ପ୍ରଶାସକ କର୍ଣ୍ଣେଲ ହର୍‌କୋର୍ଟ ଖୋର୍ଦ୍ଧାରାଜାଙ୍କୁ କବଳିତ କରିବାକୁ ଯାଇ କୂଟନୀତି ଅବଲମ୍ବନ କରିଥିଲେ ।

୩ । ୧୮୧୦ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧା ଇଂରେଜମାନଙ୍କର ଅଧ୍ୟାତ ହେଲା ।
Answer:
୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧା ଇଂରେଜମାନଙ୍କର ଅଧିକୃତ ହେଲା ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୪ । ୧୮୩୫ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାର ଉତ୍ତର ଓଡ଼ିଶାର ଘୁମୁସର ଅଧ୍ୟାର କରି କନ୍ଧମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିଥିଲେ ।
Answer:
୧୮୩୫ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାର ଦକ୍ଷିଣ ଓଡ଼ିଶାର ଘୁମୁସର ଅଧିକାର କରି କନ୍ଧମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିଥିଲେ ।

୫। ରାଜା ଧନଞ୍ଜୟ ଭଞ୍ଜ ଖୋର୍ଦ୍ଧାର ରାଜା ଥିଲେ ।
Answer:
ରାଜା ଧନଞ୍ଜୟ ଭଞ୍ଜ ଘୁମୁସରର ରାଜା ଥିଲେ ।

୬ । ୧୮୧୦ ମସିହାରେ ଇଂରେଜମାନେ ତ୍ରିବିକ୍ରମ ଭଞ୍ଜଙ୍କୁ ସମ୍ବଲପୁରର ରାଜା ରୂପେ ସ୍ଵୀକାର କରିଥିଲେ ।
Answer:
୧୮୧୦ ମସିହାରେ ଇଂରେଜମାନେ ତ୍ରିବିକ୍ରମ ଭଞ୍ଜଙ୍କୁ ମୟୂରଭଞ୍ଜର ରାଜାରୂପେ ସ୍ଵୀକାର କରିଥିଲେ ।

୭ | ୧୮୩୦ ଖ୍ରୀଷ୍ଟାବ୍ଦରେ କୋହ୍ଲମାନେ ସିଂହଭୂମ ରାଜା ଘନଶ୍ୟାମ ସିଂହଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ।
Answer:
୧୮୨୦ ଖ୍ରୀଷ୍ଟାବ୍ଦରେ କୋହ୍ଲମାନେ ସିଂହଭୂମ ରାଜା ଘନଶ୍ୟାମ ସିଂହଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ।

୮ | ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇଂରେଜ ସରକାର ଜାପାନରେ କାର୍ଯ୍ୟ କରିବାପାଇଁ ଆଦିବାସୀମାନଙ୍କୁ ପଠାଇବାକୁ ଚେଷ୍ଟାକଲେ ।
Answer:
ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଇଂରେଜ ସରକାର ଫ୍ରାନ୍ସରେ କାର୍ଯ୍ୟ କରିବାପାଇଁ ଆଦିବାସୀମାନଙ୍କୁ ପଠାଇବାକୁ ଚେଷ୍ଟା କଲେ ।

୯ । ନାନା ସାହେବ ପେଶବା ଦ୍ୱିତୀୟ ବାଜିରାଓଙ୍କ ଭାଇ ଥିଲେ ।
Answer:
ନାନା ସାହେବ ପେଶବା ଦ୍ଵିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ଥିଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୦ । ଲର୍ଡ ଡେଲ୍ହାଉସୀ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ ।
Answer:
ଲର୍ଡ କଣ୍ଠୱାଲିସ୍ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ ।

୧୧ । କନ୍ଧ ଓ କୋହ୍ଲ ଆଦିବାସୀମାନେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହକୁ ସମର୍ଥନ ଜଣାଇଥିଲେ ।
Answer:
ଗଣ୍ଡ ଓ ବିଂଝାଲ ଆଦିବାସୀମାନେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହକୁ ସମର୍ଥନ ଜଣାଇଥିଲେ ।

୧୨ । ବୀର ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକ ବିଦ୍ରୋହୀମାନଙ୍କୁ ୫ ଭାଗରେ ବିଭକ୍ତ କରିଥିଲେ ।
Answer:
ବୀର ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକ ବିଦ୍ରୋହୀମାନଙ୍କୁ ୪ ଭାଗରେ ବିଭକ୍ତ କରିଥିଲେ ।

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କିଏ କାନପୁରଠାରେ ସିପାହୀ ବିଦ୍ରୋହର ନେତୃତ୍ବ ନେଇଥିଲେ ?
(କ) ଝାନ୍ସୀ ରାଣୀ ଲକ୍ଷ୍ମୀବାଈ
(ଖ) ସୁରେନ୍ଦ୍ର ସାଏ
(ଗ) ନାନା ସାହେବ
(ଘ) କନୱାର ସିଂ
Answer:
(ଗ) ନାନା ସାହେବ

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୨। ଓଡ଼ିଶା ଶାସନ ଦାୟିତ୍ଵ ଇଂରେଜମାନେ ନିମ୍ନୋକ୍ତ କେତେ ମସିହାରେ ନିଜ ହାତକୁ ନେଇଥିଲେ ?
(କ) ୧୮୦୩
(ଖ) ୧୮୧୮
(ଗ) ୧୮୧୭
(ଘ) ୧୮୨୫
Answer:
(କ) ୧୮୦୩

୩ । ଦୋରା ବିଶୋଇ ନିମ୍ନୋକ୍ତ କେଉଁ ସମ୍ପ୍ରଦାୟର ନେତା ଥିଲେ ?
(କ) ମୁଣ୍ଡା
(ଖ) କୋହ୍ଲ
(ଗ) କନ୍ଧ
(ଘ) ଜୁଆଙ୍ଗ
Answer:
(ଗ) କନ୍ଧ

୪। ନିମ୍ନୋକ୍ତ କିଏ ନାନା ସାହେବଙ୍କ ମନ୍ତ୍ରୀ ଥିଲେ ?
(କ) ରାଓ ସାହେବ
(ଖ) ତାନ୍ତିଆ ତୋପେ
(ଗ) କନ୍‌ର ସିଂ
(ଘ) ମହମ୍ମଦ ଉଲ୍ଲା
Answer:
(ଖ) ତାନ୍ତିଆ ତୋପେ

୫ । ଲର୍ଡ କ୍ୟାଚିଂ ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ଭାରତରେ ପ୍ରଥମ ଭାଇସ୍ରାଏ ହେଲେ ?
(କ) ୧୮୪୬
(ଖ) ୧୮୫୭
(ଗ) ୧୮୫୮
(ଘ) ୧୮୯୧
Answer:
(ଗ) ୧୮୫୮

୬ । ୧୮୨୫ ଖ୍ରୀଷ୍ଟାବ୍ଦରେ ବକ୍‌ସି ଜଗବନ୍ଧୁ ବିଦ୍ୟାଧର ନିମ୍ନୋକ୍ତ କେଉଁ ସ୍ଥାନରେ ଆତ୍ମସମର୍ପଣ କରିଥିଲେ ?
(କ) ପୁରୀ
(ଖ) ଖୋର୍ଦ୍ଧା
(ଗ) ଜୟପୁର
(ଘ) କଟକ
Answer:
(ଘ) କଟକ

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୭ । ନିମ୍ନୋକ୍ତ ମଧ୍ଯରୁ କିଏ ପେଶବା ଦ୍ଵିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ଥିଲେ ?
(କ) ନାନା ସାହେବ
(ଖ) ରାଓସାହେବ
(ଗ) କନୱାର ସିଂ
(ଘ) ଚକରା ବିଶୋଇ
Answer:
(କ) ନାନା ସାହେବ

୮। ସମ୍ବଲପୁରରେ କିଏ ସିପାହୀ ବିଦ୍ରୋହର ନେତୃତ୍ବ ନେଇଥିଲେ ?
(କ) ନାନା ସାହେବ
(ଖ) ତାନ୍ତିଆ ତୋପେ
(କ) ନାନା ସାହେବ
(ଘ) ବୀର ସୁରେନ୍ଦ୍ର ସାଏ
Answer:
(ଘ) ବୀର ସୁରେନ୍ଦ୍ର ସାଏ

୯ । ୧୮୬୮ ମସିହାରେ ହୋଇଥ‌ିବା ‘ରତ୍ନାମେଳି’ ବିଦ୍ରୋହର ନେତୃତ୍ୱ ନିମ୍ନୋକ୍ତ କିଏ ନେଇଥିଲେ ?
(କ) ଧନଞ୍ଜୟ ଭଞ୍ଜ
(ଖ) ଧନୁର୍ଜୟ ଭଞ୍ଜ
(ଗ) ଧରଣୀଧର ଭୂୟାଁ
(ଘ) ରତ୍ନା ନାୟକ
Answer:
(ଘ) ରତ୍ନା ନାୟକ

୧୦ । ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ଏଡ୍‌ଫିଲଡ୍‌ ନାମକ ଏକ ବନ୍ଧୁକ ବ୍ୟବହାର କରିବାପାଇଁ ସିପାହୀମାନଙ୍କୁ ବାଧ୍ୟ କରାଗଲା ?
(କ) ୧୮୦୩
(ଖ) ୧୮୨୫
(ଗ) ୧୮୮୫
(ଘ) ୧୮୫୭
Answer:
(ଘ) ୧୮୫୭

୧୧ । ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାର ବକ୍ସିଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିଥିଲେ ?
(କ) ୧୧୧୮
(ଖ) ୧୮୨୫
(ଗ) ୧୮୨୩
(ଘ) ୧୮୧୭
Answer:
(ଗ) ୧୮୨୩

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୨ । ନାନା ସାହେବ କେଉଁଠାରେ ପରାସ୍ତ ହୋଇ ନେପାଳର ଜଙ୍ଗଲ ଅଞ୍ଚଳକୁ ପଳାୟନ କରିଥିଲେ ?
(କ) ଦିଲ୍ଲୀ
(ଖ) କାନପୁର
(ଗ) ବମ୍ବେ
(ଘ) ଝାନ୍ସୀ
Answer:
(ଖ) କାନପୁର

E. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଇଂରେଜ ଶାସନକୁ ପ୍ରତିରୋଧ Chapter 3
ଇଂରେଜ ଶାସନକୁ ପ୍ରତିରୋଧ Chapter 3.1

F. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ଇଂରେଜମାନେ କେବେ ଓଡ଼ିଶା ଅଧୂକାର କରିଥିଲେ ?
Answer:
୧୮୦୩ ମସିହା

୨। ଜୟୀ ରାଜଗୁରୁ କାହାର ଉପଦେଷ୍ଟା ଓ ଆଧ୍ୟାତ୍ମିକ ଗୁରୁ ଥିଲେ ?
Answer:
ଖୋର୍ଦ୍ଧା ରାଜା

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୩ । ବକ୍ସି ଜଗବନ୍ଧୁ କେଉଁଠାରେ ଆତ୍ମ ସମର୍ପଣ କରିଥିଲେ ?
Answer:
କଟକ

୪ । ବେଠି କ’ଣ ?
Answer:
ବିନା ବେତନ ବା ପାରିଶ୍ରମିକରେ ବାଧ୍ୟତାମୂଳକ ସେବା

୫। ପାଇକ ବିଦ୍ରୋହ କେବେ ହୋଇଥିଲା ?
Answer:
୧୮୧୭ ମସିହା

୬ | ସିପାହୀ ବିଦ୍ରୋହ କେବେ ହୋଇଥିଲା ?
Answer:
୧୮୫୭ ମସିହା

୭ । ଭାରତର ପ୍ରଥମ ଶହୀଦ କିଏ ?
Answer:
ମଙ୍ଗଳ ପାଣ୍ଡେ

୮ | ଓଡ଼ିଶାର ପ୍ରଥମ ଶହୀଦ କିଏ ?
Answer:
ଜୟୀ ରାଜଗୁରୁ

୯ । ସିପାହୀମାନେ କେଉଁ ବନ୍ଧୁକ ବ୍ୟବହାର କରିବାକୁ ବିରୋଧ କରି ବିଦ୍ରୋହ କରିଥିଲେ ?
Answer:
ରୟାଲ୍ ଏନ୍‌ଫିଲ୍‌

୧୦ । ସୁରେନ୍ଦ୍ର ସାଏ ସମ୍ବଲପୁରର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ଖୁଣ୍ଡା.

୧୧। ଚିରସ୍ତାୟୀ ବନ୍ଦୋବସ୍ତ କିଏ ପ୍ରଚଳନ କରିଥିଲେ ?
Answer:
ଲର୍ଡ଼ କଣ୍ଠୱାଲିସ୍

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୨। ସୁରେନ୍ଦ୍ର ସାଏଙ୍କୁ କେଉଁଠାରେ ଆଜୀବନ ବନ୍ଦୀ କରି ରଖାଯାଇଥିଲା ?
Answer:
ଅସିରଗଡ଼ ଦୁର୍ଗ

୧୩। ଭାରତର ପ୍ରଥମ ଭାଇସ୍ରାଏ କିଏ ଥିଲେ ?
Answer:
ଲର୍ଡ଼ କ୍ୟାଟିଂ

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Odisha State Board BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Important Questions and Answers.

BSE Odisha Class 8 History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଚିରସ୍ଥାୟୀ ବନ୍ଦୋବସ୍ତ କିଏ କେବେ ପ୍ରଚଳନ କରିଥିଲେ ? ଏହି ବନ୍ଦୋବସ୍ତ ବ୍ୟବସ୍ଥାଟି କ’ଣ ବୁଝାଇ ଲେଖ ।
Answer:
ପ୍ରଚଳନ :
୧୭୯୩ ଖ୍ରୀଷ୍ଟାବ୍ଦରେ ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ କର୍ଡୱାଲିସ୍ ବଙ୍ଗରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଥମେ ପ୍ରଣୟନ କରିଥିଲେ ।

ଖଜଣା ଆଦାୟ :
ଏହି ବନ୍ଦୋବସ୍ତ ଅନୁଯାୟୀ ଜମି ଉପରେ ଖଜଣା ସ୍ଥାୟୀ ରୂପରେ ଧାର୍ଯ୍ୟ ହେଲା ଏବଂ ତାକୁ ସରକାରଙ୍କ ପକ୍ଷରୁ ଜମିଦାର ଆଦାୟ କରିବେ ବୋଲି ସ୍ଥିର ହେଲା ।

ସୂର୍ଯ୍ୟାସ୍ତ ଆଇନ :
ଧାର୍ଯ୍ୟ ମତେ ଏକ ନିର୍ଦ୍ଦିଷ୍ଟ ତିଥ୍ୟରେ ବା ତା’ ପୂର୍ବରୁ ଯଦି ଜମିଦାର ଖଜଣାକୁ ସରକାରୀ ତହବିଲରେ ଜମା ନ କରନ୍ତି, ତେବେ ‘ସୂର୍ଯ୍ୟାସ୍ତ ଆଇନ’ ବଳରେ ତାଙ୍କର ଜମିଦାରୀ ଉଚ୍ଛେଦ ହେବ ବୋଲି ନିୟମ ହୋଇଥିଲା ।

ଖଜଣା ଆଦାୟ :

  • ଏହି ନିୟମ ବଳରେ ଅନେକ ଜମିଦାରୀ ଉଚ୍ଛେଦ ହେଲା ଓ ନୂଆ ଜମିଦାର ନିଯୁକ୍ତ ହେଲେ । ଜମିଦାରମାନେ ଉଚ୍ଛେଦ ଭୟରେ ପ୍ରଜାମାନଙ୍କଠାରୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଖଜଣା ଆଦାୟ କଲେ ।
  • ଖଜଣା ଦେବାପାଇଁ ପ୍ରଜାମାନେ ମହାଜନଠାରୁ ଋଣ ନେଲେ କିମ୍ବା ଖଜଣା ନଦେଇପାରି ଭୂମିହୀନ ହେଲେ । ପୁନଶ୍ଚ ଋଣ ଓ ଅତ୍ୟକ ସୁଧଭାରରେ ସେମାନଙ୍କୁ ଜମି ହରାଇବାକୁ ପଡ଼ୁଥିଲା । ଫଳରେ ପ୍ରକୃତ ପ୍ରଜା ଭୂମିହୀନ ହେଲେ ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୨ । ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତର ପ୍ରବର୍ତ୍ତକ କିଏ ଥିଲେ ? ଏହି ବନ୍ଦୋବସ୍ତରେ କି କି ବ୍ୟବସ୍ଥା ଥିଲା ?
Answer:
ବନ୍ଦୋବସ୍ତର ପ୍ରବର୍ତ୍ତନ :
ସାର୍ ଟମାସ୍ ମୁନ୍‌ ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତର ପ୍ରବର୍ତ୍ତକ ଥିଲେ । ମାଡ୍ରାସ୍ ଓ ବମ୍ବେ ସରକାର ପ୍ରଥମେ ଏହି ବନ୍ଦୋବସ୍ତ କାର୍ଯ୍ୟକାରୀ କରିଥିଲେ ।

  • ଏହି ବନ୍ଦୋବସ୍ତ ଅନୁଯାୟୀ ରୟତ ଓ ପ୍ରଜା ପ୍ରତ୍ୟକ୍ଷ ଭାବରେ ସରକାରୀ ତହବିଲ୍ ଖଜଣା ଜମା କଲେ ।
  • ପ୍ରତି ୨୦ ବା ୩୦ ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ରହିଲା । ଜମିଦାର ନଥିଲେ ମଧ୍ୟ ନିଜେ ସରକାର କଡ଼ାକଡ଼ି ଭାବରେ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଖଜଣା ଅସୁଲ କଲେ ।
  • ତେଣୁ ବଙ୍ଗ ପରି ଏଠାରେ ମଧ୍ୟ ପ୍ରଜା ଅଧିକ ସୁଧରେ ଋଣ କରି ଖଜଣା ଜମା କରିବାକୁ ବାଧ୍ୟ ହେଉଥିଲେ ।
  • ଫଳରେ ସେମାନେ ମହାଜନର ଋଣ ଜାଲରେ ପଡ଼ି ଜମି ହରାଉଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଇଂରେଜ ସରକାର ନୂତନ ଜମି ବନ୍ଦୋବସ୍ତମାନ କାହିଁକି ଆରମ୍ଭ କରିଥିଲେ ?
Answer:

  1. ଇଂରେଜ ଅମଳରେ ସରକାରୀ ଖର୍ଚ୍ଚ ବୃଦ୍ଧିପାଇବା ଯୋଗୁଁ ତାକୁ ଭରଣା କରିବା ସକାଶେ ଜମିରୁ ଆଦାୟ ଖଜଣାକୁ ଅନୁରୂପ ମାତ୍ରାରେ ବୃଦ୍ଧି କରିବା ଆବଶ୍ୟକ ହେଲା ।
  2. ଦ୍ଵିତୀୟତଃ, ଯୋଜନା ପାଇଁ ଅଗ୍ରୀମ ଅଟକଳ ନିମନ୍ତେ ଧାର୍ଯ୍ୟ ମୁତାବକ ଖଜଣା ନିର୍ଦ୍ଦିଷ୍ଟ ସମୟରେ ଆଦାୟ ହେବା ଜରୁରୀ ହେଲା । ଏହି ଔପନିବେଶକ ଆବଶ୍ୟକତାକୁ ନଜରରେ ରଖ୍ ସରକାର ନୂତନ ଜମି ବନ୍ଦୋବସ୍ତମାନ ଆରମ୍ଭ କରିଥିଲେ ।

୨ । ରୟତରୀ ବନ୍ଦୋବସ୍ତ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ? ଏହି ବନ୍ଦୋବସ୍ତରେ କେତେ ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ରହିଲା ?
Answer:

  • ରାୟତରୀ ବନ୍ଦୋବସ୍ତ ପ୍ରଥମେ ମାଡ୍ରାସ୍ ଓ ବମ୍ବେରେ ଆରମ୍ଭ ହୋଇଥିଲା ।
  • ଏହି ବନ୍ଦୋବସ୍ତରେ ପ୍ରତି ୨୦ ବା ୩୦ ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ରହିଲା ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୩ । ସାର୍ ଟମାସ୍ ମୁନ୍‌ରୋ କିଏ ? ଜମିଜମା କ୍ଷେତ୍ରରେ ତାଙ୍କର ମନ୍ତବ୍ୟ କ’ଣ ଥିଲା ?
Answer:

  • ୧୮୨୦ ମସିହାରେ ମାଡ୍ରାସ୍ ପ୍ରେସିଡେନ୍ସିର ଗଭର୍ଣ୍ଣର ଥିବା ସାର୍ ଟମାସ୍ ମୁନ୍‌ରୋ ରୟତଓ୍ବାରୀ ଜମିଜମା ବନ୍ଦୋବସ୍ତର ପ୍ରବର୍ତ୍ତକ ଥିଲେ ।
  • ତାଙ୍କ ମତରେ, ସରକାର ଯଦି ପ୍ରଜା ସାଙ୍ଗରେ ଜମିଜମା ବନ୍ଦୋବସ୍ତ କରନ୍ତି, ତେବେ ସରକାର ଅଧିକ ଖଜଣା ବା ଜମିକର ଅସୁଲ କରିପାରିବେ ।

୪ । ମାହାରୀ ବନ୍ଦୋବସ୍ତ କାହାକୁ କୁହାଯାଉଥିଲା ?
Answer:

  • ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ପ୍ରଜାମାନଙ୍କୁ ନିଜ ନିଜ ମାହାଲ୍ ବା ଗ୍ରାମ ଜରିଆରେ ଖଜଣା ଜମା କରିବାକୁ ପଡୁଥିଲା ।
  • ତାଙ୍କ ମତରେ, ସରକାର ଯଦି ପ୍ରଜା ସାଙ୍ଗରେ ଜମିଜମା ବନ୍ଦୋବସ୍ତ କରନ୍ତି, ତେବେ ସରକାର ଅଧ୍ଵ କୁହାଯାଉଥିଲା ।

୫ | ଇଂରେଜ ସରକାର ବିଦେଶୀ ସାମଗ୍ରୀର ଆମଦାନି ଉପରେ ବାଣିଜ୍ୟ ଶୁଳ୍କ କାହିଁକି ଛାଡ଼ କରିଥିଲେ ?
Answer:

  1. ଇଂଲଣ୍ଡରେ ଶିଳ୍ପ ବିପ୍ଳବ ଆରମ୍ଭ ହେବାପରେ ଭାରତକୁ କଳ ତିଆରି ଲୁଗା ଓ ଅନ୍ୟାନ୍ୟ ମେସିନ୍ ପ୍ରସ୍ତୁତ ବିଦେଶୀ ସାମଗ୍ରୀ ଆସିଲା ଓ ଶସ୍ତାରେ ବିକ୍ରି ହେଲା ।
  2. ନିଜ ଶିଳ୍ପର ବିକାଶ ପାଇଁ ଇଂରେଜ ସରକାର ବିଦେଶୀ ସାମଗ୍ରୀର ଆମଦାନି ଉପରେ ବାଣିଜ୍ୟ ଶୁଳ୍କ ଛାଡ଼ କରିଥିଲେ ।

୬ । ଭାରତର କେଉଁ ଅଞ୍ଚଳରେ ଚା’ ବଗିଚାମାନ ରହିଥିଲା ? ଏହି ଉଦ୍ୟୋଗର ମାଲିକାନା କାହା ହସ୍ତରେ ରହିଥିଲା ?
Answer:

  • ଭାରତରେ ଆସାମ ଓ ବଙ୍ଗର ଦାର୍ଜିଲିଂ ଅଞ୍ଚଳରେ ଚା’ ବଗିଚାମାନ ରହିଥିଲା ।
  • ଏହି ଉଦ୍ୟୋଗର ମାଲିକାନା ଇଉରୋପୀୟମାନଙ୍କ ହାତରେ ରହିଥିଲା ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧। ଚିରସ୍ଥାୟୀ ବନ୍ଦୋବସ୍ତ କେବେ ପ୍ରଚଳନ କରାଯାଇଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ୧୭୯୩ ମସିହାରେ ପ୍ରଚଳନ କରାଯାଇଥିଲା ।

୨ । ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ପଡ଼ିଥିଲା ?
Answer:
ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ୧୮୬୬ ମସିହାରେ ପଡ଼ିଥିଲା ।

୩ । ୧୯୧୫ ମସିହାବେଳକୁ ଭାରତରେ କେତେଗୋଟି ଲୁଗାକଳ ବସିଥିଲା ?
Answer:
୧୯୧୫ ମସିହାବେଳକୁ ଭାରତରେ ୨୦୬ଟି ଲୁଗାକଳ ବସି ସାରିଥିଲା ।

୪। କେଉଁଠାରେ ପ୍ରଥମେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ?
Answer:
ଇଂଲଣ୍ଡରେ ପ୍ରଥମେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ।

୫ | କଫି ବଗିଚା ଭାରତର କେଉଁ ଅଞ୍ଚଳରେ ଦେଖିବାକୁ ମିଳେ ?
Answer:
ଦକ୍ଷିଣ ଭାରତରେ କଫି ବଗିଚା ଦେଖିବାକୁ ମିଳେ ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥମେ _________ ରେ ପ୍ରଚଳନ ହୋଇଥିଲା ।
Answer:
ବଙ୍ଗ

୨। ହସ୍ତଶିଳ୍ପର ଅଧୋପତନ ଯୋଗୁଁ କାରିଗରମାନେ _________ ଉପରେ ନିର୍ଭର କରିଥିଲେ ।
Answer:
କୃଷି

୩ । __________ ଶତାବ୍ଦୀରେ ଇଂଲଣ୍ଡରେ ଶିଳ୍ପବିପ୍ଳବ ଆରମ୍ଭ ହୋଇଥିଲା ।
Answer:
ଊନବିଂଶ

୪। ଭାରତର ପ୍ରଥମ ଲୁଗାକଳ __________ ଠାରେ ସ୍ଥାପିତ ହୋଇଥିଲା ।
Answer:
ବମ୍ବେ

୫ | ମାହାଲ୍ ସହିତ ସରକାରଙ୍କ ଜମିଜମା ବନ୍ଦୋବସ୍ତ ଚୁକ୍ତିକୁ _______________ ବନ୍ଦୋବସ୍ତ କୁହାଯାଉଥିଲା ।
Answer:
ମାହାରୀ

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୬ । ଇଂରେଜମାନେ ଭାରତକୁ _________ ର ଉତ୍ସରୂପେ ଦେଖୁଥ୍ଲେ ।
Answer:
କଞ୍ଚାମାଲ୍

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ (✓) ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧। ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ ଉଇଲିୟମ୍ ବେଣ୍ଟିକ୍ ପ୍ରଚଳନ କରିଥିଲେ ।
୨। ଓଡ଼ିଶାରେ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
୩ । ଭାରତରେ ପ୍ରଥମେ ଲୁଗାକଳ ଦିଲ୍ଲୀଠାରେ ସ୍ଥାପିତ ହୋଇଥିଲା ?
୪ । ନୀଳଚାଷ ବିହାର ଓ ବଙ୍ଗରେ ଆରମ୍ଭ ହୋଇଥିଲା ।
୫। ରୟତରୀ ବନ୍ଦୋବସ୍ତ ସାର୍ ଟମାସ୍ ମୁନ୍‌ଙ୍କଦ୍ଵାରା ପ୍ରସ୍ତୁତ କରାଯାଇଥିଲା ।

Answer:
୧। (✗)
୨। ( ✓)
୩ । (✗)
୪ । (✓ )
୫ । (✓ )

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧। ସାମନ୍ତବାଦ ପ୍ରଥା ଲର୍ଡ଼ କର୍ଡୱାଲିସ୍ ପ୍ରଚଳନ କରିଥିଲେ ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ କଣ୍ଠୱାଲିସ୍ ପ୍ରଚଳନ କରିଥିଲେ ।

୨ । ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟମାନେ ପାରିବାରିକ ହସ୍ତଶିଳ୍ପକୁ ଅଧୂକ ପସନ୍ଦ କରିଥିଲେ ।
Answer:
ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟମାନେ ପାରିବାରିକ ହସ୍ତଶିଳ୍ପକୁ ନାପସନ୍ଦ କରିଥିଲେ ।

୩ । ପୁରୀ ରାଜା ମୁକୁନ୍ଦଦେବଙ୍କ ରାଜତ୍ଵ ସମୟରେ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା ।
Answer:
ପୁରୀ ରାଜା ଦିବ୍ୟସିଂହଦେବଙ୍କ ରାଜତ୍ଵ ସମୟରେ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା ।

୪। ଚା’ ଓ କଫି ଉଦ୍ୟୋଗର ମାଲିକାନା ଭାରତୀୟମାନଙ୍କ ହାତରେ ରହିଥିଲା ।
Answer:
ଚା’ ଓ କଫି ଉଦ୍ୟୋଗର ମାଲିକାନା ଇଉରୋପୀୟମାନଙ୍କ ହାତରେ ରହିଥିଲା ।

୫ । ୧୮୫୫ ମସିହାରେ ବଙ୍ଗର ରିଶ୍ରାଠାରେ ପ୍ରଥମ ଲୁଗାକଳ ସ୍ଥାପିତ ହୋଇଥିଲା ।
Answer:
୧୮୫୫ ମସିହାରେ ବଙ୍ଗର ରିଶ୍ରାଠାରେ ପ୍ରଥମ ଝୋଟକଳ ସ୍ଥାପିତ ହୋଇଥିଲା ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

D. ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳାଅ ।

ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4
Answer:

ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4.1

E. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ଭାରତରେ କେଉଁ ଗଭର୍ଣ୍ଣର ଜେନେରାଲ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ କରିଥିଲେ ?
Answer:
ଲର୍ଡ଼ କଣ୍ଠୱାଲିସ୍

୨ । ନଅଙ୍କ ଦୁର୍ଭିକ୍ଷ କେବେ ପଡ଼ିଥିଲା ?
Answer:
୧୮୬୬ ମସିହା

୩ । ୧୯୧୫ ମସିହାରେ ଭାରତରେ କେତୋଟି ଲୁଗାକଳ ଥିଲା ?
Answer:
୨୦୬ ଟି

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୪ । ଶିଳ୍ପ ବିପ୍ଳବ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଇଂଲଣ୍ଡ

୫ । ଭାରତରେ କଫିଚାଷ ଅଧ‌ିକ କେଉଁଠି ହୋଇଥାଏ ?
Answer:
ଦକ୍ଷିଣ ଭାରତ

୬ । ପ୍ରଥମ ଲୁଗାକଳ ଭାରତରେ କେଉଁଠାରେ ସ୍ଥାପିତ ହୋଇଥିଲା ?
Answer:
ବମ୍ବେ

୭ । ପ୍ରଥମ ଝୋଟକଳ ଆମ ଦେଶରେ କେଉଁଠି ସ୍ଥାପିତ ହୋଇଥିଲା ?
Answer:
ବଙ୍ଗର ରିଶ୍ରା

୮। ଦ୍ଵିତୀୟ ବିଶ୍ୱଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
Answer:
୧୯୩୯ ମସିହା

୯ । ଭାରତରେ ପ୍ରଥମେ କେଉଁ ମସିହାରେ ଲୁଗାକଳ ସ୍ଥାପିତ ହୋଇଥିଲା ?
Answer:
୧୮୫୩ ମସିହା

୧୦ । ରୟତରୀ ବ୍ୟବସ୍ଥା କିଏ ପ୍ରଚଳନ କରିଥିଲେ ?
Answer:
ସାର ଟମାସ ମୁନ୍‌

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୧୧। ଦ୍ଵିତୀୟ ବିଶ୍ଵଯୁଦ୍ଧ କେବେ ଶେଷ ହୋଇଥିଲା ?
Answer:
୧୯୪୫ ମସିହା

BSE Odisha 8th Class Maths Notes Geometry Chapter 1 ଜ୍ୟାମିତିର ମୌଳିକ ଧାରଣ

Odisha State Board BSE Odisha 8th Class Maths Notes Geometry Chapter 1 ଜ୍ୟାମିତିର ମୌଳିକ ଧାରଣ will enable students to study smartly.

BSE Odisha Class 8 Maths Notes Geometry Chapter 1 ଜ୍ୟାମିତିର ମୌଳିକ ଧାରଣ

→ ଉପକ୍ରମଣିକା (Introduction) :

  • Geometry ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ Geo (ପୃଥ୍ବୀ) ଓ Metron (ମାପ)ରୁ ଉତ୍ପନ୍ନ ହୋଇଛି । ଜ୍ୟାମିତି ପଦଟିରେ ‘ଜ୍ୟା’ର ଅର୍ଥ ପୃଥ‌ିବୀ ଓ ‘ମିତି’ର ଅର୍ଥ ମାପ । ଜମି ମାପ କରିବାର ଆବଶ୍ୟକତାକୁ ଭିଭିକରି ଜ୍ୟାମିତିର ସୃଷ୍ଟି ।
  • ଆନୁମାନିକ ଖ୍ରୀଷ୍ଟପୂର୍ବ 800 ରୁ ଖ୍ରୀଷ୍ଟପୂର୍ବ 500 ମଧ୍ୟରେ ଭାରତରେ ରଚିତ ‘ଶୁଲ୍‌ବ ସୂତ୍ର’ ହେଉଛି ଏକ ଜ୍ୟାମିତି ଶାସ୍ତ୍ର । ଶୁକ୍ଳବ ଅର୍ଥାତ୍ ଦଉଡ଼ି ସାହାଯ୍ୟରେ ମାପ ସମ୍ବନ୍ଧୀୟ ବିଭିନ୍ନ ସୂତ୍ରକୁ ନେଇ ଏହି ଶାସ୍ତ୍ର ସମୃଦ୍ଧ ।
  • ଗ୍ରୀକ୍ ଗଣିତଜ୍ଞ ଥାଲେସ୍ (ଖ୍ରୀଷ୍ଟପୂର୍ବ 640-546) ପ୍ରଥମେ ଜ୍ୟାମିତିରେ ତର୍କଶାସ୍ତ୍ରର ପ୍ରୟୋଗକରି ପୂର୍ବରୁ ପିଥାଗୋରାସ୍ (ଖ୍ରୀଷ୍ଟପୂର୍ବ 580-500) ଓ ତାଙ୍କ ପରେ ସକ୍ରେଟିସ୍ (ଖ୍ରୀଷ୍ଟପୂର୍ବ 468-390), ପ୍ଲାଟୋ (ଖ୍ରୀଷ୍ଟପୂର୍ବ 430-339) ଓ ଆରିଷ୍ଟଟଲ୍ (ଖ୍ରୀଷ୍ଟପୂର୍ବ 384-322) ଆଦି ଗ୍ରୀକ୍ ବିଦ୍ଵାନଗଣ ଏହି ଧାରାକୁ
  • ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଆଲେକ୍‌ଜାଣ୍ଡ୍ରିୟା (ଗ୍ରୀସ୍)ର ଗଣିତଜ୍ଞ ଇଉକ୍ଲିଡ୍ (Euclid) ତାଙ୍କ ଅନବଦ୍ୟ ଗ୍ରନ୍ଥ Elementsରେ ଦର୍ଶାଇଲେ ଯେ ଜ୍ୟାମିତିକ ସିଦ୍ଧାନ୍ତଗୁଡ଼ିକ ପ୍ରତ୍ୟେକ ଗୋଟିଏ ଗୋଟିଏ ସ୍ବତନ୍ତ୍ର ତଥ୍ୟ ନୁହଁନ୍ତି, ଅଳ୍ପ କେତେଗୁଡ଼ିଏ ତଥ୍ୟକୁ ସ୍ଵୀକାର କରିଗଲେ ବାକି ସମସ୍ତ ଜ୍ୟାମିତିକ ସିଦ୍ଧାନ୍ତ ଏହି ସ୍ବୀକୃତ ତଥ୍ୟ
    ଯଥାର୍ଥରେ ଜ୍ୟାମିତିର ଜନକ ବୋଲି ସ୍ବୀକାର କରାଯାଏ । ତାଙ୍କରି ନାମାନୁଯାୟୀ ଜ୍ୟାମିତିକୁ ଇଉକ୍ଲିଡ଼ିୟ ଜ୍ୟାମିତି (Euclidean Geometry) କୁହାଯାଏ ।
  • ପରବର୍ତ୍ତୀ କାଳରେ ଭାରତୀୟ ଗଣିତଜ୍ଞମାନଙ୍କ ମଧ୍ୟରେ ଭାସ୍କର (ଜନ୍ମ 114 ଖ୍ରୀଷ୍ଟାବ୍ଦ), ଆର୍ଯ୍ୟଭଟ୍ଟ (ଜନ୍ମ 580 ଖ୍ରୀଷ୍ଟାବ୍ଦ) ଜ୍ୟାମିତି ଶାସ୍ତ୍ରକୁ ସମୃଦ୍ଧ କରିଥିଲେ ।

→ ସଂଜ୍ଞାବିହୀନ ପଦ ଓ ତତ୍‌ସମ୍ପର୍କୀୟ ସ୍ଵୀକାର୍ଯ୍ୟ (Undefined terms and related postulates) :

  • ପ୍ରତ୍ୟେକ ବିଷୟରେ କେତେକ ବିଶେଷ ପ୍ରକାର ଶବ୍ଦ ନିର୍ଦ୍ଦିଷ୍ଟ ଅର୍ଥରେ ବ୍ୟବହାର କରାଯାଏ ଓ ସେଗୁଡ଼ିକୁ ସେହି ବିଷୟ ସମ୍ବନ୍ଧୀୟ ପଦ (term) କୁହାଯାଏ ।
  • ବିନ୍ଦୁ, ରେଖା, ସମତଳ, ରଶ୍ମି, ତ୍ରିଭୁଜ, ବୃତ୍ତ ଆଦି ଜ୍ୟାମିତିଶାସ୍ତ୍ରର ଗୋଟିଏ ଗୋଟିଏ ‘ପଦ’ ।
  • ବିନ୍ଦୁ, ରେଖା ଓ ସମତଳ ଏହି ପଦ ତିନୋଟିକୁ ‘ମୌଳିକ ପଦ’ ବା ‘ସଂଜ୍ଞାବିହୀନ ପଦ’ (undefined term) ରୂପେ ଗ୍ରହଣ କରି, ଏହି ପଦ ଓ ତତ୍‌ସମ୍ବନ୍ଧୀୟ ସ୍ଵୀକାର୍ଯ୍ୟ ସାହାଯ୍ୟରେ ନୂତନ ପଦଗୁଡ଼ିକର ସଂଜ୍ଞା ନିରୂପଣ କରାଯାଇଥାଏ ।

→ ବିନ୍ଦୁ (Point) :
ଏହା ଏକ ସଂଜ୍ଞାବିହୀନ ପଦ । ଏହାକୁ ଇଂରାଜୀ ବର୍ଣ୍ଣମାଳା A, B, C… ଦ୍ବାରା ଏଠାରେ A, B, ଓ C ତିନୋଟି ବିନ୍ଦୁ ଅଟନ୍ତି ।
BSE Odisha 8th Class Maths Notes Geometry Chapter 1 Img 1

BSE Odisha 8th Class Maths Notes Chapter 1 ସେଟ୍

→ ରେଖା ବା ସରଳରେଖା (Line) :
ଏହା ଉଭୟ ଦିଗରେ ସୀମାହୀନ ଭାବରେ ଲମ୍ବିଥାଏ । ଏହାର ଆରମ୍ଭ କିମ୍ବା ଶେଷ ନଥାଏ । ତେଣୁ ଏହାର ଦୁଇ ପ୍ରାନ୍ତକୁ ତୀର ଚିହ୍ନଦ୍ୱାରା ଦର୍ଶାଯାଇଥାଏ ।
BSE Odisha 8th Class Maths Notes Geometry Chapter 1 Img 2
‘L’ ଏକ ସରଳ ରେଖା ।

  • L ସରଳରେଖାରେ ଏକାଧ୍ଵ ବିନ୍ଦୁ ଥାଏ ।
    L = \(\overleftrightarrow{\mathrm{AB}}\) = \(\overleftrightarrow{\mathrm{BA}}\)

→ ସ୍ବୀକାର୍ଯ୍ୟ – 1 : ସରଳରେଖା ବିନ୍ଦୁମାନଙ୍କର ସମାହାର ବା ସେଟ୍ ।

  • ଏକ କାଗଜ ଉପରେ ଦୁଇଟି ବିନ୍ଦୁ ନେଇ ଏହାକୁ ଯୋଗକଲେ
    ଏଥ‌ିରେ ଗୋଟିଏ ମାତ୍ର ସରଳରେଖା ହେବ ।
    A ଓ B, L ସରଳରେଖାର ଦୁଇଟି ବିନ୍ଦୁ ହେଲେ, ଏହାକୁ \(\overleftrightarrow{\mathrm{AB}}\) ଦ୍ବାରା ଲେଖାଯାଏ ।

→ ସ୍ବୀକାର୍ଯ୍ୟ – 2 : ଦୁଇଟି ପୃଥକ୍ ବିନ୍ଦୁକୁ ଧାରଣ କରୁଥିବା କେବଳ ମାତ୍ର ଗୋଟିଏ ସରଳରେଖା ଅବସ୍ଥିତ ।

  • ତିନି ବା ତତୋଽଧ‌ିକ ସଂଖ୍ୟକ ବିନ୍ଦୁ ଯଦି ଗୋଟିଏ ସରଳରେଖାରେ ଅବସ୍ଥିତ ହୁଅନ୍ତି, ତେବେ ସେମାନଙ୍କୁ ସରଳରେଖ୍ ବିନ୍ଦୁ ବା ଏକରେଖୀ ବିନ୍ଦୁ (Collinear Points) କୁହାଯାଏ ।
  • ଯେଉଁସବୁ ବିନ୍ଦୁ ଗୋଟିଏ ସରଳରେଖାରେ ନ ଥା’ନ୍ତି, ସେମାନଙ୍କୁ ନୈକରେଖୀ ବା ଅଣସରଳରେଖ୍ ବିନ୍ଦୁ (non-collinear points) କୁହଯାଏ ।

→ ସ୍ବୀକାର୍ଯ୍ୟ – 3 : ସମତଲ ଦିନ୍ଦୁମାନକର ସେଟ୍ ଅଟେ |

→ ସ୍ବୀକାର୍ଯ୍ୟ – 4 : ଯେକୋଣସି ତିନିଗୋଟି ନୈକଲେଖା ଦନ୍ଦୁ ଦେଲ ଗୋଟିଏ ମାତ୍ର ସମତଲ ଅଦମ୍ବିତ |

  • ଗୋଟିଏ ସମତଳର ନାମକରଣ ସେହି ସମତଳରେ ଥ‌ିବା ଯେକୌଣସି ତିନିଗୋଟି ନୈକରେଖା ବିନ୍ଦୁ ସାହାଯ୍ୟରେ କରାଯାଏ ।

→ ସ୍ବୀକାର୍ଯ୍ୟ – 5 :
ଏକ ସମତଲମ ଦୁଲ ପୃଥକ୍ ଦିନ୍ଦୁକୁ ଧାରଣ କରୁଥିବା ସରଲରେଖା ଉକ୍ତ ସମତଳର ଅଦମ୍ବିତ |

→ ସମାନ୍ତର ସରଳରେଖା (Parallel Lines) :

  • ଏକ ସମତଲରେ ଅଦସ୍ଥିତ ଦୁଇଟି ସରଲରେଖାର ସାଧାରଣ ବିନ୍ଦୁକୁ ସେମାନଙ୍କର ଛେଦବିନ୍ଦୁ (point of intersection) କୁହାଯାଏ ।
    BSE Odisha 8th Class Maths Notes Geometry Chapter 1 Img 3
  • ଏକ ସମତଲରେ ଥ୍ବା ଦୁଲଟି ସରଲରେଖା ପରସ୍ପରକୁ ଛେଦ ନ କଲେ, ସେ ଦୁଇଟିକୁ ସମାନ୍ତର ରେଖା କୁହାଯାଏ ।

→ ତୁମେ କୁହ :
(a) ଏକ ସମତଳରେ ଅବସ୍ଥିତ ଦୁଇଟି ସରଳରେଖାର ଅତିବେଶିରେ କେତୋଟି ଛେଦବିନ୍ଦୁ ରହିପାରିବ ?
(b) ଏକ ସମତଳରେ ଅବସ୍ଥିତ ତିନୋଟି ସରଳରେଖାର ଅତିବେଶିରେ କେତୋଟି ଛେଦବିନ୍ଦୁ ରହିପାରିବ ?
(c) ଏକ ସମତଳରେ ଅବସ୍ଥିତ ତାରୋଟି ସରଳରେଖାର ଅତିବେଶିରେ କେତୋଟି ଛେଦବିନ୍ଦୁ ରହିପାରିବ ?
ଉତ୍ତର : (a) ଗୋଟିଏ, (b) ତିନୋଟି, (c) ଛଅଗୋଟି

→ ଦୁଇ ବିନ୍ଦୁ ମଧ୍ୟସ୍ଥ ଦୂରତା, ସରଳରେଖା ଓ ବାସ୍ତବ ସଂଖ୍ୟା ସେଟ୍ ମଧ୍ୟରେ ସମ୍ପର୍କ :

  • ଗୋଟିଏ ବିନ୍ଦୁର ତା’ ନିଜଠାରୁ ଦୂରତା ଯେକୌଣସି ସ୍କେଲ୍‌ରେ ଶୂନ ହୁଏ ।

ଦୂରତା ମାପ ପାଇଁ ବ୍ୟବହୃତ ସଂଖ୍ୟା ସର୍ବଦା ଅଣଋଣାତ୍ମକ ଅର୍ଥାତ୍ ଶୂନ ବା ଧନାତ୍ମକ ରାଶି । ଦୁଇଟି ବିନ୍ଦୁ ଅଭିନ୍ନ ହେଲେ ଦୂରତା ଶୂନ ହେବ ।

BSE Odisha 8th Class Maths Notes Chapter 1 ସେଟ୍

ସ୍ବୀକାର୍ଯ୍ୟ – 6 : ରୁଲାର୍‌ ସ୍ଵୀକାର୍ଯ୍ୟ (Ruler Postulate) : ଗୋଟିଏ ସମତଳରେ ଥ‌ିବା ବିନ୍ଦୁ ଗୋଟିଏ ଅଣରଣାତ୍ମକ ବାସ୍ତବ ସଂଖ୍ୟା ସହ ସମ୍ପୃକ୍ତ, ଯାହାକୁ ବିଦୁ୍ୟଦ୍ବ ମଧ୍ୟସ୍ଥ ଦୂରତା ମଧ୍ୟସ୍ଥ ଦୂରତା ଉପରେ ନିର୍ଭର କରି ଏକ ସରଳରେଖାର ବିନ୍ଦୁସମୂହ ଓ ବାସ୍ତବ ସଂଖ୍ୟା ବିଶେଷ ପ୍ରକାର ସମ୍ପର୍କ ସମ୍ଭବ ହୁଏ ।

ସ୍ବୀକାର୍ଯ୍ୟ – 6ର ପରିଣାମ ସ୍ଵରୂପ :

  • ଏକ ସରଳରେଖାର ବିନ୍ଦୁଗୁଡ଼ିକ ପ୍ରତ୍ୟେକେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବାସ୍ତବ ସଂଖ୍ୟା ସହ ସମ୍ପୃକ୍ତ । ପରୋକ୍ଷରେ ବାସ୍ତବ ସଂଖ୍ୟାଗୁଡ଼ିକ ମଧ୍ୟ ପ୍ରତ୍ୟେକେ ଏହି ରେଖା ଉପରିସ୍ଥ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁସହ ସମ୍ପୃକ୍ତ ।
  • ସରଳରେଖା ଉପରିସ୍ଥ ଯେକୌଣସି ଦୁଇ ବିନ୍ଦୁ ମଧ୍ୟସ୍ଥ ଦୂରତା, ସେମାନଙ୍କ ସହିତ ସମ୍ପୃକ୍ତ ବାସ୍ତବ ସଂଖ୍ୟାଦ୍ବୟର ଅନ୍ତରର ପରମମାନ ସହ ସମାନ ହୁଏ ।

→ ଦୁଇ ବିନ୍ଦୁ ମଧ୍ୟସ୍ଥ ଦୂରତା :
ଏକ ସରଳରେଖାରେ ଦୁଇଟି ବିନ୍ଦୁ P ଓ Q ର ସ୍ଥାନାଙ୍କ p ଓ q ଦ୍ଦେଲେ
P ଓ Q ମଧ୍ୟସ୍ଥ ଦୂରତା = | p – q | ହେବ ।
ମନେରଖ : x ର ପରମ ମାନ । x | = x ଯଦି x ଶୂନ ବା ଧନାତ୍ମକ ବାସ୍ତବ ସଂଖ୍ୟା = -x ଯଦି x ଋଣାତ୍ମକ ବାସ୍ତବ ସଂଖ୍ୟା ।

  • ସରଳରେଖା ଅଫଖ୍ୟ ଦିନ୍ଦୁବିଶିଶୁ |
  • ସରଳରେଖାର ଆଦ୍ୟ ଓ ପ୍ରାନ୍ତବିନ୍ଦୁ ନଥାଏ ।
  • ସରଳରେଖା ନିରଦନ୍ଥିନି ଭାବରେ ପରିବ୍ୟାପ୍ତ |

ଦୁଇଟି ବିନ୍ଦୁ P ଓ Q ମଧ୍ୟରେ ଦୂରତା ଯାହା Q ଓ P ମଧ୍ୟରେ ଦୂରତା ତାହା, ଆଦ୍ୟ PQ = QP

→ ମଧ୍ୟବର୍ତ୍ତିତା (Betweenness) :

  • ଯଦି ତିନୋଟି ବିନ୍ଦୁ A, B ଓ C (i) ପରସ୍ପରଠାରୁ ପୃଥକ୍ ଅଟନ୍ତି, (ii) ଏକ ସରଳରେଖାରେ ଅବସ୍ଥାନ କରି ଥାଆନ୍ତି ଏବଂ (iii) AB + BC AC ହୋଇଥାଏ, ତେବେ Bକୁ A ଓ C ଦିନ୍ଦୁଦୟର ମଧ୍ୟଦାଭା ବିନ୍ଦୁ କତ୍ତିନ୍ତି |
    BSE Odisha 8th Class Maths Notes Geometry Chapter 1 Img 4

→ ରେଖାଖଣ୍ଡ (Line Segment or Segment) :

  • ଦୁଇଟି ପୃଥକ୍ ବିନ୍ଦୁ A, B ଓ ସେମାନଙ୍କର ମଧ୍ୟବର୍ତ୍ତୀ ବିନ୍ଦୁମାନଙ୍କର ସେଟ୍‌କୁ A ଓ B ଦ୍ୱାରା ନିରୂପିତ ରେଖାଖଣ୍ଡ କୁହାଯାଏ ଏବଂ ଏହାକୁ \(\overline{\mathrm{AB}})\) ଦ୍ଵାରା ସୂଚିତ କରାଯାଏ । ସେଟ୍ ପରିଭାଷାରେ \(\overline{\mathrm{AB}})\) ⊂ \(\overleftrightarrow{A B}\) | A ଓ Bକୁ \(\overline{\mathrm{AB}})\) ର ପ୍ରାନ୍ତବିନ୍ଦୁ କୁହାଯାଏ ।
    IMG
  • କୋଣସି ରେଖାଖପ୍ରର ପ୍ରାନ୍ତଦିଦ୍ଵୟର ହରତାଜ୍ମ ରେଖାଖପ୍ରର ଦୈର୍ଘ୍ୟ କୁହାଯାଏ । ରେଖାଖଣ୍ଡର ଦୈର୍ଘ୍ୟ ସର୍ବଦା ଏକ ଧନାତ୍ମକ ସଂଖ୍ୟା ।
  • ଏକ ରେଖାଖପ୍ରର ଗୋଟିଏ ମାତ୍ରା ମଧ୍ୟଦିନ୍ଦୁ ଥାଏ |

AB ର ପ୍ରାନ୍ତବିଦ୍ୟୁଦ୍ଵୟ A ଓ B, \(\overleftrightarrow{A B}\) ର କୌଣସି ପ୍ରାନ୍ତବିନ୍ଦୁ ନଥାଏ |

→ ରେଖାଖଣ୍ଡର ମଧ୍ୟବିନ୍ଦୁ :
M, \(\overline{\mathrm{AB}})\) ଉପରେ ଏକ ବିନ୍ଦ ଏବଂ AM = MB ହେଲେ, M କୁ AB ର ମଧ୍ୟବିନ୍ଦୁ କୁହାଯାଏ ।
∴ AM = MB = 1/2 AB.

→ ରଶ୍ମି (Ray) :

  • AB ରେଖାଖଣ୍ଡ ( AB ) ଓ B ପରବର୍ତ୍ତୀ ସମସ୍ତ ବିନ୍ଦୁମାନଙ୍କୁ ନେଇ ଗଠିତ ରେଖାର ଅଂଶ ହେଉଛି ଏକ ରଶ୍ମି (ray) । AB ରଶ୍ମିକୁ ସାଙ୍କେତିକ ଚିହ୍ନରେ \(\overrightarrow{\mathrm{AB}}\) ବୋଲି ଲେଖାଯାଏ । AB ର ଶୀର୍ଷବିନ୍ଦୁ ହେଉଛି A ଏବଂ \(\overrightarrow{\mathrm{BA}}\) ର ଶୀର୍ଷବିନ୍ଦୁ ହେଉଛି B |
    BSE Odisha 8th Class Maths Notes Geometry Chapter 1 Img 5
  • ଏକ ରଶ୍ମିର ଶୀର୍ଷବିନ୍ଦୁକୁ ଆଦ୍ୟବିନ୍ଦୁ (Initial Point) ମଧ୍ୟ କୁହାଯାଏ ।
    BSE Odisha 8th Class Maths Notes Geometry Chapter 1 Img 6
  • ଦୁଇଟି ରଶ୍ମି ଏକ ସରଳରେଖାର ଅଂଶ ହେଲେ, ସେମାନଙ୍କୁ ଏକରେଖୀ ବା ସରଳରେଖକ ରଶ୍ମି (Collinear rays) କୁହାଯାଏ । ଦୁଇଟି ରଶ୍ମି ସରଳରେଖ ନ ହେଲେ, ସେମାନଙ୍କୁ ନୈକରେଖୀ ରଶ୍ମି (non-collinear rays) କୁହାଯାଏ ।

→ ରେଖାଖଣ୍ଡ, ରଶ୍ମି ଓ ସରଳରେଖା ମଧ୍ଯରେ ସମ୍ପର୍କ :
BSE Odisha 8th Class Maths Notes Geometry Chapter 1 Img 7
ଚିତ୍ରରୁ ଏହା ସୁସ୍ପଷ୍ଟ ଯେ AB ରେଖାଖଣ୍ଡର ସମସ୍ତ ବିନ୍ଦୁ ‘AB ରଶ୍ମି’ରେ ଏବଂ AB ରଶ୍ମିର ସମସ୍ତ ବିନ୍ଦୁ ‘AB ସରଳରେଖା’ରେ ରହିଛନ୍ତି । ତେଣୁ ସେଟ୍ ଭାଷାରେ \(\overline{\mathrm{AB}})\) ⊂ \(\overrightarrow{\mathrm{AB}}\) ⊂ \(\overrightarrow{\mathrm{AB}}\) । ସେହି ପରି BA ⊂ \(\overrightarrow{\mathrm{BA}}\) ⊂ \(\overrightarrow{\mathrm{AB}}\)

BSE Odisha 8th Class Maths Notes Chapter 1 ସେଟ୍

→ ନିଲେ କାର :
ତୁମ ଖାତାରେ ତିନୋଟି ରଶ୍ମି \(\overrightarrow{\mathrm{OA}}\), \(\overrightarrow{\mathrm{OB}}\) ଓ \(\overrightarrow{\mathrm{OC}}\) ଅଙ୍କନ କର, ଯେପରି
BSE Odisha 8th Class Maths Notes Geometry Chapter 1 Img 8
(a) କୌଣସି ଦୁଇଟି ରଶ୍ମି ବିପରୀତ ରଶ୍ମି ହୋଇ ନଥ‌ିବେ ।
(b) ଦତ୍ତ ରଶ୍ମିଗୁଡ଼ିକ ମଧ୍ୟରୁ ଯେକୌଣସି ଦୁଇଟି ରଶ୍ମି ପରସ୍ପରର ବିପରୀତ ରଶ୍ମି ହୋଇଥ‌ିବେ ।
BSE Odisha 8th Class Maths Notes Geometry Chapter 1 Img 9
ନିଲେ କାର :
(a) ତୁମ ଖାତାରେ ତିନୋଟି ନୈକରେଖୀ ବିନ୍ଦୁ X, Y, Z ଚିହ୍ନଟ କର ଓ XY, YZ, XZ ଅଙ୍କନ କର ।
(b) ତୁମ ଖାତାରେ ତିନୋଟି ନେକରେଖୀ ବିନ୍ଦୁ A, B ଓ C ଚିହ୍ନଟ କର । \(\overrightarrow{\mathrm{AB}}\), \(\overrightarrow{\mathrm{BC}}\), \(\overrightarrow{\mathrm{CA}}\) ଅଙ୍କନ କର ।
BSE Odisha 8th Class Maths Notes Geometry Chapter 1 Img 10

ନିଜେ କର : କିଏ କାହାର ଉପସେଟ୍ ଲେଖ ।
(i) (a) \(\overline{\mathrm{PQ}})\) ଓ \(\overrightarrow{\mathrm{PQ}}\) (b) \(\stackrel{\leftrightarrow}{\mathrm{CD}}\) ଓ \(\overline{\mathrm{CD}})\) (c) AB ଓ \(\overrightarrow{\mathrm{BA}}\)
(ii) A-P-B ହେଲେ, \(\stackrel{\leftrightarrow}{\mathrm{AB}}\) ଉପରିସ୍ଥ ଦୁଇଟି ବିପରୀତ ରଶ୍ମିର ନାମ ଲେଖ ।
ଭ :
(i) (a) \(\overline{\mathrm{PQ}})\) ⊂ \(\overrightarrow{\mathrm{PQ}}\) (b) \(\overline{\mathrm{CD}})\) ⊂ \(\stackrel{\leftrightarrow}{\mathrm{CD}}\) (c) AB ⊂ \(\overrightarrow{\mathrm{BA}}\)
(ii) BSE Odisha 8th Class Maths Notes Geometry Chapter 1 Img 11
\(\overrightarrow{\mathrm{PA}}\) ଓ \(\overrightarrow{\mathrm{PB}}\), \(\stackrel{\leftrightarrow}{\mathrm{AB}}\) ଉପରିସ୍ଥ ଦୁଇଟି ବିପରୀତ ରଶ୍ମି ।

→ ଉତ୍ତଳ ସେଟ୍ (Convex Set) :

  • ସେଟ୍ ସ୍ତର ଯେକୌଣସି ଦୁଇଟି ବିନ୍ଦୁ A ଓ B ହେଲେ, ଯଦି AB c S ହୁଏ, ତେବେ Sକୁ ଏକ ଉତ୍ତଳ ସେଟ୍ କୁହାଯାଏ ।
    ଉଦାହରଣ – ରଶ୍ମି, ସରଳରେଖା ଓ ସମତଳ ।

→ ତୁମ ପାଇ କାମ :
ନିମ୍ନଲିଖ ଚିତ୍ରଗୁଡ଼ିକ ମଧ୍ୟରୁ କେଉଁଟି ଉତ୍ତଳ ସେଟ୍ ଦର୍ଶାଅ |
BSE Odisha 8th Class Maths Notes Geometry Chapter 1 Img 12
ଉତ୍ତଳ ସେଟ୍ ସମ୍ବନ୍ଧୀୟ କେତୋଟି ତଥ୍ୟ :
(i) ଦୁଇଟି ଉତ୍ତଳ ସେଟ୍ ଛେଦ ମଧ୍ଯ ଏକ ଉତ୍ତଳ ସେଟ୍ ।
(ii) ଦୁଇଟି ଉତ୍ତଳ ସେଟ୍‌ର ସଂଯୋଗ ଉତ୍ତଳ ସେଟ୍ ନ ହୋଇପାରେ ।

  • ଦୁଇଟି ଉତ୍ତଳ ସେଟ୍‌ର ଛେଦ ମଧ୍ଯ ଏକ ଉତ୍ତଳ ସେଟ୍ ।
  • ଦୁକଟି ଭରଲ ସେଟର ଫଯୋଗ ଭଳକ ସେଟ ନ ହୋଇ ପାରେ |

→ ସରଳରେଖାର ପାର୍ଶ୍ଵ (Side of a Line) :

  • କୌଣସି ସରଳରେଖାର ଏକ ପାର୍ଶ୍ଵର ନାମକରଣ ସେହି ପାର୍ଶ୍ବରେ ଥ‌ିବା ଯେକୌଣସି ବିନ୍ଦୁକୁ ନେଇ କରାଯାଇପାରିବ । L ସରଳରେଖାର ଯେଉଁ ପାର୍ଶ୍ଵରେ A ବିନ୍ଦୁ ଅଛି, ତାକୁ L ସରଳରେଖାର A ପାର୍ଶ୍ଵ ଏବଂ ଯେଉଁ ପାର୍ଶ୍ଵରେ B ବିନ୍ଦୁ ଅଛି, ତାକୁ L ସରଳରେଖାର B ପାର୍ଶ୍ବ କୁହାଯାଏ ।
    BSE Odisha 8th Class Maths Notes Geometry Chapter 1 Img 13
    AB ରେଖାଖଣ୍ଡ ବା \(\overrightarrow{\mathrm{AB}}\) ରଶ୍ମିର ଭୁଲ ପାଣ୍ଠି କହଲେ ଆମେ ସରଲ ହି ହ୍ରଖବା |

BSE Odisha 8th Class Maths Notes Chapter 1 ସେଟ୍

→ ସ୍ବୀକାର୍ଯ୍ୟ 7 : ସମତଳ ବିଭାଜନ (Plane Separation) ସ୍ଵୀକାର୍ଯ୍ୟ :
ମନେକର L ସରଳରେଖାଟି P ସମତଳରେ ଅବସ୍ଥିତ । ସମତଳର ଯେଉଁ ବିନ୍ଦୁଗୁଡ଼ିକ L ସରଳରେଖାରେ ନାହାନ୍ତି, ସେମାନଙ୍କୁ ଦୁଇଟି ସେଟ୍ C ଓ C ରେ ବିଭକ୍ତ କରାଯାଇପାରିବ ଯେପରି :
(i) C, ଏବଂ C ପ୍ରତ୍ୟେକ ଗୋଟିଏ ଗୋଟିଏ ଉତ୍ତଳ ସେଟ୍ ହେବେ,
(ii) ଦୁଇଟି ପୃଥକ୍ ବିନ୍ଦୁ A ଓ B ଯଥାକ୍ରମେ C ଓ C, ସେଟ୍‌ରେ ରହିଲେ, A ଓ Bର ସଂଯୋଗକାରୀ ରେଖାଖଣ୍ଡ ଅର୍ଥାତ୍ AB, L ସରଳରେଖାକୁ ଛେଦ କରିବ ।

→ କୋଣ (Angle) :

  • ତିନୋଟି ପୃଥକ୍ ବିନ୍ଦୁ A, B ଓ C ଯଦି ଏକ ସରଳରେଖାରେ ଅବସ୍ଥିତ ନ ହୁଅନ୍ତି; ତେବେ \(\overrightarrow{\mathrm{BA}}\) ଓ \(\overrightarrow{\mathrm{BC}}\) ରଶ୍ମିଦ୍ଵୟର ସଂଯୋଗ (Union)କୁ ଗୋଟିଏ କୋଣ କୁହାଯାଏ (ପାର୍ଶ୍ୱସ୍ଥ ଚିତ୍ର ଦେଖ) । ଏହାକୁ ∠ABC ବା ∠CBA ସଙ୍କେତଦ୍ବାରା ଲେଖାଯାଏ ଏବଂ ‘ABC କୋଣ’ ବା ‘CBA କୋଣ’ ବୋଲି ପଢ଼ାଯାଏ । (ସେଟ୍ ପରିଭାଷାରେ ∠ABC = \(\overrightarrow{\mathrm{BA}}\) ∪\(\overrightarrow{\mathrm{BC}}\))
    BSE Odisha 8th Class Maths Notes Geometry Chapter 1 Img 14

→ ନିଜେ କର :
A, B, ଓ C ଏକ ସରଳରେଖାରେ ଅବସ୍ଥିତ ନଥ‌ିବା ତିନୋଟି ବିନ୍ଦୁ, ନିମ୍ନସ୍ଥ ପ୍ରତ୍ୟେକ ଯୋଡ଼ା ରଶ୍ମିର ସଂଯୋଗର ଜ୍ୟାମିତିକ ଚିତ୍ରର ନାମକରଣ କର ।
(i) \(\overrightarrow{\mathrm{AB}}\) ଓ \(\overrightarrow{\mathrm{AC}}\)
(ii) \(\overrightarrow{\mathrm{BA}}\) ଓ \(\overrightarrow{\mathrm{BC}}\)
(iii) \(\overrightarrow{\mathrm{CB}}\) ଓ \(\overrightarrow{\mathrm{CA}}\)
(iv) \(\overrightarrow{\mathrm{AB}}\) ଓ \(\overrightarrow{\mathrm{BA}}\)
(v) \(\overrightarrow{\mathrm{BC}}\) ଓ \(\overrightarrow{\mathrm{CB}}\)
ଉ :
(i) ∠BAC
(ii) ∠ABC
(iii) ∠BCA
(iv) \(\overrightarrow{\mathrm{AB}}\)
(v) \(\stackrel{\leftrightarrow}{\mathrm{BC}}\)
(vi) \(\stackrel{\leftrightarrow}{\mathrm{AC}}\)

→ (a) ∠POR ର ଶୀର୍ଷବିନ୍ଦୁର ନାମ ଲେଖ ।
(b) ∠ABC ର କେତୋଟି ବାହୁ ଅଛନ୍ତି ? ସେମାନଙ୍କର ନାମ ଲେଖ ।
(c) \(\overrightarrow{\mathrm{AB}}\) ଓ \(\overrightarrow{\mathrm{AC}}\) ପରସ୍ପର ବିପରୀତ ରଶ୍ମି ହେଲେ, \(\overrightarrow{\mathrm{AB}}\) ଓ \(\overrightarrow{\mathrm{AC}}\)ର ସଂଯୋଗରେ କ’ଣ ସୃଷ୍ଟି ହେବ ?
(d) A ଶୀର୍ଷ ଏବଂ \(\overrightarrow{\mathrm{AB}}\) ଓ \(\overrightarrow{\mathrm{AC}}\) ବାହୁବିଶିଷ୍ଟ କୋଣର ନାମ କ’ଣ ?
ଉ :
(a) Q
(b) ହୁଲଟି ବାହି \(\overrightarrow{\mathrm{BA}}\) ଓ \(\overrightarrow{\mathrm{BC}}\)
(c) \(\overleftrightarrow{\mathrm{BC}}\)
(d) ∠BAC

→ କୋଣର ଅନ୍ତର୍ଦେଶ ଓ ବହିର୍ଦେଶ (Interior & Exterior of an angle) :

  • ଉତ୍ତଳ ସେଟ୍‌ର ସଂଜ୍ଞା ଅନୁଯାୟୀ କୋଣର ଅନ୍ତର୍ଦେଶ ଏକ ଉତ୍ତଳ ସେଟ୍, କିନ୍ତୁ ବହିର୍ଦ୍ଦେଶ ନୁହେଁ ।
  • କୋଣ ନିଲେ ରଇଲ ସେଟ ନୁରହ |
  • ∠ABC, ∠ABC ର ଅନ୍ତର୍ଦେଶ ଓ ∠ABCର ବହିର୍ଦେଶ – ଏହି ତିନୋଟି ସେଟ୍ ପରସ୍ପର ଅଣଛେଦୀ (Mutually disjoint); ଅର୍ଥାତ୍ ସେମାନଙ୍କ ମଧ୍ୟରୁ କୌଣସି ଦୁଇଟି ସେଟ୍ ମଧ୍ୟରେ ସାଧାରଣ ବିନ୍ଦୁ ନାହିଁ ।
    BSE Odisha 8th Class Maths Notes Geometry Chapter 1 Img 15

→ ନିଜେ କର :
ପାର୍ଶ୍ୱସ୍ଥ ଚିତ୍ର ଦେଖ୍ A, B, C, P, Q, R, S, T, U, V ବିନ୍ଦୁମାନଙ୍କ ମଧ୍ୟରୁ ∠ABC ର ଉପରିସ୍ଥ, ଅନ୍ତର୍ଦେଶସ୍ଥ ଓ ବହିର୍ଦେଶସ୍ଥ ବିନ୍ଦୁଗୁଡ଼ିକର ନାମ ନିମ୍ନ ସାରଣୀରେ ପୂରଣ କର ।
BSE Odisha 8th Class Maths Notes Geometry Chapter 1 Img 16

BSE Odisha 8th Class Maths Notes Chapter 1 ସେଟ୍

→ କୋଣର ମାପ (Measure of an angle) :

∠ABC କୋଣର ପରିମାଣ m∠ABC, ଯାହା ଏକ ବାସ୍ତବ ସଂଖ ମାତ୍ର m∠ABC ହେଉଛି ବିନ୍ଦୁମାନଙ୍କର ସେଟ୍ ।
BSE Odisha 8th Class Maths Notes Geometry Chapter 1 Img 17

→ ସ୍ଵୀକାର୍ଯ୍ୟ 8 : ପ୍ରୋଟ୍ରାକ୍ଟର ସ୍ଵୀକାର୍ଯ୍ୟ (Protractor Postula ପ୍ରତ୍ୟେକ କୋଣ ସହିତ 0 ରୁ ବଡ଼ ଓ 180 ରୁ ସାନ ଏକ ନିର୍ଦ୍ଦିଷ୍ଟ ବାସ୍ତବ ସଂଖ୍ୟା ସଂପୃକ୍ତ, ଯାହାକୁ କୋଣର ପରିମାଣ କୁହାଯାଏ । m∠ABC ଏପରି ଭାବରେ ନିରୂପିତ ହୁଏ, ଯେପରି :

  • 0 ଠାରୁ ବଡ଼ ଓ 180 ରୁ ସାନ ଯେ କୌଣସି ଏକ ବାସ୍ତବ ସଂଖ୍ୟା x ପାଇଁ ABC ସମତଳରେ \(\overrightarrow{\mathrm{BC}}\) ର ଯେ କୌଣସି ଗୋଟିଏ ପାର୍ଶ୍ଵରେ ବିସ୍ତୃତ ଗୋଟିଏ ମାତ୍ର ରଶ୍ମି \(\overrightarrow{\mathrm{BM}}\) ଅଦନ୍ଥିତ , ଯେପରି m∠MBC = x ହେବ । (ସାଧାରଣତଃ m∠ABC = x°, ଏହିପରି ଲେଖାଯାଏ ।)
  • ∠ABCର ଅନ୍ତର୍ଦେଶରେ P ଯେ କୌଣସି ଏକ ବିନ୍ଦୁ ହେଲେ, m∠ABC = m∠ABP + m∠PBC ହେବ ।

→ ପ୍ରୋଟ୍ରାକ୍ଟର ସ୍ଵୀକାର୍ଯ୍ୟରେ :

  • କୋଣ ପରିମାଣକୁ 0 ରୁ ବଡ଼ ଓ 180 ରୁ ସାନ ବୋଲି ସ୍ୱୀକାର କଲେ, ଲବ୍ଧ ପରିମାଣକୁ କୋଣର ଡିଗ୍ରୀମାପ କୁହାଯାଏ । ସମ୍ପୃକ୍ତ ପ୍ରୋଟ୍ରାକ୍ଟରକୁ ଡିଗ୍ରୀ-ପ୍ରୋଟ୍ରାକ୍ଟର କୁହାଯାଏ ।
    1° = 60 ମିନିଟ୍ ଓ
    1 ମିନିଟ୍ = 60 ସେକେଣ୍ଡ
    1° = 60′ ଓ 1′ = 60′′
  • କୋଣର ପରିମାଣକୁ 0 ରୁ ବଡ଼ ଓ π (pai) (ପାଇ)ରୁ ସାନ ବୋଲି ସ୍ବୀକାରକଲେ, ଲବ୍ଧ ପରିମାଣକୁ ‘ରେଡ଼ିଆନ୍ ମାପ’ କୁହାଯାଏ ।
    π ରେଡ଼ିଆନ୍ = 180 ଡିଗ୍ରୀ ।
    ମଳେରଣ π ଏକ ଅପରିମେୟ ସଂଖ୍ୟା, ଯାହାର ଆସନ୍ନମାନ 3.1415 |
  • ଏକାତ୍ମକ କୋଣ ପରିମାଣ ମିଶି 180° ରୁ ଅଧିକ ହୋଇପାରେ; ମାତ୍ର ଆମ ଆଲୋଚନାରେ ଉପୁଜୁଥ‌ିବା ଯେ କୌଣସି କୋଣର ମାପ 0ରୁ 180° ମଧ୍ୟରେ

→ କୋଣ ସମଦ୍ବିଖଣ୍ଡକ (Angle-bisector) :

  • ∠ABCର ଅନ୍ତର୍ଦେଶରେ P ବିନ୍ଦୁ ଅବସ୍ଥିତ । ଯଦି m∠ABP = M∠PBC ହୁଏ; ତେବେ BP କୁ ∠ABCର ସମଦ୍ରି ଖଣ୍ଡକ କୁହାଯାଏ । ଏ ସ୍ଥଳରେ m∠ABP = m∠PBC = \(\frac { 1 }{ 2 }\)m∠ABC
    BSE Odisha 8th Class Maths Notes Geometry Chapter 1 Img 18

→ ବିଭିନ୍ନ ପ୍ରକାର କୋଣ (Different types of Angles) :

  • ସୂକ୍ଷ୍ମକୋଣ – ଯେଉଁ କୋଣର ପରିମାଣ 0° ରୁ ବେଶି ଓ 90° ରୁ କମ୍, ତାହାକୁ ସୂକ୍ଷ୍ମକୋଣ (acute angle) କୁହାଯାଏ ।
    BSE Odisha 8th Class Maths Notes Geometry Chapter 1 Img 19
  • ସମକୋଣ – ଗୋଟିଏ କୋଣର ପରିମାଣ 90° ସହ ସମାନ ହେଲେ, ତାହାକୁ ସମକୋଣ (right angle) କୁହାଯାଏ ।
    BSE Odisha 8th Class Maths Notes Geometry Chapter 1 Img 20
  • ସ୍ଥୂଳକୋଣ – ଗୋଟିଏ କୋଣର ପରିମାଣ ୨୦ ରୁ ଅଧ‌ିକ, କିନ୍ତୁ 180° ରୁ କମ୍ ହେଲେ, ତାହାକୁ ସ୍ଥୂଳକୋଣ (obtuse angle) କୁହଯାଏ ।
    BSE Odisha 8th Class Maths Notes Geometry Chapter 1 Img 21

ନିଜେ କର :
ଚିତ୍ରରେ ଥ‌ିବା କୋଣଗୁଡ଼ିକର ପରିମାଣ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପ ଓ ପରବର୍ତ୍ତୀ ସାରଣୀରେ କୋଣର ମାପ ଓ କେଉଁ ପ୍ରକାର କୋଣ ଲେଖ ।
BSE Odisha 8th Class Maths Notes Geometry Chapter 1 Img 22
BSE Odisha 8th Class Maths Notes Geometry Chapter 1 Img 23

→ ଦୁଇଟି କୋଣ ମଧ୍ଯରେ ସମ୍ପର୍କ :

  • ଦୁଇଟି କୋଣର ପରିମାଣର ସମଷ୍ଟି 90° ହେଲେ, ସେମାନଙ୍କୁ ପରସ୍ପର ଅନୁପୂରକ (Complementary) କୋଣ କୁହାଯାଏ । x° ର ଅନୁପୂରକ କୋଣ = (90° – x°)
  • ଉଦାହରଣସ୍ୱରୂପ : 20°, 30°, 63° ପରିମାଣ ବିଶିଷ୍ଟ କୋଣମାନଙ୍କର ଅନୁପୂରକ କୋଣଗୁଡ଼ିକର ପରିମାଣ ଯଥାକ୍ରମେ 70°, 60° ଓ 27° ହେବ ।
  • ଦୁଇଟି କୋଣର ପରିମାଣର ସମଷ୍ଟି 180° ହେଲେ, ସେମାନଙ୍କୁ ପରସ୍ପର ପରିପୂରକ (Supplementary) କୋଣ କୁହାଯାଏ । x° ର ପରିପୂରକ କୋଣ = (180° – x°)
  • ଉଦାହରଣସ୍ୱରୂପ : 27°, 60°, 135° ଓ x ପରିମାଣ ବିଶିଷ୍ଟ କୋଣମାନଙ୍କର ପରିପୂରକ କୋଣଗୁଡ଼ିକର ପରିମାଣ 153°, 120°, 45° ଓ (180 – x) ହେବ ।

→ ତୁମପାଇଁ କାମ :
ଦତ୍ତ ସାରଣୀରେ କେତେଗୁଡ଼ିଏ କୋଣର ନାମ ଓ ସେମାନଙ୍କର ପରିମାଣ ଦିଆଯାଇଅଛି । କୋଣଗୁଡ଼ିକର ଅନୁପୂରକ ଓ ପରିପୂରକ କୋଣର ପରିମାଣ ନିର୍ଣ୍ଣୟ କରି ସାରଣୀଟି ପୂରଣ କର । ଉତ୍ତର ସମ୍ଭବ ନହେଲେ (X) ଚିହ୍ନ ଦିଅ ।
BSE Odisha 8th Class Maths Notes Geometry Chapter 1 Img 24

BSE Odisha 8th Class Maths Notes Chapter 1 ସେଟ୍

→ ସନ୍ନିହିତ କୋଣ (Adjacent Angles) :
ମନେରଖ : ଦୁଇଟି କୋଣ ସନ୍ନିହିତ ହେଲେ, ସେମାନଙ୍କର
(i) ଗୋଟିଏ ସାଧାରଣ ଶୀର୍ଷବିନ୍ଦୁ;
(ii) ଗୋଟିଏ ସାଧାରଣ ବାହୁ ଏବଂ
(iii) ସେମାନଙ୍କର ଅନ୍ତର୍ଦେଶଦ୍ଵୟ ଅଣଛେଦୀ ହୁଅନ୍ତି ।
BSE Odisha 8th Class Maths Notes Geometry Chapter 1 Img 25

→ ନିଜେ କର :
ପାର୍ଶ୍ୱସ୍ଥ ଚିତ୍ର ଦେଖ୍ ଉତ୍ତର ଦିଅ ।
(i) \(\overrightarrow{\mathrm{AC}}\) ସାଧାରଣ ବାହୁ ଥିବା ଦୁଇଯୋଡ଼ା ସନ୍ନିହିତ କୋଣର ନାମ ଲେଖ ।
(ii) \(\overrightarrow{\mathrm{AD}}\) ସାଧାରଣ ବାହୁଥ‌ିବା ଦୁଇଯୋଡ଼ା ସନ୍ନିହିତ କୋଣର ନାମ ଲେଖ ।
BSE Odisha 8th Class Maths Notes Geometry Chapter 1 Img 26
ଦୁଇଟି ସନ୍ନିହିତ କୋଣର ପରିମାଣର ସମଷ୍ଟି 180° ହେଲେ, ସେମାନଙ୍କୁ ସନ୍ନିହିତ ପରିପୂରକ କୋଣ କୁହାଯାଏ ।

→ ପ୍ତତାପ କୋଣ (Vertically Opposite Angles) :
BSE Odisha 8th Class Maths Notes Geometry Chapter 1 Img 27
ଦୁଇଟି ସରଳରେଖା \(\stackrel{\leftrightarrow}{\mathrm{AB}}\) ଓ CD ପରସ୍ପରକୁ ୦ ବିନ୍ଦୁରେ ଛେଦକରୁଛନ୍ତି । ଏଠାରେ ∠AOC ଓ ∠BODକୁ ପ୍ରତୀପ କୋଣ କୁହାଯାଏ । ସେହିପରି ∠BOC ଏବଂ ∠DOA ମଧ୍ୟ ପରସ୍ପର ପ୍ରତୀପ କୋଣ ଅଟନ୍ତି ।

→ ନିଜେ କର :
\(\stackrel{\leftrightarrow}{\mathrm{AB}}\) ଓ \(\stackrel{\leftrightarrow}{\mathrm{CD}}\) ପରସ୍ପରକୁ O ବିନ୍ଦୁରେ ଛେଦ କରୁଥିବା ତିନୋଟି ଭିନ୍ନ ଚିତ୍ର ଅଙ୍କନ କର । ଦୁଇଯୋଡ଼ା ପ୍ରତୀପ କୋଣକୁ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପି ସାରଣୀଟି ପୂରଣ କର ।
BSE Odisha 8th Class Maths Notes Geometry Chapter 1 Img 28
ଏହି ସାରଣୀରୁ କ’ଣ ଲକ୍ଷ୍ୟ କରୁଛ ଲେଖ ।

BSE Odisha 8th Class Maths Notes Algebra Chapter 1 ସେଟ୍

Odisha State Board BSE Odisha 8th Class Maths Notes Algebra Chapter 1 ସେଟ୍ will enable students to study smartly.

BSE Odisha Class 8 Maths Notes Algebra Chapter 1 ସେଟ୍

→ ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
ଉପକ୍ରମଣିକା (Introduction) :
ସେଟ୍ ଏକ ସଂଜ୍ଞାବିହୀନ ପଦ । ସେଟ୍ ତତ୍ତ୍ଵର ପ୍ରବର୍ତ୍ତକ ହେଉଛନ୍ତି ଜର୍ଜ କ୍ୟାଣ୍ଟର (1845-1918) । ସେଟ୍ ତତ୍ତ୍ଵର ପ୍ରବର୍ତ୍ତନ ପରେ, ସରଳ ଏବଂ ବୋଧଗମ୍ୟ କରାଯାଇପାରିଛି ।

→ ସେଟ୍ ଓ ଏହାର ଉପାଦାନ (Set and its elements) :
ଆମେ ଅନେକ ସମୟରେ କଥା ପ୍ରସଙ୍ଗରେ ଚାବିନେନ୍ଥା, ଛାତ୍ରଦଳ, ଗୋରୁପଲ, ତାରକାପୁଞ୍ଜ, କ୍ରିକେଟ୍ ଟିମ୍ ଆଦି କହିଥାଉ । ଏଠାରେ ନେନ୍ଥା, ଦଳ, ପଲ, ପୁଞ୍ଜ, ଟିମ୍ ଆଦି ଗୋଟିଏ ଗୋଟିଏ ଗୋଷ୍ଠୀ (Collection) ବା ସମାହାର (Aggregate)କୁ ସୂଚାଏ । ବାସନ ସେଟ୍, ସୋଫା ସେଟ୍, କ୍ରିକେଟ୍ ଟିମ୍ ଆଦି ସେଟ୍‌ର ଗୋଟିଏ ଗୋଟିଏ ଉଦାହରଣ ।
ଯେ କୌଣସି ନିର୍ଦ୍ଦିଷ୍ଟ (Well defined) ବସ୍ତୁମାନଙ୍କୁ ନେଇ ଏକ ସେଟ୍‌ର ପରିକଳ୍ପନା କରାଯାଏ ।

ଉଦାହାରଣ :

  • ଓଡ଼ିଶାର ଜିଲ୍ଲା ସମୂହ
  • ସମସ୍ତ ଗଣନ ସଂଖ୍ୟା
  • ରାଜା ଦଶରଥଙ୍କର ସମସ୍ତ ପୁତ୍ର
  • ଇଂରାଜୀ ଭାଷାର ବର୍ଣ୍ଣମାଳା
  • ସମସ୍ତ ମୌଳିକ ସଂଖ୍ୟା 2, 3, 5, 7, 11, 13, 17, 19 …… ସମୂହ
  • ବାଘ, ଭାଲୁ, ସିଂହମାନଙ୍କ ଦଳ

ଏହି ସମାହାରକୁ ନେଇ ଗୋଟିଏ ଗୋଟିଏ ସେଟ୍‌ ପରିକଳ୍ପନା କରାଯାଇପାରିବ ।

ଯେଉଁ ବସ୍ତୁମାନଙ୍କୁ ନେଇ ସେଟ୍‌ଟି ଗଠିତ, ସେହି ବସ୍ତୁମାନଙ୍କୁ ଉକ୍ତ ସେଟ୍‌ର ଗୋଟିଏ ଗୋଟିଏ ଉପାଦାନ (Element) କୁହାଯାଏ ।
ସେଟ୍ ଓ ଏହାର ଉପାଦାନର କୌଣସି ସଂଜ୍ଞା ନାହିଁ । ଏହି ଦୁଇଟି ପଦ ସଂଜ୍ଞାବିହୀନ ଅଟନ୍ତି ।

BSE Odisha 8th Class Maths Notes Algebra Chapter 1 ସେଟ୍

ତୁମପାଇଁ କାମ :
(i) ଇଂରାଜୀ ଭାଷାର ବର୍ଣ୍ଣମାଳାରେ ଥ‌ିବା ଉପାଦାନଗୁଡ଼ିକୁ ଲେଖ ।
(ii) ଏକଅଙ୍କ ବିଶିଷ୍ଟ ଅଯୁଗ୍ମ ସଂଖ୍ୟା ସେଟ୍‌ ଉପାଦାନଗୁଡ଼ିକୁ ଲେଖ ।
ଉ –
(i) a,b,c,d …… x, y, ଏବଂ z (ii) 1,3,5,7,9

ତୁମପାଇଁ କାମ :
(i) ପାଞ୍ଚଟି ବିଭିନ୍ନ ସେଟ୍‌ର ଉଦାହରଣ ଦେଇ, ସେମାନଙ୍କର ଉପାଦାନଗୁଡ଼ିକୁ ଲେଖ ।
(ii) ଦୁଇଟି ଉଦାହରଣ ଦିଅ, ଯାହାକୁ ନେଇ ସେଟ୍ ଗଠନ ସମ୍ଭବ ନୁହେଁ ।
ଉ –
(i)(a) ସପ୍ତାହର ସାତଦିନକୁ ନେଇ ଗଠିତ ସେଟ୍ ।
ଉପାଦାନ – ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଏକଅଙ୍କ ବିଶିଷ୍ଟ ମୌଳିକ ସଂଖ୍ୟାମାନଙ୍କର ସେଟ୍ ।

(b) ଏକଅଙ୍କ ବିଶିଷ୍ଟ ମୌଳିକ ସଂଖ୍ୟାମାନଙ୍କର ସେଟ୍ ।
ଉପାଦାନ – 2, 3, 5, 7

(c) 1 ରୁ 10 ମଧ୍ୟରେ ଥ‌ିବା ଯୁଗ୍ମସଂଖ୍ୟାମାନଙ୍କର ସେଟ୍ ।
ଉପାଦାନ – 2, 4, 6, 8

(d) ଏକଅଙ୍କ ବିଶିଷ୍ଟ ଅଯୁଗ୍ମ ସଂଖ୍ୟାମାନଙ୍କ ସେଟ୍ ।
ଉପାଦାନ – 1, 3, 5, 7, 9

(e) ଇଂରାଜୀ ବର୍ଣ୍ଣମାଳାର ସ୍ଵରବର୍ଣ୍ଣମାନଙ୍କ ସେଟ୍ ।
ଉପାଦାନ – a, e, i, o, u

(ii) (a) ସୁନ୍ଦର ଫୁଲମାନଙ୍କୁ ନେଇ ଗଠିତ ସେଟ୍ ।
(b) ବୃହତ୍ ସଂଖ୍ୟାମାନଙ୍କୁ ନେଇ ଗଠିତ ସେଟ୍ ।

BSE Odisha 8th Class Maths Notes Algebra Chapter 1 ସେଟ୍

→ ସସୀମ ଓ ଅସୀମ ସେଟ୍ (Finite and Infinite Sets) :
ଯଦି କୌଣସି ସେଟ୍‌ର ଉପାଦାନମାନଙ୍କୁ ଗୋଟି ଗୋଟି କରି ଗଣିଲେ, ଗଣନ ପ୍ରକ୍ରିୟାର ପରିସମାପ୍ତି ଘଟେ, ତେବେ ଉକ୍ତ ସେଟ୍‌ଟି ଏକ ସସୀମ ସେଟ୍ ଅଟେ; ଅନ୍ୟଥା ଉକ୍ତ ସେଟ୍‌କୁ ଅସୀମ ସେଟ୍ କୁହାଯାଏ ।

ତୁମପାଇଁ କାମ :
ଦୁଇଟି ସସୀମ ସେଟ୍ ଓ ଦୁଇଟି ଅସୀମ ସେଟ୍‌ର ଉଦାହରଣ ଦିଅ ।
(i) ଇଂରାଜୀ ଭାଷାର ବର୍ଣ୍ଣମାଳାମାନଙ୍କର ସେଟ୍, ଏକ ଅଙ୍କବିଶିଷ୍ଟ ଗଣନ ସଂଖ୍ୟାମାନଙ୍କର ସେଟ୍ ଆଦି ଗୋଟିଏ ଗୋଟିଏ ସସୀମ ସେଟ୍ ।
ଉ –
ସସୀମ ସେଟ୍ (i) ଓଡ଼ିଶାର ଜିଲ୍ଲାମାନଙ୍କୁ ନେଇ ଗଠିତ ସେଟ୍,
(ii) ଏକ ଅଙ୍କବିଶିଷ୍ଟ ମୌଳିକ ସଂଖ୍ୟାମାନଙ୍କ ସେଟ୍ ।

(ii) ସମସ୍ତ ଗଣନ ସଂଖ୍ୟାମାନଙ୍କର ସେଟ୍ ଗୋଟିଏ ଅସୀମ ସେଟ୍ ।
ଉ –
ଅସୀମ ସେଟ୍ (i) ଗଣନ ସଂଖ୍ୟାମାନଙ୍କର ସେଟ୍ ,
(ii) ପୂର୍ଣସଂଖ୍ୟାମାନଙ୍କର ସେଟ୍ ।

BSE Odisha 8th Class Maths Notes Algebra Chapter 1 ସେଟ୍

→ ସେଟ୍‌ର ଲିଖନ (Presentation of Sets):
(i) ସାଧାରଣତଃ ସେଗୁଡ଼ିକର ନାମକୁ ଇଂରାଜୀ ବର୍ଣ୍ଣମାଳାର ବଡ଼ ଅକ୍ଷର A, B, C, D …….. ଆଦି ଦ୍ଵାରା ନାମକରଣ କରାଯାଏ ଓ ସେଟ୍‌ ଉପାଦାନଗୁଡ଼ିକୁ ଛୋଟ ଅକ୍ଷର a, b, c, d, ………… ଦ୍ଵାରା ସୂଚିତ କରାଯାଏ ।
(ii) ଯଦି ସେଟ୍ A ର ଗୋଟିଏ ଉପାଦାନ ‘a’ ହୋଇଥାଏ; ତେବେ ଆମେ ଲେଖୁବା
ଦ୍ଵାରା ସୂଚିତ କରାଯାଏ ।
a ∈ A ଏବଂ ଏହାକୁ ‘a belongs to A’ ବା ‘a is an element of A’ ବୋଲି ପଢ଼ାଯାଏ ।
∈ → ଉପାଦାନ ଅଟେ, ∉ → ଉପାଦାନ ନୁହେଁ ।
(iii) b, A ର ଏକ ଉପାଦାନ ହେ।ଇ ବଥିଲେ, b ∉ A (b does not belong to A କିମ୍ବା b is not an element of A) ବୋଲି ପଢ଼ାଯାଏ ।
(iv) ସେଟ୍ ଲେଖିବାପାଇଁ ଦୁଇପ୍ରକାର ପଦ୍ଧତି ଅବଲମ୍ବନ କରାଯାଏ ; ଯଥା –
(a) ତାଲିକା ପଦ୍ଧତି ବା ସାରଣୀ ପଦ୍ଧତି (Tabular or Roster method)
(b) ସୂତ୍ର ପଦ୍ଧତି ବା ସେଟ୍ ଗଠନକାରୀ ପଦ୍ଧତି (Formula or Set builder method)

(a) ତାଲିକା ପଦ୍ଧତି : ଏହି ପଦ୍ଧତିରେ ପ୍ରତ୍ୟେକ ସେଟ୍‌ର ଉପାଦାନମାନଙ୍କୁ ଏକ ଯୋଡ଼ା କୁଟିଳ ବନ୍ଧନୀ ମଧ୍ଯରେ ଲେଖାଯାଏ ଓ ପ୍ରତ୍ୟେକ ଦୁଇଟି କ୍ରମିକ ଉପାଦାନ ମଧ୍ୟରେ କମା (,) ଦିଆଯାଏ ।
ଉଦାହାରଣ : A = {2, 3, 4, 5, 6}
ଅସୀମ ସେଟ୍‌ ତାଲିକା ପଦ୍ଧତିରେ ଲେଖିଲେ ଏହାର ଉପାଦାନଗୁଡ଼ିକର ତିନୋଟି ଉପାଦାନ ଲେଖ୍ ଅବଶିଷ୍ଟ ଉପାଦାନଗୁଡ଼ିକ ପାଇଁ କିଛି ବିନ୍ଦୁ ଦିଆଯାଏ ।
ଉଦାହାରଣ :
ଗଣନ ସଂଖ୍ୟାମାନଙ୍କର ସେଟ୍ N ={1, 2, 3, ……….. }
ଅନୁକ୍ରମକୁ ଲକ୍ଷ୍ୟକରି ଅତି କମ୍‌ରେ ପୂର୍ଣ୍ଣସଂଖ୍ୟାମାନଙ୍କର ସେଟ୍ Z = {0, ± 1, ± 2, …..}

ମନେରଖ :
(a) ଗୋଟିଏ ସେଟ୍‌ର ଉପାଦାନମାନଙ୍କୁ ବାରମ୍ବାର ଲେଖାଯାଏ ନାହିଁ ।
(b) ସେଟ୍‌ର ଉପାଦାନଗୁଡ଼ିକୁ ଯେକୌଣସି କ୍ରମରେ ଲେଖିଲେ ମଧ୍ୟ ସେଟ୍‌ଟି ଅପରିବର୍ତ୍ତିତ ରହେ ।

BSE Odisha 8th Class Maths Notes Algebra Chapter 1 ସେଟ୍

(b) ସୂତ୍ର ପଦ୍ଧତି : ଏହି ପଦ୍ଧତିରେ ସେଟ୍‌ର ଉପାଦାନମାନଙ୍କ ମଧ୍ୟରେ ଥିବା ସାଧାରଣ ଧର୍ମକୁ ନେଇ ସେଟ୍ ଲେଖାଯାଏ ।

ଉଦାହାରଣ :
2, 3, 5, 7, 11 ଏହି ସଂଖ୍ୟାଗୁଡ଼ିକରେ ଦୁଇଟି ସାଧାରଣ ଧର୍ମ ନିହିତ ଅଛି । ଉକ୍ତ ସଂଖ୍ୟାଗୁଡ଼ିକ 12ରୁ କମ୍ ମୌଳିକ ସଂଖ୍ୟା ।
ସୂତ୍ର ପଦ୍ଧତିରେ ଲେଖିଲେ, {x | x ଗୋଟିଏ ମୌଳିକ ସଂଖ୍ୟା, x < 12}
Img 1
ତୁମପାଇଁ କାମ :
(i) ତାଲିକା ପଦ୍ଧତିରେ ଲେଖିପାରିବା କି ? (a) N ସେଟ୍ (b) Z ସେଟ୍
(ii) N, Z ଏବଂ ଠୁ ସେଗୁଡ଼ିକ ସସୀମ ନା ଅସୀମ ସେଟ୍ ?
(iii) ଉପରୋକ୍ତ ସେଟ୍‌ମାନଙ୍କ ମଧ୍ୟରୁ ଏପରି ଏକ ସେଟ୍‌କୁ ବାଛ, ଯାହାକୁ ଉଭୟ ପଦ୍ଧତିରେ ଲେଖାଯାଇ ପାରିବ ।
ଉ :
(i) N ସେଟ୍ ବା Z ସେଟ୍‌କୁ ତାଲିକା ପଦ୍ଧତିରେ ଲେଖିପାରିବା ।
(ii) N, Z ଏବଂ ଠୁ ସେଗୁଡ଼ିକ ଅସୀମ ସେଟ୍ ଅଟନ୍ତି ।
(iii) N = { 1,2,3, ….} ଏବଂ N = {x | x ଏକ ଗଣନ ସଂଖ୍ୟା ସେଟ୍}
Z = {0, ±1, + 2, ± 3 ….. } ଏବଂ Z = { x | x ଏକ ପୂର୍ଣ୍ଣ ସଂଖ୍ୟା}

→ ଶୂନ୍ୟ ସେଟ୍ (Empty Set) :
(i) ଯେଉଁ ସେଟ୍‌ରେ କୌଣସି ଉପାଦାନ ନ ଥାଏ, ସେହି ସେଟ୍‌କୁ ଶୂନ୍ୟସେଟ୍ କୁହାଯାଏ ।
(ii) ଶୂନ୍ୟସେଟ୍‌କୁ ‘ϕ‌’ ବା { } ସଂକେତ ଦ୍ଵାରା ସୂଚାଯାଇଥାଏ ।

ଉଦାହରଣ :
A = {x|x ∈ N, x < 1}, B = {x| x ≠ x} ଆଦି ଶୂନ୍ୟସେଟ୍‌ର ଉଦାହରଣ ।
ମନେରଖ : {0}, {0}, {{}} ଆଦି ଶୂନ୍ୟ ସେଟ୍ ନୁହଁନ୍ତି ।

→ ଉପସେଟ୍ (Subset) :
[⊂ → ଉପସେଟ୍ ଚିହ୍ନ, ⊃→ ଅଟ୍ ଚିହ୍ନ, ⊄ → ଉପସେଟ୍ ନୁହେଁ ଚିହ୍ନ]
(i) A ଓ B ସେଟ୍‌ଦ୍ଵୟ ମଧ୍ୟରେ ଯଦି A ସେଟ୍‌ ପ୍ରତ୍ୟେକ ଉପାଦାନ B ସେଟ୍‌ର ଉପାଦାନ ହୋଇଥାଏ, ତେବେ ସେଟ୍ Aକୁ ସେଟ୍ Bର ଏକ ଉପସେଟ୍ (A is a subset of B) କୁହାଯାଏ ଓ ସେଟ୍ Bକୁ ସେଟ୍ Aର ଅଷ୍ଟ୍ରେଟ୍ (Super set) କୁହାଯାଏ ।
ସଂକେତରେ A ⊂ B ବା B ⊃ A ହେବ ।

(ii) A ସେଟ୍ B ସେଟ୍‌ ଏକ ଉପସେଟ୍ ନ ହେଲେ ଏହି ଉକ୍ତିକୁ ସଂକେତରେ A ⊄ B ଦ୍ଵାରା ପ୍ରକାଶ କରାଯାଏ ।

ମନେରଖ :
(i) ପ୍ରତ୍ୟେକ ସେଟ୍ ନିଜର ଉପସେଟ୍ ଅଟେ; ଅର୍ଥାତ୍ A ⊂ A ।
(ii) ଶୂନ୍ୟ ସେଟ୍‌ଟି ଯେ କୌଣସି ସେଟ୍‌ର ଏକ ଉପସେଟ୍; ଅର୍ଥାତ୍ ϕ ⊂ A ଓ ϕ ⊂ ϕ ।

BSE Odisha 8th Class Maths Notes Algebra Chapter 1 ସେଟ୍

ତୁମପାଇଁ କାମ :
ଦୁଇଟି ଶୂନ୍ୟ ସେଟ୍‌ର ଉଦାହରଣ ଦିଅ ।
ଉ :
(i) A = {x | x ≠ x} = ϕ ଅର୍ଥାତ୍ A ସେଟ୍‌ର ପ୍ରତ୍ୟେକ ଉପାଦାନ ନିଜ ସହ ସମାନ ନୁହେଁ । ତେଣୁ ଏହା ଏକ ଶୂନ୍ୟ ସେଟ୍ । କାରଣ ଏପରି କୌଣସି ବସ୍ତୁ ନାହିଁ, ଯାହାକି ନିଜ ସହ ସମାନ ନୁହେଁ ।
(ii) B = {x | x ∈ N | < x < 2} = ϕ
B ସେଟ୍‌ର ଉପାଦାନ 1 ଓ 2 ମଧ୍ୟରେ ଥ‌ିବା ଏକ ଗଣନ ସଂଖ୍ୟା କିନ୍ତୁ । ଓ 2 ମଧ୍ୟରେ କୌଣସି ଗଣନ ସଂଖ୍ୟା ନ ଥ‌ିବା ହେତୁ B ଏକ ଶୂନ୍ୟ ସେଟ୍ ।

→ ସେଟ୍ ପ୍ରକ୍ରିୟା (Set Operations):
(a) ସଂଯୋଗ (Union) : A ଓ B ସେଦ୍ୱୟରେ ଥ‌ିବା ସମସ୍ତ ଉପାଦାନକୁ ନେଇ ଗଠିତ ସେଟ୍‌କୁ ସେଟ୍ A ଓ Bର ସଂଯୋଗ (Union) କୁହାଯାଏ । ସଂକେତରେ ଏହା A ∪ B ରୂପେ ଲେଖାଯାଏ । A ∪ B = {x | x ∈ A ବା x ∈ B} ରୂପେ ଲେଖାଯାଏ । [∪ – ସଂଯୋଗ ଚିହ୍ନ]

ଉଦାହରଣ :
A = {a, b, c} ଏବଂ B = {a, e, i, o} ହେଲେ,
A ∪ B {a, b, c} ∪ {a, e, i, o} = {a, b, c, e, i, o}
Img 2
ମନେରଖ : (i) A ∪ A = A
(ii) A ∪ ϕ = A
(iii) A ⊂ B ହେଲେ, A ∪ B = B ହେବ
(iv) B ⊂ A ହେଲେ, A ∪ B = A ହେବ
(v) A ∪ B = B ∪ A

(b) ଛେଦ (Intersection):
A ଓ B ସେଟ୍‌ଦ୍ଵୟରେ ଥ‌ିବା ଉପାଦାନମାନଙ୍କ ମଧ୍ୟରୁ ଯେଉଁ ଉପାଦାନଗୁଡ଼ିକ ଉଭୟ A ଓ B ସେଟ୍‌ର ଉପାଦାନ ହୋଇଥବେ, ସେହି ଉପାଦାନମାନଙ୍କୁ ନେଇ ଗଠିତ ସେଟ୍‌କୁ A ଓ Bର ଛେଦ କୁହାଯାଏ ଏବଂ A ∩ B ସଂକେତଦ୍ଵାରା ସୂଚିତ ହୁଏ । [∩ – ଛେଦ ଚିହ୍ନ]

BSE Odisha 8th Class Maths Notes Algebra Chapter 1 ସେଟ୍

ସୂତ୍ର ପଦ୍ଧତିରେ A ∩ B = {x | x ∈ A ଏବଂ x = B} ଲେଖାଯାଏ ।
ଯଦି ସେଟ୍ A ଓ ସେଟ୍ B ମଧ୍ୟରେ କୌଣସି ସାଧାରଣ ଉପାଦାନ ନଥା’ନ୍ତି; ତେବେ ସେଦ୍ଵୟକୁ ପରସ୍ପର ଅଣଛେଦୀ ସେଟ୍ (Disjoint sets ବା Non-intersecting sets) କୁହାଯାଏ ।
ଉଦାହରଣ :
A = {0, 1, 2, 3} ଏବଂ B = {0, 2, 4, 6} ହେଲେ,
A ∩ B = {0, 1, 2, 3} ∩ {0, 2, 4, 6} = {0, 2}
Img 3

(c) ଅନ୍ତର (Difference):
ଯଦି A ଓ B ଦୁଇଟି ସେଟ୍, ତେବେ A ସେଟ୍‌ ଯେଉଁ ଉପାଦାନଗୁଡ଼ିକ B ସେଟ୍‌ରେ ନାହାନ୍ତି, ସେମାନଙ୍କୁ ନେଇ ଗଠିତ ସେଟ୍‌କୁ A ଅନ୍ତର B ସେଟ୍ କୁହାଯାଏ ଏବଂ ଏହା A – B ଦ୍ଵାରା ସୂଚିତ ହୁଏ ।
ସୂତ୍ର ପ୍ରଣାଳୀରେ A {x | x ∈ A ଏବଂ x ∉ B} । ସେହିପରି B – A = {x ∈ B ଏବଂ x ∉ A} ।
ଉଦାହରଣସ୍ୱରୂପ, ମନେକର A = {1, 2, 3, 4), B = {3, 4}, ତେବେ A – B = {1, 2} ଏବଂ B – A = ϕ

ମନେରଖ :
(i) A ∩ A = A
(ii) A ∩ ϕ = ϕ
(iii) A ⊂ B ହେଲେ, A ∩ B = A ହେବ |
(iv) B ⊂ A ହେଲେ, A ∩ B = B ହେବ |
(v) A ∩ B = B ∩ A

ତୁମ ପାଇଁ କାମ :
Question 1.
ମନେକର A = {1, 2, 3, 4, 5, 6}, B = {2, 4, 6}; ତେବେ A ∪ B, A ∩ B, A – B, ଏବଂ B – A ନିଶ୍ଚୟ କର ।
ଉ :
A ∪ B = {1, 2, 3, 4, 5, 6} ∪ {2, 4, 6} = {1, 2, 3, 4, 5, 6}
A ∩ B = {1, 2, 3, 4, 5, 6} ∩ {2, 4, 6} = {2, 4, 6}
A – B = {1, 2, 3, 4, 5, 6} – {2, 4, 6} = {1, 3, 5}
B – A = {2, 4, 6} – {1, 2, 3, 4, 5, 6} = ϕ

BSE Odisha 8th Class Maths Notes Algebra Chapter 1 ସେଟ୍

Question 2.
ଶୂନ୍ୟସ୍ଥାନ ପୂରଣ କର ।
A ∪ A =
A ∩ A =
A – A =
A ∪ ϕ =
A ∩ ϕ =
A – ϕ =
ଉ :
A ∪ A = A
A ∩ A = A
A – A = ϕ
A ∪ ϕ = A
A ∩ ϕ = ϕ
A – ϕ = A

→ ଭେନ୍‌ଚିତ୍ର (Venn Diagram) :
Img 4
(i) ସେଟ୍, ଉପସେଟ୍ ଓ ସେଟ୍ ପ୍ରକ୍ରିୟାକୁ ସହଜରେ ବୁଝିବାପାଇଁ ସେଟ୍ ତତ୍ତ୍ଵରେ ଚିତ୍ରର ସାହାଯ୍ୟ ନିଆଯାଏ । ଏହାକୁ ଭେନ୍‌ଚିତ୍ର (Venn Diagram) କୁହାଯାଏ ।
ସର୍ବପ୍ରଥମେ ଭେନ୍ ଚିତ୍ରର ଧାରଣା ବିଶିଷ୍ଟ ତର୍କଶାସ୍ତ୍ରବିତ୍ John Venn (1834-1883) ପ୍ରଦାନ କରିଥିଲେ ।
(ii) ଭେନ୍‌ଚିତ୍ର ସାଧାରଣତଃ ଏକ ଆବଦ୍ଧ କ୍ଷେତ୍ର ବା ବୃତ୍ତାକାର କ୍ଷେତ୍ରଦ୍ୱାରା ସୂଚାଯାଇଥାଏ ।