CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

Odisha State Board CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ Questions and Answers.

CHSE Odisha 11th Class Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. କେଉଁ ବିକାଶ -ଧାରା ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ ?
(i) ଆର୍ଥକ ବିକାଶ
(ii) ଶିଳ୍ପ ବିକାଶ
(iii) ଧାରଣୀୟ ବିକାଶ
(iv) ସାମାଜିକ ବିକାଶ
Answer:
(iii) ଧାରଣୀୟ ବିକାଶ

2. କେଉଁ ବିକାଶଧାରା ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ ?
(i) ଶିଳ୍ପ ବିକାଶ
(ii) ଭୌତିକ ବିକାଶ
(iii) ମାନବ ବିକାଶ
(iv) ଧାରଣୀୟ ବିକାଶ
Answer:
(iv) ଧାରଣୀୟ ବିକାଶ

3. ଏଥୁମଧ୍ୟରୁ କେଉଁଟି ଧାରଣୀୟ ବିକାଶର ଲକ୍ଷ୍ୟ ପୂରଣରେ ସହାୟକ ହୋଇଥାଏ ?
(i) ସମ୍ବଳର ଦକ୍ଷ ପ୍ରୟୋଗ
(ii) ଦୁର୍ଲଭ ସମ୍ବଳର ବ୍ୟବହାର
(iii) ନବୀକରଣ ହୋଇପାରୁ ନଥିବା ସମ୍ବଳର ଉପଯୋଗ
(iv) ପରିବେଶ ପ୍ରତିକୂଳ ପ୍ରଯୁକ୍ତି କୌଶଳର ପ୍ରୟୋଗ
Answer:
(i) ସମ୍ବଳର ଦକ୍ଷ ପ୍ରୟୋଗ

4. ଯେଉଁ ଉନ୍ନୟନ ପ୍ରକ୍ରିୟା ସମାଜର ସମୁଦାୟ ପୁଞ୍ଜି ପରିସମ୍ପଭିର ପରିମାଣ ସ୍ଥିର ରଖୁବାରେ ଅଥବା ବୃଦ୍ଧି କରିବାରେ ସମର୍ଥହୁଏ, ତାହାକୁ କ’ଣ କୁହାଯାଏ ?
(i) ଆର୍ଥନୀତିକ ଅଭିବୃଦ୍ଧି
(ii) ଆର୍ଥନୀତିକ ବିକାଶ
(iii) ବିକାଶ ବିହୀନ ଅଭିବୃଦ୍ଧି
(iv) ଧାରଣୀୟ ବିକାଶ
Answer:
(iv) ଧାରଣୀୟ ବିକାଶ

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

5. ନିମ୍ନୋକ୍ତ କେଉଁଟି ଧାରଣୀୟ ବିକାଶର ଲକ୍ଷ୍ୟ ?
(i) ଜୀବନ ଧାରଣମାନର ଧାରାବାହିକ ଅଭିବୃଦ୍ଧି
(ii) ପୀଢ଼ି-ପୀଢ଼ି ମଧ୍ୟରେ ସମତା ରକ୍ଷା
(iii) ଉତ୍ତମ ପର୍ଯ୍ୟାବରଣ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

6. ଧାରଣୀୟ ବିକାଶ ନିମ୍ନୋକ୍ତ କାହାର ଏକ ସମନ୍ଵୟ ?
(i) ଅର୍ଥନୈତିକ ବିକାଶ ଓ ରଜନୈତିକ ବିକାଶ
(ii) ଅର୍ଥନୈତିକ ବିକାଶ ଓ ପରିବେଶ ସୁରକ୍ଷା
(iii) ଅର୍ଥନୈତିକ ବିକାଶ ଓ ସାଂସ୍କୃତିକ ବିକାଶ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଅର୍ଥନୈତିକ ବିକାଶ ଓ ପରିବେଶ ସୁରକ୍ଷା

7. 2001 ମସିହାରେ ପ୍ରଣୀତ ହୋଇଥିବା ଧାରଣୀୟ ବିକାଶ ସୂଚକରେ କେତୋଟି ମୁଳ ବିଷୟ ରହିଛି ?
(i) 16ଟି
(ii) 17ଟି
(iii) 15ଟି
(iv) 20ଟି
Answer:
(iii) 15ଟି

8. ନିମ୍ନଲିଖ୍ କେଉଁଟି ବିଶ୍ଵତାପାୟନର ପ୍ରଭାବ ?
(i) ଉଷ୍ନପ୍ରବାହ
(ii) ଚରମ ପାଣିପାଗ
(iii) ଅତ୍ୟଧ୍ବକ ବର୍ଷା
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

9. ବିଶ୍ଵତାପାୟନର ଅନ୍ୟନାମ କ’ଣ ?
(i) ଜଳବାୟୁ ପ୍ରଭାବ
(ii) ସବୁଜ କୋଠରୀ ପ୍ରଭାବ
(iii) ସୂର୍ଯ୍ୟଙ୍କ ପ୍ରଭାବ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

10. କିଏ ଧାରଣୀୟ ବିକାଶ ନିମନ୍ତେ ଏକ ଚିଠାପ୍ରସ୍ତୁତ କରିଥିଲେ ?
(i) ପ୍ରଫେସର କଲବର୍ଣ୍ଣ
(ii) ପ୍ରଫେସର ହଟ୍ରେ
(iii) ଲର୍ଡ଼କେନ୍‌ସ୍‌
(iv) ବ୍ରଣ୍ଡଟଲାଣ୍ଡ
Answer:
(iv) ବ୍ରଣ୍ଡଟଲାଣ୍ଡ

B. ଶୂନ୍ୟସ୍ଥାନ ପୂରଣ କର :

1. ଆର୍ଥନୀତିକ ଅଭିବୃଦ୍ଧି ସହିତ ________________________ ର ସଂରକ୍ଷଣ ହୋଇପାରିଲେ ହିଁ ପ୍ରକୃତ ଅଭିବୃଦ୍ଧି ସମ୍ଭବ ।
Answer:
ପର୍ଯ୍ୟାବରଣ

2. ବିକାଶର ଧାରାକୁ ବଳବତ୍ତର ରଖୁବା ____________________ ର ଲକ୍ଷ୍ୟ ।
Answer:
ଧାରଣୀୟ ବିକାଶ

3. ଧାରଣୀୟ ବିକାଶ ଉଭୟ ____________________ ସୁରକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦେଇଥାଏ ।
Answer:
ପରିବେଶ

4. ପରିବେଶ ସୁରକ୍ଷା ଓ ଅର୍ଥନୈତିକ ବିକାଶ ପରସ୍ପର _____________________ ସାପେକ୍ଷ ।
Answer:
ବିନିମୟ

5. 2012 ମସିହାରେ ଦକ୍ଷିଣ ଆଫ୍ରିକାର ______________________ ରେ ହୋଇଥିବା ଧାରଣୀୟ ବିକାଶ ସମ୍ବନ୍ଧୀୟ ବିଶ୍ଵ ଶିଖର ସମ୍ମିଳନୀରେ ସମସ୍ତ ରାଷ୍ଟ୍ର ଧାରଣୀୟ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
Answer:
ଜୋହନସବର୍ଗ

6. ଧାରଣୀୟ ବିକାଶ ଅର୍ଥନୈତିକ, ସାମାଜିକ, ଆନୁଷ୍ଠାନିକ ଓ ପରିବେଶ ସମ୍ବନ୍ଧୀୟ ବିକାଶର ଏକ _____________________ ।
Answer:
ସମନ୍ଵୟ

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

7. ଧାରଣୀୟ ବିକାଶ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶର ଏକ _______________________ ।
Answer:
ପ୍ରତିଫଳନ

8. ଧାରଣୀୟ ବିକାଶ ________________________ ଟି ମୂଳ ବିଷୟ ଓ 36ଟି ଉପବିଷୟ ମଧ୍ୟରେ ସୀମିତ ।
Answer:
15ଟି

9. ଆମ ଚାରିପାଖରେ ଥ‌ିବା ଜୀବ ଜଗତ, ଉଭିଦ ଜଗତ, ଜଳ, ବାୟୁ, ଆକାଶ ଇତ୍ୟାଦିର ସମଷ୍ଟିକୁ _____________________ କୁହାଯାଏ ?
Answer:
ପରିବେଶ

10. ଅର୍ଥନୈତିକ ଅଭିବୃଦ୍ଧି ସହିତ __________________ ର ଅବକ୍ଷୟ ସମଗ୍ର ବିଶ୍ବ ନିମନ୍ତେ ଏକ ପ୍ରମୁଖ ସମସ୍ୟା ରୂପେ ଠିଆ ହୋଇଛି ।
Answer:
ପରିବେଶ

11. ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥ‌ିବା କ୍ରମାଗତ ହାରାହାରି ଉତ୍ତାପ ବୃଦ୍ଧି ହିଁ ______________________ ।
Answer:
ବିଶ୍ଵତାପାୟନ

12. ବୈଜ୍ଞାନିକମାନଙ୍କ ମତରେ ବିଶ୍ବ ତାପମାତ୍ରା ବୃଦ୍ଧିର ________________ ଶତାଂଶ ମନୁଷ୍ୟ କୃତ ।
Answer:
90

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଧାରଣୀୟ ବିକାଶ କ’ଣ ?
Answer:
ଭବିଷ୍ୟତ ପୀଢ଼ିର ସ୍ଵାର୍ଥ ଜଳାଞ୍ଜଳି ନ ଦେଇ ବର୍ତ୍ତମାନ ପୀଢ଼ିପାଇଁ ଉନ୍ନତ ଜୀବନଧାରଣର ସୁଯୋଗ ସୃଷ୍ଟିକୁ ଧାରଣୀୟ ବିକାଶ କୁହାଯାଏ ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

2. ଧାରଣୀୟ ବିକାଶର ଦୁଇଟି ଲକ୍ଷ୍ୟ ଲେଖ ।
Answer:
ଧାରଣୀୟ ବିକାଶର ଦୁଇଟି ଲକ୍ଷ୍ୟ ହେଲା –
(i) ଜନସାଧାରଣଙ୍କ ଜୀବନ ଧାରଣମାନଙ୍କର ଧାରାବାହିକ ଅଭିବୃଦ୍ଧି,
(ii) ପରିବେଶ ସୁରକ୍ଷିତ ରଖୁଥିବା, ପ୍ରାବିଧ୍ଵ ଜ୍ଞାନ କୌଶଳର ଉପଯୋଗ ।

3. 1992 ମସିହାରେ ରିଓ ଡ଼ି ଜେନେଇରୋରେ ଅର୍ଥନୈତିକ ବିକାଶ ଓ ପର୍ଯ୍ୟାବରଣ ସମ୍ଭନ୍ଧରେ କେତୋଟି ପ୍ରସ୍ତାବ ନିଆଯାଇଥିଲା ?
Answer:
1992 ମସିହାରେ ରିଓ ଡ଼ି ଜେନେଇରୋରେ ଅର୍ଥନୈତିକ ବିକାଶ ଓ ପର୍ଯ୍ୟାବରଣ ସମ୍ଭନ୍ଧରେ 21ଟି ପ୍ରସ୍ତାବ ନିଆଯାଇଥିଲା ।

4. ପ୍ରତ୍ୟେକ ବର୍ଷ ଜୁନ୍ 5 ତାରିଖକୁ କେଉଁ ଦିବସ ରୂପେ ପାଳନ କରାଯାଏ ? 5
Answer:
ଜୁନ୍ 5 ତାରିଖକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଇ ଆସୁଅଛି ।

5. ବିଶ୍ଵତାପାୟନ କୁହାକୁ କହନ୍ତି ?
Answer:
ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥ‌ିବା କ୍ରମାଗତ ହାରାହାରି ଉତ୍ତାପ ବୃଦ୍ଧି ହିଁ ବିଶ୍ଵତାପାୟନ । ବିଶ୍ଵତାପାୟନର ଦୁଇଟି ପ୍ରଭାବ ଲେଖ ।

6 ବିଶ୍ଵତାପାୟନର ଦୁଇଟି ପ୍ରଭାବ ଲେଖ ।
Answer:
ବିଶ୍ବ ତାପାୟନର ଦୁଇଟି ପ୍ରଭାବ ହେଲା –
(i) ସମୁଦ୍ର ପତ୍ତନର ବୃଦ୍ଧି
(ii) ଚରମ ପାଣିପାଗ ।

7. ବିଶ୍ଵତାପାୟନ ହ୍ରାସପାଇଁ କେଉଁ କେଉଁ ଲକ୍ଷ୍ୟ ସାଧନ କରିବାକୁ ହେବ ?
Answer:
ବିଶ୍ବ ତାପାୟନ ହ୍ରାସପାଇଁ ଦୁଇଟି ଲକ୍ଷ୍ୟ ସାଧନ କରିବାକୁ ହେବ, ସେଗୁଡ଼ିକ ହେଲା –
(i) ବାଷ୍ପ ନିର୍ଗତମ ହ୍ରାସ କରିବା,
(ii) ତାପମାତ୍ରା ବୃଦ୍ଧିର ପରିମାଣ 2 ଡିଗ୍ରୀ ମଧ୍ୟରେ ସୀମିତ ରଖୁବା ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

8. ଶିଳ୍ପର ବିକାଶଦ୍ଵାରା ପରିବେଶ କିପରି ପ୍ରଭାବିତ ହେଉଛି ?
Answer:
ଶିଳ୍ପର ବିକାଶଦ୍ୱାରା ବାୟୁ ପ୍ରଦୂଷିତ ହେଲାବେଳେ, ସେଥୁରୁ ନିର୍ଗତ ହେଉଥ‌ିବା ବର୍ଯ୍ୟବସ୍ତୁ ଜଳ ପ୍ରଦୂଷିତ ହେଉଛି ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥିବା କ୍ରମାଗତ ହାରାହାରି ଉତ୍ତାପ ହ୍ରାସ ହିଁ ବିଶ୍ଵତାପାୟନ ।
Answer:
ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥିବା କ୍ରମାଗତ ହାରାହାରି ଉତ୍ତାପ ବୃଦ୍ଧି ହିଁ ବିଶ୍ଵତାପାୟନ ।

2. ଅର୍ଥନୈତିକ ଅଭିବୃଦ୍ଧି ସହିତ ପର୍ଯ୍ୟବରଣର ସୁରକ୍ଷା ଅର୍ଥନୈତିକ ବିକାଶକୁ ବୁଝାଏ ।
Answer:
ଅର୍ଥନୈତିକ ଅଭିବୃଦ୍ଧି ସହିତ ପର୍ଯ୍ୟବରଣର ସୁରକ୍ଷା ଧାରଶୀୟ ବିକାଶକୁ ବୁଝାଏ ।

3. ଧାରଣୀୟ ବିକାଶର ସୂଚକରେ 15ଟି ମୁଳବିଷୟ ଓ 40ଟି ଉପବିଶୟ ରହିଛି ।
Answer:
ଧାରଣୀୟ ବିକାଶର ସୂଚକରେ 15ଟି ମୁଳବିଷୟ ଓ 36ଟି ଉପବିଶୟ ରହିଛି ।

4. ବିଶ୍ଵତାପାୟନକୁ ସବୁଜ କୋଠରୀ ପ୍ରଭାବ ମଧ୍ୟ କୁହାଯାଏ ।
Answer:
ଠିକ୍

5. ବିଶ୍ଵତାପାୟନ ହ୍ରାସ କରିବାପାଇଁ ତାପମାତ୍ରା ବୃଦ୍ଧିର ପରିମାଣ 3 ଡିଗ୍ରୀ ମଧ୍ୟରେ ସୀମିତ ରଖୁ ଆବଶ୍ୟକ ।
Answer:
ବିଶ୍ଵତାପାୟନ ହ୍ରାସ କରିବାପାଇଁ ତାପମାତ୍ରା ବୃଦ୍ଧିର ପରିମାଣ 2 ଡିଗ୍ରୀ ମଧ୍ୟରେ ସୀମିତ ରଖ୍ ଆବଶ୍ୟକ ।

6. ଆର୍ଥିକ ବିକାଶ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ
Answer:
ଧାରଣୀୟ ବିକାଶ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ଧାରଣୀୟ ବିକାଶର ଲକ୍ଷ୍ୟ କ’ଣ ?
Answer:
ଭବିଷ୍ୟତ ପୀଢ଼ିର ସ୍ଵାର୍ଥ ଜଳାଞ୍ଜଳି ନ ଦେଇ ବର୍ତ୍ତମାନ ପୀଢ଼ିପାଇଁ ଉନ୍ନତ ଜୀବନଧାରଣର ସୁଯୋଗ ସୃଷ୍ଟିକୁ ଧାରଈୟ ବିକାଶ କୁହାଯାଏ । ଏହି ବିକାଶ ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥାଏ । ଏହି ବିକାଶର ଲକ୍ଷ୍ୟଗୁଡ଼ିକ ହେଲା –

  • ଜନସାଧାରଣଙ୍କ ଜୀବନଧାରଣମାନର ଧାରାବାହିକ ଅଭିବୃଦ୍ଧି,
  • ପୀଢ଼ି-ପୀଢ଼ି ମଧ୍ୟରେ ସମତା ରକ୍ଷା,
  • ପରିବେଶ ସୁରକ୍ଷିତ ରଖୁଥିବା,
  • ପ୍ରାବିଧ୍ଵ ଜ୍ଞାନ କୌଶଳର ଉପଯୋଗ,
  • ଉତ୍ତମ ପର୍ଯ୍ୟାବରଣ ପାଇଁ ସଚେତନତା ସୃଷ୍ଟି,
  • ଯୋଜନା ସହିତ ପରିବେଶ ବିଜ୍ଞାନର ସମନ୍ୱୟ ।

ଧାରଣୀୟ ବିକାଶ ଉଭୟ ପରିବେଶ ସୁରକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦେଇଥାଏ । କିନ୍ତୁ ଏହି ଦୁଇ ଲକ୍ଷ୍ୟ ପରସ୍ପର ବିରୋଧୀ ।

2. କୃଷିର ବିକାଶଦ୍ୱାରା ପରିବେଶ କିପରି ପ୍ରଭାବତ ହୁଏ ?
Answer:
ଖାଦ୍ୟ ନିରାପତ୍ତା ବିନା ଅର୍ଥନୈତିକ ଅଭିବୃଦ୍ଧି ଅସମ୍ଭବ । କୃଷିର ବିକାଶ କ୍ଷେତ୍ରରେ କୃଷିପାଇଁ ଉଦ୍ଦିଷ୍ଟ ଜମିର ପରିମାଣ ହ୍ରାସ ଏକ ଅନ୍ତରାୟ । ତେଣୁ କମ୍ ଜମିରେ ଅଧିକ ଉତ୍ପାଦନପାଇଁ ଆଧୁନିକ କୃଷି ପ୍ରଣାଳୀ ଅବଲମ୍ବନ କରାଯାଉଛି । ଏଭଳି ପ୍ରଣାଳୀକୁ ସଘନ କୃଷି ଉତ୍ପାଦନ ପ୍ରଣାଳୀ କୁହାଯାଏ ।

ଏହି ପ୍ରଣାଳୀ ପରିବେଶ ଉପରେ କୁପ୍ରଭାବ ପକାଉଛି । ରାସାୟନିକ ସାର, ପୋକମରା ଔଷଧ, ଅଧୂକ ଅମଳକ୍ଷମ ବିହନ ଇତ୍ୟାଦିର ବ୍ୟବହାର ପରିବେଶ ସନ୍ତୁଳନ ନଷ୍ଟ କରୁଛି । ବାୟୁ ପ୍ରଦୂଷଣ, ଜଳ ପ୍ରଦୁଷଣ, ମୃତ୍ତିକାର ଉର୍ବରତା ହ୍ରାସ, ଭୂମିର ଜଳସ୍ତର ହ୍ରାସ ଇତ୍ୟାଦି ଆଧୁନିକ ପ୍ରଣାଳୀରେ ହେଉଥ‌ିବା କୃଷି ବିକାଶ ପ୍ରକ୍ରିୟାର କୁପ୍ରଭାବ ।

3. ଜଙ୍ଗଲ ଅବକ୍ଷୟ କିପରି ପରିବେଶ ନଷ୍ଟ କରୁଛି ?
Answer:
ପରିବେଶ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲର ଭୂମିକା ଗୁରୁତ୍ବପୂର୍ଣ । ଏହା ଅନେକ ଲୋକଙ୍କପାଇଁ ଜୀବନଧାରଣର ଏକ ମାଧ୍ୟମ ତଥା ମୂଲ୍ୟବାନ ବୃକ୍ଷଲତା ଏବଂ ଜୀବଜନ୍ତୁଙ୍କର ରହିବା ସ୍ଥାନ ଜଙ୍ଗଲ ଜଳବାୟୁକୁ ନିୟନ୍ତ୍ରଣ କରିଥାଏ ଏବଂ ପରିବେଶର ସନ୍ତୁଳନ କ୍ଷେତ୍ରରେ ସହାୟତା ସୃଷ୍ଟିକରେ ।

କିନ୍ତୁ ଆଜି ବିକାଶ ନିମନ୍ତେ ଜଙ୍ଗଲର ଅବକ୍ଷୟ ଏକ ସାଧାରଣ ଘଟଣା ସମଗ୍ର ପୃଥ‌ିବୀରେ ଶିଳ୍ପର ବିକାଶ, କୃଷିର ବିକାଶ, ସହରୀକରଣ ଇତ୍ୟାଦି ଜଙ୍ଗଲ ଅବକ୍ଷୟର କାରଣ । ଜଙ୍ଗଲ ଅବକ୍ଷୟ ଫଳରେ ପାଣିପାଗରେ ଅନେକ ପରିବର୍ତ୍ତନ ଘଟୁଛି । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରା ବୃଦ୍ଧିପାଉଛି ଏବଂ ବିଶ୍ବର ତାପମାତ୍ରା ବୃଦ୍ଧି ଘଟୁଛି ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

4. ବିଶ୍ଵତାପାୟନ କ’ଣ ?
Answer:
ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥ‌ିବା କ୍ରମାଗତ ହାରାହାରି ଉତ୍ତାପ ବୃଦ୍ଧି ହିଁ ବିଶ୍ଵତାପାୟନ । ଗତ 100 ବର୍ଷ ମଧ୍ୟରେ ପୃଥ‌ିବୀର ତାପମାତ୍ରା ୫ ଡିଗ୍ରୀ ସେ ଣ୍ଟିଗ୍ରେଡ୍ ବୃଦ୍ଧି ପାଇଛି । ଏହି ବୃଦ୍ଧିର 66 ଶତାଂଶ ଗତ 30 ବର୍ଷ ମଧ୍ୟରେ ସଙ୍ଗଠିତ ହୋଇ ଏକ ଭୟର ବାତାବରଣ ସୃଷ୍ଟି କରିଛି ।

ଯଦି ଏହି ତାପମାତ୍ରା ବୃଦ୍ଧି ଲାଗିରହେ, ତେବେ ଆସନ୍ତା ଦୁଇଶହ ବର୍ଷ ମଧ୍ୟରେ ପୃଥ‌ିବୀ ବକ୍ଷରୁ ସମସ୍ତ ଜୀବ ଜଗତ ଲୋପ ପାଇଯିବେ । ବୈଜ୍ଞାନିକମାନଙ୍କ ମତରେ ବିଶ୍ଵ ତାପମାତ୍ରା ବୃଦ୍ଧିର ୨୦ ଶତାଂଶ ମନୁଷ୍ୟ କୃତ । ଜଙ୍ଗଲ ଅବକ୍ଷୟ ଓ ପ୍ରାକୃତିକ ଇନ୍ଧନ ଯଥା କୋଇଲା, ପେଟ୍ରୋଲିୟମ ଇତ୍ୟାଦିର ଅତ୍ୟଧ୍ଵ ଦହନ ଏହାର ମୁଖ୍ୟ କାରଣ ।

5. ଶକ୍ତି ଉତ୍ପାଦନ ପରିବେଶ ଉପରେ କିପରି ଚାପ ସୃଷ୍ଟି କରୁଛି ଲେଖ ।
Answer:
ଉତ୍ପାଦନ କ୍ଷେତ୍ରରେ ଶକ୍ତି ଏକ ଅତ୍ୟାବଶ୍ୟକ ସାଧନ । ଶକ୍ତି ରାଷ୍ଟ୍ରର ଉତ୍ପାଦନ ଓ ଉତ୍ପାଦନଶୀଳତାକୁ ବହୁଗୁଣିତ କରିପାରେ । ତେଣୁ ଯେଉଁ ରାଷ୍ଟ୍ର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଯେତେ ଆଗୁଆ, ସେହିଦେଶ ସେତେ ଉନ୍ନତ । ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଉଥିବା ସାଧନମାନଙ୍କ ମଧ୍ୟରୁ ପ୍ରାୟ ୨୦ ଶତାଂଶ ସୀମିତ ଓ କ୍ଷୟଶୀଳ । ସେଗୁଡ଼ିକ ପାରମ୍ପରିକ ଏବଂ ନବୀକରଣ ଯୋଗ୍ୟ ନୁହନ୍ତି । ଫଳରେ ଆଗାମୀ ପୀଢ଼ିପାଇଁ ଏହି ସାଧନଗୁଡ଼ିକ ଆଉ ଉପଲବ୍ଧ ହେବନାହିଁ । ପୁନଶ୍ଚ, ଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉଥିବା କୋଇଲା, ଥୋରିୟମ ଇତ୍ୟାଦି ସିଧାସଳକ ପରିବେଶ ପ୍ରଦୂଷଣ କରୁଛନ୍ତି ।

F. ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ବାୟୁ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ :
Answer:
ବାୟୁ କେତେଗୁଡ଼ିଏ ଗ୍ୟାସ, ଜଳୀୟବାଷ୍ପ ଏବଂ କେତେକ ନିର୍ଜୀବ କଣିକାକୁ ନେଇ ଗଠିତ । ସାଧାରଣଭାବେ ବାୟୁରେ ମିଶୁଥ‌ିବା ବର୍ଯ୍ୟମସ୍ତୁଗୁଡ଼ିକ ଯଥା ଅଙ୍ଗାରକାମ୍ଳ, କାର୍ବନ୍ ମନୋଅକ୍‌ସାଇଡ୍, ନାଇଟ୍ରୋଜେନ ଅକ୍‌ସାଇଡ୍, ହାଇଡ୍ରୋଜେନ ଫ୍ଲୋରାଇଡ୍ ବାୟୁର ଆତ୍ମପରିଷ୍କାର ପ୍ରକ୍ରିୟାଦ୍ଵାରା ସେଥୁରୁ ଆପେ ଆପେ ନିଷ୍କାସିତ ହୁଅନ୍ତି । ଫଳରେ ବାୟୁ ଆପେ ଆପେ ନିର୍ମଳହୁଏ । କିନ୍ତୁ ଏବେ ବାୟୁରେ ପ୍ରଦୂଷକ ଦ୍ରବ୍ୟ ଅଧିକ ପରିମାଣରେ ଜମା ହେବା ଫଳରେ ବାୟୁର ଆତ୍ମପରିଷ୍କାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଅଛି ।

ଫଳସ୍ବରୂପ ସମସ୍ତ ପ୍ରକାର ଜୀବ ଏବଂ ମଣିଷର ସାଧାରଣ ସ୍ବାସ୍ଥ୍ୟ ପ୍ରଦୂଷିତ ବାୟୁଦ୍ବାରା ଅସୁସ୍ଥତାର ଶୀକାର ହେଉଛି । ଯଦି କୌଣସି କାରଣବଶତଃ ଜଳର ପ୍ରାକୃତିକ ଲକ୍ଷଣରେ ପରିବର୍ତ୍ତନ ଘଟେ ଏବଂ ଏହା ବ୍ୟବହାରପାଇଁ ଅନୁପଯୁକ୍ତ ହୁଏ ତେବେ ଏହାକୁ ଦୂଷିତ ଜଳ କୁହାଯାଏ । ଜଳର ପ୍ରାକୃତିକ ପରିବର୍ତ୍ତନ ଭୌତିକ, ରାସାୟନିକ ବା ଜୈବିକ ଉପାୟଦ୍ବାରା ହୋଇପାରେ ।

ଫରେ ଏହା ବ୍ୟବହାରପାଇଁ ଅନୁପଯୁକ୍ତ ହୋଇପଡ଼େ । ଜଳ ପ୍ରଦୂଷଣ ଉଭୟ ଭୂମିତଳ ଏବଂ ଭୂମିଉପରେ ମିଳୁଥିବା ଜଳ ପ୍ରଦୂଷଣକୁ ବୁଝାଏ । ବିଭିନ୍ନ ପ୍ରକାର ଜୈବ ଏବଂ ଅଜୈବ ପଦାର୍ଥ ଜଳରେ ମିଶିବା ଫଳରେ ଜଳ ପ୍ରଦୂଷଣ ହେଉଛି । ଜଳ ପ୍ରଦୂଷଣ ଯୋଗୁଁ ଏବେ ଭୂପୃଷ୍ଠରେ ଜୀବଜନ୍ତୁ, ଉଭିଦ ଏବଂ ମଣିଷର ସ୍ଥିତି ସଙ୍କଟାପନ୍ନ ହେଲାଣି ।

2. ଅର୍ଥନୈତିକ ବିକାଶ ଓ ଧାରାଣୀୟ ବିକାଶ
Answer:
ଜୀବନ ଧାରଣର ମାନର ଉନ୍ନତି ସାଧନ ଓ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଦ୍ରୁତ ଅର୍ଥନୈତିକ ବିକାଶ ଆବଶ୍ୟକ । ସମସ୍ତ ବିକାଶଶୀଳ ରାଷ୍ଟ୍ର ନିଜସ୍ବ ପ୍ରାକୃତିକ ସମ୍ପଦର ଉପଯୋଗ କରି ବିକାଶ ପଥରେ ଆଗଇବାପାଇଁ ସଦା ଚେଷ୍ଟିତ । ତେଣୁ ଅର୍ଥନୈତିକ ବିକାଶ କ୍ଷେତ୍ରରେ କେବଳ ଆୟ ବୃଦ୍ଧି ଘଟି ନଥାଏ । ଏହାସହିତ ମାନବୀୟ ଅଭାବ, ସାମାଜିକ ଅନୁଷ୍ଠାନ ଓ ସାମାଜିକ ଦୃଷ୍ଟିଭଙ୍ଗାଭଳି ଗୁଣାତ୍ମକ ପରିବର୍ତ୍ତନକୁ ମଧ୍ୟ ଦେଖାଯାଇଥାଏ ।

କିନ୍ତୁ ଅର୍ଥନୈତିକ ବିକାଶ ଜନସାଧାରଣଙ୍କର ଅର୍ଥନୈତିକମାନ ବୃଦ୍ଧି କରୁଥିଲେ ମଧ୍ୟ ଏହା ସର୍ବଦା ଉନ୍ନତ ଜୀବନଧାରଣର ମାନ ଯୋଗାଇ ନଥାଏ । କୌଣସି ରାଷ୍ଟ୍ରର ଔଦ୍ୟୋଗିକ ବିକାଶ ଜାତୀୟ ଆୟ ବୃଦ୍ଧି କରିଥାଏ । କିନ୍ତୁ ଏହା ଜୀବନ ଧାରଣର ମାନ ଉନ୍ନତ କରିନଥାଏ । କାରଣ ଔଦ୍ୟୋଗିକ ବିକାଶଦ୍ୱାରା ପରିବେଶ ଦୂଷିତ ହେବା ଫଳରେ ଜନସାଧାରଣଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦିଏ ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଅର୍ଥନୈତିକ ଅଭିବୃଦ୍ଧି ପରିବେଶକୁ କିପରି ପ୍ରଭାବିତ କରିଥାଏ ବୁଝାଏ ?
Answer:
ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ କଳକାରଖାନା, ନଦୀବନ୍ଧ, ବାସଗୃହ ପ୍ରକରଣ, ଗମନାଗମନ ଆଦି କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଏ । ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ଭିତ୍ତିରେ ଯୋଜନାଗୁଡ଼ିକ ରୂପାୟିତ ହୋଇ ନିର୍ଦ୍ଦିଷ୍ଟ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟକାରୀ ହୋଇଥାଏ । ଆମ ଦେଶରେ ପ୍ରଚଳିତ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ ଅର୍ଥନୈତିକ ଅଭିବୃଦ୍ଧି ସହିତ ଦେଶକୁ ବିକାଶ ପଥରେ ଆଗେଇ ନେବା ।

ଆବଶ୍ୟକତା ଅନୁଯାୟୀ ଯୋଜନାଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖାଯାଉଛି କେବଳ ଆର୍ଥିକ ଲାଭକୁ ଆଗରେ ରଖ୍ ବିକାଶ ଯୋଜନା ଯୋଗୁଁ ଖାଲି ପରିବେଶ କାହିଁକି ସମାଜର ଅନ୍ୟାନ୍ୟ ବର୍ଗର ଲୋକଙ୍କର ସୁବିଧା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏନାହିଁ । ଏହାର ଫଳସ୍ୱରୂପ ପରିବେଶ ଓ ପରିସଂସ୍ଥା ନାନାଦି ବିପର୍ଯ୍ୟକୁ ଆମନ୍ତ୍ରଣ କରାଯାଉଛି । ବିକାଶ ନାମରେ ଚାଲିଥିବା କାର୍ଯ୍ୟକଳାପରୁ ଯଥେଷ୍ଟ ପରିମାଣର ବର୍ଜ୍ୟବସ୍ତୁ ପରିବେଶକୁ ନିର୍ଗତ ହେଉଛି ।

ତେଣୁ ଆଜିର ଅର୍ଥନୈତିକ ଅଭିବୃଦ୍ଧି ପରିବେଶ ପ୍ରଦୂଷଣ ବଦଳରେ ସମ୍ଭବ ହୋଇପାରିଛି । ଅର୍ଥାତ୍ ଅତୀତର ସମସ୍ତ ଅର୍ଥନୈତିକ ଅଭିବୃଦ୍ଧି ଯାହାକିଛି ମାନବର ଭୌତିକ କଲ୍ୟାଣରେ ଉନ୍ନତି ଆଣିପାରିଛି, ତାହା ପଛରେ ପର୍ଯ୍ୟାବରଣର ବହୁ ଅଧୋଗତି ସଂଶ୍ଳିଷ୍ଟ । ଅର୍ଥନୈତିକ ଅଭିବୃଦ୍ଧି ପରିବେଶ ଉପରେ ବିଭିନ୍ନ –

(1) ଶିଳ୍ପର ବିକାଶ : ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଶିଳ୍ପାୟନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସମସ୍ତ ବିକଶିତ ରାଷ୍ଟ୍ରଶିଳ୍ପସମୃଦ୍ଧ । ଶିଳ୍ପ ଉତ୍ପାଦନ ବଢ଼ାଇବାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇଥାଏ । ଫଳରେ ରାଷ୍ଟ୍ରରେ ଅଧ‌ିକ ନିୟୋଜନ ସୃଷ୍ଟିର ସମ୍ଭାବନା ସୃଷ୍ଟି ହୋଇଥାଏ । ଫଳରେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ ଏବଂ ସମସ୍ତ ବିକାଶଶୀଳ ଉପରେ ଚାପ ସୃଷ୍ଟି କରୁଛି । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ସବୁଠାରୁ ବହୁଳ ପରିମାଣରେ ଥ‌ିବା ପ୍ରଦୂଷକ ।

ଏହା ଚିନିକଳ, କାଗଜକଳ, ତେଲକଳ, ରାସାୟନିକ କାରଖାନା ଏବଂ ଅନ୍ୟାନ୍ୟ କାରଖାନାରୁ ନିର୍ଗତ ହୋଇଥାଏ । ବାୟୁମଣ୍ଡଳରେ କାର୍ବନ୍ ମନୋଅକ୍‌ସାଇଡ୍ ପରିମାଣ ମଧ୍ୟ ଅଧିକ । ଏହା ମୁଖ୍ୟତଃ ମଟରଯାନରୁ ବହୁଳ ପରିମାଣରେ ନିର୍ଗତ ହୋଇଥାଏ । ହାଇଡ୍ରୋଜେନ୍‌ ସଲଫାଇଡ୍ ଗ୍ୟାସ୍ କାଗଜକଳ, ପେଟ୍ରୋଲିୟମ, ରେୟନ୍ ଓ ପ୍ରାକୃତିକ ଗ୍ୟାସ୍ କାରଖାନାରୁ ନିର୍ଗତ ହୋଇ ବାୟୁମଣ୍ଡଳରେ ପ୍ରବେଶ କରେ । ହାଇଡ୍ରୋଜେନ୍ ଫ୍ଲୋରାଇଡ୍ ଏକ ଉଦ୍‌ବାୟୀ ପଦାର୍ଥ ଏବଂ ଏହା ଆଲୁମିନିୟମ କାରଖାନା, ଫସ୍ଫେଟ ରାସାୟନିକ କାରଖାନା ଓ ଚିନାମାଟି କାରଖାନାରୁ ନିର୍ଗତ ହୁଏ ।

ଏହା ଅତି ବିଷାକ୍ତ ଏବଂ ବାୟୁମଣ୍ଡଳରେ ଏହାର ସାନ୍ଦ୍ରତା 0.001PPM (Parts Per Million) ଦଶଲକ୍ଷ ଭାଗରୁ ଏକ ଭାଗଠାରୁ ଅଧିକ ହେଲେ ଏହା ଜୀବମାନଙ୍କପାଇଁ ହାନିକାରକ । ବାୟୁମଣ୍ଡଳରେ କାର୍ମନ୍ ମନୋଅକ୍‌ସାଇଡ୍ ତଳକୁ ଏହାର ସାନ୍ଦ୍ରତା ଅଧିକ । ଏହା ଏକ ମାରାତ୍ମକ ଗ୍ୟାସ୍ । ଏହା ମଟରଯାନ, ସଫ୍ୟୁରିକ୍ ଅମ୍ଳ ଏବଂ ନାଇଟ୍ରିକ୍ ଅମ୍ଳ କାରଖାନାରୁ ନିର୍ଗତ ହୁଏ ।
ଅଜୈବ ବସ୍ତୁ ଥାଏ । ଏହି ଜଳରେ ପ୍ରାକୃତିକ ଉପାୟରେ ବିଘଟିତ ହୋଇପାରୁ ନଥ‌ିବା ଅନେକ ପଦାର୍ଥ ମଧ୍ଯ ଥାଏ । କାରଖାନାରୁ ନିର୍ଗତ ଜଳର ତାପମାତ୍ରା ଅନେକ ସମୟରେ ଅଧିକ ହୋଇଥିବାରୁ ଏହା ନଦୀ ଜଳକୁ ଉତ୍ତପ୍ତ କରାଏ ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

(2) ଜଙ୍ଗଲ ଅବକ୍ଷୟ – ପରିବେଶ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହା ଅନେକ ଲୋକଙ୍କପାଇଁ ଜୀବନଧାରଣର ଏକ ମାଧ୍ୟମ ତଥା ମୂଲ୍ୟବାନ ବୃକ୍ଷଲତା ଏବଂ ଜୀବଜନ୍ତୁଙ୍କର ରହିବା ସ୍ଥାନ । ଜଙ୍ଗଲ ଜଳବାୟୁକୁ ନିୟନ୍ତ୍ରଣ କରିଥାଏ ଏବଂ ପରିବେଶର ସୁରକ୍ଷା କ୍ଷେତ୍ରରେ ସହାୟକ ହୋଇଥାଏ । କିନ୍ତୁ ବିକାଶ ନିମନ୍ତେ ଜଙ୍ଗଲର ଅବକ୍ଷୟ ହେଉଛି, ଜଙ୍ଗଲ ଅବକ୍ଷୟର କାରଣ ହେଉଛି ଶିଳ୍ପର ବିକାଶ, କୃଷିର ବିକାଶ, ସହରୀକରଣ ଇତ୍ୟାଦି । ଜଙ୍ଗଲ ଅବକ୍ଷୟ ଫଳରେ

(3) କୃଷିର ବିକାଶ – ବର୍ଣିତ ଜନସଂଖ୍ୟାକୁ ଚାହିଦା ମୁତାବକ ଖାଦ୍ୟ ଶସ୍ୟ ଯୋଗାଣ ପ୍ରତ୍ୟେକ ରାଷ୍ଟ୍ରର ଦାୟିତ୍ଵ । ଖାଦ୍ୟ ନିରାପତ୍ତା ବିନା ଅର୍ଥନୈତିକ ଅଭିବୃଦ୍ଧି ଅସମ୍ଭବ । ତେଣୁ କୃଷିର ବିକାଶ ଆବଶ୍ୟକ । କିନ୍ତୁ କୃଷିର ବିକାଶ କ୍ଷେତ୍ରରେ କୃଷିପାଇଁ ଉଦ୍ଦିଷ୍ଟ ଜମିର ପରିମାଣ ହ୍ରାସ ଏକ ଅନ୍ତରାୟ । ତେଣୁ ପ୍ରତ୍ୟେକ ଦେଶ କମ୍ ଭୂମିରେ ଆଧୁନିକ ପ୍ରଣାଳୀରେ ଚାଷକରି ଅଧିକ ଉତ୍ପାଦନପାଇଁ ଚେଷ୍ଟା କରୁଛନ୍ତି । ଏଭଳି ଆଧୁନିକ କୃଷିପ୍ରଣାଳୀ ପରିବେଶ ଉପରେ କୁପ୍ରଭାବ ପକାଉଛି ।

ରାସାୟନିକ ସାର, ପୋକମରା ଔଷଧ, ଅଧ‌ିକ ଅମଳକ୍ଷମ ବିହନ ଇତ୍ୟାଦିର ବ୍ୟବହାର ପରିବେଶ ସନ୍ତୁଳନ ନଷ୍ଟ କରୁଛି । ଗୋଶାଳା, ଘୁଷୁରିଶାଳା ଏବଂ କୁକୁଡ଼ାପାଳନ କେନ୍ଦ୍ରମାନଙ୍କରୁ ବାହାରୁଥିବା ନାଳପାଣିରେ ପଶୁମାନଙ୍କ ମଳ ଏବଂ ବର୍ଜ୍ୟ ଖାଦ୍ୟ ପଦାର୍ଥ ଥାଏ । ସେହିପରି ଶସ୍ୟକ୍ଷେତ୍ରରୁ ବାହାରୁଥିବା ଜଳରେ କୀଟନାଶକ ଔଷଧ, ରାସାୟନିକ ସାରଥାଏ । ଏହି ଜଳ ବର୍ଷାଦିନେ ଧୋଇ ନିକଟସ୍ଥ ନଦୀ, ନାଳ ଜଳକୁ ଦୂଷିତ କରେ ।

(4) ଶକ୍ତି ଉତ୍ପାଦନ – ଉତ୍ପାଦନ ପାଇଁ ଶକ୍ତି ଆବଶ୍ୟକ । ଶକ୍ତି ରାଷ୍ଟ୍ରର ଉତ୍ପାଦନ ଓ ଉତ୍ପାଦନଶୀଳତାକୁ ବହୁଗୁଣିତ କରିପାରେ । ତେଣୁ ଯେଉଁ ରାଷ୍ଟ୍ର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଯେତେ ଆଗୁଆ, ସେହି ଦେଶ ସେତେ ଉନ୍ନତ । ଶକ୍ତି ଉତ୍ପାଦନପାଇଁ ବ୍ୟବହାର କରାଯାଉଥିବା ସାଧନ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ଶତାଂଶ ସୀମିତ ଓ କ୍ଷୟଶୀଳ ଏବଂ ସେଗୁଡ଼ିକ ନବୀକରଣ ଯୋଗ୍ୟନୁହନ୍ତି । ପୁନଶ୍ଚ ଆଣବିକ ରିଆକ୍ଟର ଏବଂ ତାପଜ କେନ୍ଦ୍ରମାନଙ୍କର ଯନ୍ତ୍ରପାତିକୁ ଥଣ୍ଡା କରିବାପାଇଁ ପ୍ରଚୁର ପରିମାଣର ଥଣ୍ଡା ପାଣି ବ୍ୟବହାର କରାଯାଏ ।

ଏହି ପ୍ରକ୍ରିୟା ଫଳରେ ତାପଜ କେନ୍ଦ୍ର ଏବଂ ଆଣବିକ ରିଆକ୍ଟରରୁ ଅତ୍ୟଧ୍ଵ ପରିମାଣର ଗରମ ପାଣି ବାହାରେ । ସାଧାରଣଭାବେ ଏହି ଗରମ ଜଳକୁ ନିକଟସ୍ଥ ନଦୀ ବା ଅନ୍ୟ ଜଳାଶୟକୁ ଛାଡ଼ି ଦିଆଯାଏ । ଏହା ଫଳରେ ନଦୀର ତାପମାତ୍ରା 8-100C ବଢ଼ିଯାଏ । ଜଳର ଅମ୍ଳଜାନର ପରିମାଣ ହ୍ରାସପାଏ । ତେଣୁ ଜଳଜ ପ୍ରାଣୀମାନଙ୍କର ଶ୍ଵାସକ୍ରିୟା ବାଧାପ୍ରାପ୍ତ ହୁଏ । ଏହା ବୀଜାଣୁ ଏବଂ ଅନ୍ୟ ରୋଗର ଜନକମାନଙ୍କର ବଂଶବୃଦ୍ଧି କରାଏ ।

(5) ଅନୁପଯୋଗ ଖଣିଜ ପଦାର୍ଥ – ପ୍ରତ୍ୟେକ ରାଷ୍ଟ୍ର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଖଣିଜ ପଦାର୍ଥର ଉପଯୋଗ କରିଥାନ୍ତି । ବିକାଶଶୀଳ ରାଷ୍ଟ୍ର କ୍ଷେତ୍ରରେ ଖଣିଜ ପଦାର୍ଥର ସଠିକ ଉପଯୋଗ ସମ୍ଭବ ହୋଇନଥାଏ । ଖଣିଜ ପଦାର୍ଥଗୁଡ଼ିକ ନବୀକରଣ ଯୋଗ୍ୟ ନୁହଁନ୍ତି । ଖଣି ଅଞ୍ଚଳର ବାୟୁ ପ୍ରଦୂଷିତ ହୁଏ ଏବଂ ଜଙ୍ଗଳର ଅବକ୍ଷୟ ଘଟେ ।

(6) ସହରୀକରଣ – ଅର୍ଥନୈତିକ ଅଭିବୃଦ୍ଧି ଓ ସହରୀକରଣ ପରସ୍ପରର ଅନୁଗାମୀ । ଅର୍ଥନୈତିକ ଅଭିବୃଦ୍ଧି ଘଟିଲେ ପରସ୍ପରର ଅନୁଗାମୀ । ଅର୍ଥନୈତିକ ଅଭିବୃଦ୍ଧି ଘଟିଲେ ଲୋକମାନେ ଆଧୁନିକ ସୁବିଧା ସୁଯୋଗର ସନ୍ଧାନରେ ସହରାଭିମୁଖୀ ହୋଇଥାନ୍ତି । ଫଳରେ ସବୁ ଦେଶରେ ବଡ଼ ବଡ଼ ମହାନଗର ସୃଷ୍ଟି ହୋଇଛି । ସହର ଚାରିପଟେ ଥ‌ିବା ଜଙ୍ଗଲ ଏବଂ ଚାଷଜମି ଉପରେ ଏବେ ବଡ଼ ବଡ଼ ଅଟ୍ଟାଳିକା ଦଣ୍ଡାୟମାନ ।

ଏହି କଂକ୍ରିଟ ଅଟ୍ଟାଳିକାମାନଙ୍କର ତାପଆହରଣ କ୍ଷମତା ଅଧିକ । ଏହା ବ୍ୟତୀତ ସହରରେ ଅବସ୍ଥିତ କଳକାରଖାନା ଏବଂ ମଟରଯାନରୁ ନିର୍ଗତ ଅଙ୍ଗାରକାମ୍ଳ, କାର୍ବନ୍ ମନୋଅକ୍‌ସାଇଡ୍, ସଲଫର ଡାଇଅକ୍‌ସାଇଡ୍, ହାଇଡ୍ରୋଜେନ୍ ସଲଫାଇଡ୍, ସଲଫର ଡାଇଅକ୍‌ସାଇଡ୍, ହାଇଡ୍ରୋଜେନ୍ ସଲଫାଇଡ୍, ହାଇଡ୍ରୋଜେନ ଫ୍ଲୋରାଇଡ୍, ନାଇଟ୍ରୋଜେନ ଅକ୍‌ସାଇଡ୍ ବାଷ୍ପ ସହରର ଉପର ବାୟୁମଣ୍ଡଳରେ ଏକ ସ୍ତର ସୃଷ୍ଟି କରି ସହରକୁ ଆଚ୍ଛାଦିତ କରି ରଖୁଥାଏ । ତେଣୁ ସହରମାନଙ୍କରୁ ବିକିରଣ ହେଉଥିବା ତାପ ବାୟୁମଣ୍ଡଳର ଉପର ଅଂଶକୁ ଯାଇ ନପାରି ସହରାଞ୍ଚଳର ତାପମାତ୍ରା ବୃଦ୍ଧି କରିଥାଏ ଏବଂ ସହରଗୁଡ଼ିକ ଏକ ତାପ-ଦ୍ଵୀପରେ ପରିଣତ ହୋଇଥାଏ ।

ମଟରଗାଡ଼ି, ବିଦ୍ୟୁତ୍ ଶକ୍ତି, କଂକ୍ରିଟ ରାସ୍ତା, ପଲିଥୁନ୍ ଇତ୍ୟାଦି ପରିବେଶ ଉପରେ ଅଧ‌ିକ ଚାପ ସୃଷ୍ଟି କରୁଛି । ଶେଷରେ ସହର ଜୀବନଯାପନ ପ୍ରକ୍ରିୟାରେ ଲୋକମାନେ ବ୍ୟବହାର କରୁଥିବା ଦ୍ରବ୍ୟ ଓ ସେବା ଯଥା ଏସି, ଟେଲିଭିଜନ, ସହିତ ଅର୍ଥନୈତିକ ଅଭିବୃଦ୍ଧିର ସମନ୍ଵୟ ରକ୍ଷା କରି ନିଜସ୍ଵ ଯୋଜନା ଓ ନୀତି ପ୍ରଣୟନ କରିବା ଆବଶ୍ୟକ । ଧାରଣୀୟ ବିକାଶ ଏହି ସମସ୍ୟାର ଏକମାତ୍ର ଓ ଫଳପ୍ରଦ ସମାଧାନର ସୂତ୍ର ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

2. ବିଶ୍ଵତାପାୟନ କ’ଣ ? ଏହାକୁ କିପରି ହ୍ରାସ କରାଯାଇପାରିବ ?
Answer:
ସୂର୍ଯ୍ୟ ହେଉଛି ପୃଥ‌ିବୀର ସମସ୍ତ ଶକ୍ତିର ଉତ୍ସ । ସୂର୍ଯ୍ୟ ରଶ୍ମୀ ପୃଥ‌ିବୀ ପୃଷ୍ଠରେ ପଡ଼ିଲା ପରେ ସୂର୍ଯ୍ୟରୁ ଆସିଥିବା ଆଲୋକଶକ୍ତି ତାପଜ ଶକ୍ତିରେ ରୂପାନ୍ତରିତ ହୋଇ ପୃଥ‌ିବୀକୁ ଉଷ୍ମ କରେ । ପୁନଶ୍ଚ, ପୃଥ‌ିବୀ ପୃଷ୍ଠରୁ ଏହି ତାପର ଏକ ଅଂଶ ଦୀର୍ଘ ତରଙ୍ଗ ଯୁକ୍ତ ଅବଲୋହିତ ବିକିରଣ (Long wave Infrared Radiations)ରେ ରୂପାନ୍ତରିତ ହୋଇ ବାୟୁମଣ୍ଡଳ ମଧ୍ୟକୁ ପ୍ରତିଫଳିତ ହୁଏ ।

ମାତ୍ର ଏହି ଅବଲୋହିତ ରଶ୍ମିର ବିକିରଣର ଅଧିକାଂଶ ଭାଗ ମହାଶୂନ୍ୟକୁ ଫେରି ଯଉଥିଲାବେଳେ ଏହାର କ୍ଷୁଦ୍ର, ମାତ୍ର ଆବଶ୍ୟକ ଅଂଶ ବାୟୁମଣ୍ଡଳରେ ପ୍ରାକୃତିକ ଭାବରେ ଥ‌ିବା ଅଙ୍ଗାରକାମ୍ଳ, ମିଥେନ୍, ନାଇଟ୍ରସ୍ ଅକ୍‌ସାଇଡ୍ ଓ କ୍ଲୋରୋଫ୍ଲୋରେ କାର୍ବନ୍ ପ୍ରଭୃତି ଗ୍ୟାସଦ୍ୱାରା ଶୋଷି ହୋଇଥାଏ ଏବଂ ପୁନର୍ବାର ପ୍ରାକୃତିକ ଉପାୟରେ ତାପଶକ୍ତିରେ ରୂପାନ୍ତରିତ ହୋଇ ପୃଥ‌ିବୀ ପୃଷ୍ଠକୁ ପୁନଃ ପ୍ରତିଫଳିତ ହୁଏ । ଅବଲୋହିତ ରଶ୍ମିକୁ ଶୋଷଣ କରୁଥିବା ଏହି ଗ୍ୟାସ୍‌ଗୁଡ଼ିକୁ ସବୁଜ କୋଠରୀ ଫ୍ଲାକ୍ସ କୁହାଯାଏ ।

ଏହା ଫଳରେ ପୃଥିବୀ ପୃଷ୍ଠର ତାପ ମହାଶୂନ୍ୟକୁ ଫେରିଯାଇପାରେନାହିଁ ଏବଂ ପୃଥ‌ିବୀପୃଷ୍ଠର ତାପ ମହାଶୂନ୍ୟକୁ ଫେରିଯାଇପାରେନାହିଁ ଏବଂ ପୃଥ‌ିବୀପୃଷ୍ଠ ଓ ବାୟୁମଣ୍ଡଳର ଆବଶ୍ୟକ ଉତ୍ତାପ ବୃଦ୍ଧିହୁଏ । ଏହିଭଳି ଭାବରେ ସବୁଜ କୋଠରୀ ଗ୍ୟାସ୍‌ଗୁଡ଼ିକ ପୃଥ‌ିବୀ ଚାରିପଟେ ଗୋଟିଏ ଛତା ଭଳି ଘୋଡ଼ାଇ ହୋଇ ରହିଥାନ୍ତି । ଯାହାଫଳରେ ପୃଥ‌ିବୀପୃଷ୍ଠରେ ଜୀବଜଗତ ସୃଷ୍ଟି ସମ୍ଭବ ହୋଇପାରିଛି । ଏହାକୁ ସବୁଜ କୋଠରୀ ପ୍ରଭାବ କୁହାଯାଏ ।

କାଚଦ୍ବାରା ଆବୃତ୍ତ ହୋଇଥିବା ସବୁଜ କୋଠରୀ ଭିତରର ତାପମାତ୍ରା ବାହାର ତାପମାତ୍ରା ବାହାର ତାପମାତ୍ରା ଅପେକ୍ଷା ଅଧ୍ଵ ରହେ । ଏହିଭଳି କାଚଦ୍ଵାରା ଆବୃତ୍ତ ହୋଇଥିବା ଘର ମଧ୍ୟରୁ ତାପଜ ଶକ୍ତି ବାହାରକୁ ବିକିରିତ ହୋଇନପାରିବାରୁ ହିଁ ସବୁଜ ଗୃହର ଆଭ୍ୟନ୍ତରର ତାପମାତ୍ରା ବାହାର ଅପେକ୍ଷା ଅଧ‌ିକ ରହେ । ଠିକ୍ ଏହିଭଳି ଭାବରେ ପୃଥ‌ିବୀର ଉଷ୍ଣତା ରକ୍ଷା ହେଉଥ‌ିବାରୁ ଏହାକୁ ସବୁଜ କୋଠରୀ ପ୍ରଭାବ କୁହାଯାଏ ।

ବର୍ତ୍ତମାନ ପୃଥ‌ିବୀର ବାର୍ଷିକ ଉତ୍ତାପ 150° ସେଲିୟସ୍ । ମାତ୍ର ଯଦି ସବୁଜଗୃହ ଗ୍ୟାସଗୁଡ଼ିକ ଯଥା ଅଙ୍ଗାରକାମ୍ଳ, ମିଥେନ୍, ନାଇଟ୍ରସ ଅକ୍‌ସାଇଡ୍ ଓ କ୍ଲୋରୋଫ୍ଲେରୋ କାର୍ବନ୍ ନଥାନ୍ତେ ଏବଂ ସମସ୍ତ ଅବଲୋହିତ ବିକିରଣ ମହାଶୂନ୍ୟକୁ ଫେରି ଯାଉଥାନ୍ତି । ତା’ହେଲେ ପୃଥ‌ିବୀର ହାରାହାରି ବାର୍ଷିକ ଉତ୍ତାପ ହୋଇଥାନ୍ତା । ମାତ୍ର 200 ସେଲ୍‌ସିୟସ୍, ଫଳରେ ସାରା ପୃଥ‌ିବୀ ବରଫାବୃତ୍ତ ହୋଇ ରହିଥାନ୍ତା ଏବଂ ପୃଥ‌ିବୀ ବରଫାବୃତ୍ତ ହୋଇ ରହିଥା’ନ୍ତା ଏବଂ ପୃଥ‌ିବୀରେ ଜୀବଜଗତ ସୃଷ୍ଟି ସମ୍ଭବ ହୋଇନଥାଆନ୍ତି । ସୁତରାଂ, ପୃଥ‌ିବୀକୁ ବାସପୋଯୋଗୀ କରିବା କ୍ଷେତ୍ରରେ ଏହି ସବୁଜ କୋଠରୀ ଗ୍ୟାସ୍‌ଗୁଡ଼ିକର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।

ମାତ୍ର ଅନେକ ମନୁଷ୍ୟକୃତ କାରଣରୁ ବାୟୁମଣ୍ଡଳରେ ଏହି ସବୁଜ କୋଠରୀ ଗ୍ୟାସ୍‌ଗୁଡ଼ିକର ପରିମାଣ ଆବଶ୍ୟକତାଠାରୁ ଅଧିକ ହେବା ଯୋଗୁଁ ଆବଶ୍ୟକତାଠାରୁ ଅଧିକ ଅବଲୋହିତ ବିକିରଣ ଶୋଷିତ ହେଉଛି ଏବଂ ଆବଶ୍ୟକତାଠାରୁ ଅଧ୍ଵ ତାପ ପୃଥ‌ିବୀ ପୃଷ୍ଠକୁ ପୁନଃ ବିକିରିତ ହେଉଛି । ଏହା ଫଳରେ ବାୟୁମଣ୍ଡଳରେ ସବୁଜ କୋଠରୀ ଗ୍ୟାସ୍‌ ପରିମାଣ ବୃଦ୍ଧି ସହିତ ପୃଥ‌ିବୀର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପୃଥ‌ିବୀପୃଷ୍ଠର ଏହି ଉତ୍ତାପ ବୃଦ୍ଧିକୁ ବିଶ୍ବ ତାପାୟନ (Global Warming) କୁହାଯାଏ ।

କୋଇଲା, ଗ୍ୟାସ୍, କାଠ, କଠିଣ ବର୍ଯ୍ୟବସ୍ତୁ ପ୍ରଭୃତିର ଦହନ ତଥା ଯାନବାହାନ ବ୍ୟବହାର ଓ ବିଦ୍ୟୁତଶକ୍ତି ଉତ୍ପାଦନର ଉପଜାତି ଭାବରେ ଅଧ୍ଵରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍ ବାୟୁମଣ୍ଡଳରେ ମିଶେ । ଅନ୍ୟ ଦିଗରେ ପରିବେଶ ପ୍ରଦୂଷଣ ଓ ବ୍ୟାପକ ଜଙ୍ଗଲକ୍ଷୟ ଫଳରେ ଆଲୋକ ସଂଶ୍ଳେଷଣ ଜରିଆରେ ଅଙ୍ଗାରକାମ୍ଳ ଗ୍ୟାସ୍ ବ୍ୟବହାର କରୁଥିବା ଉଭିଦମାନଙ୍କର ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ହ୍ରାସ ପାଇବା ଫଳରେ ମଧ୍ଯ ବାୟୁମଣ୍ଡଳରେ ଆବଶ୍ୟକତାଠାରୁ ଅଧିକ ଅଙ୍ଗାରକାମ୍ଳଗ୍ୟାସ୍ ଜମାଟ ବାନ୍ଧୁଛି ।

1750 ମସିହାରେ ବାୟୁମଣ୍ଡଳରେ ପ୍ରତି ଏକ ମିଲିୟନ ବାୟୁ ପରିମାଣୁରେ 281ଟି ଅଙ୍ଗାରକାମ୍ଳ ପରମାଣୁ ଥିଲାବେଳେ, ବର୍ତ୍ତମାନପ୍ରତି ମିଲିୟନ୍ ବାୟୁ ପରମାଣୁରେ ଅଙ୍ଗାରକାମ୍ଳ ପରମାଣୁର ସଂଖ୍ୟା 368, ଅର୍ଥାତ୍‌ ଇତି ମଧ୍ୟରେ ଅଙ୍ଗାରକାମ୍ଳ ଗ୍ୟାସ୍‌ର ପରିମାଣ ଶତକଡ଼ା 31ଭାଗ ବୃଦ୍ଧି ପାଇଛି । ହିସାବ ଅନୁଯାୟୀ ଅବସ୍ଥାର ପରିବର୍ତ୍ତନ ନ ଘଟିଲେ 2100 ମସିହା ବେଳକୁ ଏହି ଗ୍ୟାସ୍‌ ପରିମାଣ 970ରେ ପହଞ୍ଚିବ ।

ଅଙ୍ଗାରକାମ୍ଳ ଗ୍ୟାସ୍ ଅପେକ୍ଷା ମିଥେନ୍ ଶତକଡ଼ା 20 ଭାଗ ଅଧ୍ବକ ତାପ ଶୋଷଣ କରେ । କୋଇଲା ପ୍ରାକୃତିକ ଗ୍ୟାସ୍‌ ଓ ତୈଳ ଉତ୍ପାଦନ ସମୟରେ ମିଥେନ୍ ଗ୍ୟାସ ନିର୍ଗତ ହୁଏ । ଶିଳ୍ପ ବିପ୍ଳବ ପରଠାରୁ ବାୟୁମଣ୍ଡଳରେ ଏହି ଗ୍ୟାସ୍‌ର ପରିମାଣ 17 ଗୁଣ ବୃଦ୍ଧି ପାଇଛି ।

ଏସବୁ ବ୍ୟତୀତ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରୁ ନିର୍ଗତ ହେଉଥ‌ିବା କ୍ଲୋରୋଫ୍ଲୋରୋ କାର୍ବନ ମଧ୍ୟ ଅନ୍ୟତମ ସବୁଜ ଗୃହ ଗ୍ୟାସ । ସବୁଜ କୋଠରୀ ଗ୍ୟାସର ଏହିଭଳି ବୃଦ୍ଧି ଯୋଗୁଁ ବୈଜ୍ଞାନିକମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଏହାର ସ୍ତର ହ୍ରାସ କରିବାପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାପାଇଁ ବିଶ୍ବ ସମୁଦାୟକୁ ଆହ୍ବାନ ଦେଇଛନ୍ତି । ବିଶ୍ଵତାପାୟନର ପ୍ରଭାବ ବ୍ୟାପକ; ସେଗୁଡ଼ିକ ହେଲା –

  • ସମୁଦ୍ର ପତ୍ତନର ବୃଦ୍ଧି
  • ମରୁଭୂମି ଆୟତନର ସମ୍ପ୍ରସାରଣ
  • ଚରମ ପାଣିପାଗ
  • ଉଷ୍ଣ ପ୍ରବାହ
  • ମରୁଡ଼ି
  • ଅତ୍ୟଧ୍ଵ ବର୍ଷା
  • ପଶୁପକ୍ଷୀଙ୍କ ସଂଖ୍ୟା ହ୍ରାସ

ବିଶ୍ବ ତାପାୟନ ହ୍ରାସପାଇଁ କାର୍ଯ୍ୟପନ୍ଥା – ବିଶ୍ବ ତାପାୟନର ଭୟାଭୟ ପରିଣତିରୁ ରକ୍ଷାପାଇବାପାଇଁ ଦୁଇଟି ଲକ୍ଷ୍ୟ ସାଧନ କରିବାକୁ ହେବ ।

  • ବାଷ୍ପ ନିର୍ଗମନ ହ୍ରାସ କରିବା ଏବଂ
  • ଚାପମାତ୍ରା ବୃଦ୍‌ଧିର ପରିମାଣ 2 ଡିଗ୍ରୀ ମଧ୍ୟରେ ସୀମିତ ରଖୁ ।

ଏହି ଦୁଇଟି ଲକ୍ଷ୍ୟ ସାଧନ ପାଇଁ କାର୍ଯ୍ୟପନ୍ଥାଗୁଡ଼ିକ ହେଲା –

  • ଜାଳେଣୀପାଇଁ କାଠ, କୋଇଲା, କିରୋସିନ୍ ଇତ୍ୟାଦି ବ୍ୟବହାର ହ୍ରାସ ଓ ସୌରଶକ୍ତି, ପବନ ଶକ୍ତି, ଶକ୍ତି ଭଳି ନବୀକରଣ ଯୋଗ୍ୟ ସାଧନର ଅଧିକ ବ୍ୟବହାର,
  • ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି
  • ଏୟାର କଣ୍ଡିସନର, କୁଲର, କାର ଇତ୍ୟାଦିର କମ୍ ବ୍ୟବହାର
  • କମ୍ ବିଦ୍ୟୁତ୍ ଶକ୍ତି ଅପଚୟ କରୁଥ‌ିବା ବୈଦ୍ୟୁତିକ ସରଞ୍ଜାମର ବ୍ୟବହାର
  • କଳକାରଖାନାମାନଙ୍କରେ ଅତୁ୍ୟଚ ଚିମିନି ସ୍ଥ‍।ପନ
  • ପରିବେଶ, ଜଳ, ବଣ୍ୟଜନ୍ତୁ ଇତ୍ୟାଦିର ସଂରକ୍ଷଣପାଇଁ ଶିକ୍ଷାଦାନ ।

ବିଶ୍ବ ତାପାୟନ ସମଗ୍ର ଜୀବଜଗତପାଇଁ ଏକ ଆହ୍ବାନ । ଏହା ବିରୁଦ୍ଧରେ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ ।

Leave a Comment