CHSE Odisha Class 11 Political Science Solutions Chapter 5 ସମାନତା

Odisha State Board CHSE Odisha Class 11 Political Science Solutions Chapter 5 ସମାନତା Questions and Answers.

CHSE Odisha 11th Class Political Science Solutions Chapter 5 ସମାନତା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ସ୍ଵତନ୍ତ୍ରତା ଓ ସମାନତା ପରସ୍କରର ___________ ଅଟନୁି ।
(କ) ଅନୁପୂରକ
(ଖ) ପରିପୂରକ
(ଗ) ବିରୋଧୀ
(ଘ) ନିକଟତର
Answer:
(ଖ) ପରିପୂରକ

୨ । ଅସ୍ପୃଶ୍ୟତା ନିବାରଣ _______ ସମାନତାର ଏକ ଉଦାହରଣ ।
(କ) ସାମାଜିକ
(ଖ) ଅର୍ଥନୈତିକ
(ଗ) ରାଜନୈତିକ
(ଘ) ଧାମିିକ
Answer:
(କ) ସାମାଜିକ

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । କେଉଁ ଦେଶର ରାଷ୍ଟ୍ରବିପ୍ଳବ ପ୍ରଚଳିତ ଅସମତା ବିରୁଦ୍ଧରେ ପ୍ରଥମ ଆନ୍ଦୋଳନ ଥିଲା ?
Answer:
ଫରାସୀ ରାଷ୍ଟ୍ରବିପ୍ଳବ (୧୭୮୯) ପ୍ରଚଳିତ ଅସମତା ବିରୁଦ୍ଧରେ ପ୍ରଥମ ଆନ୍ଦୋଳନ ଥିଲା

୨ । ଆମେରିକା ସ୍ଵାଧୀନତା ଘୋଷଣାନାମରେ କ’ଣ କୁହାଯାଇଥିଲା
Answer:
ଆମେରିକା ସ୍ଵାଧୀନତା ଘୋଷଣାନାମା (୧୭୭୬) ରେ “ସବୁ ମଣିଷକୁ ସମାନଭାବେ ସୃଷ୍ଟି କରାଯାଇଛି ବୋଲି କୁହାଯାଇଥିଲା ।

CHSE Odisha Class 11 Political Science Solutions Chapter 5 ସମାନତା

୩ । ଜାତିସଂଘର “ ସାର୍ବଜନୀନ ମାନବାଧ୍ୟକାର ଘୋଷଣାନାମା”ରେ ସମାନତା ସଂପର୍କରେ କ’ଣ କୁହାଯାଇଛି ?
Answer:
ଜାତିସଂଘର “ ସାର୍ବଜନୀନ ମାନବାଧ୍ୟକାର ଘୋଷଣାନାମା”ରେ ସମାନତା ପରିପ୍ରେକ୍ଷୀରେ କୁହାଯାଇଛି ଯେ- “ ସବୁ ମଣିଷ ଅଜନ୍ମ ମୁକ୍ତ ଏବଂ ମର୍ଯ୍ୟାଦା ଓ ଅଧିକାର ଦୃଷ୍ଟିରୁ ସମାନ ।”

୪ । ପ୍ରାକୃତିକ ସମାନତା କ’ଣ ?
Answer:
ପ୍ରାକୃତିକ ସମାନତାର ଅର୍ଥ ହେଲା ପ୍ରକୃତି ସବୁ ମଣିଷକୁ ସମାନଭାବରେ ସୃଷ୍ଟି କରିଛି । ଶାରୀରିକ ଅସମତା ଦୃଷ୍ଟିରୁ ସେମାନଙ୍କୁ ଉଚ୍ଚନୀଚ ଭାବେ ବିଚାର କରାଯିବା ଅନୁଚିତ ।

୫ । ଅର୍ଥନୈତିକ ସମାନତା କ’ଣ ?
Answer:
ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନଧାରଣ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ପାଇବା ଓ ଅର୍ଥନୈତିକ ଶୋଷଣ ନ ରହିବାକୁ ଅର୍ଥନୈତିକ ସମାନତା କୁହାଯାଏ ।

(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ

୧ । ଆନ୍ତର୍ଜାତୀୟ ଆଇନ ଓ ସୌଜନ୍ୟ ଦୃଷ୍ଟିରୁ ସମସ୍ତ ସ୍ଵାଧୀନ ଓ ସାର୍ବଭୌମ ରାଷ୍ଟ୍ର ସମାନ ହେବାକୁ କେଉଁ ସମାନତା କୁହାଯାଏ ?
Answer:
ଆନ୍ତର୍ଜାତୀୟ ସମାନତା

୨ । ନାଗରିକ ସମାନତାର ଅନ୍ୟନାମ କ’ଣ ?
Answer:
ଆଇନଗତ ସମାନତା

୩ । ସମସ୍ତଙ୍କୁ ମତଦାନ ଅଧିକାର ପ୍ରଦାନ କେଉଁ ପ୍ରକାର ସମାନତା ?
Answer:
ରାଜନୈତିକ ସମାନତା

(D) ଭ୍ରମ ସଂଶୋଧନ କର ।

୧ । ରାଜନୈତିକ ସମାନତା ବିନା ଅର୍ଥନୈତିକ ସମାନତା ମୂଲ୍ୟହୀନ ।
Answer:
ଅର୍ଥନୈତିକ ସମାନତା ବିନା ରାଜନୈତିକ ସ୍ଵତନ୍ତ୍ରତା ମୂଲ୍ୟହୀନ ।

CHSE Odisha Class 11 Political Science Solutions Chapter 5 ସମାନତା

୨ । ପ୍ରକୃତି ସମାନତାର ଅର୍ଥ ସ୍ଵତନ୍ତ୍ର ସୁବିଧା ଓ ସୁଯୋଗର ପ୍ରଚଳନ ।
Answer:
ପ୍ରକୃତ ସମାନତାର ଅର୍ଥ ସ୍ଵତନ୍ତ୍ର ସୁବିଧା ଓ ସୁଯୋଗର ଅନୁପସ୍ଥିତି ।

୩ । ସମାନତା ଓ ସ୍ଵତନ୍ତ୍ରତା ପରସ୍ପରର ବିରୋଧୀ ଅଟନ୍ତି ।
Answer:
ସମାନତା ଓ ସ୍ୱତନ୍ତ୍ରତା ପରସ୍ପରର ପରିପୂରକ ଅଟନ୍ତି ।

୪ । ସମାନତାର ଅର୍ଥ ସର୍ବସମ୍ମତ ବା ଗାଣିତିକ ସମାନତା ଅଟେ ।
Answer:
ସମାନତାର ଅର୍ଥ ସର୍ବସମ୍ମତ ବା ଗାଣିତିକ ସମାନତା ନୁହେଁ

(E) ଶୂନ୍ୟସ୍ଥାନ ପୂରଣ କର ।

୧ । ଅସ୍ପୃଶ୍ୟତା ନିବାରଣ __________ ସମାନତାର ଏକ ଉଦାହରଣ ।
Answer:
ସାମାଜିକ

୨ । ସମାନତା _______ ପ୍ରକାର ସୁବିଧାର ଅନୁପସ୍ଥିତିକୁ ବୁଝାଏ ।
Answer:
ସ୍ୱତନ୍ତ୍ର

୩ । ________ ଶତାବ୍ଦୀରେ ସମାନତା ଧାରଣାଟି ଅଧ‌ିକ ବିକଶିତ ଓ ଜନପ୍ରିୟ ହେଲା ।
Answer:
ଅଷୃ।ଦଶ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ସମାନତା କ’ଣ ?
Answer:
ଅସ୍ତିସୂଚକ ଅର୍ଥରେ ସମାନତା କହିଲେ ସମସ୍ତଙ୍କ ପାଇଁ ସମାନ ପରିସ୍ଥିତିରେ ସମାନ ସୁବିଧା ସୁଯୋଗର ନାସ୍ତିସୂଚକ ଅର୍ଥରେ ଏହା କାହାରି ପ୍ରତି କୌଣସି ସ୍ଵତନ୍ତ୍ର ସୁବିଧା ସୁଯୋଗର ଅନୁପସ୍ଥିତିକୁ ବୁଝାଏ ।

୨ । ଆଇନଗତ ସମାନତାର ଅର୍ଥ କ’ଣ ?
Answer:
ଆଇନଗତ ସମାନତାର ଅର୍ଥ ଆଇନ ସମ୍ମୁଖରେ ସମସ୍ତେ ସମାନ । ସମାନ ପରିସ୍ଥିତିରେ ଆଇନ ସମାନ ସୁଯୋଗ ଓ ନିରାପତ୍ତା ପ୍ରଦାନ କରିଥାଏ ।

୩ । ସାମାଜିକ ସମତାର ଅର୍ଥ କ’ଣ ?
Answer:
ମନୁଷ୍ୟ ସମାଜରେ ଥିବା ବୈଷମ୍ୟ ଦୂର କରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗ ପ୍ରଦାନ କରିବା ହେଉଛି ସାମାଜିକ ସମାନତାର ଲକ୍ଷ୍ୟ ।

CHSE Odisha Class 11 Political Science Solutions Chapter 5 ସମାନତା

୪ । ରାଜନୈତିକ ସମାନତା କ’ଣ ?
Answer:
ରାଷ୍ଟ୍ରର କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିବାପାଇଁ ସମାନ ସୁଯୋଗ ଓ ଅଧିକାର ପ୍ରଦାନକୁ ସମତା କୁହାଯାଏ ।

(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ସାମାଜିକ ସମତା କ’ଣ ?
Answer:
ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା, ବାସସ୍ଥାନ, ବୃତ୍ତି ଓ ଶ୍ରେଣୀ ନିର୍ବିଶେଷରେ ପ୍ରତ୍ୟେକ ନାଗରିକକୁ ସାମାଜିକ ପରିବେଶ ମଧ୍ୟରେ ସମାନ ସୁବିଧାସୁଯୋଗ ଦେବା ହେଉଛି ସାମାଜିକ ସମତା । ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କର ସମାନ ଆବଶ୍ୟକତା ଥିବାରୁ ସମସ୍ତେ ସମାନ ଅଧିକାର ଉପଭୋଗ କରିବା ଉଚିତ । ସମସ୍ତ ପ୍ରକାର ସାମାଜିକ ବିଭେଦତା ଓ କୁ-ସଂସ୍କାର ସାମାଜିକ ସମ୍ପର୍କକୁ କଳୁଷିତ କରେ ଏବଂ ସମାଜ କ୍ରମଶଃ ଦୁର୍ବଳ ହୋଇପଡ଼େ; ତେଣୁ ସମାନ ବ୍ୟବସ୍ଥା ଓ ସମାନ ସୁଯୋଗ ସାମାଜିକ ସମତାର ମୂଳଭିଭି ଅଟେ ।

୨ । ସ୍ଵତନ୍ତ୍ରତା ଓ ସମାନତା ପରସ୍କରର ବିରୋଧୀ କି ?
Answer:
ଟକେଭେଲି ଓ ଆକ୍‌ଟନଙ୍କ ପରି ରାଜନୀତି ବିଜ୍ଞାନୀମାନଙ୍କ ଦୃଷ୍ଟିରେ ସ୍ଵତନ୍ତ୍ରତା ଓ ସମାନତା ପରସ୍ପରର ବିରୋଧୀ । ସମାନତା ଏକ ସର୍ଭ ହୋଇଥିବାରୁ ଏହା ସ୍ଵତନ୍ତ୍ରତା ପାଇଁ ଅପରିହାର୍ଯ୍ୟ ଅଟେ । ବାସ୍ତବପକ୍ଷରେ ରୁଷୋ, ପୋଲାର୍ଡ଼, ଲାସ୍କି ଇତ୍ୟାଦି ଦାର୍ଶନିକମାନେ ମତ ପ୍ରକାଶ କରିଛନ୍ତି ଯେ ସ୍ଵତନ୍ତ୍ରତା ଓ ସମାନତା ପରସ୍ପରର ବିରୋଧୀ ବୋଲି ଯେଉଁମାନେ ମତ ଦିଅନ୍ତି ସେମାନେ ଉଭୟ ଶବ୍ଦର ତ୍ରୁଟିପୂର୍ଣ୍ଣ ସଂଜ୍ଞା ନିରୂପଣ କରିଥା’ନ୍ତି । ସମାନତାର ପ୍ରକୃତ ଅର୍ଥ ସମାନ ପରିସ୍ଥିତିରେ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ପ୍ରଦାନ କରିବା । ଏଣୁ ସମାନତାର ପରିବେଶରେ ହିଁ ସ୍ଵତନ୍ତ୍ରତାକୁ ଉପଭୋଗ କରାଯାଇପାରେ । ସ୍ଵତନ୍ତ୍ରତା ଓ ସମାନତା ଗଣତନ୍ତ୍ରର ଦୁଇଟି ମୂଳ ଆୟୁଧ ଅଟେ ।

ସମାନତା ଓ ସ୍ଵତନ୍ତ୍ରତାର ଲକ୍ଷ୍ୟ ସମାନ ପରିସ୍ଥିତିରେ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ପ୍ରଦାନ କରିବା । ଏଣୁ ସମାନତାର ପରିବେଶରେ ହିଁ ସ୍ଵତନ୍ତ୍ରତାକୁ ଉପଭୋଗ କରାଯାଇପାରେ । ସ୍ଵତନ୍ତ୍ରତା ଓ ସମାନତା ଗଣତନ୍ତ୍ରର ଦୁଇଟି ମୂଳ ଆୟୁଧ ଅଟେ । ସମାନତା ଓ ସ୍ଵତନ୍ତ୍ରତାର ଲକ୍ଷ୍ୟ ସମାନ ହୋଇଥିବାରୁ ଉଭୟ ପରସ୍ପରର ବିରୋଧୀ ନୁହନ୍ତି । ଉଭୟ ସମାଜର ଦୃଢ଼ତା ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରିଥା’ନ୍ତି ।

୩ । ଅର୍ଥନୈତିକ ସମାନତା କ’ଣ ?
Answer:
ଅର୍ଥନୈତିକ ବ୍ୟାପାରରେ ବ୍ୟକ୍ତି ସମାନ ସୁଯୋଗ ପାଇବା ଉଚିତ । ସମାନ ଅର୍ଥନୈତିକ ସୁଯୋଗ ପ୍ରଦାନ ଓ ଶୋଷଣମୁକ୍ତ ବ୍ୟବସ୍ଥା ପ୍ରତିଷ୍ଠା ଅର୍ଥନୈତିକ ସମାନତାର ଲକ୍ଷ୍ୟ ଅଟେ । ସମାନ କାମ ପାଇଁ ସମାନ ମଜୁରୀ, ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପୂରଣ ଆଦି ଅଧୁକାର ପ୍ରଦାନର ପରିବେଶ ମଧ୍ୟରେ ଅର୍ଥନୈତିକ ସମାନତା ପ୍ରଦାନ କରାଯାଇଥାଏ । ଏହା ରାଜନୈତିକ ସ୍ଵତନ୍ତ୍ରତା ପାଇଁ ଏକ ଆବଶ୍ୟକୀୟ ସର୍ଭ ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ସମାନତା (Equality) ର ସଂଜ୍ଞା ଓ ପ୍ରକୃତି ନିର୍ଦ୍ଧାରଣ କର । ଏହାର ପ୍ରକାରଭେଦ (Types) ସଂପର୍କରେ ଧାରଣା ଦିଅ।
Answer:
ସ୍ୱତନ୍ତ୍ରତା ଓ ନ୍ୟାୟ ପରି ସମାନତା ମଧ୍ଯ ଗଣତନ୍ତ୍ର ଏବଂ ଆଧୁନିକ ସାମାଜିକ ବ୍ୟବସ୍ଥାର ମୌଳିକ ଭିଭିଭୂମିରୂପେ ସ୍ଵୀକୃତିପ୍ରାପ୍ତ। ଇତିହାସରେ ଏହି ସମାନତାର ପ୍ରତିଷ୍ଠା ପାଇଁ ହୋଇଥିବା ଅସଂଖ୍ୟ ବିପ୍ଳବ ଓ ଯୁଦ୍ଧର ପ୍ରମାଣ ରହିଛି। ରୁଷୋ ମତପ୍ରକାଶ କରିଥିଲେ ଯେ ‘ପ୍ରତ୍ୟେକ ମନୁଷ୍ୟ ଜନ୍ମରୁ ସମାନ ଅଟନ୍ତି’; କିନ୍ତୁ ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ ଏହା ଯୁକ୍ତିଯୁକ୍ତ ନୁହେଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଏକ ସାମାଜିକ ଓ ଜନ୍ମଗତ ଅସମାନତା ରହିଛି। ଦୈହିକ ଶକ୍ତି, ମାନସିକ ଅଭିବୃଦ୍ଧି, ଶରୀର ଗଠନ ଇତ୍ୟାଦି ଅନେକ କାରଣରୁ ମନୁଷ୍ୟ ପରସ୍ପରଠାରୁ ଭିନ୍ନ ଭିନ୍ନ ଅଟନ୍ତି। ପ୍ରକୃତି ହିଁ ଏହି ଅସମାନତାର ସୃଷ୍ଟିକର୍ତ୍ତା।

ପୁରାତନ ଗ୍ରୀକ୍ ପରଂପରାରେ ପ୍ଲାଟୋ ଓ ଆରିଷ୍ଟୋଟଲ୍ ଅସମାନତାର ନୀତିକୁ ସମର୍ଥନ କରୁଥିଲେ। ଗ୍ରୀକ୍ ନାଟ୍ୟକାର ୟୁରିପିଡ଼େସ୍‌ଙ୍କ ମତରେ, ସମାନତା ହେଉଛି ମଣିଷର ପ୍ରାକୃତିକ ଆଇନ। ୧୭୭୬ ଖ୍ରୀଷ୍ଟାବ୍ଦରେ ଆମେରିକୀୟ ସ୍ଵାଧୀନତା ଆନ୍ଦୋଳନ ଓ ୧୭୮୯ର ଫରାସୀ ବିପ୍ଲବରେ ସ୍ଵତନ୍ତ୍ରତା ଓ ଭ୍ରାତୃଭାବ ପରି ସମାନତାର ଲକ୍ଷ୍ୟପୂରଣ ପାଇଁ ମଧ୍ୟ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା। ଅଷ୍ଟାଦଶ ଶତାବ୍ଦୀର ସମାନତା ଆଇନଗତ ଓ ରାଜନୈତିକ ପ୍ରକୃତିସମ୍ପନ୍ନ ହୋଇଥିବାବେଳେ ଉନବିଂଶ ଶତାବ୍ଦୀର ସମାନତା ସାମାଜିକ ଓ ଅର୍ଥନୈତିକ ପ୍ରକୃତିସମ୍ପନ୍ନ ଅଟେ। ଏହି ମତବାଦର ପ୍ରବକ୍ତାରୂପେ ମାନବବାଦୀ ଓ ମାର୍କସ୍‌ବାଦୀ ଦାର୍ଶନିକମାନେ ଗୃହୀତ ହୋଇଥା’ନ୍ତି। ବର୍ତ୍ତମାନ ପୃଥ‌ିବୀରେ ସାମାଜିକ, ଅର୍ଥନୈତିକ, ଆଇନଗତ ଓ ରାଜନୈତିକ ସମାନତାର ସାମଗ୍ରିକ ଦାବି ପ୍ରତିଧ୍ଵନିତ ହେଉଛି।

ସମାନତାର ଅସ୍ତିସୂଚକ ଓ ନାସ୍ତିସୂଚକ ଅର୍ଥ ରହିଛି। ଅସ୍ତିସୂଚକ ଅର୍ଥରେ ସମାନତାର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସମାନ ସୁବିଧାସୁଯୋଗର ଉପସ୍ଥିତି ଏବଂ ନାସ୍ତିସୂଚକ ଅର୍ଥରେ ଏହାର ଅର୍ଥ ହେଉଛି କୌଣସି ବ୍ୟକ୍ତି ପାଇଁ କୌଣସି ସ୍ଵତନ୍ତ୍ର ସୁବିଧାସୁଯୋଗର ଅନୁପସ୍ଥିତି। ଏହା ଆଇନ ଚକ୍ଷୁରେ ସମସ୍ତେ ସମାନ ବୋଲି ଗ୍ରହଣ କରିଥାଏ। ଲାସ୍କଙ୍କ ମତରେ, “ସମାନତାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ବ୍ୟକ୍ତି ସହିତ ସମାନ ବ୍ୟବହାର କରାଯିବ”। ଏହାର ଅର୍ଥ ସମାଜରେ କୌଣସି ସ୍ଵତନ୍ତ୍ର ସୁବିଧାସୁଯୋଗ ଭୋଗୀ ଗୋଷ୍ଠୀ ସୃଷ୍ଟି ନକରିବା ଏବଂ ସମସ୍ତଙ୍କୁ ନିଜର ବିକାଶ ପାଇଁ ସମାନ ସୁଯୋଗ ପ୍ରଦାନ କରିବା ।

CHSE Odisha Class 11 Political Science Solutions Chapter 5 ସମାନତା

ସମାନତାର ପ୍ରକୃତି :
(୧) ଏହା ଆଇନ ମଧ୍ୟରେ ପ୍ରଦତ୍ତ ଓ ସୁରକ୍ଷିତ ଅଟେ।
(୨) ଏହା ନିରଙ୍କୁଶ ନୁହେଁ ।
(୩) ଏହା ସମସ୍ତ ଅଧିକାର, ସ୍ଵତନ୍ତ୍ରତା, ନ୍ୟାୟ ଓ ଭ୍ରାତୃଭାବର ମୂଳଭିତ୍ତି ଅଟେ।
(୪) ଏହା ଏକ ଗଣତାନ୍ତ୍ରିକ ଚିନ୍ତାଧାରା ଅଟେ ଓ ‘ଆଇନର ଶାସନ’ (Rule of law) ପ୍ରତିଷ୍ଠା କରିଥାଏ।
(୫) ଏହା ଏକ ମୂଲ୍ୟବୋଧ ଆଧାରିତ ବିଷୟ ଅଟେ । ଏହା ସ୍ଵତନ୍ତ୍ରତା ସହ ମିଶି ବ୍ୟକ୍ତିର ବ୍ୟକ୍ତିତ୍ଵର ବିକାଶ ଘଟାଏ।

ସମତା ବା ସମାନତାର ପ୍ରକାରଭେଦ (Kinds of Equality) – ସମାନତାକୁ ନିମ୍ନଲିଖିତଭାବେ ଶ୍ରେଣୀବିଭାଗ କରାଯାଇଛି। ସେଗୁଡ଼ିକ ହେଲା- ବ୍ୟକ୍ତିଗତ ସମାନତା, ସାମାଜିକ ସମାନତା, ରାଜନୈତିକ ସମାନତା, ପ୍ରାକୃତିକ ସମାନତା ଏବଂ ଅର୍ଥନୈତିକ ସମାନତା ।

(୧) ବ୍ୟକ୍ତିଗତ ସମାନତା (Personal Equality) – ବ୍ୟକ୍ତି ହିସାବରେ ସମସ୍ତେ ବ୍ୟକ୍ତିଗତ ସମାନତା ଉପଭୋଗ କରନ୍ତି। ଆଇନ ଆଗରେ ସମସ୍ତେ ସମାନ। ଏହା ହେଉଛି ବ୍ୟକ୍ତିଗତ ସ୍ଵାଧୀନତା। ସମସ୍ତେ ଆଇନର ବଶବର୍ତ୍ତୀ। ବ୍ୟକ୍ତିଗତ କାରଣରୁ ବିଶେଷ ଅଧୁକାର କାହାକୁ ଦିଆଯାଏ ନାହିଁ। ଲିଙ୍ଗ, ଜାତି, ବାସସ୍ଥାନ, ବର୍ଷ, ଧର୍ମ, ରାଜନୈତିକ ବିଶ୍ଵାସ ନିର୍ବିଶେଷରେ ସମସ୍ତେ ସୁବିଧା ପାଆନ୍ତି। ସେଥୁପାଇଁ ବ୍ୟକ୍ତିଗତ ସମାନତାକୁ ଗଣତନ୍ତ୍ରର ପ୍ରାଣବାୟୁ କୁହାଯାଏ।

(୨) ସାମାଜିକ ସମାନତା (Social Equality) – ସମାଜରେ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଓ ସୁବିଧା ସୁଯୋଗ ଦିଆଯିବା ଉଚିତ। ଗୋଟିଏ ଦେଶରେ ଏଭଳିଭାବରେ ସାମାଜିକ ସମାନତା ପ୍ରତିଷ୍ଠିତ ନହେବାଯାଏଁ କେବଳ ରାଜନୈତିକ ସମାନତା ପ୍ରାପ୍ତ ହୋଇଗଲେ ଦେଶରେ କୌଣସି ମଙ୍ଗଳସାଧୂତ ହୋଇପାରିବ ନାହିଁ । ସେଭଳି ସ୍ଵାଧୀନତା ମଧ୍ୟ ବେଶି ସମୟ ତିଷ୍ଠିପାରିବ ନାହିଁ। ସମାଜରେ ଜାତି-ଜାତି ଓ ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ହିଂସାକାଣ୍ଡ ଘଟି ଦେଶରେ ଅରାଜକତା ସୃଷ୍ଟି ହୁଏ।

ତେଣୁ ସ୍ଵାଧୀନତା ପାଇବା ପୂର୍ବରୁ ମହାତ୍ମାଗାନ୍ଧି ସର୍ବଦା ସାମାଜିକ ସମାନତାକୁ ଗୁରୁତ୍ଵ ଦେଉଥିଲେ। ଆମ ଦେଶର ସମ୍ବିଧାନରେ ମଧ୍ୟ ଛୁଆଁ ଅଛୁଆଁ ଭେଦଭାବକୁ ଏକ ଦଣ୍ଡନୀୟ ଅପରାଧଭାବରେ ଘୋଷଣା କରାଯାଇଛି। ଏହା ଅତି ଆନନ୍ଦର କଥା ଯେ ବ୍ୟକ୍ତିର ଏହି ସମାନତାର ଅଧିକାର ଡିସେମ୍ବର ଦଶ ତାରିଖ ୧୯୪୮ ମସିହାରେ ମିଳିତ ଜାତିସଂଘଦ୍ଵାରା ଘୋଷିତ ମାନବିକ ଅଧିକାର (Fundamental Human Rights) ମଧ୍ୟରେ ସ୍ଥାନ ପାଇଛି।

(୩) ରାଜନ ତିକ ସମାନତା (Political Equality) – ସମାଜରେ ପ୍ରତ୍ୟେକ ବ୍ୟକ୍ତି କୌଣସି ଭେଦଭାବ ବା ପକ୍ଷପାତ ବିଚାର ନଥାଇ ମତଦାନ ଅଧିକାର ପ୍ରାପ୍ତ ହେବା ଉଚିତ। ନିଜର ମତଦେଇ ଦେଶର ସରକାର ନିର୍ବାଚନରେ ଉଚିତ ଭୂମିକା ଗ୍ରହଣ କରିବାର ସୁଯୋଗରୁ କେହି ବଞ୍ଚିତ ହେବା ଉଚିତ ନୁହେଁ । ପକ୍ଷପାତ ନୀତି ଅବଲମ୍ବନ କରି କୌଣସି ଗୋଟିଏ ଜାତି ବା ଗୋଷ୍ଠୀକୁ ଭୋଟଦାନର ସୁବିଧା ସୁଯୋଗରୁ ବଞ୍ଚିତ ରଖାଗଲେ ତାହାକୁ ପ୍ରକୃତ ଗଣତନ୍ତ୍ର ବୋଲି କୁହାଯିବ ନାହିଁ ।

ଯେ ଏଭଳି ରାଜନୀତିକ ଅଧିକାରରୁ ବଞ୍ଚିତ ସେ ଦ୍ଵିତୀୟ ଶ୍ରେଣୀ ନାଗରିକଭାବେ ଜୀବନ କାଟିବାପାଇଁ ବାଧ୍ୟ ହୁଏ ଏବଂ ସରକାର ତାହାର ସମସ୍ୟାଗୁଡ଼ିକ ପ୍ରତି ଉଦାସୀନ ରହିବା ସ୍ଵାଭାବିକ। ଭାରତରେ ସ୍ଵାଧୀନତା ପରଠାରୁ ସମସ୍ତଙ୍କୁ ସାବାଳକ ଭୋଟାଧ୍ୟାକାର ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା କେତେକ ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶରେ ସବୁ ନାଗରିକମାନଙ୍କୁ ସମାନଭାବରେ ରାଜନୈତିକ ଅଧ୍ବକାର ଦିଆଯାଇ ନାହିଁ।

(୪) ପ୍ରାକୃତିକ ସମାନତା (Natural Equality) – ଫରାସୀ ମାନବିକ ଅଧୂକାରରେ କୁହାଯାଇଛି ଯେ ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ସମାନ ଏବଂ ସ୍ଵାଧୀନ । ବୈଜ୍ଞାନିକମାନଙ୍କ ମତରେ ପରିବେଷ୍ଟନୀର ଭିନ୍ନତାଦ୍ୱାରା ବ୍ୟକ୍ତିମାନଙ୍କ ଭିତରେ ପ୍ରକାରଭେଦ, ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ଵର ତାରତମ୍ୟ ଦେଖାଯାଏ। ଜନ୍ମରୁ ବ୍ୟକ୍ତି ସମସ୍ତଙ୍କ ସହ ସମାନ ହୋଇଥାଏ; କିନ୍ତୁ ସାମାଜିକ ଓ ପରିବେଷ୍ଟନୀଗତ ସୁବିଧା ଅସୁବିଧା ଯୋଗୁଁ ଭିନ୍ନ ସ୍ତରରେ ଲାଳିତପାଳିତ ହୋଇ ସେମାନଙ୍କ ଭିତରେ ତାରତମ୍ୟ ଦେଖାଯାଏ। ଧନୀକର ପିଲା ଶିକ୍ଷା-ଦୀକ୍ଷା ଓ ଅନ୍ୟାନ୍ୟ ସୁବିଧା ସବୁ ବେଶି ପାଇଥାଏ। ଗରିବର ପିଲା ଏସବୁରୁ ବଞ୍ଚିତ ହୁଏ। ଫଳରେ ଧନୀ, ଦରିଦ୍ର ପିଲାଙ୍କ ମଧ୍ୟରେ ଗୁଣ ଓ କାର୍ଯ୍ୟ କ୍ଷମତାର ବୈଷମ୍ୟ ଦେଖାଯାଏ।

ପଙ୍ଗୁମାନଙ୍କ ବ୍ୟତୀତ ଆଉ ସମସ୍ତଙ୍କ ମଜତି ସମାନଭାବରେ ଗଠନ କରିଛି । କେବଳ ସାମାଜିକ ବ୍ୟବସ୍ଥା ଏବଂ ମନୁଷ୍ୟ ତିଆରି ସୁବିଧା ଅସୁବିଧା ଯୋଗୁଁ ବ୍ୟକ୍ତି ବ୍ୟକ୍ତି ଭିତରେ ତାରତମ୍ୟ ଦେଖାଯାଏ। ଜାତି, ଶ୍ରେଣୀ, ଧର୍ମ, ଶିକ୍ଷାଗତ ତାରତମ୍ୟ ସବୁ ମଣିଷ ତିଆରି ରୋଗ। ଯକତି ଏସବ ତାରତମ୍ୟ ମାତୃଗର୍ଭରେ ସ୍ଥାପନ କରିନଥିଲା। ସେଥ‌ିପାଇଁ କୁହାଯାଏ ଯେ ପ୍ରାକୃତିକ ସମତା ସହିତ ଏବଂ ସାମାଜିକ ବ୍ୟବସ୍ଥା ଓ ସୁବିଧାକୁ ସମବଣ୍ଟନ ଜରିଆରେ ସମସ୍ତଙ୍କ ସୁବିଧା ପାଇଁ ବ୍ୟବହାର କରିବା ଦରକାର।

(୫) ଅର୍ଥନୈତିକ ସମାନତା (Economic Equality) – ରାଜନୈତିକ, ସାମାଜିକ, ବ୍ୟକ୍ତିଗତ ସମତା ବା ସ୍ଵାଧକାର ଅର୍ଥନୈତିକ ସମତା ବିନା ଅର୍ଥହୀନ ହୋଇପଡ଼େ। ସମାନ ଓ ଯୁକ୍ତିଯୁକ୍ତ ଅର୍ଥନୈତିକ ସଂପଦ ଓ ସୁବିଧାର ବଣ୍ଟନ ହେଉଛି ଅର୍ଥନୈତିକ ଅସମାନତା। ଅର୍ଥନୈତିକ ଅସମାନତା ଫଳରେ ବ୍ୟକ୍ତି ଅନ୍ୟ ଉପରେ ନିର୍ଭରଶୀଳ ହୁଏ ଓ ତାଙ୍କର ପ୍ରଭାବ, ଶୋଷଣ ଓ ଦାସତ୍ଵର ଶିକାର ହୋଇଥାଏ। ଲାସ୍କି ତାଙ୍କର ‘Grammar of Politics’ ପୁସ୍ତକରେ ଅର୍ଥନୈତିକ ସମାନତା ଉପରେ ଗୁରୁତ୍ଵ ଦେଇ ମତ ପ୍ରକାଶ କରିଛନ୍ତି ଯେ ଅର୍ଥନୈତିକ ସମାନତା ବିନା ରାଜନୈତିକ ସମାନତା ଅବାସ୍ତବ ।

ହୋଇପଡ଼େ । ଅର୍ଥନୈତିକ ସମାନତାର ଅର୍ଥ ନୁହେଁ ଯେ ସମସ୍ତେ ସମାନ ଆୟ ଓ ସମ୍ପରି ପାଇବେ। ଏହାର ପ୍ରକୃତ ଲକ୍ଷ୍ୟ ହେଉଛି, ପ୍ରତ୍ୟେକ ଲୋକଙ୍କୁ ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପୂରଣ ପାଇଁ ସମାନ ସୁଯୋଗ ପ୍ରଦାନ କରିବା। ଏହା ଅନ୍ୟାନ୍ୟ ସମାନତା ଏବଂ ରାଜନୈତିକ ସ୍ଵତନ୍ତ୍ରତାର ମୂଳପିଣ୍ଡ ଅଟେ ।

୨ । ସମାନତା (Equality) ଓ ସ୍ଵତନ୍ତ୍ରତା (Liberty) ମଧ୍ୟରେ ସଂପର୍କ ନିର୍ଣ୍ଣୟ କର ।
Answer:
ଉଭୟ ସ୍ଵତନ୍ତ୍ରତା ଓ ସମାନତା ଗଣତନ୍ତ୍ରର ଦୁଇଟି ପ୍ରାଥମିକ ତତ୍ତ୍ଵ। ଏହି ଦୁଇଟିର ପ୍ରାପ୍ତି ନିମିତ୍ତ ମଣିଷ ଅହରହ ସଂଗ୍ରାମ କରିଆସିଛି । ସ୍ଵତନ୍ତ୍ରତାକୁ ସମାନତାର ପରିବେଶ ମଧ୍ୟରେ ଉପଭୋଗ କରିବା ପ୍ରତ୍ୟେକ ବ୍ୟକ୍ତିର କାମ୍ୟ। କାରଣ ତାହାହିଁ ଜୀବନକୁ ପୂର୍ଣ୍ଣ ବିକଶିତ କରିପାରିବ। ଆଧୁନିକ ରାଷ୍ଟ୍ର ସମାନତା ଓ ସ୍ୱତନ୍ତ୍ରତା ଉଭୟକୁ ନାଗରିକକୁ ପ୍ରଦାନ କରି ବ୍ୟକ୍ତିତ୍ଵ ବିକାଶର ସମ୍ଭାବନା ପ୍ରଦାନ କରିଥାଏ ।
ସ୍ଵତନ୍ତ୍ରତା ବ୍ୟକ୍ତିର ବିକାଶ ପାଇଁ ସମସ୍ତ ସୁଯୋଗର ଉପସ୍ଥିତିକୁ ବୁଝାଇଥାଏ।

ଏହା ରାଷ୍ଟ୍ରୀୟ ଆଇନଦ୍ଵାରା ପ୍ରଦତ୍ତ ଓ ସୁରକ୍ଷିତ ହୋଇଥାଏ। ଏହା ବାସ୍ତବ କ୍ଷେତ୍ରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ନିୟନ୍ତ୍ରଣରୁ ମୁକ୍ତ ନହୋଇ ଅର୍ଥାତ୍ ନାସ୍ତିସୂଚକ ପ୍ରକୃତି ବହନ ନ କରି ଅସ୍ତିସୂଚକ ସ୍ଵତନ୍ତ୍ରତାର ରୂପନେଇ ବ୍ୟକ୍ତିକୁ ସାମାଜିକ ପରିବେଶ ମଧ୍ୟରେ ବ୍ୟକ୍ତିତ୍ଵ ବିକାଶର ସୁଯୋଗ ଦେଇଥାଏ। ଅନ୍ୟ ଅର୍ଥରେ ସମାନତାର ଅର୍ଥ ନୁହେଁ ଜନ୍ମରୁ ପ୍ରତ୍ୟେକ ବ୍ୟକ୍ତି ସମାନ; ବରଂ ଅସ୍ତିସୂଚକ ଅର୍ଥରେ ସମାନତାର ଅର୍ଥ ପ୍ରତ୍ୟେକଙ୍କ ପାଇଁ ସମାନ ସୁବିଧା ସୁଯୋଗର ସ୍ଥିତି ଓ ନାସ୍ତିସୂଚକ ଅର୍ଥରେ କୌଣସି ବ୍ୟକ୍ତି ପାଇଁ କୌଣସି ସ୍ଵତନ୍ତ୍ର କରିଥାଏ ।

ସମାନତା ଓ ସ୍ଵତନ୍ତ୍ରତା ମଧ୍ୟରେ ସମ୍ପର୍କ (Relationship between Equality and Liberty) – ସମାନତା ଓ ସାମ୍ୟ ମଧ୍ଯରେ ବାସ୍ତବ ସମ୍ପର୍କ ନିର୍ଦ୍ଧାରଣ ସମୟରେ ରାଜନୈତିକ ଦାର୍ଶନିକମାନେ ବିରୋଧୀ ମତପୋଷଣ କରନ୍ତି। ଗୋଟିଏ ମତବାଦକୁ ସମର୍ଥନ କରୁଥିବା ଗୋଷ୍ଠୀ ମତରେ, ସମାନତା ଓ ସ୍ୱତନ୍ତ୍ରତା ପରସ୍ପର ବିରୋଧୀ ଅଟନ୍ତି । ଅପରପକ୍ଷରେ ଅନ୍ୟ ଏକ ଗୋଷ୍ଠୀ ଦୃଢ଼ ଯୁକ୍ତି ବାଢ଼ିଥା’ନ୍ତି ଯେ ଉଭୟ ପରସ୍ପରର ପରିପୂରକ ଅଟନ୍ତି ।

CHSE Odisha Class 11 Political Science Solutions Chapter 5 ସମାନତା

(କ) ସମାନତା ଓ ସ୍ବତନ୍ତ୍ରତା ପରସ୍ପର ବିରୋଧୀ – ଡି.ଟକେଭେଲି ଓ ଲର୍ଡ଼ ଆକ୍‌ଟନ୍‌ଙ୍କ ପରି ଦାର୍ଶନିକଙ୍କ ମତରେ, ସମାନତା ଓ ସ୍ଵତନ୍ତ୍ରତା ପରସ୍ପର ବିରୋଧୀ। ଆକ୍‌ଟନ୍‌ଙ୍କ ମତରେ, “ସମାନତା ପ୍ରତି କ୍ଷୁଧା ବା ଆଗ୍ରହ ସ୍ଵତନ୍ତ୍ରତାର ଆକାଙ୍‌କ୍ଷାକୁ ବୃଥା କରିଦେଇଛି।” ସ୍ଵତନ୍ତ୍ରତା ପ୍ରତି ଅଭିଳାଷ ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ ଏବଂ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଅସମାନତା ମଧ୍ୟ ସେହିପରି ପ୍ରାକୃତିକ ଅଟେ । ଏଣୁ ପ୍ରକୃତିତଃ ଉଭୟ ସମାନତା ଓ ସ୍ଵତନ୍ତ୍ରତା ପରସ୍ପର ବିରୋଧୀ ଅଟନ୍ତି । ସେମାନଙ୍କ ମତରେ, ସ୍ଵତନ୍ତ୍ରତା କୌଣସି ନିୟନ୍ତ୍ରଣର ଉପସ୍ଥିତିକୁ ସହ୍ୟ କରି ପାରୁନଥିବାବେଳେ, ସମାନତା କେବଳ ନିୟନ୍ତ୍ରିତ ପରିବେଶରେ ହିଁ ପ୍ରଦାନ କରାଯାଇପାରେ ।

ଏଣୁ ଉଭୟର ସହାବସ୍ଥାନ ସମ୍ଭବ ନୁହେଁ । ସମାନତାର ପରିବେଶ ନିଶ୍ଚିତଭାବରେ କେତେକ ବ୍ୟକ୍ତିଙ୍କର ସ୍ଵତନ୍ତ୍ରତାକୁ ସଙ୍କୁଚିତ କରିବ ଓ ସେମାନଙ୍କର ବ୍ୟକ୍ତିତ୍ଵ ବିକାଶ ପ୍ରକ୍ରିୟା ନିଶ୍ଚିତଭାବରେ ବାଧାପ୍ରାପ୍ତ ହେବ। ରାଷ୍ଟ୍ରର କ୍ଷମତା ପରିସର ବୃଦ୍ଧି ହେଲେ ସମାନତାର ପରିବେଶ ସୃଷ୍ଟି କରାଯାଇପାରିବ; କିନ୍ତୁ ଅତ୍ୟଧ୍ବକ ରାଷ୍ଟ୍ରୀୟ କ୍ଷମତା ବ୍ୟକ୍ତିସ୍ଵତନ୍ତ୍ରତାର ବିରୋଧୀ ଅଟେ। ବର୍ତ୍ତମାନ ପରୋକ୍ଷ ବା ସର୍ବୋତ୍କୃଷ୍ଟ ତତ୍ତ୍ଵ (Elite Theory)ର ଗୁରୁତ୍ଵ ବୃଦ୍ଧି ପାଇଛି ଯାହା ପ୍ରତ୍ୟେକ ସ୍ତରରେ ନେତୃତ୍ବକୁ ଅପରିହାର୍ଯ୍ୟ ବୋଲି ଗ୍ରହଣ କରିଛି କିନ୍ତୁ ଏହା ସମାନତାର ପରିପନ୍ଥୀ ଅଟେ। ସମାନତା ଏକ ଅସ୍ତିସୂଚକ ରାଷ୍ଟ୍ର (Positive State) ଚାହୁଁଥିବାବେଳେ ସ୍ଵତନ୍ତ୍ରତା ନାସ୍ତିସୂଚକ ରାଷ୍ଟ୍ର (Negative State) ପାଇଁ ଯୁକ୍ତି ଉପସ୍ଥାପନ କରିଥାଏ।

(ଖ) ସମାନତା ଓ ସ୍ଵତନ୍ତ୍ରତା ପରସ୍ପରର ପରିପୂରକ ଅଟନ୍ତି, ବିରୋଧୀ ନୁହଁନ୍ତି – ହ୍ୟୁମ, ଗଡ୍‌ନ, ରୁଷୋ, ପୋଲାର୍ଡ଼, ବାର୍କର, ଲାସ୍କି ଇତ୍ୟାଦି ଦାର୍ଶନିକମାନେ ଏହି ମତବାଦକୁ ସମର୍ଥନ କରନ୍ତି ଯେ, ସମାନତା ଓ ସ୍ୱତନ୍ତ୍ରତା ପରସ୍ପରର ବିରୋଧୀ ନୁହଁନ୍ତି, ବରଂ ପରସ୍ପରର ପରିପୂରକ ଅଟନ୍ତି । ଯେଉଁମାନେ ସମାନତା ଓ ସ୍ଵତନ୍ତ୍ରତା ପରସ୍କରର ବିରୋଧୀ ବୋଲି ମତ ଦିଅନ୍ତି ସେମାନେ ଉଭୟ ଶବ୍ଦର ତ୍ରୁଟିପୂର୍ଣ୍ଣ ସଂଜ୍ଞା ନିରୂପଣ କରିଥା’ନ୍ତି। ସେମାନଙ୍କ ମତରେ, ସ୍ଵତନ୍ତ୍ରତାର ଅର୍ଥ ଅପ୍ରତିହତ, ନିରଙ୍କୁଶ, ନିୟନ୍ତ୍ରଣବିହୀନ ସ୍ଵତନ୍ତ୍ରତା ଏବଂ ସମାନତାର ଅର୍ଥ ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ସମାନ ଅଟନ୍ତି; କିନ୍ତୁ ବାସ୍ତବ ଅର୍ଥରେ ରାଷ୍ଟ୍ରର ବିନା ଆଇନଗତ ନିୟନ୍ତ୍ରଣରେ ସ୍ଵତନ୍ତ୍ରତା ପ୍ରଦାନ କରାଯିବା କିମ୍ବା ସୁରକ୍ଷିତ ହେବା ସମ୍ଭବପର ନୁହେଁ ।

ସମାନତାର ପ୍ରକୃତ ଅର୍ଥ ସମାନ ପରିସ୍ଥିତିରେ ସମାନ ସୁଯୋଗ ଉପଭୋଗ ଏବଂ ସମାନତା ସ୍ଵତନ୍ତ୍ରତାକୁ ସାର୍ବଜନୀନ ଆବଶ୍ୟକ ଅଟେ”। ସମାନତା ବିନା ଗଣତନ୍ତ୍ରର ସଫଳତା ସମ୍ଭବ ନୁହେଁ ଏବଂ ଗଣତନ୍ତ୍ର ବିନା ସ୍ଵତନ୍ତ୍ରତାକୁ ଉପଭୋଗ ଦେଇଛନ୍ତି, “ରାଜନୈତିକ ସମାନତା ବାସ୍ତବତାର ସ୍ଵରୂପ ବହନ କରିବାପାଇଁ ଅର୍ଥନୈତିକ ସମାନତାର ସମର୍ଥନ ପ୍ରାପ୍ତ ହେବା ଆବଶ୍ୟକ”। ପୋଲାର୍ଡ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ “ସ୍ଵତନ୍ତ୍ରତା ରୂପକ ସମସ୍ୟାର କେବଳ ଗୋଟିଏ ସମାଧାନର ପନ୍ଥା ରହିଛି। ତାହା ହେଉଛି ଏହାକୁ ସମାନତା ମଧ୍ୟରେ ସ୍ଥାପିତ କରିବା”।

ମାର୍କସ୍ଵାଦୀମାନେ ଏହି ମତବାଦକୁ ସମର୍ଥନ କରିଥା’ନ୍ତି। ସେମାନଙ୍କ ମତରେ, ସମାନତାର ମୂଳଭିତ୍ତି ଉପରେ ପ୍ରତିଷ୍ଠିତ ହୋଇନଥୁବା ସ୍ଵତନ୍ତ୍ରତା ମୂଲ୍ୟହୀନ ଅଟେ ଏବଂ ଏହି ଦୁଇଟିର ସହାବସ୍ଥାନ ସମ୍ଭବ ହୋଇନଥିବା ରାଷ୍ଟ୍ରର ବିଲୋପସାଧନ ପାଇଁ ସାମ୍ୟବାଦୀମାନେ କରିଥାଏ।

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ସମାନତା ଓ ସ୍ୱତନ୍ତ୍ରତା ପରସ୍ପରର ପରିପୂରକ ଅଟନ୍ତି। ଉଭୟଙ୍କର ଲକ୍ଷ୍ୟ ସମାନ ଅର୍ଥାତ୍ ବ୍ୟକ୍ତିର ବ୍ୟକ୍ତିତ୍ଵର ଚରମ ପରିପ୍ରକାଶ। ସମାନତା ହିଁ ସ୍ଵତନ୍ତ୍ରତା ପାଇଁ ପ୍ରଥମ ସର୍ଭ । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଆଇନଗତ ଓ ରାଜନୈତିକ ସ୍ଵତନ୍ତ୍ରତା ଉପଭୋଗ କରୁଥିବା ସାଧାରଣ ବ୍ୟକ୍ତିବିଶେଷହିଁ ଅସ୍ତିସୂଚକ ରାଷ୍ଟ୍ରୀୟ କାର୍ଯ୍ୟ ମାଧ୍ୟମରେ ଅସମାନତା ଦୂରୀକରଣ ପାଇଁ ଯଥାର୍ଥ ଦାବି ଉପସ୍ଥାପନ କରିଥା’ନ୍ତି। ବାର୍କରଙ୍କ ମତରେ, “ଉଭୟ ସମାନତା ଓ ସ୍ଵତନ୍ତ୍ରତା ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଆବଶ୍ୟକ ହେଲେ ମଧ୍ୟ ସ୍ଵତନ୍ତ୍ରତାର ଗୁରୁତ୍ଵ ଅଧୂକ। ଉଭୟ, ସମାଜର ଦୃଢ଼ତା ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରିଥା’ନ୍ତି ।

ଉଭୟଙ୍କ ମଧ୍ୟରେ ଥିବା ଆନ୍ତଃସମ୍ପର୍କକୁ ବିଚାରକୁ ନେଇ କୁହାଯାଇପାରେ ଯେ ଉଭୟ ପରସ୍ପରଠାରୁ ବିଚ୍ଛିନ୍ନ ହେଲେ ସାମାଜିକ ଦ୍ଵନ୍ଦ୍ବ ଓ ବିଭାଜନ ସୃଷ୍ଟି କରିଥା’ନ୍ତି।” ପ୍ରଫେସର ଆଶୀର୍ବାଦମୂଙ୍କ ମତରେ, “ଫରାସୀ ରାଷ୍ଟ୍ରବିପ୍ଳବୀମାନେ ମୁକ୍ତି, ସମାନତା ଓ ମୈତ୍ରୀର ନଗ୍ନ ଉଦ୍‌ଘୋଷଣା କରୁଥିବାବେଳେ ପାଗଳ କିମ୍ବା ମୂର୍ଖ ନଥିଲେ।”

Leave a Comment