CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

Odisha State Board CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ Questions and Answers.

CHSE Odisha 11th Class Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ଯେଉଁ ତଥ୍ୟ ମୌଳିକ ବା ମୂଳ ରୂପରେ ଅନୁସନ୍ଧାନକାରୀଙ୍କ ହସ୍ତଗତ ହୋଇଥାଏ, ତାହା
(i) ମୌଳିକ ତଥ୍ୟ
(ii) ପରୋକ୍ଷ ତଥ୍ୟ
(iii) ପ୍ରାଥମିକ ତଥ୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ପ୍ରାଥମିକ ତଥ୍ୟ

୨। ଇଣ୍ଟରନେଟରୁ ସଂଗୃହୀତ ତଥ୍ୟ
(i) ମୌଳିକ ତଥ୍ୟ
(ii) ପରୋକ୍ଷ ତଥ୍ୟ
(iii) ପ୍ରାଥମିକ ତଥ୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପରୋକ୍ଷ ତଥ୍ୟ

୩। ପ୍ରାଥମିକ ତଥ୍ୟ କାହାକୁ କୁହାଯାଏ ?
(i) ପ୍ରଥମଥର ସଂଗୃହୀତ ତଥ୍ୟ
(ii) ଦ୍ଵିତୀୟଥର ସଂଗୃହୀତ ତଥ୍ୟ
(iii) ତୃତୀୟଥର ସଂଗୃହୀତ ତଥ୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ପ୍ରଥମଥର ସଂଗୃହୀତ ତଥ୍ୟ

୪। ସମ୍ପାଦାନରୁ ତଥ୍ୟାବଳୀର କ’ଣ ପ୍ରୟାସ କରାଯାଇଥାଏ ?
(i) ସଠିକତା
(ii) ପୂର୍ବତା
(iii) ସଙ୍ଗତି
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୫। ଯେଉଁମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଏ, ସେମାନଙ୍କୁ କ’ଣ କୁହାଯାଏ ?
(i) ଅନୁସନ୍ଧାନକାରୀ
(ii) ପରିସଂଖ୍ୟାନବିତ୍
(iii) ତଥ୍ୟପ୍ରଦାନକାରୀ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ତଥ୍ୟ ପ୍ରଦାନକାରୀ

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୬। ପରୋକ୍ଷ ତଥ୍ୟ କାହାକୁ ବୁଝାଏ ?
(i) ପ୍ରଥମଥର ସଂଗୃହୀତ ତଥ୍ୟ
(ii) ଦ୍ଵିତୀୟଥର ସଂଗୃହୀତ ତଥ୍ୟ
(iii) ତୃତୀୟଥର ସଂଗୃହୀତ ତଥ୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଦ୍ଵିତୀୟଥର ସଂଗୃହୀତ ତଥ୍ୟ

B. ଶୂନ୍ୟସ୍ଥାନ ପୂରଣ କର :

୧। ______________________ ହେଉଛି ପରିସଂଖ୍ୟାନର ମୂଳଭିଭି ।
Answer:
ସାଂଖ୍ୟକ ତଥ୍ୟ

୨। ଯେଉଁମାନେ ତଥ୍ୟ ସଂଗ୍ରହ କରନ୍ତି, ସେମାନଙ୍କୁ __________________________ ବୋଲି କୁହାଯାଏ।
Answer:
ଅନୁସନ୍ଧାନକାରୀ

୩। ସଂଗୃହୀତ ସାଂଖ୍ୟକ ତଥ୍ୟକୁ ଅନୁସନ୍ଧାନକାରୀମାନେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ଲିପିବଦ୍ଧ କରିଆଣିବା ପ୍ରଣାଳୀକୁ ______________________ କୁହାଯାଏ ।
Answer:
ତଥ୍ୟ ସଂଗ୍ରହ

୪। କୌଣସି ଏକ ସଂଗଠନର ଆଭ୍ୟନ୍ତରୀଣ ରିପୋର୍ଟଗୁଡ଼ିକରୁ ପ୍ରାପ୍ତ ତଥ୍ୟକୁ _____________________ ଉତ୍ସର ତଥ୍ୟ ରୂପେ ଅଭିହିତ କରାଯାଏ ।
Answer:
ଆଭ୍ୟନ୍ତରୀଣ

୫। ଆନ୍ତର୍ଜାତୀୟ ବାଣିଜ୍ୟ, ବଜାର ପରିସ୍ଥିତି, ସରକାରଙ୍କର ଅର୍ଥନୈତିକ ନୀତି, ପ୍ରତିଷ୍ଠାନ ସମୂହ ଇତ୍ୟାଦି ସମ୍ବନ୍ଧୀୟ ତଥ୍ୟ ଗୁଡ଼ିକ ______________________ ଉତ୍ସରୁ ସଂଗୃହୀତ ହୋଇଥାଏ।
Answer:
ବାହ୍ୟ

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୬। ଯେଉଁସବୁ ତଥ୍ୟଗୁଡ଼ିକ କୌଣସି ଉଦ୍ଦେଶ୍ୟ ପୂରଣ କରିବାକୁ ପ୍ରଥମଥର ପାଇଁ ମୂଳ ଉତ୍ସରୁ ସଂଗ୍ରହ କରାଯାଏ, ସେଗୁଡ଼ିକୁ _______________________ ତଥ୍ୟ କୁହାଯାଏ ।
Answer:
ପ୍ରତ୍ୟକ୍ଷ

୭। ଯେଉଁ ସବୁ ତଥ୍ୟଗୁଡ଼ିକ ପୂର୍ବରୁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଦ୍ଵାରା ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥାଏ, ସେଗୁଡ଼ିକୁ ____________________ ତଥ୍ୟ ରୂପେ ଅଭିହିତ କରାଯାଏ।
Answer:
ପରୋକ୍ଷ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ପରିସଂଖ୍ୟାନ ତଥ୍ୟ କାହାକୁ କୁହାଯାଏ ?
Answer:
ସମଷ୍ଟିଗତ ସାଂଖ୍ୟକ ବିବରଣୀକୁ ପରିସଂଖ୍ୟାନ ତଥ୍ୟ କୁହାଯାଏ ।

୨। ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ଆୟକୁ ପରିସଂଖ୍ୟାନ ତଥ୍ୟ କୁହାଯିବ ନାହିଁ, କାହିଁକି ?
Answer:
କାରଣ ଏହା ସମଷ୍ଟିଗତ ସାଂଖ୍ୟକ ବିବରଣୀ ନୁହେଁ ।

୩। ତଥ୍ୟ ସଂଗ୍ରହ କାହାକୁ କୁହାଯାଏ ?
Answer:
ସଂଗୃହୀତ ସାଂଖ୍ୟକ ତଥ୍ୟକୁ ଅନୁସନ୍ଧାନକାରୀ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ଲିପିବଦ୍ଧ କରିବା ପଦ୍ଧତିକୁ ତଥ୍ୟ ସଂଗ୍ରହ କୁହାଯାଏ ।

୪। ତଥ୍ୟ ସଂଗ୍ରହର ଉତ୍ସଗୁଡ଼ିକ କ’ଣ ?
Answer:
ତଥ୍ୟ ସଂଗ୍ରହର ଉତ୍ସଗୁଡ଼ିକ ହେଲା – ପ୍ରତ୍ୟକ୍ଷ ଓ ପ୍ରରୋକ୍ଷ ଉତ୍ସ।

୫। ପ୍ରତ୍ୟକ୍ଷ ତଥ୍ୟ କାହାକୁ କୁହାଯାଏ ?
Answer:
ଅନୁସନ୍ଧାନକାରୀ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ସଦ୍ୟ ତଥ୍ୟ ସଂଗ୍ରହ କଲେ ତାହାକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ।

୬। ପରୋକ୍ଷ ତଥ୍ୟ କାହାକୁ କୁହାଯାଏ ?
Answer:
ଯେଉଁ ତଥ୍ୟ ଅନୁସନ୍ଧାନକାରୀ ପୂର୍ବରୁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଦ୍ଵାରା ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥାଏ, ସେଗୁଡ଼ିକୁ ପରୋକ୍ଷ ତଥ୍ୟ କୁହାଯାଏ।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୭। ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା (NSSO) କେବେ ପ୍ରତିଷ୍ଠା ହୋଇଥିଲା ?
Answer:
ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା 1950 ମସିହାରେ ପ୍ରତିଷ୍ଠା ହୋଇଥିଲା ।

୮। ଜନଗଣନା କହିଲେ କ’ଣ ବୁଝ ?
Answer:
ଗୋଟିଏ ଦେଶର ଜନସଂଖ୍ୟା ଉପରେ ବ୍ୟାପକ ତଥ୍ୟ ସଂଗ୍ରହ ପଦ୍ଧତିକୁ ‘ଜନଗଣନା’ କୁହାଯାଏ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। କୌଣସି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ସଂପର୍କରେ ତଥ୍ୟ କାହିଁକି ଉତ୍ସରୁ ସଂଗୃହୀତ ହୋଇଥାଏ ।
Answer:
କୌଣସି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ସଂପର୍କରେ ତଥ୍ୟ ଆଭ୍ୟନ୍ତରୀଣ ଉତ୍ସରୁ ସଂଗୃହୀତ ହୋଇଥାଏ।

୨। ପ୍ରତ୍ୟକ୍ଷ ତଥ୍ୟକୁ ଦ୍ଵିତୀୟ ହସ୍ତ ବୃତ୍ତାନ୍ତ କୁହାଯାଏ।
Answer:
ପ୍ରତ୍ୟକ୍ଷ ତଥ୍ୟକୁ ପ୍ରଥମ ହସ୍ତ ବୃତ୍ତାନ୍ତ କୁହାଯାଏ।

୩। ପ୍ରତ୍ୟକ୍ଷ ତଥ୍ୟ ମୂଳ ଉତ୍ସରୁ ସଂଗୃହୀତ ହୁଏ ।
Answer:
ଠିକ୍

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୪। ପ୍ରତ୍ୟକ୍ଷ ତଥ୍ୟ ସଦ୍ୟ ଓ ବାସ୍ତବ
Answer:
ଠିକ୍

୫। ବଡ଼ ବଡ଼ ସଂଗଠନ ଯଥା ସରକାରୀ କ୍ଷେତ୍ରରେ ବାହ୍ୟ ତଥ୍ୟ ବିଶେଷ ଉପଯୋଗୀ।
Answer:
ବଡ଼ ବଡ଼ ସଂଗଠନ ଯଥା ସରକାରୀ କ୍ଷେତ୍ରରେ ଆଭ୍ୟନ୍ତରୀଣ ତଥ୍ୟ ବିଶେଷ ଉପଯୋଗୀ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

୧। ପରିସଂଖ୍ୟାନ ତଥ୍ୟ କାହାକୁ କୁହାଯାଏ ?
Answer:
ସମଷ୍ଟିଗତ ସାଂଖ୍ୟକ ବିବରଣୀକୁ ତଥ୍ୟ କୁହାଯାଏ। ଏହା କୌଣସି ନିର୍ଦ୍ଦିଷ୍ଟ ଘଟଣା ସହ ଜଡ଼ିତ ନୁହେଁ । ଏହା ସଂପୂର୍ଣ୍ଣ ଭାବେ ସମଷ୍ଟିଗତ । ଏହା ସମଷ୍ଟିଗତ ସାଂଖ୍ୟକ ପରିପ୍ରକାଶ। ଏହା ଏକ ବୃହତ୍ ତଥ୍ୟାବଳୀର ଅଂଶବିଶେଷ ଅଟେ । ଏହି ତଥ୍ୟ କୌଣସି ନିର୍ଦ୍ଦିଷ୍ଟ ଏକକ କିମ୍ବା ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ପ୍ରତିଷ୍ଠିତ ନୁହେଁ ।

ଏହାକେତେକ ସାଂଖ୍ୟକ ତଥ୍ୟର ସମାହାର। ଏହା ସମଷ୍ଟିଗତ ଭାବେ ପରିପ୍ରକାଶ ହେଲେ ତାହାକୁ ପରିସଂଖ୍ୟାନ ତଥ୍ୟ କୁହାଯାଏ। ତଥ୍ୟ ସାଧାରଣତଃ ଦୁଇ ପ୍ରକାର; ଯଥା – ପ୍ରତ୍ୟକ୍ଷ ତଥ୍ୟ ଓ ପରୋକ୍ଷ ତଥ୍ୟ । ପ୍ରତ୍ୟକ୍ଷ ତଥ୍ୟ କ୍ଷେତ୍ରରେ ଅନୁସନ୍ଧାନକାରୀ ପ୍ରତ୍ୟକ୍ଷ ଭାବେ ପ୍ରାଥମିକ ସ୍ତରରେ ଥିବା ତଥ୍ୟ ପ୍ରଦାନକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଥା’ନ୍ତି। ମାତ୍ର ପରୋକ୍ଷ ତଥ୍ୟ କ୍ଷେତ୍ରରେ ଅନୁସନ୍ଧାନକାରୀ ବିଭିନ୍ନ ମାଧ୍ୟମର ସହାୟତା ନେଇ ପରୋକ୍ଷ ଭାବେ ତଥ୍ୟ ସଂଗ୍ରହ କରିଥା’ନ୍ତି ।

୨। ପ୍ରତ୍ୟକ୍ଷ ତଥ୍ୟ କାହାକୁ କୁହାଯାଏ ?
Answer:
ଯେଉଁ ତଥ୍ୟ ଅନୁସନ୍ଧାନକାରୀ ପ୍ରତ୍ୟକ୍ଷ ଭାବରେ କୌଣସି ଉଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ପାଇଁ ପ୍ରାଥମିକ ସ୍ତରର ତଥ୍ୟ ପ୍ରଦାନକାରୀଙ୍କଠାରୁ ସଂଗ୍ରହ କରିଥା’ନ୍ତି ତାହାକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ। ଏହା ମୂଳ ଉତ୍ସରୁ ସଂଗୃହୀତ ହୋଇଥାଏ।

ଅନୁସନ୍ଧାନ ପ୍ରକ୍ରିୟାରେ ମୂଳ ଉତ୍ସରୁ ସଂଗୃହୀତ ତଥ୍ୟାବଳୀକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ। ଅନୁସନ୍ଧାନକାରୀ ଏହି ତଥ୍ୟ ସଂଗ୍ରହର ପ୍ରଥମ ବ୍ୟକ୍ତି ବୋଲି ବିବେଚିତ ହୋଇଥା’ନ୍ତି। ଉଦାହରଣ ସ୍ଵରୂପ, ଯଦି ଜଣେ ରାଉରକେଲା ଇସ୍ପାତ କାରଖାନର ଶ୍ରମିକମାନଙ୍କର ଜୀବନ ଧାରଣର ମାନ ନିର୍ଦ୍ଧାରଣ ପାଇଁ ସଂପୃକ୍ତ ଶ୍ରମିକମାନଙ୍କଠାରୁ ତଥ୍ୟ ସଂଗ୍ରହ କରନ୍ତି, ତା’ହେଲେ ଉକ୍ତ ତଥ୍ୟକୁ ପ୍ରତ୍ୟକ୍ଷ ତଥ୍ୟ ବୋଲି କୁହାଯାଏ ।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୩ । ପରୋକ୍ଷ ତଥ୍ୟ କ’ଣ ?
Answer:
ଯେଉଁ ସବୁ ତଥ୍ୟ ଗୁଡ଼ିକ ପୂର୍ବରୁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଦ୍ଵାରା ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥାଏ, ସେଗୁଡ଼ିକୁ ପରୋକ୍ଷ ତଥ୍ୟ ରୂପେ ଅଭିହିତ କରାଯାଏ। ସେହି ତଥ୍ୟ ଗୁଡ଼ିକୁ ଦ୍ଵିତୀୟ ସ୍ତରୀୟ ବୃତ୍ତାନ୍ତ ରୂପେ ମଧ୍ଯ ଅଭିହିତ କରାଯାଏ।

ଏହି ତଥ୍ୟାବଳୀ ମୂଳ ଉତ୍ସରୁ ସଂଗୃହୀତ ହୋଇ ନ ଥାଏ, ବରଂ ପ୍ରକାଶିତ କିମ୍ବା ଅପ୍ରକାଶିତ ଉତ୍ସରୁ ଏହି ସବୁ ତଥ୍ୟ କରାଯାଏ। ଏହି ତଥ୍ୟାବଳୀ ମୂଳ ଉତ୍ସରୁ ସଂଗୃହୀତ ହୋଇ ନ ଥାଏ, ବରଂ ପ୍ରକାଶିତ କିମ୍ବା ଅପ୍ରକାଶିତ ଉତ୍ସରୁ ଏହି ସବୁ ତଥ୍ୟ ମିଳିଥାଏ। ଉଦାହରଣ ସ୍ଵରୂପ – ଗୋଟିଏ ଅନୁସଂଧାନକାରୀଙ୍କ ଦ୍ଵାରା ଜନଗଣନାରୁ ସଂଗୃହୀତ ତଥ୍ୟ, ଜାତୀୟ ପ୍ରତିଚୟନ ସର୍ବେକ୍ଷଣରୁ ସଂଗୃହୀତ ତଥ୍ୟ, ଭାରତର ଶିଳ୍ପଗୁଡ଼ିକର ବାର୍ଷିକ ସର୍ବେକ୍ଷଣରୁ ସଂଗୃହୀତ ତଥ୍ୟ ଇତ୍ୟାଦି।

୪ । ଜାତୀୟ ନମୁନା ସର୍ବେକ୍ଷଣ ଓ ଭାରତର ଜନଗଣନା ସଂସ୍ଥାର କାର୍ଯ୍ୟ ଲେଖ ।
Answer:
ଜାତୀୟ ନମୁନା ସର୍ବେକ୍ଷଣ ଓ ଭାରତର ଜନଗଣନା ସଂସ୍ଥାର କାର୍ଯ୍ୟ :

  • ଖାଉଟିର ବ୍ୟୟ, ନିଯୁକ୍ତି, ସ୍ଵାସ୍ଥ୍ୟ ଇତ୍ୟାଦି ପ୍ରସଙ୍ଗରେ ନମୁନା ସର୍ଭେ କରିବା ।
  • ପ୍ରତିବର୍ଷ ବାର୍ଷିକ ଶିଳ୍ପ ସର୍ଭେ କରିବା ।
  • ପ୍ରତିବର୍ଷ ଭାରତର କୃଷି ଉତ୍ପାଦନ ଉପରେ ରିପୋର୍ଟ ପ୍ରକାଶ କରିବା ଇତ୍ୟାଦି କାର୍ଯ୍ୟ ଅଟେ ।

F ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧ । ତଥ୍ୟର ଆଭ୍ୟନ୍ତରୀଣ ଉତ୍ସ ଓ ବାହ୍ୟିକ ଉତ୍ସ
Answer:
କୌଣସି ସଂଗଠନର ନିଜସ୍ଵ ନଥୁପତ୍ର ବା ଆଭ୍ୟନ୍ତରୀଣ ବିବରଣୀରୁ ସଂଗୃହୀତ ତଥ୍ୟକୁ ଆଭ୍ୟନ୍ତରୀଣ ତଥ୍ୟ ବୋଲି କୁହାଯାଏ । ନିଜ ସଂଗଠନ ବା ସଂସ୍ଥା ବାହାରୁ ଏହି ତଥ୍ୟ ସଂଗ୍ରହ କରାଯାଉ ନଥାବାରୁ ଏହା ବାସ୍ତବରେ ଆଭ୍ୟନ୍ତରୀଣ ତଥ୍ୟ ଓ ଏହାର ଉତ୍ସକୁ ଆଭ୍ୟନ୍ତରୀଣ ଉତ୍ସ ବୋଲି କୁହାଯାଏ। ଉଦାହରଣ ସ୍ଵରୂପ, ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ବନ୍ଦରର ଆମଦାନୀ, ରପ୍ତାନୀ, ଲାଭ, କ୍ଷତି, କର୍ମଚାରୀଭୁକ ମଜୁରି ଇତ୍ୟାଦି ସମ୍ବନ୍ଧରେ ବାର୍ଷିକ ବିବରଣୀ ପ୍ରକାଶ କରୁଛନ୍ତି। ବାସ୍ତବରେ ଏହା ପାରାଦୀପ ବନ୍ଦରର ନିଜସ୍ଵ ତଥ୍ୟ ଓ ଏହା ହିଁ ଆଭ୍ୟନ୍ତରୀଣ ଉତ୍ସରୁ ସଂଗୃହୀତ ହୋଇଥାଏ।

ଅନ୍ୟାନ୍ୟ ସଂଗଠନ ବା ସଂସ୍ଥା ତଥା ସରକାର ଅର୍ଦ୍ଧସରକାରୀ ସଂଗଠନ, ପତ୍ରପତ୍ରିକା, ସମ୍ବାଦପତ୍ର ଇତ୍ୟାଦିରୁ ସଂଗୃହୀତ ତଥ୍ୟକୁ ବାହ୍ୟିକ ତଥ୍ୟ ଓ ତା’ର ଉତ୍ସକୁ ବାହ୍ୟିକ ଉତ୍ସ ବୋଲି କୁହାଯାଏ। ଉଦାହରଣ ସ୍ଵରୂପ, ଓଡ଼ିଶାରେ ବିଦ୍ୟୁତ୍ ଶକ୍ତି, ସମସ୍ୟା ଅଧ୍ୟୟନ କରିବା ପାଇଁ ଆମକୁ ବିଭିନ୍ନ ଉତ୍ସ ତଥା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ, ଓଡ଼ିଶାର ବିଭିନ୍ନ ଶକ୍ତି ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇତ୍ୟାଦିଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ। ସେହି ଉତ୍ସ ଗୁଡ଼ିକୁ ବାହ୍ୟ ଉତ୍ସ ବୋଲି କୁହାଯାଏ।

୨। ପ୍ରତ୍ୟକ୍ଷ ତଥ୍ୟ ଓ ପରୋକ୍ଷ ତଥ୍ୟ
Answer:
ଅନୁସନ୍ଧାନକାରୀ ପ୍ରତ୍ୟକ୍ଷ ଭାବେ ଉଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ପାଇଁ ଯେଉଁ ସମ୍ପୂର୍ଣ୍ଣ ସଦ୍ୟ ତଥ୍ୟ ସଂଗ୍ରହ କରନ୍ତି, ତାହାକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ। ଏହା ମୂଳ ଉତ୍ସରୁ ସଂଗୃହୀତ ହୋଇଥାଏ। ତେଣୁ ଅନୁସନ୍ଧାନ ପ୍ରକ୍ରିୟାରେ ମୂଳ ଉତ୍ସରୁ ସଂଗୃହୀତ ତଥ୍ୟାବଳୀକୁ ପ୍ରତ୍ୟକ୍ଷ ତଥ୍ୟ ବୋଲି କୁହାଯାଏ। ସଂପୃକ୍ତ ଅନୁସନ୍ଧାନକାରୀ ଏହି ତଥ୍ୟ ସଂଗ୍ରହର ପ୍ରଥମ ବ୍ୟକ୍ତି। ତେଣୁ ଏହାକୁ ପ୍ରଥମ ହସ୍ତ ବୃତ୍ତାନ୍ତ ବୋଲି କୁହାଯାଏ।

ଯେଉଁ ତଥ୍ୟ ଗୁଡ଼ିକ ପୂର୍ବରୁ ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥାଏ, ତାହାକୁ ପରୋକ୍ଷ ତଥ୍ୟ କୁହାଯାଏ। ଏହା ଅନ୍ୟ କୌଣସି ସଂସ୍ଥା ବା ବ୍ୟକ୍ତିଙ୍କ ଦ୍ଵାରା ସଂଗୃହୀତ ହୋଇଥାଏ। ଉଦାହରଣ ସ୍ଵରୂପ ଭାରତରେ ଜନ୍ମ ମୃତ୍ୟୁହାର, ସାକ୍ଷରତା ହାର, ପରମାୟୁ, ଜନସଂଖ୍ୟାର ଘନତ୍ଵ, ଅଭିବୃଦ୍ଧି ହାର ଇତ୍ୟାଦି ଜନଗଣନା କାର୍ଯ୍ୟାଳୟ ଦ୍ଵାରା ପ୍ରତ୍ୟକ୍ଷ ଭାବେ କଳନା କରାଯାଇଥାଏ ଏବଂ ଏହି ତଥ୍ୟକୁ ସର୍ବସାଧାରଣ ଅନୁଷ୍ଠାନ ବା ଗବେଷକମାନେ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହାର କରନ୍ତି।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ତଥ୍ୟର ମୁଖ୍ୟ ଉତ୍ସଗୁଡ଼ିକ କ’ଣ ? ପ୍ରାଥମିକ ତଥ୍ୟ ଓ ପରୋକ୍ଷ ତଥ୍ୟର ଉତ୍ସ କ’ଣ ବୁଝାଅ ।
Answer:
(i) ତଥ୍ୟ ସଂଗ୍ରହ – କୌଣସି ତଦନ୍ତର ପ୍ରଥମ ପର୍ଯ୍ୟାୟ ହେଉଛି ତଥ୍ୟ ସଂଗ୍ରହ । ଅନୁସନ୍ଧାନକାରୀ ବିଭିନ୍ନ ସୁତ୍ରରୁ ଏହି ତଥ୍ୟ ସଂଗ୍ରହ କରିଥାନ୍ତି । ସମ୍ପୂର୍ଣ୍ଣ ତଥ୍ୟ ପ୍ରତ୍ୟକ୍ଷ ଭାବରେ ସଂଗ୍ରହ କରାଗଲେ ତାହାକୁ ପ୍ରାଥମିକ ତଥ୍ୟ ପୁନର୍ବାର ବ୍ୟବହାର ହେଲେ ତାହାକୁ ପରୋକ୍ଷ ତଥ୍ୟ କୁହାଯାଏ । କିନ୍ତୁ ସଂଗୃହୀତ ପ୍ରାଥମିକ ତଥ୍ୟ ଉଦାହରଣ – ଭାରତୀୟ ରିଜର୍ଭ ବ୍ୟାଙ୍କ ଇସ୍ତାହାର, ଜାତୀୟ ଆୟବ୍ୟୟ ହିସାବ ଫର୍ଦ ପରିସଂଖ୍ୟାନଗୁଡ଼ିକ ପ୍ରଚ୍ଚାରିତ ତଥ୍ୟ ଅର୍ଥାତ ପରୋକ୍ଷ ତଥ୍ୟ ।

(ii) ତଥ୍ୟର ସଂଗଠନ ବା ସଜ୍ଜୀକରଣ – ତଥ୍ୟ ସଂଗଠନର ଅଙ୍କ ବା ଅକୃତିର ସଜ୍ଜୀକରଣ ଏପରି କରାଯାଇଥାଏ ଯେପରି ଏକ ଗୋ ଷ୍ଠୀର ତଥ୍ୟକୁ ତୁଳନା କରାଇବା ବା ବିଶ୍ଳେଷଣ କରିବା ସମୟରେ ସୁବିଧା ହେବ । ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସଂଗଠନର ପଦ୍ଧତି ହେଉଛି ଲକ୍ଷଣ ଉପରେ ଅଧିକ ଦୃଷ୍ଟି ଦେଇ ବିଭିନ୍ନ ଶ୍ରେଣୀ ବା ଉପଶ୍ରେଣୀ;ର ବିଭାଗୀକରଣ କରାଇବା, ଏ ପ୍ରକାର ପଦ୍ଧତିକୁ ତଥ୍ୟର ବିଭାଗୀକରଣ ମଧ୍ୟ କୁହାଯାଏ ।

(iii) ତଥ୍ୟର ଉପସ୍ଥାପନା – ତଥ୍ୟର ଉପସ୍ଥାପନା ଅର୍ଥ ଶୁଦ୍ଧ ଏବଂ ଆକର୍ଷଣୀୟ ତଥ୍ୟର ପ୍ରଦର୍ଶିତ ହେବ, ଯେପରି ଏଗୁଡ଼ିକ ସହଜରେ ବୁଝିହେବ ଏବଂ ବିଶ୍ଳେଷଣ କରାଯାଇପାରିବ । ତଥ୍ୟର ଉପସ୍ଥାପନା ବିଭିନ୍ନ ପ୍ରକାରରେ କରାଯାଇପାରେ, ତନ୍ମଧ୍ୟରୁ ବିଶେଷ ଭାବରେ ବ୍ୟବହାର କରାଯାଉଥ‌ିବା ପ୍ରଚାର ନିମ୍ନରେ ଆଲୋଚନା କରାଗଲା । ଯଥା – ପାଠ୍ୟ ବିଷୟଗତ ବା ବର୍ଣ୍ଣନାତ୍ମକ ଉପସ୍ଥାପନା, ସାରଣୀ ମାଧ୍ୟମରେ ଉପସ୍ଥାପନା ଚିତ୍ର ମଧ୍ଯମରେ ଉପସ୍ଥାପନା । ପରବର୍ତ୍ତୀ ପର୍ଯ୍ୟାୟରେ ଏ ସଂପର୍କରେ ବିଶେଷ ଆଲୋଚନା କରାଯିବ ।

(iv) ତଥ୍ୟର ବିଶ୍ଳେଷଣ – ତଥ୍ୟଗୁଡ଼ିକ ସଂଗୃହୀତ, ସଂଗଠିତ ଏବଂ ଉପସ୍ଥାପନ ହୋଇସାରିବା ପରେ ସେଗୁଡ଼ିକର ବିଶ୍ଳେଷଣ କରାଯିବା ଆବଶ୍ୟକ । ତଥ୍ୟର ବିଶ୍ଳେଷଣ ହେଉଛି ଏକ ପ୍ରକାର କୌଶଳ ଯାହା ମାଧ୍ୟମରେ ମିଳିଥିବା ସାଂଖ୍ୟକ ତଥ୍ୟରୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବାହାର କରାଯାଏ । ତଥ୍ୟ- ବିଶ୍ଲେଷଣର ସବୁଠାରୁ ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେପରି ମିଳିଥିବା ଏକମାତ୍ର ମୂଲ୍ୟରୁ ସମ୍ପୂର୍ଣ୍ଣ ତଥ୍ୟର ଲକ୍ଷଣ ସମ୍ପର୍କରେ ବିଷଦ ଭାବରେ ଜାଣିହେବ । କେତେଗୁଡ଼ିଏ ପରିସଂଖ୍ୟାନ ସାଧନର ଯଥା- ମିନ୍ ମିଡ଼ିୟାନ ଏବଂ ମୋଡ଼ ବ୍ୟବହାର କରିବା ବିନା ଆମ ଅର୍ଥନୈତିକ ବା ଅନ୍ୟାନ୍ୟ ସମସ୍ୟା ବିଶ୍ଳେଷଣ କରିପାରିବା ନାହିଁ ।

ପ୍ରାଥମିକ ତଥ୍ୟର ଉତ୍ସ :
ପ୍ରାଥମିକ ତଥ୍ୟ – ପ୍ରାଥମିକ ତଥ୍ୟ ସଂଗ୍ରହର ଅନେକଗୁଡ଼ିଏ ପଦ୍ଧତି ରହିଛି । ସେମାନଙ୍କ ମଧ୍ୟରୁ କେତେଗୁଡ଼ିଏ ନିମ୍ନରେ
(i) ପ୍ରତ୍ୟେକ୍ଷ ବ୍ୟକ୍ତଗତ ଅନୁସନ୍ଧାନ – ଏହି ପଦ୍ଧତିରେ ଅନୁସନ୍ଧାନକାରୀ ଯାହା ପାଖରୁ ତଥ୍ୟ ସଂଗ୍ରହ କରିବେ, ତାଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିବାକୁ ପଡ଼ିବ । ଏହି ପ୍ରକ୍ରିୟା ଯାହା ପାଖରୁ ତଥ୍ୟ ସଂଗ୍ରହ କରାଯିବ, ତାଙ୍କୁ ଅନୁକାରକ କୁହାଯାଏ ।

(ii) ପରୋକ୍ଷ ମୌଖୂ ଅନୁସନ୍ଧାନ – ଏହି ପଦ୍ଧତିରେ ତଥ୍ୟଗୁଡ଼ିକ ପରୋକ୍ଷ ଉତ୍ସରୁ ସଂଗ୍ରହ କରାଯାଏ । ଏହି ପଦ୍ଧତିରେ ଅନୁସଂନ୍ଧାର ସମ୍ପର୍କିତ ପ୍ରଶ୍ନଗୁଡ଼ିକ ଅନ୍ୟମାନଙ୍କୁ ପଚରାଯାଇ ଉତ୍ତରଗୁଡ଼ିକୁ ରେକର୍ଡ଼ କରାଯିବ ଯେତେବେଳେ ଲୋକ ଜଣକ ଯାହାଠାରୁ ତଥ୍ୟ ସଂଗ୍ରହ କରାଯିବା କଥା ସେ ଉତ୍ତର ଦେବାକୁ ଇଚ୍ଛା କରିବେ ନାହିଁ ବା ଅନୁପସ୍ଥିତ ଥ‌ିବେ ସେତେବେଳେ ଏହି ପଦ୍ଧତିଟି ଉପଯୋଜ କରାଯିବ ।

(iii) ପ୍ରଶ୍ନବଳୀ ପଦ୍ଧତି – ଏହି ପଦ୍ଧତି ପାଇଁ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରାଯାଏ ଏବଂ ତାହାକୁ ଅନୁକାରକଙ୍କ ପାଖକୁ ଡାକଯୋଗେ ବା ବ୍ୟକ୍ତିଗତ ଭାବେ ଦିଆଯାଏ, ଯେତେବେଳେ ଅନୁସନ୍ଧାନର ପରିସର ବ୍ୟାପକ ଥାଏ, ତେବେ ଏହି ପଦ୍ଧତି ଉପଯୁକ୍ତ ହୋଇଥାଏ ।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

ପରୋକ୍ଷ ତଥ୍ୟର ଉତ୍ସ :
କେତେଗୁଡ଼ିଏ ସଂସ୍ଥା ତଥ୍ୟକୁ ସଂଗ୍ରହ କରି ନିୟମିତ ପଢ଼ିବା ବା ବିବୃତ୍ତି ପ୍ରକାଶିତ କରିଥାନ୍ତି । ଏ ପ୍ରକାର ସଂସ୍ଥା ଉତ୍ସଗୁଡ଼ିକୁ ତଥ୍ୟର ପ୍ରକାଶିତ ଉତ୍ସ କୁହାଯାଏ । ଭାତତରେ ଥ‌ିବା କେତେଗୁଡ଼ିଏ ପ୍ରକାଶିତ ଉତ୍ସ ହେଲା ।

  • ଏହି ସଂସ୍ଥା ଜାତୀୟ ଆୟ, ସଞ୍ଚୟ, ପୁଞ୍ଜିଗଠନ ଇତ୍ୟାଦି ସଂମ୍ପର୍କରେ ତଥ୍ୟପ୍ରକାଶିତ କରିଥାନ୍ତି ।
  • ଯାତୀୟ ନମୂନା ସର୍ବେକ୍ଷଣ ସଂସ୍ଥା – ଏହି ସଂସ୍ଥାଟି ଅର୍ଥମନ୍ତ୍ରୀଙ୍କ ଅଧୀନରେ ଥାଏ । ତେଣୁ ଏହା ଜାତୀୟ ଆୟ ସମ୍ପର୍କିତ ସମସ୍ତ ତଥ୍ୟ ଯଥା – କୃଷି, ଶିଳ୍ପ, ଶ୍ରମିକ ଇତ୍ୟାଦି ସମ୍ପର୍କରେ ପ୍ରକାଶ କରନ୍ତ ।
  • ଭାରତୀୟ ରିଜର୍ଭ ବ୍ୟାଙ୍କ – ଏହି ଅର୍ଥନୈତିକ ପରିସଂଖ୍ୟାନ ସମ୍ପର୍କରେ ତଥ୍ୟ ପ୍ରକାଶିତ କରିଥାନ୍ତି । ମୁଦ୍ରା, ଅର୍ଥ, ଭାରତୀୟ ରିଜର୍ଭ ବ୍ୟାଙ୍କର ଇସ୍ତାହାର, ଭାରତୀୟ ବ୍ୟାଙ୍କଗୁଡ଼ିକର ସାରଣୀ ଆଦିର ତଥ୍ୟର ରିପୋର୍ଟ ପ୍ରକାଶ କରନ୍ତି ।
  • ଶ୍ରମିକ ସଂସ୍ଥା – ଏହି ଭାରତୀୟ ଶ୍ରମିକ ପରିସଂଖ୍ୟାନ, ଭାରତୀୟ ଶ୍ରମିକ ବର୍ଷ ପୁସ୍ତକ ଏବଂ ଭାରତୀୟ ଶ୍ରମିକ ଇସ୍ତାହାର ।
  • ଜନସଂଖ୍ୟାର ଗଣନା – ଏହା ରେଜିଷ୍ଟାର ଜେନେରାଲ, ଭାରତୀୟ ଜନଗଣନା , ଗୃହ ମନ୍ତ୍ରଣାଳୟ ପର୍ଯ୍ୟାୟଭୁକ୍ତ । ଏମାନେ ଜନଗଣନାର ପରିସଂଖ୍ୟାନ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥାନ୍ତି ।
  • ସମ୍ବାଦପତ୍ର ଓ ପତ୍ର ପତ୍ରିକା – କ୍ୟାପିଟାଲ, କମର୍ସ, ଇକୋନ୍‌ମିକ୍ ଆଣ୍ଡ ପଲିଟିକାଲ୍ ୱିକ୍‌ଲି, ଇକୋନମିକ୍ ଟାଇମ୍ସ ଆଦି ଇସ୍ତାହାର ଗୁଡ଼ିକ ବିଭିନ୍ନ ପରିସଂଖ୍ୟାନ ତଥ୍ୟ ପ୍ରକାଶ କରିଥାନ୍ତି ।

୨। ପରୋକ୍ଷ ତଥ୍ୟ କହିଲେ କ’ଣ ବୁଝ ? ପରୋକ୍ଷ ତଥ୍ୟ ସଂଗ୍ରହର ବିଭିନ୍ନ ପ୍ରଣାଳୀଗୁଡ଼ିକ ବର୍ଣ୍ଣନା କର ।
Answer:
ସଂଗୃହୀତ ପ୍ରତ୍ୟକ୍ଷ ତଥ୍ୟ ପୁନର୍ବାର ବ୍ୟବହୃତ ହେଲେ ବିନିଯୋଗକାରୀର ଦୃଷ୍ଟିକୋଣରୁ ଏହାକୁ ପରୋକ୍ଷ ତଥ୍ୟ ବୋଲି କୁହାଯାଏ । ଏହି ତଥ୍ୟ ସାଧାରଣତଃ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରୁ ସଂଗ୍ରହ କରାଯାଇଥାଏ । ଏହି ତଥ୍ୟଗୁଡ଼ିକ ଦୁଇପ୍ରକାରରେ ସଂଗୃହୀତ ହୋଇଥାଏ; ଯଥା – ଘୋଷିତ (published) ଏବଂ ଅଘୋଷିତ (unpublished) । ଯେଉଁସବୁ ପ୍ରଣାଳୀରେ ଏହିପ୍ରକାର ତଥ୍ୟଗୁଡ଼ିକ ସଂଗ୍ରହ କରାଯାଇଥାଏ ସେଗୁଡ଼ିକ ହେଲା –

(i) ସରକାରଙ୍କଦ୍ଵାରା ପ୍ରକାଶିତ ତଥ୍ୟ (Govt. publications) – କେନ୍ଦ୍ରୀୟ ସରକାର ଓ ରାଜ୍ୟସରକାରଙ୍କର ବିଭିନ୍ନ ବିଭାଗର ପ୍ରକାଶିତ ତଥ୍ୟଗୁଡ଼ିକ ପରୋକ୍ଷ ତଥ୍ୟର ପ୍ରମୁଖ ଉତ୍ସରୂପେ କାର୍ଯ୍ୟକରନ୍ତି । ଭାରତ ସରକାରଙ୍କ ଗଣନା କାର୍ଯ୍ୟାଳୟ, ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଇତ୍ୟାଦି ପ୍ରମୁଖ ଉତ୍ସରୂପେ ଖ୍ୟାତିଲାଭ

(ii) ଆନ୍ତର୍ଜାତୀୟ ପ୍ରକାଶନ – ବହୁ ଆନ୍ତର୍ଜାତୀୟ ସଂଗଠନ ବା କାର୍ଯ୍ୟାଳୟ ପରୋକ୍ଷ ତଥ୍ୟର ଉତ୍ସ ଅଟନ୍ତି । UNO, ILO, WHO, IBRD, IMF ଭଳି ଆନ୍ତର୍ଜାତୀୟ ସଂସ୍ଥା ନିୟମିତ ବ୍ୟବଧାନରେ ପ୍ରକାଶନ କରୁଥିବା ତଥ୍ୟଗୁଡ଼ିକୁ ପରୋକ୍ଷ ତଥ୍ୟରୂପେ ବ୍ୟବହାର କରାଯାଏ ।

(iii) ବିଭିନ୍ନ କମିଟି ଓ କମିଶନଦ୍ବାରା ପ୍ରକାଶିତ ରିପୋର୍ଟ – କେନ୍ଦ୍ରସରକାର ଓ ରାଜ୍ୟସରକାର ବିଭିନ୍ନ ସମୟରେ ବିଭିନ୍ନ କମିଟି ଓ କମିଶନ ଗଠନ କରାଇଥା’ନ୍ତି । ଏହି କମିଟି ବା କମିଶନ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥା’ନ୍ତି, ତାହା ପରୋକ୍ଷ ତଥ୍ୟର ଉତ୍ସରୂପେ କାମ କରେ ।

(iv) ବେସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାଦ୍ୱାରା ପ୍ରକାଶିତ ତଥ୍ୟ – ବେସରକାରୀ ସଂସ୍ଥା; ଯଥା – ସ୍ଵେଚ୍ଛାସେବୀ ସଙ୍ଗଠନ ବା ଅର୍ଦ୍ଧସରକାରୀ ସଂସ୍ଥା; ଯଥା – ବୋର୍ଡ଼, କର୍ପୋରେସନ୍ ଇତ୍ୟାଦି ବହୁତ ସମୟରେ ବିଭିନ୍ନ ବିଷୟବସ୍ତୁ; ଯଥା – ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ ଇତ୍ୟାଦି ଉପରେ ତଥ୍ୟଭିଭିକ ରିପୋର୍ଟ ପ୍ରସ୍ତୁତ କରିଥା’ନ୍ତି । ଏଗୁଡ଼ିକୁ ପରୋକ୍ଷ ତଥ୍ୟର ଉତ୍ସରୂପେ ବ୍ୟବହାର କରାଯାଏ ।

(v) ପ୍ରଣାଳୀ ଅଟେ । ବିଭିନ୍ନ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଅନ୍ୟାନ୍ୟ ସମସ୍ୟାବଳୀ ଉପରେ ଏହି ସଂସ୍ଥାଗୁଡ଼ିକ ବହୁ ତଥ୍ୟସମ୍ବଳିତ ସମ୍ବାଦ ପ୍ରକାଶନ କରିଥା’ନ୍ତି । ସେଗୁଡ଼ିକୁ ପରୋକ୍ଷ ତଥ୍ୟରୂପେ ବ୍ୟବହାର କରାଯାଇପାରେ । ଆମ ଦେଶରେ The Times of India, The Statesman, The Indian Express ଇତ୍ୟାଦି ପ୍ରମୁଖ ସମ୍ବାଦପତ୍ର ଓ କୁରୁକ୍ଷେତ୍ର, ଯୋଜନା, ଇଣ୍ଡିଆ ଟୁଡ଼େ ଇତ୍ୟାଦି ମାଗାଜିନ୍ ପରୋକ୍ଷ ତଥ୍ୟର ପ୍ରମୁଖ ଉତ୍ସରୂପେ କାର୍ଯ୍ୟ କରନ୍ତି ।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

(vi) ଗବେଷଣାଜନିତ ପ୍ରକାଶିତ ତଥ୍ୟ – ଗବେଷଣାଜନିତ ପ୍ରକାଶିତ ତଥ୍ୟ ମଧ୍ୟ ପରୋକ୍ଷ ତଥ୍ୟରୂପେ କାର୍ଯ୍ୟକରେ । ଆମ ଦେଶରେ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ; ଯଥା – Institutes of Economic Growth, National Council of Applied Economic Research, University Grants Commission ଇତ୍ୟାଦି ବହୁ ସମୟରେ ଗବେଷଣାତ୍ମକ ତଥ୍ୟ ସମ୍ବଳିତ ପ୍ରବନ୍ଧଗୁଡ଼ିକ ପ୍ରକାଶନ କରିଥା’ନ୍ତି । ଏହି ପ୍ରବନ୍ଧଗୁଡ଼ିକୁ ପରୋକ୍ଷ ତଥ୍ୟର ଉତ୍ସରୂପେ ବ୍ୟବହାର କରାଯାଇଥାଏ ।

(vii) କମ୍ପାନୀମାନଙ୍କଦ୍ୱାରା ପ୍ରସ୍ତୁତ ରିପୋର୍ଟ – ବ୍ୟବସାୟୀ ସଙ୍ଗଠନ ବା କମ୍ପାନୀମାନେ ସେମାନଙ୍କର ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିଥା’ନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏହାକୁ ପ୍ରକାଶନ କରିଥା’ନ୍ତି ଓ ଅନ୍ୟ କେତେକ କରି ନ ଥା’ନ୍ତି । ଏହି ରିପୋର୍ଟଗୁଡ଼ିକୁ ମଧ୍ୟ ପରୋକ୍ଷ ତଥ୍ୟରୂପେ ବ୍ୟବହାର କରାଯାଇଥାଏ ।

(viii) ଶ୍ରମିକ ସଂଘଦ୍ୱାରା ପ୍ରକାଶିତ ତଥ୍ୟ – ବିଭିନ୍ନ ଶ୍ରମିକ ସଙ୍ଗଠନ ସେମାନଙ୍କର ମାସିକ ବା ବାର୍ଷିକ ବୁଲେଟିନ୍ ମାଧ୍ୟମରେ ବହୁ ତଥ୍ୟଭିଭିକ ବିଷୟବସ୍ତୁ ପ୍ରକାଶନ କରିଥା’ନ୍ତି । ସେଗୁଡ଼ିକୁ ମଧ୍ୟ ପରୋକ୍ଷ ତଥ୍ୟଭାବରେ ବ୍ୟବହାର କରାଯାଇଥାଏ ।

(ix) ବ୍ୟକ୍ତିମାନଙ୍କଦ୍ୱାରା ସଂଗୃହୀତ ତଥ୍ୟ – ସମାଜସେବା, ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷକ, ଶ୍ରମିକ ନେତା, ଷ୍ଟକ୍ ଦଲାଲ ଇତ୍ୟାଦି ବହୁ ବ୍ୟକ୍ତିମାନେ ବିଭିନ୍ନ ବିଷୟବସ୍ତୁ ଉପରେ ତଥ୍ୟ ସଂଗ୍ରହ କରିଥା’ନ୍ତି । ସେହି ସଂଗୃହୀତ ତଥ୍ୟଗୁଡ଼ିକୁ ମଧ୍ୟ

Leave a Comment