CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

Odisha State Board CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ Questions and Answers.

CHSE Odisha 11th Class Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. କେଉଁ କ୍ଷେତ୍ରରେ ନିୟୋଜିତ ଶ୍ରମିକ ପ୍ରକୃତି ସହ ସଂଶ୍ଳିଷ୍ଟ ?
(i) ପ୍ରାଥମିକ କ୍ଷେତ୍ର
(ii) ତୃତୀୟ କ୍ଷେତ୍ର
(iii) ଦ୍ଵିତୀୟ କ୍ଷେତ୍ର
(iv) ଉପରୋକ୍ତ ସମସ୍ତ
Answer:
(i) ପ୍ରାଥମିକ କ୍ଷେତ୍ର

2. ଜଣେ ଶିକ୍ଷକ ନିମ୍ନୋକ୍ତ କେଉଁ କ୍ଷେତ୍ରରେ ନିୟୋଜିତ ?
(i) ପ୍ରାଥମିକ କ୍ଷେତ୍ର
(iii) ତୃତୀୟ କ୍ଷେତ୍ର
(ii) ଦ୍ବିତୀୟ କ୍ଷେତ୍ର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ତୃତୀୟ କ୍ଷେତ୍ର

3. କେଉଁ କ୍ଷେତ୍ରରେ ସର୍ବାଧ‌ିକ ଭାରତୀୟ ଶ୍ରମଶକ୍ତି ନିୟୋଜିତ ?
(i) ପ୍ରାଥମିକ କ୍ଷେତ୍ର
(ii) ତୃତୀୟ କ୍ଷେତ୍ର
(iii) ଦ୍ଵିତୀୟ କ୍ଷେତ୍ର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ପ୍ରାଥମିକ କ୍ଷେତ୍ର

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

4. ସ୍ଥାଣୁ ପ୍ରାୟ ଭାରତୀୟ ବୃତ୍ତିଗତ ଢାଞ୍ଚାର ପ୍ରମୁଖ କାରଣ ହୋଇଛି ।
(i) ନିମ୍ନ ଉପାଦନଶୀଳତା
(ii) ସ୍ଵଳ୍ପପୁଞ୍ଜି ଗଠନ
(iii) ଜନସଂଖ୍ୟା ଚାପ
(iv) ସ୍ଵଳ୍ପ ମୁଣ୍ଡପିଛା ଆୟ
Answer:
(iii) ଜନସଂଖ୍ୟା ଚାପ

5. ସହରାଞ୍ଚଳ ଶ୍ରମଶକ୍ତିର ପ୍ରମୁଖଅଂଶ କେଉଁ କ୍ଷେତ୍ରରେ ନିୟୋଜିତ ?
(i) ପ୍ରାଥମିକ କ୍ଷେତ୍ର
(ii) ତୃତୀୟ କ୍ଷେତ୍ର
(iii) ଦ୍ବିତୀୟ କ୍ଷେତ୍ର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ତୃତୀୟ କ୍ଷେତ୍ର

6. ଭାରତୀୟ ଜାତୀୟ ଆୟକୁ କେଉଁ କ୍ଷେତ୍ରର ଅବଦାନ ସର୍ବାଧ‌ିକ ?
(i) ପ୍ରାଥମିକ କ୍ଷେତ୍ର
(ii) ଦ୍ଵିତୀୟ କ୍ଷେତ୍ର
(iii) ତୃତୀୟ କ୍ଷେତ୍ର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ତୃତୀୟ କ୍ଷେତ୍ର

7. ଅର୍ଥବ୍ୟବସ୍ଥାର ଢାଞ୍ଚା କେଉଁ କ୍ଷେତ୍ରକୁ ନେଇ ଗଠିତ ?
(i) ପ୍ରାଥମିକ କ୍ଷେତ୍ର
(ii) ଦ୍ଵିତୀୟ କ୍ଷେତ୍ର
(iii) ତୃତୀୟ କ୍ଷେତ୍ର
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

8. ଯୋଜନା କାଳରେ କେଉଁ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ?
(i) କୃଷିକ୍ଷେତ୍ର
(ii) ଶିଳ୍ପକ୍ଷେତ୍ର
(iii) ସେବାକ୍ଷେତ୍ର
(iv) ଉପରୋକ୍ତ ସମସ୍ତ
Answer:
(iii) ସେବାକ୍ଷେତ୍ର

9. ଦେଶର ଅଧିକାଂଶ ଶ୍ରମଶକ୍ତି କେଉଁ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି ?
(i) ପ୍ରାଥମିକ କ୍ଷେତ୍ର
(ii) ମାଧ୍ୟମିକ କ୍ଷେତ୍ର
(iii) ସେବା କ୍ଷେତ୍ର
(iv) ଉପରୋକ୍ତ ସମସ୍ତ
Answer:
(i) ପ୍ରାଥମିକ କ୍ଷେତ୍ର

10. ନିର୍ମାଣ କେଉଁ କ୍ଷେତ୍ରରେ ଅନ୍ତର୍ଭୁକ୍ତ ଅଟେ ?
(i) ପ୍ରାଥମିକ କ୍ଷେତ୍ର
(ii) ସେବା କ୍ଷେତ୍ର
(iii) ମାଧ୍ୟମିକ କ୍ଷେତ୍ର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ମାଧ୍ୟମିକ କ୍ଷେତ୍ର

11. ଭାରତରେ ଦୁର୍ବଳ ମାନବିକ ପୁଞ୍ଜିର କେଉଁ କାରଣ ରହିଛି ?
(i) ସ୍ଵଳ୍ପ ଆୟ
(ii) ସ୍ଵଳ୍ପ ସଞ୍ଚୟ
(iii) ନିରକ୍ଷରତା
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ନିରକ୍ଷରତା

12. ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ କରିବାର ବିଫଳତାକୁ କ’ଣ କୁହାଯାଏ ?
(i) ବୈଷମ୍ୟତା
(ii) ଚରମ ଦାରିଦ୍ର୍ୟ
(iii) ଆପେକ୍ଷିକ ଦାରିଦ୍ର୍ୟ
(iv) ଉପରୋକ୍ତ ସମସ୍ତ
Answer:
(ii) ଚରମ ଦାରିଦ୍ର୍ୟ

13. ଭାରତରେ କେଉଁ ଉପାଦାନର ସ୍ଵଳ୍ପତା ଦେଖାଯାଇଥାଏ ?
(i) ପୁଞ୍ଜି
(ii) ଶ୍ରର୍ମ
(iii) ଭୂମି
(iv) ଖଣିଜ ପଦାର୍ଥ
Answer:
(i) ପୁଞ୍ଜି

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

14. ଆବଶ୍ୟକତା ତୁଳନାରେ ଅଧ‌ିକ ଶ୍ରମିକ ନିଯୁକ୍ତି ପାଇବାଜନିତ ପରିସ୍ଥିତି କ’ଣ ?
(i) ଅଦ୍ଧବେକାରୀ
(ii) ପ୍ରଚ୍ଛନ୍ନ ବେକାରୀ
(iii) ଋତୁଗତ ବେକାରୀ
(iv) ସୁସ୍ପଷ୍ଟ ବେକାରୀ
Answer:
(ii) ପ୍ରଚ୍ଛନ୍ନ ବେକାରୀ

15. ଦୁର୍ବଳ ମାନବିକ ପୁଞ୍ଜି କହିଲେ କ’ଣ ବୁଝାଏ ?
(i) ଲୋକମାନଙ୍କ ହାତରେ ସ୍ଵଳ୍ପ ପୁଞ୍ଜି
(ii) ଲୋକମାନଙ୍କର ସ୍ଵଳ୍ପ ସଞ୍ଚୟ
(iii) ଦକ୍ଷ ଶ୍ରମଶକ୍ତିର ଅଭାବ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଦକ୍ଷ ଶ୍ରମଶକ୍ତିର ଅଭାବ

B. ଶୂନ୍ୟସ୍ଥାନ ପୂରଣ କର :

1. 2006-07ରେ ଭାରତର ମୋଟ ଘରୋଇ ଉତ୍ପାଦନକୁ ____________________ କ୍ଷେତ୍ରର ଅବଦାନ ହେଉଛି ସର୍ବାଧ‌ିକ ।
Answer:
ସେବାକ୍ଷେତ୍ର

2. ଭାରତର ______________________ କ୍ଷେତ୍ରରେ ଲୁକ୍କାୟିତ ବେକାରିର ପରିମାଣ ହେଉଛି ସର୍ବାଧ‌ିକ ।
Answer:
କୃଷି

3. ମୁଣ୍ଡପିଛା ଆୟ ବା ସେବା କ୍ଷେତ୍ରରେ ନିୟୋଜନ ହାର ମଧ୍ଯରେ ______________________ସହସମ୍ବନ୍ଧ ପରିଲକ୍ଷିତ ହୋଇଥାଏ
Answer:
ଧନାତ୍ମକ

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

4. ପ୍ରାଥମିକ କ୍ଷେତ୍ରରେ ଉତ୍ପାଦିତ ପଦାର୍ଥ ____________________ ପାଇଁ ଅତ୍ୟନ୍ତ ଆବଶ୍ୟକ ।
Answer:
ଜୀବନଧାରଣ

5. ମୁଣ୍ଡପିଛା ଆୟ ଓ କୃଷି କ୍ଷେତ୍ରରେ ନିୟୋଜନ ହାର ମଧ୍ଯରେ _______________ ସହସମ୍ବନ୍ଧ ପରିଲକ୍ଷିତ ହୋଇଥାଏ ।
Answer:
ଋଣାତ୍ମକ

6. ଭାରତ ଏକ _________________ ଉଦ୍‌ବୃତ୍ତ ଦେଶ ।
Answer:
ଶ୍ରମ

7. ଭାରତର ମୋଟ ଘରୋଇ ଉତ୍ପାଦରେ ସେବା କ୍ଷେତ୍ରର ଅଂଶ _______________ ପାଉଛି ।
Answer:
ବୃଦ୍ଧି

8. 2003-04 ମସିହା ବେଳକୁ ଭାରତର ତୃତୀୟ କ୍ଷେତ୍ରର ଅଭିବୃଦ୍ଧି ତାହାର ________________ ପରିଚାୟକ ବୋଲି ସ୍ଵୀକାର କରାଯାଏ ।
Answer:
ତ୍ବରାନ୍ବିତ ବିକାଶ

9. ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କ, ବୀମା, ବାଣିଜ୍ୟ ଓ ପରିବହନ ଆଦିକୁ ______________କ୍ଷେତ୍ରର ଅନ୍ତର୍ଭୁକ୍ତ କରାଯାଇଥାଏ ।
Answer:
ସେବା

10. ଖଣିଜ ସମ୍ପଦ _______________ କ୍ଷେତ୍ରର ଅନ୍ତର୍ଭୁକ୍ତ ।
Answer:
ପ୍ରାଥମିକ କ୍ଷେତ୍ର

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

11. 2013-14ରେ ଭାରତରେ ଜାତୀୟ ଆୟକୁ କୃଷିର ଅବଦାନ ______________________ ଶତାଂଶ ।
Answer:
13.9%

12. 2013-14 ମସିହା ଅନୁଯାୟୀ ଭାରତରେ ମୋଟ ଶ୍ରମଶକ୍ତି ________________ ପ୍ରତିଶତ କୃଷିକ୍ଷେତ୍ରରେ ନିୟୋଜିତ ହୋଇଛି ।
Answer:
51%

13. ଭାରତରେ ପ୍ରଥମ ଶିଳ୍ପନୀତି _______________________ ମସିହାରେ ଘୋଷଣା କରାଯାଇଥିଲା ।
Answer:
1948

14. ଭାରତରେ ପ୍ରଥମ ଶିକ୍ଷାନୀତି ____________________ ମସିହାରେ ଘୋଷଣା କରାଯାଇଥିଲା ।
Answer:
1968

15. ସବୁଜ ବିପ୍ଳବ ପ୍ରଥମେ ____________________ ଫସଲରେ ଅନୁଭୂତ ହେଲା ।
Answer:
ଗହମ

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବୃତ୍ତିଗତ ଢାଞ୍ଚା କାହାକୁ କୁହାଯାଏ ?
Answer:
ବିଭିନ୍ନ ବୃତ୍ତିମାନଙ୍କ ମଧ୍ୟରେ ଏକ ରାଷ୍ଟ୍ରର ଶ୍ରମଶକ୍ତିର ବଣ୍ଟନକୁ ବୃତ୍ତିଗତ ଢାଞ୍ଚା କୁହାଯାଏ ।

2. ଆମ ଦେଶର ସମସ୍ତ ଉତ୍ପାଦନ ଉତ୍ସଗୁଡ଼ିକୁ ପ୍ରଧାନତଃ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି, ସେଗୁଡ଼ିକ କ’ଣ ?
Answer:
ସେଗୁଡ଼ିକ ହେଲା –

  • ପ୍ରାଥମିକ କ୍ଷେତ୍ର
  • ମାଧ୍ୟମିକ କ୍ଷେତ୍ର ଓ
  • ସେବା କ୍ଷେତ୍ର ।

3. ଦ୍ଵିତୀୟ କ୍ଷେତ୍ର କ’ଣ ?
Answer:
ଶିଳ୍ପ, ନିର୍ମାଣ, ବିଜୁଳିଶକ୍ତି, ଜଳଯୋଗାଣ ଇତ୍ୟାଦି ଅର୍ଥନୈତିକ ଓ ଉତ୍ପାଦନଶୀଳ କାର୍ଯ୍ୟକଳାପକୁ ଦ୍ୱିତୀୟ କ୍ଷେତ୍ର ବା ମାଧ୍ୟମିକ କ୍ଷେତ୍ର କୁହାଯାଏ ।

4. ସେବା କ୍ଷେତ୍ର କାହାକୁ କୁହାଯାଏ ?
Answer:
ବ୍ୟବସାୟ, ବାଣିଜ୍ୟ, ବ୍ୟାଙ୍କ, ବୀମା, ଗୃହନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ତଥା ବ୍ୟକ୍ତିଗତ ସେବାକୁ ସେବା କ୍ଷେତ୍ର ତୃତୀୟ କ୍ଷେତ୍ର ବୋଲି କୁହାଯାଏ ।

5. ଅର୍ଥନୈତିକ ସମୃଦ୍ଧି ଘଟିଲେ କେଉଁ କ୍ଷେତ୍ରର ଆୟ ସର୍ବାଧ‌ିକ ହୁଏ ?
Answer:
ଅର୍ଥନୈତିକ ସମୃଦ୍ଧି ଘଟିଲେ ସେବା ବା ତୃତୀୟ କ୍ଷେତ୍ରର ଆୟ ସର୍ବାଧ‌ିକ ହୁଏ ।

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

6. ଭାରତର କେଉଁ କ୍ଷେତ୍ରରେ ସର୍ବାଧ‌ିକ ଲୋକ କାର୍ଯ୍ୟ କରନ୍ତି ?
Answer:
ଭାରତର ପ୍ରାଥମିକ ବା କୃଷିକ୍ଷେତ୍ରରେ ସର୍ବାଧ‌ିକ ଲୋକ କାର୍ଯ୍ୟ କରନ୍ତି ।

7. ଭାରତର କେଉଁ କ୍ଷେତ୍ରରେ ସର୍ବନିମ୍ନ ଲୋକ କାର୍ଯ୍ୟ କରନ୍ତି ?
Answer:
ଭାରତର ମାଧ୍ଯମିକ ବା ଶିଳ୍ପକ୍ଷେତ୍ରରେ ସର୍ବନିମ୍ନ ଲୋକ କାର୍ଯ୍ୟ କରନ୍ତି ।

8. ଭାରତର ଜାତୀୟ ଆୟରେ କେଉଁ କ୍ଷେତ୍ରର ଅବଦାନ ସର୍ବାଧ୍ଵ ?
Answer:
ଭାରତର ଜାତୀୟ ଆୟରେ ସେବାକ୍ଷେତ୍ର ବା ତୃତୀୟ କ୍ଷେତ୍ରର ଅବଦାନ ସର୍ବାଧ‌ିକ ।

9. ସେବାକ୍ଷେତ୍ରରେ ଅନ୍ତର୍ଭୁକ୍ତ ହୋଇଥିବା ଏକ କ୍ଷେତ୍ରର ନାମ ଲେଖ ।
Answer:
ସେବାକ୍ଷେତରେ ଅନ୍ତର୍ଭୁକ୍ତ ହୋଇଥିବା ଏକ କ୍ଷେତ୍ର ହେଉଛି ବ୍ୟାଙ୍କ୍ ବା ବୀମା ।

10. ସମ୍ବାଦ ସରବରାହ କେଉଁ କ୍ଷେତ୍ରର ଅନ୍ତର୍ଭୁକ୍ତ ହୋଇଥାଏ ?
Answer:
ସମ୍ବାଦ ସରବରାହ ତୃତୀୟ ବା ସେବା କ୍ଷେତ୍ରର ଅନ୍ତର୍ଭୁକ୍ତ ହୋଇଥାଏ ।

11. ମାଧ୍ୟମିକ କ୍ଷେତ୍ରରେ ଅନ୍ତର୍ଭୁକ୍ତ ହୋଇଥ‌ିବା ଗୋଟିଏ କାର୍ଯ୍ୟ କ’ଣ ?
Answer:
କ୍ଷୁଦ୍ରଶିଳ୍ପ ମାଧ୍ଯମିକ କ୍ଷେତ୍ରରେ ଅନ୍ତର୍ଭୁକ୍ତ ।

12. ମତ୍ସ୍ୟ ଓ ପଶୁପାଳନ କେଉଁ କ୍ଷେତ୍ରରେ ଅନ୍ତର୍ଭୁକ୍ତ ?
Answer:
ମତ୍ସ୍ୟ ଓ ପଶୁପାଳନ ପ୍ରାଥମିକ କ୍ଷେତ୍ରରେ ଅନ୍ତର୍ଭୁକ୍ତ ।

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

13. ଭାରତର ଜାତୀୟ ଆୟରେ କେଉଁ କ୍ଷେତ୍ରର ଅବଦାନ ସର୍ବାଧ‌ିକ ?
Answer:
ମତ୍ସ୍ୟ

14. ଭାରତର କେଉଁ କ୍ଷେତ୍ରରେ ସର୍ବନିମ୍ନ ଲୋକ କାର୍ଯ୍ୟ କରନ୍ତି ।
Answer:
ଭାରତର ଜାତୀୟ ଆୟରେ ସେବା କ୍ଷେତ୍ରର ଅବଦାନ ସର୍ବାଧ‌ିକ ।

15. ଭାରତର କେଉଁ କ୍ଷେତ୍ରରେ ସର୍ବନିମ୍ନ ଲୋକ କାର୍ଯ୍ୟ କରନ୍ତି ।
Answer:
ଭାରତର ଶିଳ୍ପକ୍ଷେତ୍ରରେ ସର୍ବନିମ୍ନ ଲୋକ କାର୍ଯ୍ୟ କରନ୍ତି ।

16. 2014-15ରେ ଜାତୀୟ ଆୟକୁ କୃଷିକ୍ଷେତ୍ରର ଅବଦାନ ଶତକଡ଼ା କେତେ ଭାଗ ?
Answer:
2014-15ରେ ଜାତୀୟ ଆୟକୁ କୃଷିକ୍ଷେତ୍ରର ଅବଦାନ ଶତକଡ଼ା 17.41

16. 2014-15ରେ ଜାତୀୟ ଆୟକୁ ସେବାକ୍ଷେତ୍ରର ଅବଦାନ ଶତକଡ଼ା 52.9% ।
Answer:
52.9%

17. 2014-15ରେ ଜାତୀୟ ଆୟକୁ ମାଧ୍ୟମିକ କ୍ଷେତ୍ରର ଅବଦାନ ଶତକଡ଼ା କେତେ ଭାଗ ?
Answer:
29.7%

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

18. ଭାରତର ଅର୍ଥନୀତିରେ 2011ରେ ଶତକଡ଼ା କେତେ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି ?
Answer:
ଭାରତର ଅର୍ଥନୀତିରେ 2011ରେ ଶତକଡ଼ା 48.9 ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି ।

19. ଭାରତର ଅର୍ଥନୀତିରେ 2011ରେ ଶତକଡ଼ା କେତେଭାଗ ଲୋକ ମାଧ୍ୟମିକ କ୍ଷେତ୍ର ବା ଶିଳ୍ପ ଉପରେ ନିର୍ଭର କରନ୍ତି ?
Answer:
ଭାରତର ଅର୍ଥନୀତିରେ 2011ରେ ଶତକଡ଼ା 26.8 ଭାଗ ଲୋକ ମାଧ୍ୟମିକ କ୍ଷେତ୍ର ବା ଶିଳ୍ପ ଉପରେ ନିର୍ଭର କରନ୍ତି ।

20. ଭାରତର ଅର୍ଥନୀତିରେ 2001ରେ ଶତକଡ଼ା କେତେଭାଗ ଲୋକ ସେବା କ୍ଷେତ୍ର ଉପରେ ନିର୍ଭର କରନ୍ତି ?
Answer:
ଭାରତର ଅର୍ଥନୀତିରେ 2001ରେ ଶତକଡ଼ା 25.8ଭାଗ ଲୋକ ସେବା କ୍ଷେତ୍ର ଉପରେ ନିର୍ଭର କରନ୍ତି ।

21. ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କ, ବୀମା, ବାଣିଜ୍ୟ, ପରିବହନ ଓ ସଞ୍ଚାର ଆଦିକୁ କେଉଁ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯାଇଥାଏ ?
Answer:
ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କ, ବୀମା, ବାଣିଜ୍ୟ, ପରିବହନ ଓ ସଞ୍ଚାର ଆଦିକୁ ସେବା କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକସ୍ଥଳେ ସଂଶୋଧନ କର ।

1. କ୍ଷୁଦ୍ରାୟତନ ଓ କୁଟୀରଶିଳ୍ପଗୁଡ଼ିକ ହେଉଛି ପୁଞ୍ଜି ସଘନ ।
Answer:
କ୍ଷୁଦ୍ରାୟତନ ଓ କୁଟୀରଶିଳ୍ପଗୁଡ଼ିକ ହେଉଛି ଶ୍ରମ ସଘନ ।

2. ଅର୍ଥନୀତିକ ଅଭିବୃଦ୍ଧିର ପ୍ରଥମ ପର୍ଯ୍ୟାୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ଅନୁପାତ କ୍ରମେ ବୃଦ୍ଧିପାଏ ।
Answer:
ଅର୍ଥନୀତିକ ଅଭିବୃଦ୍ଧିର ପ୍ରଥମ ପର୍ଯ୍ୟାୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ଅନୁପାତ କ୍ରମେ ହ୍ରାସପାଏ ।

3. ଆର୍ଥନୀତିକ ଅଭିବୃଦ୍ଧି ଦୃତତର ହେଲେ ସେବାକ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ଅନୁପାତ
Answer:
ଆର୍ଥନୀତିକ ଅଭିବୃଦ୍ଧି ଦୃତତର ହେଲେ ସେବାକ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ଅନୁପାତ ବୃଦ୍ଧିପାଏ ।

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

4. ଭାରତ ଏକ ଶ୍ରମ ଉଦ୍‌ବୃତ୍ତ ଦେଶ ।
Answer:
ଉକ୍ତିଟି ଠିକ୍ ଅଛି ।

5. ମୁଣ୍ଡପିଛା ଆୟ ଓ କୃଷି କ୍ଷେତ୍ରରେ ନିୟୋଜନ ହାର ମଧ୍ଯରେ ଋଣାତ୍ମକ ସହସମ୍ବନ୍ଧ ପରିଲକ୍ଷିତ ହୋଇଥାଏ ।
Answer:
ଉକ୍ତିଟି ଠିକ୍ ଅଛି ।

6. ଭାରତର ମୋଟ ଘରୋଇ ଉତ୍ପାଦରେ ସେବା କ୍ଷେତ୍ରର ଅଂଶ ହ୍ରାସ ପାଉଛି ।
Answer:
ଭାରତର ମୋଟ ଘରୋଇ ଉତ୍ପାଦରେ ସେବା କ୍ଷେତ୍ରର ଅଂଶ ବୃଦ୍ଧି ପାଉଛି ।

7. ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ସମୟରୁ ଭାରତୀୟ ଯୋଜନାକାରୀମାନେ ଦ୍ରୁତ ଶିଳ୍ପାୟନପାଇଁ ଶ୍ରମ ସଘନ କ୍ଷୁଦ୍ରାୟତନ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ବ ଆରୋପ କରିଆସିଛନ୍ତି
Answer:
ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ସମୟରୁ ଭାରତୀୟ ଯୋଜନାକାରୀମାନେ ଦ୍ରୁତ ଶିଳ୍ପାୟନପାଇଁ ଶ୍ରମ ସଘନ ଭାରୀଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଆରୋପ କରିଆସିଛନ୍ତି ।

8. ମୁଣ୍ଡପିଛା ଆୟ ଓ ସେବାକ୍ଷେତ୍ରରେ ନିୟୋଜନ ହାର ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ପରିଲକ୍ଷିତ ହୋଇଥାଏ
Answer:
ଉକ୍ତିଟି ଠିକ୍ ଅଛି ।

9. ଭାରତର ଜାତୀୟ ଆୟକୁ ଶିଳ୍ପକ୍ଷେତ୍ରର ଅବଦାନ ସର୍ବାଧକ
Answer:
ଭାରତର ଜାତୀୟ ଆୟକୁ ସେବାକ୍ଷେତ୍ରର ଅବଦାନ ସର୍ବାଧ‌ିକ ।

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

10. ଦେଶର ଆର୍ଥିକ ବିକାଶ ସତ୍ତ୍ବେ ବୃତ୍ତିଗତ ଢାଞ୍ଚାରେ ବିଶେଷ ପରିବର୍ତ୍ତନ ଦେଖାଯାଇ ନାହିଁ
Answer:
ଉକ୍ତିଟି ଠିକ୍ ଅଛି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖୂ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ଢାଞ୍ଚାଗତ ପରିବର୍ତ୍ତନ କହିଲେ ତୁମେ କ’ଣ ବୁଝ ?
Answer:
ଆର୍ଥନୀତିକ ଅଭିବୃଦ୍ଧି ପ୍ରକ୍ରିୟାରେ ଦେଶର ଉତ୍ପାଦନ ଢାଞ୍ଚାରେ ଘଟୁଥ‌ିବା ପରିବର୍ତ୍ତନକୁ ଅର୍ଥବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନ ବୋଲି ବର୍ଣ୍ଣନା କରାଯାଇଥାଏ । ଉଦାହରଣସ୍ୱରୂପ ଆର୍ଥନୀତିକ ଅଭିବୃଦ୍ଧି ଘଟି ଏକ ପାରମ୍ପରିକ କୃଷି ଅର୍ଥବ୍ୟବସ୍ଥାରୁ ଶିଳ୍ପ ଅର୍ଥବ୍ୟବସ୍ତାରେ ରୂପାନ୍ତରିତ ହେଲେ ଏହାକୁ ଢାଞ୍ଚାଗତ ପରିବର୍ତ୍ତନ ବୋଲି କୁହାଯାଏ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ମନ୍ଥର ହେଉଥ‌ିବା ବେଳେ ସାମ୍ୟବାଦୀ ବ୍ୟବସ୍ଥାରେ ଏହା ଦ୍ରୁତତର ହୁଏ ବୋଲି ଅର୍ଥଶାସ୍ତ୍ରୀମାନେ ବିଶ୍ୱାସ କରିଥାନ୍ତି ।

2. ବୃତ୍ତିଗତ ଢାଞ୍ଚାର ଅର୍ଥ କ’ଣ ?
Answer:
ବୃତ୍ତିଗତ ଢାଞ୍ଚା କହିଲେ ବିଭିନ୍ନ ଆର୍ଥନୀତିକ କାର୍ଯ୍ୟକଳାପରେ ନିୟୋଜିତ ଶ୍ରମଶକ୍ତିର ଆନୁପାତିକ ବିଭାଜନକୁ ବୁଝାଇଥାଏ । ଅତଏବ ବୃତ୍ତିଗତ ଢାଞ୍ଚାର ଅଧ୍ୟୟନ କଲେ କାର୍ଯ୍ୟକ୍ଷମ ଶ୍ରମଶକ୍ତିର କେତେ ଶତାଂଶ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପରେ ଏବଂ କେତେ ଶତାଂଶ ଶିଳ୍ପ ଓ ସେବା କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି ତାହା ବିଷୟରେ ସ୍ଥୂଳଧାରଣା କରିହୁଏ । ବୃତ୍ତିଗତ ଢାଞ୍ଚାରୁ ମଧ୍ଯ ଅର୍ଥବ୍ୟବସ୍ଥାର ଆର୍ଥନୀତିକ ଅଭିବୃଦ୍ଧିର ସ୍ତର ସମ୍ପର୍କରେ ସୂଚନା ମିଳିଥାଏ ।

3. ଭାରତରେ ବୃତ୍ତିଗତ ଢାଞ୍ଚାରେ ମନ୍ଥର ପରିବର୍ତ୍ତନର ଦୁଇଟି କାରଣ ଉଲ୍ଲେଖ କର ।
Answer:
ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧି ତାହାର ପ୍ରାୟତଃ ସ୍ଥାଣୁବୃତ୍ତିଗତ ଢାଞ୍ଚାର ପ୍ରଧାନ କାରଣ । ତେଣୁ ପ୍ରତିବର୍ଷ ଅଧ୍ଵରୁ ଅଧ‌ିକ ଲୋକ ଶ୍ରମବଜାରରେ ପ୍ରବେଶ କରୁଛନ୍ତି ଏବଂ ଏହି ବଦ୍ଧିଷ୍ଣୁ ଶ୍ରମଶକ୍ତିର ଏକ ବୃହତ୍ତମ ଅଂଶ ଅଣକୁଶଳୀ ହୋଇଥିବାରୁ ସେମାନେ ଶିଳ୍ପ ଓ ସେବା କ୍ଷେତ୍ରରେ ନିୟୋଜନ ପାଇପାରୁନାହାଁନ୍ତି ।

ତେଣୁ ସେମାନେ ଜୀବିକାର୍ଜନପାଇଁ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଦ୍ବିତୀୟତଃ ଯୋଜନା ଯୁଗର ପ୍ରାରମ୍ଭରୁ ଭାରତ ସରକାର ପୁଞ୍ଜିସଘନ ଶିଳ୍ପ ଉପରେ ଗୁରୁତ୍ୱ ଆରୋପକରି ଆସିଅଛନ୍ତି, ଫଳରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁ ନାହିଁ । ତେଣୁ ଦେଶର ବୃତ୍ତିଗତ ଢାଞ୍ଚାରେ ବିଶେଷ ପରିବର୍ତ୍ତନ ହୋଇପାରୁନାହିଁ ।

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

4. ବୃତ୍ତିଗତ ଢାଞ୍ଚାରେ ପରିବର୍ତ୍ତନ ଆଣିବାର ଦୁଇଟି ଉପାୟ ଉଲ୍ଲେଖ କର ।
Answer:
ଦ୍ରୁତ ଜନସଂଖ୍ୟା ବୃଦ୍ଧି ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରଧାନ ସମସ୍ୟା । କାରତର କାର୍ଯ୍ୟକ୍ଷମ ଶ୍ରମିକଙ୍କ ସଂଖ୍ୟା 40 କୋଟିରୁ ଅଧ‌ିକ । ପୁଣି ଏହାର ଦୁଇ-ତୃତୀୟାଂଶ ହେଉଛନ୍ତି ଗ୍ରାମାଞ୍ଚଳର ବାସିନ୍ଦା । ଗ୍ରାମାଞ୍ଚଳର ଏହି ଶ୍ରମିକମାନଙ୍କପାଇଁ କୃଷିକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନିଯୁକ୍ତିର ସୁଯୋଗ ନାହିଁ । ତେଣୁ ଦେଶର ବୃତ୍ତିଗତ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ହେଲେ ଜନସଂଖ୍ୟା ବୃଦ୍ଧି ହାରକୁ ନିୟନ୍ତ୍ରଣ କରିବାକୁ ହେବ । ଦ୍ଵିତୀୟତଃ ଭାରତ ଏକ ଶ୍ରମ ଉଦ୍‌ବୃତ୍ତ ଦେଶ । ଏଭଳି ଅର୍ଥବ୍ୟବସ୍ଥାରେ ଅଣକୃଷି କାର୍ଯ୍ୟକଳାପରେ ଅଧ‌ିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେଲେ ଶ୍ରମ ସଘନ କ୍ଷୁଦ୍ର ଓ କୁଟୀର ଶିଳ୍ପକୁ ଅଗ୍ରାଧ୍ୟାକାର ଦିଆଯିବା ଆବଶ୍ୟକ ।

5. ମହାତ୍ମା ଗାନ୍ଧି କୃଷିର ପରିପୂରକ କେଉଁ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ଵ ଅରୋପ କରିଥିଲେ ?
Answer:
କୃଷିର ପରିପୂରକ କୃଷିଭିତ୍ତିକ କ୍ଷୁଦ୍ର ଓ କୁଟୀର ଶିଳ୍ପ ପ୍ରତିଷ୍ଠା ଉପରେ ମହାତ୍ମା ଗାନ୍ଧୀ ବିଶେଷ ଗୁରୁତ୍ୱ ଆରୋପ କରୁଥିଲେ । କାରଣ ଏଭଳି ଶିଳ୍ପ ପ୍ରତିଷ୍ଠାପାଇଁ କମ୍ ପୁଞ୍ଜି ଆବଶ୍ୟକ ହେଉଥିବାରୁ ଏବଂ ଏହାର ନିୟୋଜନ କ୍ଷମତା ଭାରୀ ଶିଳ୍ପର ସାତଗୁଣ ହୋଇଥିବାରୁ ପୁଞ୍ଜି ଅଭାବଗ୍ରସ୍ତ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏହା ଯୁକ୍ତିଯୁକ୍ତ ମନେହୁଏ । ଏହି ଦୃଷ୍ଟିରୁ କ୍ଷୁଦ୍ର ଓ କୁଟୀର ଶିଳ୍ପ ବିକାଶପାଇଁ ଅଧିକ ଗୁରୁତ୍ଵ ପ୍ରଦାନ କଲେ ଦେଶର ବୃତ୍ତିଗତ ଢାଞ୍ଚା ପରିବର୍ତ୍ତନ କରିବା ସହଜ ହେବ ।

F. ପାଞ୍ଚଟି/ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ବୃତ୍ତିଗତ ଢାଞ୍ଚା ଓ ଆର୍ଥନୀତିକ ବିକାଶ ।
Answer:
ଅର୍ଥନୈତିକ ବିକାଶ ଓ ବୃତ୍ତିଗତ ଢାଞ୍ଚା ମଧ୍ୟରେ ନିବିଡ଼ ସମ୍ପର୍କ ପରିଲକ୍ଷିତ ହୁଏ । ଆର୍ଥନୀତିକ ପ୍ରଗତି ଘଟିଲେ ଲୋକମାନଙ୍କର ବୃତ୍ତିଗତ ଢାଞ୍ଚାରେ ପରିବର୍ତ୍ତନ ହୁଏ । ମୁଣ୍ଡପିଛା ଆୟ ଅଧ୍ଵ ହେଲେ ସେବାକ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ଅନୁପାତ ଅଧିକ ହୁଏ ଏବଂ କୃଷିକ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ଅନୁପାତ କମ୍ ହୁଏ । ଏହାର ଅର୍ଥହେଲା ଏହି ଯେ ମୁଣ୍ଡପିଛା ଆୟ ଓ ସେବାକ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ଅନୁପାତ କମ୍ ହୁଏ ।

ଏହାର ଅର୍ଥହେଲା ଏହି ଯେ ମୁଣ୍ଡପିଛା ଆୟ ଓ ସେବାକ୍ଷେତ୍ରରେ ନିୟୋଜନ ହାର ଉପାଦାନ ଦ୍ଵୟ ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ପରିଦୃଷ୍ଟ ହେଉଥିଲାବେଳେ, ମୁଣ୍ଡପିଛା ଆୟ ଓ କୃଷି କ୍ଷେତ୍ରରେ ନିୟୋଜନ ହାର ମଧ୍ଯରେ ଋଣାତ୍ମକ ସହସମ୍ବନ୍ଧ ପରିଦୃଷ୍ଟ ହୋଇଥାଏ । ତେଣୁ ଆର୍ଥନୀତିକ ଅଭିବୃଦ୍ଧି ହାର ଯେତେ ଅଧ୍ଵ ହୁଏ, ସେବା କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ଅନୁପାତ ମଧ୍ୟ ସେତେ ଅଧିକ ହୁଏ ।

2. ପ୍ରାଥମିକ କ୍ଷେତ୍ର ଓ ମାଧ୍ୟମିକ କ୍ଷେତ୍ର ।
Answer:
ପ୍ରାକୃତିକ ସମ୍ବଳର ଉପଯୋଗ କରି ଯେଉଁ କ୍ଷେତ୍ର ଦ୍ରବ୍ୟ ଓ ସେବା ଉତ୍ପାଦନ କରିଥାଏ ତାହାକୁ ପ୍ରାଥମିକ କ୍ଷେତ୍ରର ମାନ୍ୟତା ଦିଆଯାଇଥାଏ । କୃଷି, ପଶୁପାଳନ, ଜଙ୍ଗଲ ଓ ମତ୍ସ୍ୟଚାଷ ଆଦି ଏହି କ୍ଷେତ୍ରରେ ଅନ୍ତର୍ଭୁକ୍ତ ହୋଇଥାଏ ।
ମାଧ୍ୟମିକ କ୍ଷେତ୍ରକୁ ଔଦ୍ୟୋଗିକ କ୍ଷେତ୍ରବୋଲି ମଧ୍ୟ କୁହାଯାଏ । ଏହି କ୍ଷେତ୍ରର ଉଦ୍ୟୋଗମାନରେ କଞ୍ଚାମାଲଗୁଡ଼ିକ ଉପଭୋଗ୍ୟ ଦ୍ରବ୍ୟରେ ରୂପାନ୍ତରିତ ହୋଇଥାନ୍ତି । ଶିଳ୍ପ ଉତ୍ପାଦନ, ନିର୍ମାଣ, ଖଣିଜ ଉତ୍ତୋଳନ ଗ୍ୟାସ, ବିଦ୍ୟୁତ୍ ଓ ଜଳଯୋଗାଣ ଆଦି ଆର୍ଥନୀତିକ କାର୍ଯ୍ୟକଳାପ ଏହି କ୍ଷେତ୍ରରେ ଅନ୍ତର୍ଭୁକ୍ତ ହୋଇଥାନ୍ତି । ଉନ୍ନତ ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ମାଧ୍ୟମିକ କ୍ଷେତ୍ରର ପ୍ରାଧାନ୍ୟ ଦୃଷ୍ଟିଗୋଚର ହୋଇଥାଏ ।

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ

3. ମାଧ୍ୟମିକ କ୍ଷେତ୍ର ଓ ସେବା କ୍ଷେତ୍ର ।
Answer:
ଶିଳ୍ପ, ନିର୍ମାଣ, ବିଜୁଳିଶକ୍ତି, ଜଳଯୋଗାଣ ଇତ୍ୟାଦି ଅର୍ଥନୈତିକ ଓ ଉତ୍ପାଦନଶୀଳ କାର୍ଯ୍ୟକଳାପକୁ ମାଧ୍ୟମିକ କ୍ଷେତ୍ର ହିସାବରେ ଗଣାଯାଏ । ଏ କ୍ଷେତ୍ରକୁ ଔଦ୍ୟୋଗିକ କ୍ଷେତ୍ର ମଧ୍ୟ କୁହାଯାଏ । ବିକଶିତ ତଥା ଉନ୍ନତ ପାଶ୍ଚାତ୍ୟ ଦେଶମାନଙ୍କରେ ଏହି କ୍ଷେତ୍ର ବିଶେଷ ପ୍ରାଧାନ୍ୟ ବିସ୍ତାର କରିଥାଏ ।

ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କ୍, ବୀମା, ବାଣିଜ୍ୟ, ପରିବହନ, ଗୃହନିର୍ମାଣ ଓ ସଞ୍ଚାର ଆଦି ସେବାକୁ ଏହି କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯାଇଥାଏ । ପ୍ରାଥମିକ ଏବଂ ମାଧ୍ଯମିକ କ୍ଷେତ୍ରରେ ଭୌତିକ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ହେବାର ଦେଖାଯାଏ, କିନ୍ତୁ ସେବା କ୍ଷେତ୍ରରେ କେବଳ ଅର୍ଥନୈତିକ ସେବାର ଅଭିବୃଦ୍ଧି ଲକ୍ଷ୍ୟ କରାଯାଏ । ଅର୍ଥନୀତିର ବିକାଶ ପ୍ରକ୍ରିୟା ଯେତେ ତ୍ଵରାନ୍ଵିତି ହେବ, ସେବା କ୍ଷେତ୍ରରେ ଅବଦାନ ସେତେ ଅଧ୍ବକ ହେବ ।

4. ଅର୍ଥନୈତିକ ଢାଞ୍ଚା ଓ ବୃତ୍ତିଗତ ଢାଞ୍ଚା ।
Answer:
ଦେଶର ଅର୍ଥନୀତିକୁ କେତେକ ଆୟ ଉତ୍ପାଦନକାରୀ କ୍ଷେତ୍ରରେ ବିଭକ୍ତ କରାଯାଇଥାଏ । ଏହି ବିଭକ୍ତିକରଣକୁ ଅର୍ଥନୈତିକ ଢାଞ୍ଚା କୁହାଯାଏ । ପ୍ରତ୍ୟେକ ଉତ୍ପାଦନକାରୀ କ୍ଷେତ୍ରର ଦାନକୁ ନେଇ ମୋଟ ଜାତୀୟ ଆୟ ଗଠିତ ।
ବୃତ୍ତିଗତ ଢାଞ୍ଚା ମୋଟ ଶ୍ରମଶକ୍ତିର ନିଯୁକ୍ତିର ପ୍ରଣାଳୀକୁ ବୁଝାଇଥାଏ । ଅର୍ଥାତ୍ ଦେଶର ମୋଟ ଶ୍ରମଶକ୍ତି ହେଉଛି ବିଭିନ୍ନ ଉତ୍ପାଦନକାରୀ କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକରୁଥିବା ଶ୍ରମିକ ତଥା କାର୍ଯ୍ୟକରିବାକୁ ଇଚ୍ଛୁକ ମାତ୍ର ବେକାର ଥିବା ଶ୍ରମଶକ୍ତିର ସମଷ୍ଟି । ବୃତ୍ତିଗତ ଢାଞ୍ଚାର ଅଧ୍ୟୟନ ମଧ୍ଯ ଅର୍ଥବ୍ୟବସ୍ଥାର ଆର୍ଥନୀତିକ ଅଭିବୃଦ୍ଧିର ସ୍ତର ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଢାଞ୍ଚାଗତ ପରିବର୍ତ୍ତନ କହିଲେ କ’ଣ ବୁଝାଯାଏ ? ଅର୍ଥନୈତିକ ଉନ୍ନୟନ ସମୟରେ କି ପ୍ରକାର ଢାଞ୍ଚାଗତ ପରିବର୍ତ୍ତନ ଘଟିଥାଏ ।
Answer:
ଅର୍ଥନୈତିକ ପ୍ରଗତି ପାଇଁ ଢାଞ୍ଚାଗତ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ଅର୍ଥନୀତିରେ ଦୀର୍ଘଦିନ ଧରି ପ୍ରଚଳିତ ହୋଇ ଆସୁଥ‌ିବା ପୁରାତନ ଢାଞ୍ଚା ବଦଳାଇ ନୂତନ ଢାଞ୍ଚା ପ୍ରବର୍ତ୍ତନ ହେଲେ ଅର୍ଥନୈତିକ ପ୍ରଗତି ତ୍ବରାନ୍ବିତ ହୋଇଥାଏ । ଅର୍ଥନୈତିକ ଉନ୍ନୟନ କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । କୃଷିରୁ ଶିଳ୍ପ, ଶିଳ୍ପରୁ ସେବାକ୍ଷେତ୍ରକୁ ପ୍ରାଧାନ୍ୟ ବଢ଼ିଚାଲିଥ‌ିବା ପ୍ରକ୍ରିୟାରେ ଆୟ ଓ ଉପଭୋଗ ମାନ ବୃଦ୍ଧି ସଂଘଟିତ ହୋଇଥାଏ ।

ଢାଞ୍ଚାଗତ ପରିବର୍ତ୍ତନର ଅର୍ଥ :
ଯୁଗ ଯୁଗ ଧରି ପ୍ରଚଳିତ ହୋଇ ଆସୁଥିବା ରକ୍ଷଣଶୀଳ ସାମାଜିକ ଅର୍ଥନୈତିକ ଧାରାର ପରିବର୍ତ୍ତନକୁ ଢାଞ୍ଚାଗତ ପରିବର୍ତ୍ତନ କୁହାଯାଏ । ଢାଞ୍ଚାଗତ ପରିବର୍ତ୍ତନଦ୍ୱାରା ଏକ ନୂତନ ଚିନ୍ତାଧାରା ସୃଷ୍ଟି ହୁଏ । ତେଣୁ ପୁରାତନ ପଦ୍ଧତି ପରିବର୍ତ୍ତେ ନୂତନ ପଦ୍ଧତିର ପ୍ରବର୍ତ୍ତନକୁ ଢାଞ୍ଚାଗତ ପରିବର୍ତ୍ତନର ଆଖ୍ୟା ଦିଆଯାଇଥାଏ । ଏହି ଢାଞ୍ଚାଗତ ପରିବର୍ତ୍ତନ ପ୍ରକ୍ରିୟାରେ କୃଷିଠାରୁ ଅଣକୃଷି କ୍ଷେତ୍ରକୁ ଗତି ଏବଂ ଶିଳ୍ପକ୍ଷେତ୍ରରୁ ସେବାକ୍ଷେତ୍ରକୁ ଗତି ଘଟେ । ଏହି ପ୍ରକ୍ରିୟାରେ କ୍ଷୁଦ୍ର ଉତ୍ପାଦନ ଏକକ ଓ ପାରିବାରିକ ବ୍ଯକ୍ତିକ ସଂଗଠନକୁ ପରିହାର କରି ବୃହତ୍ତର ଜାତୀୟ ଓ ଆନ୍ତର୍ଜାତୀୟ ଶିଳ୍ପ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ାଯାଏ । ଶେଷରେ ଶିଳ୍ପାନୁଷ୍ଠାନର କ୍ଷେତ୍ର ବୃତ୍ତର ସାମାଜିକ ସ୍ଥିତି ଏବଂ ଶ୍ରମଶକ୍ତି ଗ୍ରାମାଞ୍ଚଳରୁ ସହାରାଞ୍ଚଳ ଓ ଅଣକୃଷି କ୍ଷେତ୍ରକୁ ଗତି କରିଥାଏ ।

CHSE Odisha Class 11 Economics Solutions Chapter 2 ଭାରତୀୟ ଅର୍ଥନୀତିର ଢାଞ୍ଚାଗତ ପରିବର୍ତ୍ତନ
ଢାଞ୍ଚାଗତ ପରିବର୍ତ୍ତନର ଲକ୍ଷଣ :
ନିମ୍ନୋକ୍ତ ବିଷୟଗୁଡ଼ିକ ସଂରଚନାତ୍ମକ ପରିବର୍ତ୍ତନର ଅଂଶବିଶେଷ ।
(i) ସଙ୍ଗତ ବିଚାରଧାରା, ଆଚରଣ, ବଣ୍ଟନ ଓ ଉପଭୋଗ – ସଙ୍ଗତ ଚିନ୍ତାଧାରା ପରିବର୍ତ୍ତନର ଏକ ବିଶେଷ ଅଂଶ । ପୁରାତନ ରକ୍ଷଣଶୀଳ ଚିନ୍ତାଧାରା ବା ମନୋଭାବର ପରିବର୍ତ୍ତନ ହୋଇ ଆଧୁନିକ ଚିନ୍ତାଧାରା ଓ ପଦ୍ଧତି ଅବଲମ୍ବନ ଢାଞ୍ଚାଗତ ପରିବର୍ତ୍ତନର ଅଙ୍ଗବିଶେଷ ଓ ସହାୟକ । ସେହିପରି ପୁରାତନ ଉତ୍ପାଦନ ପଦ୍ଧତିର ପରିବର୍ତ୍ତନ କରାଯାଇ ନୂତନ ଆଧୁନିକ ଉତ୍ପାଦନ ପଦ୍ଧତିର ପ୍ରଚଳନ ଢାଞ୍ଚାଗତ ପରିବର୍ତ୍ତନର ଅଂଶବିଶେଷ ହୋଇଥାଏ । ଏହି ପରିବର୍ତ୍ତନଦ୍ୱାରା ଉତ୍ପାଦନ ବୃଦ୍ଧି ପାଇଥାଏ । ସେହିପରି ବଣ୍ଟନ ଓ ଉପଭୋଗ କ୍ଷେତ୍ରରେ ଆଧୁନିକ ଚିନ୍ତାଧାରାର ପ୍ରବର୍ତ୍ତନ ଢାଞ୍ଚାଗତ ପରିବର୍ତ୍ତନର ଅନ୍ୟ ଏକ ଲକ୍ଷଣ ହୋଇଥାଏ ।

(ii) ଯୋଜନା – ନୂତନ ଯୋଜନା ପ୍ରବର୍ତ୍ତନଦ୍ୱାରା ସଂରଚନାତ୍ମକ ପରିବର୍ତ୍ତନ ଘଟିଥାଏ । ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଏହା ଏକାନ୍ତ ଆବଶ୍ୟକ । ବିଭିନ୍ନ କ୍ଷେତ୍ର ମଧ୍ୟରେ ସମନ୍ଵୟ ରକ୍ଷା କରିପାରୁଥିବା ଯୋଜନା କାର୍ଯ୍ୟକାରୀ କରାଗଲେ ଢାଞ୍ଚାଗତ ପରିବର୍ତ୍ତନ ସଂଘଟିତ ହେବା ସଙ୍ଗେସଙ୍ଗେ ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥାଏ ।

(iii) ସାମାଜିକ ଓ ଅର୍ଥନୈତିକ ସମତା – ଢାଞ୍ଚାଗତ ପରିବର୍ତ୍ତନରେ ସାମାଜିକ, ଅର୍ଥନୈତିକ ଅନୁଷ୍ଠାନମାନଙ୍କର ପରିବର୍ତ୍ତନ ଘଟିଥାଏ । ରକ୍ଷଣଶୀଳ ଅନୁଷ୍ଠାନ ପରିବର୍ତ୍ତେ ନୂତନ ଦକ୍ଷ ଅନୁଷ୍ଠାନ ସୃଷ୍ଟି ନ ହେଲେ ଢାଞ୍ଚାଗତ ପରିବର୍ତ୍ତନ ସମ୍ଭବ ହୁଏ ନାହିଁ । ଶ୍ରମ ସଙ୍ଗଠନ ମାଧ୍ୟମରେ ଶ୍ରମିକର ଗତିଶୀଳତା ଓ ଦକ୍ଷତା ବୃଦ୍ଧି, ଭୂସଂସ୍କାର ମାଧ୍ୟମରେ କୃଷିକ୍ଷେତ୍ରରେ ଉତ୍ପାଦନ ବୃଦ୍ଧି, ଜନସାଧାରଣଙ୍କର ମନୋବୃତ୍ତିର ପରିବର୍ତ୍ତନ ସେମାନଙ୍କୁ କର୍ମତତ୍ପର, ଶୃଙ୍ଖଳ, ସମୟାନୁବର୍ତ୍ତୀ କରିପାରିଲେ ପରିବର୍ଭନ ସୁଗମ ହୁଏ ।

Prof. Simon Kuanets ଢାଞ୍ଚାଗତ ପରିବର୍ତ୍ତନରେ ନିମ୍ନଲିଖ ବିଷୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି ।

  • ମୁଣ୍ଡପିଛା ଉତ୍ପାଦର ଉଚ୍ଚହାରରେ ବୃଦ୍ଧି
  • ଉତ୍ପାଦନ ଉପାଦାନର ଉଚ୍ଚହାରରେ ଉତ୍ପାଦିକା ଶକ୍ତି ବୃଦ୍ଧି
  • ପ୍ରବିଧ୍ଵଜ୍ଞାନର ଉଲ୍ଲେଖନୀୟ ପରିବର୍ତ୍ତନ
  • ଉଲ୍ଲେଖନୀୟ ସାମାଜିକ ଓ ଆଦର୍ଶଗତ ପରିବର୍ତ୍ତନ
  • ସମୃଦ୍ଧ ଦେଶମାନଙ୍କର ଅନ୍ୟ ଦେଶରେ ବାଣିଜ୍ୟ କରିବା ପ୍ରବୃତ୍ତି ।

ଅର୍ଥନୈତିକ ଉନ୍ନୟନ ନିମନ୍ତେ ଢାଞ୍ଚାଗତ ପରିବର୍ତ୍ତନ ବିଶେଷ ସହାୟକ ହୋଇଥାଏ । ନିମ୍ନଲିଖୂତ ଢାଞ୍ଚାଗତ ପରିବର୍ତ୍ତନଗୁଡ଼ିକ ଅର୍ଥନୈତିକ ପ୍ରକ୍ରିୟାରେ ଉପଲବ୍‌ଧ ହୋଇଥାଏ ।
(i) ଅର୍ଥନୈତିକ କାର୍ଯ୍ୟାବଳୀର ପରିବର୍ତ୍ତନ– ଅନୁନ୍ନତ ଅର୍ଥନୀତିରେ ବହୁ ପ୍ରାଚୀନ କୃଷିଭିତ୍ତିକ ଅର୍ଥନୀତି ପ୍ରଚଳିତ । ଢାଞ୍ଚାଗତ ପରିବର୍ତ୍ତନରେ କୃଷିଭିତ୍ତିକ ଅର୍ଥନୀତିକୁ ବଦଳାଇ ଅଣକୃଷିଭିଭିକ କ୍ଷେତ୍ରକୁ ବିସ୍ତାର କରାଗଲେ ଅର୍ଥନୈତିକ ଉନ୍ନୟନ ଘଟିଥାଏ । ଦ୍ଵିତୀୟତଃ ପ୍ରଚଳିତ କୃଷି ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏଥ‌ିପାଇଁ ଭୂସଂସ୍କାରର ଆବଶ୍ୟକତା ରହିଛି । କୃଷିକ୍ଷେତ୍ରରେ ମଧ୍ୟ ଆନୁଷ୍ଠାନିକ ପରିବର୍ତ୍ତନଦ୍ୱାରା ଅର୍ଥନୈତିକ ଉନ୍ନୟନ ଘଟିଥାଏ ।

(ii) ବିଭିନ୍ନ କ୍ଷେତ୍ର ମଧ୍ୟରେ ଶ୍ରମ ଆବଣ୍ଟନର ପରିବର୍ତ୍ତନ – ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ଲୋକଙ୍କର ଆନୁପାତିକ ପରିବର୍ତ୍ତନ କରାଯାଇ ଅର୍ଥନୈତିକ ଉନ୍ନୟନକୁ ତ୍ବରାନ୍ବିତ କରାଯାଇଥାଏ । କୃଷିକ୍ଷେତ୍ରରେ କାର୍ଯ୍ୟକରୁଥିବା ଲୋକସଂଖ୍ୟା ହ୍ରାସ କରାଯାଇ ଅଣକୃଷି କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ଦିଆଯାଏ । ସେହିପରି ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ସ୍ଥିର ରହିଥାଏ ଯାହାର ପରିବର୍ତ୍ତନର ଆବଶ୍ୟକତା ରହିଛି ।

(iii) ଜାତୀୟ ଆୟର ବିଭିନ୍ନ କ୍ଷେତ୍ରର ଅବଦାନର ପରିବର୍ତ୍ତନ – ଢାଞ୍ଚାଗତ ପରିବର୍ତ୍ତନ ସଂଘଟିତ ହେଲେ ଜାତୀୟ ଆୟରେ କୃଷିର ଅବଦାନ ହ୍ରାସ ପାଏ । ଶିଳ୍ପ ଓ ସେବା କ୍ଷେତ୍ରରେ ଅବଦାନ ବୃଦ୍ଧି ପାଏ ।
ଅନୁନ୍ନତ ଅର୍ଥନୀତି ସାଧାରଣତଃ କୃଷିଭିତ୍ତିକ ଅର୍ଥନୀତି ଅଟେ । ଏହି ପ୍ରକାର ଅର୍ଥନୀତିରେ କୃଷିର ଅବଦାନ ଜାତୀୟ ଆୟରେ ସର୍ବାଧ‌ିକ ହୋଇଥାଏ । ଶିଳ୍ପ ଓ ସେବା କ୍ଷେତ୍ରରେ ଅବଦାନ ଖୁବ୍ ସ୍ୱଳ୍ପ । ତେଣୁ ଆର୍ଥନୀତିକ ଉନ୍ନୟନ ନିମନ୍ତେ ଢାଞ୍ଚାଗତ ପରିବର୍ତ୍ତନ ମାଧ୍ୟମରେ କୃଷିର ଅବଦାନ ହ୍ରାସ ପାଇଥାଏ ଓ ଶିଳ୍ପ ଏବଂ ସେବାକ୍ଷେତ୍ରରେ ଅବଦାନ ବୃଦ୍ଧି ପାଇଥାଏ ।

(iv) ଜନସଂଖ୍ୟା ଆବଣ୍ଟନରେ ପରିବର୍ତ୍ତନ– ଅନଗ୍ରସର ଅର୍ଥନୀତିରେ ଅଧୂକ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ଢାଞ୍ଚାଗତ ପରିବର୍ତ୍ତନରେ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଲୋକ ସ୍ଥାନାନ୍ତର ହୋଇଥା’ନ୍ତି ।

(v) ଆୟର ବଣ୍ଟନରେ ପରିବର୍ତ୍ତନ– ସଂରଚନାତ୍ମକ ବା ଢାଞ୍ଚାଗତ ପରିବର୍ତ୍ତନରେ ଆୟବୈଷମ୍ୟ ବୃଦ୍ଧି ପାଇଥାଏ । ଧନୀ ଦରିଦ୍ର ମଧ୍ୟରେ ପ୍ରଭେଦ ବୃଦ୍ଧି ପାଇଥାଏ ।

(vi) ସାମାଜିକ ସଂରଚନାରେ ପରିବର୍ତ୍ତନ – ଅର୍ଥନୈତିକ ଢାଞ୍ଚା ବଦଳିବା ସଙ୍ଗେ ସଙ୍ଗେ ସାମାଜିକ ଅନୁଷ୍ଠାନ, ଲୋକଙ୍କ ମନୋବୃତ୍ତି, କାର୍ଯ୍ୟାବଳୀ, ଉପଭୋଗ ଢାଞ୍ଚା, ସଂଚୟ ଓ ପୁଞ୍ଜିନିବେଶ ଧାରା ବଦଳିଯାଏ ।

(vii) ବୈଦେଶିକ ବାଣିଜ୍ୟର ପରିବର୍ତ୍ତନ ଅତୀତର ଅର୍ଥନୀତିକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ବହିର୍ବାଣିଜ୍ୟ କ୍ଷେତ୍ରରେ କୃଷିଜାତ ଦ୍ରବ୍ୟର ପ୍ରାଧାନ୍ୟ ରହିଥିଲା । ଅନଗ୍ରସର ରାଷ୍ଟ୍ରରେ ବୈଦେଶିକ ବାଣିଜ୍ୟ କେବଳ କୃଷିଜାତ ଦ୍ରବ୍ୟ ମଧ୍ଯରେ ସୀମିତ ଥିଲା । ଢାଞ୍ଚାଗତ ପରିବର୍ତ୍ତନ ମାଧ୍ୟମରେ ଅଣକୃଷିଜାତ ଦ୍ରବ୍ୟର ପ୍ରାଧାନ୍ୟ ବୃଦ୍ଧିପାଏ ଓ ଶିଳ୍ପାନ୍ନତ ଦେଶମାନଙ୍କ ସହ ଅଧୁକ ବାଣିଜ୍ୟ ହୋଇଥାଏ ।
ଢାଞ୍ଚାଗତ ପରିବର୍ତ୍ତନ ଅର୍ଥନୈତିକ ଉନ୍ନୟନରେ ବିଶେଷ ସହାୟକ ହୋଇଥାଏ ।

ଢାଞ୍ଚାଗତ ପରିବର୍ତ୍ତନଦ୍ୱାରା କୃଷିର ପ୍ରାଧାନ୍ୟ ହ୍ରାସ ପାଏ ଓ ଜାତୀୟ ଆୟରେ କୃଷିର ଅବାଦନ ମଧ୍ୟ ହ୍ରାସ ପାଇଥାଏ । ପରିବର୍ତ୍ତିତ ପରିସ୍ଥିତିରେ ଶିଳ୍ପ ଓ ସେବାର ଅବଦାନ ଜାତୀୟ ଆୟରେ କ୍ରମଶଃ ବୃଦ୍ଧି ପାଇଥାଏ । ଅର୍ଥନୈତିକ ପ୍ରଗତି ଘଟିଲେ ସେବାକ୍ଷେତ୍ରରେ ଆୟର ଅନୁପାତ ସର୍ବାଧ୍ଵ ହୁଏ ଏବଂ ଶିଳ୍ପକ୍ଷେତ୍ର ଦ୍ବିତୀୟ ସ୍ଥାନରେ ରହିଥାଏ । ସର୍ବଶେଷ ସ୍ଥାନ କୃଷିକ୍ଷେତ୍ର ଅଧ୍ୟାର କରିଥାଏ ।

Leave a Comment