CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

Odisha State Board CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ Questions and Answers.

CHSE Odisha 11th Class Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଦର ସୂଚକାଙ୍କ ପ୍ରଦାନ କରୁଥିବା ସୂଚନାଟି କ’ଣ ?
(i) ମୂଲ୍ୟ ପରିବର୍ତ୍ତନ
(ii) ଚାହିଦା ପରିବର୍ତ୍ତନ
(iii) ସମୟ ପରିବର୍ତ୍ତନ
(iv) ଉପରୋକ୍ତ ସମସ୍ତ
Answer:
(i) ମୂଲ୍ୟ ପରିବର୍ତ୍ତନ

2. ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମୟ ଶ୍ରେଣୀର ଉପାଦାନ ନୁହେଁ ?
(i) ଋତୁଗତ ପରିବର୍ତ୍ତନ
(ii) ଚକ୍ରୀୟ ପରିବର୍ତ୍ତନ
(iii) ଦୀର୍ଘକାଳୀନ ପ୍ରବଣତା
(iv) ମୂଲ୍ୟ ପରିବର୍ତ୍ତନ
Answer:
(iv) ମୂଲ୍ୟ ପରିବର୍ତ୍ତନ

3. କେଉଁ ଉପାୟଟି ସମୟ ଶ୍ରେଣୀର ଦୀର୍ଘକାଳୀନ ପ୍ରବଣତା ମାପ କରିବାରେ ସାହାଯ୍ୟ କରେ ?
(i) ରେଖାଚିତ୍ର
(ii) ବର୍ଗୀୟ
(iii) ଉଭୟ (i) ଓ (ii)
(iv) କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)

4. କେଉଁ ସୂଚକାଙ୍କ ଖାଉଟି ଦ୍ରବ୍ୟର ମୂଲ୍ୟର ପରିବର୍ତ୍ତନକୁ ବୁଝାଏ ?
(i) ଫିସରଙ୍କ ସୂଚକାଙ୍କ
(ii) ପରିମାଣ ସୂଚକାଙ୍କ
(iii) ଖାଉଟି ମୂଲ୍ୟ ସୂଚକାଙ୍କ
(iv) ପାଇକାରୀ ମୂଲ୍ୟ ସୂଚକାଙ୍କ
Answer:
(iii) ଖାଉଟି ମୂଲ୍ୟ ସୂଚକାଙ୍କ

5. ଭାରତରେ ଶିଳ୍ପ ଉତ୍ପାଦନ ତଥ୍ୟ କେଉଁ ସମୟ ଶ୍ରେଣୀର ଉପାଂଶ ଅଟେ ?
(i) ଅନୀୟମିତ
(ii) ଦୀର୍ଘକାଳୀନ
(iii) ଋତୁକାଳୀନ
(iv) ଚକ୍ରୀୟ
Answer:
(ii) ଦୀର୍ଘକାଳୀନ

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

6. ବ୍ୟବସାୟରେ ଲାଭ ଓ କ୍ଷତି କେଉଁ ସମୟ ଶ୍ରେଣୀ ପରିବର୍ତ୍ତନ ଯୋଗୁ ଘଟେ ?
(i) ଅନୀୟମିତ ପରିବର୍ତ୍ତନ
(ii) ଦୀର୍ଘକାଳୀନ ପ୍ରବୃତ୍ତି
(iii) ଋତୁକାଳୀନ ପରିବର୍ତ୍ତନ
(iv) ଚକ୍ରୀୟ ପରିବର୍ତ୍ତନ
Answer:
(iv) ଚକ୍ରୀୟ ପରିବର୍ତ୍ତନ

7. ଦତ୍ତ ସୂଚକାଙ୍କ କେଉଁଥରେ ସହାୟତା କରିଥାଏ ?
(i) ପୂର୍ବାନୁମାନ
(ii) ଦୀର୍ଘକାଳୀନ ପ୍ରବୃତ୍ତିର କଳନା
(iii) ନୀତି ନିର୍ଦ୍ଧାରଣ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

8. ଚଳିତ ବର୍ଷର ଦାମ୍ ସ୍ତର ନିର୍ଣ୍ଣୟ କରିବା ସମୟରେ ଯେଉଁ ବର୍ଷର ଦର ସ୍ତର ଆଧାରରେ ବ୍ୟବହାର କରାଯାଏ, ତାହାକୁ କ’ଣ କୁହନ୍ତି ?
(i) ଅଧିବର୍ଷ
(ii) ଆର୍ଥିକ ବର୍ଷ
(iii) ଗଣନା ବର୍ଷ
(iv) ଆଧାର ବର୍ଷ
Answer:
(iv) ଆଧାର ବର୍ଷ

9. କେଉଁସବୁ ଉପାଦାନ ସମୟ ଶ୍ରେଣୀର ଅନ୍ତର୍ଭୁକ୍ତ ?
(i) ଋତୁଗତ ପରିବର୍ତ୍ତନ
(ii) ଚକ୍ରୀୟ ପରିବର୍ତ୍ତନ
(iii) ଦୀର୍ଘକାଳୀନ ପ୍ରବଣତା
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

10. ଦର ସୂଚକାଙ୍କ ନିର୍ଣ୍ଣୟବେଳେ କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ?
(i) ଆଧାର ବର୍ଷ ସ୍ଥିର କରିବା
(ii) ପ୍ରତିନିଧୂମୂଳକ ଦ୍ରବ୍ୟ ବାଛିବା
(iii) ଦ୍ରବ୍ୟଗୁଡ଼ିକର ଗୁରୁତ୍ଵ ନିର୍ଣ୍ଣୟ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

B. ଶୂନ୍ୟସ୍ଥାନ ପୂରଣ କର ।

1. ଅନେକ ଚଳ ମଧ୍ୟରେ ପରିବର୍ତ୍ତନର ପରିମାପକୁ ______________________ କୁହାଯାଏ ।
Answer:
ସୂଚକାଙ୍କ

2. ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ __________________ ସୂଚକାଙ୍କଦ୍ୱାରା ଗଣନା କରାଯାଏ ।
Answer:
ଖାଉଟି ମୂଲ୍ୟ

3. ବାଣିଜ୍ୟର ପରିବର୍ତ୍ତନ ଓ ବିଭିନ୍ନ ଦେଶ ମଧ୍ୟରେ ଅର୍ଥର ବିନିମୟ ______________ ସୂଚକାଙ୍କଦ୍ୱାରା ମପାଯାଇଥାଏ ।
Answer:
ମୂଲ୍ୟ ସୂଚକାଙ୍କ

4. ଭିନ୍ନ ଭିନ୍ନ ସମୟରେ ଲବ୍‌ଧାଙ୍କମାନଙ୍କର ଏକ ସେଟ୍‌କୁ _________________________ କୁହାଯାଏ ।
Answer:
ସମୟ ଶ୍ରେଣୀ

5. ସମୟ ଶ୍ରେଣୀରେ ______________________ ସବୁଠାରୁ ମୂଖ୍ୟ ଉପାଦାନ ଅଟେ ।
Answer:
ସମୟ

6. ସମୟ ଶ୍ରେଣୀର ତଥ୍ୟ ଯଦି ବ୍ୟବସାୟର ଅଭିବୃଦ୍ଧି ଓ କ୍ଷତି ଅନୁସାରେ ପରିବର୍ତ୍ତନ ହୁଏ ତାହାକୁ _____________________ କୁହାଯାଏ ।
Answer:
ଚକ୍ରୀୟ ପରିବର୍ତ୍ତନ

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

7. ସମୟ ଶ୍ରେଣୀର ମାପ ମାସ ଅନୁସାରେ ପରିବର୍ତ୍ତନ ହେଲେ ତାହାକୁ ______________ କୁହାଯାଏ ।
Answer:
ଋତୁକାଳୀନ ପରିବର୍ତ୍ତନ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ସୂଚକାଙ୍କ କହିଲେ କ’ଣ ବୁଝ ?
Answer:
ଗୋଟିଏ ଚଳ କିମ୍ବା ଅନେକ ଚଳ ମଧ୍ଯରେ ପରିବର୍ତ୍ତନର ପରିମାପକୁ ସୂଚକାଙ୍କ କୁହାଯାଏ ।

2. ଆଧାରବର୍ଷ କାହାକୁ କୁହାଯାଏ ?
Answer:
ଯେଉଁ ବର୍ଷର ହାରାହାରି ଦାମ୍ ସହିତ ଚଳିତ ବର୍ଷର ହାରାହାରି ଦାମ୍ ତୁଳନା କରାଯାଏ, ତାହାକୁ କୁହାଯାଏ ।

3. ସମୟ ଶ୍ରେଣୀର ବିଭିନ୍ନ ଉପାଦାନଗୁଡ଼ିକ କ’ଣ ?
Answer:
ଦୀର୍ଘକାଳୀନ ପ୍ରବଣତା, ଋତୁଗତ ପରିବର୍ତ୍ତନ, ଚକ୍ରୀୟ ବିଚଳନ ଓ ଅନିୟମିତ ବିଚରଣ ଆଦି ସମୟଶ୍ରେଣୀର ବିଭିନ୍ନ ଉପାଦାନ ।

4. ସମୟ ଶ୍ରେଣୀରେ ଅନୀୟମିତ ପରିବର୍ତ୍ତନର ଏକ ଉଦାହରଣ ଦିଅ ।
Answer:
ଯୁଦ୍ଧ, ବାତ୍ୟା, ବନ୍ୟା, ମରୁଡ଼ି ଇତ୍ୟାଦି ସମୟ ଶ୍ରେଣୀର ଅନୀୟମିତ ପରିବର୍ତ୍ତନର ଉଦାହରଣ ଅଟେ ।

5. ସମୟ ଶ୍ରେଣୀର ଦୀର୍ଘକାଳୀନ ପ୍ରବଣତା ମାପିବା ପାଇଁ ମୁଖ୍ୟତଃ କେତୋଟି ପଦ୍ଧତି ବ୍ୟବହାର ହୁଏ ?
Answer:
ମୁଖ୍ୟତଃ ଦୁଇଟି ପଦ୍ଧତି ବ୍ୟବହାର କରାଯାଏ; ଯଥା – (1) ରୈ ପଦ୍ଧତି, (2) ଗାଣିତିକ ପଦ୍ଧତି ।

D ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ସୂଚକାଙ୍କ ଭବିଷ୍ୟତର କଥନ ପାଇଁ କିପରି ସାହାଯ୍ୟ କରେ ?
Answer:
କୌଣସି ବ୍ୟବସାୟ କିମ୍ବା ବାଣିଜ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଅବସ୍ଥାର ଆକଳନ କରିବାରେ ପରିସଂଖ୍ୟାନ ପଦ୍ଧତି ହେଲା ସୂଚକାଙ୍କ ।

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

2. କହିଲେ କ’ଣ ବୁଝ ?
Answer:
ସୂଚକାଙ୍କ କହିଲେ ପରିସଂଖ୍ୟାନରେ ବ୍ୟବହୃତ ଏକ କୌଶଳ ଯାହା ଏକାଧିକ ଚଳମାନଙ୍କ ମଧ୍ୟରେ ଥ‌ିବା ପରିବର୍ତ୍ତନର ପରିମାପକୁ ବୁଝାଏ । ଏହି ପଦ୍ଧତିଦ୍ୱାରା ଦୁଇଟି ସମୟ ମଧ୍ୟରେ ଦାମ୍‌ର ପରିବର୍ତ୍ତନକୁ ମାପିହୁଏ ।

3. ସୂଚକାଙ୍କର ଗୁରୁତ୍ଵ ଲେଖ ।
Answer:

  • ଟଙ୍କାର ମୂଲ୍ୟ ହ୍ରାସ ଓ ବୃଦ୍ଧି ଇତ୍ୟାଦି ପରିବର୍ତ୍ତନର ପରିମାପକ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦ୍ଧତି । ଏହା ମନୁଷ୍ୟର ଓ ଏହାରପରିବାରର ଜୀବନଧାରଣର ମାନ ନିର୍ଣ୍ଣୟ କରିଥାଏ ।
  • ବୈଦେଶିକ ବାଣିଜ୍ୟ ଓ ବିନିମୟ ମୂଲ୍ୟ କ୍ଷେତ୍ରରେ ଏହା ଅତି ଉପାଦେୟ ପଦ୍ଧତି । ଏହା ବଜାରର ଦ୍ରବ୍ୟ ସେବାର ବଜାର ବିଶ୍ଳେଷଣ କରେ ।
  • କୌଣସି ରାଷ୍ଟ୍ରର ବଜେଟ୍ ପ୍ରସ୍ତୁତି ଓ ଆର୍ଥିକ ନୀତି ନିର୍ଦ୍ଧାରଣ କରିଥାଏ ।

4. ସମୟ ଶ୍ରେଣୀ କହିଲେ କ’ଣ ବୁଝ ?
Answer:
ବିଭିନ୍ନ ଚଳ ତଥା ଦ୍ରବ୍ୟର ଉପଭୋଗ, ଉତ୍ପାଦନ – ରପ୍ତାନି ଆମଦାନୀ, ପରିବ୍ୟୟ ଆଦି କ୍ଷେତ୍ରରେ ସମୟର ପ୍ରଭାବରେ ପରିବର୍ତ୍ତନ ହୋଇଥାଏ । ତେଣୁ କୌଣସି ଏକ ଚଳର ମୂଲ୍ୟ ସମୟର ପରିବର୍ତ୍ତନ ଅନୁଯାୟୀ ପରିବର୍ତ୍ତିତ ହେଲେ ସେହି ଶୃଙ୍ଖଳାକୁ ସମୟ ଶ୍ରେଣୀ କୁହାଯାଏ ।

5. ସମୟ ଶ୍ରେଣୀର ବ୍ୟବହାର ଲେଖ ।
Answer:
ସମୟଶ୍ରେଣୀ କେବଳ ମାତ୍ର ଅର୍ଥନୀତି ବା ବ୍ୟବସାୟ ବାଣିଜ୍ୟରେ ବ୍ୟବହାର ହୁଏନାହିଁ । ଏହା ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ର ତଥା ରାଜନୀତିଠାରୁ ଆରମ୍ଭ କରି ସାମାଜିକ କ୍ଷେତ୍ରରେ ତଥା ବିଭିନ୍ନ ଅନୁଷ୍ଠାନ ଆଦିରେ ବ୍ୟବହାର ହେଉଛି ।

E. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପାଇକାରୀ ମୂଲ୍ୟ ସୂଚକାଙ୍କ ସାଧାରଣ ଜନତାଙ୍କ ଜୀବନଧାରଣ ମାନ ପରିମାପରେ ବ୍ୟବହୃତ ହୋଇଥାଏ ।
Answer:
ଖାଉଟି ଦର ସୂଚକାଙ୍କ ସାଧାରଣ ଜନତାଙ୍କ ଜୀବନଧାରଣ ମାନ ପରିମାପରେ ବ୍ୟବହୃତ ହୋଇଥାଏ ।

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

2. ଗୋଟିଏ ଚଳ କିମ୍ବା ଅନେକ ଚଳ ମଧ୍ୟରେ ପରିବର୍ତ୍ତନର ପରିମାଣକୁ ସମୟ ଶ୍ରେଣୀ କୁହାଯାଏ ।
Answer:
ଗୋଟିଏ ଚଳ କିମ୍ବା ଅନେକ ଚଳ ମଧ୍ୟରେ ପରିବର୍ତ୍ତନର ପରିମାଣକୁ ସୂଚକାଙ୍କ କୁହାଯାଏ ।

3. ବିଭିନ୍ନ ଖାଉଟି ଦ୍ରବ୍ୟର ମୂଲ୍ୟର ହାରାହାରି ପରିବର୍ତ୍ତନର ପରିମାପକୁ ପାଇକାରୀ ମୂଲ୍ୟ ସୂଚକାଙ୍କ କୁହାଯାଏ ।
Answer:
ବିଭିନ୍ନ ଖାଉଟି ଦ୍ରବ୍ୟର ମୂଲ୍ୟର ହାରାହାରି ପରିବର୍ତ୍ତନର ପରିମାପକୁ ଖାଉଟି ମୂଲ୍ୟ ସୂଚକାଙ୍କ କୁହାଯାଏ ।

4. ଯେଉଁ ବର୍ଷକୁ ଆଧାର କରି ସୂଚକାଙ୍କ ଗଠନ ହୋଇଥାଏ, ତାହାକୁ ଚଳିତ ବର୍ଷ କୁହାଯାଏ ।
Answer:
ଯେଉଁ ବର୍ଷକୁ ଆଧାର କରି ସୂଚକାଙ୍କ ଗଠନ ହୋଇଥାଏ, ତାହାକୁ ଆଧାର ବର୍ଷ କୁହାଯାଏ ।

5. ସମୟ ଶ୍ରେଣୀର ଚାରିଗୋଟି ପର୍ଯ୍ୟାୟ ହେଲା ଅଭିବୃଦ୍ଧି, ହ୍ରାସ, ମୁଦ୍ରାସ୍ପିତି ଓ ଉତ୍‌ଥାନ ।
Answer:
ସମୟ ଶ୍ରେଣୀ ଚାରିଗୋଟି ପର୍ଯ୍ୟାୟ ହେଲା ଅଭିବୃଦ୍ଧି, ହ୍ରାସ, ଅବସ୍ଥିତି ଓ ଉତ୍‌ଥାନ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସୂଚକାଙ୍କ କହିଲେ କ’ଣ ବୁଝ ? ଏହାର ବ୍ୟବହାର ଓ ଗୁରୁତ୍ଵ ସମ୍ବନ୍ଧରେ ଆଲୋଚନା କର ।
Answer:
ସୂଚକାଙ୍କ କହିଲେ ପରିସଂଖ୍ୟାନରେ ବ୍ୟବହୃତ ଏକ କୌଶଳ ଯାହା ଏକାଧିକ ଚଳମାନଙ୍କ ମଧ୍ୟରେ ଥିବା ପରିବର୍ତ୍ତନକୁ ପରିମାପ କରିଥାଏ । ଏହି ପଦ୍ଧତି ଦୁଇଟି ଭିନ୍ନ ସମୟରେ ଓ ସ୍ଥାନରେ ଅବସ୍ଥିତ ଚଳର ପରିବର୍ତ୍ତନକୁ ମାପିଥାଏ । ସୂଚକାଙ୍କ ସର୍ବଦା ଶତାଂଶରେ ଆଧାର ବର୍ଷକୁ ତୁଳନା କରି ପ୍ରକାଶ କରାଯାଏ ।

କାରଣ ସୂଚକାଙ୍କ ଏକ ଆପେକ୍ଷିକ ପରିମାପକ ଯାହା ଏକ ସମୟ ବ୍ୟବଧାନରେ ଚଳର ସମ୍ପୂର୍ଣ୍ଣ ପରିବର୍ତ୍ତନ ପ୍ରକାଶ କରେନାହିଁ । ସର୍ବପ୍ରଥମେ ଦାମ୍‌ର ପରିବର୍ତ୍ତନକୁ ପରିମାପ କରିବା ପାଇଁ ସୂଚକାଙ୍କର ପରିକଳ୍ପନା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ମଜୁରି ହାର, ବ୍ୟବସାୟ ହାରା ଓ ଲାଭ ଆଦି କ୍ଷେତ୍ରରେ ଦାମ୍‌ର ପରିବର୍ତ୍ତନକୁ ସୂଚକାଙ୍କର ବହୁଳ ବ୍ୟବହାର କରିଥିଲେ । ବର୍ତ୍ତମାନ ପ୍ରାୟତଃ ସବୁ ଦେଶରେ ସୂଚକାଙ୍କ ପଦ୍ଧତି ଦର ଦାମ୍‌ର ହ୍ରାସ ବୃଦ୍ଧିର ପରିମାପ କରିବା ପାଇଁ ବ୍ୟବହାର କରାଯାଉଛି ।

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

ସୂଚକାଙ୍କର ବ୍ୟବହାର (Uses of Index Number) : ସାଧାରଣତଃ ସୂଚକାଙ୍କ ବ୍ୟବସାୟ, ଅର୍ଥନୀତି, ମଜୁରୀ, ବିକ୍ରୟ, ଉତ୍ପାଦନ, ରପ୍ତାନି ଓ ଆମଦାନୀ ଆଦି କ୍ଷେତ୍ରରେ ‘ଗବେଷଣାର ପଦ୍ଧତି’’ ଭାବେ ବ୍ୟବହାର ହୋଇଥାଏ ‘ଏହାର ପ୍ରମୁଖ’ ବ୍ୟବହାରଗୁଡ଼ିକ ହେଲା,

(i) ସଠିକ୍ ନୀତି ନିର୍ଦ୍ଧାରଣ – କୌଣସି ନୀତିନିର୍ଦ୍ଧାରଣ ଓ ପ୍ରଣୟନ ସୂଚକାଙ୍କ ମାଧ୍ୟମରେ ସମ୍ଭବ ହୁଏ । ସରକାର ବାର୍ଷିକ ବଜେଟ୍ ତିଆରି କରିବା ବେଳେ ସୂଚକାଙ୍କ ପଦ୍ଧତିର ସାହାଯ୍ୟ ନେଇଥା’ନ୍ତି । ସରକାର ବେତନଭୋଗୀ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରିବା ପୂର୍ବରୁ ଦର ସୂଚକାଙ୍କ ଓ ନିର୍ବାହୀ ବ୍ୟୟ ସୂଚକାଙ୍କର ସାହାଯ୍ୟ ନେଇଥା’ନ୍ତି ।

(ii) ପ୍ରବଣତା – ଚଳମାନଙ୍କର ପ୍ରବଣତା ବିଷୟରେ ସୂଚକାଙ୍କ ସୂଚନା ପ୍ରଦାନ କରିଥାଏ । ଉତ୍ପାଦନ ବୃଦ୍ଧି, ରପ୍ତାନି ବୃଦ୍ଧି, ପରିବ୍ୟୟ ବୃଦ୍ଧି ଆଦି ପ୍ରବଣତାର ପରିମାପକ ହେଉଛି ସୂଚକାଙ୍କ ।

(iii) ଭବିଷ୍ୟତ ପୂର୍ବାନୁମାନ – କୌଣସି ବ୍ୟବସାୟ କିମ୍ବା ବାଣିଜ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଅବସ୍ଥା ଆକଳନ କରିବାରେ ପରିସଂଖ୍ୟାନ ପଦ୍ଧତି ହେଲା ସୂଚକାଙ୍କ ।

(iv) ସମାୟୋଜନରେ ସାହାଯ୍ୟ – କୌଣସି ମୂଳ ତଥ୍ୟକୁ ହ୍ରାସ କରିବାପାଇଁ ସୂଚକାଙ୍କ ବ୍ୟବହାର ହୋଇଥାଏ । ଦେଶର ଦରଦାମ୍ ବୃଦ୍ଧି ଯୋଗୁ ଜାତୀୟ ଆୟର ମୂଲ୍ୟ ଅଧ୍ଵ ସୂଚନା ଦିଏ । ତେଣୁ ସୂଚକାଙ୍କ ମାଧ୍ୟମରେ ସ୍ଥିରତା ଅଣାଯାଏ । ଏହି ପଦ୍ଧତି ସହାୟତାରେ ମୁଦ୍ରାଗତ ମଜୁରିରୁ ବାସ୍ତବ ମଜୁରି ନିର୍ଣ୍ଣୟ ହୁଏ ।

ସୂଚକାଙ୍କର ଗୁରୁତ୍ୱ (Importance) – ଏତଦ୍‌ବ୍ୟତୀତ ସୂଚକାଙ୍କର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟବହାର ରହିଛି ଯାହାବିନା ଆଧୁନିକ ଅର୍ଥ ବ୍ୟବସ୍ଥାର ବିଭିନ୍ନ କାର୍ଯ୍ୟାବଳୀ, ବିଶେଷତଃ ଶିଳ୍ପ, ବାଣିଜ୍ୟ ପରିଚାଳନା ଓ ସଫଳତା ଅସମ୍ଭବ ମନେହୁଏ ! ଏହି ପଦ୍ଧତି ଦିଗ, ବୃଦ୍ଧି ଓ ପରିବର୍ତ୍ତନ ବିଶ୍ଳେଷଣ ନିମନ୍ତେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସୂଚକାଙ୍କର ଗୁରୁତ୍ଵ ଗୁଡ଼ିକ ହେଲା –

(i) ମୁଦ୍ରା ମୂଲ୍ୟ ପରିବର୍ତ୍ତନର ପରିମାପକ – ପରିସଂଖ୍ୟାନରେ ସୂଚକାଙ୍କ ଏକ ସ୍ବତନ୍ତ୍ର ପଦ୍ଧତି ଯାହା ମୁଦ୍ରା ମୂଲ୍ୟର ପରିବର୍ତ୍ତନକୁ ମାପିବାରେ ବିଶେଷ ସହାୟକ ହୋଇଥାଏ ।

(ii) ନିର୍ବାହୀ ବ୍ୟୟ – ସୂଚକାଙ୍କ ମଣିଷର ଜୀବନଯାପନ ପାଇଁ ଆବଶ୍ୟକ ହେଉଥିବା ବ୍ୟୟର ପରିମାପକ ରୂପେ କାର୍ଯ୍ୟ କରେ । ‘‘ଖାଉଟି ମୂଲ୍ୟ ସୂଚକାଙ୍କ ପଦ୍ଧତି’ ଜୀବନଧାରଣର ମାନ ନିର୍ଣ୍ଣୟ କରେ ।

(iii) ବୈଦେଶିକ ବାଣିଜ୍ୟ ଓ ବିନିମୟ ମୂଲ୍ୟ – ମୁଦ୍ରାର ବିନିମୟ ମୂଲ୍ୟ ପରିମାପରେ ସହାୟକ ହେଉଥ‌ିବାରୁ ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ ସୂଚକାଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ହିସାବ ପଦ୍ଧତି ।

(iv) ଦ୍ରବ୍ୟ ସେବାର ବଜାର ବିଶ୍ଳେଷଣ – ବଜାର ବ୍ୟବସ୍ଥାର ସ୍ଥିତି ଅଧ୍ୟୟନ ଏବଂ ବିଶ୍ଳେଷଣ କରିବାରେ ସୂଚକାଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ପଦ୍ଧତି । ଉତ୍ପାଦକମାନେ ସୂଚକାଙ୍କର ସାହାଯ୍ୟରେ ବଜାରରେ ହେଉଥ‌ିବା ଚାହିଦା ଓ ଦରର ପରିବର୍ତ୍ତନକୁ ଅନୁଧ୍ୟାନ କରି ବିଭିନ୍ନ ଦ୍ରବ୍ୟ ସେବା (ଟିଭି, ମୋବାଇଲ ଫୋନ୍) ଆଦି ଯୋଗାଣ କରିଥା’ନ୍ତି ।

(v) ଆର୍ଥନୀତିକ ନୀତି ପ୍ରଣୟନ – ଏକ ରାଷ୍ଟ୍ରର ଅର୍ଥ ବ୍ୟବସ୍ଥାରେ ବିଭିନ୍ନ ନୀତି ନିର୍ଦ୍ଧାରଣ; ଯଥା – ବଜେଟ୍, ଯୋଜନା କ୍ଷେତ୍ରରେ ସୂଚକାଙ୍କର ବ୍ୟବହାର ଅପରିହାର୍ଯ୍ୟ ।

2. ଖାଉଟି ଦର ସୂଚକାଙ୍କ କିପରି ଗଠନ କରାଯାଏ, ବର୍ଣ୍ଣନା କର ।
Answer:
ସାଧାରଣ ବର୍ଗର କ୍ରେତା (ଶ୍ରମିକ ବା ମଧ୍ୟବିତ୍ତ ବର୍ଗ) ଦ୍ରବ୍ୟ ସେବା ଖୁଚୁରା ଦରରେ କ୍ରୟ କରୁଥିବା ଯୋଗୁ, ଦରର ପରିବର୍ତ୍ତନକୁ ଦୃଷ୍ଟିରେ ରଖ୍ ଖାଉଟି ମୂଲ୍ୟ ସୂଚକାଙ୍କ ପ୍ରସ୍ତୁତ କରାଯାଏ । ଖାଉଟି ମୂଲ୍ୟ ସୂଚକାଙ୍କକୁ ନୀର୍ବାହୀ ବ୍ୟୟ ସୂଚକାଙ୍କ ମଧ୍ୟ କୁହାଯାଏ । ସାଧାରଣତଃ ଦର ଦାମକୁ ନେଇ ସୂଚକାଙ୍କ ପ୍ରସ୍ତୁତ କରାଯିବାଦ୍ୱାରା ଖାଉଟି ବର୍ଗର ବ୍ୟକ୍ତିଙ୍କ ଜୀବନଯାପନକୁ ପ୍ରତିଫଳିତ କରିପାରେ ନାହିଁ । ତେଣୁ

ସୂଚକାଙ୍କ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା –
(i) ଖାଉଟି ମୂଲ୍ୟ ସୂଚକାଙ୍କ ଓ
(ii) ପାଇକାରୀ ମୂଲ୍ୟ ସୂଚକାଙ୍କ

ସାଧାରଣ ବର୍ଗର ଲୋକ ଓ କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଧାରଣ ହେଉଥ‌ିବା ସର୍ବନିମ୍ନ ମଜୁରି ଖାଉଟି ମୂଲ୍ୟ ସୂଚକାଙ୍କ ପଦ୍ଧତିର ଏକ ଗୁରୁତ୍ଵପୂର୍ଣ୍ଣ ଅବଦାନ – ବିଭିନ୍ନ ଖାଉଟି ଦ୍ରବ୍ୟର ମୂଲ୍ୟର ହାରାହାରି ପରିବର୍ତ୍ତନକୁ ଖାଉଟି ମୂଲ୍ୟ ସୂଚକାଙ୍କକୁ ବୁଝାଏ ।
ଖାଉଟି ମୂଲ୍ୟ ସୂଚକାଙ୍କ ଗଠନ – ନିମ୍ନରେ ସୂଚକାଙ୍କ ଗଠନର ସୋପାନଗୁଡ଼ିକ ଆଲୋଚନା କରାଯାଇଛି ।

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

(i) ଲୋକମାନଙ୍କ ଶ୍ରେଣୀ (Class of People) – ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଭିନ୍ନ ପ୍ରକାରର ସୂଚକାଙ୍କ ଗଠନ ହୋଇଥାଏ । ତେଣୁ କେଉଁ ଶ୍ରେଣୀର ବ୍ୟକ୍ତିପାଇଁ ସୂଚକାଙ୍କ ଗଠନ କରାଯିବ ତାହା ସ୍ଥିର କରାଯାଏ ।

(ii) ପରିବାର ବଜେଟ୍ ଅନୁସନ୍ଧାନ (Family budget enquiry) – ଖାଉଟି ସୂଚକାଙ୍କ ଗଠନ ସମୟରେ ପ୍ରଥମେ ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକଙ୍କଦ୍ୱାରା ବ୍ୟବହାର ହେଉଥ‌ିବା ଦ୍ରବ୍ୟର ମୂଲ୍ୟ ହିସାବକୁ ନିଆଯାଇଥାଏ । ତତ୍‌ପରେ ଲଟେରୀ ପଦ୍ଧତିରେ ବ୍ୟକ୍ତିମାନଙ୍କ ନମୁନା ସ୍ଥିର କରାଯାଏ । ସେମାନଙ୍କର ବ୍ୟବହୃତ ଖାଦ୍ୟ ଦ୍ରବ୍ୟ ଓ ଲୁଗାପଟା ଆଦି ଖର୍ଚ୍ଚ ବିଷୟରେ ସମ୍ପୂର୍ଣ ତଥ୍ୟ ସଂଗ୍ରହ କରାଯାଏ । ପୁନର୍ବାର ସେହି ସବୁ ଦ୍ରବ୍ୟର ଭିନ୍ନତାନୁଯାୟୀ ବିଭିନ୍ନ ଭାଗରେ ବିଭକ୍ତ କରି ସେମାନଙ୍କର ପରିମାଣ ଓ ଦାମ୍‌ ତଥ୍ୟ ସଂଗ୍ରହ କରାଯାଏ ।

(iii) ଦ୍ରବ୍ୟର ଦାମ୍ ସଂଗ୍ରହ (Collection of Price of goods) – ସାଧାରଣ ଖାଉଟିମାନେ ବସବାସ କରୁଥିବା ନିକଟସ୍ଥ ବଜାରରୁ ବିଭିନ୍ନ ଦ୍ରବ୍ୟର ଦାମ୍‌ ତଥ୍ୟ ସଂଗ୍ରହ କରାଯାଏ ।
His on or as (Method of Constructing Consumer Price Index) –
ପଦ୍ଧତି ମାଧ୍ୟମରେ ଖାଉଟି ଦର ସୂଚକାଙ୍କ ଗଠନ କରାଯାଏ ।
(i) ସମଷ୍ଟି ବ୍ୟୟ ପଦ୍ଧତି
(ii) ପରିବାର ବଜେଟ୍ ପଦ୍ଧତି

(i) ସମଷ୍ଟି ବ୍ୟୟ ପଦ୍ଧତି – ଏହି ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ଆଧାର ବର୍ଷ (Base Year)କୁ ନେଇ ନିର୍ଦ୍ଦିଷ୍ଟ ଗୋଷ୍ଠିର ଲୋକଙ୍କଦ୍ବାରା ବ୍ୟବହାର ହେଉଥିବା ଦ୍ରବ୍ୟଗୁଡ଼ିକର ପରିମାଣକୁ ଭାର (weight) ଭାବେ ବ୍ୟବହାର ହୁଏ । ସେହି ଦ୍ରବ୍ୟର ଚଳିତ ବର୍ଷର (Current Year)ରେ ଥିବା ଦାମ୍‌କୁ ଆଧାର ବର୍ଷର ପରିମାଣ ସହ ଗୁଣନ କରି ସୂଚକାଙ୍କ ଗଠନ କରାଯାଏ ।
ଏହାର ସୂତ୍ରଟି ହେଲା – ଖାଉଟି ମୂଲ୍ୟ ସୂଚକାଙ୍କ = \(\frac{\sum p_1 q_0}{\sum p_0 q_0} \times 100\)
(ii) ପରିବାର ବଜେଟ୍ ପଦ୍ଧତି – ଏହି ପଦ୍ଧତିରେ ଚଳିତ ବର୍ଷର ଦାମ୍ ଓ ଆଧାର ବର୍ଷର ଦାମର ଅନୁପାତରେ ହାରାହାରି ବ୍ୟୟକୁ ଗୁଣନ କରି ସୂଚକାଙ୍କ ଗଠନ କରାଯାଏ ।

ଏଠାରେ ସୂତ୍ରଟି ହେଉଛି – ଖାଉଟି ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{pv}}{\Sigma \mathrm{v}}, \mathrm{p}=\frac{\mathrm{p}_1}{\mathrm{p}_0} \times 100, \mathrm{v}=\mathrm{p}_0 \times \mathrm{q}_0\)

3. ପାଇକାରୀ ମୂଲ୍ୟ ସୂଚକାଙ୍କ ଗଠନ ପ୍ରଣାଳୀ ବର୍ଣନା କର ।
Answer:
ପାଇକାରୀ ମୂଲ୍ୟ ସୂଚକାଙ୍କ କହିଲେ ସାଧାରଣ ଦର ସ୍ତରରେ ହୋଇଥ‌ିବା ଅନୁପାତିକ ଦ୍ରବ୍ୟ ମୂଲ୍ୟର ପରିବର୍ତ୍ତନକୁ ବୁଝାଏ । ପାଇକାରୀ ବଜାର ଦାମ୍‌ରେ ବିକ୍ରି କରାଯାଉଥ‌ିବା ଦ୍ରବ୍ୟଗୁଡ଼ିକ ଟନ୍‌ରେ ବା କ୍ୱିଣ୍ଟାଲରେ ହିସାବ କରି ଗଠନ କରାଯାଇଥାଏ । ପାଇକାରୀ ଦର ସୂଚକାଙ୍କ ଗଠନ ପ୍ରଣାଳୀ ନିମ୍ନରେ ପ୍ରଦାନ କରାଯାଇଛି ।

(i) ଆଧାର ବର୍ଷର ନିରୂପଣ – ଏକ ଆଧାର ବର୍ଷକୁ (ଅର୍ଥାତ୍ କୌଣସି ଏକ ପୂର୍ବ ବର୍ଷର ଦାମ୍ ସ୍ତର ସହିତ ଚଳିତ ବର୍ଷର ଦାମ୍ ସ୍ତରକୁ ତୁଳନା କରି ଦର ପରିବର୍ତ୍ତନ ପ୍ରତିଶତ ହାର) ନେଇ ପାଇକାରୀ ମୂଲ୍ୟ ସୂଚକାଙ୍କ ଗଠନ କରାଯାଏ । ଯେତେବେଳେ ଦ୍ରବ୍ୟର ଦର ସ୍ତର ଦୀର୍ଘଦିନ ଧରି ସ୍ଥିର ଥବ ।

(ii) ପାଇକାରୀ ମୂଲ୍ୟ – ସାଧାରଣ ବଜାରରୁ ଟନ୍ ବା କ୍ୱିଣ୍ଟାଲରେ ହିସାବ କରି ଦ୍ରବ୍ୟର ଆଧାର ବର୍ଷର ଦର ଏବଂ ଚଳିତ ବର୍ଷର ଦର ସଂଗ୍ରହ କରିବାକୁ ପଡ଼େ ।

(iii) ଦ୍ରବ୍ୟର ପସନ୍ଦ – ଯେଉଁ ଦ୍ରବ୍ୟଗୁଡ଼ିକ ସର୍ବସାଧାରଣଙ୍କ ଦ୍ୱାରା ଆଦୃତ, ସେହି ପସନ୍ଦ ଦ୍ରବ୍ୟକୁ ନେଇ ପାଇକାରୀ ମୂଲ୍ୟ ସୂଚକାଙ୍କ ଗଠନ କରାଯାଏ ।

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

ପାଇକାରୀ ମୂଲ୍ୟ ସୂଚକାଙ୍କ ପଦ୍ଧତି :
ନିମ୍ନରେ ଦିଆଯାଇଥ‌ିବା ସୂତ୍ର ଅନୁଯାୟୀ ପାଇକାରୀ ମୂଲ୍ୟ ସୂଚକାଙ୍କ ହିସାବ କରାଯାଏ –
ପାଇକାରୀ ମୂଲ୍ୟ ସୂଚକାଙ୍କ = \(\frac{\Sigma(\mathrm{I} \times \mathrm{W})}{\Sigma \mathrm{W}}\)
I = ନିର୍ଦ୍ଦିଷ୍ଟ ଗୋଷ୍ଠିର ପାଇକାରୀ ସୂଚକାଙ୍କ
I = ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ସୂଚକାଙ୍କ
W = ଭାର

ଭାରତରେ ଖାଉଟି ଦର ବଦଳରେ ପାଇକାରୀ ବଜାର ଦରକୁ ବ୍ୟବହାର ହେଉଥ‌ିବାରୁ ଏହା ଭାରତରେ 2004-05 ଦର ସ୍ତର ଆଧାରରେ ସୂଚକାଙ୍କ ପ୍ରସ୍ତୁତ ହେଉଛି ଏବଂ ଆର୍ଥିକ ନୀତି ପ୍ରଣୟନରେ ବ୍ୟବହାର ହେଉଛି ।

4. ସମୟ ଶ୍ରେଣୀର ଅର୍ଥ, ବ୍ୟବହାର ଏବଂ ଏହାର ଉପାଦାନଗୁଡ଼ିକୁ ଆଲୋଚନା କର ।
Answer:
ବିଭିନ୍ନ ଚଳ ତଥା ଦ୍ରବ୍ୟର ଉପଭୋଗ, ଉତ୍ପାଦନ, ରପ୍ତାନି, ଆମଦାନୀ, ପରିବ୍ୟୟ ଆଦି କ୍ଷେତ୍ରରେ ସମୟର ପ୍ରଭାବରେ ପରିବର୍ତ୍ତନ ହୋଇଥାଏ । ତେଣୁ କୌଣସି ଏକ ଚଳର ମୂଲ୍ୟ ସମୟର ପରିବର୍ତ୍ତନ ଅନୁଯାୟୀ ପରିବର୍ତ୍ତିତ ହେଲେ ସେହି ଶୃଙ୍ଖଳାକୁ ସମୟ ଶ୍ରେଣୀ କୁହାଯାଏ । ପରିସଂଖ୍ୟାନ ଭାଷାରେ ବିଭିନ୍ନ ସମୟରେ ଲବ୍‌ଧାଙ୍କର ଏକ ସାଂଖ୍ୟକ ସେ ସମୟ ଶ୍ରେଣୀ କୁହାଯାଏ ।
ଏହି ପଦ୍ଧତିରେ ସମୟର ଉପଯୋଗ ଅତି ଜରୁରୀ ଉପାଦାନ । ଅର୍ଥନୀତିରେ ଓ ପରିସଂଖ୍ୟାନରେ ସମୟ ଶ୍ରେଣୀ ପ୍ରାୟତଃ ବ୍ୟବହାର ହୋଇଥାଏ । ତେଣୁ ସମୟ ଶ୍ରେଣୀର ଅନ୍ୟ ନାମ ଇତିହାସ ତଥ୍ୟ ବା ଶ୍ରେଣୀ – ଏହା ଭବିଷ୍ୟତର ପୂର୍ବନୁମାନରେ ସାହାଯ୍ୟ କରେ ।
ସମୟ ଶ୍ରେଣୀର ବ୍ୟବହାର – ସମୟଶ୍ରେଣୀ କେବଳ ମାତ୍ର ଅର୍ଥନୀତି ବା ବ୍ୟବସାୟ ବାଣିଜ୍ୟରେ ବ୍ୟବହାର ହୁଏନାହିଁ । ଏହା ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ର ତଥା ରାଜନୀତିଠାରୁ ଆରମ୍ଭ କରି ସାମାଜିକ କ୍ଷେତ୍ରରେ ତଥା ବିଭିନ୍ନ ଅନୁଷ୍ଠାନ ଆଦିରେ
ନିମ୍ନରେ ସମୟ ଶ୍ରେଣୀର (User) ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି –

  • ଅତୀତର ବ୍ୟବହାର – ସମୟସହ ସଂଶ୍ଳିଷ୍ଟ ତଥ୍ୟକୁ ଭିଭିକରି ଅତୀତର ଅବସ୍ଥା ଓ ବ୍ୟବହାର ବିଷୟରେ ଜଣାପଡ଼େ ।
  • ତୁଳନାତ୍ମକ ଅଧ୍ୟୟନ – ଗବେଷକମାନଙ୍କୁ ସମୟ ଶ୍ରେଣୀ ଏକ ତୁଳନାତ୍ମକ ଜ୍ଞାନ ଦିଏ, ଯାହାଦ୍ୱାରା ତଥ୍ୟର
  • ପୂର୍ବାନୁମାନରେ ସାହାଯ୍ୟ କରେ ଏହା ଚଳର ପୂର୍ବ ମୂଲ୍ୟ ବିଷୟରେ ଧାରଣା ଦିଏ ଏବଂ ଏହା ଅନୁସନ୍ଧାନକାରୀଙ୍କୁ ଭବିଷ୍ୟତ ପାଇଁ ମାର୍ଗ ଦର୍ଶନ କରାଏ ।

ସମୟ ଶ୍ରେଣୀର ଉପାଦାନ (Components of Time Series) – ଚଳର ମୂଲ୍ୟକୁ ପ୍ରଭାବିତ କରୁଥ‌ିବା ବିଭିନ୍ନ ଉପାଦାନକୁ ପରିସଂଖ୍ୟାନବିତ୍‌ମାନେ ଉପାଂଶ ବା ଆଂଶିକ ବୋଲି କହିଛନ୍ତି । ଏହା ଚାରି ପ୍ରକାର –
(a) ଦୀର୍ଘକାଳ ପ୍ରବୃତ୍ତି (Secular Trend) : ଚଳର ମୂଲ୍ୟ ବର୍ଷ ଅନୁଯାୟୀ ପରିବର୍ତ୍ତିତ ହୁଏ । ତାହାକୁ ଦୀର୍ଘକାଳ ପ୍ରବୃତ୍ତି କୁହାଯାଏ I ଜନସଂଖ୍ୟାର ଘନତା, ଆୟୁ ଉତ୍ପାଦନ ଆଦି ଦୀର୍ଘକାଳୀନ ସମୟ ଶ୍ରେଣୀ ଅଟେ ।

(b) ଋତୁକାଳୀନ ପରିବର୍ତ୍ତନ : ଯଦି ତଥ୍ୟଗୁଡ଼ିକ ଋତୁ ଅନୁଯାୟୀ ପରିବର୍ତ୍ତନ ହୁଏ, ତାହାକୁ ଋତୁକାଳୀନ ପରିବର୍ତ୍ତନ କୁହାଯାଏ । ତାହା ମାସିକ, ବାର୍ଷିକ ଆଦି ନିର୍ଦ୍ଦିଷ୍ଟ ସମୟ ଭିଭିକ ହୋଇଥାଏ । ଉଦାହରଣ – ଋତୁ ଅନୁଯାୟୀ ପୋଷାକ, ଖାଦ୍ୟ, ପାଣିପାଗ ଓ ତାପମାତ୍ରା ସମୟ ଶ୍ରେଣୀରେ ପ୍ରକାଶ ହୋଇଥାଏ ।

(c) ଚକ୍ରୀୟ ବିଚଳନ : ଯଦି ସମସ୍ତ ଶ୍ରେଣୀର ତଥ୍ୟ ଦୀର୍ଘ ଦୁଇ ବା ଅଧିକ ବର୍ଷ ପର୍ଯ୍ୟନ୍ତ ଅବ୍ୟାହତ ରହେ ଏବଂ ଯାହା ସମୟ ଶ୍ରେଣୀକୁ ପ୍ରଭାବିତ କରେ, ତାହାକୁ ଚକ୍ରୀୟ ବିଚଳନ କୁହାଯାଏ । ଯାହାକୁ ଅନ୍ୟ ନାମରେ ବାଣିଜ୍ୟ ଚକ୍ର କୁହାଯାଏ ।

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ

ଏହା ସାଧାରଣତଃ ଚାରୋଟି ପର୍ଯ୍ୟାୟରେ ଗତିକରେ ।

  • ସମୃଦ୍ଧି (Prosperity)
  • ହ୍ରାସ (Decline)
  • ଅବସ୍ଥିତି (Depression)
  • ଉତ୍‌ଥାନ (Recovery)

ଏହା ଚାରୋଟି ପର୍ଯ୍ୟାୟକୁ ଆମେ ଚିତ୍ରରେ ପରିପ୍ରକାଶ କରିପାରିବା ।

CHSE Odisha Class 11 Economics Solutions Chapter 22 ସୂଚକାଙ୍କ ଓ ସମୟ ଶ୍ରେଣୀ 1

(d) ନିୟମିତ ପରିବର୍ତ୍ତନ : ଯଦି କୌଣସି ସମସ୍ତ ଶ୍ରେଣୀ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରିବର୍ତ୍ତନ ହୋଇ ନଥାଏ ବା ଆକସ୍ମିକ ହୋଇଥାଏ, ତାହାକୁ ଆକସ୍ମିକ ପରିବର୍ତ୍ତନ କୁହାଯାଏ – ଯାହାର ପୂର୍ବାନୁମାନ କରାଯାଇପାରେନାହିଁ ।
ଉଦାହରଣସ୍ୱରୂପ – ଯୁଦ୍ଧ, ମରୁଡ଼ି, ବାତ୍ୟା, ବନ୍ୟା ଇତ୍ୟାଦି ଆକସ୍ମିକ କାରଣ ।
ଦୀର୍ଘକାଳୀନ ପ୍ରବୃତ୍ତିର ମାପିବା ପଦ୍ଧତି :
ଦୀର୍ଘକାଳୀନ ପ୍ରବୃତ୍ତି ପରିମାଣ ପାଇଁ ଚାରୋଟି ପଦ୍ଧତି ଅନୁସରଣ କରାଯାଏ, ଯଥା – ରେଖାଚିତ୍ର ପଦ୍ଧତି ଏବଂ ଗାଣିତିକ ବା ବର୍ଗୀୟ ପ୍ରଣାଳୀ ।
(1) ରେଖାଚିତ୍ର ପଦ୍ଧତି :

  • ମୁକ୍ତହସ୍ତ ପଦ୍ଧତି
  • ଅର୍ଥ ହାରାହାରି ପଦ୍ଧତି
  • ଚଳନଶୀଳ ପଦ୍ଧତି

(2) ବର୍ଗୀୟ ବା ଗାଣିତିକ ପଦ୍ଧତି :

  • ସର୍ବନିମ୍ନ ବର୍ଗ ପଦ୍ଧତି

ଏହି ପ୍ରବୃତ୍ତି ସାଧାରଣତଃ ବ୍ୟବସାୟ ବାଣିଜ୍ୟ ଏବଂ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟାବଳୀରେ ବହୁଳ ବ୍ୟବହାର ହୁଏ ।

Leave a Comment