Odisha State Board CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର Questions and Answers.
CHSE Odisha 11th Class Economics Solutions Chapter 9 ଆର୍ଥନୀତିକ ସଂସ୍କାର
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।
୧। କେଉଁ ବର୍ଷ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଘୋଷିତ ହୋଇଥିଲା ?
(i) ୧୯୫୧
(ii) ୧୯୪୭
(iii) ୧୯୯୧
(iv) ୨୦୦୧
Answer:
(iii) ୧୯୯୧
୨। କାହାକୁ ନୂତନ ସଂସ୍କାର ନୀତିର ସୃଷ୍ଟିକର୍ତ୍ତା ବୋଲି କୁହାଯାଏ ?
(i) ଡଃ. ମନମୋହନ ସିଂହ
(ii) ଶ୍ରୀମତୁ ଇନ୍ଦିରା ଗାନ୍ଧୀ
(iii) ଡଃ. କାଲାମ୍
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଡଃ. ମନମୋହନ ସିଂହ
୩। ଘରୋଇକରଣ କହିଲେ କ’ଣ ବୁଝାଏ ?
(i) ଘରୋଇ କ୍ଷେତ୍ରର ସମ୍ପ୍ରସାରଣ
(ii) ଘରୋଇ କ୍ଷେତ୍ରର ସଙ୍କୋଚନ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଘରୋଇ କ୍ଷେତ୍ରର ସମ୍ପ୍ରସାରଣ
୪। ନୂତନ ଆର୍ଥିକ ନୀତିର ସଫଳତା ଚିହ୍ନଟ କର ।
(i) ଉଚ୍ଚତର ଆୟ
(ii) ଅଧ୍ବକ ବୈଦେଶିକ ମୁଦ୍ରା ଆଗମନ
(iii) ବାଣିଜ୍ୟ ବୃଦ୍ଧି
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ
୫। ଉଦାରୀକରଣ ଅର୍ଥ କ’ଣ ?
(i) ଉଦାରତା
(ii) କୋହଳ ନୀତି
(iii) କଟକଣାଯୁକ୍ତ ସମାଜ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) କୋହଳ ନୀତି
୬। ଜଗତୀକରଣ ନୀତି କ’ଣ ?
(i) ନିବୁଜ ଅର୍ଥବ୍ୟବସ୍ଥା
(ii) ଉନ୍ମୁକ୍ତ ଅର୍ଥବ୍ୟବସ୍ଥା
(iii) ମୁକ୍ତ ବାଣିଜ୍ୟ
(iv) ଉଭୟ (ii) ଓ (iii)
Answer:
(iv) ଉଭୟ (ii) ଓ (iii)
୭। ଅର୍ଥନୀତିର ଆଧୁନିକୀକରଣ କହିଲେ ତୁମେ କ’ଣ ବୁଝ ?
(i) ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ
(ii) ଆଧୁନିକ ଅର୍ଥବ୍ୟବସ୍ଥା
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)
୮। ଯେଉଁ ନୀତି, ନିୟମ ଫଳରେ ଦେଶର ଶିଳ୍ପ, ବାଣିଜ୍ୟ ଓ ଆର୍ଥିକ କ୍ଷେତ୍ରରେ ଥିବା ଅନାବଶ୍ୟକ ସରକାରୀ ନିୟନ୍ତ୍ରଣ ଓ କଟକଣା କୋହଳ ହୋଇ ଘରୋଇ ପୁଂଜିନିବେଶ ସୁଗମ ହୋଇଥାଏ, ତାହାକୁ କ’ଣ କୁହାଯାଏ ?
(i) ଜଗତୀକରଣ
(ii) ଘରୋଇକରଣ
(iii) ଉଦାରୀକରଣ
(iv) ବିକାଶଧର୍ମୀ ସଂସ୍କାର
Answer:
(iii) ଉଦାରୀକରଣ
୯। ରାଷ୍ଟ୍ରୀୟତ୍ତ ଉଦ୍ୟୋଗ ଗୁଡ଼ିକର ମାଲିକାନା ସ୍ୱତ୍ତ୍ଵ ଏବଂ ପରିଚାଳନା କ୍ଷେତ୍ରରେ ଘରୋଇ ପ୍ରବେଶକୁ କ’ଣ କୁହାଯାଏ ?
(i) ଜଗତୀକରଣ
(ii) ବିକାଶଧର୍ମୀ ସଂସ୍କାର
(iii) ଉଦାରୀକରଣ
(iv) ଘରୋଇକରଣ
Answer:
(iv) ଘରୋଇକରଣ
୧୦। ଭାରତୀୟ ଅର୍ଥନୀତିକୁ ଉତ୍ପାଦନ, ବାଣିଜ୍ୟ, ପୁଂଜିବିନିଯୋଗ ଓ ପ୍ରକ୍ରିୟାକୁ କ’ଣ କୁହାଯାଏ ?
(i) ଜଗତୀକରଣ
(ii) ଘରୋଇକରଣ
(iii) ବିକାଶଧର୍ମୀ ସଂସ୍କାର
(iv) ଉଦାରୀକରଣ
Answer:
(i) ଜଗତୀକରଣ
B. ଶୂନ୍ୟସ୍ଥାନ ପୂରଣ କର ।
୧। ଭାରତୀୟ ଯୋଜନାର ପ୍ରଥମ ୪୦ ବର୍ଷ (୧୯୫୧–୧୯୯୧)କୁ ________________ ର ଯୁଗ ବୋଲି କରିଦିଆଯାଇଛି।
Answer:
କଟକଣା ଓ ନିୟନ୍ତ୍ରଣ
୨। _______________________ ମସିହାରେ ଘୋଷିତ କେତେକ ଆର୍ଥିକ ସଂସ୍କାର ନୀତିକୁ ନୂତନ ଆର୍ଥିକ ନୀତି ବୋଲି କୁହାଯାଏ।
Answer:
୧୯୯୧
୩। ପ୍ରଖ୍ୟ।ତ ଅର୍ଥଶୀସ୍ରୀ ______________________ ଙ୍କୁ ଭାରତର ଆର୍ଥିକ ସଂସ୍କାର ପ୍ରକ୍ରିୟାର ଜନକ ବୋଲି କୁହାଯାଏ।
Answer:
ଡକ୍ଟର ମନମୋହନ ସିଂହ
୪। ଆର୍ଥିକ ସଂସ୍କାର ନୀତି ଅନୁଯାୟୀ ୧୯୯୧ରେ ଘୋଷିତ ନୂତନ ଶିଳ୍ପନୀତିରେ _______________________ ଗୋଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଉଦ୍ୟୋଗକୁ ଛାଡ଼ି ଅନ୍ୟାନ୍ୟ ଉଦ୍ୟୋଗ ଗୁଡ଼ିକ ଲାଇସେନ୍ସ ମୁକ୍ତ କରିଦିଆଯାଇଛି।
Answer:
୧୮
୫। ଆର୍ଥିକ ସଂସ୍କାର ନୀତି ଅନୁଯାୟୀ, ଦଶଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରମାନଙ୍କରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା __________________ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି ।
Answer:
ଲାଇସେନ୍ସ
୬। ୧୯୭୭ ମସିହାରେ ସର୍ବ ପ୍ରଥମେ ____________________ ଦେଶରେ ଘରୋଇକରଣ ଆରମ୍ଭ ହୋଇଥିଲା।
Answer:
ଇଂଲଣ୍ଡ
୭। ଅର୍ଥନୀତିକୁ ଆଧୁନିକୀକରଣ କରିବା ନିମନ୍ତେ ଉଚ୍ଚମାନର ______________________ କୌଶଳ ତଥା କମ୍ପ୍ୟୁଟର ଓ ଇଲେକ୍ଟ୍ରୋନିକ୍ସର ବହୁଳ ବ୍ୟବହାର ଉପରେ ପ୍ରଧାନ୍ୟ ଦିଆଯାଇଛି ।
Answer:
ପ୍ରବିଧୂବିଜ୍ଞାନ
୮। ଆର୍ଥିକ ସଂସ୍କାର ନୀତି ଅନୁଯାୟୀ, ______________ ଶିଳ୍ପ କ୍ଷେତ୍ରକୁ ସଙ୍କୁଚିତ କରାଯାଇ, ଘରୋଇ ଶିଳ୍ପକୁ ଅଧୂକ ଗୁରୁତ୍ଵ ଦେବା ବହୁଳ ବ୍ୟବହାର ଉପରେ ପ୍ରଧାନ୍ୟ ଦିଆଯାଇଛି ।
Answer:
ରାଷ୍ଟ୍ରାୟତ୍ତ
୯। _____________________ ଉଦ୍ୟୋଗଗୁଡ଼ିକର ଅତିମାତ୍ରାର କ୍ଷତିକୁ ଲକ୍ଷ୍ୟ ରଖ୍ ସେଗୁଡ଼ିକର ସଂସ୍କାର ନିମନ୍ତେ ଯେଉଁ ପ୍ରଚେଷ୍ଟା କରାଯାଇଛି ତାହା ନୂତନ ଆର୍ଥିକ ନୀତିର ଏକ ପ୍ରଧାନ ବୈଶିଷ୍ଟ୍ୟ ।
Answer:
ରାଷ୍ଟ୍ରାୟତ୍ତ
୧୦। __________________ ମସିହାଠାରୁ ଦ୍ଵିତୀୟ ପିଢ଼ିର ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି।
Answer:
୨୦୦୨
C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
୧। ଉଦାରୀକରଣ କାହାକୁ କୁହାଯାଏ ?
Answer:
ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ରହିଥିବା କଟକଣା ଗୁଡ଼ିକର ଉଚ୍ଛେଦ ନୀତିକୁ ଉଦାରୀକରଣ ନୀତି କୁହାଯାଏ।
୨। ଜଗତୀକରଣର ଅର୍ଥକ’ଣ ?
Answer:
ଦେଶୀୟ ଅର୍ଥନୀତିକୁ ଆନ୍ତର୍ଜାତୀୟ ଅର୍ଥନୀତି ସହିତ ସାମିଲ କରିବା ପ୍ରକ୍ରିୟାକୁ ଜଗତୀକରଣ କୁହାଯାଏ।
୩। ଜଗତୀକରଣ ପ୍ରକ୍ରିୟାରେ ସରକାରଙ୍କ ଅନୁମତି ବିନା କେତେ ଭାଗ ବୈଦେଶିକ ପୁଂଜି ବିନିଯୋଗ କରାଯାଇ ପାରିବ ?
Answer:
ଶତକଡ଼ା ୫୧ ଭାଗ ।
୪। ନୂତନ ଆର୍ଥିକ ନୀତି କେବେ ପ୍ରବର୍ତ୍ତିତ ହୋଇଥୁଲା ?
Answer:
୧୯୯୧ ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତିତ ହୋଇଥିଲା।
୫। ନୂତନ ଆର୍ଥିକ ନୀତି କ’ଣ ?
Answer:
୧୯୯୧ ମସିହାଠାରୁ ଭାରତ ସରକାର ଅନେକ ସଂସ୍କାରଧର୍ମୀ ନୀତି ପ୍ରଣୟନ କରି ଆସୁଛନ୍ତି, ଏହି ସମସ୍ତ ନୀତିକୁ ନୂତନ ଆର୍ଥିକ ନୀତି କୁହାଯାଏ।
୬। ନୂତନ ଆର୍ଥିକ ନୀତିର ଦୁଇଟି ଉପାଦାନର ନାମ ଲେଖ।
Answer:
ନୂତନ ଆର୍ଥିକ ନୀତିର ଦୁଇଟି ଉପଦାନ ହେଲା – (୧) ଶିଳ୍ପନୀତିରେ ସଂସ୍କାର, (୨) ବିତ୍ତୀୟନୀତିରେ ସଂସ୍କାର
୭। ବର୍ତ୍ତମାନ କେତୋଟି ଉଦ୍ୟୋଗ ପାଇଁ ଲାଇସେନ୍ସର ଆବଶ୍ୟକତା ରହିଛି ?
Answer:
୧୮ଟି ଉଦ୍ୟୋଗ ପାଇଁ ଲାଇସେନ୍ସର ଆବଶ୍ୟକତା ରହିଛି।
୮। ବିନିବେଶ କହିଲେ କ’ଣ ବୁଝ ?
Answer:
ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ରାଶିର ଅଂଶଧନ ପ୍ରତ୍ୟାହାର କରି ଘରୋଇ କ୍ଷେତ୍ରକୁ ବିକ୍ରୟ କରିବାର ପ୍ରକ୍ରିୟା ହିଁ ବିନିବେଶ।
୯। ବିଦେଶୀ ନିବେଶ ଉନ୍ନୟନ ବୋର୍ଡର କାର୍ଯ୍ୟ କ’ଣ ?
Answer:
ଅଧିକ ଗୁରୁତ୍ଵପୂର୍ଣ୍ଣ ଉଦ୍ୟୋଗର ପାଇଁ ବିଦେଶୀ ପ୍ରାବିଧ୍ଵକ ସହଯୋଗ, ବିଦେଶୀ ନିବେଶ ଉନ୍ନୟନ ବୋର୍ଡ ଯୋଗାଇ ଦେଇଥାଏା
୧୦। କେତୋଟି ଉଦ୍ୟୋଗ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ସଂରକ୍ଷିତ ?
Answer:
୩ଟି ଉଦ୍ୟୋଗ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ସଂରକ୍ଷିତ।
D. ନିମ୍ନଲିଖତ ଉତ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ। ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।
୧। ୧୯୯୫ ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତିତ ହେଲା।
Answer:
୧୯୯୧ ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତିତ ହେଲା।
୨। ବର୍ତ୍ତମାନ ୭ଟି ଉଦ୍ୟୋଗ ପାଇଁ ଲାଇସେନ୍ର ଆବଶ୍ୟକତା ରହିଛି।
Answer:
ବର୍ତ୍ତମାନ ୧୮ଟି ଉଦ୍ୟୋଗ ପାଇଁ ଲାଇସେନ୍ର ଆବଶ୍ୟକତା ରହିଛି ।
୩ । ନୂତନ ଆର୍ଥିକ ନୀତି ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶର ସୀମା ୪୦ ପ୍ରତିଶତ ।
Answer:
ନୂତନ ଆର୍ଥିକ ନୀତି ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶର ସୀମା ୫୧ ପ୍ରତିଶତ ।
୪ । ବିଦେଶୀ ବାଣିଜ୍ୟିକ ସଂସ୍ଥା ୪୯ ପ୍ରତିଶତ ଅଂଶଧନ ପାଇଁ ନିବେଶ କରିପାରିବେ ।
Answer:
ବିଦେଶୀ ବାଣିଜ୍ୟିକ ସଂସ୍ଥା ୫୧ ପ୍ରତିଶତ ଅଂଶଧନ ପାଇ ନିବେଶ କରିପାରିବେ ।
୫। ନୂତନ ଆର୍ଥିକ ନୀତି ଗଚ୍ଛିତ ବିଦେଶୀ ମୁଦ୍ରା ପରିମାଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିଛି ।
Answer:
ଠିକ୍
୬। ୧୯୯୧ରେ ନୂତନ ଆର୍ଥିକ ନୀତିର ଘୋଷଣା ସମୟରେ ଡଃ ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ଥିଲେ ।
Answer:
୧୯୯୧ର ନୂତନ ଆର୍ଥିକନୀତିର ଘୋଷଣା ସମୟରେ ପି.ଭି. ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ।
୭ । ଜଗତୀକରଣ କହିଲେ ଘରୋଇକରଣକୁ ବୁଝାଏ।
Answer:
ଜଗତୀକରଣ କହିଲେ ଭାରତୀୟ ଅର୍ଥନୀତିକୁ ବିଶ୍ଵ ଅର୍ଥନୀତି ସହିତ ଏକତ୍ରିକରଣକୁ ବୁଝାଏ।
୮। ଜଗତୀକରଣ ଓ ଉଦାରୀକରଣର ପ୍ରଭାବ ଯୋଗୁଁ ଆମଦାନୀ ହ୍ରାସ ପାଇଛି ।
Answer:
ଜଗତୀକରଣ ଓ ଉଦାରୀକରଣର ପ୍ରଭାବ ଯୋଗୁଁ ଆମଦାନୀ ବୃଦ୍ଧି ପାଇଛି ।
୯। ନୂତନ ଅର୍ଥନୀତି ଭାରତରେ ଏକ ନିରୁଦ୍ଧ ଅର୍ଥବ୍ୟବସ୍ଥା ସୃଷ୍ଟି କରିଛି।
Answer:
ନୂତନ ଅର୍ଥନୀତି ଭାରତରେ ଏକ ମୁକ୍ତ ଅର୍ଥବ୍ୟବସ୍ଥା ସୃଷ୍ଟି କରିଛି ।
୧୦ । ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇ ମାଲିକାନା ଓ ପରିଚାଳନାଭୁକ୍ତ କରିବାକୁ ଜଗତୀକରଣ ବୋଲି କୁହାଯାଏ।
Answer:
ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇ ମାଲିକାନା ଓ ପରିଚାଳନାଭୁକ୍ତ କରିବାକୁ ଘରୋଇକରଣ ବୋଲି କୁହାଯାଏ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ଯରେ ଦିଅ ।
୧। ଜଗତୀକରଣ କହିଲେ କ’ଣ ବୁଝ ?
Answer:
ଜଗତୀକରଣ କହିଲେ ଆମ ଦେଶର ବଜାରକୁ ଆନ୍ତର୍ଜାତୀୟ ବଜାର ସହ ଏକତ୍ରୀକରଣ କରିବା। ବଜାରର ଏହି ଏକତ୍ରୀକରଣ ସହ କୌଣସି ଦେଶର ଦ୍ରବ୍ୟ ଅନ୍ୟ ଦେଶମାନଙ୍କ ଦ୍ରବ୍ୟ ସହ ଅବାଧରେ ବା ବିନା କଟକଣାରେ କାରବାର ହୋଇଥାଏ।
ଏହି ପ୍ରକ୍ରିୟାରେ ଦେଶୀୟ ଅର୍ଥନୀତି ଆନ୍ତର୍ଜାତୀୟ ଅର୍ଥନୀତି ସହ ସାମିଲ ହୋଇଥାଏ। ଜଗତୀକରଣଦ୍ଵାରା ବିଦେଶୀ କମ୍ପାନୀମାନେ ସରକାରଙ୍କ ବିନା ଅନୁମତିରେ ୫୧% ଅଂଶଧନ ବିନିଯୋଗ କରିପାରିବେ । ବୈଦେଶିକ ବାଣିଜ୍ୟ କଟକଣାଗୁଡ଼ିକ କୋହଳ କରାଗଲା । ପୁଂଜି ଓ ଆମଦାନୀ ଉପରୁ କଟକଣା ପ୍ରତ୍ୟାହାର କରାଗଲା।
୨। ଉଦାରୀକରଣ ବ୍ୟବସ୍ଥା କ’ଣ ?
Answer:
ଉଦାରୀକରଣ ବ୍ୟବସ୍ଥା ଦ୍ୱାରା ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ, ବାଣିଜ୍ୟିକ କାରବାର ପାଇଁ ସ୍ଵାଧୀନତା ପ୍ରଦାନ କରାଗଲା। ପୂର୍ବରୁ ରହିଥିବା କଟକଣାଗୁଡ଼ିକର ଉଚ୍ଛେଦ କରାଗଲା। ବାଣିଜ୍ୟିକ କାରବାର ଓ ଶିଳ୍ପ କ୍ଷେତ୍ରରେ ରହିଥିବା ସରକାରଙ୍କର ଅନୁମତିର ଆବଶ୍ୟକତା ରହିଲା ନାହିଁ ।
ଉଦ୍ୟୋଗୀମାନେ ସେମାନଙ୍କର ଲାଇସେନ୍ସ ଲାଭ କରିବାର ସ୍ଵାଧୀନତା ପାଇଲେ। ପୁଂଜି ଆମଦାନୀ ଉପରୁ କଟକଣା ପ୍ରତ୍ୟାହାର କରିନିଆଗଲା ତ ଉଦ୍ୟୋଗୀମାନେ ଅଂଶଧନ ବିକ୍ରି କରି ପାଣ୍ଠି ସଂଗ୍ରହର ଅନୁମତି ପାଇପାରିଲେ।
୩। ବଜାରଭିତ୍ତିକ ଅର୍ଥନୀତି କାହାକୁ କୁହାଯାଏ ?
Answer:
ନୂତନ ଆର୍ଥିକ ନୀତିରେ ବଜାର ଭିଭିକ ଅର୍ଥନୀତି ଉପରେ ଗୁରୁତ୍ବ ଆରୋପ କରାଗଲା। ଦେଶରେ ବଜାର ଦ୍ରବ୍ୟର ଚାହିଦା ଓ ଯୋଗାଣ ମୂଲ୍ୟ ନିର୍ଦ୍ଧାରଣ କରିବା ଉପରେ ପ୍ରାଧାନ୍ୟ ଦିଆଗଲା। ସରକାରୀ କଳର ହସ୍ତକ୍ଷେପକୁ ସୀମିତ କରାଗଲା। କେବଳ ଭିତ୍ତିଭୂମି ସୁଦୃଢ଼ ପାଇଁ କେତେକ ଦ୍ରବ୍ୟ, ସାମରିକ ଅସ୍ତ୍ରଶସ୍ତ୍ର, କେତେକ ସାମାଜିକ ଦ୍ରବ୍ୟର ମୂଲ୍ୟ ବଜାରରେ ନିର୍ଦ୍ଧାରଣ କରିବାପାଇଁ ନୀତି ପ୍ରଣୟନ କରାଗଲା। କିପରି ବଜାର ବ୍ୟବସ୍ଥାର ସୁପରିଚାଳନା ହେବ, ତାହା ସରକାରଙ୍କର ଦାୟିତ୍ଵରେ ରହିଲା ।
୪। ଆଧୁନିକୀକରଣ କାହାକୁ କୁହାଯାଏ ?
Answer:
ନୂତନ ଆର୍ଥିକ ନୀତି ଦେଶର ଅର୍ଥନୀତିର ଆଧୁନିକୀକରଣ ଉପରେ ଯଥେଷ୍ଟ ଗୁରୁତ୍ଵ ଦେଲା। ଅଶୀ ଦଶକର ଶେଷ ଭାଗରେ ଦେଶରେ ସରକାରୀ ଓ ବେସରକାରୀ ଉଦ୍ୟୋଗ କ୍ଷେତ୍ରରେ ବହୁ ରୁଗ୍ଣ ଶିଳ୍ପ ରହିଥିବାର ଦେଖାଗଲା। ଏଗୁଡ଼ିକରେ ନୂତନ ବୈଜ୍ଞାନିକ ପଦ୍ଧତି ତଥା ପ୍ରାବିଧ୍ଵକ ଉନ୍ନତି ଆଣି, ଆଧୁନିକୀକରଣ କରି ସେମାନଙ୍କୁ ଅଧିକ ଦକ୍ଷ ତଥା ଉତ୍ପାଦନଶୀଳ କରିବାର ଲକ୍ଷ୍ୟ ରଖାଗଲା ।
F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
୧। ବାଣିଜ୍ୟ ସଂସ୍କାର ଓ ଶିଳ୍ପ ସଂସ୍କାର
Answer:
କରାଗଲା। କ୍ରମବର୍ଦ୍ଧମାନ ଭାବେ ଲାଇସେନ୍ସ ପ୍ରଥା ଓ ପରିମାଣଗତ ପ୍ରତିବନ୍ଧକ ଗୁଡ଼ିକର ସମ୍ପୂର୍ଣ ବିଲୋପ କରିବା, ଏହି ସଂସ୍କାର ନୀତିର ମୁଖ୍ୟ ଲକ୍ଷ୍ୟ ରଖାଗଲା। ନୂତନ ବାଣିଜ୍ୟ ନୀତିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କେତେକ ରପ୍ତାନି ଏବଂ ଆମଦାନୀ ଦ୍ରବ୍ୟ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ଏକ ଚାଟିଆ ସୁଯୋଗ ଭୋଗ କରି ଆସୁଥିଲେ, ତାହାର ଦ୍ରୁତ ହ୍ରାସ ନିମନ୍ତେ ବାଣିଜ୍ୟ ନୀତିରେ ଏକ ଉପବନ୍ଧ ରଖାଗଲା।
୧୯୯୧ ମସିହାରେ ସରକାର ନୂତନ ଶିଳ୍ପନୀତି ଘୋଷଣା କଲେ। ଏହି ନୀତିରେ ଶିଳ୍ପ ଲାଇସେନ୍ସ ନିୟମକୁ ଅଧୂକ ଉଦାର ଓ ସରଳୀକରଣ କରାଗଲା। ଏହାଦ୍ଵାରା ଘରୋଇ କ୍ଷେତ୍ରରେ ଶିଳ୍ପର ପ୍ରସାର ନିମନ୍ତେ ଅଧୂକ ଉତ୍ସାହମାନ ଦିଆଗଲା ଏବଂ ରାଷ୍ଟ୍ରାୟତ୍ତ ଶିଳ୍ପ କ୍ଷେତ୍ରକୁ ସଙ୍କୁଚିତ କରାଗଲା ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୨। ଉଦାରୀକରଣ ଓ ଘରୋଇକରଣ
Answer:
ଉଦାରୀକରଣ ପ୍ରକ୍ରିୟାର ପ୍ରଚଳନଦ୍ୱାରା ନୂତନ ଶିଳ୍ପ ପ୍ରତିଷ୍ଠା ଦିଗରେ ରହିଥିବା କଟକଣା ଗୁଡ଼ିକ ଉଚ୍ଛେଦ କରିଦିଆଗଲା । ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ପ୍ରଧାନ୍ୟ ଦିଆଗଲା। ଦ୍ଵିତୀୟତଃ ଏହି ନୀତିଦ୍ଵାରା କୌଣସି ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନର ଆରମ୍ଭ କରିବା ପୂର୍ବରୁ ଆବଶ୍ୟକ ହେଉଥିବା ଅନୁମତିପତ୍ରର ଉଚ୍ଛେଦ କରିଦିଆଗଲା।
ଘରୋଇକରଣ ନୀତି ପ୍ରଚଳନଦ୍ଵାରା ବେସରକାରୀ ତଥା ଘରୋଇ ସଂସ୍ଥା ଉପରେ ବିଶେଷ ଆସ୍ଥା ପ୍ରକଟ କରାଗଲା। ବେସରକାରୀ ଉଦ୍ୟୋଗପାଇଁ ଉଦ୍ଦିଷ୍ଟ ଉଦ୍ୟୋଗଗୁଡ଼ିକ ବେସରକାରୀ ସଂସ୍ଥାର ପରିଚାଳନାଭୁକ୍ତ କରାଗଲା। ବିଦେଶୀ ପୁଂଜି ନିବେଶକାରୀଙ୍କୁ ଘରୋଇ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ ପାଇଁ ଅନୁମତି ମିଳିଲା। ବିଶେଷ କରି ଅଧିକାଂଶ ଅର୍ଥନୈତିକ ପ୍ରକ୍ରିୟା ଘରୋଇ ସଂସ୍ଥା ମାଧ୍ୟମରେ ସମାହିତ ହୋଇପାରିଲା।
୩। ସରକାରୀ କ୍ଷେତ୍ର ଓ ଘରୋଇ କ୍ଷେତ୍ର
Answer:
ଯେଉଁ ଉଦ୍ୟୋଗ ଗୁଡ଼ିକ ସରକାରଙ୍କ ମାଲିକାନାରେ ପରିଚାଳିତ ହେଉଥା’ନ୍ତି ସେଗୁଡ଼ିକ ସରକାରୀ ଉଦ୍ୟୋଗ କୁହାଯାଏ । ଏହିସବୁ ସଂସ୍ଥାଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିଥା’ନ୍ତି। ଅନ୍ୟ ପକ୍ଷରେ ବେସରକାରୀ ସଂସ୍ଥାମାନଙ୍କଦ୍ଵାରା ପରିଚାଳିତ ହୋଇଥା’ନ୍ତି ।
- ସରକାରୀ ଉଦ୍ୟୋଗଗୁଡ଼ିକରେ ମାନବିକ କଲ୍ୟାଣ ଭଳି ମହତ୍ ଉଦ୍ଦେଶ୍ୟ ନିହିତ ଥାଏ ମାତ୍ର ଘରୋଇ ଉଦ୍ୟୋଗରେ ଲାଭ ଅର୍ଜନର ଆଭିମୁଖ୍ୟ ରହିଥାଏ ।
- ସରକାରୀ ଉଦ୍ୟୋଗ ଭିତ୍ତିଭୂମିର ସୁବିଧା ପ୍ରଦାନ କରିଥାଏ, ଯାହାଦ୍ଵାରା ବେସରକାରୀ ସଂସ୍ଥା ପ୍ରସାର କରିଥାଏ। ମାତ୍ର ବେସରକାରୀ ସଂସ୍ଥା ସରକାରୀ ସଂସ୍ଥାର ପରିପୂରକ ଭାବରେ କାର୍ଯ୍ୟକରେ।
- ସରକାର ଉଦ୍ୟୋଗରେ ବହୁଳ ପୁଂଜି ବିନିଯୋଗ ସହ ଲାଭ ଅର୍ଜନର ଆଶା ନଥାଏ ମାତ୍ର ବେସରକାରୀ ଉଦ୍ୟୋଗ ସ୍ଵଳ୍ପ ପୁଂଜି ନିବେଶରେ ଅଧ୍ବକ ଲାଭର ପ୍ରତ୍ୟାଶା ରଖିଥାଏ ।
୧। ଭାରତରେ ପ୍ରଣୟନ ହୋଇଥିବା ନୂତନ ଆର୍ଥିକ ନୀତି ସଂପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:
1991-92 ମସିହାବେଳକୁ ଦେଶର ଅର୍ଥନୀତି ଅତି ସଂକଟର ସମ୍ମୁଖୀନ ହୋଇଥିଲା । ଶେଷରେ ସରକାରୀ ଉଦ୍ୟୋଗଗୁଡ଼ିକ କ୍ଷତିରେ ଚାଲୁଥିଲା । ଶିଳ୍ପ ବିକାଶରେ ସ୍ଥାଣୁତ୍ବ ଆସିଯାଇଥିଲା । ବୈଦେଶିକ ମୁଦ୍ରାର ସମସ୍ୟା ଗୁରୁତର ଆକାର ଧାରଣ କରିଥିଲା । ଦେଶରେ ଗଣଦାରିଦ୍ର୍ୟ ଓ ବେକାର ସମସ୍ୟା ଅଧିକ ଘନୀଭୂତ ହୋଇଥିଲା ।
ଏହି ସମୟରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କର ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ ଦେଖାଦେଇଥିଲା । ସବୁ ଅର୍ଥନୀତିଗୁଡ଼ିକ ଜଗତୀକରଣ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କଲେ । ଏହି ପରିପ୍ରେକ୍ଷୀରେ ଭାରତରେ ଆର୍ଥିକ ନୀତିରେ ଅବଶ୍ୟମ୍ଭାବୀ ହୋଇପଡ଼ିଲା । ତେଣୁ 1991- 92 ମସିହାରେ ସରକାର ନୂତନ ଆର୍ଥିକ ନୀତି ଘୋଷଣା କଲେ । ଏହୀ ନୀତିର ମୁଖ୍ୟ ଉପାଦାନଗୁଡ଼ିକ ହେଲା-
(1) ଉଦାରୀକରଣ– ଏହି ନୀତିରେ ଉଦ୍ୟୋଗୀମାନଙ୍କ ଉପରେ ନୂତନ ଶିଳ୍ପ, ବାଣିଜ୍ୟ ପ୍ରତିଷ୍ଠା ଆରମ୍ଭ କରିବାପାଇଁ ଯେଉଁ କଟକଣା ଜାରି ହୋଇଥିଲା ସେଗୁଡ଼ିକୁ ଉଚ୍ଛେଦ କରିଦିଆଗଲା । ଏହି ନୀତି ଅନୁସାରେ କୌଣସି ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ଆରମ୍ଭ କରିବାକୁ ଆଗୁଆ ଅନୁମତିପତ୍ରର ଆବଶ୍ୟକତା ରହିଲା ନାହିଁ । ସେହିପରି ଆମଦାନୀ କ୍ଷେତ୍ରରେ କୋହଳ ନୀତି ମଧ୍ୟ ଗ୍ରହଣ କରାଗଲା ।
(2) ଘରୋଇକରଣ– ନୂତନ ଅର୍ଥନୀତିରେ ଘରୋଇ ଉଦ୍ୟୋଗ ଉପରେ ଅଧିକ ଆସ୍ଥା ପ୍ରକଟ କରାଗଲା । ଯେଉଁ କ୍ଷେତ୍ରଗୁଡ଼ିକ ସରକାରୀ ଉଦ୍ଦେଶ୍ୟପାଇଁ ଉଦ୍ଦିଷ୍ଟ ଥିଲା, ସେଗୁଡ଼ିକରେ ଘରୋଇ ଉଦ୍ୟୋଗ ପୁଞ୍ଜିନିବେଶ କରିପାରିବେ ବୋଲି ନୀତି ପ୍ରଣୟନ କରାଗଲା । ଫଳରେ ଯେଉଁ ସରକାରୀ ଉଦ୍ୟୋଗପାଇଁ ଯେଉଁ 17 ପ୍ରକାର ଶିଳ୍ପ ସଂରକ୍ଷିତ ଥିଲା ସେଥୁରୁ 11 ପ୍ରକାର ଶିଳ୍ପ ଘରୋଇ କ୍ଷେତ୍ରପାଇଁ ଜନ୍ମ କ୍ତ କରିଦିଆଗଲା ।
(3) ଜଗତୀକରଣ– ନୂତନ ଅର୍ଥନୀତିର ଅନ୍ୟ ଏକ ଉପାଦାନ ହେଲା– ଦେଶୀୟ ଅର୍ଥନୀତିକୁ ଆନ୍ତର୍ଜାତିକ ଅର୍ଥନୀତି ସହିତ ସାମିଲ କରିଦେବା । ଦେଶର ଘରୋଇ ବଜାର ଆନ୍ତର୍ଜାତିକ ବଜାରରେ ଅନ୍ତର୍ଭୁକ୍ତ କରିବାପାଇଁ ପଦକ୍ଷେପମାନ ନିଆଗଲା । ସେଗୁଡ଼ିକ ହେଲା –
(i) ବିଦେଶୀ ପୁଞ୍ଜିପତିମାନେ ସରକାରଙ୍କ ବିନା ଅନୁମତିରେ ଯେକୌଣସି କମ୍ପାନୀରେ 51 ପ୍ରତିଶତ ଅଂଶଧନ ବିନିଯୋଗ କରିପାରିବେ । ଏପରିକି କେତେକ କମ୍ପାନୀରେ 100 ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିବିନିଯୋଗ କରିପାରିବେ ।
(ii) ଆନ୍ତର୍ଜାତିକ ବଜାରରେ ଆମ ଦେଶର ଦ୍ରବ୍ୟ ଓ ସେବାର ଚାହିଦା ବୃଦ୍ଧିପାଇଁ ଭାରତୀୟ ମୁଦ୍ରାର ମୂଲ୍ୟକୁ ଅବମୂଲ୍ୟ।ୟନ କରାଗଲା ।
(iii) ବୈଦେଶିକ ବାଣିଜ୍ୟରେ ଲାଗୁ ହେଉଥିବା ନୀତିଗୁଡ଼ିକ କୋହଳ କରାଗଲା ।
(iv) ବିଦେଶୀ ପୁଞ୍ଜି ଓ କୌଶଳ ଆମଦାନୀ ଉପରୁ କଟକଣାମୁକ୍ତ କରାଗଲା ।
(4) ବଜାରଭିତ୍ତିକ ଅର୍ଥନୀତି– ନୂତନ ଆର୍ଥିକ ନୀତିରେ ବଜାରଭିଭିକ ଅର୍ଥନୀତି ଉପରେ ଗୁରୁତ୍ୱ ଆରୋପ କରାଗଲା । ଦେଶରେ ବଜାର ଦ୍ରବ୍ୟର ଚାହିଦା ଓ ଯୋଗାଣ ମୂଲ୍ୟ ନିର୍ଦ୍ଧାରଣ କରିବା ଉପରେ ପ୍ରାଧାନ୍ୟ ଦିଆଗଲା ।
ସରକାରୀ କଳର ହସ୍ତକ୍ଷେପକୁ ସୀମିତ କରାଗଲା । କେବଳ ଭିତ୍ତିଭୂମି ସୁଦୃଢ଼ପାଇଁ କେତେକ ଦ୍ରବ୍ୟ, ସାମରିକ ଅସ୍ତ୍ରଶସ୍ତ୍ର, କେତେକ ସାମାଜିକ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ ସରକାରଙ୍କ ହାତରେ ରହିଲା । ଏହା ବ୍ୟତୀତ ଅନ୍ୟସବୁ ଦ୍ରବ୍ୟ ଓ ସେବାର ମୂଲ୍ୟ ବଜାରରେ ନିର୍ଦ୍ଧାରଣ କରିବାପାଇଁ ନୀତି ପ୍ରଣୟନ କରାଗଲା । କିପରି ବଜାର ବ୍ୟବସ୍ଥାର ସୁପରିଚାଳନା ହେବ, ତାହା ସରକାରଙ୍କର ଦାୟିତ୍ୱରେ ରହିଲା ।
(5) ଆଧୁନିକୀକରଣ– 1991-92 ମସିହା ପୂର୍ବରୁ ଶିଜୋଦ୍ୟୋଗଗୁଡ଼ିକର ଆଧୁନିକୀକରଣ ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ଥିଲା । କିନ୍ତୁ 1991-92 ମସିହା ନୂତନ ଆର୍ଥିକ ନୀତି ପ୍ରଣୟନ ପରେ ଶିଳ୍ପାଦ୍ୟୋଗଗୁଡ଼ିକୁ ସରକାରଙ୍କ ବିନା ଅନୁମତି ଓ ସାହାଯ୍ୟରେ ଶିଳ୍ପପତିମାନେ ଆଧୁନିକୀକରଣ କରିପାରିବେ । ଘରୋଇ ଉଦ୍ୟୋଗମାନେ ଏଣିକି ବିଦେଶରୁ ନୂତନ କୌଶଳ ଓ ଯନ୍ତ୍ରପାତି ଆମଦାନୀ କରିବାରେ ବାଧା ରହିଲା ନାହିଁ । ସେହିପରି ସେମାନେ ମଧ୍ୟ ନିଜ ଇଚ୍ଛାମୁତାବକ ରିସର୍ଚ୍ଚ ସେଣ୍ଟର ଆରମ୍ଭ କରିପାରିବେ।
୨। ନୂତନ ଆର୍ଥିକ ନୀତି ଅର୍ଥନୀତିରେ କି ପ୍ରକାର ସଂସ୍କାର ଆଣିଛି ବର୍ଣ୍ଣନା କର । ଏହାର ତ୍ରୁଟିବିଚ୍ୟୁତିଗୁଡ଼ିକ କ’ଣ ? କିମ୍ବା, ଭାରତୀୟ ଅର୍ଥନୀତିରେ ନୂତନ ଆର୍ଥିକ ନୀତିର ପ୍ରଭାବ ବର୍ଣ୍ଣନା କର ।
Answer:
1991 ରୁ ପ୍ରଣୀତ ଓ ପ୍ରଚଳିତ ଏହି ଆର୍ଥିକ ନୀତି ଉଦାରୀକରଣ ନୀତି ନାମରେ ପରିଚିତ । ଏହି ନୀତି ପ୍ରଚଳନ ହେବାଦ୍ଵାରା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ପ୍ରାଧନ୍ୟ ହ୍ରାସପାଇଁ ଘରୋଇ ଉଦ୍ୟୋଗଗୁଡ଼ିକର ପ୍ରାଧାନ୍ୟ ବୃଦ୍ଧିପାଇଛି । ରାଷ୍ଟ୍ରର ଅର୍ଥନୀତିରେ ପୁନର୍ବିନ୍ୟାସ ଘଟିଛି ।
1991ରୁ ଭାରତୀୟ ଅର୍ଥନୀତିରେ ଯେଉଁ ନୂତନ ଧାରା ପ୍ରବର୍ତ୍ତିତ ହୋଇଛି, ସେଥ୍ରେ ନିମ୍ନଲିଖିତ ସଂସ୍କାରଗୁଡ଼ିକ ବିଶେଷ ଉପଲବଧୂ ହୋଇଥାଏ ।
- ସମଷ୍ଟି ଅର୍ଥନୀତିରେ ସ୍ଥିରତା ଓ ଢାଞ୍ଚାର ସଂସ୍କାର – ନୂତନ ଅର୍ଥନୀତିରେ ସୁସଂହତ ରାଜକୋଷୀୟ ଓ ମୌଦ୍ରିକ (Fiscal and Monetary) ନୀତି ଅବଲମ୍ବନ କରି ଦରଦାମ୍ର ସ୍ଥିରତା, ଟଙ୍କାର ବହିର୍ମୂଲ୍ୟର ସ୍ଥିରତା ଓ ଦେଣନେଣ ପରିସ୍ଥିତି (Balance of Payments) ରେ ସ୍ଥିରତା ବଜାୟ ରଖିବାକୁ ଚେଷ୍ଟା କରାଯାଇଛି ।
- ଏହି ନୀତିରେ ରାଜକୋଷୀୟ ପରିଚାଳନାରେ ସଂସ୍କାର ଅଣାଯାଇଛି । ରାଜକୋଷୀୟ ନିଅଣ୍ଟ ଜାତୀୟ ଉତ୍ପାଦନର 8.4 ପ୍ରତିଶତ 1990-91 ରେ ଥିଲା । ତାହାକୁ କମାଇ 1999 – 2000 ସୁଦ୍ଧା 4.4 ପ୍ରତିଶତ ସ୍ତରକୁ ଆଣିବାକୁ ଚେଷ୍ଟା କରାଯାଇଛି । ମାତ୍ର ତାହା ମାତ୍ର 5.6 ପ୍ରତିଶତକୁ କମାଯାଇଛି ।
- ରାଷ୍ଟ୍ରୀୟ ବ୍ୟୟର ସଂକୋଚନ– ରାଷ୍ଟ୍ରୀୟ ବ୍ୟୟ 1970-71 ରେ ଜାତୀୟ ଉତ୍ପାଦନର 19 ପ୍ରତିଶତ ଥିଲା । 1990 – 91 ରେ ତାହା 37 ପ୍ରତିଶତ ହେଲା । ଏହାକୁ କମାଇବାର ଚେଷ୍ଟା କରାଯାଇଛି ।
- କର ରାଜସ୍ୱର ବୃଦ୍ଧି– ରାଜସ୍ୱର ପ୍ରଧାନ ଅଂଶ ହେଉଛି କର ସଂଗ୍ରହ । କର ପଦ୍ଧତିକୁ ଯୁକ୍ତିସଂଗତ ଓ ପ୍ରକାରଭିତ୍ତିକୁ ପ୍ରସାରିତ କରି ଅଧ୍ବକ କର ଆଦାୟ କରାଯାଉଛି ।
- ରାଷ୍ଟ୍ରୀୟ ଉଦ୍ୟୋଗ ଓ ଜନହିତକର ସଂସ୍ଥାର ସେବାର ଉଚିତ ମୂଲ୍ୟ ନିର୍ଦ୍ଧାରଣ । ବିଜୁଳି, ଜଳସେଚନ, ରାସ୍ତା, ଯାନବାହନ ପାଇଁ ଲୋକେ ଯେଉଁ ମୂଲ୍ୟ ଦେଉଛନ୍ତି ତାହା ଉତ୍ପାଦନ ଖର୍ଚ୍ଚର ମାତ୍ର 35 ପ୍ରତିଶତ । ଏହା ଯୋଗୁଁ ରାଷ୍ଟ୍ର ବହୁ କ୍ଷତି ସହୁଛି । ନୂଆ ନୀତିରେ ଏହାର ପ୍ରକୃତ ଉତ୍ପାଦନ ଖର୍ଚ୍ଚ ଅନୁଯାୟୀ ମୂଲ୍ୟ ସ୍ଥିର କରାଯିବ ।
- ରିହାତି ହ୍ରାସ– ସରକାର ସାର ଖାଦ୍ୟ ଓ ଅନ୍ୟାନ୍ୟ ପଦାର୍ଥରେ ପ୍ରଚୁର ରିହାତି ଦେଉଥିବାରୁ ନିଅଣ୍ଟ ବଢ଼ିଚାଲିଛି । ବଜେଟ୍ରେ ନିଅଣ୍ଟ କମାଇବାପାଇଁ ରିହାତି ହ୍ରାସ କରାଯିବ ।
- କେନ୍ଦ୍ର ସରକାର ଷ୍ଟେମାନଙ୍କୁ ବିଶେଷତଃ ବିକୃତ ଯାନବାହନ କ୍ଷେତ୍ରରେ ଯେଉଁ ସାହାଯ୍ୟ ଦେଉଛନ୍ତି ତାହା କମାଯିବ ।
- ମୌଦ୍ରିକ ସଂସ୍କାର– ମୁଦ୍ରାସ୍ତ୍ରୀତିର ନିୟନ୍ତ୍ରଣପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ, କୋହଳ ମୁଦ୍ରନୀତି ପରିବର୍ତ୍ତେ କଠୋର ମୁଦ୍ରାନୀତି ଗ୍ରହଣ କରିବାକୁ କୁହାଯାଇଛି ।
- ବହିର୍ବାଣିଜ୍ୟ କ୍ଷେତ୍ରରେ ସମତୁଲ– ନୂଆ ନୀତିରେ ଆମଦାନୀ ଓ ରପ୍ତାନୀ ଭିତରେ ଥିବା ବ୍ୟବଧାନକୁ ହ୍ରାସ କରାଯିବ । 1991 ରେ ଆମର ରପ୍ତାନୀ ଆମଦାନୀର 66 ପ୍ରତିଶତ ଥିଲା । ଏହା ବିଦେଶୀ ମୁଦ୍ରା ସଂକଟ ସୃଷ୍ଟି କରେ । ତେଣୁ ଏହାର ନିରାକରଣ ଲୋଡ଼ା ।
- ଟଙ୍କାର ଅବମୂଲ୍ୟାୟନ– 1991 ଜୁଲାଇରେ ବିଦେଶୀମୁଦ୍ରା ସଂକଟ ଦୂର କରିବାପାଇଁ ଟଙ୍କାର ମୂଲ୍ୟ 22.2 ପ୍ରତିଶତ କମାଗଲା । ପରେ ଟଙ୍କାର ମୂଲ୍ୟ ବଜାରର ମୁକ୍ତ ଶକ୍ତି ଦ୍ଵାରା ସ୍ଥିରୀକୃତ ହେଲା । ଦୁଇବର୍ଷ ଭିତରେ ଟଙ୍କାର ବହିର୍ମୂଲ୍ୟ 41 ପ୍ରତିଶତ ହ୍ରାସ ପାଇଲା ।
- ଟଙ୍କାର ରୂପାନ୍ତରଣୀୟତା– ଚଳନ୍ତି ବ୍ୟବସାୟ କ୍ଷେତ୍ରରେ ଟଙ୍କାକୁ ସହଜରେ ଅନ୍ୟ ବିଦେଶୀ ମୁଦ୍ରାରେ ପରିବର୍ତ୍ତିତ କରିବାକୁ ସୁଯୋଗ ଦିଆଗଲା । ଏହାଦ୍ଵାରା 1 993-94 ବହିର୍ବାଣିଜ୍ୟ ଓ ବିଦେଶୀ ମୁଦ୍ରା ଆଗମନ ସୁଗମ ହେଲା ।
- ରପ୍ତାନୀ ବୃଦ୍ଧି : ନୂତନ ଅର୍ଥନୀତିରେ ରପ୍ତାନୀକୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି । ବାର୍ଷିକ ରପ୍ତାନୀ ଅଭିବୃଦ୍ଧି ମୂଲ୍ୟାଙ୍କରେ 14 ପ୍ରତିଶତ ଓ ପରିମାଣରେ ୨ ପ୍ରତିଶତ ବଢ଼ାଇବାର ଲକ୍ଷ୍ୟ ରଖାଗଲା ।
ଢାଞ୍ଚାର ସଂସ୍କାର :
ଉପରୋକ୍ତ ପଦକ୍ଷେପ ବ୍ୟତୀତ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବାପାଇଁ ଢାଞ୍ଚାର ସଂସ୍କାର କରାଯାଇଛି । ଏହି ସଂସ୍କାରଗୁଡ଼ିକ ହେଲା :
(a) ବାଣିଜ୍ୟ ନୀତିରେ ସଂସ୍କାର – ଅଧୂକ ଆମଦାନୀ ଓ ରପ୍ତାନୀ ହେବାପାଇଁ ବାଣିଜ୍ୟ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରକାର କଟକଣାକୁ ଉଠାଇ ନିଆଯାଇଛି । ଆମଦାନୀ ଶୁଳ୍କ ଓ ରପ୍ତାନୀ ଶୁଳ୍କ 1991 ପୂର୍ଣ୍ଣ ପ୍ରାୟ 150/200 ପ୍ରତିଶତ ଥିଲା । ତାକୁ କମାଇ ଏବେ ସର୍ବୋଚ୍ଚ ହାର 30-45 ପ୍ରତିଶତକୁ ଅଣାଯାଇଛି ।
(b) ଶିଳ୍ପ ନୀତିରେ ପରିବର୍ତ୍ତନ – 1991 ଜୁଲାଇ 24 ରେ ନୂଆ ଶିଳ୍ପନୀତି ପ୍ରବର୍ତ୍ତନ କରାଯାଇଛି । ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନପାଇଁ ଆଉ ଲାଇସେନ୍ସ ଦରକାର ପଡୁନାହିଁ । ରାଷ୍ଟ୍ରୀୟ କ୍ଷେତ୍ରରେ ଥିବା 17ଟି ଶିଳ୍ପକୁ ୫ଟିକୁ କମାଇ ଦିଆଯାଇଛି । MRTP ଆଇନକୁ କୋହଳ କରାଯାଇଛି । ଶିଳ୍ପ ପ୍ରତିଷ୍ଠାପାଇଁ ଅଞ୍ଚଳ ନିରୂପଣ ଆଇନକୁ କୋହଳ କରାଯାଇଛି ।
(c) ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ – ନୂଆ ନୀତିରେ 34ଟି ଅଗ୍ରାଧ୍ୟାକାର ଶିଳ୍ପକ୍ଷେତ୍ରରେ ବିଦେଶୀପୁଞ୍ଜି ବିନାବାଧାରେ ବିନିଯୋଗ କରାଯାଇପାରିବ । ରାଷ୍ଟ୍ରୀୟ ଉଦ୍ୟୋଗପାଇଁ ସଂରକ୍ଷିତ 17 ଟି ଶିଳ୍ପକୁ କମାଇ ୫ ରେ ସୀମିତ ରଖାଯାଇଛି । ଯେଉଁ ରାଷ୍ଟ୍ରୀୟ ଶିଳ୍ପ ବହୁଦିନ ଧରି ରୁଗ୍ନ ତାକୁ ବନ୍ଦ କରିଦିଆଯିବ ବା ଘରୋଇ ପ୍ରତିଷ୍ଠାନକୁ ହସ୍ତାନ୍ତର କରାଯିବ । ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନେକ ସୁବିଧା ଦିଆଯାଉଛି ।
(d) ଆର୍ଥନୀତିକ ପ୍ରଗତିକୁ ପ୍ରୋତ୍ସାହିତ କରିବାପାଇଁ ଆବଶ୍ୟକ ମୌଦ୍ରିକ ସଂସ୍କାର କରାଯାଇଛି । ବ୍ୟାଙ୍କ ଓ ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନକୁ ଅଧିକ ସ୍ଵାଧୀନତା ଓ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସୁବିଧା ଦିଆଯାଉଛି ।
ନୂତନ ଅର୍ଥନୀତିର ତ୍ରୁଟିବିଚ୍ୟୁତି :
(1) ବୃହତ୍ତର ଉନ୍ନୟନ କୌଶଳର ଅଭାବ– ନୂତନ ଅର୍ଥନୀତିରେ ସ୍ଥିରତା ଓ ଢାଞ୍ଚାସଂସ୍କାର ମାଧ୍ୟମରେ ଶିଳ୍ପ କ୍ଷେତ୍ରରେ ଏକ ପ୍ରତିଦ୍ବନ୍ଦ୍ବ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି । ମାତ୍ର ସେ ଲକ୍ଷ୍ୟ ହାସଲପାଇଁ ଅର୍ଥନୀତିର ବିଭିନ୍ନ ବିଭାଗରେ ସଂସ୍କାର ଲୋଡ଼ା । ତାହା କରାହୋଇନାହିଁ ।
(2) ସଂସ୍କାରର ତ୍ରୁଟିପୂର୍ଣ୍ଣ କ୍ରମ– ନୂତନ ଅର୍ଥନୀତିରେ ପ୍ରଥମେ ରାଜକୋଷୀୟ ନିଅଣ୍ଟ ହ୍ରାସ ଉପରେ ଗୁରୁତ୍ବ ଦିଆଗଲା । ସରକାରୀ ଖର୍ଚ୍ଚ କାଟ ଓ ଟିକସ ହାର କମାଗଲା । ଘରୋଇ ବିଭାଗ ଖର୍ଚ୍ଚ ବଢ଼ାଉଛି କି ନାହିଁ ସେ ବିଷୟରେ ନିଶ୍ଚିତ ହେବା ପୂର୍ବରୁ ସରକାରୀ ଖର୍ଚ୍ଚ-କାଟ ଅର୍ଥନୀତିର ଅଗ୍ରଗତିକୁ ପ୍ରଥମ ଦୁଇତିନିବର୍ଷ ପ୍ରତିହତ କରିଥିଲା । ସେହିଭଳି ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ବିଚାର କରି ଉଦାର ନୀତି ଅବଲମ୍ବନ କରାନଯାଇ ଥିବାରୁ ଏହା ପ୍ରଯୁକ୍ତି ବିଦ୍ୟା ଓ ସ୍ଵଦେଶୀ ପୁଞ୍ଜି ନିବେଶକୁ ଆଗେଇ ନେଲାନାହିଁ ।