CHSE Odisha Class 11 English Grammar Translation

Odisha State Board CHSE Odisha Class 11 Invitation to English 4 Solutions Grammar Additional Questions Textbook Activity Questions and Answers.

CHSE Odisha 11th Class English Grammar Translation

Translate the following passages into English.

Passage – 1

ସୀତା: ତୁମେ ବଜାରରୁ କ’ଣ ସବୁ କିଣିଲ ?
ଗୀତା: ମୁଁ ଗୋଟିଏ ବୋତଲ କ୍ଷୀର, ଏକ ପୁଡ଼ିଆ ଲୁଗାସଫା ପାଉଡ଼ର ଓ ଗୋଟିଏ ଦାନ୍ତଘଷା ପେଷ୍ଟ କିଣିଲି ।
ସୀତା: ଆଉ ମୁଁ ଯେଉଁ ଚକୋଲେଟ କିଣିବାପାଇଁ କହିଥିଲି ?
ଗୀତା: ମୁଁ ଦୁଃଖ । ପୁରାପୁରି ଭୁଲିଗଲି ।
Answer:
Sita : What did you buy in the market?
Rama : I bought a bottle of milk, a packet of washing powde and a tooth paste.
Sita : What aboUt the bar of chocolate I asked you to buy?
Rama : I am sorry. I completely forgot.

Passage – 2

ମୋର ବନ୍ଧୁ ଗୋଟିଏ ଦୂର ଗାଁର ଶେଷ ମୁଣ୍ଡରେ ଏକ ଛୋଟ ଘରେ ବାସ କରନ୍ତି । ସେ ଘରର ପଛପଟେ ଗୋଟିଏ ସୁନ୍ଦର ବଗିଚା ଅଛି ।ସେ ବଗିଚାରେ ଅନେକ ଦୁର୍ଲଭ ଔଷଧ୍ୟ ଗଛ ଅଛି । ତାଙ୍କ ଘର ସାମନାରେ ଜଣେ ବୈଦ୍ୟ ରହନ୍ତି । ସେ ଏହି ଔଷଧ ଗଛରୁ ଔଷଧ ପ୍ରସ୍ତୁତ କରନ୍ତି ।
Answer:
My friend lives in a small house at the end of a distant village. There is a beautiful garden behind that house. There are many rare medicinal plants in that garden. There lives a doctor in front of his house. He prepares medicine from these medicinal plants.

CHSE Odisha Class 11 English Grammar Translation

Passage – 3

ଆଜି ସକାଳେ ମୋର ବନ୍ଧୁ ଏକ ଦୁର୍ଘଟଣା ଦେଖ‌ିଲେ । ଗୋଟିଏ ଆଲୋକ ସ୍ତମ୍ଭରେ ଗୋଟିଏ ଟ୍ରକ ବାଡ଼େଇ ହୋଇଗଲା । ଟ୍ରକ ଚାଳକ ଆହତ ହୋଇନଥିଲେ । କିନ୍ତୁ ଟ୍ରକଟି ବହୁତ କ୍ଷତିଗ୍ରସ୍ତ ହୋଇଥିଲା । ସେ ଜାଗାରେ ବହୁତ ଲୋକ ଜମା ହୋଇଥିଲେ । ପୋଲିସ ଆସିବା ଦେଖୁ ସମସ୍ତେ ପଳାଇଗଲେ ।
Answer:
Today morning my friend witnesses an accident. A truck crashed against a lamp post. The truck driver was not injured. But the truck was badly damaged. Many people had gathered on that spot. On seeing the police, they all fled away.

Passage – 4

ଶିକ୍ଷକ ଶ୍ରେଣୀଗୃହରେ ପ୍ରବେଶ କଲେ ଓ ତାଙ୍କ ଟେବୁଲ ପାଖକୁ ଗଲେ । ତାଙ୍କ ବାମ ହାତରେ ଗୋଟିଏ ଡଷ୍ଟର ଓ ଡାହାଣ ହାତରେ ଗୋଟିଏ ବହି ଥିଲା । ତା’ପରେ ସେ କଳାପଟାକୁ ସଫା କଲେ ଓ ସେ ବହିରୁ ଗୋଟିଏ ଅନୁଚ୍ଛେଦ ଲେଖିଲେ । ଆମକୁ ସେ ଅନୁଚ୍ଛେଦକୁ ଇଂରାଜୀରେ ଭାଷାନ୍ତର କରିବାକୁ କହିଲେ । ସେ ଅନୁଚ୍ଛେଦଟି ଭାଷାନ୍ତର କରିବା ସହଜ ନ ଥିଲା ।
Answer:
The teacher entered into the classroom and went to the table. He held a duster in his left hand and a book in his right hand. Then he cleaned the blackboard and started writing a passage from the book. He asked us to translate that passage in to English. It was not easy to translate the passage.

Passage – 5

ଚା ତିଆରି କରିବାପାଇଁ ଗୋଟିଏ ସସ୍‌ପ୍ୟାନ୍‌ରେ କିଛି ପାଣି, କିଛି କ୍ଷୀର ଓ ଅଳ୍ପକିଛି ଚା’ ନେବା ଆବଶ୍ୟକ । ସେ ସବୁକୁ ଭଲରୂପେ ଫୁଟାଇବା ଦରକାର । ଗୋଟିଏ ଚା’ ଛଣାଦ୍ଵାରା ଚା’କୁ ଛାଣିବା ଦରକାର । ସେଥ‌ିରେ ସ୍ଵାଦ ମୁତାବକ ଚିନି ମିଶାଇବା ଆବଶ୍ୟକ । ଗୋଟିଏ କପରେ କିଛି ଚା ଓ ଗୋଟିଏ ପିଆଲାରେ କିଛି ବିସ୍କୁଟ ନେଇ ଅତିଥିଙ୍କୁ ଦିଅନ୍ତି । ସେ ଖୁସି ହେବେ ।
Answer:
In order to prepare tea, it is necessary to put some water, some milk and a little tea in a saucepan. They need to be boiled well. Tea needs filtration with a strainer. It is necessary to mix sugar with that according to one’s taste. Give your guest a cup of tea and a few biscuits on a plate. He will be glad.

Passage – 6

ଗୋଟିଏ ସୋଲଠିପି ଭିତରେ ଗୋଟିଏ ଲୁହାଛଡ଼ ଭର୍ତ୍ତି କର । ସେଇ ସୋଲଠିପିରେ ଦୁଇଟି ପିକଣ୍ଟା ମଧ୍ୟ ଭର୍ତ୍ତି କର । ଦୁଇଟି ଗିଲାସକୁ ଓଲଟାଇ ରଖ । ତା’ ଉପରେ ଆଉ ଗୋଟିଏ ଲୁହାଛଡ଼ ରଖ । ସୋଲଠିପିକୁ ଦ୍ଵିତୀୟ ଛଡ଼ ଉପରେ ସତର୍କତାର ସହ ରଖ । ପ୍ରଥମ ଲୁହାଛଡ଼ଟି ଠିପିର ଉଭୟ ପାର୍ଶ୍ଵରେ ସମତୁଲ ରହିବା ଦରକାର । ଗୋଟିଏ ମହମବତୀ ଜାଳ । ତା’ ଦ୍ଵାରା ପ୍ରଥମ ଲୁହାଛଡ଼ର ଗୋଟିଏ ପାର୍ଶ୍ଵକୁ ଗରମ କର । ମହମବତୀର ଉତ୍ତାପ ଯୋଗୁଁ ଲୁହାଛଡ଼ର ସମ୍ପ୍ରସାରଣ ହେବ । ସୋଲଠିପିଟି ଗୋଟିଏ ପାର୍ଶ୍ଵକୁ ଢଳିପଡ଼ିବ । ଏଥୁରୁ ଆମେ ଜାଣିପାରୁଛୁ ଯେ ଧାତବ ପଦାର୍ଥ ଉତ୍ତାପ ଯୋଗୁଁ ସମ୍ପ୍ରସାରିତ ହୁଏ ।
Answer:
Push an iron rod through a cork. Put two pins into that cork too. Put two glasses upside down. Keep another iron rod on it. Keep that cork carefully on the second rod. The first iron rod needs to be kept in balance on both sides of the cork. Bum a candle. Heat one side of the first iron rod with it. The iron rod will expand as a result of the candle’s heat. That cork will lean towards one side. From this we know that heat makes a metal expand.

CHSE Odisha Class 11 English Grammar Translation

Passage – 7

ଆମେ ଶୁକ୍ରଗ୍ରହକୁ ସନ୍ଧ୍ୟାତାରା ବା କୁଆଁତାରା ରୂପେ ଜାଣୁ । କିନ୍ତୁ ଏହା ଏକ ତାରା ନୁହେଁ । ଏହା ସୌରମଣ୍ଡଳର ଏକ ଗ୍ରହ । ପୃଥ‌ିବୀ ଅପେକ୍ଷା ଶୁକ୍ରଗ୍ରହ ସୂର୍ଯ୍ୟର ନିକଟତର । କେତେକ ବୈଜ୍ଞାନିକ ବିଶ୍ଵାସ କରନ୍ତି ଯେ ଶୁକ୍ରଗ୍ରହ ଏକ ପ୍ରକାଣ୍ଡ ମରୁଭୂମି । କିନ୍ତୁ ଅନ୍ୟମାନେ ଭାବନ୍ତି ଯେ ଏହା ପାଣି ଓ ଜଳୀୟବାଷ୍ପରେ ପୂର୍ଣ୍ଣ ।
Answer:
We know the planet Venus as the evening star or the morning star. But this is not a star. This is a planet of the solar system. The planet Venus is nearer to the sun than the earth. Some scientists believe that the planet Venus is a vast desert. But others think that it is full of water and water vapor.

Passage – 8

ମୁଁ ସବୁଦିନ ସକାଳ ୫ଟାରେ ଶଯ୍ୟା ତ୍ୟାଗ କରେ । ସକାଳେ ତିନିଘଣ୍ଟା ପଢ଼େ । ୧୦ଟାବେଳେ କଲେଜକୁ ଯାଏ । କଲେଜରୁ ଫେରି ଜଳଖୁଆ ଖାଏ ଓ ଫୁଟବଲ୍ ଖେଳିବାକୁ ଯାଏ । ସନ୍ଧ୍ୟାବେଳେ ଚାରିଘଣ୍ଟା ପଢ଼େ । ଆଜିକାଲି ମୋର ସାଙ୍ଗ ମାନେ ଫୁଟବଲ୍‌ ଖେଳୁ ନାହାନ୍ତି । ତେଣୁ ମୁଁ କ୍ରିକେଟ୍ ଖେଳୁଛି । ଆପଣମାନେ ଜାରିଥ‌ିବେ, କ୍ରିକେଟ୍ ଭାରତର ସବୁଠାରୁ ଲୋକପ୍ରିୟ ଖେଳ ।
Answer:
I get up every day at 5 in the morning. I read for three hours in the morning. I go to college at 10. Returning from college, I take tiffin and go to play football. I read for four hours in the evening. Nowadays, my friends are not playing football. So I am playing cricket. You know cricket is the most popular game of India.

Passage – 9

ଏ ବର୍ଷ ମୁଁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଇଂରାଜୀ ପଢୁଛି । ଗୋଟିଏ ଘରୋଇ ଗ୍ରନ୍ଥାଗାରରେ ମୁଁ ସାମୟିକ ଭାବରେ କାମ କରୁଛି । ଭାଗ୍ୟବଶତଃ ମୁଁ ଏହି ଚାକିରୀଟି ପାଇଛି । ମୋତେ ସକାଳୁ ଉଠିବାକୁ ପଡ଼ୁଛି । ଗ୍ରନ୍ଥାଗାର ୧୦ଟାବେଳେ ଖୋଲେ ସ ୭ଟା ବେଳେ ବନ୍ଦ ହୁଏ । କିନ୍ତୁ ମୁଁ ୩ଟାରୁ ୭ଟା ପର୍ଯ୍ୟନ୍ତ କାମ କରେ । କାମଟି ଆମୋଦଦାୟକ, କାରଣ ଲୋକମାନେ ମୋ ପାଖକୁ ଆସନ୍ତି ଓ ମୋର ସାହାଯ୍ୟ ମାଗନ୍ତି । ତେଣୁ ମୁଁ ବିଭିନ୍ନ ବିଷୟରେ ବହୁତ କଥା ଶିଖୁଛି । ବହିରେ ଚିହ୍ନ ଦେବାପାଇଁ ଲୋକମାନେ ଅଦ୍ଭୁତ ଜିନିଷସବୁ ବ୍ୟବହାର କରନ୍ତି । ଥରେ ମୁଁ ଗୋଟିଏ ଫଟୋ ପାଇଥିଲି । ତା ପଛରେ ଲେଖାଥିଲା, ‘ମୁଁ ତୁମକୁ ଭଲପାଏ ।’’
Answer:
This year I am reading English at Delhi University. I am doing a part-time job in a private library. Fortunately, I have got this job. I have to get up in the morning. The library opens at 10 and closes at 7. But I work from 3 to 7. The work is interesting because people come to me and ask me to help. So I am learning a lot about different subjects. People use strange things as bookmarks. Once I found a photograph. On its back were the words, “I love you”.

CHSE Odisha Class 11 English Grammar Translation

Passage – 10

ବହୁତ କାମ କରିବାକୁ ବାପା ମୋତେ କହିଥିଲେ । ମୁଁ ମୋର ଘରପାଠ୍ୟ ସାରିଦେଇଛି । ବଜାରରୁ ପରିବା କିଣି ଆଣିଛି । ଆଜିକାର ଖବରକାଗଜ ପଢ଼ିସାରିଛି । କିନ୍ତୁ ସ୍କୁଟରକୁ ଏ ପର୍ଯ୍ୟନ୍ତ ଧୋଇନାହିଁ । ଆଉ ବଗିଚାର ଗଛଗୁଡ଼ିକରେ ପାଣି ଦେଇନାହିଁ ।
Answer:
Father told me to do a lot of work. I have finished my homework. I have bought vegetables from the market. I have read today’s newspaper. But I have not washed my scooter yet. I have also not watered the plants in the garden.

Passage – 11

ମଧୁ ମୋର ପୁରାତନ ବନ୍ଧୁ । କାଲି ରେଳଷ୍ଟେସନରେ ହଠାତ୍ ତା ସହ ଦେଖା ହେଲା । ଗତ ପାଞ୍ଚବର୍ଷ ଧରି ମୁଁ ତାକୁ ଦେଖୁ ନ ଥିଲି । ତା’ର ବହୁତ ପରିବର୍ତ୍ତନ ହୋଇଯାଇଛି । ସେ ବହୁତ ଡେଙ୍ଗା ହୋଇଯାଇଛି । ତା’ର ସ୍ଵର ଗମ୍ଭୀର ହୋଇଯାଇଛି । ସେ ଆଜିକାଲି ପ୍ରାଞ୍ଜଳ ଭାବରେ ଇଂରାଜୀ କହୁଛି । ତା’ର ବ୍ୟକ୍ତିତ୍ଵ ଉନ୍ନତ ହୋଇଯାଇଛି । ଏବେ ସେ ପାଖ ସହରରେ ପାଠ ପଢୁଛି ।
Answer:
Madhu is my old friend. I met him suddenly at the railway station yesterday. I had not seen him for the last five years. He has changed a lot. He has become very tall. His voice has become grave. Nowadays, he speaks English fluently. His personality. has developed. Now he is reading in a nearby town.

Passage – 12

ତୁମେ : ହଇରେ, ତୁମ କେବେ ଘୋଡ଼ା ଚଢ଼ିଛୁ ?
ମଧୁ : ହଁ ଚଢ଼ିଛି ।
ତୁମେ: ତୁ କେବେ ଚଢ଼ିଲୁ ?
ମଧୁ : ଗତ ଖରା ଛୁଟିରେ ।
ତୁମେ : କେମିତି ଲାଗିଲା ?
ମଧୁ : ଭୟଙ୍କର ଲାଗିଲା ।
ତୁମେ : କାହିଁକି ? କ’ଣ ହେଲା କି ?
ମଧୁ : ମୁଁ ଘୋଡ଼ା ଉପରୁ ଖସି ପଡ଼ିଲି ।
Answer:
You : Hello, have you ever ridden a horse?
Madhu : Yes, I have.
You : When did you ride?
Madhu : I rode one last summer.
You : What was it like?
Madhu : Oh, it was terrible.
You : Why? What happened?
Madhu : I fell off the horse.

CHSE Odisha Class 11 English Grammar Translation

Passage – 13

ଆମେ କାଲି ଅନୀଲର ଘରକୁ ଯାଇଥିଲୁ । ତା ଦ୍ୱାରରେ ଠକ୍‌ ଠକ୍ କଲୁ କିନ୍ତୁ କୌଣସି ଉତ୍ତର ପାଇଲୁ ନାହିଁ । କେହି ଦ୍ଵାର ଖୋଲିଲେ ନାହିଁ କି କାହାର ସ୍ଵର ଶୁଭୁ ନ ଥିଲା । ବୋଧହୁଏ ସେ ବାହାରକୁ ଯାଇଥିଲା କିମ୍ବା ଆମକୁ ସାକ୍ଷାତ କରିବାକୁ ଚାହୁଁ ନ ଥିଲା । ଆଗରୁ ସେ ବହୁତ ମେଳାପୀ ଥିଲା । ତା’ର କ’ଣ ହୋଇଛି କି ?
Answer:
We went to Anil’s house yesterday. We knocked at his door but we didn’t get any response. Nobody opened the door nor spoke anything. He either had gone out or did not want to meet us. He was very sociable before. What has happened to him?

Passage – 14

ଆମେ ଗାଁରେ ଅବୋଲକରା ନାମରେ ଗୋଟିଏ ଭିକାରୀ ଅଛି । ଗତକାଲି ସେ ଆମ ଦୁଆର ବାଡ଼େଇଲା । ବକତେ ଖାଇବାକୁ ମାଗିଲା । ତା’ ବଦଳରେ ସେ ନାଚିଲା ଓ ଗୀତଟିଏ ଗାଇଲା । ମୁଁ ତାକୁ ବକତେ ଖାଇବାକୁ ଦେଲି । ଖାଇବା ଶେଷରେ ସେ ଗୋଟିଏ ରସଗୋଲା ମାଗିଲା । ସେ କହିଲା ଯେ ସେ ଦିନ ତା’ର ଜନ୍ମଦିନ । ସେ ମାସକୁ ଥରେ ପ୍ରତ୍ୟେକ ଘରକୁ ବୁଲି ଆସେ । ସବୁଦିନ ତା’ର ଜନ୍ମଦିନ ଥାଏ ।
Answer:
There is a beggar Abolkara by name in our village. He banged our door yesterday. He asked us for a meal. He danced and sang a song in return for this. I offered him a meal. He asked for a rasgola after the meal. He said that that day was his birthday. He calls at every house once a month. His birthday comes every day.

Passage – 15

ମା : ତୁମେ ଆର ମାସରେ ଷ୍ଟଡିଟୁର ଯାଉଛ କି ?
ସୁରଭି : ହଁ ମା, ଆମେ ଦାର୍ଜିଲିଂ ଯାଉଛୁ ।
ମା : ତୁମ ସାଥ୍‌ରେ ଆଉ କିଏ ଯାଉଛନ୍ତି ?
ସୁରଭି : ମୋ ସାଥ୍‌ରେ ସାଙ୍ଗମାନେ ଓ ଶିକ୍ଷକମାନେ ଯାଉଛନ୍ତି ।
ମା : ତୁମେ ଦାର୍ଜିଲିଂ କିପରି ଯିବ ?
ସୁରଭି : ଆମେ ବସ୍‌ରେ ଯିବୁ।
ମା : ତୁମେ ସେଠାରେ କେଉଁଠି ରହିବ ?
ସୁରଭି : ହୋଟେଲରେ ।
Answer:
Mother : Are you going on the studio next month ?
Surabhi : Yes mother, we are going to Darjling.
Mother : Who else are going with you ?
Surabhi : Friends and teachers are accompanying me.
Mother : How will you go to Darjleeng ?
Surabhi : We shall go by bus.
Mother : Where will you stay there ?
Surabhi : We shall stay at the hotel.

CHSE Odisha Class 11 English Grammar Translation

Passage – 16

ମନ୍ତ୍ରୀ : ଆଗାମୀ ସପ୍ତାହରେ ମୋ ଗସ୍ତର କାର୍ଯ୍ୟସୂଚୀ ଠିକ୍ କରିଛ ?
ବ୍ୟକ୍ତିଗତ ସଚିବ : ହଁ ଆଜ୍ଞା, ସୋମବାର ୭ଟାବେଳେ ଆପଣ ସମ୍ବଲପୁର ଯିବାପାଇଁ ବାହାରିବେ ।
ମନ୍ତ୍ରୀ : ସମ୍ବଲପୁରରେ କେତେବେଳେ ପହଞ୍ଚିବି ?
ବ୍ୟକ୍ତିଗତ ସଚିବ : ଆପଣ ୧୧ଟାବେଳେ ପହଞ୍ଚେ । ବାଟରେ ଅନୁଗୁଳଠାରେ କିଛି ସମୟପାଇଁ ଅଟକିବେ । ସମ୍ବଲପୁରରେ ମଧ୍ୟାହ୍ନ ଭୋଜନ ସରିଲାପରେ ଆପଣଙ୍କ ସହ କମିଶନର ଦେଖା କରିବେ ଓ କେତେକ ସମସ୍ୟା ବିଷୟରେ ଆଲୋଚନା କରିବେ ।
ମନ୍ତ୍ରୀ : ମୁଁ ସମ୍ବଲପୁରରେ କେଉଁଠି ରହିବି ?
ବ୍ୟକ୍ତିଗତ ସଚିବ : ହୀରାକୁଦ ବନ୍ଧ ପାଖରେ ଥ‌ିବା ଅତିଥ୍‌ଭବନ ଆପଣଙ୍କପାଇଁ ସଂରକ୍ଷିତ ହୋଇଛି । ତା’ ପରଦିନ ସକାଳ ୮ଟାରେ ଆପଣ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିବେ । କମିଶନର ଆପଣଙ୍କ ସାଥ୍‌ରେ ଯିବେ ।
Answer:
Minister : Have you drawn up my tour programme for the next week ?
Personal Secretary : Yes, sir. You leave for Sambalpur at 7.00 a.m. on Monday morning.
Minister : When do I get there ?
Personal Secretary: You reach Sambalpur at 11 a.m. You halt at Angul for a few minutes on the way. Then, after lunch, you meet the commissioner for a discussion on some problems.
Minister: Where do I stay in Sambalpur?
Personal Secretary: The guest house at the Hirakud Dam has been reserved for you, Sir. The next morning at 8.00 you set out for Rourkela. The commissioner accompanies you.

Passage – 17

ମାତୃପକ୍ଷୀ : ତୁ କିଛି ଚାଉଳ ଆଣିପାରିବୁ କି ?
ଛୁଆ ଚଢ଼େଇ : ନାଁ, ମା, ମୁଁ ପାରିବି ନାହିଁ।
ମାତୃପକ୍ଷୀ : ଯେତିକି ଚାଉଳ ଅଛି ତା’କୁ କୁଟିପାରିବୁ କି ?
ଛୁଆ ଚଢ଼େଇ : ନାଁ, ମୋ ହାତ ଦରଜ ହୋଇଛି ।
ମା : ତୁ ବୁଲି ଲଗାଇ ପାରିବୁ କି ?
ଛୁଆ ଚଢ଼େଇ : ନାଁ, ମୋ ଆଖିରୁ ଲୁହ ଗଡ଼ିବ ?
ମା ତା’ ହେଲେ ପିଠା କେମିତି ଖାଇବୁ ?
ଛୁଆ ଚଢ଼େଇ : ହଁ ତା’କୁ ମୁଁ ଖାଇପାରିବି ।
Answer:
Mother bird : Can you bring some rice?
Birdie : No mother, I can’t.
Mother : Can you pound the rice that we have?
Birdie : No, my hand aches.
Mother : Can you light the hearth?
Birdie : No, tears will roll down my eyes.
Mother :. Then how will you eat cake?
Birdie : Yes, I can eat it.

CHSE Odisha Class 11 English Grammar Translation

Passage – 18

ସ୍କୁଲରେ ପଢ଼ିବାବେଳେ ଏ ଝିଅଟି ବହୁତ ପରିଶ୍ରମ କରୁଥିଲା । ସେ ସକାଳ ୫ଟାରେ ଉଠୁଥିଲା । ଘଣ୍ଟାଏ ଗୀତ ଶିଖୁଥିଲା । ଦୁଇ ଘଣ୍ଟା ପଢ଼ୁଥିଲା । ଦିନ ୧୦ଟାରେ ସ୍କୁଲ ଯାଉଥିଲା । ତା’ ପରେ ଗୋଟିଏ ଦୋକାନରେ ଘଣ୍ଟାଏ କାମ କରୁଥିଲା । ସନ୍ଧ୍ୟାରେ ସାନଭାଇକୁ ପାଠ ପଢ଼ାଉଥିଲା । ତା’ ପରେ ରୋଷେଇ କରୁଥିଲା। ଡେରିରେ ଶୋଇବାକୁ ଯାଉଥିଲା । ଏବେ ସେ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ।
Answer:
This girl would work hard when she was a school student. She would get up at 5 a.m. She would learn music for an hour. She would read for two hours. She would go to school at 10 a.m. Then she would work in a shop for an hour. She would teach her younger brother in the evening. After that she would cook. She would go to bed late. Now she is a famous scientist.

Passage – 19

ଆଲେକ୍ସଜାଣ୍ଡାର୍ : ମୁଁ ଆପଣଙ୍କ ସହ କିପରି ବ୍ୟବହାର କରିବା ଉଚିତ ?
ପୁର : ଯେପରି ଗୋଟିଏ ରାଜା ଅନ୍ୟ ଜଣେ ରାଜାଙ୍କ ସହ ବ୍ୟବହାର କରିବା କଥା ।
ଆଲେକ୍ସଜାଣ୍ଡାର୍ : ଆପଣ ଜଣେ ସାହସୀ ଲୋକ । ଆପଣ ମୋର ବନ୍ଧୁ ହେବେ କି ?
ପୁର : ଗୋଟିଏ ସର୍ଭରେ ।
ଆଲେକ୍ସଜାଣ୍ଡାର୍ : ଆପଣଙ୍କ ସର୍ଭ କ’ଣ ?
ପୁର : ମୋ ରାଜ୍ୟ ସ୍ଵାଧୀନ ରହିବା ଉଚିତ । ଆପଣ ମୋତେ ଜଣେ ସମାସ୍କନ୍ଧ ଭଳି ବ୍ୟବହାର କରିବା ଉଚିତ ।
Answer:
Alexander : How should I behave with (treat) you?
Puru : As a king should behave with (treat) another king?
Alexander : You are a brave man. Will you be my friend?
Puru : On one condition.
Alexander : What is your condition?
Puru : My kingdom should remain independent. You should treat me as an equal.

Passage – 20

ଅଶୋକ: ବାହାରେ ଏ ବହି ପ୍ୟାକେଟ୍ କିଏ ରଖିଛି ?
ଅଳକା : ଡାକବାଲା ନିଶ୍ଚୟ ଏଇଟାକୁ ଛାଡ଼ି ଯାଇଥବ ।
ଅଶୋକ : ସେ କାହିଁକି ଘଣ୍ଟି ବଜାଇଲା ନାହିଁ ?
ଅଳକା : ସେ ନିଶ୍ଚୟ ବଢାଇଥ । ବୋଧହୁଏ ମୁଁ ଶୁଣିପାରିଲି ନାହିଁ ।
ଅଶୋକ ତୁମେ ଅଧିକ ମନୋଯୋଗୀ ହେବା ଉଚିତ । ବହି ପୁଡ଼ିଆଟି ହଜିଯାଇଥା’ନ୍ତା ।
Answer:
Ashok : Who has kept this book packet outside?
Alka : The postman must have left it.
Ashok : Why didn’t he ring thè calling bell?
Alka : He must have rung. I could not hear it.
Ashok : You should be more attentive. The book packet would have been lost.

CHSE Odisha Class 11 English Grammar Translation

Passage – 21

ମୁଁ ଭୁବନେଶ୍ଵର ଭୋର ୩ଟାବେଳେ ପହଞ୍ଚିବି । କିନ୍ତୁ କାର୍ଯ୍ୟାଳୟସବୁ ୧୦ଟା ବେଳକୁ କାମ ଆରମ୍ଭ କରନ୍ତି । ମୁଁ ରାତିସାରା ନିଶ୍ଚୟ ଅନିଦ୍ରା ହୋଇଥବି । ତେଣୁ କିଛି ଘଣ୍ଟା ବିଶ୍ରାମ ନେବା ଦରକାର । ଦିନକ ଭିତରେ କାମ ସରିବନି । ତେଣୁ ଦୁଇ ଦିନପାଇଁ ଗୋଟିଏ ହୋଟେଲରେ ରହିଯିବା ଉଚିତ ହେବ ।
Answer:
I shall reach Bhubaneswar at 3 a.m. But offices start functioning from 10 a.m. I shall have kept awake throughout the night. So I need to take rest for some hours. The work will not be finished in a day’s time. So it will be better to stay at a hotel for two days.

Passage – 22

ଆମ ଗାଁ ପାଖରେ ଗୋଟିଏ ନଈ ବହିଯାଇଛି । ତା’ କୂଳରେ ଅନେକ ବଡ଼ ବଡ଼ ଗଛ ଅଛି । ଆମେ ସେ ନଈ କୂଳରେ ଖେଳୁ । ଗଛମୂଳେ ବସି ଗପସପ କରୁ । ମୁଁ ସେଇ ନଈରେ ପହଁରା ଶିଖିଛି । ସେଇ ନଈ ପାରହୋଇ ମୁଁ ସ୍କୁଲ ଯାଉଥୁଲି । ଏବେ ସେଇ ନଈ ଉପରେ ଗୋଟିଏ ନୂଆ ପୋଲ ତିଆରି ହୋଇଛି । ମୋ ସାନଭାଇ ଏବେ ସାଇକେଲରେ ସ୍କୁଲକୁ ଯାଉଛି ।
Answer:
A river flows by our village. There are many big trees on its bank. We play on the river bank. We gossip at the foot of the tree. I have learnt swimming in that river. I was going to school crossing the river. A new bridge has been built on the river. My younger brother is now going to school on his bicycle.

Passage – 23

ମୁଁ ଆଗାମୀ ସପ୍ତାହରେ ଆପଣଙ୍କୁ ଦେଖା କରିବି । ଦୟାକରି ସେ ପର୍ଯ୍ୟନ୍ତ ମୋ କୁକୁରର ଯତ୍ନ ନେଉଥ‌ିବେ । ତା’କୁ ବାହାରକୁ ଛାଡ଼ିବେ ନାହିଁ । ଅନ୍ୟ କୁକୁରମାନେ ତା’କୁ ଦେଖ‌ିଲେ ଭୁକିବେ । ତା’କୁ କାମୁଡ଼ିଦେଇ ପାରନ୍ତି । ସେ ଏତେ ଭୟାଳୁ ଯେ ଭୟରେ ଅଣାୟତ୍ତ ହୋଇଯାଇପାରେ । ତା’ ପରେ ତା’କୁ ସମ୍ଭାଳିବା କଷ୍ଟ ହୋଇପଡ଼ିବ ।
Answer:
I shall call on you next week. Please, look after my dog till that day. Don’t allow him to go out. Other dogs will bark at him. They may bite him. He is so timid that he becomes uncontrollable out of fear. Then it will be difficult to control him.

Passage – 24

ଆଜିକାଲି ମୁଁ ଗୋଟିଏ ଘରୋଇ କାରଖାନାରେ କାମ କରୁଛି । ଗତ ଅଗଷ୍ଟ ମାସରେ ମୁଁ ସେ କାମପାଇଁ ଦରଖାସ୍ତ କରିଥିଲି ଓ ନଭେମ୍ବରରେ କାମ ଆରମ୍ଭ କଲି । ମୁଁ ବିଶେଷ ରୋଜଗାର କରେ ନାହିଁ; ଏପରିକି ମୋ ଅଫିସ ପୋଷାକ ମୁଁ ନିଜେ କିଣିଛି । ବୋଧହୁଏ ମୁଁ ଏବେ ଦରମା ବଢ଼ାଇବାପାଇଁ ଅନୁରୋଧ କରିବା ଉଚିତ୍ । କିନ୍ତୁ ପ୍ରକୃତରେ ମୁଁ ପଇସାପାଇଁ ଏତେ ବ୍ୟସ୍ତ ନୁହେଁ । କାମ ମୋପାଇଁ ଅଧିକ ଗୁରୁତ୍ଵପୂର୍ଣ୍ଣ । ଆଶା, ଆପଣ ମୋ ସହିତ ଏକମତ
ହେବେ ।
Answer:
At present, I am working in a private firm. I applied for that job last August and joined in November. I don’t earn much; even I myself have bought my office uniform. Of course, I should ask for my pay hike. But, in reality, I am not so worried about money. Work is more important to me. Hope, you will agree with me.

CHSE Odisha Class 11 English Grammar Translation

Passage – 25

ଅପରିଚିତ : ଆଜ୍ଞା, ଟିକିଏ ଶୁଣିବେ ? ଲୁଇସ୍ ରୋଡ଼କୁ କିପରି ଯିବାକୁ ହୁଏ ମୋତେ ବତାଇପାରିବେ କି ?
ଯଦୁ : ହଁ ନିଶ୍ଚୟ । ଏଇ ରାସ୍ତାରେ ଆଗ ଛକ ପର୍ଯ୍ୟନ୍ତ ଯାଆନ୍ତୁ । ସେ ଛକଟି ଡେଇଁ ଯାଆନ୍ତୁ ଏବଂ ଆଗେଇ ଚାଲନ୍ତୁ । ତା’ ପର ଛକ ପାଖରେ ଡାହାଣକୁ ବୁଲି ଯାଆନ୍ତୁ । ପ୍ରଥମ ବାମପଟ ରାସ୍ତା ନିଅନ୍ତୁ । ଅଳ୍ପ କିଛି ବାଟ ପରେ ଲୁଇସ୍ ରୋଡ଼ରେ ପହଞ୍ଚିଯିବେ । ବାଟ ଭୁଲିଗଳେ କାହାକୁ ପଚାରନ୍ତୁ । କିନ୍ତୁ ଏ ରାସ୍ତା ପାଇବା ଖୁବ୍ ସହଜ।
ଅପରିଚିତ : ଧନ୍ୟବାଦ ।
Answer:
Stranger: Excuse me. Could you tell me how to get to Lewis Road, please?
Jadu: Yes, certainly. Go along this road till you reach the next square. Cross that square and continue going. Turn right there. Take the first turning to the left. After walking for a while you reach Lewis Road. Ask someone if you get lost. But it is quite easy to find it.
Stranger : Thank you.

Passage – 26

ଗୋଟିଏ ଅଣ୍ଡା ଭାଙ୍ଗ ଏବଂ ତା’କୁ ଗୋଟିଏ ତାଟିଆରେ ରଖ । ତା’କୁ ଫେଣ୍ଟି ଫେଣ୍ଟି ମିଶାଅ । ସୁଆଦ ମୁତାବକ ଲୁଣ ଓ ଗୋଲମରିଚ ମିଶାଅ । ପିଆଜକୁ ଛୋଟ ଛୋଟ କରି କାଟି ମିଶାଅ । ଅଳ୍ପ ଟିକିଏ ଲହୁଣୀ ବା ତେଲ ନେଇ ତାଉଆକୁ ଗରମ କର । ସେଥ‌ିରେ ଅଣ୍ଡାକୁ ଢାଳ । ଆମ୍‌ଲେଟ୍‌ ଯେପରି ଜଳି ନ ଯାଏ ସେଥ୍ୟପ୍ରତି ଲକ୍ଷ୍ୟ ରଖ । ଗୋଟିଏ ପାଖ ଭାଜିହେବା ସଙ୍ଗେ ସଙ୍ଗେ ତାହାକୁ ଓଲଟାଇ ଦିଅ । ଦୁଇ ମିନିଟ୍ ପରେ ଓମ୍‌ଲେଟ୍ ପ୍ରସ୍ତୁତ ହୋଇଯିବ ।
Answer:
Break an egg and put it in a bowl. Mix it after beating. Add salt and pepper to taste. Chop an onion to pieces and mix them. Heat a little butter or oil in a frying pan. Then pour the mixture and make sure that the omelette does not burn. Turn it over as soon as the bottom is fried. Omelette is ready after two minutes.

CHSE Odisha Class 11 English Grammar Translation

Passage – 27

A : ଆପଣ ଯାହା ଭାବିଛନ୍ତି ତାହା କ’ଣ ଏହି ପ୍ରକୋଷ୍ଠରେ ଅଛି ?
X : ହଁ ନିଶ୍ଚୟ ।
B : ତାହାର ଆକାର, ଆୟତନ ଓ ରଙ୍ଗ କ’ଣ ?
X : ସେ ପଦାର୍ଥର ଆକାର, ଆୟତନ ଓ ରଙ୍ଗ ନ ଥାଏ।
C : ତାହା କ’ଣ ଆମରି ଭାରି ଦରକାରୀ ?
X : ତାହା ବିନା ଆମେ ବଞ୍ଚୁପାରିବାନି ।
D : ଆପଣ କ’ଣ ପବନ ବିଷୟରେ ଭାବିଛନ୍ତି ?
X : ଆପଣ ପୁରା ଠିକ୍ । ଏଥରକ ଆପଣଙ୍କ ପାଳି ।
Answer:
A : Does the thing you think exist in this room?
X : Yes, certainly.
B : What is its size, area and colour?
X : That object doesn’t have size, area or colour.
C : Is that very much necessary for us?
X : We cant live without it.
D : Have you thought about air?
X : You are absolutely right. Now it is your turn.

Leave a Comment