CHSE Odisha Class 11 Logic Unit 2 Short & Long Answer Questions in Odia Medium

Odisha State Board CHSE Odisha Class 11 Logic Solutions Unit 2 ତର୍କବାକ୍ୟ Short & Long Answer Questions

CHSE Odisha Class 11 Logic Unit 3 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ

୧। ଅସର୍ଭକ ତର୍କବାକ୍ୟର ଲକ୍ଷଣ ବୁଝାଅ ।
Answer:
ଯେଉଁ ତର୍କବଚନରେ କୌଣସି ସର୍ଭକୁ ଅପେକ୍ଷା ନରଖ୍ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧ ସ୍ଥାପିତ ହୋଇଥାଏ, ତାହାକୁ ଅସର୍ଭକ ତର୍କବାକ୍ୟ ବା ସର୍ତ୍ତବିରହିତ ତର୍କବାକ୍ୟ କୁହାଯାଏ; ଯଥା – ହିମାଳୟ ପୃଥ‌ିବୀର ସର୍ବୋଚ୍ଚ ପର୍ବତ ଅଟେ । କାଳିଦାସ ମହାକବି ଅଟନ୍ତି । ଏହି ତର୍କବାକ୍ୟଗୁଡ଼ିକ ସର୍ଭ ବିରହିତ ଅଟନ୍ତି । କାରଣ ଉକ୍ତ ତର୍କବାକ୍ୟରେ ‘ହିମାଳୟ କାହିଁକି ସର୍ବୋଚ୍ଚ ପର୍ବତ ଅଟେ ।’ ସେହିପରି କୌଣସି ସର୍ଭ ଉପସ୍ଥାପିତ ହୋଇନାହିଁବା କେଉଁ ସର୍ଭରେ ‘କାଳିଦାସ ମହାକବି ଅଟନ୍ତି’ ତାହା ମଧ୍ୟ କୁହାଯାଇ ନାହିଁ । ଅସର୍ଭକ ବା ସର୍ଭବିରହିତ ତର୍କବାକ୍ୟଗୁଡ଼ିକ ସଦର୍ଥକ ଓ ନଞର୍ଥକ ହୋଇପାରନ୍ତି ।

୨। ତର୍କବାକ୍ୟମାନଙ୍କର ଉପବିରୋଧୀ ସମ୍ବନ୍ଧ ସଂକ୍ଷେପରେ ବୁଝାଅ ।
Answer:
ସମଉଦ୍ଦେଶ୍ୟ ଏବଂ ସମବିଧେୟ ଥାଇ ଗୁଣଗତ ପାର୍ଥକ୍ୟ ଥ‌ିବା ଦୁଇଟି ବିଶେଷ ତର୍କବାକ୍ୟ ମଧ୍ଯରେ ଥିବା ସମ୍ପର୍କକୁ ଉପବିରୋଧୀ ସମ୍ବନ୍ଧ କୁହାଯାଏ । ଏହି ସମ୍ପର୍କ ବିଶେଷ ସଦର୍ଥକ ‘ଇ’ ଏବଂ ବିଶେଷ ନଞର୍ଥକ ‘ଓ’ ତର୍କବାକ୍ୟମାନଙ୍କ ମଧ୍ୟରେ ନିହିତ ଥାଏ; ଯଥା –

ଇ – କେତେଜଣ ଓଡ଼ିଆ କବି ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ।
ଓ – କେତେଜଣ ଓଡ଼ିଆ କବି ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନୁହନ୍ତି ।

ଏହି ସମ୍ବନ୍ଧକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଗୋଟିଏ ମିଥ୍ୟା ହେଲେ ଅନ୍ୟଟି ସତ୍ୟ ହୁଏ, ମାତ୍ର ଗୋଟିଏ ସତ୍ୟ ହେଲେ ଅନ୍ୟଟିର ମୂଲ୍ୟ ଅନିଶ୍ଚିତ ହୋଇଥାଏ ।

୩। ପ୍ରାକଳ୍ପିକ ତର୍କବାକ୍ୟ କ’ଣ ବୁଝାଅ ।
Answer:
ପ୍ରାକଳ୍ପିକ ତର୍କବାକ୍ୟ ଏକ ସାପେକ୍ଷ ତର୍କବାକ୍ୟ ଯାହାକୁ ଯଦି…. ତେବେ…. ଆକାରରେ ପ୍ରକାଶ କରାଯାଏ; ଯଥା –
(୧) ଯଦି ତୁମେ କଠିନ ପରିଶ୍ରମ କରିବ, ତେବେ ପରୀକ୍ଷାରେ କୃତକାର୍ଯ୍ୟ ହେବ,
(୨) ଯଦି ସେ ଆସିବେ, ତେବେ ମୁଁ ଯିବି,
(୩) ଯଦି କ ଖ ହୁଏ, ତେବେ ପ ଫ ହେବ ।

ପ୍ରାକଳ୍ପିକ ତର୍କବାକ୍ୟରେ ଦୁଇଟି ଅଂଶ ଥାଏ – ପୂର୍ବଗ ଓ ଅନୁଗ । ପୂର୍ବଗ ପ୍ରଥମେ ଆସେ । ଏଥ‌ିରେ ସର୍ଭ ଉଲ୍ଲେଖ ଥାଏ । ଉପରୋକ୍ତ ଉଦାହରଣରେ
(୧) ଯଦି ତୁମେ କଠିନ ପରିଶ୍ରମ କରିବ,
(୨) ଯଦି ସେ ଆସିବେ,
(୩) ଯଦି କ ଖ ହୁଏ

ଏଗୁଡ଼ିକ ପୂର୍ବଗ ଏବଂ
(୧) ତେବେ ପରୀକ୍ଷାରେ କୃତକାର୍ଯ୍ୟ ହେବ,
(୨) ତେବେ ମୁଁ ଯିବି,
(୩) ତେବେ ପ ଫ ହେବ ଏଗୁଡ଼ିକ ଅନୁଗ ।
ତର୍କଶାସ୍ତ୍ର ନିୟମାନୁସାରେ ପୂର୍ବଗକୁ ପ୍ରଥମେ ଉଲ୍ଲେଖ କରିବାକୁ ହୁଏ ଏବଂ ଅନୁଗ ପୂର୍ବଗର ପରେ ଉଲ୍ଲେଖ ହୁଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

୪। ଆଂଶିକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ତ୍ରିପଦୀଯୁକ୍ତିରେ ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ବାତ୍ୟାର୍ଥ ଗୋଟିଏ ଅନିର୍ଦ୍ଦିଷ୍ଟ ଅଂଶ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ, ତାହାକୁ ଆଂଶିକ ବା ବିଶେଷ ତର୍କବାକ୍ୟ କୁହାଯାଏ । ପଦର ସମଗ୍ର ବାତ୍ୟାର୍ଥ ଗୃହୀତ ହୋଇନଥିଲେ ପଦଟିକୁ ଅବ୍ୟାପକ ତର୍କବାକ୍ୟ ମଧ୍ୟ କୁହାଯାଏ; ଯଥା – କେତେକ ଛାତ୍ର ବିଜ୍ଞ ଅଟନ୍ତି ।

କେତେକ ବ୍ୟବସାୟୀ ସାଧୁ ନୁହନ୍ତି ଇତ୍ୟାଦି । ଏଠାରେ ‘କେତେକ’ ଶବ୍ଦର ତର୍କଶାସ୍ତ୍ରୀୟ ଅର୍ଥ, ଅନ୍ତତଃ ଏକ ବୋଲି ଗ୍ରହଣ କରାଯାଏ । କୌଣସି ବିଦ୍ୟାଳୟର ମୋଟ ୧୦୦ ଜଣ ଛାତ୍ରଙ୍କ ମଧ୍ୟରୁ ୧ ଜଣ ଅଥବା ୯୯ ଜଣ ଛାତ୍ର ବୃଦ୍ଧିମାନ୍ ହୋଇଥିଲେ ତାହାକୁ ବିଦ୍ୟାଳୟର କେତେକ ଛାତ୍ର ବୃଦ୍ଧିମାନ୍ ବୋଲି କୁହାଯାଇପାରେ ।

୫। ବିପରୀତ ସମ୍ବନ୍ଧ କ’ଣ ଉଲ୍ଲେଖ କର ।
Answer:
ସମଉଦ୍ଦେଶ୍ୟ ଓ ସମବିଧେୟ ଥ‌ିବା ଦୁଇଟି ସାମାନ୍ୟ ତର୍କବାକ୍ୟ ମଧ୍ଯରେ ଗୁଣଗତ ପାର୍ଥକ୍ୟ ଥିଲେ ସେମାନଙ୍କ ମଧ୍ୟରେ ଯେଉଁ ସମ୍ବନ୍ଧ ଥାଏ ତାହାକୁ ବିପରୀତ ସମ୍ବନ୍ଧ କୁହାଯାଏ । ଏହି ସମ୍ବନ୍ଧ ସାମାନ୍ୟ ସଦର୍ଥକ ‘ଆ’ ଏବଂ ସାମାନ୍ୟ ନଞର୍ଥକ ‘ଏ’ ତର୍କବାକ୍ୟ ମଧ୍ଯରେ ସମ୍ଭବପର ।
ଯଥା –
(୧) ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି । – ଆ
ଏବଂ କୌଣସି ମନୁଷ୍ୟ ମରଣଶୀଳ ନୁହଁନ୍ତି । – ‘ଏ’

(୨) ‘ଏ’ – କୌଣସି କାକ ବକ ନୁହନ୍ତି ।
ଏବଂ ‘ଆ’ – ସମସ୍ତ କାକ ପିକ ଅଟନ୍ତି ।
ଏପ୍ରକାର ତର୍କବାକ୍ୟ ଦ୍ଵୟ ମଧ୍ୟରୁ ଗୋଟିଏ ସତ୍ୟ ହେଲେ ଅପରଟି ମିଥ୍ୟା ହୁଏ; କିନ୍ତୁ ଗୋଟିଏ ମିଥ୍ୟା ହେଲେ ଅପରଟିକୁ ସତ୍ୟ କି ମିଥ୍ୟା କହିବା ସମ୍ଭବପର ନୁହେଁ ।

୬। ବିରୁଦ୍ଧ ସମ୍ବନ୍ଧ କ’ଣ ଉଲ୍ଲେଖ କର ।
Answer:
ଦୁଇଟି ସମଉଦ୍ଦେଶ୍ୟ ଓ ସମବିଧେୟ ଯୁକ୍ତ ତର୍କବାକ୍ୟର ଉଭୟ ଗୁଣ ଓ ପରିମାଣ ଭିନ୍ନ ହୋଇଥିଲେ ସେମାନଙ୍କ ସମ୍ବନ୍ଧଙ୍କୁ ବିରୁଦ୍ଧ ସମ୍ବନ୍ଧ କୁହାଯାଏ । ଏପରି ସମ୍ବନ୍ଧ ସାମାନ୍ୟ ସଦର୍ଥକ ଅର୍ଥାତ୍ ‘ଆ’ ଏବଂ ବିଶେଷ ନଞର୍ଥକ ‘ଓ’– ତର୍କବାକ୍ୟ ମଧ୍ୟରେ ସାମାନ୍ୟ ନଞର୍ଥକ ‘ଏ’ ଏବଂ ବିଶେଷ ସଦର୍ଥକ ‘ଇ’ ତର୍କବାକ୍ୟ ମଧ୍ଯରେ ସମ୍ଭବପର; ଯଥା –
(୧) ସମସ୍ତ ମନୁଷ୍ୟ ଦ୍ବିପଦ ଅଟନ୍ତି । – ‘ଆ’ ।
ଏବଂ କେତେକ ମନୁଷ୍ୟ ଦ୍ବିପଦ ନୁହନ୍ତି । – ‘ଓ’

(୨) କୌଣସି ମନୁଷ୍ୟ ଅମର ନୁହନ୍ତି । – ‘ଏ’
ଏବଂ କେତେକ ମନୁଷ୍ୟ ଅମର ଅଟନ୍ତି । – ‘ଇ’
ଏପ୍ରକାର ସମ୍ବନ୍ଧଯୁକ୍ତ ତର୍କବାକ୍ୟ ଦ୍ଵୟ ମଧ୍ୟରୁ ଗୋଟିଏ ସତ୍ୟ ହେଲେ ଅପରଟି ମିଥ୍ୟା ହୁଏ ଏବଂ ଗୋଟିଏ ମିଥ୍ୟା ହେଲେ ଅପରଟି ସତ୍ୟ ହୁଏ ।

୭। ଗୁଣ ଓ ପରିମାଣ ଦୃଷ୍ଟିରୁ ତର୍କବାକ୍ୟମାନଙ୍କ ଶ୍ରେଣୀବିଭାଗ ଉଦାହରଣ ସହ ଉଲ୍ଲେଖ କର ।
Answer:
ଗୁଣ ଓ ପରିମାଣର ମିଳିତ ସମ୍ବନ୍ଧ ଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ ଚାରିଭାଗରେ ବିଭକ୍ତ କରାଯାଇପାରେ; ଯଥା –
(୧) ସାମାନ୍ୟ ସଦର୍ଥକ – ‘ଆ’ – ତର୍କବାକ୍ୟ ।
ଉଦାହରଣ – ସମସ୍ତ ମନୁଷ୍ୟ ମରଣଶୀଳ ।

(୨) ସାମାନ୍ୟ ନଞ୍ଜର୍ଥକ – ‘ଏ’ – ତର୍କବାକ୍ୟ ।
ଉଦାହରଣ – କୌଣସି ରାଜନୈତିକ ବ୍ୟକ୍ତି ସାଧୁ ନୁହନ୍ତି ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

(୩) ବିଶେଷ ସଦର୍ଥକ – ‘ଇ’ ତର୍କବାକ୍ୟ
ଉଦାହରଣ – କେତେକ ବ୍ୟବସାୟୀ ବିଚାରବନ୍ତ ଅଟନ୍ତି ।

(୪) ବିଶେଷ ନଞର୍ଥକ – ‘ଓ’ ତର୍କବାକ୍ୟ
ଉଦାହରଣ – କେତେକ ଛାତ୍ର ଦୁଷ୍ଟ ନୁହନ୍ତି ।

୮। ତର୍କବାକ୍ୟମାନଙ୍କ ବ୍ୟାକପତା ପ୍ରଦର୍ଶନ କର ।
Answer:
ଯେଉଁ ପଦଟିର ସମଗ୍ର ବାତ୍ୟାର୍ଥ ନିଆଯାଇଥାଏ ସେହି ପଦଟି ବ୍ୟାପ୍ୟ ଅଟେ । ଯେଉଁ ପଦର ଆଂଶିକ ବାଚ୍ୟାର୍ଥ ନିଆଯାଇଥାଏ ତାହା ଅବ୍ୟାପ୍ୟ ଅଟେ । ତେଣୁ ସାମାନ୍ୟ ତର୍କବାକ୍ୟର ଉଦ୍ଦେଶ୍ୟ ବ୍ୟାପ୍ୟ; କିନ୍ତୁ ବିଶେଷ ତର୍କବାକ୍ୟର ଉଦ୍ଦେଶ୍ୟ ବ୍ୟାପ୍ୟ ନୁହେଁ । ନଞର୍ଥକ ତର୍କବାକ୍ୟର ବିଧେୟ ବ୍ୟାକ୍ୟ; କିନ୍ତୁ ସଦର୍ଥକ ତର୍କବାକ୍ୟର ବିଧେୟ ବ୍ୟାପ୍ୟ ନୁହେଁ । ସୁତରାଂ –

(୧) ‘ଆ’ – ତର୍କବାକ୍ୟର ଉଦ୍ଦେଶ୍ୟ ବ୍ୟାପ୍ୟ; କିନ୍ତୁ ବିଧେୟ ଅଦ୍ୟାପ୍ୟ ।
(୨) ‘ଏ’ – ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟ ବ୍ୟାପ୍ୟ ।
(୩) ‘ଇ’ – ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟ ଅଦ୍ୟାପ୍ୟ ।
(୪) ‘ଓ’ – ତର୍କବାକ୍ୟର ଉଦ୍ଦେଶ୍ୟ ଅଦ୍ୟାପ୍ୟ; କିନ୍ତୁ ବିଧେୟ ପଦ ବ୍ୟାପ୍ୟ ଅଟେ ।

୯। ତର୍କ”କ୍ୟ କାହାକୁ କହନ୍ତି ?
Answer:
ଯେଉଁ ବାକ୍ୟ ସତ୍ୟ କିମ୍ବା ମିଥ୍ୟା ଅନ୍ୟପକ୍ଷରେ ବିଚାର ଏକ ମାନସିକ ପ୍ରକ୍ରିୟା
ହୋଇପାରେ, ତାହାକୁ ତର୍କଶାସ୍ତ୍ରୀୟ ପଦ୍ଧତିରେ ପ୍ରକାଶକଲେ ତର୍କବାକ୍ୟ ହୁଏ । ଯେଉଁଠି ପ୍ରତ୍ୟୟମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥାଏ । ଏହି ବିଚାରକୁ ଭାଷାରେ ପରିପ୍ରକାଶ କଲେ ତାହାକୁ ତର୍କବଚନ ବୋଲି କୁହାଯାଏ । ଏହି ତର୍କବଚନ ବା ତର୍କବାକ୍ୟ ଉଦ୍ଦେଶ୍ୟ, ବିଧେୟ ଓ ସଂଯୋଜକଦ୍ବାରା ଗଠିତ ହୋଇଥାଏ ।
ଯଥା – ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି ।

୧୦। ସଂଯୋଜକର ତର୍କସମ୍ମତ ରୂପ କ’ଣ ଅଟେ ?
Answer:
ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ପର୍କ ସ୍ଥାପନ କରିବା ପ୍ରକ୍ରିୟାକୁ ସଂଯୋଜକ କୁହାଯାଏ । ଏହା କେବଳ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧଜ୍ଞାପକ ଚିହ୍ନରୂପେ ବ୍ୟକ୍ତ କରାଯାଏ । ସଂଯୋଜକ ‘ଅସ୍’ ଧାତୁ ବା ‘ଭୂ’ ଧାତୁରୁ ନିଷ୍ପନ୍ନ ହେବା ଉଚିତବୋଲି ତାର୍କିକମାନେ ମତ ପୋଷଣ କରିଥାନ୍ତି । ମିଲ୍ଲଙ୍କ ମତରେ ସଂଯୋଜକ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌ର ସମ୍ବନ୍ଧଜ୍ଞାପକ ହେବା ଉଚିତ । ଗୁଣ ଦୃଷ୍ଟିରୁ ହସଙ୍କ ମତରେ ସଂଯୋଜକ ସର୍ବଦା ଅସ୍ତିତ୍ଵସୂଚକ ହେବା ଉଚିତ । ଅନ୍ୟାନ୍ୟ ତାର୍କିକମାନଙ୍କ ମତରେ ସଂଯୋଜକ ଅସ୍ତିତ୍ଵସୂଚକ କିମ୍ବା ନାସ୍ତିତ୍ଵସୂଚକ ହୋଇପାରେ । ଅନ୍ୟ ତାର୍କିକମାନଙ୍କ ମତରେ ସଂଯୋଜକ ନିଶ୍ଚିତ ମାତ୍ରା ବା ପ୍ରକାରତା ଦୃଷ୍ଟିରୁ ତିନିଭାଗରେ ବିଭକ୍ତ; ଯଥା – ଆବଶ୍ୟକ, ଘୋଷକ ଓ ସାମ୍ଭାବ୍ୟକ ।

୧୧। ସରଳ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ଗୋଟିଏ ଉଦ୍ଦେଶ୍ୟ ପଦ ସହିତ ଗୋଟିଏ ବିଧେୟ ପଦ ସମ୍ପର୍କିତ ହୋଇଥାନ୍ତି ତାହାକୁ ସରଳ ତର୍କବାକ୍ୟ କୁହାଯାଏ । ଏହାକୁ ମଧ୍ୟ ମୌଳିକ ତର୍କବାକ୍ୟ କୁହାଯାଏ; ଯଥା— ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି ।

୧୨। ଯୌଗିକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ଏକାଧିକ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟ ପଦ ଏବଂ ଗୋଟିଏ ଉଦ୍ଦେଶ୍ୟ ସହିତ ଏକାଧ୍ଵ ବିଧେୟ ପଦ ଅଥବା ଏକାଧ୍ଵ ଉଦ୍ଦେଶ୍ୟ ସହିତ ଏକାଧ୍ଵ ବିଧେୟ ପଦ ସମ୍ପର୍କିତ ହୋଇଥାନ୍ତି, ତାହାକୁ ଯୌଗିକ ତର୍କବାକ୍ୟ କୁହାଯାଏ । ଉଦାହରଣ ସ୍ଵରୂପ, ରାମ ଓ ହରି ଉଭୟ ୧ମ ବର୍ଷ କଳା ଶ୍ରେଣୀର ଛାତ୍ର ଅଟନ୍ତି । ବୁଦ୍ଧ ଓ ଜୈନ ଅହିଂସାର ଉପାସକ ଅଟନ୍ତି । ରାମକୃଷ୍ଣ ଓ ବିବେକାନନ୍ଦ ସନ୍ଥ ଓ ଦାର୍ଶନିକ ଅଟନ୍ତି ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

୧୩। ଅସ୍ଥିତ୍ଵସୂଚକ ବା ସଦର୍ଥକ ବା ଭାବବାଚକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ସ୍ଵୀକାର କରାଯାଏ ତାହାକୁ ସଦର୍ଥକ ତର୍କବାକ୍ୟ କୁହାଯାଏ । ଏଥ‌ିରେ ଉଦ୍ଦେଶ୍ୟ ସହିତ ବିଧେୟର ସ୍ବରୂପ ସମ୍ବନ୍ଧ ଥାଏ; ଯଥା— ସମସ୍ତ ମନୁଷ୍ୟ ମରଣଶୀଳ, କେତେକ ଛାତ୍ର ବୁଦ୍ଧିମାନ୍ ଇତ୍ୟାଦି ।

୧୪। ନାସ୍ତିତ୍ଵମୂଳକ ବା ନଞ୍ଜର୍ଥକ ବା ଅଭାବବାଚକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ଅସ୍ଵୀକାର କରାଯାଏ, ତାହାକୁ ନଞର୍ଥକ ତର୍କବାକ୍ୟ କୁହାଯାଏ; ଯଥା— କୌଣସି ମନୁଷ୍ୟ ଚତୁଷ୍ପଦ ନୁହଁନ୍ତି, କେତେକ ପକ୍ଷୀ ମାଂସାହାରୀ ନୁହଁନ୍ତି ।

୧୫। ସାର୍ବିକ ବା ସାମାନ୍ୟ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ବିଧେୟ ପଦ ଉଦ୍ଦେଶ୍ୟ ପଦର ସମସ୍ତ ବାତ୍ୟାର୍ଥ ସହିତ ସମ୍ବନ୍ଧକୁ ସ୍ବୀକାର କରେ କିମ୍ବା ଅସ୍ବୀକାର କରେ ତାହାକୁ ସାର୍ବିକ ବା ସାମାନ୍ୟ ବା ବ୍ୟାପକ ତର୍କବାକ୍ୟ କୁହାଯାଏ; ଯଥା— ସମସ୍ତ ଦାର୍ଶନିକ ଚିନ୍ତାଶୀଳ ବ୍ୟକ୍ତି ଅଟନ୍ତି, କୌଣସି ମନୁଷ୍ୟ ସର୍ବଜ୍ଞ ନୁହଁନ୍ତି ।

୧୬। ଶବ୍ଦପରକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ କିମ୍ବା ତାହାର କୌଣସି ଅଂଶକୁ ବ୍ୟକ୍ତ କରେ ତାହାକୁ ଶବ୍ଦପରକ ବା ପ୍ରାତିଶାବ୍ଦିକ ତର୍କବାକ୍ୟ କୁହାଯାଏ; ଯଥା – ସମସ୍ତ ମନୁଷ୍ୟ ବିଚାରବୁଦ୍ଧିସମ୍ପନ୍ନ ପ୍ରାଣୀ । ଏଥରେ ଉଦ୍ଦେଶ୍ୟର ଅର୍ଥ ବିଶ୍ଳେଷଣ କଲାମାତ୍ରେ ବିଧେୟ ମିଳେ । ତେଣୁ ଦାର୍ଶନିକ କ୍ୟାଣ୍ଟ୍‌ ଏହାକୁ ବିଶ୍ଳେଷକ ବୋଲି କହିଛନ୍ତି ।

୧୭। ବସ୍ତୁପରକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ ବହିର୍ଭୂତ ଅନ୍ୟ କୌଣସି ବିଷୟ ବ୍ୟକ୍ତ କରେ ତାହାକୁ ବସ୍ତୁପରକ ତର୍କବାକ୍ୟ କୁହାଯାଏ; ଯଥା – ସମସ୍ତ ମନୁଷ୍ୟ ଦ୍ବିପଦ, ଲୌହ ଗୋଟିଏ ଟାଣ ପଦାର୍ଥ ଅଟେ । କ୍ୟାଣ୍ଟ୍‌ ଏହାକୁ ସଂଶ୍ଳେଷକ ବୋଲି କହିଛନ୍ତି ।

୧୮। ନିଶ୍ଚିତିବାଚକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯଦି ଗୋଟିଏ ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କ ମୂଳ ସ୍ବଭାବ ସହିତ ଏପରିଭାବରେ ଜଡ଼ିତ ଯେ ସେମାନଙ୍କ ତଦ୍ରୂପ ସମ୍ବନ୍ଧ ଅନିବାର୍ଯ୍ୟ ଓ ତଦ୍‌ବିପରୀତ ସମ୍ବନ୍ଧ ଅସମ୍ଭବ, ତେବେ ଏହାକୁ ନିଶ୍ଚିତିବାଚକ ବା ଆବଶ୍ୟକ ତର୍କବାକ୍ୟ କୁହାଯାଏ ; ଯଥା – ଦୁଇ ଓ ତିନି ମିଶି ଅବଶ୍ୟ ପାଞ୍ଚ ହେବ, ତ୍ରିଭୁଜର ତିନିକୋଣର ସମଷ୍ଟି ଅବଶ୍ୟ ଦୁଇ ସମକୋଣ ସଙ୍ଗେ ସମାନ ହେବ ।

୧୯। ବିବରଣବାଚକ ବା ଘୋଷକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କ ମୂଳ ସ୍ବଭାବ ସହିତ ବିଜଡ଼ିତ କି ନୁହେଁ ଜଣା ନଥାଏ; କିନ୍ତୁ ସେମାନଙ୍କ ତଦ୍ରୂପ ସମ୍ବନ୍ଧ ଅନୁଭୂତିସିଦ୍ଧ ହୋଇଥାଏ, ତେବେ ତାହାକୁ ବିବରଣବାଚକ ବା ଘୋଷକ ତର୍କବାକ୍ୟ କୁହାଯାଏ; ଯଥା – ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି, କେତେକ ଛାତ୍ର ବୁଦ୍ଧିମାନ୍, ଇତ୍ୟାଦି ।

୨୦। ସମ୍ଭାବନାବାଚକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧରେ କୌଣସି ସ୍ଥିରତା ନାହିଁ; କିନ୍ତୁ ଉପସ୍ଥିତ କ୍ଷେତ୍ରରେ ସେମାନଙ୍କ ତଦ୍ରୁପ ସମ୍ବନ୍ଧର ସମ୍ଭାବନା ରହିଛି ତେବେ ତାହାକୁ ସମ୍ଭାବନା ବାଚକ ବା ସାମ୍ଭାବ୍ୟକ ତର୍କବାକ୍ୟ କୁହାଯାଏ; ଯଥା – ଆଜି ହୁଏତ ବର୍ଷା ହୋଇପାରେ, ବାପା ଆସନ୍ତା କାଲି ଦିଲ୍ଲୀରୁ ଆସିପାରନ୍ତି, ଇତ୍ୟାଦି ।

B. ପାର୍ଥକ୍ୟ ଦର୍ଶାଅ ।

୧। ଶବ୍ଦପରକ ଓ ବସ୍ତୁପରକ ତର୍କବାକ୍ୟ ।
Answer:
ଯେଉଁ ତର୍କବାକ୍ୟର ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ କିମ୍ବା ତାହାର କୌଣସି ଅଂଶକୁ ବ୍ୟକ୍ତ କରେ; ତାହାକୁ ଶବ୍ଦପରକ ବା ପ୍ରାତିଶାବ୍ଦିକ ତର୍କବାକ୍ୟ କୁହାଯାଏ । ଏପ୍ରକାର ତର୍କବାକ୍ୟ ଗଠନ କରିବା ନିମିତ୍ତ ଉଦ୍ଦେଶ୍ୟ ପଦର ଶବ୍ଦାର୍ଥ ଜ୍ଞାନ ଯଥେଷ୍ଟଥିବା ଆବଶ୍ୟକ; ଯଥା – ମନୁଷ୍ୟ ବିଚାରବୁଦ୍ଧିସମ୍ପନ୍ନ ପ୍ରାଣୀ ।

ଯେଉଁ ତର୍କବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ ବହିର୍ଭୂତ ଅନ୍ୟକୌଣସି ବିଷୟ ବ୍ୟକ୍ତ କରେ ତାହାକୁ ବସ୍ତୁପରକ ତର୍କବାକ୍ୟ କୁହାଯାଏ । ଏପ୍ରକାର ତର୍କବାକ୍ୟ ଗଠନ ନିମିତ୍ତ ଉଦ୍ଦେଶ୍ୟ ସୂଚିତ ବସ୍ତୁବିଷୟକ ଜ୍ଞାନର ଆବଶ୍ୟକତା ଥାଏ; ଯଥା – ମନୁଷ୍ୟ ଦ୍ବିପଦ; ସମସ୍ତ ମନୁଷ୍ୟ ସୁଖାନ୍ଵେଷୀ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

୨। ନିରପେକ୍ଷ ଓ ସାପେକ୍ଷ ତର୍କବାକ୍ୟ ।
Answer:
ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ ନୁହେଁ, ତାହାକୁ ନିରପେକ୍ଷ ତର୍କବାକ୍ୟ କୁହାଯାଏ; ଯଥା – ଛାତ୍ରଟି ବିଚକ୍ଷଣ, ଏହି ଦେଶ ଅନୁନ୍ନତ ନୁହେଁ ।
ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ପଦ ସହିତ ସମ୍ବନ୍ଧ କୌଣସି ସର୍ଭ ଉପରେ ନିର୍ଭରଶୀଳ ତାହାକୁ ସାପେକ୍ଷ ତର୍କବାକ୍ୟ କୁହାଯାଏ; ଯଥା – ଯଦି ଛାତ୍ରଟି ଏହି ସମସ୍ୟାର ସମାଧାନ କରିପାରେ, ତେବେ ସେ ବିଚକ୍ଷଣ ଏବଂ ଏହି ଦେଶ ଅନୁନ୍ନତ ନୁହେଁ, ଯଦି ଏହାର ବୈଜ୍ଞାନିକମାନେ ନୂତନ ତଥ୍ୟ ଆବିଷ୍କାର କରିବା ନିମିତ୍ତ ସମର୍ଥ, ଇତ୍ୟାଦି ।

୩। ସାମାନ୍ୟ ଓ ବିଶେଷ ତର୍କବାକ୍ୟ ।
Answer:
ଯେଉଁ ତର୍କବାକ୍ୟରେ ବିଧେୟ ପଦ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥ ସହିତ ସମ୍ବନ୍ଧକୁ ସ୍ଵୀକାର କରେ କିମ୍ବା ଅସ୍ବୀକାର କରେ ତାହାକୁ ସାମାନ୍ୟ ବା ସାର୍ବିକ ବା ବ୍ୟାପକ ତର୍କବାକ୍ୟ କୁହାଯାଏ; ଯଥା – (୧) ସମସ୍ତ ଦାର୍ଶନିକ ମନନଶୀଳ ଅଟନ୍ତି, (୨) ସମସ୍ତ ବୈଜ୍ଞାନିକ ତୀକ୍ଷ୍ଣବୁଦ୍ଧିସମ୍ପନ୍ନ ଅଟନ୍ତି, (୩) କୌଣସି ଶସ୍ତ୍ରଧାରୀ ବ୍ୟକ୍ତି ବିଶ୍ୱାସଯୋଗ୍ୟ ନୁହନ୍ତି ଇତ୍ୟାଦି । ପ୍ରଥମ ତର୍କବାକ୍ୟରେ ସମସ୍ତ ବୈଜ୍ଞାନିକ ତୀକ୍ଷ୍ଣବୁଦ୍ଧିସମ୍ପନ୍ନ ଅଟନ୍ତି, (୩) କୌଣସି ଶସ୍ତ୍ରଧାରୀ ବ୍ୟକ୍ତି ବିଶ୍ୱାସଯୋଗ୍ୟ ନୁହନ୍ତି ଇତ୍ୟାଦି । ପ୍ରଥମ ତର୍କବାକ୍ୟରେ ‘ବୈଜ୍ଞାନିକ’ ପଦର ସମସ୍ତ ବାତ୍ୟାର୍ଥ ସମ୍ପର୍କରେ ସ୍ବୀକାର କରାଗଲା ।

ଯେଉଁ ତର୍କବାକ୍ୟରେ ବିଧେୟ ପଦଟି ଉଦ୍ଦେଶ୍ୟ ପଦର ବାତ୍ୟାର୍ଥ ଏକ ଅନିର୍ଦ୍ଦିଷ୍ଟ ଅଂଶକୁ ସୂଚିତ କରିଥାଏ ତାହାକୁ ଆଂଶିକ ବା ବିଶେଷ ବା ଅବ୍ୟାପକ ତର୍କବାକ୍ୟ ବୋଲି କୁହାଯାଏ; ଯଥା – ‘କେତେକ ଫଳ ସ୍ଵାଦିଷ୍ଟ ଅଟେ’, ‘କେତେକ ଛାତ୍ର ଶିଷ୍ଟାଚାରୀ ନୁହନ୍ତି’ ଇତ୍ୟାଦି ତର୍କବଚନଗୁଡ଼ିକ ବିଶେଷ ତର୍କବାକ୍ୟ । କାରଣ ଏଠାରେ ସ୍ବାଦିଷ୍ଟ ଲକ୍ଷଣ ଅନିର୍ଦ୍ଦିଷ୍ଟ କେତେକ ଫଳ ସମ୍ବନ୍ଧରେ ସ୍ଵୀକାର କରାଯାଉଥିବା ବେଳେ ଶିଷ୍ଟାଚାରିତାକୁ କେତେକ ଛାତ୍ରଙ୍କ ସମ୍ବନ୍ଧରେ ଅସ୍ବୀକାର କରାଯାଉଅଛି ।

୪। ସଦର୍ଥକ ଓ ନଞର୍ଥକ ତର୍କବାକ୍ୟ ।
Answer:
ଗୁଣ ଦୃଷ୍ଟିରୁ ତର୍କବାକ୍ୟଗୁଡ଼ିକୁ ସଦର୍ଥକ ଏବଂ ନଞର୍ଥକ ଅଥବା ଅସ୍ତିବାଚକ ଏବଂ ନାସ୍ତିବାଚକ ଅଥବା ଭାବାତ୍ମକ ଏବଂ ଅଭାବାତ୍ମକ ଅଥବା ଅନ୍ବୟୀ ଏବଂ ନିଷେଧାର୍ଥକ ଭାବେ ଶ୍ରେଣୀକରଣ କରାଯାଇଥାଏ । ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ସ୍ଵୀକାର କରାଯାଇଥାଏ ତାହାକୁ ସଦର୍ଥକ ତର୍କବାକ୍ୟ ବା ଅସ୍ତିବାଚକ ତର୍କବାକ୍ୟ କୁହାଯାଏ ।

ଏଥିରେ ଉଦ୍ଦେଶ୍ୟ ସହିତ ବିଧେୟର ସ୍ବରୂପ ସମ୍ବନ୍ଧ ଥାଏ; ଯଥା – ମନୁଷ୍ୟ ଦ୍ବିପଦ ଅଟେ; କ ଖ ଅଟେ ଇତ୍ୟାଦି – ଏଠାରେ ଦ୍ବିପଦତାକୁ ମନୁଷ୍ୟ ସମ୍ବନ୍ଧରେ ଏବଂ (ଖ) କୁ ‘କ’ ସମ୍ବନ୍ଧରେ ସ୍ଵୀକାର କରାଯାଇଅଛି; ତେଣୁ ଏଗୁଡ଼ିକ ସଦର୍ଥକ ।

ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ଅସ୍ଵୀକାର କରାଯାଇଥାଏ ତାହାକୁ ନାସ୍ତିବାଚକ ବା ନଞର୍ଥକ ତର୍କବାକ୍ୟ କୁହାଯାଏ । ଏଥୁରେ ଉଦ୍ଦେଶ୍ୟ ସହିତ ବିଧେୟର ବିଶେଷ ସମ୍ବନ୍ଧ ଥାଏ; ଯଥା – ମନୁଷ୍ୟ ଚତୁଷ୍ପଦ ନୁହେଁ; ‘କ’ ‘ଖ’ ନୁହେଁ ଇତ୍ୟାଦି । ଏଠାରେ ଚତୁଷ୍ପଦକୁ ମନୁଷ୍ୟ ସମ୍ବନ୍ଧରେ ଏବଂ ‘ଖ’କୁ ‘କ’ ସମ୍ବନ୍ଧରେ ଅସ୍ବୀକାର କରାଯାଇଅଛି । ତେଣୁ ଏଗୁଡ଼ିକ ନଞର୍ଥକ ତର୍କବାକ୍ୟ ଅଟନ୍ତି ।

୫। ମୌଳିକ ଓ ଯୌଗିକ ତର୍କବାକ୍ୟ ।
Answer:
ଗୋଟିଏ ଉଦ୍ଦେଶ୍ୟ ପଦ ସହିତ ଗୋଟିଏ ବିଧେୟ ପଦର ସମ୍ବନ୍ଧକୁ ମୌଳିକ ତର୍କବାକ୍ୟ କୁହାଯାଏ । ଏକ ବା ଏକାଧ୍ଵକ ଉଦ୍ଦେଶ୍ୟ ସହିତ ଏକ ବା ଏକାଧ୍ଵକ ବିଧେୟର ସମ୍ବନ୍ଧକୁ ଯୌଗିକ ତର୍କବାକ୍ୟ କୁହାଯାଏ । ମୌଳିକ ତର୍କବାକ୍ୟ ଗୋଟିଏ ଅବଧାରଣ କ୍ରିୟାର ଅଭିବ୍ୟକ୍ତି; କିନ୍ତୁ ଯୌଗିକ ତର୍କବାକ୍ୟ ଏକ ବା ଏକାଧିକ ଅବଧାରଣା କ୍ରିୟାର ଅଭିବ୍ୟକ୍ତି; ଯଥା –

  • ମୌଳିକ ତର୍କବାକ୍ୟ : ମନୁଷ୍ୟ ଅମର ନୁହନ୍ତି ।
  • ଯୌଗିକ ତର୍କବାକ୍ୟ : ରାମବାବୁଙ୍କର ବଡ଼ବୋହୂ ଓଡ଼ିଆ ଓ ସାନବୋହୂ ପଞ୍ଜାବୀ ।

୬। ବାକ୍ୟ ଓ ତର୍କବାକ୍ୟ ।
Answer:
ଶବ୍ଦମାନଙ୍କୁ ନେଇ ଗଠିତ ବାକ୍ୟ ବ୍ୟାକରଣର ଆଲୋଚ୍ୟ । ଏହା ବ୍ୟାକରଣଗତ ନିୟମାବଳୀ ଅନୁସାରେ ଗଠିତ ହୁଏ । କିନ୍ତୁ ପଦମାନଙ୍କୁ ନେଇ ଗଠିତ ତର୍କବାକ୍ୟ ତର୍କଶାସ୍ତ୍ରର ଆଲୋଚ୍ୟ । ଏହା ତର୍କ ପଦ୍ଧତିର ସୁବିଧା ଦୃଷ୍ଟିରୁ ଗଠିତ ଓ ଏହି ଦୃଷ୍ଟିରୁ ଶୁଦ୍ଧ ଓ ଅଶୁଦ୍ଧ ବିବେଚିତ ହୁଏ । ପ୍ରତ୍ୟେକ ତର୍କବାକ୍ୟ ଗୋଟିଏ ବାକ୍ୟ ।

ଏହା ସତ୍ୟ କିମ୍ବା ମିଥ୍ୟା ହୋଇପାରେ । ମାତ୍ର ପ୍ରତ୍ୟେକ ବାକ୍ୟ ତର୍କବାକ୍ୟ ହୋଇନପାରେ, ବାକ୍ୟ ଭୁଲ୍ କିମ୍ବା ଠିକ୍ ବ୍ୟାକରଣର ନିୟମାନୁସାରେ ପ୍ରତିପାଦିତ ହୁଏ । ବାକ୍ୟର ଅବୟବ ଦୁଇଗୋଟି; ଯଥା – ଉଦ୍ଦେଶ୍ୟ ଓ ବିଧେୟ । କିନ୍ତୁ ତର୍କବାକ୍ୟର ଅବୟବ ତିନିଗୋଟି; ଯଥା – ଉଦ୍ଦେଶ୍ୟ, ବିଧେୟ ଓ ସଂଯୋଜକ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ତର୍କବଚନ କାହକୁ କୁହାଯାଏ ?
Answer:
ଦୁଇଟି ପଦ ମଧ୍ଯରେ କୌଣସି ସମ୍ବନ୍ଧର ସ୍ଵୀକୃତି ବା ଅସ୍ଵୀକୃତିକୁ ବହନ କରୁଥିବା ବଚନ (Statement)କୁ ତର୍କବଚନ କୁହାଯାଏ । ଯେତେବେଳେ କୁହାଯାଏ ଯେ, ‘ସମସ୍ତ ମଣିଷ ମରଣଶୀଳ’, ସେତେବେଳେ ଉକ୍ତ ବଚନରେ ‘ମଣିଷ’ ଏବଂ ‘ମରଣଶୀଳ’ – ଏହି ଦୁଇଟି ପଦ ମଧ୍ଯରେ ଗୋଟିଏ ସମ୍ବନ୍ଧକୁ ସ୍ଵୀକାର କରାଯାଇଛି । ପୁଣି ଯେତେବେଳେ କୁହାଯାଏ ଯେ ‘କୌଣସି ମଣିଷ ଯନ୍ତ୍ର ନୁହଁନ୍ତି’, ସେତେବେଳେ ଉକ୍ତ ବଚନରେ ‘ମଣିଷ’ ଏବଂ ‘ଯନ୍ତ୍ର’ – ଏହି ଦୁଇଟି ପଦ ମଧ୍ୟରେ ଗୋଟିଏ ସମ୍ବନ୍ଧକୁ ଅସ୍ବୀକାର କରାଯାଇଛି । ସୁତରାଂ ‘ସମସ୍ତ ମଣିଷ ମରଣଶୀଳ’ ଏବଂ ‘କୌଣସି ମଣିଷ ଯନ୍ତ୍ର ନୁହନ୍ତି’ – ଉଭୟେ ତର୍କବଚନ ।

ଯେକୌଣସି ଗୋଟିଏ ତର୍କବଚନକୁ ବିଶ୍ଳେଷଣ କଲେ ତାହାର ତିନୋଟି ଅଂଶ ପରିଦୃଷ୍ଟ ହୁଏ; ଯଥା – ଉଦ୍ଦେଶ୍ୟ (Subject), ବିଧେୟ (Predicate) ଓ ସଂଯୋଜକ (Copula) । ଉଦ୍ଦେଶ୍ୟ ପୂର୍ବରେ ସଂଯୋଜିତ ‘ସମସ୍ତ’, ‘କେତେକ’, ‘କୌଣସି’ ଇତ୍ୟାଦି ଶବ୍ଦକୁ ପରିମାଣ ନିର୍ଦ୍ଦେଶକ ଚିହ୍ନ (Quantifier) କୁହାଯାଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

କୌଣସି ତର୍କବଚନରେ ଯେଉଁ ପଦ ସଂପର୍କରେ କିଛି ସ୍ଵୀକାର ବା ଅସ୍ଵୀକାର କରାହୁଏ ତାହାକୁ ଉଦ୍ଦେଶ୍ୟ କୁହାଯାଏ । ପୁଣି ଯେଉଁ ପଦ ଉଦ୍ଦେଶ୍ୟ ସଂପର୍କରେ କିଛି ସ୍ବୀକାର ବା ଅସ୍ବୀକାର କରିଥାଏ ତାହାକୁ ବିଧେୟ କୁହାଯାଏ । ଯେପରି ‘ସମସ୍ତ ମଣିଷ ମରଣଶୀଳ’ – ଏହି ତର୍କବଚନରେ ‘ମଣିଷ’ ପଦଟି ହେଉଛି ଉଦ୍ଦେଶ୍ୟ ଏବଂ ‘ମରଣଶୀଳ’ ପଦ ହେଉଛି ବିଧେୟ ।

କାରଣ ଏଠାରେ ‘ମଣିଷ’ ପଦ ସଂପର୍କରେ ସଦର୍ଥକଭାବରେ ଉଦ୍ଦେଶ୍ୟ ପ୍ରତିପାଦିତ ଏବଂ ‘ମରଣଶୀଳ’ ମଣିଷ ସଂପର୍କରେ ସଦର୍ଥକଭାବରେ ଯଥାବିଧ୍ ବିବୃତ । ମାତ୍ର ଯେଉଁ ବଚନରେ ଉଦ୍ଦେଶ୍ୟ ଓ ବିଧେୟକୁ ଯେଉଁ ବଚନାଂଶ ଯଥାବିଧ ସଂଯୁକ୍ତ କରିଥାଏ ତାହାକୁ ‘ସଂଯୋଜକ’ କୁହାଯାଏ । ସାଧାରଣତଃ ସଂଯୋଜକହିଁ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧରେ ସ୍ବୀକୃତି ବା ଅସ୍ଵୀକୃତିର ଚିହ୍ନ । ‘ସମସ୍ତ ମଣିଷ ମରଣଶୀଳ’ ଏହି ତର୍କବଚନରେ ‘ଅଟେ’ ଶବ୍ଦଟି ସଂଯୋଜକ । ଏହି ଶବ୍ଦଟି ‘ମଣିଷ’ ଏବଂ ‘ମରଣଶୀଳ’ ଏହି ଦୁଇଟି ପଦକୁ ସଂଯୁକ୍ତ କରୁଅଛି ।

୨। ସଂଯୋଜକ କାହାକୁ କହନ୍ତି ? ଏହାର ତର୍କସମ୍ମତ ରୂପ ନିରୂପଣ କର ।
Answer:
ଉଦ୍ଦେଶ୍ୟ ପଦ ଓ ବିଧେୟ ପଦ ମଧ୍ଯରେ ଯାହା ସଂଯୋଗ ସ୍ଥାପନ କରେ ତାହାକୁ ସଂଯୋଜକ କହନ୍ତି । ତର୍କବଚନରେ ସଂଯୋଜକ ଏକ ପଦ ନୁହେଁ । ଏହା କେବଳ ଉଦ୍ଦେଶ୍ୟ ଓ ବିଧେୟ ପଦ ମଧ୍ୟରେ ସମ୍ପର୍କରେ ଏକ ସଙ୍କେତ ମାତ୍ର । ଏହି ସଂଯୋଜକ ତର୍କବଚନର ପରିସରରେ ସ୍ପଷ୍ଟଭାବେ ନିର୍ଣ୍ଣୀତ ହେବା ଆବଶ୍ୟକ । ଅନେକ ସ୍ଥଳରେ ଏହା ସ୍ପଷ୍ଟଭାବେ ବ୍ୟକ୍ତ ନହୋଇ ବାକ୍ୟର ବିଧେୟ ଭିତରେ ରହିଥାଏ । ତେଣୁ ଗୋଟିଏ ବାକ୍ୟକୁ ତର୍କବାକ୍ୟକୁ ରୂପାନ୍ତରିତ କଲାବେଳେ ସଂଯୋଜକ ସ୍ପଷ୍ଟ ହେବା ଉଚିତ ।

ସଂଯୋଜକର ସ୍ବରୂପ ନିର୍ଣ୍ଣୟ କଲାବେଳେ କେତେଗୋଟି ପ୍ରଶ୍ନ ଉଠିଥାଏ । ପ୍ରଶ୍ନଗୁଡ଼ିକ ହେଲା– ସଂଯୋଜକର ଆକାର କ’ଣ ? ସଂଯୋଜକର କାଳ କ’ଣ ? ସଂଯୋଜକ ସଦର୍ଥକ ନା ନଞର୍ଥକ ? ଶେଷରେ ସଂଯୋଜକର ନିଶ୍ଚିତ ମାତ୍ରା ବା ପ୍ରକାରଣ କ’ଣ ?

ସଂଯୋଜକର ଆକାର ବିଷୟରେ ବର୍ଣ୍ଣନା କଲାବେଳେ ପ୍ରଶ୍ନଉଠେ ଯେ ଏହା କେଉଁ ଧାତୁରୁ ନିଷ୍ପନ୍ନ ହୋଇଛି । ସଂଯୋଜକ ହେଉଛି କେବଳ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ଗୋଟିଏ ସମ୍ପର୍କର ଚିହ୍ନ । ସେହି ଦୃଷ୍ଟିରୁ ଏହା କେବଳ ‘ଅସ୍’ ଧାତୁ ବା ‘ଭୂ’ ଧାତୁରୁ ନିଷ୍ପନ୍ନ ହେବା ଉଚିତ ବୋଲି ସମସ୍ତ ତାର୍କିକ ମତପୋଷଣ କରିଥାନ୍ତି । ଅର୍ଥାତ୍ ଏହା କେବଳ ‘ଅଟେ’, ‘ଅଟୁ’, ‘ଅଟନ୍ତି’ ଅଥବା ‘ନୁହେଁ’, ‘ନୋହୁଁ’, ନୁହନ୍ତି ଇତ୍ୟାଦି ଶବ୍ଦଦ୍ୱାରା ପ୍ରକାଶିତ ହୁଏ । ସଂଯୋଜକ ‘ଭୂ’ ଧାତୁର କ୍ରିୟା ସାହାଯ୍ୟରେ ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ଜ୍ଞାପକ ରୂପେ ବ୍ୟକ୍ତ କରିଥାଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium 1

ସଂଯୋଜକର କାଳ ନିର୍ଣ୍ଣୟ –
ସଂଯୋଜକର କାଳ ନିର୍ଣ୍ଣୟ ବିଷୟରେ ମିଲ୍ ଓ ଅନ୍ୟାନ୍ୟ ତାର୍କିକମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଅଛି । ମିଲ୍‌ଙ୍କ ମତରେ ସଂଯୋଜକ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପରି ଯେକୌଣସି କାଳର ହୋଇପାରେ । ସଂଯୋଜକ ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧଜ୍ଞାପକ ସଙ୍କେତ ହୋଇଥିବାରୁ ଏହାଦ୍ୱାରା ଏହି ସମ୍ବନ୍ଧ ସଂସ୍ଥାପନର ସମୟ ମଧ୍ୟ ସୂଚିତ ହେବା ଉଚିତ । ମାତ୍ର ହ୍ୟାମିଲଟନ୍, ମାନସେଲ୍, ଫାଉଲର ଇତ୍ୟାଦି ତାର୍କିକମାନଙ୍କ ମତରେ ସଂଯୋଜକ ସର୍ବଦା ବର୍ତ୍ତମାନ କାଳର ହେବା ଉଚିତ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium 2

ସଂଯୋଜକର ଗୁଣ ନିର୍ଣ୍ଣୟ –
ସଂଯୋଜକର ଗୁଣ ବିଷୟରେ ମଧ୍ୟ ତାର୍କିକମାନେ ଏକମତ ନୁହଁନ୍ତି । ସାଧାରଣତଃ ଗୁଣ ଦୃଷ୍ଟିରୁ ତର୍କବାକ୍ୟଗୁଡ଼ିକ ଦୁଇ ପ୍ରକାରର; ଯଥା – ସଦର୍ଥକ ଓ ନଞର୍ଥକ । ଯଥା – ‘ବଗ ଧବଳ ବର୍ଣ୍ଣର ଅଟେ’, ‘ବଗ କୃଷ୍ଣକାୟ ନୁହେଁ’ । ଉଭୟ କ୍ଷେତ୍ରରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ପର୍କ ସ୍ଥାପିତ ହୋଇଅଛି ।

କେତେକ ତାର୍କିକମାନଙ୍କ ମତରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ଥିବା ସମ୍ପର୍କ ସର୍ବଦା ସଦର୍ଥକ ହେବା ଉଚିତ । ହସଙ୍କ ମତରେ ସଂଯୋଜକ ସଦର୍ଥକ ହେବା ଉଚିତ କାରଣ ‘ଅଟେ’, ‘ଅଛି’ ଇତ୍ୟାଦି ସଦର୍ଥକ ତର୍କବାକ୍ୟରେ ସଂଯୋଜକର ଅସ୍ତିତ୍ବକୁ ସ୍ଵୀକାର କରାଯାଇଥିବାସ୍ଥଳେ ନଞର୍ଥକ ସମ୍ପର୍କକୁ ଅସ୍ବୀକାର କରାଯାଇଛି । ଅନ୍ୟ ତାର୍କିକମାନଙ୍କ ମତରେ ତର୍କବାକ୍ୟଗୁଡ଼ିକ ସଦର୍ଥକ କିମ୍ବା ନଞର୍ଥକ ହୋଇପାରେ । ଏଣୁ ସଂଯୋଜକ ସଦର୍ଥକ କିମ୍ବା ନଞର୍ଥକ ଗୁଣବିଶିଷ୍ଟ ହୋଇପାରେ ।

ସଂଯୋଜକର ନିଶ୍ଚିତ ମାତ୍ରା ବା ପ୍ରକାରତା –
ଏ ସମ୍ପର୍କରେ ମଧ୍ୟ ତାର୍କିକମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଅଛି । ଏହି ନିଶ୍ଚିତ ମାତ୍ରା ତିନି ପ୍ରକାରର ଅଟେ; ଯଥା – ଆବଶ୍ୟକ, ଘୋଷକ ଓ ସାମ୍ଭାବ୍ୟକ ।
ଆବଶ୍ୟକ – ଯଦି ଗୋଟିଏ ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କ ମୂଳ ସ୍ବଭାବ ସହିତ ଏପରି ଭାବରେ ଜଡ଼ିତ ଯେ ସେମାନଙ୍କ ତଦ୍ରୂପ ସମ୍ବନ୍ଧ ଅନିବାର୍ଯ୍ୟ ହୋଇଥାଏ; ତେବେ ତାହାକୁ ଆବଶ୍ୟକ ତର୍କବାକ୍ୟ କୁହାଯାଏ; ଯଥା – ଦୁଇ ଓ ତିନିର ଯୋଗଫଳ ଅବଶ୍ୟ ପାଞ୍ଚ ହେବ । ତ୍ରିଭୁଜର ତିନି କୋଣର ସମଷ୍ଟି ଅବଶ୍ୟ ଦୁଇ ସମକୋଣ ସଙ୍ଗେ ସମାନ ହେବ ।

ଘୋଷକ – ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କ ମୂଳ ସ୍ବଭାବ ସହିତ ବିଜଡ଼ିତ କି ନୁହେଁ ଜଣା ନ ଥାଏ; କିନ୍ତୁ ସେମାନଙ୍କର ସମ୍ବନ୍ଧ ଅନୁଭୂତିସିଦ୍ଧ ତାହାକୁ ଘୋଷକ ତର୍କବାକ୍ୟ କୁହାଯାଏ; ଯଥା – ସମସ୍ତ ମନୁଷ୍ୟ ମରଣଶୀଳ ।

ସାମ୍ଭାବ୍ୟକ – ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧରେ କୌଣସି ସ୍ଥିରତା ନାହିଁ କିନ୍ତୁ ସମ୍ଭାବନା ଅଛି ତାକୁ ସାମ୍ଭାବ୍ୟକ ବା ସମ୍ଭାବନାମୂଳକ ତର୍କବାକ୍ୟ କୁହାଯାଏ; ଯଥା – ‘କାଲି ବର୍ଷା ହୋଇପାରେ’ । ‘ବାପା ଦିଲ୍ଲୀରୁ କାଲି ଆସି ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

୩। ତର୍କବଚନର ଶ୍ରେଣୀବିଭାଗ (Classification of Proposition) ଉଲ୍ଲେଖ କର ।
Answer:
(୧) ଗୁଣ (Quality) ଅନୁଯାୟୀ ତର୍କବଚନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା – (i) ସଦର୍ଥକ ତର୍କବଚନ (Affirmative Proposition) ଏବଂ (ii) ନଞର୍ଥକ ତର୍କବଚନ (Negative Proposition) |
ଯେଉଁ ତର୍କବଚନର ବିଧେୟ ଉଦ୍ଦେଶ୍ୟ ସଂପର୍କରେ କୌଣସି ବିଷୟ ବା ଘଟଣାକୁ ସ୍ବୀକାର କରେ, ତାହାକୁ ସଦର୍ଥକ ତର୍କବଚନ କୁହାଯାଏ । ଯେପରି ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’ । ଏହି ତର୍କବଚନରେ ମରଣଶୀଳତା ଗୁଣଟି ସମସ୍ତ ମଣିଷ ତାହାକୁ ନଞର୍ଥକ ତର୍କ ବଚନ କୁହାଯାଏ । ଯେପରି ‘କୌଣସି ମଣିଷ ଯନ୍ତ୍ର ନୁହେଁ’ । ଏଠାରେ ‘ଯନ୍ତ୍ରତ୍ବ’ ଗୁଣଟି ପ୍ରତ୍ୟେକ ମଣିଷ ସଂପର୍କରେ ଅସ୍ଵୀକାର କରାହୋଇଛି ।

(୨) ପରିମାଣ (Quantity) ଅନୁଯାୟୀ ତର୍କବଚନକୁ ଦୁଇ ଭାଗରେ ଭାଗ କରାଯାଇଛି; ଯଥା –
(i) ସାର୍ବିକ ତର୍କବଚନ ଏବଂ
(ii) ବିଶେଷ ବା ଆଂଶିକ ତର୍କବଚନ ।

ସାର୍ବିକ ତର୍କବଚନ କୁହାଯାଏ । ପ୍ରକାରାନ୍ତରେ ଉଦ୍ଦେଶ୍ୟ ପଦରେ ନିର୍ଦ୍ଦେଶିତ ସମସ୍ତ ବ୍ୟକ୍ତି ବା ବସ୍ତୁ ସଂପର୍କରେ ବିଧେୟଦ୍ବାରା ସ୍ଵୀକାର ବା ଅସ୍ଵୀକାର କରାଗଲେ ତାହା ସାର୍ବିକ ତର୍କବଚନ ହେବ । ଯେପରି ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’– ଏହି ତର୍କବଚନରେ ‘ମରଣଶୀଳତା’ ଗୁଣଟି ‘ମଣିଷ’ ପଦର ସବୁ ମଣିଷ ସଂପର୍କରେ ସ୍ବୀକାର କରାଯାଇଛି ।

ତେଣୁ ଏଠାରେ ଉଲ୍ଲିଖ ଦୁଇଟିଯାକ ପଦରେ ନିହିତ ଥ‌ିବା ବାତ୍ୟାର୍ଥର ଅଂଶବିଶେଷ ସଂପର୍କରେ କିଛି ସ୍ବୀକାର ବା ଅସ୍ବୀକାର କରୁଥିବାରୁ ତାହାକୁ ସାର୍ବିକ ବା ଆଂଶିକ ତର୍କବଚନ କୁହାଯାଏ । ସେହିପରି ଏହି ତର୍କବଚନରେ ‘ଯନ୍ତ୍ର’ ପଦଟି ମଣିଷ ପଦ ବିଷୟରେ ଅସ୍ବୀକାର କରାଯାଇଛି ।

‘କେତେକ ଛାତ୍ର ବୁଦ୍ଧିମାନ୍ ଅଟନ୍ତି’ । ଏହି ତର୍କବଚନରେ ‘ବୁଦ୍ଧିମାନ୍’ ଗୁଣଟି ‘ଛାତ୍ର’ ପଦର କେତେକ ବ୍ୟକ୍ତିଙ୍କ ସଂପର୍କରେ ସ୍ବୀକାର କରୁଛି । ‘କେତେକ ଛାତ୍ର ବୁଦ୍ଧିମାନ୍ ନୁହନ୍ତି’ – ଏହି ତର୍କବଚନରେ ବୁଦ୍ଧିମାନ୍ ଗୁଣଟି ‘ଛାତ୍ର’ ପଦର କେତେକ ବ୍ୟକ୍ତିଙ୍କ ସଂପର୍କରେ ଅସ୍ବୀକାର କରୁଛି । ତେଣୁ ଏଠାରେ ଉଲ୍ଲେଖ୍ ଦୁଇଟିଯାକ ତର୍କବଚନ ବିଶେଷ ବା ଆଂଶିକ ଭାବରେ ପରିଗଣିତ । କାରଣ ଉଲ୍ଲିଖ ଦୁଇଟିଯାକ ତର୍କବଚନର ଉଦ୍ଦେଶ୍ୟ ପଦ ଦୁଇଟି ସମଗ୍ର ବାତ୍ୟାର୍ଥର ଗୋଟିଏ ଗୋଟିଏ ଅଂଶକୁ ଯଥାକ୍ରମେ ଉଲ୍ଲିଖ ଗୁଣ ଦୃଷ୍ଟିରୁ ସ୍ଵୀକାର ବା ଅସ୍ବୀକାର କରୁଛନ୍ତି ।

(୩) ତାତ୍ପର୍ଯ୍ୟ (Significance) ଅନୁଯାୟୀ ତର୍କବଚନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା – ବିଶ୍ଳେଷଣାତ୍ମକ ତର୍କବଚନ (Analytical or Verbal Proposition) ଏବଂ ସଂଶ୍ଳେଷଣାତ୍ମକ ତର୍କବଚନ (Synthetic or Real Proposition) ।

ବିଶ୍ଳେଷଣାତ୍ମକ ତର୍କବଚନ : ଯେଉଁ ତର୍କବଚନରେ ବିଧେୟ ପଦ ଉଦ୍ଦେଶ୍ୟ ପଦର ସଂପୂର୍ଣ୍ଣ ଲକ୍ଷଣାର୍ଥ ବା ତହିଁର ଅଂଶମାତ୍ରକୁ ପ୍ରକାଶ କରେ ତାହାକୁ ବିଶ୍ଳେଷଣାତ୍ମକ ତର୍କବଚନ କୁହାଯାଏ । ଯେପରି ‘ସମସ୍ତ ମଣିଷ ପ୍ରାଣୀ ଅଟନ୍ତି’ ବା ‘ସମସ୍ତ ମଣିଷ ବିଚାରଶୀଳ ପ୍ରାଣୀ ଅଟନ୍ତି’ ଇତ୍ୟାଦି ।

ସଂଶ୍ଳେଷଣାତ୍ମକ ତର୍କବଚନ : ଯେଉଁ ତର୍କବଚନରେ ବିଧେୟ ପଦ ଉଦ୍ଦେଶ୍ୟ ପଦରେ ନିହିତ ସଂପୂର୍ଣ ଅର୍ଥକୁ ପ୍ରକାଶ ନ କରି ଉଦ୍ଦେଶ୍ୟ ସଂପର୍କରେ ନୂତନ ତଥ୍ୟର ସନ୍ଧାନ ଦିଏ ତାହାକୁ ସଂଶ୍ଳେଷଣାତ୍ମକ ତର୍କବଚନ କୁହାଯାଏ । ଯେପରି ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’, ‘ଲୁହା ସୁପରିବାହୀ ଅଟେ’ ଇତ୍ୟାଦି ।

(୪) ଗଠନ ଦୃଷ୍ଟିରୁ ତର୍କବାକ୍ୟଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା – (କ) ମୌଳିକ ବା ସରଳ ଓ (ଖ) ଯୌଗିକ । ଗୋଟିଏ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟର ସମ୍ବନ୍ଧକୁ ମୌଳିକ ବା ସରଳ ତର୍କବାକ୍ୟ କୁହାଯାଏ । ଯଥା – ରାମ ମରଣଶୀଳ ଅଟେ । କୌଣସି ମନୁଷ୍ୟ ଅମର ନୁହନ୍ତି ।

ଯେଉଁ ତର୍କବାକ୍ୟରେ ଏକାଧ୍ଵକ ଉଦ୍ଦେଶ୍ୟ ପଦ ଗୋଟିଏ ବିଧେୟ ପଦ ସହିତ ଅଥବା ଗୋଟିଏ ଉଦ୍ଦେଶ୍ୟ ପଦ ଏକାଧ୍ଵ ବିଧେୟ ପଦ ସହିତ ସମ୍ବନ୍ଧ ସ୍ଥାପନ କରେ ତାହାକୁ ଯୌଗିକ ତର୍କବାକ୍ୟ କୁହାଯାଏ; ଯଥା – ରାମ ଓ ହରି ଉଭୟ ବୁଦ୍ଧିମାନ୍ । ପଶୁ, ପକ୍ଷୀ କୀଟପତଙ୍ଗ କେହି ଅମର ନୁହନ୍ତି ।

ଏତଦ୍‌ଭିନ୍ନ ଏପରି କେତେକ ତର୍କବାକ୍ୟ ଅଛନ୍ତି ଯେଉଁଗୁଡ଼ିକ ବାହାରୁ ସରଳ ଭଳି ଜଣାଗଲେ ମଧ୍ୟ ବିଶ୍ଳେଷଣ କଲେ ଦେଖାଯିବ ଯେ ସେଗୁଡ଼ିକ ଏକାଧ୍ଵ ସରଳ ତର୍କବାକ୍ୟକୁ ନେଇ ଗଠିତ । ଏଗୁଡ଼ିକୁ ଜଟିଳ ତର୍କବାକ୍ୟ ବୋଲି କୁହାଯାଏ; ଯଥା – ‘କେବଳ ସ୍ନାତକ ଡିଗ୍ରୀଧାରୀ ବ୍ୟକ୍ତି ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି।

(୫) ସମ୍ବନ୍ଧ ଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି; (କ) ନିରପେକ୍ଷ ବା ଅସର୍ଭକ ଓ ଖ) ସାପେକ୍ଷ ବା ସର୍ଭେକ ।
ନିରପେକ୍ଷ ବା ଅସର୍ଭକ– ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ ନୁହେଁ, ତାହାକୁ ନିରପେକ୍ଷ ତର୍କବାକ୍ୟ କୁହାଯାଏ; ଯଥା – ରାମ ଜଣେ ବିଚକ୍ଷଣ ବାଳକ ଅଟେ ।

କୌଣସି ମନୁଷ୍ୟ ଚତୁଷ୍ପଦ ନୁହନ୍ତି । ସାପେକ୍ଷ ବା ସର୍ଭେକ– ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ଉପରେ ନିର୍ଭରଶୀଳ, ତାହାକୁ ସାପେକ୍ଷ ତର୍କବାକ୍ୟ କୁହାଯାଏ; ଯଥା – ଯଦି ସୂର୍ଯ୍ୟ ଥାଏ, ତେବେ ଆଲୋକ ଥାଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

ପୁନଶ୍ଚ ସାପେକ୍ଷ ବା ସର୍ଭେକ ତର୍କବାକ୍ୟ ତିନିପ୍ରକାରର ଅଟେ; (କ) ପ୍ରାକଳ୍ପିକ, (ଖ) ବୈକଳ୍ପିକ ଓ (ଗ) ବିଯୋଜକ ।

ପ୍ରାକଳ୍ପିକ ତର୍କବାକ୍ୟ – ଯେଉଁ ସାପେକ୍ଷ ତର୍କବାକ୍ୟରେ ସର୍ଭଟି ସ୍ପଷ୍ଟ ଭାବରେ ଉଲ୍ଲିଖିତ ହୋଇଥାଏ ତାହାକୁ ପ୍ରାକଳ୍ପିକ ତର୍କବାକ୍ୟ କୁହାଯାଏ । ଏହି ତର୍କବାକ୍ୟ ଯଦି….. ତେବେ ଆକାରରେ ପ୍ରକାଶ ପାଇଥାଏ; ଯଥା – ଯଦି ବର୍ଷା ହୁଏ ତେବେ ବନ୍ୟା ହେବ ।

ବୈକଳ୍ପିକ ତର୍କବାକ୍ୟ – ଯେଉଁ ତର୍କବଚନରେ ଦୁଇଟି ବିକଳ୍ପ ‘କିମ୍ବା’ ଶବ୍ଦଦ୍ବାରା ପ୍ରକାଶିତ ହେଲେ ମଧ୍ୟ ଉଭୟ ବିକଳ୍ପ ଏକାସାଙ୍ଗରେ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ, ସେ ପ୍ରକାର ସର୍ତ୍ତମୂଳକ ତର୍କବାକ୍ୟକୁ ବୈକଳ୍ପିକ ତର୍କବାକ୍ୟ କୁହାଯାଏ; ଯଥା – ରାମବାବୁ ହୁଏତ ଚା’ କିମ୍ବା କଫି ପାନ କରିପାରନ୍ତି ।

ବିଯୋଜକ ତର୍କବାକ୍ୟ  – ଯେଉଁ ତର୍କବାକ୍ୟରେ ଦୁଇଟି ବିକଳ୍ପ ‘କିମ୍ବା’ ଶବ୍ଦଦ୍ୱାରା ପ୍ରକାଶିତ ହେଲେ ମଧ୍ୟ ଗୋଟିଏ ବିକଳ୍ପକୁ ଅସ୍ବୀକାର କଲେ ଅନ୍ୟକୁ ସ୍ବୀକାର କରିବାକୁ ହୁଏ ଏବଂ ଗୋଟିକୁ ସ୍ଵୀକାର କଲେ ଅନ୍ୟକୁ ଅସ୍ବୀକାର କରିବାକୁ ପଡ଼ିଥାଏ ତାହାକୁ ବିଯୋଜକ ତର୍କବାକ୍ୟ କହନ୍ତି; ଯଥା – ଜନ୍ ଉତ୍କଳ ବିଶ୍ବବିଦ୍ୟାଳୟ ନତୁବା ଫକୀରମୋହନ ବିଶ୍ବବିଦ୍ୟାଳୟରେ ପଢ଼ୁଅଛନ୍ତି ।

(୬) ନିଶ୍ଚିତିର ତାରତମ୍ୟ ଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି; ଯଥା –
(କ) ନିଶ୍ଚିତିବାଚକ,
(ଖ) ବିବରଣବାଚକ ବା ଘୋଷକ
(ଗ) ସମ୍ଭାବନାବାଚକ ।
ତର୍କବାକ୍ୟ –

(କ) ନିଶ୍ଚିତିବାଚକ – ଯଦି ଗୋଟିଏ ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧ ଅବଶ୍ୟ ସ୍ବୀକାର୍ଯ୍ୟ ତାହାକୁ ନିଶ୍ଚିତିବାଚକ ତର୍କବାକ୍ୟ କୁହାଯାଏ; ଯଥା – ଦୁଇ ଓ ଦୁଇର ଯୋଗଫଳ ଅବଶ୍ୟ ଚାରି ହେବ । ତ୍ରିଭୁଜର ତିନିକୋଣର ସମଷ୍ଟି ଅବଶ୍ୟ ଦୁଇ ସମକୋଣ ସଙ୍ଗେ ସମାନ ହେବ ।

(ଖ) ବିବରଣବାଚକ ବା ଘୋଷକ ତର୍କବାକ୍ୟ – ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ଅନୁଭୂତିସିଦ୍ଧି, ତାହାକୁ ବିବରଣବାଚକ ବା ପୋଷକ ତର୍କବାକ୍ୟ କୁହାଯାଏ; ଯଥା – କେତେକ ମନୁଷ୍ୟ ମାଆଂଶୀ ଅଟନ୍ତି ।

(ଗ) ସମ୍ଭାବନାବାଚକ ତର୍କବାକ୍ୟ – ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ କୌଣସି ସମ୍ଭାବନା ଉପରେ ନିର୍ଭର କରେ, ତାହାକୁ ସମ୍ଭାବନାବାଚକ ତର୍କବାକ୍ୟ କୁହାଯାଏ; ଯଥା – ଆସନ୍ତା କାଲି ବାପା ଦିଲ୍ଲୀରୁ ଫେରିପାରନ୍ତି । ଆଜି ସନ୍ଧ୍ୟାବେଳକୁ ବର୍ଷା ହୋଇପାରେ, ଇତ୍ୟାଦି ।

୪। ଗୁଣ ଓ ପରିମାଣଭିଭିରେ ତର୍କବଚନର ଶ୍ରେଣୀବିଭାଗ (Classification of Proposition according to Quality and Quantity) ଉଲ୍ଲେଖ କର ।
Answer:
ଗୁଣ ଅନୁଯାୟୀ ତର୍କବଚନକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା – ସଦର୍ଥକ ଏବଂ ନଞର୍ଥକ । ସେହିପରିଭାବରେ ପରିମାଣ ଅନୁଯାୟୀ ତର୍କବଚନକୁ ଦୁଇଭାଗରେ ଭାଗ କରାଯାଇଛି; ଯଥା – ସାର୍ବିକ ଓ ବିଶେଷ । ଦେଖାଯାଏ ଯେ, ତର୍କବଚନଗୁଡ଼ିକ ଆଂଶିକ ଓ ସାର୍ବିକ ହୋଇ ମଧ୍ୟ ସଦର୍ଥକ କିମ୍ବା ନଞର୍ଥକ ହୋଇପାରନ୍ତି । ତେଣୁ ଏହି ଦୃଷ୍ଟିରୁ ତର୍କବଚନଗୁଡ଼ିକୁ ନିମ୍ନଲିଖୂମତେ ବିଭାଗୀକରଣ କରାଯାଇପାରେ ।

ତର୍କବଚନ ସାର୍ବିକ ସଦର୍ଥକ ହେବ ଯେତେବେଳେ ଦତ୍ତ ତର୍କବଚନଟିର ବିଧେୟପଦ ଉଦ୍ଦେଶ୍ୟଟି ପଦର ସମଗ୍ର ବାତ୍ୟାର୍ଥକୁ ସ୍ଵୀକାର କରୁଥବ । ଯେପରି, ‘ସମସ୍ତ ମଣିଷ ମରଣଶୀଳ’– ଏହି ତର୍କବଚନଟିରେ ‘ମରଣଶୀଳ’ ବିଧେୟ ପଦ ଅଟେ ଏବଂ ଏହା ‘ମଣିଷ’ ରୂପକ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥକୁ ଯଥାବିଧ୍ ସ୍ବୀକାର କରୁଛି । ତେଣୁ ଏହା ଏକ ସାର୍ବିକ ସଦର୍ଥକ ତର୍କବଚନ । ଏହାର ତାର୍କିକ ଆକାର ହେଉଛି ‘ସମସ୍ତ କ ଖ ଅଟେ’– ଆ (A) ।

ସେତେବେଳେ ତର୍କବଚନଟି ସାର୍ବିକ ନଞର୍ଥକ ହେବ ଯେତେବେଳେ ଦତ୍ତ ତର୍କ ବଚନର ବିଧେୟ ପଦ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥକୁ ଅସ୍ଵୀକାର କରୁଥବ । ଯେପରି ‘କୌଣସି ମଣିଷ ଯନ୍ତ୍ର ନୁହେଁ’– ଏହି ତର୍କବଚନର ବିଧେୟ ପଦ ‘ଯନ୍ତ୍ର’ ଉଦ୍ଦେଶ୍ୟ ପଦ ‘ମଣିଷର’ ସମଗ୍ର ବାତ୍ୟାର୍ଥକୁ ଅସ୍ବୀକାର କରୁଛି । ତେଣୁ ଏହା ସାର୍ବିକ ନଞର୍ଥକ ତର୍କବଚନ ଅଟେ । ଏହାର ତାର୍କିକ ଆକାର ହେଉଛି ‘କୌଣସି କ ଖ ନୁହେଁ’ – ଏ (E) ।

ତର୍କବଚନଟି ବିଶେଷ ବା ଆଂଶିକ ସଦର୍ଥକ ତର୍କବଚନ ହେବ ଯେତେବେଳେ ଦତ୍ତ ତର୍କବଚନର ବିଧେୟ ପଦଟି ଉଦ୍ଦେଶ୍ୟ ପଦର ବାତ୍ୟାର୍ଥର କିୟଦଂଶକୁ ସ୍ୱୀକାର କରୁଥ୍ । ଯେପରି, ‘କେତେକ ଛାତ୍ର ବୁଦ୍ଧିମାନ୍ ଅଟନ୍ତି’– ଏହି ତର୍କବଚନରେ ବିଧେୟ ପଦ ‘ବୁଦ୍ଧିମାନ୍’ ଉଦ୍ଦେଶ୍ୟ ପଦର ଆଂଶିକ ବାତ୍ୟାର୍ଥକୁ ସ୍ୱୀକାର କରୁଅଛି । ତେଣୁ ଉକ୍ତ ତର୍କବଚନଟି ବିଶେଷ ବା ଆଂଶିକ ସଦର୍ଥକ ତର୍କବଚନ । ଏହାର ତାର୍କିକ ଆକାର ହେଉଛି ‘କେତେକ କ ଖ ଅଟନ୍ତି’– ଇ (I) ।

ତର୍କବଚନଟି ବିଶେଷ ବା ଆଂଶିକ ନଞର୍ଥକ ତର୍କବଚନ ହେବ ଯଦି ଦତ୍ତ ତର୍କବଚନଟିରେ ଉଦ୍ଦେଶ୍ୟ ପଦ ବିଧେୟ ପଦର ବାଚ୍ୟାର୍ଥର କିୟଦଂଶକୁ ଅସ୍ବୀକାର କରୁଥିବ; ଯଥା— ‘କେତେକ ମଣିଷ ସାଧୁ ନୁହନ୍ତି’– ଏହି ତର୍କବଚନରେ ବିଧେୟ ପଦ ‘ସାଧୁ’, ‘ଉଦ୍ଦେଶ୍ୟ’ ପଦର ବାତ୍ୟାର୍ଥର କିୟଦଂଶକୁ ଅସ୍ବୀକାର କରୁଛି । ତେଣୁ ଏହା ବିଶେଷ ବା ଆଂଶିକ ନଞର୍ଥକ ତର୍କବଚନ ଅଟେ । ଏହାର ତାର୍କିକ ଆକାର ହେଉଛି ‘କେତେକ କ ଖ ନୁହନ୍ତି’ – ଓ (O) ।

ସଂକ୍ଷେପରେ କହିବାକୁ ଗଲେ ସାଧାରଣତଃ ଆରିଷ୍ଟୋଟଲୀୟ ତର୍କଶାସ୍ତ୍ରରେ ଉପରୋକ୍ତ ଚାରୋଟି ତର୍କବଚନକୁ (ଯଥା ଆ, ଏ, ଇ, ଓ) ତର୍କଶାସ୍ତ୍ରରେ ଯଥାବିଧ୍ ଗ୍ରହଣ କରାଯାଇଛି । ଭାଷାଗତ କୌଣସି ବାକ୍ୟର ବିଚାରଣା କଲାବେଳେ ସେହି ବାକ୍ୟଟିକୁ ଉଲ୍ଲିଖ ଆ, ଏ, ଇ ଏବଂ ଓ ଏହି ଚାରୋଟି ତର୍କବଚନରୁ କୌଣସି ଗୋଟିକରେ ପରିବର୍ତ୍ତନ କରି ତାହାର ସତ୍ୟାସତ୍ୟ ବା ବୈଧତା ବିଚାର କରିବାକୁ ପଡ଼ିଥାଏ ।

ଗୁଣ ଓ ପରିମାଣ ଦୃଷ୍ଟିରୁ ତର୍କବଚନଗୁଡ଼ିକ –

(୧) ସାର୍ବିକ ସଦର୍ଥକ ତର୍କବଚନ (ଆ) = ସମସ୍ତ କ ଖ ଅଟନ୍ତି ।
ସମସ୍ତ ମଣିଷ ମରଣଶୀଳ ଅଟନ୍ତି ।
(୨) ସାବିକ ନଞର୍ଥକ ତର୍କବଚନ (ଏ) = କେତେକ କ ଖ ଅଟନ୍ତି ।
କୌଣସି ମଣିଷ ଯନ୍ତ୍ର ନୁହନ୍ତି ।
(୩) ଆଂଶିକ ସଦର୍ଥକ ତର୍କବଚନ : (ଇ) = କୌଣସି କ ଖ ନୁହନ୍ତି ।
କୌଣସି ମଣିଷ ଯନ୍ତ୍ର ନୁହନ୍ତି ।
(୪) ଆଂଶିକ ନଞର୍ଥକ ତର୍କବଚନ : (ଓ) = କେତେକ ଛାତ୍ର ବୁଦ୍ଧିମାନ୍ ଅଟନ୍ତି ।
କେତେକ କ ଖ ନୁହନ୍ତି ।

୫। ତର୍କବଚନରେ ପଦମାନଙ୍କର ବ୍ୟାପକତା (Distribution of Terms in Proposition) ଉଲ୍ଲେଖ କର ।
Answer:
ପଦ ନିର୍ଦ୍ଦେଶିତ ସମସ୍ତ ବାତ୍ୟାର୍ଥର ବିଚାରଣା କଲାବେଳେ ଉକ୍ତ ପଦଟି ବ୍ୟାପ୍ୟ ହେଲା ବୋଲି କୁହାଯିବ । ପ୍ରତ୍ୟେକ ତର୍କବଚନ ଦୁଇଟି ପଦର ସମାହାର । ତର୍କଶାସ୍ତ୍ର ‘ଆ’, ‘ଏ’, ‘ଇ’ ଏବଂ ‘ଓ’ ଏହି ଚାରୋଟି ତର୍କବଚନକୁ ସାଧାରଣତଃ ସ୍ବୀକାର କରିଥାଏ । ବର୍ତ୍ତମାନ ଦେଖାଯାଉ ଯେ, ଉକ୍ତ ତର୍କବଚନଗୁଡ଼ିକର କେଉଁ କେଉଁ ପଦ ଯଥାବିଧ ବ୍ୟାପ୍ୟ ବା ଅବ୍ୟାପ୍ୟ ଅଟେ ।

ଉଦାହରଣସ୍ୱରୂପ ‘ସମସ୍ତ ମଣିଷ ମରଣଶୀଳ’– ଏହି ‘ଆ’ ତର୍କବଚନରେ ‘ମଣିଷ’ ପଦଟି ବ୍ୟାକ୍ୟ; କାରଣ ଏଠାରେ ‘ମରଣଶୀଳତା’ ଗୁଣଟି ସମସ୍ତ ମଣିଷ ସଂପର୍କରେ ସ୍ଵୀକାର କରାଯାଇଛି । ଅର୍ଥାତ୍ ‘ମଣିଷ’ ପଦଟିର ସମଗ୍ର ବାତ୍ୟାର୍ଥକୁ ଗ୍ରହଣ କରାହୋଇଛି; ମାତ୍ର ଉକ୍ତ ତର୍କବଚନର ବିଧେୟ ପଦ ବ୍ୟାପ୍ୟ ନୁହେଁ ।

କାରଣ ସେହି ପଦର ବ୍ୟାପ୍ତିକୁ ବୁଝାଇବାଲାଗି ସେପରି କୌଣସି ବିଚାରଣ ଏଠାରେ ପରିଦୃଷ୍ଟ ହେଉନାହିଁ; କିନ୍ତୁ ଯେତେବେଳେ ଆମେ କହୁ ଯେ, ‘କେତେକ ମଣିଷ ବୁଦ୍ଧିମାନ୍’ ଯାହାକି ‘ଇ’ ତର୍କବଚନ, ସେତେବେଳେ ‘ମଣିଷ’ ପଦ, ଅଧ୍ୟାପ୍ୟ ବୋଲି ବୋଧହୁଏ । କାରଣ ଏଠାରେ ‘ବୁଦ୍ଧିମାନ୍’ ଗୁଣଟି କେତେକ ମଣିଷ ସଂପର୍କରେ ସ୍ୱୀକାର କରାହେଉଛି । ଅର୍ଥାତ୍ ମଣିଷ ପଦଟିର ଆଂଶିକ ବାତ୍ୟାର୍ଥକୁ ଏଠାରେ ଗ୍ରହଣ କରାହେଉଛି । ସେହିପରି ଉକ୍ତ ତର୍କବଚନର ବିଧେୟ ପଦ ମଧ୍ୟ ଅଦ୍ୟାପ୍ୟ ଅଟେ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

ପୁନଶ୍ଚ ‘କୌଣସି ମଣିଷ ଯନ୍ତ୍ର ନୁହଁନ୍ତି’ – ଏହି ‘ଏ’ ତର୍କବଚନରେ ‘ଯନ୍ତ୍ରତ୍ୱ’ ଗୁଣଟି ସମସ୍ତ ମଣିଷ ସଂପର୍କରେ ସମଭାବରେ ଅସ୍ଵୀକାର କରାହେଉଛି । ତେଣୁ ବୁଝାଯାଉଛି ଯେ ଏଠାରେ ‘ମଣିଷ’ ପଦଟିର ସମଗ୍ର ବାତ୍ୟାର୍ଥକୁ ଗ୍ରହଣ କରାହୋଇଛି; ତେଣୁ ‘ମଣିଷ’ ପଦଟି ବ୍ୟାପ୍ୟ । ମାତ୍ର ଉକ୍ତ ତର୍କ ବଚନରେ ବିଧେୟ ପଦଟି ମଧ୍ୟ ବ୍ୟାପ୍ୟ; କାରଣ ଏଠାରେ ‘ଯନ୍ତ୍ରତ୍ଵ’ ଗୁଣଟିର ସମଗ୍ର ଅଂଶ ‘ସମସ୍ତ ମଣିଷ’ ସଂପର୍କରେ ଅସ୍ଵୀକାର କରାହୋଇଛି ।

ସର୍ବଶେଷରେ ‘କେତେକ ମଣିଷ ଜ୍ଞାନୀ ନୁହନ୍ତି’ – ଏହି ‘ଓ’ ତର୍କବଚନରେ ‘ମଣିଷ’ ପଦଟି ବ୍ୟାପ୍ୟ ହୋଇନାହିଁ, ଯେହେତୁ ‘ଜ୍ଞାନ’ – ଏହି ଗୁଣଟିକୁ ‘ମଣିଷ’ର ବାତ୍ୟାର୍ଥର ଗୋଟିଏ ଅଂଶ ସଂପର୍କରେ ଅସ୍ଵୀକାର କରାହୋଇଛି । ମାତ୍ର ବିଧେୟ ପଦଟି ବ୍ୟାପ୍ୟ; କାରଣ ‘ଜ୍ଞାନ’– ଏହି ଗୁଣଟିର ସମସ୍ତ ଅଂଶହିଁ ‘କେତେକ ମଣିଷ’ ସମ୍ପର୍କରେ ଅସ୍ବୀକାର କରାହୋଇଛି ।
ଉପରୋକ୍ତ ଆଲୋଚନାଭିତ୍ତିରେ ଆମେ ସଂକ୍ଷେପରେ କହିପାରୁ –

  • ‘ଆ’ ତର୍କବଚନରେ ଉଦ୍ଦେଶ୍ୟ ପଦ ବ୍ୟାପ୍ୟ ହୁଏ, ବିଧେୟ ପଦ ବ୍ୟାପ୍ୟ ହୁଏ ନାହିଁ ।
  • ‘ଏ’ ତର୍କବଚନରେ ଉଦ୍ଦେଶ୍ୟ ପଦ ଏବଂ ବିଧେୟ ପଦ ଉଭୟେ ବ୍ୟାପ୍ୟ ।
  • ‘ଇ’ ତର୍କବଚନରେ ଉଦ୍ଦେଶ୍ୟ ପଦ ଏବଂ ବିଧେୟ ପଦ ବ୍ଯାପ୍ୟ ହୁଏ ନାହିଁ ।
  • ‘ଓ’ ତର୍କବଚନରେ ଉଦ୍ଦେଶ୍ୟ ପଦ ବ୍ୟାପ୍ୟ ହୁଏ ନାହିଁ, ମାତ୍ର ବିଧେୟ ପଦ ବ୍ୟାପ୍ୟ ହୁଏ ।

୬। ତର୍କବଚନର ବିରୋଧତା (Opposition of Proposition) ଉଲ୍ଲେଖ କର ।
Answer:
‘ପରିମାଣଗତ’ କିମ୍ବା ଉଭୟ ‘ଗୁଣଗତ’ ଏବଂ ‘ପରିମାଣଗତ’ ପାର୍ଥକ୍ୟ ପରିଲକ୍ଷିତ ହୁଏ, ତା’ ହେଲେ ଉକ୍ତ ତର୍କବଚନ ଦୁଇଟିର ‘ପରିମାଣଗତ’ କିମ୍ବା ଉଭୟ ‘ଗୁଣଗତ’ ଏବଂ ‘ପରିମାଣଗତ’ ପାର୍ଥକ୍ୟ ପରିଲକ୍ଷିତ ହୁଏ, ତା’ ହେଲେ ଉକ୍ତ ତର୍କବଚନ ଦୁଇଟିର ପାରସ୍ପରିକ ସମ୍ବନ୍ଧକୁ ତର୍କବଚନର ବିରୋଧତା କୁହାଯିବ ।

(୧) ବିପରୀତ ବିରୋଧତା (Contrary opposition),
(୨) ଉପବିରୋଧୀ ବିରୋଧତା (Sub-contrary opposition),
(୩) ସମଗୁଣ ପ୍ରତିଯୋଗ ବିରୋଧତା (Sub-altern opposition)
(୪) ବିରୁଦ୍ଧ ବିରୋଧତା (Contradictory opposition) |

(୧) ବିପରୀତ ବିରୋଧତା– ସମାନ ଉଦ୍ଦେଶ୍ୟ ଏବଂ ସମାନ ବିଧେୟ ବହନ କରି ଗୁଣଗତ ଦୃଷ୍ଟିକୋଣରୁ ପୃଥକ୍ ଥୁବା ଦୁଇଟି ସାର୍ବିକ ତର୍କବଚନର ପାରସ୍ପରିକ ସମ୍ବନ୍ଧକୁ ବିପରୀତ ବିରୋଧତା କୁହାଯାଏ । ଏହି ଦୃଷ୍ଟିକୋଣରୁ ‘ଆ’ ତର୍କବଚନ ଏବଂ ତାହାର ଅନୁରୂପ ‘ଏ’ ତର୍କବଚନ ମଧ୍ଯରେ ଏହି ବିପରୀତ ବିରୋଧତାର ସମ୍ବନ୍ଧ ବିଦ୍ୟମାନ । ଯେପରି –

‘ଆ’ : ସମସ୍ତ ଶିଶୁ ସରଳ ଅଟନ୍ତି ।
‘ଏ’ : କୌଣସି ଶିଶୁ ସରଳ ନୁହନ୍ତି ।

(୨) ଉପବିରୋଧୀ ବିରୋଧତା – ଦୁଇଟି ବିଶେଷ ତର୍କବଚନର ଯଦି ସମାନ ଉଦ୍ଦେଶ୍ୟ ଏବଂ ସମାନ ବିଧେୟ ଥାଏ; କିନ୍ତୁ କେବଳ ଗୁଣଗତ ଦୃଷ୍ଟିକୋଣରୁ ଯଦି ସେହି ତର୍କବଚନ ଦୁଇଟି ପୃଥକ୍ ହୁଅନ୍ତି ତା’ହେଲେ ସେମାନଙ୍କର ପାରସ୍ପରିକ ସମ୍ବନ୍ଧକୁ ଉପବିରୋଧୀ ବିରୋଧତା କୁହାଯିବ । ଯେପରି –

‘ଇ’ : କେତେକ ଫଳ ମିଠା ଅଟେ ।
‘ଓ’ : କେତେକ ଫଳ ମିଠା ନୁହେଁ ।

(୩) ସମଗୁଣ ପ୍ରତିଯୋଗ ବିରୋଧତା – ଦୁଇଟି ତର୍କବଚନର ଯଦି ସମାନ ଉଦ୍ଦେଶ୍ୟ, ସମାନ ବିଧେୟ ଏବଂ ଗୁଣଗତ ଦୃଷ୍ଟିକୋଣରୁ ଉଭୟ ତର୍କବଚନ ସମାନ ହୋଇ ପରିମାଣଗତ ଦୃଷ୍ଟିକୋଣରୁ ତର୍କବଚନ ଦୁଇଟି ପୃଥକ୍ ହୋଇଥାଏ, ତର୍କବଚନ ଦୁଇଟିର ପାରସ୍ପରିକ ସମ୍ବନ୍ଧକୁ ସମଗୁଣ ପ୍ରତିଯୋଗ ବିରୋଧତା କୁହାଯିବ । ‘ଆ’ ତର୍କବଚନ ଓ ତାହାର ଅନୁରୂପ ‘ଇ’ ତର୍କବଚନ ଏବଂ ‘ଏ’ ତର୍କବଚନ ଓ ତାହାର ଅନୁରୂପ ‘ଓ’ ତର୍କବଚନ ମଧ୍ଯରେ ଯେଉଁ ପାରସ୍ପରିକ ସମ୍ବନ୍ଧ ବିଦ୍ୟମାନ ତାହା ହେଉଛି ସମଗୁଣ ପ୍ରତିଯୋଗ ବିରୋଧତା । ଯେପରି –

ଆ (A) : ସମସ୍ତ ଶିଶୁ ସରଳ ଅଟନ୍ତି ।
ଇ (I) : କେତେକ ଶିଶୁ ସରଳ ଅଟନ୍ତି ।
ଏ (E) : କୌଣସି ଶିଶୁ ସରଳ ନୁହଁନ୍ତି ।
ଓ (O) : କେତେକ ଶିଶୁ ସରଳ ନୁହଁନ୍ତି ।

(୪) ବିରୁଦ୍ଧ ବିରୋଧତା – ଦୁଇଟି ତର୍କବଚନର ଉଦ୍ଦେଶ୍ୟ ଓ ବିଧେୟ ଯଦି ସମାନ ହୋଇଥାଏ, କିନ୍ତୁ ଗୁଣ ଓ ପରିମାଣଗତ ଉଭୟ ଦୃଷ୍ଟିକୋଣରୁ ତର୍କ ବଚନ ଦୁଇଟି ପୃଥକ୍ ହୋଇଥାଏ, ତା’ହେଲେ ସେହି ତର୍କବଚନ ଦୁଇଟିର ପାରସ୍ପରିକ ସମ୍ବନ୍ଧକୁ ବିରୁଦ୍ଧ ବିରୋଧତା କୁହାଯାଏ । ‘ଆ’ ତର୍କବଚନ ଏବଂ ତାହାର ଅନୁରୂପ ‘ଓ’ ତର୍କବଚନ ମଧ୍ୟରେ ଓ ‘ଏ’ ତର୍କବଚନ ଏବଂ ତାହାର ଅନୁରୂପ ‘ଇ’ ତର୍କବଚନ ମଧ୍ଯରେ ଯେଉଁ ସମ୍ବନ୍ଧ ବିଦ୍ୟମାନ ତାହା ହେଉଛି ବିରୁଦ୍ଧ ବିରୋଧତାର ସମ୍ବନ୍ଧ । ଯେପରି –

‘ଆ’ : ସମସ୍ତ ଶିଶୁ ସରଳ ଅଟନ୍ତି ।
‘ଓ’ : କେତେକ ଶିଶୁ ସରଳ ନୁହଁନ୍ତି ।
‘ଏ’ : କୌଣସି ଫଳ ମିଠା ନୁହେଁ ।
‘ଇ’ : କେତେକ ଫଳ ମିଠା ଅଟେ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ସମଗୁଣ ପ୍ରତିଯୋଗ ବିରୋଧତାକୁ କ’ଣ ବିରୋଧତା କୁହାଯାଇପାରେ ? କେତେକ ତର୍କଶାସ୍ତ୍ରବିଦ୍ ସମଗୁଣ ପ୍ରତିଯୋଗ ବିରୋଧତାକୁ ବିରୋଧତା ରୂପେ ସ୍ଵୀକାର କରିନାହାନ୍ତି । କାରଣ, ପ୍ରଥମତଃ, ସେମାନଙ୍କ ମତରେ, ଏ ସମସ୍ତ ତର୍କବଚନଗୁଡ଼ିକ ମଧ୍ୟରେ ଗୁଣଗତ କୌଣସି ପାର୍ଥକ୍ୟ ପରିଦୃଷ୍ଟ ହୁଏ ନାହିଁ । ଦ୍ବିତୀୟତଃ, ଉଭୟ ତର୍କବଚନହିଁ ଏକା ସହିତ ସତ୍ୟ କିମ୍ବା ମିଥ୍ୟା ହୋଇପାରେ । ତୃତୀୟତଃ, ସାର୍ବିକ ତର୍କବଚନଟିର ସତ୍ୟତା ଅନିବାର୍ଯ୍ୟଭାବରେ ବିଶେଷ ତର୍କବଚନଟିର ସତ୍ୟତାର ନିର୍ଦ୍ଦେଶ ଦିଏ ।

ଉପରୋକ୍ତ ତର୍କଶାସ୍ତ୍ରବିଦ୍‌ମାନଙ୍କ ମତବାଦର ସମାଲୋଚନାରେ କୁହାଯାଇପାରେ ଯେ ଏ ସମସ୍ତ ତର୍କଶାସ୍ତ୍ରବିଦ୍ ‘ବିରୋଧ’ ଶବ୍ଦଟିକୁ ଲୌକିକ ଅର୍ଥରେ ଗ୍ରହଣ କରିଛନ୍ତି । ଲୌକିକ ଅର୍ଥ କହେ ଯେ ଦୁଇଟି ତର୍କବଚନ ଯଦି ଏକା ସମୟରେ ସତ୍ୟ ବା ମିଥ୍ୟା ହୁଏ, ତା’ହେଲେ ସେମାନଙ୍କ ମଧ୍ୟରେ କୌଣସି ବିରୋଧ ଥାଇ ନ ପାରେ । ଦ୍ବିତୀୟତଃ, ଦୁଇଟି ତର୍କବଚନ ମଧ୍ଯରେ ଯଦି କୌଣସି ଗୁଣଗତ ପ୍ରଭେଦ ନ ଥାଏ, ତା’ହେଲେ ସେମାନଙ୍କ ମଧ୍ୟରେ କୌଣସି ବିରୋଧ ଥାଇ ନ ପାରେ ।

କିନ୍ତୁ ତର୍କଶାସ୍ତ୍ରରେ ‘ବିରୋଧ’ଶବ୍ଦଟିକୁ ଲୌକିକ ଅର୍ଥରେ ବ୍ୟବହାର କରାଯାଏ ନାହିଁ । ତର୍କଶାସ୍ତ୍ରରେ ‘ବିରୋଧ’ କହିଲେ ଆମେ ବୁଝୁ ଯେ ଦୁଇଟି ତର୍କବଚନର ଏକା ଉଦ୍ଦେଶ୍ୟ ଏବଂ ଏକା ବିଧେୟ ଥ‌ିବା ସତ୍ତ୍ବେ ସେମାନଙ୍କ ମଧ୍ୟରେ ଯେକୌଣସି ପ୍ରକାର ପ୍ରଭେଦ ମଧ୍ୟ ଥାଇପାରେ । ଅର୍ଥାତ୍ ତର୍କବଚନ ଦୁଇଟି ମଧ୍ୟରେ ଗୁଣଗତ ପାର୍ଥକ୍ୟ ନ ଥାଇ ମଧ୍ୟ ଯଦି ପାରିମାଣଗତ ପାର୍ଥକ୍ୟ ଥାଏ ତେବେ ତର୍କବଚନ ଦୁଇଟିକୁ ବିରୋଧୀ ତର୍କବଚନ ବୋଲି କୁହାଯିବ ।

ସମଗୁଣ ପ୍ରତିଯୋଗ ବିରୋଧତାରେ ତର୍କବଚନ ଦୁଇଟି ଗୁଣଗତ ଦୃଷ୍ଟିକୋଣରୁ ପୃଥକ୍ ନ ହେଲେ ମଧ୍ୟ ପରିମାଣଗତ ଦୃଷ୍ଟିକୋଣରୁ ପୃଥକ୍ ଅଟେ । ଯେହେତୁ ତର୍କଶାସ୍ତ୍ରବିଦ୍‌ମାନେ ‘ବିରୋଧ’ ଶବ୍ଦଟିକୁ ବ୍ୟାପକ ଅର୍ଥରେ ବ୍ୟବହାର କରିଛନ୍ତି, ସେଇହେତୁ ସମଗୁଣ ପ୍ରତିଯୋଗ ବିରୋଧତାକୁ ଏକପ୍ରକାର ତାର୍କିକ ବିରୋଧତା ବୋଲି ସ୍ୱୀକାର କରାଯାଇଛି ।

୭। ତର୍କବାକ୍ୟମାନଙ୍କର ସପ୍ତବିଧ ସମ୍ପର୍କ କ’ଣ ? ବୁଝାଅ ।
Answer:
ଯଦି ଦୁଇଟି ତର୍କବଚନର ଉଦ୍ଦେଶ୍ୟ ଓ ବିଧେୟ ପଦ ପରସ୍ପରଠାରୁ ପୃଥକ୍ ହୁଏ, ତା’ହେଲେ ତର୍କବଚନ ଦୁଇଟି ପରସ୍ପର ସହିତ ସମ୍ବନ୍ଧଯୁକ୍ତ ହୋଇ ନ ପାରେ; ଯଥା – ‘ସମସ୍ତ ଶିଶୁ ସରଳ ଅଟନ୍ତି’ ଏବଂ ‘ସମସ୍ତ କବି ମଣିଷ ଅଟନ୍ତି’ । ଏହି ଦୁଇଟି ତର୍କବଚନ ପରସ୍ପର ସହିତ ସମ୍ବନ୍ଧଯୁକ୍ତ ନୁହେଁ, ଯେହେତୁ ତର୍କବଚନ ଦୁଇଟିର ଉଦ୍ଦେଶ୍ୟ ଓ ବିଧେୟ ସଂପୂର୍ଣ୍ଣ ଭିନ୍ନ ।

କିନ୍ତୁ ଆମେ ଯଦି କହୁ ଯେ ‘ସମସ୍ତ ଶିଶୁ ସରଳ ଅଟନ୍ତି’ ଏବଂ ‘କୌଣସି ଶିଶୁ ସରଳ ନୁହନ୍ତି’, ସେତେବେଳେ ତର୍କବଚନ ଦୁଇଟି ପରସ୍ପର ସହିତ ସମ୍ବନ୍ଧଯୁକ୍ତ ହେବେ ବୋଲି କୁହାଯିବ, ଯେହେତୁ ତର୍କବଚନ ଦୁଇଟିର ଉଦ୍ଦେଶ୍ୟ ଓ ବିଧେୟ ପରସ୍ପର ସମାନ । ତର୍କବଚନର ଏହି ସମ୍ପର୍କକୁ ସାତ ଭାଗରେ ବିଭକ୍ତ କରାଯାଇଛି; ଯଥା –

(୧) ସ୍ଵତନ୍ତ୍ର ସମ୍ବନ୍ଧ (Independent Relation) :
ଦୁଇଟି ତର୍କବଚନର ସମ୍ପର୍କକୁ ସେତେବେଳେ ସ୍ବତନ୍ତ୍ର ବୋଲି କୁହାଯିବ ଯେତେବେଳେ ଗୋଟିକର ସତ୍ୟତା ଏବଂ ମିଥ୍ୟାତ୍ଵ ଅନ୍ୟଟିର ସତ୍ୟତା ଏବଂ ମିଥ୍ୟାତ୍ଵ ଉପରେ କୌଣସି ପ୍ରଭାବ ପକାଇପାରୁ ନଥୁବ । ଏପରିସ୍ଥଳେ ସେହି ଦୁଇଟି ତର୍କବଚନ କୌଣସି ପ୍ରକାରେ ପରସ୍ପର ସହିତ ସଂପୃକ୍ତ ନୁହେଁ ବୋଲି କୁହାଯିବ; ଯେପରି –
ରାମ ସାଧୁ ଅଟେ ।
କାଉ କଳା ଅଟେ ।

(୨) ସମମୂଲ୍ୟ ସମ୍ପର୍କ (Equivalent Relation) :
ଦୁଇଟି ତର୍କବଚନର ସମ୍ପର୍କକୁ ସମମୂଲ୍ୟ (Equivalent) ସମ୍ପର୍କ କୁହାଯିବ, ଯେତେବେଳେ ଗୋଟିକର ସତ୍ୟାସତ୍ୟ ଅନ୍ୟଟିର ସତ୍ୟାସତ୍ୟକୁ ସ୍ପଷ୍ଟଭାବେ ସୂଚିତ କରିପାରୁଥ‌ିବ । ଅର୍ଥାତ୍ ଯଦି ଗୋଟିଏ ତର୍କବଚନ ସତ୍ୟ ହୁଏ, ତତ୍‌ସମ୍ପର୍କିତ ଅନ୍ୟ ତର୍କବଚନଟି ମଧ୍ୟ ସତ୍ୟ ହେବ ଏବଂ ଯଦି ଗୋଟିଏ ମିଥ୍ୟା ହୁଏ ତା’ହେଲେ ଅନ୍ୟଟି ମଧ୍ଯ ମିଥ୍ୟା ହେବ ।

ଯେପରି, ‘ହନୁମାନ ଲଙ୍କା ଧ୍ବଂସ କରିଥିଲେ ’– ଏହି ତର୍କ-ବଚନର ସମମୂଲ୍ୟ ତର୍କବଚନ ହେଉଛି ‘ଲଙ୍କା ହନୁମାନଙ୍କଦ୍ୱାରା ଧ୍ଵଂସ ହୋଇଥିଲା’ ।
ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ଏହି ସମ୍ପର୍କକୁ ‘=’ ଚିହ୍ନଦ୍ୱାରା ସୂଚାଇ ଦିଆଯାଇଥାଏ ।

(୩) ବିପରୀତ ସମ୍ପର୍କ (Contrary Relation) :
ସମ ଉଦ୍ଦେଶ୍ୟ ଏବଂ ସମ ବିଧେୟଯୁକ୍ତ ଦୁଇଟି ସାର୍କିକ ତର୍କବଚନ ମଧ୍ୟରେ ବିପରୀତ ସମ୍ପର୍କ ଅଛି ବୋଲି କୁହାଯିବ ଯେତେବେଳେ ଗୋଟିଏ ତର୍କବଚନ ଏକ ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ସତ୍ୟ ହେଲାବେଳେ ଅନ୍ୟଟି ମିଥ୍ୟା ହେଉଥବ ଏବଂ ଯଦି ମିଥ୍ୟା ହୁଏ ତା’ହେଲେ ଅନ୍ୟଟି ସତ୍ୟ କିମ୍ବା ମିଥ୍ୟା ହେବ ବୋଲି କହିହେବ ନାହିଁ । ଉଭୟ ତର୍କବଚନ ବସ୍ତୁଟି ପ୍ରତି ଏକ ସମୟରେ ସତ୍ୟ ହୋଇପାରିବେ ନାହିଁ । ଏ ପ୍ରକାର ସମ୍ବନ୍ଧ ସାଧାରଣତଃ ଆ ଏବଂ ଏ ତର୍କବଚନ ମଧ୍ଯରେ ସଂଘଟିତ ହୋଇପାରେ ।

(୪) ଉପବିରୋଧୀ ବା ଉପବିସମ ସମ୍ପର୍କ (Subcontrary Relation) :
ସମଉଦ୍ଦେଶ୍ୟ ଏବଂ ସମବିଧେୟଯୁକ୍ତ ଦୁଇଟି ବିଶେଷ ତର୍କବଚନ ମଧ୍ଯରେ ଉପବିରୋଧୀ ସମ୍ପର୍କ ଅଛି ବୋଲି ସେତେବେଳେ କୁହାଯିବ ଯେତେବେଳେ ଗୋଟିକର ମିଥ୍ୟାତ୍ଵ ଅନ୍ୟଟିର ସତ୍ୟତାକୁ ନିର୍ଦ୍ଦେଶ ଦେଉଥବ, ମାତ୍ର ତାହାର ବିପରୀତକୁ ନୁହେଁ ।

ଏହାର ଅର୍ଥ ହେଉଛି ଯେ ଯେତେବେଳେ ଗୋଟିଏ ତର୍କବଚନ ମିଥ୍ୟା, ସେତେବେଳେ ଅନ୍ୟଟି ସତ୍ୟ; ମାତ୍ର ଯେତେବେଳେ ଗୋଟିଏ ସତ୍ୟ ସେତେବେଳେ ଅନ୍ୟଟିର ମିଥ୍ୟାତ୍ଵ ବିଷୟରେ କୌଣସି କିଛି କୁହାଯାଇ ନପାରେ । ଏହି ସମ୍ପର୍କରେ ଉଭୟଟି ସତ୍ୟ ହୋଇପାରେ; କିନ୍ତୁ ସେମାନେ ମିଛ ହୋଇ ନପାରନ୍ତି । ଏପ୍ରକାର ସମ୍ପର୍କ ଇ (I) ଏବଂ ଓ (O) ତର୍କବଚନ ମଧ୍ୟରେ ସଂଘଟିତ ହୋଇଥାଏ ।

(୫) ବିରୁଦ୍ଧ ସମ୍ପର୍କ (Contradictory Relation) :
ଦୁଇଟି ତର୍କବଚନ ସେତେବେଳେ ବିରୁଦ୍ଧ ସମ୍ପର୍କରେ ସମ୍ବନ୍ଧଯୁକ୍ତ ହେବେ ଯେତେବେଳେ ଗୋଟିକର ସତ୍ୟତା, ଅନ୍ୟଟିର ମିଥ୍ୟାତ୍ମକୁ ନିର୍ଦ୍ଦେଶିତ କରୁଥିବ ଏବଂ ଗୋଟିକର ମିଥ୍ୟାତ୍ଵ ଅନ୍ୟଟିର ସତ୍ୟତାକୁ ନିର୍ଦ୍ଦେଶିତ କରୁଥବ । ଏପ୍ରକାର ସଂପର୍କ ‘ଆ (A) ଏବଂ ଓ (O) ତର୍କବଚନ’ ଏବଂ ଏ (E) ଏବଂ ଇ (I) ତର୍କବଚନ ମଧ୍ୟରେ ସଂଘଟିତ ହୋଇଥାଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

(୬) ଅତିନିଧାନ ସମ୍ପର୍କ (Super-altern Relation) :
ଦୁଇଟି ତର୍କବଚନ ସେତେବେଳେ ଉପନିଧାନ ସମ୍ପର୍କରେ ଆବଦ୍ଧ ହେବେ ଯେତେବେଳେ ଦ୍ୱିତୀୟଟି ମିଥ୍ୟା ହେଲେ ପ୍ରଥମଟି ସତ୍ୟ ହେଉଥ‌ିବ; କିନ୍ତୁ ଯେତେବେଳେ ପ୍ରଥମଟି ମିଥ୍ୟା ହୁଏ ସେତେବେଳେ ଦ୍ବିତୀୟଟିର ସତ୍ୟାସତ୍ୟ ବିଷୟରେ ସଠିକ୍‌ଭାବରେ କିଛି କୁହାଯାଇ ନପାରେ । ଏ ପ୍ରକାର ସମ୍ପର୍କ ‘ଆ (A) ଏବଂ ଇ (I) ତର୍କ ବଚନ’ ଏବଂ ‘ଏ (E) ଏବଂ ଓ (O) ତର୍କ ବଚନ’ ମଧ୍ୟରେ ସଂଘଟିତ ହୁଏ । ଆ (A) ଏବଂ ଏ (E) ଯୋଡ଼ିଟି ‘ଇ (I) ଏବଂ ଓ (O)’ ଯୋଡ଼ିର ଅତିନିଧାନ (Super alterns) କୁହାଯାଏ ।

(୭) ଉପନିଧାନ ସମ୍ପର୍କ (Sub-altern Relation) :
ଦୁଇଟି ତର୍କବଚନ ସେତେବେଳେ ଉପନିଧାନ ସମ୍ପର୍କରେ ଆବଦ୍ଧ ହେବେ ଯେତେବେଳେ ଦ୍ୱିତୀୟଟି ମିଥ୍ୟା ହେଲେ ପ୍ରଥମଟି ମିଥ୍ୟା ହେବ ଏବଂ ଯେତେବେଳେ ଦ୍ବିତୀୟଟି ସତ୍ୟ ହେଉଥ‌ିବ ସେତେବେଳେ ପ୍ରଥମଟିର ସତ୍ୟତା ଓ ମିଥ୍ୟାତ୍ଵ ବିଷୟରେ ସଠିକ୍‌ଭାବରେ କିଛି କୁହାଯାଇ ନପାରେ । ଏପ୍ରକାର ସମ୍ପର୍କ ‘ଇ (I) ଏବଂ ଆ (A)’ ତର୍କବଚନ; ଏବଂ ‘ଓ (O) ଏବଂ ଏ (E)’ ତର୍କବଚନ ମଧ୍ୟରେ ସଂଘଟିତ ହୋଇଥାଏ । ‘ଇ (I) ଏବଂ ଓ (O)’ ଯୋଡ଼ିଟିକୁ ‘ଆ (A) ଏବଂ ଏ (E)’ ଯୋଡ଼ିର ଉପନିଧାନ (Sub-alterns) କୁହାଯାଏ ।

୮। ଭାଷାଗତ ବାକ୍ୟଗୁଡ଼ିକର ତର୍କବଚନରେ ରୂପାନ୍ତରୀକରଣ (Transformation of sentences into Proposition) :
Answer:
ସାଧାରଣ ମଣିଷ ବ୍ୟବହାର କରୁଥିବା ଭାଷାର ବାକ୍ୟଗୁଡ଼ିକୁ ନେଇ ତର୍କ କରିବସିଲେ ତହିଁର ବୈଧତା ବା ଯଥାର୍ଥତା ଉପଲବ୍‌ଧ କରିହୁଏ ନାହିଁ । ତେଣୁ ଭାଷାଗତ ବାକ୍ୟରେ ଉପସ୍ଥାପିତ ତଥ୍ୟକୁ ତର୍କସମ୍ମତଭାବରେ ବୁଝିବାକୁ ହେଲେ ବାକ୍ୟଟିର ତର୍କରୂପ କରିବାକୁ ପଡ଼ିଥାଏ । ସାଧାରଣ ବାକ୍ୟଗୁଡ଼ିକର ତର୍କରୂପ ଆଣିବାକୁ ହେଲେ କେତୋଟି ନିୟମ ଅବଧାରଣୀୟ ।

କୌଣସି ବାକ୍ୟକୁ ତର୍କରୂପ ଦେଲାବେଳେ ସେହି ବାକ୍ୟର କେବଳ ତର୍କରୂପ ଆକାରକୁ ଦୃଷ୍ଟି ନ ଦେଇ ତତ୍‌ସହିତ ଯଥାର୍ଥ ଅର୍ଥବୋଧତାକୁ ମଧ୍ୟ ଲକ୍ଷ୍ୟ ରଖୁବାକୁ ପଡ଼ିବ । ଏତଦ୍‌ବ୍ୟତୀତ ଦତ୍ତ ବାକ୍ୟର ତର୍କରୂପ କଲାବେଳେ ପ୍ରଥମତଃ ସଂଯୋଜକ ଓ ତତ୍ ନିହିତ ଉଦ୍ଦେଶ୍ୟ ଓ ବିଧେୟକୁ ଯଥାରୀତି ସୁସ୍ପଷ୍ଟ କରାଯିବା ଉଚିତ ।

ଏପରି ଅନେକ ସମୟରେ ଦେଖାଯାଏ ଯେ ସଂଯୋଜକ ବାକ୍ୟଟିର ବିଧେୟ ସହିତ ସଂଶ୍ଳିଷ୍ଟ ହୋଇ ରହିଥାଏ । ତେଣୁ ଏଭଳି କ୍ଷେତ୍ରରେ ପ୍ରଥମ କର୍ତ୍ତବ୍ୟ ହେଉଛି ବାକ୍ୟଟିରୁ ସ୍ପଷ୍ଟରୂପେ ଉଦ୍ଦେଶ୍ୟଟିକୁ ବାହାର କରିବା ଏବଂ ବାକ୍ୟଟିର ଅର୍ଥ ପ୍ରତି ଲକ୍ଷ୍ୟ ରଖ୍ ସଂଯୋଜକ ସ୍ଥିରକରି ବିଧେୟ ସହିତ ତର୍କ ବଚନର ରୂପ ଉପସ୍ଥାପିତ କରିବା ।

ଉଦାହରଣସ୍ୱରୂପ ଯଦି କୁହାଯାଏ ଯେ ‘ସଫଳୀକୃତ ଛାତ୍ରମାନେ ପରିଶ୍ରମୀ’– ଏହି ବାକ୍ୟର ତର୍କରୂପ ଆଣିବାବେଳେ ତାହାର ଅର୍ଥ ବୁଝି ପ୍ରଥମେ ଉଦ୍ଦେଶ୍ୟ, ପରେ ସଂଯୋଜକ ଓ ଶେଷରେ ବିଧେୟକୁ ସ୍ପଷ୍ଟଭାବରେ ଉଲ୍ଲିଖ୍ କରିବାକୁ ପଡ଼ିବ । ଏ ଦୃଷ୍ଟିରୁ ଉକ୍ତ ବାକ୍ୟର ତର୍କରୂପ ‘ସମସ୍ତ ପରିଶ୍ରମୀ ଛାତ୍ର ସଫଳୀକୃତ ଅଟନ୍ତି’ (ଆ) ହେବ ।

ଏପ୍ରକାର ପରିବର୍ତ୍ତନର ନାମ ହେଉଛି ବାକ୍ୟର ତର୍କବଚନରେ ରୂପାନ୍ତରୀକରଣ । ନିମ୍ନରେ କେତେକ ବାକ୍ୟଗୁଡ଼ିକୁ ତର୍କବଚନରେ ଉଲ୍ଲିଖତ ନାନାବିଧ ନିୟମ ଅନୁସାରେ ରୂପାନ୍ତରୀକରଣ କରାଯାଇଛି ।

(୧) ‘ସମସ୍ତ’, ‘ସବୁ’, ‘ପ୍ରତ୍ୟେକ’, ‘ଏପରି’, ‘କେହି କେହି’ – ଏ ପ୍ରକାର ଶବ୍ଦ ଯଦି ସଦର୍ଥକ ବାକ୍ୟମାନଙ୍କରେ ଉଦ୍ଦେଶ୍ୟର ବିଶେଷଣଭାବରେ ବ୍ୟବହୃତ ହୁଏ ତା’ହେଲେ ବାକ୍ୟଟି ସାର୍ବକ ସଦର୍ଥକ ତର୍କବଚନ ହେବ । ମାତ୍ର ଏ ସମସ୍ତ ଶବ୍ଦ ଯଦି ନଞର୍ଥକ ବାକ୍ୟମାନଙ୍କରେ ଉଦ୍ଦେଶ୍ୟର ବିଶେଷଣଭାବରେ ବ୍ୟବହୃତ ହୁଏ ତା’ହେଲେ ତର୍କବଚନଟି ବିଶେଷ ନଞର୍ଥକ ତର୍କବଚନ ହେବ । ଉଦାହରଣସ୍ୱରୂପ ‘ସମସ୍ତ ମଣିଷ ମରଣଶୀଳ’ = ସମସ୍ତ ମଣିଷ ମରଣଶୀଳ ଅଟନ୍ତି (ଆ) ।

  • ସମସ୍ତ ଆମ୍ବ ମିଠା ନୁହେଁ = କେତେକ ଆମ୍ବ ମିଠା ନୁହେଁ (ଓ) ।
  • ପ୍ରତ୍ୟେକ ଶିଶୁ ସରଳ = ସମସ୍ତ ଶିଶୁ ସରଳ ଅଟନ୍ତି (ଆ) ।
  • ଯେକୌଣସି ଲୋକ ଭୁଲ୍ କରିପାରେ = ସମସ୍ତ ଲୋକ ହେଉଛନ୍ତି ଏପରି ବ୍ୟକ୍ତି ଯେଉଁମାନେ ଭୁଲ କରିପାରନ୍ତି (ଆ) ।

(୨) ‘ନୁହେଁ’, ‘କେହି ନୁହେଁ’, ‘କେହି ନା କେହି’, ‘କଦାପି ନୁହେଁ’, ‘କେଉଁଟି ବି ନୁହେଁ’ ଇତ୍ୟାଦି ଶବ୍ଦ ଯଦି କୌଣସି ବାକ୍ୟରେ ଥାଏ, ତା’ହେଲେ ସେହି ବାକ୍ୟଟି ସାର୍ବିକ ନଞର୍ଥକ ତର୍କ ବଚନରେ ରୂପାନ୍ତରିତ ହେବ; ଯଥା –

  • କୌଣସି ମଣିଷ ଯନ୍ତ୍ର ନୁହେଁ = କୌଣସି ମଣିଷ ଯନ୍ତ୍ର ନୁହନ୍ତି (ଏ) ।
  • କେହି ପାସ୍ ହେବାର ଯୋଗ୍ୟ ନୁହେଁ = କୌଣସି ଛାତ୍ର ପାସ୍ ହେବାର ଯୋଗ୍ୟ ନୁହନ୍ତି (ଏ) ।
  • ମିଥ୍ୟାବାଦୀକୁ କେବେହେଲେ ବିଶ୍ଵାସ କରାଯାଏ ନାହିଁ = କୌଣସି ମିଥ୍ୟାବାଦୀ ବିଶ୍ୱାସଯୋଗ୍ୟ ନୁହନ୍ତି (ଏ) ।
  • ପାପୀମାନେ କଦାପି ସୁଖୀ ନୁହଁ = କୌଣସି ପାପୀ ସୁଖୀ ନୁହେଁ (ଏ) ।

(୩) ‘କିଛି’, ‘କିଛି କିଛି’, ‘କତିପୟ’, ‘କେତେଗୁଡ଼ିଏ’, ‘ଅନେକ’, ‘ଅନେକଗୁଡ଼ିଏ’, ‘ବହୁ’, ‘ପ୍ରାୟସବୁ’, ‘ଅଧିକାଂଶ’, ‘ଗୋଟିଏ ଛଡ଼ା ସବୁ’ – ଇତ୍ୟାଦି ଶବ୍ଦ ବାକ୍ୟରେ ଉଦ୍ଦେଶ୍ୟର ବିଶେଷଣଭାବରେ ବ୍ୟବହୃତ ହେଲେ ବାକ୍ୟଟି ବିଶେଷ ବା ଆଂଶିକ ତର୍କବଚନ ହେବ, ମାତ୍ର ଯଦି ବାକ୍ୟଟିରେ ଚିହ୍ନ ଥାଏ ତା’ହେଲେ ବାକ୍ୟଟି ବିଶେଷ ନଞର୍ଥକ ତର୍କବଚନ ହେବ; ଯଥା –

  • କିଛି ମଣିଷ ଶିକ୍ଷିତ = କେତେକ ମଣିଷ ଶିକ୍ଷିତ ଅଟନ୍ତି (ଇ) ।
  • କତିପୟ ମଣିଷ ସତକଥା କହନ୍ତି = କେତେକ ମଣିଷ ସତ୍ୟବାଦୀ ଅଟନ୍ତି (ଇ) ।
  • ଅନେକ ଛାତ୍ର ପାସ୍ କରିନାହାନ୍ତି = କେତେକ ଛାତ୍ର ପାସ୍ କରିନାହାନ୍ତି (ଓ) ।
  • ପ୍ରାୟ ସବୁ ଧାର୍ମିକ ଲୋକ ସୁଖୀ = କେତେକ ଧାର୍ମିକ ଲୋକ ସୁଖୀ ଅଟନ୍ତି (ଇ) ।
  • ଅଧିକାଂଶ ଛାତ୍ର ପାଠ ପଢ଼ନ୍ତି ନାହିଁ = କେତେକ ଛାତ୍ର ପାଠ ପଢ଼ନ୍ତି ନାହିଁ (ଓ) ।

(୪) ‘ସାଧାରଣତଃ’, ‘ସମୟ ସମୟରେ’, ‘କେତେବେଳେ କେତେବେଳେ’, ‘ପ୍ରାୟତଃ’, ‘ସଚରାଚର’ ଇତ୍ୟାଦି ଶବ୍ଦ ବାକ୍ୟରେ ବିଧେୟର ବିଶେଷଣଭାବରେ ବ୍ୟବହୃତ ହେଲେ ବାକ୍ୟଟି ବିଶେଷ ତର୍କବଚନ ହେବ । ବାକ୍ୟଟିରେ ଯଦି ନଞର୍ଥକ ଚିହ୍ନ ନ ଥାଏ ତେବେ ବାକ୍ୟଟି ବିଶେଷ ସଦର୍ଥକ ତର୍କବଚନ ହେବ ଏବଂ ଯଦି ନଞର୍ଥକ ଚିହ୍ନ ଥାଏ ତା’ହେଲେ ବାକ୍ୟଟି ବିଶେଷ ନଞର୍ଥକ ତର୍କବଚନ ହେବ; ଯଥା –

  • ଶିକ୍ଷିତ ଛାତ୍ରମାନେ ସାଧାରଣତଃ ଭଦ୍ର = କେତେକ ଶିକ୍ଷିତ ଛାତ୍ର ଭଦ୍ର ଅଟନ୍ତି (ଇ) ।
  • ମୁନିମାନଙ୍କର ସମୟ ସମୟରେ ମତିଭ୍ରମ ଘଟେ = କେତେକ ମୁନି ହେଉଛନ୍ତି ଏପରି ବ୍ୟକ୍ତି ଯେଉଁମାନଙ୍କର ମତିଭ୍ରମ ହୁଏ (ଇ) ।
  • ବିଳାସୀ ଛାତ୍ରମାନେ ପ୍ରାୟତଃ ସିନେମା ଦେଖନ୍ତି = କେତେକ ବିଳାସୀ ଛାତ୍ର ହେଉଛନ୍ତି ଏପରି ଛାତ୍ର ଯେଉଁମାନେ ସିନେମା ଦେଖନ୍ତି (ଇ) ।
  • ପରିଶ୍ରମୀ ଲୋକମାନେ ସଚରାଚର କଷ୍ଟ ପାଆନ୍ତି ନାହିଁ = କେତେକ ପରିଶ୍ରମୀ ଲୋକ ଏପରି ଲୋକ ନୁହନ୍ତି ଯେଉଁମାନେ କଷ୍ଟ ପାଆନ୍ତି (ଓ) ।

(୫) ‘କଦାଚିତ୍’, ‘କଦାପି’, ‘କିଛି ନା କିଛି’, ‘କ୍ବଚିତ୍’ ଇତ୍ୟାଦି ଶବ୍ଦ ଯଦି କୌଣସି ବାକ୍ୟରେ ଥାଏ ଏବଂ ସେହି ବାକ୍ୟରେ ଯଦି କୌଣସି ନଞର୍ଥକ ଚିହ୍ନ ନଥାଏ ତା’ହେଲେ ସେହି ବାକ୍ୟଟି ବିଶେଷ ନଞର୍ଥକ ତର୍କବଚନକୁ ରୂପାନ୍ତରିତ ହେବ ।

  • କଦାଚିତ୍ ଧାର୍ମିକ ଲୋକମାନେ ଖରାପ କାର୍ଯ୍ୟ କରନ୍ତି = କେତେକ ଧାର୍ମିକ ଲୋକ ଏପରି ଲୋକ ନୁହନ୍ତି ଯେଉଁମାନେ ଖରାପ କାର୍ଯ୍ୟ କରନ୍ତି (ଓ) ।
  • ଚୋରମାନେ କଦାପି ସତ୍ୟ କହନ୍ତି = କେତେକ ଚୋର ଏପରି ବ୍ୟକ୍ତି ନୁହନ୍ତି ଯେଉଁମାନେ ସତ କହନ୍ତି (ଓ) ।
  • ସାଧୁ ବ୍ୟକ୍ତିମାନେ କ୍ଵଚିତ୍‌ ସୁଖୀ ହୁଅନ୍ତି ନାହିଁ = କେତେକ ସାଧୁବ୍ୟକ୍ତି ସୁଖୀ ଅଟନ୍ତି (ଇ) ।

(୬) ‘ମାତ୍ର’, ‘ଏକମାତ୍ର’, ‘କେବଳମାତ୍ର’ ଇତ୍ୟାଦି ଶବ୍ଦଯୁକ୍ତ ବାକ୍ୟକୁ ଅବଚ୍ଛେଦକ ବଚନ କୁହାଯାଏ । ଏପ୍ରକାର ବଚନ ‘ଆ’, ‘ଏ’, କିମ୍ବା ‘(ଇ)’ ବଚନରେ ରୂପାନ୍ତରିତ ହୁଅନ୍ତି; ଯଥା –

  • ଏକମାତ୍ର ଧାର୍ମିକ ବ୍ୟକ୍ତିହିଁ ସୁଖୀ = ସମସ୍ତ ସୁଖୀ ବ୍ୟକ୍ତି ଧାର୍ମିକ ଅଟନ୍ତି (ଆ) ।
  • କୌଣସି ଅ-ଧାର୍ମିକ ବ୍ୟକ୍ତି ସୁଖୀ ନୁହନ୍ତି (ଏ) ।
  • କେତେକ ଧାର୍ମିକ ବ୍ୟକ୍ତି ସୁଖୀ ଅଟନ୍ତି (ଇ) ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

(୭) ‘ବ୍ୟତୀତ’, ‘ଛଡ଼ା’ ପ୍ରଭୃତି ବ୍ୟତିକ୍ରମ ଜ୍ଞାପକ ଶବ୍ଦର ବ୍ୟବହାରଦ୍ୱାରା ଉଦ୍ଦେଶ୍ୟର ବାତ୍ୟାର୍ଥର କୌଣସି ଗୋଟିଏ ଅଂଶକୁ ବାଦେଇ ବାକି ଅଂଶ ସମ୍ପର୍କରେ ବିଧେୟ ଯଦି କିଛି ସ୍ବୀକାର ବା ଅସ୍ବୀକାର କରେ ତେବେ ସେହି ବଚନକୁ ବ୍ୟତିକ୍ରମମୂଳକ ବଚନ କୁହାଯାଏ । ବାଦ୍ ଦିଆଯାଇଥ‌ିବା ଅଂଶଟି ଯଦି ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ କରାଯାଇଥାଏ ତା’ହେଲେ ବଚନ ବା ବାକ୍ୟଟି ସାର୍ବିକ ତର୍କ ବଚନକୁ ରୂପାନ୍ତରିତ ହେବ । ମାତ୍ର ଯଦି ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ ନଥାଏ, ତେବେ ବାକ୍ୟଟି ବା ବଚନଟି ବିଶେଷ ତର୍କବଚନ ହେବ; ଯଥା –

  • ପାରଦ ଛଡ଼ା ସବୁ ଧାତୁହିଁ କଠିନ = ପାରଦ ଛଡ଼ା ସମସ୍ତ ଧାତୁ କଠିନ ଅଟେ (ଆ) ।
  • ଗୋଟିଏ ଧାତୁ ଛଡ଼ା ସବୁ ଧାତୁହିଁ କଠିନ = କେତେକ ଧାତୁ କଠିନ ଅଟେ (ଇ) ।

(୮) ଅନୁକ୍ତ ପରିମାଣ ବଚନ (Indesignate statement) :
ଯେଉଁ ବାକ୍ୟରେ ବା ବଚନରେ ପରିମାଣ ଉଲ୍ଲେଖ ହୋଇ ନ ଥାଏ ତାହାକୁ ଅନୁକ୍ତ ପରିମାଣ ବାକ୍ୟ ବା ବଚନ କୁହାଯାଏ । ଏପ୍ରକାର ବାକ୍ୟକୁ ତର୍କସମ୍ମତ ବଚନରେ ପରିବର୍ତ୍ତିତ କରିବା ସମୟରେ ଉକ୍ତ ବଚନର ଅର୍ଥକୁ ଲକ୍ଷ୍ୟ ରଖ୍ ପରିମାଣ ସ୍ପଷ୍ଟଭାବରେ ଉଲ୍ଲେଖ କରିବାକୁ ହେବ; ଯଥା –

  • ମଣିଷ ସର୍ବାଙ୍ଗସୁନ୍ଦର ନୁହେଁ = କୌଣସି ମଣିଷ ସର୍ବାଙ୍ଗସୁନ୍ଦର ନୁହନ୍ତି (ଏ) ।
  • ମଣିଷ ଶିକ୍ଷିତ = କେତେକ ମଣିଷ ଶିକ୍ଷିତ ଅଟନ୍ତି (ଇ) ।
  • ରୋଗଗୁଡ଼ିକ ଭୟଙ୍କର ନୁହନ୍ତି = କେତେକ ରୋଗ ଭୟଙ୍କର ନୁହନ୍ତି (ଓ) ।

(୯) ଯେଉଁ ବାକ୍ୟରେ ବା ବଚନରେ ଉଦ୍ଦେଶ୍ୟ ପଦଟି ସୁସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନଥାଏ ତାହାକୁ ଅବ୍ୟକ୍ତିକ ବାକ୍ୟ ବା ବଚନ କହନ୍ତି । ଏପ୍ରକାର ବଚନକୁ ତର୍କଶାସ୍ତ୍ରସମ୍ମତ ଆକାରରେ ପରିବର୍ତ୍ତିତ କରିବା ସମୟରେ ଅର୍ଥ ଅନୁଯାୟୀ ଉଦ୍ଦେଶ୍ୟକୁ ଉଲ୍ଲେଖ କରାଯାଇଥାଏ; ଯଥା –

  • ବର୍ତ୍ତମାନ ମଧ୍ୟାହ୍ନ = ସମୟଟି ହେଉଛି ମଧ୍ୟାହ୍ନ (ଆ) ।
  • ବର୍ତ୍ତମାନ ଥଣ୍ଡା ନୁହେଁ = ପାଗଟି ଥଣ୍ଡା ନୁହେଁ (ଏ) ।

(୧୦) ପ୍ରଶ୍ନବୋଧକ ବାକ୍ୟ ବା ବଚନ ତର୍କଶାସ୍ତ୍ରସମ୍ମତ ବଚନରେ ରୂପାନ୍ତରିତ ହେବା ସମୟରେ ବଚନଟିର ଯଥାର୍ଥ ଅର୍ଥ ପ୍ରତି ଲକ୍ଷ୍ୟ ରଖୁବାକୁ ପଡ଼ିବ ଏବଂ ଯେଉଁସବୁ କ୍ଷେତ୍ରରେ ପ୍ରଶ୍ନରୁ ଉତ୍ତର ଖୋଜି ପାଉ, ସେ ସମସ୍ତ କ୍ଷେତ୍ରରେ ଉତ୍ତରଟି

  • କିଏ ନିଜର ମାତୃଭୂମିକୁ ଭଲ ନ ପାଏ = ସମସ୍ତ ମଣିଷ ହେଉଛନ୍ତି ମଣିଷ ଯେଉଁମାନେ ନିଜର ମାତୃଭୂମିକୁ ଭଲପାଆନ୍ତି (ଆ) ।
  • କିଏ ମରିବାକୁ ଇଚ୍ଛା କରେ = କୌଣସି ମଣିଷ ମଣିଷ ନୁହେଁ ଯିଏ ମରିବାକୁ ଇଚ୍ଛା କରନ୍ତି (ଏ) ।

(୧୧) ଆଦେଶଜ୍ଞାପକ (Imperative), ଇଚ୍ଛାସୂଚକ (Optative) ଓ ବିସ୍ମୟସୂଚକ (Exclamatory) ବାକ୍ୟକୁ ବା ବଚନକୁ ନିମ୍ନଲିଖଭାବରେ ରୂପାନ୍ତରିତ କରିହେବ ।

  • ଏହି କାର୍ଯ୍ୟଟି କର = ତୁମେ ଏହି କାର୍ଯ୍ୟଟି କର, ଏହା ହେଉଛି ମୋର ଆଦେଶ (ଆ) ।
  • ଭଗବାନ୍ ତୁମକୁ ରକ୍ଷା କରନ୍ତୁ = ଭଗବାନ୍ ତୁମକୁ ରକ୍ଷା କି ସୁନ୍ଦର ଦୃଶ୍ୟ। = ଦୃଶ୍ୟଟି ସୁନ୍ଦର ଅଟେ (ଆ) ।
  • କରନ୍ତୁ, ଏହା ହେଉଛି ମୋର ଇଚ୍ଛା (ଆ) ।

Leave a Comment