CHSE Odisha Class 11 Odia Solutions Chapter 6 ଶାପମୋଚନ

Odisha State Board CHSE Odisha Class 11 Odia Solutions Chapter 6 ଶାପମୋଚନ Textbook Exercise Questions and Answers.

CHSE Odisha Class 11 Odia Chapter 6 ଶାପମୋଚନ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖୁବାକୁ ହେବ । ପ୍ରଶ୍ନର ମୂଲ୍ୟ ୧ ନମ୍ବର।

(କ) ଶୁକ କେଉଁ ରାଜାଙ୍କୁ ଦ୍ଵାରକାପୁର କଥା କହିଛନ୍ତି ? (ଯୁଧୁଷ୍ଠିର, ପରୀକ୍ଷିତ, ନୃଗରାଜ, ନନ୍ଦ)
Solution:
ପରୀକ୍ଷିତ ।

(ଖ) ପ୍ରଦ୍ୟୁମ୍ନ ଶାମ୍ବ ଆଦି ଖେଳିବାପରେ ବନ ମଧ୍ୟରେ କ’ଣ ଖୋଜୁଥିଲେ । (ଫୁଲ, ବାରି, ଫଳ, ଜନ୍ତୁ)
Solution:
ବାରି ।

(ଗ) କୂପରେ ପଡ଼ିଥିବା ଅଦ୍ଭୁତ ଜନ୍ତୁଟି ଦେଖ୍କୁ କିପରି ? (ହାତୀ ସଦୃଶ, ବିରାଟ ବୃକ୍ଷ ସଦୃଶ, ପର୍ବତ ସଦୃଶ, ଅଶ୍ଵ ସଦୃଶ)
Solution:
ପର୍ବତ ସଦୃଶ ।

(ଘ) କୂପରେ ପଡ଼ିଥିବା ଅଦ୍ଭୁତ ଜନ୍ତୁଟିର ନାମ କ’ଣ ? (ବାଘ, ସିଂହ, ନବଗୁଞ୍ଜର, କୃକଲାଶ)
Solution:
କୃକଲାଶ ।

(ଙ) ଶ୍ରୀକୃଷ୍ଣଙ୍କ ପୁଅମାନେ ହାରିଯିବାର ଶୁଣି କିଏ ହସିବେ ? (ଚକ୍ରପାଣି, ରୋହିଣୀସୁତ, ସର୍ବଜନ, କୃକଲାଶ)
Solution:
ସର୍ବଜନ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ଚ) ରୋହିଣୀସୁତ କୃଷ୍ଣପୁତ୍ରମାନେ ହାରିଯିବା କଥା ଶୁଣି କ’ଣ ହେବେ ? (ଖୁସିହେବେ, ନିର୍ଭୟ ହେବେ, ପାଖକୁ ଡାକିବେ, ଆନନ୍ଦିତ ହେବେ)
Solution:
ନିର୍ଭୟ ହେବେ ।

(ଜ) ତଳକୁ ମୁହଁକରି କୂପ ମଧ୍ଯରେ ପଡ଼ିଥିବା କୃକଲାଶ ଦେଖୁ କିଏ ଚକିତ ହେଲେ ? (ପ୍ରଦ୍ୟୁମ୍ନ, ଶାମ୍ବ, ଦେବରାଜ, ଅନିରୁଦ୍ଧ)
Solution:
ଦେବରାଜ |

(ଝ) କୃଷ୍ଣଙ୍କ କରଲାଗି କୃକଲାଶର କ’ଣ ହେଲା ? (ଦିବ୍ୟସ୍ୱରୂପ ଧାରଣ କଲା, ଦଉଡ଼ିଲା, ଚାଲିଲା, ହସିଲା)
Solution:
ଦିବ୍ୟସ୍ୱରୂପ ଧାରଣ କଲା |

(ଞ) କିଏ କୃକଲାଶକୁ ତା’ର ପୂର୍ବଜନ୍ମ ବୃତ୍ତାନ୍ତ ବିଷୟରେ ପ୍ରଶ୍ନ କରିଥିଲେ ? (ଶୁକ, ପରୀକ୍ଷିତ, କୃଷ୍ଣ, ବଳରାମ)
Solution:
କୃଷ୍ଣ ।

(ଟ) କୃକଲାଶ ପୂର୍ବଜନ୍ମରେ କ’ଣ ଥିଲା ? (ନୃଗରାଜ, ମୃଗରାଜ, ହସ୍ତୀରାଜ, ସିଂହରାଜ)
Solution:
ନୃଗରାଜ ।

(୦) ନୃଗରାଜ କେଉଁ ବଂଶରେ ଜାତ ହୋଇଥିଲେ ? (ଦାସ ବଂଶ, ଈକ୍ଷାକୁ ବଂଶ, ନାଗ ବଂଶ, ସୋମ ବଂଶ)
Solution:
ଈକ୍ଷାକୁ ବଂଶ

(ଉ) ପୃଥ‌ିବୀର ଦାନୀମାନଙ୍କ ମଧ୍ୟରେ କିଏ ଅଗ୍ରଣୀ ? (ମଇରାଜ, ଦତ୍ତରାଜ, ନାଗରାଜ, ମୃଗରାଜ)
Solution:
ଦତ୍ତରାଜ |

(ଢ) ନୃଗରାଜ ଗାଈମାନଙ୍କ ଦୋହନ ପାଇଁ କେଉଁ ପାତ୍ର ଦାନ ଦେଇଥିଲେ ? (ସୁବର୍ଣ୍ଣ, ରୌପ୍ୟ, କାଂସ୍ୟ, ଲୌହ)
Solution:
କାଂସ୍ୟ ।

(ଣ) ନୃଗରାଜ କେଉଁ ମାପର ଭୂମି ବ୍ରାହ୍ମଣଙ୍କୁ ଦାନ ଦେଇଥିଲେ ? (ଗୁଣ୍ଡେ, ଏକରେ, ଗୋ ଚର୍ମ ମୀପ, ହସ୍ତୀପାଦ ମାପ)
Solution:
ଗୋ ଚର୍ମ ମାପ ।

(ତ) ନୃଗରାଜ ଅଜ୍ଞାନରେ ପ୍ରଭାତରେ ବିପ୍ରହସ୍ତରେ କ’ଣ ଦାନ ଦେଲେ ? (ଭୂମି, ସୁବର୍ଣ୍ଣ, ଗାଈ, ଅନ୍ନ)
Solution:
ଗାଈ ।

(ଥ) ଉତ୍ସର୍ଗ ଦାନ ହରଣ କଲେ ଜୀବ ଅନ୍ତକାଳରେ କ’ଣ ଭୋଗକରେ ? (ପାପ, ନର୍କ, ସ୍ଵର୍ଗ, ଭୂମି)
Solution:
ନର୍କ ।

(ଦ) ବିପ୍ରର ବାକ୍ୟ ଶୁଣି ରାଜାଙ୍କ ମୁଣ୍ଡରେ କ’ଣ ପଡ଼ିଲା ? (ଫୁଲ, ଚାଉଳ, ବଜ୍ର, ଶର)
Solution:
ବଜ୍ର ।

(ଧ) ନୃଗରାଜ ପ୍ରଥମେ କେଉଁ ଭାରକୁ ବହନ କଲେ ? (ପୁଣ୍ୟ, ପାପ, ଦୁଃଖ, ଶୋକ)
Solution:
ପାପ ।

(ନ) ପାପ ଭୋଗର ଅନ୍ତେ ମୃଗରାଜ କାହାକୁ ଭେଟିବେ ବୋଲି ଯମ କହିଥିଲେ ? (ମଦନଗୋପାଳ, ବିଦ୍ର, ବ୍ରାହ୍ମଣ, ବ୍ରହ୍ମା)
Solution:
ମଦନଗୋପାଳ ।

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

(ଖ) କୃଷ୍ଣଙ୍କର ଦୁଇପୁତ୍ରଙ୍କ ନାମ ଲେଖ |
Solution:
କୃଷ୍ଣଙ୍କର ଦୁଇପୁତ୍ରଙ୍କ ନାମ ପ୍ରଦ୍ୟୁମ୍ନ ଓ ଶାମ୍ବ ।

(ଗ) କୃଷ୍ଣକୁମରମାନେ କ୍ରୀଡ଼ା କରିବାପରେ କ’ଣ ଖୋଜିଲେ ?
Solution:
କୃଷ୍ଣକୁମରମାନେ କ୍ରୀଡ଼ା କରିବାପରେ ତୃଷିତ ହୋଇ ବାରି ବା ଜଳ ଖୋଜିଲେ ।

(ଘ) ପ୍ରଦ୍ୟୁମ୍ନ ଓ ଶାମ୍ବ କୂପ ମଧ୍ଯରେ କ’ଣ ଦେଖ‌ିଲେ ?
Solution:
ପ୍ରଦ୍ୟୁମ୍ନ ଓ ଶାମ୍ବ କୂପ ମଧ୍ଯରେ ପର୍ବତ ସଦୃଶ ଅଦ୍ଭୁତ ଜନ୍ତୁଟିଏ ଦେଖ‌ିଲେ ।

(ଙ) କୂପ ମଧ୍ଯରେ ପଡ଼ିଥିବା ଜୀବଟିର ନାମ କ’ଣ ?
Solution:
କୂପ ମଧ୍ଯରେ ପଡ଼ିଥିବା ଜୀବଟିର ନାମ କୃକଲାଶ ।

(ଚ) କୃକଲାଶର ଆକାର କିପରି ଥୁଲା ?
Solution:
କୃକଲାଶର ଆକାର ପର୍ବତ ସଦୃଶ ଥିଲା ।

(ଛ) କୃଷ୍ଣପୁତ୍ରମାନେ କୃକଲାଶର କେଉଁ ଅଂଶରେ ଦଉଡ଼ି ଲଗାଇ ଟାଣିବାକୁ ଲାଗିଲେ ?
Solution:
କୃଷ୍ଣପୁତ୍ରମାନେ କୃକଲାଶର ଲ।ଲ୍ଲଲରେ ଦଉଡ଼ି ଲଗାଇ ଟାଣିବାକୁ ଲାଗିଲେ |

CHSE Odisha Class 11 Odia Solutions Chapter 6 ଶାପମୋଚନ

(କ) କୃଷ୍ଣପୁତ୍ରମାନେ କୃକଲାଶକୁ କୂଅରୁ ଉଦ୍ଧାର ନ କରିପାରି କାହାକୁ ଜଣାଇଲେ ?
Solution:
କୃଷ୍ଣପୁତ୍ରମାନେ କୃକଲାଶକୁ କୂଅରୁ ଉଦ୍ଧାର ନ କରିପାରି କୃଷ୍ଣଙ୍କୁ ଜଣାଇଲେ ।

(ଝ) ଦେବରାଜ କୃକଲାଶର କେଉଁ ଅଙ୍ଗକୁ ଧରି କୂପରୁ ବାହାର କଲେ ?
Solution:
ଦେବରାଜ କୃକଲାଶର ଳ3ଁକୁ ଧରି କୂପରୁ ବାହାର କଲେ |

(ଞ) ନୃଗରାଜ କେଉଁ ବଂଶରେ ଜାତ ହୋଇଥିଲେ ?
Solution:
ନୃଗରାଜ ଈକ୍ଷାକୁ ବଂଶରେ ଜାତ ହୋଇଥିଲେ ।

(ଟ) ‘ଶାପମୋଚନ’ କବିତାରେ କେଉଁ ଦାନୀ ରାଜାଙ୍କ କଥା କୁହାଯାଇଛି ?
Solution:
‘ଶାପମୋଚନ’ କବିତାରେ

(୦) କାହାକୁ ସର୍ବଭୂତଙ୍କ ଆତ୍ମା ବୋଲି କୁହାଯାଇଛି ?
Solution:
କୃଷ୍ଣଙ୍କୁ ସର୍ବଭୂତଙ୍କ ଆତ୍ମା ବୋଲି କୁହାଯାଇଛି ।

(ଡି) ନୃଗରାଜା ଦାନ ଦେଇଥ‌ିବା ଗୋରୁମାନେ କେଉଁ ବର୍ଣ୍ଣର ଥିଲେ ?
Solution:
ନୃଗରାଜା ଦାନ ଦେଇଥୁବା ଗୋରୁମାନେ ସୁନ୍ଦର ସୁକପିଳ ବର୍ଣ୍ଣର ଥିଲେ ।

(ଢ) ଗୋରୁମାନଙ୍କୁ ଦୋହନ ପାଇଁ ନୃଗରାଜା କେଉଁ ପାତ୍ର ଦାନ ଦେଇଥିଲେ ?
Solution:
ଗୋରୁମାନଙ୍କୁ ଦୋହନ ପାଇଁ ନୃଗରାଜା କାଂସ୍ୟ ପାତ୍ର ଦାନ ଦେଇଥିଲେ ।

(ଣ) ନୃଗରାଜାଙ୍କ ଦାନରେ ତ୍ରୁଟି ରହିଲା କେଉଁଠି ?
Solution:
ନୃଗରାଜା ଥରେ ଦାନ ଦେଇଥିବା ଗାଈକୁ ଭୁଲ୍‌ରେ ଆଉ ଜଣେ ବ୍ରାହ୍ମଣଙ୍କୁ ଦାନ ଦେଇଥିଲେ ବୋଲି, ଦାନରେ ତାଙ୍କର ତ୍ରୁଟି ରହିଥିଲା ।

(ତ) ଧେନୁକୁ ଚିହ୍ନିଲା ପରେ ବିପ୍ର ତା’ର କ’ଣ ଧରିଲା ?
Solution:
ଧେନୁକୁ ଚିହ୍ନିଲା ପରେ ବିପ୍ର ତା’ର ଲାଙ୍ଗୁଳକୁ ଧରିଲା ।

(ଥ) ଧେନୁ ତା’ର ବୋଲି ବିପ୍ରଙ୍କ ପ୍ରଶ୍ନରେ ବ୍ରାହ୍ମଣ କ’ଣ ଉତ୍ତର ଦେଲା ?
Solution:
ଧେନୁ ତା’ର ବୋଲି ବିପ୍ରଙ୍କ ପ୍ରଶ୍ନରେ ବ୍ରାହ୍ମଣ ରାଗିଯାଇ ଉତ୍ତର ଦେଲା, ‘ଏହାକୁ ମୁଁ ପ୍ରତ୍ୟକ୍ଷେ ଦାନ ରୂପେ ଗ୍ରହଣ କରିଛି ବୋଲି ତୁ ଆଖ୍ ଖୋଲି ଦେଖେ ।’

(ଦ) ବିପ୍ର ଧେନୁର କ’ଣ ଧରି ନିଜ ପୁରକୁ ଗଲା ?
Solution:
ବିପ୍ର ଧେନୁର ଶୃଙ୍ଗ ଧରି ନିଜ ପୁରକୁ ଗଲା ।

(ଧ) ବ୍ରାହ୍ମଣ ଧେନୁର ଲାଞ୍ଜ ଧରିବା ପରେ ଉଭୟଙ୍କ ମଧ୍ୟରେ କ’ଣ ହେଲା ?
Solution:
ବ୍ରାହ୍ମଣ ଧେନୁର ଲାଞ୍ଜ ଧରିବା ପରେ ଉଭୟଙ୍କ ମଧ୍ୟରେ କନି ସୂତ୍ର ହେଲା |

(ନ) ଦୁଇ ବ୍ରାହ୍ମଣ କେଉଁଠାରେ କଳି କଲେ ?
Solution:
ଦୁଇ ବ୍ରାହ୍ମଣ ପଥରେ କଳି କଲେ ।

(ପ) ବ୍ରାହ୍ମଣ ଦ୍ଵୟ ଉଚ୍ଚବାଚ ହୋଇ କେଉଁଠାରେ ଯାଇ ପହଞ୍ଚିଲେ ?
Solution:
ବ୍ରାହ୍ମଣ ଦ୍ଵୟ ଉଚ୍ଚବାଚ ହୋଇ ନୃଗରାଜ ପୁରରେ ପହଞ୍ଚିଲେ ।

(ଫ) ଦେଇଥ‌ିବା ଦାନ ହରଣ କଲେ କ’ଣ ହୁଏ ?
Solution:
ଦେଇଥ‌ିବା ଦାନ ହରଣ କଲେ ଶେଷରେ ନର୍କ ଭୋଗ କରିବାକୁ ହୁଏ ।

(ଭ) ବିପ୍ରର ବାକ୍ୟ ଶୁଣି ନୃଗରାଜଙ୍କ ଶିରରେ କ’ଣ ପଡ଼ିଲା ?
Solution:
ବିପ୍ରର ବାକ୍ୟ ଶୁଣି ନୃଗରାଜଙ୍କ ଶିରରେ ବଜ୍ର ପଡ଼ିଲା ।

(ମ) ଦାନକ୍ରିୟାରେ ତ୍ରୁଟି ହୋଇଥିବା ଜାଣିବାରୁ ରାଜାଙ୍କର କି ପ୍ରତିକ୍ରିୟା ହେଲା ?
Solution:
ଦାନକ୍ରିୟାରେ ତ୍ରୁଟି ହୋଇଥିବା ଜାଣିବାରୁ ରାଜା ମନରେ ଭୟ ପାଇଲେ ଓ ତାଙ୍କର ଶରୀର ଥରି ଉଠିଲା ।

(ଯ) ରାଜା ବିପ୍ରଙ୍କୁ କେଉଁଠାରେ ପ୍ରବୋସ୍‌ଲେ ?
Solution:
ରାଜା ବିପ୍ରଙ୍କୁ ପାଦ ପାଖରେ ପ୍ରବୋଧଲେ ।

(ର) ବିପ୍ରଙ୍କ ପାଦଧରି ରାଜା କ’ଣ ସଂକଳ୍ପ କଲେ ?
Solution:
ବିପ୍ରଙ୍କ ପାଦଧରି ରାଜା ଲକ୍ଷେ ଧେନୁ ଦାନ ଦେବେ ବୋଲି ସଂକଳ୍ପ କଲେ ।

(ଳ) ବିପ୍ରଙ୍କ ପାଦଧରି ନୃଗରାଜ କ’ଣ ଅନୁରୋଧ କଲେ ?
Solution:
ବିପ୍ରଙ୍କ ପାଦଧରି ନୃଗରାଜ ଲକ୍ଷେ ଧେନୁ ବଦଳରେ ସେହି ଧେନୁଟିକୁ ଦେବାପାଇଁ ଅନୁରୋଧ କଲେ ।

(ବ) ନୃଗରାଜ କ’ଣ ଦକ୍ଷିଣା ଦେବେ ବୋଲି ବିପ୍ରଙ୍କୁ କହିଲେ ?
Solution:
ନୃଗରାଜ ହେମ-ନିଧ୍ଵ ଦକ୍ଷିଣା ଦେବେ ବୋଲି ବିପ୍ରଙ୍କୁ କହିଲେ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ଶ) ନୃଗରାଜଙ୍କ ଅନୁରୋଧ ଶୁଣି ବିପ୍ର କ’ଣ କହିଲା ?
Solution:
ନୃଗରାଜଙ୍କ ଅନୁରୋଧ ଶୁଣି ବିପ୍ର କହିଲା, ଏହି ଗାଈ ବ୍ୟତୀତ, ଆଉ ଲକ୍ଷେ ଗାଈରେ ମୋର ମନ ସନ୍ତୁଷ୍ଟ ହେବ ନାହିଁ ।

(ଷ) ରବିନନ୍ଦନ ନୃଗରାଜଙ୍କୁ କ’ଣ ଆଜ୍ଞା ଦେଲେ ?
Solution:
ରବିନନ୍ଦନ ନୃଗରାଜଙ୍କୁ ପୁଣ୍ୟ-ପାତକ ବିଚାର କରି, କାହାକୁ ଆଗେ ଭୋଗ କରିବ ବୋଲି ଆଜ୍ଞା ଦେଲେ ।

(ସ) ଯମଙ୍କ କଥା ଶୁଣି ନୃଗରାଜ ପ୍ରଥମେ କେଉଁ ଭାର ଭୁଞ୍ଜିବେ ବୋଲି ସ୍ଥିର କଲେ ?
Solution:
ଯମଙ୍କ କଥା ଶୁଣି ନୃଗରାଜ ପ୍ରଥମେ ପାପଭାର ଭୁଞ୍ଜିବେ ବୋଲି ସ୍ଥିର କଲେ ।

(କ୍ଷ) ପାପଭାର ଭୋଗ କରିବା ପାଇଁ ନୃଗରାଜ କେଉଁ ଜନ୍ମ ନେଇଥିଲେ ?
Solution:
ପାପଭାର ଭୋଗ କରିବାପାଇଁ ନୃଗରାଜ କୃକଲାଶ ଜନ୍ମ ନେଇଥିଲେ ।

(ୟ) ନୃଗରାଜ ପାପର ଅନ୍ତଃପରେ କାହାକୁ ଭେଟିବ ବୋଲି ଯମ ଆଜ୍ଞା ଦେଲେ ?
Solution:
ନୃଗରାଜ ପାପର ଅନ୍ତଃପରେ ମଦନଗୋପାଳଙ୍କୁ ଭେଟିବ ବୋଲି ଯମ ଆଜ୍ଞାଦେଲେ ।

(ଲ) କାହାର କରଲାଗି ନୃଗରାଜ ଦିବ୍ୟ ତନୁ ଧାରଣ କରିବେ ବୋଲି ଯମ କହିଥିଲେ ?
Solution:
କୃଷ୍ଣଙ୍କ କରଲାଗି ନୃଗରାଜ ଦିବ୍ୟ ତନୁ ଧାରଣ କରିବେ ବୋଲି ଯମ କହିଥିଲେ ।

(ଉ) କୃଷ୍ଣ କୂପ ମଧ୍ୟରୁ କୃକଲାଶକୁ କିପରି ଉଦ୍ଧାର କଲେ ?
Solution:
ମାଳାକାର ଯେପରି ମାଳାକୁ ସହଜରେ ଉଠାଇଥାଏ, ଠିକ୍ ସେହିପରି କୃଷ୍ଣ କୂପ ମଧ୍ୟରୁ କୃକଲାଶକୁ ଉଦ୍ଧାର କଲେ ।

(8) କେଉଁ ପୁଣ୍ୟ ବଳରୁ ନୃଗରାଜ ସ୍ଵର୍ଗରେ ବସିଲେ ?
Solution:
ନିଜ ସୁକୃତ-ତପ ପୁଣ୍ୟ ବଳରୁ ଦୃଗରାଜ ସ୍ଵର୍ଗରେ ବସିଲେ ।

(ଉ) କୃଷ୍ଣଙ୍କ କରସ୍ପର୍ଶରେ କୃକଲାଶର କ’ଣ ହେଲା ?
Solution:
କୃଷ୍ଣଙ୍କ କରସ୍ପର୍ଶରେ ଦିବ୍ୟତନୁ ଧାରଣ କଲା ।

(i) କେଉଁ ପାପ ମହାଘୋର ?
Solution:
ବ୍ରହ୍ମସ୍ଵ ହରଣ ପାପ ମହାଘୋର ।

(ii) ନୃଗରାଜକୁ କୃକଲାଶ କରିବା ପାଇଁ କିଏ ନିର୍ଦ୍ଦେଶ ଦେଲେ ?
Solution:
ନୃଗରାଜକୁ ବୃକଲାଶ କରିବାପାଇଁ ଯମ ନିର୍ଦ୍ଦେଶ ଦେଲେ ।

Question 3.
ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ରହିବ।

(କ) କୃଷ୍ଣକୁମରମାନେ ବନ ମଧ୍ଯରେ କ’ଣ କରୁଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣକୁମରମାନେ ବନ ମଧ୍ୟରେ ବିଭିନ୍ନ ପ୍ରକାର ଲୀଳାଖେଳା କରୁଥିଲେ ।

(ଖ) କୃଷ୍ଣଙ୍କ ପୁଅମାନେ ବନ ମଧ୍ୟରେ ଥ‌ିବା ପରିତ୍ୟକ୍ତ କୂପ ପାଖକୁ କାହିଁକି ଯାଇଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣଙ୍କ ପୁଅମାନେ ବନରେ ଯାଇଥିଲେ ।

(ଗ) କୂପ ମଧ୍ୟରେ ଥ‌ିବା ଅଦ୍ଭୁତ ଜନ୍ତୁଟି କିପରି ଥିଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୁପ ମଧ୍ୟରେ ଥିବା ଅଭୁତ ଜନ୍ତୁଟି ପର୍ବତ ସଦୃଶ ଥିଲା ।

(ଘ) କୃଷ୍ଣକୁମାରମାନେ ବିସ୍ମୟରେ ପରସ୍ପରକୁ ଚାହିଁ କ’ଣ ଚିନ୍ତାକଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣକୁମାରମାନେ ବିସ୍ମୟରେ ପରସ୍ପରକୁ ଚାହିଁ ଚିନ୍ତାକଲେ, ‘ଏହି କୃକଲାଶକୁ କୂପ ମଧ୍ୟରୁ ଉଦ୍ଧାର କରିବା ।’

(ଙ) କୃଷ୍ଣପୁତ୍ରମାନେ ଲାଙ୍ଗୁଳରେ କ’ଣ ଲଗାଇ ଶକ୍ତ କରି ବାନ୍ଧିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ବକଳଚର୍ମପାଶି ଲଗାଇ ଶକ୍ତ କରି ବାନ୍ଧିଲେ ।

(ଚ) କୃକଲାଶକୁ ଜଣେ ଜଣେ ଟାଣି ବିଫଳ ହେଲା ପରେ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ବୃକଲାଶକୁ ଜଣେ ଜଣେ ଟାଣି ନ୍ଦିଫଳ ହେଲାପରେ ପାପସ୍ତେ ଏକାବେଳେକେ ମିଶି ଗାଣିଲେ |

(ଛ) କୃଷ୍ଣକୁମରମାନେ ଏକାବେଳକେ କୃକଲାଶକୁ ଟାଣି ବିଫଳ ହେବାରୁ ସେମାନଙ୍କର କ’ଣ ହେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣକୁମରମାନେ ଏକାବେଳେକେ ବିଶ୍ଵାସ ରହିଲା ନାହିଁ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ଜି) ଅଦ୍ଭୁତ ଜନ୍ତୁକୁ କୂପ ମଧ୍ୟରୁ ବାହାର ନ କରିପାରି କୃଷ୍ଣକୁମରମାନେ ପରସ୍ପର ମୁହଁ ଚାହିଁ କ’ଣ କଥା ହେଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଅଦ୍ଭୁତ ଜନ୍ତୁକୁ କୂପ ମଧ୍ୟରୁ ବାହାର ନକରି ପାରି କୃଷ୍ଣକୁମାରମାନେ ପରସ୍ପର ମୁହଁ ଚାହିଁ କହିଲେ, ଏହା ବଡ଼ ବିପରୀତ କଥା ଓ ଆମର ସାମର୍ଥ୍ୟ ନ ଥିବାରୁ, କୃକଲାଶଟି ସାମାନ୍ୟଭାବେ ହଲିଲା ନାହିଁ, ଯାହାକି ଆମ ପାଇଁ ବଡ଼ ଲଜ୍ୟାକର କଥା |

(ଝ) କେଉଁ କଥା ଶୁଣି ସବୁଲୋକ ହସିବେ ବୋଲି କୃଷ୍ଣପୁତ୍ରମାନେ ଭାବିଛନ୍ତି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣଙ୍କଠାରୁ ଜନ୍ମ ହୋଇ ସାମାନ୍ୟ କୃକଲାଶକୁ ସେମାନେ କୂପରୁ ବାହାରକୁ ଆଣିପାରି ନାହାଁନ୍ତି, ଏହା ଜାଣିଲେ ସବୁଲୋକ ହସିବେ ବୋଲି କୃଷ୍ଣପୁତ୍ରମାନେ ଭାବିଛନ୍ତି ।

(ଞ) ଦ୍ଵାରକାପୁରର ବଧୂମାନେ ମୁହଁରେ ଲୁଗାଦେଇ କାହିଁକି ହସିବେ ?
Solution:
କଥାଶୁଣି ଦ୍ଵାରକାପୁରର ବଧୂମାନେ ମୁହଁରେ ଲୁଗାଦେଇ ହସିବେ ।

(ଟ) କୃଷ୍ଣପୁତ୍ରମାନେ ନିରାଶ ହୋଇ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣପୁତ୍ରମାନେ ନିରାଶ ହୋଇ, କୃଷ୍ଣଙ୍କ ପାଖକୁ ଯାଇ ବନରେ ଦେଖୁଥ‌ିବା କୃକଲାଶ କଥା କହିଲେ ।

(୦) ପୁତ୍ରମାନଙ୍କ କଥା ଶୁଣି କୃଷ୍ଣ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ପୁତ୍ରମାନଙ୍କ କଥା ଶୁଣି କୃଷ୍ଣ ହସିଲେ ଏବଂ ସେହି ସ୍ଥାନକୁ ଯିବାକୁ କହିଲେ ।

(8‍) କ’ଣ ଦେଖୁ ଦେବରାଜ ଆଶ୍ଚର୍ଯ୍ୟ ହେଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ମୁହଁ ତଳକୁ ଓ ଲାଞ୍ଜ ଊର୍ଦ୍ଧ୍ବକୁ କରି, ଗିରିଶୃଙ୍ଗ ପ୍ରାୟ କୃକଲାଶକୁ ଦେଖ୍ ଦେବରାଜ ଆଶ୍ଚର୍ଯ୍ୟ ହେଲେ ।

(ଉ) ଦାମୋଦର କାହା ଭଳି କୃକଲାଶକୁ କୂପ ମଧ୍ଯରୁ ଉଦ୍ଧାର କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ମାଳାକାର ଯେପରି ମାଳାକୁ ସହଜରେ ଉଠାଇନିଏ, ଠିକ୍ ସେହିଭଳି ଦାମୋଦର କୃକଲାଶକୁ କୂପ ମଧ୍ୟରୁ ଉଦ୍ଧାର କଲେ ।

(ଣ) ହୃଷୀକେଶ କୃକଲାଶକୁ କୂପରୁ ଉଦ୍ଧାର କଲାପରେ କ’ଣ ହେଲା ?
Solution:
ଉଦ୍ଧାର କଲାପରେ, ତା’ର ପ୍ରାଣ ଛାଡ଼ିଗଲା ।

(ତ) ଦିବ୍ୟପୁରୁଷର ମୁହଁକୁ ଚାହିଁ କୃଷ୍ଣ ହସି ହସି କ’ଣ ପଚାରିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଦିବ୍ୟପୁରୁଷର ମୁହଁକୁ ଚାହିଁ କୃଷ୍ଣ ହସି ହସି ପଚାରିଲେ, ହେ ମହାଭାଗ, ପୁଣ୍ୟଦେହୀ, ତୁମେ କିଏ ଏବଂ କେଉଁ ପାପରୁ ତୁମେ କୃକଲାଶ |

(ଥ) କୃଷ୍ଣଙ୍କ ପ୍ରଶ୍ନର ଉତ୍ତରରେ ଦିବ୍ୟପୁରୁଷ ନିଜର କ’ଣ ପରିଚୟ ଦେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣଙ୍କ ପ୍ରଶ୍ନର ଉତ୍ତରରେ ଦିବ୍ୟପୁରୁଷ, ଈକ୍ଷାକୁ ବଂଶରେ ଜନ୍ମ ନୃଗରାଜ ବୋଲି ପରିଚୟ ଦେଲା ।

(ଦ) ‘କେବଳ ମୋତେ ପରିମାଣୁ’ କାହା ପ୍ରସଙ୍ଗରେ କୁହାଯାଇଛି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ‘କେବଳ ମୋତେ ପରିମାଣୁ’

(ଧ) ନୃଗରାଜ କେତେ ସଂଖ୍ୟକ ଗାଈ ଦାନ ଦେଇଥିଲେ ?
Solution:
ଗାଈ ଦାନ ଦେଇଥିଲେ, ଅର୍ଥାତ୍ ଭୂମିରେ ଯେତେ ଧୂଳି, ଗଗନରେ ଯେତେ ତାରା ଓ ବରଷାର ଯେତେ ଧାରା, ସେହି ପ୍ରମାଣ ଗାଈ ସେ ଦାନ ଦେଇଥିଲେ ।

(ନ) ନୃଗରାଜ କେତେ ଭୂମି ଦାନ କରିଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ନୃଗରାଜ ଗୋ ଚର୍ମ ମାପେ ଭୂମି ଦାନ କରିଥିଲେ ।

(ପ) ନୃଗରାଜ ଅଜ୍ଞାନରେ କେଉଁ କଥା ଜାଣିପାରିଲେ ନାହିଁ ?
Solution:
ଦାନ ଦେଇଥ‌ିବା ଗାଈକୁ ପୁଣିଥରେ ଅନ୍ୟଜଣେ ବିପ୍ରହସ୍ତରେ ଦାନ ଦେଇଥିଲେ ।

(ଫ) ବ୍ରାହ୍ମଣ ଧେନୁ ତା’ର ବୋଲି କ’ଣ ପ୍ରମାଣ ଦେଖାଇଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ବ୍ରାହ୍ମଣ ଧେନୁ ତା’ର ବୋଲି ପ୍ରମାଣ କରିବାକୁ ଯାଇ କହିଥିଲା, ସେ ପ୍ରତ୍ୟକ୍ଷ ଭାବରେ ଦାନ ଗ୍ରହଣ କରିଛି ଏବଂ ତା’ ହାତରେ ଥିବା ଜଳ, ତୁଳସୀ, କୁଶକୁ ଦେଖାଇଛି ।

(ବ) ବ୍ରାହ୍ମଣ ଦୁହେଁ ଧେନୁର କ’ଣ ଧରି ଗୋରୁ ନିଜର ବୋଲି ଦାବି କଲେ ?
Solution:
ବୋଲି ଦାବିକରି, ଜଣେ ଶିଙ୍ଗ ଧରିଥିଲାବେଳେ ଅନ୍ୟ ଜଣେ ଲାଞ୍ଜ ଧରିଥିଲା ।

(ଭ) ରାଜପଥରେ ବ୍ରାହ୍ମଣ ଦୁହେଁ ପରସ୍ପର ମଧ୍ୟରେ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ରାଜପଥରେ ବ୍ରାହ୍ମଣ ଦୁହେଁ ପରସ୍ପର ‘ମଧ୍ୟରେ କଳି କଲେ ।

(ମ) ରାଜା ବିପୁର ପାଦ ଧରି କ’ଣ ମାଗିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ରାଜା ବିପୁର ପାଦ ଧରି ଲକ୍ଷେ ଧେନୁ ବଦଳରେ, ସେହି ଧେନୁଟିକୁ ମାଗିଲେ ।

(ଯ) ମୃତ୍ୟୁପରେ ଯମଦୂତମାନେ ମୃଗରାଜଙ୍କର କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ମୃତ୍ୟୁପରେ ଯମଦୂତମାନେ ନୃଗରାଜାଙ୍କର ଦେହୀକୁ ବନ୍ଧନ କରି, ଯମଙ୍କ ନିକଟରେ ପହଞ୍ଚାଇ ଦେଲେ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ର) ଯମ ନୃଗରାଜଙ୍କୁ ପାପର ଅନ୍ତଃପରେ କାହାକୁ ଭେଟିବୁ ବୋଲି କହିଛନ୍ତି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଯମ ନୃଗରାଜଙ୍କୁ ପାପର ଅନ୍ତଃପରେ ମଦନଗୋପାଲବୁ ଭେଟିବୁ ବୋଲି କହିଛନ୍ତି |

Question 4.
ପ୍ରାୟ ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

(କ) ପ୍ରଦ୍ୟୁମ୍ନ, ଶାମ୍ବ ଆଦି ବଣରେ ଖେଳି ସାରିବା ପରେ କ’ଣ ହେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ପ୍ରଦ୍ୟୁମ୍ନ ଓ ଶାମ୍ବ ଆଦି କୃଷ୍ଣପୁତ୍ରମାନେ ବଣରେ ଖେଳି ଖେଳି ତୃଷିତ ହୋଇଛନ୍ତି ଏବଂ ତୃଷା ପାଇଁ ବଣରେ ଜଳ ଖୋଜିବାକୁ ଯାଇ ଏକ କୂପପାଖରେ ପହଞ୍ଚିଛନ୍ତି, ଯେଉଁଥରେ ସେମାନେ ଅଦ୍ଭୁତ ଜନ୍ତୁ ଦେଖୁଛନ୍ତି ।

(ଖ) କୃଷ୍ଣକୁମରମାନେ କୃକଲାଶର ଉଦ୍ଧାର ପାଇଁ କ’ଣ ଚେଷ୍ଟା କରିଥିଲେ ?
Solution:
କୃକଲାଶକୁ ଉଦ୍ଧାର କରିବାକୁ ଯାଇ ତୃଣବକଳ ଚର୍ମର ଦଉଡ଼ିକୁ ତା’ର ଲାଞ୍ଜରେ ବାନ୍ଧି ଉପରକୁ ଉଠାଇବାକୁ ଚେଷ୍ଟା କରିଥିଲେ । ପ୍ରଥମେ ଜଣେ ଜଣେ କରି ଟାଣିବା ପରେ, କୃକଲାଶ ନ ଉଠିବାରୁ, ସମସ୍ତେ ମିଳିତ ଉଦ୍ଧାର ପାଇଁ କ’ଣ ଚେଷ୍ଟା କରିଥିଲେ |

(ଗ) ‘ଲାଜ ତ ମରଣୁ ବଳିଲା’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣକୁମରମାନେ କୂପ ମଧ୍ୟରେ ଥିବା କୃକଲାଶକୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । କୃକଲାଶ ଲାଞ୍ଜରେ ଦଉଡ଼ି ବାନ୍ଧି ଜଣ ଜଣ କରି ଚେଷ୍ଟାରେ ବିଫଳ ହେବାରୁ, ମିଳିତଭାବରେ ଟାଣିଲା ପରେ ସମସ୍ତେ ଥକିପଡ଼ିଲେ ବି କୃକଲାଶ ଉପରକୁ ଉଠିନଥିଲା । କୃଷ୍ଣପୁତ୍ର ହୋଇ ତାଙ୍କର ଅସାମର୍ଥ୍ୟ ଭାବକୁ ବିବେଚନା କରି ସେମାନେ ଭାବିଛନ୍ତି, ‘ଲାଜ ତ ମରଣୁ ବଳିଲା’ ।

(ଙ) ଶ୍ରୀକୃଷ୍ଣ ଘୋର ବନକୁ ଯାଇ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଶ୍ରୀକୃଷ୍ଣ ଘୋର ବନକୁ ଯାଇ ଦେଖ‌ିଲେ ଶୁଷ୍କ ଓ ଅନ୍ଧକାର କୂପ ମଧ୍ୟରେ ଗିରିଶୃଙ୍ଗ ପ୍ରାୟ କୃକଲାଶ ଅଧୋବଦନ ଊର୍ଦ୍ଧଲାଞ୍ଜ ହୋଇ ପଡ଼ିଛି । ସେ ତାହାର ଲାଞ୍ଜକୁ ବାମ ହାତରେ, ସହଜରେ ଉପରକୁ ଉଠାଇ ଆଣିଥିଲେ ।

(ଚ) କୃଷ୍ଣଙ୍କର ହାତ ଲାଗିବା ପରେ କୃକଲାଶର କ’ଣ ହେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣ ବାମକରରେ ବୃକଲାଶର ଲାଞ୍ଜକୁ ଧରି ଉପରକୁ ଆଣିବା ପରେ ତା’ର ପ୍ରାଣ ଛାଡ଼ିଲା ଓ ସେ ଦିବ୍ୟ ସ୍ୱରୂପ ଲାଭକଲା । ସେ ଉଦୟଗିରି ଶିଖରରେ ଶଶୀ ପରି ଶୁଦ୍ଧ ସୁବର୍ଷରେ ଝଲସୁଥୁଲା ଓ ମେଘ ଦେହରେ ବିଜୁଳି ପ୍ରକାଶର ରୂପ ସହିତ, ଦିବ୍ଯବସନ ସହିତ ଫୁଲମାଳରେ ଶୋଭା ପାଉଥିଲା ।

(ଛ) କୃକଲାଶର ଦିବ୍ୟସ୍ଵରୂପ ଦେଖ୍ କୃଷ୍ଣ କ’ଣ ପଚାରିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃକଲାଶର ଦିବ୍ୟସ୍ୱରୂପ ଦେଖୁ କୃଷ୍ଣ ପଚାରିଲେ, ଦେବତା ସଦୃଶ ଦେଖାଯାଉଥ‌ିବା ହେ ମହାଭାଗ ପୁଣ୍ୟଦେହୀ, ତୁମେ କିଏ ଏବଂ କାହିଁକି କୃକଲାଶ ହୋଇଥିଲ ?

(ଜ) କୃକଲାଶ କୃଷ୍ଣଙ୍କ ପ୍ରଶ୍ନର ଉତ୍ତର କ’ଣ ଦେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣ କୃକଲାଶର ପରିଚୟ ପଚାରିଲେ । ସେ କହିଲା, ‘ମୁଁ ହେଉଛି ଈକ୍ଷାକୁ ବଂଶର ନୃଗରାଜା । ମହାଦାନୀ ଭାବରେ ଦାନ ଦେବାବେଳେ, ଦେବା ଅପରାଧରେ କୂକଳାଶ ହୋନ୍ଦଥ୍ଲି |

(ଝ) ନୃଗରାଜ ବ୍ରାହ୍ମଣମାନଙ୍କୁ କିପରି ଧେନୁ ଦାନ କରୁଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣ କୃକଲାଶର ପରିଚୟ ପଚାରିଲେ । ରୂପବନ୍ତୀ, ସରଳ ବସ୍ତ୍ରାବତୀ, ସୁକପିଳ ବର୍ଣ୍ଣଯୁକ୍ତା, ଶୃଙ୍ଗରେ ସୁବର୍ଣ୍ଣ ପରିପୂର୍ଣ୍ଣା, ଖୁରରେ ରଜତ ଖଞ୍ଜଣିଯୁକ୍ତା ଧେନୁ ଦାନ କରୁଥିଲେ ।

(ଞ) କେଉଁ ଉତ୍ତମ ବ୍ରାହ୍ମଣମାନଙ୍କୁ ନୃଗରାଜ ଗାଈ ଦାନ ପାଇଁ କହିଛନ୍ତି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଯୁବା, ସୁଗୁଣ ସାଧୁଶୀଳ, କୁଟୁମ୍ବଗହଳରେ ଥ‌ିବା ଦରିଦ୍ର, ଉତ୍ତମ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଗ୍ରହଣ କରିଥିବା, ବେଦାଧ୍ୟୟନ ସହିତ ମନ୍ତ୍ରଶିକ୍ଷା କରିବା ଓରମ ବ୍ରାହ୍ମଣମାନଙ୍କୁ ନୃଗରାଜ ଗାଈ ଦାନ ପାଇଁ କହିଛନ୍ତି |

(ଟ) ନୃଗରାଜ କିଭଳି ଗୁଣସମ୍ପନ୍ନ ଗୋ ଦାନ ଦେଇଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ନୃଗରାଜା କ୍ଷୀରସମ୍ପର୍ଣ୍ଣା, ସାଧୁ ପ୍ରକୃତିର, ତରୁଣ ବତ୍ସ୍ୟଯୁକ୍ତା, ସୁକପିଳବର୍ଣ୍ଣା, ଶୃଙ୍ଗରେ ସୁବର୍ଣ୍ଣ ଓ ଖୁରରେ ରୁପାର ଖଞ୍ଜଣିଯୁକ୍ତ ଗୁଣସମ୍ପନ୍ନ ଗୋ ଦାନ ଦେଉଥିଲେ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(୦) ନୃଗରାଜ ବିଭିନ୍ନ ଦାନ ପରେ ମଧ୍ୟ କେଉଁ ପାପ ଆଚରଣ କରିଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଭୂମି, ସୁବର୍ଣ୍ଣ, ଶଯ୍ୟା, ଗଜ, ତୁରଗ, ଦାସୀ, ବସ୍ତ୍ର, ଅଜାଣତରେ ବଡ଼ ଭୁଲ୍ କରିଥିଲେ । ଯେଉଁ ଧେନୁକୁ ସେ ଉଲ୍ଲେଖ କରିଛନ୍ତି । ନୃଗରାଜ ଉନ୍ନତମାନର ଧେନୁ, ଭୂଷଣ, ଅନ୍ନ, ଜଳ ଆଦି ଦାନ ପରେ ମଧ୍ୟ ସେ ଥରେ ଦାନ ଦେଇଥିଲେ, ସେହି ଧେନୁକୁ ପୁନର୍ବାର ଅନ୍ୟଜଣେ ବ୍ରାହ୍ମଣକୁ ଅଜାଣତରେ ଦାନ ଦେଇଥ‌ିବା ଭଳି ପାପ ଆଚରଣ କରିଥିଲେ ।

(ଉ‍) ନୃଗରାଜ ବ୍ରାହ୍ମଣ ଦୁହିଁଙ୍କ ମଧ୍ୟରେ କଳହର ମୀମାଂସା କରିବା ଲାଗି କ’ଣ ପ୍ରସ୍ତାବ ଦେଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଭୂମି, ସୁବର୍ଣ୍ଣ, ଶଯ୍ୟା, ଗଜ, ତୁରଗ, ଦାସୀ, ବସ୍ତ୍ର, ଅଜାଣତରେ ବଡ଼ ଭୁଲ୍ କରିଥିଲେ ଦେଇଥିଲେ । ସେହି ଧେନୁ ଦାନ ସହିତ ସୁବର୍ଣ୍ଣ ଦକ୍ଷିଣା ରୂପେ ଦେବାକୁ ମଧ୍ୟ କହିଥିଲେ ।

(ଢ) ବ୍ରାହ୍ମଣ ଦୁହେଁ ରାଜାଙ୍କ ପ୍ରସ୍ତାବ ସ୍ଵୀକାର କଲେ ନାହିଁ କାହିଁକି ?
Solution:
କ୍ରୋଧରେ ରାଜାଙ୍କ ପ୍ରସ୍ତାବ ସ୍ଵୀକାର କଲେ ନାହିଁ । ସେମାନେ ସେହି ନିର୍ଦ୍ଦିଷ୍ଟ ଧେନୁ ବଦଳରେ ଲକ୍ଷେ କା ଅୟୁତ ଧେନୁ ମଧ୍ଯ ନେବାକୁ ଚାହିଁ ନଥୁଲେ ।

(ଣ) ଶାପମୋଚନ ପରେ ନୃଗରାଜ କିପରି ସ୍ଵର୍ଗ ଯାତ୍ରାକଲେ ?
Solution:
କୃଷ୍ଣଙ୍କ କରସ୍ପର୍ଶ ପାଇ ନୃଗରାଜ ସଙ୍ଗେ ସଙ୍ଗେ ଦିବ୍ୟତନୁ ଧାରଣକଲେ । ନିଜ ସୁକୃତ ବଳରୁ ଓ ପୁଣ୍ୟବଳରୁ ସେ ସ୍ଵର୍ଗଯାତ୍ରା କଲେ ।

(ତ) ଯମ ନୃଗରାଜଙ୍କୁ କେଉଁ ପରାମର୍ଶ ଦେଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଯମ ନୃଗରାଜଙ୍କୁ କହିଲେ, ଦିବ୍ୟତନୁ ଧାରଣକରି, ପୁଣ୍ୟବଳରେ ସେ ସ୍ଵର୍ଗରେ ବସିବ ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

Question 5.
(କ) ‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସଙ୍କ ବିଷୟ ବିନ୍ୟାସ କୌଶଳ ଉପସ୍ଥାପନ କର ।
Solution:
ଭକ୍ତକବି ଜଗନ୍ନାଥ ଦାସ ଓଡ଼ିଆ ଭାଷା ଓ ସାହିତ୍ୟର ଯଥାର୍ଥ ରୂପକାର । ଜଗନ୍ନାଥଙ୍କ ପୂର୍ବରୁ ଯଦିଓ ସାରଳା ଦାସ ମହାଭାରତ ରଚନା କରିଥିଲେ, ତାହା ଏତେ ମାର୍ଜିତ ଭାଷାରେ, ଶୁଦ୍ଧ ଓଡ଼ିଆରେ ରଚନା କରାଯାଇ ନଥିଲା । କୃଷ୍ଣଙ୍କର ଅପୂର୍ବ ଲୀଳାଖେଳାକୁ ନବାକ୍ଷରୀ ବୃତ୍ତରେ ସହଜ ସରଳ ଭାଷାରେ ପ୍ରକାଶ କରିଛନ୍ତି କବି ଜଗନ୍ନାଥ ଦାସ । କୃଷ୍ଣ ହେଉଛନ୍ତି ଲୀଳା ସୁନ୍ଦର । ଦୁଷ୍ଟ ଦଳନ ଓ ସନ୍ଥ ପାଳନ ପାଇଁ ସେ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଛନ୍ତି । ସେହି ଅବସରରେ ସେ ତାଙ୍କର ଯେଉଁ ଲୀଳା ପ୍ରକାଶ କରିଛନ୍ତି, ସେଥୁରୁ ଦ୍ଵାରକାଲୀଳା ପ୍ରସଙ୍ଗ ଅତି ଚମତ୍କାର । ଆଲୋଚ୍ୟ କବିତା ‘ଶାପମୋଚନ’ରେ କବି, ନୃଗରାଜା କିପରି କୃଷ୍ଣଙ୍କ୍ କରସ୍ପର୍ଶ ପାଇ ଶାପମୁକ୍ତ ହୋଇ, ଦିବ୍ୟସ୍ୱରୂପ ଧାରଣ କରିଛନ୍ତି, ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

କଥାବସ୍ତୁର ଶେଷ ପର୍ଯ୍ୟାୟଟି କବିତାର ପ୍ରଥମ ପର୍ଯ୍ୟାୟରେ ବର୍ଣ୍ଣନା କରାଯାଇଛି । କୃଷ୍ଣକୁମରମାନେ ବନ ମଧ୍ୟରେ କୂପ ମଧ୍ଯରେ ପତିତ ବିରାଟକାୟ କୃକଲାଶକୁ ଦେଖୁଛନ୍ତି । କୃକଲାଶକୁ ଉପରକୁ ଉଠାଇବାକୁ ଚେଷ୍ଟାକରି ମଧ୍ୟ, ସେମାନେ କୃକଲାଶକୁ ଶୁଷ୍କକୂପରୁ ଉଦ୍ଧାର କରିଛନ୍ତି । କୃଷ୍ଣଙ୍କ ସ୍ପର୍ଶପାଇ କୃକଲାଶ ପ୍ରାଣତ୍ୟାଗ କରିଛି । କୃକଲାଶ ହୋଇଛନ୍ତି ଦିବ୍ଯତନୁ ସ୍ଵରୂପ । କୃଷ୍ଣ ତାହାକୁ, ପରିଚୟ ପଚାରିବାରୁ ସେ ନିଜର ଅତୀତ ଇତିବୃତ୍ତ ବଖାଣି ବସିଛି ।

କବିତାର ପରବର୍ତ୍ତୀ ପର୍ଯ୍ୟାୟରେ କୃକଲାଶ ନିଜକୁ ଈକ୍ଷାକୁ ବଂଶର ନୃଗରାଜ ବୋଲି କହିଛନ୍ତି । ସେ ଦାନୀ ହିସାବରେ ନିଜକୁ ଯଥେଷ୍ଟ ପ୍ରତିଷ୍ଠିତ କରାଇଥିଲେ ବି, ଭ୍ରମବଶତଃ ଥରେ ଦାନ ଦେଇଥିବା ଗାଈକୁ ପୁଣିଥରେ ଅନ୍ୟଜଣଙ୍କୁ ଦାନ ଦେଇଛନ୍ତି । ଫଳରେ ଦାନ ନେଇଥିବା ବ୍ରାହ୍ମଣ ଦୁଇଜଣ, ନୃଗରାଜଙ୍କୁ ଦୋଷାରୋପ କରିଛନ୍ତି । ସେ ଯେତେ ଚେଷ୍ଟାକରି ମଧ୍ୟ ବ୍ରାହ୍ମଣ ଦ୍ଵୟଙ୍କୁ ବୁଝାଇ ପାରିନାହାଁନ୍ତି । ଶେଷରେ ସେ ମୃତ୍ୟୁବରଣ କରିଛନ୍ତି । ବ୍ରହ୍ମସ୍ଵ ହରଣ କରିଥିବା ପାପର ନମକାହା କୂକଲାଣ ଭାବରେ ଶୁତ୍ରକୁପରେ ପଢିଚ୍ଚିନ୍ତି |

(ଖ) ନୃଗରାଜ ଚରିତ୍ରର ବୈଶିଷ୍ଟ୍ୟ ନିରୂପଣ କର ।
Solution:
ଚରିତ୍ର ଚିତ୍ରଣ ସାହିତ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ କଳା । ସ୍ରଷ୍ଟା ନିଜର ଅଭିଜ୍ଞତା ଓ ଅନୁଭୂତିକୁ ଆଧାରକରି ଚରିତ୍ରକୁ ବର୍ଣ୍ଣନା କରିଥା’ନ୍ତି । ଯେଉଁ ଚରିତ୍ର ଯେତେ ସ୍ଵାଭାବିକ ଓ ସତ୍ୟର ନିକଟବର୍ତୀ, ସେହି ଚରିତ୍ର ସେତେ ପାଠକୀୟ ଶ୍ରଦ୍ଧା ଲାଭ କରିପାରେ । ସେଥ‌ିରେ ପାଠକ ଯେପରି ନିଜକୁ ଦେଖ୍ ପାଇବାର ସୁଯୋଗ ନିଏ । ପୌରାଣିକ ଚରିତ୍ର ବର୍ଣ୍ଣନାରେ କବିର ସେତେଟା ସ୍ଵାଧୀନତା ନଥିଲେ ମଧ୍ୟ, ସେ ତାହାକୁ ଯଥାସମ୍ଭବ ସ୍ଵାଭାବିକ କରାଇଥାଏ । ଭକ୍ତକବି ଜଗନ୍ନାଥ ପଞ୍ଚସଖାଯୁଗର ଲୋକପ୍ରିୟ କବି । ସଂସ୍କୃତ ଭାଗବତକୁ ସହଜ, ସରଳ ଓ ସତ୍ୟର ନିକଟବର୍ତ୍ତୀ କରି ବିଭିନ୍ନ ଚରିତ୍ରର ସେ ବର୍ଣ୍ଣନା ଦେଇଛନ୍ତି । ଆଲୋଚ୍ୟ କବିତା ‘ଶାପମୋଚନ’ରେ କବି ମହାଦାନୀ ରାଜା ନୃଗରାଜଙ୍କ ଚରିତ୍ରର ମହନୀୟତା ପ୍ରତିପାଦନ କରିବାକୁ ଚେଷ୍ଟା କରିଛନ୍ତି ।

ଅଗ୍ରଣୀ । ପୁଣି ସେ ଭକ୍ତି ଓ ଦିବ୍ୟଜ୍ଞାନସମ୍ପନ୍ନ । ସେ ଭଗବାନଙ୍କର ଲୀଳାଖେଳାକୁ ଭଲଭାବରେ ଅବଗତ ହୋଇଛନ୍ତି । କୌଣସି ସମୟରେ ନିଜର ଅହଂକାର ପ୍ରକାଶ ନକରି ଉଦ୍ଧାରକର୍ତ୍ତା ଶ୍ରୀକୃଷ୍ଣଙ୍କୁ ସର୍ବଭୂତଙ୍କ ଆତ୍ମା ଓ ଅଶେଷ ଜ୍ଞାନୀ ବୋଲି ବିବେଚନା କରିଛନ୍ତି । କେବଳ କୃଷ୍ଣ ସବୁଜାଣିଲେ ମଧ୍ୟ ତାଙ୍କୁ ପରୀକ୍ଷା କରିବାପାଇଁ ପ୍ରଶ୍ନ କରିଛନ୍ତି ବୋଲି କହିଛନ୍ତି । ତଥାପି କୃଷ୍ଣଙ୍କର ଆଜ୍ଞାକୁ ପାଳନ କରିଛନ୍ତି । ନିଜର ଅତୀତକୁ ଉନ୍ମୋଚନ କରିଛନ୍ତି ।

ସେ ନିଜର ଦାନୀପଣ ସ୍ଵରୂପ, ଅନେକ ଦୁଗ୍ଧବତୀ, ସାଧୁ ପ୍ରକୃତିର, ବସ୍ତ୍ରାବତୀ ବିଭିନ୍ନ ଅଳଙ୍କାର ଶୋଭିତା ଧେନୁ ବ୍ରାହ୍ମଣମାନଙ୍କୁ ଦାନ ଦେଇଛନ୍ତି । ଦାନ ଦେଲାବେଳେ ସେ ପୁଣି ଉପଯୁକ୍ତ ବ୍ରାହ୍ମଣଙ୍କୁ ହିଁ ଦାନର ଯୋଗ୍ୟ ବୋଲି ବିବେଚନା କରିଛନ୍ତି । ଯେଉଁମାନେ ସାଧୁଶୀଳ, ଦରିଦ୍ର, କୁଟୁମ୍ବୀ, ଉତ୍ତମ ବ୍ରହ୍ମଚର୍ଯ୍ୟ ଦୀକ୍ଷାଯୁକ୍ତ, ବେଦାଧ୍ୟୟନେ ଓ ମନ୍ତ୍ରଶିକ୍ଷାରେ ପଣ୍ଡିତ, ସେହିମାନଙ୍କୁ ସେ ଦାନ ଦେଇଛନ୍ତି । ପୁନଶ୍ଚ ସେ ଭୂମି, ସୁବର୍ଣ୍ଣ, ଭୋଗ୍ୟବସ୍ତୁ, ବସ୍ତ୍ରଭୂଷଣ, ଅନ୍ନ, ଜଳ, ସୁମିଷ୍ଟ ପବିତ୍ର ଭୋଜନ ଦାନ କରୁଥିଲେ । କବି ଏଭଳି ବର୍ଣ୍ଣନାରୁ ନୃଗରାଜଙ୍କୁ ଜଣେ ଦାନୀ ଭାବରେ ପ୍ରମାଣ କରିଛନ୍ତି । ନୃଗରାଜ ଏତେ ଦାନ ଦେଲେ ମଧ୍ୟ, ଭ୍ରମବଶତଃ ଗୋଟିଏ ଧେନୁକୁ ଦୁଇଥର ଦାନ ଦେଇଛନ୍ତି । ବ୍ରାହ୍ମଣଦ୍ଵୟ କଳିକଲେ ବି, ସେ ତାହାର ସମାଧାନ କରି ପାରିନାହାଁନ୍ତି । ନିଜର ନମ୍ରସ୍ବଭାବ ପ୍ରକାଶ କରି ବ୍ରାହ୍ମଣମାନଙ୍କ ପାଦହସ୍ତଧରି ନିଜର ଭୁଲ ସ୍ଵୀକାର କରିଛନ୍ତି ।

ସେହି ଧେନୁ ବଦଳରେ ଅନେକ ଧେନୁ ଓ ସୁବର୍ଣ୍ଣ ଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ସେ କୌଣସି ପ୍ରକାରେ ନିଜକୁ ଦୋଷମୁକ୍ତ କରି ପାରିନାହାଁନ୍ତି । ବ୍ରାହ୍ମଣମାନଙ୍କୁ ସେ ଯେଭଳି ବୁଝାଇଛନ୍ତି, ସେଥୁରୁ ତାଙ୍କର ନମ୍ର ସ୍ଵଭାବର ପରିଚୟ ମିଳେ । ଶେଷରେ ଯମଦ୍ଵାରରେ ଯମଦଣ୍ଡ ଭୋଗିଛନ୍ତି । କୃକଲାଶ ଭାବରେ ଅପେକ୍ଷା କରିଛନ୍ତି, କୃଷ୍ଣଙ୍କର କରସ୍ପର୍ଶକୁ । ଶେଷରେ ସେ ହୋଇଛନ୍ତି ସ୍ବର୍ଗଗାମୀ । କବି ଜଗନ୍ନାଥ ଦାସ ମୃଗରାଜର ବୈଶିଷ୍ଟ୍ୟକୁ ସୁନ୍ଦର ଭାବରେ ଚିତ୍ରଣକରି ନିଜ ବିଶେଷତାର ପରିଚୟ ଦେଇଛନ୍ତି ।

(ଗ) ‘ଶାପମୋଚନ’ କବିତା ଅନୁସରଣରେ କବିଙ୍କର ଧାର୍ମିକ ଭାବନାର ସ୍ବତନ୍ତ୍ରତା ବିଚାର କର ।
Solution:
‘ଶାପମୋଚନ’ କବିତାର କବି ଭକ୍ତକବି ଜଗନ୍ନାଥ ଦାସ । ସେ ଥିଲେ କୃଷ୍ଣିକପ୍ରାଣ । ସେ ପୁଣି ଜଗନ୍ନାଥ ଓ କୃଷ୍ଣଙ୍କ ଭିତରେ ଅଭେଦ କଳ୍ପନା କରିଥିଲେ । ସେ ଜାଣିଥିଲେ ଜନ୍ମ ଜନ୍ମର ସାଧନା ଓ ତପସ୍ୟାକୁ ନେଇ ମଣିଷ ସୁଖ ଭୋଗକରେ । ଯେଉଁମାନେ ପଣ୍ଡିତ, ସନ୍ଥ, ସେମାନେ ଜାଗତିକ ସୁଖ ଅପେକ୍ଷା, ପରମାତ୍ମା ସାନ୍ନିଧ୍ୟକୁ ଯଥାର୍ଥ ସୁଖ ବୋଲି ଗ୍ରହଣ କରିଥା’ନ୍ତି । କାରଣ ଜାଗତିକ ସୁଖରେ ତୃପ୍ତି ଆସି ନଥାଏ । ଆଧ୍ୟାତ୍ମିକ ସୁଖରେ ମନରେ ଶାନ୍ତି ଓ ତୃପ୍ତି ଆସିଥାଏ । ସେହି ପରମାତ୍ମାଙ୍କ ସାନ୍ନିଧ୍ଵ ପାଇଁ, ଭଗବତ୍ ପ୍ରାପ୍ତି ପାଇଁ ମୁନୀ, ଋଷିମାନେ ତପସ୍ୟା କରନ୍ତି । ଯୁଗଯୁଗ ଧରି ତପସ୍ୟା ହୋଇଥାଏ | କବି ଜଗନ୍ନାଥ ଦାସ, ଶ୍ରୀମଦ୍ ଭାଗବତର ପ୍ରତି ପର୍ଯ୍ୟାୟରେ କୃଷ୍ଣଙ୍କର ଅପୂର୍ବ ଲୀଳାକୁ ବର୍ଣ୍ଣନା କରି ନିଜର ଧାର୍ମିକ ଭାବକୁ ପରିପ୍ରଚାର କରିଛନ୍ତି ।

CHSE Odisha Class 11 Odia Solutions Chapter 6 ଶାପମୋଚନ

ପାଇଁ ଚେଷ୍ଟାକରି ଅସଫଳ ହୋଇଛନ୍ତି । କାରଣ ସେହି କୃକଲାଶ ସାଧାରଣ ନଥିଲା । ଶାପଗ୍ରସ୍ତ ନୃଗରାଜ କୃକଲାଶ ଭାବରେ ପଡ଼ିରହି ଅପେକ୍ଷା କରିଛନ୍ତି କୃଷ୍ଣଙ୍କର କରସ୍ପର୍ଶକୁ । କୃଷ୍ଣ ଯେତେବେଳେ କୃକଲାଶକୁ ଦେଖୁଛନ୍ତି, ଭାବଗ୍ରାହୀ ଭାବରେ ସେ କୃକଲାଶର ଭାବକୁ ବୁଝିଛନ୍ତି । କୁକଲାଶକୁ ଉପରକୁ ସହଜରେ ବାମ କରରେ ଉଠାଇ ଆଣିଛନ୍ତି । ସେହି ପ୍ରସଙ୍ଗକୁ ବର୍ଣ୍ଣନା କରିବାକୁ ଯାଇ କବି ନିଜର ଧାର୍ମିକ ଭାବନାକୁ ପ୍ରକାଶ କରିଛନ୍ତି ।
CHSE Odisha Class 11 Odia Solutions Chapter 6 Img 1
କୃକଲାଶ କେବଳ କୃଷ୍ଣଙ୍କ କରସ୍ପର୍ଶକୁ ଅପେକ୍ଷା କରିଥିଲା । ଯମରାଜା କୃକଲାଶ ଭାବରେ ଦଣ୍ଡ ଦେଇଥିଲେ ବି, ସେ ଯେ ମଦନଗୋପାଳଙ୍କୁ ଭେଟିବ, ତାହା ମଧ୍ୟ କହିଥିଲେ । ସୁତରାଂ ନୃଗରାଜ କୃକଲାଶ ଭାବରେ ଶୁଷ୍କ କୂପରେ ପଡ଼ିରହିଥିଲେ ଏବଂ ଭକ୍ତ ଭାବରେ ଭଗବାନଙ୍କ ସାନ୍ନିଧକୁ ଅପେକ୍ଷା କରିଥିଲେ । ଏଭଳି ଭାବଧାରା ବର୍ଣ୍ଣନା କବିଙ୍କର ଧାର୍ମିକ ଭାବନାର ପରିଚୟ ଦିଏ । କୃକଲାଶ ଦିବ୍ୟସ୍ୱରୂପ ଲାଭ କଲାପରେ ଶ୍ରୀକୃଷ୍ଣ ତାହାର ପରିଚୟ ପଚାରିଛନ୍ତି । ନୃଗରାଜ ଦିବ୍ୟସ୍ଵରୂପ ନେଇ ନିଜର ପରିଚୟ ଦେବା ପୂର୍ବରୁ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ନିଜର ସମର୍ପଣ ଭାବପ୍ରକାଶ କରିଛନ୍ତି । କହିଛନ୍ତି, ହେ କୃଷ୍ଣ ତୁମେ ସବୁକିଛି ଜାଣିଛ । କାରଣ ତୁମକୁ ସେଭଳି ପରିଚୟ ଦେବାକୁ ମୁଁ ଅସମର୍ଥ । ତୁମେ ହେଉଛ ସର୍ବଭୂତଙ୍କ ଆତ୍ମା ଓ ସର୍ବଜ୍ଞାନୀ । ସବୁ ଜାଣିଥୁଲେ ମଧ୍ୟ, ମୋତେ ପରୀକ୍ଷା କରିବାପାଇଁ ବା ମୋଠାରୁ ଶୁଣିବାପାଇଁ ତୁ କେବଳ ପଚାରୁଅଛୁ ।

କେବଳ ତୋ’ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ କହୁଛି । ଏଭଳି ବର୍ଣ୍ଣନାରେ କବିଙ୍କର ଭକ୍ତିଭାବ ପ୍ରକାଶିତ । ଆହୁରି ପୁଣି ଲେଖୁଛନ୍ତି, ସମସ୍ତେ କର୍ମଫଳର ଅଧୀନ । ଏପରିକି ବ୍ରହ୍ମାଶଙ୍କର ଦେହ ଧରି କର୍ମଫଳ ଭୋଗ କରିଥା’ନ୍ତି । ଏହିଭଳି ବିଭିନ୍ନ ବର୍ଣ୍ଣନାରେ କବିଙ୍କର ଭକ୍ତିଭାବ ପ୍ରକାଶିତ ।

(ପ) ‘ସ୍ଵର୍ଗେ ବସିବୁ ପୁଣ୍ୟ ବଳେ’ । ନିଜ ସୁକୃତ ତପ ଫଳେ’’ ରୁ କବିଙ୍କ କାବ୍ୟ ଆଭିମୁଖ୍ୟ ବିଚାର କର ।
Solution:
ଉକ୍ତ ପଦଟି କବି ଜଗନ୍ନାଥ ଦାସ ‘ଶାପମୋଚନ’ କବିତାରେ ଉଲ୍ଲେଖ କରିଛନ୍ତି । ଏହି କବିତାଟି କବିଙ୍କର ଏହି କବିତାରେ କବି ନୃଗରାଜଙ୍କର ପ୍ରସଙ୍ଗ ବର୍ଣ୍ଣନା କରିବା ସହିତ, ଲୀଳାସୁନ୍ଦର କୃଷ୍ଣଙ୍କର ମାନବୀୟ ଲୀଳାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଯେହେତୁ କବି ଜଣେ ଭକ୍ତ ଓ କୃଷ୍ଣପ୍ରେମରେ ଉଦ୍‌ବୁଦ୍ଧ, ସେଥ‌ିପାଇଁ ସ୍ଥଳ ବିଶେଷରେ ଦୈବୀଲୀଳାର ବର୍ଣ୍ଣନା କରିଛନ୍ତି । କୃଷ୍ଣ ହେଉଛନ୍ତି ଲୀଳାସୁନ୍ଦର । ସେ ଭକ୍ତର ମନୋବାଞ୍ଛା ପରିପୂରଣକାରୀ । ସେହିଭଳି ଅପୂର୍ବ ଲୀଳା ଦେଖାଇଛନ୍ତି ନୃଗରାଜଙ୍କ କ୍ଷେତ୍ରରେ ।

ନୃଗରାଜ ଥିଲେ ଦାନୀମାନଙ୍କ ମଧ୍ୟରେ ଅଗ୍ରଣୀ । ସେ ଏତେ ଦାନ କରନ୍ତି ଯେ, ତାହାକୁ ତୁଳନା କରି ସେ ନିଜେ କହିଛନ୍ତି, ଭୂମିରେ ଯେତେ ଧୂଳି ଅଛି, ଗଗନରେ ଯେତେ ତାରକାବଳୀ ଅଛନ୍ତି, ବରଷାରେ ଯେତେ ଧାରା ରହିଛି, ସେହି ପରିମାଣର ଧେନୁ ସେ ଦାନ କରିଛନ୍ତି । ପୁନଶ୍ଚ ସେ ସାଧାରଣ ଧେନୁ ଦାନ କରନ୍ତି ନାହିଁ, ସୁଗୁଣଯୁକ୍ତ ଓ ଅଳଙ୍କାର ବିମଣ୍ଡିତା ଧେନୁ ହିଁ ସେ ଦାନ କରିଛନ୍ତି । ଏହା ସହିତ ସେ ଭୂମି, ସୁବର୍ଣ୍ଣ, ଦାସୀ, ଧାନ୍ୟ, ଭୋଗ୍ୟବସ୍ତୁ, ବସ୍ତ୍ର, ଭୂଷଣ, ଦେବମନ୍ଦିରରେ ଅନ୍ନ, ଜଳ ଭଳି ପବିତ୍ର ଭୋଜନ ଦାନ କରନ୍ତି । ଏତେ କଲେ ମଧ୍ୟ ଦୃଗରାଜା ଅଜାଣତରେ ଭୁଲ୍ କରିଛନ୍ତି ।

ଯେଉଁ ଧେନୁକୁ ସେ ଥରେ ଦାନ ଦେଇଥିଲେ, ସେହି ଧେନୁକୁ ପୁଣି ଥରେ ଅନ୍ୟଜଣେ ବ୍ରାହ୍ମଣକୁ ଦାନ ଦେଇଛନ୍ତି । ବୁଝିନାହାଁନ୍ତି । ସେହି ଧେନୁ ବଦଳରେ ଯେତେ ଧେନୁ ଓ ସୁବର୍ଣ୍ଣ ଦାନକଲେ ମଧ୍ୟ, ସେମାନେ ସନ୍ତୁଷ୍ଟ ହୋଇନାହାଁନ୍ତି । ସମସ୍ତେ କର୍ମଫଳ ଭୋଗ କରିଥା’ନ୍ତି । କର୍ମଫଳରୁ କେହି ବାଦ୍ ଯାଆନ୍ତି ନାହିଁ । ତୁମେ ପୁଣ୍ୟବନ୍ତ ହେଲେ ବି, ତୁମର କିଞ୍ଚିତ୍ ପାପ ରହିଛି । ବ୍ରହ୍ମସ୍ଵ ପାପ ହେତୁ ତୁମକୁ କୃକଲାଶ ହେବାକୁ ପଡ଼ିବ । ମାତ୍ର ନୃଗରାଜଙ୍କ ଦେହୀ ଯମରାଜଙ୍କୁ ମୁକ୍ତିର ବାଟ ପଚାରିଲା ପରେ, ସେ ଉପରୋକ୍ତ ଉକ୍ତିଟି କହିଛନ୍ତି । ଅର୍ଥାତ୍ ତୁମେ ତୁମର କର୍ମଫଳ ଭୋଗକଲେ ମଧ୍ୟ, ପାପଫଳ ସରି ଆସିବାପରେ, ତୁମେ ମଦନଗୋପାଳଙ୍କୁ ଭେଟିବ। ତାଙ୍କରି କରସ୍ପର୍ଶ ପାଇଁ କୃକଲାଶ ଜୀବନର ଅନ୍ତ ଘଟିବ ଓ ତୁମେ ସ୍ୱର୍ଗସୁଖ ଲାଭକରିବ । ଏହି ପ୍ରସଙ୍ଗରେ କବି କର୍ମଫଳର ମହତ୍ତ୍ଵକୁ ଦେଖାଇଛନ୍ତି ।

(ଙ) ‘ଶାପମୋଚନ’ କବିତାରୁ ତୁମେ କ’ଣ ଶିକ୍ଷାକଲ ସଂକ୍ଷେପରେ ଲେଖ ।
Solution:
ଶ୍ରୀମଦ୍ ଭାଗବତର ଦଶମସ୍କନ୍ଧ (ଦ୍ଵାରକାଲୀଳା)ର ଅଂଶବିଶେଷ । ଏଥରେ କବି ଦୁଷ୍ଟଦଳନକାରୀ ଓ ସନ୍ଥପାଳନକାରୀ, ଲୀଳାସୁନ୍ଦର ବ୍ରଜବିହାରୀ ଶ୍ରୀକୃଷ୍ଣଙ୍କ ଅପୂର୍ବ ଲୀଳାକୁ ବର୍ଣ୍ଣନା କରିବାକୁ ଯାଇ ନୃଗରାଜଙ୍କ ଶାପମୋଚନ ପ୍ରସଙ୍ଗ ଉଲ୍ଲେଖ ଭଗବାନ୍ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି ଭକ୍ତଜନଙ୍କୁ ଉଦ୍ଧାର କରିବାପାଇଁ । ସେ ଜାଣିଛନ୍ତି କୃକଲାଶର ମନର କଥାକୁ । ଫଳରେ ତାଙ୍କର ପୁତ୍ରମାନେ ଯେତେ ଚେଷ୍ଟାକଲେ ମଧ୍ୟ କୃକଲାଶ ତିଳେମାତ୍ର ଘୁଞ୍ଚିନାହିଁ । ମାତ୍ର କୃକଲାଶକୁ ଅକ୍ଳେଶରେ କୃଷ୍ଣ ବାହାରକୁ ବାହାର କରି ଆଣିଛନ୍ତି । ଏହି ପର୍ଯ୍ୟାୟରେ କବି କୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୟାସାଗର ଓ ଦେବହରି ପ୍ରତିଶବ୍ଦ ବ୍ୟବହାର କରିଛନ୍ତି । ଏଥୁରୁ କୃଷ୍ଣଙ୍କର ବିଶେଷତା ସୂଚିତ ହୋଇଛି । ଫଳରେ କୃଷ୍ଣଙ୍କ କରଲାଗି, ଦୀର୍ଘଦିନରୁ ଅପେକ୍ଷାରତ କୃକଲାଶ, ସେହି ପାପଶରୀରକୁ ପରିତ୍ୟାଗ କରି ଦିବ୍ୟସ୍ୱରୂପ ଧାରଣ କରିଛ ।

କୃଷ୍ଣ ସେହି ଦିବ୍ୟସ୍ୱରୂପର ପରିଚୟ ଜାଣିବାକୁ ଚାହିଁଛନ୍ତି । କୃକଲାଶ ରୂପେ ସେ କାହିଁକି ରହିଥିଲା ବୋଲି ପଚାରିଛନ୍ତି । ତା’ର ତ୍ରାଣକର୍ତ୍ତା କୃଷ୍ଣଙ୍କର ମହନୀୟତା ସେ ବର୍ଣ୍ଣନା କଲେ ମଧ୍ୟ, ନିଜର ପରିଚୟ ବଖାଣି ବସିଛି । କର୍ମଫଳ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିବ । ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ସମସ୍ତ କର୍ମର ଫଳ ଶେଷରେ ଭୋଗ କରିବାକୁ ହେବ । ଏପରିକି ଶିବ, ବ୍ରହ୍ମା ଆଦି ଦେବତାମାନେ ମଧ୍ୟ କର୍ମଫଳର ଅଧୀନ । ନୃଗରାଜ ଅଜାଣତରେ ଭୁଲ୍ କରିଥିଲେ ମଧ୍ୟ, ତାଙ୍କୁ ବ୍ରହ୍ମସ୍ଵ ହରଣ ପାପ ଲାଗିଥିଲା । କବି ଏହାକୁ ସ୍ପଷ୍ଟକରି ଲେଖୁଛନ୍ତି –
CHSE Odisha Class 11 Odia Solutions Chapter 6 Img 2

(କ) ଲେଖକ ପରିତିନି :

ଭାଗବତକାର କବି ଜଗନ୍ନାଥ ଦାସ ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ । ଆବ୍ରାହ୍ମଣ ଚାଣ୍ଡାଳ, ଅକ୍ଷର ଅପରିଚିତଠାରୁ ରାଜସଭାର ପଣ୍ଡିତଙ୍କ ପର୍ଯ୍ୟନ୍ତ ସମସ୍ତେ ଯେଉଁ ଓଡ଼ିଆକବିଙ୍କୁ ଜାଣନ୍ତି ସେ ହେଉଛନ୍ତି ଜଗନ୍ନାଥ ଦାସ । ଓଡ଼ିଆଭାଷାକୁ ସାରଳା ଦାସ ବା ବଳରାମ ଦାସଙ୍କ ପୁରାତନ ଶୈଳୀରୁ ମୁକ୍ତକରି ସୁସ୍ଥ ସୁନ୍ଦର ସରସ ଭାଷା ଓ ଶୈଳୀ ମାଧ୍ୟମରେ ଉପସ୍ଥାପିତ କଲେ ଜଗନ୍ନାଥ ଦାସ । ତେଣୁ ଗବେଷକମାନେ ଭାଗବତର ଭାଷାକୁ Standard Odia Language ବା ମାନକ ଭାଷା ଆଖ୍ୟା ଦେଇଛନ୍ତି ।

ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସ । ଏମାନେ ସମସ୍ତେ ଥିଲେ କବି ଓ ସମାଜ ସଂସ୍କାରକ । ସମାଜ ଓ ସାଂସ୍କୃତିକ ବିକାଶ ପାଇଁ ଏମାନେ ଚେଷ୍ଟା କରିଥିଲେ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ସର୍ବଭାରତୀୟ ଧର୍ମ ଆନ୍ଦୋଳନ କ୍ଷେତ୍ରରେ ଏମାନେ ଥିଲେ ଗୋଟିଏ ସ୍ୱତନ୍ତ୍ର ପ୍ରବାହ । ସମାଜର ସାଧାରଣ ମଣିଷର ଧର୍ମଜୀବନରେ ପ୍ରବେଶ ଓ ବ୍ରାହ୍ମଣ କ୍ଷତ୍ରିୟଙ୍କ ପରି ଆଧାମ୍ବିକ ସାଧନାରେ ଯୋଗଦାନ ଲାଗି ଏହି କବିମାନଙ୍କର ମୁଖ୍ୟ ଭୂମିକା ଥିଲା । ସେଥିପାଇଁ ଅବଶ୍ୟ ସେମାନେ ଜ୍ଞାନ, ଯୋଗ, ଭକ୍ତି ଆଦିରେ ସହାୟତା ନେଉଥିଲେ । କେ ? ଜଗନ୍ନାଥ ଦାସଙ୍କୁ ଛାଡ଼ି ଏମାନେ ସମସ୍ତେ ଶୂଦ୍ର କରିପାରିଥିଲେ ।

ଜଗନ୍ନାଥ ଦାସ ପୁରୀ ସହରବାସୀ ଥିଲେ । ପୁରୀର ଅନତି ଦୂରରେ ଅବସ୍ଥିତ କପିଳେଶ୍ଵରପୁର ଶାସନରେ ସେ ଜନ୍ମଲାଭ କରିଥିଲେ । ପିତା ଭଗବାନ ମିଶ୍ର ଥୁଲେ ଜଗନ୍ନାଥ ମନ୍ଦିରର ପୁରାଣ ପଣ୍ଡା । ସଂସ୍କୃତ ଭାଷାରେ ରଚିତ ପୁରାଣ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପୈତୃକ ସୂତ୍ରରୁ ତାଙ୍କୁ ଏହି ପୁରାଣପଣ୍ଡା ପଦବୀଟି ମିଳି ଯାଇଥିଲା । ନିଜ ଜନନୀଙ୍କର ଅନ୍ତିମ ଅଭିଳାଷ ପୂରଣ କରିବାପାଇଁ ସେ ସଂସ୍କୃତ ଭାଗବତ ପୁରାଣକୁ ଶୁଦ୍ଧ ସରଳ ପ୍ରାଞ୍ଜଳ ଓଡ଼ିଆ ଭାଷାରେ ଅନୁବାଦ କଲେ । ସେ ସମୟରେ ସଂସ୍କୃତ ପଣ୍ଡିତମାନଙ୍କର ସାହିତ୍ୟ ରାଜ୍ୟରେ ଖୁବ୍‌ ଆଦର ଥିଲା । ଜଗନ୍ନାଥ ବ୍ରାହ୍ମଣ ହୋଇ ସଂସ୍କୃତ ପାଣ୍ଡିତ୍ୟ, ଚରିତ୍ର ଆଦିକୁ ସମାଲୋଚନା କରାଗଲା । କିନ୍ତୁ ଆପଣାର ନିଷ୍ଠା, ଭକ୍ତି ଓ ପାଣ୍ଡିତ୍ୟ ବଳରେ ସେସବୁ ସହ୍ୟକରି ଜଗନ୍ନାଥ ଭବିଷ୍ୟତ ଜାତି ପାଇଁ ଦେଇଗଲେ ଅମୂଲ୍ୟ ରତ୍ନ ଶ୍ରୀମଦ୍ ଭାଗବତ ।

ଚରିତାମୃତ’ ନାମରେ ଏକ ଗ୍ରନ୍ଥ ରଚନା କରିଥିଲେ । ଏଥରେ ଭକ୍ତକବି ଜଗନ୍ନାଥଙ୍କ ଜୀବନୀ ସହିତ ପ୍ରଭୁ ଜଗନ୍ନାଥଙ୍କ ପୂଜା ଉପାସନା ବର୍ଣ୍ଣିତ ହୋଇଛି । ଏହି ଗ୍ରନ୍ଥରୁ ଜଣାଯାଏ ଜଗନ୍ନାଥ ଦାସଙ୍କର ଶ୍ରୀଚୈତନ୍ୟଙ୍କ ସହିତ ଖୁବ୍‌ ନିକଟ ସମ୍ପର୍କ ଥିଲା । ଶୁଣାଯାଏ ଜଗନ୍ନାଥ ବଟଗଣେଶଙ୍କ ନିକଟରେ ଭାଗବତ ବ୍ୟାଖ୍ୟା କରୁଥିବା ସମୟରେ ତାଙ୍କର ପ୍ରଥମ ସାକ୍ଷାତ୍‌କାର ହେଲା ସେ ଶତାବ୍ଦୀର ଭାରତବର୍ଷର ସର୍ବଶ୍ରେଷ୍ଠ ସନ୍ନ୍ୟାସୀ ଶ୍ରୀଚୈତନ୍ୟଙ୍କ ସହିତ । ସେତେବେଳେ ଜଗନ୍ନାଥ ଦାସଙ୍କୁ ମାତ୍ର ଅଠର ବର୍ଷ ।

ଜଗନ୍ନାଥଙ୍କ ପାଣ୍ଡିତ୍ୟ ଓ ଭକ୍ତିରେ ଚୈତନ୍ୟ ଏତେ ମୁଗ୍ଧ ହୋଇଗଲେ ଯେ, ସେ ଜଗନ୍ନାଥଙ୍କୁ ‘ଅତିବଡ଼ୀ’ ବୋଲି ହୁଅନ୍ତି । ଏଥିରେ ଚୈତନ୍ୟଙ୍କର ବଙ୍ଗୀୟ ଭକ୍ତ ଓ ସମର୍ଥକଗଣ ଅଭିମାନ କରିଥିଲେ । ଯାହାଫଳରେ ସେମାନେ ଚୈତନ୍ୟଙ୍କୁ ଛାଡ଼ି ପୁରୀରୁ ଯାଜପୁର ଦେଇ ନବଦ୍ଵୀପ ଚାଲିଯାଇଥିଲେ, କିନ୍ତୁ ଚୈତନ୍ୟ ଜଗନ୍ନାଥଙ୍କୁ ଛାଡ଼ି ପୁରୀରୁ ଗଲେ ନାହିଁ । ‘ଜଗନ୍ନାଥ ଚରିତାମୃତ’ ଗ୍ରନ୍ଥରେ ଏ ବିଷୟ ବର୍ଣ୍ଣିତ ହୋଇଛି ।
CHSE Odisha Class 11 Odia Solutions Chapter 6 Img 3
ଜଗନ୍ନାଥ ଦାସ ଉଭୟ ସଂସ୍କୃତ ଓ ଓଡ଼ିଆ ଭାଷାରେ ପଣ୍ଡିତ ଥିଲେ । ସେ ସଂସ୍କୃତରେ ‘କୃଷ୍ଣଭକ୍ତି କଳ୍ପଲତା’, ‘ଉପାସନା ଶତକ’, ‘ନିତ୍ୟାଚାର’, ‘ନୀଳାଦ୍ରିଶତକ’, ‘ଶ୍ରୀ ଜଗନ୍ନାଥ ଚରଣାମ୍ବୋଧରଣୀ’ ଆଦି ଗ୍ରନ୍ଥ ରଚନା କରିଥିଲେ । ଏତଦ୍‌ବ୍ୟତୀତ ଓଡ଼ିଆରେ ‘ଭାଗବତ’, ‘ଶୈବାଗମ ଭାଗବତ’, ‘ଗୁପ୍ତ ଭାଗବତ’, ‘ଷୋଳ ଚଉପଦୀ’, ‘ତୁଳା ଭିଣା’, ‘ଅର୍ଥ କୋଇଲି’, ‘ଦୀକ୍ଷା ସମ୍ବାଦ’ ଆଦି ଗ୍ରନ୍ଥ ରଚନା କରିଥିଲେ । ଜଗନ୍ନାଥଙ୍କ ଭାଗବତ ତାଙ୍କର ସର୍ବଶ୍ରେଷ୍ଠ ରଚନା । ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ଉପରେ ଭାଗବତର ପ୍ରଭାବ ସର୍ବାଧ‌ିକ ।

ନ୍ୟାୟ ନିଶାପଠାରୁ ହେଲା ଯେ ପ୍ରତ୍ୟେକ ଓଡ଼ିଆ ତା’ ଜୀବନରେ ଗୁରୁତ୍ଵପୂର୍ଣ୍ଣ ପରିସ୍ଥିତି ପାଇଁ ଭାଗବତ ପଢ଼ିବାକୁ ଆରମ୍ଭ କଲେ । ଭାଗବତ ପ୍ରତି ଆଗ୍ରହରୁ ସୃଷ୍ଟି ହେଲା ଭାଗବତ ଗାଦି ଓ ଭାଗବତ ଟୁଙ୍ଗୀ । ଏହି ଭାଗବତ ପାଠର ଆଦର ଓ ଭାଗବତ ଟୁଙ୍ଗୀ ସଂସ୍କୃତି ତାତ୍ତ୍ଵିକ ପ୍ରସଙ୍ଗ ଓଡ଼ିଆ ପାଠକଙ୍କର ଦୁର୍ବୋଧ ହେବ ବୋଲି ସେ ଅନୁଭବ କରିଛନ୍ତି, ସେଠି ସେ ତାକୁ ପରିହାର କରିଛନ୍ତି ବା ସଂକ୍ଷେପରେ କହି ଯାଇଛନ୍ତି । ଲୋକେ ଜୀବନ ସଂକଟର ପ୍ରତିଟି ମୁହୂର୍ତ୍ତରେ ଉଦ୍ଧାର କରନ୍ତି ଭାଗବତର ପଦାବଳୀ ।

ତାରାଖଚିତ ଆକାଶ ପରି ରହସ୍ୟମୟ, ଶିଶିରସ୍ନାତ ସକାଳ ପରି ସ୍ନିଗ୍‌ଧ ଓ ନବୀନ, ଗୋଧୂଳିର ସ୍ତମିତ ଆଲୋକ ପରି ଭାବୋତ୍ତୀର୍ଣ୍ଣ । ସ୍ଵକ୍ତି ମଧ୍ୟରେ ଭାଗବତର ପଦାବଳୀ, ସର୍ବତ୍ର ସହଜ ବୋଧଗମ୍ୟ ନୁହେଁ । ତଥାପି ଏହାର ଆଧ୍ୟାତ୍ମିକ ଏପରି ପ୍ରତିଷ୍ଠା ଲାଭ କରିଛି ଯେ, ‘ଭାଗବତ’ର ପଦାବଳୀ ଉଦ୍ଧାର କରି ସବୁ ଯୁକ୍ତି ଓ ବିତର୍କର ଚରମ ସିଦ୍ଧାନ୍ତ ମିଳିଥାଏ ।’’ ଗୃହୀତ । ଦ୍ଵାରକାପୁରରେ କୃଷ୍ଣଙ୍କ ପୁତ୍ରମାନଙ୍କ ଲୀଳା ଅବକାଶରେ ମୃଗରାଜା ମୋକ୍ଷଲାଭ ଓ ବ୍ରହ୍ମସ୍ଵ ସମ୍ପର୍କରେ ଶ୍ରୀକୃଷ୍ଣଙ୍କର ଉପଦେଶ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ଖ) କବିତାର ସାରକଥା :

ଶୁକମୁନି ବକ୍ତା ଭାବରେ, ଶ୍ରୋତା ପରୀକ୍ଷିତଙ୍କୁ ଦ୍ଵାରକା ପ୍ରସଙ୍ଗ ବୁଝାଇ କହିଛନ୍ତି । ଦ୍ଵାରାକାପୁରରେ କୃଷ୍ଣଙ୍କ ସନ୍ତାନ ଯେତେ ଥିଲେ, ସେମାନେ ମିଳିତ ଭାବରେ ବନରେ ବିଭିନ୍ନ ପ୍ରକାର ଲୀଳାଖେଳା କରିଛନ୍ତି । ପ୍ରଦ୍ୟୁମ୍ନ, ଶାମ୍ବ ଆଦି ପୁତ୍ରମାନେ ବହୁ ସମୟଧରି ବନରେ କ୍ରୀଡ଼ାକୌତୁକ କରି ଥକି ପଡ଼ିଛନ୍ତି । ଶ୍ରମଜନିତ କ୍ଳାନ୍ତି ହେତୁ ସେମାନେ ତୃଷିତ ହୋଇଛନ୍ତି । ତୃଷ୍ଣା ପରିତୃପ୍ତି ପାଇଁ ସେମାନେ ବନରେ ଜଳର ସନ୍ଧାନ କରିଛନ୍ତି । ସେହି ବନ ମଧ୍ୟରେ ନିରୀକ୍ଷଣ କରିଛନ୍ତି । କିନ୍ତୁ ସେଠାରେ ସେମାନେ ଜଳ ଦେଖୁନାହାନ୍ତି । ବରଂ କୂପଭିତର ଅନ୍ଧାରୁଆ ହୋଇଛି । କୂପ ଶୁଷ୍କ ଥ‌ିବାରୁ ତୃଣରେ ଆଚ୍ଛାଦିତ ହୋଇରହିଛି । ସେହି ତୃଣ ଭିତରେ ଏକ ଅଦ୍ଭୁତ ଜନ୍ତୁ ଥିବା ସେମାନେ ଲକ୍ଷ୍ୟ କରିଛନ୍ତି । କୂପ ଭିତରେ ଥ‌ିବା ଜନ୍ତୁଟି ପର୍ବତ ଆକୃତିର ଦେଖାଯାଉଥିଲେ ମଧ୍ୟ, ନିରେଖି ଦେଖୁଲା ପରେ ଜଣାଯାଇଛି ତାହା ଏକ ବଣୁଆ ଏଣ୍ଡୁଅ । ସେହି ଏଣ୍ଡୁଅକୁ ଦେଖ୍ କୃଷ୍ଣପୁତ୍ରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଜଣେ ଅନ୍ୟଜଣଙ୍କୁ ସେ ସମ୍ପର୍କରେ ମତାମତ ଦେଇଛନ୍ତି । ଏହାକୁ ବର୍ଣ୍ଣନା କରି କବି ଲେଖୁଛନ୍ତି –
CHSE Odisha Class 11 Odia Solutions Chapter 6 Img 4
କୃଷ୍ଣପୁତ୍ରମାନେ ବିଚାର କରିଛନ୍ତି, ଏହି ଏଣ୍ଡୁଅକୁ କୂଅଭିତରୁ ବାହାର କରିବା । ସେଥ‌ିପାଇଁ ସେମାନେ ଏଣ୍ଡୁଅର ଲାଞ୍ଜରେ ଦଉଡ଼ି ବାନ୍ଧି ତାହାକୁ କୂଅଭିତରୁ ଉଦ୍ଧାର କରିବାପାଇଁ ଚେଷ୍ଟା କରିଛନ୍ତି । ଲାଞ୍ଜରେ ଦଉଡ଼ିବାନ୍ଧି ଯେତେ ଟାଣିଲେ ମଧ୍ୟ, ତାଙ୍କଦ୍ବାରା ଏଣ୍ଡୁଅଟି ସାମାନ୍ୟ ଭାବେ ଘୁଞ୍ଚିନାହିଁ । ଜଣେ ଜଣେ କରି ଟାଣିବାର ସଫଳ ନ ହେବାରୁ, ସମସ୍ତେ ମିଳିତ କୃକଲାଶ ବା ଏଣ୍ଡୁଅକୁ ନିଜର ବଳ ପ୍ରୟୋଗକରି କୂଅର ବାହାରକୁ ଆଣି ନ ପାରିବାରୁ, ସେମାନେ ନିଜକୁ ହୀନବୀର୍ଯ୍ୟ ବୋଲି ମନେ କରିଛନ୍ତି । ସେହି କଥା ଚିନ୍ତାକରି ନିଜେ ଲଜ୍ଜିତ ହୋଇଛନ୍ତି । ମରଣଠାରୁ ଲଜ୍ୟା ବଳିଲା ବୋଲି ଭାବିଛନ୍ତି । କୃଷ୍ଣଙ୍କ ଔରସରୁ ଜାତ ହୋଇଥିଲେ ମଧ୍ୟ, ସେମାନେ ସାମାନ୍ୟ ଏଣ୍ଡୁଅକୁ କୂଅରୁ ବାହାର କରିପାରି ନଥୁବାରୁ ମାନସିକ ଅବସାଦ ଲାଭ କରିଛନ୍ତି । ଏଭଳି ଘଟଣା ଯଦି ପ୍ରକାଶ ପାଏ, ତା’ହେଲେ ସମସ୍ତେ ତାଙ୍କୁ ଉପହାସ କରିବେ ।

ଏଭଳି ଭୀରୁ ଭଳି କାର୍ଯ୍ୟରେ ନିଷ୍ଠୁର କଥା କହିବେ । କୃଷ୍ଣସୁତ ବୋଲି ସେମାନଙ୍କ ମନରେ ଯେଉଁ ଦାୟିକ ଭାବ ଥିଲା, ତାହା ଦୂରେଇଯିବ । ରାଜପୁରରେ ଥ‌ିବା ବଧୂମାନେ ମୁହଁରେ ବସନ ଦେଇ ହସିବେ । ଉଲ୍ଲେଖ କରିଛନ୍ତି । ସେମାନେ କହିଛନ୍ତି, ଘନ ଜଙ୍ଗଲ ଭିତରେ ଏକ ଅଦ୍ଭୁତ ଘଟଣା ଘଟିଲା । ବନ ମଧ୍ୟରେ ଏକ ଶୁଖୁ କୂପରେ ଏକ ବିଚିତ୍ର କୃକଲାଶ ଆକୃତିର ଜୀବ ଦେଖୁଛନ୍ତି । ସେହି ଜୀବର ଆକାର ବେଶ୍ ବଡ଼ । ଦେଖୁଲେ ପର୍ବତ ପରି ଦେଖାଯାଉଛି । ମାତ୍ର ସେହି ଜୀବଟି ସ୍ଥିରହୋଇ ରହିଛି । ଆମ୍ଭେମାନେ ଯେତେ ଚେଷ୍ଟାକଲେ ମଧ୍ୟ ସେହି ଜୀବକୁ ସାମାନ୍ୟ ଭାବରେ ଘୁଞ୍ଚାଇ ପାରିଲୁ ନାହିଁ । ଲୀଳାସୁନ୍ଦର କୃଷ୍ଣ ପୁତ୍ରମାନଙ୍କ କଥାରେ ଆଶ୍ଚର୍ଯ୍ୟ ହେଲାଭଳି ଭାବ ପ୍ରକାଶ କରିଛନ୍ତି । ସେମାନଙ୍କ ସହିତ ବନକୁ ଯାଇଛନ୍ତି, ସେହି ବିଚିତ୍ର ଜୀବକୁ ଦେଖିବାପାଇଁ ।

କୃଷ୍ଣ ପୁତ୍ରମାନଙ୍କ ସହିତ ବନକୁ ଯାଇ, କୂପ ମଧ୍ୟରେ ଥ‌ିବା ଏଣ୍ଡୁଅକୁ ଦେଖୁଛନ୍ତି । ଶୁଖୁଲା କୂଅ ମଧ୍ୟରେ ଘାସ ପରିପୂର୍ଣ୍ଣ । ସେଥରେ ଗିରିଶୃଙ୍ଗ ସଦୃଶ ଏଣ୍ଡୁଅ ତଳକୁ ମୁହଁକରି ଏବଂ ଲାଞ୍ଚକୁ ଉପରକୁ କରି ରହିଅଛି । ଏହାକୁ ବର୍ଣ୍ଣନା କରି କବି ଲେଖୁଛନ୍ତି ।
CHSE Odisha Class 11 Odia Solutions Chapter 6 Img 5
ଦୟାସାଗର ଶ୍ରୀକୃଷ୍ଣ, ଏଣ୍ଡୁଅର ଲାଞ୍ଜକୁ ବାମ ହାତରେ ଧରି କୂଅରୁ ବାହାର କରିଛନ୍ତି । କୃଷ୍ଣପୁତ୍ରମାନେ ଯାହାକୁ କୂଅରୁ ବାହାର କରିବାକୁ ଚେଷ୍ଟାରେ ବିଫଳ ହୋଇଥିଲେ ଏବଂ ଲଜ୍ଜିତ ହୋଇଥିଲେ, ସେହି ବିରାଟ, ପର୍ବତପ୍ରାୟ ଏଣ୍ଡୁଅକୁ କୃଷ୍ଣ ବାମକରରେ ଧରି ବାହାରକୁ ଆଣିଛନ୍ତି । କବି ସେହି ଲୀଳାପ୍ରସଙ୍ଗକୁ ଉଲ୍ଲେଖ କରିବାକୁ ଯାଇ ସୁନ୍ଦର ଉପମାଟିଏ ସାଧାରଣ ଏଣ୍ଡୁଅ ନଥିଲା । ସେ ଥିଲା ଶାପଗ୍ରସ୍ତ ନୃଗରାଜ । ଶାପଗ୍ରସ୍ତ ହୋଇ ସେ ଏଣ୍ଡୁଅ ଭାବରେ ଶୁଖୁଲା କୁଅରେ ପଡ଼ିଥିଲା ଏବଂ କୃଷ୍ଣଙ୍କ ସ୍ପର୍ଶକୁ ଅପେକ୍ଷା କରିଥିଲା । କୃଷ୍ଣଙ୍କ ସ୍ପର୍ଶ ପାଇ ଏଣ୍ଡୁଅଟି ଦିବ୍ୟରୂପ ଧାରଣ କରିଛି । ଏହାକୁ ବର୍ଣ୍ଣନା କରି କବି ଗୋଟିଏ ପରେ ଗୋଟିଏ ଉପମା ବାଢ଼ି ବସିଛନ୍ତି । ଏଣ୍ଡୁଅଟି ଦିବ୍ୟରୂପ ଧାରଣ କରିଛ । ଏଣ୍ଡୁଅ ରୂପ ଯାଇ ଧାରଣ କରିଛି । ତାହାର ଶରୀର ଶୁଦ୍ଧ ସୁବର୍ଣ୍ଣ ଭଳି ଝଟକି ଉଠିଛି ।

ମେଘମାଳାରେ ବିଜୁଳିର ଜ୍ୟୋତି ଦେଖାଗଲା ଭଳି, ସମସ୍ତଙ୍କ ଦୃଷ୍ଟିକୁ ସେ ଝଲସାଇ ଦେଇଛି । ଦିବ୍ଯବସନ ସାଙ୍ଗକୁ ସୁଗନ୍ଧିତ ପୁଷ୍ପମାଳକୁ ଦେଖୁ ଶ୍ରୀକୃଷ୍ଣ ଆଶ୍ଚର୍ଯ୍ୟ ହୋଇଛନ୍ତି । ସର୍ବଜ୍ଞାତା କୃଷ୍ଣ, ଯେକି ସବୁକିଛି କାର୍ଯ୍ୟ ପାଇଁ ପୃଥ‌ିବୀ ବିଖ୍ୟାତ, ସେହି ବ୍ରହ୍ମରାଶି ପ୍ରଭୁ ଶାପମୁକ୍ତ ଏଣ୍ଡୁଅର ପରିଚୟ ଜାଣିବା ପାଇଁ ଚାହିଁଛନ୍ତି । ହସିହସି ସବୁକିଛି ସେ ପଚାରିଛନ୍ତି । କାରଣ ସେହି ଏଣ୍ଡୁଅ ସାଧାରଣ ନଥିଲା। ପୁନଶ୍ଚ ସେ କୃଷ୍ଣଙ୍କ ସ୍ପର୍ଶପାଇ ଶାପମୁକ୍ତ ହେବାରୁ ସେ ହେଉଛି ପୁଣ୍ୟଦେହୀ । ଦେବତା ଭଳି ତାହାର ଶରୀର ଶୋଭାପାଉଥିଲା । କୃଷ୍ଣଙ୍କ ପ୍ରଶ୍ନକୁ ବର୍ଣ୍ଣନା କରି କବି ଲେଖୁଛନ୍ତି
CHSE Odisha Class 11 Odia Solutions Chapter 6 Img 6
ଶ୍ରୀକୃଷ୍ଣଙ୍କ କଥାର ଉତ୍ତର ଦେଇଛନ୍ତି ଶାପଗ୍ରସ୍ତ ନୃଗରାଜା । ସେ ଅତି ନମ୍ରତାର ସହିତ କୃଷ୍ଣଙ୍କୁ ପ୍ରଣାମ କରିଛନ୍ତି । ସୂର୍ଯ୍ୟସଦୃଶ ମୁକୁଟ ନଇଁଯାଇଛି ଗୋବିନ୍ଦଙ୍କ ପାଦପଦ୍ମରେ । ସେ ନିଜର ପରିଚୟ ଦେଇଛନ୍ତି । ସେ ହେଉଛନ୍ତି ଈକ୍ଷ୍ମାକୁ ବଂଶର ନୃଗରାଜା । ସେ ନିଜକୁ ଦାନୀ ଭାବରେ ପ୍ରମାଣ କରିବାପାଇଁ ଅନେକ ଦାନ ଦେଇଛନ୍ତି । ଜଗତରେ ଯେତେ ଦାନୀ ଅଛନ୍ତି, ସେମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠ ଦାନୀ । କୃଷ୍ଣ ଯେ ସର୍ବଜ୍ଞାତା ତାହାର ସୂଚନା ଦେଇ ନିଜର ନମ୍ରତା ଓ ଭକ୍ତିଭାବ ସେ ପ୍ରକାଶ କରିଛି । କୃଷ୍ଣ ସବୁ ଜାଣିଲେ ମଧ୍ୟ, କେବଳ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ, ସବୁକିଛି ଖୋଲି କହିଛନ୍ତି ।

ଦାନୀ ହିସାବରେ ସେ ଅନେକ ଗୋରୁ ଦାନ କରିଛନ୍ତି । କେତେ ଯେ ଦାନ ଦେଇଛନ୍ତି, ତାହାର ହିସାବ ସେ ରଖୁନାହାଁନ୍ତି । ଏହି ପ୍ରସଙ୍ଗରେ ସେ ଦାନର ପରମାଣକୁ ବୁଝାଇବାକୁ ଯାଇ କହିଛନ୍ତି, ଭୂମିରେ ଯେତେ ଧୂଳି, ଗଗନରେ ଯେତେ ତାରକା, ବରଷାର ଯେତେ ଧାରା, ସେହି ସଂଖ୍ୟାରେ ସେ ଗୋରୁ ଦାନ ଦେଇଛନ୍ତି । କେବଳ ସେ ସାଧାରଣ ଗୋରୁ ଦାନ ଦେଇ ନାହାଁନ୍ତି, ବରଂ ସବୁଠାରୁ ମୂଲ୍ୟବାନ୍ ଗୋରୁମାନଙ୍କୁ ସେ ଦାନ ଦେଇଛନ୍ତି । ଗୋ-ସମ୍ପଦଗୁଡ଼ିକ ଅଳ୍ପବୟସର ଦୁଗ୍ଧବତୀ, ଶାନ୍ତ ସ୍ଵଭାବର ଏବଂ ବତ୍ସାଯୁକ୍ତ । ପିଙ୍ଗଳ ବର୍ଣ୍ଣ ସହିତ ଗୋରୁମାନଙ୍କର ଶୃଙ୍ଗରେ ସୁବର୍ଣ୍ଣ ଶୋଭାପାଉଥାଏ । ଖୁରାରେ ରହିଥାଏ ରୂପାର ବାଜେଣି । ଏହିପରି ଉପଯୁକ୍ତ ଗାଈମାନଙ୍କର ବର୍ଣ୍ଣନା ଦେଇ ନୃଗରାଜାଙ୍କ ମୁଖରେ କବି କହିଛନ୍ତି –
CHSE Odisha Class 11 Odia Solutions Chapter 6 Img 7
ନୃଗରାଜା କେବଳ ଉପଯୁକ୍ତ ଗୋ ଦାନ କରନ୍ତି ନାହିଁ ବରଂ ସେ ଉପଯୁକ୍ତ ବ୍ରାହ୍ମଣମାନଙ୍କୁ ଦାନ ଦେଇଥା’ନ୍ତି ବୋଲି ସ୍ଵୀକାର କରିଛନ୍ତି । ଯେଉଁ ବ୍ରାହ୍ମଣ ଯୁବା, ସୁଗୁଣ, ସାଧୁ, ଶୀଳସ୍ଵଭାବ, ଦରିଦ୍ର, ବହୁକୁଟନ୍ତ୍ରୀ, ବ୍ରହ୍ମଚର୍ଯ୍ୟ ଦୀକ୍ଷାଯୁକ୍ତ, ବେଦାଧ୍ୟୟନେ ସଦାତପୁର, ସେହିଭଳି ବ୍ରାହ୍ମଣମାନଙ୍କୁ ସୁପୁଣ୍ୟକାଳରେ ସେ ଦାନ ଦେଇଥା’ନ୍ତି ବୋଲି କହିଛନ୍ତି । କେବଳ ସେ ଗୋ-ସମ୍ପଦ ଦାନ ଦେଇନାହାଁନ୍ତି, ଆହୁରି ମଧ୍ୟ ଭୂମି, ସୁବର୍ଣ୍ଣ, ଗଜ, ଅଶ୍ଵ, କନ୍ୟାଦାସୀ, ଶସ୍ୟ, ଶଯ୍ୟା, ବସ୍ତ୍ର, ଭୂଷଣ ଅନେକ ଦାନ ଦେଇଛନ୍ତି । ପୁନଶ୍ଚ ଦେବ ମନ୍ଦିରମାନଙ୍କର ସେ ଜଳଦାନ ଓ ଅନ୍ନଦାନ କରିବାକୁ ଯାଇ ସୁମିଷ୍ଟ ପବିତ୍ର ଭୋଜନ ଦାନ କରିଛନ୍ତି ।

ଏତେ ଦାନ କରିଥିଲେ ମଧ୍ୟ, ସେହି ଦାନ ଦେବା ଅବକାଶରେ ମୃଗରାଜ କିଞ୍ଚ୍ ପାପ କରିଛନ୍ତି ବୋଲି ଗାଈ ଦାନ ଦେବା ସମୟରେ ଜଣେ ବ୍ରାହ୍ମଣଙ୍କୁ ଗାଈଟିଏ ଦାନ ଦେଇଥୁଲି ବୋଲି ନୃଗରାଜା କହିଛନ୍ତି । ମାତ୍ର ସେହି ଗାଈଟି ଫିଟିଯାଇ ପୁନର୍ବାର ଗୋଷ୍ଠରେ ପଶିଯାଇଛି । ଅଜାଣତରେ ସେହି ଗାଈକୁ ସେ ଅନ୍ୟଜଣେ ବ୍ରାହ୍ମଣକୁ ଦାନ ଦେଇଛନ୍ତି । ଦ୍ଵିତୀୟ ବ୍ରାହ୍ମଣଟି ଗାଈ ନେଇଯିବା ସମୟରେ ପ୍ରଥମ ବ୍ରାହ୍ମଣଟି, ତା’ର ହଜିଲା ଗାଈକୁ ଦେଖୁଛି । ଫଳରେ ସେହି ଗୋଟିଏ ଗାଈକୁ ନେଇ ପରସ୍ପର ମଧ୍ୟରେ ଦୃହ ସୃଷ୍ଟି ହୋଇଛି । ଶେଷରେ ସେମାନେ ନୃଗରାଜା ପାଖରେ ପହଞ୍ଚିଛନ୍ତି । ପ୍ରଥମ ବ୍ରାହ୍ମଣଟି ଅଭିଯୋଗ କରିଛି, ଥରେ ଦାନ ଦେଇଥିବା ଗାଈକୁ ଆଉଥରେ ଦାନ ଦେଇଥ‌ିବାରୁ ତାଙ୍କର ଅପରାଧ ହୋଇଛି । ସେହି ଅପରାଧ ପାଇଁ ତାଙ୍କୁ ନର୍କ ଭୋଗ କରିବାକୁ ହେବ । କବି ଏହାକୁ ବର୍ଣ୍ଣନା କରି ଲେଖୁଛନ୍ତି –
CHSE Odisha Class 11 Odia Solutions Chapter 6 Img 8
ବିପ୍ରର ଆକ୍ଷେପମୂଳକ କଥା ଶୁଣି ନୃଗରାଜା ଭୟଭୀତ ହୋଇଛନ୍ତି । ଭୟରେ ତାଙ୍କର ଶରୀର ଥରି ଉଠିଛି । ଚେଷ୍ଟା କରିଛନ୍ତି । ମାତ୍ର ସେହି ଧେନୁ ବଦଳରେ ଅଜାଣତରେ ସେ ବଡ଼ ଭୁଲ୍ କରିଥିବାରୁ ବ୍ରାହ୍ମଣଙ୍କ ନିକଟରେ ହାତ ଯୋଡ଼ିଛନ୍ତି । ଯୋଡ଼ହସ୍ତ ଶିରରେ ଲଗାଇଛନ୍ତି । ଦୁଇ ବ୍ରାହ୍ମଣଙ୍କ ପାଦତଳେ ପଡ଼ି ନିଜର ଦୋଷ ସ୍ଵୀକାର କରିଛନ୍ତି । ସେମାନଙ୍କୁ ବୁଝାଇବାକୁ ନୃଗରାଜା ବ୍ରାହ୍ମଣମାନେ କୌଣସି ପ୍ରକାର ରାଜାଙ୍କ କଥା ଶୁଣିନାହାନ୍ତି । ରାଜା କେବଳ ବୁଝାଇ ନାହାନ୍ତି, ବରଂ ଲକ୍ଷେ ଧେନୁ ଦେବାପାଇଁ କହିଛନ୍ତି । ଅନେକ ସ୍ବର୍ଶ ଦକ୍ଷିଣା ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ବ୍ରାହ୍ମଣ ଦୁଇଜଣ ହୋଇ କଥା ବଦଳାଇ ଥିବାରୁ ଧ୍ୟାର କରିଛନ୍ତି ।

ବ୍ରାହ୍ମଣ କ୍ରୋଧ ପ୍ରକାଶ କରି ଘରକୁ ଫେରି ଯାଇଥିଲେ ମଧ୍ୟ ପରଦିନ ପୁନର୍ବାର ରାଜାଙ୍କୁ ଧେନୁ ଦେବାପାଇଁ ବାଧ୍ୟ କରିଛନ୍ତି । ପ୍ରତିଦିନ ରାଜା ବ୍ରାହ୍ମଣର ପାଦଧରି ନିଜର ଭୁଲ୍ ସ୍ଵୀକାର କରିଛନ୍ତି । ମାତ୍ର ବ୍ରାହ୍ମଣ କୌଣସି ପ୍ରକାରେ ସନ୍ତୁଷ୍ଟ ହୋଇନାହାଁନ୍ତି । ବରଂ କ୍ରୋଧ ପ୍ରକାଶ କରି ରାଜାଙ୍କୁ ଆକ୍ଷେପ କରିଛନ୍ତି ।ନେଇଛନ୍ତି । ଯମଦୂତ ନେଇଥୁଲେ ବି, ଯେହେତୁ ରାଜା ମହାଦାନୀ ଥିଲେ ତେଣୁ ରବିନନ୍ଦନ ଯମ, ରାଜାଙ୍କୁ ଅନେକ ପ୍ରକାର ସମ୍ମାନ କରିଛନ୍ତି । ପାପ ପୁଣ୍ୟର ବିଚାର ପରେ, ଯମ କହିଛନ୍ତି, ‘ହେ ରାଜା, ତୁମେ ଜୀବନରେ ଅନେକ ପୁଣ୍ୟ କରିଥିଲେ ବି ଅଳ୍ପକିଛି ପାପ କରିଛି । ତେଣୁ ଆଗେ ପୁଣ୍ୟ କିମ୍ବା ପାପର ଫଳ ଭୋଗ କରିବ ନିର୍ଣ୍ଣୟ କର । କାରଣ ସମସ୍ତେ କର୍ମଫଳର ଅଧୀନ । ଏପରିକି ବ୍ରହ୍ମା ଶଙ୍କର ପରି ଦେବତାମାନେ ମଧ୍ୟ କର୍ମଫଳ ଭୋଗ କରିଥା’ନ୍ତି । ଏହାକୁ ବର୍ଣ୍ଣନା କରି
CHSE Odisha Class 11 Odia Solutions Chapter 6 Img 9
ରାଜା ମନ ମଧ୍ୟରେ କର୍ମଫଳ ଭୋଗକଥାକୁ ଚିନ୍ତା କରିଛନ୍ତି । ଶେଷରେ ସେ ନିର୍ଣ୍ଣୟ କରିଛନ୍ତି, ପାପଫଳକୁ ଆଗେ ଭୋଗ କରିବେ ଏବଂ ପରେ ପୁଣ୍ୟଫଳ ଭୋଗ କରିବେ । ରାଜାଙ୍କ କଥା ଅନୁସାରେ ଯମରାଜା ଦୂତମାନଙ୍କୁ କହିଛନ୍ତି, ନୃଗରାଜା ବ୍ରହ୍ମସ୍ଵ ପାପରେ ଭାଗୀ ଅଟନ୍ତି । ଏହି ପାତକ ପାଇଁ ତାଙ୍କୁ ଏଣ୍ଡୁଅ କରିଦେବାକୁ ଆଦେଶ ଦେଇଛନ୍ତି । ସେହି ଭୋଗ କରିଛନ୍ତି । ଯମ ମୁକ୍ତିର ବାଟ ମଧ୍ୟ କହିଛନ୍ତି । ଯେଉଁଦିନ କୃଷ୍ଣଙ୍କ କରସ୍ପର୍ଶ ଲାଭ କରିବେ, ସେହିଦିନ ରାଜା ଦିବ୍ୟତନୁ ଧାରଣ କରିବେ । ପାପଫଳ ସରି ଯାଇଥବାରୁ, ପୁଣ୍ୟଫଳ ପାଇ ସ୍ଵର୍ଗକୁ ଗମନ କରିବେ । କୃଷ୍ଣଙ୍କ କରସ୍ପର୍ଶ ପାଇ ନୃଗରାଜ ଶାପରୁ ମୁକ୍ତି ପାଇଛନ୍ତି । କୃଷ୍ଣଙ୍କ ପାଦତଳେ ପଡ଼ି ଶରଣାପନ୍ନ ହୋଇଛନ୍ତି ।

(ଗ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 11 Odia Solutions Chapter 6 Img 10
CHSE Odisha Class 11 Odia Solutions Chapter 6 Img 11

Leave a Comment