CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

Odisha State Board CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ Questions and Answers.

CHSE Odisha 11th Class Political Science Solutions Chapter 10 ସମ୍ବିଧାନର ଦର୍ଶନ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ___________ ସମ୍ବିଧାନର ସଂଶୋଧନ ପାଇଁ ବ୍ୟବସ୍ଥାପିକାରେ ସାଧାରଣ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେଉଥିବାବେଳେ ___________ ସମ୍ବିଧାନର ସଂଶୋଧନ ପାଇଁ ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତାର ଆବଶ୍ୟକତା ଦେଖାଯାଏ ।
(କ) ନମନୀୟ, ଅନମନୀୟ
(ଖ) ଅନମନୀୟ, ନମନୀୟ
(ଗ) ଲିଖତ, ଅନମନୀୟ
(ଘ) ଅଲିଖତ, ନମନୀୟ
Answer:
(କ) ନମନୀୟ, ଅନମନୀୟ

୨ । ଭାରତର ସମ୍ବିଧାନର ଦର୍ପଣ ___________ ଅଟେ ।
(କ) ମୌଳିକ ଅସ୍ଵୀକାର
(ଖ) ମୌଳିକ କର୍ଭବ୍ୟ
(ଗ) ପ୍ରାକ୍‌କଥନ ବା ମୁଖବନ୍ଧ
(ଘ) ନ୍ୟାୟପାଳିକା
Answer:
(ଗ) ପ୍ରାକ୍‌କଥନ ବା ମୁଖବନ୍ଧ

୩ । ଭାରତ ସମ୍ବିଧାନରେ ___________ ଟି ଧାରା ଓ ___________ ଟି ଅନୁଚ୍ଛେଦ ଅଛି ।
(କ) ୪୦୩, ୧୦
(ଖ) ୪୦୩, ୧୨
(ଗ) ୩୯୫, ୧୦
(ଘ) ୩୯୫, ୧୨
Answer:
(ଘ) ୩୯୫, ୧୨

୪ । ଭାରତୀୟ ସମ୍ବିଧାନରେ ___________ ସ୍ତମ୍ଭ ଅଛି ।
(କ) ପାଞ୍ଚଗୋଟି
(ଖ) ଛଅଗୋଟି
(ଗ) ଚାରିଗୋଟି
(ଘ) ତିନିଗୋଟି
Answer:
(କ) ପାଞ୍ଚଗୋଟି

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୫ । ଭାରତୀୟ ନାଗରିକ ___________ ନାଗରିକତ୍ବପ୍ରାପ୍ତ ହୋଇଛି ।
(କ) ଏକକ
(ଖ) ଦ୍ବୈତ
(ଗ) ତ୍ରୟ
(ଘ) ମିଣ୍ରିତ
Answer:
(କ) ଏକକ

୬ । ଭାରତରେ ଏକ ___________ ଓ ___________ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଛି ।
(କ) ସ୍ଵାଧୀନ, ନିରପେକ୍ଷ
(ଖ) ବଶୀଭୂତ, ଧର୍ମନିରପେକ୍ଷ
(ଗ) ସ୍ଵାଧୀନ, ବିଜ୍ଞ
(ଘ) ନିରପେକ୍ଷ, ସାଧୁ
Answer:
(କ) ସ୍ଵାଧୀନ, ନିରପେକ୍ଷ

୭ । ଭାରତରେ ___________ ଭୋଟ ପ୍ରଥା ପ୍ରଚଳିତ ।
(କ) ସାର୍ବଜନୀନ ସାବାଳକ
(ଖ) ଜାତିଗତ
(ଗ) ସାଂପ୍ରଦାୟିକ
(ଘ) ଧର୍ମଗତ
Answer:
(କ) ସାର୍ବଜନୀନ ସାବାଳକ

୮ । ପଦଟି ସମ୍ବିଧାନର ଉତ୍ସ ସମ୍ପର୍କରେ ସୂଚନା ଦିଏ ।
(କ) ସମାନତା
(ଖ) ସ୍ଵତନ୍ତ୍ରତା
(ଗ) ଭ୍ରାତୃଭାବ
(ଘ) ଆମ୍ଭେ ଭାରତବାସୀ
Answer:
(ଘ) ଆମ୍ଭେ ଭାରତବାସୀ

୯ । ଭାରତ ଏକ ସାର୍ବଭୌମ ସମାଜବାଦୀ ___________ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଅଟେ ।
(କ) ପରୋକ୍ଷ
(ଖ) ଧର୍ମନିରପେକ୍ଷ
(ଗ) ଉଦାରବାଦୀ
(ଘ) ଗାନ୍ଧିବାଦୀ
Answer:
(ଖ) ଧର୍ମନିରପେକ୍ଷ

୧୦ । ଭାରତୀୟ ସମ୍ବିଧାନ ଲୋକମାନଙ୍କୁ ___________, ___________ ଏବଂ ___________ ନ୍ୟାୟ ପ୍ରଦାନ କରିଛି ।
(କ) ସାମାଜିକ, ଅର୍ଥନୈତିକ, ରାଜନୈତିକ
(ଖ) ନୈତିକ, ଅର୍ଥନୈତିକ, ଆଇନଗତ
(ଗ) ଉଦାରବାଦୀ, ସାମାଜିକ ଆର୍ଥିକ
Answer:
(କ) ସାମାଜିକ, ଅର୍ଥନୈତିକ ଓ ରାଜନୈତିକ

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୧୧ । ଭାରତ ଗୋଟିଏ ___________ ରାଷ୍ଟ୍ର ହୋଇଥିବାରୁ ରାଷ୍ଟ୍ରଦ୍ଵାରା ପରିଚାଳିତ କୌଣସି ଶିଷ୍ଠାନୁଷ୍ଠାନରେ କୌଣସି ଧର୍ମ ସମ୍ପର୍କରେ ଶିକ୍ଷାପ୍ରଦାନ କରାଯାଇପାରିବ ନାହିଁ ।
(କ) ସମାଜବାଦୀ
(ଖ) ଧର୍ମନିରପେକ୍ଷ
(ଗ) ଉଦାରବାଦୀ
(ଘ) ଗାନ୍ଧିବାଦୀ
Answer:
(ଖ) ଧର୍ମନିରପେକ୍ଷ

୧୨ । ଭାରତରେ ___________ ଟି ରାଜ୍ୟ ଓ ___________ ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।
(କ) ୨୮, ୭
(ଖ) ୩୦, ୮
(ଗ) ୨୮, ୧୦
(ଘ) ୨୮, ୮
Answer:
(କ) ୨୮, ୭

୧୩ । ମୌଳିକ ଅଧୁକାରଗୁଡ଼ିକ ସମ୍ବିଧାନର ___________ ଭାଗରେ ଲିପିବଦ୍ଧ ହୋଇରହିଛି |
(କ) ଚତୁର୍ଥ
(ଖ) ଚତୁର୍ଥ (କ)
(ଗ) ତୃତୀୟ
(ଘ) ଏକାଦଶ
Answer:
(ଗ) ତୃତୀୟ

୧୪ । ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମ୍ବିଧାନର ___________ ଭାଗରେ ଲିପିବଦ୍ଧ ହୋଇ ରହିଛି |
(କ) ଚତୁର୍ଥ
(ଖ) ଚତୁର୍ଥ (କ)
(ଗ) ତୃତୀୟ
(ଘ) ଏକାଦଶ
Answer:
(କ) ଚତୁର୍ଥ

୧୫ । ସମ୍ବିଧାନର ଲକ୍ଷ୍ୟ ଓ ଆଦର୍ଶ ___________ ରେ ଲିପିବଦ୍ଧ ହୋଇ ରହିଛି ।
(କ) ମୌଳିକ ଅଧିକାର
(ଖ) ରାଷ୍ଟ୍ରନିୟାମକ ତତ୍ତ୍ଵ
(ଗ) ମୁଖବନ୍ଧ
(ଘ) ମୌଳିକ କର୍ଭବ୍ୟ
Answer:
(ଗ) ମୁଖବନ୍ଧ

୧୬ । ଭାରତୀୟ ସମ୍ବିଧାନ ଉଭୟ ___________ ଏବଂ ___________ ଅଟେ ।
(କ) ନମନୀୟ, ଉଦାରବାଦୀ
(ଖ) ସମାଜବାଦୀ, ଅନମନୀୟ
(ଗ) ଗାନ୍ଧିବାଦୀ, ନମନୀୟ
(ଘ) ନମନୀୟ ଓ ଅନମନୀୟ
Answer:
(ଘ) ନମନୀୟ ଓ ଅନମନୀୟ

୧୭ । ଭାରତ ଆକାରରେ ___________ ହେଲେ ମଧ୍ୟ ପ୍ରକାରରେ ___________ ।
(କ) ସଂଘୀୟ, ଐକିକ
(ଖ) ଐକିକ, ସଂଘୀୟ
(ଗ) ସମାଜବାଦୀ, ସଂଘୀୟ
(ଘ) ଉଦାରବାଦୀ, ଐକିକ
Answer:
(କ) ସଂଘୀୟ, ଐକିକ

୧୮ । ଦାୟିତ୍ଵଶୀଳ ସରକାର ___________ ଶାସନର ଏକ ମୁଖ୍ୟ ବୈଶିଷ୍ଟ୍ୟ ।
(କ) ରାଷ୍ଟ୍ରପତୀୟ
(ଖ) ସଂସଦୀୟ
(ଖ) ଗଣତାନ୍ତ୍ରିକ
(ଘ) ଏକଚ୍ଛତ୍ରବାଦୀ
Answer:
(ଖ) ସଂସଦୀୟ

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୧୯ । ସମ୍ବିଧାନ ସଂଣୋଧନ ପ୍ରଣୋଳା ___________ ଧାରାରେ ଲିପିବଦ୍ଧ ହୋଇ ରହିଛି ।
(କ) ୩୬୫
(ଖ) ୩୬୬
(ଗ) ୩୬୮
(ଘ) ୩୭୦
Answer:
(ଗ) ୩୬୮

୨୦ । ସମ୍ବିଧାନର ୧ ଧାରାରେ ଭାରତକୁ ଏକ ରାଜ୍ୟମାନଙ୍କର ___________ ରୂପେ ବର୍ଣ୍ଣନା କରାଯାଇଛି |
(କ) ମିଶ୍ରଣ
(ଖ) ସମ୍ମେଳନ
(ଗ) ରାଜ୍ୟ
(ଘ) ସଂଗଠନ
Answer:
(ଖ) ସମ୍ମେଳନ

୨୧ । ସମ୍ବିଧାନ ସଂଶୋଧନ କ୍ଷମତା ___________ ଠାରେ ନ୍ୟସ୍ତ କରାଯାଇଛି ।
(କ) ଉଚ୍ଚତମ ନ୍ୟାୟାଳୟ
(ଖ) ରାଷ୍ଟ୍ରପତି
(ଗ) ସଂସଦ
(ଘ) ପ୍ରଧାନମନ୍ତ୍ରୀ
Answer:
(ଗ) ସଂସଦ

୨୨ । ନିଜର କୌଣସି ରାଷ୍ଟ୍ରୀୟ ଧର୍ମ ନଥୁବାରୁ ଭାରତ ଏକ ___________ ରାଷ୍ଟ୍ର ।
(କ) ଧର୍ମନିରପେକ୍ଷ
(ଖ) ଧର୍ମଭିଭିକ
(ଗ) ଉଦାରବାଦୀ
(ଘ) ସାର୍ବଭୌମ
Answer:
(କ) ଧର୍ମନିରପେକ୍ଷ

୨୩ । ___________ ତମ ସମ୍ବିଧାନ ସଂଶୋଧନ ଆଇନ “ମୌଳିକ କର୍ତ୍ତବ୍ୟ’’ ଅଧ୍ୟାୟକୁ ସମ୍ବିଧାନର ___________ ଖଣ୍ଡରେ ଓ ___________ ଧାରାରେ ସଂଯୁକ୍ତ କରିଛି ।
(କ) ୪୨; ଚତୁର୍ଥ (କ); ୫୧ (କ)
(ଖ) ୪୪; ଚତୁର୍ଥ ; ୫୧
(ଗ) ୪୩; ତୃତୀୟ ; ୫୨ (କ)
(ଘ) ୪୨; ଚତୁର୍ଥ ; ୫୨ (କ)
Answer:
(କ) ୪୨; ଚତୁର୍ଥ (କ); ୫୧ (କ)

୨୪ । ___________ ସମ୍ବିଧାନ ଚିଠା ପ୍ରଣୟନ ସଭାର ଅଧ୍ୟକ୍ଷ ଥିଲେ ଯାହାଙ୍କୁ ‘ସମ୍ବିଧାନର ଜନକ’ ରୂପେ ଅଭିହିତ କରାଯାଇଥାଏ ।
(କ) ରାଜେନ୍ଦ୍ର ପ୍ରସାଦ
(ଖ) ମହାତ୍ମାଗାନ୍ଧୀ
(ଗ) ପଣ୍ଡିତ ଜବାହାରଲାଲ ନେହେରୁ
(ଘ) ଡ. ଭୀମରାଓ ଆମ୍ବେଦକର
Answer:
(ଘ) ଡ. ଭୀମରାଓ ଆମ୍ବେଦକର

୨୫ । ଗୋଟିଏ ସାଧାରଣତନ୍ତ୍ରରେ ରାଷ୍ଟ୍ରମୁଖ୍ୟ ___________ ।
(କ) ମନୋନୀତ
(ଖ) ବଂଶାନୁକ୍ରମିକ
(ଗ) ନିର୍ବାଚିତ
(ଘ) ସାମରିକବାହିନୀଦୄ।ରା ନିୟୁକ୍ତ
Answer:
(ଗ) ନିର୍ବାଚିତ

୨୬ । ଭାରତ ସମ୍ବିଧାନ କେବେଠାରୁ କାର୍ଯ୍ୟକାରୀ ହେଲା ?
(କ) ୧୯୪୭, ଅଗଷ୍ଟ ୧୫
(ଖ) ୧୯୪୯, ନଭେମ୍ବର ୨୬
(ଗ) ୧୯୫୦, ଜାନୁୟାରୀ ୨୬
(ଘ) ୧୯୫୦, ଜାନୁୟାରୀ ୩୦
Answer:
(ଗ) ୧୯୫୦, ଜାନୁୟାରୀ ୨୬

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ସମ୍ବିଧାନ କ’ଣ ?
Answer:
ଗେଟେଲଙ୍କ ମତରେ, “ସମ୍ବିଧାନ ମୌଳିକ ନୀତିନିୟମର ଏକ ସଂଗ୍ରହ ଅଟେ”, ଯାହାଦ୍ଵାରା ସରକାର ଓ ଶାସିତ ବା ପ୍ରଜାମାନଙ୍କ ମଧ୍ୟରେ ଆଇନଗତ ସଂପର୍କ ନିରୂପିତ ହୁଏ ଏବଂ ଯାହା ଅନୁଯାୟୀ ରାଷ୍ଟ୍ରର କ୍ଷମତା ବ୍ୟବହୃତ ହୁଏ । ଏହା ରାଷ୍ଟ୍ରର ମୌଳିକ ଆଇନ ଗ୍ରନ୍ଥ ହିସାବରେ ସରକାର, ନିୟନ୍ତ୍ରକ, ପଥପ୍ରଦର୍ଶକ, ବିବେକ ଓ ମେରୁଦଣ୍ଡରୂପେ କାର୍ଯ୍ୟକରେ ।

୨ । ନମନୀୟ ସମ୍ବିଧାନ (Flexible Constitution) କ’ଣ ?
Answer:
ଯେଉଁ ସମ୍ବିଧାନ ବ୍ୟବସ୍ଥାପିକାର ସାଧାରଣ ସଂଖ୍ୟାଗରିଷ୍ଠତା ସହ ସଂଶୋଧନ ହୋଇପାରେ ଓ ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ, ତାହାକୁ ନମନୀୟ ସମ୍ବିଧାନ କୁହାଯାଏ ।

୩ । ଅନମନୀୟ ସମ୍ବିଧାନ (Rigid Constitution) କ’ଣ ?
Answer:
ଯେଉଁ ସମ୍ବିଧାନ ବ୍ୟବସ୍ଥାପିକାର ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠତା ଅର୍ଥାତ୍ ଦୁଇ-ତୃତୀୟାଂଶ ସମର୍ଥନ ସହ ଜଟିଳ ପଦ୍ଧତିରେ ସଂଶୋଧୃତ ହୋଇଥାଏ ଏବଂ ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ, ତାହାକୁ ଅନମନୀୟ ସମ୍ବିଧାନ କୁହାଯାଏ ।

୪ । ‘ସାଧାରଣତନ୍ତ୍ର କ’ଣ ’ ?
କିମ୍ବା, ଭାରତକୁ କାହିଁକି ସାଧାରଣତନ୍ତ୍ର କୁହାଯାଏ ?
Answer:
ଯେଉଁ ରାଷ୍ଟ୍ରରେ ରାଷ୍ଟ୍ରମୁଖ୍ୟ ବଂଶାନୁକ୍ରମିକଭାବେ ବଛା ନ ଯାଇ ନିର୍ଦ୍ଧାରିତ ସମୟ ପାଇଁ ନିର୍ବାଚିତ ହୁଅନ୍ତି ତାହାକୁ ସାଧାରଣତନ୍ତ୍ର କୁହାଯାଏ । ଭାରତରେ ରାଷ୍ଟ୍ରମୁଖ୍ୟ ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚିତ ହେଉଥ‌ିବାରୁ ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ର କୁହାଯାଏ ।

୫ । ସଂସଦୀୟ ଶାସନ କହିଲେ କ’ଣ ବୁଝ ?
Answer:
ଯେଉଁ ଶାସନ ବ୍ୟବସ୍ଥାରେ ଜଣେ ନାମକୁମାତ୍ର ରାଷ୍ଟ୍ରମୁଖ୍ୟ ଏବଂ ଆଉ ଜଣେ ବାସ୍ତବ ଶାସନମୁଖ୍ୟଭାବରେ କାର୍ଯ୍ୟ କରନ୍ତି ଏବଂ ଯେଉଁ ଶାସନରେ କାର୍ଯ୍ୟପାଳିକା ସଂସ୍ଥା ନିଜର କାର୍ଯ୍ୟକଳାପ ପାଇଁ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ ରୁହେ, ତାକୁ ସଂସଦୀୟ ଶାସନ କୁହାଯାଏ ।

(C) ଗୋଟିଏ ପଦରେ ଉତ୍ତର ଦିଅ ।

୧ । ସମ୍ବିଧାନର ଅନୁପସ୍ଥିତିରେ ରାଷ୍ଟ୍ରରେ କେଉଁ ଶାସନ ଦେଖାଯାଏ ?
Answer:
ଅରାଜକତା

୨ । ଭାରତର ଶାସନ ବିଧାୟକ ସଭାର ଅଧ୍ୟକ୍ଷ କିଏ ଥିଲେ ?
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

୩ । ଭାରତର ଚିଠା ପ୍ରଣୟନ ସମିତିର ଅଧ୍ୟକ୍ଷ କିଏ ଥିଲେ ?
Answer:
ଡକ୍ଟର ବି.ଆର୍. ଆମ୍ବେଦକର

୪ । ଭାରତକୁ କେଉଁ ସମ୍ବିଧାନ ବୋଲି ସମାଲୋଚନା କରାଯାଏ ?
Answer:
ଉଦ୍ଧୃତ ସମ୍ବିଧାନ

୫ । ଭାରତ ଏକ ଐକିକ ରାଷ୍ଟ୍ର ବୋଲି କେଉଁ ଧାରାରେ ବର୍ଣ୍ଣନା କରାଯାଇଛି ?
Answer:
ଧାରା-୧

୬ । ଭାରତ ସମ୍ବିଧାନର ଲକ୍ଷ୍ୟ, ରାଜନୈତିକ ବ୍ୟବସ୍ଥା ଆଦି ସଂପର୍କରେ ସଂକ୍ଷେପରେ ସମ୍ବିଧାନର କେଉଁ ଅଂଶରେ ବର୍ଣ୍ଣନା କରାଯାଇଛି ?
Answer:
ପ୍ରାକ୍‌କଥନ (Preamble)

୭ । କେଉଁ ସମ୍ବଧାନ ସଂଶୋଧନଦ୍ଵାରା ଭାରତରେ ଭୋଟଦାନ ବୟସକୁ ୨୧ ରୁ ୧୮କୁ ଖସାଇ ଅଣାଯାଇଛି ?
Answer:
୬୨ ସମ୍ବିଧାନ ସଂଶୋଧନ

(D) ଭ୍ରମ ସଂଶୋଧନ କର ।

୧ । ଭାରତ ସମ୍ବିଧାନ ଏକ ଅନମନୀୟ ସମ୍ବିଧାନ ଅଟେ ।
Answer:
ଭାରତ ସମ୍ବିଧାନ ଏକ ଅନମନୀୟତା ଓ ନମନୀୟତା ମଧ୍ୟରେ ସମନ୍ଵୟ ରକ୍ଷା କରୁଥିବା ଏକ ସମ୍ବିଧାନ ଅଟେ ।

୨ । ଭାରତ ସମ୍ବିଧାନରେ ୪୦୬ ଗୋଟି ଧାରା ରହିଛି ।
Answer:
ଭାରତ ସମ୍ବିଧାନରେ ୩୯୫ ଗୋଟି ଧାରା ରହିଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୩ । ଭାରତ ଏକ ସଂଘୀୟ ରାଷ୍ଟ୍ର ।
Answer:
ଭାରତ ଏକ ଅର୍ଥସଂଘୀୟ ରାଷ୍ଟ୍ର ।

୪ । ଭାରତ ଆକାରରେ ଐକିକ କିନ୍ତୁ ପ୍ରକୃତିରେ ସଂଘୀୟ ଅଟେ ।
Answer:
ଭାରତ ଆକାରରେ ସଂଘୀୟ କିନ୍ତୁ ପ୍ରକୃତିରେ ଐକିକ ଅଟେ ।

୫ । ସାଧାରଣ ପରିସ୍ଥିତିରେ ଭାରତ ଏକ ଐକିକ ରାଷ୍ଟ୍ର ।
Answer:
ସାଧାରଣ ପରିସ୍ଥିତିରେ ଭାରତ ଏକ ସଂଘୀୟ ରାଷ୍ଟ୍ର ।

୬ । ଭାରତରେ ଦ୍ଵୈତ ନାଗରିକତା ପ୍ରଦାନ କରାଯାଇଛି ।
Answer:
ଭାରତରେ ଏକକ ନାଗରିକତା ପ୍ରଦାନ କରାଯାଇଛି ।

୭ । ଭାରତ ସମ୍ବିଧାନ ନଭେମ୍ବର ୨୬, ୧୯୪୯ ଦିନ କାର୍ଯ୍ୟକାରୀ ହେଲା ।
Answer:
ଭାରତ ସମ୍ବିଧାନ ଜାନୁଆରୀ ୨୬, ୧୯୫୦ ଦିନ କାର୍ଯ୍ୟକାରୀ ହେଲା ।

୮ । ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ନୁହେଁ ।
Answer:
ଭାରତ ଏକ ସାଧାରଣତନ୍ତ୍ର ।

(E) ଶନ୍ୟସ୍ଥାନ ପୂରଣ କର ।

୧ । ଭାରତୀୟ ନାଗରିକକୁ ___________ ଗୋଟି ଅଧୂକାର ଓ ___________ ଗୋଟି କର୍ତ୍ତବ୍ୟ ପ୍ରଦାନ କରାଯାଇଛି ।
Answer:
୬, ୧୧

୨ । ମୌଳିକ ଅଧୂକାର ଆଇନଗତ ଦୃଷ୍ଟିରୁ ___________ ଅଟେ |
Answer:
ନ୍ୟାୟଯୋଗ୍ୟ

୩ । ଭାରତ ସମ୍ବିଧାନ ସଂଶୋଧନ ପଦ୍ଧତି ___________ ଧାରାରେ ବର୍ଣ୍ଣିତ ।
Answer:
୩୬୮

୪ । ଭାରତୀୟ ରାଷ୍ଟ୍ରସଂଘରେ ___________ ଗୋଟି ରାଜ୍ୟ ଓ ___________ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।
Answer:
୨୮ ଓ ୭

୫ । ଭାରତ ସମ୍ବିଧାନ ୯୨ତମ ସଂଶୋଧନ, ୨୦୦୩ ଦ୍ଵାରା ନୂତନଭାବେ କେତୋଟି ଭାଷା ସଂଯୋଗ କରାଯିବା ପରେ ଅଷ୍ଟମ ଅନୁସୂଚୀରେ ସମ୍ବିଧାନ ସ୍ଵୀକୃତ ଭାଷା ସଂଖ୍ୟା ___________ ହୋଇଛି ।
Answer:
୨୨ (ବୋଡ଼ୋ, ଡୋଗ୍ରୀ, ମୈଥୁଳି ଓ ସାନ୍ତାଳିଭାଷା ନୂତନଭାବେ ସଂଯୋଜିତ ହୋଇଛି )

୬ । ସମ୍ବିଧାନ ସଂଶୋଧନ ଆଇନରେ ୨୧(କ) ଧାରାରେ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରାଯାଇଛି ।
Answer:
୮୬ତମ

୭ । ସମ୍ବିଧାନ ସଂଶୋଧନ ଆଇନ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସମ୍ବିଧାନିକ ସ୍ବୀକୃତି ପ୍ରଦାନ କରିଛି ।
Answer:
୭୩ତମ

୮ । ସମ୍ବିଧାନ ସଂଶୋଧନ ଆଇନକୁ ସମ୍ବିଧାନର ସଂକ୍ଷିପ୍ତ ରୂପରେଖ ବୋଲି କୁହାଯାଇଥାଏ ।
Answer:
୬୨ତମ

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ଭାରତୀୟ ସମ୍ବିଧାନ କେଉଁ ମସିହାରେ ପ୍ରଣୀତ ହେଲା ଏବଂ କେଉଁ ମସିହାଠାରୁ କାର୍ଯ୍ୟକାରୀ ହେଲା ?
Answer:
ଭାରତୀୟ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ପ୍ରଣୀତ ହେଲା ଏବଂ ୧୯୫୦ ମସିହାଜାନୁୟାରୀ ୨୬ ତାରିଖରୁ କାର୍ଯ୍ୟକାରୀ ହେଲା ।

୨ । ସମ୍ବିଧାନର ମୁଖବନ୍ଧ କହିଲେ କ’ଣ ବୁଝ ?
Answer:
ମୁଖବନ୍ଧ କହିଲେ ସମ୍ବିଧାନର ପ୍ରାକ୍‌କଥନକୁ ବୁଝାଏ; ଯେଉଁଥରେ ସମ୍ବିଧାନର ଲକ୍ଷ୍ୟ ଓ ଦାର୍ଶନିକ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି ।

୩ । ୪୨ତମ ସଂବିଧାନ ସଂଶୋଧନ ଫଳରେ ମୁଖବନ୍ଧରେ କ’ଣ ଯୋଗ କରାଯାଇଥିଲା ?
Answer:
୧୯୭୬ ମସିହାର ୪୨ ତମ ସମ୍ବିଧାନ ସଂଶୋଧନ ଫଳରେ ମୁଖବନ୍ଧରେ ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଓ ‘ସଂହତି’ ନାମକ ତିନୋଟି ଶବ୍ଦ ଯୋଗ କରାଯାଇଥିଲା ।

୪ । ଭାରତୀୟ ସଂବିଧାନରେ କେଉଁ ବିଷୟଗୁଡ଼ିକ ବ୍ରିଟିଶ୍ ସମ୍ବିଧାନରୁ ଅନୁକରଣ କରାଯାଇଛି ?
Answer:
ଭାରତୀୟ ସମ୍ବିଧାନରେ ଆଇନର ଶାସନ ଓ ସଂସଦୀୟ ସରକାର ନୀତିକୁ ମୁଖ୍ୟତଃ ବ୍ରିଟିଶ୍ ସମ୍ବିଧାନରୁ ଅନୁକରଣ କରାଯାଇଛି ।

୫ । ଆମେରିକା ସମ୍ବିଧାନରୁ ମୁଖ୍ୟତଃ କେଉଁ ବିଷୟଟି ଭାରତୀୟ ସମ୍ବିଧାନ ଅନୁକରଣ କରିଛି ?
Answer:
ଆମେରିକା ସମ୍ବିଧାନରୁ ଭାରତୀୟ ସମ୍ବିଧାନ ନ୍ୟାୟିକ ପୁନରାବଲୋକନ ବ୍ୟବସ୍ଥାକୁ ଅନୁକରଣ କରିଛି ।

୬ । ଏକକ ନାଗରିକତା କହିଲେ କ’ଣ ବୁଝ ?
Answer:
ପ୍ରାଦେଶିକ ସ୍ତରରେ ନାଗରିକତା ନ ଥାଇ ବ୍ୟକ୍ତି ସମଗ୍ର ରାଷ୍ଟ୍ରସଂଘର ନାଗରିକ ହେଲେ ତାକୁ ଏକକ ନାଗରିକତା କୁହାଯାଏ ।

୭ । ମୁଖବନ୍ଧ ପାଠ କଲେ କ’ଣ ଜଣାଯାଏ ?
Answer:
ମୁଖବନ୍ଧ ପାଠକଲେ ବିଶେଷତଃ ତିନିଗୋଟି ଜିନିଷ ଜଣାଯାଏ; ଯଥା- ସମ୍ବିଧାନର ଆଦର୍ଶ ଓ ଆଭିମୁଖ୍ୟ, ସମ୍ବିଧାନର ଉତ୍ସ ଏବଂ ସମ୍ବିଧାନ ପ୍ରଣୟନର ତାରିଖ ।

୮ । କାହା ମତରେ ମୁଖବନ୍ଧର ଗମ୍ଭୀର ଘୋଷଣା, ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ୍ର କରିଦେଇଛି ?
Answer:
ମାନ୍ୟବର ବିଚାରପତି ଶ୍ରୀ ମହାଜନଙ୍କ ମତରେ, ମୁଖବନ୍ଧର ଗମ୍ଭୀର ଘୋଷଣା, ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ କରିଦେଇଛି ।

୯ । କିଏ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଆଭିମୁଖ୍ୟ ପ୍ରସ୍ତାବ ପେଶ୍ କରିଥିଲେ ?
Answer:
ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଆଭିମୁଖ୍ୟ ପ୍ରସ୍ତାବ ପେଶ୍ କରିଥିଲେ ।

୧୦ । କିଏ ସମ୍ବିଧାନକୁ ଭାରତର ସଂଘ ଶାସନକୁ ପ୍ରାୟକ ସଂଘ ଶାସନରୂପେ ବର୍ଣ୍ଣନା କରିଛନ୍ତି ?
Answer:
ପ୍ରଫେସର କେ. ସି. ହୁଏର ଭାରତର ସଂଘଶାସନକୁ ପ୍ରାୟକ ସଂଘ ଶାସନରୂପେ ବର୍ଣ୍ଣନା କରିଛନ୍ତି |

୧୧ । ଭାରତ ସରକାରଙ୍କଦ୍ଵାରା ଦିଆଯାଉଥବା ପଦ୍ମ ଭୂଷଣ ଏକ ଉପାଧ୍ବ କି ?
Answer:
ଏହା ଏକ ଉପାଧ୍ଵ ନୁହେଁ, ବରଂ ସମ୍ମାନସୂଚକ ଭୂଷଣ ଅଟେ ।

୧୨ । ମୌଳିକ ଅଧିକାରର ସୁରକ୍ଷା ପାଇଁ ଉଚ୍ଚ ଏବଂ ଉଚ୍ଚତମ ନ୍ୟାୟାଳୟରେ କେତୋଟି ରିଟ୍ ଅଛି ?
Answer:
ମୌଳିକ ଅଧୁକାରର ସୁରକ୍ଷା ପାଇଁ ଉଚ୍ଚ ଏବଂ ଉଚ୍ଚତମ ନ୍ୟାୟାଳୟରେ ପାଞ୍ଚଗୋଟି ରିଟ୍ ଅଛି ।

୧୩ । ସମ୍ବିଧାନ ସଂଶୋଧନରେ ରାଜ୍ୟମାନଙ୍କର କିଛି ଭୂମିକା ଅଛି କି ?
କିମ୍ବା, ଭାରତର ସମ୍ବିଧାନକୁ ସଂଶୋଧନ କରିବାର କ୍ଷମତା କାହା ଉପରେ ନ୍ୟସ୍ତ ହୋଇଛି ?
Answer:
ଭାରତର ସମ୍ବିଧାନକୁ ସଂଶୋଧନ କରିବା କ୍ଷମତା କେବଳ କେନ୍ଦ୍ରୀୟ ସଂସଦ ଉପରେ ନ୍ୟସ୍ତ ହୋଇଛି । କେବଳ ସଂଘୀୟ ବ୍ୟବସ୍ଥାର ସଂଶୋଧନ କ୍ଷେତ୍ରରେ ଅର୍ବାଧ‌ିକ ରାଜ୍ୟ ବ୍ୟବସ୍ଥାପକ ସଭାର ଅନୁମୋଦନ ଆବଶ୍ୟକ ହୋଇଥାଏ ।

୧୪ । କେଉଁ ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଲିଖୁତ ସମ୍ବିଧାନ ଅଟେ ?
Answer:
ଭାରତର ସମ୍ବିଧାନ ପୃଥିବୀର ବୃହତ୍ତମ ଲିଖ୍ତ ସମ୍ବିଧାନ ଅଟେ ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୧୫ । ଭାରତ କାହିଁକି ଏକ ସଂଘୀୟ ରାଷ୍ଟ୍ରରୂପେ ପରିଚିତ ହୋଇଛି ?
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର କାରଣ ଏଠାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଆବଶ୍ୟକୀୟ ଉପାଦାନ; ଯଥା – ଏକ ଲିଖୁତ ଓ ଅନମନୀୟ ସମ୍ବିଧାନ, ଦ୍ଵୈତ ଶାସନ ବ୍ୟବସ୍ଥା, କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ସାମ୍ବିଧାନିକ କ୍ଷମତାର ବଣ୍ଟନ, ଏକ ନିରପେକ୍ଷ ସ୍ଵାଧୀନ ନ୍ୟାୟପାଳିକା ଓ ଦ୍ବିସଦନୀୟତାର ଉପସ୍ଥିତି ରହିଛି ।

୧୬ । ଭାରତର ସାର୍ବଭୌମତ୍ବ କହିଲେ କ’ଣ ବୁଝ ?
Answer:
ଭାରତର ଆଭ୍ୟନ୍ତରୀଣ ସର୍ବୋଚ୍ଚ କ୍ଷମତା ଓ ବାହ୍ୟ ସମ୍ପର୍କ ରକ୍ଷା କ୍ଷେତ୍ରରେ ପୂର୍ଣ୍ଣ ସ୍ଵାଧୀନତାକୁ ଏହାର ସାର୍ବଭୌମତ୍ବ କୁହାଯାଏ ।

୧୭ । ଭାରତରେ ନୂତନ ରାଜ୍ୟ କିପରି ସୃଷ୍ଟି ହୋଇପାରିବ ?
Answer:
ଭାରତର ସଂସଦରେ ସାଧାରଣ ସଂଖ୍ୟାଗରିଷ୍ଠତାଦ୍ୱାରା ସଂଶୋଧନ କରାଗଲେ ନୂତନ ରାଜ୍ୟ ସୃଷ୍ଟି ହୋଇପାରିବ ।

୧୮ । ସୀମିତ ପ୍ରତିନିଧୁତ୍ଵ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଶିକ୍ଷା, ସମ୍ପତ୍ତି, ଧର୍ମ, ଜାତି, ବର୍ଷ ଆଦି ଭିଭିରେ ଭୋଟଦାନର ଅଧିକାର ପ୍ରଦାନ କରାଯାଏ, ସେତେବେଳେ ସୀମିତ ପ୍ରତିନିଧୁତ୍ଵର ସମ୍ଭାବନା ସୃଷ୍ଟି ହୁଏ । ଏହା ଅଗଣତାନ୍ତ୍ରିକ ଅଟେ ।

୧୯ । ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ?
Answer:
ଡଃ. ସଚ୍ଚିଦାନନ୍ଦ ସିହ୍ନା ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

୨୦ । ଭାରତ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେଉଁଦିନ ବସିଥିଲା ?
Answer:
ଭାରତ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ୯ ତାରିଖ ଦିନ ବସିଥିଲା ।

୨୧ । ଭାରତ ସମ୍ବିଧାନର ଅଧିକାଂଶ ଭାଗର ପରିବର୍ତ୍ତନ ପାଇଁ କଷ୍ଟସାଧ ପଦ୍ଧତି ଅନୁସୃତ ହେଉଥ‌ିବାରୁ ମୋଟାମୋଟିଭାବେ ଭାରତୀୟ ସମ୍ବିଧାନ କେଉଁ ପ୍ରକାର ସମ୍ବିଧାନ ଅଟେ ?
Answer:
ଅନମନୀୟ ସମ୍ବିଧାନ ।

୨୨ । ସମ୍ବିଧାନ ପ୍ରଣୟନ ସଭା ଚିଠା କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
ଡଃ ଭୀମ୍ରାଓ ଆମ୍ବେଦକର ସମ୍ବିଧାନ ପ୍ରଣୟନ ଚିଠା କମିଟିର ଅଧ୍ୟକ୍ଷ ଥିଲେ ।

୨୩ । ଭାରତ ସମ୍ବିଧାନର କେଉଁଠାରେ ‘ସମାନ କାମ ପାଇଁ ସମାନ ଦରମା’ ବ୍ୟବସ୍ଥା ଦେଖିବାକୁ ମିଳେ ?
Answer:
ଭାରତ ସମ୍ବିଧାନର ଚତୁର୍ଥ ଖଣ୍ଡରେ ସ୍ଥାନିତ ରାଷ୍ଟ୍ର ନିୟାମକ ତତ୍ତ୍ଵରେ ‘ସମାନ କାମ ପାଇଁ ସମାନ ଦରମା’ ବ୍ୟବସ୍ଥା ଦେଖ‌ିବାକୁ ମିଳେ ।

୨୪ । ସାର୍ବଜନୀନ ସାବାଳକ ଭୋଟପ୍ରଥା କ’ଣ ?
Answer:
ଜାତି, ବର୍ଷ, ଧର୍ମ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ସମ୍ପରି ଆଦି ନିର୍ବିଶେଷରେ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗୋଟିଏ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରିବାକୁ ‘ସାର୍ବଜନୀନ ସାବାଳକ ଭୋଟପ୍ରଥା’ କୁହାଯାଏ । ଭାରତ ସମ୍ବିଧାନର ୩୨୬ ଧାରାରେ ୬୨ ତମ ସମ୍ବିଧାନ ସଂଶୋଧନ ଆଇନର ସଂଶୋଧୃତ ବ୍ୟବସ୍ଥା ଅନୁଯାୟୀ ୧୮ ବର୍ଷରୁ ଊର୍ଦ୍ଧ୍ବ ଭାରତୀୟ ନାଗରିକଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରାଯାଇଛି ।

(B) ପାଞ୍ଚଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ସମ୍ବିଧାନର ମୁଖବନ୍ଧର ତାତ୍ପର୍ଯ୍ୟ କ’ଣ ?
Answer:
ମୁଖବନ୍ଧ ସମ୍ବିଧାନର ତାତ୍ପର୍ଯ୍ୟ ସଦୃଶ; ଯେଉଁଥିରେ ସମ୍ବିଧାନର ଲକ୍ଷ୍ୟ ଓ ଦାର୍ଶନିକ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି । ଏହା ବାସ୍ତବରେ ସମ୍ବିଧାନର ଆତ୍ମା ସଦୃଶ । ଜାତିର ଅଭୀପ୍‌ସା, ଆକାଂକ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଛି । ମୁଖବନ୍ଧ ପାଠକରି ଆମେ ସମ୍ବିଧାନର ପ୍ରକୃତି ଓ ବୈଶିଷ୍ଟ୍ୟ ସମ୍ପର୍କରେ ସମ୍ୟକ୍ ଧାରଣା ପାଇଥାଉ ଏବଂ ଏହା ସମ୍ବିଧାନର ଚାବିକାଠି ସଦୃଶ ।

୨ । ଭାରତ ସମ୍ବିଧାନର ଆକାର ଏତେ ବୃହତ୍ କାହିଁକି ?
Answer:
ଭାରତ ସମ୍ବିଧାନର ଆକାର ବଡ଼ ହେବାର ଅନେକ କାରଣ ଅଛି । ପ୍ରଥମତଃ ବିଭିନ୍ନ ଦେଶର ସମ୍ବିଧାନରୁ କିଛି ଅଂଶ ଆମେ ଉଦ୍ଧାର କରିଛୁ । ଦ୍ଵିତୀୟତଃ ୧୯୩୫ ଭାରତଶାସନ ଆଇନରୁ ଅଧିକାଂଶ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ବିଚାରାଳୟ, ନିର୍ବାଚନ, ପ୍ରଶାସନିକ ସେବା, ଭାଷା, ସଂସଦର କାର୍ଯ୍ୟପ୍ରଣାଳୀ ଆଦି ବ୍ୟବସ୍ଥାକୁ ପୂର୍ଣ୍ଣ ଅଂଶଭାବରେ ସ୍ଥାନ ଦିଆଯାଇଛି । ତୃତୀୟତଃ ତଫସିଲଭୁକ୍ତ ଜାତି ଏବଂ ଉପଜାତି ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ଏକ ସଂଘୀୟ ବ୍ୟବସ୍ଥା । ଚତୁର୍ଥତଃ କେନ୍ଦ୍ର ଓ ରାଜ୍ୟର ସମ୍ପର୍କକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ସର୍ବଶେଷରେ ମୌଳିକ ଅଧୂକାର ଏବଂ ରାଷ୍ଟ୍ରନୀତି ନିୟାମକତତ୍ତ୍ଵ ପାଇଁ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି ହେବା ଆଦି କାରଣରୁ ଏହି ସମ୍ବିଧାନ ବୃହତ୍ ହୋଇଛି ।

୩ । ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର କି ?
Answer:
ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ରଭାବରେ ବର୍ଣ୍ଣନା କରାଯାଇଛି । ଯେଉଁ ଶାସନ ବ୍ୟବସ୍ଥାରେ ମୁଖ୍ୟ କାର୍ଯ୍ୟପାଳିକା ବା ରାଷ୍ଟ୍ରମୁଖ୍ୟ ବଂଶାନୁକ୍ରମିକ ଭାବରେ ମନୋନୀତ ନହୋଇ ଏକ ସୀମିତ ସମୟପାଇଁ ଜନସାଧାରଣଙ୍କଦ୍ଵାରା ପ୍ରତ୍ୟକ୍ଷ ବା ପରୋକ୍ଷଭାବରେ ନିର୍ବାଚିତ ହୁଅନ୍ତି ତାକୁ ସାଧାରଣତନ୍ତ୍ର ରାଷ୍ଟ୍ର କୁହାଯାଏ | ଭାତରେ ରାଜତନ୍ତ୍ର ବ୍ୟବସ୍ଥାର ପ୍ରଚଳନ ନାହିଁ ଏବଂ ରାଷ୍ଟ୍ରମୁଖ୍ୟ ଭାବେ ରାଷ୍ଟ୍ରପତି ପରୋକ୍ଷଭାବେ ନିର୍ବାଚିତ ହୁଅନ୍ତି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୪ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର କି ?
Answer:
୧୯୭୬ ମସିହାରେ ସମ୍ବିଧାନର ୪୨ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଧର୍ମନିରପେକ୍ଷ ଶବ୍ଦଟି ମୁଖବନ୍ଧରେ ସଂଯୋଗ କରାଯାଇଛି । ଭାରତବର୍ଷରେ କୌଣସି ଧର୍ମକୁ ରାଷ୍ଟ୍ରୀୟ ଧର୍ମଭାବରେ ଗ୍ରହଣ କରାଯାଇ ନାହିଁ । ଏଠାରେ ସବୁ ଧର୍ମକୁ ସମାନ ମର୍ଯ୍ୟାଦା ଦିଆଯାଏ । ବ୍ୟକ୍ତିବିଶେଷ ଯେକୌଣସି ଧର୍ମକୁ ସ୍ଵାଧୀନଭାବରେ ଗ୍ରହଣ କରି ପ୍ରଚାର ଏବଂ ପ୍ରସାର କରିପାରିବେ । ଧର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରୁଥିବାରୁ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ । ଏଠାରେ ଧର୍ମ ଉପରେ କର ବସେ ନାହିଁ କିମ୍ବା ସରକାରୀ ଶିକ୍ଷାନୁଷ୍ଠାନରେ କୌଣସି ଧର୍ମ-ଶିକ୍ଷା ଦିଆଯାଏ ନାହିଁ ।

୫ । ସାର୍ବଜନୀନ ଭୋଟି କ୍ଷମତା କ’ଣ ?
Answer:
ସମ୍ବିଧାନର ୩୨୬ ଧାରାନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏଥିପାଇଁ ପାଶ୍ଚାତ୍ୟ ଜଗତରେ ଯୁଗଯୁଗ ଧରି ଆନ୍ଦୋଳନ କରାଯାଇଛି । ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟକ୍ଷମତା ପାଇଛନ୍ତି । ଏହା ଭାରତକୁ ବୃହତ୍ତମ ଗଣତନ୍ତ୍ରରେ ପରିଣତ କରିଛି । ସମ୍ବିଧାନର ଏହି ବ୍ୟବସ୍ଥା ଏକ ସାହସିକ ପଦକ୍ଷେପରୂପେ ବର୍ଣ୍ଣିତ ହୋଇଛି । ୬୨ତମ ସମ୍ବିଧାନ ସଂଶୋଧନଦ୍ଵାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି ।

୬ । ସମ୍ବିଧାନର ପଞ୍ଚମ ସ୍ତମ କ’ଣ ବୁଝ ?
Answer:
ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ନିର୍ବାଚନ କମିଶନ, ଅର୍ଥ କମିଶନ, ସାଧାରଣ ପ୍ରଶାସନିକ ସେବା ଆୟୋଗ, ଅଡ଼ିଟର ଜେନେରାଲ ଏବଂ ଆଟର୍ନି ଜେନେରାଲ ଆଦି ପାଞ୍ଚୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ ହୋଇଛି । ନିର୍ବାଚନ କମିଶନ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ମାଧ୍ୟମରେ ଗଣତନ୍ତ୍ରକୁ ବଞ୍ଚାଇ ରଖୁଛି । ଅର୍ଥ କମିଶନ ରାଜସ୍ୱର ସୁଷମ ବଣ୍ଟନ କରି ସଂଘୀୟ ରାଷ୍ଟ୍ରର ମୂଳଭିଭିକୁ ସୁଦୃଢ଼ କରିଛି ।

ସାଧାରଣ ପ୍ରଶାସନିକ ସେବା ଆୟୋଗ ଶାସନର ସୁପରିଚାଳନାପାଇଁ ଦକ୍ଷ କର୍ମଚାରୀ ନିଯୁକ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଆଟଣ୍ଡି ଜେନେରାଲ ସରକାରଙ୍କ ଆଇନ ରୂପକ ଶାସନର ବିବେକରୂପେ କାର୍ଯ୍ୟ କରୁଛି । ଅଡ଼ିଟର ଜେନେରାଲ ସାଧାରଣ ଅର୍ଥର ଜଗୁଆଳି ଅଟେ । ଏହି ସ୍ତମ୍ଭଗୁଡ଼ିକ ନୀତିନିୟମର ମଙ୍ଗ ଧରି ସମ୍ବିଧାନକୁ ସୁସ୍ଥ ଓ ସବଳ କରି ବଞ୍ଚାଇ ରଖୁଛନ୍ତି ।

୭ । ସମ୍ବିଧାନ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କାହିଁକି କୁହାଯାଏ ?
Answer:
ସମ୍ବିଧାନ ରାଷ୍ଟ୍ରର ମୌଳିକ ନୀତିଗ୍ରନ୍ଥ । ରାଷ୍ଟ୍ର ଶାସନର ମୌଳିକ ସିଦ୍ଧାନ୍ତ ଓ ଆଇନଗୁଡ଼ିକ ସମ୍ବିଧାନରେ ଲିପିବଦ୍ଧ ହୋଇଥାଏ । ଏଥିରେ ସରକାରର କ୍ଷମତା, ନାଗରିକମାନଙ୍କର ଅଧୂକାର, କର୍ଭବ୍ୟ ତଥା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସୁଚାରୁରୂପେ ନିର୍ଣ୍ଣୟ କରାଯାଇଥାଏ । ପ୍ରତ୍ୟେକ ରାଷ୍ଟ୍ରରେ ସରକାର ଗଠନ ଓ ପରିଚାଳନା ଯେଉଁ ନୀତିନିୟମ ଉପରେ ପର୍ଯ୍ୟବସିତ ସେଗୁଡ଼ିକ ସମ୍ବିଧାନରୁ ସୃଷ୍ଟି । ସେଥ୍ପାଇଁ ସମ୍ବିଧାନକୁ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କୁହାଯାଏ ।

୮ । ଭାରତବର୍ଷର ସମ୍ବିଧାନ ଅନମନୀୟ – ଏହା ସତ୍ୟ କି ?
Answer:
ଭାରତର ସମ୍ବିଧାନ ଏକ ଲିଖୁତ ସମ୍ବିଧାନ ଓ ଏହାର କେତେକ ଅଂଶ ନମନୀୟ ଓ କେତେକ ଅଂଶ ଅନମନୀୟ ଅଟେ । ସଂଘ ଶାସନ ସମ୍ବନ୍ଧୀୟ ଧାରାସମୂହ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଧାନମଣ୍ଡଳ ଓ ବିଚାରସଂସ୍ଥା, କ୍ଷମତା ବିତରଣ ତାଲିକା ଆଦି ବିଷୟ ଅନମନୀୟ ପଦ୍ଧତିରେ ସଂଶୋଧୃତ ହୋଇଥାଏ । ଏହି ସମସ୍ତ ବିଷୟ ସଂଶୋଧନ ପାଇଁ ସଂସଦର ଉପସ୍ଥିତ ସଭ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ତଥା ସମସ୍ତ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ସଭ୍ୟଙ୍କ ସମର୍ଥନ ସହ ପ୍ରସ୍ତାବଟି ଗୃହୀତ ହେବା ଆବଶ୍ୟକ ।

କେତେକ କ୍ଷେତ୍ରରେ ଅର୍ଦ୍ଧାଧ‌ିକ ରାଜ୍ୟ ବିଧାନସଭାର ଅନୁମୋଦନ ମଧ୍ୟ ଆବଶ୍ୟକ । ଏଣୁ ଭାରତୀୟ ସମ୍ବିଧାନ କେତେକାଂଶରେ ଅନମନୀୟ ଅଟେ । ଅନ୍ୟ ପକ୍ଷରେ, ସଂଘୀୟ ବିଷୟକୁ ବାଦ୍ ଦେଇ ଅନ୍ୟ ବିଷୟ କେବଳ ସଂସଦର ଅର୍ଦାତ୍ମକ ସଭ୍ୟଙ୍କ ସମର୍ଥନକ୍ରମେ ସଂଶୋଧନ କରାଯାଇ ପାରୁଥିବାରୁ ଏହା ନମନୀୟ ମଧ୍ଯ ଅଟେ । ଏଣୁ ଭାରତୀୟ ସମ୍ବିଧାନ ସମ୍ପୂର୍ଣ୍ଣ ନମନୀୟ କିମ୍ବା ଅନମନୀୟ ନୁହେଁ ।

୯ । ଭାରତୀୟ ସମ୍ବିଧାନର ସଂଶୋଧନ ପଦ୍ଧତି ସମ୍ପର୍କରେ ସୂଚନା ଦିଅ ।
Answer:
ଭାରତର ସଂସଦଦ୍ବାରା ସମ୍ବିଧାନ ସଂଶୋଧନ କରାଯାଇଥାଏ । ସମ୍ବିଧାନ ସଂଶୋଧନ ପଦ୍ଧତି ୩୬୮ ଧାରାରେ ବର୍ଣ୍ଣିତ ହୋଇଛି । ଏହି ପଦ୍ଧତି ନମନୀୟତା ଓ ଅନମନୀୟତାର ସମ୍ମିଶ୍ରଣ ଅଟେ । ଭାରତର ସମ୍ବିଧାନ ତିନିଗୋଟି ପଦ୍ଧତିରେ (୧) କେତେକ ନୀତି ସଂସଦର ସାଧାରଣ .ସଂଖ୍ୟାଗରିଷ୍ଠତା ସହ ସଂଶୋଧୃତ ହୁଏ । (୨) କେତେକ ନୀତି ସଂସଦର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ସଂଶୋଧତ ହୁଏ । (୩) କେତେକ ନୀତି ସଂସଦର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ସଂଶୋଧୂତ ହୋଇ ଅନ୍ଧାଧୁକ ରାଜ୍ୟ ବ୍ୟବସ୍ଥାପିକାଦ୍ଵାରା ଅନୁମୋଦିତ ହେବା ଆବଶ୍ୟକ । ପ୍ରଥମ ପଦ୍ଧତିଟି ନମନୀୟ ଓ ଦ୍ଵିତୀୟ ଓ ତୃତୀୟ ପଦ୍ଧତି ଅନମନୀୟ ପଦ୍ଧତି ଅଟେ ।

୧୦ । ଭାରତ କାହିଁକି ଏକ ଜନମଙ୍ଗଳ ରାଷ୍ଟ୍ର ଅଟେ ?
Answer:
ଭାରତ ସମ୍ବିଧାନର ୩୮ ଧାରାରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରୂପେ ଘୋଷଣା କରାଯାଇଛି । ଚତୁର୍ଥ ଅଧ୍ୟାୟର ରାଷ୍ଟ୍ର ନିୟାମକ ତତ୍ତ୍ଵ ନାଗରିକର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାରଙ୍କୁ ଅନେକ ନିର୍ଦ୍ଦେଶ ଦେଇଛି । ଭାରତରେ ମିଶ୍ରିତ ଅର୍ଥନୀତି, ସମାଜବାଦୀ, ଉଦାରବାଦୀ ନୀତିକୁ କାର୍ଯ୍ୟ କରାଯିବା ଫଳରେ ଏଠାରେ ନାଗରିକର ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣୁ ଭାରତ ନିଃସନ୍ଦେହରେ ଏକ ଜନମଙ୍ଗଳ ରାଷ୍ଟ୍ର ଅଟେ ।

୧୧ । “ଆମ୍ଭେ ଭାରତର ଜନସାଧାରଣ” ପଦଟି ବୁଝାଇ ଦିଅ ।
Answer:
ଭାରତ ସମ୍ବିଧାନର ପ୍ରାକ୍‌କଥନ ‘ଆମ୍ଭେ ଭାରତର ଜନସାଧାରଣ’ ପଦରୁ ଆରମ୍ଭ ହୋଇଛି । ଭାରତ ସମ୍ବିଧାନର କୌଣସି ଧାରାରେ ସାମ୍ବିଧାନିକ କ୍ଷମତାର ଉତ୍ସ ସମ୍ପର୍କରେ ବର୍ଣ୍ଣନା କରାଯାଇନଥିଲେ ମଧ୍ୟ ପ୍ରାକ୍‌କଥନର ଏହି ପଦ ଭାରତୀୟ ଜନସାଧାରଣ ସମସ୍ତ କ୍ଷମତାର ଉତ୍ସବୋଲି ସୂଚନା ଦେଇଥାଏ ।

ଭାରତୀୟ ଜନସାଧାରଣ ସମ୍ବିଧାନକୁ ନିଜେ ପ୍ରସ୍ତୁତ କରି ନିଜେ ନିଜକୁ ପ୍ରଦାନ କରିଥିବାର ତଥ୍ୟ ଏଥୁରୁ ମିଳିଥାଏ । ଏହା ଭାରତରେ ‘ଜନପ୍ରିୟ ସାର୍ବଭୌମତ୍ବ’ ରହିଥିବାର ପ୍ରମାଣ ଦିଏ । ଭାରତୀୟ ସମ୍ବିଧାନ ଲୋକମାନଙ୍କର କ୍ଷମତା ଉପରେ ଆଧାରିତ ହୋଇଥିବାରୁ କୌଣସି ଜନସାଧାରଣ ବା ଅନୁଷ୍ଠାନ ଏହାର ବିଲୋପସାଧନ କରିପାରିବେ ନାହିଁ । ଏହା ଗଣତନ୍ତ୍ରର ଦୃଢ଼ଭିଭିକୁ ସୂଚିତ କରିଥାଏ ।

୧୨ । କାହିଁକି ଭାରତ ସମ୍ବିଧାନକୁ ‘ଆଇନଜୀବୀଙ୍କ ଅମରାବତୀ’ କୁହାଯାଏ ?
Answer:
ଭାରତ ସମ୍ବିଧାନ ପୃଥ‌ିବୀର ଦୀର୍ଘତମ ଲିଖ୍ ସମ୍ବିଧାନ । ସମ୍ବିଧାନ ପ୍ରଣେତାମାନେ ତତ୍କାଳୀନ ଭାରତର ପରିସ୍ଥିତି, ଭାରତୀୟମାନଙ୍କର ଦାରିଦ୍ର୍ୟ, ନିରକ୍ଷରତା ଓ ଅନଗ୍ରସରତାକୁ ବିଚାରକୁ ନେଇ ପ୍ରତ୍ୟେକ ବିଷୟ ପୂର୍ଣ୍ଣାଙ୍ଗଭାବେ ଲିଖୁତ ରୂପରେ ସମ୍ବିଧାନରେ ସ୍ଥାନିତ କରିବାକୁ ଚାହିଁଥିଲେ । ଅନ୍ୟାନ୍ୟ ସଂଘୀୟ ରାଷ୍ଟ୍ରମାନଙ୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ପୃଥକ୍ ସମ୍ବିଧାନ ବ୍ୟବସ୍ଥା ଥିଲେ ମଧ୍ୟ ଭାରତରେ ଉଭୟ ବିଷୟ ଏକ ସମ୍ବିଧାନରେ ସ୍ଥାନ ପାଇଛି ।

ବିଭିନ୍ନତା ମଧ୍ୟରେ ଏକତ୍ଵ ପ୍ରତିଷ୍ଠାପାଇଁ ବିଭିନ୍ନ ସ୍ଵାର୍ଥଗୋଷ୍ଠୀର ସ୍ଵାର୍ଥ ସଂରକ୍ଷଣ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ପୃଥ‌ିବୀର ବିଭିନ୍ନ ସମ୍ବିଧାନକୁ ଅଧ୍ୟୟନ କରାଯାଇ କେତେକ ଉତ୍ତମ ବ୍ୟବସ୍ଥାକୁ ଭାରତୀୟ ପରିବେଶରେ ଖାପଖୁଆଇ ଚାଲିବାପାଇଁ ପରିବର୍ତ୍ତନ କରାଯାଇ ସମ୍ବିଧାନରେ ସ୍ଥାନ ଦିଆଯାଇଛି । ଏହି ସମସ୍ତ ବିଷୟ ଭାରତ ସମ୍ବିଧାନକୁ ଏକ ହସ୍ତୀକାର ରୂପ ଓ ଜଟିଳ ଆଇନଗ୍ରନ୍ଥରେ ପରିଣତ କରିଛି । ସାଧାରଣ ଭାରତୀୟ ନାଗରିକ ଏହାକୁ ବୁଝିବା ସମ୍ଭବପର ନୁହେଁ ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ଓକିଲମାନଙ୍କର ଭୂମିକା ଏହାଦ୍ଵାରା ବୃଦ୍ଧି ପାଇଛି । ଏହିସବୁ ଦୃଷ୍ଟିରୁ ଆଇଭର୍ ଜେନିଙ୍ଗ୍‌ସ ଭାରତ ସମ୍ବିଧାନକୁ ସମାଲୋଚନା କରି ଓକିଲମାନଙ୍କର ସ୍ଵର୍ଗ’ (Lawyer’s Paradise) ବୋଲି ଅଭିହିତ କରିଛନ୍ତି । ସମ୍ବିଧାନ ପ୍ରଣୟନ କକ୍ଷର ଅନେକ ପ୍ରମୁଖ ସଦସ୍ୟ ଆଇନଜୀବୀ ତଥା ପ୍ରମୁଖ ରାଜନୀତିଜ୍ଞ ଥିବାରୁ ସମ୍ବିଧାନକୁ ଏପରି ଏକ ଜଟିଳ ଆଇନଗ୍ରନ୍ଥରେ ପରିଣତ କରାଯାଇଥିବାର ସମାଲୋଚନା କରାଯାଏ ।

୧୩ । କାହିଁକି ଭାରତକୁ ଏକ ସମାଜବାଦୀ ରାଷ୍ଟ୍ର କୁହାଯାଏ ?
Answer:
ଭାରତ ସମ୍ବିଧାନର ପ୍ରାକ୍‌କଥନରେ ‘ସମାଜବାଦୀ’ ଶବ୍ଦଟି ୪୨ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଯୋଗ କରାଯାଇଛି । କିନ୍ତୁ ତା’ ପୂର୍ବରୁ ମୂଳ ସମ୍ବିଧାନରେ ମଧ୍ୟ ରାଷ୍ଟ୍ର ନିୟାମକ ତତ୍ତ୍ଵରେ ସମାଜବାଦୀ ନୀତି ସ୍ଥାନିତ ହୋଇଥିଲା । ଏକ ଅର୍ଥନୈତକ ଶୋଷଣମୁକ୍ତ ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପ୍ରଦାନ କରାଯାଇପାରୁଥିବା ଏକ ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା ଭାରତୀୟ ରାଜନୈତିକ ବ୍ୟବସ୍ଥାର ଲକ୍ଷ୍ୟ ହୋଇଥିବାରୁ ଏହା ସମାଜବାଦୀ ପ୍ରକୃତିସମ୍ପନ୍ନ ଅଟେ ।

ସମାନ କାମ ପାଇଁ ଲିଙ୍ଗ ନିର୍ବିଶେଷରେ ସମାନ ମଜୁରି, ଜାତୀୟ ସମ୍ପଦର ସୁଷମ ବଣ୍ଟନ, ଶାରୀରିକ ଅକ୍ଷମ ଓ ବୃଦ୍ଧବ୍ୟକ୍ତିଙ୍କୁ ଆର୍ଥିକ ନିରାପତ୍ତା ପ୍ରଦାନ, ଆୟଗତ ବୈଷମ୍ୟ ହ୍ରାସ, ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣ ସୁଯୋଗ ଆଦି ବ୍ୟବସ୍ଥା ମାଧ୍ୟମରେ ଭାରତକୁ ଏକ ସମାଜବାଦୀ ରାଷ୍ଟ୍ରର ରୂପ ଦିଆଯାଇଛି ।

୧୪ । ସମ୍ବିଧାନର ଆବଶ୍ୟକତା ଓ ଗୁରୁତ୍ବ ଦର୍ଶାଅ ।
Answer:
ସମ୍ବିଧାନ ଗୋଟିଏ ରାଷ୍ଟ୍ରର ମୌଳିକ ଆଇନର ସମାହାର ଅଟେ । ଜେଲିନେକଙ୍କ ମତରେ, ‘ସମ୍ବିଧାନ ବିନା ଗୋଟିଏ ରାଷ୍ଟ୍ର ଅରାଜକତାର ରାଜତ୍ଵରେ ପରିଣତ ହୁଏ ।’ ଏହା ବ୍ୟକ୍ତି ଶାସନ ପରିବର୍ତ୍ତେ ଆଇନର ଶାସନ’ (Rule of Law) ପ୍ରତିଷ୍ଠା କରେ । ଏହା ସରକାରର ମୌଳିକ ନୀତି ଓ ସ୍ଵରୂପ ନିର୍ଦ୍ଧାରଣ କରି କ୍ଷମତାର ଅପବ୍ୟବହାରକୁ ପ୍ରତିରୋଧ କରିପାରେ । ଏହା ରାଷ୍ଟ୍ରର ସ୍ୱରୂପ ପ୍ରତିଫଳନ କରି ରାଷ୍ଟ୍ର ପ୍ରତି ଆନୁଗତ୍ୟର ଧାରାର ପ୍ରକୃତି ନିର୍ଦ୍ଧାରଣ କରେ ।

ଏହା ବ୍ୟକ୍ତିର ସ୍ଵତନ୍ତ୍ରତା ଓ ଅଧିକାରକୁ ଆଇନଗତ ସୁରକ୍ଷା ପ୍ରଦାନ କରିଥାଏ । ଏଣୁ ସମ୍ବିଧାନ ବିଶୃଙ୍ଖଳା ମଧ୍ୟରେ ଶୃଙ୍ଖଳା ପ୍ରତିଷ୍ଠା କରି ପ୍ରଶାସନିକ ସ୍ଥିରତା ଓ ଦକ୍ଷତା ପ୍ରଦାନ କରିଥାଏ । ଏହା ଏକ ସଭ୍ୟ ରାଷ୍ଟ୍ର ପାଇଁ ଅପରିହାର୍ଯ୍ୟ ଅଟେ । ଜେଲିଟେନ୍‌ଙ୍କ ମତରେ “ସମ୍ବିଧାନର ଅନୁପସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଅନୁଷ୍ଠାନ ଓ ଏପରିକି ନିଜେ ସରକାର ସ୍ଵେଚ୍ଛାଚାରୀ ହୋଇଯିବେ ଏବଂ ଏହା ଫଳରେ ଅରାଜକତାର ରାଜତ୍ଵ ଚାଲିବ ।”

୧୫ । ଭାରତ ଏକ ଅର୍ଥ-ସଂଘୀୟ ରାଷ୍ଟ୍ର ।
Answer:
ଭାରତ ସମ୍ବିଧାନର କୌଣସି ଧାରାରେ ଭାରତକୁ ଏକ ସଂଘୀୟ ରାଷ୍ଟ୍ରରୂପେ ଘୋଷଣା କରାଯାଇ ନଥିଲେ ମଧ୍ୟ ଏଠାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ ଯଥା- ଲିଖ୍ତ ଓ ଅନମନୀୟ ସମ୍ବିଧାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତାର ସାମ୍ବିଧାନିକ ବଣ୍ଟନ, ସ୍ଵାଧୀନ ନ୍ୟାୟପାଳିକା ଓ ଦ୍ବିସଦନୀୟତା ଆଦି ରହିଥିବାରୁ ଭାରତ ଏକ ସଂଘୀୟ ରାଷ୍ଟ୍ର ।

କିନ୍ତୁ ଭାରତ ସମ୍ବିଧାନର ୧ ଧାରାରେ ଭାରତକୁ ରାଜ୍ୟମାନଙ୍କର ଏକ ସଖେଳନ ବୋଲି ଘୋଷଣା ରାଜ୍ୟର ସାମ୍ବିଧାନିକ ମୁଖ୍ୟ ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧ୍ଵ ରୂପେ କାର୍ଯ୍ୟକରିବା, ଜରୁରୀ ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟପ୍ରଶାସନ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଜାରି କରିବା, ଏକକ ସମ୍ବିଧାନ ଓ ଏକକ ନାଗରିକତା ବ୍ୟବସ୍ଥା, ରାଜ୍ୟ ପ୍ରଶାସନକୁ କେନ୍ଦ୍ରୀୟ ସେବାର ଅଧିକାରୀମାନେ ନିୟନ୍ତ୍ରଣ ଓ ପରିଚାଳନ କରିବା ଇତ୍ୟାଦି କେନ୍ଦ୍ରର ପ୍ରାଧାନ୍ୟ ପ୍ରତିଷ୍ଠା କରୁଥିବାରୁ ଭାରତକୁ ଏକ ଅର୍ଥ-ସଂଘୀୟ ରାଷ୍ଟ୍ର ବୋଲି ସମାଲୋଚନା କରାଯାଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତର ସମ୍ବିଧାନ-ପ୍ରଣୟନ ସଭାର ଗଠନ ଓ କାର୍ଯ୍ୟକାରିତା ଆଲୋଚନା କର ।
Answer:
ସମ୍ବିଧାନ କେତେକ ମୌଳିକ ଆଇନର ଏକତ୍ର ପଞ୍ଜିକରଣକୁ ବୁଝାଏ ଯାହା ଗୋଟିଏ ରାଷ୍ଟ୍ରର ସରକାରର ସଙ୍ଗଠନ ଓ କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରିଥାଏ । ସମ୍ବିଧାନର ଅନୁପସ୍ଥିତିରେ ବ୍ୟକ୍ତି ସରକାରର ଦୟାର ପାତ୍ର ହୋଇଯାଏ ଏବଂ ସରକାର ଏକଚ୍ଛତ୍ରବାଦୀ ହୋଇଯିବାର ଯଥେଷ୍ଟ ସମ୍ଭାବନା ଦେଖାଯାଇଥାଏ । ତେଣୁ ପ୍ରଚଳିତ ପରିପ୍ରେକ୍ଷୀରେ ସମ୍ବିଧାନ ବିନା ରାଷ୍ଟ୍ରର ପରିକଳ୍ପନା ଅସମ୍ଭବ ଅଟେ । ସମ୍ବିଧାନ ପ୍ରତ୍ୟେକ ରାଷ୍ଟ୍ରର ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରିଥାଏ ।

ଏହି ସମ୍ବିଧାନ ଲୋକମାନଙ୍କର ରାଷ୍ଟ୍ର ପ୍ରତି ଆନୁଗତ୍ୟର ଧାରାକୁ ସ୍ୱତଃପ୍ରବୃତ୍ତ କରିବାର ପଥ ସୁଗମ କରିଥାଏ ଏବଂ ଏ ସମସ୍ତ ନିର୍ଭର କରେ ସମ୍ବିଧାନର ପ୍ରଣୟନ ବ୍ୟବସ୍ଥା ଉପରେ । ସମ୍ବିଧାନ ପ୍ରଣୟନ ସଭା ପ୍ରତିନିଧୂମୂଳକ ହେଲେ ବାସ୍ତବ ଓ ଆଦର୍ଶ ସମ୍ବିଧାନଟିଏ ପ୍ରଣୟନ କରିବା ସମ୍ଭବପର ହୋଇଥାଏ । ଭାରତୀୟମାନେ ନିଜର ସମ୍ବିଧାନ ନିଜେ ପ୍ରଣୟନ କରିବା ନିମିତ୍ତ ସର୍ବପ୍ରଥମଥର ପାଇଁ ସ୍ୱରାଜ୍ୟ ଦଳ ମାଧ୍ୟମରେ ୭, ଅପ୍ରେଲ, ୧୯୩୪ ମସିହାରେ ଦାବି କରିଥିଲେ ।

ଭାରତୀୟ ଜାତୀୟ କଂଗ୍ରେସର ଫୈଜପୁର ଅଧ୍ଵବେଶନରେ ୨୮, ଡିସେମ୍ବର, ୧୯୩୬ର ପ୍ରସ୍ତାବନା ଉପରୋକ୍ତ ଦାବିକୁ ସମର୍ଥନ କରିଥିଲା । ଏହା ସାବାଳକ ଭୋଟପ୍ରଥା ଦ୍ଵାରା ନିର୍ବାଚିତ ସମ୍ବିଧାନ ପ୍ରଣୟନ ସଭା ଗଠନପାଇଁ ଦାବି କରିଥିଲା । ମାତ୍ର ଦ୍ଵିତୀୟ ବିଶ୍ଵଯୁଦ୍ଧ ପରିପ୍ରେକ୍ଷୀରେ ଏବଂ ୧୯୩୯ ମସିହାରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ବ୍ରିଟିଶ୍ ସରକାରଙ୍କର ମନମୁଖୀ ନୀତିର ବିରୋଧ କରି ଇସ୍ତଫା ଦେଇଦେବାର ଜଟିଳ ରାଜନୈତିକ ବାତାବରଣ ମଧ୍ଯରେ ସାର ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ଅଧ୍ୟକ୍ଷତାରେ କ୍ରିପ୍‌ସ କମିଶନ ବ୍ରିଟିଶ୍ ସରକାରଙ୍କଦ୍ଵାରା ୧୯୪୨ ମସିହାରେ ନିଯୁକ୍ତ କରାଯାଇଥିଲା ।

ଏହି କ୍ରିପ୍‌ କମିଶନର ରିପୋର୍ଟ ଗ୍ରହଣ ବା କାର୍ଯ୍ୟକାରୀ କରାଯାଇ ନ ଥିଲେ ମଧ୍ୟ, ଏହା ପ୍ରଥମଥର ପାଇଁ ଭାରତୀୟମାନଙ୍କର ସମ୍ବିଧାନ ପ୍ରଣୟନ ଦାବିକୁ ଆନୁଷ୍ଠାନିକ ଭାବେ ସ୍ଵୀକୃତି ପ୍ରଦାନ କରିଥିଲା । ପୁନଶ୍ଚ କ୍ୟାବିନେଟ୍ ମିଶନ (Cabinet Mission) (୧୯୪୬) ଭାରତୀୟମାନଙ୍କର ଉପରୋକ୍ତ ଦାବି ପ୍ରତି ସେମାନଙ୍କର ଦୃଢ଼ ସମ୍ମତି ପ୍ରଦାନ କରିଥିଲେ, ଯଦିଓ ‘ସମ୍ବିଧାନ ପ୍ରଣୟନ ସଭା’ ଶବ୍ଦଟି ଉକ୍ତ ରିପୋର୍ଟରେ ପ୍ରୟୋଗ କରାଯାଇ ନ ଥିଲା । ଏହି ଶବ୍ଦଟି ‘ଭାରତୀୟ ସ୍ଵାଧୀନତା ଆଇନ ୧୯୪୭’ର ୮ମ ଉପଧାରାରେ କରାଗଲା ।

ସମ୍ବିଧାନ ପ୍ରଣୟନ ସଭାର ସଙ୍ଗଠନ – କ୍ୟାବିନେଟ୍ ମିଶନ (୧୯୪୬)ର ରିପୋର୍ଟ ଅନୁଯାୟୀ ୧୯୪୬ ମସିହା ନଭେମ୍ବର ମାସରେ ସମ୍ବିଧାନ ପ୍ରଣୟନ ସଭାର ଗଠନ କରାଯାଇଥିଲା । ଏହି କକ୍ଷର ଗଠନ ପାଇଁ ନିମ୍ନଲିଖତ ପ୍ରସ୍ତାବନା କ୍ୟାବିନେଟ୍ ମିଶନ ଦେଇଥିଲେ ।

(୧) ସଭାର ମୋଟ ସଭ୍ୟ ସଂଖ୍ୟା ୩୮୯ ହେବ । ଏହା ମଧ୍ୟରୁ ୨୯୨ ଜଣ ବ୍ରିଟିଶ୍-ପ୍ରଦେଶମାନଙ୍କୁ, ୪ ଜଣ ମୁଖ୍ୟ କମିଶନର୍‌ଙ୍କ ପ୍ରଦେଶମାନଙ୍କୁ ଏବଂ ୯୩ ଜଣ ଭାରତୀୟ ପ୍ରାଦେଶିକ ରାଜ୍ୟମାନଙ୍କୁ ପ୍ରତିନିଧୂତ୍ବ କରିବେ ।
(୨) ପ୍ରତ୍ୟେକ ପ୍ରଦେଶକୁ ଜନସଂଖ୍ୟାର ଅନୁପାତରେ ସମ୍ବିଧାନ ପ୍ରଣୟନ କକ୍ଷରେ ପ୍ରତିନିଧୁତ୍ଵର ସୁଯୋଗ ଦିଆଯିବ । ପ୍ରତି ୧ ନିୟୁତ ଜନସଂଖ୍ୟା ପାଇଁ ଜଣେ ପ୍ରତିନିଧ୍ଵ ରହିବେ ।
(୩) ଜନସଂଖ୍ୟାର ବିଭିନ୍ନ ସମ୍ପ୍ରଦାୟର ଅନୁପାତକୁ ବିଚାରକୁ ନିଆଯାଇ ବିଭିନ୍ନ ପ୍ରଦେଶର ସ୍ଥାନକୁ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବଣ୍ଟନ କରାଯିବ ।
(୪) ନିର୍ବାଚକମାନଙ୍କୁ ତିନିଭାଗରେ ବିଭକ୍ତ କରାଯିବ, ଯଥା –
(କ) ସାଧାରଣ (ହିନ୍ଦୁ, ଖ୍ରୀଷ୍ଟିଆନ, ଆଂଗ୍ଲୋ-ଭାରତୀୟ ଏବଂ ଭାରତୀୟ ଖ୍ରୀଷ୍ଟିଆନ୍‌ମାନେ ଏହାର ଅନ୍ତର୍ଭୁକ୍ତ ହେବେ ।)
(ଖ) ମୁସଲମାନ୍
(ଗ) ଶିଖ (କେବଳ ପଞ୍ଜାବ ପାଇଁ)

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

(୫) ଭାରତୀୟ ପ୍ରାଦେଶିକ ରାଜ୍ୟମାନଙ୍କରୁ ପ୍ରତିନିଧୁମାନେ ନିର୍ବାଚିତ ନ ହୋଇ ଦ୍ବିପାକ୍ଷିକ ଆଲୋଚନା (Negotiation) ମାଧ୍ୟମରେ ମନୋନୀତ ହେବେ । ସମ୍ବିଧାନ ପ୍ରଣୟନ ସଭାର ଗଠନ ପାଇଁ ନିର୍ବାଚନ ଜୁଲାଇ, ୧୯୪୬ରେ ଅନୁଷ୍ଠିତ ହୋଇଥିଲା । ବ୍ରିଟିଶ୍-ପ୍ରଦେଶ ଏବଂ ମୁଖ୍ୟ କମିଶନରଙ୍କ ପ୍ରଦେଶର ସମୁଦାୟ ୨୯୬ ଗୋଟି ସ୍ଥାନ ପାଇଁ ହୋଇଥିବା ନିର୍ବାଚନରୁ କଂଗ୍ରେସ ୨୧୨ଟିରେ ବିଜୟୀ ହୋଇଥିଲା; ୬୩ ଗୋଟି ସ୍ଥାନ ମୁସ୍‌ଲିମ୍ ଲିଗ୍ ଅଧୁକାର କରିଥିଲା ଏବଂ ଅବଶିଷ୍ଟ ୧୧ଟି ସ୍ଥାନ ମଧ୍ୟରୁ ୬ଟି ସ୍ଥାନର ପ୍ରତିନିଧ୍ଵ କଂଗ୍ରେସକୁ ସମର୍ଥନ କରିଥିଲେ ।

୨୧୮ଟି ପ୍ରତିନିଧ‌ିଙ୍କ ସମର୍ଥନ ପାଇଥିବା କଂଗ୍ରେସ ଦଳର ସଂଖ୍ୟାଗରିଷ୍ଠତାକୁ ମହମ୍ମଦ ଅଲ୍ଲି ଜିନ୍ନା “ପାଶବ ସଂଖ୍ୟାଗରିଷ୍ଠତା” (Brute Majority) ବୋଲି ମତ ଦେଇଥିଲେ । ନିର୍ବାଚନର ଫଳାଫଳ ମୁସ୍‌ଲିମ୍ ଲିଗ୍‌ର କ୍ୟାବିନେଟ୍ ମିଶନ୍ ଯୋଜନା ସମ୍ପର୍କୀୟ ନିଷ୍ପଭିକୁ ପରିବର୍ତ୍ତନ କରାଇ ଦେଇଥିଲା । ମୁସଲିମ୍ ଲିଗ୍ ଅଭିଯୋଗ କରିଥିଲେ ଯେ, ବ୍ରିଟିଶ୍ ସରକାର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ସମ୍ବନ୍ଧୀୟ ମୌଳିକ ପ୍ରସ୍ତାବକୁ ପରିବର୍ତ୍ତନ କରି ବିଶ୍ବାସ ଭଙ୍ଗ କରିଛନ୍ତି ।

ତେଣୁ ମୁସ୍‌ଲିମ୍ ଲିଗ୍ ସମ୍ବିଧାନ ପ୍ରଣୟନ ସଭାକୁ ବାସନ୍ଦ (Boycott) କରିଥିଲା । ମୁସ୍‌ଲିମ୍ ଲିଗ୍‌ର ଏହି ବାସନ୍ଦ ସମ୍ବିଧାନ ପ୍ରଣୟନ ସଭାର ପ୍ରତିନିଧୁତ୍ଵ ଗୁଣ କିମ୍ବା ଏହାର ଦକ୍ଷତା ହ୍ରାସ ଦିଗରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିନଥିଲା । ବରଂ ପୁରୁଖା ପ୍ରଶାସକ, ବରିଷ୍ଠ ରାଷ୍ଟ୍ରନାୟକ, ଖ୍ୟାତନାମା ଆଇନଜ୍ଞ ଓ ବିଜ୍ଞ ମନୀଷୀମାନଙ୍କ ସମାବେଶରେ ଏହା ସମୃଦ୍ଧ ଓ ଦକ୍ଷତାସମ୍ପନ୍ନ ହୋଇପାରିଥିଲା ।

କର୍ମକାରକୀୟ ପ୍ରସ୍ତାବ (Objective Resolution) – ସ୍ଵାଧୀନତା ପୂର୍ବରୁ ପ୍ରଥମଥର ପାଇଁ ଡିସେମ୍ବର ୯, ୧୯୪୬ରେ ଡଃ ସଚ୍ଚିଦାନନ୍ଦ ସିହ୍ନାଙ୍କ ଅସ୍ଥାୟୀ ଅଧ୍ଯକ୍ଷତାରେ ସମ୍ବିଧାନ ପ୍ରଣୟନ କକ୍ଷର ଅଧିବେଶନ ବସିଥିଲା । ମାତ୍ର ଡିସେମ୍ବର ୧୧, ୧୯୪୬ ଦିନ ବିହାରର ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ବଙ୍ଗଳାର ଡକ୍ଟର ହରେନ୍ଦ୍ର କୁମାର ମୁଖାର୍ଜୀ ଯଥାକ୍ରମେ ଶାସନ ବିଧାୟକ ସଭାର ସଭାପତି ଓ ଉପ-ସଭାପତି ନିର୍ବାଚିତ ହୋଇଥିଲେ ।

ସଭାର ସ୍ଥାନ ପୂରଣ ନିମିତ୍ତ ଯଦି ପ୍ରତ୍ୟକ୍ଷ ନିର୍ବାଚନ ହୋଇଥା’ନ୍ତା, ତାହାହେଲେ, ହୁଏତ ଭାରତର ବହୁ ବିଶିଷ୍ଟ ବିଜ୍ଞ ବ୍ୟକ୍ତି ଏହାର ସଭ୍ୟ ହୋଇପାରି ନ ଥା’ନ୍ତେ । ଡଃ ରାଜେନ୍ଦ୍ର ପ୍ରସାଦ ଏକ ଶ୍ରେଣୀବିହୀନ ସମାଜର ପ୍ରତିଷ୍ଠା ପାଇଁ ସର୍ବଦା ଯୁକ୍ତି ଉପସ୍ଥାପନ କରୁଥିଲେ । ଏହି ସମସ୍ତ ଆଦର୍ଶର ପ୍ରତିଫଳନ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ଵାରା ଡିସେମ୍ବର ୧୩, ୧୯୪୬ରେ ଦିଆଯାଇଥିବା ପ୍ରସ୍ତାବ – “କର୍ମକାରକୀୟ ପ୍ରସ୍ତାବ ବା ସଂକଳ୍ପ” (Objective Resolution) ମାଧ୍ୟମରେ ଘଟିଥିଲା । ଶ୍ରୀଯୁକ୍ତ ନେହେରୁଙ୍କ ଏହି “କର୍ମକାରକୀୟ ପ୍ରସ୍ତାବ” ଭାରତର ଭବିଷ୍ୟତ ରୂପରେଖ ନିର୍ଣ୍ଣୟ କରୁଥିଲା । ନିମ୍ନଲିଖତ ଲକ୍ଷଣଗୁଡ଼ିକ ବିଶ୍ଳେଷଣ କଲେ ଉପରୋକ୍ତ ପ୍ରସ୍ତାବର ଗୁରୁତ୍ଵ ଉପଲବ୍ଧି କରିହେବ ।

(୧) ଭାରତର ଜନସାଧାରଣ ସାର୍ବଭୌମ, ସ୍ଵାଧୀନ ଭାରତ, ଏହାର ପ୍ରତ୍ୟେକ ଅଞ୍ଚଳ ଏବଂ ସରକାରଙ୍କ ଅଙ୍ଗ (Organ) ମାନଙ୍କର କ୍ଷମତାର ଉତ୍ସରୂପେ କାର୍ଯ୍ୟ କରିବେ ।
(୨) ଭାରତର ପ୍ରତ୍ୟେକ ଲୋକଙ୍କୁ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ; ପଦମର୍ଯ୍ୟାଦା, ସୁବିଧା ସୁଯୋଗ ଏବଂ ଆଇନ ସମ୍ମୁଖରେ ସମାନତା, ଚିନ୍ତନ, ପ୍ରକାଶନ, ବିଶ୍ଵାସ, ପୂଜନ, ବୃତ୍ତି, ସଂଘ ଗଠନ କ୍ଷେତ୍ରରେ ସ୍ଵାଧୀନତା ସାଧାରଣ ନୈତିକତା ଓ ଆଇନର ପରିସର ମଧ୍ୟରେ ଦିଆଯିବ ।
(୩) ସଂଖ୍ୟାନ୍‌ନ ଗୋଷ୍ଠୀ, ଅନୁନ୍ନତ ଏବଂ ଆଦିବାସୀ ଅଧୁଷିତ ଅଞ୍ଚଳ ଏବଂ ଦଳିତ ଏବଂ ଅନ୍ୟାନ୍ୟ ଅନୁନ୍ନତ ସମ୍ପ୍ରଦାୟଙ୍କୁ ଉପଯୁକ୍ତ ନିରାପତ୍ତା ଦିଆଯିବ ।
(୪) ସାଧାରଣତନ୍ତ୍ର ରାଷ୍ଟ୍ରର ଭୂଖଣ୍ଡୀୟ ଏକତ୍ଵ ଏବଂ ଜଳ, ସ୍ଥଳ ଓ ଆକାଶ ଭାଗରେ, ନ୍ୟାୟ ଏବଂ ସଭ୍ୟଜାତିଙ୍କ ଆଇନ ଅନୁମୋଦିତ ନୀତିରେ, ସାର୍ବଭୌମତ୍ୱକୁ ସଂରକ୍ଷଣ କରି ରଖୁହେବ ।
(୫) ଏହି ପୁରାତନ ଜାତି ପୃଥିବୀରେ ତା’ର ସମ୍ମାନଜନକ ଏବଂ ଯଥାର୍ଥ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବ ଏବଂ ବିଶ୍ଵ-ଶାନ୍ତି ଏବଂ ମାନବଜାତିର କଲ୍ୟାଣ ପାଇଁ ସ୍ଵତଃ ପ୍ରଚେଷ୍ଟା କରିବ ।

ପଣ୍ଡିତ ନେହେରୁଙ୍କର ଏହି ପ୍ରସ୍ତାବ ବର୍ଷବର୍ଷ ଧରି ଭାରତୀୟମାନଙ୍କୁ ସେମାନଙ୍କର ସ୍ଵାଧୀନତା ଆନ୍ଦୋଳନରେ ପ୍ରେରଣା ଦେଇ ଆସିଥୁବା ଏବଂ ସେମାନଙ୍କ ମନରେ ସ୍ଵାଧୀନତା ପ୍ରାପ୍ତିର ବହ୍ନିକୁ ପ୍ରଜ୍ଜଳନ କରିବାରେ ଘୃତ ରୂପେ ବ୍ୟବହୃତ ହେଉଥିବା ଆଦର୍ଶ, ଲକ୍ଷ୍ୟ ଓ ସ୍ଵପ୍ନକୁ ବାସ୍ତବତାର ରୂପ ଦେଇଥିଲା । ଭବିଷ୍ୟତର ସମ୍ବିଧାନ ପ୍ରଣୟନ ପାଇଁ ଏହା ଏକ ପ୍ରାରମ୍ଭିକ ଅଙ୍କନ ରୂପେ କାର୍ଯ୍ୟ କରିଥିଲା ।

କେ. ଏମ୍. ମୁନ୍‌ସି ଯଥାର୍ଥରେ ମତ ଦେଇଥିଲେ, “ ଆମର ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରର ଜନ୍ମପତ୍ରିକା (Horoscope) ଏହି ପ୍ରସ୍ତାବଦ୍ଵାରା ସୂଚିତ ହୋଇଅଛି ।’’ ନେହେରୁଙ୍କ ମତରେ “ ଏହା ଆମ ଜନସାଧାରଣଙ୍କ ଆନ୍ତରିକ ଶପଥକୁ ପ୍ରତିଫଳିତ କରୁଛି ।’’ ଏହାର ଏକ ଗଭୀର ଏବଂ ସୂକ୍ଷ୍ମ ବିଶ୍ଳେଷଣ ସମ୍ବିଧାନ ପ୍ରଣୟନ କକ୍ଷର ଅନ୍ତିମ ଲକ୍ଷ୍ୟକୁ ସୁସ୍ପଷ୍ଟ କରିଥାଏ ଯାହା ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରର ସ୍ଥାପନ ବିଷୟରେ ସ୍ଥିର-ନିର୍ଦ୍ଦିଷ୍ଟ ଥିଲା ।

ଉପରୋକ୍ତ “କର୍ମକାରକୀୟ ପ୍ରସ୍ତାବ” ଜାନୁୟାରୀ ୨୨, ୧୯୪୭ରେ ସମ୍ବିଧାନ ପ୍ରଣୟନ କକ୍ଷଦ୍ବାରା ଅନୁମୋଦିତ ଓ ଗୃହୀତ ହୋଇଥିଲା । ଏହାପରେ ନୂତନ ସମ୍ବିଧାନର ବିଭିନ୍ନ ବିଭାଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ତଥ୍ୟ ସଂକଳନ ପାଇଁ ଭିନ୍ନ ଭିନ୍ନ ବୈଷୟିକ କମିଟିମାନ ନିଯୁକ୍ତ କରାଯାଇଥିଲା । ଏହିସବୁ କମିଟିଦ୍ଵାରା ପ୍ରଦତ୍ତ ରିପୋର୍ଟକୁ ସମ୍ବିଧାନ ପ୍ରଣୟନ କକ୍ଷରେ ଆଲୋଚନା ଏବଂ ଆବଶ୍ୟକସ୍ଥଳେ ସଂଶୋଧନ କରାଯାଇ ଗୃହୀତ କରାଯାଇଥିଲା ।

ସମ୍ବିଧାନ ପ୍ରଣୟନ ସଭାର ପଦମର୍ଯ୍ୟାଦା – ଆଇନଗତ ଓ ସାମ୍ବିଧାନିକ ଦୃଷ୍ଟିକୋଣରୁ ବିଚାର କଲେ ଏହି ସଭା ଏକ ସାର୍ବଭୌମ ଅନୁଷ୍ଠାନ ନ ଥିଲା । ଏହାର ସୃଷ୍ଟି, ସ୍ଥିତି ଓ ବିଲୟ ବ୍ରିଟିଶ୍ ସରକାରଙ୍କର ନୀତି ଉପରେ ନିର୍ଭର କରୁଥିଲା । କିନ୍ତୁ ସେତେବେଳେର ରାଜନୈତିକ ପରିବେଶକ ବିଶ୍ଳେଷଣ କଲେ ଏହା ସ୍ଥିର-ନିଶ୍ଚିତ ହଏ ଯେ, ଥରେ ଏହି ସଭାର ସ୍ଥାପନା ହୋଇସାରିବା ପରେ, ପୁଣି ଏହାର ବିଲୋପସାଧନ ଘଟାଇବା ବା ଏହାର କ୍ଷମତାକୁ ସଙ୍କୁଚିତ କରିବା ବ୍ରିଟିଶ୍ ସରକାରଙ୍କ ପକ୍ଷରେ ଅସମ୍ଭବ ଥିଲା ।

ତେଣୁ ଏହାର ସାର୍ବଭୌମତ୍ବ ବିଷୟରେ ଭାରତୀୟ ଜାତୀୟ କଂଗ୍ରେସ ଦୃଢ଼ ମତ ପ୍ରଦାନ କରୁଥିବାବେଳେ ଶ୍ରୀ ଜୟକର ତଥା ମୁସ୍‌ଲିମ୍ ଲିଗ୍‌ର ଅନ୍ୟାନ୍ୟ ସଭ୍ୟମାନେ ଏହାର ପ୍ରକୃତିକୁ ଦୃଢ଼ ସମାଲୋଚନା କରୁଥିଲେ ।

ଭାରତ ବିଭାଜନ ଏବଂ ସ୍ଵାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ସମ୍ବିଧାନ ପ୍ରଣୟନ କକ୍ଷର କାର୍ଯ୍ୟ “ କର୍ମକାରକୀୟ ପ୍ରସ୍ତାବ”ର ଗୃହୀତ ଏବଂ ବିଭିନ୍ନ ସାମ୍ବିଧାନିକ ଉପ-କମିଟିର ସ୍ଥାପନ ମଧ୍ୟରେ ସୀମିତ ଥିଲା । ମୁସ୍‌ଲିମ୍ ଲିଗ୍ ସଭ୍ୟମାନଙ୍କର ବାସନ୍ଦ ନୀତି ଓ ପାକିସ୍ତାନ ସୃଷ୍ଟି ଦିଗରେ ଏକ୍‌ଜିଦିଆ ମନୋଭାବ ଫଳରେ ଭାରତୀୟ ଜାତୀୟ କଂଗ୍ରେସର ନେତାମାନେ ବାଧ୍ୟ ହୋଇଥିଲେ ପାକିସ୍ତାନର ଦାବିକୁ ମାନିନେବା ପାଇଁ ଓ ତା’ପରେ ଭାରତୀୟ ସ୍ଵାଧୀନତା ଆଇନ, ୧୯୪୭ ବ୍ରିଟିଶ ପାର୍ଲାମେଣ୍ଟଦ୍ଵାରା ଗୃହୀତ ହେଲା ।

ଏହା ଫଳରେ ସୃଷ୍ଟି ହେଲା ଭାରତ ଓ ପାକିସ୍ତାନ ପରି ଦୁଇଟି ଔପନିବେଶିକ ସ୍ଵାଧୀନତା ପ୍ରାପ୍ତ ରାଜ୍ୟ (Dominion Status) । ଏହା ଆଇନ ଭାରତର ବିଭାଜନ, ଭାରତ ଓ ପାକିସ୍ତାନ ପାଇଁ ସ୍ଵତନ୍ତ୍ର ସମ୍ବିଧାନ ପ୍ରଣୟନ ସଭାର ସୃଷ୍ଟି ଏବଂ ଭାରତର ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ ସଂଖ୍ୟାକୁ ୩୦୮କୁ ଖସି ଆସିବାପାଇଁ ମୁଖ୍ୟତଃ ଦାୟୀ ।

ସ୍ଵାଧୀନତା ଆଇନ ପ୍ରବର୍ତ୍ତନ ମାଧ୍ୟମରେ ସମ୍ବିଧାନ ପ୍ରଣୟନ ସଭାର ପଦମର୍ଯ୍ୟାଦାର ପରିବର୍ତ୍ତନ – ଭାରତସ୍ଵାଧୀନତା ଆଇନ, ୧୯୪୭ର ପ୍ରବର୍ତ୍ତନ ପରେ ଭାରତର ସମ୍ବିଧାନ ପ୍ରଣୟନ କକ୍ଷକୁ ସ୍ଵାଧୀନ ଭାରତର ପ୍ରଥମ ଅସ୍ଥାୟୀ ପାର୍ଲାମେଣ୍ଟ ରୂପେ ସ୍ଵୀକୃତି ଦିଆଯାଇଥିଲା । ଏହା ଫଳରେ ଏହି ସଭା ଏକ ସାର୍ବଭୌମ ଅନୁଷ୍ଠାନରେ ପରିଣତ ହେଲା । ୧୯୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନ ପରେ ନୂତନ ପାର୍ଲାମେଣ୍ଟର ଗଠନ ପର୍ଯ୍ୟନ୍ତ ଏହି ସଭା – ଏହି ସମ୍ବିଧାନ ପ୍ରଣୟନ ସଭା ଏବଂ ଏକ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା (Union Parliament) ର ଦାୟିତ୍ଵ ସମ୍ପାଦନ କରୁଥିଲା ।

ଏକ ସମ୍ବିଧାନ ପ୍ରଣୟନ ସଭାର ପରିବର୍ତ୍ତିତ ଆଇନଗତ ସ୍ଥିତି ସମ୍ପର୍କରେ ଜବାହରଲାଲ ନେହେରୁଙ୍କର ଅଗଷ୍ଟ ୧୫, ୧୯୪୭ର ମତ ଉଲ୍ଲେଖଯୋଗ୍ୟ – “ସ୍ଵାଧୀନତା ଓ କ୍ଷମତା ଦାୟିତ୍ବର ବୋଝ ମୁଣ୍ଡାଇ ଦିଏ । ଏହି ଦାୟିତ୍ଵ ଏହି ସାର୍ବଭୌମ ପ୍ରଣୟନ ସଭା ଉପରେ ନ୍ୟସ୍ତ ଯାହା ଭାରତର ଲୋକମାନଙ୍କର ମୂର୍ତ୍ତିମନ୍ତ ପ୍ରତୀକ ।”

ଚିଠାକରଣ (Drafting) କମିଟି – ଅଗଷ୍ଟ ୨୯, ୧୯୪୭ ଦିନ ସମ୍ବିଧାନ ପ୍ରଣୟନ କକ୍ଷର ଚିଠାକରଣ କମିଟିକୁ ନିଯୁକ୍ତି ଦିଆଯାଇଥିଲା । ଏହା ଡଃ ବି.ଆର. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଥିଲା । ଏଥିରେ ଏନ୍. ଗୋପାଳସ୍ଵାମୀ ଆୟାଙ୍ଗର, ଆଲ୍ଲାଦି କ୍ରିଷ୍ଣାସ୍ଵାମୀ ଆୟାର, କେ. ଏମ୍. ମୁନ୍‌ସି, ଟି.ଟି. କ୍ରିଷ୍ଣାମାଚାରୀ, ମହମ୍ମଦ୍ ସାଦୁଲ୍ଲା, ଏନ୍. ମହାଦେବ ରାଓ ଇତ୍ୟାଦି ବ୍ୟକ୍ତିମାନେ ସଭ୍ୟରୂପେ ରହିଥିଲେ ।

ଏହି ଚିଠାକରଣ କମିଟିର ରିପୋର୍ଟ ଫେବୃୟାରୀ ୨୧, ୧୯୪୮ରେ ସଭାରେ ଉପସ୍ଥାପିତ ହୋଇଥିଲା ଏବଂ ଚିଠା ସମ୍ବିଧାନଟି ସମ୍ବିଧାନ ପ୍ରଣୟନ ସଭାରେ ନଭେମ୍ବର ୪, ୧୯୪୮ରେ ଉପସ୍ଥାପିତ କରାଯାଇଥିଲା । ଏହି ଚିଠା ସମ୍ବିଧାନଟି ସମ୍ବିଧାନ ପ୍ରଣୟନ ସଭାର ଅନୁମୋଦନ ନଭେମ୍ବର ୨୬, ୧୯୪୯ରେ ଲାଭ କରିଥିଲା; ମାତ୍ର ଜାନୁୟାରୀ ୨୬, ୧୯୫୦ ତାରିଖ ଦିନ ଏହା ବାସ୍ତବରେ କାର୍ଯ୍ୟକାରୀ ହେଲା ।

ସମ୍ବିଧାନ ପ୍ରଣୟନ କକ୍ଷର କାର୍ଯ୍ୟକାଳ – ସମ୍ବିଧାନ ପ୍ରଣୟନ ସଭାର ୧୧ଟି ଅଧୂବେଶନ ବସିଥିଲା ଏବଂ ଏହା ୧୬୫ ଦିନ କାର୍ଯ୍ୟରତ ଥୁଲା | ମୋଟ ୧୬୫ ଦିନ ମଧ୍ୟରୁ ୧୧୪ ଦିନ ଚିଠା ସମ୍ବିଧାନ ସମ୍ପର୍କୀୟ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ଥିଲା । ସରକାରୀ ଭାବରେ ଏହି ସଭାର କାର୍ଯ୍ୟ ଡିସେମ୍ବର ୯, ୧୯୪୬ରେ, ଆରମ୍ଭ ହୋଇ ନଭେମ୍ବର ୨୬, ୧୯୪୯ ଦିନ ଶେଷ ହୋଇଥିଲା । ଅର୍ଥାତ୍ ଏହା ସମୁଦାୟ ୨ ବର୍ଷ ୧୧ ମାସ ଓ ୧୮ ଦିନ କାର୍ଯ୍ୟ କରିଥିଲା । ୩୯୫ଟି ଧାରା ଓ ୮ଟି ଅନୁସୂଚୀବିଶିଷ୍ଟ ଏକ ବିରାଟ ସମ୍ବିଧାନ ପ୍ରଣୟନ କରିବା ପାଇଁ ସର୍ବମୋଟ ୬.୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ସମାଲୋଚନା – ଭାରତୀୟ ସ୍ଵାଧୀନତାକୁ ସଂରକ୍ଷଣ କରି ଶାସନ ବ୍ୟବସ୍ଥାକୁ ଏକ ସ୍ଥିର ରୂପରେଖ ଦେବା ନିମିତ୍ତ ସମ୍ବିଧାନ ପ୍ରଣୟନ ସଭାର ଦାୟିତ୍ଵ ଅନସ୍ବୀକାର୍ଯ୍ୟ ଅଟେ । ଭାରତୀୟ ଜନଜୀବନରେ ଏକ ନୂତନ ଯୁଗର ଅଭ୍ୟୁଦୟ ପାଇଁ ସମ୍ବିଧାନ ରୂପକ ଐତିହାସିକ ନଥର ସଂଯୋଜନା, ଏହି କକ୍ଷର ସଭ୍ୟଭୁକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵର ମହାନତା ଓ ପରିବ୍ୟାପ୍ତତାକୁ ସୂଚିତ କରେ । ତଥାପି ଏହା ସମାଲୋଚକମାନଙ୍କର ସମାଲୋଚନାରୁ ମୁକ୍ତ ନୁହେଁ । ସମାଲୋଚକମାନେ ମୁଖ୍ୟତଃ ନିମ୍ନଲିଖତ ଯୁକ୍ତିର ଆଶ୍ରୟ ନେଇଥା’ନ୍ତି ।

(୧) ଏହା ଏକ କଂଗ୍ରେସୀ ଚିଠା – ସମ୍ବିଧାନ ପ୍ରଣୟନ ସଭାର କଂଗ୍ରେସ ଦଳର ସଂଖ୍ୟାଧ‌ିକ ପ୍ରତିନିଧ୍ଵ ଥ‌ିବାରୁ ଏବଂ ଦଳୀୟ ହୁଇପୂର ଭୟରେ କଂଗ୍ରେସର ଅଳ୍ପ ମାନ୍ୟଗଣ୍ୟ ସଭ୍ୟଙ୍କ ଦ୍ଵାରା ଗୃହୀତ ପ୍ରସ୍ତାବ କକ୍ଷର ଅନୁମୋଦନ ଲାଭ କରୁଥିବାରୁ, ଏହି ସଭାଦ୍ଵାରା ପ୍ରଣୀତ ସମ୍ବିଧାନ କେବଳ ଗୋଟିଏ ଦଳର ଏକମୁଖୀ ଦର୍ଶନକୁ ପ୍ରତିଫଳିତ କରୁଛି ବୋଲି ସମାଲୋଚକମାନେ ଦାବି କରନ୍ତି । ଏହି ସଭାର ପରିସର ମଧ୍ୟରେ ଏକ ଦାୟିତ୍ଵସମ୍ପନ୍ନ, ଯୋଗ୍ୟ ବିରୋଧୀଦଳ ଅନୁପସ୍ଥିତ ଥିଲା, ଯାହା ସମ୍ବିଧାନର ମୂଲ୍ୟବୋଧ ସମ୍ପର୍କରେ ଭୂ-କୁଞ୍ଚୁତ କରିବାପାଇଁ ସମାଲୋଚକମାନଙ୍କୁ ସୁଯୋଗ ଦେଇଥିଲା ।

(୨) ଲୋକମାନଙ୍କର ସଠିକ୍ ପ୍ରତିନିଧୁତ୍ବ ପାଇଁ ଯଥାଯୋଗ୍ୟ ସୁଯୋଗର ଅନୁପସ୍ଥିତି – ସମ୍ବିଧାନ ପ୍ରଣୟନ କକ୍ଷ ଲୋକମାନଙ୍କର ପ୍ରକୃତ ସମର୍ଥନ ଲାଭରୁ ବଞ୍ଚିତ ଥିଲା । କାରଣ ଏହା ପ୍ରାଦେଶିକ ବ୍ୟବସ୍ଥାପକ ସଭା (Provincial Legislative Assemblies) ମାନଙ୍କର ସଭ୍ୟମାନଙ୍କଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠିତ ହୋଇଥିଲା | ଏହି ପ୍ରାଦେଶିକ ବ୍ୟବସ୍ଥାପକ ସଭାଗୁଡ଼ିକ ୧୯୪୫ ମସିହାରେ ଲୋକମାନଙ୍କର ସୀମିତ ଭୋଟଦାନ କ୍ଷମତା ମାଧ୍ୟମରେ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠନ କରାଯାଇଥିଲା । ତେଣୁ ସମ୍ବିଧାନ ପ୍ରଣୟନ କକ୍ଷ ଏକ ବାସ୍ତବ ପ୍ରତିନିଧୁମୂଳକ ଅନୁଷ୍ଠାନ ନ ଥିଲା ।

(୩) ଦେଶୀୟ ରାଜ୍ୟ (Princely States) ମାନଙ୍କୁ ପ୍ରତିନିଧୁତ୍ଵର ସୁଯୋଗ ଦିଆଯାଇ ନ ଥିଲା – ଦେଶୀୟ ରାଜ୍ୟମାନଙ୍କରୁ ରାଜାମାନଙ୍କର ମନୋନୀତ ପ୍ରତିନିଧୁମାନଙ୍କୁ ଏହି ସଭାର ସଭ୍ୟପଦ ଦିଆଯିବା ବିଧ୍ୱଂସମ୍ମତ ଥିଲେ ମଧ୍ୟ ଏବଂ ଏହା ପାଇଁ କ୍ୟାବିନେଟ୍ ମିଶନ୍ ଯୋଜନାର ରିପୋର୍ଟରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଥିଲେ ମଧ୍ୟ, ଏହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ନ ଥିଲା । ନିର୍ବାଚିତ ପ୍ରତିନିଧୁଙ୍କ ସ୍ଥାନରେ ମନୋନୀତ ପ୍ରତିନିଧୁମାନଙ୍କୁ ନିଆଯିବା ବ୍ୟବସ୍ଥାଦ୍ଵାରା ଭାରତର ଜନସଂଖ୍ୟାର ଶତକଡ଼ା ୪୦ ଭାଗ ବାସ୍ତବ ପ୍ରତିନିଧୂତ୍ବ ବ୍ୟବସ୍ଥାରୁ ବଞ୍ଚିତ ହୋଇଥିଲେ ।

(୪) ଗରିବ ଲୋକଙ୍କର ପ୍ରତିନିଧୁ ନୁହେଁ ବରଂ ଓକିଲମାନଙ୍କର ସମାବେଶ ଏହି କକ୍ଷରେ ଘଟିଥିଲା – ସମ୍ବିଧାନ ପ୍ରଣୟନ ସଭାରେ ଓକିଲ ଓ ରାଜନୈତିକ ବ୍ୟକ୍ତିଙ୍କର ସଂଖ୍ୟାତ୍ମକ ଉପସ୍ଥିତି ଥିଲା । ସେମାନେ ଗରିବ ଲୋକଙ୍କର ସମସ୍ୟା ଜର୍ଜରିତ ଜୀବନ ସମ୍ପର୍କରେ ଅଜ୍ଞ ଓ ବୀତସ୍ପୃହ ଥିଲେ, ଯେଉଁ ମନୋଭାବ ସମ୍ବିଧାନ ମାଧ୍ୟମରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ କରିବା ଲକ୍ଷ୍ୟର ପରିପନ୍ଥୀ ହୋଇଥିଲା ।

ଉପରୋକ୍ତ ସମାଲୋଚନାର ପାତ୍ର ହୋଇଥିବା ସମ୍ବିଧାନ ପ୍ରଣୟନ ସଭା ଯେ ନିଶ୍ଚିତ ଭାବରେ ଏକ ଦାୟିତ୍ଵସମ୍ପନ୍ନ କାର୍ଯ୍ୟର ସୂଚାରୁ ସମ୍ପାଦନ କରିଛି ତାହା ବିବାଦ ବହିର୍ଭୂତ ସିଦ୍ଧାନ୍ତ ଅଟେ । ସ୍ଵାଧୀନତା ପରବର୍ତ୍ତୀ ଭାରତର ରାଜନୈତିକ ଅସ୍ଥିରତା ଓ ବିଚ୍ଛିନ୍ନତାବାଦୀ ଶକ୍ତିର ରକ୍ତାକ୍ତ ଚୁମ୍ବନରୁ ଆମର କଷ୍ଟ ଉପାର୍ଜିତ ସ୍ଵାଧୀନତାକୁ ରକ୍ଷା କରିବାପାଇଁ ଏହାର ପ୍ରଚେଷ୍ଟା ଓ କାର୍ଯ୍ୟ ସ୍ଵାଗତଯୋଗ୍ୟ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଲୋଚନାପର୍ଯ୍ୟାଲୋଚନାର ସ୍ତର ଦେଇ ଏହା ସ୍ଵାଧୀନ ଭାରତ ପାଇଁ ଏକ ଦୃଢ଼ ମେରୁଦଣ୍ଡ – ଏକ ସୁବିନ୍ୟସ୍ତ ସମ୍ବିଧାନ ପ୍ରସ୍ତୁତ କରିଥିଲା ଏବଂ ଏହାହିଁ ହେଉଛି ଉକ୍ତ ସଭାର ପ୍ରକୃତ ମୂଲ୍ୟାଙ୍କନ ।

୨ । ଭାରତ ସମ୍ବିଧାନର ପ୍ରାକ୍‌କଥନ ବା ମୁଖବନ୍ଧ (Preamble)ର ଲକ୍ଷ୍ୟ ଓ ଆଦର୍ଶଗୁଡ଼ିକ ଆଲୋଚନା କର ।
Answer:
ମୁଖବନ୍ଧ ବା ପ୍ରସ୍ତାବନା ସମ୍ବିଧାନର ମୁଖ ସଦୃଶ । ଜାତିର ଅଭୀପ୍‌ସା, ଆକାଂକ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଅଛି । ସମ୍ବିଧାନର ପ୍ରଣେତାମାନେ ଭାରତବାସୀଙ୍କ ତରଫରୁ ସମ୍ବିଧାନ ପ୍ରଣୟନ କରି ସେହିମାନଙ୍କର ହସ୍ତରେ ଅର୍ପଣ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ସମ୍ବିଧାନର ମୌଳିକ ଭିତ୍ତି, ନୈତିକ ଆଦର୍ଶ ତଥା ବିଶିଷ୍ଟ ବିଭବଗୁଡ଼ିକର ସଂକ୍ଷିପ୍ତ ସୂଚନା ପ୍ରସ୍ତାବନାରେ ମିଳିଥାଏ । ଏହା ସମ୍ବିଧାନର ଆତ୍ମା ସଦୃଶ ।

ଭାରତ ସମ୍ବିଧାନର ପ୍ରସ୍ତାବନାରେ କୁହାଯାଇଛି ଯେ, “ଆମେ ଭାରତବାସୀ ଦୃଢ଼ସଂକଳ୍ପବଦ୍ଧ ହୋଇ ଭାରତକୁ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ,
ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଗଠନ କରିବାକୁ ଓ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟବିଚାର, ଚିନ୍ତା, ଅଭିବ୍ୟକ୍ତି, ବିଶ୍ଵାସ, ଧର୍ମ ଉପାସନାର ସ୍ଵାଧୀନତା, ପ୍ରତିଷ୍ଠା ଓ ସୁଯୋଗର ସମତା ଏବଂ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ଵର ବିକାଶ କରାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିର ମର୍ଯ୍ୟାଦା ଓ ଜାତିର ଐକ୍ୟ ଓ ସଂହତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇ ଆମରି ଶାସନ ବିଧାୟକ ସଭାରେ ୧୯୪୯ ମସିହା ଡିସେମ୍ବର ମାସର ଆଦ୍ୟ ୨୬ ତାରିଖ ଦିନ ଏହି ସମ୍ବିଧାନକୁ ଅଙ୍ଗୀକୃତ ଅଧୁନିୟମିତ ଏବଂ ଆତ୍ମାର୍ପିତ କରୁଛୁ ।’’

(୧) ସମ୍ବିଧାନର ଉତ୍ସ :
ପ୍ରସ୍ତାବନାରେ ବ୍ୟବହାର କରାଯାଇଥିବା ‘ଆମ୍ଭେ ଭାରତବାସୀ’ ଶବ୍ଦାବଳୀ ସାର୍ବଭୌମ କ୍ଷମତା ଲୋକମାନଙ୍କଠାରେ ନ୍ୟସ୍ତ ବୋଲି ସୂଚନା ଦିଏ ।

(୨) ରାଜନୈତିକ ବ୍ୟବସ୍ଥାର ପ୍ରକୃତି :
ସାର୍ବଭୌମ ରାଷ୍ଟ୍ର : ଭାରତ ଆଭ୍ୟନ୍ତରୀଣ ଓ ବାହ୍ୟ କ୍ଷେତ୍ରରେ ନିରଙ୍କୁଶ କ୍ଷମତା ବିସ୍ତାର କରିଅଛି । ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କର ନିଷ୍ପଭିକୁ ପ୍ରତ୍ୟେକ ମାନିବାକୁ ବାଧ୍ୟ ।
ଭାରତକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ବହୁ ରାଜ୍ୟରେ ବିଭକ୍ତ କରାଯାଇଥିଲେ ମଧ୍ୟ ରାଷ୍ଟ୍ରର ଏକତା ଅକ୍ଷୁଣ୍ଣ ରହିଛି ଓ ସାର୍ବଭୌମତ୍ଵ କେନ୍ଦ୍ରୀଭୂତ ଓ ଏକୀକରଣ ହୋଇ ରହିଛି ।

ସମାଜବାଦୀ ରାଷ୍ଟ୍ର : ସମାଜବାଦୀ ରାଷ୍ଟ୍ରରେ ଧନୀଦରିଦ୍ର ମଧ୍ୟରେ ଥ‌ିବା ବୈଷମ୍ୟ ଦୂରୀକରଣ, ସବୁଶ୍ରେଣୀର ଲୋକଙ୍କ ମଧ୍ୟରେ ଜାତୀୟ ସମ୍ପଦର ବଣ୍ଟନ, ରାଷ୍ଟ୍ରଦ୍ବାରା ଉତ୍ପାଦନ ଓ ବଣ୍ଟନ ପ୍ରଣାଳୀର ନିୟନ୍ତ୍ରଣ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ଓ ପ୍ରତ୍ୟେକଙ୍କ ଆର୍ଥନୀତିକ ଅଭିବୃଦ୍ଧି ସାଧନ ଉପରେ ଗୁରୁତ୍ଵ ଦିଆଯାଏ ।

ଧର୍ମନିରପେକ୍ଷ ରାଷ୍ଟ୍ର : ପ୍ରସ୍ତାବନାରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଗ୍ରହଣ କରାଯାଇଛି । ରାଷ୍ଟ୍ର କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ରାଷ୍ଟ୍ରୀୟ ଧର୍ମରୂପେ ଗ୍ରହଣ କରିନାହିଁ । ସବୁଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ରାଷ୍ଟ୍ରର ଧର୍ମ । ଭାରତର ଜଣେ ଅଧିବାସୀ ସ୍ଵାଧୀନଭାବରେ ଯେକୌଣସି ଧର୍ମକୁ ଗ୍ରହଣ କରିପାରିବ ଏବଂ ପ୍ରଚାର କରିପାରିବ । ଏଥିପାଇଁ ରାଷ୍ଟ୍ର ତରଫରୁ କୌଣସି କଟକଣା ନାହିଁ ।

ଗଣତାନ୍ତ୍ରିକ ରାଷ୍ଟ୍ର : ଭାରତର ସାର୍ବଭୌମତ୍ଵ ସର୍ବସାଧାରଣଙ୍କ ଉପରେ ନ୍ୟସ୍ତ । ଏଠାରେ ଅବାଧ ଓ ସମୟାନୁକ୍ରମିକ ନିର୍ବାଚନ ପ୍ରଚଳିତ । ସାର୍ବଜନୀନ ଭୋଟ ପ୍ରଥା ଗଣତନ୍ତ୍ରକୁ ସୁଦୃଢ଼ କରିଛି । ଆଇନର ଶାସନ, ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ, ପ୍ରତିନିଧୂମୂଳକ ତଥା ଦାୟିତ୍ଵପୂର୍ଣ ସରକାର ପ୍ରତିଷ୍ଠା ପ୍ରଭୃତି ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ସାଧାରଣତନ୍ତ୍ର ରାଷ୍ଟ୍ର : ଭାରତରେ ରାଜତନ୍ତ୍ରକୁ ଉପେକ୍ଷାକରି ସାଧାରଣତନ୍ତ୍ରକୁ ଗ୍ରହଣ କରାଯାଇଛି । ଭାରତର ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ଉତ୍ତରାଧୁକାର ସୂତ୍ରରେ ରାଷ୍ଟ୍ରପତି ପଦବୀ ମଣ୍ଡନ କରାଯାଏ ନାହିଁ । ରାଷ୍ଟ୍ର ଶାସନର ସମସ୍ତ କ୍ଷମତା ଜନସାଧାରଣଙ୍କ ହାତରେ ନ୍ୟସ୍ତ ଥାଏ ।

(୩) ସମ୍ବିଧାନର ଲକ୍ଷ୍ୟ ଓ ଆଦର୍ଶ :
ନ୍ୟାୟ : ପ୍ରସ୍ତାବନାରେ କୁହାଯାଇଛି ଯେ ଭାରତୀୟ ନାଗରିକମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ନ୍ୟାୟ ଦିଆଯିବ । କୌଣସି ବ୍ୟକ୍ତିକୁ କୌଣସି କାରଣରୁ ନ୍ୟାୟ ପ୍ରାପ୍ତିରୁ ବଞ୍ଚିତ କରାଯିବ ନାହିଁ ।
ସ୍ବତନ୍ତ୍ରତା : ଚିନ୍ତନ, ପ୍ରକାଶନ, ପୂଜନ ଓ ବିଶ୍ଵାସର ସ୍ଵତନ୍ତ୍ରତା ପ୍ରତ୍ୟେକ ନାଗରିକ ପ୍ରାପ୍ତ ହେବେ ।
ସମାନତା : ଭାରତ ସମ୍ବିଧାନ ପ୍ରସ୍ତାବନାରେ ନାଗରିକମାନଙ୍କ ମଧ୍ୟରେ ସମତା ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖାଯାଇଛି । ଆଇନ ଦୃଷ୍ଟିରେ ସମସ୍ତେ ସମାନଭାବେ ବିଚାର କରିବା ଓ କୌଣସି ବାଛବିଚାର ନକରି ପ୍ରତ୍ୟେକ ନାଗରିକକୁ ପଦମର୍ଯ୍ୟାଦା ଓ ସୁବିଧା ସୁଯୋଗ ଉପଭୋଗ କ୍ଷେତ୍ରରେ ସମାନତା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ଭ୍ରାତୃତ୍ବ ଓ ଜାତୀୟ ଐକ୍ୟ : ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ମର୍ଯ୍ୟାଦା ବୃଦ୍ଧି କରି ରାଷ୍ଟ୍ରର ଐକ୍ୟ ଓ ସଂହତି ପ୍ରତିଷ୍ଠା କରିବାପାଇଁ ପ୍ରସ୍ତାବନାରେ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଏହାର ଉଦ୍ଦେଶ୍ୟ । ଭାଷା, ଧର୍ମ, ଦେଶ, ସଂସ୍କୃତି ପ୍ରଭୃତିର ବିଭିନ୍ନତା ସତ୍ତ୍ଵେ ଭାରତ ଏକ ଏବଂ ଭାରତୀୟମାନେ ଯେ ଅଭିନ୍ନ ଏହା ପ୍ରତିପାଦିତ ହୋଇଛି । ବିଭିନ୍ନ ସଂସ୍କୃତିର ମିଳନରେ ଭାରତୀୟ ସଂସ୍କୃତି ସୃଷ୍ଟି କରିବା ଓ ଭାରତକୁ ଏକ ସୁସଂହତ ଏବଂ ଦୃଢ଼ରାଷ୍ଟ୍ରରେ ପରିଣତ କରିବା ଏହାର ଲକ୍ଷ୍ୟ ।

(୪) ସମ୍ବିଧାନର ପ୍ରଣୟନ ତାରିଖ : ପ୍ରସ୍ତାବନାର ଶେଷଭାଗରେ ଥ‌ିବା ୧୯୪୯ ମସିହା ନଭେମ୍ବର ୨୬ ତାରିଖ ହେଉଛି ସମ୍ବିଧାନ ଗୃହୀତର ଦିନ । ଏହି ଦିନ ସମ୍ବିଧାନ ଶାସନ ବିଧାୟକ ସଭାଦ୍ଵାରା ଗୃହୀତ ହୋଇଥିଲା । କିନ୍ତୁ ଜାନୁୟାରୀ ୨୬, ୧୯୫୦ରେ ଏହା କାର୍ଯ୍ୟକାରୀ ହେଲା ।

ପ୍ରସ୍ତାବନାକୁ ପଣ୍ଡିତ ଠାକୁର ଦାସ ଭାର୍ଗବ ସମ୍ବିଧାନର ଆତ୍ମା ବୋଲି ବର୍ଣ୍ଣନା କରିଛନ୍ତି । ବିଶିଷ୍ଟ ରାଜନୀତି ବିଜ୍ଞାନୀ ବାର୍କରଙ୍କ ମତରେ, ଭାରତ ସମ୍ବିଧାନର ପ୍ରସ୍ତାବନାରେ ସମ୍ବିଧାନର ସାରତତ୍ତ୍ଵ ଓ ଯୁକ୍ତି ସନ୍ନିବେଶିତ ହୋଇଛି । ଏଣୁ ଏହାକୁ ସମ୍ବିଧାନର ଚାବିକାଠିରୂପେ ବର୍ଣ୍ଣନା କରାଯାଇଛି ।

୩ । ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ବା ଚାରିତ୍ରିକ ଲକ୍ଷଣ (Salient Features)ଗୁଡ଼ିକ ଆଲୋଚନା କର ।
Answer:
ସମ୍ବିଧାନ ହେଉଛି ରାଷ୍ଟ୍ରର ମୌଳିକ ନୀତିଗ୍ରନ୍ଥ । ରାଷ୍ଟ୍ର ଶାସନର ମୌଳିକ ସିଦ୍ଧାନ୍ତ ଓ ଆଇନଗୁଡ଼ିକ ସମ୍ବିଧାନରେ ପ୍ରତିଫଳିତ ହୋଇଥିବାରୁ ଏହାକୁ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କୁହାଯାଏ । ଭାରତୀୟ ସମ୍ବିଧାନ ଏକ ସମ୍ପୂର୍ଣ୍ଣ ମୌଳିକ ସୃଷ୍ଟି ନୁହେଁ । ଏହା ବିଶ୍ଵର ଅନ୍ୟାନ୍ୟ ସମ୍ବିଧାନଦ୍ଵାରା କେତେକାଂଶରେ ପ୍ରଭାବିତ ହୋଇଥିବାରୁ ସମାଲୋଚକମାନେ ଏହାକୁ ଏକ ଉଧାର ସମ୍ବିଧାନ କହନ୍ତି । ଏହି ବୃହତ୍ ସମ୍ବିଧାନକୁ ଅନୁଧ୍ୟାନ କଲେ ନିମ୍ନଲିଖିତ ବୈଶିଷ୍ଟ୍ୟମାନ ପରିଲକ୍ଷିତ ହୁଏ । କିନ୍ତୁ ଉଦ୍ଧୃତ ବିଷୟ ଭାରତୀୟ ପରିବେଶରେ ଖାପ ଖାଇବା ହିଁ ଆମର ମୌଳିକତା ।

(୧) ବୃହତ୍ ଲିଷ୍କୃତ ସମ୍ବିଧାନ : ଭାରତୀୟ ସମ୍ବିଧାନ ପୃଥ‌ିବୀର ସର୍ବବୃହତ୍ ଲିଖତ ସମ୍ବିଧାନ ଅଟେ । ଏହି ସମ୍ବିଧାନରେ ସର୍ବମୋଟ ୩୯୫ଟି ଧାରା ଏବଂ ୧୨ଟି ଅନୁସୂଚୀ ରହିଛି । ଏହାର ବିଶାଳତା ଓ ଜଟିଳତାକୁ ବିଚାରକୁ ନେଇ ଏହାକୁ ‘ଓକିଲମାନଙ୍କର ସ୍ଵର୍ଗ’ ବୋଲି ସମାଲୋଚନା କରାଯାଇଛି । ଏପରି ବିଶାଳକାୟ ହେବାର କାରଣ ହେଲା ଶାସନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ବିଧାନ ଲିଖତଭାବରେ ରଖାଯାଇଛି, ସମ୍ବିଧାନକୁ ସ୍ପଷ୍ଟ, ସରଳ, ବୋଧଗମ୍ୟ କରାଯାଇଛି ଏବଂ କେନ୍ଦ୍ରୀୟ ତଥା ରାଜ୍ୟର ଶାସନ ପ୍ରଣାଳୀ ପୃଥକ୍‌ଭାବେ ସୂଚିତ ହୋଇଛି ।

(୨) ସାର୍ବଭୌମ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର : ସ୍ଵାଧୀନତା ହାସଲ ପରେ ଭାରତ ବାହ୍ୟ ଓ ଆଭ୍ୟନ୍ତରୀଣ ନିୟନ୍ତ୍ରଣରୁ ମୁକ୍ତ ହୋଇ ସର୍ବୋଚ୍ଚ ଶାସନ କ୍ଷମତାର ଅଧିକାରୀ । ଏଠାରେ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠାର ଲକ୍ଷ୍ୟ ରହିଛି । ଭାରତରେ ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥା କାର୍ଯ୍ୟ କରୁଛି ।

(୩) ଧର୍ମନିରପେକ୍ଷ ରାଷ୍ଟ୍ର : ୧୯୭୬ ମସିହାରେ ସମ୍ବିଧାନର ୪୨ ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ପରିଗଣିତ ହେଲା । ରାଷ୍ଟ୍ରରେ ଏକ ସ୍ଵତନ୍ତ୍ର ଧର୍ମ ନାହିଁ । ସବୁ ଧର୍ମପ୍ରତି ସମାନ ମର୍ଯ୍ୟାଦା ପ୍ରଦାନ କରାଯାଇଛି । ବ୍ୟକ୍ତିବିଶେଷ ସ୍ଵାଧୀନ ଭାବରେ ଧର୍ମ ଗ୍ରହଣ କରିପାରିବ, ଏଥପାଇଁ ରାଷ୍ଟ୍ର ତରଫରୁ କୌଣସି କଟକଣା ନାହିଁ । ଧର୍ମ ଉପରେ କର ବସିବା ଓ ସରକାରୀ ଶିକ୍ଷାନୁଷ୍ଠାନରେ ଧର୍ମଶିକ୍ଷା ପ୍ରଦାନକୁ ବାରଣ କରାଯାଇଛି ।

(୪) ନମନୀୟତା ଓ ଅନମନୀୟତାର ସମାହାର : ଯେଉଁ ସମ୍ବିଧାନର ସଂଶୋଧନ ପ୍ରଣାଳୀ ଅତ୍ୟନ୍ତ ସରଳ ଅର୍ଥାତ୍ ଯେଉଁ ସମ୍ବିଧାନର ବିଷୟଗୁଡ଼ିକୁ ସାଧାରଣ ଆଇନ ପ୍ରଣୟନ ପ୍ରଣାଳୀରେ ସଂସଦଦ୍ଵାରା ସଂଶୋଧନ କରାଯାଇପାରେ, ତାକୁ ନମନୀୟ ସମ୍ବିଧାନ କୁହାଯାଏ । ମାତ୍ର ଯେଉଁ ସମ୍ବିଧାନର ସଂଶୋଧନ ପଦ୍ଧତି ଅତ୍ୟନ୍ତ ଜଟିଳ ଓ କଷ୍ଟସାଧ୍ୟ ଏବଂ ସଂସଦର ଦୁଇ-ତୃତୀୟାଂଶ ସମର୍ଥନ ଓ ଅନ୍ଧାଧିକ ରାଜ୍ୟ ବ୍ୟବସ୍ଥାପିକାର ସମର୍ଥନ ସହ ସଂଶୋଧନ ହୁଏ ତାକୁ ଅନମନୀୟ ସମ୍ବିଧାନ କୁହାଯାଏ । ଭାରତୀୟ ସମ୍ବିଧାନ ପ୍ରୟୋଜନ ଅନୁଯାୟୀ ନମନୀୟ ଓ ଅନମନୀୟ ହୋଇଥିବାରୁ ଉଭୟ ପଦ୍ଧତିର ସୁବିଧା ଉପଭୋଗ କରିଥାଏ ।

(୫) ସଂସଦୀୟ ଶାସନ : ବ୍ରିଟିଶ୍ ଶାସନ ପରି ଭାରତରେ ସଂସଦୀୟ ଶାସନ ବ୍ୟବସ୍ଥା ପ୍ରଚଳିତ । କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ଏଠାରେ ପାରସ୍ପରିକ ସହଯୋଗ ମଧ୍ୟରେ କାର୍ଯ୍ୟ କରନ୍ତି । ସମସ୍ତ କାର୍ଯ୍ୟ ପାଇଁ କାର୍ଯ୍ୟପାଳିକା ବ୍ୟବସ୍ଥାପିକା ନିକଟରେ ଦାୟୀ ରୁହେ । ଭାରତର ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ଓ ପ୍ରଧାନମନ୍ତ୍ରୀ ଶାସନମୁଖ୍ୟଭାବେ କାର୍ଯ୍ୟ କରନ୍ତି । ଶାସନ କାର୍ଯ୍ୟ ପ୍ରକୃତପକ୍ଷେ ପ୍ରଧାନମନ୍ତ୍ରୀଙ୍କଦ୍ଵାରା ପରିଚାଳିତ ହୁଏ । ରାଷ୍ଟ୍ରପତି ନାମକୁମାତ୍ର ମୁଖ୍ୟ ହୋଇ ରହନ୍ତି । ଏହି ବ୍ୟବସ୍ଥା ରାଜ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ । ରାଜ୍ୟପାଳ ନାମକୁମାତ୍ର ମୁଖ୍ୟ, ମାତ୍ର ମୁଖ୍ୟମନ୍ତ୍ରୀ ପ୍ରକୃତ ଶାସନମୁଖ୍ୟ ଅଟନ୍ତି ।

(୬) ସଂଘୀୟ ଶାସନ : ଆମ ଭାରତ ୨୮ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ । ଭାରତୀୟ ସମ୍ବିଧାନ ଭାରତୀୟ ଶାସନକୁ ସଂଘୀୟ ରୂପ ପ୍ରଦାନ କରିଛି । ଏହାର ସମ୍ବିଧାନ ଏକ ଲିଷ୍କୃତ ଓ ଅନମନୀୟ ସମ୍ବିଧାନ । ଦ୍ଵୈତ ଶାସନ ବ୍ୟବସ୍ଥା, ଦ୍ଵୈତ ସରକାର ମଧ୍ୟରେ କ୍ଷମତା ବଣ୍ଟନ ଏବଂ ଏକ ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟାଳୟ ଆଦି ସଂଘୀୟ ରାଷ୍ଟ୍ରର ସମସ୍ତ ଲକ୍ଷଣ ବିଦ୍ୟମାନ ଥିବାରୁ ଏହାକୁ ଏକ ସଂଘୀୟ ରାଷ୍ଟ୍ର କୁହାଯାଏ ।

ଭାରତୀୟ ଶାସନ ବ୍ୟବସ୍ଥାର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ରର ପ୍ରାଧାନ୍ୟ ବିଶେଷଭାବରେ ଅନୁଭୂତ ହୁଏ । ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ ସମ୍ବିଧାନର ପ୍ରଣେତାମାନେ ଭାରତରେ କେନ୍ଦ୍ରାଭିମୁଖୀ ସଂଘୀୟ ବ୍ୟବସ୍ଥାର ପରିକଳ୍ପନା କରିଥିଲେ ।

(୭) ମୌଳିକ ଅଧୂକାର : ସମ୍ବିଧାନର ତୃତୀୟ ପରିଚ୍ଛେଦରେ ପ୍ରତ୍ୟେକ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରାଯାଇଛି । ଆମେରିକା ସମ୍ବିଧାନ ପରି ଆମର ମୌଳିକ ଅଧୂକାର ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଏହାକୁ ୬ ଭାଗରେ ବିଭକ୍ତ କରାଯାଇପାରେ । ଏହା ନ୍ୟାୟଯୋଗ୍ୟ ଅଟେ ।
(୧) ସମାନତା ଅଧିକାର – (୧୪ ଧାରାରୁ ୧୮ ଧାରା)
(୨) ସ୍ଵାଧୀନତା ଅଧିକାର – (୧୯ ଧାରାରୁ ୨୨ ଧାରା)
(୩) ଶୋଷଣ ବିରୋଧରେ ଅଧୂକାର – (୨୩ ଧାରାରୁ ୨୪ ଧାରା)
(୪) ଧର୍ମଗତ ଅଧିକାର (୨୫ ଧାରାରୁ ୨୮ ଧାରା)
(୫) ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (୨୯ ଧାରାରୁ ୩୦ ଧାରା)
(୬) ସାମ୍ବିଧାନିକ ପ୍ରତିକାର ଅଧୁକାର (୩୨ ଧାରା) ଏହା ସମ୍ବିଧାନର ୧୨ ଧାରାରୁ ୩୫ ଧାରା ପର୍ଯ୍ୟନ୍ତ ବିଶଦ୍‌ଭାବରେ ଆଲୋଚନା କରାଯାଇଛି ।

(୮) ମୌଳିକ କର୍ତ୍ତବ୍ୟ – ଧାରା ୫୧(କ) : ଅଧିକାର ଓ କର୍ତ୍ତବ୍ୟ ପରସ୍ପର ଅଙ୍ଗାଙ୍ଗୀଭାବେ ଜଡ଼ିତ । ନାଗରିକମାନେ ରାଷ୍ଟ୍ରରେ ଅଧିକାର ଉପଭୋଗ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଉନ୍ନତି ପାଇଁ କେତେକ କର୍ଭବ୍ୟ ପାଳନ କରିବା ଆବଶ୍ୟକ । ୧୯୭୬ ମସିହାରେ ହୋଇଥିବା ୪୨ତମ ସମ୍ବିଧାନ ସଂଶୋଧନ ବଳରେ ୫୧ (କ) ଧାରାରେ ୧୦ଟି ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି । ସମ୍ବିଧାନ, ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ, ସାର୍ବଭୌମତ୍ଵ ଓ ଏକତା ରକ୍ଷା, ପରିବେଶ ସୁରକ୍ଷା, ନାରୀ ମର୍ଯ୍ୟାଦା ରକ୍ଷା ଆଦି ବିଷୟ ଏଥିରେ ସ୍ଥାନ ପାଇଛି ।

(୯) ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି (୩୬ ଧାରାରୁ ୫୧ ଧାରା) : ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରୀୟ ନୀତିନିୟାମକ ବା ନିର୍ଦ୍ଦେଶତତ୍ତ୍ଵ ସନ୍ନିବେଶିତ ହୋଇ ରହିଛି । ଏହା କେବଳ ନିର୍ଦ୍ଦେଶାତ୍ମକ ନୀତି ଆଇନ ନୁହେଁ । କୋର୍ଟ କଚେରିରେ ମୋକଦ୍ଦମା କରି ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଦେଶର ଶାସନ ପାଇଁ ଏହା ମୌଳିକ ନୀତିରୂପେ ଘୋଷଣା କରାଯାଇଛି । ଆଇନ ପ୍ରଣୟନ ସମୟରେ ଅଥବା ନୀତି ନିର୍ଦ୍ଧାରଣ କଲାବେଳେ ଏହି ନିର୍ଦ୍ଦେଶାବଳୀକୁ ବିଚାରକୁ ନେବା ପାଇଁ ସମ୍ବିଧାନର ପ୍ରଣେତାମାନେ ବ୍ୟବସ୍ଥା କରିଛନ୍ତି । ସମ୍ବିଧାନର ୩୬ ଧାରାରୁ ଆରମ୍ଭ ହୋଇ ୫୧ ଧାରା ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଲିପିବଦ୍ଧ ରହିଛି ।

(୧୦) ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା : ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମୂହରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବାପାଇଁ କଳ୍ପନା କରାଯାଇଛି । ଏଠାରେ ରାଷ୍ଟ୍ରର ଅଧିବାସୀମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯିବାପାଇଁ ପ୍ରତିଶ୍ରୁତି ଦିଆଯାଇଛି । ସାଧାରଣ ଜୀବନର ସୁରକ୍ଷା ପାଇଁ ରାଷ୍ଟ୍ର ସୁବିଧା ଅବ୍ୟାହତ ରଖୁଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

(୧୧) ସ୍ଵାଧୀନ ନିରପେକ୍ଷ ବିଚାର ବ୍ୟବସ୍ଥା : ଭାରତରେ ଏକ ସୁସଙ୍ଗତ, ନିରପେକ୍ଷ ଓ ସ୍ଵାଧୀନ ବିଚାର ସଂସ୍ଥା ରହିଛି । ତେଣୁ ସୁପ୍ରିମ୍ କୋର୍ଟଠାରୁ ଆରମ୍ଭ କରି ନିମ୍ନ ଅଦାଲତ ପର୍ଯ୍ୟନ୍ତ ସମସ୍ତ ବିଚାର ସଂସ୍ଥା ଏକତ୍ର ବାନ୍ଧି ହୋଇ କାର୍ଯ୍ୟ କରିଥାଆନ୍ତି । ବିଚାର ବ୍ୟବସ୍ଥାର ସ୍ଵାଧୀନତା ପାଇଁ ବିଚାରପତିମାନଙ୍କ ନିଯୁକ୍ତି, ବେତନ, ଭତ୍ତା ଓ ଚାକିରି ସର୍ଭାବଳୀ ସମ୍ବିଧାନଦ୍ୱାରା ସୁରକ୍ଷିତ ହୋଇଛି ।

(୧୨) ସାର୍ବଜନୀନ ଭୋଟ କ୍ଷମତା : ସମ୍ବିଧାନର ୩୨୬ ଧାରାନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏଥିପାଇଁ ପାଶ୍ଚାତ୍ୟ ଜଗତରେ ଯୁଗ ଯୁଗ ଧରି ଆନ୍ଦୋଳନ ଓ ଅପେକ୍ଷା କରାଯାଇଛି । ଭାରତରେ ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହା ଭାରତକୁ ବୃହତ୍ତମ ଗଣତନ୍ତ୍ର କରିଦେଇଛି । ସମ୍ବିଧାନର ଏହି ବ୍ୟବସ୍ଥା ଏକ ସାହସିକ ପଦକ୍ଷେପରୂପେ ବର୍ଣ୍ଣିତ ହୋଇଛି । ୬୨ତମ ସମ୍ବିଧାନ ସଂଶୋଧନଦ୍ୱାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି ।

(୧୩) ଏକକ ନାଗରିକତ୍ବ : ଭାରତରେ ଏକକ ନାଗରିକତ୍ଵ ପ୍ରଚଳିତ । ଭାରତରେ ବାସ କରୁଥିବା ବ୍ୟକ୍ତିମାନେ ଭାରତୀୟ ନାଗରିକଭାବେ ପରିଚିତ । ଭାରତ ସମ୍ବିଧାନ ଅନୁସାରେ କୌଣସି ରାଜ୍ୟ ନାଗରିକତା ପ୍ରଦାନ କରିପାରିବ ନାହିଁ । ଅର୍ଥାତ୍ ସମସ୍ତେ ଭାରତର ନାଗରିକ ହେବେ । ଏହାଦ୍ଵାରା ଜାତୀୟ ଏକତା ଓ ସଂହତି ବୃଦ୍ଧି ପାଏ । ଯୁକ୍ତରାଷ୍ଟ୍ର ଆମେରିକାରରେ ଦ୍ଵୈତ ନାଗରିକତା ପ୍ରଚଳିତ । ସେଠାରେ ଜଣେ ବ୍ୟକ୍ତି ନିଜ ରାଜ୍ୟର ନାଗରିକ ହେବା ସଙ୍ଗେ ସଙ୍ଗେ ଆମେରିକାର ନାଗରିକ ହୋଇଥାଏ । ଏହି ବ୍ୟବସ୍ଥାଦ୍ଵାରା ଭାରତ ସଂଘୀୟ ରାଷ୍ଟ୍ରର ବିରୋଧାଚରଣ କରୁଛି । କିନ୍ତୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସଂହତିକୁ ଦୃଢ଼ କରିବାପାଇଁ ଭାରତରେ ଏ ବ୍ୟବସ୍ଥା ପ୍ରବର୍ତ୍ତନ ହୋଇଛି ।

(୧୪) ସାଧାରଣତନ୍ତ୍ର : ସାଧାରଣତନ୍ତ୍ର ରାଷ୍ଟ୍ରର ମୁଖ୍ୟ ବଂଶାନୁକ୍ରମିକ ଉତ୍ତରାଧୁକାରୀ ସୂତ୍ରରେ କ୍ଷମତା ଦଖଲ କରନ୍ତି ନାହିଁ; ବରଂ ନିର୍ବାଚନଦ୍ଵାରା କ୍ଷମତାପ୍ରାପ୍ତ ହୁଅନ୍ତି । ଆମ ଭାରତର ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ନିର୍ବାଚନଦ୍ଵାରା କ୍ଷମତାପ୍ରାପ୍ତ ହୁଅନ୍ତି । ଆମେରିକା ଏହି ନୀତି ଅବଲମ୍ବନ କରିଛି ।

(୧୫) ସମ୍ବିଧାନର ପାଞ୍ଚ ସ୍ତମ୍ଭ : ସମ୍ବିଧାନ ପ୍ରଧାନ ପାଞ୍ଚୋଟି ସ୍ତମ୍ଭ ଉପରେ ନ୍ୟସ୍ତ ରହିଛି; ଯଥା –
(୧) ନିର୍ବାଚନ କମିଶନ,
(୨) ଅର୍ଥ କମିଶନ,
(୩) ପବ୍ଲିକ୍ ସର୍ଭିସ୍ କମିଶନ,
(୪) ଅଡ଼ିଟର ଜେନେରାଲ,
(୫) ଆଟଣ୍ଡି ଜେନେରାଲ ।

(୧୬) ଅନ୍ୟାନ୍ୟ ବୈଶିଷ୍ଟ୍ୟ : (୧) ଦ୍ବିସଦନତା, (୨) ଜରୁରିକାଳୀନ ବ୍ୟବସ୍ଥା, (୩) ସର୍ବଭାରତୀୟ ସେବାସଂସ୍ଥା, (୪) କ୍ଷମତା ସ୍ଵତନ୍ତ୍ରୀକରଣ, (୫) ସଂଖ୍ୟାଲଘୁ ଗୋଷ୍ଠୀର ଭାଷା ଓ ସଂସ୍କୃତିର ସଂରକ୍ଷଣ, (୬) ଜାତୀୟ ଭାଷା ନିର୍ଦ୍ଧାରଣ, (୭) ସାମ୍ବିଧାନିକ ଆଚରଣ ଓ ପଦ୍ଧତି, (୮) ବୈଦେଶିକ ନୀତି ନିର୍ଦ୍ଧାରଣ, (୯) ସମ୍ବିଧାନ ସଂଶୋଧନ ବ୍ୟବସ୍ଥା, (୧୦) ତଫସିଲଭୁକ୍ତ ଜାତି ଓ ଉପଜାତିର ମଙ୍ଗଳ ବିଧାନ, (୧୧) ପ୍ରତ୍ୟେକ ରାଜ୍ୟର ଅଞ୍ଚଳ ନିର୍ଦ୍ଧାରଣ, (୧୨) ଅର୍ଥନୈତିକ କ୍ଷମତା ବିସ୍ତୃତୀକରଣ, ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥା, (୧୩) ଜାମ୍ମୁକାଶ୍ମୀର, ଆନ୍ଧ୍ର, ଗୁଜରାଟ, ନାଗାଲାଣ୍ଡ, ସିକିମ୍, ଆସାମ ପ୍ରଭୃତି ରାଜ୍ୟଗୁଡ଼ିକ ବିଷୟରେ ବିଶେଷ ବ୍ୟବସ୍ଥାମାନ ରହିଛି । (୧୪) ସର୍ବୋପରି ୪୨ତମ ସମ୍ବିଧାନ ସଂଶୋଧନରେ ଭାରତକୁ ସମାଜବାଦୀ ରାଷ୍ଟ୍ରରୂପେ ଘୋଷଣା କରାଯାଇ ମୁଖବନ୍ଧର ସଂଶୋଧନ କରାଯାଇଛି । (୧୫) ୭୪ତମ ସମ୍ବିଧାନ ସଂଶୋଧନଦ୍ଵାରା ପଞ୍ଚାୟତିରାଜକୁ ସ୍ବାତନ୍ତ୍ର୍ୟ, ମାନ୍ୟତା ଓ ଅର୍ଥନୈତିକ କ୍ଷମତା ଦିଆଯାଇଛି ।

ପରିଶେଷରେ ଏତିକି କୁହାଯାଇପାରେ ଯେ ଭାରତର ସମ୍ବିଧାନ ପୃଥିବୀର ସର୍ବବୃହତ୍ ଏବଂ ଏକ ମହାନ୍ ଗଣତାନ୍ତ୍ରିକ ସମ୍ବିଧାନ ଅଟେ । ଅଧ୍ୟାପକ ଜେନିଙ୍ଗ୍‌ସଙ୍କ ମତରେ, ‘ସମସ୍ତ ସମ୍ବିଧାନଗୁଡ଼ିକ ହେଉଛି ଅତୀତର ଉତ୍ତରାଧୁକାରୀ ଓ ଭବିଷ୍ୟତର ପରୀକ୍ଷାକାରୀ ।’’ ଭାରତୀୟ ସମ୍ବିଧାନର ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଅତୀତ କ୍ରମବିବର୍ତ୍ତନର ଫଳ ଓ ଭବିଷ୍ୟତର ଦିଗ୍‌ଦର୍ଶକ ।

୪ । ଭାରତୀୟ ସମ୍ବିଧାନର ସଂଶୋଧନ ପଦ୍ଧତି (Amendment Procedure) ବର୍ଣନା କର ।
Answer:
ରାଷ୍ଟ୍ରର ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ମୌଳିକ ଆଇନଗୁଡ଼ିକ ସମ୍ବିଧାନରେ ଲିପିବଦ୍ଧ ହୋଇଥାଏ । ପରିବେଶ ଓ ପରିସ୍ଥିତିର ପରିବର୍ତ୍ତନ ସହିତ ମନୁଷ୍ୟର ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଘଟୁଛି । ଏହି ପରିବର୍ତ୍ତନଗୁଡ଼ିକୁ ଦୃଷ୍ଟିରେ ରଖ୍ ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନକୁ ଆବଶ୍ୟକସ୍ଥଳେ ସଂଶୋଧନ କରାଯିବାର ବ୍ୟବସ୍ଥା କରିଥାଆନ୍ତି । ଏହାଦ୍ଵାରା ସମ୍ବିଧାନକୁ ଯୁଗୋପଯୋଗୀ କରାଯାଇପାରିବ । ଏହି ସଂଶୋଧନ ପ୍ରଣାଳୀ ସମ୍ବିଧାନର ୩୬୮ ଧାରାରେ ବର୍ଣ୍ଣନା କରାଯାଇଛି ।

ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଏହାର ସଂଶୋଧନ ପଦ୍ଧତି କେବଳ ସଂସଦଦ୍ବାରା ହିଁ ହୋଇଥାଏ । ଭାରତରେ ଏକ ଭିନ୍ନଧରଣର ସଂଘୀୟ ବ୍ୟବସ୍ଥା ପ୍ରଚଳିତ ଥିବାରୁ ସମ୍ବିଧାନର ସଂଶୋଧନ ପାଇଁ ଗୋଟିଏ ପନ୍ଥା ଅବଲମ୍ବନ ପରିବର୍ତ୍ତେ ୩ଟି ପନ୍ଥା ପ୍ରବର୍ତ୍ତନ କରାଯାଇଛି ଯାହାକି ନିମ୍ନରେ ଦିଆଗଲା ।

(୧) ପ୍ରଥମ ପଦ୍ଧତି : ସାଧାରଣ ସଂଖ୍ୟାଗରିଷ୍ଠତା ସହ ସଂଶୋଧନ : କେତେକ ବ୍ୟବସ୍ଥା ଧାରା ପାର୍ଲିଆମେଣ୍ଟର ଉପସ୍ଥିତ ସଦସ୍ୟମାନଙ୍କର ସଂଖ୍ୟାଗରିଷ୍ଠ ମତରେ ସଂଶୋଧୁତ କରାଯାଇପାରିବ; ଯଥା –
(i) ନୂଆ ରାଜ୍ୟ ଗଠନ, ନାମ ସୀମା ନିର୍ଦ୍ଧାରଣ, ସଂପୃକ୍ତ ରାଜ୍ୟ ବିଧାନମଣ୍ଡଳର ସମ୍ମତି ନେଇ ସଂଶୋଧନ କରାଯାଇପାରେ । ସମ୍ବିଧାନର ୩ ଧାରାରେ ଏହା ପର୍ଯ୍ୟବସିତ ।
(ii) ବିଧାନମଣ୍ଡଳର ଦ୍ଵିତୀୟ ସଦନ ଉଚ୍ଛେଦ କରିବା ପାଇଁ ୧୬୯ ଧାରା ଅନୁସାରେ ସଂଶୋଧନ ପ୍ରସ୍ତାବ ।
(iii) ନାଗରିକତା ଏବଂ ତାଲିକାଭୁକ୍ତ ଅଞ୍ଚଳ ବା ଉପଜାତିମାନଙ୍କ ବିଷୟରେ ସଂଶୋଧନ କରିବାକୁ ହେଲେ ସାଧାରଣ ଆଇନ ପରି ଉପସ୍ଥିତ ସଂଖ୍ୟାଗରିଷ୍ଠ ଭୋଟରେ ସଂଶୋଧନ କରାଯାଇପାରେ ।

(୨) ଦ୍ଵିତୀୟ ପଦ୍ଧତି : ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତା ସହ ସଂଶୋଧନ : ସଂସଦର ଉଭୟ କକ୍ଷରେ ସମୁଦାୟ ସଭ୍ୟ ସଂଖ୍ୟାର ସଂଖ୍ୟାଗରିଷ୍ଠତା ଓ ଉପସ୍ଥିତ ଥିବା ସଭ୍ୟମାନଙ୍କର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଚତୁର୍ବିଂଶ ସମ୍ବିଧାନ ସଂଶୋଧନରେ ରାଷ୍ଟ୍ରପତି ଉକ୍ତ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ବୋଲି ବ୍ୟବସ୍ଥା କରିଛି । ଏହି ଧାରା ଅନୁସାରେ ବିଧାନମଣ୍ଡଳର ସମ୍ମତି ଦରକାର ହୁଏ ନାହିଁ । ଏହି ପ୍ରଣାଳୀଦ୍ଵାରା ସମ୍ବିଧାନର (କ) ମୌଳିକ ଅଧ୍ବକାର (ତୃତୀୟ ପରିଚ୍ଛେଦ), (ଖ) ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତି (ଚତୁର୍ଥ ପରିଚ୍ଛେଦ) ସଂଶୋଧୃତ ହୁଏ ।

(୩) ତୃତୀୟ ପଦ୍ଧତି : ସ୍ବତନ୍ତ୍ର ସଂଖ୍ୟାଗରିଷ୍ଠତା ଓ ଅର୍ଦ୍ଧାଧ‌ିକ ରାଜ୍ୟର ଅନୁମୋଦନ ସହ ସଂଶୋଧନ ତ୍ରିସ୍ତର ସମ୍ମତିଦ୍ୱାରା କରାଯାଏ । ଏହି ପଦ୍ଧତି ଅନୁସାରେ ପ୍ରଥମେ ପାର୍ଲିଆମେଣ୍ଟର ପ୍ରତ୍ୟେକ ସଦନରେ ସଦସ୍ୟଙ୍କ ସଂଖ୍ୟାର ଅର୍ଦ୍ଧାଧ‌ିକ ସମ୍ମତି ଲାଭ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସଦସ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ସଦସ୍ୟମାନଙ୍କ ସମ୍ମତି ଲାଭ କରିଥିବା ଦରକାର ଏବଂ ରାଷ୍ଟ୍ରପତିଙ୍କ ମଞ୍ଜୁରି ପାଇଁ ଏହା ଉପସ୍ଥାପିତ କରାଯାଏ । ତ୍ରିସ୍ତର ସମ୍ମତି ପଦ୍ଧତି ନିମ୍ନଲିଖତ ବ୍ୟବସ୍ଥାର ସଂଶୋଧନ ପାଇଁ ପ୍ରୟୋଗ କରାଯାଏ ।

୫୪ ଧାରା ଅନୁସାରେ ରାଷ୍ଟ୍ରପତିଙ୍କ ନିର୍ବାଚନମଣ୍ଡଳୀ ଗଠନ, ୫୫ ଧାରା ଅନୁସାରେ ନିର୍ବାଚନ ପ୍ରଣାଳୀ, ୭୩ ଧାରା ଅନୁସାରେ କେନ୍ଦ୍ର ସରକାରଙ୍କ କ୍ଷମତା, ୧୬୨ ଧାରା ଅନୁସାରେ ରାଜ୍ୟମାନଙ୍କର କ୍ଷମତା, ୨୦୧ ଧାରା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳ, ଉଚ୍ଚ ନ୍ୟାୟାଳୟ କ୍ଷମତା, ଏକାଦଶ ପରିଚ୍ଛେଦ, କେନ୍ଦ୍ର-ରାଜ୍ୟ ସମ୍ପର୍କ, ସପ୍ତମ ତାଲିକାର ଅଧୁକାର ତାଲିକାୟ, ପାର୍ଲିଆମେଣ୍ଟରେ ରାଜ୍ୟମାନଙ୍କର ପ୍ରତିନିଧୃତ୍ଵ ଏବଂ ୩୬୮ ଧାରାରେ ସମ୍ବିଧାନ ସଂଶୋଧନ ପଦ୍ଧତି ପ୍ରଣାଳୀ ଆଦି ବିଷୟବସ୍ତୁ ଏହି ତୃତୀୟ ପଦ୍ଧତିର ପରିସରଭୁକ୍ତ ।

ସଂଶୋଧନ ପ୍ରକ୍ରିୟା : ସମ୍ବିଧାନର କୌଣସି ଧାରାକୁ ସଂଶୋଧନ କରିବାକୁ ହେଲେ ସେହି ସଂକ୍ରାନ୍ତୀୟ ଏକ ବିଲ୍ ସଂସଦର ଯେକୌଣସି କକ୍ଷରେ ଆଗତ କରାଯାଏ । ବିଲ୍‌ ସେହି କକ୍ଷରେ ଗୃହୀତ ହେଲା ପରେ ଅନ୍ୟ କକ୍ଷକୁ ଆଲୋଚନା ପାଇଁ ପଠାଯାଏ । ଦ୍ଵିତୀୟ କକ୍ଷରେ ଆଲୋଚନା ପରେ ଗୃହୀତ ହେଲେ ତାହା ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ଲାଭକରି ଆଇନରେ ପରିଣତ ହୁଏ । ଯେଉଁ ସଂଶୋଧନ ରାଜ୍ୟମାନଙ୍କର ଅନୁମୋଦନ ଆବଶ୍ୟକ କରେ ତାହା ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପୂର୍ବରୁ ଅନୁମୋଦିତ ହୋଇଥାଏ । ସମ୍ବିଧାନ ପ୍ରସ୍ତାବକୁ କେନ୍ଦ୍ରକରି ସଂସଦର ଉଭୟ କକ୍ଷ ମଧ୍ୟରେ ମତପାର୍ଥକ୍ୟ ଯୋଗୁଁ ପ୍ରସ୍ତାବଟି ଅନୁମୋଦିତ ନହୋଇପାରିଲେ ତାହା ନାକଚ ହୋଇଯାଏ । ଏପର୍ଯ୍ୟନ୍ତ ଭାରତ ସମ୍ବିଧାନ ୯୨ଥର ସଂଶୋଧନ ହୋଇସାରିଲାଣି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ସମ୍ବିଧାନ ସଂଶୋଧନ ପଦ୍ଧତିର ସମାଲୋଚନା :
(i) ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ରାଜ୍ୟମାନଙ୍କର ପ୍ରାୟତଃ କ୍ଷମତା ନାହିଁ ।
(ii) କୌଣସି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଉପରେ ସଂସଦର ଉଭୟ ଗୃହ ମଧ୍ୟରେ ମତଭେଦ ଦେଖାଗଲେ ତାହା ଦୂର କରାଯିବାର ବ୍ୟବସ୍ଥା ନାହିଁ ।
(iii) କେତେକ କ୍ଷେତ୍ରରେ ଅର୍ଦ୍ଧାଧ‌ିକ ରାଜ୍ୟ ବିଧାନସଭାର ଅନୁମୋଦନ ଆବଶ୍ୟକ ହେଉଥିଲେ ମଧ୍ୟ ସମୟସୀମା ଧାର୍ଯ୍ୟ ହୋଇନଥିବାରୁ ରାଜ୍ୟମାନଙ୍କର ଅବହେଳା ଯୋଗୁଁ ବିଧେୟକଟି ଅକାମୀ ହୋଇଯିବାର ସମ୍ଭାବନା ରହିଛି ।
(iv) ଉଚ୍ଚତମ ନ୍ୟାୟାଳୟ ସମ୍ବିଧାନର ‘ମୌଳିକ ଗଢ଼ଣ’ (Basic Structure) ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୌଳିକ ଢାଞ୍ଚାର ପ୍ରକୃତ ସ୍ଵରୂପ ନିର୍ଦ୍ଧାରଣ ସମ୍ଭବ ହୋଇନାହିଁ ।
(v) ସୁଇଜରଲାଣ୍ଡରେ ସମ୍ବିଧାନ ସଂଶୋଧନ ପୂର୍ବରୁ ଲୋକମାନଙ୍କର ମତାମତ ଜାଣିବା ପାଇଁ ‘ଗଣଭୋଟ’ (Referendum) କରାଯାଇଥାଏ, କିନ୍ତୁ ଭାରତରେ ଏପରି କୌଣସି ବ୍ୟବସ୍ଥା ନାହିଁ ।

ସମ୍ବିଧାନ ସଂଶୋଧନ କ୍ଷମତା ଅତ୍ୟନ୍ତ ବ୍ୟାପକ ହୋଇଥିଲାବେଳେ ମିନର୍ଭା ମିଲ୍ସ ମୋକଦ୍ଦମାରେ ଉଚ୍ଚତମ ନ୍ୟାୟାଳୟର ରାୟ ଅନୁଯାୟୀ ଏହି କ୍ଷମତା ବଳରେ ସମ୍ବିଧାନର ‘ମୌଳିକ ବ୍ୟବସ୍ଥା’କୁ ସଂଶୋଧନ ବା ପରିବର୍ତ୍ତନ କରାଯିବାର କ୍ଷମତା କେନ୍ଦ୍ରୀୟ ସଂସଦର ନାହିଁ ବୋଲି ସୂଚନା ଦିଆଯାଇଛି । ତିନୋଟିଯାକ ସଂଶୋଧନ ପ୍ରଣାଳୀକୁ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ହୁଏ ଯେ ଏଠାରେ ଉଭୟ ନମନୀୟ ଓ ଅନମନୀୟ ନୀତିର ସମାହାର ଘଟିଛି । ପ୍ରଥମ ପ୍ରଣାଳୀଟି ନମନୀୟ ହୋଇଥିବାବେଳେ ଦ୍ଵିତୀୟ ଓ ତୃତୀୟ ପ୍ରଣାଳୀ ଅନମନୀୟ ଅଟନ୍ତି । ଏଣୁ ଭାରତ ସମ୍ବିଧାନ ଇଂଲଣ୍ଡର ନମନୀୟ ନୀତି ଓ ଆମେରିକାର ଅନମନୀୟ ନୀତି ମଧ୍ୟରେ ସମନ୍ଵୟ ରକ୍ଷା କରେ ।

Leave a Comment