CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

Odisha State Board CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର Questions and Answers.

CHSE Odisha 11th Class Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ମୌଳିକ ଅଧୂକାରଗୁଡ଼ିକ ଆମ ସମ୍ବିଧାନର ___________ ବିଭାଗରେ ବର୍ଣ୍ଣନା କରାଯାଇଛି ।
(କ) ତୃତୀୟ
(ଖ) ଚତୁର୍ଥ
(ଗ) ଚତୁର୍ଥ (କ)
(ଘ) ସପ୍ତମ
Answer:
(କ) ତୃତୀୟ

୨ । ସମ୍ବିଧାନର ___________ ଧାରାରୁ ___________ ଧାରା ମଧ୍ୟରେ ମୌଳିକ ଅସ୍ଵୀକାରଗୁଡ଼ିକ ବର୍ଣିତ ହୋଇଛି ।
(କ) ୧୩-୩୪
(ଖ) ୧୨-୨୫
(ଗ) ୧୨-୩୫
(ଘ) ୧୮-୩୨
Answer:
(ଗ) ୧୨-୩୫

୩ । ନାଗରିକର ମୌଳିକ ଅଧୂକାର ___________ ଅଟେ ।
(କ) ନ୍ୟାୟଯୋଗ୍ୟ
(ଖ) ଅଣନ୍ୟାୟଯୋଗ୍ୟ
(ଗ) ନୈତିକ
(ଘ) ନିରଙ୍କୁଶ
Answer:
(କ) ନ୍ୟାୟଯୋଗ୍ୟ

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୪ । ୧୯୭୮ ମସିହାରେ ହୋଇଥୁବା ___________ ତମ ସମ୍ବିଧାନ ସଂଶୋଧନ ବଳରେ ___________ ଅଧିକାରରୁ କାଢ଼ି ନିଆଗଲା ।
(କ) ୪୨, ସଂପରିଗତ
(ଖ) ୪୩, ସଂପରିଗତ
(ଗ) ୪୪, ସଂପରିଗତ
(ଘ) ୪୫, ସଂପରିଗତ
Answer:
(ଗ) ୪୪, ସଂପରିଗତ

୫ । ଭାରତୀୟ ନାଗରିକର ବର୍ତ୍ତମାନ ___________ ଟି ମୌଳିକ ଅଧୁକାର ରହିଛି ।
(କ) ୭
(ଖ) ୧୧
(ଗ) ୬
(ଘ) ୧୦
Answer:
(ଗ) ୬

୬ । ସମାନତା ଅଧିକାର ___________ ଧାରାରୁ ___________ ଧାରା ପର୍ଯ୍ୟନ୍ତ ସମ୍ବିଧାନରେ ଲିପିବଦ୍ଧ ହୋଇଛି ।
(କ) ୧୪-୧୮
(ଖ) ୧୩-୧୯
(ଗ) ୧୯-୨୩
(ଘ) ୨୫-୨୮
Answer:
(କ) ୧୪-୧୮

୭ । ସ୍ଵାଧୀନତାର ଅଧିକାର ସମ୍ପର୍କରେ ସମ୍ବିଧାନର ___________ ଧାରାରୁ ___________ ମଧ୍ୟରେ ଉଲ୍ଲେଖ କରାଯାଇଛି ।
(କ) ୧୪-୧୮
(ଖ) ୧୩-୧୯
(ଗ) ୧୯-୨୨
(ଘ) ୨୫-୨୮
Answer:
(ଗ) ୧୯-୨୨

୮ । ସମ୍ବିଧାନର ___________ ଧାରାରେ ସାମ୍ବିଧାନିକ ପ୍ରତିକାର ଅଧୁକାର ସମ୍ପର୍କରେ ସୂଚନା ମିଳେ ।
(କ) ୩୧
(ଖ) ୩୨
(ଗ) ୨୯
(ଘ) ୨୨
Answer:
(ଖ) ୩୨

୯ । ___________ ତମ ସମ୍ବିଧାନ ସଂଶୋଧନ ବଳରେ ମୌଳିକ କର୍ଭବ୍ୟ ସୃଷ୍ଟି ହୋଇଛି ।
(କ) ୧୯୭୮ ମସିହାର ୪୪
(ଖ) ୧୯୭୭ ମସିହାର ୪୨
(ଗ) ୧୯୭୬ ମସିହାର ୪୨
(ଘ) ୧୯୭୯ ମସିହାର ୪୪
Answer:
(ଗ) ୧୯୭୬ ମସିହାର ୪୨

୧୦ । ମୌଳିକ କର୍ଭବ୍ୟ ବିଷୟକ ଧାରାଗୁଡ଼ିକ ସମ୍ବିଧାନର ___________ ଧାରାରେ ବର୍ଣ୍ଣିତ ହୋଇଛି ।
(କ) ୫୧ (କ)
(ଖ) ୫୨ (କ)
(ଗ) ୫୧
(ଘ) ୫୩
Answer:
(କ) ୫୧ (କ)

୧୧ । ସମ୍ବିଧାନର ___________ ଧାରାରୁ ___________ ଧାରା ମଧ୍ଯରେ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଛି ।
(କ) ୩୬-୫୧
(ଖ) ୩୫-୫୦
(ଗ) ୩୪-୫୧
(ଘ) ୩୩-୫୦
Answer:
(କ) ୩୬-୫୧

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୨ । ଭାରତରେ ଏକ ___________ ପ୍ରତିଷ୍ଠା କରିବା ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହର ଲକ୍ଷ୍ୟ ଅଟେ ।
(କ) ସମାଜବାଦୀ ରାଷ୍ଟ୍ର
(ଖ) ଧର୍ମନିରପେକ୍ଷ ରାଷ୍ଟ୍ର
(ଗ) ସାଧାରଣତନ୍ତ୍ର ରାଷ୍ଟ୍ର
(ଘ) ଜନମଙ୍ଗଳ ରାଷ୍ଟ୍ର
Answer:
(ଘ) ଜନମଙ୍ଗଳ ରାଷ୍ଟ୍ର

୧୩ । ମୌଳିକ କର୍ଭବ୍ୟ ସମ୍ବିଧାନର ___________ ଖଣ୍ଡରେ ସ୍ଥାନ ପାଇଛି ।
(କ) ତୃତୀୟ
(ଖ) ଚତୁର୍ଥ
(ଗ) ଚତୁର୍ଥ (କ)
(ଘ) ପଞ୍ଚମ
Answer:
(ଗ) ଚତୁର୍ଥ (କ)

୧୪ । ___________ ଓ ___________ ନ୍ୟାୟ ପ୍ରତିଷ୍ଠା କରିବା ହେଉଛି ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହର ମୁଖ୍ୟ ଉଦ୍ଦେଶ୍ୟ ।
(କ) ଅର୍ଥନୈତିକ, ସାମାଜିକ
(ଖ) ସାମାଜିକ, ରାଜନୈତିକ
(ଗ) ଅର୍ଥନୈତିକ, ରାଜନୈତିକ
(ଘ) ନୈତିକ, ସାମାଜିକ
Answer:
(କ) ଅର୍ଥନୈତିକ, ସାମାଜିକ

୧୫ । ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ନ୍ୟାୟାଳୟଦ୍ଵାରା ___________ ନୁହେଁ ।
(କ) ଅଣବିଚାରଯୋଗ୍ୟ
(ଖ) ବିଚାରଯୋଗ୍ୟ
(ଗ) ଗ୍ରହଣୀୟ
(ଘ) ନୈତିକ ସମର୍ଥିତ
Answer:
(ଖ) ବିଚାରଯୋଗ୍ୟ

୧୬ । ଶୋଷଣ ବିରୁଦ୍ଧରେ ଅଧିକାର ___________ ମାନଙ୍କ ନିମନ୍ତେ ପ୍ରଯୁଜ୍ୟ ।
(କ) ଆର୍ଥିକ ଦୁର୍ବଳଶ୍ରେଣୀ ଓ ଶିଶୁ
(ଖ) ଗରିବ ଓ ନିରାଶ୍ରୟ
(ଗ) ଶ୍ରମିକ
(ଘ) ମହିଳା
Answer:
(କ) ଆର୍ଥିକ ଦୁର୍ବଳଶ୍ରେଣୀ ଓ ଶିଶୁ

୧୭ । ଜରୁରୀ ପରିସ୍ଥିତି ସମୟରେ ___________ ଓ ___________ ଅଧୁକାର ସଂକୁଚିତ କରାଯାଏ ।
(କ) ସମାନତା ଓ ଧାର୍ମିକ
(ଖ) ଶୋଷଣ ବିରୋଧୀ ଓ ଧାର୍ମିକ
(ଗ) ସାଂସ୍କୃତିକ ଓ ସମାନତା
(ଘ) ସ୍ଵାଧୀନତା ଅଧିକାର ଓ ସାମ୍ବିଧାନିକ ପ୍ରତିକାର ଅଧୁକାର
Answer:
(ଘ) ସ୍ଵାଧୀନତା ଅଧିକାର ଓ ସାମ୍ବିଧାନିକ ପ୍ରତିକାର ଅଧୁକାର

୧୮ । ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ସମ୍ବିଧାନର ___________ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ?
(କ) ତୃତୀୟ
(ଖ) ଚତୁର୍ଥ
(ଗ) ପଞ୍ଚମ
(ଘ) ଷଷ୍ଠ
Answer:
(ଖ) ଚତୁର୍ଥ

୧୯ । ଭାରତ ସମ୍ବିଧାନର ___________ ଧାରାରେ ଅସ୍ପୃଶ୍ୟତାକୁ ଉଚ୍ଛେଦ କରାଯାଇଛି ।
(କ) ୧୫
(ଖ) ୧୬
(ଗ) ୧୭
(ଘ) ୧୮
Answer:
(ଗ) ୧୭

୨୦ । ମୌଳିକ ଅଧିକାରସବୁର ସୁରକ୍ଷା ପାଇଁ ଜଣେ ନାଗରିକ ___________ ରେ ଆବେଦନ କରିବାର ଅଧୁକାରହିଁ ଏକ ମୌଳିକ ଅଧୁକାର ।
(କ) ଉଚ୍ଚତମ ନ୍ୟାୟାଳୟ
(ଖ) ଉଚ୍ଚ ନ୍ୟାୟାଳୟ
(ଗ) ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ
(ଘ) ମୁଖ୍ୟ କାର୍ଯ୍ୟପାଳିକା
Answer:
(ଗ) ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୨୧ । ଖଣି ଓ କାରଖାନାରେ କାମ କରିବାପାଇଁ ___________ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ନିଯୁକ୍ତିକୁ ସମ୍ବିଧାନରେ ନିଷିଦ୍ଧ କରାଯାଇଛି ।
(କ) ୧୪
(ଖ) ୧୨
(ଗ) ୧୮
(ଘ) ୨୧
Answer:
(କ) ୧୪

୨୨ । ଭାରତରେ ସମ୍ପଭିଗତ ଅଧୁକାର ଗୋଟିଏ ___________ ଅଧିକାର ।
(କ) ସାମାଜିକ
(ଖ) ଅର୍ଥନୈତିକ
(ଗ) ଆଇନଗତ
(ଘ) ସାମ୍ବିଧାନିକ
Answer:
(ଗ) ଆଇନଗତ

୨୩ । ଆମ ସମ୍ବିଧାନର କେଉଁ ଧାରା ସ୍ଵାଧୀନତା ଅଧିକାର ସଂପର୍କିତ ?
(କ) ଧାରା – ୧୪
(ଖ) ଧାରା – ୧୯
(ଗ) ଧାରା – ୨୩
(ଘ) ଧାରା – ୩୨
Answer:
(ଖ) ଧାରା – ୧୯

୨୪ । ଆମ୍ ସମ୍ବିଧାନର କେଉଁ ଧାରା ଗ୍ରାମ ପଞ୍ଚାୟତ ସଂପର୍କିତ ?
(କ) ଧାରା – ୩୭
(ଖ) ଧାରା – ୪୦
(ଗ) ଧାରା – ୪୩
(ଘ) ଧାରା – ୫୧
Answer:
(ଖ) ଧାରା – ୪୦

୨୫ । ଆମ ସମ୍ବିଧାନର କେଉଁ ଧାରାରେ ‘ଏକବିଧ ଦେୱାନୀ ସଂହିତା’ (Uniform Civil Code) ବ୍ୟବସ୍ଥା କରାଯାଇଛି ?
(କ) ଧାରା – ୩୯
(ଖ) ଧାରା – ୪୦
(ଗ) ଧାରା – ୪୪
(ଘ) ଧାରା – ୪୭
Answer:
(ଗ) ଧାରା – ୪୪

୨୬ । ଭାରତ ସମ୍ବିଧାନରେ କେତେଗୋଟି ମୌଳିକ କର୍ତ୍ତବ୍ୟ ରହିଛି ?
(କ) ଛଅ
(ଖ) ସାତ
(ଗ) ଦଶ
(ଘ) ଏଗାର
Answer:
(ଘ) ଏଗାର

୨୭ । ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗାନ୍ଧିବାଦୀ ନୀତି ନୁହେଁ ?
(କ) ଗ୍ରାମପଞ୍ଚାୟତ ପ୍ରତିଷ୍ଠା
(ଖ) ଗୋହତ୍ୟା ନିଷେଧ
(ଗ) ସମାନ କାମ ପାଇଁ ସମାନ ମଜୁରି
(ଘ) କୁଟୀର ଶିଳ୍ପ ପ୍ରତିଷ୍ଠା
Answer:
(ଗ) ସମାନ କାମ ପାଇଁ ସମାନ ମଜୁରି

୨୮ । ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ପରମାଦେଶ (ରିଟ୍) ନୁହେଁ ?
(କ) ହାବିଅସ୍ କର୍ପସ
(ଖ) ପ୍ରୋହିବିସନ୍
(ଗ) ସାଟିଓରାରି
(ଘ) ଏ ପ୍ରାୟରି
Answer:
(ଘ) ଏ ପ୍ରାୟରି

୨୯ । ସମ୍ବିଧାନର କେଉଁ ଧାରାରେ ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ନ୍ୟାୟାଳୟରେ ବିଚାରଯୋଗ୍ୟ ହୋଇପାରିବ ନାହିଁ ବୋଲି ବର୍ଣ୍ଣିତ ହୋଇଛି ?
(କ) ଧାରା – ୩୬
(ଖ) ଧାରା – ୩୭
(ଗ) ଧାରା – ୩୮
(ଘ) ଧାରା – ୩୯
Answer:
(ଖ) ଧାରା – ୩୭

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୩୦ । ନିମ୍ନୋକ୍ତ ମଧ୍ଯରୁ କେଉଁ ଗୋଟିକ ଭାରତରେ ମୌଳିକ ଅଧ‌ିକାର ନୁହେଁ ?
(କ) ସମାନତା ଅଧିକାର
(ଖ) ସ୍ଵାଧୀନତା ଅଧିକାର
(ଗ) ଧର୍ମଗତ ସ୍ଵାଧୀନତା ଅଧିକାର
(ଘ) ସଂପତ୍ତିଗତ ଅଧିକାର
Answer:
(ଘ) ସଂପତ୍ତିଗତ ଅଧିକାର

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ଭାରତରେ ସଂଖ୍ୟାଲଘୁ ଗୋଷ୍ଠୀର ସ୍ବାର୍ଥର ସଂରକ୍ଷଣ ପାଇଁ ___________ ଓ ___________ ଧାରାରେ ___________ ଅଧିକାରର ବ୍ୟବସ୍ଥା ରହିଛି ।
Answer:
୨୯, ୩୦, ସାଂସ୍କୃତିକ ଓ ଶିକ୍ଷାଗତ

୨ । ଭାରତୀୟ ନାଗରିକର ମୌଳିକ ଅସ୍ଵୀକାର ___________ ଖଣ୍ଡରେ ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମ୍ବିଧାନର ___________ ଖଣ୍ଡରେ ବର୍ଣ୍ଣିତ ହୋଇଛି ।
Answer:
ତୃତୀୟ, ଚତୁର୍ଥ

୩ । ଭାରତୀୟ ସମ୍ବିଧାନର ___________ ପ୍ରକାରର ମୌଳିକ ଅଧିକାର ଓ __________ ପ୍ରକାରର ମୌଳିକ କର୍ତ୍ତବ୍ୟ ବ୍ୟବସ୍ଥା ରହିଛି ।
Answer:
ଛଅ, ଏଗାର

୪ । ସମ୍ପତ୍ତିଗତ ଅଧିକାରକୁ ___________ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ମୌଳିକ ଅଧିକାର ତାଲିକାରୁ ବାଦ୍ ଦିଆଯାଇଛି ଓ ଏହା ବର୍ତ୍ତମାନ ଏକ ___________ ଅଧିକାର ଅଟେ ।
Answer:
୪୪ତମ, ଆଇନଗତ

୫ । ମୌଳିକ କର୍ତ୍ତବ୍ୟ ___________ ସଂଶୋଧନଦ୍ବାରା ସମ୍ବିଧାନରେ ଲିପିବଦ୍ଧ ହେଲା ।
Answer:
୪୨ତମ

୬ । ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା ରକ୍ଷା, ବନ୍ୟ ପରିବେଶ ସଂରକ୍ଷଣ ଓ ଜାତୀୟ ସମ୍ପଦ ସୁରକ୍ଷା ଭାରତୀୟ ନାଗରିକର ମୌଳିକ ___________ ।
Answer:
କର୍ତ୍ତବ୍ୟ

୭ । ଭାରତ ସମ୍ବିଧାନର ___________ ଧାରାରେ ଅସ୍ପୃଶ୍ୟତାକୁ ଉଚ୍ଛେଦ କରାଯାଇଛି ।
Answer:
୧୭

୮ । ନାଗରିକର ମୌଳିକ ଅଧୂକାର ___________ ଅଟେ ।
Answer:
ନ୍ୟାୟଯୋଗ୍ୟ

୯ । ମୌଳିକ ଅଧିକାରର ସୁରକ୍ଷା ପାଇଁ ଜଣେ ନାଗରିକ _________ ରେ ଆବେଦନ କରିବାର ଅଧିକାର ହିଁ ଏକ ମୌଳିକ ଅଧିକାର ।
Answer:
ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ

୧୦ । ଖଣି ଓ କାରଖାନାରେ କାମ କରିବାପାଇଁ ___________ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ନିଯୁକ୍ତିକୁ ସମ୍ବିଧାନରେ ନିଷିଦ୍ଧ କରାଯାଇଛି ।
Answer:
୧୪

୧୧ । ___________ ପରିସ୍ଥିତିରେ ନାଗରିକର ସ୍ବାଧୀନତାର ଅଧିକାର ସଙ୍କୁଚିତ ହୁଏ ।
Answer:
ଜରୁରୀ

୧୨ । ଭାରତରେ ସମ୍ପଭିଗତ ଅଧିକାର ଗୋଟିଏ __________ ଅଧିକାର ଯାହା ସମ୍ବିଧାନର __________ ଧାରାରେ ବର୍ଣ୍ଣିତ ହୋଇଛି ।
Answer:
ଆଇନଗତ, ୩୦୦ -କ

(C) ଏକ ପଦ ବା ଶବ୍ଦରେ ଉତ୍ତର ଦିଅ ।

୧ । ନାଗରିକର ମୌଳିକ ଅଧିକାରର ଜଗୁଆଳି ରୂପେ କେଉଁ ଅଦାଲତ କାମ କରେ ?
Answer:
ଉଚ୍ଚତମ ନ୍ୟାୟାଳୟ ।

୨ । ରାଷ୍ଟ୍ର ନିୟାମକ ତତ୍ତ୍ବ ଭାରତରେ କେଉଁ ଗଣତନ୍ତ୍ରର ମୂଳଦୁଆ ପକାଇଛି ?
Answer:
ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୩ । ଯେଉଁ ବିଶେଷ ନିର୍ଦ୍ଦେଶନାମା ବଳରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନାଗରିକର ମୌଳିକ ଅଧୂରକୁ ସୁରକ୍ଷା ପ୍ରଦାନ କରନ୍ତି ତାହା କ’ଣ ?
Answer:
ରିଟ୍ (ଆଜ୍ଞାପତ୍ର) ।

୪ । ଭାରତ ଏକ କେଉଁ ରାଷ୍ଟ୍ର ହୋଇଥିବାରୁ ଏଠାରେ କୌଣସି ରାଷ୍ଟ୍ରୀୟ ଧର୍ମ ନାହିଁ କିମ୍ବା ଧର୍ମ ଉପରେ କର ବସିପାରୁ ନାହିଁ ?
Answer:
ଧର୍ମନିରପେକ୍ଷ

୫ । ଭାରତରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ କେଉଁ ମୌଳିକ ଅଧୂକାର ପ୍ରଦାନ କରାଯାଇଛି ?
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ।

(D) ଭ୍ରମ ସଂଶୋଧନ କର ।

୧ । ମୌଳିକ ଅଧୂକାର ଅଣନ୍ୟାୟଯୋଗ୍ୟ ଅଟେ ।
Answer:
ମୌଳିକ ଅସ୍ଵୀକାର ନ୍ୟାୟଯୋଗ୍ୟ ଅଟେ ।

୨ । ରାଷ୍ଟ୍ର ନିୟାମକ ତତ୍ତ୍ବ ଓ ମୌଳିକ କର୍ତ୍ତବ୍ୟ ନ୍ୟାୟଯୋଗ୍ୟ ଅଟନ୍ତି ।
Answer:
ରାଷ୍ଟ୍ର ନିୟାମକ ତତ୍ତ୍ଵ ଓ ମୌଳିକ କର୍ତ୍ତବ୍ୟ ଅଣନ୍ୟାୟଯୋଗ୍ୟ ଅଟନ୍ତି ।

୩ । ରାଷ୍ଟ୍ର ନିୟାମକ ତତ୍ତ୍ଵ ରାଜନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରେ ।
Answer:
ରାଷ୍ଟ୍ର ନିୟାମକ ତତ୍ତ୍ବ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରେ ।

୪ । ସମ୍ପତ୍ତିଗତ ଅଧିକାର ଏକ ମୌଳିକ ଅଧିକାର ।
Answer:
ସମ୍ପତ୍ତିଗତ ଅଧିକାର ଏକ ଆଇନଗତ ଅଧିକାର ।

୫ । ୪୨ତମ ସମ୍ବିଧାନ ସଂଶୋଧନ ଆଇନ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ୍ ଦେଇଛି ।
Answer:
୪୪ତମ ସମ୍ବିଧାନ ସଂଶୋଧନ ଆଇନ ସମ୍ପଭିଗତ ଅଧ‌ିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ୍ ଦେଇଛି ।

୬ । ୭୪ତମ ସମ୍ବିଧାନ ସଂଶୋଧନ ମୌଳିକ କର୍ତ୍ତବ୍ୟର ସଂଖ୍ୟାକୁ ୧୦ରୁ ୧୧କୁ ବୃଦ୍ଧି କରିଛି ।
Answer:
୮୬ତମ ସମ୍ବିଧାନ ସଂଶୋଧନ ମୌଳିକ କର୍ତ୍ତବ୍ୟର ସଂଖ୍ୟାକୁ ୧୦ରୁ ୧୧କୁ ବୃଦ୍ଧି କରିଛି ।

୭ । ୪୪ତମ ସମ୍ବିଧାନ ସଂଶୋଧନ ମୌଳକ କର୍ତ୍ତବ୍ୟକୁ ସମ୍ବିଧାନରେ ଯୋଗ କରିଛି ।
Answer:
୪୨ତମ ସମ୍ବିଧାନ ସଂଶୋଧନ ମୌଳକ କର୍ତ୍ତବ୍ୟକୁ ସମ୍ବିଧାନରେ ଯୋଗ କରିଛି ।

୮ । ସମ୍ବିଧାନର ଚତୁର୍ଥ (କ) ଖଣ୍ଡ ଓ ୫୧ (କ) ଧାରାରେ ମୌଳିକ ଅଧିକାର ବର୍ଣିତ ହୋଇଛି ।
Answer:
ସମ୍ବିଧାନର ଚତୁର୍ଥ (କ) ଖଣ୍ଡ ଓ ୫୧ (କ) ଧାରାରେ ମୌଳିକ କର୍ତ୍ତବ୍ୟ ବର୍ଣ୍ଣିତ ହୋଇଛି ।

୯ । ସମ୍ବିଧାନର ୧୭ ଧାରାରେ ଛଅ ପ୍ରକାରର ସ୍ବାଧୀନତା ପ୍ରଦାନ କରାଯାଇଛି ।
Answer:
ସମ୍ବିଧାନର ୧୯ ଧାରାରେ ଛଅ ପ୍ରକାରର ସ୍ବାଧୀନତା ପ୍ରଦାନ କରାଯାଇଛି ।

୧୦ । ସମ୍ବିଧାନର ୧୯ ଧାରାରେ ଅସ୍ପୃଶ୍ୟତା ନିବାରଣ କରାଯାଇଛି ।
Answer:
ସମ୍ବିଧାନର ୧୭ ଧାରାରେ ଅସ୍ପୃଶ୍ୟତା ନିବାରଣ କରାଯାଇଛି ।

୧୧ । ‘ହେବିୟସ୍ କର୍ପସ୍’ର ଅର୍ଥ ‘କେଉଁ କ୍ଷମତା ବଳରେ …’ ।
Answer:
‘ହେବିୟସ୍ କର୍ପସ୍’ର ଅର୍ଥ ‘ବ୍ୟକ୍ତିକୁ କୋର୍ଟରେ ଉପସ୍ଥାପନ’ ।

୧୨ । ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜନ ପାଇଁ ବାରଣ କରାଯାଇଛି ।
Answer:
୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜନ ପାଇଁ ବାରଣ କରାଯାଇଛି ।

୧୩ । ଗୋହତ୍ୟା ନିବାରଣ ଓ ଗ୍ରାମ ପଞ୍ଚାୟତର ଗଠନ ମୌଳିକ କର୍ତ୍ତବ୍ୟର ଅନ୍ତର୍ଭୁକ୍ତ ଅଟେ ।
Answer:
ଗୋହତ୍ୟା ନିବାରଣ ଓ ଗ୍ରାମ ପଞ୍ଚାୟତର ଗଠନ ରାଷ୍ଟ୍ର ନିୟାମକ ତତ୍ତ୍ବ ଅନ୍ତର୍ଗତ ଗାନ୍ଧିବାଦୀ ନୀତିର ଅନ୍ତର୍ଭୁକ୍ତ ଅଟେ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୪ । ଶୋଷଣ ବିରୋଧୀ ଅଧିର ଭାରତରେ ସଂଖ୍ୟାକ୍ୟୁନର ସ୍ବାର୍ଥର ସୁରକ୍ଷା କରିଥାଏ ।
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ଭାରତରେ ସଂଖ୍ୟାକ୍ୟୁନର ସ୍ବାର୍ଥର ସୁରକ୍ଷା କରିଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ଜଣେ ଭାରତୀୟ ନାଗରିକ କେତେଗୋଟି ମୌଳିକ ଅଧୂକାର ଉପଭୋଗ କରେ ?
Answer:
ଜଣେ ଭାରତୀୟ ନାଗରିକ ୬ଟି ମୌଳିକ ଅଧିକାର ଉପଭୋଗ କରେ ।

୨ । କେଉଁ ସମ୍ବିଧାନ ସଂଶୋଧନ ବଳରେ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧ୍ବକାରର ପରିସର ମଧ୍ୟରୁ ବାଦ୍ ଦିଆଯାଇଛି ?
Answer:
୧୯୭୮ ମସିହାରେ ହୋଇଥିବା ୪୪ତମ ସମ୍ବିଧାନ ସଂଶୋଧନ ବଳରେ ସମ୍ପତ୍ତିଗତ ଅଧୂକାରକୁ ମୌଳିକ ଅଧିକାରର ପରିସର ମଧ୍ୟରୁ ବାଦ୍ ଦିଆଯାଇଛି ।

୩ । ମତ, ବିଶ୍ଵାସ ଓ ଉପାସନା କ୍ଷେତ୍ରରେ ରାଷ୍ଟ୍ରର ନିରପେକ୍ଷତା ପାଇଁ ଭାରତ କେଉଁ ରାଷ୍ଟ୍ର ରୂପେ ପରିଚିତ ହୋଇଥାଏ ?
Answer:
ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ପରିଚିତ ହୋଇଥାଏ ।

୪ । ରିଟ୍ କହିଲେ କ’ଣ ବୁଝାଯାଏ ?
Answer:
ରିଟ୍ କହିଲେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ବୁଝାଯାଏ ।

୫ । ଆଇନ ଆଗରେ ସମାନତାର ଅର୍ଥ କ’ଣ ?
Answer:
ଆଇନ ଆଗରେ ସମାନତା କହିଲେ ଆଇନ ଦୃଷ୍ଟିରେ ସମସ୍ତେ ସମାନ ଏବଂ ରାଷ୍ଟ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ ହୋଇଥାଏ । କୌଣସି ମଣିଷକୃତ ଆଇନଦ୍ଵାରା ସମର୍ଥିତ ବିଭେଦତାକୁ ଆଇନଦ୍ଵାରା ସ୍ବୀକୃତି ପ୍ରଦାନ କରାଯାଏ ନାହିଁ |

୬ । ସାମ୍ବିଧାନିକ ପ୍ରତିକାର ଅଧ୍ବକାରର ତାତ୍ପର୍ଯ୍ୟ କ’ଣ ?
Answer:
ଜରୁରୀ ପରିସ୍ଥିତି ବ୍ୟତୀତ ଅନ୍ୟ କୌଣସି ସମୟରେ ବ୍ୟକ୍ତିର ମୌଳିକ ଅଧୁକାର କ୍ଷୁଣ୍ଣ ହେଲେ ଯେଉଁ ସାମ୍ବିଧାନିକ ଉପାୟରେ ତା’ର ପ୍ରତିକାର କରାଯାଇଥାଏ, ତାହାକୁ ସାମ୍ବିଧାନିକ ପ୍ରତିକାର ଅଧିକାର କୁହାଯାଏ ।

୭ । ବର୍ତ୍ତମାନର ସମ୍ପଭିଗତ ଅଧୁକାର କେଉଁ ପ୍ରକାର ଅଧୁକାର ଅଟେ ?
Answer:
ବର୍ତ୍ତମାନର ସମ୍ପଭିଗତ ଅଧିକାର ଏକ ଆଇନଗତ ଅଧିକାର ଅଟେ ।

୮ । ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ସମ୍ପ୍ରଦାୟର ହୋଇଥୁବା ହେତୁ କୋରାପୁଟ ସରକାରୀ କଲେଜରେ ନାମ ଲେଖାଇପାରି ନଥୁବାରୁ ମୋର କେଉଁ ଅଧିକାର ବ୍ୟାହତ ହେଲା ?
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (ବା) ସମାନତା ଅଧିକାର ବ୍ୟାହତ ହେଲା ।

୯ । ଭାରତର ବନ୍ୟ ପରିବେଶ ସଂରକ୍ଷଣ ଓ ଜାତୀୟ ସମ୍ପଦ ସୁରକ୍ଷା କରିବା ଏବଂ ସାର୍ବଭୌମତ୍ଵ ଓ ଏକତାରକ୍ଷା କରିବା ଭାରତୀୟ ନାଗରିକର କେଉଁ ଦାୟିତ୍ବ ଅଟେ ?
Answer:
ଭାରତର ବନ୍ୟ ପରିବେଶ ସଂରକ୍ଷଣ ଓ ଜାତୀୟ ସମ୍ପଦ ସୁରକ୍ଷା କରିବା ଏବଂ ସାର୍ବଭୌମତ୍ଵ ଓ ଏକତାରକ୍ଷା ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟ ଅଟେ |

୧୦ । ଭାରତୀୟ ପିଲାମାନଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଅବୈତନିକ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ସମ୍ବିଧାନର କେତେ ଧାରାରେ ବର୍ଣ୍ଣନା କରାଯାଇଛି ?
Answer:
ଭାରତୀୟ ପିଲାମାନଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଅବୈତନିକ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ସମ୍ବିଧାନର ୪୫ ଧାରାରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଏହା ୨୧(କ) ମୌଳିକ ଅଧିକାରର ଅଂଶବିଶେଷ ଅଟେ |

୧୧ । କୌଣସି ସର୍ବସାଧାରଣ କାର୍ଯ୍ୟାଳୟରେ ନିଜର ହକ୍ ନଥିବା ଲୋକଙ୍କୁ କାର୍ଯ୍ୟ କରିବାକୁ ବାଧା ଦେବାପାଇଁ କୋର୍ଟ କେଉଁ ରିଟ୍ ଜାରି କରିପାରନ୍ତି ?
Answer:
ଅଧୁକାର ପୁଚ୍ଛା (Quo-warranto) ଜାରି କରିଥାଏ ।

୧୨ । ନିଜ କ୍ଷେତ୍ରାଧୁକାର ବହିର୍ଭୂତ କୌଣସି ମାମଲା ନିମ୍ନତର ନ୍ୟାୟାଳୟ ବିଚାର ଆରମ୍ଭ କଲେ, ବାଧାପ୍ରାପ୍ତ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ କେଉଁ ରିଟ୍ ଆବେଦନ କରିପାରନ୍ତି ?
Answer:
ପ୍ରତିଷେଧ (Prohibition) ରିଟ୍ ଆବେଦନ କରିପାରନ୍ତି ।

୧୩ । ଜଣେ ନାଗରିକର ମୌଳିକ ଅଧୂକାର କ୍ଷୁଣ୍ଣ ହେଲେ ସେ କ’ଣ କରିବ ?
Answer:
ଜଣେ ନାଗରିକର ମୌଳିକ ଅସ୍ଵୀକାର କ୍ଷୁଣ୍ଣ ହେଲେ ସମ୍ବିଧାନର ୩୨ ଧାରା ଅନୁସାରେ ସେ ଉଚ୍ଚତମ ନ୍ୟାୟାଳୟ ଓ ୨୨୬ ଧାରାରେ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇପାରିବ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୪ । ‘ଟ୍ରାଫିକ୍ ଇନ୍ ହ୍ୟୁମାନ୍ ବିଙ୍ଗ’ ପଦର ଅର୍ଥ କ’ଣ ?
Answer:
ସମାଜରେ ଆର୍ଥିକ ଅନଗ୍ରସର ଶ୍ରେଣୀ, ଶିଶୁ ଓ ମହିଳାମାନଙ୍କ ପ୍ରତି ଶୋଷଣ ଓ ଅତ୍ୟାଚାରକୁ ‘ଟ୍ରାଫିକ୍ ଇନ୍ ହ୍ୟୁମାନ୍ ବିଙ୍ଗ୍’ କୁହାଯାଏ ।

୧୫ । ଉଚ୍ଚତର ନ୍ୟାୟାଳୟକୁ ନିମ୍ନ ନ୍ୟାୟାଳୟ ଏକ ସେଟିଓରାରୀ ନ୍ୟାୟିକ ନିର୍ଦ୍ଦେଶ ପଠାଇ ପାରେ କି ?
Answer:
ନା, ଉଚ୍ଚତର ନ୍ୟାୟାଳୟକୁ ନିମ୍ନ ନ୍ୟାୟାଳୟ ଏକ ସେଟିଓରାରୀ ନ୍ୟାୟିକ ନିର୍ଦେଶ ପଠାଇପାରିବ ନାହିଁ ।

୧୬ । ରାଷ୍ଟ୍ର ନିୟାମକ ତତ୍ତ୍ବ ଓ ମୌଳିକ କର୍ତ୍ତବ୍ୟଗୁଡ଼ିକ ନ୍ୟାୟାଳୟର ବିଚାର୍ଯ୍ୟ କି ?
Answer:
ଉ ନା, ରାଷ୍ଟ୍ର ନିୟାମକ ତତ୍ତ୍ଵ ଓ ମୌଳିକ କର୍ତ୍ତବ୍ୟ ନ୍ୟାୟାଳୟର ବିଚାର୍ଯ୍ୟ ନୁହେଁ ।

୧୭ । ସାଂସ୍କୃତିକ ଓ ଶିକ୍ଷାଗତ ଅଧୁକାର କାହା ପାଇଁ ଉଦ୍ଦିଷ୍ଟ ?
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସଂଖ୍ୟାଲଘୁ ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ।

୧୮ । ମୌଳିକ ଅଧିକାର ଓ ରାଷ୍ଟ୍ରନୀତି ନିୟାମକ ତତ୍ତ୍ବ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ମୌଳିକ ଅସ୍ଵୀକାର ନ୍ୟାୟଯୋଗ୍ୟ ହୋଇଥିଲାବେଳେ ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵ ନ୍ୟାୟଯୋଗ୍ୟ ନୁହେଁ ।

୧୯ । ମାଣ୍ଡାମସ୍ ପଦର ଅର୍ଥ କ’ଣ ?
Answer:
ବ୍ୟକ୍ତିର ମୌଳିକ ଅଧୂକାରର ସୁରକ୍ଷା ପାଇଁ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ସରକାରଙ୍କ କୌଣସି ଅନୁଷ୍ଠାନକୁ କଳ୍ପ କାର୍ଯ୍ୟ ସମ୍ପାଦନ ପାଇଁ ଆଦେଶ ଦେବା ସଂକ୍ରାନ୍ତୀୟ ‘ରିଟ୍’ ବା ଆଜ୍ଞାପତ୍ରକୁ ‘ମାଣ୍ଡାମସ୍’ କୁହାଯାଏ ।

୨୦ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ବରେ ଥ‌ିବା ଗୋଟିଏ ଗାନ୍ଧିବାଦୀ ନୀତି ଲେଖ ।
Answer:
ଗ୍ରାମପଞ୍ଚାୟତର ଗଠନ, କୁଟୀରଶିଳ୍ପର ବିକାଶ, କେବଳ ଔଷଧ ପ୍ରସ୍ତୁତିରେ ମାଦକଦ୍ରବ୍ୟର ବ୍ୟବହାର ଆଦି ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵରେ ବର୍ଣ୍ଣିତ ଗାନ୍ଧିବାଦୀ ନୀତିର ଉଦାହରଣ ଅଟେ ।

୨୧ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵର ଅନ୍ତର୍ଭୁକ୍ତ ଗୋଟିଏ ସମାଜବାଦୀ ନୀତି ଉଲ୍ଲେଖ କର ।
Answer:
ରାଷ୍ଟ୍ରୀୟ ସମ୍ପଦର ସୁନିୟନ୍ତ୍ରଣ ଓ ବଣ୍ଟନ, ସ୍ତ୍ରୀ ଓ ପୁରୁଷ ପ୍ରତ୍ୟେକଙ୍କ ପାଇଁ ସମାନ କାର୍ଯ୍ୟ ପାଇଁ ସମାନ ମଜୁରି, ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣ ସୁଯୋଗ ଆଦି ରାଷ୍ଟ୍ର ନିୟାମକ ନୀତିରେ ବର୍ଣ୍ଣିତ ସମାଜବାଦୀ ନୀତି ଅଟେ ।

୨୨ । ଆମ ସମ୍ବିଧାନରେ ସମାନତାର ଅର୍ଥ କ’ଣ ?
Answer:
ଆଇନ ସମ୍ମୁଖରେ ସମାନତା ଓ ସମସ୍ତଙ୍କୁ ସମାନ ପରିସ୍ଥିତିରେ ସମାନ ସୁଯୋଗ ଓ ନିରାପତ୍ତା ପ୍ରଦାନ କରିବା ହେଉଛି ଆମ ସମ୍ବିଧାନରେ ସମାନତାର ଅର୍ଥ ।

୨୩ । ସମ୍ବିଧାନର ଧାରା ୧୯ରେ କେତେଗୋଟି ସ୍ବାଧୀନତାର ଅଧିକାର ପ୍ରଦତ୍ତ ହୋଇଛି ?
Answer:
ସମ୍ବିଧାନର ୧୯ ଧାରାରେ ଛଅଗୋଟି ସ୍ଵାଧୀନତାର ଅଧିକାର ପ୍ରଦତ୍ତ ହୋଇଛି ।

୨୪ । ‘ସମାନ ପ୍ରକାର ଦେୱାନୀ ଆଇନ’ କହିଲେ ତୁମେ କ’ଣ ବୁଝ ?
Answer:
‘ସମାନ ପ୍ରକାର ଦେୱାନୀ ଆଇନ’ ରାଷ୍ଟ୍ର ନିୟାମକ ତତ୍ତ୍ଵର ଅନ୍ୟତମ ନୀତି ଅଟେ । ଜାତି, ଧର୍ମ ନିର୍ବିଶେଷରେ ପ୍ରତ୍ୟେକଙ୍କ ପାଇଁ ଗୋଟିଏ ପ୍ରକାରର ସାଧାରଣ ଦେୱାନୀ ଆଇନର ବ୍ୟବସ୍ଥାକୁ ଏହା ସୂଚିତ କରେ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଏହା ସମ୍ଭବ ହୋଇପାରି ନାହିଁ ।

୨୫ । ମୌଳିକ କର୍ତ୍ତବ୍ୟ କ’ଣ ?
Answer:
ଭାରତ ସମ୍ବିଧାନର ୪୨ତମ ସଂଶୋଧନରେ ଯୋଡ଼ାଯାଇଥିବା ଚତୁର୍ଥ (କ) ଖଣ୍ଡରେ ୫୧(କ) ଧାରାରେ ନାଗରିକକୁ ୧୧ ପ୍ରକାରର ମୌଳିକ କର୍ତ୍ତବ୍ୟ ସଂପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ପତାକା, ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ, ନାରୀ, ମିଶ୍ରିତ ସଂସ୍କୃତିର ରକ୍ଷା, ପରିବେଶର ସୁରକ୍ଷା ଆଦି କର୍ତ୍ତବ୍ୟ ଏଥ‌ିରେ ସ୍ଥାନିତ ହୋଇଛି । ଏହା ଅଣନ୍ୟାୟଯୋଗ୍ୟ ଅଟେ ।

୨୬ । ଶୋଷଣ ବିରୋଧୀ ଅଧ୍ୟାର କ’ଣ ?
Answer:
ଭାରତ ସମ୍ବିଧାନର ୨୩ ଓ ୨୪ ଧାରାରେ ଶୋଷଣ ବିରୋଧୀ ଅଧିକାର ନାଗରିକକୁ ଅନ୍ୟତମ ମୌଳିକ ଅଧିକାର ରୂପେ ପ୍ରଦାନ କରାଯାଇଛି । ୨୩ ଧାରାରେ ବେଠି, ବିନା ମଜୁରିରେ ଶ୍ରମଦାନ ବା ଟ୍ରାଫିକ୍ ଇନ୍ ହ୍ୟୁମାନ୍ ବିଙ୍ଗ୍‌କୁ ବାରଣ କରାଯାଇଛି । ୨୪ ଧାରାରେ ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଖଣି ତଥା ବିପଦଯୁକ୍ତ କାର୍ଯ୍ୟରେ ନିୟୋଜିତ ନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ନ୍ୟାୟଯୋଗ୍ୟ ଅଟେ ।

B. ପାଞ୍ଚଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ମୌଳିକ ଅସ୍ଵୀକାରଗୁଡ଼ିକ ନାସ୍ତିସୂଚକ ଅଟେ – ପ୍ରମାଣ କର ।
Answer:
ନାଗରିକଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅସ୍ଵୀକାରଗୁଡ଼ିକ ସେ ଠିକ୍ ଭାବରେ ଉପଭୋଗ କରିବା ନିମନ୍ତେ ରାଷ୍ଟ୍ର ଉପଯୁକ୍ତ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ରାଷ୍ଟ୍ରର କାର୍ଯ୍ୟଧାରା ଉପରେ କେତେକ ନିୟନ୍ତ୍ରଣ ବସାଯାଇଥିବାରୁ ମୌଳିକ ଅଧିକାର ନାସ୍ତିସୂଚକ ପ୍ରକୃତିଧାରୀ ଅଟେ । ଉଦାହରଣ ସ୍ୱରୂପ ୧୫ ଧାରାରେ ଜାତି, ବର୍ଣ୍ଣ, ଧର୍ମ, ଜନ୍ମସ୍ଥାନ ଭିଭିରେ କୌଣସି ପ୍ରଭେଦର ରେଖା ନ ଟାଣିବାପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ରହିଛି ।

୧୭ ଧାରାରେ ଅସ୍ପୃଶ୍ୟତାକୁ ନିଷେଧ କରାଯାଇଛି । ୧୮ ଧାରାରେ କେବଳ ଶିକ୍ଷାଗତ ଓ ସାମରିକ ଉପାଧ୍ ବ୍ୟତୀତ ଅନ୍ୟାନ୍ୟ ବିଭେଦତା ସୃଷ୍ଟିକାରୀ ଉପାଧ୍ ପ୍ରଦାନ ପାଇଁ ରାଷ୍ଟ୍ରକୁ ବାରଣ କରାଯାଇଛି ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୨ । ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ଦେଶ ଶାସନର ମୂଳମନ୍ତ୍ର – ଉକ୍ତିର ସତ୍ୟତା ପରୀକ୍ଷା କର ।
Answer:
ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀଗୁଡ଼ିକ ଅଣଆଇନଯୋଗ୍ୟ ହେଲେ ମଧ୍ୟ ଜନମତଦ୍ୱାରା ସମର୍ଥିତ ହେଉଥ‌ିବା କାରଣରୁ ଏଗୁଡ଼ିକ ଭାରତରେ ଗଣତାନ୍ତ୍ରିକ ଶାସନର ମୂଳଭିଭି ଅଟନ୍ତି । କୌଣସି ନିର୍ବାଚିତ ସରକାର ଶାସନନୀତି ପ୍ରଣୟନ ସମୟରେ ଏହି ନୀତିଗୁଡ଼ିକୁ ଅବଜ୍ଞା କରିପାରେ ନାହିଁ । ସରକାରଙ୍କ ସଫଳତା ଓ ବିଫଳତାର ମୂଲ୍ୟାଙ୍କନ ଏହି ନୀତିଗୁଡ଼ିକର କାର୍ଯ୍ୟକାରିତା ଉପରେ ଅନେକାଂଶରେ ନିର୍ଭରଶୀଳ ।

ମୌଳିକ ଅଧିକାରର ସଫଳ ବିନ୍ୟାସ ପାଇଁ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ରର ଭିଭି ପ୍ରତିଷ୍ଠା କରିଥିବା ଏହି ନିର୍ଦ୍ଦେଶାବଳୀର ଗୁରୁତ୍ଵ ଯଥେଷ୍ଟ ଅଧ‌ିକ ଅଟେ । ଏହା ଦେଶର ବୈଦେଶିକ ନୀତିକୁ ମଧ୍ୟ ସ୍ପଷ୍ଟ ଦିଗନ୍ତ ପ୍ରଦାନ କରିଥାଏ । ଦେଶର ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାଙ୍କ ପାଇଁ ଏହି ଉଦାରବାଦୀ, ଜନମଙ୍ଗଳକାରୀ, ସମାଜବାଦୀ ନୀତିଗୁଡ଼ିକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପସ୍ଥାପନ କରିଥାଏ ।

୩ । ମୌଳିକ ଅସ୍ଵୀକାରର ପ୍ରଧାନ ଲକ୍ଷଣ କ’ଣ ?
Answer:
ମ୍ବିଧାନର ୪୪ତମ ସଂଶୋଧନ ପରେ ନାଗରିକମାନେ ୬ ଗୋଟି ମୌଳିକ ଅସ୍ଵୀକାରକୁ ଉପଭୋଗ କରୁଛନ୍ତି ।ଏହି ମୌଳିକ ଅଧ୍ଵରଗୁଡ଼ିକ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଅନ୍ୟାନ୍ୟ ଆଇନାନୁମୋଦିତ ଅନୁଷ୍ଠାନମାନଙ୍କ ପାଇଁ ପ୍ରଯୁଜ୍ୟ । ମୌଳିକ ଅଧ୍ୟାରଗୁଡ଼ିକ ଅସୀମ ବା ନିରଙ୍କୁଶ ନୁହେଁ, କାରଣ ରାଷ୍ଟ୍ରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସରକାର ଏହି ଅଧିକାରଗୁଡ଼ିକୁ ସୀମିତ କରିପାରିବେ ।

ମୌଳିକ ଅଧିକାର ଉପଭୋଗ କରିବା ସମ୍ବନ୍ଧରେ ନାଗରିକ ଓ ବିଦେଶୀଙ୍କ ମଧ୍ୟରେ ଥ‌ିବା ପାର୍ଥକ୍ୟକୁ ସମ୍ବିଧାନ ସ୍ଵୀକାର କରିଛି । ସଂଘୀୟ ସମ୍ବିଧାନରେ ମୌଳିକ ଅଧିକାର ସଂଶୋଧନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସମ୍ମତି ଆବଶ୍ୟକ ହୋଇଥାଏ ।

୪ । ଛଅ ପ୍ରକାର ସ୍ୱାଧୀନତାର ସୂଚନା ଦିଅ ।
କିମ୍ବା, ସ୍ଵାଧୀନତାର ଅଧିକାର କ’ଣ ?
Answer:
ସ୍ଵାଧୀନତା ଅଧିକାର ସମ୍ବିଧାନର ୧୯ ଧାରାରେ ବର୍ଣ୍ଣିତ ହୋଇଅଛି । ସେଗୁଡ଼ିକ ହେଲା :
(୧) ବାକ୍ ସ୍ଵାଧୀନତା ଓ ଅଭିବ୍ୟକ୍ତିର ସ୍ଵାଧୀନତା ।
(୨) ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମିଳନୀର ସ୍ଵାଧୀନତା ।
(୩) ସଂଘ ବା ସମିତି ଗଠନର ସ୍ଵାଧୀନତା ।
(୪) ଭାରତରେ ଅବାଧ ଗମନାଗମନ କରିବାର ସ୍ଵାଧୀନତା ।
(୫) ଭାରତରେ ଯେକୌଣସି ଅଂଶରେ ବସବାସ କରିବାର ସ୍ଵାଧୀନତା ।
(୬) ବୃତ୍ତିଗତ ଜୀବିକା, କାରବାର ବା ବ୍ୟବସାୟ କରିବାର ସ୍ଵାଧୀନତା ।
ଏତଦ୍‌ବ୍ୟତୀତ ସମ୍ବିଧାନର ୨୦, ୨୧ ଓ ୨୨ ଧାରାରେ ଜୀବନଯାପନ ଓ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପ୍ରଦାନ କରାଯାଇଛି । ୮୬ତମ ସମ୍ବିଧାନ ସଂଶୋଧନ ଆଇନ ୨୧(କ) ଧାରା ବଳରେ ୬ ରୁ ୧୪ ବର୍ଷ ପିଲାମାନଙ୍କୁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପାଇଁ ଅଧିକାର ଦିଆଯାଇଛି ।

୫ । ସାମ୍ବିଧାନିକ ପ୍ରତିକାର ଅଧିକାରର ତାତ୍ପର୍ଯ୍ୟ ବୁଝାଇ ଲେଖ ।
Answer:
ସମ୍ବିଧାନର ୩୨ ଧାରାରେ ନାଗରିକମାନଙ୍କୁ ଏହି ବିଶେଷ ଅଧିକାର ପ୍ରଦାନ କରାଯାଇଛି । ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରଗୁଡ଼ିକ ସରକାର ବା ଅନ୍ୟ କେହି କ୍ଷୁଣ୍ଣ କଲେ ନାଗରିକମାନେ ଏହାର ପ୍ରତିବିଧାନ ପାଇଁ ୩୨ ଧାରାର ବ୍ୟବସ୍ଥା ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟରେ ସିଧାସଳଖ ଆବେଦନ କରିପାରିବେ । ନାଗରିକମାନଙ୍କର ମୌଳିକ ଅଧ୍ରଗୁଡ଼ିକର ସଂରକ୍ଷଣ କରିବା ହେଉଛି ନ୍ୟାୟାଳୟମାନଙ୍କର ପ୍ରଧାନ ଦାୟିତ୍ୱ ।

ଏଥିପାଇଁ ନ୍ୟାୟାଳୟର ପାଞ୍ଚପ୍ରକାର ଆଦେଶନାମା ରହିଛି; ଯଥା – (i) ବନ୍ଦୀ ପ୍ରତ୍ୟକ୍ଷୀକରଣ (Habeas Corpus), (ii) ପରମାଦେଶ (Mandamus) (iii) ଅଧିକାର ପୃଚ୍ଛା (Quo-warranto), (iv) ଉତ୍ପ୍ରେକ୍ଷଣ (Certiorari) ଏବଂ (v) ପ୍ରତିଷେଧ (Prohibition) । ମାତ୍ର ଜରୁରିକାଳୀନ ପରିସ୍ଥିତି ସମୟରେ ସରକାର କେତେକ ଅଧିକାର ଉପରେ ହସ୍ତକ୍ଷେପ କରିପାରିବେ ।

୬ । ମୌଳିକ କର୍ତ୍ତବ୍ୟ କହିଲେ କ’ଣ ବୁଝ ?
Answer:
ରାଷ୍ଟ୍ରପ୍ରଦତ୍ତ ମୌଳିକ ଅଧିକାର ଉପଭୋଗ କରିବା ସଙ୍ଗେ ସଙ୍ଗେ ନାଗରିକମାନଙ୍କୁ ରାଷ୍ଟ୍ର ପ୍ରତି କେତେକ କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିଥାଏ । ରାଷ୍ଟ୍ରର ସମୂହ ପ୍ରଗତି ପାଇଁ ଭାରତୀୟ ସମ୍ବିଧାନର ଚତୁର୍ଥ (କ) ଅଧ୍ୟାୟର ୫୧ (କ) ଧାରାରେ ନାଗରିକମାନଙ୍କ ପାଇଁ ୧୦ଟି ମୌଳିକ କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ କରାଯାଇଛି ।

ଦେଶର ସମ୍ବିଧାନ, ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ, ଦେଶର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଏବଂ ହିଂସା ଆଚରଣ ତ୍ୟାଗ କରିବା, ନାରୀର ମର୍ଯ୍ୟାଦା ରକ୍ଷା, ପରିବେଶର ସୁରକ୍ଷା ଇତ୍ୟାଦି ନାଗରିକର କେତୋଟି ମୌଳିକ କର୍ତ୍ତବ୍ୟ । ୮୬ ତମ ସମ୍ବିଧାନ ସଂଶୋଧନ ଆଇନ ପିତାମାତା ତାଙ୍କର ୬ରୁ ୧୪ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପାଇଁ ପଠାଇବାକୁ ଏକ ମୌଳିକ କର୍ତ୍ତବ୍ୟ ରୂପେ (୧୧ତମ କର୍ତ୍ତବ୍ୟ) ସୂଚିତ କରିଛି ।

୭ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ବ ଉପରେ ଗାନ୍ଧିଜୀଙ୍କ ପ୍ରଭାବ କିପରି ପଡ଼ିଛି ?
Answer:
ଏକ ଆଦର୍ଶ ଏବଂ ପ୍ରଗତିଶୀଳ ରାଷ୍ଟ୍ର ଗଠନ କରିବାପାଇଁ ମହାତ୍ମାଗାନ୍ଧୀଙ୍କ ଚିନ୍ତାଧାରା ବିଶେଷ ପ୍ରେରଣା ଯୋଗାଇଥିବାରୁ ସମ୍ବିଧାନର ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱାୟତ୍ତ ଶାସନ ପାଇଁ ଦେଶରେ ଗ୍ରାମପଞ୍ଚାୟତମାନ ପ୍ରତିଷ୍ଠା କରିବା ଏବଂ ଗ୍ରାମାଞ୍ଚଳରେ କୁଟୀର ଶିଳ୍ପ ପ୍ରତିଷ୍ଠା ଓ ପ୍ରସାର କରିବା ହେଉଛି ପ୍ରଧାନ ଗାନ୍ଧିବାଦୀ ନୀତି ।

ଏତଦ୍‌ବ୍ୟତୀତ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ ପଶୁପାଳନ କ୍ଷେତ୍ରରେ ଉନ୍ନତି ଘଟାଇବା, ଔଷଧ ପ୍ରସ୍ତୁତୀକରଣ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶାଦ୍ରବ୍ୟ ବ୍ୟବହାର ନିଷେଧ କରିବା, ଦେଶରେ ଗୋହତ୍ୟା ନିରୋଧ ଆଇନ ପ୍ରବର୍ତ୍ତନ କରିବା, ପ୍ରାଣୀଜଗତର ସୁରକ୍ଷା କରିବା ଇତ୍ୟାଦି ଗାନ୍ଧିବାଦୀ ଆଦର୍ଶ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିରେ ସ୍ଥାନ ପାଇଛି ।

୮ । ଧର୍ମଗତ ସ୍ଵାଧୀନତା କ’ଣ ?
Answer:
ସମ୍ବିଧାନର ୨୫ ଧାରାଠାରୁ ୨୮ ଧାରା ମଧ୍ଯରେ ଧର୍ମଗତ ସ୍ଵାଧୀନତା ବର୍ଣ୍ଣିତ ହୋଇଛି । ସମସ୍ତେ ନିଜ ନିଜର ମନମୁତାବକ ଧର୍ମ ଗ୍ରହଣ, ପ୍ରଚାର ଓ ପ୍ରସାର କରିବାର କ୍ଷମତା ପାଇଛନ୍ତି । କୌଣସି ଧର୍ମକୁ ସରକାରୀ ଧର୍ମରୂପେ ଘୋଷଣା କରାଯାଇପାରିବ ନାହିଁ । କୌଣସି ଧର୍ମ ଉପରେ କର ବସାଯାଇ ପାରିବ ନାହିଁ । ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ସମ୍ବନ୍ଧରେ ଶିକ୍ଷା ଦିଆଯାଇ ପାରିବ ନାହିଁ ।

୯ । ମୌଳିକ କର୍ତ୍ତବ୍ୟର ବ୍ୟାବହାରିକ ମୂଲ୍ୟ ଆଲୋଚନା କର ।
Answer:
ସମ୍ବିଧାନରେ ଯେଉଁସବୁ କର୍ତ୍ତବ୍ୟ ବର୍ଣ୍ଣନା କରାଯାଇଛି ତାହା ନାଗରିକମାନଙ୍କର ଚେତନା ବୃଦ୍ଧି କରେ ଏବଂ ସେମାନେ ଯେ କେତେଗୁଡ଼ିଏ କର୍ତ୍ତବ୍ୟ ପାଳନ କରିବାକୁ ବାଧ୍ୟ ସେଥ୍ୟପ୍ରତି ଜାଗ୍ରତ ହୁଅନ୍ତି । ଭାରତୀୟ ଜାତୀୟ ଆଦର୍ଶରେ ଲୋକଙ୍କୁ ଅନୁପ୍ରାଣିତ କରି ସେମାନଙ୍କ ଜୀବନ ଓ ଆଚରଣକୁ ସଭ୍ୟ ଓ ଉନ୍ନତ କରିବାପାଇଁ ଏକ ରଙ୍ଗିନ୍ କଳ୍ପନା ଏଥୁରେ ରୂପାୟିତ ହୋଇଅଛି । ଫଳରେ ଏହା ବ୍ୟକ୍ତିକୁ ଜାତୀୟ ଆଦର୍ଶର ଧ୍ରୁବତାରା ରୂପେ ଅନୁପ୍ରାଣିତ କରିବାପାଇଁ ଉଦ୍ଦିଷ୍ଟ । ଏହା ଅଧିକାର ଓ କର୍ତ୍ତବ୍ୟ ମଧ୍ଯରେ ଆନ୍ତଃସମ୍ପର୍କ ପ୍ରତିଷ୍ଠା କରିଥାଏ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୦ । ‘ହେବିୟସ୍ କର୍ପସ୍’ କ’ଣ ?
Answer:
‘ହେବିୟସ୍ କର୍ପସ୍’ର ଅର୍ଥ ବନ୍ଦୀ ପ୍ରତ୍ୟକ୍ଷୀକରଣ । ଏହା ମୌଳିକ ଅସ୍କାରର ସଂରକ୍ଷଣ ପାଇଁ ନାଗରିକକୁ ପ୍ରଦତ୍ତ ସାମ୍ବିଧାନିକ ପ୍ରତିକାର ଅଧିକାର ମାଧ୍ୟମରେ ସୂଚିତ ହୋଇଛି । ଏହା ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟକୁ ପ୍ରଦାନ କରାଯାଇଥିବା ପାଞ୍ଚ ପ୍ରକାର ଆଜ୍ଞାପତ୍ର ବା ରିଟ୍ ମଧ୍ୟରୁ ଅନ୍ୟତମ । ଏହି ରିଟ୍ ମାଧ୍ୟମରେ ଅନ୍ୟାୟ, ଅଣଆଇନସମ୍ମତ ଗିରଫଦାରୀ ବିରୁଦ୍ଧରେ ଆଇନଗତ ନିରାପତ୍ତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଦାଲତରେ ହାଜର କରାଇବା ରାଷ୍ଟ୍ରର ଦାୟିତ୍ଵ ଅଟେ ।

୧୧। ଶୋଷଣ ବିରୋଧୀ ଅଧୁକାର କ’ଣ ?
Answer:
ଭାରତୀୟ ସମ୍ବିଧାନର ୨୩ ଓ ୨୪ ଧାରାରେ ନାଗରିକକୁ ଏହି ଶୋଷଣ ବିରୋଧୀ ଅଧିକାରକୁ ମୌଳିକ ଅଧିକାରର ଅଂଶ ସ୍ବରୂପ ପ୍ରଦାନ କରାଯାଇଛି । ଏହି ଅଧିକାର ବଳରେ ବିନା ମଜୁରିରେ ବାଧ୍ୟତାମୂଳକ ଭାବେ ଶ୍ରମ ଆଦାୟ, ବେଠି ଖଟାଇବା ଇତ୍ୟାଦି ନିଷିଦ୍ଧ କରାଯାଇଛି । ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ କଳକାରଖାନା ପ୍ରଭୃତି ବିପଜ୍ଜନକ କାର୍ଯ୍ୟରେ ନିଯୁକ୍ତି ଦେବାପାଇଁ ବାରଣ କରାଯାଇଛି ।

୧୨ । ସମାନତାର ଅଧିକାର :
Answer:
ସମାନତାର ଅଧିକାର ଭାରତୀୟ ନାଗରିକର ମୌଳିକ ଅସ୍ଵୀକାର ମଧ୍ୟରୁ ଅନ୍ୟତମ । ସମ୍ବିଧାନର ୧୪ ଧାରାଠାରୁ ୧୮ ଧାରା ମଧ୍ଯରେ ଏହି ଅଧିକାର ପ୍ରଦାନ କରାଯାଇଛି । ୧୪ ଧାରାରେ ସମସ୍ତଙ୍କୁ ଆଇନ ଆଗରେ ସମାନ, ୧୫ ଧାରାରେ ଧର୍ମ, ଜାତି, ବର୍ଣ୍ଣ, ଲିଙ୍ଗ ଆଦି ଭିଭିରେ ବିଭେଦତା ସୃଷ୍ଟି ନକରିବା, ୧୬ ଧାରାରେ ସମାନ ସୁଯୋଗ ଓ ଅଧିକାର ଉପଭୋଗ, ୧୭ ଧାରାରେ ଅସ୍ପୃଶ୍ୟତା ନିବାରଣ, ୧୮ ଧାରାରେ ଶିକ୍ଷାଗତ ଓ ସାମରିକ ଉପାଧ୍ ଭିନ୍ନ ଅନ୍ୟ ବିଭେଦତା ସୃଷ୍ଟିକାରୀ ଉପାଧ୍ ପ୍ରଦାନ ବାରଣ ବ୍ୟବସ୍ଥା ପ୍ରଦାନ କରାଯାଇଛି । ଏହା ଏକ ନ୍ୟାୟଯୋଗ୍ୟ ଅଧିକାର ଅଟେ ।

୧୩ । ସମାନ ପ୍ରକାର ଦେୱାନୀ ଆଇନ (Uniform Civil Code) :
Answer:
ଦେଶରେ ଏକ ଉଦାରବାଦୀ ଗଣତାନ୍ତ୍ରିକ ଓ ସାମାଜିକ ବ୍ୟବସ୍ଥା ସୃଷ୍ଟି ପାଇଁ ସମ୍ବିଧାନର ଚତୁର୍ଥ ଖଣ୍ଡରେ ସ୍ଥାନିତ ରାଷ୍ଟ୍ର ନିୟାମକ ତତ୍ତ୍ଵର ୪୪ ଧାରାରେ ସମଗ୍ର ରାଷ୍ଟ୍ର ପାଇଁ ଏକ ପ୍ରକାର ଦେୱାନୀ ଆଇନ ପ୍ରଚଳନର ନିର୍ଦ୍ଦେଶ ସ୍ଥାନ ପାଇଛି । ଧାର୍ମିକ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଯେପରି ଗୋଟିଏ ଫୌଜଦାରୀ ଆଇନ ସଂକଳିତ ଓ ପ୍ରଚଳିତ ହୋଇଛି, ଠିକ୍ ସେହିପରି ବିବାହ, ସାମାଜିକ ସମ୍ପର୍କ ଇତ୍ୟାଦିକୁ ନିୟନ୍ତ୍ରଣ ପାଇଁ ଭାରତର ସମସ୍ତଙ୍କ ପାଇଁ ଗୋଟିଏ ଦେୱାନୀ ଆଇନ ପ୍ରଚଳନ ନିମନ୍ତେ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।

କିନ୍ତୁ ମୁସଲମାନମାନେ ‘ଶେରିୟାତ୍’ ଭିଭିରେ ପ୍ରଣୀତ ତାଙ୍କର ବ୍ୟକ୍ତିଗତ ଆଇନରେ କୌଣସି ପରିବର୍ତ୍ତନକୁ ଧର୍ମନିରପେକ୍ଷତା ନାମରେ ବିରୋଧ କରୁଥ‌ିବାରୁ ଦେଶରେ ଏକପ୍ରକାର ଦେୱାନୀ ଆଇନ ପ୍ରଚଳନ ସମ୍ଭବ ହୋଇପାରୁ ନଥିଲେ ମଧ୍ୟ ହିନ୍ଦୁମାନଙ୍କ ପାଇଁ ପ୍ରଣୀତ ୧୯୫୪ ମସିହାର ସ୍ୱତନ୍ତ୍ର ବିବାହ ଆଇନ, ୧୯୫୫ ମସିହାର ହିନ୍ଦୁ ବିବାହ ଆଇନ, ୧୯୫୬ ମସିହାର ହିନ୍ଦୁ ଉତ୍ତରାଧିକାରୀ ଆଇନ, ୧୯୬୧ ମସିହାର ଯୌତୁକ ନିରୋଧ ଆଇନ, ହିନ୍ଦୁ ବିବାହ ବୈଧୀକରଣ ଆଇନ ଆଦି ଏହି ଦିଗରେ ଉଲ୍ଲେଖନୀୟ ସଫଳତା ଅଟେ ।

୧୪ । ‘ରିଟ୍’ ବା ଆଜ୍ଞାପତ୍ର କ’ଣ ?
Answer:
ମୌଳିକ ଅଧିକାରର ସୁରକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟ ପାଞ୍ଚଗୋଟି ‘ରିଟ୍’ (Writ) ବା ଆଜ୍ଞାପତ୍ର ଜାରି କରିଥା’ନ୍ତି । ଉଚ୍ଚତମ ନ୍ୟାୟାଳୟ ଏହାକୁ ୩୨ ଧାରା ଓ ଉଚ୍ଚ ନ୍ୟାୟାଳୟ ଏହାକୁ ୨୨୬ ଧାରା ବଳରେ ଜାରି କରିଥାଏ । ଏହି ରିଗୁଡ଼ିକ ହେଲା –
(କ) ବନ୍ଦୀ ପ୍ରତ୍ୟକ୍ଷୀକରଣ (Habeas Corpus) – ବ୍ୟକ୍ତିକୁ ନ୍ୟାୟାଳୟ ସମ୍ମୁଖରେ ସଶରୀରେ ହାଜର କରିବାର ଆଦେଣ ।
(ଖ) ପରମାଦେଶ (Mandamus) – ନ୍ୟାୟାଳୟ କୌଣସି କର୍ତ୍ତୃପକ୍ଷ ବା ଅଦାଲତକୁ ନିଜର କ୍ଷମତା ପରିସରଭୁକ୍ତ କୌଣସି କାର୍ଯ୍ୟ ସଂପାଦନ ନିମନ୍ତେ ନିର୍ଦ୍ଦେଶ ପ୍ରଦାନ ।
(ଗ) ପ୍ରତିଷେଧ (Prohibition) – ନିମ୍ନ ଅଦାଲତ ନିଜର ପରିସର ବାହାରେ କୌଣସି କାର୍ଯ୍ୟ ନକରିବା ପାଇଁ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ପ୍ରଦାନ କରିଥା’ନ୍ତି ।
(ଘ) ଅଧିର ପୃଚ୍ଛା (Quo-warranto) – ସରକାରୀ ପଦବୀରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସେହି କାର୍ଯ୍ୟରୁ ନିବୃତ୍ତ କରିବା ନିମନ୍ତେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ପ୍ରଦାନ କରିଥା’ନ୍ତି ।
(ଙ) ଉତ୍ପ୍ରେକ୍ଷଣ (Certiorari) – ଏହି ଆଦେଶ ବଳରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ କୌଣସି ଅଧସ୍ତନ ନ୍ୟାୟାଳୟରୁ କୌଣସି ମକଦ୍ଦମାକୁ ବିଚାର ନିମନ୍ତେ ନିଜ ପାଖକୁ କିମ୍ବା ଅନ୍ୟ କୌଣସି ଅଦାଲତକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଥା’ନ୍ତି ।

୧୫ । ରାଷ୍ଟ୍ର ନିୟାମକ ତତ୍ତ୍ବର ସମାଜବାଦୀ ନୀତି :
Answer:
ରାଷ୍ଟ୍ର ନିୟାମକ ତତ୍ତ୍ଵରେ ନିମ୍ନଲିଖ୍ ମୁଖ୍ୟ ସମାଜବାଦୀ ନୀତିଗୁଡ଼ିକ ସ୍ଥାନ ପାଇଛି :
(i) ସାମନ କାମ ପାଇଁ ସମାନ ମଜୁରି ।
(ii) ବେକାରି, ବୃଦ୍ଧ ତଥା ଅକ୍ଷମମାନଙ୍କ ପାଇଁ ଆର୍ଥିକ ନିରାପତ୍ତା ବ୍ୟବସ୍ଥା ।
(iii) କାମ କରିବାର ଅଧିକାର ।
(iv) କର୍ମକ୍ଷେତ୍ରରେ ମାନବୀୟ ପରିବେଶ ସୃଷ୍ଟି ।
(v) ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣର ସୁଯୋଗ ପ୍ରଦାନ ।
(vi) ଆୟଗତ ତାରତମ୍ୟ ହ୍ରାସ ପାଇଁ ବ୍ୟବସ୍ଥା ଗ୍ରହଣ ।

୧୬ । ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଭାରତରେ ଏକ ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।
Answer:
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ୩୮ଧାରାରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବାର ସୂଚନା ଦିଆଯାଇଛି । ଉଦାରବାଦୀ, ସମାଜବାଦୀ ଓ ଗାନ୍ଧିବାଦୀ ନୀତିର ସଫଳ ରୂପାୟନ କ୍ରମେ ଏହି ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠିତ ହେବାର ଲକ୍ଷ୍ୟ ରହିଛି । ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା, ଅର୍ଥନୈତିକ ବୈଷମ୍ୟ ହ୍ରାସ, ସ୍ୱାୟତ୍ତ ଶାସନ ଓ ସମବାୟ ଅନୁଷ୍ଠାନର ବିକାଶ, ପରିବେଶର ସୁରକ୍ଷା, ସମାନ ଦେୱାନୀ ଆଇନ ପ୍ରଣୟନ, ବିଭିନ୍ନ ଅର୍ଥନୈତିକ ନିରାପତ୍ତା ବ୍ୟବସ୍ଥା ଆଦି ବିବିଧ ନୀତି ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ପାଇଁ ରାଷ୍ଟ୍ର ଅସ୍ତିସୂଚକ ପଦକ୍ଷେପ ନେବାର ନିର୍ଦେଶ ଏଥୁରେ ରହିଛି ।

୧୭ । ‘‘ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ନ୍ୟାୟାଳୟରେ ପ୍ରତିପାଦନୀୟ ନୁହନ୍ତି ।’’
Answer:
ଭାରତୀୟ ସମ୍ବିଧାନର ଚତୁର୍ଥ ଖଣ୍ଡରେ ନିର୍ଦ୍ଦେଶାତ୍ମକ ରାଷ୍ଟ୍ରନୀତିଗୁଡ଼ିକୁ ସ୍ଥାନ ଦିଆଯାଇଛି । ଏଗୁଡ଼ିକ ‘ସମ୍ବିଧାନର ବିବେକ’ ଓ ଶାସନ ପାଇଁ ବତିଘର ସଦୃଶ କାର୍ଯ୍ୟ କରନ୍ତି । ଭାରତକୁ ଏକ ସମାଜବାଦୀ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବା ଏହାର ଲକ୍ଷ୍ୟ । ଭାରତୀୟମାନଙ୍କ ସ୍ଵାଧୀନତା ଏବଂ ସାମାଜିକ ଓ ରାଜନୈତିକ ବିକାଶ ମଧ୍ୟରେ ସମ୍ପର୍କର ସେତୁ ଗଢ଼ିବା ଦିଗରେ ଏହି ନୀତି କାର୍ଯ୍ୟ କରେ ।

କିନ୍ତୁ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାର ପରିପକ୍ବତା, ଆର୍ଥିକ ସମ୍ବଳ, ଜନ ଆବଶ୍ୟକତା ଆଦି ବିବିଧ ଉପାଦାନକୁ ବିଚାରକୁ ନେଇ ଏହି ନୀତିଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଥିବାରୁ ଏଗୁଡ଼ିକୁ ନ୍ୟାୟ ପ୍ରତିପାଦନୀୟ କରାଯାଇ ନାହିଁ । ଅର୍ଥାତ୍ ଏହାର ନୀତିଗୁଡ଼ିକ କାର୍ଯ୍ୟକାରୀ ନହେଲେ କେହି ଆଇନ ଅଦାଲତର ହସ୍ତକ୍ଷେପ ଦାବି କରିପାରିବ ନାହିଁ । କିନ୍ତୁ ଜନମତର ସମର୍ଥନ ଏହା ପଛରେ ଥିବାରୁ ଏହାକୁ କୌଣସି ସରକାର ଅବଜ୍ଞା କରିବା ସମ୍ଭବପର ନୁହେଁ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୮ । ‘‘ମୌଳିକ କର୍ତ୍ତବ୍ୟଗୁଡ଼ିକ ନ୍ୟାୟ ପ୍ରତିପାଦନୀୟ ନୁହନ୍ତି ।’’
Answer:
ଭାରତୀୟ ସମ୍ବିଧାନର ଚତୁର୍ଥ (କ) ଖଣ୍ଡର ୫୧(କ) ଧାରାରେ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି । ଏହା ନ୍ୟାୟ ପ୍ରତିପାଦନୀୟ ନୁହେଁ ଅର୍ଥାତ୍ ମୌଳିକ କର୍ତ୍ତବ୍ୟଗୁଡ଼ିକୁ କେହି ପାଳନ ନକଲେ ତାଙ୍କ ବିରୋଧରେ ରାଷ୍ଟ୍ର କିମ୍ବା ବ୍ୟକ୍ତିବିଶେଷ ଆଇନ ଅଦାଲତରେ ଆଶ୍ରୟ ନେଇପାରନ୍ତି ନାହିଁ । ଅଣସଂପାଦିତ ମୌଳିକ କର୍ତ୍ତବ୍ୟ ବିରୋଧରେ ଦଣ୍ଡବିଧାନ କରାଯାଇପାରେ ନାହିଁ । ଏହାର ଆଇନଗତ ଭିତ୍ତିଭୂମି ଦୁର୍ବଳ ହୋଇଥିଲେ ମଧ୍ୟ ଏହାର ଉଚ୍ଚ ଆଦର୍ଶ ଯୋଗୁଁ ଜନମତର ଦୃଢ଼ ସମର୍ଥନ ଥିବାରୁ ଏହାର ଗୁରୁତ୍ଵ ରହିଛି । ଏହା କର୍ତ୍ତବ୍ୟ ପ୍ରତି ଏକ ନୈତିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରେ ।

(C) ପାର୍ଥକ୍ୟ ଦର୍ଶାଅ ।

୧ । ମୌଳିକ ଅଧୁକାର ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି :
Answer:
ଉଭୟ ମୌଳିକ ଅଧୁକାର ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଗତି କ୍ଷେତ୍ରରେ ସହାୟକ ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ କେତେକ ମୌଳିକ ପାର୍ଥକ୍ୟ ରହିଛି; ଯଥା –

  • ମୌଳିକ ଅଧୂକାରଗୁଡ଼ିକ ସମ୍ବିଧାନର ତୃତୀୟ ଅଧ୍ୟାୟରେ ଲିପିବଦ୍ଧ ହୋଇଥିବାବେଳେ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ।
  • ମୌଳିକ ଅଧୂକାରର ପ୍ରକୃତି ନାସ୍ତିସୂଚକ ହୋଇଥିବାବେଳେ ରାଷ୍ଟ୍ର ନିୟାମକ ତତ୍ତ୍ଵର ସ୍ଵଭାବ ଅସ୍ତିସୂଚକ ଅଟେ ।
  • ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରଦାନ କରୁଥିଲାବେଳେ ମୌଳିକ ଅଧୁକାର ରାଜନୈତିକ ନ୍ୟାୟ ପ୍ରଦାନ କରେ ।
  • ମୌଳିକ ଅଧୂକାରଗୁଡ଼ିକ ନ୍ୟାୟାଳୟଦ୍ଵାରା ବିଚାରଯୋଗ୍ୟ; ମାତ୍ର ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହ ବିଚାରଯୋଗ୍ୟ ନୁହେଁ ।
  • ମୌଳିକ ଅଧୂକାର ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ ହୋଇଥିଲାବେଳେ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ରାଷ୍ଟ୍ର ପ୍ରତି ନିର୍ଦ୍ଦେଶ ଅଟେ ।

୨ । ମୌଳିକ ଅଧୂକାର ଓ ମୌଳିକ କର୍ତ୍ତବ୍ୟ :
Answer:
ମୌଳିକ ଅଧୂକାର ଓ ମୌଳିକ କର୍ତ୍ତବ୍ୟ ମଧ୍ଯରେ ନିମ୍ନଲିଖୂତ ମୁଖ୍ୟ ପାର୍ଥକ୍ୟ ଦେଖାଯାଏ ।

  • ସମ୍ବିଧାନର ତୃତୀୟ ଖଣ୍ଡରେ ମୌଳିକ ଅଧୂକାର ଓ ଚତୁର୍ଥ (କ) ଖଣ୍ଡରେ ମୌଳିକ କର୍ତ୍ତବ୍ୟ ସ୍ଥାନିତ ହୋଇଛି ।
  • ସମ୍ବିଧାନର ପ୍ରାରମ୍ଭରୁ ମୌଳିକ ଅଧୂକାର ରହିଥିବାବେଳେ ୪୨ତମ ସମ୍ବିଧାନ ସଂଶୋଧନ, ୧୯୭୬ ମାଧ୍ୟମରେ ମୌଳିକ କର୍ତ୍ତବ୍ୟ ସମ୍ବିଧାନରେ ସଂଯୁକ୍ତ ହୋଇଛି ।
  • ମୌଳିକ ଅଧୁକାର ବ୍ୟକ୍ତିର ଅଧିକାରକୁ ସୂଚିତ କରୁଥିବାବେଳେ ମୌଳିକ କର୍ତ୍ତବ୍ୟ କେତେକ କର୍ତ୍ତବ୍ୟକୁ ସୂଚିତ କରେ ।
  • ମୌଳିକ ଅଧୂକାର ଆଇନଯୋଗ୍ୟ ହୋଇଥିବାବେଳେ ମୌଳିକ କର୍ତ୍ତବ୍ୟ ଅଣଆଇନଯୋଗ୍ୟ ଅଟେ ।
  • ନାଗରିକର ଛଅ ପ୍ରକାରର ମୌଳିକ ଅଧୁକାର ଥିବା ସମୟରେ ଏଗାର ପ୍ରକାରର ମୌଳିକ କର୍ତ୍ତବ୍ୟ ରହିଛି ।
  • ନାଗରିକର ସମାନତାର ଅଧିକାର, ସ୍ଵାଧୀନତାର ଅଧୂକାର, ଶୋଷଣ ବିରୋଧୀ ଅଧିକାର, ଧାର୍ମିକ ସ୍ଵାଧୀନତାର ଅଧିକାର, ସାଂସ୍କୃତିକ ଓ ଶିକ୍ଷାଗତ ଅଧୁକାର ଓ ସାମ୍ବିଧାନିକ ପ୍ରତିକାର ଅଧୁକାର ଆଦି ମୌଳିକ ଅଧୂକାର ରହିଥିବାବେଳେ ଜାତୀୟ ପତାକା ଓ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ, ଜାତୀୟ ପରିବେଶର ସୁରକ୍ଷା, ମିଶ୍ରିତ ସଂସ୍କୃତିର ସୁରକ୍ଷା ଆଦି କେତେକ ମୌଳିକ କର୍ତ୍ତବ୍ୟ ରହିଅଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତୀୟ ନାଗରିକ ଉପଭୋଗ କରୁଥିବା ମୌଳିକ ଅଧ୍ୟାର (Fundamental Right)ଗୁଡ଼ିକ ଆଲୋଚନା କର ।
Answer:
ମୌଳିକ ଅଧ୍ବକାରଗୁଡ଼ିକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ଦେଶର ସମ୍ବିଧାନଦ୍ୱାରା ନାଗରିକମାନଙ୍କୁ କେତେକ ଅଧିକାର ପ୍ରଦାନ କରାଯାଇଛି ଯାହାକୁ ମୌଳିକ ଅଧୁକାର କୁହାଯାଏ । ଏହା ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର କ୍ଷମତାକୁ ସଙ୍କୁଚିତ କରେ ।

ଉସ୍ପ : ଏହି ମୌଳିକ ଅଧୂକାର ଆମେରିକାର ବିଲ୍ ଅଫ୍ ରାଇଟ୍ସରୁ ଆମ ସମ୍ବିଧାନକୁ ଉଦ୍ଧାର କରାଯାଇଛି । ଏହା ଇଂଲଣ୍ଡର ହେବିୟସ୍ କର୍ପସ୍ ଆଇନ ୧୬୭୯କୁ ମଧ୍ୟ ଅନୁକରଣ କରିଛି । ଏହା ଆମ ସମ୍ବିଧାନର ତୃତୀୟ ପରିଚ୍ଛେଦରେ ୧୨ ଧାରାରୁ ୩୫ ଧାରା ମଧ୍ଯରେ ବର୍ଣ୍ଣନା କରାହୋଇଛି । ନେହେରୁଙ୍କ ମତରେ, ଏହା ଆମ ସମ୍ବିଧାନର ବିବେକ ସଦୃଶ ଅଟେ ।

ପ୍ରକରଣ : ୧୯୭୯ ମସିହା ଏପ୍ରିଲ୍ ୩୦ ତାରିଖ ପୂର୍ବରୁ ଭାରତର ନାଗରିକମାନେ ୭ଟି ମୌଳିକ ଅଧିକାର ଉପଭୋଗ କରୁଥିଲେ । ୪୪ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରବର୍ତ୍ତନ ହେବାଠାରୁ ୬ଟି ମୌଳିକ ଅଧିକାର ନାଗରିକ ଉପଭୋଗ କରୁଛନ୍ତି । ତତ୍କାଳୀନ ଜନତା ସରକାର ସମ୍ବିଧାନର ୩୧ ଧାରାକୁ ଉଚ୍ଛେଦ କରି ସମ୍ପଭିଗତ ଅଧିକାରକୁ ମୌଳିକ ଅଧିକାରରୁ ବାଦ୍ ଦେଲେ । ସେହିଦିନଠାରୁ ଛଅ ପ୍ରକାର ମୌଳିକ ଅଧୂକାର ନାଗରିକମାନେ ଉପଭୋଗ କରୁଛନ୍ତି ।

ବିଶ୍ଳେଷଣ :
(୧) ସମାନତା ଅଧିକାର – (ଧାରା ୧୪ରୁ ୧୮)
ସମ୍ବିଧାନର ୧୪ରୁ ୧୮ ପର୍ଯ୍ୟନ୍ତ ୫ଟି ଧାରାରେ ସମାନତା ଅଧିକାର ବର୍ଣ୍ଣିତ ହୋଇଛି ।
୧୪ ଧାରା ଅନୁଯାୟୀ ଭାରତ ଭୂଖଣ୍ଡ ମଧ୍ୟରେ ପ୍ରତ୍ୟେକ ନାଗରିକକୁ ଆଇନ ଆଗରେ ସମାନ କରାଯାଇଛି ଓ ଆଇନଦ୍ଵାରା ସମପରିମାଣରେ ସୁରକ୍ଷା ପ୍ରଦାନ କରାଯାଇଛି । ସମାନତା ଅର୍ଥ ସମତୁଲ ଓ ସର୍ବତୋଭାବେ ସମାନତା ନୁହେଁ । ଏହା ଭେଦଭାବରହିତ ଓ ପକ୍ଷପାତବିରୋଧୀ ଅଟେ ।

୧୫ ଧାରା ଅନୁସାରେ ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ-ଜନ୍ମସ୍ଥାନ ଭିଭିରେ ରାଷ୍ଟ୍ର କୌଣସି ପାତର ଅନ୍ତର କରିପାରିବ ନାହିଁ । ଦୋକାନ, ସର୍ବସାଧାରଣ ଭୋଜନାଳୟ, ମନୋରଞ୍ଜନ ସ୍ଥାନ, କୂପ, ପୁଷ୍କରିଣୀ, ସ୍ନାନାଗାର, ରାସ୍ତା, ସର୍ବସାଧାରଣଙ୍କ ଗନ୍ତବ୍ୟ ସ୍ଥାନକୁ ବ୍ୟବହାର କରିବାପାଇଁ ରାଷ୍ଟ୍ର କାହାକୁ ନିଷିଦ୍ଧ କରିପାରିବ ନାହିଁ ।

୧୬ ଧାରା ଅନୁସାରେ ଭାରତୀୟ ନାଗରିକମାନେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବାସସ୍ଥାନ ନିର୍ବିଶେଷରେ ରାଷ୍ଟ୍ର ନିକଟରେ ଚାକିରି କରିବାର ସମାନ ଅଧିକାର ଉପଭୋଗ କରିବେ ।

୧୭ ଧାରା ଅନୁସାରେ ଅସ୍ପୃଶ୍ୟତାର ବିଲୋପ ସାଧନ କରାଯାଇଛି ଓ ଅସ୍ପୃଶ୍ୟତା ଦଣ୍ଡନୀୟ ଅପରାଧ ରୂପେ ଘୋଷଣା କରାଯାଇଛି ।

୧୮ ଧାରା ଅନୁସାରେ ସାମରିକ କିମ୍ବା ଶିକ୍ଷାଗତ ଉପାଧ୍ ବ୍ୟତୀତ ନାଗରିକମାନଙ୍କୁ ରାଷ୍ଟ୍ର ଅନ୍ୟ କୌଣସି ଉପାଧ୍ ପ୍ରଦାନ କରିବ ନାହିଁ । ରାଷ୍ଟ୍ରପତିଙ୍କ ଅନୁମତି ବିନାକୌଣସି ନାଗରିକ ବିଦେଶୀ ରାଷ୍ଟ୍ରରୁ ଉପାଧ୍ବ ଗ୍ରହଣ କରିପାରିବ ନାହିଁ ।

(୨) ସ୍ଵାଧୀନତା ଅଧିକାର – (ଧାରା ୧୯ରୁ ୨୨)
ସମ୍ବିଧାନର ୧୯ ରୁ ୨୨ ଧାରା ପର୍ଯ୍ୟନ୍ତ ୪ଟି ଧାରା ନାଗରିକମାନଙ୍କର ସ୍ଵାଧୀନତାର ଅଧିକାର ବିଷୟରେ ଆଲୋଚନା କରିଛି । ସ୍ବାଧୀନତା – ଧାରା ୧୯ରେ ନାଗରିକକୁ ଛଅଗୋଟି ସ୍ଵାଧୀନତା ପ୍ରଦାନ କରାଯାଇଛି, ଯଥା –
(୧) ବାକ୍ ସ୍ଵାଧୀନତା ଓ ଅଭିବ୍ୟକ୍ତିର ସ୍ଵାଧୀନତା,
(୨) ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମିଳନର ସ୍ଵାଧୀନତା,
(୩) ସଂଘ ବା ସମିତି ଗଠନର ସ୍ଵାଧୀନତା,
(୪) ଭାରତରେ ଅବାଧ ଗମନାଗମନ କରିବାର ସ୍ଵାଧୀନତା,
(୫) ଭାରତର ଯେକୌଣସି ଅଂଶରେ ବସବାସ କରିବାର ସ୍ଵାଧୀନତା,
(୬) ବାକ୍ ବୃତ୍ତିଗତ ଜୀବିକା କାରବାର ବା ବ୍ୟବସାୟ କରିବାର ସ୍ଵାଧୀନତା ।
ଏହିସବୁ ସ୍ଵାଧୀନତା ଉପରେ ଯୁକ୍ତିଯୁକ୍ତ କଟକଣା ଜାରି କରିବାର ଅଧୂକାର ସରକାରଙ୍କର ରହିଛି । ବିଶେଷତଃ ଜାତୀୟ ଜରୁରିକାଳୀନ କ୍ଷମତା ପ୍ରୟୋଗ ସମୟରେ ଏହା ସୁଗିତ ରହିଥାଏ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ଆଇନର ଶାସନ – ସମ୍ବିଧାନର ୨୦ ଧାରାରେ ବର୍ଣ୍ଣିତ ହୋଇଥିବା ବ୍ୟବସ୍ଥା ପ୍ରଚଳିତ ଆଇନର ଶାସନର ଅନୁରୂପ ।
ଏହି ବ୍ୟବସ୍ଥାରେ ଦୋଷୀ ବୋଲି ବିବେଚିତ ହେଉଥିବା ବ୍ୟକ୍ତିକୁ ୩ଟି ଅଧିକାର ପ୍ରଦାନ କରାଯାଇଛି ।
(୧) ବ୍ୟକ୍ତିଟି ସେହି ସମୟରେ ପ୍ରଚଳିତ ନଥବା କୌଣସି ଆଇନ ଅନୁଯାୟୀ ଦଣ୍ଡିତ ହେବ
(୨) କୌଣସି ଅପରାଧ ପାଇଁ ଜଣେ ବ୍ୟକ୍ତି ଦୁଇଥର ଦଣ୍ଡ ଭୋଗ କରିବ ନାହିଁ ।
(୩) କୌଣସି ବ୍ୟକ୍ତିକୁ ନିଜ ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ବାଧ୍ୟ କରାଯିବ ନାହିଁ ।

ଜୀବନଧାରଣ – ସମ୍ବିଧାନର ୨୧ ଧାରା ଅନୁସାରେ ଆଇନାନୁମୋଦିତ ପନ୍ଥା ଭିନ୍ନ ଅନ୍ୟ କୌଣସି ପନ୍ଥାରେ ନାଗରିକକୁ ତା’ର ଜୀବନ ଓ ବ୍ୟକ୍ତିଗତ ସ୍ଵାଧୀନତାରୁ ବଞ୍ଚିତ କରାଯିବ ନାହିଁ । ୨୦୦୨ ମସିହାର ୮୬ତମ ସମ୍ବିଧାନ ସଂଶୋଧନ ଆଇନଦ୍ଵାରା ସଂଯୋଜିତ ୨୧ (କ) ଧାରାରେ ୬ରୁ ୧୪ ବର୍ଷ ମଧ୍ୟରେ ଶିଶୁମାନଙ୍କ ପାଇଁ ପ୍ରାଥମିକ ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରାଯାଇଛି ।

ସ୍ୱେଚ୍ଛାଚାରିତାରୁ ବିରୋଧ – ସମ୍ବିଧାନର ୨୨ ଧାରା ଅନୁସାରେ କୌଣସି ବ୍ୟକ୍ତିକୁ ମନଇଚ୍ଛା ଗିରଫ କରାଯାଇପାରିବ ନାହିଁ । ଗିରଫ ବ୍ୟକ୍ତିର ଇଚ୍ଛାନୁଯାୟୀ ଓକିଲ ସହିତ ପରାମର୍ଶ କରିବା ଓ ନିଜର ପ୍ରତିରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିବାର ଅଧୁକାର ସେ ବ୍ୟକ୍ତିକୁ ଦିଆଯିବ । ଅଦାଲତର ବିନାନୁମତିରେ ତାକୁ ଅଧ‌ିକ ସମୟ ଅଟକ ରଖାଯାଇପାରିବ ନାହିଁ ।

ବ୍ୟତିକ୍ରମ – ଆଇନର ବ୍ୟବସ୍ଥା ଅନୁଯାୟୀ ନିରାପତ୍ତା ଆଇନ ଓ ନିବୃତ୍ତିମୂଳକ ଅଟକ ଆଇନଦ୍ଵାରା ଅଟକ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ ।

(୩) ଶୋଷଣ ବିରୁଦ୍ଧରେ ଅଧିକାର – (ଧାରା ୨୩ରୁ ୨୪)
ବେଠି ଆଦାୟର ବିରୋଧ – ୨୩ ଧାରା ଅନୁସାରେ ମଣିଷମାନଙ୍କୁ ନେଇ ବ୍ୟବସାୟ କରିବା, ବିନା ମଜୁରିରେ ବାଧ୍ୟତାମୂଳକ ଭାବେ ଶ୍ରମ ଆଦାୟ କରିବା, ବେଠି ଓ ବେଗାରି ଖଟାଇବା କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି ।
ବାଳଣ୍ରମ ନିଷେଧ – ୨୪ ଧାରା ଅନୁସାରେ ୧୪ ବର୍ଷରୁ କମ୍ ପିଲାଙ୍କୁ ଖଣି, କାରଖାନା ବା ଅନ୍ୟ କୌଣସି ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାହେବ ନାହିଁ ।

(୪) ଧର୍ମୀୟ ସ୍ଵାଧୀନତା ଅଧିକାର – (ଧାରା ୨୫ରୁ ୨୮)
ଏହି ଅଧ୍ବକାର ସମ୍ବିଧାନର ୨୫ ଠାରୁ ୨୮ ଧାରା ପର୍ଯ୍ୟନ୍ତ ବିଶଦଭାବେ ଆଲୋଚନା ହୋଇଛି । ଏହାଦ୍ଵାରା ଭାରତରେ ଭାରତୀୟ ଏବଂ ବିଦେଶୀମାନଙ୍କ ପାଇଁ ଧର୍ମୀୟ ସ୍ଵାଧୀନତା ପ୍ରଦାନ କରାଯାଇଛି ।

ଧର୍ମପ୍ରଚାର ଓ ପ୍ରସାର – ୨୫ ଧାରାରେ ପ୍ରତ୍ୟେକ ବ୍ୟକ୍ତିକୁ ବିବେକର ସ୍ଵାଧୀନତା ଓ ଧର୍ମ ବିଶ୍ଵାସ, ଧର୍ମାଚରଣ, ଧର୍ମପ୍ରଚାର ଓ ପ୍ରସାରର ସ୍ଵାଧୀନତା ଦିଆଯାଇଛି । ନୈତିକତା ଓ ସାଧାରଣ ସ୍ଵାର୍ଥଗତ କାରଣରୁ ଏହି ଅଧିକାରକୁ ରାଷ୍ଟ୍ର ନିୟନ୍ତ୍ରଣ କରିପାରିବାର ବ୍ୟବସ୍ଥା ସମ୍ବିଧାନରେ ଅଛି ।

ଧର୍ମାନୁଷ୍ଠାନ ପ୍ରତିଷ୍ଠା – ୨୬ ଧାରା ଅନୁସାରେ ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟ ନିଜ ନିଜର ଧର୍ମାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଏବଂ ସ୍ଥାବର ଓ ଅସ୍ଥାବର ସମ୍ପରି ଅର୍ଜନ କରି ଅନୁଷ୍ଠାନ ପରିଚାଳନା କରିପାରିବେ ।

ଧର୍ମଟିକସ ନିଷେଧ – ୨୭ ଧାରା ଅନୁସାରେ କୌଣସି ଧର୍ମର ଉନ୍ନତି ପାଇଁ ରାଷ୍ଟ୍ର କାହାରି ଉପରେ ଟିକସ ବସାଇବ ନାହିଁ । ନିର୍ଦ୍ଦିଷ୍ଟ ଧର୍ମଶିକ୍ଷା ଦେଇପାରିବେ ନାହିଁ । ଏପରିକି ବେସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ଅନୁଷ୍ଠାନରେ ଧର୍ମଗତ ଶିକ୍ଷା ଗ୍ରହଣ କରିବାକୁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ । ସବୁଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରାଯାଇଛି ।

(୫) ସାଂସ୍କୃତିକ ଓ ଶିକ୍ଷାଗତ ଅଧୁକାର – (ଧାରା ୨୯ରୁ ୩୦)
ଏହି ଅଧିକାର ବଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସଂସ୍କୃତି ଓ ଶିକ୍ଷାର ସୁରକ୍ଷା କରିପାରୁଛନ୍ତି ।

ସଂଖ୍ୟାଲଘୁଙ୍କ ସଂସ୍କୃତିର ସୁରକ୍ଷା – ୨୯ ଧାରା ଅନୁସାରେ ପ୍ରତ୍ୟେକ ସଂଖ୍ୟାଲଘୁ ସମ୍ପ୍ରଦାୟ ତାଙ୍କର ଭାଷା, ଲିପି ଓ ସଂସ୍କୃତିର ସୁରକ୍ଷା କରିବା ଅଧିକାର ପାଇଛି । ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗଗତ ବିଭେଦତା କାରଣରୁ କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବାକୁ ମନା କରାଯାଇପାରିବ ନାହିଁ ।

ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ – ୩୦ ଧାରା ଅନୁସାରେ ଧର୍ମ କିମ୍ବା ଭାଷାଭିତ୍ତିରେ ଗଠିତ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଓ ସେମାନଙ୍କୁ ସାହାଯ୍ୟ ଦେବାରେ ରାଷ୍ଟ୍ର କୌଣସି ପକ୍ଷପାତିତା କରିବ ନାହିଁ ।

ସାମ୍ବିଧାନିକ ପ୍ରତିକାର ଅଧିକାର – (ଧାରା ୩୨)
ଏହି ବ୍ୟବସ୍ଥା ଅନୁଯାୟୀ କୌଣସି ନାଗରିକର ମୌଳିକ ଅଧିକାର ରାଷ୍ଟ୍ରଦ୍ଵାରା ବା କୌଣସି ବ୍ୟକ୍ତି ବା ଅନୁଷ୍ଠାନଦ୍ଵାରା କ୍ଷୁଣ୍ଣ କରାଯାଇପାରିବ ନାହିଁ । ୩୨ ଧାରା ଅନୁସାରେ ସୁପ୍ରିମ୍‌କୋର୍ଟ ଓ ୨୨୬ ଧାରା ଅନୁସାରେ ରାଜ୍ୟ ହାଇକୋର୍ଟରେ ସମ୍ପୃକ୍ତ ବ୍ୟକ୍ତି ସିଧାସଳଖ ଆଶ୍ରୟ ନେଇପାରିବେ । ଏହି କ୍ଷେତ୍ରରେ ନ୍ୟାୟପାଳିକା ସମ୍ବିଧାନର ରକ୍ଷାକବଚ ରୂପେ କାମ କରେ । ଏହି ଅଧିକାରର ସୁରକ୍ଷା ପାଇଁ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ପାଞ୍ଚଗୋଟି ଆଜ୍ଞାପତ୍ର ବା ରିଟ୍ ଜାରି କରିପାରନ୍ତି । ସେଗୁଡ଼ିକ ହେଲା –

  • ବନ୍ଦୀ ପ୍ରତ୍ୟକ୍ଷୀକରଣ (Habeas Corpus) – ବନ୍ଦୀକୁ ବିଚାରାଳୟ ଆଗରେ ଉପସ୍ଥାପିତ କରିବାର ଆଦେଶ ।
  • ମାଣ୍ଡାମସ୍ ବା ପରମାଦେଶ ଆଜ୍ଞାପତ୍ର (Mandamus) ଏହାଦ୍ଵାରା ଉଚ୍ଚ ନ୍ୟାୟାଳୟ ସରକାର ବା ନିମ୍ନ ନ୍ୟାୟାଳୟ ବା କର୍ମଚାରୀଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥାଆନ୍ତି ।
  • ପ୍ରତିଷେଧ (Prohibition) – ନିମ୍ନ ଅଦାଲତକୁ ନିଜର ପରିସର ବାହାରେ କାର୍ଯ୍ୟ ନ କରିବାପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥାଆନ୍ତି ।
  • କୋୱାରେଣ୍ଟ ବା ଅଧିକାର ପୃଚ୍ଛା (Quo-warranto) – କେଉଁ ଅଧୂକାରରେ ପଦବୀ, ମାଲିକାନା ବା ସ୍ଥାନ ଦଖଲ କରି କାର୍ଯ୍ୟ ସମ୍ପାଦନ କରାଯାଇଛି ।
  • ଉତ୍ପ୍ରେକ୍ଷଣ (Certiorari) – ଏହି ଆଦେଶ ବଳରେ ତଳ କୋର୍ଟ ଉପରକୋର୍ଟକୁ କାଗଜପତ୍ର ସହିତ ମୋକଦ୍ଦମା ପ୍ରେରଣ କରିଥାଏ ।

ସାଧାରଣ ପରିସ୍ଥିତିରେ ପ୍ରତ୍ୟେକ ନାଗରିକ ମୌଳିକ ଅଧୂକାରଗୁଡ଼ିକୁ ଉପଭୋଗ କରେ । ଜରୁରିକାଳୀନ ପରିସ୍ଥିତିରେ ରାଷ୍ଟ୍ରପତି ଏହି ଅଧିକାରକୁ ବାତିଲ କରିପାରନ୍ତି ।

ଉପରୋକ୍ତ ମୌଳିକ ଅଧିକାର ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟକ୍ତି ସ୍ବାତନ୍ତ୍ର୍ୟ ଦେବାପାଇଁ ଉଦ୍ଦିଷ୍ଟ । ଏହା ମାଧ୍ୟମରେ ବ୍ୟକ୍ତିର ବ୍ୟକ୍ତିତ୍ଵର ଚରମ ପରିପ୍ରକାଶ ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ବ୍ୟବସ୍ଥା କରାଯାଇଛି । ମାତ୍ର ଏହା ନିରଙ୍କୁଶ ନୁହେଁ । ବୃହତ୍ତର ସ୍ଵାର୍ଥଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସରକାର ଏହି ଅଧିକାର ଉପରେ ନିୟନ୍ତ୍ରଣ ଜାରି କରିପାରିବେ । ସଂସଦ ସମ୍ବିଧାନ ସଂଶୋଧନ ମାଧ୍ୟମରେ ମୌଳିକ ଅଧିକାର ସଂଶୋଧନ କରିଥାଏ ।

ଗୋଲକନାଥ ମକଦ୍ଦମାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସମୟରେ ଏହି ସଂଶୋଧନ କରିବାର ବ୍ୟବସ୍ଥାକୁ ନେଇ ବାଦାନୁବାଦ ସୃଷ୍ଟି ହୋଇଛି । ମାତ୍ର ୧୯୮୦ ମସିହାରେ ମିନର୍ଭା ମିଲ୍ସ ମକଦ୍ଦମାରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ମୌଳିକ ଅଧୂକାରକୁ ପରିବର୍ତ୍ତନ କରିବାର ଅସୀମ କ୍ଷମତା ସଂସଦର ନାହିଁ । ସଂଶୋଧନଦ୍ଵାରା ସମ୍ବିଧାନର ମୌଳିକ ଲକ୍ଷଣକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ଏହି ନିଷ୍ପତ୍ତିରେ ମୌଳିକ ଅଧିକାରକୁ ରାଷ୍ଟ୍ର ନିୟାମକ ତତ୍ତ୍ଵ ତୁଳନାରେ ଅଧିକ ଗୁରୁତ୍ଵ ଦିଆଯାଇଛି । ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ଅତ୍ୟନ୍ତ ସ୍ପଷ୍ଟ । ଏହି ମୌଳିକ ଅଧିକାରକୁ ‘ସମ୍ବିଧାନର ବିବେକ ଓ ଗଣତନ୍ତ୍ରର ମୂଳଦୁଆ’ ବୋଲି ଅଭିହିତ କରାଯାଇଛି ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୨ । ଭାରତ ସମ୍ବିଧାନରେ ବର୍ଣ୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ବ (Directive Principles of State Policy)ର ଶ୍ରେଣୀବିଭାଗ ଓ ଗୁରୁତ୍ବ ତର୍ଜମା କର ।
Answer:
ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାପାଇଁ ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବର୍ଣ୍ଣନା କରାଯାଇଛି । ଏହି ନିର୍ଦ୍ଦେଶାବଳୀ ଆଇନ ଅଦାଲତରେ ନ୍ୟାୟଯୋଗ୍ୟ ନୁହେଁ ଅର୍ଥାତ୍ ରାଷ୍ଟ୍ର ଏହି ନିର୍ଦ୍ଦେଶାବଳୀ ଲଙ୍ଘନ କଲେ ନାଗରିକ ବ୍ୟକ୍ତିଗତଭାବରେ କୌଣସି ମକଦ୍ଦମା କରିପାରିବ ନାହିଁ । କିନ୍ତୁ ଜନମତର ସମର୍ଥନ ଏହା ପଛରେ ରହିଥିବାରୁ ଆଇନ ପ୍ରଣୟନ ସମୟରେ ଏହି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପ୍ରତ୍ୟେକ ନିର୍ବାଚିତ ସରକାରର କର୍ତ୍ତବ୍ୟ ହୋଇଯାଇଛି । ବର୍ତ୍ତମାନ ସର୍ବମୋଟ ୨୩ଟି ନିର୍ଦ୍ଦେଶ ଏହି ପରିଚ୍ଛେଦରେ ବର୍ଣନା କରାଯାଇଛି । ଆଗରୁ ୨୦ଟି ନିର୍ଦ୍ଦେଶ ଲିପିବଦ୍ଧ ଥିଲା ଏବଂ ୪୨ତମ ସମ୍ବିଧାନ ସଂଶୋଧନଦ୍ଵାରା ଅଧ୍ବକ ତିନୋଟି ନିର୍ଦ୍ଦେଶ ଯୋଗ କରାଗଲା ।

ଅର୍ଥ – ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତିର ଅର୍ଥ ରାଷ୍ଟ୍ର ପ୍ରତି ସ୍ଵତନ୍ତ୍ର ନିର୍ଦ୍ଦେଶନାମା । ଏହା ରାଷ୍ଟ୍ରରେ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା କରେ । ଏହା ସମ୍ବିଧାନର ୩୬ ଧାରାରୁ ୫୧ ଧାରା ମଧ୍ୟରେ ସୀମିତ ।

ଉସ୍ପ – ସମ୍ବିଧାନ ପ୍ରଣେତାମାନେ ସ୍ପେନ୍ ଓ ଆୟର୍ଲାଣ୍ଡର ସମ୍ବିଧାନଦ୍ଵାରା ପ୍ରଭାବିତ ହୋଇ ଏହି ନିର୍ଦ୍ଦେଶଗୁଡ଼ିକୁ ଆମ ସମ୍ବିଧାନରେ ସନ୍ନିବେଶିତ କରିଛନ୍ତି ।

ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକର ସ୍ପଷ୍ଟ ବିଚାର ଆଲୋଚନା କରିବାପାଇଁ ସେଗୁଡ଼ିକୁ ମୁଖ୍ୟତଃ ୫ ଭାଗରେ ବିଭକ୍ତ କରାଯାଇପାରେ ।

(୧) ସମାଜବାଦୀ ସମ୍ବିଧାନର ୩୮ ଧାରାରେ କୁହାଯାଇଛି ଯେ, ଜନସାଧାରଣଙ୍କ ହିତ ପାଇଁ ରାଷ୍ଟ୍ର ଏପରି ଏକ ସାମାଜିକ ଅବସ୍ଥା ସୃଷ୍ଟି କରିବ ଯେଉଁଠି ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ନ୍ୟାୟ ପ୍ରତିଫଳିତ ହେବ । ୩୯ ଧାରା ଅନୁସାରେ ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ନାଗରିକମାନଙ୍କୁ ଜୀବିକା ଅର୍ଜନପାଇଁ ଉପଯୁକ୍ତ ପନ୍ଥା ଯୋଗାଇବା, ରାଷ୍ଟ୍ରୀୟ ସମ୍ପଦର ସୁନିୟନ୍ତ୍ରଣ ଓ ବଣ୍ଟନ କରିବା, ସ୍ତ୍ରୀ ଓ ପୁରୁଷ ସମାନ କାର୍ଯ୍ୟ ପାଇଁ ସମାନ ମଜୁରି ପାଇବା ଏବଂ ଶିଶୁ ଓ ଯୁବକମାନଙ୍କୁ ଶୋଷଣରୁ ମୁକ୍ତ କରିବା ଆଦି ଅର୍ଥନୈତିକ ନ୍ୟାୟର ପ୍ରତୀକ ଅଟନ୍ତି ।
(i) ସାମାଜିକ ନିରାପତ୍ତା – ୪୧ ଧାରାରେ ନାଗରିକମାନଙ୍କୁ ନିମ୍ନଲିଖତ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି ।
(a) ଆର୍ଥନୀତିକ ସମ୍ବଳସୀମା ମଧ୍ୟରେ ସମସ୍ତଙ୍କୁ କାମ କରିବାର ସୁଯୋଗ ।
(b) ସମସ୍ତଙ୍କର ଶିକ୍ଷାଲାଭ କରିବାରେ ସୁବିଧା ।
(c) ବେକାରି, ବୃଦ୍ଧାବସ୍ଥା, ଅକ୍ଷମ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାର ବ୍ୟବସ୍ଥା ।
(ii) ମାତୃମଙ୍ଗଳ – ୪୨ ଧାରାରେ କର୍ମସଂସ୍ଥାନ ଏବଂ ସ୍ଵାସ୍ଥ୍ୟରକ୍ଷା ପାଇଁ ମାତୃମଙ୍ଗଳ ସମେତ ଉପଯୁକ୍ତ ମାନବୀୟ ପରିବେଶ ସୃଷ୍ଟି କରିବାପାଇଁ କୁହାଯାଇଛି ।
(iii) ଶ୍ରମିକ ସୁରକ୍ଷା – ୩୯ (ଘ) ଧାରା ଅନୁସାରେ ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରି ଦେବାକୁ ନିର୍ଦେଶ ଦିଆଯାଇଛି । ୪୪ତମ ସମ୍ବିଧାନ ସଂଶୋଧନ ଆଇନର ୩୮(୨) ଧାରା ମାଧ୍ୟମରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ବୃତ୍ତିରେ ଥ‌ିବା ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ଆୟ, ସୁବିଧା ଓ ସ୍ଥିତିର ବୈଷମ୍ୟ ହ୍ରାସ ପାଇଁ ସାମ୍ବିଧାନିକ ନିର୍ଦେଶ ପ୍ରଦାନ କରାଯାଇଛି । ୪୨ତମ ସମ୍ବିଧାନ ସଂଶୋଧନ ୪୩(କ) ଧାରା ବଳରେ ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣର ସୁଯୋଗ ଦେଇଛି ।

(୨) ଗାନ୍ଧିବାଦୀ – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅନୁସୃତ ନୀତି ଏହି ପରିଚ୍ଛେଦରେ ସ୍ଥାନ ପାଇଛି ।
(i) ସ୍ଵାୟର ଶାସନ – ସମ୍ବିଧାନର ୪୦ ଧାରା ଅନୁସାରେ ସ୍ଵାୟତ୍ତ ଶାସନରୂପେ ଗ୍ରାମପଞ୍ଚାୟତ ଗଠନ କରିସେଗୁଡ଼ିକୁ ଉପଯୁକ୍ତ କ୍ଷର୍ମତା ଓ କର୍ତ୍ତୃତ୍ଵ ଦେବାକୁ ରାଷ୍ଟ୍ରକୁ କୁହାଯାଇଛି ।
(ii) କୁଟୀରଶିଳ୍ପ – ସମ୍ବିଧାନର ୪୩ ଧାରାରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ବା ସମବାୟ ଭିଭିରେ କୁଟୀରଶିଳ୍ପର ପ୍ରସାର ପାଇଁ ବ୍ୟବସ୍ଥା ଅଛି ।
(iii) ଅନୁନ୍ନତ ଶ୍ରେଣୀ – ୪୬ ଧାରା ଅନୁସାରେ ଅନୁସୂଚିତ ଜାତି ଓ ଉପଜାତିର ଲୋକମାନଙ୍କର ଶିକ୍ଷା ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ପାଇଁ ବ୍ୟବସ୍ଥା ଅଛି ।
(iv) ନିଶାଦ୍ରବ୍ୟ ନିଷିଦ୍ଧ – ୪୭ ଧାରା ଅନୁସାରେ ଔଷଧ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶାଦ୍ରବ୍ୟ ବ୍ୟବହାରକୁ ନିଷିଦ୍ଧ କରାଯାଇଛି ।
(v) ଗୋହତ୍ୟା ନିଷିଦ୍ଧ – ୪୮ ଧାରା ଅନୁସାରେ କୃଷି ଓ ପଶୁପାଳନର ଉନ୍ନତି କରିବାକୁ ଓ ଗୋହତ୍ୟାକୁ ବେଆଇନ କରିବାକୁ ନିର୍ଦ୍ଦେଶ ରହିଛି ।

(୩) ଉଦାରବାଦୀ – ଦେଶରେ ଏକ ଉଦାରବାଦୀ ଗଣତାନ୍ତ୍ରିକ ଓ ସାମାଜିକ ବ୍ୟବସ୍ଥା ସୃଷ୍ଟି ପାଇଁ କେତେକ ନିର୍ଦ୍ଦେଶମୂଳକ ନୀତି ସଂଯୁକ୍ତ ହୋଇଛି ।
(i) ଏକକ ଦେୱାନୀ ଆଇନ – ୪୪ ଧାରା ଅନୁସାରେ ସମଗ୍ର ରାଷ୍ଟ୍ର ପାଇଁ ଏକପ୍ରକାର ଦେୱାନୀ ବିଧ୍ଵ ପ୍ରଚଳନ ପାଇଁ ନିର୍ଦ୍ଦେଶ ରହିଛି ।
(ii) ଶିକ୍ଷାର ପ୍ରସାର – ୪୫ ଧାରା ଅନୁଯାୟୀ ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଯାଇଛି ।
(iii) ପୁଷ୍ଟିକର ଖାଦ୍ୟ – ୪୬ ଧାରା ଅନୁଯାୟୀ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ସ୍ଵାସ୍ଥ୍ୟରକ୍ଷାର ବ୍ୟବସ୍ଥା କରିବାକୁ କୁହାଯାଇଛି ।
(iv) ଜାତୀୟ ସମ୍ପଦ ସୁରକ୍ଷା – ୪୮ ଧାରା (କ) ଅନୁସାରେ ଜଙ୍ଗଲର ବଣ୍ୟଜନ୍ତୁ ଏବଂ ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଷ୍ଟ୍ର ଉପଯୁକ୍ତ ବ୍ୟବସ୍ଥା କରିବ । ଏହା ୪୨ତମ ସମ୍ବିଧାନ ସଂଶୋଧନଦ୍ଵାରା ସଂଯୋଜିତ ହୋଇଛି ।
(v) ନ୍ୟାୟାଳୟର ସ୍ଵାଧୀନତା – ୫୦ ଧାରା ଅନୁସାରେ ବିଚାର ବିଭାଗକୁ କାର୍ଯ୍ୟପାଳିକାଠାରୁ ପୃଥକ୍ କରିବାପାଇଁ ବ୍ୟବସ୍ଥା ରହିଛି ।

(୪) ସାଂସ୍କୃତିକ – ଦେଶର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ୪୯ ଧାରା ଅନୁଯାୟୀ ରାଷ୍ଟ୍ର ପ୍ରାଚୀନ କୀର୍ତ୍ତି, କଳା, ସ୍ଥାପତ୍ୟ ଓ ଐତିହାସିକ ସ୍ମାରକୀ ତଥା ସ୍ଥାନର ସଂରକ୍ଷଣ କରିବ ।

(୫) ଆନ୍ତର୍ଜାତୀୟ – ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ଏବଂ ଏହାର ବୈଦେଶିକ ନୀତି ନିର୍ଦ୍ଧାରଣ କରିବାପାଇଁ ସମ୍ବିଧାନର ୫୧ ଧାରାରେ ବ୍ୟବସ୍ଥା ହୋଇଛି । ତଦନୁସାରେ
(i) ବିଶ୍ଵଶାନ୍ତି ଓ ନିରାପତ୍ତା ରକ୍ଷା
(ii) ଦେଶ ଦେଶ ମଧ୍ୟରେ ନ୍ୟାୟ ଓ ସମ୍ମାନଜନକ ସମ୍ପର୍କ ପ୍ରତିଷ୍ଠା ।
(iii) ଆନ୍ତର୍ଜାତିକ ଆଇନ, ଚୁକ୍ତି ଓ ସନ୍ଧି ପ୍ରତି ସମ୍ମାନ ପ୍ରଦର୍ଶନ ।

ଗୁରୁତ୍ଵ – ସମ୍ବିଧାନରେ ବର୍ଣ୍ଣିତ ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ କାର୍ଯ୍ୟକାରୀ କରିବାପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ । ଏହା ନ୍ୟାୟାଳୟର ପରିସରଭୁକ୍ତ ନୁହେଁ । କିନ୍ତୁ ନିମ୍ନଲିଖତ କାରଣରୁ ଏହାର ଗୁରୁତ୍ଵ ରହିଛି :
(୧) ରାଷ୍ଟ୍ର ଶାସନର ମୌଳିକ ତତ୍ତ୍ବ – ସମ୍ବିଧାନର ୩୭ ଧାରା ଅନୁସାରେ ଚତୁର୍ଥ ଭାଗରେ ବର୍ଣ୍ଣିତ ନୀତିଗୁଡ଼ିକ ରାଷ୍ଟ୍ର ଶାସନର ମୌଳିକ ତତ୍ତ୍ଵଭାବେ କାର୍ଯ୍ୟ କରିବ ଏବଂ ସେଗୁଡ଼ିକ ଆଇନ ପ୍ରଣୟନ କଲାବେଳେ ରାଷ୍ଟ୍ର କାର୍ଯ୍ୟକାରୀ କରିବା ଉଚିତ । ଏହା ଅସ୍ତିସୂଚକ ଅଟେ ।
(୨) ନୈତିକ ମୂଲ୍ୟବୋଧର ପରିପ୍ରକାଶ – ନାଗରିକ ପ୍ରତି ରାଷ୍ଟ୍ରର ଥବା ମୌଳିକ କର୍ତ୍ତବ୍ୟଗୁଡ଼କ ଏହି ପରିଚ୍ଛେଦରେ ଉଲ୍ଲେଖ କରାଯାଇଛି । ଏହି ନୀତିଗୁଡ଼ିକ ରାଷ୍ଟ୍ରର ନୈତିକ ଏବଂ ଆଦର୍ଶଗତ ମୂଲ୍ୟବୋଧକୁ ପ୍ରକାଶ କରୁଛି । ଏହି ସୁସ୍ଥ ପରିବେଶ ନ ପାଇଲେ ବ୍ୟକ୍ତିର ଜୀବନ ସମୃଦ୍ଧ ହୋଇପାରିବ ନାହିଁ ।
(୩) ଆର୍ଥନୀତିକ ଓ ସାମାଜିକ ଗଣତନ୍ତ୍ର ପାଇଁ ପ୍ରତିଶ୍ରୁତି – ସମ୍ବିଧାନର ପ୍ରାକ୍‌କଥନରେ ବର୍ଣ୍ଣିତ ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ନ୍ୟାୟପ୍ରଦାନ ପାଇଁ ଏହି ପରିଚ୍ଛେଦରେ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ଦେଶରେ ସାମାଜିକ ଏବଂ ଆର୍ଥନୀତିକ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।
(୪) ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା – ନାଗରିକମାନଙ୍କର ସାମାଜିକ, ଆର୍ଥିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ନୀତିଗୁଡ଼ିକର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରର କାର୍ଯ୍ୟ ପରିସରକୁ ସମ୍ପ୍ରସାରିତ କରାଯାଇ ତାହା ଯେପରି ପ୍ରତ୍ୟେକ ବ୍ୟକ୍ତିକୁ ଉପଯୁକ୍ତ ଜୀବନ ଓ ଜୀବିକାର ଅବଲମ୍ବନ ଯୋଗାଇଦେବ ତା’ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ କରାଯାଇଛି ।

ଶାନ୍ତିପୂର୍ଣ୍ଣ ସହାବସ୍ଥାନ – ‘ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚାଅ’ ନୀତି ଆମ ସମ୍ବିଧାନରେ ଅନୁସୃତ ହୋଇଛି । ସମ୍ବିଧାନର ୫୧ ଧାରାରେ ବିଶ୍ଵଶାନ୍ତି ଓ ନିରୁପଦ୍ରବତା ସପକ୍ଷରେ ନିର୍ଦ୍ଦେଶ ଦିଆଯାଇଛି । ପାରସ୍ପରିକ ବୁଝାମଣା ଓ ଆନ୍ତର୍ଜାତିକ ଆଇନ ପ୍ରତି ସମ୍ମାନ ପ୍ରଦର୍ଶନ କରି ବିବାଦଗୁଡ଼ିକର ଆପୋଷ ସମାଧାନ କରିବା ଏହି ନୀତିର ଉଦ୍ଦେଶ୍ୟ ।

ସାଂସ୍କୃତିକ ଚେତନା – ସମ୍ବିଧାନର ୪୯ ଧାରା ଭାରତର ସମୃଦ୍ଧ ସଂସ୍କୃତିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ଅତୀତର କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ ତଥା ଐତିହାସିକ ସ୍ମାରକୀର ରକ୍ଷଣାବେକ୍ଷଣ ଦାୟିତ୍ଵ ସମ୍ପୂର୍ଣ୍ଣଭାବେ ରାଷ୍ଟ୍ରକୁ ଦିଆଯାଇଛି ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ରାଷ୍ଟ୍ର ନିୟାମକ ତତ୍ତ୍ଵର ଆଇନଗତ ସ୍ଥିତି ଦୁର୍ବଳ ଅଟେ । ଅଧ୍ୟାପକ ଆଇଭର ଜେନିଙ୍ଗ୍‌ସଙ୍କ ମତରେ, ଏହା କେବଳ ‘ପବିତ୍ର କଳ୍ପନା’ (Pious aspirations) ର ସୁରମ୍ୟ ଉଦ୍ୟାନ ଅଟେ । କେ.ସି. ହୁଏରଙ୍କ ଭାଷାରେ, ସମ୍ବିଧାନର ଗୁଣବର୍ଦ୍ଧନ ପାଇଁ ଏହାର କିଛି ଅବଦାନ ନାହିଁ, ବରଂ ସାମ୍ବିଧାନିକ ମୂଳଭିତ୍ତି ଉପରେ ନିନ୍ଦାଜନକ ଆକ୍ଷେପ ସୃଷ୍ଟି କରିବାରେ ଏହା ସହାୟତା ଦେଉଛି ।

୧୯୫୦ର ଚମ୍ପକମ୍ ଦୋରାଇରାଜନ୍ ମକଦ୍ଦମା, ୧୯୭୩ ମସିହାର କେଶବାନନ୍ଦ ଭାରତୀ ମକଦ୍ଦମା ତଥା ୧୯୮୦ ମସିହାର ମିନର୍ଭା ମିଲ ମକଦ୍ଦମାରେ ଭାରତର ଉଚ୍ଚତମ ନ୍ୟାୟାଳୟଦ୍ବାରା ରାଷ୍ଟ୍ରନିୟାମକ ତତ୍ତ୍ଵ ଅପେକ୍ଷା ମୌଳିକ ଅଧ‌ିକାରକୁ ଅଧ‌ିକ ଗୁରୁତ୍ଵ ପ୍ରଦାନ କରାଯାଇଛି । ମାତ୍ର ଏ ସମସ୍ତ ରାଷ୍ଟ୍ର ନିୟାମକ ତତ୍ତ୍ଵର ଗୁରୁତ୍ଵକୁ ହ୍ରାସ କରେ ନାହିଁ । ବରଂ ଏହା ଭାରତରେ ଅର୍ଥନୈତିକ ଗଣତନ୍ତ୍ରର ମୂଳଦୁଆ ପକାଇ ମୌଳିକ ଅସ୍ଵୀକାରଦ୍ଵାରା ସ୍ଥାପିତ ରାଜନୈତିକ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ ।

ଆମ୍ବେଦକରଙ୍କ ମତରେ, ଏହି ସିଦ୍ଧାନ୍ତଗୁଡ଼ିକ ଆଇନ ଅନୁଯାୟୀ ବଳବତ୍ତର କରିବାକୁ ବ୍ୟବସ୍ଥା ନଥିଲେ ମଧ୍ୟ କୌଣସି ସରକାର ଏଗୁଡ଼ିକୁ ଉପେକ୍ଷା କରି ନିର୍ବାଚନରେ ଜନସମର୍ଥନ ଲାଭ କରିବା ବୃଥା । ତେଣୁ ଦୃଢ଼ ଜନସମର୍ଥନର ଭିଭିଭୂମି ଉପରେ ପ୍ରତିଷ୍ଠିତ ଏହି ନିର୍ଦ୍ଦେଶାବଳୀର ଗୁରୁତ୍ଵ ଓ ଆବଶ୍ୟକତା ଯଥେଷ୍ଟ ରହିଛି । ସାର୍.ବି.ଏନ୍. ରାଓଙ୍କ ଭାଷାରେ, ଏହାର ଶିକ୍ଷଣୀୟ ମୂଲ୍ୟ ରହିଛି । ସାମାଜିକ ଓ ଅର୍ଥନୈତିକ ବିପ୍ଳବ ପାଇଁ ଏଥ‌ିରେ ଲକ୍ଷ୍ୟ ସ୍ଥିର କରାଯାଇଛି । ଏହା ସରକାରର ନୈତିକ ଆଚରଣ ବିଧୂ ସହ ତୁଳନୀୟ ଅଟେ । ଏହା ସାମ୍ବିଧାନିକ ବ୍ୟବସ୍ଥା ରୂପାୟନର ପ୍ରାଣକେନ୍ଦ୍ର ।

୩ । ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟ (Fundamental Duties)ର ବୈଶିଷ୍ଟ୍ୟ, ପ୍ରକାର ଓ ବ୍ୟାବହାରିକ ମୂଲ୍ୟ ଆଲୋଚନା କର ।
Answer:
ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଏକ ଆନ୍ତଃସମ୍ପର୍କ ରହିଛି । ଭାରତର ମୂଳ ସମ୍ବିଧାନରେ କେବଳ ମୌଳିକ ଅଧିକାରର ବ୍ୟବସ୍ଥା ରହିଥିବାବେଳେ ମୌଳିକ କର୍ଭବ୍ୟ ସ୍ଥାନ ପାଇନଥିଲା । ସମ୍ବିଧାନର ୪୨ତମ ସଂଶୋଧନଦ୍ଵାରା ପ୍ରଥମଥର ପାଇଁ ମୌଳିକ କର୍ଭବ୍ୟ ନାମକ ଏକ ସ୍ଵତନ୍ତ୍ର ଅଧ୍ୟୟ ସମ୍ବିଧାନର ଅଂଶବିଶେଷ ରୂପେ ସନ୍ନିବେଶିତ ହୋଇଛି । ଏଥ‌ିରେ ୧୦ଟି ମୌଳିକ କର୍ତ୍ତବ୍ୟ ରହିଥିଲା । ୨୦୦୨ ମସିହାର ୮୬ତମ ସମ୍ବିଧାନ ସଂଶୋଧନ ଆଇନରେ ୧୧ତମ କର୍ତ୍ତବ୍ୟ ସଂଯୋଜିତ ହୋଇଛି । ସମ୍ବିଧାନର ୪ର୍ଥ (କ) ଖଣ୍ଡର ୫୧(କ) ଧାରାରେ ଏହି କର୍ତ୍ତବ୍ୟଗୁଡ଼ିକ ସୂଚିତ ହୋଇଛି ।

(୧) ସମ୍ବିଧାନର ବ୍ୟବସ୍ଥା ପାଳନ, ଏହାର ଆଦର୍ଶ ଓ ଅନୁଷ୍ଠାନ, ଜାତୀୟ ସଙ୍ଗୀତ ଓ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ।
(୨) ସ୍ଵାଧୀନତା ସଂଗ୍ରାମ ସମୟରେ ପ୍ରେରଣା ଦେଇଥିବା ପବିତ୍ର ଆଦର୍ଶକୁ ଅନୁସରଣ ଓ ଗ୍ରହଣ କରିବା ।
(୩) ଭାରତର ସାର୍ବଭୌମତ୍ଵ, ଐକ୍ୟ ଓ ଅଖଣ୍ଡତାର ସଂରକ୍ଷଣ ଓ ଦୃଢ଼ୀକରଣ, ଅନୁସରଣ ଓ ଗ୍ରହଣ କରିବା ।
(୪) ଦେଶକୁ ସୁରକ୍ଷିତ କରିବା ଓ ବିପରିକାଳରେ ଦରକାର ହେଲେ ସୈନିକ ହୋଇ ସେବା କରିବା ।
(୫) ଧର୍ମ, ଭାଷା, ଆଞ୍ଚଳିକତା, ଗୋଷ୍ଠୀଗତ ବିଭେଦର ଊର୍ଦ୍ଧ୍ବରେ ରହି ଭାରତର ଲୋକମାନଙ୍କ ମଧ୍ୟରେ ସଂହତି ଓ ଭ୍ରାତୃତ୍ଵ ଭାବ ବିକଶିତ କରାଇବା ଓ ନାରୀମାନଙ୍କ ପ୍ରତି ଅମର୍ଯ୍ୟଦାସୂଚକ ବ୍ୟବହାରକୁ ତ୍ୟାଗ କରିବା ।
(୬) ଆମର ମିଶ୍ରିତ ସଂସ୍କୃତିର ମହତ୍ତ୍ଵ ଓ ବିରାଟ ଐତିହ୍ୟକୁ ଆଦର କରିବା ଓ ସଂରକ୍ଷିତ କରିବା ।
(୭) ପ୍ରାକୃତିକ ପରିବେଷ୍ଟନୀ ବନ, ହ୍ରଦ, ନଦୀ ଓ ବନ୍ୟଜନ୍ତୁଙ୍କର ସଂରକ୍ଷଣ ଓ ବିକାଶ କରିବା ଏବଂ ପ୍ରାଣୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ।
(୮) ବୈଜ୍ଞାନିକ ମନୋଭାବ, ମାନବିକତା, ଜିଜ୍ଞାସା ମନୋଭାବ ଓ ସଂସ୍କାର ପାଇଁ ଆଗ୍ରହ ପୋଷଣ କରିବା ।
(୯) ସାଧାରଣ ସମ୍ପଭିର ରକ୍ଷଣାବେକ୍ଷଣ କରିବା ଓ ହିଂସାତ୍ମକ କାର୍ଯ୍ୟକୁ ପରିହାର କରିବା ।
(୧୦) ଜାତିକୁ ଉଚ୍ଚତମ ସ୍ତରରେ ରଖୁବାପାଇଁ ଅବିରାମ ପ୍ରଚେଷ୍ଟା ଓ ସଫଳତା ହାସଲ ସକାଶେ ସବୁକ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଉଭୟ ବ୍ୟକ୍ତିଗତ ଓ ସାମୂହିକ ଉଦ୍ୟମ କରିବା ।
(୧୧) ପ୍ରତ୍ୟେକ ପିତାମାତା ନିଜର ଛଅ ବର୍ଷରୁ ଚଉଦ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ମାଗଣା ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଦାନରେ ସୁଯୋଗ ଦେବେ ।

ବୈଶିଷ୍ଟ୍ୟ :
(୧) ସଙ୍କଟାରିଷ୍ଟ – ଜରୁରିକାଳୀନ ପରିସ୍ଥିତି ଗର୍ଭରୁ ଏହାର ଜନ୍ମ । ରାଷ୍ଟ୍ରର ସଂକଟ ସମୟରେ ବ୍ୟକ୍ତିର କର୍ତ୍ତବ୍ୟ ଏକମାତ୍ର ଉପଚାର ହିସାବରେ ପ୍ରୟୋଗ କରାଯାଇଛି । ତେଣୁ ଏହା ସଙ୍କଟାରିଷ୍ଟ ନାମରେ ଖ୍ୟାତ ।
(୨) ଆଇନମାନଙ୍କର ସାରତତ୍ତ୍ଵ – ୧୯୭୬ ମସିହା ପୂର୍ବରୁ ଅନେକ ଆଇନ ପ୍ରବର୍ତ୍ତିତ ହୋଇଥିଲା; ମାତ୍ର ବ୍ୟକ୍ତିର କର୍ତ୍ତବ୍ୟ ସମ୍ପର୍କରେ କିଛି ସୂଚନା ନଥିଲା । ଏହା – ନୂତନ ହେଲେ ମଧ୍ୟ ଆଇନମାନଙ୍କ ମଧ୍ୟରେ ସାରତତ୍ତ୍ଵ ଅଟେ ।
(୩) ପରିପୂରକ – ରାଷ୍ଟ୍ରୀୟ କର୍ତ୍ତବ୍ୟର ଏହା ଏକ ପରିପୂରକ ଅନୁଶାସନ । ରାଷ୍ଟ୍ରୀୟ ନୀତି ନିୟାମକ ନିର୍ଦ୍ଦେଶାବଳୀକୁ ରାଷ୍ଟ୍ରୀୟ କର୍ତ୍ତବ୍ୟ କୁହାଯାଏ । ଏକ ଅନୁଚ୍ଛେଦରେ ରାଷ୍ଟ୍ରୀୟ କର୍ତ୍ତବ୍ୟ ଓ ବ୍ୟକ୍ତିର କର୍ତ୍ତବ୍ୟକୁ ସଂଯୁକ୍ତ କରାଯାଇଛି । ଏହା ନାଗରିକର ଅଧୁକାରର ପରିପୂରକ ଅଟେ ।
(୪) ଅନ୍ତର୍ନିର୍ଯ୍ୟାସ – ଅଧିକାଂଶ କର୍ତ୍ତବ୍ୟ ଅନ୍ତର୍ନିର୍ଯ୍ୟାସ ଅଟେ ଏବଂ ଏହା ଆଇନଦ୍ଵାରା ଦଣ୍ଡନୀୟ ହୋଇପାରେନା । ଉଦାହରଣସ୍ୱରୂପ, ବୈଜ୍ଞାନିକ ଦୃଷ୍ଟିକୋଣ ଏକ ଅନ୍ତଃନିଷ୍ଠ ଅବସ୍ଥା । ଏହା ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ; ମାତ୍ର ବିଦେଶୀମାନଙ୍କ ପାଇଁ ନୁହେଁ ।
(୫) ସଂଶୟଯୁକ୍ତ – କେତେକ କର୍ତ୍ତବ୍ୟ ସଂଶୟଯୁକ୍ତ ଏବଂ ଅସ୍ପଷ୍ଟ । ଉଦାହରଣସ୍ୱରୂପ, ଜାତୀୟ ସ୍ଵାଧୀନତା ସଂଗ୍ରାମର ମହନୀୟ ଆଦର୍ଶକୁ ଅନୁସରଣ କରିବା ଏବଂ ସେଥୁପ୍ରତି ଆଗ୍ରହ ପ୍ରକାଶ କରିବା ଏକ କର୍ତ୍ତବ୍ୟ ଅଟେ । ଏହା ଅସୃଷ୍ଟ ଅଟେ ।

ପ୍ରକାରଭେଦ – କର୍ତ୍ତବ୍ୟକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି; ଯଥା –
(୧) ଆଇନଗତ,
(୨) ରାଜନୈତିକ,
(୩) ସାମାଜିକ,
(୪) ଅର୍ଥନୈତିକ,
(୫) ନୈତିକ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ବ୍ୟାବହାରିକ ମୂଲ୍ୟ :
(୧) ରଙ୍ଗିନ୍ କଳ୍ପନା – କର୍ତ୍ତବ୍ୟଗୁଡ଼ିକ ଏକ ରଙ୍ଗିନ୍ କଳ୍ପନାର ଚିତ୍ର ପ୍ରଦାନ କରିଅଛି । ଭାରତୀୟ ଜାତୀୟ ଆଦର୍ଶରେ ଲୋକଙ୍କୁ ଅନୁପ୍ରାଣିତ କରି ସେମାନଙ୍କ ଜୀବନ ଓ ଆଚରଣକୁ ସଭ୍ୟ ଏବଂ ଉନ୍ନତ କରିବାପାଇଁ ଏକ ରଙ୍ଗିନ୍ କଳ୍ପନା ଏଥରେ ରୂପାୟିତ ହୋଇଅଛି ।
(୨) ଚେତାବନୀ – ଆଇନଦ୍ଵାରା କର୍ତ୍ତବ୍ୟ ନିର୍ଦ୍ଧାରଣ କରିବାପାଇଁ ଏହା ଏକ ତାଗିଦ୍ ବା ନିର୍ଦେଶ । ଆଇନଦ୍ଵାରା କର୍ତ୍ତବ୍ୟ ନିର୍ଦ୍ଧାରିତ ହୁଏ । କେଉଁ କେଉଁ କର୍ତ୍ତବ୍ୟ ଆଇନ ନିର୍ଦ୍ଧାରଣ କରିବ ତା’ର ଏକ ନମୁନା ବା ଏକ ଛାଞ୍ଚ ଏଥିରେ ସନ୍ନିବିଷ୍ଟ ହୋଇଅଛି । ଏଗାର କର୍ତ୍ତବ୍ୟ ଆଇନ ପ୍ରଣୟନକାରୀଙ୍କ ପାଇଁ ଏକ ଚେତାବନୀ ହିସାବରେ କାର୍ଯ୍ୟ କରୁଅଛି ।
(୩) ଆଚରଣ ନମୁନା – ବ୍ୟକ୍ତିଗତ ଆଚରଣର ଆଦର୍ଶ ନମୁନା ଏଗାର କର୍ତ୍ତବ୍ୟ ବ୍ୟକ୍ତିର ଆଚରଣର ଏକ ଆଦର୍ଶ ନମୁନା । ଆଦର୍ଶ ନାଗରିକର ଏହା ହିଁ ପ୍ରକୃତ ଆଚରଣ ନିୟମରୂପେ କାର୍ଯ୍ୟ କରିପାରିବ ।
(୪) ଅଙ୍ଗାଙ୍ଗୀ ଜଡ଼ିତ – କର୍ଭବ୍ୟ ହେଉଛି ନାଗରିକତାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ମୌଳିକ ଅଧିକାର ଉପରେ କର୍ତ୍ତବ୍ୟ ଏକ ଅଙ୍କୁଶ । ନାଗରିକତାର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅଧିକାର ଏବଂ କର୍ଭବ୍ୟ ପ୍ରତ୍ୟେକ ନାଗରିକର ଦୁଇଟି ଭ୍ରୂଲତା ପରି କାର୍ଯ୍ୟ କରୁଅଛି ।

୪ । ମୌଳିକ ଅଧିକାର ଓ ରାଷ୍ଟ୍ର ନିୟାମକ ତତ୍ତ୍ବ ବା ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ମଧ୍ୟରେ ପ୍ରଭେଦ ବର୍ଣ୍ଣନା କର ।
Answer:
ସମ୍ବିଧାନର ତୃତୀୟ ଖଣ୍ଡରେ ସ୍ଥାନିତ ମୌଳିକ ଅଧୂକାର ଓ ଚତୁର୍ଥ ଖଣ୍ଡରେ ବର୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ବ ମଧ୍ୟରେ ନିମ୍ନଲିଖୂ ମୁଖ୍ୟ ପାର୍ଥକ୍ୟ ପରିଦୃଷ୍ଟ ହୋଇଥାଏ; ଯଥା –
(୧) ମୌଳିକ ଅସ୍ଵୀକାରଗୁଡ଼ିକ ନାସ୍ତିବାଚକ । ନାଗରିକମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରିବାକୁ ଏହାଦ୍ଵାରା ଏହାଦ୍ବାରା ରାଷ୍ଟ୍ରକୁ ବାରଣ କରାଯାଇଛି । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତିଗୁଡ଼ିକ ଅସ୍ତିବାଚକ । ନାଗରିକ ତଥା ସମାଜର ମଙ୍ଗଳସାଧନ ନିମନ୍ତେ କେତେଗୁଡ଼ିଏ କାର୍ଯ୍ୟ କରିବାପାଇଁ ଏହାଦ୍ଵାରା ନିର୍ଦ୍ଦେଶ ଦିଆଯାଇଛି ।
(୨) ମୌଳିକ ଅଧୂକାରଗୁଡ଼ିକ ବିଚାରାଳୟଦ୍ବାରା ସାବ୍ୟସ୍ତ କରାଯାଇପାରିବ । ରାଷ୍ଟ୍ର ଓ ଅନ୍ୟ କୌଣସି ଅନୁଷ୍ଠାନ ବା ବ୍ୟକ୍ତିବିଶେଷଦ୍ବାରା ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ତା’ର ପ୍ରତିକାର ବ୍ୟବସ୍ଥା ବିଚାରାଳୟଦ୍ୱାରା କରାଯାଇପାରିବ ।
ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ବିଚାରାଳୟଦ୍ବାରା ସାବ୍ୟସ୍ତ ହୋଇପାରିବ ନାହିଁ । ସରକାର ନିର୍ଦ୍ଦେଶମୂଳକ ନୀତିକୁକାର୍ଯ୍ୟକାରୀ ନ କଲେ ସେଥୁପାଇଁ କେହି ମକଦ୍ଦମା କରିପାରିବେ ନାହିଁ । ଏଣୁ ଏଗୁଡ଼ିକ ସରକାରଙ୍କୁ କେବଳ ଏକ ନିର୍ଦ୍ଦେଶ ବୋଲି ଗ୍ରହଣ କରାଯାଏ ।
(୩) ସମ୍ବିଧାନରେ ମୌଳିକ ଅଧିକାରକୁ ଅନେକ ପ୍ରାଧାନ୍ୟ ଦିଆଯାଇଛି । ଏଗୁଡ଼ିକୁ ବିଚାରାଳୟର ପରିସରଭୁକ୍ତ ମୌଳିକ ଅଧ୍ଵରର ଗୁରୁତ୍ଵ ବୃଦ୍ଧି ପାଇଛି ।
ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକୁ ବିଚାରାଳୟ ପରିସରଭୁକ୍ତ କରାଯାଉ ନଥିବାରୁ ଏହା ଗୁରୁତ୍ବହୀନ ହୋଇପଡ଼ିଛି ।
(୪) ମୌଳିକ ଅସ୍ଵୀକାରଗୁଡ଼ିକ ନାଗରିକମାନଙ୍କୁ ରାଜନୀତିକ ଅଧିକାର ପ୍ରଦାନ କରେ ଓ ରାଷ୍ଟ୍ରରେ ଗଣତନ୍ତ୍ର ପ୍ରତିଷ୍ଠା କରେ ।
ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ରାଷ୍ଟ୍ରରେ ନାଗରିକମାନଙ୍କୁ ସାମାଜିକ ଓ ଆର୍ଥନୀତିକ ଅଧିକାର ପ୍ରଦାନ କରିବା ସହିତ ରାଷ୍ଟ୍ର ମଧ୍ୟରେ ସାମାଜିକ ନ୍ୟାୟ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ସହାୟକ ହୁଏ ।
(୫) ମୌଳିକ ଅଧ୍ୟାରଗୁଡ଼ିକ କେବଳ ନାଗରିକାମନଙ୍କ ନିମନ୍ତେ ଉଦ୍ଦିଷ୍ଟ । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ସମାଜ ସହିତ ସଂଯୁକ୍ତ ଓ ସାମଜର ସାମୂହିକ ଉନ୍ନତି ପାଇଁ ଉଦ୍ଦିଷ୍ଟ ।
(୬) ମୌଳିକ ଅଧିକାର ଭାରତକୁ ଏକ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବରେ ବିବେଚନା କରିଥିବା ସ୍ଥଳେ ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତିଗୁଡ଼ିକ ତାହାକୁ ଏକ ଜନମଙ୍ଗଳ ସମାଜବାଦୀ ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଛନ୍ତି ।
(୭) ମୌଳିକ ଅଧିକାରଗୁଡ଼ିକୁ ରାଷ୍ଟ୍ର ନିୟାମକ ତତ୍ତ୍ବ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଇଛି । ମୌଳିକ ଅଧିକାର ଓ ରାଷ୍ଟ୍ର ନିୟାମକ ତତ୍ତ୍ବ ମଧ୍ଯରେ ସଂଘର୍ଷ ହେଲେ ମୌଳିକ ଅଧୂକାର ହିଁ ବଳବତ୍ତର ରହିବ । ୧୯୫୦ ମସିହାର ଚମ୍ପକମ୍ ଦୋରାଇରାଜନ୍ ମକଦ୍ଦମା, ୧୯୭୩ର କେଶବାନନ୍ଦ ଭାରତୀ ମକଦ୍ଦମା ଓ ୧୯୮୦ ମସିହାର ମିନର୍ଭା ମିଲ୍ସ୍ ମକଦ୍ଦମାରେ ଉଚ୍ଚତମ ନ୍ୟାୟାଳୟ ଉପରୋକ୍ତ ମତକୁ ସାବ୍ୟସ୍ତ କରିଛନ୍ତି ।

ମୌଳିକ ଅଧିକାର ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ଓ ରାଷ୍ଟ୍ର ନିୟାମକ ତତ୍ତ୍ବ ଏକ ନ୍ୟାୟୋଚିତ ସାମାଜିକ ବ୍ୟବସ୍ଥା ସୃଷ୍ଟିର ପଥ ସୁଗମ କରିବା ପାଇଁ ଉଦ୍ଦିଷ୍ଟ । ଉଭୟଙ୍କ ମଧ୍ୟରେ ପାର୍ଥକ୍ୟର ସଂଘର୍ଷ ମଧ୍ୟ ସମ୍ଭବ । ଆବଶ୍ୟକତା ଦୃଷ୍ଟିରୁ କୌଣସି ଗୋଟିକୁ ଜଳାଞ୍ଜଳି ନ ଦେଇ ନ୍ୟାୟୋଚିତ ଭାରସାମ୍ୟ ରକ୍ଷା କରାଯିବା ବିଧେୟ ।

Leave a Comment