CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

Odisha State Board CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ Questions and Answers.

CHSE Odisha 11th Class Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନ ସହିତ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତରେ ନିବର୍ବାନ ପରିଚାଳନା ପାଇଁ ଥ‌ିବା ସଂସ୍ଥାର ନାମ କ’ଣ ?
(i) ନିର୍ବାଚନ ଆୟୋଗ
(ii) ନିର୍ବାଚନ ପରିଷଦ
(iii) ନିର୍ବାଚନ ସଂଘ
(iv) ନିର୍ବାଚନ ସଂସ୍ଥା
Answer:
(i) ନିର୍ବାଚନ ଆୟୋଗ

୨ । ଭାରତରେ ନିର୍ବାଚନ ଆୟୋଗ ନିମ୍ନୋକ୍ତ କେଉଁ ପ୍ରକାରର ସଂସ୍ଥା ?
(i) ସାମ୍ବିଧାନିକ
(ii) ସଂସଦୀୟ ଆଇନଦ୍ୱାରା ସୃଷ୍ଟ
(iii) ସାଧାରଣ ପ୍ରଶାସନିକ ନିଷ୍ପତ୍ତିଦ୍ଵାରା ସୃଷ୍ଟ
(iv) ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରୁ ସୃଷ୍ଟ
Answer:
(i) ସାମ୍ବିଧାନିକ

୩ । ସମ୍ବିଧାନର କେଉଁ ଅଧ୍ୟୟରେ ନିର୍ବାଚନ ଆୟୋଗ ସମ୍ପର୍କରେ ବର୍ଣ୍ଣନା ରହିଛି ?
(i) ଷୋଡ଼ଶ
(ii) ଦ୍ଵାଦଶ
(iii) ପଞ୍ଚଦଶ
(iv) ଏକାଦଶ
Answer:
(iii) ପଞ୍ଚଦଶ

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

୪ । ସମ୍ବିଧାନର କେଉଁ ଧାରାରେ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ରହିଛି ?
(i) ୩୨୨
(ii) ୩୨୧
(iii) ୩୨୪
(iv) ୩୨୬
Answer:
(iii) ୩୨୪

୫ । ରାଜନୈତିକ ଦଳମାନଙ୍କୁ କିଏ ସ୍ବୀକୃତି ଦିଅନ୍ତି ?
(i) ରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ନିର୍ବାଚନ ଆୟୋଗ
(iv) ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି
Answer:
(iii) ନିର୍ବାଚନ ଆୟୋଗ

B. ଶୂନ୍ୟସ୍ଥାନ ପୂରଣ କର ।

୧ । ___________ ନିର୍ବାଚନ ଆୟୋଗର ମୁଖ୍ୟ ଅଟନ୍ତି ।
Answer:
ମୁଖ୍ୟ ନିର୍ବାଚନ ଆୟୁକ୍ତ

୨ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ___________ ପରିଚାଳନା କରନ୍ତି ।
Answer:
ନିର୍ବାଚନ ଆୟୋଗ

୩ । ରାଜନୈତିକ ଦଳମାନଙ୍କୁ ___________ ନିର୍ବାଚନ ସଙ୍କେତ ପ୍ରଦାନ କରନ୍ତି ।
Answer:
ନିର୍ବାଚନ ଆୟୋଗ

୪ । ନିର୍ବାଚନ ଆୟୋଗର ମୋଟ ___________ ଜଣ ସଦସ୍ୟ ଅଛନ୍ତି ।
Answer:
ତିନି

୫ । ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ___________ ନିଯୁକ୍ତି ଓ ବହିଷ୍କାର କରନ୍ତି ।
Answer:
ରାଷ୍ଟ୍ରପତି

C. ଏକ ପଦ ବା ଶବ୍ଦରେ ଉତ୍ତର ଦିଅ ।

୧ । କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ପାଇଁ ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା କିଏ ?
Answer:
ନିର୍ବାଚନ ଆୟୋଗ ।

୨ । ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ନିର୍ବାଚନ ଆୟୋଗ କ’ଣ ଜାରି କରିଥାଏ ?
Answer:
ଆଚରଣବିଧ୍ ।

୩ । ସାନି ନିର୍ବାଚନ କରିବାର ନିଷ୍ପତ୍ତି କିଏ ନିଏ ?
Answer:
ନିର୍ବାଚନ ଆୟୋଗ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

D. ଭ୍ରମ ସଂଶୋଧନ କର ।

୧ । ରାଷ୍ଟ୍ରପତି ନିଜସ୍ଵ ନିଷ୍ପଭିକ୍ରମେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।
Answer:
ରାଷ୍ଟ୍ରପତି ସଂସଦର ଗୃହୀତ ପ୍ରସ୍ତାବ ଭିତ୍ତିରେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।

୨ । ଭୋଟର ତାଲିକା ସଂଶୋଧନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ହୁଏ ।
Answer:
ଭୋଟର ତାଲିକା ସଂଶୋଧନ ନିର୍ବାଚନ ଆୟୋଗର ନିର୍ଦ୍ଦେଶରେ ହୁଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗର କାର୍ଯ୍ୟ କ’ଣ ?
Answer:
ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅତ୍ୟନ୍ତ ସାଧୁତା ଓ ନିରପେକ୍ଷତା ସହ ବିଶ୍ୱସନୀୟ ପରିସ୍ଥିତିରେ ବ୍ୟବସ୍ଥାପିକା ନିମନ୍ତେ ନିର୍ବାଚନ ପରିଚାଳନା ପାଇଁ ଏକ ସାମ୍ବିଧାନିକ ସଂସ୍ଥାଭାବେ ନିର୍ବାଚନ ଆୟୋଗର ସୃଷ୍ଟି କରାଯାଇଛି । ଏହାର ସୁପରିଚାଳନା ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

୨ । ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗ କିପରି ନିୟନ୍ତ୍ରଣ କରିଥାଏ ?
Answer:
ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ସ୍ବୀକୃତି, ପଞ୍ଜୀକୃତ ଓ ନିର୍ବାଚନ ସଙ୍କେତ ପ୍ରଦାନ କରିଥାଏ । ନିର୍ବାଚନରେ ସେମାନଙ୍କ ପାଇଁ ପ୍ରଣୀତ ଆଚରଣବିଧ ଉଲଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।

B. ଛଅଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗ କିପରି ଗଠିତ ହୁଏ ?
Answer:
ପ୍ରଶାସନିକ ଦକ୍ଷତା, ଅଭିଜ୍ଞତା ଓ ବିଚାରପତି ହେବାର ଯୋଗ୍ୟତା ଆଦିକୁ ଆଧାର କରି ରାଷ୍ଟ୍ରପତି ନିର୍ବାଚନ ଆୟୋଗର ତିନିଜଣ ସଦସ୍ୟଙ୍କୁ ନିଯୁକ୍ତ କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ହିସାବରେ ମଧ୍ୟ ନିଯୁକ୍ତି ପାଇଥା’ନ୍ତି । ଏହି ସଦସ୍ୟମାନେ ୬୫ ବର୍ଷ ବୟସ ବା ୫ ବର୍ଷିଆ କାର୍ଯ୍ୟକାଳ ମଧ୍ଯରୁ ପ୍ରଥମେ ପଡ଼ୁଥ‌ିବା ବ୍ୟବସ୍ଥା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ସଂସଦରେ ସେମାନଙ୍କର ‘ପ୍ରମାଣିତ ଅସଦ୍ ବ୍ୟବହାର’ ବା ‘ଅଯୋଗ୍ୟତା’ କାରଣରୁ ଦୁଇ-ତୃତୀୟାଂଶ ସମର୍ଥନରେ ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତି ସମ୍ପୃକ୍ତ ଆୟୁକ୍ତଙ୍କୁ ପଦଚ୍ୟୁତ କରିଥା’ନ୍ତି । ଏହା ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ସ୍ଵାଧୀନ ଓ ନିରପେକ୍ଷତାର ସହ ଆୟୁକ୍ତମାନେ ନିଜର କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

୨ । ନିର୍ବାଚନ ଆୟୋଗର ଭୂମିକା କ’ଣ ?
Answer:
କେନ୍ଦ୍ରୀୟ ସଂସଦ, ରାଜ୍ୟ ବ୍ୟବସ୍ଥାପିକା, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ନିର୍ବାଚନ ଆୟୋଗ ସମ୍ପାଦନ କରିଥାଏ । ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ, ନିର୍ବାଚନର ତାରିଖ ଓ କାର୍ଯ୍ୟକ୍ରମ ପ୍ରସ୍ତୁତି, ଭୋଟଦାନ ପାଇଁ ବ୍ୟବସ୍ଥା, ନିର୍ବାଚନ ଫଳାଫଳ ପ୍ରକାଶ, ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ଆଚରଣବିଧ୍ ପ୍ରଣୟନ ଓ କାର୍ଯ୍ୟକାରୀ କରିବାର ସମସ୍ତ ଦାୟିତ୍ଵ ନିର୍ବାଚନ ଆୟୋଗର ଅଟେ । ନିର୍ବାଚନ ପରିଚାଳନା ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି କରିବା ଏହାର ଦାୟିତ୍ଵ ଅଟେ । ନିର୍ବାଚନ ଆୟୋଗ ସାଧୁତା ଓ ନିରପେକ୍ଷତା ସହ ବିଶ୍ବସନୀୟ ଢଙ୍ଗରେ ନିର୍ବାଚନ ପରିଚାଳନା କରି ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଭାରତୀୟ ସମ୍ବିଧାନର ପଞ୍ଚଦଶ ଅଧ୍ୟାୟରେ ସ୍ବତନ୍ତ୍ରଭାବେ ଏକ ନିର୍ବାଚନ କମିଶନର ଗଠନ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ସଙ୍ଗଠନ ସମ୍ପର୍କରେ ସବିସ୍ତୃତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା, ସମ୍ବିଧାନ ପ୍ରଣେତାମାନଙ୍କ ଏହାକୁ ସମ୍ବିଧାନର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ ଅନ୍ତର୍ଭୁକ୍ତ କରି ତତ୍ ସଂକ୍ରାନ୍ତୀୟ ରାଜନୈତିକ ଅଧିକାରର ସଂରକ୍ଷଣ ପ୍ରତି ଦୁର୍ବଳତାକୁ ସୂଚିତ କରିଥାଏ ।

ଶାସନ ବିଧାୟକ ସଭାର ଜନୈକ ସଦସ୍ୟ ଏଚ.ଏନ୍.କୁଞ୍ଜୁରୁଙ୍କ ମତରେ, “ଯଦି ନିର୍ବାଚନ କଳ ତ୍ରୁଟିଯୁକ୍ତ ବା ଏହାକୁ କାର୍ଯ୍ୟକାରୀ କରୁଥିବା ଲୋକମାନଙ୍କର ଚରିତ୍ର ସନ୍ଦେହମୁକ୍ତ ନୁହେଁ, ତାହାହେଲେ ଗଣତନ୍ତ୍ରର ଚେର ମଧ୍ୟ ବିଷାକ୍ତ ହୋଇଯିବ । ’’ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ପରୋକ୍ଷ ଓ ପ୍ରତିନିଧୂମୂଳକ ଅଟେ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ବୃଦ୍ଧିଜନିତ ଚାପ ହେତୁ ପ୍ରତ୍ୟେକ ଲୋକ ପ୍ରତ୍ୟକ୍ଷଭାବରେ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ଏକ ଅସମ୍ଭବ ବ୍ୟାପାର ଅଟେ ।

ଏଣୁ ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ଲୋକପ୍ରତିନିଧୂମାନଙ୍କ ଶାସନ ଅଟେ । ଏହି ଲୋକପ୍ରତିନିଧୂମାନଙ୍କର ମନୋନୟନ ପାଇଁ ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରାଯାଇଛି । ଏଣୁ ଭାରତରେ ନିର୍ବାଚନ ସାମ୍ବିଧାନିକ ସ୍ବୀକୃତି ଲାଭ କରିଛି । ଏଥିନିମନ୍ତେ ଏକ ସ୍ବାଧୀନ ନିରପେକ୍ଷ ତଥା ସାମ୍ବିଧାନିକ ସଂସ୍ଥା ଗଠନ କରାଯାଇ ସମ୍ବିଧାନର ୩୨୪ ଧାରା ବଳରେ ଏହାକୁ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି । ଏହି ସଂସ୍ଥାକୁ ନିର୍ବାଚନ କମିଶନ କୁହାଯାଏ ।

ନିର୍ବାଚନ କମିଶନ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥାଏ । ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ତଥା ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କୁ ନିଯୁକ୍ତ କରିଥା’ନ୍ତି; ମାତ୍ର ଏହି ନିଯୁକ୍ତି କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ସଂସଦୀୟ ନିୟମ ନ ଥିଲେ ରାଷ୍ଟ୍ରପତି ନିଜସ୍ବ ନିର୍ଦ୍ଦେଶନାମା ଜାରି କରିପାରନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଷ୍ଟ୍ରପତିଙ୍କର ଆସ୍ଥାଭାଜନ ଥିବା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ତତ୍‌ସଂକ୍ରାନ୍ତୀୟ ରିପୋର୍ଟକୁ ରାଷ୍ଟ୍ରପତି ବିଚାରକୁ ନେଇଥା’ନ୍ତି ।

ଏହି ସଂସ୍ଥାର ସ୍ଵାଧୀନତା ରକ୍ଷା କରିବାପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ପଦଚ୍ୟୁତି ବ୍ୟବସ୍ଥାକୁ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କ ପରି ଅନୁରୂପ ଜଟିଳ ପ୍ରକୃତିସମ୍ପନ୍ନ କରାଯାଉଛି । ‘ପ୍ରମାଣିତ ଅସଦ୍ ବ୍ୟବହାର’ କିମ୍ବା ‘ଅଯୋଗ୍ୟତା’ କାରଣରୁ ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଏକ ବହିଷ୍କାର ପ୍ରସ୍ତାବ ଗୃହୀତ ହେଲେ, ରାଷ୍ଟ୍ରପତି ସେହି ପ୍ରସ୍ତାବ ବଳରେ ତାଙ୍କୁ ପଦଚ୍ୟୁତି କରିଥା’ନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ନିର୍ବାଚନ କମିଶନରଙ୍କ କାର୍ଯ୍ୟଧାରା :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ କରାଯିବା ପୂର୍ବରୁ ତଥା ପ୍ରତ୍ୟେକ ଜନଗଣନା ପରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ କରିବାର ଦାୟିତ୍ଵ ନିର୍ବାଚନ କମିଶନରଙ୍କର ଅଟେ ।
(୨) ନିର୍ବାଚନକୁ ସ୍ଵାଧୀନ ଓ ନିରପେକ୍ଷଭାବେ ପରିଚାଳନା କରିବାର ସମସ୍ତ ଦାୟିତ୍ଵ ଉକ୍ତ କମିଶନରଙ୍କ ଅଟେ ।
(୩) ନିର୍ବାଚନ ସଂକ୍ରାନ୍ତୀୟ ତାରିଖ ଓ କାର୍ଯ୍ୟକ୍ରମ ଘୋଷଣା ଉକ୍ତ କମିଶନ କରିଥାଏ ।
(୪) ନିର୍ବାଚନ ସଂକ୍ରାନ୍ତୀୟ ବନ୍ଦୋବସ୍ତ ସମ୍ବନ୍ଧରେ ଉପୁଜିଥିବା ସମସ୍ତ ଦ୍ଵହର ସମାଧାନ ପାଇଁ ନିର୍ବାଚନ କମିଶନ ଅନୁସନ୍ଧାନକାରୀଙ୍କୁ ନିଯୁକ୍ତ କରିଥା’ନ୍ତି ।
(୫) ନିର୍ବାଚନ କମିଶନ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଅନୁରୋଧ କରି ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀ ସଂଗ୍ରହ କରିଥା’ନ୍ତି ।
(୬) ନିର୍ବାଚନ କମିଶନ, ରାଜନୈତିକ ଦଳମାନଙ୍କୁ ସ୍ବୀକୃତି ତଥା ନିର୍ବାଚନ ସଙ୍କେତ ପ୍ରଦାନ ପାଇଁ ଏକ ବିଚାରାଳୟରୂପେ କାର୍ଯ୍ୟ କରିଥାଏ ।
(୭) କୌଣସି କେନ୍ଦ୍ରର ସାନି ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ଉକ୍ତ କମିଶନ ନେଇଥା’ନ୍ତି ।
(୮) ଗୋଟିଏ ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ, ମୁଖ୍ୟ କମିଶନର ସେଠାରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ଦେବା ଆବଶ୍ୟକ ।
(୯) ନିର୍ବାଚନ କମିଶନ ନିର୍ବାଚନ ସମୟରେ ରାଜନୈତିକ ଦଳ ତଥା ଜନସାଧାରଣଙ୍କ ପାଇଁ ଆଚରଣବିଧ୍ (Code of Conduct) ପ୍ରଣୟନ କରିପାରନ୍ତି । ୧୯୭୨ ମସିହାରେ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଅନୁଷ୍ଠିତ ହୋଇଥିବା ପଞ୍ଚମ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହିପରି ଏକ ଆଚରଣବିଧ୍ ପ୍ରଣୀତ ହୋଇଥିଲା । ଉକ୍ତ ଆଚରଣବିଧରେ ନିମ୍ନୋକ୍ତ ବିଷୟଗୁଡ଼ିକ ମୁଖ୍ୟ ବିଷୟ ଭାବରେ ସ୍ଥାନ ଗ୍ରହଣ କରିଛି ।

(କ) କୌଣସି ଦଳ କିମ୍ବା ପ୍ରାର୍ଥୀ, କୌଣସି ଗୋଷ୍ଠୀ ବା ଜାତି ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବେ ନାହିଁ ।
(ଖ) ଗୋଟିଏ ରାଜନୈତିକ ଦଳ ଅନ୍ୟ ଗୋଟିଏ ଦଳକୁ କେବଳ ଏହାର ନୀତି ଓ ଯୋଜନା ଦୃଷ୍ଟିକୋଣରୁ ସମାଲୋଚନା କରିପାରିବ ।
(ଗ) ଅନ୍ୟ ପ୍ରତିଯୋଗୀମାନଙ୍କ ନିର୍ବାଚନ ସଭା ଓ ଶୋଭାଯାତ୍ରାଗୁଡ଼ିକରେ ଜଣେ ପ୍ରତିଯୋଗୀ ନିଜର ସମର୍ଥକମାନଙ୍କଦ୍ୱାରା କୌଣସି ଗଣ୍ଡଗୋଳ କରିପାରିବେ ନାହିଁ ।
(ଘ) ଜଣେ ପ୍ରାର୍ଥୀ କୌଣସି ପୋଲିସ୍ ଅଧ୍ୟାକାରୀଙ୍କ ବିରୁଦ୍ଧରେ ଆପରି କରିବାକୁ ଚାହିଁଲେ ସର୍ବପ୍ରଥମେ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଏହା କରିପାରିବେ ।
(ଙ) ଭୋଟ ସଂଗ୍ରହ ସ୍ଲୋଗାନ୍‌ରେ କିମ୍ବା ଭାଷଣରେ ଜାତିଗତ ତଥା ସାମ୍ପ୍ରଦାୟିକ ଚିନ୍ତାଧାରା ପ୍ରତିଧ୍ଵନିତ ହେବା ଉଚିତ ନୁହେଁ ।
(ଚ) ନିର୍ବାଚନ ଆଇନରେ ଉଲ୍ଲିଖତ ସମସ୍ତ ଦୁର୍ନୀତିମୂଳକ ପନ୍ଥାକୁ ପ୍ରାର୍ଥମୀନେ ସାଧୁତାର ସହ ପ୍ରତିରୋଧ କରିବା ଆବଶ୍ୟକ ।

୨ । ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ ଓ ଭୂମିକା ତର୍ଜମା କର ।
Answer:
ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ କରିବାର ସମସ୍ତ କ୍ଷମତା ନିର୍ବାଚନ କମିଶନ ପରି ଏକ ସ୍ଵାଧୀନ ସାମ୍ବିଧାନିକ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି । ଏହା ତିନି ସଦସ୍ୟ ବିଶିଷ୍ଟ ଅଟେ । ଏହାର ଅଧ୍ୟକ୍ଷଙ୍କୁ ‘ମୁଖ୍ୟ ନିର୍ବାଚନ କମିଶନର’ କୁହାଯାଏ । ସଂସଦଦ୍ୱାରା ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ପ୍ରଦାନ କରିଥା’ନ୍ତି । ଏକ ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇପାରନ୍ତି । ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ‘ପ୍ରମାଣିତ ଅସଦ୍ ବ୍ୟବହାର’ ଓ ‘ଅଯୋଗ୍ୟତା’ କାରଣରୁ ଗୃହୀତ ପ୍ରସ୍ତାବ ଭିଭିରେ ରାଷ୍ଟ୍ରପତି ତାଙ୍କୁ ପଦଚ୍ୟୁତ କରିଥା’ନ୍ତି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ସେ ସାମ୍ବିଧାନିକ ଓ ସଂସଦୀୟ ଆଇନ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ଓ ସଂଶୋଧନ କରାଇଥା’ନ୍ତି ।
(୨) ସେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା କ୍ଷେତ୍ରରେ ନିଜର ନିୟନ୍ତ୍ରଣ ଓ କର୍ତ୍ତୃତ୍ଵ ଜାରି କରିଥା’ନ୍ତି ।
(୩) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାର କୌଣସି ସଦସ୍ୟଙ୍କ ଅଯୋଗ୍ୟତା ସମ୍ବନ୍ଧରେ ସେ ଯଥାକ୍ରମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥା’ନ୍ତି ।
(୪) କୌଣସି ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ ଉକ୍ତ ରାଜ୍ୟରେ ନିର୍ବାଚନ ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ସେ ରାଷ୍ଟ୍ରପତିଙ୍କୁ ଦିଅନ୍ତି ।
(୫) ସେ ରାଜନୈତିକ ଦଳକୁ ସ୍ବୀକୃତି ଦିଅନ୍ତି ଓ ସଙ୍କେତ ପ୍ରଦାନ କରନ୍ତି ଓ ବିବାଦ ସମାଧାନ କରନ୍ତି ।
(୬) ନିର୍ବାଚନ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅନୁମତି ନେଇ ସେ ଆବଶ୍ୟକୀୟ କର୍ମଚାରୀ ସଂଗ୍ରହ କରନ୍ତି ।
(୭) ନିର୍ବାଚନ ପରିଚାଳନା ସମୟରେ ସେ ବିଭିନ୍ନ ବିବାଦର ସମାଧାନ କରନ୍ତି ।
(୮) ନିର୍ବାଚନ ଆଚରଣବିଧୂର କାର୍ଯ୍ୟକାରିତା ଉପରେ ସେ ତୀକ୍ଷ୍ଣ ନଜର ରଖନ୍ତି ।
(୯) ସେ ତାଙ୍କର କାର୍ଯ୍ୟ ସମ୍ପାଦନ ପାଇଁ ଆଞ୍ଚଳିକ କମିଶନରମାନଙ୍କୁ ନିଯୁକ୍ତି କରିବାପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

ଭାରତର ଉଚ୍ଚତମ ନ୍ୟାୟାଳୟ, ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନକୁ ସମ୍ବିଧାନର ଏକ ବୈଶିଷ୍ଟ୍ୟ ବୋଲି ମତ ଦେଇଛନ୍ତି । ତେଣୁ ନିର୍ବାଚନକୁ ନିର୍ମଳ କରିବା ତଥା ନିର୍ବାଚନ କଳକୁ ଜନସାଧାରଣଙ୍କୁ ସନ୍ଦେହରୁ ଊର୍ଦ୍ଧ୍ବରେ ରଖିବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନରଙ୍କର ପୂର୍ଣ୍ଣ ଦାୟିତ୍ଵ ରହିଛି । ତେଣୁ ରାଜନୈତିକ ଓ ପ୍ରଶାସନିକ ପ୍ରଭାବରୁ ନିଜକୁ ମୁକ୍ତ କରି ଆଇନର ପରିସର ମଧ୍ୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ଅଟେ ।

୩ । ଭାରତରେ ନିର୍ବାଚନ ପଦ୍ଧତିରେ ପରିଲକ୍ଷିତ ହେଉଥିବା ତ୍ରୁଟି ଓ ନିର୍ବାଚନ ସଂସ୍କାର ପାଇଁ ଦିଆଯାଉଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କର ।
Answer:
୧୯୫୧-୫୨ ମସିହାଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଭାରତରେ ଷୋହଳଟି ଲୋକସଭା ନିର୍ବାଚନ ସଂଘଟିତ ହୋଇ ସାରିଲାଣି । ଶହେ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏକ ଗଣତାନ୍ତ୍ରିକ ନିର୍ବାଚନ ପରିଚାଳନା କରିବା ସହଜ ନୁହେଁ । ଲୋକସଭା ନିର୍ବାଚନ ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ ଅନେକ ବିଧାନସଭା ନିର୍ବାଚନ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ପାଇଁ ବହୁତ ନିର୍ବାଚନ ହୋଇଛି । ଏହା ନିଶ୍ଚିତ ଯେ ଆମ ଗଣତନ୍ତ୍ରର ଏହା ଏକ ବିଶେଷ ସଫଳତା । କିନ୍ତୁ ସମୟ ଆଗେଇବା ସଙ୍ଗେ ସଙ୍ଗେ ଆମ ନିର୍ବାଚନ ପଦ୍ଧତିରେ କେତେକ ଦୋଷ ଦେଖାଦେଇଛି, ଯାହା ଫଳରେ ଆମ ଗଣତନ୍ତ୍ରରେ କିଛି କଳାଦାଗ ଲାଗିଯାଉଛି । ଆମ ନିର୍ବାଚନ ପଦ୍ଧତିର ଦୋଷଗୁଡ଼ିକ ଏଠାରେ ଆଲୋଚନା କରାଯାଇଛି ।

(୧) ଅପେକ୍ଷାକୃତ ସଂଖ୍ୟାଗରିଷ୍ଠତା (Relative Majority) – ପ୍ରଚଳିତ ଆଇନ ଅନୁସାରେ ପ୍ରାର୍ଥୀମାନଙ୍କ ଭିତରେ ଯିଏ ଅଧ୍ବକ ଭୋଟ ପାଏ, ସେ ନିର୍ବାଚନରେ ବିଜୟୀ ହୁଏ । ଅଧିକାଂଶ କ୍ଷେତ୍ରରେ ବିଜୟୀ ପ୍ରାର୍ଥୀମାନେ ଶତକଡ଼ା ପଚାଶରୁ ଯଥେଷ୍ଟ କମ୍ ଭୋଟ ପାଇଥା’ନ୍ତି । ଅନ୍ୟ ଅର୍ଥରେ, ବିଜୟୀ ପ୍ରାର୍ଥୀ କେତେଦୂର ଭୋଟରମାନଙ୍କ ପ୍ରକୃତ ପ୍ରତିନିଧ୍, ସେ ବିଷୟରେ ସନ୍ଦେହ ଉପୁଜିଥାଏ ।

(୨) ଭୋଟ-ଆସନ ବ୍ୟବଧାନ (Vote-Seat Gap) – ଅଧିକାଂଶ ସମୟରେ ମିଳିଥିବା ଭୋଟ ଓ ମିଳିଥିବା ଆସନ ମଧ୍ୟରେ ବଡ଼ ବ୍ୟବଧାନ ଦେଖାଦେଉଛି । ଗୋଟିଏ ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୨୫ ଭୋଟ ପାଇ ୧୫ଟି ଲୋକସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୩ ଭୋଟ ପାଇ ଦୁଇଟି ଲୋକସଭା ଆସନ ପାଇଥବ । ସେହିପରି କୌଣସି ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୩୦ ଭୋଟ ପାଇ ୭୦ଟି ବିଧାନସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୬ ଭୋଟ ପାଇ ୧୫ଟି ବିଧାନସଭା ଆସନ ପାଇଥବ । ରାଜନୀତିକ ଦଳଗୁଡ଼ିକର ମିଳିଥିବା ଭୋଟ ଭାଗ ଓ ମିଳିଥିବା ଆସନ ଭାଗ ମଧ୍ଯରେ ଏହି ଅସମାନୁପାତିତା ଓ ଅସନ୍ତୁଳନ ଏକ ଅନ୍ୟାୟ ଅଟେ । କିନ୍ତୁ ଏହା ହେଉଛି ଏକ ବହୁଦଳୀୟ ପଦ୍ଧତିରେ ଏକ ଗଣତାନ୍ତ୍ରିକ ବିଡ଼ମ୍ବନା (Democratic irony) ।

(୩) ପ୍ରତିଦ୍ବନ୍ଦୀମାନଙ୍କର ଅଯଥା ସଂଖ୍ୟା ବୃଦ୍ଧି (Unnecessary Increase in the Number of Contestants) – କୌଣସି ନିର୍ବାଚନରେ ବିଜୟୀ ହେବାକୁ ଜଣେ ପ୍ରାର୍ଥୀଙ୍କୁ ଶତକଡ଼ା ପଚାଶ ଭାଗରୁ ଅଧିକ ଭୋଟ ପାଇବା ନିହାତି ଦରକାର ନୁହେଁ । ଉଦାହରଣସ୍ୱରୂପ, ସେ ଶତକଡ଼ା ତିରିଶ ଭାଗ ଭୋଟ ପାଇ ମଧ୍ଯ ବିଜୟୀ ହୋଇପାରନ୍ତି, ଯଦି ଅନ୍ୟ କୌଣସି ପ୍ରାର୍ଥୀ ସେତିକି ଭୋଟ ପାଇ ନ ଥା’ନ୍ତି । ଏହି ବ୍ୟବସ୍ଥା ଫଳରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବହୁତ ଲୋକ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥା’ନ୍ତି । ଆଶା ଥାଏ, ଟିକିଏ ଚେଷ୍ଟା କଲେ ଶତକଡ଼ା ପଚିଶ ତିରିଶ ଭାଗ ଭୋଟ ପାଇବା ସମ୍ଭବ ହୋଇପାରେ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

(୪) ସରକାରର ବୈଧତା ଏକ ପ୍ରଶ୍ନବାଚୀ (Government’s Legitimacy Questioned) – ଯେହେତୁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟରେ ଶାସନ କରିଥିବା ବା କରୁଥିବା ରାଜନୀତିକ ଦଳ ବା ମେଣ୍ଟଗୁଡ଼ିକ ଶତକଡ଼ା ପଚାଶ ଭାଗରୁ ଯଥେଷ୍ଟ କମ୍ ଭୋଟ ପାଇ କ୍ଷମତାକୁ ଆସିଥା’ନ୍ତି, ସେହି ସରକାରଗୁଡ଼ିକର ବୈଧତା ସମ୍ବନ୍ଧରେ ଗଭୀର ସନ୍ଦେହ ଉପୁଜିଥାଏ । ଏହି ସରକାରଗୁଡ଼ିକ ଭୋଟଦାତାମାନଙ୍କର ପ୍ରକୃତ ପ୍ରତିନିଧି ହେବାକୁ କେତେଦୂର ସମର୍ଥ, ତାହା ଏକ ପ୍ରଶ୍ନବାଚୀ ହୋଇଯାଏ ।

(୫) ସ୍ଵଳ୍ପ ଭୋଟ ଦାନ (Low Voter Nurn-out) – ବିଭିନ୍ନ କାରଣରୁ ଅନେକ ଭୋଟଦାତା ଭୋଟ ଦେଉ ନାହାନ୍ତି । ଶିକ୍ଷିତ ଓ ଚାକିରିଆ ଲେକାମାନେ ନିର୍ବାଚନ ପ୍ରତି ବିମୁଖ । ଅଶିକ୍ଷିତ, ମୂର୍ଖ ଲୋକମାନଙ୍କ ଭୋଟ ଓ ସେମାନଙ୍କର ଭୋଟର ମୂଲ୍ୟ ଏକା ହୋଇଥିବାରୁ ସେମାନେ ବ୍ୟର୍ଥାତ ଅଟନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏହି କାରଣରୁ ଭୋଟ ଦିଅନ୍ତି ନାହିଁ । ଅପରପକ୍ଷରେ ଗରିବ ଲୋକେ ଗୁଜୁରାଣ ମେଣ୍ଟାଇବାରେ ଏତେ ବ୍ୟସ୍ତ ଯେ ନିର୍ବାଚନ ବିଷୟରେ ଚିନ୍ତା କରିବାକୁ ସେମାନଙ୍କର ଆଗ୍ରହ କିମ୍ବା ସମୟ ନାହିଁ । ଅଜ୍ଞତା ହେତୁ ସେମାନେ ନିର୍ବାଚନ ସମ୍ବନ୍ଧୀୟ ବହୁତ କଥା ବୁଝନ୍ତି ନାହିଁ । ପରିବାର ପୋଷଣ ପାଇଁ ଦିନରାତି ଖଟୁଥିବାରୁ ଭୋଟଦେବାକୁ ସେମାନଙ୍କ ପାଖରେ ସମୟ ନ ଥାଏ । ଅଳ୍ପ ଲୋକ ଭୋଟ ଦେଉଥିବାରୁ କମ୍ ଭୋଟ ପାଇ ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇପାରୁଛି !

(୬) ତ୍ରୁଟିପୂର୍ଣ୍ଣ ଭୋଟ ତାଲିକା (Defective Electoral Rolls) – ଅନେକ ସମୟରେ ଭୋଟ ତାଲିକାରେ ଭୁଲ ରହୁଛି । ବହୁସଂଖ୍ୟକ ଭୋଟରଙ୍କର ନାଁ ଏଥିରେ ଅନ୍ତର୍ଭୁକ୍ତ ହେଉନାହିଁ । ବେଳେବେଳେ ଅଭିଯୋଗ ହୁଏ ଯେ, ଶାସକ ଦଳ ଜାଣିଶୁଣି ବିରୋଧୀ ଦଳର ଭୋଟରମାନଙ୍କର ନାମ ଭୋଟର ତାଲିକାରୁ କାଟି ଦେଇଥାନ୍ତି । ଯେଉଁ ଅଫିସର ଓ କର୍ମଚାରୀମାନେ ଭୋଟର ତାଲିକା ତିଆରି କରିବା ଦାୟିତ୍ଵରେ ଥାଆନ୍ତି ସେମାନଙ୍କ ଅବହେଳା ହେତୁ ବି ଏହି ତାଲିକାରୁ କେତେ ପୁରୁଣା ଭୋଟରଙ୍କ ନାଁ କଟି ଯାଇଥାଏ ତ ଏହି ତାଲିକାରେ କେତେ ନୂଆ ଭୋଟରଙ୍କ ନାଁ ପଶିପାରି ନ ଥାଏ ।

(୭) ଅର୍ଥବଳ ଓ ହିଂସାର ପ୍ରୟୋଗ (Use of Money Power and Violence) — ନିର୍ବାଚନରେ ଅର୍ଥ ଓ ହିଂସାର ପ୍ରୟୋଗ ବଢି ବଢି ଚାଲିଛି । ନିର୍ବାଚନ ଏତେ ବ୍ୟୟସାପେକ୍ଷ ହେଉଛି ଯେ, କେବଳ ଧନୀମାନେ ହିଁ ନିର୍ବାଚନରେ ପ୍ରତିବୃହିତା କରିପାରିବେ । ଗରିବମାନଙ୍କ ପାଇଁ ନିର୍ବାଚନ ଲଢ଼ିବା ସ୍ୱପ୍ନ ଅଟେ । ନିର୍ବାଚନରେ ହିଂସା ପ୍ରୟୋଗରେ ବୃଦ୍ଧି ଘଟିଥିବାରୁ ଭଦ୍ରଲୋକମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଭୟ କରୁଛନ୍ତି । ବହୁସଂଖ୍ୟକ ଗୁଣ୍ଡା, ଅସାମାଜିକ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି । ହିଂସାକୁ ଡରି ମହିଳାମାନେ ପ୍ରାର୍ଥୀ ହେବାକୁ ଡରୁଛନ୍ତି । ନିର୍ବାଚନ ପ୍ରତିଦ୍ଵନ୍ଦିତା ଦୃଷ୍ଟିରୁ ଭାରତୀୟ ଗଣବନ୍ତ୍ର ଧନୀ, ଦୁର୍ନୀତିଗ୍ରସ୍ତ ଓ ଅସାମାଜିକ ବ୍ୟକ୍ତିମାନଙ୍କର ଏକ ଆଡ୍ଡାସ୍ଥଳୀ ହେବାକୁ ବସିଲାଣି ।

(୮) ନିର୍ବାଚନ ମକଦ୍ଦମା (Election Disputes) – ଯଦି ପରାଜିତ ପ୍ରାର୍ଥୀ ଅନୁଭବ କରନ୍ତି ଯେ ବିଜୟୀ ପ୍ରାର୍ଥୀ ନିର୍ବାଚନ ନିୟମ ଭଙ୍ଗ କରିଛନ୍ତି, ତେବେ ସେ ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ହାଇକୋର୍ଟରେ ମକଦ୍ଦମା କରିପାରିବେ । କିନ୍ତୁ ଏହି ମକଦ୍ଦମାଗୁଡ଼ିକ ଶୀଘ ଫଇସଲା ହୋଇ ନ ଥାଏ । ଏଥିପାଇଁ ଯଥେଷ୍ଟ ସମୟ ଲାଗିଥାଏ ଓ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ (Justice delayed is justice denied) । ବେଳେବେଳେ ପରାଜିତ ପ୍ରାର୍ଥୀ ମକଦ୍ଦମାରେ ଜିତିଲେ ବି ଇତିମଧ୍ଯରେ ବହୁତ ସମୟ ଚାଲିଯାଇଥିବାରୁ ସେ-ସନ୍ତୁଷ୍ଟ ହୋଇ ନ ଥା’ନ୍ତି ।

ନିର୍ବାଚନ ସଂସ୍କାର (Electoral Reforms) :
ଭାରତରେ ନିର୍ବାଚନ ପଦ୍ଧତିକୁ ଅଧ୍ଵ ଗୁଣାତ୍ମକ ଓ ଫଳପ୍ରଦ କରିବାପାଇଁ ଅନେକ ସଂସ୍କାରାତ୍ମକ ପ୍ରସ୍ତାବ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଦ୍ୱାରା ଆଗତ ହୋଇଛି । ତନ୍ମଧ୍ୟରୁ କିଛି ଉତ୍ତମ ଓ ବାସ୍ତବବାଦୀ ପ୍ରସ୍ତାବ ଆଲୋଚିତ ହୋଇଛି ।

(୧) ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ (Reservation for women) – ମୋଟ ଭୋଟଦାତାମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧା । କିନ୍ତୁ ପ୍ରାର୍ଥୀମାନଙ୍କ ଭିତରେ ସେମାନଙ୍କ ସଂଖ୍ୟା ଶତକଡ଼ା ଦଶରୁ କମ୍ । ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ପୁରୁଷ ଆଧ୍ୟତ୍ୟ ଥିବାରୁ ମହିଳାମାନଙ୍କୁ ସମାନୁପାତିକ ଭିଭିରେ ଟିକେଟ ମିଳୁନାହିଁ । ଆଉ ଯେ ପର୍ଯ୍ୟନ୍ତ ମହିଳାମାନେ ଅଧିକ ସଂଖ୍ୟାରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାନ୍ତି, ସେ ପର୍ଯ୍ୟନ୍ତ ଆମ ଗଣତନ୍ତ୍ରର ପ୍ରତିନିଧୂମୂଳକ ଗୁଣ ଦୁର୍ବଳ ଅଟେ । ଏହି ପରିପ୍ରେକ୍ଷୀରେ ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖୁବା ଏକ ନ୍ୟାୟୋଚିତ ପ୍ରସ୍ତାବ ଅଟେ ।

(୨) ନିର୍ବାଚନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ (Control over Poll Expenses) – ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ଉପରେ ଆଇନ ମାଧ୍ୟମରେ ସିଲିଂ ରଖାଯାଇଛି । କିନ୍ତୁ ଏହା ସମସ୍ତଙ୍କୁ ଜଣା ଯେ, ଏ ସିଲିଂକୁ କୌଣସି ପ୍ରାର୍ଥୀ, ବିଶେଷତଃ କୌଣସି ଦଳୀୟ ପ୍ରାର୍ଥୀ ଓ ଧନୀ ସ୍ବାଧୀନ ପ୍ରାର୍ଥୀ ମାନି ନ ଥା’ନ୍ତି । ପ୍ରାୟ ସମସ୍ତେ ଏ ସିଲିଂକୁ ଟପିଥା’ନ୍ତି । ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ସରକାରୀ ସ୍ତରରେ ବ୍ୟବସ୍ଥା ଅଛି ଓ ଚେଷ୍ଟା ବି କରାଯାଉଛି । କିନ୍ତୁ ଏ ଯେଉଁ ଚେଷ୍ଟା କରାଯାଇଛି, ତାହା ଉପରଠାଉରିଆ । ତେଣୁ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ନିୟମକୁ ପରୀକ୍ଷା କରି ଦରକାର ପଡ଼ିଲେ ନୂଆ ନିୟମ କରାଯାଉ ଏବଂ ସେହି ନିୟମକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉ । ବର୍ତ୍ତମାନ ନିୟମକୁ ବି କଡ଼ାକଡ଼ି ଭାବେ ପାଳନ କଲେ ନିର୍ବାଚନ ପଦ୍ଧତିରେ ଯଥେଷ୍ଟ ଉନ୍ନତି ଘଟିବ ।

(୩) ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥିତ୍ଵକୁ ନିରୁତ୍ସାହ (Discouragement to Frivolous Candidates) — ନିର୍ବାଚନରେ ଅନେକ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀ ଥାଆନ୍ତି । ସେମାନଙ୍କର ପ୍ରାର୍ଥୀତ୍ଵ ନିର୍ବାଚନର ଗୁଣକୁ ନଷ୍ଟ କରି ଦେଇଥାଏ । ସେମାନଙ୍କୁ ନିର୍ବାଚନ ପ୍ରଣାଳୀରୁ ବାହାରେ ରଖୂପାରିଲେ ନିର୍ବାଚନରେ ଗୁଣାତ୍ମକ ବିକାଶ ହେବ । ଏଥପାଇଁ ଦୁଇଟି କୌଶଳ ଗ୍ରହଣ କରାଯାଇପାରେ; ଯଥା –
(କ) କୌଣସି ନିର୍ବାଚନରେ ଅନ୍ତତଃ ଶତକଡ଼ା ଏକ କିମ୍ବା ଦୁଇଭାଗ ଭୋଟ ପାଇ ନ ଥିବା ପ୍ରାର୍ଥୀ ପରବର୍ତ୍ତୀ ନିର୍ବାଚନରେ ସଂଖ୍ୟା ଯଥେଷ୍ଟ କମିଯିବ ।
(ଖ) ପ୍ରାର୍ଥୀଙ୍କ ପାଇଁ ରଖାଯାଇଥିବା ଅମାନତ ଅର୍ଥର ପରିମାଣ ଯଥେଷ୍ଟ ବଢ଼ାଇ ଦେଲେ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀମାନଙ୍କ ସଂଖ୍ୟା ଯଥେଷ୍ଟ କମିଯିବ ।

(୪) ଏକାଧ୍ଵ ପ୍ରତିଦ୍ବହିତା ଉପରେ କଟକଣା (Restrictions on Contesting from Several Constituencies) – ଅନେକ ନେତା ଏକାଧ୍ଵକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ଵନ୍ଦିତା କରିବା ଫଳରେ ବହୁତ ସମସ୍ୟା ସୃଷ୍ଟି ହେଉଛି । କୌଣସି ପ୍ରାର୍ଥୀ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜୟୀ ହେଲେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେହି ଆସନ ପାଇଁ ଆଉଥରେ ନିର୍ବାଚନ ହେବ । ଏହା ଫଳରେ ସରକାରଙ୍କର ଅଯଥା ସମୟ ଓ ଅର୍ଥ ନଷ୍ଟ ହେଉଛି । ଏହା ଉପରେ କଟକଣା ଜାରି କରିବାକୁ ପଡ଼ିବ । ଜଣେ ଯେପରି ଗୋଟିକରୁ ଅଧିକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରିପାରିବ ନାହିଁ, ସେଥୂପାଇଁ ଆବଶ୍ୟକୀୟ ଆଇନ ପ୍ରଣୟନ କରିବାକୁ ପଡ଼ିବ ।

(୫) ନିର୍ବାଚନୀ ମକଦ୍ଦମାର ତ୍ବରିତ ଫଇସଲା (Early Settlement of Election Disputes) – ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ପ୍ରତି ବିଧାନସଭା ଓ ଲୋକସଭା ନିର୍ବାଚନ ପରେ ସ୍ଵତନ୍ତ୍ର କୋର୍ଟ ସ୍ଥାପନ କରାଯିବା ଉଚିତ । ଏହି କୋର୍ଟର ବିଚାରପତି ଭାବେ ହାଇକୋର୍ଟର ଜଣେ ବିଚାରପତି ନଚେତ୍ କେବଳ ଏଇଥପାଇଁ ହାଇକୋର୍ଟ ବିଚାରପତିଙ୍କ ପାହ୍ୟାର ଜଣେ ସ୍ବତନ୍ତ୍ର ବିଚାରପତିଙ୍କୁ ନିଯୁକ୍ତି ଦିଆଯିବା ଉଚିତ । ତିନିମାସ ଭିତରେ ଏହି ମକଦ୍ଦମାଗୁଡ଼ିକର ଫଇସଲା ହେବା ଉଚିତ ।

(୬) ଅପରାଧୀ ଭାବରେ ଅଭିଯୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ବାରଣ (Ban on Accused Persons Contesting in Elections) — ରାଜନୀତିର ଅପରାଧୀକରଣ (Criminalisation of politics) ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିରାଟ ବିପଦ । ବିଭିନ୍ନ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇ ମନ୍ତ୍ରୀ ବି ହେଉଛନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ଏହା ଗଣତନ୍ତ୍ରର ମର୍ଯ୍ୟାଦା ଓ ସାମର୍ଥ୍ୟ ହାନି କରୁଛି । ବର୍ତ୍ତମାନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (National Democratic Front) କଂଗ୍ରେସ-ମେଣ୍ଟଦ୍ୱାରା ନିଯୁକ୍ତ ‘ଦାଗୀ’ ମନ୍ତ୍ରୀମାନଙ୍କ ବିରୋଧରେ ଆନ୍ଦୋଳନ କରୁଛି । ସେମାନଙ୍କ ଯୁକ୍ତିର ଦୁର୍ବଳତା ହେଉଛି, ଜଣେ ବ୍ୟକ୍ତି ବିଧାୟକ କିମ୍ବା ସାଂସଦ ହୋଇ ନିର୍ବାଚିତ ହେବା ପରେ ତାଙ୍କୁ ମନ୍ତ୍ରୀ ହେବାକୁ ବାରଣ କଲେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଭୋଟରମାନଙ୍କୁ ଅସମ୍ମାନ କରିବା ହେବ ।

ତେଣୁ ଅଧିକ ଯୁକ୍ତିସଙ୍ଗତ ହେବ, ଯେଉଁ ବ୍ୟକ୍ତି କୌଣସି ଅପରାଧରେ ଅଭିଯୁକ୍ତ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ (ଅଭିଯୋଗ ପତ୍ର) ଦାଖଲ ହୋଇଛି, ମକଦ୍ଦମା ତାଙ୍କ ସପକ୍ଷରେ ଫଇସଲା ନ ହେବା ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନରେ ଭାଗ ନେଇପାରିବେ ନାହିଁ । ଏହା ଏକ ଚରମ ବ୍ୟବସ୍ଥା, କିନ୍ତୁ ରାଜନୀତିର ଅପରାଧୀକରଣ ଭଳି ଏକ ସାଂଘାତିକ ରୋଗର ନିଦାନ ପାଇଁ ଏହା ଆବଶ୍ୟକ ହୋଇପାରେ ।

(୭) କମ୍ପାନୀ ଚାନ୍ଦା ଉପରେ କଟକଣା (Restrictions on Company Donations) – ବଡ଼ ବଡ଼ କମ୍ପାନୀମାନେ ବିଭିନ୍ନ ରାଜନୀତିକ ଦଳକୁ ନିର୍ବାଚନ ଲଢ଼ିବାପାଇଁ ଚାନ୍ଦା ଦେଇଥା’ନ୍ତି । ଏହା ଗଣତନ୍ତ୍ର ପାଇଁ କ୍ଷତିକାରକ ହୋଇପାରେ, କାରଣ ଚାନ୍ଦା ନେଇଥିବା ଦଳ କ୍ଷମତାକୁ ଆସିଲେ ଚାନ୍ଦା ଦେଇଥିବା କମ୍ପାନୀକୁ ଅନୁଗ୍ରହ ଦେଖାଇପାରେ । କମ୍ପାନୀ ଓ ରାଜନୀତିକ ଦଳ ମଧ୍ୟରେ ଏହି ବନ୍ଧନ ଦେଶର ଅର୍ଥନୀତିକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକର ସ୍ବାର୍ଥହାନି କରିଥାଏ ।

ଏହି ଚାନ୍ଦାକୁ ନିୟନ୍ତ୍ରଣ କରିବାକୁ କଡ଼ା ଆଇନ ପ୍ରଣୟନ ହେବା ଉଚିତ । ଗୋଟିଏ କମ୍ପାନୀ ରାଜନୀତିକ ଦଳମାନଙ୍କୁ କେତେ ଚାନ୍ଦା ଦେଇପାରିବ, ତାହା ଆଇନ ଅନୁସାରେ ଧାର୍ଯ୍ୟ ହେବା ଉଚିତ । ଏହା ଲୁକ୍କାୟିତଭାବେ କରାଯିବା ଉଚିତ ନୁହେଁ ।

Leave a Comment