CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

Odisha State Board CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର Questions and Answers.

CHSE Odisha 11th Class Political Science Solutions Chapter 2 ରାଷ୍ଟ୍ର

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ___________ ନୈତିକ ଅଧ୍ଵକାରକୁ ସ୍ବୀକୃତି ଦେଉନଥିବାବେଳେ ଆଇନଗତ ଅଧିକାରକୁ ସଂରକ୍ଷିତ କରିଥାଏ ।
(ଜ) ସମାଜ
(ଖ) ରାଷ୍ଟ୍ର
(ଗ) ସରକାର
(ଘ) ସଂଘ
Answer:
(ଖ) ରାଷ୍ଟ୍ର

୨। ବ୍ୟନ୍ତି ଓ __________ ପରସ୍ପର ନିର୍ଭରଶୀଳ ।
(ଜ) ରାଷ୍ଟ୍ର
(ଖ) ସମାଜ
(ଗ) ସରକାର
(ଘ) ଆନ୍ତର୍ଜାତିକ ବ୍ୟବସ୍ଥା
Answer:
(ଖ) ସମାଜ

୩ । ରାଷ୍ଟ୍ର ସଂଘମାନଙ୍କର ଏକ ___________ ଅଟେ ।
(କ) ସଂଘ
(ଖ) ସମାଜ
(ଗ) ସମ୍ମଳନ
(ଘ) ମିଶ୍ରଣ
Answer:
(କ) ସଂଘ

୪। ସରଜ।ର ରାଷ୍ଟ୍ରର _______ ଅଟେ ।
(କ) ସଙ୍କେତ
(ଖ) ମାଧ୍ୟମ
(ଗ) ପ୍ରତିନିଧ୍ଵ
(ଘ) ପ୍ରମାଶ
Answer:
(ଗ) ପ୍ରତିନିଧ୍ଵ

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୫ । ରାଷ୍ଟ୍ର ଏକ _________ ସଂଘ ଅଟେ ।
(କ) ରାଜନୈତିକ
(ଖ) ସାମାଜିକ
(ଗ) ଜନକଲ୍ୟ।ଶ
(ଘ) ଅବସର ବିନୋଦନ
Answer:
(କ) ରାଜନୈତିକ

୬ । ରାଷ୍ଟ୍ରର ସର୍ବୋଚ୍ଚ ବୈଶିଷ୍ଟ୍ୟ ହେଲା _________ ।
(କ) ସାର୍ବଭୌମତ୍ବ
(ଖ) ସରଜ।ର
(ଗ) ଆନ୍ତର୍ଜାତିକ ସ୍ଵୀକୃତି
(ଘ) ଜନସଂଖ୍ୟା
Answer:
(କ) ସାର୍ବଭୌମତ୍ବ

୭। ସରଜ।ର _________ ଗୋଟି ଅଙ୍ଗ ରହିଛି ।
(କ) ଚାରି
(ଖ) ତିନି
(ଗ) ପାଞ୍ଚ
(ଘ) ଦୁଇ
Answer:
(ଖ) ତିନି

୮ । ଓଡ଼ିଶା ଏକ ରାଷ୍ଟ୍ର ନୁହେଁ, କାରଣ ଏହାର _________ ନାହିଁ ।
(କ) ଆନ୍ତର୍ଜାତିକ ସ୍ଵୀକୃତି
(ଖ) ସାର୍ବଭୌମତ୍ଵ
(ଗ) ସରକାର
(ଘ) ପ୍ରତିରକ୍ଷା ବ୍ୟବସ୍ଥା
Answer:
(ଖ) ସାର୍ବଭୌମତ୍ଵ

୯। ___________ ବ୍ୟତୀତ ଅନ୍ୟ କୌଣସି ସଂଘ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିପାରନ୍ତି ନାହିଁ ।
(କ) ରାଷ୍ଟ୍ରରୂପକ ରାଜନୈତିକ ସଂଘ
(ଖ) ଉଚ୍ଚତମ ନ୍ୟାୟାଳୟ
(ଗ) ଆଇନଗତ ସଂଗଠନ
(ଘ) ଆନ୍ତର୍ଜାତିକ ସମୁଦାୟ
Answer:
(କ) ରାଷ୍ଟ୍ରରୂପକ ରାଜନୈତିକ ସଂଘ

୧୦ । ରାଷ୍ଟ୍ରର ମୁଖ୍ୟ ଉପାଦାନଗୁଡ଼ିକ ହେଉଛି ଭୂଭାଗ, ଜନଗଣ, ସରକାର ଓ __________ ।
(କ) ସାର୍ବଭୌମତ୍ଵ
(ଖ) ଆନ୍ତର୍ଜାତିକ ସ୍ୱୀକୃତି
(ଗ) ରାଜନୈତିକ କ୍ଷମତା
(ଘ) ଆନ୍ତର୍ଜାତିକ ସଂପର୍କ
Answer:
(କ) ସାର୍ବଭୌମତ୍ବ

୧୧ । ରାଷ୍ଟ୍ରର ________ ଗୋଟି ଉପାଦାନ ରହିଛି ।
(କ) ଚାରି
(ଖ) ପାଞ୍ଚ
(ଗ) ଦୁଇ
(ଘ) ତିନି
Answer:
(ଖ) ପାଞ୍ଚ

୧୨ । ରାଷ୍ଟ୍ର ଓ ସମାଜ ମଧ୍ୟରେ ____________ ଅଧୂକ ପ୍ରାଚୀନ ।
(କ) ସମସ।ୟିକ
(ଖ) ସମାଜ
(ଗ) ରାଷ୍ଟ୍ର
(ଘ) କହିହେବ ନାହିଁ
Answer:
(ଖ) ସମାଜ

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୧୩ । ଦଣ୍ଡଦେବାର କ୍ଷମତା _________ କୁ ଅନ୍ୟ ସଂଘମାନଙ୍କଠାରୁ ପୃଥକ୍ କରାଏ ।
(କ) ସମାଜ
(ଖ) ରାଷ୍ଟ୍ର
(ଗ) ସରଜ।ର
(ଘ) ରାଜନୈତିକ ଦଳ
Answer:
(ଖ) ରାଷ୍ଟ୍ର

୧୪ । ‘ରାଷ୍ଟ୍ର’ ଶବ୍ଦଟି ଟିଉଟୋନିକ୍ ଉତ୍ସ __________ ରୁ ଉଦ୍ଧୃତ ଯାହାର ଅର୍ଥ ____________ ।
(କ) ଷ୍ଟାଟସ୍ (Status), ସାମାଜିକ ସ୍ଥିତି ବା ମର୍ଯ୍ୟାଦା
(ଖ) ଲ୍ୟାଗ, ସ୍ଥିର
(ଗ) ଫୋଏଡ଼ସ୍; ଚୁକ୍ତି
(ଘ) ପଲିସ; ନଗର-ରାଜ୍ୟ
Answer:
(କ) ଷ୍ଟାଟସ୍ (Status), ସାମାଜିକ ସ୍ଥିତି ବା ମର୍ଯ୍ୟାଦା

୧୫ । ଏକ ଲାଟିନ୍ ଶବ୍ଦ __________ ରୁ ସାର୍ବଭୌମତ୍ଵ ଶବ୍ଦଟି ଆନୀତ ଯାହାର ଅର୍ଥ ____________ ।
(କ) ‘ସୁପର୍ ଆନସ୍’; ସର୍ବୋଚ୍ଚ କ୍ଷମତା
(ଖ) ଷ୍ଟାଟସ୍; ମର୍ଯ୍ୟାଦା
(ଗ) ନେସିଓ; ଜାତି
(ଘ) ସିଭିଟାସ୍; ନଗର
Answer:’
(କ) ‘ସୁପର୍ ଆନସ୍’, ସର୍ବୋଚ୍ଚ କ୍ଷମତା

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ରାଷ୍ଟ୍ର କ’ଣ ?
Answer:
ଗୋଟିଏ ରାଜନୈତିକ ସଂଗଠନରେ ପାଞ୍ଚଗୋଟି ଉପାଦାନ, ଯଥା- (କ) ଜନସଂଖ୍ୟା, (ଖ) ନିର୍ଦ୍ଦିଷ୍ଟ ସ୍ଥାୟୀ ଭୂଖଣ୍ଡ, (ଗ) ସରକାର, (ଘ) ସାର୍ବଭୌମତ୍ଵ ଓ (ଙ) ଆନ୍ତର୍ଜାତିକ ସ୍ବୀକୃତି ରହିଥିଲେ ତାହା ରାଷ୍ଟ୍ର ପଦବାଚ୍ୟ ହୋଇଥାଏ ।

୨ । ସରକାର କ’ଣ ?
Answer:
ସରକାର ରାଷ୍ଟ୍ରର ପ୍ରତିନିଧ୍ଵ ଯାହା ମାଧ୍ୟମରେ ରାଷ୍ଟ୍ରର ଇଚ୍ଛା ପ୍ରତିଫଳିତ ଓ କାର୍ଯ୍ୟକାରୀ ହୁଏ । ଏହା ରାଷ୍ଟ୍ରର ହାତ, ଗୋଡ଼, ଆଖୁ ଆଦି ବିଭିନ୍ନ ଅଙ୍ଗର ସାମଗ୍ରିକ କାର୍ଯ୍ୟ ସଂପାଦନ କରିଥାଏ ।

୩ । ସାର୍ବଭୌମତ୍ଵ କ’ଣ ?
Answer:
ରାଷ୍ଟ୍ରର ସର୍ବୋଚ୍ଚ, ଅଣହସ୍ତାନ୍ତରଣୀୟ, ଅବିଭାଜ୍ୟ, ମୌଳିକ, ନିରଙ୍କୁଶ କ୍ଷମତାକୁ ସାର୍ବଭୌମତ୍ଵ କୁହାଯାଏ ।

୪ । ରାଜନୈତିକ ସଂଘ କ’ଣ
Answer:
କେତେକ ବ୍ୟକ୍ତି ସାମୂହିକ ପ୍ରଚେଷ୍ଟାଦ୍ଵାରା ସେମାନଙ୍କର ସାଧାରଣ ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ରାଜନୈତିକ ସଂଘ ସ୍ଥାପନ କରିଥାନ୍ତି । ରାଷ୍ଟ୍ର ସର୍ବୋଚ୍ଚ ରାଜନୈତିକ ସଂଘ ଅଟେ ।

(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ

୧ । ରାଷ୍ଟ୍ରର ସର୍ବୋଚ୍ଚ ଅଣହସ୍ତାନ୍ତରଣୀୟ, ଅବିଭାଜ୍ୟ କ୍ଷମତାକୁ କ’ଣ କୁହାଯାଏ ?
Answer:
ସାର୍ବଭୌମତ୍ବ

୨ । କିଏ ସର୍ବୋଚ୍ଚ ରାଜନୈତିକ ସଂଘ ଅଟେ ?
Answer:
ରାଷ୍ଟ୍ର

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୩ । ରାଷ୍ଟ୍ରର ଇଚ୍ଛାକୁ ପ୍ରତିଫଳନ ଓ କାର୍ଯ୍ୟକାରୀ କରୁଥିବା ଅଙ୍ଗକୁ କ’ଣ କୁହାଯାଏ ?
Answer:
ସରଜ।ର

୪ । ରାଷ୍ଟ୍ରର ପଞ୍ଚମ ଉପାଦାନରୂପେ ବର୍ତ୍ତମାନ କେଉଁ ଉପାଦାନଟି ସୂଚିତ ହେଉଛି ?
Answer:
ଆନ୍ତର୍ଜାତିକ ସ୍ୱୀକୃତି

୫ । କାହାକୁ ସଂଘମାନଙ୍କର ସଂଘ କୁହାଯାଏ ?
Answer:
ରାଷ୍ଟ୍ର

(D) ଭ୍ରମ ସଂଶୋଧନ କର ।

୧ । ଜାତିସଂଘ ସଂଘମାନଙ୍କର ସଂଘ ରୂପେ ବିବେଚିତ ହୋଇଥାଏ ।
Answer:
ରାଷ୍ଟ୍ର ସଂଘମାନଙ୍କର ସଂଘ ରୂପେ ବିବେଚିତ ହୋଇଥାଏ ।

୨ । ସବୁ ସଂଘମାନଙ୍କ ପରି ରାଷ୍ଟ୍ର ପାଖରେ ମଧ୍ୟ ସାର୍ବଭୌମତ୍ଵ ରହିଛି ।
Answer:
କେବଳ ରାଷ୍ଟ୍ର ପାଖରେ ସାର୍ବଭୌମତ୍ଵ ରହିଛି ।

୩ । ରାଷ୍ଟ୍ର ସରକାରର ପ୍ରତିନିଧୂ ଅଟେ ।
Answer:
ସରକାର ରାଷ୍ଟ୍ରର ପ୍ରତିନିଧ୍ଵ ଅଟେ ।

୪ । ରାଷ୍ଟ୍ର ଭିନ୍ନ ଅନ୍ୟ ସମସ୍ତ ସଂଘ ସ୍ଥାୟୀ ଅଟନ୍ତି ।
Answer:
କେବଳ ରାଷ୍ଟ୍ର ଏକ ସ୍ଥାୟୀ ସଂଘ ଅଟେ।

(E) ଶୂନ୍ୟସ୍ଥାନ ପୂରଣ କର ।

୧ । ରାଷ୍ଟ୍ର ଏକ ରାଜନୈତିକ ବିଷୟ; କିନ୍ତୁ ଜାତି ଏକ _________ ବିଷୟ ଅଟେ ।
Answer:
ରାଜନୈତିକ ତଥା ମନସ୍ତାତ୍ତ୍ଵିକ

୨। _________ ସାର୍ବଭୌମତ୍ଵକୁ ଏକଚାଟିଆଭାବେ ଉପଭୋଗ କରେ ।
Answer:
ରାଷ୍ଟ୍ର

୩ । _________ ରାଷ୍ଟ୍ର ଅପେକ୍ଷା ଅଧିକ ପ୍ରାଚୀନ ।
Answer:
ସମାଜ

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୪ । ମନୁଷ୍ୟ ଜୀବନର ସଂରକ୍ଷଣ ଓ ସୁସ୍ଥ ଜୀବନର ବିକାଶ ପାଇଁ ରାଷ୍ଟ୍ରର ସୃଷ୍ଟି ବୋଲି ____________ ମତ ଦିଅନ୍ତି ।
Answer:
ଆରିଷ୍ଟୋଟଲ୍

୫ । ରାଷ୍ଟ୍ର ଶବ୍ଦଟି ସଂସ୍କୃତ ଶବ୍ଦ ‘ରାଜ’ ଓ ଟିଉଟୋନିକ୍ ଉତ୍ସ ___________ ରୁ ଉଦ୍ଧୃତ ହୋଇଛି ।
Answer:
ସ୍ଥିତି (Status)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଷ୍ଟ୍ର ଅନ୍ୟ ସଂଘମାନଙ୍କଠାରୁ କିପରି ପୃଥକ୍ ?
କିମ୍ବା, ରାଷ୍ଟ୍ରକୁ “ ସଂଘମାନଙ୍କର ସଂଘ’’ ବୋଲି କାହିଁକି କୁହାଯାଏ ?
Answer:
ରାଷ୍ଟ୍ର ଏକ ରାଜନୈତିକ ସଂଘ ହୋଇଥିଲେ ମଧ୍ୟ ଏହା ପାଖରେ ସାର୍ବଭୌମତ୍ଵ ରହିଥିବାରୁ ଏହା ଅନ୍ୟ ସଂଘମାନଙ୍କୁ ନିୟନ୍ତ୍ରଣ କରିପାରେ ଏବଂ ଏହି କାରଣରୁ ରାଷ୍ଟ୍ରକୁ “ ସଂଘମାନଙ୍କର ସଂଘ’’ ବୋଲି କୁହାଯାଏ ।

୨। ସରକାରର କେତେଗୋଟି ଅଙ୍ଗ ଅଛି ଓ କ’ଣ କ’ଣ ?
Answer:
ସରକାରର ତିନିଗୋଟି ଅଙ୍ଗ ରହିଛି; ଯଥା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ।

୩ । ଓଡ଼ିଶା, ବିହାର ବା ଜାତିସଂଘ ରାଷ୍ଟ୍ର ପଦବାଚ୍ୟ କି ?
Answer:
ନା, ଓଡ଼ିଶା, ବିହାର ବା ଜାତିସଂଘ ଆଦି ସାର୍ବଭୌମତ୍ଵ ଅଭାବରୁ ରାଷ୍ଟ୍ର ପଦବାଚ୍ୟ ହୋଇପାରନ୍ତି ନାହିଁ ।

୪ । ରାଷ୍ଟ୍ରର କେଉଁ ଉପାଦାନ ଏହାକୁ ଅନ୍ୟ ସଂଘମାନଙ୍କଠାରୁ ପୃଥକ କରାଏ ?
Answer:
ରାଷ୍ଟ୍ରର ସାର୍ବଭୌମତ୍ଵ ଏହାକୁ ଅନ୍ୟ ସଂଘମାନଙ୍କଠାରୁ ପୃଥକ କରାଏ ।

(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଷ୍ଟ୍ରର ଆବଶ୍ୟକତା (Need of the State) ତର୍ଜମା କର ।
Answer:
ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, ‘ଜୀବନର ସୁରକ୍ଷା’ ପାଇଁ ରାଷ୍ଟ୍ରର ସୃଷ୍ଟି ହୋଇଥିବାବେଳେ ଏକ ‘ ସୁସ୍ଥ ଜୀବନ’ ପ୍ରଦାନ କରିବା ପର୍ଯ୍ୟନ୍ତ ରାଷ୍ଟ୍ରର ଆବଶ୍ୟକତା ରହିଛି । ହସ, ଲକ୍, ରୁଷୋ ଆଦି ଦାର୍ଶନିକମାନେ ନିଜ ଆବଶ୍ୟକତା ଦୃଷ୍ଟିରୁ ବ୍ୟକ୍ତି ପାରସ୍ପରିକ ଚୁକ୍ତି ଫଳରେ ରାଷ୍ଟ୍ରକୁ ସ୍ଥାପନ କରିବା ଦୃଷ୍ଟିକୋଣରୁ ଏହାର ଆବଶ୍ୟକତା ପ୍ରତିପାଦନ କରିଥା’ନ୍ତି । ରାଷ୍ଟ୍ରର ଅନୁପସ୍ଥିତି ପୁଣି ଏକ ‘ପ୍ରକୃତି-ରାଜ୍ୟ’କୁ ଫେରାଇନେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଥା’ନ୍ତି ।

ବାର୍କର ରାଷ୍ଟ୍ରର ଆବଶ୍ୟକତାକୁ ସୂଚିତ କରି ମତ ଦେଇଛନ୍ତି ଯେ ମାନବର ସଚେତନଶୀଳତା ସ୍ଵତନ୍ତ୍ରତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ; ସ୍ଵତନ୍ତ୍ରତାର କୋଳରେ ଅଧୂକାର ବିକଶିତ ହୁଏ ଓ ଅଧିକାର ନିଜର ଯଥାର୍ଥ ଉପଯୋଗିତାପାଇଁ ରାଷ୍ଟ୍ରର ସ୍ଥିତି, ପରିବେଶ ଓ ହସ୍ତକ୍ଷେପ ଦାବି କରେ । ମାର୍କସ୍ ରାଷ୍ଟ୍ରରୁ ଶ୍ରେଣୀ ସଂଘର୍ଷର ମାଧ୍ୟମରୂପେ ଚିତ୍ରଣ କରି ଏହାର ବିଲୋପସାଧନ ପାଇଁ ଦାବି କରୁଥିଲେ ମଧ୍ୟ ରାଷ୍ଟ୍ରର ଜନମଙ୍ଗଳ ପ୍ରକୃତି ବ୍ୟକ୍ତି ଜୀବନରେ ଏହାର ଆବଶ୍ୟକତାକୁ ପ୍ରତିପାଦନ କରୁଛି ।

୨ । ମିଳିତ ଜାତିସଂଘ ଗୋଟିଏ ରାଷ୍ଟ୍ର କି ?
Answer:
ମିଳିତ ଜାତିସଂଘ ଗୋଟିଏ ରାଷ୍ଟ୍ର ନୁହେଁ । ଏହା ସାର୍ବଭୌମ ରାଷ୍ଟ୍ରମାନଙ୍କର ଏକ ଆନ୍ତର୍ଜାତୀୟ ସମିତି ଅଟେ । ଯୁଦ୍ଧ ବିଭୀଷିକାରୁ ମାନବ ସମାଜକୁ ସଂରକ୍ଷିତ କରି ରଖୁବାପାଇଁ ଏହାର ସୃଷ୍ଟି ହୋଇଛି । ରାଷ୍ଟ୍ରର ଅତ୍ୟାବଶ୍ୟକ ଚାରିଗୋଟି ଉପାଦାନ ବିଶେଷ କରି ସାର୍ବଭୌମତ୍ୱ ନଥିବାରୁ ଜାତିସଂଘକୁ ରାଷ୍ଟ୍ର କୁହାଯାଏ ନାହିଁ ।

୩ । ‘ରାଷ୍ଟ୍ର ସଂଘମାନଙ୍କର ସଂଘ’ ସତ୍ୟତା ପରୀକ୍ଷା କର ।
Answer:
ବ୍ୟକ୍ତି ନିଜର ବିବିଧ ଆବଶ୍ୟକତା ପୂରଣପାଇଁ ବିଭିନ୍ନ ସଂଘ ତିଆରି କରିଥାଏ । ରାଷ୍ଟ୍ର ଏକ ରାଜନୈତିକ ସଂଘ ଅଟେ । ଏହା ସାର୍ବଭୌମତ୍ବର ଏକଚାଟିଆ ଉପଭୋଗ କରୁଥିବାରୁ ଅନ୍ୟ ସଂଘମାନଙ୍କୁ ନିଜ ନିୟନ୍ତ୍ରଣ ଓ ନିର୍ଦ୍ଦେଶନା ସହ ପରିଚାଳନା କରିପାରେ । ଅନ୍ୟାନ୍ୟ ସଂଘମାନଙ୍କର ଜନ୍ମ, ସ୍ଥିତି ଓ କାର୍ଯ୍ୟଧାରା ରାଷ୍ଟ୍ରର ଆଇନଦ୍ଵାରା ନିର୍ଦ୍ଧାରିତ ଓ ପରିଚାଳିତ ହୋଇଥାଏ । ରାଷ୍ଟ୍ର ସଂଘମାନଙ୍କୁ ବିଲୋପ କରିପାରେ କିମ୍ବା ସେମାନଙ୍କର କାର୍ଯ୍ୟ ପରିସରକୁ ସଙ୍କୁଚିତ କରିପାରେ । ଏହିସବୁ କାରଣରୁ ‘ରାଷ୍ଟ୍ରକୁ ସଂଘମାନଙ୍କର ସଂଘ’ ବୋଲି କୁହାଯାଇଥାଏ ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୪ । ପୃଥ୍ବୀକରଣ ଯୁଗରେ ରାଷ୍ଟ୍ର-ସାର୍ବଭୌମତ୍ବ ଅର୍ଥହୀନ ।
Answer:
ସାର୍ବଭୌମତ୍ଵ ରାଷ୍ଟ୍ରର ଆତ୍ମା ଅଟେ । ଏହା ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ବ୍ୟପାରରେ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାକୁ ସୂଚିତ କରେ । କିନ୍ତୁ ପୃଥ୍ବୀକରଣ ଯୁଗରେ ବିଶ୍ଵ ସଙ୍କୁଚିତ ହୋଇ ପାରସ୍ପରିକ ସହଯୋଗ ଭିତ୍ତିରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଭୌଗୋଳିକ ପ୍ରାଚୀର ଉଠାଇଦେଇ ଏକ ବିଶ୍ଵ-ଗ୍ରାମ ପ୍ରତିଷ୍ଠା ବର୍ତ୍ତମାନର ପ୍ରାଥମିକ ଆବଶ୍ୟକତାରେ ପରିଣତ ହୋଇଛି । ଏହା ଦ୍ରବ୍ୟ ଓ ସେବାର ବୃହତ୍ କ୍ଷେତ୍ର ପ୍ରତିଷ୍ଠା କରୁଛି । ଏହାଫଳରେ ରାଷ୍ଟ୍ରର ସାର୍ବଭୌମତ୍ଵର ପୁରାତନ ଏକକ ମତବାଦ ଅର୍ଥହୀନ ହୋଇଯାଇଛି ।

ଆନ୍ତର୍ଜାତିକ ସମାଜର ଆବଶ୍ୟକତା ଦୃଷ୍ଟିରୁ ଆନ୍ତର୍ଜାତିକ ସଂପର୍କ ରକ୍ଷା ଓ ନିଜର ଆଭ୍ୟନ୍ତରୀଣ ଶାସନ ନୀତି ପ୍ରଣୟନ ଓ ପରିଚାଳନା ବ୍ୟାପାରରେ ରାଷ୍ଟ୍ର ନିରଙ୍କୁଶ ଭାବେ ନିଜର ସର୍ବୋଚ୍ଚ କ୍ଷମତାର କରିପାରୁନାହିଁ । ଏଣୁ ପୃଥ୍ବୀକରଣ ଯୁଗରେ ରାଷ୍ଟ୍ର-ସାର୍ବଭୌମତ୍ବ ଅର୍ଥହୀନ ନହେଲେ ମଧ୍ୟ ଏହା ଆନ୍ତର୍ଜାତିକ ସମାଜର ପରିବର୍ତ୍ତିତ ଆବଶ୍ୟକତା ଭିତ୍ତିରେ ନିୟନ୍ତ୍ରିତ ଓ ଶୃଙ୍ଖଳିତ ହୋଇଛି ।

(C) ପାର୍ଥକ୍ୟ ଦର୍ଶାଅ ।

୧ । ରାଷ୍ଟ୍ର ଓ ସମାଜ :
Answer:
ପ୍ରାଚୀନ ରାଜନୀତି ବିଶାରଦମାନେ ରାଷ୍ଟ୍ର ଓ ସମାଜ ମଧ୍ୟରେ ପାର୍ଥକ୍ୟ ଦେଖୁନଥିଲେ । ହେଗେଲ୍ ମଧ୍ଯ ପ୍ଲାଟୋ ଓ ଆରିଷ୍ଟୋଟଲ୍‌ଙ୍କ ମତକୁ ଏକପ୍ରକାର ସମର୍ଥନ କରୁଥିଲେ; କିନ୍ତୁ ଆଧୁନିକ ରାଜନୀତି ବିଶାରଦମାନେ ରାଷ୍ଟ୍ର ଓ ସମାଜ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି ।
(କ) ରାଷ୍ଟ୍ରଠାରୁ ସମାଜ ବ୍ୟାପକ । ରାଷ୍ଟ୍ର ଏକ ରାଜନୈତିକ ଅନୁଷ୍ଠାନ; କିନ୍ତୁ ସମାଜ ବ୍ୟକ୍ତିର ଜୀବନର ସମସ୍ତ ବିଭାଗ ସହିତ ସମ୍ପୃକ୍ତ । ସମାଜରେ ବିଭିନ୍ନ ସାମାଜିକ ସଂଗଠନ ରହିଥ‌ିବାବେଳେ ରାଷ୍ଟ୍ର ମୁଖ୍ୟତଃ ଏକ ରାଜନୈତିକ ସଙ୍ଗଠନ ।
(ଖ) ରାଷ୍ଟ୍ର ସମାଜର ବହୁ ପରେ ସୃଷ୍ଟି ହୋଇଛି । ସମାଜ ରାଷ୍ଟ୍ରଠାରୁ ପ୍ରାଚୀନତର ।
(ଗ) ରାଷ୍ଟ୍ରର ସୀମା ସୀମିତ ହୋଇଥିବାବେଳେ ସମାଜର ସୀମା ନାହିଁ । ରାଷ୍ଟ୍ର ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଆବଶ୍ୟକତା ଥିବାବେଳେ ସମାଜ ପାଇଁ ଏହାର ଆବଶ୍ୟକତା ନାହିଁ ।
(ଘ) ରାଷ୍ଟ୍ର ସାର୍ବଭୌମ କ୍ଷମତାର ଅଧିକାରୀ ଏବଂ ରାଷ୍ଟ୍ରର ଆଇନ ଅମାନ୍ୟ କଲେ ଦଣ୍ଡର ବ୍ୟବସ୍ଥା ଅଛି । ସମାଜର ଏ କ୍ଷମତା ନଥିବାରୁ ସାମାଜିକ ନିୟମ ମାନିବାରେ ବାଧ୍ୟବାଧକତା ନ ଥାଏ ।
(ଙ) ରାଷ୍ଟ୍ରର ଆଇନ ବ୍ୟକ୍ତିର ବାହ୍ୟ ବ୍ୟବହାରଗୁଡ଼ିକୁ ନିୟନ୍ତ୍ରଣ କରୁଥିବାବେଳେ ସମାଜ ବ୍ୟକ୍ତିର ଧର୍ମ, ବିଶ୍ଵାସ, ଆଚାର, ବ୍ୟବହାର ଇତ୍ୟାଦିକୁ ପ୍ରଭାବିତ କରିଥାଏ ।
ରାଷ୍ଟ୍ରୀୟ ନିୟନ୍ତ୍ରଣ ବିନା ସମାଜରେ ଶାନ୍ତିଶୃଙ୍ଖଳା ସମ୍ଭବ ନୁହେଁ । ବାସ୍ତବତା ଦୃଷ୍ଟିରୁ ରାଷ୍ଟ୍ର ଓ ସମାଜ ପରସ୍ପର ବିରୋଧୀ ନୁହନ୍ତି, ବରଂ ପରସ୍ପରର ପରିପୂରକ ଅଟନ୍ତି ।

୨। ରାଷ୍ଟ୍ର ଓ ସଂଘ ।
Answer:
ରାଷ୍ଟ୍ର ଓ ସଂଘ ମଧ୍ଯରେ ନିମ୍ନଲିଖତ ପାର୍ଥକ୍ୟ ପରିଦୃଷ୍ଟ ହୁଏ ।
(କ) ରାଷ୍ଟ୍ରର ଏକ ନିର୍ଦ୍ଦିଷ୍ଟ ସୀମା ଥାଏ; କିନ୍ତୁ ସଂଘ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ବାନ୍ଧିହୋଇ ରହିନଥାଏ ।
(ଖ) ରାଷ୍ଟ୍ରର ସଭ୍ୟପଦ ବାଧ୍ୟତାମୂଳକ; କିନ୍ତୁ ସଂଘର ସଭ୍ୟପଦ ଇଚ୍ଛାଧୀନ ।
(ଗ) ରାଷ୍ଟ୍ର ଏକ ସ୍ଥାୟୀ ଅନୁଷ୍ଠାନ; କିନ୍ତୁ ଅନ୍ୟ ସଂଘଗୁଡ଼ିକ ଅସ୍ଥାୟୀ ଅଟନ୍ତି ।
(ଘ) ରାଷ୍ଟ୍ରର ସାର୍ବଭୌମ କ୍ଷମତା ଅଛି; କିନ୍ତୁ ଅନ୍ୟ ସଂଘମାନଙ୍କର ସାର୍ବଭୌମତ୍ଵ ନାହିଁ । ଏହି ସାର୍ବଭୌମତ୍ୱ ବଳରେ ରାଷ୍ଟ୍ର ଗୋଟିଏ ରାଜନୈତିକ ସଂଘ ହୋଇ ମଧ୍ୟ ଅନ୍ୟ ସଂଘକୁ ନିୟନ୍ତ୍ରଣ କରିଥାଏ । ଏଣୁ ରାଷ୍ଟ୍ରକୁ ‘ ସଂଘମାନଙ୍କର ସଂଘ’ କୁହାଯାଏ ।
(ଙ) ରାଷ୍ଟ୍ରର ଆଇନକୁ ଭଙ୍ଗକଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଏ; କିନ୍ତୁ ସଂଘର ନିୟମ ଭଙ୍ଗକଲେ ସଂଘ କେବଳ ନିଜ ସଦସ୍ୟମାନଙ୍କୁ ସାଧାରଣ ଦଣ୍ଡ ଦେଇପାରେ ।

୩ । ରାଷ୍ଟ୍ର ଓ ସରକାର :
Answer:
ରାଷ୍ଟ୍ର ଓ ସରକାର ମଧ୍ୟରେ ନିମ୍ନଲିଖତ ପାର୍ଥକ୍ୟ ପରିଲକ୍ଷିତ ହୁଏ –
(କ) ରାଷ୍ଟ୍ର ଏକ ଶାଶ୍ଵତ କାଳ୍ପନିକ ସଂସ୍ଥା ହୋଇଥିବାବେଳେ ଏହାର ଇଚ୍ଛାକୁ ପ୍ରତିଫଳିତ କରି କାର୍ଯ୍ୟକାରୀ କରାଉଥିବା ସଂସ୍ଥା ଅର୍ଥାତ୍ ସରକାର ବାସ୍ତବ ଅଟେ ।
(ଖ) ରାଷ୍ଟ୍ର ଏକ ସ୍ଥାୟୀ ସଂସ୍ଥା; ମାତ୍ର ସରକାର ପରିବର୍ତ୍ତନଶୀଳ ଅଟେ ।
(ଗ) ରାଷ୍ଟ୍ରର ସମସ୍ତ ଅଧ୍ଵବାସୀ ରାଷ୍ଟ୍ରର ସଦସ୍ୟତା ଗ୍ରହଣ ପାଇଁ ବାଧ୍ୟ ଅଟନ୍ତି; କିନ୍ତୁ ସରକାରରେ ଅଳ୍ପ କେତେଜଣ ସଭ୍ୟ ହୋଇ ଶାସନ କାର୍ଯ୍ୟ ପରିଚାଳନା କରିଥାନ୍ତି ।
(ଘ) ରାଷ୍ଟ୍ର ଏକ ରାଜନୈତିକ ସଂଘ ଓ ସରକାର ରାଷ୍ଟ୍ରର, ଏକ ଆବଶ୍ୟକୀୟ ଉପାଦାନ ଅଟେ ।
(ଙ) ରାଷ୍ଟ୍ର ବିରୁଦ୍ଧରେ ନାଗରିକ କାର୍ଯ୍ୟ କରିପାରେ ନାହିଁ; କିନ୍ତୁ ଏକ ଅତ୍ୟାଚାରୀ ସରକାର ବିରୁଦ୍ଧରେ ସେ ବିଦ୍ରୋହ କରି ଏହାର ପ୍ରକୃତି ପରିବର୍ତ୍ତନ ପାଇଁ ସ୍ଵର ଉତ୍ତୋଳନ କରିପାରିବ ।

୪ । ‘ରାଷ୍ଟ୍ର’ (State) ଓ ଜାତି (Nation) :
Answer:
ରାଷ୍ଟ୍ର ଓ ଜାତି ମଧ୍ୟରେ ନିମ୍ନଲିଖତ ପାର୍ଥକ୍ୟ ଦେଖାଯାଏ । ବର୍ତ୍ତମାନର “ ଏକ ଜାତି ଏକ ରାଷ୍ଟ୍ର” ତତ୍ତ୍ବ ଏହି ପାର୍ଥକ୍ୟକୁ ହ୍ରାସ କରୁଛି-
(କ) ରାଷ୍ଟ୍ର ଗଠନ ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡ, ଜନସଂଖ୍ୟା, ସରକାର ଓ ସାର୍ବଭୌମତ୍ଵ ଆବଶ୍ୟକ ହେଉଥିବାବେଳେ ଜାତି ଗଠନ ପାଇଁ ଜନ, ଭାଷା, ସଂସ୍କୃତି ଓ ଧର୍ମଗତ ଐକ୍ୟ ଆବଶ୍ୟକ ।
(ଖ) ରାଷ୍ଟ୍ର ଏକ ସ୍ଵାଧୀନ ସାର୍ବଭୌମ ସଂସ୍ଥା ହେଲେ ସ୍ଵାଧୀନତାକାମୀ ଜନସମଷ୍ଟିକୁ ‘ଜାତି’ କୁହାଯାଏ ।
(ଗ) ରାଷ୍ଟ୍ରର ନିର୍ଦ୍ଦିଷ୍ଟ ଭୂଖଣ୍ଡ ଥିବାବେଳେ ଜାତି ପରି ଏକ ମନସ୍ତାତ୍ଵିକ ଭାବଧାରାର ନିର୍ଦ୍ଦିଷ୍ଟ ଭୂସୀମା ନଥାଏ ।
(ଘ) ରାଷ୍ଟ୍ର ପାଇଁ ଆନ୍ତର୍ଜାତିକ ସ୍ବୀକୃତି ଆବଶ୍ୟକ, କିନ୍ତୁ ଜାତି ପାଇଁ ଏହାର ଆବଶ୍ୟକତା ଅନୁଭୂତ ହୁଏ ନାହିଁ ।
(ଙ) ଗୋଟିଏ ରାଷ୍ଟ୍ର ମଧ୍ୟରେ ଏକାଧ୍ଵକ ଜାତି ରହିପାରେ, କିନ୍ତୁ ଗୋଟିଏ ଜାତି ମଧ୍ୟରେ ଏକାଧ୍ଵକ ରାଷ୍ଟ୍ର ରହିବା ସମ୍ଭବ ନୁହେଁ ।
(ଚ) ରାଷ୍ଟ୍ରର ଅଧ୍ଵବାସୀମାନଙ୍କ ମଧ୍ୟରେ ଐକ୍ୟ ମନୋଭାବ ପ୍ରକାଶ ହେଲେ ଏହା ଏକ ଜାତିରେ ପରିଣତ ହୁଏ । ଜାତି = ରାଷ୍ଟ୍ର + ଜାତୀୟତା ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରାଷ୍ଟ୍ରର ସଂଜ୍ଞା ନିରୂପଣ କର ଓ ଏହାର ଉପାଦାନଗୁଡ଼ିକ ଆଲୋଚନା କର ।
Answer:
ରାଷ୍ଟ୍ର ଏକ ସର୍ବୋଚ୍ଚ କ୍ଷମତାଶାଳୀ ସାର୍ବଭୌମ ସଂଘ ଅଟେ ଯାହା ସମାଜରେ ଆଇନ ଓ ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ବ୍ୟକ୍ତିର ବହୁବିଧ ବ୍ୟକ୍ତିତ୍ଵର ବିକାଶର ମାଧ୍ୟମରୂପେ କାର୍ଯ୍ୟ କରେ । ରାଷ୍ଟ୍ର ପାଖରେ ସର୍ବୋଚ୍ଚ ନିୟନ୍ତ୍ରଣକାରୀ କ୍ଷମତା ରହିଥିବାରୁ ଏହା ବ୍ୟକ୍ତିର ସାମାଜିକ ଚରିତ୍ରର ସୁରକ୍ଷାକାରୀ ହିସାବରେ କାର୍ଯ୍ୟ କରିଥାଏ । ଏହାର ଅନୁପସ୍ଥିତିରେ ସମାଜରେ ଅରାଜକତା, ବିଶୃଙ୍ଖଳା ଓ ‘ଜୋର ଯାହାର ମୁଲକ୍ ତାହାର’ ନୀତିର ବିକାଶ ହୋଇଥାଏ । ବର୍ତ୍ତମାନ ରାଷ୍ଟ୍ରର ଉପଯୋଗିତାର ଯଥେଷ୍ଟ ପରିବର୍ତ୍ତନ ହୋଇଛି । ଆରିଷ୍ଟୋଟଲ୍ ଯଥାର୍ଥରେ କହିଥିଲେ, “ ଜୀବନରକ୍ଷାର ମୌଳିକ ଆବଶ୍ୟକତାରୁ ରାଷ୍ଟ୍ର ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ବ୍ୟକ୍ତିକୁ ଏକ ସୁସ୍ଥ ଓ ସମୃଦ୍ଧ ଜୀବନ ପ୍ରଦାନ ଆବଶ୍ୟକତା ଦୃଷ୍ଟିରୁ ଏହାର ସ୍ଥିତି ବଜାୟ ରହିଛି ।”

ପ୍ରାଚୀନ ସମୟରେ ‘ପଲିସ୍’, ‘ସିଭିଟାସ୍’ ଅନୁଷ୍ଠାନ କ୍ଷୁଦ୍ର ନଗର-ରାଜ୍ୟଗୁଡ଼ିକୁ ସୂଚିତ କରୁଥିଲେ ମଧ୍ୟ ବର୍ତ୍ତମାନ ‘ଜାତି-ରାଷ୍ଟ୍ର’ର ଯୁଗ ଆରମ୍ଭ ହୋଇଛି । ଟିଉଟୋନିକ୍ ଶବ୍ଦ ‘ଷ୍ଟାଟସ୍’ (Status) ରୁ ଷ୍ଟେଟ୍ (State) ବା ‘ରାଷ୍ଟ୍ର’ ଶବ୍ଦଟି ଉଦ୍ଧୃତ ହୋଇଛି ଯାହା ବ୍ୟକ୍ତିର ସାମାଜିକ ମର୍ଯ୍ୟାଦା ବା ସ୍ଥିତିକୁ ସୂଚିତ କରିଥାଏ । ଷୋଡ଼ଶ ଶତାବ୍ଦୀରେ ମାକିଆଭେଲି ସର୍ବପ୍ରଥମେ ଏକ ସାର୍ବଭୌମ, ଧର୍ମନିରପେକ୍ଷ ଓ ଜାତୀୟ ଅନୁଷ୍ଠାନରୂପେ ରାଷ୍ଟ୍ରକୁ ଚିତ୍ରିତ କରିଥିଲେ ।

ରାଷ୍ଟ୍ରର ଉତ୍ପରି ସମ୍ବନ୍ଧରେ ମତ ବିଭେଦତା ଦେଖାଯାଏ । ଦୈବୀତତ୍ତ୍ଵ ଅନୁଯାୟୀ ଏହା ଈଶ୍ଵରଙ୍କଦ୍ଵାରା ସ୍ପଷ୍ଟ ଏକ ଅନୁଷ୍ଠାନରୂପେ ସ୍ଵୀକୃତ ହୋଇଥିବାବେଳେ ଶକ୍ତି ତତ୍ତ୍ଵ ଏହାକୁ ବଳ ଓ କ୍ଷମତାର ଆନୁଷ୍ଠାନିକ ପରିପ୍ରକାଶ ବୋଲି ମତ ଦେଇଥାଏ । ସାମାଜିକ ଚୁକ୍ତି ତତ୍ତ୍ଵ ଏହାକୁ ଲୋକମାନଙ୍କଦ୍ଵାରା ସମ୍ପାଦିତ ଏକ ଚୁକ୍ତି ବଳରେ ସ୍ଥାପିତ ହୋଇଛି ବୋଲି କହୁଥିବାବେଳେ ଐତିହାସିକ ବା ବିବର୍ତ୍ତନବାଦ ଏହା ପରିବାର, ଧର୍ମ, ଶକ୍ତି, ଚୁକ୍ତି, ଅର୍ଥନୈତିକ ଭିଭି ବିବିଧ କାରଣରୁ ଏହାର ବିକାଶ ହେଉଛି ବୋଲି ସୂଚନା ଦେଇଥାଏ ।

ଉଡ୍ରୋ ଉଇଲ୍‌ସନ୍ – ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ଆଇନ ପାଇଁ ସଂଗଠିତ ଜନସମାଜକୁ ରାଷ୍ଟ୍ର କୁହାଯାଏ ।
ଲାସ୍କି (Laski) – ଏକ ଆଞ୍ଚଳିକ ସମିତି ଯଦି ସରକାର ଓ ପ୍ରଜା ଆକାରରେ ବିଭକ୍ତ ହୋଇ ନିଜର ନିର୍ଦ୍ଧାରିତ ପ୍ରାକୃତିକ ଭୂଖଣ୍ଡରେ ଥିବା ଅନ୍ୟ ସମସ୍ତ ଅନୁଷ୍ଠାନ ଉପରେ ପ୍ରାଧାନ୍ୟ ଦାବି କରେ, ତାକୁ ରାଷ୍ଟ୍ର କୁହାଯାଏ ।

ଗାର୍ଲର (Garner) – ବାହ୍ୟ ନିୟନ୍ତ୍ରଣରୁ ସମ୍ପୂର୍ଣ୍ଣରୂପେ ସ୍ଵାଧୀନ ବା ସ୍ଵାଧୀନ ପ୍ରାୟ ପୃଥ‌ିବୀର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡକୁ ସ୍ଥାୟୀ ଭାବେ ଅଧୁକାର କରି ରହିଥିବା କମ୍ ବା ବହୁସଂଖ୍ୟକ ଲୋକଙ୍କ ସମଷ୍ଟିର ସଂଗଠିତ ସରକାରକୁ ସଂଖ୍ୟାଧିକ ଲୋକ ଅଭ୍ୟାସଗତ ଆସ୍ଥା ପ୍ରଦର୍ଶନ କରୁଥିଲେ, ରାଜନୀତି ବିଜ୍ଞାନ ଓ ସାଧାରଣ ଆଇନ ଦୃଷ୍ଟିରୁ ତାହାକୁ ରାଷ୍ଟ୍ର କୁହାଯାଏ ।

ଏହି ସଂଜ୍ଞାଗୁଡ଼ିକୁ ବିଶ୍ଳେଷଣ କଲେ ରାଷ୍ଟ୍ରର ଚାରିଗୋଟି ମୌଳିକ ଉପାଦାନ ସମ୍ପର୍କରେ ଧାରଣା ମିଳିଥାଏ । ଏହି ଉପାଦାନଗୁଡ଼ିକ ହେଲା – (୧) ଅଧ୍ଵବାସୀ (Population), (୨) ନିର୍ଦ୍ଦିଷ୍ଟ ଭୂଖଣ୍ଡ (Fixed Territory), (୩) ସରକାର (Government), (୪) ସାର୍ବଭୌମତ୍ଵ (Sovereignty) । କିନ୍ତୁ ବର୍ତ୍ତମାନର ଆବଶ୍ୟକତା ଦୃଷ୍ଟିରୁ ଏକ ପଞ୍ଚମ ଉପାଦାନ ରୂପେ ଆନ୍ତର୍ଜାତିକ ସ୍ଵୀକୃତି (International Recognition) ସଂଯୋଗ ହୋଇଛି ।

(୧) ଅଧ୍ବବାସୀ (ବ୍ୟକ୍ତିଗତ ଭିରି) (Population) – ରାଷ୍ଟ୍ର ଏକ ମାନବୀୟ ଅନୁଷ୍ଠାନ ହୋଇଥିବାରୁ ଜନସଂଖ୍ୟାର ଆବଶ୍ୟକତା ରହିଛି । ଏକ ପରିମାଣ କେତେ ହେବ ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ନୀତିନିୟମ ନାହିଁ । ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ଓ ଆରିଷ୍ଟୋଟଲ୍ ଓ ଫରାସୀ ଦାର୍ଶନିକ ରୁଷୋ ସେମାନଙ୍କର ଆଦର୍ଶ ରାଷ୍ଟ୍ରର ଜନସଂଖ୍ୟା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦେଇଛନ୍ତି । ପ୍ଲୁଟୋଙ୍କର ଆଦର୍ଶ ରାଷ୍ଟ୍ରରେ ଜନସଂଖ୍ୟା ୫୦୪୦ ଏବଂ ଆରିଷ୍ଟୋଟଲ୍‌ଙ୍କ ଆଦର୍ଶ ରାଷ୍ଟ୍ରରେ ଜନସଂଖ୍ୟା ଦଶ ହଜାରଠାରୁ କମ୍ ହେବା ଏବଂ ଏକ ଲକ୍ଷଠାରୁ ଅଧିକ ନ ହେବା ପାଇଁ ନିର୍ଦ୍ଦେଶ ରହିଥିଲା ।

ରୁଷୋଙ୍କ ଆଦର୍ଶ ରାଷ୍ଟ୍ରର ଜନସଂଖ୍ୟା ଦଶହଜାର ମଧ୍ୟରେ ସୀମିତ ଥିଲା । ବାସ୍ତବ କ୍ଷେତ୍ରରେ ମଧ୍ୟ ଚୀନ, ଭାରତ ପରି ଖୁବ୍ ଜନବହୁଳ ରାଷ୍ଟ୍ର ଓ ସନ୍‌ମାରିନୋ, ଗ୍ଲାଟେମାଲା ପରି କମ୍ ଲୋକସଂଖ୍ୟାବିଶିଷ୍ଟ ରାଷ୍ଟ୍ର ରହିଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ରାଷ୍ଟ୍ର ପାଇଁ ଜନସଂଖ୍ୟା ବା ଅଧ୍ଵବାସୀ ଏକ ଜରୁରୀ ଆବଶ୍ୟକତା ହୋଇଥିଲେ ମଧ୍ୟ ଜନସଂଖ୍ୟାର ପରିମାଣ ସମ୍ପର୍କରେ ନିର୍ଦ୍ଦିଷ୍ଟ ନୀତିର ଅଭାବ ରହିଛି ।

(୨) ନିର୍ଦ୍ଦିଷ୍ଟ ଭୂଖଣ୍ଡ (ଭୌତିକ ଭିଭି) (Fixed Territory) – ଗୋଟିଏ ରାଷ୍ଟ୍ରର ଅଧ୍ଵବାସୀ ସ୍ଥାୟୀଭାବେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସତି ସ୍ଥାପନ କରିବା ଆବଶ୍ୟକ । ଯାଯାବରମାନେ ରାଷ୍ଟ୍ର ଗଠନ କରିପାରନ୍ତି ନାହିଁ । ଇହୁଦୀମାନେ ସ୍ଥାୟୀଭାବେ ଇସ୍ରାଏଲ୍‌ରେ ବସତି ସ୍ଥାପନ କରିବା ପରେ ଯାଇ ୧୯୪୮ ମସିହାଠାରୁ ଏକ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କରିଛନ୍ତି; କିନ୍ତୁ ଜେଲିନେକ, ଇଉଲୋଗିବି, ଡୁଜୁଇଟ୍‌ ଇତ୍ୟାଦି ଦାର୍ଶନିକମାନେ ଭୂଖଣ୍ଡକୁ ରାଷ୍ଟ୍ର ଗଠନ ପାଇଁ ଏକ ଅପରିହାର୍ଯ୍ୟ ଉପାଦାନରୂପେ ଗ୍ରହଣ କରିନାହାନ୍ତି ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

ବୁଣ୍ଡସ୍ଵୀଙ୍କ ମତରେ, “ ଜନସଂଖ୍ୟା ରାଷ୍ଟ୍ରର ବ୍ୟକ୍ତିଗତ ଭିଭି ହୋଇଥିବାବେଳେ ଭୂଖଣ୍ଡ ରାଷ୍ଟ୍ରର ବସ୍ତୁଗତ ଭିଭି ଅଟେ । ଜନସଂଖ୍ୟା ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସ୍ଥାୟୀଭାବେ ବସତି ସ୍ଥାପନ ନ କରିବା ପର୍ଯ୍ୟନ୍ତ ରାଷ୍ଟ୍ର ଗଠନ ସମ୍ଭବ ନୁହେଁ ।” ଗୋଟିଏ ନିର୍ଦ୍ଦିଷ୍ଟ ଭୂଭାଗ, ଏହାର ଉପରିସ୍ଥ ଆକାଶଭାଗ ଓ ସମୁଦ୍ରକୂଳଠାରୁ ତିନି କି.ମି. ପରିବ୍ୟାସରେ ଥୁବା ଜଳଭାଗକୁ ନେଇ ଗୋଟିଏ ରାଷ୍ଟ୍ରର ଭୂଖଣ୍ଡ ଗଠିତ ହୋଇଥାଏ; କିନ୍ତୁ ରାଷ୍ଟ୍ର ଗଠନ ହେବାପାଇଁ ଭୂଖଣ୍ଡର କ୍ଷେତ୍ରଫଳ କେତେ ହେବ ସେ ବିଷୟର ନିର୍ଦ୍ଦିଷ୍ଟ ମତ ନାହିଁ ।

ବାସ୍ତବ କ୍ଷେତ୍ରରେ ସୋଭିଏତ୍ ରୁଷ୍ଠ, ଭାରତ ପରି ବୃହତ୍ ଭୂଖଣ୍ଡ ବିଶିଷ୍ଟ ରାଷ୍ଟ୍ର ଏବଂ ମୋନାକୋ, ଭାଟିକାନ୍ ସିଟି ପରି କ୍ଷୁଦ୍ର ଭୂଖଣ୍ଡବିଶିଷ୍ଟ ରାଷ୍ଟ୍ରର ସ୍ଥିତି ସମ୍ଭବ ହୋଇପାରିଛି । ବର୍ତ୍ତମାନର ଆଧୁନିକ ବୈଜ୍ଞାନିକ ଯୁଗରେ ଏକ ବିଶାଳ ରାଷ୍ଟ୍ରକୁ ଶାସନ କରିବା ଆଦୌ ଅସମ୍ଭବ ବ୍ୟାପାର ନୁହେଁ ।

(୩) ସରକାର (ରାଜନୈତିକ ଭିରି) (Government) – ସରକାର ପରି ଏକ ରାଜନୈତିକ ସଂଗଠନ ବ୍ୟତୀତ ରାଷ୍ଟ୍ର ଶାସନ ସମ୍ଭବପର ନୁହେଁ । ଗାର୍ଶ୍ଵରଙ୍କ ମତରେ, କରିପାରୁନଥୁବା ଏକ ଅଣସଂଗଠିତ, ବିଶୃଙ୍ଖଳିତ ଜନଗୋଷ୍ଠୀରେ ପରିଣତ ହେବ ।” ରାଷ୍ଟ୍ର ଏକ ଶାଶ୍ଵତ ଅନୁଷ୍ଠାନ । ସରକାର ରାଷ୍ଟ୍ରର ଏକ ପ୍ରତିନିଧ୍ଵ ଯାହା ମାଧ୍ୟମରେ ରାଷ୍ଟ୍ରର ଇଚ୍ଛା ପ୍ରତିଫଳିତ ଓ କାର୍ଯ୍ୟକାରୀ ହୋଇଥାଏ । ରାଷ୍ଟ୍ରର ପ୍ରକୃତି ଉପରେ ସରକାରର ଚରିତ୍ର ଓ କାର୍ଯ୍ୟଧାରା ନିର୍ଭର କରେ ।

ସରକାରର ତିନିଗୋଟି ଅଙ୍ଗ; ଯଥା – ବ୍ୟବସ୍ଥାପକ ସଭା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମାଧ୍ୟମରେ ରାଷ୍ଟ୍ରର ଶାସନକାର୍ଯ୍ୟ ପରିଚାଳିତ ହୋଇଥାଏ । ସରକାରର ଦକ୍ଷତା ଉପରେ ଶାସନ ବ୍ୟବସ୍ଥାର ସ୍ଥିରତା, ଦୃଢ଼ତା ଓ ଜନସାଧାରଣଙ୍କ ଆନୁଗତ୍ୟର ଧାରା ନିର୍ଭର କରେ ।

(୪) ସାର୍ବଭୌମତ୍ଵ (ଶାଶ୍ବତ ଭିଭି) (Sovereignty) – ‘ସାର୍ବଭୌମତ୍ବ’ ଶବ୍ଦଟି ଏକ ଲାଟିନ୍ ଶବ୍ଦ ‘ସୁପର୍‌ଆନସ୍’ରୁ ଆନୀତ ହୋଇଛି, ଯାହାର ଅର୍ଥ ‘ସର୍ବୋଚ୍ଚ କ୍ଷମତା’ । ଏହା ରାଷ୍ଟ୍ରର ଏକ ଅପରିହାର୍ଯ୍ୟ ଉପାଦାନ ଅଟେ । ଲାସ୍କିଙ୍କ ମତରେ, ଏହି ସାର୍ବଭୌମତ୍ଵ ରାଷ୍ଟ୍ର ପରି ଏକ ରାଜନୈତିକ ସଂଘକୁ ଅନ୍ୟ ସଂଘମାନଙ୍କଠାରୁ ପୃଥକ୍ କରିଛି । ସାର୍ବଭୌମତ୍ଵ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାକୁ ସୂଚିତ କରିଥାଏ । ଏହା ଦୁଇ ପ୍ରକାରର; ଯଥା- ଆଭ୍ୟନ୍ତରୀଣ ଓ ବାହ୍ୟ ସାର୍ବଭୌମତ୍ଵ ।

ରାଷ୍ଟ୍ର ନିଜ ଭୂଖଣ୍ଡର ପରିସୀମା ମଧ୍ୟରେ ଜନସାଧାରଣ ଓ ଅନୁଷ୍ଠାନ ଉପରେ ନିଜର କର୍ତ୍ତୃତ୍ଵ ପ୍ରତିଷ୍ଠା କଲେ ଏବଂ ଆଭ୍ୟନ୍ତରୀଣ ବ୍ୟାପାରରେ ସର୍ବେସର୍ବା ହେଲେ ତାହାକୁ ଆଭ୍ୟନ୍ତରୀଣ ସାର୍ବଭୌମତ୍ଵ କୁହାଯାଏ । ଅନ୍ୟପକ୍ଷରେ ନିଜର ବୈଦେଶିକ ନୀତି ନିର୍ଦ୍ଧାରଣ ସମୟରେ ସମ୍ପୂର୍ଣ୍ଣ ସ୍ଵାଧୀନତା ପ୍ରକାଶ କଲେ ତାହାକୁ ବାହ୍ୟ ସାର୍ବଭୌମତ୍ଵ କୁହାଯାଏ । ଅନ୍ୟ କୌଣସି ଶକ୍ତି ଏହି ସାର୍ବଭୌମତ୍ୱ ଯୋଗୁଁ ରାଷ୍ଟ୍ରର ଆଭ୍ୟନ୍ତରୀଣ ଓ ବାହ୍ୟ ବ୍ୟାପାରରେ ହସ୍ତକ୍ଷେପ କରିପାରେ ନାହିଁ ।

(୫) ଆନ୍ତର୍ଜାତିକ ସ୍ବୀକୃତି (ଆନ୍ତର୍ଜାତିକ ଭିଭି) (International Recognition) – ଓପନ୍‌ହାମଙ୍କ ମତରେ, ଆନ୍ତର୍ଜାତିକ ସ୍ଵୀକୃତି ସହ ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡ, ଜନସଂଖ୍ୟା, ସରକାର ଓ ସାର୍ବଭୌମ ଉପାଦାନର ସମର୍ଥନ ସହିତ ରାଷ୍ଟ୍ର ପଦବାଚ୍ୟ ହୋଇଥାଏ । ଆନ୍ତର୍ଜାତିକ ସମାଜର ରାଷ୍ଟ୍ରମାନଙ୍କଦ୍ଵାରା ଏହା ସ୍ବୀକୃତିପ୍ରାପ୍ତ ହେବା ଆବଶ୍ୟକ । ୧୯୭୧ ମସିହା ପୂର୍ବରୁ ଚୀନ୍‌ର ଆନ୍ତର୍ଜାତିକ ସ୍ଵୀକୃତି ବ୍ୟତୀତ ଅନ୍ୟ ସମସ୍ତ ଆବଶ୍ୟକୀୟ ଉପାଦାନ ଥିଲେ ମଧ୍ୟ ଏହା ରାଷ୍ଟ୍ର ପଦବାଚ୍ୟ ହୋଇପାରିନଥୁଲା । ଏହା ଆନ୍ତର୍ଜାତିକ ସ୍ଵୀକୃତି ପାଇବା ପରେ ଏହା ରାଷ୍ଟ୍ରର ମର୍ଯ୍ୟାଦା ଉପଭୋଗ କଲା । ୧୯୯୧ ମସିହାରେ ସୋଭିଏତ୍ ରୁଷର ବଲଟିକ୍ ଅଞ୍ଚଳର ପ୍ରଜାତନ୍ତ୍ରଗୁଡ଼ିକ ଆନ୍ତର୍ଜାତିକ ସ୍ଵୀକୃତି ସହ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କଲେ ।

ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ହୁଏ ଯେ ଜନସଂଖ୍ୟା, ନିର୍ଦ୍ଦିଷ୍ଟ ସ୍ଥାୟୀ ଭୂଖଣ୍ଡ, ସରକାର, ସାର୍ବଭୌମତ୍ବ ଓ ଆନ୍ତର୍ଜାତିକ ସ୍ଵୀକୃତିର ଏକତ୍ର ସହାବସ୍ଥାନ ଫଳରେ ରାଷ୍ଟ୍ରର ଜନ୍ମ ହୁଏ । ଗେଟେଲ୍‌ଙ୍କ ମତରେ, ଏହି ଉପାଦାନଗୁଡ଼ିକ ସମ ଗୁରୁତ୍ଵବିଶିଷ୍ଟ ଅଟନ୍ତି । ଏଣୁ କୌଣସି ଗୋଟିଏ ଉପାଦାନର ଅନୁପସ୍ଥିତି ରାଷ୍ଟ୍ରର ବିଲୋପସାଧନକୁ ନିର୍ଦ୍ଦେଶିତ କରିଥାଏ ।

୨ । ରାଷ୍ଟ୍ରର ଆବଶ୍ୟକତା ବା ଉପାଦେୟତା (Need of the State) ର ବିଶ୍ଳେଷଣାତ୍ମକ ମୂଲ୍ୟାୟନ କର ।
Answer:
ରାଷ୍ଟ୍ର ଏକ ସର୍ବୋଚ୍ଚ ତଥା ସାର୍ବଭୌମ ସଂଗଠନ ଅଟେ ଯାହା ସମାଜରେ ଆଇନ ଓ ଶୃଙ୍ଖଳା ରକ୍ଷା କରିବା ସହ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ । ରାଷ୍ଟ୍ର ପାଖରେ ସର୍ବଶେଷ ଦଣ୍ଡବିଧାନକାରୀ କ୍ଷମତା ରହିଥ‌ିବାରୁ ଏହାର ନିର୍ଦ୍ଦେଶ ସମସ୍ତ ବ୍ୟକ୍ତି ମାନିବାପାଇଁ ବାଧ୍ୟ ହୋଇଥା’ନ୍ତି । ରାଷ୍ଟ୍ରର ଅନୁପସ୍ଥିତିରେ ‘ଜୋର ଯାହାର ମୁଲକ ତାହାର’ ନୀତିର ବ୍ୟାପକ ତଥା ଅବାଧ ପ୍ରସାର ଏକ ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରିଥାନ୍ତା ।

ହବସ୍, ଲକ୍, ରୁଷୋ ଆଦି ଚୁକ୍ତିବାଦୀ ରାଜନୀତି ବିଜ୍ଞାନୀମାନେ ରାଷ୍ଟ୍ର ସୃଷ୍ଟିର ପ୍ରାକ୍-କାଳକୁ ‘ପ୍ରକୃତି ରାଜ୍ୟ’ (State of Nature) ବୋଲି ପରିକଳ୍ପନା କରିଛନ୍ତି ଯେଉଁ ବ୍ୟବସ୍ଥାର ବିବିଧ ଅସୁବିଧା ପରସ୍ପର ମଧ୍ୟରେ ଏକ ଚୁକ୍ତି ସ୍ଥାପନ କରି ‘ରାଷ୍ଟ୍ର’ ପ୍ରତିଷ୍ଠା ପାଇଁ ବାଧ୍ୟ କରିଥିଲା ବୋଲି ସେମାନେ ଯୁକ୍ତି ବାଢ଼ିଥାନ୍ତି । ଲକ୍‌ଙ୍କ ‘ପ୍ରାକୃତିକ ଅଧିକାର’ (Natural Right) ତତ୍ତ୍ଵ ସତ୍ତ୍ଵେ ପ୍ରତ୍ୟେକ ବ୍ୟକ୍ତି ‘ ଅଧିକାର’ର ପୂର୍ଣ୍ଣ ତଥା ଆଇନଗତ ଉପଭୋଗ ପାଇଁ ରାଷ୍ଟ୍ର ପରି ଏକ ସାର୍ବଭୌମ ଅନୁଷ୍ଠାନର ପରିବେଶ କାମନା କରନ୍ତି ।

ବ୍ୟକ୍ତିବାଦୀମାନଙ୍କର ରାଷ୍ଟ୍ର ‘ ନାସ୍ତିସୂଚକ’ ‘ପୋଲିସ ରାଷ୍ଟ୍ର’ର ପ୍ରକୃତି ବହନ କରି ବ୍ୟକ୍ତିର ଜୀବନ, ଅଧୂକାର, ସମ୍ପତ୍ତି ଓ ରାଷ୍ଟ୍ରର ସାର୍ବଭୌମତ୍ୱକୁ ସୁରକ୍ଷା ପ୍ରଦାନ କରିବାର ସୀମିତ ଦାୟିତ୍ଵ ବହନ କରି ଊନବିଂଶ ଶତାବ୍ଦୀର ବ୍ୟକ୍ତି ପାଖରେ ରାଷ୍ଟ୍ରର ଉପାଦେୟତାକୁ ପ୍ରତିପାଦନ କରୁଥିବାବେଳେ ବିଂଶ ଶତାବ୍ଦୀରେ ସମାଜବାଦୀମାନେ ରାଷ୍ଟ୍ରକୁ ଏକ ଶୋଷଣ ବିରୋଧୀ ଅର୍ଥନୈତିକ କଲ୍ୟାଣକାରୀ ଅନୁଷ୍ଠାନରୂପେ ପ୍ରତିପାଦନ କରେ ।

ଏହା ରାଷ୍ଟ୍ରର କାର୍ଯ୍ୟପରିସରକୁ ବ୍ୟାପକ କରି ରାଜନୈତିକ ସାମ୍ୟ ସହିତ ଅର୍ଥନୈତିକ ସାମ୍ୟ ପ୍ରଦାନର ପ୍ରତିଶ୍ରୁତି ଦେଇ ବ୍ୟକ୍ତି ନିକଟରେ ନିଜର ଉପାଦେୟତା ପ୍ରତିପାଦନ କଲା । ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ସର୍ବପ୍ରଥମେ ସମାଜବାଦୀରୂପେ ପରିଗଣିତ ହୋଇଥାନ୍ତି । ଏହି ତତ୍ତ୍ଵ ରାଷ୍ଟ୍ରକୁ ଏକ ସମବାୟିକ ଅନୁଷ୍ଠାନ (Co-operative Institution) ରୂପେ ପ୍ରତିପାଦନ କରି ବ୍ୟକ୍ତିର ଭୂମିକା ଓ ଗୁରୁତ୍ଵ ବୃଦ୍ଧି କରିବା ଦିଗରେ ରାଷ୍ଟ୍ରର ଆବଶ୍ୟକତାକୁ ପ୍ରତିଷ୍ଠା କଲା ।

ଦ୍ଵିତୀୟ ବିଶ୍ବଯୁଦ୍ଧର ପରବର୍ତ୍ତୀ ଅବସ୍ଥାରେ ରାଷ୍ଟ୍ର ଏକ ଜନମଙ୍ଗଳକାରୀ ଓ ସାମାଜିକ ସେବା ପ୍ରଦାନକାରୀ ଅନୁଷ୍ଠାନର ଭୂମିକା ଗ୍ରହଣ କରି ନିଜର ଉପାଦେୟତାର ଗଭୀରତା ଓ ଗମ୍ଭୀରତା ଅନୁକୂଳ ପରିବେଶ ପ୍ରଦାନ କରୁଛି । ହବସନ୍‌ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିର ବହୁବିଧ କଲ୍ୟାଣ ପାଇଁ ଡାକ୍ତର, ଶିକ୍ଷକ, ବ୍ୟବସାୟୀ, ବୀମା ପ୍ରତିନିଧ୍ଵ ଇତ୍ୟାଦି ସହସ୍ରାତ୍ମକ କାର୍ଯ୍ୟ ସମ୍ପାଦନ କରିଥାଏ ଓ ଏହା ମାଧ୍ୟମରେ ନିଜର ଉପାଦେୟତା ପ୍ରତିପାଦନ କରିଥାଏ ।

ରାଷ୍ଟ୍ରର ଆବଶ୍ୟକତା ଆମେ କାହିଁକି ଅନୁଭବ କରୁ ? କିମ୍ବା ରାଷ୍ଟ୍ରର ସ୍ଥିତି କାହିଁକି ସମ୍ଭବ ହେଲା ? ଇତ୍ୟାଦି ପ୍ରଶ୍ନର ଉତ୍ତର କିମ୍ବା ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଦିଆଯାଇପାରୁଥିବାରୁ ରାଷ୍ଟ୍ରର ଉପଯୋଗିତା ବା ଆବଶ୍ୟକତାର ମୂଲ୍ୟାଙ୍କନ ଏକ ବିବଦମାନ ବିଷୟ ଅଟେ । ରାଜନୀତି ବିଜ୍ଞାନର ଜନକ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲଙ୍କ ମତରେ, ‘ମଣିଷର ଜୀବନ (life) ର ସୁରକ୍ଷା ପାଇଁ ରାଷ୍ଟ୍ରର ସୃଷ୍ଟି ହୋଇଥିବାବେଳେ ମଣିଷକୁ ଏକ ‘ସୁସ୍ଥ ଜୀବନ’ (good life) ଦେବା ଲକ୍ଷ୍ୟରେ ଏହା ନିଜର ସ୍ଥିତି ବଜାୟ ରଖୁଛି ।”

ମଣିଷ ଏକ ଗତିଶୀଳ ପ୍ରକୃତିସମ୍ପନ୍ନ ବିବେକଯୁକ୍ତ ପ୍ରାଣୀ ହୋଇଥିବାରୁ ତା’ ନିକଟରେ ‘ସୁସ୍ଥ ଜୀବନ’ର ସଂଜ୍ଞା ସର୍ବଦା ପରିବର୍ତ୍ତନଶୀଳ । ପରିବର୍ତ୍ତିତ ପରିସ୍ଥିତି ଓ ପରିବେଶ ଅନୁଯାୟୀ ରାଷ୍ଟ୍ର ନିଜ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣି ବ୍ୟକ୍ତିକୁ ସୁସ୍ଥ-ଜୀବନ ଦେବାପାଇଁ କରୁଥିବା କ୍ରମାଗତ ଉଦ୍ୟମରୁ ତାହାର ଆବଶ୍ୟକତା ପ୍ରତିପାଦନ କରାଯାଇପାରେ । ଏଣୁ ମଣିଷ ଜୀବନରେ ରାଷ୍ଟ୍ର ଏକ ଅପରିହାର୍ଯ୍ୟ ସଙ୍ଗଠନ ଅଟେ, ଯାହା ବ୍ୟକ୍ତିର ସ୍ଵାର୍ଥକୈନ୍ଦ୍ରିକ ବ୍ୟବହାର ଉପରେ ଆଇନଗତ ନିୟନ୍ତ୍ରଣ ଜାରି କରି ବ୍ୟକ୍ତିକୁ ସାମାଜିକ ଜୀବନର ମର୍ଯ୍ୟାଦା ପ୍ରଦାନ କରେ ଓ ତା’ର ବ୍ୟକ୍ତିତ୍ଵ ବିକାଶ ପାଇଁ ସମସ୍ତ ସୁଯୋଗ ସୃଷ୍ଟି କରେ ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

ଆରିଷ୍ଟୋଟଲ୍ ରାଷ୍ଟ୍ରକୁ ବ୍ୟକ୍ତିଠାରୁ ଅଧ‌ିକ ପ୍ରାଚୀନ ବୋଲି ଅଭିହିତ କରି ବ୍ୟକ୍ତି ପକ୍ଷରେ ଏହାର ଆବଶ୍ୟକତାକୁ ପ୍ରତିପାଦନ କରୁଥିବାବେଳେ ହବସ୍, ଲକ୍‌ଙ୍କ ପରି ଇଂରେଜ ଓ ରୁଷୋଙ୍କ ପରି ଫରାସୀ ଚୁକ୍ତିବାଦୀ ଦାର୍ଶନିକମାନେ ବ୍ୟକ୍ତିର ଚୁକ୍ତି ବା ରାଜିନାମା ଫଳସ୍ଵରୂପ ରାଷ୍ଟ୍ରରୂପକ ସାର୍ବଭୌମ ଅନୁଷ୍ଠାନର ସୃଷ୍ଟି ବୋଲି ମତ ଦେଇଛନ୍ତି । ରାଷ୍ଟ୍ରର ସାର୍ବଭୌମତ୍ଵ ଜନସମର୍ଥନ ସହ ବ୍ୟକ୍ତିର ଉନ୍ନତିକଵେ ବ୍ୟବହୃତ ହୋଇଥାଏ ବୋଲି ସେମାନେ ମତ ଦିଅନ୍ତି ।

ରାଷ୍ଟ୍ରର ଅନୁପସ୍ଥିତି ପୁଣି ଏକ ‘ପ୍ରକୃତି-ରାଜ୍ୟ’କୁ ଫେରାଇନେବ ଯାହା ବ୍ୟକ୍ତିର ଜୀବନ, ଅଧ୍ବକାର ଆଦିର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିକୂଳ ପରିବେଶ ସୃଷ୍ଟି କରିବ ବୋଲି ସେମାନେ ଧାରଣା ଦେଇ ରାଷ୍ଟ୍ରର ଆବଶ୍ୟକତାକୁ ପ୍ରତିପାଦନ କରିଥା’ନ୍ତି । ମାକ୍ ଆଇଭର ରାଷ୍ଟ୍ରକୁ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ସୃଷ୍ଟି କରାଯାଇଛି ବୋଲି ସୃଷ୍ଟି ହେଉଥ‌ିବା ପୂର୍ବୋକ୍ତ ଧାରଣାକୁ ସମାଲୋଚନା କରି ମତ ଦିଅନ୍ତି, ଯେ, “ରାଷ୍ଟ୍ର ଏକ ବିକାଶ ପ୍ରକ୍ରିୟା, ଏକ କ୍ରମବିବର୍ତ୍ତନ ଧାରା ଏବଂ ମାନବ ସମାଜର ଅସ୍ପଷ୍ଟ ଅତୀତକୁ ଇତିହାସର ବିଭିନ୍ନ ମତ ଦେଇ ଏହାର କ୍ରମାଗତ ବିକାଶ ଚାଲିଛି ।’’

ରାଷ୍ଟ୍ର ସୃଷ୍ଟିର ବିଭିନ୍ନ ମତବାଦ ମଧ୍ୟରୁ ଅଧିକ ବୈଜ୍ଞାନିକ ଓ ଯୁକ୍ତିଯୁକ୍ତରୂପେ ବିବେଚିତ ଐତିହାସିକ ବିବର୍ତ୍ତନବାଦ ରାଷ୍ଟ୍ରର ଆବଶ୍ୟକତାକୁ ମାନବ ସମାଜର ସୃଷ୍ଟି ଓ ବିକାଶଧାରା ସହ ସଂଯୋଜିତ କରିଛି । ମାକ୍ ଆଇଭର୍‌ଙ୍କ ମତରେ, ପରିବାର, ପ୍ରଥାଭିଭିକ ଆଇନ, ଯୁଦ୍ଧ ଓ ରାଜ୍ୟଜୟ, ସହରାଞ୍ଚଳ ବିକାଶ, ସମାଜରେ ଶ୍ରେଣୀ ବିଭାଜନ, ସଂପତ୍ତିର ସଂରକ୍ଷଣ ଆଦି ବିବିଧ ସମାଜତାତ୍ତ୍ଵିକ, ନୃତାତ୍ତ୍ଵିକ କାରଣରୁ ରାଷ୍ଟ୍ରର ସୃଷ୍ଟି ସମ୍ଭବ ହୋଇଛି ଓ ଏହା ମାଧ୍ୟମରେ ରାଷ୍ଟ୍ର ନିଜର ଆବଶ୍ୟକତାକୁ ଦୃଢ଼ଭାବେ ଜାହିର କରୁଛି ।

ବାର୍କର ଯଥାର୍ଥରେ ଯୁକ୍ତି ବାଢ଼ିଛନ୍ତି ଯେ ମାନବର ସଚେତନଶୀଳତା ସ୍ଵତନ୍ତ୍ରତା (libery) ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ସ୍ଵତନ୍ତ୍ରତାର କୋଳରେ ଅଧୁକାର ବିକଶିତ ହୁଏ ଓ ଅଧୁକାର ନିଜର ଯଥାର୍ଥ ଉପଯୋଗିତା ପାଇଁ ରାଷ୍ଟ୍ରର ସ୍ଥିତି, ପରିବେଶ ଓ ହସ୍ତକ୍ଷେପ ଦାବି କରେ ।

କିନ୍ତୁ ଭିନ୍ନ ଏକ ଦୃଷ୍ଟିକୋଣରୁ ବିଚାର କରି ମାର୍କବାଦୀମାନେ ରାଷ୍ଟ୍ରକୁ ଶ୍ରେଣୀ ସଂଘର୍ଷରୁ ସୃଷ୍ଟ ଏକ ଶୋଷଣକାରୀ ଅସ୍ତ୍ର ବୋଲି ଅଭିହିତ କରିଛନ୍ତି । ରାଷ୍ଟ୍ରକୁ ପୁଞ୍ଜିପତିମାନେ ଖଟିଖୁଆ ଶ୍ରମିକ ଶ୍ରେଣୀର ଶୋଷଣ ପାଇଁ ବ୍ୟବହାର କରୁଥିବାରୁ ସାମ୍ୟବାଦୀ ସମାଜରେ ଏକ ବିପ୍ଳବ ମାଧ୍ୟମରେ ଏକ ‘ଶ୍ରେଣୀଗତ ଅନୁଷ୍ଠାନ’ (Class Institution) ରୂପେ ନିଜର ମର୍ଯ୍ୟାଦା ହରାଇଥିବା ରାଷ୍ଟ୍ରର ବିଲୋପସାଧନ ପାଇଁ ଏହି ମାର୍କସ୍‌ବାଦୀମାନେ ଦାବି କରିଥା’ନ୍ତି । ଏକ ଶ୍ରେଣୀବିହୀନ ଶୋଷଣମୁକ୍ତ ସମାଜର ସ୍ଵପ୍ନକୁ ସାକାର କରିବାପାଇଁ ସେମାନେ ରାଷ୍ଟ୍ରର ବିକୃତ ସ୍ଥିତିକୁ ପସନ୍ଦ କରିନ’ଥାନ୍ତି ।

ମାର୍କସ୍‌, ଲେନିନ୍ ଆଦିଙ୍କ ରାଷ୍ଟ୍ର ବିଲୋପ ସଂକ୍ରାନ୍ତୀୟ ମତବାଦ ଯେତେ ବଳିଷ୍ଠ ହେଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସତ୍ୟତା ଓ ବାସ୍ତବତା ପରୀକ୍ଷାଠାରୁ ବହୁ ଦୂରରେ ରହିଥିବାରୁ ରାଷ୍ଟ୍ରର ଆବଶ୍ୟକତା, ରାଷ୍ଟ୍ରର ସାର୍ବଜନୀନତା, ଜନମଙ୍ଗଳ ପ୍ରକୃତି, ଉଦାରବାଦୀ ଗଣତାନ୍ତ୍ରିକ ଚିନ୍ତାଧାରାର ପ୍ରସାର ଆଦିର ପରିବେଶ ମଧ୍ୟରେ ସ୍ଵତଃ ପ୍ରତିପାଦିତ ଓ ସ୍ଵୀକାର୍ଯ୍ୟ ଅଟେ ।

୪ । ‘ରାଷ୍ଟ୍ର’ (State) ଓ ସରକାର (Government) ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ପୁରାତନ ରାଜନୀତି ବିଜ୍ଞାନୀମାନେ ‘ରାଷ୍ଟ୍ର’କୁ ରାଜନୀତି ବିଜ୍ଞାନର ଅଧ୍ୟୟନର କେନ୍ଦ୍ରବିନ୍ଦୁ ବୋଲି ଅଭିହିତ କରିଛନ୍ତି । କିନ୍ତୁ ରାଷ୍ଟ୍ର ଏକ ଶାଶ୍ଵତ ଅନୁଷ୍ଠାନ ହୋଇଥିବାରୁ ଏହା ଯାହା ମାଧ୍ୟମରେ ନିଜର ଲକ୍ଷ୍ୟ ପ୍ରକାଶ ଓ କାର୍ଯ୍ୟକାରୀ କରେ ସେହି ଅନୁଷ୍ଠାନକୁ ‘ସରକାର’ କୁହାଯାଏ । ଗାର୍ଶ୍ଵର, ଲର୍ଡ଼ ଆକ୍ସନ, ବ୍ଲାଣ୍ଟସ୍ଵୀ ଇତ୍ୟାଦି ରାଜନୀତି ବିଜ୍ଞାନୀମାନେ ରାଜନୀତି ବିଜ୍ଞାନକୁ ‘କେବଳ ରାଷ୍ଟ୍ର’ ସମ୍ବନ୍ଧରେ ଏକ ଅଧ୍ୟୟନ ବୋଲି ସୂଚିତ କରିଥିବାବେଳେ ସିଲି, ଲିକକ୍ ଇତ୍ୟାଦି ଦାର୍ଶନିକମାନେ ରାଜନୀତି ବିଜ୍ଞାନକୁ ‘କେବଳ ସରକାର’ ସମ୍ବନ୍ଧରେ ଏକ ଅଧ୍ୟୟନ ବୋଲି ସୂଚିତ କରିଛନ୍ତି ।

ଅନ୍ୟପକ୍ଷରେ ପଲ୍ ଜ୍ୟାନେଟ, ଗିଲଖ୍ରୀଷ୍ଟ, ଡିମକ୍ ଆଦି ରାଜନୀତି ବିଜ୍ଞାନୀମାନେ ରାଜନୀତି ବିଜ୍ଞାନକୁ ‘ଉଭୟ ରାଷ୍ଟ୍ର ଓ ସରକାର’ର ଅଧ୍ୟୟନ ସହ ସଂଯୋଜିତ କରିଛନ୍ତି । ଏଣୁ ରାଜନୀତି ବିଜ୍ଞାନ ଉଭୟ ରାଷ୍ଟ୍ର ଓ ସରକାର, ଶାଶ୍ଵତ ରୂପ ଓ କାର୍ଯ୍ୟକାରୀ ଅଙ୍ଗ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା କରିଥାଏ ।

ସାଧାରଣ ବ୍ୟବହାରରେ ‘ରାଷ୍ଟ୍ର’ ଓ ‘ସରକାର’ ଶବ୍ଦଦ୍ଵୟ ସମାର୍ଥବୋଧକ ଓ ପରସ୍ପର ପରିବର୍ତ୍ତନଶୀଳ ଶବ୍ଦ ହିସାବରେ ବ୍ୟବହୃତ ହୋଇଥାଏ । ଫ୍ରାନ୍ସର ରାଜା ଚତୁର୍ଦ୍ଦଶ ଲୁଇ ‘ମୁଁ ରାଷ୍ଟ୍ର’ (I am the State) କହିବାବେଳେ ସେ ନିଜକୁ ସର୍ବକ୍ଷମତାସମ୍ପନ୍ନ ସରକାର ବୋଲି ଅଭିହତ କରିଥିବା ଲକ୍ଷ୍ୟ ରଖୁଥିଲେ । କିନ୍ତୁ ସପ୍ତଦଶ ଶତାବ୍ଦୀରେ ଇଂରେଜ ଦାର୍ଶନିକ ଜନ୍ ଲକ୍ ରାଷ୍ଟ୍ର ଓ ସରକାର ମଧ୍ୟରେ ପାର୍ଥକ୍ୟର ରେଖା ଟାଣିଲେ ।

‘ରାଷ୍ଟ୍ର’ ଓ ‘ସରକାର’ର ଅର୍ଥ – ଅଧୂକନ୍ତୁ କମ୍‌ସଂଖ୍ୟକ ଜନସମୂହ ସ୍ଥାୟୀଭାବେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସବାସ କରି ଏକ ସୁସଙ୍ଗଠିତ ସରକାର ପ୍ରତି ଅଭ୍ୟାସଗତ ଆସ୍ଥା ପ୍ରଦର୍ଶନ କଲେ ଓ ଉକ୍ତ ସରକାର ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ କ୍ଷେତ୍ରରେ ନିଜର ସର୍ବୋଚ୍ଚ କ୍ଷମତା ପ୍ରଦର୍ଶନ କରିପାରିଲେ ତଥା ଆନ୍ତର୍ଜାତିକ ସ୍ତରରେ ପୃଥିବୀର ଅନ୍ୟାନ୍ୟ ସମଧର୍ମୀ ଅନୁଷ୍ଠାନ ସହ ସମ୍ପର୍କ ପ୍ରତିଷ୍ଠା ସମ୍ଭବ ହେଲେ ଯେଉଁ ରାଜନୈତିକ ଅନୁଷ୍ଠାନ ସୃଷ୍ଟି ହୁଏ ତାହାକୁ ‘ରାଷ୍ଟ୍ର’ କୁହାଯାଏ ।

ଅନ୍ୟପକ୍ଷରେ, ‘ସରକାର’ ରାଷ୍ଟ୍ରର ଏକ ପ୍ରତିନିଧ୍ଵ ବା ମାଧ୍ୟମ ଯାହାଦ୍ଵାରା ଲୋକମାନଙ୍କର ସାମୂହିକ ଇଚ୍ଛା ଓ ରାଷ୍ଟ୍ରର ଇଚ୍ଛା ପ୍ରସ୍ତୁତ, ପ୍ରତିଫଳିତ ଓ କାର୍ଯ୍ୟକାରୀ ହୋଇଥାଏ । ଏଣୁ ରାଷ୍ଟ୍ର ଏକ ଅଦୃଶ୍ୟ, ଶାଶ୍ଵତ ଅନୁଷ୍ଠାନ ହୋଇଥିବାବେଳେ ଏହାର କାର୍ଯ୍ୟକାରୀ ପ୍ରତିନିଧ‌ିକୁ ‘ସରକାର’ କୁହାଯାଏ ।

‘ରାଷ୍ଟ୍ର’ ଓ ‘ସରକାର’ ମଧ୍ୟରେ ପାର୍ଥକ୍ୟ :
‘ରାଷ୍ଟ୍ର’ ଓ ‘ସରକାର’ ମଧ୍ୟରେ ନିମ୍ନଲିଖିତ ମୁଖ୍ୟ ପାର୍ଥକ୍ୟ ପରିଦୃଷ୍ଟ ହୁଏ-

(୧) ସରକାର ରାଷ୍ଟ୍ରର ଅନ୍ୟତମ ମୁଖ୍ୟ ଉପାଦାନ ଅଟେ – ସ୍ଥାୟୀ ଭୂଖଣ୍ଡ, ସରକାର, ସାର୍ବଭୌମତ୍ଵ ଓ ଆନ୍ତର୍ଜାତିକ ସ୍ୱୀକୃତି ପରିଗଣିତ ହୋଇଥା’ନ୍ତି । ଏହି ଉପାଦାନ ମଧ୍ୟରୁ ସରକାର ଅନ୍ୟତମ ଅଟେ ।

(୨) ରାଷ୍ଟ୍ର ଗଠନ ପାଇଁ ସ୍ଥାୟୀ ନିର୍ଦ୍ଦିଷ୍ଟ ଭୂଖଣ୍ଡ ଆବଶ୍ୟକ ହୋଇଥିବାବେଳେ ସରକାର ପାଇଁ ଏହାର ଆବଶ୍ୟକତା ନାହିଁ ଆବଶ୍ୟକତା ଥିବାବେଳେ ସରକାର ଗଠନ ପାଇଁ ଏହାର ଆବଶ୍ୟକତା ନାହିଁ । ବର୍ତ୍ତମାନ ସମୟରେ ଗୋଟିଏ ରାଷ୍ଟ୍ରର ସରକାର ରାଷ୍ଟ୍ରର ଭୌଗୋଳିକ ସୀମା ବାହାରେ ମଧ୍ୟ ଗଠିତ ଓ ପରିଚାଳିତ ହେଉଛି । ଏହାକୁ ‘ରାଷ୍ଟ୍ର ବାହାରେ ଗଠିତ (Government of exile) ନିର୍ବାସନ ସରକାର ।

(୩) ରାଷ୍ଟ୍ର ସାର୍ବଭୌମ ଅଟେ; କିନ୍ତୁ ସରକାର ନୁହେଁ ରାଷ୍ଟ୍ର ସର୍ବୋଚ୍ଚ କ୍ଷମତା ବା ସାର୍ବଭୌମତ୍ଵର ଏକଚାଟିଆ ଅଧିକାରୀ ଅଟେ । ଏହା ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ବ୍ୟାପାରରେ ନିଜର ସର୍ବୋଚ୍ଚ, ଅଦମ୍ୟ କ୍ଷମତା ଜାହିର କରେ । ଏହା ରାଷ୍ଟ୍ରର ସ୍ଵାଧୀନତାର ପରିଚାୟକ ଅଟେ । କିନ୍ତୁ ସରକାର କେବଳ ରାଷ୍ଟ୍ରର କାର୍ଯ୍ୟକାରୀ ପ୍ରତିନିଧ୍ୟ ହୋଇଥିବାରୁ ଏହା ସାର୍ବଭୌମତ୍ଵ ଉପଭୋଗ କରେ ନାହିଁ; ମାତ୍ର ରାଷ୍ଟ୍ରର ସାର୍ବଭୌମତ୍ଵ ସରକାର ମାଧ୍ୟମରେ ପ୍ରତିଫଳିତ ଓ ବ୍ୟବହୃତ ହୁଏ । ରାଷ୍ଟ୍ରର କ୍ଷମତା ସରକାରଦ୍ଵାରା ବାସ୍ତବ କ୍ଷେତ୍ରରେ ପ୍ରୟୋଗ ହୁଏ ।

(୪) ରାଷ୍ଟ୍ରର ସଭ୍ୟପଦ ବାଧ୍ୟତାମୂଳକ; କିନ୍ତୁ ସରକାରର ନୁହଁ- ରାଷ୍ଟ୍ରର ସଦସ୍ୟତା ବାଧ୍ୟତାମୂଳକ ଅଟେ । ଜଣେ ବ୍ୟକ୍ତି ଯେକୌଣସି ଏକ ରାଷ୍ଟ୍ରର ସଦସ୍ୟ ହୋଇପାରେ, କିନ୍ତୁ ରାଷ୍ଟ୍ରର ସଦସ୍ୟତାବିହୀନ ଜୀବନଯାପନ ସମ୍ଭବ ନୁହେଁ । ରାଷ୍ଟ୍ରର ସଭ୍ୟପଦ ତା’ପାଇଁ ଅଧୁକାରର ସୁଯୋଗ ସୃଷ୍ଟି କରେ । କିନ୍ତୁ ରାଷ୍ଟ୍ରର ପ୍ରତ୍ୟେକ ବ୍ୟକ୍ତି ସରକାରର ସଦସ୍ୟ ହେବା ଆବଶ୍ୟକ ନୁହେଁ । ସରକାର ସ୍ଥାୟୀ ଅମଲାତନ୍ତ୍ର ଓ ରାଜନୈତିକ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଆଦିକୁ ନେଇ ଗଠିତ । ବିଭିନ୍ନ ଯୋଗ୍ୟତା ଓ ନୀତିରେ ଏହି ପଦଗୁଡ଼ିକ ପୂରଣ କରାଯାଏ । ତେଣୁ ରାଷ୍ଟ୍ରର ପ୍ରତ୍ୟେକ ସଦସ୍ୟ ସରକାରର ସଦସ୍ୟ ହେବା ବାଞ୍ଛନୀୟ ନୁହେଁ । ଏହି ଦୃଷ୍ଟିରୁ ରାଷ୍ଟ୍ରର ଆକାର ସରକାରଠାରୁ ଅଧିକ ବଡ଼ ଅଟେ ।

(୫) ସରକାର ବିନା ରାଷ୍ଟ୍ରର ସ୍ଥିତି ଅସମ୍ଭବ; କିନ୍ତୁ ରାଷ୍ଟ୍ର ବିନା ସରକାର ଗଠନ ସମ୍ଭବ ଅଟେ- ରାଷ୍ଟ୍ର ଏକ ଶାଶ୍ଵତ ଅନୁଷ୍ଠାନ ହୋଇଥ‌ିବାରୁ ଏହାର ଇଚ୍ଛା ସରକାର ରୂପକ କାର୍ଯ୍ୟକାରୀ ଅଙ୍ଗ ମାଧ୍ୟମରେ ପ୍ରତିଫଳିତ ଓ କାର୍ଯ୍ୟକାରୀ ହୋଇଥାଏ । ଏଣୁ ରାଷ୍ଟ୍ରର ସ୍ଥିତିକୁ ସରକାରର ଅନୁପସ୍ଥିତିରେ ପରିକଳ୍ପନା କରାଯାଇନପାରେ । ଏହା ରାଷ୍ଟ୍ରର ଅପରିହାର୍ଯ୍ୟ ମୌଳିକ ଉପାଦାନ ଅଟେ । କିନ୍ତୁ ଅନ୍ୟପକ୍ଷରେ ଏକ ରାଷ୍ଟ୍ରର ସ୍ଥିତି ନଥାଇ ମଧ୍ୟ ସରକାର ଗଠିତ ହୋଇପାରେ ।

ଭାରତ ସ୍ଵାଧୀନତା ପୂର୍ବରୁ ସୁଭାଷ ବୋଷ ବର୍ମାରେ ସରକାର ଗଠନ କରିଥିଲେ । ବର୍ତ୍ତମାନ ଭାରତର ଶିଙ୍ଖାମାନେ ନିଜର ମତନ୍ତ୍ର ରାଷ୍ଟ୍ର ନଥାଇ ମଧ୍ୟ ‘ ଖଲିସ୍ତାନ ସରକାର’ ଗଠନ ଓ ପରିଚାଳନା କରୁଛନ୍ତି । ପାଲେଷ୍ଟାଇନ୍‌ର ଉଦାହରଣ ମଧ୍ଯ ନିଆଯାଏ ।

(୬) ରାଷ୍ଟ୍ର ସ୍ଥାୟୀ ପ୍ରକୃତିସମ୍ପନ୍ନ ହୋଇଥିବାବେଳେ ସରକାର ସମ୍ପୂର୍ଣ୍ଣ ଅସ୍ଥାୟୀ- ରାଷ୍ଟ୍ର ଏକ ସ୍ଥାୟୀ ସଂଘ । ଏହା ଅନ୍ୟ ରାଜ୍ୟଦ୍ଵାରା ଅଧ୍ବକୃତ ନ ହେଲେ, ନିଜେ ବିଘଟିତ ନହେଲେ ଅର୍ଥାତ୍ ନିଜର ସାର୍ବଭୌମତ୍ଵ ଅକ୍ଷୁଣ୍ଣ ଥିବା ପର୍ଯନ୍ତ ଏହା ନିଜର ସ୍ଥିତି ବଜାୟ ରଖୁଥାଏ; କିନ୍ତୁ ସରକାର ରାଷ୍ଟ୍ରର ପ୍ରତିନିଧ‌ି ହୋଇଥିବାରୁ ଏହାର ପ୍ରକୃତି ଓ ନେତୃତ୍ୱ ପରିବର୍ତ୍ତନ ସମ୍ଭବପର । ରାଷ୍ଟ୍ର ସ୍ଥାୟୀ ଓ ସ୍ଥିର ରହିଥିବାବେଳେ ସରକାର ଅସ୍ଥାୟୀ ଓ ପରିବର୍ତ୍ତନଶୀଳ । ବଙ୍ଗଳାଦେଶର ସଂସଦୀୟ ସରକାର ରାଷ୍ଟ୍ରପତୀୟ ସରକାରରେ ପରିବର୍ତ୍ତନ ହେଲା । ଇରାକରେ ସଦାମ ହୁସେନ୍‌ଙ୍କ ସରକାରର ପତନ ପରେ ନୂତନ କାମଚଳା ସରକାର ପରବର୍ତ୍ତୀ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଛି ।

(୭) ରାଷ୍ଟ୍ରର ପ୍ରକୃତି ସର୍ବତ୍ର ସମାନ; କିନ୍ତୁ ସରକାରର ସ୍ଵରୂପରେ ଅସାଦୃଶ୍ୟତା ବା ଅସାମଞ୍ଜସ୍ୟତା ପରିଲକ୍ଷିତ ହୁଏ – ପୃଥ‌ିବୀର ସର୍ବତ୍ର ରାଷ୍ଟ୍ରରୂପକ ରାଜନୈତିକ ସଂଗଠନର ପ୍ରକୃତି ଏକ । ଏହା ଜନସଂଖ୍ୟା, ନିର୍ଦ୍ଦିଷ୍ଟ ସ୍ଥାୟୀ ଭୂଖଣ୍ଡ, ସରକାର, ସାର୍ବଭୌମତ୍ବ, ଆନ୍ତର୍ଜାତିକ ସ୍ବୀକୃତି ଆଦି ଉପାଦାନ ସମ୍ପୃକ୍ତ ହୋଇ ରହିଥାଏ । ଏଥୁରେ ଭିନ୍ନତା ଦେଖାଯାଏ ନାହିଁ । କେବଳ ଜନସଂଖ୍ୟାର ପରିମାଣ, ଭୂଖଣ୍ଡର ଆକାରକୁ ନେଇ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ପାର୍ଥକ୍ୟ ଦେଖାଯାଇଥାଏ । ଅନ୍ୟପକ୍ଷରେ ସରକାରର ସ୍ଵରୂପ ଭିନ୍ନ ଭିନ୍ନ ପ୍ରକାରର ଅଟେ । ଏହା ଗଣତାନ୍ତ୍ରିକ, ଏକଚ୍ଛତ୍ରବାଦୀ, ଅଭିଜନତାନ୍ତ୍ରିକ, ସାମରିକ, ରାଜତାନ୍ତ୍ରିକ, ସଂସଦୀୟ, ରାଷ୍ଟ୍ରପତୀୟ ଆଦି ବିଭିନ୍ନ ସ୍ଵରୂପ ଗ୍ରହଣ କରିପାରେ ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

(୮) ରାଷ୍ଟ୍ର ଶାଶ୍ଵତ ଓ ଅଦୃଶ୍ୟ ହୋଇଥିବାବେଳେ ସରକାର ଦୃଶ୍ୟ ଓ ବାସ୍ତବ ଅଟେ ରାଷ୍ଟ୍ର ଏକ ଶାଶ୍ଵତ ଅନୁଷ୍ଠାନ । ଏହାର ନିର୍ଦ୍ଦିଷ୍ଟ ସ୍ଵରୂପ ନଥୁବାରୁ ଏହାକୁ ଦେଖ‌ିବା ସମ୍ଭବପର ନୁହେଁ । କିନ୍ତୁ ସରକାର ରାଷ୍ଟ୍ରର ପ୍ରତିନିଧ୍ଵ ଓ କାର୍ଯ୍ୟକାରୀ ଅଙ୍ଗ ଅଟେ । ଏହା ବାସ୍ତବ ଅଟେ । ଏହାର ରୂପ ଓ କାର୍ଯ୍ୟଧାରାକୁ ଅବଲୋକନ କରାଯାଇପାରେ । ଏହାର କାର୍ଯ୍ୟଧାରା ଉପରେ ରାଷ୍ଟ୍ରର ମୂଲ୍ୟାଙ୍କନ ନିର୍ଭର କରେ ।

(୯) ରାଷ୍ଟ୍ର ମୁନିବ ଓ ସରକାର, ଭୃତ୍ୟ ଓ ପ୍ରତିନିଧ୍ଵ ଅଟେ – ରାଷ୍ଟ୍ର ସାର୍ବଭୌମତ୍ୱର ଅଧିକାରୀ । ଏହା ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ବ୍ୟାପାରରେ ନିଜର ସର୍ବୋଚ୍ଚ କ୍ଷମତା ଜାହିର କରିଥାଏ । ଏହାର ସର୍ବୋଚ୍ଚ ଇଚ୍ଛା ଓ କ୍ଷମତାକୁ ପ୍ରତିଫଳନ ଓ କାର୍ଯ୍ୟକାରୀ କରିବାର ଦାୟିତ୍ଵ ଏହାର ପ୍ରତିନିଧ୍ଵରୂପେ କାର୍ଯ୍ୟ କରୁଥିବା ହୋଇଥାଏ । ଏହାର ରାଷ୍ଟ୍ରରୂପକ ମୁନିବ ପାଖରେ ସରକାର ଭୃତ୍ୟ ଓ ପ୍ରତିନିଧୁରୂପେ ଏହାର କାର୍ଯ୍ୟ ସମ୍ପାଦନ କରିଥାଏ ।

(୧୦) ଲୋକମାନେ ସରକାର ବିରୁଦ୍ଧରେ ବିଦ୍ରୋହ କରିପାରନ୍ତି; କିନ୍ତୁ ରାଷ୍ଟ୍ର ବିରୁଦ୍ଧରେ ନୁହେଁ- ରାଷ୍ଟ୍ରର ଜନସାଧାରଣ ବା ନାଗରିକ ରାଷ୍ଟ୍ର ବିରୁଦ୍ଧରେ ବିଦ୍ରୋହ କରିବା ଅର୍ଥ ନିଜର ସ୍ଵାଧୀନତା ଓ ସାର୍ବଭୌମତ୍ଵକୁ ନିଜ ହାତରେ ତଣ୍ଟି ଚିପି ହତ୍ୟା କରିବା; କିନ୍ତୁ ନାଗରିକ ଉଭୟ ସାମ୍ବିଧାନିକ ଓ ବୈପ୍ଳବିକ ପଦ୍ଧତିରେ ସରକାରର ପ୍ରଶାସନିକ ତ୍ରୁଟି- ବିଚ୍ୟୁତି, ଜନସ୍ଵାର୍ଥ ବିରୋଧୀ ଇତ୍ୟାଦିକୁ ବିରୋଧ କରିପାରେ । ଉପରୋକ୍ତ ଆଲୋଚନାରୁ ଏହା ପରିବର୍ତ୍ତେ ଅନ୍ୟଟିର ବ୍ୟବହାର ପ୍ରାୟତଃ ସୁସ୍ପଷ୍ଟ ହୁଏ ଯେ ରାଷ୍ଟ୍ର ଓ ସରକାର ସମାର୍ଥବୋଧକ ଶବ୍ଦ ନୁହନ୍ତି ଏବଂ ଗୋଟିକର ଯୁକ୍ତିଯୁକ୍ତ ନୁହେଁ ।

ହବସ୍, ଲାସ୍କି, ଆରିଷ୍ଟୋଟଲ୍ ଆଦି ରାଷ୍ଟ୍ର ଓ ସରକାର ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁନଥିଲେ; କାରଣ ସେମାନେ ରାଷ୍ଟ୍ରର ଅସ୍ତିସୂଚକ କାର୍ଯ୍ୟକାରୀ ଆକୃତି ଉପରେ ନଜର ରଖୁଥିଲେ । ରାଷ୍ଟ୍ରର କ୍ଷମତା ସରକାରଦ୍ଵାରା ରାଷ୍ଟ୍ର ନାମରେ ବ୍ୟବହୃତ ହୋଇଥାଏ । ରାଷ୍ଟ୍ରର ଆବଶ୍ୟକତା ପ୍ରତିପାଦନ ସରକାରର କାର୍ଯ୍ୟଧାରା ଉପରେ ନିର୍ଭର କରିଥାଏ ।

Leave a Comment