CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

Odisha State Board CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି Questions and Answers.

CHSE Odisha 11th Class Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ରାଷ୍ଟ୍ରର କାର୍ଯ୍ୟକଳାପ ସଂକ୍ରାନ୍ତୀୟ ____________ ତତ୍ତ୍ଵ ଅନୁସାରେ ବ୍ୟକ୍ତିକୁ ତା’ର ନିଜ କାର୍ଯ୍ୟ କରିବାକୁ ଛାଡ଼ିଦେବା ଉଚିତ ।
କିମ୍ବା, ଯେଉଁ ତତ୍ତ୍ଵ ରାଷ୍ଟ୍ରର ସର୍ବନିମ୍ନ କାର୍ଯ୍ୟକ୍ରମ ଓ ସର୍ବାଧ‌ିକ ବ୍ୟକ୍ତି ସ୍ଵାଧୀନତା ସପକ୍ଷରେ ମତଦାନ କରେ, ____________ ତତ୍ତ୍ଵ କୁହାଯାଏ ।
କିମ୍ବା, __________ ତତ୍ତ୍ଵ ଅନୁସାରେ, “ ରାଷ୍ଟ୍ର ଯେତେ କମ୍ ହସ୍ତକ୍ଷେପ କରେ, ସେତେ ଭଲ ।’’
(କ) ସମାଜବାଦ
(ଖ) ବ୍ଯକ୍ତିବାଦ
(ଗ) ଉଦାରବାଦ
(ଘ) ଗାଷାବାଦ
Answer:
(ଖ) ବ୍ଯକ୍ତିବାଦ

୨ । ବ୍ୟକ୍ତିବାଦୀ ତତ୍ତ୍ଵ ଅନୁସାରେ ରାଷ୍ଟ୍ର ଏକ ___________ ମନ୍ଦ ଅନୁଷ୍ଠାନ ।
(କ) ଜରୁରୀ
(ଖ) ଆବଶ୍ୟକୀୟ
(ଗ) ଗ୍ରହଶାୟ
(ଘ) ପରିତ୍ୟାଗଯୋଗ୍ୟ
Answer:
(ଖ) ଆବଶ୍ୟକୀୟ

୩ । ବ୍ୟକ୍ତିବାଦ ଅନୁଯାୟୀ ରାଷ୍ଟ୍ର ଏକ __________ ଓ ବ୍ୟକ୍ତି ଏକ __________ ଅଟେ ।
(କ) ମାଧ୍ଯମ, ଲକ୍ଷ୍ୟ
(ଖ) ଲକ୍ଷ୍ୟ, ମାଧ୍ୟମ
(ଗ) ଅନୁଷ୍ଠାନ, ଲକ୍ଷ୍ୟ
(ଘ) ଯନ୍ତ୍ର, ମନ୍ତ୍ର
Answer:
(କ) ମାଧ୍ଯମ, ଲକ୍ଷ୍ୟ

୪ । ଆଧୁନିକ ରାଷ୍ଟ୍ରଗୁଡ଼ିକ ___________ ରାଷ୍ଟ୍ର ଅଟନ୍ତି ।
(କ) ବ୍ଯକ୍ତିବାଦୀ
(ଖ) ସମାଜବାଦା
(ଗ) ଜନମଙ୍ଗଳ
(ଘ) ଉଦାରବାଦୀ
Answer:
(ଗ) ଜନମଙ୍ଗଳ

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୫ । ବ୍ୟକ୍ତିବାଦୀମାନଙ୍କର ମତରେ ରାଷ୍ଟ୍ର ଏକ ___________ ଅଟେ ।
(କ) କୁ-ଆବଶ୍ୟକତା
(ଖ) ଜରୁରୀ ଆବଶ୍ୟକତା
(ଗ) ପରିତ୍ୟାଗ୍ରହୀନ ଆବଶ୍ୟକତା
(ଘ ସୁ-ଆବଶ୍ୟକତା
Answer:
(କ) କୁ-ଆବଶ୍ୟକତା

୬ । ଭାରତରେ ବାସ୍ତବ ଅର୍ଥରେ ଜଗତୀକରଣ ପ୍ରକ୍ରିୟା, ____________ ମସିହାରୁ ଆରମ୍ଭ ହେଲା ।
(କ) ୧୯୯୦
(ଖ) ୧୯୯୧
(ଗ) ୧୯୯୨
(ଘ)୨୦୦୧
Answer:
(ଖ) ୧୯୯୧

୭ । ଜଗତୀକରଣ ପ୍ରକ୍ରିୟାରେ ________, ________ ଓ ________ ସଂଗଠନର ଉପଯୋଗ କରାଯାଇଥାଏ ।
(କ) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), ବିଶ୍ଵ ବ୍ୟାଙ୍କ (WB) ଓ ବିଶ୍ଵବାଣିଜ୍ୟ ସଂଗଠନ (WTO)
(ଖ) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), ବିଶ୍ଵ ବ୍ୟାଙ୍କ (WB) ଓ ଜାତିସଂଘ (UN)
(ଗ) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), ବିଶ୍ଵ ବାଣିଜ୍ୟ ସଂଗଠନ (WTO) ଓ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO)।
Answer:
(କ) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), ବିଶ୍ଵବ୍ୟାଙ୍କ (WB) ଓ ବିଶ୍ଵ ବାଣିଜ୍ୟ ସଂଗଠନ (WTO) ।

୮। ଜଗତୀକରଣ ପାଇଁ ଜାତୀୟ ସ୍ତରରେ ___________ ଓ ___________ କ୍ଷେତ୍ର ପ୍ରସ୍ତୁତ କରନ୍ତି ।
(କ) ସମାଜବାଦ ଓ ଉଦାରବାଦ
(ଖ) ବ୍ୟବସାୟବାଦ ଓ ସମାଜବାଦ
(ଗ) ଘରୋଇକରଣ ଓ ଉଦାରୀକରଣ
(ଘ) ବ୍ୟବସାୟୀକରଣ ଓ ସାମ୍ରାଜ୍ୟବାଦୀ
Answer:
(ଗ) ଘରୋଇକରଣ ଓ ଉଦାରୀକରଣ

୯ । ଜଗତୀକରଣ ________ ରାଷ୍ଟ୍ରର ସ୍ଵରୂପ ନିର୍ଦ୍ଧାରଣ କରିଥାଏ ।
(କ) ସମାଜବାଦ
(ଖ) ଉଦାରବାଦୀ
(ଗ) ଜନମଙ୍କଳ
(ଘ) ବ୍ଯକ୍ତିବାଦୀ
Answer:
(ଗ) ଜନମଙ୍କଳ

୧୦ । ଜଗତୀକରଣ ଏକ ________ ପ୍ରତିଷ୍ଠାର ଲକ୍ଷ୍ୟ ରଖୁଥାଏ ।
(କ) ବିଶ୍ବଗ୍ରାମ
(ଖ) ସଂଘୀୟ ରାଷ୍ଟ୍ର
(ଗ) ସଂରାଷ୍ଟ୍ର
(ଘ) ବ୍ଯକ୍ତିବାଦୀ
Answer:
(କ) ବିଶ୍ବଗ୍ରାମ

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ଲେସେଜ୍ ଫେୟାର୍‌ର ଅର୍ଥ କ’ଣ ?
Answer:
ଫରାସୀ ଶବ୍ଦ ଲେସେଜ୍ ଫେୟାରର ଅର୍ଥ ବ୍ୟକ୍ତିକୁ ନିୟନ୍ତ୍ରଣମୁକ୍ତ କରି ଏକୁଟିଆ ଛାଡ଼ିଦିଅ । ଏହା ବ୍ୟକ୍ତିବାଦକୁ ସୂଚିତ କରେ ।

୨ । ବ୍ୟକ୍ତିବାଦର ମୁଖ୍ୟ ଲକ୍ଷ୍ୟ କ’ଣ ?
Answer:
ବ୍ୟକ୍ତିବାଦର ମୁଖ୍ୟ ଲକ୍ଷ୍ୟ ହେଉଛି ବ୍ୟକ୍ତିର ସ୍ଵାଧୀନତାର ପରିସରକୁ ରାଷ୍ଟ୍ରୀୟ କ୍ଷମତାର ନିୟନ୍ତ୍ରଣ ମୁକ୍ତ କରି ବ୍ୟାପକ କରିବା ଏବଂ ଶାନ୍ତିଶୃଙ୍ଖଳା ଓ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରି କେବଳ ପୋଲିସ୍ କର୍ମଚାରୀର ସର୍ବନିମ୍ନ କାର୍ଯ୍ୟ ରାଷ୍ଟ୍ରର କାର୍ଯ୍ୟାବଳୀରୂପେ ସୂଚିତ କରିବା ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୩ । ଜନମଙ୍ଗଳ ରାଷ୍ଟ୍ର କ’ଣ ?
Answer:
ଯେଉଁ ରାଷ୍ଟ୍ରରେ ରାଷ୍ଟ୍ରର କ୍ଷମତା ପରିସରକୁ ଅତ୍ୟନ୍ତ ବ୍ୟାପକ କରାଯାଇ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ସମସ୍ତ କାର୍ଯ୍ୟ ସଂପାଦନର ଦାୟିତ୍ଵ ଦିଆଯାଇଥାଏ ଓ ରାଷ୍ଟ୍ର ଏକ ସାମାଜିକ କଲ୍ୟାଣ ସଂସ୍ଥା ପରି ଦାୟିତ୍ଵ ସଂପାଦନ କରେ, ସେହି ରାଷ୍ଟ୍ରକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ ।

୪ । ଜଗତୀକରଣ (Globalisation) କହିଲେ କ’ଣ ବୁଝ ?
Answer:
ଜଗତୀକରଣ ଏପରି ଏକ ପ୍ରକ୍ରିୟା ଯାହା ସମଗ୍ର ପୃଥ‌ିବୀକୁ ରାଷ୍ଟ୍ର ନିର୍ବିଶେଷରେ ଏକ ‘ବିଶ୍ଵ-ଗ୍ରାମ’ରେ ପରିଣତ କରିବାପାଇଁ ଉଦ୍ଦିଷ୍ଟ ଯେଉଁଠାରେ ଲୋକମାନଙ୍କ ମଧ୍ୟରେ ପରସ୍ପର ନିର୍ଭରଶୀଳତା ଭିତ୍ତିରେ ସାମାଜିକ ଓ ଅର୍ଥନୈତିକ ଆନ୍ତଃସଂପର୍କ ପ୍ରତିଷ୍ଠିତ ହୋଇପାରିବ । ଏହାର ଲକ୍ଷ୍ୟ ହେଉଛି ଆନ୍ତର୍ଜାତିକ ବାଣିଜ୍ୟକୁ ଅବାଧ ଓ କଟକଣାଶୂନ୍ୟ କରିଦେବା । ତଥ୍ୟ, ଦ୍ରବ୍ୟ ଓ ପୁଞ୍ଜିର ଅବାଧ ପ୍ରବାହ ମାଧ୍ୟମରେ ଜଗତୀକରଣ ପ୍ରତିଫଳିତ ହୋଇଥାଏ ।

(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ

୧ । ଆଧୁନିକ ବ୍ୟକ୍ତିବାଦ ରାଷ୍ଟ୍ରକୁ କେଉଁ ସଂସ୍ଥା ହିସାବରେ ଗ୍ରହଣ କରେ ?
Answer:
ସଂଯୋଜନାକାରା ସଂସ୍ଥା

୨ । ପୁରାତନ ବ୍ୟକ୍ତିବାଦ ରାଷ୍ଟ୍ରକୁ କେଉଁ ଅନୁଷ୍ଠାନରୂପେ ବିବେଚନା କରେ ?
Answer:
ଆବଶ୍ୟକୟ ମଦ

୩ । ଆଧୁନିକ ରାଷ୍ଟ୍ରଗୁଡ଼ିକ ସାଧରଣତଃ କେଉଁ ପ୍ରକାରର ରାଷ୍ଟ୍ର ଅଟନ୍ତି ?
Answer:
ଜନମଙ୍କଳ

୪ । ଜଗତୀକରଣର ସର୍ବଶେଷ ଲକ୍ଷ୍ୟ କ’ଣ ?
Answer:
ବିଶୃଗ୍ର।ମ ପ୍ରତିଷ୍ଠା

୫ । କେଉଁ ତତ୍ତ୍ଵ ଉଦାରୀକରଣ ଓ ଘରୋଇକରଣକୁ ପ୍ରୋତ୍ସାହନ କରେ ?
Answer:
ଜଗତୀକରଣ

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୬ । ବର୍ତ୍ତମାନ ଜାତିସଂଘର ସଦସ୍ୟ ସଂଖ୍ୟା କେତେ ?
Answer:
୧୯୨ (ମୋଣ୍ଟେନିଟ୍ରୋ ୨୦୦୯ ମସିହାରେ ୧୯୨ତମ ସଦସ୍ୟ)

୭ । “ ରାଷ୍ଟ୍ର ଓ ନାଗରିକ ବା ସଭ୍ୟ ସମାଜ ପରସ୍ପରର ପରିପୂରକ, ବିକଳ୍ପ ନୁହଁନ୍ତି”- ଏହି ଉକ୍ତିଟି କାହାର ?
Answer:
ସମାଜଶାସ୍ତ୍ରୀ ଆତ୍ରେ ବେଟେଲି

(D) ଭ୍ରମ ସଂଶୋଧନ କର ।

୧ । ନାଗରିକ ସମାଜ ରାଷ୍ଟ୍ର ବିରୋଧୀ ଅଟେ ।
Answer:
ନାଗରିକ ସମାଜ ରାଷ୍ଟ୍ର ବିରୋଧୀ ନୁହେଁ ।

୨ । ଆଇନର ଶାସନ, କ୍ଷମତା ପୃଥକୀକରଣ, ଗଣତାନ୍ତ୍ରିକ ଧର୍ମନିରପେକ୍ଷ ବ୍ୟବସ୍ଥା ନାଗରିକ ସମାଜର ବିକାଶ ନିମନ୍ତେ ଆବଶ୍ୟକ ନୁହେଁ।
Answer:
ଆଇନର ଶାସନ, କ୍ଷମତା ପୃଥକୀକରଣ, ଗଣତାନ୍ତ୍ରିକ ଧର୍ମନିରପେକ୍ଷ ବ୍ୟବସ୍ଥା ନାଗରିକ ସମାଜର ବିକାଶ ନିମନ୍ତେ ଆବଶ୍ୟକ ।

୩ । ଜନମଙ୍ଗଳରାଷ୍ଟ୍ର ଏକ ନକାରାତ୍ମକ ରାଷ୍ଟ୍ର ଅଟେ ।
Answer:
ଜନମଙ୍ଗଳରାଷ୍ଟ୍ର ଏକ ସକାରାତ୍ମକ ରାଷ୍ଟ୍ର ଅଟେ ।

୪ । ଜନମଙ୍ଗଳ ରାଷ୍ଟ୍ରରେ ଅମଲାତନ୍ତ୍ରର ପ୍ରାଧାନ୍ୟ ହ୍ରାସ ପାଏ ।
Answer:
ଜନମଙ୍ଗଳ ରାଷ୍ଟ୍ରରେ ଅମଲାତନ୍ତ୍ରର ପ୍ରାଧାନ୍ୟ ବୃଦ୍ଧି ପାଏ ।

୫ । ବ୍ୟକ୍ତିବାଦ ଅନୁସାରେ ରାଷ୍ଟ୍ର ଏକ ଅନାବଶ୍ୟକ ଭଲ ଅନୁଷ୍ଠାନ ।
Answer:
ବ୍ୟକ୍ତିବାଦ ଅନୁସାରେ ରାଷ୍ଟ୍ର ଏକ ଆବଶ୍ୟକୀୟ ମନ୍ଦ ଅନୁଷ୍ଠାନ ଅଟେ ।

(E) ଶୂନ୍ୟସ୍ଥାନ ପୂରଣ କର ।

୧ । __________ ଯୋଗ୍ୟତମ ହିଁ ତିଷ୍ଠି ରୁହେ ନୀତିରେ ବିଶ୍ଵାସ କରେ ।
Answer:
ବ୍ଯକ୍ତିବାଦ

୨ । ରାଷ୍ଟ୍ରର କାର୍ଯ୍ୟପରିସର ସଂପର୍କୀୟ ___________ ତତ୍ତ୍ଵ ଅର୍ଥନୈତିକ ଉଦାରବାଦରୁ ସୃଷ୍ଟି ହୋଇଛି ।
Answer:
ବ୍ଯକ୍ତିବାଦ

୩ । ___________ ରାଷ୍ଟ୍ର ପ୍ରତ୍ୟେକ ନାଗରିକକୁ ଜୀବନଧାରଣ ନିମନ୍ତେ ସର୍ବନିମ୍ନ ମାନ ଓ ସୁଯୋଗର ପ୍ରତିଶ୍ରୁତି ପ୍ରଦାନ କରେ ।
Answer:
ଜନମଙ୍କଳ

୪ । _________ ନାଗରିକ ସମାଜ ଗଠନର ଏକ ଗୁରୁତ୍ଵପୂର୍ଣ୍ଣ ଆଧାର ।
Answer:
ସାମାଜିକ ବହୁଳବାଦିତା (Social Pluralism)

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୫ | _____________ରାଷ୍ଟ୍ର ସଭ୍ୟ ବା ନାଗରିକ ସମାଜ ପାଇଁ ଅନୁକୂଳ ।
Answer:
ଗଣତାନ୍ତ୍ରିକ, ସାମ୍ବିଧାନିକ ଓ ଧର୍ମନିରପେକ୍ଷ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଷ୍ଟ୍ରର କାର୍ଯ୍ୟାବଳୀ ବିଷୟରେ କେଉଁ ତତ୍ତ୍ବ ସର୍ବନିମ୍ନ ରାଷ୍ଟ୍ର କାର୍ଯ୍ୟ ଉପରେ ଗୁରୁତ୍ଵ ହୋଇଥାଏ ?
Answer:
ରାଷ୍ଟ୍ରର କାର୍ଯ୍ୟାବଳୀ ବିଷୟରେ ବ୍ୟକ୍ତିବାଦ ତତ୍ତ୍ଵ ସର୍ବନିମ୍ନ ରାଷ୍ଟ୍ର କାର୍ଯ୍ୟ ଉପରେ ଗୁରୁତ୍ଵ ଦେଇଥାଏ ।

୨ । ଜନମଙ୍ଗଳ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ କ’ଣ ?
Answer:
ଜନମଙ୍ଗଳ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଉଛି ନାଗରିକର ଜୀବନ ଓ ଅଧିକାରର ଆଇନଗତ ସୁରକ୍ଷା, ଦେଶର ସାର୍ବଭୌମତ୍ଵ ଓ ଭୂଖଣ୍ଡୀୟ ଏକତ୍ଵର ସଂରକ୍ଷଣ ଏବଂ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ଆନ୍ତର୍ଜାତିକ ସଂପର୍କ ରକ୍ଷା ।

୩ । ଆନ୍ତର୍ଜାତୀୟ ଅନୁଷ୍ଠାନ ଜଗତୀକରଣକୁ କିପରି ଉତ୍ସାହିତ କରୁଛି ?
Answer:
ବିଶ୍ବକୁ ଏକତ୍ର କରିବାର ବିଧବଦ୍ଧ ଯୋଜନା ପ୍ରଥମ ବିଶ୍ଵଯୁଦ୍ଧ ପରେ ୧୯୨୦ ମସିହାରେ ଜାତିସଂଘ ପ୍ରତିଷ୍ଠା ଦ୍ଵାରା ଆରମ୍ଭ ହୋଇ ୧୯୪୫ ମସିହାରେ ମିଳିତ ଜାତିସଂଘ ପ୍ରତିଷ୍ଠାଦ୍ଵାରା ରାଜନୈତିକ ଜଗତୀକରଣକୁ ପ୍ରୋତ୍ସାହନ ଯୋଗାଉଛି । ବିଶ୍ଵବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ଵ ବାଣିଜ୍ୟ ସଙ୍ଗଠନ ଆଦି ଆନ୍ତର୍ଜାତୀୟ ସଂସ୍ଥାମାନେ ଜଗତୀକରଣ ପ୍ରକ୍ରିୟାକୁ ଉତ୍ସାହିତ କରୁଛନ୍ତି ।

୪ । ଜନମଙ୍ଗଳ ରାଷ୍ଟ୍ରକୁ କାହିଁକି ସମାଲୋଚନା କରାଯାଏ ?
Answer:
ଜନମଙ୍ଗଳ ରାଷ୍ଟ୍ର ଏକ ଅମଲାତାନ୍ତ୍ରିକ ଶାସନ ହୋଇ କରଭାର ବୃଦ୍ଧି, ଶିଳ୍ପ ସଂକୋଚନ, ବ୍ୟୟବହୁଳ ବ୍ୟବସ୍ଥା ଆଦି କାରଣରୁ ସମାଲୋଚିତ ହୋଇଥାଏ । ଏହା ଅଧିକ ଦକ୍ଷଭାବରେ କାର୍ଯ୍ୟ ସଂପାଦନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ ନାହିଁ । ଏହା ଦରିଦ୍ର ରାଷ୍ଟ୍ରମାନଙ୍କ ପାଇଁ ଉପଯୋଗୀ ନୁହେଁ ।

(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଷ୍ଟ୍ର ଏକ କୁ-ଆବଶ୍ୟକତା (Necessary-evil) ଅଟେ – ଆଲୋଚନା କର ।
କିମ୍ବା, ବ୍ୟକ୍ତିବାଦୀ ରାଷ୍ଟ୍ର କ’ଣ ?
Answer:
ବ୍ୟକ୍ତିବାଦ ରାଷ୍ଟ୍ରର କାର୍ଯ୍ୟପରିସର ସମ୍ପର୍କୀୟ ବିବିଧ ସିଦ୍ଧାନ୍ତ ମଧ୍ୟରୁ ଅନ୍ୟତମ ଅଟେ । ସ୍ପେନ୍‌ସର, ଆଦାମ୍ ସ୍ମିଥ୍, ଜେ.ଏସ୍. ମିଲ୍ ପ୍ରଭୃତି ଦାର୍ଶନିକମାନଙ୍କ ମଧ୍ୟରେ ରାଷ୍ଟ୍ର ବ୍ୟକ୍ତି ପାଇଁ ଅତ୍ୟନ୍ତ ସୀମିତ କାର୍ଯ୍ୟ ସମ୍ପାଦନ କରିବା ଓ ସୀମିତ ହସ୍ତକ୍ଷେପ କରିବା ନୀତିକୁ ଗ୍ରହଣ କରିବା ଉଚିତ । ଏହା ଏକ ‘ନାସ୍ତିସୂଚକ ରାଷ୍ଟ୍ର’ ଅଟେ । ଏହା ଏକ ଫରାସୀ ଶବ୍ଦ ‘ଲେସେଜ୍ ଫେୟାର’ (Laissez faire) ରୁ ଉଦ୍ଧୃତ ଯାହାର ଅର୍ଥ ବ୍ୟକ୍ତିକୁ ନିୟନ୍ତ୍ରଣମୁକ୍ତ କରି ସର୍ବାଧିକ ସ୍ଵାଧୀନତା ପ୍ରଦାନ କରିବା ।

ଏହି ତତ୍ତ୍ଵରେ ରାଷ୍ଟ୍ରକୁ ଏକ ‘କୁ-ଆବଶ୍ୟକତା’ (Necessary-evil) ରୂପେ ଚିତ୍ରଣ କରାଯାଇଥାଏ । ଯେତେବେଳ ପର୍ଯ୍ୟନ୍ତ ରାଷ୍ଟ୍ର ନିଜର ସୀମିତ ରାତ୍ରିଜଗୁଆଳି ବା ପୋଲିସ୍ କାର୍ଯ୍ୟ ସମ୍ପାଦନ କରେ ସେତେବେଳ ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଥିବାବେଳେ ନିଜର ଏହି ନିର୍ଦ୍ଧାରିତ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରି ବ୍ୟକ୍ତି ସ୍ଵତନ୍ତ୍ରତା ଉପରେ ଅଧ୍ଵକ ନିୟନ୍ତ୍ରଣ ଜାରି କଲେ ଏହା ‘କୁ’ (evil) ଅନୁଷ୍ଠାନର ରୂପ ବହନ କରିଥାଏ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୨ । ଜନମଙ୍ଗଳ ରାଷ୍ଟ୍ର (Welfare State) କ’ଣ ? .
Answer:
ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିବାଦ ଓ ସମାଜବାଦର ସମନ୍ବୟରେ ଗଠିତ ରାଷ୍ଟ୍ରର କାର୍ଯ୍ୟପରିସର ସମ୍ବନ୍ଧୀୟ ଏକ ସର୍ବାଦୌଗୃହିତ ବିଂଶଶତାବ୍ଦୀୟ ସିଦ୍ଧାନ୍ତ ଅଟେ । ଜି.ଡ଼ି.ଏଚ୍.କୋଲେଙ୍କ ମତରେ, ଯେଉଁ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକ ସର୍ବନିମ୍ନ ଜୀବନ ଧାରଣର ସୁବିଧା ପାଇଥାଏ, ସେହି ରାଷ୍ଟ୍ରକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ । ଏହା ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାଏ । ହବସନ୍‌ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିର ବହୁବିଧ କଲ୍ୟାଣ ପାଇଁ ଡାକ୍ତର, ଶିକ୍ଷକ, ବ୍ୟବସାୟୀ, ବୀମା ପ୍ରତିନିଧ୍ଵ ଆଦି ସହସ୍ରାଧ‌ିକ କାର୍ଯ୍ୟ ସମ୍ପାଦନ କରିଥାଏ । ଏହି ରାଷ୍ଟ୍ର ରାଜନୈତିକ ଆନୁଗତ୍ୟର ଧାରାକୁ ସ୍ପଷ୍ଟ, ସ୍ଵତଃସ୍ଫୁର୍ତ୍ତ ଓ ସରଳ କରିଥାଏ ।

୩ । ଜନମଙ୍ଗଳ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ କ’ଣ ?
Answer:
ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟପରିସରକୁ ବାଧ୍ୟତାମୂଳକ ଓ ଇଚ୍ଛାଧୀନ ପରି ଦୁଇଭାଗରେ ବିଭକ୍ତ କରିବା ଉଚିତ ନୁହେଁ; କାରଣ ଏହା ପ୍ରତ୍ୟେକ ନାଗରିକକୁ ଜୀବନ ଧାରଣର ସର୍ବନିମ୍ନ ସୁଯୋଗ ପ୍ରଦାନ କରିଥାଏ ଯାହା ବ୍ୟକ୍ତିର ବିକାଶ ପାଇଁ ଆବଶ୍ୟକ । ତଥାପି ଜନମଙ୍ଗଳ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ ମଧ୍ୟରେ ବ୍ୟକ୍ତିର ଜୀବନ, ସ୍ଵତନ୍ତ୍ରତା ଓ ସମ୍ପଭିର ନିରାପତ୍ତା ରକ୍ଷା, ଆଭ୍ୟନ୍ତରୀଣ ଶାନ୍ତି ଓ ଶୃଙ୍ଖଳା ରକ୍ଷା, ଦୃଢ଼ ପ୍ରତିରକ୍ଷା ବ୍ୟବସ୍ଥା ମାଧ୍ୟମରେ ଭୂଖଣ୍ଡୀୟ ଏକତ୍ଵ ଓ ସ୍ଵାଧୀନତା ରକ୍ଷା, ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟ ପ୍ରଦାନ ଆଦି ଅନ୍ୟତମ ଅଟେ ।

୪ । ଜଗତୀକରଣ (Globalisation) ର ଯଥାର୍ଥତା ପ୍ରତିପାଦନ କର ।
Answer:
ଜଗତୀକରଣର ନିମ୍ନଲିଖ୍ ଉପକାରିତା ଏହାର ଯଥାର୍ଥତାକୁ ପ୍ରତିପାଦନ କରିଥାଏ –
(i) ଜଗତୀକରଣର ଅର୍ଥ ହେଉଛି ଆନ୍ତର୍ଜାତୀୟ ବାଣିଜ୍ୟକୁ ଅବାଧ ଓ କଟକଣା ଶୂନ୍ୟ କରିଦେବା ।
(ii) ବହିର୍ବାଣିଜ୍ୟର ପ୍ରସାର, ବିଦେଶୀ ପୁଞ୍ଜି ଓ କୌଶଳ ମାଧ୍ୟମରେ ପ୍ରତ୍ୟେକ ଦେଶ ଉନ୍ନତି କରି ପୃଥବୀକୁ ଏକ ‘ ବିଶ୍ଵ ଗ୍ରାମ’ (Global Village) ରେ ପରିଣତ କରିବା ଏହାର ଲକ୍ଷ୍ୟ ଅଟେ ।
(iii) ରାଷ୍ଟ୍ରୀୟ ଅର୍ଥନୀତି, ଉତ୍ପାଦନ, ପୁଞ୍ଜି ଓ କୌଶଳ ବିନିଯୋଗ ଆଦି ପ୍ରତିଯୋଗିତାମୂଳକ ହେବା ଫଳରେ ଉପଭୋକ୍ତା ଶସ୍ତା ଓ ଉନ୍ନତମାନର ଦ୍ରବ୍ୟ ନିଜ ବଜାରରେ ପାଇପାରେ ।
(iv) ଦ୍ରୁତ ଶିଳ୍ପୀକରଣ ଫଳରେ ଅର୍ଥନୀତିର ଉନ୍ନତି ହେବା ସଙ୍ଗେ ସଙ୍ଗେ ଅଧିକ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି କରିପାରନ୍ତି ।
(v) ବିଦେଶୀ ପୁଞ୍ଜି ଓ ସର୍ବାଧୁନିକ କୌଶଳର ବିନିଯୋଗ କରି ଅନୁନ୍ନତ ଓ ବିକାଶଶୀଳ ରାଷ୍ଟ୍ରମାନେ ନିଜର ପ୍ରାକୃତିକ ଓ ମାନବ ସମ୍ବଳର ସୁଷମ ଉପଯୋଗ କରି ଅର୍ଥନୈତିକ ସମୃଦ୍ଧି ଲାଭ କରିପାରନ୍ତି |
(vi) ରାଷ୍ଟ୍ରର ଅର୍ଥନୀତି ସହ ସାଂସ୍କୃତିକ ବିକାଶ ମଧ୍ୟ ସମ୍ଭବ ହୋଇଥାଏ ।

୫ । ଜଗତୀକରଣ (Globalisation) ର କୁପ୍ରଭାବ ଦର୍ଶାଅ ।
କିମ୍ବା, ଜଗତୀକରଣର ଅପକାରିତା ବା ‘ ସମାଲୋଚନାର କାରଣ ଦର୍ଶାଅ ।
Answer:
ଜଗତୀକରଣ ନିଜର ନିମ୍ନଲିଖତ କୁ-ପ୍ରଭାବ ଯୋଗୁଁ ସମାଲୋଚିତ ହୋଇଥାଏ ।
(i) ସାମ୍ରାଜ୍ୟବାଦୀମାନେ ଭାରତ ସହ ତୃତୀୟ ବିଶ୍ଵର ଦେଶଗୁଡ଼ିକର ବଜାରକୁ ପୁନଃଦଖଲ କରିବା ଉଦ୍ଦେଶ୍ୟରେ ଉକ୍ତ ଦେଶଗୁଡ଼ିକ ଉପରେ ଏହି ନୂଆ ଧରଣର ଆର୍ଥିକ ନୀତି ଚପାଇଦେଇ ଜଗତୀକରଣର ଢାଞ୍ଚାକୁ ଜନ୍ମ ଦେଇଛନ୍ତି ବୋଲି ସମାଲୋଚନା କରାଯାଉଛି ।
(ii) ଏହା ଅର୍ଥନୈତିକ ସାମ୍ରାଜ୍ୟବାଦ ପରି ଏକ ନୂତନ ଉପନିବେଶବାଦକୁ ପ୍ରୋତ୍ସାହନ ଯୋଗାଉଛି । ସୁନିର୍ଭରଶୀଳତାକୁ ନଷ୍ଟ କରୁଛି ।
(iii) ଏହା ବିଦେଶୀ ପୁଞ୍ଜି ଓ କୌଶଳ ପ୍ରୟୋଗର ଲୋଭ ଦେଖାଇ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କଦ୍ୱାରା ଜାତୀୟ ସମ୍ପଦର ଲୁଟ୍ କରୁଛି ।
(iv) ଅମର୍ତ୍ତ୍ୟ ସେନ୍‌ଙ୍କ ପରି ଅର୍ଥନୀତି ବିଶାରଦମାନେ ଏହି ନିୟନ୍ତ୍ରଣହୀନ ଜଗତୀକରଣ ପ୍ରକ୍ରିୟା ଅର୍ଥନୈତିକ ବୈଷମ୍ୟ ସୃଷ୍ଟି କରୁଛି ବୋଲି ମତପ୍ରକାଶ କରିଛନ୍ତି ।
(v) ଏହା ଅର୍ଥନୈତିକ ଦାସତ୍ଵର ମାଧ୍ୟମରୂପେ କାର୍ଯ୍ୟ କରୁଛି ।
(vi) ଏହା ଉନ୍ନତ କୌଶଳ, ଘରୋଇକରଣ ଓ କମ୍ ରାଷ୍ଟ୍ରୀୟ ହସ୍ତକ୍ଷେପ ଉପରେ ଗୁରୁତ୍ଵ ଦେଇ ଶ୍ରମିକମାରଣ ନୀତିକୁ ସମର୍ଥନ କରୁଛି ।
(vii) ଏହା ସମାଜବାଦର ବିରୋଧୀ ଅଟେ ।

୬ । ବ୍ୟକ୍ତିବାଦର ଯଥାର୍ଥତା ବା ସପକ୍ଷ ଯୁକ୍ତି ।
Answer:
ବ୍ୟକ୍ତିବାଦ ସପକ୍ଷରେ ନିମ୍ନଲିଖତ ଯୁକ୍ତି ଏହାର ଯଥାର୍ଥତାକୁ ପ୍ରତିପଦାନ କରିଥାଏ –
(i) ବ୍ୟକ୍ତି ନିଜର ଯୋଗ୍ଯତା, ପ୍ରତିଭା, ଦକ୍ଷତା ଓ ସ୍ଵାର୍ଥର ଶ୍ରେଷ୍ଠ ବିଚାରକ ହୋଇଥିବାରୁ ତା’ର ବ୍ୟକ୍ତିତ୍ଵର ବିକାଶ ପାଇଁ ତାକୁ ସର୍ବାଧ‌ିକ ସ୍ଵାଧୀନତା ପ୍ରଦାନ କରାଯିବା ଆବଶ୍ୟକ ।
(ii) ବୈଜ୍ଞାନିକ ଯୁକ୍ତି ଅନୁସାରେ “ ଯୋଗ୍ୟତମ ହିଁ ତିଷ୍ଠି ରହିବା ଆବଶ୍ୟକ ।”
(iii) ଅର୍ଥନୈତିକ ଦୃଷ୍ଟିରୁ ଏହା ମୁକ୍ତ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି କରି ସୁଲଭ ମୂଲ୍ୟରେ ଅଧିକ ଉତ୍କୃଷ୍ଟ ଦ୍ରବ୍ୟ ଉପଭୋକ୍ତାକୁ ପ୍ରଦାନ କରିପାରେ ।
(iv) ବାସ୍ତବତା ଦୃଷ୍ଟିରୁ ରାଷ୍ଟ୍ରର ହସ୍ତକ୍ଷେପ ନ ରହିଲେ ‘ଅମଲାତାନ୍ତ୍ରିକ ବିଳମ୍ବ’ ଓ ‘ଦକ୍ଷତା ହ୍ରାସ’ ହୁଏ ନାହିଁ ଓ ବ୍ୟକ୍ତିର ସୃଜନଶୀଳତା ଓ ଦକ୍ଷତାର ପୂର୍ଣ୍ଣ ଉପଯୋଗ କରାଯାଇପାରେ ।

୭ । ବ୍ୟକ୍ତିବାଦର ସମାଲୋଚନା ।
Answer:
ବ୍ୟକ୍ତିବାଦକୁ ନିମ୍ନଲିଖତ କାରଣରୁ ସମାଲୋଚନା କରାଯାଇପାରେ ।
(i) ବ୍ୟକ୍ତି ଉପରେ ଅଧିକ କ୍ଷମତା ନ୍ୟସ୍ତ କରାଗଲେ ଏହାର ଅପପ୍ରୟୋଗ ଘଟିବ ଓ ବ୍ୟକ୍ତିଗତ ସ୍ଵାର୍ଥସାଧନ ଲାଗି ସର୍ବଦା କନ୍ଦଳ ଲାଗିରହିବ ।
(ii) ମୁକ୍ତ ଅର୍ଥନୈତିକ ପ୍ରତିଯୋଗିତା ଶୋଷଣକୁ ଉତ୍ସାହିତ କରେ ।
(ii) ଆଇନ ବ୍ୟକ୍ତି ସ୍ଵତନ୍ତ୍ରତାକୁ ସଙ୍କୁଚିତ କରେ ନାହିଁ ବରଂ ଏହାପାଇଁ ଆବଶ୍ୟକୀୟ ସର୍ଭ ରୂପେ କାର୍ଯ୍ୟ କରେ ।
(iv) ରାଷ୍ଟ୍ର ଏକ ଆବଶ୍ୟକୀୟ ମନ୍ଦ ଅନୁଷ୍ଠାନ ନୁହେଁ, ବରଂ ଏକ ଜନମଙ୍ଗଳ ଅନୁଷ୍ଠାନ ଅଟେ ।
(v) ବ୍ୟକ୍ତି ସର୍ବଦା ନିଜ ସ୍ଵାର୍ଥର ସର୍ବଶ୍ରେଷ୍ଠ ବିଚାରକ ନୁହେଁ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରାଷ୍ଟ୍ରର କାର୍ଯ୍ୟଧାରା ସଂକ୍ରାନ୍ତୀୟ ବ୍ୟକ୍ତିବାଦୀ ତତ୍ତ୍ବ (Individualism) ତର୍ଜମା କର । ଏହାର ସପକ୍ଷବାଦୀ ଯୁକ୍ତି ଏବଂ ସମାଲୋଚନାର ଭିଭିର ବିଶ୍ଳେଷଣାତ୍ମକ ଆଲୋଚନା କର ।
Answer:
ରାଷ୍ଟ୍ର ବ୍ୟକ୍ତିର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହା ସର୍ବସମ୍ମତ ହେଲେ ମଧ୍ୟ ‘ବ୍ୟକ୍ତିର ବିକାଶ’ର ସଂଜ୍ଞା ଭିନ୍ନ ଭିନ୍ନ ହୋଇଥିବାରୁ ରାଷ୍ଟ୍ରର କାର୍ଯ୍ୟକ୍ଷେତ୍ରର ସୀମା ନିର୍ଦ୍ଧାରଣ ସମ୍ପର୍କରେ ମତ ବିଭେଦତା ଦେଖା ଦେଇଥାଏ । ରାଷ୍ଟ୍ର ରାଜନୀତି ବିଜ୍ଞାନର କେନ୍ଦ୍ର ବିଷୟ ହୋଇଥିବାରୁ ରାଷ୍ଟ୍ରର କାର୍ଯ୍ୟପରିସର ମଧ୍ୟ ରାଜନୀତି ବିଜ୍ଞାନର ଏକ ଅଧ୍ୟାୟ ଅଟେ । ରାଷ୍ଟ୍ରର କାର୍ଯ୍ୟ ସହିତ ବ୍ୟକ୍ତି ଘନିଷ୍ଠଭାବେ ସଂପୃକ୍ତ ଥିବାରୁ ଏବଂ ରାଷ୍ଟ୍ରର ସମସ୍ତ କ୍ଷମତା ବ୍ୟକ୍ତିର କଲ୍ୟାଣ ପ୍ରତି ଅଭିପ୍ରେତ ଥିବାରୁ ପ୍ରତ୍ୟେକ ବ୍ୟକ୍ତି ସେ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ।

ରାଷ୍ଟ୍ରର କାର୍ଯ୍ୟପରିସର ବ୍ୟକ୍ତିର ଆନୁଗତ୍ୟର ଧାରାକୁ ସ୍ପଷ୍ଟ କରିଥାଏ । ରାଷ୍ଟ୍ରର କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା ସମୟରେ ଏକ ସାଧାରଣ ପ୍ରଶ୍ନ ଉତ୍‌ଥାପିତ ହୋଇଥାଏ- ବ୍ୟକ୍ତି ପାଇଁ ରାଷ୍ଟ୍ରର ସ୍ଥିତି ବା ରାଷ୍ଟ୍ର ପାଇଁ ବ୍ୟକ୍ତିର ସ୍ଥିତି ଆବଶ୍ୟକ । ଜର୍ମାନ୍ ଆଦର୍ଶବାଦୀଙ୍କ ମତରେ, ରାଷ୍ଟ୍ର ପାଇଁ ବ୍ୟକ୍ତି ଉଦ୍ଦିଷ୍ଟ ଏବଂ ରାଷ୍ଟ୍ରର ବିକାଶ ଓ ଅଭିବୃଦ୍ଧି ସକାଶେ ବ୍ୟକ୍ତିକୁ ବଳିଦାନ ଦିଆଯାଇପାରେ । ଅରାଜକତାବାଦୀମାନେ ରାଷ୍ଟ୍ରର ନିୟନ୍ତ୍ରଣକୁ ବ୍ୟକ୍ତିପକ୍ଷରେ ଅହିତକର ଓ ଅସହ୍ୟରୂପେ ଅଭିହିତ କରି ଏହାର ସମ୍ପୂର୍ଣ୍ଣ ଧ୍ବଂସସାଧନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

କମ୍ୟୁନିଷ୍ଟମାନେ ରାଷ୍ଟ୍ରକୁ ପୁଞ୍ଜିପତିମାନଙ୍କଦ୍ଵାରା ବ୍ୟବହୃତ ଶୋଷଣର ଏକ ମାଧ୍ୟମରୂପେ ଗ୍ରହଣ କରି ଏକ ଶ୍ରେଣୀବିହୀନ ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା କରି ରାଷ୍ଟ୍ରର ବିଲୋପସାଧନ ପାଇଁ ମତ ଉପସ୍ଥାପନ କରିଥା’ନ୍ତି । ଗାନ୍ଧିବାଦୀମାନେ ବ୍ୟକ୍ତିର ନୈତିକତା ଓ ଆତ୍ମନିୟନ୍ତ୍ରଣ ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରି ରାଷ୍ଟ୍ରର ନିୟନ୍ତ୍ରଣ ହ୍ରାସ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ବ୍ୟକ୍ତିବାଦୀମାନେ ଅତ୍ୟଧିକ ବ୍ୟକ୍ତି ସ୍ଵାଧୀନତା ସପକ୍ଷରେ ମତ ଦେଇ ରାଷ୍ଟ୍ରକୁ ଏକ ରାତ୍ରିଜଗୁଆଳି ବା ପୋଲିସ୍‌ର କାର୍ଯ୍ୟ ଅର୍ପଣ କରିବାପାଇଁ ଯୁକ୍ତି ବାଢ଼ିଥା’ନ୍ତି ।

ସେମାନଙ୍କ ରାଷ୍ଟ୍ର ‘ପୋଲିସ୍ ରାଷ୍ଟ୍ର’ ନାମରେ ଖ୍ୟାତ । ସମାଜବାଦୀମାନେ ରାଷ୍ଟ୍ରର କାର୍ଯ୍ୟପରିସରକୁ ଅତ୍ୟଧ‌ିକ ବୃଦ୍ଧିକରିବା ସପକ୍ଷରେ ମତ ଦେଇଥା’ନ୍ତି । ଏହି ସମସ୍ତ ମତବାଦକୁ ବିଶ୍ଳେଷଣ କଲେ ଗୋଟିଏ ସାଧାରଣ ନୀତିର ଅବସ୍ଥିତି ଜଣାପଡ଼େ । କେତେକ ଦାର୍ଶନିକ ବ୍ୟକ୍ତିର ସ୍ଵତନ୍ତ୍ରତାର ପରିସର ବୃଦ୍ଧି ପାଇଁ ରାଷ୍ଟ୍ରର କ୍ଷମତା ଓ କାର୍ଯ୍ୟପରିସରକୁ ସୀମିତ କରନ୍ତି ଏବଂ ଅନ୍ୟ କେତେକ ବ୍ୟକ୍ତିର ସ୍ଵତନ୍ତ୍ରତାର ପରିସର ସୀମିତ କରି ସାମୂହିକ କଲ୍ୟାଣ ଦୃଷ୍ଟିରୁ ରାଷ୍ଟ୍ରର କାର୍ଯ୍ୟପରିସରକୁ ବ୍ୟାପକ କରନ୍ତି ।

ଏଣୁ ବ୍ୟକ୍ତିର ସ୍ଵତନ୍ତ୍ରତା ଓ ରାଷ୍ଟ୍ରର କାର୍ଯ୍ୟପରିସର ବିପରୀତମୁଖୀ ଅଟନ୍ତି; କିନ୍ତୁ ବିଂଶ ଶତାବ୍ଦୀର ଆବଶ୍ୟକତା ଦୃଷ୍ଟିରୁ ବିବେଚନା କଲେ ରାଷ୍ଟ୍ରର କ୍ଷମତା ଓ କାର୍ଯ୍ୟପରିସର ବ୍ୟକ୍ତିର ସ୍ଵତନ୍ତ୍ରତାକୁ ସଙ୍କୁଚିତ କରେ ନାହିଁ; ବରଂ ବାସ୍ତବ ଓ ସାମୂହିକ କଲ୍ୟାଣସାଧନ ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରେ । ରାଷ୍ଟ୍ରର କାର୍ଯ୍ୟପରିସର ସମ୍ପର୍କୀୟ ଉପରୋକ୍ତ ଧାରଣାକୁ ନେଇ ଦୁଇଟି ମତବାଦ; ଯଥା ବ୍ୟକ୍ତିବାଦ (Individualism) ଓ ସମାଜବାଦ (Socialism) ର ଜନ୍ମ ହୋଇଛି ।

ବ୍ୟକ୍ତିବାଦୀମାନେ ରାଷ୍ଟ୍ରକୁ ଏକ ଆବଶ୍ୟକୀୟ କୁ-ସଂସ୍ଥା (Necessary-evil) ର ରୂପ ଦେଇଥା’ନ୍ତି । ସ୍ଵାର୍ଥକୈନ୍ଦ୍ରିକ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରି ତା’ର ଜୀବନ ଓ ସ୍ଵତନ୍ତ୍ରତାର ସଂରକ୍ଷଣ ପାଇଁ ରାଷ୍ଟ୍ର ପୋଲିସ୍ ବା ରାତ୍ରିଜଗୁଆଳି ପରି କେବଳ ଶାନ୍ତିଶୃଙ୍ଖଳା ରକ୍ଷା କାର୍ଯ୍ୟ କରିବା ଉଚିତ ବୋଲି ସେମାନଙ୍କର ମତ । ହବସ୍, ଲକ୍‌, ରିକାର୍ଡୋ, ଆଡ଼ାମ୍ ସ୍ମିଥ୍, ମିଲ, ସ୍ପେନସ୍‌ର, କାଣ୍ଟ ଇତ୍ୟାଦି ବ୍ୟକ୍ତିବାଦର ସମର୍ଥକ ଅଟନ୍ତି ।

ପ୍ରାଚୀନ ଗ୍ରୀସ୍‌ରେ ସୋଫିଷ୍ଟମାନଙ୍କର ବିଚାରଧାରା ବ୍ୟକ୍ତିବାଦୀ ଥିଲା । ଷ୍ଟାଇକ୍ ବିଚାରଧାରାରେ ବ୍ୟକ୍ତିବାଦୀ ଦର୍ଶନର ପ୍ରତିଫଳନ ଦେଖିବାକୁ ମିଳେ । ଲକ୍ ଓ ରୁଷୋ ବ୍ୟକ୍ତି ସ୍ଵାଧୀନତାର ପୃଷ୍ଠପୋଷକ ଥିଲେ; କିନ୍ତୁ ଜନମତ ଉପରେ ପ୍ରତିଷ୍ଠିତ ଗଣତାନ୍ତ୍ରିକ ଶାସନର ରୂପରେଖ ସେମାନେ ନିର୍ଣ୍ଣୟ କରିଥିଲେ । ହବସ୍‌ଙ୍କ ଦର୍ଶନ ନିରଙ୍କୁଶ ରାଜତନ୍ତ୍ରକୁ ସମର୍ଥନ କରୁଥିଲେ ମଧ୍ୟ ଏହାର ଅନ୍ତଃସ୍ଵର ବ୍ୟକ୍ତିବାଦ ଅଟେ ।
ଶିଳ୍ପବିପ୍ଳବ ପରେ ବ୍ୟକ୍ତିବାଦୀ ଚିନ୍ତାଧାରାର ବ୍ୟାପକ ପ୍ରସାର ହେଲା ।

ଫ୍ରାନ୍ସର ଅର୍ଥଶାସ୍ତ୍ରବିତ୍, ଇଂଲଣ୍ଡର ଉପଯୋଗିତାବାଦୀ (Utilalitarians) ପ୍ରଭୃତି ଏହାକୁ ସମର୍ଥନ କରିଛନ୍ତି । ଉପଯୋଗିତାବାଦୀମାନେ ସର୍ବାଧ‌ିକ ବ୍ୟକ୍ତିଙ୍କର ସର୍ବାଧ‌ିକ ସୁଖ ନୀତିରେ ବିଶ୍ଵାସ କରି ରାଷ୍ଟ୍ରର କାର୍ଯ୍ୟପରିସରକୁ ସୀମିତ ରଖୁବାପାଇଁ ମତ ଦେଇଥିଲେ । ଜନ୍ ଷ୍ଟୁଆର୍ଟ ମିଲ୍ ଏହି ତତ୍ତ୍ଵର ଟାଣୁଆ ସମର୍ଥକ ଅଟନ୍ତି । ସ୍ପେନ୍ସର ଯୋଗ୍ୟତମର ଅବସ୍ଥିତି ନୀତି ପାଇଁ ରାଷ୍ଟ୍ରକୁ ମନ୍ଦ ଅନୁଷ୍ଠାନର ରୂପ ଦେଇଛନ୍ତି ।

ବ୍ୟକ୍ତିବାଦୀମାନଙ୍କ ମତରେ, ରାଷ୍ଟ୍ର ଏକ ଦରକାରୀ କ୍ଷତିକାରକ ସଂସ୍ଥା । ରାଷ୍ଟ୍ର ଦରକାରୀ, କାରଣ ରାଷ୍ଟ୍ରର କେତୋଟି କାର୍ଯ୍ୟ ଅତ୍ୟନ୍ତ ଅପରିହାର୍ଯ୍ୟ । ଏହି ଅପରିହାର୍ଯ୍ୟ କାର୍ଯ୍ୟାବଳୀ ହେଲା ତିନିପ୍ରକାରର ।
(୧) ରାଷ୍ଟ୍ର ମଧ୍ୟରେ ଆଇନଶୃଙ୍ଖଳା ରକ୍ଷା କରିବା ।
(୨) ରାଷ୍ଟ୍ରକୁ ବହିଃଆକ୍ରମଣରୁ ରକ୍ଷା କରିବା, ଏବଂ
(୩) ଆଇନ ଅନୁମୋଦିତ ଚୁକ୍ତିକୁ ରକ୍ଷାକରିବା ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ଏହି ତିନୋଟି କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ରାଷ୍ଟ୍ର ହସ୍ତକ୍ଷେପ କଲେ ଏହା କ୍ଷତିକାରକ ସଂସ୍ଥାଭାବେ ପରିଚିତ ହେବ । କାରଣ ରାଷ୍ଟ୍ର ଯେତେ ଅଧ‌ିକରୁ ଅଧ‌ିକ କାର୍ଯ୍ୟରେ ହସ୍ତକ୍ଷେପ କରିବ, ବ୍ୟକ୍ତିର ସ୍ଵାତନ୍ତ୍ର୍ୟ ସେତେ ହ୍ରାସ ପାଇବ । ବ୍ୟକ୍ତିବାଦୀମାନେ ବ୍ୟକ୍ତିସ୍ଵାତନ୍ତ୍ର୍ୟର ନିଷ୍ଠାପର ସମର୍ଥକ ହୋଇଥିବାରୁ ସେମାନେ ରାଷ୍ଟ୍ରର କାର୍ଯ୍ୟପରିସରକୁ ସୀମିତ ରଖ୍ ବ୍ୟକ୍ତି ଉପରେ ଅଧ‌ିକ କାର୍ଯ୍ୟ ନ୍ୟସ୍ତ କରିବାକୁ ପସନ୍ଦ କରନ୍ତି ।

ଅତଏବ ବ୍ୟକ୍ତିବାଦୀମାନେ ସେଇଥପାଇଁ କହନ୍ତି ଯେ, କମ୍ ଶାସନ କରୁଥିବା ରାଷ୍ଟ୍ରହିଁ ସର୍ବୋତ୍କୃଷ୍ଟ ରାଷ୍ଟ୍ର । (That State is best State which governs the least.) । ଏହି ମତକୁ ବ୍ୟକ୍ତିସ୍ଵାତନ୍ତ୍ର୍ୟ ତତ୍ତ୍ଵ (Laissez faire theory) ବୋଲି ମଧ୍ୟ କୁହାଯାଏ ।

ଏହି ତତ୍ତ୍ଵ ସପକ୍ଷରେ ଚାରୋଟି ଯୁକ୍ତି ରହିଛି ।
(୧) ନୈତିକ ଯୁକ୍ତି – ବ୍ୟକ୍ତିବାଦୀମାନେ ମତପୋଷଣ କରନ୍ତି ଯେ ପ୍ରତ୍ୟେକ ମଣିଷ ମଧ୍ୟରେ ସୁପ୍ତ ପ୍ରତିଭାର ବିକାଶ ପାଇଁ ବ୍ୟକ୍ତି-ସ୍ଵାତନ୍ୟ ଅପରିହାର୍ଯ୍ୟ । ତେଣୁ ରାଷ୍ଟ୍ର ଅଳ୍ପ କାର୍ଯ୍ୟରେ ହସ୍ତକ୍ଷେପ କରି ବ୍ୟକ୍ତିକୁ ଅଧ‌ିକରୁ ଅଧିକ ସ୍ଵାତନ୍ତ୍ର୍ୟ ପ୍ରଦାନ କଲେ, ବ୍ୟକ୍ତି ମଧ୍ୟରେ ଥିବା ପ୍ରତିଭା ଠିକ୍ ଭାବରେ ବିକଶିତ ହେବ । ତେଣୁ ନୈତିକ ଦୃଷ୍ଟିରୁ ବ୍ୟକ୍ତିବାଦୀ ତତ୍ତ୍ଵ ଯୁକ୍ତିଯୁକ୍ତ ।

(୨) ଅର୍ଥନୈତିକ ଯୁକ୍ତି – ଅର୍ଥନୈତିକ କ୍ଷେତ୍ରରେ ବ୍ୟକ୍ତିକୁ ସ୍ଵାଧୀନତା ପ୍ରଦାନ କରାଗଲେ ପ୍ରତିଯୋଗିତାମୂଳକ ବ୍ୟବସାୟ ବୃଦ୍ଧି ପାଇବ । ତେଣୁ ରାଷ୍ଟ୍ରର ଅଧିକ ଉତ୍ପାଦନ ହେବ ଏବଂ ରାଷ୍ଟ୍ରର ଦ୍ରୁତ ଅର୍ଥନୈତିକ ବିକାଶ ସଂଘଟିତ ହେବ ।

(୩) ବୈଜ୍ଞାନିକ ଯୁକ୍ତି ଡାରଉଇନ୍‌ଙ୍କ ମତରେ, ବିବର୍ତ୍ତନବାଦ ତତ୍ତ୍ଵ କହେ ଯେ ସମାଜରେ କେବଳ ଯୋଗ୍ୟତମର ହିଁ ବଞ୍ଚିବାର ଅଧିକାର ରହିଛି । କାରଣ ଜୀବନ-ସଂଘର୍ଷର ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତି ହିଁ ସମାଜ ପାଇଁ ଉପଯୁକ୍ତ । ବ୍ୟକ୍ତିବାଦୀମାନେ ବ୍ୟକ୍ତି-ସ୍ଵାତନ୍ତ୍ର୍ୟ ଏବଂ ପ୍ରତିଯୋଗିତାକୁ ପ୍ରଶ୍ରୟ ଦେଇ ଯୋଗ୍ୟତମର ବଞ୍ଚିବାର ଅଧିକାରକୁ ସମର୍ଥନ କରନ୍ତି ଏବଂ ଏହା ବିଜ୍ଞାନସମ୍ମତ ବୋଲି ଯୁକ୍ତି କରନ୍ତି ।

(୪) ବାସ୍ତବବାଦୀ ଯୁଢି – ବାସ୍ତବବାଦୀ ଦୃଷ୍ଟିରୁ ଚିନ୍ତାକଲେ ଏହା ସ୍ପଷ୍ଟ ଯେ ରାଷ୍ଟ୍ର ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କଲେ କୌଣସି କାର୍ଯ୍ୟ ଉପଯୁକ୍ତଭାବରେ କରିପାରିବ ନାହିଁ । ତେଣୁ ବ୍ୟକ୍ତିକୁ କାମ କରିବାର ଅଧ‌ିକ ସୁଯୋଗ ଦେବା ବିଧେୟ ।

(୧) ବ୍ୟକ୍ତି ଉପରେ ଅଧିକ କ୍ଷମତା ନ୍ୟସ୍ତ କରାଗଲେ ଏହାର ଅପପ୍ରୟୋଗ ଘଟିବ । ବ୍ୟକ୍ତିଗତ ସ୍ଵାର୍ଥସାଧନ ଲାଗି ସର୍ବଦା କଳହ ଲାଗିରହିବ ।

(୨) ଅର୍ଥନୈତିକ କ୍ଷେତ୍ରରେ ସ୍ଵାତନ୍ତ୍ର୍ୟ ପ୍ରଦାନ କରାଗଲେ ସମାଜରେ ଦୁଇଗୋଷ୍ଠୀର ସୂତ୍ରପାତ ଘଟିବ । ଦଳେ ଧନୀରୁ ଅଧିକ ଧନୀ ହେବେ ଏବଂ ଅନ୍ୟଦଳେ ଦରିଦ୍ରରୁ ଅଧ‌ିକ ଦରିଦ୍ର ହେବେ । ଫଳତଃ, ଦରିଦ୍ର ଶ୍ରେଣୀର ଲୋକମାନଙ୍କୁ ନ୍ୟାୟ ମିଳିବ ନାହିଁ ।

(୩) ଯୋଗ୍ୟତମର ହିଁ ବଞ୍ଚିବା ଯଥାର୍ଥ କଥାଟିକୁ ସମାଜବାଦୀମାନେ ନାପସନ୍ଦ କରନ୍ତି । ଏହାଦ୍ଵାରା ଖଳପ୍ରକୃତି ଲୋକଙ୍କୁ ପ୍ରୋତ୍ସାହନ ମିଳିବ । ଅଥଚ କବି, କଳାକାର ସମାଜ ଉପରେ କରିତ୍‌କର୍ମା କଳାବଜାରୀର ଅଟ୍ଟାଳିକା ଗଢ଼ିଉଠିବ ।

(୪) ପୁନଶ୍ଚ ସମାଲୋଚକମାନେ ଯୁକ୍ତି ବାଢ଼ନ୍ତି ଯେ ରାଷ୍ଟ୍ର ଅଧ‌ିକ କାର୍ଯ୍ୟ କଲେ ବ୍ୟକ୍ତିର ସ୍ଵତନ୍ତ୍ରତା ହ୍ରାସ ପାଇବ ନାହିଁ, ବରଂ ବ୍ୟକ୍ତିସ୍ଵାତନ୍ତ୍ର୍ୟ ଏବଂ ସ୍ଵାଧୀନତା ରାଷ୍ଟ୍ରଦ୍ଵାରା ସୁରକ୍ଷା କରାଯାଇପାରିବ । ଉଦାହରଣସ୍ୱରୂପ, ଗୋଟିଏ ଦେଶର।

(୫) ସର୍ବଶେଷରେ ଏହି ତତ୍ତ୍ଵଦ୍ଵାରା ରାଷ୍ଟ୍ରରେ କୌଣସି ପ୍ରକାରର ଜନମଙ୍ଗଳ କାର୍ଯ୍ୟ ହୋଇପାରିବ ନାହିଁ । ବ୍ୟକ୍ତିମାନଙ୍କ ପାଇଲେ ସେମାନେ ନିଜ ସ୍ଵାର୍ଥସାଧନରେ ବ୍ୟସ୍ତ ରହି ସାମୂହିକ କାର୍ଯ୍ୟ ପ୍ରତି ଅବହେଳା କରିବେ ।

ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ପୁରାତନ ବ୍ୟକ୍ତିବାଦର ଲୋକପ୍ରିୟତା ହ୍ରାସ ପାଇଲା ଓ ରାଷ୍ଟ୍ରର ନିୟନ୍ତ୍ରଣ ଓ ହସ୍ତକ୍ଷେପର ମାତ୍ରା ତୀବ୍ରଭାବେ ବୃଦ୍ଧିପାଇଲା । ଅଧ୍ୟାପକ ଲାସ୍କଙ୍କ ମତରେ, ନୈତିକ ଭିତ୍ତିଭୂମିର ଦୁର୍ବଳତା ହେତୁ ଏହି ବ୍ୟକ୍ତିବାଦର ମୃତ୍ୟୁ ଆସନ୍ନ ହେଲା । ଶିଳ୍ପଭିଭିକ ପୁଞ୍ଜିବାଦର ସମସ୍ୟାକୁ ସମାଧାନ କରିବା ଏହା ପକ୍ଷରେ ସମ୍ଭବପର ହେଲା ନାହିଁ । ରାଷ୍ଟ୍ରର କ୍ଷମତା ପରିସର ଅତ୍ୟଧୂକଭାବେ ବୃଦ୍ଧିପାଇବା ହେତୁ ପ୍ରତିକ୍ରିୟା ସ୍ଵରୂପ ‘ଆଧୁନିକ ବ୍ୟକ୍ତିବାଦ’ (Modern individualism) ର ଜନ୍ମ ହେଲା ।

ଏହା ବ୍ୟକ୍ତିବାଦ ଅପେକ୍ଷା ସମାନ ଲକ୍ଷ୍ୟର ପରିତୃପ୍ତି ସାଧନ ପାଇଁ ବ୍ୟକ୍ତିମାନଙ୍କଦ୍ୱାରା ଗଠିତ ଗୋଷ୍ଠୀ (Group) ଉପରେ ଗୁରୁତ୍ଵ ଆରୋପ କଲା । ବ୍ୟକ୍ତି ରାଷ୍ଟ୍ର ମାଧ୍ୟମରେ ରାଜନୈତିକ ଦୃଷ୍ଟିରୁ ସୁସଂଯୋଜିତ ହେବା ଅପେକ୍ଷା ନିଜର ବାସ୍ତବ କାର୍ଯ୍ୟ ଦୃଷ୍ଟିରୁ ଗଠିତ ଦଳ ମଧ୍ୟରେ ସଂଯୋଜିତ ହେବା ଅଧୂକ ବଳିଷ୍ଠ ହେଲା । ମୁଖ୍ୟତଃ ଯୋଗୁଁ ଆଧୁନିକ ବ୍ୟକ୍ତିବାଦର ସ୍ଥିତି ସମ୍ଭବ ହୋଇଛି । ପ୍ରଥମତଃ, ଆଧୁନିକ ସମାଜର ବହୁମୁଖୀ ଚରିତ୍ରକୁ ସ୍ବୀକୃତି ଦିଆଯାଇଛି ଯାହା ଗୋଷ୍ଠୀ (Group) ର ସ୍ଥିତି ଗୁରୁତ୍ଵକୁ ବୃଦ୍ଧି କରିଛି | ଦ୍ଵିତୀୟତଃ, ରାଷ୍ଟ୍ରର କ୍ଷମତା ପରିସର ଗ୍ରାହାମ୍ ୱାଲାସ୍, ମିସ୍ ଫୋଲେଟ୍ ଇତ୍ୟାଦି ଅନ୍ୟତମ ଅଟନ୍ତି ।

ସେମାନେ ‘ଗୋଷ୍ଠୀ’ର ସ୍ଵାୟତ୍ତ ଶାସନ କ୍ଷମତା ପାଇଁ ଓ ରାଷ୍ଟ୍ରର ଏକଚାଟିଆ ସର୍ବୋଚ୍ଚ କ୍ଷମତା ବ୍ୟବହାର ସମାଲୋଚନା ନିମନ୍ତେ ଯୁକ୍ତି ଉପସ୍ଥାପନ କରିଥା’ନ୍ତି । ଆଧୁନିକ ବ୍ୟକ୍ତିବାଦୀମାନେ ‘ଗୋଷ୍ଠୀ’କୁ ଏକ ବାସ୍ତବ ବ୍ୟକ୍ତିତ୍ଵ ପ୍ରଦାନ କରିଛନ୍ତି ଓ ରାଷ୍ଟ୍ରର ପରସ୍ପର ପ୍ରତିଦ୍ଵନ୍ଦୀ ସ୍ଵାର୍ଥଗୋଷ୍ଠୀ ମଧ୍ୟରେ ସମାଧାନକାରୀ ଓ ସଂହତି ରକ୍ଷାକାରୀ ସଂସ୍ଥାର ଭୂମିକା ଅର୍ପଣ କରିଛନ୍ତି; କିନ୍ତୁ ବ୍ୟକ୍ତିର ଉନ୍ନତି ତଥା ବ୍ୟକ୍ତିତ୍ଵର ପ୍ରକୃତ ବିକାଶ ପାଇଁ ଅସ୍ତିସୂଚକ ପଦକ୍ଷେପ ନେବାପାଇଁ ବ୍ୟକ୍ତିବାଦୀ ରାଷ୍ଟ୍ରର ମୃତସ୍ତୁପ ଉପରେ ସମାଜବାଦୀ ରାଷ୍ଟ୍ରର ପ୍ରାସାଦ ଗଢ଼ିଉଠିଛି।

୨ । ଜନମଙ୍ଗଳ ରାଷ୍ଟ୍ର କ’ଣ ? ଏହାର ବାଧ୍ୟତାମୂଳକ ଓ ଇଚ୍ଛାଧୀନ କାର୍ଯ୍ୟାବଳୀ ଆଲୋଚନା କର । ଏହାର ଯଥାର୍ଥତା ଓ ସମାଲୋଚନାର ଭିଭିକୁ ତର୍ଜମା କର ।
Answer:
ରାଷ୍ଟ୍ରର କାର୍ଯ୍ୟପରିସର ସମ୍ପର୍କରେ ବ୍ୟକ୍ତିବାଦ (Individualism) ଓ ସମାଜବାଦ (Socialism) ତତ୍ତ୍ଵକୁ ବିଶ୍ଳେଷଣ କଲେ ସ୍ପଷ୍ଟ ହୁଏ ଯେ ବ୍ୟକ୍ତିବାଦ ରାଷ୍ଟ୍ରର କାର୍ଯ୍ୟପରିସରକୁ ଅତ୍ୟନ୍ତ ସଙ୍କୁଚିତ କରିବା ସପକ୍ଷରେ ମତ ଦେବାବେଳେ ସମାଜବାଦ ରାଷ୍ଟ୍ରକୁ ଅତ୍ୟଧ‌ିକ କ୍ଷମତା ଦେବାର ପକ୍ଷପାତୀ ଅଟେ; କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ପୂର୍ଣ୍ଣମାତ୍ରାରେ ବ୍ୟକ୍ତବାଦୀ ବା ସମ୍ପୂର୍ଣ୍ଣ ସମାଜାବାଦୀ ରାଷ୍ଟ୍ର ଦେଖ‌ିବା ବିରଳ । ଏଣୁ ମଧ୍ଯମପନ୍ଥା ସ୍ଵରୂପ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ଓ ସମାଜର ମହତ୍ତ୍ଵ ପ୍ରତିଷ୍ଠା ମଧ୍ୟରେ ସମନ୍ଵୟ ରକ୍ଷାକରି ‘ଜନମଙ୍ଗଳ ରାଷ୍ଟ୍ର’ (Welfare State) ର ଜନ୍ମ ହୋଇଛି ।

ବ୍ୟକ୍ତିବାଦୀ ରାଷ୍ଟ୍ରର ଲଗାମହୀନ ପ୍ରତିଯୋଗିତା ଓ ଲାଭଖୋର ମନୋବୃତ୍ତି ଏବଂ ସମାଜବାଦୀ ରାଷ୍ଟ୍ରର ଅଭିବୃଦ୍ଧି ହ୍ରାସ ଓ ଏକଚ୍ଛତ୍ରବାଦୀ ଶାସନ ବ୍ୟକ୍ତିର ‘ସୂକ୍ଷ୍ମ ଜୀବନ’ ପାଇଁ ଦୁର୍ବିସହ ବୋଧ ହେଲା ଓ ଏହି ଦୁଇ ଚରମ ତତ୍ତ୍ଵର ମଧ୍ୟମ ସୋପାନରୂପେ ‘ଜନକଲ୍ୟାଣ ରାଷ୍ଟ୍ର’ର ଉତ୍ପତ୍ତି ହେଲା । ଆଧୁନିକ ଜନମଙ୍ଗଳ ରାଷ୍ଟ୍ରକୁ ଟି.ଡବ୍ଲ୍ୟୁ.କେଣ୍ଟ୍ ସାମାଜିକ ସେବାକାରୀ ସଂସ୍ଥା ସହ ତୁଳନା କରିଛନ୍ତି । ଏହା ଏକ ପୋଲିସ୍ ରାଷ୍ଟ୍ରର ପୂର୍ଣ୍ଣ ବିରୋଧାଚରଣ କରି ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ସମ୍ପାଦନର ଦାୟିତ୍ଵ ବହନ କରିଥାଏ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ଜି.ଡି.ଏଚ୍. କୋଲେଙ୍କ ମତରେ, ‘ ଜନମଙ୍ଗଳ ରାଷ୍ଟ୍ର ଏପରି ଏକ ସମାଜ ଯାହାକି ପ୍ରତ୍ୟେକ ନାଗରିକକୁ ଜୀବନଧାରଣର ସର୍ବନିମ୍ନ ମାନ ଓ ସୁଯୋଗ ନିଶ୍ଚିତଭାବେ ଅର୍ପଣ କରିଥାଏ ।’’ ହବସ୍‌ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିର ବହୁବିଧ କଲ୍ୟାଣ ପାଇଁ ଡାକ୍ତର, ଶିକ୍ଷକ, ବ୍ୟବସାୟୀ, ବୀମା ପ୍ରତିନିଧ୍ଵ ଇତ୍ୟାଦି ପରି ସହସ୍ରାଧିକ କାର୍ଯ୍ୟ ସମ୍ପାଦନ କରିଥାଏ । ମାକ୍ ଆଇଭର୍ ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟପରିସର ନିର୍ଦ୍ଧାରଣ କରିବାକୁ ଯାଇ ମତ ଦିଅନ୍ତି ଯେ ‘ରାଷ୍ଟ୍ରର ଉଭୟ ଅସ୍ତିସୂଚକ ଓ ନାସ୍ତିସୂଚକ କାର୍ଯ୍ୟ ହେଉଛି ଶୃଙ୍ଖଳା ପ୍ରତିଷ୍ଠା ଓ ବ୍ୟକ୍ତିର ବ୍ୟକ୍ତିତ୍ଵକୁ ସମ୍ମାନ ପ୍ରଦର୍ଶନ କରିବା ।’

ଜନମଙ୍ଗଳ ରାଷ୍ଟ୍ର ସମ୍ପୂର୍ଣ୍ଣଭାବେ ଏକବିଂଶ ଶତାବ୍ଦୀୟ ବିଷୟ ନୁହେଁ । ପୁରାତନ ଇତିହାସରେ ବଣ୍ଡିତ ରାଜା- ମହାରାଜାମାନଙ୍କର ‘ସୁବର୍ଣ୍ଣ ଯୁଗ’କୁ ବର୍ତ୍ତମାନର ଜନମଙ୍ଗଳ ରାଷ୍ଟ୍ର ସହ ତୁଳନା କରାଯାଇପାରେ; କିନ୍ତୁ ଆଧୁନିକ ଅର୍ଥରେ ଏହି ଜନମଙ୍ଗଳ ରାଷ୍ଟ୍ରର ବିକାଶ ପ୍ରଥମ ବିଶ୍ଵଯୁଦ୍ଧ ପରେ ଆରମ୍ଭ ହେଲା । ବ୍ୟକ୍ତିବାଦର ଦୋଷତ୍ରୁଟି, ଅର୍ଥନୈତିକ ଯୋଜନା, ଆନ୍ତର୍ଜାତିକ ପ୍ରତିଦ୍ବନ୍ଦିତା, ସାମ୍ୟବାଦୀ ଓ ଗଣତାନ୍ତ୍ରିକ ଶକ୍ତି ମଧ୍ୟରେ ପ୍ରତିଯୋଗିତା, ଜନମଙ୍ଗଳ ରାଷ୍ଟ୍ରର ଜନ୍ମ, ସ୍ଥିତି ଓ ବିକାଶ ପାଇଁ ଦାୟୀ ଅଟେ । ହବ୍‌ମାନ (Hobman)ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିବାଦ (Individualism) ଓ ସାମ୍ୟବାଦ (Communism) ମଧ୍ୟରେ ମଧ୍ୟ-ସୋପାନରେ ଅବସ୍ଥିତ ।

ଏହା ବ୍ୟକ୍ତିବାଦୀ ତତ୍ତ୍ବ ପରି ରାଷ୍ଟ୍ର କାର୍ଯ୍ୟ-ପରିସରକୁ ଏକ ପୋଲିସ୍ ବା ରାତ୍ରିଜଗୁଆଳି ପରି କେବଳ ଶାନ୍ତି-ଶୃଙ୍ଖଳା ମଧ୍ୟରେ ସୀମିତ ରଖୁବାପାଇଁ ଦାବି କରେ ନାହିଁ କିମ୍ବା ସାମ୍ୟବାଦ ପରି ରାଷ୍ଟ୍ରକୁ ଶୋଷଣର ମାଧ୍ୟମରୂପେ ଚିତ୍ରିତ କରି ଏହା ସମ୍ପୂର୍ଣ୍ଣ ବିଲୋପସାଧନ ପାଇଁ ଯୁକ୍ତି ବାଢ଼େ ନାହିଁ; ବରଂ ଜନମଙ୍ଗଳ ରାଷ୍ଟ୍ରର ନିୟମ ଅନୁଯାୟୀ ରାଷ୍ଟ୍ରର କାର୍ଯ୍ୟପରିସର ଅସୀମିତ ହୋଇ ବ୍ୟକ୍ତିର ବହୁବିଧ କଲ୍ୟାଣ କରିବା ନିମନ୍ତେ ଏହାର ସ୍ଥିତି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ।

ଜନକଲ୍ୟାଣ ରାଷ୍ଟ୍ରର ସୃଷ୍ଟି ଅନ୍ତରାଳେ ପୃଷ୍ଠଭୂମି ବିଦ୍ୟମାନ । ଦ୍ଵିତୀୟ ବିଶ୍ଵଯୁଦ୍ଧରେ ପୃଥ‌ିବୀର ରାଷ୍ଟ୍ରଗୁଡ଼ିକ ବ୍ୟାପକ ଅର୍ଥନୈତିକ କ୍ଷୟକ୍ଷତିର ଶିକାର ହୋଇ ଏହାର ପୁନଃବିନ୍ୟାସ ପାଇଁ ସୀମିତ ସମୟ ମଧ୍ୟରେ ରାଷ୍ଟ୍ରୀୟ ନୀତି ଓ କାର୍ଯ୍ୟକ୍ରମର ଗୁରୁତ୍ଵକୁ ଅନୁଭବ କଲେ । ତେଣୁ ସମାଜବାଦୀ ତତ୍ତ୍ଵର ଅର୍ଥନୈତିକ ଯୋଜନା ଗ୍ରହଣ କରିବାପାଇଁ ସେମାନେ ବାଧ୍ଯ ନାହିଁ । ଏଣୁ ସେମାନେ ସମାଜବାଦ ଓ ବ୍ୟକ୍ତିବାଦ ମଧ୍ୟରେ ସମନ୍ଵୟ ଘଟାଇ ଜନମଙ୍ଗଳ ରାଷ୍ଟ୍ରର ଭିତ୍ତି ସ୍ଥାପନ କଲେ ।

ଏହି ରାଷ୍ଟ୍ରରେ ମୁକ୍ତ ଅର୍ଥନୀତି (Free Economy) ଓ ଆବଦ୍ଧ ଅର୍ଥନୀତି (Closed Economy) ମଧ୍ୟରେ କୌଣସି ନୀତି ସମର୍ଥନ କରାନଯାଇ ମିଶ୍ରିତ ଅର୍ଥନୀତି (Mixed Economy)କୁ ଗ୍ରହଣ କରାଯାଇଥାଏ । ପୃଥିବୀର ଅଧିକାଂଶ ରାଷ୍ଟ୍ର ଜନମଙ୍ଗଳ ରାଷ୍ଟ୍ରର ପ୍ରକୃତି ବହନ କରୁଛନ୍ତି, କାରଣ ଏହା ମାଧ୍ୟମରେ ବ୍ୟକ୍ତିର ରାଜନୈତିକ ଆନୁଗତ୍ୟର ଧାରା ସରଳ, ସ୍ପଷ୍ଟ ଓ ଅଭ୍ୟାସଗତ ହୋଇଥାଏ ।

ଜନକଲ୍ୟାଣକାରୀ ରାଷ୍ଟ୍ରର କାର୍ଯ୍ୟାବଳୀ :
ସାଂପ୍ରତିକ ବିଶ୍ଵର ପ୍ରାୟ ସମସ୍ତ ରାଷ୍ଟ୍ର ଜନକଲ୍ୟାଣ ରାଷ୍ଟ୍ରଭାବେ ପରିଚିତ । ଏହି ଆଧୁନିକ ଜନକଲ୍ୟାଣ ରାଷ୍ଟ୍ରର କାର୍ଯ୍ୟାବଳୀକୁ ପ୍ରାଧାନତଃ ଦୁଇ ଭାଗରେ ବିଭକ୍ତ କରାଯାଏ; ଯଥା- (କ) ବାଧ୍ୟତାମୂଳକ, (ଖ) ଇଚ୍ଛାଧୀନ ।

(କ) ବାଧ୍ୟତାମୂଳକ କାର୍ଯ୍ୟାବଳୀ (Compulsory Functions) :
ବାଧ୍ୟତାମୂଳକ କାର୍ଯ୍ୟାବଳୀ ରାଷ୍ଟ୍ରର ସ୍ଥିତି ପାଇଁ ଅପରିହାର୍ଯ୍ୟ । ଏହି କାର୍ଯ୍ୟଗୁଡ଼ିକୁ ସମ୍ପାଦନ ନ କଲେ ରାଷ୍ଟ୍ର ‘ରାଷ୍ଟ୍ର ’ ପଦବାଚ୍ୟ ହୋଇପାରିବ ନାହିଁ । ଏହା ପାଞ୍ଚ ପ୍ରକାରର; ଯଥା- (୧) ରାଷ୍ଟ୍ରୀୟ ନିରାପତ୍ତା, (୨) ଆଭ୍ୟନ୍ତରୀଣ ଶାନ୍ତି-ଶୃଙ୍ଖଳା, (୩) ବୈଦେଶିକ ନୀତି ନିର୍ଦ୍ଧାରଣ, (୪) ବ୍ୟକ୍ତିର ଜୀବନ ଓ ସମ୍ପତ୍ତି ରକ୍ଷା, (୫) ସ୍ଵାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା ।

(୧) ରାଷ୍ଟ୍ରୀୟ ନିରାପତ୍ତା : ଏହା ଯେକୌଣସି ରାଷ୍ଟ୍ରର ମୌଳିକ କର୍ତ୍ତବ୍ୟ । ରାଷ୍ଟ୍ର ଯଦି ବହିଃଶତ୍ରୁ ଆକ୍ରମଣର ଶିକାର ହୁଏ, ରାଷ୍ଟ୍ର ମଧ୍ୟରେ ଜୀବନଧାରଣ ବିପନ୍ନ ହେବ । ତେଣୁ ପ୍ରତ୍ୟେକ ରାଷ୍ଟ୍ର ସେନାବାହିନୀ ଅବସ୍ଥାପନ କରି ରାଷ୍ଟ୍ରୀୟ ନିରାପତ୍ତା ପ୍ରତି ଗୁରୁତ୍ଵ ଦିଅନ୍ତି ।

(୨) ଆଭ୍ୟନ୍ତରୀଣ ଶାନ୍ତି-ଶୃଙ୍ଖଳା : ରାଷ୍ଟ୍ର ଭିତରେ ଥିବା ଜନସାଧାରଣଙ୍କର ଧନଜୀବନ ସୁରକ୍ଷା ରାଷ୍ଟ୍ରର ଏକ ଅପରିହାର୍ଯ୍ୟ କାର୍ଯ୍ୟ । ଚୋର, ଡକାୟତ, ଗୁଣ୍ଡା ଆଦି ଅସାମାଜିକ ଲୋକଙ୍କ ଦାଉରୁ ନାଗରିକମାନଙ୍କୁ ରକ୍ଷା କରିବା ଲାଗି ରାଷ୍ଟ୍ର ପୋଲିସ୍ ସଂସ୍ଥା ଗଠନ କରିଛି । ପୋଲିସ୍ ମାଧ୍ୟମରେ ଆଇନ ଶୃଙ୍ଖଳା ରକ୍ଷା କରାଯାଏ । ତାଛଡ଼ା ବିଭିନ୍ନ ନ୍ୟାୟାଳୟ ମାଧ୍ୟମରେ ରାଷ୍ଟ୍ର ସମାଜର ଖଳଲୋକମାନଙ୍କୁ ଦଣ୍ଡ ଦେଇ ଉତ୍ତମ ନାଗରିକମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରେ ।

(୩) ବୈଦେଶିକ ନୀତି ନିର୍ଦ୍ଧାରଣ : ବୈଜ୍ଞାନିକ ଉଦ୍ଭାବନ ଫଳରେ ସମ୍ପ୍ରତି ପୃଥ‌ିବୀର ସମସ୍ତ ରାଷ୍ଟ୍ର ପରସ୍ପର ନିକଟବର୍ତ୍ତୀ ହେଉଛନ୍ତି ଏବଂ ସେମାନଙ୍କ ଅର୍ଥନୈତିକ ନିର୍ଭରଶୀଳତା ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ବୈଦେଶିକ ନୀତି ନିର୍ଦ୍ଧାରଣ ଆଧୁନିକ ରାଷ୍ଟ୍ରର ଏକ ଅପରିହାର୍ଯ୍ୟ କର୍ତ୍ତବ୍ୟ ହୋଇପଡ଼ିଛି । କୂଟନୈତିକ ଦୂତ ପ୍ରେରଣ ଓ ଗ୍ରହଣ, ଆନ୍ତର୍ଜାତିକ ସମସ୍ୟା ସଂକ୍ରାନ୍ତରେ ଆଲୋଚନା, ଜାତିସଂଘ ଆଦି ଆନ୍ତର୍ଜାତିକ ସଂସ୍ଥା ସହ ସମ୍ପର୍କ ସ୍ଥାପନ ଆଦି କାର୍ଯ୍ୟ ସାଂପ୍ରତିକ ପ୍ରତ୍ୟେକ ରାଷ୍ଟ୍ରର ମୌଳିକ କର୍ତ୍ତବ୍ୟ ।

(୪) ବ୍ୟକ୍ତିର ଜୀବନ ଓ ସମ୍ପତ୍ତି ରକ୍ଷା : ଚୁକ୍ତିବାଦୀ ଦାର୍ଶନିକ ଲକ୍‌ଙ୍କ ମତରେ, ବ୍ୟକ୍ତିର ଜୀବନ ଓ ସମ୍ପତ୍ତିଗତ ଅଧିକାର ପ୍ରାକୃତିକ ଅଧ୍ବକାର (Natural right) ପଦବାଚ୍ୟ । ଏହି ମୌଳିକ ଅଧୂକାରର ସଂରକ୍ଷଣ ପାଇଁ ରାଷ୍ଟ୍ରର ସୃଷ୍ଟି | ଏଣୁ ରାଷ୍ଟ୍ରର ଏହି ଅଧିକାରକୁ ପୂର୍ଣ୍ଣ ଆଇନଗତ ମର୍ଯ୍ୟାଦା ପ୍ରଦାନ କରି ଆଇନ ମାଧ୍ୟମରେ ବ୍ୟକ୍ତିର ଜୀବନ ଓ ସମ୍ପତ୍ତି ସଂରକ୍ଷଣ ପାଇଁ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ।

(୫) ସ୍ଵାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା : ଏକ ସ୍ଵାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା ଅନୁପସ୍ଥିତିରେ ବ୍ୟକ୍ତି ନ୍ୟାୟ ପାଇବା ସମ୍ଭବପର ହେବ ନାହିଁ । ଆଇନ ଓ ନ୍ୟାୟର ଶାସନ ପ୍ରତିଷ୍ଠିତ ହେବା ମଧ୍ଯ ସମ୍ଭବପର ହେବ ନାହିଁ । ବ୍ୟକ୍ତିର ଅଧୂକାରର ସଂରକ୍ଷକ ହିସାବରେ ଏହି ବିଚାର ସଂସ୍ଥା କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ କ୍ଷମତାର ଅବାଞ୍ଛିତ ହସ୍ତକ୍ଷେପ ଓ ବ୍ୟକ୍ତି ସ୍ଵାତନ୍ତ୍ର୍ୟ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା ଓ ନ୍ୟାୟ ପ୍ରଦାନ ପାଇଁ ଏକ ସ୍ଵାଧୀନ ନିରପେକ୍ଷ, ଅଣପ୍ରତିଶ୍ରୁତିବଦ୍ଧ ବିଚାର ସଂସ୍ଥାର ଭୂମିକା ଏକ ରାଷ୍ଟ୍ରର ପରିସର ମଧ୍ୟରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ।

(ଖ) ଇଚ୍ଛାଧୀନ କାର୍ଯ୍ୟାବଳୀ (Optional Functions) :
ନିମ୍ନଲିଖତ କାର୍ଯ୍ୟାବଳୀଗୁଡ଼ିକ ରାଷ୍ଟ୍ରର ଇଚ୍ଛା, ସମ୍ବଳ, ଜନମତର ଚାପ, ରାଜନୈତିକ ବ୍ୟବସ୍ଥାର ପ୍ରକୃତି, ସମୟ ଓ ପରିସ୍ଥିତିର ପରିବର୍ତ୍ତନଶୀଳ ପ୍ରକୃତି ଉପରେ ନିର୍ଭର କରି ରାଷ୍ଟ୍ରଦ୍ଵାରା ସମ୍ପାଦିତ ହୋଇଥାଏ ।

(୧) ଶିକ୍ଷାର ପ୍ରସାର : ଆଧୁନିକ ଜୀବନରେ ଶିକ୍ଷା ଏକ ଗୁରୁତ୍ଵପୂର୍ଣ୍ଣ ଦିଗ । ଏଣୁ ଜନମଙ୍ଗଳ ରାଷ୍ଟ୍ର ଏହାର ପ୍ରସାର ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥାଏ । ଶିକ୍ଷା ବୃତ୍ତିଭିତ୍ତିକ, ବୈଷୟିକ ପ୍ରକୃତିସମ୍ପନ୍ନ ହେବା ମଧ୍ୟ ଆବଶ୍ୟକ । ଶିକ୍ଷା ବ୍ୟକ୍ତିକୁ ନିଜର ଅଧିକାର ଓ କର୍ତ୍ତବ୍ୟ, ରାଜନୈତିକ ପରିବେଶ ଇତ୍ୟାଦି ସମ୍ପର୍କରେ ସଚେତନଶୀଳ କରାଇଥାଏ । ବିଦ୍ୟାଳୟ, ମହାବିଦ୍ୟାଳୟ ପ୍ରତିଷ୍ଠା, ଅନୁଦାନ ଓ ଛାତ୍ରବୃତ୍ତି ପ୍ରଦାନ ଇତ୍ୟାଦି ରାଷ୍ଟ୍ରର ଅନ୍ୟତମ କାର୍ଯ୍ୟ ଅଟେ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

(୨) ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା : ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବ୍ୟକ୍ତିର ଅନ୍ୟତମ ମୌଳିକ ଆବଶ୍ୟକତା ହୋଇଥିବାରୁ ଏବଂ ଏହାର ବ୍ୟାପକତା ତଥା ବିପୁଳ ବ୍ୟୟଭାର ଯୋଗୁଁ ଏହାକୁ ଘରୋଇ ସଂସ୍ଥା ଗ୍ରହଣ କରିବାକୁ ରାଜି ହେଉନଥିବା ଦୃଷ୍ଟିରୁ ରାଷ୍ଟ୍ର ଏହାର ଦାୟିତ୍ଵ ବହନ କରିଥାଏ । ରାଷ୍ଟ୍ର ରୋଗପ୍ରତିଷେଧକ ବ୍ୟବସ୍ଥା ପ୍ରଦାନ କରେ, ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇଦିଏ ଏବଂ ପରିବାର କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଥାଏ ।

(୩) କୃଷି, ଶିଳ୍ପ ଓ ବାଣିଜ୍ୟର ବିକାଶ : କୃଷି, ଶିଳ୍ପ ଓ ବାଣିଜ୍ୟର ସାମଗ୍ରିକ ବିକାଶ ନ ହେଲେ କୌଣସି ରାଷ୍ଟ୍ରର ଅର୍ଥନୀତି ସୁସ୍ଥ ଓ ସମୃଦ୍ଧ ହୋଇପାରିବ ନାହିଁ | କୃଷିକ୍ଷେତ୍ରରେ ବିଜ୍ଞାନର ପ୍ରୟୋଗ, ଶିଳ୍ପ ପାଇଁ ପୁଞ୍ଜି, କାରିଗରୀ କୌଶଳ ଇତ୍ୟାଦି ଯୋଗାଣ ଓ ଉତ୍ପାଦିତ ଦ୍ରବ୍ୟ ପାଇଁ ବଜାର ସୃଷ୍ଟି ଏବଂ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ବାଣିଜ୍ୟ ବ୍ୟବସ୍ଥାର ବିକାଶ ରାଷ୍ଟ୍ରର ଅନ୍ୟତମ ମୁଖ୍ୟ ଦାୟିତ୍ଵରେ ପରିଣତ ହୋଇଛି ।

(୪) ଆମଦାନୀ ଓ ରପ୍ତାନି ବ୍ୟବସ୍ଥାର ନିୟନ୍ତ୍ରଣ : ରାଷ୍ଟ୍ରର ଅର୍ଥନୈତିକ ଅବସ୍ଥାର ଉନ୍ନତି ଦୃଷ୍ଟିରୁ ଆମଦାନୀ ଓ ରପ୍ତାନି ନୀତି ନିର୍ଦ୍ଧାରଣ ଓ ଏହାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ବ୍ୟକ୍ତିର ଅର୍ଥନୈତିକ ସ୍ଵାର୍ଥ ଦୃଷ୍ଟିରୁ ରାଷ୍ଟ୍ର ଏହି ଦାୟିତ୍ଵ ବହନ କରିଥାଏ ।

(୫) ଶ୍ରମମଙ୍ଗଳ : ସମାଜର ଶ୍ରମିକମାନଙ୍କର ମର୍ଯ୍ୟାଦା ବୃଦ୍ଧି ପାଇଁ ଏବଂ ସେମାନଙ୍କର ଜୀବନଧାରଣର ମାନ ବୃଦ୍ଧି ପାଇଁ ରାଷ୍ଟ୍ର ଅନେକ ପ୍ରକାରର ଯୋଜନା ଗ୍ରହଣ କରିଥାଏ । ଶ୍ରମ କ୍ଷେତ୍ରରେ ମାନବିକ ପରିବେଶ ପ୍ରଦାନ, ଶ୍ରମ- ସମୟ ନିର୍ଦ୍ଧାରଣ, ବେତନ ହାର ନିର୍ଦ୍ଧାରଣ, ଶ୍ରମିକମାନଙ୍କର ଶିଳ୍ପ ପରିଚାଳନାରେ ଅଂଶଗ୍ରହଣ ଇତ୍ୟାଦି ବିବିଧ କାର୍ଯ୍ୟ ଶ୍ରମିକମାନଙ୍କର ସାମୂହିକ ଉନ୍ନତି ପାଇଁ ରାଷ୍ଟ୍ରକୁ ସମ୍ପାଦନ କରିବାକୁ ପଡ଼ିଥାଏ ।

(୬) ଦାରିଦ୍ର୍ୟ ନିରାକରଣ ଆଧୁନିକ ବିଶ୍ଵରେ ଦାରିଦ୍ର୍ୟ ଏକ ଦୁରାରୋଗ୍ୟ ସଂକ୍ରାମକ ବ୍ୟାଧର ଭୂମିକା ନେଉଥ‌ିବାବେଳେ ପ୍ରତ୍ୟେକ ଜନମଙ୍ଗଳ ରାଷ୍ଟ୍ର ଦାରିଦ୍ର୍ୟ ନିରାକରଣ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ନିମିତ୍ତ ବିଭିନ୍ନ ଯୋଜନା ସହ ଆଗେଇ ଆସିଛନ୍ତି । ପ୍ରତ୍ୟେକ ବ୍ୟକ୍ତିକୁ ଅର୍ଥନୈତିକ ସର୍ବନିମ୍ନ ଆବଶ୍ୟକତା; ଯଥା- ଖାଦ୍ୟ, ବସ୍ତ୍ର ଓ ବାସଗୃହ ପ୍ରଦାନ ଆଦି ପ୍ରତ୍ୟେକ ଜନମଙ୍ଗଳ ରାଷ୍ଟ୍ରର ମୁଖ୍ୟ ଲକ୍ଷ୍ୟରେ ପରିଣତ ହୋଇଛି । ଏହା ଦେଶରେ ଶିଳ୍ପ ପ୍ରତିଷ୍ଠା, କୃଷିର ଉନ୍ନତି, ପ୍ରାକୃତିକ ସମ୍ପଦର ସଦ୍‌ଉପଯୋଗ କରି ଏହି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିଥାଏ ।

(୭) ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ବ୍ୟବସ୍ଥା : ରାଷ୍ଟ୍ର ଏକ ସାମାଜିକ କଲ୍ୟାଣକାରୀ ସଂସ୍ଥା ହୋଇଥିବାରୁ ବୃଦ୍ଧାବସ୍ଥା, ଶାରୀରିକ ଅକର୍ମଣ୍ୟ ଅବସ୍ଥା, ବେକାରୀ, ଅସହାୟତା ଇତ୍ୟାଦି କ୍ଷେତ୍ରରେ ରାଷ୍ଟ୍ର ବ୍ୟକ୍ତିକୁ ଆବଶ୍ୟକୀୟ ସାହାଯ୍ୟ ପ୍ରଦାନ କରିଥାଏ । ଏହା ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଆଶ୍ରୟସ୍ଥଳୀ ପ୍ରଦାନ ଇତ୍ୟାଦି ବିବିଧ ବ୍ୟବସ୍ଥା ମାଧ୍ୟମରେ ବ୍ୟକ୍ତିକୁ ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ପ୍ରଦାନ କରିଥାଏ ।

(୮) ସାଧାରଣ ସେବା ପ୍ରଦାନକାରୀ ବ୍ୟବସ୍ଥା : ରାଷ୍ଟ୍ର ବିଭିନ୍ନ ସାଧାରଣ ସେବାପ୍ରଦାନକାରୀ ସଂସ୍ଥା; ଯଥା- ବିଦ୍ୟୁତ୍ ବିଭାଗ, ରେଳ ବିଭାଗ, ଡାକ ଓ ତାର ବିଭାଗ, ଦୂରଦର୍ଶନ ଓ ଆକାଶବାଣୀ ସଂସ୍ଥା ଇତ୍ୟାଦିକୁ ନିଜ ବ୍ୟକ୍ତିକୁ ବିଭିନ୍ନ ସେବା ଯୋଗାଇବାପାଇଁ ପରିଚାଳନା କରିଥାଏ । ଏହା ଲାଭ ସୃଷ୍ଟି କରୁନଥିଲେ ମଧ୍ୟ ବ୍ୟକ୍ତର । ଓ ଆବଶ୍ୟକତା ଦୃଷ୍ଟିରୁ ରାଷ୍ଟ୍ର ଏହି ସମସ୍ତ ବିବିଧ ସାଧାରଣ ସେବା ପ୍ରଦାନ କରିଥାଏ ।

(୯) ନୈତିକ ଓ ସାମାଜିକ ସଂସ୍କାର : ଗ୍ରୀନ୍‌ଙ୍କ ମତରେ, ରାଷ୍ଟ୍ରର ବ୍ୟକ୍ତିର ନୈତିକ ବିକାଶ ପାଇଁ ଆବଶ୍ୟକୀୟ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ଆଧୁନିକ ଜନମଙ୍ଗଳ ରାଷ୍ଟ୍ର ଅସ୍ପୃଶ୍ୟତା, ବେଶ୍ୟାବୃତ୍ତି, ବାଲ୍ୟବିବାହ, ବଳିଦାନ, ଅଜ୍ଞତା, ଅଶିକ୍ଷିତତା ଇତ୍ୟାଦି ଅନେକ ପ୍ରକାରର ସାମାଜିକ କୁସଂସ୍କାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ଏବଂ ଅନେକ ସମୟରେ ଆଇନ ପ୍ରଣୟନ ଓ କେତେକ କ୍ଷେତ୍ରରେ ଅସ୍ତିସୂଚକ ସଚେତନଶୀଳତା ସୃଷ୍ଟି କରି ଏଗୁଡ଼ିକର ଉଚ୍ଛେଦର ଦାୟିତ୍ଵ ବହନ କରିଛି ।

ଜନମଙ୍ଗଳ ରାଷ୍ଟ୍ରର ଯଥାର୍ଥତା : ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିତ୍ଵ ବିକାଶ ପାଇଁ ପୂର୍ଣ୍ଣ ଦାୟିତ୍ଵ ନେଉଥ‌ିବାବେଳେ ଏହାର କାର୍ଯ୍ୟାବଳୀକୁ ବାଧ୍ୟତାମୂଳକ ଓ ଇଚ୍ଛାଧୀନ ପରି ଦୁଇ ଭାଗରେ ବିଭକ୍ତ କରିବା ସମ୍ଭବ ନୁହେଁ । ଏହା ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟାବଳୀକୁ କୌଣସି ଦୃଷ୍ଟିରୁ ନିର୍ଦ୍ଦିଷ୍ଟଭାବରେ ସୂଚିତ କରିବା ସମ୍ଭବ ନୁହେଁ । ଏହା ବ୍ୟକ୍ତିର ଗତିଶୀଳ ପ୍ରକୃତି ତଥା ସମାଜର ଅଗ୍ରଗତି ସହ ପାଦ ମିଳାଇ ଚାଲିଥାଏ । ଜନମଙ୍ଗଳ ରାଷ୍ଟ୍ରରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ସମସ୍ତ ସୁଯୋଗ ସୃଷ୍ଟି କରାଯାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ର ପ୍ରତି ନିଜର ଅଭ୍ୟାସଗତ ଆସ୍ଥା ସ୍ପଷ୍ଟଭାବେ ପ୍ରଦାନ କରି ରାଜନୈତିକ ବ୍ୟବସ୍ଥାର ଭିଭିଭୂମି ଦୃଢ଼ କରିବା ସଙ୍ଗେ ସଙ୍ଗେ ଦକ୍ଷତା ବୃଦ୍ଧି କରିବା ଦିଗରେ ସହାୟତା ପ୍ରଦାନ କରିଥା’ନ୍ତି ।

(i) ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିର ସ୍ଥିତି ଓ ବିକାଶ ପାଇଁ ଏକ ଉପଯୁକ୍ତ ବିକଳ୍ପବିହୀନ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ ।
(ii) ଏହା ପ୍ରତ୍ୟେକ ବ୍ୟକ୍ତିକୁ ଉନ୍ନତ ଜୀବନଧାରଣର ସର୍ବନିମ୍ନ ସୁବିଧା ପ୍ରଦାନ କରିଥାଏ ।
(iii) ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳଭିଭି ରୂପେ ସାମାଜିକ ପରିବର୍ତ୍ତନ, ରାଜନୈତିକ ଆଧୁନିକୀକରଣ ଓ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ ।
(iv) ଏହା ବିଶ୍ଵ ଅର୍ଥନୀତି, ଅର୍ଥନୈତିକ ଯୋଜନା ପ୍ରଣୟନ ଓ ପ୍ରୟୋଗଦ୍ଵାରା ବ୍ୟକ୍ତି ଓ ରାଷ୍ଟ୍ରର ଅର୍ଥନୈତିକ ସମୃଦ୍ଧି ବୃଦ୍ଧି କରିପାରୁଛି ।
(v) ଏହା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଯୋଗାଯୋଗ ବ୍ୟବସ୍ଥା, ସାମାଜିକ ନିରାପତ୍ତା ବ୍ୟବସ୍ଥା ଇତ୍ୟାଦି କ୍ଷେତ୍ରରେ ସାଧାରଣ ସେବା ପ୍ରଦାନ କରି ନିଜର ସ୍ଥିତିକୁ ବଳିଷ୍ଠ କରିପାରୁଛି ।
(vi) ଏହା ସାମାଜିକ ନ୍ୟାୟ, ଅର୍ଥନୈତିକ ନ୍ୟାୟ ଓ ରାଜନୈତିକ ସଂହତି ଆଦି ଲକ୍ଷ୍ୟ ପୂରଣ କରିପାରୁଛି ।

ଜନମଙ୍ଗଳ ରାଷ୍ଟ୍ରର ସମାଲୋଚନା : ଜନମଙ୍ଗଳ ରାଷ୍ଟ୍ର ସର୍ବାଧ‌ିକ ଲୋକପ୍ରିୟ ସିଦ୍ଧାନ୍ତ ଓ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସମାଲୋଚନାରୁ ମୁକ୍ତ ନୁହେଁ-
(i) ଏହା ଏକ ବ୍ୟୟବହୁଳ ବ୍ୟବସ୍ଥା ହୋଇଥିବାରୁ ଲୋକମାନଙ୍କ ଉପରେ କରଭାର ମଧ୍ୟ ବୃଦ୍ଧି କରିଥାଏ ।
(ii) ଏହା ରାଷ୍ଟ୍ରର କାର୍ଯ୍ୟପରିସର ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ୁଥିବାରୁ ବ୍ୟକ୍ତିର ନିଜସ୍ଵ ସୃଜନଶୀଳତା, ଉଦ୍ୟୋଗୀ ମନୋବୃତ୍ତି, ମୌଳିକତା, କାର୍ଯ୍ୟ ସମ୍ପାଦନ ପାଇଁ ସ୍ଵଇଚ୍ଛା ଇତ୍ୟାଦି ବିକଶିତ ବା ପ୍ରକାଶିତ ହୋଇପାରେ ନାହିଁ ।
(iii) ବହୁବାଦୀ (Pluralist) ମାନଙ୍କ ମତରେ, କ୍ଷମତା ପରିସର ବୃଦ୍ଧି ହେତୁ ଗୋଷ୍ଠୀ (Group)ର ଭୂମିକା ସଙ୍କୁଚିତ ହୋଇଯିବ ଏବଂ ଯାହାଫଳରେ ବ୍ୟକ୍ତିର ପ୍ରକୃତ ବିକାଶ ବା ଉନ୍ନତି ସମ୍ଭବପର ହେବ ନାହିଁ।
(iv) ରାଷ୍ଟ୍ରର କ୍ଷମତା ବୃଦ୍ଧି ସରକାରଙ୍କ ଏକଚ୍ଛତ୍ରବାଦୀ ପ୍ରକୃତିକୁ ପ୍ରତିଷ୍ଠା କରିଥାଏ । ଏହା ‘ଅମଲାତାନ୍ତ୍ରିକ ଏକଚ୍ଛତ୍ରବାଦ’ (Bureaucratic Despotism)କୁ ପ୍ରୋତ୍ସାହନ ଯୋଗାଇଥାଏ । ଏହାଫଳରେ ବ୍ୟକ୍ତିଗତ ସ୍ଵାର୍ଥସାଧନ, ଦୁର୍ନୀତି, ନାଲିଫିତାର କୁପ୍ରଭାବ ଆଦିର ପ୍ରଭାବ କ୍ରମେ ବ୍ୟକ୍ତି କଲ୍ୟାଣ ସଙ୍କୁଚିତ ହୁଏ ।
(v) ମାର୍କ ହିଲଡ଼୍ (Mark Heald)ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ‘ବ୍ୟକ୍ତି ପାଇଁ ସମ୍ମାନ ପ୍ରଦର୍ଶନ ପରିବର୍ତ୍ତେ ରାଷ୍ଟ୍ରର ଗୌରବ ବର୍ଦ୍ଧନ କରେ ।’’ ଅର୍ଥାତ୍ ଏହି ବ୍ୟବସ୍ଥାରେ ବ୍ୟକ୍ତି ଗୌଣ ହୋଇଯାଏ ।
(vi) ଜନମଙ୍ଗଳ ରାଷ୍ଟ୍ରର କ୍ଷମତା ପରିସର ଅତ୍ୟନ୍ତ ବ୍ୟାପକ ହେବାଦ୍ଵାରା ଅନେକ କାର୍ଯ୍ୟ ଯଥାର୍ଥ ଓ ଦକ୍ଷତାସମ୍ପନ୍ନଭାବେ ସମ୍ପାଦିତ ହୋଇପାରେ ନାହିଁ ।
(vii) ଜନମଙ୍ଗଳ ରାଷ୍ଟ୍ରର ସୁଯୋଗ ସୁବିଧା ଦକ୍ଷ ଓ ସମୃଦ୍ଧ ଗୋଷ୍ଠୀଙ୍କ ପାଖକୁ ଯାଏ ବୋଲି ଆର.ଏମ୍.ଟିଗ୍‌ମସ୍ ଆଦି ରାଜନୈତିକ ପ୍ରବକ୍ତାମାନଙ୍କ ମତ ଅଟେ ।

ଉପରୋକ୍ତ ସମାଲୋଚନାଗୁଡ଼ିକର ଗୁରୁତ୍ଵ ଜନମଙ୍ଗଳ ରାଷ୍ଟ୍ରର ବାସ୍ତବ ଗୁରୁତ୍ଵ ଦୃଷ୍ଟିରୁ କମ୍ ହୋଇଥିବାରୁ ମାନବର ବ୍ୟକ୍ତିତ୍ଵ ବିକାଶର ସୁବ୍ୟବସ୍ଥିତ ମାଧ୍ୟମରୂପେ ଜନମଙ୍ଗଳ ରାଷ୍ଟ୍ର ସ୍ଵୀକୃତିପ୍ରାପ୍ତ । କିନ୍ତୁ ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟାବଳୀ ବ୍ୟକ୍ତିଗତ ସ୍ଵାତନ୍ତ୍ର୍ୟ, ଜନମତ, ନୈତିକତା, ଧର୍ମ, ସାମାଜିକ ପ୍ରଥା, ପରମ୍ପରା ଓ ସଂସ୍କୃତି ଇତ୍ୟାଦିର ପ୍ରଭାବରୁ ମୁକ୍ତ ନୁହେଁ । ଏହି ସମସ୍ତ ଉପାଦାନର ପ୍ରଭାବ ଜନମଙ୍ଗଳ ରାଷ୍ଟ୍ର କାର୍ଯ୍ୟାବଳୀକୁ ବ୍ୟକ୍ତିର କଲ୍ୟାଣ ଦିଗରେ ନିର୍ଦ୍ଦେଶିତ କରିଥା’ନ୍ତି ।

୩ । ଜଗତୀକରଣ (Globalisation) କ’ଣ ? ଏହାର ପ୍ରକୃତି, ଯଥାର୍ଥତା ଓ ସମାଲୋଚନାର ଭିଭି ଆଲୋଚନା କର । ଭାରତରେ ଏହାର ସ୍ବରୂପ ସମ୍ପର୍କରେ ସୂଚନା ଦିଅ । ରାଷ୍ଟ୍ରର କାର୍ଯ୍ୟରେ ଏହାର ପ୍ରଭାବର ମୂଲ୍ୟାଙ୍କନ କର ।
Answer:
ଆଧୁନିକ ବିଜ୍ଞାନର ଉଦ୍ଭାବନ, ଶିଳ୍ପବିପ୍ଲବ ହେଲାଠାରୁ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦର ଦ୍ରୁତ ପ୍ରସାର ଘଟିଲା ଏବଂ ଏହା ସହିତ ଶିଳ୍ପାନ୍ନତ ରାଷ୍ଟ୍ରର ଅନଗ୍ରସର ରାଜ୍ୟ ଉପରେ ଅତ୍ୟାଚାର ଓ ଶୋଷଣର ମାତ୍ରା ଅସହ୍ୟ ହୋଇଉଠିଲା । ଅନେକ ଦେଶ ସ୍ଵାଧୀନତା ହରାଇ ପରାଧୀନତାର ଗ୍ଳାନିରେ ମ୍ରିୟମାଣ ହୋଇ ଶକ୍ତିହୀନ ଓ ନିଶ୍ରଣ ହୋଇଗଲେ । କ୍ରମେ କ୍ରମେ ଦେଶ-ଦେଶ ମଧ୍ୟରେ ସନ୍ଦେହ, ବିଦ୍ବେଷ ବୃଦ୍ଧି ପାଇଲା । ବିଶ୍ଵ ମାନବିକତା ସ୍ଥାନରେ ମୁଣ୍ଡ ଟେକିଲା ଆଞ୍ଚଳିକତାବାଦ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ବିକାଶ ଫଳରେ ଦୂରତା ସଙ୍କୁଚିତ ହେଲା ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ତଥ୍ୟଗତ, ବ୍ୟବସାୟିକ ଓ ରାଜନୈତିକ ସମ୍ପର୍କ ସମ୍ପ୍ରସାରିତ ହେଲା; ମାତ୍ର ଆତ୍ମୀୟତା ଓ ସଭାବର ଅବକ୍ଷୟ ହେଲା | ଆଧୁନିକ ଶକ୍ତିର ବହୁଳ ପ୍ରସାର, ଏକଚାଟିଆ ବାଣିଜ୍ୟର ପ୍ରଭାବ ବୃଦ୍ଧି କରି କ୍ଷୁଦ୍ର ଶିଳ୍ପ, କୁଟୀରଶିଳ୍ପର ବିଲୋପ କରିଚାଲିଲା ଏବଂ ରାସାୟନିକ ଓ ଧାତବ ଶିଳ୍ପ ସମଗ୍ର ପୃଥ‌ିବୀର ପରିବେଶକୁ ପ୍ରଦୂଷିତ କରିଦେଲା । ଏହି ପ୍ରଦୂଷଣର ଶିକାର ହୋଇଛନ୍ତି ତୃତୀୟ ବିଶ୍ଵ ତଥା ବିକାଶଶୀଳ ଏସୀୟ, ଆଫ୍ରିକୀୟ, ଲାଟିନ୍ ଆମେରିକୀୟ ଦେଶଗୁଡ଼ିକ ।

ଶିଳ୍ପସମୃଦ୍ଧ ଦେଶ ଓ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ସର୍ବଗ୍ରାସୀ ଲାଳସା ତୃତୀୟ ବିଶ୍ଵର ଜନବହୁଳ ଦେଶଗୁଡ଼ିକୁ ବିଭିନ୍ନ ଉପାୟରେ ଶୋଷଣ କରିଚାଲିଛନ୍ତି । ବିତ୍ତୀୟ ସାମ୍ରାଜ୍ୟବାଦ ଓ ବହୁରାଷ୍ଟ୍ରୀୟ କମ୍ପାନୀ ଓ ଆନ୍ତର୍ଜାତୀୟ ଅନୁଷ୍ଠାନକର୍ତ୍ତୃକ ପ୍ରଚ୍ଛନ୍ନ ନବ୍ୟ-ସାମ୍ରାଜ୍ୟବାଦ ଗରିବ ଦେଶଗୁଡ଼ିକୁ ଏପରି କବଳିତ କରି ଚାଲିଛି ଯେ ଏ ସମସ୍ତ ଦେଶର ଜନସାଧାରଣ ବିଦେଶୀ ଦ୍ରବ୍ୟର ଚାକଚକ୍ୟରେ ମୋହିତ ହୋଇ ଦୈନନ୍ଦିନ ଜୀବନ କ୍ଷେତ୍ରରେ ହନ୍ତସନ୍ତ ହେଉଛନ୍ତି ।

ଦୀର୍ଘ ୨୦ ବର୍ଷ ଧରି ମୁଦ୍ରା – ପାଣ୍ଠି, ବିଶ୍ଵ ବ୍ୟାଙ୍କ ଓ ବିଶ୍ଵ ବାଣିଜ୍ୟ ସଂସ୍ଥା ମାଧ୍ୟମରେ ଜଗତୀକରଣ (Globalisation)ର ଯେଉଁ ଢେଉ ପ୍ରବାହିତ ହେଉଛି, ସେଥୁରେ ଅବାଧ ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରସାର ଲାଭ କରିଛି ଏବଂ ତା’ର ସୁଫଳ ଲାଭ କରିଛନ୍ତି ଧନୀ ଶିଳ୍ପାନ୍ନତ ଦେଶଗୁଡ଼ିକ । କିନ୍ତୁ ଏହା ତୃତୀୟ ବିଶ୍ଵର ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟ, ବେକାରୀ ଓ ବୈଷମ୍ୟ ବୃଦ୍ଧି ଓ ସାମାଜିକ, ସାଂସ୍କୃତିକ ସଙ୍କଟ ସୃଷ୍ଟି କରି ସାଧାରଣ ଜୀବନକୁ ଦୁର୍ବିସହ କରିଦେଇଛନ୍ତି ।

ଜଗତୀକରଣର ପ୍ରକୃତି :
ଜଗତୀକରଣ (Globalisation), ଉଦାରୀକରଣ (Liberalisation) ଘରୋଇକରଣ (Privatisation) ଭିନ୍ନ ଭିନ୍ନ ଅର୍ଥବୋଧକ ଶବ୍ଦ ହେଲେ ମଧ୍ୟ ସେମାନଙ୍କର ସାଧାରଣ ଲକ୍ଷ୍ୟ ସମାନ । ଅର୍ଥନୈତିକ କ୍ଷେତ୍ରରେ ଅସମୀଚୀନ ନିୟନ୍ତ୍ରଣ ଦୂର କରି ଅର୍ଥନୈତିକ ଦୃଷ୍ଟିକୋଣରୁ ସମଗ୍ର ବିଶ୍ବକୁ ଏକ ‘ବିଶ୍ଵ-ଗ୍ରାମ’ (Global Village)ରେ ରୂପାନ୍ତରିତ କରିବା ଏହି ଶବ୍ଦଗୁଡ଼ିକର ବ୍ୟାପକ ପ୍ରୟୋଗ ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ହୋଇଥିଲେ ମଧ୍ୟ ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ପୃଥ‌ିବୀର ଧନିକ ରାଷ୍ଟ୍ରମାନଙ୍କର ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ିଥିବା କୁପ୍ରଭାବରୁ ମୁକ୍ତ ହେବା ପାଇଁ ସେମାନେ ପ୍ରଥମେ ’‘ଗାଟ୍’ (GATT- General Agreement on Trade and Tariff) ଓ ପରେ ’ବିଶ୍ଵ ବାଣିଜ୍ୟ ସଂଗଠନ’ (WTO- World Trade Organisation), ‘ଆନ୍ତର୍ଜାତିକ ମୁଦ୍ରାପାଣ୍ଡି’ (IMF – International Monetary Fund), ‘ବିଶ୍ଵ ବ୍ୟାଙ୍କ’ (WB – World Bank) ଆଦି ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିଥିଲେ ଓ ଏହା ଜଗତୀକରଣ ତତ୍ତ୍ଵର ବିକାଶ ପାଇଁ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ କରିଥିଲା।

ଜଗତୀକରଣର ଅର୍ଥ ବିଶ୍ଵ ବଜାର ସହିତ ପୃଥ‌ିବୀର ସମସ୍ତ ଦେଶର ବଜାର ଓ ଅର୍ଥନୀତିକୁ ସଂଯୋଜିତ କରିବା । ଆଣ୍ଟୋନୀ ଗିଡ଼େନ୍ସ (Anthony Giddens)ଙ୍କ ମତରେ, ‘ଜଗତୀକରଣର ଅର୍ଥ ବହୁ ଦୂରରେ ଅବସ୍ଥିତ ଜନସମୂହକୁ ବିଶ୍ବବ୍ୟାପୀ ସାମାଜିକ ସମ୍ପର୍କର ତୀବ୍ରତା ଓ ଘନତ୍ଵ ସହ ସଂଯୋଜିତ କରିବା ।’’ ରବର୍ଟସନ୍‌ଙ୍କ ଭାଷାରେ, ‘ ଜଗତୀକରଣ ବିଶ୍ଵ ସଂକୋଚନ ଓ ସାମଗ୍ରୀକଭାବେ ବିଶ୍ଵ ସଚେତନଶୀଳତା ଭାବର ପ୍ରସାର ସମ୍ପର୍କିତ ଏକ ବିଷୟ ଅଟେ ।’’

ଏଣୁ ସାଧାରଣ ଅର୍ଥରେ ଜଗତୀକରଣ ଏପରି ଏକ ପ୍ରକ୍ରିୟା ଯାହା ସମଗ୍ର ପୃଥିବୀକୁ ରାଷ୍ଟ୍ର ନିର୍ବିଶେଷରେ ଏକ ‘ବିଶ୍ଵ ଗ୍ରାମ’ରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ ଯେଉଁଠାରେ ଲୋକମାନଙ୍କ ମଧ୍ୟରେ ପରସ୍ପର ନିର୍ଭରଶୀଳତା ଭିଭିରେ ସାମାଜିକ ଓ ଅର୍ଥନୈତିକ ଅନ୍ତଃସମ୍ପର୍କ ପ୍ରତିଷ୍ଠିତ ହୋଇପାରିବ । ତଥ୍ୟ, ପୁଞ୍ଜି ଓ ଦ୍ରବ୍ୟର ଅବାଧ ପ୍ରବାହ ମାଧ୍ୟମରେ ଜଗତୀକରଣ ପ୍ରତିଫଳିତ ହୋଇଥାଏ । ଏହା ପୃଥିବୀର ବିଭିନ୍ନ ଦେଶର ସମାଜ ଓ ସଂସ୍କୃତିକୁ ପରସ୍ପରର ନିକଟତର କରିପାରିଛି ।

ଜଗତୀକରଣର ଭପାଦାନ :
(i) ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠା ପରିଚାଳନାରେ ଉଦାରବାଦୀ ନୀତିର ପ୍ରୟୋଗ ।
(ii) ମୁକ୍ତ ବାଣିଜ୍ୟ ନୀତିର ପାଳନ ।
(iii) ଜାତୀୟ ଅର୍ଥନୀତିକୁ ବିଶ୍ଵ ଅର୍ଥନୀତି ସହ ସଂଯୋଗୀକରଣ ।
(iv) ଶିଳ୍ପ, ବାଣିଜ୍ୟ ତଥା ଆର୍ଥିକ ବ୍ୟାପାରର ଘରୋଇକରଣ ମାଧ୍ୟମରେ ସୁସ୍ଥ ପ୍ରତିଯୋଗିତା ତଥା ଦକ୍ଷତାବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ ।
(v) ରପ୍ତାନି – ଆମଦାନୀ ବ୍ୟବସ୍ଥାରେ ଉଦାରୀକରଣ ନୀତିର ପ୍ରୟୋଗ ।
(vi) ଦ୍ରୁତ ଆଧୁନିକୀକରଣ, ବୈଷୟିକ କୌଶଳ, ପୁଞ୍ଜି ବିନିଯୋଗ ଆଦିର ଅବାଧ ପ୍ରବାହ ଓ ବିଶ୍ଵ ସହଯୋଗ ବୃଦ୍ଧି ।
(vii) ବଜାର ଅର୍ଥନୀତିର ଚାପରେ ରାଷ୍ଟ୍ରୀୟ ଅର୍ଥନୀତିର ସଂସ୍କାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ।

ରାଷ୍ଟ୍ରର କାର୍ଯ୍ୟଧାରାରେ ଜଗତୀକରଣର ପ୍ରଭାବ :
ଜଗତୀକରଣର ସମର୍ଥକମାନେ ଯୁକ୍ତି କରନ୍ତି ଯେ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରର ସରକାରମାନେ ସେମାନଙ୍କର ଅର୍ଥନୈତିକ ବ୍ୟବସ୍ଥାକୁ ଅଧ‌ିକ ଉନ୍ମୁକ୍ତ କରିଦେବା ଫଳରେ ବିଶ୍ଵ ଅର୍ଥନୀତି ସହ ସଂଯୋଜିତ ହେବାର ସମ୍ଭାବନା ଅଧୁକ ବଳିଷ୍ଠ ହେବ ଓ ରାଷ୍ଟ୍ରୀୟ ଆର୍ଥିକ ସମୃଦ୍ଧି ସମ୍ଭବପର ହୋଇପାରିବ । ପୁଞ୍ଜି ଓ କୌଶଳର ଅବାଧ ପ୍ରବାହ ଏହି ଆର୍ଥିକ ସମୃଦ୍ଧିର ପ୍ରକ୍ରିୟାକୁ ସୁଗମ କରିବ । ରୁଗ୍ଣ ସରକାରୀ ଉଦ୍ୟୋଗର ନୂତନ ଜୀବଦାନ ସମ୍ଭବ ହେବା ସଙ୍ଗେ ସଙ୍ଗେ ନିଯୁକ୍ତି କ୍ଷେତ୍ର ପ୍ରଶସ୍ତ ହେବ ଓ ଉତ୍ପାଦନର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ଏହି ପ୍ରବକ୍ତାମାନେ ଯୁକ୍ତି ବାଢ଼ିଥା’ନ୍ତି ।

ଏହାଫଳରେ ବହୁଦେଶୀୟ କମ୍ପାନୀ (MNC – Multi-National Companies)ଗୁଡ଼ିକ ପୃଥ‌ିବୀର ବିଭିନ୍ନ ଦେଶରେ ସେମାନଙ୍କର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବେ । ଏହା ଘରୋଇକରଣ ନୀତି ମାଧ୍ୟମରେ ହିଁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ ହୋଇପାରିବ ।

ଏଣୁ ଜଗତୀକରଣର ଲକ୍ଷ୍ୟ ହେଉଛି ଆନ୍ତର୍ଜାତୀୟ ବାଣିଜ୍ୟକୁ ଅବାଧ ଓ କଟକଣାଶୂନ୍ୟ କରିଦେବା ଯାହାଫଳରେ ସମଗ୍ର ବିଶ୍ଵର ବଜାର ମୁକ୍ତ ହୋଇଯିବ ଓ ପ୍ରତ୍ୟେକ ଦେଶର ବଜାରରେ ବିଭିନ୍ନ ଦେଶର ଦ୍ରବ୍ୟମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବତା ସୃଷ୍ଟି ହେବ । ଏହି ପ୍ରତିଦ୍ବନ୍ଦିତାମୂଳକ ମୁକ୍ତ ବଜାରର ସହାୟକ ହେଉଛି ଉଦାର ବା କୋହଳ ଅର୍ଥନୀତି, ରପ୍ତାନି ଓ ଆମଦାନୀ ଶୁଳ୍କ ହ୍ରାସ, ପୁଞ୍ଜି ଲଗାଣ ଉପରେ ନିୟନ୍ତ୍ରଣ ଉଚ୍ଛେଦ ଓ ଉତ୍ପାଦନ–ବଣ୍ଟନ କ୍ଷେତ୍ରରେ ରାଷ୍ଟ୍ର ବା ସରକାରଙ୍କ ଭୂମିକା ହ୍ରାସ ଏବଂ ସର୍ବୋପରି ଘରୋଇ ସଂସ୍ଥାମାନଙ୍କୁ ପ୍ରତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ନିର୍ବିଚାର ଅନୁମତି ଓ ସ୍ଵାଧୀନତା ପ୍ରଦାନ।

ଜଗତୀକରଣର ଯଥାର୍ଥତା (Justification) :
(୧) ଆମଦାନୀ, ରପ୍ତାନି, ପୁଞ୍ଜି ଲଗାଣ, କୌଶଳର ବିନିଯୋଗ ଆଦି କ୍ଷେତ୍ରରେ ପ୍ରତିଦ୍ଵନ୍ଦିତା ସୃଷ୍ଟି ହେବା ଫଳରେ ଦ୍ରବ୍ୟର ଗୁଣାତ୍ମକ ମାନ ବୃଦ୍ଧି ଘଟିବ, ଦ୍ରବ୍ୟର ଦାମ୍ ହ୍ରାସ ଘଟିବ ଏବଂ ମୋଟ ଉପରେ ଉପଭୋକ୍ତା ଉପକୃତ ହେବ ।

(୨) ଗୋଟିଏ ଦେଶର ଆର୍ଥିକ ଉନ୍ନତି ପାଇଁ ଅନ୍ୟ ରାଷ୍ଟ୍ରର ପୁଞ୍ଜି ଓ ଉନ୍ନତ କୌଶଳ ବିନିଯୋଗ ହୋଇପାରିବ ।
(୩) କୌଣସି ରାଷ୍ଟ୍ରର ଶିଳ୍ପ, ପୁଞ୍ଜି ଓ କୌଶଳର ସଙ୍କଟ ରୂପକ ପଞ୍ଜୁରି ମଧ୍ୟରେ ଆବଦ୍ଧ ନରହି ଏହାର ଦ୍ରୁତ ପ୍ରସାର ଘଟିବା ଫଳରେ ଜନଜୀବନ ଧାରାରେ ଉନ୍ନତି ପରିଲକ୍ଷିତ ହେବ ।
(୪) ଉପଭୋକ୍ତା ପାଇଁ ଏକ ବୃହତ୍ ବିଶ୍ଵ ବଜାର ନିଜ ରାଷ୍ଟ୍ରର ଭୌଗୋଳିକ ସ୍ଥିତି ମଧ୍ୟରେ ସମ୍ଭବ ହୋଇପାରିବ । ଉତ୍ପାଦନରେ ଉନ୍ନତି ଓ ପ୍ରତିଯୋଗିତା ଫଳରେ ଉନ୍ନତ ଦ୍ରବ୍ୟ ଶସ୍ତାରେ ଉପଭୋକ୍ତା ପାଇପାରିବ । ଏକଚାଟିଆ ପ୍ରତିଦ୍ଵନ୍ଦିତା ଶୂନ୍ୟ ବଜାରର ଅନୁପସ୍ଥିତି ସେମାନଙ୍କୁ ଶୋଷଣରୁ ମୁକ୍ତ କରିବ ଓ ପସନ୍ଦର କ୍ଷେତ୍ରକୁ ସୁବିସ୍ତୃତ କରିଦେବ ।
(୫) ଶିଳ୍ପୀକରଣ ଓ ରୁଗ୍‌ଣ ଶିଳ୍ପର ପୁନରୁଦ୍ଧାର ଫଳରେ ନିଯୁକ୍ତି କ୍ଷେତ୍ରରେ ଅଧ‌ିକ ସୁଯୋଗ ସୃଷ୍ଟି କରାଯାଇ ବେକାରୀ ସମସ୍ୟାର ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ ।
(୬) ଗୋଟିଏ ଦେଶର ଅର୍ଥନୀତିକୁ ବିଶ୍ଵ ଅର୍ଥନୀତି ସହ ସଂଯୋଜିତ କରି ଏକ ‘ବିଶ୍ଵ-ଗ୍ରାମ’ (Global Village) ଗଠନର ସ୍ଵପ୍ନ ସାକାର କରିହେବ ।
ଜଗତୀକରଣର ସମାଲୋଚନାର ଭିଭି (Criticism) :

(୧) ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ଜେ.ଏମ୍.କିସ ମତ ଦେଇଛନ୍ତି ଯେ ବ୍ୟକ୍ତିକ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ସବୁ କ୍ଷେତ୍ରରେ ସମାନ ଓ ସହଯୋଗୀ ହୋଇନଥିବାରୁ ଦୁଇଟି ମଧ୍ୟରେ ଦ୍ଵନ୍ଦୁ ଜାତ ହେଲେ ରାଷ୍ଟ୍ରର ହସ୍ତକ୍ଷେପ ବାଞ୍ଛନୀୟ । କିନ୍ତୁ ଜଗତୀକରଣ ଫଳରେ ରାଷ୍ଟ୍ରୀୟ ନିୟନ୍ତ୍ରଣ ହ୍ରାସ ପାଇବା ବ୍ୟକ୍ତି ସ୍ୱାର୍ଥ ଦୃଷ୍ଟିରୁ ଏକ ଶୁଭ ଲକ୍ଷଣ ନୁହେଁ । ୨୦୦୦ ମସିହାର ଜାତିସଂଘର ଉନ୍ନୟନ କାର୍ଯ୍ୟକ୍ରମ ରିପୋର୍ଟରେ ପ୍ରକାଶ ପାଇଛି ଯେ ମୁକ୍ତ ବଜାର ଓ ଜଗତୀକରଣର ଉପକାର ବହୁ ଲୋକଙ୍କ ନିକଟରେ ପହଞ୍ଚି ନାହିଁ । ୨୦୦୦ ମସିହାର ବିଶ୍ଵ ଅର୍ଥନୈତିକ ବହିର୍ଦ୍ଧିଷ୍ଟି (World Economic Outlook-2000)ରେ କୁହାଯାଇଛି ଯେ ସାରା ପୃଥ‌ିବୀରେ ବୈଷମ୍ୟ ବୃଦ୍ଧି ପାଉଥିବାରୁ ଅର୍ଥନୈତିକ କାର୍ଯ୍ୟକ୍ରମ ନିଷ୍ଫଳ ହେବ, ସାମାଜିକ ବ୍ୟବସ୍ଥା ଧ୍ଵଂସ ହେବ ଓ ନୈତିକତାର ଅବକ୍ଷୟ ଘଟିବ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

(୨) ଜଗତୀକରଣ ଫଳରେ ଜାତୀୟ ରାଷ୍ଟ୍ରର ସାର୍ବଭୌମତ୍ଵ ଉପରେ ନିୟନ୍ତ୍ରଣ ସୃଷ୍ଟି ହେବା ଶୁଭଙ୍କରୀ ନୁହେଁ ।
(୩) ଦେଶ-ଦେଶ ମଧ୍ୟରେ ଅବାଧ ପୁଞ୍ଜି ପ୍ରବାହ ଅର୍ଥନୀତି ଉପରେ କୁ-ପ୍ରଭାବ ପକାଉଛି । କିଛି ବର୍ଷ ତଳେ ଦେଖାଯାଇଥିବା ଏସୀୟ ବିତ୍ତୀୟ ସଙ୍କଟ ଏହାର ଉଦାହରଣ ଅଟେ । ନିକଟରେ ବିଶ୍ଵ ଅର୍ଥନୈତିକ ଆଲୋଚନା ସଂସ୍ଥା (World Economic Forum) ମତପ୍ରକାଶ କରିଛି ଯେ ‘ବିତ୍ତୀୟ ବିଶ୍ଵ ବଜାର ପାଗଳ ଭଳି କାର୍ଯ୍ୟ କରୁଛି, ସରକାରମାନଙ୍କୁ ଦୁର୍ବଳ କରିଦେଉଛି, ଜନସଂଗଠନକୁ ବାଧାଦେଇ ସାଧାରଣ ଜନତା ମନରେ ନୈରାଶ୍ୟ ସୃଷ୍ଟି କରୁଛି ।”

(୪) ଏହା ସାମ୍ରାଜ୍ୟବାଦୀ ପ୍ରକୃତିଯୁକ୍ତ ଅଟେ । ଏହା ଫଳରେ ଧନିକ ରାଷ୍ଟ୍ରମାନେ ଗରିବ ରାଷ୍ଟ୍ରମାନଙ୍କ ଉପରେ ନିଜର ଶ୍ରେଷ୍ଠତ୍ଵ ଓ କର୍ତ୍ତୃତ୍ଵ ପ୍ରତିଷ୍ଠା କରି ନିଜର ଅର୍ଥନୈତିକ ସାମ୍ରାଜ୍ୟ ପ୍ରତିଷ୍ଠା କରୁଛନ୍ତି । ଏହା ଏକ ନବ୍ୟ-ଉପନିବେଶବାଦ (Neo-Colonialism) ବୋଲି ସମାଲୋଚନା କରାଯାଉଛି ।
(୫) ଗୋଟିଏ ରାଷ୍ଟ୍ରର ପ୍ରାକୃତିକ ସମ୍ପଦ ପୁଞ୍ଜି ବିନିଯୋଗକାରୀ ରାଷ୍ଟ୍ରର ସ୍ଵାର୍ଥ ଦୃଷ୍ଟିରୁ ବିନିଯୋଗ ହେବା ଫଳରେ ହୋଇପାରିବ ନାହିଁ ।
(୬) ଜଗତୀକରଣ ଫଳରେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଅଧ‌ିକ ଉନ୍ନତ ବୈଷୟିକ କୌଶଳ ପ୍ରୟୋଗ କରୁଥିବାରୁ ଦ୍ରୁତ ଶିଳ୍ପୀକରଣ ସତ୍ତ୍ଵେ ବେକାରୀ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ ନାହିଁ ଓ ବୈଷମ୍ୟ ସୃଷ୍ଟି ହେବ ।
(୭) ଏହା କ୍ଷୁଦ୍ର ଓ କୁଟୀରଶିଳ୍ପର ଧ୍ବଂସସାଧନ କରୁଥିବାରୁ ରାଷ୍ଟ୍ରୀୟ ଅର୍ଥନୀତି ବିପନ୍ନ ହେବ ।
(୮) ଦେଶଗୁଡ଼ିକର ଅର୍ଥନୈତିକ ଦାସତ୍ଵ (Economic Slavery) ବୃଦ୍ଧି ପାଇବ । ବହୁରାଷ୍ଟ୍ରୀୟ କମ୍ପାନୀ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ଵ ବାଣିଜ୍ୟ ସଂଗଠନ ଆଦିର କର୍ତ୍ତୃତ୍ଵ, ନିୟନ୍ତ୍ରଣ ଓ ମାଲିକାନାରେ ରାଷ୍ଟ୍ରୀୟ ଶାସନ ଓ ଅର୍ଥନୀତି ପରିଚାଳିତ ହେବ ।
(୯) ଜଗତୀକରଣ ସମାଜବାଦୀ ନୀତିର ସମ୍ପୂର୍ଣ୍ଣ ବିରୋଧୀ ଅଟେ ।
(୧୦) ଏହା ସାଧାରଣ ଉଦ୍ୟୋଗର ଘରୋଇକରଣ ପାଇଁ ଜୋର ଦେଉଥିବାରୁ ଅଧ୍ବକ ଶ୍ରମିକ ବିରୋଧୀ ହେବାର ସମ୍ଭାବନା ରହିଛି ।
(୧୧) ଲେ-ମୁଣ୍ଡେଙ୍କ ମତରେ, ‘ବିଶ୍ଵଟି ବିକ୍ରୟ ପାଇଁ ନୁହେଁ – ପୁଞ୍ଜିବାଦ ଏବେ ବଜାର ଅକ୍ତିଆର ମାଧ୍ୟମରେ ତା’ର ଶକ୍ତି ବୃଦ୍ଧି କରିଛି ।’’

ଭାରତ ଓ ଜଗତୀକରଣ : ଭାରତ ୧୯୮୦ ମସିହାରୁ ଜଗତୀକରଣ ପ୍ରକ୍ରିୟାର ବୈଷୟିକ ବିପ୍ଳବ ଧାରାକୁ ସମର୍ଥନ କରୁଥିଲେ ମଧ୍ୟ ବାସ୍ତବ ଅର୍ଥରେ ଆର୍ଥିକ ଉଦାରୀକରଣ (Economic liberalisation) ପ୍ରକ୍ରିୟା ୧୯୯୧ ମସିହାରେ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ଦେଶର ବାହ୍ୟ ଋଣ ପରିଶୋଧ ବ୍ୟାପାରରେ ଦେଖାଦେଇଥିବା ସଂକଟରୁ ମୁକୁଳିବାପାଇଁ ଆରମ୍ଭ କରାଯାଇଥିଲା । ଏହି ବର୍ଷ ନୂତନ ଆର୍ଥିକ ନୀତି ଓ କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଥିଲା ଯାହା ବର୍ତ୍ତମାନର ଏନ୍.ଡି.ଏ. ସରକାରର ନୀତି ଓ କାର୍ଯ୍ୟକ୍ରମରେ ମଧ୍ଯ ରୂପାୟିତ ହେଉଛି ।

ଏଥିପାଇଁ ୧୯୯୧ ମସିହାରେ ଶିଳ୍ପ ସ୍ଥାପନ ପାଇଁ ଲାଇସେନ୍ସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି, ସରକାରୀ ଉଦ୍ୟୋଗର ପରିସର ସୀମିତ ରଖାଯାଇଛି । ବୈଦେଶିକ ପୁଞ୍ଜି ଓ କୌଶଳ ଆଗମନ ଓ ବିନିଯୋଗ ପ୍ରକ୍ରିୟା ଅତ୍ୟନ୍ତ ସରଳ ଓ ବ୍ୟାପକ ହୋଇଛି । ଭାରତ ଜଗତୀକରଣର ଅର୍ଥନୈତିକ ନୀତି ପ୍ରଣୟନକାରୀ ସଂସ୍ଥା ବିଶ୍ଵ ବାଣିଜ୍ୟ ସଂଗଠନ (WTO) ର ସଦସ୍ୟତା ଗ୍ରହଣ କରିଛି । ୧୯୯୫ ମସିହାରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ବର୍ତ୍ତମାନ ୧୩୯ଟି ରାଷ୍ଟ୍ରର ସଦସ୍ୟତା ପ୍ରାପ୍ତ ହୋଇ ମୁକ୍ତ ବାଣିଜ୍ୟ, ନିର୍ଦ୍ଦିଷ୍ଟ ଆମଦାନୀ ଶୁଳ୍କକ ଧାର୍ଯ୍ୟ ଓ ବାଣିଜ୍ୟ ବିବାଦର ସମାଧାନ ପାଇଁ କାର୍ଯ୍ୟ କରୁଛି ।

ଏହାର ମୁଖ୍ୟ କାର୍ଯ୍ୟାଳୟ ଜେନେଭାଠାରେ ଅବସ୍ଥିତ । ଜଗତୀକରଣ, ବହିର୍ବାଣିଜ୍ୟର ପ୍ରସାର ଓ ବିଦେଶୀ ପୁଞ୍ଜି ଲଗାଣ ମାଧ୍ୟମରେ ପ୍ରତ୍ୟେକ ରାଷ୍ଟ୍ର ଉନ୍ନତି କରିପାରିବ ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ଏହାଦ୍ଵାରା ସୁଶାସିତ ସୁଦୃଢ଼ ଦେଶ ଉପକୃତ ହେଉଥିବାବେଳେ ଦୁର୍ବଳ ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଅମର୍ତ୍ତ୍ୟ ସେନ୍ ଯଥାର୍ଥରେ ମତ ଦେଇଛନ୍ତି ଯେ ‘ମୁକ୍ତ ବଜାର ପ୍ରତିଦ୍ବନ୍ଦିତା ମାଧ୍ୟମରେ ବ୍ୟକ୍ତିତ୍ଵ ବିକାଶ କରିବାରେ ସହାୟକ ହେଉଥିଲେ ହେଁ ସମାଜର ସ୍ଵାର୍ଥ ଦୃଷ୍ଟିରୁ ଆବଶ୍ୟକମତେ ନିୟନ୍ତ୍ରଣ କରିବାକୁ ହେବ।

Leave a Comment