Odisha State Board CHSE Odisha Class 11 Sociology Solutions Unit 3 ସାମାଜିକ ଅନୁଷ୍ଠାନ Long Answer Questions.
CHSE Odisha 11th Class Sociology Unit 3 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ପରିବାରର ସଂଜ୍ଞା ନିରୂପଣ କରି ଏହାର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
ପରିବାର ସାମାଜିକ ସଙ୍ଗଠନର କେନ୍ଦ୍ରବିନ୍ଦୁ ଏବଂ ପ୍ରତ୍ୟେକ ସମାଜର ଚିରନ୍ତନ ଅନୁଷ୍ଠାନରୂପେ ପରିଚିତ । ସୃଷ୍ଟିର ପ୍ରାରମ୍ଭରୁ ଆଜିପର୍ଯ୍ୟନ୍ତ ପରିବାର ବ୍ୟକ୍ତିର ଜୀବନକୁ ଗଭୀରଭାବେ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ବ୍ୟକ୍ତି ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବ୍ୟକ୍ତିର ସାମାଜିକୀକରଣ ପ୍ରକ୍ରିୟାରେ ପରିବାର ଏକ ମୁଖ୍ୟ ଭୂମିକା ଗ୍ରହଣ କରି ଶିଶୁକୁ ବ୍ୟକ୍ତିରେ ଏବଂ ବ୍ୟକ୍ତିକୁ ଏକ ଆଦର୍ଶ ମାନବରେ ପରିଣତ କରିଥାଏ । ଏହା ହେଉଛି ନାଗରିକତାର ପ୍ରଥମ ଶିକ୍ଷାକେନ୍ଦ୍ର । ତେଣୁ ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ପରିବାର ହେଉଛି ସାମାଜିକ ସଂରଚନାର ଭ୍ରୁଣକୋଷ ସଦୃଶ ।
ପରିବାରର ସଂଜ୍ଞା – ମାକାଇଭର ଏବଂ ପେଜ୍ (Maclver and Page) ଙ୍କ ମତରେ, “ପରିବାର ହେଉଛି ଏକ କ୍ଷୁଦ୍ର ସମୂହ, ଯେଉଁଥରେ ସୂକ୍ଷ୍ମ ଏବଂ ସ୍ଥାୟୀ ଯୌନ ସମ୍ପର୍କ ଥାଏ ଏବଂ ଏହା ସନ୍ତାନ ଜନ୍ମ ଏବଂ ସେମାନଙ୍କର ଲାଳନପାଳନ ପାଇଁ ଉଦ୍ଦିଷ୍ଟ ଅଟେ ।’’
କେ.ଡେଭିସ୍ (K. Davis) ଙ୍କ ମତରେ, “ପରିବାର ହେଉଛି କେତେକ ବ୍ୟକ୍ତିଙ୍କର ଏକ ସମୂହ, ଯେଉଁମାନେ ପରସ୍ପରର ରକ୍ତସମ୍ପର୍କୀୟ ଅଟନ୍ତି ଏବଂ ସେମାନେ ପରସ୍ପରର ଜ୍ଞାତିରୂପେ ପରିଚିତ ହୋଇଥାନ୍ତି ।’’
ବର୍ଗେସ୍ ଏବଂ ଲକ୍ (Burgess and Locke) ଙ୍କ ମତରେ, ‘ପରିବାର କେତେକ ବ୍ୟକ୍ତିମାନଙ୍କର ଏକ ସମୂହ, ଯେଉଁମାନେ କି ବିବାହ ବନ୍ଧନ କିମ୍ବା ରକ୍ତସମ୍ପର୍କ କିମ୍ବା ପୋଷ୍ୟପୁତ୍ର ସୂତ୍ରରେ ଆବଦ୍ଧ ହୋଇ ଏକତ୍ର ବାସକରି ଏକ ଗାର୍ହସ୍ଥ୍ୟ ଜୀବନ ପ୍ରତିଷ୍ଠା କରିଥା’ନ୍ତି ଏବଂ ସ୍ଵାମୀ ଓ ସ୍ତ୍ରୀ, ପିତା ଓ ମାତା, ପୁତ୍ର ଓ କନ୍ୟା, ଭ୍ରାତା ଓ ଭଗ୍ନୀ ଆଦି ନିଜର ସାମାଜିକ ଭୂମିକା ଅନୁସାରେ ପରସ୍ପର ସହିତ ସମ୍ପର୍କ ଓ ସହଯୋଗ ରକ୍ଷାକରି ଏକ ସାଧାରଣ ସଂସ୍କୃତି ସୃଷ୍ଟି କରିଥା’ନ୍ତି ।’’
ପରିବାରର ଲକ୍ଷଣ (Characteristics of family) – ଉପରଲିଖ ସଂଜ୍ଞାଗୁଡ଼ିକରୁ ପରିବାରର କେତେଗୁଡ଼ିଏ ଲକ୍ଷଣ ବା ଗୁଣ ସମ୍ବନ୍ଧରେ ଆମେ ସୂଚନା ପାଇଥାଉ । ସେଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।
(i) ଏକ ସଙ୍ଗମନ ସମ୍ପର୍କ (A mating relationship) – ପୁରୁଷ ଏବଂ ନାରୀର ନିବିଡ଼ ସମ୍ପର୍କ ପରିବାରକୁ ସୃଷ୍ଟି କରିଥାଏ । ଏହି ସମ୍ପର୍କ କ୍ଷଣସ୍ଥାୟୀ ବା ଦୀର୍ଘସ୍ଥାୟୀ ହୋଇପାରେ । ଏହି ନିବିଡ଼ ସମ୍ପର୍କ କେବଳ ବୈବାହିକ ବନ୍ଧନ ମାଧ୍ୟମରେ ପ୍ରତିଷ୍ଠିତ ହୋଇଥାଏ । ବୈବାହିକ ସମ୍ବନ୍ଧ ବ୍ୟତିରେକେ ପରିବାର ବିଷୟରେ କଳ୍ପନା କରାଯାଇ ନପାରେ । ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଯେତେବେଳେ ଏହି ବୈବାହିକ ସମ୍ପର୍କ ଅବସାନ ଘଟେ, ସେହି ସମୟରେ ପରିବାରର ବିଘଟନ ଘଟେ, ସେହି ସମୟରେ ପରିବାର ବିଘଟନମୁଖୀ ହେବା ଲକ୍ଷ୍ୟ କରାଯାଇଥାଏ ।
(ii) ଏକପ୍ରକାର ବିବାହ (A form of marriage) – ପରିବାରର ମୁଖ୍ୟ ଆଧାର ହେଉଛି ବିବାହ । ବିବାହ ଅନୁଷ୍ଠାନଦ୍ଵାରା ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପିତ ହୋଇଥାଏ । ଏହି ବିବାହ ପଦ୍ଧତି ଏକବିବାହ ବା ବହୁବିବାହ ପଦ୍ଧତିରେ ହୋଇପାରେ । ଅନ୍ତର୍ବିବାହ ବା ବହିର୍ବିବାହ ନିୟମ ଅନୁସାରେ ପ୍ରାର୍ଥୀ ନିର୍ବାଚନ କରାଯାଇପାରେ ।
(ii) ଏକ ନାମକରଣ ପଦ୍ଧତି (A system of nomenclature) – ପ୍ରତ୍ୟେକ ପରିବାର ଏକ ନିର୍ଦ୍ଦିଷ୍ଟ ନାମକରଣ ପ୍ରଥାଦ୍ୱାରା ପରିଚିତ ହୋଇଥାଏ । କେତେକ ପରିବାର ପିତାଙ୍କ ନାମରେ ନାମିତ ହୋଇଥିବାବେଳେ, ଆଉ କେତେକ ପରିବାର ମାତାଙ୍କ ନାମରେ ନାମିତ ହୋଇଥାଏ । ପରିବାରର ବଂଶ ପିତୃବଂଶୀୟ କିମ୍ବା ମାତୃବଂଶୀୟ ନିୟମକୁ ଭିଭିକରି ନିର୍ଦ୍ଧାରିତ ହୋଇଥାଏ । କେତେକ କ୍ଷେତ୍ରରେ ବିବାହ ପରେ ସ୍ତ୍ରୀ ନିଜ ପିତୃଗୃହ ପରିତ୍ୟାଗ କରି ‘ସ୍ଵାମୀ’ ଗୃହରେ ବାସକରୁଥିବାବେଳେ ଅନ୍ୟ କେତେକ କ୍ଷେତ୍ରରେ ବିବାହ ପରେ ସ୍ବାମୀ ସ୍ତ୍ରୀ ଗୃହରେ ବାସ କରିଥାଏ । ପ୍ରଥମ ଶ୍ରେଣୀୟ ପରିବାରକୁ ‘ପିତୃ-ଆବାସିକ ପରିବାର’ ଏବଂ ଦ୍ୱିତୀୟ ଶ୍ରେଣୀୟ ପରିବାରକୁ ‘ମାତୃ-ଆବାସିକ ପରିବାର’ ବୋଲି କୁହାଯାଇଥାଏ ।
(iv) ଏକ ସାଧାରଣ ବାସସ୍ଥଳୀ (A common habitation) – ପରିବାର ସଦସ୍ୟମାନଙ୍କପାଇଁ ଏକ ସାଧାରଣ ବାସସ୍ଥଳୀ ରହିଥାଏ । ସଦସ୍ୟମାନେ ସେହି ବାସସ୍ଥଳୀରେ ଏକତ୍ର ବାସ କରିଥା’ନ୍ତି । ଏକତ୍ର ବାସ କରିବା ଫଳରେ ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ଘନିଷ୍ଠ ଏବଂ ବ୍ୟକ୍ତିଗତ ସମ୍ପର୍କ ରହିଥାଏ । ତେଣୁ ଏଥନିମିତ୍ତ ପରିବାରକୁ ଏକ ପ୍ରାଥମିକ ସମୂହ (Primary group) ଭାବେ ଅଭିହିତ କରାଯାଇଥାଏ ।
(v) ଏକ ଆର୍ଥନୀତିକ ବ୍ୟବସ୍ଥା (An economic provision) – ପରିବାରର ସଦସ୍ୟମାନଙ୍କର ମୌଳିକ ଆବଶ୍ୟକତାକୁ ପୂରଣ କରିବାପାଇଁ ପ୍ରତ୍ୟେକ ପରିବାରରେ ଏକ ଆର୍ଥନୀତିକ ବ୍ୟବସ୍ଥା ରହିଥାଏ । ସନ୍ତାନମାନଙ୍କର ଲାଳନପାଳନ ଏବଂ ସଦସ୍ୟମାନଙ୍କର ଭରଣପୋଷଣ ପାଇଁ ଏହି ଅର୍ଥନୈତିକ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ । ପରିବାରର ସୁରକ୍ଷା ତଥା ପରିଚାଳନା ପାଇଁ ପରିବାରର ପ୍ରାପ୍ତବୟସ୍କ ସଦସ୍ୟମାନେ ଅର୍ଥ ଉପାର୍ଜନ କରିଥା’ନ୍ତି ।
2. ପରିବାରର ପ୍ରକାରଭେଦ ସମ୍ବନ୍ଧରେ ଆଲୋକପାତ କର ।
Answer:
ପରିବାର ଏକ ସ୍ଥାୟୀ ଏବଂ ସାର୍ବଜନୀନ ଅନୁଷ୍ଠାନରୂପେ ପରିଚିତ । ବିଭିନ୍ନ ଅବସ୍ଥା ଏବଂ ପରିସ୍ଥିତିକୁ ଭିଭିକରି ପରିବାରକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇପାରେ । ନିମ୍ନରେ ବିଭିନ୍ନ ପ୍ରକାର ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରାଗଲା ।
(a) ପ୍ରାଧ୍ୟାକାର ଭିଭିକରି (On the basis of authority) :
ପ୍ରାଧ୍ୟାକାରକୁ ଭିଭିକରି ପରିବାରକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା –
(i) ପିତୃତାନ୍ତ୍ରିକ ପରିବାର ଏବଂ
(ii) ମାତୃତାନ୍ତ୍ରିକ ପରିବାର ।
(i) ପିତୃତାନ୍ତ୍ରିକ ପରିବାର (Patriarchal family) – ଏହି ପରିବାରରେ ପିତା ବା ବୟୋଜ୍ୟେଷ୍ଠ ପୁରୁଷ ବ୍ୟକ୍ତି ପରିବାରର ମୁଖ୍ୟ ଅଟନ୍ତି । ସେ ପରିବାରର ସମସ୍ତ କ୍ଷମତା ଏବଂ ଅଧିକାରର ମୁଖ୍ୟ ପୃଷ୍ଠପୋଷକ ଅଟନ୍ତି । ପରିବାରର ସମସ୍ତ ସଦସ୍ୟ ପିତାଙ୍କର ନିୟନ୍ତ୍ରଣରେ ରହିଥା’ନ୍ତି । ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ଵ ସମ୍ପୂର୍ଣ୍ଣରୂପେ ପିତାଙ୍କ ଉପରେ ନ୍ୟସ୍ତ କରାଯାଇଥାଏ । ପୁତ୍ର ଏହି ପରିବାରରେ ପାରିବାରିକ ସମ୍ପଭିର ମୁଖ୍ୟ ଉତ୍ତରାଧ୍ୟାକାରୀ ହୋଇଥାଏ । ଏହି ଶ୍ରେଣୀୟ ପରିବାରର ସମ୍ପତ୍ତି ଉପରେ ସନ୍ତାନମାନଙ୍କର ସମାନ ଅଧିକାର ଥାଏ । ଏ ପୃଥିବୀର ବହୁ ସମାଜ, ଯଥା – ଇଉରୋପ, ଚୀନ୍, ଜାପାନ ପ୍ରଭୃତି ମଙ୍ଗୋଲୀୟ ସମାଜରେ ଏବଂ ଭାରତୀୟ ଆର୍ଯ୍ୟ ସଂସ୍କୃତି ଅଞ୍ଚଳରେ ପିତୃତାନ୍ତ୍ରିକ ପରିବାର ଦେଖାଯାଏ ।
(ii) ମାତୃତାନ୍ତ୍ରିକ ପରିବାର (Materiarchal family) – ଏହି ପରିବାରରେ ମାତା ପରିବାରର ମୁଖ୍ୟ ଅଟନ୍ତି । ଏହା ଏକ ସ୍ତ୍ରୀ-ପ୍ରଧାନ ବା ସ୍ତ୍ରୀ-ଶାସିତ ପରିବାର ଅଟେ । ମାତାଙ୍କ ଉପରେ ପରିବାରର ସମସ୍ତ କ୍ଷମତା ଏବଂ କର୍ତ୍ତୃତ୍ତ୍ଵ ନ୍ୟସ୍ତ ଥାଏ । ମାଆ ସର୍ବାପେକ୍ଷା ଅଧିକ କ୍ଷମତାର ଅଧିକାରୀ ଅଟନ୍ତି । ପରିବାରର ସମସ୍ତ ସଦସ୍ୟ ତାଙ୍କ ନିୟନ୍ତ୍ରଣରେ ରହିଥା’ନ୍ତି । ପରିବାରର ସମ୍ପଭିର ଉତ୍ତରାଧିକାର ମାତାଙ୍କଠାରୁ କନ୍ୟାଙ୍କ ନିକଟକୁ ଆସିଥାଏ । ଏହି ଧରଣର ପରିବାରରେ ପୁରୁଷ ବ୍ୟକ୍ତିଙ୍କର ବଂଶାନୁକ୍ରମିକ ଦୃଷ୍ଟିରୁ ମାତୃବଂଶିକ ଏବଂ ବାସସ୍ଥାନ ଦୃଷ୍ଟିରୁ ମାତୃସ୍ଥାନିକ ଅଟେ । କେରଳରେ ଟିୟା ଓ ନାୟାର, ଆସାମର ଖାସି ଏବଂ ମେଘାଳୟର ‘ଗାରୋ’ ଜନଜାତିରେ ମାତୃତାନ୍ତ୍ରିକ ପରିବାର ପରିଲକ୍ଷିତ ହୋଇଥାଏ ।
(b) ସଂରଚନା ଭିତ୍ତିରେ (On the basis of family structure) :
ସଂରଚନାକୁ ଭିତ୍ତିକରି ପରିବାରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା –
(i) ଦାମ୍ପତ୍ୟମୂଳକ ବା ଐକିକ ପରିବାର ଏବଂ
(ii) ବିସ୍ତୃତ ବା ଯୌଥ ପରିବାର ।
(i) ଦାମ୍ପତ୍ୟମୂଳକ ବା ଐକିକ ପରିବାର (Nuclear family ) – ଏହି ଐକିକ ପରିବାର ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର
ଅପ୍ରାପ୍ତବୟସ୍କ ପିଲାମାନଙ୍କୁ ନେଇ ଗଠିତ । ଏହା ଆକାରରେ କ୍ଷୁଦ୍ର ଅଟେ ଏବଂ ସୀମିତସଂଖ୍ୟକ ସଦସ୍ୟମାନଙ୍କୁ ନେଇ ଗଠିତ । ଏହି ପରିବାରର ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ଘନିଷ୍ଠ ଏବଂ ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ମିଳିଥାଏ । ଆଧୁନିକ ସମାଜରେ ଏହା ଏକ ଆଦର୍ଶ ପରିବାରଭାବେ ସର୍ବତ୍ର ଆଦୃତ ଅଟେ । କାରଣ ଏହି ପରିବାରରେ ଖୁବ୍ କସଂଖ୍ୟକ ଲୋକ ବାସ କରୁଥିବାରୁ ସେମାନଙ୍କ ମଧ୍ୟରେ ହିଂସା, ଦ୍ବେଷ ଏବଂ ପ୍ରରଶ୍ରୀକାତରତା ସୃଷ୍ଟି ହୋଇ ନ ଥାଏ । ଆମେରିକୀୟ ପରିବାର ଏହି ଐକିକ ପରିବାରର ଜ୍ଵଳନ୍ତ ଉଦାହରଣ ଅଟେ ।
(ii) ଯୌଥ ପରିବାର (Joint family) – ଏହି ପରିବାର ଏକ ବୃହତ୍ ପରିବାର ଯାହା ପିତା, ମାତା, ପ୍ରାପ୍ତ ଓ ଅପ୍ରାପ୍ତବୟସ୍କ ସନ୍ତାନ-ସନ୍ତତି, ପିତାଙ୍କର ଭ୍ରାତୃବର୍ଗ ଓ ସେମାନଙ୍କର ସନ୍ତାନ-ସନ୍ତତି ଏବଂ ପିତାଙ୍କର ବୃଦ୍ଧ ପିତାମାତାଙ୍କୁ ନେଇ ଗଠିତ । ସାଧାରଣତଃ ଏହି ପରିବାର ଦୁଇ ବା ତତୋଽଧ୍ଵ ପୁରୁଷ ସଦସ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଏହି ପରିବାରର ସମସ୍ତ ସଦସ୍ୟ ଗୋଟିଏ ଗୃହରେ ବାସ କରନ୍ତି, ଏକ ରନ୍ଧନରେ ଭୋଜନ କରନ୍ତି, ଅବିଭକ୍ତ ସମ୍ପତ୍ତିର ଅଧିକାରୀ ହୋଇଥା’ନ୍ତି । ପାରିବାରିକ ପୂଜାବିଧିରେ ଅଭିନ୍ନଭାବେ ଅଂଶଗ୍ରହଣ କରିଥା’ନ୍ତି ଏବଂ ପରସ୍ପର ରକ୍ତସମ୍ପର୍କରେ ଆବଦ୍ଧ ହୋଇଥା’ନ୍ତି । ଏହି ପରିବାରରେ ବୟୋଜ୍ୟେଷ୍ଠ ପୁରୁଷ ବ୍ୟକ୍ତି ସର୍ବୋଚ୍ଚ ଶାସକରୂପେ ପରିଚିତ । ପରିବାରର ସମସ୍ତ ସଦସ୍ୟ ତାଙ୍କ ନିୟନ୍ତ୍ରଣରେ ରହିଥା’ନ୍ତି । ଭାରତୀୟ ସମାଜରେ ଯୌଥ ପରିବାର ବହୁଳଭାବେ ପରିଦୃଷ୍ଟ ହୋଇଥାଏ ।
(c) ବାସତି ସ୍ଥାପନ ଭିତ୍ତିରେ (On the basis of residence) :
ବସତି ସ୍ଥାପନକୁ ଭିତ୍ତିକରି ପରିବାର ଦୁଇଭାଗରେ ବିଭକ୍ତ; ଯଥା –
(i) ପିତୃ-ଆବାସିକ ପରିବାର ଏବଂ
(ii) ମାତୃ-ଆବାସିକ ପରିବାର ।
(i) ପିତୃ-ଆବାସିକ ପରିବାର (Patrilocal family) – ଯଦି ବିବାହ ପରେ ‘ସ୍ତ୍ରୀ’ ନିଜ ପିତୃଗୃହ ପରିତ୍ୟାଗ କରି ‘ସ୍ଵାମୀ’ ଗୃହରେ ଅବସ୍ଥାନ କରେ, ସେହି ପରିବାରକୁ ପିତୃ-ଆବାସିକ ପରିବାର ବୋଲି କୁହାଯାଇଥାଏ । ଏହି ଶ୍ରେଣୀୟ ପରିବାରରେ ସ୍ଵାମୀ ମୁଖ୍ୟ ସ୍ଥାନ ଅଧିକାର କରି ଅଧିକ କ୍ଷମତାପ୍ରାପ୍ତ ହୋଇଥାଏ । ଆଧୁନିକ ଔଦ୍ୟୋଗିକ ସମାଜରେ ପିତୃ-ଆବାସିକ ପରିବାର ଏକ ଆଦର୍ଶ ପରିବାର ରୂପେ ସର୍ବତ୍ର ପ୍ରଚଳିତ ଅଟେ ।
(ii) ମାତୃ-ଆବାସିକ ବା ମାତୃସ୍ଥାନିକ ପରିବାର (Matrilocal family) – ଯଦି ବିବାହ ପରେ ସ୍ଵାମୀ ନିଜ ଗୃହକୁ ପରିତ୍ୟାଗ କରି ‘ସ୍ତ୍ରୀ’ ଗୃହର ବାସ କରେ, ସେହି ପରିବାରକୁ ମାତୃ-ଆବାସିକ ପରିବାର ବୋଲି କୁହାଯାଇଥାଏ । ଏହି ପରିବାରରେ ‘ସ୍ତ୍ରୀ’ର ପ୍ରାଧାନ୍ୟ ବୃଦ୍ଧି ପାଇଥାଏ ଏବଂ ‘ସ୍ଵାମୀ’ ସ୍ତ୍ରୀର ବଶ୍ୟତା ସ୍ବୀକାର କରିଥାଏ । ଏହା ଏକ ଆଦର୍ଶ ପରିବାରଭାବେ ପରିଗଣିତ ହୋଇ ନ ଥାଏ । କାରଣ ଅନେକ ସମୟରେ ସ୍ତ୍ରୀର ଔଦ୍ଧତ୍ୟ, ଆତ୍ମବଡ଼ିମା ଏବଂ ରୁକ୍ଷ ବ୍ୟବହାର ସ୍ଵାମୀ ପାଇଁ ଦୁର୍ବିସହ ହୋଇପଡ଼େ । ଫଳରେ ସ୍ଵାମୀ-ସ୍ତ୍ରୀ ସମ୍ପର୍କ ତିକ୍ତ ହୋଇ ପରିବାର ବିଘଟନ ଆଡ଼କୁ ଗତି କରିଥାଏ । କେରଳର ‘ଖାସି’ ଜନଜାତୀୟ ପରିବାର ଏହି ଶ୍ରେଣୀୟ ଅଟେ ।
(d) ବିବାହ ପଦ୍ଧତି ଭିଭିରେ (On the basis of marriage) :
ବିବାହ ପଦ୍ଧତିକୁ ଭିଭିକରି ପରିବାରକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା –
(i) ଏକବିବାହୀ ପରିବାର ଏବଂ
(ii) ବହୁବିବାହୀ ପରିବାର ।
(i) ଏକବିବାହୀ ପରିବାର (Monogamous family) – ଏହି ପରିବାର ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀକୁ ନେଇ ଗଠିତ । ଏହି ପରିବାରରେ ଗୋଟିଏ ପୁରୁଷ କେବଳ ଗୋଟିଏ ସ୍ତ୍ରୀକୁ ବିବାହ କରିଥାଏ । ସ୍ତ୍ରୀର ଜୀବିତାବସ୍ଥାରେ ସ୍ୱାମୀ ଦ୍ବିତୀୟ ବିବାହ କରିପାରେ ନାହିଁ । ସେହିପରି ସ୍ବାମୀର ଜୀବିତାବସ୍ଥାରେ ସ୍ତ୍ରୀ ମଧ୍ୟ ଦ୍ବିତୀୟ ସ୍ଵାମୀ ଗ୍ରହଣ କରିପାରି ନ ଥାଏ । ମାତ୍ର କେତେକ ସ୍ଵତନ୍ତ୍ର କ୍ଷେତ୍ରରେ ଏହି ନିୟମର ବ୍ୟତିକ୍ରମ ଘଟିଥାଏ । ବର୍ତ୍ତମାନ ପୃଥିବୀର ସବୁସମାଜରେ ଏହି ପରିବାର ଏକ ଆଦର୍ଶ ପରିବାରରୂପେ ପରିଚିତ ।
(ii) ବହୁବିବାହ ପରିବାର (Polygamous family) – ଏହି ପରିବାରରେ ଗୋଟିଏ ପୁରୁଷ ଏକାଧ୍ଵକ ସ୍ତ୍ରୀଙ୍କୁ ଏବଂ ଗୋଟିଏ ପୁରୁଷ ସ୍ତ୍ରୀ ଏକାଧ୍ଵ ପୁରୁଷଙ୍କୁ ବିବାହ କରିଥା’ନ୍ତି । ଏହି ପରିବାର ମଧ୍ୟ ଦୁଇଭାଗରେ ବିଭକ୍ତ ।
(i) ବହୁ-ପତ୍ନୀକ ପରିବାର (Polygynous family) – ଯେଉଁ ପରିବାରରେ ଜଣେ ପୁରୁଷ ଏକ ସମୟରେ ଅନେକ ସ୍ତ୍ରୀଙ୍କୁ ବିବାହ କରି ବସବାସ କରିଥାଏ, ତାହାକୁ ବହୁପତ୍ନୀକ ପରିବାର କୁହାଯାଏ । ଏହି ଶ୍ରେଣୀୟ ପରିବାର ଏସ୍କିମୋ ସମ୍ପ୍ରଦାୟ, ଆଫ୍ରିକାର ନିଗ୍ରୋ ଏବଂ ମୁସଲମାନ ସମ୍ପ୍ରଦାୟରେ ଦେଖାଯାଏ । ଅଯୋଧ୍ୟାର ରାଜା ଦଶରଥଙ୍କ ପରିବାର ଏହାର ଏକ ଜ୍ୱଳନ୍ତ ଉଦାହରଣ ।
(ii) ବହୁପତିକ ପରିବାର (Polyandrous family) – ବହୁପତିଙ୍କ ପରିବାର ବ୍ୟବସ୍ଥାରେ ଜଣେ ନାରୀ ଏକ ସମୟରେ ଏକାଧିକ ପୁରୁଷଙ୍କୁ ବିବାହ କରିଥାଏ । ସ୍ତ୍ରୀ ଉପରେ ସମସ୍ତ ସ୍ଵାମୀଙ୍କର ସମାନ ଅଧିକାର ଥାଏ । ପାଣ୍ଡବ ପରିବାର ବହୁପତିକ ପରିବାରର ଏକ ଜ୍ଵଳନ୍ତ ଉଦାହରଣ । ଉତ୍ତର ଭାରତର କେତେକ ଜନଜାତି, ସିଂହଳର ଅଧିବାସୀ ଏବଂ ମୁଣ୍ଡା ଜନଜାତିରେ ଏହି ବହୁପତିକ ପରିବାର ଦେଖାଯାଇଥାଏ ।
(e) ବଂଶାନୁକ୍ରମ ଭିଭିରେ (On the basis of descent) :
ବଂଶାନୁକ୍ରମକୁ ଭିତ୍ତିକରି ପରିବାରକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା –
(i) ପିତୃବଂଶୀୟ ପରିବାର ଏବଂ
(ii) ମାତୃବଂଶୀୟ ପରିବାର ।
(i) ପିତୃବଂଶୀୟ ପରିବାର (Patrilineal family) – ଯେଉଁ ପରିବାରରେ ବଂଶାନୁକ୍ରମ ଓ ଉତ୍ତରାଧିକାର ସୂତ୍ର ପିତାଙ୍କ ନାମରେ ନିର୍ଦ୍ଧାରିତ ହୋଇଥାଏ, ସେହି ପରିବାରକୁ ପିତୃବଂଶୀୟ ପରିବାର କୁହାଯାଏ । ପିତା ସମସ୍ତ ସମ୍ପତ୍ତିର ମାଲିକ ଅଟନ୍ତି । ପୁତ୍ରମାନଙ୍କ କ୍ରମରେ ଉତ୍ତରାଧିକାରିତା ପ୍ରବର୍ତ୍ତନ ହୁଏ । ଏହି ପରିବାରକୁ ମଧ୍ୟ ପିତୃରେଖୀୟ ପରିବାର ବୋଲି କୁହାଯାଏ ।
(ii) ମାତୃବଂଶୀୟ ପରିବାର (Matrilineal family) – ଯେଉଁ ପରିବାରରେ ବଂଶାନୁକ୍ରମ ଓ ଉତ୍ତରାଧିକାର ସୂତ୍ର ମାତାଙ୍କ ନାମାନୁସାରେ ଅନୁସୃତ ହୁଏ, ତାହାକୁ ମାତୃବଂଶୀୟ ପରିବାର ବୋଲି କୁହାଯାଇଥାଏ । ମାତା ପରିବାରର ସମସ୍ତ ସମ୍ପତ୍ତିର ଅଧ୍ୟାକାରିଣୀ ଅଟନ୍ତି । କନ୍ୟାମାନଙ୍କ କ୍ରମରେ ସମ୍ପତ୍ତି ହସ୍ତାନ୍ତର ହୋଇଥାଏ ।
(f) ଆନ୍ତଃ-ସମୁହ ଓ ବହିଃ-ସମୂହ ଭିଭିରେ (On the basis of in-group and out-group) :
ଆନ୍ତଃ-ସମୂହ ଓ ବହିଃ-ସମୂହ ଭିତ୍ତିକରି ପରିବାର ଦୁଇ ଭାଗରେ ବିଭକ୍ତ; ଯଥା –
(i) ଆନ୍ତର୍ବିବାହ ପରିବାର ଏବଂ
(ii) ବହିର୍ବିବାହ ପରିବାର ।
(i) ଆନ୍ତର୍ବିବାହ ପରିବାର (Endogamous family) – ଯେଉଁ ପରିବାରରେ ଅନ୍ତର୍ବିବାହ ନିୟମ ପାଳନ କରାଯାଏ, ତାହାକୁ ଆନ୍ତର୍ବିବାହ ପରିବାର କୁହାଯାଏ । ହିନ୍ଦୁ ସମାଜ ଏକ ଜାତି-ସ୍ଥିତି ସମାଜ ଅଟେ । (caste-ridden society) ଏହି ସମାଜରେ ବ୍ୟକ୍ତି ନିଜ ଜାତି ବ୍ୟତୀତ ଅନ୍ୟ ଜାତିର ବିବାହ କରି ନ ଥାଏ । ଆନ୍ତର୍ବିବାହ ନିୟମ ଅନୁଯାୟୀ ବ୍ୟକ୍ତି ନିଜ ସମୂହ, ଜାତି କିମ୍ବା ବଂଶ ଭିତରେ ବିବାହ କରିବାକୁ ବାଧ୍ୟ ଅଟେ ।
(ii) ବହିର୍ବିବାହ ପରିବାର (Exogamous family) – ଏହି ବହିଃ-ବିବାହ ନିୟମ ଅନୁଯାୟୀ ବ୍ୟକ୍ତି ନିଜ ସମୂହ, ଗୋତ୍ର ବା ଟୋଟେମ୍ ବାହାରେ ବିବାହ କରିଥା’ନ୍ତି । ଯେଉଁ ପରିବାର ଏହି ବହିଃବିବାହ ନିୟମକୁ ଅନୁସରଣ କରେ, ସେହି ପରିବାରକୁ ବହିର୍ବିବାହ ପରିବାର ବୋଲି କୁହାଯାଏ ।
3. ପରିବାରର ପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କର ।
Answer:
ଏକ ମହତ୍ତ୍ଵପୂର୍ଣ୍ଣ ଅନୁଷ୍ଠାନଭାବେ ପରିବାରର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହା ସମାଜରେ ଅନେକ କାର୍ଯ୍ୟ ସମ୍ପାଦନ କରିଥାଏ । ମାକ୍ ଆଇଭର (Maclver) ପରିବାରର ସମସ୍ତ କାର୍ଯ୍ୟକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରିଛନ୍ତି, ଯଥା –
(a) ଅପରିହାର୍ଯ୍ୟ ପ୍ରକାର୍ଯ୍ୟ ଏବଂ
(b) ଅତିରିକ୍ତ ପ୍ରକାର୍ଯ୍ୟ ।
(a) ଅପରିହାର୍ଯ୍ୟ ପ୍ରକାର୍ଯ୍ୟ (Essential functions) :
ପରିବାରର ଅପରିହାର୍ଯ୍ୟ ପ୍ରକାର୍ଯ୍ୟଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।
(i) ଯୌନ ଇଚ୍ଛାର ପୂରଣ (Satisfaction of sex need) – ପରିବାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୌନ ଇଚ୍ଛାର ପୂରଣ କରିବା । ଯୌନ ଇଚ୍ଛା ମନୁଷ୍ୟର ସହଜାତ ପ୍ରବୃତ୍ତି, ଯାହା କେବଳ ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ବୈବାହିକ ସମ୍ପର୍କଦ୍ୱାରା ଚରିତାର୍ଥ ହୋଇଥାଏ । ଏହା କେବଳ ପରିବାରଦ୍ଵାରାହିଁ ସମ୍ଭବ । ବାସ୍ୟାୟନ (Vatsyayan) ଯୌନତୃପ୍ତିକୁ ପରିବାରର ପ୍ରାଥମିକ କାର୍ଯ୍ୟରୂପେ ଅଭିହିତ କରିଛନ୍ତି । ହାଭେଲକ୍ (Havelock) କହିଛନ୍ତି, ‘‘ଯୌନସଙ୍ଗତି ବିପର୍ଯ୍ୟସ୍ତ ହେଲେ ବିବାହ ସଂରଚନା ଏକ ବାଲୁକା ସ୍ତୂପରେ ପରିଣତ ହୋଇଥାଏ ।’’ ଆଧୁନିକ ଯୁଗରେ ବିଭିନ୍ନ ଗର୍ଭନିରୋଧକ ଯନ୍ତ୍ର ଏବଂ ନିୟନ୍ତ୍ରଣ ପଦ୍ଧତିର ଉଦ୍ଭ ବନ ଯୋଗୁଁ ଯୌନ ସନ୍ତୋଷ ଠିକ୍ଭାବେ ଚରିତାର୍ଥ ହୋଇପାରୁଛି । ତେଣୁ କୁହାଯାଇପାରେ ଯେ ଯୌନ ଇଚ୍ଛାରେ ପରିତୃପ୍ତି ପରିବାରର ଏକ ଅପରିହାର୍ଯ୍ୟ ପ୍ରକାର୍ଯ୍ୟ ଅଟେ ।
(ii) ପ୍ରଜନନ (Reproduction) – ଯୁଗେ ଯୁଗେ ପରିବାର ପୁରୁଷ ଓ ନାରୀର ମିଳନ ଘଟାଇ ବଂଶର ସୃଷ୍ଟି ଓ ସଂରକ୍ଷଣ କରିଥାଏ । ସ୍ଵାମୀ ଓ ସ୍ତ୍ରୀର ଯୌନ ସମ୍ପର୍କରୁ ସନ୍ତାନ ଜନ୍ମନିଏ । ବଂଶରକ୍ଷା ହିନ୍ଦୁ ବିବାହର ଏକ ମୁଖ୍ୟ ଲକ୍ଷ୍ୟ । କାରଣ କୁଳରକ୍ଷା ଏବଂ ପିତୃପୂଜା ପୁତ୍ର ସନ୍ତାନର ଜନ୍ମ ଉପରେ ନିର୍ଭର କରିଥାଏ । ତେଣୁ ବିବାହ ପରେ ସନ୍ତାନ ଉତ୍ପଭି ନ ହେଲେ କିମ୍ବା ସ୍ତ୍ରୀ ସନ୍ତାନ ଜନ୍ମ କରିବାକୁ ଅକ୍ଷମ ହେଲେ ପୁରୁଷର ବହୁପତ୍ନୀ ଗ୍ରହଣ ଏକ ଧର୍ମାନୁମୋଦିତ ପ୍ରଥାରୂପେ ହିନ୍ଦୁ ପାରିବାରିକ ବ୍ୟବସ୍ଥାରେ ସ୍ବୀକୃତିପ୍ରାପ୍ତ ଅଟେ । ତେଣୁ ସନ୍ତାନ ଜନ୍ମ କରିବା ପରିବାରର ଏକ ସ୍ଵତନ୍ତ୍ର କାର୍ଯ୍ୟ ।
(iii) ସନ୍ତାନମାନଙ୍କର ନିରାପତ୍ତା ଏବଂ ଯତ୍ନ (Protection and care of the children) – ଯେତେବେଳେ ମାନବ ଶିଶୁ ଜନ୍ମଲାଭ କରେ ସେ ସଂମ୍ପୂର୍ଣ୍ଣରୂପେ ଅସହାୟ ଅବସ୍ଥାରେ ଥାଏ । ପରିବାରଦ୍ୱାରା ତା’ର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ବିକାଶ ଘଟିଥାଏ । ତା’ର ଅନ୍ତର୍ନିହିତ ଗୁଣରାଜି କେବଳ ପରିବାରଦ୍ୱାରା ହିଁ ବିକଶିତ ହୋଇଥାଏ । ପରିବାର କେବଳ ନବଜାତ ଶିଶୁର ଯତ୍ନ ନେଇ ନ ଥାଏ, ଏହା ସନ୍ତାନସମ୍ଭବା ସ୍ତ୍ରୀକୁ ଉପଯୁକ୍ତ ଔଷଧ, ଚିକିତ୍ସା ଏବଂ ପୁଷ୍ଟିସାର ଖାଦ୍ୟ ଯୋଗାଇ ଗର୍ଭସ୍ଥ ଶିଶୁର ମଧ୍ୟ ଯତ୍ନ ନେଇ ନ ଥାଏ, ଏହା ସନ୍ତାନସମ୍ଭବା ସ୍ତ୍ରୀକୁ ଉପଯୁକ୍ତ ଔଷଧ, ଚିକିତ୍ସା ଏବଂ ପୁଷ୍ଟିସାର ଖାଦ୍ୟ ଯୋଗାଇ ଗର୍ଭସ୍ଥ ଶିଶୁର ମଧ୍ୟ ଯତ୍ନ ନେଇଥାଏ । ସେହିପରି ସନ୍ତାନମାନଙ୍କୁ ବିଭିନ୍ନ ରୋଗ କବଳରୁ ପରିବାର ରକ୍ଷା କରିଥାଏ ଏବଂ ସେମାନଙ୍କର ନିରାପତ୍ତା ପାଇଁ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଥାଏ ।
(iv) ଗାର୍ହସ୍ଥ୍ୟ ଜୀବନ ପ୍ରତିଷ୍ଠା (Establishment of household life) – ଗାର୍ହସ୍ଥ୍ୟ ଜୀବନ ପ୍ରତିଷ୍ଠା କରିବା ହିନ୍ଦୁ ପରିବାରର ଚତୁର୍ଥ ଆବଶ୍ୟକୀୟ କାର୍ଯ୍ୟ ଅଟେ । ପରିବାର ଗାର୍ହସ୍ଥ୍ୟ ଜୀବନ ପ୍ରତିଷ୍ଠା କରି ସ୍ବାମୀ ଏବଂ ସ୍ତ୍ରୀକୁ ଏକତ୍ର ଗୋଟିଏ ସ୍ଥାନରେ ଦୃଢ଼ ବନ୍ଧନରେ ଚିରଦିନ ପାଇଁ ବାନ୍ଧି ରଖୁଥାଏ । ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କର ଗାର୍ହସ୍ଥ୍ୟ ଜୀବନ ଆରମ୍ଭ ହୁଏ । ସ୍ଵାମୀ ଏବଂ ସ୍ତ୍ରୀ ଏକତ୍ର ଗୋଟିଏ ଗୃହରେ ବାସ କରନ୍ତି । ପରିବାରରେ ଏକତ୍ର ବାସ କରିବାଦ୍ଵାରା ପରସ୍ପର ମଧ୍ୟରେ ଆନ୍ତରିକତା, ସ୍ନେହ, ପ୍ରେମ, ଆନୁଗତ୍ୟ ଏବଂ ସହଯୋଗିତା ପ୍ରଭୃତି ଗୁଣଗୁଡ଼ିକର ଉଦ୍ରେକ ହୋଇଥାଏ । ସନ୍ତାନସନ୍ତତିମାନଙ୍କର ଲାଳନ-ପାଳନରେ ସ୍ଵାମୀ ଏବଂ ସ୍ତ୍ରୀ ସମସ୍ତ ଦୁଃଖ ଭୁଲିଯାଇଥା’ନ୍ତି ।
(b) ଅତିରିକ୍ତ ପ୍ରକାର୍ଯ୍ୟ (Non-functions) – ପରିବାର ବିଭିନ୍ନ ଆର୍ଥନୀତିକ କାର୍ଯ୍ୟକଳାପର ଏକ କେନ୍ଦ୍ରସ୍ଥଳୀରୂପେ କାର୍ଯ୍ୟ କରିଥାଏ । ସଦସ୍ୟମାନଙ୍କର ଭରଣପୋଷଣ ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟଗୁଡ଼ିକ ପରିବାରଦ୍ୱାରା ଉତ୍ପାଦିତ ହୋଇଥାଏ । ତେଣୁ ପରିବାରକୁ ଉଭୟ ଉତ୍ପାଦନକାରୀ ଏବଂ ଉପଭୋଗକାରୀ ସଂସ୍ଥାରୂପେ ଅଭିହିତ କରାଯାଇଥାଏ । ପରିବାର ଦ୍ରବ୍ୟର ଉତ୍ପାଦନକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବଣ୍ଟନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିଥାଏ । ପରିବାରକୁ ଚଳାଇବା ପ୍ରତ୍ୟେକ ସଦସ୍ୟଙ୍କର ଦାୟିତ୍ଵ ଏବଂ କର୍ଭବ୍ୟ ଅଟେ । ସାଧାରଣତଃ ପୁରୁଷମାନେ ବିଭିନ୍ନ ବାହ୍ୟ କାର୍ଯ୍ୟ ତଥା ସମ୍ପଭି ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରୁଥିବାବେଳେ ମହିଳାମାନେ ଗୃହର ସମସ୍ତ ଆଭ୍ୟନ୍ତରୀଣ କାର୍ଯ୍ୟ ସମ୍ପାଦନ କରିଥା’ନ୍ତି । ପ୍ରତ୍ୟେକ ପରିବାରର ନିଜସ୍ଵ ଅର୍ଥନୈତିକ ଦକ୍ଷତା ଥାଏ । ସଦସ୍ୟମାନେ ପରିବାର ପାଇଁ ଉଭୟ ଚଳନ୍ତି ଓ ଅଚଳନ୍ତି ସମ୍ପତ୍ତି କ୍ରୟ କରିଥା’ନ୍ତି । ସଦସ୍ୟମାନଙ୍କ ମଧ୍ୟରେ ସମ୍ପଭିର ସମାନ ବଣ୍ଟନ କରିବା ପରିବାରର ମୁଖ୍ୟ ଅର୍ଥନୈତିକ କାର୍ଯ୍ୟ ଅଟେ ।
(ii) ଧାର୍ମିକ କାର୍ଯ୍ୟ (Religious functions) – ପରିବାର ବିଭିନ୍ନ ଧାର୍ମିକ କାର୍ଯ୍ୟକୁ ସମ୍ପାଦନ କରିଥାଏ । ପରିବାର ହେଉଛି ଶିଶୁମାନଙ୍କର ଧର୍ମ ଶିକ୍ଷାର କେନ୍ଦ୍ରସ୍ଥଳୀ । ଏହିଠାରେ ଶିଶୁ ବିଭିନ୍ନ ଧର୍ମ ସମ୍ବନ୍ଧୀୟ ଶିକ୍ଷା, ପ୍ରଥା, ନୈତିକତା ଏବଂ ପୂଜାବିଧ୍ ଇତ୍ୟାଦି ପରିବାରର ଅନ୍ୟ ସଦସ୍ୟମାନଙ୍କଠାରୁ ଶିକ୍ଷାଲାଭ କରିଥାଏ । ଏହା ଫଳରେ ଶିଶୁମାନଙ୍କର ବ୍ୟକ୍ତିତ୍ଵର ପରିସ୍ଫୁଟନ ଘଟିଥାଏ ଏବଂ ସେମାନଙ୍କର ଚରିତ୍ର ମାର୍ଜିତ ହୋଇଥାଏ । ଆଉ ମଧ୍ୟ ପରିବାର ପ୍ରାର୍ଥନା, ମୂର୍ତ୍ତିପୂଜା, ଯୋଗ, ମେଳାମହୋତ୍ସବ ଏବଂ ପୂଜା-ପାର୍ବଣ ପ୍ରଭୃତି ଧାର୍ମିକ କାର୍ଯ୍ୟମାନ ସମ୍ପାଦନ କରିଥାଏ । ପୂର୍ବପୁରୁଷମାନଙ୍କୁ ଶ୍ରାଦ୍ଧ ଓ ତର୍ପଣ ଦେବା ଗୃହସ୍ଥର ପ୍ରଧାନ ଧର୍ମ ଏବଂ ଏହା କେବଳ ପରିବାରଦ୍ୱାରା ହିଁ ସମ୍ଭବ । ପରିବାରର ସମସ୍ତ ସଦସ୍ୟ ଧର୍ମ ଉପରେ ଗଭୀର ବିଶ୍ଵାସ ସ୍ଥାପନ କରି ଈଶ୍ବରଙ୍କୁ ଭୟ, ଭକ୍ତି ଏବଂ ବିଶ୍ଵାସ କରିଥା’ନ୍ତି ।
(iii) ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ (Educational functions) – ଏହି ପରିବାର ହେଉଛି ଶିଶୁର ପ୍ରଥମ ଶିକ୍ଷାସ୍ଥଳୀ । ଶିଶୁକୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ପରିବାରର ମୁଖ୍ୟ କାର୍ଯ୍ୟ ଅଟେ । ପରିବାର ଭିତରେ ପିତାମାତାଙ୍କ ଯତ୍ନରେ ଶିଶୁର ପ୍ରାଥମିକ ଶିକ୍ଷା ଆରମ୍ଭ ହୁଏ । ତେଣୁ ମ୍ୟାଜିନି (Mazzini) କହିଛନ୍ତି, “ମା’ର ଚୁମ୍ବନ ଓ ପିତାଙ୍କ ଯତ୍ନ ମଧ୍ୟରେ ଶିଶୁର ପ୍ରାଥମିକ ଶିକ୍ଷା ଆରମ୍ଭ ହୁଏ ” (The first lesson of child begins between mother’s kiss and father’s care.) ଶିଶୁ ଜୀବନର ସମସ୍ତ ଅପରିହାର୍ଯ୍ୟ ଗୁଣଗୁଡ଼ିକୁ ପରିବାର ମାଧ୍ୟମରେ ଶିକ୍ଷାଲାଭ କରେ ଏବଂ ସେହି ଶିକ୍ଷା ମାଧ୍ୟମରେ ଶିଶୁର ବ୍ୟକ୍ତିତ୍ୱର ବିକାଶ ଘଟିଥାଏ । ସେ ପିତାମାତାଙ୍କଠାରୁ ଭାଷା, ଚାଲିଚଳଣ, ଆଚାର-ବ୍ୟବହାର ଇତ୍ୟାଦିକୁ ଶିକ୍ଷାଲାଭ କରିଥାଏ । ପରିବାର ମଧ୍ୟରୁ ଶିଶୁ ସ୍ନେହ, ଶ୍ରଦ୍ଧା, ସହଯୋଗିତା, ସହନଶୀଳତା, ପରୋପକାରିତା ଏବଂ ଶୃଙ୍ଖଳା ଜ୍ଞାନ ପ୍ରଭୃତି ମୂଲ୍ୟବୋଧଗୁଡ଼ିକୁ ଶିକ୍ଷାଲାଭ କରି ଭବିଷ୍ୟତରେ ଜଣେ ପ୍ରତିଷ୍ଠାସମ୍ପନ୍ନ ବ୍ୟକ୍ତିରେ ପରିଣତ ହୋଇଥାଏ । ଏହି ପାରିବାରିକ ଶିକ୍ଷା ବ୍ୟକ୍ତିର ଭବିଷ୍ୟତ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ ।
(iv) ସାମାଜିକୀକରଣ କାର୍ଯ୍ୟ (Socialization functions) – ଯେଉଁ ପ୍ରକ୍ରିୟାଦ୍ଵାରା ଶିଶୁର କ୍ରମବିକାଶ ହୁଏ, ତାହାକୁ ସାମାଜିକୀକରଣ ପ୍ରକ୍ରିୟା କୁହାଯାଇଥାଏ । ଏହି ସାମାଜିକୀକରଣ ପ୍ରକ୍ରିୟାକୁ ପରିବାର ସମ୍ପାଦନ କରିଥାଏ । ଶିଶୁଟିଏ ଜନ୍ମହେବା ପରେ ପିତାମାତାଙ୍କ ଆଦର-ଯତ୍ନରେ ବଢ଼େ ଏବଂ ପରିବାରଦ୍ୱାରା ଲାଳିତ-ପାଳିତ ହୋଇ ଏକ ଉତ୍ତମ ନାଗରିକରେ ପରିଣତ ହୁଏ । ଏହି ସାମାଜିକୀକରଣ ପ୍ରକ୍ରିୟାଦ୍ଵାରା ଶିଶୁ ଜୈବିକ ମାନବରୁ ସାମାଜିକ ମାନବକୁ ପରିବର୍ତ୍ତନ ହୋଇଥାଏ । ପରିବାରରୁ ଶିଶୁର ସାମାଜିକୀକରଣ ପ୍ରକ୍ରିୟା ଆରମ୍ଭ ହୁଏ । ତେଣୁ ପରିବାରର ସାମାଜିକୀକରଣ କାର୍ଯ୍ୟ ସମାଜ ଦୃଷ୍ଟିକୋଣରୁ ଖୁବ୍ ଗୁରୁତ୍ଵପୂର୍ଣ୍ଣ ଅଟେ ।
(v) ଚିତ୍ତବିନୋଦନ କାର୍ଯ୍ୟ (Recreational functions) – ପରିବାର ସଦସ୍ୟମାନଙ୍କର କର୍ମକ୍ଳାନ୍ତ ନିରସ ଜୀବନକୁ ମନୋରଞ୍ଜନ ମାଧ୍ୟମରେ ସୁସ୍ଥ, ସରସ ଓ ସୁନ୍ଦର କରିଥାଏ । ପରିବାରର ସମସ୍ତ ଏକତ୍ରିତ ହୋଇ ପୂଜା, ନୃତ୍ୟ ଏବଂ ଗୀତ ଆଦିକୁ ଉପଭୋଗ କରି ଜୀବନକୁ ଉପଲବ୍ଧି କରିଥା’ନ୍ତି । ପରିବାର ଶିଶୁମାନଙ୍କୁ ବିଭିନ୍ନ କ୍ରିଡ଼ା ଉପକରଣମାନ ଯୋଗାଇଦେଇ ସେମାନଙ୍କ ମନରେ ଆନନ୍ଦର ଢେଉ ସୃଷ୍ଟି କରିଥାଏ । କିନ୍ତୁ ପାରମ୍ପରିକ ପରିବାର ସଦୃଶ ଆଧୁନିକ ପରିବାର ସଦସ୍ୟମାନଙ୍କର ମନୋରଞ୍ଜନ କରିପାରୁ ନାହିଁ । କାରଣ ଆଧୁନିକ ପରିବାରର ସଦସ୍ୟମାନେ ବିଭିନ୍ନ କ୍ଲବ, ହୋଟେଲ ଏବଂ ସିନେମା ଗୃହ ଆଦି ନିରବିନୋଦନ କେନ୍ଦଗଦିକରେ ଆମୋଦ ପ୍ରମୋଦ କରଛନ୍ତି ।
(vi) ପ୍ରତିରକ୍ଷାମୂଳକ କାର୍ଯ୍ୟ (Protective functions) – ପରିବାର ତା’ର ସଦସ୍ୟମାନଙ୍କ ପାଇଁ ଆବଶ୍ୟକ ହେଉଥିବା ନିରାପତ୍ତା ଯୋଗାଇଥାଏ । ଏହା କେବଳ ଶିଶୁ ଏବଂ ବୃଦ୍ଧ ବ୍ୟକ୍ତିମାନଙ୍କର ଯତ୍ନ ନ ଥାଏ; ପରନ୍ତୁ ଏହା ପଙ୍ଗୁ, ଅଥର୍ବ ତଥା ଅକର୍ମଣ୍ୟ ବ୍ୟକ୍ତିମାନଙ୍କର ଭରଣପୋଷଣ ଦାୟିତ୍ଵ ବହନ କରିଥାଏ । ପରିବାର ବ୍ୟକ୍ତି ପାଇଁ ‘ସାମାଜିକ ବୀମା’ (Social insurance) ସଦୃଶ କାର୍ଯ୍ୟ କରିଥାଏ । କାରଣ ସଦସ୍ୟମାନଙ୍କର ପ୍ରତିରକ୍ଷା ପାଇଁ ପରିବାର ଆବଶ୍ୟକସ୍ଥଳେ ଆର୍ଥିକ ଅନୁଦାନ ଦେଇଥାଏ, ଅର୍ଥାତ୍ ପରିବାରର ‘ମିଳିତ ପାଣ୍ଠି’ରୁ ଅର୍ଥ ଖର୍ଚ୍ଚ କରାଯାଇଥାଏ । ଆଉ ମଧ୍ୟ ପରିବାର ତା’ର ସମସ୍ତ ସଦସ୍ୟମାନଙ୍କର ସ୍ବାସ୍ଥ୍ୟର ସୁରକ୍ଷା କରିଥାଏ ।
4. ଆଧୁନିକ ସମାଜରେ ପରିବାରର ପରିବର୍ତ୍ତନଶୀଳ ପ୍ରକାର୍ଯ୍ୟ ବିଷୟରେ ଆଲୋଚନା କର ।
Answer:
ଆଧୁନିକ ସମାଜରେ ଦ୍ରୁତ ଉଦ୍ୟୋଗୀକରଣ, ନଗରୀକରଣ ପ୍ରଭୃତିର ପ୍ରଭାବ ଫଳରେ ପରିବାରର ଦୈନନ୍ଦିନ ପ୍ରକାର୍ଯ୍ୟରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ସମାଜରେ ସଂଘଟିତ ପରିବର୍ତ୍ତନ ପାରିବାରିକ ଜୀବନରେ ଗଭୀର ପ୍ରଭାବ ପକାଉଛି । ଯାହାଫଳରେ ପରିବାରର ସମସ୍ତ ପ୍ରକାର୍ଯ୍ୟରେ ବୈପ୍ଳବିକ ପରିବର୍ତ୍ତନ ଦୃଷ୍ଟିଗୋଚର ହେବାରେ ଲାଗିଛି । ଆଧୁନିକ ଶିକ୍ଷା ସଦସ୍ୟମାନଙ୍କର ବୌଦ୍ଧିକ ଚିନ୍ତାଧାରା, ମୂଲ୍ୟବୋଧ ଏବଂ ଆଚରଣ ଶୈଳୀକୁ ପ୍ରଭାବିତ କରିଛି । ତେଣୁ କୁହାଯାଇପାରେ ଯେ କେତେକ ବାହ୍ୟସଂସ୍ଥାର ପ୍ରଭାବରେ ପରିବାରର ସମସ୍ତ ପ୍ରକାର୍ଯ୍ୟରେ ଦ୍ରୁତ ପରିବର୍ତ୍ତନ ସଙ୍ଘଟିତ ହୋଇ ପରିବାରର ଗୁରୁତ୍ଵ ହ୍ରାସ ପାଇବାରେ ଲାଗିଛି । ନିମ୍ନରେ ପରିବାରର ପରିବର୍ତ୍ତନଶୀଳ ପ୍ରକାର୍ଯ୍ୟ ବିଷୟରେ ଆଲୋଚନା କରାଯାଇପାରେ ।
(i) ଶିକ୍ଷାଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in the functions of education) – ପ୍ରାଚୀନ ସମାଜରେ ପରିବାର ଶିକ୍ଷାର କେନ୍ଦ୍ରସ୍ଥଳୀ ଥିଲା । ଏହି ପରିବାର ମଧ୍ୟରୁ ବ୍ୟକ୍ତି ତା’ର ପ୍ରାଥମିକ ଶିକ୍ଷାଲାଭ କରୁଥିଲା ଏବଂ ବିଭିନ୍ନ ବୃତ୍ତିଗତ ତାଲିମପ୍ରାପ୍ତ ହେଉଥିଲା । କିନ୍ତୁ ଆଧୁନିକ ପରିବାର ଆଉ ଶିକ୍ଷାର କେନ୍ଦ୍ରସ୍ଥଳୀ ହୋଇ ରହିନାହିଁ । ଶିଶୁକୁ ଶିକ୍ଷାଦାନ କରିବାପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତିଷ୍ଠିତ ହୋଇଛି । ପିଲାମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବା ଏବଂ ଶିକ୍ଷାଦେବାପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ, ପାଠ୍ୟପୁସ୍ତକ ଏବଂ ସମାଜ-ସେବକମାନଙ୍କର ଭୂମିକା ବୃଦ୍ଧି ପାଇଛି । ଆଧୁନିକ ସମାଜରେ ଟେଲିଭିଜନ, ଟେପ୍ରେକର୍ଡ଼ର, ଚଳଚ୍ଚିତ୍ର ପ୍ରଭୃତି ଗଣଯୋଗାଯୋଗର ମାଧ୍ୟମ ଜରିଆରେ ଶିଶୁମାନେ ସ୍ଵାଧୀନଭାବେ ଗୃହରେ ଶିକ୍ଷାଲାଭ କରିପାରୁଛନ୍ତି ।
(ii) ସ୍ଵାସ୍ଥ୍ୟଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in the functions relating to health) – ପୂର୍ବେ ପରିବାର ସମସ୍ତ ସଦସ୍ୟଙ୍କର ସ୍ବାସ୍ଥ୍ୟର ସୁରକ୍ଷା କରୁଥିଲା । କିନ୍ତୁ ବର୍ତ୍ତମାନ ଏହି ସ୍ଵାସ୍ଥ୍ୟଗତ କାର୍ଯ୍ୟ ଆଉ ପରିବାରର ମୁଖ୍ୟ କାର୍ଯ୍ୟରୂପେ ବିବେଚିତ ହେଉନାହିଁ । ସଦସ୍ୟମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାପାଇଁ ବିଭିନ୍ନ ସ୍ଥାନରେ ଡାକ୍ତରଖାନା, ମାତୃମଙ୍ଗଳ କେନ୍ଦ୍ର, କ୍ଲିନିକ୍, ଅଙ୍ଗନବାଡ଼ି, ସେବାସଦନ ଇତ୍ୟାଦି ପ୍ରତିଷ୍ଠା କରାଯାଇଛି । ପୂର୍ବେ ପରିବାରରେ ଜ୍ଞାତିବର୍ଗଙ୍କଦ୍ବାରା ଶିଶୁର ଯତ୍ନ ନିଆଯାଉଥିଲା । ମାତ୍ର ବର୍ତ୍ତମାନ ଗୃହର ଧାତ୍ରୀମାନଙ୍କଦ୍ଵାରା ଶିଶୁର ଯତ୍ନ ନିଆଯାଉଛି । ପରିବାର ଅପେକ୍ଷା ଡାକ୍ତରଖାନାରେ ନିଯୁକ୍ତ ଥିବା ଡାକ୍ତର, ନର୍ସ, ଧାଈ ପ୍ରଭୃତି ରୋଗୀର ସେବା ଶୁଶ୍ରୁଷା କରୁଛନ୍ତି । ସେହିପରି ପୂର୍ବେ ଶିଶୁ ପରିବାରରେ ଜନ୍ମଗ୍ରହଣ କରୁଥିଲା ଏବଂ ଜ୍ଞାତିମାନଙ୍କଦ୍ୱାରା ଲାଳିତପାଳିତ ହେଉଥିଲା । ମାତ୍ର ବର୍ତ୍ତମାନ ଶିଶୁ ବିଭିନ୍ନ ଡାକ୍ତରଖାନା ଓ କ୍ଲିନିକ୍ ଆଦି ପ୍ରସୂତି କେନ୍ଦ୍ରଗୁଡ଼ିକରେ ଜନ୍ମଗ୍ରହଣ କରୁଛି ଏବଂ ସେଠାରେ ନିଯୁକ୍ତ ଧାତ୍ରୀମାନଙ୍କଦ୍ୱାରା ଶିଶୁର ଉପଯୁକ୍ତ ଯତ୍ନ ନିଆଯାଉଛି ।
(iii) ଆର୍ଥନୀତିକ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in economic functions) – ପୂର୍ବେ ପରିବାର ଦ୍ରବ୍ୟ ଉତ୍ପାଦନ, ଉପଭୋଗ ଏବଂ ବଣ୍ଟନର କେନ୍ଦ୍ରସ୍ଥଳୀ ଥିଲା । ବିଭିନ୍ନ ଆବଶ୍ୟକୀୟ ଦ୍ରବ୍ୟଗୁଡ଼ିକ ପରିବାରଦ୍ୱାରା ଉତ୍ପାଦିତ ହେଉଥିଲା । ମାତ୍ର ବର୍ତ୍ତମାନ ପରିବାର କେବଳ ଉପଭୋଗୀ ସଂସ୍ଥାରେ ପରିଣତ ହୋଇଛି । ବିଭିନ୍ନ କଳକାରଖାନାଦ୍ବାରା ଉତ୍ପାଦିତ ଦ୍ରବ୍ୟକୁ ପରିବାରର ସଦସ୍ୟମାନେ ବ୍ୟବହାର କରୁଛନ୍ତି । ପୁରାତନ କାଳରେ କୃଷି ଥିଲା ପରିବାରର ମୁଖ୍ୟ ଅର୍ଥନୈତିକ ଭିତ୍ତି । ପରିବାରର ସଦସ୍ୟମାନେ କୃଷିକାର୍ଯ୍ୟ କରି ସେମାନଙ୍କର ଅର୍ଥନୈତିକ ଆବଶ୍ୟକତାକୁ ପୂରଣ କରୁଥିଲେ । ମାତ୍ର ବର୍ତ୍ତମାନ ପରିବାରର ସଦସ୍ୟମାନେ ସେମାନଙ୍କର କୌଳିକ କୃଷି ବୃତ୍ତିକୁ ପରିତ୍ୟାଗ କରି ବିଭିନ୍ନ ଅଫିସ୍, କଳକାରଖାନା ଏବଂ ଶିଳ୍ପାନୁଷ୍ଠାନରେ ନିଜକୁ ନିୟୋଜିତ କରିଛନ୍ତି । ତେଣୁ କୁହାଯାଇପାରେ ଯେ ଆଧୁନିକ ସମାଜରେ ପରିବାରର ସମସ୍ତ ଅର୍ଥନୈତିକ କାର୍ଯ୍ୟରେ ପରିବର୍ତ୍ତନ ଦେଖାଦେଇଛି ।
(iv) ସାମାଜିକୀକରଣ ପରିବାରର ପରିବର୍ତ୍ତନ (Change in the function of socialization) – ପୂର୍ବେ ସାମାଜିକୀକରଣ ପରିବାରର ଏକ ମୁଖ୍ୟ କାର୍ଯ୍ୟ ଥିଲା । ପରିବାର ମଧ୍ୟରୁ ହିଁ ଶିଶୁର ସାମାଜିକୀକରଣ ପ୍ରକ୍ରିୟା ଆରମ୍ଭ ହେଉଥିଲା । କିନ୍ତୁ ବର୍ତ୍ତମାନ ପରିବାରର ଏହି ପ୍ରକାର୍ଯ୍ୟରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଉଦ୍ୟୋଗୀକରଣ ଏବଂ ନଗରୀକରଣ ବିଭିନ୍ନ କର୍ମସଂସ୍ଥାନଗୁଡ଼ିକୁ ସୃଷ୍ଟି କରି ନାରୀମାନଙ୍କର ସାମାଜିକ ପ୍ରସ୍ଥିତିରେ ପରିବର୍ତ୍ତନ ଆଣିଛି । ନାରୀମାନେ ବିଭିନ୍ନ କର୍ମସଂସ୍ଥାନରେ ନିଜକୁ ନିୟୋଜିତ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହା ଫଳରେ ନିଜର ଶିଶୁମାନଙ୍କୁ ଶିକ୍ଷିତା ମହିଳା ତଥା ଧାତ୍ରୀମାନଙ୍କ ତତ୍ତ୍ୱାବଧାନରେ ଛାଡ଼ି ନିଜ କର୍ମକ୍ଷେତ୍ରକୁ ବାହାରି ଯାଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବେ ଶିଶୁର ସାମାଜିକୀକରଣ ଦାୟିତ୍ଵ ସମ୍ପୂର୍ଣ୍ଣରୂପେ ଜନନୀ ଉପରେ ନ୍ୟସ୍ତ ଥିଲା । ମାତ୍ର ବର୍ତ୍ତମାନ ସମାଜରେ ନର୍ସରୀ ସ୍କୁଲ, କିଣ୍ଡର ଗାର୍ଟନ୍ ସ୍କୁଲ ଏବଂ ମଣ୍ଟେସୋରୀ ସ୍କୁଲ ପ୍ରଭୃତି ମାଧ୍ୟମରେ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରୁଛି ।
(v) ଧାର୍ମିକ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in the religious functions) – ପାରମ୍ପରିକ ପରିବାର ବିଭିନ୍ନ ଧାର୍ମିକ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରୁଥିଲା । ବିଭିନ୍ନପ୍ରକାର ମୂର୍ତ୍ତିପୂଜା, ପ୍ରାର୍ଥନା, ଧର୍ମଚର୍ଚ୍ଚା ପ୍ରଭୃତି ଧାର୍ମିକ କାର୍ଯ୍ୟମାନ ପରିବାରଦ୍ଵାରା ସମ୍ପାଦିତ ହେଉଥିଲା । ମାତ୍ର ଆଧୁନିକ ସମାଜରେ ପରିବାରର ଏହି ଧାର୍ମିକ ପ୍ରକାର୍ଯ୍ୟରେ ଦ୍ରୁତ ପରିବର୍ତ୍ତନ ସଙ୍ଘଟିତ ହେଉଛି । ଧାର୍ମିକ କାର୍ଯ୍ୟମାନ ପୂର୍ବପରି ପରିବାରଦ୍ଵାରା ସମ୍ପାଦିତ ହେଉନାହିଁ । ପରିବାର ଉପରେ ଧର୍ମର ପ୍ରାଧାନ୍ୟ ହ୍ରାସ ପାଇବାରେ ଲାଗିଛି ।
(vi) ମୁଖ୍ୟକର୍ତ୍ତାଙ୍କ ଅଧିକାରରେ ପରିବର୍ତ୍ତନ (Change in the right of the head) – ପୁରାତନ ସମାଜରେ ପରିବାରର ମୁଖ୍ୟ ବ୍ୟକ୍ତିଙ୍କଦ୍ବାରା ସଦସ୍ୟମାନଙ୍କୁ ନିୟନ୍ତ୍ରିତ କରାଯାଉଥିଲା । ମୁଖ୍ୟ କର୍ତ୍ତାଙ୍କ ବିନାନୁମତିରେ କୌଣସିପ୍ରକାର ଖ କରାଯାଇପାରୁ ନ ଥିଲା । କିନ୍ତୁ ଆଜିର ସମାଜ ଆଉ ମୁଖ୍ୟକର୍ତ୍ତାଙ୍କ ହାତରେ ଅର୍ଥନୈତିକ କ୍ଷମତା ପ୍ରଦାନ କରିପାରୁ ନାହିଁ । ଅଳଂକାଂଶ କ୍ଷେତ୍ରରେ ପତ୍ନୀଙ୍କଦ୍ବାରା ପରିବାର ପରିଚାଳିତ ହେଉଛି । ତେଣୁ ଏଠାରେ କୁହାଯାଇପାରେ ଯେ ଆଧୁନିକ ସମାଜରେ ପରିବାରର ମୁଖ୍ୟକର୍ତ୍ତାଙ୍କ ଅଧିକାରରେ ପରିବର୍ତ୍ତନ ଦେଖାଦେଇଛି ।
(vii) ଚିତ୍ତବିନୋଦନ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in the recreational functions) – ପରିବାରର ଚିତ୍ତବିନୋଦନ ପ୍ରକାର୍ଯ୍ୟରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ପାରମ୍ପରିକ ପରିବାର ଆମୋଦ ପ୍ରମୋଦର କେନ୍ଦ୍ରସ୍ଥଳୀରୂପେ ପରିଗଣିତ ହେଉଥିଲା । ସଦସ୍ୟମାନଙ୍କର ମନୋରଞ୍ଜନ ନିମିତ୍ତ ପରିବାରଦ୍ୱାରା ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପରିବାରର ଏହି ପ୍ରକାର୍ଯ୍ୟରେ ପରିବର୍ତ୍ତନ ଦେଖାଦେଇଛି । ବିଜ୍ଞାନ ଏବଂ କାରିଗରୀ ବିଦ୍ୟାର ପ୍ରଭାବରେ ବିଭିନ୍ନ ପ୍ରକାର ଚିତ୍ତବିନୋଦନ ଯନ୍ତ୍ରପାତିର ଉଦ୍ଭାବନ ଫଳରେ ପରିବାର ଚିଭବିନୋଦୀୟ କାର୍ଯ୍ୟ ସମ୍ପୂର୍ଣ୍ଣରୂପେ ବଦ ହୋଇଯାଇଛି । ଏହାର କାରଣ ହେଉଛି ଯେ ସଦସ୍ୟମାନେ ସିନେମା, କ୍ଲବ୍ କ୍ରୀଡ଼ାନୁଷ୍ଠାନ ଏବଂ ଅନ୍ୟାନ୍ୟ ଚିତ୍ତବିନୋଦନ କେନ୍ଦ୍ରଗୁଡ଼ିକରେ ମନୋରଞ୍ଜନ କରିପାରୁଛନ୍ତି ।
ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡ଼େ ଯେ, ଆଧୁନିକ ସମାଜରେ ପରିବାରର ପ୍ରାୟ ସମସ୍ତପ୍ରକାର କାର୍ଯ୍ୟରେ ଦ୍ରୁତ ପରିବର୍ତ୍ତନ ଘଟିଛି । କିନ୍ତୁ ଏହା ସତ୍ତ୍ଵେ ପରିବାରର ପ୍ରକାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣରୂପେ ବିଲୁପ୍ତ ହୋଇନାହିଁ । ଏହା ନିଃସନ୍ଦେହ ଯେ, ଶିଶୁର ଯତ୍ନ ଏବଂ ଲାଳନପାଳନ କ୍ଷେତ୍ରରେ ପିତାମାତାଙ୍କର ଭୂମିକା ଅନ୍ୟ ବାହ୍ୟ ସଂସ୍ଥାଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହି ପରିପ୍ରେକ୍ଷୀରେ ପ୍ରବୀଣ ସମାଜବିଜ୍ଞାନ ଟି.ବି. ବଟୋମୋର (T.B. Bottomore) କହିଛନ୍ତି, “ସମାଜରେ ଯେତେ ପରିବତ୍ତନ ହେଲେ ମଧ୍ୟ ପରିବାର ଯୌନ ତୃଷାର ପରିତୃପ୍ତି, ଶିକ୍ଷାଦାନ ଏବଂ ସାମାଜିକୀକରଣ କାର୍ଯ୍ୟକୁ କସ୍ମିନ୍କାଳେ ପରିତ୍ୟାଗ କରିପାରିବ ନାହିଁ ।’’ ତେଣୁ କୁହାଯାଇପାରେ ଯେ, ପରିବାରର ପ୍ରକାର୍ଯ୍ୟରେ ଯେତେ ପରିବର୍ତ୍ତନ ଘଟିଲେ ମଧ୍ୟ ବ୍ୟକ୍ତି ଜୀବନରେ ଏହାର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ଅଟେ- ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
5. ବିବାହର ପ୍ରକାରଭେଦ ବିଷୟରେ ଆଲୋଚନା କର ।
Answer:
ବିଭିନ୍ନ ସମାଜର ଭୌଗୋଳିକ, ସାମାଜିକ ଏବଂ ସାଂସ୍କୃତିକ ପରିସ୍ଥିତିରେ ଭିନ୍ନତା ଯୋଗୁଁ ବିବାହ ଅନୁଷ୍ଠାନର ଭିନ୍ନ – ଭିନ୍ନ ସ୍ବରୂପ ଦେଖିବାକୁ ମିଳିଥାଏ । ନିଜ ଜୀବନର ସାଥୀ ନିର୍ବାଚନ କ୍ଷେତ୍ରରେ ମନୁଷ୍ୟ ଯେଉଁପ୍ରକାର ଆଚରଣ କରିଥାଏ, ସେହି ଅନୁଯାୟୀ ବିବାହକୁ ମୁଖ୍ୟତଃ ଦୁଇଗୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ; ଯଥା –
(a) ଏକବିବାହ ଏବଂ
(b) ବହୁବିବାହ ।
(a) ଏକବିବାହ (Monogamous marriage or monogamy):
ଏହିପ୍ରକାର ବିବାହ ପ୍ରଥାରେ ଜଣେ ପୁରୁଷ ଜଣେ ନାରୀକୁ ଏବଂ ଜଣେ ନାରୀ କେବଳ ଜଣେ ପୁରୁଷକୁ ବିବାହ କରିଥାଏ । ଯେକୌଣସି ଗୋଟିଏ ପକ୍ଷ ଅନ୍ୟର ଜୀବନକାଳ ମଧ୍ୟରେ ଦ୍ୱିତୀୟ ବିବାହ କରିପାରି ନଥାଏ । ଅନ୍ୟ ଅର୍ଥରେ ଗୋଟିଏ ପୁରୁଷ ସହିତ ଗୋଟିଏ ନାରୀର ସ୍ଥାୟୀ ସମ୍ପର୍କକୁ ‘ଏକବିବାହ’ ବୋଲି କୁହାଯାଇଥାଏ । କିନ୍ତୁ କେତେକ ସ୍ବତନ୍ତ୍ର ପରିସ୍ଥିତି; ଯଥା – ସ୍ତ୍ରୀ ମୃତ୍ୟୁବରଣ କଲେ କିମ୍ବା ସନ୍ତାନ ଜନ୍ମଦେବାରେ ଅକ୍ଷମ ହେଲେ ସ୍ବାମୀର ଦ୍ବିତୀୟ ପତ୍ନୀ ଗ୍ରହଣ ହିନ୍ଦୁଧର୍ମ ଶାସ୍ତ୍ରାନୁମୋଦିତ ନିୟମ ଅଟେ । ପିଡ଼ିଙ୍ଗଟନ୍ (Piddington) କହିଛନ୍ତି, “ଏକବିବାହ ପ୍ରଥାରେ କୌଣସି ପୁରୁଷ ଏକ ସମୟରେ ଦୁଇ ବା ତତୋଽଧୂକ ନାରୀଙ୍କୁ ବିବାହ କରିବାପାଇଁ ଅନୁମତି ପାଇ ନ ଥାଏ ।’’ ଏହି ବିବାହ ପ୍ରଥାରେ ବାହ୍ୟ ଯୌନ ସମ୍ପର୍କ ଉଭୟ ପକ୍ଷଙ୍କି ପାଇଁ ସମ୍ପୂର୍ଣ୍ଣରୂପେ ନିଷିଦ୍ଧ ଅଟେ । ନିମ୍ନଲିଖ ଦୃଷ୍ଟିକୋଣରୁ ଏକବିବାହ ଶ୍ରେଷ୍ଠଶ୍ରେଣୀୟ ବିବାହରୂପେ ପରିଚିତ ।
(i) ମାଲିନ୍ଓସ୍କି (Malinowski) ମତ ଦିଅନ୍ତି ଯେ, “ଏକ-ବିବାହ ସମସ୍ତ ସମାଜରେ ଏକମାତ୍ର ପ୍ରକୃତ ଶ୍ରେଣୀୟ ବିବାହରୂପେ ପରିଚିତ ।’’ ଏହା ହେଉଛି ଏକମାତ୍ର ବିବାହ ପଦ୍ଧତି ଯାହାର ଦୃଢ଼ ସାମାଜିକ ଯଥାର୍ଥତା ରହିଛି ।
(ii) ଏହି ବିବାହ ପ୍ରଥାରେ ହିଂସା, ଦ୍ବେଷ, ସ୍ବାର୍ଥପରତା ଏବଂ ପରଶ୍ରୀକାତରତା ପ୍ରଭୃତିର ସ୍ଥାନ ଆଦୌ ନ ଥାଏ । ଫଳରେ ପରିବାରର ସୁଖ-ଶାନ୍ତି ବିପର୍ଯ୍ୟସ୍ତ ହୋଇପଡ଼େ ନାହିଁ ।
(iii) ଏହି ପ୍ରକାର ବିବାହ ପତି-ପତ୍ନୀ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । ସେମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସ୍ନେହ-ଶ୍ରଦ୍ଧା ଏବଂ ସହାନୁଭୂତି ପାରିବାରିକ ଜୀବନକୁ ମଧୁମୟ କରିବା ସଙ୍ଗେ ସଙ୍ଗେ ପରିବାରର ସଂହତିକୁ ଅକ୍ଷୁର୍ଣ୍ଣ ରଖୁଥାଏ ।
(iv) ଏହି ପ୍ରକାର ବିବାହ ପଦ୍ଧତିରେ ସନ୍ତାନସନ୍ତତିମାନେ ପିତାମାତାଙ୍କଦ୍ୱାରା ଉପଯୁକ୍ତଭାବେ ପ୍ରତିପାଳିତ ହୋଇଥାନ୍ତି’ନ୍ତି । ଫଳସ୍ବରୂପ ସେମାନଙ୍କର ଭବିଷ୍ୟତ ଜୀବନ ଉଜ୍ଜ୍ବଳମୟ ହୋଇଥାଏ ।
(v) ଏପ୍ରକାର ବିବାହରେ ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ଘନିଷ୍ଠ ଏବଂ ବ୍ୟକ୍ତିଗତ ସମ୍ପର୍କ ସୃଷ୍ଟି ହୋଇଥାଏ । ଏହା ସ୍ଵାମୀ ଏବଂ ସ୍ତ୍ରୀର ସମାନ ଅଧିକାର ଉପରେ ଗୁରୁତ୍ବ ଆରୋପ କରିଥାଏ ।
(b) ବହୁବିବାହ (Polygamy) :
ଏହି ବହୁବିବାହ ପ୍ରଥା ଅନୁସାରେ ଗୋଟିଏ ପୁରୁଷ ଏକାଧ୍ଵକ ନାରୀଙ୍କୁ କିମ୍ବା ଗୋଟିଏ ନାରୀ ଏକାଧ୍ଯକ ପରୁଷଙ୍କୁ ବିବାହ କରିଥା’ନ୍ତ । ଏହି ବହୁବିବାହ ପ୍ରଥା ମୁଖ୍ୟତଃ ତିନିଭାଗରେ ବିଭକ୍ତ, ଯଥା –
(i) ବହୁପତ୍ନୀ, ବିବାହ,
(ii) ବହୁପତି ବିବାହ
(iii) ସମୂହ ବିବାହ ।
(i) ବହୁପତ୍ନୀ ବିବାହ (Polygamy) – ଏହି ବିବାହ ପ୍ରଥା ଅନୁଯାୟୀ ଜଣେ ପୁରୁଷ ଏକାଧିକ ସ୍ତ୍ରୀଙ୍କୁ ବିବାହ କରିଥାଏ । ଏହିପ୍ରକାର ବିବାହପ୍ରଥା ବୈଦିକ ଯୁଗରୁ ହିନ୍ଦୁ ସମାଜରେ ପ୍ରଚଳିତ ହୋଇଆସୁଅଛି । ବିଶେଷତଃ, ରାଜା, ମହାରାଜା ଏବଂ ହିନ୍ଦୁ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନେ ବହୁ-ପତ୍ନୀ ବିବାହ କରିଥା’ନ୍ତି । ଉଦାହରଣସ୍ୱରୂପ – ଅଯୋଧ୍ୟାର ରାଜା ଦଶରଥ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା ନାମ୍ନୀ ତିନିଗୋଟି ପତ୍ନୀ ଗ୍ରହଣ କରିଥିଲେ । ଯଦିଓ ଏହିପ୍ରକାର ବିବାହ ହିନ୍ଦୁ ସମାଜର ସ୍ଵୀକୃତିଲାଭ କରିଥିଲା ତଥାପି ଏହାକୁ ଏକ ଆଦର୍ଶ ବିବାହରୂପେ ବିଚାର କରାଯାଉ ନ ଥିଲା । ଏହି ବହୁପତ୍ନୀ ବିବାହ ପୁନଶ୍ଚ ଦୁଇଭାଗର ବିଭକ୍ତ; ଯଥା –
ସ୍ୱସୃକ ବହୁପତ୍ନୀ ବିବାହ (Sororal polygamy) ଏବଂ ଅସ୍ୱସୃକ ବହୁପତ୍ନୀ ବିବାହ (Non-sororal polygamy) । ସ୍ୱସୃକ ବହୁପତ୍ନୀ ବିବାହ ପ୍ରଥାରେ ସ୍ବାମୀ ଯେଉଁ ଏକାଧ୍ଵ ପତ୍ନୀଙ୍କୁ ବିବାହ କରିଥାଏ, ସେମାନେ ପରସ୍ପରର ଭଉଣୀ ଅଟନ୍ତି । ଅର୍ଥାତ୍ ଜଣେ ପୁରୁଷ ଗୋଟିଏ ପରିବାରର ସମସ୍ତ ଭଉଣୀମାନଙ୍କୁ ବିବାହ କରିଥାଏ; କିନ୍ତୁ ଅସ୍ୱସୃକ ବହୁପତ୍ନୀ ବିବାହ ପ୍ରଥାରେ ପୁରୁଷ ଯେଉଁ ପତ୍ନୀମାନଙ୍କୁ ବିବାହ କରିଥାଏ ସେମାନେ ପରସ୍ପରର ଭଉଣୀ ନୁହଁନ୍ତି । ସେମାନେ ଭିନ୍ନ ଭିନ୍ନ ପରିବାରରୁ ଆସିଥା’ନ୍ତି । ୱେଷ୍ଟରମାର୍କଙ୍କ ମତ ଅନୁସାରେ, ଅଧ୍ଵସଂଖ୍ୟକ ସ୍ତ୍ରୀର ଆବଶ୍ୟକତା, ଗର୍ଭବତୀ ମହିଳାଙ୍କ ସହିତ ଯୌନ ସମ୍ପର୍କରେ କଟକଣା, ସୁନ୍ଦରୀ ଯୁବତୀ ପାଇବାର ଲାଳସା, ପତ୍ନୀର ବନ୍ଧ୍ୟାଦୋଷ ଏବଂ ସ୍ତ୍ରୀକୁ ମହିଳା ଶ୍ରମିକରୂପେ ପାଇବାର ଇଚ୍ଛା ପ୍ରଭୃତି ଏହି ବହୁପତ୍ନୀ ବିବାହ ପ୍ରଥାର ମୁଖ୍ୟ କାରଣ ଅଟେ ।
(ii) ବହୁପତି ବିବାହ (Polyandry) – ବହୁପତି ବିବାହ ପ୍ରଥାରେ ଗୋଟିଏ ସ୍ତ୍ରୀ ଏକାଧ୍ଵକ ପୁରୁଷଙ୍କ ସହିତ ବୈବାହିକ ସମ୍ପର୍କରେ ଆବଦ୍ଧ ହୋଇଥାଏ । ଅନ୍ୟ ଅର୍ଥରେ ଜଣେ ସ୍ତ୍ରୀ ସହିତ ଏକାଧ୍ଵ ପୁରୁଷଙ୍କର ସଙ୍ଗଠିତ ବିବାହକୁ ବହୁପତି ବିବାହ କୁହାଯାଏ । କେ.ଏମ୍. କାପାଡ଼ିଆ (K.M. Kapadia) ଙ୍କ ମତରେ, ବହୁପତି ବିବାହ ହେଉଛି ଏକପ୍ରକାର ଜଣେ ସ୍ତ୍ରୀକୁ ବିବାହ କରିଥା’ନ୍ତି । ଆର୍.ଡ଼ି. ପୋମେରାଇ (R.D. Pomerai) ଙ୍କ ମତରେ, ‘ବ୍ୟାପକଭାବେ କହିବାକୁ ଗଲେ ଏହି ବିବାହ କେବଳ ସେହି ଅଞ୍ଚଳରେ ଦେଖାଯାଏ ଯେଉଁଠି ପ୍ରକୃତି ଆପାତତଃ ପ୍ରତିକୂଳ ଥାଏ, ଜୀବନଯାପନ ପ୍ରଣାଳୀ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼େ, ଖାଦ୍ୟର ଚରମ ଅଭାବ ଥାଏ ଏବଂ ପୁରୁଷମାନଙ୍କର ସଂଖ୍ୟା ନାରୀମାନଙ୍କର ସଂଖ୍ୟାଠାରୁ ଅଧିକ ଥାଏ ।” ବହୁପତି ବିବାହ ପ୍ରଥା ତିବ୍ଦତ, ମାଳୟ ଏବଂ ପେନିସୁଲା ପ୍ରଭୃତି ଅଳ୍ପ କେତେକ ସ୍ଥାନରେ ପରିଦୃଷ୍ଟ ହୋଇଥାଏ । ଭାରତରେ ଟୋଡ଼ା, ଖାସି, ନାୟାର, ଟିଆ, କୋଟା ଏବଂ ଅନ୍ୟ ଜନଜାତି ମଧ୍ୟରେ ଏହିପ୍ରକାର ବିବାହ ଦେଖାଯାଇଥାଏ । ଏହି ବହୁପତି ବିବାହ ପ୍ରଥାକୁ ପୁନଶ୍ଚ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା –
(1) ଭ୍ରାତୃକ ବହୁପତି ବିବାହ,
(2) ଅଭ୍ରାତୃକ ବହୁ-ପତି ବିବାହ
(3) ସମୂହ ବିବାହ ।
(1) ଭ୍ରାତୃକ ବହୁପତି ବିବାହ (Fraternal polyandry) – ଏହି ପ୍ରଥାରେ ଜଣେ ସ୍ତ୍ରୀ ଯେଉଁ ପୁରୁଷମାନଙ୍କୁ ବିବାହ କରିଥାଏ ସେମାନେ ପରସ୍ପରର ଭାଇ ଅଟନ୍ତି । ଅନ୍ୟ ଅର୍ଥରେ ଏହିପ୍ରକାର ବିବାହ ପ୍ରଥାରେ ଗୋଟିଏ ପରିବାରର ସମସ୍ତ ଭାଇମାନେ ଗୋଟିଏ ସ୍ତ୍ରୀକୁ ବିବାହ କରିଥା’ନ୍ତି । ସ୍ତ୍ରୀ ସମସ୍ତ ସ୍ବାମୀମାନଙ୍କର ଯୌନତୃଷ୍ଣାକୁ ଚରିତାର୍ଥ କରିଥାଏ । ମହାଭାରତରେ ପାଣ୍ଡବ ପାଞ୍ଚଭାଇଙ୍କ ସହିତ ଦ୍ରୌପଦୀଙ୍କର ବିବାହ ଏହାର ଏକ ଜ୍ଵଳନ୍ତ ଉଦାହରଣ ଅଟେ । ଏହି ବିବାହ ନୀଳଗିରି ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଟୋଡ଼ା ଏବଂ ଖାସି ଜନଜାତିମାନଙ୍କ ମଧ୍ୟରେ ଦେଖାଯାଇଥାଏ । ଖାସି ଜନଜାତିରେ ଏହି ଶ୍ରେଣୀୟ ବିବାହରୁ ଜନ୍ମିତ ସନ୍ତାମାନଙ୍କର ପିତୃତ୍ଵ ଏକ ସାମାଜିକ ଉତ୍ସବଦ୍ଵାରା ସ୍ଥିର ହୋଇଥାଏ । ଫ୍ରେଜର କହିଛନ୍ତି, ଜ୍ୟେଷ୍ଠଭ୍ରାତା ଜ୍ୟେଷ୍ଠ ସନ୍ତାନ, ମଧ୍ୟମ ଭ୍ରାତା ମଧ୍ଯମ ସନ୍ତାନ ଏବଂ କନିଷ୍ଠ ଭ୍ରାତା କନିଷ୍ଠ ସନ୍ତାନର ଜନକରୂପେ ପରିଚିତ ହୋଇଥା’ନ୍ତି ।
(2) ଅଭ୍ରାତୃକ ବହୁପତି ବିବାହ (Non-fraternal polyandry) – ଅଭ୍ରାତୃକ ବହୁପତି ବିବାହ ପ୍ରଥାରେ ସ୍ତ୍ରୀ ଯେଉଁ ପୁରୁଷମାନଙ୍କୁ ବିବାହ କରିଥାଏ, ସେମାନେ ପରସ୍ପରର ଭାଇ ନୁହଁନ୍ତି । ଅନ୍ୟ ଅର୍ଥରେ ଭ୍ରାତୃ ସମ୍ପର୍କରେ ଆବଦ୍ଧ ହୋଇ ନଥୁବା ଦୁଇ ବା ତତୋଽଧ୍ଵ ପୁରୁଷଙ୍କ ସହିତ ଜଣେ ନାରୀର ବିବାହକୁ ଅଭ୍ରାତୃକ ବହୁପତି ବିବାହ କୁହାଯାଏ । ଏହି ବିବାହପ୍ରଥା ଅନୁସାରେ ସ୍ତ୍ରୀ ପାଳିକରି ବିଭିନ୍ନ ସ୍ବାମୀମାନଙ୍କର ପାଖରେ ରହି ସେମାନଙ୍କର ଯୌନ ଲାଳସାକୁ ପୂରଣ କରିଥାଏ । ଯେତେବେଳେ ସ୍ତ୍ରୀ ଜଣେ ସ୍ଵାମୀଙ୍କ ପାଖରେ ରହିଥାଏ, ସେତେବେଳେ ଅନ୍ୟ ସ୍ଵାମୀମାନଙ୍କର ତା’ ଉପରେ କୌଣସି ଅଧିକାର ନ ଥାଏ । ସନ୍ତାନ ଜନ୍ମପରେ ଏକ ସାମାଜିକ ଉତ୍ସବଦ୍ବାରା ସମସ୍ତ ସ୍ଵାମୀମାନଙ୍କ ମଧ୍ୟରୁ ଜଣକୁ ଉକ୍ତ ସନ୍ତାନର ଜନକରୂପେ ମନୋନୀତ କରାଯାଇଥାଏ । ଏହି ଶ୍ରେଣୀୟ ବିବାହ ମାଲ୍ବାର ଏବଂ କୋଚିନ୍ରେ ପରିଦୃଷ୍ଟ ହୋଇଥାଏ । ୱେଷ୍ଟରମାର୍କ (Westermark) ଙ୍କ ମତରେ, ନାରୀମାନଙ୍କର ସୀମିତ ସଂଖ୍ୟା, ଅତ୍ୟଧ୍ୱ ଦାରିଦ୍ର୍ୟ, ବିବାହଯୋଗ୍ୟ କନ୍ୟାମାନଙ୍କର ଅଭାବ, କନ୍ୟାମୂଲ୍ୟର ପ୍ରଚଳନ, ସାମାଜିକ ପ୍ରଥା ଏବଂ ପୈତୃକ ସମ୍ପତ୍ତିକୁ ବିଭାଜନରୁ ରକ୍ଷାକରିବା ପ୍ରଭୃତି କେତେକ କାରଣ ଏହି ବହୁପତି ବିବାହ ପ୍ରଥାର ପ୍ରଚଳନ ପାଇଁ ଦାୟୀ ଅଟନ୍ତି ।
(3) ସମୂହ ବିବାହ (Group marriage) – ଭାରତରେ କେତେକ ଆଦିବାସୀ ସମାଜରେ ଏହି ସମୂହ ବିବାହ ପ୍ରଥା ପ୍ରଚଳିତ । ଏହି ବିବାହ ପ୍ରଥା ଅନୁସାରେ ଗୋଟିଏ ସମୂହର ସମସ୍ତ ପୁରୁଷଙ୍କ ସହିତ ଅନ୍ୟ ସମୂହର ସମସ୍ତ ସ୍ତ୍ରୀଙ୍କର ବିବାହ ସମ୍ପାଦିତ ହୋଇଥାଏ । ପୁରୁଷ ସମୂହର ପ୍ରତ୍ୟେକ ପୁରୁଷ ସ୍ତ୍ରୀ ସମୂହର ପ୍ରତ୍ୟେକ ସ୍ତ୍ରୀଙ୍କର ସ୍ବାମୀଭାବେ ପରିଚିତ ଏବଂ ସେ ଯେକୌଣସି ସ୍ତ୍ରୀ ସହିତ ଯୌନ ସମ୍ପର୍କରେ ଲିପ୍ତ ରହିପାରିବେ । କିନ୍ତୁ ଏହିପ୍ରକାର ବିବାହର ବାସ୍ତବିକ ପ୍ରଚଳନ ସମ୍ବନ୍ଧରେ ନୃତତ୍ତ୍ବବିତ୍ମାନେ (Anthropologist) ଏକମତ ନୁହଁନ୍ତି । ବର୍ତ୍ତମାନ ସମାଜରେ ଏହିପ୍ରକାର ବିବାହପ୍ରଥା ପ୍ରାୟ ବିଲୁପ୍ତ ଅବସ୍ଥାରେ ।
6. ହିନ୍ଦୁ ବିବାହ ପ୍ରଥାର ଅଧୁନା ପରିବର୍ତ୍ତନାମାନ ଦର୍ଶାଅ ।
Answer:
ଅଧୁନା ପାଶ୍ଚାର୍ୟ୍ୟ ସଭ୍ୟତା, ଆଧୁନିକ ଶିକ୍ଷା, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ନଗରୀକରଣ, ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଇତ୍ୟାଦି କାରଣଗୁଡ଼ିକ ପାଇଁ ହିନ୍ଦୁ ବିବାହରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇଅଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।
(୧) ସାଥୀ ନିର୍ବାଚନ କ୍ଷେତ୍ରରେ ଥିବା ନିୟମରେ ପରିବର୍ତ୍ତନ – ଅତୀତରେ ହିନ୍ଦୁ ବିବାହ ମୁଖ୍ୟତଃ ଦୁଇଟି ନିୟମ ଭିଭିରେ ସମ୍ପାଦିତ ହୋଇଥିଲା; ଯଥା – (କ) ଅନ୍ତର୍ବିବାହୀ ନିୟମ (ଖ) ବହିର୍ବିବାହୀ ନିୟମ । ଅନ୍ତର୍ବିବାହୀ ନିୟମ ଅନୁସାରେ ଜଣେ ବ୍ୟକ୍ତି ନିଜ ଜାତି, ବର୍ଣ୍ଣ, ଶ୍ରେଣୀରୁ ନିଜର ଜୀବନସାଥୀ ବାଛିଥାଏ । ବହିର୍ବିବାହୀ ନିୟମ ଅନୁସାରେ ଜଣେ ବ୍ୟକ୍ତି ନିଜ ଗୋତ୍ର ସପିଣ୍ଡ ପ୍ରବର ବାହାରେ ନିଜର ଜୀବନସାଥୀ ମନୋନୀତ କରିଥାଏ । କିନ୍ତୁ ‘ହିନ୍ଦୁ ବିବାହ ଆଇନ ୧୯୫୫ ମସିହାରେ ପ୍ରଣୀତ ହେବାଦ୍ୱାରା ଆନ୍ତଃ-ଜାତି ବିବାହ, ସଗୋତ୍ର, ସପିଣ୍ଡ, ବିବାହ ଇତ୍ୟାଦି ବଢ଼ିବାରେ ଲାଗିଛି । ଫଳରେ ସାଥୀ ନିର୍ବାଚନରେ ଥିବା ପୂର୍ବ ଦୁଇଟି ନିୟମ ଏହାର ଗୁରୁତ୍ଵ ହରାଇଛି ।
(୨) ବିବାହ ସମୟରେ ସମ୍ପାଦିତ କର୍ମକାଣ୍ଡ ଓ ବିଧିବିଧାନରେ ପରିବର୍ତ୍ତନ – ପୂର୍ବେ ହିନ୍ଦୁ ବିବାହ ଏକ ଧାର୍ମିକ ସଂସ୍ଥାଭାବେ ବିବେଚିତ ହେଉଥିଲା । ଏହା ଅନେକ ବୈଦିକ କର୍ମକାଣ୍ଡ ମାଧ୍ୟମରେ ବୈଦିକ ମଣ୍ଡପରେ ସମ୍ପନ୍ନ ହେଉଥିଲା । କିନ୍ତୁ ୧୯୫୪ ମସିହାରେ ପ୍ରଣୀତ ‘ବିଶେଷ ବିବାହ ଆଇନ’ ଅନୁସାରେ ସାଧାରଣ ଅଦାଲତରେ ମଧ୍ୟ ବିବାହ କାର୍ଯ୍ୟ ସମ୍ପାଦିତ ହୋଇପାରୁଛି । ଫଳରେ ହିନ୍ଦୁ ବିବାହ ଏହାର ଧାର୍ମିକ ପବିତ୍ରତାକୁ ହରାଉଛି ।
(୩) ବିବାହ ବୟସରେ ପରିବର୍ତ୍ତନ – ଅତୀତରେ ହିନ୍ଦୁ ସମାଜରେ ବାଲ୍ୟବିବାହ ପ୍ରଥା ପ୍ରଚଳିତ ଥିଲା ଏବଂ ବିବାହର ନିର୍ଦ୍ଦିଷ୍ଟ ବୟସ କିଛି ନ ଥିଲା । କିନ୍ତୁ ୧୯୫୫ ମସିହାରେ ହିନ୍ଦୁ ବିବାହ ଆଇନ ଅନୁସାରେ ବିବାହ ପାଇଁ ପୁରୁଷ ଓ ନାରୀର ସର୍ବନିମ୍ନ ବୟସ ଯଥାକ୍ରମେ ୨୧ ବର୍ଷ ଓ ୧୮ ବର୍ଷ ଭାବେ ନିର୍ଦ୍ଧାରିତ ହୋଇଅଛି ।
(୪) ବିବାହଜନିତ ଲକ୍ଷ୍ୟରେ ପରିବର୍ତ୍ତନ – ଅତୀତରେ ହିନ୍ଦୁ ବିବାହର ମୌଳିକ ଲକ୍ଷ୍ୟ ଥିଲା – ଧର୍ମ, ପ୍ରଜନନ ଓ ଯୌନସୁଖ । ସମସ୍ତ ଲକ୍ଷ୍ୟ ମଧ୍ଯରେ ଧର୍ମ ପ୍ରାଥମିକ ଥିଲା । କିନ୍ତୁ ଆଧୁନିକ ସମାଜରେ ଯୌନସୁଖକୁ ହିନ୍ଦୁ ବିବାହରେ ପ୍ରାଥମିକତା ପ୍ରଦାନ କରାଯାଇଛି ।
(୫) ପ୍ରାର୍ଥୀ ନିର୍ବାଚନରେ ପିତାମାତଙ୍କର ଭୂମିକା ହ୍ରାସ- ପୁରାତନ କାଳରେ ପିତାମାତାମାନେ ନିଜ ପୁତ୍ର, କନ୍ୟାମାନଙ୍କ ପାଇଁ ପ୍ରାର୍ଥୀ ମନୋନୟନ କରୁଥିଲେ । କିନ୍ତୁ ଆଧୁନିକ ଶିକ୍ଷା ଓ ପାଶ୍ଚାତ୍ୟକରଣର ପ୍ରଭାବରେ ପୁତ୍ର, କନ୍ୟାମାନେ ସ୍ଵଇଚ୍ଛାରେ ନିଜର ଜୀବନସାଥୀ ମନୋନୟନ କରୁଛନ୍ତି ।
7. ଯୌଥ ପରିବାରର ସଂଜ୍ଞା ପ୍ରଦାନ କର ଏବଂ ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
ହିନ୍ଦୁ ସମାଜରେ ସାମାଜିକ ସଂରଚନାକୁ ଯୁଗ ଯୁଗ ଧରି ବଜାୟ ରଖୁବାକୁ ଦୁଇଟି ମୁଖ୍ୟ ସ୍ତମ୍ଭ ହେଉଛି ଜାତି ପଦ୍ଧତି ଏକ ଯୌଥ ପରିବାର ପଦ୍ଧତି । ଯଦି ଏହି ଦୁଇଟି ପଦ୍ଧତିକୁ ବିଲୋପ କରାଯାଏ ତା’ ହେଲେ ହିନ୍ଦୁ ସମାଜର ଅସ୍ତିତ୍ୱ ବିଷୟରେ କଳ୍ପନା କରିବା ସମ୍ଭବପର ନୁହେଁ ।
ଡକ୍ଟର ଇରାବତୀ କାର୍ଭେ (Dr. Irawati Karve) ଙ୍କ ମତରେ, ଯୌଥ ପରିବାର କହିଲେ ଲୋକମାନଙ୍କର ଏକ ସମୂହକୁ ବୁଝାଇଥାଏ, ଯେଉଁମାନେ କି ସାଧାରଣତଃ ଗୋଟିଏ ଗୃହରେ ବାସ କରନ୍ତି, ଗୋଟିଏ ଚୁଲିରେ ରନ୍ଧନ କରାଯାଉଥିବା ଖାଦ୍ୟକୁ ଗ୍ରହଣ କରନ୍ତି । ସାଧାରଣଭାବେ ସମସ୍ତେ ସମ୍ପତ୍ତିର ଅଧିକାରୀ ହୋଇଥା’ନ୍ତି । ପାରିବାରିକ ପୂଜାବିଧୂରେ ଅଭିନ୍ନଭାବେ ଅଂଶଗ୍ରହଣ କରନ୍ତି ଏବଂ କେତେକ ନିର୍ଦ୍ଦିଷ୍ଟ ପ୍ରକାରର ଜ୍ଞାତିଭାବେ ପରସ୍ପର ସହିତ ସମ୍ପୃକ୍ତ ହେଇଥା’ନ୍ତି ।
ସାର୍ ହେନେରୀ ମେନ୍ (Sir Henry Maine) ଙ୍କ ମତରେ, “ହିନ୍ଦୁ ଯୌଥ ପରିବାର ହେଉଛି ଏକ ସମୂହ ଯାହାକି ପୂର୍ବପୁରୁଷ ଏବଂ ପୋଷ୍ୟପୁତ୍ରମାନଙ୍କୁ ନେଇ ଗଠିତ ହୋଇଥାଏ । ପରିବାରର ସମ୍ପର୍କୀୟ ବ୍ୟକ୍ତିମାନେ ସେହି ପୁତ୍ରମାନଙ୍କ ସହିତ ବିବାହ ବନ୍ଧନ ମାଧ୍ୟମରେ ସମ୍ବନ୍ଧିତ ହୋଇଥା’ନ୍ତି ।’’
ଏଠାରେ କୁହାଯାଇପାରେ ଯେ ଯୌଥ ପରିବାର ବିଭିନ୍ନ ପୁରୁଷର ଜ୍ଞାତିସମୂହକୁ ନେଇ ଗଠିତ । ଏହି ପରିବାର ଜଣେ ମୁଖ୍ୟଙ୍କଦ୍ଵାରା ପରିଚାଳିତ ଏବଂ ସଂଯୁକ୍ତ ବାସଗୃହ, ସମ୍ପତ୍ତି, ଧର୍ମ ଏହି ପରିବାରର ମୁଖ୍ୟ ବୈଶିଷ୍ଟ୍ୟ ଅଟେ । ଆଉ ମଧ୍ୟ ପାରସ୍ପରିକ କର୍ତ୍ତବ୍ୟଦ୍ୱାରା ଏହି ପରିବାରର ସଦସ୍ୟମାନେ ପରସ୍ପର ସହିତ ବାନ୍ଧିହୋଇ ରହିଥା’ନ୍ତି । ଯଦିଓ ଯୌଥ ପରିବାର ଆମୂଳଚୂଳ ଓ ପରିବର୍ତ୍ତନ ମଧ୍ୟଦେଇ ଗତି କରିବାରେ ଆମ ଦୃଷ୍ଟିଗୋଚରକୁ ଆସିଅଛି, ତଥାପି ଏହାର ମୌଳିକତା ବା ବୈଶିଷ୍ଟ୍ୟଗୁଡ଼ିକରେ ସବୁବେଳ ପାଇଁ ସମାନତା ପରିଲକ୍ଷିତ ହୋଇଆସୁଅଛି । ହିନ୍ଦୁ ଯୌଥ ପରିବାରର ମୁଖ୍ୟ ଗୁଣାବଳୀଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।
(୧) ସାଧାରଣ ବାସସ୍ଥଳୀ (Common habitation) – ଯୌଥ ପରିବାରର ଏକ ମୁଖ୍ୟ ବୈଶିଷ୍ଟ୍ୟ ଏହି ଯେ ଏହାର ସଦସ୍ୟବୃନ୍ଦ ଏକତ୍ରିତ ଭାବରେ ଗୋଟିଏ ଗୃହରେ ବାସ କରିଥା’ନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଯୌଥ ପରିବାରର ଏହି ଲକ୍ଷଣରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ । ସଦସ୍ୟମାନଙ୍କର ସଂଖ୍ୟାବୃଦ୍ଧି ହେତୁ ବାସଗୃହର ସ୍ଵଳ୍ପତା ଦେଖାଯାଇଥାଏ ଓ କେତେକ ସଦସ୍ୟ ଅନ୍ୟତ୍ର ବାସ କରିବାକୁ ବାଧ୍ୟ ହୋଇଥା’ନ୍ତି । କିନ୍ତୁ ସେମାନେ ସମସ୍ତେ ଏକ ଯୌଥ ପରିବାରର ସଦସ୍ୟଭାବେ ନିଜକୁ ପରିଚିତ କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ଡକ୍ଟର ଆଇ.ପି. ଦେଶାଇ (I.P. Desai) କହିଛନ୍ତି, “ଆବାସସ୍ଥଳୀରେ ପରିବର୍ତ୍ତନ ଫଳରେ ଯୌଥ ପରିବାରର ବିଚାରଧାରା ସମ୍ପୂର୍ଣ୍ଣରୂପେ ଲୋପ ପାଏନାହିଁ ।
(୨) ସାଧାରଣ ରନ୍ଧନଶାଳା (Common kitchen) – ସାଧାରଣ ରନ୍ଧନଶାଳା ଯୌଥ ପରିବାରର ଆଉ ଏକ ବୈଶିଷ୍ଟ୍ୟ ଅଟେ । ଯୌଥ ପରିବାରର ସମସ୍ତ ସଦସ୍ୟ ଗୋଟିଏ ଚୁଲିରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟକୁ ଗ୍ରହଣ କରିଥା’ନ୍ତି । ସାଧାରଣତଃ ପରିବାରର ବୟୋଜ୍ୟେଷ୍ଠା ମହିଳା ସଦସ୍ୟା ଏହି ରୋଷେଇ ଦାୟିତ୍ବରେ ଥା’ନ୍ତି । ଖାଦ୍ୟ ବଣ୍ଟନରେ କୌଣସିପ୍ରକାର ତାରତମ୍ୟ ପ୍ରକାଶ ପାଇ ନଥାଏ । ଏହି ଏକତ୍ର ରନ୍ଧନ ଓ ଭୋଜନ ଯୋଗୁଁ ପାରିବାରିକ ଅକ୍ଷୁଣ୍ଣତା ଏବଂ ସଂହତି ରକ୍ଷା ହୋଇଥାଏ । ଏହି ଯୌଥ ପରିବାରକୁ ହିନ୍ଦୁ ଏକାନ୍ତବର୍ତ୍ତୀ ପରିବାର ଭାବେ ଅଭିହିତ କରାଯାଇଥାଏ ।
(୩) ସାଧାରଣ ସମ୍ପତ୍ତି (Common property) – ପରିବାରର ସମସ୍ତ ସମ୍ପତ୍ତି (ଉଭୟ ସ୍ଥାବର ଏବଂ ଅସ୍ଥାବର) ଉପରେ ସଦସ୍ୟମାନଙ୍କର ସମାନ ଭାବରେ ଅଧ୍ଵର ଥାଏ । ମିଷ୍ଟ ମେଲେ (Mr. Melly) ତାଙ୍କ ରଚିତ ପୁସ୍ତକ ‘ଆଧୁନିକ ଭାରତ ଏବଂ ପାଶ୍ଚାତ୍ୟ’ରେ ଲେଖୁଛନ୍ତି ଯେ ଯୌଥ ପରିବାର ହେଉଛି ଏକ ସମବାୟ ଅନୁଷ୍ଠାନ, ଯେଉଁଥିରେ ସମ୍ପତ୍ତି ଉପରେ ସମସ୍ତଙ୍କର ସମାନ ଅଧିକାର ରହିଥାଏ । ପରିବାରର ମୁଖ୍ୟଙ୍କ ହସ୍ତରେ ଏହି ସମ୍ପତ୍ତି ରକ୍ଷଣାବେକ୍ଷଣ ଦାୟିତ୍ଵ ସମ୍ପୂର୍ଣ୍ଣ ଉପରେ ନ୍ୟସ୍ତ ଥାଏ ଏବଂ ସେ ଅନ୍ୟ ସଦସ୍ୟମାନଙ୍କର କଲ୍ୟାଣ ପ୍ରତି ଦୃଷ୍ଟି ଦେଇଥା’ନ୍ତି । ପରିବାରର ସମସ୍ତ ସଦସ୍ୟଙ୍କର ରୋଜଗାର ଏକତ୍ର ଠୁଳ କରାଯାଇ ମୁଖ୍ୟଙ୍କ ଜରିଆରେ ଏହାର ଉପଯୁକ୍ତ ବିନିଯୋଗ କରାଯାଇଥାଏ । ଏହି ସମ୍ପତ୍ତି ଉପରେ ପରିବାରର ମୁଖ୍ୟଙ୍କର ସର୍ବୋଚ୍ଚ କ୍ଷମତା ଥାଏ । ପ୍ରତ୍ୟେକ ସଦସ୍ୟ ତା’ର ସାମର୍ଥ୍ୟ ଅନୁସାରେ କାର୍ଯ୍ୟ ସମ୍ପାଦନ କରିଥାଏ ।
(୪) ସାଧାରଣ ଧର୍ମ (Common religion) – ବିଭିନ୍ନ ଧାର୍ମିକ ପ୍ରକାର୍ଯ୍ୟଗୁଡ଼ିକର କେନ୍ଦ୍ରସ୍ଥଳୀ ହେଉଛି ଯୌଥ ପରିବାର । ସମସ୍ତ ସଦସ୍ୟଙ୍କର ଏକ ସାଧାରଣ ଧର୍ମ ଉପରେ ବିଶ୍ଵାସ ନିହିତ ଥାଏ ଏବଂ ସମସ୍ତେ ଏକପ୍ରକାର ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥା’ନ୍ତି । ଆଉ ମଧ୍ୟ ସଦସ୍ୟବୃନ୍ଦ ସାମୂହିକଭାବେ ଧାର୍ମିକ କର୍ତ୍ତବ୍ୟ ଏବଂ ପୂଜାବିଧିକୁ ପାଳନ କରିଥା’ନ୍ତି । ପୁନଶ୍ଚ ଯୌଥ ପରିବାରର ସମସ୍ତ ସଦସ୍ୟ ମିଳିତ ହୋଇ ଧାର୍ମିକ ଉତ୍ସବ ଏବଂ ପର୍ବପର୍ବାଣିଗୁଡ଼ିକୁ ପାଳନ କରିବାର ଦେଖାଯାଇଥାଏ ।
(୫) ମୁଖ୍ୟକର୍ତ୍ତାଙ୍କ ଶାସନ (Rule by Karta)- ଯୌଥ ପରିବାର ସାଧାରଣତଃ ଜଣେ ବ୍ୟକ୍ତିଙ୍କଦ୍ୱାରା ପରିଚାଳିତ ଯାହାଙ୍କୁ କର୍ତ୍ତା କୁହାଯାଇଥାଏ । କର୍ତ୍ତା କଠୋର ଶୃଙ୍ଖଳା ମାଧ୍ୟମରେ ପରିବାରକୁ ନିୟନ୍ତ୍ରଣ କରିଥା’ନ୍ତି । ତାଙ୍କ ପ୍ରତି ସମସ୍ତ ସଦସ୍ୟଙ୍କର ସମ୍ମାନ, ଭୟ ଏବଂ ଗଭୀର ଅନୁକମ୍ପା ରହିଥାଏ । ପାରିବାରିକ କାର୍ଯ୍ୟକଳାପଗୁଡ଼ିକ କ୍ଷେତ୍ରରେ କର୍ତ୍ତାଙ୍କର ବିଶେଷ କ୍ଷମତା ପରିଲକ୍ଷିତ ହୋଇଥାଏ । ସଦସ୍ୟମାନେ କର୍ଷାଙ୍କର ବିନା ଅନୁମତିରେ କୌଣସି କାର୍ଯ୍ୟ କରିପାରନ୍ତି ନାହିଁ । କର୍ତ୍ତାଙ୍କର ନିର୍ଦ୍ଦେଶକୁ ପାଳନ କରିବା ସଦସ୍ୟମାନଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ଏହି ପରିପ୍ରେକ୍ଷୀରେ ସାର୍ ହେନେରୀ ମେନ୍ (Sir Henery Maine)ଙ୍କ ମତରେ, କର୍ତ୍ତା ହେଉଛନ୍ତି ଯୌଥ ପରିବାରର ଏକ ଅଦ୍ବିତୀୟ ଶାସକ ।
(୬) ପାରସ୍ପରିକ ଅସ୍କୋର ଏବଂ ନୈତିକ କର୍ଭବ୍ୟ ପ୍ରତି ସଚେତନତା (Consciousness of mutual rights and obligations) – ଯୌଥ ପରିବାରର ସମସ୍ତ ସଦସ୍ୟ ସେମାନଙ୍କର ପାରମ୍ପରିକ ଅଧିକାର ଏବଂ ନୈତିକ କର୍ଭବ୍ୟ ପ୍ରତି ସଚେତନ ଥାଆନ୍ତି । ସଦସ୍ୟମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟଗୁଡ଼ିକ ଉଚିତ ଭାବରେ ବଣ୍ଟନ କରାଯାଇଥାଏ । କେବଳ ମୁଖ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତ ସଦସ୍ୟଙ୍କର ସମାନ ଅଧିକାର ରହିଥାଏ । ସାଧାରଣତଃ ପୁରୁଷ ସଦସ୍ୟମାନେ ବିଭିନ୍ନପ୍ରକାରର ବାହ୍ୟ କାର୍ଯ୍ୟରେ ଲିପ୍ତ ରହିଥା’ନ୍ତି ଏବଂ ମହିଳା ସଦସ୍ୟମାନେ ରୋଷେଇ ଏବଂ ଅନ୍ୟ ଗୃହକାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ଦେଖାଯାଇଥାଏ । ଏହିପରି ଭାବରେ ପରିବାରର ସଦସ୍ୟମାନେ ସେମାନଙ୍କର କର୍ତ୍ତବ୍ୟ ଏବଂ ଅଧିକାର ବିଷୟରେ ସଚେତନ ରହି କାର୍ଯ୍ୟ ସମ୍ପାଦନ କରିବାର ଲକ୍ଷ୍ୟ କରାଯାଇଥାଏ ।
(୭) ଅତ୍ୟଧିକ ପୁରୁଷ ଗଭୀରତା (More male-generation depth) – ଯୌଥ ପରିବାରରେ ସାଧାରଣତଃ ଦୁଇ ବା ତିନିଟି ପୁରୁଷର ବ୍ୟକ୍ତି ବାସ କରିଥା’ନ୍ତି । ଉଦାହରଣସ୍ୱରୂପ ମୁଖ୍ୟକର୍ତ୍ତାଙ୍କ ସ୍ତ୍ରୀ, ତାଙ୍କ ଭାଇଭଉଣୀ ଏବଂ ତାଙ୍କ ଭାଇମାନଙ୍କର ସ୍ତ୍ରୀମାନେ ଗୋଟିଏ ପୁରୁଷ ସୃଷ୍ଟି କରିଥା’ନ୍ତି । ସେହିପରି ମୁଖ୍ୟକର୍ତ୍ତାଙ୍କ ପିଲାମାନେ ଏବଂ ତାଙ୍କ ଭାଇଙ୍କର ପିଲାମାନେ ଆଉ ଗୋଟିଏ ପୁରୁଷରୂପେ ପରିଚିତ ଅଟନ୍ତି । ତେଣୁ ଏହିପରିଭାବେ ଯୌଥ ପରିବାରରେ ଅପେକ୍ଷାକୃତ ଅଧିକ ପୁରୁଷ ଗଭୀରତା ରହିଥାଏ ।
8. ଶିକ୍ଷା କହିଲେ କ’ଣ ବୁଝ ଏବଂ ଏହାର ପ୍ରକାର୍ଯ୍ୟମାନ ଆଲୋଚନା କର ।
Answer:
ଶିକ୍ଷା ଓ ସମାଜ ପରସ୍ପର ଗଭୀରଭାବେ ସମ୍ପୃକ୍ତ । ଶିକ୍ଷା ସମାଜରେ ଏକ ବଳିଷ୍ଠ ତଥା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସମାଜରେ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ଵ ଗଠନରେ ଶିକ୍ଷା ସହାୟକ ହୋଇଥାଏ । ଲୋକମାନଙ୍କର କେତେକ ଲକ୍ଷ୍ୟ ପୂରଣ ନିମିତ୍ତ ଏବଂ ସେମାନଙ୍କର ବିକାଶ ପାଇଁ ରାଷ୍ଟ୍ର କିମ୍ବା ପରିବାରଦ୍ୱାରା ବିଧବଦ୍ଧଭାବେ ହେଉଥିବା ସଙ୍ଗଠିତ ତଥା ଶୃଙ୍ଖଳିତ ଉଦ୍ୟମକୁ ଶିକ୍ଷା କୁହାଯାଏ । ଲାଟିନ୍ ଭାଷାରେ ‘ଶିକ୍ଷା’ ଶବ୍ଦର ଅର୍ଥ ହେଉଛି ଶିଶୁର ଅନ୍ତର୍ନିହିତ ଗୁଣାବଳୀର ବିକାଶ ସାଧନ । ଇମାଇଲ୍ ଦୁର୍ଖମ୍ କହିଛନ୍ତି ଯେ ଶିକ୍ଷା ହେଉଛି ଏକ ପ୍ରକ୍ରିୟା, ଯାହାକି ପୁରାତନ ବ୍ୟକ୍ତିମାନଙ୍କଦ୍ୱାରା ସାମାଜିକ ଜୀବନ ପାଇଁ ଆଦୌ ପ୍ରସ୍ତୁତ ହୋଇନଥୁବା ଶିଶୁମାନଙ୍କ ନିମନ୍ତେ ଧାର୍ଯ୍ୟ ହୋଇଥାଏ । ଏହାର ଲକ୍ଷ୍ୟ ହେଉଛି ଶିଶୁର ଶାରୀରିକ, ବୌଦ୍ଧିକ ତଥା ନୈତିକ ଅବସ୍ଥାକୁ ଉଜ୍ଜୀବିତ କରିବା ଏବଂ ଶିଶୁକୁ ସାମାଜିକ ଜୀବନ ନିମନ୍ତେ ଉପଯୁକ୍ତ ଭାବେ ଗଢ଼ିବା । ଅନ୍ୟ ଅର୍ଥରେ ଶିକ୍ଷା ହେଉଛି ଏକ ମାଧ୍ୟମ, ଯାହାଦ୍ଵାରା ମନୁଷ୍ୟ ନିଜେ ବାସ କରୁଥିବା ସମାଜ ତଥା ସାମାଜିକ ପରିବେଶ ସହିତ ଖାପ ଖାଇ ଚଳିବାପାଇଁ ସମର୍ଥ ହୋଇଥାଏ । ସୁତରାଂ ଶିକ୍ଷା ସାମାଜିକୀକରଣର ଏକ ମାଧ୍ୟମଭାବେ ଶିଶୁକୁ ବ୍ୟକ୍ତିରେ ଏବଂ ବ୍ୟକ୍ତିକୁ ଏକ ଆଦର୍ଶ ମାନବରେ ପରିଣତ କରିଥାଏ । ଶିକ୍ଷା ବ୍ୟତୀତ ସମାଜ ପଙ୍ଗୁ ହୋଇଯିବ । ଏବଂ ସାମାଜିକ ଜୀବନ ଦୁର୍ବିସହ ହେବାସହ ମାନସିକ, ନୈତିକ ଏବଂ ବୌଦ୍ଧିକ ବିକାଶ ବ୍ୟାହତ ହେବ ।
ଇମାଇଲ ଦୁର୍ଖମ୍ ସମାଜରେ ଶିକ୍ଷାର ପ୍ରକାର୍ଯ୍ୟ ବା ଭୂମିକାକୁ ନିମ୍ନମତେ ବର୍ଣ୍ଣନା କରିଛନ୍ତି ।
(୧) ପ୍ରତିମାନ ବା ମୂଲ୍ୟବୋଧର ପରିଚାଳନା-ଦୁର୍ଖଙ୍କ ମତରେ, ସାମାଜିକ ପ୍ରତିମାନ ଓ ମୂଲ୍ୟବୋଧଗୁଡ଼ିକୁ ପରିଚାଳନା କରିବା କ୍ଷେତ୍ରରେ ଶିକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେ କହିଛନ୍ତି, ଯଦି ଲୋକମାନଙ୍କ ମଧ୍ୟରେ ଯଥେଷ୍ଟ ପରିମାଣରେ ସାମଞ୍ଜ ରହେ, ତେବେ ସମାଜ ତିଷ୍ଠିପାରିବ, ତେଣୁ ଶିକ୍ଷା ଆରମ୍ଭରୁ ଆବଶ୍ୟକ ଜ୍ଞାନ ପ୍ରଦାନ କରି ଲୋକମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଚିରସ୍ଥାୟୀ ଏବଂ ଦୃଢ଼ୀଭୂତ କରିବା ଆବଶ୍ୟକ । ଏହା ସାମୂହିକ ଜୀବନ ପାଇଁ ଏକାନ୍ତ ଅପରିହାର୍ଯ୍ୟ ଅଟେ । ଲୋକମାନଙ୍କୁ ସାମାଜିକ ସମ୍ପର୍କଦ୍ଵାରା ଏକତ୍ର ବାନ୍ଧି ରଖୁବା ହେଉଛି ପ୍ରତ୍ୟେକ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ । ଦୁର୍ଖଙ୍କ ମତରେ ଶିକ୍ଷା ସମାଜର ସଦସ୍ୟମାନଙ୍କୁ ସମୁଦାୟ ମୂଲ୍ୟବୋଧ, ଆଦର୍ଶ, ପରମ୍ପରା ଏବଂ ଚିନ୍ତାଧାରା ସହିତ ପରିଚିତ କରାଇ ବ୍ୟକ୍ତି ଓ ସମାଜ ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥାଏ ।
(୨) ଔପଚାରିକ ଶିକ୍ଷା ପ୍ରଦାନ – ଦୁର୍ଖମ୍ କହନ୍ତି ଯେ ବିଦ୍ୟାଳୟଦ୍ବାରା ପ୍ରଦାନ କରାଯାଉଥିବା ଔପଚାରିକ ଶିକ୍ଷାକୁ ପରିବାର କିମ୍ବା ଜ୍ଞାତିସମୂହ ପ୍ରଦାନ କରିପାରି ନଥା’ନ୍ତି । ପାରିବାରିକ ଶିକ୍ଷା ସ୍ନେହ, ଶ୍ରଦ୍ଧା ଓ ଆବେଗ ଉପରେ ପ୍ରତିଷ୍ଠିତ । ଏହି ଶିକ୍ଷା ବ୍ୟକ୍ତିର ଭବିଷ୍ୟତ ଜୀବନକୁ ଗଠନ କରିପାରିବ ନାହିଁ । କାରଣ ପାରିବାରିକ ଶିକ୍ଷା ଏକ ସଂକୀର୍ଣ୍ଣ ପରିସର ମଧ୍ୟରେ ସୀମାବଦ୍ଧ ହୋଇଥାଏ । ଏହା ବ୍ୟକ୍ତିକୁ ବୃହତ୍ତର ସମାଜ ଗଠନ ପାଇଁ ପ୍ରସ୍ତୁତ କରିପାରି ନଥାଏ । କିନ୍ତୁ ବିଦ୍ୟାଳୟ ଶିକ୍ଷା ଛାତ୍ରକୁ ବିଭିନ୍ନ ଔପଚାରିକ ସଙ୍ଗଠନ ମାଧ୍ୟମରେ ଅନ୍ୟମାନଙ୍କ ସହିତ କାର୍ଯ୍ୟ କରିବାପାଇଁ ସୁଯୋଗ ପ୍ରଦାନ କରିଥାଏ । ଏହାଦ୍ଵାରା ଛାତ୍ରର ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟିଥାଏ । ଦୁର୍ଖଙ୍କ ମତରେ ବିଦ୍ୟାଳୟର ଶିକ୍ଷା ସାମାଜିକ ନିୟମକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ସାଧାରଣ ନିୟମକୁ ସମ୍ମାନ ପ୍ରଦର୍ଶନ କରିଥାଏ ଏବଂ ଆତ୍ମନିୟନ୍ତ୍ରଣ ଓ ସଞ୍ଜମ ଅଭ୍ୟାସର ଅଭିବୃଦ୍ଧି ସାଧନ କରିଥାଏ ।
(୩) ଅନ୍ତର୍ନିହିତ ଗୁଣାବଳୀର ବିକାଶ – ଦୁର୍ଖମ୍ କହିଛନ୍ତି, ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଶିଶୁର ଶାରୀରିକ, ବୌଦ୍ଧିକ ଏବଂ ନୈତିକ ଅବସ୍ଥାକୁ ଉଜ୍ଜୀବିତ ଏବଂ ଦୃଢ଼ କରିବା । ସାମାଜିକ ବିଭାଜନ ପ୍ରାୟ ପ୍ରତ୍ୟେକ ସମାଜରେ ପରିଲକ୍ଷିତ ହୋଇଥାଏ । ଯେଉଁଠାରେ ସାମାଜିକ ସ୍ତରୀକରଣ ବ୍ୟବସ୍ଥା ପ୍ରଚଳିତ ସେଠାରେ ଶିକ୍ଷା ବ୍ୟବସ୍ଥାରେ ଶ୍ରେଣୀ ବିଭାଜନ ପ୍ରତିଫଳିତ ହୋଇଥାଏ । ବାସ୍ତବ କ୍ଷେତ୍ରରେ ଶ୍ରେଣୀ ସୁବିଧା ଓ ସ୍ୱାର୍ଥକୁ ସଂରକ୍ଷଣ କରିବାରେ ଶିକ୍ଷା ଏକ ମାଧ୍ୟମ ଭାବେ କାର୍ଯ୍ୟ କରି ଶ୍ରେଣୀ ପାର୍ଥକ୍ୟକୁ ବଜାୟ ରଖୁଥାଏ । ସୁତରାଂ ପ୍ରାଚୀନ ସମୟରେ ଉଚ୍ଚଜାତି ଶିଶୁମାନଙ୍କର ଶିକ୍ଷା ଅନ୍ୟମାନଙ୍କଠାରୁ ପୃଥକ୍ ଥିଲା । ଏମାନଙ୍କର ଶିକ୍ଷା ଏକ ବଂଶାନୁକ୍ରମିକ ଧର୍ମଯାଜକ ବା ପୁରୋହିତମାନଙ୍କଦ୍ୱାରା ପରିଚାଳିତ ହୋଇଥିଲା । ଭାରତରେ ବ୍ରିଟିଶ୍ ଶାସନ ପ୍ରତିଷ୍ଠା ପରେ ଇଂରାଜୀ ଶିକ୍ଷାର ପ୍ରଚଳନ ଯୋଗୁଁ ଇଂରାଜୀ ଶିକ୍ଷାଲାଭ କରୁଥିବା ବ୍ୟକ୍ତି ଏବଂ ଅନ୍ୟମାନଙ୍କ ମଧ୍ୟ ପ୍ରଭେଦ ସୃଷ୍ଟି ହେଲା । ବିଭିନ୍ନ ପ୍ରକାର ଶିକ୍ଷା; ଯଥା – ସାଧାରଣ ଓ ବୈଷୟିକ ଶିକ୍ଷା ମାଧ୍ୟମରେ ବର୍ତ୍ତମାନ ସମାଜରେ ଲୋକମାନଙ୍କର ଅନ୍ତର୍ନିହିତ ଗୁଣଗୁଡ଼ିକ ବିକାଶ ଘଟିଛି ।
(୪) ସାମାଜିକ ନିୟନ୍ତ୍ରଣର ମାଧ୍ୟମ – ଶିକ୍ଷା ସାମାଜିକ ନିୟନ୍ତ୍ରଣର ଏକ ମାଧ୍ୟମ ରୂପେ ସମାଜରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଦୁର୍ଖଙ୍କ ମତରେ ପୁରାତନ ବଂଶଧରମାନଙ୍କଠାରୁ ନୂତନ ବଂଶଧରମାନଙ୍କ ନିକଟକୁ ସାମାଜିକ ପ୍ରତିମାନ ଏବଂ ମୂଲ୍ୟବୋଧକୁ ସ୍ଥାନାନ୍ତରିତ କରିବା ହେଉଛି ଶିକ୍ଷାର ମୁଖ୍ୟ କାର୍ଯ୍ୟ । ଶିକ୍ଷା ମାଧ୍ୟମରେ ଶିଶୁ ସାଂସ୍କୃତିକ ଗୁଣଗୁଡ଼ିକୁ ଅଧିକାର କରିଥାଏ । ଫଳତଃ ଶିଶୁର କାର୍ଯ୍ୟକଳାପ ଓ ବ୍ୟବହାର ସ୍ୱରୂପ ମାର୍ଜିତ ହୋଇ ତା’ର ବୌଦ୍ଧିକ ପ୍ରତିଭାର ଅଭିବୃଦ୍ଧି ସାଧନ କରିଥାଏ, ସୁତରାଂ ସାମାଜିକ ପ୍ରତିମାନ ଓ ମୂଲ୍ୟବୋଧକୁ ଅନୁକରଣ କରିବା ଶିଶୁ ପକ୍ଷେ ସହଜ ହୋଇଥାଏ । ଏହାଦ୍ଵାରା ଶିଶୁର ସାମାଜିକ ନିୟମାବଳୀ ସହିତ ଗଭୀର ସମ୍ପର୍କ ସ୍ଥାପିତ ହୋଇଥାଏ । ତେଣୁ ସାମାଜିକ ନିୟନ୍ତ୍ରଣର ଏକ ଶକ୍ତିଶାଳୀ ମାଧ୍ୟମଭାବେ କାର୍ଯ୍ୟକରି ଶିକ୍ଷା ସାମାଜିକ ପ୍ରତିମାନଗୁଡ଼ିକୁ ଗୋଟିଏ ପୁରୁଷରୁ ଅନ୍ୟ ଏକ ପୁରୁଷକୁ ହସ୍ତାନ୍ତର କରିଥାଏ ।
9. ସମ୍ପତ୍ତି କହିଲେ କ’ଣ ବୁଝ ? ସମ୍ପତ୍ତିର ଲକ୍ଷଣମାନ ଆଲୋଚନା କର ?
Answer:
ମାନବ ସଭ୍ୟତାର ବିକାଶରେ ସମ୍ପତ୍ତିର ଏକ ମହତ୍ତ୍ବପୂର୍ଣ ସ୍ଥାନ ଅଛି । ସମାଜର ଅର୍ଥନୈତିକ ବିତରଣ ବ୍ୟବସ୍ଥା ସହିତ ସମ୍ପତ୍ତି ଘନିଷ୍ଠ ଭାବରେ ସମ୍ବନ୍ଧିତ । ସମାଜରେ ବ୍ୟକ୍ତିମାନଙ୍କର ଆବଶ୍ୟକତା ଗୁଡ଼ିକ ଯେପରି ବଢ଼ି ଯାଇଥାଏ ସେମାନଙ୍କ ମଧ୍ୟରେ ପାରସ୍ପରିକ ସଂଘର୍ଷ ଏବଂ ମତଭେଦର ସମ୍ଭାବନା ମଧ୍ଯ ବଢ଼ିଯାଇଥାଏ । ଏହି ସଂଘର୍ଷ ସମାଜରେ ସମ୍ପତ୍ତିର ପ୍ରକାର ଏବଂ ଏହା ସହିତ ସମ୍ବନ୍ଧିତ ଅତ୍ରରୁ ନିଃସୃତ ବୋଲି କେତେକ ମନେ କରିଥାନ୍ତି । ଏମାନଙ୍କ ମତରେ ଆଦିମ ଯୁଗରେ ସଂଘର୍ଷର ମାତ୍ରା କମ୍ ଥିଲା । କାରଣ ସମ୍ପତ୍ତି ସାମୂହିକ ଥିଲା । ଆଧୁନିକ ଯୁଗରେ ସାମୂହିକ ସମ୍ପତ୍ତି ସ୍ଥାନରେ ବ୍ୟକ୍ତିଗତ ସମ୍ପତ୍ତିର ପ୍ରାଧାନ୍ୟ ବଢ଼ିବାରୁ ସଂଘର୍ଷର ମାତ୍ରା ଅଧ୍ବକ । ଏହି ଦୃଷ୍ଟିକୋଣରୁ ଏକ ଅର୍ଥନୈତିକ ସଂସ୍ଥା ଭାବରେ ସମ୍ପଭି (Property) ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ସାଧାରଣ ଲୋକେ ଘର, ଭୂମି, ଟେବୁଲ୍, ଚେୟାର୍ ବା ଅନ୍ୟାନ୍ୟ ଆସବାବପତ୍ରକୁ ସମ୍ପତ୍ତି ରୂପେ ଗ୍ରହଣ କରିଥାନ୍ତି । ଏହି ଧାରଣା ଭ୍ରମପୂର୍ଣ ଅଟେ । ଏକ ସଂସ୍ଥା ଭାବରେ ସମ୍ପତ୍ତି କେବଳ କୌଣସି ମୂର୍ତ୍ତି ବସ୍ତୁକୁ ସଙ୍କେତ ନ କରି ଏକ ଅଧିକାରକୁ ସଂକେତ କରିଥାଏ । ଅଧ୍ୟାର କେବେ ହେଁ ମୂର୍ଖ ହୋଇନଥାଏ ବରଂ ଏହା କୌଣସି ବସ୍ତୁ ଉପରେ ଆମର ସ୍ଵାମୀତ୍ଵର ପ୍ରକୃତି ସ୍ପଷ୍ଟ କରିଥାଏ । ଏହି ସ୍ବାମୀତ୍ଵ ମୂର୍ଖ ବା ଅମୂର୍ଖ ବସ୍ତୁ ଉପରେ ହୋଇପାରେ । ଏଣୁ ସମାଜବିଜ୍ଞାନୀ ମାନେ ସମ୍ପତ୍ତିର ସଂଜ୍ଞାକୁ ଭିନ୍ନ ଭିନ୍ନ ଭାବରେ ପ୍ରଦାନ କରିଛନ୍ତି ।
ମୋରିସ୍ ଜିନସ୍ବର୍ଗଙ୍କ ମତାନୁସାରେ, କୌଣସି ଭୌତିକ ବସ୍ତୁ ଉପରେ ନିୟନ୍ତ୍ରଣଠାରୁ ଆରମ୍ଭ କରି ବ୍ୟକ୍ତି ତଥା ସମୂହ ମଧ୍ୟରେ ପାରସ୍ପରିକ ସମ୍ବନ୍ଧକୁ ପରିଭାଷିତ କରୁଥିବା ଅଧିକାର ଓ ଦାୟିତ୍ଵର ସମଷ୍ଟି ହେଉଛି ସମ୍ପତ୍ତି । (Property may be described as the set of rights and obligations which define the relations between individual or groups in respect of their control over material things.)
ମିଚେଲ୍ ଅତ୍ୟନ୍ତ ସଂକ୍ଷିପ୍ତ ଭାବରେ ଲେଖୁଛନ୍ତି, “ଯେଉଁ ସମସ୍ତ ଭୌତିକ ତଥା ଅନ୍ୟ କୌଣସି ବସ୍ତୁ ଉପରେ ବ୍ୟକ୍ତିକୁ ଅଧିକାର ମିଳିଥାଏ, ତାକୁ ସମ୍ପତ୍ତି କୁହାଯାଏ ।’’
(…Property consists of those things, material or otherwise, over which persons have rights.)
କିଙ୍ଗ୍ସ୍ ଡେଭିସ୍ଙ୍କ ଭାଷାରେ, ‘କେତେକ ସୀମିତ ଦ୍ରବ୍ୟଗୁଡ଼ିକ ଉପରେ ଜଣେ ବ୍ୟକ୍ତି ବା ସମୂହର ଅନ୍ୟ ସମସ୍ତ ବ୍ୟକ୍ତି ଏବଂ ସମୂହ ତୁଳନାରେ ଅଧିକାର ଏବଂ କର୍ତ୍ତବ୍ୟଗୁଡ଼ିକୁ ନେଇ ସମ୍ପତ୍ତି ଗଠିତ’ । (Property consists of the rights and duties of one person or group as against all persons and groups with respect to some scarce good.) ।
ସମ୍ପଭିର ଲକ୍ଷଣ (Characteristics of Property) :
ଉପର ବଣ୍ଡିତ ସଂଜ୍ଞାଗୁଡ଼ିକର ଆଧାରରେ ସମ୍ପତ୍ତିର କେତେକ ପ୍ରଧାନ ଲକ୍ଷଣ ନିମ୍ନ ରୂପରେ ସ୍ପଷ୍ଟ କରାଗଲା –
- ସମ୍ପତ୍ତି ଉଭୟ ମୂର୍ଖ ଏବଂ ଅମୂର୍ଣ ଅଟେ । ଉଦାହରଣସ୍ୱରୂପ ଘର, ଟେବୁଲ, ଚେୟାର, ଲୁଗାପଟା, ଗହଣା ଗାଣ୍ଠି, ଯାନବାହନ ଇତ୍ୟାଦି ଦୃଶ୍ୟମାନ ବସ୍ତୁ ମୂର୍ଖ ସମ୍ପତ୍ତି ରୂପେ ପରିଚିତ । ଅନ୍ୟପକ୍ଷରେ ବ୍ୟବସାୟର ସୁନାମ (Goodwill), ବ୍ୟବସାୟ ଚିହ୍ନ (Trade mark) ଇତ୍ୟାଦି ସ୍ପର୍ଶହୀନ ସମ୍ପତ୍ତି ମୂଇଁ ସମ୍ପତ୍ତି ରୂପେ ପରିଚିତ ।
- ସମ୍ପତ୍ତିର ସ୍ଵତ୍ତ୍ଵାଧ୍ୟାକାର ବା ସ୍ବାମୀତ୍ବ ସହିତ ଘନିଷ୍ଠ ସମ୍ବନ୍ଧ ଥାଏ । ଅର୍ଥାତ୍ ଯଦି କୌଣସି ବ୍ୟକ୍ତିର କୌଣସି ପଦାର୍ଥକୁ କେବଳ ରଖିବାର ଅଧିକାର (right of possession) ଥାଏ । ତେବେ ଏହି ପଦାର୍ଥକୁ ସମ୍ପତ୍ତି କୁହାଯାଇନଥାଏ । ରଖୁବାର ଅଧିକାର ସହିତ ଉକ୍ତ ପଦାର୍ଥ ଉପରେ ସମ୍ପୂର୍ଣ୍ଣ ଦଖଲ ଥିଲେ କେବଳ ଏହା ସମ୍ପତ୍ତି ପଦବାଚ୍ୟ ହେବ, ଏଣୁ ଯେ ପର୍ଯ୍ୟନ୍ତ ଏହି ଅଧିକାର ଆଇନ ସମ୍ମତ ବା ନୈତିକ ମୂଲ୍ୟବୋଧ ଦ୍ଵାରା ସ୍ବୀକୃତି ମିଳିନଥାଏ, ସେ ପର୍ଯ୍ୟନ୍ତ ଏହି ପଦାର୍ଥ ଉପରେ ମାଲିକାନାକୁ ସମ୍ପତ୍ତି କୁହାଯାଇନଥାଏ ।
- ସମ୍ପଭି ସୀମିତ ମାତ୍ରାରେ ଥାଏ । ଅର୍ଥାତ୍ ଯଦି କୌଣସି ଦ୍ରବ୍ୟ ସହଜରେ ଓ ପ୍ରଚୁର ପରିମାଣରେ ମିଳେ, ତେବେ ତାହାକୁ ସମ୍ପତ୍ତି କୁହାଯିବ ନାହିଁ । ସେଥୂପାଇଁ ସମୁଦ୍ର ପାଣି, ନଦୀର ପାଣି, ପବନ ଏବଂ ସୂର୍ଯ୍ୟକିରଣକୁ ସମ୍ପତ୍ତି କୁହାଯାଇନଥାଏ ।
- ସମ୍ପତ୍ତିରେ ହସ୍ତାନ୍ତରଣଶୀଳତା (Transferability) ର ଗୁଣ ଥାଏ । ଅର୍ଥାତ୍ ଜଣେ ବ୍ୟକ୍ତି ତା’ର ସମ୍ପତ୍ତିକୁ ଅନ୍ୟ କାହାକୁ ବିକ୍ରି ବା ବିନିମୟ ବା ଦାନ ଆକାରରେ ହସ୍ତାନ୍ତର କରିପାରେ ।
- ସମ୍ପତ୍ତି ଧାରଣା ସହିତ ଏହାର ବିନିମୟ ମୂଲ୍ୟ (Exchange value) ମଧ୍ୟ ଯୋଡ଼ା ହୋଇଥାଏ । ଏହି ବିନିମୟ ମୂଲ୍ୟ ବସ୍ତୁର ଚାହିଦା ଉପରେ ନିର୍ଭର କରିଥାଏ । ସାଧାରଣତଃ ଯେଉଁ ବସ୍ତୁ ଯେତେ କମ୍ ସେ ବସ୍ତୁର ବିନିମୟ ମୂଲ୍ୟ ସେତେ ଅଧୂକ ହୋଇଥାଏ ।
- ସମ୍ପତ୍ତି ଉଭୟ ଅର୍ଥନୈତିକ ଏବଂ ସାମାଜିକ ତଥ୍ୟ ଅଟେ । ଅର୍ଥାତ୍ ସମାଜର ନିୟମ ଏବଂ ସାମାଜିକ ମୂଲ୍ୟବୋଧ କୌଣସି ଦ୍ରବ୍ୟ ସମ୍ପଭି ଅଟେ କି ନୁହେଁ ତାହା ନିଶ୍ଚିତ କରିଥାଏ । ଉଦାହରଣସ୍ୱରୂପ ପୂର୍ବେ ସ୍ତ୍ରୀ ଏବଂ ଗୋଲାମଙ୍କୁ ସମ୍ପଭି ଭାବରେ ଗ୍ରହଣ କରାଯାଉଥିଲା; କିନ୍ତୁ ବର୍ତ୍ତମାନ ସାମାଜିକ ମୂଲ୍ୟବୋଧର ପରିବର୍ତ୍ତନ ଯୋଗୁଁ ଏମାନଙ୍କୁ ସମ୍ପଭିର ଅନ୍ତର୍ଭୁକ୍ତ କରାଯାଉନାହିଁ ।
10. ସମ୍ପତ୍ତି ଅଧିକାରର ପ୍ରକୃତି ଦର୍ଶାଅ ।
Answer:
ଡେଭିସଙ୍କ ମତରେ, ‘କୌଣସି ଦ୍ରବ୍ୟ ସମ୍ପଭି କି ନା ଏହି ଦ୍ରବ୍ୟର ବାହ୍ୟସ୍ୱରୂପ ଉପରେ ନିର୍ଭର ନ କରି ବରଂ ଏହି ଦ୍ରବ୍ୟ ଉପରେ ବ୍ୟକ୍ତିର ଅଧିକାରର ପ୍ରକୃତି ନିର୍ଭର କରିଥାଏ’’ । ଅର୍ଥାତ୍ ଏକ ଅର୍ଥନୈତିକ ସଂସ୍ଥା ରୂପରେ ସମ୍ପତ୍ତିର ପ୍ରକୃତିକୁ ବୁଝିବାକୁ ହେଲେ ସମ୍ପତ୍ତି ଅଧିକାରର ପ୍ରକୃତିକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ । ନିମ୍ନରେ ସମ୍ପତ୍ତି ଅଧିକାରର ଲକ୍ଷଣର ଆଧାରରେ କେଉଁ ବସ୍ତୁକୁ ସମ୍ପଭି କୁହାଯିବ ଏବଂ କାହାକୁ ନ କୁହାଯିବ ତାହା ଅଧିକ ସ୍ପଷ୍ଟ ହୋଇପାରିବ ।
ହସ୍ତାନ୍ତରଣଶୀଳତା (Transferability) –
(୧) ଏହା ସମ୍ପତ୍ତି ଅଧିକାରର ପ୍ରଥମ ଏବଂ ସର୍ବପ୍ରଧାନ ଲକ୍ଷଣ ଅଟେ । ଯେଉଁ ବସ୍ତୁର ସ୍ଵାମୀତ୍ଵରେ ହସ୍ତାନ୍ତରଣଶୀଳତାର ଗୁଣ ନଥାଏ ତାହାକୁ ସମ୍ପତ୍ତି କୁହାଯାଇ ନଥାଏ । ‘ସମ୍ପତ୍ତି ଅଧ୍ୟାର’ ଏବଂ ‘କୁଶଳତାର ଅଧିକାର’ (Possession of a skill) ପରସ୍ପରଠାରୁ ଭିନ୍ନ । କୌଣସି ବ୍ୟକ୍ତି ଯଦି ତାର ସମ୍ପଭିର ଅଧିକାରକୁ ଅନ୍ୟ ବ୍ୟକ୍ତିକୁ ଦେଇଦିଏ ତେବେ ତା’ର ଏହି ବସ୍ତୁ ଉପରେ କୌଣସି ଅଧିକାର ନ ଥାଏ । ଏହାର ବିପରୀତରେ କୁଶଳତାର କଦାପି ପୂର୍ଣ୍ଣ ହସ୍ତାନ୍ତରତା ସମ୍ଭବ ନୁହେଁ । ଏକ ଚିକିତ୍ସକ ନିଜର ଯୋଗ୍ୟତା କିମ୍ବା କୌଶଳତା ଅନ୍ୟ ବ୍ୟକ୍ତିଙ୍କୁ ଶିକ୍ଷା ଦେଇପାରେ । ଏହାଦ୍ୱାରା ତାର କୁଶଳତା ସମାପ୍ତ ହୋଇଯାଇ ନଥାଏ । ଏଣୁ ଡାକ୍ତରଙ୍କ କୁଶଳତାର ଅଧିକାରକୁ ତାଙ୍କର ସମ୍ପତ୍ତି କୁହାଯାଇ ନଥାଏ ।
(୨) ସମ୍ପତ୍ତି ଅଧିକାର କେବଳ କୌଣସି ବସ୍ତୁର ଉପଭୋଗର ଅଧ୍ୟାର ନୁହେଁ; ବରଂ ଏହା ଉପରେ ବାସ୍ତବିକ ଏବଂ ନୈତିକ ସ୍ଵାମୀତ୍ଵ ଅଟେ । ଉଦାହରଣସ୍ୱରୂପ ଭଡ଼ା ଘରେ ରହୁଥିବା ବ୍ୟକ୍ତିର ଘର ତା’ର ନିଜସ୍ବ ସମ୍ପରି ନୁହେଁ । କାରଣ ଏହା ଘର ମାଲିକର ।
(୩) ସମ୍ପରି ଅଧ୍ୟାର ଶକ୍ତିର ଧାରଣା ସହିତ ସମ୍ବନ୍ଧିତ । ଅର୍ଥାତ୍ ସମ୍ପରି ଅଧୂରରେ ସର୍ବଦା ଏକ ଶକ୍ତି ନିହିତ ଥାଏ । ଯେହେତୁ ସମ୍ପଭି ସୀମିତ ଓ ମୂଲ୍ୟବାନ ତେଣୁ ଯେଉଁ ବ୍ୟକ୍ତିର ଏହି ବସ୍ତୁଗୁଡ଼ିକ ଉପରେ ଅଧିକାର ଥାଏ ସେ ଶକ୍ତିସମ୍ପନ୍ନ ହୋଇଥାଏ ।
(୪) ସମ୍ପତ୍ତି ଅଧ୍ୟାର ମୂର୍ତ୍ତ ବସ୍ତୁର ଅଧିକାର ପର୍ଯ୍ୟନ୍ତ ସୀମିତ ନ ଥାଏ ।
(୫) ସମ୍ପତ୍ତି ଅଧିକାର କେବଳ ନିଷ୍କ୍ରିୟ ବସ୍ତୁଗୁଡ଼ିକରେ ହିଁ ହୋଇଥାଏ । ଅର୍ଥାତ୍ ସମ୍ପତ୍ତି ଅଧିକାର କେବଳ ମୂର୍ଖ ବା ଅମୂର୍ଖ ବା ଅମାନବିକ ବସ୍ତୁ ବା ଯାହାର ନିଜର କୌଣସି ଅଧିକାର ନ ଥାଏ ସେହି ବସ୍ତୁକୁ ବୁଝାଇଥାଏ । ଏହି ଦୃଷ୍ଟିରୁ କୌଣସି ବ୍ୟକ୍ତିର ଚାକରକୁ ତାର ସମ୍ପତ୍ତି ଗ୍ରହଣ କରାଯାଇନଥାଏ ।
11. ସମ୍ପରିର ପ୍ରକାରଭେଦ ବର୍ଣନା କର ।
Answer:
ସମାଜବିଜ୍ଞାନୀମାନେ ଭିନ୍ନ ଭିନ୍ନ ଭିଭିରେ ସମ୍ପତ୍ତିର ପ୍ରକାରଭେଦକୁ ଉଲ୍ଲେଖ କରିଛନ୍ତି । ଯଥା –
୧ । ସମ୍ପତ୍ତିର ଗତିଶୀଳତା ଆଧାରରେ (On the basis of movement) – ସମ୍ପଭିର ଗତିଶୀଳତାର ଆଧାରରେ ଏହାକୁ ସଚଳ ତଥା ଅଚଳ ଦୁଇଭାଗରେ ବିଭକ୍ତ କରାଯାଇଅଛି ।
(କ) ସଚଳ ସମ୍ପତ୍ତି (Moveable property) – ଯେଉଁ ସମ୍ପତ୍ତିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେହି ରୂପରେ ନିଆଯାଇ ପାରିଥାଏ, ତାହାକୁ ସଚଳ ସମ୍ପତ୍ତି କୁହାଯାଏ । କଂସାବାସନ, ମେସିନ୍, ଜିନିଷପତ୍ର ଇତ୍ୟାଦି ସଚଳ ସମ୍ପତ୍ତିର ଉଦାହରଣ ।
(ଖ) ଅଚଳ ସମ୍ପତ୍ତି (Immovable property) – ଯେଉଁ ବସ୍ତୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହୋଇ ନଥାଏ । କିନ୍ତୁ ବ୍ୟକ୍ତି ବା ସମୂହର ଏହା ଉପରେ ଅଧିକାର ଥାଏ ତାହାକୁ ଅଚଳ ସମ୍ପତ୍ତି କୁହାଯାଏ । ଘର ଏବଂ ଜମି ଇତ୍ୟାଦି ଅଚଳ ସମ୍ପତ୍ତିର ଉଦାହରଣ ।
୨ । ବସ୍ତୁର ସ୍ଵରୂପ ଆଧାରରେ (On the basis of the shape) – ବସ୍ତୁର ସ୍ବରୂପର ଆଧାରରେ ସମ୍ପତ୍ତିକୁ ଦୃଶ୍ୟମାନ ଏବଂ ଅଦୃଶ୍ୟ ଦୁଇଭାଗରେ ବିଭକ୍ତ କରାଯାଇଅଛି ।
(କ) ଦୃଶ୍ୟମାନ ସମ୍ପଭି (Tangible property) ଯେଉଁ ସମ୍ପଭିକୁ ଦେଖ୍ ହୋଇଥାଏ ଏବଂ ଯାହା ସ୍ପର୍ଶଯୋଗ୍ୟ ଅଟେ ତାହାକୁ ଦୃଶ୍ୟମାନ ସମ୍ପତ୍ତି କୁହାଯାଏ । ଘର, ମଟରଗାଡ଼ି, ଗହଣାଗାଣ୍ଠି, ଆସବାବପତ୍ର ଇତ୍ୟାଦି ଦୃଶ୍ୟମାନ ସମ୍ପତ୍ତିର ଉଦାହରଣ ।
(ଖ) ଅଦୃଶ୍ୟ ସମ୍ପତ୍ତି (Intangible property) – ଯେଉଁ ବସ୍ତୁର ଉପଭୋଗ ସମ୍ବନ୍ଧିତ ବ୍ୟକ୍ତିର ଅଧିକାରକୁ ଆଇନ ସୃଷ୍ଟି କରିଥାଏ ଅଥବା ଯାହା ବ୍ୟକ୍ତିର ବିଶେଷ ଅଧିକାର ସହିତ ସମ୍ବନ୍ଧିତ ତାହାକୁ ଅଦୃଶ୍ୟ ସମ୍ପତ୍ତି କୁହାଯାଏ । ବହି ଉପରେ ଲେଖକଙ୍କର ‘କପି ରାଇଟ୍’ ଅଦୃଶ୍ୟ ସମ୍ପଭିର ଉଦାହରଣ ।
୩ । ଅଧିର ଆଧାରରେ (On the basis of right over property) – ଏହି ଆଧାରରେ ସମ୍ପତ୍ତିକୁ ନିମ୍ନ ପ୍ରକାରେ ବିଭକ୍ତ କରାଯାଇଅଛି ।
(କ) ସାମୂହିକ ସମ୍ପତ୍ତି (Collective property) – ଯଦି କୌଣସି ସମ୍ପତ୍ତି ଉପରେ ଏକାଧ୍ଯକ ବ୍ୟକ୍ତିଙ୍କର ପୂର୍ଣ୍ଣ ତଥା ସହଯୋଗୀ ଅଧ୍ୟାର ସ୍ପଷ୍ଟ ରୂପରେ ଦେଖିବାକୁ ମିଳିଥାଏ ତେବେ ଏହାକୁ ସାମୂହିକ ସମ୍ପତ୍ତି କୁହାଯାଏ ।
(ଖ) ସର୍ବସାଧାରଣ ସମ୍ପତ୍ତି (Public property) – ଯଦି କୌଣସି ସମ୍ପତ୍ତି ଉପରେ ଗୋଟିଏ ବ୍ୟକ୍ତିର ଅଧିକାର ନ ହୋଇ କେତେକ ନିୟମର ଅନ୍ତର୍ଗତ ସମୁଦାୟର ସମସ୍ତ ବ୍ୟକ୍ତି ଏହାକୁ ଉପଭୋଗ କରିବାର ଅଧିକାର ପାଇଥାନ୍ତି । ତେବେ ସେପ୍ରକାର ସମ୍ପତ୍ତିକୁ ‘ସର୍ବସାଧାରଣ ସମ୍ପତ୍ତି’ କୁହାଯାଏ । ଆଧୁନିକ ସମାଜରେ ରେଳ, ଡାକଘର, ସଡ଼କ ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ସର୍ବସାଧାରଣ ସମ୍ପଭିର ଉଦାହରଣ ଅଟେ ।
(ଗ) ନିଜସ୍ଵ ବା ବ୍ୟକ୍ତିଗତ ସମ୍ପରି (Private property) – ଯଦି କୌଣସି ଦ୍ରବ୍ୟ ଉପରେ ଗୋଟିଏ ବ୍ୟକ୍ତିର ସବୁଠାରୁ ଅଧିକ ବା ସମ୍ପୂର୍ଣ୍ଣ ଅଧିକାର ଥାଏ ତେବେ ସେ ପ୍ରକାର ସମ୍ପତ୍ତିକୁ ନିଜ ସମ୍ପତ୍ତି କୁହାଯାଏ । ଅନ୍ୟ ଅର୍ଥରେ ଯଦି ଏକ ବା ଏକାଧିକ ବ୍ୟକ୍ତି କୌଣସି ବସ୍ତୁ ଉପରେ ନିଜ ଅଧିକାରର ଉପଭୋଗ ସମ୍ପୂର୍ଣ ରୂପରେ ନିଜର ସ୍ବାର୍ଥ ଏବଂ ଲାଭ ପାଇଁ କରିଥାଏ ତେବେ ତାହାକୁ ନିଜସ୍ଵ ସମ୍ପତ୍ତି କୁହାଯାଏ । ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ ନିଜର ଇଚ୍ଛାନୁସାରେ ଏହି ସମ୍ପତ୍ତିର ବ୍ୟବହାର, ଉପଭୋଗ ଓ ହସ୍ତାନ୍ତର କରିବାର ଅଧିକାର ମିଳିଥାଏ ।
ନିଜ ସମ୍ପତ୍ତି ଓ ସର୍ବସାଧାରଣ ସମ୍ପତ୍ତିର ଅର୍ଥକୁ ଏହି ଦୁଇ ପ୍ରକାର ସମ୍ପତ୍ତି ମଧ୍ୟରେ ଥିବା ପାର୍ଥକ୍ୟ ଗୁଡ଼ିକର ପର୍ଯ୍ୟାଲୋଚନା ଦ୍ୱାରା ଅଧିକ ସରଳ କରାଯାଇପାରେ । ନିମ୍ନରେ ନିଜ ସମ୍ପତ୍ତି ଓ ସର୍ବସାଧାରଣ ସମ୍ପଭି ମଧ୍ୟରେ ଥିବା କେତେକ ପାର୍ଥକ୍ୟକୁ ସ୍ପଷ୍ଟ କରାଗଲା ।
୧ । ପ୍ରଥମତଃ ନିଜ ସମ୍ପଭିର ମାଲିକ ଗୋଟିଏ ବ୍ୟକ୍ତି ବା ବ୍ୟକ୍ତିସମୂହ ହୋଇଥାନ୍ତି; କିନ୍ତୁ ସର୍ବସାଧାରଣ ସମ୍ପତ୍ତିର ମାଲିକ ସମୁଦାୟ ଅଟେ ।
୨ । ଦ୍ୱିତୀୟତଃ, ନିଜ ସମ୍ପଭିକୁ ବ୍ୟକ୍ତିଗତ ସୁଖ ସୁବିଧା ପାଇଁ ବ୍ୟବହାର କରାଯାଇଥାଏ । ଅନ୍ୟପକ୍ଷରେ ସର୍ବସାଧାରଣ ସମ୍ପତ୍ତି ରାଜ୍ୟ ବା ସମୁଦାୟର ସମସ୍ତଙ୍କ ସୁବିଧା ପାଇଁ ଉପଯୋଗ କରାଯାଇଥାଏ ।
୩ । ତୃତୀୟତଃ ନିଜ ସମ୍ପତ୍ତିର ତତ୍ତ୍ୱାବଧାନ ଓ ନିୟନ୍ତ୍ରଣ ରାଜ୍ୟ କରିଥାଏ । ଯଦିଓ ବ୍ୟକ୍ତି ଏହାର ମାଲିକ ତଥାପି ରାଜ୍ୟର ନିୟମ ଅନୁସାରେ ଓ ଆବଶ୍ୟକତା ପଡ଼ିଲେ ନିଜ ସମ୍ପତ୍ତିକୁ ସର୍ବସାଧାରଣ ସମ୍ପତ୍ତିରେ ପରିବର୍ତ୍ତନ ରାଜ୍ୟ କରିପାରେ । କିନ୍ତୁ ସର୍ବସାଧାରଣ ସମ୍ପଭିର ମାଲିକ ସ୍ବୟଂ ରାଜ୍ୟ ବା ସରକାର ଛଡ଼ା ଅନ୍ୟ କୌଣସି ବ୍ୟକ୍ତିବିଶେଷ ରାଜ୍ୟର ସ୍ଵୀକୃତି ବିନା ଏହି ସମ୍ପତ୍ତି ଉପରେ ତାର ନିୟନ୍ତ୍ରଣ ଅଧ୍ୟାର ପ୍ରୟୋଗ କରିପାରି ନଥାଏ ।
12. ବ୍ୟକ୍ତିଗତ ସମ୍ପତ୍ତିର ଉପକାରିତା ଦର୍ଶାଅ ।
Answer:
ବ୍ୟକ୍ତିଗତ ସମ୍ପତ୍ତି, ଆଧୁନିକ ସମାଜର ଅର୍ଥନୈତିକ ସଂସ୍ଥାମାନଙ୍କ ମଧ୍ୟରୁ ଏକ ମହତ୍ତ୍ବପୂର୍ଣ୍ଣ ସଂସ୍ଥା ଅଟେ । ଏହି ସମ୍ପତ୍ତିର ଉପଭୋଗ ଯୋଗୁଁ ବ୍ୟକ୍ତି ଓ ସମାଜ ପାଇଁ ନିମ୍ନଲିଖ୍ ସୁବିଧା ମିଳିଥାଏ ।
୧ । ଅର୍ଥନୈତିକ ପ୍ରଗତି (Economic Progress) – ବ୍ୟକ୍ତିଗତ ସମ୍ପଭିର ମାଲିକ ଗୋଟିଏ ବ୍ୟକ୍ତି ବା ଏକାଧ୍ଵ ବ୍ୟକ୍ତି ହୋଇଥାନ୍ତି । ଏହି ସମ୍ପତ୍ତିର ଅଧ୍ବକ ଉପାର୍ଜନ ସେମାନଙ୍କର ସୁଖ ସମୃଦ୍ଧି ବଢ଼ାଇଥାଏ । ଫଳରେ ବ୍ୟକ୍ତି ନିଜ ସମ୍ପତ୍ତିର ଉପାର୍ଜନ ପାଇଁ ଶିଳ୍ପ, କୃଷି ଏବଂ ବ୍ୟବସାୟ କ୍ଷେତ୍ରରେ ନୂଆ ନୂଆ ଜିନିଷର ଉଦ୍ଭାବନ କରିଥାନ୍ତି ଏବଂ ଅଧିକ ପରିଶ୍ରମ କରିଥାନ୍ତି । ଫଳତଃ ଏ ପ୍ରକାର ସମ୍ପତ୍ତିର ମାଲିକ ମାନଙ୍କର ପ୍ରଗତି ସହିତ ସମାଜର ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି ହୋଇ ସମାଜର କଲ୍ୟାଣ ହୋଇଥାଏ ।
୨ । ଭବିଷ୍ୟତ ତଥା ଦୁର୍ଦ୍ଦିନ ପାଇଁ ସୁରକ୍ଷା (Security against future and bad days) – ମାନବର ଜୀବନ ଅନେକ ଉତ୍ଥାନ ପତନ ମଧ୍ୟରେ ଗତି କରିଥାଏ । ଅନେକ ବିପତ୍ତି ଓ ଦୁର୍ଦ୍ଦିନ ସମୟ ଆସି ଉପସ୍ଥିତ ହୋଇଥାଏ ଯେଉଁ ସମୟରେ ବ୍ୟକ୍ତି ତାର ବ୍ୟକ୍ତିଗତ ସମ୍ପତ୍ତିକୁ ହସ୍ତାନ୍ତର କରି ଅଥବା କାହା ପାଖରେ ବନ୍ଧକ ରଖ୍ ଏହି ବିପଭିର ସମ୍ମୁଖୀନ ହୋଇଥାଏ । ସେହିପରି ବ୍ୟକ୍ତିର ଭବିଷ୍ୟତ ଜୀବନ ତଥା ଭବିଷ୍ୟତ ବଂଶଧରଙ୍କ ପାଇଁ ନିଜ ସମ୍ପତି ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ ।
୩ । ମାନବର ସ୍ଵଭାବଗତ ପ୍ରବୃତ୍ତିର ପରିତୃପ୍ତି (Satisfaction of human instinct) – ଅହଂଭାବନା ବା “ମୋରା’’, ତା’ର ବିଚାର ମାନବଠାରେ ଅଧିକ ଦେଖିବାକୁ ମିଳିଥାଏ । ତା’ଠାରେ ନିଜ ସ୍ଵାମୀତ୍ବ ଓ ସ୍ବାଧ୍ୟାର ପ୍ରବୃତ୍ତି ଦେଖିବାକୁ ମିଳିଥାଏ । ଏହି ପ୍ରବୃରି କାରଣରୁ ସେ ସର୍ବଦା ନିଜ ପାଇଁ କିଛି ବସ୍ତୁ ରୋଜଗାର କରିବା ପାଇଁ ଅଧୂକ ଚେଷ୍ଟା କରିଥାଏ । ଯାହାଫଳରେ ସେ ଆରାମ ଦାୟକ ଓ ବିଳାସମୟ ଜୀବନଯାପନ କରିପାରିବ । ଏହି ଇଚ୍ଛା ବ୍ୟକ୍ତିକୁ ନିଜ ସମ୍ପତ୍ତିର ମାଲିକ ହେବାଦ୍ଵାରା ପୂରଣ କରିଥାଏ । ଏଣୁ ବ୍ୟକ୍ତିଗତ ସମ୍ପଭିର ସ୍ବାମୀତ୍ଵ ମାନବର ସ୍ବାଧ୍ୟାର ପ୍ରକୃତିକୁ ସନ୍ତୁଷ୍ଟ କରିଥାଏ ।
୪ । କାର୍ଯ୍ୟ କରିବା ପାଇଁ ପ୍ରେରଣା (Incentive to work) – ବ୍ୟକ୍ତିଗତ ସମ୍ପତ୍ତି ଉପାର୍ଜନ କରିବା, ତାକୁ ବ୍ୟବହାର ଓ ହସ୍ତାନ୍ତର କରିବା କ୍ଷେତ୍ରରେ ସର୍ବେସର୍ବା ହେବା ଫଳରେ ବ୍ୟକ୍ତିକୁ ସମାଜରେ ପ୍ରତିଷ୍ଠା ମିଳିଥାଏ । ଏହି ପ୍ରତିଷ୍ଠା ପାଇଁ ତଥା ଅଧ୍ଵ ସମ୍ପଭିର ମାଲିକ ହେବାର ଇଚ୍ଛା ବ୍ୟକ୍ତିକୁ ପରିଶ୍ରମ ଓ ଅଧ୍ବକ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥାଏ । ଏପରିକି ନିଜ ସମ୍ପଭିର ମାଲିକ ହେବାର ଆଶା ଅଳସୁଆ ବ୍ୟକ୍ତିକୁ କର୍ମଠ କରିଦେଇଥାଏ ।
୫ । ମାନବୋଚିତ ଗୁଣର ବିକାଶ (Development of Human qualities) – କେତେକ ସମାଜବିଜ୍ଞାନୀଙ୍କ ଦୃଷ୍ଟିରେ ବ୍ୟକ୍ତିଗତ ସମ୍ପତ୍ତିର ଅଧିକାରର ଭାବନା ବ୍ୟକ୍ତିକୁ ପରିବାର, କୁଟୁମ୍ବ ପ୍ରତି ସ୍ନେହ, ପ୍ରେମ ଓ ସହାନୁଭୂତିର ଭାବନା ବଢ଼ାଇଥାଏ । ଏହି ଭାବନାର ବୃଦ୍ଧିରେ ବ୍ୟକ୍ତି ଦାନୀ ପରୋପକାରୀ ଓ ସମାଜସେବୀ ଆଦି ମାନବୋଚିତ ଗୁଣର ଅଧିକାରୀ ହୋଇଥାଏ ।
13. ବ୍ୟକ୍ତିଗତ ସମ୍ପଭିର ଅପକାରିତା ଦର୍ଶାଅ ।
Answer:
ଉପରୋକ୍ତ ସୁବିଧା ସତ୍ତ୍ଵେ ବ୍ୟକ୍ତିଗତ ସମ୍ପତ୍ତି ଦ୍ବାରା ସାମାଜିକ ଓ ବ୍ୟକ୍ତିଗତ ଜୀବନରେ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ । ଏହି ଅସୁବିଧାର ଆଧାରରେ କେତେକ ସମାଜ ବିଜ୍ଞାନୀ ବ୍ୟକ୍ତିଗତ ସମ୍ପତ୍ତିର ସୁବିଧାକୁ ଭିତ୍ତିହୀନ ଦୃଷ୍ଟିରେ ଦେଖୁଥାନ୍ତି । ବ୍ୟକ୍ତିଗତ ସମ୍ପତ୍ତିର କେତୋଟି ମୁଖ୍ୟ ଅପକାରିତାକୁ ନିମ୍ନରେ ଦର୍ଶାଯାଇଛି ।
୧ । ମାନବିକ ମୂଲ୍ୟବୋଧର ପରିସମାପ୍ତି (End of Human values) – ସମାଜରେ ବ୍ୟକ୍ତିଗତ ସମ୍ପଭି ଅର୍ଜନର ମୋହ ଲାଗିଲେ ବ୍ୟକ୍ତି ପ୍ରତ୍ୟେକ ପ୍ରକାର ସାମାଜିକ ଓ ବ୍ୟକ୍ତିଗତ ସମ୍ବନ୍ଧକୁ ଟଙ୍କା ଦ୍ବାରା ମାପ କରିବାକୁ ଲାଗିଥାଏ । ପ୍ରତ୍ୟେକ ବ୍ୟକ୍ତି ଅଧ୍ଵରୁ ଅଧିକ ଅର୍ଥ ଓ ସମ୍ପତ୍ତି ଉପାର୍ଜନରେ ଲାଗି ରହିଥାଏ । ଆବଶ୍ୟକ ପଡ଼ିଲେ ହିଂସା ଓ ରକ୍ତପାତକୁ ଆଶ୍ରୟ କରିବା ପାଇଁ ପଶ୍ଚାତ୍ମପଦ ହୋଇନଥାଏ । ଅର୍ଥାତ୍ ବ୍ୟକ୍ତି ସ୍ୱାର୍ଥପର ହୋଇ ଯେକୌଣସି ଉପାୟରେ ସମ୍ପତ୍ତି ଅର୍ଜନ କରିବାରେ ଲାଗିପଡ଼େ । ଫଳସ୍ବରୂପ ଅନେକ ମାନବୀୟ ମୂଲ୍ୟବୋଧ ଯଥା – ସ୍ନେହ, ଶ୍ରଦ୍ଧା, ଦାନ, ଦୟା, ମାୟା ଓ ପରୋପକାର ଇତ୍ୟାଦିର ପରିସମାପ୍ତି ଘଟିଥାଏ ।
୨ । ସମ୍ପତ୍ତି ପ୍ରତି ଲାଳସା ବୃଦ୍ଧି (Developed greed for property) – ବ୍ୟକ୍ତିଗତ ସମ୍ପତ୍ତିର ଅଧିକାର ଲାଭ କରିବାର ମୋହ ବ୍ୟକ୍ତିକୁ ଲୋଭୀ କରିଦେଇଥାଏ । ଯାହାଫଳରେ ସେ ଯେକୌଣସି ପ୍ରକାରେ ଅଧିକରୁ ଅଧିକ ପଇସା ରୋଜଗାର ତଥା ସମ୍ପତ୍ତି ଅର୍ଜନରେ ଲାଗି ପଡ଼ିଥାଏ । ଏହି ସମ୍ପତିର ଲୋଭରୁ ବ୍ୟକ୍ତି ନିଜର ପ୍ରତିଷ୍ଠା ନୈତିକତା ଓ ସମ୍ମାନକୁ ହରାଇବାକୁ କୁଣ୍ଠାବୋଧ କରିନଥାଏ ।
୩ । ସାମାଜିକ ସମସ୍ୟା ସୃଷ୍ଟି (Emergence of social problems) – ବ୍ୟକ୍ତିଗତ ସମ୍ପତ୍ତି ପାଇଁ ବ୍ୟକ୍ତି ଅନେକ ଅସାମାଜିକ ତଥା ସମାଜ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥାଏ । ସମ୍ପତ୍ତିର ଲୋଭ, ଚୋରି, ଡକାୟତି ଅପମିଶ୍ରଣ, ଚୋରା ଭାବରେ ଦ୍ରବ୍ୟର ଆମଦାନୀ ରପ୍ତାନୀ, ଗୋପାନ ସଞ୍ଚୟ, ଅମାନୁଷିକ ଶୋଷଣ, ବେଶ୍ୟାବୃତ୍ତି, ମଦ୍ୟପାନ ଇତ୍ୟାଦି ସାମାଜିକ ସମସ୍ୟାମାନ ଜନ୍ମ ଦେଇଥାଏ ।
୪ । ପୁଞ୍ଜିବାଦୀ ସମାଜର ମୂଳଦୁଆ (Foundation of Capitalistic Society) – ବ୍ୟକ୍ତିଗତ ସମ୍ପଭିର ଅଧିକାର ଓ ସ୍ଵାମୀତ୍ଵ ପୁଞ୍ଜିବାଦ ସମାଜର ଭିତ୍ତିସ୍ତମ୍ଭ ସ୍ଥାପନ କରିଥାଏ । ବ୍ୟକ୍ତି ଅଧ୍ଵରୁ ଅଧ୍ଵ ସମ୍ପତ୍ତି ପାଇବା ପାଇଁ ଚେଷ୍ଟା କରିଥାଏ । ଏହି ପ୍ରକ୍ରିୟାର ପୁନରାବୃତ୍ତି ଘଟି କାଳକ୍ରମେ ସମାଜରେ ଏକ ସୀମିତ ଶ୍ରେଣୀର ହାତକୁ ଅର୍ଧ ସମ୍ପତ୍ତି ଆସିଯାଇଥାଏ । ଏହି ସୀମିତ ଶ୍ରେଣୀର ଲୋକ ଅଧିକ ସମ୍ପତ୍ତିର ମାଲିକ ହୋଇ ସାମାଜିକ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ପ୍ରଭାବଶାଳୀ ହୋଇଥାନ୍ତି । ଫଳତଃ ପୁଞ୍ଜିବାଦ ପ୍ରଥା ବଳବତ୍ତର ହୋଇଥାଏ ।
୫ । ଅସମାନତାର ବୃଦ୍ଧି (Growth of inequality) – ଯଦିଓ ସମ୍ପତ୍ତି ଲାଭ କରିବାର ଅଧିକାର ସମସ୍ତଙ୍କର ଥାଏ, ତଥାପି କେତେକ ବିଶେଷ କାରଣ ଯୋଗୁଁ ସମସ୍ତ ବ୍ୟକ୍ତି ଏହାକୁ ଲାଭ କରିପାରି ନଥାନ୍ତି । ଫଳତଃ ସମ୍ପତ୍ତି ଅଧ୍ୟାର କ୍ଷେତ୍ରରେ ବ୍ୟକ୍ତି ବ୍ୟକ୍ତି ମାନଙ୍କ ମଧ୍ୟରେ ତାରତମ୍ୟ ସୃଷ୍ଟି ହୋଇଥାଏ । ଏଥିପାଇଁ ବ୍ୟକ୍ତିଗତ ସମ୍ପତ୍ତିକୁ ସାମାଜିକ ଅସମାନତାର ପ୍ରଥାରୂପେ ପରିଗଣିତ କରାଯାଇଅଛି । ବ୍ୟକ୍ତିଗତ ସମ୍ପତ୍ତି ଅଧିକାର ଦ୍ବାରା ସମାଜ ଅନେକ ଶ୍ରେଣୀ ଓ ଉପଶ୍ରେଣୀରେ ବିଭାଜିତ ହୋଇ ସାମାଜିକ ଅସମାନତା ସୃଷ୍ଟି କରିଥାଏ ।
୬ । ବିଳାସୀ ଶ୍ରେଣୀର ବୃଦ୍ଧିରେ ଉତ୍ସାହିତ (Encouragement in the development of leisure class) – ବ୍ୟକ୍ତିଗତ ସମ୍ପତ୍ତି ଅର୍ଜନ କଲାପରେ ବ୍ୟକ୍ତି ସ୍ୱୟଂ ଏହାର ଉପଭୋଗ କରିଥାଏ । ଏହି ଲୋକମାନେ ସମ୍ପତ୍ତିହୀନ ଲୋକମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଥାନ୍ତି । କେତେକ ସମ୍ପଭି ମାଲିକ ନିଜର ବିନା ଶାରୀରିକ ପରିଶ୍ରମରେ ବସି ଶୋଇ ବିଳାସ ବ୍ୟସନରେ ଜୀବନ ଅତିବାହିତ କରିଥାନ୍ତି । ଏହିପରି ବ୍ୟକ୍ତିଗତ ସମ୍ପଭି ସମାଜରେ ବିଳାସିତ ଶ୍ରେଣୀର ବିକାଶରେ ଉତ୍ସାହିତ କରିଥାଏ ।
14. ଶ୍ରମ ବିଭାଜନ କହିଲେ କ’ଣ ବୁଝ ? ଶ୍ରମ ବିଭାଜନର ପ୍ରକାର ଭେଦ ଆଲୋଚନା କର ।
Answer:
ଆଦି କାଳରେ ମନୁଷ୍ୟର ଆବଶ୍ୟକତା ବହୁତ ସୀମିତ ଥିଲା । ସେ ତାର ଆବଶ୍ୟକତା ଅନୁଯାୟୀ ସମସ୍ତ ବସ୍ତୁକୁ ସ୍ବୟଂ ଉତ୍ପନ୍ନ କରିପାରୁଥିଲା । କିନ୍ତୁ ସଭ୍ୟତାର ବିକାଶ ସାଥ୍ରେ ମନୁଷ୍ୟର ଆବଶ୍ୟକତା ଧୀରେ ଧୀରେ ବଢ଼ିବାରେ ଲାଗିଲା । କ୍ରମେ ମାନବ ଅନୁଭବ କଲା ଯେ, ତା’ ପକ୍ଷରେ ସମସ୍ତ ଆବଶ୍ୟକ ବସ୍ତୁକୁ ଏକୁଟିଆ ଉତ୍ପାଦନ କରିବା ସମ୍ଭବପର ନୁହେଁ । ଅର୍ଥାତ୍ ସେ ନିଜର ଆବଶ୍ୟକତାକୁ ପୂରଣ କରିବାପାଇଁ ଅନ୍ୟ ବ୍ୟକ୍ତିଙ୍କ ଦ୍ବାରା ଉତ୍ପାଦିତ ବସ୍ତୁର ଆବଶ୍ୟକତାକୁ ଅନୁଭବ କଲା ।
ଧୀରେ ଧୀରେ ତାର ଅଭିଜ୍ଞତା ହେଲା ଯେ, ଯଦି ବିଭିନ୍ନ ବ୍ୟକ୍ତି ବା ପରିବାର ଭିନ୍ନ ଭିନ୍ନ ବସ୍ତୁର ଉତ୍ପାଦନ କରିବ ଅଥବା ଯଦି କୌଣସି ବସ୍ତୁର ଉତ୍ପାଦନରେ ବିଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ କାର୍ଯ୍ୟ କରିବେ ତାହେଲେ କେବଳ ଉତ୍ପାଦନ ଅଧିକ ମାତ୍ରାରେ ହେବନାହିଁ ବରଂ ଉତ୍ତମ ବସ୍ତୁଗୁଡ଼ିକର ମଧ୍ୟ ଉତ୍ପାଦନ କରାଯାଇପାରିବ । ତାହାଫଳରେ ମଧ୍ଯ ପୂର୍ବ ଅପେକ୍ଷା ବ୍ୟକ୍ତିଙ୍କର ଆବଶ୍ୟକତା ଡ଼ିକ ମଧ୍ୟ ପୂରଣ ହୋଇପାରିବ ।
ଫଳତଃ ବିଭିନ୍ନ ବ୍ୟକ୍ତି ନିଜର ରୁଚି, ସୁବିଧା ଶିକ୍ଷା, ଶକ୍ତି, ଯୋଗ୍ୟତା ଏବଂ କ୍ଷମତା ଅନୁସାରେ କିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ଲାଗିଲେ । ଏହିପରି ଶ୍ରମ ବିଭାଜନ ପ୍ରଣାଳୀର ଜନ୍ମ ହୋଇଥିଲା । ଏହାର ପରିଣାମ ସ୍ୱରୂପ ବ୍ୟକ୍ତି ପରସ୍ପର ପ୍ରତି ନିର୍ଭରଶୀଳ ହେବାରେ ଲାଗିଲେ ।
ଶ୍ରମ ବିଭାଜନର ଅଭିପ୍ରାୟ ଉତ୍ପାଦନର ଏକ ଏପରି କ୍ରିୟା ଅଟେ । ଯେଉଁଥରେ କୌଣସି ଗୋଟିଏ ବସ୍ତୁର ନିର୍ମାଣ ଛୋଟ ଛୋଟ ଖଣ୍ଡରେ ବାଣ୍ଟି କରାଯାଇଥାଏ । ଉଦାହରଣ ସ୍ଵରୂପ, ଗୋଟିଏ ସାଇକେଲ୍ର ନିର୍ମାଣରେ ଦଳ ଦଳ ଲୋକ ସାଇକେଲ୍ର ଭିନ୍ନ ଭିନ୍ନ ଅଂଶକୁ ନିର୍ମାଣ କରିଥାନ୍ତି । ପରିଶେଷରେ ଏକ ସମ୍ପୂର୍ଣ୍ଣ ସାଇକେଲ୍ର ନିର୍ମାଣ ସମ୍ଭବ ହୋଇଥାଏ । ଏଣୁ ଗୋଟିଏ କାମକୁ ଅନେକ ଛୋଟ ଛୋଟ ବଡ଼ ଖଣ୍ଡରେ ବିଭାଜିତ କରି କରାଯାଇଥାଏ ତେବେ ତାହାକୁ ଶ୍ରମ ବିଭାଜନ କ୍ରିୟା କୁହାଯାଏ ।
ପ୍ରଫେସର ୱାଟସନ୍ଙ୍କ ଅନୁସାରେ, ‘ଉତ୍ପାଦନର କ୍ରିୟାକୁ ବିଭିନ୍ନ ଉପକ୍ରିୟାରେ ବିଭାଜିତ କରି ବିଶିଷ୍ଟ ସାଧନକୁ (ବ୍ୟକ୍ତିଙ୍କ) କ୍ରିୟାଗୁଡ଼ିକୁ କରିବା ପାଇଁ ଦେବା ଏବଂ ପୁନଶ୍ଚ ସମସ୍ତ ସାଧନ ଗୁଡ଼ିକର (ବ୍ୟକ୍ତିଙ୍କ) ଚେଷ୍ଟାକୁ ମିଶାଇ ଆବଶ୍ୟକ ଉପଭୋଗ ଉତ୍ପାଦନ କରିବାକୁ ଶ୍ରମ ବିଭାଜନ କୁହାଯାଏ । (Production by division of labour consists of splitting up the productive process into its component parts, concentrating specialised factors on each sub-division and combining their output to the particular form of consumption output required) ।
ଏଣୁ ଶ୍ରମ ବିଭାଜନ ଉତ୍ପାଦନର ସେ ପ୍ରଣାଳୀ ଅଟେ; ଯାହାର ଅନ୍ତର୍ଗତ କାର୍ଯ୍ୟ ବିଶେଷକୁ କେତେକ ବିଧ୍ (Process) ବା ଉପବିଧ୍ (Sub-process) ରେ ଭାଗ କରି ଦିଆଯାଇଥାଏ ଏବଂ ପ୍ରତ୍ୟେକ ବିଧ୍ ବା ଉପବିଧିକୁ ବିଭିନ୍ନ ବ୍ୟକ୍ତିଙ୍କ ସମୂହ ଦ୍ଵାରା କରାଯାଇଥାଏ ।
(କ) ସରଳ ଶ୍ରମ ବିଭାଜନ (Simple division of labour) – ସରଳ ଶ୍ରମ ବିଭାଜନକୁ ବ୍ୟବସାୟ ଶ୍ରମ ବିଭାଜନ କୁହାଯାଏ । ଶ୍ରମ ବିଭାଜନର ଏହି ରୂପ ଅତ୍ୟନ୍ତ ପ୍ରାଚୀନ ଅଟେ । ଯଦି ବ୍ୟକ୍ତି ବା ବ୍ୟକ୍ତିଙ୍କର ସମୂହ ନିଜର ଶିକ୍ଷା, ଯୋଗ୍ୟତା ଏବଂ କୁଶଳତାର ଆଧାରରେ କୌଣସି ବ୍ୟବସାୟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରିଥାନ୍ତି ତେବେ ଏହି ପ୍ରକାର ବ୍ୟବସାୟକୁ ସାଧାରଣ ଅଥବା ସରଳ ଶ୍ରମ ବିଭାଜନ ଶ୍ରେଣୀରେ ରଖାଯାଇଥାଏ । ଭାରତର ଜାତି ବ୍ୟବସ୍ଥା ଏହି ଶ୍ରେଣୀର ଶ୍ରମ ବିଭାଜନର ରୂପ ଅଟେ । ଏହିପରି ସରଳ ଶ୍ରମ ବିଭାଜନରେ କାର୍ଯ୍ୟକୁ ଛୋଟ ଛୋଟ ଭାଗରେ ବିଭକ୍ତ ନ କରି ଗୋଟିଏ ବ୍ୟବସାୟକୁ ଏକ ବ୍ୟକ୍ତି ବା କେତେକ ପରିବାର କରିଥାନ୍ତି । ଶିକ୍ଷକ, ବଢ଼େଇ, କମାର ମାନଙ୍କର ବୃତ୍ତି ସରଳ ଶ୍ରମ ବିଭାଜନର ଉଦାହରଣ ।
(ଖ) ଜଟିଳ ଶ୍ରମ ବିଭାଜନ (Complex division of labour) – ଯଦି କୌଣସି ଉତ୍ପାଦନ କାର୍ଯ୍ୟକୁ ଏକରୁ ଅନେକ ଭାଗରେ ବିଭାଜିତ କରି ଦିଆଯାଇ ବିଭାଜିତ ଭାଗର ଉତ୍ପାଦନକୁ ବ୍ୟକ୍ତିମାନଙ୍କ ବା ବ୍ୟକ୍ତିଙ୍କ ସମୂହ ମଧ୍ୟରେ ବାଣ୍ଟି ଦିଆଯାଇଥାଏ ତାହେଲେ ଏ ପ୍ରକାରର ଶ୍ରମ ବିଭାଜନକୁ ଜଟିଳ ଶ୍ରମ ବିଭାଜନ କୁହାଯାଏ । ଏହି ପ୍ରକାର ଶ୍ରମ ବିଭାଜନରେ କୌଣସି ବ୍ୟକ୍ତିକୁ ସମ୍ପୂର୍ଣ୍ଣ କ୍ରିୟାର ଏକ ବିଶେଷ ଉପକ୍ରିୟାକୁ ହିଁ ତାର ରୁଚି, ଯୋଗ୍ୟତା ଏବଂ କ୍ଷମତାନୁସାରେ ପ୍ରଦାନ କରାଯାଇଥାଏ । ଏହାର ନିମ୍ନଲିଖ୍ ତିନୋଟି ଉପବିଭାଗ ଦୃଷ୍ଟିଗୋଚର ହୋଇଥାଏ ।
(i) ପୂର୍ବକ୍ରିୟା ଶ୍ରମ ବିଭାଜନ (Division of labour into complete process) – ଯଦି ଗୋଟିଏ ଶ୍ରମିକ ବା ଶ୍ରମିକ ସମୂହ ଦ୍ବାରା ତିଆରି କରାଯାଇଥିବା ବସ୍ତୁ କୌଣସି ଅନ୍ୟ ଶ୍ରମିକ ବା ଶ୍ରମିକ ସମୂହ ପାଇଁ କଞ୍ଚା (raw) ସାମଗ୍ରୀ ରୂପରେ ପ୍ରୟୋଗ କରାଯାଇଥାଏ । ତେବେ ତାହାକୁ ପୂର୍ଣ୍ଣକ୍ରିୟା ଶ୍ରମ ବିଭାଜନ କୁହାଯାଏ । ଯଦି ତୁଳାକୁ ଗୋଟିଏ ବ୍ୟକ୍ତି ଭିଣି ଥାଏ, ଦ୍ବିତୀୟ ବ୍ୟକ୍ତି ସୂତା କାଟିଥାଏ । ତୃତୀୟ ବ୍ୟକ୍ତି ସୂତାକୁ ରଙ୍ଗାଇଥାଏ ଏବଂ ଚତୁର୍ଥ ବ୍ୟକ୍ତି ଏଥୁରୁ ଲୁଗା ବୁଣିଥାଏ ତେବେ ଏହା ପୂର୍ବକ୍ରିୟା ଶ୍ରମ ବିଭାଜନର ଉଦାହରଣ ଅଟେ । ଏହି ପ୍ରଣାଳୀରେ ବିଭିନ୍ନ ଶ୍ରମ ସମୂହ କାର୍ଯ୍ୟକୁ ବନ୍ଦ କରିଦିଏ ତାହେଲେ ସମସ୍ତ ଉତ୍ପାଦନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଯିବ ।
(ii) ଅସଂପୂର୍ଣ୍ଣ କ୍ରିୟା ଶ୍ରମ ବିଭାଜନ (Division of labour into incomplete process) – ଯଦି କୌଣସି ଉତ୍ପାଦନ କାର୍ଯ୍ୟକୁ ଅନେକ କ୍ରିୟାରେ ଏବଂ ପ୍ରତ୍ୟେକ କ୍ରିୟାକୁ କେତେକ ଉପକ୍ରିୟା ବା ସୂକ୍ଷ୍ମ ଉପକ୍ରିୟାରେ ତଥା ପ୍ରତ୍ୟେକ ଉପକ୍ରିୟାକୁ ପ୍ରତ୍ୟେକ ବ୍ୟକ୍ତି ବା ଶ୍ରମ ସମୂହ ମଧ୍ୟରେ ବାଣ୍ଟି ଦିଆଯାଇଥାଏ ତେବେ ତାହାକୁ ଅସଂପୂର୍ଣ୍ଣ ଶ୍ରମ ବିଭାଜନ କୁହାଯାଏ । ଏ ପ୍ରକାର ଶ୍ରମ ବିଭାଜନରେ ପ୍ରତ୍ୟେକ ବ୍ୟକ୍ତି ଦ୍ବାରା କରାଯାଇଥିବା ଉପକାର୍ଯ୍ୟ ସମ୍ପୂର୍ଣ ବସ୍ତୁର ଉତ୍ପାଦନରେ ସହାୟତା କରିଥାଏ । କିନ୍ତୁ ଏହି ବ୍ୟକ୍ତିର କାର୍ଯ୍ୟକୁ କୌଣସି ଅନ୍ୟ ବ୍ୟକ୍ତିର କାର୍ଯ୍ୟଠାରୁ ପୃଥକ କରାଯାଇ ପାରିନଥାଏ । ଏଥିରେ ପ୍ରତ୍ୟେକ ବ୍ୟକ୍ତିର କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥାଏ । କାରଣ ଯେ ପର୍ଯ୍ୟନ୍ତ ଅନ୍ୟ ବ୍ୟକ୍ତିମାନେ ନିଜ ନିଜର କାର୍ଯ୍ୟକୁ ପୂରଣ କରିନଥାନ୍ତି ସେ ପର୍ଯ୍ୟନ୍ତ ବସ୍ତୁର ଉତ୍ପାଦନ ସମ୍ପୂର୍ଣ୍ଣ ହୋଇ ପାରିନଥାଏ ।
(iii) ପ୍ରାଦେଶିକ ବା କ୍ଷେତ୍ରୀୟ ବା ଭୌଗୋଳିକ ଶ୍ରମ ବିଭାଜନ (Territorial and geographical division of labour) – ଯଦି କୌଣସି ସ୍ଥାନ ବିଶେଷ ବା କ୍ଷେତ୍ର ବିଶେଷରେ ବିଭିନ୍ନ ପ୍ରାକୃତିକ ସୁବିଧା ଯୋଗୁଁ କୌଣସି ବିଶେଷ ପ୍ରକାରର ଶିଳ୍ପର ସ୍ଥାପନା କରାଯାଇଥାଏ ତାହେଲେ ଏହାକୁ ପ୍ରାଦେଶିକ ବା କ୍ଷେତ୍ରୀୟ ଶ୍ରମ ବିଭାଜନ କୁହାଯାଏ । ଉଦାହରଣସ୍ୱରୂପ, ପଶ୍ଚିମ ବଙ୍ଗରେ ଝୋଟ, ଉତ୍ତର ପ୍ରଦେଶରେ ଚିନି ଏବଂ ମହାରାଷ୍ଟ୍ରରେ କପାଶିଳ୍ପ ସ୍ଥାପନ ହୋଇଥାନ୍ତି ।
15. ଶ୍ରମ ବିଭାଜନର କାରଣ କ’ଣ ବୁଝାଅ ।
Answer:
କେତେକ ସମାଜବିଜ୍ଞାନୀ ଶ୍ରମ ବିଭାଜନର ନିମ୍ନ କାରଣମାନ ଦର୍ଶାଇଛନ୍ତି । ଯଥା –
(୧) ପ୍ରତ୍ୟେକ ବ୍ୟକ୍ତିର କେତେକ ସ୍ଵତନ୍ତ୍ର ବୈଶିଷ୍ଟ୍ୟ ଥାଏ, ଫଳତଃ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ କ୍ଷମତା, ବୃଦ୍ଧି ଓ ପ୍ରତିଭା ଇତ୍ୟାଦି ଆଧାରରେ ଅନେକ ପ୍ରଭେଦ ଦେଖାଯାଇଥାଏ । ଏହି ସମସ୍ତ ଗୁଣ ଗୁଡ଼ିକ ସମାଜ ଉପଯୁକ୍ତ ମୂଲ୍ୟ ଦେବା ପାଇଁ ଶ୍ରମ ବିଭାଜନର ସୃଷ୍ଟି । ଠିକ୍ ସେହିଭଳି ବ୍ୟକ୍ତି ସମାଜରୁ ବିଭିନ୍ନ ଅନୁଷ୍ଠାନରୁ କେତେକ ବିଶେଷତ୍ଵ ଥିବା ଗୁଣର ଶିକ୍ଷାଲାଭ କରିଥାଏ । ଏଥିପାଇଁ ମଧ୍ୟ ସମାଜରେ ଶ୍ରମ ବିଭାଜନ ଦେଖାଯାଇଥାଏ ।
(୨) ମାନବ ସମାଜର ଅଗ୍ରଗତି ଓ ବୈଜ୍ଞାନିକ ଉଦ୍ଭାବନର କ୍ରମବିକାଶ ଦ୍ୱାରା ସମାଜରେ ଶ୍ରମ ବିଭାଜନର ରୂପକୁ ନିଦ୍ଧାରଣ କରିଥାଏ ।
(୩) ସଭ୍ୟତାର ବିକାଶ ସହିତ ମାନବର ଆବଶ୍ୟକତା ଗୁଡ଼ିକ ବହୁଗୁଣିତ ହେବାରେ ଲାଗିଛି । ଏହି ଅସୀମ ଆବଶ୍ୟକତାକୁ ପୂରଣ କରିବାପାଇଁ ଭିନ୍ନ ଭିନ୍ନ ଶ୍ରମ ସମୂହର ବିକାଶ ଘଟି ଶ୍ରମ ବିଭାଜନକୁ ଉତ୍ସାହିତ କରିଥାଏ ।
(୪) ଗୋଟିଏ ସମାଜର ଅର୍ଥନୀତି ଅନ୍ୟ ସମାଜଠାରୁ ଅଲଗା, ଏହି ଅର୍ଥନୀତି ସେ ସମାଜର ଉପଲବ୍ଧ ସାମାଜିକ ଓ ଅର୍ଥନୈତିକ ପରିବେଶ ଉପରେ ନିର୍ଭର କରିଥାଏ । ଉଦାହରଣ ସ୍ଵରୂପ ଉପକୂଳବର୍ତ୍ତୀ ଅଞ୍ଚଳରେ ମାଛ ଚାଷ ଓ ସାମୁଦ୍ରିକ ବାଣିଜ୍ୟ ଏଠାକାର ଅଧିବାସୀଙ୍କର ମୁଖ୍ୟ ଜୀବିକା । ଏହି ବୃତ୍ତି ସେମାନଙ୍କୁ ବିଶେଷୀକୃତ କରିଥାଏ । ଏହିପରି ଅର୍ଥନୈତିକ ଭିନ୍ନତା ଶ୍ରମ ବିଭାଜନକୁ ଜନ୍ମ ଦେଇଥାଏ ।
(୫) ମାନବ ବିଜ୍ଞାନର କୌଣସି ସୀମାରେଖା ନ ଥାଏ । ଜ୍ଞାନର ପରିସୀମାର ଅଭିବୃଦ୍ଧି ଫଳରେ ଗୋଟିଏ ବ୍ୟକ୍ତି ପକ୍ଷରେ ସମସ୍ତ ଜ୍ଞାନର ଅଧିକାରୀ ହେବା ସମ୍ଭବପର ହୋଇନଥାଏ । ଫଳତଃ ଏ ସମସ୍ତ ଜ୍ଞାନର ସଦୁପଯୋଗ ପାଇଁ ପାରଦର୍ଶିତାର ଆବଶ୍ୟକତା ହୋଇଥାଏ ଏବଂ ସମାଜରେ ଶ୍ରମ ବିଭାଜନର ସୃଷ୍ଟି ହୋଇଥାଏ ।
16. ଶ୍ରମ ବିଭାଜନର ସାମାଜିକ ପ୍ରକାର୍ଯ୍ୟ ଆଲୋଚନା କର ।
Answer:
ଶ୍ରମ ବିଭାଜନର ସାମାଜିକ ପ୍ରକାର୍ଯ୍ୟ ସମ୍ବନ୍ଧରେ ବିଭିନ୍ନ ସମାଜବିଜ୍ଞାନୀମାନେ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ନିମ୍ନରେ କେତେକ ସମାଜବିଜ୍ଞାନୀଙ୍କ ବିଚାରକୁ ଉଦ୍ଧୃତ କରାଯାଇଅଛି ।
ଦୁଖିମଙ୍କ ବିଚାର (views of Durkheim) – ଦୁଖିମ ତାଙ୍କ ଗବେଷଣାତ୍ମକ ନିବନ୍ଧ (De 19 Division Du travial Social) ରେ ସ୍ପଷ୍ଟ ରୂପରେ ଦର୍ଶାଇଥିଲେ ଯେ ସରଳ ସମାଜ ତୁଳନାରେ ଆଧୁନିକ ଜଟିଳ ସମାଜରେ ଶ୍ରମ ବିଭାଜନ ଦ୍ଵାରା ସାମାଜିକ ସଂଯୋଗ ଓ ଏକତା ପ୍ରତିଷ୍ଠିତ ହୋଇଥାଏ । ସେ ଦୁଇପ୍ରକାର ଯଥା; ଯନ୍ତ୍ରବତ୍ ଓ ଜୈବ ଏକତାର ଉଲ୍ଲେଖ କରିଛନ୍ତି ।
ଏହି ଦୁଇପ୍ରକାର ଏକତାକୁ ସେ ଯଥାକ୍ରମେ ଦୁଇପ୍ରକାର ନିୟମ ଯଥା : ଦମନମୂଳକ (repressive) ଏବଂ ପୁନରୁଦ୍ଧାର ମୂଳକ (restitutive) ସହିତ ସମ୍ବନ୍ଧିତ କରିଥିଲେ । ତାଙ୍କ ମତରେ ସୀମିତ ଶ୍ରମ ବିଭାଜନ ଦ୍ବାରା ସରଳ ସମାଜରେ ଯନ୍ତ୍ରବତ୍ ଏକତା ପରିଦୃଷ୍ଟ ହୋଇଥାଏ । ଏହି ଏକତାରେ ସମସ୍ତ ସଦସ୍ୟମାନଙ୍କର ବିଶ୍ଵାସ, ଆବେଗ, ମାନସିକତା ଓ ନୈତିକତା କ୍ଷେତ୍ରରେ ସମାନତା ଦେଖାଯାଇଥାଏ ।
ଯେତେବେଳେ ଶ୍ରମ ବିଭାଜନ ବଢ଼ିଚାଲେ ସେତେବେଳେ ଶ୍ରମରେ ବିଶେଷୀକରଣ ଦେଖାଦିଏ ଏବଂ ବ୍ୟକ୍ତିର ମାନସିକତା ଓ ନୈତିକତା କ୍ଷେତ୍ରରେ ସମାନତା ଦୂରେଇଯାଇ ଅସମାନତା, ଜଟିଳ ପ୍ରଭେଦୀକରଣ, ସମାଜର ବିଭିନ୍ନ ପକ୍ଷ ମଧ୍ୟରେ ନିର୍ଭରତା ଶ୍ରମ ବିଭାଜନର ବୃଦ୍ଧି, ବ୍ୟକ୍ତିନିଷ୍ଠ ଭାବନା ବଢ଼ିବା ସାଥ୍ରେ ପାରସ୍ପରିକ ସହଯୋଗର ଭାବନା ବୃଦ୍ଧି ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏହାକୁ ସେ ଜୈବିକ ଏକତା (Organic Solidarity) ବୋଲି ଅଭିହିତ କରିଛନ୍ତି ।
ପୁନଶ୍ଚ ସେ ଆଧୁନିକ ଶିଳ୍ପ ସମାଜରେ ଅନିୟମିତ ଶ୍ରମ ବିଭାଜନ (Abnormal division of labour) ଦ୍ଵାରା କିପରି ସାମାଜିକ ସଂହତି ପ୍ରତିହତ ହୋଇଥାଏ ତାହା ଦର୍ଶାଇଛନ୍ତି । ସେ ଅନିୟମିତ ଶ୍ରମ ବିଭାଜନକୁ ଦୁଇ ପ୍ରମୁଖଭାବରେ ବିଭକ୍ତ କରିଛନ୍ତି । ଯଥା ‘ଅପ୍ରତିମାନୀୟ’ ଏବଂ ‘ବାଧ୍ୟତାମୂଳକ’ ଶ୍ରମ ବିଭାଜନ ଯେତେବେଳେ ଶ୍ରମର ଅତ୍ୟଧ୍ବକ ବିଶେଷୀକରଣ ହୋଇଥାଏ ଏବଂ ଯେଉଁଥରେ ବ୍ୟକ୍ତି ବିଶେଷୀକରଣ ଦ୍ଵାରା ଏକୁଟିଆ ହୋଇଯାଏ ତଥା ପୁଞ୍ଜି ଓ ଶ୍ରମ ମଧ୍ଯରେ ସମ୍ପୂର୍ଣ୍ଣ ବିଭାଜନ ସୃଷ୍ଟି ହେବାର ସ୍ଥିତିକୁ ଅପ୍ରତିମାନୀୟ ଶ୍ରମ ବିଭାଜନ (Anomic division of labour) କୁହାଯାଏ ।
ଦ୍ଵିତୀୟ ପ୍ରକାର ଶ୍ରମ କୌଣସି ବୃତ୍ତିକୁ ବାଛି ନ ପାରି ତାର ଇଚ୍ଛା ବିରୁଦ୍ଧରେ ବ୍ୟକ୍ତି ସ୍ଵାଧୀନ ଭାବରେ କୌଣସି ବୃତ୍ତିକୁ ବାଛି ନପାରି ତାର ଇଚ୍ଛା ବିରୁଦ୍ଧରେ କୌଣସି ବୃଦ୍ଧି କରିବାକୁ ତାକୁ ବାଧ୍ୟ କରାଯାଇଥାଏ । ଫଳସ୍ବରୂପ ଶ୍ରେଣୀ ସଂଘର୍ଷର ସୂତ୍ରପାତ ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଦୁର୍ଗମ ବୃତ୍ତିଗତ ସଂଘ ମାଧ୍ୟମରେ ନିୟମିତ ଓ ଦୀର୍ଘମିଆଦୀ ସମ୍ବନ୍ଧ ସ୍ଥାପନ, ବିଚାର ଆଦାନ ପ୍ରଦାନ ଏବଂ ବୁଝାମଣା ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି ।
କାର୍ଲମାର୍କସ୍ଙ୍କ ବିଚାର (views of Karlmarx) – ମାର୍କସ୍ଙ୍କ ମତରେ ଶ୍ରମ ବିଭାଜନ ଫଳରେ ଗୋଟିଏ ସମାଜରେ ଶିଳ୍ପ ଏବଂ ବ୍ୟବସାୟ ସମ୍ବନ୍ଧିତ ଶ୍ରମ, କୃଷି ଶ୍ରମଠାରୁ ଅଲଗା ହୋଇଯାଇ ସହର ଏବଂ ପଲ୍ଲୀ ମଧ୍ୟରେ ପ୍ରଭେଦ ସୃଷ୍ଟି କରିଥାଏ ତଥା ଶ୍ରମିକ ମାନଙ୍କ ମଧ୍ୟରେ ସ୍ବାର୍ଥରେ ସଂଘର୍ଷ ସୃଷ୍ଟି କରିଥାଏ । ଯେତେବେଳେ ଶ୍ରମ ବିଭାଜନ ପୁନଃ ବିକାଶ ଲାଭ କରିଥାଏ । ସେତେବେଳେ ବ୍ୟବସାୟ ସମ୍ବନ୍ଧିତ ଶ୍ରମ ଶିଳ୍ପ ସମ୍ବନ୍ଧିତ ଶ୍ରମଠାରୁ ପୃଥକ ହେବାରେ ଲାଗେ । ଶ୍ରମ ବିଭାଜନର ବିଭିନ୍ନ ସ୍ତର ବିଭିନ୍ନ ପ୍ରକାର ସ୍ଵତ୍ତ୍ଵାଧ୍ୟାକାର ତଥା ଭିନ୍ନ ଭିନ୍ନ ପ୍ରକାରର ବୃତ୍ତିଗତ ସମୂହର ଜନ୍ମ ଦେଇଥାଏ ।
ମାର୍କସ୍ଙ୍କ ବିଚାରରେ ଆଧୁନିକ ପୁଞ୍ଜିପତି ସମାଜରେ ଶ୍ରମ ବିଭାଜନ ଦ୍ବାରା ମାନବର ଉତ୍ପାଦନ ଦକ୍ଷତାରେ ବୃଦ୍ଧି ଘଟିଥାଏ । ଫଳସ୍ବରୂପ ସମାଜରେ ଅଧିକ ଜିନିଷର ପ୍ରସ୍ତୁତ ହୋଇଥାଏ ତଥା ବ୍ୟକ୍ତିକୁ ଅଧୂକ ଅବସର ବା ଫୁରସତ୍ ମିଳିଥାଏ । ଏହା ସହିତ ପୁଞ୍ଜିବାଦ ଅର୍ଥନୈତିକ ବ୍ୟବସ୍ଥାରେ ଶ୍ରମ ବିଭାଜନର କେତେକ ମନୁଷ୍ୟତ୍ୱହୀନ ପ୍ରଭାବ ପରିଲକ୍ଷିତ ହୋଇଥାଏ । ଯଥା – ବିଚ୍ଛେଦ (Alienation) ପ୍ରକ୍ରିୟା ।
ମାର୍କସ୍ ତାଙ୍କର ପ୍ରସିଦ୍ଧ ବିଚ୍ଛିନ୍ନ ଶ୍ରମିକ (Alienated labour) ରେ ଦର୍ଶାଇଛନ୍ତି ଯେ ଶ୍ରମିକର ବିଚ୍ଛିନ୍ନତା ଭାବନା ଏକ ଏପରି ପରିସ୍ଥିତି ଯେଉଁଥରେ ବ୍ୟକ୍ତିର ବୃଷ୍ଟିରେ ତାକୁ ସନ୍ତୋଷ ପ୍ରଦାନ କରିନଥାଏ । ତାଠାରେ ସୃଜନଶୀଳତାର ଗୁଣ ଦୂରେଇ ଯାଏ । ସେ ନିମିତ୍ତ ମାତ୍ର ବାଧ୍ୟବାଧକତା ପୂର୍ବକ ବୃଦ୍ଧି କରିବାପାଇଁ ବାଧ୍ୟ ହୋଇଥାଏ । ଫଳତଃ ସେ ବୃତ୍ତିରୁ ନିଜଠାରୁ ଏବଂ ତା’ର ସହ ଶ୍ରମିକମାନଙ୍କଠାରୁ ବିଚ୍ଛିନ୍ନ ହେବାରେ ଲାଗେ ।
ମାର୍କସଙ୍କ ମତରେ ଯେତେବେଳେ ଶ୍ରମ ବିଭାଜନ ଅଧ୍ଵ ଜଟିଳ ରୂପ ଧାରଣ କରେ ସେତେବେଳେ ଏହି ବିଚ୍ଛିନ୍ନତାଭାବ ଅଧିକ ଉଗ୍ରରୂପ ଧାରଣ କରିଥାଏ । ଏହି ପ୍ରକାର ଶ୍ରମ ବିଭାଜନ ବ୍ୟବସ୍ଥା ଉତ୍ପାଦନକାରୀମାନଙ୍କୁ ଉନ୍ନତ ଉତ୍ପାଦନ ଉପକରଣମାନ ଉତ୍ପାଦନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରେରଣା ଦେଇଥାଏ ଏବଂ ଶ୍ରମିକ କେବଳ ଏକ ନିର୍ଦ୍ଦିଷ୍ଟ ସ୍ବତନ୍ତ୍ରତା ଥିବା.ଉପକରଣର ଉପଯୋଗ କରିଥାଏ ।
ଏହିପରି ମାର୍କସ୍ଙ୍କ ବିଚାରରେ ଜଟିଳ ଶ୍ରମ ବିଭାଜନ ଦ୍ଵାରା ଶ୍ରମିକର ବ୍ୟକ୍ତିତ୍ଵରେ ଆମୂଳ ଚୂଳ ପରିବର୍ତ୍ତନ ସଂଘଟିତ ହୋଇଥାଏ । ଶ୍ରମିକ ତାର ନିଜସ୍ବ ସୃଜନଶୀଳତା ଗୁଣରୁ ଦୂରେଇ ଯାଇଥାଏ । ଦ୍ବିତୀୟତଃ ଉତ୍ପାଦନ ସଂସ୍ଥାଗୁଡ଼ିକ ଶ୍ରମିକର ସୃଜନଶୀଳତା ଗୁଣକୁ ଅପହରଣ କରି ନେଲେ ମଧ୍ୟ ଉତ୍ପାଦନର ମାତ୍ରାରେ ହ୍ରାସ ଘଟିନଥାଏ । ତୃତୀୟତଃ ଶ୍ରମ ବିଭାଜନ ଦ୍ବାରା ସମାଜରେ ଏକ ବିସ୍ତୃତ ସାମାଜିକ ସ୍ତରୀକରଣ ବ୍ୟବସ୍ଥା ସୃଷ୍ଟି ହୋଇଥାଏ ।
ଶ୍ରମ ବିଭାଜନର ପ୍ରକାର୍ଯ୍ୟ ଏହି ବ୍ୟବସ୍ଥାରୁ ମିଳୁଥିବା ଲାଭରେ ପର୍ଯ୍ୟାଲୋଚନାରେ ଅଧିକ ସରଳ ହୋଇପାରିବ ।
17. ଶ୍ରମ ବିଭାଜନର ଲାଭ ବା ଉପକାରିତା ଦର୍ଶାଅ ।
Answer:
ଶ୍ରମ ବିଭାଜନର ଦ୍ବାରା ଉତ୍ପାଦନ, ଶ୍ରମିକ ତଥା ସମାଜ ପାଇଁ ନିମ୍ନଲିଖ ଲାଭ ମିଳିଥାଏ ।
(କ) ଉତ୍ପାଦନ କ୍ଷେତ୍ରରେ ଲାଭ – ଶ୍ରମ ବିଭାଜନ ଦ୍ବାରା ଉତ୍ପାଦନ କ୍ଷେତ୍ରରେ ନିମ୍ନଲିଖ ଲାଭ ହୋଇଥାଏ ।
୧ । ଉତ୍ପାଦନର ମାତ୍ରାରେ ବୃଦ୍ଧି – ଶ୍ରମ ବିଭାଜନରେ କୌଣସି ବସ୍ତୁର ଉତ୍ପାଦନ କାର୍ଯ୍ୟକୁ ଛୋଟ ଛୋଟ କ୍ରିୟାରେ ବିଭାଜିତ କରି ଦିଆଯାଇଥାଏ, ଏବଂ ପ୍ରତ୍ୟେକ ଶ୍ରମିକ ଏକ ପ୍ରକାର କାର୍ଯ୍ୟ କରି କରି ଅତ୍ୟଧ୍ବକ ନିପୁଣ ହୋଇ ଯାଇଥାନ୍ତି । ଫଳସ୍ବରୂପ ଶ୍ରମିକଙ୍କର ଉତ୍ପାଦିତ ଶକ୍ତିର ବୃଦ୍ଧି ହୋଇଯାଇଥାଏ ଯାହାଦ୍ୱାରା ବସ୍ତୁଗୁଡ଼ିକର ଉତ୍ପାଦନ ମାତ୍ରା ମଧ୍ୟ ବଢ଼ି ଯାଇଥାଏ ।
୨ । ମେସିନ୍ର ଆବିଷ୍କାର ଏବଂ ଉପଯୋଗରେ ବୃଦ୍ଧି – ଯଦି କୌଣସି ବସ୍ତୁର ଉତ୍ପାଦନ କାର୍ଯ୍ୟକୁ ଉପକ୍ରିୟା ତଥା ସୂକ୍ଷ୍ମ ଉପବିଧ୍ୟରେ ବିଭାଜିତ କରିଦିଆଯାଇଥାଏ । ତାହେଲେ ଏହି ଉପକ୍ରିୟା ଅତ୍ୟଧିକ ସରଳ ହୋଇଯାଇଥାଏ । ଯାହାଦ୍ୱାରା ଏଥୁରେ ମେସିନ୍ ଏବଂ ସାଧାରଣ ଯନ୍ତ୍ରର ପ୍ରୟୋଗ ଦ୍ବାରା ସୁଗମତାରେ ପୂର୍ଣ୍ଣ କରିବା ସମ୍ଭବ ହୋଇ ପାରିଥାଏ । ମେସିନ୍ର ପ୍ରୟୋଗରେ ଶ୍ରମିକ ପୂର୍ବ ଅପେକ୍ଷା କମ୍ ପରିଶ୍ରମ କରି କମ୍ ସମୟରେ ଅଧିକ ଉତ୍ପାଦନ କରିବାରେ ସଫଳ ହୋଇଥାଏ । ଯାହାଦ୍ଵାରା ତାକୁ ଆରାମ ଏବଂ ମନୋରଞ୍ଜନ ପାଇଁ ଅଧ୍ଵ ସମୟ ମିଳିଯାଇଥାଏ । ଫଳସ୍ବରୂପ ଏହି କ୍ରିୟାକୁ ସୁବିଧାରେ କରିବା ପାଇଁ ଯନ୍ତ୍ର ବ୍ୟବହୃତ ହୁଏ । ଦ୍ବିତୀୟତଃ ଶ୍ରମିକ ଗୋଟିଏ ପ୍ରକାରର କାର୍ଯ୍ୟ କରିବା ଦ୍ବାରା ଏହି କାର୍ଯ୍ୟ ସହିତ ସମ୍ବନ୍ଧିତ କଠିନତାକୁ ଦୂର କରିବା ପାଇଁ ନୂଆ ନୂଆ ମେସିନ୍ର ଆବିଷ୍କାର କରିଥାଏ । ଏହିପରି ଶ୍ରମ ବିଭାଜନ ମେସିନ୍ର ପ୍ରୟୋଗ ଏବଂ ନୂଆ ନୂଆ ମେସିନ୍ ଆବିଷ୍କାରରେ ବୃଦ୍ଧି କରିବାରେ ସହଯୋଗ ଦେଇଥାଏ ।
୩ । ଉତ୍ପାଦନ ବ୍ୟୟରେ କମ୍ ତଥା ଶ୍ରେଷ୍ଠ ବସ୍ତୁର ଉତ୍ପାଦନ – ଶ୍ରମ ବିଭାଜନରେ ପ୍ରତ୍ୟେକ ନିପୁଣ । ଶ୍ରମିକ ବିଭିନ୍ନ କାର୍ଯ୍ୟ କରିବା ପାଇଁ ମେସିନ୍ଦୂର ଅଧିକ ପ୍ରୟୋଗ କରିଥାଏ । ଫଳତଃ ଶ୍ରମ ବିଭାଜନ କାରଣରୁ କେବଳ ଶ୍ରେଷ୍ଠ ବସ୍ତୁର ଉତ୍ପାଦନ ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ବ୍ୟୟରେ ମଧ୍ୟ କମ୍ ହୋଇଥାଏ ।
୪ । କମ୍ ସମୟ ଖର୍ଚ୍ଚ – ଶ୍ରମ ବିଭାଜନରେ ଗୋଟିଏ ଶ୍ରମିକ ଏକ ପ୍ରକାର କାର୍ଯ୍ୟ କରିଥାଏ ଏବଂ ମେସିନ୍ର ପ୍ରୟୋଗ କରିଥାଏ । ମେସିନ୍ ଦ୍ବାରା ଉତ୍ପାଦିତ କାର୍ଯ୍ୟ କମ୍ ସମୟରେ ହୋଇ ପାରିଥାଏ । ଫଳତଃ ଶ୍ରମ ବିଭାଜନ ଦ୍ବାରା ସମୟ କମ୍ ଖର୍ଚ୍ଚ ହୋଇଥାଏ ।
(ଖ) ଶ୍ରମ ବିଭାଜନ ଦ୍ଵାରା ଶ୍ରମିକମାନଙ୍କର ନିମ୍ନଲିଖ୍ ଲାଭ ହୋଇଥାଏ ।
୧ । କାର୍ଯ୍ୟଦକ୍ଷତାରେ ବୃଦ୍ଧି – ବାରମ୍ବାର ଗୋଟିଏ କାର୍ଯ୍ୟ କରିବା ଫଳରେ ଶ୍ରମିକ ସେହି କାର୍ଯ୍ୟରେ ଦକ୍ଷ ହୋଇଯାଇଥାଏ ଏବଂ କମ୍ ସମୟରେ ଏହି କାର୍ଯ୍ୟକୁ କରିପାରିଥାଏ । ଫଳତଃ ଶ୍ରମ ବିଭାଜନ ଶ୍ରମିକର କାର୍ଯ୍ୟଦକ୍ଷତାରେ ବୃଦ୍ଧି କରିଥାଏ ।
୨ । ରୁଚି ଏବଂ ଯୋଗ୍ୟତାନୁସାରେ କାର୍ଯ୍ୟ – ଶ୍ରମ ବିଭାଜନର ଅନ୍ତର୍ଗତ ଶ୍ରମିକକୁ ତାର ଯୋଗ୍ୟତା, ଶିକ୍ଷା ଏବଂ ଶକ୍ତିର ଅନୁସାରେ ବିଭିନ୍ନ ସମୂହରେ ବିଭାଜିତ କରି ପ୍ରତ୍ୟେକ ସମୂହକୁ କାର୍ଯ୍ୟ ବାଣ୍ଟି ଦେଇଥାଏ । ଏଣୁ ଶ୍ରମ ବିଭାଜନ ଦ୍ବାରା ଶ୍ରମିକକୁ ନିଜର ରୁଚି ଏବଂ ଯୋଗ୍ୟତାନୁସାରେ କାର୍ଯ୍ୟ ମିଳିଯାଇଥାଏ ।
୩ । କମ୍ ସମୟରେ କାର୍ଯ୍ୟର ଶିକ୍ଷା – ଶ୍ରମ ବିଭାଜନ ଦ୍ବାରା ଉତ୍ପାଦନ କ୍ରିୟା ସୂକ୍ଷ୍ମ ଏବଂ ସରଳ ଉପକ୍ରିୟାରେ ବିଭାଜିତ ହୋଇଥାଏ । ତେଣୁ ଶ୍ରମିକକୁ ଉତ୍ପାଦନର ସମସ୍ତ କ୍ରିୟାକୁ ରଖୁବାକୁ ପଡ଼ିଥାଏ । ଏଣୁ କୌଣସି ବ୍ୟକ୍ତିକୁ ଏହି ଉପକ୍ରିୟାକୁ ଶିକ୍ଷା କରିବା ପାଇଁ ବହୁତ କମ୍ ସମୟ ଲାଗିଥାଏ ।
୪ । କମ୍ ଶାରୀରିକ ଏବଂ ମାନସିକ ପରିଶ୍ରମ – ଶ୍ରମ ବିଭାଜନରେ ମେସିନ୍ର ପ୍ରୟୋଗ ଅଧ୍ଵ ହୋଇଥାଏ । କଠିନ ଏବଂ ଅଧିକ ଶ୍ରମ କାର୍ଯ୍ୟ ମେସିନ୍ ଦ୍ବାରା କରାଯାଇଥାଏ । ଅନେକ ମେସିନ୍ ସ୍ୱୟଂଚାଳିତ ହୋଇଥାଏ । ଏଣୁ ଶ୍ରମିକକୁ ଅଧୂକ ଶାରୀରିକ ଏବଂ ମାନସିକ ପରିଶ୍ରମ କରିବାକୁ ପଡ଼ିନଥାଏ ।
୫ । ସ୍ଥାନ ପରିବର୍ତ୍ତନ ବା ଶ୍ରମିକଙ୍କର ଗତିଶୀଳତାରେ ବୃଦ୍ଧି – ଶ୍ରମ ବିଭାଜନ ଯୋଗୁଁ ଶ୍ରମିକର ଗତିଶୀଳତା ବଢ଼ିଯାଇଥାଏ, ଯାହାଦ୍ଵାରା ଶ୍ରମିକକୁ ସ୍ଥାନ ପରିବର୍ତ୍ତନ କରିବାରେ କୌଣସି ଅସୁବିଧା ହୋଇନଥାଏ । ଏକପ୍ରକାର ଅର୍ଥାତ୍ ଏକ କାର୍ଯ୍ୟକ୍ଷେତ୍ରରେ କୁଶଳ ଶ୍ରମିକ ଏକ ପ୍ରକୃତିର କାର୍ଯ୍ୟକୁ ଭିନ୍ନ ଭିନ୍ନ କ୍ଷେତ୍ରରେ ଯାଇ କରିପାରିଥାଏ । ଏହି କାର୍ଯ୍ୟ ସ୍ଥାନର ପରିବର୍ତ୍ତନ ଫଳରେ ଶ୍ରମିକର ଗତିଶୀଳତା ଓ ସାମାଜିକ ସମ୍ପର୍କ ବଢ଼ି ଚାଲିଥାଏ ।
୬ । ଏକତା ଏବଂ ଶ୍ରମିକ ସଂଗଠନରେ ବୃଦ୍ଧି – ଶ୍ରମ ବିଭାଜନର ପରିଣାମ ସ୍ୱରୂପ ବୃହତ୍ ଅନୁପାତ (Scale) ରେ ଉପାଦାନ ହୋଇଥାଏ । ବଡ ବଡ଼ କାରଖାନାର ସ୍ଥାପନା ଯୋଗୁଁ ହଜାର ହଜାର ଶ୍ରମିକ କାର୍ଯ୍ୟ କରିଥାନ୍ତି । ଏହି ଶ୍ରମିକ ପରସ୍ପର ସଙ୍ଗଠିତ ହୋଇ ଶ୍ରମିକ ସଂଘର ଗଠନ କରିଥାନ୍ତି । ଏହି ସଙ୍ଗଠନ ମାଧ୍ୟମରେ ଶ୍ରମିକ ଏକତା ଦ୍ୱାରା ମାଲିକର ଶୋଷଣ ନିଜର ହିତକୁ ରକ୍ଷା ଏବଂ ନିଜର କାର୍ଯ୍ୟ କ୍ଷେତ୍ରରେ ଅନେକ ସୁଧାର ଆଣି ସହଯୋଗ ଓ ମୈତ୍ରୀ ଭାବନାରେ ଆତ୍ମସନ୍ତୁଷ୍ଟି ଲାଭ କରିପାରିଥାନ୍ତି ।
(ଗ) ସମାଜ ପାଇଁ ଲାଭ – ଶ୍ରମ ବିଭାଜନ ଦ୍ବାରା ସମାଜ ପାଇଁ ନିମ୍ନଲିଖ ଲାଭ ହୋଇଥାଏ ।
୧ । ଆବିଷ୍କାରର ସଂଖ୍ୟାରେ ବୃଦ୍ଧି – ଶ୍ରମ ବିଭାଜନରେ ଗୋଟିଏ ପ୍ରକାରର କାର୍ଯ୍ୟ ବାରମ୍ବାର କରିବା ଫଳରେ ଶ୍ରମିକ ବିଶେଷ ଯୋଗ୍ୟତା ଲାଭ କରିଥାଏ । ସେ ଏହି କାର୍ଯ୍ୟକୁ ଅଧିକ ସରଳ ଏବଂ ସୁଗମ ବିଧୂରେ ପୂରଣ କରିବା ପାଇଁ ନୂଆ ନୂଆ ଆବିଷ୍କାର କରିଥାଏ । ଫଳରେ ସମାଜରେ ଆବିଷ୍କାରର ସଂଖ୍ୟା ବୃଦ୍ଧି ହୋଇଥାଏ ।
୨ । ମାନବ ସାଧନ ଗୁଡ଼ିକର ଉଚିତ୍ ପ୍ରୟୋଗ – ପ୍ରତ୍ୟେକ ମନୁଷ୍ୟର ସ୍ବଭାବ ଯୋଗ୍ୟତା ଏବଂ ରୁଚିରେ ଭିନ୍ନତା ଦେଖାଯାଇଥାଏ । ଗୋଟିଏ କାର୍ଯ୍ୟକୁ କେତେକ ବ୍ୟକ୍ତି ଅଧ୍ଵକ କୁଶଳତା ପୂର୍ବକ କରିପାରିଥାନ୍ତି ଏବଂ କେତେକଙ୍କୁ ଏହି କାର୍ଯ୍ୟ ସରଳ ହେଲେ ମଧ୍ୟ କଠିନ ଲାଗିଥାଏ । ଏଣୁ ଶ୍ରମ ବିଭାଜନ ଦ୍ବାରା ପ୍ରତ୍ୟେକ ମନୁଷ୍ୟର ସ୍ବଭାବ, ଯୋଗ୍ୟତା ଏବଂ ଦୁନି ଅନୁସାରେ କାର୍ଯ୍ୟ ମିଳିଯାଇଥାଏ । ଫଳତଃ ମାନବ ସାଧନର ଉଚିତ୍ ପ୍ରୟୋଗ ହୋଇଥାଏ ।
୩ । ରୋଜଗାର ସୁବିଧାରେ ବୃଦ୍ଧି – ଶ୍ରମ ବିଭାଜନ ପରିଣାମସ୍ୱରୂପ ବିଭିନ୍ନ ପ୍ରକାରର ଶିଳ୍ପ ସ୍ଥାପନ ହୋଇଥାଏ ଏହି ଶିଳ୍ପରେ ସରଳ ଏବଂ ଜଟିଳ ସବୁ ପ୍ରକାରର କାର୍ଯ୍ୟ ପୁରୁଷ, ସ୍ତ୍ରୀ ତଥା ବାଳକ ସମସ୍ତଙ୍କୁ ମିଳିଯାଇଥାଏ । ଏହିପରି ରୋଜଗାରର ସୁବିଧା ମିଳିବା ଦ୍ବାରା ବେକାରୀ ସମସ୍ୟା ସମାଧାନ ହୋଇଯାଇଥାଏ ।
୪ । କୁଶଳ ସଙ୍ଗଠନ କର୍ତ୍ତାଙ୍କର ବୃଦ୍ଧି – ଜଟିଳ ଶ୍ରମ ବିଭାଜନର ବିଭିନ୍ନ ପ୍ରକ୍ରିୟା ସହିତ ସମନ୍ଵୟ ସ୍ଥାପିତ କରିବା ପାଇଁ କୁଶଳ ଏବଂ ଯୋଗ୍ୟ ସଙ୍ଗଠନ କର୍ତ୍ତାଙ୍କର ଆବଶ୍ୟକତା ପଡ଼ିଥାଏ । ଫଳତଃ ଦେଶରେ କୁଶଳ ସଙ୍ଗଠନ କର୍ତ୍ତାଙ୍କ ସଂ ବଢ଼ିଯାଇଥାଏ ।
୫ । ସହଯୋଗର ଭାବନାରେ ବୃଦ୍ଧି – ଶ୍ରମ ବିଭାଜନ ପଦ୍ଧତି ଦ୍ୱାରା କୌଣସି ବ୍ୟକ୍ତି ବା ପରିବାର ଆତ୍ମ ନିର୍ଭରଶୀଳ ହୋଇପାରିନଥାଏ । ପ୍ରତ୍ୟେକ ବ୍ୟକ୍ତିକୁ ପରସ୍ପର ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଏହି ନିର୍ଭରତା ଫଳସ୍ବରୂପ ସମାଜ ସହଯୋଗର ଭାବନା ବୃଦ୍ଧି ହୋଇଥାଏ ।
୬ । ଶସ୍ତା ବସ୍ତୁ – ଶ୍ରମ ବିଭାଜନ ଦ୍ବାରା ଉତ୍ପାଦନ ବଡ଼ ଅନୁପାତରେ ହୋଇଥାଏ । ଅର୍ଧ ଉତ୍ପାଦନ ଫଳରେ ବସ୍ତୁଗୁଡ଼ିକର ଚାହିଦା କମ୍ ହୋଇଯାଇଥାଏ । ଚାହିଦାର ଅନୁପାତ କମ୍ ହେବା ଫଳରେ ଉତ୍ପାଦିତ ବସ୍ତୁ ଗୁଡ଼ିକର ମୂଲ୍ୟ ନ ହୋଇଯାଇଥାଏ ।
18. ଶ୍ରମ ବିଭାଜନର ଅସୁବିଧା ବା କ୍ଷତି ଆଲୋଚନା କର ।
Answer:
ଶ୍ରମ ବିଭାଜନର ଅନେକ ଉପକାରିତା ସତ୍ତ୍ଵେ ଅନେକ ଅପକାରିତା ରହିଛି । ଏହାର ପ୍ରଧାନ ଅପକାରିତା ଗୁଡ଼ିକ ନିମ୍ନଭାଗରେ ଦର୍ଶାଯାଇପାରେ ।
(କ) ଶ୍ରମିକର ଦୃଷ୍ଟିରେ :
(୧) କାର୍ଯ୍ୟରେ ନିରସତା – ଶ୍ରମ ବିଭାଜନ ଫଳରେ ଗୋଟିଏ ପ୍ରକାର କାର୍ଯ୍ୟ ଶ୍ରମିକ ବାରମ୍ବାର କରିବା ଫଳରେ ତା’ ପାଇଁ ଏହି କାର୍ଯ୍ୟ ନିରସ ହୋଇଥାଏ । ଫଳତଃ ଏହି କାର୍ଯ୍ୟ ପ୍ରତି ତା’ର ଅରୁଚି ଉତ୍ପନ୍ନ ହୋଇଯାଇଥାଏ ।
(୨) ଗତିଶୀଳତାରେ ଅଭାବ – ଶ୍ରମ ବିଭାଜନରେ ଉତ୍ପାଦନ କାର୍ଯ୍ୟ ଅନେକ ଛୋଟ ଛୋଟ ଓ ସୂକ୍ଷ୍ମ ଉପକ୍ରିୟାରେ ବିଭାଜିତ କରାଯାଇଥାଏ । ଶ୍ରମିକ କେବଳ କୌଣସି ଗୋଟିଏ ପ୍ରକାରର କ୍ରିୟାକୁ ବାରମ୍ବାର କରିଥାଏ ଏବଂ ଅନ୍ୟ ଉପଶ୍ଚି ବିଷୟରେ ଅନଭିଜ୍ଞ ରହିଥାଏ । ପରିଣାମସ୍ୱରୂପ ତାକୁ କାର୍ଯ୍ୟ ପରିବର୍ତ୍ତନ କରିବା କଠିନ ହୋଇଯାଇଥାଏ । ଏଣୁ ଗତିଶୀଳତାରେ ଅଭାବ ଦେଖିବାକୁ ମିଳେ ।
(୩) ଉତ୍ତର ଦାୟିତ୍ବର ଭାବନାରେ ଅଭାବ – ଶ୍ରମ ବିଭାଜନ ଅନ୍ତର୍ଗତ ପ୍ରତ୍ୟେକ ସମ୍ପୂର୍ଣ୍ଣ କାର୍ଯ୍ୟ ଅନେକ ଶ୍ରମିକଙ୍କ ଚେଷ୍ଟାର ପରିଣାମ ଅଟେ । କୌଣସି ଗୋଟିଏ ଶ୍ରମିକ ବା ଶ୍ରମିକଙ୍କ ସମୂହ ଉପରେ ରଖୁବା ଅସମ୍ଭବ ହୋଇଯାଇଥାଏ । ଏଣୁ ଶ୍ରମିକଙ୍କର ଉତ୍ତର ଦାୟିତ୍ବର ଭାବନା କମ୍ ହୋଇଯାଇଥାଏ ।
(୪) ବେକାରୀର ଭୟ – ଶ୍ରମ ବିଭାଜନରେ ଗୋଟିଏ କାର୍ଯ୍ୟକୁ କେତେକ ସରଳ ଭାଗରେ ବାଣ୍ଟି ଦିଆଯାଇଥାଏ ଏବଂ ପ୍ରତ୍ୟେକ ଶ୍ରମିକ ଗୋଟିଏ ଭାଗ କାର୍ଯ୍ୟରେ ଦକ୍ଷ ହୋଇଥାଏ । ଯଦି ତାର ବର୍ତ୍ତମାନର ରୋଜଗାର ଚାଲିଯାଏ ତେବେ ଅନ୍ୟ ଜାଗାରେ ସେପରି କାର୍ଯ୍ୟ ମିଳିବାର ସମ୍ଭାବନା ନ ଥାଏ । ଫଳତଃ ତା’ର ବେକାରୀ ହେବାର ସମ୍ଭାବନା ରହିଥାଏ ।
(୫) ଶ୍ରମିକର ସ୍ଵତନ୍ତ୍ରତାରେ ଅଭାବ ଶ୍ରମ ବିଭାଜନ ଅନ୍ତର୍ଗତ ଗୋଟିଏ ଶ୍ରମିକକୁ ଗୋଟିଏ ପ୍ରକାର କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ମିଳିଥାଏ । ଯଦି ଏହାର ବର୍ତ୍ତମାନ ବ୍ୟବସାୟ ସ୍ଥିତିରେ ଖରାପ ହୋଇଯାଇଥାଏ ସେ ସୁବିଧାରେ ଅନ୍ୟ ବ୍ୟବସାୟ କରିପାରିନଥାଏ । ଏହିପରି ତାର ସ୍ଵତନ୍ତ୍ରତା ସମାପ୍ତ ହୋଇଯାଇଥାଏ ତଥା ତାର ଗତିଶୀଳତାରେ ଅଭାବ ଦେଖାଯାଇଥାଏ ।
(ଖ) ସମାଜ ଦୃଷ୍ଟିରୁ ଦୋଷ :
(୧) ସ୍ତ୍ରୀ ତଥା ବାଳକ ଶ୍ରମିକଙ୍କର ଶୋଷଣ – ଶ୍ରମ ବିଭାଜନରେ ଗୋଟିଏ ଜଟିଳ କାର୍ଯ୍ୟକୁ କେତେକ ସରଳ ଭାଗରେ ବିଭକ୍ତ କରି ଦିଆଯାଇଥାଏ । ଏହି କାରଣରୁ ଏହାକୁ ସ୍ତ୍ରୀ ତଥା ବାଳକ ମଧ କରିପାରିଥାନ୍ତି । ଶିଳ୍ପପତିମାନେ ପୁରୁଷଙ୍କ ସ୍ଥାନରେ ସ୍ତ୍ରୀ ତଥା ବାଳକଙ୍କୁ କାମରେ ଲଗାଇଥାନ୍ତି ଏବଂ ସେମାନଙ୍କୁ କମ୍ ମୂଲ୍ୟ ଦେଇ ଶୋଷଣ କରିଥାନ୍ତି । ଅଳ୍ପ ବୟସ୍କ ବାଳକ ମଧ୍ଯ କାରଖାନାରେ କାର୍ଯ୍ୟ କରିଥାନ୍ତି । ଫଳତଃ ସେମାନଙ୍କର ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇଥାଏ ।
(୨) ମାନବର ବିକାଶ ଉପରେ ବିପରୀତ ପ୍ରଭାବ – ଗୋଟିଏ କାର୍ଯ୍ୟକୁ ନିରନ୍ତର କରିବା ଫଳରେ ଶ୍ରମିକଠାରେ କେବଳ କେତେକ ଗୁଣର ବିକାଶ ହୋଇଥାଏ । କାର୍ଯ୍ୟର ବିଭିନ୍ନତା ଶ୍ରମିକର ମସ୍ତିଷ୍କକୁ ବିକାଶ କରିଥାଏ ଏହାର ଚିନ୍ତା ତଥା ନିର୍ଣ୍ଣୟ ନେବାର ଶକ୍ତି ଏବଂ କୌଣସି କାର୍ଯ୍ୟକୁ ପ୍ରାରମ୍ଭ କରିବାର ଶକ୍ତିକୁ ଉତ୍ସାହିତ କରିଥାଏ । ମାତ୍ର ଗୋଟିଏ ପ୍ରକାରର କାର୍ଯ୍ୟ ବାରମ୍ବାର କରିବାଦ୍ୱାରା ଶ୍ରମିକର ମସ୍ତିଷ୍କ ସଂକୁଚିତ ହୋଇଯାଇଥାଏ ଏବଂ ଶ୍ରମିକର ବ୍ୟକ୍ତିତ୍ଵର ଉଚିତ୍ ବିକାଶ ହୋଇପାରିନଥାଏ ।
(୩) ଗୋଷିବାଦର ବୃଦ୍ଧି – ଶ୍ରମ ବିଭାଜନ ବିଭିନ୍ନ ପ୍ରକାରର ବିଶେଷଜ୍ଞ (Specialist) କୁ ଜନ୍ମ ଦେଇଥାଏ । ବିଶେଷଜ୍ଞଙ୍କର ପ୍ରତ୍ୟେକ ଶ୍ରେଣୀ ଅନ୍ୟ ବିଶେଷଜ୍ଞ ଶ୍ରେଣୀ ସହିତ ଘନିଷ୍ଠ ସମ୍ବନ୍ଧ ସ୍ଥାପନ କରିବାକୁ ଚେଷ୍ଟା କରିନଥାନ୍ତି । ପ୍ରତ୍ୟେକ ଗୋଷ୍ଠୀ ନିଜର ସ୍ବାର୍ଥକୁ ବଜାୟ ରଖିବା ପାଇଁ ଅନ୍ୟ ଗୋଷ୍ଠୀ ତଥା ସମାଜର ସ୍ବାର୍ଥକୁ ଚିନ୍ତା କରିନଥାନ୍ତି । ଏହିପରି ସମାଜକୁ ଏକତା ସୂତ୍ରରେ ବାନ୍ଧିବାର ସମ୍ବନ୍ଧ କୋହଳ ପଡ଼ିଯାଇଥାଏ ଏବଂ ଗୋଷ୍ଠୀବାଦକୁ ଉତ୍ସାହ ମିଳିଥାଏ ।
(୪) ଶ୍ରମିକ ଏବଂ ମାଲିକ ମଧ୍ୟରେ ସଂଘର୍ଷ – ବଡ଼ ବଡ଼ କାରଖାନାରେ ସଂଖ୍ୟାତ୍ମକ ଶ୍ରମିକ ଭିନ୍ନ ଭିନ୍ନ କାର୍ଯ୍ୟ କରିଥାନ୍ତି । ପରିଣାମ ସ୍ବରୂପ ମାଲିକ ଏବଂ ଭିନ୍ନ ଭିନ୍ନ ଶ୍ରମିକଙ୍କ ମଧ୍ୟରେ ଘନିଷ୍ଠ ବା ନିକଟ ସମ୍ବନ୍ଧ ସ୍ଥାପନ ହୋଇନଥାଏ ଏବଂ ଗୋଟିଏ ମାଲିକ ଶ୍ରେଣୀ ଯାହା ପାଖରେ ଆର୍ଥିକ ଶକ୍ତି ଥାଏ ଏବଂ ଅନ୍ୟ ଶ୍ରମିକ ଶ୍ରେଣୀ ଯେଉଁମାନେ କି ନିଜ ନିଜର ସ୍ବାର୍ଥକୁ ରକ୍ଷା କରିବା ପାଇଁ ନିରନ୍ତର ମାଲିକଙ୍କ ସହିତ ସଂଘର୍ଷ କରିବାକୁ ବାଧ୍ୟ ହୋଇଥାନ୍ତି ।
(୫) ପାରସ୍ପରିକ ନିର୍ଭରତା – ଶ୍ରମ ବିଭାଜନ ବ୍ୟକ୍ତି, ସମୁଦାୟ ତଥା ଦେଶମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଅତ୍ୟଧ୍ଵ ନିର୍ଭରଶୀଳ କରି ଦେଇଥାଏ । ଶିଳ୍ପାନୁଷ୍ଠାନରେ କାମ କରୁଥିବା ଶ୍ରମିକ କୃଷକ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଏହି ନିର୍ଭରତା ସାମାଜିକ ଘନିଷ୍ଠତା ସ୍ଥାପନ ଦୃଷ୍ଟିରୁ ଯଥାର୍ଥ ଅଟେ; ମାତ୍ର ଯଦି କୌଣସି କାରଣରୁ ଏମାନଙ୍କ ମଧ୍ୟରେ ସଂଘର୍ଷରେ ସ୍ଥିତି ଉତ୍ପନ୍ନ ହୋଇଯାଏ ତେବେ ସମାଜ ପକ୍ଷରେ ଏହି ଆବଶ୍ୟକତାକୁ ପୂରଣ କରିବା ଅତ୍ୟଧିକ କଠିନ ହୋଇଯାଇଥାଏ ।
ଉପରୋକ୍ତ ବିବେଚନାରୁ ସ୍ପଷ୍ଟ ହୋଇଥାଏ ଯେ, ଶ୍ରମ ବିଭାଜନର ଦୋଷ ବା କ୍ଷତି ତଦ୍ବାରା ସମାଜ ଓ ଶ୍ରମିକଙ୍କୁ ମିଳୁଥିବା ସୁବିଧା ତୁଳନାରେ ଭିତ୍ତିହୀନ ଅଟେ । ଏହି କାରଣରୁ ସମାଜ ଓ ସଭ୍ୟତାର ପ୍ରାରମ୍ଭରୁ ଆରମ୍ଭ କରି ବର୍ତ୍ତମାନର ଜଟିଳ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ଶ୍ରମ ବିଭାଜନର ଅସ୍ତିତ୍ଵ ଉପଲବ୍ଧ ହେଉଅଛି ।