CHSE Odisha Class 11 Sociology Unit 4 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 4 ପ୍ରକ୍ରିୟା, ସ୍ତରୀକରଣ ଏବଂ ପରିବର୍ତ୍ତନ Short Answer Questions

CHSE Odisha 11th Class Sociology Unit 4 Short Answer Questions in Odia Medium

(କ) ସାମାଜିକ ପ୍ରକ୍ରିୟା (SOCIAL PROCESSES)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସହଯୋଗିତା କ’ଣ ବୁଝ ?
Answer:
ସହଯୋଗିତା ସାମାଜିକ ଆନ୍ତଃ-କ୍ରିୟାର ଏକ ସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ପରିଚିତ । ସହଯୋଗିତାର ପ୍ରକୃତ ଅର୍ଥ ହେଉଛି ଏକତ୍ରିତଭାବରେ କାର୍ଯ୍ୟ ସମ୍ପାଦନ କରିବା । ଏକ ସାଧାରଣ ଲକ୍ଷ୍ୟ ବା ଉଦ୍ଦେଶ୍ୟକୁ ପୂରଣ କରିବାପାଇଁ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କର ମିଳିତ ଉଦ୍ୟମକୁ ସହଯୋଗିତା କୁହାଯାଇଥାଏ ।

2. ସହଯୋଗିତାର ସଂଜ୍ଞା ପ୍ରଦାନ କର ।
Answer:
ଏଲଡ୍ରେଜ୍ ଏବଂ ମେରିଲ୍ (Eldredge and Merrill) ଙ୍କ ମତରେ, ‘ସହଯୋଗିତା ହେଉଛି ଏକ ସାମାଜିକ ପ୍ରକ୍ରିୟା ଯେଉଁଥରେ କି ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ଏକ ସାଧାରଣ ଲକ୍ଷ୍ୟ ପୂରଣ ନିମନ୍ତେ କାର୍ଯ୍ୟ କରିଥା’ନ୍ତି ।’’ ସହଯୋଗିତାର ଯେକୌଣସି ଦୁଇଗୋଟି ଲକ୍ଷଣ ଦର୍ଶାଅ ।

3. ସହଯୋଗିତାର ଯେକୌଣସି ଦୁଇଗୋଟି ଲକ୍ଷଣ ଦର୍ଶାଅ ।
Answer:
ସହଯୋଗିତାର ଦୁଇଗୋଟି ଲକ୍ଷଣ ହେଲା-
(i) ସଚେତନ ପ୍ରକ୍ରିୟା ଏବଂ (ii) ବ୍ୟକ୍ତିଗତ ପ୍ରକ୍ରିୟା ।

4. ଯେକୌଣସି ଚାରି ପ୍ରକାର ସହଯୋଗିତାର ନାମ ଉଲ୍ଲେଖ କର ।
Answer:
ଚାରିପ୍ରକାର ସହଯୋଗିତାର ନାମ ହେଲା-
(i) ପ୍ରତ୍ୟକ୍ଷ ସହଯୋଗିତା,
(ii) ପରୋକ୍ଷ ସହଯୋଗିତା,
(iii) ପ୍ରାଥମିକ ସହଯୋଗିତା ଏବଂ
(iv) ଗୌଣ ସହଯୋଗିତା ।

5. ପ୍ରାଥମିକ ସହଯୋଗିତା କହିଲେ ତୁମେ କ’ଣ ବୁଝ ?
Answer:
ପ୍ରାଥମିକ ସହଯୋଗିତା ପ୍ରାଥମିକ ସମୂହରେ ଦେଖ‌ିବାକୁ ମିଳିଥାଏ । ଏହିପ୍ରକାର ସହଯୋଗିତାରେ ସଦସ୍ୟମାନେ ପରସ୍ପରକୁ ସହଯୋଗ କରି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥା’ନ୍ତି । ପରିବାର ହେଉଛି ପ୍ରାଥମିକ ସହଯୋଗିତାର ଏକ କେନ୍ଦ୍ରସ୍ଥଳୀ । ପରିବାର ମଧ୍ୟରେ ପିତାମାତା ଏବଂ ସେମାନଙ୍କର ପିଲାମାନେ ପରସ୍ପରକୁ ସହଯୋଗ କରି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

CHSE Odisha Class 11 Sociology Unit 4 Short Answer Questions in Odia Medium

6. ଗୌଣ ସହଯୋଗିତା କହିଲେ ତୁମେ କ’ଣ ବୁଝ ?
Answer:
ଏହିପ୍ରକାର ସହଯୋଗିତା ଗୌଣ ସମୂହରେ ଦେଖିବାକୁ ମିଳିଥାଏ । କାରଣ ଏହିପ୍ରକାର ସହଯୋଗିତାରେ ସହଯୋଗର ଭିଭି ସାମୂହିକ ଆଗ୍ରହ ଉପରେ ପ୍ରତିଷ୍ଠିତ । ବିଭିନ୍ନ ରାଜନୀତିକ, ଧାର୍ମିକ, ଆର୍ଥନୀତିକ ଏବଂ ଶିଳ୍ପଭିଭିକ ସଙ୍ଗଠନଗୁଡ଼ିକରେ ଏହି ଗୌଣ ସହଯୋଗିତା ପରିଲକ୍ଷିତ ହୋଇଥାଏ ।

7. ଆଂଶିକ ସହଯୋଗିତା କହିଲେ ତୁମେ କ’ଣ ବୁଝ ?
Answer:
ଏହିପ୍ରକାର ସହଯୋଗିତା ନିର୍ଦ୍ଦିଷ୍ଟ ସ୍ଵାର୍ଥ ସାଧନ ଉପରେ ପ୍ରତିଷ୍ଠିତ । ଉଦାହରଣସ୍ୱରୂପ- ଯେତେବେଳେ ନିର୍ବାଚନ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ପରାଜିତ କରିବାପାଇଁ ଦୁଇ ବା ତତୋଽଧୂକ କ୍ଷୁଦ୍ର ରାଜନୀତିକ ଦଳ ଏକତ୍ରିତଭାବରେ କାର୍ଯ୍ୟ କରିଥା’ନ୍ତି, ତାହାକୁ ଆଂଶିକ ସହଯୋଗିତା କୁହାଯାଇଥାଏ ।

8. ଅଭିଯୋଜନ କହିଲେ ତୁମେ କ’ଣ ବୁଝ ?
Answer:
ଅଭିଯୋଜନ ଏକ ସମ୍ବନ୍ଧକାରୀ ସାମାଜିକ ପ୍ରକ୍ରିୟା । ଏହା ସଂଘର୍ଷ ସମାଧାନର ଏକ ଉତ୍କୃଷ୍ଟ ଉପାୟ । ଏକ ନିର୍ଦ୍ଦିଷ୍ଟ ପରିବେଶ ସହିତ ଖାପଖୁଆଇ ଚଳିବା ପଦ୍ଧତିକୁ ଅଭିଯୋଜନ କୁହାଯାଇଥାଏ । ଅଭିଯୋଜନ ହେଉଛି ଏକ ପ୍ରକ୍ରିୟା ଯାହା ମାଧ୍ୟମରେ କି ବିରୋଧୀ ବ୍ୟକ୍ତି ବା ସମୂହ ଏକ ସାଧାରଣ ରାଜିନାମାରେ ଉପନୀତ ହୋଇଥା’ନ୍ତି ।

9. ଅଭିଯୋଜନର ସଂଜ୍ଞା ପ୍ରଦାନ କର ।
Answer:
ଗିଲିନ୍ ଏବଂ ଗିଲିନ୍ (Gillin and Gillin) ଙ୍କ ମତରେ, ‘‘ଅଭିଯୋଜନ ଏକ ପ୍ରକ୍ରିୟା ଯାହାଦ୍ଵାରା ପ୍ରତିଯୋଗିତାରତ ଏବଂ ସଂଘର୍ଷରତ ବ୍ୟକ୍ତି ବା ସମୂହ ପ୍ରତିଯୋଗିତା, ପ୍ରତିରୋଧ ବା ସଂଘର୍ଷଦ୍ବାରା ଉପୁଜିଥ‌ିବା ଅସୁବିଧାଗୁଡ଼ିକୁ ଦୂର କରିବାପାଇଁ ପରସ୍ପର ସହିତ ସମନ୍ଵୟ ରକ୍ଷା କରିଥା’ନ୍ତି ।’’

10. ଅଭିଯୋଜନର ଯେକୌଣସି ତିନିଗୋଟି ଲକ୍ଷଣ ଦର୍ଶାଅ ।
Answer:
ଅଭିଯୋଜନର ତିନିଗୋଟି ଲକ୍ଷଣ ହେଲା-
(i) ଅଭିଯୋଜନ ହେଉଛି ସଂଘର୍ଷର ଶେଷ ପରିଣତି,
(ii) ଅଭିଯୋଜନ ଏକ ସଚୈତନିକ ପ୍ରକ୍ରିୟା,
(iii) ଅଭିଯୋଜନ ଏକ ସାର୍ବଜନୀନ ପ୍ରକ୍ରିୟା ।

11. ପ୍ରତିଯୋଗିତାର ସଂଜ୍ଞା ଦିଅ ।
Answer:
ସଦରଲାଣ୍ଡ, ଉର୍ଚ୍ଚ ଏବଂ ମାକ୍‌ୱେଲ୍‌ (Sutherland, Woodword and Max-well) ଙ୍କ ମତରେ, ‘‘ସନ୍ତୋଷ ଲାଭ ପାଇଁ ବ୍ୟକ୍ତି ବା ସମୂହଗୁଡ଼ିକ ମଧ୍ୟରେ ହେଉଥ‌ିବା ଅବୈୟକ୍ତିକ, ଅଚୈତନିକ ଏବଂ ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରତିଯୋଗିତା କୁହାଯାଏ, ଯାହାକି ସୀମିତ ଯୋଗାଣ ଫଳରେ ଯଥେଷ୍ଟ ପରିମାଣରେ ସମସ୍ତଙ୍କ ଚାହିଦାକୁ ପୂରଣ କରିପାରି ନଥାଏ ।’’

12. ପ୍ରତିଯୋଗିତାର ଚାରିଗୋଟି ବୈଶିଷ୍ଟ୍ୟ ଦର୍ଶାଅ
Answer:
ପ୍ରତିଯୋଗିତାର ଚାରିଗୋଟି ମୁଖ୍ୟ ବୈଶିଷ୍ଟ୍ୟ ହେଲା-
(i) ଅବୈତ୍ତିକ ପ୍ରକ୍ରିୟା, (ii) ଅଚୈତନିକ ପ୍ରକ୍ରିୟା, (iii) ସାର୍ବଜନୀନ ପ୍ରକ୍ରିୟା ଏବଂ (iv) ନିରବଚ୍ଛିନ୍ନ ପ୍ରକ୍ରିୟା ।

13. ଚାରିପ୍ରକାର ପ୍ରତିଯୋଗିତାର ନାମ ଉଲ୍ଲେଖ କର ।
Answer:
ଚାରିଗୋଟି ପ୍ରକାରର ପ୍ରତିଯୋଗିତାର ନାମ ହେଲା-
(i) ସାମାଜିକ ପ୍ରତିଯୋଗିତା, (ii) ଆର୍ଥନୀତିକ ପ୍ରତିଯୋଗିତା, (iii) ସାଂସ୍କୃତିକ ପ୍ରତିଯୋଗିତା ଏବଂ (iv) ପ୍ରଜାତୀୟ ପ୍ରତିଯୋଗିତା ।

14. ପ୍ରତିଯୋଗିତାର ତିନିଗୋଟି ସକାରାତ୍ମକ ବା ଅସ୍ଥିସୂଚକ (Positive) ପ୍ରକାର୍ଯ୍ୟର ନାମ ଦର୍ଶାଅ ।
Answer:
ପ୍ରତିଯୋଗିତାର ତିନିଗୋଟି ସକାରାତ୍ମକ (Posivive) ପ୍ରକାର୍ଯ୍ୟ ହେଲା-
(i) ପ୍ରତିଯୋଗିତା ବ୍ୟକ୍ତିର ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିଥାଏ ।
(ii) ଏହା ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ ।
(iii) ଏହା ବ୍ୟକ୍ତିମାନଙ୍କୁ ପ୍ରତ୍ୟକ୍ଷ ସଂଘର୍ଷରୁ ନିବୃତ୍ତ କରିଥାଏ ।

15. ପ୍ରତିଯୋଗିତାର ତିନିଗୋଟି ନକାରାତ୍ମକ ବା ନାସ୍ତିସୂଚକ (Negative) ପ୍ରକାର୍ଯ୍ୟ କ’ଣ ?
Answer:
ପ୍ରତିଯୋଗିତାର ତିନିଗୋଟି ନାସ୍ତିସୂଚକ (Negative) ପ୍ରକାର୍ଯ୍ୟ କ’ଣ ?
(i) ଏହା ଆବେଗାତ୍ମକ ଏବଂ ମନସ୍ତାତ୍ତ୍ଵିକ ବିଶୃଙ୍ଖଳା ସୃଷ୍ଟି କରିଥାଏ ।
(ii) ଏହା ଶୋଷଣର ପ୍ରତୀକ ଅଟେ ।
(iii) ଏହା ବ୍ୟକ୍ତି ମନରେ ନୈରାଶ୍ୟଭାବ ସୃଷ୍ଟି କରିଥାଏ ।

CHSE Odisha Class 11 Sociology Unit 4 Short Answer Questions in Odia Medium

16. ସଂଘର୍ଷ କହିଲେ କ’ଣ ବୁଝ ?
Answer:
ସଂଘର୍ଷ ମାନବ ସମାଜରେ ଏକ ସାର୍ବଜନୀନ ପ୍ରକ୍ରିୟାରୂପେ ପରିଚିତ । ଏହି ପ୍ରକ୍ରିୟାରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ବିପର୍ଯ୍ୟସ୍ତ କରିବାପାଇଁ ହିଂସାତ୍ମକ କାର୍ଯ୍ୟରେ ସାହାଯ୍ୟ ନେଇଥାଏ । ଅନ୍ୟ ଅର୍ଥରେ, ସଂଘର୍ଷ ହେଉଛି ସେହି ପ୍ରକ୍ରିୟା ଯେଉଁଥରେ ବ୍ୟକ୍ତି ବା ସମୂହ ବିରୋଧୀ ବ୍ୟକ୍ତି ବା ସମୂହକୁ ହିଂସାତ୍ମକ ଉପାୟରେ ଦମନ କରି ନିଜ ଲକ୍ଷ୍ୟକୁ ପୂରଣ କରିବାକୁ ଚେଷ୍ଟା କରିଥାଏ ।

17. ସଂଘର୍ଷର ଚାରିଗୋଟି ବୈଶିଷ୍ଟ୍ୟ ଦର୍ଶାଅ ।
Answer:
ସଂଘର୍ଷର ଚାରିଗୋଟି ବୈଶିଷ୍ଟ୍ୟ ହେଲା- (i) ସଚୈତନିକ ପ୍ରକ୍ରିୟା, (ii) ବ୍ୟକ୍ତିଗତ ପ୍ରକ୍ରିୟା, (iii) ଅନିୟମିତ ପ୍ରକ୍ରିୟା ଏବଂ (iv) ସାର୍ବଜନୀନ ପ୍ରକ୍ରିୟା ।

18. ଅବ୍ୟକ୍ତ ସଂଘର୍ଷ (Latent conflict) କହିଲେ କ’ଣ ବୁଝ ?
Answer:
ଯେତେବେଳେ ବ୍ୟକ୍ତି ବା ସମୂହଗୁଡ଼ିକ ଖୋଲାଖୋଲିଭାବେ ସେମାନଙ୍କର ସଂଘର୍ଷ ମନୋଭାବକୁ ପ୍ରକାଶ କରି ନ ଥା’ନ୍ତି ଏବଂ ସେମାନଙ୍କର ଅସନ୍ତୋଷକୁ ଗୋପନୀୟ ରଖୁ’ନ୍ତି, ତାହାକୁ ଅବ୍ୟକ୍ତ ସଂଘର୍ଷ ବୋଲି କୁହାଯାଇଥାଏ ।

19. ପ୍ରକାଶ୍ୟ ସଂଘର୍ଷ (Overt conflict) କହିଲେ କ’ଣ ବୁଝ ?
Answer:
ଯେତେବେଳେ ବ୍ୟକ୍ତି ବା ସମୂହଗୁଡ଼ିକ ସେମାନଙ୍କର ସଂଘର୍ଷ ମନୋଭାବକୁ ମୁକ୍ତଭାବରେ ପ୍ରକାଶ କରି ପ୍ରତ୍ୟକ୍ଷ ସଂଘର୍ଷରେ ଜଡ଼ିତ ହୁଅନ୍ତି, ତାହାକୁ ପ୍ରକାଶ୍ୟ ସଂଘର୍ଷ (Over conflict) କୁହନ୍ତି । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସଂଘର୍ଷ, ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଏହି ପ୍ରକାଶ୍ୟ ସଂଘର୍ଷର ଅନ୍ତର୍ଭୁକ୍ତ ଅଟେ ।

20. ସଂଘର୍ଷର ତିନିଗୋଟି ଅସ୍ତିସୂଚକ ପ୍ରକାର୍ଯ୍ୟ କ’ଣ ?
Answer:
ସଂଘର୍ଷର ତିନିଗୋଟି ଅସ୍ତିସୂଚକ (Positive) ପ୍ରକାର୍ଯ୍ୟ ହେଲା-
(i) ସଂଘର୍ଷ ସାମାଜିକ ପରିବର୍ତ୍ତନ ଆଣିଥାଏ ।
(ii) ଏହା ଅନ୍ତରଙ୍ଗ ସମ୍ପର୍କ ପ୍ରତିଷ୍ଠା କରିଥାଏ ।
(iii) ଏହା ମୂଲ୍ୟବୋଧର ବାର୍ଭାବହ ଅଟେ ।

21. ସଂଘର୍ଷର ତିନିଗୋଟି ନାସ୍ତିସୂଚକ (Negative) ପ୍ରକାର୍ଯ୍ୟର ନାମ ଉଲ୍ଲେଖ କର ।
Answer:
ସଂଘର୍ଷର ତିନିଗୋଟି ନାସ୍ତିସୂଚକ ପ୍ରକାର୍ଯ୍ୟ ହେଲା-
(i) ଏହା ଅନୁତ୍ପାଦନଶୀଳ ଅଟେ ।
(ii) ଏହା ନୈତିକ ମୂଲ୍ୟବୋଧର ଅଧଃପତନ ଘଟାଇଥାଏ ।
(iii) ଏହା ସାମାଜିକ ସଂହତିକୁ ବିପର୍ଯ୍ୟସ୍ତ କରିଥାଏ ।

22. ଆତ୍ମୀକରଣ କହିଲେ କ’ଣ ବୁଝ ?
Answer:
ଆତ୍ମୀକରଣ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ସାଧାରଣ ଅଭିବୃଦ୍ଧି, ସାଧାରଣ ଲକ୍ଷ୍ୟ ଏବଂ ଆନୁଗତ୍ୟ ପ୍ରକାଶ ପାଇଥାଏ ।

23. ଆତ୍ମୀକରଣ ପ୍ରକ୍ରିୟାର ଦୁଇଗୋଟି ଗୁଣ ବା ଲକ୍ଷଣ ଉଲ୍ଲେଖ କର ।
Answer:
ଆତ୍ମୀକରଣ ପ୍ରକ୍ରିୟାର ଦୁଇଗୋଟି ଗୁଣ ବା ଲକ୍ଷଣ ହେଲା-
(i) ନିକଟବର୍ତ୍ତୀ ହେବା ପ୍ରକାର ଅନ୍ତଃକ୍ରିୟା (Approaching type of interaction)
(ii) ଅବରୋଧିତ ପାରସ୍ପରିକ କ୍ରିୟା (Unrestricted interaction)

CHSE Odisha Class 11 Sociology Unit 4 Short Answer Questions in Odia Medium

24. ‘ଆତ୍ମୀକରଣକୁ ସହାୟତା କରୁଥିବା ଦୁଇଗୋଟି କାରକର ନାମ ଲେଖ ।
Answer:
ଆତ୍ମୀକରଣକୁ ସହାୟତା କରୁଥିବା ଦୁଇଗୋଟି କାରକର ନାମ ହେଲା –
(i) ସହିଷ୍ଣୁତା (Toleration)
(ii) ସମାନ ଅର୍ଥନତିକ ସୁଯୋଗ (Equal Economic Opportunity)

25. ଆତ୍ମୀକରଣରେ ବାଧା ସୃଷ୍ଟି କରୁଥ‌ିବା ଦୁଇଗୋଟି କାରକର ନାମ ଲେଖ ।
Answer:
ଆତ୍ମୀକରଣରେ ବାଧା ସୃଷ୍ଟି କରୁଥିବା ଦୁଇଗୋଟି କାରକର ନାମ ହେଲା-
(i) ଏକାନ୍ତିକରଣ (Isolation)
(ii) ସାଂସ୍କୃତିକ ପାର୍ଥକ୍ୟ (Cultural difference)

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସହଯୋଗିତାର ପ୍ରକାରଭେଦ ଆଲୋଚନା କର ।
Answer:
ବିଭିନ୍ନ ସମାଜବିଜ୍ଞାନ ସହଯୋଗିତାକୁ ଭିନ୍ନ ଭିନ୍ନ ବିଭାଗରେ ବିଭକ୍ତ କରିଅଛନ୍ତି । ମାକାଇଭର ଏବଂ ପେଜ୍ (MacIver and Page) ସହଯୋଗିତାକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରିଛନ୍ତି; ଯଥା- (1) ପ୍ରତ୍ୟକ୍ଷ ସହଯୋଗିତା ଏବଂ (2) ପରୋକ୍ଷ ସହଯୋଗିତା ।

(1) ପ୍ରତ୍ୟକ୍ଷ ସହଯୋଗିତା (Direct co-operation)- ଯେତେବେଳେ ବ୍ୟକ୍ତି ବା ସମୂହଗୁଡ଼ିକ ପ୍ରତ୍ୟକ୍ଷଭାବେ ପରସ୍ପରକୁ ସହଯୋଗ ପ୍ରଦାନ କରି କାର୍ଯ୍ୟ କରିଥା’ନ୍ତି, ତାହାକୁ ପ୍ରତ୍ୟକ୍ଷ ସହଯୋଗିତାର ଉଦାହରଉ ଅଟେ । ଏହି ପ୍ରକାର ସହଯୋଗିତାର ଏକ ମୁଖ୍ୟ ବୈଶିଷ୍ଟ୍ୟ ଏହି ଯେ, ଯେଉଁ କାର୍ଯ୍ୟକୁ ବ୍ୟକ୍ତି ଏକାକୀ କରିବାକୁ ଅସମର୍ଥ, ସେହି କାର୍ଯ୍ୟକୁ ଅନେକ ବ୍ୟକ୍ତି ମିଳିତ ଭାବରେ ସମ୍ପାଦନ କରିଥା’ନ୍ତି ।

(2) ପରୋକ୍ଷ ସହଯୋଗିତା (Indirect co-operation)- ଏହିପ୍ରକାର ସହଯୋଗିତାରେ ବିଭିନ୍ନ ବ୍ୟକ୍ତି ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥା’ନ୍ତି, ମାତ୍ର ସେମାନଙ୍କର ଲକ୍ଷ୍ୟ ଗୋଟିଏ ଥାଏ । ଅନ୍ୟ ଅର୍ଥରେ ଏକ ସାମୂହିକ ଲକ୍ଷ୍ୟ ପୂରଣ ନନିତ୍ତ ଲୋକମାନେ ବ୍ୟକ୍ତିଗତଭାବେ ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ କଲେ ତାହାକୁ ପରୋକ୍ଷ ସହଯୋଗିତା କୁହାଯାଏ । ଏହି ପରୋକ୍ଷ ସହଯୋଗିତା ଶ୍ରମବିଭାଜନ ନିୟମ ଉପରେ ପ୍ରତିଷ୍ଠିତ । ବୃହତ୍ ଶିଳ୍ପାନୁଷ୍ଠାନରେ ବିଭିନ୍ନ ଶ୍ରମିକ କଠିନ କାର୍ଯ୍ୟକୁ ପୃଥକ୍ ପୃଥକ୍ ଭାବେ ସମ୍ପାଦନ କରିଥା’ନ୍ତି । ଏହି ପ୍ରକ୍ରିୟାରେ ପ୍ରତ୍ୟକ୍ଷ ସମ୍ପର୍କ ନ ଥାଏ । ଏକ ଉଦ୍ଦେଶ୍ୟ ପୂରଣ ପାଇଁ ସେମାନେ ବିଭିନ୍ନ କାର୍ଯ୍ୟ କରିଥା’ନ୍ତି । ଏହି ପ୍ରକାର ସହଯୋଗିତା ଆଧୁନିକ ଶିଳ୍ପଭିଭିକ ସମାଜର ମୁଖ୍ୟ ବିଶେଷତ୍ଵ ।

ଏ. ଡବ୍‌ଲ୍ୟୁ. ଗ୍ରୀନ୍ (A.W.Green) ସହଯୋଗିତାକୁ ତିନିଗୋଟି ବିଭାଗରେ ବିଭକ୍ତ କରିଛନ୍ତି ।

(i) ପ୍ରାଥମିକ ସହଯୋଗିତା (Primary co-operation)- ଏହି ପ୍ରକାର ସହଯୋଗିତା ପ୍ରାଥମିକ ସମୂହ; ଯଥା- ପରିବାର, ପଡ଼ୋଶୀ ପରି ପ୍ରାଥମିକ ସମୂହରେ ପରିଦୃଷ୍ଟ ହୋଇଥାଏ । ଏହିପ୍ରକାର ସହଯୋଗିତାରେ ସ୍ଵାର୍ଥପରତାର ସ୍ଥାନ ନ ଥାଏ। ପରିବାର ମଧ୍ୟରେ ସମସ୍ତ ସଦସ୍ୟ ପରସ୍ପରକୁ ସହଯୋଗ କରି କାର୍ଯ୍ୟ କରିଥା’ନ୍ତି । ଏହି ସହଯୋଗିତା ପ୍ରାଥମିକ ସମ୍ପର୍କକୁ ସୁଦୃଢ଼ କରିଥାଏ ।

(ii) ଗୌର ସହଯୋଗିତା (Secondary co-operation)- ଗୌଣ ସହଯୋଗିତା ଗୌଣ ସମୂହରେ ଦେଖିବାକୁ ମିଳିଥାଏ । ଏହା ରାଜନୀତିକ ଦଳ, ଶ୍ରମିକ ସଂଘ, ଶିଳ୍ପସଂସ୍ଥା ଆଦିରେ ପରିଦୃଷ୍ଟ ହୋଇଥାଏ । ଏହିପ୍ରକାର ସହଯୋଗିତା ସମସ୍ତ ସଦସ୍ୟକୁ ସମାନ ସୁବିଧା ସୁଯୋଗ ଦେଇ ନ ଥାଏ ।

(iii) ଆଂଶିକ ସହଯୋଗିତା (Tertiary co-operation)- କେତେକ ସ୍ୱତନ୍ତ୍ର ପରିସ୍ଥିତିରେ ନିର୍ଦ୍ଦିଷ୍ଟ ସ୍ଵାର୍ଥ ପୂରଣ ପାଇଁ ବିଭିନ୍ନ ସମୂହ ମଧ୍ଯରେ ହେଉଥ‌ିବା ସହଯୋଗିତାକୁ ଆଂଶିକ ସହଯୋଗିତା କୁହାଯାଇଥାଏ । ନିର୍ବାଚନ ସମୟରେ ଦୁଇଗୋଟି ରାଜନୈତିକ ଦଳ ପରସ୍ପର ସହିତ ସହଯୋଗ କରି ଅନ୍ୟ ଗୋଟିଏ ବୃହତ୍ ଦଳକୁ ପରାଜିତ କରିବାକୁ ଚାହିଁଥା’ନ୍ତି । ଏହି ପ୍ରକାର ସହଯୋଗିତାକୁ ଆଂଶିକ ସହଯୋଗିତା ବୋଲି କୁହାଯାଇଥାଏ ।

2. ସହଯୋଗିତାର ମୁଖ୍ୟ ଗୁଣଗୁଡ଼ିକୁ ଆଲୋଚନା କର ।
Answer:
ଅଭିଯୋଜନର ଲକ୍ଷଣ ବା ଗୁଣଗୁଡ଼ିକୁ ନିମ୍ନମତେ ଆଲୋଚନା କରାଯାଇପାରେ ।
(i) ଏହି ସହଯୋଗିତା ଏକ ସଚୈତନିକ ପ୍ରକ୍ରିୟା ଅଟେ । ଏହି ପ୍ରକ୍ରିୟାରେ ବ୍ୟକ୍ତି ବା ସମୂହ ସଚେତନଭାବରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଏକତ୍ରିତଭାବେ କାର୍ଯ୍ୟ କରିଥା’ନ୍ତି ।
(ii) ସହଯୋଗିତା ଏକ ବ୍ୟକ୍ତିଗତ ପ୍ରକ୍ରିୟା ଅଟେ । ଏଥିରେ ବ୍ୟକ୍ତି ଏବଂ ସମୂହ ପରସ୍ପର ସହିତ ବ୍ୟକ୍ତିଗତ ସମ୍ପର୍କ ରଖୁଥା’ନ୍ତି । ସେମାନେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାପାଇଁ ଏକତ୍ରିତ ହୋଇଥା’ନ୍ତି ।
(iii) ସହଯୋଗିତା ଏକ ଧାରାବାହିକ ପ୍ରକ୍ରିୟା ଅଟେ । ଏହାର ପରିସମାପ୍ତି ଘଟି ନ ଥାଏ । ଅତୀତରେ ସମାଜରେ ଏହି ସହଯୋଗିତାର ଯଥେଷ୍ଟ ମହତ୍ତ୍ବ ପରିଲକ୍ଷିତ ହେଉଥିଲା । ବର୍ତମାନ ଏବଂ ଭବିଷ୍ୟତ ସମାଜରେ ମଧ୍ୟ ଏହି ପ୍ରକ୍ରିୟା କାର୍ଯ୍ୟ କରି ଚାଲିଥବ । ସହଯୋଗ ବିନା ଜୀବନ ସୁଖମୟ ହୋଇପାରିବ ନାହିଁ । ସହଯୋଗର ଅଭାବରେ ମନୁଷ୍ୟ ସମାଜ ବିପର୍ଯ୍ୟସ୍ତ ହୋଇପଡ଼ିବ ।
(iv) ସହଯୋଗିତା ଏକ ସାର୍ବଜନୀନ ପ୍ରକ୍ରିୟା ଅଟେ ଯାହା ସମସ୍ତ ସମୂହ, ସମସ୍ତ ସମାଜ ଏବଂ ସବୁ ଜାତିରେ ପରିଦୃଷ୍ଟ ହୋଇଥାଏ ।
(v) ସହଯୋଗିତାର ଆଉ ଏକ ବିଶେଷ ଗୁଣ ହେଉଛି ଏହି ଯେ, ଏହା ସର୍ବଦା ସାଧାରଣ ଲକ୍ଷ୍ୟ ଏବଂ ସଙ୍ଗଠିତ ଉଦ୍ୟମ (Organised effort) ନାମକ ଦୁଇଟି ଉପାଦାନ ଉପରେ ପ୍ରତିଷ୍ଠତ ।

3. ଅଭିଯୋଜନର ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ଅଭିଯୋଜନର ଲକ୍ଷଣ ବା ଗୁଣଗୁଡ଼ିକୁ ନିମ୍ନମତେ ଆଲୋଚନା କରାଯାଇପାରେ ।
(i) ଅଭିଯୋଜନ ସଂଘର୍ଷର ଶେଷ ପରିଣତି (Accommodation is the end result of conflict) – ଏହି ଅଭିଯୋଜନ ସଂଘର୍ଷ ବା ଦ୍ଵନ୍ଦର ଶେଷ ପରିଣତି ବା ପରିମାର୍ଜିତ ରୂପ ଅଟେ । ସଂଘର୍ଷ ସମାପ୍ତି ପରେ ଅଭିଯୋଜନ ପ୍ରକ୍ରିୟା କାର୍ଯ୍ୟ କରିଥାଏ । ଯଦି ସଂଘର୍ଷ ବା ଦ୍ଵନ୍ଦର ଆଶଙ୍କା ନ ଥାଏ, ତାହାହେଲେ ଅଭିଯୋଜନର ଆବଶ୍ୟକତା ଦରକାର ପଡ଼ି ନ
ଥାଏ ।

CHSE Odisha Class 11 Sociology Unit 4 Short Answer Questions in Odia Medium

(ii) ସଚୈତନିକ ପ୍ରକ୍ରିୟା (Conscious Process)- ଅଭି ଯୋଜନ ସଚେତନ ପ୍ରକ୍ରିୟା ଅଟେ । ମନୁଷ୍ୟ ଉଦ୍ଦେଶ୍ୟମୂଳକଭାବେ ଏହି ପ୍ରକ୍ରିୟାକୁ ଗ୍ରହଣ କରିଥାଏ । ବ୍ୟକ୍ତି ପରିସ୍ଥିତି ସମ୍ପର୍କରେ ଠିକ୍‌ଭାବେ ଉପଲବ୍ଧ ନ କରି କୌଣସି ବ୍ୟକ୍ତି ବା ସମୂହ ସହିତ ଅଭିଯୋଜନ କରି ନ ଥାଏ ।

(iii) ସାର୍ବଜନୀନ ପ୍ରକ୍ରିୟା (Universal process)- ଅଭିଯୋଜନ ଏକ ସାର୍ବଜନୀନ ପ୍ରକ୍ରିୟାଭାବେ ପରିଚିତ । ସମାଜରେ ସଂହତି ଏବଂ ସ୍ଥାୟିତ୍ଵ ରକ୍ଷା କରିବା ନିମିତ୍ତ ଏହାର ବିଶେଷ ଗୁରୁତ୍ୱ ରହିଛି । ଅଭିଯୋଜନା ପ୍ରକ୍ରିୟା ପ୍ରତ୍ୟେକ ସମାଜରେ ସବୁ ସମୟରେ ଦେଖାଯାଇଥାଏ ।

(iv) ନିରବଚ୍ଛିନ୍ନ ସାମାଜିକ ପ୍ରକ୍ରିୟା (Continuous social process)- ଅଭିଯୋଜନ ଏକ ନିରବଚ୍ଛିନ୍ନ ସାମାଜିକ ପ୍ରକ୍ରିୟାଭାବେ ମାନବ ସମାଜରେ ସର୍ବଦା ଦେଖାଯାଇଥାଏ । ଏହାର ପରିସମାପ୍ତି ଘଟି ନ ଥାଏ । ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରକ୍ରିୟାର ବଶବର୍ତ୍ତୀ ହୋଇଥାଏ ।

(v) ପ୍ରେମ ଏବଂ ଘୃଣାର ଏକ ସମ୍ମିଶ୍ରଣ (Mixture of love and hatred)- ଅଭିଯୋଜନ ପ୍ରେମ ଏବଂ ଘୃଣାର ଏକ ସମ୍ମିଶ୍ରଣ ଅଟେ । ପ୍ରେମ ପରସ୍ପର ମଧ୍ୟରେ ସହଯୋଗିତା ସୃଷ୍ଟି କରିଥାଏ ଏବଂ ଘୃଣା ପରସ୍ପର ମଧ୍ୟରେ ସଂଘର୍ଷର ସୂତ୍ରପାତ କରିଥାଏ । ତେଣୁ ପ୍ରକ୍ରିୟାରେ ଆମେ ପ୍ରେମ ଏବଂ ଘୃଣା ଦେଖିବାକୁ ପାଇଁଥାଉ ।

4. ପ୍ରତିଯୋଗିତାର ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ପ୍ରତିଯୋଗିତାର ମୁଖ୍ୟ ଲକ୍ଷଣଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(i) ଅବୈୟତ୍ତିକ ପ୍ରକ୍ରିୟା (Impersonal process)- ପ୍ରତିଯୋଗିତା ଏକ ବ୍ୟକ୍ତିଗତ ପ୍ରକ୍ରିୟା ନୁହେଁ । ପାର୍କ ଏବଂ ବର୍ଗେସ୍ (Park and Burgess) କହିଛନ୍ତି, ପ୍ରତିଯୋଗିତା ହେଉଛି ସାମାଜିକ ସଂସର୍ଗ ନ ଥ‌ିବା ଏକ ଆନ୍ତଃ-କ୍ରିୟା । ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଯୋଗୀମାନେ ବ୍ୟକ୍ତିଗତ ସ୍ତରରେ ପ୍ରତିଯୋଗିତା କରି ନ ଥା’ନ୍ତି । ସେମାନଙ୍କ ଲକ୍ଷ୍ୟ ଅଭିଳଷିତ ବସ୍ତୁକୁ ଲାଭ କରିବା ।

(ii) ଅଚୈତନିକ ପ୍ରକ୍ରିୟା (Unconscious process)- ପ୍ରତି ଯୋଗିତା ଏକ ଅଚୈତନିକ ପ୍ରକ୍ରିୟା ଅଟେ । ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଯୋଗୀମାନେ ପରସ୍ପରକୁ ଭଲଭାବେ ଜାଣି ନ ଥା’ନ୍ତି । ସମସ୍ତ ପ୍ରତିଯୋଗୀମାନଙ୍କର ଦୃଷ୍ଟିଭଙ୍ଗୀ ଏକ ସାଧାରଣ ଲକ୍ଷ୍ୟ ଉପରେ କେନ୍ଦ୍ରୀଭୂତ ହୋଇଥାଏ । ଏହାଛଡ଼ା ସେମାନେ ଅନ୍ୟ କୌଣସି ବିଷୟ ପ୍ରତି ଦୃଷ୍ଟି ଦେଇ ନ ଥା’ନ୍ତି ।

(iii) ସାର୍ବଜନୀନ ପ୍ରକ୍ରିୟା (Universal process)- ପ୍ରତିଯୋଗିତା ଏକ ସାର୍ବଜନୀନ ପ୍ରକ୍ରିୟାଭାବେ ପରିଚିତ । ଏହାର ପରିସମାପ୍ତି ଘଟି ନ ଥାଏ । ଯେହେତୁ କେତେକ ଦ୍ରବ୍ୟର ଯୋଗାଣରେ ସ୍ଵଳ୍ପ ବା ବିରଳ, ତେଣୁ ସେହି ଦ୍ରବ୍ୟର ଅଧିକାରୀ ହେବାପାଇଁ ଲୋକମାନଙ୍କ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ହୁଏ । ଏହି ଦ୍ରବ୍ୟର ସ୍ୱଳ୍ପତା ପ୍ରତିଯୋଗିତାକୁ ସମାଜର ଏକ ଧାରାବାହିକ ବା ନିରବଚ୍ଛିନ୍ନ ପ୍ରକ୍ରିୟାରେ ପରିଣତ କରିଥାଏ ।

(v) ପ୍ରତିଯୋଗିତା ନିୟମର ବଶବର୍ତ୍ତୀ ଅଟେ (Governed by norms)- ପ୍ରତିଯୋଗିତା କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ନିୟମଦ୍ୱାରା ପରିଚାଳିତ ହୋଇଥାଏ । ସମସ୍ତ ପ୍ରତିଯୋଗୀ ଏହି ନିୟମର ବଶବର୍ତ୍ତୀ ହୋଇ କାର୍ଯ୍ୟ କରିବାପାଇଁ ହୋଇଥା’ନ୍ତି । ଏହି ନିୟମକୁ ଅବଜ୍ଞା କରିବା ଏକ ଦଣ୍ଡନୀୟ ଅପରାଧ ଅଟେ ।

5. ସଂଘର୍ଷର ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ସଂଘର୍ଷର କେତେକ ମୁଖ୍ୟ ଲକ୍ଷଣଗୁଡ଼ିକୁ ଆଲୋଚନା କରାଗଲା ।

(i) ସଚୈତନିକ ପ୍ରକ୍ରିୟା (Conscious process)- ସଂଘର୍ଷ ଏକ ସଚୈତନିକ ପ୍ରକ୍ରିୟାରୂପେ ପରିଚିତ । ସଂଘର୍ଷରେ ବିରୋକ୍ଷୀ ପକ୍ଷ ବା ଗୋଷ୍ଠୀମାନେ ସେମାନଙ୍କର ଦ୍ବନ୍ଦ୍ବ ବିଷୟରେ ସଚେତନ ଥା’ନ୍ତି । ସେମାନେ ସଚେତନଭାବରେ ପରସ୍ପରକୁ ପରାସ୍ତ କରିବାପାଇଁ ଚେଷ୍ଟା କରିଥା’ନ୍ତି । ରବର୍ଟ ଏବଂ ପାର୍କ (Robert and Park) ଙ୍କ ମତରେ, ସଂଘର୍ଷ ସର୍ବଦା ସଚେତନ

(ii) ବ୍ୟକ୍ତିଗତ ପ୍ରକ୍ରିୟା (Personal process)- ସଂଘର୍ଷ ଏକ ବ୍ୟକ୍ତିଗତ ପ୍ରକ୍ରିୟାଭାବେ ପରିଚିତ । ଏହି ପ୍ରକ୍ରିୟାରେ ଗତି କରଚଥିବା ଦୁଇ ବିରୋଧୀ ପକ୍ଷ ପରସ୍ପରକୁ ବ୍ୟକ୍ତିଗତଭାବେ ଜାଣିଥା’ନ୍ତି । ଏହି ସଂଘର୍ଷର ମୂଳ ଲକ୍ଷ୍ୟ ହେଉଛି ବିରୋଧୀ ପକ୍ଷକୁ ପରାଜିତ କରିବା । ତେଣୁ କୁହାଯାଇପାରେ ଯେ, ସଂଘର୍ଷ କ୍ଷେତ୍ରରେ ଦୁଇ ପକ୍ଷ ଏହି ସଂଘର୍ଷ ପ୍ରକ୍ରିୟା ସହିତ ବ୍ୟକ୍ତିଗତଭାବେ ପ୍ରକ୍ରିୟାଭାବେ ପରିଚିତ ।

(iii) ଅନିୟମିତ ପ୍ରକ୍ରିୟା (Intermittent process)- ସଂଘର୍ଷ ଏକ ଧାରାବାହିକ ପ୍ରକ୍ରିୟା ନୁହେଁ । ଏହା ଏକ ପରିସମାପ୍ତି ଘଟିଥାଏ । ତେଣୁ କୁହାଯାଇପାରେ ଯେ, ସଂଘର୍ଷ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ନୁହେଁ ।

(iv) ସାର୍ବଜନୀନ ପ୍ରକ୍ରିୟା (Universal process)- ସଂଘର୍ଷ ଏକ ସାର୍ବଜନୀନ ପ୍ରକ୍ରିୟାଭାବେ ପରିଚିତ । ମାନବ ସମାଜର ପ୍ରତି ସ୍ତରରେ ସଂଘର୍ଷ ତିଷ୍ଠ ରହିଥାଏ । କୌଣସି ସମାଜ ସଂଘର୍ଷର ପ୍ରଭାବରୁ ମୁକ୍ତ ନୁହେଁ । ମନୁଷ୍ୟର ଆତ୍ମସ୍ଵାର୍ଥ ଏବଂ ବସ୍ତୁବାଦୀ ପ୍ରବୃତ୍ତି ସଂଘର୍ଷର ସାର୍ବଜନୀନତା ପାଇଁ ମୁଖ୍ୟତଃ ଦାୟୀ ଅଟେ ।

(v) ଆବେଗମୟ ପ୍ରକ୍ରିୟା (Emotional process)- ସଂଘର୍ଷ ଏକ ଆବେଗାତ୍ମକ ପ୍ରକ୍ରିୟାରୂପେ ପରିଚିତ । ଆବେଗମୟ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ବ୍ୟକ୍ତି ବା ସମୂହ ସଂଘର୍ଷରେ ଲିପ୍ତ ରହିଥାଏ । ଯେତେବେଳେ ବ୍ୟକ୍ତି ଘୃଣା, ପରଶ୍ରୀକାତରତା ପ୍ରଭୃତି ଆବେଗମୟ ପ୍ରବୃତ୍ତିର ବଶବର୍ତ୍ତୀ ହୁଏ, ସେତେବେଳେ ସଂଘର୍ଷର ସୂତ୍ରପାତ ହୋଇଥାଏ ।

6. ପ୍ରତିଯୋଗିତା ଏବଂ ସଂଘର୍ଷ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଉଭୟ ପ୍ରତିଯୋଗିତା ଏବଂ ସଂଘର୍ଷ ସାମାଜିକ ଆନ୍ତଃକ୍ରିୟାର ବିସମ୍ବନ୍ଧକାରୀ ପ୍ରକ୍ରିୟା ମଧ୍ୟରେ ଅନ୍ତର୍ଭୁକ୍ତ ହେଲେ ସୁଦ୍ଧା ଉଭୟ ମଧ୍ୟରେ କେତେକ ପ୍ରଭେଦ ଦୃଷ୍ଟିଗୋଚର ହୋଇଥାଏ । ସାଧାରଣତଃ ପ୍ରତିଯୋଗୀମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ମିଳିଥାଏ ।

CHSE Odisha Class 11 Sociology Unit 4 Short Answer Questions in Odia Medium

(i) ପ୍ରଥମତଃ, ପ୍ରତିଯୋଗିତା ଏକ ଅବୈତ୍ତିକ ପ୍ରକ୍ରିୟା ହୋଇଥିବାବେଳେ ସଂଘର୍ଷ ଏକ ବ୍ରତ୍ତିଗତ ପ୍ରକ୍ରିୟାଭାବେ ପରିଚିତ । ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ମିଳି ନ ଥାଏ ଏବଂ ସେମାନେ ପରସ୍ପରକୁ ପ୍ରାୟ ଜାଣି ନ ଥା’ନ୍ତି, କିନ୍ତୁ ଅପରପକ୍ଷରେ ବ୍ୟକ୍ତିଗତ କାରଣକୁ ଭିତ୍ତି କରି ସଂଘର୍ଷର ସୂତ୍ରପାତ ହୋଇଥାଏ । ସଂଘର୍ଷରେ ଲିପ୍ତ ରହୁଥ‌ିବା ବ୍ୟକ୍ତି ବା ସମୂହ ପରସ୍ପରକୁ ଭଲଭାବରେ ଜାଣିଥା’ନ୍ତି ।

(ii) ଦ୍ଵିତୀୟତଃ, ପ୍ରତିଯୋଗିତା ଏକ ଅଚୈତନିକ ପ୍ରକ୍ରିୟା ହୋଇଥିବାବେଳେ ସଂଘର୍ଷ ଏକ ସଚୈତନିକ ପ୍ରକ୍ରିୟାରୂପେ ପରିଚିତ । ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଯୋଗୀମାନେ ସେମାନଙ୍କର ଅଭିଳଷିତ ବସ୍ତୁକୁ ଲାଭ କରିବା ଛଡ଼ା ଅନ୍ୟ କୌଣସି ବିଷୟ ପ୍ରତି ସଚେତନ ନ ଥା’ନ୍ତି । ତେଣୁ ପ୍ରତିଯୋଗିତାକୁ ସମ୍ପୂର୍ଣ୍ଣରୂପେ ଏକ ଅଚୈତନିକ ପ୍ରକ୍ରିୟାରୂପେ ଧରି ନିଆଯାଇଥାଏ । କିନ୍ତୁ ଅପରପକ୍ଷରେ ସଂଘର୍ଷ ସଚୈତନିକ ସ୍ତରରେ ସୃଷ୍ଟି ହୋଇଥାଏ । ସଂଘର୍ଷରତ ବ୍ୟକ୍ତି ବା ଗୋଷ୍ଠୀ ପରସ୍ପରର କାର୍ଯ୍ୟ ପ୍ରତି ସଚେତନ ଥା’ନ୍ତି ।

(iii) ତୃତୀୟତଃ, ପ୍ରତିଯୋଗିତା ଏକ ଅବିରାମ ପ୍ରକ୍ରିୟା ହୋଇଥିବାବେଳେ ସଂଘର୍ଷ ଏକ ସବିରାମ ପ୍ରକ୍ରିୟା ଅଟେ । ପ୍ରତିଯୋଗୀତା ସମସ୍ତ ସମାଜରେ ଏବଂ ସବୁ ସମୟ ପାଇଁ ଲାଗି ରହିଥାଏ । ଏହା ଏକ ଅପରିସମାପ୍ତ ପ୍ରକ୍ରିୟାରୂପେ ପରିଚିତ । କିନ୍ତୁ ଅନ୍ୟପକ୍ଷରେ ସଂଘର୍ଷ ଆକସ୍ମିକଭାବେ ସୃଷ୍ଟ ହୁଏ ଏବଂ ଶୀଘ୍ର ଏହାର ପରିସମାପ୍ତି ଘଟିଥାଏ ।

(iv) ପ୍ରତିଯୋଗିତା ଏକ ଅହିଂସାତ୍ମକ ପ୍ରକ୍ରିୟାଭାବେ ପରିଚିତ ହେଉଥ‌ିବାବେଳେ ସଂଘର୍ଷ ଏକ ହିଂସାତ୍ମକ ପ୍ରକ୍ରିୟା ଅଟେ । ପ୍ରତିଯୋଗୀମାନେ ପ୍ରତିଯୋଗିତାର ନୀତିନିୟମଦ୍ୱାରା ଆବଦ୍ଧ । କିନ୍ତୁ ବିରୋଧ ପକ୍ଷକୁ ପରାସ୍ତ କରିବା ସଂଘର୍ଷର ମୁଖ୍ୟ ଲକ୍ଷଣ । ସଂଘର୍ଷରେ ଲିପ୍ତଥିବା ଲୋକମାନେ ସବୁ ସମୟ ପାଇଁ ହିଂସାତ୍ମକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥାଆନ୍ତି ।
(v) ସମସ୍ତ ପ୍ରତିଯୋଗୀମାନେ ପ୍ରତିଯୋଗିତାକୁ କିଛି ନା କିଛି ଉପକାର ପାଇଥା’ନ୍ତି; ମାତ୍ର ସଂଘର୍ଷରେ କେବଳ ବିଜୟୀ ଦଳ ବିଶେଷ ଲାଭବାନ୍ ହୋଇଥାଏ । ପରାଜିତ ଦଳ ବହୁ କ୍ଷତିର ସମ୍ମୁଖୀନ ହୋଇଥାଏ।
(vi) ପ୍ରତିଯୋଗିତା ସମାଜ ପାଇଁ ଖୁବ୍ ଉପଯୋଗୀ ଅଟେ । ଏହା ସମାଜର ସମ୍ପୂର୍ଣ୍ଣ ଉନ୍ନତିକୁ ତ୍ୱରାନ୍ବିତ କରିଥାଏ । ମାତ୍ର ସଂଘର୍ଷର ନାସ୍ତିସୂଚକ ପ୍ରକାର୍ଯ୍ୟ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।

7. ଅଭିଯୋଜନ ଏବଂ ଆତ୍ମୀକରଣ ବା ସ୍ବାଙ୍ଗୀକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ?
Answer:
(୧) ଅଭିଯୋଜନ, ଆତ୍ମୀକରଣ ପାଇଁ ସ୍ଥାନ ପ୍ରଦାନ କରେ । ଅଭିଯୋଜନରେ ସଂଘର୍ଷ ଅସ୍ଥାୟୀ ଉଚ୍ଛେଦ ହୋଇଥାଏ, ମାତ୍ର ଆତ୍ମୀକରଣରେ ଏହା ସମ୍ପୂର୍ଣ୍ଣଭାବେ ଓ ସ୍ଥାୟୀଭାବେ ଉଠିଯାଇଥାଏ । ଆତ୍ମୀକରଣ ପ୍ରକ୍ରିୟାରେ ସଂଘର୍ଷରତ ବ୍ୟକ୍ତି ବା ସମୂହ ସାମୂହିକଭାବେ ଅଂଶଗ୍ରହଣ କରିଥାଆନ୍ତି ।
(୨) ଆକସ୍ମିକଭାବେ ଅଭିଯୋଜନା ପ୍ରକ୍ରିୟା ଆରମ୍ଭ ହୋଇଥାଏ, କିନ୍ତୁ ଆତ୍ମୀକରଣ ପ୍ରକ୍ରିୟା ଧୀରେ ଧୀରେ ସ୍ଥାନ ଗ୍ରହଣ କରେ । ତେଣୁ ତୁଳନାତ୍ମକଭାବେ ଆତ୍ମୀକରଣ ଏକ ମନ୍ତର ପ୍ରକ୍ରିୟା ଅଟେ ।
(୩) ଅଭିଯୋଜନ ଏକ ସଚୈତନିକ ପ୍ରକ୍ରିୟା, ମାତ୍ର ଆତ୍ମୀକରଣ ଏକ ଅବୈତନିକ ପ୍ରକ୍ରିୟା ଅଟେ ।
(୪) ଅଭିଯୋଜନ ପ୍ରକ୍ରିୟାରେ ବ୍ୟକ୍ତି ବା ସମୂହ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚଳିଥାଆନ୍ତି; କିନ୍ତୁ ଆତ୍ମକରଣରେ ବ୍ୟକ୍ତି ବା ସମୂହ ଅନ୍ୟର ସଂସ୍କୃତି ପ୍ରତି ସହନଶୀଳ ହୋଇ ସମମନୋଭାବ ପ୍ରଦର୍ଶନ କରିଥାଆନ୍ତି ।

(ଖ) ସାମାଜିକ ସ୍ତରୀକରଣ (SOCIAL STRATIFICATION)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।

1. ଜାତି ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:
ହିନ୍ଦୁ ସମାଜର ସାମାଜିକ ସ୍ତରୀକରଣ ବ୍ୟବସ୍ଥାକୁ ଜାତି ବ୍ୟବସ୍ଥା କୁହାଯାଏ । ଏହି ସ୍ତରୀକୃତ ବ୍ୟବସ୍ଥାରେ ବିଭିନ୍ନ ଜାତିଗୁଡ଼ିକ ଉଚ୍ଚନୀଚ କ୍ରମରେ ସଜ୍ଜିତ ହୋଇ ରହିଥା’ନ୍ତି । ଏହା ଜନ୍ମ ବା ବଂଶ ଉପରେ ପ୍ରତିଷ୍ଠିତ ଅଟେ ।

2. ଶ୍ରେଣୀ କହିଲେ କ’ଣ ବୁଝ ?
Answer:
ସାମାଜିକ ସ୍ତରୀକରଣର ପ୍ରକାର ହେଉଛି ଶ୍ରେଣୀ । ସମାନ ସାମାଜିକ ଓ ଆର୍ଥିକ ପ୍ରତିଷ୍ଠା ଲାଭ କରିଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାରର ସାମାଜିକ ସମୂହକୁ ଶ୍ରେଣୀ କୁହାଯାଏ । ମାକାଇଭର୍‌ ଓ ପେଜ୍‌ଙ୍କ ମତରେ ‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’

3. ଲିଙ୍ଗ ବା ‘Gender’ କହିଲେ କ’ଣ ବୁଝ ?
Answer:
ଲିଙ୍ଗ ବା ‘Gender’ ମୁଖ୍ୟତଃ ପୁରୁଷ ଓ ନାରୀ ମଧ୍ୟରେ ଥ‌ିବା ସାମାଜିକ, ଆର୍ଥନୀତିକ, ରାଜନୀତିକ ଓ ସାଂସ୍କୃତିକ ଅସମାନତାକୁ ବୁଝାଇଥାଏ, ଯାହା ମାନବ ସମାଜଦ୍ୱାରା ଗଠିତ ହୋଇଥାଏ । ଏହା ସମ୍ପୂର୍ଣ୍ଣ ଭାବେ ପୁରୁଷ ପ୍ରଧାନ ସମାଜରେ ନାରୀମାନଙ୍କ ପ୍ରତି ଥିବା ନୂନ ମନୋଭାବକୁ ବୁଝାଇଥାଏ । ଏହା ଫଳରେ ମହିଳାମାନେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚ ହୋଇଥା’ନ୍ତି ।

4. ସାମାଜିକ ସ୍ତରୀକରଣ କହିଲେ କ’ଣ ବୁଝ ?
Answer:
ସାମାଜିକ ସ୍ତରୀକରଣ କହିଲେ ସାଧାରଣତଃ ସମାଜର ବିଭିନ୍ନ ବିଭାଜନକୁ ବୁଝାଇଥାଏ । ସ୍ତରୀକରଣ ଶବ୍ଦଟି ଲାଟିନ୍ ଶବ୍ଦ ‘ଷ୍ଟାଟା’ (Strata) ରୁ ଆସିଅଛି, ଯାହାର ଅର୍ଥ ସ୍ତର । ତେଣୁ ସ୍ତରୀକରଣର ସମାଜରେ ଉଚ୍ଚ-ନୀଚ ସ୍ଥିତିକୁ ସୂଚାଇଥାଏ । ଭାରତରେ ସାମାଜିକ ସ୍ତରୀକରଣ ମୁଖ୍ୟତଃ ଜାତି ପଦ୍ଧତି ଓ ଶ୍ରେଣୀ ପଦ୍ଧତି ଉପରେ ପର୍ଯ୍ୟବସିତ ।

5. ସାମାଜିକ ସ୍ତରୀକରଣର ଲକ୍ଷଣଗୁଡ଼ିକ ଲେଖ ।
Answer:
ସାମାଜିକ ସ୍ତରୀକରଣର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା- (୧) ଏହାର ପ୍ରକୃତି ସାମାଜିକ ଅଟେ । (୨) ଏହା ପ୍ରାଚୀନ ଅଟେ । (୩) ଏହା ସର୍ବବ୍ୟାପକ ଅଟେ । (୪) ଏହା ବିଚ୍ଛିନ୍ନ ପ୍ରକାରର ଅଟେ । (୫) ଏହାର ପରିଣାମ ଥାଏ ।

CHSE Odisha Class 11 Sociology Unit 4 Short Answer Questions in Odia Medium

6. ଜାତି ବ୍ୟବସ୍ଥାର ପ୍ରକାର୍ଯ୍ୟ ଉପରେ ସଂକ୍ଷେପରେ ଲେଖ ।
Answer:
ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଅନୁଷ୍ଠାନ ଭାବେ ଜାତିବ୍ୟବସ୍ଥା ଅନେକ ପ୍ରକାର୍ଯ୍ୟ ସମ୍ପାଦନ କରିଥାଏ । ଜାତି ସମ୍ପାଦନ କରୁଥିବା ପ୍ରକାର୍ଯ୍ୟଗୁଡ଼ିକୁ ମୁଖ୍ୟତଃ ତିନି ଭାଗବରେ ବିଭକ୍ତ କରାଯାଇପାରେ; ଯଥା- (କ) ବ୍ୟକ୍ତି ଜୀବନରେ ଜାତିର ପ୍ରକାର୍ଯ୍ୟ, (ଖ) ସାମୁଦାୟିକ ଜୀବନରେ ଜାତିର ପ୍ରକାର୍ଯ୍ୟ ଏବଂ (ଗ) ସମାଜ ପାଇଁ ଜାତିର ପ୍ରକାର୍ଯ୍ୟ ।

7. ଶ୍ରେଣୀ ଉପରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ଜାତି ପରି ଶ୍ରେଣୀ ମଧ୍ୟ ଏକ ସାମାଜିକ ସ୍ତରୀକରଣ ବ୍ୟବସ୍ଥା ଅଟେ । କିନ୍ତୁ ଶ୍ରେଣୀ ବ୍ୟକ୍ତିର ସାଧଗତ ବା ଅର୍ଜିତ ବୈଷମ୍ୟ ଉପରେ ପ୍ରତିଷ୍ଠିତ ଅଟେ । ଶ୍ରେଣୀ ମୁଖ୍ୟତଃ ଶିଳ୍ପଭିତ୍ତିକ ସମାଜରେ ପରିଲକ୍ଷିତ ହୋଇଥାଏ । ଏହା ସମାନ ସାମାଜିକ ଓ ଆର୍ଥିକ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କର ଏକ ସ୍ତର ବା ସାମାଜିକ ସମୂହକୁ ବୁଝାଇଥାଏ । ଶିକ୍ଷା, ଧନ, ସମ୍ପଦ ଓ ବ୍ୟବସାୟ ଆଦି ଶ୍ରେଣୀର ନିର୍ଣ୍ଣାୟକ ଅଟନ୍ତି ।

8. ଶ୍ରେଣୀ ସଚେତନତା ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ଶ୍ରେଣୀ ସଚେତନତା ଶ୍ରେଣୀ ବ୍ୟବସ୍ଥାର ଅନ୍ୟ ଏକ ପ୍ରମୁଖ ଲକ୍ଷଣ ଅଟେ । ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ଦେଖାଯାଉଥ‌ିବା ଏକ ଦୃଢ଼ ସଚେତନ ଭାବ ବା ଆତ୍ମିକ ଭାବନାକୁ ଶ୍ରେଣୀ ସଚେତନତା କୁହାଯାଏ । ଏହି ସଚେତନତାଦ୍ୱାରା ସେମାନେ ନିଜକୁ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସଦସ୍ୟଭାବେ ପରିଚିତ କରାଇଥା’ନ୍ତି ।

9. ଜାତି ଓ ଶ୍ରେଣୀ ମଧ୍ୟରେ ଥ‌ିବା ପାର୍ଥକ୍ୟ ସଂକ୍ଷେପରେ ଉଲ୍ଲେଖ କର ।
Answer:
(୧) ଜାତି ଏକ ବଂଶାନୁକ୍ରମିକ ଓ ଅନ୍ତର୍ବିବାହୀ ଦଳ ହୋଇଥିବାସ୍ଥଳେ ଶ୍ରେଣୀ ମୁଖ୍ୟତଃ ଏକ ଅର୍ଜିତ ପ୍ରସ୍ଥିତିଭିତ୍ତିକ ଓ ବହିଁବିବାହୀ ଦଳ ଅଟେ ।
(୨) ଜାତିର ସଂରଚନା ଅନମନୀୟ ଓ କଠୋର ହୋଇଥିବାବେଳେ ଶ୍ରେଣୀର ସଂରଚନା ନମନୀୟ ଅଟେ ।
(୩) ଜାତିର ସାମାଜିକ ସଞ୍ଚଳନତା ସ୍ଵଳ୍ପ ହୋଇଥିବାବେଳେ ଶ୍ରେଣୀରେ ସାମାଜିକ ସଞ୍ଚଳନତା ଦ୍ରୁତ ହୋଇଥାଏ ।
(୪) ଜାତିର ନିର୍ଦ୍ଦିଷ୍ଟ ବୃତ୍ତି ଥାଏ; କିନ୍ତୁ ଶ୍ରେଣୀର ସେପରି ବୃତ୍ତି ନଥାଏ ।

10. ଶ୍ରେଣୀର ସଂଜ୍ଞା ପ୍ରଦାନ କର ।
Answer:
କାର୍ଲ ମାର୍କସ୍‌ଙ୍କ ମତରେ, ‘ଜଣଙ୍କର ଶ୍ରେଣୀ ପ୍ରସ୍ଥିତି ଉତ୍ପାଦନର ଉତ୍ପାଦକ ସହ ଥ‌ିବା ଏହାର ସମ୍ପର୍କଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ଶ୍ରେଣୀ ମୁଖ୍ୟତଃ ଅଧ୍ଵକୃତ ଧନ ସମ୍ପଦ, ବୃତ୍ତି ଏବଂ ଆୟ ଆଦି ଅନେକ ଆର୍ଥିକ ମାନଦଣ୍ଡଦ୍ଵାରା ସ୍ଥିର ହୋଇଥାଏ ।’’ କିନ୍ତୁ ମାକାଇଭର ଓ ପେଜଙ୍କ ମତରେ ‘‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଏକ ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’

11. ଜାତିର ସଂଜ୍ଞା ପ୍ରଦାନ କର ।
Answer:
ଜାତି ଏକ ପାରମ୍ପରିକ ଜୀବିକା ଥିବା ବଂଶାନୁକ୍ରମିକ ଅନ୍ତର୍ବିବାହୀ ଗୋଷ୍ଠୀ । ସି.ଏଚ୍.କୁଲେଙ୍କ ମତରେ, ‘‘ଯେତେବେଳେ ଗୋଟିଏ ଶ୍ରେଣୀର ସଦସ୍ୟ ପଦ କଡ଼ାକଡ଼ି ଭାବେ ଜନ୍ମଗତ ହୋଇଯାଏ, ଆମେ ତାକୁ ଜାତି କହିଥାଉ ।’’ ସେହିପରି କେଟ୍‌ରଙ୍କ ମତରେ, ‘ଜାତି ହେଉଛି ଦ୍ବିବଧ ଲକ୍ଷଣ ଥିବା ଏକ ସାମାଜିକ ସମୂହ । ପ୍ରଥମତଃ, ଏହି ଗୋଷ୍ଠୀର ସଦସ୍ୟମାନଙ୍କଠାରୁ ଜନ୍ମ ହୋଇଥ‌ିବା ବ୍ୟକ୍ତି ହିଁ ଏହାର ସଦସ୍ୟ ହୋଇପାରିବ । ଦ୍ଵିତୀୟତଃ, ଏକ ଅଲଙ୍ଘନୀୟ ସାମାଜିକ ନିୟମଦ୍ୱାରା ସଦସ୍ୟମାନଙ୍କର ନିଜ ସମୂହ ବହିର୍ଭୂତ ବିବାହକୁ ନିଷେଧ କରାଯାଇଥାଏ ।

12. ଜାତି ବ୍ୟବସ୍ଥାର ଅପକାରିତା ସମ୍ବନ୍ଧରେ ସଂକ୍ଷେପରେ ଲେଖ ।
Answer:
ଜାତି ବ୍ୟବସ୍ଥା ବ୍ୟକ୍ତି ଓ ସମାଜ ପାଇଁ ଅନେକ ପ୍ରକାର୍ଯ୍ୟ ସମ୍ପାଦନ କରୁଥିଲେ ମଧ୍ୟ ଏହାର ଅନେକ ଅପକାରିତା ଓ ଅପକାର୍ଯ୍ୟ ରହିଛି । ଜାତି ବ୍ୟବସ୍ଥା ସାମାଜିକ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିବା ସହିତ ଆର୍ଥନୀତିକ ପ୍ରଗତିରେ ମଧ୍ୟ ବାଧା ପହଞ୍ଚାଇଥାଏ । ଜାତି ବ୍ୟବସ୍ଥା ମଧ୍ୟ ସମାଜରେ ରାଜନୀତିକ ଅସ୍ଥିରତା ସୃଷ୍ଟି କରିଥାଏ । ଏହା ମଧ୍ୟ ସାମାଜିକ ଅସମାନତାକୁ ଚିରସ୍ଥାୟୀ କରିବା ସହିତ ଅସ୍ପୃଶ୍ୟତା ସୃଷ୍ଟି କରିଥାଏ । ଜାତି ବ୍ୟବସ୍ଥାରେ ନାରୀମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥାଏ ।

13. ଜାତିର ଲକ୍ଷଣଗୁଡ଼ିକୁ ସଂକ୍ଷେପରେ ଲେଖ ।
Answer:
ପାରମ୍ପରିକ ଜୀବିକା ଗ୍ରହଣ କରୁଥିବା ବଂଶାନୁକ୍ରମିକ ଅନ୍ତର୍ବିବାହୀ ଗୋଷ୍ଠୀକୁ ଜାତି କୁହାଯାଏ ଜି.ଏସ୍. ଘୁରେ ଏବଂ ଏନ୍.କେ. ଦତ୍ତ ଜାତିର କେତେକ ସ୍ଵତନ୍ତ୍ର ଲକ୍ଷଣ ପ୍ରଦାନ କରିଛନ୍ତି; ଯଥା-
(୧) ଜାତିଭିଭିକ ସମାଜ ଅନେକ କ୍ଷୁଦ୍ର ଗୋଷ୍ଠୀରେ ବିଭାଜିତ ।
(୨) ଏକ ଜାତିଭିତ୍ତିକ ସମାଜରେ ଥ‌ିବା ସମସ୍ତ ଜାତି ଉଚ୍ଚ-ନୀଚ କ୍ରମରେ ସଜ୍ଜିତ ହୋଇ ରହିଥା’ନ୍ତି ।
(୩) ଏକ ଜାତି ବ୍ୟବସ୍ଥା। ଏହାର ସଦସ୍ୟମାନଙ୍କ ଉପରେ ଖାଦ୍ୟପାନୀୟ ଓ ସାମାଜିକ ସଂସର୍ଗ ସ୍ଥାପନ କ୍ଷେତ୍ରରେ କେତେକ କଟକଣା ଜାରି କରିଥାଏ ।
(୪) ପ୍ରତ୍ୟେକ ଜାତିର ଏକ ପାରମ୍ପରିକ ବୃତ୍ତି ଓ ଜାତି ପଞ୍ଚାୟତ ରହିଥାଏ ।

14. ଜାତି ବ୍ୟବସ୍ଥାରେ ପରିଲକ୍ଷିତ ହୋଇଥିବା ସାମ୍ପ୍ରତିକ ପରିବର୍ତ୍ତନଗୁଡ଼ିକ ସମ୍ବନ୍ଧରେ ସଂକ୍ଷେପରେ ଉଲ୍ଲେଖ କର ।
Answer:
ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଅନୁଷ୍ଠାନଭାବେ ଜାତି ବ୍ୟବସ୍ଥା ପରିବର୍ତ୍ତନରୁ ବାଦ୍ ପଡ଼ିନାହିଁ । ବିଭିନ୍ନ କାରଣର ପ୍ରଭାବରେ ଜାତି ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ସମ୍ପ୍ରତି ଜାତିଭିଭିକ ସମାଜରେ ବ୍ରାହ୍ମଣମାନଙ୍କ ଗୁରୁତ୍ଵ ହ୍ରାସ ପାଇଛି । ସେହିପରି ଜାତିର ପ୍ରକାର୍ଯ୍ୟରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଲାଣି । ଜାତିର ବିବାହ ସମ୍ବନ୍ଧୀୟ ନୀତିରେ ଅନେକ ପରିବର୍ତ୍ତନ ଦେଖାଯିବା ସହିତ ବୃତ୍ତି ନିର୍ବାଚନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି ।

15. ଜାତି ପଞ୍ଚାୟତ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ଜାତି ପଞ୍ଚାୟତ ଜାତିର ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ଅଟେ । ଜାତି ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ଜାତିର ଏକ ଜାତି ପଞ୍ଚାୟତ ଥାଏ । ଏହି ଜାତି ପଞ୍ଚାୟତ ଜାତିର ମୁରବୀ, ବୟସ୍କ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଗଠିତ । ଏହା ଜାତିର ନୀତିନିୟମ ପାଳନ ହେବା ଦେଖିବା ସହିତ ଜାତିଗତ ଗଣ୍ଡଗୋଳର ସମାଧାନ କରିଥାଏ । ଏହି ନିୟମ ଉଲ୍ଲଙ୍ଘନ କରିଥିବା ସଦସ୍ୟଙ୍କ ପ୍ରତି ଏହା ଦଣ୍ଡବିଧାନ କରିଥାଏ ।

16. ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥ‌ିବା କାରଣଗୁଡ଼ିକ ସଂକ୍ଷେପରେ ଉଲ୍ଲେଖ କର ।
Answer:
ଜାତି ବ୍ୟବସ୍ଥା ଏକ କଠୋର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସମ୍ପ୍ରତି ଏଥ‌ିରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । କେତେଗୁଡ଼ିଏ ଶକ୍ତିଶାଳୀ କାରକ ଓ ପ୍ରତିକୂଳ ଉପାଦାନ ଯୋଗୁଁ ଏପରି ପରିବର୍ତ୍ତନ ଦେଖାଯାଇଛି । ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ଆଧୁନିକ ଶିକ୍ଷା, ଶିଳ୍ପୀକରଣ ଓ ସହରୀକରଣର ବ୍ୟାପକ ପ୍ରସାର, ଆଧୁନିକ ପରିବହନ, ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ପ୍ରସାର, ନୂତନ ସାମାଜିକ ସଂସ୍କାର ଆନ୍ଦୋଳନ, ରାଜନୈତିକ ଆନ୍ଦୋଳନ ଇତ୍ୟାଦି ପ୍ରଧାନ ଅଟେ ।

17. ଶ୍ରେଣୀର ଲକ୍ଷଣଗୁଡ଼ିକ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ପ୍ରଦାନ କର ।
Answer:
ସମାନ ଆର୍ଥିକ ଓ ସାମାଜିକ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କର ଏକ ସ୍ତରକୁ ଶ୍ରେଣୀ କୁହାଯାଏ । ଏହାର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି- ଗୋଟିଏ ଶ୍ରେଣୀ ବ୍ୟବସ୍ଥାରେ ଶ୍ରେଣୀଗୁଡ଼ିକ ଉଚ୍ଚ-ନୀଚ କ୍ରମରେ ସଜ୍ଜିତ ହୋଇ ରହିଥା’ନ୍ତି । ପ୍ରତ୍ୟେକ ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ଏକ ପ୍ରକାର ଶ୍ରେଣୀ ସଚେତନତା ଥାଏ । ଶ୍ରେଣୀ ବ୍ୟବସ୍ଥାରେ ସଂରଚନା ନମନୀୟହେବା ସହିତ ଏଥ‌ିରେ ଦ୍ରୁତ ସଞ୍ଚଳନ ଦେଖାଯାଇଥାଏ । ଗୋଟିଏ ଶ୍ରେଣୀ ବ୍ୟବସ୍ଥାର ବିଭିନ୍ନ ଶ୍ରେଣୀ ସଦସ୍ୟମାନଙ୍କର ଜୀବନଶୈଳୀରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।

18. ଅର୍ଜିତ ପ୍ରସ୍ଥିତି ଉପରେ ଟିପ୍‌ପଣୀ ଲେଖ ।
Answer:
ଯେତେବେଳେ ଜଣେ ବ୍ୟକ୍ତିର ପ୍ରସ୍ଥିତି ତା’ର ଜନ୍ମଦ୍ଵାରା ସ୍ଥିର ନ ହୋଇ ତା’ର ବୃତ୍ତି ଦକ୍ଷତା ଓ କର୍ମକୁଶଳତା ଭିତ୍ତିରେ ସ୍ଥିରୀକୃତ ହୋଇଥାଏ । ତା’ର ସେହି ପ୍ରସ୍ଥିତିକୁ ଅର୍ଜିତ ପ୍ରସ୍ଥିତି କୁହାଯାଏ । ଏହା ଶ୍ରେଣୀ ବ୍ୟବସ୍ଥାର ଏକ ଲକ୍ଷଣ ଅଟେ ।

CHSE Odisha Class 11 Sociology Unit 4 Short Answer Questions in Odia Medium

19. ଜାତି ବା କାଷ୍ଟ (Caste) କ’ଣ ?
Answer:
ଜାତି ହିନ୍ଦୁ ସମାଜର ଏକ ମୌଳିକ ସାମାଜିକ ଅନୁଷ୍ଠାନ ଅଟେ । ଜାତିର ଇଂରାଜୀ ପ୍ରତିଶବ୍ଦ କାଷ୍ଟ (Caste) ପର୍ତ୍ତୁଗୀଜ ଶବ୍ଦ କାଷ୍ଠାରୁ ଆସିଅଛି ଯାହାର ଅର୍ଥ ବଂଶ, ପ୍ରଜାତି ବା ଗୋଷ୍ଠୀ । ଏହା ହିନ୍ଦୁ ସମାଜର ଏକ କ୍ଷୁଦ୍ର ସାମାଜିକ ସମୁହକୁ ବୁଝାଇଥାଏ । ଜାତି ଶବ୍ଦଟି ସଂସ୍କୃତ ଶବ୍ଦ ‘ଜାନା’ରୁ ଆସିଛି ଯାହାର ଅର୍ଥ ଜନ୍ମଦେବା । ତେଣୁ ଜନ୍ମ ଉପରେ ପର୍ଯ୍ୟବସିତ ଏକ ସମୂହକୁ ଜାତି କୁହାଯାଏ ।

(ଗ) ସାମାଜିକ ପରିବର୍ତ୍ତନ (SOCIAL CHANGE)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସାମାଜିକ ପରିବର୍ତ୍ତନର ସଂଜ୍ଞା ପ୍ରଦାନ କର ।
Answer:
ମାକାଇଭର୍ ଏବଂ ପେଜ୍ (MacIver and Page) ଙ୍କ ମତରେ, ‘ସମାଜବିଜ୍ଞାନୀଭାବେ ଆମ୍ଭେମାନେ ସାମାଜିକ ସମ୍ପର୍କ ସହିତ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ । ଏହି ସାମାଜିକ ସମ୍ପର୍କର ପରିବର୍ତ୍ତନକୁ ହିଁ କେବଳ ଆମ୍ଭେମାନେ ସାମାଜିକ ପରିବର୍ତ୍ତନଭାବେ ଅଭିହିତ କରିଥାଉ ।’’
ଏମ୍.ଡି.ଜେନ୍‌ସନ୍ (M.D. Jenson) ଙ୍କ ମତରେ, ‘ଲୋକମାନଙ୍କର କାର୍ଯ୍ୟ କରିବା ଏବଂ ଚିନ୍ତା କରିବା ପ୍ରଣାଳୀରେ ରୂପାନ୍ତରକୁ ସାମାଜିକ ପରିବର୍ତ୍ତନ କୁହାଯାଏ ।’’

2. ସାମାଜିକ ପରିବର୍ତ୍ତନର ଯେକୌଣସି ଚାରିଗୋଟି ଲକ୍ଷଣ ଦର୍ଶାଅ ।
Answer:
ସାମାଜିକ ପରିବର୍ତ୍ତନର ଚାରିଗୋଟି ଲକ୍ଷଣ ହେଲା-
(i) ସାମାଜିକ ପରିବର୍ତ୍ତନ ଏକ ସାର୍ବଜନୀନ ଘଟଣା ଅଟେ ।
(ii) ସାମାଜିକ ପରିବର୍ତ୍ତନ ସାମୁଦାୟିକ ପରିବର୍ତ୍ତନକୁ ସୂଚାଇଥାଏ ।
(iii) ସାମାଜିକ ପରିବର୍ତ୍ତନ ଏକ ଗତିଶୀଳ ପ୍ରକ୍ରିୟା ଅଟେ ।
(iv) ସାମାଜିକ ପରିବର୍ତ୍ତନ ସମ୍ବନ୍ଧରେ ଭବିଷ୍ୟବାଣୀ ଦେବା ସମ୍ଭବ ନୁହେଁ ।

3. ସାମାଜିକ ପରିବର୍ତ୍ତନର ତିନିଗୋଟି କାରକର ନାମ ଉଲ୍ଲେଖ କର ।
Answer:
ସାମାଜିକ ପରିବର୍ତ୍ତନର ତିନିଗୋଟି କାରକ ହେଲା-
(i) ଭୈତିକ କାରକ
(ii) ସାଂସ୍କୃତିକ କାରକ
(iii) ପ୍ରାଦ୍ୟୋଗିକ କାରକ

4. ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୃଷ୍ଠପୋଷକ କିଏ ?
Answer:
ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୃଷ୍ଠପୋଷକ ହେଉଛନ୍ତି ଡବ୍ଲ୍ୟୁ. ଏଫ୍.ଓର୍‌ବର୍ଣ୍ଣ (W.F.Ogburn) ।

5. ସାଂସ୍କୃତିକ ବିଳମ୍ବନ ଅର୍ଥ କ’ଣ ?
Answer:
ଓର୍‌ବର୍ଣ୍ଣଙ୍କ ମତରେ, ବସ୍ତୁଭିଭିକ ବା ଭୌତିକ ଏବଂ ବୱେଭର ସଂସ୍କୃତି ମଧ୍ୟରେ ସୃଷ୍ଟି ହେଉଥିବା ବ୍ୟବଧାନକୁ ସାଂସ୍କୃତିକ ବିଳମ୍ବନ (Caltural lag) କୁହାଯାଇଥାଏ ।

6. ପ୍ରଦ୍ୟୋଗ କହିଲେ ତୁମେ କ’ଣ ବୁଝ ?
Answer:
ପ୍ରଦ୍ୟୋଗ ହେଉଛି, ସମସ୍ତ ଯନ୍ତ୍ର, ଜ୍ଞାନ ଏବଂ କୌଶଳର ସମଷ୍ଟି ଯାହାଦ୍ୱାରା ମନୁଷ୍ୟ ଭୌତିକ ଏବଂ ଜୈବିକ ତଥ୍ୟଗୁଡ଼ିକୁ ଏକତ୍ରିତ କରିଥାଏ । ଅନ୍ୟ ଅର୍ଥରେ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନକୌଶଳର ପ୍ରୟୋଗକୁ ପ୍ରଦ୍ୟୋଗ ବୋଲି କୁହାଯାଇଥାଏ ।

7. ସାମାଜିକ ପରିବର୍ତ୍ତନର ମୁଖ୍ୟ ପ୍ରକ୍ରିୟାଗୁଡ଼ିକ କ’ଣ ?
Annswer:
ସାମାଜିକ ପରିବର୍ତ୍ତନର ମୁଖ୍ୟ ପ୍ରକ୍ରିୟାଗୁଡ଼ିକ ହେଲା-
(i) ସଂସ୍କୃତୀକରଣ (Sanskritization)
(ii) ପାଶ୍ଚାତ୍ୟକରଣ (Westernization)
(iii) ଆଧୁନିକୀକରଣ (Modernization)
(iv) ଧର୍ମନିରପେକ୍ଷତା (Secularization)

8. ‘ସଂସ୍କୃତୀକରଣ’ ଶବ୍ଦକୁ କିଏ ବାହାର କରିଥିଲେ ?
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ସର୍ବପ୍ରଥମେ ତାଙ୍କ ପୁସ୍ତକ ‘କୁର୍ଗମାନଙ୍କ ଧର୍ମ ଏବଂ ସମାଜ’ରେ ‘ସଂସ୍କୃତୀକରଣ’ ଶବ୍ଦର ପ୍ରୟୋଗ କରିଥିଲେ, ଯାହାକି ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା ।

CHSE Odisha Class 11 Sociology Unit 4 Short Answer Questions in Odia Medium

9. ସଂସ୍କୃତୀକରଣର ସଂଜ୍ଞା ପ୍ରଦାନ କର ।
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସଙ୍କ ମତରେ, ‘ସଂସ୍କୃତୀକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ଏକ ନିମ୍ନ ଜାତିର ହିନ୍ଦୁ ବ ଜନଜାତି ବା ଅନ୍ୟ କୌଣସି ସମୂହ ନିଜର ପ୍ରଥା, କାର୍ଯ୍ୟକଳାପ, ବିଚାରଧାରା ଏବଂ ଜୀବନଶୈଳୀକୁ ପରିବର୍ତ୍ତନ କରି ଉଚ୍ଚଜାତିର ମର୍ଯ୍ୟାଦାଲାଭ କରିବାକୁ ଚେଷ୍ଟା କରିଥା’ନ୍ତି ।’’

10. ଅଣ-ସଂସ୍କୃତୀକରଣ କହିଲେ କ’ଣ ବୁଝ ?
Answer:
ଅଣ-ସଂସ୍କୃତୀକରଣ (De-Sanskritization) କହିଲେ ସେହି ପ୍ରକ୍ରିୟାକୁ ବୁଝାଇଥାଏ, ଯେଉଁଥିରେ କି ଉଚ୍ଚଜାତିର ଲୋକମାନେ, ନିମ୍ନଜାତିର କେତେକ ବ୍ୟବହାର ଶୈଳୀକୁ ଅନୁକରଣ କରିବାର ଦେଖାଯାଇଥାଏ ।

11. ସାମାଜିକ ପରିବର୍ତ୍ତନ କହିଲେ କ’ଣ ବୁଝ ?
Answer:
ସାମାଜିକ ପରିବର୍ତ୍ତନ ଅର୍ଥ ସମାଜର ପରିବର୍ତ୍ତନ । ଅନ୍ୟ ଅର୍ଥରେ, ସାମାଜିକ ସମ୍ପର୍କ, ସାମାଜିକ ପ୍ରକ୍ରିୟା, ସଂରଚନା, ଅନୁଷ୍ଠାନ ଓ ସାମାଜିକ ସଙ୍ଗଠନର ପ୍ରତ୍ୟେକ ବିଭାଗର ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନ କୁହାଯାଏ ।

12. ସଂସ୍କୃତୀକରଣ (Sanskritisation) କହିଲେ ତୁମେ କ’ଣ ବୁଝ ?
Answer:
ସଂସ୍କୃତୀକରଣ ଏକ ପ୍ରକ୍ରିୟା ଯେଉଁଥରେ ନିମ୍ନ ଜାତିର ହିନ୍ଦୁ ବା ଜନଜାତି, ଉଚ୍ଚଜାତି ବା ବିଶେଷଭାବରେ ବ୍ରାହ୍ମଣ ଜାତିର ପ୍ରଥା ପରମ୍ପରା, ଆଦର୍ଶ, କର୍ମକାଣ୍ଡ, ଜୀବନଶୈଳୀ ଇତ୍ୟାଦିକୁ ଅନୁକରଣ କରି ଉଚ୍ଚ ପ୍ରସ୍ଥିତି ଲାଭ କରିବାକୁ ଚେଷ୍ଟା କୁହାଯାଏ ।

13. ସଂସ୍କୃତୀକରଣ ଶବ୍ଦଟି କେବେ ସୃଷ୍ଟି ହୋଇଥିଲା ?
Answer:
ସଂସ୍କୃତୀକରଣ ଶବ୍ଦଟି ସର୍ବପ୍ରଥମେ ପ୍ରଫେସର ଏମ୍.ଏନ୍. ଶ୍ରୀନିବାସ (Prof. M.N. Srinivas) ଙ୍କ ଦ୍ଵାରା ୧୯୫୨ ମସିହାରେ ସୃଷ୍ଟି ହୋଇଥିଲା ।

14. ସାଂସ୍କୃତିକ ବିଳମ୍ବନର ଦୁଇଗୋଟି ଉଦାହରଣ ପ୍ରଦାନ କର ।
Answer:
(୧) ଭାରତୀୟ ସମାଜରେ ପାଶ୍ଚାତ୍ୟ ସଭ୍ୟତାର ଖାଦ୍ୟପେୟ, ବେଶଭୂଷା ଇତ୍ୟାଦିକୁ ଭାରତୀୟମାନେ ସହଜରେ ଅନୁକରଣ କରୁଥିବା ସ୍ଥଳେ, ନିଜର ହିନ୍ଦୁଧର୍ମକୁ କେବେ ପରିତ୍ୟାଗ କରିନାହାନ୍ତି ।
(୨) ସହରମାନଙ୍କରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ପାଉଥ‌ିବାବେଳେ ଏହି ଜନସଂଖ୍ୟାର ପ୍ରଭାବରେ ସୃଷ୍ଟି ବିଭିନ୍ନ ଅସାମାଜିକ କାର୍ଯ୍ୟ ବା ଅପରାଧଗୁଡ଼ିକୁ ନିୟନ୍ତ୍ରଣ କରିବାପାଇଁ ପୋଲିସ୍ ବିଭାଗର ଆଧୁନିକୀକରଣ ହୋଇପାରିନାହିଁ । ଫଳରେ ଏହା ଏକ ସାଂସ୍କୃତିକ ବିଳମ୍ବନ ସୃଷ୍ଟି କରାଉଛି ।

15. ଅଭୌତିକ ସଂସ୍କୃତିର ଦୁଇଟି ଉଦାହରଣ ପ୍ରଦାନ କର ।
Answer:
ଅଭୌତିକ ସଂସ୍କୃତିର ଦୁଇଟି ଉଦାହରଣ ହେଲା-
(୧) ଆଦର୍ଶ, ମୂଲ୍ୟବୋଧ
(୨) ପ୍ରଥା, ପରମ୍ପରା

16. କେବେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ ?
Answer:
ଅଭୌତିକ ସଂସ୍କୃତିର ଦୁଇଟି ଉଦାହରଣ ହେଲା-
(୧) ଆଦର୍ଶ, ମୂଲ୍ୟବୋଧ (୨) ପ୍ରଥା, ପରମ୍ପରା

17. ପରିବେଶକୁ ପ୍ରଦୂଷଣ ପରୁଥ‌ିବା ଦୁଇଗୋଟି କାରକର ନାମ ଲେଖ ।
Answer:
ପରିବେଶ ପ୍ରଦୂଷଣ କରୁଥିବା ଦୁଇଗୋଟି କାରକ ହେଲା-
(୧) ଦ୍ରୁତ ଶିଳ୍ପୀକରଣଦ୍ୱାରା ନିର୍ଗତ ଧୂଆଁ । (୨) ଯାନବାହନରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍

18. ପରିବେଶ ପ୍ରଦୂଷଣର ଦୁଇଗୋଟି ପ୍ରଭାବ ଲେଖ ।
Answer:
ପରିବେଶ ପ୍ରଦୂଷଣର ଦୁଇଗୋଟି ପ୍ରଭାବ ହେଲା-
(୧) ଅଙ୍ଗାରକାମ୍ଳ ଗ୍ୟାସ୍ ବାୟୁମଣ୍ଡଳର ଓଜୋନ୍‌ ସ୍ତରରେ ଗର୍ଭ ସୃଷ୍ଟିକରି ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି କରୁଛି ।
(୨) ଜଳ ପ୍ରଦୂଷଣ ପାଇଁ ମହାମାରୀ ଓ ଆମାଶୟ ରୋଗ ଆଦି ବୃଦ୍ଧି ପାଉଛି ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସାମାଜିକ ପରିବର୍ତ୍ତନର ପ୍ରକୃତି ବିଷୟରେ ସଂକ୍ଷେପରେ ସୂଚନା ଦିଅ ।
Answer:
ସାମାଜିକ ମୂଲ୍ୟବୋଧ, ବିଚାରଧାରା, ସାମାଜିକ ସଂସ୍ଥା, ନିୟମ ଏବଂ ପ୍ରତିମାନ ପ୍ରଭୃତିରେ ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନଭାବେ ଗ୍ରହଣ କରାଯାଇଥାଏ । ନିମ୍ନରେ ସାମାଜିକ ପରିବର୍ତ୍ତନର ପ୍ରକୃତି ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରାଗଲା ।

ପ୍ରଥମତଃ, ଏହି ସାମାଜିକ ପରିବର୍ତ୍ତନ ଏକ ସାର୍ବଜନୀନ ଘଟଣାରୂପେ ପରିଚିତ । ପ୍ରାଚୀନ ସମାଜଠାରୁ ଆଧୁନିକ ସମାଜ ପର୍ଯ୍ୟନ୍ତ ସାମାଜିକ ପରିବର୍ତ୍ତନ ଅହରହ ଲାଗିରହିଥାଏ । ସମସ୍ତ ସମାଜ ପରିବର୍ତ୍ତନଶୀଳ ଅଟନ୍ତି । ଏକ ସ୍ଥିର ସମାଜ ବିଷୟରେ ଆଦୌ କଳ୍ପନା କରାଯାଇ ନ ପାରେ ।

ଦ୍ବିତୀୟତଃ, ସାମାଜିକ ପରିବର୍ତ୍ତନର ବେଗ ସବୁ ସମୟରେ ଏବଂ ସବୁ ସମାଜରେ ସମାନ ନ ଥାଏ । କେତେକ ସମାଜରେ ଏହି ପରିବର୍ତ୍ତନର ବେଗ ତୀବ୍ରତର ହୋଇଥିବାବେଳେ ଅନ୍ୟ କେତେକ ସମାଜରେ ଏହା ଧୀର ଅଟେ ।

CHSE Odisha Class 11 Sociology Unit 4 Short Answer Questions in Odia Medium

ତୃତୀୟତଃ, ସାମାଜିକ ପରିବର୍ତ୍ତନ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ସମୂହର ପରିବର୍ତ୍ତନକୁ ସୂଚାଇ ନ ଥାଏ । ଏହା ସମ୍ପୂର୍ଣ୍ଣ ସମୁଦାୟ ଜୀବନ ସହିତ ସମ୍ପୃକ୍ତ ଅଟେ । ତେଣୁ ଯେଉଁ ପରିବର୍ତ୍ତନ ସମ୍ପୂର୍ଣ୍ଣ ସମୁଦାୟର ପରିବର୍ତ୍ତନଭାବେ ବିବେଚିତ ହୁଏ, ତାହା ସାମାଜିକ ପରିବର୍ତ୍ତନଭାବେ ପରିଚିତ ।

କିଭଳି ପରିବର୍ତ୍ତନ ସଂଘଟିତ ହେବ, ସେ ବିଷୟରେ କଳନା କରାଯାଇ ନ ପାରେ । କେବଳ ଏହା ଅନୁମାନ କରାଯାଇପାରେ । ପଞ୍ଚମତଃ, ଯଦିଓ ସାମାଜିକ ପରିବର୍ତ୍ତନ ସବୁକ୍ଷେତ୍ରରେ ଦେଖାଯାଇଥାଏ; ମାତ୍ର ଭୌତିକ କ୍ଷେତ୍ରରେ ଏହା ଅଧିକ ତୀବ୍ରତର ଅଟେ ।

ଷଷ୍ଠତଃ, ସାମାଜିକ ପରିବର୍ତ୍ତନ ପାଇଁ ଅନେକ କାରକ ଦାୟୀ ଅଟନ୍ତି । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ସାମାଜିକ ପରିବର୍ତ୍ତନ ପାଇଁ ସମ୍ପୂର୍ଣ୍ଣରୂପେ ଦାୟୀ ନୁହେଁ ।

2. ସାମାଜିକ ପରିବର୍ତ୍ତନର ଭୌତିକ କାରକର ଭୂମିକା ସଂକ୍ଷେପରେ ଆଲୋଚନା କର ।
Answer:
ସାମାଜିକ ପରିବର୍ତ୍ତନ ମୁଖ୍ୟତଃ ଭୌତିକ ପରିବେଶରେ ସଂଘଟିତ ହୋଇଥାଏ । ସମୟ ସମୟରେ ପ୍ରକୃତି ସାମାଜିକ ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଦୁର୍ଭିକ୍ଷ ହେଲେ ଜନସଂଖ୍ୟା ତଥା ପାରସ୍ପରିକ ସାମାଜିକ କ୍ଷେତ୍ରରେ ନାନାପ୍ରକାର ଭୟଙ୍କର ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ସେହିପରି ହଇଜା, ମହାମାରୀ, ପ୍ଲେଗ ଆଦି ଭୟଙ୍କର ବ୍ୟସ୍‌ କୁପ୍ରଭାବ ଲୋକମାନଙ୍କର ଜୀବନ ତଥା ସାମାଜିକ ସମ୍ପର୍କ ଉପରେ ପଡ଼ିଥାଏ ।

ବଢ଼େ ଏବଂ ହଣ୍ଟିଙ୍ଗଟନ୍ (Buckle and Huntington) ଙ୍କ ମତରେ, ‘‘ଜଳବାୟୁ ସଭ୍ୟତାର ପୂର୍ଣ୍ଣବିକାଶ ଏବଂ ବିନାଶର ଏକ କାରଣ ଅଟେ ।’’ ପ୍ରାକୃତିକ ଅବସ୍ଥା ଅନୁଯାୟୀ ମନୁଷ୍ୟର ସାମାଜିକ ତଥା ଭୌତିକ ବିକାଶ ସମ୍ଭବ ହୋଇଥାଏ । ଯେଉଁଠାରେ ପ୍ରକୃତିର କରାଳ ରୂପ; ଯଥା- ଅକାଳ ବାର୍ଦ୍ଧକ୍ୟ, ଦୁର୍ଭିକ୍ଷ, ବନ୍ୟା, ବାତ୍ୟା, ଭୂମିକମ୍ପ ଆଦି ଘଟିଥାଏ, ସେଠାରେ ମନୁଷ୍ୟ ପ୍ରାକୃତିକ ଶକ୍ତିଦ୍ୱାରା ଗଭୀରଭାବେ ପ୍ରଭାବିତ ହୋଇଥାଏ ।

ଏଥିରୁ ସ୍ପଷ୍ଟ ସୂଚନା ମିଳେ ଯେ ପ୍ରାକୃତିକ ବା ଭୌତିକ କାରଣଗୁଡ଼ିକ ସାମାଜିକ ଜୀବନ ବା ସମ୍ପର୍କରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ । ଭୂଗୋଳବିମାନଙ୍କ ମତରେ, ମାନବ ସମାଜର ଅଭିବୃଦ୍ଧିପାଇଁ ଭୌତିକ ପରିବେଷ୍ଟନୀ (physical environment) ମୁଖ୍ୟତଃ ଦାୟୀ । ସିନ୍ଧୁ ସଭ୍ୟତା ଏବଂ ମିଶରୀୟ ସଭ୍ୟତାର ପ୍ରସାରପାଇଁ ଯଥାକ୍ରମେ ସିନ୍ଧୁନଦୀ ଏବଂ ନୀଳନଦୀର ଭୌତିକ ପରିବେଷ୍ଟନୀ ଦାୟୀ ଅଟେ ।

3. ସାମାଜିକ ପରିବର୍ତ୍ତନରେ ପ୍ରାଦ୍ୟୋଗିକର ପ୍ରଭାବ ସମ୍ବନ୍ଧରେ ସଂକ୍ଷେପରେ ଆଲୋଚନା କର ।
Answer:
ପ୍ରାଦ୍ୟୋଗିକ କାରକର ପ୍ରଭାବ ସମାଜର ବିଭିନ୍ନ ବିଭାଗ ଉପରେ ଅନୁଭୂତ ହୋଇଥାଏ । ଏହି ପ୍ରାଦ୍ୟୋଗିକ ପ୍ରଭାବ ବଳରେ ସମାଜରେ ଯେଉଁସବୁ ପରିବର୍ତ୍ତନ ସଂଘଟିତ ହୋଇଥାଏ, ସେଥିମଧ୍ୟରୁ କେତେକ ମୁଖ୍ୟ ପରିବର୍ତ୍ତନ ସମ୍ପର୍କରେ ନିମ୍ନରେ ସଂକ୍ଷେପରେ ସୂଚନା ପ୍ରଦାନ କରାଗଲା ।

(a) ପାରିବାରିକ ଜୀବନ ଉପରେ ପ୍ରଭାବ (Impact on family life) – ପାରିବାରିକ ଜୀବନରେ ପ୍ରାଦ୍ୟୋଗ ଗଭୀର ପ୍ରଭାବ ପକାଇଥାଏ । ଏହି ପ୍ରାଦ୍ୟୋଗିକ କାରକ ଯୋଗୁଁ ସାମାଜିକ ଗତିଶୀଳତା ବୃଦ୍ଧି ପାଇଥାଏ । ଫଳରେ ଯୌଥ ପରିବାର ବିଘଟନମୁଖୀ ହେବାର ଲକ୍ଷ୍ୟ କରାଯାଇଥାଏ । ନାରୀମାନଙ୍କର ବିଭିନ୍ନ କଳକାରଖାନାଗୁଡ଼ିକରେ କର୍ମନିଯୁକ୍ତି ସେମାନଙ୍କର ବୈବାହିକ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରିଛି । ଆଉ ମଧ୍ଯ ପ୍ରେମ ବିବାହ (Love marriage) ଏବଂ ଆନ୍ତଃ-ଜାତି ବିବାହ (Inter-caste marriage) ପ୍ରଭୃତି ଅଧ୍ଵକଭାବେ ପରିଲକ୍ଷିତ ହେଉଛି ।

(b) ସାମାଜିକ ଜୀବନ ଉପରେ ପ୍ରଭାବ (Impact on social life) – ପ୍ରଦ୍ୟୋଗର ଉନ୍ନତି ସାମାଜିକ ଜୀବନକୁ ବିପର୍ଯ୍ୟସ୍ତ କରିଛି । ଏହା ଜାତି ପଦ୍ଧତିର ବିଲୋପ ସାଧନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସମାଜରେ ପ୍ରଚଳିତ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ ଏବଂ ସାମାଜିକ ମୂଲ୍ୟବୋଧ ପ୍ରଭୃତିକୁ ଏହା ପରିବର୍ତ୍ତିତ କରିବାରେ ସହାୟକ ହୋଇଛି ।

(c) ଧାର୍ମିକ ଜୀବନ ଉପରେ ପ୍ରଭାବ (Impact on religious life) – ପ୍ରୌଦ୍ୟୋଗିକ କାରଣ ଯୋଗୁଁ ଆଜି ବ୍ୟକ୍ତିର ଜ୍ଞାନ, ବିବେକ ଏବଂ ତର୍କଜ୍ଞାନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଛି । ବର୍ତ୍ତମାନ ବ୍ୟକ୍ତି ଧାର୍ମିକ ଅନ୍ଧବିଶ୍ୱାସଦ୍ୱାରା ଅନୁପ୍ରାଣିତ ହେଉନାହିଁ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବିଭିନ୍ନ ଧାର୍ମିକ ସମୂହର ବ୍ୟକ୍ତିମାନଙ୍କର ଏକତ୍ର କାର୍ଯ୍ୟ କରିବା ଯୋଗୁଁ ଧାର୍ମିକ ବିଭେଦ ହ୍ରାସ ପାଇଁ ଧର୍ମନିରପେକ୍ଷ ଭାବର ଉଦ୍ରେକ ଘଟିଛି ।

CHSE Odisha Class 11 Sociology Unit 4 Short Answer Questions in Odia Medium

(d) ଆର୍ଥନୀତିକ ଜୀବନ ଉପରେ ପ୍ରଭାବ (Impact on economical life) – ପ୍ରାଦ୍ୟୋଗିକ ବିକାଶ ବ୍ୟକ୍ତିର ଆର୍ଥନୀତିକ ଜୀବନକୁ ପ୍ରଭାବିତ କରି ଜୀବନଧାରଣ ମାନକୁ ବୃଦ୍ଧି କରିପାରିଛି । କଳକାରଖାନାର ପ୍ରସାର ଯୋଗୁଁ ଏବଂ ଏହି କଳକାରଖାନାରେ ନୂତନ ଯନ୍ତ୍ରପାତିର ବ୍ୟବହାର ଯୋଗୁଁ ସ୍ବଳ୍ପ ସମୟ ମଧ୍ୟରେ ବହୁ ଦ୍ରବ୍ୟ ଉତ୍ପାଦିତ ହୋଇପାରୁଛି । ଫଳରେ ଏହା ଆର୍ଥନୀତିକ ପ୍ରଗତିକୁ ଉତ୍ସାହିତ କରିଛି ।

4. ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ ସଂକ୍ଷେପରେ ଆଲୋଚନା କର ।
Answer:
ସାଂସ୍କୃତିକ ବିଳମ୍ବନ ସାମାଜିକ ପରିବର୍ତ୍ତନର ଏକ ମୁଖ୍ୟ କାରଣରୂପେ ପରିଚିତ । ସାଂସ୍କୃତିକ ବିଳମ୍ବନ ତତ୍ତ୍ବରେ ମୁଖ୍ୟ ପୁରୋଧା ହେଉଛନ୍ତି ଡବ୍ଲ୍ୟୁ.ଏଫ୍.ଓଗ୍‌ବର୍ଷ (W.F.Ogburn) । ତାଙ୍କ ମତରେ, ସଂସ୍କୃତି ମୁଖ୍ୟତଃ ଦୁଇଗୋଟି ବିଭାଗରେ ବିଭକ୍ତ ଅଟେ; ଯଥା – ଭୌତିକ ବା ବସ୍ତୁଭିଭିକ ଏବଂ ଅଭୌତିକ ବା ବସ୍ଵେତ୍ତର । ଭୌତିକ ସଂସ୍କୃତି ସେହିସବୁ ଉପାଦାନକୁ ନେଇ ଗଠିତ ଯେଉଁଗୁଡ଼ିକୁ ଦେଖ୍ହୁଏ ଏବଂ ସ୍ପର୍ଶ କରିହୁଏ । ମାତ୍ର ଅଭୌତିକ ସଂସ୍କୃତି ସେହିସବୁ ଉପାଦାନକୁ ନେଇ ଗଠିତ ଯେଉଁଗୁଡ଼ିକୁ ଦେଖହୁଏ ନାହିଁ କିମ୍ବା ସ୍ପର୍ଶକରି ହୁଏ ନାହିଁ ଓରବର୍ଣ୍ଣଙ୍କ ମତରେ, ଭୌତିକ ସଂସ୍କୃତି ଅଭୌତିକ ସଂସ୍କୃତି ତୁଳନାରେ ଦୃତ ଗତିରେ ପରିବର୍ତ୍ତିତ ହୋଇଥାଏ ।

ଅଭୌତିକ ସଂସ୍କୃତିର ବେଗ ଧୀର ହୋଇଥିବାରୁ ଏହା ଭୌତିକ ସଂସ୍କୃତି ତୁଳନାରେ ପଛରେ ପଡ଼ିଯାଇଥାଏ । ଭୌତିକ ଏବଂ ଅଭୌତିକ ସଂସ୍କୃତି ମଧ୍ୟରେ ସୃଷ୍ଟି ହେଉଥ‌ିବା ବ୍ୟବଧାନକୁ ‘ସାଂସ୍କୃତିକ ବିଳମ୍ବନ’ ବୋଲି କୁହାଯାଏ । ଓରବଙ୍କର ଏକ ଉଦାହରଣ ଦେଇ କହିଛନ୍ତି, କୌଣସି ଏକ ସହରର ଜନସଂଖ୍ୟାର ବୃଦ୍ଧି ଘଟିଲେ, ଏହାକୁ ନିୟନ୍ତ୍ରଣ କରିବାପାଇଁ ପୋଲିସ୍‌ମାନଙ୍କର ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ; କିନ୍ତୁ ଯଦି ଏଥିରେ ପରିବର୍ତ୍ତନ କରା ନ ଯାଏ, ପୋଲିସ ସଂଖ୍ୟା ଜନସଂଖ୍ୟାର ପଛରେ ପଡ଼ିଯାଏ । ଏହି ପରିସ୍ଥିତିରେ ସାଂସ୍କୃତିକ ବିଳମ୍ବନ ସୃଷ୍ଟି ହୋଇଥାଏ ।

ସମାଲୋଚନା (Criticism) – ଓରବଙ୍କର ଏହି ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ କେତେକ ସମାଜବିଜ୍ଞାନୀ ସମାଲୋଚନା କରିଅଛନ୍ତି । ସେମାନେ ମତ ଦିଅନ୍ତି ଯେ –
(i) ବସ୍ତୁଭିଭିକ ଏବଂ ବସ୍ତେର୍‌ର ସଂସ୍କୃତି ମଧ୍ୟରେ ପାର୍ଥକ୍ୟ ବିଜ୍ଞାନୀ ଭିଭିକ ନୁହେଁ ।
(ii) ଭେବ୍‌ଲିନ୍ (Veblin) କୁହନ୍ତି ଯେ, ଭୌତିକ ବା ବସ୍ତୁଭିଭିକ ସଂସ୍କୃତିର ଶୀଘ୍ର ପରିବର୍ତ୍ତନ ଆସିଥାଏ । ଏହା କହିବା ଠିକ୍ ନୁହେଁ; ତାହାର କାରଣ ହେଉଛି ଯେ, ପୁଞ୍ଜିପତି ଗୋଷ୍ଠୀ ତାଙ୍କର ଆର୍ତନୀତିକ ସ୍ଥିତିକୁ ଅକ୍ଷୁର୍ଣ୍ଣ ରଖୁବା ନିମିତ୍ତ ଭୌତିକ ସଂସ୍କୃତିରେ ସଂଘଟିତ ପରିବର୍ତ୍ତନର ଦୃଢ଼ ବିରୋଧ କରିଥା’ନ୍ତି ।
(iii) ସଦରଲାଣ୍ଡ, ଉର୍ଡ଼ଙ୍କ ମତରେ, ସାଂସ୍କୃତିକ ବିଳମ୍ବନ ସିଦ୍ଧାନ୍ତର ସର୍ବଶ୍ରେଷ୍ଠ ଦୁର୍ବଳତା ହେଉଛି ଯେ, ଏହା ସାଂସ୍କୃତିକ ପରିବର୍ତ୍ତନ ପ୍ରକ୍ରିୟାକୁ ଅଧ୍ଵରୁ ଅଧିକ ସରଳ କରିଛି ।

Leave a Comment