CHSE Odisha Class 12 Economics Chapter 10 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 10 ବଜାର Short Answer Questions.

CHSE Odisha 12th Class Economics Chapter 10 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ବଜାରର ସଂଜ୍ଞା ପ୍ରଦାନ କର ।
Answer:
ବଜାର କହିଲେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର କ୍ରୟ ବିକ୍ରୟକୁ ବୁଝାଯାଏ । ଅର୍ଥଶାସ୍ତ୍ରୀ ଜନ୍ ଏଫ୍ ଡିଉଙ୍କ ଭାଷାରେ, ‘ପରସ୍ପର ସହିତ ନିବିଡ଼ ଭାବରେ ସମ୍ପୃକ୍ତ ଥିବା କେତେକ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କୌଣସି ଏକ ଦ୍ରବ୍ୟର ବିନିମୟ ଘଟିଲେ, ତାହାକୁ ବଜାର କୁହାଯାଏ ।’’ ତେଣୁ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର କ୍ରେତା, ବିକ୍ରେତା ଓ ସେମାନଙ୍କ ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ବଜାର କୁହାଯାଏ ।

2. ବିଶୁଦ୍ଧ ବଜାର କ’ଣ ?
Answer:
ପ୍ରଫେସର ଚାମ୍ବରଲିନ୍‌ଙ୍କଦ୍ୱାରା ବିଶୁଦ୍ଧ ପ୍ରତିଯୋଗିତା ତତ୍ତ୍ଵ ବିକାଶ ଲାଭ କରିଥିଲା । ଚାମ୍ବରଲିନ୍‌ଙ୍କ ମତରେ, ଏକାତ୍‌କାରର ଅନୁପସ୍ଥିତିକୁ ବିଶୁଦ୍ଧ ପ୍ରତିଯୋଗିତା କୁହାଯାଏ । ବିଶୁଦ୍ଧ ପ୍ରତିଯୋଗିତାର ଦୁଇଟି ଲକ୍ଷଣ ଥାଏ; ଯଥା- ବିପୁଳ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି ଏବଂ ସମଜାତୀୟ ଦ୍ରବ୍ୟର କ୍ରୟ ବିକ୍ରୟ ।

3. ବଜାର ଦର କହିଲେ କ’ଣ ବୁଝ ?
Answer:
କୌଣସି ଏକ ସମୟରେ ବଜାରରେ ପ୍ରଚଳିତ ଦାମ୍ଭିକୁ ବଜାର ଦର କୁହାଯାଏ । ଏହି ଦର ସ୍ଵଳ୍ପକାଳ ସ୍ଥାୟୀ । ଚାହିଦା ଓ ଯୋଗାଣଦ୍ଵାରା ଦର ନିର୍ଦ୍ଧାରିତ ହୁଏ । ସ୍ଵଳ୍ପକାଳରେ ଯୋଗାଣ ପ୍ରାୟତଃ ସ୍ଥିର ଥାଏ । ତେଣୁ ଦ୍ରବ୍ୟର ଚାହିଦାଦ୍ୱାରା ଦର ପ୍ରଭାବିତ ହୁଏ ।

4. ସ୍ଵାଭାବିକ ଦର କ’ଣ ?
Answer:
ଦୀର୍ଘକାଳରେ ଉପଲବ୍‌ଧ ହେଉଥ‌ିବା ଦରକୁ ସ୍ଵାଭାବିକ ଦର କୁହାଯାଏ । ଦୀର୍ଘକାଳରେ ଚାହିଦା ଓ ଯୋଗାଣ ଉଭୟ ପରିବର୍ତ୍ତିତ ହୁଅନ୍ତି ଓ ଉଭୟ ସ୍ଵାଭାବିକ ଦରକୁ ପ୍ରଭାବିତ କରନ୍ତି । ସ୍ଵାଭାବିକ ଦର ଏକ ସ୍ଥିର ସନ୍ତୁଳନ ଦର ଅଟେ ।

5. ଅବାଧ ପ୍ରବେଶ ଓ ପ୍ରସ୍ଥାନ କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର ବଜାରରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କୌଣସି ପ୍ରତିବନ୍ଧକ ନଥାଏ । ପ୍ରତିଯୋଗିତାରେ ସଫଳତା ଆଶା କରି ନୂତନ ଉତ୍ପାଦନ ପ୍ରତିଷ୍ଠାନମାନେ ଶିଳ୍ପ ମଧ୍ୟକୁ ପ୍ରବେଶ କରିପାରିବେ । ସେହିପରି ଅତ୍ୟଧ୍ଵକ କ୍ଷତି ଯୋଗୁଁ କୌଣସି ଉତ୍ପାଦନ ପ୍ରତିଷ୍ଠାନ ବଜାରରୁ ବିଦାୟ ନେଇପାରିବେ ।

CHSE Odisha Class 12 Economics Chapter 10 Short Answer Questions in Odia Medium

6. ସମଜାତୀୟ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ବିନିମୟ ହେଉଥ‌ିବା ଦ୍ରବ୍ୟଟି ସର୍ବତୋଭାବେ ସମାନ ହୋଇଥାଏ । ପ୍ରତ୍ୟେକ ଦ୍ରବ୍ୟର ଆକାର, ପ୍ରକାର, ରଙ୍ଗ ଓ କିସମ ସମାନ ହୋଇଥାଏ । ଦ୍ରବ୍ୟର ଏକକଗୁଡ଼ିକ ସର୍ବତୋଭାବେ ସମାନ ହେଲେ, ଉପଭୋକ୍ତାଙ୍କର କୌଣସି ଏକ ନିର୍ଦ୍ଦିଷ୍ଟ ଶିଳ୍ପ ପ୍ରତିଷ୍ଠାନର ଉତ୍ପାଦିତ ଦ୍ରବ୍ୟ ପ୍ରତି ବିଶେଷ ଆଗ୍ରହ ରହେ ନାହିଁ ।

7. ଶୂନ୍ୟ ପରିବହନ ବ୍ୟୟ କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ, ଦ୍ରବ୍ୟ ଗୋଟିଏ ସ୍ଥାନରୁ ସରବରାହ କରିବାପାଇଁ କୌଣସି ଖର୍ଚ୍ଚ ହୁଏ ନାହିଁ ବୋଲି ଧରି ନିଆଯାଇଥାଏ । ଏହା ଅବାସ୍ତବ ମନେହୁଏ, କିନ୍ତୁ ଏହି ପରିକଳ୍ପନା ଅପରିହାର୍ଯ୍ୟ । ଏହି ପରିକଳ୍ପନାର ଅନୁପସ୍ଥିତିରେ ଦ୍ରବ୍ୟର ଦର ସର୍ବତ୍ର ସମାନ ରହିବ ନାହିଁ ।

8. ଏକାଧ୍ଵର ବଜାରର ସଂଜ୍ଞା ଲେଖ ।
Answer:
ଏକାଧିକାର ବଜାର କହିଲେ ଜଣେ ମାତ୍ର ବିକ୍ରେତା ଏପରି ଏକ ଦ୍ରବ୍ୟ ବିକ୍ରୟ କରନ୍ତି ଯାହାର କୌଣସି ନିକଟତମ ବିକଳ୍ପ ଦ୍ରବ୍ୟ ଉପଲବ୍ଧ ହୁଏ ନାହିଁ । ଏହିପରି ବଜାର ସ୍ଥିତିରେ ଶିଳ୍ପ ଏବଂ ପ୍ରତିଷ୍ଠାନ ମଧ୍ୟରେ କୌଣସି ପ୍ରଭେଦ ନ ଥାଏ । ଏକାଧ୍ୟାର ପ୍ରତିଷ୍ଠାନ ଦର ଗ୍ରହଣକାରୀ ଭାବେ ପରିଚିତ ନ ହୋଇ ଦର ନିର୍ଣ୍ଣୟକାରୀର କାର୍ଯ୍ୟ ସମ୍ପାଦନ କରିଥାଏ ।

9. ଦାମ୍ ବିଭେଦୀକରଣ କ’ଣ ?
Answer:
କେତେକ କ୍ଷେତ୍ରରେ ଦେଖାଯାଏ ଯେ, ଏକାତ୍‌କାର ପ୍ରତିଷ୍ଠାନ ଗୋଟିଏ ପ୍ରକାର ଉତ୍ପାଦିତ ଦ୍ରବ୍ୟର ବିଭିନ୍ନ ଏକକଗୁଡ଼ିକ ପାଇଁ ବିଭିନ୍ନ ଦର ଧାର୍ଯ୍ୟ କରିଥାଏ । ଅର୍ଥାତ୍‌ ଭିନ୍ନ ଭିନ୍ନ ଉପଭୋକ୍ତାଙ୍କଠାରୁ ଭିନ୍ନ ଭିନ୍ନ ଦାମ୍ ଆଦାୟ କରିଥାଏ । ଏହାକୁ ଏକାଧିକାର ବଜାରରେ ଦାମ୍ ବିଭେଦୀକରଣ କୁହାଯାଏ ବା ଏପ୍ରକାର ବଜାରକୁ ବିଭେଦକାରୀ ଏକାଧିକାର ବଜାର ବୋଲି କୁହାଯାଏ ।

10. ଅଚ୍ଛାଧିକାର କ’ଣ?
Answer:
ଯେଉଁ ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ, ତାହାକୁ ଅଚ୍ଛାତ୍‌କାର କୁହାଯାଏ । ଏହି ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ଵନ୍ଦିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି । ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି । ସେ ଦର ଓ ଉତ୍ପାଦ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି ।

11. ଏକାଧିକାରମୂଳକ ପ୍ରତିଯୋଗିତା ବଜାର କ’ଣ ?
Answer:
ଅଧ୍ୟାପକ ଚାମ୍ବରଲିନ୍ ୧୯୩୩ ମସିହାରେ ଏକାଧିକାରମୂଳକ ପ୍ରତିଯୋଗିତା ତତ୍ତ୍ଵର ବିଶଦ ବ୍ୟାଖ୍ୟା କରିଥିଲେ । ତାଙ୍କ ମତରେ, ଏକ ନିର୍ଦ୍ଦିଷ୍ଟ ବଜାର ପରିସ୍ଥିତିରେ ପ୍ରତ୍ୟେକ ବିକ୍ରୟକାରୀ ଏକପ୍ରକାର ଏକାଧିକାରୀ ଏବଂ ଏହି ଶ୍ରେଣୀର ଏକାଧିକାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଥାଏ । ତେଣୁ ଯେଉଁ ବଜାର ବ୍ୟବସ୍ଥାରେ ଉଭୟ ପ୍ରତିଯୋଗିତା ଏବଂ ଏକାଧ୍ୟାକାରର ସତ୍ତା ଉପଲବ୍ଧ କରାଯାଏ, ସେହି ବଜାରକୁ ଏକାଧିକାରମୂଳକ ପ୍ରତିଯୋଗିତା ବଜାର କୁହାଯାଏ ।

ଅର୍ଥାତ୍ ଯେଉଁଠାରେ ନାନା ମାର୍କା, ଆକାର, ବ୍ୟାବସାୟିକ ଚିହ୍ନ ଭିତ୍ତିରେ ଗୋଟିଏ ଦ୍ରବ୍ୟକୁ ଅଳ୍ପ କେତେକ ଉତ୍ପାଦନକାରୀ ଉତ୍ପାଦନ କରି ପ୍ରତିଯୋଗିତାକୁ ସେମାନଙ୍କ ମଧ୍ୟରେ ସୀମିତ ରଖନ୍ତି, ତାହାକୁ ଏକାଧ୍ୟାକାରମୂଳକ ପ୍ରତିଯୋଗିତା ବଜାର କୁହାଯାଏ ।

12. ବଜାର ଦାମ୍ କ’ଣ ?
Answer:
ବଜାର କାଳରେ ଦ୍ରବ୍ୟର ଯେଉଁ ଦାମ୍ ନିରୂପିତ ହୁଏ, ତାହାକୁ ବଜାର ଦାମ୍ କୁହାଯାଏ । ଯେକୌଣସି ମୁହୂଇଁରେ ଦ୍ରବ୍ୟର ଯୋଗାଣ ଏବଂ ଚାହିଦାଦ୍ୱାରା ନିରୂପିତ ଦାମ୍ଭିକୁ ବଜାର ଦାମ୍ ମଧ୍ଯ କୁହାଯାଏ । ଅର୍ଥାତ୍ ଏହାକୁ ସ୍ଵଳ୍ପକାଳୀନ ଦାମ୍ କୁହାଯାଏ ଯେହେତୁ ବଜାର ଦାମ୍ ସଦାବେଳେ ଦୋଳାୟମାନ ଅବସ୍ଥାରେ ଥାଏ।

13. ସନ୍ତୁଳନ ଦର କ’ଣ?
Answer:
ସନ୍ତୁଳନ ଦର ଏକ ଦର ଯେଉଁଥରେ ଗୋଟିଏ ଦ୍ରବ୍ୟର ଚାହିଦାର ପରିମାଣ ଯୋଗାଣ ପରିମାଣ ସହିତ ନିଶ୍ଚିତ ଭାବେ ସମାନ ରହେ । ବଜାର ଦର ଚାହିଦା ଓ ଯୋଗାଣଦ୍ବାରା ନିର୍ଦ୍ଧାରିତ ହୁଏ । ଯେତେବେଳେ ଏ ଦୁଇଟି ଶକ୍ତି ପରସ୍ପର ସହିତ ସମତୁଲ ଅବସ୍ଥାରେ ଥାଆନ୍ତି, ସେତେବେଳେ ନିର୍ଦ୍ଧାରିତ ବଜାର ଦରକୁ ସନ୍ତୁଳନ ଦର କୁହାଯାଏ ।

14. ବଜାର କାଳ କ’ଣ?
Answer:
ବଜାର କାଳ ଅତି ସ୍ଵଳ୍ପକାଳୀନ ଅଟେ । ଏହା ଗୋଟିଏ ଦିନ ବା ଅଳ୍ପ କେତେଦିନ ହୋଇଥାଏ । ଏହି ସମୟରେ ଯୋଗାଣ ସ୍ଥିର ରହେ । ତେଣୁ ଦର ନିର୍ଦ୍ଧାରଣରେ ଚାହିଦା ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ସମୟ କାଳରେ ଚାହିଦା ଓ ଯୋଗାଣ ମଧ୍ୟରେ ଥ‌ିବା ସନ୍ତୁଳନ କ୍ଷଣସ୍ଥାୟୀ ଅଟେ ।

15. ସ୍ବଳ୍ପକାଳ କ’ଣ?
Answer:
ସ୍ଵଳ୍ପକାଳ ବଜାରକାଳଠାରୁ ଦୀର୍ଘ । ଏହା କେତେମାସ ହୋଇପାରେ । ଏହି ସମୟରେ ଯୋଗାଣରେ କିଛି ମାତ୍ରାରେ ପରିବର୍ତ୍ତନ ଅଣାଯାଇପାରେ । ଏହି କାଳରେ ଯୋଗାଣ ଅପେକ୍ଷା ଚାହିଦା ଦର ନିର୍ଦ୍ଧାରଣରେ ଅଧ‌ିକ ଭୂମିକା ଗ୍ରହଣ କରେ ।

16. ଦୀର୍ଘକାଳ କ’ଣ?
Answer:
ଦୀର୍ଘକାଳ କେତେ ବର୍ଷକୁ ବୁଝାଏ । ଏହି ସମୟରେ ଉତ୍ପାଦନକାରୀମାନେ ଯୋଗାଣର ପରିମାଣ ଚାହିଦାର ପରିମାଣ ଅନୁସାରେ ପରିବର୍ତ୍ତନ କରିପାରନ୍ତି । ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତୀ ଅଟନ୍ତି । ଦୀର୍ଘକାଳୀନ ସନ୍ତୁଳନ ସ୍ଥିର ଅଟେ ଏବଂ ଏହି ସନ୍ତୁଳନ ଦରକୁ ସ୍ଵାଭାବିକ ଦର ବା ସ୍ଵାଭାବିକ ଦାମ୍ କୁହାଯାଏ ।

17. ଅତି ଦୀର୍ଘକାଳ (Secular Period) କ’ଣ ?
Answer:
ମାର୍ଶାଲ୍ ଅତି ଦୀର୍ଘକାଳ ବୋଲି ଆଉ ଏକ ସମୟ ବିଷୟରେ ମଧ୍ଯ ଆଲୋକପାତ କରିଛନ୍ତି । ଅତି ଦୀର୍ଘକାଳ ଦଶବର୍ଷରୁ ଅଧ‌ିକ ସମୟକୁ ବୁଝାଏ । ଏହି କାଳରେ ଉତ୍ପାଦନକାରୀମାନେ ଯଥେଷ୍ଟ ସମୟ ପାଆନ୍ତି ଓ ଉତ୍ପାଦନ ପରିବର୍ତ୍ତନ କରିବାର ସବୁ ପ୍ରକାର କୌଶଳ ଅବଲମ୍ବନ କରନ୍ତି । ଏହି କାଳରେ ଉପଲବ୍ଧ ହେଉଥ‌ିବା ଦରକୁ ଅତି ଦୀର୍ଘକାଳୀନ ଦର (Secular Price) କୁହାଯାଏ ।

18. ପୂର୍ଣାଙ୍ଗ ପ୍ରତିଯୋଗିତା କ’ଣ ?
Answer:
ପୂର୍ଣ୍ଣ ପ୍ରତିଯୋଗିତା ଓ ଏକାଧ୍ୟାର ଦୁଇଟି ଚରମ ବଜାର । ଏ ଦୁଇଟି ଚରମ ବଜାର ମଧ୍ୟରେ ଥିବା ଅନ୍ୟ କେତେଗୁଡ଼ିଏ ବଜାର ବାସ୍ତବ ଜୀବନରେ ଦେଖିବାକୁ ମିଳେ । ଏପ୍ରକାରର ବଜାରରେ ପୂର୍ଣ୍ଣ ପ୍ରତିଯୋଗିତାର କିଛି ଲକ୍ଷଣ ଓ ଏକାଧିକାରର କିଛି ଲକ୍ଷଣ ଦେଖିବାକୁ ମିଳେ । ଏସବୁକୁ ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତାମୂଳକ ବଜାର କୁହାଯାଏ ।

CHSE Odisha Class 12 Economics Chapter 10 Short Answer Questions in Odia Medium

19. ପୂର୍ଣାଙ୍ଗ ବଜାର କ’ଣ ?
Answer:
ଯେଉଁ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଏକ ସମଜାତୀୟ ଦ୍ରବ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରଚଳିତ ଦାମ୍‌ରେ କ୍ରୟବିକ୍ରୟ ହୋଇଥାଏ ତାହାକୁ ପୂର୍ଣ୍ଣାଙ୍ଗ ବା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ଏହି ବଜାରରେ କ୍ରେତା-ବିକ୍ରେତାଙ୍କ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଥାଏ ଏବଂ ବଜାର ସମ୍ପର୍କରେ ସମସ୍ତଙ୍କର ପୂର୍ବଜ୍ଞାନ ଥାଏ । ଏହି ବଜାରରେ ପରିବହନ ଓ ବିଜ୍ଞାପନ ଖର୍ଚ୍ଚରେ ଅନୁପସ୍ଥିତ ଉପଲବଧ ହୁଏ ଏବଂ ଉତ୍ପାଦନ ସାଧନମାନଙ୍କର ପୂର୍ଣ୍ଣ ଗତିଶୀଳତା ଅନୁଭବ କରିହୁଏ ।

20. ସଂରକ୍ଷିତ ଦାମ୍ କ’ଣ ?
Answer:
ସଂରକ୍ଷିତ ଦାମ୍ ଏକ ସର୍ବନିମ୍ନ ଦାମ୍ ଯେଉଁ ଦାମ୍‌ରେ ଉତ୍ପାଦନକାରୀ କୌଣସି ଦ୍ରବ୍ୟ ଯୋଗାଣ କରିନଥା’ନ୍ତି । ଏହି ଦାମରୁ ବଜାର ଦାମ୍ କମ୍ ହେଲେ ବା ସମାନ ହେଲେ ଉତ୍ପାଦନକାରୀ କୌଣସି ଦ୍ରବ୍ୟ ବିକ୍ରୟ ନ କରି ଭବିଷ୍ୟତ ଦାମ୍ ବୃଦ୍ଧି ଆଶାରେ ସଂରକ୍ଷିତ ରଖିଥା’ନ୍ତି । ସଂରକ୍ଷିତ ଦାମ୍ ସାଧାରଣତଃ ସ୍ଥାୟୀଦ୍ରବ୍ୟ କ୍ଷେତ୍ରରେ ପ୍ରଯୁଜ୍ୟ ଓ ଏହା ଦ୍ରବ୍ୟର ସ୍ଥାୟିତ୍ଵ, ଭବିଷ୍ୟତ ପ୍ରତ୍ୟାଶା, ଗଚ୍ଛିତ ରଖୁବା ଖର୍ଚ୍ଚ ଉପରେ ନିର୍ଭରଶୀଳ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ବଜାର ଅର୍ଥ କ’ଣ ?
Answer:
କୌଣସି ଦ୍ରବ୍ୟର କ୍ରୟ କିମ୍ବା ବିକ୍ରୟ ନିମିତ୍ତ କ୍ରେତା ଓ ବିକ୍ରେତାମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବା ପାଇଁ କୌଣସି ବ୍ୟବସ୍ଥାକୁ ବଢାର କୁହାଯାଏ । ଜନ୍.ଏଫ୍. ଡିଉଙ୍କ ଭାଷାରେ, ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥ‌ିବା କ୍ରେତା ଓ ବିକ୍ରେତାଙ୍କ ଗୋଷ୍ଠୀକୁ ନେଇ ବଜାର ଗଠିତ, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ବିନିମୟ ସଂଗଠିତ ହୋଇଥାଏ । ତେଣୁ, ବଜାର କହିଲେ ତିନୋଟି ଆବଶ୍ୟକତାକୁ ବୁଝାଏ । ପ୍ରଥମତଃ, ଏକ କ୍ରେତା ଗୋଷ୍ଠୀ ଥିବା ଆବଶ୍ୟକ । ଦ୍ଵିତୀୟତଃ, ଏକ ବିକ୍ରେତା ଗୋଷ୍ଠୀ ଥିବା ଆବଶ୍ୟକ ।

ତୃତୀୟତଃ, କ୍ରେତା ଓ ବିକ୍ରେତାମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବା ଆବଶ୍ୟକ । ବଜାର ଏକ ଭୌଗୋଳିକ ସ୍ଥାନରେ ସୀମିତ ନୁହେଁ । କ୍ରେତା ଓ ବିକ୍ରେତାମାନେ ବିଭିନ୍ନ ପ୍ରକାର ଯୋଗାଯୋଗ ମାଧ୍ୟମରେ ପରସ୍ପର ସହିତ ସମ୍ପର୍କ ସ୍ଥାପନ କରିପାରନ୍ତି ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କ’ଣ ?
Answer:
ଯେଉଁ ବଜାରରେ ବିପୁଳ ସଂଖ୍ୟକ ବଜାର ଦର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା କ୍ରେତା ଓ ବିକ୍ରେତା ଥାଆନ୍ତି ଏବଂ ସେମାନେ କୌଣସି ପ୍ରତିବନ୍ଧକ ନଥାଇ ଏକ ସମଜାତୀୟ ଦ୍ରବ୍ୟର କିଣାବିକା କରନ୍ତି, ତାହାକୁ ପୁର୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଗୋଟିଏ ଦର ପ୍ରଚଳିତ ଥାଏ । କୌଣସି କ୍ରେତା ବା ବିକ୍ରେତା ପ୍ରଚଳିତ ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ଏକ ନିର୍ଦ୍ଧାରିତ ବଜାର ଦରରେ ଜଣେ ବିକ୍ରେତା କେତେ ପରିମାଣର ଦ୍ରବ୍ୟ ବିକ୍ରୟ କରିବେ, ତାହା ସେ ସ୍ଥିର କରନ୍ତି ।

ସେହିପରି ଜଣେ କ୍ରେତା ତାଙ୍କ କ୍ରୟର ପରିମାଣ ସ୍ଥିର କରନ୍ତି । ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଜଣେ କ୍ରେତା ବା ବିକ୍ରେତା ଦର ଗ୍ରହଣକାରୀ ଅଟନ୍ତି । ତେଣୁ ପ୍ରତିଷ୍ଠାନ ଦର ଗ୍ରହଣକାରୀ ଏବଂ ସେ ପ୍ରଚଳିତ ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ତେଣୁ ପ୍ରତିଷ୍ଠାନର ଚାହିଦା ଲେଖା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ହୋଇଥାଏ ।

3. ଏକାଧ୍ୟାକାରୀ ପ୍ରତିଯୋଗିତା କ’ଣ ?
Answer:
ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତାରେ ମୁଖ୍ୟତଃ ତିନିପ୍ରକାର ବଜାର ବ୍ୟବସ୍ଥା ଦେଖିବାକୁ ମିଳେ । ସେଗୁଡ଼ିକ ହେଲା (i) ଏକାଧିକାରୀ ପ୍ରତିଯୋଗିତା, (ii) ଅଧ୍ୟାର ଏବଂ (iii) ଦ୍ଵୈତ ଅଧିକାର ବଜାର । ଆଧୁନିକ ବ୍ୟବସାୟ ଜଗତରେ ଏକାଧ୍ୟାକାରୀ ପ୍ରତିଯୋଗିତା ଏକ ପ୍ରାଧାନ୍ୟଯୁକ୍ତ ସ୍ଥାନ ଅଧିକାର କରିଛି । ଏହି ପ୍ରକାର ବଜାର ବ୍ୟବସ୍ଥାରେ ଏକାଧିକାର ଏବଂ ପ୍ରତିଯୋଗିତାର ବୈଶିଷ୍ଟ୍ୟ ଦେଖିବାକୁ ମିଳେ । ଏଥିରେ ପ୍ରତିଷ୍ଠାନବର୍ଗ ଭିନ୍ନ ଭିନ୍ନ ଦ୍ରବ୍ୟ ଉତ୍ପାଦନ କରନ୍ତି, ଯାହାକି ପରସ୍ପରର ନିକଟ ପ୍ରତିସ୍ଥାପକ ମାତ୍ର ସମ୍ପୂର୍ଣ୍ଣ ପ୍ରତିସ୍ଥାପକ ନୁହଁନ୍ତି ।

ବେନ୍‌ଙ୍କ ମତରେ, ଯେଉଁ ଶିଳ୍ପରେ ଅନେକଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ବିକ୍ରେତା ପରସ୍ପରଠାରୁ ଭିନ୍ନ ଏବଂ ନିକଟ ପ୍ରତିସ୍ଥାପକ ହୋଇଥିବା ଦ୍ରବ୍ୟ ବିକ୍ରୟ କରନ୍ତି, ସେହି ଶିଳ୍ପକୁ ଏକାଧ୍ୟାକାରୀ ପ୍ରତିଯୋଗିତା କୁହାଯାଏ ।

ଏକାଧ୍ୟାକାରୀ ପ୍ରତିଯୋଗିତାରେ ବିକ୍ରେତାଙ୍କର ଦର ଓ ଉତ୍ପାଦନର ପରିମାଣ ଉପରେ କିଛି ମାତ୍ରାରେ ପ୍ରଭାବ ରହେ । ସୁତରାଂ ଏକାଧିକାରୀ ପ୍ରତିଯୋଗିତାରେ ଚାହିଦାରେଖା ନିମ୍ନଗାମୀ (ଅଧ୍ବକ ଧରାଶାୟୀ) ହୋଇଥାଏ । ଏହାର କାରଣ ହେଉଛି ଯେ, ଏକାଧ୍ୟାକାରୀ ପ୍ରତିଯୋଗିତାର ଦ୍ରବ୍ୟର ନିକଟତମ ପ୍ରତିଦ୍ଵନ୍ଦୀ ବଜାରରେ ଉପଲବ୍ଧ ଥାଏ ଏବଂ ପ୍ରତିଷ୍ଠାନ ଦର ହ୍ରାସ କରି ଦ୍ରବ୍ୟର ବିକ୍ରୟ ବୃଦ୍ଧି କରିପାରିବେ ।

4. ଅଵାଧ୍ଵର (Oligopoly) କ’ଣ ?
Answer:
ଅଳ୍ପାଧିକାର ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ । ଅଚ୍ଛାଧିକାର ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ବନ୍ଦିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି । ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି, ସେ ଦର ଓ ଉତ୍ପାଦନ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି ।

ଅଚ୍ଛାଧିକାର ବଜାରରେ ଜଣେ ବିକ୍ରେତା ବିକ୍ରେତାମାନଙ୍କ ମଧ୍ୟରେ ଆନ୍ତଃ-ନିର୍ଭରଶୀଳତା ରହିଥାଏ । ପ୍ରତିଷ୍ଠାନଗୁଡ଼ିକ ପରସ୍ପର ଉପରେ ନିର୍ଭରଶୀଳ ହୋଇଥାଏ । ଦ୍ରବ୍ୟର ଦର ନିର୍ଦ୍ଧାରଣ, ପ୍ରତିଦ୍ବନ୍ଦୀ ପ୍ରତିଷ୍ଠାନର କାର୍ଯ୍ୟ କୌଶଳ ଉପରେ ନିର୍ଭର କରିଥାଏ । ତେଣୁ ପ୍ରତ୍ୟେକ ପ୍ରତିଷ୍ଠାନ ବା ବିକ୍ରେତାଙ୍କର ଚାହିଦା ରେଖା ଅନିଶ୍ଚିତ ।

5. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ସନ୍ତୁଳନ ଦର କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଅନେକ କ୍ରେତା ଓ ବିକ୍ରେତା ଥାଆନ୍ତି । ତେଣୁ କୌଣସି ନିର୍ଦ୍ଦିଷ୍ଟ ସମଜାତୀୟ ଦ୍ରବ୍ୟର ଦର ସମସ୍ତ କ୍ରେତାଙ୍କ ଚାହିଦାର ସମଷ୍ଟି ଏବଂ ସମସ୍ତ ବିକ୍ରେତାଙ୍କ ଯୋଗାଣର ସମଷ୍ଟିଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଯେଉଁ ଦରରେ ଦ୍ରବ୍ୟର ମୋଟ ଚାହିଦା ମୋଟ ଯୋଗାଣ ସହ ସମାନ ହୁଏ ତାହାକୁ ସନ୍ତୁଳନ ଦର କୁହାଯାଏ । ଅର୍ଥାତ୍ ଚାହିଦା ଓ ଯୋଗାଣ ଶକ୍ତି ମଧ୍ୟରେ ସମତୁଲତା ଥିବା ଅବସ୍ଥାରେ ସନ୍ତୁଳନ ଦର ସ୍ଥିରୀକୃତ ହୋଇଥାଏ । ସନ୍ତୁଳନ ଦରରେ କ୍ରୟ ବିକ୍ରୟ ହେଉଥ‌ିବା ଦ୍ରବ୍ୟର ପରିମାଣକୁ ସନ୍ତୁଳନ ପରିମାଣ କୁହାଯାଏ । ଏହା ବଜାର ଚାହିଦା ଲେଖା ଓ ବଜାର ଯୋଗାଣ ରେଖା ପ୍ରତିଚ୍ଛେଦ ବିନ୍ଦୁରେ ନିର୍ଦ୍ଧାରିତ ହୁଏ ।

CHSE Odisha Class 12 Economics Chapter 10 Short Answer Questions in Odia Medium

6. ଏକାଧ୍ଵର ଚାହିଦା ରେଖା କ’ଣ ?
Answer:
ଜଣେ ଏକାଧ୍ୟାକାରୀ ଦ୍ରବ୍ୟର ଯୋଗାଣରେ ପରିବର୍ତ୍ତନ କରି ବଜାର ଦରକୁ ପ୍ରଭାବିତ କରନ୍ତି । କିନ୍ତୁ ତାଙ୍କର ଉପଭୋକ୍ତାଙ୍କର ଚାହିଦା ଉପରେ ନିୟନ୍ତ୍ରଣ ନଥାଏ । ତେଣୁ ଚାହିଦା ରେଖା ନିମ୍ନଗାମୀ ହୁଏ । ଏକାଧ୍ୟାକାରୀଙ୍କ ପାଇଁ ଦୁଇଟି ବିକଳ୍ପ ଥାଏ । ସେ ଦ୍ରବ୍ୟର ଦର ହ୍ରାସ କରି ବିକ୍ରୟ ବୃଦ୍ଧି କରିପାରନ୍ତି ଅଥବା ଉତ୍ପାଦନ ହ୍ରାସ କରି ଦ୍ରବ୍ୟର ଦର ବୃଦ୍ଧି କରିପାରନ୍ତି । ସେ ଦର ଓ ଉତ୍ପାଦନ ମଧ୍ୟରୁ ଗୋଟିଏ ନିୟନ୍ତ୍ରଣ କରିପାରିବେ । ଉଭୟ ଦର ଓ ଉତ୍ପାଦନ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ତାଙ୍କର ନଥାଏ । ଏକାଧ୍ୟାର ବଜାରରେ ଚାହିଦା ଲେଖା ନିମ୍ନଗାମୀ ହୁଏ।

7. ଶୁଦ୍ଧ ପ୍ରତିଯୋଗିତା କ’ଣ ?
Answer:
ଚାମ୍ବରଲିନ୍ ନାମକ ଜଣେ ପ୍ରଖ୍ୟାତ ଆମେରିକାନ୍ ଅର୍ଥଶାସ୍ତ୍ରୀ ‘ଶୁଦ୍ଧ ପ୍ରତିଯୋଗିତା’ ନାମକ ଏକ ବଜାର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ । ତାଙ୍କ ମତରେ, ଶୁଦ୍ଧ ପ୍ରତିଯୋଗିତା ହେଉଛି ଏକାଧିକାର ସ୍ବତ୍ବବିହୀନ ଏକ ବଜାର ବ୍ୟବସ୍ଥା । ତାଙ୍କ ବିଚାରରେ ବଜାରରେ ଏକାଧିକାର ସ୍ବତ୍ଵର ଉପସ୍ଥିତି ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣ ସୂଚନା ପ୍ରଦାନ କରିଥାଏ । ତେଣୁ ଶୁଦ୍ଧ ପ୍ରତିଯୋଗିତା ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣହୀନତାକୁ ହିଁ ବୁଝାଇଥାଏ । ଚାମ୍ବରଲିନ୍‌ଙ୍କ ମତରେ,

  • ବିପୁଳ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି,
  • ସମଜାତୀୟ ଦ୍ରବ୍ୟର ଉପସ୍ଥିତି ଓ
  • ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା- ଏହି ତିନୋଟି ବୈଶିଷ୍ଟ୍ୟ ହେଉଛି ଶୁଦ୍ଧ ପ୍ରତିଯୋଗିତାର ମୌଳିକ ଧର୍ମ । ପୂର୍ଣ୍ଣ ପ୍ରତିଯୋଗିତାର ଅର୍ଥ ଅଧିକ ବ୍ୟାପକ ହୋଇଥିଲାବେଳେ ଶୁଦ୍ଧ ପ୍ରତିଯୋଗିତାର ଅର୍ଥ କିଛି ମାତ୍ରାରେ ସଂକୀର୍ଣ୍ଣ ।

8. ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତା ବଜାର କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତା ଓ ଏକାଧିକାର ଦୁଇଟି ଚରମ ବଜାର । ବାସ୍ତବ ଜଗତରେ ଏପ୍ରକାର ବଜାର ବିରଳ । ଏ ଦୁଇଟି ଚରମ ବଜାର ମଧ୍ୟରେ ଥ‌ିବା ଅନ୍ୟ କେତେଗୁଡ଼ିଏ ବଜାର ବାସ୍ତବ ଜୀବନରେ ଦେଖିବାକୁ ମିଳେ । ଏପ୍ରକାରର ବଜାରରେ ପୂର୍ଣ୍ଣ ପ୍ରତିଯୋଗିତାର କିଛି ଲକ୍ଷଣ ଓ ଏକାଧିକାରର କିଛି ଲକ୍ଷଣ ଦେଖିବାକୁ ମିଳେ ଏସବୁକୁ ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ଏକାଧ୍ୟାକାରମୂଳକ ପ୍ରତିଯୋଗିତା ଓ ଅନ୍ଧାଧିକାର ବଜାର ଅପୂର୍ଣ୍ଣାଙ୍ଗ ବଜାରର ଦୁଇ ପ୍ରମୁଖ ଅଂଶ ଅଟନ୍ତି । ପ୍ରତିଷ୍ଠାନଗୁଡ଼ିକ ବିଭେଦିତ ଦ୍ରବ୍ୟ ଉତ୍ପାଦନ କରି ଦ୍ରବ୍ୟର ଦର ନିର୍ଦ୍ଧାରକ ଭୂମିକା ଗ୍ରହଣ କରିଥା’ନ୍ତି ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ବଜାର ଦର ଓ ସ୍ବାଭାବିକ ଦର :
Answer:
କୌଣସି ଏକ ସମୟରେ ବଜାରରେ ପ୍ରଚଳିତ ଦାମକୁ ବଜାର ଦର କୁହାଯାଏ । ଏହି ଦର ସ୍ଵଚ୍ଛକାଳ ସ୍ଥାୟୀ । ଚାହିଦା ଓ ଯୋଗାଣଦ୍ଵାରା ଦର ନିର୍ଦ୍ଧାରିତ ହୁଏ । ସ୍ଵଳ୍ପକାଳରେ ଯୋଗାଣ ପ୍ରାୟତଃ ସ୍ଥିର ଥାଏ । ତେଣୁ ଦ୍ରବ୍ୟର ଚାହିଦାଦ୍ଵାରା ଦର ପ୍ରଭାବିତ ହୁଏ । ବଜାର ଦର ଓ ସ୍ବଳ୍ପକାଳୀନ ସନ୍ତୁଳନ ଅସ୍ଥାୟୀ ଅଟନ୍ତି । ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣ ଦ୍ବାରା ନିରୂପିତ ହେଉଥ‌ିବା ବା ସ୍ବକାଳୀନ ସନ୍ତୁଳନ ଦରକୁ ବଜାର ଦର କୁହାଯାଏ ।

ଦୀର୍ଘକାଳରେ ଉପଲବ୍‌ଧ ହେଉଥ‌ିବା ଦରକୁ ସ୍ବାଭାବିକ ଦର କୁହାଯାଏ । ଦୀର୍ଘକାଳରେ ଚାହିଦା ଅପେକ୍ଷା ଯୋଗାଣର ଭୂମିକା ଅଧୀକ । ତେଣୁ ସ୍ବାଭାବିକ ଦର ଚାହିଦା ଅପେକ୍ଷା ଯୋଗାଣଦ୍ବାରା ଅଧ‌ିକ ପ୍ରଭାବିତ ହୁଏ । ଦ୍ରବ୍ୟର ଦୀର୍ଘକାଳୀନ ସନ୍ତୁଳନ ଦରକୁ ସ୍ଵାଭାବିକ ଦର କୁହାଯାଏ । ଦୀର୍ଘକାଳରେ ଚାହିଦା ଓ ଯୋଗାଣ ଉଭୟ ପରିବର୍ତ୍ତିତ ହୁଅନ୍ତି ଓ ଉଭୟ ସ୍ଵାଭାବିକ ଦରକୁ ପ୍ରଭାବିତ କରନ୍ତି । ସ୍ଵାଭାବିକ ଦର ଏକ ସ୍ଥିର ସନ୍ତୁଳନ ଦର ଅଟେ ।

2. ପୂର୍ଣ୍ଣାଙ୍ଗ ବଜାର ଓ ଏକାଧିକାର ବଜାର :
Answer:
(1) ପୂର୍ଣାଙ୍ଗ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତା ଥାଆନ୍ତି । ବିକ୍ରେତାଙ୍କର ବଜାର ଯୋଗାଣ ଉପରେ ପୂର୍ଣ ନିୟନ୍ତ୍ରଣ ନଥାଏ; କିନ୍ତୁ ଏକାଧିକାର ବଜାରରେ ଗୋଟିଏ ଦ୍ରବ୍ୟର ଜଣେ ମାତ୍ର ବିକ୍ରେତା ଥାଆନ୍ତି । ବିକ୍ରେତାଙ୍କର ଯୋଗାଣ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଥାଏ ।
(2) ପୂର୍ଣ୍ଣାଙ୍ଗ ବଜାରରେ ଦ୍ରବ୍ୟଗୁଡ଼ିକ ସମଜାତୀୟ ! କିନ୍ତୁ ଏକାଧିକାର ବଜାରରେ ଦ୍ରବ୍ୟଗୁଡ଼ିକ ସୀମିତ ଏବଂ ଏହାର ନିକଟତମ ପ୍ରତିବଦଳ ଦ୍ରବ୍ୟ ନଥାଏ ।
(3) ପୂର୍ଣାଙ୍ଗ ବଜାରରେ ଦ୍ରବ୍ୟର ଦାମ୍ ସବୁଠାରେ ସମାନ ଥାଏ । ସାଧାରଣତଃ ଏହି ବଜାରରେ ଦ୍ରବ୍ୟର ଦାମ୍ ଅପେକ୍ଷାକୃତ କମ୍ । କିନ୍ତୁ ଏକାଧିକାର ବଜାରରେ ଦ୍ରବ୍ୟର ଦାମ୍ ଅଧିକ ଥାଏ ଏବଂ ସ୍ଥଳ ବିଶେଷରେ ଦ୍ରବ୍ୟର ଦାମ୍‌ରେ ତାରତମ୍ୟ ଦେଖାଯାଏ ।
(4) ପୂର୍ଣ୍ଣାଙ୍ଗ ବଜାରରେ ଉତ୍ପାଦନକାରୀ ସ୍ଵାଭାବିକ ଲାଭ ପାଇଥାଏ । ମାତ୍ର ଏକାଧିକାର ବଜାରରେ ଉତ୍ପାଦନକାରୀ ଅଧିକ ଲାଭ ପାଏ ।

3. ପୂର୍ଣ୍ଣ ପ୍ରତିଯୋଗିତା ଓ ଶୁଦ୍ଧ ପ୍ରତିଯୋଗିତା :
Answer:
(1) ଯେଉଁ ବଜାରରେ ଅସଂଖ୍ୟ ବଜାର ସମ୍ପର୍କିତ ସମ୍ପୂର୍ଣ୍ଣ ଜ୍ଞାନୀ କ୍ରେତା ଓ ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ-ବିକ୍ରୟ ପାଇଁ ପ୍ରତିଯୋଗିତା କରି ଦ୍ରବ୍ୟର ପ୍ରତ୍ୟେକ ଏକକ ସମାନ ଦରରେ କିଣାବିକା କରିଥା’ନ୍ତି ଏବଂ ସମସ୍ତଙ୍କର ପ୍ରବେଶ ଓ ପ୍ରସ୍ଥାନରେ ସ୍ଵାଧୀନତା ଥାଏ, ସେହି ବଜାରକୁ ପୂର୍ଣ୍ଣ ପ୍ରତିଯୋଗିତା ବଜାର କୁହାଯାଏ ।

ପ୍ରଫେସର ଚାମ୍ବରଲିନ୍‌ଙ୍କ ମତରେ, ଶୁଦ୍ଧ ପ୍ରତିଯୋଗିତା ହେଉଛି ଏକାଧିକାର ସ୍ଵତ୍ଵବିହୀନ ଏକ ବଜାର ବ୍ୟବସ୍ଥା । ତାଙ୍କ ବିଚାରରେ ଏକାଧିକାର ସ୍ଵତ୍ଵର ଉପସ୍ଥିତି ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣ ସୂଚନା ପ୍ରଦାନ କରିଥାଏ । ତେଣୁ ଶୁଦ୍ଧ ପ୍ରତିଯୋଗିତା ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣହୀନତାକୁ ହିଁ ବୁଝାଇଥାଏ । ଚାମ୍ବରଲିନ୍‌ଙ୍କ ମତରେ,

  • ବହୁସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି,
  • ସମଜାତୀୟ ଦ୍ରବ୍ୟର ଉପସ୍ଥିତି ଓ
  • ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା- ଏହି ତିନୋଟି ବୈଶିଷ୍ଟ୍ୟ ହେଉଛି ଶୁଦ୍ଧ ପ୍ରତିଯୋଗିତାର ମୌଳିକ ଧର୍ମ ।

(2) ପୂର୍ଣ୍ଣ ପ୍ରତିଯୋଗିତା ଏକ ବ୍ୟାପକ ଧାରଣା; କିନ୍ତୁ ଶୁଦ୍ଧ ପ୍ରତିଯୋଗିତା ଅପେକ୍ଷାକୃତ ସଂକୀର୍ଣ୍ଣ ଧାରଣା ଏବଂ ଏହା ପୂର୍ଣ୍ଣ ପ୍ରତିଯୋଗିତାର ଏକ ଅଂଶବିଶେଷ । କିନ୍ତୁ ଶୁଦ୍ଧ ପ୍ରତିଯୋଗିତାରେ ଉତ୍ପାଦନରେ ବ୍ୟବହୃତ ଉପାଦାନଗୁଡ଼ିକ ଅବାଧରେ ଚଳାଚଳ କରିପାରନ୍ତି ନାହିଁ ।

(3) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଉତ୍ପାଦନରେ ବ୍ୟବହୃତ ଉପାଦାନଗୁଡ଼ିକ ଅବାଧରେ ଚଳାଚଳ କରିପାରନ୍ତି ।

(4) ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଉଭୟ କ୍ରେତା ଓ ବିକ୍ରେତା ଦ୍ରବ୍ୟର ମାନ ଓ ଦର ସମ୍ବନ୍ଧରେ ସଠିକ୍ ତଥ୍ୟ ପାଇଥା’ନ୍ତି; କିନ୍ତୁ ଶୁଦ୍ଧ ପ୍ରତିଯୋଗିତା ବଜାରରେ କ୍ରେତା ଓ ବିକ୍ରେତାମାନେ ଦ୍ରବ୍ୟର ମାନ ଓ ଦର ସମ୍ବନ୍ଧରେ ସଠିକ୍ ତଥ୍ୟ ପାଇ ନଥା ନ୍ତି ।

4. ସ୍ଵଳ୍ପକାଳ ଓ ଦୀର୍ଘକାଳ :
Answer:
ସ୍ଵଳ୍ପକାଳ, ବଜାର କାଳଠାରୁ ଦୀର୍ଘତର । ଏହି ସମୟ ମଧ୍ୟରେ ଚାହିଦାର ବୃଦ୍ଧି ସହିତ ଦ୍ରବ୍ୟର ଯୋଗାଣ କିଛି ପରିମାଣରେ ବୃଦ୍ଧି କରିବା ସମ୍ଭବ ହୋଇଥାଏ । ଏହି ସମୟ ମଧ୍ୟରେ କାର୍ଯ୍ୟରତ ପ୍ରତିଷ୍ଠାନଗୁଡ଼ିକ କେବଳ ପରିବର୍ତ୍ତନଶୀଳ ଉପାଦାନଗୁଡ଼ିକୁ ବୃଦ୍ଧି କରି କିଛି ପରିମାଣରେ ଉତ୍ପାଦନ ବୃଦ୍ଧି କରିପାରିବ । ସେମାନେ ସ୍ଥିର ଉପାଦାନଗୁଡ଼ିକୁ ବୃଦ୍ଧି କରିପାରିବେ ନାହିଁ । ଏହା ସହିତ ନୂତନ ପ୍ରତିଷ୍ଠାନଗୁଡ଼ିକ ଶିଳ୍ପ ମଧ୍ୟକୁ ପ୍ରବେଶ କରିପାରନ୍ତି ନାହିଁ ।

ତେଣୁ ସ୍ଵଳ୍ପକାଳରେ ଚାହିଦା ବୃଦ୍ଧି ହେଲେ ଯୋଗାଣ କିଛି ପରିମାଣରେ ବୃଦ୍ଧି ହୋଇପାରେ । ତେଣୁ ସ୍ଵଳ୍ପକାଳରେ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣରେ ଚାହିଦା ଯୋଗାଣଠାରୁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ସ୍ଵଳ୍ପକାଳୀନ ଚାହିଦା ଓ ଯୋଗାଣଦ୍ଵାରା ଯେଉଁ ଦର ନିର୍ଣ୍ଣୟ ହୁଏ, ତାହାକୁ ସ୍ୱଳ୍ପକାଳୀନ ଦର କୁହାଯାଏ।

ଯେଉଁ ସମୟରେ ଉତ୍ପାଦନ ସଂସ୍ଥାମାନେ ସେମାନଙ୍କର ସ୍ଥିର ଉପାଦାନସମୂହର ପରିବର୍ତ୍ତନ କରିପାରନ୍ତି, ସେହି ସମୟକୁ ଦୀର୍ଘକାଳ କୁହାଯାଏ । ଦୀର୍ଘକାଳ କହିଲେ କେତେ ବର୍ଷକୁ ବୁଝାଏ । ଏହି ସମୟରେ ଉତ୍ପାଦନକାରୀମାନେ ଯୋଗାଣର ପରିମାଣ ଚାହିଦାର ପରିମାଣ ଅନୁସାରେ ପରିବର୍ତ୍ତନ କରିପାରନ୍ତି । ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତୀ ଅଟନ୍ତି । ଏହି ସମୟରେ ନୂତନ ପ୍ରତିଷ୍ଠାନମାନେ ପ୍ରବେଶ ବା ପ୍ରସ୍ଥାନ କରିପାରନ୍ତି । ଦୀର୍ଘକାଳୀନ ସନ୍ତୁଳନ ସ୍ଥିର ଅଟେ ଏବଂ ଏହି ସନ୍ତୁଳନ ଦରକୁ ସ୍ଵାଭାବିକ ଦର କୁହାଯାଏ ।

Leave a Comment