Odisha State Board CHSE Odisha Class 12 Economics Solutions Chapter 17 ବଜେଟ୍ Questions and Answers.
CHSE Odisha 12th Class Economics Chapter 17 Questions and Answers in Odia Medium
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ବଜେଟ୍ ମୁଦ୍ରାସ୍ତୀତି ନିୟନ୍ତ୍ରଣ କରିପାରେ ?
(A) ସମତୁଲ ବଜେଟ୍
(B) ନିଅଣ୍ଟିଆ ବଜେଟ୍
(C) ବଳକା ବଜେଟ୍
(D) ଉଭୟ (A) ଓ (B)
Answer:
(C) ବଳକା ବଜେଟ୍
2. କେଉଁ ବଜେଟ୍ ରାଷ୍ଟ୍ରର ବିକାଶ ପାଇଁ ଉପଯୋଗୀ ?
(A) ସମତୁଲ ବଜେଟ୍
(B) ନିଅଣ୍ଟିଆ ବଜେଟ୍
(C) ବଳକା ବଜେଟ୍
(D) ବୁଲେଟ୍
Answer:
(B) ନିଅଣ୍ଟିଆ ବଜେଟ୍
3. ବଜେଟ୍ ଶବ୍ଦଟି କେଉଁ ଫରାସୀ ଶବ୍ଦରୁ ଆସିଅଛି ?
(A) ବଜେଟି
(B) ବିଗେଟି
(C) ବକେଟ୍
(D) ଉପରୋକ୍ତ ସମସ୍ତ
Answer:
(A) ବଜେଟି
4. ବଳକା ବଜେଟ୍ ସେହି ସମୟରେ ସୃଷ୍ଟି ହୁଏ, ଯେତେବେଳେ :
(A) ସରକାରୀ ଆୟ = ସରକାରୀ ବ୍ୟୟ
(B) ସରକାରୀ ଆୟ < ସରକାରୀ ବ୍ୟୟ
(C) ସରକାରୀ ଆୟ > ସରକାରୀ ବ୍ୟୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସରକାରୀ ଆୟ > ସରକାରୀ ବ୍ୟୟ
5. ପ୍ରସ୍ତାବିତ ଆୟ ପ୍ରସ୍ତାବିତ ବ୍ୟୟଠାରୁ କମ୍ ହେଲେ ବଜେଟ୍ କ’ଣ ହୋଇଥାଏ ?
(A) ସନ୍ତୁଳିତ
(B) ବଳକା
(C) ନିଅଣ୍ଟିଆ
(D) କୌଣସିଟି ନୁହେଁ
Answer:
(C) ନିଅଣ୍ଟିଆ
6. ପ୍ରସ୍ତାବିତ ଆୟ ପ୍ରସ୍ତାବିତ ବ୍ୟୟ ସହିତ ସମାନ ବଜେଟ୍ କ’ଣ ହୋଇଥାଏ ?
(A) ସନ୍ତୁଳିତ
(B) ବଳକା
(C) ନିଅଣ୍ଟିଆ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ସନ୍ତୁଳିତ
7. ପ୍ରସ୍ତାବିତ ଆୟ ପ୍ରସ୍ତାବିତ ବ୍ୟୟ ସହିତ ଅଧିକ ହେଲେ ବଜେଟ୍ କ’ଣ ହୋଇଥାଏ ?
(A) ସନ୍ତୁଳିତ
(B) ବଳକା
(C) ନିଅଣ୍ଟିଆ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବଳକା
8. କେଉଁ ବଜେଟ୍ ଅବସ୍ତୀତି ନିୟନ୍ତ୍ରଣ କରିପାରେ ?
(A) ସନ୍ତୁଳିତ
(B) ବଳକା
(C) ନିଅଣ୍ଟିଆ
(D) ଉପରୋକ୍ତ କୌଣସିଟି ନୁହେଁ ।
Answer:
(C) ନିଅଣ୍ଟିଆ
B. ଶୂନ୍ୟସ୍ଥାନ ପୂରଣ କର ।
1. ବଜେଟ୍ ଶବ୍ଦ ____________ ବଜେଟିରୁ ଉତ୍ପତ୍ତି ଲାଭ କରିଛି ବୋଲି ବିଶ୍ବାସ କରାଯାଏ ।
Answer:
ଫରାସୀ
2. ____________ ସରକାରଙ୍କ ଆୟ-ବ୍ୟୟର କେବଳ ଏକ ଗାଣିତିକ ହିସାବ ନୁହେଁ; ଏହା ମଧ୍ୟ ଅନେକ ଗୁଣରେ ଜନସାଧାରଣଙ୍କ ଉନ୍ନତି ପାଇଁ ଅଭିପ୍ରେତ ।
Answer:
ବଜେଟ୍
3. ଯେଉଁ ବଜେଟ୍ର ଅନୁମାନିକ ଆୟ ଓ ବ୍ୟୟ ସମାନ ତାହା ____________ ବଜେଟ୍ ।
Answer:
ସମତୁଲ
4. ଅର୍ଥନୈତିକ ସ୍ଥିରତା ସହିତ ବିକାଶ ପାଇଁ ଆଧୁନିକ ଅର୍ଥଶାସ୍ତ୍ରୀଗଣ ____________ ବଜେଟ୍ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି ।
Answer:
ଅସମତୁଲ
5. ବଜେଟ୍ ଅବଧୂ ମଧ୍ଯରେ ଯଦି ଆୟ ବ୍ୟୟଠାରୁ କମ୍ ହୁଏ, ତାହାକୁ ____________ ବଜେଟ୍ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି ।
Answer:
ନିଅଣ୍ଟିଆ
6. ଋଣ, ନୂତନ ମୁଦ୍ରାସୃଷ୍ଟି, ପୂର୍ବ ସଂରକ୍ଷିତ ପାଣ୍ଠିରୁ ଅର୍ଥ ପ୍ରତ୍ୟାହାର ଇତ୍ୟାଦିର ସହାୟତାରେ ସରକାର ବଜେଟ୍ର ____________ ବଜେଟ୍ କହନ୍ତି ।
Answer:
ନିଅଣ୍ଟ
7. ____________ ବଜେଟ୍ର ଅଭିବୃଦ୍ଧିକାରୀ ପ୍ରଭାବ ରହିଛି ।
Answer:
ନିଅଣ୍ଟିଆ
8. ____________ ବଜେଟ୍ ଧନୀ-ଗରିବ ପ୍ରଭେଦ ହ୍ରାସ କରେ ।
Answer:
ନିଅଣ୍ଟିଆ
9. ନିଅଣ୍ଟିଆ ବଜେଟ୍ ଏକ ____________ ରାଷ୍ଟ୍ର ପାଇଁ ବରଦାନ ସଦୃଶ ।
Answer:
ବିକାଶଶୀଳ
10. ନିଅଣ୍ଟିଆ ବଜେଟ୍ ରାଷ୍ଟ୍ରରେ ____________ ସମତୁଳନ ସମସ୍ୟା ସୃଷ୍ଟି କରେ ।
Answer:
ଆଦାନପ୍ରଦାନ
11. ଯେଉଁ ବଜେଟ୍ରେ ରାଷ୍ଟ୍ରର ଆନୁମାନିକ ବ୍ୟୟଠାରୁ ଆୟ ଅଧ୍ବକ, ତାହାକୁ ____________ ବଜେଟ୍ କୁହାଯାଏ ।
Answer:
ବଳକା
12. ____________ ବଜେଟ୍ ମୁଦ୍ରାଷ୍ଟୀତି ନିୟନ୍ତ୍ରଣ କରିବାରେ ସହାୟତା ପ୍ରଦାନ କରେ ।
Answer:
ବଳକା
C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।
1. ସଂସ୍ଥାପିତ ଅର୍ଥଶାସ୍ତ୍ରୀଗଣ ଅସମତୁଲ ବଜେଟ୍ର ସମର୍ଥକ ।
Answer:
ଭୁଲ୍ ।
ଠିକ୍ – ସଂସ୍ଥାପିତ ଅର୍ଥଶାସ୍ତ୍ରୀଗଣ ସମତୁଲ ବଜେଟ୍ର ସମର୍ଥକ ।
2. ବଳକା ବଜେଟ ଜାତୀୟ ଆୟ ବୃଦ୍ଧି କରେ ।
Answer:
ଭୁଲ୍ ।
ଠିକ୍ – ବଳକା ବଜେଟ୍ ଜାତୀୟ ଆୟ ହ୍ରାସ କରେ ।
3. ବଳକା ବଜେଟ୍ର ନୀତିକାରୀ ।
Answer:
ଭୁଲ୍ ।
ଠିକ୍ – ବଳକା ବଜେଟ୍ ଅବସ୍ତୀତିକାରୀ ।
4. ନିଅଣ୍ଟିଆ ବଜେଟ ଅନାବଶ୍ୟକ ବ୍ୟୟ ପାଇଁ ପ୍ରୋତ୍ସାହିତ କରେ ।
Answer:
ଠିକ୍ ।
5. ନିଅଣ୍ଟିଆ ବଜେଟ୍ ଋଣବୋଝ ହ୍ରାସ କରେ ।
Answer:
ଭୁଲ୍ ।
ଠିକ୍ – ବଳକା ବଜେଟ୍ ଋଣବୋଝ ହ୍ରାସ କରେ ।
6. ବଳକା ବଜେଟ୍ ସରକାରଙ୍କ ସ୍ବାଧୀନତା ହ୍ରାସ କରେ ।
Answer:
ଭୁଲ୍ ।
ଠିକ୍ – ସମତୁଲ ବଜେଟ୍ ସରକାରଙ୍କ ସ୍ବାଧୀନତା ହ୍ରାସ କରେ ।
7. ନିଅଣ୍ଟିଆ ବଜେଟର ଅଭିବୃଦ୍ଧିକାରୀ ପ୍ରଭାବ ରହିଛି ।
Answer:
ଠିକ୍ ।
8. ସମତୁଲ ବଜେଟ୍ ନିଅଣ୍ଟିଆ ବା ବଳକା ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଅସମତୁଲ ବଜେଟ୍ ନିଅଣ୍ଟିଆ ବା ବଳକା ହୋଇଥାଏ ।
9. ରାଜସ୍ଵ ବାୟର ରାଜସ୍ଵ ଆୟକ ବାଦଦେଲେ ରାଜସ୍ବ ନିଅଣ୍ଟ ହିସାବ କରାଯାଏ ।
Answer:
ଠିକ୍ ।
10. ଯେଉଁ ବଜେଟରେ ପ୍ରସ୍ତାବିତ ବ୍ୟୟ ଏବଂ ପ୍ରତ୍ୟାଶିତ ଆୟ ସମାନ ହୋଇଥାଏ, ତାହାକୁ ଅସନ୍ତୁଳିତ ବଜେଟ୍ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଯେଉଁ ବଜେଟ୍ରେ ପ୍ରସ୍ତାବିତ ବ୍ୟୟ ଓ ପ୍ରତ୍ୟାଶିତ ଆୟ ସମାନ ହୋଇଥାଏ, ତାହାକୁ ସନ୍ତୁଳିତ ବଜେଟ୍ କୁହାଯାଏ ।
D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ବଜେଟ୍ କ’ଣ ?
Answer:
ବଜେଟ୍, ସର୍ବସାଧାରଣ ସଂସ୍ଥାଗୁଡ଼ିକର କୌଣସି ଆର୍ଥିକ ବର୍ଷ ଆରମ୍ଭରୁ ସେହି ବର୍ଷ ଲାଗି ଏକ ଆୟ-ବ୍ୟୟର ଅଟକଳ ଅଟେ ।
2. ଭାରତରେ ଓ ଆମେରିକା ମଧ୍ୟରେ ଆର୍ଥିକବର୍ଷ ଆରମ୍ଭ ସ୍ଥଳେ ପୃଥକତା କ’ଣ ?
Answer:
ଭାରତରେ ଆର୍ଥିକ ବର୍ଷ ଏପ୍ରିଲ୍ ମାସ ପ୍ରଥମ ଦିନରୁ ଆରମ୍ଭ ହେଲାବେଳେ ତାହା ଆମେରିକାରେ ଜୁଲାଇ ମାସ ପ୍ରଥମ ଦିନରୁ ଆରମ୍ଭ ହୁଏ ।
3. ଅସମତୁଲ ବଜେଟ୍ କେତେ ପ୍ରକାରର ?
Answer:
ଅସମତୁଲ ବଜେଟ୍ ଦୁଇ ପ୍ରକାରର; ଯଥା – ନିଅଣ୍ଟିଆ ଓ ବଳକା ବଜେଟ୍ ।
4. ସମତୁଲ ବଜେଟ୍ କହିଲେ କ’ଣ ବୁଝ ?
Answer:
ଯେଉଁ ବଜେଟ୍ରେ ଆୟ ବ୍ୟୟ ମଧ୍ୟରେ ସମାନତା ଦେଖାଯାଏ, ତାକୁ ସମତୁଲ ବଜେଟ୍ କୁହାଯାଏ ।
5. ନିଅଣ୍ଟିଆ ବଜେଟ୍କୁ ଅଭିବର୍ଷକ କାହିଁକି କୁହାଯାଏ ?
Answer:
ନିଅଣ୍ଟିଆ ବଜେଟ୍ ଅଧୃକ କ୍ରୟ କ୍ଷମତା ସୃଷ୍ଟି କରୁଥିବାରୁ ଏହାକୁ ଅଭିବର୍ଷକ କୁହାଯାଏ ।
6. ନିଅଣ୍ଟିଆ ବଜେଟ୍ର ଏକ ଦୁର୍ଗୁଣ ଦର୍ଶାଅ ।
Answer:
ଋଣ ବୋଝ ବା ଅପଚୟ ବୃଦ୍ଧି, ନିଅଣ୍ଟିଆ ବଜେଟ୍ର ଏକ ଦୁର୍ଗୁଣ ।
7. ସମତୁଲ ବଜେଟ୍ର ଏକ ସୁଗୁଣ ଉପସ୍ଥାପନ କର ।
Answer:
ସମତୁଲ ବଜେଟ୍ର ଏକ ସୁଗୁଣ ହେଲା, ଏହା ଅପଚୟ ହ୍ରାସ କରେ ବା ଆର୍ଥନୀତିକ ସ୍ଥିରତା ରକ୍ଷା କରେ ।
8. କେଉଁ ବଜେଟ୍ ବେକାରି ନିୟନ୍ତ୍ରଣ କରିପାରେ ?
Answer:
ନିଅଣ୍ଟିଆ ବଜେଟ୍ ବେକାରି ନିୟନ୍ତ୍ରଣ କରିପାରେ ।
9. କେଉଁ ବଜେଟ୍ ମୁଦ୍ରା ସ୍ତୀତି ନିୟନ୍ତ୍ରଣ କରିପାରେ ?
Answer:
ବଳକା ବଜେଟ୍ ମୁଦ୍ରା ସ୍ତ୍ରୀତି ନିୟନ୍ତ୍ରଣ କରିପାରେ ।
10. ସଙ୍ଗଠିତ ପାଣ୍ଠି କ’ଣ ?
Answer:
ଯେଉଁ ପାଣ୍ଠି ସରକାରଙ୍କ ସମସ୍ତ ରାଜସ୍ଵ ଓ ଆଣିଥିବା ଋଣର ପରିମାଣ ଦର୍ଶାଇଥାଏ, ତାହାକୁ ସଙ୍ଗଠିତ ପାଣ୍ଠି କୁହାଯାଏ ।
11. ଆକସ୍ମିକ ପାଣ୍ଠି କ’ଣ ?
Answer:
ଯେଉଁ ପାଣ୍ଠି ରାଷ୍ଟ୍ରପତିଙ୍କ ଅଧୀନରେ ରହେ ଏବଂ ଯାହା ଆକସ୍ମିକ ବ୍ୟୟକୁ ସାମ୍ନା କରିବା ପାଇଁ ଉଦ୍ଦିଷ୍ଟ, ତାହାକୁ ଆକସ୍ମିକ ପାଣ୍ଠି କୁହାଯାଏ ।
12. ରାଜସ୍ଵ ନିଅଣ୍ଟ କ’ଣ ?
Answer:
ରାଜସ୍ବ ବ୍ୟୟରୁ ରାଜସ୍ବ ଆୟକୁ ବାଦ୍ ଦେଲେ ଯେଉଁ ଅତିରିକ୍ତ ରାଜସ୍ବ ବ୍ୟୟ ଦେଖାଯାଏ, ତାହାକୁ ରାଜସ୍ଵ ନିଅଣ୍ଟ କୁହାଯାଏ ।
13. ବଜେଟ୍ ନିଅଣ୍ଟ କ’ଣ ?
Answer:
ମୋଟ ଆୟକୁ ଓ ମୋଟ ବ୍ୟୟରୁ ବାଦ୍ ଦେଲେ ଯେଉଁ ଅତିରିକ୍ତ ବ୍ୟୟ ରହେ, ତାହାକୁ ବଜେଟ୍ ନିଅଣ୍ଟ କୁହାଯାଏ ।
14. ବିତ୍ତୀୟ ନିଅଣ୍ଟ କ’ଣ ?
Answer:
ମୋଟ ବ୍ୟୟ ଏବଂ ମୋଟ ଆୟ ମଧ୍ୟରେ ଥିବା ପାର୍ଥକ୍ୟ ସହିତ ପୁଞ୍ଜି ବିନିଯୋଗକୁ ମିଶାଇବା ସହ ମୋଟ ଋଣ ଏବଂ ଅନ୍ୟାନ୍ୟ ଦେୟକୁ ବାଦ୍ ଦେବାପରେ ଯାହା ରହେ, ତାହାକୁ ବିତ୍ତୀୟ ନିଅଣ୍ଟ କୁହାଯାଏ ।
15. ମୌଦ୍ରିକ ନିଅଣ୍ଟ କ’ଣ ?
Answer:
ମୌଦ୍ରିକ ନିଅଣ୍ଟ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ର ସରକାରଙ୍କୁ ଦିଆଯାଉଥିବା ବଦ୍ଧିତ ନିଟ୍ ଋଣକୁ ବୁଝାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି/ତିନୋଟି ବାକ୍ୟ ମଧ୍ଯରେ ଦିଅ ।
1. ବଜେଟ୍ କ’ଣ ?
Answer:
ବଜେଟ୍ ସରକାରୀ ରାଜସ୍ଵ ଓ ବ୍ୟୟର ପ୍ରାଥମିକ ଅନୁମୋଦିତ ଯୋଜନା ସମ୍ପର୍କିତ ନଥପତ୍ର । ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ସରକାରଙ୍କ ଆୟ ଓ ବ୍ୟୟର ରୂପରେଖ ବଜେଟ୍ରେ ସ୍ଥାନ ପାଇଥାଏ । ସରକାରୀ ଆୟବ୍ୟୟର ଅଟକଳ ବଜେଟ୍ର ମୁଖ୍ୟ ଅଂଶ ହୋଇ ରହିଥାଏ ।
2. ସମତୁଲ ବଜେଟ୍ କ’ଣ ?
Answer:
ଯେଉଁ ବଜେଟ୍ରେ ସରକାରୀ ଆୟର ପରିମାଣ ଏହାର ବ୍ୟୟ ପରିମାଣ ସହ ସମତୁଲ ହୋଇଥାଏ, ତାହାକୁ ସମତୁଲ ବଜେଟ୍ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ପ୍ରସ୍ତୁତ ସରକାରୀ ବ୍ୟୟ ଅଟକଳରେ ବିଭିନ୍ନ ସୂତ୍ରରୁ ସଂଗୃହୀତ ହେବାକୁ ଥିବା ପ୍ରତ୍ୟାଶିତ ଆୟ ଓ ବିଭିନ୍ନ ଉଦ୍ଦେଶ୍ୟରେ ହେବାକୁ ଥିବା ପ୍ରସ୍ତାବିତ ବ୍ୟୟ ସହ ସମାନ ହୋଇଥାଏ ।
3. ବଳକା ବଜେଟ୍ କ’ଣ ?
Answer:
ଯେଉଁ ବଜେଟ୍ରେ ସରକାରୀ ଆୟ, ସରକାରୀ ବ୍ୟୟଠାରୁ ଅଧିକ ହୁଏ, ତାହାକୁ ବଳକା ବଜେଟ୍ କୁହାଯାଏ । ଏ କ୍ଷେତ୍ରରେ ସରକାରୀ ପ୍ରତ୍ୟାଶିତ ଆୟ, ପ୍ରସ୍ତାବିତ ବ୍ୟୟଠାରୁ ଅଧିକ ହୋଇଥାଏ । ଫଳରେ ସରକାରୀ ଆୟର ଏକ ଅଂଶ ସରକାରଙ୍କଦ୍ଵାରା ଉପଯୋଗ ନ ହୋଇ ଗଚ୍ଛିତ ହୋଇ ରହିଥାଏ ।
4. ନିଅଣ୍ଟିଆ ବଜେଟ୍ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଯଦି ସରକାରଙ୍କ ପ୍ରସ୍ତାବିତ ବ୍ୟୟ ଅଟକଳ ପ୍ରତ୍ୟାଶିତ ଆୟଠାରୁ ଅଧିକ ହୁଏ, ତେବେ ସେ ବଜେଟ୍କୁ ନିଅଣ୍ଟିଆ ବଜେଟ୍ କୁହାଯାଏ । ଏହା ଏକ ଅସମତୁଲ ବଜେଟ୍ ଯେଉଁଥରେ ସରକାରୀ ବ୍ୟୟ ସରକାରୀ ଆୟଠାରୁ ଅତ୍ୟଧ୍ଵ ହୋଇଥାଏ ।
5. ରାଜସ୍ଵ ନିଅଣ୍ଟ କ’ଣ ?
Answer:
ରାଜସ୍ବ ବ୍ୟୟରୁ ରାଜସ୍ଵ ଆୟକୁ ବାଦ୍ ଦେଲେ ଯେଉଁ ଅତିରିକ୍ତ ରାଜସ୍ବ ବ୍ୟୟ ଦେଖାଯାଏ, ତାହାକୁ ରାଜସ୍ୱ ନିଅଣ୍ଟ କୁହାଯାଏ । କେନ୍ଦ୍ର ସରକାରଙ୍କ ଚଳନ୍ତି ରାଜସ୍ବ ବ୍ୟୟରେ ଉଭୟ ଯୋଜନା ବ୍ୟୟ ଓ ଅଣଯୋଜନା ବ୍ୟୟ ଅନ୍ତର୍ଭୁକ୍ତ କରାଯାଇଥାଏ । ଚଳନ୍ତି ରାଜସ୍ବ ଆୟ ଯାହାକି ଉଭୟ ଟିକସ ଆୟ ଓ ଅଣଟିକସ ଆୟରୁ ମିଳେ, ତାହା ରାଜସ୍ବ ବ୍ୟୟ ବାବଦରେ ଖର୍ଚ୍ଚ କରାଯାଇଥାଏ ।
6. ବଜେଟ୍ ନିଅଣ୍ଟ କ’ଣ ?
Answer:
ମୋଟ ଆୟକୁ, ମୋଟ ବ୍ୟୟରୁ ବାଦ୍ ଦେଲେ ଯେଉଁ ଅତିରିକ୍ତ ବ୍ୟୟ ରହେ, ତାହାକୁ ବଜେଟ୍ ନିଅଣ୍ଟ କୁହାଯାଏ ।ମୋଟାମୋଟି ଭାବେ ବଜେଟ୍ ନିଅଣ୍ଟ ହିସାବ କରାଗଲାବେଳେ, ସରକାର ସବୁପ୍ରକାରର ବ୍ୟୟକୁ (ରାଜସ୍ଵ ହିସାବ ଓ ପୁଞ୍ଜିବିନିଯୋଗ ହିସାବ) ଏବଂ ସମସ୍ତ ଆୟ (ରାଜସ୍ୱ ଆୟ ଏବଂ ପୁଞ୍ଜି ବିନିଯୋଗ ବ୍ୟୟ, ଯାହାକି ଖୋଲାବଜାରରୁ ଉଠାଇଥିବା ଋଣ ଏବଂ ଅନ୍ୟାନ୍ୟ ଦେୟ)କୁ ହିସାବ ଅନ୍ତର୍ଭୁକ୍ତ କରିଥା’ନ୍ତି । ଭାରତ ସରକାରଙ୍କ ପାରମ୍ପରିକ ବଜେଟ୍ ନିଅଣ୍ଟ, ସରକାରଙ୍କ ନିଅଣ୍ଟିଆ ଅର୍ଥ ବ୍ୟବସ୍ଥାରେ ପ୍ରତିଫଳିତ ହେଉଥିଲା ।
7. ବିତ୍ତୀୟ ନିଅଣ୍ଟ କ’ଣ ?
Answer:
ବିତ୍ତୀୟ ନିଅଣ୍ଟ ହେଉଛି ବଜେଟ୍ ନିଅଣ୍ଟଯୁକ୍ତ ଖୋଲାବଜାରରୁ ଉଠାଇଥିବା ଋଣ ଏବଂ ଅନ୍ୟାନ୍ୟ ଦେୟସମୂହ । ପ୍ରକାରାନ୍ତରେ କହିଲେ ବିତ୍ତୀୟ ନିଅଣ୍ଟ (କ) ମୋଟ ବ୍ୟୟ ଏବଂ ମୋଟ ଆୟ ମଧ୍ୟରେ ଥିବା ପାର୍ଥକ୍ୟ ସହିତ ପୁଞ୍ଜି ବିନିଯୋଗକୁ ମିଶାଇବା ସହ ମୋଟ ଋଣ ଏବଂ ଅନ୍ୟାନ୍ୟ ଦେୟକୁ ବାଦ୍ ଦେବାପରେ ଯାହା ରହେ ତାହାକୁ ବୁଝାଏ, (ଖ) ଏହା ମଧ୍ୟ ମୋଟ ବଜେଟ୍ ନିଅଣ୍ଟ ସହିତ ମୋଟ ଋଣ ଓ ଅନ୍ୟାନ୍ୟ ଦେୟ ମିଶାଇଲେ, ଯାହା ମିଳେ ତାହାକୁ ବୁଝାଏ ।
8. ପ୍ରାଥମିକ ନିଅଣ୍ଟ କ’ଣ ?
Answer:
ମୋଟ ବିତ୍ତୀୟ ନିଅଣ୍ଟରୁ ମୋଟ ସୁଧ ବାବଦ ଅର୍ଥ ପ୍ରଦାନକୁ ବାଦ୍ ଦେଲେ ଯାହା ରହେ, ତାହାକୁ ପ୍ରାଥମିକ ନିଅଣ୍ଟ ବୋଲି ଧରାଯାଏ । ସଂକ୍ଷେପରେ କହିଲେ, ମୋଟ ବିତ୍ତୀୟ ନିଅଣ୍ଟରୁ ସୁଧ ବାବଦ ଅର୍ଥ ପ୍ରଦାନକୁ ବାଦ୍ ଦେଲେ ଯାହା ଉଦ୍ବୃତ୍ତ ଆକାରରେ ରହେ, ତାହା ହିଁ ପ୍ରାଥମିକ ନିଅଣ୍ଟ ।
9. ମୌଦ୍ରିକ ନିଅଣ୍ଟ କ’ଣ ?
Answer:
ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ର ସରକାରଙ୍କୁ ଦେଉଥବା ବର୍ଷିତ ନିଟ୍ ଋଣକୁ ବୁଝାଏ । ଏହା (କ) ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ସରକାରଙ୍କ ରାଜକୋଷୀୟ ପତ୍ରର ନିଟ୍ ବୃଦ୍ଧିର ପରିମାଣ, (ଖ) ସରକାରଙ୍କ ତରଫରୁ କେନ୍ଦ୍ରୀୟ ବ୍ୟାଙ୍କ ବଜାରରୁ ଉଠାଇଥିବା ଋଣର ପରିମାଣକୁ ବୁଝାଇଥାଏ ।
10. କିପରି ସମତୁଲ ବଜେଟ୍ ସରକାରଙ୍କ ସ୍ଵାଧୀନତା ହ୍ରାସ କରେ ?
Answer:
ଆଧୁନିକ ରାଷ୍ଟ୍ର ଜନମଙ୍ଗଳକାରୀ ରାଷ୍ଟ୍ର ହୋଇଥିବାରୁ ଜନମଙ୍ଗଳ ପାଇଁ ଏହାକୁ ବିଭିନ୍ନ ଦିଗରେ ବ୍ୟୟ କରିବାକୁ ହୋଇଥାଏ । ସ୍ବାଭାବିକଭାବେ, ସରକାରୀ ବ୍ୟୟ ବହୁଗୁଣିତ ହୁଏ । କିନ୍ତୁ ଏହା ସମତୁଲ ବଜେଟ୍ କ୍ଷେତ୍ରରେ ଅସମ୍ଭବ । ସମତୁଲ ବଜେଟ୍ ଅନୁସରଣ କରୁଥିବା ରାଷ୍ଟ୍ର ପକ୍ଷେ ଆବଶ୍ୟକ ମୁତାବକ ବ୍ୟୟ କରିବା ସମ୍ଭବ ହେଉନଥିବାରୁ ଏହା ଜନମଙ୍ଗଳ କରିପାରେ ନାହିଁ, ଫଳରେ ସରକାରଙ୍କ ଭୂମିକା ହ୍ରାସ ପାଏ ।
B. ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
1. ବଜେଟ୍ କ’ଣ ?
Answer:
ବଜେଟ୍ ସରକାରଙ୍କର ଏକ ଗୁରୁତ୍ବପୂର୍ଣ ଅର୍ଥନୈତିକ ଦସ୍ତାବିଜ୍ । ଆଗାମୀ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କ ଆୟ-ବ୍ୟୟ ଅଟକଳ । ସରକାର କେଉଁ କେଉଁ ଉତ୍ସରୁ ଆୟ କରିବାପାଇଁ ଆଶା ରଖୁଛନ୍ତି ଏବଂ କେଉଁ କେଉଁ କ୍ଷେତ୍ରରେ କେତେ ବ୍ୟୟ କରିବାପାଇଁ ପ୍ରସ୍ତାବ ରଖୁଛନ୍ତି ତାହାର ବଜେଟ୍ ସୂଚନା ଦିଏ ।
ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଆଭିମୁଖ୍ୟ କ’ଣ, ତାହା ଏଥିରୁ ସ୍ପଷ୍ଟ ହୋଇଥାଏ । ପ୍ରତିବର୍ଷ ଫେବୃୟାରୀ ମାସର ଅନ୍ତିମ ଦିବସରେ ଭାରତର କେନ୍ଦ୍ର-ସରକାର ପାର୍ଲିଆମେଣ୍ଟରେ ବଜେଟ୍ ଉପସ୍ଥାପନ କରନ୍ତି । ପ୍ରଫେସର ଗ୍ଲାଡ଼ଷ୍ଟୋନ୍ଙ୍କ ମତରେ-ବଜେଟ୍ ସରକାରଙ୍କ ଆୟ-ବ୍ୟୟର ଏକ ଗାଣିତିକ ହିସାବ କେବଳ ନହେଁ, ଏହା ମଧ୍ୟ ଅନେଇ ଗଣରେ ଇରସାଧାରଣଙ୍କ ଉଇଲି ପାଇଁ ଅଭିଯୋଲ ।
2. ସମତୁଲ ବଜେଟ୍ କ’ଣ ?
Answer:
ଯେଉଁ ବଜେଟ୍ର ଆନୁମାନିକ ଆୟ ଓ ବ୍ୟୟ ସମାନ ତାହା ସମତୁଲ ବଜେଟ୍ । ଏହାକୁ ସନ୍ତୁଳିତ ବଜେଟ୍ ମଧ୍ୟ କୁହାଯାଏ । ପ୍ରଫେସର ଡାଲଟନ୍ଙ୍କ ମତରେ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯଦି ରାଜସ୍ବ ବ୍ୟୟଠାରୁ କମ୍ ହୁଏ ନାହିଁ, ତେବେ ତାହା ସମତୁଲ ବଜେଟ୍ । ସଂସ୍ଥାପିତ ଅର୍ଥଶାସ୍ତ୍ରୀଗଣ ସମତୁଲ ବଜେଟ୍ର ଦୃଢ଼ ସମର୍ଥକ ଥିଲେ ।
ସେମାନେ ସର୍ବନିମ୍ନ କର ଓ ସର୍ବନିମ୍ନ ସରକାରୀ ବ୍ୟୟରେ ବିଶ୍ୱାସ କରୁଥିବାରୁ ସ୍ବାଭାବିକ ଆର୍ଥିକ ଅବସ୍ଥା ପାଇଁ ସମତୁଲ ବଜେଟ୍ ଉପରେ ଗୁରୁତ୍ୱ ଆରୋପ କରୁଥିଲେ । ସେମାନଙ୍କ ମତରେ, ସମତୁଲ ବଜେଟ୍ର ନିରପେକ୍ଷ ପ୍ରଭାବ ଦରଦାମ୍ ବୃଦ୍ଧି କିମ୍ବା ହ୍ରାସ କରିପାରେ ନାହିଁ । ଫଳରେ ଅର୍ଥନୈତିକ ସ୍ଥିରତା ସହିତ ଅର୍ଥବ୍ୟବସ୍ଥା ସ୍ଵାଭାବିକ ରହେ ।
3. ନିଅଣ୍ଟିଆ ବଜେଟ୍ କ’ଣ ?
Answer:
ନିଅଣ୍ଟିଆ ବଜେଟ୍ କ୍ଷେତ୍ରରେ ଆନୁମାନିକ ବ୍ୟୟ ଆୟଠାରୁ ଅଧିକ । ଅଧ୍ୟାପକ ଟେଲରଙ୍କ ମତରେ ବଜେଟ୍ ଅବଧୂ ମଧ୍ଯରେ ଯଦି ଆୟ ବ୍ୟୟଠାରୁ କମ୍ ହୁଏ, ତାହାକୁ ନିଅଣ୍ଟିଆ ବଜେଟ୍ କହନ୍ତି । ଋଣ, ନୂତନ ମୁଦ୍ରାସୃଷ୍ଟି, ପୂର୍ବ ସଂରକ୍ଷିତ ପାଣ୍ଠିରୁ ଅର୍ଥ ପ୍ରତ୍ୟାହାର ଇତ୍ୟାଦିର ସହାୟତାରେ ସରକାର ବଜେଟ୍ର ନିଅଣ୍ଟ ଭରଣା କରନ୍ତି । ଏହି ନିଅଣ୍ଟ ଭରଣା ପ୍ରକ୍ରିୟାକୁ ନିଅଣ୍ଟିଆ ବିତ୍ତ ବ୍ୟବସ୍ଥା କୁହାଯାଏ ।
ନିଅଣ୍ଟିଆ ବଜେଟ୍ର ଅଭିବୃଦ୍ଧିକାରୀ ପ୍ରଭାବ ରହିଛି । ଯେତେବେଳେ ସରକାର ଆୟଠାରୁ ଅଧ୍ୟକ ବ୍ୟୟ କରନ୍ତି, ଜାତୀୟ ଆୟ ବହୁଗୁଣିତ ହୋଇଥାଏ । ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ସାଧୁ ହୋଇପାରେ । ଏହା ମଧ୍ୟ ଅବସ୍ତୀତି ନିୟନ୍ତ୍ରଣ କରି ଅର୍ଥନୈତିକ ସ୍ଥିରତା ଆଣିପାରେ ! ତେଣୁ ଅଧିକାଂଶ ବିକାଶଶୀଳ ରାଷ୍ଟ୍ର ଉଦ୍ଦେଶ୍ୟମୂଳକ ଭାବେ ନିଅଣ୍ଟିଆ ବଜେଟ୍ ଅନୁସରଣ କରନ୍ତି ।
4. ବଳକା ବଜେଟ୍ କ’ଣ ?
Answer:
ଯେଉଁ ବଜେଟ୍ରେ ରାଷ୍ଟ୍ରର ଆନୁମାନିକ ଆୟ ଆନୁମାନିକ ବ୍ୟୟଠାରୁ ଅଧ୍ବକ, ତାହାକୁ ବଳକା ବଜେଟ୍ କୁହାଯାଏ । ଏଠାରେ ସରକାର ଜନସାଧାରଣଙ୍କଠାରୁ ଯେଉଁ ଅର୍ଥ ଆଦାୟ କରନ୍ତି, ତା’ଠାରୁ କମ୍ ବ୍ୟୟ କରନ୍ତି । ଫଳରେ ଜାତୀୟ ଆୟ କିଛି ଗୁଣ ହ୍ରାସ ପାଏ ଏବଂ ଏହା ମୁଦ୍ରାସ୍ପତି ନିୟନ୍ତ୍ରଣ କରିବାରେ ସହାୟତା ପ୍ରଦାନ କରେ । ଏହା ମଧ୍ୟ ଅଣଉତ୍ପାଦୀ ଓ ଅନାବଶ୍ୟକ ବ୍ୟୟ ହ୍ରାସ କରେ ।
ରାଷ୍ଟ୍ରର ଋଣଭାର ଲାଘବ ହୋଇପାରେ; କିନ୍ତୁ ବଳକା ବଜେଟ୍ ରାଷ୍ଟ୍ରର ଉତ୍ପାଦନ ଓ ନିୟୋଜନ ହ୍ରାସ କରେ । ଆୟ ହ୍ରାସ ପାଇବାରୁ ରାଷ୍ଟ୍ରର ଚାହିଦା ମଧ୍ୟ ହ୍ରାସ ପାଏ । ଫଳରେ ନିବେଶ, ନିୟୋଜନ ଏବଂ ଉତ୍ପାଦନ ହ୍ରାସ ପାଇବାରେ ଲାଗେ । ଏହା କ୍ରମଶଃ ରାଷ୍ଟ୍ରକୁ ଅବସ୍ତୀତି ଆଡ଼କୁ ଅଗ୍ରସର କରାଏ । ଆଧୁନିକ ବିଶ୍ବରେ ବଳକା ବଜେଟ୍ର ଗୁରୁତ୍ଵ ହ୍ରାସ ପାଇଛି ଏବଂ ଏହାର ପ୍ରଚଳନ ସୀମିତ ।
5. ନିଅଣ୍ଟିଆ ବଜେଟ୍ କିପରି ସମ୍ପଦ ଓ ଆୟ ବଣ୍ଟନରେ ଅସମାନତା ସୃଷ୍ଟି କରେ ?
Answer:
ଅଧ୍ୟାପକ ଟେଲର୍ଙ୍କ ମତରେ, ବଜେଟ୍ ଅବଧୂ ମଧ୍ଯରେ ଯଦି ଆୟ ବ୍ୟୟଠାରୁ କମ୍ ହୁଏ, ତାହାକୁ ନିଅଣ୍ଟିଆ ବଜେଟ୍ କହନ୍ତି । ତେଣୁ ନିଅଣ୍ଟିଆ ବଜେଟ୍ ଯୋଗୁଁ ମୁଦ୍ରାଙ୍ଗୀତି ସୃଷ୍ଟି ହୋଇଥାଏ । ଏହାଦ୍ଵାରା ବ୍ୟବସାୟୀ ଓ ଉତ୍ପାଦନକାରୀ ବ୍ୟକ୍ତି ଉପକୃତ ହୋଇଥା’ନ୍ତି । ମଜୁରି ଆକାରରେ ନିର୍ଦ୍ଦିଷ୍ଟ ପରିମାଣରେ ମୁଦ୍ରା ପାଉଥିବା ଶ୍ରମିକ ଗୋଷ୍ଠୀମାନଙ୍କୁ କ୍ଷତି ସହିବାକୁ ପଡ଼ିଥାଏ । ତେଣୁ ଧନୀ ଅଧ୍ବକ ଧନୀ ହେବା ସଙ୍ଗେ ସଙ୍ଗେ ଗରିବ ଅଧୂକ ଗରିବ ହୋଇଥାଏ । ଏହାଦ୍ଵାରା ଅର୍ଥନୈତିକ ଅସମାନତା ବୃଦ୍ଧି ପାଏ ।
6. ନିଅଣ୍ଟିଆ ବଜେଟ୍କୁ କାହିଁକି ଆର୍ଥିକ ବିଧ୍ୱଂସୀ କୁହାଯାଏ ?
Answer:
ନିଅଣ୍ଟିଆ ବଜେଟ୍ କ୍ଷେତ୍ରରେ ସରକାରୀ ବ୍ୟୟ ସରକାରୀ ଆୟଠାରୁ ଅଧିକ ହୋଇଥାଏ । ନିଅଣ୍ଟିଆ ବଜେଟ୍ର ମାତ୍ରା ଅଧିକ ହୋଇଗଲେ ତାହା ଦେଶକୁ ଆର୍ଥିର୍କ ବିଧ୍ୱଂସ ଆଡ଼କୁ ନେଇଥାଏ । ଦେଶରୁ ବୈଦେଶିକ ମୁଦ୍ରା ଚାଲିଯିବାକୁ ଆରମ୍ଭ କରେ । ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀଙ୍କର ସେ ଦେଶରେ ପୁଞ୍ଜିନିବେଶ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ।
ଦେଶ ତା’ର ଆର୍ଥିକ ସ୍ଥିତି ହରାଇଥାଏ । ଏପରି ଅବସ୍ଥା ଭାରତରେ ୧୯୯୧ ମସିହା ଜୁନ୍ ମାସରେ ଦେଖାଦେଇଥିଲା । ଯାହାଫଳରେ ନୂତନ ଆର୍ଥିକ ସଂସ୍କାର ପ୍ରଣୟନ କରାଗଲା ଏବଂ ଯାହାର ମୂଳ ଲକ୍ଷ୍ୟ ଥିଲା ବଜେଟ୍ ନିଅଣ୍ଟକୁ ହ୍ରାସ କରିବା ।
7. ସମତୁଲ ବଜେଟ୍ରେ ସରକାରଙ୍କ ଭୂମିକା କାହିଁକି ସୀମିତ ?
Answer:
ଯେଉଁ ବଜେଟ୍ର ଆନୁମାନିକ ଆୟ ଓ ବ୍ୟୟ ସମାନ ତାହା ସମତୁଲ ବଜେଟ୍ । ତେଣୁ ସମତୁଲ ବଜେଟ୍ରେ ବ୍ୟୟର ପ୍ରସ୍ତାବନା ଆୟ ଅନୁସାରେ କରାଯାଏ । ସରକାର ନିଜ କାର୍ଯ୍ୟକଳାପ ସୀମିତ ରଖୁବାପାଇଁ ବାଧ୍ୟ ହୁଅନ୍ତି । ଫଳରେ ଘରୋଇ ସଂସ୍ଥାର ଭୂମିକା ବୃଦ୍ଧି ପାଏ । ଅଳଂକାଂଶ ଅର୍ଥନୈତିକ କାର୍ଯ୍ୟକଳାପ ସରକାରୀ କ୍ଷେତ୍ରରୁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତରିତ ହୁଏ ।
ସରକାରଙ୍କ ଭୂମିକା ହ୍ରାସ ପାଏ । ଆଧୁନିକ ରାଷ୍ଟ୍ରମାନଙ୍କରେ ସମୟକ୍ରମେ ସରକାରଙ୍କ ଭୂମିକା ସୀମିତ ହେଉଥିବାରୁ ଏହା ସମତୁଲ ବଜେଟ୍ ପାଇଁ ପ୍ରୋତ୍ସାହିତ କରିବ ବୋଲି କୁହାଯାଏ ।
C. ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।
1. ବଳକା ବଜେଟ୍ ଓ ନିଅଣ୍ଟିଆ ବଜେଟ୍ :
Answer:
ବଳକା ବଜେଟ୍ରେ ସରକାରୀ ଆୟ ସରକାରୀ ବ୍ୟୟଠାରୁ ଅଧିକ ହୋଇଥାଏ । ବଳକା ବଜେଟ୍ କ୍ଷେତ୍ରରେ ସରକାରଙ୍କ ଦେୟ ହ୍ରାସ ହୋଇଥାଏ । ଏହା ମୁଦ୍ରାଣ୍ଡୀତି ରୋକିବାରେ ସାହାଯ୍ୟ କରେ ଏବଂ ସରକାର ଦାୟିତ୍ୱବାନ୍ ହୋଇଥା’ନ୍ତି । ବଳକା ବଜେଟ୍ ବିକାଶଶୀଳ ଦେଶ ପାଇଁ ଉପଯୋଗୀ ନୁହେଁ । ଏହା ଆୟ ଓ ନିୟୋଜନ ବୃଦ୍ଧିରେ ସହାୟକ ହୋଇ ନ ଥାଏ । ନିଆଣ୍ଟିଆ ବଜେଟ୍ରେ ସରକାରୀ ବ୍ୟୟ ସରକାରୀ ଆୟଠାରୁ ଅଧିକ ହୋଇଥାଏ ।
ଏହି ବଜେଟ୍ରେ ସରକାରଙ୍କର ଦେୟ ବୃଦ୍ଧି ହୋଇଥାଏ । ନିଅଣ୍ଟିଆ ବଜେଟ୍ ମୁଦ୍ରାଷ୍ଟୀତିକୁ ତ୍ବରାନ୍ବିତ କରିଥାଏ, ଫଳରେ ସରକାରଙ୍କ ସଂରକ୍ଷିତ ପାଣ୍ଠି ହ୍ରାସ ପାଇଥାଏ । ଏହି ବଜେଟ୍ କ୍ଷେତ୍ରରେ ସରକାର ଦାୟିତ୍ବହୀନତାର ପରିଚୟ ଦେଇଥା’ନ୍ତି । ଏହି ବଜେଟ୍ ବିକାଶଶୀଳ ଦେଶ ପାଇଁ ବିଶେଷ ଉପଯୋଗୀ କାରଣ ଏହା ଆୟ ଓ ନିୟୋଜନ ବୃଦ୍ଧି କରିଥାଏ ।
2. ସମତୁଲ ଓ ଅସମତୁଲ ବଜେଟ୍ :
Answer:
ସମତୁଲ ବଜେଟ୍ରେ ପ୍ରସ୍ତାବିତ ସରକାରୀ ବ୍ୟୟ ଓ ପ୍ରସ୍ତାବିତ ସରକାରୀ ଆୟ ପରସ୍ପର ସମାନ ହୋଇଥା’ନ୍ତି । ଏହା ସରକାରଙ୍କର ଅଣଉତ୍ପାଦୀ ଓ ଅନାବଶ୍ୟକ ଖର୍ଚ୍ଚକୁ କମାଇଥାଏ । ଏହା ବିକାଶଶୀଳ ଦେଶ ପାଇଁ ଉପଯୁକ୍ତ ନୁହେଁ । କାରଣ ଏହା ଗୋଟିଏ ଦେଶକୁ ଅର୍ଦ୍ଧ-ନିୟୋଜନରୁ ପୂର୍ଣ୍ଣ ନିୟୋଜନ ଅବସ୍ଥାକୁ ନେବାରେ ସହାୟକ ହୁଏ ନାହିଁ । ଯୁଦ୍ଧ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହା ଉପଯୁକ୍ତ ନୁହେଁ ।
ଅସମତୁଲ ବଜେଟ୍ କ୍ଷେତ୍ରରେ ପ୍ରସ୍ତାବିତ ସରକାରୀ ବ୍ୟୟ ଓ ପ୍ରସ୍ତାବିତ ସରକାରୀ ଆୟ ସମାନ ହୋଇ ନ ଥା’ନ୍ତି । ଏହା ସରକାରଙ୍କର ଅଣଉତ୍ପାଦୀ ଓ ଅନାବଶ୍ୟକ ଖର୍ଚ୍ଚକୁ ବୃଦ୍ଧି କରିଥାଏ । ଏହା ବିକାଶଶୀଳ ଦେଶ ପାଇଁ ଉପଯୁକ୍ତ ହୋଇଥାଏ କାରଣ ଏହା ଗୋଟିଏ ଦେଶକୁ ପୂର୍ଣ୍ଣ ନିୟୋଜନ ସ୍ତରରେ ପହଞ୍ଚାଇବା ପାଇଁ ଫଳପ୍ରଦ ହୋଇଥାଏ । ଯୁଦ୍ଧ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହା ଉପଯୁକ୍ତ ହୋଇଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ବଜେଟ୍ ହେଉଛି ଆର୍ଥନୀତିକ ପ୍ରଗତିର ଏକ ଅସ୍ତ୍ର – ଆଲୋଚନା କର ।
Answer:
ବିଜେଟ୍ ସରକାରଙ୍କ ଏକ ଗୁରୁତ୍ବପୂର୍ଣ ଅର୍ଥନୈତିକ ଦସ୍ତାବିଜ୍ । ଆଗାମୀ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କ ଆୟ-ବ୍ୟୟ ଅଟକଳ । ସରକାର କେଉଁ କେଉଁ ଭତ୍ସରୁ ଆୟ କରିବା ପାଇଁ ଆଶା ରଖୁଛନ୍ତି ଏବଂ କେଉଁ କେଉଁ କ୍ଷେତ୍ରରେ କେତେ ବ୍ୟୟ କରିବାପାଇଁ ପ୍ରସ୍ତାବ ରଖୁଛନ୍ତି ତାହା ବଜେଟ୍ ସୂଚନା ଦିଏ । ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଆଭିମୁଖ୍ୟ କ’ଣ, ତାହା ଏଥିରୁ ସ୍ପଷ୍ଟ ହୋଇଥାଏ ।
ପ୍ରଫେସର ପ୍ଲାଡ଼ଷ୍ଟୋନ୍ ବଜେଟ୍ରେ ସଂଜ୍ଞା ଉପସ୍ଥାପନ କରି କହିଛନ୍ତି, ବଜେଟ୍ ସରକାରଙ୍କ ଆୟ-ବ୍ୟୟର କେବଳ ଏକ ଗାଣିତିକ ହିସାବ ନୁହେଁ, ଏହା ମଧ୍ୟ ଅନେକ ଗୁଣରେ ଜନସାଧାରଣଙ୍କ ଉନ୍ନତି ପାଇଁ ଅଭିପ୍ରେତ ।
ପୂର୍ବରୁ, ସରକାରଙ୍କ ସୀମିତ କାର୍ଯ୍ୟକ୍ରମ ସହ ବଜେଟ୍ ପ୍ରତି ବିଶେଷ ଗୁରୁତ୍ଵ ପ୍ରକାଶ ପାଉ ନ ଥିଲା । ବରଂ ଏହାକୁ ବ୍ୟବସ୍ଥାପିକା ପାଇଁ ଏକ ସାଧାରଣ ସୂଚନା ରୂପେ ବିବେଚନା କରାଯାଉଥିଲା । ମାତ୍ର ଜନମଙ୍ଗଳ ରାଷ୍ଟ୍ରଗୁଡ଼ିକରେ ରାଷ୍ଟ୍ରର ଗରତପର୍ଣ ଭୂମିକାକ ବିଚାର କରି ବଳେଟକ ଆର୍ଥଳ ପଗଡିର ମଧ୍ୟ ଆମ ରପେ ବିବେଚନା କରାଯାଏ ।
ବିକଶିତ ଦେଶମାନଙ୍କରେ ଅର୍ଥବ୍ୟବସ୍ଥା ପୂର୍ଣ୍ଣ ନିୟୋଜନ ଅବସ୍ଥାରେ ଥିବାରୁ ସେଠାରେ ସାଧନମାନ ଅନିୟୋଜିତ ନଥା’ନ୍ତି । କିନ୍ତୁ ସେସବୁ ଅର୍ଥବ୍ୟବସ୍ଥା ବାଣିଜ୍ୟ ତରଙ୍ଗରୁ ମୁକ୍ତ ହୋଇନଥିବାରୁ ମଝିରେ ମଝିରେ ମାନ୍ଦାବସ୍ଥା, ବେକାରୀ ଓ ମୁଦ୍ରାଙ୍ଗୀତି ବା ଅତ୍ୟଧୂକ କ୍ରୟଶକ୍ତିର ଚାପ ବହନ କରିଥା’ନ୍ତି । କିନ୍ତୁ ବିକାଶଶୀଳ ଦେଶମାନଙ୍କର ଅର୍ଥବ୍ୟବସ୍ଥା ପୂର୍ଣ ନିୟୋଜନଠାରୁ କମ୍ ସ୍ତରରେ ଥିବାରୁ ଆର୍ଥନୀତିକ ଅଭିବୃଦ୍ଧି ଲାଭ ସେମାନଙ୍କର ପ୍ରମୁଖ ଲକ୍ଷ୍ୟ ହୋଇଥାଏ ।
ଏହିସବୁ ଦରିଦ୍ର ଦେଶମାନଙ୍କରେ ଅଭିବୃଦ୍ଧି ଲାଭ ସମସ୍ୟା ଗୁରୁତର ହୋଇଥାଏ। ଏହିସବୁ ସମସ୍ୟାଗୁଡ଼ିକ ହେଲା ବଣ୍ଟନଜନିତ ସମସ୍ୟା, ବିତରଣଜନିତ ସମସ୍ୟା ଓ ସ୍ଥିରତା ରକ୍ଷା ସମ୍ବନ୍ଧୀୟ ସମସ୍ୟା । ଏହିସବୁ ଦେଶମାନଙ୍କରେ ଆର୍ଥନୀତିକ ବିକାଶ ହାସଲ ପାଇଁ ବଜେଟ୍କୁ ଏକ ପ୍ରଧାନ ଅସ୍ତ୍ର ଭାବରେ ପ୍ରୟୋଗ କରାଯାଇଥାଏ । ନିମ୍ନଲିଖ୍ ଉପାୟମାନଙ୍କ ମାଧ୍ୟମରେ ବଜେଟ୍ ଦେଶମାନଙ୍କର ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଥାଏ ।
ପ୍ରଥମତଃ, ସରକାର ତାଙ୍କର ରାଜକୋଷୀୟ କର୍ତ୍ତବ୍ୟ ସମ୍ପାଦନ କରିବାପାଇଁ ପର୍ଯ୍ୟାପ୍ତ ପରିମାଣର ରାଜସ୍ୱ ଆବଶ୍ୟକ କରିଥା’ନ୍ତି । ଆଧୁନିକ ରାଷ୍ଟ୍ରଗୁଡ଼ିକ କଲ୍ୟାଣକାରୀ ହୋଇଥିବାରୁ ଜନମଙ୍ଗଳ ପାଇଁ ଏହାକୁ ବିଭିନ୍ନ ଦିଗରେ ବ୍ୟୟ କରିଥାନ୍ତି । ତେଣୁ ସ୍ଵାଭାବିକଭାବେ, ସରକାରୀ ବ୍ୟୟ ବହୁଗୁଣିତ ହୋଇଥାଏ । ଏଥିପାଇଁ ସରକାର ଯଥେଷ୍ଟ ସମ୍ବଳ ଆବଶ୍ୟକ କରିଥା’ନ୍ତି । ଏକ ବିତ୍ତୀୟ ଯୋଜନା ସାହାଯ୍ୟରେ ବଜେଟ୍ ଏହି ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇଥାଏ । ସରକାରଙ୍କ କାର୍ଯ୍ୟକଳାପ ପାଇଁ ଆବଶ୍ୟକ ହେଉଥିବା ସମ୍ବଳର ଉତ୍ସମାନ ବିଜେଟ୍ରେ ସ୍ପଷ୍ଟଭାବେ ଉଲ୍ଲେଖ ଥାଏ ।
ଦ୍ଵିତୀୟତଃ, ବଜେଟ୍ରେ ଉଲ୍ଲେଖ ଥିବା ଆୟ-ବ୍ୟୟ, କୃଷି ଓ ଶିଳ୍ପ କ୍ଷେତ୍ରରେ ଆର୍ଥନୀତିକ କାର୍ଯ୍ୟକଳାପକୁ ବ୍ୟାପକଭାବେ ପ୍ରଭାବିତ କରିଥା’ନ୍ତି । ଟିକସ ରିହାତି ପ୍ରଦାନ କରି ଏବଂ ଉଚିତ ଟିକସ ବସାଇ କୃଷି ଓ ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ବଜେଟ୍ ସହାୟକ ହୋଇଥାଏ । ଅଗ୍ରାଧ୍ୟାର ଲାଭ କରିଥିବା ଶିଳ୍ପମାନଙ୍କୁ ଆକର୍ଷିତ କରିବାପାଇଁ ଏହିସବୁ ଶିଳ୍ପକୁ ବଜେଟ୍ରେ ଟିକସ ରିହାତି ଦିଆଯାଇପାରେ । ସେହିପରି ମାଗଣା ବା ରିହାତି ଦରରେ କୃଷି ଉପକରଣ, ସାର, ପୋକମରା ଔଷଧ ଇତ୍ୟାଦି ସାଧନମାନ ଯୋଗାଇ ଦେବାପାଇଁ ବଜେଟ୍ରେ ବ୍ୟବସ୍ଥା କଲେ କୃଷି ଉତ୍ପାଦନ ବୃଦ୍ଧି ହୋଇଥାଏ ।
ତୃତୀୟତଃ, ମାନବୀୟ ପୁଞ୍ଜି ଗଠନ ହେଉଛି ଦେଶର ଆର୍ଥନୀତିକ ବିକାଶର ଚାବିକାଠି । ଅର୍ଥବିକଶିତ ଦେଶମାନଙ୍କରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ମାନବ ସମ୍ବଳ ଯୋଗାଣର ସ୍ତର ଅତ୍ୟନ୍ତ ନିମ୍ନ ମାନର । ନାଗରିକମାନେ ଶିକ୍ଷିତ ଓ ସ୍ୱାସ୍ଥ୍ୟବାନ ନ ହେଲେ କାର୍ଯ୍ୟଦକ୍ଷ ଶ୍ରମିକ ହୋଇପାରନ୍ତି ନାହିଁ ଓ ସେମାନଙ୍କ ଉତ୍ପାଦନଶୀଳତା ବୃଦ୍ଧି ପାଇପାରେ ନାହିଁ । ବଜେଟ୍ ବ୍ୟବସ୍ଥା ମାଧ୍ୟମରେ ଏହି କ୍ଷେତ୍ରରେ ଉନ୍ନତି ଅଣାଯାଇପାରେ ।
ଏହିସବୁ କ୍ଷେତ୍ରରେ ମାନବ ସମ୍ବଳ ବିକାଶ ପାଇଁ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକ ହେଉଥିବାରୁ ଏବଂ ଏଥିପାଇଁ ଅଧିକ ସମୟ ଆବଶ୍ୟକ ହେଉଥିବାରୁ ଘରୋଇ କ୍ଷେତ୍ରରୁ ଏଥୁକୁ ଅଧିକ ପୁଞ୍ଜି ଆସିନଥାଏ । ତେଣୁ କେବଳ ସରକାର ହିଁ ବଜେଟ୍ ବ୍ୟବସ୍ଥା ମାଧ୍ୟମରେ ବୈଷୟିକ ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ମାନବସମ୍ବଳ ବିକାଶ ପାଇଁ ପୁଞ୍ଜି ବିନିଯୋଗ କରିଥା’ନ୍ତି ।
ଚତୁର୍ଥତଃ, ଉପଯୁକ୍ତ ଆର୍ଥନୀତିକ ଭିତ୍ତିଭୂମିର ଅଭାବ ହେଉଛି ଏହିସବୁ ଦରିଦ୍ର ଦେଶର ସ୍ୱଳ୍ପବିକାଶର ପ୍ରମୁଖ କାରଣ । ପରିବହନ ଓ ଯୋଗାଯୋଗ, ବିଜୁଳି ଶକ୍ତି ଉତ୍ପାଦନ, ମୌଳିକ ଶିଳ୍ପର ଅଭାବ ଏବଂ ଶ୍ରମିକ ଓ ଉଦ୍ୟୋକ୍ତାମାନଙ୍କର ଉପଯୁକ୍ତ ପ୍ରଶିକ୍ଷଣ ବିନା ଶିଳ୍ପ ବିକାଶ ସମ୍ଭବ ହୋଇପାରେ ନାହିଁ । ସେହିଭଳି ଉପଯୁକ୍ତ ଜଳସେଚନ ସୁବିଧା, ବନ୍ୟା ନିୟନ୍ତ୍ରଣ ଉପାୟ ପର୍ଯ୍ୟାପ୍ତ ପରିମାଣର ରାସାୟନିକ ସାର, କୀଟନାଶକ ଔଷଧ, ଅଧିକ ଅମଳକ୍ଷମ ବିହନର ଯୋଗାଣ, ନୂତନ କୃଷିପଦ୍ଧତି ବିନା କୃଷି ଉତ୍ପାଦନ ଓ ଉତ୍ପାଦିକା ଶକ୍ତିରେ ଉନ୍ନତି ସମ୍ଭବ ହୋଇପାରେ ନାହିଁ ।
କିନ୍ତୁ ଏହସବୁ ସୁବିଧା ସରକାର ହିଁ ଯୋଗାଇ ଦେଇଥାନ୍ତି । ଏହିସବୁ ସୁବିଧା ଯୋଗାଣର ଖର୍ଚ୍ଚ ଅତ୍ୟଧିକ ହୋଇଥିବାରୁ ବ୍ୟବହାରକା ବ୍ୟବହାରକାରୀମାନଙ୍କଠାରୁ ତାହା ଆଦାୟ କରିବା ଅସମ୍ଭବ ଅଟେ । ତେଣୁ ବଜେଟ୍ ବ୍ୟବସ୍ଥା ମାଧ୍ୟମରେ ସରକାର ଏଥିପାଇଁ ସମ୍ବଳ ଯୋଗାଇ ଦେଇଥା’ନ୍ତି । ଅତଏବ ଶିଳ୍ପ ଓ କୃଷି ଉନ୍ନୟନ କ୍ଷେତ୍ରରେ ବଜେଟ୍ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରେ ।
ପଞ୍ଚମତଃ, ମୁକ୍ତ ବଜାର ବ୍ୟବସ୍ଥାରେ ଯେଉଁସବୁ ଦ୍ରବ୍ୟ ଉତ୍ପାଦନ ହୋଇଥାଏ, ତାହା ବେସରକାରୀ ଉଦ୍ୟୋକ୍ତାମାନଙ୍କୁ ସର୍ବାଧ୍ଵ ଲାଭ ପ୍ରଦାନ କରିଥାଏ । ତେଣୁ ସାଧାରଣ ଭାବରେ ବେସରକାରୀ ନିବେଶ ବିଳାସ ଦ୍ରବ୍ୟ ଉତ୍ପାଦନରେ ହିଁ ନିୟୋଜିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଉପରୋକ୍ତ କ୍ଷେତ୍ରରେ ନିୟୋଜିତ ସମ୍ବଳକୁ ସର୍ବସାଧାରଣଙ୍କ ଉପଯୋଗରେ ନିୟୋଜିତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଉତ୍ପାଦନକୁ ପ୍ରବାହିତ କରିବାର ଆବଶ୍ୟକତା ଅନୁଭୂତ ହୋଇଥାଏ ।
ବଜେଟ୍ ମାଧ୍ୟମରେ ସରକାରୀ ହସ୍ତକ୍ଷେପ ବଳରେ ଏହି କାର୍ଯ୍ୟ ସହଜରେ କରାଯାଇପାରେ । ବିଳାସ ଦ୍ରବ୍ୟ ଓ ସାମାଜିକ ଦୃଷ୍ଟିରୁ କ୍ଷତିକାରକ ଦ୍ରବ୍ୟ ଉପରେ ଅଧୂକ ଟିକସ ବସାଇ ଏବଂ ସାଧାରଣ ବ୍ୟବହାର ଉପଯୋଗୀ ହିତକାରକ ଦ୍ରବ୍ୟ ପାଇଁ ଟିକସ ରିହାତିର ବ୍ୟବସ୍ଥା କରି ବଜେଟ୍ ଏହି ଲକ୍ଷ୍ୟ ପୂରଣ କରିପାରେ ।
ଷଷ୍ଠତଃ, ପ୍ରାନ୍ତୀୟ ପରିବ୍ୟୟ ଓ ଦରର ସମାନତା ମଧ୍ୟରେ ସବୁଠାରୁ ଦକ୍ଷ ସମ୍ବଳ ବିନିଯୋଗ କରାଯାଇଥାଏ । ଅବଶ୍ୟ ଏହା କେବଳ ପୂର୍ଣ୍ଣ ପ୍ରତିଯୋଗିତାରେ ସମ୍ଭବ ହୁଏ । ସ୍ଵଳ୍ପ ବିକଶିତ ଦେଶଗୁଡ଼ିକରେ ସମ୍ବଳର ତ୍ରୁଟିପୂର୍ଣ୍ଣ ବିନିଯୋଗ ହୋଇଥାଏ । ବେସରକାରୀ କ୍ଷେତ୍ରର ବଜାରଗୁଡ଼ିକରେ ଏକାଧିକାର, ଏକାସ୍କାରମୂଳକ ପ୍ରତିଯୋଗିତା ଓ ଅଚ୍ଛାଧ୍ୟାର ବଜାର ଥାଏ । ଏଭଳି ଅସମ ବିନିଯୋଗକୁ ବଦଳାଇବାକୁ ହେଲେ ସରକାରୀ କ୍ଷେତ୍ରରେ ଉତ୍ପାଦନ ବ୍ୟବସ୍ଥା କରିବାକୁ ହୁଏ ।
ଏହା କଲେ ହିଁ ହାରାହାରି ଆୟ (ଦର) ଓ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟରେ ଥିବା ପାର୍ଥକ୍ୟ ହ୍ରାସ ପାଏ । ଏହି କାରଣରୁ ଅଧିକ ନିବେଶ ଆବଶ୍ୟକ କରୁଥିବା ଜନକଲ୍ୟାଣକାରୀ ଶିଳ୍ପଗୁଡ଼ିକ କ୍ରମେ ସରକାରୀ କ୍ଷେତ୍ରଭୁକ୍ତ ହେଉଛନ୍ତି ।
ସପ୍ତମ, ସ୍ଵଳ୍ପ ବିକଶିତ ଦେଶଗୁଡ଼ିକରେ ଆଞ୍ଚଳିକ ବୈଷମ୍ୟ ଉତ୍କଟ ହୋଇଥାଏ । ବେସରକାରୀ କ୍ଷେତ୍ର ଲାଭ ମନୋବୃତ୍ତି ଦ୍ଵାରା ପରିଚାଳିତ ହେଉଥିବାରୁ ଏହି କ୍ଷେତ୍ରର ଶିଳ୍ପଗୁଡ଼ିକ ସହରାଞ୍ଚଳ ବା ବିକଶିତ ଅଞ୍ଚଳରେ ଗଢ଼ିଉଠନ୍ତି । ଏହି ବୈଷମ୍ୟ ଦୂରକରିବା ପାଇଁ ସରକାରୀ କ୍ଷେତ୍ରର ଶିଳ୍ପସଂସ୍ଥାଗୁଡ଼ିକୁ ପଛୁଆ ଅଞ୍ଚଳରେ ସ୍ଥାପନ କରାଯାଇଥାଏ ଏବଂ ସରକାରୀ ସହାୟତା, ଭିତ୍ତିଭୂମି ଯୋଗାଣ ଓ ଅନ୍ୟାନ୍ୟ ସରକାରୀ ପ୍ରୋତ୍ସାହନଦ୍ଵାରା କୃଷି ଓ ଗ୍ରାମ୍ୟ ଶିଳ୍ପର ବିକାଶ ମଧ୍ଯ ସମ୍ଭବ ହୋଇପାରିବ ।
ଏହା କଲେ ଗ୍ରାମାଞ୍ଚଳର ଅର୍ଥନୀତି ବିକଶିତ ହୋଇଥାଏ ଏବଂ ଏଥିପାଇଁ ବଜେଟ୍ରେ ବ୍ୟବସ୍ଥା କରି ଏହି ଲକ୍ଷ୍ୟ ପୂରଣ କରାଯାଇପାରେ ।
ଅଷ୍ଟମ, ସ୍ଵଳ୍ପବିକଶିତ ଦେଶଗୁଡ଼ିକ ଅଳ୍ପ ଆୟକାରୀ ହୋଇଥିବାରୁ ତା’ର ଜନସାଧାରଣ ଦରିଦ୍ର ହୋଇଥା’ନ୍ତି ଏବଂ ସେଠାରେ ସଞ୍ଚୟ ଓ ନିବେଶ କମ୍ ହୋଇଥାଏ । ତେଣୁ ବଜେଟ୍ରେ ବ୍ୟବସ୍ଥା କରି ଜାତୀୟ ଆୟକୁ ବହୁଗୁଣିତ କରାଯାଇପାରେ, ଫଳରେ ଫଳପ୍ରଦ ଚାହିଦା ବୃଦ୍ଧି ପାଏ । ଏହା ଅଧ୍ବକ ନିବେଶ ଓ ନିୟୋଜନ ପାଇଁ ପ୍ରୋତ୍ସାହିତ କରେ । ରାଷ୍ଟ୍ରୀୟ ନିୟୋଜନ ପରିମାଣ ବହୁଗୁଣିତ ହୁଏ । ତେଣୁ, ବେକାର ଶ୍ରମିକମାନଙ୍କୁ ନିଯୁକ୍ତି ପ୍ରଦାନ କରି ପ୍ରାକୃତିକ ସମ୍ବଳର ଇଷ୍ଟତମ ବିନିଯୋଗ କରାଯାଇପାରେ ।
2. ବଜେଟ୍ କ’ଣ ? ବିଭିନ୍ନ ପ୍ରକାର ବଜେଟ୍ର ବୈଶିଷ୍ଟ୍ୟ ପ୍ରତିପାଦନ କର ।
Answer:
ବଜେଟ୍ ଶବ୍ଦଟି ଫ୍ରାନ୍ସ ଭାଷାରେ ‘Bougett’ ଶବ୍ଦରୁ ଉଦ୍ଧୃତ ଯାହାର ଅର୍ଥ କ୍ଷୁଦ୍ର ଚମଡ଼ା ବ୍ୟାଗ । ଅର୍ଥଶାସ୍ତ୍ରୀମାନେ ବଜେଟ୍ ସମ୍ପର୍କରେ ବିଭିନ୍ନ ଅର୍ଥନୈତିକ ବିଭିନ୍ନ ସଂଜ୍ଞା ନିରୂପଣ କରିଛନ୍ତି । ଏହା ସରକାରୀ ରାଜସ୍ବ ଓ ବ୍ୟୟର ପ୍ରାଥମିକ ଅନୁମୋଦିତ ଯୋଜନା ସମ୍ପର୍କିତ ନଥୂପତ୍ର । ସଂକ୍ଷେପରେ କହିବାକୁ ଗଲେ ‘ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ସରକାରଙ୍କ ଆୟ ଓ ବ୍ୟୟର ରୂପରେଖ’, ବଜେଟ୍ରେ ସ୍ଥାନ ପାଇଥାଏ । ସରକାରୀ ଆୟ-ବ୍ୟୟର ଅଟକଳ ବଜେଟ୍ର ମୁଖ୍ୟ ଅଂଶ ହୋଇ ରହିଥାଏ ।
ଅନ୍ୟ ଅର୍ଥରେ ପ୍ରକାଶ କଲେ ବଜେଟ୍ ହେଉଛି ସରକାରଙ୍କଦ୍ଵାରା ପ୍ରତ୍ୟାଶିତ ଆୟ ଓ ପ୍ରସ୍ତାବିତ ବ୍ୟୟର ଏକ ଉପସ୍ଥାପନା ଯାହା ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଉଦ୍ଦିଷ୍ଟ ।
- ବଜେଟ୍ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଆୟବ୍ୟୟର ଅଟକଳ ।
- ଏହା ସରକାରୀ କର୍ତ୍ତୃପକ୍ଷଙ୍କଦ୍ୱାରା ଅନୁମୋଦିତ ।
- ଏହା ଆୟ ସଂଗ୍ରହର ଉତ୍ସ ଓ ପ୍ରକ୍ରିୟା ଏବଂ ବ୍ୟୟ ପରିଚାଳନା ସମ୍ପର୍କରେ ସୂଚନା ଦେଇଥାଏ ।
- ଏହା ଅର୍ଥନୈତିକ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ।
ବଜେଟ୍ର ପ୍ରସ୍ତୁତି ଓ ଉପସ୍ଥାପନା, ଯୋଜନାର ସଫଳ ରୂପାୟନ, ପୁଞ୍ଜି ସଂଗ୍ରହ, ବ୍ୟୟ ପରିଚାଳନା, ଉପାଦାନମାନଙ୍କର ସୁବିନିଯୋଗ ଏବଂ ବିଶେଷଭାବରେ ଅର୍ଥନୈତିକ ବିକାଶ ପାଇଁ ଅପରିହାର୍ଯ୍ୟ ହୋଇଥାଏ ।
ପ୍ରକାରଭେଦ – ସରକାରୀ ବଜେଟ୍କୁ ସାଧାରଣତଃ ତିନୋଟି ଶ୍ରେଣୀରେ (ପ୍ରକାରରେ) ବିଭାଗୀକରଣ କରାଯାଇଥାଏ ।
- ସମତୁଲ ବଜେଟ୍ (Balanced Budget)
- ନିଅଣ୍ଟିଆ ବଜେଟ୍ (Deficit Budget)
- ବଳକା ବଜେଟ୍ (Surplus Budget)
ସମତୁଲ ବଜେଟ୍ :
ଯେଉଁ ବଜେଟ୍ରେ ସରକାରୀ ଆୟର ପରିମାଣ ଏହାର ବ୍ୟୟ ପରିମାଣ ସହ ସମତୁଲ ହୋଇଥାଏ, ତାହାକୁ ସମତୁଲ ବଜେଟ୍ କୁହାଯାଏ । ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ପ୍ରସ୍ତୁତ ସରକାରୀ ବ୍ୟୟ ଅଟକଳରେ ବିଭିନ୍ନ ସୂତ୍ରରୁ ସଂଗୃହୀତ ହେବାକୁ ଥିବା ପ୍ରତ୍ୟାଶିତ ଆୟ ଓ ବିଭିନ୍ନ ଉଦ୍ଦେଶ୍ୟରେ ହେବାକୁ ଥିବା ପ୍ରସ୍ତାବିତ ବ୍ୟୟ ସମାନ ହୋଇଥାଏ । ସଂକ୍ଷେପରେ ଉପସ୍ଥାପନ କରାଗଲେ ଯେଉଁ ସରକାରୀ ବ୍ୟୟ ଅଟକଳ ସରକାରୀ ପ୍ରତ୍ୟାଶିତ ଆୟ ସହ ସମାନ ତାହାକୁ ସମତୁଲ ବଜେଟ୍ କୁହାଯାଏ ।
ଏହି ବଜେଟ୍ରେ କେତେକ ସୁପ୍ରଭାବ ପରିଲକ୍ଷିତ ହୋଇଥାଏ ଯାହା ନିମ୍ନରେ ବର୍ଣ୍ଣନା କରାଗଲା ।
- ସମତୁଲ ବଜେଟ୍, ସରକାରୀ କର୍ତ୍ତୃପକ୍ଷଙ୍କଦ୍ୱାରା ହେଉଥିବା ଅନାବଶ୍ୟକ ଅଦରକାରୀ ବ୍ୟୟକୁ ନିୟନ୍ତ୍ରଣ କରିଥାଏ ।
- ଏହା ଅର୍ଥନୈତିକ ସମସ୍ୟାପାଇଁ ଏକ ସତର୍କ ଘଣ୍ଟି ସଦୃଶ ।
- ମାନ୍ଦାବସ୍ଥା ସମୟରେ ସମତୁଲ ବଜେଟ୍ ବିଶେଷ ସହଯୋଗୀ ହୋଇଥାଏ ।
- ଏହା ମୁଦ୍ରାଙ୍ଗୀତି ଘଟାଇ ନଥାଏ ।
ଏହି ସୁଗୁଣ ସତ୍ତ୍ବେ ଏହାର କେତେକ ସୀମାବଦ୍ଧତା ପରିଲକ୍ଷିତ ହୋଇଥାଏ; ଯଥା –
- ସମତୁଲ ବଜେଟ୍ରେ ଆୟବ୍ୟୟ ସମାନ ହୋଇଥିବାରୁ ଏହା ଅର୍ଥନୈତିକ ଦୃଷ୍ଟିକୋଣରୁ ପ୍ରଭାବଶୂନ୍ୟ ହୋଇଥାଏ । ତେଣୁ ଅର୍ଥନୈତିକ ଅଭିବୃଦ୍ଧି ଘଟାଇବା କ୍ଷେତ୍ରରେ ଏହି ବଜେଟ୍ ଅନୁକୂଳ ବା ଲାଭଦାୟକ ନୁହେଁ ।
- ଅର୍ଥନୈତିକ ସଙ୍କଟର ମୁକାବିଲା କରିବା ଦିଗରେ ଏହି ବଜେଟ୍ ଅନୁପଯୁକ୍ତ ହୋଇଥାଏ, କାରଣ ଏହାର ବ୍ୟୟ ବିଶେଷଭାବରେ ସଂକୁଚିତ ।
- ଏହା ସରକାରୀ କର୍ତ୍ତୃପକ୍ଷଙ୍କର ସ୍ବାଧୀନତା କ୍ଷୁଣ୍ଣ କରିଥାଏ ।
- ବାସ୍ତବରେ ଏହି ବଜେଟ୍ ମାନ୍ଦାବସ୍ଥା ଦୂର କରିବା କ୍ଷେତ୍ରରେ ଅନୁପଯୁକ୍ତ ।
ଅନ୍ୟ ପ୍ରକାରଭେଦରେ ବଜେଟ୍ ଅସମତୁଲ ହୋଇଥାଏ, ଯେଉଁଥରେ ସରକାରୀ ଆୟବ୍ୟୟରେ ବୈଷମ୍ୟ ପରିଲକ୍ଷିତ ହୋଇଥାଏ । ଏହି ସରକାରୀ ଆୟବ୍ୟୟର ପାର୍ଥକ୍ୟକୁ ବିଚାର କରି ଅସମତୁଲ ବଜେଟ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା – ନିଅଣ୍ଟିଆ ବଜେଟ୍ ଓ ଉଦ୍ବୃତ୍ତ (ବଳକା ବଜେଟ) ।
ନିଅଣ୍ଟିଆ ବଜେଟ୍ (Deficit Budget) :
ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଯଦି ସରକାରଙ୍କର ପ୍ରସ୍ତାବିତ ବ୍ୟୟ ଅଟକଳ ପ୍ରତ୍ୟାଶିତ ଆୟଠାରୁ ଅଧିକ ହୁଏ, ତେବେ ସେ ବଜେଟ୍ ନିଅଣ୍ଟିଆ ବଜେଟ୍ କୁହାଯାଏ । ଏହି ଏକ ଅସମତୁଲ ବଜେଟ୍ ଯେଉଁଥିରେ ସରକାରୀ ବ୍ୟୟ ସରକାରୀ ଆୟଠାରୁ ଅତ୍ୟଧିକ ହୋଇଥାଏ ।
ବ୍ୟୟ ଅଧିକ ହେଲେ ହେଁ ଆଧୁନିକ ଅର୍ଥବ୍ୟବସ୍ଥାରେ ଏହା ଅନେକ ସୁଫଳ ପ୍ରଦାନ କରିଥାଏ; ଯଥା –
- ନିଅଣ୍ଟିଆ ବଜେଟ୍ ଆୟ ସ୍ତର ଓ ନିଯୁକ୍ତି ସ୍ତର ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
- ବେକାରୀ ସମସ୍ୟା ଦୂରୀକରଣ କ୍ଷେତ୍ରରେ ଏହା ଏକ ଶକ୍ତିଶାଳୀ ଆୟୁଧ ।
- ଏହା ଅବସ୍କ୍ରୀତି ଦୂର କରିବା ଦିଗରେ ସହାୟକ ହୋଇଥାଏ ।
- ଅର୍ଥନୈତିକ ଅଭିବୃଦ୍ଧି ହାସଲ ଦିଗରେ ଏହି ବଜେଟ୍ ଅନେକାଂଶରେ ସଫଳ ହୋଇଥାଏ ।
ଏତଦ୍ଭିନ୍ନ ଏହି ବଜେଟ୍ରେ କେତେକ ଦୋଷତ୍ରୁଟି ପରିଲକ୍ଷିତ ହୋଇଥାଏ; ଯଥା –
ନିଅଣ୍ଟିଆ ବଜେଟ୍ରେ ବ୍ୟୟର ମାତ୍ରା ଅତ୍ୟଧିକ ହେଲେ ଏହା ମୁଦ୍ରାଙ୍ଗୀତି ଘଟାଇଥାଏ ଯାହା ଅର୍ଥନୈତିକ ଲକ୍ଷ୍ୟ ହାସଲପାଇଁ ନିରୁତ୍ସାହିତ ହୋଇଥାଏ । ଏହି ଅବସ୍ଥାରେ ଆୟ ତାରତମ୍ୟ ବୃଦ୍ଧି ଘଟିବାରେ ଆଶଙ୍କା ରହିଥାଏ ଏବଂ ବଡ଼ଖର୍ଚ୍ଚକୁ ପ୍ରୋତ୍ସାହନ ଦେଇଥାଏ ।
ବଳକା ବଜେଟ୍ (Surplus Budget) :
ଯେଉଁ ବଜେଟ୍ରେ ସରକାରୀ ଆୟ, ସରକାରୀ ବ୍ୟୟଠାରୁ ଅଧିକ ହୁଏ, ତାହାକୁ ବଳକା ବଜେଟ୍ (Surplus Budget) କୁହାଯାଏ । ଏ କ୍ଷେତ୍ରରେ ସରକାରୀ ପ୍ରତ୍ୟାଶିତ ଆୟ ପ୍ରସ୍ତାବିତ ବ୍ୟୟଠାରୁ ଅଧିକ ହୋଇଥାଏ, ଫଳରେ ସରକାରୀ ଆୟର ଏକ ଅଂଶ ସରକାରଙ୍କଦ୍ଵାରା ଉପଯୋଗ ନ ହୋଇ ଗଚ୍ଛିତ ହୋଇ ରହିଥାଏ । ତେଣୁ ଏହାକୁ ବଳକା ବଜେଟ୍ କୁହାଯାଏ ।
ଏହି ବଜେଟ୍ର ବ୍ୟାବହାରିକ ଗୁରୁତ୍ଵ ବିଶେଷ ଉପଲବ୍ଧି କରାଯାଇ ନଥାଏ । ତେଣୁ ଏହି ବଜେଟ୍ରେ ପ୍ରୟୋଗାତ୍ମକ ଓ ବ୍ୟାବହାରିକ ଦିଗଟି ଅତିମାତ୍ରାରେ ସୀମିତ । ତଥାପି ଏହି ବଜେଟ୍ର କେତେକ ସୁଫଳ ପରିଲକ୍ଷିତ ହୁଏ ।
ବଳକା ବଜେଟ୍ ମୁଦ୍ରାଙ୍ଗୀତିକୁ ଅବଦମିତ କରିବା କ୍ଷେତ୍ରରେ ଏକ ଉପଯୁକ୍ତ ବଜେଟ୍ ଭାବରେ ଗ୍ରହଣ କରାଯାଏ । ଦ୍ଵିତୀୟରେ ଏହା ସରକାରୀ ଖର୍ଚ୍ଚରେ ଅଙ୍କୁଶ ଲଗାଏ ଓ ଅନାବଶ୍ୟକ ବ୍ୟୟକୁ ନିରୁତ୍ସାହିତ ବା ନିୟନ୍ତ୍ରଣ କରିଥାଏ ।
ମାତ୍ର ଏହି ବଜେଟ୍ରେ ବ୍ୟୟର ପରିସର ସୀମିତ ହୋଇଥିବାରୁ ଅର୍ଥନୈତିକ ଅଭିବୃଦ୍ଧି ଘଟିପାରେ ନାହିଁ । ସରକାରୀ ଆୟର ଏକ ଅଂଶ (ଯାହା ଖର୍ଚ୍ଚ ହୋଇ ନଥାଏ) ଅଣଉତ୍ପାଦନଶୀଳ ହୋଇ ରହିଥାଏ ।
ବାସ୍ତବ ଦୃଷ୍ଟିକୋଣରୁ ଅନୁନ୍ନତ ଦେଶମାନଙ୍କର ଅର୍ଥନୈତିକ ପ୍ରଗତି ହାରକୁ ତ୍ୱରାନ୍ବିତ କରିବା କ୍ଷେତ୍ରରେ ଏହି ବଜେଟ୍ ଅନୁପଯୁକ୍ତ । ଲକ୍ଷ୍ୟ କରାଯାଏ; କାରଣ ଏହା ଅର୍ଥନୈତିକ ବିକାଶ ଧାରାକୁ ଅବ୍ୟାହତ ଓ ନିରବଚ୍ଛିନ୍ନ ରଞ୍ଝାରେ ସାହାଯ୍ୟ କରେ ।