CHSE Odisha Class 12 Economics Chapter 3 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 3 ମୌଳିକ ଧାରଣା (ମାନବୀୟ ଅଭାବ, ଉପଯୋଗିତା, ଦ୍ରବ୍ୟ, ମୂଲ୍ୟ, ଦର ଓ ସମ୍ପଦ) Short Answer Questions.

CHSE Odisha 12th Class Economics Chapter 3 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଉପଯୋଗିତା କ’ଣ ?
Answer:
ଉପଯୋଗିତା କହିଲେ କୌଣସି ଏକ ଦ୍ରବ୍ୟର ଅଭାବ ପୂରଣ କରିବାର ଶକ୍ତିକୁ ବୁଝାଏ । ଦ୍ରବ୍ୟଗୁଡିକର ଏହି ଅଭାବ ପୂରଣର କ୍ଷମତା ଥିବାରୁ ଲୋକମାନେ ଏହାକୁ କ୍ରୟ କରନ୍ତି । ଜଳର ତୃଷ୍ଣା ନିବାରଣକାରୀ କ୍ଷମତା ବା ଡାକ୍ତରଙ୍କ ରୋଗ ଉପଶମ କରିବା କ୍ଷମତାକୁ ଉପଯୋଗିତା କୁହାଯାଏ ।

2. ଉପଯୋଗିତା କିପରି ପରିତୃପ୍ତି ନୁହେଁ ?
Answer:
କୌଣସି ଏକ ଦ୍ରବ୍ୟ ଉପଭୋଗ କଲେ ପରିତୃପ୍ତି ମିଳିଥାଏ । ଉପଯୋଗିତା ଥିବାରୁ ଦ୍ରବ୍ୟଟିକୁ ଉପଭୋଗ କରାଯାଏ । ଉପଯୋଗିତା ଥିବାରୁ ଦ୍ରବ୍ୟଟିକୁ ଉପଭୋଗ କରାଯାଏ । ଉପଯୋଗିତା ଦ୍ରବ୍ୟ ଉପଭୋଗର କାରଣ ଏବଂ ପରିତୃପ୍ତି ଏହାର ଫଳାଫଳ ।

3. ଉପଯୋଗିତା କିପରି ଆନନ୍ଦଠାରୁ ଭିନ୍ନ ?
Answer:
ଜଣେ ବ୍ୟକ୍ତି ପାଇଁ କୌଣସି ଦ୍ରବ୍ୟର ଉପଯୋଗିତା ଥାଇପାରେ; କିନ୍ତୁ ଏହି ଦ୍ରବ୍ୟ ତାଙ୍କୁ ଆନନ୍ଦ ପ୍ରଦାନ କରିନପାରେ । ଏଠାରେ ପିତା ଔଷଧ, ଇଞ୍ଜେକ୍ସନ ଇତ୍ୟାଦିର ଉଦାହରଣ ନିଆଯାଇପାରେ । ତେଣୁ ଔଷଧ କିମ୍ବା ଇଞ୍ଜେକ୍ସନ ରୋଗୀକୁ ଉପଯୋଗିତା ପ୍ରଦାନ କରୁଥିଲେ ମଧ୍ୟ ଆନନ୍ଦ ଦେଇ ନଥାଏ ।

4. ଆକାର ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ଆକାର ଅଥବା ଛାଞ୍ଚରେ ପରିବର୍ଭନ ହେଲେ ଯେଉଁ ଉପଯୋଗିତା ବୃଦ୍ଧି ପାଏ, ତାହାକୁ ଆକାର ଉପଯୋଗିତା କୁହାଯାଏ । ଜଣେ ବଢ଼େଇ କାଠରୁ ଚଉକି ବା ଜଣେ ବିନ୍ଧାଣି ପଥରରୁ ମୂର୍ତ୍ତି ତିଆରି କରେ । ଏହାଦ୍ଵାରା କାଠର ଏବଂ ପଥରର ଉପଯୋଗିତା ବୃଦ୍ଧି ପାଏ ।

5. ଉପଯୋଗିତା ଉପାଦେୟତାଠାରୁ କିପରି ଭିନ୍ନ ?
Answer:
ଉପଯୋଗିତା ଓ ଉପାଦେୟତା ସମାର୍ଥବୋଧକ ଭଳି ମନେ ହେଉଥିଲେ ମଧ୍ୟ ସେଗୁଡ଼ିକ ପରସ୍ପରଠାରୁ ଭିନ୍ନ । ଦ୍ରବ୍ୟ ବା ସେବା କୌଣସି ବ୍ୟକ୍ତିକୁ ଉପଯୋଗିତା ପ୍ରଦାନ କରିପାରେ, କିନ୍ତୁ ଉପାଦେୟତା ନୁହେଁ । ଜଣେ ଧୂମପାନକାରୀ ସିଗାରେଟ୍‌ ଉପଯୋଗିତା ପାଉଥିଲେ ମଧ୍ୟ ଉପାଦେୟତା ପାଆନ୍ତି ନାହିଁ, ଏହା ନିଶ୍ଚିତଭାବେ କ୍ଷତିକାରକ ।

6. ସେବା ଉପଯୋଗିତା କ’ଣ ?
Answer:
ଡାକ୍ତର, ଅଧ୍ୟାପକ, ଶିକ୍ଷକ, ଶିଳ୍ପୀ ଏବଂ ସଙ୍ଗୀତଜ୍ଞମାନଙ୍କର ସେବାଦ୍ୱାରା ମାନବିକ ଅଭାବକୁ ପରିତୃପ୍ତ କରନ୍ତି । ଏହି ସେବାଗୁଡିକର ଉପଯୋଗିତାକୁ ସେବା ଉପଯୋଗିତା କୁହାଯାଏ । ସେବାର ଉପଯୋଗିତା ରହିଛି ଓ ତାହା ଆମର ଅଭାବ ପରିପୂରଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥାଏ ।

CHSE Odisha Class 12 Economics Chapter 3 Short Answer Questions in Odia Medium

7. ସମ୍ପଦ କ’ଣ ?
Answer:
ସାଧାରଣ ଅର୍ଥରେ ସମ୍ପଦ କହିଲେ ଆମେ ଧନ ସମ୍ପତ୍ତିକୁ ବୁଝିଥାଉ । କିନ୍ତୁ, ଅର୍ଥଶାସ୍ତ୍ରରେ ସମ୍ପଦର ଅର୍ଥ ଅଲଗା । ସମସ୍ତ ଦୁଷ୍ପ୍ରପ୍ୟ ଦ୍ରବ୍ୟ, ଭୌତିକ ହେଉ ବା ଅଭୌତିକ ହେଉ ସମ୍ପଦ ପଦବାଚ୍ୟ । ସର୍ବୋପରି, ସମସ୍ତ ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ । ବହି, କଲମ, ସୁନା ଗହଣା, ଟେଲିଭିଜନ୍ ଇତ୍ୟାଦି ସମ୍ପଦ ପଦବାଚ୍ୟ ।

8. ଦ୍ରବ୍ୟ କ’ଣ ?
Answer:
ମାନବିକ ଅଭାବ ପୂରଣ କରୁଥିବା ସମସ୍ତ ଭୌତିକ ଓ ଅଭୌତିକ ପଦାର୍ଥକୁ ଅର୍ଥଶାସ୍ତ୍ରରେ ଦ୍ରବ୍ୟ କୁହାଯାଏ । ତେଣୁ ଉପଯୋଗିତା ଥ‌ିବା ଯେକୌଣସି ପଦାର୍ଥ ହେଉଛି ଦ୍ରବ୍ୟ । କଲମ, ବହି, ଟେଲିଭିଜନ୍ ଭଳି ଭୌତିକ ପଦାର୍ଥ ଏବଂ ଚିକିତ୍ସକଙ୍କ ସେବା, ଶିକ୍ଷକଙ୍କ ଶିକ୍ଷାଦାନ ଇତ୍ୟାଦି ଭଳି ଅଭୌତିକ ପଦାର୍ଥଗୁଡ଼ିକ ଦ୍ରବ୍ୟର ପରିସରଭୁକ୍ତ ।

9. ଅର୍ଥନୈତିକ ଦ୍ରବ୍ୟ କ’ଣ ?-
Answer:
ଯେଉଁ ଦ୍ରବ୍ୟଗୁଡ଼ିକ ପାଉଣା ବ୍ୟତୀତ ମିଳେ ନାହିଁ, ସେଗୁଡ଼ିକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ । ଏହି ଦ୍ରବ୍ୟର ଯୋଗାଣ ମାଗଣ ତୁଳନାରେ ସ୍ଵଳ୍ପତର । ଅର୍ଥଶାସ୍ତ୍ରରେ ଅର୍ଥନୈତିକ ଦ୍ରବ୍ୟଗୁଡ଼ିକୁ ସମ୍ପଦ କୁହାଯାଏ ।

10. ଖାଉଟି ଦ୍ରବ୍ୟ କାହାକୁ କୁହାଯାଏ ?
Answer:
ଯେଉଁସବୁ ଦ୍ରବ୍ୟ ପ୍ରତ୍ୟକ୍ଷଭାବେ ମାନବିକ ଅଭାବ ପୂରଣ କରିଥା’ନ୍ତି, ସେଗୁଡିକୁ ଖାଉଟି ଦ୍ରବ୍ୟ ବୋଲି କୁହାଯାଏ । ଏସବୁ ଦ୍ରବ୍ୟ ଉପଭୋକ୍ତାଙ୍କୁ ପ୍ରତ୍ୟକ୍ଷ ପରିତୃପ୍ତି ପ୍ରଦାନ କରିଥାନ୍ତି । ଅର୍ଥାତ୍ ଅନ୍ୟାନ୍ୟ ଦ୍ରବ୍ୟର ସାହାଯ୍ୟ ନନେଇ ଏସବୁ ବସ୍ତୁ ଆମର ଅଭାବ ପୂରଣ କରିବାରେ ସମର୍ଥ ଅଟନ୍ତି । ଖାଦ୍ୟପଦାର୍ଥ, ଫଳମୂଳ, ପେନ୍‌ସିଲ୍, ବହି, ପୋଷାକ, ଛତା, ଜୋତା ଇତ୍ୟାଦି ଖାଉଟି ଦ୍ରବ୍ୟ ଅଟେ ।

11. ଉତ୍ପାଦକ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବ ପରୋକ୍ଷ ଭାବରେ ପୂରଣ କରନ୍ତି, ସେଗୁଡ଼ିକୁ ଉତ୍ପାଦକ ଦ୍ରବ୍ୟ କୁହାଯାଏ; ଯଥା – ସାର, ବିହନ, କୀଟନାଶକ ଔଷଧ । ଉତ୍ପାଦକ ଦ୍ରବ୍ୟକୁ ଦ୍ୱିତୀୟ ଶ୍ରେଣୀ ଦ୍ରବ୍ୟ କୁହାଯାଏ । ଏହି ଦ୍ରବ୍ୟ ଉପଭୋଗ ଦ୍ରବ୍ୟ ପ୍ରସ୍ତୁତିର ସହାୟତା ପ୍ରଦାନ କରେ ।

12. ଉତ୍ପାଦକ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବ ପରୋକ୍ଷ ଭାବରେ ପୂରଣ କରନ୍ତି, ସେଗୁଡ଼ିକୁ ଉତ୍ପାଦକ ଦ୍ରବ୍ୟ କୁହାଯାଏ; ଯଥା – ବିହନ, ସାର, ପୋକମରା ଔଷଧ । ଉତ୍ପାଦକ ଦ୍ରବ୍ୟକୁ ଦ୍ୱିତୀୟ ଶ୍ରେଣୀ ଦ୍ରବ୍ୟ କୁହାଯାଏ । ଏହି ଦ୍ରବ୍ୟ ଉପଭୋଗ ଦ୍ରବ୍ୟ ପ୍ରସ୍ତୁତିର ସହାୟତା ପ୍ରଦାନ କରେ ।

13. ମୂଲ୍ୟ କ’ଣ ?
Answer:
ସାଧାରଣ ଭାଷାରେ ମୂଲ୍ୟ କହିଲେ ଦ୍ରବ୍ୟର ଆବଶ୍ୟକତା ମୂଲ୍ୟକୁ ବୁଝାଏ । ଅର୍ଥଶାସ୍ତ୍ରରେ ମୂଲ୍ୟ କହିଲେ ଏକ ଦ୍ରବ୍ୟର ପ୍ରତିବଦଳରେ ମିଳୁଥିବା ଅନ୍ୟ ଦ୍ରବ୍ୟକୁ ବୁଝାଏ । ଏହା ବିନିମୟ ମୂଲ୍ୟ । ତେଣୁ କୌଣସି ଦ୍ରବ୍ୟର କ୍ରୟ କ୍ଷମତା ହେଉଛି ଉକ୍ତ ଦ୍ରବ୍ୟର ମୂଲ୍ୟ । ଗୋଟିଏ ଦ୍ରବ୍ୟର ମୂଲ୍ୟ ଅନ୍ୟ ଏକ ଦ୍ରବ୍ୟ ଆକାରରେ ପ୍ରକାଶିତ ହୋଇଥାଏ ।

14. ବିନିମୟ ମୂଲ୍ୟ କ’ଣ ?
Answer:
ଅର୍ଥଶାସ୍ତ୍ରରେ ମୂଲ୍ୟ କହିଲେ କେବଳ ବିନିମୟ ମୂଲ୍ୟକୁ ବୁଝାଏ । ଗୋଟିଏ ଦ୍ରବ୍ୟ ପ୍ରତିବଦଳରେ ମିଳୁଥିବା ଅନ୍ୟାନ୍ୟ ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ବିନିମୟ ମୂଲ୍ୟ କୁହାଯାଏ । ତେଣୁ କୌଣସି ଦ୍ରବ୍ୟର କ୍ରୟ କ୍ଷମତା ହେଉଛି ଉକ୍ତ ଦ୍ରବ୍ୟର ବିନିମୟ ମୂଲ୍ୟ ।

15. ବ୍ୟାବହାରିକ ମୂଲ୍ୟ କ’ଣ ?
Answer:
ବ୍ୟାବହାରିକ ମୂଲ୍ୟ କହିଲେ ତାହା ଦ୍ରବ୍ୟର ଉପକାରିତାକୁ ବୁଝାଏ । ତେଣୁ ଯେଉଁସବୁ ଦ୍ରବ୍ୟର ଉପଯୋଗିତା ରହିଛି ଓ ଯାହାସବୁ ଆମ ପାଇଁ ଉପଯୋଗୀ, ସେଗୁଡ଼ିକର ବ୍ୟାବହାରିକ ମୂଲ୍ୟ ଥାଏ । ପ୍ରତ୍ୟେକ ଦ୍ରବ୍ୟର ବ୍ୟାବହାରିକ ମୂଲ୍ୟ ରହିଥାଏ ।

16. ଦର କ’ଣ?
Answer:
କୌଣସି ଏକ ଦ୍ରବ୍ୟର ବିନିମୟ ମୂଲ୍ୟକୁ ମୁଦ୍ରାରେ ପ୍ରକାଶିତ କଲେ, ତାହାକୁ ଦର କୁହାଯାଏ । ଅର୍ଥାତ୍ କୌଣସି ଏକ ଦ୍ରବ୍ୟର କ୍ରୟଶକ୍ତିକୁ ମୁଦ୍ରାରେ ପ୍ରକାଶିତ କଲେ, ତାହାକୁ ଦର କୁହାଯାଏ । ତେଣୁ ଦର ମୂଲ୍ୟର ମୌଦ୍ରିକ ପରିପ୍ରକାଶ ଅଟେ ।

17. କିପରି ଅଭାବଗୁଡ଼ିକ ପରସ୍ପର ଅନୁପୂରକ ?
Answer:
ଯେଉଁ ଅଭାବକୁଡ଼ିକ ଅନ୍ୟ ଅଭାବର ସାହାଯ୍ୟ ନନେଇ ପୂରଣ ହୋଇପାରେ ନାହିଁ, ସେଗୁଡ଼ିକୁ ପରସ୍ପର ଅନୁପୂରକ ଅଭାବ କୁହାଯାଏ । ଏଠାରେ ଦୁଇ ବା ତତୋଽଧ୍ଵକ ଦ୍ରବ୍ୟ ଏକ ସାଙ୍ଗରେ ଉପଭୋଗ କରାଯାଏ । ମଟରଗାଡ଼ିର ଅଭାବ ମଧ୍ଯ ପେଟ୍ରୋଲ ଏବଂ ମୋବିଲ୍‌ର ଅଭାବ ବୋଲି ଧରିବାକୁ ହେବ ।

CHSE Odisha Class 12 Economics Chapter 3 Short Answer Questions in Odia Medium

18. ମାନବିକ ଅଭାବ କ’ଣ ?
Answer:
କୌଣସି ଦ୍ରବ୍ୟର ଆବଶ୍ୟକତାର ଉପଲବ୍ଧିକୁ ଅଭାବ କୁହାଯାଏ । ସମସ୍ତ ଅର୍ଥନୈତିକ ସମସ୍ୟା ଅଭାବରୁ ହିଁ ଆରମ୍ଭ ହୋଇଥାଏ । ଏହା ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପର ମୂଳଭିତ୍ତି

19. କିପରି ଅଭାବଗୁଡ଼ିକ ଉଭୟ ପ୍ରତିଯୋଗୀ ଏବଂ ଅନୁପୂରକ ?
Answer:
କେତେକ ଅଭାବ ପ୍ରାଥମିକ ଅବସ୍ଥାରେ ପରସ୍ପରର ପରିପୂରକ ହୋଇଥିଲାବେଳେ ପରେ ପରେ ପରସ୍ପର ପ୍ରତିଯୋଗୀ ହୋଇଥାଏ । ଉଦାହରଣସ୍ୱରୂପ, ମଣିଷ ଏବଂ ମେସିନ୍ । ମେସିନ୍ ମଣିଷ ବିନା ଚାଲିପାରିବ ନାହିଁ । କିନ୍ତୁ ମେସିନ୍ ଚାଲିଲେ ଏହା ମଣିଷର ପ୍ରତିଯୋଗୀ ହୋଇଥାଏ, କାରଣ ମଣିଷ ଏବଂ ମେସିନ୍‌ ଏକପ୍ରକାର କାର୍ଯ୍ୟ କରନ୍ତି ।

20. ମାନବିକ ଅଭାବର ତିନୋଟି ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ମାନବିକ ଅଭାବର ତିନୋଟି ବୈଶିଷ୍ଟ୍ୟ ପରିପୂରକ ହେଲା– (i) ଅଭାବଗୁଡ଼ିକ ଅସୀମ, (ii) କେତେକ ଅଭାବ ପରସ୍ପର, (iii) କେତେକ ଅଭାବ ପ୍ରତିଯୋଗୀ ।

21. ବ୍ୟକ୍ତିଗତ ସମ୍ପଦ କ’ଣ ?
Answer:
କୌଣସି ବ୍ୟକ୍ତିର ମାଲିକାନାରେ ଥ‌ିବା ଗୃହ, ଆସବାବପତ୍ର, କମ୍ପାନୀର ଅଂଶ ଓ ଦଲିଲ୍, ତାଙ୍କର ସମସ୍ତ ପାର୍ଥିବ ଏବଂ ଅପାର୍ଥିବ ସମ୍ପଦକୁ ବ୍ୟକ୍ତିଗତ ସମ୍ପଦ କୁହାଯାଏ । ତାଙ୍କର ବ୍ୟାବସାୟିକ ସମ୍ପର୍କ ଏବଂ ସଦିଚ୍ଛାକୁ ତାଙ୍କର ଅପାର୍ଥିବ ସମ୍ପଦ କୁହାଯାଏ । ତାଙ୍କର ମୋଟ ସମ୍ପଦର ଧାରଣା କରିବାକୁ ହେଲେ ତାଙ୍କର ସମସ୍ତ ପାର୍ଥିବ ଓ ଆପାର୍ଥିବ ସମ୍ପଦକୁ ହିସାବକୁ ନେବାକୁ ହୋଇଥାଏ ।

22. ସମ୍ଭାବ୍ୟ ସମ୍ପଦ କ’ଣ ?
Answer:
ଯେଉଁ ସମ୍ପଦ ବ୍ୟବହୃତ ହୋଇନାହିଁ, ତାହାକୁ ସମ୍ଭାବ୍ୟ ସମ୍ପଦ କୁହାଯାଏ । ମାଟି ତଳେ ଲୁକ୍କାୟିତ କୋଇଲା, ଲୁହା ଏବଂ ସ୍ବର୍ଣ୍ଣ ଖଣି ଏହାର ନମୁନା । ଯେହେତୁ ସମ୍ପଦଗୁଡ଼ିକ ବ୍ୟବହୃତ ହୋଇନାହିଁ ଏବଂ ଲୁକ୍‌କାୟିତ ହୋଇ ରହିଛି, ତେଣୁ ତାହାକୁ ସମ୍ଭାବ୍ୟ ସମ୍ପଦ କୁହାଯାଏ ।

23. ସମ୍ପଦର ତିନୋଟି ବୈଶିଷ୍ଟ୍ୟ ଲେଖ ।
Answer:
ସମ୍ପଦରୂପେ ବିବେଚିତ ହେବାପାଇଁ ଦ୍ରବ୍ୟର କେତେଗୁଡ଼ିଏ ବୈଶିଷ୍ଟ୍ୟ ଥିବା ଆବଶ୍ୟକ । ସେଗୁଡ଼ିକ ହେଲା–
(i) ଉପଯୋଗିତା, (ii) ସ୍ଵଳ୍ପତା, (iii) ସ୍ଥାନାନ୍ତର ଯୋଗ୍ୟତା ବା ଅନ୍ତରଣୀୟତା ।

24. ସ୍ଥାନାନ୍ତର କ୍ଷମତା କହିଲେ କ’ଣ ବୁଝ ?
Answer:
ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଏବଂ ଜଣେ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ଦ୍ରବ୍ୟର ଅଦଳବଦଳ ହେବାର କ୍ଷମତାକୁ ସ୍ଥାନାନ୍ତର କ୍ଷମତା କୁହାଯାଏ । ଅର୍ଥାତ୍ ଦ୍ରବ୍ୟର ସ୍ଥାନ ଓ ମାଲିକାନା ପରିବର୍ତ୍ତନ କରିବା କ୍ଷମତାକୁ ତାହାର ସ୍ଥାନାନ୍ତର କ୍ଷମତା କୁହାଯାଏ । ଏଠାରେ ସ୍ଥାନାନ୍ତର ଯୋଗ୍ୟତା କେବଳ ଭୌତିକ ସ୍ଥାନାନ୍ତରକୁ ବୁଝାଇ ନଥାଏ । ମାଲିକାନା ସ୍ୱତ୍ୱ ହସ୍ତାନ୍ତର ମଧ୍ୟ ଏହାର ପରିସରଭୁକ୍ତ ।

25. ସ୍ଵତା କ’ଣ ?
Answer:
ଯେଉଁ ଦ୍ରବ୍ୟର ଯୋଗାଣ ତୁଳନାରେ ଚାହିଦା ଅଧ୍ଵ, ସେହି ଦ୍ରବ୍ୟର ସ୍ୱଚ୍ଛତା ଅଛି ବୋଲି କୁହାଯାଏ । ଅର୍ଥାତ୍ ଆବଶ୍ୟକ ତୁଳନାରେ ଯେଉଁସବୁ ଦ୍ରବ୍ୟ ଅପେକ୍ଷାକୃତ ସୀମିତ ପରିମାଣରେ ଉପଲବ୍ଧ ହୋଇଥାଏ, ତାହକୁ ସ୍ଵଳ୍ପତା କୁହାଯାଏ ।

26. ଋଣାତ୍ମକ ସମ୍ପଦ କ’ଣ ?
Answer:
ଋଣାତ୍ମକ ସମ୍ପଦ ଲୋକ ଦେଶର ଦେୟ ସମ୍ପଦକୁ ବୁଝାଏ । ଏହି ସମ୍ପଦ କିଛି ସମୟ ପରେ ଋଣଦାତାଙ୍କୁ ଫେରସ୍ତ କରି ଦିଆଯାଏ । ଯେହେତୁ କିଛି ସମୟ ପରେ ଋଣଦାତାଙ୍କୁ ଏହି ସମ୍ପଦ ଫେରସ୍ତ କରି ଦିଆଯାଏ, ତେଣୁ ତାହାକୁ ଋଣାତ୍ମକ ସମ୍ପଦ କୁହାଯାଏ ।

27. ଆନ୍ତର୍ଜାତିକ ସମ୍ପଦ କହିଲେ କ’ଣ ବୁଝ ?
Answer:
ଆନ୍ତର୍ଜାତିକ ସମ୍ପଦ କହିଲେ ସମଗ୍ର ବିଶ୍ବର ସମ୍ପଦକୁ ବୁଝାଏ । ସମଗ୍ର ମାନବଜାତିର ସମ୍ପଦର ଏହା ସମଷ୍ଟି । ଏହା କଳନା କଲାବେଳେ ଆନ୍ତର୍ଜାତୀୟ ଋଣ ଏଥୁ ଅନ୍ତର କରାଯାଏ । ଏ ପ୍ରକାର ସମ୍ପଦ ଉପରେ ସମସ୍ତ ମାନବଜାତିର ସାମୂହିକ ଅଧୂକାର ରହିଅଛି । ଜାତିସଂଘ, ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ବବ୍ୟାଙ୍କ, ପୃଥିବୀର ମହାସମୁଦ୍ର, ଚନ୍ଦ୍ର, ମଙ୍ଗଳର ପୃଷ୍ଠଭୂମି ଆଦି ଆନ୍ତର୍ଜାତୀୟ ସମ୍ପଦର ଉଦାହରଣ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ସେବା ଉପଯୋଗିତା କ’ଣ ?
Answer:
ବିଭିନ୍ନ ପ୍ରକାରର ଦ୍ରବ୍ୟ ଯେପରି ମନୁଷ୍ୟର ଅଭାବ ପୂରଣ କରିଥାଏ, ସେବା ମଧ୍ୟ ସେହିପରି ମାନବିକ ଅଭାବର ପରିପୂରଣ କରିଥାଏ । ଜଣେ ବ୍ୟକ୍ତି ଅନ୍ୟର ମଙ୍ଗଳ ବା କଲ୍ୟାଣ ସାଧନ ନିମନ୍ତେ ଯେଉଁ କାର୍ଯ୍ୟ କରନ୍ତି, ତାହାକୁ ସେବା କୁହାଯାଏ । ସେହି ଦୃଷ୍ଟିରୁ ଶିକ୍ଷକ, ଡାକ୍ତର ଓ ଓକିଲ ପ୍ରଭୃତିଙ୍କ କାର୍ଯ୍ୟକୁ ସେବା କୁହାଯାଏ । ଏହି ସେବାଗୁଡ଼ିକର ଉପଯୋଗିତାକୁ ସେବା ଉପଯୋଗିତା କୁହାଯାଏ । ସେବାର ଉପଯୋଗିତା ରହିଛି ଓ ତାହା ଆମର ଅଭାବ ପରିପୂରଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥାଏ ।

2. ମନୁଷ୍ୟର ଅତ୍ୟାବଶ୍ୟକ ଅଭାବ କ’ଣ ?
Answer:
ଜୀବନଧାରଣ ପାଇଁ ଯେଉଁ ଅଭାବର ପରିତୃପ୍ତି ନିତାନ୍ତ ଆବଶ୍ୟକ, ତାହାକୁ ଅତ୍ୟାବଶ୍ୟକ ଅଭାବ କୁହାଯାଏ । ଏହି ଅଭାବ ପୂରଣ ନହେଲେ ମନୁଷ୍ୟ ଜୀବନଧାରଣ କରିପାରିବ ନାହିଁ । ସାଧାରଣ ଜୀବନଯାପନ, ସାଧାରଣ ସ୍ୱାସ୍ଥ୍ୟ ଓ ଦକ୍ଷତା ନିମନ୍ତେ ଯେଉଁସବୁ ଅଭାବର ପରିପୂରଣ ଆବଶ୍ୟକ, ସେଗୁଡ଼ିକ ଅତ୍ୟାବଶ୍ୟକ ଅଭାବ । ପ୍ରତ୍ୟେକ ମନୁଷ୍ୟ ପ୍ରଥମେ ଏହି ଅତ୍ୟାବଶ୍ୟକୀୟ ଅଭାବ ପୂରଣ କରିବାକୁ ଚେଷ୍ଟା କରିଥାଏ । ଅତ୍ୟାବଶ୍ୟକ ଅଭାବକୁ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା – (i) ଜୀବନଧାରଣ ନିମିତ୍ତ ଅତ୍ୟାବଶ୍ୟକ ଅଭାବ (ii) ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକ ଅଭାବ (iii) ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ ।

CHSE Odisha Class 12 Economics Chapter 3 Short Answer Questions in Odia Medium

3. ଆରାମଦାୟକ ଅଭାବ କ’ଣ ?
Answer:
ଯେଉଁ ପଦାର୍ଥଗୁଡ଼ିକ ଜୀବନକୁ ସୁଖପ୍ରଦ ଓ ଆରାମଦାୟକ କରେ, ସେଗୁଡ଼ିକୁ ଆରାମଦାୟକ ଦ୍ରବ୍ୟ କୁହାଯାଏ । ଅର୍ଥାତ୍ ଯେଉଁ ଅଭାବ ପରିପୂରଣ ଜୀବନକୁ ଅଧିକ ସହଜ ଓ ଆରାମପ୍ରଦ କରିଥାଏ, ତାହାକୁ ଆରାମଦାୟକ ଅଭାବ କୁହାଯାଏ । ଯେଉଁ ଦ୍ରବ୍ୟଗୁଡ଼ିକ ଏହି ଅଭାବକୁ ପରିତୃପ୍ତ କରେ, ସେଗୁଡ଼ିକ ଆରାମଦାୟକ ଦ୍ରବ୍ୟ । ଏହି ଦ୍ରବ୍ୟଗୁଡ଼ିକ ଅତ୍ୟାବଶ୍ୟକ ଅଭାବ ଭଳି ଗୁରୁତ୍ଵପୂର୍ଣ୍ଣ ନୁହଁନ୍ତି । ଅତ୍ୟାବଶ୍ୟକ ଅଭାବର ପରିତୃପ୍ତି ପରେ ଆରାମଦାୟକ ଅଭାବର ପରିପୂରଣ ନିମନ୍ତେ ଚେଷ୍ଟା କରାଯାଏ । ରୁଚିକର ଖାଦ୍ୟ, ଉତ୍ତମ ବସ୍ତ୍ର, ଉତ୍ତର ବାସଗୃହ, ଟେଲିଭିଜନ୍, ଏୟାର କୁଲର ଇତ୍ୟାଦି ଆରାମଦାୟକ ଦ୍ରବ୍ୟର ଉଦାହରଣ । ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ଆରାମଦାୟକ ଦ୍ରବ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ନୁହେଁ । ସେଗୁଡ଼ିକ ମଧ୍ୟରେ କେବଳ ମାତ୍ରାଗତ ପାର୍ଥକ୍ୟ ରହିଥାଏ ।

4. ବିଳାସମୂଳକ ଅଭାବ କ’ଣ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ସମ୍ପଦ ଓ ଆଭିଜାତ୍ୟର ପ୍ରଦର୍ଶନ କରେ, ତାହାକୁ ବିଳାସମୂଳକ ଦ୍ରବ୍ୟ କୁହାଯାଏ । ଅର୍ଥାତ୍ ଯେଉଁ ଅଭାବର ପରିତୃପ୍ତିଦ୍ଵାରା ଆତ୍ମାଭିମାନ ଓ ବଡ଼ିମା ବଜାୟ ରଖାଯାଇପାରେ, ତାହା ବିଳାସମୂଳକ ଅଭାବ । ବିଳାସ ଦ୍ରବ୍ୟର ଉପଭୋଗ ଉପଭୋକ୍ତାକୁ ସାମାଜିକ ପଦମର୍ଯ୍ୟାଦା ଆଣି ଦିଏ ଏବଂ ଅନ୍ୟମାନଙ୍କଠାରୁ ଅଲଗା କରିଦିଏ । ଜଣେ ମହିଳାଙ୍କ ହୀରକ ହାର ଏବଂ ଜଣେ ଛାତ୍ରାବାସରେ ରହୁଥ‌ିବା ଅନ୍ତେବାସୀଙ୍କର ଏକ ମଟରଗାଡ଼ି ବିଳାସମୂଳକ ଅଭାବର ଉଦାହରଣ । ଏହି ଦ୍ରବ୍ୟଗୁଡ଼ିକ ପ୍ରାଚୁର୍ଯ୍ୟର ନିଦର୍ଶନ ମାତ୍ର । ଏହି ଦ୍ରବ୍ୟଗୁଡ଼ିକ ଲୋକଦେଖାଣିଆ ଏବଂ ଏହାକୁ ଜଣେ ପରିତ୍ୟାଗ କରି ସହଜରେ ଚଳିପାରିବ ।

5. ଅଭ୍ୟାସ ଓ ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ କ’ଣ ?
Answer:
ଯେଉଁ ଅଭାବ ଅଭ୍ୟାସ ଏବଂ ସାମାଜିକ ପ୍ରଥା ଯୋଗୁଁ ସୃଷ୍ଟି ହୁଏ, ତାହାକୁ ଅଭ୍ୟାସ ଓ ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ କୁହାଯାଏ । ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ ଜୀବନଧାରଣ କିମ୍ବା ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରିନଥାଏ । ଏହା ସାମାଜିକ ପରମ୍ପରା ଓ ଅଭ୍ୟାସରୁ ଜାତ । ବିଭିନ୍ନ ସାମାଜିକ ପରମ୍ପରା; ଯଥା— ବିବାହ, ବ୍ରତ, ଶ୍ରାଦ୍ଧ, ବିଭିନ୍ନ ପର୍ବପର୍ବାଣିର ପାଳନ ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ ଅଟେ । ଅପଚୟମୂଳକ ବ୍ୟୟ ବିବାହ ସମୟରେ ଲୋକମାନେ କରିଥା’ନ୍ତି । ତାହା ସାମାଜିକ ଚଳଣି ଯୋଗୁଁ ସୃଷ୍ଟି ହୋଇଥାଏ । ଠିକ୍ ସେହିପରି ମଦ, ଚା’, ପାନ, ଅଫିମ ଇତ୍ୟାଦିର ଅଭ୍ୟାସ ଥ‌ିବା ବ୍ୟକ୍ତିବିଶେଷଙ୍କ ପାଇଁ ଉକ୍ତ ଦ୍ରବ୍ୟର ବ୍ୟବହାର ଅଭ୍ୟାସ ଯୋଗୁଁ ସୃଷ୍ଟି ହୋଇଥାଏ ।

6. ଅର୍ଥନୈତିକ ଦ୍ରବ୍ୟ କ’ଣ ?
Answer:
ବିନିମୟ ମୂଲ୍ୟ ଥ‌ିବା ଦ୍ରବ୍ୟସମୂହକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ । ଅର୍ଥନୈତିକ ଦ୍ରବ୍ୟର ଯୋଗାଣ ଚାହିଦା ତୁଳନାରେ ସୀମିତ । ଏହାର ଉତ୍ପାଦନ କ୍ଷେତ୍ରରେ ମଣିଷର ଅବଦାନ ରହିଛି । ସ୍ୱଳ୍ପତା ଦୃଷ୍ଟିରୁ ଅର୍ଥନୈତିକ ଦ୍ରବ୍ୟ ପାଇଁ ଉପଭୋକ୍ତାଙ୍କୁ ଦାମ୍ ଦେବାକୁ ପଡ଼ିଥାଏ । ତେଣୁ ଅର୍ଥନୈତିକ ଦ୍ରବ୍ୟର ଉଭୟ ବ୍ୟାବହାରିକ ଓ ବିନିମୟ ମୂଲ୍ୟ ରହିଛି । ଆମ ଚାରିପଟେ ଥ‌ିବା ସମସ୍ତ ଦ୍ରବ୍ୟ ଯେଉଁଥିପାଇଁ ଆମେ ଦାମ୍ ଦେଇଥାଉ, ସେସବୁ ଅର୍ଥନୈତିକ ଦ୍ରବ୍ୟ । କଲମ, ବହି, ପୋଷାକ, ସାଇକେଲ୍, ଗୃହ, ଖାଦ୍ୟ ସାମଗ୍ରୀ ଇତ୍ୟାଦି ଅର୍ଥନୈତିକ ଦ୍ରବ୍ୟ ।

7. ମୂଲ୍ୟ କ’ଣ ?
Answer:
ମୂଲ୍ୟ କହିଲେ କୌଣସି ପଦାର୍ଥର ଅନ୍ତର୍ନିହିତ ଗୁଣକୁ ବୁଝାଇଥାଏ । ସାଧାରଣତଃ ‘ମୂଲ୍ୟ’ ଦୁଇଟି ଧାରଣା ବ୍ୟକ୍ତ କରେ । ସେଗୁଡ଼ିକ ହେଲା- ବ୍ୟାବହାରିକ ମୂଲ୍ୟ ଓ ବିନିମୟ ମୂଲ୍ୟ । ବ୍ୟାବହାରିକ ମୂଲ୍ୟ ଦ୍ରବ୍ୟର ଉପଯୋଗିତାକୁ ବୁଝାଇଥାଏ । ସମସ୍ତ ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ ରହିଥାଏ । କିନ୍ତୁ ଅର୍ଥଶାସ୍ତ୍ରରେ ମୂଲ୍ୟ କହିଲେ କେବଳ ବିନିମୟ ମୂଲ୍ୟକୁ ବୁଝାଏ । ଗୋଟିଏ ଦ୍ରବ୍ୟ ପ୍ରତିବଦଳରେ ମିଳୁଥ‌ିବା ଅନ୍ୟାନ୍ୟ ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ବିନିମୟ ମୂଲ୍ୟ କୁହାଯାଏ । ତେଣୁ କୌଣସି ଦ୍ରବ୍ୟର କ୍ରୟ କ୍ଷମତା ହେଉଛି ଉକ୍ତ ଦ୍ରବ୍ୟର ମୂଲ୍ୟ ।

8. ଦର କ’ଣ?
Answer:
ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ ତାହାକୁ ଦର ବା ଦାମ୍ କୁହାଯାଏ । ତେଣୁ ଦର ମୂଲ୍ୟର ମୌଦ୍ରିକ ପରିପ୍ରକାଶ । କୌଣସି ଦ୍ରବ୍ୟର ବିନିମୟରେ ଯେଉଁ ପରିମାଣର ଅର୍ଥ ମିଳିଥାଏ, ତାହା ଦ୍ରବ୍ୟର ଦର । ମୁଦ୍ରାର ମୂଲ୍ୟ ଓ ଦର ମଧ୍ୟରେ ପରୋକ୍ଷ ସମାନୁପାତୀ ସମ୍ପର୍କ ରହିଛି । ସମସ୍ତେ ଦର ଏକ ସାଙ୍ଗରେ ହ୍ରାସ କିମ୍ବା ବୃଦ୍ଧି ହୋଇପାରେ । ମୁଦ୍ରାସ୍ତ୍ରୀତି ସମୟରେ ପ୍ରାୟ ସମସ୍ତ ଦ୍ରବ୍ୟର ଦରବୃଦ୍ଧି ଘଟେ । ଠିକ୍ ସେହିପରି ମୁଦ୍ରା ଅବସ୍ତିତି କାଳରେ ପ୍ରାୟ ସମସ୍ତ ଦ୍ରବ୍ୟର ଦର ହ୍ରସ ପାଇଥାଏ । କିନ୍ତୁ ସମସ୍ତ ମୂଲ୍ୟ ଏକ ସଙ୍ଗେ ବୃଦ୍ଧି କିମ୍ବା ହ୍ରାସ ହୋଇନଥାଏ ।

9. ଅନୁପୂରକ ଅଭାବ କ’ଣ ?
Answer:
ମନୁଷ୍ୟର କେତେକ ଅଭାବ ପରସ୍ପରର ଅନୁପୂରକ ଅଟନ୍ତି । ଅର୍ଥାତ୍ ସେଗୁଡ଼ିକର ପରିପୂରଣ ପାଇଁ ଏକାଧ୍ଵ ବସ୍ତୁ ଆବଶ୍ୟକ ହୋଇଥାଏ । ଯେଉଁସବୁ ଅଭାବ ଗୋଟିଏ ଦ୍ରବ୍ୟ ପରିବର୍ତ୍ତେ ଏକାଧିକ ବସ୍ତୁର ସହାୟତାରେ ପୂରଣ ହୋଇଥାଏ, ସେସବୁକୁ ଅନୁପୂରକ ଅଭାବ କୁହାଯାଏ । ଉଦାହରଣସ୍ୱରୂପ ଚା’ ପ୍ରସ୍ତୁତ କରିବାପାଇଁ ଆମେ ଚା’ପତି, ପାଣି, କ୍ଷୀର, ଚିନି ଆଦି ବସ୍ତୁ ଆବଶ୍ୟକ କରିଥାଉ । ସେହିପରି ମୋଟର ସାଇକେଲ୍ ଓ ପେଟ୍ରୋଲ୍ ଏବଂ କଲମ ଓ କାଳି ଇତ୍ୟାଦି ଅନୁପୂରକ ଅଭାବ ଅଟନ୍ତି ।

10. ପ୍ରତିଯୋଗୀ ଅଭାବ କ’ଣ ?
Answer:
କେତେକ ଅଭାବ ପରସ୍ପର ସହିତ ପ୍ରତିଯୋଗିତା କରନ୍ତି । କାରଣ ଅଭାବ ଅସୀମ ଏବଂ ସମ୍ବଳ ସସୀମ । ଅଭାବର ଗୁରୁତ୍ଵକୁ ନେଇ ଅଭାବଗୁଡ଼ିକର ନିର୍ବାଚନ କରାଯାଏ । ପ୍ରଥମେ ଗୁରୁତ୍ଵପୂର୍ଣ୍ଣ ଅଭାବଗୁଡ଼ିକୁ ପୂରଣ କରାଯାଏ । ଜଣେ ବ୍ୟକ୍ତି ସାଇକେଲ୍‌ଟିଏ ଓ ରେଡ଼ିଓଟିର ଅଭାବ ଏକ ସମୟରେ ଅନୁଭବ କରିପାରନ୍ତି । ଏହି ଦୁଇଟି ଅଭାବ ମଧ୍ୟରୁ କେଉଁଟି ନିହାତି ଜରୁରୀ, କେଉଁଟି କମ୍ ଜରୁରୀ ଜାଣିବାକୁ ପଡ଼ିବ । ତେଣୁ ଚୟନ ପ୍ରକ୍ରିୟା ଓ ଅଭାବମାନଙ୍କର ପ୍ରତିଯୋଗିତା ନିରବଚ୍ଛିନ୍ନ ଭାବେ ଚାଲିଥାଏ । ତେଣୁ ପ୍ରତ୍ୟେକ ଅଭାବ ପ୍ରଥମେ ପୂରଣ ହେବାପାଇଁ ନିଜ ନିଜ ମଧ୍ୟରେ ପ୍ରତିଦ୍ବନ୍ଦିତା କରିଥା’ନ୍ତି ।

11. ଉପଯୋଗିତା କହିଲେ କ’ଣ ବୁଝାଏ ?
Answer:
ଦ୍ରବ୍ୟର ମାନବୀୟ ଅଭାବ ମୋଚନକାରୀ କ୍ଷମତାକୁ ଉପଯୋଗିତା କୁହାଯାଏ । ନିଜ ଅଭାବ ପୂରଣ ପାଇଁ ମଣିଷ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଓ ସେବା ବ୍ୟବହାର କରିଥାଏ । କାରଣ ଉକ୍ତ ଦ୍ରବ୍ୟ ଓ ସେବାର ଅଭାବମୋଚନ କ୍ଷମତା ରହିଛି । ତେଣୁ ଦ୍ରବ୍ୟ ଓ ସେବାର ଏହି ଅଭାବ ପୂରଣକାରୀ କ୍ଷମତା ହିଁ ଉପଯୋଗିତା । ଉପଯୋଗିତାଦ୍ୱାରା ମାନବିକ ଅଭାବ ପରିତୃପ୍ତ ହୋଇଥାଏ । ଜଣେ ତୃଷାଇଁ ଜଳର ଆବଶ୍ୟକତା ଅନୁଭବ କରେ, କାରଣ ସେ ଜାଣିଥାଏ ଯେ ଜଳ ହିଁ ତା’ର ତୃଷା ନିବାରଣ କରିପାରିବ । ଠିକ୍ ସେହିପରି, ଜଣେ ରୋଗୀ ରୋଗ ଉପଶମ ପାଇଁ ଡାକ୍ତରଙ୍କ ଆବଶ୍ୟକତା ଅନୁଭବ କରେ । ତେଣୁ ଜଳର ତୃଷା ନିବାରଣକାରୀ କ୍ଷମତା ଏବଂ ଡାକ୍ତରଙ୍କ ରୋଗ ଉପଶମ କରିବା କ୍ଷମତାକୁ ଉପଯୋଗିତା କୁହାଯାଏ । କିନ୍ତୁ ଉପଯୋଗିତା ଏକ ମାନସିକ ଧାରଣା । ତେଣୁ ଉପଯୋଗିତାର ସଠିକ୍ ପରିମାପ ଅସମ୍ଭବ ।

12. ଆନ୍ତର୍ଜାତିକ ସମ୍ପଦ କ’ଣ ?
Answer:
ଆନ୍ତର୍ଜାତିକ ସମ୍ପଦ କହିଲେ ସମଗ୍ର ବିଶ୍ବର ସମ୍ପଦକୁ ବୁଝାଏ । ଅର୍ଥାତ୍ ବିଶ୍ବର ସମସ୍ତ ରାଷ୍ଟ୍ରର ଅଧିକାରରେ ଥିବା ସମ୍ପଦକୁ ଆନ୍ତର୍ଜାତିକ ସମ୍ପଦ କୁହାଯାଏ । ସମଗ୍ର ମାନବ ଜାତିର ସମ୍ପଦର ଏହା ସମଷ୍ଟି । ଏହା କଳନା କଲାବେଳେ ଆନ୍ତର୍ଜାତୀୟ ଋଣକୁ ଏଥିରୁ ଅନ୍ତର କରାଯାଏ । ଏ ପ୍ରକାର ସମ୍ପଦ ଉପରେ ସମଗ୍ର ମାନବ ଜାତିର ସାମୂହିକ ଅଧିକାର ରହିଛି । ତେଣୁ ଏହା ସମଗ୍ର ବିଶ୍ବର ସମ୍ପଦ । ମହାସାଗର, ମିଳିତ ଜାତିସଂଘ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ବବ୍ୟାଙ୍କ୍ ଇତ୍ୟାଦି ଆନ୍ତର୍ଜାତିକ ସମ୍ପଦର ଉଦାହରଣ ।

13. ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ କ’ଣ ?
Answer:
ଯେଉଁ ଦ୍ରବ୍ୟ ଏବଂ ସେବା ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରେ, ତାହାକୁ ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ କୁହାଯାଏ । ଅର୍ଥାତ୍ ଯେଉଁ ଅଭାବର ପୂରଣଦ୍ଵାରା ମଣିଷ ତା’ର ଦକ୍ଷତା ବୃଦ୍ଧି କରିପାରେ, ତାହାକୁ ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ କୁହାଯାଏ । ଏଠାରେ ଦକ୍ଷତା କହିଲେ ଜଣେ ଶ୍ରମିକର କାର୍ଯ୍ୟ କରିବାର କ୍ଷମତା ଓ ସାମର୍ଥ୍ୟକୁ ବୁଝାଏ । ଉତ୍ତମ ସ୍ଵାସ୍ଥ୍ୟ ମଣିଷର କାର୍ଯ୍ୟଦକ୍ଷତା ବୃଦ୍ଧି କରେ । ସେଥ‌ିପାଇଁ ଆବଶ୍ୟକ ହେଉଥିବା ପୁଷ୍ଟିକର ଖାଦ୍ୟ, ଔଷଧ, ସୁସ୍ଥ ପରିବେଶ ଇତ୍ୟାଦି ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକୀୟ ଅଭାବର ଉଦାହରଣ । ଏତଦ୍‌ଭିନ୍ନ ଜଣେ ଛାତ୍ର ପାଇଁ ଘଣ୍ଟା, ରାତ୍ରି ଜଗୁଆଳି ପାଇଁ ଟର୍ଚ୍ଚ, ଡାକ୍ତରଙ୍କ ପାଇଁ କାର୍, ହିସାବ ଅଧିକାରୀଙ୍କ ପାଇଁ କମ୍ପ୍ୟୁଟର ଇତ୍ୟାଦି ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକୀୟ ଅଭାବ ଅଟେ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ମୂଲ୍ୟ ଓ ଦର :
Answer:
(i) କୌଣସି ଦ୍ରବ୍ୟ ବିନିମୟରେ ଅନ୍ୟାନ୍ୟ ଦ୍ରବ୍ୟ ଯେଉଁ ପରିମାଣରେ ମିଳେ, ତାହାକୁ ଦ୍ରବ୍ୟର ମୂଲ୍ୟ କୁହାଯାଏ । କିନ୍ତୁ ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ ଦର ମିଳିଥାଏ । ଏକ ଦ୍ରବ୍ୟ ବିନିମୟରେ ମିଳୁଥିବା ଅର୍ଥ, ସେହି ଦ୍ରବ୍ୟର ଦର ।
(ii) ମୂଲ୍ୟର ସାଧାରଣ ବୃଦ୍ଧି ବା ହ୍ରାସ ସମ୍ଭବ ନୁହେଁ । କିନ୍ତୁ ସମସ୍ତ ଦ୍ରବ୍ୟର ଦର ଏକା ସାଙ୍ଗରେ ବୃଦ୍ଧି କିମ୍ବା ହ୍ରାସ ହୋଇପାରେ ।
(iii) ଦୁଇଟି ଦ୍ରବ୍ୟର ପାରସ୍ପରିକ ମୂଲ୍ୟ ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଥ‌ିବା ବେଳେ, ଦୁଇଟି ଦ୍ରବ୍ୟର ଦର ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ ।

CHSE Odisha Class 12 Economics Chapter 3 Short Answer Questions in Odia Medium

2. ଘରୋଇ ଦ୍ରବ୍ୟ ଓ ଗଣ ଦ୍ରବ୍ୟ :
Answer:
ଘରୋଇ ଦ୍ରବ୍ୟ ବଜାରରେ କିଣାବିକା ହୁଏ । ସେହି ଦ୍ରବ୍ୟଗୁଡ଼ିକର ଦର ଯୋଗାଣ ଓ ଚାହିଦା ଭିତ୍ତିରେ ନିର୍ଦ୍ଧାରଣ ହୁଏ । ଦର ଦେଇ ଯେଉଁମାନେ କିଣିବାକୁ ସମର୍ଥ ହୁଅନ୍ତି, ସେମାନେ ଏହି ଦ୍ରବ୍ୟ ଉପଭୋଗ କରନ୍ତି । କୌଣସି ବ୍ୟକ୍ତିର ସାମର୍ଥ୍ୟ ନଥିଲେ ସେ ଏହି ଦ୍ରବ୍ୟ ଉପଭୋଗରୁ ବଞ୍ଚତ ହୁଏ । ଘରୋଇ ଦ୍ରବ୍ୟ କ୍ଷେତ୍ରରେ ବହିଷ୍କରଣ ନୀତି ପ୍ରଯୁଜ୍ୟ ହୋଇଥାଏ । ଘରୋଇ ଦ୍ରବ୍ୟର ମାଲିକ ବ୍ୟକ୍ତବିଶେଷ । ଏହି ଦ୍ରବ୍ୟ ବଜାର ବ୍ୟବସ୍ଥାଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଘରୋଇ ଦ୍ରବ୍ୟ କ୍ଷେତ୍ରରେ ଜଣେ ଖାଉଟି ଅନ୍ୟ ଜଣଙ୍କର ପ୍ରତିଦ୍ଵନ୍ଦୀ; ମାତ୍ର ଗଣ ଦ୍ରବ୍ୟ କ୍ଷେତ୍ରରେ ଜଣେ ଖାଉଟି ଅନ୍ୟ ଜଣକୁ ବଞ୍ଚତ କରେ ନାହିଁ ।

ଏହି ଦ୍ରବ୍ୟ କ୍ଷେତ୍ରରେ ବହିଷ୍କରଣ ନୀତି ପ୍ରଯୁଜ୍ୟ ହୋଇନଥାଏ । ତେଣୁ ଉପଭୋଗ ପ୍ରତିଦ୍ବନ୍ଦୀ ନୁହେଁ । ଜାତୀୟ ପ୍ରତିରକ୍ଷା, ରାସ୍ତାଘାଟ, ବତୀଘର, ସେତୁ, ରାସ୍ତା ଆଲୋକ ଆଦି ଗଣଦ୍ରବ୍ୟର ଉଦାହରଣ । ଏହି ଦ୍ରବ୍ୟ ସମସ୍ତେ ସମାନ ଭାବରେ ଉପଭୋଗ କରନ୍ତି । ଏହି ଦ୍ରବ୍ୟଗୁଡ଼ିକ ଅବିଭାଜ୍ୟ । ତେଣୁ ଜଣେ ଅଧ‌ିକ ଓ ଅନ୍ୟ ଜଣେ କମ୍ ଉପଭୋଗ କରିବାର ପ୍ରଶ୍ନ ଉଠେନାହିଁ । ଏହି ଦ୍ରବ୍ୟ ବଜାର ବ୍ୟବସ୍ଥାଦ୍ୱାରା ନିୟନ୍ତ୍ରିତ ହୋଇନଥାଏ । ସରକାର ଏହି ଦ୍ରବ୍ୟ ଉତ୍ପାଦନ ଓ ଯୋଗାଣ କରିଥାଆନ୍ତି । ଗଣ ଦ୍ରବ୍ୟ କ୍ଷେତ୍ରରେ ପରିତୃପ୍ତି ସମାଜର ପ୍ରତ୍ୟେକଙ୍କୁ ମିଳିଥାଏ ।

3. ମୁକ୍ତ ଦ୍ରବ୍ୟ ଓ ଅର୍ଥନୈତିକ ଦ୍ରବ୍ୟ :
Answer:
(i) ମୁକ୍ତ ଦ୍ରବ୍ୟ ପ୍ରକୃତିଦତ୍ତ; କିନ୍ତୁ ଅର୍ଥନୈତିକ ଦ୍ରବ୍ୟ ମନୁଷ୍ୟକୃତ ।
(ii) ମୁକ୍ତ ଦ୍ରବ୍ୟର ଯୋଗାଣ ଚାହିଦାଠାରୁ ଅଧିକ । ତେଣୁ, ଏହାର ପ୍ରାଚୁର୍ଯ୍ୟତା ରହିଥାଏ । ଅନ୍ୟ ପକ୍ଷରେ, ଅର୍ଥନୈତିକ ଦ୍ରବ୍ୟର ଚାହିଦା ଯୋଗାଣଠାରୁ ଅଧିକ ହୋଇଥିବାରୁ ଏହାର ସ୍ୱଳ୍ପତା ଥାଏ ।
(ii) ମୁକ୍ତ ଦ୍ରବ୍ୟ ଲାଭ ପାଇଁ କୌଣସି ଦାମ୍ ଦେବାକୁ ପଡ଼ିନଥାଏ; କିନ୍ତୁ ଅର୍ଥନୈତିକ ଦ୍ରବ୍ୟ ଲାଭ ନିମନ୍ତେ ଦାମ୍ ଦେବାକୁ ପଡ଼ିଥାଏ ।
(iv) ମୁକ୍ତ ଦ୍ରବ୍ୟର କେବଳ ବ୍ୟାବହାରିକ ମୂଲ୍ୟ ଥିବାବେଳେ ଅର୍ଥନୈତିକ ଦ୍ରବ୍ୟର ଉଭୟ ବ୍ୟାବହାରିକ ଓ ବିନିମୟ ମୂଲ୍ୟ ରହିଥାଏ ।

4. ଉପଭୋଗ ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟ :
Answer:
ଯେଉଁ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବେ ମାନବୀୟ ଅଭାବ ପୂରଣ କରିପାରେ, ତାହା ଉପଭୋଗ ଦ୍ରବ୍ୟ । ଏହି ଦ୍ରବ୍ୟ ଉପଭୋଗ ପାଇଁ ଉଦ୍ଦିଷ୍ଟ । ଖାଦ୍ୟ, ବସ୍ତ୍ର, କଲମ, ବହି, ଟେବୁଲ୍, ଟେଲିଭିଜନ୍ ଇତ୍ୟାଦି ସିଧାସଳଖ ଆମ୍ଭମାନଙ୍କର ଇଚ୍ଛା ପୂରଣ ପାଇଁ ସକ୍ଷମ ହୋଇଥିବାରୁ ସେଗୁଡ଼ିକ ଉପଭୋଗ ଦ୍ରବ୍ୟ । ଉପଭୋଗ ଦ୍ରବ୍ୟ ଓ ଅଭାବ ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ ।

ଯେଉଁ ଦ୍ରବ୍ୟ ପରୋକ୍ଷ ଭାବେ ମାନବୀୟ ଅଭାବ ପୂରଣ କରିପାରେ, ତାହା ଉତ୍ପାଦକ ଦ୍ରବ୍ୟ । ଏହି ଦ୍ରବ୍ୟ ଉପଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ସହାୟତା ପ୍ରଦାନ କରେ । ଚକୋଲେଟ୍ ଏକ ଉପଭୋଗ ଦ୍ରବ୍ୟ । କିନ୍ତୁ ଚକୋଲେଟ୍ ଉତ୍ପାଦନ ପାଇଁ ବ୍ୟବହୃତ ମେସିନ୍ ଉତ୍ପାଦକ ଦ୍ରବ୍ୟ । ଏଠାରେ ଚକୋଲେଟ୍‌ ମେସିନ୍ ଚକୋଲେଟ୍ ଉତ୍ପାଦନ କରି ପରୋକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରୁଛି । କାରଖାନା, ଯନ୍ତ୍ରପାତି, ବିହନ, ସାର, ଲୁହାପଥର, କାରିଗରୀ ଜ୍ଞାନ ଇତ୍ୟାଦି ଉତ୍ପାଦକ ଦ୍ରବ୍ୟର ଉଦାହରଣ । ବିଭିନ୍ନ ପରିସ୍ଥିତିରେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉଭୟ ଉପଭୋଗ ଓ ଉତ୍ପାଦକ ଦ୍ରବ୍ୟ ହୋଇପାରେ । ଆଖୁ ଏକ ଉପଭୋଗ ଦ୍ରବ୍ୟ । କିନ୍ତୁ ଚିନିକଳରେ ଆଖୁ ଏକ ଉତ୍ପାଦକ ଦ୍ରବ୍ୟ ।

5. ଭୌତିକ ଦ୍ରବ୍ୟ ଓ ଅଭୌତିକ ଦ୍ରବ୍ୟ :
Answer:
ଯେଉଁ ଦ୍ରବ୍ୟଗୁଡ଼ିକୁ ଦେଖ୍ ହେବ ଓ ସ୍ପର୍ଶ କରିହେବ, ସେଗୁଡ଼ିକ ଭୌତିକ ଦ୍ରବ୍ୟ । ଏହି ଦ୍ରବ୍ୟର ନିର୍ଦ୍ଦିଷ୍ଟ ଆକାର ଥାଏ । କଲମ, ବହି, ଚୌକି, ଘଣ୍ଟା, ଟେଲିଭିଜନ୍ ଇତ୍ୟାଦି ସମସ୍ତ ଦୃଶ୍ୟମାନ ପଦାର୍ଥ ଭୌତିକ ଦ୍ରବ୍ୟର ଉଦାହରଣ ।

ଯେଉଁ ଦ୍ରବ୍ୟଗୁଡ଼ିକ ଦେଖୁ ଓ ସ୍ପର୍ଶ କରିବା ସମ୍ଭବ ନୁହେଁ, ସେଗୁଡ଼ିକ ଅଭୌତିକ ଦ୍ରବ୍ୟ । ଏହି ଦ୍ରବ୍ୟଗୁଡ଼ିକର କୌଣସି ଆକାର ନଥିଲେ ମଧ୍ୟ ସେଗୁଡ଼ିକର ସ୍ଥିତି ଅନୁଭବ କରି ହୁଏ । ଅଧ୍ୟାପକଙ୍କ ପାଠପଢ଼ା, ଡାକ୍ତରଙ୍କ ଚିକିତ୍ସା, ବ୍ୟବସାୟରେ ‘ସୁନାମ’ ଇତ୍ୟାଦି ଅଭୌତିକ ଦ୍ରବ୍ୟ । ମୋଟ ଉପରେ ସମସ୍ତ ସେବା ଓ ସଦିଚ୍ଛା ଅଭୌତିକ ଦ୍ରବ୍ୟ ।

6. ସମ୍ପଦ ଓ ପୁଞ୍ଜି :
Answer:
ଗଚ୍ଛିତ ସମସ୍ତ ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ । ଅର୍ଥନୈତିକ ଦ୍ରବ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ, ଯଥା – ଖାଉଟି ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟ । ଖାଉଟି ଦ୍ରବ୍ୟ ମନୁଷ୍ୟର ଅଭାବକୁ ପ୍ରତ୍ୟକ୍ଷଭାବେ ପୂରଣ କରିପାରେ । କିନ୍ତୁ ଉତ୍ପାଦକ ବା ପୁଞ୍ଜିଦ୍ରବ୍ୟ ଅନ୍ୟ ଦ୍ରବ୍ୟ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥା’ନ୍ତି । ପୁଞ୍ଜି ଦ୍ରବ୍ୟ ଖାଉଟି ଦ୍ରବ୍ୟ ଉତ୍ପାଦନ କରି ପରୋକ୍ଷ ଭାବରେ ଆମର ଅଭାବ ପୂରଣ କରନ୍ତି । ଯେହେତୁ ସମ୍ପଦ ଖାଉଟି ଦ୍ରବ୍ୟ ଓ ପୁଞ୍ଜି ଦ୍ରବ୍ୟର ସମଷ୍ଟି ସେହିହେତୁ ସମସ୍ତ ପୁଞ୍ଜି ସମ୍ପଦ, କିନ୍ତୁ ସମସ୍ତ ସମ୍ପଦ ପୁଞ୍ଜି ନୁହେଁ । ସାଇକେଲ, ରେଡ଼ିଓ, ଚୌକି, ଟେବୁଲ, କଲମ ଇତ୍ୟାଦି ଖାଉଟି ଦ୍ରବ୍ୟ | ଏଗୁଡ଼ିକ ସମ୍ପଦ, କିନ୍ତୁ ପୁଞ୍ଜି ନୁହେଁ । ଟ୍ରାକ୍ଟର, ମେସିନ୍ ଇତ୍ୟାଦି ଖାଉଟି ଦ୍ରବ୍ୟ ଦ୍ରବ୍ୟ ଅର୍ଥନୈତିକ ଦ୍ରବ୍ୟର ଏକ ଅଂଶ ମାତ୍ର; କିନ୍ତୁ ସମସ୍ତ ଅର୍ଥନୈତିକ ଦ୍ରବ୍ୟ ସମ୍ପଦ ପୁଞ୍ଜି ନୁହେଁ । କାରଣ ଖାଉଟି ଦ୍ରବ୍ୟ ସମ୍ପଦରେ ଅନ୍ତର୍ଭୁକ୍ତ । ଏଗୁଡ଼ିକ ପୁଞ୍ଜି ଓ ସମ୍ପଦ ଅଟନ୍ତି । ପୁଞ୍ଜି ସମ୍ପଦ । ତେଣୁ ସମସ୍ତ ପୁଞ୍ଜି ସମ୍ପଦ; କିନ୍ତୁ ସମସ୍ତ ସମ୍ପଦ ପୁଞ୍ଜି ନୁହେଁ । କାରଣ ଖାଉଟି ଦ୍ରବ୍ୟ ସମ୍ପଦରେ ଅନ୍ତର୍ଭୁକ୍ତ ।

7. ବିକ୍ରୟଯୋଗ୍ୟତା ଓ ବାହ୍ୟତା :
Answer:
କୌଣସି ଦ୍ରବ୍ୟର ବିକ୍ରୟଯୋଗ୍ୟତା ଥିଲେ ଦ୍ରବ୍ୟଟି ସମ୍ପଦ ପଦବାଚ୍ୟ ହୋଇପାରିବ । ଦ୍ରବ୍ୟଟି ବିକ୍ରୟଯୋଗ୍ୟ ହେବ ଯଦି ଦ୍ରବ୍ୟଟିର ହସ୍ତାନ୍ତର ଯୋଗ୍ୟତା ଥିବ । ଦ୍ରବ୍ୟଟିର ମାଲିକାନା ହସ୍ତାନ୍ତର ହୋଇପାରିଲେ ଦ୍ରବ୍ୟଟି ବିକ୍ରିଯୋଗ୍ୟ ହୁଏ । ତେଣୁ ବିକ୍ରୟଯୋଗ୍ୟତା ବା ହସ୍ତାନ୍ତରଯୋଗ୍ୟତା ସମ୍ପଦର ଏକ ବୈଶିଷ୍ଟ୍ୟ । ଯେକୌଣସି ଅର୍ଥନୈତିକ ଦ୍ରବ୍ୟର ଏହି ଯୋଗ୍ୟତା ଥାଏ । ମନୁଷ୍ୟର ଗୁଣାବଳୀ ସମ୍ପଦ ନୁହେଁ, କାରଣ ମନୁଷ୍ୟର ଗୁଣାବଳୀ ହସ୍ତାନ୍ତରଯୋଗ୍ୟ ନୁହେଁ । ବାହ୍ୟତା କହିଲେ ଆମେ ବାହ୍ୟ ସ୍ଥିତିକୁ ବୁଝିଥାଉ । ସମ୍ପଦର ଅନ୍ୟତମ ବୈଶିଷ୍ଟ୍ୟ ହେଲା ବାହ୍ୟତା ବା ବାହ୍ୟ ସ୍ଥିତି ।

ପଦାର୍ଥଟି ମାଲିକଙ୍କଠାରୁ ପୃଥକ୍ ରହିବା ଦରକାର । ପଦାର୍ଥଟିର ବାହ୍ୟ ଅବସ୍ଥିତି ନଥିଲେ ହସ୍ତାନ୍ତର ହୋଇପାରିବ ନାହିଁ । ମନୁଷ୍ୟର ଅନ୍ତର୍ନିହିତ ଗୁଣାବଳୀର ବାହ୍ୟ ସ୍ଥିତି ନଥ‌ିବା ହେତୁ ତାହା ହସ୍ତାନ୍ତର ହୋଇପାରେ ନାହିଁ । ହସ୍ତାନ୍ତରଯୋଗ୍ୟତା ନଥିବା ହେତୁ ଏହାର କିଣାବିକା ହୋଇପାରେ ନାହିଁ । ଗାୟକର କଣ୍ଠସ୍ଵର, ଶିକ୍ଷକଙ୍କର ନିପୁଣତା, ଅଭିନେତାର ଅଭିନୟ କଳା, ସୌନ୍ଦର୍ଯ୍ୟ, ଉତ୍ତମ ସ୍ୱାସ୍ଥ୍ୟ ପ୍ରଭୃତି ଅନ୍ତର୍ନିହିତ ଗୁଣ । ଏହି ଗୁଣ ସମ୍ପଦ ନୁହେଁ; କିନ୍ତୁ ଏହି ଗୁଣ ମାଧ୍ୟମରେ ଯେଉଁ ସେବା ମିଳେ ତାହା ବିକ୍ରିଯୋଗ୍ୟ ଓ ସମ୍ପଦ ପଦବାଚ୍ୟ । ଗାୟକର କଣ୍ଠସ୍ଵର, ଶିକ୍ଷକଙ୍କର ନିପୁଣତା, ଅଭିନେତାର ଅଭିନୟ କଳା, ଉତ୍ତମ ସ୍ଵାସ୍ଥ୍ୟ ଇତ୍ୟାଦି ସମ୍ପଦର ଉତ୍ସ, କିନ୍ତୁ ସମ୍ପଦ ନୁହେଁ ।

8. ବ୍ୟାବହାରିକ ମୂଲ୍ୟ ଓ ବିନିମୟ ମୂଲ୍ୟ :
Answer:
ଖାଉଟି ଏବଂ ଗୋଟିଏ ଦ୍ରବ୍ୟ ଭିତରେ ଥିବା ସମ୍ପର୍କ ହେଉଛି ବ୍ୟାବହାରିକ ମୂଲ୍ୟ । ପୁସ୍ତକ ଛାତ୍ରମାନଙ୍କ ପାଇଁ ମୂଲ୍ୟବାନ୍, ଯେତେବେଳେ ବହିଟି ଛାତ୍ରମାନଙ୍କର ବ୍ୟବହାରରେ ଆସିଥାଏ । ଏଠାରେ ପୁସ୍ତକର ବ୍ୟାବହାରିକ ମୂଲ୍ୟ ଅଛି । ଅର୍ଥନୀତିରେ ମୂଲ୍ୟ କହିଲେ ବିନିମୟ ମୂଲ୍ୟକୁ ବୁଝାଏ । ବିନିମୟ ମୂଲ୍ୟ କହିଲେ କୌଣସି ଏକ ଦ୍ରବ୍ୟର ପ୍ରତିବଦଳରେ ମିଳୁଥିବା ଅନ୍ୟ ଏକ ଦ୍ରବ୍ୟକୁ ବୁଝାଏ । ଅର୍ଥନୈତିକ ଦ୍ରବ୍ୟଗୁଡ଼ିକର ବିନିମୟ ମୂଲ୍ୟ ଥାଏ । ଅବାଧଲବ୍‌ଧ ଦ୍ରବ୍ୟଗୁଡ଼ିକର ବିନିମୟ ମୂଲ୍ୟ ନ ଥାଏ, କାରଣ ଏହା ପ୍ରତିବଦଳରେ କେହି କିଛି ଦିଅନ୍ତି ନାହିଁ ।

9. ଅନ୍ତର୍ବର୍ତୀ ଦ୍ରବ୍ୟ ଓ ଅନ୍ତିମ ଦ୍ରବ୍ୟ :
Answer:
ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ଆମମାନଙ୍କ ବ୍ୟବହାରରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ନଥାଏ । ତେଣୁ ଆମେମାନେ ଏହାକୁ ଅନ୍ତିମ ପର୍ଯ୍ୟାୟର ଦ୍ରବ୍ୟ ବୋଲି କହୁନା, କାରଣ ଅନ୍ତିମ ପର୍ଯ୍ୟାୟରେ ଦ୍ରବ୍ୟ ମନୁଷ୍ୟର ଅଭାବକୁ ସିଧାସଳଖ ପୂରଣ କରେ ଓ ପରିତୃପ୍ତି ପ୍ରଦାନ କରେ । ଜାତୀୟ ଆୟ ହିସାବ କଲାବେଳେ ଅନ୍ତିମ ଦ୍ରବ୍ୟ ଓ ସେବାକୁ ଆୟ ପରିସରଭୁକ୍ତ କରିଥାଉ । ଅବଶ୍ୟ ବେଳେବେଳେ ଜାତୀୟ ଆୟ ଆକଳନ ସମୟରେ ଭୁଲ୍ କ୍ରମେ ଦ୍ଵୈତ ଗଣନା ହୋଇଯାଏ । ତେଣୁ ଅନ୍ତର୍ବର୍ତୀ ଦ୍ରବ୍ୟ ଓ ଅନ୍ତିମ ଦ୍ରବ୍ୟର ପାର୍ଥକ୍ୟ ଜାଣିବା ବିଧେୟ । ଉଦାହରଣସ୍ୱରୂପ, ତୁଳାକୁ ନିଆଯାଇପାରେ । ଏହା ଏକ କଞ୍ଚାମାଲ୍ । ଏଥୁରୁ ଆମେ ସୂତା ତିଆରି କରୁ । ସୂତା ଏକ ଅର୍ଥନିର୍ମିତ ଦ୍ରବ୍ୟ । ସୂତାକୁ ବ୍ୟବହାର କରି ଆମେ ପୋଷାକପତ୍ର ତିଆରି କରୁ ।

ତେଣୁ ସୂତା ଅନ୍ତର୍ବର୍ତୀ ଦ୍ରବ୍ୟ ଓ ପୋଷାକପତ୍ର ଅନ୍ତିମ ଦ୍ରବ୍ୟ ଅଟେ । ଗୋଟିଏ ପଲଙ୍କ ତିଆରି କରିବାପାଇଁ କାଠ କଞ୍ଚାମାଲ୍; କିନ୍ତୁ କଣ୍ଟା, ରଙ୍ଗ, ଅନ୍ୟାନ୍ୟ ସାମଗ୍ରୀ ନ ଲାଗିଲେ ପଲଙ୍କଟିଏ ହୋଇପାରିବ ନାହିଁ । ତେଣୁ କାଠ କଞ୍ଚାମାଲ୍, ଅନ୍ୟାନ୍ୟ ସାମଗ୍ରୀ ଅନ୍ତର୍ବର୍ତୀ ଦ୍ରବ୍ୟ ଓ ପଲଙ୍କ ଅନ୍ତିମ ଦ୍ରବ୍ୟ । ତେଣୁ କଞ୍ଚାମାଲ୍, ଅର୍ଥନିର୍ମିତ ଦ୍ରବ୍ୟଗୁଡ଼ିକୁ ଅନ୍ତର୍ବର୍ତୀ ଦ୍ରବ୍ୟ କୁହାଯାଏ । ଜାତୀୟ ଆୟ ଆକଳନବେଳେ କେବଳ ଅନ୍ତିମ ଦ୍ରବ୍ୟର ମୂଲ୍ୟକୁ ବିଚାରକୁ ନିଆଯାଏ ।

10. ସମ୍ପଦ ଓ ମୁଦ୍ରା :
Answer:
ମୁଦ୍ରା ସମ୍ପଦ ନୁହେଁ । କୌଣସି ଦ୍ରବ୍ୟ ସମ୍ପଦ ପଦବାଚ୍ୟ ହୁଏ ଯେତେବେଳେ ଏହାର ଉପଯୋଗିତା, ସ୍ଵଳ୍ପତା, ହସ୍ତାନ୍ତର ଯୋଗ୍ୟତା ଓ ବାହ୍ୟତା ଥାଏ । ମୁଦ୍ରାଠାରେ ଉପଯୋଗିତା ବ୍ୟତୀତ ଆଉ ସମସ୍ତ ଲକ୍ଷଣ ପରିଲକ୍ଷିତ ହୁଏ । ମୁଦ୍ରାର ବିନିମୟ ମୂଲ୍ୟ ଅଛି, କିନ୍ତୁ ବ୍ୟାବହାରିକ ମୂଲ୍ୟ ନାହିଁ । ସିଧାସଳଖ ଭାବେ ଏହା ମନୁଷ୍ୟର ଅଭାବ ପୂରଣ କରିପାରି ନଥାଏ ।

ଆଜିକାଲି ଆମେ କାଗଜ ମୁଦ୍ରା ବ୍ୟବହାର କରୁଛେ । କାଗଜ ମୁଦ୍ରାର ବିନିମୟ ମୂଲ୍ୟ ଅଛି, କାରଣ ଟଙ୍କା ଦେଲେ ଆମେ ଦ୍ରବ୍ୟ ଓ ସେବା ପାଇପାରିବା । କିନ୍ତୁ ଏହାର ବ୍ୟାବହାରିକ ମୂଲ୍ୟ କିଛି ନାହିଁ ? ଅପରପକ୍ଷରେ ଆଗରୁ ପ୍ରଚଳନ ଥିବା ଧାତବ ମୁଦ୍ରାକୁ ତରଳାଇଲେ ଆମେ ଧାତୁ ପାଉ । ଯଦି ମୁଦ୍ରା ସୁନାରେ ତିଆରି ହୋଇଥାଏ, ତେବେ ଆମେ ସୁନା ପାଉ । ସୁନା କାମରେ ଲାଗେ । ଅଳଙ୍କାର ହୁଏ । ତରଳାଇବା ପରେ ତାହା ମୁଦ୍ରା ପଦବାଚ୍ୟ ହୋଇପାରିବ ନାହିଁ । ବର୍ତ୍ତମାନ ଅର୍ଥବ୍ୟବସ୍ଥାରେ ପୃଥ‌ିବୀର ସମସ୍ତ ଦେଶରେ ବ୍ୟାଙ୍କ ମୁଦ୍ରା ମୁଦ୍ରା ଯୋଗାଣର ଏକ ବିଶିଷ୍ଟ ଅଂଶ ।

ବ୍ୟାଙ୍କ ମୁଦ୍ରା କହିଲେ ବ୍ୟାଙ୍କ ଜମାକୁ ବୁଝାଏ । ଜମାକାରୀମାନେ ବ୍ୟାଙ୍କରେ ଏହି ମୁଦ୍ରା ଜମା କରିଥାଆନ୍ତି । ଏହି ମୁଦ୍ରା ବ୍ୟାଙ୍କ ପାଇଁ ଏକ ଋଣ । ଆମେ ଜାଣୁ ଯେ, ସମ୍ପଦ ଆକଳନ କଲାବେଳେ ଋଣକୁ ଅନ୍ତର କରାଯାଏ । ତେଣୁ ବ୍ୟାଙ୍କ ମୁଦ୍ରା ଏକ ଋଣାତ୍ମକ ମୁଦ୍ରା ଏହି ମୁଦ୍ରାର ବ୍ୟାବହାରିକ ମୂଲ୍ୟ ନାହିଁ । ଏହାକୁ ଅର୍ଥଶାସ୍ତ୍ରୀମାନେ ପ୍ରତିନିଧୂମୂଳକ ସମ୍ପଦ ବୋଲି କହିଥା’ନ୍ତି । ତେଣୁ ସମସ୍ତ ମୁଦ୍ରା ସମ୍ପଦ ନୁହେଁ । କେବଳ ଧାତବ ମୁଦ୍ରା ସମ୍ପଦ ପଦବାଚ୍ୟ ।

11. ସମ୍ପଦ ଓ ସମ୍ପଦ ସ୍ଵତ୍ଵ :
Answer:
ଗଚ୍ଛିତ ସମସ୍ତ ଅର୍ଥନୈତିକ ଦ୍ରବ୍ୟ ସମ୍ପଦ ଅଟେ । ଏହାଛଡ଼ା ବଣ୍ଡ, କମ୍ପାନୀମାନଙ୍କର ସେୟାର୍ ଇତ୍ୟାଦି ସମ୍ପଦ ସ୍ଵତ୍ଵ । ଏଗୁଡ଼ିକୁ ସମ୍ପତ୍ତି ବା ସମ୍ପତ୍ତିର ସ୍ଵତ୍ଵାତ୍‌କାର କୁହାଯାଇପାରେ । ଏଗୁଡ଼ିକ ନିଜେ ସମ୍ପଦ ନୁହଁନ୍ତି । ବଣ୍ଡ, ସେୟାରଗୁଡ଼ିକର ବିନିମୟ ମୂଲ୍ୟ ଥାଏ । କିନ୍ତୁ ବ୍ୟାବହାରିକ ମୂଲ୍ୟ ନଥାଏ । ଏଗୁଡ଼ିକର ପ୍ରତ୍ୟକ୍ଷ ଉପଯୋଗିତା ନଥାଏ – ତେଣୁ ସମ୍ପଦ ପଦବାଚ୍ୟ ନୁହେଁ । ଏହା ସମ୍ପଦର ସ୍ୱତ୍ୱାଧିକାର

12. ଆରାମଦାୟକ ଅଭାବ ଓ ବିଳାସଜନିତ ଅଭାବ :
Answer:
ଅନେକଗୁଡ଼ିଏ ସାମଗ୍ରୀ ଓ ସେବା ଜୀବନକୁ ସରସ ଓ ମଧୁମୟ କରେ । ଏହି ଦ୍ରବ୍ୟଗୁଡ଼ିକୁ ଆରାମଦାୟକ ଦ୍ରବ୍ୟ କୁହାଯାଏ । ବିଜୁଳି ପଙ୍ଖା, ଟେଲିଭିଜନ୍, ସୁସଜ୍ଜିତ ଗୃହ ଇତ୍ୟାଦି ଆରାମଦାୟକ ଦ୍ରବ୍ୟ । ଏହି ପ୍ରକାରର ଦ୍ରବ୍ୟ ଦକ୍ଷତା ବୃଦ୍ଧି ପାଇଁ ନିହାତି ଜରୁରୀ ନୁହେଁ । ଏହାର ଅଭାବରେ ଦକ୍ଷତା ହ୍ରାସ ପାଇପାରେ । ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ଆରାମଦାୟକ ଦ୍ରବ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ନୁହେଁ । ସେଗୁଡ଼ିକ ମଧ୍ୟରେ କେବଳ ମାତ୍ରାଗତ ପାର୍ଥକ୍ୟ ରହିଥାଏ ବୋଲି ମନେହୁଏ । ଏହି ଅଭାବ ପୂରଣ ପାଇଁ ଆର୍ଥିକ ସ୍ଵଚ୍ଛଳତା ରହିବା ଦରକାର ।

ବିଳାସ ଦ୍ରବ୍ୟ ଜୀବନଧାରଣ ପାଇଁ ଅଥବା କାର୍ଯ୍ୟଦକ୍ଷତା ରକ୍ଷା ବା ବୃଦ୍ଧି ପାଇଁ ଆବଶ୍ୟକ ନୁହେଁ । ଏହି ପ୍ରକାରର ଦ୍ରବ୍ୟ ସାମାଜିକ ପ୍ରତିଷ୍ଠା, ଅହଙ୍କାର ଓ ଆଭିଜାତ୍ୟ ପ୍ରଦର୍ଶନ ପାଇଁ ଉପଭୋଗ କରାଯାଇଥାଏ । ବିଦେଶରୁ ଆମଦାନି ହୋଇଥବା ଦାମୀ ସାମଗ୍ରୀ, ହୀରା ହାର, ବିରାଟ ଓ ସୁଦୃଶ୍ୟ ଅଟ୍ଟାଳିକା, ମୂଲ୍ୟବାନ୍ ଆସବାବପତ୍ର, ଦାସଦାସୀ ଇତ୍ୟାଦି ବିଳାସଜନିତ ଦ୍ରବ୍ୟର ଉଦାହରଣ । ଏଗୁଡ଼ିକ ଲୋକଦେଖାଣିଆ ଦ୍ରବ୍ୟ, ମାତ୍ର ଅନାବଶ୍ୟକ । ବଞ୍ଚିବାପାଇଁ ଏ ପ୍ରକାରର ଅଭାବ ନିରର୍ଥକ । ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ପାଇଁ କିଛି ଧନିକ ଶ୍ରେଣୀର ଲୋକ ବିଳାସ ଦ୍ରବ୍ୟର ଆଶ୍ରୟ ନେଇଥାଆନ୍ତି ।

13. ସମ୍ପଦ ଓ ଆୟ :
Answer:
ବିନିମୟ ମୂଲ୍ୟ ଥ‌ିବା ସମସ୍ତ ଗଚ୍ଛିତ ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ । ସମ୍ପଦର ଚାରୋଟି ବୈଶିଷ୍ଟ୍ୟ ଥାଏ, ଯାହା ପ୍ରଥମରୁ ଆଲୋଚନା କରାଯାଇଛି । ସମ୍ପଦ ଏକ ନିର୍ଦ୍ଦିଷ୍ଟ ସମୟର ଗଚ୍ଛିତ ଅର୍ଥନୈତିକ ଦ୍ରବ୍ୟ, କିନ୍ତୁ ଆୟ ଦ୍ରବ୍ୟ ଓ ସେବାର ପ୍ରବାହ । ତେଣୁ ଆମେ ସମ୍ପଦକୁ ଗଚ୍ଛିତ ଅର୍ଥରେ ଓ ଆୟକୁ ପ୍ରବାହ ଅର୍ଥରେ ବୁଝୁ । ଆୟର ଉତ୍ସ ସମ୍ପଦ ଅଟେ । ଏହି ମର୍ମରେ ଆମେ କେତୋଟି ଉଦାହରଣ ଦେଇପାରିବା । କୌଣସି ବ୍ୟକ୍ତିର କୋଠାଘର ସମ୍ପଦ । କୋଠାଘର ଭଡ଼ା ଲାଗିଲେ ଯେଉଁ ଭଡ଼ା ମିଳେ, ତାହା ତାଙ୍କର ଆୟ । ଜମି ସମ୍ପଦ । ଜମି ଚାଷକରି ଆମେ ଯାହା ପାଉ ତାହା ଆୟ । କୌଣସି ବ୍ୟକ୍ତିଙ୍କର ମୋଟରକାର୍ ତାଙ୍କର ସମ୍ପଦ । ମୋଟରଗାଡ଼ିଟିକୁ ଟାକ୍‌ସି ଭାବରେ ଭଡ଼ାରେ ଲଗାଇଲେ ଯାହା ଭଡ଼ା ମିଳେ, ତାହା ତାଙ୍କର ଆୟ । ତେଣୁ ଆୟ ସମ୍ପଦର ଉପଜ । ଆୟ ଅର୍ଥନୈତିକ ଦ୍ରବ୍ୟର ତୃପ୍ତି ପ୍ରବାହ । ବିଗତ ବର୍ଷମାନଙ୍କର ସଞ୍ଚ ଆୟକୁ ସମ୍ପଦ ଏବଂ ସମ୍ପଦରୁ ସୃଷ୍ଟ ଦ୍ରବ୍ୟ ଓ ସେବାର ପ୍ରବାହକୁ ଆୟ କୁହାଯାଏ । ସମ୍ପଦ ଓ ଆୟର ସମ୍ପର୍କ ନିରନ୍ତର ।

CHSE Odisha Class 12 Economics Chapter 3 Short Answer Questions in Odia Medium

14. ସମ୍ପଦ ଓ କଲ୍ୟାଣ :
Answer:
ବିନିମୟ ମୂଲ୍ୟ ଥ‌ିବା ସମସ୍ତ ଗଚ୍ଛିତ ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ । ଅପରପକ୍ଷରେ କଲ୍ୟାଣ ଏକ ଭାବନା, ଏକ ମାନସିକ ବ୍ୟବସ୍ଥା । ଏହା କେବଳ ଅନୁଭବଯୋଗ୍ୟ । ଏହା ପରିତୃପିର ପରିଭାଷା । କଲ୍ୟାଣ ବିଭିନ୍ନ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ଆମେ ଜାଣୁ ଯେ, ଅର୍ଥନୈତିକ ଦ୍ରବ୍ୟର ଅଭିବୃଦ୍ଧି ହେଲେ ସମ୍ପଦ ବୃଦ୍ଧି ହୋଇଥାଏ । ମାନବ କଲ୍ୟାଣ ଅନେକ ଉପାଦାନ ଉପରେ ନିର୍ଭର କରେ । ତନ୍ମଧ୍ୟରୁ ସମ୍ପଦ ଏକତମ । ସମ୍ପଦ କଲ୍ୟାଣପ୍ରାପ୍ତିର ଏକ ମାଧ୍ୟମ କିନ୍ତୁ ଏକକ ମାଧ୍ୟମ ନୁହେଁ । ଅଧ୍ବକ ଦ୍ରବ୍ୟ ଓ ସେବାର ଉତ୍ପାଦନ ଯେ ଅଧ‌ିକ କଲ୍ୟାଣପ୍ରାପ୍ତିର ସହାୟକ ହେବ ଏକଥା ସତ୍ୟ ନୁହେଁ । ନିଶାଦ୍ରବ୍ୟ, ଗୋଳାବାରୁଦ, ଯୁଦ୍ଧ ଉପକରଣ ଅଧିକ ଉତ୍ପାଦିତ ହେଲେ ସମ୍ପଦ ବୃଦ୍ଧି ପାଇବ; କିନ୍ତୁ କଲ୍ୟାଣ ନିମିତ୍ତ ବର୍ଷିତ ଉତ୍ପାଦନ ସହିତ ଜାତୀୟ ଆୟର ସୁଷମ ବଣ୍ଟନ ହେଲେ ସମାଜର ମଙ୍ଗଳ ହୁଏ ।

କାର୍ଯ୍ୟ ପରିବେଶ ଉନ୍ନତି, କାର୍ଯ୍ୟ-ଅବକାଶ ଅନୁପାତରେ ହ୍ରାସ, ନିରାପତ୍ତା ଇତ୍ୟାଦି ଅଧ୍ଵ କଲ୍ୟାଣ ପ୍ରଦାନ କରିଥାଏ । ଦ୍ରୁତ ଶିଳ୍ପାୟନଦ୍ୱାରା ଜଳ, ବାୟୁ ଇତ୍ୟାଦିର ପ୍ରଦୂଷଣ ଘଟୁଛି ଓ ଜଙ୍ଗଲ ନଷ୍ଟଦ୍ୱାରା ଜୀବମଣ୍ଡଳ ସୁରକ୍ଷିତ ନୁହେଁ । ଜୀବନଧାରଣର ସଙ୍କଟ ଉପୁଜୁଛି । ଏହାଦ୍ଵାରା ସାମୂହିକ କଲ୍ୟାଣ ହ୍ରାସ ପାଇବାରେ ଲାଗିଛି । କଲ୍ୟାଣ ପାଇଁ ସମ୍ପଦ ଆବଶ୍ୟକ, କିନ୍ତୁ, ସମ୍ପଦ କଲ୍ୟାଣର ଏକମାତ୍ର ନିର୍ଣ୍ଣାୟକ ନୁହେଁ ।

15. ସ୍ଥାୟୀ ଦ୍ରବ୍ୟ ଏବଂ ନାଶଶୀଳ ଦ୍ରବ୍ୟ :
Answer:
ଦ୍ରବ୍ୟର ପ୍ରକୃତି ଅନୁସାରେ କିଛି ଦ୍ରବ୍ୟ ସ୍ଥାୟୀ ଓ କିଛି ଦ୍ରବ୍ୟ ନାଶଶୀଳ । ସ୍ଥାୟୀ ଦ୍ରବ୍ୟକୁ ବାରମ୍ବାର ବ୍ୟବହାର କରାଯାଏ; କିନ୍ତୁ ଆଉକିଛି ଦ୍ରବ୍ୟ ଅଛି ଯେଉଁ ଦ୍ରବ୍ୟଗୁଡ଼ିକ ମାନବୀୟ ଅଭାବ ଥରେ ପୂରଣ କରିସାରିବା ପରେ ନଷ୍ଟ ହୋଇଯାଏ । ଅର୍ଥାତ୍ ଏହି ପ୍ରକାର ଦ୍ରବ୍ୟଗୁଡ଼ିକ ନଷ୍ଟଶୀଳ । ନଷ୍ଟଶୀଳ ଦ୍ରବ୍ୟ ଓ ନାଶଶୀଳ ଦ୍ରବ୍ୟ ଏକ ନୁହେଁ । ନାଶଶୀଳ ଦ୍ରବ୍ୟକୁ ସାଧାରଣତଃ ଆମେମାନେ ପଚିଯାଉଥବା ଜିନିଷକୁ କହିଥାଉ । ନଷ୍ଟଶୀଳ ଦ୍ରବ୍ୟ ବହୁଦିନ ରହିପାରେ; ମାତ୍ର ଯେବେ ବ୍ୟବହାର ହେବ କେବଳ ଥରକ ପାଇଁ ବ୍ୟବହୃତ ହେବ । ନାଶଶୀଳ ଦ୍ରବ୍ୟକୁ ଆମେ ଅଧ‌ିକ ଦିନ ରଖୁରିବା ନାହିଁ । ଏହି ଦ୍ରବ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମାନବୀୟ ଅଭାବ ଥରେ ମାତ୍ର ପୂରଣ କରନ୍ତି । ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟବହାର ନ କଲେ ଏହା ବ୍ୟବହାରଯୋଗ୍ୟ ହୁଏ ନାହିଁ । ଦୁଧ, ପନିପରିବା, ପିଠା, ମିଠା ଇତ୍ୟାଦି ନାଶଶୀଳ ଦ୍ରବ୍ୟ । ସାଇକେଲ୍, ଟେଲିଭିଜନ୍, ଖଟ, ଚେୟାର, ବାସନକୁସନ, ଆଲମାରୀ, ମଟରଗାଡ଼ି ଇତ୍ୟାଦି ବାରମ୍ବାର ବ୍ୟବହାରଯୋଗ୍ୟ ସ୍ଥାୟୀ ଦ୍ରବ୍ୟ ଅଟନ୍ତି ।

Leave a Comment