BSE Odisha 7th Class Science Solutions Chapter 4 ତନ୍ତୁରୁ ବସ୍ତ୍ର

Odisha State Board BSE Odisha 7th Class Science Solutions Chapter 4 ତନ୍ତୁରୁ ବସ୍ତ୍ର Textbook Exercise Questions and Answers.

BSE Odisha Class 7 Science Solutions Chapter 4 ତନ୍ତୁରୁ ବସ୍ତ୍ର

Question 1.
କେଉଁଟି ଠିକ୍ ? ରେଶମ କୀଟ ଏକ
(କ) ଲାର୍ଭା
(ଖ) ଶୁକକୀଟ
(ଗ) ଲାର୍ଭା ଓ ଶୁକକୀଟ
(ଘ) ଲାର୍ଭା ନୁହେଁ କିମ୍ବା ଶୁକ କୀଟ ନୁହେଁ
Solution:
(ଖ) ଶୁକକୀଟ

Question 2.
କେଉଁଟିରୁ ପଶମ ମିଳେ ନାହିଁ ?
(i) ଚମରା ଗାଲ
(ii) ଓଟ
(iii) ଛେଳି
(iv) ଲୋମଶ କୁକୁର
Solution:
(iv) ଲୋମଶ କୁକୁର

BSE Odisha 7th Class Science Solutions Chapter 4 ତନ୍ତୁରୁ ବସ୍ତ୍ର

Question 3.
ଶୂନ୍ୟସ୍ଥାନ ପୂରଣ କର :
(କ) ଭଲ ଯୋଯାକ ________ ତନ୍ତୁରୁ ପ୍ରସ୍ତୁତ ହୁଏ |
(ଖ) -ସବୁଠାରୁ ଉନ୍ନତମାନର ପଶମ – ଜାତିର ମେଣ୍ଢାଲୋମରୁ ମିଳେ ।
(ଗ) କଟା ଯାଇଥିବା ଲୋମ ଓ ଅଷ୍ଟଚର୍ମକୁ ପରିଷ୍କାର କରିବାଦ୍ୱାରା ଏଣ୍ଡ୍‌ରେ ଲାଗିଥିବା ଧୂଳି, ମଳି ଓ ________ ପଦାର୍ଥ ବାହାରିଯାଏ ।
(ଘ) ରେଣମ କାଟର ________ ବାୟୁ ସଂସ୍ପର୍ଶରେ ଆସିଲେ ଏହା ରେଶମ ସୂତାରେ ପରିଣତ ହୁଏ ।
(ଙ) ମଠାଲୁଗା ________ ପ୍ରକାର ରେଶମରୁ ପ୍ରସ୍ତୁତ ।
Solution:
(କ) ପଶମ
(ଖ) ଲୋହି
(ଗ) ତେଲିଆ,
(ଘ) ଲାଳ (ପୁଷ୍ଟିସାରଯୁକ୍ତ ତନ୍ତୁ)
(ଙ) ଟସର

Question 4.
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଶବ୍ଦ ମିଳାଅ ।
Solution:
BSE Odisha 7th Class Science Solutions Chapter 4 Img 1

Question 5.
ମେଣ୍ଢା ଲୋମରୁ ପଶମ ପ୍ରସ୍ତୁତିର ନିମ୍ନଲିଖ ସୋପାନଗୁଡ଼ିକୁ ଠିକ୍ କ୍ରମରେ ସଜାଅ ।
(କ) ଅତି ଛୋଟ ଲୋମଗୁଡ଼ିକୁ ଅଲଗା କରିବା
(ଖ) ଲୋମ ଚର୍ମ ମିଶ୍ରଣକୁ ପରିଷ୍କାର କରିବା
(ଗ) ଲୁଗା ବୁଣିବା
(ଣ) ପୂତ୍ରା କାଟିବା
(ଙ) ବର୍ଦ୍ଧିତ ଲୋମକୁ କାଟିବା
(ତ) ତନ୍ତୁରେ ଭଲ ହେବା
Solution:
ବର୍ଦ୍ଧିତ ଲୋମକୁ କାଟିବା, ଲୋମ ଚର୍ମ ମିଶ୍ରଣକୁ ପରିଷ୍କାର କରିବା, ଅତି ଛୋଟ ଲୋମଗୁଡ଼ିକୁ ଅଲଗା କରିବା, ତନ୍ତୁରେ ରଙ୍ଗ ଦେବା, ସୂତା କାଟିବା, ଲୁଗା ବୁଣିବା ।

Question 6.
ବାମପାର୍ଶ୍ବରେ ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣ ପାର୍ଶ୍ଵରେ ଉପଯୁକ୍ତ ଶବ୍ଦ ଲେଖ ।
(କ) ମେଣ୍ଢାଲୋମ : ପଶ୍ଚିମ :: କୋଷା : ________
(ଖ) ଟସର : ମଠା :: ତୁତ୍ : ________
(ଗ) ମେଣ୍ଢା : ଘାସପତ୍ର:: ରେଶମ କୀଟ : ________
Solution:
(କ) ରେଶମ
(ଖ) ପାଟ
(ଗ) ତୁତ୍ଵଗଛର ପତ୍ର

Question 7.
(କ) ଅଣ୍ଡା
(ଖ) ପ୍ୟୁପା
(ଗ) ଲାର୍ଭା
(ଘ) ରେଶମ କୀଟ
ରେଶମ ପୋକ ଜୀବନ ଚକ୍ରର ବିଭିନ୍ନ ଅବସ୍ଥା (କ, ଖ, ଗ, ଘ)କୁ ଠିକ୍ କ୍ରମରେ ଲେଖ ।
Solution:
ରେଶମ କୀଟ → ଅଣ୍ଡା → ଲାର୍ଭା → ପ୍ୟୁପା ।

Question 8.
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
(କ) କୋଷା,
(ଖ) ମେଣ୍ଢାର ଖାଦ୍ୟ,
(ଗ) ରେଶମ ଚାଷ
(ଖ) ମନୋନୀତ ପ୍ରଜନନ
Solution:

  • ରେଶମ କୀଟର ଲାର୍ଭା ମୁହଁରେ ରେଶମ ଗ୍ରନ୍ଥି ଥାଏ । ଏହି ଗ୍ରନ୍ଥିରୁ ଲାଳପରି ଅତି ସୂକ୍ଷ୍ମ ତନ୍ତୁ ଆକାରରେ ବାହାରି ଆସେ ।
  • ଏଥିରେ ଫାଇବ୍ରୋଇନ୍ ନାମକ ଏକ ପ୍ରକାର ପୁଷ୍ଟିସାର ଥାଏ । ଏହି ଲାଳ ବାୟୁ ସଂସ୍ପର୍ଶରେ ଆସିଲେ କଠିନ ହୋଇ ରେଶମ ତନ୍ତୁରେ ପରିଣତ ହୁଏ ।
  • ରେଶମ କୀଟ ଖୁବ୍ କମ୍ ସମୟ ମଧ୍ୟରେ ନିଜ ଚାରିପଟେ ଏକ ଆବରଣ ପ୍ରସ୍ତୁତ କରି ଗୋଟିଏ ଅଣ୍ଡାକୃତି ପରିଣତ ହୁଏ ।
  • ହିସାବରୁ ଜଣାଯାଇଛି ଯେ ଗୋଟିଏ ପୋକ ପ୍ରାୟ 300 ମିଟର ସୂତା ପ୍ରସ୍ତୁତ କରି ନିଜର ଚାରିକଡ଼ରେ କୋଷାଟିଏ
  • କୋଷାଟି କୌଣସି ଛୋଟ ଥାକ କିମ୍ବା ଗଛ ଡାଳରେ ଲାଗିରହେ ବା ଝୁଲି ରହେ ।
  • ପୂର୍ଣ୍ଣାଙ୍ଗ ପୋକଟି କୋଷାରୁ ବାହାରି ଆସିବା ପୂର୍ବରୁ କୋଷାଗୁଡ଼ିକୁ ଖରାରେ ଶୁଖାଇ କିମ୍ବା ଫୁଟନ୍ତା ପାଣିରେ ପକାଇ ପୋକକୁ ମାରି ଦିଆଯାଏ । ନଚେତ୍ ସେଥ‌ିରେ ଥ‌ିବା ସମସ୍ତ ରେଶମ ସୂତା ଖଣ୍ଡ ଖଣ୍ଡ ହୋଇଯାଏ । ଏହି କୋଷାରୁ ହିଁ ରେଶମ ସୂତା ମିଳେ ଓ ସେଥୁରୁ ଲୁଗା ବୁଣାଯାଏ ।

(ଖ) ମେଣ୍ଢାର ଖାଦ୍ୟ :
Solution:

  • ମେଶାମାନେ ତୃଣଲେଲା | ଏମାନେ ଶାସ ଖାଲଦାକ୍ମ ଭଲ ପାଆନ୍ତି | ଏହା ବ୍ୟତୀତ ଦିଶିନି ମଧ୍ୟ୍ୟ, ତାକ, ଚୋକଡ଼, ଯଅ ଓ ପିଡ଼ିଆ ସହ କିଛି ଲୁଣ ମିଶାଇ ଖାଇବାକୁ ଦିଆଯାଏ ।
  • ଶୀତଦିନେ ମେଣ୍ଢାମାନଙ୍କୁ ଘରେ ରଖ୍ ପତ୍ର, ଶସ୍ୟଦାନା ଓ ଶୁଖିଲା ନଡ଼ା ଖାଇବାକୁ ଦିଆଯାଇଥାଏ ।

BSE Odisha 7th Class Science Solutions Chapter 4 ତନ୍ତୁରୁ ବସ୍ତ୍ର

(ଗ) ରେଶମ ଚାଷ :
Solution:

  • ରେଶମ ଚାଷ ଏକ ଲାଭଜନକ କୁଟୀର ଶିଳ୍ପ ।
  • ରେଶମ ପୋକ ପାଳନ ଭାରତର ଏକ ପୁରାତନ ବୃତ୍ତି । ରେଶମ ପୋକର କୋଷାରୁ ରେଶମ ପ୍ରସ୍ତୁତ ହୁଏ ।
  • ଆମ ରାଜ୍ୟ ଓଡ଼ିଶାରେ ବହୁ ଆଦିବାସୀ ପରିବାର ରେଶମ ଚାଷ କରି ଉପକୃତ ହେଉଛନ୍ତି । ରେଶମ ଚାଷ ପାଇଁ ବିଶେଷ କିଛି ବୈଷୟିକ ଜ୍ଞାନ କୌଶଳ, ଅଧ୍ଵ ମୂଳଧନ କିମ୍ବା ବିଜୁଳି ଶକ୍ତିର ଆବଶ୍ୟକତା ନାହିଁ । ରେଶମ ପୋକ ପାଳନ ଓ ରେଶମ ବିପୁ ଉତ୍ପାଦନରେ ପ୍ତ ଲୋକମାନକର ରୁମିଳା ଆତ୍ୟନ୍ତ ସ୍ନରୁଦ୍ୱତ୍ପପ୍ତ |
  • ବିଭିନ୍ନ ପ୍ରକାର ରେଶମ କୋଷାରୁ ଭିନ୍ନ ଭିନ୍ନ ପ୍ରକାରର ତନ୍ତୁ ସଂଗ୍ରହ କରାଯାଏ । ସେଥୁରୁ ରେଶମ ସୂତା ମିଳେ ।
  • କୋଷାରୁ ନରମ ରେଶମ ତନ୍ତୁ ବାହାର କରି ଏହାକୁ ପର୍ଯ୍ୟାୟ କ୍ରମେ ରେଶମ ସୂତାରେ ପରିଣତ କରିବା କାର୍ଯ୍ୟ ସ୍ତ୍ରୀ ଲୋକଙ୍କଦ୍ୱାରା ସୂଚାରୁରୂପେ ସମ୍ପାଦନ ହୁଏ । ଏହି ସୂତାରୁ ହିଁ ପାଟ, ମଠା, ଏଣ୍ଡି ଓ ମୁଗା ଆଦି ବସ୍ତ୍ର ତିଆରି ହୁଏ ।

(ଘ) ମନୋନୀତ ପ୍ରଜନନ :
Solution:

  • ଆମେ ଜାଣୁ ମେଣ୍ଢା, ଛେଳି, ଚମରୀଗାଈ ଓ ଅନ୍ୟାନ୍ୟ ପଶୁ (ଯଥା – ଲାମା, ଆଲ୍‌କା, ଓଟ)ମାନଙ୍କର ଲୋମରୁ ପଶମ ମିଳେ ।
  • ମେଣ୍ଢା ଶରୀରରେ ସାଧାରଣତଃ ଦୁଇ ପ୍ରକାର ଲୋମ ଥାଏ ; ଯଥା ମୋଟା ଲୋମ ଓ ନରମ ଲୋମ ।
  • କେତେକ ଜାତିର ମେଣ୍ଢାର କେବଳ ନରମ ଲୋମ ଥାଏ । ନରମ ଓ ପତଳା ଲୋମରୁ ପଶମ ତନ୍ତୁ ମିଳେ । ଆଜିକାଲି ବିଭିନ୍ନ ପ୍ରକାର ଆଧୁନିକ ପଦ୍ଧତି ଅବଲମ୍ବନ କରାଯାଇ କେବଳ ଉନ୍ନତମାନର ନରମ ଲୋମ ଥିବା ମେଣ୍ଢା ସୃଷ୍ଟି କରାଯାଇପାରୁଛି । ଏହି ପଦ୍ଧତିକୁ ‘ମନୋନୀତ ପ୍ରଜଜନ’ କୁହାଯାଏ ।

Question 9.
କେଉଁଟି ଠିକ୍ / ଭୁଲ୍ ଚିହ୍ନାଅ ।
(କ) ମେଣ୍ଢାର ମୋଟା ଲୋମରୁ ଭଲ ପଶମ ତନ୍ତୁ ମିଳେ ।
(ଖ) ଶୀତଦିନେ ମେଣ୍ଢାକୁ ଘରେ ରଖ୍ ପତ୍ର, ଦାନା, ନଡ଼ା ଖାଇବାକୁ ଦିଆଯାଏ ।
(ଗ) ଛୋଟ ପଶମ ତନ୍ତୁକୁ ଚଦର ବୁଣା ପାଇଁ ବ୍ୟବହାର କରାଯାଏ ।
(ଘ) ରେଶମ କୀଟ ତୁତ ପତ୍ର ଖାଇବା ସମୟରେ ଲାଳ ଝରାଇ କୋଷା ପ୍ରସ୍ତୁତ କରେ ।
(ଙ) ରେଶମ ସୂତାରେ ସ୍ଵେଟର ବୁଣାଯାଏ ନାହିଁ ।
Solution:
(କ) ଭୁଲ୍
(ଖ) ଠିକ୍
(ଗ) ଠିକ୍
(ଘ) ଭୁଲ୍
(ଙ) ଠିକ୍

Question 10.
କାରଣ ଦର୍ଶାଅ :
(କ) ଶୀତଦିନେ ମେଣ୍ଢା ଦେହରୁ ଲୋମ କଟାଯାଏ ନାହିଁ ।
Solution:

  • ପଶମ ପାଇବା ପାଇଁ ମୁଖ୍ୟତଃ ମେଣ୍ଢା ପାଳନ କରାଯାଏ । ସେମାନଙ୍କ ଲୋମରୁ ପଶମ ପ୍ରସ୍ତୁତ କରାଯାଏ । ଏଣୁ ମେଣ୍ଢାମାନଙ୍କ ଶରୀରରେ ଲୋମକୁ ବଢ଼ିବାକୁ ଦିଆଯାଏ ।
  • ଶୀତଦିନେ ସେମାନଙ୍କୁ ଘରେ ରଖ୍ ପତ୍ର, ଶସ୍ୟଦାନା ଓ ଶୁଖିଲା ନଡ଼ା ଆଦି ଖାଇବାକୁ ଦିଆଯାଇଥାଏ । ଲୋମ ସେମାନଙ୍କ ଶରୀରକୁ ଉଷୁମ ରଖେ । ଶୀତଦିନେ ମେଣ୍ଢାମାନଙ୍କ ଶରୀରକୁ ଉଷୁମ ରଖ୍ ପାଇଁ ଶରୀରରୁ ଲୋମ କଟାଯାଏ ନାହିଁ ।
  • ମାତ୍ର ଗରମ ମାସରେ ଏମାନଙ୍କ ଦେହରୁ ମେସିନ୍ ସାହାଯ୍ୟରେ ଲୋମ କାଟିଦିଆଯାଏ । ପରିବେଶ ଗରମ ଥ‌ିବାରୁ ସେମାନଙ୍କ ଦେହରୁ ଲୋମ କାଟିଦେଲେ ମଧ୍ୟ ମେଣ୍ଢାକୁ ବିଶେଷ ଅସୁବିଧା ହୋଇ ନଥାଏ ।

(ଖ) ଦୁର୍ଗମ ଅଞ୍ଚଳରେ ରେଶମ ଚାଷ ସଫଳତାର ସହ କରାଯାଇପାରିବ ।
Solution:

  • ରେଶମ ଚାଷ ପାଇଁ ବିଶେଷ କିଛି ବୈଷୟିକ ଜ୍ଞାନକୌଶଳ, ଅଧ୍ଵ ମୂଳଧନ କିମ୍ବା ବିଜୁଳି ଶକ୍ତିର ଆଦଣ୍ୟକତା ନାହି |
  • ରେଶମ ପୋକ ପାଳନ ଓ ରେଶମ ବସ୍ତ୍ର ଉତ୍ପାଦନ ସ୍ତ୍ରୀ ଲୋକମାନଙ୍କଦ୍ୱାରା ସାଧାରଣତଃ କରାଯାଇଥାଏ । ଏଣୁ ରେଶମ ଚାଷ ଦୁର୍ଗମ ଅଞ୍ଚଳରେ ସଫଳତାର ସହ କରାଯାଇ ପାରିବ ।

(ଗ) ରେଶମ ଉତ୍ପାଦନ ସମୟରେ କୋଷାରୁ ବାହାରି ଆସିବା ପୂର୍ବରୁ ରେଶମ ପୋକକୁ ମାରିଦିଆଯାଏ ।
Solution:

  • ପୂର୍ଣ୍ଣାଙ୍ଗ ପୋକ (ମଥ୍)ଟି କୋଷାରୁ ବାହାରି ଆସିବା ପୂର୍ବରୁ କୋଷାଗୁଡ଼ିକୁ ଖରାରେ ଶୁଖାଇ କିମ୍ବା ଫୁଟନ୍ତା ପାଣିରେ ପକାଇ ମାରି ଦିଆଯାଏ । ପରେ କୋଷାଗୁଡ଼ିକୁ ଶୁଖାଇ ସେଥିରୁ ରେଶମ ସୂତା ସଂଗ୍ରହ କରାଯାଏ ।
  • ଯଦି ପୋକଟି କୋଷାକୁ କାଟି ବାହାରକୁ ବାହାରି ଆସେ, ତେବେ ସମସ୍ତ ରେଶମ ସୂତା ଖଣ୍ଡ ଖଣ୍ଡ ହୋଇ ବ୍ୟବହାର ଅନୁପଯୋଗୀ ହୋଇଯାଏ ।

(ଘ) ସ୍ଵେଟରରେ ବେଳେବେଳେ ଅତି ଛୋଟ ଲୋମ ଥିବାର ଲକ୍ଷ୍ୟ କରାଯାଏ ।
Solution:

  • କଟାଯାଇଥିବା ଲୋମ ଓ ଅଧର୍ମ ସ୍ତରକୁ ଏକ ବୃହତ୍ ପାତ୍ରରେ କିମ୍ବା ମେସିନ୍ ସାହାଯ୍ୟରେ ଭଲ ଭାବରେ ପରିଷ୍କାର କରାଯାଏ । ପରିଷ୍କାର କରିବା ପରେ କାରଖାନାରେ ଲୋମ ଓ ଚର୍ମକୁ ପୃଥକ୍ କରାଯାଏ । ତା’ ପରେ ଭିନ୍ନ ଭିନ୍ନ ପ୍ରକାର ଲୋମକୁ ଅଲଗା କରି ସଜାଇ ରଖାଯାଏ ।
  • ସମସ୍ତ ଲୋମରୁ ଅତି ଛୋଟ ଲୋମଗୁଡ଼ିକୁ ଅଲଗା କରାଯାଏ । ଛୋଟ ଲୋମକୁ ବାଦ୍ ଦେବା ପରେ ବାକିତକକୁ ପୁଣି ଥରେ ସଜାଇ ଶୁଖାଯାଏ । ଏଥ‌ିରେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରଙ୍ଗ ଦେଇ, ସେଗୁଡ଼ିକୁ ସଳଖ କରି ସେଥୁରୁ ସୂତା କଟାଯାଏ ।
  • ସୂତା କାଟିବା ପରେ ଲମ୍ବା ତନ୍ତୁଗୁଡ଼ିକ ୱେଟର ବୁଣାପାଇଁ ଏବଂ ଛୋଟ ତନ୍ତୁଗୁଡ଼ିକୁ ଲୁଗାବୁଣାପାଇଁ ବ୍ୟବହାର କରାଯାଏ । ବେଳେ ବେଳେ ଅତି ଛୋଟ ଲୋମ ଅସାବଧାନବଶତଃ ବଡ଼ ଲୋମ ସହିତ ରହିଯାଇଥାଏ । ତେଣୁ ସ୍ଵେଟରରେ ଅତି ଛୋଟ ଲୋମ ଥିବାର ଲକ୍ଷ୍ୟ କରାଯାଏ ।

(ର୍ଗ) ସ।ଧାରଣଙ୍କ ରେଶାସ ଦପ୍ତକୃ ଗତିବ ଲୋକ ରତ୍ପାଦନ କଲେ ମଧ୍ୟ ବ୍ୟବହାର କରେ ନାହା
Solution:

  • ପ୍ରାକୃତିକ ପଦାର୍ଥରୁ ତିଆରି ପୋଷାକମାନଙ୍କ ମଧ୍ୟରେ ରେଶମର ସ୍ଥାନ ସ୍ଵତନ୍ତ୍ର । ରେଶମ ଚାଷ ଏକ ଲାଭଜନକ କୁଟୀର ଶିଳ୍ପ । ଏଥ‌ିରେ ଲୋକଶକ୍ତି ବିନିଯୋଗର ଯଥେଷ୍ଟ ସୁଯୋଗ ରହିଛି ।
  • ରେଶମ ତାପ ବ୍ୟବସାଯେ ନ ହେମୋଗ ବସ୍ତ ବାଳିକା ହୋଇଥିବାରୁ ଗଣିଦ ଲେକେ ନିଜେ ବ୍ୟବହାର ନକରି ଏହାକୁ ବିକ୍ରି କରି ସେମାନଙ୍କ ନିମନ୍ତେ ଆବଶ୍ୟକ ଅଧିକ ଅର୍ଥ ପାଆନ୍ତି ।

Question 11.
ମେଣ୍ଢା ଲୋମରୁ ପଶମ ତନ୍ତୁ କିପରି ପ୍ରସ୍ତୁତ କରାଯାଏ, ସୋପାନ କ୍ରମରେ ବର୍ଣ୍ଣନା କର ।
Solution:
ବିଭିନ୍ନ ସୋପାନରେ ମେଣ୍ଢାର ଲୋମରୁ ପଶମ ଉତ୍ପାଦନ କରାଯାଏ ଓ ସେଥୁରୁ ଶୀତ ପୋଷାକ ଓ ଚଦର ବୁଣାଯାଏ ।

  • ପ୍ରଥମ ସୋପାନ – ମେଣ୍ଢାର ଅଧର୍ମ ସହ ବର୍ଦ୍ଧିତ ଲୋମକୁ କାଟି ଦିଆଯାଏ । ଏହା ସାଧାରଣତଃ ଗରମ ମାସରେ ମଧ୍ୟ ମେଣ୍ଢାକୁ ବିଶେଷ ଅସୁବିଧା ହୁଏ ନାହିଁ ।
  • ଦ୍ଵିତୀୟ ସୋପାନ – କଟାଯାଇଥିବା ଲୋମ ଓ ଅଧର୍ମ ସ୍ତରକୁ ଏକ ବୃହତ୍ ପାତ୍ରରେ କିମ୍ବା ମେସିନ୍ ସାହାଯ୍ୟରେ ପରିଷ୍କାର କରାଯାଏ । ଫଳରେ ଏଥ‌ିରେ ଲାଗିଥିବା ଧୂଳି, ମଳି ଓ ତେଲିଆ ପଦାର୍ଥ ସବୁ ବାହାରି ଯାଏ ।
  • ତୃତୀୟ ସୋପାନ – କାରଖାନାରେ ଲୋମ ଓ ଚର୍ମକୁ ପୃଥକ କରାଯାଏ ଓ ତତ୍‌ପରେ ଭିନ୍ନ ଭିନ୍ନ ପ୍ରକାରର ଲୋମକୁ ଅଲଗା କରି ସଜାଇ ରଖାଯାଏ ।
  • ଚତୁର୍ଥ ସୋପାନ – ସମସ୍ତ ଲୋମରୁ ଅତି ଛୋଟ ଲୋମଗୁଡ଼ିକୁ ଅଲଗା କରାଯାଏ । ଏହାପରେ ତନ୍ତୁକୁ ପୁଣିଥରେ ସଜାଇ ଶୁଖାଯାଏ ଓ ସେଥୁରୁ ପଶ୍ଚିମ ତନ୍ତୁ ପ୍ରସ୍ତୁତ କରାଯାଏ ।
  • ପଣମ ସୋପାନ – ଏଦ୍ୱି ଶୁଖିଲା ତନ୍ତୁକୁ ଆଦଣ୍ୟକତା ଅନ୍ମଯାମା ବିକିନ୍ତି ରକ୍ରେ ରଲାଯାଏ |

Question 12.
ରେଶମ କୀଟର ଜୀବନ ଚକ୍ରର ପ୍ରବାହ ଚିତ୍ର ଅଙ୍କନ କର ।
Solution:
BSE Odisha 7th Class Science Solutions Chapter 4 Img 2

BSE Odisha 7th Class Science Solutions Chapter 4 ତନ୍ତୁରୁ ବସ୍ତ୍ର

Question 13.
ରେଣମ କାର କିପର ପାଲନ କରାଯାଏ ଲେଖା |
Solution:

  • ଗୋଟିଏ ମାଈ ରେଶମ ପୋକ ଥରକେ ଶତାଧ‌ିକ ଅଣ୍ଡା ଦେଇଥାଏ । ଉକ୍ତ ଅଣ୍ଡାଗୁଡ଼ିକୁ କାଗଜ କିମ୍ବା କପଡ଼ା ଖୋଳରେ ଯତ୍ନର ସହ ସାଇତି ରଖାଯାଇ ରେଶମ ଚାଷୀଙ୍କୁ ବିକ୍ରୟ କରାଯାଏ ।
  • ଚାଷୀମାନେ ଏହି ଅଣ୍ଡାଗୁଡ଼ିକୁ ଉପଯୁକ୍ତ ତାପମାତ୍ରା ଓ ଆର୍ଦ୍ରତାରେ ସ୍ବାସ୍ଥ୍ୟପ୍ରଦ ଅବସ୍ଥାରେ ରଖନ୍ତି । ଅଧ୍ଵ ଉଷୁମ ଅବସ୍ଥାରେ ଏଥୁରୁ ଲାର୍ଭା ଜାତ ହୁଏ । ଏମାନଙ୍କୁ ରେଶମ କୀଟ କୁହାଯାଏ ।
  • ଏମାନେ ତୁତ୍ ଗଛର ପତ୍ର ଖାଇ ଆକାରରେ ବହୁତ ବଡ଼ ହୋଇ ଯାଆନ୍ତି । ଏହି ଅବସ୍ଥାରେ ଏମାନଙ୍କୁ ବାଉଁଶ ଡାଲାରେ ରଖ୍ ସଦ୍ୟଜାତ କଅଁଳିଆ ତୁତ୍ ପତ୍ର ଖାଇବାକୁ ଦିଆଯାଏ ।
  • 9୫ ରୁ ୩୦ ଦିନ ହୋଇଗଲେ କୀଟଟି ପତ୍ର ଖାଇବା ବନ୍ଦକରି ଏକ କ୍ଷୁଦ୍ର ବାଉଁଶ ପ୍ରକୋଷ୍ଠ ମଧ୍ୟକୁ ଯାଇ ସେଠାରେ ନିଜ ପାଟିରୁ ଏକ ପ୍ରକାର ଲାଳ ବାହାର କରି ସେଥ୍ରେ ଗୋଟିଏ କୋଷା ପ୍ରସ୍ତୁତ କରେ । କୋଷାଟି ସାଧାରଣତଃ କୌଣସି ଛୋଟ ଥାକ କିମ୍ବା ବାଉଁଶ ଡାଲା ସହ ଲାଗି ରହିଥାଏ ।
  • ରେଶମ କୀଟ ଖୁବ୍ କମ୍ ସମୟ ମଧ୍ୟରେ ନିଜ ଚାରିପଟେ ଏକ ଆବରଣ ପ୍ରସ୍ତୁତ କରି ପ୍ୟୁପାରେ ପରିଣତ ହୁଏ । ଏହି କୋଷା ମଧ୍ୟରେ ପ୍ୟୁପା କ୍ରମେ ବଡ଼ ହୋଇ ପୂର୍ଣ୍ଣାଙ୍ଗ ରେଶମ ପୋକରେ ପରିଣତ ହୁଏ ।

Question 14.
ଆମ ରାଜ୍ୟର ଆଦିବାସୀ ଉନ୍ନୟନ କାର୍ଯ୍ୟରେ ରେଶମ ଚାଷର ଭୂମିକା ଲେଖ ।
Solution:

  • ରେଶମ ଚାଷ ଏକ ଲାଭଜନକ କୁଟୀର ଶିଳ୍ପ । ଏହାଦ୍ଵାରା ଆମ ଦେଶର ଓ ରାଜ୍ୟର ଅର୍ଥନୀତିରେ ବିଶେଷ ଉନ୍ନତି ହେବା ପରିଲକ୍ଷିତ ହେଉଛି ।
  • ରେଶମ ଚାଷ ପାଇଁ ବିଶେଷ କିଛି ବୈଷୟିକ ଜ୍ଞାନ କୌଶଳ, ଅଧିକ ମୂଳଧନ କିମ୍ବା ବିଜୁଳି ଶକ୍ତିର ଆବଶ୍ୟକତା ନାହିଁ, ଏଣୁ ଯେ କୌଣସି ଦୁର୍ଗମ ଅଞ୍ଚଳରେ ଏହି ଚାଷ ସଫଳତାର ସହ କରାଯାଇ ପାରିବ ।
  • ଆମ ରାଜ୍ୟର ବହୁ ଆଦିବାସୀ ପରିବାର ରେଶମ ଚାଷ କରି ବିଶେଷ ଉପକୃତ ହେଉଛନ୍ତି ।
  • ଏଣୁ ଆଦିବାସୀ ଉନ୍ନୟନ କାର୍ଯ୍ୟରେ ରେଶମ ଚାଷର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ଗରିବ ଆଦିବାସୀ ଲୋକଙ୍କ ଆର୍ଥିକ ମାନଦଣ୍ଡର ଉନ୍ନତି ପାଇଁ ରେଶମ ଚାଷକୁ ଅଧ‌ିକ ଲୋକପ୍ରିୟ କରିବାର ଆବଶ୍ୟକତା ରହିଛି ।

Question 15.
ତୁମର ତିନି ପ୍ରକାର ପୋଷାକ ଅଛି । ସୂତା ପୋଷାକ, ପଶମ ପୋଷାକ ଓ ରେଶମ ପୋଷାକ । ବର୍ଷର କେଉଁ ସମୟରେ କେଉଁ ପୋଷାକ ପିନ୍ଧିବ ? କାରଣ ସହ ଉତ୍ତର ଦିଅ ।
Solution:

  • ଖରାଦିନେ ସାଧାରଣତଃ ସୂତା ପୋଷାକ ପିନ୍ଧାଯାଏ । କାରଣ ଏହି ସମୟରେ ପାଗ ଗୁଳୁଗୁଳିଆ ହୋଇଥାଏ ଓ ଦେହରୁ ଅଧୂକ ଝାଳ ବାହାରେ । ଏଣୁ ସୂତା ପୋଷାକ ପିନ୍ଧିଲେ ଅଧ୍ଵ ଆରାମ ଲାଗେ ।
  • ପଶମ ବା ଉଲ୍ ପୋଷାକ ସାଧାରଣତଃ ଶୀତଦିନେ ପିନ୍ଧାଯାଏ । କାରଣ ଏହି ପୋଷାକ ଦେହକୁ ଗରମ ରଖିବାରେ ସହାୟକ ହୋଇଥାଏ ।
  • ବର୍ଷା ଋତୁରେ ରେଶମ ପୋଷାକ ପିନ୍ଧାଯାଏ । କାରଣ ଏହା ବର୍ଷାରେ ଓଦା ହେଲେ ଶୀଘ୍ର ଶୁଖୁଯାଏ । ଏଥିରେ ଅଧ୍ବକ ପାଣି ଲାଗେନାହିଁ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ପ୍ରାଣୀ ଓ ଉଦ୍ଭଦରୁ ତନ୍ତୁ :

  • ଆମେ ବଞ୍ଚିରହିବା ପାଇଁ ଆବଶ୍ୟକ କରୁଥିବା ତିନୋଟି ମୌଳିକ ଆବଶ୍ୟକତା ମଧ୍ୟରୁ ବସ୍ତ୍ର ଅନ୍ୟତମ ।
  • ଉଭୟ ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁରୁ ବସ୍ତ୍ର ପ୍ରସ୍ତୁତ କରାଯାଏ ।
  • ଏହି ତନ୍ତୁ ଉଭିଦର ବିଭନ୍ନ ଅଂଶରୁ ଓ ପ୍ରାଣୀମାନଙ୍କଠାରୁ ଉପଲବ୍‌ଧ ହୋଇଥାଏ |
  • ପଶମ ଓ ରେଶମ ତନ୍ତୁ କେତେକ ପ୍ରାଣୀଙ୍କଠାରୁ ମିଳିଥାଏ ।
  • ମେଣ୍ଢା ଓ ଚମରୀ ଗାଈ ପରି କେତେକ ପ୍ରାଣୀଙ୍କ ଲୋମରୁ ଉଲ୍ ବା ପଶମ ମିଳେ ।
  • ରେଶମକୀଟର କୋଷାରୁ ସିଲ୍‌କ୍ ବା ରେଶମ ମିଳେ ।

→ ପଶମ (ଉଲ୍) :

  • ମେଣ୍ଢା, ଛେଳି, ଚମରୀଗାଈ ଓ ଅନ୍ୟ କେତେକ ପଶୁ (ଓଟ, ଲାମା ଓ ଆଲ୍‌କା)ଙ୍କ ଲୋମରୁ ପଶମ ମିଳିଥାଏ ।
  • ମେଣ୍ଢା ଶରୀରରେ ଦୁଇ ପ୍ରକାର ଲୋମ ଥାଏ, ଯଥା – ମୋଟା ଲୋମ ଓ ନରମ ଚର୍ମ ଲୋମ । ନରମ ଓ ପତଳା ଲୋମରୁ ପଶମ ତନ୍ତୁ ମିଳେ ।
  • ଆଜିକାଲି ଉନ୍ନତମାନର ନରମ ଲୋମମ୍ବା ମେଣ୍ଢା ସୃଷ୍ଟି କରାଯାଇପାରୁଛି । ଏହି ପ୍ରକ୍ରିୟାକୁ ‘ମନୋନୀତ ପ୍ରଜନନ’’କୁହାଯାଏ ।
  • କାଶ୍ମୀର ଛେଳିର ଲୋମ ବହୁତ ନରମ । ଏଥୁରୁ ତିଆରି ଶାଲ୍‌କୁ ‘ପଶ୍ଚିମିନା ଶାଲ’ କୁହାଯାଏ ।
  • ଜାମ୍ମୁ କାଶ୍ମୀରରେ ମିଳୁଥିବା ଅଙ୍ଗୋରା ପଶମ ଅଙ୍ଗୋରା ଛେଳି ଲୋମରୁ ତିଆରି ହୋଇଥାଏ ।
  • ପଶମ ପାଇବା ପାଇଁ ମୁଖ୍ୟତଃ ମେଣ୍ଢାପାଳନ କରାଯାଇଥାଏ ।
  • ହିମାଳୟର ପାର୍ବତ୍ୟ ଅଞ୍ଚଳ; ଯଥା— ଲଦାଖ ଅଞ୍ଚଳରେ ଚମରୀ ଗାଈର ଲୋମରୁ ପଶମ ମିଳେ ।
  • ଦକ୍ଷିଣ ଆଫ୍ରିକାର ଲାମା ଓ ଆଲ୍‌କା ଲୋମରୁ ପଶମ ପଶମ ପ୍ରସ୍ତୁତ ହୁଏ ।
    BSE Odisha Class 7 Science Solutions Chapter 3 Img 7
  • ମାଈ ରେଶମ ପୋକ ଥରକେ ଶତାଧ୍ଵ ଅଣ୍ଡାଦିଏ । ଏହି ଅଣ୍ଡାରୁ ଜାତ ଲାର୍ଭାକୁ ‘ଶୁକକୀଟ’ ବା ‘ରେଶମ କୀଟ’ କୁହାଯାଏ ।
  • ଲାର୍ଭାର ପର ଅବସ୍ଥାକୁ ପ୍ୟୁପା କହନ୍ତି । ପ୍ୟୁପା ଅବସ୍ଥାକୁ ପ୍ରବେଶ କରିବା ପୂର୍ବରୁ ଲାର୍ଭା ତୁତ୍ଵଗଛର ପତ୍ର ଖାଇ ଏକ ଜାଲ ବୁଣେ ।
  • ସେହି ତନ୍ତୁ ବାୟୁ ସଂସ୍ପର୍ଶରେ ଆସିଲେ ରେଶମ ତନ୍ତୁରେ ପରିଣତ ହୁଏ ।
  • ରେଶମ କୀଟ ଖୁବ୍ କମ୍ ସମୟ ମଧ୍ୟରେ ନିଜ ଚାରିପଟେ ଏକ ଆବରଣ ପ୍ରସ୍ତୁତ କରେ ଓ ପ୍ୟୁପାରେ ପରିଣତ ହୁଏ । ଏହି ତନ୍ତୁର ଆବରଣକୁ ‘କୋଷା’ କୁହାଯାଏ ।
  • ଏହି କୋଷା ମଧ୍ୟରେ ପ୍ୟୁପା କ୍ରମେ ବଡ଼ ହୋଇ ପୂର୍ଣାଙ୍ଗ ରେଶମ ପୋକରେ ପରିଣତ ହୁଏ ।
  • ରେଶମ ପୋକର କୋଷାରୁ ରେଶମ ତନ୍ତୁ ମିଳେ ଓ ତହିଁରୁ ସୂତା କଟାଯାଏ ।
  • ବିଭିନ୍ନ ପ୍ରକାର ରେଶମ ତନ୍ତୁରୁ ଭିନ୍ନ ଭିନ୍ନ ପ୍ରକାର ସୂତା ମିଳିଥାଏ; ଯଥା – ତୁତ୍, ଟସର, ଇରି ଓ ମୁଗା ଆଦି । ଓଡ଼ିଶାରେ ତୁତ୍ରକୁ ପାଟ, ଟସରକୁ ମଠା, ଇରିକୁ ଏଣ୍ଡି ଓ ମୁଗାକୁ ମୁଗା କୁହାଯାଏ ।
  • ଭାରତରେ ତୁତ୍ ରେଶମ ପୋକ ସବୁଠାରୁ ଅଧିକ ଚାଷ କରାଯାଏ । ଏହାର କୋଷାରୁ ମିଳୁଥିବା ରେଶମ ତନ୍ତୁ ଅତ୍ୟନ୍ତ ନରମ, ନମନୀୟ ଓ ଚିକ୍‌କଣ । ରେଶମ ଉତ୍ପାଦନ କ୍ଷେତ୍ରରେ ଚୀନ୍ ପୃଥିବୀରେ ପ୍ରଥମ ଅଟେ ।
  • ଆଜିକାଲି ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରି କୃତ୍ରିମ ରେଶମ ସୂତା ଉତ୍ପାଦନ କରାଯାଉଅଛି ଓ ସେଥୁରୁ ବିଭିନ୍ନ ପୋଷାକ ତିଆରି ହେଉଛି ।

BSE Odisha 7th Class Science Solutions Chapter 4 ତନ୍ତୁରୁ ବସ୍ତ୍ର

→ କୋଷାରୁ ରେଶମ :
ରେଶମ ପାଇବା ପାଇଁ ରେଶମ ପୋକ ପାଳନ କରି ତାହାର କୋଷା ସଂଗ୍ରହ କରାଯାଏ । ସେହି କୋଷାରୁ ରେଶମସୂତା’ ପ୍ରସ୍ତୁତ ହୁଏ ।

  • ମାଈ ରେଶମ ପୋକଠାରୁ ସାଧାରଣତଃ ଶତାଧିକ ଅଣ୍ଡା ମିଳିଥାଏ । ଏଗୁଡ଼ିକୁ କାଗଜ କିମ୍ବା କପଡ଼ା ଖୋଳରେ ଯତ୍ନର ସହ ସାଇତି ରଖ୍ ରେଶମ ଚାଷୀକୁ ବିକ୍ରୟ କରାଯାଏ ।
  • ଥ‌ିବାବେଳେ ଅଣ୍ଡାରୁ ଲାର୍ଭା ଜାତ ହୁଏ । ଏହି ଲାର୍ଭାକୁ ଆମେ ଶୁକ ବା ରେଶମ କୀଟ ବୋଲି କହୁ ।
  • ରେଶମ କୀଟ କଅଁଳିଆ ତୁତ ପତ୍ର ଖାଇ ଆକାରରେ ବହୁତ ବଢ଼ିଯାଏ । ଏହି ଅବସ୍ଥାରେ ବାଉଁଶ ଡାଲାରେ ରଖ୍ ଏମାନଙ୍କୁ କଅଁଳିଆ ତୁତ ପତ୍ର ଖାଇବାକୁ ଦିଆଯାଏ ।
  • ୨୫ରୁ ୩୦ ଦିନ ପରେ ଏହି କୀଟ ଏକ କ୍ଷୁଦ୍ର ବାଉଁଶ ପ୍ରକୋଷ୍ଠ ମଧ୍ୟକୁ ଯାଇ ସେଠାରେ କୋଷା ପ୍ରସ୍ତୁତ କରେ । କୋଷାଟି କୌଣସି ଛୋଟ ଥାକ କିମ୍ବା ବାଉଁଶ ଡାଲା ସହ ଲାଗିରହିଥାଏ । କୋଷା ମଧ୍ୟରେ ରେଶମ କୀଟଟି ଜାଲ ବୁଣି ଶେଷରେ ରେଶମ ପୋକରେ ପରିଣତ ହୁଏ ।

ତୁତ୍ ବା ମାଲ୍‌ବେରୀ ରେଶମକୀଟ ତୁତ୍ ଗଛର ପତ୍ର, ଟସର କୀଟ ଶାଳ ଏବଂ ଅର୍ଜୁନ ଗଛର ପତ୍ର, ଇରି କୀଟ ଜଡ଼ାଗଛର ପତ୍ର ଓ ମୁଗା କୀଟ ଛଣପଟ, ସୋମ୍ ଓ ସେଓଲୁ ଗଛର ପତ୍ରଖାଇ ବଢ଼େ ।

ପାଣିରେ ପକାଇ ମାରି ଦିଆଯାଏ, ନଚେତ୍ ପୋକଟି ନିଜେ କୋଷା କାଟି ବାହାରକୁ ଆସିବା ଦ୍ବାରା ରେଶମ ସୂତା ଖଣ୍ଡ ଖଣ୍ଡ ହୋଇଯାଏ । ପୋକଟିକୁ ମାରିଦେବା ପରେ କୋଷାରୁ ହିଁ ରେଶମ ସୂତା ବାହାରେ ଓ ବୁଣାଳୀମାନେ ସେଥୁରୁ ଲୁଗା ବଢ଼େ ।

→ ଆସ, ଜାଣିବା :

  • ପଶମ ଓ ରେଶମ ହେଉଛି ପ୍ରାଣୀଜ ତନ୍ତୁ । ପଶମ ମେଣ୍ଢା, ଛେଳି ଓ ଚମରୀ ଗାଈର ଲୋମରୁ ମିଳେ ଏବଂ ରେଶମ ଓଟ, ଲାମା ଓ ଆଲ୍‌ପାକାର ଲୋମରୁ ମଧ୍ୟ ପଶମ ମିଳେ ।
  • ଭାରତରେ ପଶମ ପାଇଁ ମୁଖ୍ୟତଃ ମେଣ୍ଢାପାଳନ କରାଯାଏ ।
  • ମେଣ୍ଢା ଲୋମକୁ ଶରୀରରୁ କାଟି ବାହାର କରାଯାଏ । ଏହାପରେ ଏହାକୁ ପରିଷ୍କାର କରି, ବଡ଼ ଛୋଟ ଲୋମକୁ ପୃଥକ୍ କରି, ଅତିଛୋଟ ଲୋମକୁ ବାହାର କରି ଦେଇ, ଶୁଖାଇ ରଙ୍ଗ ଦେଇ ସୂତାକଟା ଯାଏ ଓ ଲୁଗା ବୁଣା ଯାଏ ।
  • ରେଶମ କୋଷାରୁ ରେଶମ ତନ୍ତୁ ବାହାରି ତହିଁରୁ ରେଶମ ସୂତା କଟାଯାଏ ।

Leave a Comment