CHSE Odisha Class 12 Economics Chapter 6 Short & Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 6 ଉତ୍ପାଦନ Short & Long Answer Questions

CHSE Odisha 12th Class Economics Chapter 6 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଉତ୍ପାଦନ କ’ଣ ?
Answer:
ଏକ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକ ଉତ୍ପାଦରେ ପରିଣତ ହେବାର ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ । ଅର୍ଥନୀତିଜ୍ଞ କେଉଁକ୍ରସ୍‌ଙ୍କ ଭାଷାରେ ବିକ୍ରୟ ପାଇଁ ଦ୍ରବ୍ୟ ପ୍ରସ୍ତୁତ କରିବା କିମ୍ବା ପାରିଶ୍ରମିକଯୁକ୍ତ ସେବା ପ୍ରଦାନକୁ ଉତ୍ପାଦନ କୁହାଯାଏ । ସଂସ୍ଥାପିତ ଅର୍ଥଶାସ୍ତ୍ରୀଙ୍କ ମତରେ ଉତ୍ପାଦନ କହିଲେ ଭୌତିକ ଓ ଅଭୌତିକ ଦ୍ରବ୍ୟର ପ୍ରସ୍ତୁତିକୁ ବୁଝାଏ । ତେଣୁ ବିନିମୟକ୍ଷମ ଉପଯୋଗିତାର ସୃଷ୍ଟି ନିମିତ୍ତ ଅର୍ଥନୈତିକ ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ ।

2. ଉତ୍ପାଦନ ଫଳନ କ’ଣ ?
Answer:
କୌଣସି ଉତ୍ପାଦନକାରୀ ସଂସ୍ଥାର ଭୌତିକ ନିବେଶ ଏବଂ ଭୌତିକ ନିଗମ ମଧ୍ୟରେ ଥ‌ିବା ସମ୍ପର୍କକୁ ଏକ ଗାଣିତିକ ପରିମାଣରେ ପ୍ରକାଶ କଲେ ତାକୁ ଉତ୍ପାଦନ ଫଳନ କୁହାଯାଏ । ଅର୍ଥାତ୍ ଉପାଦାନ ଓ ଉତ୍ପାଦ ମଧ୍ୟରେ ଥ‌ିବା ପ୍ରାବିଧ‌ି ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ । ଏହା ଏକ ଗାଣିତିକ ସମ୍ପର୍କ ।

3. ମୋଟ ଉତ୍ପାଦନ କ’ଣ ?
Answer:
ଉତ୍ପାଦନର ଉପାଦାନଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ଦ୍ରବ୍ୟର ସାମଗ୍ରିକ ପରିମାଣକୁ ମୋଟ ଉତ୍ପାଦନ କୁହାଯାଏ । ଅର୍ଥାତ୍ ଉତ୍ପାଦନଗୁଡ଼ିକରେ ପ୍ରତି ଏକକ ମିଶ୍ରଣରୁ ଯେଉଁ ପରିମାଣର ମୋଟ ଭୌତିକ ଦ୍ରବ୍ୟ ଓ ସେବା ଉତ୍ପାଦିତ ହୁଏ, ତାହାକୁ ମୋଟ ଉତ୍ପାଦନ କୁହାଯାଏ । ମୋଟ ଉତ୍ପାଦନ ଏକ ପରିମାଣାତ୍ମକ ଧାରଣା ।

4. ଉତ୍ପାଦନର ବିଭିନ୍ନ ଉପାଦାନଗୁଡ଼ିକର ନାମ ଲେଖ ।
Answer:
ବିନିମୟ ମୂଲ୍ୟ ଥ‌ିବା ଉପଯୋଗିତା ସୃଷ୍ଟି ଆଧୁନିକ ମତରେ ଉତ୍ପାଦନ ପଦବାଚ୍ୟ । ତେଣୁ ଉତ୍ପାଦନର ଉପାଦାନ କହିଲେ ଦ୍ରବ୍ୟ ଓ ସେବା ଉତ୍ପନ୍ନରେ ସାହାଯ୍ୟ କରୁଥିବା ସମସ୍ତ ବସ୍ତୁକୁ ବୁଝାଏ । ଉତ୍ପାଦନର ଉପାଦାନଗୁଡ଼ିକ ହେଲା– ଭୂମି, ଶ୍ରମ, ପୁଞ୍ଜି ଓ ଉଦ୍ୟୋକ୍ତା । ଏହି ଚାରିଗୋଟି ଉପାଦାନର ସମ୍ମିଶ୍ରଣରେ ଉତ୍ପାଦନ ସମ୍ଭବ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

5. ନୀତି ପରିବର୍ତ୍ତନ ବିନ୍ଦୁ କ’ଣ ?
Answer:
ଯେଉଁ ବିନ୍ଦୁରେ ମୋଟ ଉତ୍ପନ୍ନ ବଦ୍ଧିତ ହାରରେ ବୃଦ୍ଧି ପାଇବା ବନ୍ଦ କରେ ଓ ହ୍ରାସମାନ ହାରରେ ବୃଦ୍ଧି ପାଇବା ଆରମ୍ଭ କରେ, ତାହାକୁ ନୀତି ପରିବର୍ତ୍ତନ ବିନ୍ଦୁ କୁହାଯାଏ । ହାରାହାରି ଉତ୍ପନ୍ନ ବଢ଼ି ବଢ଼ି ଚାଲେ । ସୁତରାଂ, ଏହାକୁ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସ୍ତର ବୋଲି କୁହାଯାଏ । ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚିଲେ ଏହି ସ୍ତରର ସମାପ୍ତି ଘଟେ ।

6. ବର୍ତମାନ ଉତ୍ପାଦନ ନିୟମ କ’ଣ ?
Answer:
ଯଦି ପରିବର୍ତ୍ତନଶୀଳ ଉପାଦାନର ଅଧିକ ବିନିଯୋଗ ଏକ ନିର୍ଦ୍ଦିଷ୍ଟ ପରିମାଣର ସ୍ଥିର ଉପାଦାନ ସହିତ ହେବା ଫଳରେ ପ୍ରତି ଅଧ‌ିକ ପରିବର୍ତ୍ତନଶୀଳ ଉପାଦାନର ବିନିଯୋଗରୁ ବର୍ଦ୍ଧିଷ୍ଣୁ ହାରରେ ପ୍ରାନ୍ତୀୟ ଉତ୍ପାଦନ ମିଳିଥାଏ, ତେବେ ଏ କ୍ଷେତ୍ରରେ ବର୍ଦ୍ଧମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହେଉଛି ବୋଲି କୁହାଯାଏ । ଏ କ୍ଷେତ୍ରରେ ମୋଟ ଉତ୍ପାଦନ ବଦ୍ଧିତ ଅନୁପାତରେ ବୃଦ୍ଧି ପାଏ । ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚିଲେ ପ୍ରଥମ ସ୍ତରର ସମାପ୍ତି ଘଟେ ।

7. ହ୍ରାସମାନ ଉତ୍ପାଦନ ନିୟମ କ’ଣ ?
Answer:
ଯେତେବେଳେ ଅଧିକ ଉତ୍ପାଦନ ଆଶାରେ ଅଧିକ ଶ୍ରମ ଓ ପୁଞ୍ଜି ଗୋଟିଏ ଭୂମିରେ ବିନିଯୋଗ କରାଯାଏ, ଉତ୍ପାଦନ ପ୍ରକ୍ରିୟା ଏକ ସ୍ତର ବା ଅବସ୍ଥାରେ ଆସି ପହଞ୍ଚେ, ସେତେବେଳେ ଅଧିକଭାବେ ବିନିଯୋଗ କରାଯାଇଥିବା ଶ୍ରମ ଓ ପୁଞ୍ଜିର ଉତ୍ପାଦନ ବା ଶ୍ରମ ଓ ପୁଞ୍ଜିର ପ୍ରାନ୍ତୀୟ ଉତ୍ପାଦନ କମିବାକୁ ଲାଗେ । ଏହି ସ୍ତରରେ ହ୍ରାସମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୁଏ ଓ ଉଭୟ ପ୍ରାନ୍ତୀୟ ଉତ୍ପାଦନ ଏବଂ ହାରାହାରି ଉତ୍ପାଦନ ନିମ୍ନଗାମୀ ହୁଅନ୍ତି । ସୀମାନ୍ତ ଉତ୍ପନ୍ନ ଶୂନ୍ୟ ହେଲେ ଏହି ସ୍ତର ଶେଷ ହୁଏ ।

8. ସ୍ଥିର ଉତ୍ପାଦନ ନିୟମ କ’ଣ ?
Answer:
ସ୍ଥିର ଉତ୍ପାଦନ ନିୟମ ହେଲା, ଯେତେବେଳେ ପରିବର୍ତ୍ତିତ ଉପାଦାନମାନଙ୍କୁ ଅଧିକ ପରିମାଣରେ ସ୍ଥିର ଉପାଦାନ ସହିତ ନିବେଶ କଲେ, ମୋଟ ଉତ୍ପାଦନ ଗୋଟିଏ ନିର୍ଦ୍ଦିଷ୍ଟ ଓ ସମାନ ପରିମାଣରେ ବୃଦ୍ଧି ହୁଏ । ଅର୍ଥାତ୍ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ପରିବର୍ତ୍ତିତ ଉପାଦାନଗୁଡ଼ିକର ବୃଦ୍ଧି ଘଟେ, ସେତେବେଳେ ଏହି ସ୍ଥିର ଉତ୍ପାଦନ ନିୟମ କାର୍ଯ୍ୟକାରୀ ହେବାର ବୁଝାଯାଏ । ଯଦି ଉପାଦାନର ୫ ପ୍ରତିଶତ ବୃଦ୍ଧି କରାଯାଏ ଏବଂ ମୋଟ ଉତ୍ପାଦନରେ ମଧ୍ୟ ୫ ପ୍ରତିଶତ ବୃଦ୍ଧି ଘଟେ, ତେବେ ତାହାକୁ ସ୍ଥିର ଉତ୍ପାଦନ ନିୟମ କୁହାଯାଏ ।

9. ଉତ୍ପାଦନର ଋଣାତ୍ମକ ପର୍ଯ୍ୟାୟ କ’ଣ ?
Answer:
ଉତ୍ପାଦନର ଋଣାତ୍ମକ ପର୍ଯ୍ୟାୟରେ ସମୁଦାୟ ଉତ୍ପାଦନର ହ୍ରାସ ଘଟେ । ଏହା ଋଣାତ୍ମକ ସୀମାନ୍ତ ଉତ୍ପାଦନ ପାଇଁ ସମ୍ଭବ ହୋଇଥାଏ । ଏହି ସ୍ତରରେ ମୋଟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ମଧ୍ୟ ହ୍ରାସ ପାଆନ୍ତି ।

10. ଉତ୍ପାଦନର ହ୍ରାସମାନ ପର୍ଯ୍ୟାୟ କ’ଣ.?
Answer:
ଉତ୍ପାଦନର ହ୍ରାସମାନ ପର୍ଯ୍ୟାୟ କହିଲେ ଉତ୍ପାଦନର ସମୁଦାୟ ପରିମାଣ ହ୍ରାସମାନ ହାରରେ ବୃଦ୍ଧି ପାଇବାକୁ ବୁଝାଇଥାଏ । ଏହି ସମୟରେ ଉଭୟ ସୀମାନ୍ତ ଓ ହାରାହାରି ଉତ୍ପାଦନ କ୍ରମାଗତ ହ୍ରାସ ପାଇଥାଏ । କିନ୍ତୁ ଉଭୟ ଧନାତ୍ମକ ହୋଇଥା’ନ୍ତି । ସୀମାନ୍ତ ଉତ୍ପନ୍ନ ଶୂନ୍ୟ ହେଲେ ଏହି ସ୍ତର ଶେଷ ହୁଏ ।

11. ଉତ୍ପାଦନକାରୀ ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରକୁ ମନୋନୟନ କରିବେ ?
Answer:
ପରିବର୍ତ୍ତନୀୟ ଅନୁପାତ ସୂତ୍ରର ପ୍ରଥମ ଏବଂ ତୃତୀୟ ସ୍ତର ଲାଭଦାୟକ ନୁହେଁ । କାରଣ, ପ୍ରଥମ ସ୍ତରରେ ଯଦି ଉତ୍ପାଦନକାରୀ ଉତ୍ପାଦନ କରେ ସେ ସ୍ଥିର ଉପାଦାନର ଇଷ୍ଟତମ ସଦୁପଯୋଗ କରିପାରିବେ ନାହିଁ । ପୁନଶ୍ଚ ତୃତୀୟ ସ୍ତରରେ ମୋଟ ଉତ୍ପାଦ ହ୍ରାସ ପାଉଥ‌ିବାରୁ ଏହି ସ୍ତରରେ ଉତ୍ପାଦନ ଅଯୌକ୍ତିକ । ତେଣୁ ଉତ୍ପାଦନ ସମ୍ବନ୍ଧୀୟ ନିଷ୍ପତ୍ତି ଦ୍ବିତୀୟ ସ୍ତରରେ ହିଁ ନେବା ଉଚିତ, ତେଣୁ ଉତ୍ପାଦନକାରୀ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଦ୍ବିତୀୟ ସ୍ତରକୁ ମନୋନୟନ କରିବେ । ଏହି ସ୍ତରକୁ ବିବେକୀ ଉତ୍ପାଦନ ନିଷ୍ପତ୍ତି ସ୍ତର କୁହାଯାଏ ।

12. ପରିବର୍ତ୍ତନୀୟ ଅନୁପାତ ସୂତ୍ରର ପ୍ରଥମ ଅବସ୍ଥା କ’ଣ ?
Answer:
ଏହି ଅବସ୍ଥାରେ ଶ୍ରମର ପ୍ରତ୍ୟେକ ଅତିରିକ୍ତ ଏକକ ନିୟୋଜିତ ହେଲେ ମୋଟ ଉତ୍ପାଦ ଆନୁପାତିକ ହାରରୁ ଅଧ୍ଵ ବୃଦ୍ଧି ପାଉଥ‌ିବାବେଳେ ପ୍ରାନ୍ତୀୟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ମଧ୍ୟ ବୃଦ୍ଧି ପାଏ । ଅର୍ଥାତ୍ ଯେଉଁ ସ୍ତରରେ ପ୍ରାନ୍ତୀୟ ଉତ୍ପାଦ ରେଖା ହାରାହାରି ଉତ୍ପାଦ ରେଖାର ସର୍ବାଧ‌ିକ ବିନ୍ଦୁରେ ଛେଦ କରେ, ସେହି ସ୍ତରରେ ପ୍ରଥମ ଅବସ୍ଥାର ପରିସମାପ୍ତି ଘଟେ । ଅର୍ଥାତ୍‌, ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚିଲେ ଏହି ଅବସ୍ଥାର ଅନ୍ତ ଘଟେ ।

13. ହାରାହାରି ଉତ୍ପାଦନ କ’ଣ ?
Answer:
ପରିବର୍ତ୍ତନୀୟ ଉପାଦାନର ଏକକ ପ୍ରତି ଉତ୍ପାଦନକୁ ହାରାହାରି ଉତ୍ପାଦନ କୁହାଯାଏ । ମୋଟ ଉତ୍ପାଦନର ପରିମାଣକୁ ପରିବର୍ତୀ ଉପାଦାନର ପରିମାଣଦ୍ବାରା ଭାଗକଲେ ହାରାହାରି ଉତ୍ପାଦନ ପ୍ରାପ୍ତ ହୁଏ ।
ହାରାହାରି ଉତ୍ପାଦନ = \(\frac{ମୋଟ ଉତ୍ପାଦନ}{ପରିବର୍ତୀ ଉପାଦାନର ପରିମାଣ}\)

14. ସୀମାନ୍ତ ଉତ୍ପାଦନ କ’ଣ ?
Answer:
ଉପାଦାନର ଗୋଟିଏ ଏକକ ବୃଦ୍ଧିଦ୍ୱାରା ମୋଟ ଉତ୍ପାଦନରେ ଯେଉଁ ପରିବର୍ତ୍ତନ ଦେଖାଯାଏ, ତାହାକୁ ସୀମାନ୍ତ ଉତ୍ପାଦନ କୁହାଯାଏ । ଏହାକୁ ମଧ୍ୟ ପ୍ରାନ୍ତୀୟ ଉତ୍ପାଦନ କୁହାଯାଏ ।
ସୀମାନ୍ତ ଉତ୍ପାଦନ = (ମୋଟ ଉତ୍ପାଦନ) – (ମୋଟ ଉତ୍ପାଦନ)କ-1

15. ପରିବର୍ଭନୀୟ ଅନୁପାତ ନିୟମର ସଂଜ୍ଞା ଲେଖ ।
Answer:
କୃଷିକାର୍ଯ୍ୟରେ ବିନିଯୁକ୍ତ ହେଉଥ‌ିବା ଶ୍ରମ ଓ ପୁଞ୍ଜି ସହିତ କୃଷିକଳାର ଅଭିବୃଦ୍ଧି ଯଦି ସମତାଳ ରକ୍ଷା କରି ଗତି ନ କରେ, ତାହାହେଲେ ସାଧାରଣତଃ ଉତ୍ପନ୍ନ ଦ୍ରବ୍ୟର ପରିମାଣ ଆନୁପାତିକ ଭାବେ ଅଳ୍ପ ମାତ୍ରାରେ ବୃଦ୍ଧିପ୍ରାପ୍ତ ହୁଏ । ତେଣୁ ଏହା ପ୍ରତୀୟମାନ ହୁଏ ଯେ, କେତେକ ଉପାଦାନର ପରିମାଣ ସ୍ଥିର ରଖୁ ଅନ୍ୟ ଏକ ଉପାଦାନର ପରିମାଣ ବୃଦ୍ଧି କଲେ, ଉପାଦାନ ଯୋଗୁଁ ଉତ୍ପନ୍ନ ବୃଦ୍ଧି ହୋଇ ଶେଷରେ ହ୍ରାସ ପାଇଥାଏ । ଏହା ପରିବର୍ତ୍ତନୀୟ ଅନୁପାତ ସୂତ୍ର ପ୍ରତିପାଦନ କରେ ।

16. ପରିବର୍ତ୍ତନୀୟ ଅନୁପାତ ନିୟମର ତିନୋଟି ସର୍ତ୍ତ ଲେଖ ।
Answer:
ପରିବର୍ତ୍ତନୀୟ ଅନୁପାତ ନିୟମର ସର୍ଭଗୁଡ଼ିକ ହେଲା- (i) ଉତ୍ପାଦନର ପ୍ରବିଧ୍ ବା କୌଶଳ ଅପରିବର୍ତ୍ତିତ ରହିବା ଆବଶ୍ୟକ । (ii) ବ୍ୟବହୃତ ଉପାଦାନଗୁଡ଼ିକର ଏକକଗୁଡ଼ିକ ସମଜାତୀୟ ହେବା ଆବଶ୍ୟକ । (iii) ଉତ୍ପାଦନ କ୍ଷେତ୍ରରେ ଉପାଦାନମାନଙ୍କର ଅନୁପାତ ପରିବର୍ତ୍ତନଶୀଳ ହେବା ଉଚିତ ।

17. ପରିବର୍ତ୍ତନୀୟ ଅନୁପାତ ନିୟମର ତିନିଗୋଟି ସ୍ତରର ନାମ ଲେଖ ।
Answer:
ପ୍ରଥମ ସ୍ତରରେ, ଶ୍ରମର ପ୍ରତ୍ୟେକ ଅତିରିକ୍ତ ଏକକ ନିୟୋଜିତ ହେଲେ ମୋଟ ଉତ୍ପାଦନ ଆନୁପାତିକ ହାରଠାରୁ ଅଧିକ ବୃଦ୍ଧି ପାଏ । ଦ୍ବିତୀୟ ସ୍ତରରେ, ଯଦିଓ ମୋଟ ଉତ୍ପାଦନ ବୃଦ୍ଧି ପାଇଥାଏ, ତେବେ ଏହା ହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ତେଣୁ ଉଭୟ ହାରାହାରି ଉତ୍ପନ୍ନ ଓ ସୀମାନ୍ତ ଉତ୍ପନ୍ନର ହ୍ରାସ ଘଟେ । ତୃତୀୟ ସ୍ତରରେ ମୋଟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ହ୍ରାସ ପାଆନ୍ତି ଏବଂ ସୀମାନ୍ତ ଉତ୍ପନ୍ନ ଋଣାତ୍ମକ ହୁଏ ।

18. ପରିବର୍ତ୍ତନୀୟ ଅନୁପାତ ନିୟମର ତିନୋଟି ସୀମାବଦ୍ଧତା ଲେଖ ।
Answer:
ପରିବର୍ତ୍ତନୀୟ ଅନୁପାତ ନିୟମର ସୀମାବଦ୍ଧତାଗୁଡ଼ିକ ହେଲା– (i) ଏକ ଉତ୍ପାଦନ କୌଶଳର ଉନ୍ନତି ହେଲେ ପରିବର୍ତ୍ତନୀୟ ଅନୁପାତ ନିୟମ କାର୍ଯ୍ୟ କରେ ନାହିଁ । (ii) ଯଦି ଉପାଦାନଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ବିନିଯୋଗ ହୁଅନ୍ତି, ତେବେ ଏହି ନିୟମ କାର୍ଯ୍ୟ କରେ ନାହିଁ । (iii) ଯଦି ସମସ୍ତ ନିବେଶକୁ ପରିବର୍ତ୍ତନ କରାଯାଏ ତେବେ ଏହି ନିୟମ ଦେଖିବାକୁ ମିଳେ ନାହିଁ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

19. ବର୍ଷମାନ ଉତ୍ପାଦନର ତିନୋଟି କାରଣ ଲେଖ ।
Answer:
(i) ବର୍ତମାନ ଉତ୍ପାଦନର ପ୍ରଥମ କାରଣ ହେଲା, ଉପାଦାନଗୁଡ଼ିକର ଅବିଭାଜ୍ୟତା । (ii) ଯେତେବେଳେ ଗୋଟିଏ ଉତ୍ପାଦନ ସଂସ୍ଥାର ମୋଟ ଉତ୍ପାଦନ ପରିମାଣ ବୃଦ୍ଧି ହୁଏ, ପରିବର୍ତ୍ତନଶୀଳ ଉପାଦାନଗୁଡ଼ିକର ଦକ୍ଷତା ବୃଦ୍ଧିପାଏ; ସେତେବେଳେ ବର୍ତ୍ତମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୁଏ । (iii) ଉତ୍ପାଦନ ପ୍ରକ୍ରିୟାରେ କେତେକ କାରଣବଶତଃ ମିଳୁଥିବା ଆଭ୍ୟନ୍ତରୀଣ ସୁଲାଭ ଓ ବହିରାଗତ ସୁଲାଭ ଫଳରେ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ବର୍ତ୍ତମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୋଇଥାଏ ।

20. ହ୍ରାସମାନ ଉତ୍ପାଦନର ତିନୋଟି କାରଣ ଲେଖ ।
Answer:
(i) ହ୍ରାସମାନ ଉତ୍ପାଦନର ପ୍ରଥମ କାରଣ ହେଲା, ସ୍ଥିର ଉପାଦାନର ଅତ୍ୟଧିକ ବ୍ୟବହାର ଫଳରେ ହ୍ରାସମାନ ଉତ୍ପାଦନ ସ୍ତର ଦେଖାଯାଏ । (ii) ଉପାଦାନ ମଧ୍ୟରେ ପ୍ରତିସ୍ଥାପନର ଅସମ୍ପୂର୍ଣ ସ୍ଥିତିସ୍ଥାପକତା ଯୋଗୁଁ ହ୍ରାସମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୋଇଥାଏ । (iii) ସ୍ଥିର ଉପାଦାନ ସହିତ ପରିବର୍ତ୍ତନୀୟ ଉପାଦାନକୁ ଅଧିକ ପରିମାଣରେ ସମ୍ମିଶ୍ରଣ କଲେ ହ୍ରାସମାନ ଉତ୍ପାଦନ ସୂତ୍ର କାର୍ଯ୍ୟକାରୀ ହୁଏ ।

21. ମୋଟ ଉତ୍ପାଦନ, ହାରାହାରି ଉତ୍ପାଦନ ଓ ପ୍ରାନ୍ତୀୟ ଉତ୍ପାଦନ ମଧ୍ୟରେ ଥ‌ିବା ସମ୍ପର୍କକୁ ଉଲ୍ଲେଖ କର ।
Answer:

  • ପ୍ରାନ୍ତୀୟ ଉତ୍ପାଦନ ହାରାହାରି ଉତ୍ପାଦନଠାରୁ କମ୍ ହେଲେ ହାରାହାରି ଉତ୍ପାଦନ ହ୍ରାସ ପାଏ ।
  • ପ୍ରାନ୍ତୀୟ ଉତ୍ପାଦନ ଶୂନ୍ୟ ହେଲେ, ମୋଟ ଉତ୍ପାଦନ ସର୍ବାଧ‌ିକ ହୋଇଥାଏ ।
  • ପ୍ରାନ୍ତୀୟ ଉତ୍ପାଦନ ଋଣାତ୍ମକ ହେଲେ ମୋଟ ଉତ୍ପାଦନ ହ୍ରାସ ପାଏ ।

B ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

1. ଉତ୍ପାଦନ ଫଳନ କ’ଣ?
Answer:
ଉପାଦାନ ଓ ଉତ୍ପାଦ ମଧ୍ୟରେ ଥିବା ପ୍ରାବିଧ‌ି ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ । ଉତ୍ପାଦନ ଫଳନ ଉପାଦାନ ଓ ଉତ୍ପାଦ ମଧ୍ୟରେ ଏକ ଫଳନୀୟ ସମ୍ବନ୍ଧ ପ୍ରକାଶ କରେ । ଏହା ଏକ ଅନୁସୂଚୀ, ଯେଉଁଥରେ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକର ବିଭିନ୍ନ ସମ୍ମିଶ୍ରଣରୁ ସୃଷ୍ଟ ଉତ୍ପାଦର ପରିମାଣକୁ ସୂଚାଇଥାଏ । ଉତ୍ପାଦନ ଫଳନକୁ ସାଙ୍କେତିକ ଭାଷାରେ ନିମ୍ନମତେ ପ୍ରକାଶ କରାଯାଇଥାଏ ।

Q = + (A, B, C, D)
ଉପରୋକ୍ତ ସମୀକରଣରେ Q = ଉତ୍ପାଦକୁ ବୁଝାଏ । A, B, C ଓ D ଉପାଦାନକୁ ବୁଝାଏ । ପ୍ରଫେସର କ୍ଲେନ୍‌ଙ୍କ ଭାଷାରେ, ଉପାଦାନ ଓ ଉତ୍ପାଦ ମଧ୍ୟରେ ଥ‌ିବା ପ୍ରାବିଧ‌ିକ ବା ଯାନ୍ତ୍ରିକ ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ । ଉତ୍ପାଦନ ଫଳନ ସ୍ଵଳ୍ପକାଳୀନ ବା ଦୀର୍ଘକାଳୀନ ହୋଇପାରେ ।

2. ସ୍ଵଳ୍ପକାଳୀନ ଉତ୍ପାଦନ ଫଳନ କ’ଣ ?
Answer:
ସ୍ବଳ୍ପକାଳରେ ସବୁଯାକ ଉପାଦାନର ପରିମାଣ ପରିବର୍ତ୍ତନ କରାଯାଇପାରେ ନାହିଁ । ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରିହୁଏ ନାହିଁ, ସେଗୁଡ଼ିକୁ ସ୍ଥିର ଉପାଦାନ କୁହାଯାଏ । ଅନ୍ୟପକ୍ଷରେ କେତେଗୁଡ଼ିଏ ଉପାଦାନର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରାଯାଇପାରେ, ଯାହାକୁ ପରିବର୍ତୀ ଉପାଦାନ କୁହାଯାଏ । ସ୍ୱଳ୍ପକାଳରେ କେବଳ ପରିବର୍ତୀ ଉପାଦାନର ପରିମାଣ ବର୍ଣ୍ଣିତ କରି ଉତ୍ପାଦନ ବୃଦ୍ଧି କରାଯାଏ । ଉପାଦାନ ମିଶ୍ରଣର ଅନୁପାତ ପରିବର୍ତ୍ତନ ଯୋଗୁଁ ଉତ୍ପାଦର ପରିମାଣ ବୃଦ୍ଧି ହୁଏ । ତେଣୁ କେତେଗୁଡ଼ିଏ ଉପାଦାନର ପରିମାଣ ଅପରିବର୍ତ୍ତିତ ରଖ୍ କେତେଗୁଡ଼ିଏ ଉପାଦାନର ପରିମାଣ ବୃଦ୍ଧି କରାଯାଏ ଓ ଏହାଦ୍ବାରା ଉତ୍ପାଦର ପରିମାଣ ବୃଦ୍ଧି ହୁଏ । ସ୍ଵଳ୍ପକାଳୀନ ଉତ୍ପାଦନ ଫଳନକୁ ପରିବର୍ତ୍ତନୀୟ ଅନୁପାତ ନିୟମ କୁହାଯାଏ ।

3. ଦୀର୍ଘକାଳୀନ ଉତ୍ପାଦନ ଫଳନ କ’ଣ ?
Answer:
ଦୀର୍ଘକାଳରେ ସବୁଯାକ ଉପାଦାନର ପରିମାଣ ପରିବର୍ତ୍ତନ କରାଯାଇପାରେ । ତେଣୁ ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ ଉପାଦାନ ଅଟନ୍ତି । ଦୀର୍ଘକାଳରେ ସମସ୍ତ ଉପାଦାନର ପରିମାଣ ଏକ ସଙ୍ଗେ ବୃଦ୍ଧି କରାଯାଇପାରେ । ତେଣୁ ଉପାଦାନ ମିଶ୍ରଣର ଅନୁପାତ ପରିବର୍ତ୍ତନ କରିବାର ଆବଶ୍ୟକତା ନଥାଏ । ସମସ୍ତ ଉପାଦାନର ପରିମାଣ ସମାନୁପାତରେ ବୃଦ୍ଧି କରି ଉତ୍ପାଦର ପରିମାଣ ବୃଦ୍ଧି କରାଯାଏ । ଦୀର୍ଘକାଳୀନ ଉତ୍ପାଦନ ଫଳନକୁ ଆୟତନ ଉତ୍ପନ୍ନ ନିୟମ କୁହାଯାଏ ।

4. ପରିବର୍ତ୍ତନୀୟ ଅନୁପାତ ସୂତ୍ର କ’ଣ ?
Answer:
ପରିବର୍ତ୍ତନୀୟ ଅନୁପାତ ସୂତ୍ର ଉତ୍ପାଦନର ଏକ ମୌଳିକ ସୂତ୍ର ଅଟେ । ଏହା ସ୍ଵଳ୍ପକାଳୀନ ଉତ୍ପାଦନ ଫଳନର ବ୍ୟବହାର ଅନୁଧ୍ୟାନ କରିଥାଏ । ସ୍ପଳ୍ପକାଳରେ ଅଧ‌ିକ ଉତ୍ପାଦନ କରିବାକୁ ହେଲେ ସ୍ଥିର ଉପାଦାନକୁ ଅପରିବର୍ତ୍ତନୀୟ ରଖ୍ ଅଧୂକ ପରିମାଣରେ ପରିବର୍ତ୍ତନୀୟ ଉପାଦାନ ବ୍ୟବହାର କରିବାକୁ ପଡ଼ିଥାଏ । ସ୍ଥିର ଉପାଦାନମାନଙ୍କୁ ଅପରିବର୍ତ୍ତନୀୟ ରଖ୍ ଯେତେବେଳେ ଗୋଟିଏ ଉପାଦାନର ପରିମାଣ ପରିବର୍ତ୍ତିତ ହୁଏ, ସେତେବେଳେ ଉପାଦାନମାନଙ୍କର ଅନୁପାତରେ ପରିବର୍ତ୍ତନ ହୁଏ । ଉପାଦାନ ଅନୁପାତର ପରିବର୍ତ୍ତନ ଫଳରେ ଉତ୍ପାଦନ ହାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ପରିବର୍ତ୍ତନ ହାର ଅନୁସାରେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ତିନି ପର୍ଯ୍ୟାୟ ବିଶିଷ୍ଟ ହୁଏ; ଯଥା – (1) ବର୍ତମାନ ଉତ୍ପନ୍ନ ପର୍ଯ୍ୟାୟ (2) ହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟ ଓ (3) ଋଣାତ୍ମକ ଉତ୍ପନ୍ନ ପର୍ଯ୍ୟାୟ ।

5. ସ୍ଥିର ଉପାଦାନ କ’’ଣ?
Answer:
ସ୍ବଳ୍ପକାଳରେ ସମସ୍ତ ସାଧନର ପରିମାଣରେ ପରିବର୍ତ୍ତନ କରି ଉତ୍ପାଦନ ବୃଦ୍ଧି କରିବା ଉଦ୍ୟୋକ୍ତାଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ । ସେଥ‌ିପାଇଁ ସେ କେତେକ ସାଧନକୁ ସ୍ଥିର ରଖ୍ ଅନ୍ୟଗୁଡ଼ିକର ପରିମାଣରେ ପରିବର୍ତ୍ତନ କରି ଉତ୍ପାଦନ ପରିମାଣ ବୃଦ୍ଧି କରିବାକୁ ଚେଷ୍ଟା କରିଥା’ନ୍ତି । ସ୍ଵଳ୍ପକାଳରେ ଯେଉଁ ସାଧନଗୁଡ଼ିକର ପରିମାଣ ଅପରିବର୍ତ୍ତନୀୟ ରୁହେ ସେଗୁଡ଼ିକୁ ସ୍ଥିର ଉପାଦାନ କୁହାଯାଏ । ଉଦାହରଣ ସ୍ଵରୂପ, ସ୍ଵଳ୍ପକାଳରେ ଗହମ ଅଧିକ ଉତ୍ପାଦନ କରିବାପାଇଁ ଉଦ୍ୟୋକ୍ତା ଭୂମିକୁ ସ୍ଥିର ରଖୁ ସହିତ ଶ୍ରମ ଓ ପୁଞ୍ଜିର ପରିମାଣ ବୃଦ୍ଧି କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ସ୍ଵଳ୍ପକାଳରେ ଭୂମିକୁ ସ୍ଥିର ସାଧନ ବୋଲି କୁହାଯାଏ । ସେହିପରି କାରଖାନା ଗୃହ, ମେସିନ୍, କୋଠାବାଡ଼ି, ସ୍ଥାୟୀ କର୍ମଚାରୀ ଇତ୍ୟାଦି ସ୍ଥିର ସାଧନର ଉଦାହରଣ ଅଟେ ।

6. ପରିବର୍ତ୍ତନୀୟ ଉପାଦାନ କ’ଣ?
Answer:
ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଦୁଇଟି ମୁଖ୍ୟ ଉପାଦାନ ମଧ୍ଯରୁ ପରିବର୍ତ୍ତନୀୟ ଉପାଦାନ ଅନ୍ୟତମ । ଦୀର୍ଘକାଳରେ ଉତ୍ପାଦନର ସମସ୍ତ ସାଧନର ପରିମାଣରେ ପରିବର୍ତ୍ତନ କରିବାପାଇଁ ଉଦ୍ୟୋକ୍ତା ପର୍ଯ୍ୟାପ୍ତ ସମୟ ପାଇଥାଏ । ଦୀର୍ଘକାଳରେ ସମସ୍ତ ସାଧନର ପରିମାଣରେ ବୃଦ୍ଧି କରାଯାଇ ଉତ୍ପାଦନ ପରିମାଣ ବୃଦ୍ଧି କରାଯାଉଥିବାରୁ ଉକ୍ତ ସାଧନଗୁଡ଼ିକୁ ପରିବର୍ତୀ ସାଧନ କୁହାଯାଏ । ଅର୍ଥାତ୍ ଉତ୍ପାଦନର ବୃଦ୍ଧି ବା ହ୍ରାସ ସହିତ ଏହି ଉପାଦାନର ପରିମାଣ ଯଥାକ୍ରମେ ବୃଦ୍ଧି ବା ହ୍ରାସ କରାଯାଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ସାଧାରଣତଃ ଏହି ଉପାଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶ୍ରମ, କଞ୍ଚାମାଲ, ବିଜୁଳିଶକ୍ତି ଇତ୍ୟାଦି ପରିବର୍ତ୍ତୀ ସାଧନର ଉଦାହରଣ ଅଟେ । ଦୀର୍ଘକାଳରେ ମଧ୍ୟ ଭୂମି, ମେସିନ୍, ପୁଞ୍ଜିକୁ ପରିବର୍ତୀ ସାଧନର ମାନ୍ୟତା ଦିଆଯାଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

7. ଉତ୍ପାଦନର ଉପାଦାନ କ’ଣ?
Answer:
ଉତ୍ପାଦନ କହିଲେ ଉପଯୋଗିତାର ସୃଷ୍ଟିକୁ ବୁଝାଇଥାଏ । ଉପଯୋଗିତାର ସୃଷ୍ଟି ଉତ୍ପାଦନର ଚାରିଗୋଟି ଉପାଦାନର ସମ୍ମିଶ୍ରଣରେ ହୋଇଥାଏ । ତେଣୁ ଯେକୌଣସି ଉପାଦାନ ପଦାର୍ଥ ବା ସେବା ଉତ୍ପାଦନରେ ସହାୟକ ହୁଏ, ତାହାକୁ ଉତ୍ପାଦନର ଉପାଦାନ ବା ସାଧନ କହନ୍ତି । ତେଣୁ ଉତ୍ପାଦନର ଉପାଦାନକୁ ନିବେଶ ଏବଂ ଉତ୍ପାଦିତ ଦ୍ରବ୍ୟକୁ ଉତ୍ପାଦ କହନ୍ତି । ତେଣୁ ଉତ୍ପାଦନର ଉପାଦାନ କହିଲେ ଦ୍ରବ୍ୟ ବା ସେବା ଉତ୍ପନ୍ନରେ ସାହାଯ୍ୟ କରୁଥିବା ସମସ୍ତ ବସ୍ତୁକୁ ବୁଝାଏ । ଉତ୍ପାଦନର ଉପାଦାନସମୂହକୁ ମୁଖ୍ୟତଃ ଚାରିଗୋଟି ଶ୍ରେଣରେ ଅନ୍ତର୍ଭୁକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା- ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ସ୍ଥିର ସାଧନ ଓ ପରିବର୍ତୀ ସାଧନ :
Answer:
ସ୍ଵଳ୍ପକାଳରେ ଯେଉଁ ସାଧନଗୁଡ଼ିକର ପରିମାଣ ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ରହେ, ସେଗୁଡ଼ିକୁ ସ୍ଥିର ସାଧନ ବୋଲି କୁହାଯାଏ । ମେସିନ୍, ଭୂମି, କାରଖାନା ଗୃହ, ସ୍ଥାୟୀ କର୍ମଚାରୀ ଇତ୍ୟାଦି ସ୍ଥିର ସାଧନର ଉଦାହରଣ । ଉତ୍ପାଦନ ପରିମାଣର ପରିବର୍ତ୍ତନ ସହ ଏହାର କୌଣସି ସମ୍ପର୍କ ନାହିଁ । ଉତ୍ପାଦନ ଶୂନ୍ୟ ହେଲେ ମଧ୍ୟ ଏହା ଅପରିବର୍ତ୍ତିତ ଥାଏ, ତେଣୁ ଏହା ସ୍ଵାଧୀନ ଭୂମିକା ଗ୍ରହଣ କରିଥାଏ ।
ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳରେ ଯେଉଁ ଉପାଦାନର ପରିମାଣକୁ ପରିବର୍ତ୍ତନ କରାଯାଇ ଉତ୍ପାଦନର ପରିମାଣକୁ ପରିବର୍ତ୍ତନ କରାଯାଏ ତାହାକୁ ପରିବର୍ତୀ ସାଧନ କୁହାଯାଏ । ଶ୍ରମ, କଞ୍ଚାମାଲ ଇତ୍ୟାଦି ପରିବର୍ତ୍ତୀ ସାଧନର ଉଦାହରଣ । ଉତ୍ପାଦନର ପରିମାଣରେ ପରିବର୍ତ୍ତନ ହେଲେ ଏହା ପରିବର୍ତ୍ତିତ ହୋଇଥାଏ । ଉତ୍ପାଦନ ଶୂନ୍ୟ ହେଲେ ଏହି ସାଧନର ପରିମାଣ ଶୂନ୍ୟ ହୋଇଥାଏ, ତେଣୁ ଏହା ସାପେକ୍ଷ ଭୂମିକା ଗ୍ରହଣ କରିଥାଏ ।

2. ହାରାହାରି ଉତ୍ପାଦ ଓ ପ୍ରାନ୍ତୀୟ ଉତ୍ପାଦ :
Answer:
ସ୍ୱଳ୍ପକାଳରେ କେତେକ ଉତ୍ପାଦନ ସାଧନ ସ୍ଥିର ହୋଇଥିଲାବେଳେ କେତେକ ଉତ୍ପାଦନ ସାଧନ ପରିବର୍ତ୍ତନୀୟ ହୋଇଥା’ନ୍ତି । କିଛି ସ୍ଥିର ଉପାଦାନରେ ଅଧ୍ବକ ପରିବର୍ତ୍ତନୀୟ ଉପାଦାନ ଉପଯୋଗ କଲେ ଉତ୍ପାଦ ପରିମାଣ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଏ । ପ୍ରତ୍ୟେକ ପରିବର୍ତ୍ତନୀୟ ଉପାଦାନ ମୋଟ ଉତ୍ପାଦରେ ଯେଉଁ ଅତିରିକ୍ତ ପରିମାଣ ଯୋଗ କରେ ତାହାକୁ ସୀମାନ୍ତ ବା ପ୍ରାନ୍ତୀୟ ଉତ୍ପାଦ କୁହାଯାଏ । ଅନ୍ୟ ପକ୍ଷରେ ମୋଟ ଉତ୍ପାଦକୁ ପରିବର୍ତ୍ତନୀୟ ସାଧନ ପରିମାଣଦ୍ୱାରା ଭାଗ କଲେ ହାରାହାରି ଉତ୍ପାଦ ମିଳେ । ପ୍ରଥମେ ପ୍ରାନ୍ତୀୟ ଉତ୍ପାଦର ବୃଦ୍ଧି ହାର ହାରାହାରି ଉତ୍ପାଦର ବୃଦ୍ଧି ହାରଠାରୁ ଅଧିକ ହୁଏ । ତା’ପରେ ପ୍ରାନ୍ତୀୟ ଉତ୍ପାଦର ହ୍ରାସ ହାର ହାରାହାରି ଉତ୍ପାଦର ହ୍ରାସ ହାରଠାରୁ ଅଧିକ ହୁଏ । ତେଣୁ ହାରାହାରି ଉତ୍ପାଦ ରେଖା, ପ୍ରାନ୍ତୀୟ ଉତ୍ପାଦ ରେଖାର ଅନୁଧାବନ କରେ ।

3. ସଘନ ଚାଷ ଓ ସମ୍ପ୍ରସାରଣ ଚାଷ :
Answer:
ଚାଷଜମିର ପରିମାଣକୁ ସ୍ଥିର ରଖ୍ ବା ସୀମିତ ରଖ୍ ଅଧ‌ିକ ପରିମାଣର ଶ୍ରମ ଓ ପୁଞ୍ଜି ବିନିଯୋଗ କରି କୃଷି ଉତ୍ପାଦନ ବୃଦ୍ଧି ପ୍ରଣାଳୀକୁ ସଘନ ଚାଷ ପ୍ରଣାଳୀ କୁହାଯାଏ । ଏହି ପ୍ରଣାଳୀ ଅନୁସାରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଚାଷଜମି ଉପରେ ଅଧ୍ଵ ପରିମାଣର ସାର, ଉନ୍ନତ ଅମଳକ୍ଷମ ବିହନ, ବିଭିନ୍ନ କୃଷି ଯନ୍ତ୍ରପାତି, ପୋକମରା ଔଷଧ ପ୍ରୟୋଗ କରି ଅଧିକ ଶସ୍ୟ ଉତ୍ପାଦନ କରିବା ନିମନ୍ତେ ଚେଷ୍ଟା କରାଯାଏ ।
ସମ୍ପ୍ରସାରିତ ଚାଷ ପ୍ରଣାଳୀରେ ଅଧିକ ଶସ୍ୟ ଉତ୍ପାଦନ ପାଇଁ ଅଧୂକ ପରିମାଣର ଭୂମିକୁ ଚାଷଯୋଗ୍ୟ କରାଯାଇଥାଏ । ଭୂମିର ଯୋଗାଣ ପ୍ରଚୁର ଥିଲେ ଏ ଧରଣର ଚାଷ ସମ୍ଭବ ହୋଇଥାଏ । ଏପରି କ୍ଷେତ୍ରରେ କୃଷକ ନିଜର ସମ୍ବଳ ଏକ ସୀମିତ ପରିମାଣର ଭୂମିରେ ବିନିଯୋଗ ନ କରି କମ୍ ଉର୍ବରତା ବିଶିଷ୍ଟ ଭୂମିକୁ ଚାଷ କରି ମୋଟ ଉତ୍ପାଦନ ବୃଦ୍ଧି କରିଥାଏ । ବିକଶିତ ଦେଶରେ ସଘନ ଚାଷପ୍ରଣାଳୀ ଅନୁସୃତ ହେଉଥ‌ିବାବେଳେ ସ୍ଵଚ୍ଛ ବିକଶିତ ଦେଶରେ ସମ୍ପ୍ରସାରିତ ଚାଷପ୍ରଣାଳୀ ଅନୁସୃତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପରିବର୍ତ୍ତନୀୟ ଅନୁପାତ ସୂତ୍ର ବ୍ୟାଖ୍ୟା କର । ଏହି ସୂତ୍ରଟି କାହିଁକି କାର୍ଯ୍ୟକାରୀ ହୁଏ କାରଣ ଦର୍ଶାଅ ।
Answer:
ଅର୍ଥଶାସ୍ତ୍ରରେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ଏକ ମୌଳିକ ତଥା ଗୁରୁତ୍ୱପୂର୍ଣ୍ଣ ସୂତ୍ରଭାବେ ବିବେଚିତ ହୁଏ । ସ୍ବଳ୍ପକାଳୀନ ଉତ୍ପାଦନ ଫଳନ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଅନୁବର୍ତୀ ହୋଇଥାଏ । ସମୟର ଅବଧୂ ବହୁତ ସ୍ଵଳ୍ପ ହୋଇଥିବାରୁ ଏହି ସମୟକାଳ ମଧ୍ୟରେ ଉତ୍ପାଦର ପରିମାଣ ବୃଦ୍ଧି କରିବାର ଆବଶ୍ୟକତା ଅନୁଭୂତ ହେଲେ, ପ୍ରତିଷ୍ଠାନ ସ୍ଥିର ସାଧନଗୁଡ଼ିକ ଅପରିବର୍ତିତ ରଖ୍ କେବଳ ପରିବର୍ତୀ ସାଧନଗୁଡ଼ିକ ଅଧ୍ଵରୁ ଅଧିକ ପ୍ରୟୋଗ କରିଥାଏ । ଅତଏବ, ସ୍ଵଳ୍ପକାଳରେ ପରିବର୍ତୀ ସାଧନର (ଶ୍ରମ ଓ କଞ୍ଚାମାଲ) ପରିବର୍ତ୍ତନ ଫଳରେ ଉତ୍ପାଦର ପରିମାଣର କିଭଳି ପରିବର୍ତ୍ତନ ସଂଘଟିତ ହୋଇଥାଏ, ତାହା ହିଁ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ବିଷୟବସ୍ତୁ । ପରିବର୍ତ୍ତନୀୟ ଅନୁପାତ ସୂତ୍ରକୁ ଅର୍ଥଶାସ୍ତ୍ରୀମାନେ ହ୍ରାସମାନ ଉତ୍ପନ୍ନ ସୂତ୍ରର ଏକ ନୂତନ ସଂସ୍କରଣ ବୋଲି ଅଭିହିତ କରିଥା’ନ୍ତି ।

ସଂଜ୍ଞା :
ପ୍ରଫେସର୍ ଆଲଫ୍ରେଡ୍‌ ମାର୍ଶାଲଙ୍କ ମତରେ ‘କୃଷିକଳାର ଅଭିବୃଦ୍ଧି ନ ଘଟି ଏକ ନିର୍ଦ୍ଦିଷ୍ଟ ଜମିରେ ଶ୍ରମ ଓ ପୁଞ୍ଜିର ପରିମାଣ ବୃଦ୍ଧି କଲେ ଉତ୍ପାଦନ ତଦନୁସାରେ କମ୍ ଅନୁପାତରେ ବୃଦ୍ଧିହୁଏ ।’’
ଅଧ୍ୟାପକ ଷ୍ଟିଗ୍‌ରଙ୍କ ଭାଷାରେ ‘‘ଅନ୍ୟାନ୍ୟ ଉତ୍ପାଦନକ୍ଷମ ଉପାଦାନଗୁଡିକୁ ସ୍ଥିର ରଖ୍ ଏକ ନିର୍ଦ୍ଦିଷ୍ଟ ଉପାଦାନ ସମପରିମାଣ ଏହା ସହ ଯୋଗ କଲେ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ, ଉତ୍ପାଦର ଫଳିତ ଅଭିବୃଦ୍ଧି ହ୍ରାସ ପାଏ, ଅର୍ଥାତ୍ ସୀମାନ୍ତ ଉତ୍ପାଦ ହ୍ରାସ ପାଏ ।

ଉପରୋକ୍ତ ସଂଜ୍ଞାରୁ ଏହା ସ୍ପଷ୍ଟ ହୁଏ ଯେ, କେତେକ ଉତ୍ପାଦନର ଉପାଦାନ ପରିମାଣ ସ୍ଥିର ରଖ୍ ଅନ୍ୟ ଏକ ଉପାଦାନର ପରିମାଣ ବୃଦ୍ଧି କଲେ, ପରିବର୍ତ୍ତନୀୟ ଉତ୍ପାଦନଜନିତ ଉତ୍ପନ୍ନ ବୃଦ୍ଧି ହୋଇ ପରିଶେଷରେ ହ୍ରାସ ପାଇଥାଏ ।

ସର୍ତ୍ତାବଳୀ :
ପରିବର୍ତ୍ତନୀୟ ଅନୁପାତ ସୂତ୍ରର କାର୍ଯ୍ୟକାରିତା ପାଇଁ ନିମ୍ନଲିଖ୍ ସର୍ଭର ପରିପୂରଣ ଆବଶ୍ୟକ ହୋଇଥାଏ ।
(1) ଉତ୍ପାଦନ କୌଶଳ ଅପରିବର୍ତିତ ରହିବ ।
(2) କେତେଗୁଡିଏ ଉପାଦାନର ପରିମାଣ ସ୍ଥିର ରହିବା ଆବଶ୍ୟକ ।
(3) ପରିବର୍ତୀ ସାଧନଗୁଡ଼ିକର ଏକକ ସର୍ବତୋଭାବେ ସମାନ ହେବା ବିଧେୟ । ଅର୍ଥାତ୍ ବର୍ଷିତ ସାଧନର ଏକକଗୁଡ଼ିକ ସମଦକ୍ଷତା ସମ୍ପନ୍ନ ହେବା ଉଚିତ ।
(4) ସୂତ୍ରଟି କେବଳ ଏକ ସ୍ଵଳ୍ପକାଳୀନ ଧାରା ଭାବରେ ହିଁ କାର୍ଯ୍ୟ କରିଥାଏ ।

ସୂତ୍ରର ବ୍ୟାଖ୍ୟା : .
ଏହି ସୂତ୍ରର ବିଶ୍ଳେଷଣ ଏକ କାଳ୍ପନିକ ଗାଣିତିକ ସାରଣୀ ଓ ଜ୍ୟାମିତିକ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇପାରେ ।

ସ୍ଥିର ସାଧନର  ପରିମାଣ

(ଜମି ଏକରରେ)

ପରବର୍ତ୍ତୀ  ସାଧନ

(ଶ୍ରମ)

ମୋଟ ଉତ୍ପାଦ ହାରାହାରି ଉତ୍ପାଦ ସୀମାନ୍ତ ଉତ୍ପାଦ ଉତ୍ପାଦନର ସ୍ତର
1 1 10 10 10  

ପ୍ରଥମ ସ୍ତର

1 2 25 12.5 15
1 3 45 15 20
1 4 60 15 15  

ଦ୍ଵିତୀୟ  ସ୍ତର

1 5 72 14.4 12
1 6 78 13 6
1 7 80 11.4 2
1 8 80 10 0
1 9 78 8.7 -2 ଦ୍ଵତୀୟ ସ୍ତର

ଉପରୋକ୍ତ ସାରଣୀରୁ ପ୍ରତୀୟମାନ ହେଉଛି ଯେ ଶ୍ରମିକ ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମୋଟ ଉତ୍ପାଦ କ୍ରମାଗତଭାବେ ବୃଦ୍ଧି ହୋଇ ଅଷ୍ଟମ ଶ୍ରମିକ ନିଯୁକ୍ତ ହେଲାବେଳେ ସର୍ବାଧ‌ିକ ହୋଇଛି । ଏହା ପରବର୍ତ୍ତୀ ଅବସ୍ଥାରେ ହ୍ରାସ ପାଇଛି । ସୀମାନ୍ତ ଓ ହାରାହାରି ଉତ୍ପାଦର ସ୍ତମ୍ଭକୁ ଅନୁସରଣ କଲେ ଜଣାଯାଏ ଯେ ତୃତୀୟ ଶ୍ରମିକ ନିୟୋଜିତ ହେବା ପର୍ଯ୍ୟନ୍ତ ସୀମାନ୍ତ ଓ ହାରାହାରି ଉତ୍ପାଦ ବୃଦ୍ଧି ହୋଇ ପରବର୍ତ୍ତୀ ସ୍ତରରେ କ୍ରମାଗତଭାବେ ହ୍ରାସ ପାଉଛି । ଅଷ୍ଟମ ଶ୍ରମିକ ନିୟୋଜିତ ହେଲେ ସୀମାନ୍ତ ଉତ୍ପାଦ ଶୂନ୍ୟ ଏବଂ ମୋଟ ଉତ୍ପାଦ ସର୍ବାଧ‌ିକ ହୋଇଛି ।

ତୃତୀୟ ଶ୍ରମିକ ନିୟୋଜିତ ହେବା ପର୍ଯ୍ୟନ୍ତ ମୋଟ ଉତ୍ପାଦ କ୍ରମବର୍ଦ୍ଧିଷ୍ଣୁ ହାରରେ ବୃଦ୍ଧି ପାଇଛି ଓ ପରବର୍ତ୍ତୀ ସ୍ତରରେ ଏହା କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଛି । ଅଷ୍ଟମ ଶ୍ରମିକ ନିୟୋଜନ ପରବର୍ତ୍ତୀ ସ୍ତରରେ ଅତିରିକ୍ତ ଶ୍ରମିକ ନିୟୋଜନ ଫଳରେ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୋଇଛି ଓ ମୋଟ ଉତ୍ପାଦ ହ୍ରାସ ହୋଇଛି । ଏହି ସାରଣୀକୁ ବିଶ୍ଲେଷଣ କରାଗଲେ ସୀମାନ୍ତ ଉତ୍ପାଦର ତିନୋଟି ସ୍ତର ଦୃଶ୍ୟମାନ ହୋଇଥାଏ । ପ୍ରଥମ ସ୍ତରରେ ସୀମାନ୍ତ ଉତ୍ପାଦ ବୃଦ୍ଧି, ଦ୍ଵିତୀୟ ସ୍ତରରେ ହ୍ରାସ ଓ ତୃତୀୟ ସ୍ତରରେ ଋଣାତ୍ମକ ହେଉଥିବା ଲକ୍ଷ୍ୟ କରାଯାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

ପରିବର୍ତ୍ତନୀୟ ଉତ୍ପାଦନ ସୂତ୍ରକୁ ନିମ୍ନଚିତ୍ର ମାଧ୍ୟମରେ ଉପସ୍ଥାପନ କରାଗଲା ।
CHSE Odisha Class 12 Economics Chapter 6 Short & Long Answer Questions in Odia Medium
ଉପରୋକ୍ତ ରେଖାଚିତ୍ରରେ ପରିବର୍ଭନୀୟ ଉପାଦାନର ପରିମାଣକୁ OX ଅକ୍ଷରେ ପରିମାପ କରାଯାଇଛି ଏବଂ OY ଅକ୍ଷରେ ଉତ୍ପାଦର ପରିମାପ କରାଯାଇଛି । ପରିବର୍ତ୍ତନୀୟ ଉପାଦାନ ଓ ସ୍ଥିର ଉପାଦାନ ସମ୍ମିଶ୍ରଣରେ ଅନୁପାତ ପରିବର୍ତ୍ତନର ପ୍ରଭାବ ଏହି ରେଖାଚିତ୍ରରେ ପ୍ରଦର୍ଶିତ କରାଯାଇଛି । ଏହି ରେଖାଚିତ୍ରରେ ତିନୋଟି ସ୍ତର ରହିଛି ଯାହାର ବୈଶିଷ୍ଟ୍ୟ ନିମ୍ନରେ ଆଲୋଚିତ ହୋଇଛି ।

ପ୍ରଥମ ସ୍ତର – ଏହି ସ୍ତରରେ ପରିବର୍ତ୍ତନୀୟ ଉପାଦାନ (ଶ୍ରମିକ) ସଂଖ୍ୟା ବୃଦ୍ଧି କରାଗଲେ ମୋଟ ଉତ୍ପାଦ ବୃଦ୍ଧି ଘଟିଛି; ମାତ୍ର ଏହି ବୃଦ୍ଧି ହାରରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ ସୀମାନ୍ତ ଉତ୍ପାଦରେ ବୃଦ୍ଧି ପରିଲକ୍ଷିତ ହୋଇଛି ଯାହା ପ୍ରାରମ୍ଭିକ ବକ୍ରରେଖା ‘P’ ପର୍ଯ୍ୟନ୍ତ ଘଟିଛି । ଅର୍ଥାତ୍ ଅତିରିକ୍ତ ଶ୍ରମିକର ନିୟୋଜନ ଯୋଗୁଁ ସୀମାନ୍ତ ଉତ୍ପାଦ ‘P’ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଓ ‘P’ ବିନ୍ଦୁରେ ଏହା ସର୍ବାଧ‌ିକ । ତେଣୁ ମୋଟ ଉତ୍ପାଦ କ୍ରମବର୍ଦ୍ଧିଷ୍ଣୁ ହାରରେ ‘F” ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

‘P’ ବିନ୍ଦୁର ପରବର୍ତ୍ତୀ ସ୍ତରରେ ସୀମାନ୍ତ ଉତ୍ପାଦନ ହ୍ରାସମାନ ହୋଇଛି । ତେଣୁ ମୋଟ ଉତ୍ପାଦ ‘F” ବିନ୍ଦୁଠାରୁ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଛି । ମାତ୍ର ହାରାହାରି ଉତ୍ପାଦ କ୍ରମାଗତଭାବେ ଏହି ସ୍ତରରେ ବୃଦ୍ଧି ପାଇଛି ଓ ‘Q’ ବିନ୍ଦୁରେ ଏହା ସର୍ବାଧ‌ିକ । ଯେଉଁ ସ୍ତରରେ ସୀମାନ୍ତ ଉତ୍ପାଦ ବକ୍ର ହାରାହାରି ଉତ୍ପାଦ ବକ୍ରକୁ ସର୍ବାଧ‌ିକ ବିନ୍ଦୁରେ ଛେଦ କରେ, ସେହି ସ୍ତରରେ ପ୍ରଥମ ସ୍ତରର ପରିସମାପ୍ତି ଘଟେ । ତେଣୁ ‘Q’ ବିନ୍ଦୁ ହିଁ ପ୍ରଥମ ସ୍ତରର ପରିସମାପ୍ତି ବିନ୍ଦୁ । ଏହି ସ୍ତରରେ ମୋଟ ଉତ୍ପାଦ, ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ ଧନାତ୍ମକ ଅଟନ୍ତି ।-

ଦ୍ଵିତୀୟ ସ୍ତର – ଏହି ସ୍ତରରେ ସୀମାନ୍ତ ଉତ୍ପାଦ ହ୍ରାସ ପାଇଛି ଏବଂ ପରିଶେଷରେ ଏହା ‘ଶୂନ୍ୟ’ ହୋଇଛି ‘M’ ବିନ୍ଦୁରେ । ମୋଟ ଉତ୍ପାଦ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଛି ଓ ‘H” ବିନ୍ଦୁରେ ଏହା ସର୍ବାଧ୍ଵ । ହାରାହାରି ଉତ୍ପାଦ ମଧ୍ଯ ଏହି ସ୍ତରରେ କ୍ରମାଗତଭାବେ ହ୍ରାସ ପାଇଛି । ଏହି ସ୍ତରରେ ମୋଟ ଉତ୍ପାଦ,ହାରାହାରି ଉତ୍ପାଦ ଓ ପ୍ରାନ୍ତୀୟ ଉତ୍ପାଦ ଧନାତ୍ମକ ଅଟନ୍ତି । ମାତ୍ର ପ୍ରାନ୍ତୀୟ ଉତ୍ପାଦ ଓ ହାରାହାରି ଉତ୍ପାଦ କ୍ରମାଗତଭାବେ ହ୍ରାସ ପାଉଥ‌ିବାରୁ ଏହି ସ୍ତରକୁ ‘କ୍ରମହ୍ରାସମାନ ଉତ୍ପନ୍ନ ସ୍ତର’ କୁହାଯାଏ ।

ତୃତୀୟ ସ୍ତର– ଏହି ସ୍ତରରେ ପ୍ରାନ୍ତୀୟ ଉତ୍ପାଦ ଋଣାତ୍ମକ ହୋଇଛି, ତେଣୁ ମୋଟ ଉତ୍ପାଦରେ ହ୍ରାସ ପରିଲକ୍ଷିତ ହୋଇଛି । ହାରାହାରି ଉତ୍ପାଦରେ ମଧ୍ଯ ହ୍ରାସ ପରିଲକ୍ଷିତ ହୋଇଛି । ମୋଟ ଉତ୍ପାଦ ହ୍ରାସ ପାଉଥିବାରୁ ଏବଂ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୋଇଥ‌ିବାରୁ ଏହି ସ୍ତରକୁ ‘ଋଣାତ୍ମକ ଉତ୍ପନ୍ନ ସ୍ତର’ କୁହାଯାଏ ।
ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ତିନୋଟି ସ୍ତରର ସମାହାର ।

ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ରର କାରଣ :
ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର ଅନୁସାରେ ଯଦି ଉପାଦାନମାନଙ୍କ ସମ୍ମିଶ୍ରଣରେ ଗୋଟିଏ ଉପାଦାନ ଅନୁପାତ ବୃଦ୍ଧି କରାଯାଏ, ତେବେ ଏହି ବୃଦ୍ଧିପ୍ରାପ୍ତ ଉପାଦାନର ସୀମାନ୍ତ ଉତ୍ପନ୍ନ କିଛି ସମୟ ପାଇଁ ବୃଦ୍ଧି ପାଏ । ଏହି ସୂତ୍ରର ତିନୋଟି କାରଣ ରହିଛି ।

(1) ପ୍ରାରମ୍ଭିକ ଅବସ୍ଥାରେ ପରିବର୍ତ୍ତନୀୟ ଉପାଦାନ ତୁଳନାରେ ସ୍ଥିର ଉପାଦାନର ପରିମାଣ ଅଧିକ ହୋଇଥାଏ । ତେଣୁ ଅଧ୍ୟରୁ ଅଧ୍ଵ ପରିବର୍ତ୍ତନୀୟ ଉପାଦାନର ନିୟୋଜନ ଫଳରେ ଅବିଭାଜ୍ୟ ସ୍ଥିର ଉପାଦାନର ଫଳପ୍ରଦ ଓ ପୂର୍ଣ ବିନିଯୋଗ ସମ୍ଭବ ହୋଇଥାଏ, ଯଦ୍ବାରା ସୀମାନ୍ତ ଉତ୍ପାଦ ବୃଦ୍ଧି ପାଇଥାଏ ।

(2) ଉତ୍ପାଦନର ସମ୍ପ୍ରସାରଣ ଫଳରେ ବୃହଦାୟତନ ଉତ୍ପାଦନର ମିତବ୍ୟୟିତା ଯୋଗୁଁ ପରିବ୍ୟୟ ହ୍ରାସ ହୁଏ । ଉତ୍ପାଦନର ସମ୍ପ୍ରସାରଣ ଯୋଗୁଁ ବୃହଦାୟତନ ଉତ୍ପାଦନର ମିତବ୍ୟୟିତା ଲାଭ ହୋଇଥାଏ । କାରଣ ପରିବର୍ତ୍ତନୀୟ ଉପାଦାନର ବୃଦ୍ଧି ଯୋଗୁଁ ସ୍ଥିର ଉପାଦାନ; ଯଥା— ଯନ୍ତ୍ରପାତି, କାରଖାନାଗୃହ, ପରିଚାଳକଙ୍କର ଦକ୍ଷତା ବୃଦ୍ଧି ପାଏ । ତେଣୁ ସୀମାନ୍ତ ଉତ୍ପାଦରେ ବୃଦ୍ଧି ପରିଲକ୍ଷିତ ହୁଏ । ପ୍ରତିଷ୍ଠାନ ଦକ୍ଷତାର ସୁବିନିଯୋଗ ହେବା ପର୍ଯ୍ୟନ୍ତ ବଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ ।

(3) ଉତ୍ପାଦ ଖର୍ଚ୍ଚର ମିତବ୍ୟୟିତା ଯୋଗୁଁ ବଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ । ଏହି ମିତବ୍ୟୟିତା ସାଧାରଣତଃ ଦୁଇ ପ୍ରକାରର; ଯଥା— ଆଭ୍ୟନ୍ତରୀଣ ମିତବ୍ୟୟିତା ଓ ବହିରାଗତ ମିତବ୍ୟୟିତା । ପରିବର୍ତ୍ତନୀୟ ସାଧନର ବୃଦ୍ଧି ଯୋଗୁଁ ଅବିଭାଜ୍ୟ ଉପାଦାନର ସଦୁପଯୋଗ ଓ ସୂକ୍ଷ୍ମ ର ଶ୍ରମ ବିଭାଜନ ସମ୍ଭବ ହୋଇଥାଏ । ଏହା ଫଳରେ ଆଭ୍ୟନ୍ତରୀଣ ମିତବ୍ୟୟିତା ଲାଭ ହୁଏ ଏବଂ ପରିବର୍ଭନୀୟ ଉପାଦାନ

ବଦ୍ଧିଷ୍ଣୁ ଉତ୍ପନ୍ନ କାର୍ଯ୍ୟକାରୀ ହୁଏ । କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର କାରଣ :
କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ନିମ୍ନଲିଖ କାରଣ ଯୋଗୁଁ କାର୍ଯ୍ୟକାରୀ ହୋଇଥାଏ ।

(i) ଉତ୍ପାଦନର ଅବିଭାଜ୍ୟତା ଓ ସ୍ଵଚ୍ଛତା– ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉପାଦାନଗୁଡ଼ିକ ମଧ୍ୟରୁ କେତେକ ପରିବର୍ଭନୀୟ ହୋଇଥବାବେଳେ କେତେକ ସ୍ଥିର ରହନ୍ତି । ସାଧନସମୂହ ମୁଖ୍ୟତଃ ଅବିଭାଜ୍ୟତା ଓ ଯୋଗାଣର ସ୍ଵଚ୍ଛତାଜନିତ କାରଣରୁ ଅପରିବର୍ତ୍ତନୀୟ ବିବେଚିତ ହୁଅନ୍ତି । ଏ କାରଣରୁ ପରିବର୍ତୀ ସାଧନର ବୃଦ୍ଧି ଯୋଗୁଁ ଉତ୍ପାଦନ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସୀମା ପରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରେ ।

(ii) ସାଧନର ପ୍ରତିସ୍ଥାପନ ଅସ୍ଥିତିସ୍ଥାପକତା- ଶ୍ରୀମତୀ ଜୋଆନ୍ ରବିସନଙ୍କ ମତରେ, ସାଧନଗୁଡ଼ିକ ଯଦି ପୂର୍ବ ପ୍ରତିସ୍ଥାପକ ହୁଅନ୍ତା, ତେବେ ଏହି ସୂତ୍ର କାର୍ଯ୍ୟକାରୀ ହୁଅନ୍ତା ନାହିଁ । ମାତ୍ର ସାଧନମାନଙ୍କ ମଧ୍ୟରେ ପ୍ରତିସ୍ଥାପକତା ଅସୀମ ନୁହେଁ । ତାହାର ଏକ ସୀମା ରହିଛି । ତେଣୁ ପରିବର୍ତୀ ସାଧନର କ୍ରମାଗତ ବୃଦ୍ଧି କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟ ସୃଷ୍ଟି କରେ । ପରିଶେଷରେ ସ୍ଥିର ସାଧନର ପୂର୍ଣ୍ଣ ଉପଯୋଗ ପରେ ପରିବର୍ତ୍ତନୀୟ ସାଧନର ପରବର୍ତ୍ତୀ ବୃଦ୍ଧି ସାଧନର ସୀମାନ୍ତ ଉତ୍ପାଦ ହ୍ରାସ କରିଥାଏ । କାରଣ ପରିବର୍ତ୍ତନୀୟ ସାଧନର ପରିମାଣ ତୁଳନାରେ ସ୍ଥିର ସାଧନର ଯୋଗାଣ ଯଥେଷ୍ଟ ହୋଇନଥାଏ । ଋଣାତ୍ମକ ଉତ୍ପନ୍ନ ସୂତ୍ର :

ଏହି ଋଣାତ୍ମକ ଉତ୍ପନ୍ନ ସ୍ତରଟି ମାତ୍ରାଧ‌ିକ ପରିବର୍ତ୍ତନୀୟ ଉପାଦାନର ବ୍ୟବହାର ଯୋଗୁ ହିଁ ଘଟିଥାଏ । ଆବଶ୍ୟକତାଠାରୁ ଅଧୂକ ପରିବର୍ତ୍ତନୀୟ ସାଧନ ନିୟୋଜନ ହେବାପରେ ଏହାର ଅତିରିକ୍ତ ସାଧନ ରଣାତ୍ମକ ହୁଏ ଯଦ୍ବାରା ମୋଟ ଉତ୍ପାଦ ହ୍ରାସ ପାଇଥାଏ ଓ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

2. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ବ୍ୟାଖ୍ୟା କର । ଏହି ସୂତ୍ରର ସର୍ତ୍ତାବଳୀ ଓ ସୀମାବଦ୍ଧତା ଆଲୋଚନା କର ।
Answer:
ଅର୍ଥଶାସ୍ତ୍ରରେ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ତିନୋଟି ପର୍ଯ୍ୟାୟ ମଧ୍ୟରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ସୂତ୍ରଭାବରେ ବିବେଚିତ ହୁଏ । କେତେକଙ୍କ ମତରେ, ପରିବର୍ତ୍ତନୀୟ ଅନୁପାତ ସୂତ୍ର ଅନ୍ୟନାମ ହେଉଛି କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ।

ଅଧ୍ୟାପକ ବୋଲଡିଂଙ୍କ ମତରେ, ‘ଅନ୍ୟାନ୍ୟ ଉପାଦାନର ଏକ ନିର୍ଦ୍ଦିଷ୍ଟ ପରିମାଣ ସହିତ ଆମେ ଯେତେବେଳେ ଗୋଟିଏ ଉପାଦାନର ପରିମାଣ ସମ୍ମିଶ୍ରଣରେ ବୃଦ୍ଧି କରୁ, ସେତେବେଳେ ପରିବର୍ତ୍ତନୀୟ ଉପାଦାନର ପ୍ରାନ୍ତୀୟ ଓ ଭୌତିକ ଉତ୍ପାଦନଶୀଳତା ନିଶ୍ଚିତଭାବରେ ହ୍ରାସ ପାଏ ।’’

ଅଧ୍ୟାପକ ମାର୍ଶାଲ୍‌ଙ୍କ ଭାଷାରେ, ‘କୃଷି ପଦ୍ଧତିରେ କୌଣସି ଉନ୍ନତି କରାନଯାଇ ଭୂମିରେ ଅଧ‌ିକ ପରିମାଣରେ ପୁଞ୍ଜି ଓ ଶ୍ରମ ନିୟୋଜିତ କରି କୃଷିକାର୍ଯ୍ୟ କରାଗଲେ ସାଧାରଣତଃ ଉତ୍ପାଦନ ଅଣଆନୁପାତିକ ହାରରେ ବୃଦ୍ଧି ହୋଇଥାଏ ।’’

ଅନ୍ୟତମ ଅର୍ଥଶାସ୍ତ୍ରୀ ଅଧ୍ୟାପକ ବେନହାତ୍ମାଙ୍କ ମତରେ, ‘କୌଣସି ଉପାଦାନସମୂହର ସମ୍ମିଶ୍ରଣରେ ଗୋଟିଏ ଉପାଦାନର ଅନୁପାତ ବୃଦ୍ଧି ହେଲେ ଏକ ନିର୍ଦ୍ଦିଷ୍ଟ ଅବସ୍ଥା ପରେ ସେହି ଉପାଦାନର ପ୍ରାନ୍ତୀୟ ଓ ହାରାହାରି ଉତ୍ପାଦ ହ୍ରାସ ହୁଏ ।’’

ଉପରୋକ୍ତ ସଂଜ୍ଞାଗୁଡ଼ିକୁ ପର୍ଯ୍ୟାଲୋଚନା କଲେ ଏହା ସୂଚିତ ହୁଏ ଯେ ପରିବର୍ଭନୀୟ ଉପାଦାନର ପରିମାଣ କ୍ରମାଗତ ବୃଦ୍ଧି କରାଗଲେ ଏକ ନିର୍ଦ୍ଦିଷ୍ଟ ସୀମା ପରେ ସେହି ଉପାଦାନର ପ୍ରାନ୍ତୀୟ ଉତ୍ପାଦ ହ୍ରାସ ପାଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ଉପାଦାନ ପରିମାଣ କ୍ରମାଗତ ବୃଦ୍ଧି ଫଳରେ ପ୍ରାନ୍ତୀୟ ଉତ୍ପନ୍ନର ଏହି ହ୍ରାସମାନ ପ୍ରବଣତା ଲକ୍ଷଣକୁ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କୁହାଯାଇଥାଏ । ଏହି ସୂତ୍ରର ବିଶ୍ଳେଷଣ ଗାଣିତିକ ସାରଣୀ ଓ ରୈକ ଉପସ୍ଥାପନଦ୍ୱାରା କରାଯାଇଥାଏ ।

ଗାଣିତିକ ବିଶ୍ଳେଷଣ :

ଶ୍ରମ ଓ ପୁଞ୍ଜିର ମାତ୍ରା ମୋଟ ଉତ୍ପାଦ(ଏକକ) ପ୍ରାନ୍ତୀୟ ଉତ୍ପାଦ(ଏକକ)
1 20 20
2 50 30
3 65 15
4 75 10
5 80 5

ଉପରୋକ୍ତ ସାରଣୀରେ ଦର୍ଶାଯାଇଛି ଯେ, କୌଣସି ଏକ ସ୍ଥିର ଉପାଦାନ ସହ ଶ୍ରମ ଓ ପୁଞ୍ଜିର ଅତିରିକ୍ତ ମାତ୍ରା ପ୍ରୟୋଗ କରାଗଲେ ଉତ୍ପାଦନ ପ୍ରକ୍ରିୟାର ପ୍ରାରମ୍ଭିକ ଅବସ୍ଥାରେ ପ୍ରାନ୍ତୀୟ ଉତ୍ପାଦ ବୃଦ୍ଧି ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ହ୍ରାସ ପାଇଛି । ପୁଞ୍ଜି ଓ ଶ୍ରମର ପ୍ରଥମ ମାତ୍ରା ନିୟୋଜନ ଫଳରେ ମୋଟ ଓ ପ୍ରାନ୍ତୀୟ ଉତ୍ପାଦ 20 ଏକକ ହୋଇଥିଲାବେଳେ ଦ୍ୱିତୀୟ ମାତ୍ରାର ପ୍ରୟୋଗ ଫଳରେ ମୋଟ ଉତ୍ପାଦ 50 ଏକକକୁ ବୃଦ୍ଧି ପାଇଛି ଓ ପ୍ରାନ୍ତୀୟ ଉତ୍ପାଦ 30 ଏକକକୁ ବୃଦ୍ଧି ପାଇଛି ।

ଏ କ୍ଷେତ୍ରରେ ମୋଟ ଉତ୍ପାଦ ସମାନୁପାତିକ ହାରଠାରୁ ଅଧ୍ଵ ହାରରେ ବୃଦ୍ଧିପାଇଛି । କିନ୍ତୁ ଶ୍ରମ ଓ ପୁଞ୍ଜିର ତୃତୀୟ ମାତ୍ରାର ପ୍ରୟୋଗ ଫଳରେ ମୋଟ ଉତ୍ପାଦ 65 ଏକକକୁ ବୃଦ୍ଧି ପାଇଛି ଅର୍ଥାତ୍ ମୋଟ ଉତ୍ପାଦ କ୍ରମହ୍ରାସମାନ ହାରରେ ବୃଦ୍ଧିପାଇଛି । ଏହିପରିଭାବରେ ଉତ୍ପାଦନ ପ୍ରକ୍ରିୟା ସ୍ଥିର ଉପାଦାନ ସହ ପରିବର୍ଭନୀୟ ଉପାଦାନ (ଶ୍ରମ ଓ ପୁଞ୍ଜି) ର ଅତିରିକ୍ତ ମାତ୍ରା ନିୟୋଜନଦ୍ୱାରା ପ୍ରାନ୍ତୀୟ ଉତ୍ପାଦ କ୍ରମାଗତଭାବେ ହ୍ରାସ ପାଏ ଅଥବା ମୋଟ ଉତ୍ପାଦ କ୍ରମାଗତଭାବେ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ଏହାହିଁ ହ୍ରାସମାନ ଉତ୍ପନ୍ନ ସୂତ୍ରର ଗାଣିତିକ ବିଶ୍ଳେଷଣ ।

ରୈଖ୍ୟକ ଉପସ୍ଥାପନା :
ପାର୍ଶ୍ୱସ୍ଥ ଚିତ୍ରରେ OX ଅକ୍ଷରେ ଶ୍ରମ ଓ ପୁଞ୍ଜିର ମାତ୍ରା ପରିମାପ କରାଯାଇଛି ଓ OY ଅକ୍ଷରେ ପ୍ରାନ୍ତୀୟ ଉତ୍ପାଦର ପରିମାପ କରାଯାଇଛି ।
ଶ୍ରମ ଓ ପୁଞ୍ଜି ପରି ପରିବର୍ତ୍ତନୀୟ ଉପାଦାନର ମାତ୍ରା ଏକ ସ୍ଥିର ଉପାଦାନର ସମ୍ମିଶ୍ରଣରେ ଉତ୍ପାଦନ ସୃଷ୍ଟି କରିଛି । ଏହି ଶ୍ରମ ଓ ପୁଞ୍ଜିର ଦ୍ଵିତୀୟ ଏକକ ପ୍ରୟୋଗ ପର୍ଯ୍ୟନ୍ତ ଏହାର ପ୍ରାନ୍ତୀୟ ଉତ୍ପାଦ ବୃଦ୍ଧିପ୍ରାପ୍ତ ହୋଇଛି । ମାତ୍ର ଏହାର ପରବର୍ତ୍ତୀ ଏକକ ପ୍ରୟୋଗ ଫଳରେ ପ୍ରାନ୍ତୀୟ ଉତ୍ପାଦ ହ୍ରାସ ପାଇଚାଲିଛି ।

ଏହା ସୂଚନାଯୋଗ୍ୟ ଯେ, ଶ୍ରମ ଓ ପୁଞ୍ଜିର ଦ୍ଵିତୀୟ ମାତ୍ରାର ପ୍ରୟୋଗର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାନ୍ତୀୟ ଉତ୍ପାଦନ ହ୍ରାସ ଯୋଗୁଁ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଅଛି ।
CHSE Odisha Class 12 Economics Chapter 6 Short & Long Answer Questions in Odia Medium 1
ସର୍ଭାବଳୀ– କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେତୋଟି ସର୍ଭ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା-

  • ଉତ୍ପାଦନ ପ୍ରକ୍ରିୟା କେତେକ ସ୍ଥିର ଉପାଦାନ ଓ ପରିବର୍ତ୍ତନୀୟ ଉପାଦାନ ସହାୟତାରେ ସଂଗଠିତ ହୋଇଥାଏ । ଅର୍ଥାତ୍ ଉତ୍ପାଦନ ପ୍ରକ୍ରିୟାରେ କେତେକ ଉପାଦାନ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ପରିବର୍ତ୍ତନଶୀଳ ହେବା ଆବଶ୍ୟକ ।
  • ପରିବର୍ଭନୀୟ ଉପାଦାନଗୁଡ଼ିକ ସମଜାତୀୟ ହେବା ଉଚିତ ।
  • ଉତ୍ପାଦନର ବୈଷୟିକ ଜ୍ଞାନକୌଶଳ ଅପରିବର୍ତ୍ତିତ ରହିବା ଉଚିତ ।
  • ଉପାଦାନଗୁଡ଼ିକର ଆନୁପାତିକ ପରିବର୍ତ୍ତନ ସମ୍ଭବ ହେବା ଉଚିତ ।

ସୀମାବଦ୍ଧତା :

  • ଉତ୍ପାଦନ ପ୍ରକ୍ରିୟାର ପ୍ରାରମ୍ଭିକ ଅବସ୍ଥାରେ ଏହି ସୂତ୍ର କାର୍ଯ୍ୟକାରୀ ହୋଇନଥାଏ, ବରଂ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରିଥାଏ । କୌଣସି ଏକ ଭୂମିରେ ପ୍ରାରମ୍ଭିକ ଅବସ୍ଥାରେ ଅଧ‌ିକ ପୁଞ୍ଜି ପ୍ରୟୋଗଦ୍ଵାରା ଉତ୍ପାଦନଶୀଳତା ବୃଦ୍ଧି ଯୋଗୁଁ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରିଥାଏ ।
  • କୃଷିର ଉନ୍ନତି ସାଧୁ ହେଲେ ଏହି ସୂତ୍ର ନିଜର ବ୍ୟାବହାରିକ ଗୁରୁତ୍ଵ ହରାଇଥାଏ । ଯଦି ଉତ୍ପାଦନ ପ୍ରକ୍ରିୟାରେ (କୃଷିକାର୍ଯ୍ୟରେ) ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଏ ତା’ହେଲେ ସୂତ୍ରଟି କାର୍ଯ୍ୟ କରିନଥାଏ ।
  • ଉପାଦାନମାନଙ୍କ ସମ୍ମିଶ୍ରଣରେ ଏକ ସର୍ବୋତ୍ତମ ଅନୁପାତ ରହିଥାଏ । ଏହି ସର୍ବୋତ୍ତମ ଅନୁପାତ ପ୍ରୟୋଗ ନହେବା ପର୍ଯ୍ୟନ୍ତ ଏହି ସୂତ୍ର କାର୍ଯ୍ୟକାରୀ ହୋଇନଥାଏ ।
    ଉପରୋକ୍ତ ସୀମାବଦ୍ଧତା ସତ୍ତ୍ଵେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ନିଜର ମୌଳିକତା ପ୍ରତିପାଦନ କରୁଥିବାରୁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସୂତ୍ରଭାବେ ବିବେଚିତ ହୋଇଥାଏ ।

3. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର କାର୍ଯ୍ୟକାରିତା କ୍ଷେତ୍ର ବ୍ୟାପକ – ଆଲୋଚନା କର । କିମ୍ବା, କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେବଳ କୃଷିକ୍ଷେତ୍ରରେ ପ୍ରଯୁଜ୍ୟ – ଆଲୋଚନା କର ।
Answer:
ଉତ୍ପାଦନ ପ୍ରକ୍ରିୟାରେ ସାଧାରଣତଃ ଭୂମି, ଶ୍ରମ, ପୁଞ୍ଜି, ସଂଗଠନ ସହାୟତାରେ ଉତ୍ପାଦନ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏମାନଙ୍କ ମଧ୍ୟରୁ ଭୂମି ସ୍ଥିର ଥିଲାବେଳେ ଶ୍ରମ ଓ ପୁଞ୍ଜିର ପରିବର୍ତ୍ତନ ଘଟିଥାଏ । ଭୂମିର ଯୋଗାଣ ସ୍ଥିର ଓ ସୀମିତ ହୋଇଥ‌ିବାରୁ ଉପାଦାନସମୂହର ସମ୍ମିଶ୍ରଣ ସମାନୁପାତିକ ହୋଇନଥାଏ । ଦ୍ଵିତୀୟତଃ, ବ୍ୟବହୃତ ଉପାଦାନସମୂହ ସଂପୂର୍ଣ୍ଣଭାବରେ ବିଭାଜ୍ୟ ନୁହନ୍ତି । ତୃତୀୟତଃ, ଭୂମିକୁ କେବେହେଲେ ଶ୍ରମ ଓ ପୁଞ୍ଜିର ପ୍ରତିସ୍ଥାପକ ଉପାଦାନରୂପେ ବ୍ୟବହାର କରାଯାଇ ପାରେନା ।

ପ୍ରାକ୍ତନ ଅର୍ଥଶାସ୍ତ୍ରୀଙ୍କ ମତରେ, କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେବଳ କୃଷିକ୍ଷେତ୍ରରେ ପ୍ରଯୁଜ୍ୟ । କାରଣ ଭୂମିର ଯୋଗାଣ ସ୍ଥିର ଓ ଏହାର ଉର୍ବରତାରେ ତାରତମ୍ୟ ଦେଖାଦିଏ । ବାସ୍ତବ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ନିମନ୍ତେ ନିର୍ଦ୍ଦିଷ୍ଟ ପରିମାଣର ଭୂମିକୁ ଅଧିକ ଶ୍ରମ ଓ ପୁଞ୍ଜି ପ୍ରୟୋଗକରି ଚାଷ କରାଯାଇପାରେ କିମ୍ବା ଅଧିକ ପରିମାଣ ଭୂମିକୁ ଚାଷ ପରିସରଭୁକ୍ତ କରାଯାଇପାରେ । ପ୍ରଥମ ପ୍ରକାର ଚାଷକୁ ସଘନ ଚାଷ ଓ ଦ୍ୱିତୀୟ ପ୍ରକାର ଚାଷକୁ ସଂପ୍ରସାରିତ ଚାଷ କୁହାଯାଏ । ଅଧ୍ବକ ଉତ୍ପାଦନ ଉଦ୍ଦେଶ୍ୟରେ ଅପେକ୍ଷାକୃତ କମ୍ ଉର୍ବର ଜମିକୁ ଚାଷର ପରିସରଭୁକ୍ତ କରାଯାଇଥାଏ । ମାତ୍ର ଉର୍ବରତା କମ୍ ଯୋଗୁଁ ସମପରିମାଣର ଶ୍ରମ ଓ ପୁଞ୍ଜି ବିନିଯୋଗ କରି ଉତ୍ପାଦନ ସମାନୁପାତରେ ବୃଦ୍ଧି କରାଯାଇ ପାରିନଥାଏ । ସୁତରାଂ ଉର୍ବରତା କମ୍ ହେତୁରୁ ଶ୍ରମ ଓ ପୁଞ୍ଜିର ପ୍ରାନ୍ତୀୟ ଉତ୍ପନ୍ନ ହ୍ରାସ ପାଇଥାଏ ।

ସେହିପରି ଭୂମିର ଯୋଗାଣ ସୀମିତ ଥିବାରୁ ଏକ ନିର୍ଦ୍ଦିଷ୍ଟ ଭୂମିରେ ଅଧୂକ ଉତ୍ପାଦନ ପାଇଁ ଅତିରିକ୍ତ ମାତ୍ରାର ଶ୍ରମ ଓ ପୁଞ୍ଜି ବିନିଯୋଗ କରାଯାଇଥାଏ, ମାତ୍ର ଉତ୍ପାଦନ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ଏହି କାରଣରୁ ସଘନ ଓ ସଂପ୍ରସାରଣ ଚାଷ କ୍ଷେତ୍ରରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରିଥାଏ । ପ୍ରାକ୍ତନ ଅର୍ଥଶାସ୍ତ୍ରୀଙ୍କ ଏହି ମତବାଦକୁ ଆଧୁନିକ ସମୟରେ ବିରୋଧ କରାଗଲା । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ବୋଲି ଯୁକ୍ତି କରାଗଲା । ଆଧୁନିକ ଅର୍ଥଶାସ୍ତ୍ରୀଙ୍କ ମତରେ, ହ୍ରାସମାନ ଉତ୍ପନ୍ନ ସୂତ୍ର ସମସ୍ତ ପ୍ରକାର ଉତ୍ପାଦନ କ୍ଷେତ୍ରରେ ପ୍ରଯୁଜ୍ୟ; କାରଣ ସ୍ଵଳ୍ପକାଳରେ କୌଣସି ନା କୌଣସି ଉପାଦାନ ଅପରିବର୍ତ୍ତନୀୟ ଓ ଅବିଭାଜ୍ୟ ରହିଥା’ନ୍ତି ।

ଏହି ସୂତ୍ର ଅନୁସାରେ ଉତ୍ପାଦନ ପ୍ରକ୍ରିୟାରେ କୌଣସି ଉପାଦାନର ପରିମାଣ ସ୍ଥିର ରଖୁ ଅନ୍ୟ ଉପାଦାନଗୁଡ଼ିକର ପରିମାଣ ବୃଦ୍ଧି କଲେ ଉତ୍ପାଦନ ଅଣ-ସମାନୁପାତିକ ହାରରେ ବୃଦ୍ଧିପାଏ । ଏପରି କ୍ଷେତ୍ରରେ ସୂତ୍ରଟି ଅନ୍ୟ ଅନେକ ପ୍ରକାର ଅର୍ଥନୈତିକ କ୍ରିୟାକଳାପ କ୍ଷେତ୍ରରେ ମଧ୍ୟ ସମାନଭାବରେ ପ୍ରଯୁଜ୍ୟ ହୋଇଥାଏ ଯେଉଁଠି ଅଭାବ ବା ସ୍ଵଳ୍ପତାର ସମସ୍ୟା ଜଡ଼ିତ ଥାଏ । ଏହି ଦୃଷ୍ଟିରୁ ମାଛଧରା, ଖଣିଜ ଦ୍ରବ୍ୟ ଉତ୍ତୋଳନ, ଭବନ ନିର୍ମାଣ ଏବଂ ଶିଳ୍ପାଦ୍ୟୋଗ ପ୍ରଭୃତି କ୍ଷେତ୍ରରେ ମଧ୍ୟ ସୂତ୍ରଟି କାର୍ଯ୍ୟକାରୀ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

ଖଣିଜଦ୍ରବ୍ୟ ଉତ୍ତୋଳନ – କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରଟି ଖଣିଜଦ୍ରବ୍ୟ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇଥାଏ । ଉପର ସ୍ତରରୁ ଖଣିଜଦ୍ରବ୍ୟ ଶେଷ ହୋଇଯିବା ପରେ କ୍ରମେ ଗଭୀରତର ସ୍ତରରୁ ଖଣିଜଦ୍ରବ୍ୟ ଉତ୍ତୋଳିତ କରିବାକୁ ପଡ଼େ । ଉପର ସ୍ତର ଅପେକ୍ଷା ଗଭୀରତର ସ୍ତରରୁ ଖଣିଜଦ୍ରବ୍ୟ ଉତ୍ତୋଳନ କରିବା ନିମନ୍ତେ ଉତ୍ପାଦନ ପରିବ୍ୟୟ ଅଧ‌ିକ ହୋଇଥାଏ । ଅର୍ଥାତ୍ ସମପରିମାଣ ମାତ୍ରାରେ ଶ୍ରମ ଓ ପୁଞ୍ଜି ଇତ୍ୟାଦି ବିନିଯୋଗ କଲେ ସୁଦ୍ଧା ଗଭୀରତର ସ୍ତରରୁ ଖଣିଜ ପଦାର୍ଥ ଉତ୍ତୋଳନ କଲେ ଉତ୍ପାଦନ ହାର କ୍ରମଶଃ ହ୍ରାସ ପାଏ । ତେଣୁ ଖଣିର ଆକାର ଅପରିବର୍ତ୍ତିତ ରଖ୍, ଉତ୍ତୋଳନ ପ୍ରକ୍ରିୟାର ଉନ୍ନତି ସାଧ ନକରି ସମ୍ବଳ ବିନିଯୋଗର ପରିମାଣ ବୃଦ୍ଧି ପାଇଲେ ଉତ୍ପାଦନ କ୍ରମଶଃ ହ୍ରାସ ପାଏ ।

ମାଛଧରା – ନଦୀ, ପୋଖରୀ ଆଦିରୁ ମାଛ ଧରିଲେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ । ପୋଖରୀ ବା ନଦୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଛର ପରିମାଣ ସୀମିତ ଥାଏ । ତେଣୁ ନଦୀ ବା ପୋଖରୀର ସେହି ସ୍ଥାନରେ ଯଦି ଅଧ୍ଵ ପରିମାଣରେ ଶ୍ରମ ଓ ପୁଞ୍ଜି ବିନିଯୋଗ କରାଯାଏ, ତେବେ ଅତିରିକ୍ତ ଉତ୍ପାଦ କ୍ରମଶଃ ହ୍ରାସ ପାଏ ।

ଭବନ ନିର୍ମାଣ – ସୂତ୍ରର ପ୍ରୟୋଗାତ୍ମକ ଦିଗଟି ଭବନ ନିର୍ମାଣ କ୍ଷେତ୍ରରେ ଉପଲବ୍‌ଧ ହୋଇଥାଏ । ବାସସ୍ଥାନର ସଂପ୍ରସାରଣ ନିମନ୍ତେ କୌଣସି ଭବନରେ ଅଧିକ ପୁଞ୍ଜି ବିନିଯୋଗ କରି ଅତିରିକ୍ତ ମହଲାମାନ ନିର୍ମାଣ କରାଯାଇପାରେ । କିନ୍ତୁ କାଳକ୍ରମେ ପ୍ରତ୍ୟେକ ଅତିରିକ୍ତ ମହଲା ପାଇଁ ନିର୍ମାଣ ପରିବ୍ୟୟ ବିଶେଷଭାବରେ ବୃଦ୍ଧି ପାଇଥାଏ । ଭବନ ଯେତେ ସୁଉଚ୍ଚ ହୁଏ ଅତିରିକ୍ତ ବ୍ୟୟ ସେତେ ଅଧ୍ଵ ହୁଏ । ତେଣୁ ବହୁତଳବିଶିଷ୍ଟ ଭବନରେ ଏକ ନିର୍ଦ୍ଦିଷ୍ଟ ଅବସ୍ଥା ପରେ ଅତିରିକ୍ତ ମହଲାମାନ ନିର୍ମାଣ କରିବା ଅଧ୍ଵତର ବ୍ୟୟସାପେକ୍ଷ ହୋଇପଡ଼େ । ତେଣୁ ଏହି ସୂତ୍ରର କାର୍ଯ୍ୟକାରିତା ଯୋଗୁଁ କୌଣସି ଭବନର ଉଚ୍ଚତାକୁ ଅନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ବୃଦ୍ଧିକରିବା ସମ୍ଭବ ନୁହେଁ ।

ଶିଳ୍ପ ଉତ୍ପାଦନ – ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏହି ସୂତ୍ରର କାର୍ଯ୍ୟକାରିତା ବିଶେଷ ଉପଲବ୍‌ଧ ହୋଇଥାଏ । ସ୍ୱଳ୍ପକାଳରେ ଯନ୍ତ୍ରପାତି ଓ କଳକାରଖାନାର ଯୋଗାଣ ସ୍ଥିର ରହିଥାଏ । ଏହି ସ୍ଥିର ଉପାଦାନ ସହ ଅଧ୍ଵ ପରିମାଣର ଶ୍ରମ ଓ ପୁଞ୍ଜି ବିନିଯୋଗ କରି ଉତ୍ପାଦନର ବୃଦ୍ଧି କରିବାକୁ ଚେଷ୍ଟା କରାଯାଇଥାଏ ଏକ ନିର୍ଦ୍ଦିଷ୍ଟ ସୀମା ପରେ ଉତ୍ପାଦନର ଆନୁପାତିକ ହାରରେ ବୃଦ୍ଧି ଘଟେ ନାହିଁ ଏବଂ କ୍ରମ ହ୍ରାସମାନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର କାର୍ଯ୍ୟକାରିତା କେବଳ କୃଷିକ୍ଷେତ୍ରରେ ସୀମାବଦ୍ଧ ନୁହେଁ, ବରଂ ଏହାର କାର୍ଯ୍ୟକାରିତା ବ୍ୟାପକ ।

Leave a Comment